Odisha State Board BSE Odisha 10th Class History Solutions Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା Textbook Exercise Questions and Answers.
BSE Odisha Class 10 History Solutions Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା
୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।
(କ) ଭାରତୀୟ ଜାତୀୟ କଂଗ୍ରେସର ସଦସ୍ୟ ଭାବେ ସୁଭାଷ ବୋଷଙ୍କ ରାଜନୀତିକ ଜୀବନ ସମ୍ପର୍କରେ ଏକ ବିବରଣୀ ପ୍ରଦାନ କର ।
Answer:
- ୧୯୨୩ ମସିହାରେ ସୁଭାଷ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦାନ କଲେ ଓ ବଙ୍ଗଳା ପ୍ରାଦେଶିକ କଂଗ୍ରେସ କମିଟିର ସମ୍ପାଦକ ପଦବୀ ଅଳଂକୃତ କଲେ ।
- ସେ ମହାନ୍ ନେତା ଚିତ୍ତରଞ୍ଜନ ଦାସଙ୍କୁ ତାଙ୍କର ରାଜନୀତିକ ଗୁରୁ ଭାବରେ ଗ୍ରହଣ କଲେ ଓ ତାଙ୍କ ପ୍ରେରଣାରେ ରାଜନୀତିକ କାର୍ଯ୍ୟ କଲେ ।
- ୧୯୨୪ ମସିହାରେ ସେ କୋଲକତା ନଗର ନିଗମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିର୍ବାଚିତ ହେଲେ । ସେ ଉଭୟ ବଙ୍ଗଳା ପ୍ରାଦେଶିକ କଂଗ୍ରେସ କମିଟି ଓ ସର୍ବଭାରତୀୟ ଶ୍ରକିକ ସଂଘର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ।
- ୧୯୩୮ରେ ସେ ହରିପୁର ଅଧିବେଶନରେ ଜାତୀୟ କଂଗ୍ରେସର ସଭାପତି ରୂପେ ମନୋନୀତ ହୋଇଥିଲେ ଏବଂ ୧୯୩୯ରେ ଗାନ୍ଧିଜୀଙ୍କ ବିରୋଧ ସତ୍ତ୍ଵେ ତ୍ରିପୁରୀ କଂଗ୍ରେସ ଅଧିବେଶନରେ ମଧ୍ଯ ସଭାପତି ହୋଇଥିଲେ ।
- ପରବର୍ତୀ ସମୟରେ ଗାନ୍ଧିଜୀଙ୍କ ସହ ମତଭେଦ କାରଣରୁ ସୁଭାଷ କଂଗ୍ରେସ ତ୍ୟାଗକରି ୧୯୩୯ ମସିହା ମେ’ ୩ ତାରିଖରେ ‘ଫରୱାର୍ଡ଼ ବ୍ଲକ୍’ ନାମକ ଏକ ରାଜନୈତିକ ଦଳ ଗଠନ କରିଥିଲେ ।
(ଖ) ଭାରତ ପରିତ୍ୟାଗ ପଛରେ ସୁଭାଷ ବୋଷଙ୍କ ଉଦ୍ଦେଶ୍ୟ ଓ ଚିନ୍ତାଧାରା କ’ଣ ଥିଲା ?
Answer:
- ଭାରତ ବାହାରେ ରହି ଭାରତର ସ୍ବାଧୀନତା ପାଇଁ ଲଢ଼େଇ କରିବା ଉଦ୍ଦେଶ୍ୟରେ ୧୯୪୧ ମସିହାରେ ସୁଭାଷ ଛଦ୍ମବେଶରେ ଭାରତ ପରିତ୍ୟାଗ କଲେ ।
- ‘ଶତ୍ରୁର ଶତ୍ରୁ ଆମର ମିତ୍ର’’ ନୀତି ଅନୁସରଣ କରି ସେ ଦେଶ ବାହାରୁ ବ୍ରିଟିଶ୍ ଶକ୍ତିକୁ ଆଘାତ କରିବାପାଇଁ ସିଦ୍ଧାନ୍ତ ନେଇଥିଲେ ।
- ଭାରତର ଶତ୍ରୁକୁ ପରାସ୍ତ ଓ ଦମନ କରିବାପାଇଁ ତା’ର ଶତ୍ରୁ ସହିତ ହାତ ମିଳାଇବା ଲାଭଦାୟକ ହେବ ବୋଲି ତାଙ୍କର ହୃଦ୍ବୋଧ ହୋଇଥିଲା ।
- ଇତିହାସରୁ ସେ ଶିକ୍ଷାଲାଭ କରିଥିଲେ ଯେ ବହିଃଶକ୍ତିର ସାହାଯ୍ୟ ବିନା କୌଣସି ଜାତି ସ୍ଵାଧୀନତା ହାସଲ କରିପାରି ନାହିଁ ।
- ସେଥିପାଇଁ ସୁଭାଷ ବୋଷ ଇଂଲଣ୍ଡର ପ୍ରଧାନ ଶତ୍ରୁ ଜର୍ମାନୀ ଓ ଜାପାନର ସମର୍ଥନ ହାସଲ କରିବାପାଇଁ ଉଦ୍ୟମ କଲେ ।
(ଗ) ଜର୍ମାନୀରେ ସୁଭାଷଙ୍କ କାର୍ଯ୍ୟକଳାପ କ’ଣ ଥିଲା ?
Answer:
- ୧୯୪୧ ମସିହା ଜାନୁୟାରୀ ୨୬ ତାରିଖରେ ଭାରତର ସୀମା ଅତିକ୍ରମ କରି ସୁଭାଷ ଆଫଗାନିସ୍ତାନ ଓ ସୋଭିଏତ୍ ରୁଷ୍ ମଧ୍ୟଦେଇ ମାର୍ଚ୍ଚ ୨୫ ତାରିଖରେ ମୁସଲମାନ ବେଶରେ ବର୍ଲିନ୍ରେ ପହଞ୍ଚିଲେ ।
- ଜର୍ମାନ୍ ସରକାରଙ୍କ ସାହାଯ୍ୟରେ ସେ ବର୍ଲିନ୍ଠାରେ ଏକ ‘ସ୍ଵାଧୀନ ଭାରତ କେନ୍ଦ୍ର’ ପ୍ରତିଷ୍ଠା କଲେ ଓ ‘ଫ୍ରି ଇଣ୍ଡିଆ ଆର୍ମି’’ ବା ‘‘ସ୍ଵାଧୀନ ଭାରତ ସୈନ୍ୟବାହିନୀ’’ ଗଠନ କଲେ । ଭାରତୀୟ ସେନାଙ୍କୁ ଜର୍ମାନୀ ସେନାପତିମାନେ ତାଲିମ ଦେଇଥିଲେ ।
- ଜର୍ମାନୀରେ ୧୯୪୧ ମସିହାରେ ସୁଭାଷ ବୋଷ ‘ଆଜାଦ୍ ହିନ୍ଦ୍ ରେଡ଼ିଓ’’ ପ୍ରତିଷ୍ଠା କରି ସେଠାରୁ ୧୯୪୨ ମସିହା ଫେବୃୟାରୀ ୧୯ ତାରିଖରେ ପ୍ରଥମ ଗୁପ୍ତ ବେତାରବାର୍ତ୍ତା ବିଶ୍ବବାସୀଙ୍କ ଉଦ୍ଦେଶ୍ୟରେ ପ୍ରସାରଣ କଲେ ।
- ସେ ଜର୍ମାନୀର ଶାସକ ହିଟ୍ଲର୍ଙ୍କୁ ଦେଖାକରି ଭାରତ ସ୍ଵାଧୀନତା ସମ୍ପର୍କରେ ତାଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ ।
- ଏ ସମ୍ପର୍କରେ ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ଦେଇ ନଥୁଲେ ହେଁ ଜର୍ମାନୀରୁ ନିରାପଦଭାବେ ଜାପାନକୁ ଯାତ୍ରା କରିବାପାଇଁ ହିଟ୍ଲର୍ ସୁଭାଷଙ୍କୁ ସାହାଯ୍ୟ କରିଥିଲେ ।
(ଘ) ଆଜାଦ୍ ହିନ୍ଦ୍ ଫୌଜର ସୈନିକମାନଙ୍କର ଗିରଫର ପରିଣାମସ୍ଵରୂପ କ’ଣ ଘଟିଥିଲା ?
Answer:
- ୧୯୪୫ ମସିହା ସେପ୍ଟେମ୍ବର ମାସରେ ଆଜାଦ୍ ହିନ୍ଦ୍ ଫୌଜର ତିନି ସେନାଧ୍ୟକ୍ଷ ସାହାନୱାଜ ଖାଁ, ପ୍ରେମ ସେହଗଲ ଓ ଗୁରୁଦୟାଲ୍ ସିଂ ଧ୍ଵନ୍ ବ୍ରିଟିଶ୍ ସରକାରଙ୍କଦ୍ବାରା ଗିରଫ ହେଲେ ।
- ସେହି ବର୍ଷ ନଭେମ୍ବର ୫ ତାରିଖରେ ସେମାନେ ଦିଲ୍ଲୀର ଲାଲକିଲ୍ଲାରେ ଅନୁଷ୍ଠିତ ସାମରିକ ଅଦାଲତର ସମ୍ମୁଖୀନ ହେଲେ ।
- ସେମାନଙ୍କୁ ସ୍ଵାଧୀନତା ସଂଗ୍ରାମୀଭାବେ ଅଭିହିତ କରି ଭାରତୀୟମାନେ ସେମାନଙ୍କ ଗିରଫ ଓ ବିଚାର ବିରୋଧରେ ସମଗ୍ର ଦେଶରେ ବିକ୍ଷୋଭ, ଶୋଭାଯାତ୍ରା ଓ ହରତାଳ ସଙ୍ଗଠିତ କଲେ ।
- ସମସ୍ତ ରାଜନୈତିକ ଦଳ ଯଥା କଂଗ୍ରେସ, ମୁସ୍ଲିମ୍ ଲିଗ୍ ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ନେତୃବୃନ୍ଦ ତଥା ଜନସାଧାରଣ ସେମାନଙ୍କର ମୁକ୍ତି ଦାବି କଲେ । ଭୁଲୁଭାଇ ଦେଶାଇ, ତେଜ ବାହାଦୂର ସାହୁ ଓ ଜବାହରଲାଲ୍ ନେହେରୁ ଓ ଆସଫ୍ ଅଲ୍ଲୀ ସେମାନଙ୍କ ସପକ୍ଷରେ ମକଦ୍ଦମା ଲଢ଼ିଲେ ।
- ଇଂରେଜ ସରକାରଙ୍କ ବିରୋଧରେ ପ୍ରବଳ ଜନମତ ପ୍ରକାଶ ପାଇବାରୁ ସାମରିକ ଅଦାଲତ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସତ୍ତ୍ବେ ଭାଇସ୍ରାୟ ଲର୍ଡ଼ ୱାଭେଲ୍ ସେମାନଙ୍କୁ ୧୯୪୬ ମସିହା ଜାନୁୟାରୀ ୧ ତାରିଖରେ ମୁକ୍ତ କରି ଦେଇଥିଲେ ।
(ଡି) ଆଜାଦ୍ ହିନ୍ଦ୍ ଫୌଜର ଅଭିଯାନରୁ ମିଳିଥିବା ସୁଫଳ ସମ୍ପର୍କରେ ଏକ ଟିପ୍ପଣୀ ଲେଖ ।
Answer:
- ଐତିହାସିକ ଦୃଷ୍ଟିକୋଣରୁ ବିଚାରକଲେ ଦେଖାଯାଏ ଯେ ନେତାଜୀଙ୍କର ଆଜାଦ୍ ହିନ୍ଦ୍ ଫୌଜର ଅଭିଯାନ ପ୍ରକୃତ ପକ୍ଷରେ ବ୍ୟର୍ଥ ହୋଇନଥିଲା ।
- ଘୋଷିତ ଲକ୍ଷ୍ୟ ପୂରଣରେ ସମ୍ପୂର୍ଣ୍ଣ ଭାବେ ସଫଳ ହୋଇନଥିଲେ ମଧ୍ୟ ଭାରତର ସ୍ଵାଧୀନତା ଇତିହାସରେ ଆଜାଦ୍ ହିନ୍ଦ୍ ଫୌଜର ଅଭିଯାନର ଫଳ ଥିଲା ସୁଦୂରପ୍ରସାରୀ ।
- ଏହି ସଂଗ୍ରାମର ତାତ୍କ୍ଷଣିକ ଫଳ ହିସାବରେ ଭାରତୀୟ ନୌସେନା ବ୍ରିଟିଶ୍ ଶାସନ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ ।
- ୧୯୪୫ ମସିହାର ଶେଷଭାଗରେ ସାରା ଭାରତବର୍ଷରେ ଯେଉଁ ଉତ୍ତେଜନା ଓ ବ୍ରିଟିଶ୍ ବିରୋଧୀ ଆନ୍ଦୋଳନ ହୋଇଥିଲା, ତାହା ସରକାରଙ୍କୁ କ୍ରମଶଃ ଭୟଭୀତ କରିଥିଲା ।
- ବ୍ରିଟିଶ୍ ଶକ୍ତି ଉପରେ ଚରମ ଆଘାତ କରି ଏହା ସ୍ଵାଧୀନତା ପ୍ରାପ୍ତିର ପଥକୁ ସୁଗମ କରିଥିଲା ।
୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।
(କ) କେଉଁ ଦୁଇଟି ସ୍ଥାନରେ ଏବଂ କେବେ ସୁଭାଷ ବୋଷ ଜାତୀୟ କଂଗ୍ରେସ ଅଧିବେଶନର ସଭାପତି ହୋଇଥିଲେ ?
Answer:
- ପ୍ରଥମତଃ ୧୯୩୮ ମସିହାରେ ସେ ହରିପୁର ଅଧିବେଶନରେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ମନୋନୀତ ହୋଇଥିଲେ ।
- ଦ୍ଵିତୀୟତଃ ୧୯୩୯ ମସିହାରେ ସେ ତ୍ରିପୁରୀ ଅଧୂବେଶନରେ ମଧ୍ଯ ଜାତୀୟ କଂଗ୍ରେସର ସଭାପତି ହୋଇଥିଲେ ।
(ଖ) ରାସବିହାରୀ ବୋଷ ବିଦେଶରେ ପ୍ରତିଷ୍ଠା କରିଥିବା ସଙ୍ଗଠନର ନାମ କ’ଣ ?
Answer:
- ଜାପାନରେ ବାସ କରୁଥିବା ଭାରତୀୟ ବିପ୍ଳବୀ ରାସବିହାରୀ ବୋଷ ସେଠାରେ ‘ଭାରତୀୟ ସ୍ଵାଧୀନତା ସଂଘ’ ଗଠନ କରିଥିଲେ ।
- ସେ କ୍ୟାପଟେନ୍ ମୋହନ ସିଂହଙ୍କ ନେତୃତ୍ୱରେ ଭାରତୀୟ ଜାତୀୟ ବାହିନୀ ବା ଆଜାଦ୍ ହିନ୍ଦ୍ ଫୌଜ ମଧ୍ୟ ଗଠନ କରିଥିଲେ ।
(ଗ) ଜର୍ମାନୀରୁ କେବେ ଓ କିପରି ସୁଭାଷଚନ୍ଦ୍ର ବୋଷ ଟୋକିଓ ଯାଇଥିଲେ ?
Answer:
- ୧୯୪୩ ମସିହା ଫେବୃୟାରୀ ୮ ତାରିଖରେ ସୁଭାଷ କିଲେ ବନ୍ଦରରୁ ବୁଡ଼ାଜାହାଜରେ ଜାପାନ ଅଭିମୁଖେ ଯାତ୍ରା କରିଥିଲେ ।
- ୧୯୪୩ ମସିହା ଜୁନ୍ ୧୩ ତାରିଖରେ ସେ ଟୋକିଓ ସହରରେ ପହଞ୍ଚିଥିଲେ ।
(ଘ) ସୁଭାଷଚନ୍ଦ୍ର ବୋଷ ଆଜାଦ୍ ହିନ୍ଦ୍ ଫୌଜର ୪ଟି ବ୍ରିଗେଡ୍ର ନାମ କ’ଣ ରଖିଲେ ?
Answer:
- ସୁଭାଷଚନ୍ଦ୍ର ବୋଷ ଆଜାଦ୍ ହିନ୍ଦ୍ ଫୌଜକୁ ଚାରୋଟି ଯୋଦ୍ଧା ବାହିନୀ ବା ବ୍ରିଗେଡ଼ରେ ବିଭକ୍ତ କରିଥିଲେ ।
- ସେଗୁଡ଼ିକ ହେଲା – ‘ଗାନ୍ଧି ବ୍ରିଗେଡ଼’, ‘ନେହେରୁ ବ୍ରିଗେଡ଼’, ‘ଆଜାଦ୍ ବ୍ରିଗେଡ଼’’ ଏବଂ ସ୍ୱତନ୍ତ୍ର ମହିଳା ଶାଖା ‘ଝାନ୍ସୀ ରାଣୀ ବ୍ରିଗେଡ୍’’ ।
(ଙ) ‘ଦିଲ୍ଲୀ ଚଲୋ’ର ତାତ୍ପର୍ଯ୍ୟ କ’ଣ ?
Answer:
- ସୁଭାଷ ବୋଷଙ୍କ ନେତୃତ୍ଵରେ ଆଜାଦ୍ ହିନ୍ଦ୍ ଫୌଜ ଭାରତ ଅଭିଯାନ ଆରମ୍ଭ କରିଥିଲା ।
- ନେତାଜୀଙ୍କ ଗଣଧ୍ଵନି ‘ଦିଲ୍ଲୀ ଚଲୋ’ ଓ ‘ଜୟହିନ୍ଦ୍’ ମନ୍ତ୍ରରେ ଉଦ୍ଦୀପ୍ତ ହୋଇ ଆଜାଦ୍ ହିନ୍ଦ୍ ବାହିନୀ ଭାରତର ପୂର୍ବ ସୀମାନ୍ତରେ ପହଞ୍ଚିଲା । ସୁଭାଷଙ୍କ ମତରେ, ‘ଦିଲ୍ଲୀର ପଥ ହେଲା ସ୍ଵାଧୀନତାର ପଥ’ ।
(ଚ୍) ଆଜାଦ୍ ହିନ୍ଦ୍ ଫୌଜ ତାହାର ଭାରତ ଅଭିଯାନ ସମୟରେ ଭାରତର କେଉଁ ସହର ଏବଂ କେବେ ଦଖଲ କରିଥିଲା ?
Answer:
- ଆଜାଦ୍ ହିନ୍ଦ୍ ଫୌଜ ତାହାର ଭାରତ ଅଭିଯାନ ସମୟରେ ଭାରତର ମଣିପୁର ରାଜ୍ୟର କୋହିମା ସହର ଦଖଲ କରିଥିଲା ।
- ୧୯୪୪ ମସିହା ଏପ୍ରିଲ୍ ମାସରେ ଆଜାଦ୍ ହିନ୍ଦ୍ ଫୌଜ କୋହିମା ଦଖଲ କରିଥିଲା ।
(ଛ) ଇମ୍ଫାଲ ଦଖଲ କରିବାପାଇଁ ଆଜାଦ୍ ହିନ୍ଦ୍ ଫୌଜ କାହିଁକି ବିଫଳ ହୋଇଥିଲା ?
Answer:
- ଇମ୍ଫାଲ ଦଖଲ କରିବାପାଇଁ ଅଗ୍ରସର ହେଉଥିବା ସମୟରେ ପ୍ରବଳ ବର୍ଷା ଆରମ୍ଭ ହେବାରୁ ଆଜାଦ୍ ହିନ୍ଦ୍ ଫୌଜର ଯୋଗାଯୋଗ ବ୍ୟବସ୍ଥା! ବିପର୍ଯ୍ୟସ୍ତ ହୋଇପଡ଼ିଥିଲା ।
- ଏଥସହିତ ଦ୍ଵିତୀୟ ବିଶ୍ଵଯୁଦ୍ଧରେ ଜାପାନର ପରାଜୟ ମଧ୍ଯ ଆଜାଦ୍ ହିନ୍ଦ୍ ଫୌଜର ବିପର୍ଯ୍ୟୟର କାରଣ ହେଲା ।
(ଜ) ଆଜାଦ୍ ହିନ୍ଦ୍ ଯୁଦ୍ଧବନ୍ଦୀମାନଙ୍କ ସପକ୍ଷରେ କେଉଁ ଆଇନଜୀବୀମାନେ ମକଦ୍ଦମା ଲଢ଼ିଥିଲେ ?
Answer:
- ଆଜାଦ୍ ହିନ୍ଦ୍ ଯୁଦ୍ଧବନ୍ଦୀମାନଙ୍କ ସପକ୍ଷରେ ଅନେକ ଭାରତୀୟ ଆଇନଜୀବୀ ମକଦ୍ଦମା ଲଢ଼ିଥିଲେ ।
- ସେମାନଙ୍କ ମଧ୍ୟରେ ପ୍ରମୁଖ ଥିଲେ ଭୁଲୁଭାଇ ଦେଶାଇ, ତେଜ ବାହାଦୂର ସାପ୍ରୁ, ଜବାହରଲାଲ ନେହେରୁ ଓ ଆସଫ୍ ଅଲ୍ଲୀ ।
(ଝ) ଆଜାଦ୍ ହିନ୍ଦ୍ ଫୌଜର ଯୁଦ୍ଧବନ୍ଦୀମାନଙ୍କୁ କିଏ ଏବଂ କେବେ ମୁକ୍ତ କରିଥିଲେ ?
Answer:
- ଭାରତର ତତ୍କାଳୀନ ଭାଇସ୍ୟ ଲର୍ଡ଼ ୱେଭେଲ୍ ଆଜାଦ୍ ହିନ୍ଦ୍ ଫୌଜର ଯୁଦ୍ଧବନ୍ଦୀମାନଙ୍କୁ ମୁକ୍ତ କରିଥିଲେ ।
- ୧୯୪୬ ମସିହା ଜାନୁୟାରୀ ୧ ତାରିଖ ଦିନ ଭାରତୀୟ ଜନମତର ଚାପରେ ସେ ଏପରି କରିବାକୁ ବାଧ୍ୟ ହୋଇଥିଲେ ।
(ଞ) ସୁଭାଷଚନ୍ଦ୍ର ବୋଷଙ୍କ ବିମାନ ଦୁର୍ଘଟଣା କେବେ ଏବଂ କେଉଁ ସ୍ଥାନରୁ କେଉଁ ସ୍ଥାନକୁ ଯାତ୍ରା
Answer:
- ୧୯୪୫ ମସିହା ଅଗଷ୍ଟ ୧୮ ତାରିଖରେ ସୁଭାଷଚନ୍ଦ୍ର ବୋଷଙ୍କ ବିମାନ ଦୁର୍ଘଟଣା ଘଟିଥିଲା ।
- ଜାପାନର ଫର୍ମୋଜାରୁ ଟୋକିଓକୁ ଯାଉଥିବାବେଳେ ସୁଭାଷ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସମ୍ବାଦ ପ୍ରକାଶ ପାଇଥିଲା ।
୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।
(କ) ସୁଭାଷଚନ୍ଦ୍ର ବୋଷ କେଉଁଦିନ ଜନ୍ମଗ୍ରହଣ କରିଥିଲେ ?
Answer:
୧୮୯୭ ମସିହା ଜାନୁୟାରୀ ୨୩ ତାରିଖରେ ସୁଭାଷଚନ୍ଦ୍ର ବୋଷ ଜନ୍ମଗ୍ରହଣ କରିଥିଲେ ।
(ଖ) ସୁଭାଷଚନ୍ଦ୍ର ବୋଷ କାହାକୁ ତାଙ୍କର ରାଜନୀତିକ ଗୁରୁ ଭାବେ ଗ୍ରହଣ କରିଥିଲେ ?
Answer:
ମହାନ୍ ନେତା ଚିତ୍ତରଞ୍ଜନ ଦାସଙ୍କୁ ସୁଭାଷଚନ୍ଦ୍ର ବୋଷ ତାଙ୍କର ରାଜନୀତିକ ଗୁରୁ ଭାବେ ଗ୍ରହଣ କରିଥିଲେ ।
(ଗ) କଂଗ୍ରେସର କେଉଁ ଅଧିବେଶନରେ ସୁଭାଷଚନ୍ଦ୍ର ବୋଷ ପ୍ରଥମଥର ଏହାର ସଭାପତି ହୋଇଥିଲେ ?
Answer:
କଂଗ୍ରେସର ୧୯୩୮ ମସିହାର ହରିପୁର ଅଧୂବେଶନରେ ସୁଭାଷଚନ୍ଦ୍ର ବୋଷ ପ୍ରଥମଥର ଏହାର ସଭାପତି ହୋଇଥିଲେ ।
(ଘ) ସୁଭାଷଚନ୍ଦ୍ର ବୋଷ ଗଠନ କରିଥିବା ରାଜନୀତିକ ଦଳର ନାମ କ’ଣ ଥିଲା ?
Answer:
ସୁଭାଷଚନ୍ଦ୍ର ବୋଷ ଗଠନ କରିଥିବା ରାଜନୀତିକ ଦଳର ନାମ ଥିଲା ‘ଫରୱାର୍ଡ ବ୍ଳକ୍’ ।
(ଙ) ‘‘ଭାରତୀୟ ସ୍ଵାଧୀନତା ସଂଘ’’ର ପ୍ରତିଷ୍ଠାତା କିଏ ଥିଲେ ?
Answer:
‘ଭାରତୀୟ ସ୍ଵାଧୀନତା ସଂଘ’ର ପ୍ରତିଷ୍ଠାତା ଥିଲେ ଜାପାନରେ ବାସ କରୁଥିବା ଭାରତୀୟ ବିପ୍ଳବୀ ରାସବିହାରୀ ବୋଷ ।
(ଚ) ସୁଭାଷଚନ୍ଦ୍ର ବୋଷ ଜାପାନର କେଉଁ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ୍ କରିଥିଲେ ?
Answer:
ସୁଭାଷଚନ୍ଦ୍ର ବୋଷ ଜାପାନର ପ୍ରଧାନମନ୍ତ୍ରୀ ଟୋଜୋଙ୍କୁ ସାକ୍ଷାତ୍ କରିଥିଲେ ।
(ଛ) କିଏ ଝାନ୍ସୀ ରାଣୀ ବ୍ରିଗେଡ୍ର ନେତୃତ୍ଵ ନେଇଥିଲେ ?
Answer:
କ୍ୟାପ୍ଟେନ୍ ଲକ୍ଷ୍ମୀ ସେହଗଲ ଝାନ୍ସୀ ରାଣୀ ବ୍ରିଗେଡ୍ର ନେତୃତ୍ଵ ନେଇଥିଲେ ।
(ଜ) ‘ତୁମେ ମତେ ରକ୍ତ ଦିଅ, ମୁଁ ତୁମକୁ ସ୍ଵାଧୀନତା ଦେବି’’ । କେଉଁ ପରିପ୍ରେକ୍ଷୀରେ ସୁଭାଷ ବୋଷ ଏ କଥା କହିଥିଲେ ?
Answer:
ଆଜାଦ୍ ହିନ୍ଦ୍ ସରକାର ପ୍ରତିଷ୍ଠା ପରେ ଇଂରେଜ ସରକାରଙ୍କ ବିରୋଧରେ ଯୁଦ୍ଧଘୋଷଣା ପରିପ୍ରେକ୍ଷୀରେ ସୁଭାଷ ବୋଷ କହିଥିଲେ – ‘ତୁମେ ମତେ ରକ୍ତ ଦିଅ, ମୁଁ ତୁମକୁ ସ୍ଵାଧୀନତା ଦେବି’ ।
(ଝ) ଆଜାଦ ହିନ୍ଦ୍ ଫୌଜ ଭାରତ ଅଭିଯାନ ସମୟରେ କେଉଁଠାରେ ଭାରତୀୟ ପତାକା ଉତ୍ତୋଳନ
Answer:
ଆଜାଦ୍ ହିନ୍ଦ୍ ଫୌଜ ଭାରତ ଅଭିଯାନ ସମୟରେ କୋହିମାଠାରେ ଭାରତୀୟ ପତାକା ଉତ୍ତୋଳନ କରିଥିଲେ ।
(ଞ) କେଉଁ ସ୍ଥାନରେ ଆଜାଦ୍ ହିନ୍ଦ୍ ଯୁଦ୍ଧବନ୍ଦୀମାନଙ୍କ ବିଚାର ହୋଇଥିଲା ?
Answer:
ଦିଲ୍ଲୀର ଲାଲକିଲ୍ଲାରେ ଅନୁଷ୍ଠିତ ସାମରିକ ଅଦାଲତରେ ଆଜାଦ୍ ହିନ୍ଦ୍ ଯୁଦ୍ଧବନ୍ଦୀମାନଙ୍କ ବିଚାର ହୋଇଥିଲା ।
୪। ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।
(କ) ସୁଭାଷ ବୋଷ କେବେ ଭାରତୀୟ ପ୍ରଶାସନିକ ସେବା (ଆଇ.ସି.ଏସ୍.) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ?
(i) ୧୯୧୬
(ii) ୧୯୧୯
(iii) ୧୯୨୦
(iv) ୧୯୨୩
Answer:
(iii) ୧୯୨୦
(ଖ) ସୁଭାଷ ବୋଷ କେବେ ବର୍ଲିନ୍ରେ ପହଞ୍ଚିଥିଲେ ?
(i) ୧୯୪୧ ଜାନୁୟାରୀ ୨୬
(ii) ୧୯୪୧ ମାର୍ଚ୍ଚ ୨୫
(iii) ୧୯୪୨ ଫେବୃୟାରୀ ୧୯
(iv) ୧୯୪୩ ଜୁନ୍ ୧୩
Answer:
(iii) ସିଙ୍ଗାପୁର
(ଗ) ସୁଭାଷ ବୋଷଙ୍କ ପୂର୍ବରୁ କିଏ ଆଜାଦ୍ ହିନ୍ଦ୍ ଫୌଜର ନେତୃତ୍ଵ ନେଇଥିଲେ ?
(i) ରାସବିହାରୀ ବୋଷ
(ii) ସାହାନୱାଜ ଗାଁ
(iii) ଲକ୍ଷ୍ମୀ ସେହଗାଲ
(iv) ମୋହନ ସିଂହ
Answer:
(ii) ୧୯୪୧ ମାର୍ଚ୍ଚ ୨୫
(ଘ) ସୁଭାଷ ବୋଷ କେଉଁଠାରେ ଆଜାଦ୍ ହିନ୍ଦ୍ ସରକାର ଗଠନ କରିଥିଲେ ?
(i) ବର୍ଲିନ
(ii) ଟୋକିଓ
(iii) ସିଙ୍ଗାପୁର
(iv) ବ୍ୟାଙ୍କକ୍
Answer:
(iv) ମୋହନ ସିଂହ
(ଙ) କେଉଁ ଦେଶର ସରକାରଙ୍କଠାରୁ ସୁଭାଷ ବୋଷ ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜର ଦାୟିତ୍ଵ ଗ୍ରହଣ କରିଥିଲେ ?
(i) ଜର୍ମାନୀ
(ii) ଜାପାନ
(iii) ଆୟାରଲାଣ୍ଡ
(iv) ଇଂଲଣ୍ଡ
Answer:
(ii) ଜାପାନ
୫। ପାଠରେ ଦିଆଯାଇଥିବା ‘ତୁମ ପାଇଁ କାମ’’ଗୁଡ଼ିକ ଶିକ୍ଷକଙ୍କ ନିର୍ଦ୍ଦେଶନା ଓ ସହାୟତାରେ ସମ୍ପାଦନ କର ।
Answer:
(ପିଲାମାନେ ଶିକ୍ଷକଙ୍କ ସହାୟତା ଓ ନିର୍ଦ୍ଦେଶନାରେ ଉତ୍ତର ଲେଖିବେ ।)