Odisha State Board BSE Odisha 10th Class History Solutions Chapter 8 ଉତ୍କଳ ସମ୍ମିଳନୀର ଗଠନ Textbook Exercise Questions and Answers.
BSE Odisha Class 10 History Solutions Chapter 8 ଉତ୍କଳ ସମ୍ମିଳନୀର ଗଠନ
୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।
(କ) ‘ଉତ୍କଳ ସଭା’ ସମ୍ପର୍କରେ ଏକ ଟିପ୍ପଣୀ ଲେଖ ।
Answer:
- ୧୮୮୨ ମସିହା ଅଗଷ୍ଟ ୧୬ ତାରିଖରେ ମଧୁସୂଦନ ଦାସଙ୍କ ଉତ୍ସାହ ଓ ଉଦ୍ୟମରେ କଟକଠାରେ ‘ଉତ୍କଳ ସଭା’ ଗଠିତ ହୋଇଥିଲା ।
- ଏହା ଥିଲା ଓଡ଼ିଶାର ସର୍ବପ୍ରଥମ ସୁସଙ୍ଗଠିତ ରାଜନୀତିକ ଅନୁଷ୍ଠାନ । ଏହାର ପ୍ରଥମ ସଭାପତି ଥିଲେ ଚୌଧୁରୀ କାଶୀନାଥ ଦାସ ଓ ପ୍ରଥମ ସମ୍ପାଦକ ଥିଲେ ଗୌରୀଶଙ୍କର ରାୟ ।
- ଏହି ଅନୁଷ୍ଠାନର ଉଦ୍ଦେଶ୍ୟ ଥିଲା ସ୍ଥାନୀୟ ସ୍ୱାୟର ଶାସନ ଅନୁଷ୍ଠାନ ସୃଷ୍ଟି କରିବାରେ ସାହାଯ୍ୟ କରିବା ଓ ଜନକଲ୍ୟାଣ କାର୍ଯ୍ୟକ୍ରମଗୁଡ଼ିକୁ ପ୍ରୋତ୍ସାହିତ କରିବା ।
- ୧୮୮୬ ମସିହା ଡିସେମ୍ବର ୨୮ ତାରିଖରେ କୋଲକତାଠାରେ ଅନୁଷ୍ଠିତ ଜାତୀୟ କଂଗ୍ରେସର ଦ୍ଵିତୀୟ ଅଧିବେଶନରେ ‘ଉତ୍କଳ ସଭା’ ତରଫରୁ ମଧୁସୂଦନ ଦାସ, ଗୋଲୋକ ଚନ୍ଦ୍ର ବୋଷ, ହରିବଲ୍ଲଭ ବୋଷ ଓ କାଳିପଦ ବାନାର୍ଜୀ ଯୋଗ ଦେଇଥିଲେ ।
- ବାସ୍ତବରେ ଉତ୍କଳ ସଭାର କାର୍ଯ୍ୟ ପରିସର ଅତି ସଂକୀର୍ଣ୍ଣ ଥିବାରୁ ଏକ ବୃହତ୍ତର ଜାତୀୟ ଅନୁଷ୍ଠାନ ପ୍ରତିଷ୍ଠା ପାଇଁ ମଧୁବାବୁ ଚିନ୍ତା କରୁଥିଲେ । ଶେଷରେ ‘ଉତ୍କଳ ସମ୍ମିଳନୀ’ର ଗଠନ ପରେ ଉତ୍କଳ ସଭାର ବିଲୋପ ଘଟିଲା ।
(ଖ) ଉତ୍କଳ ସମ୍ମିଳନୀ କିପରି ଜନ୍ମଲାଭ କଲା ?
Answer:
- ୧୮୮୬ ମସିହାରେ କୋଲକତାରେ ଜାତୀୟ କଂଗ୍ରେସର ଦ୍ଵିତୀୟ ଅଧ୍ଶନ ଓ ୧୯୦୩ ମସିହାରେ ‘ଗଞ୍ଜାମ ଜାତୀୟ ସଭା’ରେ ଯୋଗଦେଇ ମଧୁବାବୁ ଏକ ବୃହତ୍ତର ଜାତୀୟ ଅନୁଷ୍ଠାନ ଗଠନ ପାଇଁ ପ୍ରେରଣା ପାଇଥିଲେ ।
- ୧୯୦୩ ମସିହାରେ ଗଡ଼ଜାତ ରାଜାମାନଙ୍କର ବାର୍ଷିକ ଅବେଶନରେ ମୟୂରଭଞ୍ଜର ରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ଖଲ୍ଲିକୋଟର ରାଜା ଓ କନିକାର ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ମଧୁସୂଦନଙ୍କ ବିଚାରଧାରାକୁ ଉଚ୍ଚ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ସମର୍ଥନ ଜଣାଇଥିଲେ ।
- ଏହି କଳ୍ପନାକୁ କାର୍ଯ୍ୟରେ ପରିଣତ କରିବାପାଇଁ ୧୯୦୩ ମସିହାରେ ମଧୁସୂଦନ କଟକଠାରେ ‘ଉତ୍କଳ ସଭା’ ଆନୁକୂଲ୍ୟରେ ଏକ ସଭା ଆହ୍ବାନ କଲେ ।
- ଏହି ସଭାରେ ସମଗ୍ର ଓଡ଼ିଶା ତଥା ବିଚ୍ଛିନ୍ନାଞ୍ଚଳ ସମୂହର ଏକତ୍ରୀକରଣ ଦିଗରେ ଉଦ୍ୟମ କରିବାପାଇଁ ଏକ ଜାତୀୟ ଅନୁଷ୍ଠାନ ଗଠନ କରାଯିବାପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା ।
- ଏହି ଜାତୀୟ ଅନୁଷ୍ଠାନର ନାମ ରଖାଗଲା ‘ଉତ୍କଳ ସମ୍ମିଳନୀ’ । ଏହି ସଭାରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧୁବେଶନ ପାଇଁ ପ୍ରସ୍ତୁତି ଆରମ୍ଭ ହେଲା ।
(ଗ) ଉତ୍କଳ ସମ୍ମିଳନୀର ଗଠନରେ କେଉଁ ଗଡ଼ଜାତ ରାଜାମାନେ ମଧୁସୂଦନଙ୍କୁ ସକ୍ରିୟ ସହଯୋଗ କରିଥିଲେ ?
Answer:
- ଏକ ବୃହତ୍ତର ଜାତୀୟ ଅନୁଷ୍ଠାନ ଗଠନ ନିମନ୍ତେ ମଧୁସୂଦନଙ୍କୁ ପ୍ରଥମେ କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ଉତ୍ସାହିତ କରିଥିଲେ ।
- ମଧୁବାବୁଙ୍କୁ ସମର୍ଥନ ଓ ସକ୍ରିୟ ସହଯୋଗ କରିଥିବା ଅନ୍ୟ ରାଜାମାନେ ଥିଲେ ମୟୂରଭଞ୍ଜର ରାଜା ଶ୍ରୀରାମଚନ୍ଦ୍ରଭଞ୍ଜଦେଓ ଏବଂ ଖଲ୍ଲିକୋଟର ରାଜା ।
- ୧୯୦୩ ମସିହାରେ ଗଡ଼ଜାତ ରାଜାମାନଙ୍କର ବାର୍ଷିକ ଅବେଶନରେ ମୟୂରଭଞ୍ଜର ରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ଖଲ୍ଲିକୋଟର ରାଜା ଓ କନିକାର ରାଜା ମଧୁସୂଦନଙ୍କ ବିଚାରଧାରାକୁ ଉଚ୍ଚ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ସମର୍ଥନ ଜଣାଇଥିଲେ ।
- ୧୯୦୩ ମସିହାରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷଭାବେ କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ରହିବାପାଇଁ ସ୍ଥିର ହୋଇଥିଲା ।
- ଏହିପରି ଭାବେ ଗଡ଼ଜାତ ରାଜାମାନେ ଉତ୍କଳ ସମ୍ମିଳନୀ ଗଠନରେ ମଧୁସୂଦନ ଦାସଙ୍କୁ ସକ୍ରିୟ ସହଯୋଗ କରିଥିଲେ ।
(ଘ) ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ କେଉଁ ଅଞ୍ଚଳର ଓ କେଉଁ ବର୍ଗର ସାଧାରଣ ଲୋକ ଯୋଗ ଦେଇଥିଲେ ଏବଂ ଏଠାରେ ମଧୁସୂଦନ କ’ଣ ଆହ୍ବାନ ଦେଇଥିଲେ ?
Answer:
- ଉତ୍କଳ ସମ୍ମିଳନୀର ପ୍ରଥମ ଅଧୂବେଶନ ୧୯୦୩ ମସିହା ଡିସେମ୍ବର ୩୦ ଓ ୩୧ ତାରିଖରେ କଟକରେ ଅନୁଷ୍ଠିତ ହୋଇଥିଲା
- ଏହି ଅଧ୍ଵବେଶନରେ ମାନ୍ଦ୍ରାଜ, କେନ୍ଦ୍ରୀୟ ପ୍ରଦେଶ ଏବଂ ବଙ୍ଗଳାର ଓଡ଼ିଆ ପ୍ରତିନିଧୁମାନେ ତଥା ସେହି ଅଞ୍ଚଳର ତିରିଶ ଜଣ ଗଡ଼ଜାତ ରାଜା ଯୋଗ ଦେଇଥିଲେ । ଓଡ଼ିଶାର ଖଲ୍ଲିକୋଟ, କନିକା, ମୟୂରଭଞ୍ଜ, ଢେଙ୍କାନାଳ, କେନ୍ଦୁଝର, ଆଠଗଡ଼ ଓ ତାଳଚେରର ରାଜା ଯୋଗ ଦେଇଥିଲେ ।
- ସେମାନଙ୍କ ବ୍ୟତୀତ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଅନେକ ଜମିଦାର, ଆଇନଜୀବୀ, ସରକାରୀ କର୍ମଚାରୀ, ବ୍ୟବସାୟୀ ଓ ଛାତ୍ରମାନେ ଯୋଗ ଦେଇଥିଲେ ।
- ଉତ୍କଳ ସମ୍ମିଳନୀର ମହାସିନ୍ଧୁରେ ନିଜର ପ୍ରାଣବିନ୍ଦୁ ମିଶାଇ ଦେବାପାଇଁ ସବୁ ଓଡ଼ିଆ ଭାଇମାନଙ୍କୁ ମଧୁସୂଦନ
ଦାସ ଆହ୍ବାନ ଦେଇଥିଲେ । - ସେ କହିଥିଲେ ଯେ ଉତ୍କଳୀୟ କେବଳ ଓଡ଼ିଆ ଭାଷାଭାଷୀମାନଙ୍କୁ ବୁଝାଏ ନାହିଁ । ଓଡ଼ିଶା ଯେଉଁମାନଙ୍କର ଜନ୍ମଭୂମି ଓ କର୍ମଭୂମି, ସେମାନେ ସମସ୍ତେ ଉତ୍କଳୀୟ । ତେଣୁ ଭାଷାଗତ ପାର୍ଥକ୍ୟ ବା ସାମ୍ପ୍ରଦାୟିକ ବିଦ୍ବେଷ ଭାବ ଭୁଲି ଉତ୍କଳର ଉନ୍ନତି ପାଇଁ ସମସ୍ତ ଉତ୍କଳବାସୀ ଏକଜୁଟ ହେବା ଆବଶ୍ୟକ ।
(ଙ) ମଧୁସୂଦନ କାହିଁକି ଉତ୍କଳ ସମ୍ମିଳନୀ ତ୍ୟାଗ କଲେ ଏବଂ ପୁନଃସଙ୍ଗଠିତ ଉତ୍କଳ ସମ୍ମିଳନୀର କାର୍ଯ୍ୟ କ’ଣ ଥିଲା ?
Answer:
- ୧୯୨୦ ମସିହାରେ ମହାତ୍ମା ଗାନ୍ଧିଙ୍କ ଆହ୍ବାନକ୍ରମେ ଜାତୀୟ କଂଗ୍ରେସ ବ୍ରିଟିଶ୍ ସରକାରଙ୍କ ବିରୋଧରେ ଆନ୍ଦୋଳନ ଚଳାଇବାପାଇଁ ସ୍ଥିର କଲା । ସେତେବେଳେ ପଣ୍ଡିତ ଗୋପବନ୍ଧୁ ଦାସ ପ୍ରଭୃତି ଜାତୀୟ କଂଗ୍ରେସର ନେତାମାନେ ଭାବିଲେ ଯେ ଅସହଯୋଗ ଆନ୍ଦୋଳନଦ୍ୱାରା ଉତ୍କଳ ସମ୍ମିଳନୀର ଲକ୍ଷ୍ୟ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସମ୍ଭବ ହୋଇପାରିବ ।
- ୧୯୨୦ ମସିହାରେ ସିଂହଭୂମି ଜିଲ୍ଲାର ଚକ୍ରଧରପୁରଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ଅଧିବେଶନ କଂଗ୍ରେସର ଲକ୍ଷ୍ୟ ଓ ଆଦର୍ଶକୁ ଗ୍ରହଣ କରିନେଲା ।
- ଏହାଫଳରେ ସମ୍ମିଳନୀ ଏକ ପ୍ରକାର କଂଗ୍ରେସ ସହିତ ମିଶିଗଲା ଓ ଏହାର ସ୍ୱତନ୍ତ୍ର ସତ୍ତା ଲୋପ ପାଇଲା । ମଧୁବାବୁ ଅସହଯୋଗ ଆନ୍ଦୋଳନର ବିରୋଧୀ ଥିଲେ, ତେଣୁ ସେ ଉତ୍କଳ ସମ୍ମିଳନୀ ତ୍ୟାଗକଲେ ।
- ଉତ୍କଳ ସମ୍ମିଳନୀର କଂଗ୍ରେସ ସହିତ ମିଶ୍ରଣକୁ ବିରୋଧ କରୁଥିବା ବ୍ୟକ୍ତିମାନଙ୍କ ଉଦ୍ୟମରେ ୧୯୨୪ ମସିହାରେ ଉତ୍କଳ ସମ୍ମିଳନୀକୁ ପୁନର୍ବାର ସଙ୍ଗଠିତ କରାଗଲା ।
- ପୁନଃସଙ୍ଗଠିତ ଉତ୍କଳ ସମ୍ମିଳନୀର ୧୯୨୫ ମସିହାରେ ନୂତନ ଅଧ୍ଵବେଶନ କଟକଠାରେ ବସିଥିଲା । ବିଭିନ୍ନ ଉତ୍କଳ ସମ୍ମିଳନୀ ତା’ର ଦାବିପତ୍ର ଦାଖଲ କରିଥିଲା ।
୨ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।
(କ) କେଉଁଠାରେ ଏବଂ କାହା ପ୍ରେରଣାରେ ଗଞ୍ଜାମ ଜାତୀୟ ସମିତି ଗଠିତ ହୋଇଥିଲା ?
Answer:
- ୧୯୦୩ ମସିହା ଆରମ୍ଭରେ ଗଞ୍ଜାମ ଜିଲ୍ଲାର ଚିଲିକା ହ୍ରଦକୂଳ ନିକଟସ୍ଥ ରମ୍ଭାଠାରେ ‘ଗଞ୍ଜାମ ଜାତୀୟ ସମିତି’ ନାମରେ ଏକ ଅନୁଷ୍ଠାନ ଗଠିତ ହୋଇଥିଲା ।
- ଏହି ଅନୁଷ୍ଠାନ ଖଲ୍ଲିକୋଟର ରାଜା ହରିହର ମର୍ଦ୍ଦରାଜ ଦେବଙ୍କ ପ୍ରେରଣାରେ ଗଠିତ ହୋଇଥିଲା ।
(ଖ) ମଧୁବାବୁ କ’ଣ ପାଇଁ ଏକ ବୃହତ୍ ଜାତୀୟ ଅନୁଷ୍ଠାନର ଆବଶ୍ୟକତା ଅନୁଭବ କଲେ ?
Answer:
- ମଧୁବାବୁଙ୍କଦ୍ଵାରା ଗଠିତ ‘ଉତ୍କଳ ସଭା’ର କାର୍ଯ୍ୟ ପରିସର ଅତି ସଂକୀର୍ଣ୍ଣ ଥିଲା ।
- ତେଣୁ ବିଚ୍ଛିନ୍ନାଞ୍ଚଳ ସମୂହର ମିଶ୍ରଣ ଓ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ସମଗ୍ର ଉତ୍କଳର ପ୍ରତିନିଧ୍ୱ କରୁଥିବା ଏକ ବୃହତ୍ତର ଜାତୀୟ ଅନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ମଧୁବାବୁ ଅନୁଭବ କରିଥିଲେ ।
(ଗ) ୧୯୦୩ରେ କେଉଁଠାରେ ‘ଉତ୍କଳ ସଭା’ର ଏକ ସଭା ଆହୂତ ହୋଇଥିଲା ଏବଂ ଏଠାରେ କ’ଣ ନିଷ୍ପରି ନିଆଯାଇଥୁଲା ?
Answer:
- ୧୯୦୩ ମସିହାରେ କଟକଠାରେ ‘ଉତ୍କଳ ସଭା’ର ଏକ ସଭା ଆହୂତ ହୋଇଥିଲା ।
- ଏହି ସଭାରେ ସମଗ୍ର ଓଡ଼ିଶା ତଥା ବିଚ୍ଛିନ୍ନାଞ୍ଚଳ ସମୂହର ଏକତ୍ରୀକରଣ ଦିଗରେ ଉଦ୍ୟମ କରିବାପାଇଁ ଏକ ଜାତୀୟ ଅନୁଷ୍ଠାନ ଗଠନ କରାଯିବାପାଇଁ ନିଷ୍ପତ୍ତି ନିଆଯାଇଥିଲା ।
(ଘ) ଉତ୍କଳ ସମ୍ମିଳନୀର ପ୍ରଥମ ଅବେଶନ ପାଇଁ କେଉଁମାନେ ସଭାପତି ଓ ସମ୍ପାଦକ ଭାବେ ମନୋନୀତ ହୋଇଥିଲେ ?
Answer:
- ଉତ୍କଳ ସମ୍ମିଳନୀର ପ୍ରଥମ ଅଧ୍ଶନ ପାଇଁ ସଭାପତି ଭାବେ ମୟୂରଭଞ୍ଜର ସ୍ବନାମଧନ୍ୟ ରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ମନୋନୀତ ହୋଇଥିଲେ ।
- ସେହିପରି ସମ୍ପାଦକ ଭାବେ ମଧୁସୂଦନ ଦାସ ମନୋନୀତ ହୋଇଥିଲେ ।
(ଙ) ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ କେବେ ଏବଂକେଉଁଠାରେ ଅନୁଷ୍ଠିତ ହୋଇଥିଲା ?
Answer:
- ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ୧୯୦୩ ମସିହା ଡିସେମ୍ବର ୩୦ ଓ ୩୧ ତାରିଖରେ ଅନୁଷ୍ଠିତ ହୋଇଥିଲା ।
- ଏହି ସମ୍ମିଳନୀ କଟକଠାରେ ଅନୁଷ୍ଠିତ ହୋଇଥିଲା ।
(ଚ) ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ଖଲ୍ଲିକୋଟ, କନିକା ଓ ମୟୂରଭଞ୍ଜର ରାଜାଙ୍କ ବ୍ୟତୀତ ଅନ୍ୟ କେଉଁ ରାଜାମାନେ ଯୋଗ ଦେଇଥିଲେ ?
Answer:
- ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ଖଲ୍ଲିକୋଟ, କନିକା ଓ ମୟୂରଭଞ୍ଜର ରାଜାଙ୍କ ବ୍ୟତୀତ ଢେଙ୍କାନାଳର ରାଜା ସୁରପ୍ରତାପ ମହେନ୍ଦ୍ର ବାହାଦୂର, କେନ୍ଦୁଝରର ରାଜା ଧନୁର୍ଜୟ ନାରାୟଣ ଭଞ୍ଜଦେଓ, ଆଠଗଡ଼ର ରାଜା ବିଶ୍ଵନାଥ ବେବର୍ଷା ଏବଂ ତାଳଚେରର ରାଜା କିଶୋରଚନ୍ଦ୍ର ହରିଚନ୍ଦନ ଯୋଗ ଦେଇଥିଲେ ।
- ଏତଦ୍ବ୍ୟତୀତ ମାନ୍ଦ୍ରାଜ, କେନ୍ଦ୍ରୀୟ ପ୍ରଦେଶ ଏବଂ ବଙ୍ଗଳାର ତିରିଶ ଜଣ ଗଡ଼ଜାତ ରାଜା ଯୋଗ ଦେଇଥିଲେ ।
(ଛ) ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ କେଉଁ ପ୍ରସ୍ତାବ ଗୃହୀତ ହୋଇଥିଲା ଏବଂ କ’ଣ ଅନୁମୋଦିତ ହୋଇଥିଲା ?
Answer:
- ଉତ୍କଳ ସମ୍ମିଳନୀର ପ୍ରଥମ ଅଧୂବେଶନରେ ଓଡ଼ିଶାର କଳା ଓ ସାହିତ୍ୟର ଉନ୍ନତି ସମ୍ପର୍କିତ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା ।
- ଏହି ସମ୍ମିଳନୀରେ ରିସ୍ଲେ ସର୍କୁଲାରକୁ ଅନୁମୋଦନ କରାଯାଇଥିଲା ।
(ଜ) ଉତ୍କଳ ସମ୍ମିଳନୀର ଅଷ୍ଟମ ଅଧିବେଶନ କେଉଁଠାରେ ଅନୁଷ୍ଠିତ ହୋଇଥିଲା ଏବଂ ଏଠାରେ ମଧୁସୂଦନ ସରକାରଙ୍କ କେଉଁ ନିଷ୍ପତ୍ତିକୁ ବିରୋଧ କରିଥିଲେ ?
Answer:
- ଉତ୍କଳ ସମ୍ମିଳନୀର ଅଷ୍ଟମ ଅଧିବେଶନ ବ୍ରହ୍ମପୁରରେ ଅନୁଷ୍ଠିତ ହୋଇଥିଲା ।
- ଏହି ଅଧ୍ଵବେଶନରେ ମଧୁସୂଦନ ସରକାରଙ୍କ ବିହାର-ଓଡ଼ିଶା ପ୍ରଦେଶ ଗଠନ ନିଷ୍ପତ୍ତିକୁ ବିରୋଧ କରିଥିଲେ ।
(ଝ) ଉତ୍କଳ ସମ୍ମିଳନୀର ଦଶମ ଅଧିବେଶନ କେବେ ଏବଂ କେଉଁଠାରେ ଅନୁଷ୍ଠିତ ହୋଇଥିଲା ?
Answer:
- ଉତ୍କଳ ସମ୍ମିଳନୀର ଦଶମ ଅଧିବେଶନ ୧୯୧୪ ମସିହା ଡିସେମ୍ବର ୨୬ ଓ ୨୭ ତାରିଖରେ ଅନୁଷ୍ଠିତ ହୋଇଥିଲା ।
- ଏହି ଅଧୁବେଶନ ପାରଳାଖେମୁଣ୍ଡିଠାରେ ଅନୁଷ୍ଠିତ ହୋଇଥିଲା ।
(ଞ) ୧୯୨୫ରେ ଉତ୍କଳ ସମ୍ମିଳନୀର ଅଧିବେଶନ କେଉଁଠାରେ ଏବଂ କାହା ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା ?
Answer:
- ୧୯୨୫ ମସିହାରେ ଉତ୍କଳ ସମ୍ମିଳନୀର ଅଧୂବେଶନ କଟକଠାରେ ଅନୁଷ୍ଠିତ ହୋଇଥିଲା ।
- ଏହି ଅଧ୍ଶନ କଳ୍ପତରୁ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।
୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।
(କ) କାହା ନେତୃତ୍ଵରେ ‘ବଙ୍ଗ ଜାତୀୟ ସଭା’ ଗଠିତ ହୋଇଥିଲା ?
Answer:
ସାର୍ ସୁରେନ୍ଦ୍ରନାଥ ବାନାର୍ଜୀଙ୍କ ନେତୃତ୍ୱରେ ‘ବଙ୍ଗ ଜାତୀୟ ସଭା’ ଗଠିତ ହୋଇଥିଲା ।
(ଖ) ଗଞ୍ଜାମ ଜାତୀୟ ସମିତିର ଉଦ୍ଦେଶ୍ୟ କ’ଣ ଥିଲା ?
Answer:
ଗଞ୍ଜାମ ଓ ଅନ୍ୟାନ୍ୟ ଦକ୍ଷିଣାଞ୍ଚଳ ଜିଲ୍ଲାମାନଙ୍କୁ ତଥା ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳକୁ ଏକ ଶାସନାଧୀନରେ ରଖୁବାପାଇଁ ଉଦ୍ୟମ କରିବା ଗଞ୍ଜାମ ଜାତୀୟ ସମିତିର ଉଦ୍ଦେଶ୍ୟ ଥିଲା ।
(ଗ) ବୈକୁଣ୍ଠନାଥ ଦେ କେଉଁ ଅଞ୍ଚଳର ବ୍ୟକ୍ତି ଥିଲେ ?
Answer:
ବୈକୁଣ୍ଠନାଥ ଦେ ବାଲେଶ୍ଵରର ଅଞ୍ଚଳର ବ୍ୟକ୍ତି ଥିଲେ ।
(ଘ) ଉତ୍କଳ ସମ୍ମିଳନୀର ଅଷ୍ଟମ ଅଧିବେଶନ କେବେ ଅନୁଷ୍ଠିତ ହୋଇଥିଲା ?
Answer:
ଉତ୍କଳ ସମ୍ମିଳନୀର ଅଷ୍ଟମ ଅଧିବେଶନ ୧୯୧୨ ମସିହା ଏପ୍ରିଲ୍ ୬ ଓ ୭ ତାରିଖରେ ଅନୁଷ୍ଠିତ ହୋଇଥିଲା ।
(ଡ) ଉତ୍କଳ ସମ୍ମିଳନୀର ଦଶମ ଅଧିବେଶନରେ କିଏ ଅଧ୍ୟକ୍ଷତା କରିଥିଲେ ?
Answer:
ଉତ୍କଳ ସମ୍ମିଳନୀର ଦଶମ ଅଧିବେଶନରେ ଜୟପୁରର ରାଜା ବିକ୍ରମଦେବ ବର୍ମା ଅଧ୍ୟକ୍ଷତା କରିଥିଲେ ।
(ଚ) ୧୯୨୦ରେ ଉତ୍କଳ ସମ୍ମିଳନୀର ଅଧ୍ଵଂଶନ କେଉଁଠାରେ ଅନୁଷ୍ଠିତ ହୋଇଥିଲା ?
Answer:
୧୯୨୦ ମସିହାରେ ଉତ୍କଳ ସମ୍ମିଳନୀର ଅଧିବେଶନ ସିଂହଭୂମି ଜିଲ୍ଲାର ଚକ୍ରଧରପୁରଠାରେ ଅନୁଷ୍ଠିତ ହୋଇଥିଲା ।
(ଛ) କେବେ ଉତ୍କଳ ସମ୍ମିଳନୀକୁ ପୁନର୍ବାର ସଙ୍ଗଠିତ କରାଯାଇଥିଲା ?
Answer:
୧୯୨୪ ମସିହାରେ ଉତ୍କଳ ସମ୍ମିଳନୀକୁ ପୁନର୍ବାର ସଙ୍ଗଠିତ କରାଯାଇଥିଲା ।
(ଜ) ମଧୁସୂଦନ କେବେ ପ୍ରାଣତ୍ୟାଗ କରିଥିଲେ ?
Answer:
ମଧୁସୂଦନ ୧୯୩୪ ମସିହା ଫେବୃଆରୀ ୪ ତାରିଖରେ ପ୍ରାଣତ୍ୟାଗ କରିଥିଲେ ।
(ଝ) କେଉଁଦିନ ଉତ୍କଳ ସମ୍ମିଳନୀର ଶେଷ ବୈଠକ ବସିଥିଲା ?
Answer:
ଉତ୍କଳ ସମ୍ମିଳନୀର ଶେଷ ବୈଠକ ୧୯୩୫ ମସିହା ଫେବୃୟାରୀ ୧୧ ତାରିଖରେ କଟକଠାରେ ବସିଥିଲା ।
(ଞ) ଓଡ଼ିଶା କେବେଠାରୁ ଏକ ସ୍ଵତନ୍ତ୍ର ପ୍ରଦେଶ ହେଲା ?
Answer:
୧୯୩୬ ମସିହା ଏପ୍ରିଲ୍ ୧ ତାରିଖରୁ ଓଡ଼ିଶା ଏକ ସ୍ବତନ୍ତ୍ର ପ୍ରଦେଶ ଭାବେ ଗଠିତ ହେଲା ।
୪ । ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।
(କ) କେଉଁଟି ଓଡ଼ିଶାର ପ୍ରଥମ ସୁସଙ୍ଗଠିତ ରାଜନୀତିକ ଅନୁଷ୍ଠାନ ?
(i) ଗଞ୍ଜାମ ଜାତୀୟ ସମିଢି
(ii) ଉତ୍କଳ ସଭା
(iii) ଗଞ୍ଜାମ ଜାତୀୟ ସଭା
(iv) ଉତ୍କଳ ସମ୍ମିଳନୀ
Answer:
(ii) ଉତ୍କଳ ସଭା
(ଖ) କିଶୋର ଚନ୍ଦ୍ର ହରିଚନ୍ଦନ କେଉଁ ଗଡ଼ଜାତର ରାଜା ଥିଲେ ?
(i) ଢେଙ୍କ।ନାଳ
(ii) ଢାଳଚେର
(iii) ଆଠଗଡ଼
(iv) କେନ୍ଦୁଝର
Answer:
(ii) ତାଳଚେର
(ଗ) ‘ଉତ୍କଳ ସମ୍ମିଳନୀ’ର ପ୍ରଥମ ଅଧିବେଶନରେ କିଏ ସଭାପତିତ୍ୱ କରିଥିଲେ ?
(i) ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ
(ii) ଧନୁର୍ଜୟ ନାରାୟଣ ଭଞ୍ଜଦେଓ
(iii) ଶ୍ରୀରାମଚନ୍ଦ୍ର ଭଞ୍ଜ
(iv) ହରିହର ମର୍ଦ୍ଦରାଜ
Answer:
(iii) ଶ୍ରୀରାମଚନ୍ଦ୍ର ଭଞ୍ଜ
(ଘ) ‘ଉତ୍କଳ ସମ୍ମିଳନୀ’ର ପ୍ରଥମ ଅବେଶନ କେଉଁ ଭାଷାରେ ପରିଚାଳିତ ହୋଇଥିଲା ?
(i) ଇଂରାଜୀ
(ii) ଓଡ଼ିଆ
(iv) ହିନ୍ଦୀ
(iii) ବଙ୍ଗଳା
Answer:
(ii) ଓଡ଼ିଆ
(ଙ) ‘ଉତ୍କଳୀ ସମ୍ମିଳନୀ’ ତରଫରୁ ମଣ୍ଟେଗୁ ଓ ଚେମ୍ସ୍ଫୋର୍ଡ଼ଙ୍କୁ କେବେ ଦାବିପତ୍ର ଦିଆଯାଇଥିଲା ?
(i) ୧୯୧୨
(ii) ୧୯୧୪
(iii) ୧୯୧୭
(iv) ୧୯୧୮
Answer:
(iii) ୧୯୧୭
୫ । ପାଠରେ ଦିଆଯାଇଥିବା ‘‘ତୁମପାଇଁ କାମ’’ଗୁଡ଼ିକ ଶିକ୍ଷକଙ୍କ ନିର୍ଦ୍ଦେଶନା ଓ ସହାୟତାରେ ସମ୍ପାଦନ କର ।
Answer:
(ପିଲାମାନେ ଶିକ୍ଷକଙ୍କ ସହାୟତା ଓ ନିର୍ଦ୍ଦେଶନାରେ ଉତ୍ତର ଲେଖିବେ ।)