BSE Odisha 10th Class Life Science Important Questions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

Odisha State Board BSE Odisha 10th Class Life Science Important Questions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ Important Questions and Answers.

BSE Odisha Class 10 Life Science Important Questions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

Objective Type Questions with Answers 

A ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ଶରୀରରେ ବିଭିନ୍ନ ଅଙ୍ଗ ସଂସ୍ଥାନର ନିୟନ୍ତ୍ରଣ ଓ ସମନ୍ଵୟ ରକ୍ଷା କିପରି ହୋଇଥାଏ ?
ଊ-
ଆମ ଶରୀରର ବିଭିନ୍ନ ଅଙ୍ଗ ସଂସ୍ଥାନର ନିୟନ୍ତ୍ରଣ ଏବଂ ସେଗୁଡ଼ିକ ମଧ୍ୟରେ ସମନ୍ଵୟ ରକ୍ଷାପାଇଁ 2 ପ୍ରକାର ପଦ୍ଧତି ରହିଛି ଯଥା-

  • ସ୍ନାୟବିକ ପଦ୍ଧତି,
  • ରାସାୟନିକ ପଦ୍ଧତି ।

2. ସ୍ନାୟବିକ ପଦ୍ଧତିରେ କାର୍ଯ୍ୟ ତୁ ର ନ୍ତ ହେଉଥ‌ିବାବେଳେ ରାସାୟନିକ ପଦ୍ଧତିରେ କାର୍ଯ୍ୟ ମନ୍ଥର ହୋଇଥାଏ’- କାରଣ ଦର୍ଶାଅ ।
ଉ-
ସ୍ନାୟବିକ ପଦ୍ଧତିରେ ସ୍ନାୟୁକୋଷ ମାଧ୍ୟମରେ ଖବର ବିଦ୍ୟୁତ୍ ରାସାୟନିକ କ୍ରିୟାଦ୍ଵାରା ସଞ୍ଚାରିତ ହୁଏ; କିନ୍ତୁ ରାସାୟନିକ ପଦ୍ଧତିରେ ଅନ୍ତଃସ୍ରାବୀ ଗ୍ରନ୍ଥିରୁ କ୍ଷରିତ ବିଭିନ୍ନ ହର୍‌ମୋନ୍‌ଦ୍ବାରା ବାର୍ତ୍ତା ପ୍ରସାରିତ ହୁଏ ।

BSE Odisha 10th Class Life Science Important Questions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

3. ଆମ ଶରୀରର ଅନ୍ତଃସ୍ରାବୀ ତନ୍ତ୍ରକୁ ‘ସ୍ନାୟୁ- ଅନ୍ତଃସ୍ରାବୀ ତନ୍ତ୍ର’’ କାହିଁକି କୁହାଯାଏ ?
ଉ-
ସମସ୍ତ ଅନ୍ତଃସ୍ରାବୀ ଗ୍ରନ୍ଥିକୁ ନେଇ ଆମ ଶରୀରର ‘‘ଅନ୍ତଃସ୍ରାବୀ ତନ୍ତ୍ର’’ ଗଠିତ ଏବଂ ସ୍ନାୟୁତନ୍ତ୍ର ଓ ଅନ୍ତଃସ୍ରାବୀ ତନ୍ତ୍ର ପରସ୍ପର ମଧ୍ୟରେ ସମନ୍ଵୟ ରକ୍ଷାକରି କାର୍ଯ୍ୟ କରୁଥ‌ିବାରୁ ଏହାକୁ ସ୍ନାୟୁ-ଅନ୍ତଃସ୍ରାବୀ ତନ୍ତ୍ର କୁହାଯାଏ ।

4. ରିଲିଜିଙ୍ଗ ହରମୋନ୍‌ର କାର୍ଯ୍ୟ ଲେଖ ।
ଉ-
ହାଇପୋଥାଲମସ୍ତୁରୁ ରିଲିଜିଙ୍ଗ୍ ହରମୋନ୍ ଏବଂ ଇନ୍ ହିବିଟିଙ୍ଗ ହର୍ ମୋନ୍ କ୍ଷରିତ ହୁଏ । ଏହି ନିୟନ୍ତ୍ରଣ କରିଥା’ନ୍ତି ।

5. ପିଟୁଇଟାରି ଗ୍ରନ୍ଥିର ଗଠନ ଲେଖ ।
ଉ-
ପିଟୁଇଟାରି ଗ୍ରନ୍ଥି ହାଇପୋଥାଲାମସ୍ ସହ ଗୋଟିଏ ଛୋଟ ବୃନ୍ତ ସାହାଯ୍ୟରେ ଲାଗି ରହିଥାଏ ଏବଂ ଏହା ଏଡ଼ି ନୋ ହାଇପୋଫାଇସିସ୍ ଓ ନିଉରୋ ହାଇପୋଫାଇସିସ୍ ନାମକ ଦୁଇଟି ପୃଥକ୍ ଖଣ୍ଡକୁ ନେଇ ଗଠିତ ।

6. ପ୍ରୋଲାକ୍ଟିନ୍‌ ଗ୍ରନ୍ଥିର କାର୍ଯ୍ୟ ଲେଖ ।
ଉ-
ଏହା ମାଆର ସ୍ତନ୍ୟଗ୍ରନ୍ଥି ଉପରେ ପ୍ରଭାବ ପକାଏ ଏବଂ ଏହାଦ୍ଵାରା ଶିଶୁ ପାଇଁ ସେଥ‌ିରେ କ୍ଷୀର ପ୍ରସ୍ତୁତ ହୁଏ ।

7. ଫଲିକଲ୍ ଷ୍ଟିମୁଲେଟିଙ୍ଗ୍ ହରମୋନ୍‌ର କାର୍ଯ୍ୟ କ’ଣ ?
ଊ-
ଏହି ହରମୋନ୍ ଡିମ୍ବାଶୟ ପୁଟିକାର ବୃଦ୍ଧି କରାଏ ।

8. ଅକ୍‌ସିଟୋସିନ୍ ହରମୋନ୍‌ର କାର୍ଯ୍ୟ ଲେଖ ।
ଉ-
ଏହି ହର୍‌ମୋନ୍ ସ୍ତନ୍ୟଗ୍ରନ୍ଥିରୁ କ୍ଷୀର ଝରାଏ ଓ ପ୍ରସବ ପକାଏ ଓ ଗର୍ଭାଶୟର ସଙ୍କୋଚନ ଫଳରେ ଶିଶୁ ଜନ୍ମ ହୁଏ ।

9. କେଉଁ ହର୍‌ମୋନ୍ ଶରୀରରେ ଜୈବିକ ଘଡ଼ି ପରି କାର୍ଯ୍ୟ କରେ ?
ଉ-
ପିନିଆଲ ଗ୍ରନ୍ଥିରୁ କ୍ଷରିତ ମେଲାଟୋନିନ୍ ନାମକ ହରମୋନ୍‌ର ପ୍ରଭାବ ଯୁବକ୍ରାନ୍ତି, ଡିମ୍ବୋତ୍ସର୍ଗ ବା ଡିମ୍ବୋଦୟ ଓ ନିଦ୍ରା ଉପରେ ପଡୁଥ‌ିବାରୁ ଜୈବିକ ଘଡ଼ି ଭାବେ କାର୍ଯ୍ୟ କରେ ।

10. କେଉଁ ଗ୍ରନ୍ଥିକୁ ‘ଆପଦକାଳୀନ ଗ୍ରନ୍ଥି’ କୁହାଯାଏ ? କାରଣ ଦର୍ଶାଅ ।
ଉ-
ଏଡ୍ରିନାଲ୍ ଗ୍ରନ୍ଥିରୁ କ୍ଷରିତ ଏଡ୍ରିନାଲିନ୍ ନାମକ ହରମୋନ୍ ଆକସ୍ମିକ ଆଘାତ, ଭୟ, ଅବଶ ଓ ଉତ୍ତେ ଜି ତ ଅବସ୍ଥାରେ କ୍ଷରିତ ହେଉଥ‌ିବାରୁ ଏହି ଗ୍ରନ୍ଥି କୁ ଆପଦକାଳୀନ ଗ୍ରନ୍ଥି କୁହାଯାଏ ।

B. ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

  1. କରୋଟି ସ୍ନାୟୁ ଓ ସୁଷୁମ୍ନା ସ୍ନାୟୁକୁ ନେଇ କେଉଁ ସ୍ନାୟୁତନ୍ତୁ ଗଠିତ ହୋଇଛି ?
  2. ମସ୍ତିଷ୍କ କାହା ଭିତରେ ସୁରକ୍ଷିତ ହୋଇ ରହିଛି ?
  3. ପଶ୍ଚି ଅଗ୍ର ମସ୍ତିଷ୍କର ଉପରି ଭାଗରେ କେଉଁ ଗ୍ରନ୍ଥି ରହିଛି ?
  4. ଗୋଟିଏ ନବଜାତ ଶିଶୁର ମସ୍ତିଷ୍କର ଓଜନ ପ୍ରାୟ କେତେ ଗ୍ରାମ୍ ?
  5. ଶରୀରର ସମସ୍ତ ଅନୈଚ୍ଛିକ କ୍ରିୟାର ନିୟନ୍ତ୍ରଣରେ କେଉଁ ସ୍ନାୟୁତନ୍ତ୍ରର ଭୂମିକା ରହିଛି ?
  6. ଗ୍ରାହୀ ଅଙ୍ଗରୁ ଆବେଗ ସଂଗ୍ରହ କରୁଥିବା ସ୍ନାୟୁମାନଙ୍କୁ କ’ଣ କୁହାଯାଏ ?
  7. ମସ୍ତିଷ୍କର ନିର୍ଦ୍ଦେଶରେ ପରିଚାଳିତ କାର୍ଯ୍ୟଗୁଡ଼ିକୁ କ’ଣ କୁହାଯାଏ ?
  8. ସ୍ନାୟୁକୋଷର ନ୍ୟଷ୍ଟି ଥ‌ିବା ଅଂଶକୁ କ’ଣ କୁହାଯାଏ ?
  9. ମଧ୍ୟମସ୍ତିଷ୍କର ନିମ୍ନ ଭାଗର ଦୁଇଟି ପିଣ୍ଡ କେଉଁ ସମ୍ବନ୍ଧୀୟ ପ୍ରତିକ୍ଷେପକୁ ନିୟନ୍ତ୍ରଣ କରେ ?
  10. ପଶ୍ଚିମସ୍ତିଷ୍କର ଅଗ୍ରଭାଗରେ କେଉଁ ଅଂଶ ଅବସ୍ଥାନ କରିଥାଏ ?
  11. ମଣିଷଠାରେ କେତେ ଯୋଡ଼ା କରୋଟି ସ୍ନାୟୁ ଅଛି ?
  12. ଆମ ଶରୀରରେ ଥ‌ିବା ଆଖୁ, ନାକ, କାନ, ଜିଭ ଓ ଚର୍ମ ଇତ୍ୟାଦି କ’ଣ ଅଟନ୍ତି ?
  13. ଶରୀର ମଧ୍ୟରେ ଆପଣାଛାଏଁ ସମ୍ପାଦିତ ହେଉଥ‌ିବା କ୍ରିୟାକୁ କ’ଣ କୁହାଯାଏ ?
  14. କେଉଁଟି ଆମ ଶରୀରର ସବୁଠାରୁ ଲମ୍ବା କୋଷ ଅଟେ ?
  15. ଦୁଇଟି ସ୍ନାୟୁକୋଷର ମିଳନ ସ୍ଥଳକୁ କ’ଣ କୁହାଯାଏ ?
  16. କେଉଁ ଗ୍ରନ୍ଥି ଆମ ଶରୀରର ହୃତ୍‌ସ୍ପନ୍ଦନ, ରକ୍ତଚାପ, ନିଦ୍ରା ଓ ଭୟ, ରାଗ, ଆନନ୍ଦ ଇତ୍ୟାଦିକୁ ନିୟନ୍ତ୍ରଣ କରେ ?

Answers

  1. ପ୍ରାନ୍ତୀୟ ସ୍ନାୟୁତନ୍ତ୍ର
  2. ଖପୁରି
  3. ପିନିଆଲ
  4. 400
  5. ସ୍ଵୟଂକ୍ରିୟ
  6. ସେନ୍ସରୀ ସ୍ନାୟୁ
  7. ଐଚ୍ଛିକ କ୍ରିୟା
  8. ସେଲ୍‌ବଡ଼ି
  9. ଶ୍ରବଣ
  10. ଅନୁମସ୍ତିଷ୍କ
  11. 12
  12. ଗ୍ରାହୀ ଅଙ୍ଗ
  13. ଅନୈକ୍ଷିକ କ୍ରିୟା
  14. ସ୍ନାୟୁ କୋଷ
  15. ସିନାପସ୍ .
  16. ହାଇପୋଥାଲାମସ୍

BSE Odisha 10th Class Life Science Important Questions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

C ଶୂନ୍ୟସ୍ଥାନ ପୂରଣ କର ।

1. ଆପଦକାଳୀନ ଗ୍ରନ୍ଥି …………….. କୁ କୁହାଯାଏ ।
2. ଗର୍ଭାବସ୍ଥାରେ ………………….. ହରମୋନ୍ କାର୍ଯ୍ୟ କରେ ।
3. ଅଗ୍ନାଶୟର ହର୍‌ ମୋନ୍ କ୍ଷରଣ କରୁଥ‌ିବା ଅଂଶକୁ …………………. କୁହାଯାଏ ।
4. α- କୋଷରୁ ………………… ହର୍‌ମୋନ୍ କ୍ଷରିତ ହୁଏ ।
5. B- କୋଷରୁ ………………. ହର୍‌ମୋନ୍ କ୍ଷରିତ ହୁଏ ।
6. σ କୋଷରୁ …………………… ହର୍‌ମୋନ୍ କ୍ଷରିତ ହୁଏ ।
7. ଇନ୍‌ସୁଲିନ୍ ଶରୀରରେ ……………………. ର ପରିମାଣ ସ୍ଥିର ରଖେ ।
8. ଇନ୍‌ସୁଲିନ୍‌ର ଅଭାବରେ ରକ୍ତରେ ଶର୍କରା ପରିମାଣ ବଢ଼ି ………………….. ରୋଗ ହୁଏ ।
9. ଶୁକ୍ରାଶୟ ମଧ୍ୟରେ ……………………… ରୁ ଟେଷ୍ଟୋଷ୍ଟିରନ୍ ନାମକ ଏକ ପୁରୁଷ ହର୍‌ମୋନ୍ କ୍ଷରିତ ହୁଏ ।
10. ଟେଷ୍ଟୋଷ୍ଟିରନ୍ …………………… ଉତ୍ପତ୍ତିରେ ସହାୟକ ହୁଏ ।
11. ଗର୍ଭଧାରଣରେ ଗୁରୁତ୍ଵପୂର୍ଣ ଭୂମିକା ଥିବାରୁ …………………… ହର୍‌ମୋନକୁ ଗର୍ଭାବସ୍ଥାର ହର୍‌ମୋନ୍ କୁହାଯାଏ ।
12. ଆକସ୍ମିକ ଆଘାତ, ଭୟ, ଅବଶ ଓ ଉତ୍ତେଜିତ ଅବସ୍ଥାରେ ………………… ଗ୍ରନ୍ଥି ରୁ ହରମୋନ୍ କ୍ଷରିତ ହେଉଥ‌ିବାରୁ ଏହାକୁ ‘ଆପଦକାଳୀନ ଗ୍ରନ୍ଥି’ କୁହାଯାଏ ।
13. ଗର୍ଭବତୀ ମହିଳାଙ୍କର ମୂତ୍ର ସହିତ ମିଶି …………………….. ହରମୋନ୍ ଶରୀର ବାହାରକୁ ଆସେ ।
14. ଆମ ଶରୀରରେ ………………… ସଙ୍କେତ ନିୟନ୍ତ୍ରଣ କୁହାଯାଏ । ସଙ୍କେତ ନିୟନ୍ତ୍ରଣ କୁହାଯାଏ ।
15. ଫାଇଟୋହରମୋନ୍ ମୁଖ୍ୟତଃ …………………….. ପ୍ରକାର ।
16. ମସ୍ତିଷ୍କ …………………. ଭାଗରେ ବିଭକ୍ତ ।
17. ଅଗ୍ରମସ୍ତିଷ୍କର ନିମ୍ନଭାଗରେ ଥ‌ିବା …………………… ଗ୍ରନ୍ଥିର କ୍ଷରଣକୁ ନିୟନ୍ତ୍ରଣ କରେ ।
18. ଦୁଇଟି ବୃକ୍‌କର ଉପରିଭାଗକୁ ଲାଗି ଦୁଇଟି ……………………. ଗ୍ରନ୍ଥି ଅଛି ।

Answers
1. ଏଡ୍ରିନାଲ ଗ୍ରନ୍ଥ
2. ପ୍ରୋଜିଷ୍ଟିରନ୍
3. ଆଇଲେସ୍ ଅଫ ଲାଙ୍ଗରହାନ୍ସ
4. ଗ୍ଲା କାଗନ୍
5. ଇନ୍‌ସୁଲିନ୍
6. . ସୋମାଟୋଷ୍ଟାଟିନ୍
7. ଶର୍କରା
8. ମଧୁମେହ
9. ଲେଡ଼ିଗ୍ କୋଷ
10. ଶୁକ୍ରାଣୁ
11. ପ୍ରୋଜିଷ୍ଟିରନ୍‌
12. ଏଡ୍ରିନାଲ ଗ୍ରନ୍ଥି
13. HCG
14. ହରମୋନ୍
15. 5
16. 3
17. ହାଇପୋଥାଲାମସ୍
18. ଏଡ୍ରିନାଲ

D ଠିକ୍ ଉକ୍ତି ପାଇଁ (✓) ଓ ଭୁଲ୍ ଉକ୍ତି ପାଇଁ (✗) ଚିହ୍ନ ଦିଅ ।

1. ପତ୍ରରେ ଫ୍ଲୋରି ଜେନ୍ ନାମକ ହରମୋନ୍ ଓ ଫାଇଟୋକ୍ରୋମ୍ ନାମକ ବର୍ଷକଣା ଫୁଲ ଧରି ବା ପ୍ରକ୍ରିୟାକୁ ନିୟନ୍ତ୍ରଣ କରିଥାଏ ।
2. ମୂଳର ଯେଉଁ ଅଂଶରେ ହରମୋନ୍‌ର ସାନ୍ଦ୍ରତା କମ୍ ହୁଏ, ସେଠାରେ ବୃଦ୍ଧି ମଧ୍ଯ କମ୍ ହୁଏ ।
3. ପଶ୍ଚିମସ୍ତିଷ୍କର ଉପରିଭାଗରେ ହାଇପୋଥାଲାମସ୍ ଓ ନିମ୍ନଭାଗରେ ପିନିଆଲ ଗ୍ରନ୍ଥି ଥାଏ ।
4. ମଣିଷଠାରେ 12 ଯୋଡ଼ା କରୋଟି ସ୍ନାୟୁ ଓ 31 ଯୋଡ଼ା ସୁଷୁମ୍ନା ସ୍ନାୟୁ ଥାଏ ।
5. ଅଗ୍ନାଶୟରୁ ଉଭୟ ହରମୋନ୍ ଓ ଏନ୍‌ଜାଇମ୍ କ୍ଷରଣ ହୁଏ ।
6. ମସ୍ତିଷ୍କ -ମେରୁରସ ମସ୍ତିଷ୍କକୁ ବାୟୁମଣ୍ଡଳର ଚାପରୁ ରକ୍ଷାକରେ ।
7. ପ୍ରତି ମିନିଟ୍‌ରେ ମସ୍ତିଷ୍କ ମଧ୍ୟକୁ ପ୍ରାୟ 500 ମିଲି ଲି. ରକ୍ତ ପ୍ରବାହିତ ହୁଏ ।
8. ଅଗ୍ରମସ୍ତିଷ୍କର ଘ୍ରାଣପାଳି ଭାଗଟି ମନୁଷ୍ୟଠାରେ ଅତି କ୍ଷୀଣ ଭାବେ ରହିଛି ।
9. ପଶ୍ଚ ଅଗ୍ରମସ୍ତିଷ୍କର ଭାଗରେ ହାଇପୋଥାଲାମସ୍ ଗ୍ରନ୍ଥି ରହିଛି ।
10. ମଧ୍ୟମସ୍ତିଷ୍କ 2 ଯୋଡ଼ା ବର୍ତ୍ତୁଳ ନିଦା ପିଣ୍ଡକୁ ନେଇ ଗଠିତ ।
11. ମଧ୍ଯ ମସ୍ତିଷ୍କର ଉପର ଦୁଇଟି ପିଣ୍ଡ ଶ୍ରବଣ ସମ୍ବନ୍ଧୀୟ ପ୍ରତିକ୍ଷେପକୁ ନିୟନ୍ତ୍ରଣ କରେ ।
12. ମସ୍ତିଷ୍କର ପିଣ୍ଡଚତୁଷ୍କ ଅଂଶ ସନ୍ତୁଳନ ଓ ଭାରସାମ୍ୟ ରକ୍ଷା କରେ ।
13. ମନୁଷ୍ୟ ଶରୀରର ସୁଷୁମ୍ନାକାଣ୍ଡର ଲମ୍ବ 45 ସେ.ମି. ।
14. ମନୁଷ୍ୟଠାରେ 31 ଯୋଡ଼ା ସୁଷୁମ୍ନା ସ୍ନାୟୁ ରହିଛି ।
15. ମାନବ ସ୍ନାୟୁତନ୍ତ୍ରକୁ ଆମେ 4 ଭାଗରେ ବିଭକ୍ତ କରିପାରିବା ।
16. ପିଣ୍ଡଚତୁଷ୍କ ଅଗ୍ର ମସ୍ତିଷ୍କର ଅଂଶବିଶେଷ ଅଟେ ।
17. ସୁଷୁମ୍ନା ସ୍ନାୟୁ ସୁଷୁମ୍ନାକାଣ୍ଡରୁ ବାହାରିଥାଏ ।

Answers
1. (✓)
2. (✗)
3. (✗)
4. (✓)
5. (✓)
6. (✓)
7. (✗)
8. (✓)
9. (✓)
10. (✓)
11. (✗)
12. (✗)
13. (✓)
14. (✓)
15. (✗)
16. (✗)
17. (✔)

BSE Odisha 10th Class Life Science Important Questions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

E ‘କ’ ସ୍ତମ୍ଭରେ ପ୍ରଥମ ଯୋଡାର ସମ୍ପର୍କକୁ ଲକ୍ଷ୍ୟକରି ‘ଖ’ ସ୍ତମ୍ଭରେ ଦ୍ଵିତୀୟଟିରେ ଶୂନ୍ୟସ୍ଥାନ ପୂରଣ କର ।

1. ‘କ’ ସ୍ତମ୍ଭ ‘ଖ’ ସ୍ତମ୍
ବାମନତା : ଗ୍ରୋଥ୍ ହରମୋନ୍ ରୂପାନ୍ତରଣ :
ଡିମ୍ବାଶୟ କଷ୍ଟୋକେନ ଶୁକ୍ରାଶୟ :
ଫୁଲ ଝଡ଼ିବା : ଏଥୁଲିନ୍‌ ଫୁଲ ଧରିବା :
ଏଡ୍ରିନାଲ ଗ୍ରନ୍ଥି : ଅନ୍ତଃସ୍ରାବୀ ଯକୃତ୍ :
ଚେର : ଅନୁକୂଳ ଜ୍ୟାନୁବର୍ତ୍ତନ କାଣ୍ଡ :

Answers

‘କ’ ସ୍ତମ୍ଭ ‘ଖ’ ସ୍ତମ୍
ବାମନତା : ଗ୍ରୋଥ୍ ହରମୋନ୍ ରୂପାନ୍ତରଣ : ଥାଇରକସିନ୍,
ଡିମ୍ବାଶୟ କଷ୍ଟୋକେନ ଶୁକ୍ଳାଶୟ : ଟେଷ୍ଟୋଷ୍ଟିରନ୍
ଫୁଲ ଝଡ଼ିବା : ଏଥୁଲିନ୍‌ ଫୁଲ ଧରିବା : ଫ୍ଲୋରିଜେନ ଓ
ଏଡ୍ରିନାଲ ଗ୍ରନ୍ଥି : ଅନ୍ତଃସ୍ରାବୀ ଯକୃତ୍ : ବହିଃସ୍ରାବୀ ଗ୍ରନ୍ଥି
ଚେର : ଅନୁକୂଳ ଜ୍ୟାନୁବର୍ତ୍ତନ କାଣ୍ଡ : ପ୍ରତିକୂଳ ଜ୍ୟାନବର୍ତ୍ତନ

 

2. ‘କ ସ୍ତମ୍ଭ ‘ଖ’ ସ୍ତମ୍
ମଣିଷ : ଦୂର୍ବଳଘ୍ରାଣ ପାଳି କୁକୁର :
ଏଡ୍ରିନାଲ : 2 ଅଗ୍ନାଶୟ :
ପିଟୁଇଟାଲୀ : ଅନ୍ତଃସ୍ରାବୀ ଲାଳଗ୍ରନ୍ଥି :
ଅକ୍‌ସିନ୍‌ : ବୃଦ୍ଧିକାରକ ହରମୋନ୍ ଏଥିଲିନ୍ :
GH ହ୍ରାସ : ବାମନତା GH ବୃଦ୍ଧି :

Answers

‘କ ସ୍ତମ୍ଭ ‘ଖ’ ସ୍ତମ୍
ମଣିଷ : ଦୂର୍ବଳଘ୍ରାଣ ପାଳି କୁକୁର : ଭକତ ଘ୍ରାଣପାଳି
ଏଡ୍ରିନାଲ : 2 ଅଗ୍ନାଶୟ : 1
ପିଟୁଇଟାଲୀ : ଅନ୍ତଃସ୍ରାବୀ ଲାଳଗ୍ରନ୍ଥି : ବାହ୍ୟସ୍ରାବୀ
ଅକ୍‌ସିନ୍‌ : ବୃଦ୍ଧିକାରକ ହରମୋନ୍ ଏଥୁଲିନ୍‌: ବୃଦ୍ଧିହାସକ ହରମୋନ
GH ହ୍ରାସ : ବାମନତା GH ବୃଦ୍ଧି : ଅତିକାୟତ

 

3 ‘କ ସ୍ତମ୍ଭ ‘ଖ’ ସ୍ତମ୍
ମସ୍ତିଷ୍କ : ଖପୁରି ସୁଷୁମ୍ନାକାଣ୍ଡ୍ :
ଖାଇବା : ଐତ୍ମିକ କ୍ରିୟା ଖାଦ୍ୟ ପରିପାକ :
ମସ୍ତିଷ୍କ : କେନ୍ଦ୍ରୀୟ ସ୍ନାୟୁତନ୍ତ୍ର କ୍ରାନିଆଲ୍ ସ୍ନାୟୁ :
ନାଳଯୁକ୍ତ : ବହିଃସ୍ରାବୀ ଗ୍ରନ୍ଥି ନାଳବିହୀନ :
ବହିଃସ୍ରାବୀ ଗ୍ରନ୍ଥି : ଏନ୍‌ଜାଇମ୍ ଅନ୍ତଃସ୍ରାବୀ ଗ୍ରନ୍ଥି :

Answers

‘କ ସ୍ତମ୍ଭ ‘ଖ’ ସ୍ତମ୍
ମସ୍ତିଷ୍କ : ଖପୁରି ସୁଷୁମ୍ନାକାଣ୍ଡ : ମେରୁଦଣ୍ଡ
ଖାଇବା : ଐତ୍ମିକ କ୍ରିୟା ଖାଦ୍ୟ ପରିପାକ : ଅନୈଚ୍ଛିକ
ମସ୍ତିଷ୍କ : କେନ୍ଦ୍ରୀୟ ସ୍ନାୟୁତନ୍ତ୍ର କ୍ରାନିଆଲ୍ ସ୍ନାୟୁ : ପ୍ରାନ୍ତୀୟ
ନାଳଯୁକ୍ତ : ବହିଃସ୍ରାବୀ ଗ୍ରନ୍ଥି ନାଳବିହୀନ : ଅନ୍ତଃସ୍ରାବୀ ଗ୍ରନ୍ଥୀ
ବହିଃସ୍ରାବୀ ଗ୍ରନ୍ଥି : ଏନ୍‌ଜାଇମ୍ ଅନ୍ତଃସ୍ରାବୀ ଗ୍ରନ୍ଥି : ହର୍‌ମୋନ


Multiple Choice Questions (Mcqs) With Answers

1. ମଣିଷ ଶରୀରରେ କେତେ ଯୋଡ଼ା କରୋଟି ସ୍ନାୟୁ ଅଛି ?
(A) 31
(C) 10
(B) 15
(D) 12
Answer
(D) 12

BSE Odisha 10th Class Life Science Important Questions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

2. ଘ୍ରାଣ ପାଳି କେଉଁ ଅଂଶରେ ଥାଏ ?
(A) ମଧ୍ୟ ମସ୍ତିଷ୍କ
(B) ଅଗ୍ର ମସ୍ତିଷ୍କ .
(C) ପଶ୍ଚ ମସ୍ତିଷ୍କ
(D) ସୁଷୁମ୍ନା କାଣ୍ଡ
Answer
(B) ଅଗ୍ର ମସ୍ତିଷ୍କ .

3. କେଉଁଥ img ହୁ ଏ ?
(A) ଡିମ୍ବାଶୟ
(B) ଶୁକ୍ରାଶୟ
(C) ଅଗ୍ନ୍ୟାଶୟ
(D) ଯକୃତ
Answer
(C) ଅଗ୍ନ୍ୟାଶୟ

4. ବୃକ୍‌କରୁ କ୍ଷରିତ କେଉଁ ହରମୋନ୍ ଲୋହିତ ରକ୍ତ କଣିକା ତିଆରିରେ ସହାୟକ ହୋଇଥାଏ ?
(A) ଅକ୍‌ସିଟୋସିନ୍
(B) ଏରିଥ୍ରୋପୋଏଟିନ୍
(C) ଭାସୋପ୍ରେସିନ୍
(D) ମେଲାଟୋନିନ୍
Answer
(B) ଏରିଥ୍ରୋପୋଏଟିନ୍

5. କେଉଁ ହରମୋନ୍ ଉଭିଦ କୋଷ ବିଭାଜନ ହାର ବୃଦ୍ଧି କରିଥାଏ ?
(A) ଅକ୍‌ସିନ୍
(B) ଜିବରେଲିନ୍
(C) ସାଇଟୋକାଇନିନ୍
(D) ଆକ୍‌ସିସିକ୍ ଏସିଡ଼
Answer
(C) ସାଇଟୋକାଇନିନ୍

6. କେଉଁଟି ମସ୍ତିଷ୍କର ସବୁଠାରୁ ବଡ଼ ଅଂଶ ?
(A) ମଧ୍ଯ ମସ୍ତିଷ୍କ
(B) ପ୍ରମସ୍ତିଷ୍କ
(C) ଅଗ୍ରପଶ୍ଚ ମସ୍ତିଷ୍କ
(D) ଅନୁ ମସ୍ତିଷ୍କ
Answer
(B) ପ୍ରମସ୍ତିଷ୍କ

7. କେଉଁଟି ଏକ ରାସାୟନିକ ସ୍ନାୟବିକ ସଞ୍ଚାରକ ?
(A) ଡେଡ୍ରାଇଟ୍
(B) ଆକ୍‌ସନ୍
(C) ଏସିଟିଲ୍ କୋଲିନ୍
(D) ସିନାପ୍‌
Answer
(C) ଏସିଟିଲ୍ କୋଲିନ୍

8. କେଉଁଟିରୁ ଏନ୍‌ଜାଇମ୍ କ୍ଷରିତ ହୁଏ ?
(A) ପିଟୁଇଟାରୀ ଗ୍ରନ୍ଥି
(B) ପ୍ରୋଲାକ୍ଟିନ୍‌
(C) ଲାଳ ଗ୍ରନ୍ଥି
(D) ପାରାଥାଇରଏଡ୍ ଗ୍ରନ୍ଥି
Answer
(C) ଲାଳ ଗ୍ରନ୍ଥି

9. କେଉଁଟି ବୃଦ୍ଧି ହ୍ରାସକ ?
(A) ଫ୍ଲୋରିଜେନ୍
(B) ସାଇଟୋକାଇନିନ
(C) ଏଥୁଲିନ୍
(D) ଅକ୍‌ସିନ୍
Answer
(C) ଏଥୁଲିନ୍

BSE Odisha 10th Class Life Science Important Questions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

10. ମସ୍ତିଷ୍କର ବାହ୍ୟ ଆବରଣକୁ କ’ଣ କୁହାଯାଏ ?
(A) ମେନିଞ୍ଜେସ
(B) ହାଇପୋଥାଲାମସ୍
(C) ମସ୍ତିଷ୍କ ମେରୁରସ
(D) ମସ୍ତିଷ୍କ ନିଳୟ
Answer
(A) ମେନିଞ୍ଜେସ

11. କେଉଁଟି ଶରୀରର ଆୟନ ସନ୍ତୁଳନ ରକ୍ଷା କରେ ?
(A) ସ୍ନେହସାର
(C) ଶ୍ଵେତସାର
(B) ଧାତୁସାର
(D) ଜୀବସାର
Answer
(B) ଧାତୁସାର

12. ସ୍ନାୟୁ କୋଷର କେଉଁଠାରୁ ଏସିଟିଲ୍ କୋଲିନ୍‌ର କ୍ଷରଣ ହୁଏ ?
(A) ଡେଡ୍ରାଇଟ୍
(B) ସେଲ୍‌ବଡ଼ି
(C) ନ୍ୟଷ୍ଟି
(D) ଆକ୍‌ସନ୍‌ର ଶେଷଭାଗ
Answer
(D) ଆକ୍‌ସନ୍‌ର ଶେଷଭାଗ

13. କେଉଁ ପ୍ରାଣୀର ଦୁଇଟି ଶୁକ୍ରାଶୟ ଶରୀର ଭିତରେ ଥାଏ ?
(A) ବାଘ
(B) ମାଙ୍କଡ଼
(C) ହାତୀ
(D) ଘୋଡ଼ା
Answer
(C) ହାତୀ

14. କେଉଁଟି ଅଗ୍ରମସ୍ତିଷ୍କର ଅଂଶ ନୁହେଁ ?
(A) ଘ୍ରାଣପାଳି
(B) ପ୍ରମସ୍ତିଷ୍କ
(C) ଅନୁମସ୍ତିଷ୍କ
(D) ପଶ୍ଚଅଗ୍ର ମସ୍ତିଷ୍କ
Answer
(C) ଅନୁମସ୍ତିଷ୍କ

15. ଆମ ପାଟିରେ କେତେ ଯୋଡ଼ା ଲାଳଗ୍ରନ୍ଥି ଅଛି ?
(A) 1
(C) 3
(B) 2
(D) 4
Answer
(C) 3

16. ଶ୍ଵାସନଳୀର ଦ୍ଵାରକୁ କ’ଣ କୁହାଯାଏ ?
(A) ଗଲେଟ୍
(B) କପାଟିକା
(C) ଗ୍ଲଟିସ୍
(D) ଶ୍ଳେଷ୍ମକ ଝିଲ୍ଲୀ
Answer
(C) ଗ୍ଲଟିସ୍

BSE Odisha 10th Class Life Science Important Questions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

17. କେଉଁ ଫାଇଟୋ ହରମୋନ୍ ବୃଦ୍ଧିହ୍ରାସକ ?
(A) ସାଇଟୋକାଇନିନ୍
(B) ଅକ୍‌ସିନ୍
(C) ଜିବରେଲିନ୍
(D) ଏଥୁଲିନ୍
Answer
(D) ଏଥୁଲିନ୍

BSE Odisha 10th Class Life Science Important Questions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ 8

1. ଅଗ୍ର ମସ୍ତିଷ୍କର ବିଭିନ୍ନ ଅଂଶ ନାମ ଲେଖ୍ ସେଗୁଡ଼ିକର କାର୍ଯ୍ୟ ଲେଖ ।
ଉ-
ଅଗ୍ରମସ୍ତିଷ୍କ : ଅଗ୍ରମସ୍ତିଷ୍କରେ ଘ୍ରାଣପାଳି, ପ୍ରମସ୍ତିଷ୍କ ଓ ପଶ୍ଚଅଗ୍ରମସ୍ତିଷ୍କ ରହିଛି ।

  • ଘ୍ରାଣପାଳି : ଏହା ମନୁ ଷ୍ୟଠାରେ ଅତି କ୍ଷୀଣିଭାବରେ ରହିଥ‌ିବାରୁ ମନୁଷ୍ୟର ଘ୍ରାଣପାଳି ଦୁର୍ବଳ ।
  • ପ୍ରମସ୍ତିଷ୍କ : ଏହା ମସ୍ତିଷ୍କର ସବୁଠାରୁ ବଡ଼ ଅଂଶ । ଏହାର ଉପରିଭାଗ ବହୁଳଭାବରେ ଭାଙ୍ଗଯୁକ୍ତ । ଆମର ସ୍ମରଣ ଶକ୍ତି ଏହି ଭାଙ୍ଗ ଉପରେ ନିର୍ଭର କରେ ।
  • ଏହା ତାପ, ଚାପ, ଯନ୍ତ୍ରଣା, କଷ୍ଟ, ସ୍ପର୍ଶ ପରି କରିବାରେ ସାହାଯ୍ୟ କରେ । ଚିନ୍ତାଶକ୍ତିକୁ ନିୟନ୍ତ୍ରଣ କରେ ।
  • ପଶ୍ଚଅଗ୍ର ମସ୍ତିଷ୍କ : ହାଇପୋଥାଲାମସ୍ ଆମ ଶରୀରର ହୃଦ୍ୱନ୍ଦନ ରକ୍ତଚାପ, ନିଦ୍ରା, ଭୟ, ରାଗ, ଆନନ୍ଦ ଇତ୍ୟାଦି ନିୟନ୍ତ୍ରଣ କରେ ।

2. ଏଡ଼ିନୋ ହାଇପୋଫାଇସିସ୍‌ରୁ କ୍ଷରିତ ହରମୋନ୍‌ର ନାମ ଓ କାର୍ଯ୍ୟ ଲେଖ ।
ଊ-

  • ଗ୍ରୋଥ୍ ହରମୋନ୍ (GH) – ଏହା ଶରୀରର ବାଲ୍ୟାବସ୍ଥାରେ ଏହାର କ୍ଷରଣ କମ୍ ହେଲେ ବ୍ୟକ୍ତିର ଶରୀର ବାମନ ପ୍ରାୟ ହୁଏ । ଏହାକୁ ବାମନତା କହନ୍ତି । କ୍ଷରଣ ଅଧିକ ହେଲେ ବ୍ୟକ୍ତି 8 ରୁ 9 ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୁଏ । ଏହାକୁ ଅତିକାୟତ୍ଵ କୁହାଯାଏ ।
  • ପ୍ରୋଲାକ୍ଟିନ୍ (PRI) – ଏହା ମାଆର ସ୍ତନ୍ୟଗ୍ରନ୍ଥି ଉପରେ ପ୍ରଭାବ ପକାଏ । ଫଳରେ ଶିଶୁ ପାଇଁ କ୍ଷୀର ତିଆରି ହୁଏ ।
  • ଫଲିକଲ ଷ୍ଟିମୁଲେଟିଙ୍ଗ୍ ହରମୋନ୍ (FSH) – ଏହି ହରମୋନ୍ ଡିମ୍ବାଶୟ ପୁଟିକାର ବୃଦ୍ଧି କରାଏ ।
  • ଲିଉଟିନାଇଜିଙ୍ଗ୍ ହରମୋନ୍ (LH) – ଏହା ଡିମ୍ବୋଦୟ କରାଇ ଡିମ୍ବାଶୟରୁ ଡିମ୍ବାଣୁ ବାହାର କରିବାରେ ସହାୟକ ହୁଏ ।
  • ଥାଇରଏଡ୍ ଷ୍ଟିମୁଲେଟିଙ୍ଗ ହରମୋନ୍ (TSH) – ଥାଇରଏଡ୍ ଗ୍ରନ୍ଥିରୁ ଥାଇରକ୍‌ସିନ୍ ହରମୋନ୍ କ୍ଷରଣକୁ ଏହା ନିୟନ୍ତ୍ରଣ କରେ ।
  • ଏଡ଼ିନୋକର୍ଟିକୋଟ୍ରଫିକ୍ ହରମୋନ୍ (ACTH) – ଏହି ହରମୋନ୍ ଆଡ୍ମିନାଲ୍ ଗ୍ରନ୍ଥିର କ୍ଷରଣ ପ୍ରକ୍ରିୟାକୁ ନିୟନ୍ତ୍ରଣ କରେ ।

BSE Odisha 10th Class Life Science Important Questions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ 1

1. ପ୍ରତିକ୍ଷେପ କ୍ରିୟାର ପଦ୍ଧତି ବର୍ଣ୍ଣନା କର ।
-ଉ

  • ମସ୍ତିଷ୍କ ବା ସୁଷୁମ୍ନାକାଣ୍ଡ ଦ୍ବାରା ପରିଚାଳିତ ସ୍ଵତଃପ୍ରବୃତ୍ତ ପ୍ରକ୍ରିୟାକୁ ପ୍ରତିକ୍ଷେପ କ୍ରିୟା କହନ୍ତି ।
  • ଆମ ଶରୀରରେ ସମ୍ପାଦିତ ହେଉଥ‌ିବା ସବୁଠାରୁ ସରଳ ପ୍ରତିକ୍ଷେପ କ୍ରିୟାରେ ସୁଷୁମ୍ନାକାଣ୍ଡ, ଗୋଟିଏ ସଂଜ୍ଞାବହ ସ୍ନାୟୁ ଓ ଗୋଟିଏ ଆଜ୍ଞାବହ ସ୍ନାୟୁ ଅଂଶଗ୍ରହଣ କରିଥାଏ ।
  • ସଂଜ୍ଞାବହ ସ୍ନାୟୁ ଗ୍ରାହୀ ଅଙ୍ଗରୁ ଆବେଗ ଆଣି ସୁଷୁମ୍ନାକାଣ୍ଡରେ ପହଞ୍ଚାଏ ।
  • ସୁଷୁମ୍ନାକାଣ୍ଡ ଖବର ଗ୍ରହଣକରି ତୁରନ୍ତ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଏ ।
  • ଏହି ପ୍ରକ୍ରିୟାରେ ଗୋଟିଏ ସଂଜ୍ଞାବହ ସ୍ନାୟୁ ଓ ଗୋଟିଏ ଆଜ୍ଞାବହ ସ୍ନାୟୁ ସଂଶ୍ଳିଷ୍ଟ ଥ‌ିବାରୁ ଏହାକୁ ଏକକ ସିନାପ୍‌ଟିକ୍ ପ୍ରତିକ୍ଷେପ କୁହାଯାଏ ।
  • ଶରୀରରେ ସଂଜ୍ଞାବହ ସ୍ନାୟୁ, ସୁଷୁମ୍ନାକାଣ୍ଡ ଓ ଆକାରରେ ଥ‌ିବାରୁ ଏହାକୁ ପ୍ରତିକ୍ଷେପ ଚାପ କୁହାଯାଏ ।

2. ସ୍ଵୟଂକ୍ରିୟ ସ୍ନାୟୁତନ୍ତ୍ର କ’ଣ ଓ ଏହା କିପରି କାର୍ଯ୍ୟ କରେ ?
ଊ-

  • ଆମ ଅଜ୍ଞାତସାରରେ ଆପେ ଆପେ ଶରୀର ଭିତରେ ଶ୍ଵାସକ୍ରିୟା ହୃଦ୍‌ସ୍ପନ୍ଦନ, ରେଚନ, ଖାଦ୍ୟ ପରିପାକ, ରକ୍ତସଞ୍ଚାଳନ ଗ୍ରନ୍ଥିରୁ କ୍ଷରଣ ପରି ଅନେକ କାର୍ଯ୍ୟ ସମ୍ପାଦିତ ହୁଏ ।
  • ଶରୀର ମଧ୍ୟରେ ଆପଣାଛାଏଁ ସମ୍ପାଦିତ ହେଉଥ‌ିବା ଏହିସବୁ କ୍ରିୟାକୁ ଅନୈଚ୍ଛିକ କ୍ରିୟା କହନ୍ତି ।
  • ଆମ ଶରୀରରେ ସବୁପ୍ରକାର ଅନୈଚ୍ଛିକ କ୍ରିୟା ସ୍ବୟଂକ୍ରିୟ ସ୍ନାୟୁତନ୍ତ୍ର ଦ୍ୱାରା ପରିଚାଳିତ ସ୍ବୟଂକ୍ରିୟ ସ୍ନାୟୁତନ୍ତ୍ର ସୁଷୁମ୍ନାକାଣ୍ଡ ସହିତ ସଂଯୁକ୍ତ ହୋଇ ରହିଛି ।

3. ଡିମ୍ବାଶୟରୁ କ୍ଷରିତ ହରମୋନ୍‌ର କାର୍ଯ୍ୟଗୁଡ଼ିକ ଲେଖ ।
ଊ-

  • ସ୍ତ୍ରୀ ଉଦର ଗହ୍ଵରର ନିମ୍ନ ଅଂଶରେ ଏକ ଯୋଡ଼ା ଡିମ୍ବାଶୟ ଅଛି । ଡିମ୍ବାଶୟରୁ ଇବ୍ରୋଜେନ୍ ଓ ପ୍ରୋଜେଷ୍ଟିରନ୍ ହରମୋନ୍ କ୍ଷରିତ ହୁଏ ।
  • ଇଣ୍ଟ୍ରୋଜେନ୍ ହରମୋନ୍ ର ପ୍ରଭାବରେ ବାଳିକାମାନଙ୍କ ଶରୀରରେ ସ୍ତ୍ରୀ-ଗୌଣ ଲିଙ୍ଗୀୟ ଲକ୍ଷଣମାନ ଦେଖା ଯାଏ । ପ୍ରୋଜେଷ୍ଟି ରନ୍ ଲକ୍ଷଣ ମାନ ଦେଖାଯାଏ । ପ୍ରୋଜେଷ୍ଟି ର ନ୍ ହୁଏ ।
  • ଗର୍ଭଧାରଣରେ ଏହାର ଗୁରୁତ୍ଵପୂର୍ଣ୍ଣ ଭୂମିକା ଥ‌ିବାରୁ ଏହାକୁ ଗର୍ଭାବସ୍ଥାର ହରମୋନ୍ କୁହାଯାଏ ।

BSE Odisha 10th Class Life Science Important Questions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

4. ଏକ ସାମୟିକ ଅନ୍ତଃସ୍ରାବୀ ଗ୍ରନ୍ଥିର ନାମ ଓ ଏହାର କାର୍ଯ୍ୟ ଲେଖ ।

  • ଭୃଣବନ୍ଧ ମାଆ ଓ ଗର୍ଭାଶୟସ୍ଥ ଶିଶୁ ମଧ୍ୟରେ ଥ‌ିବା ଏକ ଜୈବ ସଂଯୋଗ । ଏହା ଏକ ସାମୟିକ ଅନ୍ତଃସ୍ରାବୀ ଗ୍ରନ୍ଥି ।
  • ଏଥରୁ କୋରିଓନିକ୍ ଗୋନାଡୋଟ୍ରଫିକ୍ ହରମୋନ୍ କ୍ଷରିତ ହୋଇଥାଏ ।
  • ଗର୍ଭାବସ୍ଥାରେ ମହିଳାଙ୍କ ମୂତ୍ର ସହିତ ମିଶି ଏହି ହରମୋନ୍ ଶରୀର ବାହାରକୁ ଆସେ । ଏହି

5. ଟେଷ୍ଟୋଷ୍ଟିରନ୍ ହରମୋନ୍‌ର ଉତ୍ପତ୍ତି ଓ କାର୍ଯ୍ୟ ଲେଖ ।

  • ଆମ ଶରୀରର ଶୁକ୍ରାଶୟ ଥଳି ମଧ୍ୟରେ ଦୁଇଟି ଶୁକ୍ରାଶୟ ରହିଛି । ଶୁକ୍ରାଶୟ ମଧ୍ୟରେ ଲେଡ଼ିଗ୍ କୋଷରୁ ଟେଷ୍ଟୋଷ୍ଟିରନ୍ ହରମୋନ୍ କ୍ଷରିତ ହୁଏ ।
  • ଯୁବକ୍ରାନ୍ତି ସମୟରେ ଟେଷ୍ଟୋଷ୍ଟିରନ୍ ପ୍ରଭାବରେ ବାଳକ ଶରୀରରେ ପୁରୁଷ ଗୌଣ ଲିଙ୍ଗୀୟ ଲକ୍ଷଣମାନ ଦେଖାଯାଏ । ଯଥା – ନିଶ ଓ ଦାଢ଼ି ଉଠିବା ଏବଂ ସ୍ଵର ପାକଳ ହେବା ଇତ୍ୟାଦି ।
  • ଟେଷ୍ଟୋଷ୍ଟିରନ୍ ଶୁକ୍ରାଣୁ ଉତ୍ପତ୍ତିରେ ମଧ୍ୟ ସହାୟକ ହୁଏ । ଏହାର ଅଭାବରେ ନପୁଂସକତା ଦେଖାଯାଏ ।

6. ଡାଇବେଟିସ୍ ଇନ୍‌ସିପିଡ଼ସ୍ ବା ବହୁମୂତ୍ର ରୋଗ କ’ଣ ?
ଭ-

  • ଭାସୋପ୍ରୋସିନ୍ ନାମକ ଏକ ହରମୋନ୍ ପୁନଃ ଶୋଷଣ ହୁଏ। ଏଥ‌ିପାଇଁ ଏହିହରମୋନ୍ ଅନ୍ୟନାମ ଏଣ୍ଟି ଡାଇୟୁରେଟିକ୍ ହରମୋନ୍ ।
  • ଯଦି ପି ଟୁ ଇଟାରି ରୁ ଅଳ୍ପ ପରି ମାଣର ଭାସୋପ୍ରେସିନ୍ ହରମୋନ୍ କ୍ଷରଣ ହୁଏ ସେହି ବ୍ୟକ୍ତି ଗୋଟିଏ ଦିନରେ ପାଖାପାଖୁ 20 ଲିଟର ପର୍ଯ୍ୟନ୍ତ ପରିସ୍ରା କରେ ।
  • ଏହି ଅବସ୍ଥାକୁ ଡାଇବେଟିସ୍ ଇନ୍‌ସିପିଡ଼ସ୍ ବା ବହୁମୂତ୍ର ରୋଗ କୁହାଯାଏ । ଏହା ମଧୁମେହଠାରୁ ଅଲଗା ।

7. ବାହ୍ୟ ଉଦ୍ଦୀପନା କ’ଣ ? ଏହା ଫଳରେ ଉଭିଦରେ ଦେଖାଯାଉଥ‌ିବା ଜ୍ୟାନୁବର୍ତ୍ତନ ବର୍ଦ୍ଧନ କର ।
ଊ-

  • ଆଲୋକ, ମାଧ୍ୟାକର୍ଷଣ ବଳ, ଜଳ, ରାସାୟନିକ ପଦାର୍ଥ ପ୍ରଭୃତି ବାହ୍ୟ ଉଦ୍ଦୀପନା କାଣ୍ଡ, ଚେର, ପତ୍ରର ଅଗ୍ରଭାଗରେ ପ୍ରତିକ୍ରିୟା କ୍ଷରଣ ବୃଦ୍ଧିପାଏ ।
  • ମାଧ୍ୟାକର୍ଷଣ ବଳ ପ୍ରତ୍ୟେକ ବସ୍ତୁକୁ ପୃଥ‌ିବୀର କେନ୍ଦ୍ରଆଡ଼କୁ ଆକର୍ଷିତ କରିଥାଏ । ଏହି ବଳ ପ୍ରଭାବରେ ଉଭିଦ ବା ଏହାର ଅଂଶବିଶେଷ ମାଟି ତଳକୁ ଗତି କରିଥାଏ । ଏହାକୁ ଜ୍ୟାନୁବର୍ତ୍ତନ ବା ମାଧ୍ୟାକର୍ଷଣ ଅନୁବର୍ତ୍ତନ କୁହାଯାଏ ।
  • ମାଧ୍ୟାକର୍ଷଣ ବଳ ପ୍ରଭାବରେ ଉଭିଦର ଚେର ଓ ମୂଳ ପୃଥ‌ିବୀର କେନ୍ଦ୍ର ଆଡ଼କୁ ଆକର୍ଷିତ ହୋଇଥାଏ । ଏହାକୁ ଅନୁକୂଳ ଜ୍ୟାନୁବର୍ତ୍ତନ କୁହାଯାଏ ।
  • ଉଭିଦର କାଣ୍ଡ ଚେରର ବିପରୀତ ଦିଗକୁ ଗତିକରେ । ଏହାକୁ ପ୍ରତିକୂଳ ଜ୍ୟାନୁବର୍ତ୍ତନ କୁହାଯାଏ ।
  • ମାଧ୍ୟାକର୍ଷଣ ବଳ କାଣ୍ଡ, ଚେର ଓ ପତ୍ରର ଅଗ୍ରଭାଗରେ ପ୍ରତିକ୍ରିୟା ସୃଷ୍ଟିକରେ । ଫଳରେ ସେଠାରେ ହରମୋନ୍ କ୍ଷରଣ ବୃଦ୍ଧିପାଏ ଓ ହୋଇଥାଏ ।

8. ସ୍ନାୟୁକୋଷର ନାମାଙ୍କିତ ଚିତ୍ର ଅଙ୍କନ କର ।
ଊ-
BSE Odisha 10th Class Life Science Important Questions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ 2

9. ମସ୍ତିଷ୍କର ନାମାଙ୍କିତ ଚିତ୍ର ଅଙ୍କନ କର ।
ଊ-
BSE Odisha 10th Class Life Science Important Questions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ 3

10. ସିନାପସ୍‌ର ନାମାଙ୍କିତ ଚିତ୍ର ଅଙ୍କନ କର ।
ଊ-
BSE Odisha 10th Class Life Science Important Questions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ 4

BSE Odisha 10th Class Life Science Important Questions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

11. ପ୍ରତିକ୍ଷେପକ୍ରିୟାର ନାମାଙ୍କିତ ଚିତ୍ର ଅଙ୍କନ କର ।
ଊ-
BSE Odisha 10th Class Life Science Important Questions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ 5

12. ମାନବ ଶରୀରରେ ଅନ୍ତଃସ୍ରାବୀ ତନ୍ତ୍ରର ନାମାଙ୍କିତ ଚିତ୍ର ଅଙ୍କନ କର ।
BSE Odisha 10th Class Life Science Important Questions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ 6

BSE Odisha 10th Class Life Science Important Questions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ 7

1. ପ୍ରାଣୀ ଓ ଉଦ୍ଭଦ ଶରୀରରେ ନିୟନ୍ତ୍ରଣ ଓ ସମନ୍ୱୟ କିପରି ହୋଇଥାଏ ?
ଊ-

  • ଉଦ୍ଭଦରେ ରାସାୟନିକ ପଦ୍ଧତିରେ ନିୟନ୍ତ୍ରଣ ଓ ସମନ୍ବୟ ହୋଇଥାଏ ।
  • ପ୍ରାଣୀ ଶରୀରରେ ସ୍ନାୟବିକ ଉଭୟ ପଦ୍ଧତିରେ ନିୟନ୍ତ୍ରଣ ଓ ସମନ୍ଵୟ ହୋଇଥାଏ ।

2. ପ୍ରତିକୂଳ ଓ ଅନୁକୂଳ ଆଲୋକାନୁବର୍ତ୍ତନ କ’ଣ ଲେଖ ।
ଉ-

  • ଆଲୋକାନୁବର୍ତ୍ତନ ଉଭିଦମାନଙ୍କର ଏକ ବିଶେଷ ଲକ୍ଷଣ । ଉଭିଦର କାଣ୍ଡ ଆଲୋକ ଆଡ଼କୁ ଗତି କରିଥାଏ । ଏହାକୁ ଅନୁକୂଳ ଆଲୋକାନୁବର୍ତ୍ତନ କହନ୍ତି ।
  • ଉଭିଦର ଚେର ଆଲୋକର ବିପରୀତ ଦିଗକୁ ଉଭିଦର ଚେର ଆଲୋକର ବିପରୀତ ଦିଗକୁ କୁହାଯାଏ ।

3. ଫ୍ଲୋରିଜେନ୍ ଓ ଫାଇଟୋକ୍ରୋମ ହରମୋନର କାର୍ଯ୍ୟ କ’ଣ ?
ଉ-

  • ଫ୍ଲୋରିଜେନ୍ ଏକ ହରମୋନ୍ ଯାହା ଉଦ୍ଭଦର ଅଗ୍ରଭାଗକୁ ପ୍ରବାହିତ ହୋଇ ଫୁଲ ଧରିବା ପ୍ରକ୍ରିୟାରେ ସାହାଯ୍ୟ କରେ ।
  • ଉଦ୍ଭଦରେ ଫାଇଟୋକ୍ରୋମ୍ ନାମକ ଏକ ସ୍ଵତନ୍ତ୍ର ବର୍ଷ କଣା ହରମୋନ ସହିତ ରହିଥାଏ । ଫ୍ଲୋରିଜେନ୍ ଓ ଫାଇଟୋକ୍ରୋମ ଉଦ୍ଭଦରେ ଫୁଲ ଧରିବା ପ୍ରକ୍ରିୟା ନିୟନ୍ତ୍ରଣ କରେ ।

4. ମଧ୍ୟମସ୍ତିଷ୍କର ଦୁଇଯୋଡ଼ା ବର୍ତ୍ତୁଳ ନିଦାପିଣ୍ଡର କାର୍ଯ୍ୟ କ’ଣ ?
ଊ-

  • ମଧ୍ୟମସ୍ତିଷ୍କରେ ଥ‌ିବା ଦୁଇଯୋଡ଼ା ପିଣ୍ଡ ମଧ୍ୟରୁ ଉପର ଦୁଇଟି ପିଣ୍ଡ ଦୃଷ୍ଟି ସମ୍ବନ୍ଧୀୟ ପ୍ରତିକ୍ଷେପକୁ ନିୟନ୍ତ୍ରଣ କରିଥାଏ ।
  • ନିମ୍ନଭାଗରେ ଥ‌ିବା ଦୁଇଟି ପିଣ୍ଡ ଶ୍ରବଣ ସମ୍ବନ୍ଧୀୟ ପ୍ରତିକ୍ଷେପକୁ ନିୟନ୍ତ୍ରଣ କରିଥାନ୍ତି ।

5. ଉଦ୍ଭଦର କାଣ୍ଡର ବୃଦ୍ଧି ଉପରେ ହରମୋନ୍ ର ପ୍ରଭାବ କ’ଣ ଲେଖ ।
ଉ-

  • ଗୋଟିଏ ଗଛକୁ ସମାନ୍ତର ଭାବରେ ରଖୁଲେ ହରମୋନ୍‌ର ସାନ୍ଦ୍ରତା କାଣ୍ଡର ନିମ୍ନ ଅଂଶରେ ବୃଦ୍ଧିପାଏ ଏବଂ ଏଠାରେ ବୃଦ୍ଧି ଅଧିକ ହୁଏ ।
  • କାଣ୍ଡର ଊର୍ଦ୍ଧ୍ବଭାଗରେ ହରମୋନ୍‌ର ସାନ୍ଦ୍ରତା କମ୍ ହେବାରୁ ସେଠାରେ ବୃଦ୍ଧି କମ୍ ହୁଏ । କାଣ୍ଡ ବୃଦ୍ଧିରେ ଏହି ଅସମାନତା ଯୋଗୁଁ କାଣ୍ଡଟି ଊର୍ଦ୍ଧ୍ୱଗାମୀ ହୋଇଥାଏ ।

6. ମୂଳର ବୃଦ୍ଧି ଉପରେ ହରମୋନ୍‌ର ପ୍ରଭାବ କ’ଣ ଲେଖ ।
ଊ-

  • ମୂଳର ଯେଉଁ ଅଂଶରେ ହରମୋନ୍‌ର ସାନ୍ଦ୍ରତା କମ୍ ସେଠାରେ ବୃଦ୍ଧି ଅଧିକ ହୁଏ ଏବଂ ଯେଉଁଠାରେ ଗତିକରେ ଅର୍ଥାତ୍ ଆଲୋକଠାରୁ ଦୂରରେ ହ୍ରାସ ପାଏ ।
  • ଫଳରେ ମୂଳର ବୃଦ୍ଧି କାଣ୍ଡ ବୃଦ୍ଧିର ବିପରୀତ ଦିଗରେ ହୋଇଥାଏ ଏବଂ ମୂଳ ଭୂପୃଷ୍ଠ ଆଡ଼କୁ ବଙ୍କେଇ ଯାଇଥାଏ ।

BSE Odisha 10th Class Life Science Important Questions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

7. ସୁଷୁମ୍ନାଶୀର୍ଷକର ଅବସ୍ଥିତି ଓ କାର୍ଯ୍ୟ ଲେଖ ।
ଊ-

  • ଏହା ଅନୁ ମସ୍ତିଷ୍କ ପଛକୁ ରହିଥାଏ । ଆମ ଶରୀରର ଶ୍ଵାସକେନ୍ଦ୍ର ଓ ହୃତ୍‌କେନ୍ଦ୍ର ।
  • ଏହା ରକ୍ତଚାପ, ଛିଙ୍କ, ବାନ୍ତି, କାଶ, ଖାଦ୍ୟ ଗିଳିବା ପରି କାର୍ଯ୍ୟକୁ ନିୟନ୍ତ୍ରଣ କରେ ।

8. ସୁଷୁମ୍ନାକାଣ୍ଡର ଦୁଇଟି କାର୍ଯ୍ୟ ଲେଖ ।
ଊ-

  • ଏହା ମଧ୍ୟଦେଇ ଶରୀରର ବିଭିନ୍ନ ଅଂଶରୁ ସଂଗୃହୀତ ବାର୍ତ୍ତା ମସ୍ତିଷ୍କକୁ ଯାଏ ଏବଂ ମସ୍ତିଷ୍କରୁ ପ୍ରେରିତ ଆଦେଶ ଶରୀରର ବିଭିନ୍ନ କାର୍ଯ୍ୟକାରୀ ଅଙ୍ଗ ନିକଟରେ ପହଞ୍ଚେ ।
  • ଏହା ମସ୍ତିଷ୍କ ବିନା ନିର୍ଦ୍ଦେଶରେ ହେଉଥ‌ିବା କାର୍ଯ୍ୟ ବା ପ୍ରତିକ୍ଷେପ କ୍ରିୟା କରିଥାଏ ।

9. ଡାଇବେଟିସ୍ ଇନ୍ ସିପିଡସ୍ ଓ ଡାଇବେଟିସ୍ ମେଲିଟସ୍ କହିଲେ କ’ଣ ବୁଝ ?
ଉ-

  • ଯଦି କୌଣସି କାରଣବଶତଃ ପିଟୁଇଟାରିରୁ ଅଳ୍ପ ପରିମାଣର ଭାସୋପ୍ରେସିନ୍ କ୍ଷରିତ ହୁଏ, ତେବେ ସେହି ବ୍ୟକ୍ତି ଗୋଟିଏ ଦିନରେ ପାଖାପାଖ୍ 20 ଲିଟର ପର୍ଯ୍ୟନ୍ତ ପରିସ୍ରା କରେ । ଏହି ଅବସ୍ଥାକୁ ଡାଇବେଟିସ୍ ଇନ୍ସିପିଡସ୍ ବା ବହୁମୂତ୍ର ରୋଗ କୁହାଯାଏ ।
  • ଇନ୍‌ ସୁଲିନ୍‌ ର ଅଭାବରେ ରକ୍ତରେ ଶର୍କରା ପରିମାଣ ବଢ଼ିଗଲେ ଡାଇବେଟିସ୍ ମେଲିଟସ୍ ବା ମଧୁମେହ ରୋଗ ହୋଇଥାଏ ।

10. ଅକ୍‌ସିର କାର୍ଯ୍ୟ ଉଲ୍ଲେଖ କର ।
ଊ-

  • ଏହି ହରମୋନ୍ ଜୀବକୋଷର ବୃଦ୍ଧି, ଫୁଲ ଓ ଫଳର ଗଠନ ଆଦି ବିଭିନ୍ନ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ ।
  • ଏହା ଉଦ୍ଭଦର ବୃଦ୍ଧି ନିୟନ୍ତ୍ରଣ କରେ ।
  • ଏହି ହରମୋନ୍ ଉଦ୍ଭିଦର ଶାଖା ଓ କାଣ୍ଡର ବୃଦ୍ଧିରେ ସହାୟକ ହୋଇଥାଏ ।

11. ଏଡ୍ରି ନାଲ୍‌ କୁ ଆପଦକାଳୀନ ଗ୍ରନ୍ଥି କୁହାଯାଏ କାହିଁକି ?
ଊ-

  • ଏଡ୍ରିନାଲ ଗ୍ରନ୍ଥିରୁ ଅନେକଗୁଡ଼ିଏ ହର୍‌ ମୋନ୍ କ୍ଷରିତ ହୁଏ ଓ ସେଥୁମଧ୍ୟରୁ ଏଡ୍ରି ନାଲି ନ୍ ହରମୋନ ଅନ୍ୟତମ ଅଟେ ।
  • ଏହି ହରମୋନ୍ ଆକସ୍ମିକ ଆଘାତ, ଭୟ, ଅବଶ ଓ ଉତ୍ତେଜିତ ଅବସ୍ଥାରେ କ୍ଷରିତ ହୁଏ ।
  • ଉପରୋକ୍ତ କାର୍ଯ୍ୟମାନଙ୍କ ଯୋଗୁ ଏହି ଗ୍ରନ୍ଥିକୁ ‘ଆପଦକାଳୀନ ଗ୍ରନ୍ଥି’ କୁହାଯାଏ ।

12. ଲାଜକୁଳୀ ଲତାରେ କି ପ୍ରକାର ଗତି ଦେଖାଯାଏ ?
ଉ-

  • ଲାଜକୁଳୀ ଲତାର ଡାଳ କିମ୍ବା ପତ୍ରକୁ ଛୁଇଁଦେବା ମାତ୍ରେ ଲତାରେ ଥ‌ି ପତ୍ରଗୁଡ଼ିକ ନଇଁଯାଇ ଝାଉଁଳି ପଡ଼େ ।
  • ସ୍ପର୍ଶ ପ୍ରତି ଅନୁକ୍ରିୟା ପ୍ରଦର୍ଶନ ସ୍ୱରୂପ ପତ୍ରଗୁଡ଼ିକ ଜାକି ହୋଇଯା’ନ୍ତି ।
  • ଲାଜକୁଳୀ ଲତାର ଏହି ଗତିକୁ ଅନ୍ତକୁଞ୍ଚନ ଗତି କୁହାଯାଏ ।
  • ଏହା ସ୍ପର୍ଶଜନିତ ଉଦ୍ଦୀପନାର ଏକ ବିଶେଷ ଉଦାହରଣ ଅଟେ ।

13. ମସ୍ତିଷ୍କର ବିଭିନ୍ନ ଅଂଶର ନାମ ଲେଖ ।
(i) ମସ୍ତିଷ୍କ ତିନି ଭାଗରେ ବିଭକ୍ତ, ଯଥା-

  • ଅଗ୍ର ମସ୍ତିଷ୍କ,
  • ମଧ୍ୟମସ୍ତିଷ୍କ ଓ
  • ପଶ୍ଚିମସ୍ତିଷ୍କ ।

(ii) ଅଗ୍ରମସ୍ତିଷ୍କରେ

  • ଘ୍ରାଣପାଳି
  • ପ୍ରମସ୍ତିଷ୍କ ଓ
  • ପଶ୍ଚଅଗ୍ରମସ୍ତିଷ୍କ ରହିଥାଏ ।

BSE Odisha 10th Class Life Science Important Questions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

(iii) ମଧ୍ୟମସ୍ତିଷ୍କ 4ଗୋଟି ବର୍ତ୍ତୁଳ ପିଣ୍ଡଚତୁଷ୍କକୁ ନେଇ ଗଠିତ ।

(iv) ପଶ୍ଚ ମସ୍ତିଷ୍କରେ

  • ଅନୁ ମସ୍ତିଷ୍କ ଓ
  • ସୁଷୁମ୍ନାଶୀର୍ଷକ ରହିଥାଏ ।

14. ହାଇପୋଥାଲାମସ୍ ଗ୍ରନ୍ଥିର ଅବସ୍ଥାନ ଓ ଏଥିରୁ କ୍ଷରିତ ହରମୋନର ନାମ ଓ କାର୍ଯ୍ୟ ଲେଖ ।

  • ଅଗ୍ରମସ୍ତିଷ୍କରେ ଥ‌ିବା ଥାଲାମସ୍‌ର ନିମ୍ନଭାଗରେ ଏବଂ ପି ଟୁ ଇଟାରି ଗ୍ରନ୍ଥି ର ଉପର କୁ ହାଇପୋଥାଲାମସ୍ ଅବସ୍ଥିତ ।
  • ହାଇପୋଥୋଲାମସ୍ତୁରୁ କେତେକ ରିଲିଜିଙ୍ଗ୍ ହର୍‌ମୋନ୍ ଏବଂ ଇନ୍‌ହିବିଟିଙ୍ଗ୍ ହର୍‌ମୋନ୍ କ୍ଷରିତ ହୁଏ ।
  • ଏହି ହରମୋନ୍‌ଗୁଡ଼ିକ ପିଟୁଇଟାରି ଗ୍ରନ୍ଥିର କ୍ଷରଣ କ୍ଷମତାକୁ ନିୟନ୍ତ୍ରଣ କରନ୍ତି ।

15. ପିଟୁଇଟାରି ଗ୍ରନ୍ଥିର ଅବସ୍ଥାନ ଓ ଏଥିରୁ କ୍ଷରିତ ହରମୋନର ନାମ ଲେଖ ।
ଉ-
ପିଟୁଇଟାରି ଗ୍ରନ୍ଥି ହାଇପୋଥାଲାମସ୍ ସହିତ ଏକ ଛୋଟ ବୃନ୍ତ ସାହାଯ୍ୟରେ ଲାଗିରହିଥାଏ । ଏହି ଗ୍ରନ୍ଥି ଦୁଇଟି ପୃଥକ୍ ଖଣ୍ଡକୁ ନେଇ ଗଠିତ, ଯଥା

  • ଏ ଡ ନି । ହ । ଇ. ପ। ଫ । ଇ ସଁ ସ (Adenohypophysis) img ହରମୋନ୍ – GH, PRL, FSH, LH, TSH, ACTH]
  • ନ ଉ ର । ହ । ଇ ପ। ଫ । ଇ ସଁ ସ, (Neurohypophysis) img ହରମୋନ୍ – ଅକ୍‌ସିଟୋସିନ୍, ଭାସୋପ୍ରେସିନ୍]

16. ପିନିଆଲ ଗ୍ରନ୍ଥିର ଅବସ୍ଥାନ ଓ ଏଥ‌ିରୁ କ୍ଷରିତ ହରମୋନର ନାମ ଓ କାର୍ଯ୍ୟ ସମ୍ବନ୍ଧରେ ଲେଖ ।
ଉ-

  • ପିନିଆଲ୍ ଗ୍ରନ୍ଥି ଅଗ୍ରମସ୍ତିଷ୍କର ଛାତରେ ରହିଥାଏ ।
  • ଏହା ଆକାରରେ ଅତ୍ୟନ୍ତ ଛୋଟ ଓ ଓଜନ ମାତ୍ର 150 ମିଲିଗ୍ରାମ୍ ଅଟେ ।
  • ଏଥୁରୁ ମେଲାଟୋନିନ୍ ନାମକ ହର୍‌ମୋନ୍ କ୍ଷରିତ ହୁଏ ।
  • ଏହାର ପ୍ରଭାବ ଡିମ୍ବୋତ୍ସର୍ଗ ଓ ନିଦ୍ରା ଉପରେ ପଡ଼ିଥାଏ । ଏହା ଶରୀରର ‘ଜୈବିକ ଘଡ଼ି’ ଭାବେ ମଧ୍ୟ କାର୍ଯ୍ୟକରେ ।

17. ଥାଇରାଏଡ଼ ଗ୍ରନ୍ଥିର ଅବସ୍ଥାନ ଓ ଏଥୁରୁ କ୍ଷରିତ ହରମୋନ୍‌ର ନାମ ଓ କାର୍ଯ୍ୟ ସମ୍ବନ୍ଧରେ ଲେଖ ।
ଉ-

  • ଥାଇରଏଡ୍ ଗ୍ରନ୍ଥି ବେକର ତଳ ଭାଗରେ, ଶ୍ଵାସନଳୀର ଉଭୟ ପଟରେ ଠିକ୍ ସ୍ୱରପେଟିକାର ପଛକୁ ରହିଥାଏ ।
  • ଏଥିରୁ ମୁଖ୍ୟତଃ ଥାଇରକ୍‌ସିନ୍ ହର୍‌ମୋନ୍ କ୍ଷରିତ ହୁଏ ।
  • ଏହା ଶରୀରର ବିଭିନ୍ନ କୋଷର ଅମ୍ଳଜାନ ଶରୀରରେ ଅଧିକ ଶକ୍ତି ସୃଷ୍ଟି ହୁଏ । ଏହା ସାହାଯ୍ୟ କରେ ।

18. ଶୁକ୍ରାଶୟ ଗ୍ରନ୍ଥିର ଅବସ୍ଥାନ ଓ ଏଥୁରୁ କ୍ଷରିତ ହରମୋନ୍‌ର ନାମ ଓ କାର୍ଯ୍ୟ ସମ୍ବନ୍ଧରେ ଲେଖ ।
ଊ-

  • ଆମ ଶରୀରର ଶୁକ୍ରାଶୟ ଥଳି ମଧ୍ୟରେ ଦୁଇଟି ଶୁକ୍ରାଶୟ ରହିଥାଏ ।
  • ଶୁକ୍ରାଶୟ ମଧ୍ୟରେ ଥ‌ିବା ଲେଡ଼ିଗ୍ କୋଷରୁ କ୍ଷରିତ ହୁଏ ।
  • ଯୁବକ୍ରାନ୍ତି ସମୟରେ ଟେଷ୍ଟୋଷ୍ଟିରନ୍‌ର ପ୍ରଭାବରେ ଲକ୍ଷଣମାନ ଦେଖାଯାଏ ।
  • ଟେଷ୍ଟୋଷ୍ଟିରନ୍ ଶୁକ୍ରାଣୁ ଉତ୍ପତ୍ତିରେ ମଧ୍ୟ ସହାୟକ ଦେଖାଯାଏ ।

19. ଡିମ୍ବାଶୟ ଗ୍ରନ୍ଥିର ଅବସ୍ଥାନ ଓ ଏଥ‌ିରୁ କ୍ଷରିତ ହରମୋନର ନାମ ଓ କାର୍ଯ୍ୟ ସମ୍ବନ୍ଧରେ ଲେଖ ।
ଊ-
ସ୍ତ୍ରୀ ଶରୀର ଉଦର ଗହ୍ଵରର ନିମ୍ନ ଅଂଶରେ ଏକ ଯୋଡ଼ା ଡିମ୍ବାଶୟ ରହିଥାଏ ।

  • ଡିମ୍ବାଶୟରୁ ଇଷ୍ଟୋଜେନ୍ ଓ ପ୍ରୋଜେଷ୍ଟିରନ୍ ହର୍‌ମୋନ୍ କ୍ଷରିତ ହୁଏ ।
  • ଇଷ୍ଟ୍ରୋଜେନ୍ ହର୍ ମୋନ୍ ର ପ୍ରଭାବରେ ବାଳିକାମାନଙ୍କ ଶରୀରରେ ସ୍ତ୍ରୀ-ଗୌଣ ଲିଙ୍ଗୀୟ ଲକ୍ଷଣମାନ ଦେଖାଯାଏ ।
  • ପ୍ରୋଜେଷ୍ଟିରନ୍ ହର୍‌ମୋନ୍ ଡିମ୍ବୋଦୟ ପରେ ଡିମ୍ବାଶୟରୁ କ୍ଷରିତ ହୁଏ ।
  • ଗର୍ଭଧାରଣରେ ଏହାର ଗୁରୁତ୍ବପୂର୍ଣ୍ଣ ଭୂମିକା ଥ‌ିବାରୁ ଏହାକୁ ‘‘ଗର୍ଭାବସ୍ଥାର ହର୍‌ମୋନ୍’’ କୁହାଯାଏ ।

BSE Odisha 10th Class Life Science Important Questions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

20. ଫାଇଟୋହର୍‌ମୋନ୍ ହରମୋନ୍ କହିଲେ କ’ଣ ବୁଝ ?
ଉ-

  • ଉଦ୍ଭିଦରେ ଥିବା ହର୍ ମୋନ କୁ ଫାଇଟୋହର୍‌ମୋନ୍ କୁହାଯାଏ ।
  • ଏହା ମୁଖ୍ୟତଃ ପାଞ୍ଚ ପ୍ରକାରର ; ଯଥା- ଜି ବରେଲିନ୍, ସାଇଟୋକାଇନିନ୍, ଏଥ୍ଲିନ୍ ଏବଂ ଅବ୍‌ସିକ୍ ଏସିଡ୍ ।

21. ଫଟୋପିରିୟଡିଜିମ୍ କ’ଣ ସଂକ୍ଷେପରେ ବୁଝାଅ ।
ଉ-

  • ଉଭିଦର ଫୁଲ ଧରିବା ପ୍ରକ୍ରିୟା ଆଲୋକର ଅବଧୂ ଉପରେ ନିର୍ଭର କରେ । ଏହାକୁ
  • ଅନୁ ଧ୍ୟାନ ରୁ ଜଣାଯାଇଛି ଯେ ଉଭିଦ ଆଲୋକାବଧୂ ପାଏ, ସେତେବେଳେ ତା’ର ସହାୟକ ହର୍‌ମୋନ୍ ତିଆରି ହୁଏ ।

22. ଫାଇଟୋକ୍ରୋମ୍ର ସଂକ୍ଷିପ୍ତ ବିବରଣୀ ଦିଅ ।
ଉ-

  • ହର୍ ମୋନ୍ ସହି ତ ଫାଇଟୋକ୍ରୋମ୍ ନାମକ ଏକ ସ୍ଵତନ୍ତ୍ର ବର୍ଷକଣା ରହିଥାଏ ।
  • ଫ୍ଲୋରି ଜେନ୍‌ ଓ ଫାଇଟୋକ୍ରୋମ୍ ଉଭିଦର ଫୁ ଲ ଧରି ବା। ପ୍ରକ୍ରିୟାକୁ ନିୟନ୍ତ୍ରଣ କରିଥା’ନ୍ତି ।

BSE Odisha 10th Class Life Science Important Questions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

23. ବୃଦ୍ଧି ନିୟନ୍ତ୍ରକ ହରମୋନ୍ କହିଲେ କ’ଣ ବୁଝ ?
ଉ-

  • ଫାଇଟୋହର୍ ମୋନ୍ ମଧ୍ୟରୁ ଅକ୍‌ସିନ୍, ଜିବରେଲିନ୍ ଓ ସାଇଟୋକାଇନିନ୍ ପ୍ରଭୃତି ବୃଦ୍ଧି ନିୟନ୍ତ୍ରଣ କରିଥା’ନ୍ତି ।
  • ଜିବରେଲିନ୍, ଅକ୍‌ସିନ୍ ପରି ଶାଖା ଓ କାଣ୍ଡର
  • ଅନ୍ୟପକ୍ଷରେ ସାଇଟୋକାଇନିନ୍ କୋଷ ବିଭାଜନର ହାର ବୃଦ୍ଧି କରିଥାଏ ଓ ଏହି ହରମୋନ୍ ସାଧାରଣତଃ କ୍ଷି ପ୍ରଭାବେ – ଅଧିକ ପରିମାଣରେ ଉପଲବ୍ଧ ହୁଏ ।

24. ବୃଦ୍ଧିହ୍ରାସକ ହରମୋନ୍ କାହାକୁ କହନ୍ତି ?
ଉ-

  • ଉଭିଦର ବୃଦ୍ଧି ନିୟନ୍ତ୍ରଣ ବା ବୃଦ୍ଧିରୋଧ ପାଇଁ ଏକ ସଙ୍କେତ ଆବଶ୍ୟକ ।
  • କେତେକ ଫାଇଟୋହର୍‌ ମୋନ୍ ଉଦ୍ଭଦର ହରମୋନ୍ ରହିଥା’ନ୍ତି ।
  • ଆକ୍‌ସିସିକ୍ ଅମ୍ଳ ଓ ଏଥ୍ନ୍ ଏହାର ଉଦାହରଣ ଅଟନ୍ତି ।

Leave a Comment