Odisha State Board BSE Odisha 10th Class Life Science Notes Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ will enable students to study smartly.
BSE Odisha Class 10 Life Science Notes Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ
→ଉପକ୍ରମ (Introduction) :
- ଆମର କଳା, ସଂସ୍କୃତି, ପର୍ବପର୍ବାଣୀ, ଖାଦ୍ୟ, ବିଶ୍ଵାସ ଓ ଲୋକକଥା, ପ୍ରକୃତି ଓ ପ୍ରାକୃତିକସମ୍ପଦ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ।
- ଆମର ସମସ୍ତ ମୌଳିକ ଆବଶ୍ୟକତା ପୂରଣ ପାଇଁ ବାୟୁ, ଜଳ, ମାଟି, ଆଲୋକ, ଜୀବଜନ୍ତୁ ଓ ଉଭିଦଜଗତକୁ ଆମ ପାଇଁ ପ୍ରକୃତି ପ୍ରଦାନକରିଛି ।
- ଶିକୁ ବିପ୍ଳବ ପରବର୍ତ୍ତୀ କାଳରୁ ଆଧୁନିକ ମଣିଷ ସମାଜ ନୂତନ ଇତୋଳନ ମାଧ୍ୟମରେ ପ୍ରକୃତି ଓ ପ୍ରାକୃତିକ ସମ୍ପଦର ସଂରକ୍ଷଣ ବିଷୟକୁ ନିଜର ସଂକୀର୍ଣ୍ଣ ସ୍ବାର୍ଥ ହାସଲ କରିବାପାଇଁ ଭୁଲି ଯାଉଛି । ଫଳସ୍ୱରୂପ, ଏହିସବୁ ଅମୂଲ୍ୟ ସମ୍ପଦର ଅତି ତଗତିରେ ଅବକ୍ଷୟ ଘଟୁଛି ।
ପ୍ରାକୃତିକ ସମ୍ପଦ-
ପ୍ରାକୃତିକ ଉପାୟରେ ଉତ୍ପଛିକାର କରିଥିବା ଏବଂ ପୃଥିବୀରେ ବାସ କରୁଥିବା ସମସ୍ତ ଉଭିଦ ଓ ପ୍ରାଣୀଙ୍କ ଦ୍ବାରା ବ୍ୟବହୃତ, ପୃଥିବୀରେ ବିଦ୍ୟାମାନ ସାମୂହିକ ଉଚ୍ଚକୁ ପ୍ରାକୃତିକ ସମ୍ପତ ପୃଥିବୀରେ ବିଦ୍ୟାମାନ ସାମୂହିକ ଉଚ୍ଚକୁ ପ୍ରାକୃତିକ ସମ୍ପତ କରିପାରିବା । ଯଥା (୧) ନବୀକରଣ ଯୋଗ୍ୟ ପ୍ରାକୃତିକ ସମ୍ପଦ ଓ (୨) ନବୀକରଣ ଅଯୋଗ୍ୟ ପ୍ରାକୃତିକ ସମ୍ପଦ ।
(1) ନବୀକରଣଯୋଗ୍ୟ ପ୍ରାକୃତିକ ସମ୍ପଦ :
- ମୃତ୍ତିକା, ଜଳ, ବାୟୁ (ଅମ୍ଳଜାନ, ଯବକ୍ଷାରଜାନ) ପରି କିଛି ପ୍ରାକୃତିକ ସମ୍ପଦ ପ୍ରକୃତିରେ ବାସ କରୁଥିବା ସମସ୍ତ ଜୀବ ଆବଶ୍ୟକମୁତାବକ ବ୍ୟବହାର କରିଥାନ୍ତି ।
- ଏହି ପ୍ରାକୃତିକ ସମ୍ପଦଗୁଡ଼ିକର ପରିମାଣ ପରିବେଶରେ ହ୍ରାସ ପାଏ ନାହିଁ । କାରଣ ଏହି ସମ୍ପଦଗୁଡ଼ିକ ଜୀବ ଓ ପରିବେଶ ମଧ୍ୟରେ କ୍ରିୟା ପ୍ରତିକ୍ରିୟା ଚକ୍ରାକାରରେ ଆବର୍ତ୍ତନ କରିଥାନ୍ତି ।
(2) ନବୀକରଣ ଅଯୋଗ୍ୟ ପ୍ରାକୃତିକ ସମ୍ପଦ :
1. ଏହି ପ୍ରକାର ପ୍ରାକୃତିକ ସମ୍ପଦର ପରିମାଣ ସୀମିତ । ଯେପରି ବନ୍ୟଜୀବ, କୋଇଲା, ପେଟ୍ରୋଲ ଇତ୍ୟାଦି ।
→ପ୍ରାକୃତିକ ସମ୍ପଦର ସଂରକ୍ଷଣ :
1. ପ୍ରାକୃତିକ ସମ୍ପଦର ଅତ୍ୟଧିକ ବ୍ୟବହାର ତଥା ଅପବ୍ୟବହାର ଦ୍ବାରା ପ୍ରଦୂଷଣ, ବିଶ୍ୱତାପନ ଓ ତଜ୍ଜନିତ ଜଳବାୟୁ ପରିବର୍ତ୍ତନ ପରି ସମସ୍ୟାମାନ ଦେଖାଦେଲାଣି । ଏହିସବୁ ସମସ୍ୟାଗୁଡ଼ିକ ପ୍ରାୟ ମନୁଷ୍ୟକୃତ । ତେଣୁ ସମ୍ପଦଗୁଡ଼ିକର ସୁରକ୍ଷା, ସଂରକ୍ଷଣ ଓ ସୁପରିଚାଳନା ପାଇଁ ଏବେ ଦୀର୍ଘମିଆଦୀ ଯୋଜନାଗୁଡ଼ିକର ଆବଶ୍ୟକତା ରହିଛି ।
→ପ୍ରାକୃତିକ ସମ୍ପଦ ସଂରକ୍ଷଣର କୌଶଳ :
ପରିବେଶ ତଥା ପ୍ରାକୃତିକ ସମ୍ପଦର ସଂରକ୍ଷଣ ପାଇଁ ପାଞ୍ଚ -R ନୀତିକୁ ଏକ ମାଧ୍ୟମ ଭାବେ ଗ୍ରହଣ କରାଯାଇଛି ।
ଏଗୁଡ଼ିକ ହେଲା –
- ପ୍ରତ୍ୟାଖ୍ୟାନ,
- ସମ୍ବରଣ,
- ପୁନଃ ବ୍ୟବହାର,
- ପୁନଃ ଉପଯୋଗ,
- ପୁନଶ୍ଚକ୍ରଣ ।
(i) ପ୍ରତ୍ୟାଖ୍ୟାନ –
- କୌଣସି ଆବଶ୍ୟକ ହେଉନଥିବା ଜିନିଷକୁ କେହି ଲୋକ ଦେଉଥିଲେ, ଏହାକୁ ପ୍ରତ୍ୟାଖ୍ୟାନ କରିବା ।
- ନିଜ ପରିବେଶର ଅନିଷ୍ଟ କରୁଥିବା ପଦାର୍ଥଗୁଡ଼ିକୁ କିଣିବା ପାଇଁ ପ୍ରତ୍ୟାଖ୍ୟାନ କରିବା ।
(ii) ସମ୍ବରଣ – ସମ୍ବରଣ ଅର୍ଥ ଆବଶ୍ୟକତାକୁ ଦୃଷ୍ଟିରେ ରଖ୍ ସମ୍ପଦ ବ୍ୟବହାର କରିବା । ଅନେକ ସମୟରେ ଆମେ ଆବଶ୍ୟକଠାରୁ ଅଧିକ ସମ୍ପଦ ବ୍ୟବହାର କରିଥାଉ ଏବଂ ନଷ୍ଟ କରିଥାଉ ।
(iii) ପୁନଃବ୍ୟବହାର – ପୁନଃବ୍ୟବହାର ପ୍ରକ୍ରିୟାରେ ଗୋଟିଏ ପଦାର୍ଥକୁ ବାରମ୍ବାର ବ୍ୟବହାର କରାଯାଇ ପାରିଥାଏ । ମହୁ, ଜେଲି, ଜାମ ଇତ୍ୟାଦି ରହିଥିବା ପ୍ଲାଷ୍ଟିକ୍ ବୋତଲରୁ ଖାଦ୍ୟ ସରିଯିବା ପରେ ରୋଷେଇ ଘରେ ଅନ୍ୟ ପଦାର୍ଥ ରଖୁବା ପାଇଁ ପୁନଃବ୍ୟବହାର କରିପାରିବା ।
(iv) ପୁନଃଉପଯୋଗ – ଯେତେବେଳେ ଗୋଟିଏ ଉତ୍ପାଦ ତାହାର ମୂଳ କାର୍ଯ୍ୟ ପାଇଁ ବ୍ୟବହାର ଯୋଗ୍ୟ ହୋଇନଥାଏ; ସେତେବେଳେ ଗଭୀର ଭାବରେ ଚିନ୍ତା କରି ଏହାର ଅନ୍ୟ କୌଣସି ବିକଳ୍ପ ବ୍ୟବହାର ପାଇଁ ଚେଷ୍ଟା କରିବା
ଆବଶ୍ୟକ ।
(v) ପୁନଃଶ୍ଚ କ୍ରଣ :
- ପୁନଶ୍ଚକ୍ରଣ ଦ୍ବାରା ଆମେ କିଛି ମାତ୍ରାରେ ବର୍ଜ୍ୟବସ୍ତୁକୁ କଞ୍ଚାମାଲ ଭାବରେ ବ୍ୟବହାର କରିପାରିବା ।
- ଆମେ ଘରେ ସୃଷ୍ଟି ହେଉଥିବା ଆବର୍ଜନାକୁ ଅଲଗା କରି କାଚ ବୋତଲ, ରଦିକାଗଜ, ଜରି, ଧାତବ ଦ୍ରବ୍ୟଗୁଡ଼ିକୁ ରଦି ଜିନିଷ ସଂଗ୍ରହ କରୁଥିବା ଲୋକମାନଙ୍କୁ ଦେବା ଦରକାର ।
- ଏହି ପୃଥକୀକୃତ ରଦି ଜିନିଷରୁ ଆମେ ନୂଆ କାଚ, କାଗଜ, ଜରି ଓ ଧାତୁ ପାଇପାରିବା । ତେଣୁ ପୁନଶ୍ଚକ୍ରଣ ଦ୍ଵାରା କଳକାରଖାନାର ଆବଶ୍ୟକତା କିଛି ମାତ୍ରାରେ ମେଣ୍ଟାଯାଇ ପାରିବ ।
→ପ୍ରାକୃତିକ ସମ୍ପଦର ଗୁରୁତ୍ବ ଓ ସୁପରିଚାଳନା :
- ପୃଥିବୀର ଉଭିଦ ସମ୍ପଦରୁ ଆମକୁ ଖାଦ୍ୟ, ବସ୍ତ୍ର ମିଳୁଛି ।
- ଆମେ ନିତିଦିନ ବ୍ୟବହାର କରୁଥିବା ଘରଉପକରଣ, ଖେଳନା, ବହି, ମଟରଗାଡ଼ି ଇତ୍ୟାଦି ବିଭିନ୍ନ ଜିନିଷ ପୃଥିବୀରୁ ମିଳୁଥିବା ସମ୍ବଳରୁ ତିଆରି ହେଉଛି ।
- ଆମ ଔଷଧ ଆବଶ୍ୟକତାର ପ୍ରାୟ ୪୦ ଭାଗ ଜଙ୍ଗଲ ଓ ବନ୍ୟଜୀବଙ୍କଠାରୁ ମିଳୁଛି ।
- ପରିବେଶର ସନ୍ତୁଳନ ରକ୍ଷାରେ ବନ୍ୟପ୍ରାଣୀଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଉଦାହରଣ : କୀଟପତଙ୍ଗ, ଚଢ଼େଇଙ୍କ ଦ୍ଵାରା ପରାଗସଙ୍ଗମ ଓ ବୀଜବିକ୍ଷେପ; ବାଦୁଡ଼ି ଓ ବିଭିନ୍ନ କୀଟଭକ୍ଷୀ ପକ୍ଷୀଙ୍କ ଦ୍ବାରା ଅନିଷ୍ଟକାରୀ କୀଟପତଙ୍ଗ ବନ୍ୟଜୀବ ହେଉଛନ୍ତି ଆମର ଜିନୀୟ ଭଣ୍ଡାର ।
- ବ୍ୟବହାର ଯୋଗୁଁ ଧୀରେଧୀରେ ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ସଂଖ୍ୟା ହ୍ରାସ ପାଉଛି ।
- ତେଣୁ ପ୍ରାକୃତିକ ସମ୍ପଦଗୁଡ଼ିକର ସୁପରିଚାଳନା ଆବଶ୍ୟକ ।
→ସ୍ଥାୟୀ ବିକାଶ (Sustainable development) :
- ପ୍ରାକୃତିକ ସମ୍ପଦ ଉପରେ ସମସ୍ତଙ୍କର ସମାନ ଅଧିକାର ରହିଛି । ତେଣୁ ଧନୀ ଗରିବ ନିର୍ବିଶେଷରେ ପ୍ରାକୃତିକ
- ସମ୍ପଦର ସୁବିନିଯୋଗ ଏବଂ ସମ୍ପଦ ବ୍ୟବହାର ପରେ ବାହାରୁଥିବା ବଜ୍ୟର ସୁପରିଚାଳନା । ଉଦାହରଣସ୍ୱରୂପ, ତାପଜ ବିଦ୍ୟୁତ କେନ୍ଦ୍ରରେ କୋଇଲାରୁ ବିଦ୍ୟୁତ ଉତ୍ପାଦନ ପରେ ସେଥୁ ସୃଷ୍ଟି ହେଉଥିବା କୋଇଲା ପାଉଁଶକୁ ବ୍ୟବହାର କରି ଇଟା ତିଆରି କରାଯାଉଛି ।
- ଆମକୁ ଶିଉଳିଯିତ କରିବାକୁ ପଡ଼ିବ ଯେ, ପରିବେଶରେ ମିଳୁଥିବା ସମ୍ପତ ପରିମାଣଠାରୁ ମଣିଷର ଆବଶ୍ୟକତା ଯେପରି ଅଧ୍ଵ ନ ହୁଏ ।
- ପୃଥିବୀ କେବଳ ମନୁଷ୍ୟର ନୁହେଁ । ତେଣୁ ଏଠାରେ ବାସ କରୁଥିବା ସମସ୍ତ ପ୍ରାଣୀଙ୍କର ଆବାସସ୍ଥଳୀ, ପ୍ରାକୃତିକ ପର୍ବସଂସ୍ଥା। ଏବଂ ବମଣ୍ଡଳର ସଂରକ୍ଷଣ ଆବଶ୍ୟକ ।
- ଅଧୁନା ପୃଥିବୀରେ ବାସ କରୁଥିବା ମଣିଷ ସମାଜ ପ୍ରାକୃତିକ ସମ୍ପଦକୁ ଏପରି ଭାବରେ ବ୍ୟବହାର କରିବା ଉଚିତ ଯେପରିକି ଆଗାମୀ ପିଢ଼ିର ମଣିଷ ଏକ ସୁନ୍ଦର ପ୍ରାକୃତିକ ପରିବେଶରେ ସୁସ୍ଥ ଓ ସମର୍ଥ ଜୀବନ ବିତାଇପାରିବ ।
→ଜଙ୍ଗଲ ଏବଂ ବନ୍ୟଜନ୍ତୁ ସଂରକ୍ଷଣ (Forest and wildlife conservation) :
- ଜଙ୍ଗଲ କହିଲେ ଭିନ୍ନ ଭିନ୍ନ ଜାତିର ବୃକ୍ଷ, ଲତା ସହିତ ଅନ୍ୟ ଜୀବ ଏକତ୍ରିତ ହୋଇ ଗୋଟିଏ ଅଞ୍ଚଳରେ ଇଚ୍ଛା ମୁଖ୍ୟବଳ ବଢ଼ିଥିବା ସ୍ଥାନ ।
- ବନ୍ୟଜୀବ ହେଉଛନ୍ତି ଏକ ଜଙ୍ଗଲରେ ବାସକରୁଥିବା ଉଭିଦ ସମୂହ, ସମସ୍ତ ଅଣୁଜୀବ ଓ ପ୍ରାଣୀସମୂହ ।
- ଜଙ୍ଗଲ କହିଲେ କେବଳ ଉଭିଦ ସମୂହକୁ ବୁଝାପଡ଼ୁଥିବା ବେଳେ ବନ୍ୟଜୀବ କହିଲେ ଉଭିଦ ସମୂହ ସହିତ ସମସ୍ତ ବନ୍ୟପ୍ରାଣୀଙ୍କୁ ମଧ୍ୟ ବୁଝାଉଛି ।
- ଜଙ୍ଗଲ ହେଉଛି ଏକ ‘ବାସସ୍ଥଳୀ’ ଏବଂ ବନ୍ୟଜୀବ ହେଉଛନ୍ତି ‘ବନନିବାସୀ’ । ତେଣୁ, ଜଙ୍ଗଲ ହେଉଛି ଜୈବବିବିଧତା (Biodiversity) ର ମୂଳଆଧାର ।
- ସମସ୍ତ ଜୀବ ବଞ୍ଚିରହିବା ପାଇଁ ପରିବେଶରେ ମିଳୁଥିବା ବିଭିନ୍ନ ଜୈବ ଓ ଅଜୈବ ଉପାଦାନ ଉପରେ ନିର୍ଭରଶୀଳ ।
→ଜଙ୍ଗଲ ଓ ବନ୍ୟଜୀବଙ୍କ ବିନିଯୋଗକାରୀ :
- ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ବିନିଯୋଗକାରୀମାନଙ୍କୁ ଚାରି ଶ୍ରେଣୀରେ ବିଭକ୍ତ କରାଯାଇଛି ଯଥା :
- ଜଙ୍ଗଲ ଭିତରେ ଏବଂ ଏହାର ଚାରିପଟରେ ବସତି ସ୍ଥାପନ କରିଥିବା ଅଧିବାସୀ ନିଜର ଖାଦ୍ୟ, ବସ୍ତ୍ର ଓ ବାସଗୃହ ପାଇଁ ଜଙ୍ଗଲ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ।
- ସରକାରଙ୍କ ଜଙ୍ଗଲ ବିଭାଗର କର୍ମଚାରୀ ଜଙ୍ଗଲ ଅଞ୍ଚଳ ଓ ସେଥିରେ ବାସ କରୁଥିବା ବନ୍ୟଜୀବ ସମ୍ପଦକୁ ନିୟନ୍ତ୍ରଣ କରନ୍ତି ।
- ଜଙ୍ଗଲ ଉତ୍ପାଦକୁ କଞ୍ଚାମାଲ ଭାବରେ ନିଜର କାରଖାନାରେ ବ୍ୟବହାର କରୁଥିବା ଶିଳ୍ପପତି ନିଜର ଜୀବନଧାରଣ ପାଇଁ ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ଉପରେ ସିଧାସଳଖ ନିର୍ଭରଶୀଳ ନୁହଁନ୍ତି ।
- ପରିବେଶବିତ୍ ଓ ବନ୍ୟଜୀବ ପ୍ରେମୀ ଯେଉଁମାନେ ପ୍ରାକୃଥକ ସୌନ୍ଦର୍ଯ୍ୟର ସଂରକ୍ଷଣ କରି କେବଳଆନନ୍ଦ ଲାଭ କରନ୍ତି ।
- ଜଙ୍ଗଲରେ ବାସ କରୁଥିବା ଅସ୍ଵାସୀମାନେ ନିଜର ଜୀବନଜୀବିକା ପାଇଁ ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କୁ ବ୍ୟବହାର କରନ୍ତି ।
→ଜଙ୍ଗଲ ଓ ବନ୍ୟଜୀବ କ୍ଷୟର କାରଣ :
ଜଙ୍ଗଲ ବନ୍ୟଜୀବ କ୍ଷୟର ମୁଖ୍ୟ କାରଣଗୁଡ଼ିକ ମନୁଷ୍ୟକୃତ । ଯଥା :
- ବିକାଶ : ଜଙ୍ଗଲ ହେଉଛି ବନ୍ୟଜୀବଙ୍କର ପରିସ୍ଥାନ । ଜଙ୍ଗଲକ୍ଷୟ ଯୋଗୁଁ ବାଘ, ଭାଲୁ, ହାତୀ, ଗଣ୍ଡା ଇତ୍ୟାଦି ବଡ଼ ବଡ଼ ବନ୍ୟଜୀବ ନିଜର ବାସସ୍ଥଳୀ ହରାଇ ଧୀରେଧୀରେ ବିପନ୍ନ ହେଉଛନ୍ତି । ଖାଦ୍ୟ ଆଶାରେ ସେଗୁଡ଼ିକ ଜନବସତି ଭିତରକୁ ପ୍ରବେଶ କରୁଛନ୍ତି । ଏବେ ବାଘ-ମଣିଷ, ଭାଲୁ-ମଣିଷ, ହାତୀ-ମଣିଷ ଲଢ଼େଇର କାରଣ ହେଉଛି ମନୁଷ୍ୟର ଦୂରଦୃଷ୍ଟି ଅଭାବ ।
- ଜନବସତି ବୃଦ୍ଧି : ଜନସଂଖ୍ୟା ବୃଦ୍ଧି ଯୋଗୁଁ ଜଙ୍ଗଲ ଓ ଜଙ୍ଗଲ ଜମି ଉପରେ ଚାପ ପଡ଼ୁଛି ।
- ଜଙ୍ଗଲ ନିଆଁ। – ଅନେକ ସମୟରେ ପ୍ରାକୃତିକ ଉପାୟରେ ବିଜୁଳି ମାରିବା ଯୋଗୁଁ ଅଥବା ମୁଷ୍ଟିମେୟଙ୍କର ଦାୟୀତ୍ୱହୀନତା ଯୋଗୁଁ ଲାଗୁଥିବା ଜଙ୍ଗଲ ନିଆଁରେ ହଜାର ହଜାର ଏକର ଜଙ୍ଗଲସହ ସେଠାରେ ବାସ କରୁଥିବା ସମସ୍ତ ବନ୍ୟଜୀବ ଭଳି ଧ୍ୱଂସ ହେଉଛନ୍ତି ।
- ବନ୍ୟଜୀବ ଶିକ୍ରାର : ବିଂଶ ଶତାବ୍ଦୀର ଆରମ୍ଭ ଠାରୁ 1972 ମସିହା ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ପ୍ରଣୟନ ହେବା ପର୍ଯ୍ୟନ୍ତ ଶିକାରୀମାନେ ହାତୀଦାନ୍ତ, ବାଘଛାଲ ପାଇଁ ଉକ୍ତ ବନ୍ୟଜୀବଗୁଡ଼ିକୁ ଅବାଧରେ ଶିକାର କରିବା ଫଳରେ ଅତି ଦୃତ ଗତିରେ ବନ୍ୟଜୀବଙ୍କର ସଂଖ୍ୟା ହ୍ରାସ ଘଟିଛି ।
- ପୁରୁଷ ପୁରୁଷ ଧରି ପରିପୋଷଣକ୍ଷମ ଜଙ୍ଗଲ ସମ୍ପଦର ବ୍ୟବହାର କରିଆସୁଥିବା ଆଦିବାସୀ ନିଜର ମୌଳିକ ଆବଶ୍ୟକତା ପୂରଣ କରିବା ପାଇଁ ବାଧ୍ୟ ହୋଇ ପୋଡୁଚାଷ ଇତ୍ୟାଦି ଦ୍ଵାରା ସେହି ପତିତ ଜଙ୍ଗଲରୁ ଅତ୍ୟଧିକ ମାତ୍ରାରେ ସମ୍ବଳ ବିନିଯୋଗ କରିବାରେ ବ୍ୟସ୍ତ ରହୁଛନ୍ତି ।
→ଜଙ୍ଗଲ ସମ୍ପଦ ଅବକ୍ଷୟ ଓ ବନ୍ୟଜୀବ :
1. ବାସସ୍ଥଳୀ ନଷ୍ଟ ଓ ଅବାଧ ଶୀକାର ଯୋଗୁଁ କ୍ଷିପ୍ରଗତିରେ ଆମ ଜଙ୍ଗଲଗୁଡ଼ିକରୁ ଏବେ ଅନେକ ଜୀବ ବିଲୁପ୍ତ ଏବଂ ଅନ୍ୟ କିଛି ଲୁପ୍ତ ପ୍ରାୟ । ସେଥିପାଇଁ ପ୍ରକୃତି ଓ ପ୍ରାକୃତିକ ସମ୍ପଦର ସଂରକ୍ଷଣ ପାଇଁ ଗଠିତ ଆନ୍ତର୍ଜାତିକ ସଂଘ IUCN (International Union for Conservation of Nature and Natural Resources) N ଜାତି ବନ୍ୟପ୍ରାଣୀଙ୍କ ସମୀକ୍ଷାକରି ‘ରେଡ ଡାଟା ବୁକ୍’ ନାମକ ଏକ ପୁସ୍ତକ ପ୍ରକାଶ କରିଛନ୍ତି ।
→ରେଡ଼ ଡାଟା ବୁକ୍ (Red Data Book)
- ଏହି ଗ୍ରନ୍ଥରେ ବିଲୁପ୍ତ, ଲୁପ୍ତ ପ୍ରାୟ, ଅସୁରକ୍ଷିତ, ଦୁର୍ଲଭ ଇତ୍ୟାଦି ଜାତିର ଜୀବମାନଙ୍କ ବିଷୟରେ ବର୍ଣ୍ଣନା କରାଯାଲଛି ।
- ଏହି ବହିରେ ଗୋଲାପି (Pink) ଓ ସବୁଜ (Green) ରଙ୍ଗର ପୃଷ୍ଠା ରହିଛି । ଗୋଲାପି ପୃଷ୍ଠାରେ ଲୁପ୍ତପ୍ରାୟ ଜାତିଙ୍କ ବିଷୟରେ ଲେଖାଯାଇଛି । ସବୁଜ ପୃଷ୍ଠାରେ ରହିଛି ଅତୀତରେ ଲୁପ୍ତ ପ୍ରାୟ ଜାତିଙ୍କର ସୁଚନା ଏବଂ ସେ ଗ କିପରି କିପରି ପୁନରୁଦ୍ଧାର ହୋଇପାରିଛି; ତଥା ଏବେ ସେମାନେ ଆଉ ବିପନ୍ନ ସ୍ଥିତିରେ ନାହାନ୍ତି ।
- କିନ୍ତୁ ପ୍ରତିବର୍ଷ ଗୋଲାପି ପୃଷ୍ଠାର ସଂଖ୍ୟା ବୃଦ୍ଧି ପାଉଛି ଏବଂ ଅତି କମ୍ ସବୁଜ ରଙ୍ଗର ପୃଷ୍ଠା ଥିବାର ଦେଖାଯାଉଛି ।
→ଜଙ୍ଗଲ ଓ ବନ୍ୟଜୀବ ସଂରକ୍ଷଣ ପଦ୍ଧତି :
ଜଙ୍ଗଲ ସଂରକ୍ଷଣ ପଦ୍ଧତି : ବିଗତ 200 ବର୍ଷ ମଧ୍ୟରେ ପୃଥିବୀରେ ପ୍ରାୟ 30 ଭାଗ ଜଙ୍ଗଲ କ୍ଷୟ ହୋଇ ସାରିଲାଣି । ଏ ସହିତ ପ୍ରଗତି ନିଜେ ପ୍ରତିଦିନ ହଜାର ହଜାର ଗଛ କଟାଯାଇଛି । ପୁରୁଣା ଜଙ୍ଗଲଗୁଡ଼ିକର ପୁନରୁଦ୍ଧାର ବ୍ୟତ ନୂଆ ଜଙ୍ଗଲ ସୃଷ୍ଟି କରିବାପାଇଁ ନିମ୍ନଲିଖ ପଦକ୍ଷେପ ନିଆଯିବା ଉଚିତ ।
- ନୂଆଜଙ୍ଗଲ ସୃଷ୍ଟି : ଖଣିଜ ଉତ୍ତୋଳନ, ଜଙ୍ଗଲ ନିଆଁ ଅଥବା ଅନ୍ୟ କୌଣସି କାରଣ ଯୋଗୁଁ ଯେଉଁ ଜଙ୍ଗଲ ନଷ୍ଟ ହୋଇ ପତିତ ଜମିରେ ପରିଣତ ହେଉଛି, ସେଠାରେ ନୂଆ ଚାରାଗଛ ଲଗାଯିବା ଉଚିତ ।
- ସାମାଜିକ ବନପ୍ରକଳ୍ପ : 1976 ମସିହାଠାରୁ ଭାରତ ସରକାରଙ୍କ ଦ୍ବାରା ଏହି ଯୋଜନା କାର୍ଯ୍ୟକାରୀ ହେଉଛି । ରାସ୍ତାକଡ଼, ନଈ ଓ କେନାଲ ବନ୍ଧ, ରେଳ ଲାଇନ କଡ଼, ନଦୀପଠା, ସ୍କୁଲ କଲେଜ ଓ ସରକାରୀ ଅନୁଷ୍ଠାନର ହତାରେ ଚାରା ରୋପଣ କରି ନୂଆ ବନ ସୃଷ୍ଟି କରାଯାଇ ପାରୁଛି ।
- ଯୁଗ୍ମ ଜଙ୍ଗଲ ପରିଚାଳନା ଯୋଜନା : ସଂରକ୍ଷିତ ଜଙ୍ଗଲ ନିକଟରେ ରହିଥିବା ଗ୍ରାମବାସୀମାନଙ୍କୁ ଅଂଶୀଦାର ଯୋଜନା’ କାର୍ଯ୍ୟକାରୀ ହେଉଛି ।
- ଗ୍ରାମବାସୀମାନେ ନିଜ ଗ୍ରାମ ପାଇଁ ଧାର୍ଯ୍ୟ ଜଙ୍ଗଲକୁ ସୁରକ୍ଷା ଦେବା ପ୍ରତିବଦଳରେ ସେମାନଙ୍କୁ ଜଙ୍ଗଲରୁ ଜଙ୍ଗଲ ଜାତ ପଦାର୍ଥ ସଂଗ୍ରହ କରିବା ପାଇଁ ଅନୁମତି ଦିଆଯାଉଛି ।
- ଏଥ୍ ସହିତ ପ୍ରୋତ୍ସାହନ ପାଇଁ ନିଜ ଜଙ୍ଗଲରୁ ଲବ୍ଧ ଅର୍ଥରାଶିର ଏକ ଅଂଶ ସମଭାବରେ ସ୍ଥାନୀୟ ଅଂଶିଦାର (ଗ୍ରାମବାସୀ)ମାନଙ୍କୁ ସରରକାରଙ୍କର ଜଙ୍ଗଲ ବିଭାଗ ଦ୍ଵାରା ବଣ୍ଟନ କରାଯାଉଛି ।
- ନୂତନ ପ୍ରୟୋଗାତ୍ମକ ବ୍ୟବସ୍ଥା : ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଆମେ ଜଙ୍ଗଲ ସଂରକ୍ଷଣ ମଧ୍ୟ କରିପାରିବା, ଯଥା-
(a) ସୂଚନା ବ୍ୟବସ୍ଥା : ଏବେ ଆମେ କୃତ୍ରିମ ଉପଗ୍ରହ ଚିତ୍ରକୁ ଅନୁଧ୍ୟାନ କରି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ରହିଥିବା ଉଭିଦର ସ୍ଥିତି ସମ୍ପର୍କରେ ଅଧ୍ୟୟନ କରିପାରିବା ।
(b) କୀଟରୋଗ ଦମନ ବ୍ୟବସ୍ଥା : ଜଙ୍ଗଲରେ ରହିଥିବା ବିଭିନ୍ନ ପ୍ରକାର ଉଭିଦ ବେଳେବେଳେ ଭୂତାଣୁ, କବକ ଓ ନିଟାଟୋଡ଼ ପରଜୀବୀଙ୍କ ଦ୍ଵାରା ଆକ୍ରାନ୍ତ ହୋଇ ଜଙ୍ଗଲକ୍ଷୟ ହୋଇଥାଏ । ଏହି ଅଞ୍ଚଳରେ ଆକାଶମାର୍ଗରୁ କୀଟନାଶକ, କବକମାରୀ ଔଷଧ ସିଞ୍ଚନକରି ଜଙ୍ଗଲର ଯନ୍ତ୍ର ନେବା ଆବଶ୍ୟକ ।
(c) ଅଗ୍ନି ନିର୍ବାପକ ବ୍ୟବସ୍ଥା : ଜଙ୍ଗଲରେ ନିଆଁ ଅତ୍ୟନ୍ତ ଭୟଙ୍କର ହୋଇଥିବାରୁ ଆୟତ୍ତ କରିବା ଅତ୍ୟନ୍ତ କଷ୍ଟସାଧ୍ୟ । ସ୍ୱତନ୍ତ୍ର କୌଶଳ ପ୍ରୟୋଗ କରିବା ସହିତ ସ୍ବତନ୍ତ୍ର ଭାବରେ ତାଲିମପ୍ରାପ୍ତ ବ୍ୟକ୍ତିଙ୍କୁ ନିୟୋଜନ କରିବା ଆବଶ୍ୟକ ।
ବିପନ୍ନ ବନ୍ୟଜୀବ ସଂରକ୍ଷଣ ପଦ୍ଧତି :
(i) ବାହ୍ୟସ୍ଥାନେ ସଂରକ୍ଷଣ (Ex-situ conservation)
(ii) ସ୍ବସ୍ଥାନେ ସଂରକ୍ଷଣ (In-situ conservation)
(i) ବାହ୍ୟସ୍ଥାନେ ସଂରକ୍ଷଣ – ଏହି ପ୍ରକାର ସଂରକ୍ଷଣ ଅନୁସାରେ ଏବଂ ଭୀଷଣ ଭାବରେ କ୍ଷତିଗ୍ରସ୍ତ ଏବଂ ଲୁପ୍ତପ୍ରାୟ ଜାତିର ଜୀବମାନଙ୍କ ପାଇଁ ସ୍ବତନ୍ତ୍ର ପୁନଃ ଥଇଥାନ କେନ୍ଦ୍ରମାନ ପ୍ରତିଷ୍ଠା କରାଯାଇଛି ।
ଚିଡ଼ିଆଖାନା :
- ଆମ ଦେଶରେ ରହିଥିବା ସମସ୍ତ ଚିଡ଼ିଆଖାନା କେନ୍ଦ୍ରୀୟ ଚିଡ଼ିଆଖାନା ସଂସ୍ଥା ଦ୍ୱାରା ନିୟନ୍ତ୍ରିତ ।
- ପ୍ରାଣୀମାନଙ୍କ ପାଇଁ ପୁନଃ ଥଇଥାନ କେନ୍ଦ୍ର ଭାବରେ କାର୍ଯ୍ୟ କରୁଛି ।
- ଉଭିଦ ଉଦ୍ୟାନ : ଉଭିଦ ଉଦ୍ୟାନ ହେଉଛି ଏକ ସାର୍ବଜନୀନ ପ୍ରତିଷ୍ଠାନ । ସେଠାରେ ଗବେଷଣା, ସଂରକ୍ଷଣ ଓ ସର୍ବସାଧାରଣ ପରିଦର୍ଶନ ପାଇଁ ବିଭିନ୍ନ ପ୍ରକାରର ଫଳ, ଫୁଲ, ପନିପରିବା, ଔଷଧୀୟ ବ୍ୟବହାରରେ ଲାଗୁଥିବା ବିରଳ ଉଦ୍ଭିଦ ରଖାଯାଇଛି । ଉଦାହରଣ – ଭୁବନେଶ୍ଵର ‘ଏକାମ୍ରକାନନ ଉଭିଦ ଉଦ୍ୟାନ’ ଓ ନନ୍ଦନକାନନ ଉଦ୍ଭିଦ ଉଦ୍ୟାନ ।
(ii) ସ୍ବସ୍ଥାନେ ସଂରକ୍ଷଣ : ଏହି ପ୍ରକାର ସଂରକ୍ଷଣ ବ୍ୟବସ୍ଥାରେ ଉଭୟ ପ୍ରାଣୀ ଓ ଉଦ୍ଭଦଙ୍କୁ ସେମାନଙ୍କର ନିଜସ୍ଵ ପ୍ରାକୃତିକ ପରିବେଶରେ ରଖ୍ ସେମାନଙ୍କୁ ସୁରକ୍ଷା ଦେବା ସହିତ ବନ୍ୟପ୍ରାଣୀଙ୍କର ଯନ୍ତ୍ର ନିଆଯାଏ ।
- ଜାତୀୟ ଉଦ୍ୟାନ- ବନ୍ୟ ଜୀବମାନଙ୍କୁ ସୁରକ୍ଷା ଦେବା ପାଇଁ ଦେଶର କେତେକ ଧାର୍ଯ୍ୟ ଜଙ୍ଗଲ ଅଞ୍ଚଳକୁ ଭାରତ ସରକାର ଜାତୀୟ ଉଦ୍ୟାନ ମାନ୍ୟତା ଦେଇଛନ୍ତି । ଏହା କେନ୍ଦ୍ର ବା ରାଜ୍ୟ ଆଇନ ପ୍ରଣୟନ ଦ୍ବାରା ପ୍ରତିଷ୍ଠା ହୋଇଥାଏ । ଗଛକାଟିବା, ଗୃହପାଳିତ ପଶୁଚାରଣ, ଶିକାର ଓ ବନ୍ଧୁକ ଇତ୍ୟାଦିକୁ ନେଇ ଉଦ୍ୟାନ ମଧ୍ୟକୁ ପ୍ରବେଶ ନିଷିଦ୍ଧ ।
- ଅଭୟାରଣ୍ୟ- ଅଭୟାରଣ୍ୟରେ ବନ୍ୟପ୍ରାଣୀଙ୍କୁ କୌଣସି କ୍ଷତି ନ’ଘଟୁଥିବା ପର୍ଯ୍ୟନ୍ତ ବେସରକାରୀ ସଂସ୍ଥାର ମାଲିକାନା ରହିପାରିବ । ଓଡ଼ିଶାର ଚିଲିକା (ନଳବନ) ଅଭୟାରଣ୍ୟ ପରିବ୍ରାଜୀ ବିଦେଶୀ ପକ୍ଷୀମାନଙ୍କ ସମାଗମ ପାଇଁ ପ୍ରସିଦ୍ଧି ଲାଭ କରିଛି ଏବଂ ଚନ୍ଦକା – ଡମପଡ଼ା ଅଭୟାରଣ୍ୟ ହାତୀ ପ୍ରକଳ୍ପ ପାଇଁ ପ୍ରସିଦ୍ଧ ।
- ଜୈବମଣ୍ଡଳ ସଂରକ୍ଷିତ ଅଞ୍ଚଳ – ପୃଥିବୀର ବହୁ ଦେଶରେ ୟୁନେସକୋ (UNESCO) ଦ୍ଵାରା ଏହି କାର୍ଯ୍ୟକ୍ରମ 1973 ମସିହାରୁ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜଙ୍ଗଲରେ ମାଟି ଓ ପାଣିର ସଂରକ୍ଷଣ ସହିତ ସେହି ଅଞ୍ଚଳରେ ବାସ କରୁଥିବା ଆଦିମ ଅଧିବାସୀମାନଙ୍କୁ ସଂରକ୍ଷଣ କାର୍ଯ୍ୟକ୍ରମରେ ସାମିଲ କରାଯାଉଛି । ଭାରତରେ ଏ ପର୍ଯ୍ୟନ୍ତ ଅଠରଟି ଜୈବ ମଣ୍ଡଳ ସଂରକ୍ଷିତ ଅଞ୍ଚଳ ରହିଛି । ସେଥୁମଧ୍ୟରୁ ଓଡ଼ିଶାର ଶିମିଳପାଳ ଜୈବମଣ୍ଡଳ ଅନ୍ୟତମ ।
- ପ୍ରାଣୀ ପ୍ରକଳ୍ପ – କେତେକ ଲୁପ୍ତପ୍ରାୟ ଜାତିର ପ୍ରାଣୀମାନଙ୍କର ସ୍ଵତନ୍ତ୍ର ସୁରକ୍ଷା ପାଇଁ ଅନେକ ସ୍ଥାନରେ ପ୍ରାଣୀ ପ୍ରକଳ୍ପପାନ ସ୍ଥାପନକରାଯାଇଛି
→ସଂରକ୍ଷଣ ପାଇଁ ଆଇନ ବ୍ୟବସ୍ଥା :
1. ଜଙ୍ଗଲ ଓ ବନ୍ୟଜୀବ ସୁରକ୍ଷା ନିମନ୍ତେ ଆମ ଦେଶରେ 1927 ମସିହାରେ ଜଙ୍ଗଲ ଆଇନ ଓ 1988ରେ ଜାତୀୟ ଜଙ୍ଗଲ ନୀତି ପ୍ରଣୟନ କରାଯାଇଛି । ଏଥ୍ ସହିତ 1972 ମସିହାରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ପ୍ରଣୟନ କରାଯାଇଛି । 2004 ମସିହାରେ ଭାରତ ସରକାର ଜୈବବିବିଧତା ସଂରକ୍ଷଣ ପାଇଁ ଜାତୀୟ ଜୈବ ବିବିଧତା ଆଇନ ପ୍ରଣୟନ କରିଛନ୍ତି ।
→ଜଙ୍ଗଲ ଓ ବନ୍ୟଜାତ ଦ୍ରବ୍ୟ ସଂରକ୍ଷଣରେ ଜନସାଧାରଣଙ୍କ ଭୂମିକା :
- 1970 ଦଶକରେ ଅଧୁନା ଉତ୍ତରାଖଣ୍ଡ ରାଜ୍ୟର ହିମାଳୟ ପାଦଦେଶରେ ଅହିଂସା ମାର୍ଗରେ ପରିଚାଳିତ ଏକ ପରିବେଶ ଆନ୍ଦୋଳନ ସାଧାରଣ ଜନତା, ମୁଖ୍ୟତଃ ମହିଳାଙ୍କ ଦ୍ବାରା ଆରମ୍ଭ ହୋଇଥିଲା । ଏହା ଚିପକୋ ଆନ୍ଦୋଳନ ନାମରେ ଖ୍ୟାତ ।
- ଚିପ୍ପକୋ ଆନ୍ଦୋଳନ – ଶ୍ରୀଯୁକ୍ତ ଚଣ୍ଡୀଚରଣ ଭଟ୍ଟ ନାମକ ଜଣେ ପରିବେଶବିତ୍ ସାଧାରଣ ଜନତା ଓ କୃଷକଙ୍କୁ ନେଇ ଜଙ୍ଗଲରୁ ଗଛକାଟିବା ବିରୁଦ୍ଧରେ ‘ଚିସକୋ ଆନ୍ଦୋଳନ’ ର ପ୍ରଥମ ସୂତ୍ରପାତ ‘ମଣ୍ଡଳଗ୍ରାମ’ରୁ ଆରମ୍ଭ କରିଥିଲେ । ସାଧାରଣ ଗ୍ରାମବାସୀ ଓ କୃଷକ ଜଙ୍ଗଲକୁ ଯାଇ ଗଛକୁ କୁଣ୍ଢାଇ ଗଛକଟାଳିମାନଙ୍କୁ ଗଛ କାଟିବାରୁ ବାରଣ କରିଥିଲେ ।
- ଏହି ଆନ୍ଦୋଳନର ସଫଳତା ପରେ ଶ୍ରୀଯୁକ୍ତ ସୁଦଜିକାଲି ବହୁଗୁଣା ନାମକ ଅନ୍ୟ କନ୍ୟା ପରିବେଶବିତ ‘ରାଜି’ ଗ୍ରାମରେ ଏହି ଆନ୍ଦୋଳନ ଆରମ୍ଭ କରିଥିଲେ । ଏହିଗ୍ରାମର ଗୌରୀ ଦେବୀ ନାମ୍ନୀ ଜଣେ ମହିଳା ଗ୍ରାମର ଅନ୍ୟ କିଛି ମହିଳାଙ୍କୁ ନେଇ ଜଙ୍ଗଲ ଭିତରେ ଗଛକୁ କୁଣ୍ଢାଇ ଧରି ଗଛକଟାଳୀଙ୍କୁ ବାଧା ଦେଇଥିଲେ ।
- ସେଥିମଧ୍ୟରୁ ପଶ୍ଚିମବଙ୍ଗର ଆରାବରି ଅଞ୍ଚଳରେ ଶାଳ ଜଙ୍ଗଲ ସଂରକ୍ଷଣ ପାଇଁ ଆନ୍ଦୋଳନ, କେରଳରେ ‘ସାଇଲେଣ୍ଟ ଭ୍ୟାଲି ବଞ୍ଚାଅ’ ଆନ୍ଦୋଳନ ଉଲ୍ଲେଖଯୋଗ୍ୟ ।
→ପ୍ରାକୃତିକ ସମ୍ପଦ ସଂରକ୍ଷଣରେ ଆନ୍ତର୍ଜାତୀୟ ଚିତ୍ରପଟ୍ଟ :
1. ପ୍ରାକୃତିକ ସମ୍ପଦର ସଂରକ୍ଷଣ ପାଇଁ ବିଭିନ୍ନ ଅନ୍ତଃରାଷ୍ଟ୍ରୀୟ ସଂସ୍ଥାମାନ କାର୍ଯ୍ୟ କରୁଛନ୍ତି । ସେଥୁମଧ୍ୟରୁ କେତୋଟି ସଂସ୍ଥା ବିଷୟରେ ନିମ୍ନରେ ଉଲ୍ଲେଖ କରାଯାଇଛି ।
(i) ଆଇୟୁସିଏନ୍ (IUCN – International Union for Conservation of Nature and Natural Resources) :
- ଏହା ପୃଥିବୀର ସବୁଠାରୁ ବଡ଼ ପରିବେଶ ସମ୍ବନ୍ଧୀୟ ସଂସ୍ଥା । ଏହା ସ୍ଵତନ୍ତ୍ର ଭାବରେ ପରିବେଶ, ଜୈବବିବିଧତା, ସମ୍ପଦର ସଂରକ୍ଷଣ ଏବଂ ପ୍ରାକୃତିକ ସମ୍ପଦର ପରିପୋଷଣକାରୀ ବ୍ୟବହାର ବିଷୟରେ କାର୍ଯ୍ୟ କରୁଛି ।
(ii) ବିଶ୍ଵ – ବିଶ୍ୱ ବନ୍ୟପ୍ରାଣୀ ପାଣ୍ଠି (WWF – World Wildlife fund) :
- ପ୍ରକୃତି ଓ ପ୍ରାକୃତିକ ସମ୍ପଦର ସଂରକ୍ଷଣ ପାଇଁ ଏହି ସଂସ୍ଥା ପୃଥିବୀର ବିଭିନ୍ନ ଦେଶରେ କାର୍ଯ୍ୟ କରୁଛି । ଏହାର ମୂଳଲକ୍ଷ୍ୟ ହେଉଛି ବିଶ୍ଵ ଜୈବବିବିଧତାର ସଂରକ୍ଷଣ ଏବଂ ପ୍ରାକୃତିକ ସମ୍ପଦର ସମାନ ଓ ପରିପୋଷଣକାରୀ ବ୍ୟବହାର ନିଶ୍ଚିତ କରିବା ।
- ଗ୍ରୀନ୍ନ୍ ପିସ୍ (Green Peace) ଆର୍ଥ ଡେ (Earth Day) ଓ ୟୁନେସ୍କା (UNESCO) ପରି ସଂସ୍ଥାପାନେ ପୃଥିବୀର ବିଭିନ୍ନ ଦେଶରେ ପରିବେଶ ସୁରକ୍ଷା ଏବଂ ପରିବେଶ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ସମାଧାନ ଉପରେ କାର୍ଯ୍ୟ କରୁଛନ୍ତି ।
→କୋଇଲା ଓ ପେଟ୍ରୋଲିୟମ୍ ସଂରକ୍ଷଣ :
- ଶିଳ୍ପସଂସ୍ଥାର ଅଭିବୃଦ୍ଧି ଓ ନୂତନ ଶିଳ୍ପ ପ୍ରତିଷ୍ଠାଦ୍ୱାରା ଦିନକୁ ଦିନ ଜୀବାଶ୍ମ ଇନ୍ଧନ ଅଧିକରୁ ଅଧିକ ବ୍ୟବହୃତ ହେବାରେ ଲାଗିଛି ।
- ଗାଡ଼ିମଟର ଓ କୃଷି ଇତ୍ୟାଦିରେ ଏହି ଇନ୍ଧନର ବହୁଳ ବ୍ୟବହାର କରାଯାଉଛି । ଫଳରେ ଆମର ଚାହିଦା ମେଣ୍ଟାଇବାପାଇଁ ଆମେ ଦିନକୁ ଦିନ ଅଧ୍ଵ ମାତ୍ରାରେ କୋଇଲା ଓ ପେଟ୍ରୋଲିୟମ ଉତ୍ତୋଳନ କରିଚାଲିଛୁ ।
- ଯଦି ଏଗୁଡ଼ିକର ବ୍ୟବହାର ଏହି ଗତିରେ ଚାଲେ ତେବେ ଭବିଷ୍ୟତରେ ଦିନେ ନା ଦିନେ ଏହା ଶେଷ ହୋଇଯିବ ।
- ଆକଳନରୁ ଜଣାଯାଏ ଯେ ଆସନ୍ତା ପ୍ରାୟ 50 ବର୍ଷ ମଧ୍ୟରେ ପେଟ୍ରୋଲିୟମ୍ ଓ 100 ବର୍ଷ ମଧ୍ୟରେ କୋଇଲା ସମ୍ପଦ ଶେଷ ହୋଇଯିବ ।
- ଆମେ ନିଜକୁ ଓ ଜୈବବିବିଧତାକୁ ରକ୍ଷା କରିବାପାଇଁ କୋଇଲା ତଥା ପେଟ୍ରୋଲିୟମ୍ର ବ୍ୟବହାରକୁ ନିୟମିତ କରିବା ସଙ୍ଗେ ସଙ୍ଗେ ବିକଳ୍ପ, ନବୀକରଣ ଯୋଗ୍ୟ ଶକ୍ତି ବ୍ୟବହାରକୁ ତ୍ବରାନ୍ବିତ କରିବା ଦରକାର ।
ଜଳସଙ୍ମ୍ପଦସଂରକ୍ଷଣ :
- ଆମ ପୃଥିବୀରେ ବହୁ ପରିମାଣରେ ଜଳ ରହିଥିଲେ ମଧ୍ୟ ମଧୁର ଜଳର ପରିମାଣ କମ୍ । କିନ୍ତୁ ଏହି ମାତ୍ରାର ମଧୁରଜଳ ଆମର ଆବଶ୍ୟକତାକୁ କୋଟି କୋଟି ବର୍ଷ ଧରି ମେଣ୍ଟାଇ ଆସୁଛି ।
- ଜନସଚେତନତା ଓ ମାନବ ଅନ୍ତର୍ଭୁକ୍ତ ଦ୍ବାରା ଜଳ ସମ୍ପଦର ଉନ୍ନତି ଘଟିବା ସଙ୍ଗେ ସଙ୍ଗେ ଏହାର ସଦ୍ବ୍ୟବହାର ଓ ସଂରକ୍ଷଣ କରାଯାଇପାରିବ ।
- ସଂରକ୍ଷଣ ଓ ସୁପରିଚାଳନା କରି ଆସୁଛନ୍ତି ।
- ଗୋଟିଏ ସ୍ଥାନର ଜଳସମ୍ପଦର ପରିମାଣ ସେହି ସ୍ଥାନର ବୃଷ୍ଟିପାତ ଉପରେ ନିର୍ଭର କରୁଥିଲେ ମଧ୍ୟ ଏହା ଆହୁରି ଅନେକ କାରକଦ୍ବାରା ନିୟନ୍ତ୍ରିତ ହୋଇଥାଏ । ସେମାନଙ୍କ ମଧ୍ୟରେ ସେହି ସ୍ଥାନର ଶିଳ୍ପସମୃଦ୍ଧି, ଭୂପୃଷ୍ଠ ଜଳ ସମ୍ପଦର ପରିମାଣ, ଜଙ୍ଗଲର ଆୟତନ ଓ ନଦୀବନ୍ଧ ଯୋଜନା ଅନ୍ୟତମ ।
- ଆମ ଦେଶର ବୃଷ୍ଟିପାତ ପରିମାଣ ଅନ୍ୟାନ୍ୟ ଦେଶ ତୁଳନାରେ ଅଧିକ ହୋଇଥିଲେ ମଧ୍ୟ ଆମେ ପର୍ଯ୍ୟାପ୍ତ ପରିମାଣର ଜଳ ସଞ୍ଚୟକରି ରଙ୍ଖାରୁ ନଥିବାରୁ ଗ୍ରୀଷ୍ମଋତୁରେ ଜଳାଭାବର ସମ୍ମୁଖୀନ ହେଉଛୁ ।
- ପାହାନ ଓ ପର୍ବମାନଙ୍କରୁ ଜଙ୍ଗଲ ସଫା ହୋଇଯିବାଦ୍ବାରା ଉତଳକୁ ଜଳଜ ଗତି ବିମଣା ହ୍ରାସ ପାଇବାରେ ଲାଗିଛି ଓ ଭୂତଳ ଜଳର ଗତି କମିବାରେ ଲାଗିଛି । ସେଥ୍ପାଇଁ ଜଳ ସମ୍ପଦର ସଂରକ୍ଷଣ ସହ ଏହାର ସୁପରିଚାଳନା
ଜଳ ସମ୍ପଦର ବିକାଶପାଇଁ ଆବଶ୍ୟକ ପଦକ୍ଷେପ :
→(1) ନଦୀବନ୍ଧ ଯୋଜନା (River Dam Project) :
- ଆମ ଦେଶରେ ଚାଷବାସ ପାଇଁ ଜଳସେଚନର ଆବଶ୍ୟକତାକୁ ଉପଲବ୍ଧକରି ତତ୍କାଳୀନ ଇଂରେଜ ସରକାର ସର୍ବପ୍ରଥମେ ବିଭିନ୍ନ ବଡ଼ ଓ ଚିରସ୍ରୋତା ନଦୀମାନଙ୍କରେ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ କରିଥିଲେ ।
- ସ୍ବାଧୀନତା ପରେ ଆମ ସରକାର ଏହାକୁ ଆଗେଇ ନେଇ ଅନେକ ବୃହତ୍ ନଦୀବନ୍ଧ ଯୋଜନା ଜରିଆରେ ଜଳଭଣ୍ଡାର ନିର୍ମାଣକ ରିଛନ୍ତା
- ଓଡ଼ିଶାର ହୀରାକୁଦ ନଦୀବନ୍ଧ, କର୍ଣ୍ଣାଟକର ବିଶ୍ଵେଶ୍ଵରାୟା ବନ୍ଧ, ଗୁଜୁରାଟର ସର୍ଦ୍ଦାର ସରୋବର ନଦୀବନ୍ଧ ଇତ୍ୟାଦି ଏହାର ଉଦାହରଣ ।
- ଏହି ନଦୀବନ୍ଧ ଯୋଜନା ସହ କେନାଲ୍ ନିର୍ମାଣଦ୍ଵାରା ଦେଶର ଅନେକ ଅଞ୍ଚଳରେ ଜଳସେଚନ ଓ ପାନୀୟଜଳ ଉପଲବ୍ଧ ହୋଇପାରୁଛି । କେତେକ ସ୍ଥାନରେ କେନାଦ୍ୱାରା ଜଳ ବହୁତ ଦୂର ତଥା ଜଳଭାବଗ୍ରସ୍ତ ସ୍ଥାନକୁ ଯୋଗାଇ ଦିଆଯାଇପାରୁଛି ।
- ବୃହତ୍ ନଦୀବନ୍ଧ ଯୋଜନାଦ୍ୱାରା ମଧ୍ୟ ଆମକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ତ୍ରୁଟିପୂର୍ଣ୍ଣ ଜଳବଣ୍ଟନ ଓ ଜଳସମ୍ପଦର କୁପରିଚାଳନା ହେତୁ ଏହାର ସୁଫଳ ସମସ୍ତଙ୍କୁ ସମପରିମାଣରେ ମିଳିପାରୁନାହିଁ ।
- ଜଳଭଣ୍ଡାର ସୃଷ୍ଟି ହେବାଦ୍ଵାରା ଯେଉଁସବୁ ଗାଁ ଓ ଜମି ଜଳାର୍ଣ୍ଣବ ହେଉଛି ସେଠାକାର ଲୋକମାନଙ୍କୁ ସେହିସ୍ଥାନ ଛାଡ଼ି ଅନ୍ୟସ୍ଥାନକୁ ଯିବାକୁ ପଡ଼ୁଛି । ଫଳରେ ବିସ୍ଥାପିତ ଲୋକମାନେ ସେମାନଙ୍କର ଘରଦ୍ୱାର, ଜମିବାଡ଼ି ଓ ବେପାରବଣିଜ ସବୁ ହରାଇ ନିଃସ୍ବ ହୋଇଯାଉଛନ୍ତି । ସେମାନଙ୍କୁ ଉଚିତ୍ କ୍ଷତିପୂରଣ ଓ ଚାକିରି ନ ମିଳିବାଦ୍ୱାରା ଅପ୍ରୀତିକର ସାମାଜିକ ତଥା ଅର୍ଥନୈତିକ ପରିସ୍ଥିତି ସୃଷ୍ଟି ହେଉଛି ।
ଆଜି ପର୍ଯ୍ୟନ୍ତ ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତ ଲୋକମାନେ ସେମାନଙ୍କର ଥଇଥାନ ଓ କ୍ଷତିପୂରଣ ପାଇଁ ଆନ୍ଦୋଳନ କରୁଛନ୍ତି । ସର୍ଦ୍ଦାର ସରୋବର ବନ୍ଧର ଉଚ୍ଚତା ନ ବଢ଼ାଇବାପାଇଁ ମେଧା ପାକରଙ୍କ ନେତୃତ୍ୱରେ ନର୍ମଦା ବଞ୍ଚାଅ ଆନ୍ଦୋଳନ ଏବେବି ଚାଲିଛି । ଏହାଛଡ଼ା ଅନେକ ବୃହତ୍ ଜଳଭଣ୍ଡାର ଅଞ୍ଚଳରେ ଜଙ୍ଗଲଜମି ଜଳାର୍ଣ୍ଣବ ହୋଇ ଜଙ୍ଗଲକ୍ଷୟ ଘଟୁଛି । ଫଳରେ ପରିବେଶର କ୍ଷତିଘଟିବା ସହିତ ପରିସ୍ଥାନ ନଷ୍ଟହୋଇ ଜୈବବିବିଧତାର ଅପୂରଣୀୟ କ୍ଷତି ଘଟୁଛି ।
- ବୃହତ୍ ନଦୀବନ୍ଧ ପରିବର୍ତ୍ତେ ଜଳସଞ୍ଚୟ ପାଇଁ ଆମକୁ ବିକଳ୍ପ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଦରକାର । ଛୋଟ ଉପଲବ୍ଧ ହୋଇପାରିବ ଓ ବଣ୍ଟନଜନିତ କ୍ଷୟ ତଥା ଅସୁବିଧା ଦୂର ହୋଇପାରିବ ।
- ଆମ ରାଜ୍ୟରେ ଏହିପରି ଅନେକ ଛୋଟ ଛୋଟ ନଦୀବନ୍ଧ, ଯଥା- ଖଇଖାଇ (ମୟୂରଭଞ୍ଜ, ନରାଜ (କଟକ), ମୁଣ୍ଡୁଳି (ଆଠଗଡ଼) ଡ଼େରାସ (ଭୁବନେଶ୍ଵର) ଓ ସାଳିଆ (ବାଣପୁର) ଆଦି ନିର୍ମାଣ କରାଯାଇ ଜଳସେଚନ ସହ ସହରକୁ ଜଳଯେ।ଗାଣ କରାଯାଇପାରୁଛି ।
- ଓଡ଼ିଶା ସରକାର ‘ମୋ ପୋଖରୀ’ ପ୍ରକଳ୍ପ ଏହି ଦିଗରେ ଏକ ଉତ୍ତମ ପଦକ୍ଷେପ ।
→(2) ଜଳଛାୟା ପରିଚାଳନା (Watershed Management) :
1. ପାହାଡ଼ର ଗଡ଼ାଣିଆ ଅଞ୍ଚଳରେ ଜଙ୍ଗଲ ସୃଷ୍ଟିକରି, ପଥର ଅଟକ ବନ୍ଧଦେଇ ଜଳପ୍ରବାହର କ୍ଷିପ୍ରତାକୁ କମାଇବା ଓ ଜଳର ଭୂତଳକୁ ପ୍ରବେଶର ମାତ୍ରା ବୃଦ୍ଧି କରିବାଦ୍ୱାରା ବର୍ଷାଜଳ ଭୂତଳ ଜଳଭାବରେ ସଂରକ୍ଷିତ ହୋଇପାରିବ । ଏହି ପ୍ରକ୍ରିୟାକୁ ଜଳଛାୟା ପରିଚାଳନା କୁହାଯାଏ ଓ ପାହାଡ଼ର ଗଡ଼ାଣିଆ ଅଞ୍ଚଳକୁ ଜଳଛାୟା ଅଞ୍ଚଳ କୁହାଯାଏ । ଜଳଛାୟା ପରିଚାଳନା ପାଇଁ ନିମ୍ନୋକ୍ତ ପଦକ୍ଷେପ ନିଆଯାଏ । ଯଥା-
(କ) ପାହାଡ଼ର ଗଡ଼ାଣିଆ ଅଞ୍ଚଳରେ ଜଙ୍ଗଲକ୍ଷୟକୁ ରୋକିବା ଓ ବୃକ୍ଷରୋପଣ କରି ନୂତନ ଜଙ୍ଗଲ ସୃଷ୍ଟି କରିବା ।
(ଖ) ପାହାଡ଼ର ଶିଖରରୁ ପାଦଦେଶ ପର୍ଯ୍ୟନ୍ତ ସ୍ଥାନେ ସ୍ଥାନେ ଛୋଟ ଛୋଟ ପଥର ବନ୍ଧ ନିର୍ମାଣ କଲେ ବର୍ଷାଜଳ ଆସ୍ତେ ଆସ୍ତେ ପାହାଡ଼ତଳକୁ ଗତି କରିବ ଓ ତଳେ ପହଞ୍ଚିବାପାଇଁ ଜଳକୁ ଅଧିକ ସମୟ ଲାଗିବ । ଫଳରେ ପର୍ଯ୍ୟାପ୍ତ ପରିମାଣର ଜଳ ଭୂତଳକୁ ଗତିକରି ପାରିବ ।
(ଗ) ଜଳଛାୟା ଅଞ୍ଚଳରେ କୃଷିକାର୍ଯ୍ୟକୁ ତ୍ୱରାନ୍ବିତ କରି ସ୍ଥାନୀୟ ଅଧିବାସୀମାନଙ୍କ ଆୟ ବୃଦ୍ଧି କରାଇଲେ ସେମାନେ ଜଙ୍ଗଲ କାଟିବାରୁ ନିବୃତ୍ତ ରହି ନିଜ ପ୍ରଚେଷ୍ଟାରେ ନୂତନ ଜଙ୍ଗଲ ସୃଷ୍ଟି କରିବାକୁ ଆଗ୍ରହୀ ହେବେ ।
→(3) ବୃଷ୍ଟିଜଳ ସଂରକ୍ଷଣ (Conservation of Rain water) :
- ଆମ ଦେଶରେ ବୃଷ୍ଟିଜଳକୁ ସଂରକ୍ଷଣ କରି ଦରକାର ସମୟରେ ବ୍ୟବହାର କରିବା ଏକ ଚିରାଚରିତ ପ୍ରଥା । ସେଥିପାଇଁ ସବୁ ଗାଁ ମୁଣ୍ଡରେ ଏକ ପୋଖରୀ ଦେଖିବାକୁ ମିଳିଥାଏ ।
- ଭୂତଳ ଓ ଭୂପୃଷ୍ଠ ଜଳ ସଂରକ୍ଷଣଦ୍ଵାରା ମାଟିର ଆର୍ଦ୍ରତା ବୃଦ୍ଧି ପାଇଥାଏ; ମାଟିରୁ ଗଛପତ୍ର ଓ ଫସଲକୁ ଜଳ ମିଳିଥାଏ ।
- ସମତଳ ଅଞ୍ଚଳରେ ବର୍ଷାଜଳ ସଂରକ୍ଷଣ ପାଇଁ ନୂତନ ଜ୍ଞାନକୌଶଳର ପ୍ରୟୋଗ କରାଯାଉଛି ।
- ମାଟି କିମ୍ବା କଂକ୍ରିଟ୍ ସାହାଯ୍ୟରେ ଛୋଟ ଛୋଟ ଅଟକବନ୍ଧ ବା ଆଡ଼ିବନ୍ଧ (Check dam) କରାଯାଇ ବର୍ଷାଜଳକୁ ରଖାଯିବାଦ୍ଵାରା ଏହି ଜଳ ତଳକୁ ଗତିକରି ଭୂତଳ ଜଳସ୍ତରର ବୃଦ୍ଧି ଘଟାଇ ପାରୁଛି ।
- କେବଳ ଖାଲୁଆ ଅଞ୍ଚଳରେ ଏହି ଜଳ ଭୂପୃଷ୍ଠ ଜଳ ଆକାରରେ ବର୍ଷସାରା ଉପଲବ୍ଧ ହେଉଥିବାବେଳେ ଜଳ ଜମି ରହୁଥିବା ସ୍ଥାନଗୁଡ଼ିକରେ ଖରାଦିନେ ଚାଷକାର୍ଯ୍ୟ କରାଯାଇ ପାରୁଛି ଓ ଭୂତଳ ଜଳ ଉତ୍ତୋଳନ କରି ଜଳଲୋଚନ କରାଯାଇ ପାରୁଛି ।
- ରହୁନାହିଁ ଓ ଏହା ବୋହିଯାଇ ନଦୀରେ ମିଶୁଛି । ସେଥ୍ପାଇଁ ଆମକୁ ବର୍ଷାଜଳ ସଂରକ୍ଷଣ କରି ଭୂତଳକୁ ପଠାଇବାର ରହୁନାହିଁ ଓ ଏହା ବୋହିଯାଇ ନଦୀରେ ମିଶୁଛି । ସେଥ୍ପାଇଁ ଆମକୁ ବର୍ଷାଜଳ ସଂରକ୍ଷଣ କରି ଭୂତଳକୁ ପଠାଇବାର ବ୍ୟବସ୍ଥା କରିବା ଦରକାର ।
- ଛାତ ଉପରେ ପଡ଼ୁଥିବା ବର୍ଷାଜଳକୁ ଏକ ବାଲିଶଯ୍ୟା ଥିବା କମ୍ ଗଭୀର ଗର୍ଭକୁ ଛାଡ଼ିଦେଲେ ଏହି ଜଳ ବାଲିଶଯ୍ୟାଦ୍ଵାରା ଶୋଷିହୋଇ ମାଟିତଳକୁ ଗତିକରି ଭୂତଳ ଜଳ ସହିତ ମିଶିପାରିବ । ଏହାଛଡ଼ା ବର୍ଷାଜଳକୁ ଟାଙ୍କି ସାହାଯ୍ୟରେ ସଂଗ୍ରହ କରି ସିଧାସଳଖ ବ୍ୟବହାର ମଧ୍ୟ କରାଯାଇପାରିବ ।
→(4) ଜଳର ପୁନଶ୍ଚକ୍ରଣ (Water Recycle) :
1. କୃଷି ଓ ପିଇବାପାଇଁ ଆବଶ୍ୟକ ଜଳ ଅପେକ୍ଷା ଶିଳ୍ପସଂସ୍ଥାମାନେ ଅଧ୍ଵ ପରିମାଣର ଜଳ ବ୍ୟବହାର କରିଥାନ୍ତି ଏହି ଜଳ ଦୂଷିତ ହୋଇ ନିର୍ଗତ ହୋଇଥାଏ ଓ ଅନେକ ସମୟରେ ବିଶୋଧ ନ ହୋଇ ଭୂପୃଷ୍ଠ ଜଳରେ ମିଶିବାଦ୍ୱାରା ଜଳ ପ୍ରଦୂଷଣ ହୋଇଥାଏ ।
2. ଶିଳ୍ପସଂସ୍ଥାମାନେ ବ୍ୟବହାର କରୁଥିବା ଜଳକୁ ଆବଶ୍ୟକତା ଅନୁସାରେ ବିଶୋଧ କରି ପୁନଶ୍ଚକ୍ରଣ କରିପାରିଲେ ଜଳ ପ୍ରଦୂଷଣଜନିତ ସମସ୍ୟା ଦୂର ହେବା ସହିତ ଶିଳ୍ପସଂସ୍ଥାମାନଙ୍କର ଜଳ ଆବଶ୍ୟକତାର ଆଂଶିକ ଭରଣ କରାଯାଇପାରିବ ଓ ଭୂପୃଷ୍ଠଜଳ ସମ୍ପଦ ଉପରେ ସେମାନଙ୍କର ନିର୍ଭରଶୀଳତା କିଛିମାତ୍ରାରେ କମାଯାଇପାରିବ ।
3. ଶିସଂସ୍ଥାମାନେ ନିଜସ୍ବ ଶକ୍ତି ଉତ୍ପାଦନ କେନ୍ଦ୍ରପରି ନିଜ ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା ଜରିଆରେ ବ୍ଲକ ଗଚ୍ଛିତ କରି ରଖୂପାରିବେ ଓ ଏହାକୁ ବ୍ୟବହାର କରିପାରିବେ ।
କାର୍ଯ୍ୟାବଳୀ (ACTIVITY)
କାର୍ଯ୍ୟାବଳୀ – 1
ଘରେ ସୃଷ୍ଟି ହେଉଥିବା ଆବର୍ଜନା ସମ୍ବନ୍ଧରେ ତଥ୍ୟ ସଂଗ୍ରହ !
ପରୀକ୍ଷଣ :
- ଘରେ ସୃଷ୍ଟି ହେଉଥିବା ଆବର୍ଜନାକୁ 2ରୁ 3ଦିନ ପର୍ଯ୍ୟନ୍ତ ସଂଗ୍ରହ କରାଯାଉ ।
- ଆବର୍ଜନାଗୁଡ଼ିକୁ ଭଲଭାବରେ ଖରାରେ ଶୁଖାଯାଏ ।
- ଆବର୍ଜନାଗୁଡ଼ିକୁ ପୁନଶ୍ଚକ୍ରଣା ଯୋଗ୍ୟ ଓ ଅଯୋଗ୍ୟଭାବେ ପୃଥକ କରାଯାଉ ।
- ଶୁଖୁଲା ଅଳିଆ ଆବର୍ଜନାକୁ ଗୋଟିଏ ପଲିଥୁନ୍ ଜରିରେ ରଖ୍ ଏହାର ଓଜନ ନିଆଯାଉ ।
ପର୍ଯ୍ୟବେକ୍ଷଣ :
- ଘରର ସମୁଦାୟ ଆବର୍ଜନାର ଓଜନ ନିଆଯାଉ ।
- ଏହି ଆବର୍ଜନାରୁ କେବଳ ପୁନଶ୍ଚକ୍ରଣ ଯୋଗ୍ୟ ଆବର୍ଜନାର ଓଜନ ନିଆଯାଉ ।
- ପୁନଶ୍ଚକ୍ରଣ ଯୋଗ୍ୟ ଆବର୍ଜନାର ଅଂଶ ନିର୍ଣ୍ଣୟ କରାଯାଉ ।
ଫୋପଡ଼ା ଯାଉଥିବା ବାର୍ଷିକ ପୁନଶ୍ଚକ୍ରଣ ଯୋଗ୍ୟ ଆବର୍ଜନାର ପରିମାଣ
= ଦୈନିକ ସୃଷ୍ଟି ହେଉଥିବା ଆବର୍ଜନାର ପରିମାଣ × 365
ସିଦ୍ଧାନ୍ତ :
ଉପରୋକ୍ତ ପରୀକ୍ଷଣରୁ ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେବାଯେ, ଘରେ ସୃଷ୍ଟି ହେଉଥିବା ସମୁଦାୟ ଆବର୍ଜନାରୁ ଅଧିକାଂଶ ପୁନଶ୍ଚକ୍ରଣଯୋଗ୍ୟ ଅଟେ । ଏହାର ସଠିକ୍ ଉପଯୋଗ କରାଯାଇପାରିଲେ ସମ୍ବଳର ସଂରକ୍ଷଣ ସମ୍ଭବ ହୋଇପାରିବ ।
କାର୍ଯ୍ୟାବଳୀ – 2
ଆବର୍ଜନାର ପୁନଃବ୍ୟବହାର ସମ୍ବନ୍ଧରେ ପଦକ୍ଷେପ ।
ପରୀକ୍ଷଣ :
- ଘର ଚାରିପାଖରେ ପଡ଼ୁଥୁବା ଆବର୍ଜନାଗୁଡ଼ିକର ଏକ ଚିଠା ପ୍ରସ୍ତୁତ କରାଯାଉ ।
- ଆବର୍ଜନା ସୃଷ୍ଟିର ଉତ୍ସ ନିର୍ଦ୍ଧାରଣ କରାଯାଉ ।
- ଆବର୍ଜନା ହ୍ରାସ ସମ୍ବନ୍ଧରେ ଉପାୟ ନିର୍ଣ୍ଣୟ କରାଯାଉ ।
ପର୍ଯ୍ୟବେକ୍ଷଣ :
- ଦହନଶୀଳ ଆବର୍ଜନାଗୁଡ଼ିକୁ ପୋଡ଼ିଦେଲେ ଏହାର ବସ୍ତୁତ୍ଵ ହ୍ରାସପାଏ । ଉଦାହରଣ : କାଗଜ ଅଙ୍ଗାର ଓ ପାଉଁଶରେ ପରିଣତ ହେବ ।
- ସବୁଜ ପତ୍ରକୁ ପାଣିରେ ପକାଇଲେ ଅନେକ ଦିନ ପରେ ଏହା ତରଳ ସବୁଜ ଖତରେ ପରିଣତ ହୁଏ ।
- ତରଳ ଆବର୍ଜନାକୁ ନାଳରେ ଛାଡ଼ିବା ପୂର୍ବରୁ ମାଟି ଉପରେ ପ୍ରବାହିତ କରାଇଲେ ଜଳ ଶୋଷିତ ହୁଏ ଓ କଠିନ ଆବର୍ଜନାକୁ ମାଟି ଉପରୁ ସହଜରେ ପୃଥକ୍ କରିହୁଏ ।
- ଗୋବରକୁ ଘସିରେ ପରିଣତ କଲେ ଏହାର ଓଜନ ହ୍ରାସପାଏ ।
ସିଦ୍ଧାନ୍ତ:
ଉପରୋକ୍ତ କାର୍ଯ୍ୟାବଳୀ ଗୁଡ଼ିକରୁ ସୁସ୍ପଷ୍ଟ ଯେ ସମସ୍ତ ଆବର୍ଜନା ମଧ୍ୟରୁ କେତେକ ଆବର୍ଜନାକୁ ପୁନଃବ୍ୟବହାର କରାଯାଇପାରିଲେ ବା ଏହାର ବସ୍ତୁତ୍ଵ ହ୍ରାସ କରାଯାଇପାରିଲେ ଆବର୍ଜନା ଜନିତ ସମସ୍ୟାର ସମାଧାନ ହୋଇପାରିବ । .
କାର୍ଯ୍ୟାବଳୀ – 3
ଘରେ ସୃଷ୍ଟି ହେଉଥିବା ଆବର୍ଜନାର ସୁପରିଚାଳନା ।
ପରୀକ୍ଷଣ :
- ଗୋଟିଏ ଦିନର ଆବର୍ଜନାକୁ ଗୋଟିଏ ସୂତା ଅଖାରେ ସଂଗ୍ରହ କରାଯାଉ ।
- ଏହି ଆବର୍ଜନାକୁ ଓଜନ କରି ଗୋଟିଏ ସ୍ଥାନରେ ମାଟି ଖୋଳି ପୋତି ଦିଆଯାଉ ଓ ଏହା ଉପରେ ପ୍ରତିଦିନ ପାଣିଦେଇ ଓଦା ରଖାଯାଉ ।
- 15 ଦିନରେ ଏହି ଆବର୍ଜନାପୂର୍ଣ୍ଣ ବସ୍ତାକୁ ମାଟିରୁ ବାହାର କରାଯାଉ ।
ପର୍ଯ୍ୟବେକ୍ଷଣ :
- ବସ୍ତାରେ ଥିବା ସବୁ ଆବର୍ଜନା ପୂରାମାତ୍ରାରେ ଅପଘଟିତ ହେବନାହିଁ ।
- ଜୈବ ନିତ୍ୟିକରଣ ଯୋଗ୍ୟ ଆବର୍ଜନାଗୁଡ଼ିକ ସମୟ ଅନୁସାରେ ମାଟିରେ ମିଶିଯିବ ।
- କିନ୍ତୁ ଜୈବ ନିମ୍ନିକରତା ଅଯୋଗ୍ୟ ଆବର୍ଜନାଗୁଡ଼ିକ ମାଟିରେ ମିଶିବ ନାହିଁ ।
ସିଦ୍ଧାନ୍ତ:
ଜୈବ ନିମ୍ନକରଣ ଅଯୋଗ୍ୟ ଆବର୍ଜନାଗୁ ଡ଼ିକ ଉପରେ ଅଣୁଜୀବମାନଙ୍କର କୌଣସି ପ୍ରଭାବ ନଥାଏ । ଯଥା- କାଚ, ପ୍ଲାଷ୍ଟିକ । ସୁତରାଂ ଅପଘଟିତ ହୋଇପାରୁନଥିବା ଏହି ଆବର୍ଜନାଗୁଡ଼ିକୁ ଆମେ ପୁନଶ୍ଚକ୍ରଣ
କାର୍ଯ୍ୟାବଳୀ – 4
କାର୍ଯ୍ୟାବଳୀ – 5
କଳକାରଖାନାରେ ବ୍ୟବହୃତ ଜଙ୍ଗଲଜାତ ଦ୍ରବ୍ୟର ନାମ :
- ବାଉଁଶ,
- ଘାସ,
- ନଳିତା,
- କାଠ
ଜଙ୍ଗଲଜାତ ଦ୍ରବ୍ୟଗୁଡ଼ିକୁ କଳକାରଖାନାରେ ନିରରେ ବ୍ୟବହୃତ ହେଲେ ଏହି ସମ୍ପଦଗୁଡ଼ିକର ପରିମାଣ ଜଙ୍ଗଲରୁ ଶେଷ ହୋଇ ଦୁର୍ଲଭ ହେବ ।