Odisha State Board BSE Odisha 10th Class Life Science Solutions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ Textbook Exercise Questions and Answers.
BSE Odisha Class 10 Life Science Solutions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ
Question 1.
5R ନୀତି କ’ଣ ? ଏହାଦ୍ଵାରା ଆମର ପ୍ରାକୃତିକ ସମ୍ପଦମାନଙ୍କର କିପରି ସୁରକ୍ଷା ହୋଇପାରିବ ଦର୍ଶାଅ । ପ୍ରତ୍ୟକ୍ଷ ତଥା ପରୋକ୍ଷ ଏବଂ ସ୍ବତଃସ୍ପର୍ଭ ଯୋଗଦାନଦ୍ୱାରା ଆମେ ପରିବେଶର ସୁରକ୍ଷା କରିବା ସହ ପ୍ରାକୃତିକ ସମ୍ପଦର ସୁପରିଚାଳନା ଓ ସଂରକ୍ଷଣ ମଧ୍ୟ କରିପାରିବା ।
(i) ପ୍ରତ୍ୟକ୍ଷ ତଥା ପରୋକ୍ଷ ଏବଂ ସ୍ୱତଃସ୍ଫୁର୍ତ ଯୋଗଦାନଦ୍ୱାରା ଆମେ ପରିବେଶର ସୁରକ୍ଷା କରିବା ସହ ପ୍ରାକୃତିକ ସମ୍ପଦର ସୁପରିଚାଳନା ଓ ସଂରକ୍ଷଣ ମଧ୍ୟ କରିପାରିବା ।
(ii) ପରିବେଶ ତଥା ପ୍ରାକୃତିକ ସମ୍ପଦର ସଂରକ୍ଷଣ ପାଇଁ ‘5R’ ନୀତିକୁ ଏକ ମାଧ୍ୟମ ଭାବରେ ପରିଗଣିତ କରାଯାଇଛି । ଏଗୁଡ଼ିକ ହେଲା- ସମ୍ବରଣ (Reduce), ପୁନଶ୍ଚକ୍ରଣ (Recycle) ଓ ପୁନଃବ୍ୟବହାର (Reuse) ।
(iii) ସମ୍ବରଣ : ଆବଶ୍ୟକତାକୁ ଦୃଷ୍ଟିରେ ରଖ୍ କମ୍ ସମ୍ପଦ ବ୍ୟବହାର କରିବାକୁ ସମ୍ବରଣ କୁହାଯାଏ । ଅନେକ ସମୟରେ ଆମେ ଆବଶ୍ୟକଠାରୁ ଅଧିକ ସମ୍ପଦ ବ୍ୟବହାର କରିଥାଉ ଓ ନଷ୍ଟ ମଧ୍ୟ କରିଥାଉ । ଆମେ ସଚେତନ ହେଲେ ଏହି ଅପଚୟକୁ ରୋକିହେବ ।
(iv) ପୁନଶ୍ଚକ୍ରଣ : ଆମେ କିଛିମାତ୍ରାରେ ବର୍ଜ୍ୟବସ୍ତୁକୁ କଞ୍ଚାମାଲ ଭାବରେ ବ୍ୟବହାର କରି ପୁନର୍ବାର ବ୍ୟବହାର କରିବା ହେଉଛି ପୁନଶ୍ଚକ୍ରଣ ପଦ୍ଧତି । ପୁନଶ୍ଚକ୍ରଣ ଦ୍ବାରା କଳକାରଖାନାର କଞ୍ଚାମାଲର ଆବଶ୍ୟକତା କିଛିମାତ୍ରାରେ ମେଣ୍ଟାଯାଇପାରିବ । ସେହିପରି ଜୈବ ଆବର୍ଜନାକୁ ଆମେ କମ୍ପୋଷ୍ଟରେ ପରିଣତ କରି ବଗିଚାରେ ବା ଚାଷ ଜମିରେ ବ୍ୟବହାର କରିପାରିବା ।
(v) ପୁନଃବ୍ୟବହାର : କୌଣସି ପଦାର୍ଥକୁ ବାରମ୍ବାର ବ୍ୟବହାର କରିବା ସବୁଠାରୁ ଉନ୍ନତ ଓ ପରିବେଶ ଅନୁକୂଳ ପ୍ରଦ୍ଧତି । ବ୍ୟବହାରଯୋଗ୍ୟ ପଦାର୍ଥଗୁଡ଼ିକୁ ଥରେ ବ୍ୟବହାର କରିବା ପରେ ବର୍ଜନ ନ କରି ବାରମ୍ବାର ବ୍ୟବହାର କଲେ ସେହିପଦାର୍ଥର ଠିକ୍ ଉପଯୋଗ ହେବା ସହ ସମ୍ପଦର ସଂରକ୍ଷଣ ମଧ୍ୟ ହୋଇଥାଏ ।
(vi) ଯେକୌଣସି ଦେଶର ଆର୍ଥିକ ପ୍ରଗତି ପରିବେଶ ସୁରକ୍ଷା ଓ ପ୍ରାକୃତିକ ସମ୍ପଦର ଉତ୍ସ ସହିତ ଓତଃପ୍ରୋତ ଭାବେ ଜଡ଼ିତ । ବିକାଶ ଓ ପରିବେଶ ସୁରକ୍ଷା ପରସ୍ପରର ବିପରୀତମୁଖୀ ପରି ଦେଖାଯାଉଥିଲେ ମଧ୍ୟ ଆଧୁନିକ ବଦଳାଇବା ସହ ପରିବେଶର କ୍ଷତି ନ କରି ଅର୍ଥନୈତିକ ଉନ୍ନତି ତଥା ସାମାଜିକ ଅଗ୍ରଗତି କିପରି କରାଯାଇପାରିବ ତାହା ଚିନ୍ତା କରିବା ବିଧେୟ । ତା’ସହ ଆବଶ୍ୟକ ନୀତିନିୟମ ଓ ଆଇନ ପ୍ରଣୟନ ପାଳନ କରିବା ଉଚିତ୍ । ଏହାଦ୍ଵାରା ଆମର ପ୍ରାକୃତିକ ସମ୍ପଦର ସୁରକ୍ଷା ହେବାସହ ଏଗୁଡ଼ିକ ଚିରନ୍ତନ ଭାବରେ ଆମର ଆବଶ୍ୟକତାକୁ ମେଣ୍ଟାଇବାରେ ସକ୍ଷମ ହେବ ।
Question 2.
ଜଙ୍ଗଲ ନଷ୍ଟହେବାର କାରଣଗୁଡ଼ିକ ବର୍ତ୍ତନ କର ।
ଉ-
ନିମ୍ନଲିଖୂତ କାରଣମାନଙ୍କ ଯୋଗୁ ଜଙ୍ଗଲ ସମ୍ପଦ ନଷ୍ଟ ହେଉଛି; ଯଥା-
(i) ଭାରତରେ ଲକ୍ଷ ଲକ୍ଷ ଆଦିବାସୀ ଜଙ୍ଗଲ ଓ ଜଙ୍ଗଲ ତଳି ଅଞ୍ଚଳରେ ବାସକରି ନିଜର ଦୈନନ୍ଦିନ ଜୀବନଯାପନ ପାଇଁ ଜଙ୍ଗଲ ଉପରେ ନିର୍ଭର କରୁଛନ୍ତି ।
(ii) କଳକାରଖାନା, ରାସ୍ତାଘାଟ, ରେଳଲାଇନ୍, ଜନବସତି ଓ ଚାଷପାଇଁ ଜଙ୍ଗଲ ସଫାହେବାଦ୍ଵାରା ବଡ଼ ଘଞ୍ଚ ଜଙ୍ଗଲ ଖଣ୍ଡବିଖଣ୍ଡିତ ହେଉଛି ।
(iii) ଆଦିବାସୀ ଓ ସହର ତଳିଅଞ୍ଚଳର ଗାଁମାନଙ୍କରେ ବାସକରୁଥିବା ଲୋକମାନେ ଜଙ୍ଗଲରୁ ଖାଦ୍ୟ, କାଠ, ପତ୍ର, ଫଳ, ଫୁଲ, ମହୁ, ଝୁଣା ଓ ସେମାନଙ୍କ ଗୃହପାଳିତ ପଶୁମାନଙ୍କପାଇଁ ଚାରା ସଂଗ୍ରହ ଯୋଗୁ ଜଙ୍ଗଲ ସମ୍ପଦର ଅବକ୍ଷୟ ହେଉଛି ।
(iv) ସହରବାସୀମାନେ ପରୋକ୍ଷଭାବରେ ଜଙ୍ଗଲ ଓ ଜଙ୍ଗଲଜାତ ଦ୍ରବ୍ୟଦ୍ୱାରା ଉପକୃତ ହୋଇଥାନ୍ତି । ଏମାନେ ତିଆରି କରିଥାନ୍ତି । ଫଳରେ ଦିନକୁ ଦିନ ଜଙ୍ଗଲ ସମ୍ପଦ କ୍ରମଶଃ ସଙ୍କୁଚିତ ହେଉଛି ଓ ମୁଣ୍ଡପିଛା ଜଙ୍ଗଲର ଆୟତନ କମିବାରେ ଲାଗିଛି ।
(v) ବହୁ ଶିଳ୍ପସଂସ୍ଥାରେ ଜଙ୍ଗଲଜାତ ପଦାର୍ଥକୁ କଞ୍ଚାମାଲ ଭାବରେ ବ୍ୟବହାର କରି ଅନେକ ପ୍ରକାରର ବ୍ୟବହାରଯୋଗ୍ୟ ପଦାର୍ଥ ଉତ୍ପାଦନ କରାଯାଉଛି । କାଗଜ, କାଠ, ଖେଳ ଉପକରଣ ଓ କବିରାଜି ଔଷଧ ଦ୍ରୁତକ୍ଷୟ ଘଟୁଛି ।
(vi) ଜଙ୍ଗଲରେ ଅଧିବାସୀମାନଙ୍କର ଅର୍ଥନୈତିକ ପ୍ରଗତି ଓ ସାମାଜିକ ବିକାଶ ନ ହେବା ଫଳରେ ସେମାନେ ତାଙ୍କର ବିକଳ୍ପ ଆୟ ପାଇଁ ଜଙ୍ଗଲଜାତ ପଦାର୍ଥ ସଂଗ୍ରହ କରିଥା’ନ୍ତି ।
Question 3.
ଜଙ୍ଗଲ ସମ୍ପଦର ଅଂଶୀଦାରମାନେ କିଏ ? ଜଙ୍ଗଲ ସୁରକ୍ଷାରେ ଏମାନଙ୍କର ଭୂମିକା କ’ଣ ?
ଉ-
(i) ସହର, ଗ୍ରାମାଞ୍ଚଳ ଓ ଜଙ୍ଗଲରେ ବାସ କରୁଥିବା ଆଦିବାସୀ ଓ ଜଙ୍ଗଲ ତଳି ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଜଙ୍ଗଲ ସମ୍ପଦର ଅଂଶୀଦାର ଅଟନ୍ତି । ଏତଦ୍ବ୍ୟତୀତ ଜଙ୍ଗଲ ବିଭାଗ, ପ୍ରକୃତିପ୍ରେମୀ ଓ ଶିଳ୍ପପତିମାନେ ମଧ୍ୟ ଏହାର ଅଂଶୀଦାର ହୋଇଥା’ନ୍ତି ।
(ii) ସଂରକ୍ଷିତ ଜଙ୍ଗଲ ଥିବା ଅଞ୍ଚଳର ପ୍ରତ୍ୟେକ ଗାଁରେ ଏକ ଗ୍ରାମସଭା କରାଯାଇ ସେଥିରେ ଗ୍ରାମବାସୀମାନଙ୍କଦ୍ୱାରା ମନୋନୀତ 5ରୁ 10 ଜଣ ଲୋକଙ୍କୁ ସଭ୍ୟଭାବେ ଗ୍ରହଣ କରାଯାଇଛି ।
ଜଙ୍ଗଲ ସୁରକ୍ଷାରେ ଏମାନଙ୍କର ଭୂମିକା :
(ii) ଏହି ସଦସ୍ୟମାନଙ୍କୁ ସେମାନଙ୍କ ଗାଁ ପାଇଁ ଚିହ୍ନଟ କରାଯାଇଥିବା ଜଙ୍ଗଲ ଅଞ୍ଚଳରେ ଦେଉଥିବା ସମସ୍ତ କାର୍ଯ୍ୟକ୍ରମ, ଯଥା – ବୃକ୍ଷରୋପଣ, ଜଙ୍ଗଲ ସମ୍ପଦ ଓ ଶୁକ୍ଳ ଆଦାୟ ଇତ୍ୟାଦି କ୍ଷେତ୍ରରେ ସିଧାସଳଖ ଜଡ଼ିତ କରାଯାଉଛି । ଗ୍ରାମବାସୀମାନଙ୍କୁ ସେମାନଙ୍କ ଅଞ୍ଚଳର ଜଙ୍ଗଲ ମଧ୍ୟକୁ ପ୍ରବେଶ କରିବା ଓ ଜଙ୍ଗଲଜାତ ପଦାର୍ଥ ସଂଗ୍ରହ କରିବାପାଇଁ ନିୟନ୍ତ୍ରିତ ପ୍ରବେଶାନୁମତି ଦିଆଯିବା ସଙ୍ଗେସଙ୍ଗେ ସେମାନଙ୍କର ସାମୂହିକ ଉନ୍ନତି ପାଇଁ ପ୍ରତ୍ୟକ୍ଷ ଅଂଶଗ୍ରହଣ କରିବାପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।
Question 4.
‘ଜଙ୍ଗଲ ହେଉଛି ଜୈବବିବିଧତାର ଉତ୍ସ’ – ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କର ।
ଉ-
(i) ଜୈବ ବିବିଧତା କହିଲେ ସାଧାରଣତଃ ଗୋଟିଏ ସ୍ଥାନରେ ବସବାସ କରୁଥିବା ସମସ୍ତ ପ୍ରାଣୀ, ଉଭିଦ ଓ ଅଣୁଜୀବମାନଙ୍କୁ ବୁଝାଇଥାଏ । ଜଙ୍ଗଲ ପରିବେଶରେ ଅପେକ୍ଷାକୃତ କମ୍ ଜାଗାରେ ଅନେକ ପ୍ରକାର ବୃକ୍ଷଲତା ଓ ଜୀବଜନ୍ତୁ ଦେଖାଯାଉଥିବାରୁ ଏହାକୁ ଜୈବ ବିବିଧତା ଏକ ମୁଖ୍ୟ ଉତ୍ସ ବୋଲି କୁହାଯାଏ ।
(ii) ଜଙ୍ଗଲରେ ଏହି ପାକତିକ ଜୈବ ବିବିଧତା କତିମ ଉପାୟରେ ମଧ୍ଯ ସୃଷ୍ଟି କରାଯାଇପାରିବ ନାହିଁ । ଅନେକ ଅଞ୍ଚଳରେ ଜଙ୍ଗଲ ସଫା ହୋଇଯିବା ପରେ ସେହି ଅଞ୍ଚଳରେ ଶାଗୁଆନ, ଫାସି ଇତ୍ୟାଦି ଏକ ପ୍ରକାରର ବୃକ୍ଷରୋପଣ କରାଯିବା ଫଳରେ ଜୈବ ବିବିଧତା ହ୍ରାସ ପାଇବା ସହ ଜଙ୍ଗଲ ପରିସଂସ୍ଥାର କ୍ଷତି ଘଟୁଛି ଓ ମୁଭିକାର ମାନ ମଧ୍ଯ କମିଯାଉଛି ।
(iii) ତେଣୁ ପ୍ରକୃତରେ କହିବାକୁ ଗଲେ ପଶୁ, ପକ୍ଷୀ ଓ ଉଦ୍ଭିଦ ଯାହାକି ପ୍ରାକୃତିକ ଭାବେ ଜଙ୍ଗଲରେ ମିଳିଥାଏ, ତାହା ଥରେ ନଷ୍ଟ ହୋଇଗଲେ ପୁନର୍ବାର ସୃଷ୍ଟି କରାଯାଇପାରିବ ନାହିଁ । ତେଣୁ ପ୍ରାକୃତିକ ଜଙ୍ଗଲ ଜୈବ ବିବିଧତାର ପ୍ରମୁଖ ଉତ୍ସ ଅଟେ ।
Question 5.
ଜଙ୍ଗଲ ସମ୍ପଦ ପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପ ବର୍ଣ୍ଣନା କର ।
ଉ-
(i) ଜଙ୍ଗଲ ସମ୍ପଦର ମୁଖ୍ୟତଃ 4ଟି ଅଂଶୀଦାର ରହିଛନ୍ତି; ଯଥା- ଜଙ୍ଗଲ ଓ ତାର ଆଖପାଖ ଅଞ୍ଚଳରେ ଅସ୍ଵାସୀ, ଜଙ୍ଗଲ ବିଭାଗ, ଶିଳ୍ପପତି ଓ ପ୍ରକୃତିପ୍ରେମୀ । ସମସ୍ତ ଅଂଶୀଦାରମାନଙ୍କୁ ସାମିଲ କରି ଜଙ୍ଗଲ ସମ୍ପଦର ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ ଯୁଗ୍ମ ଜଙ୍ଗଲ ପରିଚାଳନା ଯୋଜନା କାର୍ଯ୍ୟକ୍ଷମ କରାଯାଇଛି ।
(ii) ଭାରତ ସରକାରଙ୍କଦ୍ୱାରା ପ୍ରଚଳିତ ଏହି ଜଙ୍ଗଲ ପରିଚାଳନା ଯୋଜନାରେ ସ୍ଥାନୀୟ ଲୋକ ଓ ପ୍ରତ୍ୟକ୍ଷ ଅଂଶୀଦାରମାନଙ୍କ ଅଧିକ ଗରତ ଦିଆଯାଉଛି । ସେମାନଙ୍କର ଅଧିକାରକୁ ଅକ୍ଷୁଣ୍ଣ ରଖୁବା ସହିତ ସେମାନଙ୍କ ଜରିଆରେ ଜଙ୍ଗଲ ସମ୍ପଦର ସଂରକ୍ଷଣ ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ।
(iii) ସେଥୁପାଇଁ ସଂରକ୍ଷିତ ଜଙ୍ଗଲଥିବା ଅଞ୍ଚଳର ପ୍ରତ୍ୟେକ ଗାଁରେ ଏକ ଗ୍ରାମସଭା ଗଠନ କରାଯାଇ ସେଥିରେ ଗ୍ରାମବାସୀମାନଙ୍କଦାରା ମନୋନୀତ ପାଞ୍ଚରୁ ଦଶଜଣ ଲୋକଙ୍କ ସଭ୍ୟଭାବେ ନିଆଯାଉଛି ।
(iv) ଏହି ସଦସ୍ୟମାନଙ୍କୁ ସେମାନଙ୍କ ଗାଁ ପାଇଁ ଚିହ୍ନଟ କରାଯାଇଥିବା ଜଙ୍ଗଲ ଅଞ୍ଚଳରେ ହେଉଥିବା ସମସ୍ତ କାର୍ଯ୍ୟକ୍ରମ, ଯଥା – ବୃକ୍ଷରୋପଣ, ଜଙ୍ଗଲ ସମ୍ପଦ ଓ ଶୁଳ୍କ ଆଦାୟ ଇତ୍ୟାଦି କ୍ଷେତ୍ରରେ ସିଧାସଳଖ ଜଡ଼ିତ କରାଯାଉଛି ।
(v) ଗ୍ରାମବାସୀମାନଙ୍କୁ ସେମାନଙ୍କ ଅଞ୍ଚଳର ଜଙ୍ଗଲ ମଧ୍ୟକୁ ପ୍ରବେଶ କରିବା ଓ ଜଙ୍ଗଲଜାତ ପଦାର୍ଥ ସଂଗ୍ରହ କରିବାପାଇଁ ନିୟନ୍ତ୍ରିତ ପ୍ରବେଶାନୁମତି ଦିଆଯିବା ସଙ୍ଗେସଙ୍ଗେ ସେମାନଙ୍କର ସାମୂହିକ ଉନ୍ନତି ପାଇଁ ସେଠାକାର ଜଙ୍ଗଲରୁ ଲବ୍ଧ ଶୁଳ୍କର ଏକ ଅଂଶ ଖର୍ଚ୍ଚ କରାଯାଉଛି । ଫଳରେ ଗ୍ରାମବାସୀମାନେ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଅଂଶଗ୍ରହଣ କରିବାପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।
Question 6.
ଭୂତଳ ଜଳସ୍ତର କମିବାର କାରଣଗୁଡ଼ିକ କ’ଣ ? ଭୂତଳ ଜଳସ୍ତର କିପରି ସମୃଦ୍ଧ କରାଯାଇପାରିବ ?
ଉ-
ଭୂତଳ ଜଳସ୍ତର କମିବାର କାରଣ :
(i) ଦେଶରେ ଖାଦ୍ୟର ଆବଶ୍ୟକତା ବୃଦ୍ଧିପାଉଥିବାରୁ ଦିନକୁ ଦିନ କୃଷି ଓ ଶିଳ୍ପସଂସ୍ଥା ପାଇଁ ଅଧିକରୁ ଅଧିକ ଜଳ ବ୍ୟବହାର କରାଯାଉଛି । ଫଳରେ ଭୂପୃଷ୍ଠ ଜଳ ବ୍ୟବହାର ସଙ୍ଗେ ସଙ୍ଗେ ଆମ୍ଭେମାନେ ମଧ୍ୟ ନଳକୂପ ଓ ଉଠା ଜଳସେଚନଦ୍ଵାରା ଭୂତଳ ଜଳର ଅତ୍ୟଧିକ ବ୍ୟବହାର କରିଚାଲିଛୁ ।
(ii) ଅନ୍ୟପକ୍ଷରେ ପାହାଡ଼ ଓ ପର୍ବତମାନଙ୍କରୁ ଜଙ୍ଗଲ ସଫା ହୋଇଯିବାଦ୍ବାରା ଭୂତଳକୁ ଜଳର ଗତି କମିବାରେ ଲାଗିଛି ଓ ଭୂତଳ ଜଳର ପରିମାଣ ଦିନକୁ ଦିନ କମିବାରେ ଲାଗିଛି । ସେଥ୍ପାଇଁ ଜଳସମ୍ପଦର ସଂରକ୍ଷଣ ସହ ଏହାର ସୁପରିଚାଳନାପାଇଁ ଆବଶ୍ୟକ ପଦକ୍ଷେପ ନେବା ଦରକାର ।
ଭୂତଳ ଜଳସ୍ତର ସମୃଦ୍ଧ ହେବାର ଉପାୟ :
(iii) ନଦୀବନ୍ଧ ଯୋଜନା – ଆମ ଦେଶରେ ଚାଷବାସ ପାଇଁ ଜଳସେଚନର ଆବଶ୍ୟକତାକୁ ଉପଲବ୍ଧକରି ତତ୍କାଳୀନ ଇଂରେଜ ସରକାର ସର୍ବପ୍ରଥମେ ବିଭିନ୍ନ ବଡ଼ ଓ ଚିରସ୍ରୋତା ନଦୀମାନଙ୍କରେ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ କରିଥିଲେ ।
(iv) ଜଳଛାୟା ପରିଚାଳନା- ପାହାଡ଼ର ଗଡ଼ାଣିଆ ଅଞ୍ଚଳରେ ଜଙ୍ଗଲ ସୃଷ୍ଟିକରି, ପଥର ଅଟକ ବନ୍ଧଦେଇ ଜଳପ୍ରବାହର କ୍ଷିପ୍ରତାକୁ କମାଇବା ଓ ଜଳର ଭୂତଳକୁ ପ୍ରବେଶର ମାତ୍ରା ବୃଦ୍ଧି କରିବାଦ୍ଵାରା ବର୍ଷାଜଳ ଭୂତଳ ଅଞ୍ଚଳକୁ ଜଳଛାୟା ଅଞ୍ଚଳ କୁହାଯାଏ । ଜଳଛାୟା ପରିଚାଳନା ପାଇଁ ନିମ୍ନୋକ୍ତ ପଦକ୍ଷେପ ନିଆଯାଏ ।
(v) ଏକ ଚିରାଚରିତ ପ୍ରଥା । ସେଥିପାଇଁ ସବୁ ଗାଁ ମୁଣ୍ଡରେ ଏକ ପୋଖରୀ ଦେଖିବାକୁ ମିଳିଥାଏ । ଭୂତଳ ଓ ଭୂପୃଷ୍ଠ ଜଳ ସଂରକ୍ଷଣଦ୍ୱାରା ମାଟିର ଆର୍ଦ୍ରତା ବୃଦ୍ଧି ପାଇଥାଏ; ମାଟିରୁ ଗଛପତ୍ର ଓ ଫସଲକୁ ଜଳ ମିଳିଥାଏ । ସମତଳ ଅଞ୍ଚଳରେ ବର୍ଷାଜଳ ସଂରକ୍ଷଣ ପାଇଁ ନୂତନ ଜ୍ଞାନକୌଶଳର ପ୍ରୟୋଗ କରାଯାଉଛି । ମାଟି କିମ୍ବା କଂକ୍ରିଟ୍ ସାହାଯ୍ୟରେ ଛୋଟ ଛୋଟ ଅଟକବନ୍ଧ ବା ଆଡ଼ିବନ୍ଧ କରାଯାଇ ବର୍ଷାଜଳକୁ ରଖାଯିବାଦ୍ଵାରା ଏହି ଜଳ ତଳକୁ ଗତି କରି ଭୂତଳ ଜଳସ୍ତରର ବୃଦ୍ଧି ଘଟାଇ ପାରୁଛି ।
(vi) ଜଳର ପୁନଶ୍ଚ କ୍ରଣ – କୃଷି ଓ ପିଇବାପାଇଁ ଆବଶ୍ୟକ ଜଳ ଅପେକ୍ଷା ଶିଳ୍ପସଂସ୍ଥାମାନେ ଅଧିକ ଜଳ ବ୍ୟବହାର କରିଥାନ୍ତି । ଏହି ଜଳ ଦୂଷିତ ହୋଇ ନିର୍ଗତ ହୋଇଥାଏ ଓ ଅନେକ ସମୟରେ ବିଶୋଧ ନ ହୋଇ ଭୂପୃଷ୍ଠ ଅନୁସାରେ ବିଶୋଧ କରି ପୁନଶ୍ଚକ୍ରଣ କରିପାରିଲେ ଜଳ ପ୍ରଦୂଷଣଜନିତ ସମସ୍ୟା ଦୂର ହେବା ସହିତ ସେମାନଙ୍କର ନିର୍ଭରଶୀଳତା କିଛିମାତ୍ରାରେ କମାଯାଇପାରିବ । ଶିଳ୍ପସଂସ୍ଥାମାନେ ନିଜସ୍ୱ ଶକ୍ତି ଉତ୍ପାଦନ କେନ୍ଦ୍ରପରି ନିଜସ୍ବ ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା ଜରିଆରେ ଜଳ ଗଚ୍ଛିତ କରି ରଖୁରିବେ ଓ ଏହାକୁ ବ୍ୟବହାର କରିପାରିବେ ।
Question 7.
ବୃଷ୍ଟିଜଳ ସଂରକ୍ଷଣର ଉପାୟଗୁଡ଼ିକ ବର୍ଣ୍ଣନ କର ।
ଉ-
(i)ଆମ ଦେଶରେ ବୃଷ୍ଟିଜଳକୁ ସଂରକ୍ଷଣ କରି ଦରକାର ସମୟରେ ବ୍ୟବହାର କରିବା ଏକ ଚିରାଚରିତ ପ୍ରଥା । ଗାଁ ମୁଣ୍ଡରେ ଏକ ପୋଖରୀ ଦେଖିବାକୁ ମିଳିଥାଏ । ଭୂତଳ ଓ ଭୂପୃଷ୍ଠ ଜଳ ସଂରକ୍ଷଣଦ୍ଵାରା ମାଟିର ଆର୍ଦ୍ରତା ବୃଦ୍ଧି ପାଇଥାଏ; ମାଟିରୁ ଗଛପତ୍ର ଓ ଫସଲକୁ ଜଳ ମିଳିଥାଏ ।
(ii) ସମତଳ ଅଞ୍ଚଳରେ ବର୍ଷାଜଳ ସଂରକ୍ଷଣ ପାଇଁ ନୂତନ ଜ୍ଞାନକୌଶଳର ପ୍ରୟୋଗ କରାଯାଉଛି । ମାଟି କିମ୍ବା କଂକ୍ରିଟ୍ ସାହାଯ୍ୟରେ ଛୋଟ ଛୋଟ ଅଟକବନ୍ଧ ବା ଆଡ୍ମିବନ୍ଧ କରାଯାଇ ବର୍ଷାଜଳକୁ ରଖାଯିବାଦ୍ବାରା ଏହି ଜଳ ତଳକୁ ଗତି କରି ଭୂତଳ ଜଳସ୍ତରର ବୃଦ୍ଧି ଘଟାଇ ପାରୁଛି ।
(iii) କେବଳ ଖାଲୁଆ ଅଞ୍ଚଳରେ ଏହି ଜଳ ଭୂପୃଷ୍ଠ ଜଳ ଆକାରରେ ବର୍ଷସାରା ଉପଲବ୍ଧ ହେଉଥିବାବେଳେ ଜଳ ଜମିରହୁଥିବା ସ୍ଥାନଗୁଡ଼ିକରେ ଖରାଦିନେ ଚାଷକାର୍ଯ୍ୟ କରାଯାଇ ପାରୁଛି ଓ ଭୂତଳ ଜଳ ଉତ୍ତୋଳନ କରି ଜଳସେଚନ କରାଯାଇ ପାରୁଛି ।
(iv) ସହରାଞ୍ଚଳମାନଙ୍କରେ ସବୁଆଡ଼େ ‘କଂକ୍ରିଟ୍ ଜଙ୍ଗଲ’ ସୃଷ୍ଟି ହେଉଥିବାରୁ ବର୍ଷାଜଳ ଭୂତଳକୁ ଗତି କରିବାର ବାଟ ରହୁନାହିଁ ଓ ଏହା ବୋହିଯାଇ ନଦୀରେ ମିଶୁଛି । ସେଥିପାଇଁ ଆମକୁ ବର୍ଷାଜଳ ସଂରକ୍ଷଣ କରି ଭୂତଳକୁ ପଠାଇବାର ବ୍ୟବସ୍ଥା କରିବା ଦରକାର ।
(v) ଛାତ ଉପରେ ପଡ଼ୁଥିବା ବର୍ଷାଜଳକୁ ଏକ ବାଲିଶଯ୍ୟା ଥିବା କମ୍ ଗଭୀର ଗର୍ଭକୁ ଛାଡ଼ିଦେଲେ ଏହି ଜଳ ବାଲିଶଯ୍ୟାଦ୍ଵାରା ଶୋଷିହୋଇ ମାଟିତଳକୁ ଗତିକରି ଭୂତଳ ଜଳ ସହିତ ମିଶିପାରିବ । ଏହାଛଡ଼ା ବଷାଜଳକୁ ଟାଙ୍କି ସାହାଯ୍ୟରେ ସଂଗ୍ରହ କରି ସିଧାସଳଖ ବ୍ୟବହାର ମଧ୍ୟ କରାଯାଇପାରିବ ।
Question 8.
ବୃହତ୍ ନଦୀବନ୍ଧ ଯୋଜନାଦ୍ଵାରା ଆମକୁ କେଉଁ ପ୍ରକାରର ସୁବିଧା ମିଳିପାରିଛି ? ଆମେ ଏହାର ବିକଳ୍ପ ଚିନ୍ତା କରିବା କାହିଁକି ଦରକାର ?
ଉ-
(i) ବହଡ଼ ନଦୀବନ୍ଧ ପରିବର୍ତ୍ତେ ଜଳସଞ୍ଚୟ ପାଇଁ ଆମକୁ ବିକଳ୍ପ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଦରକାର । ଛୋଟ ଛୋଟ ନଦୀବନ୍ଧ ଜରିଆରେ ଅନେକ ସ୍ଥାନରେ ଜଳସଞ୍ଚୟ ହୋଇପାରିଲେ ଏହା ସବୁସ୍ଥାନକୁ ସମପରିମାଣରେ ଉପଲବ୍ଧ ହୋଇପାରିବ ଓ ବଣ୍ଟନଜନିତ କ୍ଷୟ ତଥା ଅସୁବିଧା ଦୂର ହୋଇପାରିବ ।
(ii) ଆମ ରାଜ୍ୟରେ ଏହିପରି ଅନେକ ଛୋଟ ଛୋଟ ନଦୀବନ୍ଧ, ଯଥା- ଖଇଖାଇ (ମୟୂରଭଞ୍ଜ, ନରାଜ (କଟକ), ମୁଣ୍ଡୁଳି (ଆଠଗଡ଼) ଡେରାସ (ଭୁବନେଶ୍ଵର) ଓ ସାଳିଆ (ବାଣପୁର) ଆଦି ନିର୍ମାଣ କରାଯାଇ ଜଳସେଚନ ସହ ସହରକୁ ଜଳଯୋଗାଣ କରାଯାଇପାରୁଛି ।
(iii) ଓଡ଼ିଶା ସରକାର ‘ମୋ’ପୋଖରୀ’ ପ୍ରକଳ୍ପ ଏହି ଦିଗରେ ଏକ ଉତ୍ତମ ପଦକ୍ଷେପ ।
Question 9.
ସଂକ୍ଷେପରେ ଉତ୍ତର ଦିଅ ।
(କ) ଜଳଛାୟା ପରିଚାଳନା କ’ଣ ?
ଭ-
ପାହାଡ଼ର ଗଡ଼ାଣିଆ ଅଞ୍ଚଳରେ ଜଙ୍ଗଲ ସୃଷ୍ଟିକରି, ପଥର ଅଟକ ବନ୍ଧଦେଇ ଜଳପ୍ରବାହର କ୍ଷିପ୍ରତାକୁ କମାଇବା ଓ ଜଳର ଭୂତଳକୁ ପ୍ରବେଶର ମାତ୍ରା ବୃଦ୍ଧି କରିବାଦ୍ୱାରା ବର୍ଷାଜଳ ଭୂତଳ ଜଳଭାବରେ ସଂରକ୍ଷିତ ହୋଇପାରିବ । ଏହି ପ୍ରକ୍ରିୟାକୁ ଜଳଛାୟା ପରିଚାଳନା କୁହାଯାଏ ଓ ପାହାଡ଼ର ଗଡ଼ାଆ ଆଞ୍ଚଳକୁ ଜଳଛାୟା ଅଞ୍ଚଳ କୁହାଯାଏ । ଜଳଛାୟା ପରିଚାଳନା ପାଇଁ ନିମ୍ନୋକ୍ତ ପଦକ୍ଷେପ ନିଆଯାଏ ।
(i) ପାହାଡ଼ର ଗଡ଼ାଣିଆ ଅଞ୍ଚଳରେ ଜଙ୍ଗଲ କ୍ଷୟକୁ ରୋକିବା ଓ ବୃକ୍ଷରୋପଣ କରି ନୂତନ ଜଙ୍ଗଲ ସୃଷ୍ଟି କରିବା ।
(ii) ପାହାଡ଼ର ଶିଖରରୁ ପାଦଦେଶ ପର୍ଯ୍ୟନ୍ତ ସ୍ଥାନେସ୍ଥାନେ ପଥର ବନ୍ଧ ନିର୍ମାଣ କରିବାଦ୍ଵାରା ବର୍ଷାଜଳର ବେଗ କମାଯାଇପାରିବ ଓ ଅଧ୍ଵ ଜଳ ଭୂତଳକୁ ଗତି କରିପାରିବ ।
(ଖ) କ୍ଷୁଦ୍ର ନଦୀବନ୍ଧ ଯୋଜନା କିପରି ଉପଯୋଗୀ ?
ଭ-
ବୃହତ୍ ନଦୀବନ୍ଧ ପରିବର୍ତ୍ତେ ଜଳସଞ୍ଚୟ ପାଇଁ ଆମକୁ ବିକଳ୍ପ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଦରକାର । ଛୋଟ ଛୋଟ ନଦୀବନ୍ଧ ଜରିଆରେ ଅନେକ ସ୍ଥାନରେ ଜଳସଞ୍ଚୟ ହୋଇପାରିଲେ ଏହା ସବୁସ୍ଥାନକୁ ସମପରିମାଣରେ ଉପଲବ୍ଧ ହୋଇପାରିବ ଓ ବଣ୍ଟନଜନିତ କ୍ଷୟ ତଥା ଅସୁବିଧା ଦୂର ହୋଇପାରିବ । ଆମ ରାଜ୍ୟରେ ଏହିପରି ଅନେକ ଛୋଟ ଛୋଟ ନଦୀବନ୍ଧ, ଯଥା- ଖଇଖାଇ (ମୟୂରଭଞ୍ଜ, ନରାଜ (କଟକ), ମୁଣ୍ଡୁଳି (ଆଠଗଡ଼) ଡେରାସ (ଭୁବନେଶ୍ଵର) ଓ ସାଳିଆ (ବାଣପୁର) ଆଦି ନିର୍ମାଣ କରାଯାଇ ଜଳସେଚନ ସହ ସହରକୁ ଜଳଯୋଗାଣ କରାଯାଇପାରୁଛି ।
(ଗ) ସମତଳ ଅଞ୍ଚଳରେ ଜଳ ସଂରକ୍ଷଣ କିପରି କରାଯାଏ ?
ଉ-
ସମତଳ ଅଞ୍ଚଳରେ ବର୍ଷାଜଳ ସଂରକ୍ଷଣ ପାଇଁ ନୂତନ ଜ୍ଞାନକୌଶଳର ପ୍ରୟୋଗ କରାଯାଉଛି । ମାଟି କିମ୍ବା କଂକ୍ରିଟ୍ ସାହାଯ୍ୟରେ ଛୋଟ ଛୋଟ ଅଟକବନ୍ଧ ବା ଆଡ଼ିବନ୍ଧ କରାଯାଇ ବର୍ଷାଜଳକୁ ରଖାଯିବାଦ୍ଵାରା ଏହି ଜଳ ତଳକୁ ଗତିକରି ଭୂତଳ ଜଳସ୍ତରର ବୃଦ୍ଧି ଘଟାଇ ପାରୁଛି ।
(ଘ) ବୃହତ୍ ନଦୀବନ୍ଧ ଯୋଜନାରେ କି କି ଅସୁବିଧା ରହିଛି ?
ଉ-
ବଣ୍ଟନ ସମୟରେ କେନାଲ୍ ବନ୍ଧରେ ଅନେକ ସମୟରେ ଘାଇ ସୃଷ୍ଟିହୋଇ ବହୁପରିମାଣର ଜଳ ନଷ୍ଟହୋଇ ସେହି ଅଞ୍ଚଳରେ ବନ୍ୟାସ୍ଥିତି ସୃଷ୍ଟି କରୁଛି । ସେହିପରି କେତେକ କେନାଲ୍ରେ ଆବଶ୍ୟକ ପରିମାଣର ଜଳପ୍ରବାହ ହେଉନଥିବାରୁ ଲୋକମାନେ କେନାଲ ବନ୍ଧଗୁଡ଼ିକୁ କାଟିଦେଇ ପରିସ୍ଥିତିକୁ ଆହୁରି ଜଟିଳ କରିଦେଉଛନ୍ତି । ଜଳଭଣ୍ଡାର ସୃଷ୍ଟି ହେବାଦ୍ୱାରା ଯେଉଁସବୁ ଗାଁ ଓ ଜମି ଜଳାର୍ଣ୍ଣବ ହେଉଛି ସେଠାକାର ଲୋକମାନଙ୍କୁ ସେହିସ୍ଥାନ ଛାଡ଼ି ଅନ୍ୟସ୍ଥାନକୁ ଯିବାକୁ ପଡ଼ୁଛି । ଫଳରେ ବିସ୍ଥାପିତ ଲୋକମାନେ ସେମାନଙ୍କର ଘରଦ୍ୱାର, ଜମିବାଡ଼ି ଓ ବେପାରବଣିଜ ସବୁ ହରାଇ ନିଃସ୍ବ ହୋଇଯାଉଛନ୍ତି । ସେମାନଙ୍କୁ ଉଚିତ୍ କ୍ଷତିପୂରଣ ଓ ଚାକିରି ନ ମିଳିବାଦ୍ଵାରା ପ୍ରୀତିକର ସାମାଜିକ ତଥା ଅର୍ଥନୈକ ପରିସ୍ଥିତି ସୃଷ୍ଟି ହେଉଛି ।
(ଙ) କୋଇଲା ଓ ପେଟ୍ରୋଲିୟମ୍ଜନିତ ପ୍ରଦୂଷଣ ବିଷୟରେ ଏକ ଟିପ୍ପଣୀ ଦିଅ ।
ଉ-
କୋଇଲା ଓ ପେଟ୍ରୋଲିୟମ୍ ଜଳିବାଦ୍ୱାରା ବାୟୁମଣ୍ଡଳ ପ୍ରଦୂଷିତ ହୋଇଥାଏ । ଅଙ୍ଗାରକାମ୍ଳ ପରିମାଣ ବଢ଼ିବାଦ୍ୱାରା ତାପମାତ୍ରା ବୃଦ୍ଧିପାଇ ସବୁଜ କୋଠରି ପ୍ରଭାବ ଅନୁଭୂତ ହେଉଛି । ଆମେ ନିଜକୁ ଓ ଜୈବବିବିଧତାକୁ ରକ୍ଷା କରିବାପାଇଁ କୋଇଲା ତଥା ପେଟ୍ରୋଲିୟମ୍ର ବ୍ୟବହାରକୁ ନିୟନ୍ତ୍ରିତ କରିବା ସଙ୍ଗେ ସଙ୍ଗେ ବିକଳ୍ପ, ନବୀକରଣଯୋଗ୍ୟ ଶକ୍ତି ବ୍ୟବହାରକୁ ତ୍ବରାନ୍ବିତ କରିବା ଦରକାର । ଏଥପାଇଁ ନିମ୍ନୋକ୍ତ ପଦକ୍ଷେପମାନ ନେବା ନିତାନ୍ତ ଆବଶ୍ୟକ ।
(ଚ) ପୁନଃବ୍ୟବହାର :
ଉ-
(i) କୌଣସି ପଦାର୍ଥକୁ ବାରମ୍ବାର ବ୍ୟବହାର କରିବା ସବୁଠାରୁ ଉନ୍ନତ ଓ ପରିବେଶ ଅନୁକୂଳ ପଦ୍ଧତି ।
(ii) ସେହିପଦାର୍ଥର ଠିକ୍ ଉପଯୋଗ ହେବା ସହ ସମ୍ପଦର ସଂରକ୍ଷଣ ମଧ୍ୟ ହୋଇଥାଏ ।
(iii) ଉଦାହରଣସ୍ୱରୂପ ଆମର ପୁରୁଣା ଲୁଗାପଟା ଓ ଚପଲ, ରଦି କାଗଜ, ପଲିଥୁନ୍ ମୁଣା, କାଗଜ ଡବା, କାଚ ଓ ପ୍ଲାଷ୍ଟିକ୍ ବୋତଲଗୁଡ଼ିକୁ ବିଭିନ୍ନ କାର୍ଯ୍ୟପାଇଁ ବ୍ୟବହାର କରି ଆମେ ପ୍ରଦୂଷଣକୁ ମଧ୍ୟ ଅନେକାଂଶରେ ପ୍ରଶମିତ କରିପାରିବା ।
(ଛ) ପ୍ରାକୃତିକ ସମ୍ପଦ ସଂରକ୍ଷଣରେ ପ୍ରକୃତିପ୍ରେମୀମାନଙ୍କର ଭୂମିକା
ଉ-
(i) 1970 ଦଶକରେ ଜଙ୍ଗଲ ଠିକାଦାରମାନଙ୍କଦ୍ୱାରା କଟାଯାଉଥିବା ଗଛଗୁଡ଼ିକୁ ରକ୍ଷା କରିବାପାଇଁ ଘରୱାଲ୍ ଜିଲ୍ଲାର ରେନି ଗ୍ରାମରେ ଏକ ଜଙ୍ଗଲ ସୁରକ୍ଷା ଆନ୍ଦୋଳନର ସୂତ୍ରପାତ ହୋଇଥିଲା ।
(ii) ଏହା ଚିପ୍ ଆନ୍ଦୋଳନ ନାମରେ ପରିଚିତ । ସୁନ୍ଦରଲାଲ୍ ବହୁଗୁଣା ନାମକ ଜଣେ ସାଧାରଣ ଗ୍ରାମବାସୀ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।
(iii) ଚିପକୋ ଆନ୍ଦୋଳନ ପରି ୧୯୮୩ ମସିହାରେ କର୍ଣ୍ଣାଟକରେ ‘ଅସ୍ଥିକୋ ଆନ୍ଦୋଳନ’’ର ସୂତ୍ରପାତ ହୋଇଥିଲା । ‘‘ଆଖିକୋ’’ର ଅର୍ଥ ମଧ୍ଯ କୁଣ୍ଢାଇ ଧରିବା ।
(iv) ଏହି ଆନ୍ଦୋଳନ କ୍ରମଶଃ ଦେଶର ବିଭିନ୍ନ ଅଞ୍ଚଳକୁ ବ୍ୟାପିଲା ଓ ଲୋକମାନେ ସେମାନଙ୍କ ଅଞ୍ଚଳର ଜଙ୍ଗଲର ସୁରକ୍ଷା ପାଇଁ ଆଗଭର ହେଲେ ।
(v) ପଶ୍ଚିମବଙ୍ଗର ଆରାବରି ଅଞ୍ଚଳର ଶାଳ ଜଙ୍ଗଲ ସଂରକ୍ଷଣ, କେରଳର ପେରିୟାର ଜଙ୍ଗଲ ସଂରକ୍ଷଣ ଇତ୍ୟାଦି ଏହାର ଜ୍ଵଳନ୍ତ ଉଦାହରଣ ।
(ଜ) IUCN
ଉ-
ଏହା ପୃଥିବୀର ସବୁଠାରୁ ବଡ଼ ପରିବେଶ ସମ୍ବନ୍ଧୀୟ ସଂସ୍ଥା ଏହା ସ୍ଵତନ୍ତ୍ର ଭାବରେ ପରିବେଶ, ଜୈବବିବିଧତା, ପୃଥିବୀର ବିପନ୍ନ ଜାତିର ଉଭିଦ ଓ ପ୍ରାଣୀଙ୍କ ବିଷୟରେ ତଥ୍ୟ ସଂଗ୍ରହ କରି ତଥ୍ୟ ଭଣ୍ଡାର ସୃଷ୍ଟି କରିଛି ।
(i) ଜନସାଧାରଣଙ୍କ ଧାରଣା ଯେ ଜଙ୍ଗଲ ସମ୍ପଦ କେବଳ ସରକାରଙ୍କର ଓ ଏଥରେ ସେମାନଙ୍କର କୌଣସି ଅଧିକାର ନାହିଁ କିନ୍ତୁ ଜନଚେତନା ଓ ଜନସାଧାରଣଙ୍କ ପ୍ରତ୍ୟକ୍ଷ ଯୋଗଦାନ ବିନା ଜଙ୍ଗଲ ଓ ବନ୍ୟଜନ୍ତୁ ସଂରକ୍ଷଣ ପ୍ରାୟତଃ ଅସମ୍ଭବ ।
(ii) ଜଙ୍ଗଲ ସମ୍ପଦର ଅବକ୍ଷୟ ହେଲେ ବିଶ୍ଵ ଜଳବାୟୁରେ କେଉଁସବୁ ପରିବର୍ତ୍ତନ ହେବ ଓ ତାହା ଆମର ଜୀବନଧାରାକୁ କିପରି ପ୍ରଭାବିତ କରିବ ସେ ବିଷୟରେ ଜନସଚେତନତା ସୃଷ୍ଟି କରିବା ଆବଶ୍ୟକ ।
(ଞ) ଚିପ୍ ଆନ୍ଦୋଳନ :
ଉ-
(i) 1970 ଦଶକରେ ଜଙ୍ଗଲ ଠିକାଦାରମାନଙ୍କଦ୍ୱାରା କଟାଯାଉଥିବା ଗଛଗୁଡ଼ିକୁ ରକ୍ଷା କରିବାପାଇଁ ଘରୱାଲ୍ ଜିଲ୍ଲାର ରେନି (Reni) ଗ୍ରାମରେ ଏକ ଜଙ୍ଗଲ ସୁରକ୍ଷା ଆନ୍ଦୋଳନର ସୂତ୍ରପାତ ହୋଇଥିଲା । ଏହା ଚିପ୍ (Chipko) ଆନ୍ଦୋଳନ ନାମରେ ପରିଚିତ । ସୁନ୍ଦରଲାଲ୍ ବହୁଗୁଣା ନାମକ ଜଣେ
(ii) ଏହା ଚିପ୍ (Chipko) ଆନ୍ଦୋଳନ ନାମରେ ପରିଚିତ । ସୁନ୍ଦରଲାଲ୍ ବହୁଗୁଣା ନାମକ ଜଣେ ସାଧାରଣ ଗ୍ରାମବାସୀ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।
(ଟ) ବିଷୋଇ ସମ୍ପ୍ରଦାୟ :
ଉ-
ଭାରତର ରାଜସ୍ଥାନ, ହରିଆନା, ପଞ୍ଜାବ ଓ ଉତ୍ତର ପ୍ରଦେଶରେ ବାସ କରୁଥିବା ଲୋକମାନେ ତାଙ୍କ ଧର୍ମଗୁରୁଙ୍କ ଉପଦେଶ ମାନୀ ପ୍ରକୃତି ।
Question 10.
ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(କ) ଅଟକ ବନ୍ଧ ବା ଆଡ଼ିବନ୍ଧ କ’ଣ ?
ଉ-
ମାଟି କିମ୍ବା କଂକ୍ରିଟ୍ ସାହାଯ୍ୟରେ ଛୋଟ ଛୋଟ ଅଟକ ବନ୍ଧ ବା ଆଡ଼ିବନ୍ଧ କରାଯାଇ ବର୍ଷା ଜଳକୁ ରଖାଯିବା ଦ୍ଵାରା ଏହି ଜଳ ତଳକୁ ଗତି କରି ଭୂତଳ ଜଳସ୍ତରର ବୃଦ୍ଧି ଘଟାଇ ପାରୁଛି ।
(ଖ) ଜଳଛାୟା ଅଞ୍ଚଳ କାହାକୁ କୁହାଯାଏ ?
ଉ-
ପାହାଡ଼ର ଗଡ଼ାଣିଆ ଅଞ୍ଚଳରେ ଜଙ୍ଗଲ ସୃଷ୍ଟି କରି, ପଥର ଅଟକ ବନ୍ଧ ଦେଇ ଜଳପ୍ରବାହର କ୍ଷିପ୍ରତା କମାଇ, ଜଳର ଭୂତଳକୁ ମାତ୍ରା ବୃଦ୍ଧି କରିବା ଜଳଛାୟା ପରିଚାଳନ ହେତୁ ପାହାଡ଼ର ଏହି ଗଡ଼ାଣିଆ ଅଞ୍ଚଳକୁ ଜଳଛାୟା ଅଞ୍ଚଳ କୁହାଯାଏ ।
(ଗ) ବିଶ୍ଵ ବନ୍ୟଜୀବ ପାଣ୍ଠିର ମୂଳ ଲକ୍ଷ୍ୟ କ’ଣ ?
ଉ-
ବିଶ୍ଵ ବନ୍ୟଜୀବ ପାଣ୍ଠିର ଲକ୍ଷ୍ୟ ହେଉଛି, ଜୈବ ବିବିଧତାର ସଂରକ୍ଷଣ ଏବଂ ପ୍ରାକୃତିକ ସମ୍ପଦର ସମାନ ଓ ପରିପୋଷଣକାରୀ ବ୍ୟବହାର ନିଶ୍ଚିତ କରିବା ।
(ଘ) ରେଡ଼୍ ଡାଟା ବୁକ୍ରେ କେଉଁ କେଉଁ ରଙ୍ଗର ପୃଷ୍ଠା ରହିଛି ?
ଉ-
‘ରେଡ଼ଡାଟା ବୁକ୍ରେ ସିଲେଇ ହୋଇନଥିବା ଗ୍ରନ୍ଥି ଯୋଗୁଁ ବିଭିନ୍ନ ରଙ୍ଗର ପୃଷ୍ଠା ମଧ୍ୟରୁ ଗୋଲାପି ଓ ସବୁଜ ରଙ୍ଗର ପୃଷ୍ଠା ରହିଛି ।
(ଙ) ଯୁଗ୍ମ ଜଙ୍ଗଲ ପରିଚାଳନା ଯୋଜନା କ’ଣ ?
ଉ-
ସଂରକ୍ଷିତ ଜଙ୍ଗଲ ନିକଟରେ ରହିଥିବା ଗ୍ରାମବାସୀମାନଙ୍କୁ ଅଂଶୀଦାର ଭାବରେ ଯୋଜନାରେ ସାମିଲ କରି ଜଙ୍ଗଲ ସମ୍ପଦର ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ ‘ଯୁଗ୍ମ ଜଙ୍ଗଲ ପରିଚାଳନା ଯୋଜନା’’ କାର୍ଯ୍ୟକାରୀ ହେଉଛି ।
Question 11.
ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
(କ) ଉଦ୍ଭିଦ ଉଦ୍ୟାନ କେଉଁ ପ୍ରକାର ସଂରକ୍ଷଣର ଉଦାହରଣ ?
ଉ-
ବାହ୍ୟସ୍ଥାନେ ସଂରକ୍ଷଣ
(ଖ) ଜାତୀୟ ଉଦ୍ୟାନ କେଉଁ ପ୍ରକାର ସଂରକ୍ଷଣର ଉଦାହରଣ ?
ଉ-
ସ୍ବସ୍ଥାନେ ସଂରକ୍ଷଣ
(ଗ) ସୁନ୍ଦରଲାଲ ବହୁଗୁଣା କେଉଁ ପରିବେଶ ଆନ୍ଦୋଳନର ସୂତ୍ରଧର ?
ଉ-
ଚିପ୍ପକୋ ଆନ୍ଦୋଳନ
(ଘ) . କୋଇଲା କେଉଁ ପ୍ରକାର ପ୍ରାକୃତିକ ସମ୍ପଦର ଉଦାହରଣ ?
ଉ-
ନବାକରଣ ଅଯୋଗ୍ୟ
(ଙ) ସର୍ଦାର ସରୋବର ନଦୀବନ୍ଧ ଭାରତର କେଉଁ ରାଜ୍ୟରେ ଅବସ୍ଥିତ ?
ଉ-
ଟୁଜରାଟ
Question 12.
ଶୂନ୍ୟସ୍ଥାନ ପୂରଣ କର ।
(କ) IUCN ବିପନ୍ନ ଜାତି ବନ୍ୟପ୍ରାଣୀଙ୍କ ସମୀକ୍ଷା କରି ……………………… ନାମକ ଏକ ପୁସ୍ତକ ପ୍ରକାଶ କରିଥିଲେ ।
(ଖ) ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ଆକାଶମାର୍ଗରୁ ହେଲିକାପ୍ଟର ସାହାଯ୍ୟରେ ………………………. ବ୍ୟବହାର କରିଥିଲେ
(ଗ) ଆମ ଦେଶରେ ରହିଥିବା ସମସ୍ତ ଚିଡ଼ିଆଖାନା ………………………. ଦ୍ଵାରା ନିୟନ୍ତ୍ରିତ ।
(ଘ) ତାପଜ ବିଦ୍ୟତ୍ କେତ୍ରରୁ ବାହାରୁଥିବା ………………. କୁ ବ୍ୟବହାର କରି ଇଟା ତିଆରି କରାଯାଉଛି ।
(ଙ) ଆମ ଘରେ ସୃଷ୍ଟି ହେଉଥିବା କାଚ ବୋତଲ, ଧାତୁ ଓ ଜରି ପରି ଆବର୍ଜନାକୁ କଞ୍ଚାମାଲ ଭାବରେ ବ୍ୟବହାର କରି ସେଥୁରୁ ପୁନର୍ବାର ମୂଳ ବସ୍ତୁ ଉତ୍ପାଦନ କରିବା ପ୍ରକ୍ରିୟାକୁ …………………………. କୁହାଯାଏ ।
Answer:
(କ) ରେଡ଼ଡାଟା ବୁକ୍
(ଖ) ଜଳ କମାଣ
(ଗ) କେନ୍ଦ୍ରୀୟ ଚିଡ଼ିଆଖାନା ସଂସ୍ଥା
(ଘ) ଫ୍ଲାଇଆସ୍ । କୋଇଲା ପାଉଁଶ
(ଙ) ପୁନଃଶ୍ଚକ୍ରଣ