BSE Odisha 10th Class Life Science Solutions Chapter 6 ଜନନ

Odisha State Board BSE Odisha 10th Class Life Science Solutions Chapter 6 ଜନନ  Textbook Exercise Questions and Answers.

BSE Odisha Class 10 Life Science Solutions Chapter 6 ଜନନ

Question 1.
ଉଭିଦରେ ପରିଲକ୍ଷିତ ହେଉଥିବା ଅଲିଙ୍ଗୀଜନ୍ମନ ବର୍ଣ୍ଣନ କର ।
ଭ –
ଉଭିଦରେ ପରିଲକ୍ଷିତ ହେଉଥ‌ିବା ଅଲିଙ୍ଗୀଜନନ ନିମ୍ନୋକ୍ତ ପ୍ରକାରର ହୋଇଥାଏ, ଯଥା – ବିଭାଜନ, କଳିକନ, ରେଣୁଭବନ ଓ ଅଙ୍ଗୀୟ ଜନନ ।

(i) ବିଭାଜନ :

  • ବିଭକ୍ତ ହୋଇ ଦୁଇଟି ଅପତ୍ୟ ଜୀବ ସୃଷ୍ଟି ହୋଇଥା’ନ୍ତି । ଏହାକୁ ଦ୍ବିବିଭାଜନ କୁହାଯାଏ ।
  • ଭାଗ ଗୋଟିଏ ଗୋଟିଏ ନୂତନ ଜୀବରେ ପରିଣତ ହୋଇଥାଏ । ଏହାକୁ ବହୁବିଭାଜନ କୁହାଯାଏ ।

BSE Odisha 10th Class Life Science Solutions Chapter 6 ଜନନ

(ii) କଳିକନ ବା କୋରକୋଦ୍‌ଗମ :

  • ଏହି ପ୍ରକ୍ରିୟାରେ କେତେକ ବୀଜାଣୁ ଓ ଏକକୋଷୀ ଶୈବାଳର ନ୍ୟଷ୍ଟି ଓ କୋଷଜୀବକ ଦୁଇଟି ସମାନ ଭାଗରେ ବିଭକ୍ତ ହୋଇ ଦୁଇଟି ଅପତ୍ୟ ଜୀବ ସୃଷ୍ଟି ହୋଇଥା’ନ୍ତି । ଏହାକୁ ଦ୍ଵିବିଭାଜନ କୁହାଯାଏ ।
  • କେତେକ ଶୈବାଳଜାତୀୟ ଉଦ୍ଭଦ (ସ୍ପାଇରୋଗାଇରା) କୋଷ ଦୁଇରୁ ଅଧିକ ଭାଗରେ ବିଭାଜିତ ହୋଇ ପ୍ରତ୍ୟେକ ଭାଗ ଗୋଟିଏ ଗୋଟିଏ ନୂତନ ଜୀବରେ ପରିଣତ ହୋଇଥାଏ । ଏହାକୁ ବହୁବିଭାଜନ କୁହାଯାଏ ।

(iii) ରେଣୁଭବନ :

  • ଛତୁ ଓ ଫିମ୍ପି ଜାତୀୟ କବିକରେ ଅସଂଖ୍ୟ କଳାରଙ୍ଗର ରେଣୁ (Spore) ଦେଖାଯାଏ । ଏହି ରେଣୁଗୁଡ଼ିକ ନିର୍ଗତ ହୋଇ ଜଳ ବା ବାୟୁରେ ଭାସିବୁଲନ୍ତି ଓ ଅନୁକୂଳ ପରିବେଶ ମିଳିଲେ ଅଙ୍କୁରିତ ହୋଇ ନୂତନ ଉଭିଦ ସୃଷ୍ଟି କରନ୍ତି । ରେଣୁଦ୍ଵାରା ଏ ପ୍ରକାର ଜନନ ପ୍ରକ୍ରିୟାକୁ ରେଣୁଭବନ କୁହାଯାଏ ।
  • ୟୁଲୋଥିକସ୍ ପରି ଶୈବାଳରେ 4, 8 ବା ଅଧିକ ଚଳରେଣୁ ସୃଷ୍ଟି ହୋଇଥାନ୍ତି ।
  • ପେନିସିଲିୟମ ପରି କବକ ସାଧାରଣତଃ ଅଚଳରେଣୁଦ୍ୱାରା ବଂଶବୃଦ୍ଧି କରନ୍ତି ।
  • ପାଇଥମ୍ ପରି କବକ ପରିବେଶ ଅନୁଯାୟୀ ଚଳରେଣୁ ବା ଅଚଳରେଣୁଦ୍ଵାରା ବଂଶବୃଦ୍ଧି କରିଥା’ନ୍ତି ।

Question 2.
ସପୁଷ୍ପକ ଉଦ୍ଭଦରେ ସମାୟନ ପ୍ରକ୍ରିୟାର ବିବରଣୀ ପ୍ରଦାନ କର । ଏହାର ବିଶେଷତ୍ଵ କ’ଣ ?
ଭ –

  • ସପୁଷ୍ପକ ଉଦ୍ଭଦରେ ପରାଗରେଣୁ ଗର୍ଭଶୀର୍ଷରେ ପଡ଼ିବା ପରେ ତାହାର ବାହାର ଆବରଣଟି ଫାଟିଯାଏ । ଭିତର ଆବରଣଟି ଗୋଟିଏ ନଳୀ ଆକାରରେ ବାହାରେ ଓ ପରାଗ ଅଙ୍କୁରିତ ହୁଏ ।
  • ଏହି ନଳୀ ଗର୍ଭଦଣ୍ଡ ମଧ୍ୟଦେଇ ଭ୍ରୂଣାଶୟ ଆଡ଼କୁ ବଢ଼େ । ଏହାକୁ ପରାଗନଳୀ କୁହାଯାଏ । ପରାଗ ଅଙ୍କୁରିତ ହେବା ସମୟରେ ଏହା ସମବିଭାଜନ ପ୍ରକ୍ରିୟାରେ ବିଭାଜିତ ହୋଇ ପ୍ରଥମେ ଅଙ୍ଗୀୟକୋଷ ଓ ଜନନ କୋଷ ସୃଷ୍ଟି କରେ । ଜନନ କୋଷ ପୁନର୍ବାର ଏହି ପ୍ରକ୍ରିୟାରେ ବିଭାଜିତ ହୋଇ ଦୁଇଟି ପୁଂଯୁଗ୍ମକ ସୃଷ୍ଟିକରେ ।
  • ପରାଗନଳୀରେ କିଛି କୋଷରସ ସହିତ ଦୁଇଟି ପୁଂଯୁଗ୍ମକ ଓ ଗୋଟିଏ ନଳୀ ନ୍ୟଷ୍ଟି ଥାଏ । କ୍ରମେ ପରାଗ ନଳୀ ବୀଜରନ୍ଧ୍ର ବାଟଦେଇ ଡିମ୍ବାଶୟରେ ଥିବା ଭ୍ରୂଣାଶୟ ମଧ୍ୟରେ ପ୍ରବେଶ କରେ । ସେଠାରେ ପରାଗନଳୀର ଅଗ୍ରଭାଗଫାଟିଯିବା ଦ୍ଵାରା ପୁଂଯୁଗ୍ମକ ସ୍ତ୍ରୀ ଯୁଗ୍ମକ ବା ଡିମ୍ବକୋଷ ସହିତ ମିଳିତ ହୋଇ ଯୁଗ୍ମକ ଗଠନ କରେ । ଏଥୁରୁ ଭୃଣର ଉତ୍ପତ୍ତି ହୁଏ ।
  • ଅନ୍ୟ ପୁଂଯୁଗ୍ମକଟି, ଦ୍ବିତୀୟକ ନ୍ୟଷ୍ଟି ସହିତ ମିଳିତ ହୋଇ ଭୃଣପୋଷ ନ୍ୟଷ୍ଟି ଗଠନ କରେ । ଭ୍ରୂଣପୋଷ ନ୍ୟଷ୍ଟିରୁ ଭ୍ରୂଣପୋଷ ଜାତ ହୁଏ ଏବଂ ଏହା ବର୍ଦ୍ଧିଷ୍ଣୁ ଭୃଣକୁ ପୋଷଣ ଯୋଗାଇଥାଏ । ପରାଗନଳୀରୁ ଦୁଇଟିଯାକ ପୁଂଯୁଗ୍ମକ ଭୂଣାଶୟ ମଧ୍ୟରେ ପ୍ରବେଶ କଲାପରେ ନଳୀ ନ୍ୟଷ୍ଟିଟି ପରାଗନଳୀ ଭିତରେ ନଷ୍ଟ ହୋଇଯାଏ ।

(v) ସପୁଷ୍ପକ ଉଦ୍ଭଦରେ ସମାୟନର ବିଶେଷତ୍ଵ :

  • ପୁଂଯୁଗ୍ମକ ଓ ସ୍ତ୍ରୀ ଯୁଗ୍ମକର ମିଳନକୁ ସମାୟନ କୁହାଯାଏ । ପ୍ରକୃତରେ ସପୁଷ୍ପକ ଆବୃତବୀଜୀ ଉଦ୍ଭଦରେ ଦୁଇଟି ସମାୟନ କ୍ରିୟା ଦେଖିବାକୁ ମିଳେ । ପ୍ରଥମଟି ହେଲା, ଗୋଟିଏ ପୁଂଯୁଗ୍ମକ ସହିତ ଡିମ୍ବାଣୁ ବା ଡିମ୍ବକୋଷର ସମାୟନ ଓ ଅନ୍ୟଟି ହେଲା ଦ୍ବିତୀୟକ ନ୍ୟଷ୍ଟି ସହିତ ଦ୍ଵିତୀୟ ପୁଂଯୁଗ୍ଧକର ମିଳନ ।
  • ପ୍ରଥମ ପ୍ରକ୍ରିୟାରେ ଯୁଗ୍ଧକ ସୃଷ୍ଟି ହେଉଥ‌ିବାବେଳେ ଦ୍ୱିତୀୟ ପ୍ରକ୍ରିୟାରେ ଭୃଣପୋଷ ନ୍ୟଷ୍ଟି ସୃଷ୍ଟି ହୁଏ । ଯୁଗ୍ମଜର କ୍ରୋମୋଜୋମ୍ ବା ଗୁଣସୂତ୍ର ସଂଖ୍ୟା ଦ୍ବିଗୁଣିତ (2n) ହୋଇଥିବା ବେଳେ ଭୃଣପୋଷର ଗୁଣସୂତ୍ର ସଂଖ୍ୟା ସାଧାରଣତଃ ତ୍ରିଗୁଣିତ (3n) ହୋଇଥାଏ । ସପୁଷ୍ପକ ଉଦ୍ଭଦର ଏହି ପ୍ରକ୍ରିୟାକୁ ଦ୍ବିସମାୟନ କୁହାଯାଏ ।

Question 3.
ଏମିବାର ବହୁ ବିଭାଜନ ବର୍ଣ୍ଣନା କର ।
ଭ –
(i) ଖରାଦିନେ ଏମିବା ରହୁଥ‌ିବା ପୋଖରୀ ବା ଗାଡ଼ିଆର ପାଣି ଶୁଖୁଲେ ବା ଅତ୍ୟଧ୍ଵ ଥଣ୍ଡା ଯୋଗୁଁ ପାଣି ବରଫ ହୋଇଗଲେ, ଏମିବା କୂଟପାଦଗୁଡ଼ିକୁ ପ୍ରତ୍ୟାହାର କରି ନିଜ ଶରୀର ଚାରିପଟେ ତିନିସ୍ତର ବିଶିଷ୍ଟ ଏକ କଠିନ ଆବରଣ ବା କୋଷିକା ତିଆରି କରି ରହେ ।
BSE Odisha 10th Class Life Science Solutions Chapter 6 ଜନନ 1
(ii) ଏହି ସମୟରେ ତା’ର ଚୟାପଚୟ କ୍ରିୟା ହ୍ରାସ ପାଏ । ବାରମ୍ବାର ନ୍ୟଷ୍ଟି ବିଭାଜନଦ୍ୱାରା ଏମିବା ଶରୀରରେ 500-600ଟି ଛୋଟ ନ୍ୟଷ୍ଟି ତିଆରି ହୁଏ ।
(iii) ପ୍ରତ୍ୟେକ ନ୍ୟଷ୍ଟି କିଛି ପରିମାଣର କୋଷଜୀବକଦ୍ବାରା ଆବୃତ ହୋଇ ରହେ । ଏହିପରି ଭାବେ ସୃଷ୍ଟ ଅପତ୍ୟଗୁଡ଼ିକୁ ‘କୁନି ଏମିବା’ (ଏମିବ୍ୟୁଲା) କୁହାଯାଏ ।
(iv) ବର୍ଷାଦିନର ଆଗମନରେ ପରିସ୍ଥିତି ଅନୁକୂଳ ହେଲେ ଏହି କଠିନ ଆବରଣ ଜଳ ସଂସ୍ପର୍ଶରେ ଆସି ଫାଟିଯାଏ । କୋଷିକା ଭିତରେ ଥ‌ିବା ଅପତ୍ୟ କୁନି ଏମିବାମାନେ ବାହାରକୁ ଚାଲିଆସନ୍ତି ।
(v) ପରେ ସେମାନଙ୍କର ଶରୀରରେ କୂଟପାଦ ସୃଷ୍ଟି ହୁଏ ଓ ସେମାନେ ପରିବେଶରୁ ଖାଦ୍ୟ ଗ୍ରହଣ କରି ସାଧାରଣ ଜୀବନ ଯାପନ କରନ୍ତି । ଏମିବାର ଏହି ପ୍ରକାର ବହୁ ବିଭାଜନ ଜନନ କ୍ରିୟାକୁ ସୋରୁଲେସନ ମଧ୍ୟ କୁହାଯାଏ ।

Question 4.
ହାଇଡ୍ରାର ଅଲିଙ୍ଗୀ ଜନନ କିପରି ହୋଇଥାଏ ଲେଖ ।
ଭ –

  • ପ୍ରଚୁର ଭାବେ ମିଳେ, ସେତେବେଳେ ସୁସ୍ଥ ଏବଂ ବୟଃପ୍ରାପ୍ତ ହାଇଡ୍ରା କୋରକୋଦ୍‌ଗମ ଉପାୟରେ ବଂଶ ବିସ୍ତାର କରିଥାଏ ।
  • ଏକ ନିର୍ଦ୍ଦିଷ୍ଟ ପ୍ରକାର ଏକ ନିର୍ଦ୍ଦିଷ୍ଟ ପ୍ରକାର କୋଷ ଏକାଠି ହେବାଦ୍ଵାରା ଏକ ଛୋଟ ଆବୁ ସୃଷ୍ଟିହୁଏ । ଏହି ଅଞ୍ଚଳକୁ କୋରକୋଦ୍‌ଗମ ଅଞ୍ଚଳ କୁହାଯାଏ ।
  • ଏହି ଆବୁ ଧୀରେ ଧୀରେ ବଡ଼ ହୁଏ, ଏହା ମଧ୍ୟକୁ ହାଇଡ୍ରା ଶରୀରର ଗୁହାନ୍ତ ପ୍ରବେଶ କରେ । ଆବୁର ଅଗ୍ରଭାଗରେ ତାରା ଆକାରର ଏକ ପାଟି ଓ ପାଟିର ଚାରିପଟେ କର୍ଷିକା ସୃଷ୍ଟିହୁଏ । ଏବେ ଏହା ଏକ ଛୋଟ ହାଇଡ୍ରା ପରି ଦେଖାଯାଏ ।
  • ଏହା ମାତୃ ହାଇଡ୍ରା ସହିତ ଲାଗି ରହିଥିଲେ ମଧ୍ୟ ନିଜ କର୍ଷିକା ସାହାଯ୍ୟରେ ଖାଦ୍ୟ ସଂଗ୍ରହ କରେ ।
  • ଅପତ୍ୟ ହାଇଡ୍ରାର ସମ୍ପୂର୍ଣ୍ଣ ବୃଦ୍ଧି ପରେ ଏହାର ମୂଳଅଂଶ ସଂକୁଚିତ ହୁଏ । ଏହା ମାତୃ ହାଇଡ୍ରାଠାରୁ ବିଚ୍ଛିନ୍ନ ହୁଏ ଓ ପରିବେଶରୁ ଖାଦ୍ୟ ସଂଗ୍ରହକରି ସାଧାରଣ ଜୀବନଯାପନ କରେ । ଏହି ପ୍ରକ୍ରିୟା ପାଇଁ 48 ରୁ 6 ଘଣ୍ଟା ସମୟ ଲାଗିଥାଏ ।

BSE Odisha 10th Class Life Science Solutions Chapter 6 ଜନନ 2

Question 5.
ମାନବ ପୁରୁଷ ଜନନ ତନ୍ତ୍ରର ଏକ ବିବରଣୀ ଦିଅ ।
ଭ –
ମାନବ ପୁରୁଷ ଜନନ ତନ୍ତ୍ର :
ମାନବ ପୁରୁଷ ଜନନତନ୍ତ୍ରର ମୁଖ୍ୟତଃ ପାଞ୍ଚଟି ଅଂଶ ରହିଛି; ଯଥା –
(i) ଶୁକ୍ରମୁଣି,
(ii) ଶୁକ୍ରାଶୟ (ମୁଷ୍କ),
(iii) ଶୁକ୍ରବାହୀନଳୀ,
(iv) ମୂତ୍ର ମାର୍ଗ,
(v) ଶିଶୁ ଆଦିକୁ ନେଇ ଗଠିତ ।

BSE Odisha 10th Class Life Science Solutions Chapter 6 ଜନନ

(i) ଶୁକ୍ରମୁଣି :
ପୁରୁଷ ଶରୀରରେ ଥିବା ଦୁଇଟି ଶୁକ୍ରମୁଣି ମଧ୍ଯରେ ଦୁଇଟି ଶୁକ୍ରାଶୟ ଅଛି । ମାନବ ଶରୀରର ତାପମାତ୍ରା ଅଧ‌ିକ (37°C) ଶୁକ୍ରମୁଣିର ତାପମାତ୍ରା ଏହାଠାରୁ 2°C କମ୍, ଯାହା ଶୁକ୍ରାଣୁ ଉତ୍ପତ୍ତି ପାଇଁ ଅନୁକୂଳ ।

(ii) ଶୁକ୍ରାଶୟ :
(a) ପୁରୁଷ ଶରୀରରେ ଦୁଇଟି ଶୁକ୍ରାଶୟ ରହିଛି । ଏହା ନିଦା ଗୋଲାକାର ପିଣ୍ଡ ଅଟେ ।
(b) ବହୁ ଶୁକ୍ରଜନନ ନଳିକାକୁ ନେଇ ଏହା ଗଠିତ । ଶୁକ୍ଳ ଜନନ ନଳିକାରୁ ଶୁକ୍ରାଣୁ ଉତ୍ପତ୍ତି ହୋଇଥାଏ । ତା’ଛଡ଼ା ଏହି ନଳିକା ବାହାରେ ଓ ବିଭିନ୍ନ ନଳିକାର ଅନ୍ତରାଳରେ ଲେଡିଟ୍ କୋଷ ଦେଖାଯାଏ ।

(iii) ଶୁକ୍ରବାହୀନଳୀ :
ପ୍ରତ୍ୟେକ ଶୁକ୍ରାଶୟରୁ ଗୋଟିଏ ଶୁକ୍ରବାହୀନଳୀ ବାହାରି ଉଦର ଗହ୍ବର ମଧ୍ୟରେ ପ୍ରବେଶ କରେ । ଦୁଇପଟର ନଳୀ ମୂତ୍ରାଶୟର ମୂତ୍ରନଳୀ ସହିତ ମିଶି ମୂତ୍ରମାର୍ଗ ତିଆରି କରନ୍ତି ।

(iv) ମୂତ୍ରମାର୍ଗ :
ଉଭୟ ଶୁକ୍ରରସ ଓ ମୂତ୍ରମାର୍ଗ ଦେଇ ଶିଶୁର ଅଗ୍ରଭାଗରେ ଥ‌ିବା ରନ୍ଧ୍ର ମାଧ୍ୟମରେ ଶରୀର ବାହାରକୁ ବାହାରେ ।

Question 6.
ପରିବାର ନିୟୋଜନର ବିଭିନ୍ନ ପଦ୍ଧତି ବର୍ଣ୍ଣନ କର ।
ଭ –
କୌଣସି ଉପାୟରେ ଶୁକ୍ରାଣୁ ଓ ଡିମ୍ବାଣୁର ମିଳନକୁ ରୋକାଯାଇପାରିଲେ ଗର୍ଭଧାରଣକୁ ଏଡ଼ାଇ ଦିଆଯାଇପାରେ । ପଦ୍ଧତିକୁ ପରିବାର ନିୟୋଜନ କୁହାଯାଏ । ଭାରତ ସରକାର 1952 ମସିହାଠାରୁ ପରିବାର ନିୟୋଜନ ଯୋଜନା କାର୍ଯ୍ୟକାରୀ କରିଛନ୍ତି ।

ବିଭିନ୍ନ ପ୍ରକାର ପରିବାର ନିୟୋଜନ ପଦ୍ଧତି : BSE Odisha 10th Class Life Science Solutions Chapter 6 ଜନନ 4
(ii) ପରିବାର ନିୟୋଜନ ପାଇଁ ବ୍ୟବହୃତ ବିଭିନ୍ନ ପ୍ରକାର ଉପାୟ ଦୁଇଭାଗରେ ବିଭକ୍ତ, ଯଥା –
(i) ସ୍ଥାୟୀ ପଦ୍ଧତି,
(ii) ଅସ୍ଥାୟୀ ପଦ୍ଧତି ।

(I) ସ୍ଥାୟୀ ପଦ୍ଧତି :

  • ଏହା ଏକ ପ୍ରକାର ଅସ୍ତ୍ରୋପଚାର ପଦ୍ଧତି । ଏହି ପଦ୍ଧତିରେ ମହିଳା ବା ପୁରୁଷଙ୍କୁ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରାଯାଏ । ଫଳରେ ଭବିଷ୍ୟତରେ ଆଉ ସନ୍ତାନ ଜନ୍ମହେବାର ସମ୍ଭାବନା ନଥାଏ ।
  • ଭାରତ ସରକାରଙ୍କର ପରିବାର ନିୟୋଜନ କାର୍ଯ୍ୟକ୍ରମରେ ଚାରି ପ୍ରକାର ଅସ୍ଥାୟୀ ପଦ୍ଧତି ବ୍ୟବହାର କରାଯାଉଛି,

ଭାସେକ୍ଟୋମୀ :
ଭାସେକ୍ଟୋମୀଦ୍ଵାରା ପୁରୁଷର ଦୁଇଟିଯାକ ଶୁକ୍ରବାହୀ ନଳୀକୁ କାଟି ଅଲଗା କରି ବାନ୍ଧି ଦିଆଯାଏ । ଫଳରେ ରେତ ଶୁକ୍ରାଣୁମୁକ୍ତ ଥାଏ । ଏବେ ବିନା ଛୁରୀ ଓ ବିନା ସିଲାଇରେ 10 ରୁ 15 ମିନିଟ୍ ସମୟରେ ଭାସେକ୍ଟୋମୀ

ଟ୍ୟୁବେକ୍ଟୋମୀ : ସ୍ତ୍ରୀ ଶରୀରର ଦୁଇଟିଯାକ ଡିମ୍ବବାହୀନଳୀକୁ କାଟି ବାନ୍ଧି ଦିଆଯାଏ । ଫଳରେ ଡିମ୍ବାଣୁ ଏବଂ ଶୁକ୍ରାଣୁର ମିଳନ ଆଉ ସମ୍ଭବ ହୁଏ ନାହିଁ ।

(II) ଅସ୍ଥାୟୀ ପଦ୍ଧତି :

  • ଭାରତ ସରକାରଙ୍କର ପରିବାର ନିୟୋଜନ କାର୍ଯ୍ୟକ୍ରମରେ ଚାରି ପ୍ରକାର ଅସ୍ଥାୟୀ ପଦ୍ଧତି ବ୍ୟବହାର କରାଯାଉଛି, ଯଥା –
    • ପ୍ରତିବନ୍ଧକ ପଦ୍ଧତି (ନିରୋଧ),
    • ହରମୋନ୍ ପଦ୍ଧତି (ଗର୍ଭନିରୋଧକ ବଟିକା),
    • ଅନ୍ତଃ ଗର୍ଭାଶୟ ପଦ୍ଧତି (କପର-ଟି) ଓ
    • ପ୍ରାକୃତିକ ପଦ୍ଧତି ।

Question 7.
ସମବିଭାଜନ (ସୂତ୍ରାୟନ)ର ଏକ ବିବରଣୀ ଦିଅ ।
ଉ-
ସମବିଭାଜନ :
ଜୀବକୋଷର ସମବିଭାଜନ (ସୂତ୍ରାୟନ) ସାଧାରଣତଃ ଦୁଇଟି ପର୍ଯ୍ୟାୟରେ ହୋଇଥାଏ । ପ୍ରଥମ ପର୍ଯ୍ୟାୟରେ ନ୍ୟଷ୍ଟିର ବିଭାଜନ ହୁଏ । ଏହାକୁ ନ୍ୟଷ୍ଟି ବିଭାଜନ କୁହାଯାଏ । ପରବର୍ତ୍ତୀ ଅବସ୍ଥାରେ କୋଷଜୀବକର ବିଭାଜନ ହେବାଫଳରେ ବିଭାଜନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇ ଦୁଇଟି ଅପତ୍ୟ କୋଷ ସୃଷ୍ଟି ହୋଇଥାଏ । ଏହା ଏକ ଜଟିଳ ପ୍ରକ୍ରିୟା ଏବଂ ଏହାକୁ ଚାରୋଟି ଅବସ୍ଥାରେ ବିଭକ୍ତ କରାଯାଇଛି, ଯଥା – ଆଦ୍ୟାବସ୍ଥା, ମଧ୍ୟାବସ୍ଥା, ଉତ୍ତରାବସ୍ଥା ଓ ଅନ୍ତିମାବସ୍ଥା ।

(କ) ଆଦ୍ୟାବସ୍ଥା :

  • ଆଦ୍ୟାବସ୍ଥାର ଆରମ୍ଭରେ କ୍ରୋମାଟିକ୍ ଜାଲିକା ଦେଖାଯାଏ ।
  • ଜାଲିକା କ୍ରମେ ସୁସ୍ପଷ୍ଟ ସ୍ଥୁଳ ରୂପ ଧାରଣ କରି ପରିଶେଷରେ କେତୋଟି ନିର୍ଦ୍ଦିଷ୍ଟ ସଂଖ୍ୟକ ଗୁଣସୂତ୍ର ଭାବେ ଦୃଶ୍ୟମାନ ହୁଏ ।
  • ଆଦ୍ୟାବସ୍ଥାର ଶେଷବେଳକୁ ପ୍ରତ୍ୟେକ ଗୁଣସୂତ୍ର ଅନୁଲମ୍ବଭାବେ ବିଭାଜିତ ହୋଇଥ‌ିବାର ଦେଖାଯାଏ, କିନ୍ତୁ ଗୁଣସୂତ୍ର କେନ୍ଦ୍ରଠାରେ ଲାଗି ରହିଥାଏ ।
  • କ୍ରମେ ନିନ୍ୟଷ୍ଟି ଓ ନ୍ୟଷ୍ଟିଝିଲ୍ଲୀ ଅଦୃଶ୍ୟ ହୋଇଯାଏ ଓ କୋଷରେ ଥ‌ିବା ସେଣ୍ଡ୍ରୋଜୋମ୍ ଦୁଇଭାଗରେ ବିଭକ୍ତ ହୋଇ ଦୁଇ ବିପରୀତ ମେରୁ ଆଡ଼କୁ ଗତି କରନ୍ତି ।
  • କୋଷର ଦୁଇ ମେରୁ ଅଞ୍ଚଳରେ ତର୍କୁତନ୍ତୁ ଗଠନ ପ୍ରକ୍ରିୟା ଆରମ୍ଭ ହୁଏ ।

BSE Odisha 10th Class Life Science Solutions Chapter 6 ଜନନ

(ଖ) ମଧ୍ୟାବସ୍ଥା :
BSE Odisha 10th Class Life Science Solutions Chapter 6 ଜନନ 5
(ii) ମେରୁସ୍ଥିତ ତର୍କୁତନ୍ତୁ କ୍ରମଶଃ ବର୍ଦ୍ଧିତ ହୋଇ ପ୍ରତ୍ୟେକ ଗୁଣସୂତ୍ର କେନ୍ଦ୍ରସହ ସଂଯୁକ୍ତ ହୁଅନ୍ତି ।

(ଗ) ଉତ୍ତରାବସ୍ଥା :

  • ଉତ୍ତରାବସ୍ଥାରେ ପ୍ରତ୍ୟେକ ଗୁଣସୂତ୍ର କେନ୍ଦ୍ର ବିଭାଜିତ ହୁଏ ।
  • ତର୍କୁତନ୍ତୁ ସଙ୍କୁଚିତ ହେବାଫଳରେ ଗୁଣସୂତ୍ରର ପ୍ରତ୍ୟେକ ଏକକ ସୂତ୍ର ଦୁଇ ବିପରୀତ୍‌ ମେରୁ ଆଡ଼କୁ ଗତି କରନ୍ତି ।
  • ଏହି ସମୟରେ ପ୍ରତ୍ୟେକ ଏକକ ସୂତ୍ର କୋଣାକାର ବା ‘V’ ଆକାର ଧାରଣ କରନ୍ତି ।

(ଘ) ଅନ୍ତଃମାବସ୍ଥା :

  • ଅନ୍ତିମାବସ୍ଥାରେ ଅପତ୍ୟ ଗୁଣସୂତ୍ରଗୁଡ଼ିକ କୋଷର ଦୁଇ ମେରୁରେ ଜମା ହୁଅନ୍ତି ।
  • କ୍ରମଶଃ ପ୍ରତ୍ୟେକ ଗୁଣସୂତ୍ରପୁଞ୍ଜର ଚତୁର୍ଦ୍ଦିଗରେ ନ୍ୟଷ୍ଟିଝିଲ୍ଲୀ ସୃଷ୍ଟି ହୁଏ ।
  • ଗୁଣସୂତ୍ରଗୁଡ଼ିକ ସୂକ୍ଷ୍ମ ଅସ୍ପଷ୍ଟ ହେବା ଆରମ୍ଭ ହେବା ସହ ନିନ୍ୟଷ୍ଟି ମଧ୍ୟ ସୃଷ୍ଟି ହୁଏ ।

କୋଷଜୀବକ ବିଭାଜନ :

  • ଉଦ୍ଭିଦ ମାତୃକୋଷର ମଧ୍ୟଭାଗରେ ଏକ କୋଷପଟ୍ଟିକା ଦେଖାଯାଏ । କ୍ରମେ ଏହ ସୁସ୍ପଷ୍ଟ ହୋଇ ମାତୃକୋଷର କୋଷଜୀବକ ଦୁଇଭାଗରେ ବିଭକ୍ତ ହେବା ସଙ୍ଗେ ସଙ୍ଗେ ମାତୃକୋଷଟି ଦୁଇଟି ସମରୂପୀ ଅପତ୍ୟ କୋଷରେ ପରିଣତ ହୋଇଥାଏ ।
  • ପ୍ରାଣୀ ମାତୃକୋଷରେ କୋଷପଟ୍ଟିକା ତିଆରି ହୁଏନାହିଁ; କେବଳ କୋଷଜୀବକର ସଙ୍କୋଚନ ହୋଇ ଦୁଇଟି ଅପତ୍ୟ କୋଷ ତିଆରି ହୋଇଥାଏ । ।

Question 8.
ଅର୍ଥବିଭାଜନ (ଅର୍ଦ୍ଧାୟନ)ର ପ୍ରଥମ ବିଭାଜନ ବର୍ଣ୍ଣନା କର ।
ଭ –
ଅର୍ଥବିଭାଜନ :
ଅର୍ଥବିଭାଜନଦ୍ୱାରା ଗୋଟିଏ ମାତୃକୋଷରୁ ଚାରୋଟି ଅପତ୍ୟ କୋଷ ସୃଷ୍ଟି ହୁଏ । ପ୍ରତ୍ୟେକ ଅପତ୍ୟକୋଷ ମାତୃକୋଷ ତୁଳନାରେ ଅର୍ଦ୍ଧେକ ସଂଖ୍ୟକ ଗୁଣସୂତ୍ର ବହନ କରେ । ଏହି ପ୍ରକାର ବିଭାଜନକୁ ନୂନକ ବିଭାଜନ କୁହାଯାଏ । ଏହା ଯୁଗ୍ମକ ସୃଷ୍ଟି ପାଇଁ ଉଦ୍ଦିଷ୍ଟ ଅଟେ । ଅର୍ଥବିଭାଜନ ଦୁଇଟି ପର୍ଯ୍ୟାୟରେ ସମ୍ପାଦିତ ହୁଏ । ପ୍ରଥମ ବିଭାଜନରେ କୋଷର ଗୁଣସୂତ୍ର ସଂଖ୍ୟା ଅର୍ଦ୍ଧେକ ସଂଖ୍ୟକ ହୋଇଯାଏ ଏବଂ ଦ୍ଵିତୀୟ ବିଭାଜନରେ ନୂତନ ଭାବେ ଗଠିତ କୋଷଗୁଡ଼ିକର ସମବିଭାଜନ ହୁଏ ।

  • ଯୁଗ୍ମଜ ଜନନଦ୍ୱାରା ଶୁକ୍ରାଶୟରେ ଶୁକ୍ରାଣୁ ଓ ଡିମ୍ବାଶୟରେ ଡିମ୍ବାଣୁ ସୃଷ୍ଟି ହୋଇଥାଏ । ଶୁକ୍ରାଣୁ ସୃଷ୍ଟି ହେବା ପ୍ରକ୍ରିୟାକୁ ଶୁକ୍ରାଣୁ ଜନନ ଓ ଡିମ୍ବାଣୁ ସୃଷ୍ଟି ହେବା ପ୍ରକ୍ରିୟାକୁ ଡିମ୍ବାଣୁ ଜନନ କୁହାଯାଏ ।
  • ଏହି ଜନନର ପ୍ରାବସ୍ଥାଗୁଡ଼ିକ ହେଲା – ପ୍ରଗୁଣନ ପ୍ରାବସ୍ଥା, ବୃଦ୍ଧି ପ୍ରାବସ୍ଥା ଓ ପରିପକ୍ବନ ପ୍ରାବସ୍ଥା ।
  • ଶୁକ୍ରାଣୁ ଜନନର ପ୍ରଗୁଣନ ପ୍ରାବସ୍ଥାରେ ‘ମୂଳ ଶୁକ୍ରାଣୁ କୋଷ’’ ଓ ଡିମ୍ବାଣୁ ଜନନରେ ‘ମୂଳ ଡିମ୍ବାଣୁ କୋଷ’’ ଉତ୍ପନ୍ନ ହୁଏ ।
  • ବୃଦ୍ଧି ପ୍ରାବସ୍ଥାରେ ମୂଳ ଶୁକ୍ରାଣୁ କୋଷ ବୃଦ୍ଧିପ୍ରାପ୍ତ ହୋଇ ପ୍ରାଥମିକ ଶୁକ୍ରାଣୁ କୋଷ ଓ ମୂଳ ଡିମ୍ବାଣୁ କୋଷ ବୃଦ୍ଧିପ୍ରାପ୍ତ ହୋଇ ପ୍ରାଥମିକ ଡିମ୍ବାଣୁ କୋଷରେ ପରିଣତ ହୁଏ ।
  • ପରିପକ୍ବନ ପ୍ରାବସ୍ଥାରେ ପ୍ରାଥମିକ ଶୁକ୍ରାଣୁ କୋଷରୁ ପ୍ରାକ୍ ଶୁକ୍ରାଣୁ କୋଷ ଓ ଶେଷରେ ଶୁକ୍ରାଣୁ ତିଆରି ହୋଇଥାଏ । ସେହିପରି ଗୋଟିଏ ପ୍ରାଥମିକ ଡିମ୍ବାଣୁ କୋଷରୁ ଗୋଟିଏ ଡିମ୍ବାଣୁ ଓ ତିନୋଟି ପୋଲାର ବଡ଼ି ତିଆରି ହୋଇଥାଏ । ପ୍ରଥମ ବିଭାଜନ : ସମବିଭାଜନ ପରି ଏହି ବିଭାଜନକୁ ମଧ୍ଯ ଚାରୋଟି ଅବସ୍ଥାରେ ଅଧ୍ୟୟନ କରାଯାଇପାରେ;

ଯଥା –
(କ) ଆଦ୍ୟାବସ୍ଥା- I
(ଖ) ମାଧ୍ୟାବସ୍ଥା-I
(ଗ) ଉତ୍ତରାବସ୍ଥା -. I ଓ
(ଘ) ଅନ୍ତମାବସ୍ଥା – I

(କ) ଆଦ୍ୟାବସ୍ଥା – I :
ଏହି ଅବସ୍ଥାନଟି ଅପେକ୍ଷାକୃତ ଅଧ୍ବକ ଦୀର୍ଘ ଓ ଜଟିଳ ଅଟେ । ଏହି ଅବସ୍ଥାର ପାଞ୍ଚୋଟି ଉପାବସ୍ଥା ଥାଏ । ସେଗୁଡ଼ିକ ହେଲା – ଲେପ୍ରୋଟିନ୍, ଜାଇଗୋଟିନ୍, ପାକିଟିନ୍, ଡିପ୍ଲୋଟିନ୍ ଏବଂ ଡାଇଆକାଇନେସିସ୍ ।

ଲେପ୍‌ଗୋଟିନ୍ :
1.BSE Odisha 10th Class Life Science Solutions Chapter 6 ଜନନ 6 ହୋଇଥାଏ । ଏହି ଅବସ୍ଥାରେ ଗୁଣସୂତ୍ରଗୁଡ଼ିକ ଯଦିଓ ମାତ୍ର ତାହା ଏକକ ରୂପେ ଦେଖାଯାଆନ୍ତି ।
BSE Odisha 10th Class Life Science Solutions Chapter 6 ଜନନ 7

ଜାଇଗୋଟିନ୍ :
1. ଗୁଣସୂତ୍ରଗୁଡ଼ିକ ପରସ୍ପର ଆଡ଼କୁ ଆକୃଷ୍ଟ ହୁଅନ୍ତି ଓ ଲମ୍ବ ଭାବରେ ଯୋଡ଼ା ଯୋଡ଼ା ହୋଇ ଲାଗି ରହନ୍ତି । ଏହି ଅବସ୍ଥାକୁ ଆପୁଞ୍ଜନ କୁହାଯାଏ ।
2. ପ୍ରତ୍ୟେକ ଗୁଣସୂତ୍ର ଯୁଗଳ ବା ଯୋଡ଼ିକୁ ଯୁଗଳ ଗୁଣସୂତ୍ର କୁହାଯାଏ ।
BSE Odisha 10th Class Life Science Solutions Chapter 6 ଜନନ 8

ପାକିଟିନ୍ :
ପାକିଟିନ୍‌ରେ ଗୁଣସୂତ୍ର ସ୍ଥୂଳ ଏବଂ କ୍ଷୁଦ୍ରାକାର ହୁଏ । ପ୍ରତ୍ୟେକ ଗୁଣସୂତ୍ର ଲମ୍ବଭାବରେ ଦୁଇଟି ଏକକସୂତ୍ରର ହୋଇଥିବାରୁ ପ୍ରତ୍ୟେକ ଯୁଗଳ ଗୁଣସୂତ୍ର ଗୋଟିଏ ଲେଖାଏଁ ଚତୁଷ୍କ ବା ଚତୁଃଏକକ ସୂତ୍ରରେ ପରିଣତ ହୁଏ ।
BSE Odisha 10th Class Life Science Solutions Chapter 6 ଜନନ 9b

BSE Odisha 10th Class Life Science Solutions Chapter 6 ଜନନ

ଡିପ୍ରୋଟିନ୍ :
1. ସହିତ ଲାଗିରହି ଅନ୍ୟ ଅଂଶରେ ପୃଥକ୍ ହୋଇଥାନ୍ତି । ହୁଏ । ସେମାନେ କେବଳ କେତେକ ବିନ୍ଦୁରେ ପରସ୍ପର ମଧ୍ୟରେ ଅଂଶ ବିନିମୟ ଦ୍ବାରା ଜିନ୍ ଆଦାନପ୍ରଦାନ ଏହି ମିଳନସ୍ଥଳକୁ କାଏଜ୍‌ମା କୁହାଯାଏ ।
2. ଯୁଗଳ ଗୁଣସୂତ୍ର ଗୁଡ଼ିକର ଏହି ମିଳନସ୍ଥଳ ବା କରନ୍ତି । ଏହି ପ୍ରକ୍ରିୟାକୁ ପାରାନ୍ତରଣ କୁହାଯାଏ ।
BSE Odisha 10th Class Life Science Solutions Chapter 6 ଜନନ 10

ଡାଇଆକାଇନେସିସ୍ :
କିନ୍ତୁ ସ୍କୁଳ ଓ ବର୍ତ୍ତୁଳ ହେବାଦ୍ଵାରା ଅଧିକ ସ୍ପଷ୍ଟ ଦେଖାଯାଆନ୍ତି । ଏହି ଉପାବସ୍ଥାରେ ସେଗୁଡ଼ିକର ଆକୃତି ମୁଦ୍ରିକା ସଦୃଶ । ନିନ୍ୟଷ୍ଟି ଏବଂ ନ୍ୟଷ୍ଟିଝିଲ୍ଲୀ ଏହି ଅବସ୍ଥାରେ ଅଦୃଶ୍ୟ ହୋଇଥାଏ ।
BSE Odisha 10th Class Life Science Solutions Chapter 6 ଜନନ 11

(ଖ) ମଧ୍ୟାବସ୍ଥା – I (Metaphase) :
1. BSE Odisha 10th Class Life Science Solutions Chapter 6 ଜନନ 5
2. ମେରୁସ୍ଥିତ ତର୍କୁତନ୍ତୁ କ୍ରମଶଃ ବର୍ଦ୍ଧିତ ହୋଇ ପ୍ରତ୍ୟେକ ଗୁଣସୂତ୍ର କେନ୍ଦ୍ରସହ ସଂଯୁକ୍ତ ହୁଅନ୍ତି ।
BSE Odisha 10th Class Life Science Solutions Chapter 6 ଜନନ 13

(ଗ) ଆନାଫେଜ୍ | – I (Anaphase) :
1. BSE Odisha 10th Class Life Science Solutions Chapter 6 ଜନନ 16
2. ଏକକ ସୂତ୍ର ଦୁଇ ବିପରୀତ ମେରୁ ଆଡ଼କୁ ଗତି କରନ୍ତି ।
3. ଏହି ସମୟରେ ପ୍ରତ୍ୟେକ ଏକକ ସୂତ୍ର କୋଣାକାର ବା ‘V’ ଆକାର ଧାରଣ କରନ୍ତି ।
BSE Odisha 10th Class Life Science Solutions Chapter 6 ଜନନ 20

(ଘ) ଟେଲୋଫେଜ୍ | – I (Telophase):
1. BSE Odisha 10th Class Life Science Solutions Chapter 6 ଜନନ 16
2. କ୍ରମଶଃ ପ୍ରତ୍ୟେକ ଗୁଣସୂତ୍ରପୁଞ୍ଜର ଚତୁର୍ଦ୍ଦିଗରେ ନ୍ୟଷ୍ଟିଝିଲ୍ଲୀ ସୃଷ୍ଟିହୁଏ ।
3. ଗୁଣସୂତ୍ରଗୁଡ଼ିକ ସୂକ୍ଷ୍ମ ଅସ୍ପଷ୍ଟ ହେବା ଆରମ୍ଭ ହେବା ସହ ନିନ୍ୟଷ୍ଟି ମଧ୍ୟ ସୃଷ୍ଟିହୁଏ ।
BSE Odisha 10th Class Life Science Solutions Chapter 6 ଜନନ 17

Question 9.
ସମବିଭାଜନ ଓ ଅର୍ଥବିଭାଜନ ତୁଳନା କର ।
ଉ-
ସମବିଭାଜନ ଓ ଅର୍ଥବିଭାଜନ ମଧ୍ଯରେ ତୁଳନା :

ସମବିଭାଜନ (ମାଇଟୋସିସ୍) ଅର୍ଥବିଭାଜନ (ମେଓସିସ୍)
1. ଏହା କାୟିକ କୋଷ, ଆଦି ଜାୟକ କୋଷ ଏବଂ ପରାଗ ମାତୃ କୋଷ ତଥା ମେଗାସ୍କୋର ମାତୃ କୋଷରେ ହୋଇଥାଏ । 1.ଏହା ଯୁଗ୍ମଜ ସୃଷ୍ଟିପାଇଁ ଉଦ୍ଦିଷ୍ଟ । ତେଣୁ ଏହା କେବଳ ଜନନ କୋଷରେ ଯୁଗ୍ମକ ଜନନ ପ୍ରକ୍ରିୟାରେ ଶେଷ ପର୍ଯ୍ୟାୟରେ ହୋଇଥାଏ ।
2. ଏଥିରେ ମାତୃକୋଷ ଏବଂ ଅପତ୍ୟ କୋଷରେ ଥ‌ିବା ଗୁଣସୂତ୍ର ସଂଖ୍ୟା ସମାନ ରହେ । 2. ଏହି ବିଭାଜନ ପରେ ଅପତ୍ୟ କୋଷରେ ଗୁଣସୂତ୍ର ସଂଖ୍ୟା ମାତୃ କୋଷରେ ଥିବା ଗୁଣସୂତ୍ର ସଂଖ୍ୟାର ଅର୍ଦ୍ଧେକ ହୋଇଯାଏ ।
3. ଏହି ବିଭାଜନ ବେଳେ ପ୍ରତ୍ୟେକ ଗୁଣସୂତ୍ର ସ୍ଵାଧୀନ ଭାବରେ ଅର୍ଥାତ୍ ଅନ୍ୟଉପରେ ନିର୍ଭର ନ କରି ବିଭାଜିତ ହୋଇଥାନ୍ତି । ଏଥ‌ିରେ ଆପୁଞ୍ଜନ କିମ୍ବା ଅଂଶ ବିନିମୟ ହୁଏନାହିଁ । 3. ଏହି ବିଭାଜନର ପ୍ରଥମ ପର୍ଯ୍ୟାୟରେ ସଦୃଶ ଗୁଣସୂତ୍ର ଯୋଡ଼ା ଯୋଡ଼ା ହୋଇ ଲାଗି ରହନ୍ତି । ସେମାନଙ୍କ ମଧ୍ୟରେ ଆପୁଞ୍ଜନ ଓ ଅଂଶ ବିନିମୟ ହୁଏ ।
4. ମାଇଟୋସିସ୍‌ର ଉତ୍ତରାବସ୍ଥାରେ ଗୁଣସୂତ୍ର କେନ୍ଦ୍ରର ବିଭାଜନ ହେବା ଫଳରେ କ୍ରୋମାଟିଡ୍ ମେରୁଆଡ଼କୁ ଯାଇଥାଏ । 4. ମେଓସିସ୍ (ପ୍ରଥମ ପର୍ଯ୍ୟାୟ)ର ଉତ୍ତରାବସ୍ଥାରେ ଗୁଣସୂତ୍ର କେନ୍ଦ୍ରର ବିଭାଜନ ହୁଏନାହିଁ । ଫଳରେ ସମ୍ପୂର୍ଣ୍ଣ କ୍ରୋମୋଜୋମ୍ ମେରୁଆଡ଼କୁ ଯାଇଥାଏ ।
5. ଏହି ବିଭାଜନରେ ଗୋଟିଏ ମାତୃକୋଷରୁ 2ଟି ଅପତ୍ୟ କୋଷ ଜାତ ହୁଏ । 5. ଏହି ବିଭାଜନ ଶେଷରେ ଗୋଟିଏ ଆଦି ଜାୟକ କୋଷରୁ 4ଟି ଅପତ୍ୟ କୋଷ ଜାତ ହୁଏ ।

Question 10.
ସଂକ୍ଷେପରେ ଉତ୍ତର ଦିଅ ।
(କ) ଏଚ.ଆଇ.ଭି.ର ଦୂରାନାମ ଓ ବିଶେଷତ୍ଵ ଲେଖ ।
ଭ –

  • ଏଚ୍. ଆଇ. ଭି. : ଏହାର ପୂରାନାମ (Human Immunodeficiency Virus -HIV) । ଏଡ଼ସ୍‌ର ଖଳନାୟକ ଏକ ଭୂତାଣୁ ଅଟେ ଯାହାର ନାମ HIV I
  • ବିଶେଷତ୍ଵ : ଅନ୍ୟ ଭୂତାଣୁ ପରି ଏହାର ବିଶେଷତ୍ଵ ହେଉଛି ଏହାର ଶରୀର ଗଠନ ଅତି ସରଳ । ମୁଖ୍ୟତଃ ପୁଷ୍ଟିସାରରେ ଗଠିତ ଖୋଳପା ମଧ୍ୟରେ ଭୂତାଣୁର ଆନୁବଂଶିକ ପଦାର୍ଥ ଥାଏ । ଏହା ହେଉଛି RNA I RNA ଥ‌ିବା ଭୂତାଣୁମାନଙ୍କୁ ପଶ୍ଚଭୂତାଣୁ ବା ରେଟ୍ରୋଭାଇରସ୍ କୁହାଯାଏ ।
  • ସମାୟନ ବା ନିଷେକ ନ ହୋଇ ଡିମ୍ବାଣୁର ବୃଦ୍ଧିଘଟି ଫଳସୃଷ୍ଟି ହେଲେ ତାହାକୁ ଅସମାୟିତ ଜନନ ବା ଅନିଷେକ ଜନନ କୁହାଯାଏ ।
  • କେତେକ ଅପୁଷ୍ପକ ଉଦ୍ଭିଦରେ ଏହା ପରିଲକ୍ଷିତ ହେବା ସହିତ ସପୁଷ୍ପକ ଉଦ୍ଭଦରେ ଏ ପ୍ରକାର ଜନନ ଦେଖାଯାଏ ।
  • ଏହି ପଦ୍ଧତିରେ ଜାତ ଫଳ ମଞ୍ଜିଶୂନ୍ୟ ହୋଇଥାଏ । ଏହି ଫଳକୁ ଅସମାୟିତ ଫଳ ବା ମଞ୍ଜିବିହୀନ ଫଳ କୁହାଯାଏ ।

BSE Odisha 10th Class Life Science Solutions Chapter 6 ଜନନ

(ଗ) ଯୁଗ୍ମକ ଜନନର ପ୍ରାବସ୍ଥାଗୁଡ଼ିକର ନାମ କ’ଣ ? ଏଥ‌ିରେ କି କି ମୁଖ୍ୟ ଘଟଣା ଘଟିଥାଏ ?
ଉ-
IMG

(i) ପ୍ରଗୁଣନ ପ୍ରାବସ୍ଥା (i) ପ୍ରଗୁଣନ ପ୍ରାବସ୍ଥା
(ii) ବୃଦ୍ଧି ପ୍ରାବସ୍ଥା (ii) ବୃଦ୍ଧି ପ୍ରାବସ୍ଥା
(iii) ପ୍ରଗୁଣନ ପ୍ରାବସ୍ଥା (iii) ପ୍ରଗୁଣନ ପ୍ରାବସ୍ଥା
  • ପ୍ରଗୁଣନ ପ୍ରାବସ୍ଥା – ଆଦିଜାୟକ କୋଷରୁ ମୂଳ ଶୁକ୍ରାଣୁ କୋଷ ଓ ମୂଳ ଡିମ୍ବାଣୁ କୋଷ ସୃଷ୍ଟିହୁଏ ।
  • ବୃଦ୍ଧି ପ୍ରାବସ୍ଥା – ମୂଳ ଶୁକ୍ରାଣୁ କୋଷରୁ ପ୍ରାଥମିକ ଶୁକ୍ରାଣୁ କୋଷ ଓ ମୂଳ ଡିମ୍ବାଣୁ କୋଷରୁ ପ୍ରାଥମିକ ଡିମ୍ବାଣୁ କୋଷ ସୃଷ୍ଟି ହୁଏ ।
  • ପରିପକ୍ବନ ପ୍ରାବସ୍ଥା – ଏହି ଅବସ୍ଥାରେ ପ୍ରାଥମିକ ଶୁକ୍ରାଣୁ କୋଷରୁ 4ଟି ଶୁକ୍ରାଣୁର ସୃଷ୍ଟି ହୁଏ ଓ ପ୍ରାଥମିକ ଡିମ୍ବାଣୁ କୋଷରୁ ଗୋଟିଏ ଡିମ୍ବାଣୁ ଓ ତିନୋଟି ପୋଲାର ବଡ଼ି ତିଆରି ହୁଏ ।

(ଘ) ସ୍ପଞ୍ଜର ଅନ୍ତଃକୋରକୋଦ୍‌ଗମ ବର୍ଣ୍ଣନ କର ।

  • ପ୍ରତିକୂଳ ପରିବେଶ ଓ ଖାଦ୍ୟପଦାର୍ଥର ଅଭାବ ଦେଖାଦେଲେ ସଞ୍ଜ ନିଜ ଶରୀର ଭିତରେ ଜମ୍ୟୁଲ୍ ତିଆରି କରେ ।
  • ଏହି ପ୍ରକ୍ରିୟାର ପ୍ରାରମ୍ଭରେ ଏକ ସ୍ବତନ୍ତ୍ର ପ୍ରକାରର କେତେକ କୋଷ ଏକତ୍ରିତ ହୁଅନ୍ତି ।
  • ଏମାନଙ୍କ ଚାରିପଟେ ଏକ କଠିନ ଆବରଣ ସୃଷ୍ଟି ହୋଇ ଏହା ଜେଡ୍ୟୁଲରେ ପରିଣତ ହୁଏ ।
  • ମାଇକ୍ରୋଫାଇଲ୍ ନାମକ ଏକ ରନ୍ଧ୍ରଦ୍ଵାରା ଏହା ବାହାରକୁ ଖୋଲାଥାଏ ।
  • ପରିବେଶ ଅନୂକୂଳ ହେଲେ ଜେମ୍ୟୁଲ୍ ଭିତରେ ଥିବା କୋଷଗୁଡ଼ିକ ମାଇକ୍ରୋପାଇଲ ବାଟଦେଇ ବାହାରକୁ ଆସି ନୂଆ ସ୍ପଞ୍ଜ ସୃଷ୍ଟି କରନ୍ତି ।

(ଡ) ଏମିବାର ବହୁବିଭାଜନ କିପରି ହୋଇଥାଏ ଲେଖ ।

  • ଖରାଦିନେ ଏମିବା ରହୁଥିବା ପୋଖରୀ, ଗାଡ଼ିଆରୁ ପାଣି ଶୁଖୁଲେ ବା ଅତ୍ୟଧିକ ଥଣ୍ଡା ଯୋଗୁଁ ପାଣି ବରଫ ହୋଇଗଲେ, ଏମିବା କୂଟପାଦଗୁଡ଼ିକୁ ପ୍ରତ୍ୟାହାର କରି ନିଜ ଶରୀର ଚାରିପଟେ ତିନିସ୍ତର ବିଶିଷ୍ଟ ଏକ କଠିନ ଆବରଣ ବା କୋଷିକା ତିଆରି କରି ରହେ ।
  • ଏହି ସମୟରେ ତା’ର ଚୟାପଚୟ କ୍ରିୟା ହ୍ରାସପାଏ । ବାରମ୍ବାର ନ୍ୟଷ୍ଟି ବିଭାଜନ ଦ୍ଵାରା ଏମିବା ଶରୀରରେ 500- 600ଟି ଛୋଟ ନ୍ୟଷ୍ଟି ତିଆରି ହୁଏ ।
  • ପ୍ରତ୍ୟେକ ନ୍ୟଷ୍ଟି କିଛି ପରିମାଣର କୋଷଜୀବକ ଦ୍ବାରା ଆବୃତ୍ତ ହୋଇ ରହେ । ଏହିପରି ଭାବେ ସୃଷ୍ଟ ଅପତ୍ୟଗୁଡ଼ିକୁ ‘କୁନି ଏମିବା’ ବା ଏମିକ୍ୟୁଲା କୁହାଯାଏ I ବର୍ଷାଦିନର ଆଗମନରେ ପରିସ୍ଥିତି ଅନୁକୂଳ ହେଲେ ଏହି କଠିନ ଆବରଣ ଜଳ ସଂସ୍ପର୍ଶରେ ଆସି ଫାଟିଯାଏ । କୋଷିକା ଭିତରେ ଥ‌ିବା ଅପତ୍ୟ କୁନି ଏମିବାମାନେ ବାହାରକୁ
  • ଏମିବାର ଏହି ପ୍ରକାର ବହୁ ବିଭାଜନ ଜନନ କ୍ରିୟାକୁ ସୋରୁଲେସନ ମଧ୍ୟ କୁହାଯାଏ ।

Question 11.
ସଂକ୍ଷିପ୍ତ ଟିପ୍ପଣୀ ଲେଖ ।
(କ) ସମାୟନ,
(ଖ) ପରିବାର ନିୟୋଜନର ସ୍ଥାୟୀ ପଦ୍ଧତି,
(ଗ) ଗର୍ଭାଶୟ,
(ଘ) ଅଙ୍ଗବିକାଶ,
(ଙ) ଶୁକ୍ରମୁଣି ।
ଭ –
(କ) ସମାୟନ

  • ଯେଉଁ ପ୍ରକ୍ରିୟାରେ ଗୋଟିଏ ପୁଂଯୁଗ୍ମକ, ସ୍ତ୍ରୀ ଯୁଗ୍ମକ ବା ଡିମ୍ବକୋଷ ସହିତ ମିଳିତ ହୋଇ ଯୁଗ୍ମକ ଗଠନ କରେ ତାହାକୁ ସମାୟନ କୁହାଯାଏ । ଏଥୁରୁ ଭୃଣର ଉତ୍ପତ୍ତି ହୋଇଥାଏ ।
  • ସପୁଷ୍ପକ ଆବୃତ୍ତବୀଜୀ ଉଦ୍ଭଦରେ ଦୁଇଟି ସମାୟନ ଦେଖାଯାଏ । ଗୋଟିଏ ପୁଂଯୁଗ୍ମକ ସହିତ ଡିମ୍ବାଣୁ ବା ଡିମ୍ବକୋଷର ସମାୟନ ଓ ଅନ୍ୟଟି ଦ୍ଵିତୀୟକ ନ୍ୟଷ୍ଟି ସହିତ ଦ୍ଵିତୀୟ ପୁଂଯୁଗ୍ମକର ମିଳନ । ଦ୍ଵିତୀୟ ପ୍ରକ୍ରିୟାରେ ଭୃଣକୋଷ ନ୍ୟଷ୍ଟି ସୃଷ୍ଟି ହୁଏ । ସପୁଷ୍ପକ ଉଦ୍ଭଦରେ ଏହି ସମାୟନକୁ ଦ୍ଵିସମାୟନ କୁହାଯାଏ ।

(ଖ) ପରିବାର ନିୟୋଜନର ସ୍ଥାୟୀ ପଦ୍ଧତି,

  • ଏହା ଏକ ପ୍ରକାର ଅସ୍ତ୍ରୋପଚାର ପଦ୍ଧତି । ଏହି ପଦ୍ଧତିରେ ମହିଳା ବା ପୁରୁଷଙ୍କୁ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରାଯାଏ । ଫଳରେ ଭବିଷ୍ୟତରେ ଆଉ ସନ୍ତାନ ଜନ୍ମହେବାର ସମ୍ଭାବନା ନଥାଏ ।
  • ପୁରୁଷ ବନ୍ଧ୍ୟାକରଣ ଅସ୍ତ୍ରୋପଚାରକୁ ଭାସେକ୍ଟୋମୀ ଓ ମହିଳା ବନ୍ଧ୍ୟାକରଣ ଅସ୍ତ୍ରୋପଚାରକୁ ଟ୍ୟୁବେକ୍ଟୋମି କୁହାଯାଏ ।

(ଗ) ଗର୍ଭାଶୟ

  • ଗର୍ଭାଶୟ ଏକ ଫମ୍ପା ଏବଂ ପେଶୀବହୁଳ ଅଙ୍ଗ । ଏହାର ଲମ୍ବ ପ୍ରାୟ 7.5 ସେ.ମି. ଏବଂ ଚଉଡ଼ା 5.0 ସେ.ମି. ।
  • ଏହା ଉଦର ଗହ୍ଵର ନିମ୍ନଭାଗରେ ଠିକ୍ ମୂତ୍ରାଶୟର ପଛକୁ ରହିଛି ।
  • ଗର୍ଭାଶୟର ଆଗପଟ ଚଉଡ଼ା ଓ ପଛପଟକୁ ଏହା ନଳିଆ । ଏହି ନଳିଆ ଅଂଶକୁ ଜରାୟୁ ଗ୍ରୀବା (Cervix) କୁହାଯାଏ । ଗର୍ଭାଶୟର ଗ୍ରୀବା ବାହାରକୁ ଉନ୍ମୁକ୍ତ ହୋଇଥାଏ ।

(ଘ) ଅଙ୍ଗବିକାଶ,

  • ସମାୟନ ପରେ ପ୍ରାଣୀ ଶରୀରରେ ଯୁଗ୍ଧଜର ବାରମ୍ବାର ବିଭାଜନରୁ ବହୁକୋଷୀ ବ୍ଲାଷ୍ଟଲା ସୃଷ୍ଟି ହୁଏ । ପରେ ଏହା ତିନୋଟି ଜାୟକ ସ୍ତରବିଶିଷ୍ଟ ଗ୍ରାଷ୍ଟ୍ରଲାରେ ପରିଣତ ହୁଏ । ଏହି ତିନୋଟି ଜାୟକ ସ୍ତର ହେଉଛି – ଏକୋଡ଼ର୍ମ, ମେସୋଡ଼ର୍ମ ଓ ଏଣ୍ଡୋଡ଼ର୍ମ ।
  • ଅଙ୍ଗ ବିକାଶ ଦ୍ଵାରା ତିନି ପ୍ରକାର ଜାୟକ ସ୍ତରରୁ ବିଭିନ୍ନ ପ୍ରକାର ଟିସୁ, ଅଙ୍ଗ ଓ ଅଙ୍ଗ ତନ୍ତ୍ର ତିଆରି ହୁଏ । ଅଙ୍ଗ ବିକାଶ ପରେ ଗର୍ଭାଶୟରେ ସୃଷ୍ଟି ହୋଇଥବା ପୂର୍ଣ୍ଣ ବିକଶିତ ଶିଶୁ ପ୍ରସବ ଦ୍ୱାରା ମାଆ ଶରୀର ବାହାରକୁ ଆସିଥାଏ ।

(ଙ) ଶୁକ୍ରମୁଣି ।

  • ପୁରୁଷ ଶରୀରରେ ଥିବା ଦୁଇଟି ଶୁକ୍ରମୁଣି ମଧ୍ୟରେ ଦୁଇଟି ଶୁକ୍ରାଶୟ ଅଛି ।
  • ମାନବ ଶରୀରର ତାପମାତ୍ରା ଅଧିକ (37°C) ଶୁକ୍ରମୁଣିର ତାପମାତ୍ରା ଏହାଠାରୁ 2°C କମ୍, ଯାହା ଶୁକ୍ରାଣୁ ଉତ୍ପତ୍ତି ପାଇଁ ଅନୁକୂଳ ।

Question 12.
ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(କ) କାଲସ୍ କାହାକୁ କୁହାଯାଏ ?
ଉ-
ଟିସୁ ପୋଷଣ ପଦ୍ଧତିରେ ଯେଉଁ ପ୍ରାରମ୍ଭିକ ଟିସୁସମୂହକୁ ସ୍ଵତନ୍ତ୍ର ରୂପେ ସଙ୍ଗଠିକ ପୋଷକ ମାଧମଦ୍ଵାରା ବଢ଼ାଇ ଗୋଟିଏ ଜୀବକୋଷରୁ ଅନେକ ଜୀବକୋଷ ସୃଷ୍ଟି କରାଯାଇଥାଏ, ସେଗୁଡ଼ିକୁ ସାମଗ୍ରିକ ଭାବେ କାଲ୍‌ କୁହାଯାଏ ।

(ଖ) ଡିମ୍ବାଶୟରୁ କେଉଁ ହରମୋନ୍ କ୍ଷରିତ ହୁଏ ?
ଉ-
ଉ- ଡିମ୍ବାଶୟରୁ ଇଷ୍ଟ୍ରୋଜେନ୍ ଓ ପ୍ରୋଜେଷ୍ଟିରନ୍ ନାମକ 2ଟି ହରମୋନ କ୍ଷରିତ ହୁଏ ।

(ଗ) ଅନୁକୂଳ ପରିବେଶରେ ଏମିବା କେଉଁ ପ୍ରକ୍ରିୟା ଦ୍ବାରା ଜନନ କରିଥାଏ ?
ଉ-
ଅନୁକୂଳ ପରିବେଶରେ ଏମିବା ଦ୍ଵିବିଭାଜନ ଓ ବହୁବିଭାଜନ ଦ୍ବାରା ଜନ କରିଥାଏ ।

(ଘ) କେଉଁ ପରିବେଶରେ ହାଇଡ୍ରା କେଉଁ ପ୍ରକ୍ରିୟା ଦ୍ବାରା ଜନନ କରିଥାଏ ?
ଉ-
ଅନୁକୂଳ ପରିବେଶରେ ଓ ପ୍ରଚୁରଖାଦ୍ୟ ପଦାର୍ଥ ମିଳୁଥିବା ବେଳେ ସୁସ୍ଥ ଏବଂ ବୟଃପ୍ରାପ୍ତ ହାଇଡ୍ରା କୋରକୋଦ୍‌ଗମ ଉପାୟରେ ଅଲିଙ୍ଗୀ ଜନନଦ୍ୱାରା ବଂଶବୃଦ୍ଧି କରିଥାଏ ।

(ଙ) ଶୁକ୍ରାଶୟର କେଉଁ କୋଷ ଟେଷ୍ଟୋଷ୍ଟିରନ୍ କ୍ଷରଣ କରେ ?
ଉ-
ଶୁକ୍ରାଶୟ ମଧ୍ୟରେ ଥିବା ଲେଡ଼ିଗ୍ କୋଷରୁ ପୁରୁଷ ହରମୋନ୍ ଟେଷ୍ଟାଷ୍ଟିରନ କ୍ଷରିତ ହୁଏ ।

BSE Odisha 10th Class Life Science Solutions Chapter 6 ଜନନ

(ଚ) ଏଡ଼୍ସ୍ ରୋଗ ଚିହ୍ନଟର 2ଟି ଉପାୟ ଲେଖ ।
ଉ –
(i) ଏଲିସା (ELISA Enzyme Linked Immuno Sorbent Assay) ଟେଷ୍ଟ ଦ୍ଵାରା ଏହି ରୋଗ ଚିହ୍ନଟ କରାଯାଇପାରେ । କିନ୍ତୁ ୱେଷ୍ଟର୍ଣ୍ଣ ବ୍ଲୁଟିଙ୍ଗ (Western Blotting) କୌଶଳ ଏଡ଼ସ୍‌ ଚିହ୍ନଟର ସବୁଠାରୁ ବିଶ୍ୱସନୀୟ ଉପାୟ ।

(ଛ) ଭୃଣବନ୍ଧର କାର୍ଯ୍ୟ କ’ଣ ?

  • ଭ୍ରୂଣବନ୍ଧ ବା ପ୍ଲାସେଣ୍ଟା ଜରିଆରେ ଗର୍ଭାଶୟ ସହିତ ଭ୍ରୂଣ ଏକ ଜୈବିକ ସମ୍ବନ୍ଧ ସ୍ଥାପନ କରେ । ଭ୍ରୂଣ ଏବଂ
  • ଭ୍ରୂଣବନ୍ଧ ଦେଇ ଭ୍ରୂଣ ମାଆ ଶରୀରରୁ ନାଭିରଜ୍ଜୁ ଦ୍ୱାରା ଖାଦ୍ୟ ଓ ଅମ୍ଳଜାନ ଗ୍ରହଣ କରେ । ସେହିପରି ଭ୍ରୂଣ ମଧ୍ୟରୁ ନିର୍ଗତ ବର୍ଜ୍ୟବସ୍ତୁ ପ୍ଲାସେଣ୍ଟା ବାଟଦେଇ ମାଆ ଶରୀରକୁ ଓ ପରେ ବାହାରକୁ ଆସେ ।

Question 13.
ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
(କ) ଲେଡ଼ିଗ୍ କୋଷରୁ କେଉଁ ହର୍ମୋନ୍ କ୍ଷରିତ ହୁଏ ?
ଉ-
ଟେଷ୍ଟେଷ୍ଟେରନ୍

(ଖ) କେଉଁ ମସିହାରୁ ଭାରତରେ ପରିବାର ନିୟୋଜନ ଯୋଜନା କାର୍ଯ୍ୟକାରୀ ହୋଇଛି ?
ଉ-
1952

(ଗ) ସାଧାରଣତଃ ସ୍ତ୍ରୀ ଜନନ ତନ୍ତ୍ରର କେଉଁ ସ୍ଥାନରେ ସମାୟନ ଘଟେ ?
ଉ- ହିମ୍ବବାହୀ ନଳୀ ମଧ୍ଯରେ

(ଘ) ଶୁକ୍ରାଣୁ କେଉଁଠାରେ ତିଆରି ହୁଏ ?
ଉ-
BSE Odisha 10th Class Life Science Solutions Chapter 6 ଜନନ 21

(ଙ) ଇଷ୍ଟ୍ରେ କେଉଁ ପ୍ରକାରର ଜନନ ଦେଖାଯାଏ ?
ଉ-
BSE Odisha 10th Class Life Science Solutions Chapter 6 ଜନନ 22

Question 14.
ଶୂନ୍ୟସ୍ଥାନ ପୂରଣ କର ।
(କ) ଭୂଣପୋଷର ଗୁଣସୂତ୍ର ସଂଖ୍ୟା ………………… ଅଟେ ।
(ଖ) ସମସ୍ତ ପ୍ରକାର କୋଷ ସୃଷ୍ଟି କରିପାରୁଥିବା କୋଷକୁ ……………………… କୁହାଯାଏ ।
(ଗ) ଶୁକ୍ରମୁଣିର ତାପମାତ୍ରା ମାନବ ଶରୀରର ତାପମାତ୍ରାଠାରୁ ପ୍ରାୟ ………………….. ଡିଗ୍ରୀ କମ୍ ।\
(ଘ) ଇଷ୍ଟ ……………………… ଦ୍ଵାରା ବଂଶବିସ୍ତାର କରିଥାଏ ।
(ଙ) ଏଚ୍.ଆଇ.ଭି.ର ଆନୁବଂଶିକ ପଦାର୍ଥ …………………………. ଅଟେ ।
(ଚ) ଆରଏସ୍ଏ ଥିବା ଭୂତାଣୁଗୁଡ଼ିକୁ ………………………… କୁହାଯାଏ ।
(ଛ) ଏଡ୍‌ସ୍‌ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀରରେ …………………….. ନାମକ ଶ୍ଵେତରକ୍ତ କଣିକାର ସଂଖ୍ୟା ହ୍ରାସ ପାଏ ।

Answers
(କ) ତ୍ରିଗୁଣିତ (3n)
(ଙ) RNA
(ଘ) ଅଲିଙ୍ଗୀ ଜନନ
(ଛ) ଲିମ୍ଫୋସାଇଟ୍
(ଖ) ପୂର୍ଣ୍ଣବିଭବୀ କୋଷ
(ଗ) 2°°C
(ଚ) ପଶ୍ଚ ଭୂତାଣୁ (ରେଟ୍ରୋଭାଇରସ୍ )

Question 15.
ବାକ୍ୟରେ ଚିହ୍ନିତ ରେଖାଙ୍କିତ ଶବ୍ଦ | ଶବ୍ଦପୁଞ୍ଜକୁ ବଦଳାଇ ଠିକ୍ ବାକ୍ୟ ଲେଖ ।
(କ) ପୁଂଯୁଗ୍ମକ ଓ ସ୍ତ୍ରୀଯୁଗ୍ମକର ମିଳନକୁ ଯୁଗ୍ମକଜନନ କୁହାଯାଏ ।
ଊ-
ପୁଂଯୁଗ୍ମକ ଓ ସ୍ତ୍ରୀଯୁଗ୍ମକର ମିଳନକୁ ସମାୟନ କୁହାଯାଏ ।

(ଖ) ସମାୟନ ନ ହୋଇ ଡିମ୍ବାଣୁର ବୃଦ୍ଧି ଘଟି ଫଳ ସୃଷ୍ଟି ହେଲେ ତାହାକୁ ଅଲିଙ୍ଗୀଜନନ କୁହାଯାଏ ।
ଊ-
ସମାୟନ ନହୋଇ ଡିମ୍ବାଣୁର ବୃଦ୍ଧି ଘଟି ଫଳ ସୃଷ୍ଟି ହେଲେ ତାହାକୁ ଅସମାୟିତ ଜନନ କୁହାଯାଏ ।

(ଗ) ଏଲାଇଜା କୌଶଳ ଏଡ଼ସ୍ ଚିହ୍ନଟ ପାଇଁ ସବୁଠାରୁ ବିଶ୍ୱସନୀୟ ଉପାୟ ।
ଊ-
ୱେଷ୍ଟଟିଙ୍ଗ କୌଶଳ ଏଡ଼ସ୍ ଚିହ୍ନଟ ପାଇଁ ସବୁଠାରୁ ବିଶ୍ୱସନୀୟ ଉପାୟ ।

(ଘ) ଗର୍ଭବତୀ ମହିଳା ଓ ଶିଶୁମାନଙ୍କର ଯତ୍ନ ଓ ସୁରକ୍ଷା ପାଇଁ ଆମ ଦେଶରେ ରାଷ୍ଟ୍ରୀୟ କିଶୋର ସୁରକ୍ଷା
ଊ-
ଗର୍ଭବତୀ ମହିଳା ଓ ଶିଶୁମାନଙ୍କର ଯତ୍ନ ଓ ସୁରକ୍ଷା ପାଇଁ ଆମ ଦେଶରେ ଜନନୀ ସୁରକ୍ଷା ଯୋଜନା କାର୍ଯ୍ୟକାରୀ

(ଙ) ଭୃଣରେ ତିନୋଟି ଜାୟକ ସ୍ତର ତିଆରି ପ୍ରକ୍ରିୟାକୁ ପ୍ରସବ କୁହାଯାଏ ।
ଊ-
ଭ୍ରୂଣରେ ତିନୋଟି ଜାୟକ ସ୍ତର ତିଆରି ପ୍ରକ୍ରିୟାକୁ ଗୀଷ୍ଟ୍ରଲେସନ୍‌ କୁହାଯାଏ ।

BSE Odisha 10th Class Life Science Solutions Chapter 6 ଜନନ

Question 16.
ପ୍ରଥମ ଦୁଇଟି ଶବ୍ଦର ସମ୍ପର୍କକୁ ଦେଖ୍ ତୃତୀୟ ସହ ସମ୍ପର୍କିତ ଶବ୍ଦଟି କ’ଣ ହେବ ଲେଖ ।
(i) ଯୁଗ୍ମକ : (n) :: ଯୁଗ୍ମଜ : ……………………..
(ii) ଭାସେକ୍ଟୋମୀ : ଶୁକ୍ରବାହୀ ନଳୀ :: ଟ୍ୟୁବେକ୍ଟୋମୀ : ……………………..
(iii) ଡିମ୍ବାଶୟ : ଇଣ୍ଟ୍ରୋଜେନ୍‌ :: ଶୁକ୍ରାଶୟ : ……………………..
(iv) ନଳୀନ୍ୟଷ୍ଟି : ପୁଂଯୁଗ୍ମକ :: ମେରୁ ନ୍ୟଷ୍ଟି : ……………………..
(v) ଚଳରେଣୁ : ୟୁଲୋଥିକ୍ସ :: ଅଚଳରେଣୁ : ……………………..

Answers
(i) 2n
(ii) ଡିମ୍ବବାହୀ ନାଳୀ
(iii) ଟେଷ୍ଟୋଷ୍ଟିରନ୍
(iv) ଭୃଣପୋଷ
(v) ପେନିସିଲିୟମ୍

Leave a Comment