Odisha State Board BSE Odisha 10th Class Odia Solutions Chapter 2 ବନ୍ଦେ ଉତ୍କଳ ଜନନୀ Textbook Exercise Questions and Answers.
BSE Odisha Class 10 Odia Solutions Chapter 2 ବନ୍ଦେ ଉତ୍କଳ ଜନନୀ
Question ୧।
ପ୍ରତ୍ୟେକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
ପୟୋଧ, ତଟିନୀ, ସମୀର, ଭୂଧର, ଉଟଜ, ଅରି
Answer:
ଶବ୍ଦ | ପ୍ରତିଶବ୍ଦ |
ପୟୋଧି | ସମୁଦ୍ର, ସାଗର |
ସମାର | ପବନ, ବାୟୁ |
ଉଟଜ | କୁଟାର କୁଡ଼ିଆ |
ଭଗିନା | ନଦୀ, ସଗିତ |
ଭୂଧର | ପର୍ବତ, ଅଚଳ |
ଅରି | ଶତ୍ରୁ, ଅରାତି, ବୈରା |
Question ୨ ।
ନିମ୍ନଲିଖ୍ ଶବ୍ଦଗୁଡ଼ିକର ବିପରୀତାର୍ଥବୋଧକ ଶବ୍ଦ ଲେଖ ।
ଶୁଭ୍ର, ଘନ, ସୁନ୍ଦର, ପବିତ୍ର, ପୁଣ୍ୟ, ଦର୍ପିତ
Answer:
ଶବ୍ଦ | ବିପରୀତାର୍ଥବୋଧକ ଶବ୍ଦ |
ଶୁଭ୍ର | ମଳିନ |
ପୂର୍ବର | ଅସୁନ୍ଦର |
ପୁଣ୍ୟ | ପାପ |
ଘନ | ତରଳ |
ପବିତ୍ର | ଅପବିତ୍ର |
ବର୍ଷତ | ବିନୀତ |
Question ୩ ।
ନିମ୍ନଲିଖ୍ ଶବ୍ଦମାନଙ୍କୁ ନେଇ ସାର୍ଥକ ବାକ୍ୟ ରଚନା କର।
ବିଧୌତ, ସୁଶୋଭିତ, ରାଜିତ, କଳକଳ, ଜ୍ଞାନବିଜ୍ଞାନ, ଭଟଜ
Answer:
ବିଧୌତ – ଜ୍ୟୋତ୍ସ୍ନା ବିଧୌତ ରାତ୍ରି ଭାବୁକକୁ ବିମୋହିତ କରେ।
ସୁଶୋଭିତ – ରାମଚନ୍ଦ୍ରଙ୍କ ସୁଶୋଭିତ ରୂପ ଦେଖ୍ ମୁନିମାନେ ବିମୋହିତ ହୋଇଥିଲେ।
ରାଜିତ – ଆଶ୍ରମରେ ପୁଷ୍ପରାଜିତ ଦୃଶ୍ୟ ଚିତ୍ତ ହରଣ କରେ ।
କଳକଳ – ଚିଲିକାରେ ପକ୍ଷୀମାନଙ୍କର କଳକଳ ଶବ୍ଦ ଶୁଣାଯାଏ ।
ଜ୍ଞାନବିଜ୍ଞାନ – ବର୍ତ୍ତମାନ ଓଡ଼ିଶା ଜ୍ଞାନବିଜ୍ଞାନରେ ଯଥେଷ୍ଟ ଆଗେଇ ଗଲାଣି ।
ଉଟଇ – ଘନ ଅରଣ୍ୟରେ ମୁନିମାନେ ଉଟଜ ତିଆରି କରି ରହୁଥିଲେ।
Question ୪।
‘କଳକଳ’ ଭଳି ଆଉ ପାଞ୍ଚଗୋଟି ଧ୍ୱନ୍ୟାତ୍ମକ ଯୁଗ୍ମଶବ୍ଦ ଲେଖ ।
Answer:
ଧ୍ଵନ୍ୟାତ୍ମକ ଯୁଗ୍ମଶବ୍ଦ – ଧଡ଼ଧଡ଼, ଫଡ଼ଫଡ଼, ଘଡ଼ଘଡ଼, ମଡ଼ମଡ଼, ଖରଖର, ଝରଝର।
Question ୫।
ପଠିତ କବିତା ଅବଲମ୍ବନରେ ଶୂନ୍ୟସ୍ଥାନ ପୂରଣ କର । (ପ୍ରଶ୍ନ ସହିତ ଉତ୍ତର)
Answer:
(କ) ପୂତ ପୟୋଧ ବିଧୌତ ଶରୀରା
(ଗ) ଶୁଭ୍ରତଟିନୀ କୂଳ – ଶୀକର, ସମୀରା
(ଙ) ନୀଳ ଭୂଧରମାଳା ସାଜେ ତରଙ୍ଗେ
(ଛ) ସୁନ୍ଦର ଶାଳି ସୁଶୋଭିତ କ୍ଷେତ୍ରା,
(ଝ) ଯୋଗୀ ଋଷିଗଣ ଉଟଜ ପବିତ୍ରା ଅର୍ଥଗତ ପାର୍ଥକ୍ୟ ଦର୍ଶାଅ ।
(ଖ) ତାଳତମାଳ ସୁଶୋଭିତ, ତୀରା
(ଚ) କଳକଳ ମୁଖରିତ ଚାରୁ ବିହଙ୍ଗେ।
(ଜ) ଜ୍ଞାନ ବିଜ୍ଞାନ ପ୍ରଦର୍ଶିତ ନେତ୍ରା,
(ଞ) ସୁନ୍ଦର ମନ୍ଦିର ମଣ୍ଡିତ ଦେଶ,
Question ୬ ।
ଅର୍ଥଟତ ପାର୍ଥକ୍ୟା ଦର୍ଶ ଆ
ସୁର – ଶୂର, ପୂତ – ପୁତ, ଶାଳି – ଶାଳୀ, ବଳି – ବଳୀ, କୂଳ
Answer:
ପୁର – ଦେବତା
ଶୂର – ବାର
ପୁତ – ପବିତ୍ର
ପୁତ – ପୁଅ, ସନ୍ତାନ
ଶାଳି – ଧନ୍ୟ ବିଶେଷ
ଶୀଳା – ପ୍ରାର ସାନଭଉଣ।
ବଳି – ପୂଜା ସାମଗ୍ର।, ଦୈତରଜ ଚିରୋଜ ବିରୋଚନଙ୍କ ପୁତ୍ର
ବଳା – ବଳବାନ୍
କୁଳ – ନଦା, ସମୁନ୍ଦ୍ର ପ୍ରଭୃତିର କଟ
କୁଳ – ବଂଶ
କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
Question ୭।
ଚାରୁହାସମୟୀ ଚାରୁଭାଷମୟୀ କାହାକୁ କୁହାଯାଇଛି?
Answer:
ଉତ୍କଳ ଜନନୀକୁ ଚାରୁହାସମୟୀ ଚାରୁଭାଷମୟୀ ବୋଲି କୁହାଯାଇଛି । ଚାରୁହାସମୟୀ କହିବାଦ୍ୱାରା ଉତ୍କଳର ଗୌରବମୟ ଅବସ୍ଥାକୁ ସୂଚାଇ ଦିଆଯାଇଛି । କାରଣ ସନ୍ତାନମାନଙ୍କର ଗୌରବରେ ଜନନୀ ମୁଖରେ ମଧୁର ହସ ଖେଳିଥାଏ । ପୁନଶ୍ଚ ଓଡ଼ିଆ ଭାଷାର ମୁହୂତା ଓ ମଧୁରତା ହେତୁ ଉତ୍କଳ ଜନନୀକୁ ଚାରୁଭାଷମୟୀ ବୋଲି କୁହାଯାଇଛି ।
Question ୮।
ଉତ୍କଳ ଜନନୀକୁ କିଏ ଧୋଇ ଦେଇଛି ?
Answer:
ପୂତ ମହୋଦଧୂ ଉତ୍କଳ ଜନନୀକୁ ଧୋଇ ଦେଉଛି ।
Question ୯।
ସମୁଦ୍ରକୂଳ କେଉଁ କେଉଁ ବୃକ୍ଷଦ୍ବାରା ସୁଶୋଭିତ ?
Answer:
ସମୁଦ୍ରକୂଳ ତାଳ ଓ ତମାଳ ବୃକ୍ଷଦ୍ଵାରା ସୁଶୋଭିତ ।
Question ୧୦ ।
ଉତ୍କଳର ଆକାଶ କାହାର କଳରବରେ ମୁଖରିତ ?
Answer:
ଉତ୍କଳର ଆକାଶ ସୁନ୍ଦର ସ୍ବନ କରୁଥିବା ବିହଙ୍ଗମାନଙ୍କ କଳରବରେ ମୁଖରିତ ।
Question ୧୧ ।
ପର୍ବତମାଳାଗୁଡ଼ିକ ଉତ୍କଳ ଜନନୀଙ୍କ ଦେହରେ କିଭଳି ଭାବେ ଶୋଭାପାଇଛି ?
Answer:
ପର୍ବତାମାଳାଗୁଡ଼ିକ ଉତ୍କଳ ଜନନୀଙ୍କ ଦେହରେ ତରଙ୍ଗାକାରରେ ସଜ୍ଜିତ ହେଲାଭଳି ଶୋଭାପାଉଛି ।
Question ୧୨ ।
କେଉଁମାନଙ୍କ କୁଟୀରଦ୍ଵାରା ଉତ୍କଳ ପବିତ୍ର ହୋଇଛି ?
Answer:
ଯୋଗୀ ଓ ଋଷିମାନଙ୍କ କୁଟୀରଦ୍ଵାରା ଉତ୍କଳ ପବିତ୍ର ହୋଇଛି। ‘
Question ୧୩ ।
ଶ୍ରେଷ୍ଠ କବିମାନେ କାହାର କୀର୍ତ୍ତି ବନ୍ଦନା କରୁଛନ୍ତି ?
Answer:
ଶ୍ରେଷ୍ଠ କବିମାନେ ଉତ୍କଳ ଜନନୀଙ୍କର କୀର୍ତ୍ତି ବନ୍ଦନା କରୁଛନ୍ତି । ଫଳରେ ଉତ୍କଳ ଜନନୀଙ୍କର କୀର୍ତ୍ତି ସାରା ପୃଥିବୀରେ ଖ୍ୟାତି ଲାଭ କରିଛି
ପପ୍ରସଙ୍ଗ ସରଳାର୍ଥ
Question ୧୪ ।
ପୂତ-ପୟୋଧ-ବିଧୌତ-ଶରୀରା,
ପୂତ-ପାୟୋଧ…….ସୁଶୋଭିତ ତାରା
Answer:
ଉକ୍ତ ପଦ୍ୟାଶଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବିରଚିତ ‘ବନ୍ଦେ ଉତ୍କଳ ଜନନୀ’’ ଶୀର୍ଷକ ଜାତୀୟ ଭାବନା ପ୍ରଣୋଦିତ କବିତାରୁ ଗୃହୀତ ହୋଇଛି । ଏଠାରେ କବି ପ୍ରିୟ ଜନ୍ମଭୂମି ‘ଉତ୍କଳ ଜନନୀଭାବନା’ ର ଭୌଗୋଳିକ ସ୍ଥିତି ବା ବାହ୍ୟ ଶୋଭାର ବର୍ଣ୍ଣନା ଦେଇଛନ୍ତି ଆମର ଜନ୍ମଭୂମି ଉତ୍କଳର ପୂର୍ବ ଦିଗର ସୀମା ବଙ୍ଗୋପସାଗର ଦ୍ଵାରା ବେଷ୍ଟିତ । ଏହି ବଙ୍ଗୋପସାଗରକୁ ପୁରାଣ ଶାସ୍ତ୍ରକାରମାନେ ପବିତ୍ର ମହୋଦଧୂ ଭାବେ ପରିଚିତ କରାଇଛନ୍ତି । କବିଙ୍କ ମତରେ ସେହି ମହୋଦଧୂର ପବିତ୍ର ଜଳ ଉତ୍କଳ ଜନନୀର ଶରୀରକୁ ବିଧୌତ କରୁଛି ।
ମହୋଦଧୂର ପବିତ୍ର ଜଳଦ୍ଵାରା ଉତ୍କଳ ଜନନୀର ଶରୀର ବିଧୌତ ହେବାଦ୍ଵାରା ସେ‘ ସଦା ପବିତ୍ର ହେଉଛି । ପୁନଶ୍ଚ ଏହାର ତଟଦେଶରେ ଶୋଭାପାଇଥାଏ ମାଳମାଳ ତାଳ ଓ ତମାଳ ବୃକ୍ଷ । ସେହି ବୃକ୍ଷର ସବୁଜିମାରେ ଉତ୍କଳ ଜନନୀ ଅପୂର୍ବ ଶ୍ରୀ ଧାରଣ କରିଥାଏ । ଏଠାରେ କବି ଉତ୍କଳର ଭୌଗୋଳିକ ସ୍ଥିତିକୁ କାବ୍ୟକ ରୂପ ଦେଇଛନ୍ତି । କବିଙ୍କର ଏଭଳି ପରିକଳ୍ପନା ହୃଦୟସ୍ପର୍ଶୀ ହୋଇଛି । ଏଭଳି ବର୍ଣ୍ଣନାରେ କବିଙ୍କର ଜାତୀୟତାବୋଧ ମଧ୍ଯ ପ୍ରକାଶିତ ହୋଇଛି ।
Question ୧୫ ।
ଘନଘନ ବନଭୂମି ରାଜିତ ଅଙ୍ଗେ,
ନୀଳ ଭୂଧରମାଳା ସାଜେ ତରଙ୍ଗେ,
Answer:
ଘନଘନ ………………………. ସାଜେ ତରଇେଁ
ଶସିତ ପଦ୍ୟାଂଶଟି କାନ୍ତକବି ଲକ୍ଷ୍ମୀକାନ୍ତ୍ର ମହାପାତ୍ରଙ୍କ ଦେଶାସରୋଧକ ସଙ୍ଗୀତ ବିନ୍ଦେ ଉତ୍କଳ ଜନନା ରୁ ଗୃହାତ ହୋଇଛି । ଏଥିରେ କବି ଉତ୍କଳ ଜନନୀଙ୍କର ଅରଣ୍ୟ ଓ ପର୍ବତମାଳାର ଶୋଭାକୁ ଛନ୍ଦାୟିତ ଭାବରେ ପରିପ୍ରକାଶ କରିଛନ୍ତି । ଆମ ଉତ୍କଳ ପ୍ରଦେଶ ଉପକୂଳ ପ୍ରାକୃତିକ ପରିବେଶରେ ସୁଶୋଭିତ । ଏହାର ବିସ୍ତୀର୍ଣ୍ଣ ଅଞ୍ଚଳ ନିଘଞ୍ଚ ଅରଣ୍ୟାନୀଦ୍ଵାରା ଆଚ୍ଛାଦିତ । ଏହି ବନଭୂମି ଶାଳ, ପିଆଶାଳ, ଅସନ, କୁରୁମ, ଶିଶୁ, କେନ୍ଦୁ, ଆମ୍ବ, ଚାକୁଣ୍ଡା, ବର, ଓସ୍ତ, ଗମ୍ଭାରି, ନିମ ଆଦି ଦ୍ରୁମଦ୍ୱାରା ପରିପୂର୍ଣ୍ଣ । ପୁନଶ୍ଚ ଏହି ବନରେ ବାସକରନ୍ତି ବାଘ, ଭାଲୁ, ହାତୀ, ହରିଣ, ଝିଙ୍କ, ଠେକୁଆ, ସମ୍ବର, କୁଟୁରା ଆଦି ପ୍ରାଣୀମାନେ ।
ନାନାଜାତିର ପଶୁ ସାଙ୍ଗକୁ ମୟୂର, କୋଇଲି, କେଚିଳାଖାଇ, ଶୁଆ, ସାରୀ ଆଦି ପକ୍ଷୀମାନେ ମଧ୍ୟ କରନ୍ତି ବହଳ ଗଛ ସାଙ୍ଗକୁ ପଶୁପକ୍ଷୀଙ୍କର ଲୀଳାଖେଳା ଦର୍ଶକକୁ ବିମୋହିତ କରେ । ଉତ୍କଳର ସ୍ଥାନେ ସ୍ଥାନେ ଦେଖାଦିଏ’ ସବୁଜବୃକ୍ଷ । ଆଚ୍ଛାଦିତ ଢଙ୍ଗ ପର୍ବତମାଳା । ସେହି ପର୍ବତମାଳା ଦୂରରୁ ମନୋରମ ଦେଖାଯାଏ । ଛୋଟବଡ଼ ପାହାଡ଼ଗୁଡ଼ିକ ପାଖକୁ ପାଖ ସଜେଇ ହେଲାଭଳି ରହିଥା’ନ୍ତି । ସମୁଦ୍ର ମଧ୍ୟରେ ଉତ୍ତାଳ ତରଙ୍ଗ ଯେପରି ଦେଖାଯାଏ, ଏହି ନୀଳ ପର୍ବତଗୁଡ଼ିକ ସେହିପରି ଦେଖାଯା’ନ୍ତି । କବି ଉତ୍କଳର ଶୋଭାକୁ ଯଥାର୍ଥ ଭାବରେ ବର୍ଣ୍ଣନା କରିବାକୁ ଯାଇ ଏହାର ଅତି ଘଞ୍ଚ ବନପ୍ରଦେଶ ଓ ପର୍ବତମାଳାର, ରୂପକୁ ଦେଖାଇବାକୁ ଚେଷ୍ଟା କରିଛନ୍ତି । କରିଙ୍କର ଉପସ୍ଥାପନା କ। ବ୍ୟାକଚ ଓ ମନୋଜ୍ଞ ହୋଇପାରିଛି।
Question ୧୬ ।
ସୁନ୍ଦରଶାଳି – ମୁଶୋଭିତ – କ୍ଷେତ୍ରା
ଞ୍ଜାନବିଜ୍ଞାନ – ପ୍ରଦର୍ଶିତ – ନେତ୍ରା
Answer:
ସୁନ୍ଦରଶାଳି …………………. ପ୍ରଦର୍ଶିତ ନେତ୍ରା
ଉକ୍ତ ପଦ୍ୟାଶଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବିରଚିତ ‘ବନ୍ଦେ ଉତ୍କଳ ଜନନୀ’ ଶୀର୍ଷକ ଜାତୀୟ ଭାବନା ପ୍ରଣୋଦିତ କବିତାରୁ ଗୃହୀତ ହୋଇଛି । ଏଠାରେ କବି ପ୍ରିୟ ଜନ୍ମଭୂମି ଉତ୍କଳ ଶସ୍ୟଶୋଭିତ ସୁନ୍ଦର କ୍ଷେତ୍ର ଏବଂ ଜ୍ଞାନବିଜ୍ଞାନରେ ମହିମାନ୍ବିତ ହୋଇଥିବା କଥା ଉଲ୍ଲେଖ କରିଛନ୍ତି ।
ଓଡ଼ିଆପୁଅର ମୂଳ ଖାଦ୍ୟ ହେଉଛି ଭାତ । କୃଷକ ପଖାଳ କଂସାରେ ତା’ର ଉଦର ପୂରଣ କରେ । କାରଣ ଧାନ ହେଉଛି ଉତ୍କଳର ପ୍ରଧାନ ଫସଲ । ଏଠାରେ ଦିଗସ୍ତବିସ୍ତାରି ଶସ୍ୟକ୍ଷେତ୍ର ଦେଖାଯାଏ । ଶରତ ଋତୁରେ ଚାରିଆଡ଼େ ଧାନକ୍ଷେତ୍ରର ସବୁଜିମା ନୟନ ମନକୁ ହରଣ କରିନିଏ । ପୁଣି ସେହି ସବୁଜକ୍ଷେତ୍ର ଶୀତଋତୁରେ ସୁବର୍ଷବର୍ଷ ଧାରଣ କରି କେବଳ କୃଷକକୁ ହିଁକି ଯେକୌଣସି ଦର୍ଶକକୁ ପ୍ରାଣଭରା ଆନନ୍ଦ ଦିଏ । କବି ଏଠାରେ ଏକ ବିଶେଷଧରଣର ଶାଳିଧାନ କଥା ସୂଚାଇ ଅଛନ୍ତି। କୂଳ ଭୂମିର ସନ୍ତାନମାନେ ଜ୍ଞାନ ଓ ବିଜ୍ଞାନରେ ଅଧିକ ପାରଙ୍ଗମ । ଏହାକୁ ବୁଝାଇବାକୁ ଯାଇ କବି କହିଛନ୍ତି, ଉତ୍କଳ ଜନନୀଙ୍କ ନତ୍ରରୁ ପ୍ରକାଶିତ ହେଉଛି ଜ୍ଞାନାଲୋକ ଓ ବିଜ୍ଞାନର ଅପୂର୍ବ ଜ୍ୟୋତି I କବିଙ୍କର ଏଭଳି କହିବାର ଉଦ୍ଦେଶ୍ୟ ହେଉଛି, ଏହି ପବିତ୍ର ଉତ୍କଳ ମାଟିରେ ଜନ୍ମ ନେଇଛନ୍ତି ଅନେକ ଜ୍ଞାନୀ ଓ ବିଜ୍ଞାନୀ । ସେମାନେ ଜ୍ଞାନ ଓ ବିଜ୍ଞାନ ବଳରେ କାଳଜୟୀ କୃତିତ୍ଵ ହାସଲ କରିଛନ୍ତି। କବିଙ୍କର ଏଭଳି ବର୍ଣ୍ଣନା ଉତ୍କଳ ଜନନୀ ପାଇଁ ଯଥାର୍ଥ ମନେହୁଏ।
Question ୧୭ ।
ଉତ୍କଳ ଶୂରବର-ଦର୍ପିତ ଗେହା,
ଅରିକୂଳ – ଶୋଣିତ – ଚର୍ଚ୍ଚିତ – ଦେହା,
Answer:
ଉତ୍କଳ ଶ୍ଵରବର ……………….. ଚର୍ଚିତ ଦେହା
ଶଂସିତ ପଦ୍ୟାଶଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବିରଚିତ ‘ବନ୍ଦେ ଉତ୍କଳ ଜନନୀ’ ଶୀର୍ଷକ ଦେଶାତ୍ମବୋଧକ କବିତାରୁ ଗୃହୀତ ହୋଇଛି । ଏଠାରେ କବି ଉତ୍କଳ ଜନନୀକୁ ବୀରପ୍ରସବିନୀ ଗୌରବରେ ଗୌରବାନ୍ବିତ କରିବାକୁ ଚାହିଁଛନ୍ତି । ଉତ୍କଳ ହେଉଛି ବୀରମାଟି । ଏଠାରେ ଜନ୍ମ ନେଇଛନ୍ତି ଶୌର୍ଯ୍ୟବନ୍ତ ଓ ବୀର୍ଯ୍ୟବନ୍ତ ବୀରମାନେ । ସେମାନଙ୍କର ବୀରତ୍ଵ ଓ ଗରିମା ସମଗ୍ର ଭାରତବର୍ଷରେ ପରିଚିତ ଓ ପ୍ରଚାରିତ । ତେଣୁ କବି ଉତ୍କଳଭୂମିକୁ ବୀରଶ୍ରେଷ୍ଠମାନଙ୍କର ଗୃହ ବୋଲି କହିଛନ୍ତି । ସେହି ବୀରମାନଙ୍କୁ ନେଇ ସେ ଗୌରବବିମଣ୍ଡିତା । ଅସଂଖ୍ୟ ଶତ୍ରୁଙ୍କୁ ସେହି ବୀରସନ୍ତାନଗଣ ବିନାଶ କରିଛନ୍ତି । ଯେଉଁମାନେ ମ୍ଭର ସହିତ ଶତ୍ରୁମାନଙ୍କୁ ସମ୍ମୁଖୀନ ହୋଇଛନ୍ତି ଏବଂ ସେମାନଙ୍କୁ ବିନାଶ କରିଛନ୍ତି । ଏଠାରେ କବି ଉତ୍କଳର ଐତିହ୍ୟ ସୂଚିତ କରି, ଉତ୍କଳବାସୀଙ୍କ ମନରେ ଜାତୀୟତାବୋଧ ସୃଷ୍ଟି କରିବାକୁ ଚାହିଁଛନ୍ତି ।
Question ୧୮ ।
‘‘ବନ୍ଦେ ଉତ୍କଳ ଜନନୀ’’ କବିତାରୁ ଉତ୍କଳର ବୈଶିଷ୍ଟ୍ୟ ଉଲ୍ଲେଖ କର ।
Answer:
ଟ୍ୟକାର, ଗାଳ୍ପିକ, ପ୍ରାବନ୍ଧିକ ଓ ପତ୍ରିକା ସମ୍ପାଦକ । ବ୍ୟଙ୍ଗକବି ଭାବରେ ଓଡ଼ିଆ ସାହିତ୍ୟରେ ସେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ସେ ସ୍ଵଚ୍ଛଳ ଜମିଦାର ପରିବାରର ଦାୟଦ ହୋଇ ଉଚ୍ଚଶିକ୍ଷା ଲାଭ କରିଥିଲେ ବି ଆଜୀବନ ରୋଗବ୍ୟାଧ ତାଙ୍କ
‘ତିଷ୍ଠ ହେବା କାରଣରୁ ନିଜକୁ ଅତି ଅସହାୟ ମନେକରିଥିଲେ । ତଥାପି ଜୀବନସାରା ସାହିତ୍ୟ ସାଧନରେ ନିଜକୁ ସେ ହଜାଇ ଦେବାକୁ ଚାହିଁଥିଲେ । ତାଙ୍କଦ୍ୱାରା ରଚିତ ‘ଜାତୀୟ ସଙ୍ଗୀତ’, ‘ଜୀବନ ସଙ୍ଗୀତ’, ‘ଚଟକ ଚନ୍ଦ୍ରହାସ ଚମ୍ପୂ’ ତାଙ୍କ କବି ପ୍ରତିଭାର `ଳିଷ୍ଠ ସ୍ଵାକ୍ଷର । ‘ସେ ‘ଶରଦ୍ରାସ’, ‘କଣ୍ଠ’, ‘କାଳୀୟ ଦଳନ’ ପ୍ରଭୃତି ଅନେକ ପୌରାଣିକ ନାଟକ ରଚନା କରିଥିଲେ ।
କଥାକାର ଭାବରେ ‘କଣାମାମୁ’ ଉପନ୍ୟାସ ଓ ‘ବୁଢ଼ାଶଙ୍ଖାରି’ ଭଳି ଗଳ୍ପ ତାଙ୍କ ପ୍ରତିଭାର ଯଥାର୍ଥ ପ୍ରମାଣ । ତାଙ୍କର ଦେଶାତ୍ମବୋଧକ କବିତାଗୁଚ୍ଛ ‘ଜାତୀୟ ସଙ୍ଗୀତ’ର ପ୍ରଥମ କବିତା ‘ବନ୍ଦେ ଉତ୍କଳ ଜନନୀ’ । ସଂଗ୍ରାମୀ ପରିବାରର ଦାୟାଦ ଭାବରେ ସେ ମାତୃଭୂମିକୁ ଅତ୍ୟନ୍ତ ଭଲ ପାଉଥିଲେ । ତାଙ୍କ ଦୃଷ୍ଟିରେ ତାଙ୍କର ମାତୃଭୂମି ଅନନ୍ୟା ଓ ଅତୁଳନୀୟା । ଉତ୍କଳ ଜନନୀର ବିମୋହିତ ଛବିକୁ ସେ ସ୍ବଚକ୍ଷୁରେ ଦେଖୁଛନ୍ତି । ତାଙ୍କ ମାନସପଟରେ ଭାସିଉଠିଛି, ମାତୃଭୂମିର ଅନିନ୍ଦ୍ୟ ରୂପ । ଉତ୍କଳ ଜନନୀର ଭୁବନମୋହିନୀ ରୂପଶୋଭା, ହୃଦୟସ୍ପର୍ଶୀ ଭୌଗୋଳିକ ସ୍ଥିତି କବିଙ୍କ ମନରେ ସୃଷ୍ଟି କରିଛି ଉଚ୍ଚାଟିତ ଭାବ । ତାଙ୍କର ସେହି ଭାବକୁ ପ୍ରୀତି ଅର୍ଘ୍ୟଭାବରେ ସେ ଜଣାଇ ଦେଇଛନ୍ତି ।
କବିଙ୍କ ଦୃଷ୍ଟିରେ ଉତ୍କଳ ହେଉଛି ଚାରୁହାସ୍ୟମୟୀ ଅର୍ଥାତ୍ ଉତ୍କଳ ଜନନୀର ହସ ଖୁବ୍ ସୁନ୍ଦର । ତାଙ୍କର ବାଣୀ ମଧ୍ୟ ମଧୁର । ପବିତ୍ର ପୟୋଧ ତାଙ୍କର ଶରୀରକୁ ସଦାବିଧୌତ କରି ପବିତ୍ରୀକୃତ କରିଛି । ସାଗରର ତୀରେ ତୀରେ ଲମ୍ବିଯାଇଛି ତାଳ ଓ ତମାଳ ଭଳି ସୁଦୃଶ୍ୟ ବୃକ୍ଷଶ୍ରେଣୀ । କେତେ କେତେ ସୁନିର୍ମଳ ସ୍ରୋତସ୍ଵିନୀ ପ୍ରବାହିତ ହେଉଛନ୍ତି ଉତ୍କଳ ଜନନୀ ଶରୀରରେ । ସେହି ତଟିନୀର ତରଙ୍ଗାୟିତ ଜଳରୁ ବାଷ୍ପ ଗ୍ରହଣ କରି ସମୀରଣ ହୋଇଛି ସୁଶୀତଳ । ଉତ୍କଳର ଏହି ପ୍ରାକୃତିକ ଶୋଭା ଦେଖାଇ । କବି ଲେଖୁଛନ୍ତି –
‘ପୂତ-ପୟୋଧ-ବିଧୌତ-ଶରୀରା,
ତାକତମାଳ – ସୁଶୋଭିତ – ତାରା
ଶୁଭ୍ର – ତଟିନା – ତ୍କଳ – ଶାଙ୍କର – ସମାରା
ଜନନୀ, ଜନନୀ, ଜନନୀ ।’’
ଉତ୍କଳ ଜନନୀ ଧାରଣ କରିଛି ଘନଘନ ବନରାଜି । ଘଞ୍ଚ ଅରଣ୍ୟରେ ସେ ସବୁଜଶ୍ରୀ ଧାରଣ କରିଛି । ସ୍ଥାନେ ସ୍ଥାନେ ରହିଛି ତରଙ୍ଗାୟିତ ନୀଳ ଭୂଧରମାଳା । ସୁନ୍ଦର ପକ୍ଷୀମାନଙ୍କର କାକଳି ବା କଳଧ୍ଵନିରୂପକ ସଙ୍ଗୀତରେ ଭୂଭାଗ ହେଉଛି ମୁଖରିତ । ଦିଗନ୍ତବିସ୍ତାରି ଶାଳିଧାନର କ୍ଷେତରେ ସୁଶୋଭିତ ଜନନୀ ଅନ୍ନପୂର୍ଣ୍ଣା ସଦୃଶ ଖାଦ୍ୟର ଭଣ୍ଡାର ଖୋଲିଦେଇଛି । ତା’କୋଳରେ ଜୀବନଧାରଣ କରିଥିବା ସନ୍ତାନମାନଙ୍କର ଉଦର ପ୍ରତିପୋଷଣର ସେ ହୋଇଛି କାରଣ । ଜନନୀର ଉନ୍ନୀଳିତ ନେତ୍ରରେ ରହିଛି ଜ୍ଞାନ ଓ ବିଜ୍ଞାନର ଦୃଷ୍ଟିଭଙ୍ଗୀ । ଏଠାରେ ରହିଛନ୍ତି ଊଟଜବାସୀ ଯୋଗୀଋଷି । ସେମାନଙ୍କ କଣ୍ଠରୁ ସ୍ଫୁରିତ ବେଦଧ୍ଵନିରେ ଏ ମାଟି ହୋଇଛି ପବିତ୍ର ।
ଉତ୍କଳ ହେଉଛି କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିରମାଳିନୀ । ସେହି ମନ୍ଦିର ଗାତ୍ରରେ ଉତ୍କଳର ଶିଳ୍ପୀମାନଙ୍କର ବୈଶିଷ୍ଟ୍ୟ ପ୍ରତିଫଳିତ ପାବନ ତୀର୍ଥଭୂମିରେ ଉତ୍କଳ ପରିପୂର୍ଣ୍ଣ । ଉତ୍କଳରେ ବହୁ ଶୂରବୀର ଜନ୍ମ ନେଇଛନ୍ତି । ସେମାନେ ଶତ୍ରୁକୁ ପଦାନତ କରି ଉତ୍କଳ ମାଟିକୁ କରିଛନ୍ତି ଗୌରବ ବିମଣ୍ଡିତା । ସମଗ୍ର ବିଶ୍ବରେ ଉତ୍କଳ ବୀରମାନଙ୍କ ଶୌର୍ଯ୍ୟର ରହିଛି ପ୍ରମାଣ କବିଙ୍କ ଭାଷାରେ –
‘ଉତ୍କଳ ଶୂରବର-ଦର୍ପିତ ଗେହା,
ଅଟିକୁଳ – ଶୋଣିତ – ଚର୍ଚିତ – ଦେହା
ବିଶ୍ୱଭୂମଣ୍ଡଳ – କୃତବର – ସ୍ନେହା
ଜନନୀ, ଜନନୀ, ଜନନୀ ।’’
ଉତ୍କଳ ଜନନୀ ଜନ୍ମ ଦେଇଛ ଅନେକ କାଳଜୟୀ କବିଙ୍କୁ । ସେହି କବିମାନେ ଜନନୀର ସୁଯୋଗ୍ୟ ସନ୍ତାନ ଭାବରେ ମାତୃଭୂମିର ବନ୍ଦନା ଗାନ କରିଛନ୍ତି । ତାଙ୍କର ସେହି କବିକୃତି ହୋଇଛି ଅନିନ୍ଦ୍ୟ କୀର୍ତି । ତାଙ୍କୁ ଦେହରେ ଧାରଣ କରି ଉତ୍କଳ ଜନନୀ ହୋଇଛି ଧନ୍ୟା, ପୂଣ୍ୟା ଓ ଚରଶରଣା । କବିତାଟିରେ କବି ଉତ୍କଳ ଜନନୀର ଅନିନ୍ଦ୍ୟ ରୂପଶୋଭା, ଐତିହ୍ୟ ଓ ଐଶ୍ବର୍ଯ୍ୟକୁ ଯଥାର୍ଥଭାବରେ ବର୍ଣ୍ଣନା କରିଛନ୍ତି ।
Question ୧୯ ।
‘‘ବନ୍ଦେ ଉତ୍କଳ ଜନନୀ’ ଏକ ମାତୃଭୂମି ପ୍ରଶଂସାତ୍ମକ କବିତା – ଉକ୍ତିଟିର ଯଥାର୍ଥତା ପ୍ରତିପାଦନ କ ।
Answer:
‘ବନ୍ଦେ ଉତ୍କଳ ଜନନୀ’ କବିତାର କବି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର । ସେ ତାଙ୍କର ସାରସ୍ବତ ସୃଷ୍ଟିରେ ଉତ୍କଳ ଜାତୀୟ ଜୀବନ, ସାମାଜିକ ରୀତିନୀତି ଓ ସାଂସ୍କୃତିକ ଅପରୂପକୁ ଯଥାର୍ଥ ଭାବରେ ଦେଖାଇଛନ୍ତି । ନିଜର କାନ୍ତକୋମଳ ବଜାୟ ରଖୁଛନ୍ତି । ତାଙ୍କଦ୍ୱାରା ରଚିତ ‘ଜୀବନ ସଙ୍ଗୀତ’ରେ କବି ନିଜର ଦାର୍ଶନିକ ଓ ଭାସ୍ତିକ ଭାବକୁ ଉପସ୍ଥାପନ କରିଛନ୍ତି । କବି ଜନ୍ମଭୂମି ପ୍ରତି ତାଙ୍କ ହୃଦୟରେ ରହିଥିବା ଅନାବିଳ ଭାବକୁ ଦେଖାଇଛନ୍ତି । ‘ବନ୍ଦେ ଉତ୍କଳ ଜନନୀ’ ସେହି କବିତାଗୁଛ ପ୍ରଥମ କବିତା ଏବଂ କବିତାର ଛତ୍ରେ ଛତ୍ରେ କବି ଏହି ଉତ୍କଳ ଜନନୀର ବିଶେଷତ୍ଵକୁ ଦେଖାଇବାକୁ ଚେଷ୍ଟା କରିଛନ୍ତି । ତାଙ୍କର ‘ଜାତୀୟ ସଙ୍ଗାତ’ କବିତାଗୁଚ୍ଛରେ ୩୩ଟି ମାତୃଭୂମି ପ୍ରଙ୍ଗସାମ୍ନାକ କବିତା ରହିଛି। ସବୁଥିରେ ଜନ୍ମଭୂମିର ଚନ୍ଦନା ଗାନ କରି କବି ଜନ୍ମଭୂମି ପ୍ରତି ତାଙ୍କ ହୃଦୟରେ ରହିଥିବା ଅନାବିଳ ଭାବକୁ ଦେଖାଇଛନ୍ତି । ‘ବନ୍ଦେ ଉତ୍କଳ ଜନନୀ’ ସେହି କବିତାଗୁଛର ପ୍ରଥମ କବିତା ଏବଂ କବିତାର ଛତ୍ରେ ଛତ୍ରେ କବି ଏହି ଉତ୍କଳ ଜନନୀର ବିଶେଷତ୍ଵକୁ ଦେଖାଇବାକୁ ଚେଷ୍ଟା କରିଛନ୍ତି ।
ଜନନୀ ଜନ୍ମଦିଏ, ମାତ୍ର ଜନ୍ମଭୂମି ସନ୍ତାନର ବଞ୍ଚିବାର କାରଣ ହୁଏ । ଜନନୀ ସ୍ଵଳ୍ପକାଳ ପାଇଁ ସନ୍ତାନକୁ କ୍ଷୀର ଦେଇଁ ଅପତ୍ୟ ସ୍ନେହରେ ଲାଳନ ପାଳନ କରେ; ମାତ୍ର ମାତୃଭୂମି ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସନ୍ତାନକୁ ତା’ର କୋଳରେ ଧରିରଖେ । ଜନ୍ମଭୂମିର ମାଟି, ପାଣି, ପବନରେ ସେ ବର୍ଜିତ ହୁଏ, ପରିପୁଷ୍ଟ ହୁଏ । ତୁଳନାତ୍ମକ ଭାବରେ ଦେଖୁଲେ ମାତାଠାରୁ ମାତୃଭୂମିନ୍ ମହତ୍ତ୍ଵ ଅଧିକ । ମାତାଠାରୁ ମାତୃଭୂମି ଗରୀୟସୀ । କବିଙ୍କ ମନରେ ମାତୃଭୂମି ପ୍ରତି ଏହି ଭାବ ବଳବତ୍ତର ହୋଇଛି । ତାଙ୍କର ବିଚାରରେ ମାତୃଭୂମି ତା’କୋଳରେ ଜନ୍ମନେଇ ବଢ଼ିଥିବା ସନ୍ତାନମାନଙ୍କ ପାଇଁ କେତେ ଯେ ମହାନ୍, ତାହା ପ୍ରକାଶ କରି ହେବ ନାହିଁ । ତେଣୁ କବିତାରେ କବି ମାତୃଭୂମିର ବନ୍ଦନା ଗାନକରି ତାହାର ଅସାମାନ୍ୟତାକୁ ସୂଚାଇ ଅଛନ୍ତି ।
କବି ମାତୃଭୂମିର ପ୍ରଶଂସା ଗାନ କରି କହିଛନ୍ତି, ଉତ୍କଳ ଜନନୀ ହେଉଛି ଚାରୁହାସ୍ୟମୟୀ । ତା’ର ନଭ, ଜଳ, ସ୍ଥଳରେ ହସ ହସ ମନୋମୁଗ୍ଧକର ଭାବ ଦେଖିବାକୁ ମିଳେ । ସେହି ହସ ହସ ଦୃଶ୍ୟକୁ ଦେଖୁ ଦର୍ଶକ ମନରେ ଅପାର ଆନନ୍ଦ ସୃଷ୍ଟି ହୁଏ । ସେ ମଧ୍ଯ ଚାରୁ ଭାଷମୟୀ । ତାହାର ଭାଷା ଅତ୍ୟନ୍ତ ମଧୁର । ସେହି ଭାଷା ଶ୍ରୋତା ମନରେ ଅମୃତମୟ ଭାବ ସୃଷ୍ଟି କରେ । ଉତ୍କଳର ଗାତ୍ର ହେଉଛି ପବିତ୍ର । ସେହି ପବିତ୍ର ଗାତ୍ରକୁ ଆହୁରି ପବିତ୍ର କରେ ମହୋଦଧୂର ଜଳରାଶି । ତାହାର ସାଗର ତୀରରେ ଶୋଭାପାଉଛି ତାଳ ତମାଳ ବୃକ୍ଷରାଜି । ଉତ୍କଳ ଭୂମିରେ ପ୍ରବାହିତ ହେଉଛି ନିର୍ମଳ ସ୍ରୋତ ବିଶିଷ୍ଟ ସ୍ରୋତସ୍ଵିନୀ । ସେହି ସ୍ରୋତସ୍ବିନୀ ଜଳକୁ ସ୍ପର୍ଶକରି ପ୍ରବାହିତ ହେଉଥିବା ମୃଦୁସମୀର ଶୀତଳତାର ସ୍ପର୍ଶ ଦେଇଥାଏ । ଶୀତଳ ସମୀରରେ ପ୍ରାଣ ଶୀତଳ ହେଲାଭଳି ଅନୁଭବ ହୁଏ ।
କବିଙ୍କ ମାତୃଭୂମିର ଅଙ୍ଗେ ଅଙ୍ଗେ ଭରିରହିଛି ନିଘଞ୍ଚ ବନରାଜି । ନୀଳ ପର୍ବତମାଳା ସମତଳଭୂମି ଉପରେ ଏପରି ଭାବରେ ଦଣ୍ଡାୟମାନ ହୋଇଛି, ଯାହାକୁ ଦେଖିଲେ ସମୁଦ୍ରର ଜଳରାଶି ଉପରେ ଉତ୍ତ ନୀଳ ତରଙ୍ଗର ଭ୍ରମ ସୃଷ୍ଟି ହେଉଛି । ସେଥିରେ ପୁଣି ସୁନ୍ଦର ସୁନ୍ଦର ପକ୍ଷୀମାନଙ୍କର କଳରବରେ ଚତୁର୍ଦ୍ଦିଗ ମୁଖରିତ ହେଉଛି । କବିଙ୍କ ଭାଷାରେ-
ଘନଘନ ବନଭୂମି ରାଜିତ ଅଙ୍ଗେ,
ନ।ଳ ଭୂଧରମାଳା ସାଜେ ତରଙ୍ଗେ ,
କଳଳକ ମୁଖରିତ ଚାରୁ ଗିହଙ୍ଗେ,
ଜନନୀ, ଜନନୀ, ଜନନୀ ।’’
ଜନ୍ମଭୂମିର ପ୍ରଶଂସା ଗାନକରି କବି କହିଛନ୍ତି, ଦିଗନ୍ତବିସ୍ତାରି କ୍ଷେତଗୁଡ଼ିକ ଶାଳିଧାନରେ ସୁଶୋଭିତ । ଉତ୍କଳ ଜନନୀ ଜ୍ଞାନବିଜ୍ଞାନ ନେତ୍ର ବିଶିଷ୍ଟ । ଅନେକ କୃତୀ ସନ୍ତାନଙ୍କର ସେ ଜନ୍ମଦାତ୍ରୀ । ସେଥିରେ ପୁଣି ରହିଛି ଯୋଗୀ ଋଷିଙ୍କର ଉଟଜ । ସେହି ଯୋଗୀ ଋଷିଙ୍କର ମନ୍ତ୍ରଧ୍ଵନିରେ ପରିବେଶ ହୋଇଛି ମୁଗ୍ଧ । ଉତ୍କଳଭୂମିର ବହୁସ୍ଥାନରେ ରହିଛି କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର । ସୂକ୍ଷ୍ମ କଳାସମୂହଦ୍ଵାରା ସେଗୁଡ଼ିକ ସୁଶୋଭିତ । ଏହିଭୂମି ପୁଣ୍ୟତୀର୍ଥ ସମୂହରେ ପରିପୂର୍ଣ୍ଣ ।
ଉତ୍କଳ ଶୂରବୀରମାନଙ୍କ ଭୂଖଣ୍ଡ ଭାବରେ ସାରା ବିଶ୍ବରେ ପରିଚିତ । ଶତ୍ରୁକୁଳର ରକ୍ତରେ ଏହା ରଞ୍ଜିତ । ଏଥିରେ ଜନ୍ମ ନଇଛନ୍ତି ଅନେକ ଯଶସ୍ବୀ କବି । ଯାହାଫଳରେ ଉତ୍କଳ ଜନନୀ ହୋଇଛି ଧନ୍ୟା, ପୁଣ୍ୟା ଓ ଚିରଶରଣ୍ୟା । କବି ଏଠାରେ ନିଜର ମାତୃଭୂମି ମହନୀୟତା ବଖାଣି ବସିବା ସହିତ ତାହାର ଜୟଗାନ ଓ ବନ୍ଦନା କରିବାକୁ ପ୍ରକାରାନ୍ତରେ ପ୍ରେରଣା ଦେଇଛନ୍ତି କବିଙ୍କର ଏଭଳି ଚିନ୍ତାଧାରା, ତାଙ୍କର ଜନ୍ମଭୂମି ପ୍ରୀତିର ପରିଚୟ ଦେଇଥାଏ
Question ୬୦ ।
‘‘ବନ୍ଦେ ଉତ୍କଳ ଜନନୀ’ ଏକ ଜାତୀୟତାବାଦୀ କବିତା – ବିଚାର କର ।
Answer:
କବି ସଦାସର୍ବଦା ନିଜର ମାଟି ଓ ମାତୃଭୂମି ପ୍ରତି ଅନୁରାଗୀ । ସାହିତ୍ୟ ସମାଜର ମୁକୁର । ସମାଜକୁ ଉପେକ୍ଷା କରି ସେ ସାହିତ୍ୟ ସୃଷ୍ଟି କରିପାରେନା । ପରିବେଶ, ପରିସର ଓ ପ୍ରକୃତି ତା’ ଚିନ୍ତା-ରାଜ୍ୟକୁ ସଦା ଆବୋରି ବସିଛି । ଫଳରେ ସମାନଙ୍କୁ ନେଇ ଚିନ୍ତାକରିବା ତା’ ପକ୍ଷରେ ସ୍ବାଭାବିକ ହୋଇପଡ଼େ । ଜନ୍ମଭୂମିର ରୂପ ତା’ପାଇଁ ହୁଏ ମନୋରମ ଭାବବିମୁଗ୍ଧ କାରକ । ମାତୃଭୂମି ପ୍ରତି ରହିଥିବା ଗଭୀର ଆନ୍ତରିକତା ଓ ମମତାବୋଧକୁ ସେ ଯଥାର୍ଥଭାବେ ସଂଯୋଜିତ କରିବସେ କବିତା ଆକାରରେ । ମାତୃଭୂମି, ଜନ୍ମମାଟି ତା’ର ଐତିହ୍ୟ ଓ ଅନାଗତ ଭବିଷ୍ୟତ ସ୍ରଷ୍ଟା ମାନସର ମସୃଣ ଫଳକରେ ପ୍ରତିବିମ୍ବିତ ହୁଏ । ଫଳସ୍ବରୂପ ମାଟିର କଥା, ଜାତିର କଥାକୁ ସେ କେବଳ ଚିନ୍ତା କରେ ନାହିଁ ବରଂ ସେ ଜାତିର ଅତୀତ ଭବିଷ୍ୟତକୁ ନିରୀକ୍ଷଣ କରେ । ତା’କୁ ନେଇ ସେ ସୃଷ୍ଟିକରେ ଜାତୀୟତାବାଦୀ କବିତା ।
‘ବନ୍ଦେ ଉତ୍କଳ ଜନନୀ’ର କବି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର । ଉତ୍କଳର ଅତୀତ ଓ ତତ୍କାଳୀନ ସ୍ଥିତିକୁ ସେ ଭଲଭାବରେ ଅନୁଭବ କରିଥିଲେ । ପୁନଶ୍ଚ ତତ୍କାଳୀନ ରାଜନୈତିକ ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା । ଉତ୍କଳ ଗୌରବ ମଧୁସୂଦନ ଦାସ ସେ ମୟରେ ଭାଷାଭିତ୍ତିକ ଉତ୍କଳି ପ୍ରଦେଶ ଗଠନ କରି ବାପାଇଁ ଉତ୍କଳ ସମ୍ମିଳନା ମାଧ୍ୟମରେ ଉତ୍କଳୀୟଙ୍କ ମନରେ ଜାତୀୟ ତ।ବୋଧ ସୃଷ୍ଟି କରିବାକୁ ଚାହିଁଥିଲେ । କାନ୍ତକବି ଲକ୍ଷ୍ମୀକାନ୍ତ ୧୯୧୨ ମସିହାରେ ଏହି କବିତାଟିକୁ ରଚନା କରି ଉତ୍କଳ ସମ୍ମିଳନୀ ଧୂବେଶନରେ ଗାନ କରାଇବାର ଯୋଜନା କରିଥିଲେ । ଏହି କବିତା ଗାନପରେ କବିତାର ସମୟୋପଯୋଗୀ ଉପସ୍ଥାପନା ସମସ୍ତଙ୍କୁ ମୁଗ୍ଧ କରିଥିଲେ । ଏହାର ବିଶେଷତାକୁ ଅନୁଭବ କରି ପରବର୍ତ୍ତୀ ସମୟରେ ୨୦୨୦ ମସିହାରେ ଓଡ଼ିଶା ସରକାର ଏହାକୁ ରାଜ୍ୟ ସଙ୍ଗୀତ ମାନ୍ୟତା ପ୍ରଦାନ କରିଥିଲେ ।
କବିତାର ପ୍ରଥମ ପର୍ଯ୍ୟାୟରେ କବି ନିଜ ମାତୃଭୂମିର ବିଶେଷତାକୁ ବିଶେଷ ଭାବରେ ଦେଖାଇଛନ୍ତି । ତାଙ୍କ ବିଚାରରେ ଉତ୍କଳ ହେଉଛି ଚାରୁ ହାସମୟୀ ଓ ଚାରୁ ଭାଷମୟୀ । ଅର୍ଥାତ୍ ଏହାର ପ୍ରାକୃତିକ ଶୋଭା, ଐତିହ୍ୟ ଯେପରି ସମସ୍ତଙ୍କ ମନରେ ଉଲ୍ଲସିତ, ଉତ୍ଫୁଲ୍ଲିତ ଭାବ ସୃଷ୍ଟିକରେ । ଏହାକୁ ଯେକୌଣସି ଦୃଷ୍ଟିରୁ ଦେଖିଲେ ମନରେ ପୂରିଯାଏ ହସର ଉଲ୍ଲାସ । ମାତୃଭୂମିର ପ୍ରାକୃତିକ ରୂପ ଯେପରି ହସର କାରଣ ହୋଇଯାଏ । ପୁନଶ୍ଚ ଏହାର ଭାଷା ମଧ୍ୟ ଅତ୍ୟନ୍ତ ମଧୁର । କବି ଜନନୀକୁ ଏହିଭଳି ସମ୍ବୋଧନ କରି ନିଜର ମାତୃଭୂମିମନସ୍କ ବିଚାରବୋଧକୁ ସୂଚାଇ ଦେଇଛନ୍ତି ।
ଉତ୍କଳ ହେଉଛି ପବିତ୍ର ଭୂଖଣ୍ଡ । ପବିତ୍ର ମହୋଦଧୂ ଏହାକୁ ସଦାସର୍ବଦା ବିଧୌତ କରୁଛି । ତା’ର ତୀରବର୍ତ୍ତୀ ଅଞ୍ଚ ତାଳ ତମାଳ ବୃକ୍ଷରାଜିରେ ସୁଶୋଭିତ । ତା’ଦେହରେ ପ୍ରବାହିତ ହେଉଛି ନିର୍ମଳ ଜଳ ବିଶିଷ୍ଟ ସ୍ରୋତସ୍ଵିନୀ । ସେହି ନଦୀଜଳ ସ୍ପର୍ଶରେ ମୃଦୁ ସମୀରଣ ହେଉଛି ସୁଶୀତଳ । ଏହି ମାଟିରେ ରହିଛି ଘନବନାନୀ ଓ ତରଙ୍ଗାୟିତ ଶୋଭା ଧାରଣ କରିଥିବା ନୀ ଭୂଧରମାଳା । ପୁନଶ୍ଚ ଏହାର ବିସ୍ତୃତ କ୍ଷେତଗୁଡ଼ିକ ଶାଳିଧାନରେ ସୁଶୋଭିତ । ଜ୍ଞାନ ଓ ବିଜ୍ଞାନଦ୍ୱାରା ସମୁଜ୍ଜ୍ବଳ ନେତ୍ର ବିଶିଷ୍ଟ ଅନେକ କୃତି ସନ୍ତାନ ଏଥିରେ ଜନ୍ମ ନେଇଛନ୍ତି । ଯୋଗୀ ଋଷିଙ୍କର ଯୋଗସାଧନା ଓ ମନ୍ତ୍ରଧ୍ଵନି ଏହି ମାଟିକୁ କରିଛି ମନ୍ତ୍ରମୁଗ୍ଧ କବି ଏହାକୁ ବିଚାର କରି ଲେଖିଛନ୍ତି –
ସୁନ୍ଦରଶାଳି – ସୁଗୋଭିତି – କ୍ଷେତ୍ରା,
ଞ୍ଜାନବିଜ୍ଞାନ – ପ୍ରଦର୍ଶିତ – ନେତ୍ରା,
ଯୋଗାରଷିଗଣ – ଭାଟଜ – ପରିତ୍ରା,
ଜନନୀ, ଜନନୀ, ଜନନୀ ।’’
ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
A. ଚାରିଗୋଟି ବିକଳ୍ପ ଉତ୍ତର ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ।
1. ‘ବନ୍ଦେ ଉତ୍କଳ ଜନନୀ’ କବିତାର କବି କିଏ?
(A) ରାଧାନାଥ ରାୟ
(B) ଗୋଦାବରୀଶ ମହାପାତ୍ର
(C) ଲକ୍ଷ୍ମୀକାନ୍ତ ମହାପାତ୍ର
(D) କୁନ୍ତଳାକୁମାରୀ ସାବତ
Answer:
(C) ଲକ୍ଷ୍ମୀକାନ୍ତ ମହାପାତ୍ର
2. ଲକ୍ଷ୍ମୀକାନ୍ତ ମହାପାତ୍ର କେଉଁ କବି ରୂପେ ସୁପରିଚିତ ?
(A) କାନ୍ତକବି
(B) ପଲ୍ଲୀକବି
(C) ବ୍ୟଙ୍ଗକବି
(D) ଆଶୁକବି
Answer:
(A) କାନ୍ତକବି
3. ବନ୍ଦେ ଉତ୍କଳ ଜନନା ……………………. ର ଏକ ମନୋଜ୍ଞ କୃତ ।
(A) ପଲ୍ଲୀଭାବନା
(B) ଦେଶାତ୍ମଭାବନା
(C) ଭାରତଭାବନା
(D) ପ୍ରକୃତିଭାବନା
Answer:
(B) ଦେଶାତ୍ମଭାବନା
4. ‘ବନ୍ଦେ ଉତ୍କଳ ଜନନୀ’ ଓଡ଼ିଶା ସରକାରଙ୍କଦ୍ଵାରା କେଉଁ ମସିହାରେ ରାଜ୍ୟସଙ୍ଗୀତର ମାନ୍ୟତା ଲାଭକରିଛ ?
(A) ୧୯୧୯
(B) ୧୯୨୦
(C) ୧୯୨୧
(D) ୧୯୧୮
Answer:
(B) ୧୯୨୦
5. ପ୍ରକୃତି ପରିଶୋଭିତ ଉତ୍କଳ ଜନନୀଙ୍କ ……………………..ସୁନ୍ଦର ।
(A) ରୂପ ଓ ଗୁଣ
(B) ଐତିହ୍ୟ ଓ ମାଧୁର୍ଯ୍ୟ
(C) ହସ ଓ ଭାଷା
(D) ପ୍ରକୃତି ଓ ଐଶ୍ବର୍ଯ୍ୟ
Answer:
(C) ହସ ଓ ଭାଷା
6. କବି ବାରମ୍ବାର କାହାର ବନ୍ଦନା କରିଛନ୍ତି ?
(A) ଭାରତମାତା
(B) ଜନ୍ମଭୂମି
(C) ଉତ୍କଳ ଜନନୀ
(D) ଗ୍ରାମ ମାଟି
Answer:
(C) ଉତ୍କଳ ଜନନୀ
7. ପୂତ ……………………….. ବିଧୌତ ଶରୀରା।
(A) ଜଳଧୂ
(B) ବାରିସ୍
(C) ପୟୋଧ୍
(D) ଉଦଧୂ
Answer:
(C) ପୟୋଧ୍
8. ଉତ୍କଳର ତଟ ପ୍ରଦେଶ କେଉଁ ବୃକ୍ଷରାଜିରେ ସୁଶୋଭିତ ?
(A) ଆମ୍ବ ଓ ନଡ଼ିଆ
(B) ନାରୀକେଳ ଓ ଗୁବାକ
(C) ତାଳ ଓ ତମାଳ
(D) ପଣସ ଓ ବର
Answer:
(C) ତାଳ ଓ ତମାଳ
9. ସମ୍ବଦ୍ରର ପବିତ୍ର ଜଳଧାରା ଉତ୍କଳ ଜନନଙ୍କ ………………………… କୁ ଧୋଇଦିଏ ।
(A) ଶରୀର
(B) ପାଦ
(C) ମଥା
(D) ହସ୍ତ
Answer:
(A) ଶରୀର
10. ଉତ୍କଳର …………………… ଜଳ ଧାରଣ କରିଥିବା ନଦୀତଟରେ ଶୀତଳ ପବନ ପ୍ରବାହିତ ହୋଇଥାଏ ।
(A) ଆବିଳ
(B) ସ୍ଵଚ୍ଛ
(C) ନୀଳ
(D) ଫେଣ
Answer:
(B) ସ୍ଵଚ୍ଛ
11. ଉତ୍କଳ ଜନନୀର ଶରୀର କେଉଁଥରେ ପରିଶୋଭିତ ?
(A) ତାଳତମାଳ
(B) ଘଞ୍ଚବନ
(C) ନଦୀନାଳ
(D) ବନପର୍ବତ
Answer:
(B) ଘଞ୍ଚବନ
12. ନୀଳ ……………………. ତରଙ୍ଗ ଆକାରରେ ପ୍ରକାଶ ପାଇଥାଏ ।
(A) ପର୍ବତମାଳା
(B) ସମୁଦ୍ର
(C) ନଦୀ
(D) ଆକାଶ
Answer:
(B) ସମୁଦ୍ର
13. ଉତ୍କଳ ଜନନୀଙ୍କ ଆକାଶ ସୁନ୍ଦର …………………………….. କଳକଳ ଭାବରେ ମୁଖରିତ ହୋଇଥାଏ ।
(A) ପଶୁମାନଙ୍କ
(B) ଜୀବଜନ୍ତୁମାନଙ୍କ
(C) ପକ୍ଷୀମାନଙ୍କ
(D) ଝରଣାମାନଙ୍କ
Answer:
(C) ପକ୍ଷୀମାନଙ୍କ
14. ଉତ୍କଳର ଶସ୍ୟକ୍ଷେତ୍ର ସୁନ୍ଦର ……………………. ରେ ପରିପୂର୍ଣ୍ଣ ।
(A) ଗହମ
(B) ଫୁଲ
(C) ଫଳ
(D) ଧାନ
Answer:
(D) ଧାନ
15. ଉତ୍କଳର ଚକ୍ଷୁ …………………….ପ୍ରଦର୍ଶନରେ ଉଦ୍ଭାସିତ ।
(A) ଜ୍ଞାନବିଜ୍ଞାନ
(B) ସୁଖଶାନ୍ତି
(C) ଧନସମ୍ପଦ
(D) ପ୍ରେମଆନନ୍ଦ
Answer:
(A) ଜ୍ଞାନବିଜ୍ଞାନ
16. ବହୁ ଯୋଗୀଋଷିଙ୍କ …………………..ଦ୍ଵାରା ଉତ୍କଳ ଜନନା ପବିଚ୍ତା
(A) ଜ୍ଞାନ
(B) ତପସ୍ୟା
(C) କୁଟୀର
(D) ଓଁକାର ଧ୍ବନି
Answer:
(C) କୁଟୀର
17. ଉତ୍କଳର ମନ୍ଦିର ………………….ଦ୍ଵାରା ସୁଶୋଭିତ ।
(A) କାରୁକଳା
(B) ଚାରୁକଳା
(C) ଶିଳ୍ପକଳା
(D).ପ୍ରସ୍ତର କଳା
Answer:
(B) ଚାରୁକଳା
’18. ଅନେକ ପୁଣ୍ୟ ……………………….. ରେ ଉତ୍କଳ ପ୍ରଦେଶ ପରିପୂର୍ଣ୍ଣ ।
(A) ନଦୀ
(B) ସମୁଦ
(C) ମନ୍ଦିର
(D) ତୀର୍ଥ
Answer:
(D) ତୀର୍ଥ
19. ବହୁ ବୀର ଯୋଦ୍ଧାଙ୍କର ………………………… ଉତ୍କଳ ।
(A) ତୀର୍ଥଭୂମି
(B) ପୁଣ୍ୟଭୂମି
(C) ରଣଭୂମି
(D) ବାସଭୂମି
Answer:
(D) ବାସଭୂମି
20. ଶତ୍ରୁମାନଙ୍କ …………………..ରେ ଉତ୍କଳ ଜନନୀ ଦେହ ଅନୁରଞ୍ଜିତ ହୋଇଛି ।
(A) ଲୁହ
(B) ଶୋଣିତ
(C) ମେଦ
(D) ମାଂସ
Answer:
(B) ଶୋଣିତ
କବି ପରିଚୟ :
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଓଡ଼ିଆ ସାହିତ୍ୟରେ ଜଣେ ଯଶସ୍ବୀ କବି ଭାବରେ ପରିଚିତ । ସେ ଏକାଧାରରେ ଥିଲେ କବି, ନାଟ୍ୟକାର, ଔପନ୍ୟାସିକ, ଗାଳ୍ପିକ, ସଂପାଦକ ଏବଂ ବ୍ୟଙ୍ଗକାର । ସେ ଜୀବନ ଯୁଦ୍ଧରେ ବହୁ କଷ୍ଟ ସ୍ଵୀକାର କରିଥିଲେ ମଧ୍ୟ ସାହିତ୍ୟ ସାଧନାରେ ନିଜକୁ ନିୟୋଜିତ କରି ବିଦଗ୍ଧ ପାଠକଙ୍କ ହୃଦୟରେ ସ୍ବତନ୍ତ୍ର ଆବେଦନ ସୃଷ୍ଟି କରିଛନ୍ତି ।
କବି ଲକ୍ଷ୍ମୀକାନ୍ତ ୧୮୮୮ ମସିହା, ଡିସେମ୍ବର ମାସ ୯ ତାରିଖରେ ମାଣବସା ଗୁରୁବାର ଦିନ ଭଦ୍ରକ ଜିଲ୍ଲା ତାଳପଦା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ମାଣବସା ଗୁରୁବାରରେ ଜନ୍ମଗ୍ରହଣ କରିଥିବାରୁ ତାଙ୍କର ନାମ ଦିଆଯାଇଥିଲା ଲକ୍ଷ୍ମୀକାନ୍ତ । ତାଙ୍କ ପିତାଙ୍କ ନାମ ଥିଲା ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ଏବଂ ମାତାଙ୍କ ନାମ ରାଧାମଣି ଦେବୀ । ଛାତ୍ର ସମୟରୁ ପାଠପଢ଼ା ସହିତ ସେ ଜଣେ ଦକ୍ଷ ଖେଳାଳୀ, ଅଭିନେତା ହେବା ସହ କବିତା ଲେଖା ଆଦିରେ ମନୋନିବେଶ କରିଥିଲେ । ବାଲେଶ୍ଵର ସ୍କୁଲରୁ ଏଣ୍ଟ୍ରାନ୍ସ ପାସ୍ କଲାପରେ କଟକରେ ଆଇ.ଏ. ଓ କଲିକତାରେ ବି.ଏ. ଅଧ୍ୟୟନ କରିଥିଲେ । କବିତା ଲେଖାରେ ତାଙ୍କର କୃତିତ୍ବ ପାଇଁ ୧୯୩୪ ମସିହାରେ ଭଦ୍ରକ ହାଇସ୍କୁଲରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇ, ତାଙ୍କୁ କାନ୍ତକବି ରୂପେ ପରିଚିତ କରାଯାଇଥିଲା । ଭାଗ୍ୟର ବିଡ଼ମ୍ବନା ହେତୁ ଶାରୀରିକ ଅସୁସ୍ଥତା ପାଇଁ ଶିକ୍ଷାକ୍ଷେତ୍ରରେ ସେ ଅଧିକ ଆଗେଇ ପାରିନଥିଲେ । ଗୁରୁ ବାବାଜୀ ରାମଦାସଙ୍କ ପ୍ରରୋଚନାରେ ସେ ସଙ୍ଗୀତ ସୃଷ୍ଟିରେ ମନୋନିବେଶ କରିଥିଲେ ।
କାନ୍ତକବିଙ୍କର କାବ୍ୟଚେତନାର ଆଦର୍ଶ ଥିଲେ ଓଡ଼ିଶାର ଜନନେତା ପଣ୍ଡିତ ଗୋପବନ୍ଧୁ ଦାସ । ସେ ନିଜେ ସ୍ଵୀକାର କରିଛନ୍ତି- ‘‘ମୋର କବିତା ଲେଖାର ଆଦ୍ୟଗୁରୁ ଭାବରେ ସେ ମୋର ପୂଜ୍ୟ । ତାଙ୍କରି କବିତା ମୋର ପ୍ରାଣରେ କବିତାର ଉନ୍ମେଷ ସୃଷ୍ଟି କରିଛି । ତାଙ୍କରି ପ୍ରେରଣା ମୋ ପ୍ରାଣରେ କବିତାର ଭୂର୍ଭି ଆଣିଦେଇଛି । ଏକଥା ସ୍ଵୀକାର କଲାବେଳେ ଛାତି ମୋର ଫୁଲି ଫୁଲି ଉଠୁଛି, ଗର୍ବରେ ଶିର ନତ ହୋଇଯାଉଛି ତାଙ୍କରି ପବିତ୍ର ଚରଣରେ । (କାନ୍ତ ସାହିତ୍ୟ ମାଳା -୧ମ ଖଣ୍ଡ ପୃ୫୪୦) କାନ୍ତକବିଙ୍କ ପରିବାର ଥିଲା ସଂଗ୍ରାମୀ ପରିବାର । ତାଙ୍କର ପିତା ଭାଗବତ ପ୍ରସାଦ, ଭଉଣୀ ମାଳା-୧ମ ଖଣ୍ଡ କୋକିଳା ଦେବୀ, ଜାହ୍ନବୀ ଦେବୀ, ସାନଭାଇ କମଳାକାନ୍ତ, ଜ୍ୟେଷ୍ଠପୁତ୍ର ନିତ୍ୟାନନ୍ଦ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ ।
ସେହି ଚିନ୍ତାଧାରାକୁ ନେଇ କାନ୍ତକବି ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ‘ଅସହଯୋଗୀର ଆତ୍ମକଥା’ ପର୍ଯ୍ୟାୟ କ୍ରମେ ପ୍ରକାଶ କରୁଥିଲେ । ତାଙ୍କ ମନରେ ରହିଥିଲା ଅସହଯୋଗ ଓ ଜାତୀୟ ଚେତନାର ଭାବ । ତାହାର ପ୍ରକାଶିତ ରୂପ ହେଉଛି କେତେକ ’ଜାତୀୟ ସଂଗୀତ’ । ପରବର୍ତ୍ତୀ ସମୟରେ ବୈଷ୍ଣବ ଭାବାପନ୍ନ ହେଲା ପରେ ତାଙ୍କ କବିତାରେ ଭକ୍ତସୁଲଭ ଭାବାବେଗ, ପ୍ରେମ, କରୁଣା ତିତିକ୍ଷାରେ ରସସିକ୍ତ ଭାବକୁ ସେ ଦେଖାଇଛନ୍ତି । ସେହିସବୁ ଆଧ୍ୟାତ୍ମ କବିତାଗୁଡ଼ିକ କବିଙ୍କର ‘ଜୀବନ ସଙ୍ଗୀତ’ କବିତା ସଂକଳନରେ ପ୍ରକାଶିତ । ଏଥର ବିଭୁପ୍ରୀତ ଯେଭଳି ରହିଛି, ବୈଷ୍ଣବ -ସୁଲଭ ଭାବାବେଗ ମଧ୍ଯ ସେହିପରି ରହିଛି । କବି ଆନନ୍ଦମୟ ଅନୁଭୂତିରେ ଆମ୍ବହରା ହୋଇ ଯାଇଛନ୍ତି –
‘ଦେ ମୋତେ ବାଇଆ କରି ଆରେ ମୋର ବାଇଆ ରଜା
ନାଚିବି ମୁଁ ଲଙ୍ଗଳା ହୋଇ ତାଳି ମାରି ଦେଖୁ ମଜା ।’’
ଜୀବନର ପରିଣତ ବୟସରୁ କବି ଲକ୍ଷ୍ମୀକାନ୍ତ କେତେଗୁଡ଼ିଏ (Parody) ରଚନା କରିଛନ୍ତି । ସେହି ଲାଳିକାଗୁଡ଼ିକ ‘ଚଟକ ଚନ୍ଦ୍ରହାସ ଚମ୍ପୂ’’ ସଂକଳନରେ ସଂକଳିତ । ଏହାର ଶୁଦ୍ଧ ଓ ବିମଳ ଆନନ୍ଦ ପ୍ରଦାନ ଭଳି ଭାବ ରହିଛି । ହାସ୍ୟରସର ଅନ୍ତରାଳରେ ବ୍ୟଙ୍ଗ ଓ ବିସ୍ତୂପର ବାଣ ମଧ୍ୟ ସେ ନିକ୍ଷେପ କରିଛନ୍ତି ।
କାନ୍ତକବି ଗୋଟିଏ ମାତ୍ର ଉପନ୍ୟାସ ରଚନା କରି ଉପନ୍ୟାସ ସ୍ରଷ୍ଟା ଭାବରେ ନିଜର ବୈଶିଷ୍ଟ୍ୟ ପ୍ରତିପାଦିତ କରିଛନ୍ତି । ତାଙ୍କଦ୍ୱାରା ରଚିତ ଉପନ୍ୟାସ ‘କଣାମାମୁ’ । ସେହି ଉପନ୍ୟାସଟି ଇଂରେଜ ସରକାର ବିରୁଦ୍ଧରେ ସଂଗ୍ରାମ କରିବାର ପ୍ରେକ୍ଷାପଟ ଉପରେ ରଚନା କରାଯାଇଛି । ‘ଦେହି ପଦ ପଲ୍ଲବ ମୁଦାରମ୍’ ତାଙ୍କର ଗଳ୍ପ ସଂକଳନ । ଅପତ୍ୟସ୍ନେହର ଆବେଗକୁ ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି । ୧୯୩୭ ମସିହାର ‘ଡଗର’ ପତ୍ରିକା ସେ ପ୍ରକାଶ କରିଥିଲେ । ଯେହେତୁ ସେ ଥିଲେ ଅଭିନେତା ଏବଂ ରଙ୍ଗମଞ୍ଚ ସହିତ ତାଙ୍କର ସମ୍ପର୍କ ରହିଥିଲା ସେହି ଦୃଷ୍ଟିରୁ ସେତେବେଳେ ନାଟକ ରଚନା କରି, ତାହାକୁ ମଞ୍ଚସ୍ଥ କରାଇଥିଲେ । ସେହିପରି ସେ ସମୟର ସମାଜକୁ ଆଖିଆଗରେ ରଖ୍ କେତେଗୁଡ଼ିଏ ପ୍ରବନ୍ଧ ରଚନା କରିଥିଲେ । ପ୍ରାୟ ପ୍ରତ୍ୟେକ ସୃଷ୍ଟିରେ କବିଙ୍କର ଜୀବନଦର୍ଶନ ହୋଇଥିଲା ପ୍ରତିଫଳିତ ।
କଟିକାର ପୃଷ୍ଟଭୂମି:
‘ବନ୍ଦେ ଉତ୍କଳ ଜନନୀ’ କବିତାଟି ଓଡ଼ିଶାର ଜନପ୍ରିୟ ଜାତୀୟ ଗୀତିକା ଭାବରେ ପରିଚିତ । ଏଥରେ ମାତୃଭୂମିର ମହତ୍ତ୍ବ, ଐତିହ୍ୟ, ଐଶ୍ବର୍ଯ୍ୟ ସାର୍ଥକଭାବରେ ପ୍ରତିପାଦିତ । ସୁପ୍ତ ଜାତିକୁ କର୍ମମୁଖର ଓ ଜାଗ୍ରତ କରାଇବା ଉଦ୍ଦେଶ୍ୟରେ ଏହି କବିତାଟି ସୃଷ୍ଟି କରାଯାଇଥିଲା । କବିଙ୍କର ‘ଜାତୀୟ ସଂଗୀତ’ କବିତା ଗୁଚ୍ଛର ଏହାଥିଲା ପ୍ରଥମ ସଙ୍ଗୀତ । ଓଡ଼ିଶା ସରକାରଙ୍କଦ୍ଵାରା ୨୦୨୦ ମସିହାରେ ଏହି ସଙ୍ଗୀତଟି ରାଜ୍ୟ ସଙ୍ଗୀତର ମାନ୍ୟତା ଲାଭ କରିଛି ।
ଆମେ ସମସ୍ତେ ଓଡ଼ିଶାବାସୀ ବା ଉତ୍କଳବାସୀ ଉତ୍କଳ ମାତାର ସନ୍ତାନ । ଏହାର ମାଟି, ପାଣି, ପବନରେ ଆମେ ବର୍ଦ୍ଧିତ ଓ ପରିପୁଷ୍ଟ । ମାତ୍ର ଆମେ ଆମ ଜନ୍ମମାଟିର ବୈଶିଷ୍ଟ୍ୟକୁ ଅନେକ ସମୟରେ ବିସ୍ତ୍ରୁତ ହୋଇଯାଉ । ଏହି ଜନ୍ମଭୂମି ଯେ ବୀରପ୍ରସବିନୀ, କୀର୍ତ୍ତିଶାଳନୀ ଓ ଅପାସୋରା ସୌନ୍ଦର୍ଯ୍ୟରେ ବିମଣ୍ଡତା, ତାହାକୁ ନେଇ ନିଜର ପରିଚୟ ସୃଷ୍ଟି କରୁନା। କାନ୍ତକବି ଲକ୍ଷ୍ମୀକାନ୍ତ ଉତ୍କଳସନ୍ତାନଙ୍କ ମନରେ ମାତୃଭୂମି ପ୍ରତି ଯଥାର୍ଥ ମର୍ଯ୍ୟାଦା ସୃଷ୍ଟି ପାଇଁ, ‘ଉତ୍କଳ ସନ୍ତାନ’ ସଙ୍ଗୀତର ଏକ ମନୋଜ୍ଞ ଚିତ୍ର ଉପସ୍ଥାପିତ କରିଛନ୍ତି । ଉତ୍କଳବାସୀଙ୍କ ମନରେ ଜନ୍ମଭୂମିକୁ ନେଇ ଜାତୀୟ ଚେତନା ସୃଷ୍ଟି କରିବାପାଇଁ କବି ପ୍ରୟାସ କରିଛନ୍ତି ।
କଟିକାର ମର୍ମବଶା:
କବିତାର ଘୋଷା ପଦରେ, କବି ଉତ୍କଳଜନନୀର ବନ୍ଦନା ଗାନ କରିଛନ୍ତି । ନିଜ ମାତୃଭୂମିକୁ ନମସ୍ୟା ଦେବୀ ଭାବରେ ଅଭ୍ୟର୍ଥନା ଜ୍ଞାପନ କରିଛନ୍ତି । ବିଭିନ୍ନ ବିଶେଷଣରେ ବିଶେଷିତା କରିଛନ୍ତି । କବି ଯୋଗ୍ୟ ସନ୍ତାନଭାବରେ କହିଛନ୍ତି, ହେ ଉତ୍କଳ ଜନନୀ ! ମୁଁ ତୁମର ବନ୍ଦନା କରୁଅଛି । ତୁମର ହସ ଅତ୍ୟନ୍ତ ସୁନ୍ଦର ଓ ମନୋମୁଗ୍ଧକର । ତେଣୁ ତୁମେ ଚାରୁହାସମୟୀ । ସେହିପରି ତୁମର ଭାଷା ମଧ୍ୟ ବହୁତ ମଧୁର, ଯାହାକୁ ଶ୍ରବଣ କଲେ ହୃଦୟରେ ଅପୂର୍ବ ପୁଲକ ସୃଷ୍ଟି ହୁଏ । ସୁତରାଂ ତୁମେ ଦେଉଛ ଚାରୁଭାଷମୟୀ । ଏଠାରେ କବି ପ୍ରିୟ ଜନ୍ମଭୂମିର ମନୋମୁଗ୍ଧକର ହସ ଓ ହୃଦୟସ୍ପର୍ଶୀ ଭାଷାର ସୂଚନା ଦେଇଛନ୍ତି ।
କବିତାର ପ୍ରଥମ ପଦରେ କବି ଜନ୍ମଭୂମିକୁ ସମ୍ବୋଧନ ଜଣାଇ କହିଛନ୍ତି, ହେ ଉତ୍କଳ ଜନନୀ ତୁମର ଶରୀର ଅତ୍ୟନ୍ତ ପବିତ୍ର, ଯାହାକୁ କେବେବି ଅପବିତ୍ରତାର କାଳିମା ସ୍ପର୍ଶକରିପାରିବ ନାହିଁ । କାରଣ ତୁମର ଶରୀରକୁ ସଦାସର୍ବଦା ପବିତ୍ର ମହାସାଗର ବିଧୌତ କରୁଅଛି । ତୁମର ଶରୀର ସାଗର ବେଷ୍ଟିତ। ସେହି ସାଗର ତୀରବର୍ତ୍ତୀ ଅଞ୍ଚଳ ତାଳ ଓ ତମାଳ ବୃକ୍ଷରାଜିର ସୁଶୋଭିତ । ତୁମ ଦେହକୁ ପବିତ୍ରକୃତ କରି ପ୍ରବାହିତ ହେଉଛି ଅନେକ ନଦୀ । ସେହି ନଦୀମାନଙ୍କର ସ୍ରୋତ ନିର୍ମଳ । ଯାହାକୁ ଶୁଭ୍ର ସ୍ରୋତସ୍ଵିନୀ
ଭାବରେ ବିଚାର କରାଯାଇପାରେ । ସେହି ନଦୀଜଳକୁ ସ୍ପର୍ଶ କରି ପ୍ରବାହିତ ହେଉଥିବା ମୁଦ୍ରା ସମୀରଣ ଜଳକଣା ସଂଯୁକ୍ତ ହୋଇ ଶୀତଳ ହୋଇଥାଏ । ସେହି ସୁଶୀତଳ ବାୟୁର ସ୍ପର୍ଶ ପ୍ରାଣକୁ ଶୀତଳ କରିଦେଇଥାଏ। ହେ ଉତ୍କଳ ଜନନୀ ! ତୁମ ଅଙ୍ଗେ ଅଙ୍ଗେ ସୁଶୋଭିତ ଘନ ବନାନୀ । ସେହି ନିଘଞ୍ଚ ବନରାଜିର ଅପୂର୍ବ ଶ୍ରୀରେ ତୁମେ ସୁଶୋଭିତା। ନୀଳ ପର୍ବତମାଳା ସମତଳଭୂମି ଉପରେ ଏପରି ଦଣ୍ଡାୟମାନ ହୋଇ ରହିଥା’ନ୍ତି, ଯାହାକୁ ଦେଖିଲେ ସେଗୁଡ଼ିକ ସମୁଦ୍ରର ନୀଳଜଳରାଶି ଉପରେ ଉତ୍ତ ନୀଳତରଙ୍ଗ ଭଳି ପ୍ରତୀୟମାନ ହୁଅନ୍ତି । ସମଗ୍ର ଭୂଭାଗ, ଅର୍ଥାତ୍ ନଭ, ଜଳ, ସ୍ଥଳ, ବିଭିନ୍ନ ପକ୍ଷୀମାନଙ୍କର କାକଳାରେ ପରିପୂର୍ଣ୍ଣ। ଅର୍ଥାତ୍ ସୁନ୍ଦର ପକ୍ଷାମାନଙ୍କର କଳରବରେ ଚତୁର୍ଦ୍ଦଗ ମୁଖରିତ।
ହେ ଉତ୍କଳ ଜନନୀ ! ତୁମର ଦିଗନ୍ତବିସ୍ତାରି କ୍ଷେତଗୁଡ଼ିକ ଶାଳିଧାନରେ ସୁଶୋଭିତ । ଜ୍ଞାନ ଓ ବିଜ୍ଞାନ ହେଉଛି ତୁମର ନେତ୍ରଦ୍ଵୟ । ଜ୍ଞାନ ଓ ବିଜ୍ଞାନଦ୍ୱାରା ସମୁଜ୍ଜ୍ବଳ ନେତ୍ର ବିଶିଷ୍ଟ ଅନେକ କୃତୀ ସନ୍ତାନର ତୁମେ ଜନ୍ମଦାତ୍ରୀ । ଅର୍ଥାତ ଉତ୍କଳର ସନ୍ତାନମାନେ ଜ୍ଞାନ ଓ ବିଜ୍ଞାନ ବଳରେ ଯଶସ୍ବୀ ହୋଇପାରିଛନ୍ତି। ପୁନଶ୍ଚ ଯୋଗୀ ଋଷି ଏଠାରେ କୁଟୀର କରି ସେମାନଙ୍କ ମନ୍ତ୍ରପୂତ ଧ୍ଵନିରେ ଭୂଭାଗକୁ ପବିତ୍ର କରିଛନ୍ତି ।
ହେ ଉତ୍କଳଜନନୀ, ତୁମେ ହେଉଛ ମନ୍ଦିର ମାଳିନୀ । ସୁନ୍ଦର କାରୁକାର୍ଯ୍ୟ ପୂର୍ଣ୍ଣ ମନ୍ଦିର ରାଜିରେ ତୁମେ ବିମଣ୍ଡିତା । ସୂକ୍ଷ୍ମକଳା ସମୂହଦ୍ଵାରା ତୁମର ବେଶ ସୁଶୋଭିତ । ସେହିପରି ତୁମର ସମଗ୍ର ପ୍ରଦେଶ ପୁଣ୍ୟ ତୀର୍ଥସମୂହରେ ପରିପୂର୍ଣ୍ଣ । ଏଠାରେ – କବି କାରୁକାର୍ଯ୍ୟପରିପୂର୍ଣ୍ଣ ମନ୍ଦିର ଓ ପୁଣ୍ୟ ତୀର୍ଥକ୍ଷେତ୍ରଦ୍ଵାରା ଉତ୍କଳଜନନୀ ମହନୀୟା ହୋଇଛି ବୋଲି ସମ୍ବୋଧନ କରିଛନ୍ତି ।
ବୀର ପ୍ରସବିନୀ ଉତ୍କଳମାତାର ମହିମା ଗାନ କରି କବି କହିଛନ୍ତି – ହେ ଉତ୍କଳ ଜନନୀ! ତୁମେ ହେଉଛ ଉତ୍କଳର ଶ୍ରେଷ୍ଠବୀର ମାନଙ୍କର ନିବାସସ୍ଥଳୀ । ଅର୍ଥାତ୍ ବହୁ ବୀରଶ୍ରେଷ୍ଠଙ୍କର ଏହା ହେଉଛି ଗୃହ । ଉତ୍କଳରେ ଜନ୍ମ ନେଇ ସେହି ସନ୍ତାନମାନେ ବୀରଭାବରେ ନିଜର ଅସମାନ୍ୟ ବୀରତ୍ଵ ପ୍ରଦର୍ଶନ କରିଛନ୍ତି । ସେମାନେ ଶତ୍ରୁକୁ ପଦାନତ କରିଛନ୍ତି । ଫଳସ୍ୱରୂପ ଶତ୍ରୁକୁଳର ରକ୍ତରେ ତୁମ ଦେହ ହେଇଛି ରଞ୍ଜିତ । ଏହି ବୀରତ୍ବ ପାଇଁ ତୁମର ରହିଛି ସ୍ଵତନ୍ତ୍ର ମର୍ଯ୍ୟାଦା । ବିଶ୍ଵ-ଭୂମଣ୍ଡଳ ପ୍ରତି ତୁମର ମଧ୍ୟ ରହିଛି ଅଗାଧ ସ୍ନେହ, ସମସ୍ତଙ୍କୁ ଆପଣେଇ ନେବାର ଭାବ ।
ଉତ୍କଳରେ ଅନେକ ଯଶସ୍ବୀ କବି ଜନ୍ମ ନେଇଛନ୍ତି । ସେମାନଙ୍କ କଳାକୃତିରେ ସେମାନେ ଉତ୍କଳର ବାଣୀଭଣ୍ଡାରକୁ କରିଛନ୍ତି ରୁଦ୍ଧିମନ୍ତ । ତେଣୁ କବି କହିଛନ୍ତି, ହେ ଉତ୍କଳଜନନୀ ! କବିଶ୍ରେଷ୍ଠ ତଥା ସୁଯୋଗ୍ୟ ପୁତ୍ରମାନଙ୍କଦ୍ୱାରା ତୁମେ ହୋଇଛ ବନ୍ଦନୀୟା । ସେହି ଯଶସ୍ବୀ କବିମାନଙ୍କ ପାଇଁ ବା ସେମାନଙ୍କର ଅନିନ୍ଦ୍ୟ କୀର୍ତ୍ତିପାଇଁ ତୁମେ ସାରା ପୃଥିବୀରେ ଖ୍ୟାତି ଅର୍ଜନ କରିଛ । ତୁମେ, ଧନ୍ୟା ତୁମେ ପୁଣ୍ୟବତୀ । ତୁମର ସେହି ପବିତ୍ର, ଐତିହ୍ୟ ପରିପୂର୍ଣ୍ଣ ଭୂମିରେ ଆମେ ସବୁଦିନ ପାଇଁ ଆଶ୍ରୟ ନେଇଛୁ । ଅର୍ଥାତ୍ ଉତ୍କଳ ଜନନୀ ସର୍ବଦା ଶରଣଦାତ୍ରୀଭାବରେ ଚିର ନମସ୍ୟା ।
କଠିନ ଶବ୍ଦାର୍ଥ ଓ ଟିପ୍ପଣୀ:
- ଗରୁ ହାସମୟୀ – ଯେଉଁ ନାଗାର ହସ ଖୁବ ସୁନ୍ଦର ବା ମନୋମୁ ପ୍ପକର
- ଚାରୁ ଭାଷମୟୀ – ଯେଉଁ ନାଗାର କଥା ଖୁବା ସୁନ୍ଦର ବା ହୃଦୟସ୍ପର୍ଶୀ
- ପୂତ – ପବିତ୍ର
- ପର୍ବୋଧ୍ – ସମୁଦ୍ର
- ବିଧୋତ – ଧୋଉଥିବା
- ତାଳ – ଚାଳକୃଷ
- ତମାଳ – ସମାନ ଗଛ
- ପୁଶୋଭିତ – ସୁନ୍ଦର ଭାବରେ ଶୋଭାପାଉଥିବା
- ଚ୍ଚାରା – କୂଳ ଯାହାର
- ଶୁଭ୍ରତଟିନୀ – ସ୍ୱଚ୍ଛ ଜଳ ଧାରଣ କରିଥିବା ନତା
- ଶାକର – ଜଳକଣା
- ସମାର – ପବନ/ବାକୁ
- ଘନପାନ – ଅତିଘଞ୍ଚ
- ରାଜିତ – ଶୋଭାପାଏ
- ନାଳ – ଗାଢ଼ ସବୁଜ
- ଭୂଧରମାଳା – ପବିତମାଳା/ପର୍ବତଶ୍ରେଣୀ
- ସାରଜ ତରଙ୍ଗ – ତେଉପରି ପଜିତ ହୋଇଥାଏ
- କଳକଳ ମୁଖରିତ – ପକ୍ଷୀମାନଙ୍କ ଶବ୍ଦରେ ଶବ୍ଦାୟିତ
- ଚାରୁ – ସୁନ୍ଦର
- ବିହଙ୍ଗ – ପକ୍ଷା
- ଶାଳି – ଧାନ୍ୟ ବିଶେଷ
- ଜ୍ଞାନ ବିଜ୍ଞାନ ପ୍ରଦର୍ଶିତ ନେତ୍ର – ଯେଉଁ ଦିବ୍ୟ ଦୃଷ୍ଟିରେ ଜ୍ଞାନ ଏବଂ ବିଜ୍ଞାନକୁ ଦେଖ ହୁଏ
- ଚେତ୍ର – ଚକ୍ଷ୍ମା ଆଖ୍
- ଗଣ – ସମୂହ
- ଭଟାଇ – କୁଝାର କୁଡିଆ
- କଳାକଳା – କଳାସମୂହ (ଏଠାରେ ଚିତ୍ରକଳା, ଶିଳ୍ପକଳା ଉଦ୍ଦେଶ୍ୟରେ କୁହାଯାଇଛି)
- ବେଶା – ‘ବେଶ’ର ବିଶେଷଣ ହୋଇଥିବା ବେଶ ସଂପୃକ୍ତ କଳାଗୁଡ଼ିକ ଗ୍ରହଣ କରିବାକୁ ହେବ
- ଘର୍ଥବୟ ପୂର୍ଣ୍ଣ – ପାର୍ଥ ସ୍ଥାନ ସମୂହରେ ପରିପୂର୍ଣ୍ଣ
- ଶ୍ଵରଚାର – ଶ୍ରେଷ୍ଠ ବାର/ବାର ଶ୍ରେଷ୍ଠ
- ଗେହ – ଗୃହ
- ଅରିକୁଳ – ଶତ୍ରୁବଂଶ/ ଖତୁସମୂହ
- ଶୋଣିତ – ରକ୍ତ
- ଚର୍ଚିତ ଦେହା – ଦେହରେ ବୋଳି ହୋଇଥିବା
- ଗଣ୍ଠଭୂମଣ୍ଡଳ – ସମଗ୍ର ପୃଥିବୀ
- କୃତବର – ବିଦ୍ୱାନ
- କରିକୂଳ – କରିବଂଶ
- କରିକୁଳ ମୌଲି – କବିକୁଳର ମୌଳି ବା ମୁକ୍ଟଟ ସରୂପ
- ସୁନନ୍ଦନ – ଉତ୍ତମ ସନ୍ତାନ/ଯୋଦ୍ଧା ସନ୍ତାନ
- ଚନ୍ଦ୍ୟା – ଚନ୍ଦନାୟ
- ଭୁବନଘୋଷିତ କାର୍ତ୍ତି – ଯେଉଁ କାଉଁ ପୃଥିବୀରେ ଖ୍ୟାତ ବା ଆଲୋଚ୍ୟ
- ଅନିନ୍ଦ୍ୟା – ଯାହା ନିନ୍ଦାର ଅଯୋଗ୍ୟ/ ପ୍ରଶସନାୟ
- ଧନ୍ୟେ – ଧନ୍ୟ ଶବ୍ଦର ସମ୍ବୋଧନ
- ପୁଣ୍ୟେ – ପୁଣ୍ୟ ଶବ୍ଦର ସମ୍ବୋଧନ
- ଚିର – ସବୁଦିନ/ପୂର୍ବକାଳ
- ଶରଣ୍ୟେ – ଶରଶ୍ୟା ଶବ୍ଦର ସମ୍ବୋଧନ (ଶରଣ ପ୍ରଦାନ କରୁଥିବା)