Odisha State Board BSE Odisha 10th Class Odia Solutions Chapter 3 ଭୀମଙ୍କ ସଂଘନାଦ ରଡ଼ି Textbook Exercise Questions and Answers.
BSE Odisha Class 10 Odia Solutions Chapter 3 ଭୀମଙ୍କ ସଂଘନାଦ ରଡ଼ି
ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର
ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର
Question ୧।
ଏକପଦରେ ପ୍ରକାଶ କର ।
ଧୃତରାଷ୍ରଙ୍କ ପୁତ୍ର –
ମରୁତଙ୍କ ପୁତ୍ର –
ପବନଙ୍କ ପୁତ୍ର –
ପଣ୍ଡୁଙ୍କ ପୁତ୍ର –
ଅତିତିଙ୍କ ପୁତ୍ର –
କୁନ୍ତାଙ୍କ ପୁତ୍ର –
Answer:
ଧୃତରାଷ୍ରଙ୍କ ପୁତ୍ର – ଧାର୍ତ୍ତରାଷ୍ଟ୍ରା
ମରୁତଙ୍କ ପୁତ୍ର – ମାରୁତି
ପବନଙ୍କ ପୁତ୍ର – ପାବନି
ପଣ୍ଡୁଙ୍କ ପୁତ୍ର – ପାଣ୍ଡବ
ଅତିତିଙ୍କ ପୁତ୍ର – ଆଦିତ୍ୟ
କୁନ୍ତାଙ୍କ ପୁତ୍ର – କୌନ୍ତେୟ
Question ୨।
ନିମ୍ନଲିଖତ ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
ଶୂଳଧର, ସଂକଟ, ମର୍ତ୍ତ୍ୟ, ଅନ୍ତରୀକ୍ଷ, ନଳିନୀ, ଯମ, କମଳା, ଭର୍ସନା
Answer:
ଶବ୍ଦ | ପ୍ରତିଶବ୍ଦ |
ଶୂଳଧର | ବିଶ୍ଵନାଥ, ପଶୁପତି |
ମର୍ତ୍ତ୍ୟ | ପୃଥିବୀ, ଧରଣୀ |
ନଳିନୀ | ପଦ୍ମ, ପଙ୍କଜ |
କମଳା | ଲକ୍ଷ୍ମୀ, ବିଷ୍ଣୁପ୍ରିୟା |
ସଂକଟ | ବିପଦ, ବିପତ୍ତି |
ଅନ୍ତରାଷ | ଆକାଶ, ବ୍ୟୋମ |
ପ୍ରମ | ଦଣ୍ଡାଧାର, କାଳାନ୍ତକ |
ଭର୍ସନା | ନିନ୍ଦା, ଅପବାଦ |
Question ୩ ।
ବ୍ୟାସବାକ୍ୟ ସହ ସମାସର ନାମ ଲେଖ ।
ତ୍ରିଲୋଚନ, କାଳାନଳ, ନବଦୀପ, ସପ୍ତସାଗର, ଭୁଜଦଣ୍ଡ, ଅଜାମ୍ବର
Answer:
ତ୍ରିଲୋଚନ – ତିନି ଲୋଚନ ଯାହାଙ୍କର (ଶିବ) – ବହୁବ୍ରୀହି ସମାସ
କାଳାନଳ – କାଳ ଅଟେ ଅନଳ – ଅଭେଦ କର୍ମଧାରୟ
ନବଦ୍ଵାପ – ନବଦ୍ବାପର ସମାହାର – ଦ୍ୱିଗ୍ନ ସମାସ
ସପ୍ତସାଗର – ସପ୍ତସାଗରର ସମାହାର – ଦ୍ୱିଗୁ ସମାସ
ଭାଙଦଣ୍ଡ – ଭୁଜ ଦଣ୍ଡ ପରି – ଉପମିତ କର୍ମଧାରୟ
ଅଜାମ୍ବର – ଜନ୍ମ ମରଣ ନାହିଁ ଯାହାର – ବହୁବ୍ର।ହି
Question ୪।
ପଠିତ କବିତା ଅବଲମ୍ବନରେ ଶୂନ୍ୟସ୍ଥାନ ପୂରଣ କର ।
(କ) ଈଶ୍ବରଂକୁ ସିଂଘନାଦ ମାଗନ୍ତୁ ……………….. ।
(ଖ) ଆସନ କମ୍ପିଲା ଯେ ଦେବ …………………. ।
(ଗ) ପାର୍ବତୀ ବୋଇଲେ ଭୀମସେନ ଆମ୍ଭ …………….. ।
(ଘ) ………………….. ରୁ କାଢ଼ିଦେଲେ ସେ ସିଂଘନାଦ ।
(ଙ) ………………….. ଆସି ପ୍ରବେଶ ହୋଇଲା ବ୍ୟାସ ସରୋବର ତୀରେ ।
(ଚ) ………………….. ମାରି ବାହାସ୍ଫୋଟ ଗର୍ଜିଣ ବେଗେ ଉଠି ।
(ଛ) ବୋଇଲୁ ଯେ ଭୀମର ………………….. ପହିବ।
(ଜ) କଦଳୀ ପତ୍ର ପ୍ରାୟେ ……………….. ମହାତମା
Answer:
(କ) ଈଶ୍ବରଂକୁ ସିଂଘନାଦ ମାଗନ୍ତୁ ପବନର ସତା।
(ଖ) ଆସନ କମ୍ପିଲା ଯେ ଦେବ ଶୂଳଧର।
(ଗ) ପାର୍ବତୀ ବୋଇଲେ ଭୀମସେନ ଆମ୍ଭ ଉପ୍ରଚାରି।
(ଘ) ଚିରି କୃଟି ରୁ କାଢ଼ିଦେଲେ ସେ ସିଂଘନାଦ ।
(ଙ) ଅନ୍ତରାଷେ ଆସି ପ୍ରବେଶ ହୋଇଲା ବ୍ୟାସ ସରୋବର ତୀରେ ।
(ଚ) ବଚ୍ଛସ୍ଥଳେ ମାରି ବାହାସ୍ଫୋଟ ଗର୍ଜିଣ ବେଗେ ଉଠି ।
(ଛ) ବୋଇଲୁ ଯେ ଭୀମର ସାତରତି ପହିବ।
(ଜ) କଦଳୀ ପତ୍ର ପ୍ରାୟେ କମ୍ପଇ ମହାତମା
କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
Question ୫।
ସିଂଘନାଦ କ’ଣ ?
Answer:
ସିଂଘନାଦ ମଇଁଷି ସିଂଘରେ ନିର୍ମିତ ଏକ ବାଦ୍ୟ । ଏହି ବାଦ୍ୟ ସଦାସର୍ବଦା ଶିବଙ୍କ ପାଖରେ ଥାଏ । ଶିବ ଭୈରବ ରୂପ ଧାରଣ କରି ସିଂଘନାଦ କଲେ ପୃଥିବୀ ପ୍ରଳୟ ହୁଏ । ଶିବଙ୍କଠାରୁ ସିଂଘନାଦ ନେଇ ଭୀମସେନ ଦୁର୍ଯ୍ୟୋଧନଙ୍କୁ ରଣ କରିବାପାଇଁ ଆହ୍ୱାନ କରିଥିଲେ । ସେହି ସିଂଘନାଦ ଶବ୍ଦ ଶୁଣି ଦୁର୍ଯ୍ୟୋଧନ ବ୍ୟାସ ସରୋବରରୁ ବାହାରି ଆସିଥିଲେ ।
Question ୬ ।
ସହଦେବ ଜଗନ୍ନାଥଙ୍କୁ କ’ଣ ବୋଇଲେ
Answer:
ସହଦେବ ଜଗନ୍ନାଥଙ୍କୁ ଅର୍ଥାତ୍ ଶ୍ରୀକୃଷ୍ଣଙ୍କୁ କହିଲେ, କେବଳ ଈଶ୍ଵରଙ୍କୁ ପ୍ରାର୍ଥନା କରି ପବନସୁତ ଭୀମସେନ ସିଂଘନାଦ ପ୍ରାପ୍ତ ହେଲେ, ଦୁର୍ଯ୍ୟୋଧନଙ୍କୁ ବ୍ୟାସ ସରୋବରରୁ ବାହାର କରିପାରିବେ ।
Question ୭ ।
ସିଂଘନାଦ ଦେବାପାଇଁ ପାର୍ବତୀ ଶିବଙ୍କୁ କ’ଣ କହିଲେ ?
Answer:
ସିଂଘନାଦ ପ୍ରସଙ୍ଗରେ ଶିବ ପାର୍ବତୀଙ୍କୁ ପଚାରିବାରୁ ପାର୍ବତୀ ଶିବଙ୍କୁ କହିଲେ, ଭୀମ ହେଉଛି ଆମ୍ଭ ପାଇଁ ଉପକ।ରା ପାଣ୍ଡବମାନଙ୍କ ପାଇଁ ଅନେକ ସମୟରେ କପିଳାସ ବିପଦମୁକ୍ତ ହୋଇଥାଏ। ପୁନଶ୍ଚ ତୁମ୍ଭେ ଭାମଙ୍କୁ ବିର ଦେବାପାଇଁ ସତ୍ୟ କରିଥିଲେ । ତେଣୁ ଭୀମକୁ ଯଥାଶୀଘ୍ର ସିଂହନାଦ ପ୍ରଦାନ କର।
Question ୮।
ପାଣ୍ଡବଙ୍କ ହେତୁ ତ୍ରିଲୋଚନ କିଭଳି ବର୍ଭିଥିଲେ ?
Answer:
ପାଣ୍ଡବଙ୍କ ମଧ୍ୟରେ ଦ୍ଵିତୀୟ ପାଣ୍ଡବ ହେଉଛନ୍ତି ଭୀମସେନ । ଥରେ ଅଶ୍ଳେଷା ଦୈତ୍ୟ କୈଳାସକୁ ଉପାଡ଼ି ନେଉଥିବାବେଳେ, ଋଷ୍ୟମୂକ ପର୍ବତରେ ଥିବା ଭୀମଙ୍କୁ ଶିବ ଡାକିଥିଲେ । ଭୀମ ଅଶ୍ଳେଷା ଦୈତ୍ୟକୁ ବିନାଶ କରି କୈଳାସ ଉଦ୍ଧାର କରିଥିଲେ। ମଧ୍ଯମପାଣ୍ଡବ ଭୀମଙ୍କ ପାଇଁ ତ୍ରିଲୋଚନ ଶିବ ଅଶ୍ଳେଷାତୈତ୍ୟ କବଳରୁ ବର୍ଷିଥିଲେ । ପୁନଶ୍ଚ ପାଣ୍ଡବମାନଙ୍କ ପାଇଁ କୈଳାସ ପର୍ବତ ବେଳେବେଳେ ବିପଦମୁକ୍ତ ହୋଇଥାଏ ।
Question ୯।
ସିଂଘନାଦ କିପରି ଗତି କରି ଭୀମଙ୍କ ହସ୍ତକୁ ଆସିଲା ?
Answer:
ସିଂଘନାଦ ଅନ୍ତରୀକ୍ଷରେ ବା ଆକାଶପଥରେ ଗତି କରି ବ୍ୟାସ ସରୋବର ତୀରରେ ରହିଥିବା ଭୀମଙ୍କ ହସ୍ତକୁ ଆସିଥିଲା ।
Question ୧୦ ।
ବ୍ୟାସ ସରୋବରର ମାହାତ୍ମ୍ୟ ଲେଖ ।
Answer:
ବ୍ୟାସ ସରୋବର ହେଉଛି ବିପଦରେ ପଡ଼ି ଶରଣ ନେଇଥିବା ବ୍ୟକ୍ତି ପାଇଁ ଅଭୟ ଆଶ୍ରୟସ୍ଥଳ । ଏଠାରେ ଶରଣ ନେଇଥିବା ବ୍ୟକ୍ତିଙ୍କୁ ମାରିବାପାଇଁ ତା’ର ଶତ୍ରୁ ସେଠାକୁ ଯାଇପାରେ ନାହିଁ । ଶରଣକାରୀର ଶତ୍ରୁ ଯଦି ବଳପୂର୍ବକ ସେଠାରେ ପ୍ରବେଶ କରେ, ତା’ହେଲେ ସେ ଧ୍ୱଂସ ହୋଇଯିବ ବୋଲି ଶିବ ଅଭିଶାପ ଦେଇଥିଲେ ।
Question ୧୧ ।
ପ୍ରଥମ ଥର ସିଂଘନାଦ ରଡ଼ିରେ ପୃଥିବୀରେ କି କି ବିଲକ୍ଷଣମାନ ଦେଖାଦେଲା ?
Answer:
ପ୍ରଥମ ଥର ସିଂଘନାଦ ରଡ଼ିରେ ମହୀମଣ୍ଡଳ ପ୍ରକମ୍ପିତ ହୋଇଗଲା । ନଳିନୀ ପତ୍ରରେ ଜଳ ଢଳଢ଼ଳ ହେଲାପରି ପୃଥ୍ବୀ ଥରହର ହୋଇଉଠିଲା । ମନ୍ଦରପର୍ବତ ତା’ର ନିର୍ଦ୍ଦିଷ୍ଟ ସ୍ଥାନ ଛାଡ଼ି କିଛି ଦୂର ବୁଲିଗଲା ।
Question ୧୨ ।
ଦ୍ଵିତୀୟ ଥର ସିଂଘନାଦ ରଡ଼ିରେ ସୌର ଜଗତରେ କି କି ବିଲକ୍ଷଣ ଦେଖାଦେଲା ?
ଊ-
ଦ୍ବିତୀୟ ଥର ପାଇଁ ଭୀମସେନ ସିଂଘନାଦ ରଡ଼ି ଦେବାରୁ, ତାହାର ପ୍ରଭାବରେ ଛଅ ଲକ୍ଷ ଯୋଜନ ପର୍ଯ୍ୟନ୍ତ ଆକାଶ କମ୍ପି ଉଠିଲା । ପାତାଳପୁରରେ ଥିବା ଅନନ୍ତ ନାଗର ଫଣା କମ୍ପମାନ ହେଲା । ନବଦୀପ, ସପ୍ତସାଗର କମ୍ପି ଉଠିଲା ଓ ମେରୁ ପର୍ବତ ଟଳମଳ ହେଲା । ସୌର ଜଗତରେ ଥିବା ଆଦିତ୍ୟ ମଣ୍ଡଳ, ଭୂମଣ୍ଡଳ, ଧ୍ରୁବ ମଣ୍ଡଳ, ଅମର ମଣ୍ଡଳ ସହିତ ସିନ୍ଧୁର ଲହଡ଼ି ଆକାଶ ପର୍ଯ୍ୟନ୍ତ ଉଛୁଳି ପଡ଼ିଲା ।
Question ୧୩ ।
ନବଦୀପର ନାମ ଲେଖ ।
Answer:
ଇନ୍ଦ୍ରଦ୍ୱୀପ, ନାଗଦ୍ଵୀପ, ସୌମ୍ୟଦ୍ୱୀପ, ଗନ୍ଧର୍ବ ଦ୍ବୀପ, ବରୁଣ ଦ୍ଵୀପ, କଶେରୁମାନ ଦ୍ବୀପ, ଗଉଣ୍ଡିମାନ ଦ୍ଵୀପ, ତାମ୍ରପର୍ଣ ଦ୍ଵୀପ ଓ କୁମାରିକା ଦ୍ଵୀପ ।
Question ୧୪ ।
ସପ୍ତସାଗରର ନାମ ଲେଖ ।
Answer:
ଦଧ, ଦୁଗ୍ଧ, ଘୃତ, ଲବଣ, ଇକ୍ଷୁ, ସୁରା, ଜଳ ।
Question ୧୫ ।
ଦ୍ଵିତୀୟ ରଡ଼ିରେ ଦୁର୍ଯ୍ୟୋଧନ କିପରି ବାହାରକୁ ଆସିଲା ?
Answer:
ଦ୍ଵିତୀୟ ରଡ଼ିରେ ଦୁର୍ଯ୍ୟୋଧନ ରେ ରେ କାର ଶବ୍ଦ କରି, ବକ୍ଷସ୍ଥଳରେ ହାତ ପିଟି, ବାହାସ୍ଫୋଟ ମାରିବା ସହିତ ଗର୍ଜନ କରି, କ୍ରୋଧୃତ ନୟନପୂର୍ବକ ମହାଲକ୍ଷ୍ମୀଙ୍କର ବାରଣକୁ ଅବଜ୍ଞା କରି ବାହାରକୁ ବାହାରି ଆସିଲା ।
Question ୧୬ ।
ମହାଲକ୍ଷ୍ମୀ ଦୁର୍ଯ୍ୟୋଧନକୁ କ’ଣ କ’ଣ କହି ବାହାରକୁ ଯିବାପାଇଁ ବାରଣ କଲେ ?
Answer:
ପ୍ରସ୍ତୁତ ହେଲା, ସେତେବେଳେ ମହାଲକ୍ଷ୍ମୀ ଦୁର୍ଯ୍ୟୋଧନକୁ ଭିଡ଼ିଧରି ବାହାରକୁ ନଯିବା ପାଇଁ କହିଲେ । ଲକ୍ଷ୍ମୀ କହିଲେ, ‘ବହୁତ ପ୍ରତିଜ୍ଞା କରିଥି, ଭୀମର ସାତରଡ଼ି ସହିବୁ ବୋଲି କହିଥୁଲୁ, ଏଭଳି ସଚେତନ କରି, ସେ ଦୁର୍ଯ୍ୟୋଧନକୁ ବାହାରକୁ ଯିବାପାଇଁ ବାରଣ କରିଥିଲେ ।
Question ୧୭ ।
ଦୁର୍ଯ୍ୟୋଧନ ମହାଲକ୍ଷ୍ମୀଙ୍କୁ କିପରି ଅବଜ୍ଞା କଲେ ?
Answer:
ଭୀମର ଦ୍ବିତୀୟ ସିଂଘନାଦ ରଡ଼ି ଶୁଣି, ଦୁର୍ଯ୍ୟୋଧନ କ୍ରୋଧ ହୋଇ ବାହାରି ଯିବାପାଇଁ ଚାହିଁଲେ । ମହାଲକ୍ଷ୍ମୀ ଦୁର୍ଯ୍ୟୋଧନକୁ ଭିଡ଼ିଧରି ଯିବାପାଇଁ ବାରଣ କଲେ । ମାତ୍ର ଦୁର୍ଯ୍ୟୋଧନ ମହାଲକ୍ଷ୍ମୀଙ୍କର ବାରଣକୁ ଅବଜ୍ଞା କରି, ତାଙ୍କର ହାତକୁ ପେଲିଦେଇ ଭର୍ସନା କରି ବାହାରକୁ ବାହାରି ଯାଇଥିଲେ ।
Question ୧୮।
ଲକ୍ଷ୍ମୀ କାହିଁକି ଦୁର୍ଯ୍ୟୋଧନକୁ ଛାଡ଼ି ପଳାଇଲେ ?
Answer:
ଦୁର୍ଯ୍ୟୋଧନ ଯେତେବେଳେ ମହାଲକ୍ଷ୍ମୀଙ୍କର ବାରଣକୁ ଖାତିର ନକରି, ତାଙ୍କ ହାତକୁ ପେଲିଦେଇ ଭର୍ସନା କଲେ, ସେତେବେଳେ ମହାଲକ୍ଷ୍ମୀ ଦୁର୍ଯ୍ୟୋଧନକୁ ଛାଡ଼ି ପଳାଇଲେ ।
Question ୧୯ ।
ଦୁର୍ଯ୍ୟୋଧନର ଗଦାଦ୍ଵୟର ଓଜନ କେତେ କେତେ ପରିମାଣର ?
Answer:
ଦୁର୍ଯ୍ୟୋଧନ ଗଦାଦ୍ଵୟର ଓଜନ ସତୁରି ସତୁରି ଭାର ପରିମାଣର ଥିଲା ।
ପପ୍ରସଙ୍ଗ ସରଳାର୍ଥ
Question ୨୦ ।
‘ସଂକଟ କାଳେ ତୁମ୍ଭନ୍ତ ଉଦ୍ଧାରନ୍ତି ପୁଣ
ଦିଅସି ସିଂଘନାଦ ପ୍ରସନ୍ନ ବଦନେଣ ।’’
Answer:
ସଂକଟ କାଳେ ………………….. .ପ୍ରସନ୍ନ ବଦନେଣ ।’’
ଶଂସିତ ପଦ୍ୟାଶଟି ଆଦିକବି ସାରଳା ଦାସଙ୍କ ଶ୍ରେଷ୍ଠ କାବ୍ୟକୃତି ମହାଭାରତର ‘ଗଦାପର୍ବ’ସ୍ଥ ‘ଭୀମଙ୍କ ସିଂଘନାଦ ରଡ଼ି’ର ଏକ ଉଲ୍ଲେଖଯୋଗ୍ୟ ଅଂଶବିଶେଷ । ଏଥିରେ କବି ଶିବ ଓ ପାର୍ବତୀଙ୍କର ମାନବୟ ଭାବକୁ ପ୍ରକାଶ କରିଛନ୍ତି । ଭୀମଙ୍କୁ ସିଂଘନାଦ ଦେବା ପାଇଁ ଶିବଙ୍କୁ ପାର୍ବତୀ ପରାମର୍ଶ ଦେଇଛନ୍ତି ।
ସହଦେବ ଥିଲେ ସର୍ବଜ୍ଞାତା । ସେ ଜାଣିଥିଲେ ଦୁର୍ଯ୍ୟୋଧନ ପ୍ରାଣରଙ୍କ ହୋଇ ବ୍ୟାସ ସରୋବରରେ ଆତ୍ମଗୋପନ କରିଛି । ଯଦି ଭୀମସେନ ସିଂଘନାଦ ମାଧ୍ୟମରେ ଦୁର୍ଯ୍ୟୋଧନଙ୍କୁ ରଣ ପାଇଁ ଆହ୍ୱାନ କରନ୍ତି, ତା’ହେଲେ ସେ ନିଶ୍ଚୟ ସେଠାରୁ ବାହାରି ଆସିବେ । ଶ୍ରୀକୃଷ୍ଣଙ୍କ ପରାମର୍ଶରେ ଭୀମସେନ ଶୂଳପାଣି ଶିବଙ୍କୁ ଧ୍ୟାନ କରିଛନ୍ତି । ଭୀମସେନରଙ୍କ ଧ୍ୟାନରେ ଶିବଙ୍କ ପରିସ୍ଥିତିର ସାଧାରଣ ମଣିଷ ଯେପରି ପତ୍ନୀର ପରାମର୍ଶ ଲୋଡ଼ିଥାଏ, ଠିକ୍ ଅନୁରୂପ ଭାବେ ଶିବ କ’ଣ କରିବେ ବୋଲି
ଅନ୍ୟକୁ ସହାୟ ହୋଇଥା’ନ୍ତି । ପୁନଶ୍ଚ ଭୀମସେନ ତାଙ୍କୁ ବିପଦ ସମୟରେ ପୂର୍ବରୁ ସାହାଯ୍ୟ କରିଛି । ଯେତେବେଳେ ଅଶ୍ଳେଷା ଦୈତ୍ୟ କୈଳାସ ଆକ୍ରମଣ କରିଛି ଏବଂ କୈଳାସ ପର୍ବତକୁ ଉପାଡ଼ିବାପାଇଁ ପ୍ରୟାସ କରିଛି, ସେତେବେଳେ ଭୀମହିଁ ତାଙ୍କୁ ସାହାଯ୍ୟ କରିଛି । ଶିବଙ୍କ ଆହ୍ଵାନରେ ଋଷ୍ୟମୁକ ପର୍ବତରେ ଥିବା ଭୀମ, କୈଳାସରେ ପହଞ୍ଚି ଅଶ୍ଳେଷା ଦୈତ୍ୟକୁ ବିନାଶ କରିଛନ୍ତି । ପାର୍ବତୀ ଶିବଙ୍କୁ ଭୀମଙ୍କ ପୂର୍ବ ଉପକାର କଥା ସ୍ମରଣ କରାଇଛନ୍ତି । ଯେହେତୁ ଭୀମ ତାଙ୍କୁ ସଙ୍କଟ ବା ବିପଦ ସମୟରେ ସହାୟ ହୋଇଛି, ସେଥ୍ପାଇଁ ଖୁସିମନରେ ଭୀମଙ୍କୁ ସିଂଘନାଦ ଦେବାପାଇଁ ପାର୍ବତୀ କହିଛନ୍ତି । ପାର୍ବତୀଙ୍କ କଥାନୁସାରେ, ଶିବ ପବନପୁତ୍ର ଭୀମସେନଙ୍କୁ। ସିଂଘନାଦ ପ୍ରଦାନ କରିଛନ୍ତି କବି ସାରଳା ଦାସ ଏଠାରେ ଶିବ ଓ ପାର୍ବତୀଙ୍କର ମାନବୀୟ ଭାବକୁ ଅତି ସୁନ୍ଦର ଭାବରେ ପ୍ରକାଶ କରିବା ସହିତ ପାର୍ବତାଙ୍କର ମହାନାୟ ଭାଗକୁ ସ୍ଵଚିତ କରିଛିନ୍ତି।
Question ୨୧ ।
“କାଳାନଳ ଜାଣି ବିକାଶି ସିଂଘନାଦ ଜ୍ୟୋତି
ଆଦିତ୍ୟହୁଁ ଶତେ ଶୁଣ ତେଜ ବିକାଶନ୍ତି”
Answer:
କାଳାନଳ ଜାଣି …………. ତେଜ ବିକାଶନ୍ତି।
ଆଲୋଚ୍ୟ ପଦ୍ୟାଂଶଟି ମାର୍ଟିର ମହାକବି ସାରଳା ଦାସଙ୍କ ଶ୍ର୍ରେଷ୍ଠ ସାହିତ୍ୟକୃତି ‘ମହାଭାରତ’ ର ‘ଗଡାପବ’ସ୍ଥ ‘ଭୀମଙ୍କ ସିଂଘନାଦ ରଡ଼ି’ କବିତାରୁ ଗୃହୀତ ହୋଇଛି । ଏଠାରେ କବି ଶିବଙ୍କ ବିଶେଷ ବାଦ୍ୟ ସିଂଘନାଦର ମହତ୍ତ୍ବ ପ୍ରତିପାଦିତ କରିଛନ୍ତି ।
ଫିଘନାଦ ପାଇଁଷି ଫି ଘରେ ନିର୍ମିତ ଏକ ବାଦବ୍ୟବିଶେଷ ହେଲେବି ଏହା ଦେବଦେବ ମହାଦେବଙ୍କ ନିକଟରେ, ନିଜର ବିଶେଷତା ପ୍ରମାଣ କରିଥାଏ । ଶିବ ଭୈରବ ରୂପ ଧାରଣ କରି ସିଂଘନାଦ କଲେ ପୃଥିବୀରେ ପ୍ରଳୟ ହୋଇଥାଏ । ମହାମାନୀ ଦୁର୍ଯ୍ୟୋଧନ ଭୀମଙ୍କ ପାଖରୁ ନିସ୍ତାର ପାଇବାପାଇଁ ବ୍ୟାସ ସରୋବରରେ ଆତ୍ମଗୋପନ କରିଥିଲା । ମାତ୍ର ସହଦେବଙ୍କ କଥାନୁସାରେ ଏ ବଂ ଶ୍ର।କୃକ୍ଷଙ୍କ ପରାମର୍ଶ ଅନୁଯାୟୀ ଭ।ମସେନ ଶିବଙ୍କଠାରୁ ସିଂଘନାଦ ଆଶିବ।ପାଇଁ ପ୍ରାର୍ଥନା କରିଥିଲେ। ଭାମ ସିଂଘନାଦ ପାଇବାପାଇଁ ଶିବଙ୍କୁ ଧ୍ୟାନ କରିବାରୁ, ଶିବଙ୍କ ଆସ୍ଥାନ କମ୍ପି ଉଠିଥିଲା । ସେ ନିଜର ଦିବ୍ୟଶକ୍ତି ବଳରେ ଜାଣିପାରିଲେ, ଭୀମହିଁ ତାଙ୍କୁ ସିଂଘନାଦ ନେବାପାଇଁ ପ୍ରାର୍ଥନା କରୁଛି ।
ଶିବ ପାର୍ବତୀଙ୍କ କଥାନୁଯାୟୀ, ଭୀମଙ୍କର ପୂର୍ବର ଉପକାର କଥା ସ୍ମରଣ କରିଥିଲେ । ଭୀମସେନ ଅଶ୍ଳେଷା ଦୈତ୍ୟକୁ ବିନାଶ କରି କୈଳାସ ଉଦ୍ଧାର କରିଥିବାରୁ ଶିବ ଭୀମଙ୍କୁ ବର ଦେବାପାଇଁ କହିଥିଲେ । ସେହି ବରକୁ ସ୍ମରଣ କରି ଶିବ ଭୀମଙ୍କୁ ନିଜର ଦିବ୍ୟ ଭୈରବ ବାଦ୍ୟ ସିଂଘନାଦ ପ୍ରଦାନ କରିଥିଲେ । ସେହି ସିଂଘନାଦର ଦିବ୍ୟତ୍ୱ ପ୍ରକାଶ କରି କବି ଲେଖୁଛନ୍ତି, ସିଂଘନାଦ ଥିଲା ଭୟଙ୍କର ଅଗ୍ନି ସଦୃଶ ଜ୍ୟୋତିଯୁକ୍ତ । ପୁନଶ୍ଚ ସୂର୍ଯ୍ୟଙ୍କଠାରୁ ଶତେଗୁଣ ବା ଶହେଗୁଣ ତେଜ ସେଥୁରୁ ବିକଶିତ ହୋଇଥାଏ । ସେହି ଜ୍ୟୋତିଯୁକ୍ତ ସିଂଘନାଦ ପ୍ରାପ୍ତ ହୋଇ, ଭୀମସେନ ଦୁର୍ଯ୍ୟୋଧନଙ୍କୁ ରଣ ଆହ୍ବାନ ଦେଇଥିଲେ । ସିଂଘନାଦର ଶବ୍ଦରେ ଦୁର୍ଯ୍ୟୋଧନ ବ୍ୟାସ ସରୋବରରୁ ବାହାରି ଆସିଥିଲା ।
Question ୨୨ ।
‘‘ନଳିନୀ ପତ୍ରରେ ଯେହ୍ନେ ପଡ଼ନ୍ତେଣ ପାଣି
ପୃଥିବୀ ଦଲଦଲିତ କମ୍ପଇ ମେଦିନୀ ।’’
Answer:
‘ନଳିନୀ ପତ୍ରରେ ……………………………. କମ୍ପାଇ ମେଦିନା’
ଭକ୍ତ ଦ୍ୟାଂଶଟି ମାଟିର ମହାକବି ସାରଳା ଦାସଙ୍କ ସର୍ବ ଶ୍ରେଷ୍ଠ ଗ୍ରନ୍ଥ ‘ମହାଭାରତ’ର ଗଡାପବ ସ୍ଥ ଭାଗଙ୍କ ସିଂହନାଦ ରଡ଼ି’ କବିତାରୁ ଆସିଅଛି । ମହାଦେବଙ୍କଠାରୁ ସିଂଘନାଦ ପ୍ରାପ୍ତ ହେଲାପରେ, ଦୁର୍ଯ୍ୟୋଧନଙ୍କ ଉଦ୍ଦେଶ୍ୟରେ ଭୀମସେନ ପ୍ରଥମ ସିଂଘନାଦ ରଡ଼ି କରିବାରୁ ପୃଥିବୀର ଅବସ୍ଥା ଯାହା ହୋଇଛି, ତାହାକୁ କବି ତୁଳନାତ୍ମକ ଭାବରେ ପରିପ୍ରକାଶ କରିଛନ୍ତି ।
ଦୁର୍ଯ୍ୟୋଧନ ନିଜକୁ ନିଜେ ରକ୍ଷା କରିବାପାଇଁ ଭୀରୁ ଭଳି ଯୁଦ୍ଧକ୍ଷେତ୍ରରୁ ପଳାୟନ କରିଛି । ଦୁର୍ବାସାଙ୍କ ପରାମର୍ଶରେ ସେ ବ୍ୟାସ ସରେ।ବରରେ ନିଜକୁ ନିଜେ ଲୁଚାଇ ଦେଇଛି । ଦୁର୍ଯ୍ୟୋଧନ କିପରି ବ୍ୟାସ ସରୋବରରୁ ବାହାରିବ ସେଥିପାଇଁ ଭାମ ଶିବଙ୍କୁ ସିଂଘନାଦ ପାଇଁ ପ୍ରାର୍ଥନା କରିଛନ୍ତି । ପାର୍ବତୀଙ୍କ କଥାନୁସାରେ ଓ ଭୀମଙ୍କୁ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ଶିବ ଭୀମଙ୍କୁ ସିଂଘନାଦ ପ୍ରଦାନ କରିଛନ୍ତି । ସେହି ସିଂଘନାଦ ଥିଲା ଅସାଧାରଣ । ତାହାର ଜ୍ୟୋତି ଥିଲା ଶହେ ସୂର୍ଯ୍ୟଙ୍କ ଜ୍ୟୋତିଠାରୁ ଆହୁରି ତେଜୀୟାନ । ସେହି ଦିବ୍ୟ ସିଂଘନାଦକୁ ଧରି ଭୀମସେନ ଦୁର୍ଯ୍ୟୋଧନଙ୍କ ଉଦ୍ଦେଶ୍ୟରେ ପ୍ରଥମ ରଡ଼ି ଦେଇଛି ।
ସେହି ସିଂଘନାଦ ରଡ଼ିର ପ୍ରଭାବରେ ମହୀମଣ୍ଡଳ ପ୍ରକମ୍ପିତ ହୋଇଉଠିଛି । କବି ଏହି ରଡ଼ିର ପ୍ରଭାବକୁ ସୁନ୍ଦର ତୁଳନାତ୍ମକ ଚିତ୍ର ପ୍ରଦାନ କରି ପ୍ରତିପାଦନ କରିଛନ୍ତି । ପଦ୍ମପତ୍ରରେ ରହିଥିବା ପାଣି ଯେପରି ସାମାନ୍ୟ ପବନରେ ଚହଲିଯାଏ, ଢଳଢ଼ଳ ହୁଏ, ଠିକ୍ ସଦୃଶ ପୃଥିବୀ ଅସ୍ଥିର ହୋଇଛି । ଏପରିକି ମନ୍ଦର ପର୍ବତ ମଧ୍ଯ ତାହାର ନିର୍ଦ୍ଦିଷ୍ଟ ସ୍ଥାନରୁ ଘୁଞ୍ଚିଯାଇଛି । ଏହି ସିଂଘନାଦର ପ୍ରତିକ୍ରିୟା ସ୍ୱରୂପ ଦୁର୍ଯ୍ୟୋଧନ ଚେଇଁ ଉଠିଛି। ତା ମନ ଚଳଚଞ୍ଚଳ ହୋଇଛା କବିଙ୍କର ଏଭଳି ତୁଳନାତ୍ମକ ପ୍ରସଙ୍ଗ ତାଙ୍କର ଅପାର କବିତ୍ଵର ପରିଚୟ ଦେଇଥାଏ ।
ଦାଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question ୨୩ ।
ଭୀମସେନ ଦୁଇବାର ସିଂଘନାଦ ରଡ଼ି କରିବାବେଳେ କ’ଣ କ’ଣ ଘଟିଥିଲା ?
Answer:
ପଞ୍ଚଦଶ ଶତାବ୍ଦୀର ଓଡ଼ିଆ କାବ୍ୟ ସାହିତ୍ୟକୁ ସରସ, ସୁନ୍ଦର ଓ ଜୀବନ୍ତ କରି ଗଢ଼ି ତେଳିଥିବା ସାରସ୍ବତ ସାଧକ ଶୂଦ୍ରମୁନି ସାରଳା ଦାସ । ସେ ଓଡ଼ିଆ ଭାଷାର ଆଦିକବି ଭାବରେ ସୁପରିଚିତ । ଓଡ଼ିଆ ଭାଷା ଓ ସାହିତ୍ୟକୁ ତାଙ୍କର ଅବଦାନ ଅତୁଳନୀୟ । ବାଗ୍ଦେବୀ ମାଆ ସାରଳାଙ୍କର ଅସାମାନ୍ୟ କୃପାର ଜୟଗାନ ମଧ୍ୟରେ ସ୍ବୀୟ ମହାକାବ୍ୟଗୁଡ଼ିକର ସଫଳ ରୂପାୟନ କରି ସେ ଉତ୍କଳ କାବ୍ୟ ସାହିତ୍ୟକୁ ଯେଭଳି ଋଦ୍ଧିମନ୍ତ କରିଛନ୍ତି ତା’ର ପଟାନ୍ତର ନାହିଁ । କବିଙ୍କ ବିରଚିତ ‘ଚଣ୍ଡୀପୂରାଣ’, ‘ବିଚିତ୍ର ରାମାୟଣ’ ଓ ‘ମହାଭାରତ’ କାବ୍ୟତ୍ରୟ ତାଙ୍କର ଅନନ୍ୟ ପ୍ରତିଭାର ଅନବଦ୍ୟ ସ୍ବାକ୍ଷର।
କବି ସାରଳା ଦାସ ଭୀମସେନ ସିଂଘନାଦ କରି ବ୍ୟାସ ସରୋବରରେ ଆତ୍ମଗୋପନ କରିଥିବା ଦୁର୍ଯ୍ୟୋଧନଙ୍କୁ ଋଣ ପାଇଁ ଆହ୍ୱାନ କରିବା ଏବଂ ଦୁର୍ଯ୍ୟୋଧନ ବୀର ଭାବରେ ଲକ୍ଷ୍ମୀଙ୍କ ବାରଣ ନମାନି ‘ଯୁଦ୍ଧ ଦେହି ’ ଡାକରାରେ ବାହାରି ଆସିବା ବିଷୟ ଅତ୍ୟନ୍ତ ବୀରୋଚିତ ଭାବକୁ ସ୍ମରଣ କରାଇଦିଏ । ମହାମାନୀ ଦୁର୍ଯ୍ୟୋଧନ ସମସ୍ତ ଭାଇ ସହିତ ଅନ୍ୟାନ୍ୟ ବୀର ଯୋଦ୍ଧାମାନଙ୍କୁ ଯୁଦ୍ଧରେ ହରାଇସାରିଲା ପରେ ନିହାତି ଅସହାୟ ହୋଇପଡ଼ିଛି । ସେ ଜାଣିପାରିଛି ଭୀମ କବଳରୁ ରକ୍ଷାପାଇବା ତା’ପାଇଁ ସମ୍ଭବ ନୁହେଁ । ତେଣୁ ସେ ମହର୍ଷି ଦୁର୍ବାସାଙ୍କ ପରାମର୍ଶରେ ନିଜକୁ ନିଜେ ବଞ୍ଚାଇ ରଖିବାପାଇଁ ରକ୍ତନଦୀ ପାରହୋଇ ବ୍ୟାସ ସରୋବରରେ ଆତ୍ମଗୋପନ କରିଛି । ବ୍ୟାସ ସରୋବର ଦୁର୍ଯ୍ୟୋଧନଙ୍କ ପାଇଁ ହୋଇଛି ନିରାପଦ ସ୍ଥାନ । କାରଣ ବ୍ୟାସ ସରୋବରରେ ଶରଣ ନେଇଥିବା ବ୍ୟକ୍ତିକୁ କୌଣସି ଶତ୍ରୁ ବଳପ୍ରୟୋଗ କରି ବାହାରକୁ ଆଣିପାରିବ ନାହିଁ ।
ବ୍ୟାସ ସରୋରବରରୁ ଦୁର୍ଯ୍ୟୋଧନ କିପରି ବାହାରିବ, ସେଥିପାଇଁ ପାଣ୍ଡବମାନଙ୍କ ମଧ୍ୟରେ ବିଚାର ହୋଇଛି । ସହଦେବଙ୍କ କଥାନୁସାରେ ଏବଂ ଶ୍ରୀକୃଷ୍ଣଙ୍କ ପରାମର୍ଶରେ ଭାମସେନ ଶିବଙ୍କଠାରୁ ସିଂଘନାଦ ଆସିବାର ଯୋଜନା କରିଛି । ଭାମ ଶୂଳଧାର ଶିବଙ୍କୁ ଧ୍ୟ।ନ କରିଛନ୍ତି । ଭୀମଙ୍କ ଧ୍ୟାନର ପ୍ରଭାବରେ ଶିବଙ୍କ ଆସ୍ଥାନ ଟଳମଳ ହୋଇଛି । ସେ ଅସ୍ଥିର ହୋଇପଡ଼ିଛନ୍ତି । ଶେଷରେ ପାର୍ବତୀଙ୍କ କଥାନୁସାରେ ଭୀମଙ୍କୁ ପୂର୍ବରୁ ବରଦେବା ପାଇଁ ପ୍ରତିଜ୍ଞା କରିଥିବା ଶିବ ଭୀମଙ୍କୁ ସିଂଘନାଦ ପ୍ରଦାନ କରିଛନ୍ତି । ସିଂଘନାଦ ଶୂନ୍ୟପଥରେ ଆସି ବ୍ୟାସ ସରୋବର ନିକଟରେ ଥିବା ଭୀମଙ୍କ ପାଖରେ ପହଞ୍ଚିଛି ।
ଭୀମସେନ ସିଂଘନାଦ ପାଇଲା ପରେ ପ୍ରଥମ ରଡ଼ି କରି ଦୁର୍ଯ୍ୟୋଧନଙ୍କୁ ରଣଆହ୍ୱାନ କରିଛି । ଏହାର ପରିଣତି ସ୍ବରୂପ ଦୁର୍ଯ୍ୟୋଧନ ଜାଗ୍ରତ ହୋଇ ଉଠିଛି । ପୁନର୍ବାର ଭୀମସେନ ସିଂଘନାଦ କରିଛି । ସେହି ଦ୍ଵିତୀୟ ସିଂଘନାଦର ଶବ୍ଦର ପ୍ରଭାବରେ ଛଅ ଲକ୍ଷ ଯୋଜନ ପର୍ଯ୍ୟନ୍ତ ଆକାଶ ପ୍ରକମ୍ପିତ ହୋଇଛି। ଏପରିକି ମୃତ୍ୟୁଲୋକ ଯମପୁର ମଧ୍ୟ କମ୍ପିଯାଇଛି । ଯେହେତୁ ସେହି ସିଂଘନାଦ ଥୁଲା, ଦିବ୍ୟବାଦ୍ୟ ଏବଂ ଶିବଙ୍କ ବାଦ୍ୟ ତେଣୁ ତାହାର ପ୍ରଭାବରେ ସବୁ ପରିବେଶ ଚହଲିଯାଇଛି । ପାତାଳରେ ଅନନ୍ତ ନାଗର ଫଣା କମ୍ପମାନ ହୋଇଛି ।
ନବଦୀପ, ସାତସାଗର ଓ ମେରୁ ପର୍ବତ ଟଳମଳ ହୋଇଉଠିଛି । ସିଂଘନାଦର ପ୍ରକମ୍ପନରେ ସୂର୍ଯ୍ୟମଣ୍ଡଳଠାରୁ ଆରମ୍ଭକରି ଭୂମଣ୍ଡଳ, ଧ୍ରୁବ ମଣ୍ଡଳ ଏପରିକି ଦେବଲୋକ ଅମରମଣ୍ଡଳ ଦୋହଲି ଯାଇଛି । ମେରୁ ପର୍ବତ ଥରି ଉଠିଛି । ସିନ୍ଧୁଜଳ ବଡ଼ ବଡ଼ ଢେଉ କରି ଉଛୁଳି ଉଠିଛି । ସେହି ଢେଉର ଉଚ୍ଚତା ଏତେ ଥିଲା ଯେ, ତାହା ସତେ ଯେପରି ଆକାଶକୁ ଛୁଇଁଲାଭଳି ମନେହୋଇଛି । କବି ଦ୍ୱିତୀୟ ସିଂଘନାଦର ପ୍ରଭାବକୁ ବର୍ଣ୍ଣନା କରି ଲେଖୁଛନ୍ତି –
‘ପୁଣିଣ ଆରେକ ରଡ଼ିୟେ ଦିଲା ବୀର ଭୀମ
ଛଡ଼ ଲକ୍ଷ ଯୋଜନେ ଆକାଶେ କମ୍ପିଲା ବୀର ଯମ ।
ପାତାଳେ ଅନନ୍ତ ନାଗର କମ୍ପିଲାକ ଫେରୁ
ନବଦ୍ୱୀପ ସପତ ସାଗର କମ୍ପିଲା ଟଳମଳ ହୋଇଲାକ ମେରୁ ।’’
ଏଠାରେ କବି ସିଂଘନାଦର ଅସାଧାରଣତା ଓ ତାହାର ପ୍ରଭାବରେ ସମଗ୍ର ଜଳ, ସ୍ଥଳ ଓ ଆକାଶରେ ଯେଭଳି ପ୍ରତିକ୍ରିୟା ସୃଷ୍ଟି ହୋଇଛି, ତାହାକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି । ସେହି ନାଦ ଶୁଣି ଦୁର୍ଯ୍ୟୋଧନ ବ୍ୟାସ ସରୋବରରୁ ବାହାର ଆସିଛି। କବିଙ୍କର ଏଭଳି ବର୍ଣ୍ଣନା ତାଙ୍କ ଦିବ୍ୟ କବିତ୍ବ ଭାବକୁ ପରିପ୍ରକାଶ କରେ ।
Question ୨୪ ।
କେଉଁ ପରିସ୍ଥିତିରେ ଭୀମଙ୍କୁ ସିଂଘନାଦ ଦେବାକୁ ସଦାଶିବ ସମ୍ମତ ହେଲେ ?
Answer:
ଓଡ଼ିଆ ଭାଷାରେ ସାହିତ୍ୟ ରଚନା କରିଥିବା ସ୍ରଷ୍ଟାମାନଙ୍କ ମଧ୍ୟରେ ଶୂଦ୍ରମୁନି ସାରଳା ଦାସ ଆଦିକବି ରୂପେ ପରିଚିତ। ସଂସ୍କୃତ ଭାଷାରେ ବ୍ୟାସଦେବ ମହାଭାରତ ଲେଖୁଲା ଭଳି ସେ ଓଡ଼ିଆ ଭାଷାରେ ମହାଭାରତ ଲେଖିବାରୁ, ତାଙ୍କୁ କେହି କେହି ଉତ୍କଳ ବ୍ୟାସ ଭାବରେ ସମ୍ବୋଧନ କରିଥା’ନ୍ତି । ତାଙ୍କ ରଚିତ ମହାଭାରତରେ ସେ ଉତ୍କଳୀୟ ସଂସ୍କୃତି, ପରମ୍ପରା, ଚିତ୍ର, ଚରିତ୍ର ସବୁକିଛି ସହଜସରଳ ଭାବରେ ଅତି ଚତୁରତାର ସହିତ ସଂଯୋଜିତ କରିଛନ୍ତି । ଏଥିରେ ମୂଳ ମହାଭାରତରେ ନଥିବା ଅନେକ ଲୋକକଥାକୁ ଉପସ୍ଥାପନ କରି ସେ ଓଡ଼ିଆମାନଙ୍କ ପ୍ରିୟ ହୋଇଛନ୍ତି । ତାଙ୍କର ଲେଖନୀ ନିସୃତ କାବ୍ୟଗ୍ରନ୍ଥଗୁଡ଼ିକ ହେଉଛି ମହାଭାରତ, ଚଣ୍ଡୀପୁରାଣ ଓ ବିଚିତ୍ର ରାମାୟଣ ।
ଦୁର୍ଯ୍ୟୋଧନ ଯୁଦ୍ଧରେ ସମସ୍ତ ପ୍ରିୟପରିଜନକୁ ହରାଇ ଅତ୍ୟନ୍ତ ଅସହାୟ ହୋଇପଡ଼ିଥିଲେ । ନିଜର ଆସନ୍ନ ମୃତ୍ୟୁକୁ ଆଶଙ୍କା କରି ନିଜକୁ ନିଜେ ବଞ୍ଚାଇବା ପାଇଁ ଉପାୟ ଖୋଜିଥିଲେ । ଦୁର୍ବାସାଙ୍କ କଥାନୁସାରେ ସେ ବ୍ୟାସ ସରୋବରରେ ଲୁଚିଥିଲେ। ବ୍ୟାସ ସରୋବର ତା’ପାଇଁ ଥିଲା ସେ ସମୟରେ ନିରାପଦ ସ୍ଥାନ । କାରଣ ବ୍ୟାସ ସରୋବରରେ କୌଣସି ଶତ୍ରୁପକ୍ଷ ପହଞ୍ଚି ପାରିବ ନାହିଁ ବୋଲି ସେ ଜାଣିଥିଲେ । ଏହି ପରିପ୍ରେକ୍ଷୀରେ ଭୀମସେନ ଦୁର୍ଯ୍ୟୋଧନକୁ ଯୁଦ୍ଧକ୍ଷେତ୍ରର କୌଣସି ସ୍ଥାନରେ ପାଇନଥିଲା । ସହଦେବଙ୍କ କଥାନୁସାରେ ସେ ଜାଣିପାରିଥିଲେ ଯେ ଦୁର୍ଯ୍ୟୋଧନ ବ୍ୟାସ ସରୋବରରେ ଆତ୍ମଗୋପନ କରିଛି । ଶ୍ରୀକୃଷ୍ଣଙ୍କ ପରାମର୍ଶ ଅନୁଯାୟୀ, ଭୀମସେନ ଶୂଳପାଣି ମହାଦେବଙ୍କଠାରୁ ସିଂଘନାଦ ଆଣିବାକୁ ପ୍ରୟାସ କରିଥିଲେ ।
ଭୀମସେନ ଶିବଙ୍କୁ ସିଂଘନାଦ ଦେବାପାଇଁ ଧ୍ୟାନ କରିଥିଲେ । ଭୀମଙ୍କ ଧ୍ୟାନ ଓ ପ୍ରାର୍ଥନା ବଳରେ ଶିବଙ୍କର ଆସ୍ଥାନ କମ୍ପି ଉଠିଥିଲା । ଶିବ ଜାଣିପାରିଥିଲେ ଯେ ଭୀମ ସିଂଘନାଦ ନେବାପାଇଁ ଧ୍ୟାନ କରୁଛି । ଏହି ପରିସ୍ଥିତିରେ ମହାଦେବ ନିଜର ପ୍ରାଣପ୍ରିୟା ପତ୍ନୀ ପାର୍ବତୀଙ୍କଠାରୁ ପରାମର୍ଶ ଲୋଡ଼ିଥିଲେ । ପାର୍ବତୀ ଶିବଙ୍କୁ ସମୟାନୁସାରୀ ପରାମର୍ଶ ଦେଇଥିଲେ । ସେ କହିଥିଲେ, ଭୀମସେନ ଅତ୍ୟନ୍ତ ଉପକାରୀ । ତାଙ୍କ ପାଇଁ ଆମେ କପିଳାସରେ ନିରାପଦରେ ରହିଛୁ । ପୁନଶ୍ଚ ପାର୍ବତୀ ସ୍ମରଣ କରାଇ ଦେଇଥିଲେ, ‘ଭୀମ ଅଶ୍ଳେଷା ଦୈତ୍ୟକୁ ବିନାଶ କରି କୈଳାସକୁ ତା’ କବଳରୁ ରକ୍ଷା କରିଥିଲେ ।’ ସେହି ଉପକାରର ପରିଣତିରେ, ଶିବ ବର ଦେବାପାଇଁ ଭୀମକୁ କହିଥିଲେ । ଭୀମ ବିପଦରେ ପଡ଼ିଥିବାରୁ ଓ ଦୁର୍ଯ୍ୟୋଧନଙ୍କୁ ରଣକ୍ଷେତ୍ରକୁ ଆଣିବାପାଇଁ ସିଂଘନାଦ ମାଗୁଅଛି ବୋଲି ପାର୍ବତୀ କହିଥିଲେ । ଉପକାରୀ ଲୋକଙ୍କର ଉପକାର ଶୁଝିବାକୁ ହେବ । ପୁନଶ୍ଚ ପାଣ୍ଡବମାନେ ମଧ୍ଯ ଅମର ସହାୟକ ହୋଇଥା’ନ୍ତି ବୋଲି ପାର୍ବତୀ ବୁଝାଇ ଦେଇଛନ୍ତି । କବି ଏହାକୁ ସୁନ୍ଦରଭାବରେ ବର୍ଣ୍ଣନା କରି ଲେଖୁଛନ୍ତି
ସତ୍ୟମନା ଇଚ୍ଛା ଦେବ ଯେ ତ୍ରିପୁରାରି ।
ବେଳେବେଳେ ପାଣ୍ଡବେ ଆମ୍ଭ କପିଳାସକଇଂ ଉଦ୍ଦିରି
ସତ୍ୟମନା ଇଛି ଦେବ ଯେ ତ୍ରିପୁରାରି।
ପାର୍ବତୀ ବୋଇଲେ ସିଂଘନାଦ ଦିଅସି ବହନ
ପାଣ୍ଡବଂକ ହେତୁ ତୁମ୍ଭେ ବ୍ରତିଅଛ ତ୍ରିଲୋଚନ ।’’
ପାର୍ବତାଙ୍କ ପରାମର୍ଶକୁ ଶିବ ପାକାର କରିଲେ। ସେ ଖୁସି ମନରେ, ପ୍ରସନ୍ନ ଚିତ୍ତରେ ଚିରିକୁଟିରୁ କାଢି ଭାମସେନଙ୍କ ଉଦ୍ଦେଶ୍ୟରେ ସିଂଘନାଦ ପ୍ରେରଣ କରିଥିଲେ । ଏଠାରେ କବି ଶିବ ଓ ପାର୍ବତୀଙ୍କର ମାନବୀୟ ଭାବକୁ ଚମତ୍କାର ଭାବରେ ପରିପ୍ରକାଶ କରି ନିଜର ଅସାଧାରଣ କବିତ୍ଵର ପରିଚୟ ଦେଇଛିନ୍ତି
Question ୨୫ ।
ଲକ୍ଷ୍ମୀ ଓ ଦୁର୍ଯ୍ୟୋଧନଙ୍କ ମଧ୍ୟରେ ହୋଇଥିବା କଥୋପକଥନ ନିଜ ଭାଷାରେ ପ୍ରକାଶ କର ।
Answer:
ଆଲୋଚ୍ୟ ପ୍ରସଙ୍ଗଟି ଆଦିକବି ସାରଳା ଦାସଙ୍କ ‘ଭୀମଙ୍କ ସିଂହନାଦ ରଡ଼ି’ କବିତାର ଏକ ଉଲ୍ଲେଖଯୋଗ୍ୟ ଅଂଶ । କବି ସାରଳା ଦାସ ଥିଲେ ପଞ୍ଚଦଶ ଶତାବ୍ଦୀର ଓ ସୂର୍ଯ୍ୟବଂଶା ରାଜା କପିଳେନ୍ଦ୍ରଦେବଙ୍କର ସମସାମୟିକ କରି। ଯେତେବେଳ ଫକୃତ ସାହିତ୍ୟର ଓ ସଂସ୍କୃତ ପଣ୍ଡିତମାନଙ୍କର ପୁରାଣ କ୍ଷେତ୍ରରେ ଅସମ୍ଭବ ଆଧୂପତ୍ୟ ଥିଲା, ସେହି ସମୟରେ ଓଡ଼ିଆ ସାହିତ୍ୟର ଉଲ୍ଲେଖଯୋଗ୍ୟ ଆଦ୍ୟରୂପ ଅଙ୍କନ କରିଥିଲେ ଶୂଦ୍ରମୁନି ସାରଳା ଦାସ । ମା’ ସାରଳାଙ୍କର କରୁଣା କାବ୍ୟମାନଙ୍କରେ ସ୍ଵୀକାର କରିଛନ୍ତି । ସେହି ଆଦ୍ୟ ସାରସ୍ଵତ ସ୍ରଷ୍ଟାଙ୍କ ‘ମହାଭାରତ’ ଓ ‘ବିଚିତ୍ର ରାମାୟଣ’
ମହାଭାରତ ମହାସମରର ଅନ୍ତିମ ପର୍ଯ୍ୟାୟ । ଦୁର୍ଯ୍ୟୋଧନ ସମସ୍ତ ସୈନ୍ୟ, ପରିଜନଙ୍କୁ ହରାଇ ହୋଇଛି ଅସହାୟ । ମହାମାନୀ କ୍ଷମତାନ୍ଧ ଦୁର୍ଯ୍ୟୋଧନଙ୍କ ହୃଦୟରେ ଦେଖାଦେଇଛି ଭୟ ଓ ବ୍ୟାକୁଳତା । ସେ ନିଜକୁ ନିଜେ ରକ୍ଷା କରିବାପାଇଁ ବ୍ୟସ୍ତ ହୋଇପଡ଼ିଛି । ମହର୍ଷି ଦୁର୍ବାସାଙ୍କ କଥାନୁସାରେ ସେ ପ୍ରାଣରଙ୍କ ହୋଇ ବ୍ୟାସ ସରୋବରରେ ଆତ୍ମଗୋପନ କରିଛି । ଦୁର୍ଯ୍ୟୋଧନ ଥିଲେ ଲକ୍ଷ୍ମୀବନ୍ତ ପୁରୁଷ । ତାଙ୍କ କନ୍ଧରେ ଲକ୍ଷ୍ମୀ ଥିଲେ । ଏପରିକି କବି ବର୍ଣ୍ଣନା କରିଛନ୍ତି, ସେ ଚାଲିଲେ ତାଙ୍କ ପଦପାତରେ ସ୍ବର୍ଣ୍ଣପଦ୍ମ ଫୁଟୁଥିଲା ।
ଭୀମସେନ ଶିବଙ୍କଠାରୁ ସିଂଘନାଦ ପ୍ରାପ୍ତ ହୋଇ ସେହି ସିଂଘନାଦ ମାଧ୍ଯମରେ ଦୂର୍ଯେ୍ଯ୍ୟାଧନଙ୍କୁ ରଖ ପାଇଁ ଆହ୍ଵାନ କରିଛି। ପ୍ରଥମ ରଡ଼ିରେ ଦୁର୍ଯ୍ୟୋଧନ ଜାଗ୍ରତ ହୋଇଉଠିଛି । ବୀର ଭାବରେ ସେ ଭୀମଙ୍କର ଦ୍ୱିତୀୟ ସିଂଘନାଦ ରଡ଼ିକୁ ସହ୍ୟ କରିପାରି ନାହିଁ । ସେ ଯୁଦ୍ଧକୁ ଯିବାପାଇଁ ବାହାରି ପଡ଼ିଛି । ରେ ରେ କାର ଶବ୍ଦକରି ଗର୍ଜି ଉଠିଛି । ବକ୍ଷସ୍ଥଳରେ ବାହାସ୍ଫୋଟ ମାରି କ୍ରୋଧ ନେତ୍ର ବୁଲାଇଛି । ଦୁର୍ଯ୍ୟୋଧନର ଏଭଳି ଅସମ୍ଭାଳ ଅବସ୍ଥା ଦେଖ୍, ମହାଲକ୍ଷ୍ମୀ ତା’କୁ ଭିଡ଼ି ଧରିଛନ୍ତି । ଦୁର୍ଯ୍ୟୋଧନଙ୍କୁ ମହାଲକ୍ଷ୍ମୀ ବୁଝାଇ କହିଛନ୍ତି, ‘ଭୀମର ସାତରଡ଼ି ପର୍ଯ୍ୟନ୍ତ ସହ୍ୟ କରିବୁ ବୋଲି ପ୍ରତିଜ୍ଞା କରିଥିଲୁ । ଏବେ ଭୀମର ଦ୍ଵିତୀୟ ରଡ଼ି ତୋ’ପାଇଁ କାହିଁକି ଅସହ୍ୟ ହେଉଛି’।
ମାତ୍ର ଦୁର୍ଯ୍ୟୋଧନ ଲକ୍ଷ୍ମୀଙ୍କର କୌଣସି କଥା ଶୁଣି ନାହିଁ । ଲକ୍ଷ୍ମୀଙ୍କର ବାରଣକୁ ଖାତିର କରିନାହିଁ । ବରଂ ଅହଂ ପ୍ରମତ୍ତ ଭାବରେ ସେ ଲକ୍ଷ୍ମୀଙ୍କୁ ଅବଜ୍ଞା କରି ତାଙ୍କୁ ଠେଲି ଦେଇଛି । ଅଧର ପୃଷ୍ଠ କରି ହିତାହିତ ଜ୍ଞାନଶୂନ୍ୟ ହୋଇ, ମୋ ନିକଟରୁ ପଳା ବୋଲି କହିଛି । ଦୁର୍ଯ୍ୟୋଧନର ଏଭଳି ବ୍ୟବହାରରେ ଲକ୍ଷ୍ମୀ ରୁଷ୍ଟ ହୋଇଛନ୍ତି । କହିଛନ୍ତି, ମୁଁ କେବଳ ତୋହାର ଭତ୍ସନା ପର୍ଯ୍ୟନ୍ତ ଅପେକ୍ଷା କରିଥିଲି । ମାତ୍ର ତୁ ଯଦି ଭୀମର ଆଉ ଗୋଟିଏ ମାତ୍ର ରଡ଼ି ସହ୍ୟ କରିବୁ, ତା’ହେଲେ ତୁ ଅମର ହୋଇଯିବୁ । ତୋତେ ଆଉ କେହି ମାରିପାରିବେ ନାହିଁ । ଲକ୍ଷ୍ମୀଙ୍କର ଏଭଳି ଉପଦେଶକୁ ଦୁର୍ଯ୍ୟୋଧନ ଶୁଣି ନାହିଁ । ଲକ୍ଷ୍ମୀ ଛାଡ଼ି ଦେବାରୁ, ଦୁର୍ଯ୍ୟୋଧନ ତାହାର ସତୁରି ଭାର ଗଦା ଘେନି ଯୁଦ୍ଧକୁ ବାହାରି ପଡ଼ିଛି । ଏହି ପର୍ଯ୍ୟାୟରେ କବି ଦୁର୍ଯ୍ୟୋଧନକୁ ଅହଂକାରୀ, ମଦମତ୍ତ, ଅପରିଣାମଦର୍ଶୀ ଯୋଦ୍ଧା ଭାବରେ ବର୍ଣ୍ଣନା କରିଛନ୍ତି । ପ୍ରଥମେ ସେ ବୀର ହେଲେବି, ପରିଣତିକୁ ବିଚାର ନକରି ସେ ଯେଭଳି ପଦକ୍ଷେପ ନେଇ, ତାହା ତା’ପାଇଁ ମୃତ୍ୟୁର କାରଣ ହୋଇଛି ।
ତୁମ ପାଇଁ କାମ :
Question ୨୬ ।
ଅଧ୍ଵକ ଜାଣିବା ପାଇଁ ସାରଳା ମହାଭାରତ ‘ଗଦାପର୍ବ’ ପଢ଼ ।
Question ୨୭ ।
ଲକ୍ଷ୍ମୀଙ୍କ ପାଖରୁ ଦୁର୍ଯ୍ୟୋଧନ ବିଦାୟ ନେବା ଦୃଶ୍ୟ ଅଙ୍କନ କର ।
[ଛାତ୍ରଛାତ୍ରମାନେ ‘ତୁମ ପାଇଁ କାମ’ଗୁଡ଼ିକ ନିଜେ କରିବାକୁ ଚେଷ୍ଟା କରିବେ । ଆବଶ୍ୟକ ସ୍ଥଳେ ସେମାନେ ଶିକ୍ଷକଙ୍କ ସହାୟତା ନେଇପାରିବେ ।]
ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
A. ଚାରିଗୋଟି ବିକଳ୍ପ ଉତ୍ତର ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ।
Question ୧ ।
ସାରଳା ଦାସ କେଉଁ ସମୟର କବି ଏବଂ କେଉଁ ରାଜାଙ୍କ ସମୟର ଥିଲେ ?
Answer:
ପଞ୍ଚଦଶ ଶତାବ୍ଦୀର କବି ଏବଂ ସେ ପୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବଙ୍କ ସମୟର ଥିଲେ ।
Question ୨ ।
ସାରଳା ଦାସଙ୍କ ପିତୃଦତ୍ତ ନାମ କ’ଣ ଥିଲା ?
Answer:
ସାରଳା ଦାସଙ୍କ ପିତୃଦତ୍ତ ନାମ ଥିଲା ସିଦ୍ଧେଶ୍ଵର ପରିଡ଼ା ।
Question ୩ ।
ସାରଳା ଦାସଙ୍କ କାବ୍ୟକୃତିଗୁଡ଼ିକର ନାମ ଲେଖ ।
Answer:
ସାରଳା ଦାସଙ୍କ କାବ୍ୟକୃତିଗୁଡ଼ିକ ହେଲା ମହାଭାରତ, ଚଣ୍ଡୀପୁରାଣ, ବିଚିତ୍ର ରାମାୟଣ ।
Question ୪।
‘ଭୀମଙ୍କ ସିଂଘନାଦ ରଡ଼ି’ କବିତାଟି କବିଙ୍କ କେଉଁ ଗ୍ରନ୍ଥରୁ ଗ୍ରହଣ କରାଯାଇଛି ?
Answer:
‘ଭୀମଙ୍କ ସିଂଘନାଦ ରଡ଼ି’ କବିତାଟି କବିଙ୍କ ସର୍ବଶ୍ରେଷ୍ଠ ଗ୍ରନ୍ଥ ପାରଳା ମହାଭାରତ ର ଗଡାପବ ରୁ ଗ୍ରହଣ କରାଯାଇଛି
Question ୫।
କବିତାଟିରେ ‘ଜଗନ୍ନାଥ’ ଶବ୍ଦ କାହା ପାଇଁ ପ୍ରୟୋଗ କରାଯାଇଛି ?
Answer:
କବିତାଟିରେ ‘ଜଗନ୍ନାଥ’ ଶବ୍ଦ ଶ୍ରୀକୃଷ୍ଣଙ୍କ ପାଇଁ ପ୍ରୟୋଗ କରାଯାଇଛି, କାରଣ କବିଙ୍କ ବିଚାରରେ ଯିଏ କୃଷ୍ଣ,
Question ୬।
‘ପାଣ୍ଡବ ସୁନ୍ଦର’ ଶବ୍ଦ କେଉଁ ପାଣ୍ଡବଙ୍କ ପାଇଁ ବ୍ୟବହାର କରାଯାଇଛି ?
Answer:
‘ପାଣ୍ଡବ ସୁନ୍ଦର’ ଶବ୍ଦ ଦ୍ବିତୀୟ ପାଣ୍ଡବ ଭୀମସେନଙ୍କ ପାଇଁ ବ୍ୟବହାର କରାଯାଇଛି ।
Question ୭ ।
ଶୂଳଧରଙ୍କ ଆସନ କାହିଁକି କମ୍ପିଲା ?
Answer:
ପାଣ୍ଡବ ସୁନ୍ଦର ଭୀମସେନ ସିଂଘନାଦ ପାଇବାପାଇଁ ଧ୍ୟାନ କରିବାରୁ, ସେହି ଧ୍ୟାନର ପ୍ରଭାବରେ ଶୂଳଧରଙ୍କ ଆସନ
Question ୮ ।
କେତେ ବାର ସିଂଘନାଦ ରଡ଼ି ସହିଥିଲେ ଦୁର୍ଯ୍ୟୋଧନ ଅମର ହୋଇଥା’ନ୍ତା ?
Answer:
ତିନିବାର ସିଂଘନାଦ ରଡ଼ି ସହିଥିଲେ ଦୁର୍ଯ୍ୟୋଧନ ଅମର ହୋଇଥା’ନ୍ତା ।
Question ୯ ।
ଶ୍ରୀକୃଷ୍ଣଙ୍କୁ କିଏ ସିଂଘନାଦ ମାଗିବା କଥା କହିଥିଲେ ?
Answer:
ଶ୍ରୀକୃଷ୍ଣଙ୍କୁ ସର୍ବଜ୍ଞାତା ସହଦେବ ସିଂଘନାଦ ମାଗିବା କଥା କହିଥିଲେ ।
Question ୧୦ ।
‘ଭୀମଙ୍କ ସିଂଘନାଦ ରଡ଼ି’ କବିତାଟି ମହାଭାରତର କେଉଁ ପର୍ବରେ ରହିଛି ?
Answer:
‘ଭୀମଙ୍କ ସିଂଘନାଦ ରଡ଼ି’ କବିତାଟି ମହାଭାରତର ‘ଗଦାପର୍ବ’ରେ ରହିଛି ।
Question ୧୧ ।
କେଉଁଠିକୁ ବଳପୂର୍ବକ ଶତ୍ରୁ ପ୍ରବେଶ କଲେ, ଧ୍ୱଂସ ହୋଇଯିବ ବୋଲି ଶିବ ଅଭିଶାପ ଦେଇଥିଲେ ?
Answer:
ବ୍ୟାସ ସରୋବରକୁ ବଳପୂର୍ବକ ଶତ୍ରୁ ପ୍ରବେଶ କଲେ, ଧ୍ୱଂସ ହୋଇଯିବ ବୋଲି ଶିବ ଅଭିଶାପ ଦେଇଥିଲେ ।
Question ୧୨ ।
କାହାର ଉପଦେଶରେ ଆତ୍ମରକ୍ଷା ପାଇଁ ଦୁର୍ଯ୍ୟୋଧନ ବ୍ୟାସ ସରୋବରରେ ଲୁଚିଥିଲେ ?
Answer:
ଦୁର୍ବାସାଙ୍କ ଉପଦେଶରେ ଆତ୍ମରକ୍ଷା ପାଇଁ ଦୁର୍ଯ୍ୟୋଧନ ବ୍ୟାସ ସରୋବରରେ ଲୁଚିଥିଲେ ।
Question ୧୩ ।
କାହାକୁ ଠେଲିଦେଇ ଦୁର୍ଯ୍ୟୋଧନ ‘ଯୁଦ୍ଧ ଦେହୀ’ ଡାକରା ଦେଇ ଯୁଦ୍ଧକୁ ବାହାରିଥିଲା
Answer:
ମହାଲକ୍ଷ୍ମୀଙ୍କର ବାରଣ ନ ମାନି, ତାହାକୁ ଠେଲିଦେଇ ଦୁର୍ଯ୍ୟୋଧନ ଯୁଦ୍ଧ ଦେହୀ ଡାକରା ଦେଇ ଯୁଦ୍ଧକୁ ବାହାରିଥିଲା ।
Question ୧୪ ।
ପାଣ୍ଡବ ସୁନ୍ଦର ଭୀମ ଧାନ କରିବାରୁ କାହାର ଆସନ କମ୍ପି ଉଠିଲା?
Answer:
ପାଣ୍ଡବ ସୁନ୍ଦର ଭୀମ ଧାନ କରିବାରୁ ଶୂଳଧର ଶିବଙ୍କ ଆସନ କମ୍ପି ଉଠିଲା ?
Question ୧୫ ।
ଦେବ ପଶୁପତି ଧ୍ୟାନରେ କ’ଣ ଜାଣିପାରିଲେ ?
Answer:
ଦେବ ପଶୁପତି ଧ୍ୟାନରେ ବୀର ଭୀମ ସିଂଘନାଦ ମାଗୁଅଛି ବୋଲି ଜାଣିପାରିଲେ ।
Question ୧୬ ।
ଭୀମସେନ ଆମ୍ଭର ଉପକାରୀ ବୋଲି କିଏ, କାହାକୁ କହିଥିଲେ ?
Answer:
ଭୀମସେନ ଆମ୍ଭର ଉପକାରୀ ବୋଲି ଦେବୀ ପାର୍ବତୀ ସ୍ଵାମୀ ଶିବଙ୍କୁ କହିଥିଲେ ।
Question ୧୭ ।
ଶିବ କେଉଁଥ୍ରୁ ସିଂଘନାଦକୁ କାଢ଼ି ଦେଇଥିଲେ ?
Answer:
ଶିବ ଚିରିକୂଟିରୁ କାଢ଼ି ସିଂଘନାଦକୁ ଭୀମଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରିଥିଲେ ।
Question ୧୮ ।
ସିଂଘନାଦର ଜ୍ୟୋତି କିପରି ଥିଲା ?
Answer:
ସିଂଘନାଦର ଜ୍ୟୋତି କାଳାନଳ ବା ଅଗ୍ନି ପରି ଥିଲା ।
Question ୧୯ ।
ସିଂଘନାଦର ପ୍ରଥମ ଶବ୍ଦରେ କିଏ କମ୍ପିତ ହେଲା ?
Answer:
ସିଂଘନାଦର ପ୍ରଥମ ଶବ୍ଦରେ ମହୀମଣ୍ଡଳ କମ୍ପିତ ହେଲା ।
Question ୨୦ ।
ଦ୍ୱିତୀୟ ସିଂଘନାଦ ରଡ଼ିରେ ସିନ୍ଧୁଜଳ କିପରି ଉଛୁଳି ଉଠିଲା ?
Answer:
ଦ୍ବିତୀୟ ସିଂଘନାଦ ରଡ଼ିରେ ସିନ୍ଧୁଜଳ ଉଛୁଳି ଉଠି ଆକାଶକୁ ଲାଗିଲା ପରି ମନେହେଲା ।
Question ୨୧ ।
ମହାଲକ୍ଷ୍ମୀ କେଉଁ ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିଲେ ?
Answer:
ମହାଲକ୍ଷ୍ମୀ ଦୁର୍ଯ୍ୟୋଧନର ଭର୍ତ୍ସନା ଶୁଣିବା ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିଲେ ।
(B) ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
Question ୧।
ଶିବ କେଉଁ ରୂପ ଧାରଣ କରି ସିଂଘନାଦ କଲେ ପ୍ରଳୟ ହୁଏ ?
Answer:
ଭୈରବ ରୂପ
Question ୨।
କେଉଁ ଦୈତ୍ୟ କୈଳାସ ଉପାଡ଼ି ନେଉଥିଲା ?
Answer:
ଅଶ୍ଳେଷା ଦୈତ୍ୟ
Question ୩।
ଦୁର୍ଯ୍ୟୋଧନ କେଉଁଠାରେ ଲୁଚିଥିଲା ?
Answer:
ବ୍ୟାସ ସରେ।ବରରେ
Question ୪ ।
ମାନଗୋବିନ୍ଦ କିଏ
Answer:
ଦୁର୍ଯ୍ୟୋଧନ
Question ୫ ।
କାହାର ଅନ୍ୟନାମ ଶୂଳଧର ?
Answer:
ଧ୍ୟାନରେ
Question ୬ ।
ଭୀମସେନ ଧ୍ୟାନ କରୁଥିବା କଥା ପଶୁପତି କିପରି ଜାଣିଲେ ?
Answer:
ଶିବଙ୍କ
Question ୭ ।
ପାର୍ବତୀ କାହାକୁ ଉପକାରୀ ବୋଲି କହିଛନ୍ତି ?
Answer:
ଭାଗଙ୍କୁ
Question ୮ ।
କାହାଯୋଗୁ ବ୍ରତିଥିଲେ ବୋଲି ପାର୍ବତୀ ତ୍ରିଲୋଚନଙ୍କୁ କହିଛନ୍ତି ?
Answer:
ପାଣ୍ଡବଙ୍କ ଯୋଗୁ
Question ୯ ।
ସିଂହନାଦର କାହାଠାରୁ ଶତେଗୁଣ ତେଜ ରହିଥିଲା ?
Answer:
ଆଦିତ୍ୟଠାରୁ
Question ୧୦ ।
କାହାଯୋଗୁ ମାନଗୋବିନ୍ଦର ନିଦ୍ରା ଭାଙ୍ଗିଗଲା ?
Answer:
ସିଂଘନାଦର ପ୍ରଥମ ରଢ଼ି ଯୋଗୁ
Question ୧୧ ।
ସିଂଘନାଦର ଦ୍ବିତୀୟ ରଡ଼ିରେ ଆକାଶ କେତେ ଲକ୍ଷ ଯୋଜନ ପର୍ଯ୍ୟନ୍ତ କମ୍ପି ଉଠିଲା ?
Answer:
ଚ୍ଛଅ ଲକ୍ଷ
Question ୧୨ ।
ପାତାଳରେ କାହାର ଫଣା କମ୍ପି ଉଠିଲା ?
Answer:
ଅନନ୍ତ ନାଗର
Question ୧୩ ।
ଦୁର୍ଯ୍ୟୋଧନକୁ ବେନି ଭୁଜରେ କିଏ ଆକ୍ରୋଷି ଧରିଥିଲେ ?
Answer:
କମଳା
Question ୧୪ ।
କେଉଁ ରାଜା କମଳାଙ୍କ ହାତକୁ ଠେଲି ଦେଲା ?
Answer:
ମାନଗୋବିନ୍ଦ
(C) ଶୂନ୍ୟସ୍ଥାନ ପୂରଣ କର ।
Question ୧।
ଆକାଶେ ଲାଗିଲା ଉଛୁଳିଲା ……………………..।
Answer:
ସିନ୍ଧୁଜଳ
Question ୨।
……………………. ମାରି ବାହାସ୍ପୋଟ ଗର୍ଭଣ ବେଗେ ଉଠି।
Answer:
ବଚ୍ଛସ୍ଥକେ
Question ୩ ।
ବେନି ଭୁଜ ………………………… ଧଇଲେ କମଳା
Answer:
ଆକ୍ରୋଷି
Question ୪।
ଆରେ ଆରେ ଦ୍ରିଯୋଧନ ଅପାର ……………………….ଯେ କଲୁ ।
Answer:
ପ୍ରତଗ୍ୟାଂ
Question ୫।
ଅଧର ପୁଷ୍ଟ କରି …………………… ବୋଲି ବୋଲି ।
Answer:
ପଳା ଯା ବୋଲି
Question ୬ ।
ଲକ୍ଷ୍ମୀ ବୋଲେ ଆବର ରଡ଼ିୟେ ଯେବେ ସହିବୁ …………………… ।
Answer:
ପାମର
Question ୭ ।
ୟେ ରଡ଼ି ସହିଲେ ତୁରେ ହୋଇବୁ ………………….. ।
Answer:
ଅବ୍ରାମ୍ପର
Question ୮ ।
ସହଦେବ ବୋଇଲା ସ୍ବାମି …………………….
Answer:
ଶୁଣିମା
Question ୯ ।
…………………….. ବୋଇଲେ ଯେବେ ୟେମନ୍ତ ଅଛି ଭୀମ ।
Answer:
ଗୋବିନ୍ଦ
Question ୧୦ ।
ୟେବେ ବହନ ତୁ ………………… ସିଂଘନାଦ ମାଗ ।
Answer:
ବିଶ୍ଵନାଥଙ୍କୁ
Question ୧୧
।ଆସନ କମ୍ପିଲା ଯେ ଦେବ ………………….
Answer:
ଶୂଳଧର
(D) ଠିକ୍ ବାକ୍ୟରେ ଠିକ୍ ଚିହ୍ନ ( ✓) ଏବଂ ଭୁଲ୍ ବାକ୍ୟରେ ଭୁଲ୍ ଚିହ୍ନ (×) ଦିଅ ।
୧ । ସାରଳା ଦାସ ସୂର୍ଯ୍ୟବଂଶୀ ରାଜା ପୁରୁଷୋତ୍ତମ ଦେବଙ୍କ ସମକାଳର ଥିଲେ ।
୨ । କଟକରି ସାରୋଳ ଚଣ୍ଡୀଙ୍କୁ ଆରାଧନା କରି ସାରଳା ଦାସ ଅପୂର୍ବ କବି ଶକ୍ତି ଲାଭ କରିଥିଲେ ।
୩ । ଦୁର୍ଯ୍ୟୋଧନ ଦୁର୍ବାସାଙ୍କ ଉପଦେଶରେ ଆତ୍ମରକ୍ଷା ପାଇଁ ବ୍ୟାସ ସରୋବରରେ ଲୁଚିଥିଲେ ।
୪ । ପାର୍ବତୀଙ୍କୁ ସିଂଘନାଦ ମାଗନ୍ତୁ ପବନର ସୁତ ।
୫ । ମାନଗୋବିନ୍ଦ ବୋଇଲେ ଯେବେ ୟେମନ୍ତ ଅଛି ଭୀମ ।
୬ । ପ୍ରାର୍ଥନା କରିଲା ସେ ପାଣ୍ଡବ ସୁନ୍ଦର ।
୭ । ମହାଗହନ ନିଶ୍ବାସ ବୁଲାଇ ବେନି ଭୁଜ ।
୮ । ଦକ୍ଷଯଜ୍ଞ ନାଶ ପରେ ଶିବ ନିଜକୁ ଶୀତଳ କରିବାପାଇଁ ବ୍ୟାସ ସରୋବରରେ ପ୍ରବେଶ କଲେ ।
୯ । ଚିରିକୂଟିକୁ ମୁଣା ଅର୍ଥରେ ପ୍ରୟୋଗ କରାଯାଇଛି ।
୧୦ । ପାର୍ବତୀ ବୋଇଲେ ଭୀମସେନ ଆମ୍ଭ ଅପଗାରି ।
୧୧ । ଦିଅସି ସିଂହନାଦ ପ୍ରସନ୍ନ ମନେଣ ।
Answer:
୧ । ସାରଳା ଦାସ ସୂର୍ଯ୍ୟବଂଶୀ ରାଜା ପୁରୁଷୋତ୍ତମ ଦେବଙ୍କ ସମକାଳର ଥିଲେ। (×)
୨ । କଟକରି ସାରୋଳ ଚଣ୍ଡୀଙ୍କୁ ଆରାଧନା କରି ସାରଳା ଦାସ ଅପୂର୍ବ କବି ଶକ୍ତି ଲାଭ କରିଥିଲେ। (×)
୩ । ଦୁର୍ଯ୍ୟୋଧନ ଦୁର୍ବାସାଙ୍କ ଉପଦେଶରେ ଆତ୍ମରକ୍ଷା ପାଇଁ ବ୍ୟାସ ସରୋବରରେ ଲୁଚିଥିଲେ। ( ✓)
୪ । ପାର୍ବତୀଙ୍କୁ ସିଂଘନାଦ ମାଗନ୍ତୁ ପବନର ସୁତ। (×)
୫ । ମାନଗୋବିନ୍ଦ ବୋଇଲେ ଯେବେ ୟେମନ୍ତ ଅଛି ଭୀମ। (×)
୬ । ପ୍ରାର୍ଥନା କରିଲା ସେ ପାଣ୍ଡବ ସୁନ୍ଦର। (×)
୭ । ମହାଗହନ ନିଶ୍ବାସ ବୁଲାଇ ବେନି ଭୁଜ। (×)
୮ । ଦକ୍ଷଯଜ୍ଞ ନାଶ ପରେ ଶିବ ନିଜକୁ ଶୀତଳ କରିବାପାଇଁ ବ୍ୟାସ ସରୋବରରେ ପ୍ରବେଶ କଲେ। ( ✓)
୯ । ଚିରିକୂଟିକୁ ମୁଣା ଅର୍ଥରେ ପ୍ରୟୋଗ କରାଯାଇଛି। ( ✓)
୧୦ । ପାର୍ବତୀ ବୋଇଲେ ଭୀମସେନ ଆମ୍ଭ ଅପଗାରି। (×)
୧୧ । ଦିଅସି ସିଂହନାଦ ପ୍ରସନ୍ନ ମନେଣ। (×)
E ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭ ମିଳନ କରି ଲେଖ ।
Question ୧ ।
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
ପନେଶ ଜଶିଲେ | ଦିଲେ ସେ ସିଂଘନାଦ । |
ସତ୍ୟମନା ଇଚ୍ଛି | କମ୍ପଇ ମେଦିନୀ । |
ଚିକିତ୍କଟିରୁ କାଢ଼ି | ଦେବ ଯେ ତ୍ରିପୁରାରି । |
କାଳାନିଳ ଇ।ର୍ଶି | କିମ୍ପା ହୋଉ ମାନଗୋବିନ୍ଦ । |
ପୃଥିବା ଜଳ ତଳିତ | ସିଂହନାଦ ଜ୍ୟୋତି । |
ଦେବ ପଶୁପତି । |
Answer:
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
ପନେଶ ଜଶିଲେ | ଦେବ ପଶୁପତି । |
ସତ୍ୟମନା ଇଚ୍ଛି | ଦେବ ଯେ ତ୍ରିପୁରାରି । |
ଚିକିତ୍କଟିରୁ କାଢ଼ି | ଦିଲେ ସେ ସିଂଘନାଦ । |
କାଳାନିଳ ଇ।ର୍ଶି | ସିଂହନାଦ ଜ୍ୟୋତି । |
ପୃଥିବା ଜଳ ତଳିତ | କମ୍ପଇ ମେଦିନୀ । |
Question ୨ ।
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
ନଳିନା ପତ୍ରରେ ଯେହ୍ନେ | ଆମ୍ଭ ଉପଚାରି |
ଛଅ ଲକ୍ଷ ଯୋଜନ | କରିବାସଇଁ ଉଦ୍ଧିରି |
ପାଣ୍ଡବେ | ଆକାଶ କର୍ମିଲା |
ସଞ୍ଚା ଛାଡ଼ିକରି ଯେ | ତେଜ ବିକ।ଶନ୍ତି |
ଆଦିତ୍ୟହୁଁ ଗତେଗୁଣ | ପଡ଼ନ୍ତେଶ ପାଣି |
ବୁଲଇ ମନ୍ଦିର |
Answer:
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
ନଳିନା ପତ୍ରରେ ଯେହ୍ନେ | ପଡ଼ନ୍ତେଶ ପାଣି |
ଛଅ ଲକ୍ଷ ଯୋଜନ | ଆକାଶ କର୍ମିଲା |
ପାଣ୍ଡବେ | କରିବାସଇଁ ଉଦ୍ଧିରି |
ସଞ୍ଚା ଛାଡ଼ିକରି ଯେ | ବୁଲଇ ମନ୍ଦିର |
ଆଦିତ୍ୟହୁଁ ଗତେଗୁଣ | ତେଜ ବିକ।ଶନ୍ତି |
ଦୀର୍ଘ ଉତ୍ତରମ୍ଳକ ପ୍ରଶ୍ନୋତ୍ତର
Question ୧।
‘ଭୀମଙ୍କ ସିଂଘନାଦ ରଡ଼ି? ଅନୁସରଣରେ ଦୁର୍ଯ୍ୟୋଧନଙ୍କ ଚରିତ୍ର ଚିତ୍ରଣ କର ।
Answer:
‘ଭୀମଙ୍କ ସିଂଘନାଦ ରଡ଼ି’ କବିତାର କବି ମାଟିର କବି ସାରଳା ଦାସ। ସେ ଓଡ଼ିଆ ଭାଷା ସାହିତ୍ୟର ଆଦିକବି ଭାବରେ ପରିଚିତ । ତାଙ୍କର ପିତୃଦତ୍ତ ନାମ ଥିଲା ସିଦ୍ଧେଶ୍ଵର ପରିଡ଼ା । ଝଙ୍କଡ଼ର ମା’ ସାରଳାଙ୍କ ଅପାର କରୁଣା ଲାଭକରି ବା ଦେବୀ ସାରଳାଙ୍କ ପାଇଁ ସେ ମହାଭାରତ ଭଳି ଗ୍ରନ୍ଥ ଲେଖିବାପାଇଁ ଯୋଗ୍ୟ ହୋଇ ପାରିଥିଲେ ବୋଲି ନିଜେ ସ୍ୱୀକାର କରିଛନ୍ତି । ମହାଭାରତ ବ୍ୟତୀତ ତାଙ୍କଦ୍ବାରା ରଚିତ ଗ୍ରନ୍ଥ ହେଉଛି ଚଣ୍ଡୀପୁରାଣ ଓ ବିଚିତ୍ର ରାମାୟଣ । ବ୍ୟାସଦେବଙ୍କ ମହାଭାରତର ମୂଳକଥା ବସ୍ତୁକୁ ସେ ଗ୍ରହଣ କରିଥିଲେ ବି, ସେଥୁରେ ସେ ଓଡ଼ିଶାର ସଂସ୍କୃତି, ଲୋକକଥା, ଚିତ୍ର ଓ ଚରିତ୍ରକୁ ସଂଯୋଜିତ କରିଛନ୍ତି । ଯାହାଫଳରେ ତାଙ୍କଦ୍ୱାରା ବର୍ଣ୍ଣିତ ଚରିତ୍ର ଉତ୍କଳୀୟ ଚରିତ୍ରର ଯଥାର୍ଥ ପ୍ରତିଫଳନ ବୋଲି ଆଲୋଚକମାନେ କହିଥା’ନ୍ତି ।
‘ଭୀମଙ୍କ ସିଂଘନାଦ ରଡ଼ି’ କବିତାରେ ଦୁର୍ଯ୍ୟୋଧନଙ୍କ ଚରିତ୍ରର ବହୁବିଧ ଦିଗକୁ ଆକଳନ କରାଯାଇପାରେ । ପ୍ରଥମତଃ ଦୁର୍ଯ୍ୟୋଧନ ଥିଲେ ଭୀରୁ ଓ ପଳାତକ । ନିଜର ଅହଂକାର ଓ ଜିଦ୍ ପାଇଁ ମହାଭାରତ ମହାସମରରେ ଭ୍ରାତା, ବନ୍ଧୁ, ପ୍ରିୟଜନଙ୍କ ମୃତ୍ୟୁର କାରଣ ହୋଇଥିଲେ । ସମସ୍ତଙ୍କୁ ହରାଇ ସାରିଲା ପରେ ସେ ହୋଇଥିଲେ ଅସହାୟ । ଭୀମସେନଙ୍କ କବଳରୁ ରକ୍ଷାପାଇବା ପାଇଁ ପ୍ରାଣରଙ୍କ ଭାବରେ ସେ ଯୁଦ୍ଧକ୍ଷେତ୍ରରୁ କରିଥିଲେ ପଳାୟନ । ଭୀରୁଭାବରେ ଆତ୍ମଗୋପନ କରିଥିଲେ ବ୍ୟାସ ସରୋବରରେ । ଏହି ପର୍ଯ୍ୟାୟରେ ବା କବିତାର ପ୍ରେକ୍ଷାପଟରେ କବି ଦୁର୍ଯ୍ୟୋଧନଙ୍କୁ ଜଣେ ଭୀରୁ ଭାବରେ ବର୍ଣ୍ଣନା
କବିତାର ପରବର୍ତ୍ତୀ ପର୍ଯ୍ୟାୟରେ କବି ଉଲ୍ଲେଖ କରିଛନ୍ତି, ଦୁର୍ଯ୍ୟୋଧନଙ୍କୁ ଜଣେ ମାନୀ, ଅହଂକାରୀ, ମିଥ୍ୟାବାଦୀ ଜଣେ ମାନୀ, ଅହଂକାରୀ, ମିଥ୍ୟାବାଦୀ ବୀର ଭାବରେ । ଭୀମଙ୍କ ସିଂଘନାଦ ରଡ଼ିକୁ ସେ ସହ୍ୟ କରିପାରି ନାହାଁନ୍ତି । ବୀର ଭାବରେ ଭୀମର ଯୁଦ୍ଧ ଆମନ୍ତ୍ରଣକୁ ସେ ସହ୍ୟ କରିପାରି ନାହାଁନ୍ତି। ଭୀମଙ୍କର ପ୍ରଥମ ସିଂଘନାଦ ରଡ଼ିରେ ସେ ଚେଇଁ ଉଠିଛନ୍ତି । ତାଙ୍କ ଦେହରେ ଯେପରି ବୀରର ଗରମ ରକ୍ତ ପ୍ରବାହିତ ହୋଇଛି । ଭୀମ ଦ୍ବିତୀୟଥର ସିଂଘନାଦ ରଡ଼ି ଦେବାରୁ ସେ ଆଉ ନିଜକୁ ସମ୍ଭାଳି ପାରିନାହାଁନ୍ତି । ସେ ହିତାହିତ ଜ୍ଞାନ ଶୂନ୍ୟହୋଇ, ଛାତିରେ ହାତପିଟି ଯୁଦ୍ଧକୁ ଯିବାପାଇଁ ବାହାରି ପଡ଼ିଛି ।
ଏହି ସମୟରେ ମହାଲକ୍ଷ୍ମୀ ତାହାଙ୍କୁ ବାରଣକଲେ ମଧ୍ୟ ସେ କିଛି ଶୁଣିବାକୁ ଚାହିଁ ନାହାନ୍ତି । ଲକ୍ଷ୍ମୀଙ୍କର ସମସ୍ତ ଉପଦେଶ ତାହାକୁ ଯୁଦ୍ଧକୁ ଯିବାପଥରୁ ନିବୃତ୍ତ କରିପାରି ନାହିଁ । ପୂର୍ବରୁ ଲକ୍ଷ୍ମୀଙ୍କ ନିକଟରେ ସେ ଶପଥ କରିଥିଲେ ଯେ ଭୀମଙ୍କର ସାତରଡ଼ି ପର୍ଯ୍ୟନ୍ତ ସହ୍ୟ କରିବେ। ସେଭଳି ଶପଥକୁ ସେ ବିସ୍ମୃତ ହୋଇଛନ୍ତି । ବରଂ ସେ ଲକ୍ଷ୍ମୀଙ୍କର ହାତଛାଟି ଦେଇଛନ୍ତି । ଲକ୍ଷ୍ମୀଙ୍କୁ ଧ୍ୟାର କରି କହିଛନ୍ତି । ବୀରଭାବରେ ଯୁଦ୍ଧ ଦେହି ଡାକରା ଦେଇ ବ୍ୟାସ ସରୋବରରୁ ବାହାରି ଯାଇଛନ୍ତି । ଯୁଦ୍ଧକୁ ଯିବା ସମୟରେ ଲକ୍ଷ୍ମୀଙ୍କୁ ଅବମାନନା କରି, ହତଲକ୍ଷ୍ମା ହୋଇଛନ୍ତି ଓ ଯୁଦ୍ଧରେ ମୃତ୍ୟୁବରଣ କରିଛନ୍ତି । କବି ଦୁର୍ଯ୍ୟୋଧନଙ୍କ ଚରିତ୍ରର ବିଭିନ୍ନ ଦିଗକୁ ବର୍ଣ୍ଣନା କରି, ତାହାକୁ ଅତ୍ୟନ୍ତ ହୃଦୟଗ୍ରାହୀ କରିପାରିଛନ୍ତି ।
କବି ପରିଚୟ:
ଘନ ତିମିରିତ ଉତ୍କଳ ସାହିତ୍ୟାକାଶର ଅମା ଅନ୍ଧକାର ଦୂର କରି ପ୍ରଥମ ସୂର୍ଯ୍ୟଭାବେ ଉଦିତ ହୋଇଥିଲେ ଉଡ୍ର ଜାତୀୟତାବୋଧର ପ୍ରଥମ ପ୍ରତିଭୂ, ମାଟିର ମହାକବି ଶୂଦ୍ରମୁନି ସାରଳା ଦାସ । ତତ୍କାଳୀନ ସମାଜରେ ପ୍ରଚଳିତ ବ୍ରାହ୍ମଣ୍ୟ ପରମ୍ପରା ଓ ସଂସ୍କୃତ ପଣ୍ଡିତମାନଙ୍କର ଗର୍ବକୁ ଖର୍ବ କରିବା ନିମନ୍ତେ ଉତ୍କଳୀୟ ସମାଜର ଯଥାର୍ଥ ରୂପକାର ସାଜି ସେ ଖାଣ୍ଟି ଓଡ଼ିଆ ଭାଷାରେ ଲେଖନୀ ଚାଳନା କଲେ ଏବଂ ଓଡ଼ିଆ ଜାତିକୁ ଦେଇଗଲେ ‘ମହାଭାରତ’, ‘ଚଣ୍ଡୀପୁରାଣ’ ଓ ‘ବିଲଙ୍କା ରାମାୟଣ’ ପରି କାଳଜୟୀ ମହାଗ୍ରନ୍ଥମାନ । ନମ୍ରତା, ସରଳତା ଓ ସମର୍ପଣତାର ମୂର୍ତ୍ତିମନ୍ତ ପ୍ରତୀକ ଏହି ମହାକବିଙ୍କର ସାଧନାସିକ୍ତ ସାରସ୍ଵତ ଅବଦାନ ବାସ୍ତବିକ ଅତୁଳନୀୟ । ସ୍ବୀୟ ଅଫୁରନ୍ତ ପ୍ରତିଭା ସ୍ଫୁରଣରେ ବିଦ୍ୟାର ଅତ୍ରୀ ବାଗ୍ଦେବୀ ମା’ ସାରଳାଙ୍କର ଅପାର୍ଥିବ କୃପାର ଅଯାଚିତ ଅବଦାନକୁ ମୁକ୍ତକଣ୍ଠରେ ସ୍ଵୀକାର କରି କବି କହିଛନ୍ତି-
‘ଜନ୍ମରୁ ମୂରୁଖ ମୋର ନାହିଂ ଶାସ୍ତ୍ରଜ୍ଞାନ
ତୁ ଯାହା କହୁ ପୁଂ ତାହା କରଇ ଲିଖନ ।
ସେହିଠାରେ ପୂଦୟା ଯେବେ କର ମହା ଦେଈ
ସାରଳା ଦାସ ମୁ ତୋରେ ଶରଣ ମାଗଇ ।”
ମାନବୋଚିତ ମହନୀୟ ଗୁଣାବଳୀର ଜୟଗାନରେ ସମୃଦ୍ଧ ତାଙ୍କ ସୃଷ୍ଟିସମ୍ପଦର ଅନ୍ତଜ୍ୟୋତି ଯେ ବିଦଗ୍ଧ ବିବୁଧବର୍ଗକୁ ସ୍ତବ୍ଧ କରିଛି, ଏପରିକି ପ୍ରତିଟି ପାଠକ ପ୍ରାଣରେ ବିକଶିତ କରିପାରିଛି ଭକ୍ତି ଭାବନାର ଶତ କଦମ୍ବ, ଏଥୁରେ ତିଳେମାତ୍ର ସନ୍ଦେହର ଅବକାଶ ନାହିଁ । ପଞ୍ଚଦଶ ଶତାବ୍ଦୀରେ ସେହି ଯୋଗଜନ୍ମା ଆଦିକବିଙ୍କ ପ୍ରତିଭାଦୀପ୍ତ କିରଣର ପ୍ରଥମ ଉନ୍ମେଷ ହୋଇଥିଲା ତାଙ୍କର ଜନ୍ମ-ସାଧନା-ସିଦ୍ଧି ପୀଠରୂପେ ପରିଚିତ ଜଗତ୍ସିଂହପୁର ଜିଲ୍ଲାନ୍ତର୍ଗତ ଝଙ୍କଡ଼ ଗ୍ରାମରେ । ଜନ୍ମରୁ ମୂର୍ଖ ଓ ଜ।ତିରେ ଶୂଦ୍ର ସିଘୌଶ୍ଵର ପରିତ। ଜଗତଜନନା, ବିଦ୍ୟାଦାତ୍ରୀ ଦେବା ସାରଳାଙ୍କ ଅପାର ଦିବ୍ୟକରୁଣାରୁ ସାରଳା
ଦାସରେ ପରିଣତ ହେଲେ । ମା’ ସାରଳାଙ୍କ ଦାସାନୁଦାସ ଭାବେ ନିଜର ପରିଚୟ ଦେଇ ଲୋକମୁଖର ଭାଷାରେ ସୃଷ୍ଟି ସରସ ଓ ସୁନ୍ଦର କରି ଗଢ଼ି ତୋଳିଥିବା ଏହି ସାରସ୍ଵତ ସ୍ରଷ୍ଟା ଥିଲେ ଓଡ଼ିଆ ଜାତିର ଯଥାର୍ଥ ରୂପକାର । ତାଙ୍କ ବିରଚିତ ‘ମହାଭାରତ’ରେ ଓଡ଼ିଶାର ମଠ-ମନ୍ଦିର, ଧର୍ମ-ଦର୍ଶନ, ଆଚାର-ବିଚାର, ରୀତି-ନୀତି, ଜନପଦ, ଭୂଗୋଳ, ଅରଣ୍ୟ- ପର୍ବତ, କିମ୍ବଦନ୍ତୀ, ଲୋକକଥା ଓ ଲୋକବିଶ୍ଵାସ ଆଦି ଏପରି ଜୀବନ୍ତଭାବେ ବର୍ଣ୍ଣିତ ହୋଇଛି, ଯାହା ତତ୍କାଳୀନ ଉତ୍କଳର ସାମାଜିକ, ସାଂସ୍କୃତିକ ତଥା ରାଜନୀତିକ ଚିତ୍ରର ଏକ ବୃହତ୍ ଜ୍ଞାନକୋଷ କହିଲେ ଅତ୍ୟୁକ୍ତି ହେବ ନାହିଁ ।
ଓଡ଼ିଆ ଜାତିର ଆତ୍ମପରିଚିତିର ଅମୂଲ୍ୟ ଗ୍ରନ୍ଥ ‘ମହାଭାରତ’ ରଚନା କରି କବି ସ୍ୱୀୟ ଜାତୀୟ ଚେତନା ଓ ସ୍ବାଭିମାନର ଯେଉଁ ଆଲେଖ୍ୟ ସୃଷ୍ଟି କରିଯାଇଛନ୍ତି ତାହା ବାସ୍ତବରେ ତାଙ୍କ ଅସାମାନ୍ୟ ବୌଦ୍ଧିକ ଚେତନାର ପ୍ରତିବେଦନ । ପ୍ରଥମ ଓଡ଼ିଆ ଗଜପତି ତଥା ସୂର୍ଯ୍ୟବଂଶର ପ୍ରତିଷ୍ଠାତା ରାଜା କପିଳେନ୍ଦ୍ରଦେବଙ୍କ ସମସାମୟିକ ଏହି ମାଟିର ମହାକବି, ସଂସ୍କୃତ ‘ମହାଭାରତ’ର ସ୍ରଷ୍ଟା ବ୍ୟାସଦେବଙ୍କ ପରି ଓଡ଼ିଆ ‘ମହାଭାରତ’ର ସ୍ରଷ୍ଟା ‘ଉତ୍କଳ-ବ୍ୟାସ’ ଭାବେ ସମ୍ବୋଧତ ହୋଇଛନ୍ତି ।
ସୂଜନା ଭିମୁଖ୍ୟ:
ପାରଳା ଦାସଙ୍କ ମହାଭାରତ ବ୍ୟାସଦେବଙ୍କ ସଂସ୍କୃତ ମହାଭାର ଅନୁନାହିଁ । ଏହା ଓଡ଼ିଆ ଜାତିର ତତ୍କାଳାନ ସାଂସ୍କୃତିକ, ସାମାଜିକ ଓ ରାଜନୀତିକ ଚିତ୍ରର ଜ୍ଞାନକୋଷ । ଦାଣ୍ଡୀ ବୃତ୍ତରେ ରଚିତ ଏହି ଗ୍ରନ୍ଥରେ ମୂଳକାହାଣୀ ସହିତ ଅନେକ ନୂତନ ଆଖ୍ୟାୟିକାର ସଂଯୋଜନାରେ କବିଙ୍କ ମୌଳିକତା ସୁସ୍ପଷ୍ଠା
କବିତାର ପୃଷ୍ଠଭୂମି:
ଭାମଙ୍କ ସଂଘନାଦ ପଡ଼ି ବିଷୟଟି ଆଦିକବି ସାରଳା ଦାସଙ୍କର ଶ୍ରେଷ୍ଠ କ।ବ।କୃତି ‘ମହାଭାରତ’ ର ‘ଗଦାପବ’ର ଉଲ୍ଲେଖଯୋଗ୍ୟ ଅଂଶବିଶେଷ । ଏଥିରେ ମହାଭାରତ ମହାସମରର ଶେଷ ପର୍ଯ୍ୟାୟର ପ୍ରସଙ୍ଗ ବର୍ଣ୍ଣନା କରାଯାଇଛି । ମହମାନୀ ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କୁ ପାଞ୍ଚଖଣ୍ଡ ପଡ଼ା ଦେବାପାଇଁ ରାଜିହୋଇ ନଥିଲେ । ଏପରିକି ମଧ୍ୟସ୍ଥତା କରିବାକୁ ଯାଇଥବା ଶ୍ରୀକୃଷ୍ଣଙ୍କ ନିକଟରେ ନିଜର ଔଦ୍ଧତ୍ୟ ପ୍ରକାଶ କରିଥିଲେ । ବିନାଯୁଦ୍ଧରେ ରାଜ୍ୟର କୌଣସି ଅଂଶ ଦେବାପାଇଁ ସ୍ଵୀକାର କରିନଥିଲେ । ଫଳରେ ଦୁର୍ଯ୍ୟୋଧନ ହିଁ ମହାଭାରତ ମହାସମରକୁ ଆମନ୍ତ୍ରଣ କରି ଆଣିଥିଲେ । ସେ ନିଜେ ନିଜ ପାଇଁ ବିପଦର କାରଣ ହୋଇଥିଲେ । କୌରବ ପାଣ୍ଡବଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା । ଏ ଯୁଦ୍ଧ ସାଧାରଣ ଯୁଦ୍ଧ ନଥିଲା ବରଂ ଥିଲା ଧର୍ମଯୁଦ୍ଧ ।
ପାଣ୍ଡବମାନେ ଶ୍ରୀକୃଷ୍ଣଙ୍କ ପରାମର୍ଶରେ ଯୁଦ୍ଧ କରି କୌରବକୁଳକୁ ଧ୍ୱଂସ କରିଥିଲେ । ଏହି ଯୁଦ୍ଧରେ କୌରବ ପକ୍ଷର ସମସ୍ତ ଯୋଦ୍ଧା ବୀରଗତି ପ୍ରାପ୍ତ ହୋଇଥିଲେ । ଦୁର୍ଯ୍ୟୋଧନ ପ୍ରିୟ ପରିଜନଙ୍କ ମୃତ୍ୟୁ ପରେ ନିହାତି ଅସହାୟ ହୋଇପଡ଼ିଥିଲେ । ପ୍ରାଣରଙ୍କ ହୋଇ, ନିଜକୁ ନିଜେ ବଞ୍ଚାଇବାପାଇଁ ସେ ପ୍ରିୟପୁତ୍ର ଲକ୍ଷ୍ମଣକୁମାରଙ୍କ ଶବକୁ ଆଶ୍ରୟ କରି ରକ୍ତନଦୀ ପାର ହୋଇଥିଲେ । ବ୍ୟାସ ସରୋବରରେ ଆତ୍ମଗୋପନ କରିବାପାଇଁ ସୁର୍ବାସା ତାଙ୍କୁ ପରାମର୍ଶ ଦେଇଥିଲେ । କାରଣ ବ୍ୟାସ ସରୋବରରେ ଶରଣ ନେଇଥିବା ବ୍ୟକ୍ତିଙ୍କୁ ମାରିବାପାଇଁ ତା’ର ଶତ୍ରୁ ସେଠାରେ ପହଞ୍ଚିପାରେ ନାହିଁ । କେହି ଯଦି ଶରଣ ନେଇଥିବା ବ୍ୟକ୍ତିକୁ ମାରିବା ପାଇଁ ବଳପୂର୍ବକ ପ୍ରବେଶ କରେ, ତା’ହେଲେ ଶିବଙ୍କ ଅଭିଶାପ ଅନୁସାରେ ସେ ଧ୍ୱଂସ ପାଇଯିବ । ସେହି ନିରାପଦ ସ୍ଥାନରେ ଦୁର୍ଯ୍ୟୋଧନ, ଭୀମଙ୍କ ଭୟରେ ଆତ୍ମଗୋପନ କରିଥିଲେ । ଦୁର୍ଯ୍ୟୋଧନକୁ ମାରିବାପାଇଁ ଭୀମ ସବୁସ୍ଥାନ ଖୋଜିଲେ ମଧ୍ୟ ପାଇନଥିଲେ।
ସର୍ବଜ୍ଞାତା ସହଦେବଙ୍କଠାରୁ ଭୀମ ଜାଣିବାକୁ ପାଇଲେ, ‘ଦୁର୍ଯ୍ୟୋଧନ ବ୍ୟାସ ସରୋବର ଭଳି ନିରାପଦ ସ୍ଥାନରେ ଆତ୍ମଗୋପନ କରିଛି’। ଭୀମ ସହଦେବଙ୍କଠାରୁ ସୂଚନା ପାଇଲାପରେ, ଦୁର୍ଯ୍ୟୋଧନଙ୍କୁ କିପରି ବାହାରକୁ ବାହାର କରିବେ, ସେଥିପାଇଁ ଚେଷ୍ଟା କରିଥିଲେ । ସେ ଶିବଙ୍କଠାରୁ ସିଂଘନାଦ ପ୍ରାପ୍ତ ହେଲାପରେ, ଦୁର୍ଯ୍ୟୋଧନଙ୍କୁ ସିଂଘନାଦ ମାଧ୍ୟମରେ ଯୁଦ୍ଧକୁ ଆସିବାକୁ ଆହ୍ଵାନ କରିଥିଲେ । ସେହି ସିଂହନାଦର ଶବ୍ଦ ଶୁଣି ଦୁର୍ଯ୍ୟୋଧନ ଆଉ ବ୍ୟାସ ସରୋବରରେ ଲୁଚିପାରି ନଥିଲେ । ବୀରଭାବରେ ବୀରର ଯୁଦ୍ଧ ଆହ୍ୱାନକୁ ସେ ଚୁପ୍ହୋଇ ସହିପାରି ନଥିଲେ। ଏପରିକି ଲକ୍ଷ୍ମୀଙ୍କର କୋଳରେ ଆଶ୍ରୟ ନେଇଥିଲେ ମଧ୍ୟ, ସେ ନିଜକୁ ସମ୍ଭାଳି ପାରି ନଥିଲେ । ମହାଲକ୍ଷ୍ମୀଙ୍କ ବାରଣ ନ ମାନି ସେ ‘ଯୁଦ୍ଧ ଦେହି’ ଡାକରା ଶୁଣି ବାହାରି ଆସିଥିଲେ । ପରିଣତି ସ୍ବରୂପ ସେ ଭୀମଙ୍କ ପଦାରେ ବୀରଗତି ପ୍ରାପ୍ତ ହୋଇଥିଲେ।
କବିତାର ମର୍ମରାଶା:
ମହାଭାରତ ମହାସମରର ଶେଷ ପର୍ଯ୍ୟାୟ ମହାମାନୀ ଦୁର୍ଯ୍ୟୋଧନ ଧର୍ମଯୁଦ୍ଧରେ ସମସ୍ତ ଭାଇ, କଣ୍ଠ ଭଳି ମିତ୍ର, କୁପରାମର୍ଶଦାତା ମାତୁଳ ଶକୁନି, ଗୁରୁ କୃପାଚାର୍ଯ୍ୟ ଓ ଦ୍ରୋଣାଚାର୍ଯ୍ୟ ଇତ୍ୟାଦି ସମସ୍ତ ଯୋଦ୍ଧାମାନଙ୍କୁ ଯୁଦ୍ଧକୁ ପ୍ରେରଣ କରି, ଯୁଦ୍ଧରେ ସଫଳତା ପାଇନଥିଲେ । ବରଂ ସମସ୍ତ ଯୋଦ୍ଧା ଯୁଦ୍ଧକ୍ଷେତ୍ରରେ ମୃତ୍ୟୁବରଣ କରିଥିଲେ । ଶେଷରେ ଦୁର୍ଯ୍ୟୋଧନ ଅସହାୟ ଭାବରେ ନିଜଚ୍ଚୁ ନିଜେ ବଞ୍ଚାଇବା ପାଇଁ ଉପାୟ ଖୋଲିଥିଲେ। ମହର୍ଷ ଦୁର୍ବାସାଙ୍କ ପରାମର୍ଶରେ ସେ ବ୍ୟାସସରୋବରେ ଲୁଚିବାପାଇଁ ଭୀରୁ ଭଳି ଯୁଦ୍ଧକ୍ଷେତ୍ରରୁ ପଳାୟନ କରିଥିଲେ ।
ଭୀମ ଦୁର୍ଯ୍ୟୋଧନଙ୍କୁ ମାରିବାପାଇଁ ସବୁଆଡ଼େ ଖୋଜିଲେ ମଧ୍ୟ କେଉଁଠାରେ ପାଇନଥିଲେ । ସହଦେବ ଥିଲେ ସର୍ବଜ୍ଞାତା । ତାଙ୍କୁ ପଚାରିବାରୁ ସେ ଶ୍ରୀକୃଷ୍ଣଙ୍କୁ କହିଥିଲେ, ଦୁର୍ଯ୍ୟୋଧନ ବ୍ୟାସ ସରୋବରରେ ଆତ୍ମଗୋପନ କରିଛି । କେବଳ ଦ୍ଵିତୀୟ ପାଣ୍ଡବ ଭୀମ ଯଦି ଶିବଙ୍କଠାରୁ ପ୍ରାପ୍ତ ସିଂଘବାଦ୍ୟ ଆଣି ବାଦନ କରିବେ, ତା’ହେଲେ, ଦୁର୍ଯ୍ୟୋଧନ ବ୍ୟାସ ସରୋବରରୁ ବାହାରିବେ । ସହଦେବଙ୍କଠାରୁ ପ୍ରଭୁ ଶ୍ରୀକୃଷ୍ଣ ଏହା ଶୁଣିବା ପରେ ଭୀମଙ୍କୁ ଏକ ସମୟ ଉପଯୋଗୀ ପରାମର୍ଶ ଦେଇଥିଲେ । ଭୀମ ଈଶ୍ଵର ବା ଶିବଙ୍କୁ ସିଂଘନାଦ ମାଗିଲେ, ସେ ନିଶ୍ଚୟ ଦେବେ । ଏ ସମୟରେ ଅନ୍ୟକିଛି ଚିନ୍ତା ନକର କିମ୍ବା ବିଚଳିତ ନହୋଇ, କେବଳ ବିଶ୍ଵନାଥଙ୍କଠାରୁ ସିଂଘନାଦ ଆଣି ବାଦନ କଲେ ଦୁର୍ଯ୍ୟୋଧନ, ଯେ କି ମହାମାନୀ ଭାବରେ ପରିଚିତ, ସେ ନିଶ୍ଚୟ ବ୍ୟାସ ସରୋବରରୁ ବାହାରି ଆସିବ ।
ଶ୍ରୀକୃଷ୍ଣଙ୍କ ପରାମର୍ଶରେ, ପବନସ୍ତୁତ ଯିଏକି ପାଣ୍ଡବମାନଙ୍କ ମଧ୍ୟରେ ଗଦାଯୁଦ୍ଧରେ ଅତ୍ୟନ୍ତ ପରାକ୍ରମୀ, ସେ ଶୂଳଧର ଶିବଙ୍କୁ ଧ୍ୟାନକଲେ । ଭୀମଙ୍କ ଧାନରେ ଶିବଙ୍କର ଆସନ କମ୍ପିଉଠିଲା। ସେହି ଧ୍ୟାନର ପ୍ରଭାବରେ ସେ ଆଉ ଥୟହୋଇ ରହିପାରିଲେ ନାହିଁ । ପଶୁପତି ଶିବ ଧ୍ୟାନ ବଳରେ ଜାଣିପାରିଲେ, ଭୀମ ହିଁ ତାଙ୍କୁ ସ୍ମରଣ କରୁଛି । ଏହିକଥା ସେ ଦେବୀ ପାର୍ବତୀଙ୍କୁ କହିଲେ । ଏହି ପରିସ୍ଥିତିରେ କ’ଣ କରିବାକୁ ହେବ ସେ ପାର୍ବତୀଙ୍କ ସହିତ ପରାମର୍ଶ କଲେ । ଭୀମ ଯେହେତୁ ତାଙ୍କୁ ସ୍ମରଣ କରି ସିଂହନାଦ ମାଗୁଅଛି, ସେଭଳି କ୍ଷେତ୍ରରେ ସେ କ’ଣ କରିବେ, ତାହା ପାର୍ବତୀଙ୍କୁ ପଚାରିଲେ ।
ଶିବଙ୍କ କଥା ଶୁଣି ଦେବୀ ପାର୍ବତୀ କହିଲେ, ‘ପାଣ୍ଡବମାନେ ଆମ୍ଭପାଇଁ ଯଥେଷ୍ଟ ଉପକାରୀ । ଆମ୍ଭକୁ ମଧ୍ୟ ଭୀମ ସାହାଯ୍ୟ କରିଛି ।’ କାରଣ ପୁର୍ବେ ଅଶ୍ଳେଷା ଦୈତ୍ୟ କୈଳାସ ଉପାଡ଼ି ନେଉଥିଲାବେଳେ, ଋଷ୍ୟମୁକ ପର୍ବତରେ ଥିବା ଭୀମକୁ ଶିବ ଆହ୍ଵାନ କରିଥିଲେ । ଶିବଙ୍କ ଆହ୍ଵାନରେ ଭୀମ ଅଶ୍ଳେଷା ଦୈତ୍ୟକୁ ବିନାଶ କରି କୈଳାସ ଉଦ୍ଧାର କରିଥିଲେ ।
ଶିବଙ୍କ କଥା ଶୁଣି ଦେବୀ ପାର୍ବତୀ କହିଲେ, ‘ପାଣ୍ଡବମାନେ ଆମ୍ଭପାଇଁ ଯଥେଷ୍ଟ ଉପକାରୀ । ଆମ୍ଭକୁ ମଧ୍ୟ ଭୀମ ସାହାଯ୍ୟ କରିଛି ।’ କାରଣ ପୁର୍ବେ ଅଶ୍ଳେଷା ଦୈତ୍ୟ କୈଳାସ ଉପାଡ଼ି ନେଉଥିଲାବେଳେ, ଋଷ୍ୟମୁକ ପର୍ବତରେ ଥିବା ଭୀମକୁ ଶିବ ଆହ୍ୱାନ କରିଥିଲେ । ଶିବଙ୍କ ଆହ୍ଵାନରେ ଭୀମ ଅଶ୍ଳେଷା ଦୈତ୍ୟକୁ ବିନାଶ କରି କୈଳାସ ଉଦ୍ଧାର କରିଥିଲେ । ତାହାକୁ ଦେବୀ ପାର୍ବତୀ ଶିବଙ୍କୁ ସ୍ମରଣ କରାଇ ଦେଇଥିଲେ । ପାଣ୍ଡବମାନଙ୍କ ପାଇଁ ସେ ବିପଦରୁ ରକ୍ଷାପାଇଛନ୍ତି । ଭୀମ ସେମାନଙ୍କ ପାଇଁ ଉପକାର କରିଛନ୍ତି । ସେହି ଉପକାରୀ ଭୀମଙ୍କ ପାଇଁ କପିଳାସ ଉଦ୍ଧାର ପାଇଛି । ତାହାକୁ ବର ଦେବାପାଇଁ ଶିବ ଇଚ୍ଛା କରିଥିଲେ ।
ସେହି ଉପକାରର ପ୍ରତିକାର ସ୍ବରୂପ, ଭୀମଙ୍କୁ ସିଂଘନାଦ ଦେବାପାଇଁ, ଦେବୀ ପାର୍ବତୀ ଶିବଙ୍କୁ କହିଥିଲେ । ବିପଦ ସମୟରେ ପାଣ୍ଡବମାନେ ସାହାଯ୍ୟ କରିଥା’ନ୍ତି । ଯେହେତୁ ପାଣ୍ଡବମାନେ ବିପଦରେ ପଡ଼ିଛନ୍ତି ଏବଂ ସେମାନଙ୍କର ସିଂଘନାଦର ଆବଶ୍ୟକତା ରହିଛି, ସେଥିପାଇଁ ତାଙ୍କୁ ପ୍ରସନ୍ନ ଚିତ୍ତରେ ସିଂଘନାଦ ଦେବାପାଇଁ ପାର୍ବତୀ ଶିବଙ୍କୁ କହିଥିଲେ ।
ପାର୍ବତୀଙ୍କ କଥା ଶୁଣି ଶିବ ଭୀମଙ୍କୁ ସିଂଘନାଦ ଦେବାକୁ ସ୍ଥିର କଲେ । ଏଣେ ଭୀମଙ୍କ ଧ୍ୟାନରେ ସଦାନନ୍ଦ ଶିବଙ୍କ ଆସନ ମଧ୍ୟ କମ୍ପି ଉଠୁଥିଲା । ତେଣୁ ଶିବ ସିଂଘନାଦକୁ ଭୀମଙ୍କ ଉଦ୍ଦେଶ୍ୟରେ ଚିରିକୂଟିରୁ ବାହାର କରି ପ୍ରେରଣ କରିଥିଲେ। ସିଂଘନାଦକୁ ଶିବ କହିଥିଲେ, ସେ କେବଳ ତିନିଥର ଶବ୍ଦ ହେବାର କଷ୍ଟ ଭୀମସେନଙ୍କଠାରୁ ସହ୍ୟ କରିବ । ସିଂଘନାଦ ଆସିବାରୁ ପବନ ପ୍ରବାହିତ ହେଲା । ତାହା ଆସିବାର ଶବ୍ଦରେ ମର୍ତ୍ତ୍ୟଭୁବନ ପ୍ରକମ୍ପିତ ହେଲା । ସିଂଘନାଦର ଜ୍ୟୋତି ଥିଲା ପ୍ରଳୟଙ୍କରୀ ଅଗ୍ନି ଭଳି ତେଜୀୟାନ୍, ସର୍ବ ଆଲୋକର ଆଧାର ସୂର୍ଯ୍ୟଙ୍କ ଜ୍ୟୋତିଠାରୁ ଶହେଗୁଣ ତେଜବନ୍ତ ।
ଶିବଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ଆକାଶ ପଥରେ ସିଂଘନାଦ ଆସି ବ୍ୟାସ ସରୋବର ତୀରରେ ପହଞ୍ଚଗଲା । ଭୀମ ସେହି ସିଂଘନାଦକୁ ପାଇବାପାଇଁ ସେଠାରେ ଅପେକ୍ଷା କରିଥିଲେ । ସିଂଘନାଦ ଆସିବାରୁ ଭୀମ ସେହି ତେଜସ୍ବୀ ସିଂଘନାଦକୁ ବାଦନ କଲେ । ମାନଗୋବିନ୍ଦ ଦୁର୍ଯ୍ୟୋଧନକୁ ବ୍ୟାସ ସରୋବରରୁ ବାହାରି ଆସିବାପାଇଁ ଆହ୍ଵାନ କଲେ । ପ୍ରାଣରଙ୍କ ହୋଇ, ଯୁଦ୍ଧକ୍ଷେତ୍ରରୁ ପଳାୟନ କରିଥିବାରୁ, ତାହା ସହିତ ରଣ କରିବାକୁ ସିଂଘନାଦର ଶବ୍ଦ ମାଧ୍ୟମରେ କହିଲେ । ସିଂଘନାଦକୁ ଭୀମସେନ ବାଦନ କରିବାରୁ, ପ୍ରଥମ ଶବ୍ଦରେ ମହୀମଣ୍ଡଳ ପ୍ରକମ୍ପିତ ହେଲା । କବି ଏହି ପ୍ରସଙ୍ଗରେ ଏକ ସୁନ୍ଦର ଉପମା ପ୍ରଦାନ କରିଛନ୍ତି।
ପଦ୍ମପତ୍ରରେ ପାଣି ରହିଥିଲାବେଳେ, ତାହା ଯେପରି ଅସ୍ଥିର ଓ ଢଳଢ଼ଳ ହୋଇଥାଏ, ଠିକ୍ ସେହିପରି ଭୀମସେନଙ୍କଦ୍ଵାରା ପ୍ରଥମ ସିଂଘନାଦ ଶବ୍ଦରେ ପୃଥିବୀ ଥରହର ହୋଇଉଠିଲା । ଭୀମଙ୍କର ପ୍ରଥମ ସିଂଘନାଦ ଶବ୍ଦ ଶୁଣି ନିରାପଦ ସ୍ଥାନରେ ଆଶ୍ରୟ ନେଇଥିବା ଦୁର୍ଯ୍ୟୋଧନ ସଙ୍ଗେ ସଙ୍ଗେ ଚେଇଁଉଠିଲା । ପୁନର୍ବାର ଭୀମସେନ ଦ୍ଵିତୀୟ ସିଂଘନାଦ ଶବ୍ଦ କଲେ । ସେହି ଶବ୍ଦରେ ଛଅଲକ୍ଷ ଯୋଜନ ପର୍ଯ୍ୟନ୍ତ ଆକାଶ କମ୍ପି ଉଠିଲା । ପାତାଳ ପୁରରେ ଥିବା ଅନନ୍ତ ନଗର ଫଣା କମ୍ପମାନ ହେଲା। ନବଦୀପ, ସାତସାଗର ଓ ମେରୁ ପର୍ବତ ମଧ୍ୟ ଟଳମଳ ହୋଇଗଲା । ସେହି ପ୍ରକମ୍ପିତ ଶବ୍ଦରେ ସୂର୍ଯ୍ୟ ମଣ୍ଡଳଠାରୁ ଆରମ୍ଭକରି ଭୂମଣ୍ଡଳ, ଧ୍ରୁବ ମଣ୍ଡଳ, ଅମରମଣ୍ଡଳ ଦୋହଲି ଉଠିଲା । ସିନ୍ଧୁ ଜଳ ଉଛୁଳି ପଡ଼ିଲା । ସାଗର ଢେଉ ଆକାଶକୁ ଛୁଇଁଲା ଭଳି ମନେହେଲା !
ଭୀମଙ୍କଦ୍ଵାରା ଦ୍ଵିତୀୟ ସିଂଘନାଦର ରଡ଼ି, ଦୁର୍ଯ୍ୟୋଧନ ପାଇଁ ଅସହ୍ୟ ହୋଇଉଠିଲା । ତେଣୁ ସେ ବକ୍ଷସ୍ଥଳରେ ବାହୁ ପିଟି, ରେ ରେ କାର ଶବ୍ଦକରି ଗର୍ଜିଉଠିଲା । ଦୀର୍ଘଶ୍ଵାସ ତ୍ୟାଗକରି, ଆଖିକୁ ବଡ଼ ବଡ଼ କରି, ଡୋଳା ବୁଲାଇ ଯୁଦ୍ଧ ପାଇଁ ଦୁର୍ଯ୍ୟୋଧନ ବାହାରି ପଡ଼ିଲା । ମହାଲକ୍ଷ୍ମୀ ଦୁର୍ଯ୍ୟୋଧନଙ୍କୁ ଏଥୁରୁ ନିବୃତ୍ତ କରାଇବାପାଇଁ ଚେଷ୍ଟାକଲେ । ଏପରିକି ଦୁଇହାତରେ ଦୁର୍ଯ୍ୟୋଧନକୁ ଜୋର୍ରେ ଧରିଲେ । ବୁଝାଇ କହିଲେ, ‘ତୁ ଦୃଢ଼ ପ୍ରତିଜ୍ଞା କରିଥିଲୁ ଯୁଦ୍ଧକୁ ବାହାରିବୁ ନାହିଁ, ଭୀମର ସାତରଡ଼ି ପର୍ଯ୍ୟନ୍ତ ସହ୍ୟ କରିବୁ । କମଳାଙ୍କର ଏପରି ହିତବାଣୀକୁ ଦୁର୍ଯ୍ୟୋଧନ ଶୁଣିଲା ନାହିଁ। ବରଂ କମଳା ସ୍ନେହରେ ଧରିଲେ ମଧ୍ୟ, ଦୁର୍ଯ୍ୟୋଧନ ତାଙ୍କୁ ଠେଲିଦେଲା ।
ପରିଣତିରେ ମହାଲକ୍ଷ୍ମୀ ବିରକ୍ତି ପ୍ରକାଶ କରି କହିଲେ, ‘ତୁ ଗଲେ ନିଶ୍ଚୟ ମୃତ୍ୟୁବରଣ କରିବୁ । ଭୀମଙ୍କର ଆଉ ଗୋଟିଏ ସଂଘନାଦ ରଡ଼ି ସହ୍ୟ କଲେ, ତୁ ଅମର ହୋଇଯିବୁ । ମୁଁ କେବଳ ତୋହର ଭର୍ସନାକୁ ଅପେକ୍ଷା କରିଥିଲି । ଆଉ ଯେତେ ବାରଣ କରିବି ନାହିଁ ।’’ ଏଭଳି କଥା କହି ମହାଲକ୍ଷ୍ମୀ ଦୁର୍ଯ୍ୟୋଧନକୁ ଛାଡ଼ି ଦେଇଥିଲେ । ନିଜର ଅପମାନ ପାଇଁ ସେ କଦଳୀପତ୍ର ପରି ଥରି ଉଠିଥିଲେ । ଲକ୍ଷ୍ମୀଙ୍କ ଅବଜ୍ଞା କରି ଦୁର୍ଯ୍ୟୋଧନ ବ୍ୟାସ ସରୋବରରୁ ବାହାରି ପଡ଼ିଥିଲା । ଯୁଦ୍ଧ ପାଇଁ ସଙ୍ଗରେ ନେଇଥିଲା, ସତୁରି ସତୁରି ଭାର ଗଦାକୁ । ଦ୍ରୁତଗତିରେ ସେ ଯୁଦ୍ଧ ପାଇଁ ଆଗେଇ ଯାଇଥିଲା ।
କଠିନ ଶବ୍ଦାର୍ଥ ଓ ଟିପ୍ପଣୀ:
ସିଂଘନାଦ:
ମଇଁଷି ସିଂଘରେ ନିର୍ମିତ ଏକ ବାଦ୍ୟ । ଶିବ ଭୈରବ ରୂପ ଧାରଣ କରି ସିଂଘନାଦ କଲେ ପୃଥିବୀ ପ୍ରଳୟ ହୁଏ । ପୂର୍ବେ ଅଶ୍ଳେଷା ଦୈତ୍ୟ କୈଳାସ ଉପାଡ଼ି ନେଉଥିବା ବେଳେ ଋଷ୍ୟମୁକ ପର୍ବତରେ ଥିବା ଭୀମକୁ ଶିବ ଡାକିଲେ । ଭୀମ ଅଶ୍ଳେଷା ଦୈତ୍ୟକୁ ମାରି କୈଳାସ ଉଦ୍ଧାର କରିବାରୁ ଶିବ ଭୀମଙ୍କୁ ବର ଯାଚିଥିଲେ । ସେହି ବରକୁ ସ୍ମରଣ କରାଇ ଭୀମ ଶିବଙ୍କଠାରୁ ଏହା ପ୍ରାପ୍ତ ହେଲେ ଦୁର୍ଯ୍ୟୋଧନକୁ ବ୍ୟାସ ସରୋବରରୁ ବାହାର କରିବାପାଇଁ।