Odisha State Board BSE Odisha 10th Class Physical Science Notes Chapter 8 ବିଦ୍ୟୁତ୍ will enable students to study smartly.
BSE Odisha Class 10 Physical Science Notes Chapter 8 ବିଦ୍ୟୁତ୍
→ ତପକ୍ରମ (Introduction) :
- ବିଦ୍ୟୁତ୍ ଶକ୍ତିର ଏକ ରୂପ । ଏହାର ସୁବିନିଯୋଗ ହେତୁ ବୈଦ୍ୟୁତିକ ଉପକରଣ ମାଧ୍ୟମରେ ବାସଗୃହ, ବିଦ୍ୟାଳୟ, ଡାକ୍ତରଖାନା, ବିଭିନ୍ନ କାର୍ଯ୍ୟାଳୟ, କଳକାରଖାନା ଇତ୍ୟାଦି ସ୍ଥାନରେ ବିଭିନ୍ନ କାର୍ଯ୍ୟ ସମ୍ପାଦିତ ହୋଇଥାଏ ।
- ବିଦ୍ୟୁତ୍ ଶକ୍ତିକୁ ଉପଯୋଗ କରିବାଦ୍ଵାରା ପଙ୍ଖା, ଟେଲିଭିଜନ୍, ମୋଟର୍, ଫ୍ରିଜ୍ ଇତ୍ୟାଦିର ସୁବିଧା ମିଳିଥାଏ ।
→ ବିଦ୍ୟୁତ୍ ସ୍ରୋତ ଓ ପରିପଥ (Electric Current and Circuit) :
- ଏକ ବିଦ୍ୟୁତ୍ ପରିବାହୀ (ଧାତୁରେ ତିଆରି ତାର) ରେ ବିଦ୍ୟୁତ୍ ଚାର୍ଜ ପ୍ରବାହିତ ହେଲେ ପରିବାହୀ ମଧ୍ୟରେ ବିଦ୍ୟୁତ୍ ସ୍ରୋତ ଉତ୍ପନ୍ନ ହୁଏ ।
- ଏହା ଅବିଚ୍ଛିନ୍ନ ଓ ମୁଦିତ ବିଦ୍ୟୁତ୍ ସ୍ରୋତର ପ୍ରବାହ ପଥକୁ ବିଦ୍ୟୁତ୍ ପରିପଥ କହନ୍ତି ।
- ଧାତବ ତାର ବିଶିଷ୍ଟ ପରିପଥରେ ଇଲେକ୍ଟ୍ରନ ଗୁଡ଼ିକ ଚାର୍ଜ ରୂପରେ ପ୍ରବାହିତ ହୁଏ ।
- ଇଲେକ୍ଟ୍ରନ୍ ହେଉଛି ବିଯୁକ୍ତ ଚାର୍ଜ ବିଶିଷ୍ଟ କଣିକା ।
- ଇଲେକ୍ଟ୍ରନର ଚାର୍ଜ ହେଉଛି 1.6 x 10-19C
- ଚାର୍ଜର ଆନ୍ତର୍ଜାତୀୟ (SI) ଏକକ କୁଲମ୍ (C) ।
→ ଫରାସୀ ବୈଜ୍ଞାନିକ ଚାର୍ଲସ ଅଗଷ୍ଟିନ୍ ଡି. କୁଲମଙ୍କ ନାମାନୁସାରେ ଚାର୍ଜର ଏକକ କୁଲମ୍ ହୋଇଛି । 6.25 x 1018 ଟି ଇଲେକ୍ଟ୍ରନର ସମୁଦାୟ ଚାର୍ଜର ପରିମାଣ IC
- ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରଫଳ ମଧ୍ୟରେ ଏକକ ସମୟରେ ପ୍ରବାହିତ ହେଉଥିବା ବିଦ୍ୟୁତ୍ ଚାର୍ଜର ପରିମାଣକୁ ବିଦ୍ୟୁତ୍ ସ୍ରୋତ କହନ୍ତି । ଅର୍ଥାତ୍ ବିଦ୍ୟୁତ୍ ଚାର୍ଜ ପ୍ରବାହର ହାରକୁ ବିଦ୍ୟୁତ୍ ସ୍ରୋତ କହନ୍ତି ।
- ବିଦ୍ୟୁତ୍ ଆବିଷ୍କାର ବେଳକୁ ଇଲେକ୍ଟ୍ରନ୍ ଆବିଷ୍କାର ହୋଇନଥୁଲା, ତେଣୁ ବିଦ୍ୟୁତ୍ ପ୍ରବାହ ଯୁକ୍ତ ଚାର୍ଜ ଯୋଗୁଁ ହୁଏ ବୋଲି ମନେ କରାଯାଉଥିଲା । ସେଥିପାଇଁ ଯୁକ୍ତଚାର୍ଜର ପ୍ରବାହ ଦିଗ ବିଦ୍ୟୁତ୍ ସ୍ରୋତର ଦିଗ ସହ ସମାନ ।
- ବାସ୍ତବରେ ଇଲେକ୍ଟ୍ରନ ପ୍ରବାହ ଯୋଗୁଁ ବିଦ୍ୟୁତ୍ ସ୍ରୋତ ଜାତ ହେଉଥିବାରୁ ଏହାର ଦିଗ ଇଲେକ୍ଟ୍ରନ ପ୍ରବାହର ଦିଗର ବିପରୀତ ।
→ ବିଦ୍ୟୁତ୍ ସୋତ ଓ ରାଜ ମଧ୍ୟରେ ସମର୍କ (Relation between charge and Electric currect) :
- ଯଦି t ସମୟ ମଧ୍ୟରେ ଠୁ ପରିମାଣ ଚାର୍ଜ ଗୋଟିଏ ପରିବାହୀର ପ୍ରସ୍ଥଛେଦ ଦେଇ ପ୍ରବାହିତ ହୁଏ ତେବେ ବିଦ୍ୟୁତ୍ ସୋତ I = \(\frac { Q }{ t }\) ⇒ Q = It
- ଯଦି l ସେକେଣ୍ଡରେ ପରିବାହୀରେ 1 କୁଲମ (k) ଚାର୍ଜ ପ୍ରବାହିତ ହୁଏ,
ବିଦ୍ୟୁତ୍ ସ୍ରୋତାର ପରିମାଣ 1 ଏମ୍ପିୟର (1A)
1A = \(\frac { IC }{ IS }\)
- ଏକକ : ବିଦ୍ୟୁତ୍ ସ୍ରୋତର (SI)ର ଏକକ ହେଉଛି ଏମ୍ପିୟର (ampere) ବା A ।
- ଏହା ଫରାସୀ ବୈଜ୍ଞାନିକ ଆନ୍ଦ୍ର-ମ୍ୟାରୀ ଏମ୍ପିୟରଙ୍କ ନାମାନୁସାରେ ନାମିତ ।
- ଯଦି Q = 1C, t = Is ହୁଏ ତେବେ IA = \(\frac { IC }{ IS }\) = 1\(\frac { C }{ S }\) = 1 CS-1
ପ୍ରତି ସେକେଣ୍ଡରେ 1C ଚାର୍ଜ ପ୍ରବାହିତ ହେଉଥିଲେ ବିଦ୍ୟୁତ୍ ସ୍ରୋତର ପରିମାଣ ହେବ 1A । - ସ୍ଵଳ୍ପ ପରିମାଣର ବିଦ୍ୟୁତ୍ ସ୍ରୋତ ମାପିବା ପାଇଁ ମିଲି ଏମ୍ପିୟର୍ (Milliampere) ବା mA ଅଥବା ମାଇକ୍ରୋଏମ୍ପିୟର (microampere) ବା ଭୂ μA ବ୍ୟବହାର କରାଯାଏ ।
1 ମିଲିଏମ୍ପିୟର (mA) = 10-3 A
1 ମାଇକ୍ରୋଏମ୍ପିୟର (μA) = 10-6 A
→ ଉପକରଣ :
- ବିଦ୍ୟୁତ୍ ସ୍ରୋତ ମାପିବା ପାଇଁ ଯେଉଁ ଉପକରଣ ବ୍ୟବହାର କରାଯାଏ ତାକୁ ଏମିଟର (Ammeter) କୁହାଯାଏ । ଏହାକୁ ପରିପଥରେ ଧାଡ଼ିରେ ବା ପଙ୍କ୍ତି (series) ରେ ସଂଯୋଗ କରାଯାଏ ।
- ଏହି ପରିପଥରେ ବିଦ୍ୟୁତ୍ ସ୍ରୋତ ବ୍ୟାଟେରୀର ଯୁକ୍ତ (+) ଅଗ୍ରରୁ ବାହାରି ବଲବ୍ ଓ ଏମିଟର ଦେଇ ବିଯୁକ୍ତ (–) ଚିହ୍ନ ଅଗ୍ର ପର୍ଯ୍ୟନ୍ତ ପ୍ରବାହିତ ହେଉଛି ।
SI ପଦ୍ଧତିରେ କେତେକ ଏକକ :
→ ପରିବାହୀରେ ଚାର୍ଜର ପ୍ରବାହ :
- ଗୋଟିଏ ପରିବାହୀ ତାରର ଦୁଇ ମୁଣ୍ଡକୁ କ୍ୟାଟେରୀ କିଆସେଲ୍ର ଦୁଇ ଅଗ୍ରସର ସଂଯୁକ୍ତ କଲେ, ସେଥିରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୁଏ । ଏହାଦ୍ଵାରା ପରିପଥଟି ମୁଦିତ ପରିପଥରେ ପରିଣତ ହେଲା ।
- ପରିବାହୀ ତାରକୁ ବିଦ୍ୟୁତ୍ ଉତ୍ସ ସହ ସଂଯୁକ୍ତ କଲେ ତାର ଭିତରେ ଇଲେକଟ୍ରନଗୁଡ଼ିକ ଏଣେ ତେଣେ ଗତି ନ କର ଗୋଟିଏ ନିର୍ଦ୍ଦିଷ୍ଟ ଦିଗରେ ସେଲରେ ବିଯୁକ୍ତ ଅଗ୍ରରୁ ଯୁକ୍ତ ଅଗ୍ର ଆଡ଼କୁ ଗତି କରନ୍ତି ।
- କିନ୍ତୁ ତାରି ଭିତରେ ଥିବା ପରମାଣୁ ଓ ଅନ୍ୟ ଇଲେକ୍ଟ୍ରନ ଯୋଗୁଁ ଇଲେକ୍ଟ୍ରନଟିଏ ଦ୍ରୁତ ବେଗରେ ଗତି କରିପାରେ ନାହିଁ । ତା’ର ବେଗ ଧୀର ହୋଇଯାଏ । ଏହାକୁ ଇଲେକ୍ଟ୍ରନର ଚାହିତ ବେଗ କୁହାଯାଏ ।
→ ଚିତ୍ୟୁତ୍ ବିଭବ ଓ ଚିଭରାନ୍ତ୍ରର (Electric Potential and Potential Difference) :
- ପରିବାହୀରେ ବିଦ୍ୟୁତ୍ ଚାପର ପାର୍ଥକ୍ୟ ରହିଲେ ଇଲେକ୍ଟ୍ରନର ପ୍ରବାହ ହୁଏ । ପରିବାହୀର ଦୁଇ ପ୍ରାନ୍ତ ମଧ୍ୟରେ ଥିବା ଏହି ବିଦ୍ୟୁତ୍ ଚାପର ପାର୍ଥକ୍ୟକୁ ବିଦ୍ୟୁତ୍ ବିଭବର ପାର୍ଥକ୍ୟ ବା ବିଭବାନ୍ତର (Potential Diference) କୁହାଯାଏ । ଏହି ବିଭବାନ୍ତର ସାଧାରଣତଃ ବିଦ୍ୟୁତ୍ ସେଲ୍ ବା ବ୍ୟାଟେରୀ ସାହାଯ୍ୟରେ ସୃଷ୍ଟି କରାଯାଏ ।
- ସେଲର ଦୁଇ ଅରବୁ ପରିବାହୀର ଦୁଇ ପ୍ରାନ୍ତସହ ସଂଯୁକ୍ତ କଲେ ପରିବାହୀର ଦୁଇ ପ୍ରାପ୍ତ ମଧ୍ୟରେ ସୃଷ୍ଟି ହେଇଥିବା ବିଭବାନ୍ତର ତାଭିତରେ ଥିବା ଇଲେକ୍ଟ୍ରକ୍କୁ ଗତିଶୀଳ କରିବାଫଳରେ ପରିବାହୀରେ ବିଦ୍ୟୁସ୍ରୋତ ପ୍ରବାହିତ ହୁଏ ।
- ବିତ୍ୟୁତ୍ ପ୍ରବାହ ଥିବା ପରିପଥରେ ଦୁଇ ବିନ୍ଦୁ ମଧ୍ୟରେ ବିଭବାନ୍ତର ସେହି ଦୁଇ ବିନ୍ଦୁ ମଧ୍ୟରେ ଏକକ ପରିମାଣ ଚାର୍ଜ ସ୍ଥାନାନ୍ତର ପାଇଁ ହେଉଥିବା କାର୍ଯ୍ୟର ପରିମାଣ ସହ ସମାନ ।
- ଭୋଲ୍ଟ (volt) ବା V ହେଉଛି ବିଭବାନ୍ତରର SI ଏକକ ।
- ଏହା ଇଟାଲୀୟ ବୈଜ୍ଞାନିକ ଆଲେସାଣ୍ଟ୍ରୋ ଭୋଲ୍ଟାଙ୍କ ନାମାନୁସାରେ ନାମିତ ।
- ଯଦି ସ୍ଥାନାନ୍ତର ହେଉଥିବା ଚାର୍ଜର ପରିମାଣ (Q) 1 କୁଲମ୍ ଓ କାର୍ଯ୍ୟର ପରିମାଣ (W) 1 ଜୁଲ ହୁଏ ତାହେଲେ ବିଭବାନ୍ତର (V) ହେବ । ଭୋଲ୍ଟ ।
- ସମ୍ପାଦିତ କାର୍ଯ୍ୟ = W = VQ ⇒ V = \(\frac { W }{ Q }\) ⇒ Q = \(\frac { W }{ V }\)
- ବିଭବାନ୍ତର ମାପିବା ପାଇଁ ଭୋଲ୍ସମିଟର ନାମକ ଉପକରଣ ବ୍ୟବହାର କରାଯାଏ । ଯେଉଁ ଦୁଇଟି ବିନ୍ଦୁ ମଧ୍ୟରେ ବିଭବାନ୍ତର ମପାଯାଏ, ସେହି ଦୁଇଟି ବହୁ ସହ ଭୋଲ୍ସମିଟରର ଦୁଇ ଅଗ୍ରକୁ ସମାନ୍ତର ଭାବେ ସଂଯୁକ୍ତ କରାଯାଏ ।
→ ପରିପଥର ଚିତ୍ର (Circuit Diagram) :
ଗୋଟିଏ ପରିପଥ ପାଇଁ ନିର୍ଦ୍ଧାରିତ (Schematic) ଚିତ୍ରଟିଏ ଆଙ୍କି ସେଥୁରେ ବିଭିନ୍ନ ଉପକରଣକୁ ସଙ୍ଗେତ ଦ୍ଵାରା ଚିହ୍ନିତ କରାଯାଏ । ଏହାକୁ ପରିପଥ ଚିତ୍ର କୁହାଯାଏ ।
→ ଓମ୍ବକ ନିଯମ (Ohm’s Law) :
1827 ମସିହାରେ ଇଂରେଜ ବୈଜ୍ଞାନିକ ଜର୍ଜ ସାଇମାନ ଓମ୍ ଖଣ୍ଡିଏ ଧାତବ ପରିବାହୀର ଦୁଇପ୍ରାନ୍ତ ମଧ୍ୟରେ ଥିବା ବିଭବାନ୍ତର (V) ଓ ସେଥିରେ ପ୍ରବାହିତ ହେଉଥିବା ବିଦ୍ୟୁତ୍ ସ୍ରୋତ (I) ମଧ୍ୟରେ ସମ୍ପର୍କକୁ ପରୀକ୍ଷା
→ ପରିବାହୀର ପ୍ରତିରୋଧ କେଉଁ କାରକ ଉପରେ ନିର୍ଭର କରେ (Factors on which the resistance of conductor depends) :
→ ପ୍ରତିରୋଧର ସଂଯୋଗ (Combination of Resistances) :
- ବିଭିନ୍ନ ବିଦ୍ୟୁତ ଉପକରଣରେ ଏକାଧ୍ଵକ ପ୍ରତିରୋଧ ଲାଗିଥାଏ । ସେହି ପ୍ରତିରୋଧ ବିଭିନ୍ନ ପ୍ରକାରରେ ପରିପଥ ସହ ସଂଯୁକ୍ତ ହୋଇଥାଏ ।
- ସାଧାରଣତଃ ପ୍ରତିରୋଧର ସଂଯୋଗ ଦୁଇ ପ୍ରକାରର ହୋଇଥାଏ ।
- ପଙ୍କ୍ତି ସଂଯୋଗ (Series combination)
- ସମାନ୍ତର|ଲ ସଂଯୋଗ (Parallel combination)
→ ପଲ୍ଲି ସଂଯୋଗରେ (Series combination) :
ପଲ୍ଲି ସଂଯୋଗରେ ପ୍ରତିରୋଧଗୁଡ଼ିକୁ ଏକ ଧାଡ଼ିରେ ପ୍ରାନ୍ତକୁ ପ୍ରାନ୍ତ ସଂଯୋଗ କରାଯାଏ । ଅର୍ଥାତ୍ ଗୋଟିଏ ପ୍ରତିରୋଧର ଏକ ପ୍ରାନ୍ତ ବା ପାଖ ପ୍ରତିରୋଧର ଏକ ପ୍ରାନ୍ତ୍ର ସହ ସଂଯୁକ୍ତ ହୋଇଥାଏ ।
→ ପ୍ରତିରୋଧର ସମାନ୍ତରାଳ ସଂଯୋଗ (Parallel Combination of Resistances) :
→ ବିଦ୍ୟୁତ୍ ସ୍ରୋତର ତାପନ କ୍ଷମତା (Heating Effect of Electric Current) :
- ପରିପଥରେ ବିଦ୍ୟୁତ୍ ସ୍ରୋତ ଚାଲୁ ରଖିବା ପାଇଁ ଆବଶ୍ୟକ ଶକ୍ତି ସେଥିରେ ସଂଯୁକ୍ତ ସେଲ୍ ବା ବ୍ୟାଟେରିରୁ ଆସିଥାଏ ।
- ଏହି ଶକ୍ତିର କିଛି ଅଂଶ ପଙ୍ଖା ବୁଲାଇବା ଭଳି ଦରକାରୀ କାମରେ ବିନିଯୋଗ ହୁଏ ଏବଂ ଅନ୍ୟ କିଛି ତାପଶକ୍ତିକୁ ପରିବର୍ତ୍ତିତ ହୋଇ ଉପକରଣକୁ ଗରମ କରାଏ ।
- ଯଦି ଗୋଟିଏ ପରିପଥରେ ବ୍ୟାଟେରୀ ସହ କେବଳ ପ୍ରତିରୋଧ ରହିଥାଏ ତାହେଲେ ବ୍ୟାଟେରୀର ଶକ୍ତି ତାପ ଶକ୍ତିକୁ ରୂପାନ୍ତରିତ ହୋଇ ପ୍ରତିରୋଧକୁ ଉତ୍ତପ୍ତ କରାଏ । ଏହାକୁ ବିଦ୍ୟୁତ୍ ସ୍ରୋତର ତାପନ କ୍ଷମତା କହନ୍ତି ।
- ପ୍ରତିରୋଧ R ର ଦୁଇପ୍ରାନ୍ତ ମଧ୍ୟରେ ବିଭବାନ୍ତର ହେଉଛି । ଏବଂ ପ୍ରତିରୋଧରେ ବିଦ୍ୟୁତ୍ ସ୍ରୋତ ହେଉଛି I ।
- ମନେକର ଠୁ ପରିମାଣର ଚାର୍ଜ ପ୍ରତିରୋଧ ଭିତରେ ପ୍ରବାହିତ ହେଉଛି । t ସମୟରେ ସମ୍ପାଦିତ କାର୍ଯ୍ୟ ବା ଯେଉଁ ଶକ୍ତି ଖର୍ଚ୍ଚ କରିବାକୁ ପଡ଼େ ତାହା ହେଉଛି W = VQ
- ଏକକ ସମୟ ମଧ୍ୟରେ ପରିପଥକୁ ଆସୁଥିବା ଶକ୍ତି ବା ପାୱାର P = \(\frac { VQ }{ t }\) = VI (∵ \(\frac { Q }{ t }\) = 1) ……(i)
- t ସମୟ ମଧ୍ୟରେ ପରିପଥକୁ ଆସୁଥିବା ଶକ୍ତି (Pt = VQ) (∵\(\frac { Q }{ t }\) = I, Q = lt)
Pt = VIt - ଏହି ଶକ୍ତି ପ୍ରତିରୋଧରେ ତାପ ଶକ୍ତିକୁ ରୂପାନ୍ତରିତ ହୁଏ ।
ତେଣୁ । ସମୟ ମଧ୍ୟରେ ଉତ୍ପନ୍ନ ତାପର ପରିମାଣ
H = VIt …………..(ii) - ଓମ୍ଙ୍କ ସୂତ୍ର V = IR ପ୍ରତିସ୍ଥାପନ କଲେ ………..(iii)
- ଏହାକୁ ଜୁଲ୍ଙ୍କ ତାପନ ନିୟମ କହନ୍ତି ।
- ଉତ୍ପନ୍ନ ତାପ H,
I2 ସହ ସମାନୁପାତୀ ଯଦି R ଓ t ସ୍ଥିରାଙ୍କ ହୁଏ,
R ସହ ସମାନୁପାତୀ ଯଦି I ଓ t ସ୍ଥିରାଙ୍କ ହୁଏ,
ଏହାକୁ ଜୁଲ୍ଙ୍କ ତାପନ ନିୟମ କହନ୍ତି ।
t ସହ ସମାନୁପାତୀ ଯଦି I ଓ R ସ୍ଥିରାଙ୍କ ହୁଏ,
→ ତାପର SI ଏକକ :
ଶକ୍ତି ବା କାର୍ଯ୍ୟର ଏକକ ସହ ସମାନ । ଏହା ହେଉଛି ଜୁଲ ବା J |
→ ବିଦ୍ୟୁତ୍ ସ୍ରୋତର ତାପନ କ୍ଷମତାର ବ୍ୟାବହାରିକ ଉପଯୋଗ (Practical Applications of Heating Effect of Electric Current) :
ଉପକାରିତା :
(i) ବିଦ୍ୟୁତ୍ ତାପକ ଓ ଇସ୍ତ୍ରୀ : ଏଥରେ ଲମ୍ବା ତାରକୁ ଗୁଡ଼ାଇ ଆବଶ୍ୟକ ଆକାରରେ ସଜା ହୋଇ ବନ୍ଧାହୋଇଥାଏ । ଏହି ତାରକୁ ପରିବାହୀ ବେଷ୍ଟନ ମଧ୍ଯରେ ରଖାଯାଇ ବିଦ୍ୟୁତ୍ ସ୍ରୋତ ପ୍ରବାହିତ କରାଯାଏ । ତାରର ପ୍ରତିରୋଧ ଅତି ଉଚ୍ଚ । ପ୍ରବାହିତ ବିଦ୍ୟୁତ୍ ସ୍ରୋତ ଅଧିକ ହେଲେ ତାର ଉତ୍ତପ୍ତ ହୁଏ ଓ ତାପ ପ୍ରଦାନ କରେ । ଏ ପଦ୍ଧତି ବ୍ୟବହାର କରି ବିଦ୍ୟୁତ୍ ଇସ୍ତ୍ରୀ, ବିଦ୍ୟୁତ ଟୋଷ୍ଟର, ବିଦ୍ୟୁତ୍ ଚୁଲା, ବିଦ୍ୟୁତ୍ କେଟ୍ଲି ଓ ବିଦ୍ୟୁତ୍ ହିଟର୍ ପ୍ରଭୃତି ଗୃହ ସାମଗ୍ରୀ ବିଦ୍ୟୁତ୍ ସ୍ରୋତର ତାପନ କ୍ଷମତାର ବ୍ୟବହାର କରି କାର୍ଯ୍ୟ କରେ ।
(ii) ବିଦ୍ୟୁତ୍ ବଲବ : ଜୁଲଙ୍କ ତାପୀୟ ପ୍ରଭାବ ଉପରେ ପର୍ଯ୍ୟବସିତ । ବଲବର ସୂତ୍ର, ଅତି ଉଚ୍ଚ ତାପମାତ୍ରା ସହି ପାରୁଥିବା ଟଙ୍ଗଷ୍ଟନ୍ ନାମକ ଧାତୁରୁ ତିଆରି ଯାହାର ଗଳନାଙ୍କ 3380°C । ବଲ୍ବ ଭିତରେ ନିଷ୍କ୍ରିୟ ଯବକ୍ଷାରଜାନ ଓ ଆର୍ଗନ ଗ୍ୟାସ୍ ଭର୍ତ୍ତିକରାଯାଇ ତା’ ଭିତରେ ସୂତ୍ରଟିର ଆୟୁଷ ବଢ଼ାଯାଇଥାଏ । ସୂତ୍ରରେ ପ୍ରବାହିତ ହେଉଥିବା ବିଦ୍ୟୁତ୍ ସ୍ରୋତର ବେଶି ଅଂଶ ତାପ ସୃଷ୍ଟି କରୁଥିବାବେଳେ ଅଳ୍ପ ଅଂଶ ଆଲୋକ ସୃଷ୍ଟି କରେ ।
(iii) ଫ୍ୟୁଜ୍ ଉପାଦେୟ ବିଦ୍ୟୁତ୍ ଉପକରଣ ଓ ବିଦ୍ୟୁତ୍ ଯୋଗାଣକୁ ଉଚ୍ଚ ବିଦ୍ୟୁତ୍ ପ୍ରବାହ ଜନିତ ବିପଦରୁ ରକ୍ଷା କରେ । ଫ୍ୟୁଜ୍ ଉପଯୁକ୍ତ ଗଳନାଙ୍କ ବିଶିଷ୍ଟ ଧାତୁ ବା ଧାତୁ ଗୁଡ଼ିକର ମିଶ୍ରଣ । ଏହି ଧାତୁଗୁଡ଼ିକ ହେଉଛି ଏଲୁମିନିୟମ, ତମ୍ବା, ଲୌହ, ଦସ୍ତା, ଟିଣ, ଇତ୍ୟାଦି । ଫ୍ୟୁଜର ଉପାଦାନର ଗଳନାଙ୍କ କମ୍ ଓ ପ୍ରତିରୋଧ ଅଧ୍ୟକ । ଗୋଟିଏ ନିର୍ଦ୍ଦିଷ୍ଟ ପରିମାଣରୁ ଅଧିକ ବିଦ୍ୟୁତ୍ ସ୍ରୋତ ଫ୍ୟୁଜ୍ ତାର ଦେଇ ପ୍ରବାହିତ ହେଲେ ଫ୍ୟୁଜ୍ ତାରଟି ଉତ୍ତପ୍ତ ହୋଇ ତରଳିଯାଏ । ଫଳରେ ବିଦ୍ୟୁତ୍ ପରିପଥ ଛିନ୍ନ ହୋଇ ଉପକରଣକୁ ରକ୍ଷାକରେ । ଘରୋଇ ବ୍ୟବହାର ପାଇଁ 1A, 2A, 3A, SA, 10A ପ୍ରଭୃତି ମାନର ଫ୍ୟୁଜ୍ ବ୍ୟବହାର କରାଯାଏ । ପୋର୍ସଲିନ୍ ଭଳି ବସ୍ତୁରୁ ନିର୍ମିତ ଦୁଇଟି ଧାତବ ପ୍ରାନ୍ତ ଯୁକ୍ତ ଖୋଳ (Cartridge) ଭିତରେ ଫ୍ୟୁଜ୍ ତାରକୁ ରଖାଯାଇଥାଏ ।
→ ଅପକାରିତା :
- ପରିବାହୀରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ ସେଥିରେ ତାପ ଉତ୍ପନ୍ନ ହୁଏ । ଅନେକ ସମୟରେ ଏ ପ୍ରକାର ତାପନ ଅଦରକାରୀ ଓ ବିଦ୍ୟୁତ୍ ଶକ୍ତିର ଅପଚୟ ହୁଏ ।
- ବିଦ୍ୟୁତ୍ ପରିପଥରେ ଏହି ତାପନ ବିଦ୍ୟୁତ୍ ଉପକରଣର ତାପମାତ୍ରା ବଢ଼ାଇ ତା’ର ଗୁଣ ପରିବର୍ତ୍ତନ କରିପାରେ ।
→ ବିଦ୍ୟୁତ୍ ପାୱାର (Electric Power) :
- ଯେଉଁ ହାରରେ ବିଦ୍ୟୁତ୍ ଶକ୍ତି ବ୍ୟୟ କରାଯାଏ, ତାକୁ ପାୱାର (Power) କହନ୍ତି ।
- ଯେଉଁ ହାରରେ ବିଦ୍ୟୁତ୍ ଶକ୍ତି ପରିପଥରେ ଖର୍ଚ୍ଚ ହୁଏ ତାକୁ ବିଦ୍ୟୁତ୍ ପାଓ୍ବାର (P) କୁହାଯାଏ । P = VI ଓମ୍ଙ୍କ ନିୟମ ବ୍ୟବହାର କଲେ,
P = VI = IR × I = I2 R
(∵ R = \(\frac { V }{ I }\) ⇒ I = \(\frac { V }{ R }\) )
- ବିଦ୍ୟୁତ୍ ପାୱାରର SI ଏକକ ହେଉଛି ଓ୍ବାଟ୍ ବା W । ବିଭବାନ୍ତର 1V ଓ ବିଦ୍ୟୁତ୍ ପ୍ରବାହ IA ହେଲେ ପାୱାର ହେବ 1W । ଅର୍ଥାତ୍ 1W = 1 ଭୋଲ୍ଟ × 1 ଏମିୟର୍ = 1 VA ୱାଟ୍ର ବଡ଼ ଏକକ ହେଉଛି 1 କିଲୋୱାଟ୍ = 1000 ୱାଟ୍
- ଖର୍ଚ୍ଚ ହେଉଥିବା ବିଦ୍ୟୁତ୍ ଶକ୍ତି = ପାୱାର x ସମୟ । ବିଦ୍ୟୁତ୍ ଶକ୍ତିର ଏକକ ୱାଟ୍ ଘଣ୍ଟା ।
- 1 ଓ୍ବାଟ ପାୱାର I ଘଣ୍ଟା ବ୍ୟବହାର ହେଲେ । ୱାଟ ଘଣ୍ଟା ଶକ୍ତି ଖର୍ଚ୍ଚ ହୁଏ ।
- ଘରେ ବ୍ୟବହାର କରୁଥିବା ବିଦ୍ୟୁତ୍ ଶକ୍ତିକୁ କିଲୋୱାଟ ଘଣ୍ଟା (kWh) ଏକକରେ ମପାଯାଏ ।
1wh = 1W × lh = 1W × (60 x 60) s = 3600
Ws = 3600 J
1kwh = 1000 × 1Wh = 3.6 × 106
Ws = 3.6 x 106 J - 1 କିଲୋୱାଟ୍ ଘଣ୍ଟା ବିଦ୍ୟୁତ୍ ଶକ୍ତିକୁ 1 ୟୁନିଟ୍ ବିଦ୍ୟୁତ୍ ଶକ୍ତି ବୋଲି କୁହାଯାଏ ।