Odisha State Board BSE Odisha 10th Class Physical Science Solutions Chapter 2 ଅମ୍ଳ, କ୍ଷାରକ ଓ ଲବଣ Textbook Exercise Questions and Answers.
BSE Odisha Class 10 Physical Science Solutions Chapter 2 ଅମ୍ଳ, କ୍ଷାରକ ଓ ଲବଣ
Question 1.
ଗୋଟିଏ ଦ୍ରବଣ ଲାଲ୍ ଲିଟ୍ସ୍କୁ ନୀଳରେ ପରିଣତ କରେ, ଏହାର pH ସମ୍ଭବତଃ ହୋଇଥିବ :
(a) 1
(b) 4
(c) 5
(d) 10
ଉ-
(d) 10
Question 2.
ଗୋଟିଏ ଦ୍ରବଣ ଅଣ୍ଡା ଏହା ଚୂନପାଣିକୁ ଦୁଧ୍ଵ ଖୋଳପା ଖଣ୍ଡ ଗୁଡ଼ିକ ସହିତ ରାସାୟନିକ ପ୍ରତିକ୍ରିୟା କରି ଏକ ଗ୍ୟାସ୍ ଉତ୍ପନ୍ନ କରେ । କରିଦିଏ । ଏହି ଦ୍ରବଣଟିରେ ଅଛି :
(a) NaCl
(b) HCl
(c) LiCl
(d) KCl
ଉ-
(b) HCl
Question 3.
10 ମିଲି ଲି. NaOHର ଏକ ଦ୍ରବଣ 8 ମିଲି ଲି. ପରିମାଣର ଦିଆଯାଇଥିବା ଏକ HCl ଦ୍ରବଣଦ୍ବାରା ସମ୍ପୂର୍ଣ୍ଣ ଭାବେ ପ୍ରଶମିତ ହୋଇଯାଏ । 20 ମିଲି ଲି. ପରିମାଣର ସେହି NaOH ଦ୍ରବଣକୁ ସମ୍ପୂର୍ଣ୍ଣ ଭାବରେ ପ୍ରଶମିତ କରିବା ପାଇଁ ଆବଶ୍ୟକ ପଡୁଥିବା ଉକ୍ତ HCl ଦ୍ରବଣର ପରିମାଣ ହେବ :
(a) 4 ମିଲି ଲି.
(b) 8 ମିଲି ଲି.
(c) 12 ମିଲି ଲି.
(d) 16 ମିଲି ଲି.
ଉ-
(d) 16 ମିଲି ଲି.
Question 4.
ନିମ୍ନଲିଖତ ଔଷଧଗୁଡ଼ିକ ମଧ୍ୟରୁ କେଉଁଟି ଅଜୀର୍ଣ୍ଣ ରୋଗକୁ ଚିକିତ୍ସା କରିବା ପାଇଁ ବ୍ୟବହାର କରାଯାଏ ?
(a) ପ୍ରତି ଜୈବିକୀ (Antibiotics)
(b) ପ୍ର1ଡ଼|ତାର1 (Analgestic)
(c) ପ୍ରତି- ଅମ୍ଳ (Antacid)
(d) ଡ1ବାଣ୍ଡକଣକ (Antiseptic)
Answer:
(c) ପ୍ରତି- ଅମ୍ଳ (Antacid)
Question 5.
ରାସାୟନିକ ପ୍ରତିକ୍ରିୟା ପାଇଁ ଶବ୍ଦ-ସମୀକରଣ ଏବଂ ତା’ପରେ ସମତୁଲ ସମୀକରଣ ଲେଖ ଯେତେବେଳେ :
(a) ଲଘୁ ସଲ୍ଫ୍ୟୁରିକ୍ ଏସିଡ୍ ଜିକ୍ କଣିକାଗୁଡ଼ିକ ସହିତ ରାସାୟନିକ ପ୍ରତିକ୍ରିୟା କରେ ।
(b) ଲଘୁ ହାଇଡ୍ରୋକ୍ଲୋରିକ୍ ଏସିଡ୍ ମ୍ୟାଗ୍ନେସିୟମ୍ ପାତ ସହିତ ରାସାୟନିକ ପ୍ରତିକ୍ରିୟା କରେ ।
(c) ଲଘୁ ସଫ୍ୟୁରିକ୍ ଏସିଡ୍ ଏଲୁମିନିୟମ୍ ଗୁଣ୍ଡ ସହିତ ରାସାୟନିକ ପ୍ରତିକ୍ରିୟା କରେ ।
(d) ଲଘୁ ହାଇଡ୍ରୋକ୍ଲୋରିକ୍ ଏସିଡ୍ ଲୁହାଗୁଣ୍ଡ ସହିତ ରାସାୟନିକ ପ୍ରତିକ୍ରିୟା କରେ ।
Answer:
(a) ଜିଙ୍କ୍ + ଲଘୁ ସଫ୍ୟୁରିକ୍ ଏସିଡ୍ → ଜିଙ୍କ୍ ସଲଫେତ୍ + ତାଜତ୍ରୋଜେନ୍
Zn + H2SO4 → ZnSO4 + H2
(b) ମ୍ୟାଗ୍ନେସିୟମ୍ + ଲଘୁ ହାଇଡ୍ରୋକ୍ଲୋରିକ୍ ଏସିଡ୍ → ମ୍ୟାଗ୍ନେସିୟମ୍ କ୍ଲୋରାଇଡ୍ + ହାଇଡ୍ରୋଜେନ୍
Mg + 2HCl → MgCl2 + H2
(c) ଏଲୁମିନିୟମ + ଲଘୁ ସଫ୍ୟୁରିକ ଏସିଡ୍ → ଏଳୁମିନିୟମ୍ ସଳ୍ଫେଟ୍ + ହାଇଡ୍ରୋଜେନ୍
2Al + 3H2SO4 → Al2(SO4)3 + 3H2,
(d) ଲୁହାଗୁଣ୍ଡ + ହାଇଡ୍ରୋକ୍ଲୋରିକ୍ ଏସିଡ୍ → ଫେରିକ୍ କ୍ଲୋରାଇଡ୍ + ହାଇଡ୍ରୋଜେନ୍
2Fe + 6HCl → 2FeCl3 + 3H2
Question 6.
ଆଲ୍କହଲ୍ ଏବଂ ପ୍ଲା କୋଜ୍ ଭଳି ଯୌଗିକଗୁଡ଼ିକରେ ମଧ୍ୟ ହାଇଡ୍ରୋଜେନ୍ ଅଛି କିନ୍ତୁ ସେଗୁଡ଼ିକୁ ଅମ୍ଳର ଶ୍ରେଣୀଭୁକ୍ତ କରାଯାଇ ନାହିଁ । ଏହାକୁ ପ୍ରମାଣ କରିବା ପାଇଁ ଏକ ‘ତୁମ ପାଇଁ କାମ’’ ପରୀକ୍ଷା ବର୍ଣ୍ଣନା କର ।
ପର1ଫ୍ରା:
ଗ୍ଲୁକୋଜ୍, ଆଲକହଲ୍, ହାଇଡ୍ରୋକ୍ଲୋରିକ୍ ଏସିଡ୍, ସଲଫ୍ୟୁରିକ୍ ଏସିଡ଼୍ ଇତ୍ୟାଦିର ଦ୍ରବଣ ନିଆଯାଉ ।
ଗୋଟିଏ ଠିପିରେ ଦୁଇଟି କଣ୍ଟା ଲଗାଇ, ତାକୁ ଏକ 100 ମିଲି. ଲି. ବିକର ମଧ୍ଯରେ
ଚିତ୍ରରେ ଦର୍ଶାଯାଇଥବା ଭଳି ଗୋଟିଏ ବଲ୍ବ ଓ ଗୋଟିଏ ସୁଇଚ୍ ମଧ୍ୟଦେଇ କଣ୍ଟା ଦୁଇଟିକୁ 6 ଭୋଲ୍ଟ ବ୍ୟାଟେରୀର ଦୁଇ ବିପରୀତ ଅଗ୍ର ସହିତ ସଂଯୁକ୍ତ କରାଯାଉ ।
ବର୍ତ୍ତମାନ ବିକର ମଧ୍ୟକୁ ଅଲ୍ କହଲ୍ର ଦ୍ରବଣ ଢଳାଯାଉ ଏବଂ ସୁଇଚ୍ ଦବାଇ ବିଦ୍ୟୁତ୍ ପ୍ରବାହ ଚାଲୁ କରାଯାଉ ।
ପୁନଶ୍ଚ ଗ୍ଲୁକୋଜ୍ ଦ୍ରବଣ ନେଇ ଏହି ପରୀକ୍ଷା କରାଯାଉ ।
ଉଦାହରଣ:
ଦୁଇଟିଯାକ କ୍ଷେତ୍ରରେ ବଲ୍ବ ଜଳିବ ନାହିଁ ।
ହଦ୍ଧତ୍ତ୍ର:
ଏହି ପରୀକ୍ଷାରୁ ଜଣାଗଲା ଯେ, ଉଭୟ ଅଲ୍କହଲ୍ ଓ ଗ୍ଲୁକୋଜର ଦ୍ରବଣ ବିଦ୍ୟୁତ ପରିବହନ କରେ ନାହିଁ, କାରଣ ଅଲକହଲ୍ (C2H5OH) ଓ ଗ୍ଲ କୋଡ (C6H12O6) ସହ ସଂଯୋଜ୍ୟ ଯୌଗିକ ହୋଇଥିବାରୁ ଜଳୀୟ ଦ୍ରବଣରେ ବିୟୋଜିତ ହୁଅନ୍ତି ନାହିଁ । ଆଲକହଲ୍ ଗ୍ଲା କୋଜ ହାଇଡ୍ରୋଜେନ ଧାରଣ କରିଥିଲେ ମଧ୍ୟ ସେଗୁଡ଼ିକର ଜଳୀୟ ଦ୍ରବଣ ଅମ୍ଳୀୟ ଗୁଣ ଦେଖାନ୍ତି ନାହିଁ ।
Question 7.
ପାତିତ ଜଳ ବିଦ୍ୟୁତ୍ ପରିବହନ କରିପାରେ ନାହିଁ, କିନ୍ତୁ ବର୍ଷାଜଳ ତାହା କରିପାରେ କାହିଁକି ?
Answer:
(i) ଅମ୍ଳୀୟ ଦ୍ରବଣ, କ୍ଷାରୀୟ ଦ୍ରବଣ ଲବଣ ମିଶ୍ରିତ ଜଳ ବିଦ୍ୟୁତ୍ ପରିବହନ କରିଥାଏ । ପାତିତ ଜଳ ଅମ୍ଳୀୟ କିମ୍ବା କ୍ଷାରୀୟ ନୁହେଁ କିମ୍ବା ଏଥିରେ କୌଣସି ଲବଣ ମିଶି ନ ଥାଏ । ଏହା ନିଜେ ବିଶ୍ଳେଷିତ ହୋଇପାରେ ନାହିଁ କିମ୍ବା ଏଥିରେ କୌଣସି ଲବଣର ଆୟନ ନ ଥିବାରୁ ଏହା ବିଦ୍ୟୁତ ପରିବହନ କରିପାରେ ନାହିଁ ।
(ii) କିନ୍ତୁ ବର୍ଷାଜଳରେ ବାୟୁମଣ୍ଡଳୀୟ ଅଙ୍ଗାରକାମ୍ଳ, ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ଓ ସଲ୍ଫର୍ ଡାଇଅକ୍ସାଇଡ୍ ଆଦି ଗ୍ୟାସ୍ ସହ ମିଶି ଯଥାକ୍ରମେ କାର୍ବୋନିକ୍ ଅମ୍ଳ, ନାଇଟ୍ରିକ୍ ଅମ୍ଳ ଓ ସଫ୍ୟୁରିକ୍ ଅମ୍ଳ ସୃଷ୍ଟି କରେ । ବିଭିନ୍ନ ଲବଣ ଦ୍ରବୀଭୂତ ହୋଇ ରହିଥିବାରୁ ଏହା ବିଘଟିତ ହୋଇ ଆୟନ ଦେଇଥାଏ । ତେଣୁ ଏହା ବିଦ୍ୟୁତ୍ ପରିବହନ କରିଥାଏ ।
Question 8.
ଅମ୍ଳଗୁଡ଼ିକ ଜଳ ଅନୁପସ୍ଥିତିରେ କାହିଁକି ଅମ୍ଳୀୟ ପ୍ରକୃତି ପ୍ରଦର୍ଶନ କରନ୍ତି ନାହିଁ ?
Answer:
ଅମ୍ଳଗୁଡ଼ିକ ଜଳର ଉପସ୍ଥିତିରେ ବିଘଟିତ ହୋଇ H+ ଆୟନ ଦିଅନ୍ତି । ଜଳର ଅନୁପସ୍ଥିତିରେ ଅମ୍ଳଗୁଡ଼ିକ ବିଘଟିତ ହୋଇ H+ ଆୟନ ଦିଅନ୍ତି ନାହିଁ । ତେଣୁ ଜଳର ଅନୁପସ୍ଥିତିରେ ଏହା ଅମ୍ଳୀୟ ପ୍ରକୃତି ପ୍ରଦର୍ଶନ କରନ୍ତି ନାହିଁ ।
Question 9.
A, B, C, D ଓ E ଚିହ୍ନିତ ପାଞ୍ଚଟି ଦ୍ରବଣକୁ ସର୍ବଜନୀନ ସୂଚକରେ ପରୀକ୍ଷା କଲେ pH ଯଥାକ୍ରମେ 4, 1, 11, 7 ଓ 9 ବୋଲି ଜଣାପଡ଼େ । କେଉଁ ଦ୍ରବଣଟି :
(a) ଅମ୍ଳୀୟ ନୁହେଁ କି କ୍ଷାରୀୟ ନୁହେଁ ?
(b) ସବଳ କ୍ଷାରୀୟ ?
(c) ସବଳ ଅମ୍ଳୀୟ ?
(d) ଦୁର୍ବଳ ଅମ୍ଳୀୟ ?
(e) ଦୁର୍ବଳ କ୍ଷାରୀୟ ?
pH ଗୁଡ଼ିକୁ ହାଇଡ୍ରୋଜେନ୍-ଆୟନ ଗାଢ଼ତାର ବୃଦ୍ଧି କ୍ରମରେ ସଜାଇ ଲେଖ ।
Answer:
PH ଗୁଡ଼ିକୁ ସେମାନଙ୍କ ହାଇଡ୍ରୋଜେନ ଆୟନର ଗାଢ଼ତାର ବୃଦ୍ଧି କ୍ରମରେ ସଜାଇ ଲେଖିଲେ ହେବ: 11 < 9<7<4< 1 (pH ମୂଲ୍ୟ)
Question 10.
ସମାନ ଲମ୍ବ ବିଶିଷ୍ଟ ମ୍ୟାଗ୍ନେସିୟମ୍ ପାତ ପରୀକ୍ଷାନଳୀ A ଓ Bରେ ନିଆଯାଇଛି । ହାଇଡ୍ରୋକ୍ଲୋରିକ୍ ଏସିଡ୍ (HCl) ପରୀକ୍ଷାନଳୀ, Àରେ ଯୋଗ କରାଯାଇଥିବାବେଳେ ଏସିଟିକ୍ ଏସିଡ୍ (CH3COOH) ପରୀକ୍ଷାନଳୀ, ପରୀକ୍ଷାନଳୀରେ ଗ୍ୟାସ୍ ଅଧିକ ତୀବ୍ର ବେଗରେ ବୁଦ୍ ବୁଦ୍ ହୋଇ ବାହାରିବ ଏବଂ କାହିଁକି ?
Answer:
(i) ପରୀକ୍ଷାନଳୀ ‘A’ ରେ ହେଉଥିବା ରାସାୟନିକ ପ୍ରତିକ୍ରିୟା :
(ii) ପରୀକ୍ଷାନଳୀ ‘B’ ରେ ହେଉଥିବା ରାସାୟନିକ ପ୍ରତିକ୍ରିୟା :
(iii) HCl (ହାଇଡ୍ରୋକ୍ଲୋରିକ୍ ଏସିଡ୍) ଏକ ସବଳ ଅମ୍ଳ, ମାତ୍ର ଏସିଟିକ୍ ଏସିଡ୍ (CH3COOH) ଏକ ଦୁର୍ବଳ ଅମ୍ଳ ।
(iv) ସେଥିପାଇଁ HCl ଶୀଘ୍ର ବିଘଟିତ ହୋଇ H+ ଓ Cl– ଆୟନ ଦେଇପାରେ ମାତ୍ର CH3COOH ଏକ ଦୁର୍ବଳ ଅମ୍ଳ (Organic Acid) ହୋଇଥିବାରୁ ଏହାର ବିଘଟନ ଶୀଘ୍ର ହୁଏ ନାହିଁ ।
(v) ମ୍ୟାଗ୍ନେସିୟମ୍ ଧାତୁ (Mg) ଶୀଘ୍ର HCl ରୁ ହାଇଡ୍ରୋଜେନ୍କୁ ବିସ୍ଥାପିତ କରିପାରେ । ସେଥିପାଇଁ ପରୀକ୍ଷାନଳୀ (A)ରେ ଗ୍ୟାସ୍ ଅଧ୍ବକ ତୀବ୍ର ବେଗରେ ବୁଦ୍ ବୁଦ୍ ହୋଇ ବାହାରେ ।
Question 11.
ତଟକା କ୍ଷୀରର pH, 6 ଅଟେ । ଏହା ଦହିରେ ପରିଣତ ହେଉଥିବାବେଳେ ଏହାର pH କିପରି ବଦଳୁଥିବ ବୋଲି ତୁମେ ଭାବୁଛ ? ଉତ୍ତର ବୁଝାଇ ଲେଖ ।
Answer:
(i) , ଦହି ହେଉଛି ଏକ ଏସିଡ୍ । ଏହାର ନାମ ‘ଲାକ୍ଟିକ୍ ଏସିଡ୍’ । ଲାକ୍ସୋବାସିଲସ୍ ନାମକ ଅଣୁଜୀବଦ୍ଵାରା ଦୁଧ ଦହିରେ ପରିଣତ ହୋଇଥାଏ ।
(ii) ତଟକା କ୍ଷୀରର pH 6 । ଏହା ଦହିରେ ପରିଣତ ହେଉଥିବାବେଳେ ଏହାର pH ନିଶ୍ଚିତ ଭାବରେ ଠିରୁ ଜମୁଥୁବ । (ଅମ୍ଳର pH 7ରୁ କମ୍ ହୋଇଥାଏ ।) । କାରଣ କ୍ଷୀର ଅପେକ୍ଷା ଦହି ଅଧିକ ଅମ୍ଳୀୟ । ଅମ୍ଳରେ ପରିଣତ ହୁଏ ।
Question 12.
ଜଣେ କ୍ଷୀରବାଲା ତଟକା କ୍ଷୀରରେ ଖୁବ୍ କମ୍ ପରିମାଣର ଖାଇବା ସୋଡ଼ା ମିଶାଏ ।
(a) ସେ କାହିଁକି ତଟକା କ୍ଷୀରର pH, 6ରୁ ସମାନ୍ୟ କ୍ଷାରୀୟ ଅବସ୍ଥାକୁ ପରିବର୍ତ୍ତନ କରିଦିଏ ?
(b) ଏହି କ୍ଷୀର, ଦହିରେ ପରିଣତ ହେବା ପାଇଁ କାହିଁକି ଅଧ୍ଵ ସମୟ ନିଏ ।
Answer:
ଖାଇବା ସୋଡ଼ା (NaHCO)ର ରାସାୟନିକ ନାମ ‘ ସୋଡ଼ିୟମ୍ ବାଇକାର୍ବୋନେଟ୍ ’’ । ଧାତବ ଲବଣଗୁଡ଼ିକ (ଧାତବ କାର୍ବୋନେଟ୍ ବା ଧାତବ ବାଇକାର୍ବୋନେଟ୍) ସାଧାରଣତଃ କ୍ଷାରୀୟ ହୋଇଥାନ୍ତି । (a) ତଟକା କ୍ଷୀର (pH = 6) ରେ ସାମାନ୍ୟ ଖାଇବା ସୋଡା ମିଶାଇଲେ ତାହା ସାମାନ୍ୟ କ୍ଷାରୀୟ ଅବସ୍ଥା (pH > 7)କୁ ପରିବର୍ତ୍ତିତ ହୋଇଥାଏ । ଏହାଫଳରେ କ୍ଷୀର ସହଜରେ ଛିଣ୍ଡି ଯାଏ ନାହିଁ କିମ୍ବା ନଷ୍ଟ ହୁଏ ନାହିଁ ।
(b)ଦହି ଏକ ଏସିଡ୍ ଯାହାକି ଏକ ଜୈବିକ ଅମ୍ଳ (Organic Acid) । ଏହାର pH, ତଟକା କ୍ଷୀରର pH ଠାରୁ ଯଥେଷ୍ଟ କମ୍ । ଲାକ୍ସୋବାସିଲସ୍ ନାମକ ଅଣୁଜୀବ ଦ୍ଵାରା ତଟକା କ୍ଷୀର ଦହିକୁ ପରିବର୍ତ୍ତିତ ହୋଇଥାଏ । ଏହାଫଳରେ ସୃଷ୍ଟି ହେଉଥିବା ଲାକ୍ଟିକ୍ ଏସିଡ଼, ବେକିଂ ସୋଡ଼ା ସହ ରାସାୟନିକ ପ୍ରତିକ୍ରିୟା କରିଥାଏ । ତେଣୁ କ୍ଷୀର, ଦହିରେ ପରିଣତ ପାଇଁ ଅଧିକ ସମୟ ଲାଗିଥାଏ ।
Question 13.
ପ୍ଲାଷ୍ଟର ଅଫ୍ ପ୍ୟାରିସ୍କୁ ଏକ ଆର୍ଦ୍ରତା-ପ୍ରତିରୋଧ ପାତ୍ରରେ ରଖୁବା ଉଚିତ । କାହିଁକି ବୁଝାଇ ଲେଖ ।
Answer:
(i) ପ୍ଲାଷ୍ଟର ଅଫ୍ ପ୍ୟାରିସ (CaSO4\(\frac { 1 }{ 2 }\)H2O) ଜଳ ସଂସ୍ପର୍ଶରେ ଆସିଲେ ଜିପସମ୍ରେ (CaSO4 2H2O) ପରିବର୍ତ୍ତିତ ହୋଇ କଠିନ ହୋଇଯାଏ ।
(ii) ସେଥିପାଇଁ ପ୍ଲାଷ୍ଟର ଅଫ୍ ପ୍ୟାରିସ୍କୁ ଆର୍ଦ୍ରତା-ପ୍ରତିରୋଧ ପାତ୍ରରେ ରଖୁବା ଉଚିତ ।
Question 14.
ପ୍ରଶମନୀକରଣ ରାସାୟନିକ ପ୍ରତିକ୍ରିୟା କ’ଣ ? ଦୁଇଟି ଉଦାହରଣ ଦିଅ ।
Answer:
ଯେଉଁ ପ୍ରତିକ୍ରିୟାରେ ଅମ୍ଳ କ୍ଷାରକ ସହ ପ୍ରତିକ୍ରିୟା କରି ଲବଣ ଓ ଜଳ ସୃଷ୍ଟି କରେ, ତାହାକୁ ପ୍ରଶମନୀକରଣ କୁହାଯାଏ ।
ଉଦାହରଣ:
Question 15.
ଧୋଇବା ସୋଡ଼ା ଓ ଖାଇବା ସୋଡ଼ାର ଦୁଇଟି ଲେଖାଏଁ
Answer:
ଧୋଇବା ସୋଡ଼ାର ବ୍ୟବହାର:
ବ୍ୟବହାର ଲେଖ ।
(i) ଜଳର ସ୍ଥାୟୀ ଖରତ୍ଵ ଦୂର କରିବା ପାଇଁ ଏହାକୁ ବ୍ୟବହାର କରାଯାଏ ।
(ii) ବୋରାକସ୍ ପରି ସୋଡ଼ିୟମ୍ ଯୌଗିକଗୁଡ଼ିକୁ ଉତ୍ପାଦନ ପାଇଁ ଏହା ବ୍ୟବହୃତ ହୁଏ ।
ଖ|ଇବା ପେ|ଡ୍|ରେ ବ୍ୟବହାର:
(i) ଖାଇବା ସୋଡ଼ା (NaHCO3) ଉତ୍ତପ୍ତ ଅବସ୍ଥାରେ ବିଘଟିତ ହୋଇ CO2 (କାର୍ବନ ଡାଇଅକ୍ସାଇଡ୍) ବୁଦ୍ବୁଦ୍ ଆକାରରେ ଛାଡ଼େ ଓ ପାଉଁରୁଟି, କେକ୍, ବିସ୍କୁଟ୍ ଆଦିକୁ ଫୁଲାଇଦେଇ ନରମ ଓ ସଚ୍ଛିଦ୍ର
(ii) ପେଟରେ ଅମ୍ଳୀୟ ଦୋଷକୁ ଦୂର କରିବାପାଇଁ ଏହା ଔଷଧ ଭାବରେ ବ୍ୟବହାର କରାଯାଏ ।
ପ୍ରଶ୍ନ|ବ୍ଲ1 ଓ ରତ୍ତର:
Question 1.
ତୁମକୁ ତିନୋଟି ପରୀକ୍ଷାନଳୀ ଦିଆଯାଇଛି । ସେଥୁରୁ ଗୋଟିକରେ ପାତିତ ଜଳ ଏବଂ ଅନ୍ୟ ଦୁଇଟିରେ ଯଥାକ୍ରମେ ଅମ୍ଳୀୟ ଦ୍ରବଣ ଏବଂ କ୍ଷାରୀୟ ଦ୍ରବଣ ଅଛି । ଯଦି ତୁମକୁ କେବଳ ଲାଲ୍ ଲିଟ୍ସ୍ କାଗଜ ଦିଆଯାଏ, ତେବେ ତୁମେ ପ୍ରତ୍ୟେକ ପରୀକ୍ଷାନଳୀରେ କ’ଣ ଅଛି କିପରି ଚିହ୍ନଟ କରିପାରିବ ?
Answer:
(i) ପ୍ରଥମେ ଲାଲ୍ ଲିଟ୍ସ୍ କାଗଜକୁ ପ୍ରତ୍ୟେକ ପରୀକ୍ଷାନଳୀରେ ବୁଡ଼ାଇଲେ, ଯେଉଁ ପରୀକ୍ଷାନଳୀରେ ଲାଲ୍ ଲିଗ୍ସ୍ କାଗଜ ନୀଳ ବର୍ଣ୍ଣ ହେବ ତାହା କ୍ଷାରୀୟ ଦ୍ରବଣ ସୂଚାଇବ ।
(ii) ଏହି ନୀଳ ବର୍ଷ ଧାରଣ କରିଥିବା ଲିଟ୍ସ୍ କାଗଜକୁ ଅନ୍ୟ ଯେଉଁଥରେ ଏହା ପୁନର୍ବାର ଲାଲ୍ବର୍ଣ୍ଣ ଧାରଣ କରିବ, ତାହା ଦୁଇଟି ପରୀକ୍ଷାନଳୀରେ ବୁଡ଼ାଇଲେ କାଗଜଟି ଅମ୍ଳୀୟ ଦ୍ରବଣ ସୂଚାଇବ ।
(iii) ବାକି ପରୀକ୍ଷାନଳୀରେ ନୀଳ କିମ୍ବା ଲାଲ୍ ଲିଟ୍ସ୍ କାଗଜକୁ ବୁଡ଼ାଇଲେ ତା’ର ରଙ୍ଗରେ କୌଣସି ପରିବର୍ତ୍ତନ ନ ଘଟିଲେ ତାହା ପାତିତ ଜଳ ବୋଲି ଜଣାପଡ଼ିବ ।
Question 2.
ପିତ୍ତଳ (Brass) ଏବଂ ତମ୍ବା (Copper) ପାତ୍ରରେ କାହିଁକି ଦହି ଓ ଖଟା ଜିନିଷ ରଖାଯାଏ ନାହିଁ ?
Answer:
(i) ଦହି ଓ ଅନ୍ୟାନ୍ୟ ଖଟା ଜିନିଷରେ ବିଭିନ୍ନ ପ୍ରକାର ଅମ୍ଳ ଥିବାରୁ, ସେଗୁଡ଼ିକ ତମ୍ବା ଓ ପିତ୍ତଳ (Cu + Zn) ପାତ୍ରର ପୃଷ୍ଠ ସହିତ ପ୍ରତିକ୍ରିୟା କରି କପର (II) ଓ ଜିଙ୍କ୍ (II) ଯୌଗିକ ଗଠନ କରନ୍ତି ।
(ii) ଏହି ଯୌଗିକଗୁଡ଼ିକ ମନୁଷ୍ୟ ଶରୀର ପାଇଁ ବିଷ ଭଳି କାର୍ଯ୍ୟ କରୁଥିବାରୁ ଉପରୋକ୍ତ ପାତ୍ରଗୁଡ଼ିକରେ ଦହି ଓ ଖଟା ଜିନିଷ ରଖାଯାଏ ନାହିଁ ।
Question 3.
ଗୋଟିଏ ଅମ୍ଳ ଗୋଟିଏ ଧାତୁ ସହିତ ରାସାୟନିକ ପ୍ରତିକ୍ରିୟା କଲେ ସାଧାରଣତଃ କେଉଁ ଗ୍ୟାସ୍ ଉଦାହରଣ ସାହାଯ୍ୟରେ ବୁଝାଇ ଦିଅ । ଏହି ଗ୍ୟାସ୍ର ଉପସ୍ଥିତି କିପରି ପରୀକ୍ଷା କରିବ ?
Answer:
ଅମ୍ଳ ଧାତୁ ସହ ପ୍ରତିକ୍ରିୟା କଲେ ହାଇଡ୍ରୋଜେନ୍ ଗ୍ୟାସ୍ ନିର୍ଗତ ହୁଏ ।
ଉଦାହରଣ :
ଜିଙ୍କ୍ ଭଳି କ୍ରିୟାଶୀଳ ଧାତୁ ଅମ୍ଳରୁ ହାଇଡ୍ରୋଜେନ୍କୁ ଗ୍ୟାସ୍ ରୂପେ ବିସ୍ଥାପିତ କରେ । ଅମ୍ଳର ଅବଶିଷ୍ଟ ଅଂଶ ସହ ଧାତୁ ସଂଯୁକ୍ତ ହୋଇ ଲବଣ ଗଠନ କରେ ।
ଗ୍ୟାସ୍ର ଉପସ୍ଥିତି ପରୀକ୍ଷା:
ନିର୍ଗତ ଗ୍ୟାସ୍କୁ ସାବୁନ ପାଣି ମଧ୍ୟରେ ପ୍ରବାହିତ କଲେ ଦ୍ରବଣ ମଧ୍ଯରେ ଗ୍ୟାସ୍ର ଫୋଟକା ସୃଷ୍ଟି ହେବ । ଗ୍ୟାସ୍ପୂର୍ଣ୍ଣ ଫୋଟକାଗୁଡ଼ିକ ନିକଟକୁ ଜଳନ୍ତା ମହମବତୀ ଆଣିଲେ ଫୋଟକାଗୁଡ଼ିକ ପପ୍ ଶବ୍ଦ କରି ଫାଟିଯିବ ଏବଂ ମହମବତୀର ଶିଖା ମଧ୍ୟ ଲିଭିଯିବ । ଏଥିରୁ ଜଣାଯାଏ ଯେ ନିର୍ଗତ ଗ୍ୟାସ୍ ହେଉଛି ହାଇଡ୍ରୋଜେନ୍ ।
Question 4.
ଏକ ଧାତବ ଯୌଗିକ À, ଲଘୁ ହାଇଡ୍ରୋକ୍ଲୋରିକ୍ ଏସିଡ୍ ସହ ରାସାୟନିକ ପ୍ରତିକ୍ରିୟା କରି ବୁଦ୍ଦନ (effervescence) ସୃଷ୍ଟି କରେ । ନିର୍ଗତ ହେଉଥିବା ଗ୍ୟାସ୍ ଏକ ଜଳୁଥିବା ମହମବତୀକୁ ଲିଭାଇ ଦିଏ । ଯଦି ଉତ୍ପନ୍ନ ହୋଇଥିବା ଯୌଗିକଗୁଡ଼ିକ ମଧ୍ୟରୁ ଗୋଟିଏ କ୍ୟାଲ୍ସିୟମ୍ କ୍ଲୋରାଇଡ୍ ହୋଇଥାଏ, ତେବେ ଏହି ରାସାୟନିକ ପ୍ରତିକ୍ରିୟା ପାଇଁ ସମତୁଲ ସମୀକରଣଟି ଲେଖ ।
Answer:
କ୍ୟାଲ୍ସିୟମ୍ କାର୍ବୋନେଟ୍ ଲଘୁ ହାଇଡ୍ରୋକ୍ଲୋରିକ୍ ଏସିଡ଼୍ ସହ ରାସାୟନିକ ପ୍ରତିକ୍ରିୟା କଲେ ବୁଦ୍ଦନ ସୃଷ୍ଟି ହେବା ସହିତ କ୍ୟାଲ୍ସିୟମ୍ କ୍ଲୋରାଇଡ୍, ଜଳ ଓ ଅଙ୍ଗାରକାମ୍ଳ ଗ୍ୟାସ୍ ଉତ୍ପନ୍ନ ହୁଏ |
Question 5.
HCl, HNO3, ଇତ୍ୟାଦି ଜଳରେ ଦ୍ରବୀଭୂତ ହୋଇ ଅମ୍ଳୀୟ ଲକ୍ଷଣ ପ୍ରଦର୍ଶନ କରନ୍ତି, ଆଲ୍କହଲ୍ ଏବଂ ଗ୍ଲା କୋଜ୍ ଭଳି ଯୌଗିକଗୁଡ଼ିକର ଜଳୀୟ ଦ୍ରବଣ ଅମ୍ଳୀୟ ଲକ୍ଷଣ ଦେଖାନ୍ତି- ନାହିଁ; କାହିଁକି ?
Answer:
(i) HCl ଓ HNO3, ହେଉଛନ୍ତି ସବଳ ଅମ୍ଳ । ଏଗୁଡ଼ିକ ଜଳରେ ବିଘଟିତ ହୋଇ ସହଜରେ H+ ଆୟନ ଦେଇଥା’ନ୍ତି । ତେଣୁ ଅମ୍ଳୀୟ ଲକ୍ଷଣ ପ୍ରଦର୍ଶନ କରନ୍ତି ।
HCI (aq) → H+ (aq) + Cl– (aq)
HNO3(aq) → H+ (ag) + NO3(aq)
(ii) ଆଲକହଲ୍ (C2H5OH) ଏବଂ ଗ୍ଲ କୋଜ୍ (C6H12O6) ପରି ଜୈବିକ ଅମ୍ଳ (organic acid) ସହ ସଂଯୋଜ୍ୟ ଯୌଗିକ ଅଟନ୍ତି, ତେଣୁ ଏଗୁଡ଼ିକ ଜଳରେ ସହଜରେ ବିଘଟିତ ହୋଇ H+ ଆୟନ ଦେଇପାରନ୍ତି ନାହିଁ କିମ୍ବା ଜଳୀୟ ଦ୍ରବଣରେ ବିଦ୍ୟୁତ୍ ପରିବହନ କରନ୍ତି ନାହିଁ । ଏଗୁଡ଼ିକ ହାଇଡ୍ରୋଜେନ୍ ଧାରଣ କରିଥିଲେ ମଧ୍ୟ ଏଗୁଡ଼ିକ ଜଳୀୟ ଦ୍ରବଣରେ ଅମ୍ଳୀୟ ଲକ୍ଷଣ ଦେଖାନ୍ତି ନାହିଁ ।
Question 6.
ଗୋଟିଏ ଅମ୍ଳର ଜଳୀୟ ଦ୍ରବଣ ବିଦ୍ୟୁତ୍ ପରିବହନ କରିପାରେ କାହିଁକି ?
Answer:
ଗୋଟିଏ ଅମ୍ଳ ଜଳରେ ବିଘଟିତ ହୋଇ H+ ଆୟନ ଦେଇଥାଏ । HCl (aq) → H+ (aq) + Cl–(aq)
ଅମ୍ଳର ଜଳୀୟ ଦ୍ରବଣରେ ବିଦ୍ୟୁତ୍ ପ୍ରବାହ ଘଟିଲେ H+(aq) ଆୟନଗୁଡ଼ିକ କ୍ୟାଥୋଡ଼ଠାରେ ପହଞ୍ଚାନ୍ତି ଏବଂ ପ୍ରତ୍ୟେକ H+(ag) ଆୟନ କ୍ୟାଥୋଡ଼ରୁ ଗୋଟିଏ ଇଲେକ୍ଟ୍ରନ ଗ୍ରହଣ କରି ହାଇଡ୍ରୋଜେନ (H2) ଗ୍ୟାସ୍ରେ ପରିଣତ ହୁଏ । 2H+2 → H2 ସେଥିପାଇଁ ଅମ୍ଳର ଜଳୀୟ ଦ୍ରବଣ ବିଦ୍ୟୁତ୍ ପରିବହନ କରିପାରେ ।
Question 7.
ଶୁଷ୍କ HCI ଗ୍ୟାସ୍ ଶୁଷ୍କ ଲିସ୍ କାଗଜର ବର୍ଣ୍ଣ ବଦଳାଇ ପାରେ ନାହିଁ କାହିଁକି ?
Answer:
HCI ଏକ ସହସଂଯୋଗ୍ୟ ଯୌଗିକ ହୋଇଥିବାରୁ ଶୁଷ୍କ HCI ଗ୍ୟାସ୍ H+ ଆୟନ ଓ Cl– ଆୟନକୁ ବିୟୋଜିତ ହୋଇପାରେ ନାହିଁ । ଜାରଣ ହରାଇଥିବା ଇଲେକ୍ଟ୍ରନ ଗ୍ରହଣ କରି HCI ଅଣୁ ଗଠନ କରିବା ପାଇଁ H+ ଆୟନର ଉଚ୍ଚଗାଢ଼ତା ବିଶିଷ୍ଟ ଯୁକ୍ତାତ୍ମକ ଚାର୍ଜ Cl– ଆୟନ ସହ ସଂଯୁକ୍ତ ହୋଇଥାଏ ।
Question 8.
ଏକ ଅମ୍ଳର ଗାଢ଼ତା ହ୍ରାସ କରିବା ପାଇଁ ପରାମର୍ଶ ଦିଆଯାଇଥାଏ ଯେ ଅମ୍ଳକୁ ଜଳରେ ମିଶାଇବା ଉଚିତ କିନ୍ତୁ ଜଳକୁ ଅମ୍ଳରେ ନୁହେଁ; କାହିଁକି ?
Answer:
ଅମ୍ଳର ଜଳ ସହିତ ମିଶ୍ରଣ ଏକ ତାପ ଉତ୍ପାଦୀ ପ୍ରତିକ୍ରିୟା । ଯଦି ଗାଢ଼ H2SO4 ବା ଗାଢ଼ HCI ରେ ଜଳ ମିଶାଯାଏ, ମିଶ୍ରଣରେ ପ୍ରଚୁର ତାପ ଉତ୍ପନ୍ନ ହେତୁ ମିଶ୍ରଣ ଏପଟେ ସେପଟେ ଛିଟିକି ପଡ଼ିବ ଏବଂ ବେଳେବେଳେ ଅମ୍ଳଥବା କାଚ ପାତ୍ରଟି ଭାଙ୍ଗିପାରେ । ଏଣୁ ଜଳକୁ ଅନବରତ ଭାବରେ ଘାଣ୍ଟୁଥିବା ଅବସ୍ଥାରେ ଧରେ ଧୂରେ ଗାଢ଼ ଅମ୍ଳକୁ ଜଳରେ ମିଶାଇବା ଉଚିତ୍ ।
Question 9.
ଏକ ଅମ୍ଳୀୟ ଦ୍ରବଣର ଲଘୁକରଣ ପ୍ରକ୍ରିୟାଦ୍ଵାରା ହାଇଡ୍ରୋନିୟମ୍ (H3O+) ଆୟନର ଗାଢ଼ତା କିପରି ପ୍ରଭାବିତ ହୋଇଥାଏ ?
Answer:
ଅମ୍ଳୀୟ ଦ୍ରବଣର ଲଘୁକରଣ ପ୍ରକ୍ରିୟାଦ୍ଵାରା H+ ଆୟନର ଗାଢ଼ତା ହ୍ରାସ ପାଇଥାଏ । ଅମ୍ଳଟି ଜଳର ଉପସ୍ଥିତିରେ ହିଁ H+ ଆୟନ ଦେଇଥାଏ । H+ + H2O → H3O+ ତେଣୁ H3O+ ଆୟନର ଗାଢ଼ତା ହ୍ରାସ ପାଇଥାଏ ।
Question 10.
ଅଧିକ ପରିମାଣର କ୍ଷାରକ, ସୋଡ଼ିୟମ୍ ହାଇଟ୍ରକ୍ସାଇଡ୍ ଦ୍ରବଣରେ ଦ୍ରବୀଭୂତ ହେଲେ ହାଇଡ୍ରକ୍ସାଇଡ୍ (OH–) ଆୟନର ଗାଢ଼ତା କିପରି ପ୍ରଭାବିତ ହୁଏ ?
Answer:
ଆୟନ ଦେଇଥା’ନ୍ତି । ତେଣୁ (OH–) ଆୟନର ଗାଢ଼ତା ବୃଦ୍ଧିପାଏ ।
Question 11.
A ଓ B ଦୁଇଟି ଦ୍ରବଣ ଅଛି । ଦ୍ରବଣ Aର pH ହେଉଛି 6 ଏବଂ ଦ୍ରବଣ Bର pH ହେଉଛି 8 । କେଉଁ ଦ୍ରବଣରେ ହାଇଡ୍ରୋଜେନ୍ ଆୟନର ଗାଢ଼ତା ଅଧ୍ଵ ? ଏହି ଦୁଇଟି ମଧ୍ୟରୁ କେଉଁଟି ଅମ୍ଳୀୟ ଏବଂ କେଉଁଟି କ୍ଷାରୀୟ ?
Answer:
ଦ୍ରବଣ Aର ହାଇଡ୍ରୋଜେନ ଆୟନର ଗାଢ଼ତା ଅଧିକ । ଦ୍ରବଣ A ଅମ୍ଳୀୟ ଅଟେ । କାରଣ ଏହାର pH < 7 ଏବଂ ଦ୍ରବଣ B କ୍ଷାରୀୟ ଅଟେ କାରଣ ଏହାର pH > 7
Question 12.
H+(ag) ଆୟନଗୁଡ଼ିକର ଗାଢ଼ତା ଦ୍ରବଣର ପ୍ରକୃତି ଉପରେ କି ପ୍ରକାର ପ୍ରଭାବ ପକାଇଥାଏ ?
Answer:
(i) H+(ag) ଆୟନଗୁଡ଼ିକର ଗାଢ଼ତା ବୃଦ୍ଧି ପାଇଲେ ଦ୍ରବଣର pH ର ମୂଲ୍ୟ ଏହାର ଅମ୍ଳୀୟ ପ୍ରକୃତି ବୃଦ୍ଧି ପାଏ । ତେଣୁ ହ୍ରାସ ପାଇଥାଏ ।
(ii) H+(aq) ଆୟନଗୁଡ଼ିକର ଗାଢ଼ତା ହ୍ରାସ ପାଇଲେ ଦ୍ରବଣର pH ମୂଲ୍ୟ ବୃଦ୍ଧି ପାଏ ଏବଂ ଏହାର କ୍ଷାରୀୟ ପ୍ରକୃତି ବୃଦ୍ଧି ପାଏ ।
Question 13.
କ୍ଷାରୀୟ ଦ୍ରବଣଗୁଡ଼ିକରେ ମଧ୍ୟ H+(aq) ଆୟନ ଅଛି କି ? ଯଦି ହଁ, ତେବେ ଏଗୁଡ଼ିକ କ୍ଷାରୀୟ କାହିଁକି ?
Answer:
କ୍ଷାରୀୟ ଦ୍ରବଣରେ H+(aq) ଆୟନ ରହିଥିଲେ ମଧ୍ୟ ଏଗୁଡ଼ିକର ଗାଢ଼ତା କମ୍ ହୋଇଥାଏ ଏବଂ OH(aq)ର ଗାଢ଼ତା ଅଧୂକ ହୋଇଥାଏ । ଦ୍ରବଣର pH ର ମୂଲ୍ୟ 7 ରୁ ଅଧିକ ହୋଇଥିବାରୁ ଦ୍ରବଣ କ୍ଷାରୀୟ ହୋଇଥାଏ ।
Question 14.
ମାଟିର କେଉଁ ଅବସ୍ଥାରେ ଜଣେ କୃଷକ ତା’ର ଜମିରେ କଲିଚୂନ (କ୍ୟାଲ୍ସିୟମ୍ ଅକ୍ସାଇଡ୍ ) କିମ୍ବା ଶମିତ ଚୂନ (କ୍ୟାଲ୍ସିୟମ୍ ହାଇଡ୍ରକ୍ସାଇଡ୍) କିମ୍ବା ଚକ୍ (କ୍ୟାଲ୍ସିୟମ୍ କାର୍ବୋନେଟ୍) ପ୍ରୟୋଗ କରିବ ବୋଲି ତୁମେ ଭାବୁଛ ?
Answer:
(i) ଉଭିଦ ସାଧାରଣତଃ ଅଧିକ ଅମ୍ଳୀୟ ବା କ୍ଷାରୀୟ ମାଟିରେ ବୃଦ୍ଧି ହୋଇପାରେ ନାହିଁ । କାରଣ ମାଟି ତାର ଉର୍ବରତା ହରାଇଥାଏ ।
(ii) ଯଦି କୌଣସି କାରଣରୁ ମାଟି ମଧ୍ଯରେ ଅମ୍ଳର ପରିମାଣ ବୃଦ୍ଧିପାଏ, ତେବେ ତାହାକୁ ପ୍ରଶମିତ କରିବାପାଇଁ କଲିଚୂନ (CaO) କିମ୍ବା ଶମିତ ଚୂନ [Ca(OH2)] ପରି କ୍ଷାର କିମ୍ବା କ୍ୟାଲ୍ସିୟମ କାର୍ବୋନେଟ୍ ପରି (CaCO3) ଧାତବ ଯୌଗିକ ମାଟିରେ ପ୍ରୟୋଗ କରାଯାଏ ।
Question 15.
ଯୌଗିକ CaOCl2 ର ସାଧାରଣ ନ|ମ CaOCl, କ’ଣ
Answer:
ଯୌଗିକ CaOCl2 ର ସାଧାରଣ ନାମ ବ୍ଲିଚିଂ ପାଉଡର ।
Question 16.
କେଉଁ ପଦାର୍ଥ କ୍ଲୋରିନ୍ ସହ ରାସାୟନିକ ପ୍ରତିକ୍ରିୟା କରି ବ୍ଲିଚିଂ ପାଉଡ଼ର ଉତ୍ପନ୍ନ କରେ ?
Answer:
କ୍ୟାଲ୍ସିୟମ୍ ହାଇଡ୍ରିକସାଇଡ୍ (Ca (OH)2) ବା ଶମିତ ଚୂନ ଓ କ୍ଲୋରିନ୍ର ରାସାୟନିକ ପ୍ରତିକ୍ରିୟା ଫଳରେ କ୍ଲିଚିଂ ପାଉଡ଼ର ପ୍ରସ୍ତୁତ ହୁଏ ।
Question 17.
ଖରଜଳକୁ ମୃଦୁଜଳରେ ପରିଣତ କରିବା ପାଇଁ ଯେଉଁ ସୋଡ଼ିୟମ୍ ଯୌଗିକ ବ୍ୟବହାର କରାଯାଏ, ତା’ର
ନାମ କ’ଣ ?
Answer:
ଖରଜଳକୁ ମୁହୁଜଳରେ ପରିଣତ କରିବା ପାଇଁ ଧୋଇବା ସୋଡ଼ା ବା ସୋଡ଼ିୟମ୍ କାର୍ବୋନେଟ୍ Na2CO3 ବ୍ୟର୍ ର୍ତ୍ବତ ଜରାଯାଏ |
Question 18.
ସୋଡ଼ିୟମ୍ ହାଇଡ୍ରୋଜେନ୍ କାର୍ବୋନେଟ୍ର ଦ୍ରବଣକୁ ଗରମ କଲେ କ’ଣ ଘଟିବ ? ସମ୍ପୃକ୍ତ ରାସାୟନିକ ପ୍ରତିକ୍ରିୟା ପାଇଁ ସମୀକରଣଟି ଲେଖ ।
Answer:
ସୋଡ଼ିୟମ୍ ହାଇଡ୍ରୋଜେନ୍ କାର୍ବୋନେଟ୍ର ଦ୍ରବଣକୁ ଗରମ କଲେ ସେଥୁରୁ ସୋଡ଼ିୟମ୍ କାର୍ବୋନେଟ୍, କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ୍ ଓ ଜଳ ବାହାରିବ ।
Question 19.
ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ଓ ଜଳ ମଧ୍ୟରେ ରାସାୟନିକ ପ୍ରତିକ୍ରିୟାକୁ ଦର୍ଶାଇବା ପାଇଁ ଏକ ସମୀକରଣ ଲେଖ ।
Answer:
କାର୍ଯ୍ୟାବଳୀ (ACTIVITY):
କର୍ଯ୍ୟାବଳୀ-1 (Activity-1)
- ବିଜ୍ଞାନ ପରୀକ୍ଷାଗାରରୁ ହାଇଡ୍ରୋକ୍ଲୋରିକ୍ ଏସିଡ୍, ସଫ୍ୟୁରିକ୍ ଏସିଡ୍, ନାଇଟ୍ରିକ୍ ଏସିଡ୍, ଏସିଟିକ୍ ଏସିଡ୍, ସୋଡ଼ିୟମ୍ ହାଇଡ୍ରକ୍ସାଇଡ଼, କ୍ୟାସିୟମ୍ ହାଇଡ୍ରକ୍ସାଇଡ଼, ପୋଟାସିୟମ୍ ହାଇଡ୍ରକ୍ସାଇଡ଼, ମ୍ୟାଗ୍ନେସିୟମ୍ ହାଇଡ୍ରକ୍ସାଇଡ୍ ଏବଂ ଏମୋନିୟମ୍ ହାଇଡ୍ରକ୍ସାଇଡ୍ ସଂଗ୍ରହ କରାଯାଉ ।
- ଗୋଟିଏ ଗୋଟିଏ ୱାଚଗ୍ଲାସରେ ଉପରେ ଦିଆଯାଇଥିବା ପ୍ରତ୍ୟେକ ଦ୍ରବଣରୁ ଗୋଟିଏ ଲେଖାଏଁ ବୁନ୍ଦା ରଖ୍ ‘ସାରଣୀରେ ଦର୍ଶାଯାଇଥିବା ଭଳି ସୂଚକ ଗୁଡ଼ିକରୁ ଗୋଟିଏ ଲେଖାଏଁ ବୁନ୍ଦା ମିଶାଇ ପରୀକ୍ଷା କରାଯାଉ ।
ସିଦ୍ଧାନ୍ତ:
ଏହି ସୂଚକଗୁଡିକ ନିଜର ବର୍ଷ ପରିବର୍ତ୍ତନ ଦ୍ଵାରା ଆମକୁ ଜଣାଇ ଦିଏ ଯେ ଏହା ଅମ୍ଳୀୟ କିମ୍ବା କ୍ଷାରୀୟ । କେତେକ ପଦାର୍ଥ ଅଛି ଯାହାର ଅମ୍ଳୀୟ ଓ କ୍ଷାରୀୟ ମାଧ୍ୟମରେ ଗନ୍ଧର ପରିବର୍ତ୍ତନ ହୋଇଥାଏ । ଏଗୁଡ଼ିକୁ ଘ୍ରାଣ-ସୂଚକ (Olfactory indicator) କହନ୍ତି ।
କର୍ଯ୍ୟାବଳୀ-2 (Activity-2)
- ଗୋଟିଏ ପ୍ଲାଷ୍ଟିକ୍ ବ୍ୟାଗରେ ସରୁ ସରୁ କଟାଯାଇଥିବା ପିଆଜ ଏବଂ କିଛି ସଫା ପତଳା ଲୁଗାପଟି ରଖି ତା’ର ମୁହଁକୁ ଭଲଭାବରେ ବାନ୍ଧି ଏକ ଫ୍ରିଜ୍ ମଧ୍ଯରେ ତାକୁ ଗୋଟିଏ ରାତି ରଖାଯାଉ ।
- ବର୍ତ୍ତମାନ ଦୁଇଟି ଲୁଗାପଟି ନେଇ ବ୍ୟାଗରୁ କାଢ଼ି ତା’ର ଗନ୍ଧକୁ ଆଘ୍ରାଣ କରାଯାଉ । ପଟିଦ୍ଵୟକୁ ଏକ ପରିଷ୍କୃତ ପୃଷ୍ଠ ଉପରେ ରଖ୍ ଗୋଟିଏ ପଟିରେ କିଛି ବୁନ୍ଦା ଲଘୁ ଲବଣାମ୍ଳ ଦ୍ରବଣ ଓ ଅନ୍ୟ ପଟିରେ କିଛି ଲଘୁ |
- ଲୁଗାପଟି ଦ୍ଵୟକୁ ପାଣିରେ ଧୋଇ ସେଗୁଡ଼ିକର ଗନ୍ଧ ପରୀକ୍ଷା କରାଯାଉ ।
- ବର୍ତ୍ତମାନ କିଛି ଲଘୁ ଭାନିଲା ଅତର ଏବଂ ଲବଙ୍ଗ ତେଲକୁ ନେଇ ଉପରୋକ୍ତ ପରୀକ୍ଷା କରାଯାଉ ।
ପର୍ଯ୍ୟବେକ୍ଷଣ :
ତିନୋଟି ଯାକ ପରିସ୍ଥିତି, ଯଥା – ପିଆଜ, ଭାନିଲା ଅତର ଓ ଲବଙ୍ଗ ତେଲର ଗନ୍ଧ ଲଘୁ ସୋଡ଼ିୟମ୍ ହାଇଡ୍ରେକ୍ସାଇଡ୍ ଦ୍ରବଣରେ ଲୋପ ପାଇଯାଇଛି ।
ସିଦ୍ଧାନ୍ତ :
ପର୍ଯ୍ୟବେକ୍ଷଣ ଅନୁସାରେ ଭାନିଲା, ପିଆଜ ଓ ଲବଙ୍ଗକୁ ଘ୍ରାଣସୂଚକ ଭାବେ ଅମ୍ଳୀୟ ଓ କ୍ଷାରୀୟ ଦ୍ରବଣକୁ ଚିହ୍ନଟ କରିବା ପାଇଁ ବ୍ୟବହାର କରାଯାଇପାରେ ।
କର୍ଯ୍ୟାବଳୀ-3 (Activity-3)
ପରାକ୍ଷା:
- ଏକ ପରୀକ୍ଷାନଳୀରେ ପ୍ରାୟ ପାଞ୍ଚ ମିଲି ଲିଟର ଲଘୁ ସଲଫ୍ୟୁରିକ୍ ଅମ୍ଳ ନେଇ ସେଥିରେ କିଛି ଜିଙ୍କ୍ ଦାନା
- ଜିଙ୍କ୍ ଦାନା ଲଘୁ ସଲଫ୍ୟୁରିକ୍ ଅମ୍ଳ ସହ ମିଶି ଏକ ପ୍ରକାର ଗ୍ୟାସ୍ ସୃଷ୍ଟି କରିବ ।
- ଉତ୍ପନ୍ନ ଗ୍ୟାସ୍କୁ ସାବୁନ୍ ଦ୍ରବଣ ମଧ୍ୟରେ ପ୍ରବାହିତ କରାଯାଉ ।
- ଗ୍ୟାସ୍ପୂର୍ଣ୍ଣ ଫୋଟକାଗୁଡ଼ିକ ନିକଟକୁ ଜଳନ୍ତା ମହମବତୀ ନେଇ ପରୀକ୍ଷା କରାଯାଉ ।
- ଗିତ୍ର ଅନ୍ତସାରେ ଭପକରଣଣ୍ଡଡ଼ିକୁ ସଜ|ଯାତ୍ |
ପର୍ଯ୍ୟବେକ୍ଷଣ :
- ଦସ୍ତାଦାନାଗୁଡ଼ିକର ପୃଷ୍ଠ ଭାଗରେ ବର୍ଣ୍ଣହୀନ ଓ ଗନ୍ଧହୀନ ଗ୍ୟାସ୍ ଉତ୍ପନ୍ନ ହୋଇ ସାବୁପାଣି ମଧ୍ୟରେ ଫୋଟକା ସୃଷ୍ଟି ହେବ ।
- ସାବୁନ୍ ଫୋଟକାଗୁଡ଼ିକରେ ଥିବା ଗ୍ୟାସ୍ ଜୋର୍ରେ ଶବ୍ଦ କରି ଜଳିବ ।
ସିଦ୍ଧାନ୍ତ :
ଧାତୁ ଅମ୍ଳ ସହ ପ୍ରତିକ୍ରିୟା କରି ଲବଣ ଓ ହାଇଡ୍ରୋଜେନ୍ ଗ୍ୟାସ୍ ସୃଷ୍ଟି କରେ ।
Zn + H2SO4 → ZnSO4 + H2
ଜିଙ୍କ୍ + ଲଘୁ ଗନ୍ଧକାମ୍ଳ → ଜିଙ୍କ୍ ସଲଫେଟ୍ + ଉଦ୍ଜାନ
ଧାତୁ + ଅମ୍ଳ → ଲବଣ + ହାଇଡ୍ରୋଜେନ୍ ଗ୍ୟାସ୍
କର୍ଯ୍ୟାବଳୀ-4 (Activity-4)
ପରୀକ୍ଷା:
ସେଥୁରେ 2 ମିଲିଲିଟର ସୋଡ଼ିୟମ୍ ହାଇଡ୍ରୋକ୍ସାଇଡ୍ ମିଶାଇ ପରୀକ୍ଷାନଳୀଟିକୁ ଗରମ କରାଯାଉ । କିଛି ଜିନା ଗୋଟିଏ ପରୀକ୍ଷାନଳୀରେ ନିଆଯାଉ ।
ପର୍ଯ୍ୟବେକ୍ଷଣ :
ରାସାୟନିକ ପ୍ରତିକ୍ରିୟାରୁ ହାଇଡ୍ରୋଜେନ୍ ଗ୍ୟାସ୍ ଉତ୍ପନ୍ନ ହେବ ।
ସିଦ୍ଧାନ୍ତ : ଉପର ପରୀକ୍ଷଣରୁ ଜଣାପଡ଼ିଲା ଯେ, ଧାତୁ କ୍ଷୀର ସହ ପ୍ରତିକ୍ରିୟା କରି ଉଦ୍ଜାନ ଗ୍ୟାସ୍ ସୃଷ୍ଟି କରେ ।
କର୍ଯ୍ୟାବଳୀ-5 (Activity-5)
ପରୀକ୍ଷା:
- ଦୁଇଟି ପରୀକ୍ଷାନଳୀ ନେଇ ତାକୁ A ଓ B ଭାବରେ ନାମିତ କରାଯାଉ ।
- ପରୀକ୍ଷାନଳୀ A ରେ ପ୍ରାୟ 0.5 ଗ୍ରାମ୍ ସୋଡ଼ିୟମ୍ କାର୍ବୋନେଟ୍ (Na2CO3) ଏବଂ ପରୀକ୍ଷାନଳୀ Bରେ 0.5 ଗ୍ରାମ୍ ସୋଡ଼ିୟମ୍ ହାଇଡ୍ରୋଜେନ୍ କାର୍ବୋନେଟ୍ (NaHCO3) ନିଆଯାଉ ।
- ପ୍ରାୟ 2 ମିଲିଲିଟର ଲଘୁ ଲବଣାମ୍ଳ ଉଭୟ ପରୀକ୍ଷାନଳୀରେ ମିଶାଯାଉ ।
ପର୍ଯ୍ୟବେକ୍ଷଣ:
ପ୍ରତ୍ୟେକ କ୍ଷେତ୍ରରେ ଗ୍ୟାସ୍ ନିର୍ଗତ ହେବ ।
ପ୍ରତ୍ୟେକ କ୍ଷେତ୍ରରେ ନିର୍ଗତ ହେଉଥିବା ଗ୍ୟାସ୍କୁ ଚିତ୍ରରେ ପ୍ରଦର୍ଶିତ ହେବା ଭଳି ଚୂନପାଣି ମଧ୍ୟରେ ପ୍ରବେଶ କରାଇଲେ ଧଳା ଅବକ୍ଷେପ ସୃଷ୍ଟି ହେବ ।
ସିଦ୍ଧାନ୍ତ:
ପରୀକ୍ଷାନଳୀ Aରେ ଘଟୁଥିବା ରାସାୟନିକ ପ୍ରତିକ୍ରିୟା – ସୋଡ଼ିୟମ୍ କାର୍ବୋନେଟ୍ରେ ଲଘୁ ଲବଣାମ୍ଳ ମିଶି ପ୍ରତିକ୍ରିୟା କଲେ ସୋଡ଼ିୟମ୍ କ୍ଲୋରାଇଡ୍ ଲବଣ, ଜଳ ଓ ଅଙ୍ଗାରକାମ୍ଳ ସୃଷ୍ଟି ହୁଏ ।
Na2CO3(s) + 2HCl (aq) → 2 NaCl (aq) + H2O(l) + CO2(g)
ପ୍ରତିକ୍ରିୟା କରି ସୋଡ଼ିୟମ୍ ଲବଣ, ଜଳ ଓ ଅଙ୍ଗାରକାମ୍ଳ ସୃଷ୍ଟି ହୁଏ ।
NaHCO3(s) + HCl (aq) → NaCl (aq) + H2O(l) + CO2(g)
କର୍ଯ୍ୟାବଳୀ-6 (Activity-6)
ପରୀକ୍ଷା:
ଗୋଟିଏ ପରୀକ୍ଷାନଳୀରେ ପ୍ରାୟ 2 ମିଲିଲିଟର ଲଘୁ ସୋଡ଼ିୟମ୍ ହାଇଡ୍ରୋକ୍ସାଇଡ୍ ନେଇ ତହିଁରେ 2 ବୁନ୍ଦା ଫେନଲଫ୍ଲିନ୍ ମିଶାଇ ଏହି ଦ୍ରବଣ ମଧ୍ୟକୁ କିଛି ଲଘୁ ଲବଣାମ୍ଳ ବୁନ୍ଦା ବୁନ୍ଦା କରି ପକାଯାଉ ।
ପର୍ଯ୍ୟବେକ୍ଷଣ :
ଅମ୍ଳ ମିଶାଇବା ପରେ ଫେନଲ୍ଫ୍ଲିନ୍ର ବର୍ଣ୍ଣ ବଦଳିଯିବ ।
ପରୀକ୍ଷା:
ବର୍ତ୍ତମାନ ଉପର ମିଶ୍ରଣରେ କିଛି ବୁନ୍ଦା ସୋଡ଼ିୟମ୍ ହାଇଡ୍ରୋକ୍ସାଇଡ୍ ଦ୍ରବଣ ମିଶାଯାଉ ।
ପର୍ଯ୍ୟବେକ୍ଷଣ :
ଫେନଲ୍ଫ୍ଲିନ୍ ଦ୍ରବଣର ବର୍ଣ୍ଣ ଗୋଲାପୀ ହୋଇଯିବ ।
ସିଦ୍ଧାନ୍ତ:
ଉପର ପରୀକ୍ଷାରୁ ଜଣାପଡ଼ିଲା ଯେ, ଗୋଟିଏ କ୍ଷାରକର ପ୍ରଭାବକୁ ଗୋଟିଏ ଅମ୍ଳ ନିଷ୍ଫଳ କରୁଛି ଏବଂ ଗୋଟିଏ ଅମ୍ଳର ପ୍ରଭାବକୁ ଗୋଟିଏ କ୍ଷାରକ ନିଷ୍ଫଳ କରୁଛି ।
NaOH(aq) + HCl (aq) → NaCl (aq) + H2O (l)
ଗୋଟିଏ ଅମ୍ଳ ଏବଂ ଗୋଟିଏ କ୍ଷାରକ ମଧ୍ୟରେ ରାସାୟନିକ ପ୍ରତିକ୍ରିୟା ଘଟି ଲବଣ ଓ ଜଳ ଉତ୍ପନ୍ନ ହୁଏ ।
ଏହି ରାସାୟନିକ ପ୍ରତିକ୍ରିୟାକୁ ପ୍ରଶମନୀକରଣ କହନ୍ତି ।
କ୍ଷାରକ + ଅମ୍ଳ → ଲବଣ + ଜଳ
କର୍ଯ୍ୟାବଳୀ-7 (Activity-7)
ପରୀକ୍ଷା:
ଗୋଟିଏ ପରୀକ୍ଷାନଳୀରେ ଅଳ୍ପ ପରିମାଣର କପର ଅକ୍ସାଇଡ୍ ନେଇ ଏହା ମଧ୍ୟରେ ହାଇଡ୍ରୋକ୍ଲୋରିକ୍ ଏସିଡ଼କୁ ଘାଣ୍ଟୁଥିବା ଅବସ୍ଥାରେ ଧୀରେ ଧୀରେ ମିଶାଯାଉ ।
ପର୍ଯ୍ୟବେକ୍ଷଣ:
ଦ୍ରବଣର ବର୍ଣ୍ଣ ନୀଳ, ସବୁଜ ହୋଇଯିବା ସହିତ କପର ଅକ୍ସାଇଡ୍ ଦ୍ରବୀଭୂତ ହୋଇଯାଇଛି ।
ସିଦ୍ଧାନ୍ତ:
ରାସାୟନିକ ପ୍ରତିକ୍ରିୟାରେ କପର (II) କ୍ଲୋରାଇଡ୍ ଉତ୍ପନ୍ନ ହୋଇଥିବା ଯୋଗୁ ଦ୍ରବଣର ବର୍ଣ୍ଣ ନୀଳ – ପଚୁଡ ହୋଇଛି |
କର୍ଯ୍ୟାବଳୀ-8 (Activity-8)
ପରୀକ୍ଷା:
- ଗ୍ଲୁକୋଜ୍, ଆଲ୍କହଲ୍, ହାଇଡ୍ରୋକ୍ଲୋରିକ୍ ଏସିଡ୍, ସଫ୍ୟୁରିକ୍ ଏସିଡ଼୍ ଇତ୍ୟାଦିର ଦ୍ରବଣ ନିଆଯାଉ ।
- ଗୋଟିଏ ଠିପିରେ ଦୁଇଟି କଣ୍ଟା ଲଗାଇ, ଏକ 100 ମିଲି. ଲି. ବିକର ମଧ୍ଯରେ ରଖାଯାଉ ।
- ଚିତ୍ରରେ ଦର୍ଶାଯାଇଥିବା ଭଳି ଗୋଟିଏ ବଲ୍ବ ଓ ଗୋଟିଏ ସୁଇଚ୍ ମଧ୍ୟଦେଇ କଣ୍ଟା ଦୁଇଟିକୁ 6 ଭୋଲ୍ଟ ବ୍ୟାଟେରୀର ଦୁଇ ବିପରୀତ ଅଗ୍ର ସହିତ ସଂଯୁକ୍ତ କରାଯାଉ ।
- ବର୍ତ୍ତମାନ ବିକର ମଧ୍ୟକୁ କିଛି ଲଘୁ ହାଇଡ୍ରୋକ୍ଲୋରିକ୍ ଅମ୍ଳ ଢଳାଯାଉ ଏବଂ ସୁଇଚ୍ ଦବାଇ ବିଦ୍ୟୁତ୍ ପ୍ରବାହ ଦୁଇ କରାଯାଉ ।
- ଲଘୁ ସଲଫ୍ୟୁରିକ୍ ଅମ୍ଳ ନେଇ ଏହି କାର୍ଯ୍ୟ ପୁନର୍ବାର କରାଯାଉ । ଗ୍ଲା କୋଜ୍ ଓ ଆଲ୍କହଲ୍ ଦ୍ରବଣ ପୃଥକ୍ ଭାବେ ନେଇ ଏହି ପରୀକ୍ଷା ମଧ୍ୟ କରାଯାଉ ।
ପର୍ଯ୍ୟବେକ୍ଷଣ:
- ବିକର ମଧ୍ଯରେ ଅମ୍ଳୀୟ ଦ୍ରବଣ ନିଆଯାଇଥିବା ବେଳେ ବଲ୍ବଟି ଜଳୁଛି ।
- ବିକର ମଧ୍ୟରେ ଗ୍ଲୁକୋଜ ଓ ଆଲକ୍ଲର ଦ୍ରବଣ ନିଆଯାଇଥିବାବେଳେ ବଲ୍ବଟି ଜଳୁନାହିଁ ।
ସିଦ୍ଧାନ୍ତ:
- ଅମ୍ଳ ଜଳରେ ଦ୍ରବୀଭୂତ ହୋଇ ହାଇଡ୍ରୋଜେନ୍ ଆୟନ (H+) ଦେଉଥିବାରୁ ତାହା ବିଦ୍ୟୁତ୍ ପରିବହନ କରେ ।
- ଗ୍ଲୁକୋଜ୍ କିମ୍ବା ଆଲ୍କହଲ୍ ଜଳରେ ବିଯୋଜିତ ହୋଇ H(aq)+ ଆୟନ ସୃଷ୍ଟି କରନ୍ତି ନାହିଁ । ତେଣୁ ଆଲ୍କହଲ୍ ଏବଂ ଗ୍ଲୁକୋଜ୍ ଭଳି ଯୌଗିକଗୁଡ଼ିକରେ ହାଇଡ୍ରୋଜେନ୍ ଥିଲେ ମଧ୍ୟ ସେମାନଙ୍କ ଜଳୀୟ ଦ୍ରବଣରେ H(aq)+ ଆୟନ ସୃଷ୍ଟି ହୁଏ ନାହିଁ । ଏହି କାରଣରୁ ଏଗୁଡ଼ିକୁ ଅମ୍ଳ ଶ୍ରେଣୀଭୁକ୍ତ କରାଯାଇ ନାହିଁ ।
କର୍ଯ୍ୟାବଳୀ-9 (Activity-9)
ପରୀକ୍ଷା:
ପ୍ରାୟ 1 ଗ୍ରାମ୍ କଠିନ ସୋଡ଼ିୟମ୍ କ୍ଲୋରାଇଡ୍ ଗୋଟିଏ ପରିଷ୍କୃତ ଓ ଶୁଷ୍କ ପରୀକ୍ଷାନଳୀରେ ନିଆଯାଉ । ଚିତ୍ରରେ ପ୍ରଦର୍ଶିତ ହେବାଭଳି ଉପକରଣଗୁଡ଼ିକୁ ସଂଯୋଗ କରାଯାଉ ।
କିଛି ଗାଢ଼ ସଲଫ୍ୟୁରିକ୍ ଏସିଡ୍ ପରୀକ୍ଷାନଳୀରେ ମିଶାଯାଉ ।
ପର୍ଯ୍ୟବେକ୍ଷଣ:
ଟ|ଡ୍ ସଲତ୍ୟୁରିକ୍ ଏସିଡ୍. ପର1ଷ୍ପା ନଳୀରେ ମିଶାଇଲେ HCI ଗ୍ୟାସ୍ ସୃଷ୍ଟି ହେବ । ପୁନଶ୍ଚ ଏହି ଉତ୍ପନ୍ନ ଗ୍ୟାସ୍କୁ ଶୁଷ୍କ ପରାଷା କରାଇଲ ଓ ତା ନାଳ ଲିଙ୍ମସ୍ କାଗଜ ଲାଲ୍ ହୋଇଯିବ । କିନ୍ତୁ ଶୁଷ୍କ ଲିଟ୍ମମସ୍ କାଖଡର କୌଣସି ପରିଚ୍ତ୍ତନ ଘଟିବ ନାହିଁ ।
ସିଦ୍ଧାନ୍ତ:
ହାଇଡ୍ରୋଜେନ ଆୟନ ସ୍ବତନ୍ତ୍ର ଭାବରେ ରହିପାରେ ନାହିଁ କିନ୍ତୁ ଏହା ଜଳ ଅଣୁ ସହିତ ମିଳିତ ହୋଇ ରହିଥାଏ । ତେଣୁ ହାଇଡ୍ରୋଜେନ ଆୟନକୁ ସର୍ବଦା H (ag) କିମ୍ବା ହାଇଡ୍ରୋନିୟମ ଆୟନ (H3O+) ଭାବରେ ଦର୍ଶାଯାଇଥାଏ ।
H++ H2O → H2O+
ଅମ୍ଳଗୁଡ଼ିକ ଜଳରେ H3O+ କିମ୍ବା H+(ag) ଆୟନ ପ୍ରଦାନ କରନ୍ତି ।
ଜଳର ଅନୁପସ୍ଥିତିରେ HCI ଅଣୁରୁ HT ଆୟନର ପୃଥକୀକରଣ ଘଟିପାରେ ନାହିଁ ।
HCI + H2O — H3O+ + Cl–
H+ ଆୟନ ସ୍ଵତନ୍ତ୍ରଭାବରେ ରହିପାରେ ନାହିଁ । କିନ୍ତୁ ଏହା ଜଳ ଅଣୁ ସହିତ ମିଳିତ ହୋଇ ରହିଥାଏ ।
ଡଳ1ୟ, ତ୍ରତ୍ଣରେ କ୍ଷାରକର ହୂମିକା:
କ୍ଷାରକ ଜଳରେ ଦ୍ରବୀଭୂତ ହୋଇ ହାଇଡ୍ରକ୍ସାଇଡ୍ (OH–) ଆୟନ ପ୍ରଦାନ କରନ୍ତି । ଯେଉଁ କ୍ଷାରକଗୁଡ଼ିକ ଜଳରେ ଦ୍ରବଣୀୟ, ସେଗୁଡ଼ିକୁ କ୍ଷାର ବା ଆଲ୍କାଲି (Alkali) କହନ୍ତି । ସମସ୍ତ କ୍ଷାରକ ଜଳରେ ଦ୍ରବୀଭୂତ ହୋଇ ହାଇଡ୍ରିକସାଇଡ (OH–) ଆୟନ ପ୍ରଦାନ କରନ୍ତି ।
କର୍ଯ୍ୟାବଳୀ-10 (Activity-10)
ପରୀକ୍ଷା:
ଗୋଟିଏ ବିକରରେ ପ୍ରାୟ 10 ମିଲିଲିଟର ଜଳ ନେଇ ଏହା ମଧ୍ୟରେ କିଛି ଗାଢ଼ ଗନ୍ଧକାମ୍ଳ ମିଶାଯାଉ ଏବଂ ବିକରକୁ ଘୂରାଇ ମିଶ୍ରଣଟିକୁ ମିଶାଯାଉ ।
ପର୍ଯ୍ୟବେକ୍ଷଣ:
ବିକର୍ର ନିମ୍ନ ଅଂଶକୁ ସ୍ପର୍ଶ କଲେ’ ହାତକୁ ଗରମ ଜଣାପଡ଼ିବ ।
ସିଦ୍ଧାନ୍ତ:
ଅମ୍ଳ ବା କ୍ଷାରକ ଜଳରେ ଦ୍ରବୀଭୂତ ହେବା ଏକ ଅତିମାତ୍ରାରେ ତାପଉତ୍ପାଦୀ ପ୍ରତିକ୍ରିୟା ।
କର୍ଯ୍ୟାବଳୀ-11 (Activity-11)
ଦତ୍ତ ସାରଣୀରେ ଦିଆଯାଇଥିବା ଦ୍ରବଣଗୁଡ଼ିକର pH ମୂଲ୍ୟ ଲିପିବଦ୍ଧ କରାଯାଇଛି ।
pH କାଗଜରେ ଦର୍ଶାଯାଇଥିବା କେତେକ ସାଧାରଣ ପଦାର୍ଥଗୁଡ଼ିକର pH (ବର୍ଷ ଏକ ସ୍ଥୂଳ ସୂଚନା ମାତ୍ର) ଅମ୍ଳ ଓ କ୍ଷାରକର ସବଳତା: ଯେଉଁ ଅମ୍ଳଗୁଡ଼ିକ ଅଧିକ ପରିମାଣର H+ ଆୟନ ଦେଇଥା’ନ୍ତି, ସେଗୁଡ଼ିକ ସବଳ ଅମ୍ଳ ଏବଂ ଯେଉଁ ଅମ୍ଳଗୁଡ଼ିକ କମ୍ ପରିମାଣରେ H+ ଆୟନ ଦେଇଥା’ନ୍ତି, ସେଗୁଡ଼ିକୁ ଦୁର୍ବଳ ଅମ୍ଳ କୁହାଯାଏ । ଯେଉଁ କ୍ଷାରକ ଅଧିକ ପରିମାଣରେ OH– ଆୟନ ଦେଇଥା’ନ୍ତି, ସେଗୁଡ଼ିକ ସବଳ କ୍ଷାରକ । ଯେଉଁ କ୍ଷାରକଗୁଡ଼ିକ କମ୍ ପରିମାଣରେ OH– ଆୟନ ଦେଇଥା’ନ୍ତି, ସେଗୁଡ଼ିକୁ ଦୁର୍ବଳ କ୍ଷାରକ କୁହାଯାଏ ।
କର୍ଯ୍ୟାବଳୀ-12 (Activity-12)
- ଗୋଟିଏ ଜମିର ବିଭିନ୍ନ ସ୍ଥାନରୁ ସଂଗୃହୀତ ପ୍ରାୟ 2 ଗ୍ରାମ୍ ମାଟି ଗୋଟିଏ ପରୀକ୍ଷାନଳୀରେ ନେଇ ସେଥିରେ 5 ମିଲିଲିଟର ଜଳ ମିଶାଯାଉ ଓ ପରୀକ୍ଷାନଳୀକୁ ଭଲ ଭାବରେ ହଲାଇ ଦିଆଯାଉ ।
- ପରୀକ୍ଷା ନଳୀରେ ଥିବା ପଦାର୍ଥକୁ ପରିସ୍ରବଣ କରି ଅନ୍ୟ ଏକ ପରୀକ୍ଷାନଳୀରେ ପରିସୃତ ଦ୍ରବଣକୁ ସଂଗ୍ରହ କରାଯାଉ ।
- ଏକ ସାର୍ବଜନୀନ ସୂଚକ କାଗଜ ସାହାଯ୍ୟରେ ଏହି ପରିସୃତ ଦ୍ରବଣର pH ସ୍ଥିର କରାଯାଉ ।
କର୍ଯ୍ୟାବଳୀ-13 (Activity-13)
କର୍ଯ୍ୟାବଳୀ-14 (Activity-14)
ସମାନ ଯୁକ୍ତାତ୍ମକ କିମ୍ବା ସମାନ ବିଯୁକ୍ତାତ୍ମକ ରାଡ଼ିକାଲ ଥିବା ଲବଣଗୁଡ଼ିକ ଏକ ପରିବାରର ଅନ୍ତର୍ଭୁକ୍ତ ବୋଲି କୁହାଯାଏ ।
ପର୍ଯ୍ୟବେକ୍ଷଣ:
NaCl ଓ Na2SO4 ସୋଡ଼ିୟମ୍ ଲବଣ ପରିବାରର ଅନ୍ତର୍ଭୁକ୍ତ । ସେହିପରି ଭାବରେ NaCI ଓ KCI କ୍ଲୋରାଇଡ୍ ଲବଣ ପରିବାରର ଅନ୍ତର୍ଭୁକ୍ତ ।
- ପୋଟାସିୟମ୍ ସଲ୍ଫେଟ୍ (K2SO4), ସୋଡ଼ିୟମ୍ ସଲ୍ଫେଟ୍ (Na2SO4), କ୍ୟାଲସିୟମ୍ ସଲଫେଟ୍ (CaSO4), ମ୍ୟାଗ୍ନେସିୟମ୍ ସଲଫେଟ୍ (MgSO4) ଇତ୍ୟାଦି ସଲ୍ଫେଟ୍ ଲବଣ ପରିବାରର ଅନ୍ତର୍ଭୁକ୍ତ ।
- ସୋଡ଼ିୟମ୍ କ୍ଲୋରାଇଡ୍ (NaCl), ସୋଡ଼ିୟମ୍ ନାଇଟ୍ରେଟ୍ (NaNO3), ସୋଡ଼ିୟମ୍ କାର୍ବୋନେଟ୍ (Na2CO3) ଇତ୍ୟାଦି ସୋଡ଼ିୟମ୍ ଲବଣ ପରିବାରର ଅନ୍ତର୍ଭୁକ୍ତ ।
- ସାଡ଼ିୟମ୍ କ୍ଲୋରାଇଡ୍ ଏବଂ ଏମୋନିୟମ୍ କ୍ଲୋରାଇଡ୍ (NH4CI) ଇତ୍ୟାଦି କ୍ଲୋରାଇଡ୍ ଲବଣ ପରିବାରର ଅନ୍ତର୍ଭୁକ୍ତ ।