Odisha State Board BSE Odisha 10th Class Physical Science Solutions Chapter 9 ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ Textbook Exercise Questions and Answers.
BSE Odisha Class 10 Physical Science Solutions Chapter 9 ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ
ପ୍ରଶ୍ନ 1 ରୁ 5 ମଧ୍ୟରେ ପ୍ରତ୍ୟେକ ପ୍ରଶ୍ନ ପାଇଁ ଦିଆଯାଇଥିବା ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛ ।
Question 1.
ଖଣ୍ଡିଏ ଲମ୍ବା ସଳଖ ତାର ଚାରିପଟେ ଚୁମ୍ବକୀୟ କ୍ଷେତ୍ର କିଭଳି ହୋଇଥାଏ ?
(a) ତାର ପ୍ରତି ଲମ୍ବ ସରଳରେଖା ଦ୍ୱାରା ଚୁମ୍ବକୀୟ କ୍ଷେତ୍ର ସୂଚିତ ହୁଏ ।
(b) ତାର ପ୍ରତି ସମାନ୍ତର ସରଳରେଖା ଦ୍ୱାରା ଚୁମ୍ବକୀୟ କ୍ଷେତ୍ର ସୂଚିତ ହୁଏ ।
(c) ତାରରୁ ବାହାରୁଥିବା ଅରୀୟ (Radial) ରେଖା ଦ୍ୱାରା ଚୁମ୍ବକୀୟ କ୍ଷେତ୍ର ସୂଚିତ ହୁଏ ।
(d) ତାରକୁ କେନ୍ଦ୍ର କରୁଥିବା ସମକୈନ୍ଦ୍ରିକ ବୃତ୍ତଦ୍ୱାରା ଚୁମ୍ବକୀୟ କ୍ଷେତ୍ର ସୂଚିତ ହୁଏ ।
Answer:
(d) ତାରିକୁ କେନ୍ଦ୍ର କରୁଥିବା ସମକୈନ୍ଦ୍ରିକ ବୃତ୍ତଦ୍ୱାରା ଚୁମ୍ବକୀୟ କ୍ଷେତ୍ର ସୂଚିତ ହୁଏ ।
Question 2.
ବିଦ୍ୟୁତ୍ ଚୁମ୍ବକୀୟ ପ୍ରେରଣ ହେଉଛି
(a) ବସ୍ତୁକୁ ଚାର୍ଜିତ କରିବା ପଦ୍ଧତି
(b) ଏକ ପଦ୍ଧତି ଯେଉଁଥିରେ କୁଣ୍ଡଳୀରେ ବିଦ୍ୟୁତ୍ ପ୍ରବାହ ଯୋଗୁଁ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି ହୁଏ ।
(c) ଏକ ପଦ୍ଧତି ଯେଉଁଥିରେ କୁଣ୍ଡଳୀ ଓ ଚୁମ୍ବକ ମଧ୍ୟରେ ଆପେକ୍ଷିକ ଗତି ଯୋଗୁଁ କୁଣ୍ଡଳୀରେ ପ୍ରେରିତ ବିଦ୍ୟୁତ୍ ପ୍ରବାହ ସୃଷ୍ଟି ହୁଏ ।
(d) ବୈଦ୍ୟୁତିକ ମୋଟର୍ର କୁଣ୍ଡଳୀକୁ ଘୂରାଇବା ପଦ୍ଧତି ।
Answer:
(୯) ଏକ ପଦ୍ଧତି ଯେଉଁଥିରେ କୁଣ୍ଡଳୀ ଓ ଚୁମ୍ବକ ମଧ୍ୟରେ ଆପେକ୍ଷିକ ଗତି ଯୋଗୁଁ କୁଣ୍ଡଳୀରେ ପ୍ରେରିତ ବିଦ୍ୟୁତ୍ ପ୍ରବାହ ସୃଷ୍ଟି ହୁଏ ।
Question 3.
ବିଦ୍ୟୁତ୍ ପ୍ରବାହ ଉତ୍ପନ୍ନ କରିବା ପାଇଁ ବ୍ୟବହୃତ ହେଉଥିବା ସାଧନର ନାମ ହେଉଛି –
(a) ଜେନେରେଟର୍
(b) ଗାଲ୍ ଭାନୋମିଟର୍
(c) ଏମିଟର୍
(d) ମୋଟର୍
Answer:
(a) ଜେନେରେଟର୍
Question 4.
ଏ.ସି. ଜେନେରେଟର ଓ ଡି.ସି. ଜେନେରେଟର ମଧ୍ୟରେ ମୁଖ୍ୟ ପ୍ରଭେଦ ହେଉଛି –
(c) ଏ.ସି. ଜେନେରେଟର୍ରେ ବିଦ୍ୟୁତ୍ ଚୁମ୍ବକ ଥିବାବେଳେ ଡି.ସି. ଜେନେରେଟର୍ରେ ସ୍ଥାୟୀ ଚୁମ୍ବକ ଥାଏ ।
(b) ଡି.ସି. ଜେନେରେଟର୍ ଅଧିକ ଭୋଲ୍ଟେଜ୍ ଉତ୍ପନ୍ନ କରେ ।
(c) ଏ.ସି. ଜେନେରେଟର୍ ଅଧିକ ଭୋଲ୍ଟେଜ୍ ଉତ୍ପନ୍ନ କରେ ।
(d) ଏ.ସି. ଜେନେରେଟର୍ରେ ସ୍କ୍ରିପ୍ ବଳୟ ଥିବାବେଳେ ଡି.ସି. ଜେନେରେଟର୍ରେ କମ୍ୟୁଟେଟ୍ର ଥାଏ ।
Answer:
(d) ଏ.ସି. ଜେନେରେଟର୍ରେ ସ୍କ୍ରିପ୍ ବଳୟ ଥିବାବେଳେ ଡି.ସି. ଜେନେରେଟର୍ରେ କମ୍ୟୁଟେଟ୍ ଥାଏ ।
Question 5.
ଲଘୁପଥନ ହୋଇଥିବା ପରିପଥରେ ବିଦ୍ୟୁତ୍ ପ୍ରବାହ
(a) ବହୁ ପରିମାଣରେ କମିଯାଏ
(b) ଅପରିର୍ତ୍ତର ରହେ
(c) ବହୁପରିମାଣରେ ବଢ଼ିଯାଏ
(d) ଅରିରତ ଉ|ବେ ବଦଳୁଥାଏ
Answer:
(c) ବହୁ ପରିମାଣରେ ବଢ଼ିଯାଏ
Question 6.
ନିମ୍ନଲିଖୂ ବାକ୍ୟଗୁଡ଼ିକ ଠିକ୍ ବା ଭୁଲ୍ ଦର୍ଶାଅ ।
(a) ବୈଦ୍ୟୁତିକ ମୋଟର୍ ଯାନ୍ତ୍ରିକ ଶକ୍ତିକୁ ବିଦ୍ୟୁତ୍ ଶକ୍ତିରେ ପରିଣତ କରେ ।
(b) ବିଦ୍ୟୁତ୍ ଜେନେରେଟର୍ ବିଦ୍ୟୁତ୍ ଚୁମ୍ବକୀୟ ପ୍ରେରଣ ନିୟମ ଅନୁସାରେ କାର୍ଯ୍ୟ କରେ ।
(c) ବିଦ୍ୟୁତ୍ ପ୍ରବାହ ଥିବା ଏକ ଦୀର୍ଘ ବୃତ୍ତାକାର କୁଣ୍ଡଳୀର କେନ୍ଦ୍ରରେ କ୍ଷେତ୍ର ସମାନ୍ତର ସରଳରେଖା ଦ୍ବାରା ସୂଚିତ ହୁଏ ।
(d) ବିଦ୍ୟୁତ୍ ଯୋଗାଣ କ୍ଷେତ୍ରରେ ଲାଇଭ୍ ତାର ସାଧାରଣତଃ ସବୁଜ ବିଦ୍ୟୁତ୍ରୋଧୀ ଦ୍ଵାରା ଚିହ୍ନିତ ହୋଇଥାଏ ।
Answer:
(a) ଭୁଲ୍ (b) ଠିକ୍ (c) ଠିକ୍ (d) ଭୁଲ୍ ।
Question 7.
ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି କରିବା ପାଇଁ ଦୁଇଟି ଉପାୟର ତାଲିକା କର ।
Answer:
(a) କୃତ୍ରିମ ଓ ପ୍ରାକୃତିକ ଚୁମ୍ବକ
(b) ବିଦ୍ୟୁତ୍ ଚୁମ୍ବକ
(c) ଏକ ପରିବାହୀ, ତାର କୁଣ୍ଡଳୀ ଓ ସଲେନଏଡ୍ ଯେ କି ବିଦ୍ୟୁତ୍ ପରିବହନ କରେ ।
Question 8.
ସଲେନଏଡ୍ କେମିତି ଚୁମ୍ବକ ଭଳି କାର୍ଯ୍ୟ କରେ ? ଗୋଟିଏ ଦଣ୍ଡ ଚୁମ୍ବକ ସାହାଯ୍ୟରେ ବିଦ୍ୟୁତ୍ ପରିବହନ କରୁଥିବା ସଲେନଏଡ୍ର ଉତ୍ତର ଓ ଦକ୍ଷିଣ ମେରୁ ନିର୍ଣ୍ଣୟ କରିପାରିବ କି ? ବୁଝାଅ ।
Answer:
(a)
- ସଲେନଏଡ୍ ଏକ ଦଣ୍ଡଚୁମ୍ବକ ପରି କାର୍ଯ୍ୟ କରେ ।
- ସଲେନଏଡ୍ ଯୋଗୁଁ ସୃଷ୍ଟ କ୍ଷେତ୍ର ରେଖା ବଳରେଖାମାନ ଦଣ୍ଡ ଚୁମ୍ବକର୍ ବଳରେଖା ସଦୃଶ ।
- ସଲେନଏଡ୍ ଭିତର ପଟରେ କ୍ଷେତ୍ରରେଖାଗୁଡ଼ିକ ସରଳରୈ ଓ ପରସ୍ପର ସହ ସମାନ୍ତର । ବାହାର ପଟରେ ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ଯାଇଛି ।
- ତେଣୁ ଦଣ୍ଡ ଚୁମ୍ବକ ପରି ସଲେନଏଡ୍ର ଗୋଟିଏ ପ୍ରାନ୍ତ ଚୁମ୍ବକୀୟ ଉତ୍ତର ମେରୁ ଓ ଅନ୍ୟ ପ୍ରାନ୍ତଟି ଦକ୍ଷିଣ ମେରୁ ଭଳି ଆଚରଣ କରେ ।
(b)
(i) ସଲେନଏଡ୍ ପ୍ରାନ୍ତକୁ ଚାହିଁଲେ ଯଦି ପ୍ରବାହ ଘଣ୍ଟାକଣ୍ଟା ଘୂରିବା ଦିଗରେ ଅର୍ଥାତ୍ ଦକ୍ଷିଣାବର୍ତୀ ପ୍ରବାହ ହେଉଥାଏ, ତେବେ ସେହି ପ୍ରାନ୍ତ ଦକ୍ଷିଣ ମେରୁ ଏବଂ ଯେଉଁ ପ୍ରାନ୍ତରେ ବାମାବର୍ତୀ ପ୍ରବାହ ହେଉଥିବ ତାହା ଉତ୍ତର ମେରୁ ।
(ii) ଦ୍ଵିତୀୟରେ ଗୋଟିଏ ଦଣ୍ଡଚୁମ୍ବକର ଉତ୍ତର ମେରୁ ସଲେନଏଡ଼ର ଏକ ପ୍ରାନ୍ତ ନିକଟକୁ ନେଲେ ଯଦି ସଲେନଏଡ୍ ଉତ୍ତର ମେରୁ ଆଡ଼କୁ ଆକୃଷ୍ଟ ହୋଇଆସେ ତେବେ ସଲେନଏଡ୍ର ସେହି ପ୍ରାନ୍ତ ଦକ୍ଷିଣ ମେରୁ । ଯଦି ସଲେନଏଡ୍ର ସେହି ପ୍ରାନ୍ତ ଦଣ୍ଡ ଚୁମ୍ବକର ଉତ୍ତର ମେରୁଠାରୁ ଦୂରେଇଯାଏ ତେବେ ତାହା ଉତ୍ତର ମେରୁ ହେବ ।
Question 9.
ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ରହିଥିବା ବିଦ୍ୟୁତ୍ ପ୍ରବାହ ବିଶିଷ୍ଟ ପରିବାହୀ ଉପରେ ବଳ କେତେବେଳେ ସର୍ବାଧିକ ହୁଏ ?
Answer:
ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ରହିଥିବା ବିଦ୍ୟୁତ୍ ପ୍ରବାହ ବିଶିଷ୍ଟ ପରିବାହୀ ଉପରେ ବଳ ସର୍ବାଧିକ ହେବ ଯେତେବେଳେ ପରିବାହୀରେ ବିଦ୍ୟୁତ୍ ସ୍ରୋତର ଦିଗ ଚୁମ୍ବକୀୟ କ୍ଷେତ୍ରର ଦିଗ ପରସ୍ପର ପ୍ରତି ଲମ୍ବ ହେବ ।
Question 10.
ମନେକର ଗୋଟିଏ କୋଠରୀ ଭିତରେ ତୁମେ ଗୋଟିଏ କାନ୍ଥକୁ ଆଉଜି ବସିଛ । ପଛକାନ୍ଥରୁ ସାମ୍ନା କାନ୍ଥ ଆଡ଼କୁ ଭୂସମାନ୍ତର ଭାବେ ଗତି କରୁଥିବା ଏକ ଇଲେକ୍ଟ୍ରନ ଗୁଚ୍ଛ ଗୋଟିଏ ତୀବ୍ର ଚୁମ୍ବକୀୟ କ୍ଷେତ୍ର ଯୋଗୁଁ ତୁମ ଡାହାଣ ଆଡ଼କୁ ବିକ୍ଷେପିତ ହେଉଛି । ଚୁମ୍ବକୀୟ କ୍ଷେତ୍ରର ଦିଗ କ’ଣ ?
Answer:
ବିଦ୍ୟୁତ୍ ସ୍ରୋତ (I)ର ଦିଗ ଇଲେକ୍ଟ୍ରନ ଗୁଚ୍ଛର ବିପରୀତ ଦିଗ ଅଟେ । ଯେହେତୁ ଇଲେକ୍ ଟ୍ରନ ରଶ୍ମିଗୁଚ୍ଛ ଗୋଟିଏ ତୀବ୍ର ଚୁମ୍ବକୀୟ କ୍ଷେତ୍ର ଯୋଗୁ ଡାହାଣ ଆଡ଼କୁ ବିକ୍ଷେପିତ ହେଉଛି, ଫ୍ଲେମିଂଙ୍କ ବାମହସ୍ତ ନିୟମ ପ୍ରୟୋଗ କଲେ ଜଣାଯାଏ ଯେ ଚୁମ୍ବକୀୟ କ୍ଷେତ୍ର ଲମ୍ବଭାବରେ ନିମ୍ନମୁଖୀ କାର୍ଯ୍ୟକାରୀ ହେତଛ |
Question 11.
ଗୋଟିଏ ବୈଦ୍ୟୁତିକ ମୋଟର୍ର ନାମାଙ୍କିତ ଚିତ୍ର ଅଙ୍କନ କର । ଏହାର ନିୟମ ଓ କାର୍ଯ୍ୟପ୍ରଣାଳୀ ବୁଝାଅ । ମୋଟର୍ରେ ବିଖଣ୍ଡିତ ବଳୟର କାର୍ଯ୍ୟ କ’ଣ ?
Answer:
ନିୟମ : ବୈଦ୍ୟୁତିକ ମୋଟର୍ ଏକ ଘୂର୍ଣାୟମାନ ଯନ୍ତ୍ର । ଏହା ବିଦ୍ୟୁତ୍ ଶକ୍ତିକୁ ଯାନ୍ତ୍ରିକ ଶକ୍ତିରେ ରୂପାନ୍ତରିତ କରେ । ଯେକୌଣସି ପରିବାହୀରେ ବିଦ୍ୟୁତ୍ ସ୍ରୋତ ପ୍ରବାହ କଲେ ତା’ ଚତୁର୍ଦ୍ଦିଗରେ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି ହୁଏ । ଯଦି ଏକ ସ୍ଥାୟୀ ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ବିଦ୍ୟୁତ୍ ପ୍ରବାହୀ ପରିବାହୀକୁ ରଖାଯାଏ, ତେବେ ଦୁଇଟି ଚୁମ୍ବକୀୟ କ୍ଷେତ୍ର ପରସ୍ପରକୁ ପ୍ରଭାବିତ କରନ୍ତି । ଫଳରେ ପରିବାହୀଟି ଉପରେ ଏକ ବଳ କାର୍ଯ୍ୟକାରୀ ହୁଏ । ଏହି ବଳ ପ୍ରଭାବରେ ପରିବାହୀଟି ଗତିଶୀଳ ହୁଏ ।
କାର୍ଯ୍ୟପ୍ରଣାଳୀ :
- ବ୍ୟାଟେରୀରୁ ବିଦ୍ୟୁତ୍ ସ୍ରୋତ ବ୍ରଶ X ଜରିଆରେ କୁଣ୍ଡଳୀ ABCD ରେ ପ୍ରବେଶ କରେ ଓ Y ଜରିଆରେ ପ୍ରସ୍ଥାନ କରେ |
- ବିଦ୍ୟୁତ୍ ସ୍ରୋତ ବାହୁ AB ରେ A ରୁ B ଆଡ଼କୁ ଓ CD ରେ C ରୁ D ଆଡ଼କୁ ପ୍ରବାହିତ ହେଉଛି ।
- ଫ୍ଲେମିଂଙ୍କ ବାମହସ୍ତ ନିୟମ ଅନୁସାରେ AB ଉପରେ କାର୍ଯ୍ୟକାରୀ ହେଉଥିବା ବଳ ତାକୁ ତଳକୁ ଠେଲୁଥିବା ବେଳେ CD ଉପରେ କାର୍ଯ୍ୟକାରୀ ହେଉଥିବା ବଳ ତାକୁ ଉପରକୁ ଠେଲିବ ।
- କୁଣ୍ଡଳୀ ଓ ଅଖ ଗୋଟିଏ ଅକ୍ଷ ଚାରିପଟେ ଘଣ୍ଟାକଣ୍ଟାର ବିପରୀତ ଦିଗରେ ଘୂରିବ । ପ୍ରବାହିତ ହେବ ।
- ଅର୍ଶଘୂର୍ଶନ ପରେ Q ବ୍ରଶ Xସହ ଓ P ବ୍ରଶ Y ସହ ଲାଗିବ ।
- କୁଣ୍ଡଳୀରେ ବିଦ୍ୟୁତ୍ ସ୍ରୋତର ଦିଗ ବିପରୀତ ହୋଇ DCBA ରେ
- ବିଦ୍ୟୁତ୍ ସ୍ରୋତର ଦିଗର ପରିବର୍ତ୍ତନ AB ଓ CD ଉପରେ କାର୍ଯ୍ୟକାରୀ ହେଉଥିବା ବଳର ଦିଗ ପରିବର୍ତ୍ତନ କରେ । ପୂର୍ବରୁ ତଳକୁ ଯାଉଥୁବା AB ବର୍ତ୍ତମାନ ଉପରକୁ ଉଠିବ ଏବଂ ପୂର୍ବରୁ ଉପରକୁ ଉଠୁଥିବା CD ବର୍ତ୍ତମାନ ତଳକୁ ଖସିବ ।
- କୁଣ୍ଡଳୀ ଓ ଅଖ ଏକାଦିଗରେ ଆଉ ଏକ ଅର୍ଦ୍ଧ ଘୂର୍ଣ୍ଣନ କରିବ ।
- ପ୍ରତି ଅର୍ଥ ଘୂର୍ଣ୍ଣନ ପରେ ବିଦ୍ୟୁତ୍ ସ୍ରୋତ ଦିଗ ବଦଳି ଚାଲିବ ଏବଂ କୁଣ୍ଡଳୀ ଓ ଅଖ ଘଣ୍ଟାକଣ୍ଟାର ବିପରୀତ ଦିଗରେ ଅନବରତ ଘୂରିଚାଲିବ ।
- ଯେଉଁ ଯନ୍ତ୍ରକୁ ଘୂରାଇବା ଆବଶ୍ୟକ ତାକୁ ଅଖ ସହିତ ସଂଯୁକ୍ତ କରି ଦିଆଯିବ ।
ବିଖଣ୍ଡିତ ବଳୟର କାର୍ଯ୍ୟ :
ବିଖଣ୍ଡିତ ବଳୟ (କମ୍ୟୁଟେଟ୍ର) ପରିପଥରେ ବିଦ୍ୟୁତ୍ ସ୍ରୋତର ଦିଗ ପ୍ରତି ଅର୍ଷଘୂର୍ଣ୍ଣନରେ ପରିବର୍ତ୍ତନ କରେ । ଫଳରେ କୁଣ୍ଡଳୀରେ ବିଦ୍ୟୁତ୍ ସ୍ରୋତର ଦିଗ ପରିବର୍ତ୍ତନ ହୁଏ । କାର୍ଯ୍ୟକାରୀ ହେଉଥିବା ବଳର ଦିଗ ସେହି ଅନୁସାରେ ପରିବର୍ତ୍ତନ ହୁଏ ଏବଂ କୁଣ୍ଡଳୀକୁ ଅନବରତ ଘୂରିବାରେ ସାହାଯ୍ୟ କରେ ।
Question 12.
ବୈଦ୍ୟୁତିକ ମୋଟର୍ ବ୍ୟବହାର କରୁଥିବା କିଛି ସାଧନର ନାମ ଲେଖ ।
Answer:
ବିଦ୍ୟୁତ୍ ଚାଳିତ ପଙ୍ଖା, ରେଫ୍ରିଜରେଟର୍, ମିକ୍ସର, ଲୁଗାଧୁଆ ଯନ୍ତ୍ର, କମ୍ପ୍ୟୁଟର, MP-3 ପ୍ଲେୟାର, ପାଣିପମ୍ପ୍, କୁଲର୍, ଶୀତତାପ ନିୟନ୍ତ୍ରିତ ଯନ୍ତ୍ର, ଧାନକୁଟା କଳ ।
Question 13.
ବିଦ୍ୟୁତ୍ରୋଧୀ ଦ୍ୱାରା ଆଚ୍ଛାଦିତ ତମ୍ବାତାରର ଏକ କୁଣ୍ଡଳୀ ଗୋଟିଏ ଗାଲ୍ଭାନୋମିଟର ସହ ସଂଯୁକ୍ତ । ଗୋଟିଏ ଦଣ୍ଡ ଚୁମ୍ବକକୁ ଯଦି
(i) କୁଣ୍ଡଳୀ ମଧ୍ୟକୁ ଠେଲି ଦିଆଯାଏ,
(ii) କୁଣ୍ଡଳୀ ମଧ୍ୟରୁ ବାହାରକୁ କାଢ଼ି ଅଣାଯାଏ,
(iii) କୁଣ୍ଡଳୀ ମଧ୍ୟରେ ସ୍ଥିର ଭାବେ ରଖାଯାଏ, ତା’ ହେଲେ କ’ଣ ହେବ ?
Answer:
ବିଦ୍ୟୁତ୍ରୋଧୀ ଦ୍ଵାରା ଆଚ୍ଛାଦିତ ତମ୍ବାତାରର ଏକ କୁଣ୍ଡଳୀ ଗୋଟିଏ ଗାଲ୍ଭାନୋମିଟର ସହ ସଂଯୁକ୍ତ । ଗାଲଭାନୋମିଟର କ୍ଷୀଣ ବିଦ୍ୟୁତ୍ ମାପକ ଯନ୍ତ୍ର ।
(i) ଗୋଟିଏ ଦଣ୍ଡ ଚୁମ୍ବକକୁ ଯଦି କୁଣ୍ଡଳୀ ମଧ୍ୟକୁ ଠେଲି ଦିଆଯାଏ ତେବେ ଗାଲଭାନୋମିଟରର ସୂଚୀ ଡାହାଣପଟକୁ ବିକ୍ଷେପିତ ହେବ । ଗାଲଭାନୋମିଟର୍ ବିକ୍ଷେପଣର ଅର୍ଥ କୁଣ୍ଡଳୀ ମଧ୍ଯରେ ବିଦ୍ୟୁତ୍ ପ୍ରବାହିତ ହୋଇଛି । ବୁମ୍ବକକୁ କୁଣ୍ଡଳୀ ନିକଟକୁ ହଠାତ୍ ନେଲେ କୁଣ୍ଡଳୀରେ ଚୁମ୍ବକୀୟ କ୍ଷେତ୍ର ପରିବର୍ତ୍ତନ ହୁଏ ଏବଂ କୁଣ୍ଡଳୀରେ ଚୁମ୍ବକୀୟ ବଳରେଖାର ପରିବର୍ତ୍ତନ ହୁଏ । କୁଣ୍ଡଳୀରେ ପ୍ରେରିତ ପ୍ରବାହ ଯୋଗୁଁ ବିଦ୍ୟୁତ୍ ସ୍ରୋତ ସୃଷ୍ଟିହେଲା ଏବଂ ଗାଲ୍ଭାନୋମିଟର୍ ଡାହାଣକୁ ବିକ୍ଷେପିତ ହେଲା ।
(ii) କୁଣ୍ଡଳୀ ମଧ୍ୟରୁ ବାହାରକୁ କାଢ଼ି ଆଣିଲେ ହଠାତ୍ କୁଣ୍ଡଳୀରେ ଚୁମ୍ବକକ୍ଷେତ୍ର ପରିବର୍ତ୍ତନ ହେବ । ଫଳରେ କୁଣ୍ଡଳୀରେ ପ୍ରେରିତ ପ୍ରବାହ (ବିପରୀତ) ହେବ, ତେବେ ଗାଲଭାନୋମିଟର ବିକ୍ଷେପ ବାମପଟକୁ ହେବ । କୁଣ୍ଡଳୀରେ ବିଦ୍ୟୁତ୍ ସ୍ରୋତ ସୃଷ୍ଟି ହୋଇ ବିପରୀତ ଦିଗରେ ପ୍ରବାହିତ ହେବ ।
(iii) କୁଣ୍ଡଳୀ ମଧ୍ଯରେ ଚୁମ୍ବକକୁ ସ୍ଥିର ରଖୁଲେ ଚୁମ୍ବକୀୟ କ୍ଷେତ୍ରରେଖା ପରିବର୍ତ୍ତନ ହୁଏନାହିଁ । ଫଳରେ ବିଦ୍ୟୁତ୍ ସ୍ରୋତ ଉତ୍ପନ୍ନ ହୁଏ ନାହିଁ । ତେଣୁ ଗାଲଭାନୋମିଟର ବିକ୍ଷେପ ଶୂନ ହେବ ।
Question 14.
ଦୁଇଟି ବୃତ୍ତାକାର କୁଣ୍ଡଳୀ À ଓ B ପାଖାପାଖ୍ ରହିଛି । ଯଦି କୁଣ୍ଡଳୀ A ରେ ବିଦ୍ୟୁତ୍ ପ୍ରବାହ ବଦଳେ, କୁଣ୍ଡଳୀ Bରେ କିଛି ପ୍ରେରିତ ବିଦ୍ୟୁତ୍ ପ୍ରବାହ ହେବ କି ? କାରଣ ଦିଅ ।
Answer:
ହଁ, ଯଦି କୁଣ୍ଡଳୀ A ରେ ବିଦ୍ୟୁତ୍ ପ୍ରବାହ ବଦଳେ ତେବେ କୁଣ୍ଡଳୀ B ରେ କିଛି ପ୍ରେରିତ ବିଦ୍ୟୁତ୍ ପ୍ରବାହ ହେବ । କାରଣ ଆମେ ଜାଣୁ ଯେ ଯଦି ବିଦ୍ୟୁତ୍ ପ୍ରବାହ ପରିବର୍ତ୍ତନ ହେବ, ଚୁମ୍ବକୀୟ କ୍ଷେତ୍ରର ତୀବ୍ରତା ପରିବର୍ତ୍ତନ ହେବ । ତେଣୁ ଚୁମ୍ବକୀୟ କ୍ଷେତ୍ରର ରେଖା ପରିବର୍ତ୍ତନ ହେଲେ B ର ମଧ୍ୟ ଚୁମ୍ବକୀୟ କ୍ଷେତ୍ରର ରେଖା ପରିବର୍ତ୍ତନ ହେବ । A ରେ ବିଦ୍ୟୁତ୍ ପ୍ରବାହ ବଦଳିବ ଫଳରେ B ରେ ପ୍ରେରିତ ବିଦ୍ୟୁତ୍ ପ୍ରବାହ ହେବ ।
Question 15.
ନିୟମ ଦର୍ଶାଅ ।
Answer:
(i) ସଳଖ ପରିବାହୀରେ ବିଦ୍ୟୁତ୍ ପ୍ରବାହ ଜନିତ ଚୁମ୍ବକୀୟ କ୍ଷେତ୍ରରେ ଦିଗ ନିର୍ଣ୍ଣୟ କରିବା ପାଇଁ ।
ଡ :
ଦକ୍ଷିଣହସ୍ତ ବୃଦ୍ଧାଙ୍ଗୁଳି ନିୟମ :
ମନେକର ଯେଉଁ ତାରରେ ବିଦ୍ୟୁତ୍ ପ୍ରବାହ ହେଉଛି ତାକୁ ତୁମେ ଡାହାଣ ହାତରେ ଏମିତି ମୁଠାଇ ଧରିଛି ଯେ ବୁଢ଼ା ଆଙ୍ଗୁଳିଟି ବିଦ୍ୟୁତ୍ ପ୍ରବାହ ଦିଗରେ ତାର ସହ ସମାନ୍ତର ହୋଇ ଲମ୍ବିରହିଛି ଓ ଅନ୍ୟ ଆଙ୍ଗୁଳିଗୁଡ଼ିକ ତାର ଚାରିପଟେ ବଙ୍କାଇ ହୋଇ ଘେରି ରହିଛି । ଏହି ଆଙ୍ଗୁଳି ଗୁଡ଼ିକର ଟିପ ଯେଉଁ ବୃତ୍ତାକାର ଦିଗର ସୂଚନା ଦେଉଛି ତାହା ହେଉଛି ବିଦ୍ୟୁତ୍ ସ୍ରୋତ ବହନ କରୁଥିବା ପରିବାହୀ ଜନିତ ଚୁମ୍ବକୀୟ କ୍ଷେତ୍ରର ଦିଗ ।
(ii) ଚୁମ୍ବକୀୟ କ୍ଷେତ୍ର ପ୍ରତି ଲମ୍ବ ଭାବେ ଥିବା ସଳଖ ପରିବାହୀରେ ବିଦ୍ୟୁତ୍ ପ୍ରବାହ ଜନିତ ବଳର ଦିଗ ନିର୍ଣ୍ଣୟ କରିବା ପାଇଁ ।
ଡ :
ଫ୍ଲେମିଂଙ୍କ ବାମହସ୍ତ ନିୟମ :
ବାମହସ୍ତ ବୃଦ୍ଧାଙ୍ଗୁଳି, ତର୍ଜନୀ ଓ ମଧ୍ଯମାକୁ ଏପରି ଖୋଲି ରଖ ଯେପରିକି ସେଗୁଡ଼ିକ ପରସ୍ପର ପ୍ରତି ଲମ୍ବ ହୋଇ ରହିବେ । ଯଦି ତର୍ଜନୀ ଚୁମ୍ବକୀୟ କ୍ଷେତ୍ରର ଦିଗ ଓ ମଧ୍ୟମା ବିଦ୍ୟୁତ୍ ସ୍ରୋତର ଦିଗ ସୂଚାଏ ତେବେ ପରିବାହୀ ଉପରେ କାର୍ଯ୍ୟକାରୀ ହେଉଥିବା ବଳର ଦିଗ ବା ପରିବାହୀର ଗତିର ଦିଗ ବୃଦ୍ଧାଙ୍ଗୁଳି ଦ୍ଵାରା ନିର୍ଦ୍ଦେଶିତ ହେବ ।
(iii) କୁଣ୍ଡଳୀଟିଏ ଚୁମ୍ବକୀୟ କ୍ଷେତ୍ରରେ ଘୂରୁଥିଲେ ସେଥିରେ ଉତ୍ପନ୍ନ ହେଉଥିବା ପ୍ରେରିତ ବିଦ୍ୟୁତ୍ ପ୍ରବାହର ଦିଗ ନିର୍ଣ୍ଣୟ କରିବା ପାଇଁ ।
ଡ :
ଫ୍ଲେମିଂଙ୍କ ଦକ୍ଷିଣହସ୍ତ ନିୟମ :
ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳୀ, ତର୍ଜନୀ ଓ ମଧ୍ଯମାକୁ ଏପରି ଖୋଲି ରଖ ଯେ ସେଗୁଡ଼ିକ ପରସ୍ପର ପ୍ରତି ସମକୋଣରେ ରହିବେ । ତର୍ଜନୀ ଚୁମ୍ବକୀୟ କ୍ଷେତ୍ରର ଦିଗ ଓ ବୃଦ୍ଧାଙ୍ଗୁଳି ପରିବାହୀର ଗତିର ଦିଗ ନିର୍ଦ୍ଦେଶ କଲେ ମଧ୍ୟମା ନିର୍ଦ୍ଦେଶ କରୁଥିବା ଦିଗରେ ପ୍ରେରିତ ବିଦ୍ୟୁତ୍ ପ୍ରବାହ ସୃଷ୍ଟି ହେବ ।
Question 16.
ଏକ ନାମାଙ୍କିତ ଚିତ୍ର ସାହାଯ୍ୟରେ ବିଦ୍ୟୁତ୍ ଜେନେରେଟର୍ର ନିୟମ ଓ କାର୍ଯ୍ୟପ୍ରଣାଳୀ ବୁଝାଅ । ବ୍ରଶ୍ନର କାର୍ଯ୍ୟ କ’ଣ ?
Answer:
ନିସ୍ତ୍ରମ :
ବିଦ୍ୟୁତ୍ ଜେନେରେଟର୍ ବିଦ୍ୟୁତ୍ ଚୁମ୍ବକୀୟ ପ୍ରେରଣ ପଦ୍ଧତି ଉପରେ ପର୍ଯ୍ୟବସିତ । ବିଦ୍ୟୁତ୍ ଜେନେରେଟର ଏକ ଯନ୍ତ୍ର ଯେଉଁଥରେ ଯାନ୍ତ୍ରିକ ଶକ୍ତି ବିଦ୍ୟୁତ୍ ଶକ୍ତିରେ ପରିଣତ ହୁଏ । ଏଥିରେ ଯାନ୍ତ୍ରିକ ଶକ୍ତି ସାହାଯ୍ୟରେ ଏକ ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ଗୋଟିଏ ପରି ବାହୀକୁ ଘୁରାଇ ବିଦ୍ୟୁତ ଉତ୍ପାଦନ କରାଯାଏ ।
ଚୁମ୍ବକ କ୍ଷେତ୍ରରେ ପରିବାହୀର ଗତି ବା ପରିବାହୀ ନିକଟରେ ଚୁମ୍ବକର ଗତି ବା ଯେକୌଣସି ପଦ୍ଧତିରେ ପରିବାହୀ ମଧ୍ୟରେ ଚୁମ୍ବକୀୟ ବଳରେଖାମାନ ପରିବର୍ତ୍ତନ ଫଳରେ ପ୍ରେରିତ ବିଦ୍ୟୁତ୍ ବାହକ ବଳ ସୃଷ୍ଟି ହୁଏ । ଏହି ପ୍ରକ୍ରିୟାକୁ ଉପଯୋଗ କରି ବିଦ୍ୟୁତ୍ ଜେନେରେଟର୍ ଗଠିତ ହୋଇଛି ।
ଖଠନ :
- ABCD ଏକ ଘୂର୍ଣାୟମାନ ଆୟତାକାର କୁଣ୍ଡଳୀ । ଏହାକୁ ଏକ ସ୍ଥାୟୀ ଚୁମ୍ବକରେ ଦୁଇମେରୁ ମଧ୍ୟରେ ରଖାଯାଇଛି ।
- ସ୍କ୍ରିପ୍ ବଳୟ R1 ଓ R2 ସହିତ ଯଥାକ୍ରମେ B1 ଓ B2 ବ୍ରଶ ସଂଯୁକ୍ତ ହୋଇଛି । ବଳୟ ଭିତର ବିଦ୍ୟୁତରୋଧୀ ଏବଂ ବାହାର ପାଖ ବିଦ୍ୟୁତ୍ ସୁପରିବାହୀ ଅଟେ।
- ଅଖ ସହ କୁଣ୍ଡଳୀ ଓ ସ୍କ୍ରିପ୍ ବଳୟ ଘୂରେ । କୁଣ୍ଡଳୀଟି ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ଘୂରେ । ବାହ୍ୟ ପରିପଥ ସହ ବ୍ତଣ୍ ତ୍ରରଟି ସଂପ୍ତକ୍ର |
- ବାହ୍ୟ ପରିପଥରେ ଲାଗିଥିବା ଗାଲ୍ଭାନୋମିଟର୍ ଓ ବିଦ୍ୟୁତ୍ ପ୍ରବାହର ସୂଚନା ଦିଏ ।
କାର୍ଯ୍ୟ :
- ମନେକର କୁଣ୍ଡଳୀକୁ ଘଣ୍ଟାକଣ୍ଟା ଦିଗରେ ଘୂରାଯାଉଛି ।
- ଯେଉଁ ସମୟରେ କୁଣ୍ଡଳୀର ବାହୁ AB ଉପରକୁ ଉଠେ ସେହି ସମୟରେ CD ବାହୁ ତଳକୁ ଖସେ ।
- ଫ୍ଲେମିଂଙ୍କ ଦକ୍ଷିଣ ହସ୍ତ ନିୟମ ଅନୁସାରେ ବାହୁ AB ରେ A ରୁ B ଆଡ଼କୁ ଏବଂ ବାହୁ CD ରେ C ରୁ D ଆଡ଼କୁ ପ୍ରେରିତ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୁଏ ।
- ବାହ୍ୟ ପରିପଥରେ ଏହା B2 ରୁ B1 ଆଡ଼କୁ ପ୍ରବାହିତ ହୁଏ ।
- କୁଣ୍ଡଳୀରେ ଯେତେ ସଂଖ୍ୟକ ଘେର ରହିବ ପ୍ରେରିତ ବିଦ୍ୟୁତ୍ ପ୍ରବାହ ସେହି ଅନୁସାରେ ଅଧିକ ହେବ ।
- ଗୋଟିଏ ଅର୍ଶଘୂର୍ଣ୍ଣନ ପରେ AB ଓ CD ସ୍ଥାନ ବଦଳାଇବ । ବର୍ତ୍ତମାନ CD ଉପରକୁ ଉଠିବ ଏବଂ AB ତଳକୁ ଖସିବ । ଫ୍ଲେମିଂଙ୍କ ଦକ୍ଷିଣ ହସ୍ତ ନିୟମ ଅନୁଯାୟୀ କୁଣ୍ଡଳୀରେ ପ୍ରେରିତ ବିଦ୍ୟୁତ୍ ପ୍ରବାହ DCBA ବିଖରେ ହେଡ୍ଚ୍ଚି |
- ବାହ୍ୟ ପରିପଥରେ ବିଦ୍ୟୁତ୍ ପ୍ରବାହ B1 ରୁ B2 କୁ ହେବ । ପ୍ରତି ଅର୍ଥ ଘୂର୍ଣ୍ଣନ ପରେ ପ୍ରେରିତ ବିଦ୍ୟୁତ୍ ପ୍ରବାହର ଦିଗର ପରିବର୍ତ୍ତନ ଘଟେ । ଏ ପ୍ରକାର ସ୍ରୋତକୁ ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ସ୍ରୋତ କହନ୍ତି ।
- ଡି.ସି. ବା ସଳଖ ବିଦ୍ୟୁତ୍ ପ୍ରବାହ ପାଇଁ ବଳୟ ପରିବର୍ତ୍ତେ ବିଖଣ୍ଡିତ ବଳୟ ବା କମ୍ୟୁଟେଟ୍ର ବ୍ୟବହାର କରାଯାଏ ।
ବ୍ରଶ୍ନର କାର୍ଯ୍ୟ
B1 ଓ B2 ଦୁଇଟି ସ୍ଥିର ଓ ପରିବାହୀ ବ୍ରଶ୍ନ । ବ୍ରଶ୍ ଏକ ପ୍ରାନ୍ତ ବାହ୍ୟ ପରିପଥ ସହିତ ସଂଯୁକ୍ତ ହୋଇଥାଏ ଓ ଅନ୍ୟ ପ୍ରାନ୍ତ ସ୍କ୍ରିପ୍ ବଳୟ R1 ଓ R2 ସହିତ ସଂଯୁକ୍ତ ହୋଇଥାଏ । କୁଣ୍ଡଳୀରେ ଉତ୍ପନ୍ନ ପ୍ରେରିତ ବିଦ୍ୟୁତ୍ ପ୍ରବାହ ଯୋଗୁଁ ବାହ୍ୟ ପରିପଥରେ ପ୍ରବାହ ସୃଷ୍ଟି ହୁଏ ।
Question 17.
ବୈଦ୍ୟୁତିକ ଲଘୁପଥନ କେତେବେଳେ ହୁଏ ?
Answer:
ବିଦ୍ୟୁତ୍ ରୋଧୀ ଆବରଣ ନଷ୍ଟ ହୋଇଯିବା ଯୋଗୁ ବା ଉପକରଣରେ ତ୍ରୁଟି ଥିଲେ ଲାଇଭ୍ ତାର ଓ ନିଉଟ୍ରାଲ୍ ତାର ସିଧାସଳଖ ପରସ୍ପରକୁ ସ୍ପର୍ଶ କଲେ ବିଦ୍ୟୁତ୍ ପ୍ରବାହର ପରିମାଣ ହଠାତ୍ ବଢ଼ିଯାଏ ଏହାକୁ ଲଘୁ ପଥନ (Short-circuiting) କହନ୍ତି ।
Question 18.
ଭୂ-ତାରର କାର୍ଯ୍ୟ କ’ଣ ? ଧାତବ ଉପକରଣକୁ ଭୂମି ସହ କାହିଁକି ସଂଲଗ୍ନ କରାଯାଏ ?
Answer:
(i) ଘରେ ଫେଜ୍ ତାର ଓ ନିଉଟ୍ରାଲ୍ ସହିତ ଏକ ସବୁଜ ବର୍ଣ୍ଣର ବିଦ୍ୟୁତରୋଧୀ ଦ୍ଵାରା ଆଚ୍ଛାଦିତ ତାରକୁ ଭୂତାର କହନ୍ତି । ଏହାର ଗୋଟିଏ ପ୍ରାନ୍ତ ଧାତବ ଫଳକ ସହ ଓ ଅନ୍ୟ ପ୍ରାନ୍ତ ଘର ବାହାରେ ମାଟିର ଗହୀରରେ ପୋତି ଦିଆଯାଏ । ଏହା ଏକ ନିରାପତ୍ତା ସାଧନ, ଯେଉଁଥରେ ଉଚ୍ଚ ପାଓ୍ବାର ବିଶିଷ୍ଟ ଉପକରଣ ବାହାରେ ମାଟି ସହିତ ସଂଯୁକ୍ତ କରାଯାଇଛି । ଏହା ବ୍ୟବହାରକାରୀ ଓ ଉପକରଣ ଉଭୟକୁ ବିଦ୍ୟୁତ୍ ଆଘାତରୁ ରକ୍ଷାକରେ ।
(ii) ଉଚ୍ଚ ପାଓ୍ବାର ବିଶିଷ୍ଟ ବିଦ୍ୟୁତ୍ ଉପକରଣର ଧାତବ ଖୋଳ ସହିତ ଭୂତାରର ଏକ ପ୍ରାନ୍ତ ଯୋଡ଼ାଯାଇଥାଏ । ଯଦି କେତେବେଳେ ବିଦ୍ୟୁତ୍ ସ୍ରୋତ ଲିକ୍ କରି ଧାତବ ଖୋଳକୁ ଚାଲିଆସେ ତାହା ଭୂତାର ଯୋଗେ ମାଟିକୁ ଚାଲିଯାଏ ଏବଂ ଧାତବ ଉପକରଣକୁ ଛୁଇଁଲେ ଗୁରୁତର ବିଦ୍ୟୁତ୍ ଆଘାତ ଲାଗେନାହିଁ ଓ ଉପକରଣ ନଷ୍ଟ ହୁଏ ନାହିଁ । ଏହି କାରଣରୁ ଉପକରଣକୁ ଭୂମିସହ ସଂଲଗ୍ନ କରାଯାଏ ।
ପ୍ରଶ୍ନବଳୀ ଓ ଉତ୍ତର:
Question 1.
ଦଣ୍ଡ ଚୁମ୍ବକ ନିକଟକୁ ଆଣିଲେ କମ୍ପାସ ସୂଚୀ କାହିଁକି ବିକ୍ଷେପିତ ହୁଏ ?
Answer:
ଉଭୟ ଦଣ୍ଡଚୁମ୍ବକ ଓ କମ୍ପାସ ସୂଚୀର ଚୁମ୍ବକୀୟ କ୍ଷେତ୍ର ରହିଛି । ଦଣ୍ଡ ଚୁମ୍ବକର ଚୁମ୍ବକୀୟ କ୍ଷେତ୍ରର ଏକ ପ୍ରକାର ଚୁମ୍ବକୀୟ ବଳ କମ୍ପାସ ସୂଚୀର ଉଭୟ ମେରୁରେ କାର୍ଯ୍ୟ କରୁଛି । ତେଣୁ ଦଣ୍ଡ ଚୁମ୍ବକ ନିକଟକୁ ଆଣିଲେ କମ୍ପାସ ସୂଚୀ ବିକ୍ଷେପିତ ହୁଏ ।
Question 2.
ଚୁମ୍ବକୀୟ କ୍ଷେତ୍ରରେଖାର ଧର୍ମଗୁଡ଼ିକ କ’ଣ ?
Answer:
- ଚୁମ୍ବକର ଉତ୍ତର ମେରୁରୁ କ୍ଷେତ୍ରରେଖା ବାହାରି ଦକ୍ଷିଣ ମେରୁରେ ମିଶେ, କିନ୍ତୁ ଚୁମ୍ବକ ଭିତରେ ଦକ୍ଷିଣ ମେରୁରୁ ଉତ୍ତର ମେରୁ ପର୍ଯ୍ୟନ୍ତ ଯାଇଥାଏ । ତେଣୁ ଚୁମ୍ବକୀୟ କ୍ଷେତ୍ରରେଖା ଏକ ଅବିଚ୍ଛିନ୍ନ ଓ ମୁଦିତ ରେଖା ।
- ଚୁମ୍ବକୀୟ କ୍ଷେତ୍ରର ଆପେକ୍ଷିକ ସାମର୍ଥ୍ୟ କ୍ଷେତ୍ର ରେଖାଗୁଡ଼ିକର ଘନତ୍ଵ ଉପରେ ନିର୍ଭର କରେ ।
- ଯେଉଁଠାରେ କ୍ଷେତ୍ରର ରେଖାଗୁଡ଼ିକ ବେଶି ଲଗାଲଗି ହୋଇଥାଏ, ସେଠାରେ ଚୁମ୍ବକୀୟ କ୍ଷେତ୍ରର ସାମର୍ଥ୍ୟ ଅଧିକ । ସେଠାରେ ଅନ୍ୟ ଏକ ଚୁମ୍ବକର ମେରୁ ଉପରେ ଅଧିକ ବଳ କାର୍ଯ୍ୟକାରୀ ହୁଏ ।
- ଚୁମ୍ବକୀୟ ରେଖା ପରସ୍ପର ସହ ସମାନ୍ତର ।
Question 3.
ଦୁଇଟି ଚୁମ୍ବକୀୟ କ୍ଷେତ୍ରରେଖା କାହିଁକି ପରସ୍ପରକୁ ଛେଦ କରନ୍ତି ନାହିଁ ?
Answer:
ଦୁଇଟି ଚୁମ୍ବକୀୟ କ୍ଷେତ୍ରରେଖା ପରସ୍ପରକୁ ଛେଦ କରନ୍ତି ନାହିଁ କାରଣ ଚୁମ୍ବକୀୟ କ୍ଷେତ୍ରର ଗୋଟିଏ ବିନ୍ଦୁରେ ଦୁଇଟି ଦିଗ ନାହିଁ । ଯଦି ଦୁଇଟି ବିନ୍ଦୁରେ ଛେଦ କରୁଥାନ୍ତା ତେବେ କମ୍ପାସ ସୂଚୀ ଏକ ସମୟରେ ଦୁଇଟି ଦିଗ ଦର୍ଶାନ୍ତା ।
Question 4.
ଗୋଟିଏ ବୃତ୍ତାକାର ତାର କୁଣ୍ଡଳୀ ଟେବୁଲ ଉପରେ ଭୂସମାନ୍ତର ଭାବେ ରଖାଯାଇଛି । ସେଥିରେ ଘଣ୍ଟାକଣ୍ଟା ଦିଗରେ ବିଦ୍ୟୁତ୍ ପ୍ରବାହତ ହେଉଛି । ଦକ୍ଷିଣ ହସ୍ତ ବୃଦ୍ଧାଙ୍ଗୁଳି ନିୟମ ବ୍ୟବହାର କରି କୁଣ୍ଡଳୀ ଭିତରେ ଓ ବାହାରେ ଚମ୍ବକୀୟ କ୍ଷେତ୍ରର ଦିଗ ନିରପଣ କର ।
Answer:
ଦକ୍ଷିଣ ହସ୍ତ ବୃଦ୍ଧାଙ୍ଗୁଳି ନିୟମ ବ୍ୟବହାର କଲେ ଜଣାଯାଏ ଯେ କୁଣ୍ଡଳୀ ଭିତରେ ଚୁମ୍ବକୀୟ କ୍ଷେତ୍ରର ଦିଗ ନିମ୍ନଗାମୀ (ତଳକୁ) । ଅନ୍ୟପକ୍ଷରେ କୁଣ୍ଡଳୀ ବାହାରେ ଚୁମ୍ବକୀୟ କ୍ଷେତ୍ରରେ ଦିଗ ଉପରକୁ ଅଟେ ।
Question 5.
ଗୋଟିଏ ଅଞ୍ଚଳରେ ଏକ ସମ ଚୁମ୍ବକୀୟ କ୍ଷେତ୍ର ରହିଛି । ଏହାକୁ ଚିତ୍ରରେ ଦେଖାଅ ।
Answer:
ସମଦୂରତାରେ ଓ ସମାନ୍ତର ଚୁମ୍ବକୀୟ ରେଖାଗୁଡ଼ିକ ସମ ଚୁମ୍ବକୀୟ କ୍ଷେତ୍ର ରେଖା ଦର୍ଶାଉଛି ।
Question 6.
ସଠିକ୍ ଉତ୍ତର ବାଛ । ଗୋଟିଏ ବିଦ୍ୟୁତ୍ ସ୍ରୋତଧାରୀ ଦୀର୍ଘ ଓ ସଳଖ ସଲେନଏଡ୍ର ଭିତର ଅଂଶରେ ଚୁମ୍ବକୀୟ କ୍ଷେତ୍ର
(a) ଶୂନ୍ ଅଟେ
(b) ପ୍ରାନ୍ତଆଡ଼କୁ କମିଯାଏ ।
(c) ପ୍ରାନ୍ତ ଆଡ଼କୁ ବଢ଼େ
(d) ସବୁଠାରେ ସମାନ
Answer:
(d) ସବୁଠାରେ ସମାନ
Question 7.
ଗୋଟିଏ ପ୍ରୋଟନ ଏକ ଚୁମ୍ବକୀୟ କ୍ଷେତ୍ରରେ ମୁକ୍ତ ଭାବେ ଗତି କରୁଛି । ତା’ର ନିମ୍ନଲିଖୂତ ଧର୍ମଗୁଡ଼ିକ ମଧ୍ୟରୁ କେଉଁଟିର ପରିବର୍ତ୍ତନ ହୋଇପାରେ ? (ଏକାଧ୍ଵ ଉତ୍ତର ହୋଇପାରେ)
(a) ବସ୍ତୁତ୍ଵ
(b) ବେଗ
(c) ପରିବେଗ
(d) ସଂବେଗ
Answer:
(c) ପରିବେଗ
(d) ସଂବେଗ
କୌଣସି ଚାର୍ଜିତ କଣିକା (ପ୍ରୋଟନ୍) ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ଗତିକଲେ ଏହାର ପରିବେଗ ଓ ସଂବେଗ ପରିବର୍ତ୍ତିତ ହୁଏ ଏବଂ ଏହାର ବେଗ ଓ ବସ୍ତୁତ୍ଵ ଅପରିବର୍ତ୍ତନୀୟ ରହେ ।
Question 8.
ତୁମ ପାଇଁ କାମ 9.7 ରେ ଯଦି
- ରଡ୍ ABରେ ବିଦ୍ୟୁତ୍ ସ୍ରୋତର ପରିମାଣ ବଢ଼େ;
- ଅଧିକ ଶକ୍ତିଶାଳୀ ଅଶ୍ଵକ୍ଷୁରାକୃତି ଚୁମ୍ବକ ବ୍ୟବହାର କରାଯାଏ; ଏବଂ
- ରଡ୍ AB ର ଦୈର୍ଘ୍ୟ ବଢ଼ିଯାଏ, ତାହେଲେ ରଡ୍ ABର ଗତି କେମିତି ବଦଳିବ ବୋଲି ଭାବୁଛ ?
Answer:
AB ରଡ୍ (ପରିବାହୀର)ର ଦୈର୍ଘ୍ୟ 1, ପ୍ରବାହିତ ବିଦ୍ୟୁତ୍ ସ୍ରୋତ I ଏବଂ ଚୁମ୍ବକୀୟ କ୍ଷେତ୍ର B ମଧ୍ୟରେ ଥିଲେ କାର୍ଯ୍ୟକାରୀ ବଳ (F)ର ପରିମାଣ = F = lIB
- ବିଦ୍ୟୁସ୍ରୋତ I ବଢ଼ିଲେ AB ରଡ୍ର ଗତି ବଢ଼ିବ ।
- ଶକ୍ତିଶାଳୀ ଅଶ୍ୱକ୍ଷୁରାକୃତି ଚୁମ୍ବକ ବ୍ୟବହାର କଲେ ଚୁମ୍ବକୀୟ କ୍ଷେତ୍ରର ପରିମାଣ ତୀବ୍ରତା ବୃଦ୍ଧିପାଏ । ଫଳରେ ABର ଗତି ବଢ଼େ ।
- AB ରଡ଼ର ଦୈର୍ଘ୍ୟ ବଢ଼ିଲେ AB ରଡ୍ ଉପରେ କାର୍ଯ୍ୟକାରୀ ବଳର ପରିମାଣ ବଢ଼େ । ଫଳରେ AB ରଡ୍ର ଗତି ବୃଦ୍ଧିପାଏ ।
Question 10.
ଗୋଟିଏ ଯୁକ୍ତ ଚାର୍ଜ ବିଶିଷ୍ଟ କଣିକା (ଆଲ୍ଫା କଣିକା) ପଶ୍ଚିମକୁ ଗତି କରୁଥିବା ବେଳେ ଏକ ଚୁମ୍ବକୀୟ କ୍ଷେତ୍ର ଦ୍ବାରା ଉତ୍ତରକୁ ବିକ୍ଷେପିତ ହୁଏ । ଚୁମ୍ବକୀୟ କ୍ଷେତ୍ରର ଦିଗ ହେବ
(a) ଦକ୍ଷିଣକୁ
(b) ପୂର୍ବକୁ
(c) ତଳକୁ
(d) ଉପରକୁ
Answer:
(d) ଉପରକୁ (ଫ୍ଲେମିଂଙ୍କ ବାମହସ୍ତ ନିୟମ ଅନୁଯାୟୀ)
Question 11.
ଫ୍ଲେମିଂଙ୍କ ବାମହସ୍ତ ନିୟମ କ’ଣ ?
Answer:
ବାମହସ୍ତର ବୃଦ୍ଧାଙ୍ଗୁଳି, ତର୍ଜନୀ ଓ ମଧମାକୁ ଏପରି ଖୋଲି ରଖ ଯେପରିକି ସେଗୁଡ଼ିକ ପରସ୍ପର ପ୍ରତି ଲମ୍ବ ହୋଇ ରହିବେ । ଯଦି ତର୍ଜନୀ ଚୁମ୍ବକୀୟ କ୍ଷେତ୍ରର ଦିଗ ଓ ମଧ୍ୟମା ବିଦ୍ୟୁତ୍ ସ୍ରୋତର ଦିଗ ସୂଚାଏ ତେବେ ପରିବାହୀ ଉପରେ କାର୍ଯ୍ୟକାରୀ ହେଉଥିବା ବଳର ଦିଗ ବା ପରିବାହୀର ଗତିର ଦିଗ ବୃଦ୍ଧାଙ୍ଗୁଳି ଦ୍ଵାରା ନିର୍ଦ୍ଦେଶିତ ହେବ ।
Question 12.
ବୈଦ୍ୟୁତିକ ମୋଟର୍ର କାର୍ଯ୍ୟପଦ୍ଧତି ବର୍ଣ୍ଣନା କର ।
Answer:
ଯେକୌଣସି ପରିବାହୀରେ ବିଦ୍ୟୁତ୍ ସ୍ରୋତ ପ୍ରବାହ କଲେ ତା’ ଚତୁର୍ଦ୍ଦିଗରେ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି ହୁଏ । ଯଦି ଏକ ସ୍ଥାୟୀ ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ବିଦ୍ୟୁତ୍ ପ୍ରବାହୀ ପରିବାହୀକୁ ରଖାଯାଏ, ତେବେ ଦୁଇଟି ଚୁମ୍ବକୀୟ କ୍ଷେତ୍ର ପରସ୍ପରକୁ ପ୍ରଭାବିତ କରନ୍ତି । ଫଳରେ ପରିବାହୀ ଉପରେ ଏକ ବଳ କାର୍ଯ୍ୟକରେ । ଏହି ବଳ ପ୍ରଭାବରେ ପରିବାହୀଟି ଗତିଶୀଳ ହୁଏ । ଏହି ନିୟମ ବ୍ୟବହାର କରି ବୈଦ୍ୟୁତିକ ମୋଟର୍ ନିର୍ମାଣ କରାଯାଇଛି । ବୈଦ୍ୟୁତିକ ମୋଟର୍ ବିଦ୍ୟୁତ୍ ଶକ୍ତିକୁ ଯାନ୍ତ୍ରିକ ଶକ୍ତିରେ ପରିଣତ କରେ ।
Question 13.
ମୋଟର୍ରେ ବିଖଣ୍ଡିତ ବଳୟର ଆବଶ୍ୟକତା କ’ଣ ?
Answer:
ମୋଟର୍ରେ ବିଖଣ୍ଡିତ ବଳୟ ବା କମ୍ୟୁଟେଟ୍ ପରିପଥରେ (ଆର୍ମେଚର୍ରେ ) ବିଦ୍ୟୁତ୍ ସ୍ରୋତର ଦିଗ ପରିବର୍ତ୍ତନ କରେ । ଫଳରେ ଆର୍ମେଚରଟି ନିରବଚ୍ଛିନ୍ନ ଭାବରେ ଏକ ଦିଗରେ ଘୂରୁଥାଏ ।
Question 14.
ଗୋଟିଏ ତାର କୁଣ୍ଡଳୀରେ ପ୍ରେରିତ ବିଦ୍ୟୁତ୍ ପ୍ରଦାହ କେଉଁ କେଉଁ ଉପାୟରେ ସୃଷ୍ଟି କରାଯାଇପାରିବ ବର୍ଣ୍ଣନା କର ।
Answer:
- ପରିବାହୀ ନିକଟରେ ଚୁମ୍ବକର ଗତି ଯୋଗୁଁ କିମ୍ବା ଚୁମ୍ବକ ନିକଟରେ ପରିବାହୀର ଗତି ଯୋଗୁଁ ତାର କୁଣ୍ଡଳୀରେ ପ୍ରେରିତ ବିଦ୍ୟୁତ୍ ପ୍ରବାହ ସୃଷ୍ଟି ହୁଏ ।
- ପାଖାପାଖୁ ବିଦ୍ୟୁତ୍ ପ୍ରବାହିତ ହେଉଥିବା କୁଣ୍ଡଳୀ ଓ ବିଦ୍ୟୁତ୍ ପ୍ରବାହିତ ହେଉ ନଥିବା ତାର କୁଣ୍ଡଳୀଦ୍ଵୟ ମଧ୍ୟରୁ ଯେକୌଣସି ଗୋଟିକରେ ଗତି କିମ୍ବା ନିକଟରେ ଥିବା ତାର କୁଣ୍ଡଳୀରେ ବିଦ୍ୟୁତ୍ ପ୍ରବାହର ପରିମାଣରେ ପରିବର୍ତ୍ତନ ହେଲେ ପ୍ରେରିତ ବିଦ୍ୟୁତ୍ ପ୍ରବାହ ସୃଷ୍ଟିହେବ ।
Question 15.
ଗୋଟିଏ ବିଦ୍ୟୁତ୍ ଜେନେରେଟର୍ର କାର୍ଯ୍ୟ ପଦ୍ଧତି ବର୍ଣ୍ଣନା କର ।
Answer:
- ବିଦ୍ୟୁତ୍ ଜେନେରେଟର୍ ବିଦ୍ୟୁତ୍ ଚୁମ୍ବକୀୟ ପ୍ରେରଣ ତତ୍ତ୍ବ ଉପରେ ପର୍ଯ୍ୟବସିତ ।
- ଯାନ୍ତ୍ରିକ ଶକ୍ତି ସାହାଯ୍ୟରେ ଏକ ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ଗୋଟିଏ ପରିବାହୀକୁ ଘୂରାଇ ବିଦ୍ୟୁତ୍ ଉତ୍ପାଦନ କରାଯାଏ !
- ମୁଦିତ କୁଣ୍ଡଳୀକୁ ଚୁମ୍ବକୀୟ ମଧ୍ୟରେ ଘୂରାଇଲେ ଚୁମ୍ବକୀୟ କ୍ଷେତ୍ର ରେଖା ଓ ମୁଦିତ କୁଣ୍ଡଳୀ ମଧ୍ଯରେ ପରିବର୍ତ୍ତନ ହୁଏ, ଫଳରେ କୁଣ୍ଡଳୀରେ ବିଦ୍ୟୁତ୍ ବିଭବାନ୍ତର ସୃଷ୍ଟି ହୁଏ । ଏହି ବିଭବାନ୍ତର ଯୋଗୁଁ କୁଣ୍ଡଳୀରେ ବିଦ୍ୟୁତ୍ ସ୍ରୋତ ସୃଷ୍ଟି ହୁଏ ।
Question 16.
ସଳଖ ବିଦ୍ୟୁତ୍ ସ୍ରୋତର କେତୋଟି ଉତ୍ସର ନାମ ଲେଖ ।
Answer:
ଶୁଷ୍କ ସେଲ୍, ବ୍ୟାଟେରୀ, ଡି.ସି. ଜେନେରେଟର୍, ବଟନ୍ ସେଲ୍ (ଘଣ୍ଟା ଓ ଖେଳନାରେ ବ୍ୟବହୃତ ଛୋଟ), ସୌରସେଲ୍ ।
Question 17.
କେଉଁ କେଉଁ ଉତ୍ସରୁ ଏ.ସି. ଉତ୍ପାଦିତ ହୁଏ ?
Answer:
ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ, ଜଳ ବିଦ୍ୟୁତ୍ କେନ୍ଦ୍ର, ତାପଜ ବିଦ୍ୟୁତ୍ କେନ୍ଦ୍ର ଇତ୍ୟାଦି ଥିବା A.C. ଜେନେରେଟର୍ରୁ ଏସି ଉତ୍ପାଦିତ ହୁଏ ।
Question 18.
ଠିକ୍ ଉତ୍ତର ବାଛ । ଗୋଟିଏ ତମ୍ବାତାର କୁଣ୍ଡଳୀ ଗୋଟିଏ ଚୁମ୍ବକୀୟ କ୍ଷେତ୍ରରେ ଘୂରୁଛି । ଉତ୍ପାଦିତ ପ୍ରେରିତ ବିଦ୍ୟୁତ୍ ପ୍ରବାହର ଦିଗରେ ପରିବର୍ତ୍ତନ ହୁଏ ।
(a) ଦୁଇଟି ଘୂର୍ଶନ ପରେ
(c) ଅର୍ଶଘୂର୍ଣ୍ଣନ ପରେ
(b) ଗୋଟିଏ ଘୂର୍ଶନ ପରେ
(d) ଏକ – ରତ୍ର୍ଥାଣ ଘୂର୍ଣ୍ଣନ ପରେ
Answer:
(b) ଗୋଟିଏ ଘୂର୍ଶନ ପରେ
Question 19.
ବିଦ୍ୟୁତ୍ ପରିପଥ ଓ ଉପକରଣର ସୁରକ୍ଷା ପାଇଁ ବ୍ୟବହୃତ ଦୁଇଟି ସାଧାରଣ ବ୍ୟବସ୍ଥାର ନାମ ଲେଖ ।
Answer:
ଫ୍ର୍ୟଜ୍ (Fuse) ଓ ଭୂତାର (Earthwire) |
Question 20.
220 V ଓ 5A ରେଟିଂ ବିଶିଷ୍ଟ ଗୋଟିଏ ଗୃହ ପରିପଥରେ ଗୋଟିଏ 2kW ପାୱାର ରେଟିଂର ବିଦ୍ୟୁତ୍ ଚୁଲ୍ଲା ଲଗାଯାଇଛି । ଚୁଲାକୁ ଚାଲୁ କଲେ କ’ଣ ଘଟିପାରେ ବୋଲି ଭାବୁଛ ବୁଝାଅ ।
Answer:
I = \(\frac { P }{ V }\)
= \(\frac { 2k }{ 220V }\)
= \(\frac { 2000w }{ 220V }\) = 9.09A
ବିଦ୍ୟୁତ୍ ସ୍ରୋତ୍ 5A କିନ୍ତୁ ବିଦ୍ୟୁତ୍ ଚୁଲା ତା’ଠାରୁ (୨.୦୨A) ଯଥେଷ୍ଟ ଅଧିକ ବିଦ୍ୟୁତ୍ ସ୍ରୋତ ବ୍ୟବହାର କରୁଛି । ତେଣୁ ମ୍ୟୁଜ୍ ତରଳିଯିବ ଓ ପରିପଥ ବିଚ୍ଛିନ୍ନ ହେବ ଏବଂ ବିଦ୍ୟୁତ୍ ଚୁଲ୍ଲା ସୁରକ୍ଷିତ ରହିବ ।
Question 21.
ଗୃହ ବିଦ୍ୟୁତ୍ ପରିପଥରେ ଅଧିକ ବିଦ୍ୟୁତ୍ ପ୍ରବାହ ବିପଦ ଦୂର କରିବାପାଇଁ କ’ଣ କରାଯିବା ଉଚିତ ?
Answer:
- ଗୋଟିଏ ପ୍ଲଗ୍ ସକେଟ୍ରେ ଏକାଧିକ ଉପକରଣ ସଂଯୋଗ କରିବ ନାହିଁ ।
- ପରିବାହୀ ତାରଗୁଡ଼ିକର ଉନ୍ନତ କୁପରିବାହୀ ଆବରଣ ରହିବା ଦରକାର ।
- ଗୃହ ପରିପଥକୁ ବିଭିନ୍ନ ଭାଗରେ ବିଭକ୍ତ କରି ପ୍ରତ୍ୟେକ ଭାଗରେ ଫ୍ୟୁଜ୍ର ବ୍ୟବହାର କରିବା ଆବଶ୍ୟକ ।
- ଅତ୍ୟଧୂକ ପାୱାର ବିନିଯୋଗ କରୁଥିବା ଉପକରଣ; ଯଥା – ରେଫ୍ରିଜରେଟର, ଜଳ ତାପକ (water heater) ଇତ୍ୟାଦି ଏକ ସମୟରେ ବ୍ୟବହାର କରିବା ଉଚିତ ନୁହେଁ ।
କାର୍ଯ୍ୟାବଳୀ (Activity)
କାର୍ଯ୍ୟାବଳୀ – 1(Activity – 1)
ଉଦ୍ଦେଶ୍ୟ :
ପରିବାହୀ ତାରରେ ବିଦ୍ୟୁତ୍ ପ୍ରବାହ ହେଲେ ତାହା ଚୁମ୍ବକ ଭଳି କାର୍ଯ୍ୟକରେ ।
ଆବଶ୍ୟକ ଉପକରଣ :
ଧଳାକାଗଜ ଏକପୃଷ୍ଠା, ଡ୍ରଇଂବୋର୍ଡ଼, ଡ୍ରଇଂ ପିନ୍, ସଳଖ ମୋଟା ତମ୍ବାତାର, କମ୍ପାସ ସୂଚୀ, ପ୍ଲଗ୍ କି, ପ୍ରତିରୋଧ, ବ୍ୟାଟେରୀ, ପରିବାହୀ ତାର ।
ପରୀକ୍ଷଣ :
ଖଣ୍ଡିଏ ସଳଖ ମୋଟା ତମ୍ବା ତାର ନେଇ ଗୋଟିଏ ବିଦ୍ୟୁତ୍ ପରିପଥର ଦୁଇବିନ୍ଦୁ X ଓ Y ମଧ୍ୟରେ ରଖ । ଏହା କାଗଜର ପୃଷ୍ଠତଳ ସହ ଲମ୍ବଭାବରେ ରହୁ ।
କାଗଜ ଉପରେ ଗୋଟିଏ ଛୋଟ କମ୍ପାସ ତାର ପାଖାପାଖୁ ରଖ ଏବଂ କମ୍ପାସ ସୂଚୀର ଅବସ୍ଥିତି ଲକ୍ଷ୍ୟ କର । ପରିପଥକୁ ମୁଦିତ କରି ବିଦ୍ୟୁତ୍ ପ୍ରବାହ କରାଇ କମ୍ପାସ ସୂଚୀକୁ ଲକ୍ଷ୍ୟକର ।
ପର୍ଯ୍ୟବେକ୍ଷଣ :
ପରିପଥରେ ବିଦ୍ୟୁତ୍ ପ୍ରବାହ ହେବା ପୂର୍ବରୁ ତମ୍ବାତାର ପାଖାପାଖୁ ଥିବା ସୂଚୀଚୁମ୍ବକ ଉତ୍ତର ଦକ୍ଷିଣ ହୋଇ ରହୁଥିଲା
ପରିପଥରେ ବିଦ୍ୟୁତ୍ ପ୍ରବାହ ଯୋଗୁଁ କମ୍ପାସ ସୂଚୀର ବିକ୍ଷେପ (Deflection) ହେଲା । କାରଣ ତମ୍ବାତାର XY ରେ ବିଦ୍ୟୁତ୍ ପ୍ରବାହ ହେବା ଫଳରେ ତମ୍ବାତାର ଚାରିପାଖରେ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟିହେଲା । ଚୁମ୍ବକୀୟ କ୍ଷେତ୍ର ପ୍ରଭାବରେ କମ୍ପାସ ସୂଚୀ ବିକ୍ଷେପିତ ହେଲା ।
ସିଦ୍ଧାନ୍ତ :
ତମ୍ବାତାରରେ ବିଦ୍ୟୁତ୍ ପ୍ରବାହ ଯୋଗୁଁ ତାହାର ଚତୁଃପାର୍ଶ୍ଵରେ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟିହେଲା ଏବଂ ତମ୍ବାତାର ଚୁମ୍ବକ ଭଳି କାର୍ଯ୍ୟ କରେ ।
କାର୍ଯ୍ୟାବଳୀ – 2(Activity – 2)
ଆବଶ୍ୟକ ଉପକରଣ :
ଗୋଟିଏ ଡ୍ରଇଂବୋର୍ଡ଼, ଧଳା କାଗଜ, ପିନ୍, ଦଣ୍ଡ ଚୁମ୍ବକ ଓ ଲୁହାଗୁଣ୍ଡ ।
ପରୀକ୍ଷଣ :
- ଡ୍ରଇଂବୋର୍ଡ଼ ଉପରେ ଧଳାକାଗଜ ପିନ୍ ସାହାଯ୍ୟରେ ଲଗାଇ ଦିଅ ।
- କାଗଜର କେନ୍ଦ୍ରରେ ଗୋଟିଏ ଦଣ୍ଡ ଚୁମ୍ବକ ରଖ ।
- ଦଣ୍ଡ ଚୁମ୍ବକର ଚାରିପାଖରେ କିଛି ଲୁହାଗୁଣ୍ଡ ସମାନ ଭାବରେ ବିଞ୍ଚିଦିଅ ।
- ଡ୍ରଇଂବୋର୍ଡ଼କୁ ଆଙ୍ଗୁଳି ଟିପରେ ଆସ୍ତେ ଆସ୍ତେ ଆଘାତ ଦିଅ ।
ପର୍ଯ୍ୟବେକ୍ଷଣ :
- ଲୁହାଗୁଣ୍ଡଗୁଡ଼ିକ ଚିତ୍ରରେ ଦର୍ଶାଯାଇଥିବା ଭଳି ସଜାଇ ହୋଇ ରହିବେ ।
- ଦଣ୍ଡ ଚୁମ୍ବକର ଆଖପାଖରେ ଚୁମ୍ବକର ପ୍ରଭାବ ଯୋଗୁଁ ଲୁହାଗୁଣ୍ଡ ଉପରେ ଏକ ପ୍ରକାର ବଳ କାର୍ଯ୍ୟକାରୀ
- ଏହି ବଳ ଯୋଗୁଁ ଲୁହାଗୁଣ୍ଡ ନିର୍ଦ୍ଦିଷ୍ଟ ଢଙ୍ଗରେ ଚୁମ୍ବକ ଚାରିପାଖେ ସଜାଇ ହୋଇ ରହିଛି ।
ସିଦ୍ଧାନ୍ତ :
- ଚୁମ୍ବକର ପ୍ରଭାବ ଅନୁଭୂତ ହେଉଥିବା ଅଞ୍ଚଳକୁ ଚୁମ୍ବକୀୟ କ୍ଷେତ୍ର (Magnetic field) କହନ୍ତି ।
- ଲୁହାଗୁଣ୍ଡ ଯେଉଁ କାଳ୍ପନିକ ରେଖାରେ ସଜାଇ ହେଲା ପରି ଦିଶେ ତାକୁ ଚୁମ୍ବକୀୟ କ୍ଷେତ୍ରରେଖା (Magnetic field lines) ବୋଲି ମନେକରାଯାଏ ।
କାର୍ଯ୍ୟାବଳୀ – 3(Activity – 3)
ଆବଶ୍ୟକ ଉପକରଣ :
ଦଣ୍ଡଚୁମ୍ବକ, ଛୋଟ କମ୍ପାସ, ଡ୍ରଇଂବୋର୍ଡ଼, ଧଳାକାଗଜ, ପିନ୍
ପରୀକ୍ଷଣ :
(i) ଗୋଟିଏ ଦଣ୍ଡଚୁମ୍ବକ ଓ ଗୋଟିଏ ଛୋଟ କମ୍ପାସ ନିଅ ।
(ii) ଗୋଟିଏ ଡ୍ରଇଂବୋର୍ଡ଼ରେ ଖଣ୍ଡିଏ ଧଳା କାଗଜକୁ ପିନ୍ ପୋତି ଲଗାଅ । କାଗଜ ମଝିରେ ଦଣ୍ଡ ଚୁମ୍ବକକୁ ରଖ ।
(iii) ଦଣ୍ଡ ଚୁମ୍ବକର ପରିସୀମାକୁ ପେନ୍ସିଲ୍ରେ ଗାର ଟାଣି ଚିହ୍ନାଅ ।
(iv) ଦଣ୍ଡ ଚୁମ୍ବକର ଉତ୍ତର ମେରୁ ପାଖରେ କମ୍ପାସଟି ରଖ । ଦେଖୁବ ଯେ କମ୍ପାସର ଦକ୍ଷିଣ ମେରୁ ଦଣ୍ଡ ଚୁମ୍ବକର ଉତ୍ତର ମେରୁ ଆଡ଼କୁ ଆକର୍ଷିତ ହେଉଛି ଏବଂ କମ୍ପାସର ଠାରୁ ବିକର୍ଷଣ ଯୋଗୁଁ ଦୂରେଇ ଯାଉଛି ।
(v) କମ୍ପାସ୍ ସୂଚୀର ଦୁଇପ୍ରାନ୍ତକୁ ପେନ୍ସିଲ ଦ୍ୱାରା ଚିହ୍ନିତ କର ।
(vi) ବର୍ତ୍ତମାନ କମ୍ପାସକୁ ଘୁଞ୍ଚାଇ ଅନ୍ୟ ଏକ ସ୍ଥାନରେ ରଖ ଯେମିତିକି ସୂଚୀର ଦକ୍ଷିଣ ମେରୁ ପୂର୍ବରୁ ଉତ୍ତର ମେରୁ ଯେଉଁଠାରେ ଥିଲା ସେହିଠାରେ ରହିବ । ଏବେ ସୂଚୀର ଉତ୍ତର ମେରୁର ସ୍ଥାନ ଚିହ୍ନିତ କର ।
(vii) ଏହି ଭଳି କମ୍ପାସର ସ୍ଥାନ କ୍ରମାଗତ ବଦଳାଇ ଦଣ୍ଡ ଚୁମ୍ବକର ଦକ୍ଷିଣ ମେରୁ ପର୍ଯ୍ୟନ୍ତ ନିଅ ।
(viii) କାଗଜ ଉପରେ ଚିହ୍ନିତ ବିନ୍ଦୁଗୁଡ଼ିକୁ ଯୋଡ଼ି ହାତରେ ଗୋଟିଏ ଚିକ୍କଣ ବା ସୁଗମ ବକ୍ରରେଖା ଅଙ୍କନ କର । ଏହି ରେଖାଟି ଏକ ଚୁମ୍ବକୀୟ କ୍ଷେତ୍ରରେଖା ।
ପର୍ଯ୍ୟବେକ୍ଷଣ :
- ମେରୁଆଡ଼କୁ ଆସିଲା ବେଳକୁ କମ୍ପାସ ସୂଚୀର ବିକ୍ଷେପଣ ମାତ୍ରା ବଢୁଛି ।
- ମେରୁ ନିକଟରେ ଚୁମ୍ବକୀୟ କ୍ଷେତ୍ରର ତୀବ୍ରତା ଅଧିକ ।
- ଚୁମ୍ବକୀୟ କ୍ଷେତ୍ରର ରେଖା ଉତ୍ତର ମେରୁରୁ ଦକ୍ଷିଣ ମେରୁ ଆଡ଼କୁ (ଚୁମ୍ବକର ବାହାରେ) ହୋଇଥାଏ ।
- ଚୁମ୍ବକ ମଧ୍ୟରେ ଚୁମ୍ବକୀୟ କ୍ଷେତ୍ରରେଖା ଦକ୍ଷିଣ ମେରୁରୁ ଉତ୍ତର ମେରୁ ପର୍ଯ୍ୟନ୍ତ ଯାଇଥାଏ ।
ଚୁମ୍ବକୀୟ କ୍ଷେତ୍ରରେଖାର ଧର୍ମ :
(i) ଚୁମ୍ବକୀୟ କ୍ଷେତ୍ରର ରେଖାଗୁଡ଼ିକ ମୁଦିତ ବକ୍ରରେଖା ଅଟନ୍ତି ।
(ii) ଚୁମ୍ବକୀୟ କ୍ଷେତ୍ରର ଆପେକ୍ଷିକ ସାମର୍ଥ୍ୟ (Relative strength) କ୍ଷେତ୍ରରେଖାଗୁଡ଼ିକ ଘନତ୍ବ ଉପରେ ନିର୍ଭର କରେ । ଯେଉଁଠାରେ କ୍ଷେତ୍ରରେଖାଗୁଡ଼ିକ ବେଶି ଲଗାଲଗି ହୋଇଥାଏ ସେଠାରେ ଚୁମ୍ବକୀୟ କ୍ଷେତ୍ରର ସାମର୍ଥ୍ୟ ଅଧିକ ଏବଂ ସେଠାରେ ଅନ୍ୟ ଏକ ଚୁମ୍ବକର ମେରୁ ଉପରେ ଅଧ୍ଵ ବଳ କାର୍ଯ୍ୟ କରେ ।
(iii) ଦୁଇଟି ଚୁମ୍ବକୀୟ କ୍ଷେତ୍ର ରେଖା ପରସ୍ପରକୁ ଛେଦ କରେ ନାହିଁ ।
କାର୍ଯ୍ୟାବଳୀ -4(Activity – 4)
ଆବଶ୍ୟକ ଉପକରଣ :
ଲମ୍ବା ଓ ସଳଖ ତମ୍ବାତାର, 2ଟି ବା 3ଟି 15V ସେଲ୍ ଏବଂ ଗୋଟିଏ ପ୍ଲଗ୍ କି ।
ପରୀକ୍ଷଣ :
(i) ଖଣ୍ଡିଏ ଲମ୍ବା ଓ ସଳଖ ତମ୍ବା ତାର, ଦୁଇଟି ବା ତିନୋଟି 1.5V ସେଲ୍ ଏବଂ ଗୋଟିଏ ପ୍ଲଗ୍ କି ନେଇ ପଙକ୍ତିରେ ସଂଯୋଗ କର ।
(ii) ସଳଖ ତାର ସହ ସମାନ୍ତର କରି ଛୋଟ କମ୍ପାସଟିଏ ରଖ ।
(iii) ପ୍ଲଗ୍ କି କୁ ବନ୍ଦକରି ପରିପଥରେ ବିଦ୍ୟୁତ୍ ପ୍ରବାହ କରାଅ ।
ପର୍ଯ୍ୟବେକ୍ଷଣ :
- ବିଦ୍ୟୁତ୍ ସ୍ରୋତ ଉତ୍ତରରୁ ଦକ୍ଷିଣ ଆଡ଼କୁ ପ୍ରବାହିତ ହେଲେ କମ୍ପାସ ସୂଚୀର ଉତ୍ତର ମେରୁ ପୂର୍ବ ଆଡ଼କୁ ବିକ୍ଷେପିତ ହେବ ।
- ସେଲ୍ଗୁଡ଼ିକର ଅଗ୍ର ସଂଯୋଗ ବଦଳାଇଲେ ବିଦ୍ୟୁତ୍ ସ୍ରୋତର ଦିଗ ବଦଳିଯିବ । କମ୍ପାସ ସୂଚୀର ବିକ୍ଷେପ ପୂର୍ବ ପରିବର୍ତ୍ତେ ପଶ୍ଚିମ ଆଡ଼କୁ ହେବ ।
ସିଦ୍ଧାନ୍ତ :
ଚୁମ୍ବକୀୟ କ୍ଷେତ୍ରର ଦିଗ ପରିବାହୀରେ ପ୍ରବାହିତ ବିଦ୍ୟୁତ୍ ସ୍ରୋତର ଦିଗ ଉପରେ ନିର୍ଭର କରେ ।
କାର୍ଯ୍ୟାବଳୀ – 5 (Activity – 5)
ଆବଶ୍ୟକ ଉପକରଣ :
ଗୋଟିଏ 12V ବ୍ୟାଟେରୀ, ଗୋଟିଏ ରିଓଷ୍ଟାର୍ଟ୍, ଏମିଟର (0.5A), ଗୋଟିଏ ପ୍ଲଗ୍ କି ଓ ଖଣ୍ଡିଏ ଲମ୍ବା ସଳଖ ମୋଟା ତମ୍ବାତାର, ଆୟତାକାର କାର୍ଡ଼ବୋର୍ଡ଼ ।
ପରୀକ୍ଷଣ :
(i) ଖଣ୍ଡିଏ ଆୟତାକାର କାର୍ଡ଼ବୋର୍ଡ଼ ନେଇ ତା ମଧ୍ୟ ବିନ୍ଦୁରେ ତମ୍ବାତାରଟିକୁ ପ୍ରବେଶ କରାଅ । ତାରଟି କାର୍ଡ଼ବୋର୍ଡ଼ର ସମତଳ ପ୍ରତି ଲମ୍ବ ଭାବେ ରହୁ ।
(ii) ଲମ୍ବ ଭାବେ ଥିବା ସଳଖ ତାରର ପ୍ରାନ୍ତ ସହ ଓ ପ୍ଲଗ୍ କି ସଂଯୋଗ କର ।
(iii) କିଛି ଲୁହାଗୁଣ୍ଡ ନେଇ କାର୍ଡ଼ବୋର୍ଡ଼ ଉପରେ ସମାନ ଭାବେ ବିଞ୍ଚିଦିଅ ।
(iv) ପ୍ଲଗ୍ କି କୁ ବନ୍ଦ କରି ପରିପଥରେ ବିଦ୍ୟୁତ୍ ପ୍ରବାହ କରାଅ ।
(v) ରିଓଷ୍ଟାଟ୍ରେ ପରିବର୍ତ୍ତନଶୀଳ ପ୍ରତିରୋଧକୁ ସ୍ଥିର ରଖ୍ ଏମିଟରରେ କେତେ ବିଦ୍ୟୁତ୍ ପ୍ରବାହ ହେଉଛି ଲକ୍ଷ୍ୟ କର ।
(vi) କାର୍ଡ଼ବୋର୍ଡ଼କୁ ଆଙ୍ଗୁଳି ଟିପରେ ଅଳ୍ପ ଆଘାତ କରି ।
ପର୍ଯ୍ୟବେକ୍ଷଣ :
(i) କାର୍ଡ଼ବୋର୍ଡ଼କୁ ଆଙ୍ଗୁଳି ଟିପରେ ଅଳ୍ପ ଆଘାତ କଲେ ଲୁହାଗୁଣ୍ଡ ତାର ଚାରିପାଖେ ସମକୈନ୍ଦ୍ରିକ ବୃତ୍ତ ଆକାରରେ ସଜାଇ ହୋଇ ରହିବେ । କେନ୍ଦ୍ର ପରିବାହୀ ଉପରେ ରହିବ ।
(ii) ଲୁହାଗୁଣ୍ଡର ସମକେନ୍ଦ୍ରିକ ବୃତ୍ତ ଚୁମ୍ବକୀୟ କ୍ଷେତ୍ରର ଦିଗ ଦର୍ଶାଉ ନାହିଁ । ଗୋଟିଏ ଛୋଟ କମ୍ପାସଟିଏ ନେଇ ଗୋଟିଏ ବୃତ୍ତ ଉପରେ ଗୋଟିଏ ସ୍ଥାନରେ ରଖିଲେ ଉତ୍ତର ମେରୁ ଯେଉଁ ଦିଗ ଦେଖାଇବ ତାହା ସେଠାରେ ଚୁମ୍ବକୀୟ କ୍ଷେତ୍ରର ଦିଗ ହେବ ।
ସିଦ୍ଧାନ୍ତ :
- ତାରରେ ବିଦ୍ୟୁତ୍ ପ୍ରବାହର ଦିଗକୁ ବିପରୀତ କରିଦେଲେ ଚୁମ୍ବକୀୟ କ୍ଷେତ୍ରର ଦିଗ ବିପରୀତ ହେବ ।
- ବିଦ୍ୟୁତ୍ ସ୍ରୋତର ପରିମାଣ ବଦଳିଲେ କମ୍ପାସ ସୂଚୀର ବିକ୍ଷେପ ବଦଳିବ ।
କାର୍ଯ୍ୟାବଳୀ – 6 (Activity – 6)
ଆବଶ୍ୟକ ଉପକରଣ :
ଦୁଇଟି ଛିଦ୍ରଯୁକ୍ତ ଆୟତାକାର କାର୍ଡ଼ବୋର୍ଡ଼, ବହୁ ଘେର ବିଶିଷ୍ଟ କୁଣ୍ଡଳୀ, ବ୍ୟାଟେରୀ, ଫ୍ଲଗ୍ କି ଓ ଲୁହାଗୁଣ୍ଡ ।
ପରୀକ୍ଷଣ :
(i) ଦୁଇଟି ଛିଦ୍ର ବିଶିଷ୍ଟ ଆୟତାକାର କାର୍ଡ଼ବୋର୍ଡ଼ଟିଏ ନିଅ । ଛିଦ୍ର ଦୁଇଟି ଭିତରେ ଗୋଟିଏ ବହୁ ଘେର ବିଶିଷ୍ଟ କୁଣ୍ଡଳୀ କାର୍ଡ଼ବୋର୍ଡ଼ର ପୃଷ୍ଠପ୍ରତି ଲମ୍ବ ଭାବେ ଭର୍ତ୍ତି କର ।
(ii) କୁଣ୍ଡଳୀର ଦୁଇ ପ୍ରାନ୍ତକୁ ଗୋଟିଏ ବ୍ୟାଟେରୀ ଓ ପ୍ଲଗ୍ କି ସହ ପଙ୍କ୍ତି ସଂଯୋଗ କର ।
(iii) କାର୍ଡ଼ବୋର୍ଡ଼ ଉପରେ କିଛି ଲୁହାଗୁଣ୍ଡ ସମାନ ଭାବେ ବିଞ୍ଚିଦିଅ ।
(iv) ପ୍ଲଗ୍ କି କୁ ବନ୍ଦକରି କୁଣ୍ଡଳୀରେ ବିଦ୍ୟୁତ୍ ପ୍ରବାହ କରାଅ ।
(v) କାର୍ଡ଼ବୋର୍ଡ଼କୁ ଆଙ୍ଗୁଳିରେ ଆସ୍ତେ ଆସ୍ତେ ଆଘାତ କରି ଦେଖ ଲୁହାଗୁଣ୍ଡଗୁଡ଼ିକ କେମିତି ସଜାଇ ହୋଇ ଚୁମ୍ବକୀୟ କ୍ଷେତ୍ରରେଖାର ଧାରଣା ଦେଉଛି ।
ପର୍ଯ୍ୟବେକ୍ଷଣ :
ତାରର ଦୁଇବିନ୍ଦୁକୁ କେନ୍ଦ୍ରକରି କେତେଗୁଡ଼ିଏ ସମକୈନ୍ଦ୍ରିକ ବୃତ୍ତରେ ଲୁହାଗୁଣ୍ଡଗୁଡ଼ିକ ସଜାଇ ହୋଇ ରହିବ । ଏହା ବୃତ୍ତାକାର ବିଦ୍ୟୁତ୍ ପ୍ରବାହ ଜନିତ ଚୁମ୍ବକୀୟ କ୍ଷେତ୍ରରେଖା ଦର୍ଶାଉଛି ।
ସିଦ୍ଧାନ୍ତ :
- ତାରକୁଣ୍ଡଳୀ ନିକଟରେ ଚୁମ୍ବକୀୟ କ୍ଷେତ୍ର ରେଖାଗୁଡ଼ିକ ବୃତ୍ତାକାର ।
- କୁଣ୍ଡଳୀର କେନ୍ଦ୍ର ଆଡ଼କୁ ବୃତ୍ତଗୁଡ଼ିକ ସରଳରେଖା ଭଳି ଦେଖାଯାଆନ୍ତି ।
- ଚୁମ୍ବକୀୟ କ୍ଷେତ୍ରର ତୀବ୍ରତା କୁଣ୍ଡଳୀର କେନ୍ଦ୍ରଠାରେ ଅଧିକ ।
କାର୍ଯ୍ୟାବଳୀ – 7 (Activity – 7)
ଆବଶ୍ୟକ ଉପକରଣ : 5 ସେ.ମି. ଲମ୍ବର ଏଲୁମିନିୟମ ରଡ୍, ପରିବାହୀ ତାର ଅଶ୍ୱକ୍ଷୁରାକୃତି ଚୁମ୍ବକ, ପ୍ଲଗ କି, ବ୍ୟାଟେରୀ ଓ ଷ୍ଟାଣ୍ଡ ।
ପରୀକ୍ଷଣ :
- 5 ସେ.ମି. ଲମ୍ବର ଖଣ୍ଡିଏ ଏଲୁମିନିୟମ ରଡ୍କୁ ଦୁଇଟି ସଂଯୋଗକାରୀ ତାରଦ୍ୱାରା ଗୋଟିଏ ଆଧାରରୁ ଭୂସମାନ୍ତର ଭାବେ ଝୁଲାଇଦିଅ ।
- ଗୋଟିଏ ଶକ୍ତିଶାଳୀ ଅଶ୍ଵକ୍ଷୁରାକୃତି ଚୁମ୍ବକ ନେଇ ତା’ର ଉତ୍ତର ମେରୁକୁ ଏଲୁମିନିୟମ୍ ରଡ୍ର ତଳପଟେ ଓ ଦକ୍ଷିଣ ମେରୁକୁ ରଡ୍ର ଉପର ପଟେ ରଖ ଯେପରିକି ଚୁମ୍ବକୀୟ କ୍ଷେତ୍ରର ଦିଗ ଉପର ଆଡ଼କୁ ହେବ ।
- ଏଲୁମିନିୟମ୍ ରଡ୍କୁ ବ୍ୟାଟେରୀ ଓ ପ୍ଲଗ୍ କି ସହ ପଙ୍କ୍ତି ସଂଯୋଗ କର ।
- ପରିପଥକୁ ମୁଦିତ କରି ରଡ୍ର B ପ୍ରାନ୍ତରୁ A ପ୍ରାନ୍ତ ଆଡ଼କୁ ବିଦ୍ୟୁତ୍ ସ୍ରୋତ ପ୍ରବାହିତ କରାଅ ।
ପର୍ଯ୍ୟବେକ୍ଷଣ :
- ଏଲୁମିନିୟମ୍ ରଡ୍ ବାମ ଆଡ଼କୁ ଘୁଞ୍ଚିଯିବ ।
- ବିଦ୍ୟୁତ୍ ସ୍ରୋତର ଦିଗ ଓଲଟାଇଲେ ରଡ଼ ଡାହାଣ ଆଡ଼କୁ ଘୁଞ୍ଚିବ ।
- ଯଦି ଚୁମ୍ବକଟିକୁ ଓଲଟାଇ ଦେଇ ଉତ୍ତର ମେରୁକୁ ରଡ୍ର ଉପରକୁ ଓ ଦକ୍ଷିଣ ମେରୁକୁ ରଡ୍ର ତଳକୁ ରଖାଯାଏ, ଚୁମ୍ବକୀୟ କ୍ଷେତ୍ରର ଦିଗ ବିପରୀତ ହେବ । ତେବେ ପରିବାହୀ ଉପରେ କାର୍ଯ୍ୟକାରୀ ହେଉଥିବା ବଳର ଦିଗ ବିପରୀତ ହେବ ।
ସିଦ୍ଧାନ୍ତ :
ପରିବାହୀ ଉପରେ କାର୍ଯ୍ୟକାରୀ ହେଉଥିବା ବଳର ଦିଗ
- ବିଦ୍ୟୁତ୍ ସ୍ରୋତର ଦିଗ ଓ ଚୁମ୍ବକୀୟ କ୍ଷେତ୍ରର ଦିଗ ଉପରେ ନିର୍ଭର କରେ ।
- ବିଦ୍ୟୁତ୍ ସ୍ରୋତର ଦିଗ ଚୁମ୍ବକୀୟ କ୍ଷେତ୍ରର ଦିଗ ପ୍ରତି ଲମ୍ବ ହୁଏ । ସେତେବେଳେ ପରିବାହୀ ସର୍ବାଧିକ ଘୁଞ୍ଚେ । ଅର୍ଥାତ୍ ବଳର ପରିମାଣ ସର୍ବାଧିକ ହୁଏ ।
ଫ୍ଲେମିଂକ ବାମହସ୍ତ୍ର ନିଯମ (Fleming’s Left hand Rule):
ବାମହସ୍ତର ବୃଦ୍ଧାଙ୍ଗୁଳି (Thumb), ତର୍ଜନୀ (Fore finger) ଓ ମଧ୍ୟମା (Middle finger) କୁ ଏପରି ଖୋଲି ରଖ ଯେପରି ସେଗୁଡ଼ିକ ପରସ୍ପର ପ୍ରତି ଲମ୍ବ ହୋଇ ରହିବ । ଯଦି ତର୍ଜନୀ ଚୁମ୍ବକୀୟ କ୍ଷେତ୍ରର ଦିଗ ଓ ମଧ୍ୟମା ବିଦ୍ୟୁତ୍ ସ୍ରୋତର ଦିଗ ସୂଚାଏ ତେବେ ପରିବାହୀ ଉପରେ କାର୍ଯ୍ୟକାରୀ ହେଉଥିବା ବଳର ଦିଗ ବା
ପରିବାହୀର ଗତିର ଦିଗ ବୃଦ୍ଧାଙ୍ଗୁଳି ଦ୍ଵାରା ନିର୍ଦ୍ଧାରିତ ହେବ ।
କାର୍ଯ୍ୟାବଳୀ – 8 (Activity-8)
ଆବଶ୍ୟକ ଉପକରଣ :
ତାରକୁଣ୍ଡଳୀ, ଗାଲଭାନୋମିଟର, ଶକ୍ତିଶାଳୀ ଦଣ୍ଡଚୁମ୍ବକ
ପରୀକ୍ଷଣ :
- ବେଶୀ ସଂଖ୍ୟକ ଘେର ବିଶିଷ୍ଟ ତାର କୁଣ୍ଡଳୀଟିଏ (AB) ନିଅ ।
- କୁଣ୍ଡଳୀର ଦୁଇପ୍ରାନ୍ତ କୁ ଗୋଟିଏ ଗାଲ୍ଭାନୋମିଟର (G) ସହ ସଂଯୋଗ କର ।
- ଗୋଟିଏ ଶକ୍ତିଶାଳୀ ଦଣ୍ଡଚୁମ୍ବକ ନେଇ ତା’ର ଉତ୍ତର ମେରୁକୁ କୁଣ୍ଡଳୀର ପ୍ରାନ୍ତ B ଆଡ଼କୁ ନିଅ ।
ପର୍ଯ୍ୟବେକ୍ଷଣ :
(i) ସାମୟିକ ଭାବେ ଗାଲଭାନୋମିଟରର ସୂଚୀ ଡାହାଣ ପଟକୁ ବିକ୍ଷେପିତ ହେବ । ଏଥୁରୁ ଜଣାପଡ଼ୁଛି ଯେ ଚୁମ୍ବକର ଗତି ଯୋଗୁଁ କୁଣ୍ଡଳୀରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲା । ଚୁମ୍ବକର ଗତି ବନ୍ଦ ହେବା ମାତ୍ରେ ସୂଚୀର ବିକ୍ଷେପ ଶୂନ୍ ହୋଇଯିବ ।
(ii) ବର୍ତ୍ତମାନ ଚୁମ୍ବକକୁ ଡାହାଣ ଆଡ଼କୁ ଗତିଶୀଳ କରାଇ ଉତ୍ତର ମେରୁକୁ କୁଣ୍ଡଳୀଠାରୁ ଦୂରକୁ ନିଅ । ଏବେ ଦେଖୁବ ଗାଲଭାନୋମିଟରରେ ବିକ୍ଷେପ ବାମପଟକୁ ହେବ । କୁଣ୍ଡଳୀରେ ବିଦ୍ୟୁତ୍ ସ୍ରୋତ ସୃଷ୍ଟି ହେଉଛି ଓ ଏହା
ବିପର1ତ ତିଖରେ ପ୍ରବାହିତ ହେଉଛି
(iii) ଚୁମ୍ବକକୁ କୁଣ୍ଡଳୀ ପାଖାପାଖ୍ ସ୍ଥିର ଅବସ୍ଥାରେ ରଖ । ତାର ଉତ୍ତର ମେରୁ କୁଣ୍ଡଳୀର ପ୍ରାନ୍ତ B ଆଡ଼କୁ ରହୁ । ବର୍ତ୍ତମାନ କୁଣ୍ଡଳୀକୁ ଚୁମ୍ବକ ଆଡ଼କୁ ନେଲେ ଗାଲଭାନୋମିଟର ସୂଚୀର ବିକ୍ଷେପ ଡାହାଣ ଆଡ଼କୁ ହେବ । ସେହିଭଳି କୁଣ୍ଡଳୀକୁ ଚୁମ୍ବକଠାରୁ ଦୂରକୁ ନେଲେ ସୂଚୀର ବିକ୍ଷେପ ବାମଆଡ଼କୁ ହେବ ।
(iv) କୁଣ୍ଡଳୀ ଓ ଚୁମ୍ବକ ଉଭୟ ସ୍ଥିର ରହିଲେ ଗାଲଭାନୋମିଟରରେ ବିକ୍ଷେପ ଶୂନ୍ ହୁଏ ।
(v) କୁଣ୍ଡଳୀକୁ ସ୍ଥିର ରଖ୍ ଚୁମ୍ବକର ଉତ୍ତର ମେରୁ ପରିବର୍ତ୍ତେ ଦକ୍ଷିଣ ମେରୁକୁ କୁଣ୍ଡଳୀର ପ୍ରାନ୍ତ B ଆଡ଼କୁ ଗତି କରାଇ ଦେଖ ଯେ ଗାଲଭାନୋମିଟର ସୂଚୀର ବିକ୍ଷେପ ବିପରୀତ ହେବ ।
ସିଦ୍ଧାନ୍ତ :
ଉପର ପରୀକ୍ଷଣରେ ଆମେ ଦେଖୁ ଯେ
- ତାର କୁଣ୍ଡଳୀ ସ୍ଥିର ଥାଇ ଚୁମ୍ବକ ଗତିକଲେ ବା ଚୁମ୍ବକ ସ୍ଥିର ଥାଇ କୁଣ୍ଡଳୀ ଗତି କଲେ କୁଣ୍ଡଳୀରେ ବିଦ୍ୟୁତ୍ ପ୍ରବାହ ସୃଷ୍ଟି ହୁଏ ।
- ଉଭୟ ଚୁମ୍ବକ ଓ କୁଣ୍ଡଳୀ ସ୍ଥିର ଥିଲେ ବିଦ୍ୟୁତ୍ ପ୍ରବାହ ହୁଏ ନାହିଁ ।
- ତାର କୁଣ୍ଡଳୀ ଓ ଚୁମ୍ବକ ମଧ୍ୟରେ ଆପେକ୍ଷିକ ଗତି (Relative motion) ହଁ ବିଦ୍ୟୁତ୍ ପ୍ରବାହର କାରଣ ।
- ତାର କୁଣ୍ଡଳୀ ଓ ଚୁମ୍ବକ ମଧ୍ୟରେ ଆପେକ୍ଷିକ ଗତି ଯୋଗୁଁ କୁଣ୍ଡଳୀରେ ଏକ ବିଦ୍ୟୁତ୍ ବିଭବାନ୍ତର ସୃଷ୍ଟି ହୁଏ ।
- ଏହି ବିଭବାନ୍ତର ଯୋଗୁଁ କୁଣ୍ଡଳୀରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୁଏ । ଏହି ବିଭବାନ୍ତରକୁ ପ୍ରେରିତ (Induced potential difference) ଓ ବିଦ୍ୟୁତ୍ ସ୍ରୋତକୁ ପ୍ରେରିତ ବିଦ୍ୟୁତ୍ ସ୍ରୋତ (Induced current) କୁହାଯାଏ ।
କାର୍ଯ୍ୟାବଳୀ – 9 (Activity – 9)
ପରୀକ୍ଷଣ :
50 ଘେର ଓ 100 ଘେର ବିଶିଷ୍ଟ ଦୁଇଟି ତମ୍ବାତାର କୁଣ୍ଡଳୀ ନେଇ ଏକ ବିଦ୍ୟୁତ୍ରୋଧୀ ସିଲିଣ୍ଡର ଉପରେ ଗୁଡ଼ାଅ ।
ସିଦ୍ଧାନ୍ତ :
100 ଘେର ବିଶିଷ୍ଟ କୁଣ୍ଡଳୀ -1 କୁ ଗୋଟିଏ ବ୍ୟାଟେରୀ ଓ ପ୍ଲଗ୍ କି ସହ ପଙ୍କ୍ତିରେ ସଂଯୁକ୍ତ କର । 50 ଘେର ବିଶିଷ୍ଟ କୁଣ୍ଡଳୀ – 2 କୁ ଗୋଟିଏ ଗାଲ୍ଭାନୋମିଟର ସହ ସଂଯୁକ୍ତ କର ।
ପ୍ଲଗ କିକୁ ବନ୍ଦ କରି କୁଣ୍ଡଳୀ -1 ରେ ବିଦ୍ୟୁତ୍ ପ୍ରବାହ ହେଲେ ଦେଖାଯିବ ଯେ ସୂଚୀଟି ହଠାତ୍ ଗୋଟିଏ ପଟକୁ ବିକ୍ଷେପିତ ହୋଇ ଶୂନ୍କୁ ଫେରି ଆସିଲା । ଅର୍ଥାତ୍ କୁଣ୍ଡଳୀ-2 ରେ ସାମୟିକ ଭାବେ ବିଦ୍ୟୁତ୍ ପ୍ରୋତ ପ୍ରବାହିତ ହେଳ |
ପ୍ଲଗ୍ କି କୁ ମୁକ୍ତକରି କୁଣ୍ଡଳୀ-1ରେ ବିଦ୍ୟୁତ୍ ପ୍ରବାହକୁ ଶୂନ୍ କରିଦେଲେ ଦେଖୁ ଯେ ଗାଲଭାନୋମିଟର ସୂଚୀଟି ବିପରୀତ ଦିଗକୁ ସାମୟିକ ଭାବେ ବିକ୍ଷେପିତ ହୋଇ ପୁଣି ଶୂନ୍କୁ ଫେରି ଆସିବ । ଅର୍ଥାତ୍ ବର୍ତ୍ତମାନ କୁଣ୍ଡଳୀ-2 ରେ ବିପରୀତ ଦିଗରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲା ।
ଏଥରୁ ଜଣାଯାଉଛି ଯେ କୁଣ୍ଡଳୀ -1ରେ ବିଦ୍ୟୁତ୍ ସ୍ରୋତ ବଢ଼ି ଏକ ସ୍ଥିର ମୂଲ୍ୟରେ ପହଞ୍ଚିଲା ପରେ ବା କମି ଶୂନ୍ରେ ପହଞ୍ଚିଲା ପରେ କୁଣ୍ଡଳୀ-2ରେ ଗାଲଭାନୋମିଟର ସୂଚୀର ବିକ୍ଷେପ ହେଉନାହିଁ ।
ସିଦ୍ଧାନ୍ତ :
କୁଣ୍ଡଳୀ-1 ରେ ବିଦ୍ୟୁତ୍ ପ୍ରବାହର ପରିବର୍ତ୍ତନ ହେଲେ କୁଣ୍ଡଳୀ-2 ରେ ପ୍ରେରିତ ବିଦ୍ୟୁତ୍ ବିଭବାନ୍ତର ସୃଷ୍ଟ ହେଉଛି ।
କୁଣ୍ଡଳୀ-1 କୁ ପ୍ରାଥମିକ (Primary) କୁଣ୍ଡଳୀ ଓ କୁଣ୍ଡଳୀ-2 କୁ ଦ୍ୱିତୀୟକ (Secondary) କୁଣ୍ଡଳୀ କୁହାଯାଏ ।
ବ୍ୟାଖ୍ୟା :
ପ୍ରାଥମିକ କୁଣ୍ଡଳୀରେ ବିଦ୍ୟୁତ୍ ପ୍ରବାହର ପରିବର୍ତ୍ତନ ହେଲେ ତା’ ସହ ସଂପୃକ୍ତ ଚୁମ୍ବକୀୟ କ୍ଷେତ୍ରରେ ପରିବର୍ତ୍ତନ
ଦ୍ବିତୀୟକ କୁଣ୍ଡଳୀ ସଂପୃକ୍ତ ଚୁମ୍ବକୀୟ କ୍ଷେତ୍ରରେଖାର ପରିବର୍ତ୍ତନ ଯୋଗୁଁ ହିଁ ଦ୍ବିତୀୟକ କୁଣ୍ଡଳୀରେ ପ୍ରେରିତ ବିଦ୍ୟୁତ୍ ପ୍ରବାହ ସୃଷ୍ଟିହୁଏ । ଏହାକୁ ବିଦ୍ୟୁତ୍ ଚୁମ୍ବକୀୟ ପ୍ରେରଣ (electromagnetic induction) କୁହାଯାଏ । କୁଣ୍ଡଳୀର ଗତିର ଦିଗ ଚୁମ୍ବକୀୟ କ୍ଷେତ୍ରର ଦିଗ ପ୍ରତି ଲମ୍ବ ହେଲେ ପ୍ରେରିତ ବିଦ୍ୟୁତ୍ ସ୍ରୋତର ପରିମାଣ ସବୁଠୁ ଅଧ୍ୟକ ହୁଏ ।
ଫ୍ଲେମିଂଙ୍କ ଦକ୍ଷିଣ ହସ୍ତ ନିୟମ (Fleming’s Right-Hand Rule):
ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳି, ତର୍ଜନୀ ଓ ମଧ୍ଯମାକୁ ଏପରି ଖୋଲି ରଖ ଯେ ସେଗୁଡ଼ିକ ପରସ୍ପର ପ୍ରତି ସମକୋଣରେ ରହିବ । ତର୍ଜନୀ ଚୁମ୍ବକୀୟ କ୍ଷେତ୍ରର ଦିଗ ଓ ବୃଦ୍ଧାଙ୍ଗୁଳି ପରିବାହୀର ଗତିର ଦିଗ ନିର୍ଦ୍ଦେଶ କଲେ ମଧ୍ୟମା ନିର୍ଦ୍ଦେଶ କରୁଥିବା ଦିଗରେ ପ୍ରେରିତ ବିଦ୍ୟୁତ୍ ପ୍ରବାହ ସୃଷ୍ଟି ହେବ ।
ଫ୍ଲେମିଂଙ୍କ ଦକ୍ଷିଣ ହସ୍ତ ନିୟମ ସାହାଯ୍ୟରେ ବିଦ୍ୟୁତ୍ ଜେନେରେଟର୍ର କାର୍ଯ୍ୟ ପ୍ରଣାଳୀ ବୁଝିହେବ ।