Odisha State Board BSE Odisha 10th Class Political Science Solutions Chapter 6 ଭାରତ ଓ ତାହାର ପଡ଼ୋଶୀ ରାଷ୍ଟ୍ର Textbook Exercise Questions and Answers.
BSE Odisha 10th Class Political Science Solutions Chapter 6 ଭାରତ ଓ ତାହାର ପଡ଼ୋଶୀ ରାଷ୍ଟ୍ର
୧. ନିମ୍ନଲିଖ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ଟି ଶବ୍ଦରେ ଲେଖ ।
(କ) ପଞ୍ଚଶୀଳ ନୀତି କ’ଣ ?
Answer:
ଭାରତ ଓ ଚୀନ୍ ମଧ୍ଯରେ ଶାନ୍ତି ପ୍ରତିଷ୍ଠା ପାଇଁ ୧୯୫୪ ମସିହାରେ ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ପାଞ୍ଚଗୋଟି ନୀତି ସମ୍ବଳିତ ରାଜିନାମା ସ୍ବାକ୍ଷରିତ ହୋଇଥିଲା । ଏହାକୁ ପଞ୍ଚଶୀଳ ନୀତି ବା ପଞ୍ଚଶୀଳ ଚୁକ୍ତି କୁହାଯାଏ । ଏହି ପାଞ୍ଚଗୋଟି ନୀତି ହେଲା –
- ପ୍ରତ୍ୟେକ ରାଷ୍ଟ୍ରର ଅଖଣ୍ଡତା ଓ ସାର୍ବଭୌମତ୍ୱ ପ୍ରତି ପାରସ୍ପରିକ ସମ୍ମାନ ପ୍ରଦର୍ଶନ ।
- ପାରସ୍ପରିକ ଅନାକ୍ରମଣ ।
- କେହି ଅନ୍ୟ କାହାର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବାରୁ ନିବୃତ୍ତ ରହିବା ।
- ସାମ୍ୟ ଓ ପାରସ୍ପରିକ ଉପକାର ।
- ଶାନ୍ତିପୂର୍ଣ୍ଣ ସହାବସ୍ଥାନ ।
(ଖ) ଗୋଷ୍ଠୀନିରପେକ୍ଷତା କହିଲେ ତୁମେ କ’ଣ ବୁଝ ?
Answer:
- ଗୋଷ୍ଠୀନିରପେକ୍ଷତା ଭାରତର ବୈଦେଶିକ ନୀତିର ଅନ୍ୟତମ ବୈଶିଷ୍ଟ୍ୟ ।
- ଦ୍ବିତୀୟ ବିଶ୍ଵଯୁଦ୍ଧ ପରେ ଆମେରିକା ଓ ରୁଷିଆ ଭଳି ଦୁଇଟି ବୃହତ୍ ଶକ୍ତିର ଉତ୍ଥାନ ହେବା ଫଳରେ ପୃଥିବୀର ବିଭିନ୍ନ ରାଷ୍ଟ୍ର ଉଭୟଙ୍କ ଗୋଷ୍ଠୀଭୁକ୍ତ ହେବାକୁ ଲାଗିଲେ ।
- ଭାରତ ନେତୃତ୍ୱରେ ଗୋଷ୍ଠୀ ନିରପେକ୍ଷତା ଆନ୍ଦୋଳନ ମୁଣ୍ଡ ଟେକିଥିଲା । ସାମ୍ରାଜ୍ୟବାଦୀ ରାଷ୍ଟ୍ର କବଳରୁ ମୁକ୍ତ ହୋଇ ସ୍ଵାଧୀନ ହୋଇଥିବା ଅନେକ ଏସୀୟ ଓ ଆଫ୍ରିକୀୟ ରାଷ୍ଟ୍ର ଏହାର ଅନ୍ତର୍ଭୁକ୍ତ ହୋଇଥିଲେ ।
- ଭାରତ କୌଣସି ଗୋଷ୍ଠୀଭୁକ୍ତ ନ ହୋଇ ନିଜେ ଏକ ସ୍ବାଧୀନ, ନିରପେକ୍ଷ ତଥା ଶକ୍ତିଶାଳୀ ବୈଦେଶିକ ନୀତି ଉପରେ ଗୁରୁତ୍ଵ ଆରୋପ କରିଥିଲା ।
- ଗୋଷ୍ଠୀନିରପେକ୍ଷତା ନୀତି ଅବଲମ୍ବନ କଲେ ମଧ୍ୟ ଭାରତ ଅନ୍ୟ ସମସ୍ତ ରାଷ୍ଟ୍ରମାନଙ୍କ ସହିତ ସଦ୍ଭାବ ଓ ଶାନ୍ତିପୂର୍ଣ୍ଣ ସମ୍ପର୍କ ସ୍ଥାପନ ଦିଗରେ ସର୍ବଦା ଚେଷ୍ଟିତ ଥିଲା ।
(ଗ) କାଶ୍ମୀର ବିବାଦ ବିଷୟରେ ସଂକ୍ଷେପରେ ଲେଖ ।
Answer:
- ୧୯୪୭ ମସିହାରେ ମହାରାଜା ହରିସିଂହଙ୍କ ଅନୁରୋଧ କ୍ରମେ କାଶ୍ମୀର ଭାରତ ସହିତ ମିଶିଗଲା; କିନ୍ତୁ ପାକିସ୍ତାନ ଏହାକୁ ବିରୋଧ କରି ଆସୁଥିଲା ।
- କାଶ୍ମୀର ପ୍ରସଙ୍ଗ ନେଇ ୧୯୬୫ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା ।
- ସୋଭିଏତ୍ ରୁଷର ମଧ୍ୟସ୍ଥତାରେ ଯୁଦ୍ଧ ବିରତି ପରେ ତାସ୍କେଣ୍ଟାରେ ୧୯୬୬ ମସିହାର ଜାନୁୟାରୀ ମାସ ୧୦ ତାରିଖ ଦିନ ଏକ ଶାନ୍ତି ଚୁକ୍ତି ସ୍ବାକ୍ଷରିତ ହୋଇଥିଲା; କିନ୍ତୁ ଏହି ଚୁକ୍ତି କାଶ୍ମୀର ସମସ୍ୟାର ସ୍ଥାୟୀ ସମାଧାନ କରିପାରି ନଥିଲା ।
- ୧୯୭୨ ମସିହାରେ ସିମୂଳା ରାଜିନାମାରେ ‘ଯୁଦ୍ଧ ବିରତି’ ରେଖାକୁ ପୁନଃନିର୍ଦ୍ଧାରଣ କରାଗଲା । ଏହା ବର୍ତ୍ତମାନର ‘ନିୟନ୍ତ୍ରଣ ରେଖା’ (Line of Control) ନାମରେ ପରିଚିତ ।
- ୧୯୮୯ ମସିହାରେ ପାକିସ୍ତାନ କାଶ୍ମୀର ଉପତ୍ୟକାରେ ବିଚ୍ଛିନ୍ନତାବାଦୀ ସଙ୍ଗଠନମାନଙ୍କୁ ପୁଣିଥରେ ସହାୟତା ଦେଇ ଭାରତରେ ଅସ୍ଥିରତା ସୃଷ୍ଟିକଲା । ଏହି ସମୟରେ ଜାମ୍ମୁ ଓ କାଶ୍ମୀର ମୁକ୍ତି ସଙ୍ଗଠନ (JKLF) ନାମକ ଏକ ବିଚ୍ଛିନ୍ନତାବାଦୀ ସଙ୍ଗଠନ ମୁଣ୍ଡ ଟେକିଲା ଏବଂ ଭାରତରେ ଗୋଳମାଳିଆ ପରିସ୍ଥିତି ସୃଷ୍ଟିକଲା ।
(ଘ) ତିବ୍ବତ ସମସ୍ୟା ଭାରତ ଓ ଚୀନ୍ ସମ୍ପର୍କକୁ କିପରି ପ୍ରଭାବିତ କରିଛି, ତାହା ଆଲୋଚନା କର ।
Answer:
- ଭାରତ ଓ ଚୀନ୍ ମଧ୍ଯରେ ତିବ୍ବତକୁ ନେଇ ସମସ୍ୟା ଦେଖାଦେଇଥିଲା । ଦୀର୍ଘଦିନ ଧରି ତିବ୍ବତ ଏକ ସ୍ବାଧୀନ ରାଷ୍ଟ୍ର ଥିଲା; କିନ୍ତୁ ପରେ ଚୀନ୍ ଏହାକୁ ଦଖଲକଲା ।
- ୧୮୯୦ ମସିହାରେ ଭାରତରେ ଶାସନ କରୁଥିବା ବ୍ରିଟିଶ୍ ସରକାର ଚୀନ୍ ସହିତ ଏକ ଚୁକ୍ତି ସ୍ୱାକ୍ଷରିତ କରିଥିଲେ ଏବଂ ଭାରତ ଓ ତିବ୍ବତ ମଧ୍ୟରେ ସୀମା ନିର୍ଦ୍ଧାରଣ କରିଥିଲେ; କିନ୍ତୁ ତିବ୍ବତୀୟ ଶାସକମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ।
- ତିବ୍ବତରେ ଚୀନ୍ର ଶାସନକୁ ବ୍ରିଟେନ୍ ଓ ରୁଷିଆ ସମର୍ଥନ କରୁଥିଲାବେଳେ ଭାରତ କରି ନଥିଲା ।
- ୧୯୧୧ ମସିହାରେ ଚୀନ୍ରେ ବିପ୍ଳବ ହେବାପରେ ତିବ୍ବତ ଚୀନ୍କୁ ତା’ର ଭୂଖଣ୍ଡରୁ ଚାଲିଯିବାପାଇଁ ବାଧ୍ୟ କରିଥିଲା ।
- ୧୯୫୦ ମସିହା ଅକ୍ଟୋବର ମାସରେ ଚୀନ୍ ତିବ୍ବତକୁ ଅଧିକାର କଲାବେଳେ ଭାରତ ଏହାର ଘୋର ବିରୋଧ କରିଥିଲା । ଏଣୁ ଦୁଇ ଦେଶ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା ।
(ଙ) ଶ୍ରୀଲଙ୍କାର ତାମିଲ ସମସ୍ୟା ବିଷୟ ବୁଝାଇ ଲେଖ ।
Answer:
- ଶ୍ରୀଲଙ୍କାରେ ବସବାସ କରୁଥିବା ତାମିଲମାନେ ଏକ ଅଲଗା ଦେଶ ‘ଇଲମ୍ ରିପବ୍ଲିକ୍’ ଗଠନ ପାଇଁ ଦାବି କରିବା ପରେ ଏହି ସମସ୍ୟା ଉଗ୍ରରୂପ ଧାରଣ କରିଥିଲା । ସିଂହଳୀମାନେ ତାମିଲମାନଙ୍କର ପ୍ରଭୁତ୍ଵକୁ ବିରୋଧ କରୁଥିଲେ ।
- ୧୯୫୦ ମସିହାରେ ତାମିଲ ଜାତୀୟତାବାଦୀ ନେତା ଏସ୍. ଜେ.ଭି. ଚଲଭନାୟକମ୍ ଫେଡ଼େରାଲ ଦଳ ଗଠନ କରି ସେମାନଙ୍କର ଦାବି ଉପସ୍ଥାପନ କରିଥିଲେ । ତାଙ୍କ ପରେ ଅମୃତଲିଙ୍ଗମ୍ ଦଳର ନେତୃତ୍ୱ ନେଇଥିଲେ ।
- ୧୯୮୩ ମସିହାରେ ଶ୍ରୀଲଙ୍କାର ତାମିଲ ଓ ସିଂହଳୀଙ୍କ ମଧ୍ୟରେ ଥିବା କନ୍ଦଳ ଉଗ୍ରରୂପ ଧାରଣ କଲା । ତାମିଲ ୟୁନାଇଟେଡ୍ ଲିବରେସନ୍ ଫ୍ରଣ୍ଟ (TULF) ୧୯୮୮ ମସିହାରେ ଏକ ସ୍ଵତନ୍ତ୍ର ରାଷ୍ଟ୍ର ଦାବି କରିଥିଲା । ଏହି ଆନ୍ଦୋଳନକାରୀଙ୍କ ବିରୋଧରେ ଦମନମୂଳକ ପଦକ୍ଷେପ ନିଆଗଲା । ତାମିଲ ‘ବ୍ୟାଘ୍ର’ ନେତା ଉମା ମହେଶ୍ଵରନ୍ ଓ ପ୍ରଭାକରନ୍ଙ୍କୁ ଗିରଫ କରାଗଲା ।
- ୧୯୮୩ ମସିହାରୁ ୧୯୮୬ ମସିହା ମଧ୍ୟରେ ପ୍ରାୟ ୨୫୦୦୦ ତାମିଲ ଶରଣାର୍ଥୀ ଭାରତକୁ ଚାଲି ଆସିଥିଲେ । ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧି ଶ୍ରୀଲଙ୍କା ରାଷ୍ଟ୍ରପତି ଜୟବର୍ଷନେ ସହିତ ସ୍ବାଭାବିକ ଅବସ୍ଥା ଫେରାଇଆଣିବା ପାଇଁ ଆଲୋଚନା କରିଥିଲେ ।
- ରାଜୀବ ଗାନ୍ଧି ଭାରତର ପ୍ରଧାନମନ୍ତ୍ରୀ ଥିବାବେଳେ ୧୯୮୭ ମସିହାରେ ଶ୍ରୀଲଙ୍କା ସହିତ ହୋଇଥିବା ଏକ ରାଜିନାମା ଅନୁସାରେ ଶ୍ରୀଲଙ୍କାରେ ଶାନ୍ତି ପ୍ରତିଷ୍ଠା ପାଇଁ ଏକ ‘ଭାରତୀୟ ଶାନ୍ତରକ୍ଷା ସାମରିକ ବାହିନୀ’’କୁ ସେଠାକୁ ପଠାଯାଇଥିଲା ।
(ଚ) ଭାରତ ଭୁଟାନ୍କୁ କିପରି ସହାୟତା ଯୋଗାଇଥିଲା, ତାହା ଆଲୋଚନା କର ।
Answer:
- ଭୁଟାନ୍ରେ ପ୍ରଥମ ପଞ୍ଚବାର୍ଷିକ ଯୋଜନା ୧୯୬୧ ମସିହାରେ ଆରମ୍ଭ ହେଲା ଏବଂ ସେଥିପାଇଁ ଭାରତ ସରକାର ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ । ବିଭିନ୍ନ ପଞ୍ଚବାର୍ଷିକ ଯୋଜନା ପାଇଁ ଭାରତ ସରକାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।
- ଭୁଟାନ୍ର ନବମ ପଞ୍ଚବାର୍ଷିକ ଯୋଜନା (୨୦୦୨-୨୦୦୮) ପାଇଁ ଭାରତ ପ୍ରାୟ ୨୬୧୦.୧୪ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇଥିଲା ।
- ଭୁଟାନ୍ରେ ରାଜପଥ ନିର୍ମାଣ, ପାରୋଠାରେ ବିମାନ ବନ୍ଦର ନିର୍ମାଣ, ପେଣ୍ଡେନ୍ ସିମେଣ୍ଟ କାରଖାନା ନିର୍ମାଣ ଏବଂ ଅନେକ ଜଳବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣରେ ଭାରତର ସରକାର ଆର୍ଥିକ ସହାୟତା ଯୋଗାଇଛନ୍ତି ।
- ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ମଧ୍ୟ ଉଭୟ ଦେଶ ମଧ୍ୟରେ ନିବିଡ଼ ସହଯୋଗ ରହିଛି । ଭାରତର ସୈନିକ ସ୍କୁଲରେ ଭୁଟାନ୍ ଛାତ୍ରଙ୍କୁ ଅଧ୍ୟୟନର ସୁବିଧା ଦିଆଯାଇଛି ।
- ମେଧାବୀ ଭୁଟାନ୍ ଛାତ୍ରମାନଙ୍କ ପାଇଁ ଭାରତ ସରକାର ଶିକ୍ଷା ବୃତ୍ତି ପ୍ରଦାନର ବ୍ୟବସ୍ଥା କରିଛନ୍ତି । ନେହେରୁ – ଗଚୁକ୍ ବୃତ୍ତି ଲାଭ କରି ଭୁଟାନ୍ର ଅନେକ ଛାତ୍ର ଭାରତର ଅଗ୍ରଣୀ ବିଶ୍ବବିଦ୍ୟାଳୟମାନଙ୍କରେ ଏବେ ପାC ପଢୁଛନ୍ତି ।
(ଛ) ଭାରତ-ମିଆଁମାର ମଧ୍ଯରେ କେଉଁ କେଉଁ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା, ତାହା ସୂଚିତ କର ।
Answer:
- ନିଜର ସ୍ଵାର୍ଥ ଓ ନିରାପତ୍ତା ଦୃଷ୍ଟିରୁ ଭାରତ ମିଆଁମାର ସହିତ ଅନେକ ଚୁକ୍ତି ସ୍ୱାକ୍ଷର କରିଥିଲା । ନରସିଂହ ରାଓଙ୍କ ପ୍ରଧାନମନ୍ତ୍ରିତ ସମୟରେ ଦୁଇ ଦେଶ ମଧ୍ୟରେ ଅନେକ ଦ୍ବିପାକ୍ଷିକ ଆଲୋଚନା ଜାତୀୟ ନିରାପତ୍ତାକୁ ଦୃଷ୍ଟିରେ ରଖି କରାଯାଇଥିଲା ।
- ୧୯୯୪ ମସିହାର ଚୁକ୍ତିଦ୍ଵାରା ଦୁଇ ଦେଶର ସୀମାଦେଇ ଚାଲିଥିବା ଚୋରା ଅସ୍ତ୍ରଶସ୍ତ୍ର ଚାଲାଣ ଓ ନିଶାଦ୍ରବ୍ୟ କାରବାର ରୋକାଯାଇପାରିବା ସହ ଭାରତର ଉତ୍ତର-ପୂର୍ବାଞ୍ଚଳରେ ଅର୍ଥନୀତିକୁ ସୁଦୃଢ଼ ହେବ ବୋଲି ଆଶା କରାଯାଇଥିଲା ।
- ୨୦୦୮ ମସିହା ଅକ୍ଟୋବର ମାସରେ ମିଆଁମାର-ଭାରତ ମିଳିତ ବାଣିଜ୍ୟିକ କମିଟିର ତୃତୀୟ ଅଧ୍ଵବେଶନରେ ସୀମା ବାଣିଜ୍ୟକୁ ସ୍ଵାଭାବିକ ବାଣିଜ୍ୟରେ ପରିଣତ କରିବାପାଇଁ ଆଲୋଚନା ହୋଇଥିଲା ।
- ୨୦୦୧ ମସିହାରେ ଭାରତ ପକ୍ଷରୁ ୧୬୦ କିଲୋମିଟର ଦୀର୍ଘ ଭାରତ-ମିଆଁମାର ବନ୍ଧୁତା ସଡ଼କ ‘ତମୁ’ନିର୍ମାଣ କରାଯାଇଥିଲା ।
- ୨୦୦୮ ମସିହା ଜାନୁୟାରୀ ମାସ ୭ ତାରିଖରେ ମିଆଁମାରକୁ ଉପହାରସ୍ଵରୂପ ଏକ ବନ୍ଦର ଦେବା ପାଇଁ କାଲାଦନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ହାତକୁ ନେବାକୁ ଭାରତ ସରକାର ଘୋଷଣା କରିଥିଲା ।
(ଜ) ଭାରତ-ଚୀନ୍ ସୀମା ବିବାଦ ବିଷୟରେ ଏକ ଟିପ୍ପଣୀ ଲେଖ ।
Answer:
- ଭାରତ ଓ ଚୀନ୍ ମଧ୍ଯରେ ଅନେକଦିନ ଧରି ସୀମା ବିବାଦ ଲାଗିରହିଛି । ୧୯୫୯ ମସିହାରେ ଚୀନ୍ ସରକାର ଭାରତର ୮୧,୬୦୦ ବର୍ଗ କିଲୋମିଟର ବିସ୍ତୀର୍ଣ୍ଣ ଅଞ୍ଚଳକୁ ନିଜ ଅକ୍ତିଆରରେ ରଖୁଥିଲା ।
- ଲଦାଖର ଅକ୍ସାଇ ଅଞ୍ଚଳରେ ଚୀନ୍ ଏକ ରାସ୍ତା ନିର୍ମାଣ କରିଥିଲା ଏବଂ ଚୀନ୍ ଅନୁପ୍ରବେଶକାରୀମାନେ ସେହି ରାସ୍ତାଦେଇ ପଶ୍ଚିମ ତିବ୍ବତକୁ ଯାତାୟାତ କରୁଥିଲେ ।
- ୧୯୬୨ ମସିହାରେ ଚୀନ୍ ଭାରତ ଉପରେ ଆକ୍ରମଣ କରି ମ୍ଯାକ୍ମୋହନ ସୀମାରେଖାକୁ ଅତିକ୍ରମ କରି ଭାରତର ବିସ୍ତୃତ ଅଞ୍ଚଳକୁ ଅଧିକାର କରିନେଲା ।
- ଅନ୍ତର୍ଜାତିକ କ୍ଷେତ୍ରରେ ଭାରତ-ଚୀନ୍ ସୀମା ବିବାଦ ଆଲୋଡ଼ନ ସୃଷ୍ଟି କରିଥିଲା ଏବଂ ଶୀତଳ ଯୁଦ୍ଧର ପରବର୍ତ୍ତୀ ସମୟରେ ଉଭୟ ଦେଶର ସମ୍ପର୍କରେ କିଛିଟା ପରିବର୍ତ୍ତନ ଘଟିଥିଲା ।
- ଭାରତ ତିବ୍ବତ ସମସ୍ୟାରୁ ନିଜକୁ ଦୂରେଇ ରଖ୍ ଏବଂ ଚୀନ୍ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ପ୍ରଥମ ସମର୍ଥନ ଦେବାରୁ ନିବୃତ୍ତ ରହିଲା । ୧୯୯୩ ମସିହାରେ ଭାରତ ଓ ଚୀନ୍ ଏକ ମିଳିତ ରାଜିନାମାରେ ସ୍ବାକ୍ଷର କରି ପ୍ରକୃତ ନିୟନ୍ତ୍ରଣରେଖାକୁ ସମ୍ମାନ ଦେବାକୁ ରାଜିହେଲେ ।
- ୧୯୯୫ ମସିହାରେ ଦୁଇ ଦେଶ ମଧ୍ୟରେ ଶାନ୍ତି ଓ ସ୍ଥିରତାର ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଏହା ପରଠାରୁ ଭାରତ ଓ ଚୀନ୍ ସମ୍ପର୍କରେ ଉନ୍ନତି ଘଟିଥିଲା ।
(ଝ) ୧୯୪୯-୫୩ ମସିହାର କୋରିଆ ଯୁଦ୍ଧ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ କାହିଁକି ତିକ୍ତତାର କାରଣ ହୋଇଥିଲା ?
Answer:
- ୧୯୪୯ରୁ ୧୯୫୩ ମସିହା ମଧ୍ୟରେ ହୋଇଥିବା କୋରିଆ ଯୁଦ୍ଧ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ତିକ୍ତତା ସୃଷ୍ଟି କରିଥିଲା ।
- ଦ୍ଵିତୀୟ ବିଶ୍ୱଯୁଦ୍ଧ ଶେଷ ହେବାପରେ କୋରିଆ ଦୁଇ ଭାଗରେ ବିଖଣ୍ଡିତ ହେଲା । ଉତ୍ତର କୋରିଆରେ କମ୍ୟୁନିଷ୍ଟ ଶାସନ ପ୍ରତିଷ୍ଠିତ ହେଲା ଏବଂ ଏହା ସୋଭିଏତ୍ ରୁଷିଆର ସହଯୋଗ ଲାଭକଲା ।
- ଦକ୍ଷିଣ କୋରିଆରେ ଯୁକ୍ତରାଷ୍ଟ୍ର ଆମେରିକା ସମର୍ଥିତ ଶାସନ ବ୍ୟବସ୍ଥା ପ୍ରତିଷ୍ଠିତ ହେଲା ।
- ୧୯୪୯ ମସିହାରେ ଉତ୍ତର କୋରିଆ ବିରୁଦ୍ଧରେ ଦକ୍ଷିଣ କୋରିଆକୁ ଯୁକ୍ତରାଷ୍ଟ୍ର ଆମେରିକା ସମର୍ଥନ ଦେଇଥିଲା
- ଯୁକ୍ତରାଷ୍ଟ୍ର ଆମେରିକାର ଏହି ପଦକ୍ଷେପକୁ ଭାରତ ନିନ୍ଦା କରିବା ହେତୁ ଯୁକ୍ତରାଷ୍ଟ୍ର ଆମେରିକା ଭାରତର ବିରୋଧୀ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନକୁ ସହଯୋଗ ଓ ସମର୍ଥନ ଜଣାଇଥିଲା ।
(ଞ) ସ୍ଵାଧୀନ ‘ବଙ୍ଗଳାଦେଶ’ ଗଠନରେ ଭାରତର ଭୂମିକା ସଂକ୍ଷେପରେ ବର୍ଣ୍ଣନା କର ।
Answer:
- ସ୍ଵାଧୀନ ବଙ୍ଗଳାଦେଶ ଗଠନରେ ଭାରତର ପ୍ରଚ୍ଛନ୍ନ ହାତ ଥିଲା ।
- ଇଂରେଜ ଶାସନ ସମୟରେ ଥିବା ପୂର୍ବ ବଙ୍ଗ ଭାରତ ବିଭାଜନ ପରେ ପୂର୍ବ ପାକିସ୍ତାନ ନାମରେ ପରିଚିତ ହୋଇ ପାକିସ୍ତାନରେ ଅଂଶବିଶେଷ ହୋଇଥିଲା ।
- ୧୯୭୧ ମସିହା ପୂର୍ବରୁ ପଶ୍ଚିମ ପାକିସ୍ତାନର ଅତ୍ୟାଚାରରେ ପୂର୍ବ ପାକିସ୍ତାନ ଲୋକମାନେ ଅତିଷ୍ଠ ହେବା ଫଳରେ ଶେଖ୍ ମୁଜିବୁର୍ ରହମନ୍ଙ୍କ ନେତୃତ୍ଵରେ ପାକିସ୍ତାନ ବିରୋଧରେ ଆନ୍ଦୋଳନ ତେଜି ଉଠିଲା ।
- ଭାରତ ସେହି ସ୍ଵାଧୀନତା ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ ଦେଇଥିଲା ।
- ୧୯୭୧ ମସିହା ଡିସେମ୍ବର ମାସରେ ଭାରତ-ପାକିସ୍ତାନ ଯୁଦ୍ଧର ପରିଣତିସ୍ୱରୂପ ପୂର୍ବ-ପାକିସ୍ତାନ ‘ବଙ୍ଗଳାଦେଶ’ ଭାବେ ଏକ ସ୍ଵାଧୀନ ରାଷ୍ଟ୍ରରେ ପରିଣତ ହୋଇ ବିଶ୍ଵ ଦରବାରରେ ପରିଚିତ ହେଲା ।
(ଟ) ଯୁକ୍ତରାଷ୍ଟ୍ର ଆମେରିକା ସହିତ ଭାରତର ସମ୍ପର୍କ ସଂକ୍ଷେପରେ ଆଲୋଚନା କର ।
Answer:
- ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ପରି ଦୁଇଟି ପ୍ରମୁଖ ଗଣତନ୍ତ୍ର ରାଷ୍ଟ୍ର ମଧ୍ୟରେ ସମ୍ପର୍କ ଅନେକ ଉତ୍ଥାନ ପତନ ଦେଇ ଗତି କରିଥିଲା ।
- ଦ୍ଵିତୀୟ ବିଶ୍ୱଯୁଦ୍ଧର ପରବର୍ତ୍ତୀ ସମୟରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ରୁଷିଆ ଦୁଇଟି ବୃହତ୍ ଶକ୍ତି ରୂପେ ପୃଥିବୀରେ କାୟା ବିସ୍ତାର କରିଥିଲାବେଳେ ଭାରତ ଏକ ଗୋଷ୍ଠୀନିରପେକ୍ଷ ରାଷ୍ଟ୍ରଭାବେ କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ସମର୍ଥନ ନକରି ଉଭୟଙ୍କ ସହିତ ଶାନ୍ତିପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବାପାଇଁ ଉଦ୍ୟମ କରିଥିଲା ।
- ୧୯୬୨ ମସିହାରେ ଯେତେବେଳେ ଚୀନ୍ ଭାରତ ଉପରେ ଆକ୍ରମଣ କଲା ସେତେବେଳେ ଯୁକ୍ତରାଷ୍ଟ୍ର ଆମେରିକା ଭାରତକୁ ସମର୍ଥନ କରିଥିଲା; କିନ୍ତୁ ୧୯୬୫ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଯୁକ୍ତରାଷ୍ଟ୍ର— ଆମେରିକା ପାକିସ୍ତାନକୁ ସମର୍ଥନ କରିଥିଲା ।
- କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନକୁ ଯୁକ୍ତରାଷ୍ଟ୍ର ଆମେରିକା ଅଣୁଅସ୍ତ୍ର ସାହାଯ୍ୟ କରିବାରୁ ୧୯୭୧ରୁ ୧୯୯୧ ମସିହା ମଧ୍ୟରେ ଭାରତ-ସୋଭିଏତ୍ ରୁଷିଆ ମଧ୍ୟରେ ବନ୍ଧୁତ୍ଵ ପ୍ରସଙ୍ଗ ଭାରତ ସହିତ ଯୁକ୍ତରାଷ୍ଟ୍ର ଆମେରିକାର ସମ୍ପର୍କରେ ତିକ୍ତତା ଆସିଥିଲା ।
- କିନ୍ତୁ ୧୯୯୨ ମସିହାରୁ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍ଙ୍କ ଭାରତ ଗସ୍ତ ପରେ ଭାରତ-ଯୁକ୍ତରାଷ୍ଟ୍ର ଆମେରିକା ସମ୍ପର୍କରେ ଉନ୍ନତିର ପର୍ବ ଆରମ୍ଭ ହୋଇଥିଲା ଯାହାକି ଅଦ୍ୟାବଧୂ ଚାଲୁରହିଅଛି ।
୨. ନିମ୍ନୋକ୍ତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦରେ ଲେଖ ।
(କ) ଶୀତଳ ଯୁଦ୍ଧ କ’ଣ ?
Answer:
- ଦ୍ବିତୀୟ ବିଶ୍ବଯୁଦ୍ଧର ପରବର୍ତ୍ତୀ ସମୟରେ ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ୍ ରୁଷ୍ ଦୁଇ ବୃହତ୍ ଶକ୍ତି ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଥିଲା ।
- ଏହି ଯୁଦ୍ଧ ବାସ୍ତବ କ୍ଷେତ୍ରରେ ଯୁଦ୍ଧ ନ ହୋଇ ପରସ୍ପର ବିରୋଧରେ ଅପପ୍ରଚାର ଓ ମାନସିକ ଚାପ ପ୍ରୟୋଗ ଉପରେ ଆଧାରିତ ଥିଲା । ତେଣୁ ଏହାକୁ ଶୀତଳ ଯୁଦ୍ଧ କୁହାଯାଏ ।
(ଖ) ‘ଭିଟୋ’ କହିଲେ ତୁମେ କ’ଣ ବୁଝ ?
Answer:
- ମିଳିତ ଜାତିସଂଘର ନିରାପତ୍ତା ପରିଷଦର ପାଞ୍ଚଜଣ ସ୍ଥାୟୀ ସଦସ୍ୟଙ୍କୁ ଭିଟୋ କ୍ଷମତା ଦିଆଯାଇଛି ।
- ନିରାପତ୍ତା ପରିଷଦର କୌଣସି ଗୁରୁତ୍ଵପୂର୍ଣ୍ଣ ନିଷ୍ପଭି ନେବାବେଳେ ସମସ୍ତ ସଦସ୍ୟ ସହମତ ହୋଇଥା’ନ୍ତି; ମାତ୍ର ଯଦି ସ୍ଥାୟୀ ସଦସ୍ୟଙ୍କ ମଧ୍ୟରୁ କେହି ଜଣେ ସହମତ ନହୋଇ ନିଷ୍ପଭି ବିରୁଦ୍ଧରେ ମତ ଦିଅନ୍ତି, ତାହାକୁ ଭିଟୋ କୁହାଯାଏ; ଫଳରେ ସେହି ନିଷ୍ପତ୍ତି କାର୍ଯ୍ୟକାରୀ ହୁଏ ନାହିଁ ।
(ଗ) ଭାରତ ଓ ସୋଭିଏତ୍ ରୁଷିଆ ମଧ୍ୟରେ ସମ୍ପର୍କ ବୃଦ୍ଧିରେ ଗୋର୍ବାଚୋଭ୍ଙ୍କ ଅବଦାନ ବିଷୟରେ ଲେଖ ।
Answer:
- ମିଖାଇଲ୍ ଗୋର୍ବାଚୋଭ୍ଙ୍କ ସମୟରେ ଭାରତ ଓ ରୁଷିଆ ଅର୍ଥନୈତିକ ଓ ବୈଷୟିକ କ୍ଷେତ୍ରରେ ପାରସ୍ପରିକ ସହଯୋଗ ଆଦାନପ୍ରଦାନ ପାଇଁ ଅଙ୍ଗୀକାରବଦ୍ଧ ହୋଇଥିଲେ ।
- ଗୋର୍ବାଚୋଭ୍ ଓ ଭାରତର ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ମଧ୍ୟରେ ଦଶଦଫା ବିଶିଷ୍ଟ ଦିଲ୍ଲୀ ଘୋଷଣାନାମା ସ୍ବାକ୍ଷରିତ ହୋଇଥିଲା ।
(ଘ) ସିଆଟୋ (SEATO) କ’ଣ ?
Answer:
- ସିଆଟୋ (SEATO) ଏକ ସାମରିକ ଚୁକ୍ତି ଅଟେ । ଏହି ଚୁକ୍ତି ଯୁକ୍ତରାଷ୍ଟ୍ର ଆମେରିକାର ନେତୃତ୍ୱରେ ଦକ୍ଷିଣ- ପୂର୍ବ ଏସୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ହୋଇଥିଲା ।
- ଦକ୍ଷିଣ-ପୂର୍ବ ଏସିଆରେ ସାମ୍ୟବାଦକୁ ପ୍ରତିହତ କରିବା ତଥା ସୋଭିଏତ୍-ରୁଷିଆର ପ୍ରଭାବକୁ ହ୍ରାସ କରିବା ଏହି ସାମରିକ ଚୁକ୍ତିର ଉଦ୍ଦେଶ୍ୟ ଥିଲା ।
(ଙ) ଭାରତ ଓ ବଙ୍ଗଳାଦେଶ ୧୯୭୧ ମସିହା ଡିସେମ୍ବର ୧୦ ତାରିଖରେ ସ୍ବାକ୍ଷର କରିଥିବା ଚୁକ୍ତିପତ୍ରରେ କ’ଣ କ’ଣ ବ୍ୟବସ୍ଥା ଥିଲା ?
Answer:
- ଉକ୍ତ ଚୁକ୍ତିରେ ଭାରତୀୟ ସେନାଧ୍ୟକ୍ଷଙ୍କ ତତ୍ତ୍ଵାବଧାନରେ ଏକ ମୁକ୍ତିବାହିନୀ ଗଠନର ବ୍ୟବସ୍ଥା ରହିଲା ।
- ପ୍ରସ୍ତାବିତ ବଙ୍ଗଳାଦେଶକୁ ପାକିସ୍ତାନୀ ସାମରିକ ଶାସନ କବଳରୁ ସମ୍ପୂର୍ଣ୍ଣ ମୁକ୍ତ କରିବାପାଇଁ ଏହା ଉଦ୍ଦିଷ୍ଟ ଥିଲା । କିନ୍ତୁ ଭାରତ ବଙ୍ଗଳାଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବାକୁ ପ୍ରତିଶ୍ରୁତି ଦେଇଥିଲା ।
(ଚ) ସାର୍କ (SAARC) କ’ଣ ?
Answer:
- ୧୯୮୫ ମସିହା ଡିସେମ୍ବର ମାସରେ ଭାରତ ଓ ତା’ର ଛଅଗୋଟି ପଡ଼ୋଶୀ ରାଷ୍ଟ୍ରକୁ ନେଇ ଯେଉଁ ସଙ୍ଗଠନ ଗଠିତ ହୋଇଥିଲା ତାହା ସାର୍କ (SAARC) ନାମରେ ପରିଚିତ ।
- ଦକ୍ଷିଣ ଏସୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଆଞ୍ଚଳିକ ସ୍ତରରେ ଆର୍ଥିକ ସହଯୋଗ ବୃଦ୍ଧି କରିବା ଏହାର ଉଦ୍ଦେଶ୍ୟ । ଏହାର ସଦସ୍ୟମାନେ ହେଲେ ଭାରତ, ପାକିସ୍ତାନ, ବଙ୍ଗଳାଦେଶ, ଶ୍ରୀଲଙ୍କା, ମିଆଁମାର, ନେପାଳ, ଭୁଟାନ୍ ଓ ମାଲଡ଼ାଇଭ ।
(ଛ) ଏଲ୍. ଟି. ଟି. ଇ. (LTTE) କ’ଣ ?
Answer:
- ଏଲ୍.ଟି.ଟି.ଇ. (LTTE) ଶ୍ରୀଲଙ୍କାରେ ବସବାସ କରୁଥିବା ତାମିଲମାନଙ୍କଦ୍ୱାରା ଗଠିତ ଏକ ଉଗ୍ର ଆତଙ୍କବାଦୀ ସଙ୍ଗଠନ ।
- ଏହି ସଂଗଠନ ଶ୍ରୀଲଙ୍କାରେ ତାମିଲମାନଙ୍କର ସ୍ଵାର୍ଥରକ୍ଷା ପାଇଁ ସିଂହଳୀମାନଙ୍କ ବିରୁଦ୍ଧରେ ଆତଙ୍କବାଦ ଚଳାଉଥିଲା । ଏହା ତାମିଲମାନଙ୍କ ପାଇଁ ଏକ ସ୍ଵତନ୍ତ୍ର ରାଷ୍ଟ୍ର ଦାବି କରିଥିଲା ।
(ଜ)୧୯୭୭ ମସିହାରେ ଭାରତର ମୋରାର୍ଜୀ ଦେଶାଇ ସରକାରଙ୍କ ସମୟରେ ନେପାଳ ସହିତ ଭାରତର ସମ୍ପର୍କ କିପରି ଥୁଲା, ତାହା ସଂକ୍ଷେପରେ ଲେଖ ।
Answer:
- ୧୯୭୭ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ ପଡୋଶୀ ରାଷ୍ଟ୍ରମାନଙ୍କ ସହିତ ସମ୍ପର୍କ ବଢ଼ାଇବାପାଇଁ ଆଗ୍ରହ ପ୍ରକାଶ କରିଥିଲେ ।
- ସେଥିପାଇଁ ତତ୍କାଳୀନ ବୈଦେଶିକ ମନ୍ତ୍ରୀ ଅଟଳବିହାରୀ ବାଜପାୟୀ ନେପାଳ ସହିତ ସମ୍ପର୍କ ବୃଦ୍ଧି ପାଇଁ ଚେଷ୍ଟା କରିଥିଲେ ଏବଂ ଦୁଇଟି ବାଣିଜ୍ୟିକ ଚୁକ୍ତି ଉଭୟ ଦେଶ ମଧ୍ୟରେ ସ୍ବାକ୍ଷରିତ ହୋଇଥିଲା ।
(ଝ) ସୁଏଜ୍ କେନାଲ ସଂକଟ (୧୯୫୬) କହିଲେ ତୁମେ କ’ଣ ବୁଝ ?
Answer:
- ମିଶରର ରାଷ୍ଟ୍ରପତି ନାସେର ୧୯୫୬ ମସିହା ଜୁଲାଇ ମାସରେ ସୁଏଜ୍ କେନାଲକୁ ଜାତୀୟକରଣ ଘୋଷଣା କରିବା ଫଳରେ ସୁଏଜ୍ କେନାଲ ସଂକଟ ଆରମ୍ଭ ହୋଇଥିଲା ।
- ବ୍ରିଟେନ୍ ଏବଂ ଫ୍ରାନ୍ସ ଏହି ଜାତୀୟକରଣକୁ ବିରୋଧ କରିବା ଫଳରେ ଏହା ଏକ ଆନ୍ତର୍ଜାତିକ ସମସ୍ୟା ରୂପେ ମୁଣ୍ଡ ଟେକିଥିଲା ।
୩. ନିମ୍ନଲିଖତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।
(କ) ବର୍ଣ୍ଣବୈଷମ୍ୟ ନୀତି କ’ଣ ?
Answer:
ଦକ୍ଷିଣ ଆଫ୍ରିକାର ସଂଖ୍ୟାଲଘୁ ଗୋରା ଶାସକଙ୍କର ସେଠାକାର କଳା ଲୋକମାନଙ୍କ ପ୍ରତି ଘୃଣାଭାବ ଏବଂ ପକ୍ଷପାତିତା ନୀତିକୁ ବର୍ଣ୍ଣବୈଷମ୍ୟ ନୀତି କୁହାଯାଏ ।
(ଖ) କେଉଁ ମସିହାରେ ନେପାଳ ସଂଯୁକ୍ତ ରାଷ୍ଟ୍ରସଂଘର ସଦସ୍ୟ ହେଲା ?
Answer:
୧୯୫୪ ମସିହାରେ ନେପାଳ ସଂଯୁକ୍ତ ରାଷ୍ଟ୍ରସଂଘର ସଦସ୍ୟ ହେଲା ।
(ଗ) ତାସକେଣ୍ଟ୍ ଚୁକ୍ତି ସ୍ୱାକ୍ଷରିତ ହେବାବେଳେ କିଏ ଭାରତର ପ୍ରଧାନମନ୍ତ୍ରୀ ଥିଲେ ?
Answer:
ତାସକେଣ୍ଟ୍ ଚୁକ୍ତି ସ୍ୱାକ୍ଷରିତ ହେବାବେଳେ ଭାରତର ପ୍ରଧାନମନ୍ତ୍ରୀ ଥିଲେ ଲାଲବାହାଦୂର ଶାସ୍ତ୍ରୀ ।
(ଘ) କେଉଁ ରାଜା ରାଜଗାଦିରେ ଅଭିଷିକ୍ତ ହେଲାପରେ ନେପାଳକୁ ଏକ ‘ଶାନ୍ତି ଅଞ୍ଚଳ’ (Zone of Peace) ରୂପେ ଘୋଷଣା କରିଥିଲେ ?
Answer:
ନେପାଳର ରାଜା ବୀରେନ୍ଦ୍ର ରାଜଗାଦିରେ ଅଭିଷିକ୍ତ ହେବାପରେ ନେପାଳକୁ ଏକ ‘ଶାନ୍ତି ଅଞ୍ଚଳ’ ରୂପେ ଘୋଷଣା କରିଥିଲେ ।
(ଡ) କେଉଁମାନେ ଏଲ୍.ଟି.ଟି.ଇ.ର ନେତା ଥିଲେ ?
Answer:
ଉମା ମହେଶ୍ଵରନ୍ ଏବଂ ପ୍ରଭାକରନ୍ ଏଲ୍.ଟି.ଟି.ଇ.ର ନେତା ଥିଲେ ।
(ଚ) ୨୦୦୮ ମସିହା ଜୁଲାଇ ମାସରେ ଭାରତ ଗସ୍ତ କରିଥିବା ଭୁଟାନ୍ର ପ୍ରଧାନମନ୍ତ୍ରୀଙ୍କ ନାମ କ’ଣ ଥିଲା ?
Answer:
୨୦୦୮ ମସିହା ଜୁଲାଇ ମାସରେ ଭାରତ ଗସ୍ତ କରିଥିବା ଭୁଟାନ୍ର ପ୍ରଧାନମନ୍ତ୍ରୀଙ୍କ ନାମ ଲିୟୌଚେନ୍ ଜିଗ୍ମୀ ୱାଇ ଥୁଲେ ଥିଲା ।
(ଛ) ଭୁଟାନ୍ର ପ୍ରଥମ ପଞ୍ଚବାର୍ଷିକ ଯୋଜନା କେବେ ଆରମ୍ଭ ହୋଇଥିଲା ?
Answer:
ଭୁଟାନ୍ର ପ୍ରଥମ ପଞ୍ଚବାର୍ଷିକ ଯୋଜନା ୧୯୬୧ ମସିହାରେ ଆରମ୍ଭ ହୋଇଥିଲା ।
(ଜ) ଶେଖ୍ ମୁଜିବୁର୍ ରହମନ୍ କେଉଁ ରାଜନୈତିକ ସଙ୍ଗଠନର ନେତା ଥିଲେ ?
Answer:
ଶେଖ୍ ମୁଜିବୁର ରହମନ୍ ଆୱାମି ଲିଗ୍ ନାମକ ରାଜନୈତିକ ସଂଗଠନର ନେତା ଥିଲେ ।
(ଝ) ‘ତିନ୍-ବିଘା’ କେଉଁ ଦେଶ ମଧ୍ୟରେ ସମ୍ପର୍କକୁ ତିକ୍ତ କରିଥିଲା ?
Answer:
ଉ ତିନ୍-ବିଘା ଭାରତ ଓ ବଙ୍ଗଳାଦେଶ ମଧ୍ୟରେ ଥିବା ସମ୍ପର୍କକୁ ତିକ୍ତ କରିଥଲା ।
୪. ପ୍ରତ୍ୟେକ ପ୍ରଶ୍ନତଳେ ଦିଆଯାଇଥବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
(କ) ଭାରତ ଓ ଚୀନ୍ ମଧ୍ୟରେ ଥିବା ସୀମାରେଖାର ନାମ କ’ଣ ?
(କ) ମ୍ୟାକ୍ମିଲାନ୍ ଲାଇନ୍
(ଖ) ମ୍ୟାକ୍ମୋହନ୍ ଲାଇନ୍
(ଗ) ମ୍ୟାକ୍ସୋନାଲଡ୍ ଲାଇନ୍
(ଘ) ଗ୍ୟାସ୍କ୍ଲିଫ୍ ଲାଇନ୍
(ଖ) ବଙ୍ଗଳାଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ନାମ କ’ଣ ?
(କ) ମହମ୍ମଦ ଅଲ୍ଲୀ ଜିନ୍ନା
(ଖ) ଶେଖ୍ ମୁଜିବୁର ରହମନ୍
(ଗ) ଶେଖ୍ ହସିନା
(ଘ) ଲିଆକତ୍ ଅଲ୍ଲୀ
(ଗ) ୨୦୧୦ ମସିହା ଅପ୍ରେଲ୍ ମାସରେ ଭାରତର ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ତାଙ୍କ ଭୁଟାନ୍ ଗସ୍ତ ସମୟରେ କେଉଁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ?
(କ) ଷୋଡ଼ଶ ସାର୍କ ଶିଖର ସମ୍ମିଳନୀ
(ଗ) ଏସୀୟ କ୍ରୀଡ଼ା
(ଖ) ନାଟୋ ସମ୍ମିଳନୀ
(ଘ) ରାଜ୍ୟ ଗୋଷ୍ଠୀ ସମ୍ମିଳନୀ
(ଘ) ୨୦୦୮ ମସିହା ଜାନୁୟାରୀ ମାସରେ ଭାରତ ଗସ୍ତରେ ଆସିଥିବା ମିଆଁମାର୍ର ବୈଦେଶିକ ମନ୍ତ୍ରୀଙ୍କ ନାମ କ’ଣ ?
(କ) ଜୟବର୍ଷନେ
(ଗ) ଚାଉ-ଏନ୍-ଲାଇ
(ଖ) ନେ-ୱିନ୍
(ଘ) ମ୍ୟାନ୍ ୱିନ୍
(ଙ) ଶ୍ରୀଲଙ୍କାର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ନାମ କ’ଣ ?
(କ) ୟୁ ନୁ
(ଖ) ଡି. ଏସ୍. ସେନାନାୟକେ
(ଗ) ଏସ୍.ଡବ୍ଲ୍ୟୁ.ଆର୍.ଡି. ବନ୍ଦରନାୟକ
(ଘ) ଶିରିମାଭୋ ବନ୍ଦରନାୟକେ
(ଚ) କେଉଁ ମସିହାରେ ସୋଭିଏତ୍ ରୁଷିଆର ବିଲୟ ଘଟିଲା ?
(କ) ୧୯୮୯
(ଗ) ୧୯୯୩
(ଖ) ୧୯୯୧
(ଘ) ୧୯୯୪
(ଛ) ୧୯୭୨ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ରାଜିନାମାର ନାମ କ’ଣ ?
(କ) ଲାହୋର ରାଜିନାମା
(ଖ) ଦିଲ୍ଲୀ ରାଜିନାମା
(ଗ) ସିମିଳା ରାଜିନାମା
(ଘ) କରାଚୀ ରାଜିନାମା
(ଜ) ଭାରତର ବୈଦେଶିକ ନୀତିର ଆଧାର କ’ଣ ଥିଲା ?
(କ) ଗୋଷ୍ଠୀନିରପେକ୍ଷତା
(ଖ) ଗୋଷ୍ଠୀ ସପକ୍ଷତା
(ଗ) ଗୋଷ୍ଠୀ ବିପଷତା
(ଘ) ଏ ମଧ୍ୟରୁ କୌଣସିଟି ନୁହେଁ
(ଝ) ୧୯୬୬ ମସିହାରେ ତାସ୍କେଣ୍ଟ ଶାନ୍ତ ଚୁକ୍ତି କେଉଁ ଦୁଇ ଦେଶ ମଧ୍ୟରେ ସ୍ବାକ୍ଷରିତ ହୋଇଥିଲା ?
କ) ଭାରତ ଓ ପାକିସ୍ତାନ
(ଖ) ଭାରତ ଓ ଶ୍ରୀଲଙ୍କା
(ଗ) ଭାରତ ଓ ସୋଭିଏତ୍ ରୁଷିଆ
(ଘ) ଏ ମଧ୍ୟରୁ କୌଣସିଟି ନୁହେଁ
ଞ) ସୁଏଜ୍ ସଂକଟରେ ଭାରତ କେଉଁ ରାଷ୍ଟ୍ରକୁ ସମର୍ଥନ କରିଥିଲା ?
(କ) ବ୍ରିଟେନ୍
(ଗ) ମିଶର
(ଖ) ଫ୍ରାନ୍ସ
(ଘ) ଇଟାଲା
(ଟ) କେଉଁ ମସିହାରେ ଦେଶୀୟ ରାଜ୍ୟ କାଶ୍ମୀର ଭାରତ ସହିତ ମିଶିଗଲା ?
(କ) ୧୯୪୭
(ଗ) ୧୯୪୯
(ଖ) ୧୯୪୮
(ଘ) ୧୯୫୦
(୦) କେଉଁ ମସିହାରେ ପୋଖରାନ୍ଠାରେ ଭାରତ ଆଣବିକ ଶକ୍ତି ପରୀକ୍ଷା କରିଥିଲା ?
(କ) ୧୯୯୭
(ଖ) ୧୯୯୮
(ଗ) ୧୯୯୯
(ଘ) ୨୦୦୦
(ଡ)ଭାରତ ଓ ପାକିସ୍ତାନ ମଧ୍ୟରେ ବସ୍ ଚଳାଚଳ ବ୍ୟବସ୍ଥା ଆରମ୍ଭ ବାଜପାୟୀ ସରକାରଙ୍କ ସମୟରେ କେଉଁ ବର୍ଷ ହୋଇଥିଲା ?
(କ) ୧୯୯୬
(ଖ) ୧୯୯୮
(ଗ) ୧୯୯୯
(ଘ) ୨୦୦୧
Answers:
(କ) (ଖ) ମ୍ୟାକ୍ମୋହନ୍ ଲାଇନ୍
(ଖ) (ଖ) ଶେଖ୍ ମୁଜିବୁର ରହମନ୍
(ଗ) (କ) ଷୋଡ଼ଶ ସାର୍କ ଶିଖର ସମ୍ମିଳନୀ
(ଘ) (ଘ) ମ୍ୟାନ୍ ୱିନ୍
(ଙ) (ଖ) ଡି.ଏସ୍. ସେନାନାୟକେ
(ଚ) (ଖ) ୧୯୯୧
(ଛ) (ଗ) ସିମିଳା ରାଜିନାମା
(ଜ) (କ) ଗୋଷ୍ଠୀନିରପେକ୍ଷତା
(ଝ) (କ) ଭାରତ ଓ ପାକିସ୍ତାନ
(ଞ) (ଗ) ମିଶର
(ଟ) (କ) ୧୯୪୭
(୦) (ଖ) ୧୯୯୮
(ଡ) (ଗ) ୧୯୯୯