Odisha State Board BSE Odisha 6th Class Geography Solutions Chapter 6(f) ଇଉରୋପ Textbook Exercise Questions and Answers.
BSE Odisha Class 6 Geography Solutions Chapter 6(f) ଇଉରୋପ
୧। ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ।
(କ) ଇଉରୋପର ପ୍ରଧାନ ପ୍ରାକୃତିକ ବିଭାଗଗୁଡ଼ିକର ନାମ ଲେଖ।
Answer:
ଇଉରୋପକୁ ତିନୋଟି ପ୍ରଧାନ ପ୍ରାକୃତି ବିଭାଗରେ ବିଭକ୍ତ କରାଯାଇଛି । ଯଥା –
(୧) ଉତ୍ତର-ପଶ୍ଚିମ ଭାଗର ମାଳଭୂମି
(୨) ମଧ୍ୟଭାଗର ସମତଳଭୂମି
(୩) ଦକ୍ଷିଣ ଭାଗର ଭଙ୍ଗିଳ ପର୍ବତଶ୍ରେଣୀ ଓ ମାଳଭୂମି
(ଖ) ଇଉରୋପକୁ କାହିଁକି ଏକ ଉପଦ୍ଵୀପ କୁହାଯାଏ ?
Answer:
ଇଉରୋପ ମହାଦେଶର ଉତ୍ତରରେ ସୁମେରୁ ମହାସାଗର, ଦକ୍ଷିଣରେ ଭୂମଧ୍ଯସାଗର ଏବଂ ପଶ୍ଚିମରେ ଆଟ୍ଲାଣ୍ଟିକ୍ ମହାସାଗର ଅବସ୍ଥିତ । ତେଣୁ ଏହି ମହାଦେଶ ତିନିପଟେ ଜଳରାଶିଦ୍ୱାରା ପରିବେଷ୍ଟିତ ହୋଇଥିବାରୁ ଏହାକୁ ଉପଦ୍ବୀପ କୁହାଯାଏ ।
(ଗ) କେଉଁ ପର୍ବତଶ୍ରେଣୀ ଏହି ମହାଦେଶକୁ ଏସିଆଠାରୁ ଅଲଗା କରୁଛି ?
Answer:
ୟୁରାଲ ପର୍ବତଶ୍ରେଣୀ ଇଉରୋପ ମହାଦେଶକୁ ଏସିଆଠାରୁ ଅଲଗା କରୁଛି।
(ଘ) ରାଇନ୍ ନଦୀ କେଉଁ ଜଳରାଶିରେ ପଡ଼ିଅଛି ?
Answer:
ରାଇନ୍ ନଦୀ ଉତ୍ତର ସାଗରରେ ପଡ଼ିଅଛି।
(ଙ) ଟାଇଗା ଅରଣ୍ୟର ଦୁଇଟି ପ୍ରାକୃତିକ ଉଦ୍ଭଦର ନାମ ଲେଖ।
Answer:
ଟାଇଗା ଅରଣ୍ୟର ଦୁଇଟି ପ୍ରାକୃତିକ ଉଦ୍ଭଦ ହେଲା ଓକ୍ ଓ ପାଇନ୍।
(ଚ) ତୁନ୍ଦ୍ରା ଅଞ୍ଚଳରେ ରହୁଥିବା ଚାରୋଟି ବନ୍ୟପ୍ରାଣୀଙ୍କର ନାମ ଲେଖ।
Answer:
ତୁନ୍ଦ୍ରା ଅଞ୍ଚଳରେ ରହୁଥିବା ଚାରୋଟି ବନ୍ୟପ୍ରାଣୀ ହେଲେ ବଲ୍ଗାହରିଣ, ଧଳାଭାଲୁ, ସିଲ୍ ଓ ୱାଲ୍ରସ୍।
(ଛ) ପୃଥିବୀର ସବୁଠାରୁ ସାନ ଦେଶର ନାମ କ’ଣ ?
Answer:
ଇଉରୋପ ମହାଦେଶ ଅନ୍ତର୍ଗତ ଭାଟିକାନ ସିଟି ପୃଥିବୀର ସବୁଠାରୁ ସାନ ଦେଶ।
(ଜ) ଟାଇଗାର ୪ଟି ପ୍ରଧାନ ବନ୍ୟଜନ୍ତୁଗୁଡ଼ିକର ନାମ ଲେଖ।
Answer:
ଟାଇଗାର ୪ଟି ପ୍ରଧାନ ବନ୍ୟଜନ୍ତୁଙ୍କର ନାମ ହେଲା ଲିଙ୍କସ୍, ଧଳା କୋକିଶିଆଳୀ, ମିଙ୍କ୍ ଓ ୱାଲ୍ରସ୍।
(ଝ) କେଉଁ ଦେଶ ଉଭୟ ଏସିଆ ଓ ଇଉରୋପ ମହାଦେଶରେ ଅବସ୍ଥିତ ?
Answer:
ରୁଷିଆ ଦେଶ ଉଭୟ ଏସିଆ ଓ ଇଉରୋପ ମହାଦେଶ ମଧ୍ୟରେ ଅବସ୍ଥିତ।
(ଞ) ଇଉରୋପର ଅଧ୍ବବାସୀମାନେ କେଉଁ କେଉଁ କ୍ଷେତ୍ରରେ କାମ କରି ଜୀବିକାର୍ଜନ କରିଥା’ନ୍ତି?
Answer:
(୧) ଇଉରୋପ ମହାଦେଶର ଅସ୍ଵାସୀମାନେ ଶିଳ୍ପ, ବାଣିଜ୍ୟ, ଖଣିକାର୍ଯ୍ୟ, ଗମନାଗମନ, ଶିକ୍ଷା, ଚିକିତ୍ସା କ୍ଷେତ୍ରରେ କାମ କରି ନିଜର ଜୀବିକାର୍ଜନ କରିଥା’ନ୍ତି।
(୨) କେତେକ ଲୋକ କୃଷିକାର୍ଯ୍ୟରେ ନିୟୋଜିତ ହୋଇଥା’ନ୍ତି । ଚାଷକାର୍ଯ୍ୟ ପ୍ରାୟତଃ ମେସିନ୍ ସହାଯ୍ୟରେ କରାଯାଏ।
୨। କାରଣ ଦର୍ଶାଅ :
(କ) ଇଉରୋପର ମଧ୍ୟଭାଗରେ ସାମୁଦ୍ରିକ ପ୍ରଭାବ କମ୍ ପଡ଼େ।
Answer:
ଇଉରୋପର ମଧ୍ୟଭାଗ ସମୁଦ୍ରଠାରୁ ଦୂରରେ ଥିବାରୁ ସେଠାରେ ସାମୁଦ୍ରିକ ପ୍ରଭାବ କମ୍ ପଡ଼େ।
(ଖ) ଇଉରୋପର ପୂର୍ବଭାଗରେ ତୃଣ ଓ ଗୁଳ୍ମ ଜନ୍ମେ।
Answer:
ଇଉରୋପର ପୂର୍ବଭାଗରେ କମ୍ ବର୍ଷା ହେଉଥିବାରୁ ସେଠାରେ ତୃଣ ଓ ଗୁଳ୍ମ ଜନ୍ମେ।
୩। ଇଉରୋପର ଜୀବଜନ୍ତୁ ସମ୍ବନ୍ଧରେ ଏକ ବିବରଣୀ ପ୍ରସ୍ତୁତ କର।
Answer:
(୧) ବଲ୍ଗାହରିଣ, ଧଳାଭାଲୁ, ସିଲ୍, ୱାଲ୍ରସ୍ ଇତ୍ୟାଦି ପ୍ରାଣୀ ଇଉରୋପର ତୁନ୍ଦ୍ରା ଅଞ୍ଚଳରେ ଦେଖାଯାଆନ୍ତି।
(୨) ଲିଙ୍କସ୍, ମିକ୍, ଏରମିନ୍, ଧଳା କୋକିଶାଆଳୀ ଇତ୍ୟାଦି ପ୍ରାଣୀ ଇଉରୋପର ଟାଇଗା ଅଞ୍ଚଳରେ ଦେଖାଯାଆନ୍ତି।
୪। ପାର୍ଥକ୍ୟ ଦର୍ଶାଅ।
ତୁନ୍ଦ୍ରା ଏବଂ ଟାଇଗା
ତୁନ୍ଦ୍ରା | ଟାଇଗା |
(୧) ଇଉରୋପର ଉତ୍ତରାଞ୍ଚଳ ମେରୁ ନିକଟବର୍ତ୍ତୀ ହୋଇଥିବାରୁ ତାହାକୁ ତୁନ୍ଦ୍ରାଞ୍ଚଳ କୁହାଯାଏ। (୨) ଏଠାରେ ଲାଇକେନ୍ ଜାତୀୟ ଶୈବାଳ ଓ ହିମଗୁଳ୍ମ ଆଦି ତୁନ୍ଦ୍ରା ଉଭିଦ ଜନ୍ମେ। (୩) ବଲ୍ଗାହରିଣ, ଧଳାଭାଲୁ, ସିଲ୍, ୱାଲ୍ରସ୍ ଇତ୍ୟାଦି ତୁନ୍ଦ୍ରାଞ୍ଚଳର ମୁଖ୍ୟ ପ୍ରାଣୀ। |
(୧) ତୁନ୍ଦ୍ରାଞ୍ଚଳର ଦକ୍ଷିଣରେ ଟାଇଗା ଅଞ୍ଚଳ ଅବସ୍ଥିତ। (୨) ଏହି ଅଞ୍ଚଳରେ ଓକ୍, ପାଇନ୍, ସ୍ପୃଶ୍ ଓ ଫିର୍ ଇତ୍ୟାଦି ପ୍ରାକୃତିକ ଉଦ୍ଭଦ ଦେଖାଯାଆନ୍ତି। (୩) ଲିଙ୍କସ୍, ମିକ୍ସ୍, ଏରମିନ୍, ଧଳା କୋକିଶିଆଳୀ ଇତ୍ୟାଦି ଟାଇଗା ଅଞ୍ଚଳର ମୁଖ୍ୟ ପ୍ରାଣୀ। |
BSE Odisha 6th Class Geography Notes Chapter 6(f) ଇଉରୋପ
ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା
- ଇଉରୋପ ପୃଥିବୀର ଷଷ୍ଠ ବୃହତ୍ତମ ମହାଦେଶ। ଏହା ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ।
- ଏହା ୩୫ ଡିଗ୍ରୀ ଉତ୍ତର ଅକ୍ଷାଂଶ ଓ ୭୧ ଡିଗ୍ରୀ ଉତ୍ତର ଅକ୍ଷାଂଶ ମଧ୍ଯରେ ଏବଂ ୧୦ ଡିଗ୍ରୀ ପଶ୍ଚିମ ଦ୍ରାଘିମା ଓ ୬୫ ଡିଗ୍ରୀ ପୂର୍ବ ଦ୍ରାଘିମା ମଧ୍ୟରେ ଅବସ୍ଥିତ।
- ଇଉରୋପ ମହାଦେଶର ଉତ୍ତର-ପଶ୍ଚିମ ଭାଗରେ ମାଳଭୂମି, ମଧ୍ୟଭାଗରେ ସମତଳଭୂମି ଏବଂ ଦକ୍ଷିଣ ଭାଗରେ ଭଙ୍ଗିଳ ପର୍ବତଶ୍ରେଣୀ ଓ ମାଳଭୂମି ଅବସ୍ଥିତ।
- ଆଲପ୍ସ ଇଉରୋପର ପ୍ରଧାନ ପର୍ବତମାଳା।
- ରାଇନ୍, ପୋ, ଟେମ୍, ରୁର୍, ଏଲ୍ବ, ଡାଡ୍ୟୁବ, ଭଲ୍ଗା, ଡନ୍, ନିପର ଆଦି ଏହାର ମୁଖ୍ୟ ନଦୀ।
- ଏହି ମହାଦେଶର ଜଳବାୟୁ ନାତିଶୀତୋଷ । ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳରେ ସାମୁଦ୍ରିକ ପ୍ରଭାବ ପଡ଼ିଥାଏ।
- ଇଉରୋପର ଉତ୍ତରାଂଶରେ ତୁନ୍ଦ୍ରା ଜାତୀୟ ଉଦ୍ଭଦ ଜନ୍ମେ। ତୁନ୍ଦ୍ରାଞ୍ଚଳର ଦକ୍ଷିଣକୁ ଟାଇଗା ଅଞ୍ଚଳ ଅବସ୍ଥିତ। ଇଉରୋପର ତୃଣଭୂମି ଅଞ୍ଚଳକୁ ଷ୍ଟେପ୍ କୁହାଯାଏ।
- ଇଉରୋପର ତୁନ୍ଦ୍ରାଞ୍ଚଳରେ ବଲ୍ଗାହରିଣ, ଧଳାଭାଲୁ, ସିଲ୍ ଓ ୱାଲରସ୍ ଆଦି ପ୍ରାଣୀ ଦେଖାଯାନ୍ତି। ଟାଇଗା ଅଞ୍ଚଳରେ ଲିଙ୍କସ୍, ମିଙ୍କ୍, ଏରମିନ୍, ଧଳା କୋକିଶିଆଳି ଆଦି ପ୍ରାଣୀ ବାସ କରନ୍ତି।
- ଫ୍ରାନ୍ସ, ଯୁକ୍ତରାଜ୍ୟ, ସ୍ପେନ୍, ବେଲ୍ଜିୟମ୍, ଜର୍ମାନୀ, ପୋଲାଣ୍ଡ, ନରୱେ, ଇଟାଲୀ, ସୁଇଜରଲ୍ୟାଣ୍ଡ ପ୍ରଭୃତି ଇଉରୋପ ମହାଦେଶର ପ୍ରଧାନ ଦେଶ ଅଟନ୍ତି।
- ଇଉରୋପ ମହାଦେଶର ଭାଟିକାନ ସିଟି ପୃଥିବୀର କ୍ଷୁଦ୍ରତମ ଦେଶ। ରୋମ, ଲଣ୍ଡନ, ପ୍ୟାରିସ୍, ବର୍ଲିନ୍, ମସ୍କୋ, ଫ୍ରାଙ୍କଫୋର୍ଟ ଆଦି ଇଉରୋପ ମହାଦେଶର ବଡ଼ ବଡ଼ ସହର।
- ଏହି ମହାଦେଶର ଅସ୍ଵାସୀମାନେ ଧନୀ ଏବଂ ସମୃଦ୍ଧ। ଶିଳ୍ପ, ବାଣିଜ୍ୟ, ଶିକ୍ଷା, ଗମନାଗମନ, ଚିକିତ୍ସା କ୍ଷେତ୍ରରେ ଅଧୁକାଂଶ ଲୋକ ନିୟୋଜିତ ହୋଇଥା’ନ୍ତି। ଚାଷ କାର୍ଯ୍ୟ ପ୍ରାୟତଃ ମେସିନ୍ ସାହାଯ୍ୟରେ କରାଯାଇଥାଏ।