Odisha State Board BSE Odisha 6th Class History Notes Chapter 3 ପ୍ରଥମ ଚାଷୀ ଓ ପଶୁପାଳନ will enable students to study smartly.
BSE Odisha Class 6 History Notes Chapter 3 ପ୍ରଥମ ଚାଷୀ ଓ ପଶୁପାଳନ
ବିଷୟ ସାରାଂଶ
ବିଷୟ ବସ୍ତୁ :
ନୂତନ ପ୍ରସ୍ତର ଯୁଗର ଚାଷ ବା କୃଷି କାର୍ଯ୍ୟ, ପଶୁପାଳନ, ହାତ ହତିଆର, ମାଟିପାତ୍ର, ଧାତୁର ବ୍ୟବହାର, ମେହରଗଡ଼, ବୁର୍ଜାହମ୍, ଉତ୍ତରପୂର୍ବ ଭାରତରେ ନୂତନ ପ୍ରସ୍ତର ଯୁଗର ସୂଚନା ।
→ (୧) ନୂତନ ପ୍ରସ୍ତର ଯୁଗର ଚାଷ ବା କୃଷିକାର୍ଯ୍ୟ :
- ପ୍ରାୟ ୧୦,୦୦୦ ବର୍ଷ ପୂର୍ବେ ଇସ୍ରାଏଲର ପ୍ରେରିନୋ ନାମକ ସ୍ଥାନରେ ଲୋକମାନେ ପ୍ରଥମେ ଚାଷକାର୍ଯ୍ୟ ଆରମ୍ଭ କରିଥିବାର ପ୍ରମାଣ ମିଳେ ।
- ଆଜକୁ ପ୍ରାୟ ୧୨,୦୦୦ ବର୍ଷ ପୂର୍ବେ ପୃଥିବୀରେ ଜଳବାୟୁର ବିରାଟ ପରିବର୍ତ୍ତନ ଦେଖାଯାଇଥିଲା । ଫଳରେ ଏହି ସମୟରେ ଲୋକମାନେ ଯାଯାବର ଜୀବନ ପରିତ୍ୟାଗ କରି ଗୋଟିଏ ସ୍ଥାନରେ ସ୍ଥାୟୀ ଜୀବନଯାପନ ଆରମ୍ଭ କରିଥିଲେ ।
- ଫଳରୁ ମଞ୍ଜି ମାଟିରେ ପଡ଼ି ଗଛ ହେବାର ଦେଖ୍ ଏହି ସମୟରେ ମଣିଷ ଚାଷ କାର୍ଯ୍ୟ ଆରମ୍ଭ କରିଥିବାର ଅନୁମାନ କରାଯାଏ ।
- ମନୁଷ୍ୟ ଏହି ସମୟରେ ପ୍ରଥମେ ଗହମ ଓ ଯଅର ଚାଷ ଆରମ୍ଭ କରିଥିଲା ।
- କୃଷିକାର୍ଯ୍ୟ ଯୋଗୁଁ ଲୋକମାନେ ଗୋଟିଏ ସ୍ଥାନରେ ନିଜର ଘର ତିଆରି କରି ଚାଷ ସହିତ ବନ୍ୟଜନ୍ତୁ ଶିକାର କଲେ ।
→ (୨) ପଶୁପାଳନ
- ଜଳବାୟୁରେ ତାପମାତ୍ରା ବୃଦ୍ଧିଯୋଗୁଁ ଘାସ ଜାତୀୟ ଗଛ ଦେଖାଗଲା । ତେଣୁ ସେଠାରେ ହରିଣ, ଛେଳି, ମେଣ୍ଢା, ଗାଈଗୋରୁ ଆଦି ପଶୁମାନେ ବାସକଲେ ।
- ଚାଷ କରିବା ସହିତ ସେମାନେ ପଶୁପାଳନ କଲେ । ପ୍ରଥମେ କୁକୁରକୁ ପୋଷା ପ୍ରାଣୀ ରୂପେ ରଖାଯାଇଥିଲା । ତା’ପରେ ମଣିଷମାନେ ଘୁଷୁରୀ, ଛେଳି, ମେଣ୍ଢା, ଗାଈ, ଗଧ ପ୍ରଭୃତି ପୋଷିଲେ ।
- ପଶୁମାନଙ୍କର ଆବଶ୍ୟକତା ଜାଣି ସେମାନଙ୍କୁ ଦଳବଦ୍ଧ ଭାବରେ ରଖାଗଲା । ଗୃହପାଳିତ ପଶୁମାନଙ୍କୁ ହିଂସ୍ରଜନ୍ତୁମାନଙ୍କଠାରୁ ରକ୍ଷା କରିବାପାଇଁ ଚେଷ୍ଟା କରାଗଲା ।
- ଫଳରେ ପଶୁପାଳନ ସେମାନଙ୍କର ଏକ ନିୟମିତ କାର୍ଯ୍ୟରୂପେ ପରିଗଣିତ ହେଲା ।
→ ହାତ ହତିଆର :
- ଭାରତରେ ନୂତନ ପ୍ରସ୍ତର ଯୁଗ ବିଳମ୍ବରେ ଆରମ୍ଭ ହୋଇଥିଲା ବୋଲି ଅନୁମାନ କରାଯାଏ ।
- ଦକ୍ଷିଣ ଭାରତ ଓ ପୂର୍ବ ଭାରତରେ ନୂତନ ପ୍ରସ୍ତର ଯୁଗ ଉତ୍ତର ଭାରତଠାରୁ ବିଳମ୍ବରେ ଆରମ୍ଭ ହୋଇଥିଲା ବୋଲି ବିଶ୍ଵାସ କରାଯାଏ ।
- ଏହି ନୂତନ ପ୍ରସ୍ତର ଯୁଗର ହାତ ହତିଆର ଚିକ୍କଣ, ସୁନ୍ଦର ଓ ଧାରୁଆ ଥିଲା ।
- ପଶୁମାନଙ୍କ ହାଡରେ ବେଣ୍ଟଥିବା ଅସ୍ତ୍ରଶସ୍ତ୍ର ଏହି ସମୟରେ ନିର୍ମାଣ କରାଯାଇଥିଲା ।
→ (୪) ମାଟିପାତ୍ର
- ନୂତନ ପ୍ରସ୍ତର ଯୁଗରେ ମାଟିପାତ୍ର ନିର୍ମାଣ ଅନ୍ୟ ଏକ ବୃତ୍ତି ଥିଲା ।
- ଏହି ମାଟି ପାତ୍ରକୁ ସେମାନେ କୁମ୍ଭାର ଚକ ସାହାଯ୍ୟରେ ଗଢ଼ି ଚିକ୍କଣ ଓ ସୁନ୍ଦର ରୂପେ ଚିତ୍ରିତ କରୁଥିଲେ ।
- ଏହି ମାଟିପାତ୍ରକୁ ଲୋକମାନେ ଖାଦ୍ୟଶସ୍ୟ, ପିଇବାପାଣି, ପଶୁମାନଙ୍କର କ୍ଷୀର ସାଇତି ରଖୁବା ଓ ଖାଦ୍ୟ ରାନ୍ଧିବା ପାଇଁ ବ୍ୟବହାର କରୁଥିଲେ ।
→ (୫) ଧାତୁର ବ୍ୟବହାର
- ନୂତନ ପ୍ରସ୍ତର ଯୁଗର ଶେଷଭାଗରେ ମନୁଷ୍ୟ ପଥର ନିର୍ମିତ ଓ ପଶୁମାନଙ୍କର ଅସ୍ଥିରେ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ର ବ୍ୟବହାର ସହିତ ଧାତୁର ବ୍ୟବହାର ମଧ୍ୟ ଜାଣିଥିଲେ ।
- ପ୍ରଥମେ ମନୁଷ୍ୟ ତମ୍ବାଧାତୁ ବ୍ୟବହାର କରିଥିଲା ।
- ପରେ ତମ୍ବା ସହିତ ଟିଣ ଓ ଦସ୍ତା ମିଶାଯାଇ ବ୍ରୋଞ୍ଜ ବା କଂସା ଧାତୁ ତିଆରି କଲା ।
- ତେଣୁ ଏହି ଯୁଗକୁ ତାମ୍ର-ପ୍ରସ୍ତର ଯୁଗ କୁହାଯାଏ ।
ମନେରଖ:
କର୍ଣ୍ଣାଟକର ମହୀଶୂର ନିକଟସ୍ଥ ବ୍ରହ୍ମଗିରିଠାରେ ଏହି ଧାତୁ ନିର୍ମିତ ଛୁରୀ ଓ ହାତୁଡ଼ି ଦେଖିବାକୁ ମିଳିଛି ।
→ (୬) ମେହରଗଡ଼
- ପ୍ରାୟ ଖ୍ରୀଷ୍ଟପୂର୍ବ ୭୦୦୦ ବର୍ଷ ପୂର୍ବେ ପାକିସ୍ଥାନର ମେହରଗଡ଼ଠାରେ ଲୋକମାନେ ପ୍ରଥମ ଥର ପାଇଁ ଚାଷ କାର୍ଯ୍ୟ ଓ ସ୍ଥାୟୀ ବସବାସ ପାଇଁ ଗ୍ରାମ ସ୍ଥାପନ କରିଥିଲେ ।
- ମେହରଗଡ଼ର ଗୃହଗୁଡ଼ିକ ବର୍ଗାକାର ଅଥବା ସମକୋଣୀ ଚତୁର୍ଭୁଜ ଆକାରରେ ମାଟିରେ ତିଆରି ହୋଇଥିଲା ।
- ସେଠାରୁ ପଥର ହାତୁଡ଼ି, ଶାମୁକା ତିଆରି ଅଳଙ୍କାର, ଚୂନପଥର, ନୀଳକାନ୍ତ ମଣି, ଗାଢ ନୀଳବର୍ଣ୍ଣ ପଥର ଓ ବାଲିପଥର ଆଦି ଆବିଷ୍କୃତ କରାଯାଇଛି ।
- ସେମାନେ କାଚର ମାଳି ଓ ଚିତ୍ରିତ ମାଟିପାତ୍ର ଗୁଡ଼ିକର ବ୍ୟବହାର କରୁଥିଲେ ।
- ଏଠାରୁ ପୋଡାଶସ୍ୟ, ହରିଣ, ଘୁଷୁରୀ, ଛେଳି, ମେଣ୍ଢା ଆଦି ପଶୁମାନଙ୍କର ଅସ୍ଥି ଉଦ୍ଧାର କରାଯାଇଛି ।
- ମୃତ୍ୟୁପରେ ଜୀବନ ଫେରି ଆସିବ ବୋଲି ସେମାନଙ୍କର ଦୃଢ଼ ବିଶ୍ୱାସ ଥିଲା ।
- ତେଣୁ ସେମାନେ ମୃତ ଶରୀରକୁ ଯତ୍ନର ସହିତ ସମାଧ୍ ଦେଉଥିଲେ ।
→ (୭) ବୁରଜାହମ୍
- ଜାମ୍ମୁ କାଶ୍ମୀରର ଶ୍ରୀନଗରଠାରୁ ପ୍ରାୟ ୨୦ କି.ମି. ଦୂରରେ ବୁର୍ଜାହମଠାରେ ନୂତନ ପ୍ରସ୍ତର ଯୁଗର ଏକ ବସତି ଥିଲା ।
- ଏଠାରେ ଲୋକମାନେ ଗାତକରି ଘର ତିଆରି କରି ରହୁଥିଲେ । ଏହାକୁ ଗର୍ଭଗୃହ କୁହାଯାଉଥିଲା ।
- ଗୃହର ଗୋଲାକାର ପ୍ରବେଶ ଦ୍ବାର ଥିଲା ଓ ପାହାଚ ସାହାଯ୍ୟରେ ଗର୍ଭଗୃହ ଭିତରକୁ ଯିବାର ବ୍ୟବସ୍ଥା ଥିଲା ।
- ପୋଡ଼ା ପାଉଁଶ, କାଠ କୋଇଲା, ଚିକ୍କଣ ପାତ୍ରର ଭଗ୍ନାବଶେଷ ଓ ଅସ୍ଥିରେ ନିର୍ମିତ ହୋଇଥିବା ବିଭିନ୍ନ ହାତହତିଆର ଏଠାରୁ ମିଳିଛି ।
→ (୮) ଉତ୍ତରପୂର୍ବ ଭାରତରେ ନୂତନ ପ୍ରସ୍ତର ଯୁଗର ସୂଚନା :
- ଭାରତର ଉତ୍ତର-ପୂର୍ବ ଭାଗରେ କିଛି ସ୍ଥାନରେ ନୂତନ ପ୍ରସ୍ତର ଯୁଗର ବସତିମାନ ଆବିଷ୍କାର କରାଯାଇଛି । ସେଥୁମଧ୍ୟରୁ ଆସାମର ପାର୍ବତ୍ୟାଞ୍ଚଳ ଅନ୍ୟତମ ।
ମନେରଖ :
ଆସାମର ଦୁଜାଲି ହାଡିଂ ନୂତନ ପ୍ରସ୍ତର ଯୁଗର ଏକ ପ୍ରସିଦ୍ଧ ସ୍ଥାନ ।
- ଏଠାରୁ ଚିକ୍କଣ ପଥରରେ ନିର୍ମିତ ହାତହତିଆର, ମାଟିପାତ୍ର, ରୋଷେଇ ସାମଗ୍ରୀ ଆଦି ଜିନିଷ ଆବିଷ୍କାର କରାଯାଇଛି ।
- ଜେଡ୍ ନାମକ ଏକ ମୂଲ୍ୟବାନ ପଥର ଚୀନ ଦେଶରୁ ଆସିଥିବା ଅନୁମାନ କରାଯାଏ ।
- ଜୀବାବଶେଷରୁ ତିଆରି ବିଭିନ୍ନ ହାତହତିଆର, ପେଷଣଯନ୍ତ୍ର ଏଠାରୁ ଆବିଷ୍କାର କରାଯାଇଛି ।
- ମେଘାଳୟରେ ଥିବା ଗାରୋ ପର୍ବତମାଳା ଏବଂ ତ୍ରିପୁରାର କିଛି ସ୍ଥାନରେ ନୂତନ ପ୍ରସ୍ତର ଯୁଗର ଅବଶେଷ ଦେଖିବାକୁ ମିଳେ ।
- ରୋଷେଇ କରିବା ଓ ଶସ୍ୟକୁ ସାଇତି ରଖୁବା ପାଇଁ ଅନେକ ମାଟିପାତ୍ର ବ୍ୟବହାର କରାଯାଉଥିଲା ।
ମନେରଖ:
ଭାରତ ଓ ପାକିସ୍ଥାନର କେତେକ ସ୍ଥାନରେ ଏକ ଗ୍ରାମୀଣ ସଭ୍ୟତା ବିକାଶଲାଭ କରିଥିଲା । ପରେ ଏହା ସହରୀ ସଭ୍ୟତାରେ ପରିଣତ ହେଲା ।