Odisha State Board BSE Odisha 6th Class History Notes Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ will enable students to study smartly.
BSE Odisha Class 6 History Notes Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ
ବିଷୟ ବସ୍ତୁ
ମୌର୍ଯ୍ୟ ସାମ୍ରାଜ୍ୟ ପରବର୍ତ୍ତୀ ଅବସ୍ଥା, ଭାରତୀୟ ଗ୍ରୀକମାନଙ୍କର ଶାସନ, ଶକମାନଙ୍କ ଶାସନ, ରୁଦ୍ରଦାମନ, କୁଶାଣ ରାଜତ୍ଵ, କୁଶାଣ ଶାସନ, କୁଶାଣ ସମ୍ରାଟ୍ କନିଷ୍ଠ, ଦାକ୍ଷିଣାତ୍ୟର ସାତବାହନ ସାମ୍ରାଜ୍ୟ, ସାତବାହନମାନଙ୍କର ଶାସନ ପ୍ରଣାଳୀ, ଖାରବେଳେ, ଖାରବେଳଙ୍କ ସମୟର ବିଭିନ୍ନ କାର୍ଯ୍ୟ, ଖାରବେଳଙ୍କ ରାଜ୍ୟଜୟ, ଖାରବେଳଙ୍କ ଶାସନ, ଦକ୍ଷିଣ ଭାରତର ସଙ୍ଗମଯୁଗ, ସଙ୍ଗମ ସାହିତ୍ୟ, ସାମାଜିକ ଅବସ୍ଥା, ଅର୍ଥନୈତିକ ଅବସ୍ଥ ଓ ବାଣିଜ୍ୟ ବ୍ୟବସାୟ ।
→ (୧) ମୌର୍ଯ୍ୟ ସାମ୍ରାଜ୍ୟ ପରବର୍ତ୍ତୀ ଅବସ୍ଥା
- ଖ୍ରୀ.ପୂ. ୨୦୦ରେ ଭାରତରେ ମୌର୍ଯ୍ୟ ସାମ୍ରାଜ୍ୟ ପରବର୍ତ୍ତୀ ସମୟରେ କେନ୍ଦ୍ର ଏସିଆ ଓ ଭାରତ ମଧ୍ୟରେ ବହୁବିଧ ସମ୍ପର୍କ ସ୍ଥାପନ ହୋଇ ପାରିଥିଲା ।
- ପୂର୍ବ, ମଧ୍ୟ ଓ ଦକ୍ଷିଣ ଭାରତରେ ଶୃଙ୍ଗ, କାଣ୍ଵ ଓ ସାତବାହନ ଆଦି ବଂଶର ରାଜାମାନେ ଶାସନ କରୁଥିବାବେଳେ ପଶ୍ଚିମ ଭାରତରେ କେନ୍ଦ୍ର ଏସିଆର କେତେକ ଶାସକ ଶାସନ କରୁଥିଲେ ।
→ (୨) ଭାରତୀୟ ଗ୍ରୀକ୍ମାନଙ୍କର ଶାସନ
- ଯେଉଁ ବୈଦେଶିକ ଜାତି ଆକ୍ରମଣ କରିଥିଲେ ସେମାନଙ୍କ ମଧ୍ୟରୁ ବ୍ୟାକ୍ଟ୍ରିଆ ରାଜ୍ୟରେ ଶାସନ କରୁଥିବା ଗ୍ରୀକ୍ମାନେ ପ୍ରଥମେ ହିନ୍ଦୁକୁଶ ପର୍ବତ ଅତିକ୍ରମ କରିଥିଲେ ।
- ଏହି ଆକ୍ରମଣକାରୀମାନେ ବିଭିନ୍ନ ସମୟରେ ଆସି ସେମାନଙ୍କ ମଧ୍ୟରୁ କେତେକ ସେଠାରେ ନିଜେ ଶାସନ କରୁଥିବା ବେଳେ ଅନ୍ୟ କେତେକ ନିଜର ଶାସନକର୍ତ୍ତା ନିଯୁକ୍ତ କରିଥିଲେ ।
- ଶକ ଜାତିର ଲୋକମାନଙ୍କ ପ୍ରବଳ ଚାପ ଯୋଗୁ ଏହି ଅଞ୍ଚଳର ଶାସନକର୍ତ୍ତାମାନେ ନିଜ ଶାସନ କାର୍ଯ୍ୟ ଚଳାଇ ପାରିନଥିଲେ । ଫଳରେ ବ୍ୟାକ୍ଟ୍ରିଆରେ ଶାସନ କରୁଥିବା ଗ୍ରୀକ୍ମାନେ ଭାରତ ଅଭିମୁଖେ ଅଗ୍ରସର ହୋଇଥିଲେ ।
- ଅଶୋକଙ୍କ ଦୁର୍ବଳ ଉତ୍ତରାଧିକାରୀମାନେ ଗ୍ରୀକ୍ଚମାନଙ୍କୁ ପ୍ରତିରୋଧ କରି ନପାରିବାରୁ ବ୍ୟାକ୍ଟ୍ରିଆରେ ଶାସନ କରୁଥିବା ଗ୍ରୀକ୍ମାନେ ପ୍ରଥମେ ଭାରତର ଉତ୍ତର ପଶ୍ଚିମାଞ୍ଚଳ ଅଧିକାର କରି ଅଯୋଧ୍ୟା ଓ ପାଟଳୀପୁତ୍ର ପର୍ଯ୍ୟନ୍ତ ଅଗ୍ରସର ହୋଇଥିଲେ । ଏହାସତ୍ତ୍ବେ ଗ୍ରୀକ୍ମାନେ ଭାରତରେ ନିଜର ଶାସନ ପ୍ରତିଷ୍ଠା କରିପାରି ନ ଥିଲେ ।
- ମନେରଖ : ଖ୍ରୀ.ପୂ. ୧୬୫ ରୁ ୧୪୫ ମଧ୍ୟରେ ଗ୍ରୀକ୍ ଶାସନକର୍ତ୍ତାମାନଙ୍କ ମଧ୍ୟରେ ମେନେଣ୍ଡର ପ୍ରମୁଖ ଥିଲେ । ତାଙ୍କୁ ମିଳିନ୍ଦ ବୋଲି କହନ୍ତି ।
- ମେନେଣ୍ଟର ତାଙ୍କର ରାଜଧାନୀ ଶାକଳଠାରେ ସ୍ଥାପନ କରିଥିଲେ ।
- ମେନେଣ୍ଟର ବୌଦ୍ଧଗୁରୁ ନାଗାର୍ଜୁନଙ୍କଦ୍ୱାରା ବୌଦ୍ଧଧର୍ମରେ ଦୀକ୍ଷିତ ହୋଇଥିଲେ ଓ ନାଗାର୍ଜୁନଙ୍କୁ ବୌଦ୍ଧଧର୍ମ ବିଷୟରେ ଅନେକ ପ୍ରଶ୍ନ ପଚାରିଥିଲେ ।
- ମନେରଖ : ମେନେଣ୍ଡର ପରଚାରିଥିବା ପ୍ରଶ୍ନ ଓ ନାଗାର୍ଜୁନ ଦେଇଥିବା ଉତ୍ତର ‘ମିଳିନ୍ଦପନହ’’ ନାମକ-ଗ୍ରନ୍ଥରେ ହୋଇଥିଲା ।
- ଭାରତୀୟ-ଗ୍ରୀକ୍ମାନେ ଭାରତରେ ଅନେକ ମୁଦ୍ରା ପ୍ରଚଳନ କରିଥିଲେ ଏବଂ ପରବର୍ତ୍ତୀ ଶତାବ୍ଦୀରେ ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ଏହି ମୁଦ୍ରା ପ୍ରଚଳିତ ହୋଇଥିଲା ।
- ଏହା ବ୍ୟତୀତ ସେମାନେ ଭାରତରେ ବୌଦ୍ଧ ଶିଳ୍ପକଳାର ପୃଷ୍ଠପୋଷକତା କରୁଥିଲେ ଏହାକୁ ଗାନ୍ଧାର କଳା କୁହାଯାଏ ।
- ସମୟାନୁଯାୟୀ କ୍ରମେ ଗ୍ରୀକ୍ମାନେ ଭାରତୀୟ ସଂସ୍କୃତି ଓ ଧର୍ମ ଗ୍ରହଣ ଗ୍ରହଣ କରିଥିଲେ ଏବଂ ପରସ୍ପର ମଧ୍ୟରେ ସମ୍ପର୍କ ବଢାଇବା ପାଇଁ ବୈବାହିକ ସମ୍ବନ୍ଧ ସ୍ଥାପନ କରି ଭାରତୀୟ ନାମ ଧାରଣ କରିଥିଲେ ।
![]()
→ (୩) ଶକମାନଙ୍କର ଶାସନ :
- ଭାରତରେ ଗ୍ରୀକ୍ରମାନଙ୍କ ପରେ ଅଧିକାଂଶ ଅଞ୍ଚଳରେ ମୁଖ୍ୟତଃ ଉତ୍ତର-ପଶ୍ଚିମ ଭାରତରେ ଶକମାନେ ଶାସନ କରୁଥିଲେ ।
- ମଙ୍ଗୋଲୀୟମାନଙ୍କର ଏକ ଶାଖା ଏହି ଶକମାନେ ପ୍ରଥମେ ସରଦରିଆ ନଦୀର ପଶ୍ଚିମ ଭାଗରେ ବାସ କରୁଥିଲେ ।
- ସେଠାରୁ ୟୁଚି ଜାତିର ଲୋକମାନଙ୍କ ଦ୍ବାରା ବିତାଡ଼ିତ ହୋଇ ଶକମାନେ ଭାରତ ଆଡ଼କୁ ଅଗ୍ରସର ହୋଇଥିଲେ ଓ ଭାରତୀୟ ଗ୍ରୀକ୍ ରାଜ୍ୟ ଅଧୁକାର କରି ସେମାନଙ୍କର ଶାସନ ପ୍ରତିଷ୍ଠା କଲେ ।
- ପାଞ୍ଚ ଭାଗରେ ବିଭକ୍ତ ହୋଇ ଏହି ଶକମାନେ ଭାରତ ଓ ଆଫଗାନିସ୍ଥାନରେ ନିଜର ଶାସନ ପ୍ରତିଷ୍ଠା କରିଥିଲେ ।
- ଏମାନଙ୍କ ମଧ୍ୟରୁ ପ୍ରଥମ ଭାଗଟି ଆଫଗାନିସ୍ଥାନରେ, ଦ୍ଵିତୀୟ ଭାଗଟ ଭାରତର ତକ୍ଷଶଳାଠାରେ, ତୃତୀୟ ଭାଗଟି ମଥୁରାରେ, ଚତୁର୍ଥ ଶାଖାଟି ପଶ୍ଚିମ ଭାରତରେ ଓ ପଞ୍ଚମ ଭାଗଟି ଦାକ୍ଷିଣାତ୍ୟର ଉପର ଭାଗରେ ନିଜର ଶାସନ ପ୍ରତିଷ୍ଠା କରିଥିଲେ ।
- ଏହିପରି ଶକମାନେ କେବଳ ପଶ୍ଚିମ ଭାରତରେ ଦୀର୍ଘ ୪୦୦ ବର୍ଷ ଧରି ନିଜର ଶାସନ ଚଳାଇଥିଲେ ।
- ମନେରଖ : କିମ୍ବଦନ୍ତୀ ଅନୁସାରେ ଉଜ୍ଜୟିନୀର ଜଣେ ରାଜା ଶକମାନଙ୍କୁ ଖ୍ରୀ.ପୂ. ୫୮ ମସିହାରେ ପରାସ୍ତକରି ନିଜକୁ ବିକ୍ରମାଦିତ୍ୟ ଉପାଧ୍ଧରେ ଭୂଷିତ କରି ବିକ୍ରମ ସମ୍ବତ୍ ବା ଅବ୍ଦ ପ୍ରଚଳନ କରିଥିଲେ । ଏହି ପ୍ରଥା ୧୪୦୦ ପର୍ଯ୍ୟନ୍ତ ପଶ୍ଚିମ ଭାରତ ଓ ଦାକ୍ଷିଣାତ୍ୟରେ ପ୍ରଚଳନ ଥିଲା ।
→ (୩) ରୁଦ୍ରଦାମନ:
- ରୁଦ୍ରଦାମନ ଶକ ରାଜାମାନଙ୍କ ମଧ୍ୟରେ ଶ୍ରେଷ୍ଠଥିଲେ । ସେ ମାଳବ, ସୌରାଷ୍ଟ୍ର, ଗୁଜରାଟ, ଉତ୍ତର କଙ୍କଣ, ଉପକୂଳ ଏବଂ ନର୍ମଦା ଉପତ୍ୟକାରେ ଥିବା କେତେକ ରାଜ୍ୟ ଜୟ କରିଥିଲେ ।
- ମୌର୍ଯ୍ୟ ଶାସନ ସମୟରେ ନିର୍ମିତ ତଥା ଅବ୍ୟବହୃତ ଅବସ୍ଥାରେ ପଡ଼ିଥିବା ସଦର୍ଶନ ହ୍ରଦର ମରାମତି କରାଇଥିଲେ ।
- ରୁଦ୍ରଦାମନ ସଂସ୍କୃତ ଭାଷାରେ ଗଭୀର ପାଣ୍ଡିତ୍ୟ ଅର୍ଜନ କରିଥିଲେ । ସେ ବିଦ୍ଵାନ ପଣ୍ଡିତମାନଙ୍କୁ ସମ୍ମାନ ଦେଇ ଆଦର କରୁଥିଲେ ।
- ତାଙ୍କର ବ୍ୟାକରଣ, ରାଜନୀତି, ସଙ୍ଗମତ ଓ ଦର୍ଶନ କ୍ଷେତ୍ରରେ ପର୍ଯ୍ୟାପ୍ତ ଜ୍ଞାନ ଥିଲା ।
- ଭାରତରେ ଶାସନ କରୁଥିବା ସାତବାହନ, ଲିଚ୍ଛବୀ ଇତ୍ୟାଦି ରାଜପରିବାର ସହ ବୈବାହିକ ସମ୍ପର୍କ ସ୍ଥାପନ କରିଥିଲେ । ଏହପରି ଶକମାନେ ଭାରତୀୟମାନଙ୍କର ରୀତିନୀତି, ଚାଲିଚଳନ ଓ ସଂସ୍କୃତି ଗ୍ରହଣ କରି ଗ୍ରୀକ୍ମାନଙ୍କ ପରି ସମ୍ପୂର୍ଣ ଭାରତୀୟ ହୋଇ ଯାଇଥିଲେ ।
→ (୫) କୁଶାଣ ରାଜତ୍ଵ
- ଖ୍ରୀଷ୍ଟଜନ୍ମର ପୂର୍ବବର୍ତୀ ଦୁଇଶହ ବର୍ଷ ମଧ୍ୟରେ ପଶ୍ଚିମ ଏସିଆକୁ ତିନୋଟି ଜାତି, ଯଥା— ଶକ, ପଲ୍ଲବ ଏବଂ ୟୁ-ଚି ଜାତିର ଲୋକମାନେ ପ୍ରବେଶ କରିଥିଲେ ।
- ଏହା ଫଳରେ ପଶ୍ଚିମ ଏସିଆର ବିଭିନ୍ନ ଅଞ୍ଚଳରେ ପ୍ରଭାବ ବିସ୍ତାର କରିଥିବା ଗ୍ରୀକ୍ମାନଙ୍କର ଆଧୂପତ୍ୟ ଲୋପ ପାଇଲା ।
- ଏହି ସମୟରେ ୟୁ-ଚି ଜାତି ପାଞ୍ଚଗୋଷ୍ଠୀରେ ବିଭକ୍ତ ହୋଇଥିଲେ । ଏମାନଙ୍କ ମଧ୍ୟରେ କୁଶାଳ ଗୋଷ୍ଠୀ ପ୍ରସିଦ୍ଧ ଥିଲେ । ଏମାନଙ୍କୁ ହୃତା ନାମକ ଅନ୍ୟ ଏକ ଯାଯାବର ଜାତି ସେଠାରୁ ବିତାଡ଼ିତ କରିଥିଲେ ।
- ଚୀନ୍ ଭାଷାରେ ଲିଖ୍ତ ପ୍ରାଚୀନ ଗ୍ରନ୍ଥରୁ କୁଶାଣମାନଙ୍କ ଉତ୍ପତ୍ତି ସମ୍ବନ୍ଧରେ ଅନେକ ତଥ୍ୟ ମିଳିଥାଏ ।
- ୟୁ-ଚିମାନେ ପଶ୍ଚିମ ଏସିଆରୁ ଆସି ଶକମାନଙ୍କୁ ବିତାଡ଼ିକରି ବାକ୍ଟ୍ରିଆ ବା ଉତ୍ତର ଆଫଗାନିସ୍ଥାନ ଦଖଲ କଲେ । ଏହାପରେ ସେମାନେ ସିନ୍ଧୁ ଅବବାହିକା ଓ ବିସ୍ତୀର୍ଣ୍ଣ ଗାଙ୍ଗେୟ ଅବବାହିକାରେ ନିଜର ଆଧୂପତ୍ୟ ବିସ୍ତାର କଲେ ।
- କୁଶାଣମାନଙ୍କ ସାମ୍ରାଜ୍ୟ ଆମୁଦରଆଠାରୁ ଗଙ୍ଗା ପର୍ଯ୍ୟନ୍ତ ଏବଂ କେନ୍ଦ୍ର ଏସିଆର ଖୋରାସନଠାରୁ ଉତ୍ତର ପ୍ରଦେଶର ବାରାଣସୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା ।
- ମନେରଖ : ଚୀନ ଭାଷାରେ ଲିଖ୍ ପ୍ରାଚୀନ ଗ୍ରନ୍ଥରୁ ଜଣାଯାଏ ଯେ ଖ୍ରୀ.ପୂ. ଦ୍ଵିତୀୟ ଶତାବ୍ଦୀରେ ଚୀନ ଦେଶର ପଶ୍ଚିମ ଭାଗରେ ୟୁ-ଚି ନାମକ ଗୋଟିଏ ଶକ୍ତିଶାଳୀ ଯାଯାବର ଜାତି ବାସକରୁଥିଲେ ।
![]()
→ (୬) କୁଶାଣ ଶାସନ
- ଭାରତରେ ଶାସନ କରିଥିବା କୁଶାଣ ଶାସକମାନଙ୍କ ମଧ୍ୟରେ ପ୍ରଥମ କାଡ଼ଫିସେସ୍ ଓ ଦ୍ୱିତୀୟ କାଡ୍ଫିସେସ୍ ଅନ୍ୟତମ ଥିଲେ ।
- ଏହି ଦୁଇଜଣ ରାଜା ତାଙ୍କ ରାଜ୍ୟରେ ଅନେକ ମୁଦ୍ରା ପ୍ରଚଳନ କରିଥିଲେ ଓ ଦ୍ବିତୀୟ କାଡ୍ଫିସେସ୍ ସ୍ଵର୍ଣ୍ଣମୁଦ୍ରା ପ୍ରଚଳନ କରିଥିଲେ । କେତେକ ମୁଦ୍ରାରେ ଶିବମୂର୍ତ୍ତି ଥିବାରୁ ଦ୍ବିତୀୟ କାର୍ଡ଼ଫିସେସ୍ ଶିବଉପାସକ ଥିଲେ ବୋଲି ଅନୁମାନ କରାଯାଏ ।
- ମନେରଖ : ଦ୍ଵିତୀୟ କାଡ଼ଫିସେସ ଭାରତରେ ପ୍ରଥମ ସ୍ଵର୍ଣ୍ଣମୁଦ୍ରା ପ୍ରଚଳନ କରିଥିଲେ ।
→ (୭) କୁଶାଣ ସମ୍ରାଟ କନିଷ୍କ
- କୁଶାଣ ରାଜବଂଶର ତୃତୀୟ ଓ ସର୍ବଶ୍ରେଷ୍ଠ ରାଜାଥିଲେ କନିଷ୍ଠ ।
- ତାଙ୍କ ସିଂହାସନ ଆରୋହଣ ବର୍ଷ (ଖ୍ରୀ.ଅ. ୭୮) ଠାରୁ ଶକାବ୍ଦ ଗଣନା କରାଯାଏ ।
- ସିଂହାସନ ଆରୋହଣପରେ କନିଷ୍କଙ୍କ ସାମ୍ରାଜ୍ୟ ପଶ୍ଚିମରେ ପାରସ୍ୟଠାରୁ (ବର୍ତ୍ତମାନର ଇରାନ) ପୂର୍ବରେ ପାଟଳୀପୁତ୍ର (ବର୍ତ୍ତମାନ ବିହାରର ପାଟଣା) ପର୍ଯ୍ୟନ୍ତ ବିସ୍ତୃତ ଥିଲା ।
- ସେ ଖୋଟାନ୍, କାଶ୍ମୀର, ଗାଙ୍ଗେୟ ଉପତ୍ୟକାର କେତେକ ଅଂଶ, ମାଳବ ଇତ୍ୟାଦି ଜୟ କରି ତାଙ୍କ ରାଜ୍ୟରେ ମିଶୀଇଥିଲେ ।
- ପୁରୁଷପୁର (ପାର୍କସ୍ଥାନର ପେଶାଓ୍ବାର) ଥିଲା ତାଙ୍କର ରାଜଧାନୀ ।
- ସେ ଅଶ୍ୱଘୋଷଙ୍କ ଦ୍ଵାରା ପ୍ରଭାବିତ ହୋଇ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ଓ ଅନ୍ୟ ଧର୍ମକୁ ମଧ୍ଯ ସମ୍ମାନ ହେଉଥିଲେ ସେ ପ୍ରଚଳନ କରିଥିବା ଅନେକ ମୁଦ୍ରାରେ ଥିବା ଗ୍ରୀକ୍ ଓ ଭାରତୀୟ ଦେବଦେବୀଙ୍କର ମୁଭି ତାଙ୍କର ଅନ୍ୟ ଧର୍ମ ପ୍ରତି ସହନଶୀଳତାର ପରିଚୟ ଦିଏ ।
- କନିଷ୍କ ଅନେକ ସ୍ତୁପ ଓ ବୌଦ୍ଧ ବିହାର ନିର୍ମାତା କରୁଥିଲେ । ତାଙ୍କଦ୍ବାରା ଚତୁର୍ଥ ବୌଦ୍ଧ ସମ୍ମିଳନୀ ଆହୂତ ହୋଇଥିଲେ ଏବଂ ସେ ବୌଦ୍ଧ ଧର୍ମର ପ୍ରସାର ପାଇଁ ମଧ୍ୟ ଏସିଆ ଓ ଚୀନ୍କୁ ପ୍ରଚାରକ ପଠାଇଥିଲେ ।
- ନିଜ ସାମ୍ରାଜ୍ୟରେ ବାଣିଜ୍ୟ ବୃଦ୍ଧି ନିମନ୍ତେ ସେ ଉଦ୍ୟମ କରିଥିଲେ । ତାଙ୍କ ରାଜସଭାରେ ଚରକ, ଅଶ୍ଵଘୋଷ, ନାଗାର୍ଜୁନଙ୍କ ଭଳି ପଣ୍ଡିତ ଥିଲେ ଓ ସମୟରେ ସଂସ୍କୃତ ଭାଷାରେ ଅନେକ ଗ୍ରନ୍ଥ ରଚିତ ହୋଇଥିଲା । ତାଙ୍କ ଉଦ୍ୟମରେ ଗାନ୍ଧାର ଶିଳ୍ପ କଳାର ମଧ୍ୟ ବିକାଶ ଘଟିଥିଲା । ଏହିପରି ତାଙ୍କ ସାମ୍ରାଜ୍ୟରେ ବହୁବିଧ ଉନ୍ନତି ଘଟିଥୁବାରୁ ତାଙ୍କୁ କୁଶାଣ ବଂଶର ଶ୍ରେଷ୍ଠ ନରପତି କୁହାଯାଏ ।
- ମନେରଖ : ମଥୁରାରୁ କନିଷ୍କଙ୍କର ଏକ ମସ୍ତକ ବିହୀନ ମୂର୍ତ୍ତି ମିଳିଛି ।
→ (୮) ଦାକ୍ଷିଣାତ୍ୟର ସାତବାହନ ସାମ୍ରାଜ୍ୟ
- ଖ୍ରୀ. ପୂ. ପ୍ରଥମ ଓ ଦ୍ୱିତୀୟ ଶତାବ୍ଦୀରେ ନର୍ମଦା, ତାପ୍ତି, ଗୋଦାବରୀ ଓ କୃଷ୍ଣାନଦୀ ମଧ୍ୟବର୍ତ୍ତୀ ଅଞ୍ଚଳରେ ସାତବାହନ ସାମ୍ରାଜ୍ୟ ପ୍ରତିଷ୍ଠା ହୋଇଥିବା କଥା ମୁଦ୍ରା, ଶିଳାଲିପି ଓ ମହପୁରାଣରୁ ଜଣାଯାଏ ।
- ଏହି ସାମ୍ରାଜ୍ୟ ର ରାଜଧାନୀର ନାମ ଥିଲା ପ୍ରତିଷ୍ଠାନ (ବର୍ତ୍ତମାନ ମହାରାଷ୍ଟ୍ରର ପୈଠାନ) ।
- ଏହି ସାମ୍ରାଜ୍ୟ ପୂର୍ବରେ ବଙ୍ଗୋପସାଗରଠାରୁ ପଶ୍ଚିମରେ ଆରବ ସାଗର ପର୍ଯ୍ୟନ୍ତ ବିସ୍ତୃତ ଥିଲା ।
- ମନେରଖ : ପୁରାଣରେ ସାତବାହନମାନଙ୍କୁ ଆନ୍ଧ୍ର କୁହାଯାଇଛି । ଏହି ପୁରାଣ ଅନୁଯାୟୀ ସାତବାହନ ବଂଶର ପ୍ରତିଷ୍ଠାତା ଥିଲେ ସିମୁକ ।
- ସିମୁକଙ୍କ ଭାଇ କୃଷ ଥିଲେ ଏହି ବଂଶର ପରବର୍ତ୍ତୀ ଶାସକ I ଏହି ବଂଶର ତୃତୀୟ ରାଜା ସାତକର୍ମୀ ମାଳବ ଜୟକରି ଅଶ୍ଵମେଧ ଯଜ୍ଞ କରିଥିଲେ ।
- ଗୌତମୀପୁତ୍ର ସାତକର୍ମୀ ବା ଦ୍ୱିତୀୟ ସାତକର୍ମୀ ଖ୍ରୀଷ୍ଟୀୟ ଦ୍ୱିତୀୟ ଶତାବ୍ଦୀରେ ପ୍ରଥମ ଭାଗରେ ସାତବାହକ ସାମ୍ରାଜ୍ୟର ଯଶ ଓ ଖ୍ୟାତି ବଢ଼ାଇଥିଲେ । ଦ୍ୱିତୀୟ ସାତକର୍ଣ୍ଣୀ ଶକ, ଯବନ ଓ ପଲ୍ଲବମାନଙ୍କୁ ପରାସ୍ତ କରିଥିଲେ ଓ ଶକମାନେ ଦଖଲ କରିଥିବା ଅଞ୍ଚଳଗୁଡ଼ିକ ନିଜ ଅକ୍ତିଆରକୁ ଆଣିଥିଲେ ।
- ତାଙ୍କ ପରେ ବାଶିଷ୍ଟିପୁତ୍ର ପୁଲମାବୀ ଓ ତାଙ୍କ ପରେ ଯଜ୍ଞଶ୍ରୀ ସାତକର୍ମୀ ସାତବାହନ ବଂଶର ଯଶ ବୃଦ୍ଧି କରିଥିଲେ । ଯଜ୍ଞଶ୍ରୀ ସାତକର୍ଣ୍ଣୀଙ୍କ ସମୟରୁ ସାତବାହନ ସାମ୍ରାଜ୍ୟର ପତନ ଆରମ୍ଭ ହେଲା ।
→ (୯) ସାତବାହନମାନଙ୍କର ଶାସନ ପ୍ରଣାଳୀ
- ସାତବାହନମାନଙ୍କର ରାଜା ସମସ୍ତ କ୍ଷମତାର ଅଧିକାରୀ ଥିଲେ । ସାମ୍ରାଜ୍ୟକୁ କେତୋଟି ପ୍ରଦେଶ ଓ ପ୍ରଦେଶଗୁଡ଼ିକ ଜନପଦରେ ଭାଗ କରାଯାଇଥିଲା |
- ଏହି ସାମ୍ରାଜ୍ୟର ମଧ୍ୟ-ଏସିଆ ଓ ରୋମ ସାମ୍ରାଜ୍ୟ ସହ ବାଣିଜ୍ୟ କାରବାର ଥିଲା I ଆମଦାନୀ ତୁଳନାରେ ରପ୍ତାନୀ ଅଧ୍ବକ ହେଉଥିଲା ।
- ସାତବାହନମାନେ ଶକମାନଙ୍କ ସହ ବୈବାହିକ ସମ୍ପର୍କ ସ୍ଥାପନ କରିଥିଲେ ।
- ସେମାନେ ରାଜ୍ୟର ସଡ଼କ ପଥର ଉନ୍ନତି କରିଥିଲେ ।
- ମନେରଖ : ସାତବାହନମାନେ ବ୍ରାହ୍ମଣଥିଲେ । ରାଜା ଅନ୍ୟ ଧର୍ମପ୍ରତି ସହନଶୀଳଥିଲେ । ବଣିକମାନେ ବୌଦ୍ଧ ଗୁମ୍ଫା, ଚୈତ୍ୟଗୃହ ଓ ସ୍ତୁପମାନ ନିର୍ମାଣ କରୁଥିଲେ ।
→ (୧୦) ଖାରବେଳ
- ଖ୍ରୀ.ପୂ. ପ୍ରଥମ ଶତାବ୍ଦୀରେ ମହାମେଘବାହନ ନାମକ ଏକ ରାଜବଂଶର କଳିଙ୍ଗ (ଓଡ଼ିଶା)ରେ ଉତ୍ଥାନ ଘଟିଥିଲା ।
- ମନେରଖ : ଚେପି ବଂଶର ତୃତୀୟ ସର୍ବଶ୍ରେଷ୍ଠ ରାଜା ଥିଲେ ମହାମେଘବାହିନୀ ଐର ଖାରବେଳ ।
- ଖାରବେଳ ମାତ୍ର ୧୫ ବର୍ଷ ବୟସରେ ତାଙ୍କ ପିତାଙ୍କ ମୃତ୍ୟୁପରେ ଅର୍ଥାତ୍ ଖ୍ରୀ.ପୂ. ୪୦ ମସିହାରେ କଳିଙ୍ଗ ସିଂହାସନ ଆରୋହଣ କରିଥିଲେ ।
- ଖାରବେଳ ବାଲ୍ୟାବସ୍ଥାରେ ବିଭିନ୍ନ ବିଦ୍ୟା ଶିକ୍ଷା ଲାଭ କରିବା ସହିତ ଯୁଦ୍ଧ ବିଦ୍ୟାରେ ପାରଙ୍ଗମତା ହାସଲ କରିଥିଲେ ।
![]()
→ (୧୧) ଖାରବେଳଙ୍କ ଶାସନ ସମୟରେ ବିଭିନ୍ନ କାର୍ଯ୍ୟ
- ଖାରବେଳ ତାଙ୍କ ଶାସନର ପ୍ରଥମ ବର୍ଷରେ ବାତ୍ୟାରେ ଭାଙ୍ଗିଯାଇଥିବା ତାଙ୍କ ରାଜଧାନୀ କଳିଙ୍ଗ ନଗରୀର ତୋରଣ ପ୍ରାଚୀର ଇତ୍ୟାଦିର ପୁନଃ-ନିର୍ମାଣ କରିଥିଲେ ।
- ଏହା ସହିତ ନଗରୀର ସୌନ୍ଦର୍ଯ୍ୟ ବୃଦ୍ଧିପାଇଁ ଶୀତଳ ଜଳପୂର୍ଣ ପୁଷ୍କରିଣୀ ଓ ଉଦ୍ୟାନର ପୁନରୁଦ୍ଧାର କରାଇଥିଲେ ।
→ (୧୨) ଖାରବେଳଙ୍କ ରାଜ୍ୟଜୟ
- ଖାରବେଳ ରାଜତ୍ଵର ଦ୍ଵିତୀୟ ବର୍ଷରୁ ଦିଗ୍ବିଜୟ ଆରମ୍ଭ କରିଦେଇଥିଲେ । ସେ ପଶ୍ଚିମ ଦିଗରେ କୃଷ୍ଣାନଦୀ ପର୍ଯ୍ୟନ୍ତ ଅଗ୍ରସର ହୋଇ ରାଷ୍ଟ୍ରକ ଓ ଭୋଜନମାନଙ୍କୁ ପରାସ୍ତ କରିଥିଲେ ।
- ସେ ଉତ୍ତର ଭାରତରେ ସୈନ୍ୟଚାଳନା କରି ମଗଧ ରାଜାଙ୍କୁ ପରାସ୍ତ କରିଥିଲେ ।
- ସେ ଦକ୍ଷିଣରେ ପିଥୁଣ୍ଡ ଅଧିକାର କରି ଶକ୍ତିଶାଳୀ ତାମିଲ ରାଷ୍ଟ୍ରସଂଘକୁ ଧ୍ବଂସ କରିଦେଇଥିଲେ ।
- ମନେରଖ : ଖାରବେଳ ମଗଧର ରାଜା ବୃହସ୍ପତି ମିତ୍ରଙ୍କୁ ପରାସ୍ତ କରି ପୂର୍ବରୁ ନନ୍ଦରାଜା କଳିଙ୍ଗ ଆକ୍ରମଣ କରି ନେଇଯାଇଥିବା କଳିଙ୍ଗଜିନ ଫେରାଇ ଆଣିଥିଲେ ।
→ (୧୩) ଖାରବେଳଙ୍କ ଶାସନ
- ମୌର୍ଯ୍ୟ ଶାସନ ଅମଳର କେତେକ ରାଜ କର୍ମଚାରୀ ପଦ ଖାରବେଳଙ୍କ ସମୟରେ ମଧ୍ୟ ପ୍ରଚଳିତ ଥିଲା । ମୌର୍ଯ୍ୟ ଶାସନର ମହାମାତ୍ରଙ୍କୁ ସେତେବେଳେ ମାହମଦ କୁହାଯାଉଥିଲା । ନଗର ଅଖଦଂସ ଏବଂ କଶ ନାମରେ ଉଚ୍ଚକର୍ମଚାରୀ କର୍ମ ବିଭାଗ ଦାୟିତ୍ୱରେ ଥିଲେ ।
- ଖାରବେଳ ଜଣେ ଦକ୍ଷ ଶାସକ ଥିଲେ । ପ୍ରଜାମାନଙ୍କ ହିତପାଇଁ ସେ ବହୁ ଅର୍ଥ ଖର୍ଚ୍ଚ କରିଥିଲେ ।
- ସେ ବହୁ ଅର୍ଥ ଖର୍ଚ୍ଚକରି କଳିଙ୍ଗନଗରୀର ଦୁର୍ଗ, ଅଟ୍ଟାଳିକା, ଉଦ୍ୟାନ, ପୁଷ୍କରିଣୀର ଉନ୍ନତି ସାଧନ କରିଥିଲେ । ନନ୍ଦରାଜାଙ୍କଦ୍ୱାରା ଖୋଳାଯାଇଥିବା କେନାଲକୁ ମରାମତି କରି କଳିଙ୍ଗନଗରୀ ପର୍ଯ୍ୟନ୍ତ ବଢ଼ାଇଥିଲେ ।
- ରାଜତ୍ଵର ନବମ ବର୍ଷରେ ମହାବିଜୟ ପ୍ରସାଦ ନିର୍ମାଣ କରିଥିଲେ ।
- ଖାରବେଳ ଜୈନ ଧର୍ମ ଗ୍ରହଣ କରିଥିଲେ ଏବଂ ସେ ବିଭିନ୍ନ ଧର୍ମର ଉପାସନା ପୀଠର ସଂସ୍କାର କରିଥିଲେ ।
- ମନେରଖ : ଖାରବେଳ ଜୈନ ସନ୍ନ୍ୟାସୀଙ୍କ ରହଣୀପାଇଁ ଭୁବନେଶ୍ବରର ଉଦୟଗିରିର ପାହାଡ଼ରେ କେତେଗୁଡିଏ ଗମ୍ଫା ଖୋଳାଇଥିଲେ । ଏହି ସବୁ ଜନହିତକର କାର୍ଯ୍ୟପାଇଁ ତାଙ୍କୁ ଜଣେ ଉତ୍ତମ ଶାସକ କୁହାଯାଏ ।
→ (୧୪) ଦକ୍ଷିଣ ଭାରତର ସଙ୍ଗମ ଯୁଗ
- ଦକ୍ଷିଣ ଭାରତରେ ଯେଉଁ ସମୟରେ ତାମିଲ୍ କବି ଓ ପଣ୍ଡିତମାନେ ସଭାରେ ଏକତ୍ରିତ ହୋଇ ଅନେକଗୁଡ଼ିଏ ଉତ୍କୃଷ୍ଟ କବିତା ରଚନା କରିଥିଲେ, ସେହି ସମୟକୁ ସଙ୍ଗମ ଯୁଗ କୁହାଯାଏ ।
- ତାମିଲ କବି ଓ ପଣ୍ଡିତମାନଙ୍କ ସଭାକୁ ସଙ୍ଗମ କୁହାଯାଏ ।
- ମନେରଖ : ସଙ୍ଗଯୁଗର କବିତାଗୁଡ଼ିକ ପାଠ୍ୟ, ଚୋଳ ଓ ଚେର ରାଜାମାନଙ୍କ ପୃଷ୍ଠପୋଷକତାରେ ବିଶିଷ୍ଟ କବି ଓ ପଣ୍ଡିତମାନଙ୍କଦ୍ୱାରା ରଚିତ ହେଇଥିଲା ।
→ (୧୫) ସଙ୍ଗମ ସାହିତ୍ୟ
- ତାମିଲ ସାହିତ୍ୟରେ ବିକାଶ ସଙ୍ଗମ ଯୁଗରେ ଘଟିଥିଲା ।
- ଶତାଧ୍ଵକ ଉତ୍କୃଷ୍ଟ କବି ବା ବହୁ କବି ଓ ନରନାରୀ କବିମାନଙ୍କଦ୍ୱାରା ସଙ୍ଗମରେ ଅନେକ କବିତା ରଚିତ ହୋଇଥିଲା ।
- ଏହି ଯୁଗରେ ‘ତୋଲ୍କାପିୟମ୍’ ନାମକ ଏକ ତାମିଲ ବ୍ୟାକରଣ ମଧ୍ୟ ରଚନା କରାଯାଇଥିଲା ।
- ସଙ୍ଗମ ଯୁଗକୁ ତାମିଲ ସାହିତ୍ୟର ସୁବର୍ଣ୍ଣଯୁଗ କୁହାଯାଏ ।
![]()
→ (୧୬) ସାମାଜିକ ଅବସ୍ଥା
- ସମାଜରେ ବ୍ରାହ୍ମଣମାନଙ୍କ ଅପେକ୍ଷା ‘ଅରିଭାର’ (ଜ୍ଞାନୀଲୋକ) ମାନଙ୍କୁ ଅଧିକ ଉଚ୍ଚସ୍ଥାନ ଦିଆଯାଉଥିଲା ।
- ସମାଜରେ ଶିକାରୀ, ମେଷପାଳକ ଓ ମତ୍ସ୍ୟଜୀବୀ ଇତ୍ୟାଦି ବାସ କରୁଥିଲେ ।
- ସ୍ତ୍ରୀଲୋକମାନଙ୍କୁ ପରିବାରର ଆଲୋକ କୁହାଯାଉଥିଲା ।
→ (୧୭) ଅର୍ଥନୈତିକ ଅବସ୍ଥା ଓ ବାଣିଜ୍ୟ ବ୍ୟବସାୟ
- ତାମିଲ ରାଜ୍ୟର ଜମିଗୁଡ଼ିକ ଉର୍ବର ଥିଲା । ଚାଷ ଉପରେ ଅର୍ଥନୀତି ନିର୍ଭର କରୁଥିଲା ।
- ଚାଷ ବ୍ୟତୀତ ଲୋକମାନେ ଗୋପାଳନ, ମାଛଧରା ଓ ବେପାର ବଣିଜ କରି ଅର୍ଥ ଉପାର୍ଜନ କରୁଥିଲେ ।
- ସମାଜରେ ବସ୍ତୁ ବିନିମୟ ବ୍ୟବସ୍ଥା ପ୍ରଚଳନ ଥିଲା ।
- ତାମିଲ ଲୋକମାନେ ଦରିଆପାରି ଦେଶମାନଙ୍କ ସହିତ ବାଣିଜ୍ୟ କାରବାର କରୁଥିଲେ ।
- ବିଦେଶକୁ ମସଲା, ଗୋଲମରିଚ, ରେଶମ ଆଦି ଜିନିଷ ପଠାଯାଉଥୁଲା ଓ ବିଦେଶରୁ ତାମିଲ ରାଜ୍ୟକୁ ସୁନା ଓ ରୂପା ଆମଦାନୀ କରାଯାଉଥିଲା ।