Odisha State Board BSE Odisha 6th Class Science Solutions Chapter 5 ବସ୍ତୁର ପ୍ରକାରଭେଦ Textbook Exercise Questions and Answers.
BSE Odisha Class 6 Science Solutions Chapter 5 ବସ୍ତୁର ପ୍ରକାରଭେଦ
Question 1.
ନିମ୍ନଲିଖତ ବସ୍ତୁଗୁଡ଼ିକ ମଧ୍ୟରୁ କେଉଁଟି ପ୍ରାକୃତିକ ନୁହେଁ ?
(କ) କାଠ
(ଖ) କାଗଜ
(ଗ) ଖଣିଜତୈଳ
(ଘ) ମାଟି
ଉ –
(ଖ) କାଗଜ
Question 2.
ନିମ୍ନଲିଖୂ ବସ୍ତୁଗୁଡ଼ିକ ମଧ୍ୟରୁ କେଉଁଟି ନିର୍ଜୀବ ?
(i)
(କ) ସାପ
(ଖ) ଭାଙ୍ଗିଯାଇଥିବା ତୁମ ଦାନ୍ତ
(ଗ) ଗେଣ୍ଡା
(ଘ) ଗଜାବୁଟ
ଉ –
(i) ଭାଙ୍ଗିଯାଇଥିବା ତୁମ ଦାନ୍ତ
(ii)
(କ) ଗୋଟା ମୁଗ
(ଖ) ମୁଗ ଡାଲି
(ଗ) ଗଜା ମୁଗ
(ଘ) ମୁଗ ଗଛ
ଉ –
(ii) ମୁଗ ଡାଲି
Question 3.
ପ୍ରଥମ ଶବ୍ଦଦ୍ୱୟର ସଂପର୍କକୁ ଦେଖ୍ ତୃତୀୟ ଶବ୍ଦ ସହ ସଂପର୍କିତ ଶବ୍ଦଟି ଶୂନ୍ୟ ସ୍ଥାନରେ ଲେଖ ।
(କ) କାଠ : ଅସ୍ୱଚ୍ଛ : : କାଚ : ……………….. ।
(ଖ) ଚିନି : ବ୍ରବଶୀୟ :: ………………. ଅଦ୍ରବଣୀୟ ।
(ଗ) ସୁନା : ଧାତୁ : : ଅଙ୍ଗାର : ……………………. ।
(ଘ) ପାଣିରେ ବୁଡ଼ିଯିବା : ଗୋଡ଼ି : : ଭାସିବା : ……………….. ।
ଉ –
(କ) ସ୍ବଚ୍ଛ
(ଖ) ବାଲି
(ଗ) ଅଧାତୁ
(ଘ) ସୋଲ
Question 4.
କଠିନ ଓ ନରମ ପ୍ରକାରଭେଦରେ ନିମ୍ନଲିଖତ ବସ୍ତୁଗୁଡ଼ିକୁ ଶ୍ରେଣୀ ବିଭାଗ କର । (ପ୍ରଶ୍ନସହ ଉତ୍ତର)
(କ) ପିନ୍କଣ୍ଟା – କଠିନ
(ଖ) ସାବୁନ – କଠିନ
(ଗ) ତୁଳାବିଣ୍ଡା – ନରମ
(ଘ) ବରଫଖଣ୍ଡ – କଠିନ
(ଙ) ରବର ପେଣ୍ଡୁ – ନରମ
(ଚ) ସୋଲ – ନରମ
(ଛ) ଡପେନ୍ ଭିତରେ ଥିବା ସ୍ପ୍ରିଙ୍ଗ – ନରମ
Question 5.
କେଉଁ ବାକ୍ୟଟି ଠିକ୍ ?
(କ) ତୁମ ବହି ପୃଷ୍ଠାର ଉଜ୍ଜଳତା ଅଛି ।
(ଖ) ୟୁରିଆ ସାର ଜଳରେ ଦ୍ରବଣୀୟ ଅଟେ ।
(ଗ) ସବୁ କାଠ ପାଣିରେ ଭାସେ ।
(ଘ) କାଚ ଏକ ସ୍ବଚ୍ଛ ବସ୍ତୁ ।
ଉ –
(ଖ) ୟୁରିଆ ସାର ଜଳରେ ଦ୍ରବଣୀୟ ଅଟେ ।
(ଘ) କାଚ ଏକ ସ୍ବଚ୍ଛ ବସ୍ତୁ ।
Question 6.
ତଳେ ଦିଆଯାଇଥିବା ବସ୍ତୁଦ୍ଵୟ ମଧ୍ୟରେ ଥିବା ଦୁଇଟି ସାଦୃଶ୍ୟ ଓ ଦୁଇଟି ପାର୍ଥକ୍ୟ ଲେଖ ।
ବସ୍ତୁର ପ୍ରକାରଭେଦ Notes :
→ ପଞ୍ଚମ ଅଧ୍ୟାୟ
- ଆମ ଚତୁର୍ଦ୍ଦିଗରେ ଭରିରହିଥିବା ବସ୍ତୁଗୁଡ଼ିକ ବିଭିନ୍ନ ପ୍ରକାରର ଅଟନ୍ତି । ଚେୟାର, ଟେବୁଲ, ଶଗଡ଼, ସାଇକେଲ, ମଟରଗାଡ଼ି, ବାସନକୁସନ, ଖାତା, ବହି, କଲମ, ଟିଭି, ଖେଳନା ଆଦି ଆବଶ୍ୟକତା ଅନୁସାରେ ଭିନ୍ନ ଭିନ୍ନ କାର୍ଯ୍ୟରେ ବ୍ୟବହାର କରୁ ।
- ଏହାବ୍ୟତୀତ ଆମ ପରିବେଶରେ ଗାଈ, ଛେଳି, କୁକୁର, ବିରାଡ଼ି, ବିଲ, ବାଡ଼ିବଗିଚା, ତୋଟା, ପାହାଡ଼ ଆଦି ଅହିଛି ।
- ଏଗୁଡ଼ିକର ଆକାର, ଆକୃତି, ରଙ୍ଗ ବିଭିନ୍ନ ପ୍ରକାର ।
- ପ୍ରତ୍ୟେକ ବସ୍ତୁର କେତେଗୁଡ଼ିଏ ଗୁଣ ଥାଏ । ଏହି ଗୁଣକୁ ଆଧାର କରି ବସ୍ତୁଗୁଡ଼ିକୁ ପ୍ରକାରଭେଦ କରାଯାଇଥାଏ ।
→ ବିଭିନ୍ନ ବସ୍ତୁ ମଧ୍ୟରେ ଥିବା ସାଦୃଶ୍ୟ ଓ ପାର୍ଥକ୍ୟ :
- ଆମେ ଦେଖୁଥିବା ଓ ବ୍ୟବହାରକରୁଥିବା ବିଭିନ୍ନ ବସ୍ତୁଗୁଡ଼ିକ ମଧ୍ୟରେ କେତେକ ସାଦୃଶ୍ୟ ଦେଖାଯାଏ ।
- ସବୁ ବସ୍ତୁ ସବୁ କାମରେ ଲାଗନ୍ତି ନାହିଁ; କାରଣ ସବୁ ବସ୍ତୁର ଗୁଣ ସମାନ ନଥାଏ ।
- ଚାଉଳ, ଗହମ, ମାଣ୍ଡିଆ, ଡାଲି, ପନିପରିବା, କ୍ଷୀର, ମାଛ, ମାଂସ, ଅଣ୍ଡା ଆଦି ବସ୍ତୁକୁ ଆମେ ଖାଦ୍ୟ ରୂପରେ ବ୍ୟବହାର କରୁ ।
- କପା, ରେଶମ, ପଶମ, ନାଇଲନ୍ ଆଦିରୁ ତିଆରି ସୂତାରୁ ଆମେ ବ୍ୟବହାର କରୁଥିବା ବସ୍ତ୍ର ପ୍ରସ୍ତୁତ କରାଯାଏ ।
- ଇଟା, ବାଲି, ଗୋଡ଼ି, ମାଟି, ସିମେଣ୍ଟ, ଟିଣ, ଲୁହା, କାଠ, ବାଉଁଶ, ନଡ଼ା, ଟାଇଲ ଆଦି ବ୍ୟବହାର କରି ଆମ ଘର ତିଆରି ହୋଇଥାଏ ।
- ଘର ତିଆରି ପାଇଁ ବ୍ୟବହୃତ ହେଉଥିବା ବସ୍ତୁକୁ ଆମେ ଖାଦ୍ୟ ରୂପେ ବ୍ୟବହାର କରିପାରିବା ନାହିଁ ।
- ଏସବୁ ବସ୍ତୁର ଗୁଣ ସମାନ ନୁହେଁ । ସେଗୁଡ଼ିକ ମଧ୍ୟରେ ପାର୍ଥକ୍ୟ ରହିଛି ।
- ଯେତେବେଳେ ଅନେକ ବସ୍ତୁକୁ ଅନୁଧ୍ୟାନ କରାଯାଏ, ସେଗୁଡ଼ିକ ମଧ୍ୟରେ ଥିବା ସାଦୃଶ୍ୟ ଓ ପାର୍ଥକ୍ୟକୁ ବୁଝିହୁଏ ।
Question 1.
ନିମ୍ନ ସାରଣୀଟିକୁ ପୂରଣ କର ।
ଉ –
→ ବସ୍ତୁର ଶ୍ରେଣୀ ବିଭାଗ :
ବସ୍ତୁଗୁଡ଼ିକର ଶ୍ରେଣୀବିଭାଗ କରିବାପାଇଁ ନିମ୍ନଲିଖ ପଦକ୍ଷେପ ନେବା ଉଚିତ ।
- ପ୍ରଥମେ ନିରୀକ୍ଷଣ କରି ତାହା ସ୍ବଚ୍ଛ ବା ଅସ୍ବଚ୍ଛ, ରଙ୍ଗହୀନ ବା ରଙ୍ଗୀନ ଜାଣିବା ।
- ତା’ପରେ ସ୍ପର୍ଶ କରି ତାହା ଚିକ୍କଣ ବା ଆବଡ଼ାଖାବଡ଼ା ଜାଣିବା ।
- ତା’ପରେ ଚାପଦେଇ ପରୀକ୍ଷା କରି ତାହା କଠିନ ବା ନରମ ଜାଣିବା ।
- ବସ୍ତୁଗୁଡ଼ିକ ହାତରେ ଟେକି ତାହା ହାଲୁକା ବା ଓଜନିଆ ପରୀକ୍ଷା କରି ଦେଖୁ ।
- ପରିଶେଷରେ ବସ୍ତୁଗୁଡ଼ିକ ମଧ୍ୟରେ ସାଦୃଶ୍ୟ ଓ ପାର୍ଥକ୍ୟର ତାଲିକା କରିବା ।
ବସ୍ତୁର ଗୁଣ ଅନୁସାରେ ଯେତେବେଳେ ଶ୍ରେଣୀ ବିଭାଗ କରାଯାଏ, ଆମେ ଦେଖୁ କେତେକ ବସ୍ତୁ ପ୍ରାକୃତିକ ଓ ଅନ୍ୟ କେତେକ ମନୁଷ୍ୟକୃତ । କେତେକ ବସ୍ତୁ ସଜୀବ ଓ ଅନ୍ୟ କେତେକ ନିର୍ଜୀବ ।
- ପ୍ରାକୃତିକ ଓ କୃତ୍ରିମ – ଯେଉଁ ବସ୍ତୁଗୁଡ଼ିକ ପ୍ରାକୃତିକ ପ୍ରକ୍ରିୟାରେ ସୃଷ୍ଟି ହୋଇଥାଏ ସେଗୁଡ଼ିକୁ ପ୍ରାକୃତିକ ବସ୍ତୁ କୁହାଯାଏ । ଯେଉଁ ବସ୍ତୁଗୁଡ଼ିକ ମଣିଷଦ୍ବାରା ତିଆରି ହୋଇଥାଏ ତାହାକୁ କୃତ୍ରିମ ବସ୍ତୁ କୁହାଯାଏ ।
- ଜୀବ ଓ ନିର୍ଜୀବ – ଯାହାର ଜୀବନ ଅଛି ତାହାକୁ ଜୀବ ଓ ଯାହାର ଜୀବନ ନାହିଁ ତାହାକୁ ନିର୍ଜୀବ କୁହାଯାଏ ।
Question 1.
ସାରଣୀରେ ଥିବା ଶୂନ୍ୟସ୍ଥାନ ପୂରଣ କର । (ଶୂନ୍ୟସ୍ଥାନ ପୂରଣ କରାଯାଇଛି ।)
→ ବସ୍ତୁର ଗୁଣ :
ବସ୍ତୁର ଗୁଣ ଅନୁସାରେ ଯେତେବେଳେ ଶ୍ରେଣୀ ବିଭାଗ କରାଯାଏ, ସେତେବେଳେ କେତେକ ବସ୍ତୁ ପ୍ରାକୃତିକ ଓ ଅନ୍ୟ କେତେକ ମନୁଷ୍ୟକୃତ ଏବଂ କେତେକ ବସ୍ତୁ ସଜୀବ ଓ ଅନ୍ୟ କେତେକ ନିର୍ଜୀବ ଆମେ ଦେଖୁ ।
ପ୍ରତ୍ୟେକ ବସ୍ତୁର ଦୁଇଟି ମୌଳିକ ଗୁଣ ଥାଏ; ଯଥା –
- ବସ୍ତୁ କିଛି ସ୍ଥାନ ଅଧିକାର କରେ ।
- ଏହାର ବସ୍ତୁତ୍ଵ ଥାଏ ।
ବସ୍ତୁର ଅନ୍ୟ ଗୁଣଗୁଡ଼ିକ ହେଲା –
- ରଙ୍ଗ ବା ବର୍ଣ୍ଣ
- ପୃଷ୍ଠଭାଗର ମସୃଣତା ଓ ରୁକ୍ଷତା
- ଉଜ୍ଜ୍ବଳତା
- ସ୍ଵଚ୍ଛତା
- ଦ୍ରବଣୀୟତା
ବସ୍ତୁର ଗୁଣଗୁଡ଼ିକ ମଧ୍ୟରୁ ଏହାର ବାହ୍ୟରୂପ, ବର୍ଣ୍ଣ, ରୁକ୍ଷତା, କଠିନତା, ଜଳରେ ଦ୍ରବଣୀୟତା, ଜଳଠାରୁ ଓଜନିଆ କି ହାଲୁକା, ଉଜ୍ଜଳତା ଜାଣିହୁଏ ।
Question 3.
ବସ୍ତୁର ଗୁଣଗୁଡ଼ିକ ସାରଣୀରେ ଲେଖ । (ସାରଣୀରେ ଗୁଣଗୁଡ଼ିକ ଲେଖାଯାଇଛି ।)
→ ତୁମପାଇଁ କାମ – ୧
- ସବୁ ବସ୍ତୁର ରଳଂ ଏକାପ୍ରକାର ନୁହଁନ୍ତି ।
- ସବୁ ବସ୍ତୁ କଠିନ ବା ନରମ ନୁହଁନ୍ତି ।
- ସବୁ ବସ୍ତୁର ବାହ୍ୟ ରୂପ ଏକା ପରି ଚିକ୍କଣ ନୁହେଁ ।
→ ତୁମପାଇଁ କାମ – ୨
- ଚାମଚରେ ଚିନି, ଅଳ୍ପ କିରୋସିନି, ଗୋଟିଏ କାଚବାଟି, ଅଳ୍ପ ସଫାବାଲି ଓ କିଛି କୁଟା ବା ନଡ଼ାଖଣ୍ଡକୁ ପାଖରେ ରଖ ।
- ଚିନି, କିରୋସିନି, କାଚବାଟି ଓ ନଡ଼ାଖଣ୍ଡକୁ ଅଲଗା ଅଲଗା ପାତ୍ରରେ ଥିବା ଜଳରେ ପକାଇ ଚାମଚ ସାହାଯ୍ୟରେ ଘାଣ୍ଟି ମିଶାଅ ।
ବସ୍ତୁର ଗୁଣ ଓ ପ୍ରକାରଭେଦ
- ସବୁ ବସ୍ତୁ- ଜଳରେ ଦ୍ରବଣୀୟ ନୁହନ୍ତି । ସବୁ ବସ୍ତୁ ଜଳଠାରୁ ଓଜନିଆ ମଧ୍ଯ ନୁହନ୍ତି ।
→ ତୁମପାଇଁ କାମ – ୩
- ଟର୍ଚ୍ଚ ଲାଇଟ୍ ସାମନାରେ ଗୋଟିଏ କାଚ ଗିଲାସ ରଖିଲେ ଟର୍ଚ୍ଚ ଲାଇଟ୍ରୁ ଆସୁଥିବା ଆଲୋକ ଗିଲାସ ଭିତର ଦେଇ ଗିଲାସ ଆଗ ପାଖରେ ପଡ଼ିବ ।
- ଟର୍ଚ୍ଚ ଲାଇଟ୍ ଆଗରେ କାର୍ଡ଼ ବୋର୍ଡ଼ ଖଣ୍ଡିକ ରଖୁ ଆଲୋକ କାର୍ଡ଼ବୋର୍ଡ଼ ଦେଇ ଆଗକୁ ଯାଇପାରୁ ନାହିଁ ।
- ଗୋଟିଏ ଅନ୍ଧାରୁଆ ଜାଗାରୁ କାର୍ଡ଼ବୋର୍ଡ଼କୁ ବାହାର କରିଦେଇ, ସେଠାରେ ହାତ ପାପୁଲି ରଖୁଲେ ହାତ ପାପୁଲିର ରଙ୍ଗ ସାମାନ୍ୟ ଲାଲ୍ ଦେଖାଯିବ ।
- ଖଣ୍ଡିଏ ଧଳା କାଗଜ ମଝିରେ ଦୁଇଟୋପୀ ତେଲ ପକାଇ ଘସି ଦିଅ । ଟର୍ଚ୍ଚ ଆଲୋକ ଆଗରେ କିଛି ନଥିବା ବେଳେ କେବଳ ବାୟୁରେ ଆଲୋକ ଆଗକୁ ଯାଉଛି । ସେହି ଆଲୋକ କାଚ ଗିଲାସ ଦେଇ ମଧ୍ୟ ଯାଇପାରୁଛି ।
- ବାୟୁ ଓ କାଚଭଳି ବସ୍ତୁ ଯାହା ମଧ୍ୟଦେଇ ଆଲୋକ ଯାଇପାରୁଛି, ସେହି ବସ୍ତୁଗୁଡ଼ିକୁ ସ୍ବଚ୍ଛ ବସ୍ତୁ କୁହାଯାଏ ।
- କାର୍ଡ଼ବୋର୍ଡ଼ ଭଳି ବସ୍ତୁକୁ ଅସ୍ବଚ୍ଛ ବସ୍ତୁ କୁହାଯାଏ । ତେଲ ଘସା ହୋଇଥିବା କାଗଜ, ଯାହା ମଧ୍ୟଦେଇ ଆଲୋକ ଆଂଶିକ ଭାବେ ଯାଇପାରୁଛି, ତାକୁ ଅଳ୍ପସ୍ଵଚ୍ଛ ବସ୍ତୁ କୁହାଯାଏ ।
→ ତୁମପାଇଁ କାମ – ୪
- କାଠ, ଅଙ୍ଗାର, କାର୍ଡ଼ବୋର୍ଡ଼, ଚକ୍ ଖଡ଼ି, ପ୍ଲାଷ୍ଟିକ୍ ପାନିଆ ଆଦି ଚକ୍ ଚକ୍ କରୁ ନାହିଁ ।
- ତମ୍ବାତାର ଓ ଆଲୁମିନିୟମ୍ ଗିନା, ଷ୍ଟିଲ୍ ଚାମଚ ଚକ୍ ଚକ୍ ଦେଖାଯିବ । ବସ୍ତୁର ଚକ୍ରକ୍ ଦେଖାଯାଉଥିବା ଗୁଣକୁ ଉଜ୍ଜ୍ବଳତା କୁହାଯାଏ ।
- କାଠ, ଅଙ୍ଗାର, କାର୍ଡ଼ବୋର୍ଡ଼, ଚକ୍ଖଡ଼ି ଓ ପ୍ଲାଷ୍ଟିକ୍ ପାନିଆକୁ ଅନୁଜ୍ବଳ ବସ୍ତୁ କୁହାଯାଏ । ତମ୍ବାତାର, ଆଲୁମିନିୟମ୍ ଗିନା, ଷ୍ଟିଲ୍ ଚାମଚକୁ ଉଜ୍ଜ୍ଵଳ ବସ୍ତୁ କୁହାଯାଏ ।
Question 4.
ନିମ୍ନ ସାରଣୀଟି ପୂରଣ କର । (ସାରଣୀ ପୂରଣ କରାଯାଇଛି)
Question 5.
ବସ୍ତୁର ଉଜ୍ଜଳତା ଗୁଣକୁ ନେଇ ଦଶଟି ବସ୍ତୁର ଶ୍ରେଣୀବିଭାଗ କର ।
ଉ –