Go through 6th Class Science Book Odia Medium Question Answer and Class 6 Science Chapter 5 Question Answer Odia Medium ଦୈର୍ଘ୍ୟ ମାପ ଏବଂ ଗତି to understand textbook questions more clearly.
6th Class Science Chapter 5 Question Answer Odia Medium
Class 6 Science Chapter 5 Odia Medium
ଆସ ଆମ ଶିକ୍ଷଣର ଅଭିବୃଦ୍ଧି କରିବା
Question 1.
ସାରଣୀର ସ୍ତମ୍ଭ 1ରେ କିଛି ଦୈର୍ଘ୍ୟ ଦିଆଯାଇଛି । ସ୍ତମ୍ଭ 2ରେ କେତେକ ଏକକ ଦିଆଯାଇଛି । ସେହି ଦୈର୍ଘ୍ୟ ମାପିବା ପାଇଁ ଉପଯୁକ୍ତ ଏକକକୁ ମେଳ କର ।

Answer:
| ସ୍ତମ୍ଭ ୧ | ସ୍ତମ୍ଭ ୨ |
| କଟକ ଓ ରାଉରକେଲା ମଧ୍ୟରେ ଦୂରତା | କିଲୋମିଟର |
| ଏକ ମୁଦ୍ରାର ମୋଟେଇ | ଚିହ୍ନିତ କର |
| ଏକ ରବରର ଲମ୍ବ | ସେଣ୍ଟିମିଟର |
| ସ୍କୁଲ ପଡ଼ିଆର ଲମ୍ବ | ସାରଣୀ |
![]()
Question 2.
ନିମ୍ନଲିଖୁତ ଉତ୍ତିଗୁଡ଼ିକ ପଢ଼ ଏବଂ ପ୍ରତ୍ୟେକଟି ପାଇଁ ଠିକ୍ (✓) ଥିଲେ (✗) ଚିହ୍ନିତ କର । (ପ୍ରଶ୍ନ ସହିତ ଉତ୍ତର)
(କ) ସିଧା ରାସ୍ତାରେ ଗତି କରୁଥିବା କାର୍ର ଗତି ସରଳରେଖ୍ୟକ ଗତିର ଏକ ଉଦାହରଣ ।
Answer:
(✓)
(ଖ) ଯେ କୌଣସି ବସ୍ତୁ ସମୟ ସହିତ ଏକ ସୂଚକ ବିନ୍ଦୁ ବା ରେଫରେନ୍ସ ପଏଣ୍ଟଠାରୁ ନିଜର ଅବସ୍ଥିତି ପରିବର୍ତ୍ତନ କଲେ ତାହାକୁ ଗତିଶୀଳ ବୋଲି କୁହାଯାଏ ।
Answer:
(✓)
(ଗ) 1 କି.ମି = 100 ମିଟର
Answer:
(✗)
Question 3.
ନିମ୍ନଲିଖୁତ ମଧ୍ୟରୁ କେଉଁଟି ଦୈର୍ଘ୍ୟ ମାପିବାର ଏକ ମାନକ ଏକକ ନୁହେଁ ?
(କ) ମିଲିମିଟର
(ଖ) ସେଣ୍ଟିମିଟର
(ଗ) କିଲୋମିଟର
(ଘ) ଚାଖଣ୍ଡ
Answer:
(ଘ୍) ଚାଖଣ୍ଡ
![]()
Question 4.
ତୁମ ଘରୁ ଓ ବିଦ୍ୟାଳୟରୁ ବିଭିନ୍ନ ସ୍କେଲ୍ କିମ୍ବା ମାପ ଫିତା ସଂଗ୍ରହ କର । ପ୍ରତ୍ୟେକ ସ୍କେଲରେ ମାପ କରାଯାଇଥବା ସର୍ବନିମ୍ନ ମୂଲ୍ୟକୁ ଚିହ୍ନଟ କର । ତୁମର ପର୍ଯ୍ୟବେକ୍ଷଣଗୁଡ଼ିକ ଏକ ସାରଣୀରେ ଲେଖ ରଖ ।
Answer:
| ବିଭିନ୍ନ ପ୍ରକାର ସ୍କେଲ ମାପ ଫିତା | ମାପକର ସର୍ବନିମ୍ନ ମୂଲ୍ୟାଙ୍କ |
| 15 ସେ.ମି. ସ୍କେଲ୍ | 1 ମିଲିମିଟର |
| Flexible Tape (ନରମ ଫିତା) | 1 ମିଲିମିଟର, 1 ଇଞ୍ଚ |
| Long Tape Roll (ଲମ୍ବ ମାପ ଫିତା) | 1 ସେ.ମି., 1 ଇଞ୍ଚ |
| Vernier Caliper (ବିଦ୍ୟାଳୟ ପ୍ରୟୋଗଶାଳାରୁ) | 0.1 ମିଲିମିଟର |
| Screw Gauge (ସ୍କୃ ଗଜ) ବିଦ୍ୟାଳୟ ପ୍ରୟୋଗଶାଳାରୁ | 0.01 ମିଲିମିଟର |
Question 5.
ମନେକର ତୁମର ସ୍କୁଲ ଏବଂ ଘର ମଧ୍ୟରେ ଦୂରତା 1.5 କିଲୋମିଟର । ଏହାକୁ ମିଟରରେ ପ୍ରକାଶ କର ।
Answer:
1 କିଲୋମିଟର = 1000 ମିଟର
1.5 କିଲୋମିଟର = (1.5 × 1000) = 1500 ମିଟର
Question 6.
ଏକ ଗ୍ଲାସ୍ କିମ୍ବା ଏକ ବୋତଲ ନିଅ । ଗ୍ଲାସ କିମ୍ବା ବୋତଲର ଗୋଲେଇର ବକ୍ର ଅଂଶର ଦୈର୍ଘ୍ୟ ମାପ କର ଏବଂ ଏହାକୁ ଲେଖୁ ରଖ ।
Answer:
ଗ୍ଲାସ କିମ୍ବା ବୋତଲର ଗୋଲେଇର ବକ୍ର ଅଂଶର ଦୈର୍ଘ୍ୟ ମାପିବା ପାଇଁ ଏକ ନମନୀୟ ମାପକ ଫିତା ନିଆଯାଉ କିମ୍ବା ଏକ ସୂତା ନିଆଯାଉ । ସୂତାର ମାପକୁ ମିଟର ଫିତାରେ ପକାଇ ମାପକରି ଖାତାରେ ଲେଖୁ ରଖ ।
![]()
Question 7.
ତୁମର ବନ୍ଧୁଙ୍କ ଉଚ୍ଚତା ମାପ କର ଏବଂ ଏହାକୁ (କ) ମିଟରରେ, (ଖ) ସେଣ୍ଟିମିଟରରେ (ଗ) ମିଲିମିଟରରେ ପ୍ରକାଶ କର ।
Answer:
ଏକ ମିଟର ସ୍କେଲ ବ୍ୟବହାର କରି ତୁମ ସାଙ୍ଗର ଉଚ୍ଚତା ମାପ । ମନେକର ଏହି ସ୍କେଲରେ ତୁମ ସାଙ୍ଗର
ଉଚ୍ଚତା = 1.4 ମିଟର ହେଲା ।
ମିଟର ସ୍କେଲରେ = 1.4 ମିଟର
ଏହାକୁ ଅନ୍ୟ ଏକକରେ ପ୍ରକାଶ କରାଗଲା = 140 ସେଣ୍ଟିମିଟର 1400 ମିଲିମିଟର
Question 8.
ତୁମକୁ କେତେକ ମୁଦ୍ରା ଦିଆଯାଇଛି । ଏକ ଖାତାର କୌଣସି ପାର୍ଶ୍ଵର ସମ୍ପୂର୍ଣ ଦୈର୍ଘ୍ୟକୁ ମାପିବା ପାଇଁ କୌଣସି ବ୍ୟବଧାନ ନ ରଖ୍ ଗୋଟିଏ ପରେ ଗୋଟିଏ ମୁଦ୍ରା ଲମ୍ବ ଭାବରେ ସଜାଇ ରଖ । ଖାତାର ଦୈର୍ଘ୍ୟ କେତେ ହେବ ଅନୁମାନ କର । 15 ସେ.ମି. ସ୍କେଲ୍ ବ୍ୟବହାର କରି ଖାତାର ସେହି ପାର୍ଶ୍ଵକୁ ଓ ମୁଦ୍ରାର ଆକାରକୁ ମାପି ତୁମର ଅନୁମାନକୁ ଯାଞ୍ଚ କର ।
Answer:

(i) 15 ସେ.ମି ସ୍କେଲ ବ୍ୟବହାର କରି :
ସୂଚନା = ପ୍ରଥମେ ମୁଦ୍ରାର ବ୍ୟାସ ଓ ଖାତାର ଦୈର୍ଘ୍ୟ ମାପିକରି ଲେଖ । ଖାତାର ଦୈର୍ଘ୍ୟକୁ ମୁଦ୍ରାର ବ୍ୟାସ ସହିତ ଭାଗ କରି ଆବଶ୍ୟକ ମୁଦ୍ରା ସଂଖ୍ୟା ସ୍ଥିର କର ।
(ii) ମନେକର ଖାତାର ଦୈର୍ଘ୍ୟ 18 ସେ.ମି ଓ ମୁଦ୍ରାର ବ୍ୟାସ 2 ସେ.ମି ।
∴ ଆବଶ୍ୟକ ମୁଦ୍ରା ସଂଖ୍ୟା = \(\frac{18}{2}\) = 9
(iii) ବର୍ତ୍ତମାନ ଖାତାର ଦୈର୍ଘ୍ୟ ସହିତ ଲମ୍ବ ଭାବରେ ମୁଦ୍ରାଗୁଡ଼ିକ ସଜାଇ ରଖ୍ ମାପିଲେ ଖାତାର ଦୈର୍ଘ୍ୟ 18 ସେ.ମି ହେବ ।
Question 9.
ସରଳରେଖକ, ବୃତ୍ତୀୟ ଏବଂ ଦୋଳନ ଗତି ପାଇଁ ଦୁଇଟି ଲେଖାଏଁ ଉଦାହରଣ ଦିଅ ।
Answer:
- ସରଳରୈଖ୍ୟକ ଗତି : (a) ସଳଖ ରାସ୍ତାରେ ଗତିଶୀଳ କାର୍, (b) ଗୋଟିଏ ପେଣ୍ଡୁକୁ ଉପରୁ ତଳକୁ ପକାଇବା ।
- ବୃତ୍ତୀୟ ଗତି : (a) ଏକ ପଥରକୁ ସୂତାରେ ବାନ୍ଧି ହାତରେ ଘୂରାଇବା, (b) ପଙ୍ଖା ଘୂରିବା ।
- ଦୋଳନ ଗତି : (a) ସିଲେଇ ମେସିନରେ ଛୁଞ୍ଚର ଗତି, (b) ପେଣ୍ଡୁଲମ୍ର ଗତି ।
![]()
Question 10.
ତୁମ ଆଖପାଖରେ ଥିବା ବିଭିନ୍ନ ବସ୍ତୁକୁ ନିରୀକ୍ଷଣ କର । କିଛି ବସ୍ତୁର ଦୈର୍ଘ୍ୟ ମି.ମିରେ, କିଛି ସେଣ୍ଟିମିଟରରେ ଏବଂ କିଛି ମିଟରରେ ପ୍ରକାଶ କରିବା ସହଜ । ପ୍ରତ୍ୟେକ ମାପ ପାଇଁ ତିନୋଟି ଲେଖାଏଁ ବସ୍ତର ଏକ ତାଲିକା ପ୍ରସ୍ତୁତ କର ଏବଂ ନିମ୍ନ ସାରଣୀରେ ଲେଖ ।

Answer:
ସାରଣୀ – ୬ : ଆମ ଚାରିପାଖରେ ଥିବା ବସ୍ତ
| ମାପ | ବସ୍ତ |
| ମିଲିମିଟର | ମୁଦ୍ରାର ମୋଟେଇ, କାର୍ଡ଼ବୋର୍ଡ଼ର ମୋଟେଇ |
| ସେଣ୍ଟିମିଟର | ପେନ୍ସିଲ୍ର ଦୈର୍ଘ୍ୟ, ବହିର ଲମ୍ବ ଓ ଓସାର, ପାଣି ବୋତଲର ଉତ୍ତତା, ରବରର ଦୈର୍ଘ୍ୟ |
| ମିଟର | ଘରର ଉଚ୍ଚତା, ଖୋଲାପଡ଼ିଆର ଓସାର ଓ ଲମ୍ବ, ବତୀଖୁଣ୍ଟ ବା ବିଦ୍ୟୁତ୍ ଖୁଣ୍ଟିର ଉଚ୍ଚତା |
Question 11.
ରୋଲର କୋଷ୍ଟର ଯେଉଁ ଆକୃତିରେ ତିଆରି ତାହା ଚିତ୍ରରେ A ଦର୍ଶାଯାଇଛି । ଏକ ବଲ୍ ବିନ୍ଦୁ ‘A’ରୁ ଆରମ୍ଭ ହୋଇ ‘F’ ପର୍ଯ୍ୟନ୍ତ ଗତି କରେ । ଗତିର ପ୍ରକାରଗୁଡ଼ିକ ଚିହ୍ନଟ କର ।

Answer:
ଗତିର ପ୍ରକାର ଅନୁସାରେ
(i) Â ରୁ B – ସରଳରୈକ ଗତି
(ii) B ରୁ C – ବୃତ୍ତୀୟ ଗତି
(iii) C ରୁ D – ବୃତ୍ତୀୟ ଗତି
(iv) D ରୁ E ବୃତ୍ତୀୟ ଗତି
(v) E ରୁ F – ସରଳରେଖ୍ୟ ଗତି
![]()
Question 12.
ତସନିମ୍ ନିଜେ ଏକ ମିଟର ସ୍କେଲ ତିଆରି କରିବାକୁ ଚାହୁଁଛି । ସେ ଏଥପାଇଁ ନିମ୍ନଲିଖତ ସାମଗ୍ରୀ ଫ୍ଲାଇଉଡ୍, କାଗଜ, କପଡ଼ା, ରବର ଏବଂ ଇସ୍ପାତକୁ ନେଇଛି । ଏଗୁଡ଼ିକ ମଧ୍ୟରୁ ସେ କେଉଁଟି ବ୍ୟବହାର କରିବା ଉଚିତ ନୁହେଁ ଏବଂ କାହିଁକି ?
Answer:
ତସନିମ୍ ନେଇଥିବା ସାମଗ୍ରୀ ମଧ୍ୟରୁ ଟଣାଯାଇ ପାରୁଥିବା ରବର (Stretchable rubber) କୁ ବ୍ୟବହାର କରିପାରିବ ନାହିଁ । କାରଣ ଏହି ରବରକୁ ଟାଣିବାବେଳେ ଏହାର ଦୈର୍ଘ୍ୟରେ ପରିବର୍ତ୍ତନ ଘଟିଥାଏ, ତେଣୁ ଏହାର ସଠିକ୍ ମାପ ମିଳିପାରିବ ନାହିଁ ।
Question 13.
ତୁମ ସାଙ୍ଗମାନଙ୍କ ସହିତ ଖେଳିବା ପାଇଁ ଦୈର୍ଘ୍ୟର ଏକକ ରୂପାନ୍ତରଣ ଆଧାରିତ ଏକ କାର୍ଡ଼ ଖେଳ ପ୍ରସ୍ତୁତ କର ।
Answer:
ବିଭିନ୍ନ ଲମ୍ବର କାର୍ଡ଼ ପ୍ରସ୍ତୁତ କର । ପ୍ରତ୍ୟେକ କାର୍ଡ଼ର ଲମ୍ବକୁ ଗୋଟିଏ ଗୋଟିଏ ଏକକରେ ପ୍ରକାଶ କର । ଯଥା : ମିମି, ସେମି, ମିଟର, କିମି, ଇତ୍ୟାଦି ।
ଗୋଟିଏ ପ୍ରକାର ଏକକକୁ ଅନ୍ୟ ଏକ ଏକକରେ ପ୍ରକାଶ କର ।
ଉଦାହରଣ : ମନେକର ଗୋଟିଏ କାର୍ଡ଼ର ଲମ୍ବ 100 ସେମି । ଏହାକୁ ଅନ୍ୟ ଏକ କାର୍ଡ଼ର ଲମ୍ବ 1 ମିଟର ସହିତ ତୁଳନା କରି ଖାପ ଖୁଆଇବାକୁ ହେବ । 100 ସେମି = 1 ମିଟର ।
ଅଧ୍ବକ ଶିଖୁବା
ତୁମେ ଏକ ସ୍କେଲ୍ ବ୍ୟବହାର କରି ତୁମ ଖାତା କିମ୍ବା ପାଠ୍ୟପୁସ୍ତକର ଗୋଟିଏ ପୃଷ୍ଠାର ମୋଟେଇ ପାଇପାରିବ କି ? ଏକ ଉପାୟ ଚିନ୍ତା କର ଏବଂ ଏହାକୁ ଲେଖ । କାର୍ଯ୍ୟ ସମ୍ପାଦନ କର ଏବଂ ତୁମ ଫଳାଫଳ ଲେଖୁ ରଖ ।
ସମାନ ଗଛରୁ ପଡ଼ିଥିବା ପତ୍ର ସଂଗ୍ରହ କରି । ଯେଉଁ ଗଛର ପତ୍ର ତୁମେ ନେଇଛ ତାହାର ନାମ ଚିହ୍ନଟ କର । ଚିତ୍ରରେ ଦର୍ଶାଯାଇଥବା 15 ସେଣ୍ଟିମିଟର ସ୍କେଲ ବ୍ୟବହାର କରି ଏହିସବୁ ପତ୍ରର ଲମ୍ବ ଓ ପ୍ରସ୍ଥ ମାପ କର । ସାରଣୀରେ ତୁମର ପର୍ଯ୍ୟବେକ୍ଷଣ ଗୁଡ଼ିକ ଲେଖୁ ରଖ ।

![]()
ହୋଇଥାଏ ସେ ବିଷୟରେ ଆଲୋଚନା କର । ପାଇଁ କେଉଁ ଏକକ ବ୍ୟବହାର କରାଯାଉଥୁଲା ତାହା ବୟସ୍କ ବ୍ୟକ୍ତିମାନଙ୍କ କର ।
ସହିତ ଆଲୋଚନା କର । ଏହାବ୍ୟତୀତ ଇଣ୍ଟରନେଟ୍ ବ୍ୟବହାର କରି ଭାରତରେ ପ୍ରନୃତାତ୍ତ୍ଵିକ ସ୍ଥଳଗୁଡ଼ିକର ଖନନରେ ମିଳିଥିବା ଲମ୍ବା ସ୍କେଲ ବିଷୟରେ ଖୋଜିବାକୁ ଚେଷ୍ଟା କର ।

1 ସେମି, 2 ସେମି ଏବଂ ସେମାନଙ୍କର ସଂଯୋଗରେ ଏକ ଗୋଲକଧନ୍ଦା ସୃଷ୍ଟି କର । ଚିତ୍ରରେ କିଛି ଅଂଶ ତୁମ ପାଇଁ ପ୍ରସ୍ତତ କରାଯାଇଛି । ବର୍ତ୍ତମାନ ତୁମେ କଳ୍ପନା କରି ଏହାକୁ ତୁମେ ଚାହୁଁଥିବା ଆକାରରେ ବିସ୍ତାର କର ।
ମୋର ଉଚ୍ଚତା କେତେ ? ଏକ କାନ୍ଥ ନିକଟରେ ଠିଆ ହୁଏ ଏବଂ ଜଣେ ପ୍ରାପ୍ତ ବୟସ୍କଙ୍କ ସାହାଯ୍ୟରେ, ତୁମର ଉଚ୍ଚତା ଚିହ୍ନଟ କର । ନିଜର ଏବଂ ତୁମ ଭାଇଭଉଣୀଙ୍କର ଉଚ୍ଚତା ଲେଖୁବା ସହ ପ୍ରତି ତିନି ମାସରେ ଏହାକୁ ପୁନରାବୃତ୍ତି କର ।

ଆସ ସାଇକେଲ ବ୍ୟବହାର କରି ଦୁଇଟି ସ୍ଥାନ ମଧ୍ୟରେ ଦୂରତା ମାପିବା ପାଇଁ ଏକ ମଜାଦାର ପଦ୍ଧତି ପ୍ରସ୍ତୁତ କରିବା । ସମ୍ମୁଖ ଚକରେ ଏକ ନମନୀୟ ଧାତବ ପାତକୁ ଏପରି ଭାବରେ ସଂଯୋଗ କର ଯେ, ଏହା ଚକ ଧରି ଥିବା ସାଇକେଲର ଫ୍ରେମକୁ ପେଲିବ, ଯେତେବେଳେ ବି ଏହା ଅତିକ୍ରମ କରିବ ଏହା ଏକ ଶବ୍ଦ ଉତ୍ପନ୍ନ କରିବ ।
ଏବେ ଧୀରେ ଧୀରେ ସାଇକେଲ ଚଲାଅ ଏବଂ କେତେ ଥର ଶବ୍ଦ ହେଲା ତାହା ଗଣନା କର । ଏହି ନମ୍ବର ତୁମକୁ ଚକର ଘୂର୍ଣ୍ଣନ ସଂଖ୍ୟା କହିବ । ବର୍ତ୍ତମାନ ଚିତ୍ରରେ କରାଯାଇଥିବା ପରି ଏକ ତାର ବ୍ୟବହାର କରି ଚକର ବାହ୍ୟ ସୀମାର ଦୈର୍ଘ୍ୟ ମାପ କର । ଏହି ଦୈର୍ଘ୍ୟକୁ ଚକର ଘୂର୍ଣ୍ଣନ ସଂଖ୍ୟାଦ୍ଵାରା ଗୁଣନ କର । ଏହା ହେଉଛି ତୁମେ ଅତିକ୍ରମ କରିଥିବା ଦୂରତା ।

ବାସ୍ତବରେ ସଡ଼କରେ ଦୌଡ଼ ପ୍ରତିଯୋଗିତା ପାଇଁ ଦୂରତା ମାପିବା ପାଇଁ ଏଭଳି ପଦ୍ଧତି ବ୍ୟବହାର କରଯାଏ । ସାଇକେଲ ଚକ ସହିତ ଜଡ଼ିତ ଏବଂ ଦୂରତା ମାପିବା ପାଇଁ ବ୍ୟବହୃତ ହେଉଥିବା ଏକ ‘ଜୋନ୍ସ କାଉଣ୍ଟର’ ବିଷୟରେ ଖୋଜିବାକୁ ଚେଷ୍ଟା କର ।
ଶୂନ୍ୟସ୍ଥାନ ପୂରଣ କର ।
(କ) ମାପଫିତାର କ୍ଷୁଦ୍ରତମ ଗଣନ ହେଲା _______ ।
Answer:
ସେଣ୍ଟିମିଟର
(ଖ) ସାଧାରଣତଃ ଦୂରତା ମାପିବାର ବୃହତ୍ତର ଏକକ ହେଉଛି _______ ।
Answer:
କିଲୋମିଟର
(ଗ) ଦୈର୍ଘ୍ୟ ମାପ ପାଇଁ _______ କୁ ମାନକ ଏକକ ଭାବେ ଧରାଯାଇଛି ।
Answer:
ମିଟର
(ଘ) ଏକ ମିଟରର ହଜାର ଭାଗର ଏକ ଭାଗକୁ ______ କୁହାଯାଏ ।
Answer:
ଏକ ମିଲିମିଟର
(ଙ) ଦୈର୍ଘ୍ୟ ମାପନେଲାବେଳେ ଆଖୁ ମାପନ ବିନ୍ଦୁର ______ ରେ ରହିବା ଉଚିତ ।
Answer:
ଭୂଲମ୍ବ
![]()
ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ ।
(କ) ଏକ ମିଟର କେତେ ମିଲିମିଟର ?
(i) 10
(ii) 100
(iii) 1000
(iv) 200
Answer:
(iii) 1000
(ଖ) ଦୈର୍ଘ୍ୟର କ୍ଷୁଦ୍ରତମ ଏକକ ହେଉଛି’
(i) ସେ.ମି.
(ii) ମିଟର
(iii) ମି.ମି.
(iv) ଡେସି.ମି.
Answer:
(iii) ମି.ମି.
(ଗ) ଦୂରତାର ବୃହତ୍ତମ ଏକକ ହେଉଛି
(i) ସେଣ୍ଟିମିଟର
(ii) ଡେସିମିଟର
(iii) ମିଟର
(iv) କିଲୋମିଟର
Answer:
(iv) କିଲୋମିଟର
(ଘ) ଆଗ କାଳରେ କେଉଁ ଦେଶର ଲୋକେ ହାତମାପକୁ ଦୂରତାର ଏକକ ରୂପେ ବ୍ୟବହାର କରୁଥିଲେ ?
(i) ଆମେରିକା
(ii) ଚୀନ୍
(iii) ଇଜିପ୍ଟ
(iv) ଭାରତ
Answer:
(iii) ଇଜିପ୍ଟ
![]()
(ଙ) ଦରଜିର ମାପ ଫିତାର ଲମ୍ବ କେତେ ମିଟର ଅଟେ ?
(i) 2
(ii) 3
(iii) 4
(iv) 5
Answer:
(iv) 5
ବାମ ପାର୍ଶ୍ଵର ସଂପର୍କକୁ ଦେଖ୍ ଡାହାଣ ପାର୍ଶ୍ଵର ସଂପର୍କ ଲେଖ ।
(କ) ବଢ଼େଇ : କରତ :: ଦରଜି : ______
Answer:
କଇଁଚି
(ଖ) ଦରଜି : ମାପଫିତା :: ଅମିନ : ______
Answer:
ଚେନ୍ ଓ କଡ଼ି
(ଗ) ମାପଦଣ୍ଡ : 100 ସେଣ୍ଟିମିଟର :: ଜ୍ୟାମିତି ବାକ୍ସ ସ୍କେଲ୍ : ______
Answer:
15 ସେଣ୍ଟିମିଟର
(ଘ) 1 କିଲୋମିଟର : 1000 ମିଟର :: 1 ମିଟର : ______
Answer:
1000 ମି.ମି.
ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(କ) ଦୁଇଟି ସହର ମଧ୍ୟରେ ଦୂରତା ମିଟର ଏକକରେ ମପାଯାଏ ।
Answer:
ଦୁଇଟି ସହର ମଧ୍ୟରେ ଦୂରତା କିଲୋମିଟର ଏକକରେ ମପାଯାଏ ।
(ଖ) ୬୦ ପାଦରେ ୬୦ ପାଦ ହେଉଛି ମିଟର ।
Answer:
୬୦ ପାଦରେ ୬୦ ପାଦ ହେଉଛି ସଂଖ୍ୟା ।
(ଗ) ଆନ୍ତର୍ଜାତିକ ଏକକ ପଦ୍ଧତିରେ ଦୈର୍ଘ୍ୟର ଏକକ ସେଣ୍ଟିମିଟର ।
Answer:
ଆନ୍ତର୍ଜାତିକ ଏକକ ପଦ୍ଧତିରେ ଦୈର୍ଘ୍ୟର ଏକକ ମିଟର ।
![]()
(ଘ) ମାପ ନେଲାବେଳେ ଆଡ୍ମି ମାପନ ବିନ୍ଦୁର ଭୂଲମ୍ବରେ ରହିବା ଉଚିତ ।
Answer:
ମାପ ନେଲାବେଳେ ଆଖୁ ମାପନ ବିନ୍ଦୁର ଭୂଲମ୍ବରେ ରହିବା ଉଚିତ ।
(ଙ) ମାନକ ମାପର ଆବଶ୍ୟକତା ନାହିଁ ।
Answer:
ମାନକ ମାପର ଆବଶ୍ୟକତା ଅଛି ।
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ସଂପର୍କ ବାଛ ।
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ମାନକ ଏକକ | ଚେଡ଼ିରଜି |
| ଦରଜି | ମିଟର |
| ହାତମାପ | ମାପଫିତା |
| ଦୂରତା | ଇଜିପ୍ଟ |
| ଅମିନ | କିଲୋମିଟର |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ମାନକ ଏକକ | ମିଟର |
| ଦରଜି | ମାପଫିତା |
| ହାତମାପ | ଇଜିପ୍ଟ |
| ଦୂରତା | କିଲୋମିଟର |
| ଅମିନ | ଚେଡ଼ିରଜି |
ତଳ ଉକ୍ତିଗୁଡ଼ିକ ଠିକ୍ କି ଭୁଲ ଲେଖ ।
(କ) ଦୁଇଟି ସହର ମଧ୍ୟରେ ଦୂରତାକୁ ମିଟର ଏକକରେ ପ୍ରକାଶ କରାଯାଏ ।
Answer:
ଭୁଲ୍
![]()
(ଖ) ‘ମାନକ ମାପର’ ଆମର ଆବଶ୍ୟକତା ନାହିଁ ।
Answer:
ଭୁଲ୍
(ଗ) ମାପ ନେଲାବେଳେ ଆଖୁ ମାପନ ବିନ୍ଦୁର ଭୂଲମ୍ବରେ ରହିବା ଉଚିତ ।
Answer:
ଠିକ୍
ସଂକ୍ଷିପ୍ତ ପ୍ରଶ୍ନୋତ୍ତର
Question 1.
କେଉଁଥ୍ୟପାଇଁ ମାନକ ଏକକର ଆବଶ୍ୟକତା ପଡ଼ିଲା ?
Answer:
- ଆଗକାଳରେ ପାଦର ଦୈର୍ଘ୍ୟ, ଚାଖଣ୍ଡ ଏବଂ ହାତର ଦୈର୍ଘ୍ୟକୁ ଦୂରତା ମାପିବାର ଏକକ ରୂପେ ବ୍ୟବହାର କରାଯାଉଥିଲା ।
- ପ୍ରତ୍ୟେକ ବ୍ୟକ୍ତିର ହାତ, ପାଦ ଓ ଚାଖଣ୍ଡର ଦୈର୍ଘ୍ୟ ସମାନ ନ ଥିବାରୁ ଏଥୁରୁ ସମସ୍ତଙ୍କଦ୍ୱାରା ଗ୍ର ହ ଣ ଯୋଗ୍ଯ ମାପ ନି ର୍ୟ ୟ କରି ହେଲାନାହିଁ । ବରଂ ଏହା ସମସ୍ତଙ୍କୁ ବିଭ୍ରାନ୍ତ କର ତଥ୍ୟ ଦେଲ। । ଏଇଥ୍ ପାଇଁ ମାନକ ଏକକର ଆବଶ୍ୟକତା ପଡ଼ିଲା ।
Question 2.
ମାପନ କାହାକୁ କହନ୍ତି ?
Answer:
- ମାପନ ହେଉଛି ଗୋଟିଏ ଜଣାଥିବା ରାଶିସହ ଅନ୍ୟ ଅଜଣା ରାଶିର ତୁଳନା କରିବା । ଏହି ଜଣାଥିବା ରାଶିକୁ ଏକକ ରୂପେ ନିଆଯାଏ ।
- ମାପନର ଫଳାଫଳକୁ ଯେଉଁ ଭୌତିକ ରାଶିରେ ପ୍ରକାଶ କରାଯାଏ ତାହାର ଦୁଇଟି ଅଂଶ ଥାଏ । ତନ୍ମଧ୍ୟରୁ ଗୋଟିଏ ସଂଖ୍ୟା ଓ ଅନ୍ୟଟି ତାହାର ଏକକ ।
![]()
Question 3.
ଦୈର୍ଘ୍ୟ ମାପପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ ଉପାୟଗୁଡ଼ିକ ଲେଖ ।
Answer:
- କମ୍ ଦୂରତା ମାପିବାପାଇଁ ସ୍କେଲ୍ ବ୍ୟବହାର କରାଯାଏ ।
- କପଡ଼ା ବ୍ୟବସାୟୀ କପଡ଼ା ମାପିବାପାଇଁ ମିଟର ଦଣ୍ଡ ବ୍ୟବହାର କରିଥାଏ ।
- ଦରଜି ପ୍ୟାଣ୍ଟ ଓ ସାର୍ଟ ତିଆରି କରିବାପାଇଁ କପଡ଼ାକୁ ମାପିବା ପାଇଁ ମାପଫିତା ବ୍ୟବହାର କରିଥାଏ ।
- କୌଣସି ଜମିର ଦୈର୍ଘ୍ୟ ଓ ପ୍ରସ୍ଥ ମାପି ତାର ସଠିକତା ଜାଣିବାପାଇଁ ଅମିନ ଚେନ୍ ଓ କଡ଼ି ବ୍ୟବହାର କରିଥାଏ ।
- ଦୁଇଟି ସହର ମଧ୍ୟରେ ଦୂରତା ଜାଣିବାପାଇଁ ଏବେ ଗାଡ଼ିର ସ୍ବିଡ଼ୋମିଟର ବ୍ୟବହାର କରାଯାଇଛି ।
Question 4.
୫.୩ ମିଟରକୁ ସେ.ମି.ରେ ପ୍ରକାଶ କର ।
Answer:
୧ ମିଟର = ୧୦୦ ସେ.ମି.
୫.୩ ମିଟର = ୫.୩ × ୧୦୦ ସେ.ମି.
= ୫୩୦ ସେ.ମି.
Question 5.
ଦୁଇଟି ସହର ମଧ୍ୟରେ ଦୂରତା ୩୭.୩ କି.ମି. ହେଲେ, ତାହା ମିଟରରେ କେତେ ହେବ ?
Answer:
୧ କି.ମି. = ୧୦୦୦ ମିଟର ଦୁଇଟି ସହର
ମଧ୍ୟରେ ଦୂରତା = ୩୭.୩ କି.ମି. = ୩୭.୩
× ୧୦୦୦ମି. = ୩୭୩୦୦ ମିଟର ।
Question 6.
ଦରଜି ବ୍ୟବହାର କରୁଥିବା ମାପଫିତା ଏବଂ ସ୍କେଲ ମଧ୍ୟରେ ଗୋଟିଏ ସାମଞ୍ଜସ୍ୟ ଏବଂ ଗୋଟିଏ ପାର୍ଥକ୍ୟ ଲେଖ ।
Answer:
- ମାପଫିତାରେ ସେଣ୍ଟିମିଟର ଚିହ୍ନିତ କରାଯାଇଥାଏ । ସେହିପରି ସ୍କେଲ୍ରେ ମଧ୍ୟ ସେଣ୍ଟିମିଟର ଚିହ୍ନିତ କରାଯାଇଥାଏ ।
- ଛୋଟ ସ୍କେଲ୍ର ଦୈର୍ଘ୍ୟ 15 ସେ.ମି. ଓ ବଡ଼ ସ୍କେଲର ଦୈର୍ଘ୍ୟ 30 ସେ.ମି. ହୋଇଥାଏ । କିନ୍ତୁ ଦରଜି ବ୍ୟବହାର -କରୁଥିବା ମାପଫିତାର ଦୈର୍ଘ୍ୟ 150 ସେ.ମି. ହୋଇଥାଏ । ସ୍କେଲ୍ଦ୍ୱାରା କମ୍ ଦୂରତା ମାପ କରାଯାଉଥିବାବେଳେ ମାପଫିତା ସାହାଯ୍ୟରେ ଅଧିକ ଲମ୍ବ ଦୂରତାକୁ ଶୀଘ୍ର ମପାଯାଇପାରେ ।
- ସ୍କେଲଦ୍ଵାରା କେବଳ ସରଳରେଖାର ଲମ୍ବ ଦୂରତା ମପାଯାଇପାରେ କିନ୍ତୁ ମାପଫିତାଦ୍ୱାରା ଛାତି, ଅଣ୍ଟା ଓ ବେକର ଗୋଲେଇ ମାପକୁ ସହଜରେ ମପାଯାଏ ।
![]()
Question 7.
ଉତ୍ତର ଦିଅ ।
(କ) ଗୋଟିଏ କୂଅର ଗଭୀରତା ଓ ସେଥିରେ ଥିବା ପାଣିର ଗଭୀରତା କିପରି ମାପିବ ?
Answer:
- କୂଅର ଗଭୀରତା ଓ ସେଥିରେ ଥିବା ପାଣିର ଗଭୀରତା ମାପିବାପାଇଁ ଏକ ବଡ଼ ବାଉଁଶ ଅଣାଯାଉ ।
- ଏହି ବାଉଁଶକୁ କୂଅ ମଧ୍ଯରେ ପୂରାଯାଉ ଯେପର୍ଯ୍ୟନ୍ତ ବାଉଁଶଟି କୂଅ ମଧ୍ୟକୁ ପ୍ରବେଶ କରୁଥ୍ ।
- ବର୍ତ୍ତମାନ କୂଅର ମୁହଁ ପାର୍ଶ୍ଵକୁ ଲାଗିଥି ବାଉଁଶରେ ଧଳା ରଙ୍ଗର ଚିହ୍ନ ଦିଆଯାଉ । ତତ୍ପରେ କୂଅମଧ୍ୟରୁ ବାଉଁଶକୁ କାଢ଼ିନେଇ ଓଦା ଓ ଶୁଖୁଲା ଥିବା ମିଳନ ସ୍ଥଳରେ ଅନ୍ୟ ଏକ ନାଲିରଙ୍ଗର ଚିହ୍ନ ଦିଆଯାଉ ।
- ଏହାପରେ ମାପଫିତା ସାହାଯ୍ୟରେ କୂଅ ମଧ୍ୟରେ ପୂରାଯାଇଥିବା ବାଉଁଶର ଶେଷ ଅଂଶକୁ ଧଳାରଙ୍ଗର ଚିହ୍ନ ପର୍ଯ୍ୟନ୍ତ ମାପିଲେ କୂଅର ଗଭୀରତା ଜଣାପଡ଼ିବ । ବାଉଁଶର ଶେଷ ଅଂଶରୁ ନାଲିରଙ୍ଗର ଚିହ୍ନ ପର୍ଯ୍ୟନ୍ତ ମାପିଲେ ପାଣିର ଗଭୀରତା ଜଣାପଡ଼ିବ ।
(ଖ) ଗଛ ଗଣ୍ଡିର ଗୋଲେଇ କେମିତି ମାପିବ ?
Answer:
- ଗଛ ଗଣ୍ଡିର ଗୋଲେଇ ମାପିବାପାଇଁ ଏକ ଦୀର୍ଘ ମାପଫିତା ବ୍ୟବହାର କରାଯାଏ ।
- ଗଛ ଗଣ୍ଡିର ଗୋଟିଏ ସ୍ଥାନରେ ଏକ ଧଳା ଚିହ୍ନ ଦିଆଯାଉ । ସେହି ଚିହ୍ନ ସ୍ଥାନରୁ ମାପଫିତାକୁ ଗଛ ଗଣ୍ଡିର ଚାରିପାଖରେ ବୁଲାଇ ମାପିଲେ ମାପଫିତା ସାହାଯ୍ୟରେ ଗଛଗଣ୍ଡିର ଗୋଲେଇ ଜାଣିହେବ ।
(ଗ) ଗୋଟିଏ ଉତ୍ତପ୍ତ ପିନ୍କଣ୍ଟାର ଦୈର୍ଘ୍ୟ କେମିତି ମାପିବ ?
Answer:
- ପ୍ରଥମେ ଉତ୍ତପ୍ତ ପିନ୍କଣ୍ଟାକୁ ଚିମୁଟାରେ ଧରି ଧଳା କାଗଜ ଉପରେ ରଖାଯାଉ ।
- ପିନ୍ କଣ୍ଟାର ଆରମ୍ଭ ଓ ଶେଷ ପ୍ରାନ୍ତ କୁ ପେନ୍ସିଲଦ୍ବାରା କାଗଜରେ ଚିହ୍ନଟ କରାଯାଉ ।
- ପିନ୍କଣ୍ଟାକୁ ଉଠାଇ ଏହି ଦୁଇ ପ୍ରାନ୍ତ ବିନ୍ଦୁର ଦୈର୍ଘ୍ୟକୁ ସ୍କେଲଦ୍ୱାରା ମପାଯାଉ ।
![]()
(ଘ) ତୁମର ପକ୍କା ସ୍କୁଲ ଘରର ଉଚ୍ଚତା କିପରି ମାପିବ ?
Answer:
- ସ୍କୁଲର ପକ୍କା ଘରର ଛାତ ଉପରକୁ ଯାଇ ଏକ ଲମ୍ବ ଦଉଡି଼ ଗୋଟିଏ ପାର୍ଶ୍ଵକୁ ତଳକୁ ପକାଯାଉ ।
- ଦଉଡ଼ିର ସେହି ପାର୍ଶ୍ଵ ଭୂମିକୁ ସ୍ପର୍ଶ କଲାପରେ ଅପର ପାର୍ଶ୍ଵକୁ ସ୍କୁଲ ଘରର ଉଚ୍ଚତା ସହିତ ସମାନ କରି ଚିହ୍ନିତ କରାଯାଉ ।
- ମାପଫିତା ସାହାଯ୍ୟରେ ଚିହ୍ନିତ ସ୍ଥାନରୁ ଭୂମିକୁ ସ୍ପର୍ଶ କରୁଥିବା ପାର୍ଶ୍ଵ ପର୍ଯ୍ୟନ୍ତ ମାପିଲେ ସ୍କୁଲ ଘରର ଉଚ୍ଚତା ଜାଣିହେବ ।