BSE Odisha 7th Class Geography Important Questions Chapter 1.1 ଆମ ପରିବେଶ

Odisha State Board BSE Odisha 7th Class Geography Important Questions Chapter 1.1 ଆମ ପରିବେଶ Important Questions and Answers.

BE Odisha Class 7 Geography Important Questions Chapter 1.1 ଆମ ପରିବେଶ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଭୌତିକ ପରିବେଶ ସମ୍ପର୍କରେ ସଂକ୍ଷେପରେ ବର୍ଣ୍ଣନା କର ।
Answer:

  • ପୃଥ‌ିବୀର ଜଳ, ସ୍ଥଳ, ବାୟୁକୁ ନେଇ ଭୌତିକ ପରିବେଶ ଗଠିତ । ଅର୍ଥାତ୍ ଅଶ୍ମମଣ୍ଡଳ, ବାରିମଣ୍ଡଳ ଓ ବାୟୁମଣ୍ଡଳକୁ ନେଇ ଭୌତିକ ପରିବେଶ ଗଠିତ ।
  • ପୃଥ‌ିବୀର କଠିନ ଭୂତ୍ଵକ୍ ବା ଶକ୍ତ ଉପରିଭାଗକୁ ଅଶ୍ମମଣ୍ଡଳ କୁହାଯାଏ । ଏହା ବିଭିନ୍ନ ଖଣିଜ ଦ୍ରବ୍ୟ ଓ ଶିଳାରେ ଗଠିତ । ପର୍ବତ, ମାଳଭୂମି, ସମତଳଭୂମି, ଉପତ୍ୟକା ଆଦି ଅଶ୍ମମଣ୍ଡଳର ଅନ୍ତର୍ଗତ ।
  • ପୃଥ‌ିବୀର ସମସ୍ତ ଜଳରାଶିକୁ ବାରିମଣ୍ଡଳ କୁହାଯାଏ । ଏହା ଜଳର ବିଭିନ୍ନ ଉତ୍ସ ଓ ବିଭିନ୍ନ ପ୍ରକାର ଜଳରାଶି, ଯଥା- ନଦୀ, ହ୍ରଦ, ସାଗର, ମହାସାଗର ଆଦିକୁ ନେଇ ଗଠିତ ।
  • ପୃଥ‌ିବୀକୁ ଚତୁର୍ଦ୍ଦିଗରେ ଘେରି ରହିଥ‌ିବା ପତଳା ଗ୍ୟାସୀୟ ଆବରଣକୁ ବାୟୁମଣ୍ଡଳ କୁହାଯାଏ । ବିଭିନ୍ନ ଗ୍ୟାସ୍‌, ଧୂଳିକଣା ଓ ଜଡୀୟବାଷ୍ପକୁ ନେଇ ଏହା ଗଠିତ ।
  • ଉଭୟ ପ୍ରାଣୀ ଓ ଉଦ୍ଭବଙ୍କୁ ନେଇ ଜୈବମଣ୍ଡଳ ଗଠିତ । ଏହା ଅଶ୍ମମଣ୍ଡଳ, ବାୟୁମଣ୍ଡଳ ଓ ବାରିମଣ୍ଡଳ ଅନ୍ତର୍ଗତ ପାରସ୍ପରିକ ସମ୍ବନ୍ଧ ଥିବା ତଥା ଜୀବନ ଧାରଣ ପାଇଁ ଆବଶ୍ୟକ ଉପାଦାନ ଥ‌ିବା ପତଳା ସ୍ତରକୁ ବୁଝାଏ ।

Question 2.
ମାନବୀୟ ପରିବେଶ କହିଲେ କ’ଣ ବୁଝ, ସଂକ୍ଷେପରେ ଆଲୋଚନା କର ।
Answer:

  • ଆଦିମ ମନୁଷ୍ୟର ଆବଶ୍ୟକତା କମ୍ ଥିଲା ଏବଂ ସେ ତା’ର ଆବଶ୍ୟକ ପଦାର୍ଥମାନ ସିଧାସଳଖ ତା’ର ଚତୁଃପାର୍ଶ୍ବରୁ ସଂଗ୍ରହ କରୁଥିଲା । ସମୟାନୁକ୍ରମେ ମନୁଷ୍ୟର ଆବଶ୍ୟକତା କ୍ରମଶଃ ବୃଦ୍ଧିପାଇଲା ।
  • ସେ ପରିବେଶକୁ ବ୍ୟବହାର ଉପଯୋଗୀ ତଥା ପରିବର୍ତ୍ତିତ କରିବାର ନୂତନ ଉପାୟମାନ ବାହାର କଲା ।
  • ସେ କୃଷି କାର୍ଯ୍ୟ କଲା, ପଶୁପାଳନ କଲା, ସ୍ଥାୟୀଭାବେ ବସତି ସ୍ଥାପନ କଲା । ଯାନବାହନ ନିର୍ମାଣ ହେଲା, ରାସ୍ତାଘାଟ ନିର୍ମାଣ ହେଲା, ବାଣିଜ୍ୟ କାରବାର ବୃଦ୍ଧି ପାଇଲା ।
  • ଶିଳ୍ପ ବିପ୍ଳବ ଯୋଗୁ ନୂଆ ନୂଆ ଶିଳ୍ପ ସ୍ଥାପନ ହେଲା ଓ ଉତ୍ପାଦନ ବଢ଼ିଲା ।
  • ସୂଚନା ବିପ୍ଳବ ଯୋଗୁ ପୃଥ‌ିବୀରେ ଯୋଗାଯୋଗ ବ୍ୟବସ୍ଥା ସହଜ ଓ ସରଳ ହେଲା । ଏହିପରି ପ୍ରାକୃତିକ ପରିବେଶରେ ମାନବୀୟ ପରିବେଶର ବିଭିନ୍ନ ଉପାଦାନ ଗଢ଼ିଉଠିଲା ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ପରିବେଶ କହିଲେ କ’ଣ ବୁଝ ?
Answer:

  • ଆମ ଚତୁଃପାର୍ଶ୍ଵରେ ଯାହା ସବୁ ରହିଛି, ସେସବୁକୁ ପରିବେଶ କୁହାଯାଏ ।
  • ଭୌତିକ ପରିବେଶ ଓ ମାନବୀୟ ପରିବେଶକୁ ନେଇ ପରିବେଶ ଗଠିତ । ପରିବେଶ ହିଁ ଜୀବନ ଧାରଣ ପାଇଁ ମୌଳିକ ଆଧାର ଯୋଗାଇଥାଏ ।

Question 2.
ମନୁଷ୍ୟ ପରିବେଶରେ ପରିବର୍ତ୍ତନ ଆଣିଥାଏ କିପରି ?
Answer:

  • ମନୁଷ୍ୟ ପରିବେଶକୁ ବ୍ୟବହାର ଉପଯୋଗୀ କରି ତା’ର ଆବଶ୍ୟକତା ପାଇଁ ନୂଆ ନୂଆ ଦ୍ରବ୍ୟମାନ ତିଆରି କରେ ।
  • ମନୁଷ୍ୟ ଭୂମିକୁ ଉପଯୋଗ କରି କୃଷିଭୂମି, ରାସ୍ତାଘାଟ, କଳକାରଖାନା ନିର୍ମାଣ କରୁଛି । ବିଭିନ୍ନ ଯାନବାହନ ନିର୍ମାଣ କରିଛି । ଯାନବାହନ, କଳକାରଖାନାକୁ ନିର୍ଗତ ଧୂଆଁ ପରିବେଶକୁ ଦୂଷିତ କରୁଛି । ଏହିପରି ମନୁଷ୍ୟ ପରିବେଶରେ ପରିବର୍ତ୍ତନ ଆଣୁଛି ।

BSE Odisha 7th Class Geography Important Questions Chapter 1.1 ଆମ ପରିବେଶ

Question 3.
ପରିସଂସ୍ଥା କହିଲେ କ’ଣ ବୁଝ ?
Answer:

  • କୌଣସି ପରିବେଶରେ ରହିଥ‌ିବା ସମସ୍ତ ଜୀବଙ୍କ ମଧ୍ଯରେ ନିର୍ଭରଶୀଳତା ତଥା ସେମାନଙ୍କ ପରିବେଶ ଅନ୍ତର୍ଗତ ଭୌତିକ ଓ ରାସାୟନିକ ଉପାଦାନ ମଧ୍ୟରେ ଅନ୍ତଃସମ୍ବନ୍ଧରୁ ପରିସଂସ୍ଥା ଗଢ଼ିଉଠେ । ଅର୍ଥାତ୍ ପ୍ରାଣୀ, ଉଭିଦ ଓ ମନୁଷ୍ୟଙ୍କର ପରସ୍ପର ସହିତ ତଥା ସେମାନଙ୍କ ପରିବେଶ ସହିତ ଗଢ଼ିଉଠିଥୁବା ନିବିଡ଼ ସମ୍ପର୍କ ତଥା ନିର୍ଭରଶୀଳତାରୁ ପରିସଂସ୍ଥା ସୃଷ୍ଟି ହୁଏ ।
  • ଉଦାହରଣ : ରାଜସ୍ଥାନର ମରୁଅଞ୍ଚଳ ବାଲିରେ ପୂର୍ଣ୍ଣ । ସେଠାରେ ବର୍ଷା କମ୍ ହେଉଥ‌ିବାରୁ ଛୋଟ ଛୋଟ କଣ୍ଟାବୁଦା, ଖଜୁରି ଗଛ, ଓଟ, ବିଭିନ୍ନ ସରୀସୃପ ଓ ଅନ୍ୟାନ୍ୟ କୀଟପତଙ୍ଗ ଦେଖାଯାନ୍ତି । ଏଗୁଡ଼ିକୁ ନେଇ ମରୁଭୂମି ପରିସଂସ୍ଥା ଗଠିତ ।
  • ସେହିପରି ଜଙ୍ଗଲ ପରିସଂସ୍ଥା, ନଦୀ ପରିସଂସ୍ଥା, ପର୍ବତ ପରିସଂସ୍ଥା, ପୁଷ୍କରିଣୀ ପରିସଂସ୍ଥା ଗଢ଼ିଉଠେ ।

Question 4.
ପ୍ରାକୃତିକ ପରିବେଶ କହିଲେ କ’ଣ ବୁଝାଏ ?
Answer:

  • ଭୌତିକ ପରିବେଶ ଓ ଜୈବିକ ପରିବେଶକୁ ନେଇ ପ୍ରାକୃତିକ ପରିବେଶ ସୃଷ୍ଟି ହୋଇଥାଏ ।
  • ନିର୍ଜୀବ ପଦାର୍ଥ, ଯଥା- ସ୍ଥଳ, ଜଳ ଏବଂ ବାୟୁକୁ ନେଇ ଭୌତିକ ପରିବେଶ ଏବଂ ସମସ୍ତ ଜୀବ, ଯଥା- ପ୍ରାଣୀ ଓ ଉଭିଦ ଜଗତକୁ ନେଇ ଜୈବିକ ପରିବେଶ ଏ ସମସ୍ତ ପ୍ରାକୃତିକ ପରିବେଶର ଗୋଟିଏ ଗୋଟିଏ ଅଙ୍ଗ ବା ଉପାଦାନ ।

Question 5.
ଅଶୁମଣ୍ଡଳ କ’ଣ ?
Answer:

  • ପୃଥ‌ିବୀର କଠିନ ଭୂତ୍ବକୁ ବା ଅଶମଣ୍ଡଳ ବିଭିନ୍ନ ଖଣିଜଦ୍ରବ୍ୟ ଓ ଶିଳାରେ ଗଠିତ । ଏହାର ଉପରିଭାଗରେ ମୃତ୍ତିକାର ଏକ ପତଳା ଆବରଣ ଅଛି ।
  • ଏହାର ଉପରିଭାଗରେ ପର୍ବତ, ମାଳଭୂମି, ସମତଳ ଭୂମି, ଉପତ୍ୟକା ଆଦି ଅସମାନ ଭୂମିରୂପ ରହିଛି ।

Question 6.
ଜୈବମଣ୍ଡଳ କାହାକୁ କୁହାଯାଏ ?
Answer:

  • ଅଶ୍ମମଣ୍ଡଳ, ବାୟୁମଣ୍ଡଳ ଓ ବାରିମଣ୍ଡଳ ଅନ୍ତର୍ଗତ ପାରସ୍ପରିକ ସମ୍ବନ୍ଧ ଥିବା ତଥା ଜୀବନ ଧାରଣ ପାଇଁ ଆବଶ୍ୟକ ଉପାଦାନ ଥବା ପତଳା ତଥା ସଂକୀର୍ଣ୍ଣ ସ୍ତରକୁ ଜୈବମଣ୍ଡଳ କୁହାଯାଏ ।
  • ଏହା ଉଭୟ ପ୍ରାଣୀ ଓ ଉଭିଦକୁ ନେଇ ଗଠିତ ।

BSE Odisha 7th Class Geography Important Questions Chapter 1.1 ଆମ ପରିବେଶ

Question 7.
ବାୟୁମଣ୍ଡଳ ଥିବା ଯୋଗୁ ଆମର କି କି ସୁବିଧା ହୁଏ ?
Answer:

  • ବାୟୁମଣ୍ଡଳ ସୂର୍ଯ୍ୟଙ୍କଠାରୁ ଆସୁଥିବା କ୍ଷତିକାରକ ରଶ୍ମି ତଥା ଅତ୍ୟଧିକ ଉତ୍ତାପରୁ ରକ୍ଷା କରେ ।
  • ବାୟୁମଣ୍ଡଳରେ ଥ‌ିବା ଅମ୍ଳଜାନ ଶ୍ଵାସକ୍ରିୟା ପାଇଁ ଅତ୍ୟନ୍ତ ଉପଯୋଗୀ ।

Question 8.
ଦ୍ରବ୍ୟ ବିନିମୟ ବ୍ୟବସ୍ଥା କହିଲେ କ’ଣ ବୁଝ ?
Answer:

  • ଟଙ୍କାର ବ୍ୟବହାର ବିନା ହେଉଥ‌ିବା ବେପାରକୁ ଦ୍ରବ୍ୟ ବିନିମୟ ବ୍ୟବସ୍ଥା କୁହାଯାଏ ।
  • ଆଦିମ ମଣିଷ ଏହି ବ୍ୟବସ୍ଥାକୁ ଆଧାର କରି ଜୀବନଧାରଣ କରୁଥିଲା । ଧାନ ଓ ଚାଉଳ ବଦଳରେ ସେ ବିଭିନ୍ନ ପ୍ରକାର ଦ୍ରବ୍ୟକୁ ହାଟବଜାରରେ କ୍ରୟ କରୁଥିଲା ।

କାରଣ ଦର୍ଶାଅ

Question 1.
ପ୍ରାଣୀ ଓ ଉଦ୍ଭିଦ ପରସ୍ପର ନିର୍ଭରଶୀଳ ।
Answer:

  • ଜୈବମଣ୍ଡଳରେ ପ୍ରାଣୀ ଓ ଉଦ୍ଭିଦ ସେମାନଙ୍କ ଜୀବନ ଧାରଣ ପାଇଁ ପରସ୍ପର ଉପରେ ନିର୍ଭରଶୀଳ ।
  • ଉଭିଦ ନିଜେ ନିଜର ଖାଦ୍ୟ ପ୍ରସ୍ତୁତ କରେ; ପ୍ରାଣୀମାନଙ୍କ ଖାଦ୍ୟ ତଥା ଅନ୍ୟ କେତେକ ଆବଶ୍ୟକତାକୁ ଉଭିଦ ପୂରଣ କରେ ।
  • ପ୍ରାଣୀମାନଙ୍କର ବର୍ଜ୍ୟ ପଦାର୍ଥ ବା ମୃତ ଅବଶେଷଗୁଡ଼ିକ ମୃତ୍ତିକାର ଉର୍ବରତା ବଢ଼ାଏ, ଯାହାଫଳରେ ଉଭିଦର ବୃଦ୍ଧି ପାଇଁ ସାହାଯ୍ୟ କରେ ।

Question 2.
ମଣିଷ ପ୍ରକୃତିର ବିନା ସହାୟତାରେ ଚଳିପାରେ ନାହିଁ ।
Answer:

  • ପ୍ରକୃତି ଦ୍ଵାରା ସୃଷ୍ଟି ହୋଇଥିବା ଭୂମି, ଜଳ, ବାୟୁ, ଉଭିଦ, ଜୀବଜନ୍ତୁ ଆଦିକୁ ନେଇ ପ୍ରାକୃତିକ ପରିବେଶ ।
  • ପରିବେଶ ହିଁ ମଣିଷର ଜୀବନ ଧାରଣ ନିମନ୍ତେ ମୌଳିକ ଆଧାର ଯୋଗାଇଥାଏ । ଶ୍ଵାସକ୍ରିୟା ପାଇଁ ପବନ, ପିଇବା, ସ୍ନାନ ଓ ସଫାସୁତରା ପାଇଁ ପାଣି, ଖାଇବା ପାଇଁ ଖାଦ୍ୟ – ଏବଂ ଘର ପାଇଁ ଭୂମି ପ୍ରକୃତି ଯୋଗାଇଥାଏ । ତେଣୁ ପ୍ରକୃତିର ବିନା ସହାୟତାରେ ମଣିଷ ଚଳିପାରିବ ନାହିଁ ।

BSE Odisha 7th Class Geography Important Questions Chapter 1.1 ଆମ ପରିବେଶ

Question 3.
ପରିବେଶରେ ବଞ୍ଚିବା ତଥା ଏହାକୁ ବ୍ୟବହାରରେ ଲଗାଇବାବେଳେ ମଣିଷ ବେଶ୍ ଯନଶୀଳ ହେବା ଆବଶ୍ୟକ ।
Answer:

  • ମଣିଷର ଜୀବନଧାରଣ ପରିବେଶ ଦ୍ବାରା ପ୍ରଭାବିତ ହୁଏ । ତେଣୁ ପ୍ରାକୃତିକ ଓ ମାନବୀୟ ପରିବେଶ ମଧ୍ୟରେ ଏକ ସୁଷମ ସନ୍ତୁଳନର ଆବଶ୍ୟକତା ରହିଛି ।
  • ସୁତରାଂ ପରିବେଶରେ ବଞ୍ଚିବା ତଥା ଏହାକୁ ବ୍ୟବହାରରେ ଲଗାଇବା ବେଳେ ମଣିଷ ବେଶ୍ ଯନଶୀଳ ହେବା ଆବଶ୍ୟକ ।

ପାର୍ଥକ୍ୟ ଦର୍ଶାଅ

Question 1.
ଭୌତିକ ପରିବେଶ ଓ ଜୈବିକ ପରିବେଶ.
Answer:
BSE Odisha 7th Class Geography Important Questions Chapter 1.1 ଆମ ପରିବେଶ 1

Question 2.
ଅଶମଣ୍ଡଳ ଓ ବାରିମଣ୍ଡଳ
Answer:
BSE Odisha 7th Class Geography Important Questions Chapter 1.1 ଆମ ପରିବେଶ 2

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ଗୋଟିଏ ବାକ୍ୟରେ ଉତ୍ତର ଦିଅ।

Question i.
କେଉଁ ମଣ୍ଡଳରୁ ଖଣିଜ ସମ୍ପଦ ମିଳିଥାଏ ?
Answer:
ଅଶ୍ମମଣ୍ଡଳ ପରିସରରୁ ଖଣିଜ ସମ୍ପଦ ମିଳିଥାଏ ।

Question ii.
ବାୟୁମଣ୍ଡଳ କାହାକୁ କୁହାଯାଏ ?
Answer:
ପୃଥ‌ିବୀକୁ ଚତୁର୍ଦ୍ଦିଗରେ ଘେରି ରହିଥିବା ପତଳା ଗ୍ୟାସୀୟ ଆବରଣକୁ ବାୟୁମଣ୍ଡଳ କୁହାଯାଏ।

Question iii.
ବାୟୁମଣ୍ଡଳ ଆମକୁ କିପରି ସାହାଯ୍ୟ କରେ ?
Answer:
ସୂର୍ଯ୍ୟଙ୍କଠାରୁ ଆସୁଥିବା କ୍ଷତିକାରକ ରଶ୍ମି ତଥା ଅତ୍ୟଧିକ ଉତ୍ତାପରୁ ବାୟୁମଣ୍ଡଳ ଆମକୁ ରକ୍ଷା କରେ।

BSE Odisha 7th Class Geography Important Questions Chapter 1.1 ଆମ ପରିବେଶ

Question iv.
କାହାକୁ ନେଇ ଜୈବମଣ୍ଡଳ ଗଠିତ ?
Answer:
ଉଭୟ ପ୍ରାଣୀ ଓ ଉଭିଦଙ୍କୁ ନେଇ ଜୈବମଣ୍ଡଳ ଗଠିତ ।

Question v.
କେଉଁ ଦିନକୁ ବିଶ୍ଵ ପରିବେଶ ଦିବସ ରୂପେ ପାଳନ କରାଯାଏ ?
Answer:
ଜୁନ୍ ୫ ତାରିଖକୁ ବିଶ୍ଵ ପରିବେଶ ଦିବସ ରୂପେ ପାଳନ କରାଯାଏ।

Question vi.
କାହାକୁ ନେଇ ଭୌତିକ ପରିବେଶ ଗଠିତ ହୋଇଛି ?
Answer:
ପୃଥ‌ିବୀର ଜଳ, ସ୍ଥଳ, ବାୟୁକୁ ନେଇ ଭୌତିକ ପରିବେଶ ଗଠିତ ହୋଇଛି ।

Question vii.
ଅଶ୍ମମଣ୍ଡଳ କାହାକୁ କୁହାଯାଏ ?
Answer:
ପୃଥ‌ିବୀର କଠିନ ଭୂତ୍ଵକ୍ ବା ଶକ୍ତ ଉପରିଭାଗକୁ ଅଶ୍ମମଣ୍ଡଳ କୁହାଯାଏ ।

Question viii.
କାହାକୁ ନେଇ ବାରିମଣ୍ଡଳ ଗଣ୍ଠିତ ହୋଇଛି ?
Answer:
ବିଭିନ୍ନ ପ୍ରକାର ଜଳରାଶି; ଯଥା- ନଦୀ, ହ୍ରଦ, ସମୁଦ୍ର, ମହାସାଗର ଆଦିକୁ ନେଇ ବାରିମଣ୍ଡଳ ଗଠିତ ହୋଇଛି ।

ପ୍ରତ୍ୟେକ ଉତ୍ତର ଗୋଟିଏ ଦୁଇଟି ବାକ୍ୟରେ ଲେଖ।

Question i.
ପରିବେଶ କ’ଣ ?’
Answer:
ଆମ ଚାରିପାଖରେ ଯାହା ରହିଛି, ତାହାହିଁ ପରିବେଶ ।

Question ii.
ମନୁଷ୍ୟକୃତ ପରିବେଶର ଦୁଇଟି ଉଦାହରଣ ଦିଅ ।
Answer:
ଅଟ୍ଟାଳିକା ଓ ପୋଲ ମନୁଷ୍ୟକୃତ ପରିବେଶର ଦୁଇଟି ଉଦାହରଣ ।

BSE Odisha 7th Class Geography Important Questions Chapter 1.1 ଆମ ପରିବେଶ

Question iii.
ଭୌତିକ ପରିବେଶ କାହାକୁ ନେଇ ଗଠିତ ?
Answer:
ପୃଥ‌ିବୀର ଜଳ, ସ୍ଥଳ, ବାୟୁକୁ ନେଇ ଭୌତିକ ପରିବେଶ ଗଠିତ ।

Question iv.
ଅଶ୍ରୁମଣ୍ଡଳ କେଉଁଥିରେ ଗଠିତ ?
Answer:
ଅଶ୍ମମଣ୍ଡଳ ବିଭିନ୍ନ ଖଣିଜ ଦ୍ରବ୍ୟ ଓ ଶିଳାରେ ଗଠିତ ।

Question v.
ଅଶ୍ମମଣ୍ଡଳ କାହାକୁ କୁହାଯାଏ ?
Answer:
ପୃଥ‌ିବୀର କଠିନ ଭୂତ୍ଵକୁ ବା ଶକ୍ତ ଉପରିଭାଗକୁ ଅଶୁମଣ୍ଡଳ କୁହାଯାଏ ।

Question vi.
ବାୟୁମଣ୍ଡଳ କିପରି ଗଠିତ ହୋଇଛି ?
Answer:
ବିଭିନ୍ନ ଗ୍ୟାସ୍‌, ଧୂଳିକଣା ଓ ଜଳୀୟବାଷ୍ପକୁ ନେଇ ବାୟୁମଣ୍ଡଳ ଗଠିତ ହୋଇଛି ।

Question vii.
ବାୟୁମଣ୍ଡଳ ପୃଥିବୀକୁ ଲାଗି ରହିଛି କାହିଁକି ?
Answer:
ପୃଥ‌ିବୀର ମାଧ୍ୟାକର୍ଷଣ ବଳଯୋଗୁଁ ବାୟୁମଣ୍ଡଳ ପୃଥ‌ିବୀକୁ ଲାଗି ରହିଛି ।

Question viii.
ସମସ୍ତ ବୃକ୍ଷଲତା, ପ୍ରାଣୀ ଓ ମନୁଷ୍ୟ ବଞ୍ଚିବାପାଇଁ କାହା ଉପରେ ନିର୍ଭର କରିଥାଆନ୍ତି ?
Answer:
ସମସ୍ତ ବୃକ୍ଷଲତା, ପ୍ରାଣୀ ଓ ମନୁଷ୍ୟ ବଞ୍ଚିବାପାଇଁ ପରିବେଶ ଉପରେ ନିର୍ଭର କରିଥାଆନ୍ତି ।

Question ix.
ଶିଳ୍ପ ବିପ୍ଳବ ଯୋଗୁ କ’ଣ ହେଲା ?
Answer:
ଶିଳ୍ପ ବିପ୍ଳବ ଯୋଗୁ ବିଭିନ୍ନ ରକମର ଦ୍ରବ୍ୟ ବହୁ ପରିମାଣରେ ଉତ୍ପାଦିତ ହେଲା ।

BSE Odisha 7th Class Geography Important Questions Chapter 1.1 ଆମ ପରିବେଶ

Question x.
ସୂଚନା ବିପ୍ଳବ ଦ୍ଵାରା କ’ଣ ଘଟିଲା ?
Answer:
ସୂଚନା ବିପ୍ଳବ ଯୋଗୁ ସମଗ୍ର ପୃଥ‌ିବୀରେ ଯୋଗାଯୋଗ ବ୍ୟବସ୍ଥା ସହଜ ଓ ସରଳ ହେଲା ।

Question xi.
କେଉଁ ଦୁଇଟି ପରିବେଶ ମଧ୍ୟରେ ସୁଷମ ସନ୍ତୁଳନର ଆବଶ୍ୟକତା ରହିଛି ?
Answer:
ପ୍ରାକୃତିକ ପରିବେଶ ଓ ମାନବୀୟ ପରିବେଶ ମଧ୍ୟରେ ଏକ ସୁଷମ ସନ୍ତୁଳନର ଆବଶ୍ୟକତା ରହିଛି ।

Question xii.
କେଉଁ କ୍ଷେତ୍ରରେ ମନୁଷ୍ୟ ବେଶ୍ ଯଶୀଳ ହେବା ଆବଶ୍ୟକ ?
Answer:
ପରିବେଶରେ ବଞ୍ଚିବା ତଥା ଏହାକୁ ବ୍ୟବ ହାର ରେ ଲଗାଇବାବେଳେ ମଣିଷ ବେଶ୍ ଯନଶୀଳହେବା ଆବଶ୍ୟକ ।

କି ଠିକ୍ ଉତ୍ତର ବାଛି ଲେଖ।

Question i.
କେଉଁଟି ଗୋଟିଏ ପ୍ରାକୃତିକ ପରିସଂସ୍ଥା ନୁହେଁ ?
(କ) ମରୁଭୂମି
(ଖ) ଆକ୍ଟାରିୟମ୍
(ଗ) ଜଙ୍ଗଲ
(ଘ) ପାର୍କ
Answer:
ଆକ୍ସାରିୟମ୍‌

Question ii.
କେଉଁଟି ମାନବୀୟ ପରିବେଶର ଏକ ଅଙ୍ଗ ନୁହେଁ ?
(କ) ଭୂମି
(ଖ) ଧର୍ମ
(ଗ) ସଂପ୍ରଦାୟ
(ଘ) ଜାତି
Answer:
ଭୂମି

BSE Odisha 7th Class Geography Important Questions Chapter 1.1 ଆମ ପରିବେଶ

Question iii.
କେଉଁଟି ଏକ ମାନବକୃତ ପରିବେଶ ?
(କ) ପର୍ବତ
(ଖ) ସମୁଦ୍ର
(ଗ) ରାସ୍ତା
(ଘ) ନଦୀ
Answer:
ରାସ୍ତା

Question iv.
କେଉଁଟି ପରିବେଶ ନିମନ୍ତେ ବିପଦ ?
(କ) ବଢ଼ୁଥ‌ିବା ଉଦ୍ଭଦ
(ଖ) ବଢୁଥିବା ଜନସଂଖ୍ୟା
(ଗ) ବଢ଼ୁଥ‌ିବା ଶସ୍ୟ
(ଘ) ବହିଯାଉଥ‌ିବା ନଦୀ
Answer:
ବଢ଼ୁଥ‌ିବା ଜନସଂଖ୍ୟା

Question v.
କେଉଁଟି ପରିବେଶରେ ପରିବର୍ତନ ଆଣିଥାଏ ?
(କ) ଜଳ
(ଖ) ବାୟୁ
(ଗ) ମୃଭିକା
(ଘ) ମଣିଷ
Answer:
ମଣିଷ

Question vi.
କେଉଁଟି ପ୍ରାକୃତିକ ପରିବେଶର ଏକ ଅଙ୍ଗ ?
(କ) ରାସ୍ତାଘାଟ
(ଖ) କୃଷିଭୂମି
(ଗ) ଝରଣା
(ଘ) ପାର୍କ
Answer:
ଝରଣା

BSE Odisha 7th Class Geography Important Questions Chapter 1.1 ଆମ ପରିବେଶ

Question vii.
କେଉଁଟି ଭୌତିକ ପରିବେଶର ଅନ୍ତର୍ଗତ ନୁହେଁ ?
(କ) ଜଙ୍ଗଲ
(ଖ) ଜଳ
(ଗ) ମୃଭିକା
(ଘ) ବାୟୁ ।
Answer:
ଜଙ୍ଗଲ

Question viii.
ପ୍ରତି ବର୍ଷ କେଉଁ ତାରିଖରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଏ ?
(କ) ଅକ୍ଟୋବର ୨
(ଗ) ଜୁନ୍ ୫
(ଖ) ଡିସେମ୍ବର ୧୦
(ଘ) ଅପ୍ରେଲ ୨୦
Answer:
ଜୁନ ୫

Question ix.
କେଉଁ ବିପ୍ଳବ ଯୋଗୁ ସମଗ୍ର ପୃଥ‌ିବୀରେ ଯୋଗାଯୋଗ ବ୍ୟବସ୍ଥା ସହଜ ଓ ସହଜ ହେଲା ?
(କ) ଶିଳ୍ପ
(ଖ) ସବୁଜ
(ଗ) ସୂଚନା
(ଘ) ଶ୍ଵେତ
Answer:
ସୂଚନା

Question x.
ମଣିଷର ଜୀବନ ଧାରା କାହାଦ୍ଵାରା ପ୍ରଭାବିତ ହୁଏ ?
(କ) ବାୟୁ
(ଖ) ଜଳ
(ଗ) ସୂର୍ଯ୍ୟ
(ଘ) ପରିବେଶ
Answer:
ପରିବେଶ

BSE Odisha 7th Class Geography Important Questions Chapter 1.1 ଆମ ପରିବେଶ

Question xi.
କେଉଁ ପରିସଂସ୍ଥାରେ ଓଟ ଦେଖାଯାନ୍ତି ?
(କ) ତୃଣଭୂମି
(ଗ) ସମତଳଭୂମି
(ଖ) ମରୁଭୂମି
(ଘ) ପାର୍ବତ୍ୟଭୂମି
Answer:
ମରୁଭୂମି

Question xii.
କେଉଁ ରାଜ୍ୟରେ ବିସ୍ତୀର୍ଣ୍ଣ ନଡ଼ିଆ ବଗିଚା ଦେଖିବାକୁ ମିଳେ ?
(କ) ଆସାମ
(ଗ) କେରଳ
(ଖ) ଉତ୍ତରପ୍ରଦେଶ
(ଘ) ରାଜସ୍ଥାନ
Answer:
କେରଳ ।

ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର

1. ଉଭୟ ପ୍ରାଣୀ ଓ ଉଭିଦକୁ ନେଇ ________ ମଣ୍ଡଳ ଗଠିତ । (ଅଶ୍ମମଣ୍ଡଳ, ବାୟୁମଣ୍ଡଳ, ବାରିମଣ୍ଡଳ, ଜୈବମଣ୍ଡଳ)
Answer:
ଜୈବମଣ୍ଡଳ

2. ପୃଥ‌ିବୀର କଠିନ ଭୂଦ୍ରକ୍ ବା ଶକ୍ତ ଉପରିଭାଗକୁ _________ କୁହାଯାଏ । ( ଅଶ୍ମମଣ୍ଡଳ, ବାୟୁମଣ୍ଡଳ, ବାରିମଣ୍ଡଳ, ଜୈବମଣ୍ଡଳ)
Answer:
ଅଶ୍ଵମଣ୍ଡଳ

3. ପ୍ରତିବର୍ଷ ଜୁନ୍ ମାସ ୫ ତାରିଖକୁ ________ ଦିବସ ରୂପେ ପାଳନ କରାଯାଏ । (ଖାଉଟି ଦିବସ, ପରିବେଶ ଦିବସ, ଶ୍ରମିକ ଦିବସ, ମାତୃ ଦିବସ)
Answer:
ପରିବେଶ ଦିବସ

BSE Odisha 7th Class Geography Important Questions Chapter 1.1 ଆମ ପରିବେଶ

4. ପୃଥ‌ିବୀ ପୃଷ୍ଠର ଉପର ସ୍ତରକୁ ______ କୁହାଯାଏ । (ସିଆଲ, ସିମା, କୋର, ମାଣ୍ଡଲ)
Answer:
ଭୂଦ୍ରକ

5. ପୃଥ‌ିବୀର ମୋଟ ଘନଫଳର ______ ଭାଗ ଭୂତ୍ଵକ୍ ରହିଛି । (୦.୫, ୦.୬, ୦.୭, ୦.୮)
Answer:
୧୬

6. ପୃଥ‌ିବୀର ମୋଟ ଘନଫଳର _______ ଭାଗ ମାଣ୍ଡଲ ରହିଛି । (୧୫, ୧୬, ୧୭, ୧୮)
Answer:
୦.୫

7. ପୃଥ‌ିବୀର ମୋଟ ଘନଫଳର ______ ଭାଗ କୋର୍ ରହିଛି । (୮୦, ୮୧, ୮୨, ୮୩)
Answer:
୮୩

BSE Odisha 7th Class Geography Important Questions Chapter 1.1 ଆମ ପରିବେଶ

8. ଭୂତ୍ଵକ୍‌ର ତଳ ସ୍ତରକୁ _____ କୁହାଯାଏ । (ସୀମା, ମାଣ୍ଟଲ୍, କୋର, ଭୂତ୍ଵକ)
Answer:
ମାଣ୍ଡଲ୍

ସ୍ତମ୍ଭ ମିଳନ କର

BSE Odisha 7th Class Geography Important Questions Chapter 1.1 ଆମ ପରିବେଶ 3
Answer:
BSE Odisha 7th Class Geography Important Questions Chapter 1.1 ଆମ ପରିବେଶ 43

ପ୍ରତ୍ୟେକ ବାକ୍ୟାଶକୁ ଗୋଟିଏ/ଦୁଇଟି ଶବ୍ଦରେ ପ୍ରକାଶ କର ।

  1. ପୃଥ‌ିବୀକୁ ଚତୁର୍ଦ୍ଦିଗରେ ଘେରି ରହିଥ‌ିବା ପତଳା ଗ୍ୟାସୀୟ ଆବରଣ ।
  2. ଅଶ୍ଵମଣ୍ଡଳ, ବାୟୁମଣ୍ଡଳ ଓ ବାରିମଣ୍ଡଳକୁ ଲାଗି ତଥା ଜୀବନଧାରଣ ପାଇଁ ଆବଶ୍ୟକ ଉପାଦାନ ଥିବା ପତଳା ସ୍ତର ।
  3. ପୃଥ‌ିବୀର କଠିନ ଭୂର୍‌କ୍ ବା ଶକ୍ତ ଉପରିଭାଗ ।
  4. ଅଶ୍ଵମଣ୍ଡଳର ଉପରିଭାଗରେ ଥିବା ଏକ ପତଳା ଆବରଣ ।
  5. ଟଙ୍କାର ବ୍ୟବହାର ବିନା ହେଉଥ‌ିବା ବେପାର ।

Answer:

  1. ବାୟୁମଣ୍ଡଳ
  2. ଜୈବମଣ୍ଡଳ
  3. ଅଶୁ ମଣ୍ଡଳ
  4. ମୃତ୍ତିକା
  5. ଦ୍ରବ୍ୟ ବିନିମୟ ବ୍ୟବସ୍ଥା ।

ପ୍ରଥମ ଯୋଡ଼ିକୁ ଦେଖୁ ଦ୍ବିତୀୟ ଯୋଡ଼ି ପୂରଣ କର

1. ଅଶ୍ମମଣ୍ଡଳ : ଭୂଦ୍ରକ : : ବାରିମଣ୍ଡଳ : _______।
Answer:
ସମୁଦ୍ର

2. ବାୟୁମଣ୍ଡଳ : ଗ୍ୟାସୀୟ ଆବରଣ : : ବାରିମଣ୍ଡଳ : _______।
Answer:
ମହାସାଗର

BSE Odisha 7th Class Geography Important Questions Chapter 1.1 ଆମ ପରିବେଶ

3. ଭୌତିକ ପରିବେଶ : ଜଳ : : ମାନବୀୟ ପରିବେଶ : _______।
Answer:
ଶିଳ୍ପ

4. ପୃଥ‌ିବୀର ଉପରସ୍ତର : ଭୂଦ୍ରକ : : ପୃଥ‌ିବୀର ମଧ୍ଯସ୍ତର : _______।
Answer:
ମାଣ୍ଡଲ

Leave a Comment