Odisha State Board BSE Odisha 7th Class Geography Important Questions Chapter 2 ବାୟୁମଣ୍ଡଳ Important Questions and Answers.
BE Odisha Class 7 Geography Important Questions Chapter 2 ବାୟୁମଣ୍ଡଳ
Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ବାୟୁମଣ୍ଡଳର ସ୍ତରଗୁଡ଼ିକର ନାମ ଲେଖ ଓ ସେଗୁଡ଼ିକ ସମ୍ପର୍କରେ ସଂକ୍ଷେପରେ ଆଲୋଚନା କର ।
Answer:
- ବାୟୁମଣ୍ଡଳର ତାପମାତ୍ରାକୁ ଭିଭିକରି ବାୟୁମଣ୍ଡଳକୁ ପାଞ୍ଚଗୋଟି ସ୍ତରରେ ବିଭକ୍ତ କରାଯାଇଛି; ଯଥା- ଟ୍ରପୋସ୍ଟି ଅର୍, ଷ୍ଟ୍ରାଟୋସ୍ଟି ଅର୍, ମେସୋସ୍ଟି ଅର୍, ଥର୍ମୋସ୍ଟି ଅର୍ ଏବଂ ଏକ୍ସ୍ଟିଅର୍ ।
- ଟ୍ରପୋସ୍ପିଅର୍ : ଏହା ବାୟୁମଣ୍ଡଳର ସର୍ବନିମ୍ନ ସ୍ତର । ଏହାର ହାରାହାରି ଉଚ୍ଚତା ୧୨ କିଲୋମିଟର । ମେରୁ ଅଞ୍ଚଳରେ ଏହାର ଉଚ୍ଚତା ପ୍ରାୟ ୮ କିଲୋମିଟର ଏବଂ ବିଷୁବ ଅଞ୍ଚ ଳରେ ପ୍ରାୟ ୧୬ କିଲୋମିଟର । ଏହି ସ୍ତରରେ ବୃଷ୍ଟିପାତ, ତୁଷାରପାତ, କୁହୁଡ଼ି, କୁଆପଥର ଆଦି ଜଳବାୟୁ ଓ ପାଣିପାଗ ସମ୍ବନ୍ଧୀୟ ଘଟଣାବଳୀ ଘଟିଥାଏ ।
- ଷ୍ଟ୍ରାଟୋସ୍ପିଅର୍ : ଟ୍ରପୋସ୍ପିଅର୍ ଉପରକୁ ଅବସ୍ଥିତ ଏହି ସ୍ତରଟି ପ୍ରାୟ ୫୦ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପି ରହିଛି । ଏହାର ନିମାଂଶରେ ଓଜୋନ୍ ଗ୍ୟାସ୍ ରହିଛି । ଏଠାରେ ଧୂଳିକଣା ଓ ଜଳୀୟବାଷ୍ପ ନ ଥିବାରୁ ଜଳବାୟୁ ସମ୍ବନ୍ଧୀୟ ଘଟଣା ସଂଗଠିତ ହୁଏ ନାହିଁ । ବିମାନ ଚଳାଚଳ ପାଇଁ ଏହି ସ୍ତରଟି ଅନୁକୂଳ ।
- ମେସୋସ୍ଟିଅର୍ : ମେସୋସ୍ପିଅର୍ ଉପରକୁ ପ୍ରାୟ ୮୦ କି.ମି. ଉଚ୍ଚତା ବ୍ୟାପୀ ଥିବା ଏହି ସ୍ତରରେ ଉଚ୍ଚତା ବୃଦ୍ଧି ସହ ତାପମାତ୍ରା ହ୍ରାସ ପାଇଥାଏ ।
- ଥର୍ମୋସ୍ଟିଅର୍ : ମେସୋସ୍ପିଅର୍ ଉପରକୁ ପ୍ରାୟ ୮୦ କି.ମି.ଠାରୁ ବାୟୁମଣ୍ଡଳ ଶେଷ ପର୍ଯ୍ୟନ୍ତ ଏହି ସ୍ତର ପରିବ୍ୟାପ୍ତ । ଏହି ସ୍ତରରେ ଉଚ୍ଚତା ବୃଦ୍ଧି ସହ ତାପମାତ୍ରା ଅଧିକ ବୃଦ୍ଧି ପାଏ । ଏହାର ନିମାଂଶ ପ୍ରାୟ ୮୦ କି.ମି.ରୁ ୪୦୦ କି.ମି. ଉଚ୍ଚତା ପର୍ଯ୍ୟନ୍ତ ସ୍ତରରେ ଘନୀଭୂତ ଆୟନ କଣିକା ଥିବାରୁ ଏହାକୁ ଆୟୋନୋସ୍ପିଅର୍ କୁହାଯାଏ ।
- ଏକ୍ସୋସ୍ପିଅର୍ : ହିଲିୟମ୍ ଓ ଉଦ୍ଜାନ ଭଳି ହାଲୁକା ଗ୍ୟାସ୍ ଥିବା ଏହି ପତଳା ସ୍ତରଟି ବାୟୁମଣ୍ଡଳର ବାହ୍ୟ ସ୍ତର ।
Question 2.
ପୃଥିବୀର ବିଭିନ୍ନ ଚାପ ବଳୟ ଉପରେ ସଂକ୍ଷେପରେ ବର୍ଣ୍ଣନା କର ।
Answer:
- ପୃଥିବୀପୃଷ୍ଠରେ ୩ ଗୋଟି ଲଘୁଚାପ ବଳୟ ଓ ୪ ଗୋଟି ଗୁରୁଚାପ ବଳୟ ସ୍ଥାୟୀଭାବରେ ରହିଛି ।
- ବିଷୁବମଣ୍ଡଳ ସୂର୍ଯ୍ୟକିରଣରୁ ଅଧ୍ବକ ଉତ୍ତାପ ପାଉଥିବା ହେତୁ ଏଠାରେ ଲଘୁଚାପ ସୃଷ୍ଟି ହୁଏ, ତେଣୁ ଏଠାରେ ନିରକ୍ଷୀୟ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଏଠାରେ ବାୟୁ ସର୍ବଦା ତଳୁ ଉପର ଆଡ଼କୁ ଗତି କରିଥାଏ ।
- ବିଷୁବ ଅଞ୍ଚଳରୁ ଉତ୍ତପ୍ତ ବାୟୁ ଉପରକୁ ଉଠି ଉଭୟ ମେରୁ ଆଡ଼କୁ ପ୍ରବାହିତ ହୋଇଥାଏ । ଉପର ସ୍ତରରେ ଏହି ବାୟୁ କ୍ରାନ୍ତୀୟ ଅଞ୍ଚଳରେ ପହଞ୍ଚିବାବେଳକୁ ଥଣ୍ଡା ହୋଇ ଉଭୟ ଗୋଲାର୍ଦ୍ଧର ୨୫°ରୁ ୩୫° ସମାକ୍ଷରେଖା ମଧ୍ଯରେ ନିମ୍ନଗାମୀ ହୁଏ । ତେଣୁ ଏଠାରେ ଉପକ୍ରାନ୍ତୀୟ ଗୁରୁଚାପ ବଳୟ ସୃଷ୍ଟି ହୋଇଛି ।
- ଉଭୟ ଗୋଲାର୍ଦ୍ଧର ୬୦ରୁ ୭୦° ସମାକ୍ଷରେଖା ମଧ୍ଯରେ ସୃଷ୍ଟି ହେଉଥିବା ଚାପବଳୟକୁ ଉପମେରୁ ଲଘୁଚାପ ବଳୟ କୁହାଯାଏ । ଦୁଇ ମେରୁବୃତ୍ତ ନିକଟରେ ପୃଥିବୀର ଆବର୍ଜନ ବେଗ ଅଧିକ ଥିବା ହେତୁ ଏହି ଅଞ୍ଚଳର ବାୟୁ କ୍ରାନ୍ତୀୟ ଅଞ୍ଚଳକୁ ବିକ୍ଷିପ୍ତ ହେଉଥିବାରୁ ବାୟୁ ପତଳା ହୋଇ ଲଘୁଚାପ ବଳୟ ସୃଷ୍ଟି ହୋଇଛି ।
- ସେହିପରି ଉଭୟ ମେରୁ ଅଞ୍ଚଳର ବାୟୁ ଶୀତଳ ଓ ଓଜନିଆ ହେତୁ ଏହି ଅଞ୍ଚଳରେ ବାୟୁର ଚାପ ଅଧିକ ହୁଏ । ତେଣୁ ଉଭୟ ମେରୁ ଅଞ୍ଚଳରେ ମେରୁମଣ୍ଡଳୀୟ ଗୁରୁଚାପ ବଳୟ ସୃଷ୍ଟି ହୋଇଛି ।
Question 3.
ପୃଥିବୀର ଚାପ ବଳୟ ଚିତ୍ର ଆଙ୍କ । ବିଭିନ୍ନ ଚାପ ବଳୟ ଉପରେ ସଂକ୍ଷେପରେ ବର୍ଣ୍ଣନା କର ।
Answer:
Question 4.
ନିୟତ ବାୟୁ ପ୍ରବାହ ଉପରେ ସଂକ୍ଷେପରେ ଲେଖ ।
Answer:
- ପୃଥିବୀର ସ୍ଥାୟୀ ଗୁରୁଚାପ ବଳୟରୁ ସ୍ଥାୟୀ ଲଘୁଚାପ ବଳୟକୁ ଏକ ନିର୍ଦ୍ଦିଷ୍ଟ ଦିଗରେ ବହୁଥିବା ବାୟୁକୁ ନିୟତ ବାୟୁ କୁହାଯାଏ । ଆୟନ ବାୟୁ, ପଶ୍ଚିମା ବାୟୁ ଓ ମେରୁ ବାୟୁ ଏହି ବାୟୁର ଅନ୍ତର୍ଗତ ।
- ଉପକ୍ରାନ୍ତୀୟ ଗୁରୁଚାପ ବଳୟରୁ ନିରକ୍ଷୀୟ ଲଘୁଚାପ ବଳୟକୁ ପ୍ରବାହିତ ବାୟୁକୁ ଆୟନ ବାୟୁ କୁହାଯାଏ ।
- ଉତ୍ତର ଗୋଲାର୍ଦ୍ଧରେ ଏହା ଉତ୍ତର-ପୂର୍ବ ଏବଂ ଦକ୍ଷିଣ ଗୋଲାର୍ଦ୍ଧରେ ଦକ୍ଷିଣ-ପୂର୍ବ ଦିଗରୁ ପ୍ରବାହିତ ହେଉଥିବାରୁ ଏହାର ନାମ ଯଥାକ୍ରମେ ଉତ୍ତର-ପୂର୍ବ ଆୟନ ବାୟୁ ଓ ଦକ୍ଷିଣ- ପୂର୍ବ ଆୟନ ବାୟୁ ଅଟେ ।
- ଉପକ୍ରାନ୍ତୀୟ ଗୁରୁଚାପ ବଳୟରୁ ଉପମେରୁ ଲଘୁଚାପ ବଳୟକୁ ପ୍ରବାହିତ ହେଉଥିବା ବାୟୁକୁ ପଶ୍ଚିମାବାୟୁ କୁହାଯାଏ । ଏହି ବାୟୁ ଉତ୍ତର ଗୋଲାର୍ଦ୍ଧରେ ଦକ୍ଷିଣ-ପଶ୍ଚିମ କୋଣରୁ ଏବଂ ଦକ୍ଷିଣ ଗୋଲାର୍ଦ୍ଧରେ ଉତ୍ତର-ପଶ୍ଚିମ କୋଣରୁ ବହେ । ଏହାର ଦିଗ ଓ ବେଗ ପରିବର୍ତ୍ତନଶୀଳ ଥିବାରୁ ଏହାକୁ ପରିବର୍ତ୍ତନଶୀଳ ପଶ୍ଚିମାବାୟୁ କୁହାଯାଏ ।
- ଉଭୟ ଗୋଲାର୍ଦ୍ଧରେ ମେରୁମଣ୍ଡଳୀୟ ଗୁରୁଚାପ ଅଞ୍ଚଳରୁ ଉପମେରୁ ଲଘୁଚାପ ବଳୟକୁ ପ୍ରବାହିତ ମେରୁବାୟୁ ଉତ୍ତର ଗୋଲାର୍ଦ୍ଧରେ ଉତ୍ତର-ପୂର୍ବ ଦିଗରୁ ଏବଂ ଦକ୍ଷିଣ ଗୋଲାର୍ଦ୍ଧରେ ଦକ୍ଷିଣ-ପୂର୍ବ ଦିଗରୁ ପ୍ରବାହିତ ହୁଏ ।
Question 5.
ବୃଷ୍ଟିପାତ କ’ଣ ? ବିଭିନ୍ନ ପ୍ରକାର ବୃଷ୍ଟିପାତ ସମ୍ବନ୍ଧରେ ଆଲୋଚନା କର ।
Answer:
- ମେଘରେ ଥିବା ଜଳକଣା ଘନୀଭୂତ ହୋଇ ଜଳ ଆକାରରେ ଭୂପୃଷ୍ଠରେ ପଡ଼ିବାକୁ ବୃଷ୍ଟିପାତ କୁହାଯାଏ ।
- ବୃଷ୍ଟିପାତ ତିନି ପ୍ରକାରର, ଯଥା- ପରିଚଳନ ବୃଷ୍ଟିପାତ, ଶୈଳୋତ୍କ୍ଷେପ ବୃଷ୍ଟିପାତ ଏବଂ ବାତାବର୍ଷ ବୃଷ୍ଟିପାତ ।
- ପରିଚଳନ ବୃଷ୍ଟିପାତ : ସୂର୍ଯ୍ୟରଶ୍ମି ଦ୍ବାରା ଭୂପୃଷ୍ଠ ଉତ୍ତପ୍ତ ହେଲେ ଭୂପୃଷ୍ଠ ସହ ଲାଗିରହିଥିବା ବାୟୁ ଉତ୍ତପ୍ତ ହୋଇ ଉପରକୁ ଉଠେ ଏବଂ ପରିଚଳନ ବାୟୁପ୍ରବାହ ସୃଷ୍ଟି ହୁଏ । ଏହି ବାୟୁରେ ଜଳୀୟବାଷ୍ପ ଥିଲେ ଏହା ଆକାଶରେ ବହୁ ଉଚ୍ଚରେ ମେଘ ସୃଷ୍ଟିକରି ସଙ୍ଗେ ସଙ୍ଗେ ପ୍ରବଳ ବର୍ଷା କରାଯାଏ । ପରିଚଳନ ବାୟୁସ୍ରୋତ ଫଳରେ ଏହି ବର୍ଷା ହେଉଥିବାରୁ ଏହାକୁ ପରିଚଳନ ବୃଷ୍ଟିପାତ କୁହାଯାଏ ।
- ଶୈଳୋତ୍କ୍ଷେପ ବୃଷ୍ଟିପାତ : ଜଳୀୟବାଷ୍ପପୂର୍ଣ୍ଣ ବାୟୁ କୌଣସି ଉଚ୍ଚଭୂମି କିମ୍ବା ପର୍ବତରେ ବାଧାପାଇ ଉପରକୁ ଉଠେ । ଉପରକୁ ଉଠିଯିବା ଫଳରେ ତାହା ଶୀତଳ ହୋଇ ପରିପୃକ୍ତ ହୁଏ । ଏହାର କ୍ଷୁଦ୍ର ଜଳକଣାସବୁ ଜଳବିନ୍ଦୁରେ ପରିଣତ ହୋଇ ବୃଷ୍ଟି ଆକାରରେ ପଡ଼େ ।
- ଏହାକୁ ଶୈଳୋତ୍କ୍ଷେପ ବୃଷ୍ଟିପାତ କୁହାଯାଏ । ପର୍ବତର ପ୍ରତିବାତ ପାର୍ଶ୍ଵରେ ପ୍ରବଳ ବୃଷ୍ଟିପାତ ହୁଏ, ମାତ୍ର ଅନୁବାତ ପାର୍ଶ୍ଵରେ କମ୍ ବୃଷ୍ଟିପାତ ହୋଇଥାଏ ।
- ବାତାବର୍ଷ ଜନିତ ବୃଷ୍ଟିପାତ : କ୍ରାନ୍ତିମଣ୍ଡଳ ଅନ୍ତର୍ଗତ ସମୁଦ୍ର ଉପରେ ବାୟୁଚାପ ହ୍ରାସ ପାଇବା ଫଳରେ ସୃଷ୍ଟି ହୋଇଥିବା ଲଘୁଚାପ କେନ୍ଦ୍ର ଆଡ଼କୁ ବାୟୁ ପ୍ରବାହିତ ହୁଏ । ଏହି ବାୟୁ ଘୂରି ଘୂରି ଉପରକୁ ଉଠିଯାଏ ଓ ଏଥିରେ ଥିବା ଜଳୀୟବାଷ୍ପ ଘନୀଭୂତ ହୋଇ ପ୍ରବଳ ବର୍ଷା କରାଏ ।
Question 6.
ଚିତ୍ର ସହ ପୃଥିବୀପୃଷ୍ଠର ତାପମଣ୍ଡଳଗୁଡ଼ିକ ସମ୍ବନ୍ଧରେ ଆଲୋଚନା କର ।
Answer:
i. ପୃଥିବୀ ବର୍ଭୁଳାକାର ହୋଇଥିବାରୁ ପୃଥିବୀପୃଷ୍ଠର ସବୁଠାରେ ତାପମାତ୍ରା ସମାନ ନ ଥାଏ । ବିଷୁବ ଅଞ୍ଚଳରେ ସୂର୍ଯ୍ୟଙ୍କର ଲମ୍ବ କିରଣ ପଡ଼େ ଓ ମେରୁ ଅଞ୍ଚଳରେ ତୀର୍ଯ୍ୟକ୍ କିରଣ ପଡ଼େ ।
ii. ତେଣୁ ପୃଥିବୀପୃଷ୍ଠରେ ୩ ଗୋଟି ତାପମଣ୍ଡଳ ଦେଖାଯାଏ; ଯଥା – ଗ୍ରୀଷ୍ମ ମଣ୍ଡଳ, ନାତିଶୀତୋଷ ମଣ୍ଡଳ ଓ ହିମ ମଣ୍ଡଳ ।
iii. ନିରକ୍ଷ ବୃତ୍ତର ଉଭୟ ପାର୍ଶ୍ଵରେ ଦୁଇ କ୍ରାନ୍ତି ବୃତ୍ତ ମଧ୍ୟବର୍ତ୍ତୀ ଅଞ୍ଚଳ ବର୍ଷସାରା ଲମ୍ବ କିରଣ ପାଉଥିବାରୁ ସେଠାରେ ଅଧିକ ତାପ ଅନୁଭୂତ ହୁଏ । ତେଣୁ ସେହି ଅଞ୍ଚଳକୁ ଗ୍ରୀଷ୍ମମଣ୍ଡଳ କୁହାଯାଏ ।
iv. ଉଭୟ ଗୋଲାର୍ଦ୍ଧରେ କ୍ରାନ୍ତିବୃରଠାରୁ ମେରୁବୃତ୍ତ ପର୍ଯ୍ୟନ୍ତ ଅଞ୍ଚଳରେ ଅଧିକ ଗରମ ବା ଅଧିକ ଥଣ୍ଡା ଅନୁଭୂତ ହୋଇ ନଥାଏ । ତେଣୁ ଏହାକୁ ନାତିଶୀତୋଷ୍ଣ ମଣ୍ଡଳ କୁହାଯାଏ ।
v. ମେରୁବୃତ୍ତରୁ ଉଭୟ ମେରୁ ପର୍ଯ୍ୟନ୍ତ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ଅନୁଭୂତ ହୋଇଥାଏ । ତେଣୁ ଏହାକୁ ହିମମଣ୍ଡଳ କୁହାଯାଏ ।
Question 7.
ବାୟୁମଣ୍ଡଳର ଗଠନ ବର୍ଣନା କର ଓ ଏଥିରେ ଥିବା ମୁଖ୍ୟ ଉପାଦାନମାନଙ୍କ ବିଶେଷତ୍ଵ ଲେଖ ।
Answer:
- ବାୟୁମଣ୍ଡଳ ଅନେକଗୁଡ଼ିଏ ଗ୍ୟାସୀୟ ପଦାର୍ଥ ମିଶ୍ରଣରେ ଗଠିତ ।
- ଏହାର ଦୁଇଟି ମୁଖ୍ୟ ଉପାଦାନ ମଧ୍ଯରେ ଯବକ୍ଷାରଜାନ ଓ ଅମ୍ଳଜାନ ପ୍ରଧାନ । ଅନ୍ୟାନ୍ୟ ଗ୍ୟାସ୍; ଯଥା- ଆର୍ଗନ୍ଧ, ଅଙ୍ଗାରକାମ୍ଳ, ହିଲିୟମ୍ ଓ ଉଦ୍ଜାନ ସହିତ ଜଳୀୟବାଷ୍ପ ଓ ଧୂଳିକଣା ଅଳ୍ପ ପରିମାଣରେ ବାୟୁମଣ୍ଡଳରେ ରହିଥାଏ ।
ବିଭିନ୍ନ ଗ୍ୟାସ୍ର ବିଶେଷତ୍ଵ :
- ଯବକ୍ଷାରଜାନ : ବାୟୁମଣ୍ଡଳରେ ଯବକ୍ଷାର ଜାନର ପରିମାଣ ସର୍ବାଧୁକ ଅର୍ଥାତ୍ ଶତକଡ଼ା ୭୮ ଭାଗ । ମୃରିକା ଓ ଗଛ ମୂଳରେ ଥିବା କେତେକ ବୀଜାଣୁ ଏହାକୁ ପରିବର୍ତ୍ତନ କରି ବୃକ୍ଷଲତାଦିଙ୍କ ଉପଯୋଗୀ କରିଥାନ୍ତି ।
- ଅମ୍ଳଜାନ : ଏହା ବାୟୁମଣ୍ଡଳର ଦ୍ଵିତୀୟ ମୁଖ୍ୟ ଗ୍ୟାସ୍ । ଏହାର ପରିମାଣ ଶତକଡ଼ା ୨୧ ଭାଗ । ଜୀବଜଗତର ଶ୍ଵାସକ୍ରିୟା ତଥା ଶିଳାକ୍ଷୟ, ଭୂତଳ ଖଣିଜ ପଦାର୍ଥ ଗଠନ ଏବଂ ଦହନ ଓ ଜାରଣ ପ୍ରକ୍ରିୟା ନିମନ୍ତେ ଏହାର ଆବଶ୍ୟକତା ରହିଛି ।
- ଅଙ୍ଗାରକାମ୍ଳ : ବାୟୁରେ ଶତକଡ଼ା ୦.୦୩ ଭାଗ ଅଙ୍ଗାରକାମ୍ଳ ଗ୍ୟାସ୍ ରହିଥିଲେ ମଧ୍ୟ ଏହା ଉଭିଦଜଗତର ଖାଦ୍ୟପ୍ରସ୍ତୁତି ତଥା ସୌରରଶ୍ମି ଓ ଭୂପୃଷ୍ଠରୁ ବିକିରିତ ତାପ ଧରିରଖୁବାରେ ସହାୟକ ହୁଏ ।
- ଜଳୀୟବାଷ୍ପ ଓ ଧୂଳିକଣା : ମେଘ ସୃଷ୍ଟି ତଥା ପାଣିପାଗକୁ ପ୍ରଭାବିତ କରିବାରେ ଏମାନଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ବାୟୁମଣ୍ଡଳକୁ କେତେଗୋଟି ସ୍ତରରେ ବିଭକ୍ତ କରାଯାଇଛି ? ସର୍ବୋଚ୍ଚ ଓ ସର୍ବନିମ୍ନ ସ୍ତରର ନାମ କ’ଣ ?
Answer:
- ବାୟୁମଣ୍ଡଳକୁ ୫ ଗୋଟି ସ୍ତରରେ ବିଭକ୍ତ କରାଯାଇଛି ।
- ଟ୍ରପୋସ୍ଟିଅର୍ ବାୟୁମଣ୍ଡଳର ସର୍ବନିମ୍ନ ସ୍ତର ଓ ଏକ୍ସୋସ୍ପିଅର ବାୟୁମଣ୍ଡଳର ସର୍ବୋଚ୍ଚ ସ୍ତର ।
Question 2.
ଟ୍ରପୋସ୍ଟିଅରର ହାରାହାରି ଉଚ୍ଚତା କେତେ ? ମେରୁ ଓ ବିଷୁବ ଅଞ୍ଚଳରେ ଏହି ସ୍ତରର ଉଚ୍ଚତା କେତେ ?
Answer:
- ଟ୍ରପୋସ୍ପିଅର ହାରାହାରି ଉଚ୍ଚତା ୧୨ କିଲୋମିଟର ।
- ମେରୁ ଅଞ୍ଚଳରେ ଏହି ସ୍ତରର ଉଚ୍ଚତା ପ୍ରାୟ ୮ କିଲୋମିଟର ଏବଂ ବିଷୁବ ଅଞ୍ଚଳରେ ପ୍ରାୟ ୧୬ କିଲୋମିଟର ।
Question 3.
ବାୟୁମଣ୍ଡଳର କେଉଁ ସ୍ତରଟି ଗୁରୁତ୍ଵପୂର୍ଣ୍ଣ ଓ କାହିଁକି ?
Answer:
- ଟ୍ରପୋସ୍ଟି ଅର୍ ବାୟୁମଣ୍ଡଳର ଗୁରୁତ୍ଵପୂର୍ଣ୍ଣ ସ୍ତର । କାରଣ ଜଳବାୟୁ ଓ ପାଣିପାଗ ସମ୍ବନ୍ଧୀୟ ସମସ୍ତ ଘଟଣାବଳୀ, ଯଥା- ବୃଷ୍ଟିପାତ, ତୁଷାରପାତ, କୁହୁଡ଼ି, କୁଆପଥର ବୃଷ୍ଟି ଆଦି ଏହି ସ୍ତରରେ ଘଟିଥାଏ ।
- ଜୀବଜଗତ ଶ୍ଵାସକ୍ରିୟା ପାଇଁ ଆବଶ୍ୟକ ଅମ୍ଳଜାନ ଏହି ସ୍ତରରୁ ହିଁ ପାଇଥାନ୍ତି ।
Question 4.
ଷ୍ଟ୍ରାଟୋସ୍ପିଅରର ବିଶେଷତ୍ଵ କ’ଣ ?
Answer:
- ଷ୍ଟ୍ରାଟୋସ୍କୋ ଅର୍ରେ ଧୂଳିକଣା ଓ ଜଳୀୟବାଷ୍ପ ନ ଥାଏ । ତେଣୁ ମେଘ ବା ଜଳବାୟୁ ସମ୍ବନ୍ଧୀୟ ଘଟଣା ଏଠାରେ ସଂଗଠିତ ହୁଏ ନାହିଁ । ବିମାନ ଚଳାଚଳ ପାଇଁ ଏହି ସ୍ତର ଅନୁକୂଳ ।
- ଏହି ସ୍ତରରେ ଥିବା ଓଜୋନ୍ ଗ୍ୟାସ୍ ସୂର୍ଯ୍ୟଙ୍କଠାରୁ ଆସୁଥିବା କ୍ଷତିକାରକ ରଶ୍ମି ପ୍ରଭାବରୁ ରକ୍ଷା କରିଥାଏ ।
Question 5.
ବାୟୁଚାପ କ’ଣ ? ବାୟୁଚାପ କାହାଦ୍ଵାରା ପ୍ରଭାବିତ ହୋଇଥାଏ ?
Answer:
- କୌଣସି ସ୍ଥାନର ଏକ ବର୍ଗ ସେ.ମି. ପରିମିତ ଅଞ୍ଚଳରେ ବାୟୁମଣ୍ଡଳର ଶେଷସୀମା ପର୍ଯ୍ୟନ୍ତ ବିସ୍ତୃତ ବାୟୁସ୍ତମ୍ଭର ଓଜନକୁ ବାୟୁଚାପ କୁହାଯାଏ । ସମୁଦ୍ର ପତ୍ତନରେ ଏହା ପ୍ରାୟ ୧,୦୫ କିଲୋଗ୍ରାମ୍ ।
- ବାୟୁଚାପ ତାପମାତ୍ରା ଦ୍ଵାରା ବିଶେଷଭାବେ ପ୍ରଭାବିତ ହୋଇଥାଏ ।
Question 6.
ଉପକ୍ରାନ୍ତୀୟ ଗୁରୁଚାପ ବଳୟ ସୃଷ୍ଟି ହୋଇଛି କିପରି ?
Answer:
- ନିରକ୍ଷ ଅଞ୍ଚଳର ଊର୍ଦ୍ଧ୍ୱଗାମୀ ବାୟୁ ଉଭୟ ଗୋଲାର୍ଦ୍ଧର ମେରୁ ଆଡ଼କୁ ଗତି କରେ । ଫଳରେ ଏହା ପ୍ରସାରିତ ହୋଇ ଶୀତଳ ଓ ଭାରୀ ହୁଏ ।
- ଏହି ଭାରୀ ବାୟୁ ଉଭୟ ଗୋଲାର୍ଦ୍ଧରେ ପ୍ରାୟ ୨୫°ରୁ ୩୫° ସମାକ୍ଷରେଖା ମଧ୍ଯରେ ନିମ୍ନଗାମୀ ହୁଏ । ଫଳରେ ଏଠାରେ ଗୁରୁଚାପ ବଳୟ ସୃଷ୍ଟି ହୋଇଛି ।
Question 7.
‘ପରିବର୍ତ୍ତନଶୀଳ ପଶ୍ଚିମା ବାୟୁ’ କ’ଣ ବୁଝାଅ ।
Answer:
- ଉଭୟ ଗୋଲାର୍ଦ୍ଧରେ ଉପକ୍ରାନ୍ତୀୟ ଗୁରୁଚାପ ବଳୟରୁ ଉପମେରୁଦେଶୀୟ ଲଘୁଚାପ ବଳୟକୁ ପ୍ରବାହିତ ପଶ୍ଚିମାବାୟୁର ବେଗ ଓ ଦିଗ ପରିବର୍ତ୍ତନଶୀଳ ।
- ଏଣୁ ଏହାକୁ ପରିବର୍ତ୍ତନଶୀଳ ପଶ୍ଚିମାବାୟୁ କୁହାଯାଏ ।
Question 8.
ମୌସୁମୀ ବାୟୁ କ’ଣ ? ଏହା କେଉଁ ବାୟୁ ପ୍ରବାହର ଅନ୍ତର୍ଗତ ? ଭାରତରେ ପ୍ରବାହିତ ମୌସୁମୀ ବାୟୁ” ସମ୍ବନ୍ଧରେ ଲେଖ ।
Answer:
- ଦକ୍ଷିଣ ଏସିଆରେ ଗ୍ରୀଷ୍ମକାଳରେ ସମୁଦ୍ରଆଡୁ ସ୍ଥଳଭାଗକୁ ଓ ଶୀତକାଳରେ ସ୍ଥଳଭାଗରୁ ସମୁଦ୍ର ଆଡ଼କୁ ବହୁଥୁବା ବାୟୁକୁ ମୌସୁମୀ ବାୟୁ କୁହାଯାଏ ।
- ମୌସୁମୀ ବାୟୁ ଏକ ଋତୁକାଳୀନ ବାୟୁ । ଏହା ମଧ୍ୟ ଏକ ସାମୟିକ ବାୟୁପ୍ରବାହ ଅଟେ ।
- ଆମ ଦେଶରେ ଗ୍ରୀଷ୍ମକାଳରେ ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ସମୁଦ୍ରଆଡ଼ୁ ପ୍ରବାହିତ ହେବା ଫଳରେ ପ୍ରଚୁର ବୃଷ୍ଟି ହୋଇଥାଏ ।
- ଶୀତକାଳରେ ଦେଶ ମଧ୍ୟଦେଇ ଉତ୍ତର-ପୂର୍ବ ମୌସୁମୀବାୟୁ ସମୁଦ୍ରଆଡ଼କୁ ପ୍ରବାହିତ ହୋଇଥାଏ ।
Question 9.
ଆର୍ଦ୍ରତା କହିଲେ କ’ଣ ବୁଝ ? ବାୟୁର ଆର୍ଦ୍ରତା କେଉଁ ଯନ୍ତ୍ର ଦ୍ଵାରା ମପାଯାଏ ?
Answer:
- ବାୟୁମଣ୍ଡଳରେ ଜଳୀୟବାଷ୍ପର ଉପସ୍ଥିତି ଓ ପରିମାଣକୁ ବାୟୁର ଆର୍ଦ୍ରତା କୁହାଯାଏ ।
- ହାଇଡ୍ରୋମିଟର ନାମକ ଯନ୍ତ୍ରଦ୍ୱାରା ବାୟୁର ଆର୍ଦ୍ରତା ମପାଯାଏ ।
Question 10.
ଘନୀଭବନର ଯେକୌଣସି ଅବସ୍ଥାପାଇଁ କେଉଁ ଦୁଇଟି ବିଷୟ ଗୁରୁତ୍ଵପୂର୍ଣ ?
Answer:
- ପ୍ରଥମତଃ, ବାୟୁ ପରିପୃକ୍ତ ହେବା ଆବଶ୍ୟକ ।
- ଦ୍ଵିତୀୟତଃ, ଘନଭବନ କାର୍ଯ୍ୟପାଇଁ କୌଣସି ଏକ ଆଶ୍ରୟ ଆବଶ୍ୟକ ।
Question 11.
କୁହୁଡ଼ି କିପରି ସୃଷ୍ଟି ହୁଏ ?
Answer:
- ଶୀତଦିନେ ସୂର୍ଯ୍ୟାସ୍ତ ପରେ ଭୂପୃଷ୍ଠ ଶୀତଳ ହେଲେ ତାହାକୁ ଲାଗିଥିବା ବାୟୁ ଶୀତଳ ହୁଏ । ତେଣୁ ବାୟୁରେ ଥୁବା ଜଳୀୟବାଷ୍ପ ଘନୀଭୂତ ହୋଇ କ୍ଷୁଦ୍ର କ୍ଷୁଦ୍ର ଜଳକଣାରେ ପରିଣତ ହୁଏ ।
- ଏହି ଜଳକଣାଗୁଡ଼ିକ ବାୟୁରେ ଭାସିବୁଲେ । ଏହାକୁ କୁହୁଡ଼ି କୁହାଯାଏ ।
Question 12.
ବୃଷ୍ଟିପାତ କାହାକୁ କୁହାଯାଏ ?
Answer:
- ମେଘରେ ଥିବା ଜଳକଣା ଅଧିକ ଶୀତଳ ହେଲେ ଘନୀଭୂତ ହୋଇ ବଡ଼ ବଡ଼ ଜଳବିନ୍ଦୁରେ ପରିଣତ ହୁଏ । ତେଣୁ ସେଗୁଡ଼ିକ ବାୟୁମଣ୍ଡଳରେ ଭାସି ରହିପାରେ ନାହିଁ ।
- ତାହା ବର୍ଷାରୂପେ ଭୂପୃଷ୍ଠରେ ପଡ଼େ । ଏହାକୁ ଦୃଷ୍ଟିପାତ କୁହାଯାଏ ।
Question 13.
ବର୍ଷଣ କାହାକୁ କୁହାଯାଏ ? ଏହା କେଉଁ କେଉଁ ରୂପରେ ଦେଖାଯାଏ ?
Answer:
- ପ୍ରାକୃତିକ ପ୍ରକ୍ରିୟାରେ ଆକାଶରୁ ଜଳ ତରଳ କିମ୍ବା କଠିନ ଅବସ୍ଥାରେ ରୂପୃଷ୍ଠରେ ପଡ଼ିଲେ ତାହାକୁ ବର୍ଷଣ କୁହାଯାଏ ।
- ଏହି ତିନିଗୋଟି ରୂପରେ ଦେଖାଯାଏ, ଯଥା- ବୃଷ୍ଟିପାତ, ତୁଷାରପାତ ଓ କରକାପାତ (କୁଆପଥର) ।
Question 14.
ପରିଚଳନ ବୃଷ୍ଟିପାତ କାହାକୁ କୁହାଯାଏ ? କେଉଁଠାରେ ପରିଚଳନ ବୃଷ୍ଟିପାତ ହୋଇଥାଏ ଓ କେତେବେଳେ ?
Answer:
- ପରିଚଳନ ବାୟୁସ୍ରୋତ ଫଳରେ ହେଉଥିବା ବର୍ଷାକୁ ପରିଚଳନ ବୃଷ୍ଟିପାତ କୁହାଯାଏ ।
- ନିରକ୍ଷୀୟ ଅଞ୍ଚଳରେ ପ୍ରାୟ ପ୍ରତିଦିନ ଉପରବେଳା ଘଡ଼ଘଡ଼ି ସହ ପରିଚଳନ ବୃଷ୍ଟିପାତ ହୋଇଥାଏ ।
Question 15.
ପରିପୃକ୍ତ ବାୟୁ କ’ଣ ? ଏହା କିପରି ଅପରିପୃକ୍ତ ହୁଏ ?
Answer:
- ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ କୌଣସି ଅଞ୍ଚଳର ଜଳବାୟୁ ଯେତିକି ଜଳୀୟବାଷ୍ପ ଧାରଣ କରିବା କଥା, ସେତିକି ଜଳୀୟବାଷ୍ପ ସେହି ବାୟୁରେ ରହିଲେ ତାକୁ ପରିପୃକ୍ତ ବାୟୁ କହନ୍ତି ।
- ତାପମାତ୍ରା ବୃଦ୍ଧି ପାଇଲେ ପରିପୃକ୍ତ ବାୟୁ ଅପରିପୃକ୍ତ ହୁଏ ।
Question 16.
ବାଷ୍ପମୋଚନ ପ୍ରକ୍ରିୟା କାହାକୁ କୁହାଯାଏ ?
Answer:
- ବୃକ୍ଷଲତାଦିଙ୍କର ଡାଳପତ୍ରରୁ ଜଳ ବାଷ୍ପୀଭୂତ ହୋଇ ବାୟୁମଣ୍ଡଳରେ ମିଶିଥାଏ ।
- ଏହି ପ୍ରକ୍ରିୟାକୁ ବାଷ୍ପମୋଚନ ପ୍ରକ୍ରିୟା କୁହାଯାଏ ।
Question 17.
ନିରକ୍ଷ ଶାନ୍ତ ବଳୟ କାହାକୁ କୁହାଯାଏ ?
Answer:
- ନି ରକ୍ଷୀୟ ଲଘୁଚାପ ବଳୟରେ ବାୟୁମଣ୍ଡଳ ଶାନ୍ତ ଓ ଚଳନଶୂନ୍ୟ ।
- ତେଣୁ ଏହାକୁ ନିରକ୍ଷ ଶାନ୍ତ ବଳୟ କୁହାଯାଏ ।
ସଂକ୍ଷିପ୍ତ ଟିପ୍ପଣୀ ଲେଖ।
Question 1.
ଆୟୋନୋସ୍ଟିଅର
Answer:
- ଥର୍ମୋସ୍ଟିଅରର ନିମାଂଶକୁ ଆୟନୋସ୍ପିଅର୍ କୁହାଯାଏ, କାରଣ ଏହି ସ୍ତରରେ ଆୟନ କଣିକାଗୁଡ଼ିକ ଘନୀଭୂତ ହୋଇ ରହିଥାନ୍ତି । ଏହା ପ୍ରାୟ ୮୦ କି.ମି.ରୁ ୪୦୦ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ।
- ଏହି ସ୍ତର ଯୋଗୁ ଦୂର ସ୍ଥାନକୁ ବେତାର ତରଙ୍ଗ ପ୍ରସାରଣ ସମ୍ଭବ ହୋଇଥାଏ ।
Question 2.
ବାଣିଜ୍ୟ ବାୟୁ
Answer:
- ଆୟନ ବାୟୁକୁ ବାଣିଜ୍ୟ ବାୟୁ କୁହାଯାଏ । କାରଣ ପୂର୍ବେ ପାଲଟଣା ବୋଇତରେ ବାଣିଜ୍ୟ କାରବାରରେ ଏହା ସହାୟକ ହେଉଥିବାରୁ ଏହାର ନାମକରଣ ବାଣିଜ୍ୟ ବାୟୁ ହୋଇଅଛି ।
- ଏହି ବାୟୁ ଉତ୍ତର ଗୋଲାର୍ଦ୍ଧରେ ଉତ୍ତର-ପୂର୍ବ ଦିଗରୁ ଏବଂ ଦକ୍ଷିଣ ଗୋଲାର୍ଦ୍ଧରେ ଦକ୍ଷିଣ-ପୂର୍ବ ଦିଗରୁ ପ୍ରବାହିତ ହୁଏ ।
Question 3.
ପ୍ରତୀପ ବାତାବର୍ଷ
Answer:
- କୌଣସି ସ୍ଥାନରେ ବାୟୁଚାପ ହଠାତ୍ ବୃଦ୍ଧି ପାଇ ଗୁରୁଚାପ କେନ୍ଦ୍ର ସୃଷ୍ଟି ହୁଏ । ଏହି ଗୁରୁଚାପ କେନ୍ଦ୍ରରୁ ବାୟୁ’ଧୀରେ ଧୀରେ ଚାରିପାଖରେ ଥୁବା ଅଳ୍ପ ଚାପ ଅଞ୍ଚଳ ଆଡ଼କୁ ପ୍ରବାହିତ ହୁଏ ।
- ଉତ୍ତର ଗୋଲାର୍ଦ୍ଧରେ ଏହି ବାୟୁ ଡାହାଣକୁ ବାଙ୍କିଯାଇ ଘଣ୍ଟାକଣ୍ଟାର ଘୂର୍ଣ୍ଣନ ଦିଗରେ (ଦକ୍ଷିଣାବର୍ଷ) ଓ ଦକ୍ଷିଣ ଗୋଲାର୍ଦ୍ଧରେ ‘ବାମକୁ ବାଙ୍କିଯାଇ ଘଣ୍ଟାକଣ୍ଟାର ବିପରୀତ ଦିଗରେ (ବାମାବର୍ଗ) ପ୍ରବାହିତ ହୁଏ ।
- ପ୍ରତୀପ ବାତାବର୍ତ୍ତ ଯୋଗୁ ପାଗ ଶୁଖୁଲା ରହେ ଓ ଆକାଶ ମେଘମୁକ୍ତ ଥାଏ ।
Question 4.
ସୌରାଭିତାପ
Answer:
- ଭୂପୃଷ୍ଠରେ ସଂଗୃହୀତ ସୌରରଶ୍ମିର ପରିମାଣକୁ ସୌରାଭିତାପ କୁହାଯାଏ ।
- ସୌରାଭିତାପର ପରିମାଣ ବିଷୁବରେଖାଠାରୁ ମେରୁ ଆଡ଼କୁ କ୍ରମଶଃ ହ୍ରାସ ପାଇଥାଏ । ମାତ୍ର ଋତୁଭେଦରେ ଏହି ପରିମାଣରେ ବ୍ୟତିକ୍ରମ ଦେଖାଯାଏ ।
Question 5.
କୁହୁଡ଼ି
Answer:
- ଶୀତକାଳରେ ବାୟୁର ତାପମାତ୍ରା ଶିଶିରାଙ୍କ ତଳକୁ ଖସିଆସିଲେ ଏଥିରେ ଥିବା ଜଳୀୟବାଷ୍ପ ଘନୀଭୂତ ହୁଏ । ବାୟୁରେ ଭାସମାନ ଅବସ୍ଥାରେ ଥିବା ଧୂଳିକଣାକୁ ଆଶ୍ରୟ କରି ଏଗୁଡ଼ିକ ଭୂପୃଷ୍ଠର ଅଳ୍ପ ଉଚ୍ଚତାରେ ଭାସିବୁଲେ । ଏହାକୁ କୁହୁଡ଼ି କୁହାଯାଏ ।
- କୁହୁଡ଼ିର ସୃଷ୍ଟିକୁ ଭିଭିକରି ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଏ; ଯଥା- ବିକିରଣ କୁହୁଡ଼ି ଓ ଅଭିବହନ କୁହୁଡ଼ି । ଭୂପୃଷ୍ଠର ତାପ ବିକିରଣରୁ ସୃଷ୍ଟି ହେଉଥିବା କୁହୁଡ଼ିକୁ ବିକିରଣ କୁହୁଡ଼ି ଏବଂ ଶୀତଳ ବାୟୁ ଓ ଉଷ୍ଣ ଆର୍ଦ୍ର ବାୟୁର ମିଶ୍ରଣରେ ସୃଷ୍ଟି ହେଉଥିବା କୁହୁଡ଼ିକୁ ଅଭିବହନ କୁହୁଡ଼ି କୁହାଯାଏ । କୁହୁଡ଼ି ଅତି ପତଳା ହେଲେ ଏହାକୁ ମିଷ୍ଟ୍ କୁହାଯାଏ ।
ଭୌଗୋଳିକ କାରଣ ଦର୍ଶାଅ ।
Question 1.
ଷ୍ଟ୍ରାଟୋସ୍ପିଅର ବିମାନ ଚଳାଚଳ ପାଇଁ ଅନୁକୂଳ ।
Answer:
- ଷ୍ଟ୍ରାଟୋସ୍ପିଅର୍ ସ୍ତରରେ ଧୂଳିକଣା ଓ ଜଳୀୟବାଷ୍ପ ନ ଥାଏ । ତେଣୁ ମେଘ ବା ଜଳବାୟୁ ସମ୍ବନ୍ଧୀୟ ଘଟଣା ଏଠାରେ ସଂଗଠିତ ହୁଏ ନାହିଁ ।
- ସେଥିପାଇଁ ବିମାନ ଚଳାଚଳ ପାଇଁ ଏହା ଏକ ଅନୁକୂଳ ସ୍ତର ।
Question 2.
ଶୀତଋତୁରେ କୁହୁଡ଼ି ସୃଷ୍ଟି ହୁଏ ।
Answer:
- କୁହୁଡ଼ି ସୃଷ୍ଟି ପାଇଁ ଲମ୍ବା ଶୀତରାତି, ନିର୍ମଳ ଆକାଶ ଓ ଧୀର ବାୟୁପ୍ରବାହ ଆବଶ୍ୟକ । ତେଣୁ ଶୀତରାତିରେ ଦିନଭାଗ ଛୋଟ ଓ ରାତ୍ରିଭାଗ ଅଧିକ ଥାଏ । ଶୀତଋତୁରେ ଆକାଶ ପ୍ରାୟତଃ ନିର୍ମଳ ଥାଏ, ଫଳରେ ପୃଥିବୀପୃଷ୍ଠ ଶୀଘ୍ର ତାପ ବିକିରଣ କରି ଥଣ୍ଡା ହୁଏ ।
- ସେତେବେଳେ ଶୀତଳ ଭୂପୃଷ୍ଠକୁ ଲାଗିଥିବା ବାୟୁ ଥଣ୍ଡା ହୁଏ ଓ ଶିଶିରାଙ୍କ ତଳକୁ ତାପମାତ୍ରା ଖସିଲେ ଏଥୁରେ ଥିବା ଜଳୀୟବାଷ୍ପ ଘନୀଭୂତ ହୁଏ । ଏହା ବାୟୁରେ ଥିବା ଭାସମାନ ଧୂଳିକଣାକୁ ଆଶ୍ରୟ କରି କୁହୁଡ଼ି ରୂପରେ ପରିବର୍ତ୍ତିତ ହୁଏ ।
Question 3.
ପଶ୍ଚିମଘାଟ ପର୍ବତମାଳାର ପୂର୍ବପାର୍ଶ୍ବରେ କମ୍ ବୃଷ୍ଟି ହୁଏ ।
Answer:
- ପଶ୍ଚିମଘାଟ ପର୍ବତମାଳା ଉତ୍ତର-ଦକ୍ଷିଣ ହୋଇ ଭାରତର ପଶ୍ଚିମ ଉପକୂଳରେ ବିସ୍ତୃତ । ସମୁଦ୍ରରୁ ପ୍ରବାହିତ ଜଳୀୟବାଷ୍ପପୂର୍ଣ୍ଣ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏହାର ପଶ୍ଚିମ ପାର୍ଶ୍ଵରେ ବାଧା ପାଇ ବୃଷ୍ଟିପାତ କରାଏ ।
- ଏହା ଉପରକୁ ଉଠି ଏହି ପର୍ବତମାଳାର ପ୍ରତିବାତ ପାର୍ଶ୍ବ ଅର୍ଥାତ୍ ପୂର୍ବ ପାର୍ଶ୍ବକୁ ନିମ୍ନଗାମୀ ହେବାଫଳରେ ଅଳ୍ପ ବୃଷ୍ଟି କରାଏ । ତେଣୁ ପଶ୍ଚିମଘାଟ ପର୍ବତମାଳାର ପୂର୍ବ ପାର୍ଶ୍ବରେ କମ୍ ବୃଷ୍ଟି ହୁଏ ।
Question 4.
ନିରକ୍ଷ ଲଘୁଚାପ ବଳୟକୁ ନିରକ୍ଷ ଶାନ୍ତ ବଳୟ କୁହାଯାଏ ।
Answer:
- ନିରକ୍ଷ ଲଘୁଚାପ ବଳୟରେ ବର୍ଷସାରା ସଳଖ ସୂର୍ଯ୍ୟକିରଣ ପଡ଼ୁଥିବାରୁ ତାପମାତ୍ରା ଅଧିକ ରହେ ଓ ବାୟୁଚାପ ହ୍ରାସ ପାଏ ।
- ତେଣୁ ଏଠାରେ ବାୟୁମଣ୍ଡଳ ଶାନ୍ତ ଓ ଚଳନଶୂନ୍ୟ ଥିବାରୁ ଏହାକୁ ନିରକ୍ଷ ଶାନ୍ତ ବଳୟ କୁହାଯାଏ ।
Question 5.
ପୁରୀ ସହରରେ ବେଶୀ ଗରମ ବା ଥଣ୍ଡା ଅନୁଭୂତ ହୁଏ । ନାହିଁ ।
Answer:
- ଜଳ ଓ ସ୍ଥଳଭାଗର ବଣ୍ଟନ କୌଣସି ଅଞ୍ଚଳର ଜଳବାୟୁକୁ ପ୍ରଭାବିତ କରିଥାଏ ।
- ସମୁଦ୍ର ଧୀରେ ଧୀରେ ଉତ୍ତପ୍ତ ଓ ବିଳମ୍ବରେ ଥଣ୍ଡା ହୁଏ । ପୁରୀ ସମୁଦ୍ରକୂଳବର୍ତ୍ତୀ ସହର ହୋଇଥିବାରୁ ଏଠାରେ ସାମୁଦ୍ରିକ ପ୍ରଭାବ ଅନୁଭୂତ ହୁଏ । ତେଣୁ ପୁରୀରେ ଖରାଦିନେ ବେଶୀ ଗରମ ବା ଶୀତଦିନେ ବେଶି ଥଣ୍ଡା ଅନୁଭୂତ ହୁଏ ନାହିଁ ।
Question 6.
ପଶ୍ଚିମାବାୟୁକୁ ଦକ୍ଷିଣ ଗୋଲାର୍ଦ୍ଧରେ ଗର୍ଜନଶୀଳ ଚାଳିଶା କୁହାଯାଏ ।
Answer:
- ଦକ୍ଷିଣ ଗୋଲାର୍ଦ୍ଧରେ ବିସ୍ତୀର୍ଣ୍ଣ ଜଳରାଶି ଉପରେ ପଶ୍ଚିମାବାୟୁ ପ୍ରବଳ ବେଗରେ ପ୍ରବାହିତ ହୋଇଥାଏ ।
- ତେଣୁ ଗର୍ଜନଶୀଳ ଏହି ବାୟୁକୁ ଗର୍ଜନଶୀଳ ଚାଳିଶା କୁହାଯାଏ ।
Question 7.
ଜୀବଜଗତ ତିଷ୍ଠି ରହିବା ପାଇଁ ବାୟୁମଣ୍ଡଳର ଭୂମିକା ଅତି ଗୁରୁତ୍ବପୂର୍ଣ ।
Answer:
- ଜୀବଜଗତ ଶ୍ଵାସକ୍ରିୟାରେ ବାୟୁମଣ୍ଡଳରୁ ଆବଶ୍ୟକ ଅମ୍ଳଜାନ ଗ୍ରହଣ କରିଥାଏ ।
- ଅସହ୍ୟ ଖରାଶୀତରୁ ବାୟୁମଣ୍ଡଳ ଆମକୁ ରକ୍ଷା କରିଥାଏ । ତେଣୁ ଜୀବଜଗତ ତିଷ୍ଠି ରହିବାପାଇଁ ବାୟୁମଣ୍ଡଳର ଭୂମିକା ଅତି ଗୁରୁତ୍ଵପୂର୍ଣ୍ଣ ।
Question 8.
ମେରୁ ଅଞ୍ଚଳ ଅତ୍ୟନ୍ତ ଶୀତଳ ।
Answer:
- ପୃଥିବୀ ବର୍ତ୍ତୁଳାକାର ହୋଇଥିବାରୁ ବିଷୁବ ଅଞ୍ଚଳ ଲମ୍ବ କିରଣ ପାଏ ଏବଂ ମେରୁ ଅଞ୍ଚଳ ତୀର୍ଯ୍ୟକ୍ କିରଣ ପାଏ ।
- ବିଷୁବ ଅଞ୍ଚଳରେ ଅଧିକ ତାପ ଅନୁଭୂତ ହୁଏ, ମାତ୍ର ମେରୁ ଆଡ଼କୁ ତାପମାତ୍ରା କ୍ରମଶଃ କମି କମି ଯାଇ ଉଭୟ ମେରୁଠାରେ ସର୍ବନିମ୍ନ ତାପମାତ୍ରା ଅନୁଭୂତ ହୁଏ । ତେଣୁ ମେରୁ ଅଞ୍ଚଳ ଅତ୍ୟନ୍ତ ଶୀତଳ ।
Question 9.
ଆଫ୍ରିକାରେ ସାହାରା ମରୁଭୂମି ସୃଷ୍ଟି ହୋଇଛି ।
Answer:
- କ୍ରାନ୍ତୀୟ ଅଞ୍ଚଳରେ ପ୍ରବାହିତ ଆୟନବାୟୁ ପ୍ରଭାବରେ ବୃହତ୍ ସ୍ଥଳଭାଗର ପୂର୍ବପାର୍ଶ୍ବରେ ବାଧା ପାଇ ପ୍ରବଳ ବୃଷ୍ଟି କରାଏ ।
- ପଶ୍ଚିମ ପାର୍ଶ୍ଵରେ ବାୟୁ ଶୁଷ୍କ ହୋଇଯିବାରୁ ସୃଷ୍ଟି କରାଇପାରେ ନାହିଁ । ସାହାରା ଏସିଆର ପଶ୍ଚିମ ପାର୍ଶ୍ଵରେ ଅବସ୍ଥିତ ଥିବାରୁ ଏହା ମରୁଭୂମି ହୋଇଛି ।
Question 10.
ଉଷ୍ଣବାୟୁ ଉପରକୁ ଉଠେ, ମାତ୍ର ଶୀତଳ ବାୟୁ ତଳକୁ ଆସେ ।
Answer:
- ଉଷ୍ଣ ବାୟୁର ଘନତା କମିଯାଏ, ଫଳରେ ଏହା ପ୍ରସାରିତ ଓ ହାଲୁକା ହୋଇ ଉପରକୁ ଉଠେ ।
- ମାତ୍ର ଶୀତଳ ବାୟୁର ଘନତା ଓ ଓଜନ ବୃଦ୍ଧିପାଏ, ତେଣୁ ଏହା ତଳକୁ ଖସେ ।
ପାର୍ଥକ୍ୟ ଦର୍ଶାଅ
Question 1.
ବାୟୁ ଓ ପବନ
Answer:
Question 2.
ପାଣିପାଗ ଓ ଜଳବାୟୁ
Answer:
Question 3.
ଲଘୁଚାପ ଓ ଗୁରୁଚାପ
Answer:
Question 4.
ଗ୍ରୀଷ୍ମମଣ୍ଡଳ ଓ ହିମମଣ୍ଡଳ
Answer:
Question 5.
ନିୟତ ବାୟୁ ପ୍ରବାହ ଓ ସାମୟିକ ବାୟୁ ପ୍ରବାହ
Answer:
Question 6.
ତାପ ବଜେଟ୍ ଓ ଦୈନିକ ତାପମାତ୍ରା
Answer:
Question 7.
ବାତାବର୍ଷ ଓ ପ୍ରତୀପ ବାତାବର୍ଷ
Answer:
Question 8.
ମେଘ ଓ କୁହୁଡ଼ି
Answer:
Question 9.
ବାଷ୍ପୀଭବନ ଓ ଘନୀଭବନ
Answer:
ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ଗୋଟିଏ ବାକ୍ୟରେ ଉତ୍ତର ଦିଅ।
i. କେଉଁ ଉପାଦାନକୁ ନେଇ ବାୟୁମଣ୍ଡଳ ଗଠିତ ହୋଇଛି ?
Answer
ଯବକ୍ଷାରଜାନ, ଅମ୍ଳଜାନ, ଆରଗନ୍, ଅଙ୍ଗାରକାମ୍ଳ, ହିଲିୟମ୍ ଓ ଉଦ୍ଜାନ ଭଳି ଗ୍ୟାସୀୟ ପଦାର୍ଥର ମିଶ୍ରଣରେ ବାୟୁମଣ୍ଡଳ ଗଠିତ ହୋଇଛି ।
ii. କାହାର ପରିମାଣ ବାୟୁମଣ୍ଡଳରେ ସର୍ବାଧୁକ ରହିଛି ?
Answer:
ଯବକ୍ଷାରଜାନ ବାୟୁମଣ୍ଡଳରେ ସର୍ବାଧିକ ପରିମାଣରେ ରହିଛି ।
iii. ଶ୍ଵାସକ୍ରିୟା ଛଡ଼ା ଅମ୍ଳଜାନ ଅନ୍ୟ କେଉଁ ପ୍ରକ୍ରିୟାରେ ସହାୟକ ହୋଇଥାଏ ?
Answer:
ଶିଳାକ୍ଷୟ, ଭୂତଳ ଖଣିଜ ପଦାର୍ଥର ଗଠନ ତଥା ଦହନ ଓ ଚ୍ଚାରଣ ପ୍ରକ୍ରିୟାରେ ଅମ୍ଳଜାନ ସହାୟକ ହୋଇଥାଏ।
iv. ଟ୍ରପୋସ୍ଫିୟରର ହାରାହାରି ଉଚ୍ଚତା କେତେ ?
Answer:
ଟ୍ରପୋସ୍ଫିୟରର ହାରାହାରି ଉଚ୍ଚତା ପ୍ରାୟ ୧୨ କି.ମି. ।
v. ଓଜୋନ ଗ୍ୟାସ୍ କେଉଁଠି ରହିଛି ?
Answer:
ଓଜୋନ୍ ଗ୍ୟାସ୍ ଷ୍ଟ୍ରାଟୋସ୍ପିୟର ସ୍ତରର ନିମାଂଶରେ ରହିଛି।
vi. ଓଜୋନ୍ ଗ୍ୟାସ୍ ସ୍ତର ଆମକୁ କିପରି ସାହାଯ୍ୟ କରେ ?
Answer:
ଓଜୋନ୍ ଗ୍ୟାସ୍ ଆମକୁ ସୂର୍ଯ୍ୟଙ୍କଠାରୁ ଆସୁଥିବା କ୍ଷତିକାରକ ରଶ୍ମି ପ୍ରଭାବରୁ ରକ୍ଷା କରିଥାଏ।
vii. ମେସୋସ୍ପିୟର କେତେ ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପି ରହିଛି ?
Answer:
ମେସୋସ୍ପିୟର ପ୍ରାୟ ୮୦ କି.ମି. ଉଚ୍ଚତା ପର୍ଯ୍ୟନ୍ତ ରହିଛି ।
viii. କେଉଁ ସ୍ତରଟି ବିମାନ ଚଳାଚଳ ପାଇଁ ଅନୁକୂଳ ଅଟେ ?
Answer:
ଷ୍ଟ୍ରାଟୋସ୍ପିୟର ସ୍ତରଟି ବିମାନ ଚଳାଚଳ ପାଇଁ ଅନୁକୂଳ ଅଟେ ।
ix. ପାଗ କହିଲେ କ’ଣ ?
Answer:
ନିର୍ଦ୍ଦିଷ୍ଟ ସମୟରେ କୌଣସି ସ୍ଥାନର ବାୟୁମଣ୍ଡଳର ସାମୟିକ ଅବସ୍ଥାକୁ ପାଣିପାଗ ବା ସଂକ୍ଷେପରେ ‘ପାଗ’ କୁହାଯାଏ।
x. ଜଳବାୟୁ କାହାକୁ କୁହାଯାଏ ?
Answer:
କୌଣସି ସ୍ଥାନର ପାଣିପାଗର ବହୁବର୍ଷ ଧରି ହାରାହାରି ଅବସ୍ଥାକୁ ଜଳବାୟୁ କୁହାଯାଏ ।
xi. ‘ଦୈନିକ ତାପ ବ୍ୟବଧାନ’ କହିଲେ କ’ଣ ?
Answer:
ଦୈନିକ ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରାର ବ୍ୟବଧାନକୁ ‘ଦୈନିକ ତାପ ବ୍ୟବଧାନ’ କୁହାଯାଏ।
xii. କେଉଁଠାରେ ବାୟୁଚାପ ସର୍ବାଧିକ ?
Answer:
ସମୁଦ୍ର ପତ୍ତନରେ ବାୟୁଚାପ ସର୍ବାଧୁକ ।
xiii. ବାୟୁଚାପ କାହାକୁ କୁହାଯାଏ ?
Answer:
କୌଣସି ସ୍ଥାନର ଏକ ବର୍ଗ ସେ.ମି. ପରିମିତ ଅଞ୍ଚଳରେ ବାୟୁମଣ୍ଡଳର ଶେଷସୀମା ପର୍ଯ୍ୟନ୍ତ ବିସ୍ତୃତ ବାୟୁସ୍ତମ୍ଭର ଓଜନକୁ ବାୟୁଚାପ କୁହାଯାଏ ।
xiv. ବାୟୁଚାପ କାହାଦ୍ଵାରା ପ୍ରଭାବିତ ହୋଇଥାଏ ?
Answer:
ବାୟୁଚାପ ତାପମାତ୍ରାଦ୍ଵାରା ବିଶେଷଭାବେ ପ୍ରଭାବିତ ହୋଇଥାଏ।
xv. କେଉଁ ଯନ୍ତ୍ରଦ୍ୱାରା ବାୟୁଚାପ ନିର୍ଣ୍ଣୟ କରାଯାଏ ?
Answer:
ବ୍ୟାରୋମିଟର ବା ଚାପମାନ ଯନ୍ତ୍ରଦ୍ଵାରା ବାୟୁଚାପ ନିଷ୍କ୍ରିୟ କରାଯାଏ ।
xvi. କାହାଦ୍ଵାରା ବାୟୁର ଦିଗ ମପାଯାଏ ?
Answer:
ଉଇଣ୍ଡଭେନ୍ଦ୍ୱାରା ବାୟୁର ଦିଗ ମପାଯାଏ।
xvii. କାହାଦ୍ଵାରା ବାୟୁର ବେଗ ମପାଯାଏ ?
Answer:
ଆନିମୋମିଟରଦ୍ଵାରା ବାୟୁର ବେଗ ମପାଯାଏ।
xvili. ପବନ କହିଲେ କ’ଣ ବୁଝ ?
Answer:
ଭୂପୃଷ୍ଠ ସହ ସମାନ୍ତର ଭାବେ ବହୁଥୁବା ବାୟୁକୁ ପବନ କୁହାଯାଏ ।
xix. ନିୟତ ବାୟୁପ୍ରବାହ କାହାକୁ କୁହାଯାଏ ?
Answer:
ଗୁରୁଚାପ ବଳୟରୁ ଲଘୁଚାପ ବଳୟକୁ ନିୟମିତ ପ୍ରବାହିତ ବାୟୁକୁ ନିୟତ ବାୟୁପ୍ରବାହ କୁହାଯାଏ।
xx. କାହାକୁ ଆୟନ ବାହୁ କୁହାଯାଏ ?
Answer:
ଉପକ୍ରାନ୍ତୀୟ ଗୁରୁଚାପ ବଳୟରୁ ନିରକ୍ଷୀୟ ଲଘୁଚାପ ବଳୟକୁ ପ୍ରବାହିତ ବାୟୁକୁ ଆୟନ ବାହୁ କୁହାଯାଏ।
xxi. କାହାକୁ ପଶ୍ଚିମାବାୟୁ କୁହାଯାଏ ?
Answer:
ଉଭୟ ଗୋଲାର୍ଦ୍ଧରେ ଉପକ୍ରାନ୍ତୀୟ ଗୁରୁଚାପ ବଳୟରୁ ଉପମେରୁ ଦେଶୀୟ ଲଘୁଚାପ ବଳୟକୁ ପ୍ରବାହିତ ବାୟୁକୁ ପଶ୍ଚିମାବାୟୁ କୁହାଯାଏ।
xxii. ସାମୟିକ ବାୟୁପ୍ରବାହ କାହାକୁ କୁହାଯାଏ ?
Answer:
ଦିନ ବା ବର୍ଷର ସମୟ ଭିଭିରେ ପରସ୍ପର ବିପରୀତ ଦିଗରୁ ପ୍ରବାହିତ ବାୟୁକୁ ସାମୟିକ ବାୟୁ ପ୍ରବାହ କୁହାଯାଏ।
xxiii. ସ୍ଥାନୀୟ ବାୟୁପ୍ରବାହ କହିଲେ କ’ଣ ?
Answer:
ଅଞ୍ଚଳ ଭିରିରେ ବର୍ଷର ନିର୍ଦ୍ଦିଷ୍ଟ ସମୟରେ ପ୍ରବାହିତ ବାୟୁକୁ
ସ୍ଥାନୀୟ ବାୟୁପ୍ରବାହ କୁହାଯାଏ।
xxiv. ଚିନୁକ୍ କାହାକୁ କୁହାଯାଏ ?
Answer:
ରକି ପର୍ବତମାଳାର ପୂର୍ବଢାଲୁ ଅଞ୍ଚଳରେ ଶୀତକାଳରେ ପ୍ରବାହିତ ଏକ ଉଷ୍ମ ଓ ଶୁଷ୍କ ବାୟୁକୁ ଚିନୁକ୍ କୁହାଯାଏ ।
xxv. ଆକସ୍ମିକ ବାୟୁପ୍ରବାହ କାହାକୁ କୁହାଯାଏ ?
Answer:
ବେଳେବେଳେ ବାୟୁଚାପରେ ଆକସ୍ମିକ ପରିବର୍ତ୍ତନ ଯୋଗୁଁ ଆକସ୍ମିକ ବାୟୁପ୍ରବାହ ହୋଇଥାଏ।
xxvi. ‘ବାଷ୍ପମୋଚନ ପ୍ରକ୍ରିୟା’ କାହାକୁ କୁହାଯାଏ ?
Answer:
ବୃକ୍ଷଲତାଦିଙ୍କର ଡାଳପତ୍ରରୁ ଜଳ ବାଷ୍ପୀଭୂତ ହୋଇ ବାୟୁମଣ୍ଡଳରେ ମିଶିବାକୁ ‘ ବାଷ୍ପମୋଚନ ପ୍ରକ୍ରିୟା’ କୁହାଯାଏ ।
xxvii. ବାୟୁର ଆର୍ଦ୍ରତା କାହାକୁ କୁହାଯାଏ ?
Answer:
ଜଳୀୟବାଷ୍ପର ଉପସ୍ଥିତି ଓ ପରିମାଣକୁ ‘ବାୟୁର ଆର୍ଦ୍ରତା’ କୁହାଯାଏ ।
xxviii. ପରିପୃକ୍ତ ବାୟୁ କାହାକୁ କୁହାଯାଏ ?
Answer:
ତାପମାତ୍ରା ଅନୁଯାୟୀ ବାୟୁରେ କ୍ଷମତା ପରିମାଣରେ ଜଳୀୟବାଷ୍ପ ଥିଲେ ତାହାକୁ ପରିପୃକ୍ତ ବାୟୁ କୁହାଯାଏ ।
xxix. ଅପରିପୃକ୍ତ ବାୟୁ କାହାକୁ କୁହାଯାଏ ?
Answer:
ଜଳୀୟବାଷ୍ପ ଧାରଣ କ୍ଷମତାଠାରୁ କମ୍ ଜଳୀୟବାଷ୍ପ ଥିଲେ ତାକୁ ଅପରିପୃକ୍ତ ବାୟୁ କୁହାଯାଏ ।
xxx. କେଉଁ ଯନ୍ତ୍ରରେ ବାୟୁର ଆର୍ଦ୍ରତା ମାପ କରାଯାଏ ?
Answer:
ହାଇଗ୍ଲୋମିଟର ଯନ୍ତ୍ରରେ ବାୟୁର ଆର୍ଦ୍ରତା ମାପ କରାଯାଏ।
xxxi. ଶିଶିରାଙ୍କ କାହାକୁ କୁହାଯାଏ ?
Answer:
ଯେଉଁ ତାପମାତ୍ରାରେ ଜଳୀୟବାଷ୍ପ କ୍ଷୁଦ୍ର କ୍ଷୁଦ୍ର ଜଳକଣାରେ ପରିଣତ ହୁଏ, ସେହି ତାପମାତ୍ରାକୁ ‘ଶିଶିରାଙ୍କ’ କୁହାଯାଏ ।
xxxii. ‘ଅଭିବହନ କୁହୁଡ଼ି’ କାହାକୁ କୁହାଯାଏ ?
Answer:
ଶୀତଳ ବାୟୁ ଓ ଉଷ୍ମ ଆର୍ଦ୍ରବାୟୁର ମିଶ୍ରଣରେ ସୃଷ୍ଟ କୁହୁଡ଼ିକୁ ‘ ଅଭିବହନ କୁହୁଡ଼ି’ କୁହାଯାଏ।
xxxiii. ‘ମିଷ୍ଟ’ କ’ଣ ?
Answer:
କୁହୁଡ଼ି ଅତି ପତଳା ହେଲେ ତାହାକୁ ମିଷ୍ଟ କହନ୍ତି ।
xxxiv. ମେଘ କାହାକୁ କୁହାଯାଏ ?
Answer:
ଆକାଶରେ ଭାସମାନ ଅବସ୍ଥାରେ ଥିବା ଜଳକଣା ଓ ତୁଷାରକଣାର ସମାହାରକୁ ମେଘ କୁହାଯାଏ।
xxxv. ସ୍ତରୀଭୂତ ମେଘ କାହାକୁ କୁହାଯାଏ ?
Answer:
ଆକାଶର ବିସ୍ତୀର୍ଣ୍ଣ ଅଞ୍ଚଳରେ ସ୍ତର ସ୍ତର ହୋଇ ଭାସୁଥୁବା ମେଘକୁ ସ୍ତରୀଭୂତ ମେଘ କୁହାଯାଏ ।
xxxvi. ପୁଞ୍ଜିଭୂତ ମେଘ କାହାକୁ କୁହାଯାଏ ?
Answer:
କେତେକ ତୁଳାଗଦା ସଦୃଶ ମେଞ୍ଚା ମେଞ୍ଚା ହୋଇ ବହୁ ଉପରକୁ ଉଠି ରହିଥୁବା ଭଳି ଦେଖାଯାଉଥିବା ମେଘକୁ ପୁଞ୍ଜିଭୂତ ମେଘ କୁହାଯାଏ ।
xxxvii. କେଉଁ ମେଘରେ ବୃଷ୍ଟିପାତର ସମ୍ଭାବନା ଅଧିକ ରହେ ?
Answer:
ନିମ୍ନ ମେଘରେ ଜଳକଣା ଅଧିକ ଥିବାରୁ ବୃଷ୍ଟିପାତର ସମ୍ଭାବନା ଅଧିକ ରହେ ।
xxxviii. ବର୍ଷଣ କାହାକୁ କୁହାଯାଏ ?
Answer:
ମେଘରେ ଥିବା ଜଳ କିମ୍ବା ତୁଷାରକଣା ଘନୀଭୂତ ହୋଇ ତଳକୁ ଖସିବା ପ୍ରକ୍ରିୟାକୁ ବର୍ଷଣ କୁହାଯାଏ।
xxxix. ବୃଷ୍ଟିପାତ କାହାକୁ କୁହାଯାଏ ?
Answer:
ମେଘରେ ଥିବା ଜଳକଣା ଘନୀଭୂତ ହୋଇ ଜଳ ଆକାରରେ ଭୂପୃଷ୍ଠରେ ପଡ଼ିବାକୁ ବୃଷ୍ଟିପାତ କୁହାଯାଏ ।
xl. ବୃଷ୍ଟିପାତର ପରିମାଣ କେଉଁଥରେ ମପାଯାଏ ?
Answer:
ବୃଷ୍ଟିପାତର ପରିମାଣ ‘ରେନ୍ଗଗଜ’ ବା ବୃଷ୍ଟିମାପକ ଯନ୍ତ୍ରଦ୍ୱାରା ମପାଯାଏ ।
xli. ପରିଚଳନ ବୃଷ୍ଟିପାତ କେଉଁ ଅଞ୍ଚଳରେ ଓ କେଉଁ ସମୟରେ ହୋଇଥାଏ ?
Answer:
ପରି ଚଳନ ବୃଷ୍ଟିପାତ ନିରକ୍ଷୀୟ ଅଞ୍ଚଳରେ ପ୍ରତିଦିନ ଅପରାହ୍ନରେ ଏବଂ କ୍ରାନ୍ତିମଣ୍ଡଳୀୟ ଅଞ୍ଚଳରେ ଅପରାହ୍ନରେ ହୋଇଥାଏ ।
ପ୍ରତ୍ୟେକର ସଂଜ୍ଞା ଗୋଟିଏ ବାକ୍ୟରେ ପ୍ରକାଶ କର।
i. ଟ୍ରପୋସ୍ଟି ଅର
Answer:
ହାରାହାରି ୧୨ କିଲୋମିଟର ଉଚ୍ଚତା ବିଶିଷ୍ଟ ବାୟୁମଣ୍ଡଳର ସର୍ବନିମ୍ନ ସ୍ତର ।
ii. ଷ୍ଟ୍ରାଟୋସ୍ଟି ଅର
Answer:
ଟ୍ରପୋସ୍ପିଅର ଉପରକୁ ପ୍ରାୟ ୫୦ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଥୁବା ବାୟୁ ସ୍ତର ।
iii. ଟ୍ରପୋପଜ୍
Answer:
ଟ୍ରପୋସ୍ପିଅର ଓ ଷ୍ଟ୍ରାଟୋସ୍ପିଅର ମଝିରେ ଥିବା ଏକ ପତଳା ବଳୟ ।
iv. ମେସୋପଜ୍
Answer:
ମେସୋସ୍ପିଅର୍ ଓ ଥର୍ମୋସ୍ପିଅରକୁ ପୃଥକ୍ କରୁଥିବା ଏକ ପତଳା ବଳୟ ।
v. ଥର୍ମୋସ୍ଟି ଅର୍
Answer:
ମେସୋସ୍ପିଅରର ଉପର ସ୍ତରକୁ ଥର୍ମୋସ୍ପିଅର କୁହାଯାଏ ।
vi. ଏକ୍ସ୍ଟି ଅର
Answer:
ବାୟୁମଣ୍ଡଳର ବାହ୍ୟ ସ୍ତର ।
vii. ପାଣିପାଗ
Answer:
ନିର୍ଦ୍ଦିଷ୍ଟ ସମୟରେ କୌଣସି ସ୍ଥାନର ବାୟୁମଣ୍ଡଳର ସାମୟିକ ଅବସ୍ଥା ।
viii. ଜଳବାୟୁ
Answer:
କୌଣସି ସ୍ଥାନର ପାଣିପାଗର ବହୁବର୍ଷ ଧରି ହାରାହାରି ଅବସ୍ଥା ।
ix. ସୌରାଭିତାପ
Answer:
ଭୂପୃଷ୍ଠରେ ସଂଗୃହୀତ ସୌରରଶ୍ମିର ପରିମାଣ ।
x. ତାପ ବଜେଟ୍
Answer:
ଶକ୍ତି ସଂଗ୍ରହ ଓ ଶକ୍ତି ବିକିରଣ ମଧ୍ୟରେ ସମତା ରହିବାକୁ ତାପ ବଜେଟ୍ କୁହାଯାଏ ।
xi. ଦୈନିକ ତାପ ବ୍ୟବଧାନ
Answer:
ଦୈନିକ ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ମଧ୍ୟରେ ବ୍ୟବଧାନ ।
xii. ବାର୍ଷିକ ତାପଚକ୍ର
Answer:
ବର୍ଷକ ମଧ୍ୟରେ ତାପମାତ୍ରାର କ୍ରମଶଃ ହ୍ରାସବୃଦ୍ଧି ।
xiii. ଗ୍ରୀଷ୍ମମଣ୍ଡଳ/ଉଷୁମଣ୍ଡଳ
Answer:
କର୍କଟକ୍ରାନ୍ତି ଓ ମକରକ୍ରାନ୍ତିର ମଧ୍ୟବର୍ତ୍ତୀ ଅଞ୍ଚଳ ।
xiv ହିମମଣ୍ଡଳ
Answer:
ଉଭୟ ଗୋଲାର୍ଦ୍ଧରେ ମେରୁବୃରଠାରୁ ମେରୁ ମଧ୍ୟବର୍ତ୍ତୀ ଅଧ୍ବକ ତୀର୍ଯ୍ୟକ୍ କିରଣ ପଡ଼ୁଥିବା ଅଞ୍ଚଳ ।
x. ନିରକ୍ଷ ଶାନ୍ତ ବଳୟ
Answer:
ବିଷୁବ ବୃତ୍ତର ଉଭୟ ପାର୍ଶ୍ଵରେ ୫° ସମାକ୍ଷରେଖା ମଧ୍ୟବର୍ତ୍ତୀ ଚାପ ବଳୟ ।
xvi. ଉଇଣ୍ଡଭେନ୍
Answer:
ବାୟୁର ଦିଗ ମାପକ ଯନ୍ତ୍ର ।
xvii. ଆନିମୋମିଟର
Answer:
ବାୟୁର ବେଗ ମାପକ ଯନ୍ତ୍ର ।
xvili. ନିୟତ ବାୟୁ
Answer:
ଗୁରୁଚାପ ବଳୟରୁ ଲଘୁଚାପ ବଳୟକୁ ପ୍ରବାହିତ ବାୟୁ ।
xix. ଆୟନ ବାୟୁ/ବାଣିଜ୍ୟ ବାୟୁ
Answer:
ଉପକ୍ରାନ୍ତୀୟ ଗୁରୁଚାପ ବଳୟରୁ ନିରକ୍ଷୀୟ ଲଘୁଚାପ ବଳୟକୁ ପ୍ରବାହିତ ବାୟୁ ।
xx. ପଶ୍ଚିମା ବାୟୁ
Answer:
ଉଭୟ ଗୋଲାର୍ଦ୍ଧରେ ଉପକ୍ରାନ୍ତୀୟ ଗୁରୁଚାପ ବଳୟରୁ ଉପମେରୁ ଦେଶୀୟ ଲଘୁଚାପ ବଳୟକୁ ପ୍ରବାହିତ ବାୟୁ ।
xxi. ଗର୍ଜନଶୀଳ ଚାଳିଶା
Answer:
ଦକ୍ଷିଣ ଗୋଲାର୍ଦ୍ଧରେ ବିସ୍ତୀର୍ଣ୍ଣ ଜଳରାଶି ମଧ୍ୟରେ ପ୍ରାୟ ୪୦ରୁ ୪୯° ସମାକ୍ଷରେଖା ମଧ୍ଯରେ ପ୍ରବଳ ବେଗରେ ପ୍ରବାହିତ ପଶ୍ଚିମା ବାୟୁ ।
xxii. ମେରୁ ବାୟୁ
Answer:
ଉଭୟ ଗୋଲାର୍ଦ୍ଧରେ ମେରୁ ଦେଶୀୟ ଗୁରୁଚାପ ବଳୟରୁ ଉପମେରୁ ଦେଶୀୟ ଲଘୁଚାପ ବଳୟକୁ ପ୍ରବାହିତ ବାୟୁ ।
xxiii. ସାମୟିକ ବାୟୁ
Answer:
ଦିନ ବା ବର୍ଷର ସମୟ ଭିତ୍ତିରେ ପରସ୍ପର ବିପରୀତ ଦିଗରୁ ପ୍ରବାହିତ ବାୟୁ ।
xxiv. ସ୍ଥଳ ବାୟୁ
Answer:
ସ୍ଥଳଭାଗରୁ ସମୁଦ୍ର ଆଡ଼କୁ ପ୍ରବାହିତ ବାୟୁ ।
xxv. ସମୁଦ୍ର ବାୟୁ
Answer:
ସମୁଦ୍ରରୁ ସ୍ଥଳଭାଗକୁ ପ୍ରବାହିତ ହେଉଥିବା ବାୟୁ ।
xxvi. ଦକ୍ଷିଣ-ପୂର୍ବ ମୌସୁମୀ ବାୟୁ
Answer:
ଗ୍ରୀଷ୍ମକାଳରେ ଏସିଆ ମହାଦେଶର ଦକ୍ଷିଣରେ ଥିବା ବିସ୍ତୃତ ଜଳଭାଗରୁ ସ୍ଥଳଭାଗକୁ ଦକ୍ଷିଣ-ପଶ୍ଚିମ ଦିଗରୁ ପ୍ରବାହିତ ମୌସୁମୀ ବାୟୁ ।
xxvi. କାଳବୈଶାଖୀ
Answer:
ଓଡ଼ିଶାର ଉତ୍ତରଭାଗ, ପଶ୍ଚିମବଙ୍ଗ, ଆସାମ, ବାଂଲାଦେଶରେ ଗ୍ରୀଷ୍ମଦିନେ ଅପରାହ୍ନରେ ଉଷ୍ଣ ବାୟୁପ୍ରବାହ ଫଳରେ ଘଡ଼ଘଡ଼ି ସହ ହେଉଥିବା ବୃଷ୍ଟିପାତ ।
xxvili. କୁ
Answer:
ଗ୍ରୀଷ୍ମଦିନେ ଗାଙ୍ଗେୟ ସମତଳ ଅଞ୍ଚଳ ତଥା ରାଜସ୍ଥାନରେ ପ୍ରବାହିତ ହେଉଥିବା ଏକ ଅତି ଉଷ୍ଣ ଓ ଶୁଷ୍କ ବାୟୁ ।
xxix. ଚିନୁକ୍
Answer:
ରକି ପର୍ବତମାଳାର ପୂର୍ବ ଢାଲୁ ଅଞ୍ଚଳରେ ଶୀତକାଳରେ ପ୍ରବାହିତ ଏକ ଉଷ୍ଣ ଓ ଶୁଷ୍କ ବାୟୁ ।
xxx. ବାୟୁର ଆର୍ଦ୍ରତା
Answer:
ବାୟୁରେ ଜଳୀୟବାଷ୍ପର ପରିମାଣ ଓ ଉପସ୍ଥିତିକୁ ବାୟୁର ଆର୍ଦ୍ରତା କୁହାଯାଏ ।
xxxi. ଶିଶିରାଙ୍କ
Answer:
ଯେଉଁ ତାପମାତ୍ରାରେ ଜଳୀୟବାଷ୍ପ କ୍ଷୁଦ୍ର କ୍ଷୁଦ୍ର ଜଳକଣାରେ ପରିଣତ ହୁଏ ।
xxxii.ବାଷ୍ପୀଭବନ
Answer:
ଜଳ ଗ୍ୟାସୀୟ ଅବସ୍ଥାରେ ପରିବର୍ତ୍ତିତ ହେବା ପ୍ରକ୍ରିୟା ।
xxxiii. ଘନୀଭବନ
Answer:
ଜଳୀୟବାଷ୍ପ ଗ୍ୟାସୀୟ ଅବସ୍ଥାରୁ ତରଳ ବା କଠିନ ଅବସ୍ଥାକୁ ପରିବର୍ତ୍ତିତ ହେବା ପ୍ରକ୍ରିୟା ।
xxxiv. ଅଭିବହନ କୁହୁଡ଼ି
Answer:
ଶୀତଳ ବାୟୁ ଓ ଉଷ୍ଣ ଆର୍ଦ୍ର ବାୟୁର ମିଶ୍ରଣରେ ସୃଷ୍ଟି ହେଉଥିବା କୁହୁଡ଼ି ।
xxxv. ମିଷ୍ଟ୍
Answer:
କୁହୁଡ଼ି ଅତି ପତଳା ହେଲେ ତାହାକୁ ମିଷ୍ଟ୍ କୁହାଯାଏ ।
xxxvi. ସ୍ତରୀଭୂତ ମେଘ
Answer:
ଆକାଶରେ ବିସ୍ତୀର୍ଣ୍ଣ ଅଞ୍ଚଳରେ ସ୍ତର ସ୍ତର ହୋଇ ଭାସୁଥିବା ମେଘ ।
xxxvii.ପୁଞ୍ଜିଭୂତ ମେଘ
Answer:
ତୁଳାଗଦା ସଦୃଶ ମେଞ୍ଚା ମେଞ୍ଚା ହୋଇ ବହୁ ଉପରକୁ ଉଠି ରହି ଦେଖାଯାଉଥିବା ମେଘ ।
xxxviii.ନିମ୍ନ ମେଘ
Answer:
ଭୂପୃଷ୍ଠରୁ ପ୍ରାୟ ଦୁଇ କିଲୋମିଟର ପର୍ଯ୍ୟନ୍ତ ଉଚ୍ଚତାରେ ଥିବା ମେଘ ।
xxxix. ମଧ୍ୟ ମେଘ
Answer:
ଦୁଇ କିଲୋମିଟରରୁ ୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ହୋଇଥିବା ମେଘ ।
xl. ଉଚ୍ଚ ମେଘ
Answer:
୬ କି.ମି.ରୁ ୧୨ କି.ମି. ପର୍ଯ୍ୟନ୍ତ ବ୍ୟାପିଥୁବା ମେଘ ।
xli. ବର୍ଷଣ
Answer:
ମେଘରେ ଥିବା ଜଳ କିମ୍ବା ତୁଷାରକଣା ଘନୀଭୂତ ହୋଇ ତଳକୁ ଖସିବା ପ୍ରକ୍ରିୟା ।
xlii. ରେନ୍ଗଗଳ
Answer:
ବୃଷ୍ଟିପାତର ପରିମାଣ ମାପ କରାଯାଉଥିବା ଯନ୍ତ୍ର ।
xliii. ହାଇଟ୍ରୋମିଟର
Answer:
ବାୟୁର ଆର୍ଦ୍ରତା ମାପ କରାଯାଉଥିବା ଯନ୍ତ୍ର ।
ପ୍ରତ୍ୟେକ ବାକ୍ୟାଶକୁ ଗୋଟିଏ ଶବ୍ଦରେ ପ୍ରକାଶ କର ।
i. ପୃଥିବୀକୁ ଘେରି ରହିଥିବା ଗ୍ୟାସୀୟ ବଳୟ ।
Answer:
ବାୟୁମଣ୍ଡଳ
ii. ବାୟୁମଣ୍ଡଳରେ ସର୍ବାଧିକ ପରିମାଣରେ ରହିଥିବା ଗ୍ୟାସ୍ ।
Answer:
ଯବକ୍ଷାରଜାନ
iii. ଜୀବଜଗତ ପାଇଁ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ସ୍ତର ।
Answer:
ଟ୍ରପୋସ୍ଫି ୟର
iv. ଭୂପୃଷ୍ଠର ସଂଗୃହୀତ ସୌରରଶ୍ମିର ପରିମାଣ ।
Answer:
ସୌରାଭିତାପ,
v. କୌଣସି ସ୍ଥାନର ଏକ ବର୍ଗ ସେ.ମି. ପରିମିତ ଅଞ୍ଚଳରେ ବାୟୁମଣ୍ଡଳର ଶେଷସୀମା ପର୍ଯ୍ୟନ୍ତ ବିସ୍ତୃତ ବାୟୁସ୍ତରର ଓଜନ ।
Answer:
ବାୟୁଚାପ
vi. ବାୟୁମଣ୍ଡଳର ଶାନ୍ତ ଓ ଚଳନଶୂନ୍ୟ ବଳୟ ।
Answer:
ନିରକ୍ଷୀୟ ଲଘୁଚାପ ବଳୟ
vii. ରକି ପର୍ବତମାଳାର ପୂର୍ବଜାଲୁ ଅଞ୍ଚଳରେ ଶୀତକାଳରେ ପ୍ରବାହିତ ଏକ ଉଷ୍ଣ ଓ ଶୁଷ୍କ ବାୟୁପ୍ରବାହ ।
Answer:
ଚିନୁକ୍
viii. ବାୟୁମଣ୍ଡଳରେ ଜଳୀୟବାଷ୍ପର ଉପସ୍ଥିତି ଓ ପରିମାଣ ।
Answer:
ବାୟୁର ଆର୍ଦ୍ରତା
ix. ଭୂପୃଷ୍ଠର ତାପ ବିକିରଣରୁ ସୃଷ୍ଟ କୁହୁଡ଼ି ।
Answer:
ବିକିରଣ କୁହୁଡ଼ି
x. ଆକାଶରେ ଭାସମାନ ଅବସ୍ଥାରେ ଥିବା ଜଳକଣା ଓ ତୁଷାରକଣାର ସମାହାର ।
Answer:
ମେଘ
xi. ଭୂପୃଷ୍ଠରୁ ଦୁଇ କି.ମି. ପର୍ଯ୍ୟନ୍ତ ଉଚ୍ଚତାରେ ଥିବା ମେଘ
Answer:
ନିମ୍ନମେଘ
xii. ଭୂପୃଷ୍ଠରୁ ୨ ରୁ ୬ କି.ମି. ଉଚ୍ଚତା ମଧ୍ୟରେ ଥିବା ମେଘ ।
Answer:
ମଧ୍ୟମେଘ
xiii. ଦୁଇ କ୍ରାନ୍ତିବୃତ୍ତ ମଧ୍ୟବର୍ତ୍ତୀ ତାପମଣ୍ଡଳ ।
Answer:
ଗ୍ରୀଷ୍ମମଣ୍ଡଳ
xiv ବାୟୁମଣ୍ଡଳର ସର୍ବନିମ୍ନ ସ୍ତର ।
Answer:
ଟ୍ରପୋସ୍ଟିଅର୍
xv ପୃଥିବୀ ଗ୍ରହଣ କରୁଥିବା ସୂର୍ଯ୍ୟତାପ ।
Answer:
ସୌରାଭିତାପ
xvi. କ୍ରାନ୍ତିବୃତ୍ତ ଓ ମେରୁବୃତ୍ତ ମଧ୍ୟବର୍ତୀ ତାପମଣ୍ଡଳ ।
Answer:
ନାତିଶୀତୋଷ୍ଣ ମଣ୍ଡଳ
xvii. ପ୍ରବାହିତ ବାୟୁ ।
Answer:
ପବନ
xviii.ଖରାଦିନେ ଉତ୍ତର ଭାରତରେ ପ୍ରବାହିତ ଉଷ୍ଣ, ଶୁଷ୍କ ଓ ଧୂଳିପୂର୍ବ ବାୟୁ ।
Answer:
ଲୁ
xix. ଋତୁ ଅନୁଯାୟୀ ପ୍ରବାହିତ ବାୟୁ ।
Answer:
ମୌସୁମୀବାୟୁ
xx. ଦକ୍ଷିଣ ଗୋଲାର୍ଦ୍ଧରେ ବହୁଥିବା ପଶ୍ଚିମାବାୟୁ ।
Answer:
ଗର୍ଜନଶୀଳ ଚାଳିଶା
xxi. ପ୍ରାକୃତିକ ପ୍ରକ୍ରିୟାରେ ଆକାଶରୁ ଜଳ ତରଳ କିମ୍ବା କଠିନ ଅବସ୍ଥାରେ ଭୂପୃଷ୍ଠରେ ପଡ଼ିବା ।
Answer:
ବର୍ଷଣ
xxii. ଜଳର ବାଷ୍ପୀୟ ଅବସ୍ଥାକୁ ପରିବର୍ତ୍ତନ କରୁଥିବା ପ୍ରକ୍ରିୟା ।
Answer:
ବାଷ୍ପୀଭବନ
xxiii.ଯେଉଁ ତାପମାତ୍ରାରେ ବାୟୁମଣ୍ଡଳରେ ଥିବା ଜଳକଣା ଘନୀଭୂତ ହୁଏ ।
Answer:
ଶିଶିରାଙ୍କ
xxiv. ଜଳୀୟବାଷ୍ପକୁ ଜଳରେ ପରିଣତ କରୁଥିବା ପ୍ରକ୍ରିୟା ।
Answer:
ଘନୀଭବନ
xxv. ଉଷ୍ଣ ଓ ଆର୍ଦ୍ର ବାୟୁ ଉପରକୁ ଉଠି ଝଡ଼ ସହ ହେଉଥିବା ବୃଷ୍ଟିପାତ ।
Answer:
ବାତାବର୍ଗ ଜନିତ ବୃଷ୍ଟିପାତ
xxvi. ନିରକ୍ଷୀୟ ଅଞ୍ଚଳରେ ହେଉଥୁବା ବୃଷ୍ଟିପାତ ।
Answer:
ପରିଚଳନ ବୃଷ୍ଟିପାତ
xxvi. ବାୟୁର ଜଳୀୟବାଷ୍ପ ପରିମାଣି ମାପୁଥିବା ଯନ୍ତ୍ର ।
Answer:
ହାଇଡ୍ରୋମିଟର
xxvili. ଯେଉଁ ପ୍ରକ୍ରିୟାରେ ବୃକ୍ଷଲତାଦିଙ୍କର ଡାଳପତ୍ରରୁ ଜଳ ବାଷ୍ପୀଭୂତ ହୁଏ ।
Answer:
ବାଷ୍ପୀମୋଚନ ପ୍ରକ୍ରିୟା
xxix. ପର୍ବତର ଯେଉଁ ପାର୍ଶ୍ବରେ ଅଳ୍ପବୃଷ୍ଟି ହୋଇଥାଏ ।
Answer:
ଅନୁବାତ ପାର୍ଶ୍ଵ
xx. ମେଘରୁ ଭୂପୃଷ୍ଠକୁ ଖସୁଥୁବା ଛୋଟବଡ଼ ବରଫଖଣ୍ଡ ।
Answer:
କୁଆପଥର
xxxi.ଶୀତଳ ବାୟୁ ଓ ଉଷ୍ଣ ଆର୍ଦ୍ର ବାୟୁ ମିଶ୍ରଣରେ ସୃଷ୍ଟି ହେଉଥିବା କୁହୁଡ଼ି ।
Answer:
ଅଭିବହନ କୁହୁଡ଼ି
xxxii. ମେକ୍ସିକୋ ଉପକୂଳରେ ବାତାବର୍ଭର ନାମ ।
Answer:
ହରିକେନ୍
xxxiii. ଜଳକଣାର ପରିମାଣ ଅପେକ୍ଷାକୃତ ଅଧିକ ଥିବା ମେଘ ।
Answer:
ପୁଞ୍ଜୀଭୂତ ମେଘ
ଶୂନ୍ୟସ୍ଥାନ ପୂରଣ କର ।
i. ଜୀବଜଗତ ପାଇଁ _______ ସ୍ତର ଅଧିକ ଗୁରୁତ୍ଵପୂର୍ଣ୍ଣ ।
Answer:
ଟ୍ରପୋସ୍ଟି ୟର
ii. ପୃଥିବୀକୁ _____ ସ୍ତର ଲାଗିରହିଛି ।
Answer:
ଟ୍ରପୋସ୍ଫିୟର
iii. ବାୟୁମଣ୍ଡଳରେ ____ ଗ୍ୟାସ୍ ସର୍ବାଧିକ ପରିମାଣରେ ରହିଛି ।
Answer:
ଯବକ୍ଷାରଜାନ
iv. ଜୀବଜଗତ ତିଷ୍ଠିବାପାଇଁ _____ ଗ୍ୟାସ୍ ଏକାନ୍ତ ଆବଶ୍ୟକ ।
Answer:
ଅମ୍ଳଜାନ
v. ସୂର୍ଯ୍ୟଙ୍କଠାରୁ ଆସୁଥିବା କ୍ଷତିକାରକ ରଶ୍ମି ପ୍ରଭାବରୁ ______ ସ୍ତର ଆମକୁ ରକ୍ଷା କରିଥାଏ ।
Answer:
ଷ୍ଟ୍ରାଟୋସ୍ଫିୟର
vi. ବିଷୁବ ଅଞ୍ଚଳରେ ଟ୍ରପୋସ୍ପିୟର ଭୂପୃଷ୍ଠରୁ _______ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପି ରହିଛି ।
Answer:
୧୬
vii. ଚିନୁକ୍ ନାମକ ଉଷ୍ଣ ଓ ଶୁଷ୍କ ବାୟୁ ______ ଅଞ୍ଚଳରେ ପ୍ରବାହିତ ହୋଇଥାଏ ।
Answer:
ରକି ପର୍ବତ
viii. ବାତାବର୍ଷକୁ ଚୀନ୍ ଉପକୂଳରେ ______ କୁହାଯାଏ ।
Answer:
ଟାଇଫୁନ୍
ix. ମୌସୁମୀ ବାୟୁ ______ ବାୟୁପ୍ରବାହର ଅନ୍ତର୍ଗତ ।
Answer:
ସାମୟିକ
x. ଗର୍ଜନଶୀଳ ଚାଳିଶା _____ ଗୋଲାର୍ଦ୍ଧରେ ପ୍ରବାହିତ ହୁଏ ।
Answer:
ଦକ୍ଷିଣ
xi. ବାଣିଜ୍ୟ ବାୟୁ ______ ବାୟୁ ପ୍ରବାହର ଅନ୍ତର୍ଗତ ।
Answer:
ନିୟତ
xii. ବାୟୁର ଦିଗ _____ ଯନ୍ତ୍ର ସାହାଯ୍ୟରେ ମାପ କରାଯାଏ ।
Answer:
ଉଇଣ୍ଡଭେନ୍
xiii. ବାୟୁର ବେଗ ______ ଯନ୍ତ୍ର ସାହାଯ୍ୟରେ ମାପ କରାଯାଏ ।
Answer:
ଆନିମୋମିଟର
xiv ବାୟୁ ଚାପ _____ ଯନ୍ତ୍ର ସାହାଯ୍ୟରେ ମାପ କରାଯାଏ ।
Answer:
ବାରୋମିଟର
xv ଓଡ଼ିଶାରେ ଗ୍ରୀଷ୍ମଋତୁର ଅପରାହ୍ନରେ _____ ବାୟୁ ପ୍ରବାହିତ ହୁଏ ।
Answer:
କାଳବୈଶାଖୀ
xvi. ଶୀତଳ ବାୟୁ ଓ ଉଷ୍ଣ ଆର୍ଦ୍ର ବାୟୁ ମିଳନରେ ______ ସୃଷ୍ଟି ହୁଏ ।
Answer:
ଅଭିବହନ
xvii. ନିରକ୍ଷୀୟ ଅଞ୍ଚଳରେ ପ୍ରତିଦିନ ଅପରାହ୍ନରେ _____ ବୃଷ୍ଟିପାତ ହୋଇଥାଏ ।
Answer:
ପରିଚଳନ
xviii. ପର୍ବତର ଯେଉଁ ପାର୍ଶ୍ଵରେ ଅଧିକ ବର୍ଷା ହୁଏ ତାହାକୁ ______ ପାର୍ଶ୍ବ କୁହାଯାଏ ।
Answer:
ପ୍ରତିବାତ
xix. ହାଲୁକା ଗ୍ୟାସ୍ମାନ_____ ସ୍ତରରେ ମହଜୁଦ ରହିଛି ।
Answer:
ଏକ୍ ସୋସ୍ଟି ଅର୍
xx. ସୌରାଭିତାପର ପରିମାଣ ପୃଥୁବୀର ______ ଅଞ୍ଚଳରେ ସର୍ବାଧ୍ବକ ।
Answer:
ବିଷୁବ
xxi. ଗତିଶୀଳ ବାୟୁକୁ _____ କୁହାଯାଏ ।
Answer:
ପବନ
xxii. ବୃକ୍ଷଲତାଦି ____ ପ୍ରକ୍ରିୟାରେ ବାୟୁମଣ୍ଡଳକୁ ବାଷ୍ପ ଛାଡ଼ିଥାନ୍ତି ।
Answer:
ବାଷ୍ପମୋଚନ
ଠିକ୍ ଉତ୍ତର ବାଛି ଲେଖ।
Question i.
ବାୟୁମଣ୍ଡଳରେ କେଉଁ ଗ୍ୟାସ୍ର ପରିମାଣ ସବୁଠାରୁ ଅଧିକ ?
(କ) ଅମ୍ଳଜାନ
(ଗ) ଆରଗନ୍
(ଖ) ଅଙ୍ଗାରକାମ୍ଳ
(ଘ) ଯବକ୍ଷାରଜାନ
Answer:
(ଘ) ଯବକ୍ଷାରଜାନ
Question ii.
ସମୁଦ୍ରପତ୍ତନରୁ ଉପରକୁ ଆରୋହଣ କଲେ ପ୍ରତି କେତେ ମିଟରରେ ତାପମାତ୍ରା ୧° ସେଲ୍ସିୟସ୍ ହାରରେ ହ୍ରାସ ପାଏ ?
(କ) ୧୬୦
(ଖ) ୧୬୫
(ଗ) ୧୭୦
(ଘ) ୧୭୫
Answer:
(ଖ) ୧୬୫
Question iii.
୨୩– ଉତ୍ତର ସମାକ୍ଷରେଖାଠାରୁ ୬୬ – ଉତ୍ତର ସମାକ୍ଷରେଖା ମଧ୍ଯରେ କେଉଁ ତାପମଣ୍ଡଳ ଅବସ୍ଥିତ ?
(କ) ଗ୍ରୀଷ୍ମ
(ଖ) ଉତ୍ତର ନାତିଶୀତୋଷ୍ଣ
(ଗ) ଉତ୍ତର ହିମ
(ଘ) ଦକ୍ଷିଣ ନାତିଶୀତୋଷ୍ଣ)
Answer:
(ଖ) ଉତ୍ତର ନାତିଶୀତୋଷ୍ଣ
Question iv.
୬୬- ଦକ୍ଷିଣ ସମାକ୍ଷରେଖାଠାରୁ ୯୦° ଦକ୍ଷିଣ ସମାକ୍ଷରେଖା ପର୍ଯ୍ୟନ୍ତ ଅଞ୍ଚଳ କେଉଁ ତାପ ମଣ୍ଡଳରେ ଅବସ୍ଥିତ ?
(କ) ଦକ୍ଷିଣ ନାତିଶୀତୋଷ୍ଣ
(ଖ) ଉତ୍ତର ହିମ
(ଗ) ଦକ୍ଷିଣ ହିମ
(ଘ) ଉତ୍ତର ନାତିଶୀତୋଷ୍ଣ
Answer:
(ଗ) ଦକ୍ଷିଣ ହିମ
Question v.
ବାୟୁରେ ଅମ୍ଳଜାନ ପ୍ରାୟ ଶତକଡ଼ା କେତେ ଭାଗ ?
(କ) ୧୨
(ଖ) ୨୧
(ଗ) ୭୭
(ଘ) ୯୭
Answer:
(ଖ) ୨୧
Question vi.
ଟ୍ରପୋସ୍ଟିଅର୍ ପୃଥିବୀପୃଷ୍ଠରୁ ପ୍ରାୟ କେତେ କି.ମି. ପର୍ଯ୍ୟନ୍ତ ବ୍ୟାପି ରହିଛି ?
(କ) ୫-୧୦
(ଖ) ୬–୧୨
(ଗ) ୭-୧୪
(ଘ) ୮-୧୬
Answer:
(ଘ) ୮-୧୬
Question vii.
ମୌସୁମୀ ବାୟୁ କେଉଁ ବାୟୁ ପ୍ରବାହ ଅନ୍ତର୍ଗତ ?
(କ) ନିୟତ
(ଖ) ଆକସ୍ମିକ
(ଗ) ସାମୟିକ
(ଘ) ସ୍ଥାନୀୟ
Answer:
(ଗ) ସାମୟିକ
Question viii.
କୁ କେଉଁ ବାୟୁ ପ୍ରବାହ ଅନ୍ତର୍ଗତି ?
(କ) ଆକସ୍ମିକ
(ଖ) ସ୍ଥାନୀୟ
(ଗ) ସାମୟିକ
(ଘ) ନିୟତ
Answer:
(ଖ) ସ୍ଥାନୀୟ
Question ix.
ଉତ୍ତର ଗୋଲାର୍ଦ୍ଧରେ ପଶ୍ଚିମାବାୟୁ କେଉଁ ଦିଗରୁ ବହେ ?
(କ) ଉତ୍ତର-ପଶ୍ଚିମ
(ଖ) ଦକ୍ଷିଣ-ପଶ୍ଚିମ
(ଗ) ଉତ୍ତର-ପୂର୍ବ
(ଘ) ଦକ୍ଷିଣ-ପୂର୍ବ
Answer:
(ଖ) ଦକ୍ଷିଣ-ପଶ୍ଚିମ
Question x.
ଦକ୍ଷିଣ ଗୋଲାର୍ଦ୍ଧରେ ପଶ୍ଚିମାବାୟୁ କେଉଁ କୋଣରୁ ବହେ ?
(କ) ଉତ୍ତର-ପଶ୍ଚିମ
(ଖ) ଦକ୍ଷିଣ-ପଶ୍ଚିମ
(ଗ) ଉତ୍ତର-ପୂର୍ବ
(ଘ) ଦକ୍ଷିଣ-ପୂର୍ବ
Answer:
(କ) ଉତ୍ତର-ପଶ୍ଚିମ
Question xi.
ଆୟନବାୟୁ ଦକ୍ଷିଣ ଗୋଲାର୍ଦ୍ଧରେ କେଉଁ ଦିଗରୁ ବହେ ?
(କ) ଉତ୍ତର-ପଶ୍ଚିମ
(ଖ) ଦକ୍ଷିଣ-ପଶ୍ଚିମ
(ଗ) ଉତ୍ତର-ପୂର୍ବ
(ଘ) ଦକ୍ଷିଣ-ପୂର୍ବ
Answer:
(ଘ) ଦକ୍ଷିଣ-ପୂର୍ବ
Question xii.
ଉତ୍ତର ଗୋଲାର୍ଦ୍ଧରେ ଆୟନବାୟୁ କେଉଁ ଦିଗରୁ ବହେ ?
(କ) ଉତ୍ତର-ପଶ୍ଚିମ
(ଖ) ଦକ୍ଷିଣ-ପଶ୍ଚିମ
(ଗ) ଉତ୍ତର-ପୂର୍ବ
(ଘ) ଦକ୍ଷିଣ-ପୂର୍ବ
Answer:
(ଗ) ଉତ୍ତର-ପୂର୍ବ
Question xiii.
ମେରୁ ଅଞ୍ଚଳରେ ଟ୍ରପୋସ୍ଟି ଅର୍ରେ ଉଚ୍ଚତା ପ୍ରାୟ କେତେ କି.ମି. ?
(କ) ୮
(ଖ) ୧୨
(ଗ) ୧୬
(ଘ) ୨୦
Answer:
(କ) ୮
Question xiv
କେଉଁ ସ୍ତରରେ ଓଜୋନ୍ ଗ୍ୟାସ୍ ରହିଛି ?
(କ) ଟ୍ରପୋସ୍ପିଅର୍
(ଖ) ଷ୍ଟ୍ରାଟୋସ୍ପିଅର୍
(ଗ) ଥର୍ମୋସ୍ତ୍ ଅର୍
(ଘ) ମେସୋସ୍ପିଅର୍
Answer:
(ଖ) ଷ୍ଟ୍ରାଟୋସ୍ପିଅର୍
Question xv.
ସମୁଦ୍ର ପତ୍ତନରେ ବାୟୁଚାପ କେତେ ମିଲିବାର ?
(କ)୧୦୦୦
(ଖ)୧୦୧୧
(ଗ)୧୦୧୨
(ଘ)୧୦୧୩
Answer:
(ଘ)୧୦୧୩
Question xvi.
ବାୟୁଚାପ କେଉଁ ଯନ୍ତ୍ରରେ ନିର୍ଣ୍ଣୟ କରାଯାଏ ?
(କ) ଥର୍ମୋମିଟର
(ଖ) ବ୍ୟାରୋମିଟର
(ଗ) ଆନିମୋମିଟର
(ଘ) ସ୍ପିଡୋମିଟର
Answer:
(ଖ) ବ୍ୟାରୋମିଟର
Question xvii.
ଭାରତ ଉପକୂଳରେ କ୍ରାନ୍ତୀୟ ବାତାବର୍ଷକୁ କ’ଣ କୁହାଯାଏ ?
(କ) ଟାଇଫୁନ୍
(ଖ) ସୁନାମୀ
(ଗ) ହରିକେନ୍
(ଘ) ସାଇକ୍ଲୋନ୍
Answer:
(ଘ) ସାଇକ୍ଲୋନ୍
Question xviii.
କେଉଁ ଉପକୂଳରେ ଅଭିବହନ କୁହୁଡ଼ି ଦେଖାଯାଏ ?
(କ) ଭାରତ
(ଗ) ଚୀନ୍
(ଖ) ମେକ୍ସିକୋ
(ଘ) ନିଉଫାଉଣ୍ଡଲାଣ୍ଡ
Answer:
(ଘ) ନିଉଫାଉଣ୍ଡଲାଣ୍ଡ
Question xix.
ଆକାଶରେ ଯେପରି ମେଘ ଦେଖାଯାଏ, ଭୂପୃଷ୍ଠରେ ସେହିପରି ଶୀତଦିନେ କ’ଣ ଦେଖାଯାଏ ?
(କ) ଶିଶିର
(ଗ) କୁହୁଡ଼ି
(ଖ) ତୁହିନ
(ଘ) କାକର
Answer:
(ଗ) କୁହୁଡ଼ି
Question xx.
ପର୍ବତରେ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ବାଧା ପାଇଲେ କେଉଁଠାରେ ଅଧିକ ବର୍ଷା ହୁଏ ?
(କ) ପ୍ରତିବାତ ପାର୍ଶ୍ବ
(ଖ) ଅନୁବାତ ପାର୍ଶ୍ବ
(ଗ) ବୃଷ୍ଟିଛାୟା ଅଞ୍ଚଳ
(ଘ) ସମୁଦ୍ର
Answer:
(କ) ପ୍ରତିବାତ ପାର୍ଶ୍ବ
Question xxi.
ବାୟୁର ଆର୍ଦ୍ରତା କାହା ଉପରେ ନିର୍ଭର କରେ ?
(କ) ତାପମାତ୍ରା
(ଖ) ବେଗ
(ଗ) ବାଷ୍ପୀଭବନ
(ଘ) ଘନୀଭବନ
Answer:
(କ) ତାପମାତ୍ରା
ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
1. ବାୟୁମଣ୍ଡଳରେ ଯବକ୍ଷାରଜାନର ପରିମାଣ ଶତକଡ଼ା ____ ଭାଗ । (୭୫, ୭୬, ୭୭, ୭୮)
Answer:
୭୮
2. ବାୟୁମଣ୍ଡଳରେ ଅମ୍ଳଜାନର ପରିମାଣ ଶତକଡ଼ା _____ ଭାଗ। (୨୦, ୨୧, ୨୨, ୨୩)
Answer:
୨୧
3. ବାୟୁମଣ୍ଡଳରେ ଆରଗନ୍ ଗ୍ୟାସ୍ର ପରିମାଣ ଶତକଡ଼ା _____ ଭାଗ । (୦.୯୧, ୦,୯୨, ୦,୯୩, ୨,୯୪)
Answer:
୦.୯୪
4. ବାୟୁ ମଣ୍ଡଳରେ ଅଙ୍ଗାରକାମ୍ଳ ଗ୍ୟାସ୍ ପରିମାଣ ଶତକଡ଼ା _____ ଭାଗ । (୦.୦୩, ୦.୦୪, ୦,୦୫, ୦,୦୬)
Answer:
୦.୦୩
5. ଜୀବଜଗତ ତିଷ୍ଠିବାପାଇଁ _____ ଗ୍ୟାସ୍ ଏକାନ୍ତ ଆବଶ୍ୟକ । (ଯବକ୍ଷାରଜାନ, ଅମ୍ଳଜାନ, ଅଙ୍ଗାରକାମ୍ଳ, ଆରଗନ୍)
Answer:
ଅମ୍ଳଜାନ
6. ପୃଥିବୀପୃଷ୍ଠକୁ _____ ସ୍ତର ଲାଗିରହିଛି । (ଟ୍ରପୋସ୍ପିୟର, ମେସୋସ୍ଟି ୟର, ଷ୍ଟ୍ରାଟୋସ୍ଫିୟର, ଆୟୋନୋସ୍ଫିୟର )
Answer:
ଟ୍ରପୋସ୍ଫିୟର
7. ହିଲିୟମ୍ ଓ ଉଦ୍ଜାନ ହାଲୁକା ଗ୍ୟାସ୍ _____ ସ୍ତରରେ ଅବସ୍ଥିତ। (ଆୟୋନସ୍କ୍ରି ୟର, ମେସୋସ୍ଫିୟର, ଷ୍ଟ୍ରାଟୋସ୍ପିୟର, ଏକ୍ସୋସ୍ପିୟର)
Answer:
ଏକ୍ରୋସ୍ଫିୟର
8. ବାୟୁ ଚାପକୁ _____ ଏକକରେ ପ୍ରକାଶ କରାଯାଏ। (ମିଲିଲିଟର, ଲିଟର, ମିଲିବାର, ସେଣ୍ଟିମିଟର)
Answer:
ମିଲିବାର
9. ଉଭୟ ଗୋଲାର୍ଦ୍ଧର ୨୫° ରୁ ୩୫° ସମାକ୍ଷରେଖା ମଧ୍ଯରେ _____ ଚାପ ବଳୟ ଦେଖାଯାଏ । ନିରକ୍ଷୀୟ ଲଘୁଚାପ, ଉପକ୍ରାନ୍ତୀୟ ଗୁରୁଚାପ, ଉପମେରୁ- ଦେଶୀୟ ଲଘୁଚାପ, ମେରୁଦେଶୀୟ ଗୁରୁଚାପ)
Answer:
ଉପକ୍ରାନ୍ତୀୟ ଗୁରୁଚାପ
10. ଗୁରୁଚାପ ବଳୟରୁ ଲଘୁଚାପ ବଳୟକୁ ନିୟମିତ ପ୍ରବାହିତ ବାୟୁକୁ _____ ବାୟୁ ପ୍ରବାହ କୁହାଯାଏ । (ନିୟତ ବାୟୁ, ବାୟୁ ସାମୟିକ ବାୟୁ, ଆକସ୍ମିକ ବାୟୁ, ସ୍ଥାନୀୟ)
Answer:
ନିୟତ ବାୟୁ
11. ଗର୍ଜନଶୀଳ ଚାଳିଶା _____ ବାୟୁ ପ୍ରବାହର ଅନ୍ତର୍ଗତ । (ସାମୟିକ, ଆକସ୍ମିକ, ସ୍ଥାନୀୟ, ନିୟତ)
Answer:
ନିୟତ ବାୟୁ
12. ସମୁଦ୍ରବାୟୁ ଓ ସ୍ଥଳବାୟୁ _____ ବାୟୁ ପ୍ରବାହର ଅନ୍ତର୍ଗତ । (ନିୟତ, ସାମୟିକ, ସ୍ଥାନୀୟ, ଆକସ୍ମିକ)
Answer:
ସାମୟିକ
13. କାଳବୈଶାଖୀ _______ ରାଜ୍ୟରେ ପ୍ରବାହିତ ହୋଇଥାଏ। (ପଶ୍ଚିମବଙ୍ଗ, ବିହାର, ରାଜସ୍ଥାନ, ଗୁଜୁରାଟ)
Answer:
ପଶ୍ଚିମବଙ୍ଗ
14. ଲୁ’ _______ ବାୟୁ ପ୍ରବାହର ଅନ୍ତର୍ଗତ। (ନିୟତ, ସାମୟିକ, ସ୍ଥାନୀୟ, ଆକସ୍ମିକ)
Answer:
ସ୍ଥାନୀୟ
15. ଜଳୀୟବାଷ୍ପର ଉପସ୍ଥିତି ଓ ପରିମାପକ ବାୟୁର _____ କୁହାଯାଏ । (ଉଷ୍ଣତା, ବାଷ୍ପୀଭବନ ପ୍ରକ୍ରିୟା, ଆର୍ଦ୍ରତା, ଘନୀଭବନ ପ୍ରକ୍ରିୟା)
Answer:
ଆର୍ଦ୍ରତା
16. ସୌରାଭିତାପର ପରିମାଣ ପୃଥିବୀର . ଅଞ୍ଚଳରେ ସର୍ବାଧୂକ । (ବିଷୁବରେଖା, କର୍କଟକ୍ରାନ୍ତି, ସୁମେରୁ ବୃତ୍ତ, ଜୁମେରୁ ବୃତ୍ତ)
Answer:
ବିଷୁବରେଖା
ସ୍ତମ୍ଭ ମିଳନ କର
Question 1.
Answer:
Question 2.
Answer:
ପ୍ରଥମ ଯୋଡ଼ିକୁ ଦେଖୁ ଦ୍ଵିତୀୟ ଯୋଡ଼ି ପୂରଣ କର
1. ଯବକ୍ଷାରଜାନ : ୭୮ % :: ଅମ୍ଳଜାନ : _______ ।
Answer:
୨୧ %
2. ଆରଗନ୍ : ୦,୯୪% :: ଅଙ୍ଗାରକାମ୍ଳ : _______ ।
Answer:
୦.୦୩ %
3. ଟ୍ରପୋସ୍ଟିୟର : ସର୍ବନିମ୍ନସ୍ତର :: ଏକ୍ସୋସ୍ପିୟର : _______ ।
Answer:
ବାହ୍ୟସ୍ତର
4. ଟ୍ରପୋସ୍ପିୟର : ୧୨ କି.ମି. :: ଷ୍ଟ୍ରାଟୋସ୍ପିୟର : _______ ।
Answer:
୫୦ କି.ମି.
5. ଉଷ୍ଣମଣ୍ଡଳ : ଉଭୟ ଗୋଲାର୍ଦ୍ଧର ୨୩, ସମାକ୍ଷରେଖା :: ନାତିଶୀତୋଷ୍ଣ ମଣ୍ଡଳ : _______ ।
Answer:
ଉଭୟ ଗୋଲାର୍ଦ୍ଧର ୨୩, ସମାକ୍ଷରେଖାଠାରୁ ୬୬, ସମାକ୍ଷରେଖା
6. ନିରକ୍ଷ ଲଘୁଚାପ ବଳୟ : ନିରକ୍ଷ ଶାନ୍ତ ବଳୟ :: ଉପକ୍ରାନ୍ତୀୟ ଗୁରୁଚାପ ବଳୟ : _______ ।
Answer:
ଉପକ୍ରାନ୍ତୀୟ ଶାନ୍ତ ବଳୟ
7. ନିୟତବାୟୁ : ପଶ୍ଚିମା ବାୟୁ :: ସାମୟିକ ବାୟୁ ପ୍ରବାହ : _______ ।
Answer:
ମୌସୁମୀ ବାୟୁ
8. ସ୍ଥାନୀୟ ବାୟୁ : କାଳବୈଶାଖୀ :: ଆକସ୍ମିକ ବାୟୁ : _______ ।
Answer:
ବାତାବର୍ଷ
9. ଅଧିକ ବୃଷ୍ଟିପାତ : ପ୍ରତିବାତ ପାର୍ଶ୍ଵ :: ସ୍ଵଳ୍ପବୃଷ୍ଟି : _______ ।
Answer:
ଅନୁବାତ ପାର୍ଶ୍ବ
10. ଜଳଭାଗ : ୭୧ ଭାଗ :: ସ୍ଥଳଭାଗ : _______ ।
Answer:
୨୯ ଭାଗ