BSE Odisha 7th Class Geography Important Questions Chapter 3 ବାରିମଣ୍ଡଳ

Odisha State Board BSE Odisha 7th Class Geography Important Questions Chapter 3 ବାରିମଣ୍ଡଳ Important Questions and Answers.

BE Odisha Class 7 Geography Important Questions Chapter 3 ବାରିମଣ୍ଡଳ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଆଟଲାଣ୍ଟିକ ମହାସାଗରର ଅବସ୍ଥିତି ଓ ବିଶେଷତ୍ଵଗୁଡ଼ିକ ଲେଖ ।
Answer:

  1. ଆଟଲାଣ୍ଟିକ୍ ମହାସାଗର ପୃଥିବୀର ଦ୍ଵିତୀୟ ବୃହତ୍ତମ ମହାସାଗର । ଏହା ସମଗ୍ର ପୃଥ‌ିବୀପୃଷ୍ଠର ଏକ-ଷଷ୍ଠୀଶ ସ୍ଥାନ ଅଧିକାର କରିଅଛି ।
  2. ଏହାର ପୂର୍ବ ଦିଗରେ ଇଉରୋପ ଓ ଆଫ୍ରିକା, ପଶ୍ଚିମରେ ଉତ୍ତର ଆମେରିକା ଓ ଦକ୍ଷିଣ ଆମେରିକା, ଉତ୍ତର ଦିଗରେ ସୁମେରୁ ମହାସାଗର ଓ ଦକ୍ଷିଣ ଦିଗରେ ଆଣ୍ଟାର୍କଟିକା ମହାଦେଶ ଅବସ୍ଥିତ ।
  3. ଏହି ମହାସାଗର ରେ ବ୍ରିଟିଶ ଦ୍ଵୀପପୁଞ୍ଜ, ପଶ୍ଚିମ ଭାରତୀୟ ଦ୍ଵୀପପୁଞ୍ଜ, ଗ୍ରୀଲ୍ୟାଣ୍ଡ ଓ ଆଇସ୍‌ଲ୍ୟାଣ୍ଡ ପ୍ରଭୃତି ଦ୍ଵୀପ ରହିଛି ।
    ବିଶେଷତ୍ଵ :
  4. ଏହି ମହାସାଗର ଉପକୂଳ ଅଧିକ ଦନ୍ତୁରିତ ଥ‌ିବାରୁ ଏଠାରେ ଅନେକ ପ୍ରାକୃତିକ ପୋତାଶ୍ରୟ ଓ ବନ୍ଦରମାନ ଗଢ଼ିଉଠିଛି ।
  5. ଏହାର ଦୁଇ ପାଖରେ ଇଉରୋପ ଓ ଉତ୍ତର ଆମେରିକା ଭଳି ଦୁଇ ସମୃଦ୍ଧିଶାଳୀ ମହାଦେଶର ଅବସ୍ଥିତି ଯୋଗୁ ଏହି ମହାସାଗର ବାଣିଜ୍ୟ କାରବାର ପାଇଁ ପ୍ରସିଦ୍ଧ ।

Question 2.
ନିରକ୍ଷୀୟ ସ୍ରୋତର ଉତ୍ପଷ୍ଟି ଓ ଗତିପଥ ଉଲ୍ଲେଖ କର ।
Answer:

  1. ବିଷୁବ ଅଞ୍ଚଳ ତଥା କ୍ରାନ୍ତି ଅଞ୍ଚଳରେ ଅଧ୍ବକ ସୌରଶକ୍ତି ସଂଗୃହୀତ ହୋଇଥାଏ । ତେଣୁ ବିଷୁବ ଅଞ୍ଚଳର ସମୁଦ୍ର ଜଳରାଶି ଅଧ୍ବକ ଉଷ୍ମ ହୋଇ ପ୍ରସାରିତ ହୁଏ । ଫଳରେ ଏହାର ଆୟତନ ବୃଦ୍ଧି ପାଏ ।
  2. ସେହିପରି ମେରୁ ଅଞ୍ଚଳରେ ଶୀତଳ ଜଳରାଶି ସଙ୍କୁଚିତ ହେବାରୁ ଜଳସ୍ତର ସାମାନ୍ୟ ହ୍ରାସ ପାଏ । ଜଳସ୍ତରରେ ସମତା ରକ୍ଷାପାଇ ବିଷୁବ ତଥା କ୍ରାନ୍ତି ଅଞ୍ଚଳରୁ ଉଷ୍ମ ଜଳରାଶି ସମୁଦ୍ର ପୃଷ୍ଠରେ ମେରୁ ଆଡ଼କୁ ପ୍ରବାହିତ ହୁଏ । ଏହାକୁ ଉଷ୍ମ ନିରକ୍ଷୀୟ ସ୍ରୋତ କୁହାଯାଏ ।
  3. ପୃଥ‌ିବୀର ଆବର୍ତ୍ତନ, ବାୟୁପ୍ରବାହ ଆଦି କାରଣରୁ ଏହି ସ୍ରୋତ ସିଧାସଳଖ ମେରୁ ଆଡ଼କୁ ଯାଇପାରେ ନାହିଁ । ପୂର୍ବାବାୟୁ (ନିୟତ ବାୟୁପ୍ରବାହ) ପ୍ରଭାବରେ ଏହି ସ୍ରୋତ ବିଷୁବରେଖାର ଉଭୟ ପାର୍ଶ୍ଵରେ ପଶ୍ଚିମ ଦିଗକୁ ଗତି କରେ ।
  4. ଉତ୍ତର ଗୋଲାର୍ଦ୍ଧରେ ଏହା ଉତ୍ତର ନିରକ୍ଷୀୟ ସ୍ରୋତ ଓ ଦକ୍ଷିଣ ଗୋଲାର୍ଦ୍ଧରେ ଦକ୍ଷିଣ ନିରକ୍ଷୀୟ ସ୍ରୋତ ନାମ ଧାରଣ କରି ପ୍ରାୟ ୪୦° ସମାକ୍ଷରେଖା ପର୍ଯ୍ୟନ୍ତ ପ୍ରବାହିତ ହୋଇଥାଏ ।
  5. ଏଠାରୁ ପଶ୍ଚିମାବାୟୁ ପ୍ରଭାବରେ ପୂର୍ବ ଉପକୂଳକୁ ପ୍ରବାହିତ ହୋଇଥାଏ ଏବଂ କ୍ରମେ ମେରୁ ଅଞ୍ଚଳରେ ପ୍ରବେଶ କରେ ।

Question 3.
ସାମୁଦ୍ରିକ ସ୍ରୋତ କିପରି ଜଳବାୟୁକୁ ପ୍ରଭାବିତ କରେ ବୁଝାଇ ଲେଖ ।
Answer:

  1. ସାମୁଦ୍ରିକ ସ୍ରୋତ ଉପକୂଳ ଅଞ୍ଚଳର ଜଳବାୟୁକୁ ପ୍ରଭାବିତ କରେ । ଉଷ୍ଣସ୍ରୋତ ପ୍ରବାହିତ ହେଉଥ‌ିବା ଅଞ୍ଚଳରେ ଜଳବାୟୁ ଉଷ୍ଣ ରହେ ଓ ଶୀତଳ ସ୍ରୋତ ପ୍ରବାହିତ ହେଉଥ‌ିବା ଅଞ୍ଚଳରେ ଜଳବାୟୁ ଶୀତଳ ରହେ ।
  2. ଉଷ୍ଣ ସ୍ରୋତ ଉପରେ ପ୍ରବାହିତ ବାୟୁ ଉଷ୍ଣ ଓ ଜଳୀୟବାଷ୍ପପୂର୍ଣ୍ଣ ହୋଇଥ‌ିବାରୁ ଏହା ପ୍ରବାହିତ ହେଉଥ‌ିବା ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରଚୁର ବୃଷ୍ଟି କରାଏ ।
  3. ଶୀତଳ ସ୍ରୋତ ଉପରିସ୍ଥ ବାୟୁ ଶୀତଳ ଓ ଶୁଷ୍କ ହୋଇଥୁବାରୁ ଏହା ପ୍ରବାହିତ ହେଉଥ‌ିବା ଉପକୂଳ ଅଞ୍ଚଳରେ ପ୍ରାୟ ବର୍ଷା ହୁଏ ନାହିଁ, ତେଣୁ ମରୁଭୂମି ସୃଷ୍ଟି ହୁଏ ।
  4. ଉଷ୍ଣ ଓ ଶୀତଳ ସ୍ରୋତର ମିଳନସ୍ଥଳରେ ଘନ କୁହୁଡ଼ି ଦେଖାଯାଏ । ଏହି ମିଳନସ୍ଥଳରେ ଶିଉଳିଜାତୀୟ ବିଭିନ୍ନ ମତ୍ସ୍ୟ ଖାଦ୍ୟ ପ୍ରଚୁର ମିଳୁଥ‌ିବାରୁ ଏହା ମାଛଧରା କେନ୍ଦ୍ରରୂପେ ପ୍ରସିଦ୍ଧ; ଯଥା- ନିଉଫାଉଣ୍ଡଲ୍ୟାଣ୍ଡ ଉପକୂଳ ।
  5. ସାମୁଦ୍ରିକ ସ୍ରୋତର ଅନୁକୂଳରେ ଜାହାଜ ଚଳାଇବା ସୁବିଧାଜନକ । ଏହା ଜାହାଜର ଗତି ବଢ଼ାଇଥିବା ସହିତ ସମୟ ଓ ଅର୍ଥ ବ୍ୟୟ କମାଇଥାଏ ।

BSE Odisha 7th Class Geography Important Questions Chapter 3 ବାରିମଣ୍ଡଳ

Question 4.
ଆଙ୍ଗ୍‌ଲାଷ୍ଟିକ ମହାସାଗରର ଅବସ୍ଥିତି ଓ ଗୁରୁତ୍ଵ ଲେଖ ।
Answer:

  1. ଆଟଲାଣ୍ଟିକ୍ ମହାସାଗର ପୃଥ‌ିବୀର ଦ୍ଵିତୀୟ ବୃହତ୍ତମ ମହାସାଗର । ଏହା ସମଗ୍ର ପୃଥ‌ିବୀପୃଷ୍ଠର ଏକ-ଷତାଂଶ ସ୍ଥାନ ଅଧିକାର କରିଅଛି ।
  2. ଏହାର ପୂର୍ବ ଦିଗରେ ଇଉରୋପ ଓ ଆଫ୍ରିକା, ପଶ୍ଚିମରେ ଉତ୍ତର ଆମେରିକା ଓ ଦକ୍ଷିଣ ଆମେରିକା, ଉତ୍ତର ଦିଗରେ ସୁମେରୁ ମହାସାଗର ଓ ଦକ୍ଷିଣ ଦିଗରେ ଆଣ୍ଟାର୍କଟିକା ମହାଦେଶ ଅବସ୍ଥିତ ।
  3. ଏହି ମହାସାଗରରେ ବ୍ରିଟିଶ ଦ୍ଵୀପପୁଞ୍ଜ, ପଶ୍ଚିମ ଭାରତୀୟ ଦ୍ଵୀପପୁଞ୍ଜ, ଗ୍ରୀଲ୍ୟାଣ୍ଡ ଓ ଆଇସ୍‌ଲ୍ୟାଣ୍ଡ ପ୍ରଭୃତି ଦ୍ବୀପ ରହିଛି ।
    ବିଶେଷତ୍ଵ :
  4. ଏହି ମହାସାଗର ଉପକୂଳ ଅଧିକ ଦନ୍ତୁରିତ ଥିବାରୁ ଏଠାରେ ଅନେକ ପ୍ରାକୃତିକ ପୋତାଶ୍ରୟ ଓ ବନ୍ଦରମାନ ଗଢ଼ିଉଠିଛି ।
  5. ଏହାର ଦୁଇ ପାଖରେ ଇଉରୋପ ଓ ଉତ୍ତର ଆମେରିକା ଭଳି ଦୁଇ ସମୃଦ୍ଧିଶାଳୀ ମହାଦେଶର ଅବସ୍ଥିତି ଯୋଗୁ ଏହି | ମହାସାଗର ବାଣିଜ୍ୟ କାରବାର ପାଇଁ ପ୍ରସିଦ୍ଧ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ପୃଥ‌ିବୀର ଜଳଭାଗ ଓ ସ୍ଥଳଭାଗର କ୍ଷେତ୍ରଫଳ ଶତକଡ଼ାରେ ପ୍ରକାଶ କଲେ କେତେ ହେବ ?
Answer:
ପୃଥ‌ିବୀର ଜଳଭାଗର କ୍ଷେତ୍ରଫଳ ଶତକଡ଼ା ୭୧ ଭାଗ ଓ ସ୍ଥଳଭାଗର କ୍ଷେତ୍ରଫଳ ଶତକଡ଼ା ୨୯ ଭାଗ ।

Question 2.
ପୃଥ‌ିବୀର ମଧୁର ଜଳର ମୁଖ୍ୟ ଉତ୍ସଗୁଡ଼ିକର ନାମ କ’ଣ ?
Answer:
ପୃଥିବୀର ମଧୁର ଜଳର ମୁଖ୍ୟ ଉତ୍ସଗୁଡ଼ିକର ନାମ, ଯଥା-

  1. ହିମୋଟୋପର
  2. ଭୂତଳ ଜଳ
  3. ମଧୁର ଜଳ ହ୍ରଦ
  4. ବାୟୁମଣ୍ଡଳ ଏବଂ
  5. ନଦୀ, କୂଅ, ପୋଖରୀ ।

Question 3.
ଜଳଚକ୍ର କାହାକୁ କୁହାଯାଏ ?
Answer:

  1. ବାଷ୍ପୀଭବନ ପ୍ରକ୍ରିୟାରେ ପୃଥିବୀପୃଷ୍ଠର ଜଳ ଜଳୀୟବାଷ୍ପ ରୂପେ ବାୟୁମଣ୍ଡଳରେ ପ୍ରବେଶ କରେ ।
  2. ଏହି ଜଳୀୟବାଷ୍ପ ଘନୀଭବନ ପ୍ରକ୍ରିୟାରେ ମେଘରେ ପରିଣତ ହୁଏ ।,
  3. ପୁନର୍ବାର ତାହା ବର୍ଷଣ ପ୍ରକ୍ରିୟା ଦ୍ବାରା ଭୂପୃଷ୍ଠକୁ ଫେରିଆସେ । ଜଳର ଏପ୍ରକାର ଚକ୍ରାକାର ଗତିକୁ ଜଳଚକ୍ର କୁହାଯାଏ ।

BSE Odisha 7th Class Geography Important Questions Chapter 3 ବାରିମଣ୍ଡଳ

Question 4.
ବାରିମଣ୍ଡଳ କାହାକୁ କୁହାଯାଏ ?
Answer:

  1. ଭୂପୃଷ୍ଠରେ ଥିବା ମହାସାଗର, ସାଗର, ହ୍ରଦ, ନଦୀ, ହିମବାହ, ଭୂତଳ ଜଳ ଏବଂ ବାୟୁମଣ୍ଡଳର ଜଳୀୟବାଷ୍ପକୁ ନେଇ ବାରିମଣ୍ଡଳ ଗଠିତ ।
  2. ଏହି ବାରିମଣ୍ଡଳ ସମଗ୍ର ପୃଥ‌ିବୀ କ୍ଷେତ୍ରଫଳର ପ୍ରାୟ ୭୧% ଅଧିକାର କରିଛି ।

Question 5.
ପୃଥ‌ିବୀର ମହାସାଗରଗୁଡ଼ିକର ନାମ କ’ଣ ?
Answer:

  1. ପୃଥ‌ିବୀରେ ମୁଖ୍ୟ ୪ ଗୋଟି ମହାସାଗର ରହିଛି, ଯଥା-
    ପ୍ରଶାନ୍ତ ମହାସାଗର, ଆଟ୍‌ଲାଣ୍ଟିକ୍ ମହାସାଗର, ଭାରତ ମହାସାଗର ଓ ଉତ୍ତର ବା ସୁମେରୁ ମହାସାଗର ।
  2. ଏହାବ୍ୟତୀତ ଦକ୍ଷିଣ ମହାସାଗର ବା କୁମେରୁ ମହାସାଗରକୁ ମହାସାଗର ଭାବେ ଉଲ୍ଲେଖ କରାଯାଇଛି ।

Question 6.
ମହାସାଗର ତଳ କ’ଣ ?
Answer:

  1. ମହୀଢାଲୁର ନିମ୍ନ ଅଂଶରୁ ସମୁଦ୍ର ତଳର ବିସ୍ତୃତ ଶଯ୍ୟାକୁ ମହାସାଗର ସମତଳ କୁହାଯାଏ ।
  2. ଏଠାରେ ଭୂମିର ଢାଲୁ ଅତି ନଗଣ୍ୟ, ମାତ୍ର ସଂପୂର୍ଣ୍ଣ ସମତଳ ନୁହେଁ ।
  3. ଏଠାରେ ମହାସାଗର ଖାତ, ନିମଜ୍ଜିତ ପର୍ବତଶ୍ରେଣୀ ଆଦି ଦେଖାଯାଏ ।
  4. ମହାସାଗର ତଳରେ ସାମୁଦ୍ରିକ ଉଦ୍ଭଦ ଓ ଜୀବଜନ୍ତୁଙ୍କ ଧ୍ଵଂସାବଶେଷ ଜମାହୋଇ କୋମଳ ପଙ୍କ ବିଶିଷ୍ଟ ସିନ୍ଧୁମଳ ସୃଷ୍ଟି ହୋଇଥାଏ ।

Question 7.
ସମୁଦ୍ର ତରଙ୍ଗ କାହାକୁ କୁହାଯାଏ ?
Answer:

  1. ପ୍ରବାହିତ ବାୟୁର ଘର୍ଷଣ ଫଳରେ ସାଗର ପୃଷ୍ଠରେ ଜଳର ଭାଙ୍ଗ ପଡ଼ିଯାଏ । ଏହାକୁ ତରଙ୍ଗ କୁହାଯାଏ ।
  2. ସମୁଦ୍ର କୂଳରେ ତରଙ୍ଗର ଗତି ଆଗକୁ ଓ ପଛକୁ ହୋଇଥିବାବେଳେ ସମୁଦ୍ର ବକ୍ଷରେ ଏହାର ଗତି ଉର୍ଷକୁ ଓ ନିମ୍ନକୁ ହୋଇଥାଏ ।

Question 8.
କୁଆର କ’ଣ ?
Answer:

  • ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ଆକର୍ଷଣ ଯୋଗୁଁ ପୃଥ‌ିବୀର ଜଳଭାଗ ଅଧିକ ଆକର୍ଷିତ ହୋଇଥାଏ । ଫଳରେ ମହାସାଗର ଜଳସ୍ତର ସାମୟିକ ଭାବେ ଫୁଲିଉଠେ । ଏହାକୁ ଜୁଆର କୁହାଯାଏ ।
  • ଅର୍ଥାତ୍ ସମୁଦ୍ର ଜଳର ନିୟମିତ ଉତ୍‌ଥାନକୁ ଜୁଆର କୁହାଯାଏ ।
  • ପୃଥ‌ିବୀ, ଚନ୍ଦ୍ର ଓ ସୂର୍ଯ୍ୟର ଅବସ୍ଥାନକୁ ନେଇ ଜୁଆରକୁ ଗୁରୁ ଜୁଆର, ଲଘୁ ଜୁଆର, ପ୍ରତ୍ୟକ୍ଷ ଜୁଆର ଓ ପରୋକ୍ଷ ଜୁଆର ନାମରେ ନାମିତ କରାଯାଇଛି ।

Question 8.
ସାମୁଦ୍ରିକ ସ୍ରୋତ କାହାକୁ କୁହାଯାଏ ?
Answer:
ଭୂପୃଷ୍ଠରେ ବାୟୁ ପ୍ରବାହ ଭଳି ବିଭିନ୍ନ କାରଣରୁ ସମୁଦ୍ର ଜଳ ଗତିଶୀଳ ହୋଇଥାଏ । ସମୁଦ୍ରର ଏକ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ହେଉଥ‌ିବା ଏହି ଜଳପ୍ରବାହକୁ ସାମୁଦ୍ରିକ ସ୍ରୋତ କୁହାଯାଏ ।

Question 9.
ଲବଣତା କହିଲେ କ’ଣ ବୁଝ ? ସମୁଦ୍ର ଜଳର ହାରାହାରି ଲବଣତା କେତେ ?
Answer:

  1. କିଲୋଗ୍ରାମ୍ ଜଳରେ ଯେତେ ଗ୍ରାମର ଲବଣ ଦ୍ରବୀଭୂତ ଥାଏ, ତାହା ଜଳର ଲବଣତାକୁ ସୂଚାଏ ।
  2. ସମୁଦ୍ର ଜଳର ହାରାହାରି ଲବଣତା ହେଉଛି ଏକ କିଲୋଗ୍ରାମ୍ ପ୍ରତି ୩୫ ଗ୍ରାମ୍ ।

BSE Odisha 7th Class Geography Important Questions Chapter 3 ବାରିମଣ୍ଡଳ

Question 10.
ପୃଥିବୀର ଗଭୀରତମ ଖାତର ନାମ କ’ଣ ? ଏହାର ଗଭୀରତା କେତେ ?
Answer:

  1. ମେରିଆନା ଖାତ ପୃଥ‌ିବୀର ଗଭୀରତମ ଖାତ ।
  2. ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଏହି ଖାତର ଗଭୀରତା ପ୍ରାୟ ୧୧.୦୨୨ କିଲୋମିଟର ବା ୧୧ କି.ମି.ରୁ ଅଧିକ ।

Question 11.
ମହୀସୋପାନ କ’ଣ ? ଏହାର ଗୁରୁତ୍ଵ ଲେଖ ।
Answer:

  1. ସମୁଦ୍ରକୂଳଠାରୁ କିଛି ଦୂର ପର୍ଯ୍ୟନ୍ତ ମହାଦେଶର ଅଳ୍ପ ଗଡ଼ାଣିଆ ଭୂଭାଗ ଜଳ ଭିତରେ ବୁଡ଼ି ରହିଛି । ଏହାକୁ ମହୀସୋପାନ କୁହାଯାଏ ।
  2. ଏଠାରେ ବିଭିନ୍ନ ପ୍ରକାର ସାମୁଦ୍ରିକ ଜୀବଜନ୍ତୁ ଓ ଉଭିଦ ଦେଖାଯାନ୍ତି । ଏହି ଅଞ୍ଚଳରୁ ଖଣିଜତୈଳ, ପୋହଳା ଓ ମୁକ୍ତା ସଂଗ୍ରହ କରାଯାଏ । ଏଠାରେ ମାଛଧରା କେନ୍ଦ୍ରମାନ ରହିଛି ।

Question 12.
କ୍ରାନ୍ତୀୟ ମଣ୍ଡଳରେ ସମୁଦ୍ର ଜଳର ଲବଣତା ଅଧିକ ହେବାର କାରଣ କ’ଣ ?
Answer:

  1. କ୍ରାନ୍ତୀୟ ତଥା ବିଷୁବ ଅଞ୍ଚଳରେ ଅଧ‌ିକ ପରିମାଣରେ ସମୁଦ୍ରଜଳର ବାଷ୍ପୀଭବନ ହୋଇଥାଏ ।
  2. ତେଣୁ ଏଠାରେ ଜଳର ଲବଣତା ହାର ଅଧିକ ।

Question 13.
ଅଷ୍ଟମୀ ତିଥିରେ ଲଘୁ ଜୁଆର କାହିଁକି ହୋଇଥାଏ ?
Answer:

  1. ପ୍ରତ୍ୟେକ ମାସର ଶୁକ୍ଳପକ୍ଷ ଅଷ୍ଟମୀ ତିଥ୍ ଓ କୃଷ୍ଣପକ୍ଷ ଅଷ୍ଟମୀ ତିଥ୍ୟରେ ଚନ୍ଦ୍ର ଓ ସୂର୍ଯ୍ୟ ପୃଥ‌ିବୀକୁ କେନ୍ଦ୍ରକରି ପ୍ରାୟ ସମକୋଣରେ ଅବସ୍ଥାନ କରନ୍ତି ।
  2. ଉଭୟଙ୍କର ଆକର୍ଷଣ ପରସ୍ପର ବିରୋଧୀ ହୋଇଥାଏ । ତେଣୁ ଜୁଆରର ମାତ୍ରା ଅଧିକ ନହୋଇ କମ୍ ହୋଇଥାଏ ।

Question 14.
ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଚାରିଗୋଟି ଦ୍ଵୀପପୁଞ୍ଜର ନାମ ଲେଖ ।
Answer:

  • ଫିଲିପାଇନ୍‌ସ
  • ନ୍ୟୁଜିଲ୍ୟାଣ୍ଡ
  • ଜାପାନ ଓ
  • ହାୱାଇ ଦ୍ଵୀପପୁଞ୍ଜ ।

Question 15.
ଆଟ୍‌ଲାଣ୍ଟିକ୍ ମହାସାଗର ଥବା ଦୁଇଟି ଦ୍ଵୀପପୁଞ୍ଜର ନାମ ଲେଖ ।
Answer:

  1. ବ୍ରିଟିଶ୍ ଦ୍ଵୀପପୁଞ୍ଜ ଓ
  2. ପଶ୍ଚିମ ଭାରତୀୟ ଦ୍ଵୀପପୁଞ୍ଜ ।

BSE Odisha 7th Class Geography Important Questions Chapter 3 ବାରିମଣ୍ଡଳ

Question 16.
ଭାରତ ମହାସାଗର ଚତୁଃପାର୍ଶ୍ୱସ୍ଥ ମହାଦେଶର ନାମ ଲେଖ ।
Answer:

  • ଏସିଆ
  • ଆଫ୍ରିକା ଓ
  • ଅଷ୍ଟ୍ରେଲିଆ ।

ସଂକ୍ଷିପ୍ତ ଟିପ୍ପଣୀ ଲେଖ ।

1. ସିନ୍ଧୁମଳ :
Answer:

  • ମହାସାଗର ସମତଳରେ ଭୂପୃଷ୍ଠରୁ କ୍ଷୟପ୍ରାପ୍ତ ଅତି ସୂକ୍ଷ୍ମ ଶିଳାରେଣୁ, ଆଗ୍ନେୟ ଭସ୍ମ ପ୍ରଭୃତି ପଦାର୍ଥ ଭାସିଯାଇ ଜମାହୁଏ ।
  • ଏହାବ୍ୟତୀତ ବିଭିନ୍ନ ସାମୁଦ୍ରିକ ଉଦ୍ଭଦ ଓ ଜୀବଜନ୍ତୁଙ୍କ ଧ୍ବଂସାବଶେଷ ମହାସାଗର ତଳ ଅଂଶରେ ଜମାହୋଇ ଏକପ୍ରକାର କୋମଳ ପଙ୍କ ସୃଷ୍ଟି କରେ । ଏହାକୁ ସିନ୍ଧୁମଳ କୁହାଯାଏ ।

2. ମହୀକାଲୁ :
Answer:

  • ମହୀସୋପାନର ଶେଷଭାଗରୁ ଭୂମି ଅଧିକ ଢାଲୁ ହୋଇଯାଇ ଗଭୀର ସମୁଦ୍ର ଆଡ଼କୁ ଲମ୍ବିଯାଇଥାଏ ।
  • ସମୁଦ୍ର ତଳର ଏହି ଅଧୂକ ଗଡ଼ାଣିଆ ଅଞ୍ଚଳକୁ ମହୀଜାଲୁ କୁହାଯାଏ ।

3. ସୁନାମି :
Answer:

  • ବେଳେବେଳେ ମହାସାଗର ନିମ୍ନସ୍ଥ ଭୂଭାଗ ଅଭ୍ୟନ୍ତରରେ ଭୂମିକମ୍ପ ସୃଷ୍ଟି ହେଲେ ସମୁଦ୍ର ଜଳରାଶିରେ କମ୍ପନ ସୃଷ୍ଟି ହୁଏ । ଫଳରେ ବିରାଟ ବିରାଟ ତରଙ୍ଗମାନ ସୃଷ୍ଟି ହୁଏ ।
  • ଏପରିଭାବେ ସୃଷ୍ଟି ହେଉଥିବା ବିରାଟ ସାମୁଦ୍ରିକ ତରଙ୍ଗକୁ ଜାପାନୀ ଭାଷାରେ ସୁନାମି (Tsunami) କୁହାଯାଏ ।
  • ସୁନାମି ତରଙ୍ଗର ଉଚ୍ଚତା ପ୍ରାୟ ୧୫ ମିଟର । ଭୂମିକମ୍ପର ତୀବ୍ରତା ଅଧିକ ହେଲେ ଏହାର ଉଚ୍ଚତା ୧୫୦ ମିଟର ପର୍ଯ୍ୟନ୍ତ ହୋଇଥାଏ ଓ ଘଣ୍ଟାକୁ ୭୦୦ କି.ମି. ବେଗରେ ଉପକୂଳ ଅଞ୍ଚଳ ଆଡ଼କୁ ମାଡ଼ିଆସେ ।

4. ପରୋକ୍ଷ ଜୁଆର :
Answer:

  • ଆବର୍ତ୍ତନ ସମୟରେ ଚନ୍ଦ୍ରର ସମ୍ମୁଖୀନ ହେଉଥିବା ପୃଥ‌ିବୀର ମହାସାଗର ଜଳରାଶିରେ ଚନ୍ଦ୍ରର ଆକର୍ଷଣ ଯୋଗୁ ପ୍ରତ୍ୟକ୍ଷ ଜୁଆର ହୋଇଥାଏ ।
  • ଏହି ସମୟରେ ପ୍ରତ୍ୟକ୍ଷ ଜୁଆର ହେଉଥିବା ମହାସାଗର ଅଂଶର ବିପରୀତ ପାର୍ଶ୍ବରେ ଚନ୍ଦ୍ରର ଆକର୍ଷଣ ନ ଥାଏ । ମାତ୍ର ଭୂପୃଷ୍ଠର କଠିନ ଅଂଶ କିଛି ମାତ୍ର ଚନ୍ଦ୍ର ଆଡ଼କୁ ଆକର୍ଷିତ ହୁଏ । ଫଳରେ ଜଳଭାଗ ଓ କଠିନ ଭୂଭାଗ ମଧ୍ୟରେ ସୃଷ୍ଟ ଶୂନ୍ୟସ୍ଥାନକୁ ପୂରଣ ପାଇଁ ଭୂପୃଷ୍ଠର ଅନ୍ୟ ଅଞ୍ଚଳର ଜଳରାଶି ସେ ସ୍ଥାନକୁ ପ୍ରବାହ ହୋଇଥାଏ । ସେଠାରେ ସମୁଦ୍ର ଜଳ ସ୍ତ୍ରୀତ ହୋଇ ପରୋକ୍ଷ ଜୁଆର ସୃଷ୍ଟି ହୁଏ ।

BSE Odisha 7th Class Geography Important Questions Chapter 3 ବାରିମଣ୍ଡଳ

5. ଇଉରୋପର ଉଷ୍ମ କମ୍ବଳ :
Answer:

  • ଇଉରୋପର ପଶ୍ଚିମ ଉପକୂଳରେ ଉଷ୍ମ ଆଙ୍ଗ୍‌ଲାଷ୍ଟିକ୍ ଉପସାଗରୀୟ ଧୀର ସ୍ରୋତ ପ୍ରବାହିତ ।
  • ଏହି ସ୍ରୋତର ଉଷ୍ମତା ପ୍ରଭାବରେ ଇଉରୋପର ପଶ୍ଚିମ ଉପକୂଳର ବନ୍ଦରଗୁଡ଼ିକ ବରଫମୁକ୍ତ ରହେ । ତେଣୁ ଏହି ଉଷ୍ମ ସାମୁଦ୍ରିକ ସ୍ରୋତକୁ ‘ଇଉରୋପର ଉଷ୍ମ କମ୍ବଳ’ କୁହାଯାଏ ।

6. ପ୍ରବାଳ ବନ୍ଧ :
Answer:

  • କ୍ରାନ୍ତୀମଣ୍ଡଳୀୟ ସମୁଦ୍ରରେ ପ୍ରାୟ ୨୧° ସେଲ୍‌ସିୟସ୍‌ ଅଧିକ ତାପମାତ୍ରା ଥ‌ିବା ଜଳରେ ଅଧ‌ିକ ସଂଖ୍ୟକ ପ୍ରବାଳ ବାସ କରନ୍ତି ।
  • ସେହି ପ୍ରବାଳମାନଙ୍କ ମୃତ ଶରୀର ଜମିଯାଇ ପ୍ରବାଳ ସ୍ତୂପ ସୃଷ୍ଟି ହୁଏ ।
  • ପାଖାପାଖୁ ପ୍ରବାଳ ସ୍ତୂପ ପରସ୍ପର ସଂଲଗ୍ନ ହେଲେ ପ୍ରବାଳ ବନ୍ଧ ସୃଷ୍ଟି ହୁଏ ।
  • ଅଷ୍ଟ୍ରେଲିଆ ମହାଦେଶର ପୂର୍ବ ଉପକୂଳର ଅନତିଦୂରରେ ‘ଗ୍ରେଟ୍ ବ୍ୟାରିଅର୍ ରିଫ୍’ ନାମକ ଏକ ବୃହତ୍ ପ୍ରବାଳ ବନ୍ଧ ରହିଛି ।

7. ଆଟୋଲ :
Answer:

  • ସମୁଦ୍ରର କେତେକ ସ୍ଥାନରେ ବୃତ୍ତାକାର ଖଣ୍ଡିତ ପ୍ରବାଳ ଘେରିବନ୍ଧ ସୃଷ୍ଟି ହୋଇଥାଏ ।
  • ଏହାକୁ ଆଟୋଲ୍ କୁହାଯାଏ ।

8. ପ୍ଲାଙ୍କ୍‌ଟନ୍‌ :
Answer:

  • ପ୍ଲାନ୍ଟଟନ୍ ଏକ ସାମୁଦ୍ରିକ ଶୈବାଳ ଜାତୀୟ ଉଦ୍ଭବ । – ଏହା ମାଛମାନଙ୍କର ଏକ ପ୍ରକୃଷ୍ଟ ଖାଦ୍ୟ ।
  • ଶୀତଳ ସାମୁଦ୍ରିକ ସ୍ରୋତ ଓ ଉଷ୍ଣ ସ୍ରୋତର ମିଳନସ୍ଥଳୀରେ ପ୍ରଚୁର ପରିମାଣରେ ପ୍ଲାନ୍‌ ଜାତୀୟ ଉଦ୍ଭିଦ ଜନ୍ମେ । ତେଣୁ ସେଠାରେ ପସିଦ୍ଧ ମାଛଧରା କେନ୍ଦ୍ର ଗଢିଉଠିଛି ।

ଭୌଗୋଳିକ କାରଣ ଦର୍ଶାଅ।

Question 1.
ପୂର୍ଣ୍ଣିମା ତିଥିରେ ଗୁରୁ ଜୁଆର ହୋଇଥାଏ ।
Answer:

  1. ପୂର୍ଣିମା ତିଥିରେ ସୂର୍ଯ୍ୟ, ପୃଥ‌ିବୀ ଓ ଚନ୍ଦ୍ର ପ୍ରାୟ ଏକ ସରଳରେଖାରେ ଅବସ୍ଥାନ କରିଥାନ୍ତି ।
  2. ସେହିଦିନ ସୂର୍ଯ୍ୟ ଓ ଚନ୍ଦ୍ର ମଝିରେ ପୃଥ‌ିବୀର ଅବସ୍ଥାନ ହୋଇଥାଏ ।
  3. ତେଣୁ ପୃଥ‌ିବୀର ଉଭୟ ପାର୍ଶ୍ଵରେ ଚନ୍ଦ୍ର ଓ ସୂର୍ଯ୍ୟର ଆକର୍ଷଣ ଯୋଗୁ ଉଚ୍ଚ ଜୁଆର ହୋଇଥାଏ ।

Question 2.
ଡଗରବ୍ୟାଙ୍ଗ୍ ଏକ ପ୍ରସିଦ୍ଧ ମାଛଧରା କେନ୍ଦ୍ର ।
Answer:

  • ଡଗରବ୍ୟାକ୍ ନିକଟରେ ଉଷ୍ଣ ସାମୁଦ୍ରିକ ସ୍ରୋତ ଓ ଶୀତଳ ସାମୁଦ୍ରିକ ସ୍ରୋତର ମିଳନ ଘଟିଥିବାରୁ ସେଠାରେ ପ୍ଲାକ୍ଟିନ ଜାତୀୟ ଉଦ୍ଭବ ପ୍ରଚୁର ପରିମାଣରେ ଜମାହୁଏ ।
  • ଏହା ମାଛମାନଙ୍କର ପ୍ରକୃଷ୍ଟ ଖାଦ୍ୟ ହୋଇଥିବାରୁ ଏହା ପ୍ରସିଦ୍ଧ ମାଛଧରା କେନ୍ଦ୍ର ହୋଇପାରିଛି ।

BSE Odisha 7th Class Geography Important Questions Chapter 3 ବାରିମଣ୍ଡଳ

Question 3.
ପୃଥ‌ିବୀର ସାମୁଦ୍ରିକ ବାଣିଜ୍ୟର ଅଧିକାଂଶ ଭାଗ ଆଟ୍‌ଲାଣ୍ଟିକ୍ ମହାସାଗର ଦେଇ ହୋଇଥାଏ ।
Answer:

  1. ଆଟ୍‌ଲାଣ୍ଟିକ ମହାସାଗରର ଉଭୟ ପାର୍ଶ୍ଵରେ ଇଉରୋପ ଓ ଉତ୍ତର ଆମେରିକା ଭଳି ସମୃଦ୍ଧିଶାଳୀ ମହାଦେଶ ଅବସ୍ଥିତ ।
  2. ଏହି ମହାସାଗରର ଉପକୂଳ ଦନ୍ତୁରିତ ଥିବାରୁ ଏଠାରେ ଅନେକ ପ୍ରାକୃତିକ ପୋତାଶ୍ରୟ ଓ ବନ୍ଦରମାନ ଗଢ଼ିଉଠିଛି । ତେଣୁ ଏହି ମହାସାଗର ଦେଇ ଅନେକ ବାଣିଜ୍ୟ କାରବାର ହୋଇଥାଏ ।

Question 4.
ନିଜଫାଉଣ୍ଡଲ୍ୟାଣ୍ଡ ଉପକୂଳ ଏକ ପ୍ରସିଦ୍ଧ ମାଛଧରା କେନ୍ଦ୍ର ହୋଇପାରିଛି ।
Answer:

  1. ନିଉଫାଉଣ୍ଡଲ୍ୟାଣ୍ଡ ଉପକୂଳରେ ଶୀତଳ ସ୍ରୋତ ଓ ଉଷ୍ଣ ସ୍ରୋତର ମିଳନ ଘଟିଛି । ଫଳରେ ଏଠାରେ ପ୍ଲାନ୍ ଜାତୀୟ ବିଭିନ୍ନ ମତ୍ସ୍ୟଖାଦ୍ୟ ପ୍ରଚୁର ମିଳେ ।
  2. ତେଣୁ ନିଉଫାଉଣ୍ଡଲ୍ୟାଣ୍ଡ ଉପକୂଳ ଏକ ପ୍ରସିଦ୍ଧ ମାଛଧରା କେନ୍ଦ୍ର ହୋଇପାରିଛି ।

Question 5.
ଶୀତଳ ସ୍ରୋତ ଅନ୍ତଃସ୍ରୋତ ଭାବେ ପ୍ରବାହିତ ।
Answer:

  1. ମେରୁ ଅଞ୍ଚଳରୁ ଶୀତଳ ସ୍ରୋତ ସୃଷ୍ଟି ହେଉଥିବାରୁ ଏହା ସଙ୍କୁଚିତ ହୋଇଥାଏ ।
  2. ତେଣୁ ଅନ୍ତଃସ୍ରୋତ ଭାବେ ଏହା ପ୍ରବାହିତ ହୁଏ ।

Question 6.
ଉଭୟ ମେରୁ ଅଞ୍ଚଳରେ ସମୁଦ୍ର ଜଳର ଲବଣତା କମ୍ ।
Answer:

  1. ଉଭୟ ମେରୁ ଅଞ୍ଚଳରେ ସୂର୍ଯ୍ୟଙ୍କ ଅତି ତୀର୍ଯ୍ୟକ୍ କିରଣ ଥିବାରୁ ଏହା ହିମମଣ୍ଡଳ ।
  2. ଏଠାରେ ବାଷ୍ପୀଭବନ କମ୍ ହୋଇଥାଏ, ତେଣୁ ଏଠାରେ ସମୁଦ୍ର ଜଳର ଲବଣତା କମ୍ ।

ପାର୍ଥକ୍ୟ ଦର୍ଶାଅ

1. ଉପଦୀପ ଓ ଉପସାଗର
Answer:
BSE Odisha 7th Class Geography Important Questions Chapter 3 ବାରିମଣ୍ଡଳ 1

2. ମହୀସୋପାନ ଓ ମହୀକାଳୁ
Answer:
BSE Odisha 7th Class Geography Important Questions Chapter 3 ବାରିମଣ୍ଡଳ 2

3. ଜୁଆର ଓ ଭଟ୍ଟା
Answer:
BSE Odisha 7th Class Geography Important Questions Chapter 3 ବାରିମଣ୍ଡଳ 3

4. ଜଷ ସ୍ରୋତ ଓ ଶୀତଳ ସ୍ରୋତ
Answer:
BSE Odisha 7th Class Geography Important Questions Chapter 3 ବାରିମଣ୍ଡଳ 4

5. ପ୍ରବଳ ଜୁଆର ଓ ଲଘୁ ଜୁଆର
Answer:
BSE Odisha 7th Class Geography Important Questions Chapter 3 ବାରିମଣ୍ଡଳ 5

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

ଗୋଟିଏ ବାକ୍ୟରେ ଉତ୍ତର ଦିଅ।

Question 1.
କାହାକୁ ନେଇ ବାରିମଣ୍ଡଳ ଗଠିତ ?
Answer:
ଭୂପୃଷ୍ଠରେ ଥିବା ମହାସାଗର, ସାଗର, ହ୍ରଦ, ନଦୀ, ହିମବାହ, ଭୂତଳ ଜଳ ଏବଂ ବାୟୁମଣ୍ଡଳର ଜଳୀୟବାଷ୍ପକୁ ନେଇ ପୃଥିବୀର ବାରିମଣ୍ଡଳ ଗଠିତ।

Question 2.
ସମଗ୍ର ପୃଥିବୀ କ୍ଷେତ୍ରଫଳର ଜଳ ଓ ସ୍ଥଳ କେତେ ଭାଗ ରହିଛି ?
Answer:
ସମଗ୍ର ପୃଥ‌ିବୀ କ୍ଷେତ୍ରଫଳର ପ୍ରାୟ ୭୧% ଜଳଭାଗ ଏବଂ ୨୯% ସ୍ଥଳଭାଗ ରହିଛି ।

Question 3.
ଜଳର ଲବଣତା କହିଲେ କ’ଣ ବୁଝ ?
Answer:
କିଲୋଗ୍ରାମ୍ ଜଳରେ ଯେତେ ଗ୍ରାମର ଲବଣ ଦ୍ରବୀଭୂତ ଥାଏ ତାହାକୁ ଜଳର ଲବଣତା କୁହାଯାଏ।

BSE Odisha 7th Class Geography Important Questions Chapter 3 ବାରିମଣ୍ଡଳ

Question 4.
ବିଶ୍ବ ଜଳ ଦିବସ କେବେ ପାଳିତ ହୁଏ ?
Answer:
ପ୍ରତି ବର୍ଷ ମାର୍ଚ୍ଚ ୨୨ ତାରିଖକୁ ‘ବିଶ୍ବ ଜଳ ଦିବସ’ ରୂପେ ପାଳନ କରାଯାଏ।

Question 5.
ହିମଟୋପର କାହାକୁ ନେଇ ଗଠିତ ?
Answer:
ଉଚ୍ଚ ପର୍ବତ ଶିଖରରେ ଓ ମେରୁ ଅଞ୍ଚଳରେ ଜମି ରହିଥିବା ବରଫ ରାଶିକୁ ନେଇ ପୃଥୁବୀର ହିମଟୋପର ଗଠିତ।

Question 6.
ବାରିମଣ୍ଡଳରେ ଥିବା ଜଳରାଶିର କେତେ ଭାଗ ମୁଖ୍ୟତଃ ପୃଥ‌ିବୀର ମହାସାଗରର ଲୁଣି ଜଳଦ୍ଵାରା ଗଠିତ ?
Answer:
ବାରିମଣ୍ଡଳରେ ଥିବା ଜଳରାଶିର ଶତକଡ଼ା ପ୍ରାୟ ୯୭ ଭାଗ ମୁଖ୍ୟତଃ ପୃଥ‌ିବୀର ମହାସାଗରର ଲୁଣି ଜଳଦ୍ଵାରା ଗଠିତ ।

Question 7.
ମେରିଆନା ଖାତ କେଉଁ ମହାସାଗରରେ ରହିଛି ?
Answer:
ମେରିଆନା ଖାତ ପ୍ରଶାନ୍ତ ମହାସାଗରରେ ରହିଛି।

Question 8.
କେଉଁ ମହାସାଗର ବେଜିଂ ପ୍ରଣାଳୀଦ୍ଵାରା ପ୍ରଶାନ୍ତ ମହାସାଗର ସହିତ ସଂଯୁକ୍ତ ହୋଇଛି ?
Answer:
ଆଟ୍‌ଲାଣ୍ଟିକ୍ ମହାସାଗର ବେନିଂ ପ୍ରଣାଳୀଦ୍ଵାରା ପ୍ରଶାନ୍ତ ମହାସାଗର ସହିତ ସଂଯୁକ୍ତ ହୌଛି ।

Question 9.
କେଉଁ ସାଗରଟି ପୃଥିବୀର ସାଗରଗୁଡ଼ିକ ମଧ୍ୟରେ ସବୁଠାରୁ ବଡ଼ ?
Answer:
ପୃଥ‌ିବୀର ସାଗରଗୁଡ଼ିକ ମଧ୍ୟରେ ଦକ୍ଷିଣ ଚୀନ ସାଗର ସବୁଠାରୁ ବଡ଼ ।

Question 10.
ଦକ୍ଷିଣ ଚୀନ୍ ସାଗର କେଉଁ ମହାସାଗରର ଅଂଶବିଶେଷ ?
Answer:
ଦକ୍ଷିଣ ଚୀନ ସାଗର ପ୍ରଶାନ୍ତ ମହାସାଗରର ଅଂଶବିଶେଷ ।

Question 11.
କାହାକୁ ଏକ ଅନ୍ତର୍ଦେଶୀୟ ହ୍ରଦ କୁହାଯାଏ ?
Answer:
କାପ୍ସିୟାନ ସାଗର ଏକ ଅନ୍ତର୍ଦେଶୀୟ ହ୍ରଦ।

BSE Odisha 7th Class Geography Important Questions Chapter 3 ବାରିମଣ୍ଡଳ

Question 12.
କାହାକୁ ମହୀସୋପାନ କୁହାଯାଏ ?
Answer:
ସମୁଦ୍ର କୂଳଠାରୁ କିଛି ଦୂର ପର୍ଯ୍ୟନ୍ତ ଜଳ ଭିତରେ ବୁଡ଼ିରହିଥ‌ିବା ମହାଦେଶର ଅଳ୍ପ ଗଢ଼ାଣିଆ ଭୂଭାଗକୁ ମହୀସୋପାନ କୁହାଯାଏ ।

Question 13.
ମହାଜାଳୁ କାହାକୁ କୁହାଯାଏ ?
Answer:
ମହୀସୋପାନର ଶେଷଭାଗରୁ ଭୂମି ଅଧ‌ିକ ଢାଲୁ ହୋଇଯାଇ ଗଭୀର ସମୁଦ୍ର ଆଡ଼କୁ ଲମ୍ବିଯିବା ଫଳରେ ସୃଷ୍ଟି ହେଉଥିବା ସମୁଦ୍ରଜଳର ଗଡ଼ାଣିଆ ଅଞ୍ଚଳକୁ ମହୀଢାଲୁ କୁହାଯାଏ ।

Question 14.
ମହାସାଗର ସମତଳ କାହାକୁ କୁହାଯାଏ ?
Answer:
ମହୀଢାଲୁର ନିମ୍ନଅଂଶରୁ ସମୁଦ୍ର ତଳର ବିସ୍ତୃତ ଶଯ୍ୟାକୁ ମହାସାଗର ସମତଳ କୁହାଯାଏ।

Question 15.
ସିନ୍ଧୁମଳ କହିଲେ କ’ଣ ବୁଝ ?
Answer:
ବିଭିନ୍ନ ସାମୁଦ୍ରିକ ଉଭିଦ ଓ ଜୀବଜନ୍ତୁଙ୍କ ଧ୍ବଂସାବଶେଷ ମହାସାଗର ତଳ ଅଂଶରେ ଜମାହୋଇ ସୃଷ୍ଟି ହେଉଥ‌ିବା କୋମଳ ପଙ୍କକୁ ସିନ୍ଧୁମଳ କୁହାଯାଏ।

Question 16.
କେଉଁ ଅଞ୍ଚଳ ଅନ୍ତର୍ଗତ ସାଗର, ମହାସାଗର ଜଳର ଲବଣତା ଅଧିକ ?
Answer:
କ୍ରାନ୍ତୀୟ ଉଷ୍ମମଣ୍ଡଳ ଅନ୍ତର୍ଗତ ସାଗର, ମହାସାଗର ଜଳର ଲବଣତା ଅଧିକ ।

Question 17.
କେଉଁ ଅଞ୍ଚଳରେ ଥିବା ସମୁଦ୍ର ଜଳର ଲବଣତା କମ୍ ?
Answer:
ଉଭୟ ମେରୁ ଅଞ୍ଚଳରେ ଥିବା ସମୁଦ୍ର ଜଳର ଲବଣତା କମ୍ ।

Question 18.
ସାଧାରଣତଃ ସୁନାମି ତରଙ୍ଗର ଉଚ୍ଚତା କେତେ ?
Answer:
ସାଧାରଣତଃ ସୁନାମି ଜ୍ଵରଙ୍ଗର ଉଚ୍ଚତା ପ୍ରାୟ ୧୫ ମିଟର।

BSE Odisha 7th Class Geography Important Questions Chapter 3 ବାରିମଣ୍ଡଳ

Question 19.
ଭୂକମ୍ପର ତୀବ୍ରତା ଅଧ‌ିକ ହୋଇଥିଲେ ଜେଜର ଉଚ୍ଚତା କେତେ ପର୍ଯ୍ୟନ୍ତ ହୋଇଥାଏ ?
Answer:
ଭୂକମ୍ପର ତୀବ୍ରତା ଅଧ‌ିକ ହୋଇଥିଲେ ଢେଉର ଉଚ୍ଚତା ୧୫୦ ମିଟର ପର୍ଯ୍ୟନ୍ତ ହୋଇଥାଏ।

Question 20.
ସାଗର ଓ ମହାସାଗର ବକ୍ଷରେ ପ୍ରତିଦିନ ନିୟମିତ କେତେଥର ଲେଖାଏଁ ଜୁଆର ଓ ଭଟ୍ଟା ହୋଇଥାଏ ?
Answer:
ସାଗର ଓ ମହାସାଗର ବକ୍ଷରେ ପ୍ରତିଦିନ ନିୟମିତ ଦୁଇଥର ଲେଖାଏଁ ଜୁଆର ଓ ଭଟ୍ଟା ହୋଇଥାଏ।

Question 21.
ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ଆକର୍ଷଣ ଯୋଗୁଁ ପୃଥ‌ିବୀର କେଉଁ ଭାଗ ଅଧୂକ ଆକର୍ଷିତ ହୋଇଥାଏ ?
Answer:
ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ଆକର୍ଷଣ ଯୋଗୁଁ ପୃଥ‌ିବୀର ଜଳଭାଗ ଅଧିକ ଆକର୍ଷିତ ହୋଇଥାଏ।

Question 22.
ଗୁରୁଜୁଆର କାହାକୁ କୁହାଯାଏ ?
Answer:
ଉଭୟ ପୂର୍ଣ୍ଣିମା ଓ ଅମାବାସ୍ୟା ତିଥ୍ୟରେ ହେଉଥ‌ିବା ଉଚ୍ଚ ଜୁଆରକୁ ଗୁରୁଜୁଆର କୁହାଯାଏ ।

Question 23.
ସାମୁଦ୍ରିକ ସ୍ରୋତ କହିଲେ କ’ଣ ?
Answer:
ସମୁଦ୍ରର ଏକ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ହେଉଥ‌ିବା ଜଳପ୍ରବାହକୁ ସାମୁଦ୍ରିକ ସ୍ରୋତ କୁହାଯାଏ।

Question 24.
ପ୍ରବାଳ ବନ୍ଧ କିପରି ସୃଷ୍ଟି ହୁଏ ?
Answer:
ପାଖାପାଖୂ ହୋଇ ଜମା ହେଉଥିବା କେତେକ ପ୍ରବାଳସ୍ତୂପ ପ୍ରାୟ ପରସ୍ପର ସଂଲଗ୍ନ ହୋଇ ‘ପ୍ରବାଳ ବନ୍ଧ’ ସୃଷ୍ଟି ହୋଇଥାଏ।

ପ୍ରତ୍ୟେକର ସଂଜ୍ଞା ଗୋଟିଏ ବାକ୍ୟରେ ପ୍ରକାଶ କର।

i. ଲବଣତା
Answer:
କିଲୋଗ୍ରାମ୍ ଜଳରେ ଯେତେ ଗ୍ରାମର ଲବଣ ଦ୍ରବୀଭୂତ ଥାଏ, ତାହାକୁ ଜଳର ଲବଣତା କୁହାଯାଏ ।

ii. ଉପଦ୍ୱୀପ
Answer:
ଯେଉଁ ସ୍ଥଳଭାଗର ତିନି ପାର୍ଶ୍ୱ ବିସ୍ତୀର୍ଣ୍ଣ ଜଳଭାଗ ଦ୍ୱାରା ବେଷ୍ଟିତ ତାହାକୁ ଉପଦ୍ଵୀପ କୁହାଯାଏ ।

iii. ଉପସାଗର
Answer:
ଯେଉଁ ଜଳଭାଗର ତିନି ପାର୍ଶ୍ଵ ବିସ୍ତୀର୍ଣ୍ଣ ସ୍ଥଳଭାଗ ଦ୍ଵାରା ପରିବେଷ୍ଟିତ, ତାହାକୁ ଉପସାଗର କୁହାଯାଏ ।

BSE Odisha 7th Class Geography Important Questions Chapter 3 ବାରିମଣ୍ଡଳ

iv. ମହୀସୋପାନ
Answer:
ସମୁଦ୍ର ଜଳ ଭିତରେ ବୁଡ଼ି ରହିଥିବା ସମୁଦ୍ରକୂଳଠାରୁ କିଛି ଦୂର ପର୍ଯ୍ୟନ୍ତ ମହାଦେଶର ଅଳ୍ପ ଗଡ଼ାଣିଆ ଭୂଭାଗ ।

v. ମହୀଢାଲୁ
Answer:
ମହୀସୋପାନର ଶେଷଭାଗରୁ ଭୂମି ଅଧିକ ଢାଲୁ ହୋଇ ଗଭୀର ସମୁଦ୍ର ଆଡ଼କୁ ଲମ୍ବିଥୁବା ଅଞ୍ଚଳ ।

vi. ମହାସାଗର ସମତଳ
Answer:
ମହୀଢାଲୁର ନିଗ୍ନାଂଶରୁ ସମୁଦ୍ର ତଳର ବିସ୍ତୃତ ଶଯ୍ୟା ।

vii. ସିନ୍ଧୁମଳ
Answer:
ମହାସାଗର ତଳ ଅଂଶରେ ଜମା ହେଉଥ‌ିବା ସାମୁଦ୍ରିକ ଉଦ୍ଭଦ ଓ ଜୀବଜନ୍ତୁଙ୍କ ଧ୍ବଂସାବଶେଷରୁ ସୃଷ୍ଟ କୋମଳ ପଙ୍କ ।

viii. ତରଙ୍ଗ
Answer:
ପ୍ରବାହିତ ବାୟୁର ଘର୍ଷଣ ଫଳରେ ସାଗର ପୃଷ୍ଠ ଜଳରେ ପଡ଼ୁଥିବା ଭାଙ୍ଗ ।

ix. ତରଙ୍ଗ ଶୀର୍ଷ
Answer:
ତରଙ୍ଗର ଉଚ୍ଚତମ ଅଂଶ ।

x. ତରଙ୍ଗ ପାଦ
Answer:
ତରଙ୍ଗର ନିମ୍ନତମ ଅଂଶ ।

xi. ତରଙ୍ଗ ଦୈର୍ଘ୍ୟ
Answer:
ପାଖାପାଖୁ ଅବସ୍ଥିତ ଦୁଇଟି ତରଙ୍ଗ ଶୀର୍ଷ କିମ୍ବା ତରଙ୍ଗ ପାଦର ମଧ୍ୟବର୍ତ୍ତୀ ବ୍ୟବଧାନ ।

xii. ତରଙ୍ଗ ଉଚ୍ଚତା
Answer:
ତରଙ୍ଗ ପାଦଠାରୁ ତରଙ୍ଗର ଶୀର୍ଷ ପର୍ଯ୍ୟନ୍ତ ଉଚ୍ଚତା ।

BSE Odisha 7th Class Geography Important Questions Chapter 3 ବାରିମଣ୍ଡଳ

xiii. ସୁନାମି
Answer:
ମହାସାଗର ନିମ୍ନସ୍ଥ ଭୂଭାଗ ଅଭ୍ୟନ୍ତରରେ ଭୂମିକମ୍ପ ଦ୍ଵାରା ସୃଷ୍ଟି ବିରାଟ ସାମୁଦ୍ରିକ ତରଙ୍ଗ ।

xiv. ଜୁଆର
Answer:
ସାମୁଦ୍ରିକ ଜଳର ଉତ୍‌ଥାନକୁ ଜୁଆର କୁହାଯାଏ ।

xv. ଭଟ୍ଟା
Answer:
ସାମୁଦ୍ରିକ ଜଳର ପତନକୁ ଭଙ୍ଗା କୁହାଯାଏ ।

xvi. ଗୁରୁ କୁଆର
Answer:
ପୂର୍ଣ୍ଣିମା ଓ ଅମାବାସ୍ୟା ତିଥିରେ ହେଉଥ‌ିବା ଉଚ୍ଚ ଜୁଆର ।

xvil. ଲଘୁ ଜୁଆର
Answer:
କୃଷ୍ଣପକ୍ଷ ଅଷ୍ଟମୀ ଓ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ହେଉଥ‌ିବା କମ୍ ଉଚ୍ଚତା ବିଶିଷ୍ଟ ଜୁଆର ।

xvii. ସାମୁଦ୍ରିକ ସ୍ରୋତ
Answer:
ସମୁଦ୍ରର ଏକ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ହେଉଥ‌ିବା ଜଳପ୍ରବାହ ।

xix. ପ୍ଲାଙ୍କ୍‌କ୍
Answer:
ଶୀତଳ ସ୍ରୋତ ଓ ଉଷ୍ଣ ସ୍ରୋତର ମିଳନ ସ୍ଥଳରେ ଜମା ହେଉଥ‌ିବା ମାଛ ଖାଦ୍ୟ ଜାତୀୟ ଉଦ୍ଭଦ ।

xx. ପ୍ରବାଳ ସ୍ତୂପ
Answer:
ପ୍ରବାଳମାନଙ୍କ ମୃତାବଶେଷରୁ ସୃଷ୍ଟ ହୁଙ୍କା ଆକାର ଭୂମିରୂପ ।

xxi. ପ୍ରବାଳ ବନ୍ଧ
Answer:
ପାଖାପାଖୁ କେତେକ ପ୍ରବାଳ ସ୍ତୂପ ପରସ୍ପର ସଂଲଗ୍ନ ହୋଇ ସୃଷ୍ଟି ହେଉଥ‌ିବା ପ୍ରାକୃତିକ ବନ୍ଧ ।

xxii. ଆଗୋଳ
Answer:
ବୃତ୍ତାକାର ଖଣ୍ଡିତ ପ୍ରବାଳ ଘେରିବନ୍ଧକୁ ଆଟୋଲ୍ କୁହାଯାଏ ।

ପ୍ରତ୍ୟେକ ବାକ୍ୟାଶକୁ ଗୋଟିଏ/ଦୁଇଟି ଭୌଗୋଳିକ ପଦରେ ପ୍ରକାଶ କର ।

i. ପୃଥ‌ିବୀର ସର୍ବବୃହତ୍ ତଥା ଗଭୀରତମ ମହାସାଗର ।
Answer:
ପ୍ରଶାନ୍ତ ମହାସାଗର

ii. ସମଗ୍ର ପୃଥ‌ିବୀପୃଷ୍ଠର ପ୍ରାୟ ଏକ-ଷକ୍ଷାଂଶ ସ୍ଥାନ ଅଧିକାର କରିଥିବା ମହାସାଗର ।
Answer:
ଆଟଲାଣ୍ଟିକ୍ ମହାସାଗର

iii. ପୃଥିବୀର ତୃତୀୟ ବୃହତ୍ତମ ମହାସାଗର ।
Answer:
ଭାରତ ମହାସାଗର

BSE Odisha 7th Class Geography Important Questions Chapter 3 ବାରିମଣ୍ଡଳ

iv. ପ୍ରଶାନ୍ତ ମହାସାଗର ସହ ସୁମେରୁ ମହାସାଗରକୁ ସଂଯୋଗ କରୁଥିବା ପ୍ରଣାଳୀ ।
Answer:
ବେରିଂ ପ୍ରଣାଳୀ

v. ପୃଥ‌ିବୀର ସବୁଠାରୁ ବଡ଼ ସାଗର ।
Answer:
ଦକ୍ଷିଣ ଚୀନ୍ ସାଗର

vi. ଭାରତ ମହାସାଗରରେ ଅବସ୍ଥିତ ଏକ ସାଗର ।
Answer:
ଆରବ ସାଗର

vii. ମାଛଧରା କେନ୍ଦ୍ର ଥିବା ମହାସାଗରୀୟ ଅଂଶ ।
Answer:
ମହୀସୋପାନ

viii. ଚନ୍ଦ୍ରର ସମ୍ମୁଖୀନ ହେଉଥିବା ପୃଥିବୀର ଜଳଭାଗ ଅଂଶର ବିପରୀତ ପାର୍ଶ୍ଵରେ ସୃଷ୍ଟ ଜୁଆର ।
Answer:
ପରୋକ୍ଷ ଜୁଆର

ix. ଇଉରୋପ ମହାଦେଶର ପଶ୍ଚିମ ଉପକୂଳରେ ପ୍ରବାହିତ ହେଉଥ‌ିବା ଉଷ୍ଣ ସ୍ରୋତର ଅନ୍ୟ ନାମ
Answer:
ଇଉରୋପର ଉଷ୍ଣ କମ୍ବଳ

x. ବୃତ୍ତାକାର ଖଣ୍ଡିତ ପ୍ରବାଳ ଘେରିବନ୍ଧ ।
Answer:
ଆଟୋଲ

xi. ଉତ୍ତର ଆମେରିକାର ପ୍ରସିଦ୍ଧ ମାଛଧରା କେନ୍ଦ୍ର ।
Answer:
ନିଉଫାଉଣ୍ଡଲ୍ୟାଣ୍ଡ

xii. ଭୂକମ୍ପ ଜନିତ ସୃଷ୍ଟ ସାମୁଦ୍ରିକ ତରଙ୍ଗ ।
Answer:
ସୁନାମି,

xiii. ଚନ୍ଦ୍ର ଓ ସୂର୍ଯ୍ୟର ମିଳିତ ଆକର୍ଷଣ ଫଳରେ ହେଉଥୁବା ଜୁଆର ।
Answer:
ପ୍ରବଳ ଜୁଆର,

xiv. ଏକ ନିର୍ଦ୍ଦିଷ୍ଟ ଦିଗରେ ସମୁଦ୍ର ଜଳର ନିରନ୍ତର ପ୍ରବାହ ।
Answer:
ସାମୁଦ୍ରିକ ସ୍ରୋତ

BSE Odisha 7th Class Geography Important Questions Chapter 3 ବାରିମଣ୍ଡଳ

xv. ନିୟମିତ ବ୍ୟବଧାନରେ ଦିନକୁ ଦୁଇଥର ଲେଖାଏଁ ସମୁଦ୍ର ଜଳର ଉତ୍‌ଥାନ ଓ ପତନ ।
Answer:
ଜୁଆର-ଇଟ୍ଟା

xvi. ଉଚ୍ଚ ପର୍ବତ ଶିଖରରେ ଓ ମେରୁ ଅଞ୍ଚଳରେ ଜମି ରହିଥିବା ବରଫ ରାଶି ।
Answer:
ହିମଟୋପର

xvii. ପୃଥିବୀର ଗଭୀରତମ ଖାତ ।
Answer:
ମେରିଆନା ଖାତ

xvili. ଅଷ୍ଟ୍ରେଲିଆ ମହାଦେଶର ପୂର୍ବ ଉପକୂଳର ଅନତି ଦୂରରେ ସମୁଦ୍ରରେ ଥ‌ିବା ଏକ ପ୍ରବାଳ ବନ୍ଧ ।
Answer:
ଗ୍ରେଟ୍ ବାରିୟର ରିଫ୍

ଶୂନ୍ୟସ୍ଥାନ ପୂରଣ କର ।

i. ଉଷ୍ଠ ସ୍ରୋତ ____ ଅଞ୍ଚଳରୁ _____ ଅଞ୍ଚଳକୁ ପ୍ରବାହିତ ହୁଏ ।
Answer:
ବିଷୁବ, ମେରୁ

ii. ପ୍ରବାଳ ଏକ ଶଙ୍ଖ ଜାତୀୟ _____ ଜୀବ ।
Answer:
ସାମୁଦ୍ରିକ

iii. କ୍ୟୁରେସିଓ ସ୍ରୋତ ଏକ _____ ସ୍ରୋତ ଅଟେ ।
Answer:
ଉଷ୍ଣ

BSE Odisha 7th Class Geography Important Questions Chapter 3 ବାରିମଣ୍ଡଳ

iv. ଲାବ୍ରାଡ଼ର ସ୍ରୋତ ଏକ _____ ସ୍ରୋତ ଅଟେ ।
Answer:
ଶୀତଳ

v. ଶୀତଳ ଓ ଉଷ୍ଣ ସ୍ରୋତର ମିଳନ ସ୍ଥଳରେ ____ ଜାତୀୟ ଉଭିଦ ବହୁ ପରିମାଣରେ ଦେଖାଯାଏ ।
Answer:
ପ୍ଳାଙ୍କଟନ୍

vi. ପୂର୍ଣ୍ଣିମା ଓ ଅମାବାସ୍ୟା ତିଥିରେ ସମୁଦ୍ରରେ ____ ଜୁଆର ସୃଷ୍ଟି ହୁଏ ।
Answer:
ଗୁରୁ

vii. ____ ପୃଥ‌ିବୀର ଗଭୀରତମ ଖାତ ଅଟେ ।
Answer:
ମେରିଆନା

viii. ଯେଉଁ ଜଳଭାଗର ତିନିପାର୍ଶ୍ବ ବିସ୍ତୀର୍ଣ୍ଣ ସ୍ଥଳଭାଗ ବେଷ୍ଟିତ, ତାହାକୁ _____ କୁହାଯାଏ ।
Answer:
ଉପସାଗର

ix. ସମୁଦ୍ରର _____ ଅଞ୍ଚଳରୁ ଖଣିଜତୈଳ, ପୋହଳା ଓ ମୁକ୍ତା ସଂଗ୍ରହ କରାଯାଏ ।
Answer:
ମହୀସୋପାନ

x. ବିଷୁବ ଅଞ୍ଚଳରେ ମହାସାଗର ଜଳର ତାପମାତ୍ରା _____ ଡିଗ୍ରୀ ସେଲ୍‌ସିୟସ୍‌ ଅଧିକ ଥାଏ ।
Answer:
୨୫

ଠିକ୍ ଉତ୍ତର ବାଛି ଲେଖ।

Question i.
ପୃଥ‌ିବୀର ସାଗରଗୁଡ଼ିକ ମଧ୍ୟରୁ କେଉଁଟି ସବୁଠାରୁ ବଡ଼ ?
(କ) ଲୋହିତ ସାଗର
(ଖ) ବେଜିଂ ସାଗର
(ଗ) ଦକ୍ଷିଣ ଚୀନ୍ ସାଗର
(ଘ) ଭୂମଧ୍ୟ ସାଗର
Answer:
ଦକ୍ଷିଣ ଚୀନ୍ ସାଗର

Question ii.
ପୃଥ‌ିବୀର ଗଭୀରତମ ସାମୁଦ୍ରିକ ଖାତ କେଉଁ ମହାସାଗରରେ ଅବସ୍ଥିତ ?
(କ) ପ୍ରଶାନ୍ତ
(ଖ) ଆଟ୍‌ଲାଣ୍ଟିକ୍
(ଗ) ଭାରତ
(ଘ) ସୁମେରୁ
Answer:
ପ୍ରଶାନ୍ତ

BSE Odisha 7th Class Geography Important Questions Chapter 3 ବାରିମଣ୍ଡଳ

Question iii.
ପୃଥ‌ିବୀରେ ଉପଲବ୍‌ଧ ମଧୁର ଜଳର ସର୍ବାଧ‌ିକ ଭାଗ କେଉଁ ଠାରେ ରହିଅଛି ?
(କ) ଭୂତଳ ଜଳ
(ଖ) ନଦୀ
(ଗ) ହିମଟୋପର
(ଘ) ବାୟୁମଣ୍ଡଳ
Answer:
ହିମଟୋପର

Question iv.
ଜଳ ଦିବସ କେବେ ପାଳିତ ହୁଏ ?
(କ) ସେପ୍ଟେମ୍ବର ୨୩
(ଖ) ମାର୍ଚ୍ଚ ୨୨
(ଗ) ଅକ୍ଟୋବର ୨୪
(ଘ) ନଭେମ୍ବର ୧୫
Answer:
ମାର୍ଚ୍ଚ ମାସ ୨୨

Question v.
ପୃଥ‌ିବୀରେ ଶତକଡ଼ା କେତେ ଭାଗ ମଧୁର ଜଳ ଯାହା ନଦୀ, ହ୍ରଦ, ତୁଷାର ଓ ବରଫ ଆକାରରେ ରହିଛି ?
(କ) ୨.୬୯
(ଖ) ୨.୬୮
(ଗ) ୨.୬୭
(ଘ) ୨,୬୬
Answer:
୨.୬୯

Question vi.
ସାଗର ଓ ମହାସାଗରର ଜଳଭାଗ ପୃଥ‌ିବୀପୃଷ୍ଠର କ୍ଷେତ୍ରଫଳର ପ୍ରାୟ ଶତକଡ଼ା କେତେ ଭାଗ ଅଧିକାର କରିଛି ?
(କ) ୩
(ଖ) ୨୯
(ଗ) ୭୧
(ଘ) ୯୭
Answer:
୭୧ ଭାଗ

Question vii.
ଉଷ୍ଣସ୍ରୋତ ଓ ଶୀତଳ ସ୍ରୋତର ମିଳନ ସ୍ଥଳରେ କ’ଣ ସୃଷ୍ଟି ହୁଏ ?
(କ) କୁହୁଡ଼ି
(ଗ) ବର୍ଷା
(ଖ) ବାତ୍ଯା
(ଘ) ଜୁଆର
Answer:
କୁହୁଡ଼ି

BSE Odisha 7th Class Geography Important Questions Chapter 3 ବାରିମଣ୍ଡଳ

Question viii.
ଭୂତଳ ଜଳର ଶତକଡ଼ା ପରିମାଣ କେତେ ?
(କ) ୨.୦
(ଖ) ୦.୬୮
(ଗ) ୦.୦୦୯
(ଘ) ୦.୦୦୧୯
Answer:
୦,୬୮

Question ix.
ପୃଥ‌ିବୀର ଜଳଭାଗ କେତେ କୋଟି ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ?
(କ) ୨୬
(ଖ) ୩୬
(ଗ) ୪୬
(ଘ) ୬୩
Answer:
୩୬

Question x.
ହାଓ୍ବାଇ ଦ୍ଵୀପପୁଞ୍ଜ କେଉଁ ମହାସାଗରରେ ଅବସ୍ଥିତ ?
(କ) ପ୍ରଶାନ୍ତ
(ଖ) ଆଟଲାଣ୍ଟିକ୍
(ଗ) ଭାରତ
(ଘ) ସୁମେରୁ
Answer:
ପ୍ରଶାନ୍ତ ମହାସାଗର

Question xi.
ଭାରତ ମହାସାଗରରେ କେଉଁ ଦ୍ଵୀପ ଅବସ୍ଥିତ ?
(କ) ଗ୍ରୀଲ୍ୟାଣ୍ଡ
(ଖ) ନ୍ୟୁଜିଲ୍ୟାଣ୍ଡ
(ଗ) ମାଡାଗାସ୍କର
(ଘ) ଆଇସ୍‌ଲ୍ୟାଣ୍ଡ୍
Answer:
ମାଡାଗାସ୍କର

v

Question xii.
କ୍ଷେତ୍ରଫଳ ଦୃଷ୍ଟିରୁ ଆଟଲାଣ୍ଟିକ୍ ମହାସାଗର ପୃଥିବୀରେ କେଉଁ ସ୍ଥାନ ଗ୍ରହଣ କରିଛି ?
(କ) ଦ୍ବିତୀୟ
(ଖ) ତୃତୀୟ
(ଗ) ଚତୁର୍ଥ
(ଘ) ପଞ୍ଚମ
Answer:
ଦ୍ଵିତୀୟ

Question xiii.
ନି ଭସାଇବେରୀୟ ଦ୍ଵୀପ କେଉଁ ମହାସାଗରରେ ଅବସ୍ଥିତ ?
(କ) ସୁମେରୁ
(ଖ) ଆଟଲାଣ୍ଟିକ୍
(ଗ) ଆଟଲାଣ୍ଟିକ୍
(ଘ) ସୁମେରୁ
Answer:
ସୁମେରୁ

Question xiv.
ଲୋହିତ ସାଗର କେଉଁ ମହାସାଗରର ଅନ୍ତର୍ଗତ ?
(କ) ଭାରତ
(ଖ) କୁମେରୁ
(ଗ) ପ୍ରଶାନ୍ତ
(ଘ) ପ୍ରଶାନ୍ତ
Answer:
ଭାରତ

Question xv.
ଜାପାନ ସାଗର କେଉଁ ମହାସାଗରରେ ଅବସ୍ଥିତ ?
(କ) ପ୍ରଶାନ୍ତ
(ଗ) ଭାରତ
(ଖ) ଆଟଲାଣ୍ଟିକ୍
(ଘ) କୁମେରୁ
Answer:
ପ୍ରଶାନ୍ତ

BSE Odisha 7th Class Geography Important Questions Chapter 3 ବାରିମଣ୍ଡଳ

Question xvi.
କାରିବିୟାନ୍ ସାଗର କେଉଁ ମହାସାଗରରେ ଅବସ୍ଥିତ ?
(କ) ପ୍ରଶାନ୍ତ
(ଖ) ଆଟଲାଣ୍ଟିକ୍
(ଗ) ଭାରତ
(ଘ) ସୁମେରୁ
Answer:
ଆଟଲାଣ୍ଟିକ୍

Question xvii.
ଆଟ୍‌ଲାଷ୍ଟିକ୍ ମହାସାଗରରେ କେଉଁ ସାଗର ଅବସ୍ଥିତ ?
(କ) ପୀତ ସାଗର
(ଖ) ଉତ୍ତର ସାଗର
(ଗ) ଭୂମଧ୍ୟ ସାଗର
(ଘ) ପାରସ୍ୟ ଉପସାଗର
Answer:
ଭୂମଧ୍ୟ ସାଗର

Question xviii.
ସମୁଦ୍ରକଳରେ ସୋହିୟମ୍ ସହିତ କେଉଁ ଲବଣର ମାତ୍ରା ଅଧିକ ?
(କ) କ୍ୟାସିୟମ୍
(ଖ) ମ୍ୟାଗ୍ନେସିୟମ୍
(ଗ) ଫସ୍‌ଫରସ୍
(ଘ) ସଲ୍ଫର
Answer:
ମ୍ୟାଗ୍ନେସିୟମ୍

Question xix.
୨୦୦୪ ମସିହା ନଭେମ୍ବର ୨୬ ତାରିଖରେ ସୁନାମିର ସୃଷ୍ଟି କେଉଁଠାରେ ହୋଇଥିଲା ?
(କ) ଜାପାନ
(ଖ) ସୁମାତ୍ରା
(ଘ) ଆଣ୍ଡାମାନ ନିକୋବର
(ଗ) ଜାଭା
Answer:
ସୁମାତ୍ରା

Question xx.
ଅଷ୍ଟ୍ରେଲିଆ ସ୍ରୋତ କେଉଁ ମହାସାଗର ଅନ୍ତର୍ଗତ ଏକ ଶୀତଳ ସ୍ରୋତ ?
(କ) ଭାରତ
(ଖ) ପ୍ରଶାନ୍ତ
(ଗ) ଆଟଲାଣ୍ଟିକ୍
(ଘ) ସୁମେରୁ
Answer:
ଭାରତ

BSE Odisha 7th Class Geography Important Questions Chapter 3 ବାରିମଣ୍ଡଳ

Question xxi.
ପେରୁ ସ୍ରୋତର ଅନ୍ୟନାମ କ’ଣ ?
(କ) କାନାରିସ୍ରୋତ
(ଖ) ହମ୍‌ବୋଲ୍ଟସ୍ରୋତ
(ଗ) ବେଙ୍ଗୁଆଲାସ୍ରୋତ
(ଘ) ଫକ୍‌ଲାଣ୍ଡସ୍ରୋତ
Answer:
ହମ୍ ବୋଲ୍ଟ ଟ ସ୍ରୋତ

Question xxii.
ଉପସାଗରୀୟ ସ୍ରୋତ କେଉଁ ମହାସାଗରରେ ପ୍ରବାହିତ ?
(କ) ପ୍ରଶାନ୍ତ
(ଖ) ଆଟଲାଣ୍ଟିକ୍
(ଗ) ଭାରତ
(ଘ) ସୁମେରୁ
Answer:
ଆଟ୍‌ଲାଣ୍ଟିକ୍

Question xxiii.
କ୍ୟୁରୋସିଓ ସ୍ରୋତକୁ କେଉଁ ସ୍ରୋତ କୁହାଯାଏ ?
(କ) ବାହାମା
(ଗ) ଜାପାନ
(ଖ) ହମ୍‌ବୋଲ୍ଟ
(ଘ) ବ୍ରାଜିଲ
Answer:
ଜାପାନ

Question xxiv.
ଗ୍ରାଣ୍ଡ ବ୍ୟାଙ୍କ କେଉଁ ମହାଦେଶରେ ଅବସ୍ଥିତ ?
(କ) ଏସିଆ
(ଗ) ଉତ୍ତର ଆମେରିକା
(ଖ) ଇଉରୋପ
(ଘ) ଦକ୍ଷିଣ ଆମେରିକା
Answer:
ଇଉରୋପ

ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।

1. ପୃଥ‌ିବୀ କ୍ଷେତ୍ରଫଳର ଶତକଡ଼ା ପ୍ରାୟ _____ ଭାଗ ଜଳଭାଗ । (୭୧, ୭୨, ୭୩, ୭୪)
Answer:
୭୧

2. ପୃଥ‌ିବୀ କ୍ଷେତ୍ରଫଳର ଶତକଡ଼ା ପ୍ରାୟ ____ ଭାଗ ସ୍ଥଳଭାଗ। (୨୬, ୨୭, ୨୮, ୨୯)
Answer:
୨୯

3. ପୃଥ‌ିବୀ ପୃଷ୍ଠରେ ସମୁଦାୟ ଜଳଭାଗର ପ୍ରାୟ ଶତକଡ଼ା _____ ଭାଗ ଜଳ ଲୁଣିଆ। (୯୭.୩, ୯୭.୪, ୯୭.୫, ୯୭.୬)
Answer:
୯୭.୩

4. ପୃଥ‌ିବୀ ପୃଷ୍ଠରେ ସମୁଦାୟ ଜଳଭାଗର ପ୍ରାୟ ଶତକଡ଼ା ____ ଭାଗ ଜଳ ମଧୁର। (୨.୬, ୨.୭, ୨.୮, ୨.୯)
Answer:
୨.୭

BSE Odisha 7th Class Geography Important Questions Chapter 3 ବାରିମଣ୍ଡଳ

5. ପୃଥିବୀର ସର୍ବବୃହତ୍ ମହାସାଗର _____ ମହାସାଗର ଅଟେ | (ପ୍ରଶାନ୍ତ, ଆଟଲାଣ୍ଟିକ୍, ଭାରତ, ଉତ୍ତର)
Answer:
ପ୍ରଶାନ୍ତ

6. ପୃଥ‌ିବୀର ଦ୍ଵିତୀୟ ବୃହତ୍ତମ ମହାସାଗର ମହାସାଗର ____ ଅଟେ । (ପ୍ରଶାନ୍ତ, ଆଟଲାଣ୍ଟିକ, ଭାରତ, ଉତ୍ତର)
Answer:
ଆଟଲାଣ୍ଟିକ୍

7. _____ ପୃଥିବୀର ସବୁଠାରୁ ଛୋଟ ମହାସାଗର ଅଟେ । (ପ୍ରଶାନ୍ତ, ଆଟଲାଣ୍ଟିକ, ଭାରତ, ଉତ୍ତର)
Answer:
ଉତ୍ତର

8. ପୃଥ‌ିବୀର ଗଭୀରତମ ମେରିଆନା ଖାତ _____ ମହାସାଗରରେ ଅବସ୍ଥିତ । (ପ୍ରଶାନ୍ତ, ଆଟଲାଣ୍ଟିକ, ଭାରତ, ଉତ୍ତର)
Answer:
ପ୍ରଶାନ୍ତ

9. _____ ପୃଥିବୀର ତୃତୀୟ ବୃହତ୍ତମ ମହାସାଗର। (ପ୍ରଶାନ୍ତ, ଆଟଲାଣ୍ଟିକ, ଭାରତ, ଉତ୍ତର)
Answer:
ଭାରତ

10. ପୃଥ‌ିବୀର ସାଗର ମଧ୍ଯରୁ ______ ସବୁଠାରୁ ବଡ଼ । (ଜାପାନ ସାଗର, ଦକ୍ଷିଣ ଚୀନ୍ ସାଗର, ଆରବ ସାଗର, ପୀତ ସାଗର)
Answer:
ଦକ୍ଷିଣ ଚୀନ ସାଗର

11. ମହାସାଗରର _____ ଅଞ୍ଚଳରୁ ଖଣିଜତୈଳ, ପୋହଳା ଓ ମୁକ୍ତା ସଂଗ୍ରହ କରାଯାଏ। (ମହୀଜାଲୁ, ମହୀସୋପାନ, ସାଗରତଳ, ସାଗରଖାତ)
Answer:
ମହୀ ସୋପାନ

12. ସମୁଦ୍ର ତଳର ଅଧିକ ଗଡ଼ାଣିଆ ଅଞ୍ଚଳକୁ ______ କୁହାଯାଏ । (ମହୀସୋପାନ, ସାଗରତଳ, ମହୀଢାଲୁ, ସାଗରଖାତ)
Answer:
ମହୀଢାଲୁ

13. ଗୁରୁଜୁଆର _____ ତିଥ୍ୟରେ ହୋଇଥାଏ । (ପୂର୍ଣ୍ଣମୀ, ଅଷ୍ଟମୀ, ନବମୀ, ଦଶମୀ)
Answer:
ପୂର୍ଣ୍ଣମୀ

BSE Odisha 7th Class Geography Important Questions Chapter 3 ବାରିମଣ୍ଡଳ

14. ଲଘୁଜୁଆର ______ ତିଥିରେ ହୋଇଥାଏ । (ପୂର୍ଣ୍ଣମୀ, ଅଷ୍ଟମୀ, ନବମୀ, ଦଶମୀ)
Answer:
ଅଷ୍ଟମୀ

15. ୟୁରୋପ ମହାଦେଶର ________ ଏକ ପ୍ରସିଦ୍ଧ ମାଛଧରା କେନ୍ଦ୍ର । (ଗ୍ରାଣ୍ଡବ୍ୟାଙ୍କ, ନିଉଫାଉଣ୍ଡଲ୍ୟାଣ୍ଡ, ଫିସରଲ୍ୟାଣ୍ଡ, ଫିନ୍‌ଲ୍ୟାଣ୍ଡ)
Answer:
ଗ୍ରାଣ୍ଡବ୍ୟାଙ୍କ

16. ଅଷ୍ଟ୍ରେଲିଆ ମହାଦେଶର _____ ଉପକୂଳରେ ‘ଏକ ବୃହତ୍ ପ୍ରବାଳ ବନ୍ଧର୍ବ ରହିଛି । (ଉତ୍ତର, ଦକ୍ଷିଣ, ପୂର୍ବ, ପଶ୍ଚିମ)
Answer:
ପୂର୍ବ

ସ୍ତମ୍ଭ ମିଳନ କର।

(i) ‘କ’ ସ୍ତମ୍ଭରେ ଥିବା ଶବ୍ଦକୁ ‘ଖ’ ସ୍ତମ୍ଭରେ ଥିବା ସମ୍ପର୍କିତ ଶବ୍ଦ ସହ ମିଳାଇ ଲେଖ ।

BSE Odisha 7th Class Geography Important Questions Chapter 3 ବାରିମଣ୍ଡଳ 6
Answer:
BSE Odisha 7th Class Geography Important Questions Chapter 3 ବାରିମଣ୍ଡଳ 7

(ii) ‘କ’ ସ୍ତମ୍ଭରେ ଥିବା ଶବ୍ଦକୁ ‘ଖ’ ସ୍ତମ୍ଭରେ ଥିବା ସମ୍ପର୍କିତ ଶବ୍ଦ ସହ ମିଳାଇ ଲେଖ ।

BSE Odisha 7th Class Geography Important Questions Chapter 3 ବାରିମଣ୍ଡଳ 8
Answer:
BSE Odisha 7th Class Geography Important Questions Chapter 3 ବାରିମଣ୍ଡଳ 9

(iii) ‘କ’ ସ୍ତମ୍ଭରେ ଥିବା ଶବ୍ଦକୁ ‘ଖ’ ସ୍ତମ୍ଭରେ ଥିବା ସମ୍ପର୍କିତ ଶବ୍ଦ ସହ ମିଳାଇ ଲେଖ ।

BSE Odisha 7th Class Geography Important Questions Chapter 3 ବାରିମଣ୍ଡଳ 10
Answer:
BSE Odisha 7th Class Geography Important Questions Chapter 3 ବାରିମଣ୍ଡଳ 11

ପ୍ରଥମ ଯୋଡ଼ିକୁ ଦେଖୁ ଦ୍ଵିତୀୟ ଯୋଡ଼ି ପୂରଣ କର।

1. ପ୍ରଶାନ୍ତ ମହାସାଗର : ସର୍ବବୃହତ୍ ମହାସାଗର :: ଆଟଲାଣ୍ଟିକ୍ ମହାସାଗର : _____।
Answer:
ଦ୍ଵିତୀୟ ବୃହତ୍ତମ ମହାସାଗର

2. ତିନିପାର୍ଶ୍ଵ ଜଳ : ଉପଦ୍ଵୀପ :: ତିନିପାର୍ଶ୍ଵ ବିସ୍ତୀର୍ଣ୍ଣ ସ୍ଥଳଭାଗ : _____।
Answer:
ଉପସାଗର

3. ଗୁରୁଜୁଆର : ପୂଶ୍ଚିମୀତିଥୁ :: ଲଘୁଜୁଆର : _____।
Answer:
ଅଷ୍ଟମୀତିଥୁ

BSE Odisha 7th Class Geography Important Questions Chapter 3 ବାରିମଣ୍ଡଳ

4. ଇଷ୍ଠସ୍ରୋତ : ବାହାମାସ୍ରୋତ :: ଶୀତଳସ୍ରୋତ : _____।
Answer:
କାନାରିସ୍ରୋତ

5. ଇଉରୋପ ମହାଦେଶ : ଡଗରବ୍ୟାଙ୍କ :: ଉତ୍ତର ଆମେରିକା : _____।
Answer:
ନିଉଫାଉଣ୍ଡଲ୍ୟାଣ୍ଡ

Leave a Comment