BSE Odisha 7th Class Geography Important Questions Chapter 4 ଜୈବମଣ୍ଡଳ

Odisha State Board BSE Odisha 7th Class Geography Important Questions Chapter 4 ଜୈବମଣ୍ଡଳ Important Questions and Answers.

BE Odisha Class 7 Geography Important Questions Chapter 4 ଜୈବମଣ୍ଡଳ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଶକ୍ତି ପ୍ରବାହ କ’ଶ ସଂକ୍ଷେପରେ ବୁଝାଅ ।
Answer:

  1. ଉଭିଦ ଜଗତ ଉତ୍ପାଦକ ଓ ପ୍ରାଣୀମାନେ ଭକ୍ଷକ ଅଟନ୍ତି ।
  2. ଉଭିଦ ଦ୍ୱାରା ମାଟିରୁ ସଂଗୃହୀତ ଖଣିଜ ଲବଣ ଓ ସୌରଶକ୍ତି ରାସାୟନିକ ଶକ୍ତିରେ ରୂପାନ୍ତରିତ ହୋଇ ରହେ ।
  3. ତୃଣଭୋଜୀ ପ୍ରାଣୀ ଉଭିଦର ବିଭିନ୍ନ ଅଂଶ ଖାଇବା ଦ୍ଵାରା ସେମାନେ ଉଭିଦଠାରୁ କିଛି ପରିମାଣର ରାସାୟନିକ ଶକ୍ତି (ପ୍ରାୟ ଉଭିଦଠାରେ ଥ‌ିବା ଶକ୍ତିର ଏକ-ଦଶମାଂଶ) ଗ୍ରହଣ କରନ୍ତି ।
  4. ତୃଣଭୋଜୀ ପ୍ରାଣୀଙ୍କଠାରୁ ଏହି ଶକ୍ତି (ପ୍ରାୟ ଏକ-ଦଶମାଂଶ) ମାଂସାଶୀ ପ୍ରାଣୀ ଓ ମନୁଷ୍ୟ ପାଖକୁ ଯାଏ ।
  5. ପରିସଂସ୍ଥାରେ ଏହିପରି ଶକ୍ତିର ସ୍ଥାନାନ୍ତରଣକୁ ଶକ୍ତି ପ୍ରବାହ କୁହାଯାଏ । ଶକ୍ତି ପ୍ରବାହ ପ୍ରଥମ ସ୍ତରରୁ ଚତୁର୍ଥ ସ୍ତର ଆଡ଼କୁ ଏକ ନିର୍ଦ୍ଦିଷ୍ଟ ଦିଗରେ ହୁଏ ଓ ଶକ୍ତିର ପରିମାଣ ପ୍ରଥମ ସ୍ତରରୁ ଶୀର୍ଷ ସ୍ତର ଆଡ଼କୁ କ୍ରମଶଃ କମିଯାଏ ।

Question 2.
ଜଳ ଦୂଷିତ ହେବାର କାରଣଗୁଡ଼ିକ ଲେଖ ।
Answer:
ନିମ୍ନଲିଖୂତ କାରଣଗୁଡ଼ିକ ଦ୍ଵାରା ଜଳ ଦୂଷିତ ହୁଏ, ଯଥା-

  1. ବଡ଼ ବଡ଼ ସହରର ନର୍ଦ୍ଦମା ଜଳ, ଆବର୍ଜନା, କଳକାରଖାନାରୁ ବାହାରୁଥିବା ମଇଳା ଜଳରେ ମିଶିବା ।
  2. କୃଷି କ୍ଷେତ୍ରରେ ବ୍ୟବହୃତ ରାସାୟନିକ ସାର ଓ କୀଟନାଶକ ଔଷଧ ଜଳରେ ମିଶିବା ।
  3. ଭୂକ୍ଷୟ ଦ୍ବାରା ଜୀବଜନ୍ତୁଙ୍କର ପଚାସଢ଼ା ଶବ ଓ ଉଭିଦର ପତ୍ର ପାଣିରେ ପଢ଼ି ପଚିବା ଦ୍ଵାରା ।
  4. ଘରୋଇ କାର୍ଯ୍ୟ ଦ୍ବାରା ନିର୍ଗତ ମଇଳା ଓ ଆବର୍ଜନାଯୁକ୍ତ ଜଳ ମିଶିବା ।

Question 3.
ଜଳ, ବାୟୁ ଓ ମୃରିକା ପ୍ରଦୂଷଣ ରୋକିବା ପାଇଁ କି କି ପଦକ୍ଷେପମାନ ନିଆଯାଇ ପାରିବ ?
Answer:
ନିମ୍ନଲିଖତ ପଦକ୍ଷେପ ନିଆଗଲେ ଜଳ, ବାୟୁ ଓ ମୃରିକା ପ୍ରଦୂଷଣକୁ ରୋକି ହେବ, ଯଥା-

  1. ଜନସଂଖ୍ୟା ବୃଦ୍ଧିର ନିୟନ୍ତ୍ରଣ କରିବା ।
  2. ଜଳ, ଖଣିଜ ଲବଣ ଓ ଅନ୍ୟାନ୍ୟ ଖଣିଜ ଦ୍ରବ୍ୟର ନିୟନ୍ତ୍ରତ ବ୍ୟବହାର କରିବା ।
  3. ଜଙ୍ଗଲ କ୍ଷୟ ରୋକିବା ସହ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ଉଦ୍ୟମ କରିବା ।
  4. କଳକାରଖାନାରୁ ନିର୍ଗତ ବିଷାକ୍ତ ଧୂଆଁକୁ ବିଭିନ୍ନ ପ୍ରକ୍ରିୟାରେ ବିଶୋଧ କରି ବାୟୁମଣ୍ଡଳକୁ ଛାଡ଼ିବା ଏବଂ ଶିଳ୍ପଜାତ ଆବର୍ଜନାର ପୁନଃଚକ୍ରଣ କରିବା ।
  5. ରାସାୟନିକ ସାର ଓ କୀଟନାଶକ ଔଷଧର ନିୟନ୍ତ୍ରିତ ବ୍ୟବହାର କରିବା ଏବଂ ଏହା ପରିବର୍ତ୍ତେ ଜୈବସାର ଓ ଜୈବ କୀଟନାଶକର ବ୍ୟବହାର ଉପରେ ଗୁରୁତ୍ଵ ଦେବା ।
  6. ଯାନବାହନରେ କୋଇଲା, ପେଟ୍ରୋଲ, ଡିଜେଲ ଇନ୍ଧନ ପରିବର୍ତ୍ତେ ବିଦ୍ୟୁତଶକ୍ତି, ସି.ଏଚ୍.ଜି. ଗ୍ୟାସ୍ ବ୍ୟବହାର କରିବା ।
  7. ଜୀବଜନ୍ତୁଙ୍କ ମଳ ଓ ଅନ୍ୟାନ୍ୟ ଜୈବିକ ଆବର୍ଜନାରୁ ବାୟୋଗ୍ୟାସ୍ ଓ ଜୈବିକ ସାର ପ୍ରସ୍ତୁତ କରିବା ।

BSE Odisha 7th Class Geography Important Questions Chapter 4 ଜୈବମଣ୍ଡଳ

Question 4.
ମୃରିକାରେ ଥିବା ବିଭିନ୍ନ ଉପାଦାନ ସମ୍ପର୍କରେ ଆଲୋଚନା କର ।
Answer:

  1. ମୃତ୍ତିକା କଠିନ, ତରଳ ଓ ଗ୍ୟାସୀୟ ପଦାର୍ଥ ଉପାଦାନ ଦ୍ଵାରା ଗଠିତ । ଏହି ମୃତ୍ତିକାର କଠିନ ଅଂଶ ଉଭୟ ଅଜୈବିକ ଶିଳାରେଣୁ ଓ ଜୈବିକ ପଦାର୍ଥରେ ଗଠିତ ।
  2. ଏହି ଅଜୈବିକ ଶିଳାରେଣୁରେ ବୃକ୍ଷ ପାଇଁ ଆବଶ୍ୟକ ପଟାସିୟମ୍, ମାଗ୍ନେସିୟମ୍, ସଲ୍‌ଫର୍‌, ବୋରନ୍, ଫସ୍‌ଫରସ୍, କାଲ୍‌ସିୟମ୍, ଲୌହ ଓ ତମ୍ବା ଆଦି ପୋଷକ ପଦାର୍ଥ ରହିଥାଏ ।
  3. ମୁଭିକାର କଠିନ ଜୈବିକ ପଦାର୍ଥରେ ପ୍ରାଣୀ ଓ ଉଭିଦର ଅପଘଟିତ କ୍ଷୟାଂଶ ହିଁ ରହିଥାଏ ।
  4. ମୂରିକାରେ ଥିବା ଜଳ ଏହାର ତରଳ ଉପାଦାନ । କାରଣ ଜଳ ବିନା ମାଟିର ପ୍ରାଣ ପ୍ରଦାନକାରୀ ଶକ୍ତି ନ ଥାଏ ।
  5. ମୃତ୍ତିକାର ଛିଦ୍ରରେ ଅମ୍ଳଜାନ, ଅଙ୍ଗାରକାମ୍ଳ ଓ ଉଦ୍‌ଜାନ ଭଳି ଗ୍ୟାସ୍ ରହିଥାନ୍ତି ।

Question 5.
କ୍ରାନ୍ତୀୟ ପଶ୍ଚିମୋଚୀ ଅରଣ୍ୟ ସମ୍ପର୍କରେ ସଂକ୍ଷେପରେ ଲେଖ ।
Answer:

  1. ବାର୍ଷିକ ହାରାହାରି ୧୦୦ରୁ ୨୦୦ ସେ.ମି. ବୃଷ୍ଟିପାତ ପାଉଥ‌ିବା ଅଞ୍ଚଳରେ କ୍ରାନ୍ତୀୟ ପର୍ଶୁ ମୋଚୀ ଅରଣ୍ୟ ଦେଖାଯାଏ ।
  2. ବୃଷ୍ଟିପାତ ସାଧାରଣତଃ ଋତୁଭିଭିକ ହୋଇଥିବାରୁ ଏହାକୁ ମୌସୁମୀ ଅରଣ୍ୟ କୁହାଯାଏ ।
  3. ଭାରତର ଅଧିକାଂଶ ଅଞ୍ଚଳ, ଉତ୍ତର ଅଷ୍ଟ୍ରେଲିଆ ଓ ମଧ୍ୟ- ଆମେରିକାରେ ଏହିପ୍ରକାର ଅରଣ୍ୟ ଦେଖାଯାଏ ।
  4. ଶୁଷ୍କ ଋତୁରେ ଏହି ଅରଣ୍ୟର ବୃକ୍ଷଗୁଡ଼ିକ ପତ୍ରଝଡ଼ା ଦେଇଥାନ୍ତି ।
  5. ଏହି ଅରଣ୍ୟର ବୃକ୍ଷଗୁଡ଼ିକ ଗମ୍ବୁଜାକାର, ଶକ୍ତ ଓ ଉଚ୍ଚ । ଚନ୍ଦନ, ଶାଗୁଆନ, ଶାଳ, ପିଆଶାଳ, ଶିଶୁ, ଅସନ, କୁରୁମ ଆଦି ଏହି ଅରଣ୍ୟର ପ୍ରଧାନ ବୃକ୍ଷ ।

Question 6.
କ୍ରାନ୍ତୀୟ ଚିରହରିତ୍‌ ଅରଣ୍ୟ ସମ୍ବନ୍ଧରେ ବର୍ଣ୍ଣନା କର ।
Answer:

  1. ବାର୍ଷିକ ହାରାହାରି ୨୦୦ ସେ.ମି.ରୁ ଅଧିକ ବୃଷ୍ଟିପାତ ହେଉଥ‌ିବା ଅଞ୍ଚଳରେ ଏ ପ୍ରକାର ଅରଣ୍ୟ ଦେଖାଯାଏ ।
  2. ଏହି ଅରଣ୍ୟ ଚିରସବୁଜ ରହିଥାଏ । ତେଣୁ ଏହାକୁ ଚିରହରିତ୍‌ ଅରଣ୍ୟ ମଧ୍ୟ କୁହାଯାଏ ।
  3. ଏହି ଅରଣ୍ୟ ଅତି ଘଞ୍ଚ ଓ ବୃକ୍ଷଗୁଡ଼ିକ ଅତି ଡେଙ୍ଗା, ଭୂମିରେ ସୂର୍ଯ୍ୟକିରଣ ପଡ଼ିପାରେ ନାହିଁ । ଫଳରେ ଭୂମି ସନ୍ତସନ୍ତିଆ ରହେ ।
  4. ଏହି ଅଞ୍ଚଳର ଅରଣ୍ୟରେ ବିଭିନ୍ନ ଜାତିର ପକ୍ଷୀ, ମାଙ୍କଡ଼, ସରୀସୃପ, କୁମ୍ଭୀର ଓ ଜଳହସ୍ତୀ ଆଦି ବାସ କରନ୍ତି ଏବଂ ଆବଲୁସ୍, ମେହୋଗାନୀ, ରୋଜ୍ଉଡ୍, ରେନିଲା, ରବର ଜାତୀୟ ବୃକ୍ଷ ଦେଖାଯାଏ ।
  5. ନିରକ୍ଷବୃତ୍ତର ଉଭୟ ପାର୍ଶ୍ଵରେ ୧୦° ଉତ୍ତର ଓ ଦକ୍ଷିଣ ସମାକ୍ଷରେଖା ଅନ୍ତର୍ଗତ ଅଞ୍ଚଳରେ ଏହି ଅରଣ୍ୟ ଦେଖାଯାଏ । କଙ୍ଗୋ ଓ ଆମାଜନ ନଦୀର ଅବବାହିକା, ପୂର୍ବ ଆଫ୍ରିକା ଓ ଇଣ୍ଡୋନେ ସିଆ, ଭାରତର ମେଘାଳୟ ଓ ପଶ୍ଚି ମଘାଟ ପର୍ବତମାଳାର ପଶ୍ଚିମ ପାର୍ଶ୍ବରେ ଏ ପ୍ରକାର ଅରଣ୍ୟ ଦେଖାଯାଏ ।

BSE Odisha 7th Class Geography Important Questions Chapter 4 ଜୈବମଣ୍ଡଳ

Question 7.
ବାୟୁ ପ୍ରଦୂଷଣର କାରଣଗୁଡ଼ିକ କ’ଣ ? ବାୟୁ ପ୍ରଦୂଷଣ କେଉଁ ରୋଗ ସୃଷ୍ଟି କରେ ?
Answer:
କାରଣ :

  1. ଅଗ୍ନି ଉଦ୍‌ଗିରଣ ସମୟରେ ଶହ ଶହ ଟନ୍‌ ପରିମାଣର ଆଗ୍ନେୟ ଭସ୍ମ ଓ ଗ୍ୟାସ୍ ବାୟୁମଣ୍ଡଳରେ ମିଶେ ।
  2. ବିଭିନ୍ନ କଳକାରଖାନା, ମଟରଗାଡ଼ି, ଉଡ଼ାଜାହାଜ, ଆଣବିକ ବିସ୍ଫୋରଣ, ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ନିର୍ଗତ ବିଷାକ୍ତ ଧୂଳିଧୂଆଁ ବାୟୁରେ ମିଶେ ।
  3. ବିଭିନ୍ନ ପ୍ରକାର ଖଣିଜ ତଥା ଜୈବିକ ଜାଳେଣି (କୋଇଲା, ପେଟ୍ରୋଲ, ଡିଜେଲ ଆଦି)ର ବ୍ୟବହାର ଯୋଗୁ ବାୟୁ ପ୍ରଦୂଷଣ ହୁଏ ।
  4. ଗ୍ରାମାଞ୍ଚଳରେ ଶସ୍ୟ ଉତ୍ପାଦନ ସମୟରେ ତଥା କାଠ, ବାଉଁଶ ଓ ଗୋବର ଘସି ଆଦି ଜଳିବା ଦ୍ଵାରା ବାୟୁ ଦୂଷିତ ହୁଏ ।
  5. ଏହା ଶ୍ଵାସନଳୀ ଓ ଫୁସ୍‌ଫୁସ୍‌କୁ ସଂକ୍ରମିତ କରେ ଏବଂ ବିଭିନ୍ନ ପ୍ରକାର ଆଲର୍ଜି, ଚର୍ମକର୍କଟ, ଯକ୍ଷ୍ମା ତଥା ସ୍ନାୟବିକ ରୋଗ ସୃଷ୍ଟି କରେ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଖାଦ୍ୟ ଶୃଙ୍ଖଳ କ’ଣ ଉଦାହରଣ ସହ ବୁଝାଅ ।
Answer:

  1. ପରିସଂସ୍ଥା ଅନ୍ତର୍ଗତ ପ୍ରତ୍ୟେକ ଜୀବ ଖାଦ୍ୟ ତଥା ଶକ୍ତି ପାଇଁ ଅନ୍ୟ ଜୀବ ଉପରେ ନିର୍ଭର କରିଥାଏ । ଏହାକୁ ଖାଦ୍ୟ ଶୃଙ୍ଖଳ କୁହାଯାଏ ।
  2. ଖାଦ୍ୟ ଶୃଙ୍ଖଳରେ ଥିବା ପ୍ରତ୍ୟେକ ଶ୍ରେଣୀଭୁକ୍ତ ଜୀବ ଏକ କଡ଼ି ପରି କାମ କରିଥାଏ । ଗୋଟିଏ କଡ଼ି ‘ଖାଦ୍ୟ’ ହେଲେ ଅନ୍ୟଟି ‘ଖାଦକ’ । ସେହିପରି ‘ଖାଦକ’ କଡ଼ି ଖାଦ୍ୟ ହେଲାବେଳେ ପରବର୍ତ୍ତୀ କଡ଼ି ଖାଦକ ହୁଏ ।
  3. ଉଦାହରଣ : ବିଭିନ୍ନ ପୋକଜୋକ ଆଦିକୁ ବେଙ୍ଗ ଖାଇଥାଏ ।
  4. ବେଙ୍ଗକୁ ଛୋଟ ସାପ, ଛୋଟ ସାପକୁ ବଡ଼ ସାପ, ବଡ଼ ସାପକୁ ନେଉଳ, ନେଉଳକୁ ଛଞ୍ଚାଣ ଖାଇ ବଞ୍ଚିଥାନ୍ତି । ପ୍ରାଣୀମାନେ ମରିଗଲା ପରେ ସେଗୁଡ଼ିକୁ ବ୍ୟାକ୍ଟେରିଆ ଅପଘଟନ କରି ମାଟିରେ ମିଶାଏ ।

Question 2.
ଜୈବ ଭାରସାମ୍ୟ କହିଲେ କ’ଣ ବୁଝାଯାଏ ?
Answer:

  1. ଖାଦ୍ୟ-ଖାଦକ ସମ୍ପର୍କ ଦୃଷ୍ଟିରୁ ଶକ୍ତି ପିରାମିଡ୍‌ର ପ୍ରଥମ ସ୍ତରରୁ ଚତୁର୍ଥ ସ୍ତର ଆଡ଼କୁ ଜୀବ ସଂଖ୍ୟା ହ୍ରାସ ପାଇବା ଜରୁରୀ ।
  2. ପ୍ରତ୍ୟେକ ସ୍ତରର ପ୍ରାଣୀମାନଙ୍କ ମଧ୍ଯରେ ସଂଖ୍ୟାଗତ ସୁସମ୍ପର୍କ ପ୍ରତିଷ୍ଠା ହୁଏ । ଏହି ପରି ସଂଖ୍ଯାଗତ ସୁସମ୍ପର୍କକୁ ଜୈବ ଭାରସାମ୍ୟ କୁହାଯାଏ ।
  3. ଅତ୍ୟଧିକ ଜଙ୍ଗଲ ଧ୍ଵଂସ ଫଳରେ ବିଭିନ୍ନ ଶକ୍ତି ସ୍ତର ମଧ୍ଯରେ ସଂଖ୍ୟାଗତ ସୁସମ୍ପର୍କ ନଷ୍ଟ ହେଉଛି । ଫଳରେ ଅନେକ ପ୍ରଜାତିର ବୃକ୍ଷଲତା ଓ ପ୍ରାଣୀ ନିଶ୍ଚିହ୍ନ ହେବାକୁ ବସିଲେଣି । ଫଳରେ ଜୈବ ଭାରସାମ୍ୟ ନଷ୍ଟ ହେବାରେ ଲାଗିଛି ।
  4. ନିମ୍ନ ସ୍ତରଗୁଡ଼ିକ କ୍ଷତିଗ୍ରସ୍ତ ହେଲେ ଚତୁର୍ଥ ସ୍ତରରେ ଥ‌ିବା ମଣିଷ | ନିଶ୍ଚିତଭାବେ ବିପଦଗ୍ରସ୍ତ ହେବ । ତେଣୁ ଜୈବ ଭାରସାମ୍ୟ ରକ୍ଷା ଦିଗରେ ଯନୂବାନ ହେବା ଆବଶ୍ୟକ ।

Question 3.
ମୃତ୍ତିକାର ରଙ୍ଗ କାହା କାହା ଉପରେ ନିର୍ଭର କରେ ଓ କିପରି ?
Answer:

  1. ମୃତ୍ତିକାର ରଙ୍ଗ ଶିଳାର ପ୍ରକାର, ଜୈବିକ ଅଂଶର ପରିମାଣ ଓ ଜଳବାୟୁ ଉପରେ ନିର୍ଭର କରେ ।
  2. ଜୀବାଂଶ କମ୍ ଥିଲେ ମୃତ୍ତିକାର ରଙ୍ଗ ହାଲୁକା ବା ଧଳା ଏବଂ ଜୀବାଂଶ ବେଶୀ ପରିମାଣରେ ଥିଲେ ମୃରିକା ଗାଢ଼ ରଙ୍ଗର ହୁଏ ।

BSE Odisha 7th Class Geography Important Questions Chapter 4 ଜୈବମଣ୍ଡଳ

Question 4.
ମୃରିକାରେ କେତୋଟି ଆକାରର ଶିଳାରେଣୁ ରହିଛି ଓ କ’ଣ କଣ ?
Answer:

  1. ମୃତ୍ତିକାରେ ଚାରୋଟି ଆକାରର ଶିଳାରେଣୁ ରହିଛି ।
  2. ସେଗୁଡ଼ିକ ହେଉଛି- ଗୋଡି଼, ବାଲି, ପଟୁ ଓ କର୍ଦ୍ଦମ ।

ଉଚ୍ଚ ପାର୍ବତ୍ୟ ଭୂମିରେ ଭିନ୍ନ ଭିନ୍ନ ପ୍ରକାର ଅରଣ୍ୟ

Question 1.
ଦେଖାଯାଏ କାହିଁକି ?
Answer:

  1. ଉଚ୍ଚତା ବଢ଼ିଲେ ତାପମାତ୍ରା ହ୍ରାସ ପାଏ । ଫଳରେ ଜଳବାୟୁରେ ପରିବର୍ତ୍ତନ ଘଟେ ଓ ଜଳବାୟୁ ଅନୁସାରେ ପ୍ରାକୃତିକ ଉଦ୍ଭଦ ଦେଖାଯାଏ ।
  2. ତେଣୁ ଉଚ୍ଚ ପାର୍ବତ୍ୟ ଭୂମିର ପାଦଦେଶରୁ ଶୀର୍ଷ ପର୍ଯ୍ୟନ୍ତ ଉଚ୍ଚତା ଭେଦରେ ଭିନ୍ନ ଭିନ୍ନ ଜଳବାୟୁ ଅନୁଭୂତ ହେଉଥ‌ିବାରୁ ଚିରହରିତ୍‌ ଅରଣ୍ୟ, ପର୍ଣ୍ଣମୋଚୀ ଅରଣ୍ୟ, ସରଳବର୍ଗୀୟ ଅରଣ୍ୟ ଓ ତୁନ୍ଦ୍ରା ଉଦ୍ଭିଦ ଦେଖିବାକୁ ମିଳେ ।

Question 2.
ସାଭାନାକୁ କାହିଁକି ପୃଥ‌ିବୀର ପଶୁଶାଳା କୁହାଯାଏ ?
Answer:

  1. ସାଭାନ୍ନା ତୃଣଭୂମିରେ ଖାଦ୍ୟ ସୁଲଭତା ଦୃଷ୍ଟିରୁ ହାତୀ, ଜେବ୍ରା, ହରିଣ, ଜିରାଫ୍, ବଣ୍ୟମହିଷ ଭଳି ତୃଣଭୋଜୀ ପ୍ରାଣୀ ଦେଖାଯାନ୍ତି ।
  2. ତୃଣଭୋଜୀ ପ୍ରାଣୀଙ୍କୁ ଖାଉଥିବା ମାଂସାଶୀ ପ୍ରାଣୀ, ଯଥା- ବାଘ, ଚିତାବାଘ, ସିଂହ ଆଦି ଏଠାରେ ରହିଥା’ନ୍ତି । ତେଣୁ ଏହାକୁ ପୃଥ‌ିବୀର ପ୍ରାକୃତିକ ପଶୁଶାଳା କୁହାଯାଏ ।

Question 3.
ବାୟୁ ପ୍ରଦୂଷଣର କୁଫଳଗୁଡ଼ିକ ଲେଖ ।
Answer:

  1. ଶ୍ଵାସନଳୀ ଓ ଫୁସ୍‌ଫୁସ୍‌ ସଂକ୍ରମଣ, ଆଲର୍ଜି, ଚର୍ମକର୍କଟ, ଯକ୍ଷ୍ମା ଓ ତଥା ସ୍ନାୟବିକ ରୋଗର ଶିକାର ହୋଇ ବହୁ ଲୋକ ମୃତ୍ୟୁବରଣ କରୁଛନ୍ତି ।
  2. ବାୟୁ ପ୍ରଦୂଷଣ ଯୋଗୁ ବାୟୁମଣ୍ଡଳ ଉତ୍ତପ୍ତ ହେଉଛି । ପୃଥ‌ିବୀର ବିଭିନ୍ନ ଅଞ୍ଚଳର ଜଳବାୟୁ ଓ ପାଣିପାଗରେ ଅନିୟମିତତା ଦେଖାଦେଉଛି ।
  3. କିଛି ସ୍ଥାନରେ ଅମ୍ଳବର୍ଷା ହେଉଛି । ଏହାର କୁପ୍ରଭାବ ମଣିଷ, ଜୀବଜଗତ ଓ ଉଭିଦ ଜଗତ ଉପରେ ପଡ଼ୁଛି ।

BSE Odisha 7th Class Geography Important Questions Chapter 4 ଜୈବମଣ୍ଡଳ

Question 4.
ଶବ୍ଦ ପ୍ରଦୂଷଣର କୁପ୍ରଭାବଗୁଡ଼ିକ ଲେଖ ।
Answer:

  1. ଆଜିକାଲି ଶବ୍ଦ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି । ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ଶବ୍ଦ ପ୍ରଦୂଷଣ ମାତ୍ରା ସର୍ବାଧିକ ଅନୁଭୂତ ହୁଏ ।
  2. ପ୍ରଚଣ୍ଡ ଘଡ଼ଘଡ଼ି ଶବ୍ଦରେ କିଛି ଲୋକ କାଲ ହୋଇଯାଇଥା’ନ୍ତି ।
  3. ସହରାଞ୍ଚଳରେ ଅତ୍ୟଧିକ ଯାନବାହନ ତଥା କଳକାରଖାନାରୁ ବାହାରୁଥିବା ଉଚ୍ଚ ଶବ୍ଦ ଯୋଗୁଁ ଲୋକଙ୍କର ଶ୍ରବଣ ଶକ୍ତି ଉପରେ କୁପ୍ରଭାବ ପଡ଼ୁଛି । ଲୋକମାନଙ୍କଠାରେ ମୁଖ୍ୟତଃ ମୁଣ୍ଡବ୍ୟଥା, ମସ୍ତିଷ୍କ ବିକୃତି ରୋଗ ବଢ଼ିବାରେ ଆଶଙ୍କା ସୃଷ୍ଟି ହୋଇଛି ।

Question 5.
କ୍ରାନ୍ତୀୟ ଚିରହରିତ୍‌ ଅରଣ୍ୟରେ କେଉଁ ଜାତୀୟ ବୃକ୍ଷ ଦେଖାଯାଏ ?
Answer:
କ୍ରାନ୍ତୀୟ ଚିରହରିତ୍‌ ଅରଣ୍ୟରେ ଆବରୁସ୍, ମେହୋଗାନୀ, ରୋଜ୍ଉଡ୍, ଆଇରନ ଉଡ୍, ଭେନିଲା ଓ ରବର ଜାତୀୟ ବୃକ୍ଷ ଦେଖାଯାଏ ।

Question 6.
କ୍ରାନ୍ତୀୟ ପର୍ଷ ମୋଚୀ ଅରଣ୍ୟରେ କେଉଁ ବୃକ୍ଷସବୁ ଦେଖାଯାଏ ?
Answer:
ଚନ୍ଦନ, ଶାଗୁଆନ, ଶାଳ, ପିଆଶାଳ, ଶିଶୁ, ଅସନ, କୁରୁମ ଆଦି ବୃକ୍ଷ କ୍ରାନ୍ତୀୟ ପର୍ଣ୍ଣ ମୋଚୀ ଅରଣ୍ୟରେ ଦେଖାଯାଏ ।

Question 7.
ଟାଇଗା ଅରଣ୍ୟରେ କେଉଁ ଜୀବଜନ୍ତୁ ଦେଖାଯା’ଛି ?
Answer:
ଟାଇଗା ଅରଣ୍ୟରେ ଧଳା କୋକିଶିଆଳି, ମିକ୍ସ୍, ଧଳାଭାଲୁ ଆଦି ଜୀବଜନ୍ତୁ ଦେଖାଯା’ନ୍ତି ।

Question 8.
ତୁନ୍ଦ୍ରାଞ୍ଚଳରେ ଦେଖାଯାଉଥ‌ିବା ପ୍ରାଣୀମାନଙ୍କର ନାମ ଲେଖ ।
Answer:
ସିଲ୍, ତିମି, ୱାଲ୍‌ରସ୍, ବଲ୍‌ଗା ହରିଣ, ମେରୁ ଭାଲୁ, ବରଫ କୋକିଶିଆଳୀ ଓ ମେରୁ ପେଚା ଆଦି ପ୍ରାଣୀମାନେ ତୁଦ୍ରାଞ୍ଚଳରେ ଦେଖାଯା’ନ୍ତି ।

BSE Odisha 7th Class Geography Important Questions Chapter 4 ଜୈବମଣ୍ଡଳ

Question 9.
ଜୁଆରିଆ ଅରଣ୍ୟ କ’ଣ ? ଏଠାରେ କି କି ବୃକ୍ଷ ଦେଖାଯାଇଥାଏ ?
Answer:

  1. କ୍ରାନ୍ତିମଣ୍ଡଳ ଅନ୍ତର୍ଗତ ନଦୀମୁହାଣ ନିକଟବର୍ତ୍ତୀ ଜୁଆର ପାଣି ମାଡ଼ୁଥିବା ସନ୍ତସନ୍ତିଆ ଅଞ୍ଚଳରେ ଦେଖାଯାଉଥ‌ିବା ଅରଣ୍ୟକୁ ଜୁଆରିଆ ଅରଣ୍ୟ କୁହାଯାଏ ।
  2. ସୁନ୍ଦରୀ, ହେନ୍ତାଳ, ଝାଉଁ, ତାଳ, ନଡ଼ିଆ ଓ ଗୁଆ ଆଦି ଏ ଅରଣ୍ୟର ମୁଖ୍ୟ ବୃକ୍ଷ ଅଟେ ।

Question 10.
ତୁନ୍ଦ୍ରାଞ୍ଚଳରେ କେତେ ମାସ ଗ୍ରୀଷ୍ମଋତୁ ଓ ଏଠାରେ କି କି ପ୍ରକାର ଉଭିଦ ଦେଖାଯାଇଥାଏ ?
Answer:

  1. ତୁଦ୍ରାଞ୍ଚଳରେ ବର୍ଷରେ ମାତ୍ର ଦୁଇ ମାସ ଗ୍ରୀଷ୍ମଋତୁ ହୋଇଥାଏ ।
  2. ଗ୍ରୀଷ୍ମଋତୁରେ ବରଫ ତରଳିଲେ ଏହି ଅଞ୍ଚଳରେ ମସ୍, ଲାଇକେନ୍ ଭଳି ଛୋଟ ଗୁଳ୍ମ ଜନ୍ମିଥାଏ ।

ସଂକ୍ଷିପ୍ତ ଟିପ୍ପଣୀ ଲେଖ

1. ପରିସଂସ୍ଥା :
Answer:

  • ଜୈବିକ ଓ ଅଜୈବିକ ଉପାଦାନ ମଧ୍ୟରେ ଥ‌ିବା ପାରସ୍ପରିକ ସଂବନ୍ଧି ଯୋଗୁ ସୃଷ୍ଟ ପରିବେଶକୁ ପରିସଂସ୍ଥା କୁହାଯାଏ । ଗଠନ ଓ କାର୍ଯ୍ୟ ଦୃଷ୍ଟିରୁ ପରିସଂସ୍ଥା ଏକ ପ୍ରାକୃତିକ ପରିସଂସ୍ଥା ।
  • ପୃଥ‌ିବୀର ବିଭିନ୍ନ ଅଞ୍ଚଳରେ ଜୈବିକ ଓ ଅଜୈବିକ ଉପାଦାନ ମଧ୍ୟରେ ଅନ୍ତଃସମ୍ବନ୍ଧ ଯୋଗୁ ଅନେକ ଛୋଟବଡ଼ ପରିସଂସ୍ଥା ଗଢ଼ିଉଠିଛି ।

2. ଜୁଆରିଆ ଅରଣ୍ୟ :
Answer:
କ୍ରାନ୍ତମଣ୍ଡଳ ଅନ୍ତର୍ଗତ ନଦୀମୁହାଣ ନିକଟବର୍ତ୍ତୀ ଜୁଆର ପାଣି ମାଡ଼ୁଥ‌ିବା ସନ୍ତ ସନ୍ତୋ ଆ ଅଞ୍ଚଳରେ ଜୁଆରିଆ ଅରଣ୍ୟ ଦେଖାଯାଏ । ସୁନ୍ଦରୀ, ହେନ୍ତାଳ, ଝାଉଁ, ତାଳ, ନଡ଼ିଆ, ଗୁଆ ଆଦି ଉଭୟ ମଧୁର ଓ ଲୁଣି ପାଣିରେ ବଢ଼ି ପାରୁଥିବା ବୃକ୍ଷ ଦେଖାଯାଏ ।

3. ତୁନ୍ଦ୍ରା ଉଭିଦ :
Answer:

  • ମେରୁ ନିକଟବର୍ତ୍ତୀ ଅଞ୍ଚଳରେ ବର୍ଷର ୧୦ ମାସ ଅଧିକ ଥଣ୍ଡା ହୁଏ ଓ ଦୁଇ ମାସ ଗ୍ରୀଷ୍ମ ଋତୁ ।
  • ଗ୍ରୀଷ୍ମଋତୁରେ ବରଫ ତରଳିଲେ ମସ୍, ଲାଇକେନ୍ ଭଳି ଛୋଟଛୋଟ ଗୁଳ୍ମ ଜନ୍ମେ । ଏଗୁଡ଼ିକୁ ତୁନ୍ଦ୍ରା ଉଭିଦ କହନ୍ତି ।

କାରଣ ଦର୍ଶାଅ

Question 1.
ମେରୁ ଅଞ୍ଚଳରେ ପ୍ରାଣୀମାନଙ୍କର ଚମଡ଼ା ଅଧିକ ଲୋମଯୁକ୍ତ ।
Answer:

  1. ମେରୁ ଅଞ୍ଚଳରେ ବର୍ଷର ୧୦ ମାସ ଅଧୁକ ଥଣ୍ଡା ଅନୁଭୂତ ହୁଏ ।
  2. ପ୍ରବଳ ଶୀତରୁ ରକ୍ଷା ପାଇବା ନିମନ୍ତେ ମେରୁ ଅଞ୍ଚଳର ପ୍ରାଣୀମାନଙ୍କର ଚମଡ଼ା ଅଧିକ ଲୋମଯୁକ୍ତ । ଲୋମ ତାପର କୁପରିବାହୀ ଥ‌ିବାରୁ ଶୀତର ପ୍ରଭାବରୁ ସେମାନେ ରକ୍ଷା ପାଆନ୍ତି ।

BSE Odisha 7th Class Geography Important Questions Chapter 4 ଜୈବମଣ୍ଡଳ

Question 2.
ସରଳବର୍ଗୀୟ ଅରଣ୍ୟରେ ଶଙ୍କୁ ଆକାରର ବୃକ୍ଷ ଦେଖାଯାଏ ।
Answer:

  1. ସରଳବର୍ଗୀୟ ଅରଣ୍ୟ ଥିବା ଅଞ୍ଚଳରେ ତୁନ୍ଦ୍ରାଞ୍ଚଳ ଅପେକ୍ଷା ଅଧିକ ତୁଷାରପାତ ହୋଇଥାଏ ।
  2. ଶଙ୍କୁ ଆକାର ବୃକ୍ଷରେ ତୁଷାରପାତ ହେଲେ ତାହା ଶୀଘ୍ର ଖସି ଭୂମିରେ ପଡ଼ିବା ସୁବିଧାଜନକ ହୋଇଥାଏ । ତେଣୁ ସରଳବର୍ଗୀୟ ଅରଣ୍ୟରେ ଶଙ୍କୁ ଆକାରର ବୃକ୍ଷ ଦେଖାଯାଏ ।

Question 3.
ଓଟକୁ ମରୁଭୂମିର ଜାହାଜ କୁହାଯାଏ ।
Answer:

  1. ଓଟ ଦୀର୍ଘଦିନ ଧରି ପାଣି ନ ପିଇ ବଞ୍ଚି ରହିପାରେ ଏବଂ ବାଲୁକାରାଶି ଉପରେ ସହଜରେ ଯିବାଆସିବା କରିପାରେ ।
  2. ତେଣୁ ଓଟକୁ ‘ମରୁଭୂମିର ଜାହାଜ’ କୁହାଯାଏ ।

Question 4.
ଉଦ୍ଭଦକୁ ଉତ୍ପାଦକ କୁହାଯାଏ ।
Answer:

  1. ଉଦ୍ଭିଦ ପ୍ରାକୃତିକ ପରିବେଶରୁ ଆଲୋକ, ଜଳ ଓ ଅନ୍ୟାନ୍ୟ ଲବଣ ଆଦି ସଂଗ୍ରହ କରି ନିଜ ଖାଦ୍ୟ ପ୍ରସ୍ତୁତ କରିଥାଏ ।
  2. ତେଣୁ ଉଭିଦକୁ ଉତ୍ପାଦକ କୁହାଯାଏ ।

Question 5.
ଉତ୍ତର ଆମେରିକା ପ୍ରେରୀ ଅଞ୍ଚଳକୁ ‘ପୃଥିବୀର ରୁଟିଝୁଡ଼ି କୁହାଯାଏ ।
Answer:

  1. ଉତ୍ତର ଆମେରିକାର ପ୍ରେରୀ ଅଞ୍ଚଳ ଏକ ଉପକ୍ରାନ୍ତୀୟ ତୃଣଭୂମି । ଏଠାରେ ପ୍ରଚୁର ଗହମ ଚାଷ ହୁଏ ।
  2. ପୃଥ‌ିବୀର ବିଭିନ୍ନ ଅଂଶକୁ ଗହମ ଯୋଗାଉଥିବାରୁ ଏହାକୁ ପୃଥ‌ିବୀର ରୁଟିଝୁଡ଼ି କୁହାଯାଏ ।

BSE Odisha 7th Class Geography Important Questions Chapter 4 ଜୈବମଣ୍ଡଳ

Question 6.
ମୃରିକା ଆମ ପାଇଁ ଏକ ଅମୂଲ୍ୟ ସମ୍ପଦ ।
Answer:

  1. ଉଭିଦଗୁଡ଼ିକ ବଞ୍ଚିବା ପାଇଁ ଭୂପୃଷ୍ଠର ମୃତ୍ତିକା ଉପରେ ନିର୍ଭର କରିଥାନ୍ତି । ପ୍ରତ୍ୟେକ ପ୍ରାଣୀ ବଞ୍ଚିବା ପାଇଁ ପ୍ରତ୍ୟକ୍ଷ ବା ପରୋକ୍ଷଭାବେ ଉଦ୍ଭାବ ଉପରେ ନିର୍ଭର କରିଥାଏ ।
  2. ମନୁଷ୍ୟ ତା’ର ମୌଳିକ ଆବଶ୍ୟକତା, ଯଥା- ଖାଦ୍ୟ, ବସ୍ତ୍ର ଓ ବାସଗୃହ ପାଇଁ ଭୂପୃଷ୍ଠସ୍ଥ ମୃତ୍ତିକା ଉପରେ ପ୍ରକାରାନ୍ତରେ ନିର୍ଭର କରିଥାଏ । ତେଣୁ ମୃରିକା ଆମ ପାଇଁ ଏକ ଅମୂଲ୍ୟ ସମ୍ପଦ ।

Question 7.
ମରୁ ଅଞ୍ଚଳରେ କଣ୍ଟାବୁଦାମାନ ଦେଖାଯାଏ ।
Answer:
ମରୁ ଅଞ୍ଚଳ ଅଧିକ ତାପମାତ୍ରା, ଅତି କମ୍ ବୃଷ୍ଟିପାତ ତଥା ଅନୁର୍ବର ବାଲିଆ ମାଟି ଯୋଗୁଁ ଏଠାରେ ଛୋଟ ଛୋଟ କଣ୍ଟାବୁଦାମାନ ଦେଖାଯାଏ ।

ପାର୍ଥକ୍ୟ ଦର୍ଶାଅ

1. କ୍ରାନ୍ତୀୟ ତୃଣଭୂମି ଓ ନାତିଶୀତୋଷ୍ଣ ତୃଣଭୂମି
Answer:
BSE Odisha 7th Class Geography Important Questions Chapter 4 ଜୈବମଣ୍ଡଳ 1

2. ଦୋରସା ମାଟି ଓ ଜାଦୁଆ ମାଟି
Answer:
BSE Odisha 7th Class Geography Important Questions Chapter 4 ଜୈବମଣ୍ଡଳ 2

3. ଅବଶିଷ୍ଟ ମୃତ୍ତିକା ଓ ଅପସୃତ ମୃରିକା
Answer:
BSE Odisha 7th Class Geography Important Questions Chapter 4 ଜୈବମଣ୍ଡଳ 3

4. ତୃଣଭୋଜୀ ପ୍ରାଣୀ ଓ ମାଂସାଶୀ ପ୍ରାଣୀ
Answer:
BSE Odisha 7th Class Geography Important Questions Chapter 4 ଜୈବମଣ୍ଡଳ 4

5. ଉତ୍ପାଦକ ଓ ଭକ୍ଷକ
Answer:
BSE Odisha 7th Class Geography Important Questions Chapter 4 ଜୈବମଣ୍ଡଳ 5

6. ସାଭାଜା ଓ ପ୍ରେରୀ
Answer:
BSE Odisha 7th Class Geography Important Questions Chapter 4 ଜୈବମଣ୍ଡଳ 6

7. ପଶ୍ଚିମୋଚୀ ଉଦ୍ଭବ ଓ ସରଳବର୍ଗୀୟ ଉଦ୍ଭଦ
Answer:
BSE Odisha 7th Class Geography Important Questions Chapter 4 ଜୈବମଣ୍ଡଳ 7

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

ଗୋଟିଏ ବାକ୍ୟରେ ଉତ୍ତର ଦିଅ।

Question i.
କାହାର ସମାହାରରେ ମଜ୍ଜିକା ଗଠିତ ?
Answer:
ମୃତ୍ତିକା କଠିନ, ତରଳ ଓ ଗ୍ୟାସୀୟ ପଦାର୍ଥର ସମାହାରରେ ଗଠିତ ।

Question ii.
ମୂଇଁକାର କଠିନ ଅଂଶ କେଉଁ ପଦାର୍ଥରେ ଗଠିତ ?
Answer:
ମୃତ୍ତିକାର କଠିନ ଅଂଶ ଉଭୟ ଶିଳାରେଣୁ ଓ ଜୈବିକ ପଦାର୍ଥରେ ଗଠିତ।

Question iii.
ମୃର୍ତ୍ତିକାର ରଙ୍ଗ କାହା ଉପରେ ନିର୍ଭର କରିଥାଏ ?
Answer:
ଶିଳାର ପ୍ରକାର, ଜୈବିକ ଅଂଶର ପରିମାଣ ଓ ଜଳବାୟୁ ଉପରେ ମୃତ୍ତିକାର ରଙ୍ଗ ନିର୍ଭର କରେ।

BSE Odisha 7th Class Geography Important Questions Chapter 4 ଜୈବମଣ୍ଡଳ

Question iv.
ମୂଇଁକାରେ ମୁଖ୍ୟତଃ କେତୋଟି ଆକାରର ଶିଳାରେଣୁ ରହିଥାଏ ଓ ସେଗୁଡ଼ିକ କ’ଣ କ’ଣ ?
Answer:
ମୃଭିକାରେ ମୁଖ୍ୟତଃ ଚାରୋଟି ଆକାରର ଶିଳାରେଣୁ ରହିଥାଏ; ଯଥା- ଗୋଡି଼, ବାଲି, ପଟୁ ଓ କର୍ଦ୍ଦମ।

Question v.
ଦୋରସା ମାଟି କିପରି ସୃଷ୍ଟି ହୁଏ ?
Answer:
ବାଲି, ପଟୁ, କର୍ଦ୍ଦମର ସୁଷମ ବିଶ୍ରଣରେ ଦୋରସା ମାଟି ସୃଷ୍ଟି ହୁଏ ।

Question vi.
ଅବଶିଷ୍ଟ ମୁଭିକା କାହାକୁ କୁହାଯାଏ ?
Answer:
ଶିଳା ଚୂର୍ଣ୍ଣବିଚୂର୍ଣ ହୋଇ ସେହି ସ୍ଥାନରେ ମୃତ୍ତିକାରେ ପରିଣତ ହେଲେ, ତାକୁ ଅବଶିଷ୍ଟ ମୃତ୍ତିକା କୁହାଯାଏ।

Question vii.
ଅପସୃତ ମୁଷ୍ଟିକା କାହାକୁ କୁହାଯାଏ ?
Answer:
ନଦୀ, ହିମବାହ ଓ ବାୟୁପ୍ରବାହଦ୍ଵାରା ଅପସୃତ ଶିଳାରେଣୁ ନିମ୍ନଭୂମିରେ ଜମା ମୃରିକାକୁ ଅପସୃତ ମୃଭିକା କୁହାଯାଏ।

Question viii.
ପରିସଂସ୍ଥା କାହାକୁ କୁହାଯାଏ ?
Answer:
ଜୈବିକ ଓ ଅଜୈବିକ (ଭୂମିରୂପ, ଜଳବାୟୁ, ମୃତ୍ତିକା) ଉପାଦାନ ମଧ୍ୟରେ ଥିବା ପାରସ୍ପରିକ ସମ୍ବନ୍ଧ ଯୋଗୁଁ ସୃଷ୍ଟ ପରିବେଶକୁ ପରିସଂସ୍ଥା କୁହାଯାଏ।

Question ix.
କାଦୁଆ ମାଟି କିପରି ଗଠିତ ହୁଏ ?
Answer:
ମୃତ୍ତିକାରେ କର୍ଦ୍ଦମ ପରିମାଣ ଅଧିକ ହେଲେ କାଦୁଆ ମାଟି ଗଠିତ ହୁଏ ।

Question x.
ଟାଇଗା କାହାକୁ କୁହାଯାଏ ?
Answer:
ଉତ୍ତର ଗୋଲାର୍ଦ୍ଧର ୫୦° ରୁ ୭୦° ସମାକ୍ଷରେଖା ମଧ୍ୟବର୍ତ୍ତୀ ଅଞ୍ଚଳରେ ସରଳବର୍ଗୀୟ ଅରଣ୍ୟ ଦେଖାଯାଏ ଓ ଏହି ଅଞ୍ଚଳକୁ ଟାଇଗା କୁହାଯାଏ ।

BSE Odisha 7th Class Geography Important Questions Chapter 4 ଜୈବମଣ୍ଡଳ

Question xi.
କାହାକୁ ପୃଥିବୀର ପଶୁଶାଳା କୁହାଯାଏ ?
Answer:
ସାଭାନ୍ନାକୁ ପୃଥ‌ିବୀର ପଶୁଶାଳା କୁହାଯାଏ ।

Question xii.
କେଉଁ ଅଞ୍ଚଳ ଶିକାରୀର ସ୍ବର୍ଗଭାବେ ପରିଚିତ ?.
Answer:
ସାଭାନ୍ନା ଅଞ୍ଚଳ ଶିକାରୀର ସ୍ଵର୍ଗଭାବେ ପରିଚିତ ।

Question xiii.
ମରୁଭୂମିର ମରୁଦ୍ୟାନମାନଙ୍କରେ କେଉଁ ବୃକ୍ଷ ଦେଖାଯାଏ ?
Answer:
ମରୁଭୂମିର ମରୁଦ୍ୟାନମାନଙ୍କରେ ନାଗଫେଣୀ, ଖଜୁରୀ, ସିଜୁ, ବାବୁଲ ଜାତୀୟ ବୃକ୍ଷ ଦେଖାଯାଏ ।

Question xiv.
ବ୍ରାଜିଲରେ ତୃଣଭୂମିକୁ କ’ଣ କୁହାଯାଏ ?
Answer:
ବ୍ରାଜିଲରେ ତୃଣଭୂମିକୁ କ୍ୟାମ୍ପାସ୍ କୁହାଯାଏ।

Question xv.
ଆର୍ଜେଣ୍ଟିନାରେ ଉପକ୍ରାନ୍ତୀୟ ତୃଣଭୂମିକୁ କ’ଣ କୁହାଯାଏ ?
Answer:
ଆର୍ଜେଣ୍ଟିନାରେ ଉପକ୍ରାନ୍ତୀୟ ତୃଣଭୂମିକୁ ପମ୍ପାସ୍ କୁହାଯାଏ।

ପ୍ରତ୍ୟେକର ସଂଜ୍ଞା ଗୋଟିଏ ବାକ୍ୟରେ ପ୍ରକାଶ କର।

i. ପ୍ରାକୃତିକ ପରିବେଶ :
Answer:
ଜଳ, ସ୍ଥଳ, ଉଭିଦ ଓ ପ୍ରାଣୀମାନଙ୍କୁ ନେଇ ଗଠିତ ପରିବେଶକୁ ପ୍ରାକୃତିକ ପରିବେଶ କୁହାଯାଏ ।

ii. ଜୈବମଣ୍ଡଳ :
ଜୀବନ ଧାରଣ ପାଇଁ
Answer:
ଅଶ୍ମମଣ୍ଡଳ, ବାୟୁମଣ୍ଡଳ ଓ ବାରିମଣ୍ଡଳ ଅନ୍ତର୍ଗତ ପାରସ୍ପରିକ ସମ୍ବନ୍ଧ ଥିବା ତଥା ଆବଶ୍ୟକ ଉପାଦାନ ଥ‌ିବା ପତଳା କୁହାଯାଏ ।

BSE Odisha 7th Class Geography Important Questions Chapter 4 ଜୈବମଣ୍ଡଳ

iii. ପରିସଂସ୍ଥା :
Answer:
ସ୍ତରକୁ ଜୈବମଣ୍ଡଳ ଜୈବିକ ଓ ଅଜୈବିକ (ଭୂମିରୂପ, ଜଳବାୟୁ, ମୃତ୍ତିକା) ଉପାଦାନ ମଧ୍ୟରେ ଥିବା ପାରସ୍ପରିକ ସମ୍ବନ୍ଧ ଯୋଗୁଁ ସୃଷ୍ଟ ପରିବେଶକୁ ପରିସଂସ୍ଥା କୁହାଯାଏ ।

iv. ଜୀର୍ବାଳୀ :
Answer:
ଗୋଟିଏ ନିର୍ଦ୍ଦିଷ୍ଟ ଭୌଗୋଳିକ ସୀମାରେଖା ଭିତରେ ଥିବା ସମସ୍ତ ଛୋଟ ବଡ଼ ପରିସଂସ୍ଥାର ସମାହାରକୁ ଜୀବାଳୀ (Biome) କୁହାଯାଏ ।

v. ଖାଦ୍ୟ ଶୃଙ୍ଖଳ :
Answer:
କୌଣସି ପରିସଂସ୍ଥା ଅନ୍ତର୍ଗତ ପ୍ରତ୍ୟେକ ଜୀବ ଖାଦ୍ୟ ତଥା ଶକ୍ତି ପାଇଁ ଅନ୍ୟ ଜୀବ ଉପରେ ନିର୍ଭର କରିଥାଏ । ଏହାକୁ ଖାଦ୍ୟ ଶୃଙ୍ଖଳ କୁହାଯାଏ ।

vi. ଖାଦ୍ୟ କାଲକ :
Answer:
କୌଣସି ପରି ସଂସ୍ଥାରେ ଛନ୍ଦାଛନ୍ଦି ହୋଇ ରହିଥ‌ିବା ଖାଦ୍ୟଶୃଙ୍ଖଳଗୁଡ଼ିକୁ ଖାଦ୍ୟ ଜାଲକ (Food Web) କୁହାଯାଏ ।

vii. ମୁଭିକା :
Answer:
ମୃତ୍ତିକା ହେଉଛି କଠିନ (ଶିଳାରେଣୁ ଓ ଜୈବିକ ପଦାର୍ଥ), ତରଳ (ଜଳ) ଓ ଗ୍ୟାସୀୟ (ଅମ୍ଳଜାନ, ଅଙ୍ଗାରକାମ୍ଳ ଓ ଉଦ୍‌ଜାନ ଭଳି ଗ୍ୟାସ) ପଦାର୍ଥର ସମାହାର ।

viii. ଟାଇଗା
Answer:
ସରଳବର୍ଗୀୟ ଅରଣ୍ୟକୁ ରୁଷୀୟ ଭାଷାରେ ଟାଇଗା କୁହାଯାଏ । ଯାହାର ଅର୍ଥ ବିଶୁଦ୍ଧ, ଅସ୍ପୃଶ୍ୟ ।

ix. ସାଭାନ୍ନା :
Answer:
ଆଫ୍ରିକାର କ୍ରାନ୍ତୀୟ ତୃଣଭୂମି ।

x. କ୍ୟାମ୍ବୋସ୍ :
Answer:
ବ୍ରାଜିଲ୍‌ରେ ଥ‌ିବା କ୍ରାନ୍ତୀୟ ତୃଣଭୂମି ।

BSE Odisha 7th Class Geography Important Questions Chapter 4 ଜୈବମଣ୍ଡଳ

xi) ଲିଆନୋସ୍ :
Answer:
ଭେନେଜୁଏଲାରେ ଥ‌ିବା କ୍ରାନ୍ତୀୟ ତୃଣଭୂମି ।

xii. ପ୍ରେରୀ :
Answer:
ଉତ୍ତର ଆମେରିକାର ଉପକ୍ରାନ୍ତୀୟ ତୃଣଭୂମି ।

xiii. ଷ୍ଟେପ୍ :
Answer:
ମଧ୍ଯ-ଏସିଆର ଉପକ୍ରାନ୍ତୀୟ ତୃଣଭୂମି ।

xiv. ଡାଉନ୍ସ :
Answer:
ଅଷ୍ଟ୍ରେଲିଆର ଉପକ୍ରାନ୍ତୀୟ ତୃଣଭୂମି ।

xv. ପମ୍ପାସ :
Answer:
ଆର୍ଜେଣ୍ଟିନାର ଉପକ୍ରାନ୍ତୀୟ ତୃଣଭୂମି ।

xvi. ଭେଲ୍‌ :
Answer:
ଦକ୍ଷିଣ ଆଫ୍ରିକାର ଉପକ୍ରାନ୍ତୀୟ ତୃଣଭୂମି ।

xvii) ଶକ୍ତି ପିରାମିଡ୍ :
Answer:
ଖାଦ୍ୟ ଶୃଙ୍ଖଳର ପ୍ରତ୍ୟେକ ସ୍ତରରେ ଏକକ ସମୟ ଓ ଅଞ୍ଚଳରେ ଆହରଣ କରାଯାଉଥ‌ିବା ଶକ୍ତି ପରିମାଣ ଦର୍ଶାଉଥ‌ିବା ପିରାମିଡ୍ ସଦୃଶ ଗ୍ରାଫିକ୍ ଚିତ୍ର ।

ପ୍ରତ୍ୟେକ ବାକ୍ୟାଶକୁ ଗୋଟିଏ/ଦୁଇଟି ଭୌଗୋଳିକ ଶବ୍ଦରେ ପ୍ରକାଶ କର ।

i. କଙ୍ଗୋ ଓ ଆମାଜନ ଅବବାହିକାରେ ଦେଖାଯାଉଥିବା ଅରଣ୍ୟ ।
Answer
କ୍ରାନ୍ତୀୟ ଚିରହରିତ୍‌ ଅରଣ୍ୟ

ii. ଶୁଷ୍କ ଋତୁରେ ପତ୍ରଝଡ଼ା ଦେଉଥ‌ିବା ଅରଣ୍ୟ ।
Answer
କ୍ରାନ୍ତୀୟ ପର୍ଣ୍ଣମୋଚୀ ଅରଣ୍ୟ

BSE Odisha 7th Class Geography Important Questions Chapter 4 ଜୈବମଣ୍ଡଳ

iii. ଭାରତର ଅଧିକାଂଶ ଅଞ୍ଚଳରେ ଦେଖାଯାଉଥ‌ିବା ଅରଣ୍ୟ ।
Answer
କ୍ରାନ୍ତୀୟ ପଶ୍ଚିମୋଚୀ ଅରଣ୍ୟ

iv. ଉଭୟ ମଧୁର ଓ ଲୁଣି ପାଣିରେ ବଢ଼ିପାରୁଥିବା ବୃକ୍ଷର ଅରଣ୍ୟ ।
Answer
ଜୁଆରିଆ ଅରଣ୍ୟ

v. ବ୍ରାଜିଲର କ୍ରାନ୍ତୀୟ ତୃଣଭୂମି ।
Answer
କ୍ୟାସ

vi. ଶିକାରୀର ସ୍ଵର୍ଗ ଭାବେ ପରିଚିତ ଅଞ୍ଚଳ ।
Answer
ସାଇନ୍ନା

vii. ଦକ୍ଷିଣ ଆଫ୍ରିକାର ଉପକ୍ରାନ୍ତୀୟ ତୃଣଭୂମି ।
Answer
ଭେଲ୍ ଡ

viii. ଖାଦ୍ୟଶୃଙ୍ଖଳର ଶେଷ କଢ଼ି ।
Answer
ବ୍ୟାକ୍ଟେରିଆ

ix. କୌଣସି ବିସ୍ତୀର୍ଣ୍ଣ ସ୍ଥଳଭାଗ ଓ ଜଳରାଗ ଅନ୍ତର୍ଗତ ବୃହତ୍ ପରିସଂସ୍ଥା ।
Answer
ଜୀବାଳୀ

x. କ୍ରାନ୍ତିମଣ୍ଡଳ ଅନ୍ତର୍ଗତ ନଦୀମୁହାଣ ନିକଟବର୍ତ୍ତୀ ଜୁଆର ପାଣି ମାଡ଼ୁଥିବା ସନ୍ତସନ୍ତିଆ ଅରଣ୍ୟ ।
Answer
ଜୁଆରିଆ ଅରଣ୍ୟ

BSE Odisha 7th Class Geography Important Questions Chapter 4 ଜୈବମଣ୍ଡଳ

xi. ପୃଥ‌ିବୀର ରୁଟିଝୁଡ଼ି ।
Answer
ପ୍ରେରୀ

xii. ଦୀର୍ଘଦିନ ଧରି ପାଣି ନ ପିଇ ବଞ୍ଚୁରହି ବାଲୁକାରାଶି ଉପରେ ଯିବାଆସିବା କରିପାରୁଥିବା ପ୍ରାଣୀ ।
Answer
ଓଟ

xiii. ବାୟୁ ପ୍ରଦୂଷଣ ପାଇଁ ଦିଲ୍ଲୀ ଭଳି କେତେକ ସହରରେ ମଟରଗାଡ଼ିରେ ବ୍ୟବହୃତ ଗ୍ୟାସ୍ ।
Answer
କମ୍ରେସ୍‌ଡ଼ ନାଚୁରାଲ୍ ଗ୍ୟାସ୍

xiv. ଶବ୍ଦର ତୀବ୍ରତା ମାପିବାର ଏକକ ।
Answer
ଡେସିବେଲ୍

xv. ମେରୁ ଅଞ୍ଚଳରେ ଜନ୍ମ ଥ‌ିବା ଛୋଟ ଛୋଟ ମସ୍ ଓ ଲାଇକେନ୍ ଭଳି ଉଭିଦ ।
Answer
ଦ୍ରା ଉଭିଦ

xvi. ପୃଥ‌ିବୀର ପ୍ରାକୃତିକ ପଶୁଶାଳା ।
Answer
ସାଭାନା ।

ଠିକ୍ ଉତ୍ତର ବାଛି ଲେଖ ।

Question 1.
ମସ୍ ଓ ଲାଇକେନ୍ କେଉଁ ପ୍ରାକୃତିକ ଉଭିଦର ଅନ୍ତର୍ଗତ ?
(କ) ମରୁଭୂମି
(ଖ) କ୍ରାନ୍ତୀୟ ପଶ୍ଚିମୋଚୀ
(ଗ) କ୍ରାନ୍ତୀୟ ଚିରହରିତ୍
(ଘ) ଶୀତଳ ମରୁ
Answer:
ଶୀତଳ ମରୁ

BSE Odisha 7th Class Geography Important Questions Chapter 4 ଜୈବମଣ୍ଡଳ

Question 2.
କେଉଁଠାରେ ବାବୁଲ ଜାତୀୟ ବୃକ୍ଷ ଦେଖାଯାଏ ?
(କ) କ୍ରାନ୍ତୀୟ ଅଞ୍ଚଳ
(ଖ) ନିରକ୍ଷୀୟ ଅଞ୍ଚଳ
(ଗ) ଉପକ୍ରାନ୍ତୀୟ ଅଞ୍ଚଳ
(ଘ) ମରୁ ଓ ଅଷ୍ଟମରୁ ଅଞ୍ଚଳ
Answer:
ମରୁ ଓ ଅଷ୍ଟମରୁ ଅଞ୍ଚଳ

Question 3.
କେଉଁ ଉଦ୍ଭିଦର କାଣ୍ଡ ମାଂସଳ ?
(କ) ଚିରହରିତ୍
(ଖ) ପର୍ଣ୍ଣମୋଚୀ
(ଗ) ତୁନ୍ଦ୍ରା.
(ଘ) ମରୁ
Answer:
ମରୁ

Question 4.
ଜିଆ, ଆଲକାତରା ଆଦି ଜୀବ ମୃର୍ତ୍ତିକାର କେଉଁ ଉପାଦାନକୁ ଧରି ରଖୁବାରେ ସାହାଯ୍ୟ କରେ ?
(କ) ଜଳ
(ଖ) ବାୟୁ
(ଗ) ଜଳବାୟୁ
(ଘ) ଜୈବାଂଶ
Answer:
ଜଳବାୟୁ

Question 5.
ବଡ଼ପାଟିରେ କଥାବାର୍ତ୍ତା ଶବ୍ଦ
(କ) ୪୦ ଡେସିବେଲ
(ଖ) ୫୦ ଡେସିବେଲ
(ଗ) ୬୦ ଡେସିବେଲ
(ଘ) ୭୦ ଡେସିବେଲ
Answer:
୬୦ ଡେସିବେଲ

BSE Odisha 7th Class Geography Important Questions Chapter 4 ଜୈବମଣ୍ଡଳ

Question 6.
ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଓ ବିଶ୍ଵବ୍ୟାଙ୍କର ସର୍ବେକ୍ଷଣ ଅନୁସାରେ ଭାରତରେ ସଂକ୍ରାମକ ରୋଗର କେତେ ଭାଗ ଦୂଷିତ ଜଳଯୋଗୁଁ ହୋଇଥାଏ ?
(କ) ଏକ-ତୃତୀୟାଂଶ
(ଖ) ଏକ-ଚତୁର୍ଥାଂଶ
(ଗ) ଏକ-ପଞ୍ଚମାଂଶ
(ଘ) ଏକ-ଷତାଂଶ
Answer:
ଏକ-ଚତୁର୍ଥାଂଶ

Question 7.
ବର୍ତମାନ ମଟରଗାଡ଼ିରେ କେଉଁ ଗ୍ୟାସ୍‌ର ବ୍ୟବହାର ହେଉଛି ?
(କ) ମିଥେନ୍
(ଖ) ଏଲ୍.ପି.ଜି.
(ଗ) ସି.ଏନ୍.ଜି.
(ଘ) ସି.ଏଫ୍.ଏସ୍
Answer:
ସି.ଏଚ୍.ଜି.

Question 8.
କେଉଁଟି ଚୁନ୍ଦ୍ରାଞ୍ଚଳ ପ୍ରାଣୀ ନୁହେଁ ?
(କ) ଓ୍ୱାଲରସ୍
(ଖ) ସିଲ୍
(ଗ) ଆଣ୍ଟିଲୋପ
(ଘ) ବଲ୍‌ ହରିଣ
Answer:
ଆଣ୍ଟିଲୋପ

Question 9.
କେଉଁଟି ଉପକ୍ରାନ୍ତୀୟ ପଶ୍ଚିମୋଚୀ ଅରଣ୍ୟର ବୃକ୍ଷ ନୁହେଁ ?
(କ) ବିବ୍
(ଖ) ଅସନ
(ଗ) ଆସ୍
(ଘ) ଓକ୍
Answer:
ଅସନ

Question 10.
‘ଫିଜାଣ୍ଟ’ କେଉଁ ପ୍ରାକୃତିକ ଅଞ୍ଚଳରେ ଦେଖାଯାନ୍ତି ?
(କ) କ୍ରାନ୍ତୀୟ ଚିରହରିତ୍‌ ଅରଣ୍ୟ
(ଖ) ଉପକ୍ରାନ୍ତୀୟ ପର୍ଣ୍ଣମୋଚୀ ଅରଣ୍ୟ
(ଗ) ସରଳବର୍ଗୀୟ ଅରଣ୍ୟ
(ଘ) ଜୁଆରିଆ ଅରଣ୍ୟ
Answer:
ଉପକ୍ରାନ୍ତୀୟ ପର୍ଶୁ ମୋଚୀ ଅରଣ୍ୟ

BSE Odisha 7th Class Geography Important Questions Chapter 4 ଜୈବମଣ୍ଡଳ

Question 11.
କେଉଁଟି ଚିରହରିତ୍‌ ଅରଣ୍ୟର ଉଭିଦ ନୁହେଁ ?
(କ) ଆବଲୁସ୍
(ଖ) ମେହେଗାନୀ
(ଗ) ଶାଳ
(ଘ) ରୋଜ୍ଉଡ଼
Answer:
ଶାଳ

Question 12.
କେଉଁ ପ୍ରାଣୀ ସନ୍ତସନ୍ତିଆ ଅଞ୍ଚଳରେ ବାସ କରେ ?
(କ) ବାଘ
(ଖ) ମାଙ୍କଡ଼
(ଗ) ସରୀସୃପ
(ଘ) ଜଳହସ୍ତୀ
Answer:
ଜଳହସ୍ତୀ

Question 13.
ଧଳା ଭାଲୁ କେଉଁ ଅରଣ୍ୟର ଜୀବ ?
(କ) ଚିରହରିତ୍
(ଖ) ଜୁଆରିଆ
(ଗ) କ୍ରାନ୍ତୀୟ ତୃଣଭୂମି
(ଘ) ସରଳବର୍ଗୀୟ
Answer:
ସର ଳ ବ ର୍ଗୀୟ

Question 14.
କେଉଁଟି ଉପକ୍ରାନ୍ତୀୟ ତୃଣଭୂମି ଅଞ୍ଚଳର ପ୍ରାଣୀ ନୁହେଁ ?
(କ) ଗୟଳ
(ଖ) ସିଂହ
(ଗ) ବାଇସନ୍
(ଘ) ଆଣ୍ଟିଲୋପ
Answer:
ସିଂହ

Question 15.
କେଉଁ ପ୍ରଦୂଷଣ ହେତୁ ଅମ୍ଳବର୍ଷା ହୋଇଥାଏ ?
(କ) ଜଳ
(ଖ) ଶବ୍ଦ
(ଗ) ବାୟୁ
(ଘ) ମୃରିକା
Answer:
ବାୟୁ

ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।

1. ବାଲି, ପଟୁ, କର୍ଦ୍ଦମର ସୁଷମ ମିଶ୍ରଣରେ _____ ମାଟି ସୃଷ୍ଟି ହୁଏ । (ବାଲିଆ, ପଟୁ, କାଦୁଆ, ଦୋରସା)
Answer:
ଦୋରସା

2. ପଟୁମାଟି ଓ ଲୋଏସ୍. ______ ମୃତ୍ତିକାର ଅନ୍ତର୍ଗତ । (ଅବଶିଷ୍ଠ, ଅପସୃତ, ପଟୁ, କୃଷ୍ଣ)
Answer:
ଅପସୃତ

BSE Odisha 7th Class Geography Important Questions Chapter 4 ଜୈବମଣ୍ଡଳ

3. ୨୦୦ ସେ.ମି.ରୁ ଅଧ‌ିକ ବୃଷ୍ଟିପାତ ଅଞ୍ଚଳରେ _____ ଅରଣ୍ୟ ଦେଖାଯାଏ । (କ୍ରାନ୍ତୀୟ ଚିରହରିତ୍‌, କ୍ରାନ୍ତୀୟ ପଶ୍ଚିମୋଚୀ, ଜୁଆରିଆ, ଟାଇଗା)
Answer:
କ୍ଳାନ୍ତୀୟ ଚିରହରିତ୍

4. କ୍ରାନ୍ତୀୟ ଚିରହରିତ୍‌ ଅରଣ୍ୟରେ ______ ବୃକ୍ଷ ଦେଖାଯାଏ । (ସୁନ୍ଦରୀ, ଶିଶୁ, ଅସନ, ମେହୋଗାନୀ)
Answer:
ମେହୋଗାନୀ

5. କଙ୍ଗୋ ଓ ଆମାଜନ ଅବବାହିକାରେ ______ ଅରଣ୍ୟ ଦେଖାଯାଏ । (ଜୁଆରିଆ, ସରଳବର୍ଗୀୟ, ମୌସୁମୀ, ଚିରହରିତ)
Answer:
ଚିରହରିତ୍‌

6. ଭାରତର ଅଧିକାଂଶ ଅଞ୍ଚଳରେ _____ ଅରଣ୍ୟ ଦେଖାଯାଏ । (କ୍ରାନ୍ତୀୟ ଚିରହରିତ୍‌, କ୍ରାନ୍ତୀୟ ମୌସୁମୀ, ଜୁଆରିଆ, ଟାଇଗା)
Answer:
କ୍ରାନ୍ତୀୟ ମୌସୁମୀ

7. ଜୁଆରିଆ ଅରଣ୍ୟରେ _______ ବୃକ୍ଷ ଦେଖାଯାଏ। (ସୁନ୍ଦରୀ ଓ ହେନ୍ତାଳ, ଆବଲୁସ ଓ ମେହୋଗାନୀ, ଶିଶୁ ଓ ଶାଳ, ଅସନ ଓ କୁରୁମ)
Answer:
ସୁନ୍ଦରୀ ଓ ହେନ୍ତାଳ

8. ଚିର ଓ ପାଇନ୍ ______ ଅରଣ୍ୟର ପ୍ରଧାନ ବୃକ୍ଷ । (ଜୁଆରିଆ, ସରଳବର୍ଗୀୟ, ଚିରହରିତ୍‌, ମୌସୁମୀ)
Answer:
ସରଳବର୍ଗୀୟ

9. ଧଳାଭାଲୁ ଓ ଧଳା କୋକିଶିଆଳି ______ ଅଟନ୍ତି। (ମୌସୁମୀ, ଚିରହରିତ୍‌, ଜୁଆରିଆ, ସରଳବର୍ଗୀୟ)
Answer:
ସରଳବର୍ଗୀୟ

10. ପୂର୍ବ ଆଫ୍ରିକାର କ୍ରାନ୍ତୀୟ ତୃଣଭୂମିକୁ _____ ଅରଣ୍ୟର ଜୀବଜନ୍ତୁ କୁହାଯାଏ । (ସାଭାନ୍ନା, କ୍ୟାମ୍ପାସ, ଲିଆନୋସ, ପମ୍ପାସ)
Answer:
ସାଭାନ୍ନା

BSE Odisha 7th Class Geography Important Questions Chapter 4 ଜୈବମଣ୍ଡଳ

11. ଦେଶର କ୍ରାନ୍ତୀୟ ତୃଣଭୂମିକୁ କ୍ୟାମ୍ପୋସ କୁହାଯାଏ । (ଭାରତ, ଜର୍ମାନ, ଜାପାନ, ବ୍ରାଜିଲ)
Answer:
ବ୍ରାଜିଲ

12. ଭେନଜୁଆଲାର କ୍ରାନ୍ତୀୟ ତୃଣଭୂମିକୁ _____ କୁହାଯାଏ। (ଲିଆନୋସ, କ୍ୟାମ୍ବୋସ, ପମ୍ପାସ, ସାଭାନ୍ନା)
Answer:
ଲିଆନୋସ

13. ଆର୍ଜେଣ୍ଟିନାର ଉପକ୍ରାନ୍ତୀୟ ତୃଣଭୂମିକୁ _____ କୁହାଯାଏ । (କ୍ୟାମ୍ପୋସ, ପମ୍ପାସ, ସାରାନ୍ନା, ଲିଆନୋସ)
Answer:
ପମ୍ପାସ୍

14. ଉତ୍ତର ଆମେରିକାର ଉପକ୍ରାନ୍ତୀୟ ତୃଣଭୂମିକୁ ______ କୁହାଯାଏ । (ପମ୍ପାସ, କ୍ୟାମ୍ବୋସ, ପ୍ରେରୀ, ସାଭାନ୍ନା)
Answer:
ପ୍ରେରୀ

15. ଦକ୍ଷିଣ ଆଫ୍ରିକାର ଉପକ୍ରାନ୍ତୀୟ ତୃଣଭୂମିକୁ _____ କୁହାଯାଏ । (ପ୍ରେରୀ, ପମ୍ପାସ, ଷ୍ଟେପ୍, ଭେଲ୍‌)
Answer:
ଭେଲ୍‌

16. ମଧ୍ୟଏସିଆର ଉପକ୍ରାନ୍ତୀୟ ତୃଣଭୂମିକୁ ______ କୁହାଯାଏ । (ପମ୍ପାସ, ପ୍ରେରୀ, ଷ୍ଟେପ୍, ଭେଲ୍‌)
Answer:
ଷ୍ଟେପ୍

17. ଅଷ୍ଟ୍ରେଲିଆର ଉପକ୍ରାନ୍ତୀୟ ତୃଣଭୂମିକୁ ______ କୁହାଯାଏ । (ପ୍ରେରୀ, ଷ୍ଟେପ୍, ଭେଲ୍‌, ଡାଉନ୍ସ)
Answer:
ଡାଉନ୍ସ

18. _____ ଗୋଟିଏ ତୃଣଭୋଜୀ ପ୍ରାଣୀ ନୁହେଁ । (ଛେଳି, ବାଘ, ମେଣ୍ଢା, ହରିଣ)
Answer:
ବାଘ

19. ଆଲର୍ଜି ଓ ଚର୍ମ କର୍କଟ ______ ପ୍ରଦୂଷଣ ଯୋଗୁ ହୋଇଥାଏ । (ବାୟୁ, ଜଳ, ମୃତ୍ତିକା, ଶବ୍ଦ)
Answer:
ବାୟୁ

20. କାମଳ ରୋଗ _______ ପ୍ରଦୂଷଣ ଯୋଗୁ ହୋଇଥାଏ । (ବାୟୁ, ଜଳ, ମୃତ୍ତିକା, ଶବ୍ଦ)
Answer:
ଜଳ

BSE Odisha 7th Class Geography Important Questions Chapter 4 ଜୈବମଣ୍ଡଳ

21. ପ୍ଲାଷ୍ଟିକ ଦ୍ରବ୍ୟ ଓ ପଲିଥନ୍‌ର ବହୁଳ ବ୍ୟବହାର ଫଳରେ ______ ପ୍ରଦୂଷଣ ହୋଇଥାଏ। (ବାୟୁ, ଜଳ, ମୃତ୍ତିକା, ଶବ୍ଦ)
Answer:
ସୃଷ୍ଟିକା

22. ଶବ୍ଦ ପ୍ରଦୂଷଣ ବୃଦ୍ଧି ଯୋଗୁ _____ ରୋଗ ଦେଖାଯାଇଥାଏ । (ଆଲର୍ଜି, ଚର୍ମକର୍କଟ, କାମଳ, ମୁଣ୍ଡବ୍ୟଥା)
Answer:
ମୁଣ୍ଡବ୍ୟଥା

23. ସାଧାରଣ କଥାବାର୍ତ୍ତାର ଶବ୍ଦ ____ ଡେସିବେଲ୍ । (୨୦-୩୦, ୩୦-୩୫, ୩୫-୪୦, ୪୦-୪୫)
Answer:
୨୦-୩୦

24. ପୃଥ‌ିବୀର ରୁଟିଝୁଡ଼ି _____ ତୃଣଭୂମି ଅଞ୍ଚଳ ଅଟେ। (ସାରାନ୍ନା, ଲିଆନୋସ୍, ପମ୍ପାସ, କ୍ୟାମ୍ବୋସ)
Answer:
ପମ୍ପାସ୍‌

25. ପୃଥ‌ିବୀର ପଶୁଶାଳା _____ ତୃଣଭୂମି ଅଟେ । (କ୍ୟାମୋସ, ସାଭାନ୍ନା, ଷ୍ଟେପ୍, ପ୍ରେରୀ)
Answer:
ସାରାନ୍ନା

ସ୍ତମ୍ଭ ମିଳନ କର ।

Question 1.
BSE Odisha 7th Class Geography Important Questions Chapter 4 ଜୈବମଣ୍ଡଳ 8
Answer:
BSE Odisha 7th Class Geography Important Questions Chapter 4 ଜୈବମଣ୍ଡଳ 9

Question ii.
ସ୍ତମ୍ଭ ମିଳନ କର ।
BSE Odisha 7th Class Geography Important Questions Chapter 4 ଜୈବମଣ୍ଡଳ 10
Answer:
BSE Odisha 7th Class Geography Important Questions Chapter 4 ଜୈବମଣ୍ଡଳ 11

ପ୍ରଥମ ଯୋଡ଼ିକୁ ଦେଖୁ ଦ୍ଵିତୀୟ ଯୋଡ଼ି ପୂରଣ କର ।

1. କ୍ରାନ୍ତୀୟ ଚିରହରିତ୍‌ ଅରଣ୍ୟ : ରୋଜଉଡ୍ :: କ୍ରାନ୍ତୀୟ ପଶ୍ଚିମୋଚୀ ଅରଣ୍ୟ : _____।
Answer:
ଚନ୍ଦନ

2. ଜୁଆରିଆ ଅରଣ୍ୟ : ସୁନ୍ଦରୀ :: ସରଳବର୍ଗୀୟ ଅରଣ୍ୟ : _____।
Answer:
ପାଇନ

3. କ୍ରାନ୍ତୀୟ ତୃଣଭୂମି : ଜେବ୍ରା :: ଉପକ୍ରାନ୍ତୀୟ ତୃଣଭୂମି : _____।
Answer:
ଆଣ୍ଟିଲୋପ

BSE Odisha 7th Class Geography Important Questions Chapter 4 ଜୈବମଣ୍ଡଳ

4. ପୂର୍ବ ଆଫ୍ରିକା ; ସାମ୍ମାନା :: ବ୍ରାଜିଲ : _____।
Answer:
କାମ୍ବୋସ

5. ଭେନଜୁଏଲା : ଲିଆନୋସ :: ଆର୍ଜେଣ୍ଟିନା : _____।
Answer:
ପମ୍ପାସ

6. ଉତ୍ତର ଆମେରିକା : ପ୍ରେରୀ :: ଦକ୍ଷିଣ ଆଫ୍ରିକା : _____।
Answer:
ରେଲ୍‌

7. ମଧ୍ଯ-ଏସିଆ : ଷ୍ଟେପ୍ :: ଅଷ୍ଟ୍ରେଲିଆ : _____।
Answer:
ଡାଉନସ୍

8. ତୃଣଭୋଜୀ ପ୍ରାଣୀ : ଛେଳି :: ମାଂସାଶୀ ପ୍ରାଣୀ : _____।
Answer:
ବାଘ

9. ଖାଦ୍ୟ ଶୃଙ୍ଖଳର ପ୍ରଥମ କଡ଼ି : ଉଭିଦ :: ଖାଦ୍ୟଶୃଙ୍ଖଳର ଶେଷ କଡ଼ି : _____।
Answer:
ବ୍ୟାକ୍ଟେରିଆ

BSE Odisha 7th Class Geography Important Questions Chapter 4 ଜୈବମଣ୍ଡଳ

10. ଶକ୍ତି ପ୍ରବାହର ପ୍ରଥମ ସ୍ତର : ଉଭିଦ :: ଶକ୍ତି ପ୍ରବାହର ଦ୍ଵିତୀୟ ସ୍ତର : _____।
Answer:
ତୃଣଭୋଜୀ

11. ବାୟୁ ପ୍ରଦୂଷଣ : ଚର୍ମକର୍କଟ :: ଜଳ ପ୍ରଦୂଷଣ : _____।
Answer:
କାମଳ

12. ସାଧାରଣ କଥାବାର୍ତ୍ତା : ୨୦-୩୦ ଡେସିବେଲ :: ବଡ଼ପାଟିରେ କଥାବାର୍ତ୍ତା : _____।
Answer:
୬୦ ଡେସିବେଲ୍‌

Leave a Comment