Odisha State Board BSE Odisha 7th Class Geography Important Questions Chapter 5 ବ୍ୟାବହାରିକ ଭୂଗୋଳ Important Questions and Answers.
BE Odisha Class 7 Geography Important Questions Chapter 5 ବ୍ୟାବହାରିକ ଭୂଗୋଳ
Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ଆନିରଏଡ୍ ଚାପମାନ ଯନ୍ତ୍ରର ଗଠନ ଲେଖ । ଏଥିରେ କିପରି ବାୟୁଚାପ ନିଷ୍କ୍ରିୟ କରାଯାଏ ବୁଝାଅ । ଏହାର ଛୁଟି କଣ ?
Answer:
- ଆନିରଏଡ୍ ଚାପମାନ ଯନ୍ତ୍ରରେ ଏକ ଧାତବ ବାକ୍ସ ସହିତ ସ୍ପ୍ରିଙ୍ଗ୍ ଦ୍ବାରା ଏକ କଣ୍ଟା ଏହା ଉପରେ ଥିବା ଗୋଲାକାର ଡ୍ରମ୍ ଉପରେ ଲାଗିଥାଏ ।
- ଧାତବ ବାକ୍ସରୁ ବାୟୁ କାଢ଼ି ନିଆଯାଇ ଏହାକୁ ଶୂନ୍ୟ ରଖାଯାଇଥାଏ ।
- ଫଳରେ ବାୟୁଚାପ ବୃଦ୍ଧି ପାଇଲେ ଏହା ସଙ୍କୁଚିତ ହୁଏ ଏବଂ · ବାୟୁଚାପ କମିଲେ ବାକ୍ସଟି ଫୁଲିଉଠେ ।
- ବାକ୍ସ ସହିତ ଲାଗିଥିବା କଣ୍ଟାଟି ଏହି ପରିବର୍ତ୍ତନକୁ ଏହାର ଉପରିସ୍ଥ ବାୟୁଚାପ ସୂଚାଉଥବା ଗୋଲାକାର ଡ୍ରମ୍ ଉପରେ ଦର୍ଶାଇଥାଏ ।
- ତ୍ରୁଟି : ବାୟୁଚାପ ମାପିବାରେ ଏଥୁରେ ସଠିକତା ନ ଥାଏ ।
Question 2.
ପାଣିପାଗର ଭାବୀସୂଚନା କ’ଣ ? ଏହା କେତୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି ? ପ୍ରତ୍ୟେକ ଶ୍ରେଣୀ ସମ୍ପର୍କରେ ଆଲୋଚନା କର ।
Answer:
- ନିକଟ ଅତୀତ ଓ ବର୍ତ୍ତମାନର ପାଗ ଅବସ୍ଥାକୁ ବିଶ୍ଳେଷଣ କରି ଭବିଷ୍ୟତ ଦିନେ ଦୁଇଦିନ ପାଗର ଯେଉଁ ପୂର୍ବାନୁମାନ କରାଯାଏ, ତାକୁ ପାଗର ଭାବୀସୂଚନା କୁହାଯାଏ ।
- ପାଗ ଭାବୀସୂଚନା ସାଧାରଣତଃ ତିନିଶ୍ରେଣୀଭୁକ୍ତ, ଯଥା- (୧) ଦୈନିକ/ବର୍ତ୍ତମାନିକ ଭାବୀସୂଚନା, (୨) ସ୍ଵଳ୍ପକାଳୀନ ଭାବୀସୂଚନା ଓ (୩) ଦୀର୍ଘକାଳୀନ ଭାବୀସୂଚନା ।
- ଦୈନିକ ଭାବୀସୂଚନା : ଏହାଦ୍ଵାରା ୬ ଘଣ୍ଟାରୁ ୨୪ ଘଣ୍ଟା ମଧ୍ୟରେ ଘଟିବାକୁ ଯାଉଥିବା ପାଗ ସୂଚନା ଦିଆଯାଇପାରେ ।
- ସ୍ଵଳ୍ପକାଳୀନ ଭାବୀ ସୂଚନା : ଏହା ତିନିଦିନ ବା ୭୨ ଘଣ୍ଟା ପାଇଁ ପ୍ରତିଦିନ ୨ ଥର ଲେଖାଏଁ ଦିଆଯାଇଥାଏ । ଏଥୁରୁ ଝଡ଼ବାତ୍ୟା, ଅତ୍ୟଧିକ ବୃଷ୍ଟିପାତ, ହିମପାତ, ଶିଶିରପାତ, ବାଲୁକା ବା ଧୂଳିଝଡ଼ ସମ୍ପର୍କୀୟ ସୂଚନା ମିଳିଥାଏ ।
- ଦୀର୍ଘକାଳୀନ ଭାବୀସୂଚନା : ଏଥୁରେ କୌଣସି ସ୍ଥାନ ବା ଅଞ୍ଚଳର ଆଗାମୀ ମାସ, ଋତୁ କିମ୍ବା ବର୍ଷର ପାଗ ସମ୍ବନ୍ଧରେ ସୂଚନା ଦିଆଯାଏ । ବିଭିନ୍ନ ବୈଜ୍ଞାନିକ ପଦ୍ଧତି, ଗାଣିତିକ ସୂତ୍ର ବା ପ୍ରଚଳିତ ପଞ୍ଜିକାର ଗ୍ରହ-ନକ୍ଷତ୍ର ଆଦିର ଅବସ୍ଥିତି ତଥା ସମ୍ବନ୍ଧକୁ ବିଚାରକୁ ନେଇ ଏହି ସୂଚନା ଦିଆଯାଇଥାଏ ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ଆର୍ଦ୍ର ବଲ୍ବ ହାଇଡ୍ରୋମିଟର କାହାଦ୍ବାରା ଓ କାହିଁକି ପ୍ରଭାବିତ ହୋଇଥାଏ ?
Answer:
- ଆର୍ଦ୍ର ବଲ୍ବ ତାପମାନ ଯନ୍ତ୍ରର ଓଦା ମସଲିନ୍ କନାରୁ ଜଳ ବାଷ୍ପୀଭୂତ ହେବା କାରଣରୁ ବଲବଟି ଥଣ୍ଡା ରହେ ଓ କମ୍ ତାପମାତ୍ରା ରେକର୍ଡ଼ କରେ।
- ବାୟୁର ଶୁଷ୍କତା ଉପରେ ବାଷ୍ପୀଭବନ ନିର୍ଭର କରୁଥିବାରୁ ଆର୍ଦ୍ର ବଲ୍ବର ତାପମାତ୍ରା ଏହାଦ୍ଵାରା ପ୍ରଭାବିତ ହୁଏ।
Question 2.
ପବନ ଦିଗବାରେଣୀ ଯନ୍ତ୍ର ବା ଉଇଣ୍ଡ ଭେନ୍ର ଗଠନ ଓ କାର୍ଯ୍ୟ ଲେଖା ।
Answer:
- ପବନ କେଉଁ ଦିଗରୁ ବହୁଛି ଜାଣିବା ପାଇଁ ଏହି ଯନ୍ତ୍ର ବ୍ୟବହାର କରାଯାଏ। ଏହି ଯନ୍ତ୍ରରେ ଏକ ଲମ୍ବ ଦଣ୍ଡ ଉପରେ ହାଲୁକା କୁକୁଡ଼ାର ଛବି କିମ୍ବା ହାଲୁକା ତାର ରହିଥାଏ।
- ପବନ ବହିଲେ କୁକୁଡ଼ାର ମୁହଁ ବା ତୀରଟିର ଗୋଜିଆ ମୁହଁ ପବନ ବହୁଥିବା ଦିଗ ଆଡ଼କୁ ରହିଥାଏ। କୁକୁଡ଼ା ଚିହ୍ନ ବା ତୀର ତଳେ ପୂ(ପୂର୍ବ), ପ(ପଶ୍ଚିମ), ଉ(ଉତ୍ତର), ଦ(ଦକ୍ଷିଣ) ଦିଗ ଚିହ୍ନ ପରସ୍ପର ସହ ସମକୋଣରେ ଦଣ୍ଡସହ ଲାଗି ଖଞ୍ଜାଯାଇଥାଏ । ଏଥୁରୁ ପବନ କେଉଁ ଦିଗରୁ ବହୁଛି ସହଜରେ ଜଣାପଡ଼େ।
Question 3.
ଉପତ୍ୟକା କହିଲେ କ’ଣ ବୁଝାଏ ?
Answer:
- ଦୁଇଟି ସଂଲଗ୍ନସ୍ଥ ଉଚ୍ଚଭୂମି ମଧ୍ୟବର୍ତୀ ନିମ୍ନଭୂମିକୁ ଉପତ୍ୟକା କୁହାଯାଏ । କେତେକ କ୍ଷେତ୍ରରେ ଏଗୁଡ଼ିକ ଇଂରାଜୀ ଅକ୍ଷର ‘U” ବା ‘V” ଆକୃତିର ହୋଇଥାନ୍ତି। ସେଥିପାଇଁ ଏଗୁଡ଼ିକୁ ‘U” ଉପତ୍ୟକା ବା ‘V” ଉପତ୍ୟକା କୁହାଯାଏ ।
- ‘U” ଉପତ୍ୟକା ମୁଖ୍ୟତଃ ହିମବାହ ଏବଂ ‘V” ଉପତ୍ୟକା ନଦୀଦ୍ଵାରା ସୃଷ୍ଟି ହୋଇଥାଏ ।
Question 4.
ପାହାଡ଼ ବା ପର୍ବତ କହିଲେ କ’ଣ ବୁଝାଏ ?
Answer:
- ନିକଟବର୍ତ୍ତୀ ସମପ୍ରାୟ ଭୂମିରୁ ହଠାତ୍ ଉପରକୁ ଉଠିଥିବା ଭୂମିରୂପଗୁଡ଼ିକୁ ପାହାଡ଼ ବା ପର୍ବତ କୁହାଯାଏ।
- ଏପ୍ରକାର ଭୂମିରୂପର ଉଚ୍ଚତା ୩୦୦ ମିଟରରୁ କମ୍ ଥିଲେ ତାହକୁ ପାହାଡ଼ ଏବଂ ୩୦୦ ମିଟରରୁ ଅଧିକ ଥିଲେ ତାହାକୁ ପର୍ବତ କୁହାଯାଏ।
Question 5.
ମାଳଭୂମି କହିଲେ କ’ଣ ବୁଝାଏ ?
Answer:
- ସମୁଦ୍ର ପତ୍ତନରୁ ବହୁ ଉଚ୍ଚରେ ଥିବା ବିସ୍ତୃତ ସମପ୍ରାୟ ଭୂମିକୁ ମାଳଭୂମି କୁହାଯାଏ ।
- ଏହା ଚତୁଃପାର୍ଶ୍ଵସ୍ଥ ସମତଳଭୂମିରୁ ହଠାତ୍ ଉପରକୁ ଉଠିଯାଏ। ତେଣୁ ଏହାର ଚାରିପାଖରେ ଢାଲୁ ଅଧିକ ।
Question 6.
ସ୍ଵଳ୍ପକାଳୀନ ଭାବୀ ସୂଚନାର ଆବଶ୍ୟକତା କ’ଣ ?
Answer:
- ସ୍ଵଳ୍ପକାଳୀନ ଭାବୀ ସୂଚନାରୁ ଝଡ଼ବାତ୍ୟା, ଅତ୍ୟଧିକ ବୃଷ୍ଟିପାତ, ହିମପାତ, ଶିଶିରପାତ, ବାଲୁକା ଓ ଧୂଳିଝଡ଼ ଇତ୍ୟାଦି ସମ୍ବନ୍ଧୀୟ | ତଥ୍ୟ ମିଳେ ।
- ଏହା ତିନିଦିନ ବା ୭୨ ଘଣ୍ଟା ପାଇଁ ପ୍ରତିଦିନ ଦୁଇଥର ଲେଖାଏଁ ଦିଆଯାଇଥାଏ ।
Question 7.
ଦୀର୍ଘକାଳୀନ ଭାବୀ ସୂଚନା କିପରି ସୂଚିତ ହୋଇଥାଏ ? |
Answer:
- ବିଭିନ୍ନ ବୈଜ୍ଞାନିକ ପଦ୍ଧତି ତଥା ଗାଣିତିକ ସୂତ୍ର ବ୍ୟବହାର କରି ଦୀର୍ଘକାଳୀନ ଭାବୀ ସୂଚନା ଦିଆଯାଏ ।
- ଏପରିକି ଆମ ରାଜ୍ୟରେ ପ୍ରଚଳିତ ପଞ୍ଜିକାରେ ଗ୍ରହ-ନକ୍ଷତ୍ର ଆଦିର ଅବସ୍ଥିତି ତଥା ସମ୍ବନ୍ଧକୁ ବିଚାରକୁ ନେଇ ଦୀର୍ଘକାଳୀନ ପାଗର ଭାବୀ ସୂଚନା ଦିଆଯାଇଥାଏ ।
Question 8.
ସମୋଚ୍ଚରେଖା କ’ଣ ?
Answer:
- ସମୁଦ୍ର ପତ୍ତନରୁ ‘ସମାନ ଉଚ୍ଚତାରେ ଥିବା ସ୍ଥାନଗୁଡ଼ିକୁ ମାନଚିତ୍ରରେ ଯୋଗ କରୁଥିବା ରେଖାକୁ ସମୋଚ୍ଚରେଖା କୁହାଯାଏ ।
- ଏହି ରେଖାଗୁଡ଼ିକ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଟଣାଯାଇଥାଏ ।
Question 9.
ଆନିମୋମିଟର କିପରି କାର୍ଯ୍ୟ କରେ ?
Answer:
- ଆନି ମୋମିଟର ଯନ୍ତ୍ରରେ ତିନୋଟି ବା ଚାରୋଟି ଅର୍ଷଗୋଲାକାର ଧାତବ କପ୍ ଲମ୍ବଭାବେ ଥିବା ଏକ ଲୌହଦଣ୍ଡ ସହ ସଂଯୁକ୍ତ ହୋଇଥାଏ ।
- କପ୍ ଭିତରେ ପବନ ପଶିଲେ କପ୍ଗୁଡ଼ିକୁ ଘୂରାଇଥାଏ । ଲମ୍ବ ଲୌହଦଣ୍ଡ ମୂଳରେ ଥିବା ଏକ ଘଣ୍ଟା ପରି ମାପିବା ଯନ୍ତ୍ର | ସହିତ କପ୍ଗୁଡ଼ିକ ତାର ଦ୍ଵାରା ସଂଯୁକ୍ତ ହୋଇଥାଏ । ଏଥିରୁ ପବନର ବେଗ ଜଣାପଡ଼େ ।
Question 10.
ଗିରିପଥ କ’ଣ ? ଏହାଦ୍ଵାରା କ’ଣ ସୁବିଧା ହୁଏ ?
Answer:
- କୌଣସି ପର୍ବତମାଳାର ଶିଖର ମଧ୍ୟବର୍ତ୍ତୀ ଅପେକ୍ଷାକୃତ ନିମ୍ନଭୂମି ଦେଇ ବ୍ୟବହୃତ ଯାତାୟାତ ପଥକୁ ‘ଗିରିପଥ’ କୁହାଯାଏ ।
- ଗିରିପଥ ଦେଇ ପର୍ବତମାଳାର ଏକ ପାର୍ଶ୍ବରୁ ଅନ୍ୟ ପାର୍ଶ୍ଵକୁ ଯିବା ସମ୍ଭବ ହୁଏ ।
Question 11.
ବାୟୁ ଚାପ କାହାଦ୍ଵାରା ମପା ଯାଇଥାଏ ? କେତେ ପ୍ରକାରର ବାୟୁ ଚାପମାନ ଯନ୍ତ୍ର ରହିଛି, ସେଗୁଡ଼ିକର ନାମ | ଲେଖ ।
Answer:
- ବାରୋମିଟର ବା ଚାପମାନ ଯନ୍ତ୍ରଦ୍ୱାରା ବାୟୁ ଚାପ ନିଷ୍କ୍ରିୟ କରାଯାଇଥାଏ ।
- ଚାପମାନ ଯନ୍ତ୍ର ସାଧାରଣତଃ -୨ ପ୍ରକାରର; ଯଥା- ପାରଦ ଚାପମାନ ଯନ୍ତ୍ର ଓ ଆନିରଏଡ଼ ଚାପମାନ ଯନ୍ତ୍ର ।
Question 12.
ଆର୍ଦ୍ର ଓ ଶୁଷ୍କ ବଲ୍ବ ହାଇଡ୍ରୋମିଟରରେ ତାପମାନ ଯନ୍ତ୍ର ଦୁଇଟି କିପରି ରଖାଯାଇଥାଏ ?
Answer:
- ଆର୍ଦ୍ର ଓ ଶୁଷ୍କ ବଲ୍ବ ହାଇଡ୍ରୋମିଟରରେ ଦୁଇଟି ତାପମାନ ଯନ୍ତ୍ର ପାଖାପାଖୁ ରହିଥାଏ ।
- ଗୋଟିକର ବଲବକୁ ମସ୍ଲିନ୍ କନାରେ ଗୁଡ଼ାଇ ଜଳପାତ୍ର ମଧ୍ୟରେ ବୁଡ଼ାଇ ରଖାଯାଏ । ଅନ୍ୟ ତାପମାନ ଯନ୍ତ୍ରଟି ସାଧାରଣ ବାୟୁ ତାପମାତ୍ରା ନିର୍ଣ୍ଣୟ କରେ ।
ସଂକ୍ଷିପ୍ତ ଟିପ୍ପଣୀ ଲେଖ
1. ପାରଦ ଚାପମାନ ଯନ୍ତ୍ର
Answer:
- ପାରଦ ତାପମାନ ଯନ୍ତ୍ରରେ ବାୟୁର ତାପମାତ୍ରା ନିର୍ଣ୍ଣୟ କରାଯାଏ । ଏହା ଡିଗ୍ରୀ ଏକକରେ ପ୍ରକାଶ କରାଯାଏ ।
- ସାଧାରଣତଃ ତିନି ପ୍ରକାରର ତାପମାନ ଯନ୍ତ୍ର ବ୍ୟବହୃତ ହୋଇଥାଏ; ଯଥା- (୧) ସେଲ୍ସିୟସ୍ ତାପମାନ ଯନ୍ତ୍ର, (୨) ଫାରେନ୍ହିଟ୍ ତାପମାନ ଯନ୍ତ୍ର ଏବଂ (୩) ରିଉମାର୍ ତାପମାନ ଯନ୍ତ୍ର ।
- ଆମ ଦେଶରେ ସେଲ୍ସିୟସ୍ ତାପମାନ ଯନ୍ତ୍ର ବ୍ୟବହୃତ ହୁଏ । ଦିନରାତି ୨୪ ଘଣ୍ଟା ମଧ୍ୟରେ ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ଜାଣିବାପାଇଁ ‘U’ ଆକାର ବିଶିଷ୍ଟ ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାନ ଯନ୍ତ୍ର ବ୍ୟବହାର କରାଯାଏ ।
2. ବୃଷ୍ଟିମାପକ ଯନ୍ତ୍ର :
Answer:
- ବୃଷ୍ଟିମାପକ ଯନ୍ତ୍ର ବା ରେନ୍ଗଗଳ୍ପରେ ବୃଷ୍ଟିପାତର ପରିମାଣ ନିରୂପଣ କରାଯାଏ ।
- ଏହି ଯନ୍ତ୍ରଟି ୧୨.୫ ସେ.ମି.ରୁ ୨୦ ସେ.ମି. ବ୍ୟାସବିଶିଷ୍ଟ ଏକ ତମ୍ବା ସିଲିଣ୍ଡର ଓ ଏଥରେ ସେହି ସମାନ ବ୍ୟାସବିଶିଷ୍ଟ ଏକ ତମ୍ବା କାହାଳୀର ନିମ୍ନଭାଗ ଏକ କାଚଜାର୍ ବା ତମ୍ବାପାତ୍ର ମଧ୍ୟକୁ ପ୍ରବେଶ କରିଥାଏ ।
- ସମୁଦାୟ ସିଲିଣ୍ଡରକୁ ଅନ୍ୟ ଏକ ଟିଣ ଖୋଳ ଦ୍ଵାରା ଆବୃତ କରି ରଖାଯାଇଥାଏ ।
- ସାଧାରଣତଃ ଖୋଲାପଡ଼ିଆରେ ଏହି ଯନ୍ତ୍ରକୁ ରଖାଯାଇଥାଏ । ଏହାର ନିମାଂଶ ମାଟିତଳେ ଓ ଉପର ଅଂଶଟି ମାଟି ଉପରୁ ପ୍ରାୟ ୩୦ ସେ.ମି. ଉଚ୍ଚତାରେ ରହିଥାଏ ।
- ବୃଷ୍ଟିପାତ ପରିମାଣକୁ ଅନ୍ୟ ଏକ ମାପପାତ୍ର ଦ୍ଵାରା ମାପ କରାଯାଏ । ଏଥିରେ ଥିବା ଇଞ୍ଚ ବା ମିଲିମିଟର ମାପ ଦାଗରୁ ବର୍ଷାର ପରିମାଣ ନିର୍ଣ୍ଣୟ କରାଯାଏ ।
3. ରଙ୍ଗ ପରସ୍ତୀକରଣ :
Answer:
- ଭୂପୃଷ୍ଠର ବିଭିନ୍ନ ଉଚ୍ଚ ନୀଚ ଭୂମିରୂପକୁ ଦର୍ଶାଇବା ପାଇଁ ରଙ୍ଗ ପରସ୍ତୀକରଣ ପ୍ରଣାଳୀ ବହୁଳ ଭାବରେ ଆଦୃତ ହୋଇଛି । ଏହି ପ୍ରଣାଳୀରେ ରଙ୍ଗର ଘନତ୍ଵରେ ହ୍ରାସବୃଦ୍ଧିଦ୍ଵାରା ବିଭିନ୍ନ ଭୂମିରୂପର ପ୍ରଦର୍ଶନ କରାଯାଇଥାଏ ।
- ମାନଚିତ୍ରରେ ଉଚ୍ଚ ଅଞ୍ଚଳକୁ ଗାଢ଼ ରଙ୍ଗ ଓ ନିମ୍ନ ଭୂମିଗୁଡ଼ିକୁ ଅପେକ୍ଷାକୃତ ହାଲୁକା ରଙ୍ଗ ଦିଆଯାଇଥାଏ ।
- ସେହିପରି ସମୁଦ୍ରର ଗଭୀରତା ଦର୍ଶାଇବା ପାଇଁ ଅଳ୍ପ ଗଭୀରତା ବିଶିଷ୍ଟ ସମୁଦ୍ର ଅଞ୍ଚଳକୁ ହାଲୁକା ନୀଳରଙ୍ଗ ଓ ଗଭୀର ସମୁଦ୍ରକୁ ଗାଢ଼ ନୀଳରଙ୍ଗ ବ୍ୟବହାର କରାଯାଏ ।
- ଏହି ପଦ୍ଧତିରେ ସ୍ଥାନର ପ୍ରକୃତ ଉଚ୍ଚତା ତଥା କ୍ରମ ନିମ୍ନତା ସଠିକ୍ଭାବେ ଦର୍ଶାଇ ହୁଏ ନାହିଁ ।
ପାର୍ଥକ୍ୟ ଦର୍ଶାଅ
1. ହାଇଡ୍ରୋମିଟର ଓ ଆନିମୋମିଟର
Answer:
2. ଦୈନିକ ଭାବୀ ସୂଚନା ଓ ସ୍ଵଳ୍ପକାଳୀନ ଭାବୀ ସୂଚନା
Answer:
3. ସ୍ଫୁଟନାଙ୍କ ଓ ହିମାଙ୍କ
Answer:
ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
Question i.
ସାଧାରଣତଃ କେତେ ପ୍ରକାରର ତାପମାନ ଯନ୍ତ୍ର ବ୍ୟବହାର ହୋଇଥାଏ ?
Answer:
ସାଧାରଣତଃ ତିନି ପ୍ରକାରର ତାପମାନ ଯନ୍ତ୍ର ବ୍ୟବହୃତ ହୋଇଥାଏ।
Question ii.
ଆମ ଦେଶରେ କେଉଁ ତାପମାନ ଯନ୍ତ୍ର ବ୍ୟବହାର ହେଉଛି ?
Answer:
ଆମ ଦେଶରେ ସେଲ୍ସିୟସ୍ ତାପମାନ ଯନ୍ତ୍ରର ବ୍ୟବହାର ହେଉଛି ।
Question iii.
ସେଲ୍ସିୟସ୍ ତାପମାନ ଯନ୍ତ୍ରରେ ହିମାଙ୍କ କେତେ ଓ ସ୍ଫୁଟନାଙ୍କ କେତେ ?
Answer:
ସେଲ୍ସିୟସ୍ ତାପମାନ ଯନ୍ତ୍ରରେ ହିମାଙ୍କ ୦° ସେଲ୍ସିୟସ୍ ଓ ସ୍ଫୁଟନାଙ୍କ ୧୦୦° ସେଲସିୟସ୍ ଅଟେ ।
Question iv.
ଥର୍ମୋଗ୍ରାଫ୍ ନାମକ ଯନ୍ତ୍ର କ’ଣ ପାଇଁ ବ୍ୟବହାର କରାଯାଏ ?
Answer:
ପାଗ ପର୍ଯ୍ୟବେକ୍ଷଣ କେନ୍ଦ୍ରମାନଙ୍କରେ କ୍ରମାଗତଭାବେ ତାପମାତ୍ରା ରେକର୍ଡ଼ କରିବାପାଇଁ ଥର୍ମୋଗ୍ରାଫ୍ ନାମକ ଯନ୍ତ୍ର ବ୍ୟବହାର କରାଯାଉଛି ।
Question v.
ବାୟୁଚାପ କେଉଁଥିରେ ମପାଯାଏ ?
Answer:
ବାରୋମିଟର ବା ଚାପମାନ ଯନ୍ତ୍ରଦ୍ଵାରା ବାୟୁଚାପ ନିଷ୍କ୍ରିୟ କରାଯାଏ।
Question vi.
ଆନିମୋମିଟର ଯନ୍ତ୍ରଦ୍ୱାରା କ’ଣ ମପାଯାଏ ?
Answer:
ଆନିମୋମିଟର ଯନ୍ତ୍ରଦ୍ଵାରା ପବନର ବେଗ ମପାଯାଏ।
Question vii.
ହାଇକ୍ରୋମିଟର ଯନ୍ତ୍ରଦ୍ୱାରା କ’ଣ ମପାଯାଏ ?
Answer:
ହାଇକ୍ରୋମିଟର ନାମକ ଯନ୍ତ୍ର ସାହାଯ୍ୟରେ ବାୟୁର ଆପେକ୍ଷିକ ଆର୍ଦ୍ରତା ମପାଯାଏ।
Question viii.
ସୃଷ୍ଟିର ପରିମାଣକୁ କେଉଁ ଯନ୍ତ୍ର ସାହାଯ୍ୟରେ ମପାଯାଏ ?
Answer:
ବୃଷ୍ଟିର ପରିମାଣକୁ ବୃଷ୍ଟିମାପକ ଯନ୍ତ୍ର ସାହାଯ୍ୟରେ ମପାଯାଏ।
Question ix.
ପାଗର ଭୀବୀସୂଚନା କାହାକୁ କୁହାଯାଏ ?
Answer:
ନିକଟ ଅତୀତ ଓ ବର୍ତ୍ତମାନର ପାଗ ଅବସ୍ଥାକୁ ବିଶ୍ଳେଷଣ କରି ଭବିଷ୍ୟତ ଦିନେ ଦୁଇଦିନ ପାଗର ଯେଉଁ ପୂର୍ବାନୁମାନ କରାଯାଏ, ତାକୁ ପାଗର ଭାବୀସୂଚନା କୁହାଯାଏ ।
Question x.
ବର୍ଷ ମାନିକ ବା ଦୈନିକ ଭାବୀସୂଚନା କହିଲେ କ’ଣ ବୁଝାଏ ?
Answer:
ଦୈନିକ ଭାବୀସୂଚନାଦ୍ଵାରା ଅତି କମ୍ ସମୟରେ ଅର୍ଥାତ୍ ୬ ଘଣ୍ଟାରୁ ୨୪ ଘଣ୍ଟା ମଧ୍ୟରେ ଘଟିବାକୁ ଯାଉଥିବା ପାଗର ସୂଚନା ଦିଆଯାଇଥାଏ ।
Question xi.
ଗିରିପଥ କାହାକୁ କୁହାଯାଏ ?
Answer:
କୌଣସି ପର୍ବତମାଳାର ଶିଖର ମଧ୍ୟବର୍ତ୍ତୀ ଅପେକ୍ଷାକୃତ ନିମ୍ନଭୂମି ଦେଇ ବ୍ୟବହୃତ ଯାତାୟାତ ପଥକୁ ଗିରିପଥ କୁହାଯାଏ।
Question xii.
ରଙ୍ଗ ପରସ୍ତୀକରଣ କହିଲେ କ’ଣ ବୁଝାଏ ?
Answer:
ରଙ୍ଗର ଘନତ୍ଵରେ ହ୍ରାସବୃଦ୍ଧିଦ୍ୱାରା ବିଭିନ୍ନ ଭୂମିରୂପ ପ୍ରଦର୍ଶନ ପଦ୍ଧତିକୁ ରଙ୍ଗ ପରସ୍ତୀକରଣ କୁହାଯାଏ।
Question xiii.
ସମୋଚ୍ଚରେଖା କାହାକୁ କୁହାଯାଏ ?
Answer:
ସମୁଦ୍ରପତ୍ତନରୁ ସମାନ ଉଚ୍ଚତାରେ ଥିବା ସ୍ଥାନଗୁଡ଼ିକୁ ମାନଚିତ୍ରରେ ଯୋଗ କରୁଥିବା ରେଖାକୁ ସମୋଚ୍ଚରେଖା କୁହାଯାଏ ।
Question xiv.
ବାୟୁର ଆର୍ଦ୍ରତା କେଉଁ ଯନ୍ତ୍ରରେ ମପାଯାଏ ?
Answer:
ବାୟୁର ଆର୍ଦ୍ରତା ହାଇପ୍ରୋମିଟର ଯନ୍ତ୍ରରେ ମପାଯାଏ।
ପ୍ରତ୍ୟେକକୁ ଗୋଟିଏ / ଦୁଇଟି ବାକ୍ୟରେ ପ୍ରକାଶ କର ।
i. ସ୍ଫୁଟନାଙ୍କ :
Answer:
ଯେଉଁ ଡିଗ୍ରୀ ତାପମାତ୍ରାରେ ଜଳ ବାଷ୍ପରେ ପରିଣତ ହୁଏ, ତାକୁ ସ୍ଫୁଟନାଙ୍କ କୁହାଯାଏ ।
ii. ହିମାଙ୍କ :
Answer: ଯେଉଁ ଡିଗ୍ରୀ ତାପମାତ୍ରାରେ ଜଳ ବରଫରେ ପରିଣତ ହୁଏ, ତାକୁ ହିମାଙ୍କ କୁହାଯାଏ ।
iii. ବାରୋମିଟର :
Answer:
ବାୟୁ ଚାପ ମାପିବା ଯନ୍ତ୍ର ।
iv. ଉଇଣ୍ଡଭେନ୍ :
Answer:
ପବନ ଦିଗ ନିର୍ଣ୍ଣୟ କରିବା ଯନ୍ତ୍ର ।
v. ଆନିମୋମିଟର :
Answer:
ପବନର ବେଗ ମାପକ ଯନ୍ତ୍ର ।
vi. ହାଇଡ୍ରୋମିଟର :
Answer:
ବାୟୁର ଆପେକ୍ଷିକ ଆର୍ଦ୍ରତା ମାପୁଥିବା ଯନ୍ତ୍ର ।
ପ୍ରତ୍ୟେକ ବାକ୍ୟାଶକୁ ଗୋଟିଏ/ ଦୁଇଟି ଶବ୍ଦରେ ପ୍ରକାଶ କର ।
i. ପୃଥିବୀର କ୍ଷୁଦ୍ର ପ୍ରତିରୂପ ।
Answer:
ଗ୍ଲୋବ୍
ii. କ୍ରମାଗତ ଭାବେ ତାପମାତ୍ରା ରେକର୍ଡ଼ କରୁଥିବା ଯନ୍ତ୍ର ।
Answer:
ଥର୍ମୋଗ୍ରାଫ୍
iii. ଆମ ଶରୀରର ତାପମାତ୍ରା ମାପିବା ପାଇଁ ବ୍ୟବହୃତ ଡିଗ୍ରୀ ଏକକ ।
Answer:
ଡିଗ୍ରୀ ଫାରେନ୍ହିଟ୍
iv. ନଦୀ ଦ୍ବାରା ସୃଷ୍ଟ ଉପତ୍ୟକା ।
Answer:
‘V’-ଉପତ୍ୟକା
ଠିକ୍ ଉତ୍ତର ବାଛି ଲେଖ ।
Question 1.
୨୪ ଘଣ୍ଟା ମଧ୍ୟରେ ବାୟୁର ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ଜାଣିବାପାଇଁ ବ୍ୟବହୃତ ତାପମାନ ଯନ୍ତ୍ର କେଉଁ ଇଂରାଜୀ ଅକ୍ଷର ଆକୃତି ବିଶିଷ୍ଟ ?
(କ) V
(ଖ) U
(ଗ) w
(ଘ) x
Answer:
U
Question 2.
ସମୁଦ୍ର ପତ୍ତନରେ ବାୟୁଚାପ କେତେ ସେଣ୍ଟିମିଟର ପାରଦ ସ୍ତମ୍ଭର ଉଚ୍ଚତା ସଙ୍ଗେ ସମତା ରକ୍ଷା କରେ ?
(କ) ୭୦
(ଖ) ୭୬
(ଗ) ୮୦
(ଘ) ୮୬
Answer:
୭୬
Question 3.
ହାଇଡ୍ରୋମିଟର ଯନ୍ତ୍ର ବାୟୁର କ’ଣ ମାପିବାରେ ସାହାଯ୍ୟ କରେ ?
(କ) ଦିଗ
(ଖ) ବେଗ
(ଗ) ଆର୍ଦ୍ରତା
(ଘ) ଶୁଷ୍କତା
Answer:
ଆର୍ଦ୍ରତା
ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
1. ପବନର ଦିଗ ମାପିବା ପାଇଁ ______ ଯନ୍ତ୍ର ବ୍ୟବହାର କରାଯାଏ। (ଉଇର୍ଭେନ୍, ଆନିମୋମିଟର, ବାରୋମିଟର, ଥର୍ମୋମିଟର)
Answer:
ଉଇର୍ଭେନ୍
2. ବାୟୁର ଚାପ ମାପିବା ପାଇଁ ______ ଯନ୍ତ୍ର ବ୍ୟବହାର କରାଯାଏ। (ଥର୍ମୋଗ୍ରାଫ, ବାରୋମିଟର, ଆନିମୋମିଟର, ଉଇଣ୍ଟେନ)
Answer:
ବାରୋମିଟର
3. ପାଗ ପର୍ଯ୍ୟବେକ୍ଷଣ କେନ୍ଦ୍ରମାନଙ୍କରେ କ୍ରମାଗତଭାବେ ତାପମାତ୍ରା ରେକର୍ଡ଼ କରିବାପାଇଁ _____ ଯନ୍ତ୍ର ବ୍ୟବହାର କରାଯାଏ। (ହାଇଡ୍ରୋମିଟର, ବାରୋମିଟର, ରେନଗଜ, ଥର୍ମୋଗ୍ରାଫ୍)
Answer:
ଥର୍ମୋଗ୍ରାଫ୍
4. ଆନିମୋମିଟର ଦ୍ଵାରା ପବନର ମପାଯାଏ। (ବେଗ, ଦିଗ, ଚାପ, ଆର୍ଦ୍ରତା)
Answer:
ବେଗ
5. ହାଇକ୍ରୋମିଟର ନାମକ ଯନ୍ତ୍ର ଦ୍ବାରା ବାୟୁର _____ ମାପ କରାଯାଏ । (ଦିଗ, ଚାପ, ଆର୍ଦ୍ରତା, ବେଗ)
Answer:
ଆର୍ଦ୍ରତା
6. ୨୪ ଘଣ୍ଟା ମଧ୍ୟରେ ବାୟୁର ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ଜାଣିବା ପାଇଁ ବ୍ୟବହୃତ ତାପମାନ ଯନ୍ତ୍ର ଇଂରାଜୀ ଅକ୍ଷର _____ ଆକୃତି ବିଶିଷ୍ଟ । (V, U, W, X)
Answer:
U
7. ସମୁଦ୍ର ପତ୍ତନରେ ବାୟୁଚାପ _______ ସେଣ୍ଟିମିଟର ପାରଦ ସ୍ତମ୍ଭର ଉଚ୍ଚତା ସଙ୍ଗେ ସମତା ରକ୍ଷା କରେ । (୭୫, ୭୬, ୭୭, ୭୮)
Answer:
୭୬
ଶୂନ୍ୟସ୍ଥାନ ପୂରଣ କର ।
1. ଆମର ନିତିଦିନିଆ ଜୀବନକୁ _____ ଓ ଜଳବାୟୁ ବିଶେଷ ଭାବେ ନିୟନ୍ତ୍ରଣ କରିଥା’ନ୍ତି ।
Answer:
ପାଣିପାଗ
2. ନିକଟବର୍ତ୍ତୀ ସମପ୍ରାୟ ଭୂମିଠାରୁ ହଠାତ୍ ଉପରକୁ ଉଠିଥୁବା 300 ମିଟରରୁ ଅଧୂକ ଉଚ୍ଚତା ବିଶିଷ୍ଟ ଉଚ୍ଚଭୂମିକୁ _____ କୁହାଯାଏ ।
Answer:
ପର୍ବତ
3. ଦୁଇଟି ସଂଲଗ୍ନସ୍ଥ ଉଚ୍ଚଭୂମି ମଧ୍ୟବର୍ତୀ ନିମ୍ନଭୂମିକୁ ______ କୁହାଯାଏ ।
Answer:
ଉପତ୍ୟକା
4. ହିମବାହ ଦ୍ୱାରା ସୃଷ୍ଟି ହୋଇଥିବା ଉପତ୍ୟକାକୁ ______ ଉପତ୍ୟକା କୁହାଯାଏ ।
Answer:
‘U’
5. _____ ଭାବୀ ସୂଚନାରେ ବିଭିନ୍ନ ପ୍ରକାର ବୈଜ୍ଞାନିକ ପଦ୍ଧତି ଓ ଗାଣିତିକ ସୂତ୍ର ବ୍ୟବହାର କରାଯାଇଥାଏ ।
Answer:
ଦୀର୍ଘକାଳୀନ
6. ରଙ୍ଗ ପରସ୍ତୀକରଣରେ ସମୁଦ୍ର ଗଭୀରତା ଦର୍ଶାଇବା ପାଇଁ ଅଳ୍ପ ଗଭୀର ଅଞ୍ଚଳକୁ _____ ରଙ୍ଗଦ୍ବାରା ଦର୍ଶାଯାଇଥାଏ ।
Answer:
ହାଲୁକା ନୀଳ
7. ସାଧାରଣତଃ ______ ପ୍ରକାରର ତାପମାନ ଯନ୍ତ୍ର ବ୍ୟବହୃତ ହୋଇଥାଏ ।
Answer:
୩
8. ସେଲ୍ସିୟସ୍ ତାପମାନ ଯନ୍ତ୍ରରେ ଜଳର ହିମାଙ୍କ _____ ଡିଗ୍ରୀ ସେ, ଅଟେ ।
Answer:
o
9. ଆଜିକାଲି ପାଗ ପର୍ଯ୍ୟବେକ୍ଷକ କେନ୍ଦ୍ରମାନଙ୍କରେ କ୍ରମାଗତ ତାପମାତ୍ରା ରେକର୍ଡ଼ କରିବାପାଇଁ _____ ଯନ୍ତ୍ର ବ୍ୟବହାର କରାଯାଉଛି ।
Answer:
ଥର୍ମୋଗ୍ରାଫ୍
10. ______ ଯନ୍ତ୍ରଦ୍ୱାରା ବାୟୁ ଚାପ ମାପିବାରେ ସଠିକତା ନ ଥାଏ ।
Answer:
ଆନିରଏଡ଼ ଚାପମାନ ।
ସ୍ତମ୍ଭ ମିଳନ କର ।
Question 1.
Answer:
ପ୍ରଥମ ଯୋଡ଼ିକୁ ଦେଖୁ ଦ୍ଵିତୀୟ ଯୋଡ଼ି ପୂରଣ କର ।
1. ବାୟୁର ଚାପ : ବାରୋମିଟର : : ବାୟୁର ଦିଗ : _____।
Answer:
ଉଇଶ୍ନ ବା ଦିଗବାରେଣୀ ଯନ୍ତ୍
2. ପବନର ବେଗ : ଆନିମୋମିଟର : : ବାୟୁର ଆପେକ୍ଷିକ ଆର୍ଦ୍ରତା : _____।
Answer:
ହାଇଡ୍ରୋମିଟର