Odisha State Board BSE Odisha 7th Class Geography Solutions Chapter 6 ମାନବୀୟ ପରିବେଶ – ଜନବସତି, ପରିବହନ ଓ ଯୋଗାଯୋଗ Textbook Exercise Questions and Answers.
BSE Odisha Class 7 Geography Solutions Chapter 6 ମାନବୀୟ ପରିବେଶ – ଜନବସତି, ପରିବହନ ଓ ଯୋଗାଯୋଗ
୧ । ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ସଂକ୍ଷେପରେ ଲେଖ ।
Question କ.
ଜନବସତି କହିଲେ କ’ଣ ବୁଝାଯାଏ ?
Answer:
- ମନୁଷ୍ୟ ଯେଉଁଠାରେ ନିଜ ଘର ନିର୍ମାଣ କରି ବାସ କରେ ତାହାକୁ ଜନବସତି କୁହାଯାଏ । ଜଳର ସୁଲଭତା ଏବଂ ଉର୍ବର ମୃତ୍ତିକା ଥିବା ନଦୀ ଉପତ୍ୟକା ଅଞ୍ଚଳମାନଙ୍କରେ ଅନେକ ଜନବସତି ସ୍ଥାପିତ ହୋଇଥାଏ ।
- ଜନବସତିଗୁଡ଼ିକ ସ୍ଥାୟୀ ଜନବସତି ବା ଅସ୍ଥାୟୀ ଜନବସତି ହୋଇପାରେ । ଯେଉଁ ଜନବସତିଗୁଡ଼ିକରେ ମନୁଷ୍ୟ ସ୍ଵଳ୍ପ ଅବଧୂ ବାସ କରେ ସେଗୁଡ଼ିକ ଅସ୍ଥାୟୀ ଜନବସତି । ସାଧାରଣତଃ ପାର୍ବତ୍ୟ ଓ ମରୁଭୂମି ଅଞ୍ଚଳ, ତୁନ୍ଦ୍ରାଞ୍ଚଳ ଓ ଘଞ୍ଚ ଅରଣ୍ୟାଞ୍ଚଳରେ ଅସ୍ଥାୟୀ ଜନବସତି ଦେଖାଯାଏ ।
- । ମାତ୍ର ଅନୁକୂଳ ପ୍ରାକୃତିକ ପରିବେଶ ଓ ଜଳବାୟୁ, ଜଳର ସୁଲଭତା, ଭର୍ବର କୃଷିଭୂମି, ବ୍ୟବସାୟ, ବାଣିଜ୍ୟ, ସେବାକେନ୍ଦ୍ରମାନଙ୍କରେ ସ୍ଥାୟୀ ଜନବସତି ଗଢ଼ିଉଠେ । ସେହିପରି ଜନବସତି ଗ୍ରାମ୍ୟ ଜନବସତି ଓ ନଗର ଜନବସତି ଭାବେ ଶ୍ରେଣୀଭୁକ୍ତ ।
- କୃଷି ଉପରେ ନିର୍ଭର କରି ସ୍ଥାପିତ ହୋଇଥିବା ଜନବସତିକୁ ଗ୍ରାମ୍ୟ ଜନବସତି କୁହାଯାଏ । ସେହିପରି କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ବିଭିନ୍ନ ଆବଶ୍ୟକତା ପୂରଣ ପାଇଁ ଉତ୍ପାଦନ ଶୈଳୀରେ ପରିବର୍ତ୍ତନ ଘଟିଲା ।
- ବିଭିନ୍ନ ନଦୀ ଉପତ୍ୟକାମାନଙ୍କରେ ଏହାକୁ କେନ୍ଦ୍ରକରି ଉତ୍ପାଦନ କେନ୍ଦ୍ର, ବିଭିନ୍ନ ବାଣିଜ୍ୟ ଓ ବ୍ୟବସାୟ କେନ୍ଦ୍ର, ସେବାକେନ୍ଦ୍ର ଆଦି ଜନବସତି ଗଢ଼ିଉଠିଲା, ଯାହାକୁ ସହର/ନଗର ଜନବସତି କୁହାଯାଏ ।
Question ଖ.
ଉତ୍ତର ଭାରତ ସମତଳ ଭୂମିରେ ଅଧିକ ଜନସଂଖ୍ୟା ଦେଖାଯିବାର କାରଣ କ’ଣ ?
Answer:
- ଉତ୍ତର ଭାରତ ସମତଳ ଭୂମି ଚିରସ୍ରୋତା ଗଙ୍ଗାନଦୀ ଓ ତା’ର ଉପନଦୀମାନଙ୍କ ଦ୍ଵାରା ଆନୀତ ଉର୍ବର ପଟୁମାଟିରେ ସମୃଦ୍ଧ । ଏହା କୃଷିକାର୍ଯ୍ୟ ପାଇଁ ଉତ୍କୃଷ୍ଟ ।
- ଏତଦ୍ବ୍ୟତୀତ ଜଳ ସୁଲଭତା, ଅନୁକୂଳ ଜଳବାୟୁ ଓ ପରିବେଶ, ଉପଯୁକ୍ତ ଭୂମି ଜନବସତି ଗଢ଼ିଉଠିବା ପାଇଁ ସହାୟକ ହୋଇଛି । ତେଣୁ ଏହି ସମତଳ ଭୂମିରେ ଅଧିକ ଜନସଂଖ୍ୟା ଦେଖାଯାଏ ।
Question ଗ.
ପରିବହନର ମୁଖ୍ୟ ମାଧ୍ୟମଗୁଡ଼ିକର ନାମ କ’ଣ ?
Answer:
- ମୁଖ୍ୟତଃ ତିନି ପ୍ରକାରର ପରିବହନ ବ୍ୟବସ୍ଥା ରହିଛି, ଯଥା- ସ୍ଥଳ ପରିବହନ, ଜଳ ପରିବହନ ଓ ଆକାଶ ପରିବହନ । ପ୍ରତ୍ୟେକ ପରିବହନର ମାଧ୍ୟମଗୁଡ଼ିକ ଭିନ୍ନ ଭିନ୍ନ ।
- ସ୍ଥଳ ପରିବହନ ପାଇଁ ସଡ଼କପଥ ଓ ରେଳପଥ ମୁଖ୍ୟ ମାଧ୍ଯମ ।
- ଜଳ ପରିବହନ ମୁଖ୍ୟତଃ ଆଭ୍ୟନ୍ତରୀଣ ଜଳପଥ ଓ ସମୁଦ୍ରପଥ ଦେଇ ହୋଇଥାଏ ।
- ଆକାଶପଥରେ ଆକାଶ ପରିବହନ ହୋଇଥାଏ ।
Question ଘ.
ଗ୍ରାମାଞ୍ଚଳର ଲୋକମାନେ କେଉଁ କେଉଁ କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି ?
Answer:
ଗ୍ରାମାଞ୍ଚଳର ଲୋକମାନେ କୃଷି, ମତ୍ସ୍ୟଚାଷ, ପଶୁଶିକାର, ଅରଣ୍ୟଜାତ ଦ୍ରବ୍ୟ ସଂଗ୍ରହ, ବିଭିନ୍ନ କୁଟୀରଶିଳ୍ପ ଏବଂ କ୍ଷୁଦ୍ର ବ୍ୟବସାୟରେ ନିୟୋଜିତ ହୋଇ ଜୀବନଯାପନ କରିଥାନ୍ତି ।
Question ଙ.
ଗଣମାଧ୍ଯମ କହିଲେ ‘କ’ଣ ବୁଝ ?
- ଯେଉଁ ଯୋଗାଯୋଗ ବ୍ୟବସ୍ଥା ମାଧ୍ୟମରେ ଅଧିକାଂଶ ଲୋକଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ତଥା ମତର ବିନିମୟ ହୋଇଥାଏ, ସେଗୁଡ଼ିକ ଗଣମାଧ୍ୟମ ରୂପେ ପରିଚିତ ।
- ଉଦାହରଣ ସ୍ଵରୂପ : ରେଡ଼ିଓ, ସମ୍ବାଦପତ୍ର, ଟେଲିଭିଜନ ଓ ଇଣ୍ଟରନେଟ୍ ଭଳି ଦୃଶ୍ୟ-ଶ୍ରାବ୍ୟ ମାଧ୍ଯମ, ସେଲ୍ଫୋନ୍ ବା ମୋବାଇଲ୍ ଫୋନ୍, ଓୟାରଲେସ୍, ଫାକ୍, ଟେଲେକ୍ସ, ଟେଲିଫୋନ୍ ଓ ଟେଲିଗ୍ରାଫ୍ ଆଦି ଗଣମାଧ୍ଯମ ଅନ୍ତର୍ଭୁକ୍ତ ।
Question ଚ.
ରେଳ ପରିବହନର କି କି ଉପକାରିତା ରହିଛି ? ରେଳ ପରିବହନର ନିମ୍ନଲିଖୁତ ଉପକାରିତାମାନ ରହିଛି :
- ଦୂର ସ୍ଥାନମାନଙ୍କୁ ଅଧିକ ଓଜନ ବିଶିଷ୍ଟ ପଣ୍ୟଦ୍ରବ୍ୟ ଓ କଞ୍ଚାମାଲର ପରିବହନ ହୋଇଥାଏ ।
- ଅଧିକ ସଂଖ୍ୟକ ଯାତ୍ରୀ ଗମନାଗମନର ସୁବି ଧା ଦ୍ରୁତଗତିରେ ହୋଇଥାଏ ।
- ଏହା ଅପେକ୍ଷାକୃତ ଶସ୍ତା ପରିବହନ ।
- ବିଭିନ୍ନ ଅଞ୍ଚଳ ମଧ୍ୟରେ ଭାବଗତ ଆଦାନ ପ୍ରଦାନ ତଥା ସୁସମ୍ପର୍କ ପ୍ରତିଷ୍ଠା ହୁଏ ।
- ଦୁର୍ଭିକ୍ଷ, ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ବେଳେ ବିପନ୍ନ ’ ଲୋକଙ୍କୁ ରିଲିଫ୍ ଖାଦ୍ୟସାମଗ୍ରୀ, ଜଳ, ପୋଷାକ, ଔଷଧପତ୍ର ପରିବହନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରେ ।
Question ଛ.
ଯୋଗାଯୋଗ କହିଲେ କ’ଣ ବୁଝ ?
Answer:
- ନିକଟରେ ନ ଥିବା ଲୋକଙ୍କ ପାଖକୁ ନ ଯାଇ ଯେଉଁ ଯେଉଁ ମାଧ୍ଯମ ସାହାଯ୍ୟରେ ଲୋକେ ପରସ୍ପରର ‘ଖବର ଅନ୍ତର ବା ଭାବର ଆଦାନ ପ୍ରଦାନ କରିଥାନ୍ତି କିମ୍ବା ବିଭିନ୍ନ ତଥ୍ୟ ସମ୍ବନ୍ଧରେ ଜାଣିବାକୁ ପାଉଥାନ୍ତି, ତାହାକୁ ଯୋଗାଯୋଗ କୁହାଯାଏ ।
- ଡାକସେବା, ଟେଲିଗ୍ରାଫ୍ ଓ ଟେଲିଫୋନ୍ ଭଳି ଦୂରସଞ୍ଚାର ବ୍ୟବସ୍ଥା, ରେଡ଼ିଓ, ଟେଲେକ୍ସ, ଟେଲିଭିଜନ୍, ଓୟାରଲେସ୍, ଫାକ୍ସ, ସେଲୁଲାର ବା ମୋବାଇଲ ଫୋନ୍, ଇଣ୍ଟରନେଟ୍ ଏବଂ ବିଭିନ୍ନ ସମ୍ବାଦପତ୍ର ଆଦି ଯୋଗାଯୋଗର ମାଧ୍ୟମ ।
୨ । ଠିକ୍ ଉତ୍ତରଟି ଲେଖ ।
Question i.
କେଉଁଟି ଯୋଗାଯୋଗର ଏକ ମାଧ୍ୟମ ନୁହେଁ ?
(କ) ଟେଲିଫୋନ୍
(ଖ) ବହି
(ଗ) ଟେବୁଲ
Answer:
ଟେବୁଲ
Question ii.
କେଉଁ ପ୍ରକାର ସଡ଼କ ଭୂମିତଳେ ନିର୍ମାଣ
କରାଯାଇଥାଏ ?
(କ) ଫ୍ଲାଇଓଭର
(ଖ) ଭୂତଳ ସଡ଼କ
(ଗ) ଜାତୀୟ ରାଜପଥ
Answer:
ଭୂତଳ ସଡ଼କ
Question iii.
କେଉଁ ଯାନ ପରିବେଶ ପ୍ରଦୂଷଣ କରେ ନାହିଁ ?
(କ) ସାଇକେଲ
(ଖ) ବସ୍
(ଗ) ଉଡ଼ାଜାହାଜ
Answer:
ସାଇକେଲ
Question iv.
ଗୋଟିଏ ଦ୍ଵୀପକୁ ଯିବାପାଇଁ କେଉଁ ପରିବହନ ମାଧ୍ୟମଟି ଉପଯୁକ୍ତ ?
(କ) ଜାହାଜ
(ଖ) ରେଳ
(ଗ) କାର୍
Answer:
ଜାହାଜ
Question v.
କାହାଦ୍ଵାରା ଆମେ ଘରେ ବସି ରଥଯାତ୍ରା ଦେଖିପାରିବା ?
(କ) ବାଇନାକୁଲାର
(ଖ) ଦୂରଦର୍ଶନ
(ଗ) ବେତାଙ୍ଗ
Answer:
ଦୂରଦର୍ଶନ
୩। କାରଣ ଦର୍ଶାଅ ।
Question କ.
ପାହାଡ଼ିଆ ଅଞ୍ଚଳରେ ବିକ୍ଷିପ୍ତ ଜନବସତି ଦେଖାଯାଏ ।
Answer:
- ପାହାଡ଼ିଆ ଅଞ୍ଚଳରେ ଲୋକମାନେ ମୁଖ୍ୟତଃ ପଶୁପାଳନ ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରନ୍ତି ।
- ଏହି ଅଞ୍ଚଳ ଜନବସତି ପାଇଁ ପ୍ରତିକୂଳ । ତେଣୁ ଏଠାରେ ବିକ୍ଷିପ୍ତ ଜନବସତି ଦେଖାଯାଏ ।
Question ଖ.
ଆଜିକାଲି ପୃଥିବୀ ଗୋଟିଏ ବଡ଼ ଗ୍ରାମରେ ପରିଣତ ହୋଇପାରିଛି ।
Answer:
- ଆଜିକାଲି ପୃଥିବୀରେ ଯୋଗାଯୋଗ କ୍ଷେତ୍ରରେ ଇଣ୍ଟରନେଟ୍, ସେଲ୍ ଫୋନ୍, ଓୟାରଲେସ୍, ଫା, ଟେଲେକ୍ସ ବ୍ୟବସ୍ଥା ମାଧ୍ୟମରେ ଅଳ୍ପ ସେକେଣ୍ଡ ମଧ୍ୟରେ ପୃଥିବୀର ଯେକୌଣସି ସ୍ଥାନକୁ ଖବର ପଠାଯାଇ ପାରୁଛି ।
- ସେଲୁ ଲାର ଫୋନ୍ ଏବଂ ଇଣ୍ଟରନେଟ୍ରେ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ପୃଥିବୀରେ ଥିବା ଲୋକମାନଙ୍କ ମଧ୍ୟରେ ସିଧାସଳଖ କଥାବାର୍ତ୍ତା ସହ ସେମାନଙ୍କୁ ମଧ୍ୟ ଦେଖୁହେଉଛି ।
- ପୃଥିବୀର ବିଭିନ୍ନ କୋଣ ଓ ଅନୁକୋଣରେ ଥିବା ଲୋକମାନଙ୍କ ମଧ୍ୟରେ ମୁହୂର୍ଭକ ମଧ୍ୟରେ କଥାବାର୍ତ୍ତା ଓ ଭାବ ବିନିମୟ ହୋଇପାରୁଥିବା ହେତୁ ଆମ ପୃଥିବୀ ଏକ ବିରାଟ ଗ୍ରାମରେ ପରିଣତ ହୋଇପାରିଛି ।
୪ । ‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ଉପଯୁକ୍ତ ଶବ୍ଦକୁ ଯୋଡ଼ି ଲେଖ ।
Answer:
୫ । ନିମ୍ନରେ ପ୍ରଦତ୍ତ ପ୍ରତ୍ୟେକ ପରିସ୍ଥିତିରେ ତୁମେ କେଉଁ ଯୋଗାଯୋଗ ମାଧ୍ୟମର ବ୍ୟବହାର କରିପାରିବ ?
Question କ.
ତୁମ ଜେଜେବାପାଙ୍କ ଦେହ ହଠାତ୍ ଖରାପ ହୋଇଗଲେ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବାପାଇଁ ।
Answer:
ଡାକ୍ତରଙ୍କ ସହିତ ଟେଲିଫୋନ୍ ବା ସେଲୁଲାର ବା ମୋବାଇଲ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିବୁ ।
Question ଖ.
ତୁମ ମା’ ତାଙ୍କର ପୁରୁଣା ଘରକୁ ବିକିବାକୁ ଚାହୁଁଥିଲେ ଅନ୍ୟମାନଙ୍କୁ ଖବର ଜଣାଇବା ପାଇଁ ।
Answer:
ସମ୍ବାଦପତ୍ର ମାଧ୍ୟମରେ ବିଜ୍ଞାପନ ଜରିଆରେ ଜଣାଇବୁ ।
Question ଗ.
ତୁମ ମାମୁଙ୍କ ବାହାଘରରେ ଯୋଗଦେବା ପାଇଁ ତୁମେ ଦୁଇଦିନ ସ୍କୁଲରୁ ଅନୁପସ୍ଥିତ ରହିବାକୁ – ଶିକ୍ଷକଙ୍କୁ ଜଣାଇବା ପାଇଁ ।
Answer:
ଦରଖାସ୍ତ ମାଧ୍ୟମରେ ଡାକଦ୍ୱାରା ଜଣାଇବୁ ।
Question ଘ.
ବାପାଙ୍କ ସହ ନ୍ୟୁୟର୍କ ବୁଲିବାକୁ ଯାଇଥିବା ସାଙ୍ଗ ସହ ପ୍ରତିଦିନ ସମ୍ପର୍କ ରଖୁବା ପାଇଁ ।
Answer:
ଟେଲିଫୋନ୍ ବା ମୋବାଇଲ (ସେକୁଲାର) ଫୋନ୍ ଓ ଇଣ୍ଟରନେଟ୍ରେ ଭିଡିଓ କନ୍ଫରେନ୍ସିଂ ମାଧମରେ ସମ୍ପର୍କ ରଖୁ ।
BSE Odisha 7th Class Geography Notes Chapter 6 ମାନବୀୟ ପରିବେଶ – ଜନବସତି, ପରିବହନ ଓ ଯୋଗାଯୋଗ
ମାନବୀୟ ପରିବେଶ :
- ଆମେ ଜାଣିଛେ ଆମ ପରିବେଶର ଉପାଦାନଗୁଡ଼ିକ ମଧ୍ୟରୁ କେତେକ ପ୍ରାକୃତିକ ଓ କେତେକ ମନୁଷ୍ୟକୃତ ।
- ଜଳ, ସ୍ଥଳ, ବାୟୁ, ମୃରିକା, ଉଭିଦ ଓ ପ୍ରାଣୀ ଜଗତକୁ ନେଇ ପ୍ରାକୃତିକ ପରିବେଶ ଗଠିତ ।
- ପ୍ରାକୃତିକ ପରିବେଶକୁ ଉପଯୋଗ କରି ମାନବୀୟ ପରିବେଶ ଗଢ଼ିଉଠିଛି ।
- ମଣିଷର ଆବଶ୍ୟକତା ବୃଦ୍ଧି ଘଟିଲା ଓ ସେ ପରିବେଶକୁ ବ୍ୟବହାର ଉପଯୋଗୀ ତଥା ପରିବର୍ଦ୍ଧିତ କରି ଜନବସତି ଗଢ଼ିଲା, କୃଷିକାର୍ଯ୍ୟ କଲା, ଗମନାଗମନ ପଥ ନିର୍ମାଣ ସହ ଶିଳ୍ପ କାରଖାନା, ନଗର ସ୍ଥାପନ କଲା, ବାଣିଜ୍ୟ କାରବାର ନିମିତ୍ତ ସଡ଼କପଥ, ରେଳପଥ, ବନ୍ଦର ନିର୍ମିତ ହେଲା ଓ ସୂଚନା
- ବିପ୍ଳବ ଆରମ୍ଭ ହୋଇ ଯୋଗାଯୋଗ ବ୍ୟବସ୍ଥା ସହଜ ଓ ସହଳ ହେଲା ।
- ପରିବେଶର ଏହି ସବୁ ପରିବର୍ତ୍ତନ ମାନବୀୟ ବା ସାଂସ୍କୃତିକ ପରିବେଶର ଏକ ଏକ ଉପାଦାନ ।
ଜନବସତି :
- ପ୍ରାଚୀନ କାଳରେ ଆଦିମାନବ ଖାଦ୍ୟ ଅନ୍ୱେଷଣରେ ବିଭିନ୍ନ ସ୍ଥାନକୁ ଗମନ କରୁଥିଲା ଓ ସେଠାରେ ଅସ୍ଥାୟୀ ଜନବସତି ସ୍ଥାପନ କରୁଥିଲା ।
- କୃଷିକାର୍ଯ୍ୟ ଜାଣିବା ପରେ ମଣିଷ ପ୍ରଥମେ ସ୍ଥାୟୀ ଗୃହ ନିର୍ମାଣ କଲା । ପରେ ନିଜର ପରିବାର ସହ ଅନ୍ୟ ପରିବାର ମିଶି ଗୋଷ୍ଠୀ ଜୀବନ ବିତାଇଲ। । ଗୋଷ୍ଠୀଜୀବନରୁ ସ୍ଥାୟୀ ଜନବସତି ସୃଷ୍ଟି ହେଲା ।
- ଏହିପରି ଭାବରେ ବିଭିନ୍ନ ଅଞ୍ଚଳରେ ମାନବର ସ୍ଥାୟୀ ଜନବସତି ଓ ଅସ୍ଥାୟୀ ଜନବସତି ଗଢ଼ିଉଠିଲା ।
- ପ୍ରାଚୀନ କାଳରେ ନଦୀ ଉପତ୍ୟକାମାନ ଅନୁକୂଳ ପରିବେଶ, ଜଳର ସୁଲଭତା, ଉର୍ବର ମୃତ୍ତିକା, ପରିବହନର ସୁବିଧା ଯୋଗୁଁ ଉନ୍ନତ ସଭ୍ୟତାର କେନ୍ଦ୍ରସ୍ଥଳୀ ହୋଇଥିଲା ।
- ସାଧାରଣତଃ ସ୍ଥାୟୀ ଜନବସତି କହିଲେ ଆମେ ଗ୍ରାମ୍ୟ ଜନବସତି ଓ ସହର/ନଗର ଜନବସତିକୁ ବୁଝିଥାଉ ।
- ପ୍ରାଚୀନ କାଳରେ ଭାରତର ସିନ୍ଧୁନଦୀ, ଚୀନ୍ର ହୋୟାଙ୍ଗ୍ହୋ ଓ ମାଂସିକିୟା, ମିଶରର ନୀଳନଦୀ, ଟାଇଗ୍ରୀସ୍ ଓ ଇଉଫ୍ରେଟିସ ନଦୀ ମଧ୍ୟବର୍ତ୍ତୀ ଅଞ୍ଚଳରେ ମେସୋପୋଟାମିଆ ସଭ୍ୟତା ବିକାଶ ଲାଭ କରିଥିଲା ।
ଗ୍ରାମ୍ୟ ଜନବସତି :
କୃଷିଭିତ୍ତିକ କାର୍ଯ୍ୟକଳାପ, ଯଥା- କୃଷି, ମତ୍ସ୍ୟଚାଷ, ଅରଣ୍ୟଜାତ ଦ୍ରବ୍ୟ ସଂଗ୍ରହ, ପଶୁଶିକାର ଏବଂ କୁଟୀରଶିଳ୍ପ ଓ କ୍ଷୁଦ୍ର ବ୍ୟବସାୟରେ ଲିପ୍ତ ଲୋକମାନେ ଗ୍ରାମ୍ୟ ଜନବସତିରେ ବସବାସ କରିଥାନ୍ତି ।
ଗ୍ରାମ୍ୟ ଜନବସତିକୁ ବିଭିନ୍ନ ପ୍ରକାରରେ ବିଭଲ୍ଲୀକରଣ କରାଯାଇଥାଏ, ଯଥା-
ଗ୍ରାମର ଘରଗୁଡ଼ିକର ଅବସ୍ଥାନକୁ ଭିଭିକରି
ଗ୍ରାମଗୁଡ଼ିକର ଅବସ୍ଥାନକୁ କେନ୍ଦ୍ରକରି
ସଘନ ଓ ସକେନ୍ଦ୍ରିକ ଜନବସତିର ଘନତ୍ୱ ଅଧିକ; ମାତ୍ର ଅପଖଣ୍ଡିତ ଓ ବିକ୍ଷିପ୍ତ ଜନବସତିରେ ଜନସଂଖ୍ୟାର ଘନତ୍ଵ କମ୍ ।
ସହରାଞ୍ଚଳ ଜନବସତି :
- ସହରାଞ୍ଚଳ ଜନବସତିର ଜନସଂଖ୍ୟା ପାଞ୍ଚ ହଜାରରୁ ଅଧିକ ହୋଇଥାଏ ।
- ଲୋକମାନେ ବ୍ୟବସାୟ, ବାଣିଜ୍ୟ, ଉତ୍ପାଦନ ଓ ସେବାକ୍ଷେତ୍ରରେ କାର୍ଯ୍ୟ କରି ଜୀବିକା ନିର୍ବାହ କରନ୍ତି ।
- ଏକଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରକୁ ନଗର କୁହାଯାଏ ।
ଜନସଂଖ୍ୟାର ଘନତ୍ଵ :
ଦେଶର ମୋଟ ଜନସଂଖ୍ୟାକୁ ତା’ର କ୍ଷେତ୍ରଫଳ ଦ୍ଵାରା ଭାଗ କଲେ ପ୍ରତି ବର୍ଗ କିଲୋମିଟର ଅଞ୍ଚଳରେ ବାସ କରୁଥିବା ହାରାହାରି ଜନସଂଖ୍ୟାକୁ ସେହି ଦେଶର ଜନସଂଖ୍ୟା ଘନତ୍ଵ କୁହାଯାଏ ।
ଜନସଂଖ୍ୟା ଘନତ୍ବ ବିଭିନ୍ନ କାରକ ଉପରେ ନିର୍ଭରଶୀଳ । ନିମ୍ନସ୍ଥ ଚିତ୍ରରୁ ଏହାର କାରକଗୁଡ଼ିକ ଜାଣିବା ।
ଚୀନ୍, ଭାରତ, ଜାପାନ, କୋରିଆ, ଫ୍ରାନ୍ସ, ଜର୍ମାନୀ, ଗ୍ରେଟ୍ ବ୍ରିଟେନ୍, ବେଲ୍ଜିୟମ୍, ହଲାଣ୍ଡ ଆଦି ଜନବହୁଳ ଦେଶ ।
ଜନସଂଖ୍ୟାର ଘନତ୍ଵ ଅନୁଯାୟୀ ପୃଥିବୀର ଅଞ୍ଚଳକୁ ଜନବହୁଳ ଓ ଜନବିରଳ ଅଞ୍ଚଳ ଭାବେ ବିଭକ୍ତ କରାଯାଇଛି ।
ପରିବହନ :
- ବିଭିନ୍ନ ସାମଗ୍ରୀ ଏବଂ ଯାତ୍ରୀମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ଆଣିବା ପ୍ରକ୍ରିୟାକୁ ପରିବହନ କୁହାଯାଏ । ପ୍ରାଚୀନ କାଳରେ ପରିବହନ ପ୍ରକ୍ରିୟା ପାଇଁ ଅନେକ ସମୟ ଲାଗୁଥିଲା ।
- ପରିବହନ ପାଇଁ ସ୍ଥଳପଥ, ଜଳପଥ, ରେଳପଥ ଓ ଆକାଶପଥ ଆଦି ପରିବହନ ପଥର ବ୍ୟବସ୍ଥା ରହିଛି । ଶଗଡ଼, ରିକ୍ସା, କାର୍, ବସ୍, ଟ୍ରକ୍, ରେଳଗାଡ଼ି, ଡଙ୍ଗା, ଉଡ଼ାଜାହାଜ, ହେଲିକପ୍ଟର, ପାଣିଜାହାଜ, ଷ୍ଟିମର, ଲଞ୍ଚ୍ ଆଦି ଯାନବାହନ ମାଧ୍ୟମରେ ପରି ବହ ନ ଓ ଗମନାଗମନ କାର୍ଯ୍ୟ କରାଯାଏ ।
- ପ୍ରାଚୀନ କାଳରେ କେଉଁ କେଉଁ ଅଞ୍ଚଳ ବା ଦେଶରେ କେଉଁ କେଉଁ ପଶୁମାନଙ୍କୁ ପରିବହନ କାର୍ଯ୍ୟରେ ନିୟୋଜିତ କରାଯାଉଥିଲା ନିମ୍ନସ୍ଥ ସାରଣୀରୁ ଜାଣିବା ।
ବର୍ତ୍ତମାନ ପରିବହନ ବ୍ୟବସ୍ଥା ତିନି ପ୍ରକାର ପରିବହନ ପଥରେ ପରିଚାଳିତ ହେଉଛି, ଯଥା- ସ୍ଥଳପଥ (ସଡ଼କ ପଥ ଓ ରେଳ ପଥ), ଜଳ ପଥ ଏବଂ ଆକାଶପଥ । ଏହି ପରିବହନ ପଥ ମାଧ୍ଯମରେ ହେଉଥିବା ପରିବହନ ବ୍ୟବସ୍ଥାଗୁଡ଼ିକ ସମ୍ପର୍କରେ ଆଲୋଚନା କରିବା ।
ସ୍ଥଳ ପରିବହନ :
ସଡ଼କ ପରିବହନ ଓ ରେଳ ପରିବହନ ଦ୍ଵାରା ସ୍ଥଳ ପରିବହନ ବ୍ୟବସ୍ଥା କରାଯାଇଥାଏ ।
ସଡ଼କ ପରିବହନ (କଳା ସଡ଼କପଥ ଓ ପକ୍କା ସଡ଼କପଥ) ମାଧ୍ୟମରେ ଅଳ୍ପ ତଥା ମଧ୍ୟମ ଦୂରତା ମଧ୍ଯରେ ଯାତ୍ରୀ ତଥା ମାଲ ପରିବହନ କାର୍ଯ୍ୟ ସମ୍ପାଦିତ ହୁଏ ।
ବୃହତ୍ ନଗରୀମାନଙ୍କରେ ଜନଗହଳିପୂର୍ଣ୍ଣ ରାସ୍ତାର ଗୋଟିଏ ପାର୍ଶ୍ଵରୁ ଅନ୍ୟ ପାର୍ଶ୍ଵକୁ ଯିବାପାଇଁ ସଡ଼କଠାରୁ ଉଚ୍ଚ ଫ୍ଲାଇଓଭର ନିର୍ମାଣ କରାଯାଇଥାଏ ।
ଆମ ରାଜ୍ୟ ଦେଇ ଯାଇଥିବା ୫ ନଂ ଜାତୀୟ ରାଜପଥ ବାଲେଶ୍ୱର, ଭଦ୍ରକ, କଟକ, ଭୁବନେଶ୍ବର ଓ ବ୍ରହ୍ମପୁରକୁ ସଂଯୋଗ କରିଛି ।
ଆମ ରାଜ୍ୟ ଦେଇ ଯାଇଥିବା ଅନ୍ୟାନ୍ୟ ଜାତୀୟ ରାଜପଥଗୁଡ଼ିକ ହେଉଛି – ୫ ନମ୍ବର (କ), ୬ ନମ୍ବର, ୪୨ ନମ୍ବର, ୪୩ ନମ୍ବର, ୨୩ ନମ୍ବର ଜାତୀୟ ରାଜପଥ ।
ସ୍ଵର୍ଣ୍ଣ ଚତୁର୍ଭୁଜ ଯୋଜନା ମାଧ୍ୟମରେ ଆମ ଦେଶର ଚାରି ମହାନଗରୀ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ କୋଲ୍କାତାକୁ ସଂଯୋଗ କରାଯାଇଛି ।
ରେଳପଥ :
- ରେଳପଥ ଦ୍ଵାରା ଅଧିକ ଓଜନ ବିଶିଷ୍ଟ ପଣ୍ୟଦ୍ରବ୍ୟ ଓ କଞ୍ଚାମାଲ୍ର ପରିବହନ ଏବଂ ଅଧିକ ସଂଖ୍ୟକ ଯାତ୍ରୀଙ୍କ ଗମନାଗମନ ଦ୍ରୁତ ଗତିରେ ତଥା କମ୍ ଖର୍ଚ୍ଚରେ ହୋଇଥାଏ ।
- ରେଳ ପରିବହନରେ ବୈଦ୍ୟୁତିକ ଇଞ୍ଜିନର ବ୍ୟବହାର ଫଳରେ ପ୍ରଦୂଷଣ ହ୍ରାସ ପାଏ ।
- ଆମ ଦେଶର ରେଳପଥ ପୃଥିବୀର ଚତୁର୍ଥ ବୃହତ୍ତମ ଏବଂ ଏସିଆ ମହାଦେଶର ବୃହତ୍ତମ ।
- ଆମ ଦେଶର ରେଳପଥକୁ ୧୬ଟି ମଣ୍ଡଳରେ ଭାଗ କରାଯାଇଛି ।
- ଆମ ଦେଶରେ କୋଲ୍କାତା ଓ ଦିଲ୍ଲୀରେ ମେଟ୍ରୋ ରେଳ ବା ଭୂତଳ ରେଳପଥ କାର୍ଯ୍ୟ କରୁଛି ।
- ରୁଷି ଆର ଟ୍ରାନ୍ ସ – ସାଇବେରିଆନ ରେଳପଥ ପୃଥିବୀର ଦୀର୍ଘତମ ରେଳପଥ ।
- ଆମ ଦେଶର ମୁଖ୍ୟ ଦୃତଗାମୀ ରେଳଗାଡ଼ି ମଧ୍ଯରେ ରାଜଧାନୀ ଏକ୍ସପ୍ରେସ୍, କରମଣ୍ଡଳ ଏକ୍ସପ୍ରେସ୍, ଶତାବ୍ଦୀ ଏକ୍ସପ୍ରେସ୍ ପ୍ରଧାନ ।
- ଆମ ଦେଶରେ ତିନି ଗେଜ୍ ବିଶିଷ୍ଟ ରେଳପଥ ରହିଛି, ଯଥା- ବ୍ରହ୍ମଗେଜ୍, ମିଟରଗେଜ୍ ଓ ନାରୋଗେଜ୍ ।
କଳପଥ :
ଓଜନିଆ ଓ ବୃହଦାକାର ବିଶିଷ୍ଟ ପଦାର୍ଥଗୁଡ଼ିକର ପରିବହନ ପାଇଁ ଜଳପଥ ଶସ୍ତା ଓ ସୁବିଧାଜନକ ଅଟେ ।
କେଉଁ କେଉଁ ସମୁଦ୍ରପଥ ଦେଇ କେଉଁ କେଉଁ ଦେଶ ସହିତ ଭାରତର ବହିର୍ବାଣିଜ୍ୟ କରାଯାଏ ନିମ୍ନ ସାରଣୀରୁ ଜାଣିବା ।
ପୃଥିବୀର ମୁଖ୍ୟ ବନ୍ଦରର ତାଲିକା :
ଭାରତର ବନ୍ଦର : ମୁମ୍ବାଇ, କୋଲ୍କାତା, ପାରାଦ୍ବୀପ, ଚେନ୍ନାଇ, ବିଶାଖାପାଟଣା, କୋଚିନ, କାଣ୍ଡଲା ।
ଓଡ଼ିଶାର ବନ୍ଦର : ପାରାଦ୍ବୀପ, ଗୋପାଳପୁର, ଧାମରା, ଚାନ୍ଦବାଲି, ଅସ୍ତରଙ୍ଗ ।
ଆକାଶପଥ :
- ଆକାଶପଥରେ ଦ୍ରୁତତମ ପରିବହନ ହୋଇଥାଏ ।
- ଯୁଦ୍ଧ, ବନ୍ୟା ତଥା ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ହେଲିକପ୍ଟର ମାଧ୍ଯମରେ ବିପନ୍ନମାନଙ୍କୁ ଉଦ୍ଧାର ସହିତ ରିଲିଫ ଖାଦ୍ୟ, ଜଳ, ପୋଷାକ, ଔଷଧ ଆଦି ବଣ୍ଟନ କରାଯାଏ ।
- ପୃଥିବୀର ପ୍ରଧାନ ବିମାନ ବନ୍ଦର ବିଷୟରେ ନିମ୍ନସ୍ଥ ସାରଣୀରୁ ଜାଣିବା :
ଯୋଗାଯୋଗ :
- ଯେଉଁ ମାଧ୍ୟମ ସହାୟତାରେ ଲୋକେ ପରସ୍ପରର ଖବର ଅନ୍ତର ବା ଭାବର ଆଦାନ ପ୍ରଦାନ କରିଥାନ୍ତି କିମ୍ବା ବିଭିନ୍ନ ତଥ୍ୟ ସମ୍ବନ୍ଧରେ ଜାଣିବାକୁ ପାଉଥାନ୍ତି ତାହାକୁ ଯୋଗାଯୋଗ (Communication) କୁହାଯାଏ ।
- ଆଗକାଳରେ ଯୋଗାଯୋଗ ସ୍ଥାପନ କରିବା ମାଧ୍ଯମ ସୀମିତ ଓ କଷ୍ଟସାଧ୍ୟ ଥିଲା ।
- ବର୍ତ୍ତମାନ ବୈଷୟିକ ବିଜ୍ଞାନର ବିକାଶ ଫଳରେ ନୂତନ ତଥା କ୍ଷିପ୍ରତର ଯୋଗାଯୋଗ ମାଧ୍ୟମରେ ଯୋଗାଯୋଗ ବ୍ୟବସ୍ଥା କରାଯାଉଛି ।
- ଅତୀତରେ ବ୍ୟକ୍ତି ବା ଦୂତ କିମ୍ବା ପାରା ସାହାଯ୍ୟରେ ସମ୍ବାଦ ପ୍ରେରଣ କରାଯାଉଥିଲା ।
- ବର୍ଷ ମାନ ଯୋଗାଯୋଗ ପାଇଁ ଅନେକ ମାଧ୍ୟମ ଉପଲବ୍ଧ ହୋଇଛି ।
- ଭାରତରେ ବିଭିନ୍ନ ଯୋଗାଯୋଗ ମାଧମର ସମ୍ପର୍କ ନିମ୍ନସ୍ଥ ସାରଣୀରୁ ଜାଣିବା ।
- ଅନ୍ୟାନ୍ୟ ଯୋଗାଯୋଗ ମାଧ୍ୟମ ମଧ୍ଯରେ ଓୟାରଲେସ, ଫାକ୍ସ, ଟେଲିଭିଜନ, ସେଲ୍ଗୁଲାର ବା ମୋବାଇଲ ଫୋନ୍ ଓ ଇଣ୍ଟରନେଟ୍ ବହୁ ଆଦୃତ ହୋଇପାରିଛି । ଇଣ୍ଟରନେଟ୍ ପୃଥିବୀରେ ତଥ୍ୟ ସଞ୍ଚାର କ୍ଷେତ୍ରରେ ବିପ୍ଳବ ସୃଷ୍ଟି କରିଥିବା ସର୍ବଶେଷ ମାଧ୍ୟମ ।
- ସେଲ୍କୁଲାର ଫୋନ୍ ଏବଂ ଇଣ୍ଟରନେଟ୍ରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ପୃଥିବୀର ବିଭିନ୍ନ ସ୍ଥାନରେ ଥିବା ଲୋକମାନଙ୍କ ସହ ସିଧାସଳଖ କଥାବାର୍ତ୍ତା କରାଯାଇ ପାରିବା ସଙ୍ଗେ ତାହା ଦେଖୁ ହେଉଛି ।
- ଯୋଗାଯୋଗର ଅଭୂତପୂର୍ବ ପ୍ରଗତି ଫଳରେ ଆମ ପୃଥବୀ ଏକ ବିରାଟ ଗ୍ରାମରେ ପରିଣତ ହୋଇପାରିଛି ।
କେତେକ ଭୌଗୋଳିକ ଶବ୍ଦାବଳୀ
- ମାନବୀୟ ପରିବେଶ / ସାଂସ୍କୃତିକ ପରିବେଶ : ମନୁଷ୍ୟ ନିଜ ସୁଖସୁବିଧା ପାଇଁ ଜ୍ଞାନ ଓ କାରିଗରୀ କୌଶଳର ଉପଯୋଗ କରି ପ୍ରାକୃତିକ ପରିବେଶରେ ଆଣିଥିବା ପରିବର୍ତ୍ତନକୁ ମାନବୀୟ ପରିବେଶ ବା ସାଂସ୍କୃତିକ ପରିବେଶ କୁହାଯାଏ ।
- ଜନବସତି : ଯେଉଁଠାରେ ଲୋକେ ବାସଗୃହ ନିର୍ମାଣ କରି ରହିଥାନ୍ତି ।
- ଅସ୍ଥାୟୀ ଜନବସତି : ଯେଉଁ ଜନବସତି ସ୍ଵଳ୍ପ ସମୟ ପାଇଁ ବାସ ସ୍ଥାୟୀ ଜନବସତି କରିବା ନିମନ୍ତେ ଅସ୍ଥାୟୀ ଭାବେ ଗଢ଼ିଉଠେ, ସେଗୁଡ଼ିକୁ ଅସ୍ଥାୟୀ ଜନବସତି କୁହାଯାଏ।
- ସ୍ଥାୟୀ ଜନବସତି : ଅନୁକୂଳ ପ୍ରାକୃତିକ ପରିବେଶ ଓ ଜଳବାୟୁ, ଜଳର ସୁଲଭତା, ଉପଯୁକ୍ତ ଉର୍ବର ମୃତ୍ତିକା ଥିବ। ଭୂମି, ବାଣିଜ୍ୟ ବ୍ୟବ ସାୟ, ଗମନାଗମନ ଓ ସେବାକେନ୍ଦ୍ର ଥିବା ଅଞ୍ଚଳରେ ଗଢ଼ିଉଠିଥିବା ଜନବସତି ।
- ନଗର ଜନବସତି : ଉତ୍ପାଦନ କେନ୍ଦ୍ର, ବିଭିନ୍ନ ବ୍ୟବସାୟ ଓ ବାଣିଜ୍ୟ କେନ୍ଦ୍ର, ସେବାକେନ୍ଦ୍ର ଇତ୍ୟାଦି ସ୍ଥାନରେ ଗଢ଼ିଉଠିଥିବା
- ଗ୍ରାମ୍ୟ ଜନବସତି । : କୃଷି ଉପରେ ନିର୍ଭର କରି ସ୍ଥାପିତ ହୋଇଥିବା ଜନବସତି ।
- ସଘନ ଗ୍ରାମ୍ୟ ଜନବସତି : ଯେଉଁ ଗ୍ରାମ୍ୟ ଜନବସତିରେ ଗ୍ରାମର ଘରଗୁଡ଼ିକ ପରସ୍ପର ସହ ଲଗାଲଗି ହୋଇ ରହିଥାଏ, ତାକୁ ସଘନ ଗ୍ରାମ୍ୟ ଜନବସତି କୁହାଯାଏ ।
- ଅପଖଣ୍ଡିତ ଗ୍ରାମ୍ୟ ଜନବସତି : ଯେଉଁ ଗ୍ରାମ୍ୟ ଜନବସତିରେ ଗ୍ରାମର ଘରଗୁଡ଼ିକ ଅଲଗା ହୋଇ ରହିଥାଏ, ତାକୁ ଅପଖଣ୍ଡିତ ଗ୍ରାମ୍ୟ ଜନବସତି କୁହାଯାଏ ।
- ସକେନ୍ଦ୍ରିକ ଜନବସତି : କୌଣସି ଅଞ୍ଚଳରେ ଗ୍ରାମଗୁଡ଼ିକ ପରସ୍ପର ସହ ଲଗାଲଗି ହୋଇ ରହିଥିଲେ ତାକୁ ସକେନ୍ଦ୍ରିକ ଜନବସତି କୁହାଯାଏ । ରୈଖୁକ ଜନବସତି ରାସ୍ତାର ଉଭୟ ପାର୍ଶ୍ଵରେ ଘରଗୁଡ଼ିକ ଧାଡ଼ି ଧାଡ଼ି ହୋଇ ରହିଥିଲେ ତାକୁ ବୈଖକ ଜନବସତି କୁହାଯାଏ ।
- ଜନସଂଖ୍ୟା : କୌଣସି ଦେଶରେ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବାସ କରୁଥିବା ଲୋକମାନଙ୍କ ସଂଖ୍ୟାକୁ ସେହି ଦେଶର ଜନ ସଂଖ୍ୟା କୁହାଯାଏ ।
- ଜନସଂଖ୍ୟାର ଘନତ୍ଵ : ଦେଶର ମୋଟ ଜନସଂଖ୍ୟାକୁ ତା’ର କ୍ଷେତ୍ରଫଳ ଦ୍ଵାରା ଭାଗ କଲେ ପ୍ରତି ବର୍ଗ କିଲୋମିଟରରେ ବାସ କରୁଥିବା ହାରାହାରି ଜନସଂଖ୍ୟାକୁ ସେହି ଦେଶର ଜନସଂଖ୍ୟାର ଘନତ୍ଵ କୁହାଯାଏ ।
- ପରିବହନ : ବିଭିନ୍ନ ସାମଗ୍ରୀ କିମ୍ବା ଯାତ୍ରୀମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ଆଣିବା ପ୍ରକ୍ରିୟା ।
- ପରିବହନ ପଥ : ଯେଉଁ ପଥ ଦେଇ ଯାନବାହନ ପରିବହନ ପ୍ରକ୍ରିୟା ସାଧନ କରିଥାଏ ।
- ସ୍ଵର୍ଣ୍ଣ ଚତୁର୍ଭୁଜ ଯୋଜନା : ଯେଉଁ ଯୋଜନା ମାଧ୍ୟମରେ ଆମ ଦେଶର ଚାରି ବୃହତ୍ ନଗରୀ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ କୋଲ୍କାତାକୁ ସଂଯୋଗ କରି ଜାତୀୟ ରାଜପଥର ସଂପ୍ରସାରଣ କରାଯାଇଛି, ତାହାକୁ ସ୍ଵର୍ଣ୍ଣ ଚତୁର୍ଭୁଜ ଯୋଜନା କୁହାଯାଏ ।
- ଜାତୀୟ ରାଜପଥ : ବିଭିନ୍ନ ରାଜ୍ୟର ରାଜଧାନୀ, ବନ୍ଦର ତଥା ଦେଶର ମୁଖ୍ୟ ସହରଗୁଡ଼ିକୁ ସଂଯୋଗ କରୁଥିବା ସଡ଼କପଥ ।
- ରାଜ୍ୟ ରାଜପଥ : ରାଜ୍ୟର ରାଜଧାନୀ ସହ ବିଭିନ୍ନ ଜିଲ୍ଲାର ସଦର ମହକୁ ମା, ପ୍ରଧାନ ସହର ଓ ଶିଳ୍ପକେନ୍ଦ୍ରକୁ ସଂଯୁକ୍ତ କରୁଥିବା ସଡ଼କପଥ ।
- ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା : ଗ୍ରାମୀଣ ସଡ଼କଗୁଡ଼ିକ ପକ୍କା ସଡ଼କରେ ରୂପାନ୍ତରିତ କରିବାପାଇଁ ଭାରତର ସରକାରଙ୍କଦ୍ଵାରା କାର୍ଯ୍ୟକାରୀ ହେଉଥିବା ଏକ ଯୋଜନା ।
- ଫ୍ଲାଇଓଭର : ବୃହତ୍ ନଗରୀଗୁଡ଼ିକରେ ଜନଗହଳିପୂର୍ଣ ରାସ୍ତାର ଗୋଟିଏ ପାର୍ଶ୍ଵରୁ ଅନ୍ୟ ପାର୍ଶ୍ଵକୁ ଯିବାପାଇଁ ସଡ଼କଠାରୁ ଉଚ୍ଚରେ ନିର୍ମିତ ସେତୁ ।
- ଯୋଗାଯୋଗ : ଯେଉଁ ଯେଉଁ ମାଧ୍ଯମ ସହାୟତାରେ ଲୋକେ ପରସ୍ପରର ଖବର ଅନ୍ତର ବା ଖବର ଆଦାନ ପ୍ରଦାନ କରିଥାନ୍ତି କିମ୍ବା ବିଭିନ୍ନ ତଥ୍ୟ ସମ୍ବନ୍ଧରେ ଜାଣିବାକୁ ପାଉଥାନ୍ତି, ତାହାକୁ ଯୋଗାଯୋଗ କୁହାଯାଏ ।
- ଇ-ମେଲ୍ : ଇ-ମେଲ୍ ବା ଇଲେକ୍ଟ୍ରୋନିକ୍ ମେଲ୍ ଏକ ପ୍ରଣାଳୀ ଯାହାଦ୍ଵାରା ଅନ୍ୟ ଲୋକ ପାଖକୁ ଇଣ୍ଟରନେଟ୍ ମାଧ୍ଯମରେ ବାର୍ତ୍ତା ବା ସନ୍ଦେଶ ପ୍ରେରଣ କରାଯାଏ ।
SMS (ଏସ୍.ଏମ୍.ଏସ୍.) : SMS ବା Short Message Service (ଏସ୍.ଏମ୍.ଏସ୍.) ଏକ ପ୍ରକ୍ରିୟା ଯାହା ମାଧ୍ୟମରେ କ୍ଷୁଦ୍ର ଲିଷ୍କୃତ ବାର୍ତ୍ତା, ଗୋଟିଏ ମୋବାଇଲ ବା ସେରୁ ଲାଭ ଫୋନ୍ରୁ ଅନ୍ୟ ମୋବାଇଲ୍ ଫୋନ୍ ସେଲ୍ ଫୋନ୍କୁ ପ୍ରେରଣ କରାଯାଏ।