Odisha State Board BSE Odisha 7th Class History Solutions Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭) Textbook Exercise Questions and Answers.
BSE Odisha Class 7 History Solutions Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭)
(କ) ତୋଗଲକ ବଂଶର ପତନ ପରେ ସୁଲତାନୀ ଶାସନ ଦୁର୍ବଳ ହୋଇପଡ଼ିଲା କାହିଁକି ?
Answer:
ତୋଗଲକ ବଂଶର ପତନ ପରେ ନିମ୍ନଲିଖୁ କାରଣଗୁଡ଼ିକ ଯୋଗୁଁ ସୁଲତାନୀ ଶାସନ ଦୁର୍ବଳ ହୋଇପଡ଼ିଥିଲା ।
- ତୋଗଲକମାନଙ୍କ ପରେ ଭାରତରେ ଶାସନ କରିଥିବା ସୟଦ୍ ଓ ଲୋଦୀ ବଂଶର ଶାସକମାନେ ଦୁର୍ବଳ ଥିଲେ ।
- ସାମନ୍ତ ଓ ପ୍ରାଦେଶିକ ଶାସକମାନେ ସୁଲତାନମାନଙ୍କୁ ଖାତିର ନକରି ନିଜ ନିଜର ସ୍ଵାଧୀନତା ଘୋଷଣା କରିଥିଲେ । ଫଳରେ ଦେଶରେ ଅରାଜକତା ଓ ବିଶୃଙ୍ଖଳା ଦେଖାଦେଇଥିଲା ।
- ସେତେବେଳେ ଦିଲ୍ଲୀର ଲୋଦୀ ବଂଶର ସୁଲତାନ୍ ଇବ୍ରାହିମ୍ ଲୋଦୀଙ୍କର ସ୍ୱେଚ୍ଛାଚାରୀ ଶାସନରେ ଆଫଗାନ୍
- ଏପରିକି ଇବ୍ରାହିମ୍ ଲୋଦୀଙ୍କୁ ସିଂହାସନରୁ ବିତାଡ଼ିତ କରିବାପାଇଁ ସେମାନେ କାବୁଲ୍ର ରାଜା ବାବରଙ୍କ ସାହାଯ୍ୟ ଲୋଡ଼ିଥିଲେ ।
(ଖ) ବାବର ଭାରତରେ ମୋଗଲ ସାମ୍ରାଜ୍ୟର ମୂଳଦୁଆ ପକାଇଲେ କିପରି ?
Answer:
- ଷୋଡ଼ଶ ଶତାବ୍ଦୀର ପ୍ରାରମ୍ଭରେ ସୁଲତାନୀ ଶାସନର ଦୁର୍ବଳତାର ସୁଯୋଗ ନେଇ ଅନେକ ପ୍ରାଦେଶିକ ରାଜ୍ୟ ସ୍ଵାଧୀନ ହୋଇଗଲେ । ଦିଲ୍ଲୀର ଶାସକ ଇଭ୍ରାହିମ୍ ଲୋଦୀଙ୍କ ଶାସନରେ ଅସନ୍ତୁଷ୍ଟ ଆଫଗାନ୍ ଅମୀରମାନେ ତାଙ୍କୁ କ୍ଷମତାଚ୍ୟୁତ କରିବାପାଇଁ ବାବରଙ୍କ ସାହାଯ୍ୟ ଲୋଡ଼ିଥିଲେ ।
- ଭାରତ ଆକ୍ରମଣପାଇଁ ଉଦ୍ୟମରତ ଫରଗଣାର ରାଜା ବାବର ଆଫଗାନ୍ ଅମୀରମାନଙ୍କ ଅନୁରୋଧ କ୍ରମେ ଭାରତ ଆକ୍ରମଣ କରିଥିଲେ ।
- ସେ ପ୍ରଥମେ କାବୁଲ ଓ କାନ୍ଦାହାର ଜୟ କରିଥିଲେ । ତା’ପରେ ସେ ଭାରତ ଆକ୍ରମଣ କଲେ ଏବଂ ୧୫୨୬ ଖ୍ରୀଷ୍ଟାବ୍ଦରେ ପାନିପଥ ନାମକ ସ୍ଥାନରେ ଦିଲ୍ଲୀର ସୁଲତାନ୍ ଇବ୍ରାହିମ୍ ଲୋଦୀଙ୍କୁ ଏକ ତୁମୁଳ ଯୁଦ୍ଧରେ ପରାସ୍ତ କରିଥିଲେ ।
- ବାବର ଏହି ଯୁଦ୍ଧରେ ବିଜୟଲାଭ କରି ଦିଲ୍ଲୀ ଓ ଆଗ୍ରା ଅଧିକାର କରି ମୋଗଲ ସାମ୍ରାଜ୍ୟର ମୂଳଦୁଆ ପକାଇଥିଲେ ।
(ଗ) ହୁମାୟୁନ୍ କେଉଁ କେଉଁ ବିପଦର ସମ୍ମୁଖୀନ ହୋଇଥିଲେ ?
Answer:
- ବାବରଙ୍କ ମୃତ୍ୟୁ ପରେ ମୋଗଲ ସାମ୍ରାଜ୍ୟର ଭିଭିଭୂମି ସୁଦୃଢ଼ ନଥିବା ହେତୁ ଏହାର ସୁରକ୍ଷା ସକାଶେ ହୁମାୟୁନ୍ଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା ।
- ହୁମାୟୁନ୍ଙ୍କର ରାଜ୍ୟଶାସନ ଆରମ୍ଭରେ ଆଫଗାନ୍ମାନେ ପୁନରାୟ ଦିଲ୍ଲୀ ଉପରେ ଆଖୁ ପକାଇଲେ ।
- ଏହି ସମୟରେ ହୁମାୟୁନ୍ଙ୍କ ଭାଇମାନେ ଈର୍ଷାପରାୟଣ ହୋଇ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରିଥିଲେ ।
- ହୁମାୟୁନ୍ଙ୍କ ସୈନ୍ୟବାହିନୀ ମଧ୍ୟ ସୁଦୃଢ଼ ନ ଥିଲା ଏବଂ କେତେକ ସାମନ୍ତ ଓ ଉଚ୍ଚପଦସ୍ଥ କର୍ମଚାରୀ ହୁମାୟୁନ୍ଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ରରେ ଲିପ୍ତ ଥିଲେ ।
- ଏହିପରି ଭାବରେ ହୁମାୟୁନ୍ ଚତୁର୍ଦ୍ଦିଗରେ ବିପଦର ସମ୍ମୁଖୀନ ହୋଇଥିଲେ ।
(ଘ) ଶେର୍ ଖାଁ ହୁମାୟୁନ୍ଙ୍କୁ କିପରି ଅସୁବିଧାରେ ପକାଇଥିଲେ ?
Answer:
- ଶେର୍ ଖାଁ ଥିଲେ ପୂର୍ବ ଭାରତର ଜଣେ ପରାକ୍ରମୀ ଆଫଗାନ୍ ବିଦ୍ରୋହୀ । ସିଂହାସନ ଆରୋହଣ ପରେ ହୁମାୟୁନ୍ ତାଙ୍କ ବିରୁଦ୍ଧରେ ଯୁଦ୍ଧଯାତ୍ରା କରିଥିଲେ ।
- ପ୍ରାରମ୍ଭିକ ପର୍ଯ୍ୟାୟରେ ହୁମାୟୁନ୍ଙ୍କ ହସ୍ତରେ ପରାସ୍ତ ହୋଇ ଶେର୍ ଖାଁ ଆତ୍ମସମର୍ପଣ କରିଥିଲେ । ପରବର୍ତ୍ତୀ ସମୟରେ ହୁମାୟୁନ୍ ବାହାଦୂର ଶାହାଙ୍କ ସହ ଯୁଦ୍ଧରତ ଥିଲାବେଳେ ଶେର୍ ଖାଁ ପୁଣି ବଙ୍ଗ ରାଜ୍ୟ ଆକ୍ରମଣ କରିଥିଲେ । ବଙ୍ଗର ରାଜା ବାଧ୍ୟ ହୋଇ ତାଙ୍କ ସହ ସନ୍ଧି କରି ବିପୁଳ ଅର୍ଥ ଦେଇଥିଲେ । ଫଳରେ ସମଗ୍ର ବିହାର ଓ ବଙ୍ଗଳାରେ ଶେର୍ ଖାଁ ଆଧ୍ୟତ୍ୟ ବିସ୍ତାର କରିଥିଲେ ।
- ୧୫୩୭ ଖ୍ରୀ.ଅ.ରେ ହୁମାୟୁନ ଶେର୍ ଖାଁଙ୍କ ସହ ଯୁଦ୍ଧ କରି ଚୁନାର ଦୁର୍ଗ ଓ ବଙ୍ଗର ଗୌଡ଼ ଅଧିକାର କରିଥିଲେ । ସେତେବେଳକୁ ଶେର୍ ଖାଁ ନାରା, ବନାରସ ଓ ଜୌନପୁର ଅତ୍କାର କରିସାରିଥିଲେ । ଶେଷରେ ୧୫୩୯ ଖ୍ରୀ.ଅ.ରେ ଚୌସାଠାରେ ଶେର୍ ଖାଁ ହୁମାୟନଙ୍କୁ ପରାସ୍ତ କରିଥିଲେ ।
- ପୁନଶ୍ଚ ୧୫୪୦ ଖ୍ରୀ.ଅ.ରେ କନୌଜଠାରେ ହୁମାୟୁନ୍ ଶେର୍ ଖାଁଙ୍କଠାରୁ ଯୁଦ୍ଧରେ ପରାସ୍ତ ହୋଇ ଦିଲ୍ଲୀ
(ଙ) ଆକବର ମୋଗଲ ସାମ୍ରାଜ୍ୟର ସ୍ଥିତିକୁ ସୁଦୃଢ଼ କରିଥିଲେ କିପରି ?
Answer:
- ପିତା ହୁମାୟୁନ୍ଙ୍କ ମୃତ୍ୟୁ ପରେ ମାତ୍ର ୧୩ ବର୍ଷ ବୟସରେ ଆକବର ପଞ୍ଜାବଠାରେ ସିଂହାସନ ଆରୋହଣ କରିଥିଲେ ଏବଂ ଏକ ଜଟିଳ ସମସ୍ୟାର ସମ୍ମୁଖୀନ ହୋଇଥିଲେ ।
- ସେହି ସମୟରେ ଶେର୍ଶାହାଙ୍କ ବଂଶର ଜଣେ ରାଜାଙ୍କର ସୁଯୋଗ୍ୟ ମନ୍ତ୍ରୀ ହିମୁ ମୋଗଲମାନଙ୍କୁ ପରାସ୍ତ କରି ଦିଲ୍ଲୀ ଓ ଆଗ୍ରା ଅଧିକାର କରିନେଇଥିଲେ ।
- ଆକବର ବୈରାମ୍ ଖାଁଙ୍କ ସାହାଯ୍ୟରେ ହିମୁଙ୍କୁ ଦ୍ଵିତୀୟ ପାନିପଥ ଯୁଦ୍ଧରେ ୧୫୫୬ ଖ୍ରୀଷ୍ଟାବ୍ଦରେ ପରାସ୍ତ କରି ଦିଲ୍ଲୀ ଓ ଆଗ୍ରା ଅଧିକାର କଲେ ।
- ପରବର୍ତ୍ତୀ କାଳରେ ସେ ରାଜପୁତମାନଙ୍କ ପ୍ରତି ଉଦାରନୀତି ଗ୍ରହଣ କରି ଓ ସେମାନଙ୍କ ସହ ବୈବାହିକ
- ଏହିପରି ଭାବରେ ଆକବର ଭାରତରେ ମୋଗଲ ସାମ୍ରାଜ୍ୟର ସ୍ଥିତିକୁ ସୁଦୃଢ଼ କରିଥିଲେ ।
(ଚ) ହଳଦୀଘାଟ ଯୁଦ୍ଧ କେତେ ଖ୍ରୀଷ୍ଟାବ୍ଦରେ ହୋଇଥିଲା ? ଏହି ଯୁଦ୍ଧର ଫଳାଫଳ କ’ଣ ହୋଇଥିଲା ?
Answer:
- ହଳଦୀଘାଟ ଯୁଦ୍ଧ ୧୫୭୬ ଖ୍ରୀଷ୍ଟାବ୍ଦରେ ହୋଇଥିଲା ।
- ଏହି ଯୁଦ୍ଧରେ ମାନସିଂହଙ୍କ ନେତୃତ୍ବରେ ମୋଗଲମାନେ ରାଣା ପ୍ରତାପଙ୍କୁ ପରାଜିତ କରି ଚିତୋର ଦୁର୍ଗ ଅଧିକାର କରିଥିଲେ ।
- ଏହି ଯୁଦ୍ଧ ପରେ ଭାରତର ସମସ୍ତ ରାଜପୁତ୍ ରାଜ୍ୟଗୁଡ଼ିକ ଉପରେ ଆକବରଙ୍କ ପ୍ରଭାବ ପ୍ରତିଷ୍ଠିତ ହୋଇ ପାରିଥିଲା ।
(ଛ) ଆକବର କାହିଁକି ଉଦାର ଧର୍ମନୀତି ଗ୍ରହଣ କରିଥିଲେ ?
Answer:
- ଆକବର ତାଙ୍କର ଉଦାର ଧର୍ମନୀତି ପାଇଁ ଇତିହାସରେ ସ୍ମରଣୀୟ ହୋଇ ରହିଛନ୍ତି ।
- ଏକ ଉଦାର ଧର୍ମନୀତିକୁ ଅବଲମ୍ବନ କରି ସେ ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ଥିବା ଭେଦଭାବ ଦୂର କରିବାକୁ ଚେଷ୍ଟା କରିଥିଲେ । ଏଥିପାଇଁ ଆକବର ହିନ୍ଦୁମାନଙ୍କ ଉପରୁ ଜିଜିୟା କର ଓ ତୀର୍ଥଯାତ୍ରୀ କର ଉଠାଇ ଦେଇଥିଲେ ।
- ସେ ହିନ୍ଦୁମାନଙ୍କ ପରି ବେଶପୋଷାକ ପିନ୍ଧୁଥୁଲେ ହିନ୍ଦୁ ପର୍ବପର୍ବାଣିରେ ଯୋଗ ଦେଉଥିଲେ । ଅନେକ ହିନ୍ଦୁ ମନ୍ଦିର ତାଙ୍କ ସମୟରେ ନିର୍ମିତ ହୋଇଥିଲା ।
- ଭାରତରେ ଏକ ସାର୍ବଜନୀନ ଧର୍ମ ପ୍ରତିଷ୍ଠା କରିବା ଆକବରଙ୍କର ଲକ୍ଷ୍ୟ ଥିଲା । ତେଣୁ ସେ ଫତେପୁର ସିକ୍ରୀଠାରେ ‘ଇବାଦତ୍ନା’ ନାମକ ଏକ ଉପାସନା ଗୃହ ୧୫୭୫ ଖ୍ରୀ.ଅ.ରେ ନିର୍ମାଣ କରିଥିଲେ ।
- ସେ ଦିନ୍-ଇ-ଇଲାହୀ ନାମକ ଏକ ନୂତନ ଧର୍ମ ସୃଷ୍ଟି କରିଥିଲେ । ମାତ୍ର ଏହି ଧର୍ମ ଗ୍ରହଣ କରିବାକୁ କାହାକୁ ବାଧ୍ୟ କରି ନଥିଲେ ।
(ଜ) ନୁର୍ଜାହାନ୍ କିଏ ? ଜାହାଙ୍ଗୀରଙ୍କ ଶାସନକାଳରେ ତାଙ୍କର ଭୂମିକା କିପରି ଥିଲା ?
Answer:
- ନୁର୍ଜାହାନ୍ ଥିଲେ ଜାହାଙ୍ଗୀରଙ୍କର ପତ୍ନୀ । ୧୬୧୧ ଖ୍ରୀଷ୍ଟାବ୍ଦରେ ଜୀହାଙ୍ଗୀର ନୁର୍ଜାହାନ୍ଙ୍କୁ ବିବାହ କରିଥିଲେ । ଜାହାଙ୍ଗୀରଙ୍କ ଶାସନକାଳରେ ତାଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ଥିଲା ।
- ସେ ଅତ୍ୟନ୍ତ ସୁନ୍ଦରୀ ଓ ବୁଦ୍ଧିମତୀ ଥିଲେ । ତେଣୁ ଜାହାଙ୍ଗୀରଙ୍କୁ ପ୍ରତି ସ୍ତରରେ ସେ ରୂପ ଓ ବୁଦ୍ଧିଦ୍ୱାରା
- ଜାହାଙ୍ଗୀର ବିଳାସମୟ ଜୀବନଯାପନ କରି ଶାସନକାର୍ଯ୍ୟରେ ଅବହେଳା କରୁଥିବାରୁ ନୁର୍ଜାହାନ୍ ଅନେକ
- ସରକାରୀ କାଗଜପତ୍ର ଓ ନିର୍ଦେଶାନାମାରେ ନୁର୍ଜାହାନ୍ ଦସ୍ତଖତ କରୁଥିଲେ ।
- ଏପରିକି ଦେଶରେ ପ୍ରଚଳିତ ମୁଦ୍ରାରେ ଜାହାଙ୍ଗୀରଙ୍କ ସହିତ ନୁର୍ଜାହାନ୍ଙ୍କ ନାମ ମଧ୍ୟ ରହୁଥିଲା ।
(ଝ) ଶାହାଜାହାନ୍ଙ୍କ ସଫଳ କୃତିଗୁଡ଼ିକ କ’ଣ ଥିଲା ?
Answer:
- ଜାହାଙ୍ଗୀରଙ୍କର ତୃତୀୟ ପୁତ୍ର ଶାହାଜାହାନଙ୍କର ରାଜତ୍ଵ ସମୟରେ ମୋଗଲ କଳା ଓ ସ୍ଥାପତ୍ୟ ବିକାଶର ଚରମ ସୀମାରେ ପହଞ୍ଚିଲା ।
- ନିଜର ପତ୍ନୀ ମମ୍ତାନ୍ଙ୍କ ସ୍ମୃତିରେ ସେ ଉତ୍ତର ପ୍ରଦେଶର ଆଗ୍ରାଠାରେ ଅବସ୍ଥିତ ଯମୁନା ନଦୀ କୂଳରେ ‘ତାଜମହଲ’ ନାମକ ଏକ ସ୍ମୃତି ମନ୍ଦିର ତିଆରି କରିଥିଲେ ।
- ବିଶ୍ଵର ସପ୍ତାଶ୍ଚାଯ୍ୟ ମଧ୍ଯରେ ସ୍ଥାନ ପାଇଥିବା ଏହି ତାଜମହଲ ଅନନ୍ୟ ସ୍ଥାପତ୍ୟ ଓ କଳା ପାଇଁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରୁଛି ।
- ଏହାଛଡ଼ା ଶାହାଜାହାନ୍ ଜୁମା ମସ୍ଜିଦ୍, ମୋତି ମସ୍ଜିଦ୍ ଆଦି ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ଧର୍ମପୀଠମାନ ନିର୍ମାଣ କରାଇଥିଲେ ।
- ଦିଲ୍ଲୀର ଉପକଣ୍ଠ ଯମୁନା ନଦୀ କୂଳରେ ସେ ‘ଶାହାଜାହାବାଦ’ ନାମକ ଏକ ନଗରୀ ପ୍ରତିଷ୍ଠା କରିଥିଲେ, ଯେଉଁଠାରେ ଲାଲ୍କିଲ୍ଲା ବା ରେଡ୍ଫୋର୍ଟ ନିର୍ମାଣ କରାଯାଇଥିଲା ।
- ଏହି ଦୁର୍ଗ ମଧ୍ୟରେ ଥିବା ସୌଧମାନଙ୍କ ମଧ୍ୟରେ ମୋତିମହଲ, ହୀରାମହଲ, ରଙ୍ଗମହଲ, ଦେୱାନ-ଇ- ଆମ୍ବ, ଦେୱାନ୍-ଇ-ଖାସ୍ ପ୍ରସିଦ୍ଧ ଥିଲା । ଏହାବ୍ୟତୀତ ସେ ହୀରା ଓ ମଣିମୁକ୍ତାଖଚିତ ମୟୂର ସିଂହାସନ ନିର୍ମାଣ କରିଥିଲେ ।
(ଞ) ଔରଙ୍ଗଜେବ୍ଙ୍କର ହିନ୍ଦୁମାନଙ୍କ ପ୍ରତି ମନୋଭାବ କିପରି ଥିଲା ?
Answer:
- ଔରଙ୍ଗଜେବ୍ ଜଣେ ନୈଷ୍ଠିକ ମୁସଲମାନ ଥିଲେ ଓ ତାଙ୍କର ହିନ୍ଦୁମାନଙ୍କ ପ୍ରତି ବିଦ୍ବେଷ ମନୋଭାବ ଥିଲା ।
- ସେ ହିନ୍ଦୁମାନଙ୍କ ଉପରେ ପୁଣି ଥରେ ଜିଜିୟା ଓ ତୀର୍ଥଯାତ୍ରୀ କର ବସାଇଥିଲେ ।
- ସେ ରାଜପୁତ୍ମାମାନଙ୍କୁ ମଧ୍ୟ ହତାଦର କରୁଥିଲେ ।
- ତାଙ୍କର ଶାସନ କାଳରେ ହିନ୍ଦୁମାନଙ୍କୁ କୌଣସି ଉଚ୍ଚ ପଦପଦବୀରେ ନିଯୁକ୍ତି ଦିଆଯାଇ ନଥିଲା ।
- ଏହା ବ୍ୟତୀତ ଜାଠ, ଶିଖ୍, ସତନାମୀ ଓ ମରହଟ୍ଟାମାନେ ମଧ୍ୟ ତାଙ୍କ ହିନ୍ଦୁବିଦ୍ବେଷ ନୀତିର ଶିକାର ହୋଇଥିଲେ ।
(ଟ) ମୋଗଲ ଶାସକମାନଙ୍କର ଅନ୍ୟ ଶାସକମାନଙ୍କ ସହ ସମ୍ପର୍କ କିପରି ଥିଲା ?
Answer:
- ମୋଗଲମାନେ ଅତ୍ୟନ୍ତ କ୍ଷମତାଶାଳୀ ଥିଲେ । ଭାରତରେ ଯେଉଁ ରାଜା ସେମାନଙ୍କର ବଶ୍ୟତା ସ୍ବୀକାର କରୁନଥିଲେ, ତାଙ୍କ ବିରୁଦ୍ଧରେ ସେମାନେ ଯୁଦ୍ଧ କରୁଥିଲେ ।
- ଭାରତୀୟ ରାଜାମାନଙ୍କ ମଧ୍ୟରୁ ଅଧିକାଂଶ ରାଜପୁତ୍ ରାଜା ଆକବରଙ୍କ ବଶ୍ୟତା ସ୍ବୀକାର କରିଥିଲେ । ଏପରିକି ସେମାନଙ୍କ ମଧ୍ୟରୁ କେତେକ ନିଜ ନିଜର କନ୍ୟାଙ୍କୁ ମୋଗଲ ପରିବାରରେ ବିବାହ ଦେଇ ବୈବାହିକ ସମ୍ପର୍କ ସ୍ଥାପନ କରିଥିଲେ ।
- କେବଳ ମେୱାରର ଶିଶୋଦୀୟ ରାଜପୁତ୍ମାମାନେ ମୋଗଲ ସମ୍ରାଟଙ୍କ ବଶ୍ୟତା ସ୍ବୀକାର କରିବାପାଇଁ ମନା କରିଥିଲେ । ମୋଗଲମାନେ ସେମାନଙ୍କୁ ପରାଜିତ କରିଥିଲେ ।
- ମୋଗଲ ଶାସକମାନେ ପରାଜିତ ରାଜାମାନଙ୍କୁ ସେମାନଙ୍କ ରାଜ୍ୟ ଫେରାଇ ଦେଉଥିଲେ ଏବଂ ତାଙ୍କୁ କୌଣସି ପ୍ରକାର ଅସମ୍ମାନ କରୁନଥିଲେ । ଫଳରେ ସେମାନେ ରାଜପୁତ୍ ରାଜାମାନଙ୍କ ଉପରେ ସହଜରେ ପ୍ରଭାବ ବିସ୍ତାର କରିପାରୁଥିଲେ ।
- କିନ୍ତୁ ଔରଙ୍ଗଜେବ୍ ଶାସକ ଥିବା ସମୟରେ ସେ ରାଜପୁତ୍ ରାଜା ଏବଂ ମରହଟ୍ଟା ରାଜା ଶିବାଜୀଙ୍କ ସହିତ ସମ୍ପର୍କକୁ ଅତ୍ୟନ୍ତ ତିକ୍ତ କରିଥିଲେ, ଯାହାର କୁପ୍ରଭାବ ମୋଗଲ ସାମ୍ରାଜ୍ୟ ଉପରେ ପଡ଼ିଥିଲା ।
(୦) ମୋଗଲମାନଙ୍କର ଧର୍ମନୀତି କିପରି ଥିଲା ?
Answer:
- ମୋଗଲ ସମ୍ରାଟମାନେ ଇସଲାମ୍ ଧର୍ମାବଲମ୍ବୀ ଥିଲେ ମଧ୍ୟ ଔରଙ୍ଗଜେବ୍ଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତ ସମ୍ରାଟ ଅତ୍ୟନ୍ତ ଉଦାର ଥିଲେ ।
- ଭାରତରେ ଥିବା ବିଭିନ୍ନ ଧର୍ମ ଏବଂ ଭାରତୀୟମାନଙ୍କ ଧର୍ମଭାବନା ପ୍ରତି ସେମାନେ ସମ୍ମାନ ଜଣାଇଥିଲେ ।
- ନିଜର ଧର୍ମନୀତି ପାଇଁ ମୋଗଲ ସମ୍ରାଟ ମହାନୁଭବ ଆକବର ଥିଲେ ସୁପ୍ରସିଦ୍ଧ । ଧର୍ମକ୍ଷେତ୍ରରେ ଏକ ଉଲ୍ଲେଖନୀୟ ଉଦାରନୀତି ଅବଲମ୍ବନ କରି ସେ ହିନ୍ଦୁ, ମୁସଲମାନମାନଙ୍କ ମଧ୍ୟରେ ଥିବା ଭେଦଭାବକୁ ଦୂର କରିବାକୁ ଚେଷ୍ଟା କରିଥିଲେ ।
- ତାଙ୍କଦ୍ୱାରା ସୃଷ୍ଟ ଦିନ୍-ଇ-ଇଲାହୀ ଥିଲା ଏକ ଶ୍ରେଷ୍ଠ କୃତି । ପ୍ରତ୍ୟେକ ଧର୍ମ ମଧ୍ୟରେ ପ୍ରୀତି ସ୍ଥାପନ କରି ଏକ ସର୍ବଭାରତୀୟ ଜାତି ଗଠନ କରିବା ଥିଲା ଆକବରଙ୍କର ଉଦ୍ଦେଶ୍ୟ । ହିନ୍ଦୁମାନଙ୍କ ଉପରୁ ଘୃଣ୍ୟ ଜିଜିୟା ଓ ତୀର୍ଥଯାତ୍ରୀ କର ଉଠାଇଦେବା ସହ ସବୁ ଧର୍ମର ଲୋକଙ୍କୁ ସମାନ ସୁବିଧା ସୁଯୋଗ ସେ ପ୍ରଦାନ କରିଥିଲେ ।
- ମାତ୍ର ଔରଙ୍ଗଜେବଙ୍କ ହିନ୍ଦୁ ବିଦ୍ବେଷ ନୀତି ଏକ ମାରାତ୍ମକ ରୂପ ଧାରଣ କରି ସର୍ବଶେଷରେ ମୋଗଲ ସାମ୍ରାଜ୍ୟର ପତନ ଘଟାଇଥିଲା ।
(ଡ) ମୋଗଲ ଶାସନ ସମୟରେ ଲୋକମାନଙ୍କର ସାମାଜିକ ଓ ଅର୍ଥନୈତିକ ଅବସ୍ଥା କିପରି ଥିଲା ?
Answer:
- ମୋଗଲ ଶାସନକାଳରେ ସମ୍ରାଟ ସମାଜର ପ୍ରଥମ ନାଗରିକ ଓ ସାମ୍ରାଜ୍ଞୀ ସମାଜର ପ୍ରଥମ ମହିଳା ଥିଲେ । ସମ୍ରାଟଙ୍କ ପରେ ସମାଜରେ ସମ୍ଭ୍ରାନ୍ତ ଶ୍ରେଣୀ, ମଧ୍ୟବିତ୍ତ ଶ୍ରେଣୀ ଓ ସର୍ବନିମ୍ନ ଶ୍ରେଣୀ ବାସ କରୁଥିଲେ । ସମ୍ଭ୍ରାନ୍ତ ମାନେ ବିଳାସରେ ଜୀବନ ଅତିବାହିତ କରୁ ଥିବାବେଳେ ମଧ୍ୟବିତ୍ତ ଶ୍ରେଣୀ ଅନ୍ତର୍ଗତ ଲେଖକ, ବ୍ୟବସାୟୀ, କଳାକାର ଓ ସର୍ବନିମ୍ନ ଶ୍ରେଣୀ ଅନ୍ତର୍ଗତ କୃଷକ, ବଣିକ, ଶ୍ରମିକ ଆଦି ଅତି ଶୋଚନୀୟ ଭାବରେ ଜୀବିକା ନିର୍ବାହ କରୁଥିଲେ ।
- ମୁସଲମାନମାନେ ଭୋଜନରେ ଭାତ, ରୁଟି ଏବଂ ବିଭିନ୍ନ ପ୍ରକାର ମାଂସ, ପ୍ରିୟ ଖାଦ୍ୟରୂପେ ବିରିୟାନୀ ଓ କଚମ୍ବର ଖାଉଥିଲେ । ସେମାନେ ଅଙ୍ଗୁର ଓ ଡାଳିମ୍ବ ଆଦି ଫଳ ଖାଇବା ସହ ଏଗୁଡ଼ିକର ରଙ୍ଗୀନ ସର୍ବତ ପାନୀୟରୂପେ ପିଉଥିଲେ । ସେହିପରି ହିନ୍ଦୁମାନଙ୍କର ପ୍ରିୟ ଖାଦ୍ୟ ଥିଲା ଖେଚୁଡ଼ି । ଉତ୍ତର ଭାରତୀୟ ହିନ୍ଦୁମାନେ ମୁଖ୍ୟତଃ ରୁଟି ଖାଉଥଲେ ଓ ପର୍ବପର୍ବାଣିରେ ପୁରୀ, ଲୁଚି ଓ ଖୂରୀ ଆଦି ପ୍ରସ୍ତୁତ କରୁଥିଲେ ।
- ଶାସକମାନେ ଦାମୀ ଓ ସୂକ୍ଷ୍ମ ପୋଷାକ ପରିଧାନ କରୁଥିଲାବେଳେ ମୁସଲମାନ ରମଣୀମାନେ ସାଲୁଆର, କୁର୍ତ୍ତା ପରିଧାନ କରିବା ସହିତ କଜ୍ଵଳ, ଗୋଲାପ ଜଳ, ଅତର, ନଖ ରଞ୍ଜକ, ମେହନ୍ଦୀ ଆଦି ପ୍ରସାଧନ ସାମଗ୍ରୀ ବ୍ୟବହାର କରୁଥିଲେ । ଅପର ପକ୍ଷରେ ସମ୍ଭ୍ରାନ୍ତ ହିନ୍ଦୁମାନେ ମୂଲ୍ୟବାନ୍ ପୋଷାକ, ସାଧାରଣ ଜନତା ମୋଟା ସୂତାବୁଣା ପୋଷାକ ପିନ୍ଧୁଥିଲେ ଓ ମୁଣ୍ଡରେ ପଗଡ଼ି ବାନ୍ଧୁଥିଲେ ।
- ସମ୍ରାଟ ଓ ସମ୍ଭ୍ରାନ୍ତମାନେ ନୌବିହାର, ଶିକାର, ଖଣ୍ଡାଯୁଦ୍ଧ, ଘୋଡ଼ାଦୌଡ଼ ଏବଂ ସାଧାରଣ ମୁସଲମାନମାନେ ସତରଞ୍ଜ, ଗୁଡ଼ିଉଡ଼ା, ପାରାଉଡ଼ା, କୁକୁଡ଼ା ଲଢ଼େଇ ଆଦି ମାଧ୍ୟମରେ ଖେଳରେ ଅବସର ବିନୋଦନ କରୁଥିଲେ । ସେହିପରି ହିନ୍ଦୁମାନେ ମଲ୍ଲଯୁଦ୍ଧ, କୁସ୍ତି ଓ ଶିକାର, ପଶାପାଲି, ବାଦ୍ୟଯନ୍ତ୍ର, ରାମଲୀଳା ଓ ଯାଦୁଖେଳ ଆଦି ମାଧ୍ୟମରେ ସମୟ ଅତିବାହିତ କରୁଥିଲେ ।
- ମୁସଲମାନମାନେ ମହରମ୍ ଓ ଇଦ୍ ଏବଂ ହିନ୍ଦୁମାନେ ଜନ୍ମ ଉତ୍ସବ, ନାମକରଣ, ରକ୍ଷାବନ୍ଧନ, ଶିବରାତ୍ରି, ରାମନବମୀ ଆଦି ପର୍ବପର୍ବାଣି ପାଳନ କରୁଥିଲେ ।
- ମୋଗଲ ଯୁଗରେ ମୁସଲମାନ ଛାତ୍ରମାନେ ସ୍କୁଲ ଶିକ୍ଷା ସମାପ୍ତ କରି ମଦ୍ରାସାରେ ଓ ହିନ୍ଦୁ ଛାତ୍ରମାନେ ପ୍ରାଥମିକ ବିଦ୍ୟାଳୟ ବା ଟୋଲ୍ରେ ଶିକ୍ଷାଲାଭ କରୁଥିଲେ ।
(ଢ) ମୋଗଲ ରାଜତ୍ଵ କାଳରେ ଭାଷା ଓ ସାହିତ୍ୟର ଉନ୍ନତି କିପରି ହୋଇଥିଲା ?
Answer:
- ମୋଗଲ ରାଜତ୍ଵ କାଳରେ ପାର୍ସୀ, ଅରବୀ, ଉର୍ଦ୍ଦୁ, ହିନ୍ଦୀ ଭାଷା ଓ ସାହିତ୍ୟରେ ବିଶେଷ ଉନ୍ନତି ସାଧୂ ହୋଇଥିଲା ।
- ମୋଗଲ ଦରବାରରେ ଅନେକ ବିଶିଷ୍ଟ କବି, ସାହିତ୍ୟିକ ଓ ଐତିହାସିକ ଥିଲେ । ଆକବର ନିଜେ ନିରକ୍ଷର ଥିଲେ ମଧ୍ୟ ସାହିତ୍ୟ ପ୍ରତି ତାଙ୍କର ବିଶେଷ ଅନୁରାଗ ଥିଲା ।
- ବାବର, ହୁମାୟୁନ୍, ଜାହାଙ୍ଗୀର ଓ ଔରଙ୍ଗଜେବ୍ ନିଜ ନିଜର ଆତ୍ମଚରିତ ଲେଖୁ ମୋଗଲ ଯୁଗର ସାହିତ୍ୟକୁ ପରିପୁଷ୍ଟ କରିଥିଲେ ।
- ସେହି ସମୟରେ କବୀରଙ୍କ ‘ଦୋହା’, ତୁଳସୀଦାସଙ୍କ ‘ରାମଚରିତ ମାନସ’, ଅନ୍ଧକବି ସୁରଦାସଙ୍କ ‘ସୁରସାଗର’ ଓ ରସ ଖାଁଙ୍କ ଭକ୍ତଗୀତ ‘ପ୍ରେମବାଟିକା’ ପ୍ରସିଦ୍ଧି ଲାଭ କରିଥିଲା ।
- ଏହି ସମୟରେ ଅନେକ ପ୍ରାଚୀନ ହିନ୍ଦୁଗ୍ରନ୍ଥ ପାର୍ସୀ ଭାଷାରେ ଅନୁବାଦିତ ହୋଇଥିଲା । ସାହିତ୍ୟ ମାଧ୍ୟମରେ ହିନ୍ଦୁ ଓ ଇସଲାମ୍ ସଂସ୍କୃତିର ସମନ୍ଵୟ ଘଟିଥିଲା ।
(ଣ) ମୋଗଲ ଶାସନ ସମୟକୁ କଳା ଓ ସ୍ଥାପତ୍ୟର ସୁବର୍ଣ୍ଣ ଯୁଗ କୁହାଯାଏ କାହିଁକି ?
Answer:
- ମୋଗଲ କଳା ଓ ସ୍ଥାପତ୍ୟ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ଵରେ ଆଦୃତ ହୋଇଥିଲା । ମୋଗଲ ବଂଶର ଜନପ୍ରିୟ ଶାସକ ଆକବର ଏବଂ ଶାହାଜାହାନ୍ଙ୍କ ପୃଷ୍ଠପୋଷକତା ଲାଭ କରି ସେହି ସମୟରେ କଳା ଓ ସ୍ଥାପତ୍ୟ ଉନ୍ନତିର ଚରମ ସୀମାରେ ପହଞ୍ଚିଥିଲା । ଶାହାଜାହାନ୍ଙ୍କ ରାଜତ୍ଵକାଳ ମୋଗଲ କଳା ଓ ସ୍ଥାପତ୍ୟର ସୁବର୍ଣ୍ଣଯୁଗ ରୂପେ ପ୍ରସିଦ୍ଧ ।
- ମୋଗଲ ସମ୍ରାଟମାନେ ଅଜସ୍ର ଅର୍ଥବ୍ୟୟରେ କାରୁକାର୍ଯ୍ୟପୂର୍ଣ୍ଣ ମନୋରମ ରାଜପ୍ରାସାଦ, ଦୁର୍ଗ, ମସ୍ଜିଦ୍, ସମାଧ୍, ସୌଧ ଆଦି ନିର୍ମାଣ କରିଥିଲେ । ଆକବରଙ୍କ ସମୟର ଆଗ୍ରା ଦୁର୍ଗ, ଫତେପୁର ସିକ୍ରୀର ରାଜପ୍ରାସାଦ ଆଦି ଲାଲ ପଥରର ନିର୍ମିତ ହୋଇଥିଲା ।
- ଶାହାଜାହାନ୍ଙ୍କଦ୍ଵାରା ଯମୁନା ନଦୀ କୂଳରେ ମାର୍ବଲ ପଥରର ନିର୍ମିତ ତାଜମହଲ ମୋଗଲ ଯୁଗର ଏକ ଅଦ୍ବିତୀୟ କୀର୍ତ୍ତି ଥିଲା ।
ତାଙ୍କର କୀର୍ତ୍ତିଗୁଡ଼ିକ ମଧ୍ୟରୁ ମୋତି ମସ୍ଜିଦ୍, ଲାଲକିଲ୍ଲା, ଜୁମା ମସ୍ଜିଦ୍ ଆଦି ପ୍ରସିଦ୍ଧ ଅଟେ । ଏସବୁ କୀର୍ତ୍ତି ଇସଲାମ୍ ଓ ଭାରତୀୟ କଳାଶୈଳୀରେ ନିର୍ମିତ ହୋଇଥିଲା । ଏତଦ୍ବ୍ୟତୀ ହୀରା, ମଣିମୁକ୍ତାଖଚିତ ବିଶ୍ୱବିଖ୍ୟାତ ମୟୂର ସିଂହାସନ ଶାହାଜାହାନ୍ ନିର୍ମାଣ କରିଥିଲେ । - ଜାହାଙ୍ଗୀରଙ୍କ ସମୟରେ ଚିତ୍ରକଳାର ବିକାଶ ସାଧୂ ହୋଇଥିଲା । ଜାହାଙ୍ଗୀର ସାର୍ ଟମାସ୍ ରୋଙ୍କ ସଂସ୍ପର୍ଶରେ ଆସି ୟୁରୋପୀୟ ଚିତ୍ରକଳା ପ୍ରତି ଆକୃଷ୍ଟ ହୋଇଥିଲେ ।
୨। ତଳ ପ୍ରଶ୍ନର କେତେକ ସମ୍ଭାବ୍ୟ ଉତ୍ତର ଦିଆଯାଉଛି । ସେଗୁଡ଼ିକ ମଧ୍ୟରୁ ଯେଉଁ ଉତ୍ତରଟି ଠିକ୍ ତା’ ପାଖରେ ଠିକ୍ (✓) ଚିହ୍ନ ଦିଅ ।
(କ) ବାବରଙ୍କ ପିତାଙ୍କ ନାମ କ’ଣ ଥିଲା ?
( ) ଶେଖର ମିର୍ଜା ( ) ଉମର୍ ଶେଖ୍ ମିର୍ଜା ( ) ଶେଖ୍ ଉମର୍ ମିର୍ଜା ( ) ଶେଖ୍ ମିର୍ଜା
Answer:
(✓) ଉମର୍ ଶେଖ୍ ମିର୍ଜା
(ଖ) ଘାଘରା ଯୁଦ୍ଧ କେତେ ଖ୍ରୀଷ୍ଟାବ୍ଦରେ ହୋଇଥିଲା ?
( ) ୧୫୨୯ ଖ୍ରୀଷ୍ଟାବ୍ଦ ( ) ୧୫୩୦ ଖ୍ରୀଷ୍ଟାବ୍ଦ ( ) ୧୫୩୧ ଖ୍ରୀଷ୍ଟାବ୍ଦ ( ) ୧୫୩୨ ଖ୍ରୀଷ୍ଟାବ୍ଦ
Answer:
(✓) ୧୫୨୯ ଖ୍ରୀଷ୍ଟାବ୍ଦ
(ଗ) ପାରସ୍ୟର ବର୍ତ୍ତମାନ ନାମ କ’ଣ ?
( ) ଇରାକ୍ ( ) କୁଏତ୍ ( ) ସାଉତି ଆରବ ( ) ଇରାନ୍
Answer:
(✓) ଇରାନ୍
(ଘ) ଆକବରଙ୍କ ଅଭିଭାବକଙ୍କ ନାମ କ’ଣ ଥିଲା ?
( ) ବୈରାମ୍ ଖାଁ ( ) ଛୋଟେ ଖାଁ ( ) ବଡ଼େ ଖାଁ ( ) ଉମର୍ ଖାଁ
Answer:
(✓) ବୈରାମ୍ ଖାଁ
(ଙ) ଆକବର ନିଜ ସାମ୍ରାଜ୍ୟକୁ କେତୋଟି ସୁବାରେଭାଗ କରିଥିଲେ ?
( ) ୧୨ଟି ( ) ୧୩ଟି ( ) ୧୪ଟି ( ) ୧୫ଟି
Answer:
(✓) ୧୫ଟି
(ଚ) ଆକବରଙ୍କ ଜ୍ୟେଷ୍ଠପୁତ୍ରଙ୍କ ନାମ କ’ଣ ଥିଲା ?
( ) ଅଲିମ୍ ( ) ସଲିମ୍ ( ) ଖୁରମ୍ ( ) ହଲିମ୍
Answer:
(✓) ସଲିମ୍
(ଛ) ମୋଗଲ ଶାସନ ସମୟରେ ଗ୍ରାମଗୁଡ଼ିକୁ ନେଇ କ’ଣ ଗଠିତ ହୋଇଥିଲା ?
( ) ଜିଲ୍ଲା ( ) ରାଜ୍ୟ ( ) ପ୍ରଗଣା ( ) ଦେଶ
Answer:
(✓) ପ୍ରଗଣା
(ଜ) ଅନ୍ଧକବି ସୁରଦାସ କ’ଣ ରଚନା କରିଥିଲେ ?
( ) ସୁର ସାଗର () ଅମୃତ ସାଗର ( ) ରାମଚରିତ ମାନସ ( ) ପ୍ରେମ ବଟିକା
Answer:
(✓) ସୁର ସାଗର
(ଝ) ଫତେପୁର ସିକ୍ରୀ ରାଜପ୍ରସାଦ କେଉଁ ପଥରରେ ନିର୍ମିତ ହୋଇଥିଲା ?
( ) ମୁଗୁନି ପଥର ( ) ଲାଲ ପଥର ( ) ମାର୍ବଲ ପଥର ( ) ନୀଳ ପଥର
Answer:
(✓) ଲାଲ ପଥର
୩। ଭୁଲ୍ ଥିଲେ ଠିକ୍ କରି ଲେଖ ।
(କ) ବାବର ଚେଙ୍ଗିଜ୍ ଖାଁଙ୍କ ବଂଶଧର ଥିଲେ ।
Answer:
ବାବର ତୈମୁରଲଙ୍କ ବଂଶଧର ଥିଲେ ।
(ଖ) ହୁମାୟୁନ୍ ମହମ୍ମଦ ଶାହାଙ୍କୁ ପରାସ୍ତ କରି ଗୁଜରାଟ ଓ ମାଳବ ଅସ୍ୱୀକାର କରିଥିଲେ ।
Answer:
ହୁମାୟୁନ୍ ବାହାଦୂର ଶାହାଙ୍କୁ ପରାସ୍ତ କରି ଗୁଜରାଟ ଓ ମାଳବ ଅଧିକାର କରିଥିଲେ ।
(ଗ) ମାନସିଂଙ୍କ ନେତୃତ୍ୱରେ ମୋଗଲମାନେ ହଳଦୀଘାଟ ଯୁଦ୍ଧରେ ରାଣା ରତନଙ୍କୁ ପରାସ୍ତ କରିଥିଲେ ।
Answer:
ମାନସିଂଙ୍କ ନେତୃତ୍ବରେ ମୋଗଲମାନେ ହଳଦୀଘାଟ ଯୁଦ୍ଧରେ ରାଣା ପ୍ରତାପଙ୍କୁ ପରାସ୍ତ କରିଥିଲେ ।
(ଘ) ବୀରବଲ୍ ଆକବରଙ୍କ ଦରବାରରେ ସର୍ବଶ୍ରେଷ୍ଠ ସଙ୍ଗୀତଜ୍ଞ ଥିଲେ ।
Answer:
ତାସେନ୍ ଆକବରଙ୍କ ଦରବାରରେ ସର୍ବଶ୍ରେଷ୍ଠ ସଙ୍ଗୀତଜ୍ଞ ଥିଲେ ।
(ଙ) ଲାଲକିଲ୍ଲା ଆକବର ପ୍ରତିଷ୍ଠା କରିଥିଲେ ।
Answer:
ଲାଲ୍କିଲ୍ଲା ଶାହାଜାହାନ୍ ପ୍ରତିଷ୍ଠା କରିଥିଲେ ।
(ଚ) ଔରଙ୍ଗଜେବ୍ ଶିଙ୍ଖାମାନଙ୍କ ନବମ ଗୁରୁ ଗୋବିନ୍ଦ ସିଂଙ୍କୁ ହତ୍ୟା କରିଥିଲେ ।
Answer:
ଔରଙ୍ଗଜେବ୍ ଶିଖ୍ରୀମାନଙ୍କ ନବମ ଗୁରୁ ତେଗ୍ବାହାଦୂରଙ୍କୁ ହତ୍ୟା କରିଥିଲେ ।
(ଛ) ମାରୱାରର ବର୍ତ୍ତମାନ ନାମ ଜୟପୁର ଅଟେ ।
Answer:
ଅମ୍ବରର ବର୍ତ୍ତମାନ ନାମ ଜୟପୁର ଅଟେ ।
(ଜ) ଆକବର ଉତ୍ପାଦନର ଏକ ଚତୁର୍ଥାଂଶ ଭୂରାଜସ୍ଵ ରୂପେ ନେଉଥିଲେ ।
Answer:
ଆକବର ଉତ୍ପାଦନର ଏକ ତୃତୀୟାଂଶ ଭୂରାଜସ୍ବ ରୂପେ ନେଉଥିଲେ ।
(ଝ) ମୋଗଲ ଶାସନ କାଳରେ ମୁସଲମାନ ସମାଜ ୫ ଭାଗରେ ବିଭକ୍ତ ହୋଇଥିଲା ।
Answer:
ମୋଗଲ ଶାସନ କାଳରେ ମୁସଲମାନ ସମାଜ ୪ ଭାଗରେ ବିଭକ୍ତ ହୋଇଥିଲା ।
(ଞ) ରମୁ ଖାଁ ସୁରସାଗର ରଚନା କରିଥିଲେ ?
Answer:
ସୁର ଦାସ ସୁରସାଗର ରଚନା କରିଥିଲେ ।
୪। ‘କ’ ସ୍ତମ୍ଭରେ ଥିବା ସମୟକୁ ଓ ‘ଖ’ ସ୍ତମ୍ଭରେ ଥିବା ଘଟଣାକୁ ଗାର ଦେଇ ଯୋଡ଼ ।