Odisha State Board BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା Ex 5.7 Textbook Exercise Questions and Answers.
BSE Odisha Class 7 Maths Solutions Chapter 5 ପରିମେୟ ସଂଖ୍ୟା Ex 5.7
Question 1.
ଗୋଟିଏ ତ୍ରିଭୁଜର ବାହୁମାନଙ୍କର ଦୈର୍ଘ୍ୟର ପରିମାଣ ଯଥାକ୍ରମେ 2 \frac{1}{3} ସେ.ମି. 3 \frac{1}{2} ସେ.ମି. ଓ 4 \frac{2}{5} ସେ.ମି. ହେଲେ, ତ୍ରିଭୁଜଟିର ପରିସୀମା କେତେ ?
ସମାଧାନ:
{ତ୍ରିଭୁଜର ପରିସୀମା = ବାହୁ ତ୍ରୟର ଦୈର୍ଘ୍ୟର ସମଷ୍ଟି}
ତ୍ରିଭୁଜର ପରିସୀମା = 2 \frac{1}{3} ସେ.ମି., 3 \frac{1}{2} ସେ.ମି. ଓ 4 \frac{2}{5} ସେ.ମି. = \left(\frac{7}{3}+\frac{7}{2}+\frac{22}{5}\right) ସେ.ମି.
= \frac{10 \times 7+15 \times 7+6 \times 22}{30} ସେ.ମି. = \frac{70+105+132}{30} ସେ.ମି.
= \frac{307}{30} ସେ.ମି. = 10 \frac{7}{30} ସେ.ମି.
∴ ତ୍ରିଭୁଜର ପରିସୀମା 10 \frac{7}{30} ସେ.ମି.
Question 2.
କମଳବାବୁ ତାଙ୍କ ଘର ପାଖରୁ \frac{2}{5} କି.ମି. ଉତ୍ତର ଦିଗ ଆଡ଼କୁ ଯିବା ପରେ 1 \frac{3}{4} କି.ମି. ଦକ୍ଷିଣ ଦିଗ ଆଡ଼କୁ ଚାଲିଲେ । ତେବେ ସେ ତାଙ୍କ ଘରଠାରୁ କେଉଁ ଦିଗରେ କେତେ ଦୂରରେ ଅଛନ୍ତି?
ସମାଧାନ:
କମଳବାବୁ ଉତ୍ତରକୁ ଗଲେ \frac{2}{5} କି.ମି. । ସେଠାରୁ ଦକ୍ଷିଣକୁ ଗଲେ = 1 \frac{3}{4} ବା \frac{7}{4} କି.ମି.
ଘରଠାରୁ ଦକ୍ଷିଣ ଦିଗକୁ ଯାଇଥିବା ଅଧିକ ରାସ୍ତାର ଦୈର୍ଘ୍ୟ = \left(\frac{7}{4}-\frac{2}{5}\right) କି.ମି.
= \frac{35-8}{20} କି.ମି. = \frac{27}{20} ବା 1 \frac{7}{20} କି.ମି.
∴ କମଳବାବୁ ତାଙ୍କ ଘରଠାରୁ ଦକ୍ଷିଣ ଦିଗରେ 1 \frac{7}{20} କି.ମି. ଦୂରରେ ଅଛନ୍ତି ।
Question 3.
ଦୁଇଟି ପରିମେୟ ସଂଖ୍ୟାର ଯୋଗଫଳ -9 । ସେମାନଙ୍କ ମଧ୍ୟରୁ ଗୋଟିଏ \frac{15}{8} ହେଲେ ଅନ୍ୟଟି କେତେ?
ସମାଧାନ:
ଦୁଇଟି ପରିମେୟ ସଂଖ୍ୟାର ଯୋଗଫଳ = -9 । ସେମାନଙ୍କ ମଧ୍ୟରୁ ଗୋଟିଏ ସଂଖ୍ୟା = \frac{15}{8}
ଅନ୍ୟ ସଂଖ୍ୟାଟି = -9 – \frac{15}{8}=-\frac{9}{1}-\frac{15}{8}=\frac{-72-15}{8}=-\frac{87}{8}
∴ ଅନ୍ୟ ପରିମେୟ ସଂଖ୍ୟାଟି –\frac{87}{8}
Question 4.
ମେରୀ ପ୍ରତିଦିନ 5 \frac{2}{3} ଘଣ୍ଟା ପଢ଼େ । ସେ ଯଦି 2 \frac{4}{5} ଘଣ୍ଟା ଗଣିତ ଓ ବିଜ୍ଞାନ ପଢୁଥାଏ, ତେବେ ସେ କେତେ ସମୟ ଅନ୍ୟ ବିଷୟ ଗୁଡ଼ିକୁ ପଢ଼ିଥାଏ?
ସମାଧାନ:
ମେରୀ ପ୍ରତିଦିନ ପଢ଼େ 5 \frac{2}{3} ବା \frac{17}{3}ଘଣ୍ଟା । ଗଣିତ ଓ ବିଜ୍ଞାନ ପଢ଼େ = 2 \frac{4}{5} ବା \frac{14}{5} ଘଣ୍ଟା
ଅନ୍ୟ ବିଷୟ ପଢ଼େ = (\frac{17}{3}-\frac{14}{5}) ଘଣ୍ଟା । = \frac{85-42}{15} ଘଣ୍ଟା । = \frac{43}{15} ବା 2 \frac{13}{15}ଘଣ୍ଟା ।
∴ ମେରୀ 2 \frac{13}{15} ଘଣ୍ଟା ଅନ୍ୟ ବିଷୟଗୁଡ଼ିକୁ ପଢ଼ିଥାଏ ।
Question 5.
9 \frac{4}{3} ଓ 5 \frac{5}{6} ର ଯୋଗଫଳ ଓ 11 \frac{2}{5} ଓ 7 \frac{1}{3} ର ଯୋଗଫଳ ମଧ୍ୟରେ ପାର୍ଥକ୍ୟ କେତେ?
ସମାଧାନ:
Question 6.
ଗୋଟିଏ ବର୍ଗାକୃତି ପଡ଼ିଆର ଗୋଟିଏ ବାହୁର ଦୈର୍ଘ୍ୟ 5 \frac{3}{4} ମି ହେଲେ ସେହି ପଡ଼ିଆର କ୍ଷେତ୍ରଫଳ ଓ ପରିସୀମା ନିର୍ଣ୍ଣୟ କର । ଏହି ପଡ଼ିଆର ଚାରିପାଖରେ ବାଡ଼ ତିଆରି କରିବା ପାଇଁ ମିଟରକୁ 8 ଟଙ୍କା ହିସାବରେ ମୋଟ କେତେ ଖର୍ଚ୍ଚ ହେବ?
ସମାଧାନ:
ବର୍ଗ କ୍ଷେତ୍ରର ପରିସୀମା = 4 × ବାହୁର ଦୈର୍ଘ୍ୟ
ବର୍ଗ କ୍ଷେତ୍ରର କ୍ଷେତ୍ରଫଳ = (ବାହୁର ଦୈର୍ଘ୍ୟ)2
ବର୍ଗାକାର ପଡ଼ିଆର ଦୈର୍ଘ୍ୟ = 5 \frac{3}{4} ବା \frac{23}{4} ମିଟର ।
ବର୍ଗାକାର କ୍ଷେତ୍ରର କ୍ଷେତ୍ରଫଳ = (ବାହୁର ଦୈର୍ଘ୍ୟ)2 = (\frac{23}{4} ମିଟର)2 = \frac{529}{16} ବର୍ଗମିଟର ।
= 33 \frac{1}{16} ବର୍ଗମିଟର ।
∴ ପଡ଼ିଆର ପରିସୀମା = 4 × ପ୍ରତ୍ୟେକ ବାହୁର ଦୈର୍ଘ୍ୟ = 4 × \frac{23}{4} ମିଟର = 23 ମିଟର ।
ପଡ଼ିଆର ଚାରିପାଖରେ ବାଡ଼ଦେବାକୁ 1 ମିଟରକୁ ଖର୍ଚ୍ଚ ହୁଏ 8 ଟଙ୍କା ।
∴ 23 ମିଟରକୁ ଖର୍ଚ୍ଚ ହେବ = 23 × 8 ଟଙ୍କା = 184 ଟଙ୍କା ।
Question 7.
କେଉଁ ସଂଖ୍ୟାକୁ \frac{-8}{5} ଦ୍ଵାରା ଗୁଣିଲେ ଗୁଣଫଳ 36 ହେବ?
ସମାଧାନ:
ସଂଖ୍ୟାଦ୍ବୟର ଗୁଣଫଳ 36 । ଗୋଟିଏ ସଂଖ୍ୟା -\frac{8}{5}
ଅନ୍ୟ ସଂଖ୍ୟାଟି = 36 ÷ (\frac{-8}{5}) = 36 × (-\frac{5}{8}) = \frac{-36 \times 5}{8}=-\frac{45}{2} ବା -22 \frac{1}{2}
∴ -22 \frac{1}{2} କୁ \frac{-8}{5} ଦ୍ଵାରା ଗୁଣିଲେ ଗୁଣଫଳ 36 ହେବ ।
Question 8.
ଦୁଇଟି ପରିମେୟ ସଂଖ୍ୟାର ଗୁଣଫଳ \frac{-16}{9} । ସେମାନଙ୍କ ମଧ୍ୟରୁ ଗୋଟିଏ \frac{-4}{3} ହେଲେ ଅନ୍ୟଟି କେତେ?
ସମାଧାନ:
ଦୁଇଟି ପରିମେୟ ସଂଖ୍ୟାର ଗୁଣଫଳ = \frac{-16}{9} । ଗୋଟିଏ ସଂଖ୍ୟା = \frac{-4}{3}
ଅନ୍ୟ ସଂଖ୍ୟାଟି = \left(-\frac{16}{9}\right) \div\left(-\frac{4}{3}\right)=-\frac{16}{9} \times\frac{-3}{4}=\frac{(-16) \times(-3)}{9 \times 4}=\frac{48}{36}=\frac{4}{3}
∴ ଅନ୍ୟ ପରିମେୟ ସଂଖ୍ୟାଟି \frac{4}{3}