Odisha State Board BSE Odisha 7th Class Odia Solutions Chapter 21 ଆମେ ଧରଣୀ ବୁକୁର ଶିଶୁ Textbook Exercise Questions and Answers.
BSE Odisha Class 7 Odia Solutions Chapter 21 ଆମେ ଧରଣୀ ବୁକୁର ଶିଶୁ
ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର
Question ୧।
ଉତ୍ତର କୁହ
(କ) ଅଦ୍ଭୁତ ପିଲାଟି କିପରି ଦେଖାଯାଉଥିଲା ?
Answer:
ଅଦ୍ଭୁତ ପିଲାଟିର ଚେହେରା ସାଧାରଣ ପିଲାର ଚେହେରାଠାରୁ ଭିନ୍ନ ଥିଲା । ତାହାର ମୁଣ୍ଡ ସାଧାରଣ ପିଲାମାନଙ୍କ ମୁଣ୍ଡ ଅପେକ୍ଷା ବଡ଼ ଥିଲା । ଆଖ୍ ଦୁଇଟି ଜ୍ଵଳନ୍ତ ଅଙ୍ଗାର ଭଳି ଉଜ୍ଜଳ ଦିଶୁଥିଲା ଓ କାନ ଦୁଇଟି ଥିଲା ଅସମ୍ଭବ ଭାବରେ ଲମ୍ବା । ମୁହଁରେ ଗମ୍ଭୀରତା ସହିତ ସେ ଦେହରେ ଅଦ୍ଭୁତ ପୋଷାକ ପିନ୍ଧିଥିଲା ।
(ଖ ) ପିଲାଟିକୁ ଭୂତ ଭାବି ଶିଳା ଓ ସୀମା ପଳାଇଯିବା ଦେଖ୍ ରୂପା କ’ଣ କହିଲା ?
Answer:
ପିଲାଟିର ଅଦ୍ଭୁତ ଚେହେରା ଦେଖୁ ଶିଳା ଓ ସୀମା ଡରି ଯାଇଥିଲେ ଓ ତାହାକୁ ଭୂତ ଭାବି ପଳାଇଯିବାକୁ ଉଦ୍ୟତ ହୋଇଥିଲେ । ସୀମାର ଜେଜେମା’ ପିଲାଦିନେ ସେହି ଆମ୍ବତୋଟାରେ ଭୂତ ଦେଖୁଥିଲେ ବୋଲି ସୀମା ତାଙ୍କଠାରୁ ଶୁଣିଥିଲା । ରୂପା ଶିଳା ଓ ସାମାକୁ ଚୁଝାଇବାକୁ ଯାଇ କହିଥ୍ ଲା ଯେ ବଢ଼ମାନେ ସେମାନଙ୍କୁ ଡରାଇବାପାଇଁ ଏଭଳି ଅନେକ ମନଗଢ଼ା କଥା କହିଥା’ନ୍ତି । ପ୍ରକୃତରେ ଦୁନିଆରେ ଭୂତ ବୋଲି କିଛି ନାହିଁ । ଏହି ପିଲାଟି ସେମାନଙ୍କ ପରି ଗୋଟିଏ ପିଲା ଏବଂ ସେମାନେ ତା’ ସହିତ କଥା ହେବା ଉଚିତ ।
(ଗ) ରୂପା ଅଦ୍ଭୁତ ପିଲାଟିର ନାଆଁ ପଚାରିବାରୁ ପିଲାଟି କି ଉତ୍ତର ଦେଲା ?
Answer:
ରୂପା ଅଦ୍ଭୁତ ପିଲାଟିର ନାଆଁ ପଚାରିବାରୁ ପିଲାଟି ନାଁର ଅର୍ଥ ଠିକ୍ ରୂପେ ବୁଝିପାରି ନଥୁଲା, ବରଂ ସେଇଟା କ’ଣ ବୋଲି ପ୍ରଶ୍ନ କରିଥିଲା । ମାତ୍ର ପରବର୍ତ୍ତୀ ସମୟରେ ରୂପା ନାଁର ଅର୍ଥକୁ ଠିକ୍ ରୂପେ ଉଦାହରଣ ଦେଇ ବୁଝାଇବା ପରେ ତା’ ସୃଷ୍ଟିକର୍ତ୍ତା ତାକୁ ଚାପ୍ ୱାନ୍ ଡାକନ୍ତି ବୋଲି ପିଲାଟି କହିଥିଲା।
(ଘ) ‘ବହୁତ ଆଗରେ’ ଏକଥାଟି ବୁଝାଇବାକୁ ଯାଇ ପିଲାଟି କି ଉତ୍ତର ଦେଲା ?
Answer:
ଅଦ୍ଭୁତ ପିଲାଟି ଜ୍ଞାନ-ବିଜ୍ଞାନ, ବୁଦ୍ଧି-କୌଶଳ, ରୂପ ଓ ପୋଷକରେ ବହୁତ ଆଗରେ ବୋଲି କହିଛି । ସୀମା, ରୂପା ଓ ଜୟନ୍ତୀଙ୍କୁ ‘ବହୁତ ଆଗରେ’ କହିବାର ଅର୍ଥ ବୁଝାଇ ପିଲାଟି ଉତ୍ତର ଦେଇ କହିଛି ଯେ ସେମାନେ ଡାକ୍ତର ହେବାର ସ୍ବପ୍ନ ଦେଖୁଛନ୍ତି; କିନ୍ତୁ ସେ ଗୋଟେ ମିନିଟ୍ରେ ଅସାଧ୍ୟ ରୋଗକୁ ଭଲ କରିଦେବ । ସେମାନେ ଇଞ୍ଜିନିୟର ହେବାକୁ ସ୍ଵପ୍ନ ଦେଖୁଛନ୍ତି; ମାତ୍ର ସେ ବିନା ଖୁମ୍ବରେ ଶହ ଶହ ମାଇ ବ୍ରିଜ ତିଆରି କରିପାରିବ । ପୁନଶ୍ଚ ସେମାନେ କଲେକ୍ଟର ହେବାର ସ୍ୱପ୍ନ ଦେଖୁଥିଲାବେଳେ, ସେ ଏକୁଟିଆ ଗୋଟିଏ ଦେଶକୁ ଶାସନ କରିପାରିବି ।
(ଙ) ‘ଜୀବନ ସାରା ତମେ ସ୍ଵପ୍ନ ଦେଖୁଥିବ, କେବେ ତାହା ସତ ହେବ ନାହିଁ”, ଏକଥା ଶୁଣି ରୂପ କି ପ୍ରତିକ୍ରିୟା ପ୍ରକାଶ କଲା ?
Answer:
ଅଦ୍ଭୁତ ପିଲାଟି ରୂପା, ସୀମା, ଶିଳା, ଜୟନ୍ତୀ ଇତ୍ୟାଦି ପିଲାମାନଙ୍କୁ ପ୍ରଭାବିତ କରିବାକୁ ଯାଇ କହିଛି, ସେମାନେ ତା’ପରି ହୋଇଗଲେ ଅସାଧ୍ୟ ସାଧନ କରିପାରିବ । ନଚେତ୍ ଜୀବନ ସାରା କେବଳ ସ୍ଵପ୍ନ ଦେଖୁଥିବେ । ଅଦ୍ଭୁତ ପିଲାର ଏଭଳି କଥା ଶୁଣି ରୂପା ପ୍ରତିକ୍ରିୟା ପ୍ରକାଶ କରି କହିଛି ଯେ ମଣିଷ ସ୍ଵପ୍ନ ଭିତରେ ବାସ୍ତବକୁ ଖୋଜି ଆନନ୍ଦ ପାଉଛ ବୋଲି ଏ ଦୁନିଆରେ ବଞ୍ଚି ରହିଛି । କାରଣ ବହୁବର୍ଷ ପୂର୍ବରୁ ଏ ଦୁନିଆରେ ବାପା-ମା’, ଭାଇ-ଭଉଣୀ, ସ୍ନେହ-ଭକ୍ତି, ହସ-କାନ୍ଦ ରହିଥିଲା । ଆଜି ବି ଅଛି । ଏହି ଚିନ୍ତାଧାରା ସବୁଦିନ ପାଇଁ ରହିଥବ । କାରଣ ସେମାନେ ଧରଣୀ ବୁକୁର ଶିଶୁ । ସେମାନେ
ଅଦ୍ଭୁତ ପିଲାଭଳି ଯନ୍ତ୍ରମଣିଷ ନୁହନ୍ତିା
(ଚ) ଅଦ୍ଭୁତ ପିଲାଟି ଉଭେଇ ଗଲାପରେ ରୂପା ସମସ୍ତଙ୍କୁ କ’ଣ କହିଲା ?
Answer:
ଅଦ୍ଭୁତ ପିଲାଟି ଉଭେଇ ଗଲାପରେ ସୀମା ବ୍ୟସ୍ତ ହୋଇପଡ଼ିଲା । ଅଦ୍ଭୁତ ପିଲାଟି ସେମାନଙ୍କୁ ସୁଖ ଦେବ ବୋଲି ସେ ଭାବିଥିଲା । ରୂପା ସମସ୍ତଙ୍କୁ ବୁଝାଇବାକୁ ଯାଇ କହିଲା ଯେ ସେମାନଙ୍କୁ ସେ ପିଲାଟି ସୁଖ ଦେବାକୁ ଆସିନଥିଲା ବରଂ ସେ ଏକ ଅବାସ୍ତବ ଦୁନିଆକୁ ନେଇଯିବାକୁ ଆସିଥିଲା । ମାତ୍ର ସେମାନେ କଠିନ ପରିଶ୍ରମ କରି ନିଜ ସ୍ବପ୍ନକୁ ସାକାର କରିବେ । ନିଜ ପରିବେଶରେ ରହି ସମସ୍ତଙ୍କୁ ଉପଯୁକ୍ତ ସମ୍ମାନ ଦେଇ, ସତ୍ପଥରେ ଚାଲି ଜୀବନକୁ ଗଢ଼ିବେ । କାରଣ ସେମାନେ ହେଉଛନ୍ତି ଧରଣୀ ବୁକୁର ଶିଶୁ । ସେମାନେ ଅମୃତର ସନ୍ତାନ । ସେମାନେ କେବେହେଲେ ଅଦ୍ଭୁତ ପିଲାଭଳି ଯନ୍ତ୍ର ମଣିଷ ହେବାକୁ ଚାହିଁବେ ନାହିଁ । ସେମାନଙ୍କ ଲକ୍ଷ୍ୟ ଅମରତ୍ୱ, ବସ୍ତୁବାଦିତା ନୁହେଁ ।
Question ୨।
ପ୍ରାୟ ଶହେ ଶବ୍ଦ ମଧ୍ୟରେ ଉତ୍ତର ଲେଖ ।
(କ) ଅଦ୍ଭୁତ ପିଲାଟିକୁ ଦେଖ୍ ଓ ତା’ କଥା ଶୁଣିଲା ପରେ ସୀମା କ’ଣ କହିଲା ?
Answer:
ଅଦ୍ଭୁତ ପିଲାଟିକୁ ଦେଖ୍ ସୀମା ଡରିଯାଇଥିଲା ଓ ତାହାକୁ ଭୂତ ବୋଲି ଭାବିଥିଲା । ସୀମାର ଜେଜେମା’ ତାକୁ କହିଥିଲେ ଯେ ଥରେ ପିଲାଦିନେ ସେ ଏହି ଆମ୍ବତୋଟାରେ ଗୋଟିଏ ଭୂତ ଦେଖୁଲେ, ଯାହାର ମୁଣ୍ଡ ଗଣ୍ଡି ଅପେକ୍ଷା ବଡ଼ ଥିଲା ଏବଂ ତାହାର ଆଖ୍ ଦୁଇଟି ଏହିପରି ଜଳୁଥିଲା । ସେ ମଧ୍ୟ ତାଙ୍କୁ କାମୁଡ଼ିବାକୁ ଗୋଡ଼ାଇଥିଲା । ତେଣୁ ସୀମା ବିଚାରରେ ଅଭୁତ ପିଲାଟି ହେଉଛି ସେହି ଭୂତ ଯିଏକି ସେମାନଙ୍କୁ କାମୁଡ଼ିଦେବ । ଏହିଭଳି କଥା କହି ସୀମା ସମସ୍ତଙ୍କୁ ଡରାଇ ଦେଇଥିଲା ।
(ଖ) ‘ଚାପ ୱାନ୍’କୁ କାହିଁକି ଝିଅମାନଙ୍କ ନିକଟକୁ ପଠାଯାଇଥିଲା ?
Answer:
ଚାପ୍ ୱାନ୍ର ସ୍ରଷ୍ଟା ଚାପ୍ ୱାନ୍ ପରି ଶହେଟି ପିଲାଙ୍କୁ ସୃଷ୍ଟି କରିଥିଲେ । ସେ ସେହି ପିଲାମାନଙ୍କୁ ପୃଥିବୀର ବିଭିନ୍ନ ସ୍ଥାନକୁ ପଠାଇ ପୃଥିବୀର ପିଲାଙ୍କ ସହିତ ମିଶିବା ସହ ସେମାନଙ୍କୁ ସ୍ୱପ୍ନ ଦୁନିଆରୁ ବାସ୍ତବ ଦୁନିଆକୁ ନେଇଯିବାପାଇଁ କହିଥିଲେ । ସୁତରାଂ ଚାପ୍ ୱାକୁ ପଠାଇ ଚାପ୍ ୱାନ୍ ସ୍ରଷ୍ଟା ପୃଥିବୀର ଅର୍ଥାତ୍ ଧରଣୀ ବୁକୁର ଶିଶୁ ଝିଅମାନଙ୍କୁ ନେଇ ଯାଇ ସେମାନ ? ଅଦ୍ଭୁତ ପିଲା ପରି କରିଦେବାକୁ ଏଭଳି କରିଥିଲେ ।
(ଗ) ‘ଚାପ ୱାନ୍’ଙ୍କ ଆଦର୍ଶ କଥା ଶୁଣି ବି ରୂପା ତା’ ସାଙ୍ଗରେ ଯିବାପାଇଁ ମନାକଲା କାହିଁକି ?
Answer:
ଚାପ ୱାନ୍ଙ୍କ ଆଦର୍ଶ କଥା ଶୁଣି ରୂପା ତା’ ସାଙ୍ଗରେ ଯିବାପାଇଁ ମନା କରିଥିଲା, କାରଣ ଚାପ୍ ୱାନ୍ ଥିଲା ଯନ୍ତ୍ରମଣିଷ, ବସ୍ତୁବାଦୀ ଚିନ୍ତାଧାରାର ମଣିଷ । ତା’ ଜୀବନରେ ସାଧାରଣ ମଣିଷ ଭଳି ହସ, କାନ୍ଦ, ସ୍ନେହ, ପ୍ରେମ ଓ ଭକ୍ତି ଭଳି କୌଣସି ବ୍ୟବହାର ଦେଖିବାକୁ ମିଳିବ ନାହିଁ । ତେଣୁ ସେଭଳି ସ୍ବପ୍ନହୀନ ଜୀବନ ଅପେକ୍ଷା ଧରଣୀ ବୁକୁର ଶିଶୁ ଭାବରେ ରହିବାପାଇଁ ରୂପା ଚିନ୍ତା କରିଥିବାରୁ, ଚାପ୍ ୱାନ୍ ସାଙ୍ଗରେ ଯିବାପାଇଁ ମନା କରିଥିଲା ।
(ଘ) ଚାପ୍ ୱାନ୍ ଏକ ଯନ୍ତ୍ର ବୋଲି କିପରି ପ୍ରମାଣିତ କରିଥିଲା ?
Answer:
ଚାପ୍ ୱାନ୍ ଏକ ଯନ୍ତ୍ର ବୋଲି ପ୍ରମାଣିତ ହୋଇଥିଲା, କାରଣ ତାହାର ସାଧାରଣ ପିଲା ଭଳି କେହି ବାପା ମା’ ନଥିଲେ କିମ୍ବା ତାହାର ସେଭଳି କୌଣସି ନାମକରଣ ନଥିଲା । ସେ ସ୍ଵପ୍ନ ଅପେକ୍ଷା କେବଳ ବସ୍ତୁବାଦୀ ଚିନ୍ତାଧାରାରେ ବିଶ୍ଵାସ କରୁଥିଲା । ତା’ ଜୀବନରେ ସ୍ନେହ-ଭକ୍ତି, ସୁଖ-ଦୁଃଖ, ସତ୍ୟ-ଶାନ୍ତି, ଦୟା-କ୍ଷମା ପରି ମାନବୀୟ ଗୁଣ ନଥିଲା । ସେ କେବଳ ସ୍ରଷ୍ଟାର ଆଦେଶ ହିଁ ମାନିଥିଲା ଏବଂ ତା’ ନିର୍ଦ୍ଦେଶରେ ହିଁ କାମ କରୁଥିଲା । ଏସବୁରୁ ସେ ଯନ୍ତ୍ର ବୋଲି ନିଜକୁ ପ୍ରମାଣିତ କରିଥିଲା ।
(ଙ) ଅଦ୍ଭୁତ ପିଲାଟି ଉଭେଇଗଲା ପରେ ରୂପା କ’ଣ କହିଲା ?
Answer:
ସମସ୍ତଙ୍କ ଭିତରେ ରୂପା ବେଶ୍ ବୁଦ୍ଧିଆ ଥିଲା। ଅଦ୍ଭୁତ ପିଲା ଉଭେଇଗଲା ପରେ ସୀମା ବ୍ୟସ୍ତ ହେଲା। ଅଦ୍ଭୁତ ପିଲା ସେମାନଙ୍କୁ ସୁଖ ଦେବବୋଲି ସେ ଭାବିଥିଲା। ରୂପା ସମସ୍ତଙ୍କୁ ବୁଝାଇ ଦେଲା ଯେ, ଅଦ୍ଭୁତ ପିଲାଟି ସେମାନଙ୍କୁ ଯନ୍ତ୍ରଶିଶୁରେ ପରିଣତ କରାଇ ଏକ ଅବାସ୍ତବ ଦୁନିଆକୁ ନେବାପାଇଁ ଆସିଥିଲା। ମାତ୍ର ତାହା ଠିକ୍ ନୁହେଁ । ସେମାନେ ଏଇ ମାଟିର ଶିଶୁ । କଠିନ ପରିଶ୍ରମ କରି, ନିଜର ପରିବେଶରେ ସମସ୍ତ ମାନବୀୟ ଗୁଣାବଳୀକୁ ଆଧାର କରି ସେମାନେ ନିଜନିଜର ସ୍ଵପ୍ନକୁ ସହକାର କରିବେ । ସତ୍ୟପଥରେ ଜୀବନ ଗଢ଼ିବେ। ଅଦ୍ଭୁତ ପିଲାଭଳି ଯନ୍ତ୍ରମଣିଷ ହେବା ଉଚିତ ନୁହେଁ । ଉତ୍ତମ କର୍ମ ମଣିଷକୁ ଚିରଦିନ ଅମର କରି ରଖିବ। ବାସ୍ତବ ଦୁନିଆଠାରୁ ଯନ୍ତ୍ର କେବେ ଶୀର୍ଷକୁ ଉଠି ନପାରେ । ରୂପା କଥାରେ ସମସ୍ତେ ପ୍ରଭାବିତ ହୋଇଥିଲେ ।
Question ୩ ।
ଶହେ ଶବ୍ଦ ମଧ୍ଯରେ ଉତ୍ତର ଲେଖ ।
(କ) ଏହି ଏକାଙ୍କିକାରେ ନାଟ୍ୟକାର ଆମକୁ କ’ଣ କହିବାକୁ ଚାହିଁଛନ୍ତି ?
Answer:
‘ଆମେ ଧରଣୀ ବୁକୁର ଶିଶୁ’ ଏକାଙ୍କିକାର ନାଟ୍ୟକାର ହେଉଛନ୍ତି ଭାସ୍କର ଚନ୍ଦ୍ର ମହାପାତ୍ର । ଉକ୍ତ ଏକାଙ୍କିକାଟିରେ ନାଟ୍ୟକାର ସାଂପ୍ରତିକ ମଣଷମାନଙ୍କର ଚିନ୍ତାଧାରାକୁ ଏକ ‘ଅଦ୍ଭୁତ ପିଲା’ ଚରିତ୍ର ମାଧ୍ୟମରେ ପ୍ରକାଶ କରିଛନ୍ତି । ବର୍ତ୍ତମାନର ମଣିଷ କ୍ରମଶଃ ଯନ୍ତ୍ରରେ ପରିଣତ ହୋଇଯାଉଥବାରୁ, ସେଥୁରେ ମଣିଷପଣିଆର ବିକାଶ ପାଇଁ ବାର୍ତ୍ତା ପ୍ରଦାନ କରାଯାଇଛି ।
ମଣିଷ କେବଳ କାମ କରିବାପାଇଁ ଜନ୍ମ ହୋଇନାହିଁ । ଅଳ୍ପ ପରିଶ୍ରମରେ ଯନ୍ତ୍ର ଭଳି ଅନେକ କାମକରି ପ୍ରତିଷ୍ଠା ଲାଭ କରିବାକୁ ସୃଷ୍ଟି ହୋଇନାହିଁ । ମଣିଷ ଯଦି ଏହିଭଳି ଚିନ୍ତାଧାରା ରଖେ, ତା’ହେଲେ ତା’ ଜୀବନରେ କୌଣସି ପ୍ରକାର ମାନବୀୟ ଗୁଣ ପ୍ରକାଶ ପାଇବ ନାହିଁ । ତା’ ଜୀବନର ସ୍ଵାଭାବିକତା ନଷ୍ଟ ହୋଇଯିବ ।
ମଣିଷ ପିତାମାତାଙ୍କଠାରୁ ଜନ୍ମନିଏ । ପିତାମାତାଙ୍କ ଆଦର, ସ୍ନେହରେ ଲାଳିତ ପାଳିତ ହୁଏ । ପିତାମାତାଙ୍କୁ ସେ ଭଲ ପାଏ ଓ ଭକ୍ତି କରେ । ସେ ଦୁଃଖରେ କାନ୍ଦି ଓ ସୁଖରେ ହସେ । ଅନ୍ୟପ୍ରତି ସହାନୁଭୂତିଶୀଳ ହୁଏ । ସେ ଜୀବନରେ ବଡ଼ ହେବାକୁ ଚାହେଁ। ସେ ଅନେକ ସ୍ବପ୍ନ ଦେଖେ । ସେହି ସ୍ବପ୍ନକୁ ସାକାର କରିବାପାଇଁ ସେ କଠିନ ପରିଶ୍ରମ କରେ । ନିଜର ଉନ୍ନତି ସହିତ ପରିବାର ଓ ଦେଶର ଉନ୍ନତି ପାଇଁ, ମାଟି ମା’ର ମର୍ଯ୍ୟାଦା ରକ୍ଷା ପାଇଁ ସଂଗ୍ରାମ କରେ । ସେ ନିଚାରଧାରାକୁ
ନେଇ ସାହିତ୍ୟ ସୃଷ୍ଟିକରେ । କେବଳ ବିଜ୍ଞାନୀ ହେବାକୁ ଚାହେଁ ନାହିଁ । କାରଣ ଜୀବନରେ ସାହିତ୍ୟର ଭୂମିକା ରହିଛି ଏବଂ ବିଜ୍ଞାନର ଭୂମିକା ମଧ୍ୟ ରହିଛି । କେବଳ ବିଜ୍ଞାନୀ ହେବାକୁ ଓ ସ୍ଵପ୍ନ ବିନା ବାସ୍ତବତାକୁ ଆଦରି ନେବାକୁ ସେ ଚାହେଁ ନାହିଁ । ମାତ୍ର ବର୍ତ୍ତମାନର ମଣିଷ ସ୍ଵପ୍ନ ବିନା ବାସ୍ତବତାକୁ ଅଧିକ ଗୁରୁତ୍ଵ ଦେଉଛି । ଫଳରେ ତା’ ନିକଟରୁ ମାନବୀୟ ଗୁଣ କ୍ରମଶଃ ଦୂରେଇ ଯାଉଛି । ସେ ସୁଖରେ ହସୁ ନାହିଁ କିମ୍ବା ଦୁଃଖରେ କାନ୍ଦିବାକୁ ଚାହୁଁ ନାହିଁ । ସ୍ନେହ-ଭକ୍ତି, ହସ-କାନ୍ଦ, ସୁଖ-ଦୁଃଖ ଯେ ଜୀବନରେ ନିହାତି ଦରକାର, ତାହା ସେ ଅନୁଭବ କରିପାରୁ ନାହିଁ । ଫଳରେ ମଣିଷ ଜୀବନରୁ ସ୍ଵାଭାବିକତା ଦୂରେଇ ଯାଉଛି । ସେ ଯନ୍ତ୍ରମଣିଷ ପାଲଟି ଯାଉଛି । ନାଟ୍ୟକାର ଏଭଳି ଚିନ୍ତାଧାରାରେ ପରିବର୍ତ୍ତନ ଆଣବାପାଇଁ ଅଦ୍ଭୁତ ପିଲା ଓ ରୂପା ଭଳି ଚରିତ୍ର ସୃଷ୍ଟିକରି ନିଜର ବିଚାରବୋଧକୁ ପ୍ରକାଶ କରିଛନ୍ତି । ବାସ୍ତବିକ ନାଟ୍ୟକାରଙ୍କ ଚିନ୍ତାଧାରା ସମୟପୋଯୋଗା ହୋଇପାରିଛି।
(ଖ) ‘ଆମେ ଧରଣୀ ବୁକୁର ଶିଶୁ’ ବୋଲି ନାମ ଦେବାର ବିଶେଷତ୍ବ କ’ଣ ?
Answer:
‘ଆମେ ଧରିଣୀ ବୁକୁର ଶିଶୁ’ ଏକାଙ୍କିକାର ନାଟ୍ୟକାର ହେଉଛନ୍ତି ଭାସ୍କର ଚନ୍ଦ୍ର ମହାପାତ୍ର । ଉକ୍ତ ଏକାଙ୍କିକାଟିରେ ସେ ନିଜର ସମୟପୋଯୋଗୀ ଚିନ୍ତାଧାରାକୁ ଅତି ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି । ଜୀବନର ବାସ୍ତବତାକୁ ମୂଳରୂପେ ଗ୍ରହଣ କରି ‘ଆମେ ଧରଣୀ ବୁକୁର ଶିଶୁ’ ହୋଇ ବଞ୍ଚୁବା ବୋଲି ସେ କହିଛନ୍ତି । ସେ କଳ୍ପିତ ଚରିତ୍ର ମାଧ୍ୟମରେ ମାନବୀୟ ଗୁଶର ବନ୍ଦନା କରିଛନ୍ତ୍ରୀ
ଅଦ୍ଭୁତ ପିଲାଟି ଧରଣୀର ପିଲାଙ୍କୁ ତା’ଭଳି ହେବାପାଇଁ ପ୍ରେରଣା ଦେଇଛି । ବହୁ ପରିଶ୍ରମ କରି ସେମାନେ ଯାହା ହାସଲ କରିବାକୁ ଚାହିଁଛନ୍ତି, ତାହାକୁ ଅତି ସହଜରେ ହାସଲ କରିପାରିବେ ବୋଲି ଅଦ୍ଭୁତ ପିଲାଟି ପ୍ରମାଣ କରି ଦେଖାଇ ଦେଇଛି । ଏପରିକି ଇଞ୍ଜିନିୟର, ଡାକ୍ତର କିମ୍ବା କଲେକ୍ଟର ହେବାର ସହଜବିଧ୍ଵ ପିଲାମାନଙ୍କୁ ସେ ବୁଝାଇ ଦେଇଛି । ତା’ କଥାରେ ପିଲାମାନେ ରାଜି ହେଲେ ମଧ୍ୟ ରୂପ ସମସ୍ତଙ୍କୁ ବାରଣ କରିଛି ଓ ଜୀବନର ବାସ୍ତବତା ସମ୍ପର୍କରେ ବୁଝାଇ ଦେଇଛି । ବିନା ପରିଶ୍ରମରେ କୌଣସି ବିଦ୍ୟାର ଅଧ୍ୟାକାରୀ ହେବାପାଇଁ ରୂପା ଚାହିଁନାହିଁ ।
ରୂପା କହିଛି, ସେମାନେ ହେଉଛନ୍ତି ଧରଣୀ ବୁକୁର ଶିଶୁ । ସେମାନେ ସ୍ବପ୍ନ ଭିତରେ ବାସ୍ତବତାକୁ ଖୋଜି ଆନନ୍ଦ ପାଉଛନ୍ତି । ହଜାର ହଜାର ବର୍ଷଧରି ଏ ମାଟିରେ ବାପା- ମା’, ଭାଇ-ଭଉଣୀ, ସ୍ନେହ-ଭକ୍ତି, ହସ-କାନ୍ଦ ରହିଥିଲା । ଏଭଳି ବିଚାର ଧାରା ଯୁଗ ଯୁଗ ପାଇଁ ଏହି ଧରଣୀ ଉପରେ ଥିବା ମଣିଷମାନଙ୍କ ଭିତରେ ପ୍ରକାଶ ପାଇବ । ସେମାନେ କେବେହେଲେ ଅଭୁତ ପିଲା ପରି ଯନ୍ତ୍ର ମଣିଷ ହେବାକୁ ଚାହିଁବେ ନାହିଁ।
ରୂପା ବିଚାରରେ ଅଦ୍ଭୁତ ପିଲା ବୁଦ୍ଧିମାନ ହେଲେ ବି ତା’ଠାରେ କୌଣସି ପ୍ରକାର ମାନବୀୟ ଗୁଣ ନାହିଁ । ସେ କେବେହେଲେ ସ୍ନେହ-ଭକ୍ତି, ସୁଖ-ଦୁଃଖ, ସତ୍ୟ-ଶାନ୍ତି, ଦୟା-କ୍ଷମା ପ୍ରକାଶ କରିପାରିବ ନାହିଁ । ବାପ, riଆ ଓ ଗୁରୁଜନ ମେଳରେ ରହି ସ୍ନେହ, ପ୍ରେମ, ଭଲ ପାଇବାକୁ ଆଦରି ସତ୍ଵପଥରେ ଚାଲି ଜୀବନ ଗଢ଼ିବାର ଗୁରୁତ୍ବ ସେ ସାଙ୍ଗମାନଙ୍କୁ ବୁଝାଇ ଦେଇଛି । ସେ କହିଛି ଯେ ସେମାନେ ଅମୃତର ସନ୍ତାନ, ଅମରତ୍ୱ ସେମାନଙ୍କ ଲକ୍ଷ୍ୟ । କେବଳ ବସ୍ତୁବାଦିତାକୁ ସେମାନେ ଘୃଣା କରନ୍ତି । ଉକ୍ତ ଏକାଙ୍କିକାରେ ନାଟ୍ୟକାର ରୂପା ଚରିତ୍ର ମାଧ୍ୟମରେ ଧରଣୀ ବୁକୁର ଶିଶୁଙ୍କର ମହତ୍ତ୍ବକୁ ଯଥାର୍ଥ ଭାବରେ ପ୍ରକାଶ କରିଥିବାରୁ ଏକାଙ୍କିକାର ନାମକରଣଟି ସାର୍ଥକ ହୋଇଛି ।
ତୁମପାଇଁ କାମ :
- ଏହି ଏକାଙ୍କିକାକୁ ନିଜ ଶ୍ରେଣୀ ଭିତରେ ଅଭିନୟ କର ।
- ପଠିତ ଏକାଙ୍କିକାର ‘ଚାପ୍ ୱାନ୍’ ଯନ୍ତ୍ର ଭଳି ଚରିତ୍ର ଥିବା ଆଉ କିଛି ଗପ ବା ଏକାଙ୍କିକା ସଂଗ୍ରହ କର ଓ ପଢ଼ ।
Answer:
ପିଲାମାନେ ଶିକ୍ଷକ ବା ଅଭିଭାବକଙ୍କ ପରାମର୍ଶ ନେଇ ନିଜେ କରିବେ ।
ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନୋତ୍ତର
ସଂକ୍ଷିପ୍ତ ପ୍ରଶ୍ନୋତ୍ତର
Question ୧।
‘ଆମେ ଧରଣୀ ବୁକୁର ଶିଶୁ’ ଏକାଙ୍କିକାରେ ଯାନ୍ତ୍ରିକ ଶିଶୁ ଓ ମାନବ ଶିଶୁ ମଧ୍ୟରେ କି ପ୍ରଭେଦ ତୁମେ ଅନୁଭବ କରୁଛ ?
Answer:
ବିଜ୍ଞାନର ଜୟଯାତ୍ରା ଆଜି ବିଶ୍ବବିଦିତ । ବିଜ୍ଞାନ ବଳରେ ମଣିଷ ଅଦ୍ଭୁତ ଯାନ୍ତ୍ରିକ ଶିଶୁ ତିଆରି କରିପାରିଛି । ନିଜର କାର୍ଯ୍ୟ, ବୁଦ୍ଧିମତା ଓ କୌଶଳ ଯୋଗେ ଯନ୍ତ୍ରମାନବ ଅସାଧ୍ୟ ସାଧନ କରିପାରୁଛି । ସ୍ଵପ୍ନ ଅପେକ୍ଷା ବାସ୍ତବତା ଉପରେ ଅଧ୍ଵକ ଗୁରୁତ୍ଵ ଦେଇଛି। ଏକାଙ୍କିକାରେ ଯାନ୍ତ୍ରିକ ଶିଶୁ ଚାପ୍ନ୍ ବାପା-ମା’, ସ୍ନେହ-ଶ୍ରଦ୍ଧା, ସୁଖ-ଦୁଃଖ, ହସ-କାନ୍ଦ ଇତ୍ୟାଦି ମାନବୀୟ ଗୁଣାବଳୀ କ’ଣ ଜାଣିନି। ସ୍ଵପ୍ନ, କଳ୍ପନା, ଅନୁଭବ ନ ଥାଇ ସେ ବିନା ପରିଶ୍ରମରେ ସବୁ ଜ୍ଞାନ ବିଜ୍ଞାନର ଅଧ୍ବକାରୀ ହୋଇପାରିଛି ଏବଂ ନିଜକୁ ମାନବ ଶିଶୁ ବୋଲି ପରିଚୟ ଦେଇଛି।
ଅପରପକ୍ଷେ ମୁଖ୍ୟ ଚରିତ୍ର ଗାଉଁଲି ଝିଅ ରୂପା ଏସବୁ କଥାକୁ ପ୍ରତ୍ୟାଖ୍ୟାନ କରିଛି । କାରଣ ମଣିଷର ଜୀବନଯାତ୍ରା ଆରମ୍ଭଠାରୁ ପରିବାର, ବାପା-ମା’, ଭାଇ-ଭଉଣୀ, ସ୍ନେହ-ଶ୍ରଦ୍ଧା, ସୁଖ-ଦୁଃଖ ଇତ୍ୟାଦି ମାନବୀୟ ଗୁଣାବଳୀର ଅଧିକାରୀ ହୋଇ ମାନବ ଶିଶୁ ବଡ଼ ହୋଇଛି । ପାରିପାର୍ଶ୍ବକ ସହଯୋଗ ଲାଭ କରି ବଡ଼ ହେବାପାଇଁ ସ୍ଵପ୍ନ ଦେଖିଛି । ସ୍ଵପ୍ନକୁ ସାକାର କରିବାକୁ ସେ ପରିଶ୍ରମ କରି ଡାକ୍ତର, ଇଞ୍ଜିନିୟର ଓ ବୌଜ୍ଞାନିକ ହୋଇ ଜାତିର ମାନ ବଢ଼ାଇଛି । ସାହିତ୍ୟ ବିନା ବିଜ୍ଞାନ ଓ ସ୍ଵପ୍ନକୁ ଛାଡ଼ି ବାସ୍ତବ କେବେ ସମ୍ଭବ ନୁହେଁ । ତେଣୁ ଆମେ ଅମୃତର ସନ୍ଧାନରେ ଆଗେଇଯିବାକୁ ଏବଂ ଦେଶମାତୃକାର
ଗୌରବ ବଢ଼ାଇବାକୁ ନାଟଟ୍ୟକାର ପରାମର୍ଶ ଦେଇଛନ୍ତ୍ରା
Question ୨।
ଅଦ୍ଭୁତ ଯାନ୍ତ୍ରିକ ପିଲାଟି ଗାଁ ପିଲାମାନଙ୍କୁ କ’ଣ କହିଲା ?
Answer:
କହିଲା । ମୁହୂର୍ଭକରେ ସେ ଶିଲାର ଘା’ଟିକୁ ମଧ୍ଯ ଭଲ କରିଦେଲା । ଇଞ୍ଜିନିୟର ନ ହୋଇ ସେ ବିନା ଖୁମ୍ବରେ ଶହ ଶହ ମାଇଲ ବ୍ରିଜ୍ ତିଆରି କରିପାରିବ। କଲେକ୍ଟର ନ ହୋଇ ସେ ଏକୁଟିଆ ଦେଶକୁ ଶାସନ କରିପାରିବ ଏବଂ ନିଜ ବିଦ୍ୟା ବୁଦ୍ଧି ବଳରେ ଅନ୍ୟାନ୍ୟ କେତେ କ’ଣ ଅସାଧ୍ୟ ସାଧନ କରିପାରିବ ବୋଲି ଦୃଢୋକ୍ତି ପ୍ରକାଶ କଲା। କେବଳ ସ୍ଵପ୍ନ ଦେଖିଲେ କିଛି ଲାଭ ନାହିଁ ବୋଲି ପିଲାମାନଙ୍କୁ ପରାମର୍ଶ ଦେଲା ଏବଂ ନିଜକୁ ମାନବ ଶିଶୁ ବୋଲି ପ୍ରମାଣିତ କରିବାକୁ ଚାହିଁଲା। ନାଁ, ଗାଁ, ବାପା-ମାଆ, ସାଙ୍ଗ-ସାଥୀ, ସ୍ନେହ-ମମତା, ସୁଖ-ଦୁଃଖ ସମ୍ବନ୍ଧରେ ତା’ର ଧାରଣା ନଥିଲା। ଯାନ୍ତ୍ରିକ ଉଦ୍ଭାବନ ଫଳରେ ଦୁନିଆ କିପରି ଆଗେଇ ଯିବ ଏବଂ କେବଳ ନିଜର କାର୍ଯ୍ୟ ଓ ବୁଦ୍ଧିମତା ଯୋଗୁଁ ମଣିଷ ସମାଜରେ ଶ୍ରେଷ୍ଠ ଆସନ ପାଇପାରିବ, ଏସବୁ କଥା କହି ପିଲାମାନଙ୍କୁ ତା’ଆଡ଼କୁ ଆକର୍ଷିତ କରିବାକୁ ଚେଷ୍ଟା କରିଥିଲା ।
Question ୩।
‘ଆମେ ଧରଣୀ ବୁକୁର ଶିଶୁ’ ଏକାଙ୍କିକାରେ ନାଟ୍ୟକାର ତୁମକୁ କ’ଣ କହିଛନ୍ତି ? କିମ୍ବା, ‘ଆମେ ଧରଣୀ ବୁକୁର ଶିଶୁ’ ଏକାଙ୍କିକାରୁ ତୁମେ କ’ଣ ଶିଖୁଲ ?
Answer:
ଯନ୍ତ୍ର ଯୁଗରେ ମଣିଷ କେବଳ କାମକରି ଚାଲିଛି । ଧନ ଉପାର୍ଜନ କରୁଛି । ମଣିଷପଣିଆ ଭୁଲିଯାଇଛି । କମ୍ ପରିଶ୍ରମରେ ଅଧ୍ବକ ଧନ ରୋଜଗାର କରି ରାତାରାତି ବଡ଼ଲୋକ ହେବାର ସ୍ଵପ୍ନ ଦେଖୁଛି । ତେଣୁ ନାଟ୍ୟକାର ଭବିଷ୍ୟତ ନାଗରିକ ପିଲାମାନଙ୍କୁ ଏଥୁରୁ ବାରଣ କରିଛନ୍ତି । ଯାନ୍ତ୍ରିକ ଶିଶୁ ଚାପୱାନର କଥାକୁ ରୂପା ଓ ତା’ର ସାଙ୍ଗମାନେ ଅଗ୍ରାହ୍ୟ କରିଛନ୍ତି । ପ୍ରକୃତରେ ଆମେ ଧରଣୀ ବୁକୁର ଶିଶୁ। ପରିବାର, ପଡ଼ୋଶୀ, ସାଙ୍ଗସାଥୀ ଏବଂ ଆତ୍ମୀୟ ସୃଜନଙ୍କ ସ୍ନେହଶ୍ରଦ୍ଧା ଏବଂ ପାରିପାର୍ଶ୍ବକ ସହଯୋଗରେ ପିଲାଟି ବଡ଼ ହୋଇ ଦେଶ ଓ ଜାତିର ଗୌରବ ବଢ଼ାଏ। ଆମେ ଅମୃତର ସନ୍ତାନ। ଯନ୍ତ୍ର ମାନବ ହେବାକୁ ଚାହୁଁନା। ମଣିଷପରି ମଣିଷଟିଏ ହୋଇ ସ୍ନେହ-ଶ୍ରଦ୍ଧା, ଦୟା-କ୍ଷମା, ସହଯୋଗ ଓ ପରୋପକାର ଇତ୍ୟାଦି ମାନବୀୟ ଗୁଣାବଳୀର ଭୂଷିତ ହୋଇପାରିଲେ ଆମ ଜନ୍ମ ସାର୍ଥକ ହେବ।
ଅତିସଂକ୍ଷିପ୍ର ପ୍ରଶ୍ନୋତ୍ତର:
Question ୧।
ଉତ୍ତର କୁହ ।
(କ) ଗାଁର କେଉଁ ପର୍ବ ସମୟରେ ଅଦ୍ଭୁତ ପିଲା ପହଞ୍ଚିଲା ଏବଂ ପିଲାମାନେ ସେତେବେଳେ କ’ଣ କରୁଥିଲେ ?
Answer:
ଗାଁର ରଜପର୍ବ ସମୟରେ ଅଦ୍ଭୁତ ପିଲାଟି ପହଞ୍ଚିଲା ଏବଂ ପିଲାମାନେ ସେତେବେଳେ ଦୋଳି, ପୁଚି, ଠିଆପୁଚି ଆଦି ଖେଳ ରଜଗୀତର ତାଳେ ତାଳେ ଖେଳୁଥିଲେ ।
(ଖ) ସୀମାର ଆଈ କ’ଣ କହିଥିଲେ ?
Answer:
ସୀମାର ଆଈ ଥରେ ସୀମାକୁ କହିଥିଲେ ଯେ ଗାଉଁଲି ଭୂତଠାରୁ ସହରୀ ଭୂତ ଅଧିକ ଭୟଙ୍କର ।
(ଗ) ଅଦ୍ଭୁତ ପିଲାକୁ ତା’ର ସୃଷ୍ଟିକର୍ତ୍ତା କିପରି ବଢ଼ାଇଥିଲେ ?
Answer:
ଅଦ୍ଭୁତ ପିଲାର କେହି ବାପା ମା’ ନଥିଲେ । ତାହାର ସୃଷ୍ଟିକର୍ତ୍ତା ତାକୁ ଗୋଟିଏ ଗ୍ଲାସ୍ ଗ୍ଲୋବ୍ ଭିତରେ ରଖ୍ ବଢ଼ାଇଥିଲେ । ଅଦ୍ଭୁତ ପିଲାଟି ସେହି ଗ୍ଲାସ୍ ଗ୍ଲୋବ୍ ଭିତରେ ଆପେ ଆପେ ବଢ଼ିଛି ।
(ଘ) ଅଦ୍ଭୁତ ପିଲାର ସୃଷ୍ଟିକର୍ତ୍ତା କେତୋଟି ପିଲା ସୃଷ୍ଟି କରିଥିଲେ ଏବଂ ସେମାନଙ୍କୁ କାହିଁକି ବିଭିନ୍ନ ସ୍ଥାନକୁ ପଠାଇଥିଲେ ?
Answer:
ଅଦ୍ଭୁତ ପିଲାର ସୃଷ୍ଟିକର୍ତ୍ତା ଏକାପରି ଶହେଟି ପିଲା ସୃଷ୍ଟି କରିଥିଲେ ଏବଂ ସେମାନଙ୍କୁ ବିଭିନ୍ନ ସ୍ଥାନକୁ ପଠାଇଥିଲେ । ପୃଥିବୀର ପିଲାଙ୍କ ସହିତ ମିଶି ସେମାନଙ୍କୁ ସ୍ୱପ୍ନ ଦୁନିଆରୁ ବାସ୍ତବ ଦୁନିଆକୁ ନେଇଯିବାକୁ କହିଥିଲେ ।
(ଙ) ଅଦ୍ଭୁତ ପିଲାର ସୃଷ୍ଟିକର୍ତ୍ତା ଦ୍ୱାବିଂଶ ଶତାବ୍ଦୀ ବେଳେ ଦୁନିଆର ସବୁପିଲା କିପରି ହୋଇଯିବେ ବୋଲି କହିଥିଲେ ?
Answer:
ଅଦ୍ଭୁତ ପିଲାର ସୃଷ୍ଟିକର୍ତ୍ତା ଦ୍ୱାବିଂଶ ଶତାବ୍ଦୀ ବେଳକୁ ଦୁନିଆର ସବୁ ମଣିଷ ପିଲା, ଅଦ୍ଭୁତ ପିଲା ପରି ହୋଇଯିବେ ବୋଲି କହିଥିଲେ । ଏଣୁ ସେ ଅଦ୍ଭୁତ ପିଲାଙ୍କୁ ସୃଷ୍ଟିକରି ଆଗୁଆ ପରୀକ୍ଷା ନିରୀକ୍ଷା କରିଥିଲେ ।
Question ୨ ।
ଶିଳା କ’ଣ ଚିତ୍କାର କରି ପଳାଇବାକୁ ଉଦ୍ୟତ ହେଲା ?
Answer:
ଶିଳା ଭୂତ ଭୂତ କହି ଚିତ୍କାର କରି ପଳାଇବାକୁ ଉଦ୍ୟତ ହେଲା।
Question ୩ ।
ଜୟନ୍ତୀ ବୁଢ଼ୀମାଆ ଭୂତ ସମ୍ପର୍କରେ କ’ଣ କହିଥିଲେ ?
Answer:
ଜୟନ୍ତୀର ବୁଢ଼ୀମାଆ ଏହି ଗାଆଁ ମୁଣ୍ଡ ଆମ୍ବତୋଟାରେ ଦିନବେଳା ଭୂତ ବାହାରିବା କଥା କହିଥିଲେ।
Question ୪।
ଶିଳା, ରୂପା ଓ ଜୟନ୍ତୀ ସମସ୍ତେ କାନ୍ଦି ଉଠିଲେ।
Answer:
ଅଦ୍ଭୁତ ପିଲାଟି ହାଃ ହାଃ ହାଃ କରି ହସିବାରୁ ଭୟରେ ଶିଳା, ରୂପା ଓ ଜୟନ୍ତୀ ସମସ୍ତେ କାନ୍ଦି ଉଠିଲେ।
Question ୫ ।
ଅଦ୍ଭୁତ ପିଲାଟି କେଉଁଠୁ ଓ କାହିଁକି ଆସିଥୁବା କଥା କହିଲା ?
Answer:
ଅଦ୍ଭୁତ ପିଲାଟି ଆମେରିକାରୁ ପିଲାମାନଙ୍କ ସହିତ ମିଶିବା ପାଇଁ ଆସିଥିବା କଥା କହିଲା ।
Question ୬।
ସୃଷ୍ଟିକର୍ତ୍ତା ଅଦ୍ଭୁତ ପିଲାଟିର ନାମ କ’ଣ ଦେଇଥିଲେ ?
Answer:
ପିଲାଟିର ସୃଷ୍ଟିକର୍ତ୍ତା ତା’ର ନାମ ଚାପ୍ନ୍ ଦେଇଥିଲେ।
ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର :
Question ୧।
ଅଦ୍ଭୁତ ପିଲାକୁ ତା’ର ସୃଷ୍ଟିକର୍ତ୍ତା କ’ଣ ବୋଲି ଡାକନ୍ତି ?
(କ) ରୋବର୍ଟ
(ଖ) ଫୋଟନ
(ଗ) ଚାପୱାନ
(ଘ) ଦରୱାନ୍
Answer:
(ଗ) ଚାପୱାନ
Question ୨।
ଅଦ୍ଭୁତ ପିଲାର ସୃଷ୍ଟିକର୍ତ୍ତା କେତୋଟି ପିଲା ସୃଷ୍ଟି କରିଥିଲେ ?
(କ) ପାଞ୍ଚୋଟି
(ଖ) ପଚାଶଟି
(ଗ) ଦଶୋଟି
(ଘ) ଶହେଟି
Answer:
(ଘ) ଶହେଟି
Question ୩।
‘ଚାପୱାନ୍’ କିପରି ବଢ଼ିଥିଲା ?
(କ) ଡାକ୍ତରଖାନାରେ
(ଖ) ଏକ କାଚଘରେ
(ଗ) ମହାଶୂନ୍ୟରେ
(ଘ) ଗ୍ଲାସ୍ ଗ୍ଲୋବ୍ ଭିତରେ ଆପେ ଆପେ
Answer:
(ଘ) ଗ୍ଲାସ୍ ଗ୍ଲୋବ୍ ଭିତରେ ଆପେ ଆପେ
Question ୪।
ନିମ୍ନୋକ୍ତ ଯୁଗ୍ମ ଶବ୍ଦଗୁଡ଼ିକ ମଧ୍ୟରୁ କେଉଁଟି ସମଶ୍ରେଣୀର ନୁହେଁ ?
(କ) ହସକାନ୍ଦ
(ଖ) ସୁଖଦୁଃଖ
(ଗ) ସ୍ନେହଭକ୍ତି
(ଘ) ପାପପୂଣ୍ୟ
Answer:
(ଗ) ସ୍ନେହଭକ୍ତି
Question ୫।
ମଣିଷ ଏ ଦୁନିଆରେ କିପରି ବଞ୍ଚିଛି ?
(କ) ପୁଷ୍ଟିକର ଖାଦ୍ୟ ଖାଇ
(ଖ) ହସିଖେଳି
(ଗ) ପରିଶ୍ରମ କରି
(ଘ) ସ୍ଵପ୍ନ ଭିତରେ ବାସ୍ତବତାକୁ ଖୋଜି ପାଉଛି ବୋଲି
Answer:
(ଘ) ସ୍ଵପ୍ନ ଭିତରେ ବାସ୍ତବତାକୁ ଖୋଜି ପାଉଛି ବୋଲି
Question ୬।
ମୋ ହାତରେ ଏ ଘା’ଟା ଜମା ଶୁଖୁନି । ଭଲ କଲ ଦେଖ୍ ? ଏହି କଥା କିଏ କହିଛି ?
(କ) ରୂପା
(ଖ) ସୀମା
(ଗ) ଶିଳା
(ଘ) ଅଭୁତ ପିଲା
Answer:
(ଗ) ଶିଳା
Question ୭।
କାହା କଥା ଶୁଣି ଅଦ୍ଭୁତ ପିଲା ହଠାତ୍ ଉଭେଇଯାଇଛି ?
(କ) ସୀମା
(ଖ) ଶିଳା
(ଗ) ଜୟନ୍ତୀ
(ଘ) ରୂପା
Answer:
(ଘ) ରୂପା
Question ୮।
କିଏ କହୁଥିଲା ଯେ ସ୍ନେହ, ଭକ୍ତି ଓ ଭଲ ପାଇବା ହିଁ ସବୁ ଦୁଃଖର କାରଣ ?
(କ) ରୂପା
(ଖ) ସୀମା
(ଗ) ଜୟନ୍ତୀ
(ଘ) ଅଦ୍ଭୁତ ପିଲା
Answer:
(ଘ) ଅଦ୍ଭୁତ ପିଲା
Question ୯।
କିଏ କହୁଥିଲା ଯେ ଗାଁ ମୁଣ୍ଡ ତୋଟାରେ ଦିନବେଳା ବି ଭୂତ ବାହାରେ ?
(କ) ଜୟନ୍ତୀର ବୁଢ଼ୀମା’
(ଖ) ରୂପାର ବାପା
(ଗ) ଅଦ୍ଭୁତ ମାନବର ସ୍ରଷ୍ଟା
(ଘ) ଶିଳାର କକା
Answer:
(କ) ଜୟନ୍ତୀର ବୁଢ଼ୀମା’
Question ୧୦।
ନିମ୍ନଲିଖ ମଧ୍ୟରୁ କେଉଁଟି ‘ଭାସ୍କର ଚନ୍ଦ୍ର ମହାପାତ୍ରଙ୍କ ଦ୍ଵାରା ଲେଖାଯାଇ ନାହିଁ ?
(କ) ବନମାଳୀ
(ଖ) ବସନ୍ତଗାଥା
(ଗ) ବ୍ୟବଧାନ
(ଘ) ପକ୍ଷୀ
Answer:
(ଖ) ବସନ୍ତଗାଥା
ନାଟ୍ୟକାର ପରିଚୟ :
‘ଆମେ ଧରଣୀ ବୁକୁର ଶିଶୁ’ ଏକାଙ୍କିକାର ନାଟ୍ୟକାର ଭାସ୍କର ଚନ୍ଦ୍ର ମହାପାତ୍ର । ନାଟ୍ୟକାର ମହାପାତ୍ର ବାଲେଶ୍ଵର ଜିଲ୍ଲାର ଇଜପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ନାଟକ ସହିତ ସାହିତ୍ୟର ଅନ୍ୟାନ୍ୟ ବିଭାଗରେ ମଧ୍ୟ ସେ ଲେଖନୀ ଚାଳନା କରିଛନ୍ତି । ସେ ପ୍ରାୟ ପଚାଶଟି ନାଟକ, ଅନେକ କବିତା ଓ ପ୍ରବନ୍ଧର ରଚୟିତା ଭାବରେ ପରିଚିତ ହୋଇଛନ୍ତି । ତାଙ୍କର ନାଟକ ମଧ୍ୟରୁ ଏଗାରଟି ଶିଶୁନାଟକ ପିଲାଙ୍କ ପାଇଁ ମନଲାଖ୍ ଓ ଶିକ୍ଷାପ୍ରଦ ହୋଇଛି । ତାଙ୍କର ସାରସ୍ବତ ସାଧନା ବ୍ୟତୀତ ଜଣେ ଛାତ୍ର ବତ୍ସଳ ଶିକ୍ଷକଭାବରେ ରାଜ୍ୟସରକାରଙ୍କଦ୍ୱାରା ସେ ପୁରସ୍କୃତ ହୋଇଛନ୍ତି । ସେ ତାଙ୍କର ନାଟକ ପାଇଁ ମଧ୍ୟ ବହୁବାର ପୁରସ୍କାର ଲାଭ କରିଛନ୍ତି ।
ନାଟକ (ଏକାଙ୍କିକା) ଓ ନାଟ୍ୟକାର :
ନାଟ୍ୟକାର ଭାସ୍କର ଚନ୍ଦ୍ର ମହାପାତ୍ର ତାଙ୍କର ‘ପକ୍ଷୀ’ ନାଟକ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି । ଶିଶୁ ନାଟ୍ୟକାର ଭାବରେ, ‘କହ୍ନାଇରେ ଫେରିଆ’, ‘ଘାସଫୁଲ’, ‘ବନମାଳୀ’, ‘ବ୍ୟବଧାନ’, ‘ଜନନୀ ଜନ୍ମଭୂମି’, ‘ଏଇ ଆମରି ଗାଆଁ’ରେ ନାଟ୍ୟକାର ଶିଶୁ ମନସ୍ତତ୍ତ୍ୱକୁ ଛ୍ଛଇଁଲାଭଳି କଆବସ୍ତୁର ପରିକଳ୍ପନା କରିଛନ୍ତି ।
ଏକାଙ୍କିକାର ପୃଷ୍ଠଭୂମି :
ଆଲୋଚ୍ୟ ଏକାଙ୍କିକାଟିରେ ସାଂପ୍ରତିକ ମଣିଷମାନଙ୍କର ଯାନ୍ତ୍ରିକ ମନୋଭାବକୁ ପ୍ରକାରାନ୍ତରେ ଆକ୍ଷେପ କରାଯାଇଛି । ମଣିଷ ଜୀବନରୁ ମଣିଷପଣିଆ ଦୂରେଇଗଲେ, ଜୀବନର କୌଣସି ମୂଲ୍ୟ ରହିବ ନାହିଁ ବୋଲି ନାଟ୍ୟକାର ଚରିତ୍ରମାନଙ୍କ ମାଧ୍ୟମରେ ପ୍ରକାଶ କରିଛନ୍ତି । ମଣିଷପଣିଆର ବିକାଶ ପାଇଁ ଯେ ୟୁଗୋପଯୋଗୀ ବାର୍ତ୍ତା ପ୍ରଦାନ କରିଛନ୍ତ୍ରା
ଏକାଙ୍କିକାର ସାରକଥା :
ସେଦିନ ଥାଏ ରାଜପର୍ବା ରଜପର୍ବର ଅନୁଭୂତି ମଫସଲରେ ନିହାତି ମନୋମୁଗ୍ଧକର । ଗାଁ ଆମ୍ବତୋଟାରେ ଲାଗିଥାଏ ଦୋଳି । ଖେଳାଯାଉଥାଏ ବାଗୁଡ଼ି ଖେଳ । ଝିଅମାନେ ରଜ ଗୀତର ତାଳେ ତାଳେ ଦୋଳି, ପୁଚି, ଠିଆପୁଚି ଆଦି ଖେଳି ପରିବେଶକୁ ଜୀବନ୍ତ କରିଥା’ନ୍ତି । ସମସ୍ତେ ପିନ୍ଧିଥା’ନ୍ତି ନୂଆ ଲୁଗା । ପାଦରେ ପିନ୍ଧିଥା’ନ୍ତି ତାଳ ପଟୁଆର ଜୋତା । ଏହି ସମୟରେ ଏକ ଅଦ୍ଭୁତ ଶବ୍ଦ ଶୁଣାଯାଇଛି । ସମସ୍ତେ ଚମକି ପଡ଼ିଛନ୍ତି । ଚାରିଆଡ଼କୁ ଚାହିଁଛନ୍ତି । କିଛି ସମୟ ପରେ ଝିଅମାନେ ଜଣେ ଅଦ୍ଭୁତ ପିଲାକୁ ଦେଖୁଛନ୍ତି । ସେହି ଅଦ୍ଭୁତ ପିଲାଟି ହଠାତ୍ ଆବିର୍ଭାବ ହୋଇଛି ଓ ସମସ୍ତଙ୍କ ଦୃଷ୍ଟି ସ୍ୱତଃ ତା’ ଆଡ଼କୁ ଚାଲିଯାଇଛି । ଆବିର୍ଭାବ ହୋଇଥିବା ପିଲାଟିର ମୁଣ୍ଡ ସାଧାରଣ ପିଲାର ମୁଣ୍ଡଠାରୁ ଥିଲା ଅପେକ୍ଷାକୃତ ବଡ଼ । ଆଖ୍ ଦୁଇଟି ଜ୍ଵଳନ୍ତ ଅଙ୍ଗାର ଭଳି ଉଜ୍ଜଳ ଦିଶୁଥିଲା । କାନ ଦୁଇଟି ଅସମ୍ଭବ ଭାବରେ ଲମ୍ବା ଥିଲା । ମୁହଁରେ ତା’ର ଗମ୍ଭୀରତା ରହିଥିଲା । ଦେହରେ ଥିଲା ଅଦ୍ଭୁତ ପୋଷାକ । ଧୀରେ ଧୀରେ ପିଲାଟି ଖେଳୁଥିବା ପିଲାଙ୍କ ଆଡ଼କୁ ଆଗେଇ ଆସିଲା । ତା’ର ଅଦ୍ଭୁତ ଚେହେରା ଓ ଅସମ୍ଭବ ପୋଷାକପତ୍ର ଦେଖୁ ପିଲାମାନେ ଡରିଗଲେ ।
ଅଭୁତ ପିଲାଟିକୁ ଦେଖ୍ ପିଲାମାନେ ଭୂତ ବୋଲ ଭାବିଲେ । ପ୍ରଥମେ ଶିଳା ‘ଭୂତ’ ବୋଲି ଚିତ୍କାର କରି ପଳାଇବାକୁ ଉଦ୍ୟତ ହେଲା । ଶିଳାକୁ ଅଟକାଇଲା ରୂପା । ବୁଝାଇ କହିଲା, ଡରିବାର କୌଣସି କାରଣ ନାହିଁ । ଦିନବେଳେ ଭୂତ ଆସିବା ସମ୍ଭବ ନୁହେଁ । ମାତ୍ର ଜୟନ୍ତୀ ରୂପା କଥାକୁ ବିଶ୍ୱାସ କଲା । ସେ କହିଲା ଯେ ତା’ର ବୁଢ଼ୀମାଆ କହୁଥିଲା, ‘ଏହି ଗାଁ ମୁଣ୍ଡ ଆମ୍ବତୋଟାରେ ଦିନବେଳେ ବି ଭୂତ ବାହାରେ। ପୁନଶ୍ଚ ସୀମା ମଧ୍ୟ ଅନୁରୂପ ମତାମତ ଦେଇକହିଲା, ତା’ ଜେଜେମା’ କହୁଥିଲେ, ପିଲାଦିନେ ସେ ଏହି ସ୍ଥାନରେ ଗୋଟିଏ ଭୂତ ଦେଖୁଥିଲେ। ତା’ ମୁଣ୍ଡ ଦେହ ତୁଳନାରେ ବଡ଼ ଥିଲା । ଆଖୁ ଦୁଇଟି ଜଳିଲା ଭଳି ଦେଖାଯାଉଥିଲା । ସେ ଜେଜେମା’ଙ୍କୁ କାମୁଡ଼ିବାକୁ ଗୋଡ଼ାଇଥିଲା । ଏହି ଭୂତ ମଧ୍ୟ ସେମାନକୁ ଗୋଡ଼ାଇ କାମୁଡ଼ିବ । ତେଣୁ ଯେତେଶୀଘ୍ର ଏଠାରୁ ଚାଲିଯିବାକୁ ହେବ । ସେ ମଧ୍ୟ ପଳାଇବାକୁ ଉଦ୍ୟତ ହେଲାବେଳେ, ତାକୁ ରୂପା ଅଟକାଇଛି । ଶିଳା, ଜୟନ୍ତୀ ଓ ସୀମା ଅଦ୍ଭୂତ ପିଲାଟିକୁ ଭୂତ ବୋଲି ଚିନ୍ତାକରି ଡରିଯାଇଥିଲେ । ମାତ୍ର ରୂପା ସେମାନଙ୍କୁ ଅଟକାଇଛି ।
ବୁଝାଇ କହିଛି, ବଡ଼ମାନେ ଆମ ମନରେ ଭୟ ସୃଷ୍ଟି କରିବାପାଇଁ ଏଭଳି ମନଗଢ଼ା ଗପସବୁ କହିଥା’ନ୍ତି । ସେହି ଗପରେ କୌଣସି ସତ୍ୟତା ନାହିଁ । ପ୍ରକୃତରେ ଦୁନିଆରେ ଭୂତ ଫୁତ କିଛି ନାହାନ୍ତି । ଆମ ଆଗରେ ଥିବା ଅଦ୍ଭୁତ ପିଲାଟି ହୁଏତ ଆମ ଅଞ୍ଚଳର ପିଲା ନୁହେଁ। ଅନ୍ୟ କେଉଁ ସହରରୁ ସେ ଆସିଛି । ତେଣୁ ଆମେ ତା’ ସହିତ କଥାହେଲେ ସବୁକଥା ଜଣାପଡ଼ିବ । ଏତେ ବୁଝାଇ କହିଲେ ମଧ୍ୟ ଶିଳା ପୁଣି ଡରିଛି । କାଳେ ଆମକୁ ଅଦ୍ଭୁତ ପିଲାଟି କାମୁଡ଼ିଦେବ, ସେଥିପାଇଁ ପଳାଇଯିବାକୁ ବାହାରିଛି । ଶିଳାକୁ ବୁଝାଇ ସୁଝାଇ କୌଣସି ପ୍ରକାରେ ରୂପା ଅଟକାଇଛି । ପିଲାଟି ତାଙ୍କୁ କଟମଟ କରି ଚାହିଁଥିବାରୁ, ଏ ନିଶ୍ଚୟ ଭୂତ ବୋଲି ସୀମା କହିଛି । ସେମାନେ ରୂପାକୁ ଠେଲି ପଳାଇଯିବାକୁ ଉଦ୍ୟତ ହୋଇଛନ୍ତି ।
ପିଲାଙ୍କର ଏଭଳି ବ୍ୟବହାର ଦେଖୁ ଅଦ୍ଭୁତ ପିଲାଟି ସେମାନଙ୍କୁ ଆଦେଶ ଦେଲାଭଳି ରହିବାକୁ କହିଛି । ସେମାନଙ୍କୁ ପାଖକୁ ଡାକିଛି । ନଚେତ୍ ସେମାନଙ୍କୁ ଦଣ୍ଡ ମିଳିବ ବୋଲି କହିଛି । ଅଦ୍ଭୁତ ପିଲାଟିର ଏଭଳି କଥା ଶୁଣି, ସୀମା ଆହୁରି ଛାନିଆ ହୋଇଯାଇଛି । ପିଲାଟିକୁ ସହରୀ ଭୂତ ବୋଲି ମନେକରିଛି । ତା’ ବିଚାରରେ ଗାଉଁଲି ଭୂତଠାରୁ ସହରୀ ଭୂତ ଆହୁରି ଭୟଙ୍କର । ସୀମାର ଏଭଳି କଥା ଶୁଣି ଅଦ୍ଭୁତ ପିଲାଟି ହସଉଠିଛି । ପିଲାଟିର ହସ ଶୁଣି, ସମସ୍ତେ ଭୟରେ କାନ୍ଦି ପକାଉଛନ୍ତି । ଅଦ୍ଭୁତ ପିଲାଟି ତାଙ୍କୁ ଚୁପ୍ ହେବାକୁ କହିଛି । ସେ ଶୁଣିଥିଲା ଗାଉଁଲି ପିଲାମାନେ ବଡ଼ ଦୟାଳୁ, ତାହା ସତ ବୋଲି କହିଛି ।
ଶିଳା, ସୀମା, ଜୟନ୍ତୀ ଭୟଭୀତ ହେଲେ ମଧ୍ୟ ରୂପା କୌଣସି ପ୍ରକାର ଭୟ କରିନାହିଁ । ସେ ସାହସ ସଞ୍ଚୟ କରି ଅଦ୍ଭୁତ ପିଲାକୁ ପ୍ରତ୍ୟୁତ୍ତର ଦେଇ କହିଛି, ଆମେ ପ୍ରକୃତରେ ଭୟାଳୁ ନୋହୁଁ । ବରଂ ତୁମର ଯେଭଳି ରୂପ ହୋଇଛି, ସେଭଳି ରୂପ ଆମ ପାଇଁ ନୂଆ । ତେଣୁ ତୁମକୁ ଯେ କେହି ଦେଖିଲେ ଡରିଯିବ । ରୂପା କଥା ଶୁଣି ଅଦ୍ଭୁତ ପିନ୍ଦା, ସଫେଇ ଦେଲାଭଳି କହିଛି, ତା’ହେଲେ ସେ କ’ଣ ଅସୁନ୍ଦର । ରୂପା ଉତ୍ତର ଦେଇ କହିଛି, ‘ତୁମେ ଅସୁନ୍ଦର ନୁହଁ ବରଂ ଅଦ୍ଭୁତ । ଯାହା ଆମ ପାଇଁ ଅପରିଚିତ, ଆମେ ଆଗରୁ କେବେ ଦେଖୁ ନଥୁଲୁ, ଠିକ୍ ସେହିଭଳି ଚେହେରା ।
ପ୍ରସଙ୍ଗକ୍ରମେ ସମସ୍ତେ ସହଜ ସରଳ ହେବାକୁ ଚେଷ୍ଟା କରିଛନ୍ତି । ଅଦ୍ଭୁତ ପିଲାଟି ନିଜର ପରିଚୟ ଦେଇ କହିଛି, ସେ ମଧ୍ୟ ତାଙ୍କ ପରି ଗୋଟିଏ ପିଲା । ଅଦ୍ଭୁତ ପିଲାର କଥା ଶୁଣି, ରୂପା ତା’ର ସାଥୀପିଲାଙ୍କ ମନରୁ ଭୟ ଦୂରେଇ ଦେବାକୁ ଚେଷ୍ଟା କରିଛି । ଅଦ୍ଭୁତ ପିଲାର ପାଖକୁ ଯିବାକୁ ସମସ୍ତଙ୍କୁ କହିଛି । ଅଦ୍ଭୁତ ପିଲା ମଧ୍ୟ ଅତି ଆଦରରେ ସମସ୍ତଙ୍କୁ ଆହ୍ଵାନ କରିଛି । ସେ କେବଳ ତାଙ୍କଭଳି ପିଲାଙ୍କ ସହିତ ମିଶିବାକୁ ଆସିଛି ବୋଲି କହିଛି । ତଥାପି ସମସ୍ତେ ଡରି ଡରି ତା’ ପାଖକୁ ଯାଇଛନ୍ତି ।
ପିଲାଟି ଆମେରିକାରୁ ସେମାନଙ୍କ ପାଖକୁ ଆସିଥିବା କଥା କହିଛି । ରୂପା ତାକୁ ତା’ ନାଁ କ’ଣ ବୋଲି ପଚାରିବାରୁ, ସେ କିଛି ବୁଝିପାରି ନାହିଁ । କାରଣ ନାଁ ସମ୍ବନ୍ଧରେ ତାକୁ କିଛି ଜଣା ନାହିଁ । ଆମ ସମାଜରେ, ଆମ ଚଳଣିରେ ଯେପରି ଥାଏ, ସେହିଭଳି ତା’ ନାଁ କ’ଣ ବୋଲି ରୂପା ପଚାରିଛି । ରୂପା କଥାକୁ କିଛି ପରିମାଣରେ ବୁଝିପାରିଛି ଅଦ୍ଭୁତ ପିଲା । ସେ କହିଛି, ମୋର ତୁମମାନଙ୍କ ଭଳି କୌଣସି ନାଁ ନାହିଁ । ବରଂ ମୋର ସୃଷ୍ଟିକର୍ତ୍ତା ପରିମାଣରେ ବୁଝିପାରିଛି ଅଦ୍ଭୁତ ପିଲା । ସେ କହିଛି, ମୋର ତୁମମାନଙ୍କ ଭଳି କୌଣସି ନାଁ ନାହିଁ । ବରଂ ମୋର ସୃଷ୍ଟିକର୍ତ୍ତା ମୋତେ ‘ଚାପ୍ ୱାନ୍’ ବୋଲି ଡାକନ୍ତି। ଅଦ୍ଭୁତ ପିଲା ନିଜର ସୃଷ୍ଟି ସଂପର୍କରେ ପରିଚୟ ଦେବାକୁ ଯାଇ କହିଛି, ‘ମୋର ସୃଷ୍ଟିକର୍ତ୍ତା, ମୋ ଭଳି ଶହେଟି ପିଲାଙ୍କୁ ସୃଷ୍ଟି କରିଛନ୍ତି । ସମସ୍ତଙ୍କୁ ସେ ଚାପ୍ ୱାନ୍, ଚାପ୍ ଟୁ, ଚାପ୍ ଥ୍ ବୋଲି ଡାକିଥା’ନ୍ତି ।
ଅଭୁତ ପିଲାକୁ ଯିଏ ସୃଷ୍ଟି କରିଛନ୍ତି, ରୂପା ତାଙ୍କୁ ତାହାର ବାପା ମା’ ବୋଲି କହିଛି । ଅଦ୍ଭୁତ ପିଲାଟି ବାପ ମା’ କ’ଣ ବୋଲି ପ୍ରଶ୍ନ କରିଛି । କାରଣ ବାପା ମା’ କାହାକୁ କହନ୍ତି ସେ ତାହା ଜାଣିପାରି ନାହିଁ । ପିଲାଟିକୁ ବୁଝାଇବାକୁ ଯାଇ ରୂପା ବାପା ମା’ଙ୍କ ବଦଳରେ ଫାଦର ଓ ମଦର ବୋଲି କହିଛି । ଏଥର ପିଲାଟି ବାପା ମା’ଙ୍କ ଅର୍ଥ ବୁଝିପାରିଛି । ନିଜେ ସ୍ବୀକାର କରିଛି, ବାପା ମା’ କ’ଣ ସେ ବୁଝେ ନାହିଁ । ତା’ର ସୃଷ୍ଟିକର୍ତ୍ତା ତାହାକୁ ଗୋଟିଏ ଗ୍ଲାସ୍ ଗ୍ଲୋବ୍ ଭିତରେ ରଖ୍, ଆପେ ଆପେ ବଢ଼ାଇଛନ୍ତି । ରୂପା ଅଦ୍ଭୁତ ପିଲାଟିକୁ କ୍ଲୋନିଂ ଶିଶୁ ବୋଲି ଜାଣିପାରିଛି । କିନ୍ତୁ ଅଦ୍ଭୁତ ପିଲାଟି କ୍ଲୋନିଂ ଶିଶୁ ନଥିଲା । ସେ ବରଂ ଗୋଟିଏ ସ୍ୱତନ୍ତ୍ର ଜିନ୍ରୁ ସୃଷ୍ଟି ହୋଇଥିବା କଥା ସ୍ୱୀକାର କରିଛି । ସାଧାରଣ ପିଲାଙ୍କଠାରେ ଥିବା ଗୁଣପିଣ୍ଡଠାରୁ ତାହାର ଗୁଣପିଣ୍ଡ ସଂପୂର୍ଣ୍ଣ ସ୍ବତନ୍ତ୍ର ବୋଲି ଅଦ୍ଭୁତ ପିଲାଟି କହିଛି ।
ଏହିଭଳି କଥୋପକଥନ ପରେ, ରୂପା ଅଦ୍ଭୁତ ପିଲାଟିକୁ ତାହାର ଆଗମନର କାରଣ ସମ୍ବନ୍ଧରେ ପଚାରିଛି । ପିଲାଟି କହିଛି, ସେ ଏଠାକୁ ଆପେ ଆପେ ଆସିନାହିଁ । ବରଂ ଏଠାକୁ ତାହାକୁ ପଠାଯାଇଛି । ତା’ର ଜନ୍ମଦାତା ଏହିଭଳି ଶହେଟି ପିଲାଙ୍କୁ ସୃଷ୍ଟିକରି, ପୃଥିବୀର ବିଭିନ୍ନ ସ୍ଥାନକୁ ପଠାଇଛନ୍ତି । ପୃଥିବୀର ପିଲାମାନଙ୍କୁ ସ୍ୱପ୍ନ ଦୁନିଆରୁ ବାସ୍ତବ ଦୁନିଆକୁ ନେଇଯିବାପାଇଁ ତାକୁ କହିଛନ୍ତି ।
ଅଦ୍ଭୁତ ପିଲାର କଥା ଶୁଣି, ରୂପା ଠିକ୍ ରୂପେ କିଛି ବୁଝିପାରି ନାହିଁ । ବାସ୍ତବ ଦୁନିଆ କ’ଣ ବୋଲି ସେ ଜାଣିପାରି ନାହିଁ । ରୂପାର ସନ୍ଦେହ ଦୂର କରିବାପାଇଁ ଅଦ୍ଭୁତ ପିଲାଟି କହିଛି, ଯେଉଁଠାରେ ସ୍ଵପ୍ନ ନଥିବ, ଥିବ ବାସ୍ତବତା, ଯେଉଁଠି ସାହିତ୍ୟ ନଥିବ କେବଳ ଥୁବ ବିଜ୍ଞାନ, ଏହିଭଳି ସ୍ଥାନକୁ କୁହାଯିବ ବାସ୍ତବ ଦୁନିଆ । ଅଦ୍ଭୁତ ପିଲାର ଏଭଳି କଥାକୁ ରୂପା ଠିକ୍ ରୂପେ ବୁଝିପାରି ନାହିଁ । ସାହିତ୍ୟ ବିନା ବିଜ୍ଞାନ, ସ୍ୱପ୍ନ ବିନା ବାସ୍ତବତା ସମ୍ଭବ ନୁହେଁ ସେ ଅଦ୍ଭୁତ ପିଲାକୁ ବୁଝାଇବାକୁ ଚେଷ୍ଟାକରିଛି । କିନ୍ତୁ ଅଦ୍ଭୁତ ପିଲାଟି କହିଛି, ସାଧାରଣ ପିଲାମାନେ ଯେ କେବଳ ସ୍ଵପ୍ନକୁ ନେଇ ବଞ୍ଚିରହନ୍ତି । କାରଣ ସେମାନେ ପାଠ ପଢ଼ନ୍ତି । ଭବିଷ୍ୟତରେ କଲେକ୍ଟର, ଇଞ୍ଜିନିୟର ଓ ଡାକ୍ତର ହେବାର ସ୍ବପ୍ନ ଦେଖନ୍ତି । ସବୁବେଳେ ହୁଏତ ସେମାନଙ୍କ ସ୍ୱପ୍ନ ସଫଳ ହୋଇପାରେ ନାହିଁ । ତଥାପି ସେମାନେ ସେହି ସ୍ବପ୍ତିଳ ଭବିଷ୍ୟତକୁ ନେଇ ବଞ୍ଚିବାକୁ ଚେଷ୍ଟା କରିଥା’ନ୍ତି ।
ଅଦ୍ଭୁତ ପିଲା ଥିଲା ଅସାଧାରଣ ଧୀସମ୍ପନ୍ନ । ଶିଳା, ସୀମା, ରୂପା, ଜୟନ୍ତୀ ଯେଉଁ ସ୍ଵପ୍ନ ଦେଖୁଛନ୍ତି, ଭବିଷ୍ୟତରେ ଯାହା ହେବାପାଇଁ ଇଚ୍ଛା କରିଛନ୍ତି, ସେମାନେ ତାହା ହୋଇପାରିବେ ନାହିଁ ବୋଲି ଅଦ୍ଭୁତ ପିଲାଟି କହିଛି । ଅଦ୍ଭୁତ ପିଲାର ଚିନ୍ତାଧାରା ହେଉଛି ଏଭଳି କଲେକ୍ଟର, ଇଞ୍ଜିନିୟର, ଡାକ୍ତର ହେବାର କୌଣସି ମୂଲ୍ୟ ନାହିଁ । ସେ ହେଉଛି ଟେଣ୍ଟି ସେକେଣ୍ଡ ସେଞ୍ଚୁରୀର ପିଲା । ଟେଣ୍ଟି ସେକେଣ୍ଡ ସେଞ୍ଚୁରୀ ବେଳକୁ ସବୁପିଲା ତାଙ୍କ ପରି ବାସ୍ତବତାକୁ ନେଇ ବଞ୍ଚିବାକୁ ଚାହିଁବେ । ଅଦ୍ଭୁତ ପିଲାର କଥା ଶୁଣି ସୀମା କହିଛି, ତା’ହେଲେ ଜ’ଣ ଦ୍ୱାବିଂଶ ଶତାବ୍ଦୀବେଳକୁ ଏ ଦୁନିଆର ସବୁପିଲା ଭୂତ ହୋଇଯିବେ।
ଅଦ୍ଭୁତ ପିଲା ନିଜେ ସ୍ୱୀକାର କରିଛି, ସେ ପ୍ରକୃତରେ ଭୂତ ନୁହେଁ । ସେ ଅନ୍ୟମାନଙ୍କ ପରି ମଣିଷ ପିଲା । ହେଲେ ଜ୍ଞାନବିଜ୍ଞାନ, ବୁଦ୍ଧି-କୌଶଳ, ରୂପ ଓ ପୋଷାକରେ ସେ ବହୁତ ଆଗରେ । କାରଣ ସାଧାରଣ ପିଲା ହିସାବରେ ସେମାନେ ହୁଏତ ଡାକ୍ତର ହେବାର ସ୍ଵପ୍ନ ଦେଖନ୍ତି । ମାତ୍ର ଅଦ୍ଭୁତ ପିଲା ଡାକ୍ତର ନ ହୋଇବି ଗୋଟିଏ ମିନିଟ୍ରେ ରୋଗକୁ ଭଲକରି ଦେଇପାରିବ । ଇଞ୍ଜିନିୟର ନ ହୋଇ ବି ବିନା ପିଲାରରେ ଶହ ଶହ ମାଇଲ ବ୍ରିଜ୍ ତିଆରି କରିଦେଇ ପାରିବ । କଲେକ୍ଟର ନ ହୋଇ ବି ଏକୁଟିଆ ଗୋଟିଏ ଦେଶକୁ ଶାସନ କରିପାରିବ ।
ଜୟନ୍ତୀ, ସୀମା, ରୂପା ଆଦି ପିଲାମାନେ ଅଦ୍ଭୁତ ପିଲାର କଥାକୁ ବିଶ୍ୱାସ କରିନାହାଁନ୍ତି । ଏଇଟା ଗାଲୁମାରୁଛି ବୋଲି ଭାବିଛନ୍ତି । ଅଦ୍ଭୁତ ପିଲା ନିଜ କଥାର ସତ୍ୟାସତ୍ୟ ପ୍ରମାଣ କରିବାକୁ ଚାହିଁଛି । କାହାର କିଛି ରୋଗ ହୋଇଥିଲେ ସଙ୍ଗେ ସଙ୍ଗେ ଭଲ କରିଦେବ ବୋଲି କହିଛି। ଶିଳା ତା’ ହାତରେ ଥିବା ଘା’ଟି ଜମା ଶୁଖୁନାହିଁ ବୋଲି କହିଛି । ପ୍ରତିକାର କରିବାକୁ ଯାଇ ଅଦ୍ଭୁତ ପିଲାଟି ପକେଟରୁ ଔଷଧ ବାହାର କରି ଶିଳା ହାତରେ ଲଗେଇଛି । ଶିଳାର ଘା’ ମଧ୍ଯ ସଙ୍ଗେ ସଙ୍ଗେ ଭଲ ହୋଇଯାଇଛି । ଏଥର ସମସ୍ତେ ଅଦ୍ଭୁତ ପିଲାର କଥାକୁ ବିଶ୍ଵାସ କରିଛନ୍ତି । ଅଭୁତ ପିଲାଭଳି ଅସମ୍ଭବ ବୁଦ୍ଧିମାନ ହେବାକୁ ସମସ୍ତ ପିଲା ଇଚ୍ଛା କରିଛନ୍ତି । ଅଦ୍ଭୁତ ପିଲା ତା’ ସହିତ ଯିବାକୁ କହିବାରୁ ସମସ୍ତେ ତା’ ସହିତ ଯିବାକୁ ରାଜି ହୋଇ ଯାଇଛନ୍ତି । ଅଦ୍ଭୁତ ପିଲାଟି କହିଛି, ଦେହର ଗୁଣପିଣ୍ଡକୁ ବଦଳାଇ ଦେଇ ସ୍ବତନ୍ତ୍ର ଗୁଣପିଣ୍ଡ ଭରିଦେଲେ, ପିଲା ବୁଦ୍ଧିମାନ ହୋଇଯିବ । ପାଠ ନପଢ଼ି ମଧ୍ୟ ସବୁବିଦ୍ୟାର ଅଧିକାରୀ ହୋଇପାରିବ । ବିନା ପରିଶ୍ରମରେ ବିଜ୍ଞାନ ଜାଣିପାରିବ ।
ଅଦ୍ଭୁତ ପିଲାର କଥାରେ ପ୍ରଭାବିତ ହୋଇଛି ସୀମା । ସେ ତା’ ସହିତ ଯିବାକୁ ରାଜି ହୋଇଛି । ଯିବାପାଇଁ ବାହାରି ପଡ଼ିଛି । ମାତ୍ର ସୀମାକୁ ବାରଣ କରିଛି ରୂପା । ଅସମ୍ଭବକୁ ସମ୍ଭବ କରିବା ଅର୍ଥ ବିପଦକୁ ଡାକି ଆଣିବା ବୋଲି କହିଛି । ଅଦ୍ଭୁତ ପିଲାଟି କହିଛି ଯେ ଏହା ଅସମ୍ଭବ ନୁହେଁ । ସେମାନେ ଯାହା ଚାହିଁବେ, ତାହା କରିଦେଇ ପାରିବେ । ସେମାନେ ନୂତନ ସମାଜ ଗଢ଼ିବାକୁ ଚେଷ୍ଟାକରିବେ । ଯେଉଁଠାରେ ସମସ୍ତେ ସମାନ ହେବେ । କେହି କାହା ଅଧୀନରେ ରହିବାପାଇଁ ପଡ଼ିବ ନାହିଁ । ସମସ୍ତେ ଏଥର ଅଦ୍ଭୁତ ପିଲାର କଥାରେ ରାଜି ହୋଇଛିନ୍ତି। ସମସ୍ତେ ଯିବାପାଇଁ ବାହାରିଛନ୍ତି । ମାତ୍ର ରୂପା ସେମାନଙ୍କୁ ବାରଣ କରିଛି ।
ରୂପା ସମସ୍ତଙ୍କୁ ବୁଝାଇବା ସହିତ ଅଦ୍ଭୁତ ପିଲାକୁ କେତେକ ପ୍ରଶ୍ନ ପଚାରିଛି, ଯେଉଁ ପ୍ରଶ୍ନର କୌଣସି ଉତ୍ତର ତା’ପାଖରେ ନାହିଁ । ରୂପା ମତରେ ସମସ୍ତେ ହୁଏତ ଅଦ୍ଭୁତ ପିଲା ଭଳି ବୁଦ୍ଧିମାନ ହୋଇଯିବେ, ହେଲେ ସେମାନଙ୍କଠାରେ ଜୀବନର ସ୍ଵାଭାବିକତା ନଥବ । ସେମାନେ କେବେହେଲେ ସୁଖରେ ହସି ପାରିବେ ନାହିଁ କିମ୍ବା ଦୁଃଖରେ କାନ୍ଦି ପାରିବେ ନାହିଁ । କାରଣ ଅଦ୍ଭୁତ ପିଲା ଜୀବନରେ ହସ କ’ଣ ଜାଣେ ନାହିଁ । କାନ୍ଦକୁ ସେ ଘୃଣାକରେ । ଜୀବନରେ ସ୍ନେହ-ଭକ୍ତି, ହସ-କାନ୍ଦ, ସୁଖ- ଦୁଃଖ ଏସବୁ ତା’ପାଖରେ ମୂଲ୍ୟହୀନ ବୋଲି ଅଦ୍ଭୁତ ପିଲା ସ୍ଵୀକାର କରିଛି । ମାତ୍ର ରୂପା ଅଦ୍ଭୁତ ପିଲାକୁ ବୁଝାଇବାକୁ ଚେଷ୍ଟାକରିଛି । ଜୀବନରେ ଉପରୋକ୍ତ ଅନୁଭବ ରହିଥିବାରୁ ମଣିଷ ସବୁପ୍ରାଣୀ ଭିତରେ ଶ୍ରେଷ୍ଠ ବୋଲି ବିବେଚିତ ହୋଇଛି ।
ଅଭୁତ ପିଲା ଯୁକ୍ତି ଛଳରେ କହିଛି, ମଣିଷ କେବଳ ନିଜର କାର୍ଯ୍ୟ ଓ ବୁଦ୍ଧିମତ୍ତା ଯୋଗୁଁ ଅନ୍ୟାନ୍ୟ ପ୍ରାଣୀଙ୍କଠାରୁ ଭିନ୍ନ ହୋଇଛି । ଅଦ୍ଭୁତ ପିଲାର ଅଦ୍ଭୁତ ଯୁକ୍ତିରେ ରୂପା ହସିଛି । ବୁଝାଇ କହିଛି, ଯେହେତୁ ଅଦ୍ଭୁତ ପିଲା ଜୀବନରେ ବାପା ମା’ କ’ଣ ଜାଣି ନାହିଁ, ଭାଇ ଭଉଣୀ କ’ଣ ଜାଣିନି, ସାଙ୍ଗସାଥୀ କ’ଣ ଜାଣିନି, ତେଣୁ ମଣିଷ ଜୀବନରେ ସ୍ନେହ, ଭକ୍ତି ଓ ଭଲ ପାଇବାର ମୂଲ୍ୟ କେତେ, ସେ ତାହା ବୁଝିପାରିବ ନାହିଁ । ରୂପା କଥାକୁ ଠିକରୂପେ ଅଦ୍ଭୁତ ପିଲା ବୁଝିବାକୁ ଚେଷ୍ଟା କରିନାହିଁ । ବରଂ ଯୁକ୍ତି ଛଳରେ କହିଛି, ସେ ତା’ର ସୃଷ୍ଟି କର୍ତାଙ୍କଠାରୁ ଶୁଣିଛି ଯେ ମଣିଷ ଜୀବନରେ ସ୍ନେହ, ଭକ୍ତି, ଭଲ ପାଇବା ଥୁବାରୁ, ମଣିଷ ଦୁଃଖ ଭୋଗକରୁଛି । ଏଣୁ ସବୁ ଭୁଲିଯାଇ ତା’ପରି ହୋଇଯିବାକୁ ସେ ପିଲାମାନଙ୍କୁ କହିଛି ।
ରୂପା ମଣିଷ ଜୀବନର ବାସ୍ତବ ମୂଲ୍ୟବୋଧକୁ ପ୍ରକାଶ କରିଛି । ସେ କହିଛି, ମଣିଷ ସବୁବେଳେ ସ୍ବପ୍ନ ଦେଖୁଥିବାରୁ, ଏ ଦୁନିଆରେ ସେ ବଞ୍ଚିରହିଛି । ହଜାର ହଜାର ବର୍ଷରୁ ଏ ଦୁନିଆରେ ବାପା-ମା’, ଭଇ-ଭଉଣୀ, ସୁଖ-ଦୁଃଖ ସବୁକିଛି ରହିଆସିଛି ଏବଂ ଏସବୁ ଭବିଷ୍ୟତରେ ମଧ୍ୟ ରହିଥିବ । ସେହି ସମ୍ପର୍କ ଓ ଅନୁଭବ ଭିତରେ ସମସ୍ତେ ବଞ୍ଚୁରହିବେ ଓ ଆଗେଇବାକୁ ଚେଷ୍ଟାକରିବେ । ‘କାରଣ ସେମାନେ ହେଉଛନ୍ତି ଧରଣୀ ବୁକୁର ଶିଶୁ । ଅଦ୍ଭୁତ ପିଲା ପରି ଯନ୍ତ୍ର ନୁହଁନ୍ତି । ମାତ୍ର ଅଦ୍ଭୁତ ପିଲା ନିଜକୁ ଯନ୍ତ୍ର ବୋଲି ସ୍ବୀକାର କରିବାକୁ ପ୍ରସ୍ତୁତ ହୋଇନାହିଁ । ରୂପା ଅଦ୍ଭୁତ ପିଲାକୁ ବୁଝାଇବାକୁ ଯାଇ କହିଛି, ମଣିଷ କେବଳ ବୁଦ୍ଧିମାନ ହୋଇଗଲେ ସବୁକିଛି ପାଇଯାଏ ନାହିଁ । ବରଂ ମଣିଷଠାରେ ମାନବିକ ଗୁଣର ଆବଶ୍ୟକତା ରହିଛି । ସ୍ନେହ-ଭକ୍ତି, ସୁଖ-ଦୁଃଖ, ସତ୍ୟ-ଶାନ୍ତି, ଦୟା-କ୍ଷମା ଭଳି ମାନବିକ ଗୁଣରେ ତା’ ହୃଦୟ ପୂର୍ଣ ହୋଇଯିବା ଉଚିତ । ଯେଉଁଦିନ ଅଦ୍ଭୁତ ପିଲା, ତା’ର ସୃଷ୍ଟିକର୍ତ୍ତାଠାରୁ ଏହିସବୁ ଗୁଣକୁ ଆଣିପାରିବ, ସେଦିନ ସେ ଯନ୍ତ୍ରରୁ ମାନବ ଶିଶୁ ହୋଇଯିବ । ସମସ୍ତେ ତାକୁ ମାନବ ଶିଶୁ ବୋଲି ମାନିନେବେ ।
ଅଦ୍ଭୁତ ପିଲାଟି ସାଧାରଣ ପିଲାପରି ବଡ଼ମାନଙ୍କୁ ଭକ୍ତି କରିବାକୁ ଚାହିଁନାହିଁ, ବଡ଼ମାନଙ୍କର ଆଦେଶ ମାନିବାକୁ ଇଚ୍ଛା କରିନାହିଁ । ସାନମାନଙ୍କୁ ସ୍ନେହ କରିବା ଶିଖି ନାହିଁ; ମାତ୍ର ନିଜକୁ ମାନବ ଶିଶୁ ବୋଲି ଦାବି କରିଛି । ରୂପା ଅଦ୍ଭୁତ ପିଲାର କୌଣସି କଥାକୁ ଶୁଣିନାହିଁ । ଶେଷରେ ସେ କହିଛି, ଅଦ୍ଭୁତ ପିଲା କେବେହେଲେ ମାନବ ଶିଶୁ ନୁହେଁ । ସେ ହେଉଛି ଏକ ରୋର୍ବଟ୍ । ଏକ ମଣିଷ ତିଆରି ଯନ୍ତ୍ର । ରୂପାର ଏଭଳି କଥାରେ ଅଦ୍ଭୁତ ପିଲାଟି ବାଧ୍ୟହୋଇ ସେଠାରୁ ଉଭେଇ ଯାଇଛି । ଯେଉଁପରି ଅଭାବନୀୟ ଶବ୍ଦ ପ୍ରକାଶକରି ସେଠାକୁ ଆସିଥିଲା, ସେହିପରି ଶବ୍ଦକରି ସେଠାରୁ ଚାଲିଯାଇଛି । ପିଲାଟି ଉଭେଇ ଗଲାପରେ ସୀମା ବ୍ୟସ୍ତ ହୋଇପଡ଼ିଛି । ତା’ ବିଚାରରେ ସେହି ଅଦ୍ଭୁତ ପିଲା ତାଙ୍କୁ ଦୁଃଖ ଦୁନିଆରୁ ଦୂରେଇ ନେଇ ସୁଖ ଦୁନିଆରେ ପହଞ୍ଚାଇ ଦେଇଥା’ନ୍ତା । ସୀମାର ଏପରି ଭ୍ରମକୁ ଦୂରେଇ ଦେଇଛି ରୂପା । କାରଣ ସେହି
ଅଦ୍ଭୁତ ପିଲା ତାଙ୍କୁ ବାସ୍ତବ ଦୁନିଆରୁ ଦୂରେଇ ନେଇଥା’ନ୍ତା । ଏକ ଅବାସ୍ତବ ଦୁନିଆର ମଣିଷ କରିଦେଇଥା’ନ୍ତା । କାରଣ ସାହିତ୍ୟକୁ ଛାଡ଼ି, ସ୍ଵପ୍ନକୁ ଛାଡ଼ି ବଞ୍ଚିବା ସମ୍ଭବ ନୁହେଁ । କଠୋର ପରିଶ୍ରମ କରି ସେମାନେ ତାଙ୍କର ସ୍ୱପ୍ନକୁ ସାକାର କରିବେ । ବାପା ମା’, ଗୁରୁଜନଙ୍କ ମେଳରେ ସ୍ନେହ, ପ୍ରେମ, ଭଲ ପାଇବାକୁ ଆଦରି ନେଇ ସତ୍ପଥରେ ଜୀବନ ଗଢ଼ିବାକୁ ଚେଷ୍ଟା କରିବେ । କାରଣ ସେମାନେ ହେଉଛନ୍ତି ଧରଣୀ ବୁକୁର ଶିଶୁ । ସେମାନେ ଅମୃତର ସନ୍ତାନ । ଯନ୍ତ୍ରଭଳି ହେବାକୁ ସେମାନେ ଜନ୍ମହୋଇ ନାହାନ୍ତି । ବାସ୍ତବକୁ ଆଦରି ନେବାକୁ ସେମାନେ ଚାହିଁଛନ୍ତି । ସମସ୍ତେ ଖୁସି ହୋଇ ପୁଣି ରଜ ଦୋଳି ଗୀତ ଗାଇବା ପାଇଁ ଓ ଦୋଳି ଖେଳି ମଜା କରିବାପାଇଁ ଚାଲିଯାଇଛନ୍ତି ।
କଠିନ ଶବ୍ଦାର୍ଥ :
- ଅଭାବନୀୟ – ଅଦ୍ଭୁତ ।
- କଟମଟ କରି ଦେଖୁ – ରାଗିକରି ବଡ଼ ବଡ଼ ଆଖ୍ କରି ଚାହିଁବା
- ଅସାଧ୍ଯ – ଯାହାକୁ ଭଲ କରିବା କଷ୍ଟ|ଯାହା ସାଧନାରୁ ବାହାରେ ।
- ପିଲାର – ଖୁଣ୍ଟ/ଖମ୍ବ ।
- ଗାଲୁ ମାରିବା – ମିଛ କହିବା ।
- ମାନବିକତା – ମଣିଷପଣିଆ ।
- ରୋବଟ୍ – ଯନ୍ତ୍ରମଣିଷ ।
- ଅବାସ୍ତବ – ଯାହା ପ୍ରକୃତ ସତ୍ୟ ନୁହେଁ ।