BSE Odisha 7th Class Odia Solutions Chapter 22 ଦରଜା ଖୋଲି ଦେବା

Odisha State Board BSE Odisha 7th Class Odia Solutions Chapter 22 ଦରଜା ଖୋଲି ଦେବା Textbook Exercise Questions and Answers.

BSE Odisha Class 7 Odia Solutions Chapter 22 ଦରଜା ଖୋଲି ଦେବା

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଉତ୍ତର କୁହ ।
(କ) ବୁଲା ଓ ରହିମ୍ କିଏ ?
Answer:
ବୁଲା ଓ ରହିମ୍ ଦୁଇଜଣ ଗରିବ ପିଲା । ସେମାନେ ପ୍ରଧାନବାବୁଙ୍କ ଇଟାଭାଟିରେ କାମ କରି ପେଟ ପୋଷନ୍ତି । ତାଙ୍କ ମନରେ ପାଠ ପଢ଼ିବାପାଇଁ ଯଥେଷ୍ଟ ଆଗ୍ରହ ଥିଲେ ମଧ୍ୟ ସେମାନେ ସ୍କୁଲକୁ ଆସିପାରନ୍ତି ନାହିଁ । ପରବର୍ତ୍ତୀ ସମୟରେ

(ଖ ) ସେମାନେ କେଉଁଠି ପ୍ରବେଶ କରିଥିଲେ ?
Answer:
ଛୁଟିଦିନେ କେହି ନଥ‌ିବାବେଳେ ନିଜର ଆଗ୍ରହ ପାଇଁ ସେମାନେ ଅର୍ଥାତ୍ ବୁଲା ଓ ରହିମ୍ ସ୍କୁଲଘରେ ପ୍ରବେଶ କରିଥିଲେ ।

(ଗ) ସେମାନଙ୍କର କାହା ସହିତ ଭେଟ ହେଲା ?
Answer:
ସେମାନଙ୍କର ସ୍କୁଲଘରେ ଥ‌ିବା ଅବସ୍ଥାରେ ଶିକ୍ଷକଙ୍କ ସହିତ ଭେଟ ହୋଇଥିଲା ।

(ଘ) ସେମାନେ ତାଙ୍କ ସହିତ କ’ଣ କଥାବାର୍ତ୍ତା ହେଲେ ?
Answer:
ବୁଲା ଓ ରହିମ୍ ସ୍କୁଲଘରେ ପ୍ରବେଶ କରି ଚକ୍ର ଧରି ଶିକ୍ଷକଙ୍କ ଛବି ଆଙ୍କୁଥିଲାବେଳେ ଶିକ୍ଷକ ସେଠାରେ ପହଞ୍ଚିଲେ । ଶିକ୍ଷକଙ୍କୁ ଦେଖୁ ସେମାନେ ଭୟରେ ପଳାଇଯିବାପାଇଁ ଚାହିଁଲାବେଳେ ଶିକ୍ଷକ ସେମାନଙ୍କୁ ଭୟ ନ କରିବାପାଇଁ କହିଥିଲେ । ସେମାନଙ୍କୁ ପାଖକୁ ଡାକି ସେ ସେମାନଙ୍କ ବିଷୟରେ ବୁଝିଥିଲେ । ଏତେ କମ୍ ବୟସରୁ କାମ କରି ପେଟ ପୋଷୁଥ‌ିବା କଥା ଜାଣି ଦୁଃଖ ପ୍ରକାଶ କରିଥିଲେ । ସେମାନଙ୍କୁ ପାଠପଢ଼ାର ଲାଭ କଥା ବୁଝାଇଥିଲେ । ସେମାନଙ୍କୁ ତା’ପରଦିନଠାରୁ ଘଣ୍ଟାଏ ଘଣ୍ଟାଏ ସ୍କୁଲକୁ ଆସି ପାଠ ପଢ଼ିଯିବାକୁ କହିଥିଲେ ।

(ଙ) ପ୍ରଧାନ କିଏ ? ସେ କିପରି ଲୋକ ଥିଲେ ?
Answer:
ପ୍ରଧାନ ହେଉଛନ୍ତି ଜଣେ କଣ୍ଟ୍ରାକ୍ଟର । ସେ ସତ୍ୟର ବାପା । କଣ୍ଟ୍ରାକ୍ଟରୀ କାମ କରି ସେ ସାଧାରଣ ଲୋକଙ୍କୁ ବହୁଭାବରେ ଶୋଷଣ କରନ୍ତି । ଏପରିକି ତାଙ୍କ ଇଟାଭାଟିରେ ଛୋଟପିଲାଙ୍କୁ କାମ କରାଇ ଠିକ୍ ରୂପେ ମଜୁରି ଦିଅନ୍ତି ନାହିଁ । ସେ ପ୍ରଥମେ ନିଷ୍ଠୁର ଓ ଅହଙ୍କାରୀ ସ୍ୱଭାବର ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ତାଙ୍କ ଚରିତ୍ରରେ ପରିବର୍ତ୍ତନ ଆସିଛି ।

BSE Odisha 7th Class Odia Solutions Chapter 22 ଦରଜା ଖୋଲି ଦେବା

Question ୨।
ପ୍ରାୟ ୧୦୦ ଶବ୍ଦ ମଧ୍ୟରେ ଉତ୍ତର ଲେଖ ।
(କ) ଶିକ୍ଷକ ଜଣେ ଉଦାର ବ୍ୟକ୍ତି ଥିଲେ ବୋଲି କିପରି ଜାଣୁଛ ?
Answer:
‘ଦରଜା ଖୋଲିଦେବା’ ଏକାଙ୍କିକାର ଅନ୍ୟତମ ମୁଖ୍ୟ ଚରିତ୍ର ହେଉଛନ୍ତି ଶିକ୍ଷକ । ତାଙ୍କୁ ଗାଁଲୋକ ଡାକନ୍ତି ମାଷ୍ଟ୍ରେ, ପିଲା ଡାକନ୍ତି ଗୁରୁଜୀ । ସାଧାରଣ ଲୋକଙ୍କ ଦୃଷ୍ଟିରେ ସେ ଶିକ୍ଷକ । ଶିକ୍ଷକ ଥିଲେ ଜଣେ ଉଦାର ପ୍ରକୃତିର ମଣିଷ । ସବୁବର୍ଗର ପିଲାମାନଙ୍କୁ ସ୍ନେହ ଦେଇ ପାଠ ପଢ଼ାଇବା ତାଙ୍କର ଉଦ୍ଦେଶ୍ୟ । ସ୍କୁଲ ଘରକୁ ବୁଲା ଓ ରହିମ୍ ପ୍ରବେଶ କରି ଚକ୍ରରେ ଚିତ୍ର କରୁଥିଲେ ବି ସେ ସେମାନଙ୍କ ଉପରେ ବିରକ୍ତ ହୋଇ ନାହାଁନ୍ତି । ବରଂ ସେମାନଙ୍କୁ ସେ ଚିତ୍ର କରିବାପାଇଁ ଉତ୍ସାହିତ କରିଛନ୍ତି । ସେମାନେ ଅଳ୍ପ ବୟସରୁ କାମ କରି ପେଟ ପୋଷୁଥ‌ିବାରୁ ତାଙ୍କ ପ୍ରତି ସହାନୁଭୂତିଶୀଳ ହୋଇଛନ୍ତି । କାଲିଠାରୁ ସ୍କୁଲକୁ ଆସି ଘଣ୍ଟାଏ ଘଣ୍ଟାଏ ପାଠ ପଢ଼ିଲେ, ସେମାନେ ଅନେକ ପାଠ ଜାଣିଯିବେ ବୋଲି କହିଛନ୍ତି ।

ଶିକ୍ଷକ ଥିଲେ ସମଭାବାପନ୍ନ ମଣିଷ । ତାଙ୍କ ଦୃଷ୍ଟିରେ ଧନୀ-ଦରିଦ୍ର, ହିନ୍ଦୁ-ମୁସଲମାନ ସମସ୍ତେ ସମାନ । ସମସ୍ତଙ୍କୁ ସେ ସମାନ ଦୃଷ୍ଟିରେ ଦେଖୁଥିଲେ । ଏପରିକି ସେ ପ୍ରଧାନବାବୁଙ୍କ ପୁଅ ସତ୍ୟକୁ ଯେପରି ସ୍ନେହ କରୁଥିଲେ, ଗରିବ ପିଲା ବୁଲା ଓ ରହିମ୍‌ଙ୍କୁ ମଧ୍ୟ ସେହିପରି ଭଲ ପାଉଥିଲେ । ତାଙ୍କଠାରୁ ସ୍ନେହ ଆଦର ପାଇ ସମସ୍ତେ ତାଙ୍କୁ ଭଲ ପାଉଥିଲେ । ପ୍ରଧାନଙ୍କ ମନରୁ ସଂକୀର୍ଣ୍ଣତା ଦୂରେଇ ଦେବାପାଇଁ ସେ କହିଥିଲେ ‘‘ଏଇଟା ସରକାରୀ ବିଦ୍ୟାଳୟ । ଏଠି ସମସ୍ତଙ୍କର ପଢ଼ିବା ଅଧିକାର ଅଛି । ବିଦ୍ୟାଳୟପାଇଁ ଉଚ୍ଚ-ନୀଚ, ଧନୀ-ଗରିବ, ହିନ୍ଦୁ-ମୁସଲମାନ ସମସ୍ତେ ସମାନ । ଏଠି ଜାତି- ଧର୍ମ-ବର୍ଷର ପ୍ରଶ୍ନ ଉଠିବ କୋଉଠୁ ।’’ ଉପରୋକ୍ତ ବିଚାରଧାରାରୁ ସ୍ପଷ୍ଟ ହୁଏ ଯେ, ଶିକ୍ଷକ ଜଣେ ଉଦାର ବ୍ୟକ୍ତି ଥିଲେ ।

(ଖ) ସତ୍ୟ ଏବଂ ତା’ ବାପା ପ୍ରଧାନଙ୍କର ମନୋବୃତ୍ତି ପରସ୍ପରର ବିପରୀତ ଥିଲା କିପରି ?
Answer:
ନାଟ୍ୟକାର ନାରାୟଣ ସାହୁ ‘ଦରଜା ଖୋଲିଦେବା’ ଏକାଙ୍କିକାରେ ସତ୍ୟ ଏବଂ ତା’ ବାପା ପ୍ରଧାନଙ୍କୁ ଦୁଇ ପରସ୍ପର ବିରୋଧୀ ମନୋବୃତ୍ତର ଚରିତ୍ର ଭାବରେ ବର୍ଣ୍ଣନା କରିଛନ୍ତି । ଏଭଳି ଚରିତ୍ରର ଉପସ୍ଥାପନ କରି ସେ ଦୁଇ ଚରିତ୍ରର ବିଶେଷତା ଦେଖାଇ ଅଛନ୍ତି। ସତ୍ୟ ଥିଲା ପ୍ରଧାନବାବୁଙ୍କର ଏକମାତ୍ର ପୁତ୍ର । ସେ ଧନୀ ଘରର ପିଲା ହେଲେ ବି ତା’ମନରେ କୌଣସି ପ୍ରକାର ଅହଙ୍କାର ନଥିଲା । ଅନ୍ୟ ପ୍ରତି ଅସୂୟା ଭାବ ନଥିଲା । ବରଂ ସେ ସବୁପିଲାଙ୍କ ସହିତ ମିଳିମିଶି ପଢ଼ିବାପାଇଁ, ଖେଳିବାପାଇଁ, ଚିତ୍ର ଆଙ୍କିବାପାଇଁ ଭଲ ପାଉଥିଲା । କୌଣସି ସମୟରେ ବୁଲା ଓ ରହିମ୍‌ଠାରୁ ନିଜକୁ ବଡ଼ ବୋଲି ମନେକରୁ ନଥିଲା ।

ସେ ରହିମ୍ ଓ ବୁଲାଙ୍କ ସହିତ ସ୍କୁଲରେ ବସି ପଢ଼ିଲାବେଳେ ପ୍ରଧାନବାବୁ ଏକଥାକୁ ବିରୋଧ କରିଥିଲେ । ସତ୍ୟ ବାପାଙ୍କୁ ବୁଝାଇବାକୁ ଚେଷ୍ଟା କରିଛି । ଶିକ୍ଷକଙ୍କ କଥାକୁ ମଧ୍ୟ ସତ୍ୟ ସମର୍ଥନ କରିଛି । ତଥାପି ସେ ବାପାଙ୍କ କଥାରେ କୌଣସି ସମୟରେ ଅବାଧ୍ଯ ହୋଇନାହିଁ । ସତ୍ୟ ଯିଶୁଖ୍ରୀଷ୍ଟଙ୍କ ଚିତ୍ର ଆଙ୍କିଲାବେଳେ ତା’ ନିକଟରେ ପହଞ୍ଚିଲେ ବୁଲା ଓ ରହିମ୍ । ସେମାନଙ୍କୁ ସେ ଯିଶୁଖ୍ରୀଷ୍ଟଙ୍କ ସମ୍ପର୍କରେ ବୁଝାଇ ଦେଇଛି । ପୁନଶ୍ଚ ବିଛଣାରେ ବସି ଚିତ୍ର ଆଙ୍କିବାକୁ କହିଛି । ବାପା ନଥ‌ିବାରୁ ନିର୍ଭୟରେ ତା’ପାଖରେ ବସିବାକୁ କହିଛି । ନାଟ୍ୟକାର ସତ୍ୟକୁ ଜଣେ ସରଳ, ଶାନ୍ତ, ଉଦାରମନା କିଶୋର ଭାବରେ ବର୍ଣ୍ଣନା କରିଛନ୍ତି ।

ସତ୍ୟ ଯେତିକି ସହଜ ଓ ସରଳ, ତା’ ବାପା ପ୍ରଧାନବାବୁ ସେତିକି ଅହଙ୍କାରୀ ଓ ଅସହିଷ୍ଣୁ । ତାଙ୍କ ପିଲା ଯେ ସାଧାରଣ ପିଲାଙ୍କ ସହିତ ପଢ଼ିବ, ଗରିବ ପିଲାମାନଙ୍କ ସହିତ ମିଶିବ ତାହା ସେ ଚାହୁଁନଥିଲେ । ପୁନଶ୍ଚ ସତ୍ୟ, ବୁଲା ଓ ରହିମ୍‌ଙ୍କୁ ସାଙ୍ଗ ପିଲା ହିସାବରେ ଗ୍ରହଣ କରିଥିଲାବେଳେ, ପ୍ରଧାନବାବୁ ସେମାନଙ୍କୁ ଅତି ହୀନଦୃଷ୍ଟିରେ ଦେଖୁଥିଲେ । ସେ କଣ୍ଟ୍ରାକ୍ଟର ଭାବରେ ସ୍କୁଲ ଘର ତିଆରି କରିଥିବାରୁ ତାଙ୍କ ମନରେ ଯଥେଷ୍ଟ ଅହଙ୍କାର ରହିଥିଲା । ଏପରିକି ସରକାରୀ ବିଦ୍ୟାଳୟରେ ମଧ୍ୟ ସେ ନିଜର ଆଧ୍ୟତ୍ୟ ଦେଖାଇଥିଲେ । ତାଙ୍କ ବ୍ୟତୀତ ଅନ୍ୟ କାହାରି ନିୟମରେ ସ୍କୁଲ ଚାଲିବ ନାହିଁ ବୋଲି ଶିକ୍ଷକଙ୍କୁ ଧମକ ଦେଇଥିଲେ ।

ଅସହିଷ୍ଣୁ ହୋଇ ପ୍ରଧାନବାବୁ ପୁଅ ସତ୍ୟକୁ ଟାଣି ଟାଣି ସ୍କୁଲ ବାହାରକୁ ନେଇଯାଇଥିଲେ । ବୁଲା ଓ ରହିମ୍ ସତ୍ୟ ପାଖରେ ବସି ଡ୍ରଇଁ କରୁଥୁଲାବେଳେ, ସେମାନଙ୍କୁ ସ୍କୁଲ୍‌ରେ ବାଡ଼େଇବାପାଇଁ ଧମକାଇଥିଲେ । କାଲିଠାରୁ ସ୍କୁଲ ନଯିବାପାଇଁ ତାଗିଦ୍ କରିଥିଲେ । ଅତି ନିଷ୍ଠୁରଭାବରେ ବୁଲା ଓ ରହିମୂକୁ କାମ କରିବାପାଇଁ ପଠାଇ ଦେଇଥିଲେ । ସତ୍ୟ ଦୁର୍ଘଟଣାରେ ପଡ଼ିଥିବାବେଳେ ମଧ୍ୟ ସେ ସେମାନଙ୍କୁ ଅଛବ ପିଲା କହି, ସେମାନଙ୍କ ରକ୍ତ ସତ୍ୟକୁ ଦେବାପାଇଁ ଚାହିଁନଥିଲେ । ନାଟ୍ୟକାର ସତ୍ୟ ଓ ପ୍ରଧାନଙ୍କ ଭଳି ଦୁଇଟି ବିପରୀତଧର୍ମୀ ଚରିତ୍ର ସୃଷ୍ଟିକରି ଏକାଙ୍କିକାର ମହତ୍ତ୍ବକୁ ଯଥାର୍ଥ ଭାବେ ପ୍ରକାଶ କରିଛନ୍ତି ।

(ଗ) ସତ୍ୟ ଗୁରୁଜୀଙ୍କ କଥାକୁ ସମର୍ଥନ କରୁଥିଲା କାହିଁକି ?
Answer:
ନାଟ୍ୟକାର ଡ. ନାରାୟଣ ସାହୁ ‘ଦରଜା ଖୋଲିଦେବା’ ଏକାଙ୍କିକାରେ ‘ସତ୍ୟ’କୁ ଏକ ଆଦର୍ଶ ଶିଶୁ ଚରିତ୍ର ଭାବେ ଚିତ୍ରଣ କରିଛନ୍ତି । ସତ୍ୟ ମାଧ୍ୟମରେ ସେ ବୁଲା ଓ ରହିମ୍ ଚରିତ୍ରର ବିଶେଷତା ଦେଖାଇଛନ୍ତି । ପ୍ରଧାନବାବୁଙ୍କ ସଂକୀର୍ଣ୍ଣତାବୋଧର ଯଥାର୍ଥ ଚିତ୍ର ସତ୍ୟ ଚରିତ୍ର ମାଧ୍ୟମରେ ହିଁ ପ୍ରକାଶିତ ହୋଇଛି । ସତ୍ୟ ଆଦର୍ଶ ଛାତ୍ର ହିସାବରେ ଗୁରୁଜୀଙ୍କ କଥାକୁ ମର୍ଯ୍ୟାଦା ଦିଏ । ଗୁରୁଜୀ ଯାହା କହନ୍ତି, ତାହାକୁ ମନଦେଇ ଶୁଣେ । ସତେଯେପରି ଗୁରୁଜୀହିଁ ତା’ ଜୀବନର ଆଦର୍ଶ ବୋଲି ମନେ ହୋଇଥାଏ । ସ୍କୁଲଘରେ ସତ୍ୟ ତା’ର ସାଥୀଙ୍କ ସହିତ ପଢୁଥିଲାବେଳେ, ତା’ର ବାପା ପ୍ରଧାନବାବୁ ଶିକ୍ଷକଙ୍କୁ ବିଭିନ୍ନ ପ୍ରକାର ଆକ୍ଷେପମୂଳକ କଥା କହିଛନ୍ତି । ତାଚ୍ଛଲ୍ୟ କରି ଗାଳି ମଧ୍ୟ ଦେଇଛନ୍ତି ।

ବାପାଙ୍କର ଏଭଳି ବ୍ୟବହାରରେ ସତ୍ୟ ପ୍ରତିବାଦ କରିଛି । ଗୁରୁଜୀ ଠିକ୍ କଥା କହିଛନ୍ତି ବୋଲି ବାପାଙ୍କୁ କହିଛି । ସେହି ସତ୍ୟ ଘରେ, ରହିମ୍ ଓ ବୁଲାଙ୍କୁ ବିଛଣାରେ ବସିବାର ସୁଯୋଗ ଦେଇଥିବାରୁ ତା’ର ବାପା ସମାନ । ମୋ ଦେହରେ ଯେଉଁ ରକ୍ତ, ତାଙ୍କ ଦେହରେ ବି ସେହି ରକ୍ତ ଅଛି ।’ ପୁନଶ୍ଚ ବାପାଙ୍କ ମନରୁ ଛୁଆଁ ଅଛୁଆଁ ସଂକୀର୍ଣ୍ଣତା ଦୂରେଇ ଦେବାକୁ ଯାଇ ସେ କହିଛ ‘ଛୁଆଁ ଅଛୁଆଁ ଭେଦଭାବ କେବେଠାରୁ ଲୋପ ପାଇଗଲାଣି । ଗୁରୁଜୀ କହୁଥିଲେ, ଏସବୁ ଆଇନ ଦୃଷ୍ଟିରୁ ଦଣ୍ଡନୀୟ ।’’ ସତ୍ୟ ବିଚାରରେ ଗୁରୁଜୀ ଯାହା କହୁଥିଲେ ଠିକ୍ । ତେଣୁ ସେ ପ୍ରତି ପଦେ ପଦେ ଗୁରୁଜୀଙ୍କ କଥାକୁ ସମର୍ଥନ କରୁଥିଲା ।

(ଘ) ବୁଲା ଏବଂ ରହିମ୍ ଜୀବନରେ ଶିକ୍ଷକ କିପରି ନୂତନ ଆଶା ସଞ୍ଚାର କରିଥିଲେ ?
Answer:
ନାଟ୍ୟକାର ଡ. ନାରାୟଣ ସାହୁ ‘ଦରଜା ଖୋଲିଦେବା’ ଏକାଙ୍କିକାରେ ବୁଲା ଏବଂ ରହିମ୍ ଭଳି ଚରିତ୍ରର ବର୍ଣ୍ଣନା ଦେଇ ସମାଜକୁ ଏକ ନୂତନ ଦିଗ୍‌ଦର୍ଶନ ଦେଇଛନ୍ତି । ବୁଲା ଏବଂ ରହିମ୍ ଦୁହିଁଙ୍କୁ ଶିକ୍ଷକ ଜଣେ ସଚ୍ଚା ଗୁରୁଜୀ ଭାବରେ ସ୍ନେହ ଆଦର ଦେଇ ପାଠ ପଢ଼ିବାପାଇଁ ପ୍ରେରଣା ଦେଇଛନ୍ତି । ସ୍କୁଲ ଛୁଟିଦିନରେ ବୁଲା ଓ ରହିମ୍ ସ୍କୁଲ କୋଠରିରେ ପ୍ରବେଶ କରିଛନ୍ତି । କୋଠରିର ସବୁକିଛି ଜିନିଷ ଆଗ୍ରହ ସହକାରେ ଦେଖୁଛନ୍ତି । ବୁଲା ଚେୟାର ଉପରେ ଶିକ୍ଷକଙ୍କ ଭଳି ବସିଛି । ରହିମ୍‌କୁ ସବୁକଥା ବୁଝାଇଛି । ଶେଷରେ ଚକ୍ ଧରି ଶିକ୍ଷକଙ୍କ ଛବି ଆଙ୍କିଛି । ଏହି ସମୟରେ ଶିକ୍ଷକ ସେଠାରେ ପହଞ୍ଚିଛନ୍ତି । ଶିକ୍ଷକଙ୍କୁ ଦେଖ୍ ସେମାନେ ଭୟରେ ପଳାଇ ଯିବାକୁ ଚାହିଁଛନ୍ତି । ମାତ୍ର ଶିକ୍ଷକ ସେମାନଙ୍କୁ ସ୍ନେହ ଆଦରରେ ଡାକିଛନ୍ତି । ସେମାନଙ୍କର ନାଁ ପଚାରିଛନ୍ତି । ସେମାନେ କ’ଣ କରନ୍ତି ବୋଲି ଜାଣିବାକୁ ଚାହିଁଛନ୍ତି । ସେମାନେ ଇଟାଭାଟିରେ କାମ କରୁଥିବା କଥା ଜାଣି ଦୁଃଖ ପ୍ରକାଶ କରିଛନ୍ତି । ମନେ ମନେ ଭାବିଛନ୍ତି, ‘ଯେଉଁ ହାତ ସିଲଟ ଖଡ଼ି ଧରବା କଥା, ସେଇ ହାତ ଯଦି ଇଟା, ପଥର ଭାଙ୍ଗିବ ତା’ହେଲେ ଦେଶର ଭବିଷ୍ୟତ କ’ଣ ହେବ ?’

ବୁଲା ଓ ରହିମ୍‌କୁ ପାଠ ପଢ଼ିବାପାଇଁ ଶିକ୍ଷକ ବୁଝାଇଛନ୍ତି । ପାଠ ଯେ ଜୀବନରେ ନିହାତି ଆବଶ୍ୟକ ସେକଥା ବୁଝାଇବାକୁ ଯାଇ ଶିକ୍ଷକ ବିଭିନ୍ନ ଉଦାହରଣ ଦେଇଛନ୍ତି । ଶିକ୍ଷକଙ୍କ ମତରେ, ପାଠ’ ହେଉଛି ଗୋଟିଏ ଆଲୁଅ, ଯାହାକି ସେମାନଙ୍କୁ ଅନେକ କଥା ଠିକ୍ ରୂପେ ଦେଖୁରିବାର ସୁଯୋଗ ଦେବ । ସେମାନେ ଠିକ୍ ରୂପେ ପାଠ ପଢ଼ି ନଥ‌ିବାରୁ ପ୍ରଧାନବାବୁ ସେମାନଙ୍କୁ ଇଟାଭାଟିରେ କାମ କରାଉଛି । ଅଧ‌ିକ କାମ କରାଉଥିଲେ ବି ଉପଯୁକ୍ତ ପଇସା ଦେଉନାହାଁନ୍ତି । ସେମାନେ ନିଜର ଭବିଷ୍ୟତ କଥା ଭାବିବାକୁ ହେଲେ ପାଠ ପଢ଼ିବାକୁ ହେବ ବୋଲି ଶିକ୍ଷକ ବୁଝାଇ ଦେଇଛନ୍ତି । ପାଠ ପଢ଼ିଲେ ସେମାନେ କି ଲାଭ ପାଇବେ ତା’ ବୁଝାଇବାପାଇଁ ଶିକ୍ଷକ କହିଛନ୍ତି ‘ପେଟ ପୂରୁ ନପୂରୁ ଆଖ୍ ଖୋଲିଯିବ, ସବୁ ଜାଣି ପାରିବ ।

ସେଥିଲାଗି କହୁଛି, ପାଠ ପଢ଼ି । ହଁ କାଲିଠାରୁ ତମେ ଦିହେଁ ସ୍କୁଲକୁ ଆସିବ ।’’ ଶିକ୍ଷକ ବୁଲା ଓ ରହିମ୍‌ ବୁଝାଇଛନ୍ତି । ବେଶି ସମୟ ନଦେଲେ ବି ଦିନକୁ ଘଣ୍ଟାଏ ଲେଖାଁ ପାଠ ପଢ଼ିବାକୁ ଆସିଲେ ଯଥେଷ୍ଟ ହେବ । ପ୍ରଧାନବାବୁ ବୁଲା ଓ ରହିମ୍‌କୁ ସ୍କୁଲକୁ ନ ଆସିବାପାଇଁ ଧମକ ଚମକ ଦେଇଥିଲେ ହେଁ ସେମାନେ କେବଳ ଶିକ୍ଷକଙ୍କ ସ୍ନେହ ପାଇଁ ସ୍କୁଲକୁ ଆସିଛନ୍ତି । ଶିକ୍ଷକଙ୍କ ଉଦ୍ୟମ ଯୋଗୁଁ ସେମାନେ ପାଠ ପଢ଼ିବାକୁ ଆଗ୍ରହୀ ହୋଇଛନ୍ତି । ବାସ୍ତବରେ ଶିକ୍ଷକ ନିଜ ସ୍ନେହ ବଳରେ ବୁଲା ଓ ରହିମ୍ ଜୀବନରେ ନୂତନ ଆଶା ସଞ୍ଚାର କରିବାକୁ ଚେଷ୍ଟା କରିଥିଲେ ।

(ଙ‍) ପ୍ରଧାନ ଶେଷରେ କିପରି ନିଜର ଭୁଲ୍ ବୁଝିପାରିଲେ ?
Answer:
ନାଟ୍ୟକାର ଡ. ନାରାୟଣ ସାହୁ ‘ଦରଜା ଖୋଲିଦେବା’ ଏକାଙ୍କିକାରେ ପ୍ରଧାନବାବୁଙ୍କ ଭଳି ସଂକୀର୍ଣ୍ଣମନା, ସ୍ଵାର୍ଥପର ଚରିତ୍ର ମନରେ ପରିବର୍ତ୍ତନ ଆଣିବା ଭଳି ପରିସ୍ଥିତି ସୃଷ୍ଟି କରି କଥାବସ୍ତୁଟିରେ ଉତ୍‌କଣ୍ଠା ରଖୁଛନ୍ତି । ପ୍ରଧାନବାବୁ ଥିଲେ ଜଣେ ସଂକୀର୍ଣ୍ଣମନା ମଣିଷ । ନିଜର ସ୍ୱାର୍ଥ ପାଇଁ ଓ ପଇସା ପାଇଁ ସେ ଛୋଟ ଛୋଟ ପିଲାଙ୍କୁ ତାଙ୍କ ଇଟାଭାଟିରେ କାମ କରାଉଥିଲେ । ଉପଯୁକ୍ତ ମଜୁରି ନଦେଇ, କମ୍ ମଜୁରି ଦେଇ ସେ ଠକି ଦେଉଥିଲେ । ବୁଲା ଓ ରହିମ୍‌କୁ ସ୍କୁଲ ନଯିବାପାଇଁ ସେ ଧମକ ଦେଇଛନ୍ତି । ତାଙ୍କ ବିଚାରରେ ବୁଲା ଓ ରହିମ୍ ପରଘରେ କାମ କରି ପେଟ ପୋଷିବାକୁ ଜନ୍ମ ହୋଇଛନ୍ତି । ପାଠ ପଢ଼ିବାପାଇଁ ସେମାନଙ୍କର କୌଣସି ପ୍ରକାର ଅଧିକାର ନାହିଁ । ବୁଲା ଓ ରହିମ୍‌କୁସ୍କୁଲରେ ବସାଇଥିବାରୁ ପ୍ରଧାନବାବୁ ଶିକ୍ଷକଙ୍କ ଉପରେ ରାଗିଛନ୍ତି ।

ତାଙ୍କୁ ଅନେକ କଥା କହି ଧମକାଇଛନ୍ତି । ପୁଅକୁ ସ୍କୁଲରୁ ହାତଧରି ଉଠାଇ ନେଇଛନ୍ତି । ନିଷ୍ଠୁର ଭାବରେ କହିଛନ୍ତି ‘କାଲି ସକାଳେ ଯେଉଁମାନେ ମୋରି ଘରେ ମୂଲ ଲାଗୁଥିଲେ, ସେମାନେ ପୁଣି ପାଠ ପଢ଼ିବେ ମୋରି ପୁଅ ସାଙ୍ଗରେ ।’’ପାଠ ପଢ଼ିବାରେ ଯେ ସମସ୍ତଙ୍କର ଅଧିକାର ରହିଛି, ସେକଥା ମାନିବାକୁ ସେ ପ୍ରସ୍ତୁତ ହୋଇନାହାଁନ୍ତି । ବୁଲା ଓ ରହିମ୍‌କୁ ଅତି ନିଷ୍ଠୁର ଭାବରେ ଆକ୍ଷେପ କରି କହିଛନ୍ତି ‘ହଇହୋ କି ଅଧିକାର ମତେ ଦେଖଉଛ । ବାରବୁଲା ପତର ଗୋଟେଇବା ପିଲାଙ୍କୁ ପାଠ ପଢ଼େଇବ, ମତେ ଅଧିକାର ଶିଖଉଛ ।’’

ବୁଲା ଓ ରହିମ୍‌ଙ୍କୁ ନିଜ ପୁଅ ସତ୍ୟ ପାଖରେ ବସି ଚିତ୍ର ଆଙ୍କିବା ଦେଖି ପ୍ରଧାନବାବୁ ସହି ପାରିନାହାଁନ୍ତି । ରହିମ୍‌କୁ ବିଛଣା ଉପରେ ବସିଥ୍‌ ଦେଖି ସେ ରାଗରେ ନିଆଁବାଣ ହୋଇଯାଇଛନ୍ତି । ସ୍କେଲ ଧରି ବାଡ଼େଇବାକୁ ଧମକ ଦେଇଛନ୍ତି । ସତ୍ୟ ତା’ର ବାପା ପ୍ରଧାନଙ୍କୁ ବୁଝାଇବାକୁ ଚେଷ୍ଟାକଲେ ମଧ୍ୟ ସେ କିଛି ବୁଝିବାକୁ ପ୍ରସ୍ତୁତ ହୋଇନାହାଁନ୍ତି; ବରଂ ତାଙ୍କ ମନରେ ଛୁଆଁ ଅଛୁଆଁର ଭେଦଭାବ ପୂରି ରହିଛି । ସତ୍ୟର ଆକ୍ସିଡେଣ୍ଟ ପରେ, ପ୍ରଧାନ ନିଜର ପୁଅକୁ କିପରି ବଞ୍ଚାଇବେ ସେଥୁପାଇଁ ବ୍ୟସ୍ତ ହୋଇଛନ୍ତି । ହେଲେ ବୁଲା ବା ରହିମ୍ବର ରକ୍ତ ନେଇ ତାଙ୍କ ପୁଅ ଭଲ ହେଉ ବୋଲି ସେ ଚାହିଁ ନାହାଁନ୍ତି । ଯେତେବେଳେ ତାଙ୍କ ରକ୍ତ ଓ ଶିକ୍ଷକଙ୍କ ରକ୍ତ ସତ୍ୟ ରକ୍ତ ସହ ନମିଶିଛି, ସେତେବେଳେ ସେ ବାଧ୍ୟ ହୋଇ ସତ୍ୟ ଦେହରେ ବୁଲା ରକ୍ତ ଦେଇ ପୁଅକୁ ଭଲ କରାଇଛନ୍ତି । ସତ୍ୟର ଜୀବନ ବଞ୍ଚାଇବାକୁ ବୁଲା ଓ ରହିମ୍ବର ଆଗ୍ରହ ଦେଖି ତାଙ୍କ ମନରେ ପରିବର୍ତ୍ତନ ଆସିଛି । ସେ ନିଜର ଭୁଲ୍ ବୁଝିପାରିଛନ୍ତି । ସବୁପିଲାଙ୍କର ଯେ ପଢ଼ିବାପାଇଁ ସମାନ ଅଧିକାର ରହିଛି, ଏ କଥାକୁ ଶେଷରେ ସେ ମାନି ନେଇଛନ୍ତି ।

BSE Odisha 7th Class Odia Solutions Chapter 22 ଦରଜା ଖୋଲି ଦେବା

Question ୩।
ପ୍ରାୟ ୧୫୦ ଶବ୍ଦ ମଧ୍ୟରେ ଉତ୍ତର ଲେଖ ।
(କ) ଏକାଙ୍କିକାଟିର ନାମ ‘ଦରଜା ଖୋଲିଦେବା’ କିପରି ଯଥାର୍ଥ ହୋଇଛି ଲେଖ ।
Answer:
ଏକାଙ୍କିକାରେ ନାମକରଣ ହେତ୍ତଛି ଏକ ସ୍ୱତନ୍ତ୍ର କଳା । ନାମକଜରଶରେ ର୍ହି ଏକାଙ୍କିକାର କଥାବସ୍ତୁ ସୂଚନାମ୍ କ ଭାବରେ ପ୍ରକାଶ ପାଇଥାଏ । ଏପରିକି ନାମକରଣ ଯେ ଏକାଙ୍କିକାର ସଂକୀର୍ଣ୍ଣ ନିର୍ଯ୍ୟାସ କହିଲେ ଭୁଲ ହେବ ନାହିଁ । ଏସବୁ ଦୃଷ୍ଟିରୁ ଦେଖିଲେ ଜଣାଯାଏ ଯେ ନାଟ୍ୟକାର ଡ. ନାରାୟଣ ସାହୁଙ୍କ ‘ଦରଜା ଖୋଲିଦେବା’ ଏକାଙ୍କିକାଟିରେ ନାମକରଣର ସାର୍ଥକତା ରହିଛି । ଏକାଙ୍କିକାରେ ପ୍ରଧାନବାବୁଙ୍କ ପରି ଚରିତ୍ରର ବର୍ଣ୍ଣନା ରହିଛି । ସେହି ସଂକୀର୍ଣ୍ଣମନା ବ୍ୟକ୍ତିଟି ମନରେ ରହିଛି ଧନୀ ଦରିଦ୍ର, ଉଚ୍ଚ-ନୀଚ୍ଚ, ଛୁଆଁ-ଅଛୁଆଁର ଭେଦଭାବ । ସବୁ ପିଲାଙ୍କର ଯେ ପାଠ ପଢ଼ିବାପାଇଁ ସମାନ ଅଧିକାର ରହିଛି, ସେକଥା ସେ ମାନିବାକୁ ପ୍ରସ୍ତୁତ ହୋଇ ନାହାଁନ୍ତି । ସ୍କୁଲରେ କେବଳ ଉଚ୍ଚ ଜାତିର, ଧନୀଶ୍ରେଣୀର ପିଲାମାନେ ପାଠ

ପଢ଼ିବେ ବୋଲି ସେ କହିଛନ୍ତି । ଶିକ୍ଷକ ତାଙ୍କ ମନରୁ ଏଭଳି ଧାରଣା ଦୂରେଇ ଦେବାକୁ ଯେତେ ଚେଷ୍ଟା କଲେ ମଧ୍ୟ ସେ ଦେଇ ସେ କହିଛନ୍ତି ‘ବିଦ୍ୟାଳୟ ହେଉଛି ଆମ ମାଆ । ତା’ପ୍ରତି ଅନ୍ୟାୟ କରୁଥିବା ଲୋକକୁ କେବେ କ୍ଷମା ଦିଅଯିବନି ।’’ ବିଦ୍ୟାଳୟ ସର୍ବସାଧାରଣଙ୍କର ହୋଇଥିବାରୁ ସେଠାରେ ସମସ୍ତଙ୍କର ପାଠ ପଢ଼ିବାର ଅଧିକାର ଅଛି ବୋଲି ଶିକ୍ଷକ ବୁଝାଇଛନ୍ତି । ଏଥ‌ିରେ ପ୍ରତିବାଦ କରି ପ୍ରଧାନ କହିଛନ୍ତି ‘କାଲି ସକାଳେ ଯେଉଁମାନେ ମୋରି ଘରେ ମୂଲ ଲାଗୁଥିଲେ, ସେମାନେ ପୁଣି ପାଠ ପଢ଼ିବେ ମୋ ପୁଅ ସାଙ୍ଗରେ ।’ ସେ ମଧ୍ୟ ନିଜ ପୁଅକୁ ଟାଣି ଟାଣି ସ୍କୁଲଘରୁ ନେଇଯାଇଛନ୍ତି ।

ପ୍ରଧାନବାବୁ ତାଙ୍କ ଘରେ ପୁଅ ସତ୍ୟ ସାଙ୍ଗରେ ରହିମ୍ ଓ ବୁଲା ଚିତ୍ର ଆଙ୍କିବା ଦେଖିଛନ୍ତି । ବୁଲା ଚିତ୍ର ଆଙ୍କିବାରେ ସତ୍ୟକୁ ସାହାଯ୍ୟ କରିଛି । ମାତ୍ର ପ୍ରଧାନ ଏହା ଦେଖି ସହିପାରି ନାହାନ୍ତି । ସେ ରାଗରେ ନିଆଁବାଣ ହୋଇଛନ୍ତି । ଏପରିକି ରହିମୂକୁ ସ୍କେଲରେ ପିଟିବାକୁ ଯାଇଛନ୍ତି । ସ୍କୁଲ ନଯିବା ପାଇଁ ତାଗିଦ୍ କରି କହିଛନ୍ତି – ‘ହଇରେ ତୁମକୁ କିଏ କହିଥିଲା ସେ ସ୍କୁଲ ଯିବାକୁ ? ତମେ ଯଦି ପାଠ ପଢ଼ିବ, ତା’ହେଲେ କାମ କରିବ କିଏ ? ସେମାନେ ଜନମ ହୋଇଛନ୍ତି କାମ କରିବାପାଇଁ । ବାପ ଅଜା ଅମଳରୁ ଚଳଣିକୁ ଫାଙ୍କି ଦେବା କ’ଣ ଠିକ୍ ?’’ ପୁଣି ପ୍ରଧାନ ସେମାନଙ୍କୁ ଅଛୁଆଁ ପିଲା କହି ହେୟ ମନେ କରିଛନ୍ତି । ସେମାନଙ୍କୁ କାଲିଠାରୁ ସ୍କୁଲ ନ ଯିବାକୁ ତାଗିଦ କରିଛନ୍ତି ।

ପ୍ରଧାନବାବୁଙ୍କ ପୁଅ ସତ୍ୟର ଆକ୍ସିଡ଼େଣ୍ଟ ହୋଇଛି । ଶିକ୍ଷକ, ବୁଲା ଓ ରହିମ୍ ଡାକ୍ତରଖାନାକୁ ଯାଇଛନ୍ତି । ବୁଲା ରକ୍ତ ଦେଇ ସତ୍ୟର ଜୀବନ ବଞ୍ଚାଇଛି । ବୁଲା ଓ ରହିମ୍ବର ରକ୍ତକୁ ପ୍ରଥମେ ନିଜ ପୁଅ ଦେହରେ ଦେବାକୁ ବାରଣ କରୁଥିଲେ ହେଁ ପରବର୍ତୀ ସମୟରେ ପୁଅର ଜୀବନ ବଞ୍ଚାଇବାକୁ ଯାଇ ସେ ତାହାକୁ ଗ୍ରହଣ କରିଛନ୍ତି । ବୁଲା ଯୋଗୁ ଯେ ତାଙ୍କର ଏକମାତ୍ର ପୁଅ ସତ୍ୟର ଜୀବନ ବଞ୍ଚୁପାରିଛି, ସେକଥା ସେ ଅନୁଭବ କରିଛନ୍ତି ।

ଏକାଙ୍କିକାର ଶେଷଦୃଶ୍ୟରେ ପ୍ରଧାନବାବୁଙ୍କ ଚରିତ୍ରରେ ପରିବର୍ତ୍ତନ ଆସିଛି । ତାଙ୍କର ଅନ୍ଧ ଅହମିକା ଦୂରେଇ ଯାଇଛି । ଏପରିକି ସେ ଭାବପ୍ରବଣ ହୋଇ ବୁଲା ଓ ରହିମ୍‌ଙ୍କୁ କୁଣ୍ଢାଇ ପକାଇଛନ୍ତି । ଶିକ୍ଷକଙ୍କ ନିକଟରେ ନିଜର ଭୁଲ ସ୍ଵୀକାର କହିଛନ୍ତି । ଶିକ୍ଷକଙ୍କୁ କହିଛନ୍ତି ‘ଆପଣ ମୋ ଆଖି ଖୋଲି ଦେଇଛନ୍ତି ।’’ ସ୍କୁଲର ଉନ୍ନତିରେ ଓ ସମସ୍ତ ପିଲା ପାଠ ପଢ଼ିବାରେ କିପରି ସୁଯୋଗ ପାଇବେ ସେଥ୍ପାଇଁ ସେ ଚେଷ୍ଟା କରିବେ ବୋଲି କହିଛନ୍ତି । ଶେଷରେ ପ୍ରଧାନ କହିଛନ୍ତି ‘ଏ ସ୍କୁଲର ଦରଜା ସମସ୍ତଙ୍କ ପାଇଁ ସଦାବେଳେ ଖୋଲା ରହିବ । ସବୁ ଜାତିର, ସବୁ ଧର୍ମର ପିଲାଏ ଏଠି ପାଠ ପଢ଼ିବେ । ମାଗଣାରେ ପଢ଼ିବେ । ଏ ସ୍କୁଲ ପାଇଁ ଯାହା ଦରକାର ହବ, ମୁଁ ଯୋଗାଇବି ।’’ ବାସ୍ତବରେ, ଶିକ୍ଷକଙ୍କ ପ୍ରଚେଷ୍ଟାରେ ପ୍ରଧାନବାବୁଙ୍କର ପରିବର୍ତ୍ତନ ହୋଇଛି । ସ୍କୁଲ ଦରଜା ସମସ୍ତଙ୍କ ପାଇଁ ଖୋଲା ରହିବ ବୋଲି ପ୍ରଧାନବାବୁ ସ୍ଵୀକାର କରିଛନ୍ତି । କଥାବସ୍ତୁକୁ ସମୀକ୍ଷାକରି ଦେଖିଲେ ଜଣାଯାଏ ଯେ ଏକାଙ୍କିକାଟିର

(ଖ) ଏହି ଏକାଙ୍କିକାରେ ନାଟ୍ୟକାର ଆମମାନଙ୍କୁ କ’ଣ କହିବାକୁ ଚାହିଁଛନ୍ତି ?
Answer:
ନାଟ୍ୟକାର ଡ. ନାରାୟଣ ସାହୁ ‘ଦରଜା ଖୋଲିଦେବା’ ଏକାଙ୍କିକାରେ ଶିକ୍ଷାର ମହତ୍ତ୍ବକୁ ବୁଝାଇବାକୁ ଚେଷ୍ଟା କରିଛନ୍ତି । ଶିକ୍ଷା ମଣିଷକୁ ଅନ୍ଧକାରରୁ ଆଲୋକକୁ ନେଇଯାଏ । ଅଜ୍ଞାନରୂପୀ ଅନ୍ଧକାରରେ ରହିଲେ ମଣିଷ ନିଜର ଉନ୍ନତି ଓ ଭବିଷ୍ୟତ ସମ୍ପର୍କରେ ଠିକ୍ ରୂପେ ବୁଝିପାରେ ନାହିଁ । ଏହି ସୁଯୋଗରେ ଅନେକ ନ୍ୟସ୍ତ-ସ୍ବାର୍ଥ ଗୋଷ୍ଠୀ ସେମାନଙ୍କୁ ଠକି ଦେଇଥା’ନ୍ତି । କାମ କରାଇ ନେଇ ଉପଯୁକ୍ତ ପାରିଶ୍ରମିକ ଦେଇ ନଥା’ନ୍ତି । ପୁନଶ୍ଚ ଏହି ଏକାଙ୍କିକାରେ ସବୁ ପିଲା ଯେ ସମାନ ଏକଥାକୁ ସ୍ପଷ୍ଟ କରିଦିଆଯାଇଛି । ଆଜି ସରକାରୀ ସ୍ତରରେ ‘ସର୍ବଶିକ୍ଷା ଅଭିଯାନ’ର ଯେଉଁ ମୂଳ ଉଦ୍ଦେଶ୍ୟ ରହିଛି,
ତାହାକୁ ନାଟ୍ୟକାର ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତି । ଏହାର ଅନ୍ତଃସ୍ବର ହେଉଛି, ସମସ୍ତଙ୍କର ପାଠ ପଢ଼ିବାର ଅଧିକାର ରହିଛି । ଏଥୁରୁ କେହି କାହାକୁ ବଞ୍ଚିତ କରିବା ଉଚିତ ନୁହେଁ ।

ଦ୍ଵିତୀୟତଃ, ଆମ ସମାଜରେ ରହିଛି ଅନେକ କୁସଂସ୍କାର । ଧନୀ-ଦରିଦ୍ର, ଛୁଅଁ-ଅଛୁଆଁ, ହିନ୍ଦୁ-ମୁସଲମାନର ପ୍ରଭେଦ । ନାଟ୍ୟକାର ଏଥ‌ିରେ ଏଭଳି ଚିନ୍ତାଧାରାର ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିଛନ୍ତି । ପ୍ରଧାନବାବୁ ନିଜର ସଂକୀର୍ଣ୍ଣ ବିଚାରବୋଧ ଜାହିର୍ କରିବାକୁ ଯାଇ କହିଛନ୍ତି, ‘‘କାଲି ସକାଳେ ଯେଉଁମାନେ ମୋରି ଘରେ ମୂଲ ଲାଗୁଥିଲେ, ସେମାନେ ପୁଣି ପାଠ ପଢ଼ିବେ ମୋରି ପୁଅ ସାଙ୍ଗରେ ?’’ ସମୟ ଯେ ବଦଳିଗଲାଣି, ସେକଥା ମାନିବାକୁ ପ୍ରଧାନବାବୁ ପ୍ରସ୍ତୁତ ନୁହଁନ୍ତି । ଗଣତନ୍ତ୍ରର ମୂଲ୍ୟବୋଧକୁ ସେ ଅସ୍ବୀକାର କରିଛନ୍ତି । ଗରିବ ଅଛୁଆଁ ପିଲାଙ୍କୁ ସ୍କୁଲରୁ ବାହାର କରିଦେବାପାଇଁ ସେ ଶିକ୍ଷକଙ୍କୁ ଦୃଢ଼ଭାବେ କହିଛନ୍ତି । ସତ୍ୟ ପାଖରେ ବସି ବୁଲା ଓ ରହିମ୍ ଚିତ୍ର ଆଙ୍କିବା ଦେଖି ସେ ସହିପାରି ନାହାଁନ୍ତି । ବୁଲା ଓ ରହିମୂକୁ ମାଡ଼ମାରି ତଡ଼ିଦେବାକୁ ଉଦ୍ୟତ ହୋଇଛନ୍ତି ।

ସବୁପିଲା ଯେ ସମାନ, ତାହାକୁ ସେ ଗ୍ରହଣ କରିପାରି ନାହାଁନ୍ତି; ବରଂ ଅଛୁଆଁ ପିଲା ବୋଲି ସେମାନଙ୍କୁ ପାଖରେ ନ ବସାଇବା ପାଇଁ ସତ୍ୟକୁ କହିଛନ୍ତି । ସତ୍ୟ ବାପାଙ୍କର ସଂକୀର୍ଣ୍ଣତାକୁ ବଦଳାଇବାକୁ ଚେଷ୍ଟା କରିଛି। ସତେ ଯେପରି ନାଟ୍ୟକାର ସତ୍ୟ ଚରିତ୍ର ମାଧ୍ୟମରେ ସମାଜର ଭେଦଭାବକୁ ବଦଳାଇ ଦେବାକୁ ଚାହିଁଛନ୍ତି । ସତ୍ୟ କହିଛି ‘ଆମେ ସମସ୍ତେ ସମାନ ମୋ ଦେହରେ ଯେଉଁ ରକ୍ତ, ତାଙ୍କ ଦେହରେ ବି ସେହି ରକ୍ତ ଅଛି ।’’ ପୁନଶ୍ଚ ଉଦାରମନା ହୋଇ ସତ୍ୟ ତା’ବାପାଙ୍କୁ ବୁଝାଇ କହିଛି ଲୋପ ପାଇଗଲାଣି । ଗୁରୁଜୀ କହୁଥିଲେ, ଏସବୁ ଆଇନ ଦୃଷ୍ଟିରୁ ଦଣ୍ଡନୀୟ ।’’ ସତ୍ୟ ମାଧ୍ୟମରେ, ନାଟ୍ୟକାର ସମାଜର ପରିବର୍ତ୍ତନ ଆଣିବାର ସ୍ବରକୁ ବଳବତ୍ତର କରିଛନ୍ତି ।

ନାଟ୍ୟକାର ଏକ ଆଦର୍ଶ ଶିକ୍ଷକ ଚରିତ୍ରର ବର୍ଣନା ଦେଇ ଶିକ୍ଷାର ମହତ୍ତ୍ଵକୁ ସ୍ପଷ୍ଟ କରାଇଛନ୍ତି । ଶିକ୍ଷକ ଅତି ସ୍ନେହର ଓ ଆଦରରେ ପିଲାମାନଙ୍କୁ ପାଠ ପଢ଼ାଇବାପାଇଁ ଚେଷ୍ଟା କରିଛନ୍ତି । କାହାରି ମନରେ ବିଭେଦ ସୃଷ୍ଟି କରିବାପାଇଁ ସେ ଚାହିଁନାହାଁନ୍ତି; ବରଂ ପାଠ ପଢ଼ିବାରେ ସମସ୍ତଙ୍କର ସମାନ ଅଧିକାର ରହିଛି, ତାହା ସେ ଯୁକ୍ତି ଛଳରେ ପ୍ରକାଶ କରିଛନ୍ତି । ମୋଟ ଉପରେ କହିବାକୁ ଗଲେ ଜାତି, ଧର୍ମ, ବର୍ଣ୍ଣ, ବୟସ ନିର୍ବିଶେଷରେ ଶିକ୍ଷାକୁ ସାର୍ବଜନୀନ କରିବାପାଇଁ ନାଟ୍ୟକାର ଚେଷ୍ଟା କରିଛନ୍ତି । ସେ ଏଥୁରେ ପୁରାତନପନ୍ଥୀଙ୍କର ମାନସିକ ସଂସ୍କାର ଆଣିବାକୁ ଚେଷ୍ଟା କରିଛନ୍ତି । ରକ୍ତ ଦାନ ଯେ ମହତ୍ ଦାନ ଏବଂ ଏହାଦ୍ଵାରା ଅମୂଲ୍ୟ ଜୀବନକୁ ବଞ୍ଚାଇ ଦିଆଯାଇପାରେ, ସେ ସଂପର୍କରେ ନାଟ୍ୟକାର ସଚେତନତା ଆଣିବାର ପ୍ରୟାସ କରିଛନ୍ତି ।

ତୁମପାଇଁ କାମ :

  • ଏହି ଏକାଙ୍କିକାଟିକୁ ତୁମ ଶ୍ରେଣୀରେ ଅଭିନୟ କର ।
  • ଜାତୀୟ ଏକତା ଓ ସମାଜ ସଂସ୍କାର ପ୍ରୟାସ ରଖ୍ ଲେଖାଯାଇଥିବା ଆଉ କେତୋଟି ଏକାଙ୍କିକା ସଂଗ୍ରହ କର ଓ ସାଙ୍ଗମାନଙ୍କ ସହ ଅଭିନୟ କର ।
    Answer:
    ପିଲାମାନେ ଶିକ୍ଷକ ବା ଅଭିଭାବକଙ୍କ ପରାମର୍ଶ ନେଇ ନିଜେ କରିବେ ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନୋତ୍ତର

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question ୧।
“ ସତ୍ୟ”ର କେଉଁ ଗୁଣ ତୁମକୁ ଭଲ ଲାଗୁଛି ?
Answer:
ନାଟ୍ୟକାର ଡ. ନାରାୟଣ ସାହୁ ଏକାଙ୍କିକାରେ ‘ସତ୍ୟ’କୁ ଏକ ଆଦର୍ଶ ଶିଶୁ ଚରିତ୍ର ଭାବେ ବର୍ଣ୍ଣନା କରିଛନ୍ତି । ସତ୍ୟ ଆଦର୍ଶ ଛାତ୍ର ହିସାବରେ ଗୁରୁଜୀଙ୍କ କଥାକୁ ମର୍ଯ୍ୟାଦା ଦିଏ। ସମସ୍ତଙ୍କୁ ଭଲପାଏ। ତା’ମନରେ ଛୁଆଁ-ଅଛୁଆଁ, ଧନୀ-ଗରିବ ଭେଦଭାବ ନଥିଲା। ବଡ଼ ଲୋକର ପୁଅ ହୋଇ ମଧ୍ୟ ତା’ ମନରେ ଗର୍ବ ଓ ଅହମିକା ନଥୁଲା। ବୁଲା ଓ ରହିମ୍‌ଙ୍କ ସାଥୀରେ ବସି

ସେ ପାଠପଢ଼ିଛି । ଯୀଶୁଖ୍ରୀଷ୍ଟଙ୍କର ମହତ ବାଣୀ “ ପାପକୁ ଘୃଣା କର, ହେଲେ ପାପୀକୁ ନୁହେଁ” ସେ ସାଙ୍ଗମାନଙ୍କୁ ଶିଖାଇଛି । ବୁଲାଠାରୁ ଆଗ୍ରହରେ ଚିତ୍ରକଳା ଶିଖୁଛି । ଶିକ୍ଷକଙ୍କ ପ୍ରତି ଏବଂ ବୁଲା, ରହିମ୍‌ଙ୍କ ପ୍ରତି ପ୍ରଧାନଙ୍କର ତାଚ୍ଛଲ୍ୟପୂର୍ଣ୍ଣ ବ୍ୟବହାରରେ ସତ୍ୟ ପ୍ରତିବାଦ ଜଣାଇଛି । ତା’ ବାପାଙ୍କୁ ସାମ୍ୟବାଦ କଥା କହି ବୁଝାଇଛି । ସେ ବାପାଙ୍କୁ କହିଛି, “ ଛୁଆଁ ଅଛୁଆଁ ଭେଦଭାବ କେବେଠାରୁ ଲୋପ ପାଇଗଲାଣି।” ଗୁରୁଜୀ କହୁଥିଲେ, ‘ଏସବୁ ଆଇନ ଦୃଷ୍ଟିରୁ ଦଣ୍ଡନୀୟ।’ ଗୁରୁଜୀଙ୍କ ଆଦର୍ଶକୁ ଅନୁସରଣ କରି ସତ୍ୟ ତା’ ବାପାଙ୍କ ମନର ବୃଥା ଅହମିକା ଓ କୁସଂସ୍କାର ଦୂରେଇ ଦେଇପାରିଛି । ତେଣୁ ସତ୍ୟର ସମସ୍ତ ଭଲଗୁଣ ଆମର ଆଦର୍ଶ ହେଲେ ଆମେ ଭବିଷ୍ୟତରେ ଭଲମଣିଷ ହୋଇପାରିବା।

BSE Odisha 7th Class Odia Solutions Chapter 22 ଦରଜା ଖୋଲି ଦେବା

Question ୨।
ଶିକ୍ଷକ ବୁଲା ଓ ରହିମ୍‌କୁ କିପରି ସ୍କୁଲକୁ ଆଣିପାରିଥିଲେ ?
Answer:
ଶିକ୍ଷକ ହେଉଛନ୍ତି ସମାଜର ଆଦର୍ଶ। ବ୍ରହ୍ମା, ବିଷ୍ଣୁ, ମହେଶ୍ବରଙ୍କର ଚଳନ୍ତି ପ୍ରତିମା । ଏକାଙ୍କିକାର ଶିକ୍ଷକ ଗରିବ ପିଲା ବୁଲା ଓ ରହିମର ମନ ପରିବର୍ତ୍ତନ କରାଇପାରିଛନ୍ତି । କାମ କରି ପେଟ ପୋଷୁଥୁବା ପିଲା ଦୁଇଜଣ ସ୍କୁଲ କ’ଣ ଜାଣି ନଥିଲେ। ଶିକ୍ଷକ ସ୍ନେହ ଆଦରରେ ସେମାନଙ୍କୁ ପାଠ ପଢ଼ିବା କଥା ବୁଝାଇଛନ୍ତି। ବୁଲାର ଚିତ୍ରକଳାରେ ଆଗ୍ରହ ଶିକ୍ଷକଙ୍କ ନଜରକୁ ଆସିଛି ପାଠ ପଢ଼ି ଦକ୍ଷତା ଅର୍ଜନ କଲେ ଭବିଷ୍ୟତରେ ଭଲ ମଣିଷ ହେବେ, ଦୁନିଆର ଭଲମନ୍ଦ ଜାଣିବେ, ସେମାନଙ୍କୁ କେହି ଠକି ପାରିବେନି ବୋଲି ଶିକ୍ଷକ ପିଲାଙ୍କୁ କହିଛନ୍ତି। ଶିକ୍ଷକଙ୍କ ପ୍ରେରଣା ଓ ଉତ୍ସାହପୂର୍ଣ୍ଣ କଥା ଯୋଗୁଁ ବୁଲା ଓ ରହିମଙ୍କ ମନରେ ଆତ୍ମବିଶ୍ଵାସ ଆସିଛି । ଶିକ୍ଷକ ମଧ୍ଯ ପ୍ରଧାନଙ୍କ ମନରୁ କୁସଂସ୍କାର ଓ ଜାତିଆଣାଭାବ ଦୂରେଇ ପାରିଛନ୍ତି । ଫଳରେ ବୁଲା ଓ ରହିମ୍ ଶିଶୁର ମୌଳିକ ଅଧୂକାର ଶିକ୍ଷା ନିମନ୍ତେ ବିଦ୍ୟାଳୟକୁ ଆସିଛନ୍ତି।

ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର :

Question ୧।
ଇଟା ବୋହି ସେମାନେ କେତେ ଟଙ୍କା ପାଇଥିଲେ ?
Answer:
ଇଟା ବୋହି ସେମାନେ ଦେଢ଼ଶହ ଟଙ୍କା ପାଇଥିଲେ।

Question ୨।
ଇଟା ବୋହି ଯେଉଁ ଅର୍ଥ ପାଇଥିଲେ ତାକୁ କିପରି ଖର୍ଚ୍ଚ କରିଥିଲେ । ?
Answer:
ସେମାନେ ଇଟା ବୁହା ଅର୍ଥରେ ସିନେମା ଦେଖିବା ଓ ହୋଟେଲରେ କୁକୁଡ଼ା ମାଂସ, ପରଟା ଖାଇଥିଲେ।

Question ୩।
ଇଟାବୁହା କାମକୁ କଣ୍ଟ୍ରାକ୍ଟର ନେଇଥିଲେ ପ୍ରଧାନବାବୁ କେତେ ଟଙ୍କା ନେଇ ଥାଆନ୍ତେ ?
Answer:
ଇଟାବୁହା କାମକୁ କଣ୍ଟ୍ରାକ୍ଟର ନେଇଥିଲେ ଦୁଇ କିମ୍ବା ତିନି ହଜାର ଟଙ୍କା ନେଇଥାଆନ୍ତେ ।

Question ୪।
ଶିକ୍ଷକ ବୁଲା ଓ ରହିମ୍‌କୁ କେତେ ସମୟ ସ୍କୁଲରେ ପଢ଼ିବା ପାଇଁ କହିଥିଲେ ?
Answer:
ଶିକ୍ଷକ ରୁଲା ଓ ରହିମ୍କୁ କୁ ଘଶୃଏ ଲେଖାଏଁ ବିଦ୍ୟାଳୟରେ ପଢ଼ିବା ପାଇଁ କହିଥିଲୋ

Question ୫।
ଗାଆଁ ପ୍ରଧାନ ଆସି ଶିକ୍ଷକଙ୍କ ଉପରେ କାହିଁକି ବିରକ୍ତ ହେଲେ ?
Answer:
ଶିକ୍ଷକ ରହିମ୍ ଓ ବୁଲାକୁ ପାଠ ପଢ଼ିବା ପାଇଁ ବିଦ୍ୟାଳୟକୁ ଡାକି ଥିବାରୁ ସେ ଶିକ୍ଷକଙ୍କ ଉପରେ ବିରକ୍ତ ହେଲେ।

BSE Odisha 7th Class Odia Solutions Chapter 22 ଦରଜା ଖୋଲି ଦେବା

Question ୬।
ପ୍ରଧାନବାବୁଙ୍କ ଦାଣ୍ଡ ଘରେ କିଏ କିଏ ଥିଲେ ?
Answer:
ପ୍ରଧାନବାବୁଙ୍କ ଦାଣ୍ଡ ଘରେ ସତ୍ୟ, ରହିମ୍ ଓ ବୁଲା ଏହି ତିନିଜଣ ପିଲା ଥିଲେ ।

Question ୭।
ସତ୍ୟ କାହାର ଚିତ୍ର ଅଙ୍କନ କରୁଥୁଲା ?
Answer:
ସତ୍ୟ ମହାପୁରୁଷ ଯୀଶୁଖ୍ରୀଷ୍ଟଙ୍କର ଚିତ୍ର ଅଙ୍କନ କରୁଥିଲା ।

Question ୮।
ପ୍ରଧାନବାବୁ ଘର ଭିତରକୁ ଆସି ରାଗିଗଲେ କାହିଁକି ?
Answer:
ବିଛଣା ଉପରେ ରହିମ୍ ବସିଥିବାର ଦେଖ୍ ପ୍ରଧାନବାବୁ ରାଗଗଲେ।

Question ୯।
ସତ୍ୟ କାହିଁକି ବିଦ୍ୟାଳୟକୁ ଆସି ନ ଥିଲା ?
Answer:
ସତ୍ୟର ଆକ୍ସିଡେଣ୍ଟ ହୋଇଯାଇଥିବାରୁ ବିଦ୍ୟାଳୟକୁ ଆସି ନ ଥିଲା।

Question ୧୦।
ସତ୍ୟ ଡାକ୍ତରଖାନାରେ ଥିବାର ଶୁଣି କେଉଁମାନେ ଡାକ୍ତରଖାନାକୁ ଗଲେ ?
Answer:
ସତ୍ୟ ଡାକ୍ତରଖାନାରେ ଥିବାର ଶୁଣି ଶିକ୍ଷକ ଓ ସମସ୍ତ ପିଲା ସେଠାକୁ ଗଲେ।

ବିଷୟବସ୍ତୁର ସାରକଥା :

Question ୧।
ପ୍ରଧାନବାବୁ କିପରି ଲୋକ ଥିଲେ ?
(କ) ଉଦାର
(ଖ) ସତ୍ୟନିଷ୍ଠ
(ଗ) ଧନୀ
(ଘ) ଅହଂଙ୍କାରୀ ଓ ସଂକୀର୍ଣ୍ଣମନା
Answer:
(ଘ) ଅହଂଙ୍କାରୀ ଓ ସଂକୀର୍ଣ୍ଣମନା

Question ୨।
ନିମ୍ନୋକ୍ତ କାହାର ଅର୍ଥ ‘ଅଧ୍ଵ ସ୍ନେହରେ ଆପଣାର କରିବା’ ?
(କ) ନାଟର ଗୋବର୍ଦ୍ଧନ
(ଖ) ଆଖି ଖୋଲିଯିବା
(ଗ) ମୁହଁ ଦେବା
(ଘ) ମୁହଁ ଖୋଲିବା
Answer:
(ଗ) ମୁହଁ ଦେବା

Question ୩।
‘ବକଟେ’ ଶବ୍ଦର ଅର୍ଥ ନିମ୍ନୋକ୍ତ ମଧ୍ୟରୁ କେଉଁଟି ?
(କ) ସତ୍ୟ ଜାଣିଯିବ
(ଖ) ଅଧ‌ିକ ରାଗିଯିବା
(ଗ) ଅତି ଛୋଟ
(ଘ) ପରିସ୍ଥିତିରୁ ସୁଧୁରିବା
Answer:
(ଗ) ଅତି ଛୋଟ

BSE Odisha 7th Class Odia Solutions Chapter 22 ଦରଜା ଖୋଲି ଦେବା

Question ୪।
‘ଦରଜା ଖୋଲିଦେବା’ ଏକାଙ୍କିକାରେ ଅନ୍ୟତମ ମୁଖ୍ୟ ଚରିତ୍ର କିଏ?
(କ) ପ୍ରଧାନବାବୁ
(ଖ) ଶିକ୍ଷକ
(ଗ) ବୁଲା
(ଘ) ରହିମ୍
Answer:
(ଖ) ଶିକ୍ଷକ

Question ୫।
‘ଦରଜା ଖୋଲିଦେବା’ ଏକାଙ୍କିକାର ଅନ୍ୟତମ ଚରିତ୍ର ‘ସତ୍ୟ’ କିପରି ଚରିତ୍ରର ?
(କ) ଅହଙ୍କାରୀ
(ଖ) ଅସହିଷ୍ଣୁ
(ଗ) ନିଷ୍ଠୁର
(ଘ) ସହଜ ଓ ସରଳ
Answer:
(ଘ) ସହଜ ଓ ସରଳ

Question ୬।
‘‘ପାପକୁ ଘୃଣା କର, ହେଲେ ପାପୀକୁ ନୁହେଁ ।’’ – ଏହା କେଉଁ ମହାପୁରୁଷଙ୍କ ଉକ୍ତି ଥିଲା ?
(କ) କବୀର
(ଖ) ମହମ୍ମଦ
(ଗ) ଯିଶୁ
(ଘ) ଅରବିନ୍ଦ
Answer:
(ଗ) ଯିଶୁ

Question ୭।
କ’ଣ ଆଇନ ଦୃଷ୍ଟିରୁ ଦଣ୍ଡନୀୟ ବୋଲି ସତ୍ୟ କହିଛି ?
(କ) ଚୋରୀ
(ଖ) ଛୁଆଁ ଅଛୁଆଁ ଭେଦଭାବ
(ଗ) ଧନୀ-ଗରିବ
(ଘ) ପାଠ ପଢ଼ିବା
Answer:
(ଖ) ଛୁଆଁ ଅଛୁଆଁ ଭେଦଭାବ

Question ୮।
ସତ୍ୟର ଆକ୍ସିଡେଣ୍ଟ ଖବର କିଏ କହିଲା ?
(କ) ପ୍ରଧାନବାବୁ
(ଖ) ଶିକ୍ଷକ
(ଗ) ରହିମ୍
(ଘ) ଗୋଟିଏ ପିଲା
Answer:
(ଘ) ଗୋଟିଏ ପିଲା

BSE Odisha 7th Class Odia Solutions Chapter 22 ଦରଜା ଖୋଲି ଦେବା

Question ୯।
ପ୍ରଧାନ କିଏ ଥିଲେ ?
(କ) ଗାଁର ମୁରବୀ ଲୋକ
(ଖ) ସ୍କୁଲର ଶିକ୍ଷକ
(ଗ) କଣ୍ଟ୍ରାକ୍ଟର
(ଘ) ଯନ୍ତ୍ରୀ
Answer:
(କ) ଗାଁର ମୁରବୀ ଲୋକ

Question ୧୦।
ଏ ସ୍କୁଲର ଦରଜା ସମସ୍ତଙ୍କ ପାଇଁ ସଦାବେଳେ ଖୋଲା ରହିବ । – ଏହା କାହାର ଉକ୍ତି ଥିଲା ?
(କ) ଶିକ୍ଷକ
(ଖ) ରହିମ୍
(ଗ) ପ୍ରଧାନବାବୁ
(ଘ) ସତ୍ୟ
Answer:
(ଗ) ପ୍ରଧାନବାବୁ

ନାଟ୍ୟକାର ପରିଚୟ:

ଓଡ଼ିଆ ନାଟ୍ୟ ଜଗତରେ ଯେଉଁ କେତେଜଣ ସ୍ତ୍ରଷ୍ଟା ନିଜକୁ ମହିମାନ୍ବିତ କରିଛନ୍ତି, ସେମାନଙ୍କ ମଧ୍ୟରେ ଢ଼ ନାରାୟଣ ସାହୁ ଅନ୍ୟତମ । ସେ ଅଶୀଦଶକ ପରବର୍ତ୍ତୀ ସମୟର ନାଟ୍ୟକାର ଭାବରେ ସୁପରିଚିତ । ତାଙ୍କ ନାଟକଗୁଡ଼ିକରେ ସେ ପ୍ରଚଳିତ ସାମାଜିକ ବିଧ ବ୍ୟବସ୍ଥାର ପରିବର୍ତ୍ତନ ଆଣିବାପାଇଁ ଚେଷ୍ଟା କରିଛନ୍ତି । ସମସ୍ତଙ୍କ ମନରେ ସଂସ୍କାର ପ୍ରୟାସୀଭାବ ସୃଷ୍ଟି କରିଛନ୍ତି । ଯେକୌଣସି ସାଧାରଣ ଘଟଣା ଓ ସାମାଜିକ ବିଚାରଧାରାକୁ ନେଇ ସେ ନାଟ୍ୟକଥାବସ୍ତୁର ପରିକଳ୍ପନା କରିଥା’ନ୍ତି । ମାତ୍ର ସବୁ ନାଟକରେ ସେ ମଞ୍ଚମୂଲ୍ୟ ପ୍ରତି ସଚେତନ ରହିଥା’ନ୍ତି। କାରଣ ନାଟକର ମଞ୍ଚମୂଲ୍ୟରେ ହିଁ ନାଟକର ସାର୍ଥକତା ରହିଥାଏ ।

ନାଟ୍ୟକାର ଓ ନାଟକ :

‘ମୂକ’, ‘ଉପାସନା’, ‘କ୍ରାନ୍ତି’, ‘ଆଶ୍ରା ଖୋଜି ବୁଲୁଥିବା
ଈଶ୍ବର’ ଆଦି ନାଟକ ଓ ଶତାଧ୍ଵ ଏକାଙ୍କିକା ସେ ରଚନା କରିଛନ୍ତି । ଶିଶୁମାନଙ୍କ ପାଇଁ ସେ ଅନେକ ଛୋଟ ନାଟକ ବା ଏକାଙ୍କିକା ରଚନା କରି ନିଜକୁ ଯଶସ୍ୱୀ କରାଇଛନ୍ତି । ତାଙ୍କର ଏକାଙ୍କିକା ସଂକଳନଗୁଡ଼ିକ ହେଉଛି – ‘ଏମିତି ବି ହୁଏ’ ଓ ‘ଅନ୍ୟାନ୍ୟ ନାଟକ’, ‘ଫ୍ରେଣ୍ଡ୍ଲାଇନ୍ ଓ ଅନ୍ୟାନ୍ୟ ନାଟକ’, ‘ପିଲାଙ୍କ ନାଟକ’ ଇତ୍ୟାଦି । ‘ଆଶ୍ରା ଖୋଜି ବୁଲୁଥିବା ଈଶ୍ବର’ ନାଟକ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଛନ୍ତି ।

ଏକାଙ୍କିକାର ପୃଷ୍ଠଭୂମି :

ଶିକ୍ଷା ହେଉଛି ମଣିଷ ଜୀବନର ଅନ୍ୟତମ ଆବଶ୍ୟକତା । ଆମେ ଶିକ୍ଷାପ୍ରାପ୍ତ ହୋଇ ଜୀବନର ମାନ ଅଭିବୃଦ୍ଧି କରାଇଥାଉ । ଏହି ଶିକ୍ଷାକୁ ପ୍ରତ୍ୟେକ ଶିଶୁ ଗ୍ରହଣ କରିବାପାଇଁ ସରକାରୀ ସ୍ତରରେ ‘ସର୍ବଶିକ୍ଷା ଅଭିଯାନ’ ପଦକ୍ଷେପ ଗ୍ରହଣ କରାଯାଇଛି। ମାତ୍ର ପଲ୍ଲା ଅଞ୍ଚଳରେ ଓ ବସ୍ତି ଅଞ୍ଚଳରେ ଅନେକ ଶିଶୁ ଏହି ସୁଯୋଗରୁ ବଞ୍ଚ ହେଉଛନ୍ତି । ଅତି କମ୍ ବୟସରୁ ବଞ୍ଚିବାର ସର୍ବନିମ୍ନ ଆବଶ୍ୟକତା ପୂରଣ ପାଇଁ ପରଘରେ କାମ କରୁଛନ୍ତି । ମାତ୍ର ନାଟ୍ୟକାର ସାହୁ, ଉକ୍ତ ଏକାଙ୍କିକାରେ ଶିକ୍ଷାକୁ ଜାତି, ଧର୍ମ, ବର୍ଣ୍ଣ, ବୟସ ନିର୍ବିଶେଷରେ ସାର୍ବଜନୀନ କରିବାପାଇଁ ପ୍ରେରଣା ଦେଇଛନ୍ତି । ପୁରାତନପନ୍ଥୀ ଓ ସଂକୀର୍ଣ୍ଣମନା ବ୍ୟକ୍ତିମାନଙ୍କର ଚିନ୍ତାଧାରାର ପରିବର୍ତ୍ତନ ପାଇଁ ସୂଚନା ଦେଇଛନ୍ତି । ସେହିପରି ସମସ୍ତଙ୍କ ମନରେ ସଂସ୍କାର ଆଣିବା ଓ ରକ୍ତଦାନ କରି ଜୀବନ ବଞ୍ଚାଇବା ପରି ମହତ୍ କାମ କରିବାର ସଚେତନତା ସୃଷ୍ଟି କରିବାପାଇଁ ଏକାଙ୍କିକାରେ ପ୍ରେରଣା ଦିଆଯାଇଛି ।

ଏକାଙ୍କିକାର ସାରକଥା :

ନାଟ୍ୟକାର ଏକାଙ୍କିକାଟିକୁ ଛଅଟି ବିଭାଗରେ ବା ଛଅଟି ଦୃଶ୍ୟରେ ବିଭକ୍ତ କରିଛନ୍ତି । ଏଥ‌ିରେ ପ୍ରାୟ ତିନୋଟି ସେଟିଂ ବା ପରିବେଶର ବର୍ଣ୍ଣନା ରହିଛି । ସେଥୁରୁ ଗୋଟିଏ ହେଉଛି ସ୍କୁଲ ଘର, ଦ୍ଵିତୀୟଟି ହେଉଛି ପ୍ରଧାନଙ୍କ ଘର ଏବଂ ଶେଷଟି ହେଉଛି ଡାକ୍ତରଖାନା । ଏଥ‌ିରେ ଶିକ୍ଷକ, ପ୍ରଧାନ ଓ ଡାକ୍ତର ଭଳି ତିନୋଟି ଚରିତ୍ରର ବର୍ଣ୍ଣନା ରହିଥିବାବେଳେ ବୁଲା, ରହିମ୍, ସତ୍ୟ ସହିତ କେତେକ ପିଲାଙ୍କ ଚରିତ୍ରର ସୂଚନା ଦିଆଯାଇଛି ।

ପ୍ରଥମ ଦୃଶ୍ୟ :

ସାଧାରଣ ସ୍କୁଲର ଶ୍ରେଣୀ ପ୍ରକୋଷ୍ଠ । ଶ୍ରେଣୀରେ ଯାହାକିଛି ଥ‌ିବା କଥା ସବୁକିଛି ରହିଛି । ବ୍ଲାକ୍‌ବୋର୍ଡ, ଚକ୍ ସହିତ କାନ୍ତରେ ଗାନ୍ଧୀ ଏବଂ ଗୋପବନ୍ଧୁଙ୍କ ଫଟୋ ଟଙ୍ଗା ହୋଇଛି । ଶିକ୍ଷକଙ୍କ ପାଇଁ ବସିବାକୁ ଚେୟାର, ଟେବୁଲ୍ ରହିଛି । ପିଲାମାନଙ୍କ ବସିବାପାଇଁ ଡେସ୍କ ଏବଂ ବେଞ୍ଚ ପଡ଼ିଛି । ସେହି ଶ୍ରେଣୀଗୃହକୁ ଦୁଇଟି ପିଲା ଆସିଛନ୍ତି । ସେମାନେ ସତେଯେପରି ନୂଆ ହୋଇ ଶ୍ରେଣୀଗୃହକୁ ପ୍ରବେଶ କଲାଭଳି ବ୍ୟବହାର ଦେଖାଇଛନ୍ତି । ପାଠ କ’ଣ ସେମାନେ ଜାଣି ନାହାଁନ୍ତି । ପିଲାବେଳୁ କାମ କରି, ପରଘରେ ମୂଲ ଲାଗି ପେଟ ପୋଷି ଜାଣିଛନ୍ତି । ଶ୍ରେଣୀଗୃହର ବିଚିତ୍ର ପରିବେଶ ଦେଖୁ ସେମାନେ ଯେପରି ଆଶ୍ଚର୍ଯ୍ୟ ହୋଇଛନ୍ତି ।

ଶ୍ରେଣୀଗୃହକୁ ପ୍ରବେଶ କରିଥିବା ପିଲା ଦୁଇଟି ହେଉଛନ୍ତି ବୁଲା ଓ ରହିମ୍ । ବୁଲା ପ୍ରଥମେ ଶିକ୍ଷକଙ୍କ ଚେୟାର ଉପରେ ବସିପଡ଼ିଛି । ରହିମୂକୁ ବୁଝାଇ କହିଛି, ଏହି ଜାଗାରେ ମାଷ୍ଟର ବସେ । ଜାଗାଟି ଭାରି ବଢ଼ିଆ ହୋଇଛି । ବସିସାରିଲା ପରେ ଆଗକୁ ଅନାଇ ପିଲାଙ୍କୁ ଆଦେଶଦେବା ଭଙ୍ଗୀରେ ପାଠ ପଢ଼ିବାପାଇଁ କହିଛି । ରହିମ୍ କିନ୍ତୁ ଏସବୁ ସାଜ ସରଞ୍ଜାମକୁ ଠିକ୍ ରୂପେ ବୁଝି ପାରିନାହିଁ । ଡେସ୍କ, ବେଞ୍ଚକୁ ଆଙ୍ଗୁଳି ଦେଖାଇ, ଏଗୁଡ଼ାକ କ’ଣ ବୋଲି ବୁଲାକୁ ପଚାରିଛି । ବୁଲା ନିଜକୁ ଅଧ୍ଵ ଜାଣିଥିବା ପିଲା ବୋଲି ଦେଖେଇ ହୋଇ କହିଛି ଯେ ସେହି ବେଞ୍ଚ ଓ ଡେସ୍କରେ ପାଠ ପଢ଼ିବାକୁ ଆସିଥିବା ଆମ ଭଳି ପିଲାମାନେ ବସିଥା’ନ୍ତି । ବୁଲା କଥାକୁ ରହିମ୍ ଠିକ୍ ରୂପେ ଗ୍ରହଣ କରିନାହିଁ ।

ସେ ଜାଣିଛି ତାଙ୍କ ଭଳି ପିଲାମାନେ କେବଳ ଜନ୍ମ ହୋଇଥା’ନ୍ତି ମୂଲଲାଗି ପେଟ ପୋଷିବାପାଇଁ । ବୁଲା ନିଜର ମନକଥା ରହିମ୍‌କୁ କହିଛି । ଏହି ଘରକୁ ପିଲାମାନେ ପାଠ ପଢ଼ିବାକୁ ଆସିଲାବେଳେ ତା’ର ମନହୁଏ ସେମାନଙ୍କ ସାଙ୍ଗରେ ଆସିବାପାଇଁ। ବୁଲାର ଏଭଳି କଥାଶୁଣି ରହିମ୍ କହିଛି, ଆମେ ପତର ଗୋଟାଇବା ଲୋକ, ତୋଟା ମୂଲ କାହିଁକି କରିବାକୁ ଯିବା । ଅର୍ଥାତ୍ ଆମେ ଯେତିକିର ମୁଣ୍ଡ, ସେତିକିରେ ରହିବା ଉଚିତ । ତା’ଠାରୁ ଅଧ‌ିକ ଭାବିବା ଉଚିତ ନୁହେଁ । କାରଣ ଆମେ ଯଦି ପାଠ ପଢ଼ିବାକୁ ଆସିବା, ତାହେଲେ ଆମକୁ କେହି ଖାଇବାକୁ ଦେବେ ନାହିଁ । ରହିମ୍ କଥାରେ ସମ୍ମତ ହୋଇଛି ବୁଲା ।

ପିଲାଳିଆ ସ୍ଵଭାବ ନେଇ ରହିମ୍ ଚକ୍ ଧରି ଦେଖୁଛି । କ’ଣ ବୋଲି ଜାଣିବାପାଇଁ ଶୁଙ୍ଘିଛି । ହେଲେ କିଛି ସେ ଜାଣିପାରିନି । ବୁଲା, ରହିମୁକୁ ବୁଝାଇ କହିଛି, ତାହା ହେଉଛି ଚକ୍, ଯେଉଁଥରେ ଲେଖାହୁଏ । ରହିମ୍ ବ୍ଲାକବୋର୍ଡ ପାଖକୁ ଯାଇ ଡଷ୍ଟରରେ ବ୍ଲାକବୋର୍ଡକୁ ଲିଭାଇଛି । ସବୁ ଅକ୍ଷର ଲିଭିଯାଇଥ‌ିବାରୁ ରହିମ୍ ଖୁସି ହୋଇଯାଇଛି । ବୁଲା ଚକ୍ ନେଇ ବ୍ଲାକ୍‌ବୋର୍ଡ ଉପରେ ଗାରେଇଛି ଓ ରହିମ୍ ତାହାକୁ ଲିଭେଇଛି । ବୁଲା ଚକ୍ରଧରି ମାଷ୍ଟରଙ୍କ ଛବି କରିବାକୁ ଚେଷ୍ଟାକରିଛି । ଏହି ସମୟରେ ଶିକ୍ଷକ ମହାଶୟ ହାତରେ ଛତା ଧରି ସେଠାରେ ପହଞ୍ଚିଛନ୍ତି । ଚୁପ୍‌ଚାପ୍ ଠିଆ ହୋଇ ସେମାନଙ୍କୁ ଲକ୍ଷ୍ୟ କରିଛନ୍ତି । ଶିକ୍ଷକଙ୍କ ନିଶଟି ଛାଡ଼ି ଦେଇଥ‌ିବା କଥା ବୁଲାକୁ ରହିମ୍ କହିଛି । ବୁଲା ମଧ୍ୟ ନିଶଟି କରିଦେଇଛି ।

ବୁଲା ଚିତ୍ରଟି ଠିକ୍ ହେଲା କି ନାହିଁ ବୋଲି ରହିମ୍କୁ ପଚାରୁଥିଲାବେଳେ ଶିକ୍ଷକ କହିଛନ୍ତି, ନା ଚିତ୍ରରେ ଆହୁରି ବାକି ରହିଗଲା, ତା’ଛତାଟା ଛାଡ଼ି ଦେଇଛ । ଶିକ୍ଷକଙ୍କ କଥା ଶୁଣି ପିଲାଦୁଇଜଣ ଦଉଡ଼ି ପଳାଇବାକୁ ଚେଷ୍ଟା କରିଛନ୍ତି । ମାତ୍ର ଶିକ୍ଷକ ସେମାନଙ୍କୁ ସ୍ନେହରେ ଡାକିଛନ୍ତି । ସେ ବାଘ, କିମ୍ବା ସିଂହ ନୁହେଁ ଯେ ସେମାନେ ଭୟରେ ପଳାଉଛନ୍ତି । ନ ଡରିବାପାଇଁ ଶିକ୍ଷକ ଦୁହିଁଙ୍କୁ କହିଛନ୍ତି । କାହାର ଛବି କରୁଥୁଲ ବୋଲି ପଚାରିଛନ୍ତି । ପିଲାଦୁଇଟି ଡରି ଡରି, ‘ତମର ଆଜ୍ଞା’ ବୋଲି କହିଛନ୍ତି । ଶିକ୍ଷକ କହିଛନ୍ତି, ଯେହେତୁ ତୁମେମାନେ ମୋର ଛବି ଆଙ୍କୁଥିଲ, ସେଥ‌ିରେ ଛତାଟି ଛାଡ଼ିଯାଇଥୁଲ । କାରଣ ଛତାଟି ସବୁବେଳେ ମୋ ପାଖରେ ରହିଥାଏ ।

ପ୍ରଧାନଘର ଭାଟିରେ ଇଟାକାମ କରୁଥିବା କଥା କହିଛନ୍ତି । ପିଲାମାନଙ୍କ କଥା ଶୁଣି ଶିକ୍ଷକ ଦୁଃଖ ପ୍ରକାଶ କରିଛନ୍ତି । ମନକୁ ମନ କହିଛନ୍ତି, ‘ଯେଉଁ ହାତ ସିଲଟ ଖଡ଼ି ଧରିବା କଥା, ସେଇ ହାତ ଯଦି ଇଟା, ପଥର ଭାଙ୍ଗିବ, ତେବେ ଏ ଦେଶର ଭବିଷ୍ୟତ କ’ଣ ???

ଶିକ୍ଷକଙ୍କଠାରୁ ସାହସ ପାଇ ବୁଲା ଓ ରହିମ୍ ତାଙ୍କୁ କେତେକ ପ୍ରଶ୍ନ ପଚାରିଛନ୍ତି । ସେମାନଙ୍କର ପାଠ ପଢ଼ିବା କ’ଣ ନିହାତି ଦରକାର ବୋଲି ବୁଲା ପଚାରିଛି । ରହିମ୍ କହିଛି, ପାଠ ନ ପଢ଼ିଲେ ମଧ୍ୟ ସେମାନଙ୍କର କୌଣସି ଅସୁବିଧା ହେଉନାହିଁ । ପାଠର ମହତ୍ତ୍ଵ ବୁଝାଇବାକୁ ଯାଇ ଶିକ୍ଷକ କହିଛନ୍ତି ଯେ ଖାଇବା, ପିଇବା, ପିନ୍ଧିବା ଭଳି ପାଠ ମଧ୍ୟ ଦରକାର । ଅନ୍ଧାର ରାତିରେ ଆଲୋକର ଆବଶ୍ୟକତା ଥିଲା ପରି, ଜୀବନରେ ସବୁକିଛି ଜାଣିବାପାଇଁ ପାଠର ଆବଶ୍ୟକତା ରହିଛି ।

ଶିକ୍ଷକ ସେହି ପିଲା ଦୁଇଜଣଙ୍କୁ ସେମାନେ କେଉଁଠି କି କାମ କରିଛନ୍ତି ବୋଲି ପଚାରିଛନ୍ତି । ରହିମ୍ କହିଛି, ଏହି ସ୍କୁଲଘର ତିଆରି ପାଇଁ ଯେତେ ଇଟା ଦରକାର ହୋଇଛି, ସବୁଯାକ ଇଟା ସେମାନେ ବୋହିଛନ୍ତି । ତାଙ୍କ ପରି ପାଞ୍ଚଜଣ ପିଲାଙ୍କୁ ପ୍ରଧାନବାବୁ ଦେଢ଼ଶହ ଟଙ୍କା ଦେଇ କାମ କରାଇଛନ୍ତି । ଏହି କାମପାଇଁ ତାଙ୍କୁ ପାଞ୍ଚଦିନ ପାଞ୍ଚରାତି ଲାଗିଥିଲା । ସେହି ଟଙ୍କାକୁ ନେଇ ସେମାନେ ସିନେମା ଦେଖିଲେ, ହୋଟେଲରେ କୁକୁଡ଼ା ମାଉଁସ ଆଉ ପରଟା ଖାଇଥିଲେ । ସେମାନଙ୍କ ବିଚାରରେ ଦେଢ଼ ଶହ ଟଙ୍କା ବହୁତ ଅଧିକ । ମାତ୍ର ଶିକ୍ଷକ ସେମାନଙ୍କୁ ବୁଝାଇ ଦେଇଛନ୍ତି, କଣ୍ଟ୍ରାକ୍ଟର ପ୍ରଧାନବାବୁ ସେମାନଙ୍କୁ ଦୁଇ ତିନି ହଜାର ଜାଗାରେ ମାତ୍ର ଦେଢ଼ଶହ ଟଙ୍କା ଦେଇ ଠକି ଦେଇଛନ୍ତି ।

ଶିକ୍ଷକଙ୍କ କଥାରେ ଗୁରୁତ୍ଵ ଦେଇନାହାଁନ୍ତି ବୁଲା ଓ ରହିମ୍ । ସେମାନଙ୍କ ମତରେ ଏତେ ହିସାବ କିତାବରେ ତାଙ୍କର କୌଣସି ଦରକାର ନାହିଁ କିମ୍ବା ସେଥ‌ିରେ ତାଙ୍କର ପେଟ ପୂରିବ ନାହିଁ । ଶିକ୍ଷକ ତାଙ୍କୁ ବୁଝାଇ କହିଛନ୍ତି, ଏଭଳି ହିସାବ କିତାବଦ୍ଵାରା ସେମାନେ ସବୁ ଜାଣିପାରିବେ । ସେମାନଙ୍କର ଆଖ୍ ଖୋଲିଯିବ । ତେଣୁ କାଲିଠାରୁ ସ୍କୁଲକୁ ଆସିବାକୁ ଶିକ୍ଷକ ସେମାନଙ୍କୁ କହିଛନ୍ତି । କାରଣ ଘଣ୍ଟାଏ ଲେଖାଁ ବସିଲେ ସେମାନଙ୍କର ବହୁତ ଉପକାର ହେବ । ପାଠ ପଢ଼ିବାପାଇଁ କୌଣସି ପଇସା ଦେବାକୁ ହେବ ନାହିଁ । ଶେଷରେ ବୁଲା ଓ ରହିମ୍ ଶିକ୍ଷକଙ୍କ କଥାରେ ରାଜି ହୋଇଛନ୍ତି ।

ଦ୍ଵିତୀୟ ଦୃଶ୍ୟ :

ପରଦିନ ସକାଳୁ ଶିକ୍ଷକ କେତେଜଣ ପିଲାଙ୍କୁ ପାଠ ପଢ଼ାଇବାପାଇଁ ବସିଥିଲେ । ସେହି ପିଲାମାନଙ୍କ ମଧ୍ୟରେ ବୁଲା, ରହିମ୍ ଓ ପ୍ରଧାନଙ୍କ ପୁଅ ସତ୍ୟ ଥିଲେ । ବୁଲା ଓ ରହିମ୍ କେବଳ ପ୍ୟାଣ୍ଟ ପିନ୍ଧି ସେମାନଙ୍କ ମଧ୍ୟରେ ବସିଥିଲେ । ହଠାତ୍ ସ୍କୁଲ ଘରକୁ ପଶି ଆସିଥିଲେ ପ୍ରଧାନ । ଶିକ୍ଷକଙ୍କୁ ସେ ଗାଳି ଗୁଲଜ କରିଥିଲେ । ସେ ସାଧାରଣ ପିଲାଙ୍କୁ ପାଠ ପଢ଼ାଇବାକୁ ସୁଯୋଗ ଦେଉଛନ୍ତି ବୋଲି ଶିକ୍ଷକଙ୍କୁ କହିଥିଲେ । ପ୍ରଧାନଙ୍କ ବିଚାରରେ ବିଦ୍ୟାଳୟ ହେଉଛି ମାଆ । ତା’ପ୍ରତି ଅନ୍ୟାୟ କଲେ, କାହାକୁ କ୍ଷମା ଦିଆଯିବ ନାହିଁ । ଶିକ୍ଷକ, ବୁଲା ଓ ରହିମ୍ ଭଳି ପିଲାଙ୍କୁ ବିଦ୍ୟାଳୟକୁ ଆଣି ଯୁଗଯୁଗର ଅନୁଷ୍ଠାନକୁ ଅପବିତ୍ର କରିଦେଇଛନ୍ତ୍ରି।

ପ୍ରଧାନଙ୍କ ମନରେ ଥ‌ିବା କୁସଂସ୍କାର ଓ ଭୁଲ୍ ଧାରଣାକୁ ଶିକ୍ଷକ ବଦଳାଇବାକୁ ଚେଷ୍ଟା କରିଛନ୍ତି । ସେ କହିଛନ୍ତି ‘‘ଏଇଟା ସରକାରୀ ବିଦ୍ୟାଳୟ । ଏଠି ସମସ୍ତଙ୍କର ପଢ଼ିବା ଅସ୍ଵୀକାର ଅଛି । ବିଦ୍ୟାଳୟପାଇଁ ଉଚ୍ଚ-ନୀଚ, ଧନୀ-ଗରିବ, ହିନ୍ଦୁ-ମୁସଲମାନ ସମସ୍ତେ ସମାନ । ଏଠି ଜାତି-ଧର୍ମ-ବର୍ଷର ପ୍ରଶ୍ନ ଉଠିବ କୋଉଠୁ ।’’ ଶିକ୍ଷକଙ୍କର କୌଣସି କଥାକୁ ପ୍ରଧାନ ମାନିବାକୁ ପ୍ରସ୍ତୁତ ହୋଇନାହାଁନ୍ତି । ଯେହେତୁ ସେ କଣ୍ଟ୍ରାକ୍ଟର ଭାବରେ ସ୍କୁଲ ତିଆରି କରିଛନ୍ତି, ସେଥ‌ିପାଇଁ ସ୍କୁଲ ଉପରେ ତାଙ୍କର ପୂରା ଅଧିକାର ରହିଛି । ଶିକ୍ଷକ ପ୍ରଧାନଙ୍କ କଥାର ଉତ୍ତର ଦେଇ କହିଛନ୍ତି, ତାଙ୍କର କାମପାଇଁ ସେ ସରକାରଙ୍କଠାରୁ ପଇସା ନେଇଛନ୍ତି । ସରକାରୀ ସ୍କୁଲ ଭାବରେ ଏଠାରେ ସମସ୍ତଙ୍କର ପାଠ ପଢ଼ିବାର ଅଧିକାର ରହିଛି । ସେହି ଅଧ୍ୟାର ଆମକୁ ଗଣତନ୍ତ୍ର ଦେଇଛି ବୋଲି ଶିକ୍ଷକ କହିଛନ୍ତି ।

ବୁଲା ଓ ରହିମ୍ ଭଳି ପିଲା, ତାଙ୍କ ପୁଅ ସାଙ୍ଗରେ ପାଠ ପଢ଼ିବା କଥା ପ୍ରଧାନ ପସନ୍ଦ କରିନାହାଁନ୍ତି । ରହିମ୍ ପ୍ରଧାନଙ୍କୁ ବୁଝାଇବାକୁ ଚେଷ୍ଟା କରିଛି । ଏପରିକି ତାଙ୍କ ପୁଅ ସତ୍ୟ ମଧ୍ୟ ଗୁରୁଜୀଙ୍କ କଥାକୁ ସମର୍ଥନ କରିଛି । ପ୍ରଧାନ ଏଥିରେ ରାଗିଯାଇଛନ୍ତି। ନିଜ ପୁଅ ସତ୍ୟକୁ ଟାଣି ଟାଣି ସାଙ୍ଗରେ ନେଇ ଯାଇଛନ୍ତି । ଶିକ୍ଷକଙ୍କର କୌଣସି ପ୍ରକାର ବାରଣକୁ ପ୍ରଧାନ ମାନି ନାହାଁନ୍ତି ।

ତୃତୀୟ ଦୃଶ୍ୟ :

ପ୍ରଧାନବାବୁଙ୍କ ଦାଣ୍ଡଘରେ ସତ୍ୟ ବସି ବସି ଚିତ୍ରଟିଏ ଆଙ୍କୁଥିଲା । ଚିତ୍ରଟି ଥିଲା ଯୀଶୁଖ୍ରୀଷ୍ଟଙ୍କର । ପଛପଟୁ ଚିତ୍ରଟିକୁ ଲକ୍ଷ୍ୟ କରୁଥିଲେ ବୁଲା ଓ ରହିମ୍ । ଚିତ୍ରଟିକୁ ଠିକ୍ ରୂପେ ସତ୍ୟ କରିପାରୁ ନଥିଲା । ବୁଲା ଚିତ୍ରଟି କାହାର ବୋଲି, ସତ୍ୟକୁ ପଚାରିଛି। ସତ୍ୟ କହିଛି, ଚିତ୍ରଟି ହେଉଛି ଯୀଶୁଖ୍ରୀଷ୍ଟଙ୍କର; ଯିଏ କି ସଦାବେଳେ କହୁଥିଲେ ‘ପାପକୁ ଘୃଣା କର, ପାପୀକୁ ଘୃଣା କରନାହିଁ ।’’ ସତ୍ୟ ଠିକ୍ ରୂପେ ଚିତ୍ର କରିବାପାଇଁ ବୁଲାକୁ କହିଛି । ବୁଲା ମନାକଲେ ବି ତାକୁ ରବର ପେନ୍‌ସିଲ୍ ଦେଇ ବାଧ୍ୟ କରିଛି ଚିତ୍ର କରିବାପାଇଁ । ସତ୍ୟର କଥା ମାନି ବୁଲା ବିଛଣାରେ ବସି ଚିତ୍ର ଅଙ୍କନ କରିଛି । ବୁଲା ଠିକ୍ ରୂପେ ଚିତ୍ର କରୁଥିବାରୁ ସତ୍ୟ ଖୁସି ହୋଇଛି ।

ବୁଲା ଚିତ୍ର କଲାବେଳେ ଓ ସତ୍ୟକୁ ଚିତ୍ର କରିବାର କୌଶଳ ବତାଇଦେଲାବେଳେ ଘର ଭିତରକୁ ଆସିଛନ୍ତି ପ୍ରଧାନବାବୁ । ବିଛଣା ଉପରେ ରହିମ୍ ବସିଥ‌ିବାର ଦେଖ୍ ସେ ରାଗରେ ନିଆଁବାଣ ହୋଇଯାଇଛନ୍ତି । ରହିମ୍‌କୁ ଧମକ ଦେଇ ପାଖରେ ଥିବା ସ୍କେଲ୍ ଧରି ପିଟିବାକୁ ଯାଇଛନ୍ତି । ରହିମ୍ କାନ୍ଦି ପକାଇଛି । ସତ୍ୟ ତା’ର ବାପା ପ୍ରଧାନବାବୁଙ୍କୁ ବୁଝାଇବାକୁ ଚେଷ୍ଟାକଲେ ମଧ୍ୟ ସେ କିଛି ବୁଝିବାକୁ ପ୍ରସ୍ତୁତ ହୋଇନାହାଁନ୍ତି ।

ପ୍ରଧାନବାବୁ, ବୁଲା ଓ ରହିମୂକୁ ତାଗିଦ କରି ସ୍କୁଲ ନଯିବାପାଇଁ କହିଛନ୍ତି । ସେମାନଙ୍କୁ ବୁଝାଇବାକୁ ଯାଇ କହିଛନ୍ତି ଯେ ସେମାନେ ସ୍କୁଲ ଗଲେ କାମ କିଏ କରିବ ? ପୁଅକୁ ବୁଝାଇଛନ୍ତି, ସେମାନେ କାମ କରିବାକୁ ଜନ୍ମ ହୋଇଛନ୍ତି । ବାପ- ଅଜା ଅମଳରୁ ଏହି ଧାରା ପ୍ରଚଳିତ ହୋଇଆସୁଛି । ନିଜର ଅହଂକାର ପ୍ରକାଶ କରି କହିଛନ୍ତି ଯେ ତାଙ୍କ ଗାଁରେ କୌଣସି ସରକାରୀ ନିୟମ କାନୁନ୍ କାଟୁକରିବ ନାହିଁ । ସେ ଯାହା କହିବେ ତାହାହିଁ ହେବ ଆଇନ ।

ବାପାଙ୍କ କଥାର ପ୍ରତିବାଦ କରିଛି ସତ୍ୟ । ପିଲାଙ୍କୁ ଅଧିକ ଖଟାଇବା ଅପରାଧ ବୋଲି ସତ୍ୟ ବାପାଙ୍କୁ ବୁଝାଇ ଦେଇଛି । ତଥାପି ପ୍ରଧାନବାବୁ କିଛି ବୁଝିବାକୁ ପ୍ରସ୍ତୁତ ହୋଇନାହାନ୍ତି । ବରଂ ରହିମ୍ ଓ ବୁଲାକୁ ଧମକାଇ ସେ କହିଛନ୍ତି ଯେ କାଲିଠାରୁ ସେମାନେ ଆଉ ସ୍କୁଲକୁ ଯିବେ ନାହିଁ । ବୁଲା ଓ ରହିମ୍ କାନମୋଡ଼ି ହୋଇ ପ୍ରଧାନବାବୁଙ୍କ କଥାକୁ ସ୍ଵୀକାର କରିଛନ୍ତି । ସତ୍ୟ ବାପାଙ୍କୁ ବୁଝାଇ କହିଛି ଯେ ସମସ୍ତେ ସମାନ । ସମସ୍ତଙ୍କ ଦେହରେ ସମାନ ରକ୍ତ ରହିଛି । ଛୁଆଁ ଅଛୁଆଁ ଭେଦଭାବ କେବେଠାରୁ ଲୋପପାଇ ଗଲାଣି । ଏଭଳି ଚିନ୍ତାଧାରା ପ୍ରକାଶକଲେ ଆଇନ ଅନୁଯାୟୀ ଦଣ୍ଡିତ ହେବାକୁ ପଡ଼ିବ । ପ୍ରଧାନବାବୁ ଗରୁଜୀଙ୍କୁ ଏଭଳି ପରିସ୍ଥିତି ପାଇଁ ଦୋଷାରୋପ କରିଛନ୍ତି ।

BSE Odisha 7th Class Odia Solutions Chapter 22 ଦରଜା ଖୋଲି ଦେବା

ଚତୁର୍ଥ ଦୃଶ୍ୟ :

ସ୍କୁଲଘରେ ଶିକ୍ଷକ ବସିଛନ୍ତି ଓ ପିଲାମାନେ ପାଠ ପଢୁଛନ୍ତି । ଶିକ୍ଷକ ପିଲାମାନଙ୍କୁ ପଚାରିଛନ୍ତି ଯେ ସତ୍ୟ କାହିଁକି ସ୍କୁଲକୁ ଆସିନାହିଁ । ଗତକାଲିର ଘଟଣା ସଂପର୍କରେ ବୁଲା କହିଛି । ସେମାନଙ୍କୁ ଗତକାଲି ସତ୍ୟର ବାପା ପ୍ରଧାନବାବୁ ଗାଳି ଦେଇଛନ୍ତି। ସ୍କୁଲକୁ ନ ଆସିବାପାଇଁ ତାଗିଦ୍ କରିଛନ୍ତି । ଏହି ସମୟରେ କେହି ଜଣେ ପିଲା ଧାଇଁ ଧାଇଁ ଆସି ସ୍କୁଲରେ ପହଞ୍ଚିଛି । ସତ୍ୟର ଆକ୍ସିଡେଣ୍ଟ ହେବା କଥା କହିଛି । ପିଲାଟିର କଥା ଶୁଣି ଶିକ୍ଷକ ବ୍ୟସ୍ତ ହୋଇ ପଡ଼ିଛନ୍ତି । ସାଇକେଲ ନେଇ ସତ୍ୟକୁ ଦେଖିବାପାଇଁ ଡାକ୍ତରଖାନା ଯିବାକୁ ବାହାରିଛନ୍ତି । ବୁଲା ଓ ରହିମ୍ ଯିବାପାଇଁ କହିଛନ୍ତି । ଡାକ୍ତରଖାନା ସେଠାରୁ ତିନିଚାରି କିଲୋମିଟର ଦୂର ହୋଇଥିବାରୁ ସେମାନଙ୍କୁ ଶିକ୍ଷକ ସେଠାକୁ ଯିବାକୁ ମନା କରିଛନ୍ତି । ମାତ୍ର ବୁଲା ଓ ରହିମ୍ ଦଉଡ଼ି ଦଉଡ଼ି ଚାଲିଯିବେ ବୋଲି କହିଛନ୍ତି ।

ପଞ୍ଚମ ଦୃଶ୍ୟ :

ଡାକ୍ତରଖାନାର ଦୃଶ୍ୟ । ବେଞ୍ଚ ଉପରେ ବସିଛନ୍ତି ବୁଲା ଓ ରହିମ୍ । ବାରଣ୍ଡାରେ ଏପଟ ସେପଟ ହୋଇ ବୁଲୁଥିଲେ ପ୍ରଧାନବାବୁ । ଏହି ସମୟରେ ଶିକ୍ଷକ ଭିତରୁ ଆସିଛନ୍ତି । ସତ୍ୟର ରକ୍ତ ସହିତ ପ୍ରଧାନବାବୁଙ୍କର କିମ୍ବା ତାଙ୍କର ରକ୍ତ ମିଶୁନାହିଁ ବୋଲି ସେ ବ୍ୟସ୍ତ ହୋଇଛନ୍ତି । ଶେଷରେ ସେ ବୁଲା ଓ ରହିମ୍ବର ରକ୍ତ ପରୀକ୍ଷା କରିବାକୁ ଦେଇଛନ୍ତି । ଶିକ୍ଷକଙ୍କ

କଥା ଶୁଣି ପ୍ରଧାନବାବୁ ବ୍ୟସ୍ତ ହୋଇଛନ୍ତି । ତାଙ୍କ ପୁଅ ରକ୍ତରେ ଅନ୍ୟ କେଉଁ ଅଛବ ପିଲାର ରକ୍ତ ମିଶୁ ସେ ଏହା ଚାହିଁନାହାନ୍ତି । ସେଭଳି ବାରବୁଲା ପିଲାଙ୍କ ରକ୍ତ, ତାଙ୍କ ପୁଅ ଦେହରେ ଦିଆଯାଉ ବୋଲି ସେ ପସନ୍ଦ କରିନାହାନ୍ତି । ଶିକ୍ଷକ ପ୍ରଧାନବାଙ୍କର ଏଭଳି ସଂକାର୍ଣ୍ଣ ମନୋଦ୍ଭାବକୁ ବଦଳାଇ ଦେବାକୁ ଚେଷ୍ଟା କରିଛନ୍ତି। ପ୍ରଧାନବାବୁଙ୍କୁ ବୁଝାଇବାକୁ ଯାଇ ଶିକ୍ଷକ କହିଛନ୍ତି ‘କାହାକୁ ଅନ୍ୟାୟ ବୋଲି କହୁଛନ୍ତି ? ହିନ୍ଦୁ-ମୁସଲମାନ ହୋଇ ଜନ୍ମହେବାଟା କ’ଣ ଅନ୍ୟାୟ ଧନୀ- ଗରିବ ହୋଇ ଜନ୍ମହେବାଟା କ’ଣ ଅନ୍ୟାୟ ? ଜନ୍ମବେଳେ ତା’ର ଗୋଟିଏ ମାତ୍ର ପରିଚୟ ଥାଏ, ସିଏ ମଣିଷ ଛୁଆ । ବୟସ ବଢ଼ିଗଲା ପରେ ଆପଣମାନେ ନିଜ ନିଜର ସୁବିଧାପାଇଁ, ତା’ ଉପରେ ମୋହର ମାରି ଦିଅଛି । ଏଇ ହିନ୍ଦୁ … ସିଏ ମୁସଲମାନ . ଆଉ କିଏ ଖ୍ରୀଷ୍ଟିଆନ୍ … ।’ପ୍ରଧାନବାବୁ ଶିକ୍ଷକଙ୍କର କୌଣସି ଯୁକ୍ତି ମାନିବାକୁ ପ୍ରସ୍ତୁତ ହୋଇନାହାନ୍ତି ।

ଏହି ସମୟରେ ସେଠାକୁ ଆସିଛନ୍ତି ଡାକ୍ତରବାବୁ । ବୁଲାର ରକ୍ତ ମିଶିଯାଇଛି ବୋଲି ସେ କହିଛନ୍ତି । ମାତ୍ର ପ୍ରଧାନବାବୁ ଡାକ୍ତରଙ୍କ କଥାକୁ ଗ୍ରହଣ କରିବାପାଇଁ ଚାହିଁନାହାନ୍ତି । ସତ୍ୟ ଦେହରେ ବୁଲା ରକ୍ତ ଦିଆ ନ ଯିବାପାଇଁ ସେ କହିଛନ୍ତି । ପ୍ରଧାନବାବୁଙ୍କର ଏଭଳି କଥାରେ ବିରକ୍ତି ପ୍ରକାଶ କରିଛନ୍ତି। ଡାକ୍ତରବାବୁ। କାରଣ ରକ୍ତ ନହେଲେ ସତ୍ୟକୁ ବଞ୍ଚାଇବା ସମ୍ଭବ ହେବନାହିଁ । ବାଧ୍ୟହୋଇ ପ୍ରଧାନବାବୁ ରାଜି ହୋଇଛନ୍ତି । ସତ୍ୟକୁ କୌଣସି ଉପାୟରେ ବଞ୍ଚାଇବାପାଇଁ କହିଛନ୍ତି । ଡାକ୍ତରବାବୁ ବୁଲାକୁ ସାଙ୍ଗରେ ନେଇ ଭିତରକୁ ଯାଇଛନ୍ତି । ବୁଲା ସହିତ ରହିମ୍ ଭିତରକୁ ଯାଇଛି ।

ଷଷ୍ଠ ଦୃଶ୍ୟ :

ସ୍କୁଲ୍ ଘରେ ଶିକ୍ଷକ ଓ ପିଲାମାନେ ବସିଥିଲାବେଳେ, ପ୍ରଧାନବାବୁ ସେଠାରେ ପହଞ୍ଚିଛନ୍ତି । ବୁଲାକୁ ଭାବପ୍ରବଣ ହୋଇ କୁଣ୍ଢାଇ ପକାଇଛନ୍ତି । ପ୍ରଧାନବାବୁଙ୍କର ଏଭଳି ବ୍ୟବହାରରେ ଶିକ୍ଷକ ଖୁସି ହୋଇଛନ୍ତି । ପ୍ରଧାନବାବୁ ଶିକ୍ଷକଙ୍କୁ କହିଛନ୍ତି, ‘ଆପଣ ମୋ ଆଖ୍ ଖୋଲି ଦେଇଛନ୍ତି । ହଁ, ମାଷ୍ଟରବାବୁ । ଆଉ ଗୋଟିଏ ଅନୁରୋଧ । ଗାଧୁଆବେଳର ଖାଇବାଟା ସବୁପିଲାଙ୍କୁ ମୁଁ ଯୋଗେଇବି ।’’ ପ୍ରଧାନବାବୁ ନିଜର ଭୁଲ୍ ବୁଝି ପାରିଛନ୍ତି । ସ୍କୁଲର ଦରଜା ସବୁ ଶ୍ରେଣୀର, ସବୁ ଜାତିର ପିଲାଙ୍କ ପାଇଁ ଖୋଲି ଦେବାକୁ କହିଛନ୍ତି । ସମସ୍ତେ ବିନାବାଧାରେ ମାଗଣାରେ ପଢ଼ିବେ ବୋଲି ସେ କହିଛନ୍ତି ।

କଠିନ ଶବ୍ଦାର୍ଥ :

  • ପେଟ’ ପୋଷିବା – ପରି ଶ୍ରମ କରି ଖାଦ୍ୟ ସଂଗ୍ରହ କରିବା ।
  • ପତର ଗୋଟାଇବା ଲୋକ, ତୋଟା ମୂଲ କାହିଁକି କରିବା – ସାଧାର ଣ ଲୋକ ହୋଇ ପରି ସ୍ଥିତି କୁ ଦେଖ୍, ଅଧିକ ଭାବିବା ।
  • ଖାଡ଼ାଖାଡ୍ ଓପାସ – ପୂରା ଖାଇବାକୁ ନପାଇ ରହିବା|ସମ୍ପୂର୍ଣ ଉପାସ ।
  • ପାଲା ଚାଲିଛି – ହସ ମଜାକରି ସମୟ ନଷ୍ଟ କରିବା ।
  • ଫାଲତୁ କଥା – ମୂଲ୍ୟହୀନ କଥା ।
  • ରାଗରେ ନିଆଁବାଣ – ଅଧ୍ଵ ରାଗିଯିବା ।
  • ମୁଣ୍ଡ ବିଗାଡ଼ିବା – ଭୁ ଲବାଟରେ ପରି ଚାଳିତ କରିବା ।
  • ଦୁଶୁଛି – ‘ଦି ଶୁ ଛି ’ଶବ୍ଦ ର ଗାଉଁଲି ଉଚ୍ଚାରଣ ।
  • ଆଖ୍ ଖୋଲିଯିବା – ସତ୍ୟ ଜାଣି ଯିବା ଜ୍ଞାନ ମିଳିଯିବା ।
  • ବକଟେ – ଅତି ଛୋଟ|ଅତି ସାନ
  • ମୁହଁ ଦେବା – ଅଧିକ ସ୍ନେହରେ ଆପଣାର କରିବା ।
  • ନାଟର ଗୋବର୍ଦ୍ଧନ – ସବୁ ଅନର୍ଥର ମୂଳ / ସବୁ ଭୁଲ୍ କାମର କାରଣ ।
  • ଚାରିଆଡ଼ ଅନ୍ଧାର ଦିଶିବା – ପରିସ୍ଥିତିରୁ ଉଧୁରିବାର ବାଟ ନ ପାଇବା ।
  • ବସୁଧା – ମାଟି ପୃଥ‌ିବୀ ।
  • ଅଛବ – ଅଛୁଆଁ (ପୂର୍ବେ ହରିଜନଙ୍କୁ ଏପରି କୁହାଯାଉଥିଲା ।)

Leave a Comment