Odisha State Board BSE Odisha 7th Class Odia Solutions Chapter 7 ଛୋଟରୁ ବଡ଼ Textbook Exercise Questions and Answers.
BSE Odisha Class 7 Odia Solutions Chapter 7 ଛୋଟରୁ ବଡ଼
ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର
Question ୧।
ଉତ୍ତର କୁହ ।
(କ) ଫୁଲ ଛୋଟ ହେଲେ ବି ସମସ୍ତଙ୍କର ପ୍ରିୟ ହୁଏ କାହିଁକି ?
Answer:
ଫୁଲଟିଏ ଆକାରରେ ଖୁବ୍ ଛୋଟ । କିନ୍ତୁ ତା’ର ସୌନ୍ଦର୍ଯ୍ୟ ଓ ମହକ ପାଇଁ ସେ ସମସ୍ତଙ୍କ ଆଦର ଲାଭକରେ । ବିକଶିତ ପୁଷ୍ପର ଅମୃତମୟ ସୁଗନ୍ଧ ପରିବେଶକୁ ଆମୋଦିତ କରେ । ପୁଷ୍ପର ଶୋଭା ଉଦ୍ୟାନ ଓ ଉପବନର ଶୋଭା ବର୍ଜନ କରିଥାଏ । ଏହାର ସୌନ୍ଦର୍ଯ୍ୟ ମନରେ ଆନନ୍ଦ ଭରିଦେବା ସହ ତା’ର ସୁରଭି ମନରେ ପୁଲକ ଭରିଦିଏ । ସୁଗନ୍ଧ ଓ ସୌନ୍ଦର୍ଯ୍ୟ, ଏହି ଦୁଇ ମହାନ୍ ଗୁଣର ଅଧିକାରୀ ହୋଇଥିବା ହେତୁ କ୍ଷୁଦ୍ର ଫୁଲଟି ସମସ୍ତଙ୍କର ପ୍ରିୟ ହୋଇଥାଏ ।
(ଖ) କୂଅ ଆମ୍ଭମାନଙ୍କର କି ଉପକାରରେ ଲାଗେ ?
Answer:
ସୁଶୀତଳ ଜଳ ପାଇବାପାଇଁ ଆମେ କୂଅ ଉପରେ ନିର୍ଭର କରିଥାଉ । ନଦୀ, ହ୍ରଦ, ଝରଣା, ସରୋବର ଆଦି ଆକାରରେ ବୃହତ୍ ହୋଇଥାଏ । ସେମାନଙ୍କ ତୁଳନାରେ କୂଅଟିଏ ଆକାରରେ କ୍ଷୁଦ୍ର ହେଲେ ବର୍ଷ ବର୍ଷ ଧରି ଜଳ ଯୋଗାଇ ଆମକୁ ଖାଦ୍ୟ, ପାନୀୟ ପ୍ରସ୍ତୁତ କରିବାରେ ଏବଂ ଆମର ବହୁବିଧ କାର୍ଯ୍ୟ ସମ୍ପାଦନରେ ସହାୟକ ହୋଇଥାଏ ।
(ଗ) ଲୋକେ କିପରି ନଈ ପାରି ହୁଅନ୍ତି ?
Answer:
ନଦୀ ପାର ହେବାପାଇଁ ଲୋକମାନେ ସାଧାରଣତଃ ନୌକା ଉପରେ ନିର୍ଭର କରିଥାଆନ୍ତି । ବର୍ଷାଦିନେ ନଦୀ ଭୟଙ୍କର ରୂପ ଧାରଣ କରି କୂଳ ଲଂଘନ କରିଥାଏ । କିନ୍ତୁ ଛୋଟ ଏକ ନୌକା ଜଳସ୍ରୋତ କାଟି ଆମକୁ ନଦୀପାର କରାଇବାର ସହାୟକ ହୋଇଥାଏ ।
(ଘ) ବୁଦ୍ଧି ବଳରେ କିଏ ବସୁନ୍ଧରାକୁ ଜିଣିପାରିଛି ?
Answer:
ସୃଷ୍ଟିରେ ବହୁ ବିରାଟକାୟ ଜୀବ ଅଛନ୍ତି। ସେମାନଙ୍କର ଆକୃତି ଓ ଶକ୍ତି ମଣିଷଠାରୁ ଢେର ଅଧିକ। ମଣିଷ କ୍ଷୁଦ୍ର ହେଲେ ମଧ୍ୟ ବୁଦ୍ଧିମାନ୍। ନିଜର ବୁଦ୍ଧି ବଳରେ ସେ ସାରା ସାରା ପୃଥିବାକୁ ଜୟ କରିପାରିଛି।
(ଙ) ପ୍ରଦୀପ କିପରି ଆମ୍ଭମାନଙ୍କ କାମରେ ଲାଗେ ?
Answer:
ସୂର୍ଯ୍ୟାସ୍ତ ପରେ ଧରାପୃଷ୍ଠକୁ ଅନ୍ଧକାର ମାଡ଼ିଆସେ । ସେହି ଅନ୍ଧକାର ଦୂର କରିବାପାଇଁ ଆମେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥାଉ । ଆକାରରେ କ୍ଷୁଦ୍ର ହେଲେ ମଧ୍ୟ ତା’ର ଜ୍ଵଳନ୍ତ ଶିଖା ଘନ ଅନ୍ଧକାରକୁ ଦୂର କରି ଆମର ଅଶେଷ ଉପକାର ସାଧନ କରିଥାଏ । ଅନ୍ଧକାର ମଧ୍ୟରେ ଆମକୁ ପଥ ପ୍ରଦର୍ଶନ କରି ଆମର ଆବଶ୍ୟକ କାର୍ଯ୍ୟ ସମ୍ପାଦନରେ ପ୍ରଦୀପର ଭୂମିକାକୁ ଅସ୍ବୀକାର କରିହେବ ନାହିଁ ।
Question ୨।
ଦୁଇଟି ବା ତିନୋଟି ବାକ୍ୟରେ ଉତ୍ତର ଲେଖ ।
(କ) ମଣିଷକୁ କ୍ଷୁଦ୍ର ବୋଲି କୁହାଯାଇଛି କାହିଁକି ?
Answer:
ବିଧାତାଙ୍କ ସୃଷ୍ଟି ବ୍ୟାପକ । ଏହି ସୃଷ୍ଟିରେ ଏପରି ଜୀବ ଚଳପ୍ରଚଳ ହୁଅନ୍ତି ଯେଉଁମାନେ ମନୁଷ୍ୟ ତୁଳନାରେ ଆକାର ଦୃଷ୍ଟିରୁ ବହୁତ ବଡ଼ । ସେମାନେ ବଳ ଓ ବିକ୍ରମରେ ମନୁଷ୍ୟଠାରୁ ବହୁ ଊର୍ଦ୍ଧ୍ବରେ । ସେମାନେ ଇଚ୍ଛାକଲେ ଏ ପୃଥିବୀରୁ ମାନବର ସତ୍ତା ମଧ୍ୟ ଲୋପ କରିଦେଇ ପାରିବେ । ଉଭୟ ଜଳ ଓ ସ୍ଥଳଭାଗରେ ମାନବଠାରୁ ବହୁଗୁଣ ଶକ୍ତିଶାଳୀ ଜୀବ ରହିଛନ୍ତି । ତେଣୁ ମାନବକୁ କ୍ଷୁଦ୍ର ବୋଲି କୁହାଯାଇଛି ।
(ଖ) କ୍ଷୁଦ୍ର ବାରିଧାରା କିପରି ପ୍ରବଳ ସ୍ରୋତସ୍ଵିନୀ ହୁଏ ?
Answer:
ବର୍ଷାର ବିନ୍ଦୁ ବିନ୍ଦୁ ଜଳ ମିଶି ଜଳଧାରା ଗଡ଼ିଯାଏ ନିମ୍ନଭୂମିକୁ । ବିଭିନ୍ନ ଦିଗରୁ ଏହି ବାରିଧାରା ବହିଆସି କ୍ରମଶଃ ଆକାରରେ ବଡ଼ ହେବାକୁ ଲାଗେ । ଅଧିକରୁ ଅଧ୍ଵ ଜଳଧାରା ତା’ ସହ ସଂଯୁକ୍ତ ହୋଇ ଏହା ଭୟଙ୍କର ରୂପ ଧାରଣ କରେ ଓ ପରିଶେଷରେ ସ୍ରୋତସ୍ଵିନୀ ରୂପେ ପରିଚିତ ହୁଏ ।
(ଗ) ସଂସାରରେ ଗୀତର ଆବଶ୍ୟକତା କ’ଣ ?
Answer:
ଗୀତର ଏପରି ଏକ ଯାଦୁକରୀ ଶକ୍ତି ରହିଛି ଯାହା କେବଳ ମଣିଷ କାହିଁକି; ପଶୁପକ୍ଷୀମାନଙ୍କୁ ମଧ୍ୟ ତା’ର ମୂର୍ଚ୍ଚନାରେ ବଶୀଭୂତ କରିପାରେ । ସଙ୍ଗୀତର ସୁମଧୁର ସ୍ଵର ଉଦାସ ପ୍ରାଣରେ ଆନନ୍ଦ ଭରିଦିଏ । ଦୁଃଖୀ ମନର ଦୁଃଖ ଦୂର କରିବା ଏବଂ ମନରେ ସ୍ବର୍ଗୀୟ ଶାନ୍ତି ଭରିଦେବାରେ ଗୀତର ଭୂମିକାକୁ କେହି ଅସ୍ବୀକାର କରିପାରିବେ ନାହିଁ । ଏହାଛଡ଼ା କିଛି ଭାବପୂର୍ଣ୍ଣ ସଙ୍ଗୀତ ଲହରୀ ଦରଦୀ ପ୍ରାଣରେ ଅମୃତ ସିଞ୍ଚନ କରେ, ହୃଦୟରେ ଉଲ୍ଲାସ ଭରିଦେଇ ଭାବମୟ ଆଲୋଡ଼ନ ସୃଷ୍ଟିକରେ ।
(ଘ) କ୍ଷୁଦ୍ର ମହତ ହୁଏ କିପରି ?
Answer:
ପ୍ରତ୍ୟେକ କ୍ଷୁଦ୍ର ଭିତରେ ଭବିଷ୍ୟତର ବହୁ ସମ୍ଭାବନା ନିହିତ ଅଛି। ଉପଯୁକ୍ତ ପରିବେଶ, ଯତ୍ନ, ସାଧନା, ଶକ୍ତି ଓ ଅଧ୍ୟବସାୟ ବଳରେ କ୍ଷୁଦ୍ର ମଧ୍ୟରେ ଥିବା ମହନୀୟତା କ୍ରମେ ବିକଶିତ ହୋଇ ମହାନତାରେ ପରିଣତ କରିଦେଇଥାଏ।
(ଡ) ଛୋଟରୁ ବଡ଼ ହେବାର ତିନୋଟି ଦୃଷ୍ଟାନ୍ତ ଦିଅ ।.
Answer:
ଆକାରରେ ଛୋଟ ଦିଶୁଥିଲେ ମଧ୍ୟ କ୍ଷୁଦ୍ର ମଧ୍ୟରେ ମହାନ୍ ଶକ୍ତି ନିହିତ ଥାଏ । ଛୋଟ ଚାରାଗଛଟିଏ ବଢ଼ି ବିଶାଳ ଦ୍ରୁମରେ ପରିଣତ ହୁଏ, ଯାହା ସୃଷ୍ଟିରେ ପ୍ରାଣୀଜଗତ ତିଷ୍ଠି ରହିବାରେ ମୁଖ୍ୟ ଭୂମିକା ଗ୍ରହଣ କରେ । କ୍ଷୁଦ୍ର ମାନବ ଶିଶୁ ନିଜର ସାଧନା, ଉଦ୍ଯୋଗ ବଳରେ ମହାମାନବ ଭାବେ ଅବତୀର୍ଣ୍ଣ ହୋଇ ଦେଶ ଓ ଜାତିର ଉନ୍ନତି ସାଧନ କରିଥାଏ । କ୍ଷୁଦ୍ର ଏକ ପ୍ରଦୀପ ପ୍ରଜ୍ଜଳିତ ହେଲେ ଅନ୍ଧକାର ଦୂରୀଭୂତ ହୋଇପାରେ । ପ୍ରଦୀପର କ୍ଷୁଦ୍ର ଶିଖା ପ୍ରଜ୍ଜଳିତ ହେଲେ ଆଲୋକ ଚତୁର୍ଦ୍ଦିଗକ ବିଚ୍ଛରିତ ହୋଇ ଅନ୍ଧକାରକୁ ପରାସ୍ତ କରେ ।
Question ୩ ।
ସରଳ ଭାଷାରେ ବୁଝାଇ ଲେଖା
(କ) ‘‘କ୍ଷୁଦ୍ର ଏକ ପ୍ରଦୀପ ଶିଖା ତମସା ପାରେ ଜିଣି ।’’
Answer:
କ୍ଷୁଦ୍ର ଏକ …. ……… ତମସା ପାରେ ଜିଣି ।
ପ୍ରଦତ୍ତ ପଦ୍ୟାଶଟି ଡକ୍ଟର ଜାନକୀବଲ୍ଲଭ ମହାନ୍ତିଙ୍କ ରଚିତ ‘ଛୋଟରୁ ବଡ଼’ କବିତାରୁ ଆନୀତ । ଏଠାରେ କବି କ୍ଷୁଦ୍ର ପ୍ରଦୀପ ଶିଖାର ମହାଅନ୍ଧକାରକୁ ପରାସ୍ତ କରିବାର ସାମର୍ଥ୍ୟ ଉପରେ ଆଲୋକପାତ କରିଛନ୍ତି । ପୃଥିବୀରେ କ୍ଷୁଦ୍ର ବୋଲି କାହାକୁ ନଗଣ୍ୟ ମନେକରିବା ଉଚିତ ନୁହେଁ; କାରଣ ପ୍ରତ୍ୟେକ କ୍ଷୁଦ୍ର ମଧ୍ୟରେ ମହାନତା ଲୁଚି ରହିଥାଏ। ସାମାନ୍ୟ ଏକ ପ୍ରଦୀପ, ଆକାରରେ କ୍ଷୁଦ୍ର ହେଲେ ମଧ୍ୟ ତା’ର କ୍ଷୁଦ୍ର ଶିଖା ଟିକକ ଅନ୍ଧକାର ଦୂର କରିବାରେ ସମର୍ଥ ହୋଇଥାଏ । ସନ୍ଧ୍ୟାକାଳରେ ପ୍ରଦୀପଟିଏ ଆଲୋକ ବିଚ୍ଛୁରଣ କରି ଆମକୁ ପଥ ପ୍ରଦର୍ଶନ କରେ । ଅନ୍ଧକାର ସମୟରେ ଆମେ ସେହି ପ୍ରଦୀପଟିର ସହାୟତା ନେଇଥାଉ ଓ ସେତେବେଳେ ତା’ର ମହାନତାକୁ ଅନୁଭବ କରୁ । ଆକୃତିରେ କ୍ଷୁଦ୍ର ହୋଇଥିଲେ ମଧ୍ୟ ତା’ ମଧ୍ୟରେ ଗାଢ଼ ଅନ୍ଧକାରକୁ ପରାସ୍ତ କରିବାର ଶକ୍ତି ରହିଥାଏ । ତେଣୁ କାହାକୁ କ୍ଷୁଦ୍ର ବୋଲି ପରିହାସ କରିବା ଉଚିତ ନୁହେଁ ବୋଲି କବି କହିଛନ୍ତି ।
(ଖ) ‘କ୍ଷୁଦ୍ର ନର ବୁଦ୍ଧି ବଳେ ଜିଣିଛି ବସୁନ୍ଧରା ।’’
Answer:
କ୍ଷୁଦ୍ର ନର ……………………………. ବସୁନ୍ଧରା ।
ଶଂସିତ ପଦ୍ୟାଶଟି ଡକ୍ଟର ଜାନକୀବଲ୍ଲଭ ମହାନ୍ତିଙ୍କ ରଚିତ ‘ଛୋଟରୁ ବଡ଼’ କବିତାରୁ ଆନୀତ । ଏଠାରେ କବି କ୍ଷୁଦ୍ର ମାନବ ନିଜର ବୁଦ୍ଧି ବଳରେ କିପରି ସମଗ୍ର ପୃଥିବୀ ଉପରେ ବିଜୟଲାଭ କରିପାରିଛି ତାହା ଉଲ୍ଲେଖ କରିଛନ୍ତି । ସୃଷ୍ଟିରେ ଅନ୍ୟାନ୍ୟ ବହୁ ଜୀବ ଅଛନ୍ତି ଯେଉଁମାନେ ମାନବଠାରୁ ଆକାରରେ ବଡ଼ ଏବଂ ଅଧିକ ଶକ୍ତିଶାଳୀ । ସେମାନଙ୍କ ତୁଳନାରେ ମାନବ ଆକାରରେ କ୍ଷୁଦ୍ର ହେଲେ ମଧ୍ୟ ତା’ର ମସ୍ତିଷ୍କରେ ଥିବା ଅସୀମ ବୁଦ୍ଧି ବଳରେ ସେ ବହୁ ଅସାଧ୍ୟ ସାଧନ କରିବାକୁ ସମର୍ଥ ହୋଇଥାଏ । ସୃଷ୍ଟିର ବିରାଟକାୟ ପ୍ରାଣୀମାନଙ୍କୁ ଆୟତ୍ତ କରି ସେମାନଙ୍କଦ୍ଵାରା ଅନେକ କାର୍ଯ୍ୟ ସାଧନ କରିପାରୁଛି । ଜଳ, ସ୍ଥଳ ଓ ଆକାଶର ରହସ୍ୟ ଭେଦକରି ସବୁଠାରେ ନିଜର ଆଧୂପତ୍ୟ ଜାହିର କରିବାକୁ ସେ ସମର୍ଥ ହୋଇପାରିଛି । ପ୍ରକୃତିକୁ ନିଜ ଆୟତ୍ତରେ ରଖ୍ ଇଚ୍ଛାନୁସାରେ ତା’ର ବିନିଯୋଗ କରିପାରୁଛି । ନିଜର ଜ୍ଞାନ ଓ ବୁଦ୍ଧି ବଳରେ ସେ ସାରା ବିଶ୍ୱକୁ ଜୟ କରିବାକୁ ସକ୍ଷମ ହୋଇପାରିଛି ।
(ଗ) ‘‘ଅମିୟ ଢାଳେ ଲଳିତ ସ୍ଵର ବିଧୁର ବହୁ ପ୍ରାଣେ ।’’
Answer:
ଅମିୟ ତାଳେ …………….. ବହୁ ପ୍ରାଣେ ।
ପ୍ରୋକ୍ତ ପଦ୍ୟାଂଶଟି ଡକୁର ଜାନକାବଲ୍ଲଭ ମହାନ୍ତିଙ୍କ ରଚିତ ‘ଛୋଟରୁ ଚଢ଼’ ଶାର୍ଯକ କବିତାରୁ ଆନାତା ଏଠାରେ କବି ମାନବର ଉଦାସ ପ୍ରାଣରେ ଆନନ୍ଦ ଓ ଉଲ୍ଲାସ ଭରିଦେବାରେ ସଙ୍ଗୀତର ବଳିଷ୍ଠ ଭୂମିକା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ସଙ୍ଗୀତର ଏକ ଯାଦୁକରୀ ଶକ୍ତି ରହିଛି । ତାହା କେବଳ ମାନବ ନୁହେଁ ପଶୁପକ୍ଷୀମାନଙ୍କୁ ମଧ୍ୟ ବଶୀଭୂତ କରିପାରେ । ଗୀତର ଲଳିତ ମଧୁର ସ୍ଵର ଦୁଃଖୀମନରୁ ଦୁଃଖର ଭାରା ଲାଘବ କରିଦିଏ । ଗୀତର ମନୋମୁଗ୍ଧକାରୀ ମୂର୍ଚ୍ଚନା ଉଦାସ ପ୍ରାଣରେ ଉଲ୍ଲାସ ଭରିଦିଏ । ବିଷାଦଗ୍ରସ୍ତ ମନରୁ ସକଳ ସନ୍ତାପ ଦୂରକରି ଶୀତଳତା ଭରିଦିଏ ସଙ୍ଗୀତ । ଏହାର ଅମୃତ ସ୍ଵର ମଣିଷ ମନର ସକଳ ବେଦନା ଦୂରକରି ହୃଦୟରେ ପୁଲକ ଭରିଦିଏ । ମନକୁ ଆମୋଦିତ କରିବାରେ ସଙ୍ଗୀତର ଅବଦାନ ଅନସ୍ବୀକାର୍ଯ୍ୟ ।
Question ୪ ।
ପ୍ରାୟ ୧୦୦ଟି ଶବ୍ଦରେ ଉତ୍ତର ଲେଖ ।
କ୍ଷୁଦ୍ରଠାରେ ବିରାଟର ସମ୍ଭାବନା ନିହିତ ଥାଏ ବୋଲି କିପରି ଜାଣିବ ?
Answer:
‘ଛୋଟରୁ ବଡ଼’. କବିତାରେ କବି ଡକ୍ଟର ଜାନକୀବଲ୍ଲଭ ମହାନ୍ତି ପ୍ରତ୍ୟେକ କ୍ଷୁଦ୍ରଠାରେ କିପରି ବିରାଟତ୍ଵର ସମ୍ଭାବନା ନିହିତ ଥାଏ ବୋଲି ବର୍ଣ୍ଣନ କରିଛନ୍ତି । ଏଥିପାଇଁ ସେ ଆମ ସମ୍ମୁଖରେ ସାତଗୋଟି ଉଦାହରଣ ଉପସ୍ଥାପନ କରିଛନ୍ତି । କାନନ ବା ଉଦ୍ୟାନରେ, ଫୁଲଟିର କଢ଼ ଅବସ୍ଥାରେ ଥିଲାବେଳେ ଆକାରରେ ଖୁବ୍ କ୍ଷୁଦ୍ର ଥାଏ । ମାତ୍ର ବିକଶିତ ହେଲାପରେ ତା’ର ସୁଗନ୍ଧରେ ପରିପାର୍ଶ୍ବ ମହକିଉଠେ । ଛୋଟ କୂଅଟିରେ ଥିବା ଜଳରାଶି ବର୍ଷ ବର୍ଷ ଧରି ଆମକୁ ଜଳ ଯୋଗାଇ ଆମର ବହୁ ଉପକାର ସାଧନ କରେ ।
ବିଶୁଦ୍ଧ ଓ ସୁଶୀତଳ ଜଳ ଦାନକରି ଏହା ଆମକୁ ସନ୍ତୋଷ ପ୍ରଦାନ କରେ । କ୍ଷୁଦ୍ର ଏକ ପ୍ରଦୀପ ଯେତେବେଳେ ପ୍ରଜ୍ଜ୍ୱଳିତ ହୁଏ ତା’ର ଛୋଟ ଶିଖାଟି ଘନ ଅନ୍ଧକାର ଦୂର କରିବାରେ ସମର୍ଥ ହୋଇଥାଏ । ଅନ୍ଧକାର ରାତ୍ରିରେ ଛୋଟ ପ୍ରଦୀପଟିର ମହତ୍ତ୍ବ ଅନୁଭୂତ ହୋଇଥାଏ । ବର୍ଷାରେ ଆକାଶରୁ ପଡୁଥିବା କ୍ଷୁଦ୍ର ଜଳବିନ୍ଦୁମାନ ଏକତ୍ର ହୋଇ ଏକ ଛୋଟ ଜଳଧାରା ହୋଇ ବହିଯାଏ । ଏକାଧିକ ଜଳଧାରା ଏକତ୍ର ହେଲେ ତାହା ବିରାଟ ଜଳସ୍ରୋତରେ ପରିଣତ ହୁଏ ଏବଂ ସ୍ରୋତସ୍ଵିନୀଭାବେ ଭୟଙ୍କର ରୂପ ଧାରଣ କରିଥାଏ ।
ଦୁଃଖ ଲାଘବ ହୁଏ । ଉଦାସ ପ୍ରାଣରେ ଉଲ୍ଲାସ ଭରିଦେବାରେ ସଙ୍ଗୀତର ଲଳିତ ମଧୁର ସ୍ଵର ମହୌଷଧ କାମ କରେ । ସୁର, ତାଳ, ଲୟଭରା ସଙ୍ଗୀତର ଝଙ୍କାର ଲକ୍ଷ ଲକ୍ଷ ଲୋକଙ୍କୁ ଆନନ୍ଦ ପ୍ରଦାନ କରିଥାଏ । ନୌକାଟିଏ ଆକାରରେ କ୍ଷୁଦ୍ର ହେଲେ ମଧ୍ୟ ପ୍ରବଳ ସ୍ରୋତସ୍ଵିନୀର ବିକ୍ଷୁବ୍ଧ ଜଳଧାରାକୁ ଅଚିରେ ଅତିକ୍ରମ କରିପାରେ । ବନ୍ୟା ସମୟରେ ଚତୁପାର୍ଶ୍ଵ ଜଳାର୍ଣ୍ଣବ ହୋଇପଡ଼ିଥିଲା ବେଳେ ନୌକାହିଁ ଏକମାତ୍ର ସହାୟ ଭାବେ ନିଜ ମହତ୍ତ୍ଵ ପ୍ରତିପାଦନ କରେ । କ୍ଷୁଦ୍ର ଚାରାଗଛଟିଏ କ୍ରମେ ବଡ଼ହୋଇ ଏକ ବିଶାଳ ଦ୍ରୁମରେ ପରଣିତ ହୁଏ । ଫୁଲ, ଫଳ, ଛାୟା ଆଦି ଦାନ କରିବା ସହ ଜୀବଜଗତର ଯେ ଅଶେଷ କଲ୍ୟାଣ ସାଧନ କରେ ତାହା ଅସ୍ବୀକାର କରିହେବ ନାହିଁ ।
ଛୋଟ ଶିଶୁଟିଏ ବଡ଼ ହୋଇ ଦେଶ ଓ ଜାତିର ମାନ ବୃଦ୍ଧି କରିଥାଏ । ସାଧନା, ଅଧ୍ୟବସାୟ ବଳରେ ତା’ର ଅନ୍ତର୍ନିହିତ ଶକ୍ତି ବିକଶିତ ହୁଏ ଓ ସତ୍କର୍ମ ସାଧନଦ୍ୱାରା ସେ ମହାମାନବଭାବେ ପରିଗଣିତ ହୋଇପାରେ । ଏଣୁ ଶିଶୁମାନେ ନିଜକୁ କ୍ଷୁଦ୍ର ବୋଲି ମନେକରିବା ଉଚିତ ନୁହେଁ । ବୟସ୍କମାନେ ମଧ୍ଯ ଶିଶୁକୁ ସାମାନ୍ୟ ଓ ନଗଣ୍ୟ ମନେକରି ଅବହେଳା କରିବା ଉଚିତ ନୁହେଁ । ଉପଯୁକ୍ତ ଶିକ୍ଷା, ପରିବେଶ ଲାଭକଲେ ତା’ ମନରେ ଆତ୍ମବିଶ୍ଵାସ ସୃଷ୍ଟି ହୋଇପାରିବ ଏବଂ ତା’ର ଅନ୍ତର୍ନିହିତ ଶକ୍ତି ବିକଶିତ ହୋଇ ଦେଶ ଓ ଜାତିର କଲ୍ୟାଣରେ ବିନିଯୁକ୍ତ ହୋଇପାରିବ ।
Question ୫।
‘କ’ ସ୍ତମ୍ଭର ପଦ ସହିତ ‘ଖ’ ସ୍ତମ୍ଭର ସଂପର୍କିତ ପଦକୁ ଯୋଡ଼ି ଲେଖ ।
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
ଛୋଟ କୂଅଟି ଯୋଗାଏ ଜଳ | କ୍ଷୁଗ୍ମ ଜଳଧାରା |
କ୍ଷୁଦ୍ର ବାରି ଧାରାଟି ହୁଏ | ନେଶ ଜାତିର ମାନ |
ଅମିୟ ତାଳେ ଲଳିତ ସ୍ୱର | ଦିଗ୍ବିଦିଗ ଛୁଟେ |
କ୍ଷୁଦ୍ର ଏକ ତରଣୀ ଲଢେ | ଲୋକେ ବରଷ ମାସ |
ଛୋଟ ଶିଶୁଟି ବଢି ରଖଇ | ଚିଧୁର ବହୁ ପ୍ରାଣେ |
ଯୁକ୍ତ ହୋଇ ବହୁର ସାଥେ | ପ୍ରଚଳ ସ୍ରୋତସ୍ୱିନା |
Answer:
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
ଛୋଟ କୂଅଟି ଯୋଗାଏ ଜଳ | ଲୋକେ ବରଷ ମାସ |
କ୍ଷୁଦ୍ର ବାରି ଧାରାଟି ହୁଏ | ପ୍ରଚଳ ସ୍ରୋତସ୍ୱିନା |
ଅମିୟ ତାଳେ ଲଳିତ ସ୍ୱର | ଚିଧୁର ବହୁ ପ୍ରାଣେ |
କ୍ଷୁଦ୍ର ଏକ ତରଣୀ ଲଢେ | କ୍ଷୁଗ୍ମ ଜଳଧାରା |
ଛୋଟ ଶିଶୁଟି ବଢି ରଖଇ | ନେଶ ଜାତିର ମାନ |
ଯୁକ୍ତ ହୋଇ ବହୁର ସାଥେ | ଦିଗ୍ବିଦିଗ ଛୁଟେ |
Question ୬।
ତଳେ ଲେଖାଥିବା ଅସଜଡ଼ା ଶବ୍ଦଗୁଡ଼ିକୁ ସଜାଡ଼ି ଲେଖ ।
(କ) ନର ଜିଣିଛି କ୍ଷୁଦ୍ର ବଳେ ବୁଦ୍ଧି ବସୁନ୍ଧରା ।
Answer:
କ୍ଷୁଦ୍ର ନର ବୁଦ୍ଧି ବଳେ ଜିଣିଛି ବସୁନ୍ଧରା ।’
(ଖ) ବଳେ ଶକତି ଯୋଗେ ସେହୁ ଲଭେ ସାଧନା ବିକାଶ ।
Answer:
ସାଧନା ବଳେ ଶକତି ଯୋଗେ ବିକାଶ ଲଭେ ସେହୁ ।
(ଗ) ଛୋଟ ଫୁଟେ ଦିନେ ହେଲେ ଦିନେ ଶକତି ବି ତା’ର ନା ।
Answer:
ହେଲେ ବି ଛୋଟ ଶକତି ତା’ର ଦିନେ ନା ଦିନେ ଫୁଟେ ।
Question ୭।
ବାମ ପଟେ ଥିବା ଶବ୍ଦଗୁଡ଼ିକର ଅର୍ଥସୂଚକ ଶବ୍ଦ କୋଠରି ଭିତରେ ଅଛି । ତାକୁ ବାଛି ଲେଖ ଓ ମୂଳଶବ୍ଦକୁ
ବାକ୍ୟରେ ବ୍ୟବହାର କର ।
ଅମିୟ, ତମସା – କାତର, ଅମୃତ
ବାରି, ବସୁନ୍ଧରା – ଜଳ, ଅନ୍ଧକାର
ବିଧୁର, ଛୁଟେ – ପୃଥ୍ବା, ବ୍ୟାପିଯାଏ
Answer:
ଅମିୟ – ଅମୃତ
ଅମିୟ – ପୁଣ୍ଠର ଅମିୟ ସୁଗନ୍ଧ ଆମ ପ୍ରାଣରେ ପୁଲକ ଭରିଦିଏ ।
ବାରି – ଜଳ
ବାରି – ପ୍ରଚଳ ବାରିପାତରେ ସାରା ଅଞ୍ଚଳ କଳାର୍ଣ୍ଣବ ହୋଇଗଲା
ବସୁନ୍ଧରା – ପ୍ଠଥ୍ବା
ବସୁନ୍ଧରା – ବର୍ଷାରତୁରେ ବସୁନ୍ଧରା ସବୁଜିମାରେ ଭରିଉଠୋ
ବିଧୁର – କାତର
ବିଧୁର – ବିଧୁର ପ୍ର।ଶରେ ସଙ୍ଗ।ତ ଭରିଦିଏ ଶାନ୍ତି ଓ ଆନ୍ଦେ।
ଛୁଟେ – ବ୍ୟାପିଯାଏ
ଛୁଟେ – ପବନରେ ଫୁଲର ସୁଗନ୍ଧ ବହୁହରକୁ ଛୁଟିଯାଏ।
Question ୮।
ଦିଆଯାଇଥିବା ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
କାନନ, ତରୁ, ସ୍ରୋତସ୍ଵିନୀ, ତରଣୀ, ନର, ବସୁନ୍ଧରା, ଫୁଲ
Answer:
ଜାନନ – ଅରଣ୍ୟ, ବନ
ତରୁ – ପାଦପ, ବୃକ୍ଷ
ସ୍ରୋତସ୍ୱିନା – ତଟିନା, ନଦୀ
ତରଣୀ – ନୌକା, ଡଙ୍ଗା
ନର – ମାନବ, ମନୁଷ୍ୟ
ବସୁନ୍ଧରା – ବସୁମତା, ଧରିତ୍ରୀ
ଫୁଲ – କୁସୁମ, ପୁଷ୍ଠ
Question ୯ ।
ବିପରୀତାର୍ଥବୋଧକ ଶବ୍ଦ ଲେଖ ।
କ୍ଷୁଦ୍ର, ଅନ୍ଧାର, ଦିବା, ଲଳିତ, ଜିଣିବା
Answer:
କ୍ଷୁଦ୍ର – ବୃହତ୍
ଦିବା – ରାତ୍ରି
ଜିଶିବା – ହାରିବା
ଅନ୍ଧ।ର – ଆଲୁଅ
ଲଳିତ – କର୍କଶ
Question ୧୦ ।
ନିମ୍ନଲିଖ ଶବ୍ଦଗୁଡ଼ିକୁ ନେଇ ଚାରିଧାଡ଼ିର କବିତାଟିଏ ଲେଖ ।
ଗଛ, ଛୋଟ, ପକ୍ଷୀ, ଝରଣା, ପାହାଡ଼, ବସା, ଜଳ, ବୁଦ୍ଧି
Answer:
ପାହାଡ଼ ତଳର ଛେ।ଟ ଝରଣା ତ୍କଳରେ
ବସା ବାନ୍ଧିଥିଲା ପକ୍ଷୀଟିଏ ଗଛ ଡାଳରେ ।
ଫଳ, ଜଳ ସବୁକିଛି ମିଳିବ ଏଠାରେ,
ଧନ୍ୟ ତା’ର ପକ୍ଷୀ ବୁଦ୍ଧି କିଏ ତା’ର ସରିରେ !
ତୁମପାଇଁ କାମ :
ଏହି କବିତାଟି ମୁଖସ୍ଥ କରି ଆବୃତ୍ତି କର ।
ଜାନକୀବଲ୍ଲଭ ମହାନ୍ତିଙ୍କ ଅନ୍ୟ ଲେଖା ସଂଗ୍ରହ କରି ଓ ପଢ଼ି ।
ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନେ।ତ୍ତର
ଅତିସଂ ଷିପ୍ତ ପ୍ରଶ୍ନେ।ତ୍ତର
Question ୧।
ଫୁଲଟି କେଉଁଠି ଫୁଟିଥାଏ ଓ କିପରି ସମସ୍ତଙ୍କର ମନକୁ ହରଣ କରେ ?
Answer:
ଫୁଲଟି ବନରେ ବା ଉଦ୍ୟାନରେ ଫୁଟିଥାଏ । ସେ ଛୋଟ ହେଲେ ମଧ୍ୟ ତା’ର ସୌନ୍ଦର୍ଯ୍ୟ ଓ ସୁମଧୁର ମହକ ବଳରେ
Question ୨।
ଲୋକମାନେ ବର୍ଷ ବର୍ଷ ଧରି କେଉଁଠୁ ଜଳ ପାଆନ୍ତି ?
Answer:
କୂଅ ଲୋକମାନଙ୍କୁ ବର୍ଷ ବର୍ଷ ଧରି ଜଳ ଯୋଗାଇଥାଏ।
Question ୩।
ପ୍ରଦୀପ ଶିଖାଟିଏ ଆମର କି ଉପକାର କରୁଛି ?
Answer:
ପ୍ରଦୀପ ଶିଖାଟି ଅନ୍ଧକାରକୁ ଦୂର କରିପାରୁଛି । ସେ ଆଲୋକ ପ୍ରଦାନ କରି ଆମକୁ ପଥ ପଦର୍ଶନ କରେ। ଏହାର ଆଲୋକରେ ଆମେ ଅନ୍ଧାର ରାତିରେ ଆମେ ଅନେକ କାର୍ଯ୍ୟ କରିଥାଉ।
Question ୪ ।
କ’ଣ ମିଶି ଏକ ବିରାଟ ନଦୀରେ ପରିଣତ ହୁଏ ?
Answer:
କ୍ଷୁଦ୍ର ବାରିଧାରା ଏକତ୍ର ହୋଇ ବିରାଟ ଜଳଧାରାରେ ପରିଣତ ହୁଏ । ପ୍ରବଳ ସ୍ରୋତ ସହିତ ଏହା ଭୟଙ୍କର ରୂପ ଧାରଣ କରେ, ଶେଷରେ ଏହା ନଦୀରେ ପରିଣତ ହୁଏ।
Question ୫।
କ୍ଷୁଦ୍ର ଗୀତଟି ମନୁଷ୍ୟର କି କାର୍ଯ୍ୟ କରେ ?
Answer:
ଗୀତଟି କ୍ଷୁଦ୍ର ହେଲେ ମଧ୍ୟ ଏହାର ସୁମଧୁର ସ୍ଵର ଓ ଭାବ ପ୍ରତ୍ୟେକ ପ୍ରାଣକୁ ଆନନ୍ଦ ପ୍ରଦାନ କରେ। ଏହା ମନରୁ ଦୁଃଖ ଦୂର କରିଥାଏ। ହୃଦୟରେ ଶାନ୍ତି ଭରି ଦେଇଥାଏ ।
Question ୬।
ନଦୀ ପାରହେବା ପାଇଁ କାହାର ସାହାଯ୍ୟ ନିଆଯାଏ ?
Answer:
ନଦୀ ପାରହେବା ପାଇଁ ନାଆର ସାହାଯ୍ୟ ନିଆଯାଏ। ନାଆଟି କ୍ଷୁଦ୍ର ହେଲେ ମଧ୍ୟ ବିରାଟ ଜଳଧାରାକୁ ଅତିକ୍ରମ କରିଥାଏ।
Question ୭ ।
ଛୋଟରୁ ବଡ଼ ହେବାର ୨ଟି ଦୃଷ୍ଟାନ୍ତ ଦିଅ ।
Answer:
ଛୋଟ ଚାରାଟି ଦିନେ ବିରାଟ ବୃକ୍ଷରେ ପରିଣତ ହୁଏ। ସେହିପରି କ୍ଷୁଦ୍ର ଜଳଧାରା ବିରାଟ ନଦୀରେ ପରିଣତ ହୋଇଥାଏ।
Question ୮।
ଛୋଟରୁ ବଡ଼ କବିତାର କବିଙ୍କ ନାମ କ’ଣ ?
Answer:
ଛୋଟରୁ ବଡ଼ କବିତାର କବି ହେଉଛନ୍ତି ଡକ୍ଟର ଜାନକୀବଲ୍ଲଭ ମହାନ୍ତି ।
ବସ୍ତ୍ ନିଷ୍ଠ ପ୍ରଶ୍ନୋତ୍ତର :
Question ୧।
‘ଛୋଟରୁ ବଡ଼’ କବିତାଟି ନିମ୍ନୋକ୍ତ ମଧ୍ୟରୁ କାହାଦ୍ଵାରା ରଚିତ ?
(କ) କୁନ୍ତଳାକୁମାରୀ ସାବତ୍
(ଖ) ସଚ୍ଚିଦାନନ୍ଦ ରାଉତରାୟ
(ଗ) ଅନନ୍ତ ପଟ୍ଟନାୟକ
(ଘ) ଜାନକୀବଲ୍ଲଭ ମହାନ୍ତି
Answer:
(ଘ) ଜାନକୀବଲ୍ଲଭ ମହାନ୍ତି
Question ୨।
‘ଛୋଟରୁ ବଡ଼’ କବିତା ମାଧ୍ୟମରେ କବି କ’ଣ ଆହ୍ଵାନ କରିଛନ୍ତି ?
(କ) ମଣିଷ ଛୋଟ ହୋଇ ରହିବା ଉଚିତ
(ଖ) ମଣିଷ ନମ୍ର ହୋଇ ରହିବା ଉଚିତ
(ଗ) ସାମାଜିକ ମୂଲ୍ୟ ବୁଝି ନୂତନ ଚେତନାରେ ଆଗେଇଯିବା ଉଚିତ
(ଘ) କାହାକୁ ଛୋଟ ମନେକରିବା ଉଚିତ ନୁହେଁ
Answer:
(ଗ) ସାମାଜିକ ମୂଲ୍ୟ ବୁଝି ନୂତନ ଚେତନାରେ ଆଗେଇଯିବା ଉଚିତ
Question ୩।
କ୍ଷୁଦ୍ର ମଧ୍ୟରେ ଅନେକ ସମ୍ଭାବନା ପୂରିରହିଛି – ତୁମ ପଠିତ କେଉଁ କବିତାରେ ଏହାର ଉଲ୍ଲେଖ ଅଛି ?
(କ) ବାଳୁତ ବୀର ସେ
(ଖ) କଳାମାଣିକରେ
(ଗ) କହିବି କଥାଟି
(ଘ) ଛୋଟରୁ ବଡ଼
Answer:
(ଘ) ଛୋଟରୁ ବଡ଼
Question ୪।
‘କ୍ଷୁଦ୍ର ନର ବୁଦ୍ଧିବଳେ ଜିଣିଛି ବସୁନ୍ଧରା’ – ଏଠାରେ ‘ବସୁ’ର ଅର୍ଥ କ’ଣ ?
(କ) ଆକାଶ
(ଖ) ଜଳ
(ଗ) ରତ୍ନ
(ଘ) ଅମୃତ
Answer:
(ଗ) ରତ୍ନ
Question ୫।
ପୃଥିବୀକୁ ବସୁନ୍ଧରା କୁହାଯାଏ, କାରଣ
(କ) ଏହାର ଗର୍ଭରେ ରତ୍ନ ପୂରିରହିଛି
(ଖ) ବସୁ ନାମକ ଏକ ଦେବତାଙ୍କ ନାମାନୁସାରେ
(ଗ) ବାସୁକା ନାମକ ସର୍ପ ଏହାକୁ ଧାରଣକରିଛି
(ଘ) ବସୁ ନାମକ ଏକ ଦୈତ୍ୟକ ନାମାନୁସାରେ
Answer:
(କ) ଏହାର ଗର୍ଭରେ ରତ୍ନ ପୂରିରହିଛି
Question ୬।
କ୍ଷୁଦ୍ର ପ୍ରଦୀପ ଶିଖାଟି କାହାକୁ ଜିଣିପାରେ ?”
(କ) ଆଲୋକ
(ଖ) ବସୁନ୍ଧରା
(ଗ) ତମସା
(ଘ) ରାତି
Answer:
(ଗ) ତମସା
Question ୭।
କ୍ଷୁଦ୍ର ବାରିଧାରା କେଉଁଥିରେ ପରିଣତ ହୁଏ ?
(କ) ଝରଣା
(ଖ) ହଦ
(ଗ) ତଟିନା
(ଘ) ସମୁଦ୍ର
Answer:
(ଗ) ତଟିନା
Question ୮।
ଲକ୍ଷ ଜନମନରେ କିଏ ପୁଲକ ଆଣେ ?
(କ) କ୍ଷୁଦ୍ର ଗୀତି
(ଖ) କ୍ଷୁଦ୍ର ଫୁଲ
(ଗ) କ୍ଷୁଦ୍ର ଶିଶୁ
(ଘ) କ୍ଷୁଦ୍ର ପ୍ରଦୀପ
Answer:
(କ) କ୍ଷୁଦ୍ର ଗୀତି
Question ୯।
ଛୋଟ ଫୁଲଟି କ’ଣ କରେ ?
(କ) ବସୁନ୍ଧରା ଜିଣେ
(ଖ) ବାସ ବିତରଣ କରେ
(ଗ) ଲକ୍ଷ ଜନମନରେ ପୁଲକ ଆଶେ
(ଘ) ଦେଶ ଓ ଜାତିର ସମ୍ମାନ ରଖେ
Answer:
(ଗ) ଲକ୍ଷ ଜନମନରେ ପୁଲକ ଆଶେ
Question ୧୦।
ଅମୀୟ ଢାଳେ ଲଳିତ ସ୍ଵର ବିଧୁର ବହୁ ପ୍ରାଣେ ।’ ଏଠାରେ ‘ଅମୀୟ’ କାହାକୁ ବୁଝାଉଛି ?
(କ) ଆଲୋକ
(ଖ) ଅମୃତ
(ଗ) ସ୍ନେହ
(ଘ) କ୍ଷୁଦ୍ର ଗୀତି
Answer:
(ଖ) ଅମୃତ
କବି ପରିଚୟ :
ଜଣେ କବି, ସମାଲୋଚକ, ଗାଳ୍ପିକ ତଥା କଥାକାରଭାବେ ତକ୍ତର ଜାନକାବଲ୍ଲଭ ମହାନ୍ତି ପାଠକ ସମାଜରେ ପରିଚିତ । ଜଣେ ପ୍ରସିଦ୍ଧ ଶିଶୁ ସାହିତ୍ୟିକ ଭାବେ ଶିଶୁ ଓ କିଶୋରମାନଙ୍କ ପାଇଁ ବହୁ ଗଳ୍ପ ଓ କବିତା ସେ ରଚନା କରିଯାଇଛନ୍ତି । ପିଲାମାନଙ୍କ ପାଇଁ ରଚିତ ଗଳ୍ପ ଓ କବିତାମାନଙ୍କରେ ସେ ସେମାନଙ୍କ ମନରେ ଉତ୍ସାହ, ପ୍ରେରଣା ପ୍ରଦାନ କରିଛନ୍ତି। ଛତ୍ରଛାତ୍ରୀମାନଙ୍କୁ ସାମାଜିକ ମୂଲ୍ୟବାଧ ସମ୍ପର୍କିତ ଶିକ୍ଷା ଦେବା ସହ ମନରେ ନୂତନ ଚେତନା ଜାଗ୍ରତ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି ।
କବିତାର ପୃଷ୍ଠଭୂମି :
ଛୋଟ କେବେ କ୍ଷୁଦ୍ର ହୋଇପାରେ ନାହିଁ କିମ୍ବା ବିରାଟ ସର୍ବଦା ମହତ୍ତର ମଧ୍ୟ ହୋଇପାରେ ନାହିଁ । ‘ଶେଫାଳି ପ୍ରତି’ କବିତାରେ କବି କୁନ୍ତଳା କୁମାରୀ ସାବତ କହିଛନ୍ତି
‘‘କ୍ଷୁଦ୍ର ତୋର ତନୁ ତହିଁ ଭରା ଏତେ ଅମୃତ
କବିତା ‘ଛୋଟରୁ ବଡ଼’ ଏକ ଶିକ୍ଷଣୀୟ କବିତା ।
କବିତା ‘ଛୋଟରୁ ବଡ଼’ ଏକ ଶିକ୍ଷଣାୟ କବିତା ଆଖୁକୁ ଯାହା ଛୋଟ ପରି ଦେଖାଯାଏ ବାସ୍ତବରେ ତା’ ମଧ୍ୟରେ ମହାନ୍ ଶକ୍ତି ଲୁକ୍କାୟିତ ଅବସ୍ଥାରେ ଥାଏ । ଛୋଟ ପିଲାଟିଏ ନିଜର କର୍ମ ବଳରେ ସମାଜରେ ମହାମାନବଭାବେ ଅବତାର୍ଣ୍ଣ ହୋଇପାରୋ ବ୍ୟକ୍ତି ନିଜ ଅନ୍ତର୍ନିହିତ ଶକ୍ତିକୁ ବିକଶିତ କରାଇବାପାଇଁ ସାଧନା ଓ ଜ୍ଞାନାର୍ଜନରେ ପ୍ରୟାସୀ ହେଲେ ଭବିଷ୍ୟତରେ ଦେଶ ଓ ଜାତିର ଗୌରବ ବୃଦ୍ଧିରେ ମୁଖ୍ୟ ଭୂମିକା ଗ୍ରହଣ କରିପାରେ । ତେଣୁ ଛୋଟ ମଧ୍ଯରେ ଭବିଷ୍ୟତର ବହୁ ସମ୍ଭାବନା ନିହିତ ଥାଏ । ଯାହା ଉପଯୁକ୍ତ ପରିବେଶ, ସାଧନା ଓ ଅଧ୍ୟବସାୟଦ୍ବାରା ବିକଶିତ ହୋଇଥାଏ । ତେଣୁ ପିଲାମାନେ ନିଜକୁ କ୍ଷୁଦ୍ର ବୋଲି ଭାବି ଅଯଥା ସମୟ ଅପଚୟ ନକରି ସାଧନା ଓ ଜ୍ଞାନଲାଭ ପାଇଁ ପ୍ରୟାସୀ ହେବା ଆବଶ୍ୟକ ଏବଂ ବଢ଼ମାନେ ମଧ୍ୟ କ୍ଷୁଦ୍ର ବୋଲି ଶିଶୁପ୍ରତି ଅବହେଳା ପ୍ରଦର୍ଶନ ନକରି ସେମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଶକ୍ତିର ବିକାଶ ନିମିତ୍ତ ଉପଯୁକ୍ତ କାର୍ଯ୍ୟପନ୍ଥା ଗ୍ରହଣ କରିବା ଆବଶ୍ୟକ ବୋଲି କବି ଉପଦେଶ ଦେଇଛନ୍ତି ।
କବିତାର ସାରକଥା :
‘ଛୋଟରୁ ବଡ଼’ କବିତାରେ କବି ଡକ୍ଟର ଜାନକୀବଲ୍ଲଭ ମହାନ୍ତି (ଭରଦ୍ଵାଜ) ବହୁ କ୍ଷୁଦ୍ର ଜିନିଷ ମଧ୍ୟରେ କିପରି ବିରାଟତ୍ଵ ଲୁଚି ରହିଛି ତାହା ବର୍ଣ୍ଣନା କରିଛନ୍ତି । କାନନ ବା ବନ-ଉପବନରେ କଢ଼ ଅବସ୍ଥାରେ ଥିବା ଛୋଟ ଫୁଲଟି ଦିନେ ପ୍ରସ୍ଫୁଟିତ ହୋଇ ତା’ର ସୁମଧୁର ସୁରଭିରେ ଚତୁଃପାର୍ଶ୍ଵ ମହକାଇ ଦିଏ। ତା’ର ସୁବାସରେ ଆମୋଦିତ ହୁଏ ଜୀବଜଗତ । ଛୋଟ ଛୋଟ ଫୁଲ ମଧ୍ୟରେ ଲୁକ୍କାୟିତ ସୁଗନ୍ଧ ବିକଶିତ ଅବସ୍ଥାରେ ପରିପାର୍ଶ୍ବକୁ ଆମୋଦିତ କରେ । ଛୋଟ କୂପଟିଏ ଅଳ୍ପ କିଛି ଜଳ ଧାରଣ କରିଥିବା ପରି ପରିଦୃଷ୍ଟ ହେଲେ ମଧ୍ୟ ମାସ ମାସ ବର୍ଷ ବର୍ଷ ଧରି ଲୋକମାନଙ୍କୁ ଜଳ ଯୋଗାଇ ତୃପ୍ତକରେ । ଖାଦ୍ୟ, ପାନୀୟ ତଥା ଅନ୍ୟାନ୍ୟ ବହୁବିଧ ଆବଶ୍ୟକତା ପୂରଣ କରି ଆମର ଅଶେଷ ଉପକାର ସାଧନ କରେ ।
ପ୍ରଦୀପଟିଏ ଆକାରରେ ଖୁବ୍ ଛୋଟ ହେଲେ ମଧ୍ୟ ତା’ର କ୍ଷୁଦ୍ର ପ୍ରଜ୍ବଳିତ ଶିଖା ଘନ ଅନ୍ଧକାର ଦୂର କରିବାରେ ସହାୟକ ହୁଏ । ଅନ୍ଧକାରରେ ଆଲୋକ ଦାନକରି ଆମକୁ ବାଟ ଦେଖାଏ। ଘନ ଅନ୍ଧକାର ଦୂର କରିବାରେ କ୍ଷୁଦ୍ର ପ୍ରଦୀପ ଶିଖାର ମହତ୍ତ୍ବ ବାସ୍ତବିକ ସୃଷ୍ଟିର ବୈଚିତ୍ରା । ବର୍ଷାରେ ଆକାଶରୁ ପଡୁଥିବା ଜଳବିନ୍ଦୁମାନ ଏକତ୍ରିତ ହୋଇ କ୍ଷୁଦ୍ର ଜଳଧାରା ହୋଇ ନିମ୍ନସ୍ଥାନକୁ ବହିଯାଏ । ପୁନଶ୍ଚ ସେହି କ୍ଷୁଦ୍ର ବାରିଧାରାଗୁଡ଼ିକ ଏକତ୍ର ହୋଇ ବିରାଟ ଜଳସ୍ରୋତ ପାଲଟିଯାଆନ୍ତି ଉଦାସ ପ୍ରାଣରେ ଆନନ୍ଦ ଭରିଦେବାରେ ସଙ୍ଗୀତର ଭୂମିକା ଅନସ୍ବୀକାର୍ଯ୍ୟ । ବ୍ୟକ୍ତିର ମନ ଦୁଃଖରେ ଭାରାକ୍ରାନ୍ତ ହୋଇପଡ଼ିଥିଲାବେଳେ ସଙ୍ଗୀତର ମୂର୍ଚ୍ଚନା ତା’ର ମନରେ ପୁଲକ ଭରିଦିଏ । ସଙ୍ଗୀତର ଅମିୟ ଲଳିତ ସ୍ଵର ଦୁଃଖୀମନକୁ ଆମୋଦିତ କରେ ।
ନୌକାଟି ଆକାରରେ ଛୋଟ ହେଲେ ମଧ୍ୟ ପ୍ରବଳ ସ୍ରୋତସ୍ଵିନୀର କ୍ଷୁବ୍ଧ ଜଳଧାରାକୁ ଅଚିରେ ଅତିକ୍ରମ କରିଥାଏ । ପ୍ରବଳ ବନ୍ୟା ସମୟରେ ଚତୁର୍ଦ୍ଦିଗ ଜଳାର୍ଣ୍ଣବ ହୋଇପଡ଼ିଥିଲାବେଳେ ଚଳପ୍ରଚଳର ଏକମାତ୍ର ଉପାୟଭାବେ ଭୟଙ୍କର ଖରସ୍ରୋତକୁ ଅତିକ୍ରମ କରି ଆମକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇ ଦେଇଥାଏ । ମନୁଷ୍ୟ ବିଧାତାଙ୍କ ସୃଷ୍ଟିରେ କ୍ଷୁଦ୍ର ଜୀବଟିଏ ହେଲେ ମଧ୍ୟ ନିଜର ବୁଦ୍ଧି ବଳରେ ଅସାଧ୍ୟ ସାଧନ କରିପାରେ; ପୃଥିବୀକୁ ଜୟ କରିପାରେ । ଛୋଟ ଚାରାଗଛଟିଏ ଦିନେ ବିଶାଳ ଦ୍ରୁମରେ ପରିଣତ ହୋଇ ଜୀବଜଗତର ଅଶେଷ କଲ୍ୟାଣ ସାଧନ କରିଥାଏ । ସେହିପରି ଛୋଟ ଶିଶୁଟିଏ ବଡ଼ ହୋଇ ଭବିଷ୍ୟତରେ ଦେଶ ଓ ଜାତିର ସମ୍ମାନ ରକ୍ଷାକରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିପାରେ । ନିଜର ଶକ୍ତି ଓ ସାଧନାଦ୍ଵାରା ତଥା ପରିବେଶର ସାହଚର୍ଯ୍ୟରେ ସେ ତା’ କ୍ଷୁଦ୍ର ଶରୀର ଓ ମନକୁ ବିକଶିତ କରାଇ ମହାନ୍ ଶକ୍ତିର ଆସନରେ ଆସୀନ ହୋଇପାରେ ।
ଏଣୁ କ୍ଷୁଦ୍ର ବୋଲି କାହାକୁ ଅବହେଳିତ କରିବା ଉଚିତ ନୁହେଁ ବା କ୍ଷୁଦ୍ର ବୋଲି କେହି ମନରେ ହୀନମନ୍ୟତା ଭାବ ପୋଷଣ କରିବା ମଧ୍ୟ ଉଚିତ ନୁହେଁ । କାରଣ ଉଦ୍ୟମ ଓ ଉଦ୍ଯୋଗଦ୍ଵାରା ତା’ ମଧ୍ୟରେ ଥିବା ଅସୀମ ସମ୍ଭାବନା ବିକାଶପ୍ରାପ୍ତ ହୋଇପାରେ । ଉତ୍ତମ ପରିବେଶରେ ଉପଯୁକ୍ତ ସାଧନା ତାକୁ ସଫଳତାର ଶୀର୍ଷରେ ପହଞ୍ଚାଇ ଦିଏ ।
କଠିନ ଶବ୍ଦାର୍ଥ :
- ତମସା – ଅନ୍ଧକାର ।
- ବାରି – ଜଳ / ପାଣି ।
- ପୁଲକ – ଆନନ୍ଦ ଉଲ୍ଲାସ / ରୋମାଞ୍ଚ ।
- ଅମିୟ – ଅମୃତ ।
- ଲଳିତ – ଚାରୁ / କୋମଳ / ମଧୁର ।
- ବିଧୁର – କାତର ।
- ତରଣୀ – ନୌକା / ଡଙ୍ଗା / ନାଆ ।
- କ୍ଷୁବ୍ଧ – ଆନ୍ଦୋଳିତ ।
- ବସୁନ୍ଧରା – ପୃଥିବୀ / ଧରିତ୍ରୀ ।
- ନିହିତ – ଗୁଣ ବା ଭାବ ରହିବା ।
- ବିକାଶ – ଫୁଟି ଉଠିବା / ଦୀପ୍ତ ହେବା ।
- ପ୍ରଦାପ – ବାପା
- ସ୍ରୋତସ୍ୱିନା – ବାପା
- ବିତରି – ବାଶ୍ମା
- ଦିଗ୍ବିଦିଗ – ଚାରିଆଡୋ
- କାନନ – ବନା
- ଲଘେ – ଅତିକ୍ରମ କରୋ
- ସମ୍ଭାବନା – ଉଚିଷ୍ୟତରେ ଘଟିଯାରେ ଏହି ଜ୍ଞାନ ବା ଭାବା
- ଛୁଟେ – ବ୍ୟାପିଯାଏ
- ସାଧନା – ବିଶେଷ ଚେଷ୍ଟା