Odisha State Board BSE Odisha 7th Class Science Solutions Chapter 13 କେତୋଟି ପ୍ରାକୃତିକ ଘଟଣା Textbook Exercise Questions and Answers.
BSE Odisha Class 7 Science Solutions Chapter 13 କେତୋଟି ପ୍ରାକୃତିକ ଘଟଣା
Question 1.
ଶୂନ୍ୟସ୍ଥାନ ପୂରଣ କର ।
(କ) ଗତିଶୀଳ ବାୟୁକୁ ________ କୁହାଯାଏ ।
(ଖ) ପୃଥିବୀ ପୃଷ୍ଠରେ ଅସମାନ ତାପ ସଂଚରଣ ହେତୁ ________ ପ୍ରବାହ ହୁଏ ।
(ଗ) ଲଲାୟଦାଷ୍ଟ ଧାରଣ କରିଥିବା ________ ବର୍ଷା କରାଏ ।
(ଘ) ବାୟୁ ________ ଚାପ ଥଦଃଲଭୁ ________ ଚାପ ଅଞ୍ଚଳକୁ ପ୍ରବାହିତ ହୁଏ ।
Solution:
(କ) ପବନ
(ଖ) ବାୟୁ
(ଗ) ବାୟୁ
(ଘ) ଗୁରୁ, ଲଘୁ
Question 2.
ରୁଲ୍ଥ୍ଭୁଲ୍ ଠିକ୍ କର ।
(କ) ଖରାଦିନେ ପବନ ସ୍ଥଳଭାଗରୁ ଜଳଭାଗ ଆଡ଼କୁ ପ୍ରବାହିତ ହୁଏ ।
Solution:
ଖରାଦିନେ ପବନ ସ୍ଥଳଭାଗରୁ ଜଳଭାଗ ପ୍ରବାହିତ ହୁଏ ।
(କ) ଶୀତଦିନେ ପବନ ସ୍ଥଳଭାଗରୁ ଜଳଭାଗ ଆଡ଼କୁ ପ୍ରବାହିତ ହୁଏ ।
Solution:
ଠିକ୍ ଅଛି ।
(କ) ଓଡ଼ିଶାର ପୂର୍ବ ଉପକୂଳରେ ବାତ୍ୟାହେବାର ସମ୍ଭାବନା ଥାଏ ।
Solution:
ଠିକ୍ ଅଛି ।
Question 3.
ତୁମ ପାଠ୍ୟପୁସ୍ତକରେ ନଥିବା ଦୁଇଟି ଅନୁଭୂତି ବର୍ଣ୍ଣନା କରି ଦର୍ଶାଅ ଯେ ବାୟୁ ଚାପ ପ୍ରଦାନ କରେ ।
Solution:
(i) ଆମେ ପ୍ଲାଷ୍ଟିକ୍ ନଳୀ ସାହାଯ୍ୟରେ ଥଣ୍ଡା ପାନୀୟ ଗ୍ରହଣ କରିବା ବେଳେ ମୁହଁରେ ଶୋଷାଡ଼ି ଥାଉ । ଫଳରେ ଭିତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୁଏ । ବାୟୁର ନିମ୍ନଚାପ ପ୍ରଭାବରେ ଥଣ୍ଡାପାନୀୟ ଠେଲି ହୋଇ ନଳୀ ଭିତର ଦେଇ ପାଟିକୁ ସହଜରେ ଚାଲିଯାଏ ।
(ii) ଆମେ ପାହାଡ଼ ଉପରକୁ ଗଲେ ବା ପ୍ଲେନ୍ରେ ଯିବାବେଳେ ହଠାତ୍ କାନର ପରଦା ବନ୍ଦ ହୋଇ କଷ୍ଟ ଅନୁଭୂତ ହୁଏ । ଏହା ଚାପ କମିଯିବା ଫଳରେ ଘଟିଥାଏ । ପାହାଡ଼ ଉପରେ ଚାପ କମ୍ ଓ ଖଣିଭିତରେ ଚାପ ଅଧ୍ବକ ହୁଏ ।
Question 4.
ରାସ୍ତାକଡ଼ରେ ଲଗାଯାଇଥିବା କପଡ଼ା ତିଆରି ବ୍ୟାନରରେ ବିଭିନ୍ନ ଅଂଶରେ କଣା ରଖାଯାଏ କାହିଁକି ?
Solution:
(i) ବାୟୁର ଚାପ ଥିବାରୁ ଏହା ବହିବା ବେଳେ ଏକ ବଳ ପ୍ରୟୋଗ କରେ । କପଡ଼ା ତିଆରି ବ୍ୟାନରରେ କଣା ନ ଥିଲେ, ପବନ ଯୋଗୁଁ ବାରମ୍ବାର ଏଥୁରେ ବନ୍ଧା ଯାଇଥିବା ସୂତାକୁ ଛିଣ୍ଡାଇ ଦିଏ ଓ ଅସୁବିଧା ଘଟେ ।
(ii) ଏଣୁ ଏହାକୁ ତିଆରି କରୁଥିବା ଚିତ୍ରକାରମାନେ ଏହାର ସମାଧାନ ନିମନ୍ତେ ସେହି କପଡ଼ାରେ ବିଭିନ୍ନ ଅଂଶରେ କଣା ରଖନ୍ତି ଫଳରେ ପବନ ବାଧା ପାଏ ନାହିଁ କି ବ୍ୟାନର୍ ଛିଣ୍ଡି ତଳେ ପଡ଼ିବାର ସମ୍ଭାବନା ନଥାଏ ।
Question 5.
ଗୋଟିଏ ସ୍ଥାନରେ ପବନର ଦିଗ ଜାଣିବା ପାଇଁ ଦୁଇଟି ପଦ୍ଧତି ବର୍ଣ୍ଣନା କର ।
Solution:
(i) ବାୟୁ ପ୍ରବାହର ଦିଗ ନିର୍ଣ୍ଣୟ କରିବା ପାଇଁ ପବନ ଚକି (Wind vane) ବା ପାଗ କୁକୁଡ଼ା (Weather cock) ନାମକ ଯନ୍ତ୍ର ବ୍ୟବହାର କରାଯାଇଥାଏ ।
(ii) ଏହି ଯନ୍ତ୍ରଟି ମଧ୍ଯ ପର୍ଯ୍ୟବେକ୍ଷଣାଗାର ଛାତ ଉପରେ ସ୍ଥାପନ କରାଯାଇଥାଏ । ଏଥିପାଇଁ ଛାତ ଉପରେ ଲମ୍ବଭାବରେ ଏକ ଲମ୍ବା ଦଣ୍ଡ ପୋତା ଯାଇଥାଏ । ଏହି ଦଣ୍ଡର ଅଗ୍ରଭାଗରେ ସହଜରେ ବୁଲିପାରିବା ଭଳି ଗୋଟିଏ ଧାତୁ ନିର୍ମିତ ତୀର ବା କୁକୁଡ଼ା ଖଞ୍ଜା ହୋଇଥାଏ ।
(iii) ଏହାର ତଳକୁ ଦୁଇଟି ଅପେକ୍ଷାକୃତ ସାନ ଓ ପରସ୍ପର ସମାନ ଦଣ୍ଡ ‘ଛକି’’ (+) ଭାବରେ ରଖାଯାଇଥାଏ । ଉ.ପୂ., ଦ. ପି. (N.E., S.W) ରହିଥାଏ ।
(iv) ସାମାନ୍ୟ ପବନରେ ମଧ୍ୟ ତୀରଟି ବା କୁକୁଡ଼ାଟି ଘୂରେ ଏବଂ ସର୍ବଦା ତୀରର ଗୋଜିଆ ଅଂଶ ବା କୁକୁଡ଼ାର ମୁହଁ ବାୟୁ ଯେଉଁ ଦିଗରୁ ପ୍ରବାହିତ ହେଉଥାଏ ସେହି ଦିଗକୁ ରହେ । ତେଣୁ ଦିଗ ନିର୍ଦ୍ଦେଶକ ଅକ୍ଷରକୁ ଦେଖ୍ ବାୟୁ ପ୍ତଦାହିତ ହେଉଥିବା ଦିଗ ସହକାରେ ନିଣ୍ଡେୟ କରିପାରନ୍ତି |
Question 6.
ତୁମ ବାପା ଗୋଟିଏ ଘର କିଣିବାକୁ ଚାହୁଁଛନ୍ତି । ସେ ଘରେ ଝରକା ଅଛି, ମାତ୍ର ସ୍କାଇଲାଇଟ୍ ନାହିଁ । ଏପରି ଘର କିଣିବା ଉଚିତ୍ କି ? କାହିଁକି ବୁଝାଅ ।
Solution:
(i) ବାୟୁ ଉତ୍ତପ୍ତ ହେଲେ ହାଲୁକା ହୋଇ ଉପରକୁ ଉଠିଯାଏ ଓ ତା’ର ସ୍ଥାନ ପୂରଣ କରିବା ପାଇଁ ଥଣ୍ଡାବାୟୁ ସେଠାକୁ ପ୍ରବାହିତ ହୁଏ । ଏହିପରି ଘରେ ବାୟୁ ଚଳାଚଳ ଚଳନ ସ୍ରୋତଦ୍ୱାରା ଘଟିଥାଏ ।
(ii) ଥଣ୍ଡାବାୟୁ ସାଧାରଣତଃ କବାଟ ଓ ଝରକା ଦେଇ ଘର ଭିତରକୁ ଆସିଥାଏ ହେଲେ ଉତ୍ତପ୍ତ ବାୟୁ ସ୍କାଇଲାଇଟ୍ ଦେଇ ପଦାକୁ ଚାଲିଯାଏ । ବାପା କିଣିବାକୁ ଯାଉଥିବା ଘରେ ସ୍କାଇଲାଇଟ୍ ନଥିବାରୁ ଏପରି ଘରେ ବସବାସ କରିବା ଅସ୍ବାସ୍ଥ୍ୟକର ଅଟେ । ଏଣୁ ଏପରି ଘର କିଣିବା ଉଚିତ୍ ନୁହେଁ ।
ବିପଯୁବସ୍ତୁ ସପୂଜାପ ପୂଚନା ଓ ବିଶେଷଣ :
→ ଉପକ୍ରମ :
- 1999 ମସିହା ଥିଲେବର ମାସ 29 ତାରିଖରେ ଶଟିଥିବା ପୃଲୟକରା ମହ୍ରାଣତ୍ୟାରେ ପଶ୍ୟର ଣ୍ୟେ ଶଶାକୁ 260 କି.ମି. ଥିଲା ଓ ସମୁଦ୍ରରେ ଜୁଆର ମଧ୍ୟ ୨ ମିଟର ଉଚ୍ଚରେ କୂଳ ଅଞ୍ଚଳକୁ ମାଡ଼ି ଆସିଥିଲା
- ଏଥିରେ ପ୍ରାୟ 45,000 ଘରଦ୍ୱାର ଭାଙ୍ଗି ଯାଇଥିଲା ଏବଂ 10,000 ରୁ ଊର୍ଦ୍ଧ୍ବଲୋକଙ୍କର ଜୀବନ ହାନି ଘଟିଥିଲା ।
- ଆମ ରାଜ୍ୟର କୃଷି, ଗମନାଗମନ, ଯୋଗାଯୋଗ ଏବଂ ବିଦ୍ୟୁତ୍ ପରିବହନ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଥିଲା ।
- ପୃଥିବୀକୁ ଏକ ଅଦୃଶ୍ୟ ବାୟୁମଣ୍ଡଳ ଘେରି ରହିଅଛି । ବାୟୁ ରୂପକ ଏକ ସାଗର ମଧ୍ଯରେ ଆମେ ସର୍ବଦା ବୁଡ଼ିରହିଛୁ କହିଲେ ଅତ୍ୟୁକ୍ତି ହେବନାହିଁ ।
→ ବାୟୁ ଚାପ ପକାଏ :
- ସାଧାରଣ କଠିନ ଓ ତରଳ ପଦାର୍ଥ ଭଳି ବାୟୁର ମଧ୍ଯ ଓଜନ ଅଛି । ଏଣୁ ଏହା ପୃଥିବୀ ଉପରେ ଏକ ଚାପ ପ୍ରଦାନ କରେ ।
- ବାୟୁ ଉତ୍ତପ୍ତ ହେଲେ ପ୍ରସାରିତ ଓ ଥଣ୍ଡା ହେଲେ ସଙ୍କୁଚିତ ହୋଇଥାଏ ।
- କୌଣସି ବସ୍ତୁର ଏକକ କ୍ଷେତ୍ରଫଳ ଉପରେ ପଡ଼ୁଥିବା ବାୟୁର ବଳ (ଓଜନ)କୁ ବାୟୁ ଚାପ କୁହାଯାଏ ।
- ବାୟୁର ଚାପ ଥିବାରୁ ଗଛର ପତ୍ର, ପତାକା, ବ୍ୟାନର ଆଦି ଫଡ଼ ଫଡ଼ ଶବ୍ଦ କରି ଉଡ଼ିଥାଏ । ବାୟୁର ଅନୁକୂଳରେ ଡଙ୍ଗା ଚଳାଇବା ସହଜସାଧ୍ୟ ହୋଇଥାଏ ।
→ ଅଧୂକ ବେଗରେ ପବନ ବହିଲେ ବାୟୁର ଚାପ ହ୍ରାସ ହୁଏ :
- ବାୟୁ ଗତିଶୀଳ ହେବାକୁ ପବନ କୁହାଯାଏ ।
- ବାୟୁ ଉତ୍ତପ୍ତ ହେଲେ ହାଲୁକା ହୋଇ ଉପରକୁ ଉଠିଯାଏ, ସେ ସ୍ଥାନରେ ବାୟୁଚାପ କମିଯାଏ (ଲଘୁଚାପ) ଏବଂ ସେହିସ୍ଥାନ ପୂରଣ କରିବାକୁ ଥଣ୍ଡା ଅଞ୍ଚଳରୁ (ଗୁରୁଚାପ) ବାୟୁ ପ୍ରବାହିତ ହୋଇଥାଏ ।
- ବାୟୁ ଉଚ୍ଚଚାପ (ଗୁରୁଚାପ) ଅଞ୍ଚଳରୁ ନିମ୍ନଚାପ ଅଞ୍ଚଳକୁ ପ୍ରବାହିତ ହୁଏ । ବାୟୁର ଚାପରେ ଅଧିକ ତାରତମ୍ୟ ହେଲେ ବାୟୁ ଅଧିକ ବେଗରେ ଗତି କରେ ।
→ ପବନ ସ୍ରୋତ :
- ପୃଥିବୀପୃଷ୍ଠରେ ବାୟୁମଣ୍ଡଳର ତାପମାତ୍ରାରେ ତାରତମ୍ୟ ଘଟିଲେ ପବନ ପ୍ରବାହିତ ହେବାକୁ ଆରମ୍ଭ କରେ ।
- ଆମ ଘରମାନଙ୍କରେ ଏହିପରି ପରିଚଳନ ଦ୍ବାର ବାୟୁ ଚଳାଚଳ ଘଟିଥାଏ । କବାଟ ଓ ଖୁଡ଼ିକି ଦେଇ ଥଣ୍ଡା ବାୟୁ ପଶେ ଓ ଉତ୍ତପ୍ତ ହାଲୁକା ବାୟୁ ସ୍କାଇଲାଇଟ୍ ବାଟେ ପଦାକୁ ବାହାରି ଯାଏ ।
- ବିଷୁବ ରେଖା ନିକଟସ୍ଥ ଅଞ୍ଚଳର ତାପମାତ୍ରା, 0 – 30° ଅକ୍ଷାଂଶ ମଧ୍ୟରେ ଥିବା ଅଞ୍ଚଳର ତାପମାତ୍ରା ଅପେକ୍ଷା ଅଧିକ । ଏଣୁ ଉତ୍ତର ଓ ଦକ୍ଷିଣ ଦିଗରୁ ଥଣ୍ଡା ବାୟୁ ବିଷୁବରେଖା ଅଞ୍ଚଳକୁ ପ୍ରବାହିତ ହୁଏ ।
- ମେରୁ ଅଞ୍ଚଳର ତାପମାତ୍ରା, 60° ଅକ୍ଷାଂଶ ଅଞ୍ଚଳରେ ତାପମାତ୍ରା ଅପେକ୍ଷା ଅଧିକ ଥଣ୍ଡା । ଏଣୁ ମେରୁ ଅଞ୍ଚଳରୁ ଥଣ୍ଡା ବାୟୁ 60° ଅକ୍ଷାଂଶ ଅଞ୍ଚଳକୁ ପ୍ରବାହିତ ହୁଏ ।
- ପୃଥୁବୀର ଆବର୍ତ୍ତନ ଗତି ହେତୁ ବାୟୁ ପ୍ରବାହର ଦିଗ ପରିବର୍ତ୍ତନ ହୋଇଥାଏ ।
(b) ସ୍ଥଳଭାଗ ଓ ଜଳଭାଗ ଅସମ ଭାବରେ ଉତ୍ତପ୍ତ ହୁଏ :
- ଖରାଦିନେ ସ୍ଥଳଭାଗର ବାୟୁ ଶୀଘ୍ର ଉତ୍ତପ୍ତ ହୋଇ ଉପରକୁ ଉଠିଯାଏ, ଏଣୁ ଜଳଭାଗରୁ ଥଣ୍ଡା ବାୟୁ ସ୍ଥଳଭାଗ ଆଡ଼କୁ ପ୍ରବାହିତ ହୁଏ । ଏହାକୁ ‘ମୌସୁମୀ ବାୟୁ’ କୁହାଯାଏ ।
- ମୌସୁମୀ ବାୟୁ ଜଳ ଧରି ବୋହିଥାଏ ଓ ବର୍ଷା କରାଏ | ଶସ୍ୟ ଉତ୍ପାଦନ ପାଇଁ ଏହାର ଆବଶ୍ୟକତା ଖୁବ୍ ବେଶି ।
- ଶୀତଦିନେ ବାୟୁ ପ୍ରବାହ ବିପରୀତ ଦିଗରେ ହୋଇଥାଏ । ଅର୍ଥାତ୍ ଏହା ସ୍ଥଳଭାଗରୁ ଜଳଭାଗକୁ ପ୍ରବାହିତ ହୁଏ । ମହାସାଗରରୁ ଆସୁଥିବା ବାୟୁ ଅଧିକ ଜଳ ଧାରଣ କରିଥାଏ । ଏହା ‘ଜଳଚକ୍ର’ର ଅଂଶବିଶେଷ ।
- ଖରାଦିନେ ରାଜସ୍ଥାନରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହରେ ବର୍ଷା ହୁଏ । ଏହି ବାୟୁ ଭାରତ ମହାସାଗରରୁ ପ୍ରଚୁର ପରିମାଣରେ ଜଳ ବୋହିଆଣେ ।
→ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ଓ ବାତ୍ୟା :
(i) ଫଳରେ ଥଣ୍ଡା ଓ ଓଜନିଆ ହୋଇ ତଳକୁ ଖସି ଆସେ । ଉପରୁ ଆସୁଥିବା ଜଳକଣାବାହୀ ବାୟୁ ସହ ତଳୁ ଉପରକୁ ଉଠୁଥିବା ବାୟୁର ଘର୍ଷଣ ହେତୁ ବିଜୁଳି ଓ ଘଡ଼ଘଡ଼ି ସୃଷ୍ଟି ହୁଏ । ଏହାସହ ଝଡ଼ବର୍ଷା ହୁଏ ।
(ii) ପରୀକ୍ଷାରୁ ଜଣାଯାଏ ମେଘଗୁଡ଼ିକ ଚାର୍ଜିତ । ଉପରେ ଥିବା ଥଣ୍ଡା ମେଘ (– 10° ରୁ 40° C) ରେ ଯୁକ୍ତାତ୍ମକ ଭାବେ ଚାର୍ଜିତ କଣିକା ଥାଏ । ମଝି ଅଂଶର 0°C ରେ ଥିବା ମେଘରେ ବିଯୁକ୍ତାତ୍ମକଭାବେ ଚାର୍ଜିତ କଣିକା ରହିଥାଏ । ମେଘର ନିମାଂଶ (base) କେତେକ ସମୟରେ ଯୁକ୍ତାତ୍ମକ ଭାବେ ଚାର୍ଜିତ ।
(iii) ବାୟୁ ବିଦ୍ୟୁତ୍ କୁପରିବାହୀ ଅଟେ । ଦୁଇଟି ବିପରୀତ ଧର୍ମୀ ଘନମେଘ ପରସ୍ପର ନିକଟବର୍ତ୍ତୀ ହେଲେ ସେ ଦୁଇଟିର ମଧ୍ୟବର୍ତ୍ତୀ ବାୟୁ ଭିତରେ ବିଦ୍ୟୁତ୍ ଚାର୍ଜ ପ୍ରବଳ ବେଗରେ ଗତି କରିଥାଏ । ଏହା ଫଳରେ ମଧ୍ୟବର୍ତ୍ତୀ ବାୟୁ ଏକ ସୁପରିବାହୀରେ ପରିଣତ ହୁଏ ଓ ବହୁପରିମାଣ ଚାର୍ଜ ଦୁଇ ମେଘ ମଧ୍ଯରେ ପ୍ରବାହିତ ହୁଏ । ଏହି ବିଦ୍ୟୁତ୍ ବିସର୍ଜନ ବେଳେ ଉଜ୍ଜ୍ୱଳ ଆଲୋକ ଶିଖା ଦେଖାଯାଏ ଓ ଏହାକୁ ସ୍କୁଲିଙ୍ଗ (spark) କହନ୍ତି |
(iv) ବାୟୁ ଉତ୍ତପ୍ତ ହେଲେ ହାଲୁକା ହୋଇ ଉପରକୁ ଉଠିଯାଏ ଓ ସେହି ସ୍ଥାନରେ ଚାପ କମିଯାଏ । ଯଦି ବାୟୁର ଚାପ ହଠାତ୍ କମିଯାଏ, ତାହାର ଚତୁର୍ଦ୍ଦିଗରେ ଥିବା ଗୁରୁଚାପ ବିଶିଷ୍ଟ ବାୟୁ ଲଘୁ ଚାପ କେନ୍ଦ୍ରକୁ ପ୍ରବଳ ବେଗରେ ପ୍ରବାହିତ ହୁଏ । ଏହାକୁ ବାତ୍ୟା କୁହାଯାଏ ।
(v) ବାତ୍ୟାପାଇଁ ପବନର ବେଗ, ଦିଗ, ତାପମାତ୍ରା ଏବଂ ଆର୍ଦ୍ରତା ଆଦି କାରକ ଦାୟୀ । ପବନ ଚକି (wind vane) ବା ପାଗକୁକୁଡ଼ା (weather cock) ଯନ୍ତ୍ର ବ୍ୟବହାର କରାଯାଏ ।
(vi) ବାୟୁମଣ୍ଡଳର ତାପ ନିର୍ଣ୍ଣୟ କରିବାପାଇଁ ପାଗ ପର୍ଯ୍ୟବେକ୍ଷଣାଗାରମାନଙ୍କରେ ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାନ ଯନ୍ତ୍ର ବ୍ୟବହାର କରାଯାଏ ।
(viii) ବାୟୁମଣ୍ଡଳର ଅବସ୍ଥା ଜାଣିବା ପାଇଁ ପାଣିପାଗ ପର୍ଯ୍ୟବେକ୍ଷଣାଗାରରୁ ‘ପାଣିପାଗ ବେଲୁନ୍’ ଛଡ଼ାଯାଇଥାଏ । ଏହି ବେଲୁନରେ ଖଞ୍ଜା ହୋଇଥିବା ବେତାରପ୍ରେରକ ଯନ୍ତ୍ରଦ୍ୱାରା ବାୟୁମଣ୍ଡଳର ଅବସ୍ଥାକୁ ତାପ, ଚାପ, ଆର୍ଦ୍ରତା ଆଦି ବେତାର ଗ୍ରହଣ କେନ୍ଦ୍ରକୁ ପଠାଯାଇ ଜାଣିହୁଏ ।
→ ବାତ୍ୟା ସମୟରେ ନିରାପତ୍ତା ବ୍ୟବସ୍ଥା :
- ପରକାର ରାଜ୍ୟା ନିୟମରେ ଆଗୁଆ ସୂଚନା ଗଣମାଧଶବ୍ଦାର ଦେଇଥାନ୍ତି ପଡ଼କଡା ମୂଳକ ସେବା ପ୍ରଦାନ କରନ୍ତି ।
- ଜନସାଧାରଣ, ବନ୍ଦର ସମୂହ, ମତ୍ସ୍ୟଜୀବୀ, ଜାହାଜ ଆଦିକୁ ସତର୍କ ସୂଚନା ପ୍ରଦାନ କରାଯାଏ ।
- ପୂର୍ବ ନିର୍ମିତ ବାତ୍ୟା ଆଶ୍ରୟସ୍ଥଳରେ ଜନସାଧାରଣଙ୍କୁ ଯଥାଶୀଘ୍ର ଆଶ୍ରୟ ଯୋଗାଯାଏ ।
→ ଜଳଯଥାରଶବ୍ଦ କଇଁନ୍ୟ :
- ଟି.ଭି., ରେଡ଼ିଓ ଏବଂ ସମ୍ବାଦପତ୍ର ମାଧ୍ୟମରେ ମିଳୁଥିବା ସତର୍କ ସୂଚନାକୁ ମାନିବା ଉଚିତ ।
- ନିଜର ଆସବାବପତ୍ର, ଗୃହପାଳିତ ପଶୁ ଓ ଯାନବାହନ ଆଦିକୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରିବା ଉଚିତ ।
- ଜଳପୂର୍ଣ୍ଣ ରାସ୍ତାରେ ଗାଡ଼ି ଚଳାଚଳ କରିବା ଅନୁଚିତ ।
- ସ୍ଥାନୀୟ ପୋଲିସ ଷ୍ଟେସନ୍, ଅଗ୍ନିନିର୍ବାପକ ସଂସ୍ଥା, ପ୍ରଶାସନିକ କର୍ମଚାରୀ ଏବଂ ସ୍ଵାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଫୋନ୍ ନମ୍ବର ପାଖରେ ରଖୁବା ଉଚିତ ।
→ ବାତ୍ୟା ଅଞ୍ଚଳର ଅଧିବାସୀଙ୍କ କର୍ତ୍ତବ୍ୟ :
- ଅପଚାୟିତ ଜଳକୁ ପାନ ନକରି, ପାନୀୟ ବିଶୁଦ୍ଧ ଜଳ ଅଧିକ ପରିମାଣରେ ନିଜ ପାଇଁ ସଂଗ୍ରହ କରି ରଖୁବା ଉଚିତ ।
- ଓଦା ବିଦ୍ୟୁତ୍ ତାର, ସୁଇଚ୍ ଏବଂ ଭାଙ୍ଗିଯାଇଥିବା ବିଦ୍ୟୁତ୍ ଖୁଣ୍ଟିକୁ ସ୍ପର୍ଶ କରିବା ବିପଦପୂର୍ଣ୍ଣ ଅଟେ ।
- ଉଦ୍ଧାରକାରୀଙ୍କୁ ଅନାବଶ୍ୟକ ସାହାଯ୍ୟ ନ ମାଗିବା ଓ ବାହାରେ ନ ବୁଲିବା ଉଚିତ ।
- ନିଜର ବନ୍ଧୁବାନ୍ଧବ ଏବଂ ପଡ଼ୋଶୀମାନଙ୍କ ସହ ଉତ୍ତମ ସମ୍ପର୍କ ରଖିବା ଉଚିତ ।
- କୃତ୍ରିମ ଉପଗ୍ରହ ଓ ରାଡାର ସେବା ମାଧ୍ୟମରେ 48 ଘଣ୍ଟା ପୂର୍ବରୁ ମିଳୁଥିବା ସୂଚନା ପାଇ ସଜାଗ ରହିଲେ ଧନଜୀବନ ସୁରକ୍ଷିତ ରହିବ ।
→ ଆସ, ଜାଣିବା :
- ଆମ ଚାରିପାଖରେ ଥିବା ବାୟୁର ଚାପ ଅଛି ।
- ବାୟୁ ଉତ୍ତପ୍ତ ହେଲେ ପ୍ରସାରିତ ହୁଏ ଏବଂ ଥଣ୍ଡା ହେଲେ ସଙ୍କୁଚିତ ହୁଏ ।
- ବାୟୁ ଉତ୍ତପ୍ତ ହୋଇ ଉପରକୁ ଉଠିଗଲେ ସେ ସ୍ଥାନରେ ବାୟୁର ଚାପ କମିଯାଏ ଏବଂ ସେହି ସ୍ଥାନ ପୂରଣ କରିବାକୁ ଥଣ୍ଡା ଅଞ୍ଚଳରୁ ବାୟୁ ପ୍ରବାହିତ ହୋଇଥାଏ ।
- ଗତିଶୀଳ ବାୟୁକୁ ପବନ କୁହାଯାଏ ।
- ପୃଥିବୀ ପୃଷ୍ଠରେ ଅସମାନ ତାପ ସଞ୍ଚରଣ ହେତୁ ବାୟୁ ପ୍ରବାହ ସମ୍ଭବ ହୁଏ ।
- ଜଳୀୟ ବାଷ୍ପ ଧାରଣ କରିଥିବା ବାୟୁ ବର୍ଷା କରାଏ ।
- ରାଡ଼ାର ଓ କୃତ୍ରିମ ଉପଗ୍ରହ ମାଧ୍ଯମରେ ବାତ୍ୟା ସମ୍ପର୍କରେ ପୂର୍ବ ସୂଚନା ମିଳିପାରୁଛି ।