Class 7 Science Chapter 9 Question Answer Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା

Go through 7th Class Science Book Odia Medium Question Answer and Class 7 Science Chapter 9 Question Answer Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା to understand textbook questions more clearly.

7th Class Science Chapter 9 Question Answer Odia Medium

Class 7 Science Chapter 9 Odia Medium

ଆସ ଆମ ଶିକ୍ଷଣର ବୃଦ୍ଧି କରିବା

Question 1.
ଉପଯୁକ୍ତ ଶବ୍ଦଗୁଡ଼ିକ ସହିତ ଖାଲି ବାକ୍ସଗୁଡ଼ିକୁ ପୂରଣ କରି ପାକନଳୀ ମଧ୍ଯରେ ଖାଦ୍ୟର ଯାତ୍ରା ସଂପୂର୍ଣ୍ଣ କର । ଖାଦ୍ୟ → ପାଟି
Class 7 Science Chapter 9 Question Answer Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା 1
Answer:
Class 7 Science Chapter 9 Question Answer Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା 2

Class 7 Science Chapter 9 Question Answer Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା

Question 2.
ସମୀର ପରୀକ୍ଷାନଳୀ ‘କ’ ରେ କିଛି ରୁଟି ଖଣ୍ଡ ରଖୁଥଲା । ନମିତା ପରୀକ୍ଷାନଳୀ ‘ଖ’ ରେ ଚୋବାଇଥିବା ରୁଟି ରଖୁଥୁଲା, ଏବଂ ତୁଳସୀ ପରୀକ୍ଷାନଳୀ ‘ଗ’ ରେ ସିଝା ଆଳୁ ଚକଟା ନେଇଥିଲା । ସମସ୍ତେ ସେମାନଙ୍କ ପରୀକ୍ଷାନଳୀ ‘କ’, ‘ଖ’, ଏବଂ ‘ଗ’ ରେ କିଛି ବୁନ୍ଦା ଆୟୋଡ଼ିନ୍ ଦ୍ରବଣ ମିଶାଇଥଲେ । ସେମାନଙ୍କର ପର୍ଯ୍ୟବେକ୍ଷଣ କ’ଣ ହେବ ? କାରଣ ଲେଖ ।
Answer:
ଏହି ପରୀକ୍ଷଣଟି ଖାଦ୍ୟରେ ଥିବା ମଣ୍ଡଦ (Starch) ର ଉପସ୍ଥିତି ଆୟୋଡ଼ିନ୍ ଦ୍ରବଣ ଦ୍ଵାରା ଚିହ୍ନଟ ପାଇଁ ପ୍ରଯୁଜ୍ୟ ଅଟେ । ମଣ୍ଡଦ ଆୟୋଡ଼ିନ୍ ଦ୍ରବଣର ସଂସ୍ପର୍ଶରେ ଆସିଲେ ଗାଢ଼ନୀଳ (Blue-Black) ବର୍ଷ ଧାରଣ କରିଥାଏ ।

  1. ସମୀର ପରୀକ୍ଷାନଳୀ (କ) : ରୁଟିଖଣ୍ଡ ଆୟୋଡ଼ିନ ବ୍ରଣର ସଂସ୍ପର୍ଶରେ ଆସିଲେ ଏହା ମଣ୍ଡଦ ସହ ପ୍ରତିକ୍ରିୟା କରି ନୀଳ ରଙ୍ଗ ଧାରଣ କରିବ । ଏଥୁରୁ ଜଣାପଡୁଛି ଯେ ସେଥୁରେ ମଣ୍ଡଦ ଅଛି ।
  2. ନମିତା ପରୀକ୍ଷାନଳୀ (ଖ) : ଚୋବାଯାଇଥିବା ରୁଟି ଲାଳର ସଂସ୍ପର୍ଶରେ ଆସିଥାଏ । ଏଠାରେ ରାସାୟନିକ କ୍ରିୟାଦ୍ଵାରା ମଣ୍ଡଦ ସରଳ ଶର୍କରାରେ ପରିଣତ ହୋଇଯାଇଛି, ଫଳରେ ଅଳ୍ପ ପରିମାଣର ମଣ୍ଡଦ ଆୟୋଡ଼ିନ୍ ଦ୍ରବଣର ସଂସ୍ପର୍ଶରେ ଆସିବାରୁ ରଙ୍ଗ ପରିବର୍ତ୍ତନ ହୋଇପାରେ । ଚୋବାଇବା ସମୟ ବୃଦ୍ଧିପାଇଲେ ରଙ୍ଗରେ ପରିବର୍ତ୍ତନ ହେବନାହିଁ ।
  3. ତୁଳସୀ ପରୀକ୍ଷାନଳୀ (ଗ) : ଆଳୁ ଚକଟା ଧାରଣ କରିବ କାରଣ ଆଳୁରେ ପ୍ରଚୁର

Question 3.
ଶ୍ଵାସକ୍ରିୟାରେ ମଧ୍ୟଚ୍ଛଦାର ଭୂମିକା କ’ଣ ?
(i) ବାୟୁ ଛାଣିବା
(ii) ଧ୍ଵନି ସୃଷ୍ଟି କରିବା
(iii) ଶ୍ଵାସକ୍ରିୟାରେ ସାହାଯ୍ୟ କରିବା
(iv) ଅମ୍ଳଜାନ ଶୋଷଣ କରିବା
Answer:
(iii) ଶ୍ଵାସକ୍ରିୟାରେ ସାହାଯ୍ୟ କରିବା

Class 7 Science Chapter 9 Question Answer Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା

Question 4.
ନିମ୍ନରେ ‘କ’ ସ୍ତମ୍ଭରେ ଦିଆଯାଇଥିବା ଶରୀରର ଅଂଶ ସହିତ ‘ଖ’ ସ୍ତମ୍ଭରେ ଦିଆଯାଇଥିବା କାର୍ଯ୍ୟ ସହିତ ମିଳାଅ ।

‘କ’ ସ୍ତମ୍ଭ (ଶରୀର ଅଂଶ) ‘ଖ’ ସ୍ତମ୍ଭ (କାର୍ଯ୍ୟ)
(i) ନାସାର ନ୍ଧ୍ର ବାହାରୁ ତାଜା ବାୟୁ ପ୍ରବେଶ କରେ
(ii) ନାସା ପଥ ଗ୍ୟାସର ଆଦାନପ୍ରଦାନ ହୁଏ
(iii) ଶ୍ଵାସନଳୀ ଫୁସ୍‌ଫୁସ୍‌କୁ ସୁରକ୍ଷା ଦିଏ
(iv) କୋଟରିକା ସୂକ୍ଷ୍ମ ଲୋମ ଏବଂ ଶ୍ଳେଷ୍ମା ଆମକୁ ପ୍ରଶ୍ଵାସ ନେବାରେ ସାହାଯ୍ୟ କରେ
(v) ପଞ୍ଜରା ଏହି ଅଂଶ ଦେଇ ବାୟୁ ଆମ ଫୁସ୍‌ଫୁସ୍‌ରେ ପହଞ୍ଚେ

Answer:

‘କ’ ସ୍ତମ୍ଭ (ଶରୀର ଅଂଶ) ‘ଖ’ ସ୍ତମ୍ଭ (କାର୍ଯ୍ୟ)
(i) ନାସାର ନ୍ଧ୍ର ବାହାରୁ ତାଜା ବାୟୁ ପ୍ରବେଶ କରେ
(ii) ନାସା ପଥ ସୂକ୍ଷ୍ମ ଲୋମ ଏବଂ ଶ୍ଳେଷ୍ମା ଆମକୁ ପ୍ରଶ୍ଵାସ ନେବାରେ ସାହାଯ୍ୟ କରେ
(iii) ଶ୍ଵାସନଳୀ ଏହି ଅଂଶ ଦେଇ ବାୟୁ ଆମ ଫୁସ୍‌ଫୁସ୍‌ରେ ପହଞ୍ଚେ
(iv) କୋଟରିକା ଗ୍ୟାସ୍‌ର ଆଦାନପ୍ରଦାନ ହୁଏ
(v) ପଞ୍ଜରା ଫୁସ୍‌ଫୁସ୍‌କୁ ସୁରକ୍ଷା ଦିଏ

Class 7 Science Chapter 9 Question Answer Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା

Question 5.
ଅନିଲ ତା’ର ସାଙ୍ଗ ସବିତାକୁ କହିଲା ବୋଲି ବୁଝାଇବା ପାଇଁ ସବିତା ଯେ ଶ୍ୱସନ ଏବଂ ଶ୍ଵାସକ୍ରିୟା ସମାନ ପ୍ରକ୍ରିୟା । ଏହି ସିଦ୍ଧାନ୍ତ ଠିକ୍ ନୁହେଁ ତାକୁ କେଉଁ ପ୍ରଶ୍ନ ପଚାରିବ ?
Answer:
ସବିତା, ଅନିଲକୁ ନିମ୍ନଲିଖତ ପ୍ରଶ୍ନ ପଚାରିପାରିବ ଯଥା :

  1. ଶ୍ଵାସକ୍ରିୟା ଶରୀର ପାଇଁ ଶକ୍ତି ଉତ୍ପାଦନ କରିଥାଏ କି ?
  2. ଶ୍ଵାସକ୍ରିୟା ବିନା ଶ୍ଵାସନ ସମ୍ଭବ କି ?
  3. ଶ୍ଵାସନ ପ୍ରକ୍ରିୟା କେଉଁଠାରେ ହୋଇଥାଏ ?
  4. ଶ୍ଵାସକ୍ରିୟା ରାସାୟନିକ ପ୍ରତିକ୍ରିୟା ସହ ସଂଶ୍ଳିଷ୍ଟ କି ?

ଉପରୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦେବା ସମୟରେ ଅନିଲ ଅନୁଭବ କରିବ ଯେ, ଶ୍ଵାସକ୍ରିୟା ହେଉଛି ଅମ୍ଳଜାନ ଗ୍ରହଣ କରିବା ଏବଂ ଅଙ୍ଗାରକାମ୍ଳ ତ୍ୟାଗ କରିବାର ଏକ ସାଧାରଣ କ୍ରିୟା; କିନ୍ତୁ ଶ୍ୱସନ ହେଉଛି ଏକ କୋଷୀୟ ପ୍ରକ୍ରିୟା ଯାହା ଖାଦ୍ୟରୁ ଶକ୍ତି ମୋଚନ ନିମନ୍ତେ ଅମ୍ଳଜାନ ବ୍ୟବହାର କରିଥାଏ ।

Question 6.
ନିମ୍ନଲିଖତ କେଉଁ ବକ୍ତବ୍ୟ ଠିକ୍ ଏବଂ କାହିଁକି ?
ଅନୁ : ଆମେ ପ୍ରଶ୍ଵାସରେ ବାୟୁ ନେଉ ।
ଶାନୁ : ଆମେ ପ୍ରଶ୍ଵାସରେ ଅମ୍ଳଜାନ ନେଉ ।
ତନୁ : ଆମେ ପ୍ରଶ୍ଵାସରେ ଅମ୍ଳଜାନରେ ଭରପୂର ବାୟୁ ନେଉ ।
Answer:
ତନୁ : ଆମେ ପ୍ରଶ୍ଵାସରେ ଅମ୍ଳଜାନରେ ଭରପୂର ବାୟୁ ନେଉ ଉପରୋକ୍ତ ବକ୍ତବ୍ୟଟି ଠିକ୍ ଅଟେ କାରଣ ଆମେ ପ୍ରଶ୍ଵାସରେ ଗ୍ରହଣ କରୁଥିବା ବାୟୁରେ ୨୧% ଅମ୍ଳଜାନ ରହିଥାଏ ଓ ୭୮% ଯବକ୍ଷାରଜାନ ରହିଥାଏ ।

Question 7.
ଆମେ ବହୁତ ଧୂଳିପୂର୍ଣ୍ଣ ବାୟୁ ପ୍ରଶ୍ଵାସରେ ନେବାବେଳେ ପ୍ରାୟତଃ ଛିଙ୍କୁ । ଏହାର ସମ୍ଭାବ୍ୟ ବ୍ୟାଖ୍ୟା କ’ଣ ହୋଇପାରେ ?
Answer:
ଧୂଳି ଭଳି ବିରକ୍ତକାରୀ ପଦାର୍ଥକୁ ବାହାର କରିବା ନିମିତ୍ତ ଛିଙ୍କିବା ହେଉଛି ଆମ ଶରୀରର ପ୍ରାକୃତିକ ପ୍ରତିରକ୍ଷା ବ୍ୟବସ୍ଥା ।

  • ଧୂଳିପୂର୍ଣ୍ଣ ବାୟୁ ପ୍ରଶ୍ଵାସ ସମୟରେ ନାସାରନ୍ଧ୍ର ଦେଇ ଗତି କଲାବେଳେ ଧୂଳିର କଣିକାଗୁଡ଼ିକ ନାସାରନ୍ଧ୍ରର କାନ୍ଥରେ ଲାଗିଯାଇ ବିରକ୍ତି କରିଥାଆନ୍ତି ।
  • ନାସାପଥର ଚର୍ମରେ ଅନେକ ସ୍ନାୟୁର ଅନ୍ତିମ ଅଂଶ ଏଗୁଡ଼ିକୁ ଚିହ୍ନଟକରି ମସ୍ତିଷ୍କକୁ ସଂକେତ ପ୍ରେରଣ କରିଥାନ୍ତି ।
  • ମସ୍ତିଷ୍କର ନିର୍ଦ୍ଦେଶରେ ଏହି କ୍ଷତିକାରକ ଅନାବଶ୍ୟକ ଉପାଦାନଗୁଡ଼ିକୁ ଶରୀରରୁ ବାହାର କରିବା ପାଇଁ ଆମକୁ ଛିଙ୍କ ଲାଗିଥାଏ ଓ ଏହା ଦ୍ଵାରା ଆମ ଶ୍ଵାସନ ସଂସ୍ଥାନ ସୁରକ୍ଷିତ ରହିଥାଏ ।

Question 8.
ସପ୍ତମ ଶ୍ରେଣୀର ପ୍ରତିଭା ଏବଂ ଅନାମିକା ସକାଳର ବ୍ୟାୟାମ ପାଇଁ ଦୌଡ଼ିବା ଆରମ୍ଭ କଲେ । ଦୌଡ଼ିବା ସମାପ୍ତ କରିବା ପରେ, ସେମାନେ ପ୍ରତି ମିନିଟ୍‌ରେ ସେମାନଙ୍କର ନିଃଶ୍ୱାସ ଗଣନା କଲେ । ଅନାମିକା ପ୍ରତିଭା ଅପେକ୍ଷା ଦ୍ରୁତ ପ୍ରଶ୍ଵାସ ନେଉଥିଲା । ଅନାମିକା ପ୍ରତିଭା ଅପେକ୍ଷା କାହିଁକି ଦ୍ରୁତ ପ୍ରଶ୍ଵାସ ନେଉଥିଲା ତାହାର ଅତି କମ୍‌ରେ ଦୁଇଟି ସମ୍ଭାବ୍ୟ କାରଣ ଲେଖ ।
Answer:
ସମ୍ଭାବ୍ୟ କାରଣ :

  • ପ୍ରତିଭା ଓ ଅନାମିକାର ଶରୀର ଗଠନରେ ପାର୍ଥକ୍ୟ ଥାଇପାରେ । ଅନାମିକା ପ୍ରତିଭା ଅପେକ୍ଷା ଦୌଡ଼ିବା ସହିତ କମ୍ ଅଭ୍ୟସ୍ତ ଥୁବ, ତେଣୁ ତା’ର ଶରୀର ପାଇଁ ଅଧିକ ଅମ୍ଳଜାନର ଆବଶ୍ୟକତା ରହୁଥ‌ିବା କାରଣରୁ ସେ ଦ୍ରୁତ ପ୍ରଶ୍ଵାସ ନେଇଥାଇ ପାରେ ।
  • ଅନାମିକା, ପ୍ରତିଭା ତୁଳନାରେ ଯଦି ଅଧ୍ଵକ ବେଗରେ ବା ଅଧିକ ଦୂରତା ଦୌଡ଼ିଥ‌ିବ, ତେବେ ତା’ର ମାଂସପେଶୀରେ ଥିବା ତନ୍ତୁଗୁଡ଼ିକ ଅଧିକ ଅମ୍ଳଜାନ ଆବଶ୍ୟକ କରୁଥାଇପାରନ୍ତି ଯାହାକି ତା’ର ଦ୍ରୁତ ପ୍ରଶ୍ଵାସ ନେବାର କାରଣ ହୋଇଥାଇପାରେ ।

Class 7 Science Chapter 9 Question Answer Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା

Question 9.
ଯଦୁ ତା’ର ଧାରଣାର ସତ୍ୟତା ଜାଣିବା ପାଇଁ ଗୋଟିଏ ପରୀକ୍ଷା କଲା । ସେ ଦୁଇଟି ପରୀକ୍ଷା ନଳୀ ‘କ’ ଏବଂ ‘ଖ’ ନେଲା । ପ୍ରତ୍ୟେକରେ ଅଧା ପାଣି ଭର୍ତ୍ତି କରି ଏକ ଚିମୁଟା ଲେଖାଁଏ ଚାଉଳ ଚୂନା ମିଶାଇଲା ଏବଂ ସେଗୁଡ଼ିକ ଭଲ ଭାବରେ ଘାଣ୍ଟିଲା । ପରୀକ୍ଷା ନଳୀ ‘ଖ’ରେ ସେ କିଛି ବୁନ୍ଦା ଲାଳ ମିଶାଇଲା । ସେ ଦୁଇଟି ପରୀକ୍ଷା ନଳୀକୁ ୩୫–୩୬ ମିନିଟ୍ ପାଇଁ ଛାଡ଼ି ଦେଲା । ଏହାପରେ, ସେ ଉଭୟ ପରୀକ୍ଷା ନଳୀରେ ଆୟୋଡ଼ିନ୍ ଦ୍ରବଣ ମିଶାଇଲା । ପରୀକ୍ଷା ଫଳାଫଳ ଚିତ୍ରରେ ଦେଖାଯାଇଥିବା ପରି ଆସିଲା । ସେ କ’ଣ ପରୀକ୍ଷା କରିବାକୁ ଚାହୁଁଛି ବୋଲି ତୁମେ ଭାବୁଛ ?
Class 7 Science Chapter 9 Question Answer Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା 3
Answer:
‘ଶ୍ଵେତସାର ଭାଙ୍ଗିବା ଉପରେ ଲାଳର ପ୍ରଭାବ’’ ସମ୍ବନ୍ଧରେ ଜାଣିବା ପାଇଁ ଯଦୁ ଉପରୋକ୍ତ ପରୀକ୍ଷଣଟି କରିଥିଲା । ପରୀକ୍ଷଣର ଫଳାଫଳ :

  • ପରୀକ୍ଷାନଳୀ ‘କ’ : ଏହି ପରୀକ୍ଷା ନଳୀରେ କେବଳ ଚାଉଳ ଚୂନା ସହ ଜଳ ଓ ଆୟୋଡ଼ିନ ଦ୍ରବଣ ରହିଅଛି । ଆୟୋଡି଼ନ ମଣ୍ଡଦ ସହିତ ପ୍ରତିକ୍ରିୟା କଲେ ଗାଢ଼ନୀଳ ବର୍ଷ ଧାରଣ କରେ । ଏଠାରେ ରଙ୍ଗ ଗାଢ଼ ନୀଳବର୍ଣ୍ଣ ରହୁଥିବାରୁ ଜଣାପଡୁଛି ଯେ, ଏଥ‌ିରେ ମଣ୍ଡଦର ଉପସ୍ଥିତି ଅଛି ।
  • ପରୀକ୍ଷାନଳୀ ‘ଖ’ : ଏହି ପରୀକ୍ଷାନଳୀରେ ଚାଉଳ ଚୂନା ସହିତ ଲାଳ ମିଶାଯାଇଛି । ଚାଉଳରେ ମଣ୍ଡଦ (Starch) ନାମକ ଶ୍ଵେତସାର ରହିଥାଏ । ଆମର ଲାଳରେ ଏକ ପାଚକରସ ଥାଏ, ଯାହା ମଣ୍ଡଦକୁ ସରଳ ଶର୍କରାରେ ଭାଙ୍ଗିବାରେ ସାହାଯ୍ୟ କରେ । ଏହି କାରଣରୁ ରଙ୍ଗ ଗାଢ଼ନୀଳ ବର୍ଣ୍ଣ ହୋଇ ନପାରେ ବା କମ୍ ପରିମାଣରେ ହୋଇପାରେ । ଏହା ଲାଳର ପରିମାଣ ଓ ସମୟ ଉପରେ ନିର୍ଭର କରିଥାଏ ।

ସିଦ୍ଧାନ୍ତ :
ଏହି ସରଳ ପରୀକ୍ଷଣରୁ ଆମେ ଜାଣିପାରିବା ଯେ, ପାଟିରୁ କିପରି ଭାବରେ ପଚନ ପ୍ରକ୍ରିୟା ଆରମ୍ଭ ହୋଇଥାଏ ।

Question 10.
ରଶ୍ମି ଦୁଇଟି ସଫା ପରୀକ୍ଷା ନଳୀ ‘କ’ ଏବଂ ‘ଖ’ ନେଇ ଏକ ପରୀକ୍ଷଣ ପରିକଳ୍ପନା କଲା ଏବଂ ଚିତ୍ରରେ ଦେଖାଯାଇଥ‌ିବା ପରି ସେଗୁଡ଼ିକୁ ଚୂନ ପାଣିରେ ଭର୍ତ୍ତିକଲା । ପରୀକ୍ଷା ନଳୀ ‘କ’ ରେ ଆମେ ପ୍ରଶ୍ଵାସରେ ନେଉଥୁବା ଚାରିପାଖର ବାୟୁକୁ ପାଇପ୍ ମାଧ୍ୟମରେ ଶୋଷି ଭିତରକୁ ପଠାଇଲା, ଏବଂ ପରୀକ୍ଷା ନଳୀ ‘ଖ’ରେ, ନିଶ୍ଵାସରେ ନିର୍ଗତ ବାୟୁ ପାଇପ୍ ମାଧ୍ୟମରେ ଫୁଙ୍କି ଭର୍ତ୍ତିକଲା । ସେ କ’ଣ ଅନୁସନ୍ଧାନ କରିବାକୁ ଚେଷ୍ଟା କରୁଛି ବୋଲି ତୁମେ ଭାବୁଛ ? ସେ ତା’ର ଫଳାଫଳକୁ କିପରି ନିଶ୍ଚିତ କରିପାରିବ ?
Class 7 Science Chapter 9 Question Answer Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା 4
Answer:
ଚୂନପାଣିକୁ ସୂଚକରୂପେ ନେଇ ପ୍ରଶ୍ଵାସ ବାୟୁ ଓ ନିଃଶ୍ଵାସ ବାୟୁରେ ଅମ୍ଳଜାନର ଉପସ୍ଥିତି ବିଷୟରେ ଅନୁସନ୍ଧାନ କରିବାକୁ ରଶ୍ମି ଚେଷ୍ଟା କରୁଛି ।
ପରୀକ୍ଷଣର ଫଳାଫଳ :
(i) ପରୀକ୍ଷାନଳୀ ‘କ’ :
ଏହି ପରୀକ୍ଷାନଳୀ ଥୁବା ଚୂନପାଣି ଚାରିପାଖର ବାୟୁ ସଂସ୍ପର୍ଶରେ ଆସିଥାଏ, ତେଣୁ ଚୂନପାଣି ବା କ୍ୟାଲସିୟମ୍ ହାଇଡ୍ରିକ୍‌ସାଇଡ୍ ଦ୍ରବଣର ବାୟୁରେ ଥିବା ସ୍ଵଳ୍ପ ଅଙ୍ଗାରକାମ୍ଳ (CO) ଯାହାକି ମାତ୍ର 0.04% ସଂସ୍ପର୍ଶରେ ଆସିବାରୁ ସାମାନ୍ୟ ରଙ୍ଗ ପରିବର୍ତ୍ତନ ହୋଇପାରେ ବା ଆଦୌ ରଙ୍ଗ ପରିବର୍ତ୍ତନ ନ ହୋଇପାରେ ।

(ii) ପରୀକ୍ଷାନଳୀ ‘ଖ’ :
ଏହି ପରୀକ୍ଷାନଳୀରେ ଥ‌ିବା ଚୂନପାଣି ନିଃଶ୍ୱାସ ବାୟୁ ସଂସ୍ପର୍ଶରେ ଆସି ଥୁବାରୁ ଏହାର ରଙ୍ଗ ଦୁଗ୍ଧ ବର୍ଣ୍ଣରେ ପରିଣତ ହୋଇଥାଏ, କାରଣ ନିଃଶ୍ଵାସ ବାୟୁରେ ବାହାର ବାୟୁ ତୁଳନାରେ ଅଧିକ ଅଙ୍ଗାରକାମ୍ଳ ଗ୍ୟାସ (ହାରାହାରି ୪%) ରହିଥାଏ ।

ଉପରୋକ୍ତ ଫଳାଫଳରୁ ଏହା ପ୍ରମାଣିତ ହୁଏ ଯେ, ନିଃଶ୍ଵାସ ବାୟୁରେ ଅଧ୍ବକ ଅଙ୍ଗାରକାମ୍ଳ ରହିଥାଏ । ଶ୍ଵାସକ୍ରିୟାରେ ଶରୀର ଭିତରକୁ ଅମ୍ଳଜାନ ଯାଇ ଉପଯୋଗ ହୁଏ ଓ ଅନାବଶ୍ୟକ ଅଙ୍ଗାରକାମ୍ଳ ବାହାରକୁ ବାହାରି ଆସିଥାଏ ।.

Class 7 Science Chapter 9 Question Answer Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା

ଅନୁସନ୍ଧାନମୂଳକ ପ୍ରକଳ୍ପ

Question 1.
ମୁଖର ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖୁବା ପାଇଁ କେଉଁ ଅଭ୍ୟାସଗୁଡ଼ିକ ଭଲ ? ପୁସ୍ତକ/ସମ୍ବାଦପତ୍ର/ ବୟସ୍କମାନଙ୍କ ସହିତ କଥାବାର୍ତ୍ତାରୁ ଏହି ବିଷୟରେ ସୂଚନା ସଂଗ୍ରହ କରିବାକୁ ଚେଷ୍ଟା କର । ଏକ ରିପୋର୍ଟ ପ୍ରସ୍ତୁତ କର ।
Answer:
ମୁଖମଣ୍ଡଳର ପରିଷ୍କାର ପରିଚ୍ଛନ୍ନତା ସାଧାରଣତଃ ନିମ୍ନଲିଖତ ଅଙ୍ଗଗୁଡ଼ିକର ପରିଚ୍ଛନ୍ନତାକୁ ବୁଝାଇଥାଏ, ଯଥା : ଚକ୍ଷୁ, ନାସା, କର୍ଣ୍ଣ, ପାଟି ଓ ଚର୍ମ ।
(କ) ଚକ୍ଷୁର ପରିଚ୍ଛନ୍ନତା :
(i) ଆଖୁ ସଫା କରିବା ପାଇଁ ପ୍ରଥମେ ହାତକୁ ଭଲ ଭାବରେ ଧୋଇବା ଉଚିତ ।
(ii) ବନ୍ଦ ଆଖୁକୁ ଧୋଇବା ପାଇଁ ଉଷୁମ ପାଣି ବା ସାଲାଇନ୍ ଦ୍ରବଣ ବ୍ୟବହାର କରିବା ଆବଶ୍ୟକ ।
(iii) ଆଖୁରୁ ଧୂଳି ଓ ମଇଳା ବାହାର କରିବା ପାଇଁ ପରିଷ୍କାର ଜଳ ବ୍ୟବହାର କରିବା ଆବଶ୍ୟକ ।
(iv) ଖରାକୁ ବାହାରିଲେ କଳା ଚଷମା ବ୍ୟବହାର କରିବା ଆବଶ୍ୟକ ।
(v) ଆଖୁକୁ ସ୍ପଷ୍ଟ ଦେଖାଯାଉ ନଥୁଲେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।
(vi) ଆଖୁକୁ ଭଲ ରଖୁବା ପାଇଁ ଭିଟାମିନ୍ A ଓ ଓମେଗା 3 ଖାଦ୍ୟ ଖାଇବା ଆବଶ୍ୟକ ।

(ଖ) ନାସାପଥର ପରିଚ୍ଛନ୍ନତା :
(i) ନାକରୁ ମଇଳା ବାହାର କରିବା ପାଇଁ ନାଜାଲ ସ୍ପ୍ରେ ବ୍ୟବହାର କରିବା ଆବଶ୍ୟକ ।
(ii) ହ୍ୟୁମିଡ଼ଫାୟର ବ୍ୟବହାରଦ୍ଵାରା ନାସାପଥ ଶୁଷ୍କ ହୋଇ ନଥାଏ ।
(iii) ପ୍ରଚୁର ପାଣି ପିଇବା ଦ୍ଵାରା କଫ ତରଳ ହୋଇଥାଏ ।
(iv) ନାକ ସଫା କରିବାର ସର୍ବୋତ୍ତମ ଉପାୟ ହେଉଛି ସାଲାଇନ ଦ୍ରବଣ ବ୍ୟବହାର ।
(v) ‘ନେତି ପାତ୍ର’ ଉପକରଣଦ୍ଵାରା ନାକକୁ ପାଣିରେ ସଫା କରାଯାଇ ପାରିବ ।
(vi) ନାକ ସଫା କରିବା ପାଇଁ ଜୀବାଣୁମୁକ୍ତ ଜଳ ବ୍ୟବହାର କରାଯାଏ ।
(vii) ନାସାପଥ ଖୋଲିବା ପାଇଁ ନାକରେ ଆଡ଼େସିଭ୍ ଷ୍ଟ୍ରିପ୍ ଲଗାଯାଏ ।

(ଗ) କର୍ପୂର ପରିଚ୍ଛନ୍ନତା :
(i) କାନର ବାହାର ଅଂଶକୁ କପଡ଼ାରେ ଧୋଇ ଭଲଭାବରେ ଶୁଖାଯାଏ ।
(ii) ଗାଧୋଇବା ପରେ କାନକୁ ଶୁଖାଇବା ପାଇଁ ପତଳା ତଉଲିଆ ବ୍ୟବହାର କରାଯାଏ ।
(iii) କାନ ଭିତର ମଇଳା ବାହାର କରିବା ପାଇଁ କାନଡ୍ରପ ବ୍ୟବହାର କରାଯାଏ ।
(iv) କାନ ଛିଦ୍ରରେ କାଠି, ତୁଳା ଇତ୍ୟାଦି ଭର୍ତ୍ତି କରିବା ଉଚିତ ନୁହେଁ ।
(v) କପା ସ୍ଵାବ୍‌ ଦ୍ଵାରା କର୍ଣ୍ଣଛଦ୍ର ସଫା କରିବା ଉଚିତ ନୁହେଁ ।
(vi) କାନରେ ବ୍ୟବହୃତ ଅଳଙ୍କାରଗୁଡ଼ିକୁ ସାପ୍ତାହିକ ସଫା କରିବା ଉଚିତ ।
(vii) ଅତ୍ୟଧ‌ିକ ଶବ୍ଦ ଶୁଣିବାଦ୍ଵାରା କର୍ଣ୍ଣପଟହ କ୍ଷତିଗ୍ରସ୍ତ ହୋଇଥାଏ ।

(ଘ) ପାର୍ଟିର ପରିଚ୍ଛନ୍ନତା :
(i) ଦିନକୁ ୨ ଥର ଫ୍ଲୋରାଇଡ୍ ଯୁକ୍ତ ପେଷ୍ଟରେ ଦାନ୍ତ ଘଷିବା ଆବଶ୍ୟକ ।
(ii) ପ୍ରତ୍ୟେକ ୬ ମାସରେ ଥରେ ଦନ୍ତ ଚିକିତ୍ସକଙ୍କ ପରାମର୍ଶ ନେବା ଆବଶ୍ୟକ ।
(iii) ଆଣ୍ଟି ବ୍ୟାକ୍ଟେରିଆଲ୍ ମାଉଥ୍ ୱାସ୍ ବ୍ୟବହାର ଗ୍ରହଣୀୟ ଅଟେ ।
(iv) ନରମ ଦାନ୍ତଥିବା ବ୍ରସରେ ଦାନ୍ତ ସଫା କରିବା ବିଧେୟ ।
(v) ଧୂମପାନ ଓ ତମାଖୁ ସେବନଦ୍ୱାରା ମୁଖ ଗହ୍ଵରର କ୍ଷତି ହୋଇଥାଏ ।
(vi) ଜିଭ ସଫା କରିବା ପାଇଁ ଜିଭ ସ୍ପାପର ବ୍ୟବହାର କରାଯାଏ ।
(vii) ଖାଇସାରିବା ପରେ ପାଟିକୁ ଭଲଭାବରେ ଧୋଇବା ଆବଶ୍ୟକ ।
(viii) ଓଠ ଓ ପାଟିରେ ଭେସଲିନ୍ ବ୍ୟବହାର କରାଯାଏ ।

Class 7 Science Chapter 9 Question Answer Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା

(ଡ) ମୁଖ ଚର୍ମର ପରିଚ୍ଛନ୍ନତା :
(i) ଦିନକୁ ସର୍ବନିମ୍ନ ୨ ଥର କ୍ଲିନ୍‌ର ବା ଉଷୁମ ପାଣିରେ ମୁହଁ ସଫା କରାଯାଏ ।
(ii) ଚର୍ମକୁ ହାଇଡ୍ରେଟ୍ ରଖୁବା ପାଇଁ ମଇଶ୍ଚରାଇଜର ବ୍ୟବହାର କରାଯାଏ ।
(iv) ମୁହଁକୁ ଛୁଇଁବା ପୂର୍ବରୁ ହାତକୁ ଭଲଭାବରେ ଧୋଇବା ଆବଶ୍ୟକ ।
(v) ମୁହଁ ସଫା କରିବା ପରେ ଟୋନର ବ୍ୟବହାରଦ୍ଵାରା pH ସନ୍ତୁଳିତ ହୁଏ ।
(vi) ସୂର୍ଯ୍ୟକିରଣ କ୍ଷତିରୁ ରକ୍ଷା ପାଇବା ପାଇଁ ସନ୍‌ସ୍କ୍ରିନ୍ ବ୍ୟବହାର କରାଯାଏ ।
(vii) ଚର୍ମରେ ଥିବା ମୃତକଣିକା ବାହାର କରିବା ପାଇଁ ଫେସ୍ୱାସ ବ୍ୟବହାର କରାଯାଏ ।
(viii) ଉପଯୁକ୍ତ କ୍ଲିଞ୍ଜରଦ୍ଵାରା ଚର୍ମକୁ ୩୦ ମିନିଟ୍ ପର୍ଯ୍ୟନ୍ତ ମାଲିସ୍ କରାଯାଏ ।
(ix) ନରମ ତଉଲିଆ ସାହାଯ୍ୟରେ ମୁହଁକୁ ଧୀରେ ଧୀରେ ପୋଛାଯାଏ ।

Question 2.
ପରିପାକ ସଂସ୍ଥାର ସୁସ୍ଥତା ବଜାୟ ରଖୁବାର ବିଭିନ୍ନ ଉପାୟ ଖୋଜ । ପରିପାକ ସଂସ୍ଥାର ସୁସ୍ଥତା ବଜାୟ ରଖୁବାରେ ସାହାଯ୍ୟ କରୁଥିବା କିଛି ଖାଦ୍ୟ ପଦାର୍ଥର ଉଦାହରଣ ଲେଖ । ଏକ ରିପୋର୍ଟ ପ୍ରସ୍ତୁତ କର ଏବଂ
ଶ୍ରେଣୀରେ ଉପସ୍ଥାପନ କର ।
Answer:
ପରିପାକ ସଂସ୍ଥାର ସୁସ୍ଥତା ବଜାୟ ରଖ୍ ପାଇଁ ନିମ୍ନଲିଖିତ ଉପାୟମାନ ଅବଲମ୍ବନ କରାଯାଇଥାଏ, ଯଥା-
(i) ଫଳ, ପନିପରିବା ଏବଂ ଶସ୍ୟ ଜାତୀୟ ଖାଦ୍ୟ ଅଧ‌ିକ ୱ୍ଆଯାଏ ।
(ii) ନିୟମିତ ଭାବରେ ବ୍ୟାୟାମ କରାଯାଏ ।
(iii) ଖାଦ୍ୟକୁ ଭଲଭାବରେ ଚୋବାଇ ଖାଇବାକୁ ପଡ଼ିଥାଏ ।
(iv) ଅତ୍ୟଧ‌ିକ ଖାଦ୍ୟ ଗ୍ରହଣ ପଦ୍ଧତିକୁ ପରିହାର କରାଯାଏ ।
(v) ପର୍ଯ୍ୟାପ୍ତ ପରିମାଣର ନିଦ୍ରା ସହ ମାଦକ ଦ୍ରବ୍ୟ ସେବନରୁ ନିବୃତ୍ତ ରହିବା ଉଚିତ ।
(vi) ମଳକୁ ନରମ କରିବାପାଇଁ ଦୈନିକ ୧.୫ ରୁ ୨.୦ ଲିଟର ପାଣି ପିଆଯାଏ ।
(vii) ଖାଦ୍ୟରେ ତେଲ, ଚର୍ବି ଓ ମିଠାକୁ ପ୍ରାଧାନ୍ୟ ନଦେବା ଉଚିତ ।
(viii) ମସଲାଯୁକ୍ତ ଖାଦ୍ୟ ବର୍ଜନ କରିବା ଉଚିତ ।
(ix) ଯୋଗ, ଧ୍ୟାନ କିମ୍ବା ଗଭୀର ନିଃଶ୍ଵାସଦ୍ଵାରା ମାନସିକ ଚାପ ସନ୍ତୁଳନ କରାଯାଏ ।
(x) ପରିପାକ ସଂସ୍ଥାରେ ରୋଗ ଜୀବାଣୁ ପ୍ରବେଶ କଲେ ଚିକିତ୍ସକଙ୍କ ପରାମର୍ଶ ଗ୍ରହଣ କରାଯାଇଥାଏ ।

Question 3.
ରଙ୍ଗୀନ ମାଟି ବ୍ୟବହାର କରି, ପରିପାକ ସଂସ୍ଥାର ଏକ 3-D ମଡ଼େଲ୍‌ ପ୍ରସ୍ତୁତ କର ଏବଂ କଳା କାଗଜ ପଟି ବ୍ୟବହାର କରି ପରିପାକ ସଂସ୍ଥାର ସମସ୍ତ ଅଂଶକୁ ନାମାଙ୍କିତ କର ।
Answer:
ଶିକ୍ଷକଙ୍କ ପରାମର୍ଶ ଗ୍ରହଣକରି ଏହି କାର୍ଯ୍ୟ କରାଯାଇପାରିବ । ମାଟିକୁ ରଙ୍ଗୀନ କରିବା ପାଇଁ ଏଥୁରେ ଜୈବିକ ମୁରୁଜ ବ୍ୟବହାର କରାଯାଇପାରିବ ।

Class 7 Science Chapter 9 Question Answer Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା

Question 4.
ବାୟୁର ଗୁଣବତ୍ତା ଏବଂ AQI କ’ଣ ? ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ଲୋକ – ଚାଷୀ, କାରଖାନା କର୍ମଚାରୀ କିମ୍ବା ରାସ୍ତାକଡ଼ର ବିକ୍ରେତାଙ୍କ ଶ୍ଵାସକ୍ରିୟା ପ୍ରଣାଳୀ ଉପରେ ବାୟୁ ଗୁଣବତ୍ତାର ପ୍ରଭାବ ବିଷୟରେ ଅନୁସନ୍ଧାନ କର ।
Answer:
(a) ପ୍ରତ୍ୟେକ ଜୀବର ଜୀବନ ଧାରଣ ପାଇଁ ବାୟୁ ଅପରିହାର୍ଯ୍ୟ ଅଟେ । ବାୟୁକୁ ଆଖ‌ିରେ ଦେଖି ହୁଏ ନାହିଁ, କିନ୍ତୁ ଚର୍ମ ଦ୍ଵାରା ଏହାର ସ୍ଥିତି ଅନୁଭବ କରିହୋଇଥାଏ । ପୃଥ‌ିବୀକୁ ଘେରି ରହିଥ‌ିବା ଗ୍ୟାସୀୟ ଆବରଣକୁ ବାୟୁମଣ୍ଡଳ
କୁହାଯାଏ । ଏଥିରେ ୬୮% ଯବକ୍ଷାରଜାନ, ୨୧% ଅମ୍ଳଜାନ ଓ ଅନ୍ୟାନ୍ୟ ଗ୍ୟାସ୍ ୧% ରହିଥାଏ ।

(b) ପ୍ରାକୃତିକ ଉପାୟରେ ବା ମନୁଷ୍ୟଦ୍ଵାରା ସଂପାଦିତ ଅନେକ ରାସାୟନିକ ଓ ଜୈବିକ କ୍ରିୟା ଯୋଗୁଁ ଅବାଞ୍ଛିତ କଣିକା ସମୂହ ବାୟୁରେ ମିଶି ଏହାକୁ ପ୍ରଦୂଷିତ କରିଥାଏ । ମୁଖ୍ୟ ବାୟୁ ପ୍ରଦୂଷକଗୁଡ଼ିକ ହେଉଛି –
(i) କାର୍ବନ ଯୌଗିକ – CO2, CO
(ii) ଯବକ୍ଷାରୀୟ ଅକ୍ସାଇଡ୍ – NOx
(iii) ହାଇଡ୍ରୋକାର୍ବନ – CH
(iv) ସଲଫର ଅକ୍ସାଇଡ଼ – SOx
(v) କଣିକାରାଜି

(c) ବାୟୁ ଗୁଣବତ୍ତା ସୂଚାଙ୍କ (Air Quality Index ବା AQI) ହେଉଛି ବାୟୁ ବର୍ତ୍ତମାନ କେତେ ମାତ୍ରାରେ ପ୍ରଦୂଷିତ ହେବାର ପୂର୍ବାନୁମାନ କରାଯାଇଛି, ତାହାର ଏକ ଆକଳନ । ବାୟୁ ପ୍ରଦୂଷଣ ସ୍ତର ବୃଦ୍ଧି ପାଇଲେ, ଜନସ୍ୱାସ୍ଥ୍ୟ ବିପଦ ସହିତ AQI ମଧ୍ୟ ବୃଦ୍ଧି ପାଇଥାଏ ।

(d) ସ୍ଵଚ୍ଛ ଭାରତ ଅଭିଯାନ ଅଧୀନରେ ୧୭ ଡିସେମ୍ବର ୨୦୧୪ ରେ ନୂଆଦିଲ୍ଲୀରେ ଜାତୀୟ ବାୟୁ ଗୁଣବତ୍ତା ସୂଚକାଙ୍କ (NAQI) ଆରମ୍ଭ ହୋଇଥିଲା ।

AQI ମନ୍ତବ୍ୟ ସ୍ଵାସ୍ଥ୍ୟ ଉପରେ ପ୍ରଭାବ
0-50 ଭ ଲ ସର୍ବନିମ୍ନ ପ୍ରଭାବ
51-100 ସନ୍ତୋଷଜନକ ଶ୍ଵାସକ୍ରିୟାରେ ଅସୁବିଧା
101-200 ମଧ୍ୟମ ଧରଣର ନିଃଶ୍ଵାସ ନେବାରେ ଅସୁବିଧା
201-300 ଦୁର୍ବଳ ନିଃଶ୍ଵାସ ନେବାରେ ଅସୁବିଧା
301-400 ଗମ୍ଭୀର ଶ୍ଵାସକ୍ରିୟା ଜନିତ ରୋଗ
401-500 ବିପଦପୂର୍ଣ୍ଣ ଗମ୍ଭୀରଭାବେ ପ୍ରଭାବିତ କରେ

ବାୟୁ ପ୍ରଦୂଷଣ ବିଭିନ୍ନ ରୋଗର କାରଣ ହୋଇଥାଏ, ଯଥା –
(କ) ଶ୍ଵାସକ୍ରିୟାଜନିତ ରୋଗ :
(i) ଆଜ୍‌
(ii) COPD (କ୍ରନିକ୍ ବ୍ରୋନ୍‌କାଇଟିସ୍)
(iii) ଫୁସ୍‌ଫୁସ୍ ସଂକ୍ରମଣ (ନିମୋନିଆ)

(ଖ) ହୃଦ୍‌ରୋଗ :
(i) ହୃଦ୍‌ଘାତ ବା ଷ୍ଟ୍ରୋକ୍
(ii) ହୃଦ୍‌ଘାତ

(ଗ) କର୍କଟ ରୋଗ
(i) ଫୁସ୍‌ଫୁସ୍ କର୍କଟ
(ii) ସ୍ତନ କର୍କଟ
(iii) ଯକୃତ କର୍କଟ

(ଘ) ସ୍ନାୟୁଗତ ବିକାର :
(i) ନ୍ୟୁରୋଡ଼େଭଲପମେଣ୍ଟାଲ ସମସ୍ୟା
(ii) ମାର୍କସାନ୍ସ ରୋଗ

(ଙ) ଅନ୍ୟାନ୍ୟ ସ୍ଵାସ୍ଥ୍ୟ ପ୍ରଭାବ :
(i) ଅଙ୍ଗକ୍ଷତି (ବୃକ୍‌କ, ଯକୃତ, ଚକ୍ଷୁ)
(ii) ପ୍ରଜନନ ସମସ୍ୟା
(iii) ମେଟାବୋଲିକ୍ ଏବଂ ଇମ୍ୟୁନିଟି ବ୍ୟାଧୁ
(iv) ଚର୍ମରୋଗ

Class 7 Science Chapter 9 Question Answer Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା

(e) ବିଭିନ୍ନ ପ୍ରକାରର ପଥର, ବାଲି ଓ ମାଟିରେ ସିଲିକା ଭଳି ସ୍ଫଟିକ ରହିଥାଏ । ଏହି ସାମଗ୍ରୀ ସହିତ କାମ କରିବା ଦ୍ଵାରା ଦୀର୍ଘକାଳୀନ ଫୁସ୍‌ଫୁସ୍ ରୋଗ ହୋଇଥାଏ, ଏହାକୁ ସିଲିକୋସିସ୍ (Silicosis) କୁହାଯାଏ ।

(f) ଜ୍‌ସଷ୍ଟସ୍ ଓ ସିମେଣ୍ଟ କାରଖାନାରେ କାମ କରିବାଦ୍ଵାରା ଏକ ପ୍ରକାର ଫୁସ୍‌ଫୁସ୍ ସମ୍ବନ୍ଧୀୟ ରୋଗ ହୁଏ ଓ ତନ୍ତୁରେ ନିଃଶ୍ଵାସ ନେବା କଷ୍ଟ ହୋଇଥାଏ । ଏହି ରୋଗକୁ ଆଜ୍‌ବେଷ୍ଟୋସିସ୍ (Asbestosis) କୁହାଯାଏ ।

(g) ଲୁଗାକଳରେ କାମ କରୁଥିବା ଶ୍ରମିକମାନେ ତୁଳାର ତନ୍ତୁଦ୍ୱାରା ଆକ୍ରାନ୍ତ ହୋଇ ‘ଯେଉଁ ରୋଗର ସମ୍ମୁଖୀନ ହୋଇଥାନ୍ତି, ତାହାକୁ ବିସିନୋସିସ୍ (Byssinosis) କୁହାଯାଏ । ଚିନିକଳର ଶ୍ରମିକମାନେ ଆଖୁ ଛେଦାର ଧୂଳି ସଂସ୍ପର୍ଶରେ ଆସି ବାଗାସୋସିସ୍ (Bagasosis) ରୋଗରେ ଆକ୍ରାନ୍ତ ହୋଇଥା’ନ୍ତି । କୋଇଲା ଗୁଣ୍ଡର ପ୍ରଭାବରେ ଆଣ୍ଡ୍ରାକୋସିସ୍ (Antracosis) ରୋଗ ହୋଇଥାଏ ।

(h) ଉପରୋକ୍ତ ରୋଗମାନଙ୍କରେ ବ୍ୟକ୍ତିଠାରେ କାଶ ହେବା ଏକ ସାଧାରଣ ଲକ୍ଷଣ ଅଟେ । କାଶରେ କଫ ଓ ରକ୍ତ ପଡ଼ିପାରେ । ନିଃଶ୍ଵାସ ଓ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭୂତ ହୋଇଥାଏ । ବହୁ ରୋଗୀ ଯକ୍ଷ୍ମା ରୋଗରେ ମଧ୍ୟ ଆକ୍ରାନ୍ତ ହୋଇଥା’ନ୍ତି ।

Question 5.
ବାକ୍ସ – ଶ୍ଵାସକ୍ରିୟା (box-breating) କୌଶଳ ବିଷୟରେ ପଢ଼ (ଚିତ୍ର ରହିବ) । ଏହାର ଲାଭ କ’’ଣ ?
Class 7 Science Chapter 9 Question Answer Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା 5
Answer:
ବାକ୍ସ-ଶ୍ଵାସକ୍ରିୟା (Box-Breathing) ହେଉଛି ଏକ ଆରାମଦାୟକ କୌଶଳ ଯେଉଁଥରେ ୪ଟି ସମାନ ଲମ୍ବ ପଦକ୍ଷେପ ରହିଥାଏ ।
(i) 4 ସେକେଣ୍ଡ ପାଇଁ ପ୍ରଶ୍ଵାସ ନିଆଯାଏ ।
(ii) 4 ସେକେଣ୍ଡ ପାଇଁ ନିଃଶ୍ଵାସ ଧରି ରଖାଯାଏ ।
(iii) 4 ସେକେଣ୍ଡ ପାଇଁ ନିଃଶ୍ଵାସ ଛଡ଼ାଯାଏ ।
(iv) 4 ସେକେଣ୍ଡ ପାଇଁ ନିଃଶ୍ଵାସ ଧରି ରଖାଯାଏ ।
ଏହା ଚାପ ଏବଂ ଚିନ୍ତା ପରିଚାଳନା ପାଇଁ ଏକ ସରଳ କୌଶଳ ଅଟେ । ଏହା ଏକ ଶକ୍ତିଶାଳୀ ଉପକରଣ ଅଟେ । ଏହାଦ୍ଵାରା ଧ୍ୟାନ ବିଭ୍ରାନ୍ତିରୁ ଦୂରେଇହୁଏ । ମନରେ ଏକାଗ୍ରତା ସୃଷ୍ଟି ହୋଇଥାଏ । ଏହା ହୃଦସ୍ପନ୍ଦନକୁ ନିୟନ୍ତ୍ରଣ କରେ । ରକ୍ତଚାପ ହ୍ରାସ କରେ ଓ ମନକୁ ଶାନ୍ତ ରଖିବାରେ ସାହାଯ୍ୟ କରିଥାଏ ।

Class 7 Science Chapter 9 Question Answer Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା

Question 6.
ପକ୍ଷୀ ଏବଂ ସ୍ତନ୍ୟପାୟୀ ପ୍ରାଣୀଙ୍କ ଶ୍ଵାସକ୍ରିୟା ପାଇଁ ଫୁସ୍‌ଫୁସ୍ ଅଛି, କିନ୍ତୁ ପକ୍ଷୀମାନେ ଉପରେ ଉଡ଼ିପାରନ୍ତି ଯେଉଁଠାରେ ଅମ୍ଳଜାନ ସ୍ତର କମ୍ ଥାଏ । ଏପରି ପରିସ୍ଥିତିରେ ସେମାନଙ୍କ ଶ୍ଵାସକ୍ରିୟା ପ୍ରଣାଳୀର କିପରି ଉପଯୋଜନ ହୋଇଥିବ ?
Answer:
(a) ପକ୍ଷୀମାନଙ୍କର ଶ୍ଵାସକ୍ରିୟା ପ୍ରଣାଳୀ ଏକପାର୍ଶ୍ଵ ପକ୍ଷୀମାନେ ନିଃଶ୍ଵାସ ନେବା ସମୟରେ ତାଜା ଉପରେ ପ୍ରବାହିତ ହୋଇଥାଏ । ଅଟେ, ଯାହା ସେମାନଙ୍କୁ ଉଚ୍ଚ ଦକ୍ଷତା ପ୍ରଦାନ କରିଥାଏ । ଅମ୍ଳଜାନ ପରିପୂର୍ଣ୍ଣ ବାୟୁ ସବୁବେଳେ ଗ୍ୟାସ୍‌ ବିନିମୟ ପୃଷ୍ଠ
(b) ପତଳା କାନ୍ଥବିଶିଷ୍ଟ ବାୟୁ ଥଳିର ଏକ ଶୃଙ୍ଖଳ ଫୁସ୍‌ଫୁସ୍ ସହିତ ସଂଯୁକ୍ତ ହୋଇଥାଏ । ଏଗୁଡ଼ିକ ବାୟୁରେ ପୂର୍ଣ୍ଣ ହୋଇ ଖାଲି ହୋଇଯାଏ ଓ ତାଜା ବାୟୁର ପ୍ରବାହକୁ ନିଶ୍ଚିତ କରାଇଥାଏ ।
(c) ପକ୍ଷୀର ଫୁସ୍‌ଫୁସ୍ ଛୋଟ, କଠୋର ଏବଂ ଗୋଟିଏ ସ୍ଥାନରେ ସ୍ଥିର ହୋଇ ରହିଥାଏ । ଏଗୁଡ଼ିକ ବିସ୍ତାରିତ ହୁଅନ୍ତି ନାହିଁ । ବାୟୁ ଥଳିଗୁଡ଼ିକ ସେମାନଙ୍କ ମଧ୍ୟରେ ବାୟୁ ସ୍ଥାନାନ୍ତର ପାଇଁ ଆୟତନ ପରିବର୍ତ୍ତନ କରିଥାନ୍ତି ।
(d) ପକ୍ଷୀମାନଙ୍କ ଫୁସ୍‌ଫୁସ୍ ମଧ୍ୟରେ ଏକ ବୃହତ ଶ୍ଵାସକ୍ରିୟା ପୃଷ୍ଠ କ୍ଷେତ୍ର ରହିଥାଏ ଯାହା ଏକ ପତଳା ନଳୀର ଜାଲି ଅଟେ । ବାୟୁ ଏହି ନଳୀ ମଧ୍ଯରେ ପ୍ରବେଶ କରି ଦ୍ରୁତ ଅମ୍ଳଜାନ ଯୋଗାଇଥାଏ ।
(e) ସ୍ତନ୍ୟପାୟୀ ପ୍ରାଣୀଙ୍କ ତୁଳନାରେ ପକ୍ଷୀମାନେ ବାୟୁରୁ ପ୍ରାୟ ୨୫% ଅଧିକ ଅମ୍ଳଜାନ ବାହାର କରିପାରନ୍ତି, ଯାହା ଉଚ୍ଚସ୍ଥାନରେ ଉଡ଼ିବା ପାଇଁ ଏହାକୁ ଉପଯୋଜିତ କରିଥାଏ ।

ଶୂନ୍ୟସ୍ଥାନ ପୂରଣ କର ।

(i) ପାକସ୍ଥଳୀର ସବୁଠାରୁ ଲମ୍ବା ଅଂଶକୁ _______ କୁହାଯାଏ ।
Answer:
କ୍ଷୁଦ୍ରାନ୍ତ

(ii) ଯାହା ଶରୀରରେ ହଜମ ହୋଇ ପୁଷ୍ଟିସାଧନ କରେ ତାହାକୁ ______ କୁହାଯାଏ ।
Answer:
ଖାଦ୍ୟ

(iii) ଅମ୍ଳକୁ କ୍ଷାରରେ ପରିଣତ କରିବାକୁ ________ ରସ ସାହାଯ୍ୟ କରେ ।
Answer:
ଅଗ୍ନାଶୟ

(iv) ମାନବ ଶରୀରରେ ପୋଷକ ପରିବହନ _______ ଦ୍ଵାରା ସମ୍ଭବ ହୋଇଥାଏ ।
Answer:
ରକ୍ତ

(v) ସିଲିଆକ୍ ରୋଗରେ ଶରୀର ______ ନାମକ ପୁଷ୍ଟିସାର ସହିତ ପ୍ରତିକ୍ରିୟା କରେ ।
Answer:
ଗ୍ଲୁଟେନ୍

(vi) ମଳ _________ ପ୍ରକ୍ରିୟାଦ୍ଵାରା ଶରୀର ବାହାରକୁ ବାହାରି ଯାଏ ।
Answer:
ବହିଃଷ୍କରଣ

(vii) ଆମ ଶରୀରରେ _______ ଛାତିର ପଞ୍ଜରାଦ୍ଵାରା ସୁରକ୍ଷିତ ଅଟେ ।
Answer:
ଫୁସ୍‌ଫୁସ୍

(viii) ପୋଷକରୁ ଶକ୍ତି ଉତ୍ପାଦନ ପ୍ରକ୍ରିୟାକୁ ________ କୁହାଯାଏ ।
Answer:
ଶ୍ୱସନ

(ix) ମାନବ ଶରୀରର ଅର୍ଶକଠିନ ବର୍ଜ୍ୟ ପଦାର୍ଥକୁ _______ କୁହାଯାଏ ।
Answer:
ମଳ

(x) ବାୟୁ ନେବା ଓ ଛାଡ଼ିବା ପ୍ରକ୍ରିୟାକୁ ______ କୁହାଯାଏ ।
Answer:
ଶ୍ଵାସକ୍ରିୟା

Class 7 Science Chapter 9 Question Answer Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା

(xi) ପାକନଳୀର ବିଭିନ୍ନ ଅଂଶରୁ ________ କ୍ଷରିତ ହୋଇଥାଏ ।
Answer:
ପାଚକ ରସ

(xii) ପାଟି ଭିତରେ _______ ନିର୍ଗତ ହେବା ଯୋଗୁଁ ଓଦାଳିଆ ଲାଗିଥାଏ ।
Answer:
ଲାଳ

(xiii) ରୁଟି ଓ ଭାତରେ ________ ନାମକ ଶ୍ଵେତସାର ରହିଥାଏ ।
Answer:
ମଣ୍ଡଦ

(xiv) ମଣ୍ଡଦ _______ ସହ ପ୍ରତିକ୍ରିୟା କରି ଗାଢ଼ ନୀଳବର୍ଣ୍ଣ ଧାରଣ କରେ ।
Answer:
ଆୟୋଡ଼ିନ

(xv) ଲାଳର ଭାତ ସହିତ ରାସାୟନିକ ପ୍ରତିକ୍ରିୟା ଦ୍ଵାର। ମଣ୍ଡଦ _______ ରେ ପରି ଣତ ହୋଇଥାଏ ।
Answer:
ସରଳ ଶର୍କରା

ଉକ୍ତିଟି ଭୁଲ ଥିଲେ (✗) ଓ ଠିକ୍ ଥିଲେ (✓) ଚିହ୍ନ ଦିଅ । (ପ୍ରଶ୍ନ ସହ ଉତ୍ତର)

(i) ମଣିଷ ଓ ଅନ୍ୟ ପ୍ରାଣୀମାନେ ଖାଦ୍ୟରୁ ଶକ୍ତି ପାଇଥା’ନ୍ତି ।
Answer:
(✓)

(ii) ଆମେ ଦିନକୁ ୧ ଥର ଦାନ୍ତ ଘଷିବା ଉଚିତ ।
Answer:
(✗)

(iii) ଖାଦ୍ୟ ପାଟିରେ ଆଂଶିକ ଭାବେ ହଜମ ହୋଇଥାଏ ।
Answer:
(✓)

(iv) ବୃହଦନ୍ତ୍ରର ଲମ୍ବ ୨.୫ ମିଟର ଅଟେ ।
Answer:
(✗)

(v) ଗୋଟିଏ ଗାଈ ଦିନକୁ ୨ ଘଣ୍ଟା ପାକୁଳି କରିଥାଏ ।
Answer:
(✗)

(vi) ଲାଳ ଖାଦ୍ୟକୁ ଗିଳିବାରେ ସାହା। ଯ୍ୟ କରିଥାଏ ।
Answer:
(✓)

(viii) ଆଚାର ଏକ କିଣିତ୍ଵ ଖାଦ୍ୟ ଛୋଟ ।
Answer:
(✓)

Class 7 Science Chapter 9 Question Answer Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା

(vii) ବୃହଦନ୍ତ୍ର, କ୍ଷୁଦ୍ରାନ୍ତ ଅପେକ୍ଷା ଅଟେ ।
Answer:
(✓)

(ix) ଗାଈ ଏବଂ ମଇଁଷି ସର୍ବଭୋଜୀ ଅଟନ୍ତି ।
Answer:
(✗)

(x) ମନୁଷ୍ୟ ଶରୀରରେ ଖାଦ୍ୟ ପାକସ୍ଥଳୀର ରୁମେନ୍‌ରେ ରହେ ।
Answer:
(✗)

(xi) ପ୍ରଶ୍ଵାସ ବାୟୁ ନାସାପଥ ଦେଇ ଗତି କରେ ।
Answer:
(✓)

(xii) ଶ୍ଵାସକ୍ରିୟା ବିନା ଆମେ ଜୀବିତ ରହିପାରିବା ।
Answer:
(✗)

(xiii)ପାକୁଳି କରୁ ନଥିବା ପ୍ରାଣୀମାନଙ୍କୁ ରୋମନ୍ଥକ କୁହାଯାଏ ।
Answer:
(✗)

(xiv)ବୃହଦନ୍ତ୍ର, କ୍ଷୁଦ୍ରାନ୍ତ ଅପେକ୍ଷା ଚଉଡ଼ା ଅଟେ ।
Answer:
(✓)

(xv) ଖାଦ୍ୟ ହିଁ ଆମର ଔଷଧ, ମାତ୍ର ଔଷଧ ଖାଦ୍ୟ ନୁହେଁ ।
Answer:
(✓)

‘କ’ ସ୍ତମ୍ଭ ଓ ‘ଖ’ ସ୍ତମ୍ଭ ମଧ୍ଯରେ ସମ୍ପର୍କ ସ୍ଥାପନ କର । (ପ୍ରଶ୍ନ ସହ ଉତ୍ତର)

Question 1.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(a) ମହୁମାଛି ଭାସମାନ କ୍ଷୁଦ୍ର କଣିକା
(b) ଭାଙ୍ଗିବା ପ୍ରକ୍ରିୟା ଶ୍ଵେତସାର
(c) ଜଟିଳ ଉପାଦାନ ପରିପାକ
(d) ଜଳଚର ପ୍ରାଣୀ ମା’ର କ୍ଷୀର
(e) ଶିଶୁ ଓ ଶାବକ ମକରନ୍ଦ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(a) ମହୁମାଛି ମକରନ୍ଦ
(b) ଭାଙ୍ଗିବା ପ୍ରକ୍ରିୟା ପରିପାକ
(c) ଜଟିଳ ଉପାଦାନ ଶ୍ଵେତସାର
(d) ଜଳଚର ପ୍ରାଣୀ ଭାସମାନ କ୍ଷୁଦ୍ର କଣିକା
(e) ଶିଶୁ ଓ ଶାବକ ମା’ର କ୍ଷୀର

Class 7 Science Chapter 9 Question Answer Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା

Question 2.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(a) ପାକନଳୀ ଖାଦ୍ୟର ମନ୍ଥନ
(b) ଦାନ୍ତ ପୋଷକ ତତ୍ତ୍ଵର ଅବଶୋଷଣ
(c) ପାକସ୍ଥଳୀ ପାଟିରୁ ମଳଦ୍ଵାର ପର୍ଯ୍ୟନ୍ତ
(d) ପିତ୍ତ ଯାନ୍ତ୍ରିକ ପାଚନ
(e) କ୍ଷୁଦ୍ରାନ୍ତ୍ର ସ୍ନେହସାରକୁ କ୍ଷୁଦ୍ର କଣିକାରେ ପରିଣତ କରେ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(a) ପାକନଳୀ ପାଟିରୁ ମଳଦ୍ଵାର ପର୍ଯ୍ୟନ୍ତ
(b) ଦାନ୍ତ ଯାନ୍ତ୍ରିକ ପାଚନ
(c) ପାକସ୍ଥଳୀ ଖାଦ୍ୟର ମନ୍ଥନ
(d) ପିତ୍ତ ସ୍ନେହସାରକୁ କ୍ଷୁଦ୍ର କଣିକାରେ ପରିଣତ କରେ
(e) କ୍ଷୁଦ୍ରାନ୍ତ୍ର ପୋଷକ ତତ୍ତ୍ଵର ଅବଶୋଷଣ

Question 3.

‘

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(a) ପାକସ୍ଥଳୀ ୬ ମିଟର ଲମ୍ବା
(b) କ୍ଷୁଦ୍ରାନ୍ତ୍ର ଗହମ, ବାର୍ଲି ଓ ରାଇ
(c) ଯକୃତ ପିତ୍ତ
(d) ଗ୍ଲୁଟେନ୍ ପାଚକ ରସ, ଅମ୍ଳ, ଶ୍ଳେଷ୍ମା
(e) ମିଲେଟ୍ ବାଜରା, ମାଣ୍ଡିଆ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(a) ପାକସ୍ଥଳୀ ପାଚକ ରସ, ଅମ୍ଳ, ଶ୍ଳେଷ୍ମା
(b) କ୍ଷୁଦ୍ରାନ୍ତ୍ର ୬ ମିଟର ଲମ୍ବା
(c) ଯକୃତ ପିତ୍ତ
(d) ଗ୍ଲୁଟେନ୍ ଗହମ, ବାର୍ଲି ଓ ରାଇ
(e) ମିଲେଟ୍ ବାଜରା, ମାଣ୍ଡିଆ

Class 7 Science Chapter 9 Question Answer Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question 1.
ସଂକ୍ଷେପରେ ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
(a) ଆମ ଶରୀରରେ ଶ୍ଵାସନ ଓ ଶ୍ଵାସକ୍ରିୟା ପାଇଁ କେଉଁ ସଂସ୍ଥାନ ଅଛି ?
Answer:
ଶ୍ୱସନ ତନ୍ତ୍ର

(b) ଫୁସ୍‌ଫୁସ୍‌ରେ ଥ‌ିବା କ୍ଷୁଦ୍ର କୋଠରିଗୁଡ଼ିକୁ କ’ଣ କୁହାଯାଏ ?
Answer:
କୋଟରିକା

(c) କେଉଁ କୋଭିଡ଼୍ ଭୂତାଣୁ ଶ୍ଵାସତନ୍ତ୍ରକୁ ପ୍ରଭାବିତ କରିଥିଲା ?
Answer:
SARS-CoV-2

(d) ଶ୍ଵାସକ୍ରିୟାର କେଉଁ ପର୍ଯ୍ୟାୟରେ ପଞ୍ଜରା ହାଡ଼ଗୁଡ଼ିକ ଉପରକୁ ଠେଲି ହୋଇଯାଏ ?
Answer:
ପ୍ରଶ୍ଵାସ

(e) ଶ୍ଵାସକ୍ରିୟାର କେଉଁ ପର୍ଯ୍ୟାୟରେ ପଞ୍ଜରା ହାଡ଼ଗୁଡ଼ିକ ତଳକୁ ଠେଲି ହୋଇଯାଏ ?
Answer:
ନିଃଶ୍ୱାସ

Class 7 Science Chapter 9 Question Answer Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା

Question 2.
ସଂକ୍ଷେପରେ ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
(a) ଶ୍ୱସନ ସ୍ୱାସ୍ଥ୍ୟ, ମାନସିକ ଶାନ୍ତି ଓ ଏକାଗ୍ରତାକୁ ଉନ୍ନତ କରିବା ପାଇଁ କେଉଁ ପଦ୍ଧତି ଅବଲମ୍ବନ କରାଯାଏ ?
Answer:
ପ୍ରାଣାୟମ

(b) ସୁସ୍ଥତାକୁ ପ୍ରୋତ୍ସାହିତ କରିବା ପାଇଁ କେଉଁ କୌଶଳ ଅବଲମ୍ବନ କରାଯାଏ ?
Answer:
ଗଭୀର ଶ୍ଵାସକ୍ରିୟା

(c) ଚୂନପାଣି କାହା ସହ ପ୍ରତିକ୍ରିୟା କଲେ କ୍ଷୀର ଭଳି ଧଳା ରଙ୍ଗ ଧାରଣ କରେ ?
Answer:
ଅଙ୍ଗାରକାମ୍ଳ

(d) ଶ୍ଵାସକ୍ରିୟା ସମୟରେ ଆମେ କେଉଁ ପ୍ରକାର ବାୟୁ ଗ୍ରହଣ କରୁ ?
Answer:
ଅଧିକ ଅମ୍ଳଜାନ ଥ‌ିବା ବାୟୁ

(e) ନିଃଶ୍ଵାସ ସମୟରେ ଆମେ କେଉଁ ପ୍ରକାର ବାୟୁ ଛାଡ଼ିଥାଉ ?
Answer:
ଅଧିକ ଅଙ୍ଗାରକାମ୍ଳ ଥିବା ବାୟୁ

Question 3.
ସଂକ୍ଷେପରେ ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
(a) ନିଃଶ୍ଵାସ ବାୟୁରେ ଆମେ ପ୍ରଶ୍ଵାସରେ ନେଉଥ‌ିବା ବାୟୁ ଅପେକ୍ଷା ଅଧ‌ିକ କେଉଁ ଗ୍ୟାସ ରହିଥାଏ ?
Answer:
ଅଙ୍ଗାରକାମ୍ଳ

(b) ଶ୍ଵାସକ୍ରିୟା ମାଧ୍ୟମରେ ବାହାରୁ ତାଜା ପବନ କେଉଁଠାରେ ପ୍ରବେଶ କରି କୋଟରିକାକୁ ପୂର୍ଣ୍ଣ କରେ ?
Answer:
ଫୁସ୍‌ଫୁସ୍

Class 7 Science Chapter 9 Question Answer Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା

(c) ଗ୍ଲୁକୋଜ + ଅମ୍ଳଜାନ → CO2 + ଜଳ + ଶକ୍ତି
ଏହା କେଉଁ ପ୍ରକ୍ରିୟାର ସମୀକରଣ ଅଟେ ?
Answer:
ଶ୍ୱସନ

(d) କେଉଁ ପ୍ରକ୍ରିୟାରେ ଶରୀର ଭିତରକୁ ଅମ୍ଳଜାନ ଆସେ ଓ ଅଙ୍ଗାରକାମ୍ଳ ବାହାରିଯାଏ ?
Answer:
ଶ୍ଵାସକ୍ରିୟା

(e) ଶ୍ଵାସକ୍ରିୟା ଓ ଶ୍ୱସନ କେଉଁ ପ୍ରକାର ପ୍ରକ୍ରିୟା ଅଟନ୍ତି ?
Answer:
ଭୌତିକ, ରାସାୟନିକ

Question 4.
କାହାକୁ କୁହନ୍ତି ସଂକ୍ଷେପରେ ଲେଖ । (ପ୍ରଶ୍ନ ସହ ଉତ୍ତର)
(a) ଖାଦ୍ୟ (Food) : ଯାହା ଶରୀରରେ ହଜମ ହୋଇ ଆମର ପୁଷ୍ଟିସାଧନ କରିବା ସହିତ, ଶରୀର ବୃଦ୍ଧି ଓ ବିକାଶରେ ସାହାଯ୍ୟ କରେ ଏବଂ କୌଣସି ସମସ୍ୟା ସୃଷି କରି ନଥାଏ, ତାହାକୁ ଖାଦ୍ୟ କୁହାଯାଏ । ଖାଦ୍ୟ ହିଁ ଆମର ଔଷଧ, ମାତ୍ର ଔଷଧ ଖାଦ୍ୟ ନୁହେଁ ।

(b) ପାକନଳୀ (Digestive tract) : ମଣିଷ ସମେତ ଅନ୍ୟ ପ୍ରାଣୀମାନେ ଖାଦ୍ୟରୁ ଶକ୍ତି ପାଇଥା’ନ୍ତି । ଖାଦ୍ୟରେ ଶ୍ଵେତସାର, ପୁଷ୍ଟିସାର ଓ ସ୍ନେହସାର ଭଳି ଜଟିଳ ଉପାଦାନ ରହିଥାଏ । ଏହି ଜଟିଳ ଉପାଦାନଗୁଡ଼ିକୁ ସରଳ ରୂପରେ ଭାଙ୍ଗିବା ପ୍ରକ୍ରିୟା ଯେଉଁ ଲମ୍ବା ନଳୀରେ ହୋଇଥାଏ, ତାହାକୁ ପାକନଳୀ କୁହାଯାଏ ।

(c) ଜୀବନ ପ୍ରକ୍ରିୟା (Life process) : ପୋଷଣ, ରକ୍ତ ସଂଚାଳନ, ଶ୍ଵାସନ, ରେଚନ, ପ୍ରଜନନ ପ୍ରଭୃତି ଜୀବଜନ୍ତୁଙ୍କ ବଞ୍ଚିବା ପାଇଁ ଅପରିହାର୍ଯ୍ୟ ଅଟେ । ଶରୀରରେ ସମନ୍ବିତ ଭାବେ ହେଉଥ‌ିବା ଏହିପରି ଅସଂଖ୍ୟ ଜୈବ ରାସାୟନିକ ପ୍ରକ୍ରିୟାକୁ ସାମୂହିକ ଭାବେ ଜୀବନ ପ୍ରକ୍ରିୟା କୁହାଯାଏ ।

(d) ପରିପାକ ସଂସ୍ଥା (Digestive system) : ମାନବର ପରିପାକ ସଂସ୍ଥା ଏକ ପାକନଳୀକୁ ନେଇ ଗଠିତ । ମୁଖଗହ୍ଵର, ଗ୍ରାସନଳୀ, ପାକସ୍ଥଳୀ, କ୍ଷୁଦ୍ରାନ୍ତ୍ର, ବୃହଦନ୍ତ୍ର ଓ ମଳଦ୍ଵାର ଏବଂ ଏହା ସହ ସମ୍ପୃକ୍ତ ଯକୃତ ଓ ଅଗ୍ନାଶୟକୁ ନେଇ ପାକନଳୀ ଗଠିତ ହୋଇଥାଏ ।

(e) ପାଚକ ରସ (Digestive juice) : ପାକନଳୀ ମଧ୍ୟଦେଇ ଖାଦ୍ୟ ଗତି କରୁଥିବା ସମୟରେ ଏହାର ବିଭିନ୍ନ ଅଂଶରୁ କ୍ଷରିତ ଯେଉଁ ରାସାୟନିକ ପଦାର୍ଥ ଜଟିଳ ଉପାଦାନଗୁଡ଼ିକୁ ସରଳ ଉପାଦାନରେ ପରି ଣତ କରେ, ତାହାକୁ ପାଚକ ରସ କୁହାଯାଏ ।

(f) ଯାନ୍ତ୍ରିକ ପାଚନ (Mechanical digestion) : ଖାଦ୍ୟ ପ୍ରଥମେ ପାଟିକୁ ଯାଇଥାଏ । ଦାନ୍ତ ଏହାକୁ ଚୋବାଇ, ପେଷି ଛୋଟ ଛୋଟ ଖଣ୍ଡରେ ପରିଣତ କରେ । ଖାଦ୍ୟକୁ ସୂକ୍ଷ୍ମ ଛୋଟ ଛୋଟ ଖଣ୍ଡରେ ପରିଣତ କରିବାର ଏହି ପ୍ରକ୍ରିୟାକୁ ଯାନ୍ତ୍ରିକ ପାଚନ କୁହାଯାଏ ।

(g) ପରିପାକ (Digestion) : ଶରୀରରେ ଜଟିଳ ଖାଦ୍ୟ ଉପାଦାନଗୁଡ଼ିକୁ ସରଳ ରୂପରେ ଭାଙ୍ଗିବାର ପ୍ରକ୍ରିୟାକୁ ପରିପାକ କୁହାଯାଏ । ଲାଳର ଭାତ ସହିତ ରାସାୟନିକ କ୍ରିୟାଦ୍ଵାରା ମଣ୍ଡଦ ସରଳ ଶର୍କରାରେ ପରି ଣତ ହୋଇଥାଏ । ଖାଦ୍ୟ ପାଟିରେ ଆଂଶିକ ଭାବେ ହଜମ ହୋଇଥାଏ ।

(h) ଖାଦ୍ୟନଳୀ (Food_pipe) : ଖାଦ୍ୟ ଚୋବାଇବା ବେଳେ ଲାଳ ଏହାକୁ ଆଦ୍ର, ନରମ ଏବଂ ଗିଳିବା ପାଇଁ ସହଜ କରିଥାଏ । ଜିଭ ଚୋବା ଯାଇଥ‌ିବା ଖାଦ୍ୟକୁ ଲାଳ ସହିତ ମିଶ୍ରଣ କରି ଏହାକୁ ଯେଉଁ ନରମ, ଲମ୍ବା ଓ ନମନୀୟ ନଳୀ ମଧ୍ୟକୁ ଠେଲିଥାଏ, ତାହାକୁ ଖାଦ୍ୟନଳୀ କୁହାଯାଏ । ଏହା ଭିତରେ ଦେଇ ଖାଦ୍ୟ ଆପେ ଆପେ ତଳକୁ ଯାଇଥାଏ ।

Class 7 Science Chapter 9 Question Answer Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା

(i) ପାକସ୍ଥଳୀ (Stomach) : ଖାଦ୍ୟନଳୀରୁ ଖାଦ୍ୟ ପାକସ୍ଥଳୀ ଭିତରକୁ ଠେଲି ହୋଇଯାଏ । ପାକସ୍ଥଳୀର କାନ୍ଥର ସଙ୍କୋଚନ ଓ ଶିଙ୍ଖଳନ ଫଳରେ ଖାଦ୍ୟର ମନ୍ଥନ ଘଟିଥାଏ ଓ ମନ୍ତ୍ରିତ ଖାଦ୍ୟ ସହିତ ପାଚନ ରସ, ଅମ୍ଳ ଇତ୍ୟାଦି ମିଶିଥାଏ । ପାକସ୍ଥଳୀରେ ଥିବା ପାଚକ ରସ ପୁଷ୍ଟିସାରକୁ ଭାଙ୍ଗି ସରଳ ଉପାଦାନରେ ପରିଣତ କରେ ।

(j) କ୍ଷୁଦ୍ରାନ୍ତ (Small intestine) : ପାକସ୍ଥଳୀରୁ ଆଂଶିକ ଭାବେ ହଜମ ହୋଇଥିବା ଖାଦ୍ୟ କ୍ଷୁଦ୍ରାନ୍ତକୁ ଆସିଥାଏ । ଏହାର ଲମ୍ବ ପ୍ରାୟ ୬ ମି. ଅଟେ । ଏହା ପାକସ୍ଥଳୀର ସବୁଠାରୁ ଲମ୍ବା ଅଂଶ ଅଟେ । ଏହା ୩ ଟି ଉତ୍ସରୁ କ୍ଷରିତ ପାଚକ ରସ ଗ୍ରହଣ କରି ଥାଏ, ଯଥା : କ୍ଷୁଦ୍ରାନ୍ତର ଭିତର ଆସ୍ତରଣ, ଯକୃତ ଓ ଅଗ୍ନାଶୟ ।

(k) ପିତ୍ତ (Bile) : ଯକୃତ ସାମାନ୍ୟ କ୍ଷାରୀୟ ପ୍ରକୃତିର ପିତ୍ତ ଧାରଣ କରିଥାଏ । ଏହା ପାକସ୍ଥଳୀରୁ ତଳକୁ ଯାଉଥ‌ିବା ଖାଦ୍ୟରେ ମିଶି ଅମ୍ଳକୁ ନିରପେକ୍ଷ କରେ ଓ ସ୍ନେହସାରକୁ କ୍ଷୁଦ୍ର ଶିଳରେ ଭାଙ୍ଗି ଦଏ, ଯାହା । ଏହାର ପରିପାକକୁ ସହଜ କରିଥାଏ ।

(l) ଅଗ୍ନାଶୟ (Pancreas) : ଏହି ଗ୍ରନ୍ଥି ଖାଦ୍ୟନଳୀର ବାହାରେ ରହିଥାଏ । ଏହି ଗ୍ରନ୍ଥିରୁ ଅଗ୍ନାଶୟ ରସ କ୍ଷରିତ ହୁଏ । ଏହା କ୍ଷାରୀୟ ପ୍ରକୃତିର ଅଟେ । ଏହାର ଉପସ୍ଥିତି ଅମ୍ଳକୁ ନିରପେକ୍ଷ କରିବାରେ ସାହାଯ୍ୟ କରେ । ଏହି ରସ ଶ୍ଵେତସାର, ପୁଷ୍ଟିସାର ଓ ସ୍ନେହସାରକୁ ସରଳ କରିଥାଏ ।

(m) ଅବଶୋଷଣ (Absorption) : ପରିପାକ ହୋଇଥ‌ିବା ପୋଷକତତ୍ତ୍ଵ ଗୁଡ଼ିକ କ୍ଷୁଦ୍ରାନ୍ତରୁ ଏହାର କାନ୍ଥରେ ଥ‌ିବା ରକ୍ତବାହୀ ନଳୀର ପ୍ରବାହିତ ରକ୍ତକୁ ପ୍ରବେଶ କରିଥା’ନ୍ତି । ଏହି ପ୍ରକ୍ରିୟାକୁ ପୋଷକ ତତ୍ତ୍ଵର ଅବଶୋଷଣ କୁହାଯାଏ । ପୋଷକ ତତ୍ତ୍ଵଗୁଡ଼ିକ ଶରୀରକୁ ଶକ୍ତି ପ୍ରଦାନ କରନ୍ତି ।

(n) ସିଲିଆକ୍ ରୋଗ (Celiac disease) : ଏହି ରୋଗରେ ଶରୀର ଗ୍ଲୁଟେନ୍ ନାମକ ପୁଷ୍ଟିସାର ସହିତ ପ୍ରତିକ୍ରିୟା କରିଥାଏ । ଗହମ, ବାର୍ଲି ଏବଂ ରାଇରେ ଗ୍ଲୁଟେନ୍ ଥାଏ । ଏହି ପ୍ରତିକ୍ରିୟାରେ କ୍ଷୁଦ୍ରାନ୍ତର ଭିତର ଆନ୍ତରଣ କ୍ଷତି ଗ୍ରସ୍ତ ହୋଇଥାଏ । ମିଲେଟ୍ ଜାତୀୟ ଖାଦ୍ୟଗ୍ରହଣ ଏହାର ଉତ୍ତମ ବିକଳ୍ପ ଅଟେ ।

(o) ବୃହଦନ୍ତ୍ର (Large intestine) : କ୍ଷୁଦ୍ରାନ୍ତରେ ଖାଦ୍ୟର ପାଚନ ଓ ଶୋଷଣ ଶେଷ ହେବା ପରେ ଖାଦ୍ୟ ବୃହଦନ୍ତ୍ରରେ ପ୍ରବେଶ କରିଥାଏ । ଏହାର ଲମ୍ବ ପ୍ରାୟ ୧.୫ ମିଟର ଅଟେ । ଏହା କ୍ଷୁଦ୍ରାନ୍ତ ଅପେକ୍ଷା ଛୋଟ । ଏହା ଖାଦ୍ୟରୁ ପାଣି ଏବଂ କିଛି ଲବଣ ଶୋଷଣ କରି ବର୍ଜ୍ୟ ପଦାର୍ଥକୁ ଅର୍ଦ୍ଧ-କଠିନ କରିଥାଏ ଓ ଏହାକୁ ମଳ କୁହାଯାଏ ।

(p) ବହିଃଷ୍କର ଣ (Egestion) : ମଳ, ମଳାଶୟରେ ସଞ୍ଚିତ ହୋଇ ରହେ । ଫଳ, ପନିପରିବା ଏବଂ ଅକାଣ୍ଡିଆ ଶସ୍ୟ ଭଳି ତନ୍ତୁଯୁକ୍ତ ଖାଦ୍ୟ ଖାଇବାଦ୍ଵାରା ବୃହଦନ୍ତ୍ର ଠିକ୍ ଭାବେ କାର୍ଯ୍ୟ କରେ ଓ ମଳ ସହଜରେ ବାହାରିଯାଏ । ମଳ ଯେଉଁ ପ୍ରକ୍ରି ୟାଦ୍ଵାରା ମଳଦ୍ଵାର ଦେଇ ବାହାରକୁ ନିଷ୍କାସିତ ହୁଏ ତାହାକୁ ବହିଃଷ୍କରଣ କୁହାଯାଏ ।

Class 7 Science Chapter 9 Question Answer Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା

(q) କିଵିତ ଖାଦ୍ୟ (Fermented food) : ଦହି, ଘୋଳ ଦହି, ଶ୍ରୀଖଣ୍ଡ, କାଞ୍ଜି, ଆଚାର, ଏଣ୍ଡୁରି ପିଠା ଏବଂ ପଖାଳଭାତ ଇତ୍ୟାଦି ପଦାର୍ଥ ଅଣୁଜୀବମାନଙ୍କ ଦ୍ଵାରା ବିଘଟିତ ହୋଇଥାଏ । ଏହିପରି ତନ୍ତୁଯୁକ୍ତ ଖାଦ୍ୟ ଏବଂ ବିଶେଷକରି କିତ୍ସିତ ଖାଦ୍ୟ ସୁସ୍ଥ ପାଚନ ପ୍ରଣାଳୀ ପାଇଁ ଉତ୍ତମ ଅଟେ ।

(r) ରୋମନ୍ଥକ (Ruminant) : କେତେକ ତୃଣଭୋଜୀ ପ୍ରାଣୀ ଖାଦ୍ୟକୁ ପାକସ୍ଥଳୀର ପ୍ରଥମ ଭାଗରେ ରଖୁ’ନ୍ତି । ଏହି ଆଂଶିକ ପାଚିତ ଖାଦ୍ୟ ଗୁଳା ଆକାରରେ ପାଟିକୁ ଫେରି ଆସିଥାଏ । ଏହାକୁ ପୁନଶ୍ଚ ଚୋବାଇ ବ୍ୟବହାର କରାଯାଇଥାଏ । ଏହି ପ୍ରକ୍ରିୟାକୁ ରୋମନ୍ଥନ (ପାକୁଳି) ଓ ପ୍ରାଣୀମାନଙ୍କୁ ରୋମନ୍ଥକ କୁହାଯାଏ ।

(s) ଗିଜାର୍ଡ (Gizzard) : ପକ୍ଷୀମାନଙ୍କର ଦାନ୍ତ ନଥାଏ, କିନ୍ତୁ ସେମାନଙ୍କର ପାକସ୍ଥଳୀ ତଳକୁ ଏକ କୋଠରି ଥାଏ, ଯାହାକୁ ଗି ଜାର୍ଡ଼ କୁହାଯାଏ । ଏହାର କାନ୍ଥର ସଙ୍କୋଚନ ଓ ଶିଥୁଳନ ତଥା ପକ୍ଷାମାନେ ପ୍ରାୟତଃ ଗିଳି ଦେଉଥ‌ିବା ଛୋଟ ଗୋଡ଼ି ସାହାଯ୍ୟରେ ଖାଦ୍ୟ ଛୋଟ ଛୋଟ ଖଣ୍ଡରେ ପରିଣତ ହୁଏ ।

(t) ଶ୍ଵାସନ (Respiration) : ପୋଷକ ଦ୍ରବ୍ୟ ଶରୀର ଗଠନ ଓ ମରାମତିରେ ସାହାଯ୍ୟ କରିଥାଏ । ଯେଉଁ ପ୍ରକ୍ରିୟାଦ୍ଵାରା ପୋଷକ ପଦାର୍ଥ ବ୍ୟବହାରଯୋଗ୍ୟ ଶକ୍ତିରେ ରୂପାନ୍ତରିତ ହୁଏ, ତାହାକୁ ଶ୍ଵାସନ କୁହାଯାଏ । ଏହାଦ୍ଵାରା ଖାଦ୍ୟର ଦହନ ଘଟି ଶକ୍ତି ମୁକ୍ତ ହେବା ସହିତ ଅଙ୍ଗାରକାମ୍ଳ ନିର୍ଗତ ହୁଏ ।

(u) ଶ୍ଵାସକ୍ରିୟା (Breathing) : ବାୟୁ ନେବା ଏବଂ ଛାଡ଼ିବା ପ୍ରକ୍ରିୟାକୁ ଶ୍ଵାସକ୍ରିୟା କୁହାଯାଏ । ଶ୍ଵାସକ୍ରିୟା ବିନା ବଞ୍ଚିବା ଅସମ୍ଭବ ଅଟେ । ଆମେ ଅମ୍ଳଜାନ ଗ୍ରହଣ କରିବା ଏବଂ ଅଙ୍ଗାରକାମ୍ଳ ତ୍ୟାଗ କରିବା ପାଇଁ ନିରନ୍ତର ପ୍ରଶ୍ଵାସ ନେଉ ଓ ନିଃଶ୍ଵାସ ଛାଡୁ । ମନୁଷ୍ୟ ବ୍ୟତୀତ ଉଭିଦ ଓ ଅନ୍ୟାନ୍ୟ ପ୍ରାଣୀମାନେ ମଧ୍ୟ ଶ୍ଵାସକ୍ରିୟା କରିଥା’ନ୍ତି ।

(v) ଶ୍ଵାସନ ତନ୍ତ୍ର (Respiratory system) : ଆମ ଶରୀରରେ ଶ୍ଵାସକ୍ରିୟା ଓ ଶ୍ଵାସନ ପାଇଁ ଯେଉଁ ନିର୍ଦ୍ଦିଷ୍ଟ ତନ୍ତ୍ର ରହିଛି ତାହାକୁ ଶ୍ଵାସନ ତନ୍ତ୍ର କୁ ହାଯାଏ । ଶ୍ଵ ସନ ତନ୍ତ୍ରରେ ଗ୍ୟାସଗୁଡ଼ିକର ବିନିମୟ ଏକ ନିର୍ଦ୍ଦିଷ୍ଟ ପଥ ଅନୁସରଣ କରେ । ଯେଉଁ ପଥରେ ବାୟୁ ଗ୍ରହଣ ଓ ନିଷ୍କାସିତ ହୋଇଥାଏ, ତାହାର ବିଭିନ୍ନ ଅଂଶ ଶ୍ଵାସନ ତନ୍ତ୍ରର ଅନ୍ତର୍ଭୁକ୍ତ ଅଟେ ।

(w) ପ୍ରଶ୍ଵାସ (Inhalation) : ପର ର ଶ୍ଵାସ ପ୍ରଶ୍ଵାସ ଅଟେ । ଏହି ପ୍ରକ୍ରିୟାରେ ଆମେ ବାହାର ବାୟୁ ଗ୍ରହଣ କରି ଥାଉ । ଏହି ସମୟରେ ପଞ୍ଜରା ହାଡ଼ଗୁଡ଼ିକ ଉପରକୁ ଏବଂ ବାହାରକୁ ଠେଲି ହୋଇଯିବାରୁ ଛାତି ବିସ୍ତାରିତ ହୁଏ ଓ ଆୟତନ ବୃଦ୍ଧିପାଏ ।

(x) ନିଃଶ୍ଵାସ (Exhalation) : ନିଜର ଶ୍ଵାସ ନିଃଶ୍ଵାସ ଅଟେ । ଏହି ପ୍ରକ୍ରିୟାରେ ଆମେ ନିଜ ଶରୀରରୁ ବାୟୁ ନାକ ବାଟଦେଇ ବାହାରକୁ ଛାଡ଼ିଥାଉ । ଏହି ସମୟରେ ପଞ୍ଜରାଗୁଡ଼ିକ ତଳକୁ ଏବଂ ଭିତରକୁ ଗତି କରିଥାଏ । ମଧ୍ଯଚ୍ଛଦା ଉପରକୁ ଉଠିଥାଏ । ଛାତି ଭିତରେ ସ୍ଥାନ ହ୍ରାସ ପାଏ ଓ ଫୁସ୍‌ଫୁସ୍‌ରୁ ବାୟୁ ବାହାରକୁ ଠେଲି ହୋଇଯାଏ ।

(y) ଶ୍ଵାସନ (Respiration) : ଯେତେବେଳେ ଆମେ ଖାଦ୍ୟ ଖାଉ, ଆମର ଶରୀର ଏହାକୁ ଶର୍କରା (ଗ୍ଲୁକୋଜ୍) ଭଳି ସରଳ ପଦାର୍ଥରେ ପରିଣତ କରେ । ଶକ୍ତି ମୁକ୍ତ କରିବା ପାଇଁ ଅମ୍ଳଜାନ ଗ୍ଲୁକୋଜ୍‌କୁ ଭାଙ୍ଗିବାରେ ସାହାଯ୍ୟ କରେ । ଏହି ପ୍ରକ୍ରିୟାକୁ ଶ୍ଵାସନ କୁହାଯାଏ ।

Class 7 Science Chapter 9 Question Answer Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା

(z) ଗାଲି (Gill) : ମାଛ ପରି ଅଧିକାଂଶ ଜଳଚର ପ୍ରାଣୀମାନଙ୍କ ଶରୀରରେ ବିଶେଷ ଗଠନ ରହିଥାଏ, ଯାହାକୁ ଗାଲି କୁହାଯାଏ । ଏଗୁଡ଼ିକ ପ୍ରଚୁର ପରିମାଣରେ ରକ୍ତବାହୀ ନଳୀ ଧାରଣ କରିଥା’ନ୍ତି । ରକ୍ତ ଏବଂ ପାଣିରେ ଦ୍ରବୀଭୂତ ଗ୍ୟାସ୍ ମଧ୍ଯରେ ଅମ୍ଳଜାନ ଓ ଅଙ୍ଗାରକାମ୍ଳର ବିନିମୟ ଗାଲିରେ ସଂଘଟିତ ହୁଏ ।

(z1) ଉପଯୋଜନ (Adaptation) : ବେଙ୍ଗ ପରି ଉଭୟଚର ପ୍ରାଣୀମାନେ ଉଭୟ ସ୍ଥଳଭାଗ ଓ ଜଳଭାଗରେ ବାସ କରନ୍ତି, ସେମାନେ ଜୀବନର ବିଭିନ୍ନ ପର୍ଯ୍ୟାୟରେ ଶ୍ଵାସକ୍ରିୟା ପାଇଁ ଶରୀରର ବିଭିନ୍ନ ଅଂଶ ବ୍ୟବହାର କରନ୍ତି । ବେଙ୍ଗଫୁଲା ଗାଲିଦ୍ଵାରା ଓ ବେଙ୍ଗ ଫୁସ୍‌ଫୁସ୍‌ ଦ୍ଵାର। ଶ୍ଵାସକ୍ରିୟା କରେ । ଏ ପ୍ରକାର ଉପଯୋଜନ ସେମାନଙ୍କୁ ଜଳ ଏବଂ ସ୍ଥଳଭାଗ ଉଭୟରେ ବଞ୍ଚିବାପାଇଁ ସାହାଯ୍ୟ କରେ ।

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question 1.
ଖାଦ୍ୟ କ’ଣ ? ବିଭିନ୍ନ ପ୍ରକାର ପ୍ରାଣୀମାନେ କିପରି ଖାଦ୍ୟ ଗ୍ରହଣ କରନ୍ତି ?
Answer:

  • ଯାହା ହଜମ ହୁଏ, ଶରୀରର ପୁଷ୍ଟିସାଧନ କରେ, ବୃଦ୍ଧି ଓ ବିକାଶରେ ସାହାଯ୍ୟ କରେ ଏବଂ ଶରୀରରେ କୌଣସି ସମସ୍ୟା ସୃଷ୍ଟିକରେ ନାହିଁ ତାହାକୁ ଖାଦ୍ୟ କୁହାଯାଏ ।
  • ମହୁମାଛି ମାନେ ଫୁଲର ମକରନ୍ଦ ଶୋଷି ଖାଇଥା’ନ୍ତି । ମଣିଷ ପରି ଜୀବଙ୍କର ଶି ଶୁ ମାନେ ସେମାନ ଙ୍କ ମା’ କ୍ଷୀର ଖାଇଥା’ନ୍ତି । ଅଜଗର ପରି ସାପମାନେ ଶିକାର କରୁଥିବା ପ୍ରାଣୀମାନଙ୍କୁ ଗିଳି ଦିଅନ୍ତି ।
  • କିଛି ଜଳଚର ପ୍ରାଣୀ ନିକଟବର୍ତ୍ତୀ ଭାସମାନ କ୍ଷୁଦ୍ର କଣିକାଗୁଡ଼ିକୁ ଛାଣି ଖାଇଯାଆନ୍ତି ।

Question 2.
ପରିପାକ ପ୍ରକ୍ରିୟା କହିଲେ କ’ଣ ବୁଝ ?
Answer:

  • ମଣିଷ ଓ ପ୍ରାଣୀମାନେ ଖାଦ୍ୟରୁ ଶକ୍ତି ପାଇଥା’ନ୍ତି । ଏହା ସେମାନଙ୍କୁ ସାଧାରଣ କାମ କରିବା, ଚିନ୍ତା କରିବା, ଚାଲିବା ଇତ୍ୟାଦି କାର୍ଯ୍ୟ କରିବା ପାଇଁ ଶକ୍ତି ଯୋଗାଏ ।
  • ଖାଦ୍ୟରେ ଶ୍ଵେତସାର, ପୁଷ୍ଟିସାର ଏବଂ ସ୍ନେହସାର ଭଳି ଜଟିଳ ଉପାଦାନ ରହିଥାଏ । ଶରୀରରେ ଏହି ଉପାଦାନଗୁଡ଼ିକୁ ସିଧାସଳଖ ବ୍ୟବହୃତ ହୋଇପାରେ ନାହିଁ, ଏଣୁ ଏଗୁଡ଼ିକୁ ସରଳରୂପରେ ଭାଙ୍ଗିବାକୁ ପଡ଼ିଥାଏ ।
  • ଏହି ଭାଙ୍ଗିବା ପ୍ରକ୍ରିୟାକୁ ପରିପାକ ପ୍ରକ୍ରିୟା କୁହାଯାଏ । ଶରୀରରେ ଏହା ପାକନଳୀ ବା ଖାଦ୍ୟନଳୀରେ ସମ୍ପାଦିତ ହୋଇଥାଏ ।

Question 3.
ଲାଳ ଖାଦ୍ୟର ଉପାଦାନଗୁଡ଼ିକୁ ଭାଙ୍ଗି ବାରେ ସାହାଯ୍ୟ କରେ । ଏହା କିପରି ପରୀକ୍ଷା କରିବ ?
‍Answer:

  1. ରୁଟିର ଏକ ଛୋଟ ଖଣ୍ଡ ବା କିଛି ଭାତ ପାଟିରେ ନିଆଯାଉ । ଏହାକୁ ୩୦-୬୦ ସେକେଣ୍ଡ ପାଇଁ ଭଲଭାବରେ ଚୋବାଯାଉ ।
  2. ପ୍ରଥମେ ରୁଟି କିମ୍ବା ଭାତର ସାଧାରଣ ସ୍ଵାଦ ଜଣାପଡ଼େ, କିନ୍ତୁ କ୍ରମାଗତ ଚୋବାଇବା ପରେ ଏହା ମିଠା ଲାଗିବାକୁ ଆରମ୍ଭ କରେ ।
  3. ରୁଟି ଓ ଭାତରେ ମଣ୍ଡଦ ନାମକ ଶ୍ଵେତସାର ଥାଏ । ଆମର ଲାଳରେ ଏକ ପାଚକ ରସ ଥାଏ, ଯାହା ମଣ୍ଡଦକୁ ସରଳ ଶର୍କରାରେ ଭାଙ୍ଗିବାରେ ସାହାଯ୍ୟ କରେ । ମଣ୍ଡଦଯୁକ୍ତ ଖାଦ୍ୟକୁ ଦୀର୍ଘ ସମୟ ଧରି ଚୋବାଇଲେ ଏହା ମିଠା ଲାଗିଥାଏ ।

Class 7 Science Chapter 9 Question Answer Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା

Question 4.
ମଣ୍ଡଦ ଉପରେ ଲାଳର ପ୍ରଭାବ ଦର୍ଶାଇବା ପାଇଁ ଏକ ପରୀକ୍ଷଣ ବର୍ଣ୍ଣନା କର ।
‍Answer:
ପରୀକ୍ଷଣ :

  1. ‘କ’ ପରୀକ୍ଷାନଳୀରେ ଗୋଟିଏ ଚାମଚ ଭାତ ନିଆଯାଉ ।
  2. ‘ଖ’ ପରୀକ୍ଷାନଳୀରେ ଗୋଟିଏ ଚାମଚ ଭାତକୁ ୩୦-୬୦ ସେକେଣ୍ଡ ଚୋବାଇବା ପରେ ନିଆଯାଉ ।
  3. ଉଭୟ ପରୀକ୍ଷା ନଳୀରେ ୩-୪ ମି.ଲି. ପାଣି ମିଶାଯାଉ ।
  4. ଡ୍ରପର ସାହାଯ୍ୟରେ ଉଭୟ ପରୀକ୍ଷା ନଳୀରେ ୩-୪ ବୁନ୍ଦା ଆୟୋଡ଼ିନ୍ ଦ୍ରବଣ ପକାଯାଉ ।

ପର୍ଯ୍ୟବେକ୍ଷଣ :
ସାରଣୀ : ମଣ୍ଡଦ ଉପରେ ଲାଳର ପ୍ରଭାବ

ଟେଷ୍ଟଟ୍ୟୁବ ମିଶ୍ରଣର ରଙ୍ଗ (ଆୟୋଡ଼ିନ୍ ମିଶାଇବା ପୂର୍ବରୁ) ମିଶ୍ରଣର ରଙ୍ଗ (ଆୟୋଡ଼ିନ୍ ମିଶାଇବା ପରେ) ଯଦି ରଙ୍ଗ ପରିବର୍ତ୍ତନ ହୋଇଛି ତେବେ ତା’ର କାରଣ
କ ଧଳା ଗାଢ଼ ନୀଳ ଆୟୋଡି଼ନ ମଣ୍ଡଦ ସହ ପ୍ରତିକ୍ରିୟା କଲେ ନୀଳ ହୁଏ
ଖ ଧଳା ହାଲୁକା ନୀଳ ମଣ୍ଡଦ ନ ଥ‌ିବାରୁ ସାମାନ୍ୟ ରଙ୍ଗ ପରିବର୍ତ୍ତନ ହେଲା

ସିଦ୍ଧାନ୍ତ :

  • ‘କ’ ପରୀକ୍ଷାନଳୀରେ ମଣ୍ଡଦ ଆୟୋଡ଼ିନ ସହ ପ୍ରତିକ୍ରିୟା କରି ନୀଳବର୍ଷ ଧାରଣ କରୁଛି ।
  • ‘ଖ’ ପରୀକ୍ଷାନଳୀରେ ମଣ୍ଡଦ ଥିବାରୁ ରଙ୍ଗରେ ସାମାନ୍ୟ ପରିବର୍ତ୍ତନ ହେଉଅଛି ।
  • ଲାଳ ଭାତସହ ରାସାୟନିକ କ୍ରିୟା କରି ମଣ୍ଡଦକୁ ସରଳ ଶର୍କରାରେ ପରିଣତ କରିଥାଏ ।

Class 7 Science Chapter 9 Question Answer Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା

Question 5.
ଖାଦ୍ୟ ଗ୍ରାସ ନଳୀରେ କିପରି ତଳକୁ ଯାଇଥାଏ, ଚିତ୍ର ସହ ବୁଝାଅ ।
‍Answer:
Class 7 Science Chapter 9 Question Answer Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା 6

  1. ଖାଦ୍ୟ ଲାଳ ସହିତ ମିଶି ଏହାକୁ ନରମ କରେ ଏବଂ ଗିଳିବାରେ ସହଜ କରିଥାଏ ।
  2. ଜିଭ ଚୋବାଯାଇଥିବା ଖାଦ୍ୟକୁ ଗ୍ରାସନଳୀ ମଧ୍ୟକୁ ଠେଲିଦିଏ ।
  3. ଗ୍ରାସନଳୀର କାନ୍ଥର ଧୀର ସଙ୍କୋଚନ ଓ ଶିଥୁଳନ ଯୋଗୁଁ ତରଙ୍ଗ ପରି ଏକ ଗତି ସୃଷ୍ଟି ହୁଏ ।
  4. ଏହି ଗତିଯୋଗୁଁ ଖାଦ୍ୟ ଆପେ ଆପେ ପାକସ୍ଥଳୀ ଭିତରକୁ ଠେଲି ହୋଇଯାଏ ।
  5. ଏ ପ୍ରକାର ଗତି ସମଗ୍ର ଖାଦ୍ୟନଳୀରେ ଘଟେ ଏବଂ ଖାଦ୍ୟକୁ ଆଗକୁ ଆଗକୁ ଠେଲିଥାଏ ।

Question 6.
ପାକସ୍ଥଳୀରେ ଖାଦ୍ୟର ହଜମ କିପରି ହୋଇଥାଏ ଚିତ୍ର ସହ ବୁଝାଅ ।
Answer:

  • ପାକସ୍ଥଳୀ କାନ୍ଥର ସଂକୋଚନ ଓ ଶିଳନ ଫଳରେ ଖାଦ୍ୟର ମନ୍ଥନ ହୋଇଥାଏ ।
  • ମଜ୍ଜିତ ଖାଦ୍ୟ ସହିତ ପାକସ୍ଥଳୀର ଭିତର ଆସ୍ତରଣରୁ କ୍ଷରିତ ରସ ମିଶିଥାଏ ।
    Class 7 Science Chapter 9 Question Answer Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା 7
  • ପାଚକ ରସରେ ଅମ୍ଳ, ଶ୍ଳେଷ୍ଟା ରହିଥାଏ । ଏହା ପୁଷ୍ଟିସାରକୁ ଭାଙ୍ଗି ସରଳ ଉପାଦାନରେ ପରିଣତ କରେ ।
  • ପାଚକ ରସରେ ଥିବା ଅମ୍ଳ ଅନେକ କ୍ଷତିକାରକ ଜୀବାଣୁକୁ ମାରିଦିଏ ।
  • ଶ୍ଳେଷ୍ମା, ପାକସ୍ଥଳୀର ଆସ୍ତରଣକୁ ଅମ୍ଳଜନିତ କ୍ଷୟରୁ ରକ୍ଷାକରେ ।
  • ପାକସ୍ଥଳୀରେ ଖାଦ୍ୟ ଆଂଶିକଭାବେ ହଜମ ହୁଏ ଏବଂ ଏକ ଅର୍ଥ ତରଳ ପିଣ୍ଡରେ ରୂପାନ୍ତରିତ ହୋଇ କ୍ଷୁଦ୍ରାନ୍ତ୍ରକୁ ଯାଇଥାଏ ।

Class 7 Science Chapter 9 Question Answer Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା

Question 7.
କ୍ଷୁଦ୍ରାନ୍ତରେ ଖାଦ୍ୟର ହଜମ କିପରି ହୋଇଥାଏ, ବୁଝାଅ ।
‍Answer:

  • କ୍ଷୁଦ୍ରାନ୍ତ ୩ଟି ଉତ୍ସରୁ କ୍ଷରିତ ପାଚକ ରସ ଗ୍ର ହ ଣ କରେ । ସେଗୁଡ଼ିକ ହେଲା। – (a) କ୍ଷୁଦ୍ରାନ୍ତର ଭିତର ଆସ୍ତରଣ, (b) ଯକୃତ ଓ (c) ଅଗ୍ନାଶୟ ।
  • ଯକୃତ ସାମାନ୍ୟ କ୍ଷାରକୀୟ ପ୍ରକୃତିର ପିତ୍ତ କ୍ଷରଣ କରେ । ଏହା ଅମ୍ଳକୁ ନିରପେକ୍ଷ କରିବା ସହିତ ସ୍ନେହସାରକୁ କ୍ଷୁଦ୍ର କଣିକାରେ ଭାଙ୍ଗିଦିଏ ।
  • ଅଗ୍ନାଶୟରୁ ଅଗ୍ନାଶୟ ରସ କ୍ଷରିତ ହୁଏ । ଏହା କ୍ଷାରୀୟ ପ୍ରକୃତି ର ଓ ଏହା ଅମ୍ଳକୁ ମଧ୍ୟ ନିରପେକ୍ଷ କରିବାରେ ସାହାଯ୍ୟ କରେ ।
  • ଅଗ୍ନାଶୟ ରସ, ଶ୍ଵେତସାର, ପୁଷ୍ଟିସାର ଓ ସ୍ନେହସାରକୁ ସରଳ କରେ ।
  • କ୍ଷୁଦ୍ରାନ୍ତ୍ର କାନ୍ଥରୁ କ୍ଷରିତ ପାଚକ ରସ ସ୍ନେହସାର, ପୁଷ୍ଟି ସାର ଓ ଆଂଶିକ ଭାବେ ହଜମ ହୋଇଥିବା ଶ୍ଵେତସାରକୁ ଆହୁରି ସରଳ କରେ ।

Question 8.
ଅଧ୍ଵଂକାଂଶ ପୋଷକତତ୍ତ୍ଵ କ୍ଷୁଦ୍ରାନ୍ତରେ ପାଚନ ଓ ଶୋଷଣ ହେବା ପରେ ଅପତ୍ୟ ଖାଦ୍ୟର ପରିଣତି ସମ୍ବନ୍ଧରେ ଲେଖ ।
Answer:

  • ଏହା ବୃହଦନ୍ତ୍ରରେ ପ୍ରବେଶ କରେ ।
  • ବୃହଦନ୍ତ୍ର ପ୍ରାୟ ୧.୫ ମିଟର ଲମ୍ବ ଓ ଏହା କ୍ଷୁଦ୍ରାନ୍ତ ଅପେକ୍ଷା ଛୋଟ ଅଟେ ।
  • ବୃହଦନ୍ତ୍ର ଅପାଚ୍ୟ ଖାଦ୍ୟରୁ ପାଣି ଏବଂ ଲବଣ ଶୋଷଣ କରି ବର୍ଜ୍ୟ ପଦାର୍ଥକୁ ଅର୍ଦ୍ଧ-କଠିନ କରିଥାଏ ।
  • ଏହି ଅର୍ଶକଠିନ ପଦାର୍ଥକୁ ମଳ କୁହାଯାଏ ।
  • ଏହା ମଳାଶୟରେ ଜମା ହୁଏ ।
  • ମଳାଶୟରୁ ମଳ ବହିଃଷ୍କରଣ ପ୍ରକ୍ରିୟାରେ ବାହାରକୁ ନିଷ୍କାସିତ ହୁଏ ।

Question 9.
ଗୋଟିଏ ରୋମନ୍ଥକ ପ୍ରାଣୀର ଚିତ୍ର ଅଙ୍କନ କରି ରୋମନ୍ଥନ ପ୍ରକ୍ରିୟା କିପରି ହୋଇଥାଏ, ବୁଝାଅ ।
Answer:
Class 7 Science Chapter 9 Question Answer Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା 8

  1. କେତେକ ତୃଣଭୋଜୀ ପ୍ରାଣୀ ଖାଇବା ସମୟରେ ଶୀଘ୍ର ଶୀଘ୍ର ଖାଦ୍ୟକୁ ଗିଳିଦିଅନ୍ତି । ଏହି ଖାଦ୍ୟ ପାକସ୍ଥଳୀର ପ୍ରଥମ ଭାଗ ରୁମେନ୍‌ରେ ରହିଥାଏ ଓ ଏଠାରେ ଖାଦ୍ୟର ଆଂଶିକ ପାଚନ ହୁଏ ।
  2. ପରେ ଏହି ଆଂଶିକ ପାଚିତ ଖାଦ୍ୟ ଛୋଟ ଛୋଟ ଗୁଳାରେ ପରିଣତ ହୋଇ ପାଟିକୁ ଫେରିଆସେ ଓ ସେମାନେ ତାକୁ ପୁଣିଥରେ ଚୋବାଇ ଚୋବାଇ ଖାଇଥା’ନ୍ତି । ଏହି ପ୍ରକ୍ରିୟାକୁ ରୋମନ୍ଥନ ବା ପାକୁଳି କହାଯାଏ ।
  3. ରୋମନ୍ଥନ କ୍ଷମତା ଥିବା ପ୍ରାଣୀମାନଙ୍କୁ ରୋମନ୍ଥକ କୁହାଯାଏ । ଗୋଟିଏ ଗାଈ ଦିନକୁ ପ୍ରାୟ ୮ ଘଣ୍ଟା ରୋମନ୍ଥନ କରି ଥାଏ । ଭଲଭାବରେ ଚୋବାଯାଇଥିବା ଖାଦ୍ୟ ଅଧିକ ହଜମ ପାଇଁ ପରି ପାକ ନଳୀ ଦେଇ ପାକସ୍ଥଳୀକୁ ଯାଇଥାଏ ।

Class 7 Science Chapter 9 Question Answer Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା

Question 10.
ପକ୍ଷୀମାନଙ୍କର ପାଚନଚନ୍ତ୍ରରେ ଥିବା ଗିଜାର୍ଡ଼ର କାର୍ଯ୍ୟ ସମ୍ପର୍କରେ ଲେଖ ।
Answer:

  • ଖାଦ୍ୟ ଗ୍ରହଣ ପାଇଁ ପକ୍ଷୀମାନଙ୍କର ଦାନ୍ତ ନଥାଏ, କିନ୍ତୁ ସେମାନଙ୍କର ପାକସ୍ଥଳୀ ତଳକୁ ଏକ କୋଠରି ରହିଥାଏ, ଯାହାକୁ ଗିଜାର୍ଡ଼ କୁହାଯାଏ ।
    Class 7 Science Chapter 9 Question Answer Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା 9
  • ଗିଜାର୍ଡ଼ର କାନ୍ଥର ସଙ୍କୋଚନ ଓ ଶିଳନ ତଥା ଗତ ପକ୍ଷୀମାନେ ପ୍ରାୟତଃ ଗିଳି ଦେଇଥ‌ିବା ଛୋଟ ଛୋଟ ଗୋଡ଼ି ସାହାଯ୍ୟରେ ଖାଦ୍ୟ ଛୋଟ ଛୋଟ ଖଣ୍ଡରେ ପରିଣତ ହୁଏ ।
  • ପକ୍ଷୀମାନଙ୍କର ଖାଦ୍ୟ ହଜମ କରିବା ପାଇଁ ଏମାନଙ୍କ ଶରୀରରେ ଏହା ଏକ ସ୍ଵତନ୍ତ୍ର ବ୍ୟବସ୍ଥା ଅଟେ ।

Question 11.
ଶ୍ଵାସନ କାହାକୁ କୁହାଯାଏ ? ଶରୀରରେ ଏହାର ଆବଶ୍ୟକତା ଦର୍ଶାଅ ।
‍Answer:

  • ପାଚନ ହୋଇଥିବା ଖାଦ୍ୟରୁ ମିଳୁଥ‌ିବ। ପୋଷକ ଦ୍ରବ୍ୟ ଶରୀରର ବିଭିନ୍ନ ଅଂଶକୁ ଯାଇଥାଏ ।
  • କିଛି ପୋଷକ ଦ୍ରବ୍ୟ ଶରୀର ଗଠନ ଓ ମରାମତିରେ ସାହାଯ୍ୟ କରେ କିନ୍ତୁ ଚିନିପରି କିଛି ଖାଦ୍ୟ ଶରୀର ଭିତରେ ଭାଙ୍ଗି ଯାଇ ସରଳୀକୃତ ହୁଏ ଓ ସେଥୁରୁ ଶକ୍ତି ମୋଚିତ ହୋଇଥାଏ ।
  • ଯେଉଁ ପ୍ରକ୍ରିୟା ଦ୍ଵାରା ପୋଷକ ପଦାର୍ଥ ବ୍ୟବହାରଯୋଗ୍ୟ ଶକ୍ତିରେ ରୂପାନ୍ତରିତ ହୁଏ, ତାହାକୁ ଶ୍ଵାସନ କୁହାଯାଏ ।

Question 12.
ମାନବ ଶ୍ୱସନ ତନ୍ତ୍ରର ଚିତ୍ର ଅଙ୍କନ କରି ଏହାର ବିଭିନ୍ନ ଅଂଶର ନାମକରଣ କର । (ବର୍ଣ୍ଣନା । ଅନାବଶ୍ୟକ)
Answer:
Class 7 Science Chapter 9 Question Answer Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା 10

Class 7 Science Chapter 9 Question Answer Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା

Question 13.
ମାନବ ପାକନଳୀର ବିସ୍ତାରିତ ରୂପର ଚିତ୍ର ଅଙ୍କନ କରି ଏହାର ବିଭିନ୍ନ ଅଂଶର ନାମକରଣ କର । (ବର୍ଣ୍ଣନା ଅନାବଶ୍ୟକ)
Answer:
Class 7 Science Chapter 9 Question Answer Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା 11

Question 14.
ଶ୍ୱସନ ତନ୍ତ୍ର କାହାକୁ କୁହାଯାଏ ? ଶରୀରରେ ଏହାର ଆବଶ୍ୟକତା ସମ୍ବନ୍ଧରେ ଲେଖ ।
Answer:

  1. ଆମେ ଅମ୍ଳଜାନ ଗ୍ରହଣ କରିବା ଏବଂ ଅଙ୍ଗାରକାମ୍ଳ ତ୍ୟାଗ କରିବା ପାଇଁ ନିରନ୍ତର ଭାବେ ପ୍ରଶ୍ଵାସ ନେଉ ଓ ନିଃଶ୍ଵାସ ଛାଡ଼ିଥାଉ । ବାୟୁ ନେବା ଏବଂ ବାୟୁ ଛାଡ଼ିବା ପ୍ରକ୍ରିୟାକୁ ଶ୍ଵାସକ୍ରିୟା କୁହାଯାଏ ।
  2. ଆମ ଶରୀର ମଧ୍ୟରେ ଶ୍ଵାସକ୍ରିୟା ଓ ଶ୍ଵାସନ ପାଇଁ ଏକ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ରହିଅଛି । ଏହି ତନ୍ତ୍ରକୁ ଶ୍ୱସନ ତନ୍ତ୍ର କୁହାଯାଏ । ଏହି ତନ୍ତ୍ରରେ ଗ୍ୟାସ୍‌ଗୁଡ଼ିକର ବିନିମୟ ଏକ ନିର୍ଦ୍ଦିଷ୍ଟ ପଥ ଅନୁସରଣ କରିଥାଏ ।
  3. ଯେଉଁ ପଥରେ ବାୟୁ ଗ୍ରହଣ ଓ ନିଷ୍କାସନ ହୋଇଥାଏ, ତାହାର ବିଭିନ୍ନ ଅଂଶ ଶ୍ଵାସନତନ୍ତ୍ରର ଅନ୍ତର୍ଭୁକ୍ତ ଅଟେ ।

Question 15.
ଶ୍ଵସନତନ୍ତ୍ରରେ ବାୟୁ କିପରି କୋଟରିକା ନିକଟକୁ ଆସିଥାଏ ?
‍Answer:

  • ନାସାରନ୍ଧ୍ର ବା ନାକପୁଡ଼ା ଦେଇ ଆମେ ପ୍ରଶ୍ଵାସ ବାୟୁ ନେଉ ଓ ନିଃଶ୍ୱାସ ବାୟୁ ତ୍ୟାଗ କରୁ ।
  • ପ୍ରଥମେ ପ୍ରଶ୍ଵାସ ବାୟୁ ନାସାପଥ ମଧ୍ୟରେ ପ୍ରବେଶ କରେ ଏବଂ ନାସାପଥରୁ ବାୟୁନଳୀ ମାଧ୍ୟମରେ ଆମ ଫୁସ୍‌ଫୁସ୍ ନିକଟକୁ ଯାଇଥାଏ ।
  • ବାୟୁନଳୀ ଦୁଇଟି ଶାଖାରେ ବିଭକ୍ତ ହୋଇ ଦୁଇ ଫୁସ୍‌ଫୁସ୍ ମଧ୍ୟକୁ ପ୍ରବେଶ କରେ । ଫୁସ୍‌ଫୁସ୍‌ରେ ଏହି ଦୁଇ ଶାଖା ଆହୁରି ଛୋଟ ଓ ସୂକ୍ଷ୍ମ ଶାଖାରେ ବିଭକ୍ତ ହୋଇ କୋଟରିକାଠାରେ ଶେଷ ହୋଇଥାଏ ।

Class 7 Science Chapter 9 Question Answer Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା

Question 16.
ଶ୍ଵାସକ୍ରିୟାର କୌଶଳ ବୁଝାଇବା ପାଇଁ ଏକ ସରଳ ପ୍ରତିରୂପ ବର୍ଣନା କର ।
Answer:
Class 7 Science Chapter 9 Question Answer Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା 12
ପରୀକ୍ଷଣ :

  1. ଢାଙ୍କୁଣି ଥୁବା ଗୋଟିଏ ସ୍ଵଚ୍ଛ ପ୍ଲାଷ୍ଟିକ୍ ବୋତଲ ନିଆଯାଉ । ଏହାର ତଳ ଅଂଶ କାଟି ବାହାର କରି ଦିଆଯାଉ ଓ ବୋତଲର ଢାଙ୍କୁଣିରେ ଏକ ଛିଦ୍ର କରାଯାଉ ।
  2. ଉପରୋକ୍ତ ଚିତ୍ରରେ ଦେଖାଯାଇଥବା ପରି ଏକ Y-ଆକାରର ଫାଙ୍କା ନଳୀ ନିଆଯାଉ । ନଳୀର ଦୁଇ କେନ। ଶେଷରେ ଦୁଇଟି ଫୁଙ୍କାଯାଇ ନଥ‌ିବା ବେଲୁନ୍ ପୂରାଯାଉ । ଗୋଟିଏ ରବର ବ୍ୟାଣ୍ଡ୍ ସହିତ ସେଗୁଡ଼ିକୁ ଭଲ ଭାବରେ ବାନ୍ଧି ଦିଆଯାଉ ଯେପରିକି ତାହା ଭିତରକୁ ବାୟୁ ଯାଇପାରିବ ନାହିଁ ।
  3. ନଳୀର ସିଧା ପାଖକୁ ଢାଙ୍କୁଣି ମଧ୍ୟରେ ଗୋଟିଏ କଣା କରି ବୋତଲ ଭିତରକୁ ପ୍ରବେଶ କରାଯାଉ ଓ ଢାଙ୍କୁଣିକୁ ମାଟି ଲଗାଇ ଭଲ ଭାବରେ ସିଲ୍ କରିଦିଆଯାଉ, ଯାହା ଫଳରେ ଏହି ବାୟୁରୋଧୀ ହୋଇପାରିବ ।
  4. ବୋତଲର ଖୋଲା ତଳ ଭାଗରେ ଏକ ପତଳା ରବର ଖଣ୍ଡ ବା ବେଲୁନ୍‌କୁ ବଡ଼ ରବର ବ୍ୟାଣ୍ଡ୍ ଦ୍ଵାରା ଭଲ ଭାବରେ ବାନ୍ଧି ଦିଆଯାଉ ।

ପର୍ଯ୍ୟବେକ୍ଷଣ :

  1. ତଳ ଭାଗରେ ଲାଗିଥିବା ରବର ବା ବେଲୁକୁ ମଝିର ତଳ ଆଡ଼କୁ ଟାଣି ପୁନଶ୍ଚ ଛାଡ଼ି ଦିଆଯାଉ ।
  2. ଯେତେବେଳେ ରବର ସିକୁ ତଳକୁ ଟଣାଯାଏ ବେଲୁନ୍ ଗୁଡ଼ିକ ଫୁଲି ଯାଏ ଓ ବି ପରୀତ ଭାବରେ, ଯେତେବେଳେ ରବର ସିଟ୍‌କୁ ଉପରକୁ ଛାଡ଼ି ଦିଆଯାଏ, ସେତେବେଳେ ବେଲୁନ୍‌ଗୁଡ଼ିକ ସଂକୁଚିତ ହୋଇଯାଏ ।

Question 17.
ମାନବ ଫୁସ୍‌ଫୁସ୍‌ର ଚିତ୍ର ଅଙ୍କନ କରି ଶ୍ଵାସକ୍ରିୟାର କୌଶଳ ବର୍ଣ୍ଣନା କର ।
Answer:
Class 7 Science Chapter 9 Question Answer Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା 13

  • ପ୍ରଶ୍ଵାସ ନେବା ସମୟରେ ପଞ୍ଜରା ହାଡ଼ଗୁଡ଼ିକ ଉପରକୁ ଏବଂ ବାହାରକୁ ଠେଲି ହୋଇଯାଏ । ଏହି ସମୟରେ ଛାତି ବିସ୍ତାରିତ ହୁଏ, ଅର୍ଥାତ ଆୟତନ ବୃଦ୍ଧି ପାଇଥାଏ ।
  • ପ୍ରଶ୍ଵାସ ନେବା ସମୟରେ ଫୁସ୍‌ଫୁସ୍‌ ତଳେ ଥ‌ିବା ମଧ୍ୟଚ୍ଛଦା ଯାହା ଏକ ଗମ୍ବୁଜ ଆକୃତିର ମାଂସପେଶୀ ତଳକୁ ଗତି କରିଥାଏ ।
  • ପ୍ରଶ୍ଵାସ ସମୟରେ ଛାତି ଭିତରେ ସ୍ଥାନ ବୃଦ୍ଧି ପାଏ ଓ ବାୟୁ ଫୁସ୍‌ଫୁସ୍‌ରେ ପ୍ରବେଶ କରେ । ନିଃଶ୍ଵାସ ବାହାର କରିବା ସମୟରେ ପଞ୍ଜରାଗୁଡ଼ିକ ତଳକୁ ଏବଂ ଭିତରକୁ ଗତି କରନ୍ତି ।
  • ଏହି ସମୟରେ ମଧ୍ୟଚ୍ଛଦା ଉପରକୁ ଉଠିଯାଏ, ଛାତି ଭିତରେ ସ୍ଥାନ ହ୍ରାସ ପାଏ ଏବଂ ଫୁସ୍‌ଫୁସ୍‌ରୁ ବାୟୁ ଠେଲି ହୋଇଯାଏ ।

Class 7 Science Chapter 9 Question Answer Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା

Question 18.
ଟୁମୋ ଶ୍ଵାସକ୍ରିୟାର ଉପାଦେୟତା ସମ୍ବନ୍ଧରେ ଲେଖ ।
Answer:

  • ଲଦାଖ ଅଞ୍ଚଳରେ ଲୋକମାନେ ଟୁମୋ ଶ୍ଵାସକ୍ରିୟା ଅଭ୍ୟାସ କରିଥା’ନ୍ତି । ଏହା ସେ ଅଞ୍ଚଳରେ ସ୍ଵାସ୍ଥ୍ୟ, ମାନସିକ ଶାନ୍ତି ଏବଂ ଏକାଗ୍ରତାକୁ ଉନ୍ନତି କରିବା ପାଇଁ ଏକ ଜଣାଶୁଣା ପଦ୍ଧତି ଅଟେ ।
  • ଏହି କୌଶଳ ଫୁସ୍‌ଫୁସ୍ କାର୍ଯ୍ୟକୁ ଉନ୍ନତ କରେ ଏବଂ ଥଣ୍ଡାପାଗରେ ମଧ୍ୟ ଶରୀରକୁ ଗରମ ରଖିବାରେ ସାହାଯ୍ୟ କରେ ।
  • ଏହାଦ୍ଵାରା ଶାନ୍ତି, ସ୍ଥିରତା ଓ ମାନସିକ ସ୍ପଷ୍ଟତା ବୃଦ୍ଧି ପାଇଥାଏ ।

Question 19.
ଫୁସ୍‌ ଫୁସ୍‌ ରେ ଗ୍ୟାସ୍‌ର ବିନିମୟ କିପରି ହୋଇଥାଏ, ଚିତ୍ର ସହ ବୁଝାଅ ।
Answer:
Class 7 Science Chapter 9 Question Answer Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା 14

  • ଶ୍ଵାସକ୍ରିୟା ମାଧ୍ୟମରେ, ବାହାରୁ ତାଜା ପବନ ଫୁସ୍‌ ଫୁସ୍‌ ରେ ପ୍ରବେଶ କରେ ଏବଂ କୋଟରିକାକୁ ପୂର୍ଣ୍ଣ କରେ ।
  • କୋଟରିକାରେ ଥିବା ପତଳା ପ୍ରାଚୀର ରକ୍ତପୂର୍ଣ୍ଣ ସୂକ୍ଷ୍ମ ନଳୀଦ୍ଵାରା ଘେରି ରହିଥ‌ିବାରୁ, ରକ୍ତ ଶରୀରରୁ କୋଟରିକାକୁ ଅଙ୍ଗାରକାମ୍ଳ ଆଣିଥାଏ ।
  • କୋଟରିକାରେ ବାୟୁରେ ଥ‌ିବା ଅଙ୍ଗାରକାମ୍ଳ ବାୟୁ ମଧ୍ୟକୁ ମୁକ୍ତ ହୋଇଥାଏ ଓ ସେହି ସମୟରେ କୋଟରି କାରୁ ଅମ୍ଳଜାନ ଆସି ରକ୍ତରେ ପ୍ରବେଶ କରେ ଓ ଏହା ଶରୀରର ସମସ୍ତ ଅଂଶକୁ ପରିବାହିତ ହୋଇଥାଏ ।

Class 7 Science Chapter 9 Question Answer Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା

Question 20.
ଶ୍ଵାସନ କାହାକୁ କୁହାଯାଏ ? ଏହି ପ୍ରକ୍ରିୟାର ଶବ୍ଦ ସମୀକରଣ ଲେଖ ।
Answer:

  1. ଆମେ ଗ୍ରହଣ କରୁଥିବା ଖାଦ୍ୟ ଓ ଶ୍ଵାସକ୍ରିୟାରେ ବ୍ୟବହାର କରୁଥିବା ଅମ୍ଳଜାନଦ୍ୱାରା ଆମେ ଶକ୍ତି ପାଇଥାଉ ।
  2. ଯେତେବେଳେ ଆମେ ଖାଦ୍ୟ ଗ୍ରହଣ କରୁ, ଆମର ଶରୀର ଏହାକୁ ଶର୍କରା (ଗ୍ଲୁକୋଜ) ଭଳି ସରଳ ପଦାର୍ଥରେ ପରିଣତ କରେ ।
  3. ଶକ୍ତି ମୁକ୍ତ କରିବା ପାଇଁ ଅମ୍ଳଜାନ ଗ୍ଲୁକୋଜ୍କୁ ଭାଙ୍ଗିବାରେ ସାହାଯ୍ୟ କରେ । ଏହି ପ୍ରକ୍ରିୟାକୁ ଶ୍ଵାସନ କୁହାଯାଏ ।
  4. ଶ୍ୱସନ ପ୍ରକ୍ରିୟାର ଶବ୍ଦ ସମୀକରଣ :
    ଗ୍ଲୁକୋଜ + ଅମ୍ଳଜାନ → ଅଙ୍ଗାରକାମ୍ଳ + ଜଳ + ଶକ୍ତି

Question 21.
ପ୍ରଶ୍ଵାସ ଓ ନିଃଶ୍ଵାସ ବାୟୁରେ ଅମ୍ଳଜାନ ଓ ଅଙ୍ଗାରକାମ୍ଳର ଶତକଡ଼ା ପରିମାଣ ଦର୍ଶାଇବା ପାଇଁ ଏକ ନାମାଙ୍କିତ ଚିତ୍ର ଅଙ୍କନ କରି ସଂକ୍ଷେପରେ ବୁଝାଅ ।
Answer:

  • ଶ୍ଵାସକ୍ରି ୟା ସମୟରେ ଆମେ ଆମ ଚାରିପାଖରୁ ଅଧ୍ବକ ଅମ୍ଳଜାନ ଥିବା ବାୟୁ ଗ୍ରହଣ କରୁ ଏବଂ ନିଃଶ୍ଵାସରେ ଅଧୂକ ଅଙ୍ଗାରକାମ୍ଳ ଥ‌ିବା ବାୟୁ ବାହାର କରିଥାଉ ।
  • ଗ୍ରହଣ କରାଯାଉଥ‌ିବା ସମସ୍ତ ଅମ୍ଳଜାନ ଶରୀରରେ ବ୍ୟବହୃତ ହୁଏ ନାହିଁ । ଗ୍ୟାସ୍‌ରେ ବିନିମୟ ଆମ ଶରୀରର ପ୍ରତ୍ୟେକ ଅଂଶ ଶକ୍ତି ଉତ୍ପାଦନ କରିବା ଏବଂ ବର୍ଜ୍ୟ ପଦାର୍ଥଗୁଡ଼ିକୁ ବାହାର କରିବା ପାଇଁ ଅମ୍ଳଜାନ ଆବଶ୍ୟକ କରିଥାଏ ।
    Class 7 Science Chapter 9 Question Answer Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା 15
  • ଶ୍ଵାସକ୍ରିୟା ଶରୀର ଭିତରକୁ ଅମ୍ଳଜାନ ଆଣେ ଏବଂ ଅଙ୍ଗାରକାମ୍ଳ ବାହାର କରେ । ଶ୍ଵାସନ ଖାଦ୍ୟକୁ ଭାଙ୍ଗିବା ଏବଂ ଶକ୍ତିମୋଚନ ପାଇଁ ଅମ୍ଳଜାନ ଆବଶ୍ୟକ କରିଥାଏ ।
  • ଶ୍ଵାସକ୍ରିୟା ଏକ ଭୌତିକ ପ୍ରକ୍ରିୟା ହୋଇଥବା ବେଳେ ଶ୍ଵାସନ ଏକ ରାସାୟନିକ ପ୍ରକ୍ରିୟା ଅଟେ ।

Class 7 Science Chapter 9 Question Answer Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା

Question 22.
ମାଛ କିପରି ଶ୍ଵାସକ୍ରିୟା କରେ, ଚିତ୍ର ସହ ବୁଝାଅ ।
Answer:
Class 7 Science Chapter 9 Question Answer Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା 16

  • ମାଛ ପରି ଅସ୍ଵୀକାଂଶ ଜଳଚର ପ୍ରାଣୀମାନଙ୍କ ଠାରେ ଶ୍ଵାସକ୍ରିୟା ପାଇଁ ଏକ ବିଶେଷ ଧରଣର ବ୍ୟବସ୍ଥା ରହିଥାଏ, ଏହାକୁ ଗାଲି କୁହାଯାଏ ।
  • ଗାଲିରେ ପ୍ରଚୁର ପରିମାଣରେ ରକ୍ତବାହୀ ନଳୀ ଥାଏ । ରକ୍ତ ଏବଂ ପାଣିରେ ଦ୍ରବୀଭୂତ ଗ୍ୟାସ୍ ମଧ୍ୟରେ ଅମ୍ଳଜାନ ଓ ଅଙ୍ଗାରକାମ୍ଳ ବିନିମୟ ଗାଲିରେ ସଂଘଟିତ ହୋଇଥାଏ ।

Question 23.
ପ୍ରାଣୀମାନେ ସମୟ ସହିତ ବିଭିନ୍ନ ପରିବେଶରେ ଉପଯୋଜିତ ହୋଇଥାନ୍ତି । ଗୋଟିଏ ଉଦାହରଣ ସହ ଭକ୍ତିର ଯଥାର୍ଥତା ପ୍ରତିପାଦନ କର ।
Answer:

  • ବେଙ୍ଗ ପରି ଉଭୟଚର ପ୍ରାଣୀମାନେ ଉଭୟ ସ୍ଥଳଭାଗ ଏବଂ ଜଳଭାଗରେ ବାସ କରିଥାନ୍ତି । ସେମାନେ ଜୀବନର ବିଭିନ୍ନ ପର୍ଯ୍ୟାୟରେ ଶ୍ଵାସକ୍ରିୟା ପାଇଁ ଶରୀରର ବିଭିନ୍ନ ଅଂଶ ବ୍ୟବହାର କରିଥାନ୍ତି ।
  • ବେଙ୍ଗଫୁଲା ଗାଲି ମାଧ୍ୟମରେ ଶ୍ଵାସକ୍ରିୟା କରେ । ବେଙ୍ଗ ମାନେ ସ୍ଥଳ ଭାଗରେ ଥ‌ିବାବେଳେ ଫୁସ୍‌ଫୁସ୍ ଏବଂ ପାଣିରେ ଥ‌ିବାବେଳେ ଚର୍ମ ବ୍ୟବହାର କରି ଶ୍ଵାସକ୍ରିୟା ସମ୍ପାଦନ କରିଥାନ୍ତି ।

Class 7 Science Chapter 9 Question Answer Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା

Question 24.
ପ୍ରଶ୍ଵାସ ଓ ନିଃଶ୍ଵାସ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:

ପ୍ରଶ୍ଵାସ ନିଃଶ୍ବାସ
(i) ପରର ଶ୍ଵାସ ଗ୍ରହଣ କରିବାକୁ ପ୍ରଶ୍ଵାସ କୁହାଯାଏ । (i) ନି ଜର ବାହାରକୁ ଛାଡ଼ିବାକୁ ନିଃଶ୍ଵାସ କୁହାଯାଏ ।
(ii) ଏହି ପ୍ରକ୍ରିୟାକୁ ଆମେ ଅମ୍ଳଜାନ ଗ୍ର ହ ଣ କରୁ । (ii) ଏହି ପ୍ରକ୍ରିୟାରେ ଆମେ ଅଙ୍ଗାରକାମ୍ଳ ତ୍ୟାଗ କରିଥାଉ ।
(iii) ଏହି କ୍ରିୟା ସମୟରେ ଛାତି ବିସ୍ତାରିତ ହୁଏ । (iii) ଏହି କ୍ରିୟା ସମୟରେ ଛାତି ଭିତରେ ସ୍ଥାନ ହ୍ରାସପାଏ ।
(iv) ମଧ୍ୟଛଦା ଜଳକୁ ଗତି କରିଥାଏ । (iv) ମଧ୍ୟଛଦା ଉପରକୁ ଉଠିଯାଏ ।
(v) ବାୟୁ ଫୁସ୍‌ଫୁସ୍‌ରେ ପ୍ରବେଶ କରେ । (v) ଫୁସ୍‌ ଫୁସ୍‌ ରୁ ବାୟୁ ବାହାର କୁ ଠେଲି ହୋଇଯାଏ ।

 

Leave a Comment