Odisha State Board BSE Odisha 8th Class Geography Solutions Chapter 2 ଭୂ-ସମ୍ବଳ, ଜଳ ସମ୍ବଳ, ପ୍ରାକୃତିକ ଉଭିଦ ଓ ବନ୍ୟପ୍ରାଣୀ, ଖଣିଜ ଓ ଶକ୍ତି ସମ୍ବଳ Textbook Exercise Questions and Answers.
BSE Odisha Class 8 Geography Solutions Chapter 2 ଭୂ-ସମ୍ବଳ, ଜଳ ସମ୍ବଳ, ପ୍ରାକୃତିକ ଉଭିଦ ଓ ବନ୍ୟପ୍ରାଣୀ, ଖଣିଜ ଓ ଶକ୍ତି ସମ୍ବଳ
1. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(i) ଭୂମିକୁ ଏକ ଗୁରୁତ୍ବପୂର୍ଣ୍ଣ ସମ୍ବଳ ବୋଲି କାହିଁକି କୁହାଯାଏ ?
Answer:
- ମନୁଷ୍ୟ ତା’ର ଜୀବନ ଜୀବିକା ପାଇଁ ଭୂସମ୍ବଳକୁ ବିଭିନ୍ନ ଭାବରେ ବ୍ୟବହାର କରିଥାଏ।
- ବସତିସ୍ଥାପନ, କୃଷିକାର୍ଯ୍ୟ, ପଶୁପାଳନ, ଗମନାଗମନ ପଥ ନିର୍ମାଣ, ବନୀକରଣ, ଖଣିଜ ଉତ୍ତୋଳନ, କାରଖାନା ଓ ବାଣିଜ୍ୟ କେନ୍ଦ୍ର ନିର୍ମାଣ ଆଦିରେ ଭୂମିର ବ୍ୟବହାର କରାଯାଏ।
- ଭୂମି ବ୍ୟତିରେକ ଜୀବଜଗତ ତିଷ୍ଠିବା ସମ୍ଭବ ନୁହେଁ, ତେଣୁ ଭୂମିକୁ ଗୁରୁତ୍ବପୂର୍ଣ ସମ୍ବଳ କୁହାଯାଏ।
(ii) ମରିକାର ଏକ ପାର୍ଶ୍ଵଚ୍ଛେଦ ଅଙ୍କନ କରି ତହିଁରେ ମୂଭିକାର ବିଭିନ୍ନ ସ୍ତରଗୁଡ଼ିକର ନାମ ଲେଖ ।
Answer:
- ପାର୍ଶ୍ୱଚ୍ଛେଦର ଉପରିଭାଗରେ ଜୈବାଂଶ ଓ ଉଭିଦ ମୃତ୍ତିକା ସ୍ତର ରହିଥାଏ।
- ତା’ ତଳକୁ ବାଲି, ପଟୁ ଓ କର୍ଦ୍ଦମ ମିଶ୍ରିତ ଉପମୁଭିକା ସ୍ତର ଏବଂ ଉପମ୍ପରିକା ସ୍ତର ତଳେ ଚୂର୍ଶୀଭୂତ ଶିଳାଦ୍ରବ୍ୟ ରହିଛି ।
- ଚୂଷ୍ଣୀଭୂତ ଶିଳାଦ୍ରବ୍ୟ ତଳେ ଅର୍ଥାତ୍ ନିମ୍ନ ଭାଗରେ ପ୍ରାଥମିକ ଶିଳା ରହିଛି ।
(iii) ପୃଥିବୀରେ ଥିବା ଜଳରୁ ମୋଟ ପରିମାଣ ସର୍ବଦା ସମାନ ରହିଥାଏ। ଏହା କିପରି ସମ୍ଭବ ହୁଏ ଚିତ୍ର ବୁଝାଅ ।
Answer:
- ଜଳ ବାଷ୍ପୀଭବନ ପ୍ରକ୍ରିୟାରେ ସମୁଦ୍ର ପୃଷ୍ଠରୁ ଜଳୀୟବାଷ୍ପ ଆକାରରେ ବାୟୁମଣ୍ଡଳରେ ମିଶେ।
- ସେଠାରେ ଘନୀଭବନ ପ୍ରକ୍ରିୟାରେ ଜଳ ବିନ୍ଦୁରେ ଓ ମେଘରେ ପରିଣତ ହୁଏ ।
- ମେଘ ଅଧ୍ଵକ ଘନୀଭୂତ ହୋଇ ବୃଷ୍ଟିପାତ ବା ହିମପାତ ରୂପେ ଭୂପୃଷ୍ଠର ଜଳଭାଗ ଓ ସ୍ଥଳଭାଗ ଉପରେ ପଡ଼େ।
- ବୃଷ୍ଟି ଆକାରରେ ସ୍ଥଳଭାଗରେ ଉପରେ ପଡୁଥିବା ଜଳର କିଛି ଅଂଶ ଭୂତଳ ମଧ୍ୟକୁ ପ୍ରବେଶ କରି ସେଠାରେ ଭୂଗର୍ଭସ୍ଥ ଜଳରୂପେ ସଞ୍ଚିତ ହୁଏ। ଅବଶିଷ୍ଟ ଜଳ ଝରଣା, ନଦୀ, ନାଳ ଆକାରରେ ପ୍ରବାହିତ ହୋଇ ପୁନର୍ବାର ସମୁଦ୍ରରେ ମିଶେ ।
(iv) ପ୍ରାକୃତିକ ଉଭିଦ ମନୁଷ୍ୟର କି କି ଆବଶ୍ୟକତା ପୂରଣ କରିବାରେ ବ୍ୟବହୃତ ହୁଏ ଲେଖ ।
Answer:
ପ୍ରାକୃତିକ ଉଭିଦ ମନୁଷ୍ୟର ବିବିଧ ବ୍ୟବହାରରେ ଲାଗିଥାଏ; ଯଥା—
- ବୃକ୍ଷ ମନୁଷ୍ୟକୁ କାଠ ଯୋଗାଏ ଓ ପ୍ରାଣୀମାନଙ୍କୁ ଆଶ୍ରୟ ଦିଏ ।
- ଅମ୍ଳଜାନ ପ୍ରସ୍ତୁତିରେ ଉଭିଦ ସାହାଯ୍ୟ କରେ।
- ମୃତ୍ତିକା ଅବକ୍ଷୟ ରୋକିଥାଏ ଏବଂ ଭୂଗର୍ଭସ୍ଥ ଜଳ ସଞ୍ଚୟରେ ସାହାଯ୍ୟ କରେ ।
- ଅରଣ୍ୟଜାତ ପଦାର୍ଥ ଫଳ, ମଞ୍ଜି, କ୍ଷୀର, ଅଠା, ଔଷଧୀୟ ପଦାର୍ଥ ମିଳେ ।
- ଅରଣ୍ୟର କାଠ, ସବାଇଘାସ ଆଦିକୁ କଞ୍ଚାମାଲ ରୂପେ ବ୍ୟବହାର କରି କାଗଜ ଉତ୍ପାଦନ କରାଯାଏ।
(v) ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ନିଆଯାଉଥିବା ପଦକ୍ଷେପଗୁଡ଼ିକ ଆଲୋଚନା କର ।
Answer:
- ବିଭିନ୍ନ ବନ୍ୟଜନ୍ତୁମାନଙ୍କୁ ସେମାନଙ୍କର ଚମଡ଼ା, ମାଂସ, ଦାନ୍ତ, ଶିଙ୍ଗ ଆଦିର ବେପାର ପାଇଁ ମରାଯିବା କିମ୍ବା ଅପହରଣ କାର୍ଯ୍ୟ ଭଳି ଅନୈତିକ କାର୍ଯ୍ୟ ବନ୍ଦ ପାଇଁ ଜନସଚେତନତା ସୃଷ୍ଟି କରାଯାଉଛି ।
- ବନ୍ୟଜନ୍ତୁଙ୍କ ସୁରକ୍ଷିତ ବାସସ୍ଥାନ ପାଇଁ ଆମ ଦେଶରେ ଜାତୀୟ ଉଦ୍ୟାନ, ଅଭୟାରଣ୍ୟ, ଜୈବମଣ୍ଡଳ ଗଠନ କରାଯାଇଛି ।
- ୧୯୭୨ ମସିହାରେ ଆମ ଦେଶରେ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ‘ ବନ୍ୟପ୍ରାଣୀ ବୋର୍ଡ଼” ଗଠନ କରାଯାଇଛି।
- ଆମ ଦେଶର ବିଭିନ୍ନ ସ୍ଥାନରେ ବାଘ, ହାତୀ, ଗଣ୍ଡା, ସିଂହ ପ୍ରକଳ୍ପ, କୁମ୍ଭୀର ପ୍ରକଳ୍ପ ଓ ପକ୍ଷୀ ବିହାର ସ୍ଥାପନ କରାଯାଇଛି ।
(vi) ତୁମ ଘରେ ଶକ୍ତି ସଂରକ୍ଷଣ ପାଇଁ ଗ୍ରହଣଯୋଗ୍ୟ ପାଞ୍ଚଗୋଟି ପଦକ୍ଷେପ ଲେଖ ।
Answer:
- ଯେକୌଣସି କାର୍ଯ୍ୟ ଉପଲକ୍ଷେ ଅକଦୂରକୁ ଯିବାର ଥିଲେ ଯାନ୍ତ୍ରିକ ଗାଡ଼ି ବ୍ୟବହାର ନ କରି ସାଇକେଲ୍ ବ୍ୟବହାର କରିବା। ”
- ନିୟମିତ ଭାବେ ଘର୍ଷଣ ହ୍ରାସକ ଦ୍ରବ୍ୟ ବ୍ୟବହାର କରିବା ।
- କୋଠରିରୁ ବାହାରିବାବେଳେ କୋଠରିର ସମସ୍ତ ବିଦ୍ୟୁତ୍ ସୁଇଚ୍ ବନ୍ଦ କରିବା ।
- ଅଳ୍ପ ବିଦ୍ୟୁତ୍ ଖର୍ଚ୍ଚରେ ଅଧିକ ଆଲୋକ ପାଇବା ପାଇଁ ଘରର ପ୍ରତ୍ୟେକ ବିଦ୍ୟୁତ୍ ପଏଣ୍ଟରେ ବଚିତ ବଲ୍ବ ଲଗାଇବା।
- ରୋଷେଇ ସମୟରେ ରୋଷେଇ ପାତ୍ରରେ ଘୋଡ଼ଣି ବ୍ୟବହାର କରିବା ।
2. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ସଂକ୍ଷେପରେ ଲେଖ।
(i) ଭୂବ୍ୟବହାରର ଚାରିଗୋଟି ପ୍ରାକୃତିକ ନିୟାମକର ନାମ ଲେଖ।
Answer:
ଭୂବ୍ୟବହାରର ଚାରିଗୋଟି ପ୍ରାକୃତିକ ନିୟାମକର ନାମ ହେଉଛି– ଭୂପ୍ରକୃତି, ମୃତ୍ତିକା, ଜଳବାୟୁ ଏବଂ ଜଳର ସୁଲଭତା ।
(ii) ମୃତ୍ତିକା ଯେଉଁ ପ୍ରାଥମିକ ଶିଳାରୁ ସୃଷ୍ଟି ହୁଏ, ସେହି ପ୍ରାଥମିକ ଶିଳା ମୃରିକାର କେଉଁ କେଉଁ ଗୁଣକୁ ପ୍ରଭାବିତ କରେ ଲେଖ।
Answer:
ପ୍ରାଥମିକ ଶିଳା ମୃରିକାର ରଙ୍ଗ, ବିନ୍ୟାସ, ରାସାୟନିକ ଗୁଣ, ଅନ୍ତର୍ନିହିତ ଖଣିଜ ଓ ରେଦ୍ୟତାକୁ ପ୍ରଭାବିତ କରିଥାଏ ।
(iii) ଜଳ ସଂରକ୍ଷଣ ପାଇଁ ଚାରିଗୋଟି ପଦକ୍ଷେପ ନିର୍ଣ୍ଣୟ କର ।
Answer:
ଜଳ ସଂରକ୍ଷଣ ପାଇଁ ଚାରିଗୋଟି ପଦକ୍ଷେପ ହେଉଛି, ଯଥା—
- ଜଳ ଅମଳ ପ୍ରକଳ୍ପ ଦ୍ବାରା ବୃଷ୍ଟିଜଳକୁ ସଂଗ୍ରହ କରି ଶୁଷ୍କ ଋତୁରେ ବ୍ୟବହାର କରିବାପାଇଁ ସାଇତି ରଖୁବା ।
- ଭୂଗର୍ଭରେ ସଞ୍ଚିତ ଜଳର ଅନାବଶ୍ୟକ ଓ ମାତ୍ରାତ୍ମକ ବ୍ୟବହାରଓ ଅପଚୟ ବନ୍ଦ କରି ସତ ଜଳର ପରିମାଣ ବୃଦ୍ଧି କରିବା।
- ବୁନ୍ଦା ଜଳସେଚନ ଓ ଛିଞ୍ଚା ଜଳସେଚନ ପ୍ରଣାଳୀ ଅନୁସରଣ କରି ଜଳସେଚନରେ ବ୍ୟବହୃତ ହେଉଥିବା ସେଚ ଜଳର ପରିମାଣ ହ୍ରାସ କରିବା ।
- ନଦୀବନ୍ଧରେ ଆନିକଟ୍, ବ୍ୟାରେଜ୍, ବନ୍ଧ (ଜ୍ୟାମ୍) ତିଆରି କରି ବର୍ଷାଋତୁରେ ନଦୀଦ୍ଵାରା ସମୁଦ୍ରକୁ ନିଷ୍କାସିତ ହେଉଥିବା ବିପୁଳ ଜଳରାଶିକୁ ନିୟନ୍ତ୍ରଣ କରାଯାଇ ବହୁମୁଖୀ ଆବଶ୍ୟକତା ମେଣ୍ଟାଇବା ଓ ଜଳର ସମାନ ବ୍ୟବହାର ଓ ଆବଶ୍ୟକତା ପ୍ରତି ଜନସଚେତନତା ସୃଷ୍ଟି କରିବା ।
(iv) ସ୍ଵଚ୍ଛ ବୃଷ୍ଟି ହେଉଥିବା ଶୁଷ୍କ ଅଞ୍ଚଳର ଉଭିଦଗୁଡ଼ିକର ବିଶେଷତ୍ଵ ଲେଖା ।
Answer:
ସ୍ଵଳ୍ପ ବୃଷ୍ଟି ହେଉଥିବା ଶୁଷ୍କ ଅଞ୍ଚଳରେ ଉଭିଦଗୁଡ଼ିକର ବିଶେଷତ୍ଵ ନିମ୍ନୋକ୍ତ ପ୍ରକାରର, ଯଥା—
- ଏହି ଅଞ୍ଚଳର ବୃକ୍ଷଗୁଡ଼ିକର ଚେର ଜଳ ପାଇବା ପାଇଁ ଭୂମିର ଅଧିକ ଗଭୀରକୁ ଯାଇଥାଏ ।
- ଅଧୁକ ଜଳୀୟ ବାଷ୍ପ ତ୍ୟାଗରୁ ନିଜକୁ ରକ୍ଷା କରିବାପାଇଁ ବୃକ୍ଷଗୁଡ଼ିକର ପତ୍ରପୃଷ୍ଠ ଚିକ୍କଣ ଓ ପତ୍ରଗୁଡ଼ିକ ମୋଟା ଏବଂ କଣ୍ଟାଯୁକ୍ତ ହୋଇଥାଏ
(v) ବନ୍ୟପ୍ରାଣୀ ବିଲୋପର ଚାରିଗୋଟି ପ୍ରାକୃତିକ କାରଣ ଲେଖି ।
Answer:
ବନ୍ୟପ୍ରାଣୀ ବିଲୋପର ଚାରିଗୋଟି ପ୍ରାକୃତିକ କାରଣ ହେଉଛି, ଯଥା—
- ଅରଣ୍ୟକ୍ଷୟ,
- ନିର୍ମାଣ ଶିଳ୍ପ,
- ବନାଗ୍ନି ଏବଂ
- ସାମୁଦ୍ରିକ ବାତ୍ୟା।
(vi) ଅଧିକ ପ୍ରାକୃତିକ ଗ୍ୟାସ୍ ଗଚ୍ଛିତ ଥିବା ଦୁଇଟି ଅଞ୍ଚଳର ନାମ ଲେଖ ।
Answer:
ପ୍ରାକୃତିକ ଗ୍ୟାସ୍ ଗଚ୍ଛିତ ଥିବା ଅଞ୍ଚଳ ହେଉଛି ରୁଷିଆ ଓ ନର।
(vii) ମଫସଲ ଅଞ୍ଚଳରେ ଆଦୃତ ହେଲା ଭଳି ଦୁଇଟି ଶକ୍ତି ଉତ୍ସର ନାମ ଲେଖ।
Answer:
ମଫସଲ ଅଞ୍ଚଳରେ ଆଦୃତ ହେଲା ଭଳି ଦୁଇଟି ଶକ୍ତି ଉତ୍ସ ହେଲା – ବାୟୋଗ୍ୟାସ୍ ଓ ସୌରଶକ୍ତି ।
3. ନିମ୍ନଲିଖତ ପ୍ରଶ୍ନଗୁଡ଼ିକ ତଳେ ଦିଆଯାଇଥିବା ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
(i) କେଉଁଟି ଭୂବ୍ୟବହାରର ମାନବୀୟ ନିୟାମକ ନୁହେଁ ?
(a) ଶ୍ରମଶକ୍ତି
(b) ଖଣିଜ
(c) ପ୍ରୟୋଗାତ୍ମକ କୌଶଳ
(d) ଜନସଂଖ୍ୟା
Answer:
(b) ଖଣିଜ
(ii) ଭିକାସ୍ତରର ବହଳତା କେଉଁ ନିୟାମକ ଦ୍ବାରା ପ୍ରଭାବିତ ହୋଇଥାଏ ?
(a) ପ୍ରାଥମିକ ଶିଳା
(b) ଜଳବାୟୁ
(c) ଗଠନ ସମୟର ଅବଧୂ
(d) ଉଦ୍ଭିଦ ଓ ପ୍ରାଣୀ
Answer:
(c) ଗଠନ ସମୟର ଅବଧୂ
(iii) ପୃଥିବୀରେ ଥିବା ମଧୁର ଜଳର ଶତକଡ଼ା କେତେ ଭାଗ ମନୁଷ୍ୟ ପାଇଁ ଉପଯୂକ୍ତ ?
(a) ଏକ
(b) ଦୁଇ
(c) ତିନି
(d) ଚାରି
Answer:
(a) ଏକ
(iv) ଫୁଲରେ ପରାଗ ସଂଗମ ପାଇଁ କିଏ ମୁଖ୍ୟ ଭାବରେ ଦାୟୀ ?
(a) ପଶୁ
(b) ପକ୍ଷୀ
(c) ମହୁମାଛି
(d) ଝିଣ୍ଟିକା
Answer:
(c) ମହୁମାଛି
(v) କେଉଁ ଖଣିଜପିଣ୍ଡରୁ ଆଲୁମିନିୟମ୍ ମିଳେ ?
(a) କ୍ରୋମାଇଟ୍
(b) ବକ୍ସାଇଟ୍
(c) ମାଙ୍ଗାନିକ
(d) ଅଭ୍ର
Answer:
(b) ବକ୍ସାଇଟ୍
(vi) ପୁଗା ଉପତ୍ୟକା କେଉଁଠାରେ ଅବସ୍ଥିତ ?
(a) ହିମାଚଳ ପ୍ରଦେଶ
(b) ଅରୁଣାଚଳ ପ୍ରଦେଶ
(c) ଲଦାଖ
(d) ମଧ୍ୟପ୍ରଦେଶ
Answer:
(c) ଲଦାଖ
(vii) କେଉଁ ରାଜ୍ୟରେ ଅଭ୍ର ଖଣି ନାହିଁ ?
(a) ଝାଡ଼ଖଣ୍ଡ
(b) ରାଜସ୍ଥାନ
(c) କର୍ଣ୍ଣାଟକ
(d) ବିହାର
Answer:
(c) କର୍ଣ୍ଣାଟକ
4. ‘କ’ ସ୍ତମ୍ଭରେ ଥିବା ବିଷୟ ସହିତ ‘ଖ’ ସ୍ତମ୍ଭରେ ଥିବା ସଂପୃକ୍ତ ବିଷୟକୁ ଯୋଡ଼ ।
“କ” ସ୍ତମ | ‘ଖ’ସ୍ତମ୍ଭ |
(i) ଭୂ-ଅବକ୍ଷୟ ନିରୋଧ | ଭୂତଳ ଜଳ ସୟରେ ସାହାଯ୍ୟ |
(ii) ପଥର ବନ୍ଧ | ଜନ ସଚେତନତା |
(ii) ପଥର ବନ୍ଧ | ମୃରିକାକ୍ଷୟ ନିରୋଧ |
(iv) ସାମାଜିକ ବନୀକରଣ | ନିୟନ୍ତ୍ରିତ ପଶୁଚାରଣ |
(v) କୃଷ୍ଣସୁବର୍ଣ୍ଣ | ସୋପାନ ଚାଷ |
ପେଟ୍ରୋଲିୟମ୍ |
Answer:
“କ” ସ୍ତମ | ‘ଖ’ସ୍ତମ୍ଭ |
(i) ଭୂ-ଅବକ୍ଷୟ ନିରୋଧ | ନିୟନ୍ତ୍ରିତ ପଶୁଚାରଣ |
(ii) ପଥର ବନ୍ଧ | ମୃତ୍ତିକାକ୍ଷୟ ନିରୋଧ |
(ii) ପଥର ବନ୍ଧ | ସୋପାନ ଚାଷ |
(iv) ସାମାଜିକ ବନୀକରଣ | ଭୂତଳ ଜଳ ସଞ୍ଚୟରେ ସାହାଯ୍ୟ |
(v) କୃଷ୍ଣସୁବର୍ଣ୍ଣ | ପେଟ୍ରୋଲିୟମ୍ |
5. ପାର୍ଥକ୍ୟ ଦର୍ଶାଅ ।
(i) ପାର୍ବତ୍ୟ ଭୂମି ଓ ସମତଳ ଭୂମି :
(ii) ପରିବାହିତ ମୃତ୍ତିକା ଓ ଅବକ୍ଷିପ୍ତ ମୃତ୍ତିକା :
(iii) ଚିରହରିତ୍ ଅରଣ୍ୟ ଓ ପଶ୍ଚିମୋଚୀ ଅରଣ୍ୟ :
(iv) ଜୈବ ମଣ୍ଡଳ ଓ ବାରି ମଣ୍ଡଳ :
(v) ଧାତବ ଖଣିଜ ଓ ଅଧାତବ ଖଣିଜ:
(vi) ଖଣିଜ ଓ ଖଣିଜ ପିଣ୍ଡ :
(vii) ପାରମ୍ପରିକ ଶରି ଓ ଅଣପାରମ୍ପରିକ ଶକ୍ତି
(viii) ପ୍ରାକୃତିକ ଗ୍ୟାସ୍ ଓ ବାୟୋଗ୍ୟାସ୍ :
Question 6.
ଭାରତର ରେଖାଙ୍କିତ ମାନଚିତ୍ରରେ ଦର୍ଶାଅ ।
(i) ଚନ୍ଦକା ହାତୀ ଅଭୟାରଣ୍ୟ
(ii) ବମ୍ବେ ହାଇ
(iii) କର୍ନେଟ୍ ଜାତୀୟ ଅରଣ୍ୟ
(iv) କାଜିରଙ୍ଗା ଜାତୀୟ ଅରଣ୍ୟ
(v) ଗିର୍ ଜାତୀୟ ଅରଣ୍ୟ
(vi), କଳକମ୍ ପରମାଣୁ ଶକ୍ତି କେନ୍ଦ୍ର
(vii) ରାଣାପ୍ରତାପ ସାଗର
(viii) କଇଗା ଆଣବିକ ଶକ୍ତି କେନ୍ଦ୍ର
Answer:
7. କାରଣ ଦର୍ଶାଅ ।
(i) ନଦୀ ଉପତ୍ୟକା ସମତଳ ଭୂମିଗୁଡ଼ିକ ଊର୍ବର ।
Answer:
- ନଦୀ ଉପତ୍ୟକା ସମତଳ ଭୂମିଗୁଡ଼ିକରେ ମୃତ୍ତିକାର ସ୍ତର ବହଳ ଓ ଜଳଧାରଣ କ୍ଷମତା ଅଧିକ ।
- ତେଣୁ ସେଗୁଡ଼ିକ ଉର୍ବର ଏବଂ ସେଠାରେ କୃଷିକାର୍ଯ୍ୟ ଲାଭଜନକ ।
(ii) ପରିବାହିତ ମୃତ୍ତିକାର ଅନ୍ତଃଭୂମି ସହିତ ସାମଞ୍ଜସ୍ୟ ନ ଥାଏ ।
Answer:
- ପରିବାହିତ ମୁଭିକା ଯେଉଁଠାରେ ସୃଷ୍ଟି ହୁଏ, ତାହା ସେଠାରେ ସଞ୍ଚିତ ହୋଇ ନଥାଏ ।
- ବିଭିନ୍ନ କ୍ଷୟଜାତ ପ୍ରାକୃତିକ ଶକ୍ତି, ଯଥା – ବାୟୁ, ଜଳସ୍ରୋତ, ହିମବାହଦ୍ଵାରା ପରିବାହିତ ହୋଇ ଅନ୍ୟତ୍ର ସଞ୍ଚ ହୁଏ। ତେଣୁ ଏହାର ଅନ୍ତଭୂମି ସହିତ କୌଣସି ସାମଞ୍ଜସ୍ୟ ନଥାଏ।
(iii) ମନୁଷ୍ୟ ବ୍ୟବହାରଯୋଗ୍ୟ ଜଳ ପୃଥିବୀର ଏକ ମୂଲ୍ୟବାନ ସମ୍ବଳ ।
Answer:
- ପୃଥିବୀର ମୋଟ୍ କ୍ଷେତ୍ରଫଳର 71 ଭାଗ ଜଳଭାଗ ଥିଲେ ମଧ୍ୟ ଅଧିକାଂଶ ଜଳଭାଗ ବିଭିନ୍ନ ସାଗର ଓ ମହାସାଗରରେ ବିଭକ୍ତ । ସମୁଦ୍ରର ଜଳ ଲୁଣିଆ ଥୁବାରୁ ତାହା ମନୁଷ୍ୟର ବ୍ୟବହାର ଉପଯୋଗୀ ନୁହେଁ ।
- ପୃଥିବୀରେ ମିଳୁଥିବା ମଧୁର ଜଳର ଶତକଡ଼ା l ଭାଗ ମନୁଷ୍ୟର ବ୍ୟବହାର ଉପଯୋଗୀ ଏବଂ ଏହା ଭୂଗର୍ଭସ୍ଥ ଜଳ ରୂପେ, ଭୂପୃଷ୍ଠ ଜଳ ରୂପେ ନଦୀ, ହ୍ରଦମାନଙ୍କରେ କିମ୍ବା ଜଳୀୟବାଷ୍ପ ଆକାରରେ ବାୟୁମଣ୍ଡଳରେ ରହିଥାଏ। ଏହିସବୁ କାରଣରୁ ମଧୁର ଜଳ ପୃଥୁବୀର ଅତି ମୂଲ୍ୟବାନ ସମ୍ବଳ ।
(iv) ଅଳ୍ପବୃଷ୍ଟି ହେଉଥିବା ଶୁଷ୍କ ଅଞ୍ଚଳରେ ଉଭିଦର ପତ୍ରଗୁଡ଼ିକ କଣ୍ଟାଯୁକ୍ତ । ”
Answer:
ଅଳ୍ପବୃଷ୍ଟି ହେଉଥିବା ଶୁଷ୍କ ଅଞ୍ଚଳରେ ବୃକ୍ଷଗୁଡ଼ିକ ଅଧିକ ଜଳୀୟବାଷ୍ପ ତ୍ୟାଗରୁ ନିଜକୁ ରକ୍ଷା କରିବାପାଇଁ ସେଗୁଡ଼ିକର ପତ୍ରପୃଷ୍ଠ ଚିକ୍କଣ ଓ ମୋଟା ଏବଂ କଣ୍ଟାଯୁକ୍ତ ହୋଇଥାଏ।
(v) ମୁଦ୍ରା ପ୍ରଚଳନରେ ତମ୍ବା ପରିବର୍ତ୍ତେ ବ୍ରୋଞ୍ଜ ଧାତୁ ବ୍ୟବହାର କରାଯାଏ । ।
Answer:
- ତମ୍ବା ଧାତୁର ବହୁଳ ବ୍ୟବହାର କରାଗଲେ ଦିନେ ନା ଦିନେ ଏଗୁଡ଼ିକର ଭଣ୍ଡାର ସରିଯିବ।
- ତେଣୁ ତମ୍ବା ଧାତୁ ବଦଳରେ ବିକଳ୍ପ ବ୍ୟବସ୍ଥା ଅର୍ଥାତ୍ ବ୍ରୋଞ୍ଜ ବ୍ୟବହାର କଲେ ତମ୍ବା ଧାତୁର ସଂରକ୍ଷଣ କରାଯାଇ ପାରିବ।
(vi) କୋଇଲାକୁ ପୋତା ସୂର୍ଯ୍ୟାଲୋକ ବୋଲି କୁହାଯାଏ ।
Answer:
ପୃଥିବୀ ଗର୍ଭରେ ପୋତି ହୋଇ ସୃଷ୍ଟି ହେଉଥିବାରୁ କୋଇଲାକୁ ପୋତା ସୂର୍ଯ୍ୟାଲୋକ ବୋଲି କୁହାଯାଏ ।
(vii) ମଫସଲ ଅଞ୍ଚଳରେ ବାୟୋଗ୍ୟାସ୍ ଜାଳେଣି ଅଧୂକ ଲୋକପ୍ରିୟ ।
Answer:
- ଜୈବିକ ବର୍ଜ୍ୟବସ୍ତୁ, ଯଥା— ଗୋବର, ମୃତ ଉଭିଦ ଓ ପ୍ରାଣୀମାନଙ୍କ ଅଂଶଗୁଡ଼ିକୁ ବ୍ୟାକ୍ଟେରିଆଦ୍ଵାରା ପଚାଇ ସଢ଼ାଇ ବାୟୋଗ୍ୟାସ୍ ଉତ୍ପାଦନ କରାଯାଏ।
- ମଫସଲ ଅଞ୍ଚଳରେ ଏହି ବାୟୋଗ୍ୟାସ୍ ଜାଳେଣି ପାଇଁ କୌଣସି ମୂଲ୍ୟ ଦେବାକୁ ପଡ଼େନାହିଁ । ତେଣୁ ଏହି ଜାଳେଣି ସେଠାରେ ଅଧୁକ ଲୋକପ୍ରିୟ ।
BSE Odisha 8th Class Geography Notes Chapter 2 ଭୂ-ସମ୍ବଳ, ଜଳ ସମ୍ବଳ, ପ୍ରାକୃତିକ ଉଭିଦ ଓ ବନ୍ୟପ୍ରାଣୀ, ଖଣିଜ ଓ ଶକ୍ତି ସମ୍ବଳ
ଭୂ-ସମ୍ବଳ
- ପୂର୍ବ ଅଧ୍ୟାୟରେ ପ୍ରାକୃତିକ ସମ୍ବଳ ସମ୍ବନ୍ଧରେ ଜାଣିଲେ। ପ୍ରାକୃତିକ ପରିବେଶରୁ ମିଳୁଥିବା ପଦାର୍ଥ, ଯଥା—ପବନ, ସୂର୍ଯ୍ୟରଶ୍ମି, ନଦୀ– ହ୍ରଦ-ସାଗରର ଜଳ, ମୃଭିକା, ଅରଣ୍ୟ, ବନ୍ୟପ୍ରାଣୀ, ଖଣିଜ ପଦାର୍ଥ ଆଦି ପ୍ରାକୃତିକ ସମ୍ବଳ ଅନ୍ତର୍ଗତ ।
ଭୂ- ସମ୍ବଳର ବିତରଣ :
- ପୃଥିବୀର ମୋଟ କ୍ଷେତ୍ରଫଳ 29 ଭାଗ ସ୍ଥଳ ଓ ଏହା 7 ଗୋଟି ମହାଦେଶକୁ ନେଇ ଗଠିତ । ଏହି ସ୍ଥଳଭାଗ ମୁଖ୍ୟ ପ୍ରାକୃତିକ ସମ୍ବଳ।
ଜାଣିବା କଥା
ଆମ ପୃଥିବୀର ସ୍ଥଳଭାଗ 7 ଗୋଟି ମହାଦେଶ, ଯଥା – ଏସିଆ, ଇଉରୋପ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଆଫ୍ରିକା, ଅଷ୍ଟ୍ରେଲିଆ ଓ ଆଣ୍ଟାର୍କଟିକାକୁ ନେଇ ଗଠିତ।
ଭୂ-ସମ୍ବଳର ପ୍ରକାରଭେଦ :
- ଅଧିକ ଉଚ୍ଚତାବିଶିଷ୍ଟ ପାହାଡ଼ ଓ ପର୍ବତଗୁଡ଼ିକର ଗଠିତ ପାର୍ବତ୍ୟଭୂମି ।
- ଅଳ୍ପ ଉଚ୍ଚନୀଚ ହୋଇଥିବା ବିସ୍ତୀର୍ଣ୍ଣ ପଥୁରିଆ ଅଞ୍ଚଳକୁ ନେଇ ଗଠିତ ମାଳଭୂମି।
(ମୃତ୍ତିକା ସ୍ତର ପତଳା, ପଥୁରିଆ ଓ ଜଳଧାରଣ ଶକ୍ତି କମ୍) - ସମୁଦ୍ରପତ୍ତନରୁ ଅଳ୍ପ ଉଚ୍ଚରେ ସମାନପ୍ରାୟ ଥିବା ଭୂମି ସମତଳଭୂମି ।
(ମୃଭିକା ସ୍ତର ବହଳ ଓ ଜଳଧାରଣ ଶକ୍ତି ଅଧ୍ବକ)
ପୃଥିବୀର ବିଭିନ୍ନ ଭୂମିରୂପର ଅବସ୍ଥିତି ଓ ନାମ :
ଭୂ – ବ୍ୟବହାର:
କୌଣସି ଅଞ୍ଚଳ ଭୂ-ବ୍ୟବହାର ଦୁଇଟି ଅବସ୍ଥା ଉପରେ ନିର୍ଭରଶୀଳ; ଯଥା—
ପୃଥିବୀର ମୋଟ ଭୂମିର 11 ଶତାଂଶ ଭୂମିରେ କୃଷିକାର୍ଯ୍ୟ, 26 ଶତାଂଶ ଚାରଣଭୂମି, 31 ଶତାଂଶ ବନଭୂମି ଏବଂ 32 ଶତାଂଶ ଅନ୍ୟାନ୍ୟ ବ୍ୟବହାର ପାଇଁ ବ୍ୟବହାର ହୁଏ।
କେତେକ ମୁଖ୍ୟ ଦେଶର ଭୂ-ବ୍ୟବହାର :
- କୃଷିପାଇଁ ସର୍ବାଧିକ ଶତାଂଶ ଭୂମି ବ୍ୟବହାର କରୁଥିବା
ଦେଶ → ଭାରତ - ଚାରଣଭୂମିପାଇଁ ସର୍ବାଧକ ଶତାଂଶ ଭୂମି ବ୍ୟବହାର କରୁଥିବା
ଦେଶ → ଅଷ୍ଟ୍ରେଲିଆ - ବନଭୂମିପାଇଁ ସର୍ବାଧିକ ଶତାଂଶ ଭୂମି ବ୍ୟବହାର କରୁଥିବା
ଦେଶ → ଜାପାନ - ଅନ୍ୟାନ୍ୟ ବ୍ୟବହାରପାଇଁ ସର୍ବାଧିକ ଶତାଂଶ ଭୂମି ବ୍ୟବହାର କରୁଥିବା
ଦେଶ → କାନାଡ଼ା
ଭୂବ୍ୟବହାର ଦୃଷ୍ଟିରୁ ଭାରତ ଓ ଓଡ଼ିଶା ମଧ୍ୟରେ ତୁଳନା :
ଜନସଖ୍ୟା ବୃଦ୍ଧି ଏବଂ ମଣିଷର ସାମାଜିକ ଓ ସାଂସ୍କୃତିକ ପରିବର୍ତ୍ତନ ଫଳରେ ଭୂବ୍ୟବହାର ଢାଞ୍ଚା ପରିବର୍ତ୍ତନ ହେଉଛି।
କେତେକ ପ୍ରାକୃତିକ ଏବଂ ମାନବୀୟ କାରଣରୁ ଭୂମି ଅବକ୍ଷୟ ହେଉଛି ।
ଜାଣିବା କଥା :
ପାରିସ୍ଥିତିକ ସନ୍ତୁଳନ ପାଇଁ ଦେଶର ସମୁଦାୟ ଆୟତନର 33 ଭାଗ ଭୂମିରେ ଅରଣ୍ୟ ରହିବା ଆବଶ୍ୟକ ।
ଭୂ ସମ୍ବଳର ସଂରକ୍ଷଣ :
ଭୂ-ଅବକ୍ଷୟ ପାଇଁ କେତେକ ସତର୍କତା ପଦକ୍ଷେପ ଗ୍ରହଣ କରିବା ବିଧେୟ; ଯଥା—
- ପାର୍ବତ୍ୟଭୂମିର ତୀକ୍ଷଣ ଗଡ଼ାଣି ଅଞ୍ଚଳରେ ବୃକ୍ଷରୋପଣ ଓ ପଥର କାନ୍ଥ ନିର୍ମାଣ
- ବୃଷ୍ଟିଜଳ ନିଷ୍କାସନପାଇଁ ନାଳ ବ୍ୟବସ୍ଥା
- ଉପକୂଳ ଅଞ୍ଚଳରେ ଝାଉଁବଣ ଓ ହେନ୍ତାଳ (ଲୁଣା) ଜଙ୍ଗଲର ସଂରକ୍ଷଣ
- ନଦୀର ବଜ୍ରସ୍ଥାନମାନଙ୍କରେ ବୁରୁଜ ନିର୍ମାଣ
- ନୂତନ ବନୀକରଣ ଓ ଜଙ୍ଗଲକୁ ସଂରକ୍ଷିତ କରିବା
- ପଶୁଚାରଣର ନିୟନ୍ତ୍ରଣ
ମୃରିକା
- ଆମ ଦେଶର ବା ପୃଥିବୀର ବିଭିନ୍ନ ଅଞ୍ଚଳର ମୃଭିକା ପ୍ରାୟ ଏକାପରି ନୁହେଁ ।
- ମ୍ପରିକା ଏକ ଯୌଗିକ ପଦାର୍ଥ। ଏଥରେ ଜଳ, ବାୟୁ, କ୍ଷୟିତ ଜୈବାଂଶ ଆଦି ମିଶି ରହିଥାଏ ।
- ଚୂର୍ଣ୍ଣୀଭବନ ପ୍ରକ୍ରିୟାରେ ଶିଳା କ୍ଷୟପ୍ରାପ୍ତ ହୋଇ କ୍ଷୁଦ୍ର କ୍ଷୁଦ୍ର ରେଣୁରେ ପରିଣତ ହୁଏ ଓ ଏଥରେ ଜଳ, ବାୟୁ, କ୍ଷୟଜାତ ଜୈବାଂଶ ଓ ଖଣିଜ ମିଶି ଭୂମିର ଉପରିଭାଗରେ ପତଳା ଆସ୍ତରଣ ଭାବରେ ବସିଯାଏ। ଏହାକୁ ମୃଭିକା କୁହାଯାଏ।
ଜାଣିବା କଥା :
ଯେଉଁ ପ୍ରକ୍ରିୟାରେ ବାହାରକୁ ଉନ୍ମୁକ୍ତ ଶିଳା ଉତ୍ତାପର ପର୍ଯ୍ୟାୟକ୍ରମିକ ହ୍ରାସବୃଦ୍ଧି, କରକାର ପ୍ରଭାବ, ଉଭିଦ ଓ ପ୍ରାଣୀ ଓ ମନୁଷ୍ୟମାନଙ୍କଦ୍ଵାରା ଖଣ୍ଡ ବିଖଣ୍ଡିତ ହୋଇ କ୍ଷୁଦ୍ରକ୍ଷୁଦ୍ର ଶିଳାରେଣୁ ସୃଷ୍ଟିହୁଏ, ତାହାକୁ ଚୂଷ୍ଣୀଭବନ କୁହାଯାଏ ।
ମୃତ୍ତିକା ସୃଷ୍ଟିର ନିୟାମକ ଓ ସେମାନଙ୍କର ପ୍ରଭାବ :
- ପ୍ରାଥମିକ ଶିଳା : ମୃଭିକା ରଂଗ,ବିନ୍ୟାସ, ରାସାୟନିକ ବିଭବ, ଖଣିଜ ଓ ଭେଦ୍ୟତାକୁ ପ୍ରଭାବିତ କରେ।
- ଜଳବାୟୁ : ଉଷ୍ଣତା, ବୃଷ୍ଟିପାତ, ଅବକ୍ଷୟ ଓ ଜୈବାଂଶଦ୍ବାରା ପ୍ରଭାବିତ ହୁଏ।
- ଭୂ-ପ୍ରକୃତି : ଭୂମିର ଉଚ୍ଚତା ଓ ଗଡ଼ାଣି ମୃଭିକାର ସଞ୍ଚୟକୁ ପ୍ରଭାବିତ କରେ।
- ଉଭିଦ, ପ୍ରାଣୀ, ସୂକ୍ଷ୍ମାତିସୂକ୍ଷ୍ମ ଜୀବ : ଜୈବାଂଶର ଅନୁପାତକୁ ପ୍ରଭାବିତ କରେ।
- ସମୟ : ମୃଭିକାର ବହଳତାକୁ ପ୍ରଭାବିତ କରେ।
ମୃତ୍ତିକାର ପାର୍ଶ୍ଵଚ୍ଛେଦ :
ଜାଣିବା କଥା
1 ସେ.ମି. ମୃଭିକା ସୃଷ୍ଟି କରିବାକୁ ଶହ ଶହ ବର୍ଷ ଲାଗେ।
ମୃତ୍ତିକାର ଶ୍ରେଣୀବିଭାଗ :
ଜାଣିବା କଥା
ପରିବାହିତ ମୃତ୍ତିକା, ଅବଶିଷ୍ଟ ମୃତ୍ତିକାଠାରୁ ଅଧିକ ଉର୍ବର । କାରଣ ପରିବାହିତ ମୃଭିକା କ୍ଷୟଜାତ ପ୍ରାକୃତିକ ଶକ୍ତିଦ୍ଵାରା ପରିବାହିତ ହେଉଥିବାରୁ ଏଥୁରେ ଜୈବାଂଶ, ଅନ୍ୟାନ୍ୟ ଖଣିଜ ମିଶି ଅଧୂକ ଉର୍ବର କରିଥାଏ।
ମୃତ୍ତିକାର ବିତରଣ :
ମୃତ୍ତିକାର ବ୍ୟବହାର :
- କୃଷିକାର୍ଯ୍ୟ
- ପାନୀୟ ଫସଲ ଉତ୍ପାଦନ
- କୁଟୀର ଶିଳ୍ପର କଞ୍ଚାମାଲ
- ତନ୍ତୁ ଜାତୀୟ ଫସଲ ଉତ୍ପାଦନ
- ଗୃହ ନିର୍ମାଣ
- ଉତ୍ପନ୍ନ କୃଷିଜାତ ଦ୍ରବ୍ୟ ଶିଳ୍ପର କଞ୍ଚାମାଲ ଭାବେ ବ୍ୟବହୃତ
ଜାଣିବା କଥା : ମୃଭିକା ଏକ ନବୀକରଣ ଯୋଗ୍ୟ ସମ୍ବଳ।
ମୃତ୍ତିକାର ସଂରକ୍ଷଣ :
ବିଭିନ୍ନ ଉପାୟରେ ମୃତ୍ତିକା ସଂରକ୍ଷଣ କରାଯାଇପାରେ :
- ଉଭିଦ-ଉଭିଦ ମଧ୍ୟସ୍ଥ ଶୂନ୍ୟସ୍ଥାନକୁ ଶୁଷ୍କ ଉଭିଦ (ନଡ଼ା, କୁଟା, ଶୁଖୁଲା ପତ୍ର) ଦ୍ଵାରା ଘୋଡ଼ାଇବା।
- ସମାନ ଉଚ୍ଚତା ବିଶିଷ୍ଟ ସ୍ଥାନଗୁଡ଼ିକୁ ଗୋଡ଼ି, ମାଟି, ଘାସରେ ପ୍ରତିବନ୍ଧକ ହୁଡ଼ା ନିର୍ମାଣ ଓ ହୁଡ଼ା ସାମନାରେ ନାଳୀ ନିର୍ମାଣ। ଜଳ ପ୍ରବାହର ପ୍ରତିକୂଳରେ ପଥରବନ୍ଧ ନିର୍ମାଣ।
- ପାହାଡ଼ ବା ମାଳଭୂମିର ତୀଖ ଗଡ଼ାଣିଆ ଅଞ୍ଚଳରେ ପାହାଚ ଆକାରରେ କୃଷିକ୍ଷେତ୍ର ପ୍ରସ୍ତୁତି ।
- ଗୋଟିଏ କ୍ଷେତ୍ରରେ ବିଭିନ୍ନ ଫସଲ ଭିନ୍ନ ଭିନ୍ନ ସମୟରେ କରିବା ।
- ଉପକୂଳ ଅଞ୍ଚଳରେ ବାୟୁର ପ୍ରତିକୂଳ ଦିଗରେ ଧାଡ଼ି ଧାଡ଼ି ବୃକ୍ଷ ରୋପଣ ।
- ପଶୁଚାରଣ ନିୟନ୍ତ୍ରଣ ।
- ସାର ଓ କୀଟନାଶକର ନିୟନ୍ତ୍ରଣ ବ୍ୟବହାର।
- ମ୍ପଭିକା କ୍ଷୟର କୁପରିଣାମ ସଂପର୍କରେ ଜନସଚେତନତା।
ଜାଣିବା କଥା :
ପାହାଡ଼ିଆ ଅଞ୍ଚଳରେ ଥାକଥାକ ପ୍ରଣାଳୀରେ ଚାଷ କରିବାକୁ ସୋପାନ ଚାଷ କୁହାଯାଏ।
ଜଳ ସମ୍ବଳ
- ଆମେ ଜାଣିଛେ ପୃଥିବୀ ପୃଷ୍ଠର 71 ଭାଗ ଜଳଭାଗଦ୍ଵାରା ଆବୃତ, ତେଣୁ ପୃଥିବୀ ଏକ ଜଳୀୟ ଗ୍ରହ ।
- ପୃଥିବୀର ମୋଟ ଜଳ ସମ୍ବଳର ଶତକଡ଼ା 2-7 ଭାଗ ମଧୁର ଜଳ ଏବଂ ସେଥିରୁ ମନୁଷ୍ୟର ବ୍ୟବହାର ମୋଟ୍ ମଧୁର ଜଳର ଶତକଡ଼ା 1 ଭାଗ ।
ଜଳଚକ୍ର ପ୍ରକ୍ରିୟା ଦ୍ବାରା ଜଳ ପ୍ରବାହ ଘଟୁଥିବାରୁ ପୃଥୁବୀରେ ମୋଟ୍ ଜଳର ପରିମାଣ ସମାନ ରହେ ।
ଜାଣିବା କଥା :
ଭୂପୃଷ୍ଠର ଜଳ ବାଷ୍ପୀଭବନ ପ୍ରକ୍ରିୟାରେ ଜଳୀୟବାଷ୍ପ ରୂପେ ବାୟୁମଣ୍ଡଳରେ ଯାଇ ସେଠାରେ ଘନୀଭବନ ପ୍ରକ୍ରିୟାରେ ଜଳବିନ୍ଦୁ ଓ ମେଘରେ ପରିଣତ ହୁଏ । ବୃଷ୍ଟିପାତ ଓ ହିମାପାତ ରୂପେ ଭୂପୃଷ୍ଠରେ ପଡ଼େ । କିଛି ଜଳ ଭୂଗର୍ଭରେ ସମ୍ପ୍ରତ ହୋଇ ରହେ ଓ ଅବଶିଷ୍ଟ ଜଳ ଭୂପୃଷ୍ଠର ଝରଣା, ନଦୀରେ ପ୍ରବାହିତ ହୋଇ ସମୁଦ୍ରରେ ମିଶେ । ଏହାକୁ ଜଳପ୍ରବାହ କୁହାଯାଏ।
ମୁଖ୍ୟ ନଦୀ ଓ ହ୍ରଦ : ନଦୀ
ପୃଥିବୀ : ଆମାଜନ, ମିସୋରି-ମିସିସିପି, ନୀଳନଦୀ, କଙ୍ଗୋ, ହୋୟାଂହୋ, ସିକିୟାଙ୍ଗ୍, ଓବ୍, ଇନ୍ସୀ,ଲେନା, ଟାଇଗ୍ରୀସ୍, ଇଉଫ୍ରେଟିସ୍, ଭଲ୍ଗା, ରାଇନ୍, ରୋନ୍, ସେଣ୍ଟଲରେନ୍ସ, ପାରାନାପାରାଗୁଏ, ମରେ-ଡାଲିଂ ।
ଜଳର ବ୍ୟବହାର :
(i) ପାନୀୟ, ରନ୍ଧନ ଓ ପରିଷ୍କାର ପରିଚ୍ଛନ୍ନ (ii) ଶିଳ୍ପ (iii) ବିଦ୍ୟୁତ୍ ଉତ୍ପାଦନ (iv) ଜଳପଥରୂପେ ଯାତ୍ରୀ ଓ ମାଲପରିବହନ (v) କୃଷିକାର୍ଯ୍ୟ (vi) ଜଳଜୀବ ସଂରକ୍ଷଣ
ଜାଣିବା କଥା :
ଜଣେ ସହରୀଲୋକର ଦୈନନ୍ଦିନ ଜଳ ବ୍ୟବହାର ୧୫୦ ଲିଟର।
ଜଳାଭାବ :
- ଜନସଂଖ୍ୟା ବୃଦ୍ଧି ହେତୁ ଜଳର ବ୍ୟବହାର ତଦନୁପାତରେ ବୃଦ୍ଧିପାଇ ଚାଲିଛି।
- ଚାହିଦାଠାରୁ ଜଳ ଯୋଗାଣ କମ୍ ହେବାରୁ ଜଳାଭାବ ଦେଖାଦେଇଛି ।
- ବାର୍ଷିକ ଓ ଋତୁକାଳୀନ ବୃଷ୍ଟିପାତର ପାର୍ଥକ୍ୟ ଜଳାଭାବର ପ୍ରଧାନ କାରଣ।
- ଜଳାଭାବ ଯୋଗୁ ପୃଥିବୀର ବହୁ ଅଞ୍ଚଳ ମରୁଡ଼ି ପ୍ରବଣ ଅଞ୍ଚଳରେ ପରିଣତ ହୋଇଛି।
ଜଳ ସଂବଳର ସଂରକ୍ଷଣ :
- ଅପରିଷ୍କାର ଜଳ, ଶିଳ୍ପ-କାରଖାନାରୁ ନିର୍ଗତ ଦୂଷିତ ଜଳ, ସହରାଞ୍ଚଳ ଓ ଡାକ୍ତରଖାନାରୁ ନିର୍ଗତ ଆବର୍ଜନାଯୁକ୍ତ ଜଳକୁ ପରିଷ୍କୃତ କରାଯାଇ ପ୍ରବାହ ଜଳରେ ମିଶାଇବା।
- କୀଟନାଶକ ଓ ସାରଯୁକ୍ତ କୃଷିକ୍ଷେତ୍ରର ଜଳକୁ ଶୋଧନ କରି ପ୍ରବାହ ଜଳରେ ଛାଡ଼ିବା।
- ଶବ, ମୃତ ପ୍ରାଣୀ ଜଳରେ ଭସାଇବା ଅନୁଚିତ।
- ଭୂଗର୍ଭ ଜଳର ମାତ୍ରାଧୂକ ବ୍ୟବହାର ରୋକିବା ଓ ଜଳ ସଞ୍ଚୟ ପାଇଁ ଚେଷ୍ଟା କରିବା।
- ବନୀକରଣ ମାଧ୍ୟମରେ ଉଭିଦ ଆଚ୍ଛାଦନ କରି ବୃଷ୍ଟିଜଳର ଗତି ରୋକିବା ।
- ଜଳ ଅମଳ ପ୍ରକଳ୍ପଦ୍ବାରା ଜଳକୁ ସାଇତି ରଖୁବା ।
ଜାଣିବା କଥା
ବର୍ଷା ଜଳକୁ ନଳ ସାହାଯ୍ୟରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏକତ୍ର କରି ଜଳାଭାବ ସମୟରେ ବ୍ୟବହାର କରିବାକୁ ଜଳ ଅମଳ ପ୍ରକଳ୍ପ କୁହାଯାଏ।
- ବୁନ୍ଦା ଓ ଛିଞ୍ଚା ଜଳସେଚନ ପ୍ରଣାଳୀ ଅବଲମ୍ବନ କରିବା।
- ନଦୀରେ ଆନିକଟ୍, ବ୍ୟାରେଜ, ବନ୍ଧ ନିର୍ମାଣ କରି ବର୍ଷାଜଳକୁ ନିୟନ୍ତ୍ରଣ କରାଯାଇ ସେହି ଜଳର ବହୁମୁଖୀ ବ୍ୟବହାର କରିବା।
ଜଳର ବ୍ୟବହାର :
- ପାନୀୟ, ରନ୍ଧନ ଓ ପରିଷ୍କାର ପରିଚ୍ଛନ୍ନ
- ଶିଳ୍ପ
- ବିଦ୍ୟୁତ୍ ଉତ୍ପାଦନ
- ଜଳପଥରୂପେ ଯାତ୍ରୀ ଓ ମାଲପରିବହନ
- କୃଷିକାର୍ଯ୍ୟ
- ଜଳଜୀବ ସଂରକ୍ଷଣ
ଜାଣିବା କଥା :
ଜଣେ ସହରୀଲୋକର ଦୈନନ୍ଦିନ ଜଳ ବ୍ୟବହାର ୧୫୦ ଲିଟର।
ଜଳାଭାବ :
- ଜନସଂଖ୍ୟା ବୃଦ୍ଧି ହେତୁ ଜଳର ବ୍ୟବହାର ତଦନୁପାତରେ ବୃଦ୍ଧିପାଇ ଚାଲିଛି।
- ଚାହିଦାଠାରୁ ଜଳ ଯୋଗାଣ କମ୍ ହେବାରୁ ଜଳାଭାବ ଦେଖାଦେଇଛି ।
- ବାର୍ଷିକ ଓ ଋତୁକାଳୀନ ବୃଷ୍ଟିପାତର ପାର୍ଥକ୍ୟ ଜଳାଭାବର ପ୍ରଧାନ କାରଣ।
- ଜଳାଭାବ ଯୋଗୁ ପୃଥିବୀର ବହୁ ଅଞ୍ଚଳ ମରୁଡ଼ି ପ୍ରବଣ ଅଞ୍ଚଳରେ ପରିଣତ ହୋଇଛି।
ଜଳ ସଂବଳର ସଂରକ୍ଷଣ :
- ଅପରିଷ୍କାର ଜଳ, ଶିଳ୍ପ-କାରଖାନାରୁ ନିର୍ଗତ ଦୂଷିତ ଜଳ, ସହରାଞ୍ଚଳ ଓ ଡାକ୍ତରଖାନାରୁ ନିର୍ଗତ ଆବର୍ଜନାଯୁକ୍ତ ଜଳକୁ ପରିଷ୍କୃତ କରାଯାଇ ପ୍ରବାହ ଜଳରେ ମିଶାଇବା।
- କୀଟନାଶକ ଓ ସାରଯୁକ୍ତ କୃଷିକ୍ଷେତ୍ରର ଜଳକୁ ଶୋଧନ କରି ପ୍ରବାହ ଜଳରେ ଛାଡ଼ିବା।
- ଶବ, ମୃତ ପ୍ରାଣୀ ଜଳରେ ଭସାଇବା ଅନୁଚିତ।
- ଭୂଗର୍ଭ ଜଳର ମାତ୍ରାଧୂକ ବ୍ୟବହାର ରୋକିବା ଓ ଜଳ ସଞ୍ଚୟ ପାଇଁ ଚେଷ୍ଟା କରିବା।
- ବନୀକରଣ ମାଧ୍ୟମରେ ଉଭିଦ ଆଚ୍ଛାଦନ କରି ବୃଷ୍ଟିଜଳର ଗତି ରୋକିବା ।
- ଜଳ ଅମଳ ପ୍ରକଳ୍ପଦ୍ବାରା ଜଳକୁ ସାଇତି ରଖୁବା ।
ଜାଣିବା କଥା
ବର୍ଷା ଜଳକୁ ନଳ ସାହାଯ୍ୟରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏକତ୍ର କରି ଜଳାଭାବ ସମୟରେ ବ୍ୟବହାର କରିବାକୁ ଜଳ ଅମଳ ପ୍ରକଳ୍ପ କୁହାଯାଏ।
- ବୁନ୍ଦା ଓ ଛିଞ୍ଚା ଜଳସେଚନ ପ୍ରଣାଳୀ ଅବଲମ୍ବନ କରିବା।
- ନଦୀରେ ଆନିକଟ୍, ବ୍ୟାରେଜ, ବନ୍ଧ ନିର୍ମାଣ କରି ବର୍ଷାଜଳକୁ ନିୟନ୍ତ୍ରଣ କରାଯାଇ ସେହି ଜଳର ବହୁମୁଖୀ ବ୍ୟବହାର କରିବା।
ପ୍ରାକୃତିକ ଉଦ୍ଭଦ /ଅରଣ୍ୟ ସମ୍ବଳ ଓ ବନ୍ୟପ୍ରାଣୀ ସମ୍ବଳ :
- ପ୍ରାକୃତିକ ଉଭିଦ ଓ ବନ୍ୟପ୍ରାଣୀ ଅତି ମୂଲ୍ୟବାନ ସମ୍ବଳ।
- ପ୍ରାକୃତିକ ଉଭିଦ କହିଲେ ମନୁଷ୍ୟର ବିନ୍ଧା ସାହାଯ୍ୟରେ ଆପେ ଆପେ ଜନ୍ମିଥିବା ବୃକ୍ଷ, ଲତା ଓ ତୃଣ ।
- ଜୈବମଣ୍ଡଳ ସୁରକ୍ଷିତ ରହିଲେ ପ୍ରାକୃତିକ ଉଭିଦ ଓ ବନ୍ୟପ୍ରାଣୀର ବଂଶବୃଦ୍ଧି ଓ ସହାବସ୍ଥାନରେ ଉନ୍ନତି ଘଟେ ଓ ପରିବେଶର ଭାରସାମ୍ୟ . . . ରକ୍ଷା ହୁଏ । ।
ବ୍ୟବହାର :
ଅରଣ୍ୟର ବୃକ୍ଷସଂପଦ ମନୁଷ୍ୟର ବିଭିନ୍ନ କାର୍ଯ୍ୟରେ ବ୍ୟବହାରରେ ଆସେ । ଯଥା –
- ପ୍ରାଣୀମାନଙ୍କ ଆଶ୍ରୟସ୍ଥଳ ହୁଏ।
- ଅମ୍ଳଜାନ ଯୋଗାଏ।
- ଫଳ, ମଞ୍ଜି, ଅଠା, ଲାଖ, ଝୁଣା, ଶିଘ୍ର ଆଦି ଅରଣ୍ୟଜାତ ଦ୍ରବ୍ୟ ମିଳେ।
- ମ୍ପରିକା ସଂରକ୍ଷଣ କରେ ।
- ଭୂଗର୍ଭ ଜଳ ସଞ୍ଚୟରେ ସାହାଯ୍ୟ କରେ।
- କାଠ, ବାଉଁଶ, ସବାଇଘାସ ମିଳେ ଓ ଶିଳ୍ପପାଇଁ କଞ୍ଚାମାଲ ଯୋଗାଏ ।
ପ୍ରାକୃତିକ ଉଭିଦର ବିତରଣ :
ପୃଥିବୀରେ ୪ ପ୍ରକାର ଉଭିଦ ଦୃଷ୍ଟିଗୋଚର ହୁଏ ।
- ଅରଣ୍ୟ ଅଧିକ ଦୃଷ୍ଟିଯୁକ୍ତ ଅଞ୍ଚଳରେ ଦେଖାଯାଏ। ,
- ତୃଣଭୂମି : ମଧ୍ଯମ ଦୃଷ୍ଟିଯୁକ୍ତ ଅଞ୍ଚଳରେ ଦେଖାଯାଏ ।
- କଣ୍ଟାବନ :ଅଳ୍ପ ବୃଷ୍ଟି ବା ଶୁଷ୍କ ଅଞ୍ଚଳରେ ବେଖାଯାଏ।
- ତୁନ୍ଦ୍ରା : ମେରୁ ଅଞ୍ଚଳରେ ଦେଖାଯାଏ ।
ପୃଥିବୀର ବିଭିନ୍ନ ଅଞ୍ଚଳର ଅକ୍ଷାଂଶକୁ ବିଚାରକୁ ନେଇ ଅରଣ୍ୟକୁ ତିନି ଶ୍ରେଣୀରେ ବିଭାଗ କରାଯାଇଛି; ଯଥା –
- ନିରକ୍ଷୀୟ ଅରଣ୍ୟ,
- କ୍ରାନ୍ତୀୟ ଅରଣ୍ୟ,
- ନାତିଶୀତୋଷ୍ଣ ଅରଣ୍ୟ ।
ପୃଥିବୀର ବିଭିନ୍ନ ଅରଣ୍ୟ, ଏହାର ଅକ୍ଷାଂଶ, ଅବସ୍ଥିତି ଓ ମୁଖ୍ୟ ଅଞ୍ଚଳ :
ଓଡ଼ିଶାରେ ଶତକଡ଼ା 32 ଭାଗ ଭୂମିରେ ଅରଣ୍ୟ ଅଛି ।
ପ୍ରାକୃତିକ ଉଭିଦର ସଂରକ୍ଷଣ :
- ମନଇଚ୍ଛା ଜଙ୍ଗଲ କଟା ବନ୍ଦ କରିବା ଓ ନୂତନ ଜଙ୍ଗଲ ସୃଷ୍ଟି କରିବା।
- ପାହାଡ଼ିଆ ଅଞ୍ଚଳରେ ସ୍ଥାନାନ୍ତରିତ କୃଷି, ଯଥା— ପୋଡୁଚାଷ ବନ୍ଦ କରିବା ।
- ଅନିୟମିତ ପଶୁଚାରଣ ବନ୍ଦ କରିବା।
- ସାମାଜିକ ବନୀକରଣ, ପର୍ଥପାର୍ଶ୍ୱସ୍ଥ ବୃକ୍ଷରୋପଣ, ସମୁଦ୍ର ଉପକୂଳବର୍ତୀ ଅଞ୍ଚଳରେ ବନୀକରଣ କରିବା ।
ବନ୍ୟପ୍ରାଣୀ ସମ୍ବଳ
- ବନ୍ୟପ୍ରାଣୀ ଆମର ମୂଲ୍ୟବାନ ସମ୍ବଳ ରୂପେ ପରିଗଣିତ ।
- ପଶୁ, ପକ୍ଷୀ, କୀଟପତଙ୍ଗ ଓ ଜଳଜୀବ ବନ୍ୟପ୍ରାଣୀ ସମ୍ବଳର ଅନ୍ତର୍ଗତ ।
- ପରିସଂସ୍ଥାର ଭାରସାମ୍ୟ ରକ୍ଷାରେ ବନ୍ୟପ୍ରାଣୀର ଭୂମିକା ଗୁରୁତ୍ଵପୂର୍ଣ ।
ବନ୍ୟପ୍ରାଣୀ ସମ୍ବଳର ଉପକାରିତା :
- ଦୁଗ୍ଧ, ମାଂସ, ଚମଡ଼ା ଓ ପଶମ ମିଳେ।
- କେତେକ ପକ୍ଷୀ, ଶାଗୁଣା, କୁଆ ଆଦିଙ୍କଦ୍ୱାରା ମୃତପ୍ରାଣୀ ଭକ୍ଷଣକରି ପରିବେଶକୁ ସଫା କରନ୍ତି ।
- କେତେକ କୀଟ ଓ ପୋକଙ୍କଦ୍ବାରା ଆବର୍ଜନା ପରିଷ୍କରଣ ।
ପରିସଂସ୍ଥାର ଭାରସାମ୍ୟ ରକ୍ଷା ହୋଇଥାଏ।
ବନ୍ୟପ୍ରାଣୀ ସମ୍ବଳର ବିତରଣ :
ବନ୍ୟପ୍ରାଣୀ ସମ୍ବଳକୁ ଆହାର ଦୃଷ୍ଟିରେ 3 ଭାଗରେ ଶ୍ରେଣୀଭୁକ୍ତ କରାଯାଇଛି । ଯଥା –
- ତୃଣଭୋଜୀ (ହାତୀ, ସମ୍ବର, ହରିଣ, ଜେବ୍ରା, ଜିରାଫ ଆଦି)
- ମାଂସାଶୀ (ସିଂହ, ବାଘ, ହେଟାବାଘ ଆଦି)
- ଉଭୟ ଭୋଜୀ (ବିଲୁଆ, ଭାଲୁ ଇତ୍ୟାଦି )
ଭୂ-ପ୍ରକୃତି ଓ ଜଳବାୟୁ ଅନୁସାରେ ଭିନ୍ନ ଭିନ୍ନ ଅରଣ୍ୟରେ ଭିନ୍ନ ଭିନ୍ନ ବନ୍ୟପ୍ରାଣୀ ଦେଖାଯାନ୍ତି ।
ଭାରତର ବନ୍ୟପ୍ରାଣୀ
ହାତୀ, ବାଘ, ସିଂହ, ଗଣ୍ଡା, ଭାଲୁ, ଗୟଳ, ହରିଣ, ବାରହା, କସ୍ତୁରୀ ମୃଗ ଓ ଚମରୀ ଗାଈ, ବିଭିନ୍ନ ବିଷଧର ସର୍ପ, ଗୋଧ, କୁମ୍ଭୀର ଓ ଜଳହସ୍ତୀ; .ମୟୂର, ଶୁଆ, ଶାରୀ ଆଦି ପକ୍ଷୀ; ଜଳଭାଗରେ ହଂସ, ହଂସରାଳୀ, ସାରସ, ପାଣିକୁଆ ଇତ୍ୟାଦି
ଓଡ଼ିଶାର ବନ୍ୟପ୍ରାଣୀ
ନୀଳଗାଈ ଓ ଚଉଶିଙ୍ଗା ହରିଣ (ଅନୁଗୁଳ, ସମ୍ବଲପୁର, କୋରାପୁଟ), ବନ୍ଯ ମହିଷି (ଖଡ଼ିଆଳ), ହରିଣ, କୁଟୁରା, ସମ୍ବର, ବାରହା, ମୟୂର, କୁମ୍ଭାଟୁଆ, ଶୁଆ, ଶାରୀ, ଝିଙ୍କ ପକ୍ଷୀ, ନଦୀ ଓ ହ୍ରଦରେ ପାଣିକୁଆ, ହଂସରାଳି, ବଗ, ଗେଣ୍ଡାଳିଆ, କୁମ୍ଭୀର, ମଗର, କଇଁଛ ଆଦି ପ୍ରାଣୀ.
ବନ୍ୟଜନ୍ତୁ ସଂରକ୍ଷଣ :
- ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ 1972 ମସିହାରେ ଆମ ଦେଶରେ ‘ବନ୍ୟପ୍ରାଣୀ ବୋର୍ଡ଼’ ଗଠନ କରାଯାଇଛି ।
- ବିଭିନ୍ନ ଅଞ୍ଚଳରେ ଅଭୟାରଣ୍ୟ, ଜାତୀୟ ଉଦ୍ୟାନ, ବ୍ୟାଘ୍ର ପ୍ରକଳ୍ପ, କୁମ୍ଭୀର ପ୍ରକଳ୍ପ ଓ ପକ୍ଷୀବିହାର ଆଦି ସ୍ଥାପନ କରାଯାଇଛି ।
- ଏତଦ୍ବ୍ୟତୀତ ପଶୁପକ୍ଷୀ ଶିକାର ବନ୍ଦ କରି ସେମାନଙ୍କ ପରିବେଶ ପ୍ରତି ଗୁରୁତ୍ଵପୂର୍ଣ୍ଣ ଭୂମିକା ପ୍ରତି ଜନସଚେତନା ସୃଷ୍ଟିପାଇଁ ସରକାରୀ ଓ ବେସରକାରୀ ସଂସ୍ଥା ପକ୍ଷରୁ ଉଦ୍ୟମ କରାଯିବା ଉଚିତ ।
ଭାରତର କେତେକ ଅଭୟାରଣ୍ୟର ତାଲିକା
ଖଣିଜ ସମ୍ବଳ
- ଖଣିଜ ସମ୍ବଳ ଏକ ମୂଲ୍ୟବାନ ତଥା ନବୀକରଣ ଅଯୋଗ୍ୟ ପ୍ରାକୃତିକ ସମ୍ବଳ ।
- ପୃଥିବୀର ସବୁ ଅଞ୍ଚଳରେ ଶିଳା ସହିତ ବିଭିନ୍ନ ଖଣିଜ ମିଶି ରହିଅଛି ।
- ସୃଷ୍ଟି ଦୃଷ୍ଟିରୁ ବିଚାର କରି ଖଣିଜକୁ 2 ଶ୍ରେଣୀରେ ବିଭିନ୍ନ କରାଯାଏ।
ଖଣିଜ ଦ୍ରବ୍ୟର ବିତରଣ .
ଖଣିଜ ସମ୍ବଳର ବ୍ୟବହାର, :
ଖଣିଜ ସମ୍ବଳର ସଂରକ୍ଷଣ :
- ଖଣିଜ ଉତ୍ତୋଳନ ଓ ଏହାର ପରିବହନରେ ଖଣିଜ ନଷ୍ଟ ନହେବା ପାଇଁ ସାବଧାନତା ଅବଲମ୍ବନ କରିବା ।
- ପୁନଃଚକ୍ରଣ ମାଧ୍ୟମରେ ବ୍ୟବହୃତ ଧାତୁର ପୁନଃ ବ୍ୟବହାର କରିବା ।
- ଧାତୁ ଦ୍ରବ୍ୟ ବଦଳରେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ।
- ଉଚ୍ଚମାନ ବିଶିଷ୍ଟ ଖଣିଜପିଣ୍ଡ ବଦଳରେ ନିମ୍ନମାନର ଖଣିଜପିଣ୍ଡର ବ୍ୟବହାର କରିବା ।
ଶକ୍ତି ସମ୍ବଳ
- ଶକ୍ତି ସମ୍ବଳ ଏକ ନବୀକରଣ-ଅଯୋଗ୍ୟ ପ୍ରାକୃତିକ ସମ୍ବଳ।
- ଆଧୁନିକ ମଣିଷର ଆରାମଦାୟକ ଜୀବନଯାପନ ପ୍ରଣାଳୀ ନିମିତ୍ତ ଶକ୍ତି ଆବଶ୍ୟକ । ଏତଦ୍ବ୍ୟତୀତ କୃଷି, ଶିଳ୍ପ, ପରିବହନ, ଯୋଗାଯୋଗ, ଘରୋଇ କ୍ଷେତ୍ରରେ ଶକ୍ତି ଚାହିଦା ବୃଦ୍ଧି ପାଉଛି; ମାତ୍ର ତଦନୁସାରେ ଶକ୍ତିର ଯୋଗାଣ ବୃଦ୍ଧି ହେଉନାହିଁ ।
ଜାଣିବା କଥା
- ମଣିଷ ପୂର୍ବ କାଳରେ ପଶୁଶକ୍ତି ଓ ଶାରୀରିକ ଶକ୍ତି ସାହାଯ୍ୟରେ ବିଭିନ୍ନ କାର୍ଯ୍ୟ କରୁଥିଲା ।
ପାରମ୍ପରିକ ଶକ୍ତି :
ପାରମ୍ପରିକ ଶକ୍ତି ଉତ୍ସ; ଯଥା – କୋଇଲା, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ଆଦି ଜୈବାଶ୍ମ ଜାଳେଣି ଅଟନ୍ତି ।
କୋଇଲାର ବ୍ୟବହାର :
ଘରୋଇ ଜାଳେଣି, ଲୌହଇସ୍ପାତ ଶିଳ୍ପ, ବାଷଚାଳିତ ଇଂଜିନ୍, ବିଦ୍ୟୁତ୍ ଶକ୍ତି ଉତ୍ପାଦନ ହୋଇଥାଏ। କୋଇଲାକୁ କୃଷ୍ଣହୀରକ କୁହାଯାଏ।
ମୁଖ୍ୟ କୋଇଲା ଉତ୍ପାଦନକାରୀ ଅଞ୍ଚଳ :
ପେଟ୍ରୋଲିୟମ୍ର ବ୍ୟବହାର :
(ପେଟ୍ରୋ = ଶିଳା, ଲିୟମ = ତେଲ)
ଗାଡ଼ିମଟରକୁ ଚଳାଇବା ପାଇଁ ଜାଳେଣି ତେଲ, ଘର୍ଷଣ ନିରୋଧକ ତେଲ, କିରୋସିନି, ୱାକ୍ସ, ପ୍ଲାଷ୍ଟିକ୍ ପ୍ରସ୍ତୁତିରେ ପେଟ୍ରୋଲିୟମ୍ର ବ୍ୟବହାର ହୁଏ।
ପେଟ୍ରୋଲିୟମ୍ ଉତ୍ପାଦନ ଅଞ୍ଚଳ :
ଜାଣିବା କଥା:
ଓଡ଼ିଶାର ମହାନଦୀ ଅବବାହିକା ଓ ପାରାଦ୍ବୀପ ନିକଟସ୍ଥ ସମୁଦ୍ର ଗର୍ଭରେ ତୈଳର ସନ୍ଧାନ ମିଳିଛି।
ପ୍ରାକୃତିକ ବାଷ୍ପ :
- ଭୂଗର୍ଭର ସ୍ତରୀୟ ଶିଳାରେ ପେଟ୍ରୋଲିୟମ୍ ସହ ମିଶି ସଞ୍ଚତ ହୋଇ ରହିଥିବା ପ୍ରାକୃତିକ ବାଷ୍ପକୁ ଅଶୋଧ ତୈଳ ସହ କିମ୍ବା ନଳକୂପ ସାହାଯ୍ୟରେ ଭୂ-ଗର୍ଭରୁ ବାହାରକୁ ଅଣାଯାଏ।
- ବ୍ୟବହାର : ଘରୋଇ ଇନ୍ଧନ ଓ କଳକାରଖାନାରେ ଜାଳେଣି ଇନ୍ଧନ ପାଇଁ ବ୍ୟବହୃତ ହୁଏ।
ପ୍ରାକୃତିକ ବାଷ୍ପ ଉତ୍ପାଦନକାରୀ ଦେଶ ଓ ଅଞ୍ଚଳ :
ଜଳବିଦ୍ୟୁତ୍ :
- ନଦୀ ବା ଝରଣାରେ ବନ୍ଧ ନିର୍ମାଣ କରି ଜଳସ୍ରୋତଦ୍ୱାରା ଟରବାଇନ୍କୁ ଘୂରାଇ ଜେନେରେଟରରେ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଏ । ଏହାକୁ ଜଳବିଦ୍ୟୁତ୍ କୁହାଯାଏ ।
ଜଳବିଦ୍ୟୁତ୍ ଉତ୍ପାଦନକାରୀ ଦେଶ । ଅଞ୍ଚଳ :
- ପୃଥିବୀ : ବ୍ରାଜିଲ, ପାରାଗୁଏ, ନରୱେ, ଚୀନ୍
- ଭାରତ : ରାକ୍ରାନଙ୍ଗଲ, ଗନ୍ଧିସାଗର, ନାଗାର୍ଜୁନ ସାଗର, ଦାମୋଦର ଉପତ୍ୟକା ଯୋଜନା
- ଓଡ଼ିଶା : ହୀରାକୁଦ, ରେଙ୍ଗାଲି, ବାଲିମେଳା, ମାଛକୁଣ୍ଡ
ଅଣପାରମ୍ପରିକ ଶକ୍ତି ଉତ୍ସ :
- ସୌରଶକ୍ତି, ପବନଶକ୍ତି, ଜୁଆରି ଶକ୍ତି, ଆଣବିକ ଶକ୍ତି ଆଦି ଅଣପାରମ୍ପରିକ ଶକ୍ତି ଉତ୍ସ ।
- ସୌରଶକ୍ତିକୁ ରାସ୍ତା ଆଲୋକ, ଟ୍ରାଫିକ୍ ସିଗ୍ନାଲ୍, ସୌର ଚୁଲ୍ଲା ଓ ସୌର କୁକରରେ ବ୍ୟବହାର କରାଯାଏ ।
ଜାଣିବା କଥା :
- ନେଦରଲ୍ୟାଣ୍ଡ, ଜର୍ମାନୀ, ଡେନମାର୍କ, ଯୁକ୍ତରାଜ୍ୟ, ସ୍ପେନ, ଯୁକ୍ତରାଷ୍ଟ୍ର ଆମେରିକାରେ ପବନ ଫାର୍ମ ଗଢ଼ି ଉଠୁଛି, ଯାହାଦ୍ଵାରା ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଉଛି ।
ପବନ ଶକ୍ତି ଉପଯୋଗ କରି ପବନଚକ୍ରୀ ଘୂରାଇ ଜେନେରେଟରରେ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଏ । - ଭାରତର କର୍ଣାଟକ, ତାମିଲନାଡୁ, ଓଡ଼ିଶା ଓ ଆଣ୍ଡମାନ- ନିକୋବର ଦ୍ଵୀପପୁଞ୍ଜରେ ପବନ ଶକ୍ତିର ଉପଯୋଗ କରାଯାଇ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଉଛି ।
ଜୁଆର ଶକ୍ତି :
- ସମୁଦ୍ରର ଜୁଆର ଶକ୍ତିକୁ ଉପଯୋଗ କରି ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରିବା ପାଇଁ ରୁଷିଆ, ଗ୍ରୀସ୍ ଓ ଭାରତର କାୟେ ଉପକୂଳ, ପଶ୍ଚିମବଂଗର ସୁନ୍ଦରବନରେ ଜୁଆର ଫାର୍ମମାନ ଗଢ଼ିଉଠିଛି ।
ଜୈବ ଗ୍ୟାସ୍ :
- ଜୈବିକ ବର୍ଜ୍ୟବସ୍ତୁରୁ ବ୍ୟାକ୍ଟେରିଆ ସାହାଯ୍ୟରେ ବାୟୋଗ୍ୟାସ୍ ପ୍ରସ୍ତୁତ କରାଯାଇ ରନ୍ଧନ ଓ ଆଲୋକ ପାଇଁ ବ୍ୟବହାର କରାଯାଏ।
ଭୂତାପଜ ଶକ୍ତି :
- ଭୂତାପଜ ଶକ୍ତିକୁ ରନ୍ଧନ, ସ୍ନାନ ଓ ଉତ୍ତପ୍ତ କରିବା କାର୍ଯ୍ୟରେ ବ୍ୟବହାର କରାଯାଉଛି ।
- ନିଉଜିଲାଣ୍ଡ, ଆଇସ୍ଲାଣ୍ଡ, ଫିଲିପାଇନ୍ସ ଏବଂ ଭାରତର ହିମାଚଳ ପ୍ରଦେଶର ମନିକରଣ ଏବଂ ଲଦାଖର ପ୍ଲୁଗା ଉପତ୍ୟକାରେ ଭୂତାପଜ କେନ୍ଦ୍ର ସ୍ଥାପିତ ହୋଇଛି ।
ଜାଣିବା କଥା
ଯୁକ୍ତରାଷ୍ଟ୍ର ଆମେରିକା ପୃଥିବୀର ସର୍ବବୃହତ୍ ଭୂ-ତାପଜ ଶକ୍ତି ଉତ୍ପାଦନକାରୀ ଦେଶ ।
ଆଣବିକ ଶକ୍ତି : ୟୁରାନିୟମ୍, ଥୋରିୟମରୁ ଆଣବିକ ରିଆକ୍ଟର ମାଧ୍ୟମରେ ଉତ୍ପାଦିତ ହେଉଥିବା ବିଦ୍ୟୁତ୍ ଶକ୍ତିକୁ ଆଣବିକ ବିଦ୍ୟୁତ୍ ଶକ୍ତି କୁହାଯାଏ।
ଭାରତର ମୁଖ୍ୟ ଆଣବିକ ଶକ୍ତି ଉତ୍ପାଦନ କେନ୍ଦ୍ର :
ଶକ୍ତି ସଂରକ୍ଷଣ :
- ଆଜିର ଯାତ୍ତ୍ୱିକ ଯୁଗରେ ଦୈନନ୍ଦିନ ଜୀବନ କ୍ଷେତ୍ରରେ ଶକ୍ତିର ଆବଶ୍ୟକତା ରହିଛି ।
- ପାରମ୍ପରିକ ଶକ୍ତି ଉତ୍ସ;ଯଥା – କୋଇଲା, ପେଟ୍ରୋଲିୟମ୍ ଆଦି କ୍ଷୟଶୀଳ ସମ୍ବଳ ହୋଇଥିବାରୁ ଶକ୍ତିର ସଂରକ୍ଷଣ ଏକାନ୍ତ ଆବଶ୍ୟକ ।
ଶକ୍ତି ସଂରକ୍ଷଣର ଉପାୟ :
- ଯାନ୍ତ୍ରିକ ଗାଡ଼ି ପରିବର୍ତ୍ତେ ସାଇକେଲ୍ର ବ୍ୟବହାର କରିବା।
- ରୋଷେଇବେଳେ ରୋଷେଇ ପାତ୍ରରେ ଘୋଡ଼ଣି ବ୍ୟବହାର କରିବା ।
- ଯାନ୍ତ୍ରିକ ଗାଡ଼ିକୁ ଅଯଥାରେ ଷ୍ଟାର୍ଟରେ ନ ରଖୁବା ।
- ଗ୍ୟାସଚୁଲା, ହିଟରର ଅଯଥା ବ୍ୟବହାର ରୋକିବା।
- ନିୟମିତ ବ୍ୟବଧାନରେ ଯାନ୍ତ୍ରିକ ଗାଡ଼ିଗୁଡ଼ିକର ଗ୍ୟାରେଜରେ ମରାମତି କରିବା ।
- ଅଳ୍ପ ବିଦ୍ୟୁତ୍ ଖର୍ଚ୍ଚ ପାଇଁ ବଚତ ବଲ୍ବର ବ୍ୟବହାର କରିବା ।
- ଆବଶ୍ୟକ ନଥୁଲେ ଘରର ବିଦ୍ୟୁତ୍ ସୁଇଚ୍କୁ ବନ୍ଦ ରଖୁବା ।
- ଘର୍ଷଣ ହ୍ରାସକ ଦ୍ରବ୍ୟର ବ୍ୟବହାର କରିବା।
ଭୌଗୋଳିକ ଶବ୍ଦାବଳୀ
- ପାର୍ବତ୍ୟ ଭୂମି : ଅଧିକ ଉଚ୍ଚତାବିଶିଷ୍ଟ ପାହାଡ଼ ଓ ପର୍ବତ ଥିବା ଭୂମିକୁ ପାର୍ବତ୍ୟଭୂମି କୁହାଯାଏ ।
- ମାଳଭୂମି : ଅଳ୍ପ ଉଚ୍ଚନୀଚ ହୋଇଥିବା ବିସ୍ତୀର୍ଣ୍ଣ ପଥୁରିଆ ଅଞ୍ଚଳକୁ ମାଳଭୂମି କୁହାଯାଏ।
- ସମତଳଭୂମି : ସମୁଦ୍ର ପତ୍ତନରୁ ଅଳ୍ପ ଉଚ୍ଚରେ ଥିବା ପ୍ରାୟ ସମାନ ଉଚ୍ଚତା ବିଶିଷ୍ଟ ଅଞ୍ଚଳକୁ ସମତଳ ଭୂମି କୁହାଯାଏ ।
- ଭୂ-ବ୍ଯବହାର : ମନୁଷ୍ୟ ’ ତା’ର ଜୀବନ ଜୀବିକା ପାଇଁ ଭୂସମ୍ବଳକୁ ବିଭିନ୍ନ ଭାବରେ (ବସତି ସ୍ଥାପନ, କୃଷିକାର୍ଯ୍ୟ, ପଶୁପାଳନ, ଗମନାଗମନ ପଥ ନିର୍ମାଣ, କାରଖାନା ନିର୍ମାଣ ଇତ୍ୟାଦି) ବ୍ୟବହାର କରିବାକୁ ଭୂବ୍ୟବହାର କୁହାଯାଏ।
- ଚୂର୍ଣ୍ଣୀଭବନ ପ୍ରକ୍ରିୟା : ବାହାରକୁ ଉନ୍ମୁକ୍ତ ଶିଳା ଉତ୍ତାପର ପର୍ଯ୍ୟାୟ ମୃଭିକା କ୍ରମିକ ହ୍ରାସବୃଦ୍ଧି, କରକାର ପ୍ରଭାବ, ଉଭିଦ, ପ୍ରାଣୀ ଓ ମନୁଷ୍ୟମାନଙ୍କଦ୍ୱାରା ଖଣ୍ଡ ବିଖଣ୍ଡିତ ହୋଇ କ୍ଷୁଦ୍ର କ୍ଷୁଦ୍ର ରେଣୁରେ ପରିଣତ ହେବା ପ୍ରକ୍ରିୟାକୁ ଚୂର୍ଥୀଭବନ କୁହାଯାଏ।
- ମୃତ୍ତିକା : ବିଭିନ୍ନ ଶିଳାର କ୍ଷୟଜାତ ସୂକ୍ଷ୍ମ ରେଣୁଗୁଡ଼ିକ ଜଳ, ବାୟୁ, କ୍ଷୟଜାତ ଜୈବାଂଶ ଓ ଖଣିଜ ସହିତ ମିଶି ଭୂମିର ଉପରି ଭାଗରେ ଯେଉଁ ପତଳା ଆବରଣ ସୃଷ୍ଟି କରେ, ତାହାକୁ ମୃଭିକା କୁହାଯାଏ ।
- ପରିବାହିତ ମୁଭିକା : ଶିଳାକ୍ଷୟ ହେବାପରେ କ୍ଷୟଜାତ ଶିଳାରାଶି ପ୍ରାକୃତିକ ଶକ୍ତିଦ୍ୱାରା ପରିବାହିତ ହୋଇ ଅନ୍ୟତ୍ର ସମ୍ପ୍ରତ ହେବାଦ୍ଵାରା ଯେଉଁ ମ୍ପରିକା ସୃଷ୍ଟି ହୁଏ, ତାହାକୁ ପରିବାହିତ ମୃଭିକା କୁହାଯାଏ।
- ବ୍ୟାରେଜ୍ : ନିକଟଠାରୁ ଅଧୂକ ଉଚ୍ଚତା ବିଶିଷ୍ଟ ଲୌହଫଳକ ସଂଯୋଗରେ ନିର୍ମିତ ପ୍ରତିବନ୍ଧକ ।
- ଡ୍ୟାମ୍ : ନଦୀର ଉଭୟ କୂଳକୁ ସଂଯୋଗ କରୁଥିବା କଂକ୍ରିଟ୍ ଓ ମାଟିର ବନ୍ଧ।
- ପରିସଂସ୍ଥା : ଜୈବମଣ୍ଡଳରେ ଥିବା ସମସ୍ତ ପ୍ରାଣୀ ଓ ଉଭିଦ ମଧ୍ୟରେ ପାରସ୍ପରିକ ସହାବସ୍ଥାନ ଓ ନିର୍ଭରଶୀଳତାକୁ ପରିସଂସ୍ଥା କୁହାଯାଏ।
- ଜୈବମଣ୍ଡଳ : ଶ୍ମମଣ୍ଡଳ, ବାରିମଣ୍ଡଳ ଓ ବାୟୁମଣ୍ଡଳର ମିଳନ ସ୍ଥଳରେ ଥିବା ସଂକୀର୍ଣ୍ଣ ଅଞ୍ଚଳ ଯେଉଁ ଠାରେ ପ୍ରାକୃତିକ ଉଦ୍ଭଦ ଓ ବନ୍ୟପ୍ରାଣୀମାନେ ରହିଥାନ୍ତି ।
- ଚିରହରିତ୍ ଅରଣ୍ୟ : ବର୍ଷସାରା ଅରଣ୍ୟର ଗଛଗୁଡ଼ିକର ପତ୍ର ସବୁଜ ଥବା ଓ କୌଣସି ନିର୍ଦ୍ଦିଷ୍ଟ ସମୟରେ ସେମାନେ ସବୁପତ୍ର ଏକକାଳୀନ ଝଡ଼ୁ ନଥିବା ଉଭିଦ ।
- ପଶ୍ଚିମୋଚୀ ଅରଣ୍ୟ : ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟରେ ଅର୍ଥାତ୍ ଶୁଷ୍କ ଋତୁରେ ଜଳାଭାବରୁ ରକ୍ଷା ପାଇବା ପାଇଁ ସମସ୍ତ ପତ୍ରଝଡ଼ା ଦେଉଥିବା ଅରଣ୍ୟ ।
- ନାତିଶୀତୋଷ୍ଣ ଅରଣ୍ୟ : ଉଭୟ ଗୋଲାର୍ଦ୍ଧର 25 ରୁ 65° ଅକ୍ଷାଂଶ ମଧ୍ୟରେ ଥିବା ଅରଣ୍ୟ ।
- ସାଭାନ୍ନା : ଆଫ୍ରିକାର ଗ୍ରୀଷ୍ମମଣ୍ଡଳୀୟ ତୃଣଭୂମି।
- ଷ୍ଟେପୀ : ଏସିଆର ନାତିଶୀତୋଷ୍ଣ ତୃଣଭୂମି।
- ପ୍ରେରୀ : ଯୁକ୍ତରାଷ୍ଟ୍ର ଆମେରିକାର ନାତି ଶୀତୋଷ୍ଣ ତୃଣଭୂମି ।
- ବନ୍ୟପ୍ରାଣୀ ବୋର୍ଡ଼ : ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ 1972 ମସିହାରେ ଆମ ଦେଶରେ ଗଠିତ ଏକ ବୋର୍ଡ / ସଂସ୍ଥା ।
- ଖଣିଜ : ମନୁଷ୍ୟର ବିନା ସାହାଯ୍ୟରେ ପ୍ରାକୃତିକ ଅବସ୍ଥାରେ ସ୍ଥିତ ଏକ ନିର୍ଦ୍ଦିଷ୍ଟ ରାସାୟନିକ ଯୁକ୍ତ ବସ୍ତୁ ।
- ଖଣିଜ ପିଣ୍ଡ : ଯେଉଁ ଶିଳାରେ ଖଣିଜ ମିଶି ରହିଥାଏ।
- ଜୈବ ଖଣିଜ : ଜୈବ ବସ୍ତୁରୁ ସୃଷ୍ଟି ହେଉଥିବା ଖଣିଜ ।
- ଅଜୈବ ଖଣିଜ : ଅଜୈବ ବସ୍ତୁରୁ ସୃଷ୍ଟ ଖଣିଜ, ଯଥା— ଲୁହା, ସୁନା, ତମ୍ବା ଇତ୍ୟାଦି ।
- ଧାତବ ଖଣିଜ : ଧାତୁ ଥିବା ଖଣିଜ ପିଣ୍ଡ ।
- ଅଧାତବ ଖଣିଜ : ଧାତୁ ନ ଥିବା ଖଣିଜ ପିଣ୍ଡ (ଚୂନପଥର, ଜିପ୍ସମ୍) ।
- ଖଣି ଖନନ : ଭୂପୃଷ୍ଠରୁ ବା ଭୂପୃଷ୍ଠରୁ ଅଧିକ ଗଭୀରତାରେ ଥବା ଶିଳାସ୍ତରରେ ଗଚ୍ଛିତ ଖଣିଜ ପଦାର୍ଥକୁ ଯେଉଁ ପ୍ରକ୍ରିୟା ମାଧ୍ୟମରେ ଉତ୍ତୋଳନ କରାଯାଏ।
- ଡ୍ରିଲିଂ : ଭୂଗର୍ଭର ଅତ୍ୟଧିକ ଗଭୀରତାରେ ଥିବା ପେଟ୍ରୋଲ ଏବଂ ପ୍ରାକୃତିକ ଗ୍ୟାସ୍କୁ ବାହାରକୁ ଆଣିବା ପାଇଁ କରାଯାଉଥିବା ଗଭୀର କୂପ ଖନନ ପ୍ରକ୍ରିୟା।
- ନିଷ୍କାସନ : ଖଣିଜପିଣ୍ଡକୁ ଭୂ-ଗର୍ଭରୁ ବାହାରକୁ ଅଣାଯାଇ କାରଖାନାକୁ ନିଆଯିବା ପରେ ତହିଁରୁ ଖଣିଜକୁ ପୃଥକ୍ କରିବା ପ୍ରକ୍ରିୟା ।
- ଜୈବାଶ୍ମ ଜାଳେଣି : ଉଭିଦ ଓ ପ୍ରାଣୀମାନଙ୍କର ନଷ୍ଟାବଶେଷ ନିୟୁତ ନିୟୁତ ବର୍ଷ ଧରି ଭୂଗର୍ଭରେ ତାପ ଓ ଚାପ ପ୍ରଭାବରେ ରୂପାନ୍ତରିତ ହୋଇ ସୃଷ୍ଟି ହେଉଥିବା କୋଇଲା, ପେଟ୍ରୋଲିୟମ୍ ଆଦି ପଦାର୍ଥ ।
- ପାରମ୍ପରିକ ଶକ୍ତି : ଯେଉଁ ଶକ୍ତି ବହୁକାଳ ଧରି ସାଧାରଣ ଭାବରେ ବ୍ୟବହୃତ ହୋଇ ଆସୁଛି, ଯଥା— ଜାଳେଣି କାଠ, କୋଇଲା, ଖଣିଜ ତୈଳ ଇତ୍ୟାଦି।
- ଅଣପାରମ୍ପରିକ ଶକ୍ତି : ପାରମ୍ପରିକ ଶକ୍ତି ବଦଳରେ ସୌରଶକ୍ତି, ପବନ ଶକ୍ତି, ଜୁଆର ଶକ୍ତିର ଉତ୍ସରୁ ଉତ୍ପନ୍ନ ଶକ୍ତି।
- ଭୂତାପଜ ଶକ୍ତି : ପୃଥିବୀର କୈନ୍ଦ୍ରିକ ତାପରୁ ଉତ୍ପନ୍ନ ହେଉଥିବା ଶକ୍ତି।
- ଜୁଆର ଶକ୍ତି, : ସମୁଦ୍ରର ଜୁଆରର ଶକ୍ତିକୁ ଉପଯୋଗ କରି ଉତ୍ପନ୍ନ କରାଯାଉଥିବା ଶକ୍ତି ।
- ବାୟୋଗ୍ୟାସ୍ : ଜୈବିକ ବର୍ଜ୍ୟବସ୍ତୁକୁ ବ୍ୟାକ୍ଟେରିଆଦ୍ଵାରା ପଚାଇବା ଫଳରେ ଉତ୍ପନ୍ନ ମିଥେନ ଓ ଅଙ୍ଗାରକର ମିଶ୍ରିତ ଗ୍ୟାସ୍ ।