BSE Odisha 8th Class Geography Solutions Chapter 3.1 କୃଷି

Odisha State Board BSE Odisha 8th Class Geography Solutions Chapter 3.1 କୃଷି Textbook Exercise Questions and Answers.

BSE Odisha Class 8 Geography Solutions Chapter 3.1 କୃଷି

1. ନିମ୍ନଲିଖତ ପ୍ରତ୍ୟେକ ପ୍ରଶ୍ନର ପ୍ରାୟ 50 ଟି ଶବ୍ଦରେ ଉତ୍ତର ଦିଅ ।

(କ) କୃଷି କାହାକୁ କୁହାଯାଏ ? ଚାରିଗୋଟି କୃଷିର ଉଦାହରଣ ଦିଅ ।
Answer:

  • ଭୂମିକୁ କର୍ଷଣ କରି ଶସ୍ୟ ଉତ୍ପାଦନ କରିବା କାର୍ଯ୍ୟକୁ କୃଷି କୁହାଯାଏ ।
  • ପୃଥ‌ିବୀର ଲୋକସଂଖ୍ୟାର ଶତକଡ଼ା 65 ଭାଗରୁ ଅଧିକ ଏବଂ ଭାରତ ପରି ବିକାଶୋନ୍ମୁଖୀ ଦେଶଗୁଡ଼ିକର ଲୋକସଂଖ୍ୟାର ପ୍ରାୟ ଦୁଇ-ତୃତୀୟାଂଶ ଲୋକ କୃଷିକୁ ଜୀବିକା ରୂପେ ଗ୍ରହଣ କରିଛନ୍ତି ।
  • କୃଷି କେବଳ ଶସ୍ୟ ଉତ୍ପାଦନକୁ ବୁଝାଏ, ତାହା ନୁହେଁ; ପଶୁପାଳନ, ମତ୍ସ୍ୟଚାଷ, ମହୁଚାଷ, ରେଶମ କୀଟ ପାଳନ, ପନିପରିବା, ଫୁଲ ଓ ଫଳ ଚାଷ କୃଷିର ଅନ୍ତର୍ଗତ ।

BSE Odisha 8th Class Geography Solutions Chapter 3.1 କୃଷି

(ଖ) କୃଷି କାର୍ଯ୍ୟକୁ ପ୍ରଭାବିତ କରୁଥିବା ଉପାଦାନଗୁଡ଼ିକ ଉଲ୍ଲେଖ କର ।
Answer:

  • କୃଷି କାର୍ଯ୍ୟକୁ ପ୍ରଭାବିତ କରୁଥିବା ଉପାଦାନଗୁଡ଼ିକ ହେଲା – ପ୍ରାକୃତିକ ବା ଭୌତିକ ନିବେଶ ଓ ମାନବୀୟ ନିବେଶ ।
  • ପ୍ରାକୃତିକ ବା ଭୌତିକ ନିବେଶ– ସୌରତାପ, ବୃଷ୍ଟିପାତ, ଭୂମିର ଗଠନ, ଉପଯୋଗୀ ମୃତ୍ତିକା ଭୌତିକ ନିବେଶର ଅନ୍ତର୍ଗତ ।
  • ମାନବୀୟ ନିବେଶ– କୃଷି ପାଇଁ ଶ୍ରମ, ବିହନ, କୃଷି ଯନ୍ତ୍ରପାତି, ରାସାୟନିକ ସାର, କୀଟନାଶକ, ଜଳସେଚନ, ଶସ୍ୟ ସଂରକ୍ଷଣ ବ୍ୟବସ୍ଥା ଆଦି ମାନବୀୟ ନିବେଶ ।
  • ଏହି ଦୁଇ ନିବେଶ ବ୍ୟତୀତ ଜମିର ମାଲିକାନା, ଆର୍ଥିକ ବିକାଶ, କୃଷିନୀତି ଆଦି କୃଷିର ମାନ ବୃଦ୍ଧିପାଇଁ ସହାୟକ ହୋଇଥାଏ।

(ଗ) ସ୍ଥାନାନ୍ତରିତ କୃଷିର ବିଶେଷତ୍ଵ କ’ଣ ? ଭାରତର ତିନିଗୋଟି ସ୍ଥାନାନ୍ତରିତ କୃଷିର ନାମ ଓ ସେଗୁଡ଼ିକ କେଉଁ କେଉଁ ରାଜ୍ୟରେ କରାଯାଇଥାଏ ଲେଖା।
Answer:

  • ସ୍ଥାନାନ୍ତରିତ କୃଷିରେ ଜଙ୍ଗଲର କିଛି ଅଂଶ ପ୍ରଥମେ ସଫା କରାଯାଇ ଗଛର ଗଣ୍ଠି, ଡାଳ, ପତ୍ର ଆଦି ଶୁଖାଇ ପୋଡ଼ି ଦିଆଯାଏ । ଏହି ପାଉଁଶ ଜମିର ଉର୍ବରତା ବୃଦ୍ଧି କରିବାରେ ସାହାଯ୍ୟ କରେ
  • ଏହି ଜମିରେ ଦୁଇ ତିନିବର୍ଷ ଚାଷ କଲା ପରେ ଜମିର ଉର୍ବରତା ଶକ୍ତି କମିଯାଏ, ତେଣୁ ଏହାକୁ ପରିତ୍ୟାଗ କରି ଜଙ୍ଗଲର ଅନ୍ୟତ୍ର ଏହିପରି ଅନ୍ୟ ଏକ ଅଂଶ ପୋଡ଼ି ଚାଷ କରାଯାଏ ।
  • ଏହି କୃଷିରେ କୃଷିକାର୍ଯ୍ୟ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୋଇଥାଏ। ଏହାକୁ କର୍ଶନ ଓ ଦହନ କୃଷି କୁହାଯାଏ ।
  • ଭାରତର ତିନିଗୋଟି ସ୍ଥାନାନ୍ତରିତ କୃଷିର ନାମ ହେଲା ଝୁମ୍, ପୁନମ୍ ଓ ପୋଡ଼ୁ ।
  • ଝୁମ୍ ଚାଷ ଉତ୍ତର-ପୂର୍ବ ଭାରତ, ଯଥା – ଆସାମ, ମେଘାଳୟ ରାଜ୍ୟରେ, ପୁନମ୍ କେରଳରେ ଏବଂ ପୋଡୁ ଚାଷ ଓଡ଼ିଶାରେ କରାଯାଇଥାଏ।

(ଘ) ରୋପଣ କୃଷି କାହାକୁ କହନ୍ତି ? ଦୁଇଟି ରୋପଣ କୃଷିର ନାମ ଉଲ୍ଲେଖ କର ।
Answer:

  • ଫସଲ ରୋପଣଦ୍ୱାରା କରାଯାଉଥିବା କୃଷିକାର୍ଯ୍ୟକୁ ରୋପଣ କୃଷି କୁହାଯାଏ ।
  • କ୍ଳାନ୍ତି ମଣ୍ଡଳର ବିସ୍ତୃତ ଅଞ୍ଚଳରେ ଏକକ ଫସଲ ଭାବରେ ଏହି କୃଷି କରାଯାଇଥାଏ ।
  • ଏହା ଏକ ବାଣିଜ୍ୟଭିଭିକ ବା ଅର୍ଥକରୀ କୃଷି, ତେଣୁ ଏହି କୃଷି ପାଇଁ ଅଧ‌ିକ ପୁଞ୍ଜି, ବିସ୍ତୃତ ଭୂମି ଓ ଶ୍ରମିକ ଆବଶ୍ୟକ ହୋଇଥାଏ ।
  • ରୋପଣ କୃଷିର ଉଦାହରଣ –ଚାହା, କଫି, ଆଖୁ, ରବର ।

BSE Odisha 8th Class Geography Solutions Chapter 3.1 କୃଷି

(ଘ) ଦୁଇଟି ତନ୍ତୁ ଜାତୀୟ ଫସଲର ନାମ ଲେଖ । କେଉଁ ପ୍ରାକୃତିକ
Answer:
ପରିବେଶରେ ସେହି ଫସଲଗୁଡ଼ିକ ଭଲ ହୁଏ ଲେଖ ।

  • କପା ଓ ଝୋଟ ଦୁଇଟି ମୁଖ୍ୟ ତନ୍ତୁ ଜାତୀୟ ଫସଲ ।
  • କ୍ରାନ୍ତୀୟ ଓ ଉପକ୍ରାନ୍ତୀୟ ଅଞ୍ଚଳରେ କପାଚାଷ ଭଲ ହୁଏ। ଅଧିକ ଉତ୍ତାପ, ଅଧୂକ ବୃଷ୍ଟିପାତ ଓ ଉତ୍ତମ ଜଳସେଚନ ତଥା କୃଷ୍ଣମୃରିକା ଏବଂ ପଟୁ, ପଙ୍କ ଓ ଜୈବସାର ଥିବା ଘୂରିକା କପାଚାଷ ପାଇଁ ଅନୁକୂଳ ହୋଇଥାଏ।
  • ସେହିପରି କ୍ରାନ୍ତୀୟ ଅଞ୍ଚଳ ଝୋଟଚାଷ ପାଇଁ ଉପଯୁକ୍ତ । ଉର୍ବର ପଟୁମ୍ବରିକା, ଆର୍ଦ୍ର ଜଳବାୟୁ ଏବଂ ଅତ୍ୟଧିକ ବୃଷ୍ଟିପାତ ଝୋଟ ଚାଷ ପାଇଁ ଅତ୍ୟନ୍ତ ଅନୁକୂଳ ।

2. ସଂକ୍ଷେପରେ ଲେଖ । (ପ୍ରାୟ 20 ଟି ଶବ୍ଦରେ)

(କ) ମିଶ୍ରିତ କୃଷି :
Answer:

  • ଖାଦ୍ୟଶସ୍ୟ, ପଶୁଖାଦ୍ୟ ଉତ୍ପାଦନ ସହ ପଶୁପାଳନକୁ ମିଶ୍ରିତ କୃଷି କୁହାଯାଏ।
  • କ୍ରାନ୍ତୀୟ ଜଳବାୟୁ ଅଞ୍ଚଳ, ଯଥା- ଥାଇଲାଣ୍ଡ, ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବଭାଗ, ଦକ୍ଷିଣ ଆଫ୍ରିକା, ନିଉଜିଲାଣ୍ଡ, ଅଷ୍ଟ୍ରେଲିଆର ଦକ୍ଷିଣ-ପୂର୍ବାଶ, ଇଉରୋପ ଓ ଦକ୍ଷିଣ ଆମେରିକାର ଆର୍ଜେଣ୍ଟିନାରେ ମିଶ୍ରିତ କୃଷି କରାଯାଇଥାଏ ।

(ଖ) ଉଦ୍ୟାନ କୃଷି :
Answer:

  • ସହର ଓ ବଡ଼ବଡ଼ ନଗରରେ ବାସ କରୁଥିବା ଲୋକମାନଙ୍କର ଆବଶ୍ୟକତା ପୂରଣ ପାଇଁ ତାହାର ଚତୁଃପାର୍ଶ୍ଵରେ ବିସ୍ତୃତ ଅଞ୍ଚଳରେ ପନିପରିବା ଓ ଫଳ ଫୁଲ ଇତ୍ୟାଦି କରାଯାଉଥିବା ଚାଷକୁ ଉଦ୍ୟାନ କୃଷି କୁହାଯାଏ।
  • ଏହା ସବୁ ଲାଭଜନକ କୃଷି । ଓଡ଼ିଶାର ପାନ ଓ କେରଳର ନଡ଼ିଆ ଏହି କୃଷିର ଉଦାହରଣ।

BSE Odisha 8th Class Geography Solutions Chapter 3.1 କୃଷି

(ଗ) ସଘନ ପ୍ରୟୋଜନ ଭିତ୍ତିକ କୃଷି :
Answer:

  • ଛୋଟ ଛୋଟ ଜମିରେ ଉନ୍ନତ ବିହନ, ନିୟମିତ ଜଳସେଚନ, ନିର୍ଦ୍ଦିଷ୍ଟ ପରିମାଣରେ ସାର ପ୍ରୟୋଗ କରି ଅଧିକ ଶ୍ରମିକଦ୍ଵାରା ଅଧିକ ଫସଲ ଉତ୍ପାଦନକୁ ସଘନ ପ୍ରୟୋଜନ ଭିତ୍ତିକ କୃଷି କୁହାଯାଏ ।
  • ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏସିଆ ଓ ପୂର୍ବ ଏସିଆର ମୌସୁମୀ ଅଞ୍ଚଳ, ପଶ୍ଚିମ ଇଉରୋପ ଓ ଭୂମଧ୍ଯସାଗରୀୟ ଅଞ୍ଚଳରେ ଏ ପ୍ରକାର କୃଷିରେ ଧାନ, ମକା, ଗହମ, ଡାଲିଜାତୀୟ ଶସ୍ୟ, ତୈଳବୀଜ ଚାଷ କରାଯାଏ ।

3. ଭୌଗୋଳିକ କାରଣ ଦର୍ଶାଅ ।

(କ) ଆସାମରେ ବାହା ଚାଷ ହୁଏ।
Answer:

  • ଆସାମରେ ଉଷ୍ଣ ଓ ଆର୍ଦ୍ର ଜଳବାୟୁ ଅନୁଭୂତ ହୁଏ ।
  • ଏଠାରେ ବାର୍ଷିକ ବୃଷ୍ଟିପାତର 200 ସେ.ମି. ରୁ ଅଧିକ।
  • ଏହାର ପାହାଡ଼ିଆ ଅଞ୍ଚଳର ଗଡ଼ାଣିଆ ଅଂଶରେ ଚାହା ଚାଷ କରାଯାଏ।
  • ଏହି ସବୁ ଭୌଗୋଳିକ ଅନୁକୂଳ ପରିବେଶ ଯୋଗୁ ଆସାମରେ ଚାହା ଚାଷ ହୁଏ ।

(ଖ) ଧାନ ଏକ କ୍ରାନ୍ତିମଣ୍ଡଳୀୟ ଫସଲ ।
Answer:

  • କ୍ରରିମଣ୍ଡଳରେ ତାପମାତ୍ରା, ବୃଷ୍ଟିପାତ ଓ ଆର୍ଦ୍ରତା ଅଧିକ ହୋଇଥାଏ ।
  • କ୍ରାନ୍ତିମଣ୍ଡଳୀୟ ଦେଶମାନଙ୍କରେ ଅନେକ ନଦୀ ପ୍ରବାହିତ ହେଉଥୁବା ହେତୁ ପଟୁ, ଦୋରସା ଓ ମଟାଳ ମୃରିକା ଅଧୁକ ପରିମାଣରେ ଦେଖାଯାଏ। ଏହା ଧାନ ଚାଷପାଇଁ ଅତ୍ୟନ୍ତ ଉପଯୋଗୀ। ତେଣୁ କ୍ରାନ୍ତି ମଣ୍ଡଳରେ ଧାନଚାଷ ଅଧିକ ପରିମାଣରେ ହୋଇଥାଏ ।

(ଗ) ଇଜିପଟ ଏକ ପ୍ରମୁଖ ତୁଳା ରପ୍ତାନିକାରୀ ଦେଶ ।
Answer:

  • ଇଜିପ୍‌ଟର ଉର୍ବର ପଟୁମାଟି, ଯଥେଷ୍ଟ ପରିମାଣରେ ସାର ପ୍ରୟୋଗ, ଜଳସେଚନର ଉପଯୁକ୍ତ ବ୍ୟବସ୍ଥା ଏବଂ ସରକାରୀ ତତ୍ତ୍ୱାବଧାନ ଯୋଗୁ ସେଠାରେ ତୁଳା ଉତ୍ପାଦନ ଯଥେଷ୍ଟ ହୋଇଥାଏ ।
  • ଇଜିପ୍‌ଟରେ ଯନ୍ତ୍ର ସାହାଯ୍ୟରେ କପା ଅମଳ କରାଯାଏ । ତେଣୁ ଇଜିପ୍‌ଟ ବହୁପରିମାଣରେ ତୁଳା ରପ୍ତାନି କରେ ।

4. ପାର୍ଥକ୍ୟ ଦର୍ଶାଅ

(କ) ପ୍ରାଥମିକ ପ୍ରକ୍ରିୟା ଓ ତୃତୀୟକ ପ୍ରକ୍ରିୟା :
BSE Odisha 8th Class Geography Solutions Chapter 3.1 କୃଷି 1
(ଖ) ପ୍ରୟୋଜନଭିତ୍ତିକ କୃଷି ଓ ବାଣିଜ୍ୟଭିତ୍ତିକ କୃଷି
BSE Odisha 8th Class Geography Solutions Chapter 3.1 କୃଷି 2

(ଗ) ଶୁଷ୍କ କୃଷି ଓ ଆର୍ଦ୍ର କୃଷି :
BSE Odisha 8th Class Geography Solutions Chapter 3.1 କୃଷି 3
5. ସଂକ୍ଷେପରେ ଉତ୍ତର ଦିଅ ।

(କ) ଝୋଟ ଉତ୍ପାଦନ କରୁଥିବା ଦୁଇଟି ଦେଶର ନାମ ଲେଖ।
Answer:
ଭାରତ ଓ ବାଂଲାଦେଶ ।

(ଖ) ପୃଥ‌ିବୀରେ କପାଚାଷରେ ଅଗ୍ରଣୀ ଥୁବା ଚାରିଗୋଟି ଦେଶର ନାମ ଉଲ୍ଲେଖ କର ।
Answer:
ଚୀନ୍, ଯୁକ୍ତରାଷ୍ଟ୍ର ଆମେରିକା, ଭାରତ ଓ ଇଜିପ୍ଟ ।

BSE Odisha 8th Class Geography Solutions Chapter 3.1 କୃଷି

(ଗ) ବାଜରା ଫସଲ ପାଇଁ ଆବଶ୍ୟକ ହେଉଥ‌ିବା ମୃଭିକା ଓ ଜଳବାୟୁର ବିବରଣୀ ଦିଅଁ ।
Answer:

  • ବାଜରା ଫସଲ ପାଇଁ ଆବଶ୍ୟକ ମୃତ୍ତିକା – ଅନୁର୍ବର ମୃଭିକା।
  • ଆବଶ୍ୟକ ଜଳବାୟୁ – 27° ରୁ 32° ସେଲସିୟସ୍ ତାପମାତ୍ରା ଓ 50 ସେ.ମି. ରୁ 120 ସେ.ମି. ବୃଷ୍ଟିପାତ ।

6. ଠିକ୍ ଉତ୍ତର ବାଛି ଲେଖ ।

(କ) କେଉଁଟି ଉଦ୍ୟାନ କୃଷି ?
(i) ଚାହାଚାଷ
(iii) ଗୋପାଳନ
(ii) ପନିପରିବା ଚାଷ
(iv) ମାଛଚାଷ
Answer:
(ii) ପନିପରିବା ଚାଷ

(ଖ) କେଉଁଟି ମୁଖ୍ୟ କଫି ଉତ୍ପାଦନକାରୀ ଦେଶ ?
(i) ବ୍ରାଜିଲ
(ii) ଭାରତ
(iii) କେନିଆ
(iv) ପେରୁ
Answer:
(i) ବ୍ରାଜିଲ

(ଗ) କେଉଁ ଚାଷଟି ଅନ୍ୟମାନଙ୍କଠାରୁ ଭିନ୍ନ ?
(i) ଧାନ
(ii) ଗହମ
(iii) ମକା
(iv) କପା
Answer:
(iv) କପା

7. ପ୍ରାଥମିକ, ଦ୍ଵିତୀୟକ ଓ ତୃତୀୟକ କାର୍ଯ୍ୟ ସଂପର୍କିତ ଶବ୍ଦଗୁଡ଼ିକୁ ନିମ୍ନ ତାଲିକାରୁ ଠିକ୍ ରୂପେ ବାଛି ସଜାଅ।

  • ଶିକ୍ଷକ
  • ଦିଆସିଲି କାରଖାନାର ଶ୍ରମିକ
  • ଟୋକେଇ ବୁଣାକାର
  • ମହାଜନ
  • ମାଳୀ
  • ଫୁଲଚାଷୀ
  • ଦୁଗ୍ଧବିକାଳି
  • କେଉଟ
  • ଧର୍ମଯାଜକ
  • ଡାକବାଲା
  • କୁମ୍ଭାର
  • ମହୁଚାଷୀ
  • ମହାକାଶଚାରୀ
  • କମ୍ପ୍ୟୁଟର ଇଞ୍ଜିନିୟର

Answer:
BSE Odisha 8th Class Geography Solutions Chapter 3.1 କୃଷି 4

ତୁମ ପାଇଁ କାମ

ଅକ୍ଟୋବର 16 ତାରିଖରେ ବିଶ୍ଵ ଖାଦ୍ୟ ଦିବସ । ସେହିଦିନ ତୁମ ବିଦ୍ୟାଳୟରେ ଏକ ଆଲୋଚନା ସଭାର ଆୟୋଜନ କର ଏବଂ ଏହି ଦିବସରେ ତାତ୍ପର୍ଯ୍ୟ ବୁଝାଅ ।
Answer:
ନିଜେ କର।

ମନେକର ତୁମ ଚାଷଜମି ପାହାଡ଼ର ଗଡ଼ାଣିଆ ଅଞ୍ଚଳରେ । ସେ ଅଞ୍ଚଳରେ ତୁମେ କିପରି ଚାଷ କରିବ ସେ ବିଷୟରେ ଶ୍ରେଣୀରେ ଆଲୋଚନା କର ।
Answer:
ପାହାଡ଼ର ଗଡ଼ାଣିଆ ଅଞ୍ଚଳରେ ଥାକ ଥାକ କରି ସୋପାନ ପ୍ରଣାଳୀରେ ଚାଷ କରିବୁ। କାରଣ ଏହାଦ୍ଵାରା ମୃରିକା କ୍ଷୟ ହେବ ନାହିଁ । ଏ ଅଞ୍ଚଳରେ ସାଧାରଣତଃ ଖାଦ୍ୟଶସ୍ୟ ବ୍ୟତୀତ ରୋପଣ କୃଷି ଅନ୍ତର୍ଗତ ଚାହା, କଫି, ଫଳ ଚାଷ କରାଯାଇପାରେ।

BSE Odisha 8th Class Geography Solutions Chapter 3.1 କୃଷି

ଭାରତର ରେଖାଙ୍କିତ ମାନଚିତ୍ରରେ ଧାନ ଓ ଗହମ ଚାଷ ହେଉଥ‌ିବା ଅଞ୍ଚଳଗୁଡ଼ିକ ସଂକେତ ମାଧ୍ୟମରେ ଦର୍ଶାଅ ।
Answer:
BSE Odisha 8th Class Geography Solutions Chapter 3.1 କୃଷି 5
ପୃଥ‌ିବୀର ରେଖାଙ୍କିତ ମାନଚିତ୍ରରେ କପା, ମଜା ଓ ଗହମ ଚାଷ କରାଯାଉଥ‌ିବା ଅଞ୍ଚଳଗୁଡ଼ିକୁ ସଙ୍କେତ ମାଧ୍ୟମରେ ଦର୍ଶାଅ ।
Answer:
ଆଟ୍‌ଲାସ୍ ସାହାଯ୍ୟ ନେଇ ନିଜେ ଅଭ୍ୟାସ କର।

BSE Odisha 8th Class Geography Notes Chapter 3.1 ସମ୍ବଳ

ଉପକ୍ରମ :
ତିନିଗୋଟି ପ୍ରକ୍ରିୟା ମାଧ୍ୟମରେ ପ୍ରାକୃତିକ ପରିବେଶରେ ଉପଲ୍‌ବଧ ହେଉଥ‌ିବା ଦ୍ରବ୍ୟଗୁଡ଼ିକୁ ବ୍ୟବହାର ଉପଯୋଗୀ କରାଯାଇପାରୁଛି।
BSE Odisha 8th Class Geography Solutions Chapter 3.1 କୃଷି 7
ପୃଥ‌ିବୀର ମୋଟ ଜନସଂଖ୍ୟାର ଶତକଡ଼ା 65 ଭାଗରୁ ଅଧିକ ଓ ଭାରତର ଦୁଇ-ତୃତୀୟାଂଶ ଲୋକ କୃଷିକୁ ମୁଖ୍ୟ ଜୀବିକା ଭାବେ ଗ୍ରହଣ କରିଛନ୍ତି ।

କୃଷିକାର୍ଯ୍ୟର ଅନୁକୂଳ ଅବସ୍ଥା :
କୃଷିକାର୍ଯ୍ୟକୁ ତିନିପ୍ରକାର ଅବସ୍ଥା ପ୍ରଭାବିତ କରେ। ଯଥା—

  • ପ୍ରାକୃତିକ (ଭୌତିକ) ନିବେଶ, ଯଥା – ବୃଷ୍ଟିପାତ, ଭୂମିର ଗଠନ, ଉପଯୋଗୀ ମୃଭିକା। ସୌରତାପ,
  • ମାନବୀୟ ନିବେଶ, ଯଥା- ଶ୍ରମ, ବିହନ, କୃଷି, ରାସାୟନିକ ସାର, କୀଟନାଶକ, ଜଳସେଚନ।
  • ସହାୟକ ନିବେଶ, ଯଥା – ଜମିର ମାଲିକାନା, ଆର୍ଥିକ ବିକାଶ ଓ କୃଷି ନୀତି ।

ଜାଣିବା କଥା
ପଶୁପାଳନ, ମତ୍ସ୍ୟଚାଷ, ମହୁଚାଷ, ଫୁଲ ଫଳ ଚାଷ, ରେଶମ କୀଟ ପାଳନ କୃଷିର ଅନ୍ତର୍ଭୁକ୍ତ ।

BSE Odisha 8th Class Geography Solutions Chapter 3.1 କୃଷି

କୃଷିର ପ୍ରକାରଭେଦ :
ଚାଷ ପ୍ରଣାଳୀ, ଭୂମିର ଆକାର, ଭୌଗୋଳିକ ପରିବେଶ, ଶ୍ରମ, ଉତ୍ପାଦିତ ଦ୍ରବ୍ୟର ଚାହିଦା, କୃଷି ଯନ୍ତ୍ରପାତିର ବ୍ୟବସ୍ଥାକୁ ଭିଭିକରି କୃଷି ଦୁଇଭାଗରେ ବିଭକ୍ତ ।

BSE Odisha 8th Class Geography Solutions Chapter 3.1 କୃଷି 8

ପ୍ରୟୋଜନଭିଭିକ କୃଷି :
କୃଷକ ତା’ର ଦୈନନ୍ଦିନ ଖାଦ୍ୟ ଆବଶ୍ୟକତା ପୂରଣ ପାଇଁ ଛୋଟ ଛୋଟ ଜମିରେ ପାରମ୍ପରିକ ପଦ୍ଧତିରେ ଚାଷ କରାଯିବାକୁ ପ୍ରୟୋଜନ କୃଷି କୁହାଯାଏ ।

  • ପଶୁଚାରଣ : ସାହାରାର ଶୁଷ୍କ ଓ ଅର୍ଦ୍ଧଶୁଷ୍କ ଅଞ୍ଚଳ, ପୂର୍ବ- ଦକ୍ଷିଣ-ପଶ୍ଚିମ ଆଫ୍ରିକା, ମଧ୍ୟ-ଏସିଆ, ଇଉରେସିଆର କେତେକ ଭାଗରେ ଯାଯାବର ଶ୍ରେଣୀର ଲୋକଙ୍କଦ୍ଵାରା ପଶୁଚାରଣ କରାଯାଏ।
  • ସ୍ନାନାନ୍ତରିତ କୃଷି : ଦକ୍ଷିଣ ଆମେରିକାର ଆମାଜନ ଅବବାହିକାର ଘଞ୍ଚ ଅରଣ୍ୟ, ଆଫ୍ରିକାର କ୍ରାନ୍ତି ଅଞ୍ଚଳ, ଦକ୍ଷିଣ-ପୂର୍ବ ଏସିଆ ଓ ଉତ୍ତର-ପୂର୍ବ ଭାରତର କେତେକ, ଅଞ୍ଚଳରେ ଏହି କୃଷି କାର୍ଯ୍ୟ ହୁଏ।
  • ସଘନପ୍ରୟୋଜନ ଭିତ୍ତିକ କୃଷି : ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏସିଆ, ପୂର୍ବ ଏସିଆର ମୌସୁମୀ ଅଞ୍ଚଳ, ପଶ୍ଚିମ ଇଉରୋପ ଓ ଭୂମଧ୍ୟ ସାଗରୀୟ ଅଞ୍ଚଳରେ ଏହି କୃଷି କରାଯାଏ ।

ଜାଣିବା କଥା
ସ୍ଥାନାନ୍ତରିତ କୃଷିକୁ ଉତ୍ତର-ପୂର୍ବ ଭାରତରେ ଝୁମ୍, ଓଡ଼ିଶାରେ ପୋଡୁଚାଷ, କେରଳରେ ପୁନମ୍ ଓ ବ୍ରାଜିଲରେ ରୋକା କୁହାଯାଏ।

ବାଣିଜ୍ୟଭିଭିକ କୃଷି :
ବାଣିଜ୍ୟ ଉଦ୍ଦେଶ୍ୟରେ କରାଯାଉଥିବା କୃଷି, ଯଥା – ମକା, ଗହମ ଆଦି ଶସ୍ୟ ଉତ୍ପାଦନ, ରବର, ଚାହା, କଫି, ଫଳ, ପନିପରିବା ଆଦି ବାଣିଜ୍ୟ ଭିଭିକ କୃଷିର ଅନ୍ତର୍ଗତ ।

ମିଶ୍ରିତ କୃଷି :
ଖାଦ୍ୟଶସ୍ୟ, ପଶୁଖାଦ୍ୟ ଉତ୍ପାଦନ ସହ ପଶୁପାଳନ ଏହି କୃଷିର ଅନ୍ତର୍ଗତ ।

ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବଭାଗ, ଦକ୍ଷିଣ ଆଫ୍ରିକା, ନିଉଜିଲାଣ୍ଡ, ଅଷ୍ଟ୍ରେଲିଆର ଦକ୍ଷିଣ-ପୂର୍ବାଶ, ଇଉରୋପ ଓ ଆର୍ଜେଣ୍ଟିନାରେ ଏହି କୃଷି ବିଶେଷ ଭାବେ କରାଯାଇଥାଏ।

BSE Odisha 8th Class Geography Solutions Chapter 3.1 କୃଷି

ଜାଣିବା କଥା
ଯୁକ୍ତରାଷ୍ଟ୍ର ଆମେରିକାର ପଶୁଚାରଣ ଭୂମିକାକୁ ରାଞ୍ଚ୍ କୁହାଯାଏ ।

ଉଦ୍ୟାନ କୃଷି :

  • ସହର ଓ ବଡ଼ ବଡ଼ ନଗରୀର ଲୋକମାନଙ୍କ ଆବଶ୍ୟକତା ପୂରଣ ପାଇଁ ବିସ୍ତୃତ ଅଞ୍ଚଳ ପନିପରିବା ଓ ଫଳଫୁଲ ଚାଷ କରାଯାଏ ।
  • ଯୁକ୍ତରାଷ୍ଟ୍ର ଆମେରିକାର ଉତ୍ତର-ପୂର୍ବାଶ ଓ ଭାରତର ଉପକୂଳବର୍ତୀ ଅଞ୍ଚଳରେ ଉଦ୍ୟାନ କୃଷି କରାଯାଇଥାଏ।

ଉଦ୍ୟାନ କୃଷି :
ଓଡ଼ିଶାର ପାନ ଓ କେରଳର ନଡ଼ିଆ ଉଦ୍ୟାନ କୃଷିର ଅନ୍ତର୍ଗତ ।

ରୋପଣ କୃଷି :
ଚାହା, କଫି, ରବର, ଆଖୁ, ନଡ଼ିଆ, ସପୁରୀ, କଦଳୀ, କାଜୁ ରୋପଣ କୃଷିର ଅନ୍ତର୍ଗତ ।
BSE Odisha 8th Class Geography Solutions Chapter 3.1 କୃଷି 9

ଜଳର ବ୍ୟବହାର ଉପରେ କୃଷିର ପ୍ରକାରଭେଦ :
BSE Odisha 8th Class Geography Solutions Chapter 3.1 କୃଷି 10
ପ୍ରଧାନ କୃଷିଜାତ ଦ୍ରବ୍ୟ :
BSE Odisha 8th Class Geography Solutions Chapter 3.1 କୃଷି 11
କେତେକ କୃଷିଜାତ ଦ୍ରବ୍ୟ ଚାଷପାଇଁ ଆବଶ୍ୟକୀୟ ଭୌଗୋଳିକ ବ୍ୟବସ୍ଥା ଓ ମୁଖ୍ୟ ଉତ୍ପାଦନକାରୀ ଦେଶ:

BSE Odisha 8th Class Geography Solutions Chapter 3.1 କୃଷି 12

ଭାରତ ଓ ଓଡ଼ିଶାରେ ଚାଷ କରାଯାଉଥ‌ିବା ପ୍ରଧାନ କୃଷିଜାତ ଦ୍ରବ୍ୟ :
BSE Odisha 8th Class Geography Solutions Chapter 3.1 କୃଷି 13
ଭୌଗୋଳିକ ଶବ୍ଦାବଳୀ

  • ପ୍ରାଥମିକ ପ୍ରକ୍ରିୟା : ପ୍ରାକୃତିକ ପରିବେଶରୁ ବିଭିନ୍ନ ଦ୍ରବ୍ୟ ସଂଗ୍ରହ କରିବା କାର୍ଯ୍ୟଗୁଡ଼ିକୁ ପ୍ରାଥମିକ ପ୍ରକ୍ରିୟା କୁହାଯାଏ ।
  • ଦ୍ବିତୀୟକ ପ୍ରକ୍ରିୟା : ଯେଉଁ ପ୍ରକ୍ରିୟାରେ ବିଭିନ୍ନ ଦ୍ରବ୍ୟକୁ ଯାନ୍ତ୍ରିକ ପଦ୍ଧତିରେ ପରିବର୍ତ୍ତନ କରି ବ୍ୟବହାର ଉପଯୋଗୀ ସାମଗ୍ରୀରେ ପ୍ରସ୍ତୁତ କରାଯାଏ ।
  • ତୃତୀୟକ ପ୍ରକ୍ରିୟା : ପରିବହନ, ବ୍ୟାଙ୍କ, ‍ବୀମା, ବାଣିଜ୍ୟ, ଟେଲିଫୋନ୍ ପରି ସେବା କାର୍ଯ୍ୟକୁ ତୃତୀୟକୁ ପ୍ରକ୍ରିୟା କୁହାଯାଏ ।
  • ନିବେଶ : ଦ୍ରବ୍ୟ ଉତ୍ପାଦନରେ ବ୍ୟବହାର କରାଯାଉଥିବା ଆବଶ୍ୟକୀୟ ଉପାଦାନ।
  • ପ୍ରୟୋଜନଭିଭିକ କୃଷି: ସାଧାରଣତଃ କୃଷକ ଓ ତା’ର ପରିବାରର ଦୈନନ୍ଦିନ ଖାଦ୍ୟ ଆବଶ୍ୟକତା ପୂରଣ ପାଇଁ କରୁଥିବା କୃଷି ।
  • ସ୍ଥାନାନ୍ତରିତ କୃଷି : ଯେଉଁ ପ୍ରକାର କୃଷିରେ ଜଙ୍ଗଲର କିଛି ଅଂଶ ପୋଡ଼ି ସେଠାରେ ଦୁଇ ତିନି ବର୍ଷ ଚାଷ କଲା ପରେ ସେ ସ୍ଥାନ ପରିତ୍ୟାଗ କରି ଜଙ୍ଗଲର ଅନ୍ୟତ୍ର ଏକ
  • ଅଂଶକୁ ପୋଡ଼ି ଚାଷ କରିବାକୁ ସ୍ଥାନାନ୍ତରିତ କୃଷି କୁହାଯାଏ ।
  • ଝୁମ୍ : ଉତ୍ତର-ପୂର୍ବ ଭାରତରେ କରାଯାଉଥିବା ସ୍ଥାନାନ୍ତରିତ କୃଷି ।
  • ପୋଡ଼ୁ : ଓଡ଼ିଶାର ପାହାଡ଼ିଆ କରାଯାଉଥ‌ିବା ସ୍ଥାନାନ୍ତରିତ କୃଷି।
  • ପୁନମ୍ : କେରଳର ଆଦିବାସୀଙ୍କଦ୍ଵାରା କରାଯାଉଥ‌ିବା ସ୍ନାନାନ୍ତରିତ କୃଷି ।

BSE Odisha 8th Class Geography Solutions Chapter 3.1 କୃଷି

  • ସଘନ ପ୍ରୟୋଜନ : ଦେଶର ଆବଶ୍ୟକତା ପୂରଣ କରିବା ସହ
  • ଭିଭିକ କୃଷି : ନିୟମିତ ଜଳସେଚନ, ନିର୍ଦ୍ଦିଷ୍ଟ ପରିମାଣରେ ସାରପ୍ରୟୋଗ କରି ଅଧିକ ଶ୍ରମିକ ଦ୍ଵାରା ଚାଷ କରି ଅଧିକ ଫସଲ ଉତ୍ପାଦନ କରିବାପାଇଁ କରାଯାଉଥ‌ିବା କୃଷି ।
  • ଅର୍ଥକରୀ କୃଷି : ଦେଶର ଆବଶ୍ୟକତା ପୂରଣ କରିବା ସହ – ବଳକା ଦ୍ରବ୍ୟକୁ ଅନ୍ୟଦେଶକୁ ରପ୍ତାନି ମାଧ୍ୟମରେ ଅର୍ଥ ଉପାର୍ଜନ ପାଇଁ କରାଯାଉଥିବା କୃଷିକୁ ଅର୍ଥକରୀ କୃଷି କୁହାଯାଏ ।
  • ମିଶ୍ରିତ କୃଷି : ଖାଦ୍ୟଶସ୍ୟ, ପଶୁଖାଦ୍ୟ ଉତ୍ପାଦନ ସହ ପଶୁପାଳନ କରିବା ।
  • ଏକକ କୃଷି : ଏକ ନିର୍ଦ୍ଦିଷ୍ଟ ଜମିରେ ବ୍ୟାପକ ଭାବେ ଚାଷ କରାଯାଉଥ‌ିବା ମୁଖ୍ୟ କୃଷି ।
  • ରୋପଣ କୃଷି : ଏକକ ଫସଲ ଭାବେ ବିସ୍ତୃତ ଅଞ୍ଚଳରେ ରୋପଣ କରି ଉତ୍ପାଦନ କରାଯାଉଥିବା କୃଷି ପଦ୍ଧତି ।
  • ଶୁଷ୍କ କୃଷି : ସାଧାରଣତଃ 50 ସେ.ମି.ରୁ କମ୍ ବୃଷ୍ଟିପାତ ହେଉଥୁବା ଅଞ୍ଚଳରେ କରାଯାଉଥବା କୃଷି।
  • ଆର୍ଦ୍ର କୃଷି : ସାଧାରଣତଃ 50 ସେ.ମି.ରୁ ଅଧିକ ବୃଷ୍ଟିପାତ ହେଉଥୁବା ଅଞ୍ଚଳରେ କରାଯାଉଥିବା କୃଷି।
  • ରବି ଫସଲ : ଶୀତଋତୁର ଆରମ୍ଭରେ ବୁଣାଯାଇ ଗ୍ରୀଷ୍ମଋତୁ ଆରମ୍ଭରେ ଅମଳ କରାଯାଉଥିବା ଫସଲ ।
  • ଖରିଫ୍ ଫସଲ : ଗ୍ରୀଷ୍ମଋତୁର ଆରମ୍ଭରେ ବୁଣାଯାଇ ଶୀତଋତୁ ଆରମ୍ଭରେ ଅମଳ କରାଯାଉଥିବା ଫସଲ ।

Leave a Comment