Odisha State Board BSE Odisha 8th Class History Solutions Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ Textbook Exercise Questions and Answers.
BSE Odisha Class 8 History Solutions Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ
୧। ପ୍ରତ୍ୟେକ ଉତ୍ତର ପ୍ରାୟ ୭୫ଟି ଶବ୍ଦରେ ଦିଅ ।
(କ) ନୂଆ କଳକାରଖାନା ସ୍ଥାପନ ପରେ ମଧ୍ଯ ଭାରତରେ ବେକାରୀ ସଂଖ୍ୟା ବୃଦ୍ଧି ପାଇଲା କାହିଁକି ?
Answer:
ଅଧୁକ ଶ୍ରମିକ ନିଯୁକ୍ତି :
- ନୂତନ କଳକାରଖାନା ସ୍ଥାପନ ହେବା ଫଳରେ ହଜାର ହଜାର ଶ୍ରମିକ ସେଥିରେ ନିଯୁକ୍ତି ପାଇଲେ ।
- ଭାରତରେ ୧୯୧୫ ମସିହାବେଳକୁ ୨୦୬ଟି ଲୁଗାକଳରେ ୨ ଲକ୍ଷ ଶ୍ରମିକ, ୧୯୦୧ ବେଳକୁ ୩୬ଟି ଝୋଟକଳରେ ଏକ ଲକ୍ଷରୁ ଊର୍ଦ୍ଧ୍ଵ ଶ୍ରମିକ ଓ କୋଇଲା ଖଣିରେ ଏକ ଲକ୍ଷ ଶ୍ରମିକ କାମ କରୁଥିଲେ ।
ଶିଳ୍ପର ଅଧପତନ :
ପାରମ୍ପରିକ ଶିଳ୍ପ ଏବଂ କାରିଗରୀ ଶିଳ୍ପର ଅଧଃପତନ ଫଳରେ ଯେଉଁ ବ୍ୟାପକ ସଂଖ୍ୟାରେ କାରିଗର ବେକାର ହେଲେ ତା’ ତୁଳନାରେ ଅତି ଅଳ୍ପ ଲୋକଙ୍କୁ ନୂଆ ଶିଳ୍ପରେ ଶ୍ରମିକ ଭାବରେ ନିଯୁକ୍ତି ମିଳିଲା ।
ବନ୍ଦୋବସ୍ତ ବ୍ୟବସ୍ଥା ପ୍ରବର୍ତ୍ତନ :
ନୂଆ ନୂଆ ବନ୍ଦୋବସ୍ତ ବ୍ୟବସ୍ଥା ପ୍ରବର୍ତ୍ତନ ହେତୁ ଅନେକ ଲୋକ ଭୂମିହୀନ ଓ ବେକାର ହେବା ଯୋଗୁଁ ମଧ୍ଯ ବେକାରୀ ସଂଖ୍ୟା ବୃଦ୍ଧି ପାଇଲା ।
(ଖ) ବଙ୍ଗରେ ଅଧିକାଂଶ ଝୋଟକଳ ସ୍ଥାପନ କରାଗଲା କାହିଁକି ?
Answer:
ଜଳବାୟୁ :
ବଙ୍ଗର ଜଳବାୟୁ ଝୋଟଚାଷ ପାଇଁ ଉପଯୁକ୍ତ ହୋଇଥିବାରୁ ଏଠାରେ ବହୁଳ ପରିମାଣରେ ଝୋଟ ଚାଷ କରାଯାଉଥିଲା ।
ଅଞ୍ଚଳ :
ସେତେବେଳେ ବଙ୍ଗ ଭାରତର ଏକ ପ୍ରମୁଖ ଓ ଉନ୍ନତ ଅଞ୍ଚଳ ଥିଲା ।
ପରିବହନ :
ବଙ୍ଗର ପରିବହନ ବ୍ୟବସ୍ଥା ମଧ୍ୟ ଉନ୍ନତ ଥିଲା ।
କଞ୍ଚାମାଲ :
ସହଜରେ କଞ୍ଚାମାଲ ଏବଂ ଆବଶ୍ୟକ ସଂଖ୍ୟାରେ ଶ୍ରମିକ ଉପଲବ୍ଧ ଥିବାରୁ ବଙ୍ଗରେ ଝୋଟକଳମାନ ସ୍ଥାପନ କରାଗଲା ।
(ଗ) ଊନବିଂଶ ଶତାବ୍ଦୀରେ ଭାରତରେ ପାରମ୍ପରିକ ହସ୍ତଶିଳ୍ପ ପତନୋନୁ ଖୀ ହେଲା କାହିଁକି ?
Answer:
ବିଦେଶୀ ସାମଗ୍ରୀ :
- ଶିଳ୍ପ ବିପ୍ଳବ ପରେ କଳ ତିଆରି ଲୁଗା ଓ ଅନ୍ୟାନ୍ୟ ବିଦେଶୀ ସାମଗ୍ରୀ ଭାରତକୁ ଆସିଲା ।
- ଏସବୁ ସାମଗ୍ରୀ ହସ୍ତଶିଳ୍ପ ସାମଗ୍ରୀ ଅପେକ୍ଷା ଶସ୍ତାରେ କିଣିବାକୁ ମିଳିଲା
ବାଣିଜ୍ୟ ଶୁଳ୍କ ବୃଦ୍ଧି :
ନିଜ ଶିଳ୍ପର ବିକାଶ ପାଇଁ ଇଂରେଜ ସରକାର ମଧ୍ୟ ବିଦେଶୀ ସାମଗ୍ରୀର ଆମଦାନି ଉପରେ ବାଣିଜ୍ୟ ଶୁଳ୍କ ଛାଡ଼ କଲେ ।
ସ୍ଵଦେଶୀ ବସ୍ତୁକୁ ନାପସନ୍ଦ :
- ପାଶ୍ଚାତ୍ୟ ସଂସ୍କୃତି ପ୍ରଭାବରେ ଲୋକେ ପାରିବାରିକ ହସ୍ତଶିଳ୍ପ ପ୍ରସ୍ତୁତ ସ୍ଵଦେଶୀ ବସ୍ତୁକୁ ନାପସନ୍ଦ କଲେ ।
- ଏସବୁ କାରଣରୁ ଭାରତରେ ପାରମ୍ପରିକ ହସ୍ତଶିଳ୍ପ ପତନୋନୁ ଖୀ ହେଲା ।
(ଘ) ଇଂରେଜମାନେ ଭାରତରୁ କେଉଁ କେଉଁ ଉପାୟରେ ଧନ ଲୁଣ୍ଠନ କରି ନେଇଯାଉଥିଲେ ?
Answer:
ବେତନ ଆକାରରେ :
- ଇଂରେଜମାନେ ଭାରତରୁ ନିରନ୍ତର ଧନ ଶୋଷଣ କରି ଇଂଲଣ୍ଡର ଔପନିବେଶିକ ଉନ୍ନତି କଥା ଚିନ୍ତା କରୁଥିଲେ ।
- ସେମାନଙ୍କୁ ମିଳୁଥିବା ଉଚ୍ଚ ବେତନ ବିଦେଶକୁ ଚାଲିଯାଉଥିଲା ।
ଖଜଣା ଆକାରରେ :
ଖଜଣା ଆକାରରେ ମଧ୍ୟ ଧନ ଭାରତରୁ ଇଂଲଣ୍ଡକୁ ଚାଲିଯାଉଥିଲା ।
ସୈନ୍ୟଙ୍କ ଖର୍ଚ୍ଚ ବାବଦରେ :
ସାମ୍ରାଜ୍ୟ ବିସ୍ତାର ଓ ସୁରକ୍ଷା ପାଇଁ ଥିବା ବିଶାଳ ସୈନ୍ୟବାହିନୀର ବ୍ୟୟଭାର ଭାରତ ଉପରେ ପଡ଼ିଥିଲା ।
କଞ୍ଚାମାଲ :
ଶିଳ୍ପ ବିପ୍ଳବ ପରେ ଶସ୍ତାରେ କଞ୍ଚାମାଲ ଓ ଖାଦ୍ୟଶସ୍ୟ ବିଦେଶକୁ ରପ୍ତାନି ହେଲା ଓ ବିଦେଶୀ ସାମଗ୍ରୀ ଅଧ୍ଵ ଲାଭରେ ଭାରତରେ ବିକ୍ରି ହେଲା ।
(ଙ) କେଉଁ ଆର୍ଥିକ କାରଣରୁ ଭାରତରେ ଜାତୀୟତା ଆନ୍ଦୋଳନ ଆରମ୍ଭ ହୋଇଥବ ବୋଲି ତୁମେ ଅନୁମାନ କରୁଛ ?
Answer:
ମାଲିକାନାରେ ପରିବର୍ତ୍ତନ :
ଶିଳ୍ପ ବିପ୍ଳବ ପରେ ଭାରତରେ ସ୍ଥାପିତ ହୋଇଥିବା ଅଧିକାଂଶ କଳକାରଖାନାର ମାଲିକାନା ଇଉରୋପୀୟମାନଙ୍କ ହାତରେ ଥିଲା ।
କମ୍ ମଜୁରି :
ଶ୍ରମିକକୁ କମ୍ ମଜୁରି ମିଳୁଥୁଲା ଓ ଅଧିକ କାମ କରିବାକୁ ପଡୁଥିଲା । ତେଣୁ ସେମାନଙ୍କ ମଧ୍ୟରେ ଏକତାଭାବ ସୃଷ୍ଟି ହେଲା, ଯାହା ଜାତୀୟ ଆନ୍ଦୋଳନକୁ ସାହାଯ୍ୟ କଲା ।
ଶିଳ୍ପପତିଙ୍କୁ ଉପେକ୍ଷା କରିବା :
ଯେଉଁ ଅଳ୍ପ କେତେକ ଭାରତୀୟ ଶିଳ୍ପପତି ରହିଲେ ସେମାନେ ଇଂରେଜ ଶିଳ୍ପପତିଙ୍କ ଦ୍ଵାରା ଉପେକ୍ଷିତ ହେଲେ । ତେଣୁ ସେମାନେ ଜାତୀୟ ଆନ୍ଦୋଳନକୁ ସହଯୋଗ କଲେ ।
(ଚ) ଇଂରେଜ ଶାସନରେ ଆରମ୍ଭ ହୋଇଥିବା ନୂଆ ଆର୍ଥିକ ବ୍ୟବସ୍ଥାଗୁଡ଼ିକ କ’ଣ ?
Answer:
ଇଂରେଜ ଶାସନ କାଳରେ ଅନେକ ନୂଆ ଆର୍ଥିକ ବ୍ୟବସ୍ଥା ଆରମ୍ଭ ହୋଇଥିଲା; ଯଥା –
ନୂତନ ବ୍ୟବସ୍ଥା ପ୍ରଚଳନ : କୃଷି ବ୍ୟବସ୍ଥାରେ (a) ଚିରସ୍ଥାୟୀ ବନ୍ଦୋବସ୍ତ ବା ଜମିଦାରୀ ପ୍ରଥା, (b) ରୟତରୀ ବା ଅସ୍ଥାୟୀ ବନ୍ଦୋବସ୍ତ, (c) ମାହାରୀ ବନ୍ଦୋବସ୍ତ ବ୍ୟବସ୍ଥା ପ୍ରଚଳନ ମାଧ୍ୟମରେ ଅଧିକ ରାଜସ୍ଵ ଆଦାୟ ବ୍ୟବସ୍ଥା ।
ବିଦେଶୀ ଦ୍ରବ୍ୟ ବିକ୍ରୟ :
ଶିଳ୍ପ ବିପ୍ଳବ ପରେ ଭାରତରୁ ଶସ୍ତାରେ କଞ୍ଚାମାଲ ଓ ଖାଦ୍ୟଶସ୍ୟ ରପ୍ତାନି ଓ ଅଧ୍ୟା ଲାଭରେ ଭାରତୀୟ ବଜାରରେ ଶିଳ୍ପଜାତ ସାମଗ୍ରୀ ବିକ୍ରୟ ବ୍ୟବସ୍ଥା ।
ସ୍ଵଳ୍ପ ବେତନ :
ଭାରତରେ ଶିଳ୍ପ ପ୍ରତିଷ୍ଠା କରି ଭାରତୀୟମାନଙ୍କ ସ୍ୱଳ୍ପ ବେତନରେ ନିଯୁକ୍ତି ଦେଇ ଅଧ୍ଵ ଲାଭ ପାଇବା ବ୍ୟବସ୍ଥା ।
ନୀଳ ଚାଷ :
ଭାରତରେ ଚା’, କଫି ଓ ନୀଳ ଚାଷ କରି ଅଧ୍ଵ ଲାଭବାନ୍ ହେବା ବ୍ୟବସ୍ଥା ।
(ଛ) ବଗିଚା ଉଦ୍ୟୋଗ ଭାରତରେ କେଉଁଭଳି ଭାବରେ ସ୍ଥାପିତ ହେଲା ତାହା ବ୍ୟାଖ୍ୟା କର ।
Answer:
ନୀଳ ଚାଷ :
ଇଂରେଜ ଶାସନ ସମୟରେ ଭାରତରେ ବଗିଚା ଉଦ୍ୟୋଗ ଆରମ୍ଭ ହୋଇଥିଲା । ପ୍ରଥମେ ଚା, କଫି ଓ ନୀଳ ଚାଷର ବଗିଚା ଆରମ୍ଭ ହେଲା ।
ଚା’ ଚାଷ :
ଚା’ ବଗିଚାମାନ ମୁଖ୍ୟତଃ ଆସାମ ଓ ବଙ୍ଗର ଦାର୍ଜିଲିଂ ଅଞ୍ଚଳରେ ଆରମ୍ଭ ହେଲା ।
କଫି ଚାଷ :
କଫି ବଗିଚା ଦକ୍ଷିଣ ଭାରତରେ ଏବଂ ନୀଳଚାଷ ବିହାର ବଙ୍ଗରେ ଆରମ୍ଭ ହେଲା ।
ମାଲିକାନା :
ଚା’, କଫି ଓ ନୀଳର ଇଉରୋପ ବଜାରରେ ଖୁବ୍ ଚାହିଦା ଥିବାରୁ ଏହି ଉଦ୍ୟୋଗର ମାଲିକାନା ଇଉରୋପୀୟମାନେ ନିଜ ହାତରେ ରଖୁଥିଲେ ।
(ଜ) ଇଂରେଜ ଶାସନ ସମୟରେ ହସ୍ତଶିଳ୍ପର ସ୍ଥିତି ବର୍ଣ୍ଣନା କର ।
Answer:
ବିଳାସ ସାମଗ୍ରୀ ବିଦେଶକୁ ରପ୍ତାନୀ :
ଇଂରେଜ ଶାସନର ପ୍ରାଥମିକ ଅବସ୍ଥାରେ ଭାରତର ହସ୍ତଶିଳ୍ପ ବିଶ୍ୱପ୍ରସିଦ୍ଧ ଥିଲା । ଭାରତୀୟ ହସ୍ତଶିଳ୍ପ ପ୍ରସ୍ତୁତ ଗହଣା, ଟସର ଲୁଗା, ପଶମ ବସ୍ତ୍ର ଆଦି ସୌଖ୍ନ ବିଳାସ ସାମଗ୍ରୀ ବିଦେଶକୁ ରପ୍ତାନି ହେଉଥିଲା ।
କଳ ତିଆରି ଲୁଗା :
ଊନବିଂଶ ଶତାବ୍ଦୀରେ ଇଂଲଣ୍ଡରେ ଶିଳ୍ପ ବିପ୍ଳବ ହେବା ଫଳରେ ଭାରତରେ କଳତିଆରି ଲୁଗା ଓ ଅନ୍ୟାନ୍ୟ ବିଦେଶୀ ସାମଗ୍ରୀ ଶସ୍ତାରେ କିଣିବାକୁ ମିଳିଲା ।
ଶୁକ୍ଳ ଛାଡ଼ :
ନିଜ ଶିଳ୍ପର ବିକାଶପାଇଁ ଇଂରେଜ ସରକାର ବିଦେଶ ସାମଗ୍ରୀ ଆମଦାନି ଉପରେ ଶୁଳ୍କ ଛାଡ଼ କଲେ । ପାଶ୍ଚାତ୍ୟ ସଂସ୍କୃତି ପ୍ରଭାବରେ ଲୋକେ ହସ୍ତଶିଳ୍ପ ପ୍ରସ୍ତୁତ ବସ୍ତୁକୁ ନାପସନ୍ଦ କଲେ ।
କୃଷି :
ଫଳରେ ହସ୍ତଶିଳ୍ପର ଅଧୋପତନ ହେଲା ଓ କାରିଗରମାନେ କୃଷି ଉପରେ ନିର୍ଭର କଲେ ।
ଦାରିଦ୍ର୍ୟ :
ଅନେକ କାରିଗର ଦିନ ମଜୁରିଆ ଭାବେ କାମ କଲେ ଓ ସେମାନଙ୍କ ଦାରିଦ୍ର୍ୟ ବୃଦ୍ଧିପାଇଲା ।
୨। ପ୍ରତ୍ୟେକ ଉତ୍ତର ପ୍ରାୟ ୨୦ଟି ଶବ୍ଦରେ ଦିଅ ।
(କ) ବଙ୍ଗରେ ଅଧିକ ସଂଖ୍ୟାରେ ଝୋଟକଳ ସ୍ଥାପିତ ହେବାର କାରଣ କ’ଣ ହୋଇପାରେ ?
Answer:
ଜଳବାୟୁ :
ଝୋଟ ଚାଷ ପାଇଁ ବଙ୍ଗର ଜଳବାୟୁ ଅନୁକୂଳ ଥିଲା ।
କଞ୍ଚାମାଲର ସୁଲଭତା :
କଞ୍ଚାମାଲର ସୁଲଭତା, ଶସ୍ତା ଶ୍ରମିକ ଉପଲବ୍, ଗମନାଗମନର ସୁବିଧା ଥିବା ଯୋଗୁଁ ବଙ୍ଗରେ ଅଧିକ ସଂଖ୍ୟାରେ ଝୋଟକଳ ସ୍ଥାପିତ ହୋଇଥିବାର ଅନୁମାନ କରାଯାଏ ।
(ଖ) ଆସାମ ଚା’ ବଗିଚାର କୁଲିର ଦୁରବସ୍ଥାର କାରଣ କ’ଣ ?
Answer:
କମ୍ ପାଉଣା :
- ଆସାମ ଚା’ ବଗିଚାର କୁଲିର ପାଉଣା ଖୁବ୍ କମ୍ ଥିଲା ।
ଶାରୀରିକ ଅତ୍ୟାଚାର :
- କାମ କରିବାକୁ ବାଧ୍ୟକରି ସେମାନଙ୍କ ଉପରେ ଶାରୀରିକ ଅତ୍ୟାଚାର ମଧ୍ୟ ହେଉଥିଲା ।
- ଚା’ ବଗିଚାର ମାଲିକ ଇଉରୋପୀୟ ହୋଇଥିବାରୁ ଇଂରେଜ ସରକାର ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ କରୁନଥିଲେ ।
(ଗ) ଭାରତର କେଉଁ ଅଞ୍ଚଳରେ ନୀଳଚାଷ ଆରମ୍ଭ ହୋଇଥିଲା ?
Answer:
ଭାରତର ବିହାର ଓ ବଙ୍ଗ ଅଞ୍ଚଳରେ ନୀଳଚାଷ ଆରମ୍ଭ ହୋଇଥିଲା ।
(ଘ) ଶ୍ରମିକ ମନରେ ଜାତୀୟତା ଭାବ ଜାଗ୍ରତ ହେବାର କାରଣ କ’ଣ ହୋଇପାରେ ?
Answer:
- କାରଖାନାର ଶ୍ରମିକକୁ କମ୍ ମଜୁରି ମିଳୁଥୁଲା ଓ ଅତ୍ମକ କାମ କରିବାକୁ ପଡୁଥିଲା ।
- ତେଣୁ ସେମାନଙ୍କ ମନରେ ଜାତୀୟତାଭାବ ଜାଗ୍ରତ ହେଲା ।
୩ । ଶୂନ୍ୟସ୍ଥାନ ପୂରଣ କର ।
(କ) ବହୁଳ ପରିମାଣରେ _________ ଇଂଲଣ୍ଡରୁ ଭାରତକୁ ଆମଦାନି ହେଉଥିଲା ।
Answer:
ଶିଳ୍ପଜାତ ସାମଗ୍ରୀ
(ଖ) ଓଡ଼ିଶାରେ ______ ମସିହାରେ ଲୁଗାକଳ ସ୍ଥାପିତ ହୋଇଥିଲା ।
Answer:
୧୮୬୬
(ଗ) ଭାରତରେ ମ୍ରଥମେ _______ ମସିହାରେ ଲୁଗାକଳ ସ୍ଥାପିତ ହୋଇଥିଲା ।
Answer:
୧୮୫୩
(ଘ) ________ ଠାରେ ଭାରତର ପ୍ରଥମ ଝୋଟକଳ ସ୍ଥାପିତ ହୋଇଥିଲା ।
Answer:
ବଙ୍ଗର ରିଶ୍ରା
୪ । ‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ଶବ୍ଦ ମିଳନ କର ।
Answer: