Odisha State Board BSE Odisha 8th Class History Solutions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ Textbook Exercise Questions and Answers.
BSE Odisha Class 8 History Solutions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ
୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୭୫ ଗୋଟି ଶବ୍ଦରେ ଲେଖ ।
(କ) ଆମେରିକା ଉପନିବେଶଗୁଡ଼ିକର ଶାସନ ପ୍ରଣାଳୀ କିପରି ଥିଲା ?
Answer:
ପ୍ରତିନିଧୂମୂଳକ ଶାସନ :
- ପ୍ରତ୍ୟେକ ଉପନିବେଶରେ ଜଣେ ଜଣେ ଶାସନକର୍ତ୍ତା ବା ଗଭର୍ଣ୍ଣର ଥିଲେ ଓ ଏହା ଏକ ପ୍ରତିନିଧୂମୂଳକ ଶାସକ ସଂସ୍ଥାଦ୍ୱାରା ଶାସିତ ହୋଇଥିଲା ।
- ଗଭର୍ଣ୍ଣର ଇଂଲଣ୍ଡର ରାଜାଙ୍କ ପ୍ରତିନିଧ୍ବ ରୂପେ ଅବସ୍ଥାପିତ ହେଉଥିଲେ ଏବଂ ତାଙ୍କର ବେତନ ଉପନିବେଶର ପ୍ରତିନିଧ୍ଵ ସଭା ମଞ୍ଜୁର କରୁଥିଲା ।
- ପ୍ରତିନିଧ୍ଵ ସଭାର ସଭ୍ୟମାନେ ଉପନିବେଶରେ ଅଧିବାସୀମାନଙ୍କଦ୍ୱାରା ନିର୍ବାଚିତ ହେଉଥିଲେ । ଏହି ପ୍ରତିନିଧୂ ସଭା କର ଆଦାୟ, ଆଇନ ପ୍ରଣୟନ ପରି ବହୁ ଦାୟିତ୍ଵ ସମ୍ପାଦନ କରୁଥିଲେ ମଧ୍ୟ ଏହାର ସ୍ଵାଧୀନତା ନଥିଲା ।
କ୍ଷମତାର ପ୍ରୟୋଗ :
- ସ୍ଵାଧୀନ ଭାବରେ ଆଇନ ପ୍ରଣୟନ କରି ପ୍ରୟୋଗ କରିବାର କ୍ଷମତା ଏହାର ନଥିଲା ।
- ଉପନିବେଶର ଗଭର୍ଣ୍ଣର ଇଂଲଣ୍ଡର ସ୍ଵାର୍ଥ ପ୍ରତି ଦୃଷ୍ଟି ରଖୁ ଉପନିବେଶର ସ୍ବାର୍ଥକୁ ଉପେକ୍ଷା କରୁଥିଲେ ।
(ଖ) ଷ୍ଟାମ୍ପ ଆଇନ କହିଲେ କ’ଣ ବୁଝ ? ଏହି ଆଇନକୁ ଉପନିବେଶବାସୀମାନେ ବିରୋଧ କରିବାରୁ ଏହାର ବିକଳ୍ପ ବ୍ୟବସ୍ଥା କ’ଣ ହୋଇଥିଲା ? ଷ୍ଟାମ୍ପ ଆଇନ୍ କ’ଣ ?
Answer:
ଇଂଲଣ୍ଡ ଓ ଫ୍ରାନ୍ସ ମଧ୍ୟରେ ସାତବର୍ଷ ଧରି ହୋଇଥିବା ଯୁଦ୍ଧରେ ଖର୍ଚ୍ଚ ହୋଇଥିବା ଅର୍ଥର କିଛି ଅଂଶ ଭରଣା କରିବାପାଇଁ ୧୭୬୫ ମସିହାରେ ବ୍ରିଟିଶ୍ ପାର୍ଲାମେଣ୍ଟରେ ଷ୍ଟାମ୍ପ ଆଇନ ପ୍ରଣୟନ କରାଗଲା ।
ନୀତିନିୟମ :
- ଏହି ଆଇନ ଅନୁଯାୟୀ ଉପନିବେଶର ଅଧ୍ବବାସୀମାନଙ୍କୁ ଜମି କିଣା-ବିକା ଦଲିଲ, ଦସ୍ତାବିଜ୍ ଓ ଦାନପତ୍ର ଆଦାନପ୍ରଦାନ ସମୟରେ ନିର୍ଦ୍ଧାରିତ ମୂଲ୍ୟର ଷ୍ଟାମ୍ପ ଲଗାଇବାକୁ ବାଧ୍ୟ କରାଗଲା । ସେହି ଷ୍ଟାମ୍ପ ବାବଦ ଅର୍ଥ ଇଂରେଜ ସରକାର ପାଉଥିଲେ ।
- ଉପନିବେଶବାସୀମାନେ ଏହି ଆଇନକୁ ବିରୋଧ କରିବାରୁ ଏହି ଆଇନ ବଦଳରେ ବିଭିନ୍ନ ଦ୍ରବ୍ୟ ଉପରେ କରଧାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଗଲା ।
- ଏହି ନିଷ୍ପତ୍ତି ଅନୁଯାୟୀ କାଚ, କାଗଜ, ରଙ୍ଗ ଓ ଚା’ ପ୍ରଭୃତି ଆବଶ୍ୟକ ପଦାର୍ଥ ଉପରେ ଆମଦାନି କର ବସାଗଲା ।
- ଉପନିବେଶବାସୀମାନେ ଏଥିରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିବାରୁ କେବଳ ଚା’ ବ୍ୟତୀତ ଅନ୍ୟ ଜିନିଷ ଉପରୁ କର ଉଠାଇ ଦିଆଗଲା ।
(ଗ) ଫ୍ରାନ୍ସର ସାମାଜିକ ବିଭାଜନ ଉପରେ ଧାରଣା ଦିଅ ।
Answer:
ଫ୍ରାନ୍ସର ସାମାଜିକ ଶ୍ରେଣୀ ଜନ୍ମ, ପଦବୀ, ଧନକୁ ଭିତ୍ତି କରି ଦୁଇଭାଗରେ ବିଭକ୍ତ ଥିଲା; ଯଥା –
(୧) ସୁବିଧା ସୁଯୋଗ ଉପଭୋଗ କରୁଥିବା ଶ୍ରେଣୀ ଓ (୨) ସୁବିଧା ବଞ୍ଚ ଅବହେଳିତ, ଶୋଷିତ ଓ ନିର୍ଯାତିତ ଶ୍ରେଣୀ ।
ସୁବିଧାବାଦୀ ଗୋଷ୍ଠୀ :
- ଧର୍ମଯାଜକ ଓ ସମ୍ଭ୍ରାନ୍ତ ବଂଶୀୟମାନେ ସୁବିଧାଭୋଗୀ ଶ୍ରେଣୀ ଓ ଭୂ-ସମ୍ପତ୍ତିର ମାଲିକ ଥିଲେ । ଏମାନଙ୍କ ସଂଖ୍ୟା ମୋଟ ଲୋକସଂଖ୍ୟାର ଶତକଡ଼ା ୫ ଭାଗ ଥିଲା ।
- ଯୋଗ୍ୟତା ନଥାଇ ମଧ୍ୟ ଏମାନେ ଉଚ୍ଚ ସରକାରୀ ପଦପଦବୀରେ ନିଯୁକ୍ତ ହେଉଥିଲେ । ଧର୍ମଯାଜକମାନେ ସାଧାରଣ ଲୋକଙ୍କଠାରୁ ଧର୍ମ କର ଆଦାୟ କରି ବିଳାସ ପାଇଁ ବ୍ୟୟ କରୁଥିଲେ ।
ଅବହେଳିତ ଗୋଷା :
- କୃଷକ, କାରିଗର ଓ ସାଧାରଣ ନାଗରିକ ସୁବିଧାବଞ୍ଚ ଶ୍ରେଣୀ ଅନ୍ତର୍ଭୁକ୍ତ ଥିଲେ । ସମାଜରେ ଓକିଲ, ଡାକ୍ତର, ଲେଖକ, ଶିକ୍ଷକ, ବ୍ୟବସାୟୀ ମଧ୍ୟ ଏହି ଶ୍ରେଣୀର ଥିଲେ ।
- ଭାଗଚାଷୀ ଓ ମୂଲିଆମାନେ ସାମନ୍ତମାନଙ୍କ କ୍ଷେତରେ ବିନା ପାରିଶ୍ରମିକରେ ଖଟୁଥିଲେ । ସବୁପ୍ରକାର ଯୋଗ୍ୟତା ଥିଲେ ମଧ୍ୟ ସେମାନେ ସରକାରୀ ଚାକିରିରୁ ବଞ୍ଚିତ ହେଉଥିଲେ ।
(ଘ) ଫରାସୀ ରାଷ୍ଟ୍ରବିପ୍ଳବ କିପରି ସମଗ୍ର ପୃଥିବୀକୁ ପ୍ରଭାବିତ କରିଥିଲା ?
Answer:
ରାଜତନ୍ତ୍ରର ଧ୍ବଂସ :
- ଫରାସୀ ରାଷ୍ଟ୍ରବିପ୍ଳବ ସମଗ୍ର ପୃଥିବୀକୁ ପ୍ରଭାବିତ କରିଥିଲା ।
- ଏହା ରାଜତନ୍ତ୍ର ଶାସନକୁ ଧ୍ୱଂସ କରି ପ୍ରଜାତନ୍ତ୍ର ଶାସନ ପ୍ରତିଷ୍ଠା କରିଥିଲା ।
- ଏହା ସାମନ୍ତବାଦ ଲୋପ କରିବାରେ ସହାୟ ହୋଇଥିଲା ।
ଧର୍ମଗତ ସ୍ଵାଧୀନତା :
ଗୀର୍ଜାଗୁଡ଼ିକ ଅଧୀନରେ ଥିବା ସମ୍ପତ୍ତିକୁ ବାଜ୍ୟାପ୍ତ କରାଯାଇ ମଧ୍ୟବିତ୍ତ ଓ କୃଷକମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା । ଲୋକମାନଙ୍କୁ ଧର୍ମଗତ ସ୍ଵାଧୀନତା ପ୍ରଦାନ କରାଯାଇଥିଲା ।
ବିପ୍ଳବର ପ୍ରେରଣା ଦେଇଥିଲା :
ଆଧୁନିକ ଯୁଗରେ ଗଣ ଆନ୍ଦୋଳନ ପରମ୍ପରା ସୃଷ୍ଟି କରିବା ସହିତ ଏହା ସ୍ୱେଚ୍ଛାଚାରୀ ରାଜତନ୍ତ୍ର ବିରୋଧରେ ବିପ୍ଳବ କରିବାକୁ ପ୍ରେରଣା ଦେଇଥିଲା ।
(ଙ) ଜର୍ମାନୀ ଏକତ୍ରୀକରଣ ପାଇଁ ବିସ୍ମାର୍କଙ୍କ ଭୂମିକା କ’ଣ ଥିଲା ?
Answer:
ବିଚକ୍ଷଣ କୂଟନୀତି :
- ବିସ୍ମାର୍କ ପ୍ରୁସିଆର ରାଜା ପ୍ରଥମ ଉଇଲିୟମ୍ଙ୍କ ମନ୍ତ୍ରୀ ଓ ବିଚକ୍ଷଣ କୂଟନୀତିଜ୍ଞ ଥିଲେ ।
- ସେ ଜାଣିଥିଲେ ଯେ ପ୍ରୁସିଆ ନେତୃତ୍ବର ଜର୍ମାନୀ ଏକତ୍ରୀକରଣକୁ ଅଷ୍ଟ୍ରିଆ, ଫ୍ରାନ୍ସ ଓ ଡେନ୍ମାର୍କ ବିରୋଧ କରିବେ । ତେଣୁ ଯୁଦ୍ଧ ବିନା ଜର୍ମାନୀ ଏକତ୍ରୀକରଣ ସମ୍ଭବ ନୁହେଁ ।
ସୈନ୍ୟବାହିନୀ ଗଠନ :
- ସେଥିପାଇଁ ବିସ୍ମାର୍କ ଏକ ଶକ୍ତିଶାଳୀ ସୈନ୍ୟବାହିନୀ ଗଠନ କଲେ । କୂଟନୀତି ବଳରେ ଅଷ୍ଟ୍ରିଆକୁ ନିଜ ପକ୍ଷକୁ ଆଣି ଡେନ୍ମାର୍କକୁ ଯୁଦ୍ଧରେ ପରାଜିତ କରି ଜର୍ମାନ୍ ଅଞ୍ଚଳ ପ୍ଲେଜ୍ ଉଇଟ୍କୁ ପ୍ରୁସିଆ ସହ ମିଶାଇଦେଲେ ।
- ସେ ଇଉରୋପୀୟ ରାଷ୍ଟ୍ରଗୁଡ଼ିକ ସହ ସୁସମ୍ପର୍କ ରଖ୍ ସେମାନଙ୍କ ସମର୍ଥନ ଲାଭ କଲେ । ଅଷ୍ଟ୍ରିଆ ସହ ଯୁଦ୍ଧ ହେଲେ ରୁଷ୍ ଓ ଫ୍ରାନ୍ସ ନିରପେକ୍ଷ ରହିବାକୁ ରାଜି ହେଲେ । ପରେ ସେ ଅଷ୍ଟ୍ରିଆକୁ ଯୁଦ୍ଧରେ ପରାସ୍ତ କରି ହୋଲଷ୍ଟେନ୍କୁ ପ୍ରୁସିଆ ସହ ମିଶାଇଦେଲେ ।
ଏକତ୍ରୀକରଣ :
ପରବର୍ତୀ ସମୟରେ ଫ୍ରାନ୍ସକୁ ସେଡ଼ାନ୍ଠାରେ ପରାଜିତ କରି ଫ୍ରାନ୍ସ ଅଧ୍ବକୃତ ଜର୍ମାନ୍ ଅଞ୍ଚଳ ଆଲସେସ୍ ଓ ଲୋରେନ୍କୁ ପ୍ରୁସିଆ ସହ ମିଶାଇ ଜର୍ମାନୀ ଏକତ୍ରୀକରଣ ସମ୍ପୂର୍ଣ୍ଣ କରିଥିଲେ ।
(ଚ) ଇଟାଲୀ ଏକତ୍ରୀକରଣ ପାଇଁ କାଉଣ୍ଟ କାଭୁର୍ଙ୍କ ଉଦ୍ୟମ ବର୍ଣ୍ଣନା କର ।
Answer:
ଉଦାର ଦେଶଭକ୍ତ :
କାଉଣ୍ଟ କାଲୁର ଜଣେ ଉଦାରପନ୍ଥୀ ନେତା ଓ ଦେଶଭକ୍ତ ଥିଲେ । ସାର୍ଜିନିଆର ରାଜା ଦ୍ଵିତୀୟ ଭିକ୍ଟର ଇମାନୁଏଲ ତାଙ୍କୁ ପ୍ରଧାନମନ୍ତ୍ରୀ ରୂପେ ନିଯୁକ୍ତି ଦେଇଥିଲେ ।
ବୈଦେଶିକ ସାହାଯ୍ୟ :
ପିଡ଼ମଣ୍ଟ-ସାର୍ଜିନିଆ ନେତୃତ୍ୱରେ ଇଟାଲୀ ଏକତ୍ରୀକରଣ ସମ୍ଭବ ବୋଲି ସେ ବିଶ୍ଵାସ କରୁଥିଲେ ଓ ବୈଦେଶିକ ରାଷ୍ଟ୍ରର ସହାୟତାରେ ଇଟାଲୀ ଏକତ୍ରୀକରଣ ପାଇଁ ପ୍ରୟାସ କରିଥିଲେ ।
କ୍ରିମିଆ ଯୁଦ୍ଧ :
କାଭୁରଙ୍କ ପରାମର୍ଶରେ କ୍ରିମିଆ ଯୁଦ୍ଧରେ ପିଡ଼ମଣ୍ଟ-ସାର୍ଜିନିଆ ଫ୍ରାନ୍ସ ଓ ଇଂଲଣ୍ଡ ସପକ୍ଷରେ ଯୋଗ ଦେଇଥିବାରୁ ସେ ଇଉରୋପୀୟ ରାଷ୍ଟ୍ରଙ୍କ ସମର୍ଥନ ପାଇପାରିଥିଲେ ।
ଏକତ୍ରୀକରଣ :
- ୧୮୫୯ ମସିହାରେ ଫ୍ରାନ୍ସ ସହଯୋଗରେ ପିଡ଼ମଣ୍ଟ-ସାର୍ଜିନିଆ ଅଷ୍ଟ୍ରିଆକୁ ପରାଜିତ କରି ଲୋମ୍ବାର୍ଡ଼, ପାର୍ମା, ମଡ଼େନା, ଟସ୍ନୀ ଓ କେନ୍ଦ୍ରୀୟ ଇଟାଲୀ ରାଜ୍ୟକୁ ଅସ୍ଵୀକାର କରି ନିଜ ରାଜ୍ୟ ସହ ମିଶାଇଦେଲା ।
- ଏହିପରିଭାବେ ଇଟାଲୀର ଏକତ୍ରୀକରଣ ନିମନ୍ତେ କାଭୁରଙ୍କ ଅବଦାନ ଚିରସ୍ମରଣୀୟ ।
(ଛ) ଗାରିବାଲ୍ଟିଙ୍କୁ ଇଟାଲୀର ତ୍ୟାଗୀପୁତ୍ର କାହିଁକି କୁହାଗଲା ?
Answer:
ବିଦ୍ରୋହର ନେତୃତ୍ଵ ନେବା :
ଦକ୍ଷିଣ ଇଟାଲୀର ନେପ୍ସ୍ ଓ ସିସିଲି ଏକତ୍ରୀକରଣ ମୁକ୍ତି ପାଇଁ ହୋଇଥିବା ଜନଜାଗରଣ ଓ ବିଦ୍ରୋହର ନେତୃତ୍ଵ ନେଇଥିଲେ ଗାରିବାଲ୍ ।
ଲାଲକୁର୍ତ୍ତା ବାହିନୀ ଗଠନ :
ସେ ‘ଲାଲକୁର୍ତ୍ତା ବାହିନୀ’ ନାମକ ମୁକ୍ତିବାହିନୀ ଗଠନ କରି ତାହା ସାହାଯ୍ୟରେ ସିସିଲି ଓ ନେପ୍ଲସ୍ ଅଧ୍ୟାର କଲେ ।
ଶାସନଭାର ଅର୍ପଣ :
ସେ ଏହାପରେ ରୋମ ଆକ୍ରମଣ କରିବାପାଇଁ ଯୋଜନା କରୁଥିବା ସମୟରେ ରାଜା ଭିକ୍ଟର ଇମାନୁଏଲ୍ଙ୍କ ସହ ତାଙ୍କର ସାକ୍ଷାତ୍ ହେଲା । ସେ ଅଭୂତପୂର୍ବ ତ୍ୟାଗ ଓ ଦେଶଭକ୍ତିର ପରିଚୟ ଦେଇ ସିସିଲି ଓ ନେପଲ୍ସର ଶାସନଭାର ରାଜା ଭିକ୍ଟର ଇମାନୁଏଲ୍ଙ୍କୁ ଅର୍ପଣ କରିଥିଲେ ।
ପଦବୀକୁ ପ୍ରତ୍ୟାଖ୍ୟାନ :
ସେ ଉଚ୍ଚ ପଦବୀ ଓ ପୁରସ୍କାରକୁ ମଧ୍ୟ ପ୍ରତ୍ୟାଖ୍ୟାନ କରି ଗୋଟିଏ ଶସ୍ୟମଞ୍ଜି ଥଳି ସହ ନିଜର କୃଷିକ୍ଷେତ୍ର କାପରେରା ଦ୍ବୀପକୁ ଫେରିଗଲେ । ତେଣୁ ଇଟାଲୀ ଇତିହାସରେ ତାଙ୍କୁ ତ୍ୟାଗୀପୁତ୍ର ଆଖ୍ୟା ଦିଆଯାଇଛି ।
(ଜ) ମାଜିନୀ କିଏ ? ସେ ଇଟାଲୀ ଏକତ୍ରୀକରଣ ପାଇଁ କିପରି ଉଦ୍ୟମ କରିଥିଲେ ?
Answer:
ଜନ୍ମଗ୍ରହଣ :
ଯୋଶେଫ୍ ମାଜିନୀ ଇଟାଲୀର ଜେନୋଆଠାରେ ୧୮୦୫ ମସିହାରେ ଜନ୍ମଗ୍ରହଣ କରିଥିଲେ ।
ତରୁଣ ଇଟାଲୀ ଗଠନ :
- ସେ ପ୍ରଥମେ ‘କାର୍ବୋନାରୀ’ ସଙ୍ଗଠନର ସଭ୍ୟ ଥିଲେ; ମାତ୍ର ଏହାର ହିଂସାତ୍ମକ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ‘ତରୁଣ ଇଟାଲୀ’ ସଙ୍ଗଠନ ଗଢ଼ିଥିଲେ ।
- ଏହି ସଙ୍ଗଠନ ମାଧ୍ୟମରେ ଯୁବକମାନଙ୍କଦ୍ୱାରା ଗଣ ବିପ୍ଳବ ମାଧ୍ୟମରେ ଏକତା ପ୍ରତିଷ୍ଠା କରିବା ତାଙ୍କର ଲକ୍ଷ୍ୟ ଥିଲା ।
ସାଧାରଣତନ୍ତ୍ର ପ୍ରତିଷ୍ଠା :
ତାଙ୍କ ନେତୃତ୍ବରେ ବିପ୍ଳବୀମାନେ ରୋମ୍ରେ ପୋପ୍ ଶାସନର ଅବସାନ ଘଟାଇ ସେଠାରେ ସାଧାରଣତନ୍ତ୍ର ପ୍ରତିଷ୍ଠା କରିଥିଲେ ।
ନିର୍ବାସନ ଦଣ୍ଡ :
‘ତରୁଣ ଇଟାଲୀ’ ସଙ୍ଗଠନ ସିସିଲିରେ ବିଦ୍ରୋହ କରିଥିଲା; ମାତ୍ର ତାହାକୁ ଦମନ କରାଯାଇଥିଲା । ଏହି ଜାତୀୟତାବାଦୀ କାର୍ଯ୍ୟ ପାଇଁ ତାଙ୍କୁ ଇଟାଲୀରୁ ନିର୍ବାସିତ ହେବାକୁ ପଡ଼ିଥିଲା । ସେ ଇଟାଲୀବାସୀଙ୍କ ମନରେ ଐକ୍ୟ ଭାବନା ସୃଷ୍ଟି କରିଥିଲା ।
୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ଟି ଶବ୍ଦ ମଧ୍ଯରେ ଲେଖ ।
(କ) କେଉଁଥ୍ପାଇଁ ଇଂଲଣ୍ଡର ପିଗ୍ରୀମ୍ ଫାଦରସ୍ମାମାନେ ଆମେରିକା ପ୍ରତି ପ୍ରଲୋଭିତ ହୋଇଥିଲେ ?
Answer:
ଆମେରିକାର ଉର୍ବର ମୃତ୍ତିକା, ପ୍ରଚୁର ଖଣିଜ ପଦାର୍ଥ ଓ ଶୁଷ୍କ ଜଳବାୟୁ ଦେଖ୍ ପିଗ୍ରୀମ୍ ଫାଦରସ୍ମାନେ ଏହା ପ୍ରତି ପ୍ରଲୋଭିତ ହୋଇଥିଲେ ।
(ଖ) କେଉଁ ଉଦ୍ଦେଶ୍ୟ ରଖ୍ ବ୍ରିଟିଶ୍ ପାର୍ଲାମେଣ୍ଟ ଷ୍ଟାମ୍ପ ଆଇନ ପ୍ରଣୟନ କରିଥିଲେ ?
Answer:
ଇଂଲଣ୍ଡ ଓ ଫ୍ରାନ୍ସ ମଧ୍ଯରେ ଲାଗିଥିବା ସପ୍ତବାର୍ଷୀୟ ଯୁଦ୍ଧରେ ଖର୍ଚ୍ଚ ହୋଇଥିବା ଅର୍ଥର କିଛି ଅଂଶ ଭରଣା କରିବାପାଇଁ ବ୍ରିଟିଶ୍ ପାର୍ଲାମେଣ୍ଟ ଷ୍ଟାମ୍ପ ଆଇନ ପ୍ରଣୟନ କରିଥିଲେ ।
(ଗ) ଫରାସୀ ସମାଜରେ କେଉଁମାନଙ୍କୁ ସୁବିଧାବଞ୍ଚିତ ଶ୍ରେଣୀ କୁହାଯାଉଥିଲା ? ସେମାନେ କେଉଁଥୁରୁ ବଞ୍ଚିତ ହେଉଥିଲେ ?
Answer:
- ଫରାସୀ ସମାଜରେ କୃଷକ, କାରିଗର ଓ ସାଧାରଣ ନାଗରିକଙ୍କୁ ସୁବିଧାବଞ୍ଚତ ଶ୍ରେଣୀ କୁହାଯାଉଥିଲା । ଏତଦ୍ବ୍ୟତୀତ ଓକିଲ, ଡାକ୍ତର, ଲେଖକ, ଶିକ୍ଷକ, ବ୍ୟବସାୟୀ ଓ ଶିଳ୍ପପତିମାନେ ମଧ୍ୟ ସୁବିଧାବଞ୍ଚ ଶ୍ରେଣୀର ଅନ୍ତର୍ଭୁକ୍ତ ଥିଲେ ।
- ସାମନ୍ତମାନଙ୍କ କ୍ଷେତ୍ରରେ କାମ କରିବାପାଇଁ ସେମାନଙ୍କୁ ମଜୁରି ମିଳୁନଥିଲା । ଜଙ୍ଗଲରୁ ଜାଳେଣି ସଂଗ୍ରହ, ଅନାବାଦି ଜମିରେ ପଶୁଚାରଣ ଅଧିକାର ସେମାନଙ୍କର ନଥିଲା । ସବୁପ୍ରକାର ଯୋଗ୍ୟତା ଥିଲେ ମଧ୍ୟ ସେମାନଙ୍କୁ ଚାକିରି ମିଳୁ ନଥିଲା । ବ୍ୟବସାୟୀ ଓ ଶିଳ୍ପପତିମାନେ ବ୍ୟବସାୟ ଓ ଶିଳ୍ପ ପ୍ରତିଷ୍ଠାପାଇଁ ଅନୁମତି ପାଉନଥିଲେ ।
(ଘ) ‘‘ସ୍ପିରିଟ୍ ଅଫ୍ ଦି ଲଜ୍’’ ପୁସ୍ତକ କିଏ ଲେଖୁଥିଲେ ? ଏହି ପୁସ୍ତକରେ କେଉଁ ବିଷୟ ଉଲ୍ଲେଖ ରହିଛି ?
Answer:
- ‘ସ୍ପିରିଟ୍ ଅଫ୍ ଦି ଲଜ୍’ ପୁସ୍ତକ ମଣ୍ଟେକ୍ସ’ ଲେଖୁଥିଲେ ।
- ଏହି ପୁସ୍ତକରେ ଫ୍ରାନ୍ସର ସ୍ୱେଚ୍ଛାଚାରୀ ରାଜତନ୍ତ୍ର ଶାସନ ଓ ସାମାଜିକ ବୈଷମ୍ୟକୁ ସମାଲୋଚନା କରିଥିଲେ ।
(ଙ) ଫ୍ରାନ୍ସର ବିପ୍ଳବୀମାନେ କେବେ ବାସ୍ତଲ୍ ଦୁର୍ଗ ଆକ୍ରମଣ କରିଥିଲେ ?
Answer:
ଫ୍ରାନ୍ସର ବିପ୍ଳବୀମାନେ ୧୭୮୯ ଖ୍ରୀଷ୍ଟାବ୍ଦ ଜୁଲାଇ ୧୪ ତାରିଖ ଦିନ ବାସ୍ତଲ ଦୁର୍ଗ ଆକ୍ରମଣ କରିଥିଲେ ।
(ଚ) ପ୍ରୁସିଆର ରାଜା ପ୍ରଥମ ଉଇଲିୟମ୍ଙ୍କ କେଉଁ ପଦକ୍ଷେପକୁ ପ୍ରତିନିଧ୍ଵ ସଭା ବିରୋଧ କରିଥିଲା ? ଏହାକୁ ଭିତ୍ତି କରି କେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ?
Answer:
- ପ୍ରୁସିଆର ରାଜା ପ୍ରଥମ ଉଇଲିୟମ୍ଙ୍କ ସାମରିକ ସଂସ୍କାର ପଦକ୍ଷେପକୁ ପ୍ରୁସିଆର ପ୍ରତିନିଧୂ ସଭା ‘ଡାଏଟ୍’ ବିରୋଧ କରିଥିଲା ।
- ଏହାକୁ ଭିତ୍ତି କରି ସାମ୍ବିଧାନିକ ସଂକଟ ସୃଷ୍ଟି ହୋଇଥିଲା ।
(ଛ) ବିସ୍ମାର୍କ କିପରି ଭାବରେ ସ୍ଲାବ୍ଉଇଗ୍ ଓ ହୋଲଷ୍ଟେନ୍ ଅଧିକାର କରିଥିଲେ ?
Answer:
- କ୍ଲୋଜ୍ଉଇଗ୍ ଓ ହୋଲଷ୍ଟେନ୍ ଅଞ୍ଚଳ ପାଇବା ପାଇଁ ବିସ୍ମାର୍କ ଅଷ୍ଟ୍ରିଆର ସାହାଯ୍ୟ ଲୋଡ଼ିଥିଲେ।
- ପ୍ରୁସିଆ ଓ ଅଷ୍ଟ୍ରିଆ ମିଳିତ ଭାବେ ଡେନ୍ମାର୍କକୁ ପରାସ୍ତ କରିବାରୁ ସ୍ଲାଇଗ୍ ପ୍ରୁସିଆ ସହ ଓ ହୋଲଷ୍ଟେନ୍ ଅଷ୍ଟ୍ରିଆ ସହ ମିଶିଗଲା ।
- ପରବର୍ତୀ ସମୟରେ ଅଷ୍ଟ୍ରିଆକୁ ଯୁଦ୍ଧରେ ପରାଜିତ କରି ବିସ୍ମାର୍କ ହୋଲଷ୍ଟେନ୍ ଅଧିକାର କଲେ ।
(ଜ) କେବେ ଓ କେଉଁମାନଙ୍କୁ ନେଇ ‘ତରୁଣ ଇଟାଲୀ’ ଦଳ ଗଠନ ହୋଇଥିଲା ?
Answer:
୧୮୩୧ ମସିହାରେ ଇଟାଲୀର ଯୁବକମାନଙ୍କୁ ନେଇ ‘ତରୁଣ ଇଟାଲୀ’ ଦଳ ଗଠନ ହୋଇଥିଲା ।
(ଝ) ଚାର୍ଲସ୍ ଆଲବର୍ଟ କେଉଁ ରାଜ୍ୟର ଶାସକ ଥିଲେ ? କେଉଁ ଘଟଣାରୁ ସେ ସିଂହାସନ ତ୍ୟାଗ କରିଥିଲେ ?
Answer:
- ଚାର୍ଲସ୍ ଆଲବର୍ଟ ସାଢ଼ିନିଆର ରାଜା ଥିଲେ ।
- ସେ ଅଷ୍ଟ୍ରିଆ ବିରୁଦ୍ଧରେ ବାରମ୍ବାର ଯୁଦ୍ଧ କରି ପରାସ୍ତ ହେବାରୁ ସିଂହାସନ ତ୍ୟାଗ କରିଥିଲେ ।
(ଞ) ‘ଲାଲକୁର୍ତ୍ତା ବାହିନୀ’ କିଏ ଗଠନ କରିଥିଲେ ? ଏହି ବାହିନୀ କେଉଁ ଅଞ୍ଚଳ ଅଧିକାର କରିଥିଲା ?
Answer:
- ‘ଲାଲକୁର୍ତ୍ତା ବାହିନୀ’ ଗାରିବାଲ୍ଟି ଗଠନ କରିଥିଲା ।
- ଏହି ବାହିନୀ ନେପଲ୍ସ ଓ ସିସିଲି ଅଧିକାର କରିଥିଲା ।
୩। ବନ୍ଧନୀ ମଧ୍ଯରୁ ସଠିକ୍ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ଖ୍ରୀଷ୍ଟାବ୍ଦ ୧୬୨୦ରେ ଇଂଲଣ୍ଡର ରାଜା _____________ ଥିଲେ ।
(ପ୍ରଥମ ଏଲିଜାବେଥ୍, ପ୍ରଥମ ଜେମ୍ସ, ଭିକ୍ଟୋରିଆ, ଉଇଲିୟମ୍)
Answer:
ପ୍ରଥମ ଜେମସ୍
(ଖ) ଆମେରିକୀୟ ଉପନିବେଶମାନଙ୍କରେ ଇଂରେଜମାନେ __________________ ଦ୍ରବ୍ୟ ଉପରେ ଆମଦାନୀ କର ବସାଇଥିଲେ ।
(କପା, ତମାଖୁ, ଚା’, ରଙ୍ଗ)
Answer:
ଚା
(ଗ) ‘ମୁଁ ହେଉଛି ରାଷ୍ଟ୍ର’’ । ଏହା ____________ ଙ୍କ ଭକ୍ତି ଥିଲା ।
(ତ୍ରୟୋଦଶ ଲୁଇ, ଚତୁର୍ଦ୍ଦଶ ଲୁଇ, ପଞ୍ଚବଶ ଭୁଲ୍, ଷୋଡ଼ଶ ଲୁଇ)
Answer:
ଚତୁର୍ଦ୍ଦଶ ଲୁଇ
(ଘ) ସୋସିଆଲ କଶାକ୍ଟ ____________ ଲେଖୁଥିଲେ ।
(ମଣ୍ଟେଲ୍ୟୁ, ଭଲ୍ଟାୟାର, ନେପୋଲିୟନ୍, ରୁଷୋ)
Answer:
ରୁଷୋ
(ଙ) ପ୍ରଥମ ଉଇଲିୟମ୍ ___________ ରାଜା ଥିଲେ ।
(ଅଷ୍ଟ୍ରିଆ, ପ୍ରୁସିଆ, ମଡ଼େନା, ହୋଲଷ୍ଟେନ୍)
Answer:
ପ୍ରୁସିଆ
(ଚ) ୱାଟରରୁ ଯୁଦ୍ଧରେ ______________ ପରାସ୍ତ ହୋଇଥିଲେ ।
(ନେପୋଲିୟନ୍, ଲର୍ଡ କଣ୍ଠୱାଲିସ୍, ଦ୍ଵିତୀୟ ଜେମ୍ସ, ଷୋଡ଼ଶ ଲୁଇ)
Answer:
ନେପୋଲିୟନ୍
(ଛ) କ୍ରିମିଆ ଯୁଦ୍ଧ ______________ ମସିହାରେ ହୋଇଥିଲା ।
(୧୮୫୧, ୧୮୫୪, ୧୮୫୯, ୧୮୨୩)
Answer:
୧୮୫୪
(ଜ) ‘ତରୁଣ ଇଟାଲୀ’ ସଂଗଠନ _____________ ଗଠନ କରିଥିଲେ ।
(ମାଜିନୀ, କାଲୁର୍, ଗାରିବାଲ୍, ଇମାନୁଏଲ୍)
Answer:
ମାଜିନୀ
୪। ରେଖାଙ୍କିତ ଶବ୍ଦଗୁଡ଼ିକୁ ପରିବର୍ତ୍ତନ ନ କରି ଭ୍ରମ ସଂଶୋଧନ କର ।
(କ) ଷ୍ଟାମ୍ପ୍ ଆଇନ ଆମେରିକା ପାର୍ଲାମେଣ୍ଟରେ ପ୍ରଣୟନ କରାଯାଇଥିଲା ।
Answer:
ଷ୍ଟାମ୍ ଆଇନ ବ୍ରିଟିଶ୍ ପାର୍ଲାମେଣ୍ଟରେ ପ୍ରଣୟନ କରାଯାଇଥିଲା ।
(ଖ) ୧୮୬୫ ମସିହାରେ ସାଢ଼େ ଯୁଦ୍ଧ ପୁସିଆ ଓ ଅଷ୍ଟିଆ ମଧ୍ୟରେ ହୋଇଥିଲା ।
Answer:
୧୮୬୬ ମସିହାରେ ସାଢ଼େ ଯୁଦ୍ଧ ପୁସିଆ ଓ ଅଷ୍ଟ୍ରିଆ ମଧ୍ୟରେ ହୋଇଥିଲା ।
(ଗ) ‘କାର୍ବୋନାରୀ’ ନାମକ ସଙ୍ଗଠନ ଇଟାଲୀର ବିଚ୍ଛିନ୍ନତା ଆଣିଥିଲା ।
Answer:
ଭିଏନା କଂଗ୍ରେସ ଇଟାଲୀର ବିଚ୍ଛିନ୍ନତା ଆଣିଥିଲା
(ଘ) ଗାରିବାଲିଡି ତରୁଣ ଇଟାଲୀ ନାମକ ମୁକ୍ତିବାହିନୀ ଗଠନ କରିଥିଲେ ।
Answer:
ଗାରିବାଲିଡି ଲାଲକୁର୍ତ୍ତା ବାହିନୀ ନାମକ ମୁକ୍ତିବାହିନୀ ଗଠନ କରିଥିଲେ ।
(ଙ) ଦ୍ଵିତୀୟ ଭିକ୍ଟର ଇମାନୁଏଲଙ୍କ ପ୍ରଧାନମନ୍ତ୍ରୀ ମାଜିନୀ ଥିଲେ ।
Answer:
ଦ୍ଵିତୀୟ ଭିକ୍ଟର ଇମାନୁଏଲଙ୍କ ପ୍ରଧାନମନ୍ତ୍ରୀ କାଉଣ୍ଟ କାଭୁର ଥିଲେ ।
(ଚ) ୧୮୬୧ ମସିହାରେ ପୁସିଆର ରାଜା ରୂପେ ବିସ୍ମାର୍କ ଅଧିଷ୍ଠିତ ହୋଇଥିଲେ ।
Answer:
୧୮୬୧ ମସିହାରେ ପ୍ରୁସିଆର ରାଜା ରୂପେ ପ୍ରଥମ ଉଇଲିୟମ୍ ଅଧିଷ୍ଠିତ ହୋଇଥିଲେ ।
୫। ‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସଂପୃକ୍ତ ଶବ୍ଦ ମିଳନ କର ।