Odisha State Board BSE Odisha 8th Class Science Notes Chapter 13 ଧ୍ୱନି will enable students to study smartly.
BSE Odisha Class 8 Science Notes Chapter 13 ଧ୍ୱନି
→ ଉପକ୍ରମ :
1. ସାଧାରଣତଃ ଆମ ଦୈନନ୍ଦିନ ଜୀବନରେ ଶବ୍ଦ ବା ‘ଧ୍ୱନି’ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ! ଆମେ ଆମର ପରିସରରେ ଧ୍ୱନି ସୃଷ୍ଟି ନକରି କଥାବାର୍ତ୍ତା ହୋଇପାରିବା ନାହିଁ । ଆମ ଚାରିପାଖରେ ଥବା ବିଭିନ୍ନ ପଶୁ ଓ ପକ୍ଷୀଙ୍କର ଶବ୍ଦ ବା ଧ୍ୱନି ଆମେ ଜାଣିପାରିବା ନାହିଁ ।
2. ବସ୍, ଟ୍ରକ୍ ଇତ୍ୟାଦି ଯାନବାହାନ ଯିବା ଆସିବାରେ ଶବ୍ଦ ସୃଷ୍ଟି ହୋଇଥାଏ । ଏହି ଶବ୍ଦର ସଂଚରଣ ବାୟୁଦ୍ୱାରା ହୋଇଥାଏ ।
ତୁମେ ନିତିଦିନିଆ ଜୀବନରେ ଶୁଣୁଥିବା ଧ୍ଵନିଗୁଡ଼ିକର ଏକ ତାଲିକାପ୍ରସ୍ତୁତ କର ।
(i) ଆମେ ପ୍ରତ୍ୟେକ ଦିନ ସକାଳେ କାଉର ‘କା’ ଶବ୍ଦ ଶୁଣିଥାଉ ।
(ii) ରାସ୍ତାରେ ଯିବାଆସିବା ସମୟରେ ପଛରୁ ଆସୁଥିବା ଅନ୍ୟ ଲୋକର ବା ଯାନର ଧ୍ଵନି ଶୁଣିଥାଉ ।
(iii) ବିଦ୍ୟାଳୟରେ ପାଠ ପଢ଼ିବା ସମୟରେ ପିରିୟଡ଼ ଘଣ୍ଟା ବାଜିବାର ଧ୍ୱନି ପ୍ରଦୂଷଣ ।
(iv) ରାସ୍ତାରେ ଯାତାୟତ କରୁଥିବା ବିଭିନ୍ନ ଯାନବାହାନ ଓ ପଶୁପକ୍ଷୀର ସ୍ଵରର ଧ୍ଵନି ଶୁଣିଥାଉ ।
→ କମ୍ପିତ ବସ୍ତୁରୁ ଧ୍ୱନି ସୃଷ୍ଟି ହୁଏ (Sound is Produced by a Vibrating Body) :
(i) ବିଦ୍ୟାଳୟର ପିଟାଘଣ୍ଟ ବାଜୁଥିବାବେଳେ ହାତରେ ଏହାକୁ ସ୍ପର୍ଶକଲେ, କମ୍ପନ ଅନୁଭବ କରିହୁଏ । ଠାକୁର ଘରେ ଘଣ୍ଟି ବଜାଉଥିବାବେଳେ ଘଣ୍ଟର ତଳ ଧାରକୁ ସ୍ପର୍ଶକଲେ କମ୍ପନ ଅନୁଭବ କରିହୁଏ ।
→ ତୁମପାଇଁ କାମ :
(i) ଗୋଟିଏ କଂସା ଥାଳିଆକୁ ସୁତୁଲି ଦ୍ବାରା ମୁକ୍ତ ଭାବରେ ଝୁଲାଇ ରଖ୍ ତାକୁ ଏକ ଦଣ୍ଡ ଦ୍ଵାରା ଆଘାତ କରି ସଙ୍ଗେ ସଙ୍ଗେ ଦୁଇ ମଧ୍ୟରେ ରଖାଯାଉ ।
(ii) କମ୍ପିତ ବସ୍ତୁରୁ ଧ୍ୱନି ସୃଷ୍ଟି ହୁଏ । ଅର୍ଥାତ୍ ଧ୍ବନି ଶୁଣାଯାଉନଥିବାବେଳେ ତାହାକୁ ସ୍ପର୍ଶକଲେ କମ୍ପନ ଅନୁଭବ କରିହେବ ନାହିଁ । ଗୋଟିଏ ରବର ବ୍ୟାଣ୍ଡକୁ ଗୋଟିଏ ପେନ୍ସିଲ ବାକ୍ସର ଲମ୍ବା ଦିଗରେ ଗୁଡ଼ାଇ ଦୁଇଟି ଲମ୍ବା ପେନ୍ସିଲ୍କୁ ଏହି ବ୍ୟାଣ୍ଡ ମଧ୍ୟରେ ରଖାଯାଉ । ଏହି ବ୍ୟାଣ୍ଡର ମଝି ଅଂଶକୁ ଟାଣି ଛାଡ଼ିଦେଲେ, ରବର ବ୍ୟାଣ୍ଡରେ କମ୍ପନ ସୃଷ୍ଟି ହେବ ।
(iii) ବସ୍ତୁର ଆଗପଛ କିମ୍ବା ଉପରତଳ ଗତି ଯୋଗୁଁ ହିଁ କମ୍ପନ ସୃଷ୍ଟି ହୁଏ । କମ୍ପନ ବନ୍ଦ ହେଲେ ଧ୍ଵନି ଆଦୌ ସୃଷ୍ଟି ହେବ ନାହିଁ । ଗୋଟିଏ ଜଳପୂର୍ଣ ଧାତବ ପାତ୍ରର ଗୋଟିଏ ପାର୍ଶ୍ଵକୁ ଆଘାତ କଲେ ଜଳପୃଷ୍ଠରେ ତରଙ୍ଗ ସୃଷ୍ଟି ହୁଏ । ଖାଲି ଧାତବ ପାତ୍ରକୁ ଆଘାତ କଲେ ଯେତିକି ଶବ୍ଦ ସୃଷ୍ଟି ହୁଏ, ଜଳପୂର୍ଣ ପାତ୍ରକୁ ଆଘାତ କଲେ କମ୍ ଶବ୍ଦ ହୁଏ ।
(iv) ଗୋଟିଏ କମ୍ପିତ ବସ୍ତୁରୁ ଧ୍ୱନି ସୃଷ୍ଟି ହୁଏ । କେତେକ କ୍ଷେତ୍ରରେ ଏହି କମ୍ପନକୁ ସହଜରେ ଦେଖୁହୁଏ । ଅଧିକାଂଶ କ୍ଷେତ୍ରରେ ଏହି କମ୍ପନର ଆୟାମ (Amplitude) ଏତେ ଛୋଟ ଯେ, ତାହା ଆମକୁ ଦେଖାଯାଏ ନାହିଁ । ମାତ୍ର ତାହାକୁ ଅନୁଭବ କରିହୁଏ ।
ଏବେ କେତେକ ବାଦ୍ୟଯନ୍ତ୍ରର ନାମ ଲେଖୁ ତା’ର କମ୍ପିତ ଅଂଶକୁ ଲେଖ ।
ଆମ ଦେଶରେ ସାଧାରଣତଃ ମୃଦଙ୍ଗ, ପର୍ଖାଜ, ଡୁଚି, ତବଲା, ଝାଞ୍ଜ, ଗିନି, ହାରମୋନିୟମ, ତାନପୁରା ଓ ଖଞ୍ଜଣି ଇତ୍ୟାଦି ବାଦ୍ୟଯନ୍ତ୍ରଗୁଡ଼ିକର ସମସ୍ତ ଅଂଶ କମ୍ପିତ ହୋଇ ଧ୍ବନି ସୃଷ୍ଟି ହୁଏ ।
ସୀତାରକୁ ଟାଣିଲେ ସୀତାରର ସମସ୍ତ ଅଂଶ ଆନ୍ଦୋଳିତ ହୁଏ । ସମୁଦାୟ ଯନ୍ତ୍ରଟି କମ୍ପିତ ହେବାରୁ ଆମେ ଧ୍ଵନି ଶୁଣିପାରୁ ଆଘାତ କଲେ ଆମେ ଯେଉଁ ଧ୍ଵନି ଶୁଣୁ ତାହା କେବଳ ଚମଡ଼ା ପୃଷ୍ଠତଳ ପାଇଁ ନୁହେଁ, ମୃଦଙ୍ଗର ସମସ୍ତ ଅଂଶ ଯୋଗୁଁ ଧ୍ବନି ସମ୍ଭବ ହୁଏ ।
→ ତୁମପାଇଁ କାମ :
ପାଞ୍ଚ ବା ଛଅଟି କାଚ ଗ୍ଲାସରେ କମ୍ ଜଳ ଉଚ୍ଚତାରୁ ଅଧିକ ଉଚ୍ଚତା ପର୍ଯ୍ୟନ୍ତ ଜଳନେଇ ଏକ ପେନ୍ସିଲ୍ ଦ୍ବାରା କାଚ ଗ୍ଲାସଗୁଡ଼ିକୁ ବାଡ଼େଇଲେ ସେଥୁ ମଧୁର ସ୍ୱର ଶୁଣାଯାଏ । ଏହାକୁ ‘ଜଳ ତରଙ୍ଗ’ କୁହାଯାଏ ।
→ ଶବ୍ଦ ମାନବ ଦ୍ୱାରା ଉତ୍ପାଦିତ (Sound Produced by Human beings) :
(i) ମନୁଷ୍ୟମାନେ ସ୍ୱରପେଟିକା (Larynx) ସାହାଯ୍ୟରେ ଧ୍ଵନି ସୃଷ୍ଟି କରନ୍ତି ! ଗଳାରେ ଆଙ୍ଗୁଳି ରଖୁଲେ ଏକ ସ୍ଥାନ ଉଚ୍ଚ ଜଣାପଡ଼େ । ଏହାକୁ ଆମ ଶରୀରର ସ୍ଵରବାକ୍ସ (Voice box) କହନ୍ତି । ଏହା ବାୟୁନଳୀର ଉପର ଭାଗରେ ଥାଏ ।
(ii) ଦୁଇଟି କଣ୍ଠରଜୁ (Vocal cord) ସ୍ୱରପେଟିକାର ଏପାଖରୁ ସେପାଖକୁ ଏପରିଭାବେ ଲାଗିରହି ଥାଆନ୍ତି, ଯେପରିକି ସେମାନଙ୍କ ମଧ୍ୟରେ ବାୟୁ ଯିବାପାଇଁ ଏକ ସୂକ୍ଷ୍ମରନ୍ଧ୍ର ଥାଏ ।
(iii) ଫୁସ୍ଫୁସ୍ ଯେତେବେଳେ ବାୟୁକୁ ଏହି ପଥଦେଇ ଠେଲେ ସେତେବେଳେ କଣ୍ଠରଜ୍ଜୁ କମ୍ପିତ ହୋଇ ଧ୍ବନି ସୃଷ୍ଟି ହୁଏ ।
(iv) କଣ୍ଠରଜ୍ଜୁ ସହ ସଂଯୁକ୍ତ ମାଂସପେଶୀ ଢିଲା ରଜ୍ଜୁ କେତେବେଳେ ପ୍ରସାରିତ ଓ କେତେବେଳେ ଟାଣିହୋଇ ରହେ ।
→ ତୁମପାଇଁ କାମ :
ଏକ ମାପର ଦୁଇଟି ରବର ଷ୍ଟ୍ରିପ୍ ନେଇ ଗୋଟିକୁ ଅନ୍ୟ ଉପରେ ରଖାଯାଉ । ସେମାନଙ୍କୁ ହାତରେ ଧରି ଟାଣି ଷ୍ଟ୍ରିପ୍ଦ୍ବୟର ମଝି ଫାଙ୍କକୁ ଫୁଙ୍କିଲେ ଏହା ମଧ୍ୟରେ ବାୟୁ ପ୍ରବାହିତ ହୋଇ ଧ୍ୱନି ସୃଷ୍ଟି ହେବ ।
କଣ୍ଠରଜ୍ଜୁ ପତଳା ହେଲେ ମଧୁର କଣ୍ଠସ୍ବର ଓ ପ୍ରସାରିତ ହେଲେ ଟାଣ କଣ୍ଠସ୍ଟର ସୃଷ୍ଟି ହୁଏ ।
ପୁରୁଷମାନଙ୍କର କଣ୍ଠରଜ୍ଜୁର ଦୈର୍ଘ୍ୟ ପ୍ରାୟ 20 ମି.ମି.; କିନ୍ତୁ ନାରୀମାନଙ୍କର କଣ୍ଠରଜୁର ଦୈର୍ଘ୍ୟ ପ୍ରାୟ 15 ମି.ମି. ପିଲାମାନଙ୍କର ଏହି ରଜ୍ଜୁ ଅତି ଛୋଟ । ଏଥିପାଇଁ ପୁରୁଷ, ନାରୀ ଓ ଛୋଟପିଲାଙ୍କର ସ୍ବର ଭିନ୍ନ ଭିନ୍ନ ହୋଇଥାଏ ।
→ ଧ୍ୱନି ସଂଚରଣ ପାଇଁ ମାଧମ ଆବଶ୍ୟକ (Souad Needs a Medium for Propagation) :
(i) ଧ୍ଵନି ଗତି କରିବାପାଇଁ ଏକ ମାଧ୍ୟମ ଆବଶ୍ୟକ । ଏହା ଶୂନ୍ୟ (Vacuum)ରେ ଗତି କରିପାରେ ନାହିଁ ।
(ii) ଧ୍ୱନି ତରଳ ପଦାର୍ଥରେ ଗତି କରିପାରେ । ଜଳଚର ପ୍ରାଣୀ ଡଲ୍ଫିନ୍ ଓ ତିମି ଇତ୍ୟାଦି ଜଳରେ ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ କରିପାରନ୍ତି ।
(iii) ଧ୍ଵନି ସମସ୍ତ କଠିନ ପଦାର୍ଥ ମଧ୍ୟରେ ଗତି କରିପାରେ ।
→ ଆମର କାନ ସାହାଯ୍ୟରେ ଆମେ ଧ୍ଵନି ଶୁଣୁ (We Hear Sound Through Our Ears) :
(i) କାନକୁ ଶ୍ରବଣ ଇନ୍ଦ୍ରିୟ କୁହାଯାଏ । ଏହାର ବାହ୍ୟ ଅଂଶର ଆକାର ଏକ କାହାଳୀପରି ।
(ii) କାନ ମଧ୍ୟରେ ଧ୍ଵନି ତରଙ୍ଗ ପ୍ରବେଶ କରି ତାହା କାନନଳୀର ଅପର ପ୍ରାନ୍ତରେ ଥିବା ବୃତ୍ତାକାର ପରଦାରେ ଆଘାତ ଦିଏ । ଏହି ପରଦାଟି ଟାଣ ଝିଲ୍ଲୀରେ ତିଆରି । ଏହାକୁ କର୍ଣ୍ଣପଟହ (Eardrum) କହନ୍ତି ।
(iii) କଣ୍ଣପଟହ ଧ୍ବନି ଶୁଣିବାରେ ପ୍ରଧାନ ଭୂମିକା ଗ୍ରହଣ କରେ ।
(iv) କର୍ଣ୍ଣପଟହ ଧ୍ଵନି କମ୍ପନକୁ ଗ୍ରହଣ କରି ଶ୍ରୁତିସ୍ନାୟୁ ସାହାଯ୍ୟରେ ମସ୍ତିଷ୍କକୁ ପଠାଏ । ମସ୍ତିଷ୍କ ଏହି କମ୍ପନକୁ ଅନୁଭବ କରେ ଏବଂ ଆମେ ଶୁଣିପାରୁ ।
→ କମ୍ପନର ଆୟାମ, ଆବର୍ଷକାଳ ଓ ଆବୃତ୍ତି (Asplitude, Time Periods & Frequency of a Vibration) :
(i) ଏକ ନିର୍ଦ୍ଦିଷ୍ଟ ଅବସ୍ଥାନର ଉଭୟ ପାର୍ଶ୍ଵକୁ କଣିକାଟିଏ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଏପଟ ସେପଟ (to and fro) ହୋଇ ଗତି କରିବାକୁ କମ୍ପନ (Vibration) କହନ୍ତି । ଏହାକୁ ମଧ୍ୟ ଦୋଳନ ଗତି (Oscillatory motion) କୁହାଯାଏ !
(ii) ଦୋଳନ ସମୟରେ ମାଧ୍ଯ ଅବସ୍ଥାନର କୌଣସି ଗୋଟିଏ ପାର୍ଶ୍ଵକୁ କଣିକାଟିର ସର୍ବାଧ୍ଵ ବିସ୍ଥାପନକୁ ଏହାର ଆୟାମ (Amplitude) କହନ୍ତି ।
(iii) କମ୍ପିତ କଣିକାଟି ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ଵକୁ ଗତିକରି ପୁନଶ୍ଚ ସେହି ପାର୍ଶ୍ଵକୁ ଫେରିଆସିବାକୁ ଏକ ପୂଣ୍ଣଦୋଳନ କହନ୍ତି ।
(iv) କୌଣସି ଦୋଳନଶୀଳ ବସ୍ତୁ ପ୍ରତି ସେକେଣ୍ଡରେ ଯେତୋଟି ପୂର୍ବ ଦୋଳନ (Oscillation) କରେ ତାକୁ ତାହାର ଆବୃତ୍ତି (Frequency) କୁହାଯାଏ । ଏହାର ଏକକ ଦୋଳନ/ସେକେଣ୍ଡ ବା ହର୍ସ ।
(v) ଯଦି ଗୋଟିଏ ବସ୍ତୁ । ସେକେଣ୍ଡରେ 10ଟି ପୂର୍ବ ଦୋଳନ ସଂପୂର୍ଣ୍ଣ କରେ ତେବେ ତାହାର ଆବୃତ୍ତି 10) ହର୍ସ ।
(vi) ଗୋଟିଏ ମାଧ୍ୟମରେ କମ୍ପିତ କଣିକା ଏକ ପୂର୍ଣ୍ଣଦୋଳନ କରିବାକୁ ଯେତିକି ସମୟ ନିଏ, ଆବର୍ଷକାଳ (Time period) କହନ୍ତି । ଏହାର ଏକକ ସେକେଣ୍ଡ ।
→ ଧ୍ଵନି ପ୍ରବଣତା ଏବଂ ତାରତ୍ବ (Loudness and Pitch) :
(i) ଧ୍ଵନିର ଧ୍ୱନି ପ୍ରବଣତା ଦୋଳନ ସୃଷ୍ଟି କରୁଥିବା କମ୍ପନର ଆୟାମର ବର୍ଗ ସହ ସମାନୁପାତୀ । ଧ୍ଵନି ପ୍ରବଣତାର ଏକକ ଡେସିବେଲ (dB) ।
75 dB ରୁ 85 dB ବିଶିଷ୍ଟ ଧ୍ୱନି ପ୍ରବଣତା ଆମର ଶରୀର ପକ୍ଷେ କ୍ଷତିକାରକ ।
(ii) ଧ୍ଵନିପ୍ରବଣତା ଧ୍ୱନି ସୃଷ୍ଟିକାରୀ କମ୍ପନର ଆୟାମ ଉପରେ ନିର୍ଭର କରେ । କମ୍ପନର ଆୟାମ ଅଧିକ ହେଲେ ଧ୍ଵନି ଉଚ୍ଚସ୍ବର ବିଶିଷ୍ଟ ଓ ଆୟାମ କମ୍ ହେଲେ ଧ୍ଵନି ନିମ୍ନସ୍ବର ବିଶିଷ୍ଟ ହୁଏ ।
→ ଧ୍ଵନିର ତୀକ୍ଷ୍ଣତା ବା ତାରତ୍ଵ (Shrillnes or Pitch)
(i) ଧ୍ୱନି ତରଙ୍ଗର ଆବୃତ୍ତି ଉପରେ ନିର୍ଭର କରେ । କମ୍ପନର ଆବୃତ୍ତି ଅଧିକ ହେଲେ ଧ୍ଵନିଟି ତୀକ୍ଷ୍ଣଣ ଓ ଆବୃତ୍ତି କମ୍ ହେଲେ ଧ୍ଵନିଟି କର୍କଶ ହୁଏ । ଉଦାହରଣସ୍ୱରୂପ, ଡ୍ରମର କମ୍ପନର ଆବୃତ୍ତି କମ୍ ହେତୁ କର୍କଶ ହୁଏ ଓ ୱିସିଲ୍ର ଆବୃତ୍ତି ଅଧିକ ହେତୁ ଏହା ତୀକ୍ଷ୍ଣଣ ହୁଏ ।
(ii) ଗୋଟିଏ ପକ୍ଷୀର ରାବ ଉଚ୍ଚ ପିଚ୍ ବିଶିଷ୍ଟ ଓ ସିଂହର ଗର୍ଜନ ନିମ୍ନ ପିଯୁକ୍ତ ହୋଇଥାଏ । ମାତ୍ର ଗୋଟିଏ ପକ୍ଷୀର ରାବର ଧ୍ୱନି ପ୍ରବଣତା କମ୍ ଓ ସିଂହର ଗର୍ଜନର ଧ୍ଵନିପ୍ରବଣତା ଅଧିକ । ନାରୀମାନଙ୍କର ସ୍ବରର ଆବୃତ୍ତ ପୁରୁଷମାନଙ୍କର ସ୍ବରର ଆବୃତ୍ତିଠାରୁ ଅଧିକ ହେତୁ ନାରୀମାନଙ୍କର ସ୍ବର ତୀକ୍ଷ୍ଣଣ ମାତ୍ର ପୁରୁଷମାନଙ୍କର ସ୍ବର ମୋଟା ।
→ ଶ୍ରାବ୍ୟ ଏବଂ ଅଶ୍ରାବ୍ୟ ଧ୍ଵନି (Audible and Inaudible Sounds) :
(i) ମାନବ କଣ୍ଠ 20 ହର୍ସରୁ କମ୍ ଆବୃତି ବିଶିଷ୍ଟ ଧ୍ୱନିକୁ ଶୁଣିପାରେ ନାହିଁ । ଏହି ପ୍ରକାର ଧ୍ଵନିକୁ ଅଶ୍ରାବ୍ୟ ଧ୍ବନି କୁହାଯାଏ ।
(ii) 20,000 ହର୍ସ (20,000 Hz) ବା 20 କିଲୋହର୍ସ (20kHz) ରୁ ଊର୍ଦ୍ଧ୍ବ ଆବୃତ୍ତିବିଶିଷ୍ଟ ଧ୍ବନି ମଧ୍ୟ ମାନବ କଣ୍ଠ ଶୁଣିପାରେ ନାହିଁ ।
ମାନବ କଣ୍ଠର ଶ୍ରାବ୍ୟ ଆବୃତ୍ତି ପରିସର କେବଳ 20Hzରୁ 20000 Hz 1
(iii) କୁକୁରମାନେ 50 kHz ଆବୃତ୍ତି ବିଶିଷ୍ଟ ଧ୍ବନିକୁ ଶୁଣିପାରନ୍ତି । ବାହୁଡ଼ି 100 kHz ର ଧ୍ୱନି ଶୁଣିପାରେ । ଆଜିକାଲି ବିଭିନ୍ନ ରୋଗ ଚିହ୍ନଟପାଇଁ ଯେଉଁ ଅଲ୍ଟ୍ରାସାଉଣ୍ଡ ଯନ୍ତ୍ର ବ୍ୟବହାର କରାଯାଉଛି, ସେଥୁରୁ ନିର୍ଗତ ତରଙ୍ଗର ଆବୃତ୍ତି 20 kHz ରୁ ବେଶି ।
→ ଶ୍ରୁତି ମଧୁର ଶବ୍ଦ ଓ କୋଳାହଳ (Musical sound and Noise) :
(i) ବାଦ୍ୟ ଯନ୍ତ୍ରରୁ ନିଃସୃତ ଧ୍ୱନି, କୋଇଲିର ଶବ୍ଦ ଆଦି ଆମ କାନକୁ ଆରାମ ଦିଏ । ହାର୍ମୋନିୟମ୍ ଓ ସୀତାରୁ ନିର୍ଗତ ଧ୍ଵନି ମଧ୍ୟ ଆମ କାନକୁ ଆରାମ ଦିଏ । ଏଗୁଡ଼ିକୁ ଶ୍ରୁତିମଧୁର ଧ୍ବନି କହନ୍ତି । ଏଗୁଡ଼ିକର ଧ୍ଵନି ପ୍ରବଣତା କମ୍ ।
(ii) ଧ୍ଵନି ପ୍ରବଣତା ଅତ୍ୟଧିକ ବୃଦ୍ଧି ହେଲେ ସେଗୁଡ଼ିକ ଶ୍ରୁତିକଟୁ ହୁଏ । ସେଗୁଡ଼ିକୁ କୋଳାହଳ କୁହାଯାଏ ।
→ ଧ୍ୱନି ପ୍ରଦୂଷଣ (Noise Pollution) :
ଧ୍ୱନି ପ୍ରଦୂଷଣର କାରଣ –
(i) ବାୟୁରେ ଥିବା ଅଦରକାରୀ ବିଭିନ୍ନ ଗ୍ୟାସ୍ ଓ କଣିକାମାନଙ୍କର ଉପସ୍ଥିତ ଯୋଗୁଁ ଧ୍ୱନି ପ୍ରଦୂଷଣ ହୁଏ ।
(ii) ପରିବେଶରେ ମାତ୍ରାଧିକ ଅଦରକାରୀ ଧ୍ୱନିର ଉପସ୍ଥିତି ଧ୍ୱନି ପ୍ରଦୂଷଣର କାରଣ ଅଟେ ।
(iii) ଗାଡ଼ିମଟରର କେଁ କାଁ ଶବ୍ଦ, କଳକାରଖାନାର ଯନ୍ତ୍ରପାତିରୁ ନିର୍ଗତ ଘର୍ଘରନାଦ, ବିଭିନ୍ନ ବିସ୍ଫୋରଣର ଧ୍ଵନି, ଆତସବାଜି ଫୁଟିବାର ଶବ୍ଦ, ଡାକବାଜିଯନ୍ତ୍ରର ଉଚ୍ଚତୀବ୍ରତା ବିଶିଷ୍ଟ ଧ୍ବନି ଆଦି ଧ୍ୱନି ପ୍ରଦୂଷଣର ମୁଖ୍ୟ କାରଣ ।
(iv) ଏହାବ୍ୟତୀତ ଘରେ ଟେଲିଭିଜନ୍ ଓ ରେଡ଼ିଓରୁ ନିଃସୃତ ଉଚ୍ଚଧ୍ବନି, ଗ୍ରାଇଣ୍ଡର ଚାଲିବାର ଶବ୍ଦ, କୁଲର୍ସ ବା ଶୀତତାପ ନିୟନ୍ତ୍ରକ ଯନ୍ତ୍ରରୁ ନିର୍ଗତ ଶବ୍ଦ ଧ୍ବନି ପ୍ରଦୂଷଣ କରିଥାଏ ।
→ ଧ୍ୱନି ପ୍ରଦୂଷଣର କ୍ଷତିକାରକ ପ୍ରଭାବ (Harmful Effects of Noise Pollution):
(i) ଧ୍ୱନି ପ୍ରଦୂଷଣ ଉଚ୍ଚ ରକ୍ତଚାପ, ହୃଦ୍ରୋଗ ଓ ବିଭିନ୍ନ ପ୍ରକାର ସ୍ନାୟବିକ ରୋଗର କାରଣ ହୋଇଥାଏ ।
(ii) ମାତ୍ରାଧିକ ଧ୍ୱନିରେ କାର୍ଯ୍ୟକଲେ ବ୍ୟକ୍ତିର ଶ୍ରବଣଶକ୍ତି ସଂପୂର୍ଣ୍ଣ ବା ଆଂଶିକ ମାତ୍ରାରେ ନଷ୍ଟ ହୋଇଯିବାର ସମ୍ଭାବନା ଥାଏ ।
→ (Measures to Limit Noise Pollution):
(i) ଯାନବାହନରେ ଶ୍ରୁତିମଧୁର ହଣ୍ଡି ବ୍ୟବହାର କରିବା ଆବଶ୍ୟକ ।
(ii) ବାସୋପଯୋଗୀ ସ୍ଥାନଠାରୁ ଦୂରରେ କାରଖାନାଗୁଡ଼ିକ ସ୍ଥାପନ କରିବା ଉଚିତ ।
(iii) ଗାଡ଼ିମଟରର କେଁ କାଁ ଶବ୍ଦ, କଳକାରଖାନାର ଯନ୍ତ୍ରପାତିରୁ ନିର୍ଗତ ଘର୍ଘରନାଦ, ବିଭିନ୍ନ ବିସ୍ଫୋରଣର ଧ୍ବନି, ଆତସବାଜି ଫୁଟିବାର ଶବ୍ଦ, ଡାକବାଜିଯନ୍ତ୍ରର ଉଚ୍ଚତୀବ୍ରତା ବିଶିଷ୍ଟ ଧ୍ଵନି ଆଦି ଧ୍ୱନି ପ୍ରଦୂଷଣର ମୁଖ୍ୟ କାରଣ ।
(iv) ରାସ୍ତାର ଉଭୟପାର୍ଶ୍ଵରେ ଓ ଗୃହର ଚତୁଃପାର୍ଶ୍ଵରେ ବୃକ୍ଷରୋପଣ କରି ଧ୍ୱନି ପ୍ରଦୂଷଣର କୁପ୍ରଭାବକୁ କମାଯାଇପାରିବ ।
→ ବିଷୟଭିତ୍ତିକ ଶବ୍ଦାବଳୀ :