Odisha State Board BSE Odisha 8th Class Science Notes Chapter 17 ତାରକା ଓ ସୌରଜଗତ will enable students to study smartly.
BSE Odisha Class 8 Science Notes Chapter 17 ତାରକା ଓ ସୌରଜଗତ
ଉପକ୍ରମ (Introduction) :
(i) ମହାଜାଗତିକ ବସ୍ତୁ (celestial objects) କୁହାଯାଏ ।
(ii) ଯେଉଁ ମହାକାଶୀୟ ବସ୍ତୁଗୁଡ଼ିକ ଦପ୍ଦପ୍ କରୁଥା’ନ୍ତି, ସେମାନଙ୍କୁ ତାରା, ତାରକା ବା ନକ୍ଷତ୍ର (stars) କୁହାଯାଏ । ଏମାନେ ନିଜେ ଗୋଟିଏ ଗୋଟିଏ ଆଲୋକର ଉତ୍ସ ।
(iii) ଯେଉଁ ମହାକାଶୀୟ ବସ୍ତୁଗୁଡ଼ିକ ସ୍ଥିର ଆଲୋକ ପ୍ରଦାନ କରିବାଭଳି ଦେଖାଯାଆନ୍ତି, ସେମାନେ ଗ୍ରହ (planets) ବା ଉପଗ୍ରହ (satellites) ଅଟନ୍ତି । ଏମାନଙ୍କର ନିଜର ଆଲୋକ ନାହିଁ । ନିକଟବର୍ତୀ ନକ୍ଷତ୍ରର ଆଲୋକରେ ଏମାନେ ଆଲୋକିତ ହୁଅନ୍ତି ।
ଚନ୍ଦ୍ର (The Moon) :
(i) ଚନ୍ଦ୍ର ହେଉଛି ରାତି ଆକାଶର ଉଜ୍ଜ୍ବଳତମ ମହାକାଶୀୟ ବସ୍ତୁ । ଚନ୍ଦ୍ରର ନିଜର ଆଲୋକ ନାହିଁ । ଏହା ସୂର୍ଯ୍ୟର ଆଲୋକରେ ଆଲୋକିତ ହୁଏ ।
(ii) ସୂର୍ଯ୍ୟାଲୋକ ଚନ୍ଦ୍ର ଉପରେ ଯେତିକି ଅଂଶରେ ପଡ଼ି ଆମ ପର୍ଯ୍ୟନ୍ତ ପ୍ରତିଫଳିତ ହୋଇ ଆସେ ଆମେ ତା’ର ସେତିକି ଅଂଶ ଦେଖୁ । ଚନ୍ଦ୍ର ପୃଥବୀ ଚାରିପଟେ ପରିକ୍ରମଣ କରେ ଏବଂ ପୃଥିବୀ ତା’ର ପରିକ୍ରମଣରତ ଚନ୍ଦ୍ର ସହିତ ସୂର୍ଯ୍ୟ ଚାରିପଟେ ପରିକ୍ରମଣ କରେ ।
(iii) ଘୂରୁଥିବା ଅବସ୍ଥାରେ ପ୍ରାୟ ଏକ ସରଳରେଖାରେ ଚନ୍ଦ୍ର ଓ ସୂର୍ଯ୍ୟର ଅବସ୍ଥାନ ମଝିରେ ପୃଥିବୀ ରାତି ହୋଇଥିବା ଅଂଶକୁ ଚନ୍ଦ୍ର ଗୋଲାକାର ଥାଳିପରି ଦେଖାଯାଏ । ଏହାକୁ ଆମେ ପୂର୍ଣ୍ଣମୀ (Full moon ରହିଲେ ଏହାର ରାତି ହୋଇଥିବା ଅଂଶକୁ ଚନ୍ଦ୍ର ଗୋଲାକାର ଥାଳିପରି ଦେଖାଯାଏ । ଏହାକୁ ଆମେ ପୂର୍ଣ୍ଣମୀ (Full moon day) କହୁ ।
(iv) ଅନ୍ୟ ପକ୍ଷରେ ପ୍ରାୟ ଏକ ସରଳରେଖାରେ ପୃଥିବୀ ଓ ସୂର୍ଯ୍ୟର ଅବସ୍ଥାନ ମଝିରେ ଚନ୍ଦ୍ର ରହିଲେ ପୃଥିବୀର ରାତି ଆକାଶରେ ଏହା ରହିଥାଏ । ସେ ଦିନଟିକୁ ଅମାବାସ୍ୟା (New moon day) କହନ୍ତି ।
(v) ପରିକ୍ରମଣରତ ଚନ୍ଦ୍ରର ଗୋଟିଏ ପୂର୍ଣମୀରୁ ଆଉ ଗୋଟିଏ ପୂର୍ଣ୍ଣମୀ ପର୍ଯ୍ୟନ୍ତ ବା ଗୋଟିଏ ଅମାବାସ୍ୟାରୁ ଆଉ ଦେଖାଯାଏ, ଆମେ ତାକୁ ସେହି ଆକାରରେ ଦେଖୁ ।
(vi) ପୃଥିବୀ ଚାରିପଟେ ଚନ୍ଦ୍ରର ପରିକ୍ରମଣ ସମୟ ଓ ନିଜ ଅକ୍ଷ ଚାରିପଟେ ଏହାର ଆବର୍ତ୍ତନ ସମୟ ପ୍ରାୟ ସମାନ ଥିବାହେତୁ ପୃଥିବୀର ଯେ କୌଣସି ସ୍ଥାନରୁ ଚନ୍ଦ୍ରର ଗୋଟିଏ ପାର୍ଶ୍ବ ହିଁ ସବୁବେଳେ ଦେଖାଯାଏ ।
(vii) ଗୋଟିଏ ଅମାବାସ୍ୟାରୁ ଅନ୍ୟ ଅମାବାସ୍ୟା ପର୍ଯ୍ୟନ୍ତ ବା ଗୋଟିଏ ପୂର୍ଣ୍ଣମୀରୁ ଅନ୍ୟ ପୂର୍ଣ୍ଣମୀ ପର୍ଯ୍ୟନ୍ତ ସମୟ ପ୍ରାୟ 29 ଦିନ 12 ଘଣ୍ଟା 43 ମିନିଟ୍ 12 ସେକେଣ୍ଡ । ଏହି ସମୟକୁ ଏକ ଚାନ୍ଦ୍ରମାସ କୁହାଯାଏ । ସୂର୍ଯ୍ୟର ଆକର୍ଷଣ ଓ
ଚନ୍ଦ୍ରକଳାର ହ୍ରାସବୃଦ୍ଧି :
(i) ଅମାବାସ୍ୟାଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଏହି ଆଲୋକିତ ଅଂଶ କ୍ରମଶଃ ବୃଦ୍ଧିପ୍ରାପ୍ତ ହୁଏ ଏବଂ ପୂର୍ଣ୍ଣମୀ ପରଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ଏହି ଆଲୋକିତ ଅଂଶ କ୍ରମଶଃ କ୍ଷୟପ୍ରାପ୍ତ ହୁଏ । ଚନ୍ଦ୍ରର ଆକୃତିରେ ଏପରି ପରିବର୍ତ୍ତନକୁ ଚନ୍ଦ୍ର ସୂର୍ଯ୍ୟର ଆଲୋକରେ ଆଲୋକିତ ହୁଏ । ସୂର୍ଯ୍ୟାଲୋକ ଚନ୍ଦ୍ର ଉପରେ ଯେତିକି ଅଂଶରେ ପଡ଼ି ପ୍ରତିଫଳିତ ହୋଇଥାଏ, ତା’ର ସେତିକି ଅଂଶ ଦେଖାଯାଏ ।
(ii) ଚନ୍ଦ୍ର ପୃଥବୀ ଚାରିପଟେ ପରିକ୍ରମଣ କରେ ଏବଂ ପୃଥିବୀ ତା’ର ପରିକ୍ରମଣରତ ଚନ୍ଦ୍ର ସହିତ ସୂର୍ଯ୍ୟ ଚାରିପଟେ ପରିକ୍ରମଣ କରେ ।
1. ଚନ୍ଦ୍ରର ପରିକ୍ରମଣ କାଳ 27.3 ଦିନ
2. ପୃଥିବୀଠାରୁ ଚନ୍ଦ୍ରର ଦୂରତା ପ୍ରାୟ 384,400 କି.ମି.
3. ଚନ୍ଦ୍ରର ବ୍ୟାସ, ପୃଥିବୀ ବ୍ୟାସର \(=\frac{10}{1000}\) ଅଂଶ
4. ଚନ୍ଦ୍ରର ମାଧ୍ୟାକର୍ଷଣ ପୃଥିବୀର \(=\frac{10}{1000}\) ଅଂଶ
ଚନ୍ଦ୍ରର ଗଠନ :
(i) ଚନ୍ଦ୍ରରେ ସମତଳ ସ୍ଥାନ ବ୍ୟତୀତ ସାଗର ଭଳି ବିରାଟ ଗର୍ଭ ଓ ପର୍ବତ ଭଳି ଉଚ୍ଚସ୍ଥାନ ରହିଛି ।
(ii) ଏହାର ପୃଷ୍ଠତଳ ଛୋଟବଡ଼ ଗର୍ଭରେ ପରିପୂର୍ଣ୍ଣ ହୋଇଥିବାରୁ ଏହା ଅସମତଳ ।
(iii) ଏହାର ବାୟୁମଣ୍ଡଳ ଅତି ପତଳା ଏବଂ ଏଠାରେ ଜଳର ଉପସ୍ଥିତି ସଂପର୍କରେ ସଠିକ୍ ତଥ୍ୟ ଆଜି ପର୍ଯ୍ୟନ୍ତ ମିଳିପାରି ନାହିଁ । ତେଣୁ ଚନ୍ଦ୍ରରେ ଜୀବଜଗତ ନାହିଁ ।
(iv) ପୃଥିବୀ ଚାରିପଟେ ଚନ୍ଦ୍ରର ପରିକ୍ରମଣ ସମୟ ଓ ନିଜ ଅକ୍ଷ ଚାରିପଟେ ଏହାର ଆବର୍ତ୍ତନ ସମୟ ପ୍ରାୟ ସମାନ ଥିବାରୁ ପୃଥିବୀର ଯେ କୌଣସି ସ୍ଥାନରୁ ଚନ୍ଦ୍ରର ଗୋଟିଏ ପାର୍ଶ୍ୱ ହିଁ ସମ୍ପୂର୍ଣ ଦେଖାଯାଏ ।
1969 ମସିହା July-21 ରେ ଆପୋଲୋ – 11 ମହାକାଶଯାନରେ ଯୁକ୍ତରାଷ୍ଟ୍ର ଆମେରିକାର ତିନିଜଣ ମହାକାଶଚାରୀ ନିଲ୍ ଆର୍ମଷ୍ଟ୍ରଙ୍ଗ ଏଡ଼ୱିନ୍ ଆଲଡ୍ରିନ୍ ଓ ମାଇକେଲ୍ କଲିନ୍ସ ଚନ୍ଦ୍ରକୁ ଯାତ୍ରା କରିଥିଲେ । ସେମାନଙ୍କ ମଧ୍ୟରୁ ପ୍ରଥମେ ଜିଲ୍ ଆର୍ମଷ୍ଟ୍ରଙ୍ଗ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲେ ।
ନକ୍ଷତ୍ର ବା ତାରକା (The stars) :
(i) ନକ୍ଷତ୍ର ବା ତାରକାମାନଙ୍କର ନିଜସ୍ଵ ଆଲୋକ ରହିଛି । ସୂର୍ଯ୍ୟ ଏକ ତାରକା । ସୂର୍ଯ୍ୟ ଆମଠାରୁ ପ୍ରାୟ150,000,000 କି.ମି. ବା 150 ନିୟୁତ କି.ମି. ଦୂରରେ ରହିଛି ।
(ii) ସୌରଜଗତ ବାହାରେ ଆମର ନିକଟତମ ତାରକା ହେଉଛି ଆଲ୍ଫାସେଣ୍ଟାଉରୀ । ଏହା ଆମଠାରୁ ପ୍ରାୟ 4 × 1013 ନିୟୁତ କି.ମି. ଦୂରରେ ରହିଛି ।
(iii) ମହାକାଶୀୟ ବସ୍ତୁମାନଙ୍କର ଦୂରତା ‘ଆଲୋକ ବର୍ଷ’ ଏକକରେ ପ୍ରକାଶ କରାଯାଏ । ଆଲୋକ ଏକ ବର୍ଷରେ ଯେଉଁ ଦୂରତା ଅତିକ୍ରମ କରେ ତାହାକୁ ଏକ ଆଲୋକ ବର୍ଷ କହନ୍ତି ।
(iv) ଆଲୋକର ବେଗ ସେକେଣ୍ଡ ପ୍ରତି ପ୍ରାୟ ତିନି ଲକ୍ଷ କି.ମି. । ଏକ ବର୍ଷରେ ଆଲୋକ ଅତିକ୍ରମ କରୁଥିବା ଦୂରତା ପ୍ରାୟ 9.5 × 102 କି.ମି. । ଏହି ଏକକରେ ଆମଠାରୁ ସୂର୍ଯ୍ୟର ଦୂରତା ହେବ ପ୍ରାୟ 8 ଆଲୋକ ମିନିଟ୍ ।
(v) ଆଲ୍ଫାସେଣ୍ଟାଉରୀର ଦୂରତା ହେବ ପ୍ରାୟ 4.29 ଆଲୋକ ବର୍ଷ ।
(vi) ଦିନବେଳା ସୂର୍ଯ୍ୟାଲୋକର ପ୍ରଭାବରେ ତାରାମାନେ ଆକାଶରେ ଥିଲେ ବି ଦେଖାଯାଆନ୍ତି ନାହିଁ । ଉଚ୍ଚମାନର
(vii) ତାରାମାନଙ୍କୁ ଭଲ ଭାବରେ ଦେଖିବା ଏବଂ ଅଧିକା ଗବେଷଣା କରିବା ପାଇଁ ଅନେକ ମାନମନ୍ଦିର ପ୍ରତିଷ୍ଠା
(viii) ସମସ୍ତ ତାରା ଗତିଶୀଳ ଜଣାପଡୁଥିଲେ ମଧ୍ୟ ଏହା ସ୍ଥିର ଦେଖାଯାଏ । ତେଣୁ ଏହାକୁ ଧ୍ରୁବତାରା (Polestar) କହନ୍ତି । ଏହା ଆମକୁ ପୃଥିବୀର ଉତ୍ତର ଦିଗରେ ଥିବା ଆକାଶରେ ଦେଖାଯାଏ ।
ନକ୍ଷତ୍ର (Constellations) :
(i) ମହାକାଶରେ ତାରାଗୁଡ଼ିକ ବିଭିନ୍ନ ଆକାରରେ ସଜ୍ଜିତ ହୋଇ ରହିଥିବାପରି ଦେଖାଯାଆନ୍ତି । ଏହାକୁ ତାରକାପୁଞ୍ଜ ବା ନକ୍ଷତ୍ରମଣ୍ଡଳ କୁହାଯାଏ ।
(ii) ଆମ ରାଶିଚକ୍ରରେ ଥିବା ଚାରୋଟି ରାଶି ଏଭଳି ଗୋଟିଏ ଗୋଟିଏ ତାରକାପୁଞ୍ଜ ।
(iii) ଖରାଦିନେ ସନ୍ଧ୍ୟା ଆକାଶରେ ଦେଖାଯାଉଥିବା ନକ୍ଷତ୍ରମଣ୍ଡଳ ହେଉଛି ସପ୍ତର୍ଷିମଣ୍ଡଳ । ଏଥିରେ ସାତଟି ଉଜ୍ଜଳ ତାରକା ଦେଖାଯା’ନ୍ତି ଏବଂ ଏହା ଆକାଶରେ ଏକ ପ୍ରଶ୍ନବାଚକ ଚିହ୍ନ (?) ପରି ଦେଖାଯାଏ ।
(iv) ଆମ ଦେଶରେ ଏହାକୁ ସପ୍ତର୍ଷିମଣ୍ଡଳ କୁହାଯାଉଥିବାବେଳେ ପାଶ୍ଚାତ୍ୟ ଦେଶମାନଙ୍କରେ ଏହାକୁ ଗ୍ରେଟ୍ ବିୟର୍ ବା ବିଗ୍ ଡିପର କୁହାଯାଏ ।
(v) ଏହି ନକ୍ଷତ୍ରମଣ୍ଡଳ ଧ୍ରୁବତାରାକୁ କେନ୍ଦ୍ର କରି ଘୂରୁଥିବାର ଜଣାଯାଏ । ରାତିରେ ସପ୍ତର୍ଷିମଣ୍ଡଳକୁ ଆଧାର କରି ଧ୍ରୁବତାରା ଚିହ୍ନି ହୁଏ ।
(vi) ସମସ୍ତ ତାରା ଓ ତାରକାପୁଞ୍ଜ ଧ୍ରୁବତାରା ଚାରିପଟେ ଘୂରିବାପରି ଦେଖାଯା’ନ୍ତି । ପୃଥିବୀର ଦକ୍ଷିଣ ଗୋଲାର୍ଦ୍ଧରେ ଧ୍ରୁବତାରା ଚିହ୍ନି ହୁଏ ।
(vii) କାଳପୁରୁଷମଣ୍ଡଳ ଅନ୍ୟତମ ତାରକାପୁଞ୍ଜ । ଶୀତଦିନେ ଅଳ୍ପ ରାତିରେ ଏହା ସ୍ପଷ୍ଟ ଦେଖାଯାଏ । ଖାଲି ଆଖ ଏହି ରେଖାଟି ଶିକାରୀର ଅଣ୍ଟାବେଲ୍ଟ ପରି ଦିଶୁଥିବାରୁ ଏହାକୁ ଶିକାରୀ ତାରା କୁହାଯାଏ ।
(viii) ଏହି ତିନୋଟି ତାରାକୁ ଏକ କାଳ୍ପନିକ ରେଖାରେ ଯୋଡ଼ି ପୂର୍ବଦିଗ ଆଡ଼କୁ ଅଳ୍ପବାଟ ବଢ଼ାଇଦେଲେ ଆକାଶର ଉଜ୍ଜ୍ବଳତମ ତାରକା ‘ସିରିୟସ୍’’ କୁ ଦେଖୁହେବ ।
(ix) କ୍ୟାସିଓପିଆ ଉତ୍ତର ଆକାଶରେ ଦେଖାଯାଉଥିବା ଆଉ ଏକ ତାରକାପୁଞ୍ଜ । ଏହା ଇଂରାଜୀ ଅକ୍ଷର “W” କିମ୍ବା “M” ପରି ଦେଖାଯାଏ । ସପ୍ତର୍ଷିମଣ୍ଡଳ ଅନୁପସ୍ଥିତିରେ କ୍ୟାସିଓପିଆ ଧ୍ରୁବତାରା ଚିହ୍ନିବାରେ ସାହାଯ୍ୟ କରେ । 66
ସୌର ମଣ୍ଡଳ (The Solar system):
(i) ସୂର୍ଯ୍ୟ ଓ ତା’ର ଚାରିପଟେ ଘୂରୁଥିବା ୫ଟି ଗ୍ରହ, ସେମାନଙ୍କର ଉପଗ୍ରହ, ଗ୍ରହାଣୁପୁଞ୍ଜ, ଧୂମକେତୁ, ଉଲ୍କା ଇତ୍ୟାଦିଙ୍କୁ ନେଇ ସୌରଜଗତ ଗଠିତ ।
(ii) ସୂର୍ଯ୍ୟ ଚାରିପଟେ ଯେଉଁ ସମସ୍ତ ସ୍ଥାନରେ ଏହାର ମହାକର୍ଷଣ ବଳ କାର୍ଯ୍ୟକାରୀ ହୁଏ, ସେ ସମସ୍ତ ସ୍ଥାନ ସୌରଜଗତର ଅନ୍ତର୍ଗତ । ଏହି ମହାକର୍ଷଣ ବଳ ପ୍ରଭାବରେ ସୌରଜଗତରେ ଥିବା ମହାକାଶୀୟ ବସ୍ତୁଗୁଡ଼ିକ ସୂର୍ଯ୍ୟ ଚାରିପଟେ ପରିକ୍ରମଣ କରନ୍ତି ।
ସୂର୍ଯ୍ୟ (Sun) :
(i) ଆମ ନିକଟରେ ଥିବା ସୌରଜଗତର ଏକମାତ୍ର ତାରକା ହେଉଛି ସୂର୍ଯ୍ୟ । ବସ୍ତୁତ୍ଵ, ଉଜ୍ଜଳତା, ତାପମାତ୍ରା ତଥା ଆକାର ଦୃଷ୍ଟିରୁ ଏହା ଏକ ସାଧାରଣ ତାରକା ।
(ii) ସୂର୍ଯ୍ୟର ବ୍ୟାସ ପ୍ରାୟ 1.392 x 10 କି.ମି. । ଏହା ପୃଥିବୀ ବ୍ୟାସର ପ୍ରାୟ 109 ଗୁଣ । ଏହାର ବସ୍ତୁତ୍ଵ ପ୍ରାୟ 2 x 103 କି.ଗ୍ରା. । ଏହା ପୃଥିବୀର ବସ୍ତୁତ୍ଵର ପ୍ରାୟ ତିନିଲକ୍ଷ ଗୁଣ ।
(iii) ସୂର୍ଯ୍ୟ ତା’ର ପରିବାରକୁ ନେଇ ଆକାଶଗଙ୍ଗା (Milkyway) ଗ୍ୟାଲକ୍ସିର କେନ୍ଦ୍ର ଚାରିପଟେ ପରିକ୍ରମଣ କରୁଛି । ଏହା ସହିତ ସୂର୍ଯ୍ୟ ନିଜ ଅକ୍ଷ ଚତୁର୍ଦ୍ଦିଗରେ ପ୍ରାୟ 25 ଦିନରେ ଥରେ ଆବର୍ତ୍ତନ କରେ । ଏହାର ମୁଖ୍ୟ ଉପାଦାନ ହେଉଛି ହାଇଡ୍ରୋଜେନ୍ ଓ ହିଲିୟମ୍ ।
(iv) ଏତଦ୍ବ୍ୟତୀତ ଏଠାରେ ପ୍ରାୟ 60 ଟି ଅନ୍ୟାନ୍ୟ ମୌଳିକ ରହିଥିବା ଜଣାଯାଇଛି । ଏହାର ବାହ୍ୟସ୍ତରର ତାପମାତ୍ରା ପ୍ରାୟ 6000°C ହୋଇଥିବାବେଳେ କେନ୍ଦ୍ରସ୍ଥଳର ତାପମାତ୍ରା ପ୍ରାୟ 2 କୋଟି ଡିଗ୍ରୀ ସେଲ୍ସିୟସ୍ରୁ ବେଶୀ । ସୂର୍ଯ୍ୟ ହେଉଛି ସକଳ ଶକ୍ତିର ଆଧାର ।
ଗ୍ରହ (Planet) :
(i) ପରିକ୍ରମଣ କରୁଅଛନ୍ତି । ସୂର୍ଯ୍ୟଠାରୁ ଦୂରତା ଅନୁସାରେ ଏମାନଙ୍କ ନାମ ହେଲା- 1. ବୁଧ, 2. ଶୁକ୍ର, 3. ପୃଥିବୀ, 4. ମଙ୍ଗଳ, 5. ବୃହସ୍ପତି, 6. ଶନି, 7. ୟୁରେସ୍ ଓ 8. ନେପ୍ଚ୍ୟୁନ୍ ।
(ii) ଗ୍ରହଗୁଡ଼ିକ ଦେଖୁବାକୁ ପ୍ରାୟ ଗୋଲକାକୃତି । ଏମାନଙ୍କ କକ୍ଷଗୁଡ଼ିକ ଅଣ୍ଡାକୃତି ।
(iii) କକ୍ଷପଥରେ ଥରେ ପରିକ୍ରମଣ କରିବାପାଇଁ ଯେଉଁ ସମୟ ଲାଗେ ତାକୁ ଗ୍ରହର ପରିକ୍ରମଣକାଳ କୁହାଯାଏ । ପୃଥିବୀର ପରିକ୍ରମଣକାଳ ପ୍ରାୟ 365 ଦିନ 6 ଘଣ୍ଟା ବା ଏକ ବର୍ଷ I ପରିକ୍ରମଣ କରିବା ସହିତ ଗ୍ରହମାନେ ମଧ୍ୟ ନିଜ ଅକ୍ଷ ଚାରିପଟେ ନଟୁପରି ଘୂରନ୍ତି । ଏହି ଘୂର୍ଣ୍ଣନକୁ ଆବର୍ତ୍ତନ (Rotation) କୁହାଯାଏ ।
(iv) ଗ୍ରହର ଥରେ ଆବର୍ତ୍ତନ ପାଇଁ ଲାଗୁଥିବା ସମୟକୁ ତା’ର ଆବର୍ତ୍ତକାଳ ବା ଆବର୍ତ୍ତନକାଳ କହନ୍ତି । ପୃଥିବୀର ଆବର୍ତ୍ତନକାଳ ପ୍ରାୟ 23 ଘଣ୍ଟା 56 ମିନିଟ୍ 4 ସେକେଣ୍ଡ ବା ଏକଦିନ ।
(v) ଜ୍ୟୋତିର୍ବିଜ୍ଞାନୀମାନଙ୍କ ମତରେ ଶୁକ୍ର ଓ ୟୁରେନ୍ସ ପୂର୍ବରୁ ପଶ୍ଚିମକୁ ଆବର୍ତ୍ତନ କରୁଥିବାବେଳେ ଅନ୍ୟ ଗ୍ରହମାନେ ପଶ୍ଚିମରୁ ପୂର୍ବକୁ ଆବର୍ତ୍ତନ କରନ୍ତି ।
(vi) ଗ୍ରହମାନେ ଯେପରି ସୂର୍ଯ୍ୟ ଚାରିପଟେ ପରିକ୍ରମଣ କରନ୍ତି, ଉପଗ୍ରହମାନେ ସେହିପରି ଗ୍ରହ ଚାରିପଟେ ପରିକ୍ରମଣ କରନ୍ତି । ଆମ ଗ୍ରହ ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଉଛି ଚନ୍ଦ୍ର ।
ବୁଧ (Mercury):
(i) ଦୂରତା ଅନୁସାରେ ବୁଧ ସୂର୍ଯ୍ୟର ନିକଟତମ ଗ୍ରହ । ଆୟତନ ଅନୁସାରେ ଏହା ସୌରଜଗତର କ୍ଷୁଦ୍ରତମ ଗ୍ରହ । ଏହାର ପରିକ୍ରମଣକାଳ ପ୍ରାୟ 58 ଦିନ ଏବଂ ଆବର୍ତ୍ତନକାଳ ପ୍ରାୟ 59 ଦିନ ।
(ii) ବୁଧର ବାୟୁମଣ୍ଡଳ ପ୍ରାୟ ନାହିଁ । ଏହାର ପୃଷ୍ଠଦେଶ ବନ୍ଧୁର ଏବଂ ଖାଲଖମାରେ ପରିପୂର୍ଣ ।
(iii) ସୂର୍ଯ୍ୟୋଦୟର ଅଳ୍ପ ସମୟ ଆଗରୁ ଓ ସୂର୍ଯ୍ୟାସ୍ତର ଅଳ୍ପ ସମୟ ପାଇଁ ଆମେ ଏହାକୁ ଦେଖିପାରିବା ।
ଶୁକ୍ର (Venus) :
(i) ଶୁକ୍ର ପୃଥିବୀର ନିକଟତମ ଗ୍ରହ । ଏହାର ପୃଷ୍ଠ ପଥୁରିଆ । କିନ୍ତୁ ଏହାକୁ ଘେରିରହିଛି ଏକ ବହଳିଆ ଓ ଈଷତ୍ ହଳଦିଆ ବାୟୁମଣ୍ଡଳ ।
(ii) ଏହା ମୁଖ୍ୟତଃ କାର୍ବନ୍ ଡାଇଅକ୍ସାଇଡ୍, ସଫ୍ୟୁରିକ୍ ଏସିଡ୍ ଓ ହାଇଡ୍ରୋକ୍ଲୋରିକ୍ ଏସିଡ୍ ଇତ୍ୟାଦି ବିଷାକ୍ତ ଗ୍ୟାସ୍ରେ ଭର୍ତ୍ତି । ତେଣୁ ଶୁକ୍ରରେ ଜୀବନ ସମ୍ଭବ ହୋଇପାରି ନାହିଁ ।
(iii) ବହଳିଆ ବାୟୁମଣ୍ଡଳ ଯୋଗୁଁ ଏହାର ଦିବା ସମୟର ତାପମାତ୍ରା ପ୍ରାୟ 480° C ଓ ଏହା ଜଳଶୂନ୍ୟ । ଶୁକ୍ରରେ ପଡୁଥିବା ସୂର୍ଯ୍ୟାଲୋକର ପ୍ରାୟ 85% ଏହାର ବାୟୁମଣ୍ଡଳରୁ ପ୍ରତିଫଳିତ ହୁଏ । ତେଣୁ ପୃଥିବୀରୁ ଏହା ଖୁବ୍ ଉଜ୍ଜ୍ବଳ ଦେଖାଯାଏ । ଏହାକୁ ସନ୍ଧ୍ୟାତାରା କିମ୍ବା ପାହାନ୍ତି ତାରା ମଧ୍ୟ କହନ୍ତି ।
(iv) ସୂର୍ଯ୍ୟାସ୍ତ ପରେ ଅଥବା ସୂର୍ଯ୍ୟୋଦୟ ପୂର୍ବରୁ ଦୁଇତିନି ଘଣ୍ଟା ପର୍ଯ୍ୟନ୍ତ 47° ଦିଗବଳୟ ମଧ୍ୟରେ ଏହାକୁ ଦେଖୁହେବ ।
ପୃଥିବୀ (Earth):
(i) ପୃଥିବୀର ସ୍ଥଳଭାଗକୁ ଭୂମଣ୍ଡଳ, ଜଳଭାଗକୁ ବାରିମଣ୍ଡଳ ତଥା ସମସ୍ତ ପ୍ରାଣୀ ଓ ଉଦ୍ଭଦକୁ ଜୈବମଣ୍ଡଳ କୁହାଯାଏ । ଅନୁକୂଳ ବାୟୁ, ଜଳ, ଭୂଭାଗ ଓ ଉପଯୁକ୍ତ ପରିମାଣର ସୂର୍ଯ୍ୟାଲୋକ ହିଁ ଏହି ଜୈବମଣ୍ଡଳର ବୃଦ୍ଧି ଓ ବିକାଶରେ ସହାୟକ ହୋଇଛି ।
(ii) ଜୈବମଣ୍ଡଳର ସ୍ଥିତି ମଧ୍ୟ ଜୀବ, ଜୀବ ମଧ୍ୟରେ ଥିବା ପାରସ୍ପରିକ ସମ୍ପର୍କ ତଥା ଜୀବ ଓ ପରିବେଶ ମଧ୍ୟରେ ଥିବା ଭାରସାମ୍ୟ ଉପରେ ନିର୍ଭର କରେ । ମହାକାଶରୁ ପୃଥିବୀ ନୀଳ-ସବୁଜ ମିଶ୍ରିତ ଏକ ଗୋଲକ ପିଣ୍ଡ ପରି ଦେଖାଯାଏ । ଏଠାରେ ଥିବା ଜଳ ଓ ସ୍ଥଳଭାଗ ଉପରେ ସୂର୍ଯ୍ୟାଲୋକ ଆପତିତ ହୋଇ ବାୟୁମଣ୍ଡଳକୁ ପ୍ରତିଫଳିତ ହେବା ଯୋଗୁଁ ଏଭଳି ବର୍ଷ ଉତ୍ପନ୍ନ ହୁଏ ।
(iii) ପୃଥିବୀରେ ବର୍ଷକ ମଧ୍ୟରେ ଛଅଟି ଋତୁ ଅନୁଭୂତ ହୁଏ । ଏହାର ବିଷୁବତଳୀୟ ସମତଳ, କକ୍ଷତଳୀୟ ସମତଳ ସହ ପ୍ରାୟ 23.5° ଆନତ ହୋଇ ରହିଥିବାରୁ ଏପରି ଋତୁ ପରିବତ୍ତର୍ନ ସମ୍ଭବ ହୋଇଛି ।
ପୃଥିବୀ (Mars):
(i) ପୃଥିବୀ କକ୍ଷପଥ ବାହାରେ ଏହା ପ୍ରଥମ ସୌରଗ୍ରହ । ଏହାର ପୃଷ୍ଠଦେଶ ଲାଲ୍ ରଙ୍ଗର ପଥର ଓ ବାଲିରେ ଗଠିତ ।
(ii) ବାୟୁମଣ୍ଡଳ ପତଳା କାର୍ବନ ଡାଇଅକ୍ସାଇଡ୍ (CO2)ରେ ପରିପୂର୍ଣ୍ଣ ।
(iii) ରାତି ଆକାଶରେ ଆମକୁ ଏହାର ରଙ୍ଗ ଲାଲ୍ ଦେଖାଯାଏ । ପୃଥିବୀ ସହିତ ଏହାର ଅନେକ ସାମଞ୍ଜସ୍ୟ ଅଛି । ପୃଥିବୀ ଓ ମଙ୍ଗଳ ଗ୍ରହରେ ଗୋଟିଏ ଦିନର ଅବଧୂ ପ୍ରାୟ ସମାନ ।
(iv) ମଙ୍ଗଳର ଅକ୍ଷ ତା’ର କକ୍ଷତଳ ସହ ପ୍ରାୟ 23.98° ଢଳିରହିଛି । ମଙ୍ଗଳର ଦୁଇଟି ଉପଗ୍ରହ ଡିମସ୍ ଓ ଫୋବସ୍ 1877 ମସିହାରେ ଆବିଷ୍କୃତ ହୋଇଥିଲା ।
şa (Jupiter):
(i) ସୌରଜଗତର ବୃହତ୍ତମ ଗ୍ରହ ବୃହସ୍ପତିର ପୃଷ୍ଠଦେଶ ମୁଖ୍ୟତଃ ଗ୍ୟାସ୍ ଓ ତରଳ ପଦାର୍ଥରେ ଗଠିତ ।
(ii) ବୃହସ୍ପତିର 63ଟି ଉପଗ୍ରହ ମଧ୍ୟରୁ ସାଧାରଣ ଦୂରବୀକ୍ଷଣ ଯନ୍ତ୍ରରେ ବଡ଼ବଡ଼ 4ଟି ଉପଗ୍ରହ ଦେଖହୁଏ । ଗୋଟିଏ କ୍ଷୀଣ ବଳୟ ଏହି ଗ୍ରହକୁ ପରିକ୍ରମଣ କରୁଛି ବୋଲି 1979 ମସିହାରୁ ଜଣାପଡ଼ିଛି । ଏହାର ଆବର୍ତ୍ତନକାଳ ପ୍ରାୟ ୨ ଘଣ୍ଟା 55 ମିନିଟ୍ ।
(iii) ବୃହସ୍ପତିକୁ ଦୂରବୀକ୍ଷଣରେ ଦେଖିଲେ ଏହାର ଦକ୍ଷିଣ ଗୋଲାର୍ଦ୍ଧରେ ଏକ ବିରାଟ ଲାଲ୍ ଦାଗ ଦେଖୁହେବ । ବୃହସ୍ପତିର ମାଧ୍ୟାକର୍ଷଣ ପୃଥିବୀର ମାଧ୍ୟାକର୍ଷଣର ପ୍ରାୟ 2.64 ଗୁଣ । –
ଶନି (Saturn) :
(i) ଈଷତ୍ ପୀତରଙ୍ଗର ଗ୍ରହ ଶନି ଆୟତନରେ ସୌରଜଗତର ଦ୍ବିତୀୟ ବୃହତ୍ତମ ଗ୍ରହ । ସମଗ୍ର ଗ୍ରହଟି ହାଇଡ୍ରୋଜେନ୍ , ହିଲିୟମ୍, ଏମୋନିଆ, ମିଥେନ୍ ପରି ଗ୍ୟାସ୍ରେ ପୂର୍ଣ୍ଣ ।
(ii) ଅଦ୍ୟାବଧୂ ଆବିଷ୍କୃତ ଏହାର 60ଟି ଉପଗ୍ରହ ମଧ୍ୟରୁ ଟାଇଟନ୍ ବୃହତ୍ତମ ଅଟେ ।
(iii) ଶନିର ଅନେକ ବଳୟ ରହିଛି । ଏହି ବଳୟଗୁଡ଼ିକ ଅତିକ୍ଷୁଦ୍ର ପଥର, ବରଫକଣା ଓ ଧୂଳିକଣାକୁ ନେଇ ଗଠିତ । ଏମାନେ ଶନି ଚାରିପଟେ ପତଳା ଚକ୍ର ଆକାରରେ ଘୂରୁଛନ୍ତି । ଶନିର ସାନ୍ଦ୍ରତା ସୌରଜଗତର ଗ୍ରହମାନଙ୍କ ମଧ୍ୟରେ ସବୁଠାରୁ କମ୍ ।
2600 (Uranus):
(i) ୟୁରେସ୍ 1781 ମସିହାରେ ଉଇଲିୟମ୍ ହର୍ସ୍ଲ୍ଙ୍କ ଦ୍ବାରା ଆବିଷ୍କୃତ ହୋଇଥିଲା । ଏହା ସୌରଜଗତର ସବୁଜ ଗ୍ରହ । ଏହି ସବୁଜ ରଙ୍ଗ ଏଠାରେ ଥିବା ମିଥେନ୍ ଓ ଏମୋନିଆ ପାଇଁ ଦେଖାଯାଏ ।
(ii) ଏହାର ପ୍ରାୟ ଦଶଟି କ୍ଷୀଣବଳୟ 1977 ମସିହାରୁ ଆବିଷ୍କୃତ ହେଲାଣି ! ସମଗ୍ର ଗ୍ରହରେ କଠିନ ଅଂଶ କିଛି ନାହିଁ ।
(iii) ଶନି ଶୁକ୍ରଭଳି ପୂର୍ବରୁ ପଶ୍ଚିମକୁ ଘୂର୍ଣ୍ଣନ କରେ ଓ ଏହାର କକ୍ଷ, କକ୍ଷତଳୀୟ ସମତଳ ସହ ପ୍ରାୟ ୨୫° ଢଳେଇ ହୋଇ ରହିଥାଏ । ଏଣୁ ଏହା ଓଲଟି ପଡ଼ିଥିବା ନଟୁ ପରି ଗଡ଼ିଗଡ଼ି ଘୂରେ ।
ନେପ୍ଚ୍ୟୁନ୍ (Neptune) :
(i) 1846 ମସିହାରେ ଗଫ୍ରିଡ୍ ଗାଲେଙ୍କ ଦ୍ବାରା ଆବିଷ୍କୃତ ନେଚ୍ୟୁନ୍ ଅଧୁନା ସୌରଜଗତର ଦୂରତମ ଗ୍ରହ । ଏହାର ଛଅଗୋଟି ବଳୟ 1989 ମସିହାରେ ଆବିଷ୍କୃତ ହୋଇଥିଲା ।
(ii) ଏହାର ବାୟୁମଣ୍ଡଳ ମୁଖ୍ୟତଃ ମିଥେନ୍ ଗ୍ୟାସ୍ରେ ପୂର୍ଣ୍ଣ । ତେଣୁ ଏହା ନୀଳବର୍ଣ୍ଣ ଦେଖାଯାଏ ।
(iii) ସୂର୍ଯ୍ୟଠାରୁ ଅନେକ ଦୂରରେ ଥିବାରୁ ଏହା ଏକ ହିମ-ଗୋଲକ ରୂପେ ପ୍ରତୀୟମାନ ହୁଏ । ଏହାର ପୃଷ୍ଠର ତାପମାତ୍ରା
(iv) ଗ୍ରହମାନଙ୍କ ମଧ୍ୟରେ ଏହାର ପରିକ୍ରମଣ କାଳ ସର୍ବାଧ୍ଵ ଓ ଏହା ପ୍ରାୟ ଆମର 165 ବର୍ଷ ସହ ସମାନ ।
ର ପ୍ରଣାଳୀର ଅନ୍ୟ ସଦସ୍ୟମାନେ |(Other members of the Solar System):
ଆଷ୍ଟ୍ରୋଏଡସ୍ | (Asteroids) :
(i) ଗ୍ରହ ଉପଗ୍ରହମାନଙ୍କୁ ଛାଡ଼ି ଅନେକ ଗ୍ରହାଣୁ ମଙ୍ଗଳ ଓ ବୃହସ୍ପତିର କକ୍ଷପଥ ମଧ୍ଯରେ ରହି ସୂର୍ଯ୍ୟ ପରିକ୍ରମା କରୁଛନ୍ତି । ଏମାନଙ୍କୁ ଏକତ୍ର ଗ୍ରହାଣୁପୁଞ୍ଜ କୁହାଯାଏ ।
(ii) ଗ୍ରହାଣୁମାନଙ୍କ ମଧ୍ୟରେ କେତେକଙ୍କର କକ୍ଷପଥ ପୃଥିବୀର କକ୍ଷପଥକୁ ଛେଦକରୁଛି । ଏଣୁ କୌଣସି ଏକ ସମୟରେ ଏମାନେ ପୃଥିବୀର ମାଧ୍ୟାକର୍ଷଣ କ୍ଷେତ୍ର ମଧ୍ୟକୁ ପ୍ରବେଶ କରିବା ସମ୍ଭାବନା ଥାଏ ।
(iii) ଅନେକ ସମୟରେ କେତେକ କ୍ଷୁଦ୍ର ଗ୍ରହାଣୁ ପୃଥିବୀର ମାଧ୍ୟାକର୍ଷଣ କ୍ଷେତ୍ର ମଧ୍ୟରେ ଗତିକଲାବେଳେ ଟାଣିହୋଇ ଭୂପୃଷ୍ଠ ଆଡ଼କୁ ଚାଲିଆସନ୍ତି । ତଦ୍ୱାରା ବାୟୁମଣ୍ଡଳ ସହ ଏହି ଗ୍ରହାଣୁଗୁଡ଼ିକର ଘର୍ଷଣ ହୁଏ । ଗ୍ରହାଣୁଟି ଉତ୍ତପ୍ତ ହୋଇ ଜଳିଉଠେ ଓ ଏହାର ପଡ଼ିବା ବାଟଟି ଆଲୋକିତ ହୋଇଯାଏ ।
ଧୂମ (Comet) :
(i) ସମୟ ସମୟରେ ଲାଞ୍ଜଥିବା ଏକ ଉଜ୍ଜ୍ବଳ ବସ୍ତୁ ଆକାଶରେ ଦେଖାଯାଏ । ଏହାକୁ ଧୂମକେତୁ ବା ଲଞ୍ଜାତାରା କହନ୍ତ୍ର ।
(ii) ଏକ ଲମ୍ବାଳିଆ ଅଣ୍ଡାକୃତି କକ୍ଷରେ ଧୂମକେତୁ ସୂର୍ଯ୍ୟ ଚାରିପଟେ ପରିକ୍ରମଣ କରେ । ପ୍ରତି ଧୂମକେତୁର ଗୋଟିଏ ମୁଣ୍ଡ ଓ ଗୋଟିଏ ଲାଞ୍ଜ ଥାଏ । ଗୋଟିଏ ଧୂମକେତୁର ମୁଣ୍ଡ ବା ନିଉକ୍ଲିୟସ୍ର ବ୍ୟାସ ପ୍ରାୟ ଦଶ କି.ମି. ଥିବାବେଳେ ପୁଚ୍ଛ ହଜାର ହଜାର କିଲୋମିଟର ପର୍ଯ୍ୟନ୍ତ ଲମ୍ବିପାରେ ।
(iii) ଧୂମକେତୁଗୁଡ଼ିକ ଛୋଟ ପଥର ଖଣ୍ଡ, ଧୂଳିକଣା ଏବଂ ଗ୍ୟାସ୍ରେ ଭର୍ତ୍ତି । ଲାଞ୍ଜ ଅଂଶଟି ମୁଖ୍ୟତଃ ଏମୋନିଆ, ମିଥେନ୍, ଜଳୀୟବାଷ୍ପ ଓ ବରଫକଣାରେ ପୂର୍ଣ୍ଣ ।
(iv) ସୂର୍ଯ୍ୟର ନିକଟତର ହେଲେ ଏଥିରେ ଥିବା ଛୋଟ ଛୋଟ କଣିକା ବାଷ୍ପୀଭୂତ ହୋଇ ଲକ୍ଷ ଲକ୍ଷ କି.ମି. ପର୍ଯ୍ୟନ୍ତ ଲମ୍ବିଥାଏ ।
(v) ଧୂମକେତୁ ସୂର୍ଯ୍ୟର ନିକଟତର ହେବାବେଳେ ଲାଞ୍ଜଟି ସୂର୍ଯ୍ୟର ବିପରୀତ ଦିଗରେ ସର୍ବଦା ରହିଥାଏ ଏବଂ ସୂର୍ଯ୍ୟଠାରୁ ଅନେକ ଦୂରକୁ ଚାଲିଗଲେ ଲାଞ୍ଜଟି ପ୍ରାୟ ଦେଖାଯାଏ ନାହିଁ ।
(vi) ଏପର୍ଯ୍ୟନ୍ତ ଆବିଷ୍କୃତ ହୋଇଥିବା ଧୂମକେତୁଗୁଡ଼ିକ ମଧ୍ୟରେ ହାଲିଙ୍କ ଧୂମକେତୁ ଅନ୍ୟତମ । ସୂର୍ଯ୍ୟ ଚାରିପଟେ ପରିକ୍ରମଣ କରୁଥିବାବେଳେ ଏହା ପ୍ରାୟ 76 ବର୍ଷରେ ଥରେ ପୃଥିବୀ ନିକଟକୁ ଆସେ । 1682 ମସିହାରେ ହାଲିଙ୍କ ଦ୍ବାରା ଆବିଷ୍କୃତ ଏହି ଧୂମକେତୁଟି ଶେଷଥର ପାଇଁ 1986 ମସିହାରେ ଦେଖାଯାଇଥିଲା ।
(vii) ଧୂମକେତୁର ପୁଚ୍ଛ ପୃଥିବୀର ନିକଟତର ହେବାବେଳେ ସେଥୁରୁ ଧୂଳିକଣା, ଛୋଟ ପଥରଖଣ୍ଡ ଇତ୍ୟାଦି ପୃଥିବୀଦ୍ଵାରା
ଉଲ୍କା ଓ ଉଲ୍କାପିଣ୍ଡ (Meteors and Meteorites) :
(i) ଅନ୍ଧାର ରାତିରେ ଯେଉଁ ମହାକାଶୀୟ ବସ୍ତୁ ଆଲୋକର ଝଲକ ସୃଷ୍ଟି କରି ଭୂପୃଷ୍ଠ ଆଡ଼କୁ ପଡ଼ିବାର ଦେଖାଯାଏ, ସେଗୁଡ଼ିକୁ ଉଲ୍କା କହନ୍ତି । ଏହାକୁ ଖସୁଥିବା ତାରା କୁହାଯାଏ ।
(ii) ଗ୍ରହାଣୁ କିମ୍ବା ଧୂମକେତୁପରି ମହାକାଶୀୟ ବସ୍ତୁ ସେମାନଙ୍କର ପରିକ୍ରମଣବେଳେ ପୃଥିବୀର ନିକଟତର ହେଲେ ଉଲ୍କାପାତ ହୋଇପାରେ । ଉଲ୍କାଗୁଡ଼ିକ ଗ୍ରହାଣୁ କିମ୍ବା ଧୂମକେତୁର ଅଂଶବିଶେଷ । ବାୟୁମଣ୍ଡଳ ସହ ଘର୍ଷଣ – ଯୋଗୁଁ ସେସବୁ ଏତେ ଉତ୍ତପ୍ତ ହୁଅନ୍ତି ଯେ ସେଠାରେ ପୋଡ଼ି ପାଉଁଶ ହୋଇଯାଆନ୍ତି ।
(iii) ଯେଉଁ ଉଲ୍କାଗୁଡ଼ିକ ଆକାରରେ ବଡ଼, ସେଗୁଡ଼ିକ ସଂପୂର୍ଣ୍ଣ ପୋଡ଼ି ନଯାଇ ଭୂପୃଷ୍ଠରେ ଆସି ପଡ଼ନ୍ତି । ଏଗୁଡ଼ିକ ଥଣ୍ଡା ହୋଇ ପଥର ଆକାରରେ ପଡ଼ିରହନ୍ତି । ସେଗୁଡ଼ିକୁ ଉଲ୍କାପିଣ୍ଡ କୁହାଯାଏ ।
(iv) ପ୍ରାୟ 30 ଟନ୍ ଓଜନର ଉଲ୍କାପିଣ୍ଡ ପୃଥିବୀପୃଷ୍ଠରେ ପଡ଼ିଥିବାର ଉଦାହରଣ ରହିଛି । ଉଲ୍କାପିଣ୍ଡଗୁଡ଼ିକରେ ଲୁହା, ନିକେଲ ଇତ୍ୟାଦି ଚୁମ୍ବକୀୟ ପଦାର୍ଥ ବେଶୀ ପରିମାଣରେ ଥାଏ ।
2003 ମସିହା ସେପ୍ଟେମ୍ବର 27 ତାରିଖ ସନ୍ଧ୍ୟାବେଳେ ଏମିତି କିଛି ଉଲ୍କାପିଣ୍ଡ ଓଡ଼ିଶାର ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ପଡ଼ିଥିଲା ଓ ମଧ୍ୟଦେଇ ଗତି କଲାବେଳେ ଅନେକ ଉଲ୍କା
କୃତ୍ରିମ ଉପଗ୍ରହ (Artificial Satellites) :
(i) କୃତ୍ରିମ ଉପଗ୍ରହ ମନୁଷ୍ୟକୃତ ଓ ଏଗୁଡ଼ିକ ବୈଜ୍ଞାନିକ ପଦ୍ଧତିରେ ପୃଥିବୀ ଚାରିପଟେ ନିର୍ଦ୍ଦିଷ୍ଟ କକ୍ଷରେ ଘୂରାଯାଇଥାଏ । ପୃଥିବୀ ଚାରିପଟେ ଏମାନେ ଘୂରୁଥିବା କକ୍ଷର ଆକାର ପ୍ରାକୃତିକ ଉପଗ୍ରହମାନଙ୍କ କକ୍ଷର ଆକାରଠାରୁ ଢେର କମ୍ ।
ସେଗୁଡ଼ିକ ସଂଗ୍ରହ କରାଯାଇଅଛି । ପୃଥିବୀ ଧୂମକେତୁର ଲାଞ୍ଜ ଦେଖିବାକୁ ମିଳେ । ବର୍ଷକ ମଧ୍ୟରେ ଉଲ୍କା ବର୍ଷା ଅନେକ ହୁଏ
(ii) କୃତ୍ରିମ ଉପଗ୍ରହର ପରିକ୍ରମଣ ସମୟ ପୃଥିବୀର ଆବର୍ତ୍ତନ ସମୟ ସହିତ ସମାନ ନୁହେଁ; ଫଳରେ ଏହା ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନ ଉପରେ ରହିଥାଏ ।
(iii) କିନ୍ତୁ କିଛି କୃତ୍ରିମ ଉପଗ୍ରହ ଏବେ ତିଆରି ହେଲାଣି ଯେଉଁମାନଙ୍କର ପରିକ୍ରମଣ ସମୟ ପୃଥିବୀର ଆବର୍ତ୍ତନ ସମୟ ସହିତ ସମାନ । ଏମାନେ ପୃଥିବୀର ଏକ ନିର୍ଦ୍ଦିଷ୍ଟ ସ୍ଥାନ ଉପରେ ସ୍ଥିର ଥିବାପରି ଜଣାପଡ଼ନ୍ତି । ତେଣୁ ଏମାନଙ୍କୁ ଭୂ-ସ୍ଥିର ଉପଗ୍ରହ (Geo-stationary Satellite) କୁହାଯାଏ ।
(iv) ଆଉ କେତେକ କୃତ୍ରିମ ଉପଗ୍ରହ ସାହାଯ୍ୟରେ ମହାକାଶରୁ ଭୂପୃଷ୍ଠ ଓ ଭୂ-ଅଭ୍ୟନ୍ତରରେ ଥିବା ଜଙ୍ଗଲ, ଖଣି, ପ୍ରାକୃତିକ ଗ୍ୟାସ୍ ଓ ପେଟ୍ରୋଲିୟମ୍ ସ୍ତର ଇତ୍ୟାଦି ବିଷୟ ସନ୍ଧାନ କରାଯାଏ । ଏମାନଙ୍କୁ ସୁଦୂର- ସନ୍ଧାନୀ ଉପଗ୍ରହ (Remote sensing Satellite) କହନ୍ତି ।
ଅନେକ ଉପକାର ହୋଇପାରୁଛି; ଯଥା –
(i) ଇତ୍ୟାଦି ବିଷୟରେ ସୂଚନା ପ୍ରଦାନ କରି ପାରୁଛି ।
(ii) ସୁଦୂର -ସନ୍ଧାନୀ ଉପଗ୍ରହ ଦ୍ଵାରା ଖଣିଜ ପଦାର୍ଥ ତଥା ଭୂଗର୍ଭରେ ଗଚ୍ଛିତ ତୈଳ ଇତ୍ୟାଦିର ପରିମାଣ କରାଯାଇପାରୁଛି ।
(iii) ଭୂ ସ୍ଥି ର ଉପଗ୍ର ହ ଟେଲି ଯୋଗାଯୋଗ ବା ଦୂର ସିଧା ପ୍ରସାରଣ, ଉପଗ୍ରହ ମାଧ୍ୟମରେ ଶିକ୍ଷାଦାନ ଇତ୍ୟାଦି ସମ୍ପାଦନ କରାଯାଇପାରୁଛି ।
(iv) ଜଙ୍ଗଲ ଓ ପରିବେଶ ସନ୍ତୁଳନ ନିମନ୍ତେ ନୂତନ ଜଙ୍ଗଲ ସୃଷ୍ଟିପାଇଁ ସ୍ଥାନ ନିରୂପଣ ଇତ୍ୟାଦି କ୍ଷେତ୍ରରେ ଉପଗ୍ରହ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣକରିଛି ।
1957 ମସିହା ଅକ୍ଟୋବର 4 ତାରିଖ ଦିନ ସ୍ଫୁଟନିକ୍-। କୃତ୍ରିମ ଉପଗ୍ରହକୁ ମହାକାଶକୁ ପଠାଇ ରୁଷିଆ କୃତ୍ରିମ ଉପଗ୍ରହ ଯୁଗର ଆୟମାରମ୍ଭ କରିଥିଲା । ଭାରତର ପ୍ରଥମ କୃତ୍ରିମ ଉପଗ୍ରହର ନାମ ହେଉଛି ଆର୍ଯ୍ୟଭଟ୍ଟ । ଅନ୍ୟ କେତେକ ଭାରତୀୟ କୃତ୍ରିମ ଉପଗ୍ରହ ହେଲା – ଇନ୍ସାଟ୍, ଆଇ.ଆର.ଏସ୍., କଳ୍ପନା-1, ଏଡୁସାଟ ଇତ୍ୟାଦି ।