Odisha State Board BSE Odisha 8th Class Science Notes Chapter 18 ବାୟୁ ଓ ଜଳ ପ୍ରଦୂଷଣ will enable students to study smartly.
BSE Odisha Class 8 Science Notes Chapter 18 ବାୟୁ ଓ ଜଳ ପ୍ରଦୂଷଣ
→ଉପକ୍ରମ :
ବାୟୁ ଓ ଜଳ ଉଭୟ ଜୀବଜଗତ ପାଇଁ ମୁଖ୍ୟ ସମ୍ବଳ । ପୂର୍ବରୁ ଆକାଶ ଅତି ନୀଳ ଦେଖାଯାଉଥିବାରୁ ନିର୍ମଳ ଜଳ ଓ ମୁକ୍ତ ବାୟୁ ଉପଲବ୍ଧ ହେଉଥିଲା; କିନ୍ତୁ ବର୍ତ୍ତମାନ ବାୟୁ ଓ ଜଳର ମାନ କ୍ରମଶଃ ଅବକ୍ଷୟ ହେବାରେ ଲାଗିଛି । ଜଳ ଓ ବାୟୁର ପ୍ରଦୂଷଣର କାରଣ ଓ ଏହାର ନିରାକରଣ କରିବାପାଇଁ ଆମକୁ ପଦକ୍ଷେପ ନେବା ଆବଶ୍ୟକ ।
→ବାୟୁ ପ୍ରଦୂଷଣ (Air Pollution):
(i) ବାୟୁ ବିଭିନ୍ନ ଗ୍ୟାସର ଏକ ମିଶ୍ରଣ । ଏଥରେ ପ୍ରାୟ 78% ଯବକ୍ଷାରଜାନ ଓ 21% ଅମ୍ଳଜାନ ସହ ଅତି କମ୍ ମାତ୍ରାରେ ଅଙ୍ଗାରକାମ୍ଳ, ମିଥେନ୍, ଓଜୋନ୍ ଓ ଆରଗନ୍ ଭଳି ଗ୍ୟାସ ଏବଂ ଜଳୀୟବାଷ୍ପ ଥାଏ ।
(ii) ମାରଣାସ୍ତ୍ର ବିସ୍ଫୋରଣ, ପଥର କ୍ଵାରୀର କ୍ରସରଯନ୍ତ୍ର ପଥରଗୁଣ୍ଡ କଲାବେଳେ, ସିମେଣ୍ଟ କାରଖାନା, ତାଳଚେର ଅଞ୍ଚଳରେ ଉଡ଼ନ୍ତା ପାଉଁଶଦ୍ୱାରା ବେଳେବେଳେ ଧୂଆଁ ଓ ଧୂଳିକଣା ବାୟୁମଣ୍ଡଳରେ ଅଧିକ ହୋଇଥାଏ ।
(iii) ବାୟୁରେ ଅଦରକାରୀ ପଦାର୍ଥ ମିଶିଲେ ତା’ର କ୍ଷତିକାରକ ପ୍ରଭାବ ସଜୀବ ଓ ନିର୍ଜୀବ ଉପରେ ପଡ଼ିଥାଏ । ଏହି ପ୍ରଭାବକୁ ବାୟୁ ପ୍ରଦୂଷଣ କୁହାଯାଏ ।
(iv) ବାୟୁକୁ ପ୍ରଦୂଷଣ କରୁଥିବା ଉପାଦାନଗୁଡ଼ିକ ପ୍ରଦୂଷକ କୁହାଯାଏ ।
→ବାୟୁ ପ୍ରଦୂଷଣର ହୁଏ କିପରି ?
(i) ଘରେ କାଠ, ଶୁଖୁଲା ଗୋବର, କୋଇଲା, କିରୋସିନି ଆଦି ଇନ୍ଧନ ଜାଳିବା ଦ୍ଵାରା କାର୍ବନ୍ ମନୋକ୍ସାଇଡ଼, ଅଙ୍ଗାରକାମ୍ଳ, ସଲଫର୍ ଡାଇଅକ୍ସାଇଡ଼ ଭଳି ପ୍ରଦୂଷକ ଉତ୍ପନ୍ନ ହୋଇ ବାୟୁକୁ ପ୍ରଦୂଷଣ କରେ ।
(ii) କାର୍, ବସ୍, ଟ୍ରକ, ମଟରସାଇକେଲ୍ ଆଦି ଯାନବାହାନ ଚଳାଚଳରୁ କାର୍ବନ୍ ମନୋକ୍ସାଇଡ୍ (CO), ସଲ୍ଫର୍ ଡାଇଅକ୍ସାଇଡ୍ (SO2), ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ (NO2 ) ଭଳି କ୍ଷତିକାରକ ବାୟୁ ପ୍ରଦୂଷକ ସୃଷ୍ଟି ହୁଏ ।
(iii) କଳକାରଖାନା ଓ ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ସଲ୍ଫର୍ ଡାଇଅକ୍ସାଇଡ୍ (SO2), ନାଇଟ୍ରୋଜେନ ଅକ୍ସାଇଡ୍(NO2), କ୍ଲୋରିନ୍, କୋଇଲାଗୁଣ୍ଡ, ସିମେଣ୍ଟ ଗୁଣ୍ଟ, ଆଳବିଷୟ ଗୁଣ୍ଡ ଆଦି ବିଭିନ୍ନ ପ୍ରକାର ପ୍ରଦୂଷଣ ଉତ୍ପନ୍ନ ହେ।ଇଥାଏ ।
(iv) କୃଷି କାର୍ଯ୍ୟରେ ରାସାୟନିକ ସାର ଓ କୀଟନାଶକର ବ୍ୟବହାର ଯୋଗୁଁ ବାୟୁ ପ୍ରଦୂଷିତ ହୋଇଥାଏ ।
(v) ଜଙ୍ଗଲକ୍ଷୟ ଯୋଗୁଁ ବାୟୁରେ ଅଙ୍ଗାରକାମ୍ଳର ପରିମାଣ ବୃଦ୍ଧି ପାଇଥାଏ ।
(vi) ଧୂଳିଝଡ଼ ଯୋଗୁଁ ବାୟୁରେ ଧୂଳିକଣା ବୃଦ୍ଧିପାଇ ବାୟୁକୁ ପ୍ରଦୂଷିତ କରାଏ ।
(vii) ଜଙ୍ଗଲରେ ନିଆଁ ଲାଗିବା ଦ୍ବାରା ଅଙ୍ଗାରକଣିକା ଓ ପାଇଁ ସୃଷ୍ଟି ହୋଇ ବାୟୁ ଦୂଷିତ ହୋଇଥାଏ ।
(viii ) ଆଗ୍ନେୟଗିରି ଉଦ୍ଗିରଣରୁ ବିଭିନ୍ନ ଗ୍ୟାସ୍ ଓ ପାଉଁଶ ଉତ୍ପନ୍ନ ହୋଇ ବାୟୁକୁ ପ୍ରଦୂଷିତ କରିଥାଏ ।
(ix) ଜୈବ ଓ ଅଜୈବ ପଦାର୍ଥ ପଟିଲଢ଼ି ଆମୋନିଆ (NH2 ) ବାଶ ନିର୍ଗତ ହୁଏ ଯାହା ବାୟୁକୁ ପ୍ରଦୂଷିତ କରିଥାଏ ।
→ବାୟୁ ପ୍ରଦୂଷଣର ପ୍ରଭାବ (Effects of Air Pollution)
(i) ବାୟୁ ପ୍ରଦୂଷଣ ଶ୍ଵାସ ପାଇଁ କ୍ଷତିକାରକ । ଯାନବାହାନଗୁଡ଼ିକରେ ଇନ୍ଧନର ଅସଂପୂର୍ଣ; ଫଳରେ କାର୍ଟୁନ୍ ମନୋକ୍ସାଇଡ୍ ସୃଷ୍ଟି ହୁଏ । ଏହା ରକ୍ତର ହିମୋଗ୍ଲୋବିସହ ମିଶି ମନୁଷ୍ୟର ଶ୍ଵାସକ୍ରିୟାରେ କୁପ୍ରଭାବ ପକାଏ ।
(ii) ଶୀତଦିନେ ବାୟୁମଣ୍ଡଳରେ ଥବା କୁହୁଡ଼ି ସହ ଧୂଆଁ ମିଶି ସ୍ଥଗ୍ ସୃଷ୍ଟି ହୋଇଥାଏ । ଏହାର ପ୍ରଭାବରେ ଅଧିକାଂଶ ଶିଶୁ କାଶ, ଜିଙ୍କ ଓ ଆଜ୍ମାରେ ପୀଡ଼ିତ ହୋଇଥା’ନ୍ତି ।
(iii) ପେଟ୍ରୋଲିୟମ୍ ବିଶୋଧନାଗାର ଅଞ୍ଚଳରେ ସଲ୍ଫର୍ ଡାଇଅକ୍ସାଇଡ୍ (SO2), ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ (NO2) ପରି ଗ୍ୟାସୀୟ ପ୍ରଦୂଷଣର ପରିମାଣ ବେଶୀ ହୋଇଥାଏ । ଏହି ଗ୍ୟାସ୍ ଶ୍ବାସ ସମସ୍ୟା ସୃଷ୍ଟି କରିବା ସହ ଫୁସ୍ଫୁସ୍କୁ ମଧ୍ୟ ନଷ୍ଟ କରିଦିଏ ।
(iv) ଓଜୋନ୍ ଢାଲ ସୂର୍ଯ୍ୟରୁ ଆସୁଥିବା କ୍ଷତିକାରକ ଅତିବାଇଗଣୀ ରଶ୍ମି ପ୍ରଭାବରୁ ଜୀବଜଗତକୁ ରକ୍ଷାକରିଥାଏ । କ୍ଲୋରୋଫ୍ଲୋରୋକାର୍ବନ ଗ୍ୟାସ୍ ଦ୍ବାରା ଓଜୋନ୍ ସ୍ତରର ରନ୍ଧ୍ର ସୃଷ୍ଟି ହୋଇଥାଏ । ଏହାଦ୍ବାରା ଅତିବାଇଗଣି ରଶ୍ମି ଫୁସ୍ଫୁସ୍କୁ ମଧ୍ୟ ନଷ୍ଟ କରିଦିଏ ।
(v) ପେଟ୍ରୋଲ ଓ ଡିଜେଲର ଦହନରୁ ଜାତ କଣିକା ବାୟୁରେ ଅଧ୍ଵ ସମୟ ଭାସିଥାଏ । ଇସ୍ପାତ କାରଖାନା ଓ ମାଇନିଂ ଶିଳ୍ପଗୁଡ଼ିକରେ ମଧ୍ୟ ଏଭଳି କଣିକା ସୃଷ୍ଟି ହୁଏ । ଏହା ଶ୍ଵାସକ୍ରିୟା ଦ୍ବାରା ଶରୀରରେ ପ୍ରବେଶ କରି ରୋଗ ସୃଷ୍ଟି କରେ ।
ପ୍ର, ପ୍ରବୃଷକ କେଉଁଠି ସୃଷ୍ଟି ହୁଏ ଓ କି ପ୍ରଭାବ ପକାଇଥାଏ, ଏହା ଉପରେ ଏକ ସାରଣୀ ପ୍ରସ୍ତୁତ କରି ।
→ପର୍ଯ୍ୟବେକ୍ଷଣ (Observation):
(i) ବାୟୁ ପ୍ରଦୂଷଣ ପ୍ରଭାବରେ ତାଜମହଲର ଧଳା ମାର୍ବଲ ଫିକା ପଡ଼ିଗଲାଣି । ଏଥିରୁ ସ୍ପଷ୍ଟ ହେଉଛି ଯେ କେବଳ ସଜୀବ ନୁହେଁ, ବାସଗୃହ, ପକ୍କାଘର, ଐତିହାସିକ ସୌଧ ଆଦି ଉପରେ ମଧ୍ୟ ବାୟୁ ପ୍ରଦୂଷଣର ପ୍ରଭାବ ପଢୁଛି ।
(ii) ଆଗ୍ରା ସହରରେ ଓ ଚତୁଃପାର୍ଶ୍ଵରେ ଥିବା ରବର ଶିଳ୍ପ, ରସାୟନ ଶିଳ୍ପ, ଅଟୋମୋବାଇଲ ଶିଳ୍ପ, ତୈଳ ରିଫାଇନେରୀ ଯୋଗୁଁ ସଲ୍ଫର୍ ଡାଇଅକସାଇଡ୍ ଓ ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ସୃଷ୍ଟି ହେଉଛି ।
(iii) ଏହି ଗ୍ୟାସ ବର୍ଷାଜଳ ସହ ମିଶି ଗନ୍ଧକାମ୍ଳ ଓ ଯବକ୍ଷାରାମ୍ଳ ସୃଷ୍ଟି କରେ । ଏହି ଅମ୍ଳ ବର୍ଷାଜଳ ସହିତ ମିଶି ଅମ୍ଳବର୍ଷା ବା ଏସିଡ୍ ରେଡ୍ କରିଥାଏ । ଏହା ମାର୍ବଲ ପଥରକୁ କ୍ଷତିଗ୍ରସ୍ତ କରାଏ । ଏଭଳି ପରିବର୍ତ୍ତନକୁ ‘ମାର୍ବଲ କ୍ୟାନସର’’ ମଧ୍ୟ କୁହାଯାଏ ।
ତାଜମହଲର ସୁରକ୍ଷା ଉଦ୍ଦେଶ୍ୟରେ ମାନ୍ୟବର ସୁପ୍ରିମକୋର୍ଟ ମଧ୍ୟ ପଦକ୍ଷେପ ନେଲେଣି । ସେ ଅଞ୍ଚଳରେ କମ୍ରେସଡ୍ ନେଚ୍ୟୁରାଲ ଗ୍ୟାସ (CNG) ଓ ଲିକ୍ୟୁଫାଇଡ୍ ପେଟ୍ରୋଲିୟମ୍ ଗ୍ୟାସ୍ (LPG) ଇନ୍ଧନ ଭାବେ ବ୍ୟବହାର କରିବା
→ସବୁଜ କୋଠରି ପ୍ରଭାବ ଏବଂ ବିଶ୍ଵତାପନ (Green house effect & Global Warming) :
(i) ଅଙ୍ଗାରକାମ୍ଳ ଓ ମିଥେନ୍ ପରି କେତେକ ଗ୍ୟାସର ତାପଶୋଷଣ ସାମର୍ଥ୍ୟ ରହିଛି । ଏହିସବୁ ଗ୍ୟାସର ପରିମାଣ ବୃଦ୍ଧି ପୃଥିବୀକୁ ଏକ ‘ସବୁଜ କୋଠରି’’ରେ ପରିଣତ କରି ଦେଇଛି ।
(ii) ଅଙ୍ଗାରକାମ୍ଳ ବାୟୁର ଏକ ଉପାଦାନ । ମନୁଷ୍ୟର ବିକାଶମୂଳକ କାର୍ଯ୍ୟକ୍ରମ ଯୋଗୁଁ ଅଙ୍ଗାରକାମ୍ଳର ପରିମାଣ ନିରନ୍ତର ବଢ଼ିଚାଲିଛି । ଜଙ୍ଗଲ କ୍ଷୟଯୋଗୁଁ CO2 ପରିମାଣ ବଢୁଛି । ଅଙ୍ଗାରକାମ୍ଳ ଗ୍ୟାସ୍ ତାପକୁ ଧରି ରଖୂପାରୁଛି, ତେଣୁ ପୃଥିବୀର ହାରାହାରି ତାପମାତ୍ରା ବଢ଼ିଚାଲୁଛି । ଏହାକୁ ବିଶ୍ୱ ତାପନ ବା ଗ୍ଲୋବାଲ ୱାମିଂ (Global Warming) କୁହାଯାଏ ।
(iii) ମିଥେନ୍, ନାଇଟ୍ରସ ଅକ୍ସାଇଡ୍ ଓ ଜଳୀୟବାଷ୍ପ ମଧ୍ୟ ଏହି ପ୍ରଭାବ ପକାଉଥିବାରୁ ଏଗୁଡ଼ିକୁ ‘ଗ୍ରୀନ୍ ହାଉସ ଗ୍ୟାସ୍’’ ରୂପେ ଗଣନା କରାଯାଏ ।
→ବିଶ୍ବ ତାପନ – ଏକ ଭୟଙ୍କର ବିପଦ :
(i) ବିଶ୍ୱ ତାପନ ଯୋଗୁଁ ସମୁଦ୍ର ପତ୍ତନ ବଢ଼ିବା, ବୃଷ୍ଟିପାତ ଓ ଜଳବାୟୁ ପ୍ରଭାବିତ ହେବା ସହ ଜଙ୍ଗଲ, କୃଷି, ଉଭିଦ ତଥା ପ୍ରାଣୀମାନେ କ୍ଷତିଗ୍ରସ୍ତ ହେବେ । ସବୁଜ କୋଠରି ଗ୍ୟାସ ପରିମାଣକୁ ନିୟନ୍ତ୍ରଣ କରିବା ପାଇଁ ଆମ ହାତରେ ବେଶୀ ସମୟ ନାହିଁ । ଏହା କରି ନ ପାରିଲେ ତାପମାତ୍ରା ବୃଦ୍ଧି ଚଳିତ ଶତାବ୍ଦୀ ଶେଷ ଆଡ଼କୁ 2 ରୁ ଅଧିକ ହୋଇଯିବ । ଏହା ଭୟଙ୍କର ବିପଦର କାରଣ ହୋଇଯିବ ।
(ii) ପୃଥିବୀର ତାପମାତ୍ରା ମାତ୍ର 0.5°C ବଢ଼ିଥିବାରୁ ଅନେକ ସମସ୍ୟା ଦେଖାଦେଇଛି । ଏବେ ବିଶ୍ୱ ତାପନ ଯୋଗୁଁ ହିମାଳୟର ଗଙ୍ଗୋତ୍ରୀ ହିମସ୍ରୋତ ବା ଗ୍ଲାସିୟର ତରଳୁଅଛି । ବରଫ ତରଳିବା ଗ୍ଲୋବାଲ ୱାର୍ମିଙ୍ଗ୍ର ଏକ
ସଂକେତ ଅଟେ ।
→ଆମେ କ’ଣ କରି ପାରିବା ?
(i) ସୀସାବିହୀନ ପେଟ୍ରୋଲ ଓ CNG ପରି ପରିଷ୍କାର ଇନ୍ଧନଦ୍ୱାରା ଗାଡ଼ିମୋଟର ଚାଲିବା ଫଳରେ ନଗରର ବାୟୁ
(ii) କୋଇଲା, ପେଟ୍ରୋଲ ଆଦି ଜୀବାଶ୍ମ ଇନ୍ଧନ ବଦଳରେ ଧୀରେ ଧୀରେ ସୌରଶକ୍ତି, ଜଳବିଦ୍ୟୁତ୍ ଶକ୍ତି ଓ ପବନ
(iii) ଗାଡ଼ି ମଟରର ବ୍ୟବହାର ଯଥାସମ୍ଭବ ହ୍ରାସ କରି କୌଣସି ସ୍ଥାନକୁ ସାଇକେଲ କିମ୍ବା ପାଦରେ ଚାଲି ଚାଲି ଯିବା ଉଚିତ ।
(iv) ଖାଲି ଜାଗାମାନଙ୍କରେ ଅଧିକ ବୃକ୍ଷରୋପଣ କରିବା ଆବଶ୍ୟକ ।
→ଜଳ ପ୍ରଦୂଷଣ (Water Pollution):
(i) ଜଳ, ଆମ ବଞ୍ଚିବା ଓ ବଢ଼ିବାପାଇଁ ଏକ ମୂଲ୍ୟବାନ ସଂପଦ ।
(ii) ଜନସଂଖ୍ୟା ବୃଦ୍ଧି ହେତୁ ଜଳର ଅଭାବ ଦେଖାଦେଲାଣି । ଗାଧୋଇବାବେଳେ, ଲୁଗା ସଫାକଲେ, ଗାଡ଼ିମଟର ଧୋଇବା ବେଳେ ଜଳରେ ଅନ୍ୟ ପଦାର୍ଥ ମିଶିଥାଏ; ଫଳରେ ଜଳର ରଙ୍ଗ, ଗନ୍ଧ ଓ ଗୁଣ ପରିବର୍ତ୍ତନ ହୋଇଥାଏ । ଜଳକୁ ପ୍ରଦୂଷିତ କରୁଥିବା ପଦାର୍ଥକୁ ଜଳ ପ୍ରଦୂଷକ କୁହାଯାଏ ।
→ଜଳ କିପରି ପ୍ରଦୂଷିତ ହୁଏ ?
(ii) ଏହାର ପୁନରୁଦ୍ଧାର ଆଶାନେଇ 1985 ମସିହାରେ ‘‘ଗଙ୍ଗା ଆକ୍ସନ ପ୍ଲାନ୍’’ (Ganga Action Plan) ନାମରେ ଏକ ଯୋଜନା ଆରମ୍ଭ କରାଯାଇଛି । ଏହାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଗଙ୍ଗା ନଦୀର ପ୍ରଦୂଷଣ ମାତ୍ରା କମ୍
(iii) ଅନେକ ଶିଳ୍ପର ଦୂଷିତ ଆବର୍ଜନା, ବିଷାକ୍ତ ରାସାୟନିକ ପଦାର୍ଥ ନଦୀ ଓ ଝରଣାମାନଙ୍କର ଜଳକୁ ପ୍ରଦୂଷିତ କରିଥାଏ । ତୈଳ ରିଫାଇନାରୀ, କାଗଜ ଶିଳ୍ପ, ଲୁଗା ଶିଳ୍ପ, ଚିନି କାରଖାନା ଓ ରାସାୟନିକ କାରଖାନା ଆଦି ଜଳ ପ୍ରଦୂଷଣର ମୁଖ୍ୟ ଉତ୍ସ ।
(iv) ପ୍ରଦୂଷିତ ଜଳ ବ୍ୟବହାର କରୁଥିବା ଲୋକେ ହଇଜା, ଟାଇଫଏଡ୍ ଓ ଜଣ୍ଡିସ୍ ଆଦି ରୋଗରେ ଆକ୍ରାନ୍ତ ହୁଅନ୍ତି ।
(v) ଉତ୍ତପ୍ତ ଜଳ ଏକ ପ୍ରକୃଷକ ହୋଇପାରେ, କାରଣ ତାପଜ ବିଦ୍ୟୁତ୍ ଶକ୍ତି କେନ୍ଦ୍ର ଓ ଅନ୍ୟ ଶିଳ୍ପରୁ ଏହି ଜଳ ନଦୀରେ ପ୍ରବେଶକରେ ନଦୀନଳ ପ୍ରଦୂଷିତ ହୋଇଥାଏ । ତାହାର ପ୍ରଭାବ ଜୀବମାନଙ୍କ ଉପରେ ପଡ଼େ ।
→ପାନୀୟ ଜଳ କ’ଣ ? ଜଳ ବିଶେଧନ ଉପାୟ :
(i) ପିଇବାଯୋଗ୍ୟ ପାଣିକୁ ପାନୀୟଜଳ କୁହାଯାଏ । ଜଳଛଣା ଯନ୍ତ୍ର ବା ଫିଲ୍ଟରରେ ପରିସ୍ରବଣ ପ୍ରଣାଳୀ (filtration) ଦ୍ୱାରା କିଛି ପରିମାଣରେ ଜଳ ବିଶୋଧନ କରାଯାଏ ।
(ii) ଆମ ଘରମାନଙ୍କରେ ଜ୍ୟାଣ୍ଡଲଯୁକ୍ତ ଫିଲ୍ଟର୍ ବ୍ୟବହାର କରି ଜନ ଛଣାଯାଏ । ଏହା ପରିସ୍ରବଣ ପ୍ରଣାଳୀ ଅଟେ । ଏହା ଏକ ଭୌତିକ ପଦ୍ଧତି ।
(iii) ଜଳ ବିଶୋଧନ ପାଇଁ ରାସାୟନିକ ପଦ୍ଧତିର ଏକ ଉଦାହାରଣ କ୍ଲୋରିନ୍ ବଟିକା ଦ୍ବାରା କ୍ଲୋରିନେସନ (chlorination) ବା ବ୍ଲିଚିଂ ପାଉଡ଼ର ବ୍ୟବହାର । ସାବଧାନତାର ସହିତ ଉଚିତ ପରିମାଣର କ୍ଲୋରିନ୍ ବଟିକା
→ଆଉ କ’ଣ କରିପାରିବା ?
(i) ପ୍ରତ୍ୟେକ ଶିଳ୍ପାଞ୍ଚଳରେ ଜଳ ବିଶୋଧନ ପ୍ରକଳ୍ପ ପ୍ରତିଷ୍ଠା କରାଯିବା ଉଚିତ । ନଦୀ ଓ ହ୍ରଦମାନଙ୍କ ମଧ୍ୟକୁ ପ୍ରଦୂଷିତ ଜଳ ପ୍ରବେଶ ନିରୋଧ ପାଇଁ ଶିଳ୍ପାନୁଷ୍ଠାନମାନଙ୍କ ଦ୍ଵାରା ଆଇନ କଡ଼ାକଡ଼ି ପ୍ରୟୋଗ ହେବା ବିଧେୟ ।
(ii) ଆମେମାନେ ନିଜେ ନିଜର ସାଧ୍ଯମତେ ଜଳ ସଂରକ୍ଷଣ ସହ ଜଳ ଅପଚୟ ନ କରିବାପାଇଁ ଚେଷ୍ଟିତ ରହିବା ଆବଶ୍ୟକ । ଆମ ମୂଳମନ୍ତ୍ର ହେଉଛି (3R) : Reduce ( କମ୍ ବ୍ୟବହାର), Reuse ( ପୁନର୍ଜ୍ୟବହାର), Recycle (ପୁନଶ୍ଚକ୍ରଣ)
(iii) ଆମ ଦୈନନ୍ଦିନ କାର୍ଯ୍ୟରେ ଜଳ ପ୍ରଦୂଷିତ ହୁଏ । ଏହାଦ୍ୱାରା ଆମେ ଓ ଅନ୍ୟମାନେ ମଧ୍ୟ ପ୍ରଭାବିତ ହୁଅନ୍ତି । କିନ୍ତୁ ଜଳର ଶୁଦ୍ଧତା ରକ୍ଷାକରିବା ଆମର ଦାୟିତ୍ଵ ଅଟେ ।
→ ବିଷୟଭିତ୍ତିକ ଶବ୍ଦୀବ୍ଦଳ: