Odisha State Board BSE Odisha 8th Class Science Notes Chapter 3 ସଂଶ୍ଳେଷିତ ତନ୍ତୁ ଓ ପ୍ଲାଷ୍ଟିକ୍ସ୍ will enable students to study smartly.
BSE Odisha Class 8 Science Notes Chapter 3 ସଂଶ୍ଳେଷିତ ତନ୍ତୁ ଓ ପ୍ଲାଷ୍ଟିକ୍ସ୍
→ ଉପକ୍ରମ :
1. କପାସୂତା, ମଠା, ପାଟ, ଟସର, ଉଲ୍ ଇତ୍ୟାଦି ବସ୍ତୁଗୁଡ଼ିକ ଉଭିଦଜାତ ସୂତାରେ ତିଆରି ହୋଇଥାଏ । ଏଣୁ ସେଗୁଡ଼ିକୁ ପ୍ରାକୃତିକ ତନ୍ତୁ କୁହାଯାଏ ।
2. ପଲିଷ୍ଟର, ନାଇଲନ୍, ରେୟନ ଇତ୍ୟାଦି ପ୍ରସ୍ତୁତ ତନ୍ତୁଗୁଡ଼ିକୁ କୃତ୍ରିମ ତନ୍ତୁ କୁହାଯାଏ ।
3. ବେକେଲାଇଟ୍, ପିଭିସି, ସନ୍ମାଇକା ଇତ୍ୟାଦି ଜିନିଷଗୁଡ଼ିକ ପ୍ଲାଷ୍ଟିକ୍ରେ ତିଆରି ହୋଇଥାଏ ।
ପ୍ର. ତୁମେ ଜାଣିଥୁବା ପ୍ରାକୃତିକ ଓ କୃତ୍ରିମ ତନ୍ତୁରୁ ପ୍ରସ୍ତୁତ ବସ୍ତ୍ର ତଥା ପ୍ଲାଷ୍ଟିକ୍ସରୁ ପ୍ରସ୍ତୁତ କେତେକ ଜିନିଷର ଏକ ତାଲିକା ପ୍ରସ୍ତୁତ କର ।
ଉ-
ପ୍ରାକୃତିକ ଓ କୃତ୍ରିମ ତନ୍ତୁରୁ ପ୍ରସ୍ତୁତ ବସ୍ତ୍ର –
ଶାଢ଼ି, ପ୍ୟାଣ୍ଟ୍, ସାର୍ଟ, ଧୋତି, ସୁଇଟର, କୋର୍ଟ, ପାଟବସ୍ତ୍ର, ଉଲ୍ଟୋପି ।
ପଲିଥୁନ୍ ମୁଣି, ବୋତଲ, ଜାର, ମଗ, ଦଉଡ଼ି, ଗାଲିଚା, ଫୋନ୍, ତାୱା ।
→ ପଲିମର ଓ ସଂଶ୍ଳେଷିତ ତନ୍ତୁ (Polymer and Synthetic Fibres) :
- କପା, ଝୋଟ, ଉଲ୍, ଟସର ଇତ୍ୟାଦି ପ୍ରାକୃତିକ ତନ୍ତୁ ଉଭିଦ ତଥା ପ୍ରାଣୀମାନଙ୍କଠାରୁ ମିଳିଥାଏ; କିନ୍ତୁ କୃତ୍ରିମ ତନ୍ତୁ ରାସାୟନିକ ପ୍ରତିକ୍ରିୟାରୁ ପ୍ରସ୍ତୁତ କରାଯାଏ ।
- ପଲିଥନ୍ ଏକ କୃତ୍ରିମ ତନ୍ତୁର ଉଦାହରଣ ଅଟେ । ଏହା ଏଥୁଲିନ୍ ବା ଏଥୁନ୍ ନାମକ ଏକ ପ୍ରକାର ଗ୍ୟାସୀୟ ଯୌଗିକରୁ ପ୍ରସ୍ତୁତ ହୋଇଥାଏ ।
- ଉଚ୍ଚ ତାପ ଓ ଅତ୍ୟଧିକ ଚାପରେ ଏହି ଯୌଗିକର ଅଣୁଗୁଡ଼ିକ ଏକତ୍ର ଯୁକ୍ତହୋଇ ବୃହତ୍ ଅଣୁରେ ପରିଣତ ହୁଅନ୍ତି । ଏହାକୁ ଗୋଟିଏ ଗୋଟିଏ ଏକକ କୁହାଯାଏ । ଏହି ବୃହତ୍ ଅଣୁଗୁଡ଼ିକ ସଂଯୋଜିତ ବା ସଂଶ୍ଳେଷିତ ହୋଇ ଆହୁରି ବୃହତ୍ତର ଅଣୁ ଗଠନ କରନ୍ତି । ଏହାର ନାମ ପଲିଏଥୁଲିନ୍ ବା ପଲିଥୁନ୍ ।
- ପଲିଥୁନ୍ ଏକ ପ୍ରକାର ପଲିମର ଓ ପ୍ଲାଷ୍ଟିକ୍ ଶ୍ରେଣୀ ଅନ୍ତର୍ଗତ । ଏହି ପଲିମର ଲମ୍ବା ଶିକୁଳି ଆକୃତି ବିଶିଷ୍ଟ ଓ ଏଥିରେ ଏକକଗୁଡ଼ିକ ଗୋଟିଏ ହାରରେ ଥିବା ମାଳି ପରି ସଜ୍ଜିତ ହୋଇ ରହିଥା’ନ୍ତି ।
- ବ୍ୟବହାର କରାଯାଉଥିବା ପଲିଷ୍ଟର (ପଲି + ଇଷ୍ଟର) ବସ୍ତୁର ତନ୍ତୁ ଅନେକଗୁଡ଼ିଏ ଇଷ୍ଟର ଏକକରୁ ସଂଶ୍ଳେଷିତ ହୋଇଥାଏ । ତେଣୁ ଏହାକୁ ସଂଶ୍ଳେଷିତ ତନ୍ତୁ କହନ୍ତି । ଏହା ମଧ୍ୟ ଏକ ପ୍ରକାର ପଲିମର ।
- ପଲିମର (polymer) ଦୁଇଟି ଗ୍ରୀକ୍ ଶବ୍ଦ ‘poly’ ଏବଂ ‘mer’ ରୁ ଗଠିତ । ‘ପଲି’(poly) 2 600 ଅନେକ (many) ଏବଂ ‘ମର’ (mer)ର ଅର୍ଥ ହେଉଛି ଏକା ପ୍ରକାରର ଏକକ (ଅଣୁ)ର ବାରମ୍ବାରତା ।
- ଉଦ୍ଭିଦ ଜୀବକୋଷର ପ୍ରାଚୀର (ବାହ୍ୟ ଆବରଣ)ରେ ସେଲ୍ୟୁଲୋଜ୍ ନାମକ ଏକ ପ୍ରକାର ପଲିମର ଅଛି । ବହୁ- ସଂଖ୍ୟକ ଗ୍ଲା କୋଜ୍ ଏକକର ସମାହାରରୁ ସେଲ୍ୟୁଲୋଜ୍ ପଲିମର ସୃଷ୍ଟି ହୋଇଥାଏ । କପାର ତନ୍ତୁ ସେଲ୍ୟୁଲୋଜ ପଲିମର୍ରେ ଗଠିତ । ଏହା ଏକ ପ୍ରାକୃତିକ ପଲିମର । ଶାଳଗଛରୁ ସଂଗ୍ରହ କରାଯାଉଥିବା ଝୁଣା ଏବଂ ରବର ଗଛର କ୍ଷୀରରୁ ପ୍ରସ୍ତୁତ କରାଯାଉଥିବା ରବର ପ୍ରତ୍ୟେକ ଗୋଟିଏ ଲେଖାଏଁ ପ୍ରାକୃତିକ ପଲିମର ।
- ସେଲ୍ୟୁଲୋଜ୍ ଏକ ପ୍ରାକୃତିକ ପଲିମର ଅଟେ । ଶାଳଗଛରୁ ସଂଗୃହିତ ଝୁଣା ଏବଂ ରବର ଗଛର କ୍ଷୀରରୁ ପ୍ରସ୍ତୁତକରାଯାଉଥିବା ରବର ପ୍ରାକୃତିକ ପଲିମରର ଉଦାହରଣ ଅଟନ୍ତି ।
- ସ୍ଵତନ୍ତ୍ର ଜାତିର ମେଣ୍ଢା, ଛେଳି, ଓଟ, ଚମରୀଗାଈ, ଆଦି ପଶୁମାନଙ୍କର ଲୋମ ବା ତନ୍ତୁକୁ ଉଲ୍ କୁହାଯାଏ । ଉଲ୍ରେ ବୁଣାଯାଇଥିବା କପଡ଼ାକୁ ରେଶମ ବସ୍ତ୍ର କହନ୍ତି । ଉଭୟ ରେଶମ ଓ ପଶମ ବସ୍ତ୍ର ପ୍ରାଣୀଜ ପ୍ରାକୃତିକ ତନ୍ତୁ ।
- ଝୋଟ ନଳିତାଗଛର ବକ୍କଳରୁ ତିଆରି ତନ୍ତୁ ତଥା ଉଭିଦଜ ପ୍ରାକୃତିକ ତନ୍ତୁ ଅଟେ ।
- ସେହିପରି ରେୟନ, ନାଇଲନ୍, ପଲିଷ୍ଟର, ଏକ୍ରିଲିକ୍ ଇତ୍ୟାଦି ମଧ୍ୟ ସଂଶ୍ଳେଷିତ ତନ୍ତୁ ଅଟନ୍ତି । ବିଭିନ୍ନ ଯୌଗିକ ମଧ୍ୟରେ ସଂଘଟିତ ରାସାୟନିକ ପ୍ରତିକ୍ରିୟାରୁ ଏହି ତନ୍ତୁଗୁଡ଼ିକ ପ୍ରସ୍ତୁତ କରାଯାଏ । ଏହି ତନ୍ତୁରେ ପ୍ରସ୍ତୁତ କପଡ଼ାକୁ ପଲିମର ବସ୍ତ୍ର କିମ୍ବା ସଂକ୍ଷେପରେ ପଲିବସ୍ତ୍ର କହନ୍ତି ।
→ ରେୟନ୍ :
(i) ରେଶମ ବା ପ୍ରାକୃତିକ ସିଲ୍କ ଦେଖିବାକୁ ସୁନ୍ଦର, ଚକ୍କ୍, ପତଳା ଓ ହାଲୁକା ଏବଂ ଏହା ବିଭିନ୍ନ ରଙ୍ଗରେ ଉପଲବ୍ଧି ହୋଇଥାଏ ।
(ii) ନରମ କାଠର ଛୋଟ ଛୋଟ ଖଣ୍ଡକୁ ସ୍ୱତନ୍ତ୍ର ପଦ୍ଧତିରେ ପେଷ୍ଟରେ ପରିଣତକଲେ କାଠମଣ୍ଡ ମିଳେ । କାଠମଣ୍ଡରେ ଥିବା ଅଶୁଦ୍ଧ ସେଲ୍ୟୁଲୋକୁ କେତେକ ରାସାୟନିକ ପଦ୍ଧତି ଦ୍ୱାରା ବିଶୁଦ୍ଧ ସେଲ୍ୟୁଲୋଜ୍ରେ ପରିଣତ କରି ଆଉ କେତେକ ରାସାୟନିକ ପଦାର୍ଥ ଦ୍ଵାରା ସୂକ୍ଷ୍ମ ରେୟନ ତନ୍ତୁ ପ୍ରସ୍ତୁତ କରାଯାଏ । ରେୟନ ତନ୍ତୁ, ରେଶମ ବା ପ୍ରାକୃତିକ ସିଲ୍ ତନ୍ତୁ ଭଳି ଚକ୍ରଚକ୍ ଦେଖାଯାଉଥିବାରୁ ଏହାକୁ କୃତ୍ରିମ ରେଶମ ତନ୍ତୁ ଏବଂ ଏଥିରୁ ପ୍ରସ୍ତୁତ ବସ୍ତ୍ରକୁ କୃତ୍ରିମ ରେଶମ ବସ୍ତ୍ର କହନ୍ତି ।
→ ରେୟନ୍ ବସ୍ତ୍ରର ଉପଯୋଗିତା :
- ରେୟନ୍ ସୂତା ଓ କପାସୂତା ମିଶ୍ରିତ କପଡ଼ାର ଧୋତି, ଶାଢ଼ୀ, ସୁଟ୍, ପ୍ୟାଣ୍ଟ, ସାର୍ଟ, ଫ୍ରକ୍ ଆଦି ପ୍ରସ୍ତୁତ କରାଯାଉଛି ।
- ଏହି କପଡ଼ାରୁ ମଧ୍ୟ ବିଛଣା ଚାଦର, କବାଟ ଓ ଝରକାର ପରଦା, ଶେଯ ଓ ତକିଆ ଖୋଳ ଆଦି ତିଆରି
- ରେୟନ ସୂତା ଓ ଭଲ ମିଶ୍ରିତ କପଡ଼ାରୁ ଗାଲିଚା ପ୍ରସ୍ତୁତି କରାଯାଉଛି ।
- ରେୟନ ସୂତାରୁ ପ୍ରସ୍ତୁତ ଗଜ୍ କନା, କପାସୂତା ଗଜ୍ କନାଠାରୁ ଭଲ, କାରଣ ରେୟନ୍ ଗଜ୍ କ୍ଷତ ସ୍ଥାନରୁ ସହଜରେ ବାହାରିଯାଏ ।
- ମୋଟର ଟାୟାର, ହୋସ୍ ପାଇପ୍, କନ୍ଭେୟର ବେଲଟ୍ ଆଦିର ପ୍ରସ୍ତୁତିରେ ରେୟନ୍ ତନ୍ତୁ ବ୍ୟବହାର କରାଯାଏ ।
→ ନାଇଲନ୍ ତନ୍ତୁର ଧର୍ମ ଓ ଉପଯୋଗିତା :
ନାଇଲନ୍ ଅନ୍ୟ ଏକ ମନୁଷ୍ୟକୃତ ତନ୍ତୁ । 1931 ମସିହାରେ ଆମେରିକାର ନ୍ୟୁୟର୍କ ସହରରେ ଏବଂ ଇଂଲଣ୍ଡର ଲଣ୍ଡନ ସହରରେ ଏକା ସମୟରେ ନାଇଲନ୍ ପ୍ରସ୍ତୁତ କରାଯାଇଥିଲା । ନ୍ୟୁୟର୍କର N ଓ Y ଅକ୍ଷର ଦ୍ଵୟକୁ ଏବଂ ଲଣ୍ଡନର L, O, N ଅକ୍ଷର ତ୍ରୟକୁ ନେଇ ନାଇଲନ୍ ଶବ୍ଦର ସୃଷ୍ଟି ।
→ ନାଇଲନ୍ ତନ୍ତୁର ଧର୍ମ :
- ଶକ୍ତ, ସ୍ଥିତିସ୍ଥାପକ ଓ ହାଲୁକା ଅଟେ ।
- ଅତି କମ୍ ଜଳ ଶୋଷଣ କରୁଥିବାରୁ ଶୀଘ୍ର ଶୁଖ୍ଯାଏ ।
- ପତଳା ଓ ଦୀର୍ଘସ୍ଥାୟୀ ।
- ଚକ୍କ୍ କରେ ଓ ସହଜରେ ସଫାକରି ହୁଏ ।
- ଲୋଚାକଚା ହୁଏ ନାହିଁ ଓ ଏଥରେ ସ୍ଥାୟୀ ଭାଙ୍ଗପଡ଼େ ।
- ଏଥିରେ କୀଟ ବା ଫିମ୍ପି ଲାଗନ୍ତି ନାହିଁ ।
→ ନାଇଲନ୍ ତନ୍ତୁର ଉପଯୋଗିତା :
- ନାଇଲନ୍ ତନ୍ତୁରୁ ପ୍ରସ୍ତୁତ ଦଉଡି଼ ଷ୍ଟିଲ୍ ଦଉଡ଼ିଠାରୁ ଅଧିକ ଶକ୍ତ ହୋଇଥିବାରୁ ଏଥିରୁ ଘରୋଇ ବ୍ୟବହାର ପାଇଁ, ପର୍ବତ ଆରୋହଣ ପାଇଁ ଓ ଆକାଶ ଛତା ପାଇଁ ଆବଶ୍ୟକୀୟ ଦଉଡ଼ି ପ୍ରସ୍ତୁତ କରାଯାଏ ।
- ଏହାର ଉଚ୍ଚମାନର ସ୍ଥିତିସ୍ଥାପକତା ଗୁଣ ଯୋଗୁ ବିଭିନ୍ନ ପ୍ରକାରର ଇଲାଷ୍ଟିକ୍ ଦଉଡ଼ି, କାର୍ର ସିଟ୍ ବେଲ୍ସ, ତମ୍ବୁର କପଡ଼ା, ଟୁଥ୍ ବ୍ରସ୍, ବ୍ୟାଗ୍ ଇତ୍ୟାଦି ଏଥିରୁ ପ୍ରସ୍ତୁତ କରାଯାଏ ।
- ନାଇଲନ୍ ଖୁବ୍ ଶକ୍ତ ହୋଇଥିବାରୁ ବିଭିନ୍ନ ଯନ୍ତ୍ରାଂଶ ପ୍ରସ୍ତୁତିରେ ମଧ୍ୟ ବ୍ୟବହୃତ ହୁଏ ।
- ଏଥିରେ ବୁଣାଯାଇଥିବା ମୋଜା, ଗଞ୍ଜି, ମଶାରି କନା, ଛତା ଆଦି ଦେଖିବାକୁ ସୁନ୍ଦର ଓ ଦୀର୍ଘସ୍ଥାୟୀ । ଏଗୁଡ଼ିକ ମଧ୍ୟ ସହଜରେ ସଫା କରିହୁଏ ।
- ନାଇଲନ୍ରୁ ମାଛ ଧରା ଜାଲ ଓ ବନ୍ସୀ ସୂତା ପ୍ରସ୍ତୁତ ହୁଏ ।
- ମଟର ଟାୟାର୍ ଓ କନ୍ଭେୟର ବେଲ୍ଟ ପ୍ରସ୍ତୁତିରେ ଏହି ତନ୍ତୁ ବ୍ୟବହୃତ ହୁଏ ।
- ନାଇଲନ୍ ଓ ଉଲ୍ ମିଶ୍ରିତ କପଡ଼ାରୁ ସ୍ଟେଟର୍, ପୋଷାକ କନା, କମ୍ବଳ, ଗାଲିଚା ଆଦି ପ୍ରସ୍ତୁତ ହୁଏ ।
- ଏହାର ଜଳ ଅବଶୋଷଣ ଶକ୍ତି ଖୁବ୍ କମ୍ ହୋଇଥିବାରୁ ଏଥୁରେ ତିଆରି ଜାଲ, ମଶାରି, ତମ୍ବୁକନା, ବ୍ୟାଗ୍ ଆଦି ଓଦାହେଲେ ଶୀଘ୍ର ଶୁଖୁଏ ।
- ଧୋଇବା ସମୟରେ ଘର୍ଷଣ ଦ୍ବାରା ଏବଂ ଫିମ୍ପି, ବ୍ୟାକ୍ଟେରିଆ, ଅସରପା ଆଦି ଦ୍ବାରା ଏହି ତନ୍ତୁର କ୍ଷୟ ଘଟେ ନାହିଁ ।
→ ପଲିଷ୍ଟର (Polyster):
- ବିଭିନ୍ନ ପ୍ରକାରର ଫୁଲ ଓ ପାଚିଲା ଫଳର ବାସ୍ନା ସେଗୁଡ଼ିକରେ ଥିବା ଭିନ୍ନ ଭିନ୍ନ ଇଷ୍ଟର୍ ନାମକ ରାସାୟନିକ ଯୌଗିକ ଯୋଗୁଁ ହୋଇଥାଏ ।
- ବିଭିନ୍ନ ପ୍ରକାର କୃତ୍ରିମ ଅତର, ଥଣ୍ଡା ପାନୀୟ ଓ ଅନ୍ୟାନ୍ୟ ଖାଦ୍ୟ ପଦାର୍ଥରେ ମିଶାଯାଇଥିବା ମନୁଷ୍ୟକୃତ ସୁଗନ୍ଧ ଦ୍ରବ୍ୟ ଭିନ୍ନ ଭିନ୍ନ ଇଷ୍ଟର ଅଟେ !
- ପ୍ରକୃତିରୁ ଏହିପରି ଅନେକ ଇଷ୍ଟର ଶ୍ରେଣୀଭୁକ୍ତ ଯୌଗିକ ମିଳିଥାଏ ।
- ବିଜ୍ଞାନାଗାରରେ ଅନେକ ଇଷ୍ଟର୍ (ester) ଯୌଗିକ ପ୍ରସ୍ତୁତ କରାଯାଇପାରେ ।
- ଇଷ୍ଟର ଏକକକୁ ନେଇ ଗଠିତ ପଲିମର୍କୁ ପଲିଷ୍ଟର୍ (Polyster / Polyester) କୁହାଯାଏ ।
→ ଟେରିଲିନ୍ ବସ୍ତ୍ରର ବିଶେଷତ୍ଵ ଓ ଉପଯୋଗିତା :
- ଟେରିଲିନ୍ ବା ଡେକ୍ସନ୍ ଏକ ନିର୍ଦ୍ଦିଷ୍ଟ ପଲିଷ୍ଟର୍ର ଯୌଗିକ ଅଟେ ଓ ଏହା ଏକ କୃତ୍ରିମ ପଲିମର ।
- ଏଥିରୁ ମୁଖ୍ୟତଃ ସୂତା ପ୍ରସ୍ତୁତ ହୁଏ ଏବଂ ସେହି ସୂତାରୁ ଟେରିଲିନ୍ ବସ୍ତ୍ର ବୁଣାଯାଏ ।
→ ବିଶେଷତ୍ଵ :
- ଏଗୁଡ଼ିକ ଶକ୍ତ ଓ ଦୀର୍ଘସ୍ଥାୟୀ ।
- ଏଗୁଡ଼ିକ ଲୋଚାକଚା ହୁଏ ନାହିଁ ଓ ଏଥରେ ଭାଙ୍ଗ ଦୀର୍ଘଦିନ ରହେ ।
- ଏଥରେ କୀଟ ଓ ଫିମ୍ପି ଲାଗନ୍ତି ନାହିଁ ।
- ଏହା ଜଳ ଅବଶୋଷଣ କ୍ଷମତା କମ୍ ହୋଇଥିବାରୁ ଶୀଘ୍ର ଶୁଖୁଏ ।
- ଏହା ବସ୍ତ୍ର ଶୀଘ୍ର ସଫା ହୁଏ ।
- ଉକ୍ତ ବସ୍ତ୍ର ଧୋଇବାବେଳେ ଘର୍ଷଣ ଜନିତ କ୍ଷୟ ହୁଏ
→ ପଲିଷ୍ଟରର ଉପଯୋଗିତା (Uses) :
- ଏହି ତନ୍ତୁ ସୁଟ୍, ଜ୍ୟାକେଟ୍, ସାର୍ଟ, ଟ୍ରାଉଜର୍ ଓ ଶାଢ଼ି ପ୍ରସ୍ତୁତିରେ ବ୍ୟବହୃତ ହୁଏ । ରାସାୟନିକ ଶିଳ୍ପରେ କାର୍ଯ୍ୟରତ ଶ୍ରମିକମାନଙ୍କ ପାଇଁ ସୁରକ୍ଷା ବସ୍ତ୍ର ପ୍ରସ୍ତୁତିରେ ଏହା ବ୍ୟବହୃତ ହୁଏ ।
- ରାସାୟନିକ ଶିଳ୍ପରେ କାର୍ଯ୍ୟରତ ଶ୍ରମିକମାନଙ୍କ ପାଇଁ ସୁରକ୍ଷା ବସ୍ତ୍ର ପ୍ରସ୍ତୁତିରେ ଏହା ବ୍ୟବହୃତ ହୁଏ ।
- କନ୍ଭେୟର୍ ବେଲ୍ଟ ପ୍ରସ୍ତୁତିରେ ଏହା ବ୍ୟବହୃତ ହୁଏ ।
ବିଭିନ୍ନ ଜିନିଷ ରଖୁବା ପାଇଁ ବ୍ୟବହୃତ ବୋତଲ, ଜାର୍, ବାସନକୁସନ, ଫଟୋଉଠାଇବା ଫିଲ୍ମ, ଅଡ଼ିଓ କ୍ୟାସେଟ୍ର ଟେପ୍, ପାଲବନ୍ଧା ଡଙ୍ଗାର ପାଲ ଆଦି ‘ପେଟ୍ ପଲିଷ୍ଟର’ ରେ ତିଆରି ହୋଇଥାଏ ।
→ ଏପ୍ରିଲିକ୍ (Acrylic) :
- ଏକ୍ରିଲିକ୍ ଏକ ମନୁଷ୍ୟକୃତ ପଲିମର୍ । ଏହି ସୂତା ଦେଖୁବାକୁ ଉଲ୍ ଭଳି ହୋଇଥିବାରୁ ଏହାକୁ କୃତ୍ରିମ ଉଲ୍ କୁହାଯାଏ ।
- କେତେକ ଜଣାଶୁଣା ଏକ୍ରିଲିକ୍ ତନ୍ତୁ ହେଲା – ଅରଲନ୍ (Orlon), ଏକ୍ରିଲନ୍ (acrilon) ଓ କାଶ୍ମିଲନ୍ (Cashmilon) ।
ସାରଶା
କେଉଁଟିକୁ କିପରି ଚିହ୍ନିବ (ଦୀପ କିମ୍ବା ମହମବତୀ ଶିଖାରେ ଖଣ୍ଡେ ସୂତା ଜାଳ)
→ ପଲିମର (କୃତ୍ରିମ ବା ସଂଶ୍ଳେଷିତ) ତନ୍ତୁଗୁଡ଼ିକର ସୁବିଧା ଓ ଅସୁବିଧା :
ସୁବିଧା :
- କୃତ୍ରିମ ତନ୍ତୁଗୁଡ଼ିକ ଶସ୍ତା ଓ ସହଜରେ ଉପଲବ୍ଧ ।
- କୃତ୍ରିମ ତନ୍ତୁଗୁଡ଼ିକ ମଜବୁତ୍ ଓ ଦୀର୍ଘସ୍ଥାୟୀ । ଏହା ଲୋଚାକଚା ହୁଏ ନାହିଁ ।
- କୃତ୍ରିମ ତନ୍ତୁଗୁଡ଼ିକ ଧୋଇବାସ ହଜ ଓ ଶୀର୍ଘ ଶୁଝାଏ ।
- ଫିମ୍ପି, ବ୍ୟାକ୍ଟେରିଆ, ଅସରପା, ଅମ୍ଳ ଓ କ୍ଷାରଦ୍ୱାରା ଏହାର କ୍ଷୟ ଘଟେ ନାହିଁ ।
- କୃତ୍ରିମ ତନ୍ତୁଗୁଡ଼ିକ ଦେଖୁବାକୁ ଚକ୍ରଚକ୍ ଓ ବିଭିନ୍ନ ରଙ୍ଗରେ ମିଳିଥାଏ ।
→ ଅସୁବିଧା :
- ଏହା ମଧ୍ୟ ଦେଇ ବାୟୁ ଚଳାଚଳ ହୋଇପାରୁ ନ ଥିବାରୁ ଏହା ଝାଳ ଅବଶୋଷଣ କରେ ନାହିଁ ।
- ଇସ୍ତ୍ରୀ କଲାବେଳେ ଉଚ୍ଚ ତାପମାତ୍ରାରେ ଏହା ନଷ୍ଟ ହୋଇଯାଇପାରେ ।
- ଏହି ତନ୍ତୁ ନିର୍ମିତ ବସ୍ତ୍ର ପିନ୍ଧି ବିଜ୍ଞାନାଗାର କିମ୍ବା ରୋଷେଇଘରେ କାର୍ଯ୍ୟକରିବା ବିପଦଜନକ । କାରଣ ଏହା ଶୀଘ୍ର ନିଆଁ ଧରିପାରେ ।
→ ପ୍ଲାଷ୍ଟିକ୍ସ୍ (Plastics) :
Plastic ଶବ୍ଦଟି ଦୁଇଟି ଗ୍ରୀକ୍ ଶବ୍ଦରୁ ଆସିଛି । ସେଗୁଡ଼ିକ ହେଲା – Plastikos ଏବଂ Plastos ଯାହାର ଅର୍ଥ ଯଥାକ୍ରମେ ଯେକୌଣସି ଆକାର ଓ ଆକୃତି ଧାରଣ କରିବା ପ୍ରକୃତି ଓ ଢାଞ୍ଚାରେ ଢାଳି ତିଆରି କରିବା ।
1. ଯେଉଁ ସଂଶ୍ଳେଷିତ ପଦାର୍ଥକୁ ତାପ ପ୍ରୟୋଗ କରି ଇଚ୍ଛାମୁତାବକ ଆକୃତି ଦେଇ ହୁଏ, ତାହାକୁ ପ୍ଲାଷ୍ଟିକ୍ କୁହାଯାଏ ।
2. ପ୍ଲାଷ୍ଟିକ୍ ଏକ ପଲିମର୍ । କେତେକ ପ୍ଲାଷ୍ଟିକ୍ସରେ ଏକକଗୁଡ଼ିକ ଗୋଟିଏ ଧାଡ଼ିରେ ସଜ୍ଜିତ ହୋଇ ରହୁଥିବାରୁ ସେଗୁଡ଼ିକୁ ଲିନିଅର୍ ପ୍ଲାଷ୍ଟିକ୍ (Linear Plastics) କୁହାଯାଏ ।
3. ଅନ୍ୟ କେତେକ ପ୍ଲାଷ୍ଟିକ୍ସ୍ରେ ଏକକଗୁଡ଼ିକ ଜାଲଭଳି ଛନ୍ଦାଛନ୍ଦା ହୋଇ ରହିଥିବାରୁ ସେଗୁଡ଼ିକୁ କ୍ରସ୍ଲିଂକ୍ ପ୍ଲାଷ୍ଟିକ୍ସ୍ Cross-linded plastics) କୁହାଯାଏ ।
ଇଂଲଣ୍ଡର Alexander Parkes (1855) ନାମକ ଜଣେ ବୈଜ୍ଞାନିକ ପ୍ରଥମେ ପ୍ଲାଷ୍ଟିକ୍ ପ୍ରସ୍ତୁତ କରିଥିଲେ । ତାଙ୍କ ଦ୍ଵାରା ପ୍ରସ୍ତୁତ ପ୍ଲାଷ୍ଟିକ୍କୁ ପାର୍କେସାଇନ୍ (Parkesine) କୁହାଯାଏ ।
4. ଉତ୍ତପ୍ତ ତରଳ ପ୍ଲାଷ୍ଟିକ୍ସ୍କୁ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ଛାଞ୍ଚରେ ଢଳାଯାଏ ଏବଂ ଏହା ଥଣ୍ଡା ହେଲେ କଠିନ ଜିନିଷଟିକୁ ଛାଞ୍ଚରୁ ବାହାର କରାଯାଏ । ଏ ପ୍ରକ୍ରିୟା ଅବଲମ୍ବନରେ ପ୍ଲାଷ୍ଟିକ୍ ଚଦର ପ୍ରସ୍ତୁତ କରାଯାଏ ।
5. ଉତ୍ତପ୍ତ ତରଳ ପ୍ଲାଷ୍ଟିକ୍ସ୍ ସୂକ୍ଷ୍ମ ରନ୍ଧ୍ରବିଶିଷ୍ଟ ଯନ୍ତ୍ରରେ ଢାଳି ଭିନ୍ନ ଭିନ୍ନ ମୋଟେଇର ସୂତା ପ୍ରସ୍ତୁତ କରାଯାଏ । ଏ ପ୍ରକାରର ସୂତାକୁ ସଂଶ୍ଳେଷିତ ତନ୍ତୁ କୁହାଯାଏ ।
6. ତରଳ ପ୍ଲାଷ୍ଟିକ୍ରେ ବିଭିନ୍ନ ପ୍ରକାର ରଙ୍ଗ ମିଶାଇ ଭିନ୍ନ ଭିନ୍ନ ରଙ୍ଗର ପ୍ଲାଷ୍ଟିକ୍ସ୍ ପ୍ରସ୍ତୁତ କରାଯାଏ ।
→ ପ୍ଲାଷ୍ଟିକର ପ୍ରକାରଭେଦ :
(i) ଭୌତିକ ପ୍ରକୃତିକୁ ଭିଭିକରି ପ୍ଲାଷ୍ଟିକ୍ସ୍ ଗୁଡ଼ିକୁ ମୁଖ୍ୟତଃ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇଛି; ଯଥା –
(a) ଥର୍ମୋପ୍ଲାଷ୍ଟିକ୍ସ୍ (Thermoplastics)
(b) ଥର୍ମୋସେଟିଙ୍ଗ୍ ପ୍ଲାଷ୍ଟିକ୍ସ୍ (Thermo-setting plastics) ବା ଥର୍ମୋସେଟ୍ ପ୍ଲାଷ୍ଟିକ୍ସ୍
(ii) କେତେକ କଠିନ ପ୍ଲାଷ୍ଟିକ୍କୁ ଉତ୍ତପ୍ରକଲେ ନରମ ହୋଇ ତରଳ ଅବସ୍ଥାକୁ ଆସେ ଏବଂ ଥଣ୍ଡାକଲେ କଠିନ ହୋଇଯାଏ । ଏହି ଗୁଣଥିବା ପ୍ଲାଷ୍ଟିକ୍ସ୍ ଥର୍ମୋପ୍ଲାଷ୍ଟିକ୍ସ୍ କୁହାଯାଏ । ଏଗୁଡ଼ିକରେ ବୈଖ୍ୟକ ଏକକ ସଜ୍ଜା ଦେଖିବାକୁ ମିଳେ ।
(iii) ଅନ୍ୟ କେତେକ କଠିନ ପ୍ଲାଷ୍ଟିକ୍କୁ ଉତ୍ତପ୍ତ କଲେ ତାହା ନରମ ହୁଏନାହିଁ କିମ୍ବା ତରଳ ଅବସ୍ଥାକୁ ଆସେ ନାହିଁ । ଏହି ଗୁଣଥିବା ପ୍ଲାଷ୍ଟିକ୍ସ୍କୁ ଥର୍ମୋସେଟିଙ୍ଗ ପ୍ଲାଷ୍ଟିକ୍ସ୍ କୁହାଯାଏ । ଏଗୁଡ଼ିକରେ କ୍ରସ୍ଲିଙ୍କଡ଼ ଏକକ ସଜ୍ଜା ଦେଖିବାକୁ ମିଳେ ।
(iv) ପଲିଥନ୍, PVC, ଥର୍ମୋକୋଲ୍, ଏକ୍ରିଲିକ୍ ଓ ଟେପ୍ଲନ୍ ଇତ୍ୟାଦି ଥର୍ମୋପ୍ଲାଷ୍ଟିକ୍ସ୍ ଉଦାହରଣ ହୋଇଥିବାବେଳେ ବେକେଲାଇଟ୍, ମେଲାମାଇନ୍, ଫର୍ମିକା ଇତ୍ୟାଦି ଥର୍ମୋସେଟିଙ୍ଗ୍ ପ୍ଲାଷ୍ଟିକ୍ସର ଉଦାହରଣ ଅଟନ୍ତି ।
→ ପ୍ଲାଷ୍ଟିକ୍ସର ପ୍ରଭୃତି (Nature of Plastics):
- ନମନୀୟତା ଗୁଣ ଯୋଗୁଁ ଏଥୁରୁ ବିଭିନ୍ନ ଆକୃତିର ଦ୍ରବ୍ୟ ପ୍ରସ୍ତୁତ କରାଯାଏ ।
- ତାପ କୁପରିବାହୀ ହୋଇଥିବାରୁ ଏହା ବିଦ୍ୟୁତ୍ ସାମଗ୍ରୀ ପ୍ରସ୍ତୁତିରେ ବ୍ୟବହୃତ ହୁଏ ।
- ଏହା ଅଭଙ୍ଗୁର, ହାଲୁକା, ଶକ୍ତ ଏବଂ ଦୀର୍ଘକାଳ ସ୍ଥାୟୀ ଅଟେ ।
- ଅମ୍ଳ, କ୍ଷାର ଆଦି ରାସାୟନିକ ପଦାର୍ଥଦ୍ବାରା ଏହା କ୍ଷୟ ହୁଏନାହିଁ ।
- ପ୍ରସ୍ତୁତିବେଳେ ଯେକୌଣସି ରଙ୍ଗ ମିଶାଇ ଏହାକୁ ରଙ୍ଗିନ୍ କରାଯାଇପାରେ ।
- ମେଲାମାଇନ୍ ପରି ପ୍ଲାଷ୍ଟିକ୍ସ୍ ଅଗ୍ନିନିରୋଧକ ଅଟେ ।
→ ପ୍ଲାଷ୍ଟିକ୍ସ୍ର ଉପଯୋଗିତା (Uses of Plastics):
(i) ପ୍ଲାଷ୍ଟିକ୍ ତିଆରି ଜିନିଷର ମୂଲ୍ୟ କାଚ, ଚୀନାମାଟି ଓ ଧାତୁତିଆରି ଜିନିଷ ଅପେକ୍ଷା ଶସ୍ତା, ସୁନ୍ଦର, ହାଲୁକା, ଦୀର୍ଘକାଳ ସ୍ଥାୟୀ ଓ
(ii) ବିଭିନ୍ନ ପ୍ରକାର ପ୍ଲାଷ୍ଟିକ୍ସ୍ର ବିଭିନ୍ନ ବ୍ୟବହାର ରହିଛି; ଯଥା –
(a) ପଲିଥନ୍ – ମୁଣି, ବିଭିନ୍ନ ପାଉଚ୍ ବୋତଲ ଓ ମଗ୍ ଇତ୍ୟାଦି ପ୍ରସ୍ତୁତ କରାଯାଏ ।
(b) ପିଭିସି – ଶିଶି, ବୋତଲ, ଜାର୍, ଜଗ୍, ମଗ୍ ଇତ୍ୟାଦି ପ୍ରସ୍ତୁତ କରାଯାଏ ।
(c) ପଲିପ୍ରପିନ୍ – ଦଉଡ଼ି, ଗାଲିଚା, ମାଛଧରା ଜାଲ ସୂତା ଇତ୍ୟାଦି ପ୍ରସ୍ତୁତ କରାଯାଏ ।
(d) ପଲିଷ୍ଟିରିନ୍ – କାଚ ଦ୍ରବ୍ୟ, କ୍ୟାମେରା, ଫୋନ୍, ଟିଭି ପ୍ୟାକିଙ୍ଗରେ ବ୍ୟବହୃତ ହୁଏ ।
(e) ଟେଫ୍ଲନ୍ – ନନ୍ଷ୍ଟିକ୍ କଡ଼େଇ, ତାୱା, ପ୍ରେସର କୁକର୍ ଆଦି ଭିତରପଟେ ଏହାର ଆବରଣ ଦିଆଯାଏ ।
(f) ଏପ୍ରିଲିକ୍ – ବସ୍, କାର ଇତ୍ୟାଦିର ଝରକା କାଚ ପାଇଁ ବ୍ୟବହୃତ ହୁଏ ।
(g) ବେକେଲାଇଟ୍ – ବିଦ୍ୟୁତ୍ ଉପକରଣ, ରେଡ଼ିଓ ଓ TV ବାକ୍ସ ଇତ୍ୟାଦି ଏଥୁରୁ ପ୍ରସ୍ତୁତ କରାଯାଏ ।
(h) ଫର୍ମିକା – କାଠ ଜିନିଷ ଉପରେ ଏହାକୁ ଆବରଣ ଭାବେ ବ୍ୟବହାର କରାଯାଏ ।
(i) ମେଲାମାଇନ୍ – ଟାଇଲ୍ ଓ ଅଗ୍ନିନିରୋଧକ କପଡ଼ା ପ୍ରସ୍ତୁତ କରାଯାଏ ।
→ ପ୍ଲାଷ୍ଟିକ୍ସ୍ ଓ ପରିବେଶ (Plastics and Environment):
- ଅଧିକାଂଶ ପ୍ଲାଷ୍ଟିକ୍ସ୍ ପଦାର୍ଥକୁ ମାଟିରେ ଥିବା ବ୍ୟାକ୍ଟେରିଆ ନଷ୍ଟ କରିପାରନ୍ତି ନାହିଁ । ତେଣୁ ଏହି ଶ୍ରେଣୀର ପ୍ଲାଷ୍ଟିକ୍ଗୁଡ଼ିକୁ ‘ଜୈବ ଅବକ୍ଷୟ ଅଯୋଗ୍ୟ ପ୍ଲାଷ୍ଟିକ୍ସ୍’ କୁହାଯାଏ ।
- ପ୍ଲାଷ୍ଟିକ୍ସ୍ନିତ ସମସ୍ୟାର ଭୟାବହତାକୁ ଉପଲବ୍ଧି କରି 2009 ମସିହାରେ ଭାରତ ସରକାର ପ୍ଲାଷ୍ଟିକ୍ସ୍ ସମ୍ପର୍କିତ ଏକ ଆଇନ ପ୍ରଣୟନ କରିଛନ୍ତି ।
- ଏହି ଆଇନ ଅନୁଯାୟୀ ଏଣିକି କୌଣସି ପ୍ଲାଷ୍ଟିକ୍ସ୍ ଉତ୍ପାଦନ କରୁଥିବା କାରଖାନା ପୁନଃଚକ୍ରଣ ଅଯୋଗ୍ୟ ପ୍ଲାଷ୍ଟିକ୍ସ୍ ପ୍ରସ୍ତୁତ କରି ପାରିବେ ନାହିଁ । ପରିବେଶ ତଥା ଜୀବଜଗତର ସୁରକ୍ଷା କ୍ଷେତ୍ରରେ ଏହି ଆଇନ ସ୍ଵାଗତଯୋଗ୍ୟ ପଦକ୍ଷେପ ଅଟେ ।
→ ପ୍ଲାଷ୍ଟିସ୍ ଦ୍ରବ୍ୟର ବ୍ୟବହାର କମାଇବା ପାଇଁ ଆମେ କ’ଣ କରିପାରିବା ?
(i) ଲିଥନ୍ ମୁଣି ବଦଳରେ କାଗଜ ଠୁଙ୍ଗା ବ୍ୟବହାର କରିବା ।
(ii) ପଲିଥନ୍ ବ୍ୟାଗକୁ ବାରମ୍ବାର ବ୍ୟବହାର କରିବା ।
(iii) ଅବ୍ୟବହୃତ ପ୍ଲାଷ୍ଟିକ୍ସ୍ ପୁନଃଚକ୍ରଣ କରାଇବା ।
(iv) ହୋଟେଲରୁ ଖାଦ୍ୟପଦାର୍ଥ ପତ୍ରପୁଡ଼ିଆ କିମ୍ବା କାଗଜ ଡବାରେ ଆଣିବା ।
(v) ପ୍ଲାଷ୍ଟିକ୍ସ୍ର ବ୍ୟବହାର କମାଇବା ଦିଗରେ ସଚେତନ ହେବା ଓ ଏହାର ବ୍ୟବହାରକୁ ସୀମିତ କରିବା ଆବଶ୍ୟକ ।
ବିଷୟଭିତ୍ତିକ ଶବ୍ଦାବଳୀ :