Go through BSE Odisha Class 8 Science Notes Odia Medium and Class 8 Science Chapter 3 Notes Odia Medium ସ୍ଵାସ୍ଥ୍ୟ ହିଁ ସମ୍ପଦ to understand important concepts and topics more clearly.
8th Class Science Chapter 3 Notes Odia Medium
BSE Odisha Class 8 Science Chapter 3 Notes Odia Medium
ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
ସ୍ଵାସ୍ଥ୍ୟ କ’ଣ କେବଳ ରୋଗରେ ନ ପଡ଼ିବାକୁ ବୁଝାଏ ? :
ଏହା ଆମ ପାଇଁ ଏକ ମୂଲ୍ୟବାନ ଯେ ଆମେ ଆମର ସ୍ଵାସ୍ଥ୍ୟକୁ ସବୁବେଳେ ଯନ୍ ନେବା ଉଚିତ । ସ୍ଵାସ୍ଥ୍ୟ କହିଲେ ଶାରୀରିକ ଭାବରେ ଠିକ୍ ଅନୁଭବ କରିବା, ସକାରାତ୍ମକ ଭାବରେ ରହିବା ଏବଂ ଅନ୍ୟମାନଙ୍କ ସହିତ ଭଲ ସମ୍ପର୍କ ସ୍ଥାପନ କରିବା । ଜଣେ ସୁସ୍ଥ ବ୍ୟକ୍ତି ନିଜ ଶରୀରର ଯନ୍ ନିଏ, ଏକ ସକାରାତ୍ମକ ରୂପରେ ମାନସିକତା ବଜାୟ ରଖେ, ଏବଂ ସାମାଜିକ ଜୀବନକୁ ସୁନ୍ଦର ଭାବରେ ଉପଭୋଗ କରେ ।
କାର୍ଯ୍ୟ ୧ : ଆସ ପଢ଼ିବା :
ଜଣେ ଛାତ୍ର ଅନ୍ୟ ସ୍ଥାନରେ ଥିବା ଏକ ନୂଆ ସ୍କୁଲକୁ ସ୍ଥାନାନ୍ତରିତ ହୋଇଥିଲା । ତା’ର ନୂତନ ପରିବେଶରେ କୌଣସି ବନ୍ଧୁ ନଥିଲେ ଏବଂ ପିତାମାତା ସର୍ବଦା ବ୍ୟସ୍ତ ରହୁଥିବାରୁ ସେ ନିଜକୁ ସର୍ବଦା ଏକୁଟିଆ ଅନୁଭବ କରୁଥିଲା । ତା’ର ଏହି ଏକୁଟିଆ ଜୀବନଯାପନ ପ୍ରଣାଳୀକୁ ଭୁଲିବା ପାଇଁ ସବୁବେଳେ ମୋବାଇଲ ଫୋନ୍ରେ ଏବଂ ସାମାଜିକ ଗଣମାଧ୍ୟମରେ ଅଧିକ ସମୟ ବିତାଇଲା । ଫଳରେ ଏହା ତାକୁ ଅଧିକ ଖରାପ ଦିଗକୁ ପ୍ରେରିତ କଲା ।
ସେ କୌଣସି ନୂଆ ସାଙ୍ଗ କରିବାକୁ ଚେଷ୍ଟା କଲା ନାହିଁ, ଫଳରେ ତା’ର ମୁଣ୍ଡବିନ୍ଧା ଆରମ୍ଭ ହେଲା ଓ ଓଜନ କ୍ରମଶଃ ହ୍ରାସ ପାଇଲା, ତେଣୁ ସେ ଭଲ ଭାବରେ ଶୋଇ ପାରିଲା ନାହିଁ ।
ତା’ର ସ୍ଵାସ୍ଥ୍ୟକୁ ଉନ୍ନତ କରିବା ପାଇଁ ଜଣେ ଡାକ୍ତର ତାଙ୍କୁ ଫୋନ୍ ଓ ଟେଲିଭିଜନ ନ ଦେଖ୍ ସାଙ୍ଗମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ପାଇଁ ପରାମର୍ଶ ଦେଲେ ।
ଆସ ଚିନ୍ତା କରିବା ::
ବାଳକର ସ୍ଵାସ୍ଥ୍ୟ ସମସ୍ୟାର କାରଣ କ’ଣ ଥିଲା ? ତା’ର ଅଭ୍ୟାସ ଏବଂ ପାରିପାର୍ଶ୍ବକ ଅବସ୍ଥା କିପରି ତାକୁ ଅସୁସ୍ଥ କଲା ?
ଉ-
ବାଳକର ସ୍ୱାସ୍ଥ୍ୟ ସମସ୍ୟାର କାରଣ ଥିଲା, ଏକୁଟିଆ ଜୀବନ ବିତାଇବା, ବାପା ଓ ମାଆଙ୍କ ଅନୁପସ୍ଥିତି, ସାମାଜିକ ସହଯୋଗ ତଥା ସାଙ୍ଗସାଥୁମାନଙ୍କ ଅଭାବ, ଅଧିକ ସମୟ ମୋବାଇଲ୍ ଓ ଟେଲିଭିଜନ ଦେଖୁବା । ଏହି କାରଣ ଯୋଗୁଁ ତା’ର ମୁଣ୍ଡ ବ୍ୟଥା ହେବା, ନିଦ ନ ହେବା ଫଳରେ ଓଜନର ହ୍ରାସହେବା ଇତ୍ୟାଦି ତାକୁ ଅସୁସ୍ଥ କଲା ।
(i) ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ ସ୍ଵାସ୍ଥ୍ୟକୁ ସମ୍ପୂର୍ଣ୍ଣ ଭାବରେ ଶାରୀରିକ, ମାନସିକ ଏବଂ ସାମାଜିକ ସୁସ୍ଥତାର ଅବସ୍ଥା କୁହାଯାଏ ।
(ii) ସ୍ଵାସ୍ଥ୍ୟ କହିଲେ କେବଳ ରୋଗର ଅନୁପସ୍ଥିତି ନୁହେଁ ବରଂ ଜଣେ ସୁସ୍ଥ ବ୍ୟକ୍ତି ବିଭିନ୍ନ କାର୍ଯ୍ୟକୁ ଅଧିକ ଦକ୍ଷତାର ସହିତ କରିପାରିବ । ଭିନ୍ନ ଏବଂ କଷ୍ଟକର ପରିସ୍ଥିତିକୁ ଭଲ ଭାବରେ ମୁକାବିଲା କରିପାରିବାକୁ ବୁଝାଏ । ଜଣେ ସୁସ୍ଥ ବ୍ୟକ୍ତି ସମକକ୍ଷ ଗୋଷ୍ଠୀ ଏବଂ ସମାଜର ଅନ୍ୟାନ୍ୟ ସଦସ୍ୟଙ୍କ ସହିତ ଭଲ ଭାବରେ ନିଜକୁ ସାମିଲ କରିପାରି ଥାଏ ।
ଆମ ବୈଜ୍ଞାନିକ ଐତିହ୍ୟ :
ଆୟୁର୍ବେଦ ଆମକୁ ଶିକ୍ଷା ଦିଏ ଯେ, ପ୍ରକୃତ ସ୍ଵାସ୍ଥ୍ୟ ହେଉଛି ଶରୀର, ମନ ଏବଂ ପରିବେଶର ଏକ ସନ୍ତୁଳନ । ଦିନଚର୍ଯ୍ୟା ଏବଂ ଋତୁକାଳୀନ ଋତୁଚର୍ଯ୍ୟା ଅନୁସରଣ କଲେ ସନ୍ତୁଳନ ବଜାୟ ରହିଥାଏ । ବ୍ୟକ୍ତିର ଶରୀର ଗଠନ ପାଇଁ ଉପଯୁକ୍ତ ସତେଜ ଓ ସୁଷମ ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ ।
ନିୟମିତ ବ୍ୟାୟାମ, ପରିଷ୍କାର ପରିଚ୍ଛନ୍ନତା, ଗାଢ଼ ନିଦ୍ରା ଏବଂ ଶାନ୍ତ ମନ ସାମଗ୍ରିକ ସୁସ୍ଥତା ଦେଇଥାଏ । ଏହା ଏହି ସୁସ୍ଥତା ଯୋଗ ଧ୍ୟାନ ଭଳି ଅଭ୍ୟାସ ମାଧ୍ୟମରେ ମଧ୍ୟ ହାସଲ କରାଯାଇପାରିବ ।
ଆମେ କିପରି ସୁସ୍ଥ ରହିପାରିବା ?
ସୁସ୍ଥ ରହିବା ଅର୍ଥ ହେଉଛି ନିୟମିତ ପୁଷ୍ଟିକର ଖାଦ୍ୟ ଖାଇବା, ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖୁବା, ପରିଷ୍କାର ସ୍ଥାନରେ ବାସ କରିବା, ନିୟମିତ ବ୍ୟାୟାମ କରିବା, ଠିକ୍ ଭାବରେ ନିଦ୍ରା ଯିବା, ପରିବାର ଏବଂ ବନ୍ଧୁମାନଙ୍କ ସହିତ ଖୁସିରେ ଅଧୁକ ସମୟ ଅତିବାହିତ କରିବା ଏବଂ ସକରାତ୍ମକ ମନୋଭାବ ପୋଷଣ କରିବା ।
ବିଭିନ୍ନ ରୋଗର ପ୍ରତିକାର ପାଇଁ ଏକାଧ୍ଯକ ବ୍ୟବସ୍ଥା (Prescription) ରହିଛି । ଏହି ବ୍ୟବସ୍ଥାଗୁଡ଼ିକ ବହୁ ପରୀକ୍ଷିତ ହୋଇଛି । ଋତୁ ପରିବର୍ତ୍ତନ ସମୟରେ ଜଳବାୟୁ ଏବଂ ଆମମାନଙ୍କର ଆହାର ବିହାର ଶରୀରର ଦୋଷସମୂହ ଯଥା- ବାତ, ପିତ୍ତ, କଫ୍ କ୍ଷୟ ବୃଦ୍ଧି ହୋଇଥାଏ । ତେଣୁ ଯେ କୌଣସି ଔଷଧ ମଧ୍ୟ ଖାଇଲେ ଶରୀରର ବାତ, ପିତ୍ତ, କଫ ଦୋଷମାନଙ୍କର ସମତା ଆସିଥାଏ, ସେହି ଔଷଧରେ ଶରୀର ରୋଗମୁକ୍ତ ହୁଏ ।
ସ୍ଵାସ୍ଥ୍ୟ ସଂପର୍କୀୟ ସୂଚନା ‘ଲକ୍ଷ୍ମଣ ମିଶ୍ର’ଙ୍କ ‘ଘର ବଇଦ’’ ପୁସ୍ତକରୁ ମିଳେ ।
ନିଜକୁ ସୁସ୍ଥ ରଖୁବା ପାଇଁ ଆମେ କ’ଣ କରିବା ଉଚିତ ଏବଂ କ’ଣ କରିବା ଅନୁଚିତ ?
![]()
କାର୍ଯ୍ୟ ୨ : ଆସ ତାଲିକା କରିବା
ତୁମର ପିତାମାତା ଶିକ୍ଷକ କିମ୍ବା ବୟସ୍କ ଲୋକମାନେ ତୁମକୁ ଯେଉଁ ଭଲ ଅଭ୍ୟାସଗୁଡ଼ିକୁ ପାଳନ କରିବାକୁ ଉତ୍ସାହିତ କରନ୍ତି ସେଗୁଡ଼ିକ ତାଲିକା କର । ଏଗୁଡ଼ିକ ମଧ୍ୟରୁ କେଉଁଗୁଡ଼ିକ ତୁମର ଦୈନନ୍ଦିନ କାର୍ଯ୍ୟର ଅଂଶ ? ତୁମେ ଆଉ କ’ଣ ଅନୁସରଣ କରିବାକୁ ଚାହୁଁଛ ନିମ୍ନରେ ଥିବା ତାଲିକାରେ ଯୋଡ଼ ।
(୧) ନିୟମିତ ନିଜକୁ ପରିଷ୍କାର ରଖୁବା ଏବଂ ବ୍ୟକ୍ତିଗତ ପରିଚ୍ଛନ୍ନତା ବଜାୟ ରଖୁବା ।
(୨) ସବୁବେଳେ ସୁଷମ ଖାଦ୍ୟ ଖାଇବା ଉଚିତ୍ ।
(୩) ନିୟମିତ ବ୍ୟାୟାମ କରିବା ଉଚିତ୍ ।
(୪) ପ୍ରତିଦିନ କିଛି ସମୟ ଆରାମ କରିବା କିମ୍ବା ଯୋଗ କରିବା ପାଇଁ ସମୟ ବାହାର କରିବା ଉଚିତ୍ ।
ବର୍ତ୍ତମାନ ସେହି ଅଭ୍ୟାସଗୁଡ଼ିକ ବିଷୟରେ ଚିନ୍ତା କର ଯାହା ତୁମ ସ୍ଵାସ୍ଥ୍ୟ ପାଇଁ ଭଲ ନୁହେଁ ।
ଖରାପ ଅଭ୍ୟାସ :
(୧) ମୋବାଇଲ୍ ଫୋନ୍ କିମ୍ବା ଅନ୍ୟାନ୍ୟ ଡିଜିଟାଲ୍ ପରଦାରେ ଅଧିକ ସମୟ ବିତାଇବା ।
(୨) ପ୍ରତିଦିନ ଫାଷ୍ଟଫୁଡ୍ ଏବଂ ଅନ୍ୟାନ୍ୟ ଜଫୁଡ୍ ଖାଇବା ।
(୩) ରାତିରେ ବହୁତ ଡେରିରେ ଶୋଇବା କିମ୍ବା ପର୍ଯ୍ୟାପ୍ତ ପରିମାଣରେ ନିଦ ହେବା ।
(୪) ସକାଳ ଜଳଖୁ ନଖାଇ ଉପାସ ରହିବା ।
ଆମ ଶରୀର ଏବଂ ମନର ଯନ ରେ ନିହାତି ଆବଶ୍ୟକ । ସୁସ୍ଥ ଅଭ୍ୟାସ ସୁସ୍ଥ ଶରୀର ସହ ମନକୁ ସୁସ୍ଥ ମଧ୍ୟ ରଖୁଥାଏ ।
ଆମର ସ୍ଵାସ୍ଥ୍ୟ ଅନେକ କାରଣ ଉପରେ ନିର୍ଭର କରେ । ଏହି କାରଣଗୁଡ଼ିକ ମଧ୍ୟରେ ଆମର ଜୀବନଶୈଳୀ ଅନ୍ତର୍ଭୁକ୍ତ ।

ଏକ ସୁସ୍ଥ ଜୀବନଶୈଳୀ ବଜାୟ ରଖ :
ପ୍ରଚୁର ଫଳ, ପନିପରିବା ଏବଂ ଶସ୍ୟ ଜାତୀୟ ସନ୍ତୁଳିତ ଖାଦ୍ୟ ଖାଇବା ଉଚିତ । ପ୍ରକ୍ରିୟାକୃତ, ଚର୍ବିଯୁକ୍ତ କିମ୍ବା ଚିନିଯୁକ୍ତ ଖାଦ୍ୟ ଏବଂ ପାନୀୟ ପରିହାର କରିବା
ଉଚିତ ।
ବାହାରେ ଖେଳିବା, ଚାଲିବା, ଦୌଡ଼ିବା, ସାଇକେଲ ଚଳାଇବା କିମ୍ବା ବ୍ୟାୟାମ କରି ଶାରୀରିକ ଭାବରେ ସକ୍ରିୟ ରହିବା ଉଚିତ ।
ଫୋନ ଓ ଟେଲିଭିଜନ ଦେଖୁବା ସମୟ ସୀମିତ କରି ପ୍ରକୃତି ସହ ଅଧିକ ସମୟ ବିତାଇବା ଉଚିତ ।
ଶରୀର ଏବଂ ମନକୁ ବିଶ୍ରାମ ଦେବା ସହ ସୁସ୍ଥ ହେବା ପାଇଁ ଠିକ୍ ସମୟ ପର୍ଯ୍ୟନ୍ତ ଶୋଇବା ଉଚିତ ।
ନିୟମିତ ଭାବରେ ଯୋଗ କିମ୍ବା ପ୍ରାଣାୟମ ଭଳି ସରଳ ବ୍ୟାୟାମ ଅଭ୍ୟାସ କରିବା ଉଚିତ ଏବଂ ନିଶାଦ୍ରବ୍ୟକୁ ବର୍ଜନ କରିବା ଉଚିତ ।
ପରିବେଶକୁ ସଫା ରଖ :
କାର୍ଯ୍ୟ – ୩ : ଆସ ତୁଳନା କରିବା :
ଚିତ୍ରଗୁଡ଼ିକୁ ଦେଖ । ତୁମେ କେଉଁ ଖେଳପଡ଼ିଆରେ ଖେଳିବାକୁ ପସନ୍ଦ କରିବ ଏବଂ କାହିଁକି ?
ଉ-
ଆମ ମଧ୍ୟରୁ ଅଧିକାଂଶ ପ୍ରଥମ ଚି ତ୍ର ରେ ଦେଖାଯାଇଥିବା ଖେଳପଡ଼ିଆରେ ଖେଳିବାକୁ ପସନ୍ଦ କରିବା କାରଣ ଏହା ପରିଷ୍କାର ଏବଂ ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଇ ସୁନ୍ଦର ଦେଖାଯାଉଛି ।
ଦ୍ଵିତୀୟ ଚିତ୍ରରେ ଥିବା ଖେଳପଡ଼ିଆ ପ୍ରଦୂଷିତ, ଅପରିଷ୍କାର ଏବଂ ମାଛି, ମଶା ଦ୍ଵାରା ପରିପୂର୍ଣ୍ଣ – ଏପରି ଅଞ୍ଚଳରେ ଖେଳିଲେ ରୋଗାକ୍ରାନ୍ତ ହୋଇଥା’ନ୍ତି ।
ଭଲ ଅଭ୍ୟାସ ଗ୍ରହଣ କରିବ। ଓ ସୁ ସ୍ଥ ଜୀବନଶୈଳୀ ପାଳନ ସହିତ ଆମେ ନିଜକୁ ଏବଂ ଆମର ଚାରିପାଖକୁ ସଫା ରଖୁବା ଉଚିତ ।
କୌଣସି ସମୟରେ ଧୂଆଁ କିମ୍ବା ଧୂଳି ଥିବା ସ୍ଥାନରେ ପ୍ରଶ୍ଵାସ ନେବାକୁ କଷ୍ଟ ଅନୁଭବ କରିଛ କି ? କାରଣ ସ୍ଵଚ୍ଛ ବାୟୁ ଏବଂ ଜଳ ଆମ ସ୍ଵାସ୍ଥ୍ୟ ପାଇଁ ଗୁରୁତ୍ଵପୂର୍ଣ୍ଣ । ସହରଗୁଡ଼ିକରେ ଯାନବାହନ ଏବଂ କାରଖାନା ଦ୍ଵାରା ହେଉଥିବା ବାୟୁ ପ୍ରଦୂଷଣ କାଶ କିମ୍ବା ଶ୍ଵାସରୋଗ ଭଳି ସମସ୍ୟା ସୃଷ୍ଟି କରିଥାଏ । ବାୟୁର ବିଶୁଦ୍ଧତା ଜାଣିବାରେ ଆମକୁ ବାୟୁ ଗୁଣବତ୍ତା ସୂଚକାଙ୍କ Air Quality Index (AQI) ର ସାହାଯ୍ୟ ନେବା ଉଚିତ ।

ଦୁଇଟି ଖେଳ ପଡ଼ିଆ
ଏକ ପରିଷ୍କାର ପରିବେଶ ଆମକୁ ସୁସ୍ଥ ରଖିବା ସହ ଉତ୍ତମ ଅନୁଭବ ଦେଇଥାଏ ।
ଆମେ ଅସୁସ୍ଥ ବୋଲି କିପରି ଜାଣିବା ?
ଆମ ଶରୀର ଭିତରେ କିଛି ବ୍ୟତିକ୍ରମ ଦେଖାଦେଲେ ଆମେ ଅସୁସ୍ଥ ଅନୁଭବ କରୁ । ଆମ ଶରୀରରେ ଯନ୍ତ୍ରଣା କିମ୍ବା ମୁଣ୍ଡବିନ୍ଧା, କ୍ଳାନ୍ତି ପ୍ରଭୃତି ଲକ୍ଷଣ ଏବଂ ଜ୍ଵର, ଉଚ୍ଚ ରକ୍ତଚାପ, ଫୋଟକା କିମ୍ବା ଶରୀରରେ ଫୁଲା ଭଳି ସଂକେତ ଆଦି ସୂଚାଇ ଥାଏ ଯେ ଆମେ ଅସୁସ୍ଥ ଅଛୁ ବୋଲି ଜାଣିଥାଉ ।
ରୋଗ : କାରଣ ଓ ପ୍ରକାରଭେଦ
ରୋଗ କ’ଣ ?
ରୋଗ ହେଉଛି ଏକ ଅବସ୍ଥା ଯାହା ଶରୀର କିମ୍ବା ମନର ସାଧାରଣ କାର୍ଯ୍ୟକୁ ପ୍ରଭାବିତ କରେ । ଯେତେବେଳେ ଗୋଟିଏ ବା ଏକାଧ୍ଵକ ଅଙ୍ଗ କିମ୍ବା ଅଙ୍ଗସଂସ୍ଥା ଠିକ୍ ଭାବରେ କାର୍ଯ୍ୟ କରିବା ବନ୍ଦ କରିଦିଅନ୍ତି ସେତେବେଳେ ଆମକୁ ରୋଗ ହୋଇଥାଏ ବୋଲି ଜାଣିବା ।
ରୋଗ କାରକ :
କିଛି ରୋଗ ବୀଜାଣୁ, ଭୂତାଣୁ କୃମି କିମ୍ବା ଆଦିପ୍ରାଣୀ, କବକ ଭଳି ଅଣୁଜୀବ (ଏକକୋଷୀ ପ୍ରାଣୀ)ମାନଙ୍କ ଦ୍ଵାରା ହୋଇଥାଏ । ଏହି ରୋଗ ସୃଷ୍ଟି କରୁଥିବା ଜୀବମାନଙ୍କୁ ରୋଗ କାରକ ବା ରୋଗାଣୁ ଅଣୁଜୀବ (Pathogens) କୁହାଯାଏ ।
ଅନ୍ୟ ରୋଗଗୁଡ଼ିକ ସଂକ୍ରମିତ ଖାଦ୍ୟ ବା ପୁଷ୍ଟିହୀନତା କିମ୍ବା ଅସ୍ଵାସ୍ଥ୍ୟକର ଜୀବନଶୈଳୀରୁ ହୋଇପାରେ । କିଛି ରୋଗ ଅଳ୍ପ ସମୟ ପାଇଁ ଶରୀରରେ ରହିଥାଏ ଏବଂ ଅନ୍ୟକେତେକ ଦୀର୍ଘ ସମୟ ପାଇଁ ଜାରି ରହିପାରେ ଏଥପାଇଁ ନିୟମିତ ଚିକିତ୍ସା ଓ ଯନ୍ତ୍ର ନେବା ଆବଶ୍ୟକ ହୋଇଥାଏ ।
ରୋଗଗୁଡ଼ିକୁ ସେମାନଙ୍କର କାରଣ ଏବଂ ବ୍ୟାପିବାର ପଦ୍ଧତି ଆଧାରରେ ଦୁଇ ଭାଗରେ ବିଭକ୍ତ କରାଯାଇପାରିବ ।
ଯଥା : (କ) ଅଣ-ସଂକ୍ରାମକ ରୋଗ
(ଖ) ସଂକ୍ରାମକ ରୋଗ
(କ) ଅଣ-ସଂକ୍ରାମକ ରୋଗ :
ପ୍ରତ୍ଯକ୍ଷ ସଂସ୍ପର୍ଶ
ବାୟୁ ଦ୍ବାରା
ପରୋକ୍ଷ ସଂସ୍ପର୍ଶ
(i) କିଛି ଅଣ-ସଂକ୍ରାମକ ରୋଗର ଉ ଦ। ହ ର ଣ ହେ ଉଛି ଶ୍ଵାସରୋଗ, ମଧୁମେହ, କର୍କଟ ଇତ୍ୟାଦି ।
(ii) ଏଗୁଡ଼ିକ ରେ।ଗକ।ରକ ଅଣୁ ଜୀବମାନଙ୍କ ଦ୍ଵାରା ହୁଏ ନାହିଁ ଏବଂ ଜଣେ ସଂକ୍ରମିତ ବ୍ୟକ୍ତି ଠାରୁ ଅନ୍ୟ ବ୍ୟକ୍ତିକୁ ବ୍ୟାପୀ ନ ଥାଏ । ଏଗୁଡ଼ିକ ସାଧାରଣତଃ ଜୀବନଶୈଳୀ, ଖାଦ୍ୟ ଏବଂ ପରିବେଶ ସହିତ ଜଡ଼ିତ ।

(ଖ) ସଂକ୍ରାମକ ରୋଗ :
(i) ରୋଗକାରକ ଅଣୁଜୀବ ଦ୍ଵାରା ହେଉଥିବା ରୋଗଗୁଡ଼ିକୁ ସଂକ୍ରାମକ ରୋଗ କୁହାଯାଏ । ଏଗୁଡ଼ିକ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ବ୍ୟକ୍ତିକୁ ବ୍ୟାପିପାରେ ।
(ii) ସଂକ୍ରାମକ ରୋଗର କିଛି ଉଦାହରଣ ହେଉଛି ଟାଇଫଏଡ୍, ଡେଙ୍ଗୁ, ଫ୍ଲୁ (ଥଣ୍ଡା) ମିଳିମିଳା ଏବଂ କୋଭିଡ୍ – 19 ଇତ୍ୟାଦି ।
ସାମ୍ପ୍ରତିକ ସମୟରେ ଭାରତରେ ହୃଦରୋଗ, କର୍କଟ ଏବଂ ମଧୁମେହ ଭଳି ଅଣସଂକ୍ରାକମ ରୋଗ (Non Contaminated Disease) ଗୁଡ଼ିକ ବ୍ୟାପକ ହୋଇଛି । ଏହା ଲୋକମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ଘଟୁଛି, ଯେପରିକି ଅଧୂକ ପ୍ରକ୍ରିୟାକୃତ ଖାଦ୍ୟ ଗ୍ରହଣ, କମ୍ ବ୍ୟାୟାମ କରିବା ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ବଞ୍ଚିବା ଇତ୍ୟାଦି । ଆଜି ଭାରତରେ ଅଧିକାଂଶ ମୃତ୍ୟୁ ଅଣସଂକ୍ରମିତ ରୋଗ ଦ୍ଵାରା ହେଉଛି ।
ସଂକ୍ରାମକ ରୋଗ କିପରି ସୃଷ୍ଟି ହୁଏ ଏବଂ ବ୍ୟାପି ଥାଏ ?
ସମସ୍ତ ସଂକ୍ରାମକ ରୋଗ, ରୋଗ କାରକ ଅଣୁଜୀବ ଦ୍ଵାରା ସୃଷ୍ଟି ହୋଇଥାଏ । ଏହି ରୋଗଜୀବାଣୁ ଆମେ ପ୍ରଶ୍ଵାସ ନେବା ସମୟରେ ବାୟୁ ମାଧ୍ୟମରେ କିମ୍ବା ଦୂଷିତ ଖାଦ୍ୟ କିମ୍ବା ଜଳ ବ୍ୟବହାର କରିବା ସମୟରେ ଆମ ଶରୀରରେ ପ୍ରବେଶ କରିଥାଏ ।
ରୋଗଜୀବାଣୁ କିପରି ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବ୍ୟାପିଥାଏ ?
(i) ଏହା ସାଧାରଣତଃ ବାୟୁ ମାଧ୍ୟମରେ ସଂକ୍ରମିତ ବ୍ୟକ୍ତିଙ୍କର କାଶ କିମ୍ବା ଛିଙ୍କ ଦ୍ଵାରା କିମ୍ବା ପ୍ରତ୍ୟକ୍ଷ ସଂସ୍ପର୍ଶ ଯଥା ହାତ ମିଳାଇବା, ଜିନିଷପତ୍ର ବ୍ୟବହାର ଦ୍ଵାରା ସଂକ୍ରମିତ ବ୍ୟକ୍ତି ବ୍ୟବହାର କରୁଥିବା ବ୍ୟାପିଥାଏ ।
(ii) କିଛି ସଂକ୍ରାମକ ରୋଗ ଦୂଷିତ ପାନୀୟ ଜଳ କିମ୍ବା ଖାଦ୍ୟ ମାଧ୍ୟମରେ ବ୍ୟାପିଥାଏ । କିଛି ରୋଗକାରକ ଅଣୁଜୀବ ମଶା ଏବଂ ମାଛି ଭଳି କୀଟପତଙ୍ଗ ଦ୍ଵାରା ଜୀବ ଶରୀରରେ ରୋଗ ସୃଷ୍ଟି କରିଥାଏ । ଏହି କୀଟପତଙ୍ଗଗୁଡ଼ିକୁ ବାହାକ (vectors) କୁହାଯାଏ । ଯେପରି ମ୍ୟାଲେରିଆ ମାଈ ଏନୋଫିଲିସ୍ ମଶା ଦ୍ଵାରା ବ୍ୟାପିଥାଏ ।
![]()
କାର୍ଯ୍ୟ – ୪ : ଆସ ଜାଣିବା
I. ଏକ ସାମୂହିକ ଅଭିଯାନ ଏବଂ ଏକ ପାଠାଗାର ସର୍ଭେ ସମୟରେ ପୂର୍ବରୁ କେତେଜଣ ଶିକ୍ଷାର୍ଥୀ ସାଧାରଣ ସଂକ୍ରାମକ ରୋଗକୁ ନିମ୍ନରେ ଥିବା ସାରଣୀରେ ତାଲିକାଭୁକ୍ତ କରିଛନ୍ତି । ପୁସ୍ତକ, ବିଶ୍ଵସ୍ତ ୱେବ୍ସାଇଟ୍ ଦେଖୁ କିମ୍ବା ତୁମ ବିଜ୍ଞାନ ଶିକ୍ଷକଙ୍କୁ ପଚାରି ତାଲିକାଭୁକ୍ତ ସୂଚନାକୁ ଯାଞ୍ଚ କର । ଯଦି କୌଣସି ବିବରଣୀ ଅନ୍ତର୍ଭୁକ୍ତ ହୋଇନାହିଁ, ତାକୁ ଯୋଡ଼ ।
II. ସାରଣୀଟି ଅଧ୍ୟୟନ କର ଏବଂ ପ୍ରତ୍ୟେକ ରୋଗକୁ ପ୍ରତିରୋଧ କରିବାରେ ଯେଉଁ ସରଳ ପଦକ୍ଷେପ ସାହାଯ୍ୟ କରିପାରିବ ସେ ବିଷୟରେ ଚିନ୍ତା କର ।
ସାରଣୀ : ମଣିଷକୁ ପ୍ରଭାବିତ କରୁଥିବା କିଛି ସାଧାରଣ ସଂକ୍ରାମକ ରୋଗ

ସଂକ୍ରାମକ ରୋଗ କିପରି ବ୍ୟାପିଥାଏ ଏବଂ ସେଗୁଡ଼ିକୁ କିପରି ରୋକାଯାଇ ପାରିବ । ନିମ୍ନରେ କିଛି ସରଳ କିନ୍ତୁ ଗୁରୁତ୍ଵପୂର୍ଣ୍ଣ ସତର୍କତା ଦିଆଯାଇଛି :
(୧) ନିଜକୁ ଏବଂ ଆମର ଚତୁଃପାର୍ଶ୍ଵକୁ ସଫା ରଖୁବା ।
(୨) ପ୍ରତିଦିନ ମୌଳିକ ପରିଷ୍କାର ପରିଚ୍ଛନ୍ନତା ଅଭ୍ୟାସ କରିବା ।
(୩) ରୋଗ ଜୀବାଣୁମାନଙ୍କୁ ଦୂର କରିବା ପାଇଁ ସାବୁନ ଏବଂ ପାଣିରେ ହାତ ଧୋଇବା ।
(୪) କାଶିବା କିମ୍ବା ଛିଙ୍କିବା ସମୟରେ ଆମର ମୁହଁ ଏବଂ ନାକକୁ ଘୋଡ଼ାଇ ରଖୁବା ।
(୫) ଭିଡ଼ ସ୍ଥାନରେ ମାସ୍କ ପିନ୍ଧି ସୁରକ୍ଷିତ ରହିବା ।
(୬) ତଉଲିଆ ଏବଂ ରୁମାଲ ଭଳି ବ୍ୟକ୍ତିଗତ ଜିନିଷଗୁଡ଼ିକୁ ଅନ୍ୟ କାହାକୁ ବ୍ୟବହାର କରିବାକୁ ଦେବା ନାହିଁ ।
(୭) ଆମର ଘର, ଖାଦ୍ୟ ଏବଂ ପାଣିକୁ ପରିଷ୍କାର ରଖୁବା ।
(୮) ଆମେ ଅସୁସ୍ଥ ସମୟରେ ଘରେ ରହିବା ଏବଂ ବିଶ୍ରାମ ନେବା ଦ୍ଵାରା ଆମ ଶରୀର ସୁସ୍ଥ ରହିବା ସହ ଅନ୍ୟମାନଙ୍କୁ ରୋଗ ବ୍ୟାପିବାକୁ ଦିଏ ନାହିଁ ।
କିଛି ସଂକ୍ରାମକ ରୋଗ ଆମ ଶରୀର ଭିତରେ ରହୁଥିବା କୃମି ଦ୍ଵାରା ହୁଏ । ସେମାନେ ଶରୀରରୁ ପୋଷଣ ପଦାର୍ଥ ଗ୍ରହଣ କରି ପରଜୀବୀ ଭାବରେ ବଞ୍ଚନ୍ତି । ଯେଉଁମାନେ ଅନ୍ୟ ଜୀବ ଶରୀରରୁ ଖାଦ୍ୟ ଗ୍ରହଣ କରି ବଞ୍ଚନ୍ତି । ସେମାନଙ୍କୁ ପରଜିବୀ (Parasites) କୁହାଯାଏ ।
ଏହି କୃମିଗୁଡ଼ିକ ଦୂଷିତ ଖାଦ୍ୟ, ଜଳ, ମାଟି କିମ୍ବା ସଂକ୍ରମିତ ଲୋକ ଓ ପଶୁଙ୍କ ସଂସ୍ପର୍ଶ ଦ୍ଵାରା ବ୍ୟାପିଥାଏ ।
ଅଣସଂକ୍ରାମକ ରୋଗ କିପରି ସୃଷ୍ଟି ହୁଏ ?
କର୍କଟ, ମଧୁମେହ ଏବଂ ଶ୍ଵାସରୋଗ ଭଳି ଅଣସଂକ୍ରମିତ ରୋଗଗୁଡ଼ିକ ଜୀବନଶୈଳୀ, ଖାଦ୍ୟ କିମ୍ବା ପରିବେଶ ସହିତ ଜଡ଼ିତ । ଏଗୁଡ଼ିକ ଭାରତରେ ମୃତ୍ୟୁର ସବୁଠାରୁ ସାଧାରଣ କାରଣ । କେତେକ ସ୍ଵତନ୍ତ୍ର ପୋଷକ ଅଭାବରେ ହେଉଥିବା ସ୍କର୍ଭି, ରକ୍ତହୀନତା ଏବଂ ଗଳଗଣ୍ଡ ଭଳି ରୋଗ ବିଷୟରେ ତୁମେ ପୂର୍ବ ଶ୍ରେଣୀରେ ଜାଣିଛ । ଏଗୁଡ଼ିକ ଖାଦ୍ୟ ଅଭାବଜନିତ ରୋଗ ମାତ୍ର ସଂକ୍ରାମକ ରୋଗ ନୁହେଁ ।
କର୍କଟ, ମଧୁମେହ ଏବଂ ଶ୍ଵାସରୋଗ ଭଳି ରୋଗ ପ୍ରାୟତଃ ଦୀର୍ଘ ସମୟ (ତିନିମାସରୁ ଅଧ୍ବକ) ପର୍ଯ୍ୟନ୍ତ ରହିପାରେ ତେଣୁ ଏହାକୁ ଦୀର୍ଘକାଳୀନ (Chronic) ରୋଗ ବୋଲି କୁହାଯାଏ ।
ମଧୁମେହ ଏକ ସାଧାରଣ ରୋଗ ଯାହା ବୟସ୍କ ଏବଂ ପିଲାମାନଙ୍କୁ ଅଧିକ ହେଉଛି । ପ୍ରକୃତରେ ବର୍ତ୍ତମାନ ଭାରତରେ ବିଶ୍ଵର ସର୍ବାଧିକ ସଂଖ୍ୟକ ମଧୁମେହ ରୋଗୀ ଅଛନ୍ତି । ଏହା ପ୍ରାୟତଃ ହରମୋନ୍ ଅସନ୍ତୁଳନ, ଓଜନ ବୃଦ୍ଧି କିମ୍ବା ମେଦବହୁଳତା ଅସ୍ଵାସ୍ଥ୍ୟକର ଖାଦ୍ୟାଭ୍ୟାସ, ଶାରୀରିକ ପରିଶ୍ରମର ଅଭାବ ଏବଂ ଅନ୍ୟାନ୍ୟ କାରଣମାନଙ୍କର ସମାହାର ଯୋଗୁଁ ହୋଇଥାଏ ।
କାର୍ଯ୍ୟ – ୫ : ଆସ ସର୍ଭେ କରିବା
(୧) ତୁମ ପଡ଼ୋଶୀମାନଙ୍କଠାରେ ଦେଖାଯାଉଥିବା ଜୀବନଶୈଳୀ ସମ୍ବନ୍ଧୀୟ ତିନୋଟି ସାଧାରଣ ରୋଗର ତାଲିକା କରାଯାଉ ।
(୨) କି ପ୍ରକାରର ଜୀବନଶୈଳୀ ପରିବର୍ତ୍ତନ ଏହି ରୋଗଗୁଡ଼ିକୁ ପ୍ରତିରୋଧ କିମ୍ବା ପରିଚାଳନା କରିବାରେ ସାହାଯ୍ୟ କରିପାରିବ ବୁଝି ଲେଖୁବା । ଜଣେ ଡାକ୍ତର, ସ୍ଵାସ୍ଥ୍ୟକର୍ମୀ କିମ୍ବା ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ଜ୍ଞାନ ଥିବା ପରିବାରର ଜଣେ ସଦସ୍ୟ, ନର୍ସ ସହିତ କଥା ହେବ ।
ସାରଣୀକୁ ପୂରଣ କର ଏବଂ ଜୀବନଶୈଳୀ ସମ୍ବନ୍ଧୀୟ ରୋଗ ବିଷୟରେ ଅଧିକ ଜାଣ
ଅଣସଂକ୍ରାମକ ରୋଗ
| କ୍ର.ନଂ | ସାଧାରଣ ଜୀବନଶୈଳୀ ସମ୍ବନ୍ଧୀୟ ରୋଗଗୁଡ଼ିକର ନାମ | ସଂକେତ ଏବଂ ଲକ୍ଷଣ | ପ୍ରସ୍ତାବିତ ଜୀବନଶୈଳୀ ପରିବର୍ତ୍ତନ |
| 1. | ମେଦ ବହୁଳତା | ଅଧୂକ ଓଜନ ଓ ମୋଟାପଣ | ସନ୍ତୁଳିତ ଖାଦ୍ୟ ଖାଇବା ଏବଂ ନିୟମିତ ବ୍ୟାୟାମ କରିବା |
| 2. | ମଧୁମେହ |
|
ମିଠାର ପରିମାଣ କମାଇବା ପ୍ରତିଦିନ ଯୋଗ ଓ ବ୍ୟାୟାମ ଏକ ସନ୍ତୁଳିତ ଖାଦ୍ୟ |
| 3. | ଉଚ୍ଚ ରକ୍ତଚାପ | ମୁଣ୍ଡ ବ୍ୟଥା ହେବା | ଅଳ୍ପ ଲୁଣ ଖାଇବା |
| 4. | ମୁଣ୍ଡ ଘୂରାଇବା ଝାପ୍ସା ଦୃଷ୍ଟି | ପ୍ରତିଦିନ ବ୍ୟାୟାମ କରିବା ଚାପ କମାଇବା |
ବୈଜ୍ଞାନିକଙ୍କଠାରୁ ପ୍ରେରଣା :
ଡକ୍ଟର କମଲ ରାଣାଦିଭେ (୧୯୧୭-୨୦୦୧) ଜଣେ ଅଗ୍ରଣୀ ଜୈବ ଚିକିତ୍ସା ଗବେଷକ ଥିଲେ । ହରମୋନ୍ ଏବଂ କିଛି ଭୂତାଣୁ କର୍କଟରୋଗ ସହ କିପରି ସଂପୃକ୍ତ ସେ ତାହା ଅଧ୍ୟୟନ କରିଥିଲେ ଯାହା କର୍କଟରୋଗର ଚିକିତ୍ସା ଏବଂ ପ୍ରତିରୋଧକୁ ଉନ୍ନତ କରିବାରେ ସାହାଯ୍ୟ କରିଅଛି । ତାଙ୍କର କାର୍ଯ୍ୟ ଏହା ମଧ୍ୟ ଦର୍ଶାଇଥୁଲା ଯେ କିପରି ତମାଖୁ, ଖାଦ୍ୟ ଏବଂ ପ୍ରଦୂଷଣ ବିଶେଷ କରି କର୍କଟ ରୋଗର ବିପଦକୁ ବୃଦ୍ଧି କରିପାରେ । ସେ ସୁସ୍ଥ ଜୀବନଶୈଳୀର ଗୁରୁତ୍ଵ ଉପରେ ଆଲୋକପାତ କରିଥିଲେ ।
ରୋଗକୁ କିପରି ପ୍ରତିରୋଧ ଏବଂ ନିୟନ୍ତ୍ରଣ କରିବ ?
ସଂକ୍ରାମକ ଏବଂ ଅଣସଂକ୍ରାମକ ରୋଗରୁ ନିଜକୁ ରକ୍ଷା କରିବା ଗୁରୁତ୍ଵପୂର୍ଣ୍ଣ ।
କାର୍ଯ୍ୟ – ୬ : ଆସ ପଢ଼ିବା
ଓଡ଼ିଶାରେ ଗୋଷ୍ଠୀ ନେତୃତ୍ୱାଧୀନ ପରିମଳ ଅଭିଯାନ :
ଏହାକୁ ଗୋଷ୍ଠୀ ପରିମଳ ଅଭିଯାନ ଦ୍ଵାରା ଅଧ୍ବକ ଲୋକଙ୍କୁ ଶୌଚାଳୟ ନିର୍ମାଣ ଏବଂ ବ୍ୟବହାର କରିବାରେ ସାହାଯ୍ୟ କରିଥାଏ । ଏହା ଖୋଲା ମଳତ୍ୟାଗକୁ ଯଥେଷ୍ଟ ହ୍ରାସ କରିବାସହ ତରଳ ଝାଡ଼ା ସଂକ୍ରମଣ ଘଟଣା ଏବଂ ଶିଶୁ ସ୍ଵାସ୍ଥ୍ୟରେ ଉନ୍ନତି ଆଣିଥାଏ ।
ଉତ୍ତମ ପରିମଳ ବ୍ୟବସ୍ଥା ଭଳି ସରଳ ପଦକ୍ଷେପଗୁଡ଼ିକ ସଂକ୍ରାମକ ରୋଗ ପ୍ରସାରକୁ ବହୁ ପରିମାଣରେ ହ୍ରାସ କରିଥାଏ ।
ରୋଗ ସହିତ ଲଢ଼ିବା ପାଇଁ ଶରୀରର କ୍ଷମତା :
- ସମାନ ପରିବେଶରେ ରହି ମଧ୍ୟ କିଛି ଲୋକ ଅନ୍ୟମାନଙ୍କ ତୁଳନାରେ ଅଧିକ ଅସୁସ୍ଥ ହୋଇଥାନ୍ତି । ରୋଗ ସହିତ ଲଢ଼ିବା ପାଇଁ ଆମ ଶରୀରର ପ୍ରାକୃତିକ କ୍ଷମତାକୁ ରୋଗ ପ୍ରତିରୋଧକ (immunity) ଶକ୍ତି କୁହାଯାଏ । ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ନାମକ ଏକ ସ୍ଵତନ୍ତ୍ର ବ୍ୟବସ୍ଥା ଅଛି, ଯାହା ଶରୀର ରୋଗ ବିରୁଦ୍ଧରେ ଲଢ଼ିବାରେ ସାହାଯ୍ୟ କରେ ।
- ପିଲାମାନେ ପୋଲିଓ, ଟିଟାନସ, ମିଳିମିଳା ଏବଂ ହେପାଟାଇଟିସ୍ ଭଳି କିଛି ରୋଗରୁ ରକ୍ଷା କରିବା ପାଇଁ କିଛି ବୁନ୍ଦା କିମ୍ବା ଇଞ୍ଜେକ୍ସନ୍ ନେଇଥାନ୍ତି । ଏଗୁଡ଼ିକ ହେଉଛି ଟିକା (vaccines) ଯାହା ଭୂତାଣୁ ଏବଂ ବୀଜାଣୁ ଦ୍ଵାରା ହେଉଥିବା ଗୁରୁତର ସଂକ୍ରମଣକୁ ରୋକିଥାଏ ।
- ଏକ ଟିକା ଆମ ଶରୀରର କ୍ଷତିକାରକ ବୀଜାଣୁକୁ ଚିହ୍ନିବା ତଥା ପ୍ରତିରୋଧ କରିବା ପାଇଁ ପ୍ରତିରକ୍ଷା ପ୍ରଣାଳୀକୁ ବଢ଼ାଇ ଦେଇ କିଛି ରୋଗ ସହିତ ଲଢ଼ିବାରେ ସାହାଯ୍ୟ କରେ । ଏକ ରୋଗ ପ୍ରତିରୋଧକ ଶକ୍ତି କିମ୍ବା ଟିକାର ସଂସ୍ପର୍ଶରେ ଆସିବା ପରେ ବିକଶିତ ହୋଇଥିବା ପ୍ରତିରୋଧକ ଶକ୍ତିକୁ ଅର୍ଜିତ ପ୍ରତିରକ୍ଷା ଶକ୍ତି (acqured immunity) କୁହାଯାଏ ।
- ଦୁର୍ବଳ କିମ୍ବା ମୃତ ରୋଗକାରକ ଅଣୁଜୀବ (ଭୂତାଣୁ ଏବଂ ବୀଜାଣୁ) କିମ୍ବା ନିଷ୍କ୍ରିୟ ଓ ଅଣକ୍ଷତିକାରକ ରୋଗକାରକ ଅଣୁଜୀବର ଅଂଶକୁ ବିଭିନ୍ନ ଉପାୟରେ ଟୀକା ତିଆରି କରାଯାଇଥାଏ । କିଛି ନୂତନ ଟୀକା ଆମ ଶରୀରର କୋଷଗୁଡ଼ିକୁ ଜୀବାଣୁର ଅଣକ୍ଷତିକାରକ ଅଂଶ ତିଆରି କରିବାକୁ ନିର୍ଦ୍ଦେଶ ଦିଏ ଯାହା ସାହାଯ୍ୟରେ ଆମ ଶରୀର ରୋଗ ପ୍ରତିରକ୍ଷା ସଂସ୍ଥା ରୋଗ ବିରୁଦ୍ଧରେ ଲଢ଼ିବାକୁ ଶିଖେ ।
- ଉଦାହରଣ ଆଘାତ ପରେ ଦିଆଯାଉଥିବା ଟିଟାନସ୍ ଟିକା ଟିଟାନାସ୍ ସୃଷ୍ଟିକାରୀ ଜୀବାଣୁ ଦ୍ଵାରା ସଂକ୍ରମଣରୁ ରକ୍ଷା କରେ । ଏଥିରେ ଏକ ନିଷ୍କ୍ରିୟ ଜୀବାଣୁ ପ୍ରତିଷେଧକ ଥାଏ, ଯାହା ରୋଗ ସୃଷ୍ଟି ନକରି ପ୍ରତିରକ୍ଷା ପ୍ରଣାଳୀକୁ ସୁରକ୍ଷା ପ୍ରଦାନ କରିଥାଏ ।
ଏଡୱାର୍ଡ଼ ଜେନର ଏବଂ ବସନ୍ତ ଟିକା :
ବସନ୍ତ ଏକ ମାରାତ୍ମକ ରୋଗ ଥିଲା, ଯାହା ଶରୀର ସାରା ଫୋଟକା ସୃଷ୍ଟି କରୁଥିଲା । ଲକ୍ଷ ଲକ୍ଷ ଲୋକଙ୍କୁ ଆକ୍ରାନ୍ତ କରି ମାରି ଦେଉଥିଲା । ଗାଈମାନଙ୍କଠାରେ ଦେଖାଯାଉଥିବା ଗୋବସନ୍ତ ନାମକ ଅପେକ୍ଷାକୃତ କମ୍ ମାରାତ୍ମକ ରୋଗ ମଧ୍ୟ ମଣିଷକୁ ସଂକ୍ରମିତ ହୋଇପାରେ । ୧୭୦୦ ଦଶକର ଶେଷ ଆଡ଼କୁ ଇଂରାଜୀ ଡାକ୍ତର ଏଡୱାର୍ଡ଼ ଜେନର ଆବିଷ୍କାର କରିଥିଲେ ଯେ ଯେଉଁମାନେ ଗୋବସନ୍ତ ରୋଗରେ ଆକ୍ରାନ୍ତ ହୋଇଥିଲେ ସେମାନଙ୍କୁ ବସନ୍ତ ହୁଏ ନାହିଁ । ଏହାହିଁ ପ୍ରଥମ ଟିକା ଉଦ୍ଭାବନ କରିବାର ମାର୍ଗ ଦେଖାଇଥିଲା ଏବଂ ଲୋକଙ୍କୁ ବସନ୍ତରୁ ରକ୍ଷା କରିଥିଲା ।
ଆମର ବୈଜ୍ଞାନିକ ଐତିହ୍ୟ :
ଆଧୁନିକ ଟୀକାକରଣ ପୂର୍ବରୁ ଭାରତରେ ବସନ୍ତ ରୋଗରୁ ରକ୍ଷା କରିବା ପାଇଁ ପ୍ରତିରୋଧ ସୃଷ୍ଟିକାରୀ ଭେରିଓଲେସନ (Variolation) ନାମକ ଏକ ପାରମ୍ପରିକ ପଦ୍ଧତି ଥିଲା । ଏଥିରେ ଚର୍ମକୁ ସାମାନ୍ୟ କ୍ଷତ କରି ସ୍ଵଳ୍ପ ସଂକ୍ରମଣ ସୃଷ୍ଟି କରିବା ପାଇଁ ବସନ୍ତଜନିତ ଘା’ର କିଛି ଅଂଶ (ରସ) ବ୍ୟବହାର କରାଯାଇ ପ୍ରତିରୋଧକ ଶକ୍ତି ସୃଷ୍ଟି କରାଯାଉଥିଲା । ଏହି ପଦ୍ଧତି ପ୍ରୟୋଗ କରୁଥିବା ଲୋକଙ୍କୁ ଟୀକାଦାତା କୁହାଯାଏ ।
![]()
ବିଜ୍ଞାନୀ ଭଳି ଚିନ୍ତା କର
ପର୍ଯ୍ୟବେକ୍ଷଣ :
ଜେନର ଦେଖିଲେ ଯେ ଗୋବସନ୍ତ ହୋଇଥିବା ଗୋପାଳକମାନଙ୍କୁ ବସନ୍ତ ହୋଇ ନଥୁଲା, କାରଣ ଗୋବସନ୍ତ ଭୂତାଣୁ ଓ ମଣିଷ ବସନ୍ତ ଭୂତାଣୁ ଦୁଇଟି ପ୍ରାୟ ଏକା ଭଳି ।

ଅନୁମାନ :
ଗୋବସନ୍ତ ଫୋଟକାରେ ଥିବା ରସ ଲୋକଙ୍କୁ ବସନ୍ତରୁ ରକ୍ଷା କରିପାରିବ ।
ପରୀକ୍ଷଣ :
ସେ ଏକ ବାଳକକୁ ଗୋବସନ୍ତ ରସ ଇଞ୍ଜେକ୍ସନ ଦେଇ ଏହା ପରୀକ୍ଷା କରିଥିଲେ ଯେ ପରେ ବସନ୍ତ ସଂସ୍ପର୍ଶରେ ଆସିଲେ ମଧ୍ୟ ତାକୁ କୌଣସି ପ୍ରକାରର ସଂକ୍ରମଣ ହୋଇ ନଥିଲା ।

ପରିଣାମ :
ସେ ଜାଣିପାରିଲେ ଯେ ଗୋବସନ୍ତ ରସ ଦ୍ଵାରା ସଂକ୍ରମିତ ଲୋକମାନେ ଏବେ ବସନ୍ତ ରୋଗକୁ ପ୍ରତିରୋଧ କରିପାରିଥିଲେ ।
ପ୍ରୟୋଗ :
ଶେଷରେ ସାମୂହିକ ଟୀକାକରଣ ସାରା ବିଶ୍ଵରେ ବସନ୍ତ ରୋଗର ନିପାତ କରିବାରେ ସାହାଯ୍ୟ କରିଥିଲା ।
ଟିକା ହେଉଛି ଶିଶୁଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତ ବୟସର ଲୋକମାନଙ୍କୁ ଅନେକ ଗୁରୁତର ରୋଗରୁ ରକ୍ଷା କରିବାର ସବୁଠାରୁ ପ୍ରଭାବଶାଳୀ ଉପାୟ ମଧ୍ୟରୁ ଗୋଟିଏ ।
ଏହା ରୋଗକୁ ରୋକିବାରେ, ସଂକ୍ରମଣର ପ୍ରସାରକୁ ହ୍ରାସ କରିବାରେ ଏବଂ ପ୍ରତିବର୍ଷ ଲକ୍ଷ ଲକ୍ଷ ଜୀବନ ବଞ୍ଚାଇବାରେ ସାହାଯ୍ୟ କରେ । ଏହା ମନେ ରଖୁବା ଗୁରୁତ୍ଵପୂର୍ଣ୍ଣ ଯେ ଟିକାଗୁଡ଼ିକ କେବଳ ରୋଗର ପ୍ରତିରୋଧକ କିନ୍ତୁ ତାର ଚିକିତ୍ସା ନୁହେଁ ।
ତଥ୍ୟ ପ୍ରଦାନକାରୀ ଦେଶ ସଂଖ୍ୟା
କୌଣସି ଏକ ଗୁରୁତର ରୋଗ ଆକ୍ରମଣ କରିବା ପୂର୍ବରୁ ଏହା ତା’ର ବିସ୍ତାରକୁ କମ୍ କରିବାରେ ସାହାଯ୍ୟ କରିପାରେ କିନ୍ତୁ କେହି ଅସୁସ୍ଥ ହୋଇଯାଇଥିଲେ ଟୀକା ଦ୍ଵାରା ଚିକିତ୍ସା କରାଯାଏ ନାହିଁ ।
କିଛି ଲୋକ ଟିକାଗୁଡ଼ିକୁ ଭୟ କରନ୍ତି, କିମ୍ବା ସନ୍ଦେହ କରନ୍ତି କିନ୍ତୁ ବୈଜ୍ଞାନିକ ଏବଂ ଡାକ୍ତରମାନେ ସୁରକ୍ଷା ପାଇଁ ସେଗୁଡ଼ିକୁ ସତର୍କତାର ସହ ପରୀକ୍ଷା କରିଥାନ୍ତି ।
ଟୀକାକରଣ କେବଳ ଆପଣଙ୍କୁ ନୁହେଁ ବରଂ ଆପଣଙ୍କ ଚାରିପାଖରେ ଥିବା ଲୋକଙ୍କୁ ମଧ୍ୟ ସୁରକ୍ଷା ଦିଏ ।

ଟୀକା ଉତ୍ପାଦନରେ ଭାରତର ଭୂମିକା :
ଭାରତ ବିଶ୍ୱର ସର୍ବବୃହତ ଟୀକା ଉତ୍ପାଦନକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ । ଆମ ଦେଶ ବିପୁଳ ପରିମାଣରେ ଟୀକା ପ୍ରସ୍ତୁତ କରେ ଏବଂ ଅନେକ ଦେଶକୁ ଯୋଗାଇଥାଏ । ଭାରତୀୟ ଟୀକା କମ୍ପାନୀ ମହାମାରୀ Covid-19 ସମୟରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ଏବଂ ବିଶ୍ଵ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମକୁ ଆମ ଦେଶର ସମର୍ଥନ ଜାରି ରହିଛି ।
ବୈଜ୍ଞାନିକଙ୍କଠାରୁ ପ୍ରେରଣା :
ଡକ୍ଟର ମହାରାଜ କିଶନ ଭାନ ଜଣେ ପ୍ରସିଦ୍ଧ ଭାରତୀୟ ଡାକ୍ତର ଏବଂ ବୈଜ୍ଞାନିକ ଥିଲେ । ଜୈବପ୍ରଯୁକ୍ତି ବିଦ୍ୟା ବିଭାଗର ସଚିବ ଭାବରେ ସେ ଭାରତରେ ବିଜ୍ଞାନ ଏବଂ ସୃଜନଶୀଳତାକୁ ପ୍ରୋତ୍ସାହିତ କରିଥିଲେ । ସେ ରୋଟାଭାଇରସ୍ ଟିକା ବିକଶିତ କରିବାରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଯାହା ପିଲାମାନଙ୍କୁ ହଇଜାରୁ ରକ୍ଷା କରେ । ସେ ସୁଲଭ ସ୍ଵାସ୍ଥ୍ୟ ସେବା ସୃଷ୍ଟି କରିବା ପାଇଁ ଗବେଷଣାକୁ ବ୍ୟବହାର କରିବାରେ ବିଶ୍ଵାସ କରୁଥିଲେ ଏବଂ ଭାରତର ସ୍ଵାସ୍ଥ୍ୟ ଏବଂ ଜୈବ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିଥିଲେ ।
ରୋଗର ଚିକିତ୍ସା
ଯଦି ଆମର ପ୍ରତିରକ୍ଷା ପ୍ରଣାଳୀ ଆମକୁ ଏକ ସଂକ୍ରାମକ ରୋଗ ବିରୁଦ୍ଧରେ ସୁରକ୍ଷା ଦେବାରେ ବିଫଳ ହୁଏ, ତେବେ ଆମେ ଅସୁସ୍ଥ ହୋଇପଡୁ ଏବଂ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିଥାଏ । ଡାକ୍ତର ଆମକୁ ପ୍ରତିଜୀବକ (antibiotics) ନାମକ ଔଷଧ ଦେଇପାରନ୍ତି ଯାହା ରୋଗ ସୃଷ୍ଟି କରିଥିବା ଜୀବାଣୁକୁ ମାରିଦିଏ । ଆଣ୍ଟିବାୟୋଟିକ୍ସ କେବଳ ଜୀବାଣୁ ସଂକ୍ରମଣ ବିରୁଦ୍ଧରେ କାମ କରେ, କାରଣ ସେମାନେ ନିର୍ଦ୍ଦିଷ୍ଟ ଭାବରେ ବୀଜାଣୁ କୋଷର ଅଂଶଗୁଡ଼ିକୁ ନଷ୍ଟ କରନ୍ତି ଯାହା ମଣିଷ କିମ୍ବା ଅନ୍ୟ ପ୍ରାଣୀ କୋଷଠାରୁ ଭିନ୍ନ ।
ମନେରଖ – ଆଣ୍ଟିବାୟୋଟିକ୍ସ ଆଦିପ୍ରାଣୀ ଓ ଭୂତାଣୁଦ୍ଵାରା ହେଉଥିବା ସଂକ୍ରମଣ ବିରୁଦ୍ଧରେ କାମ କରେ ଭିନ୍ନ ।
ପ୍ରଥମ ଆବିଷ୍କୃତ ପ୍ରତିଜୀବକ (Antibiotic) – ପେନିସିଲିନ୍
ପେନିସିଲିନ୍ ଲଣ୍ଡନର ଜଣେ ବୀଜାଣୁବିତ୍ ଆଲେକ୍ଜାଣ୍ଡାର ଫ୍ଲେମିଂଙ୍କ ଦ୍ଵାରା ୧୯୨୮ ରେ ଆବିଷ୍କାର କରାଯାଇଥିଲା । କ୍ଷତିକାରକ ବୀଜାଣୁ ଅଧ୍ୟୟନ କରୁଥିବା ସମୟରେ ସେ ଦେଖୁଲେ ଯେ ଏକ ଫିମ୍ପି ପରିତ୍ୟକ୍ତ କାଚ ପାତ୍ର ଉପରେ ବୀଜାଣୁର ବୃଦ୍ଧିକୁ ବନ୍ଦ କରିଦେଇଥିଲା । ସେ ଅନୁଭବ କଲେ ଯେ ସେହି ଫିମ୍ପି ଏପରି ଏକ ପଦାର୍ଥ ନିର୍ଗତ କରେ ଯାହା ରୋଗକାରକ ବୀଜାଣୁକୁ ମାରି ଦେଇଥିଲା । ଏହି ଆକସ୍ମିକ ଆବିଷ୍କାର ହିଁ ପେନିସିଲିନ୍ ଭଳି ପ୍ରତିଜୀବକର ସୃଷ୍ଟି କଲା ଯାହା ବୀଜାଣୁ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ପ୍ରଥମ ଆଣ୍ଟିବାୟୋଟିକ୍ ।
ସମ୍ପ୍ରଦାୟରେ ଆଣ୍ଟିବାୟୋଟିକ୍ ପ୍ରତିରୋଧକ କିପରି ବ୍ୟାପିଥାଏ ?
ଆବଶ୍ୟକ ନଥିବା ସମୟରେ ଆଣ୍ଟିବାୟୋଟିକ୍ ନେବା

ଚିତ୍ର (କ) : ସମାଜରେ ଆଣ୍ଟିବାୟୋଟିକ୍-ପ୍ରତିରୋଧ ବୀଜାଣୁ ବ୍ୟାପିବା
ଏହା ସାଧାରଣ ସଂକ୍ରମଣର ଚିକିତ୍ସା କରିବା କଷ୍ଟକର କରିଥାଏ ତଥା ରୋଗର ଜଟିଳତା ଓ ଦୀର୍ଘକାଳୀନ ଅସୁସ୍ଥତା ବୃଦ୍ଧି କରିବା ସହିତ ମୃତ୍ୟୁର କାରଣ ମଧ୍ୟ ହୋଇପାରେ ।
କାର୍ଯ୍ୟ – ୭ : ଆସ ସିଦ୍ଧାନ୍ତରେ ପହଞ୍ଚିବା
ରୋଗ ସୃଷ୍ଟିକାରୀ ବୀଜାଣୁରେ ଆଣ୍ଟିବାୟୋଟିକ୍ ପ୍ରତିରୋଧ କିପରି ବିକଶିତ ହୋଇଛି ବୋଲି ତୁମେ ଭାବୁଛ ? ଆଣ୍ଟିବାୟୋଟିକ୍ ପ୍ରତିରୋଧକୁ ହ୍ରାସ କରିବା ପାଇଁ ଆମେ କେଉଁ ସତର୍କତା ଅବଲମ୍ବନ କରିପାରିବା ?
ଆଣ୍ଟିବାୟୋଟିକ୍ ପ୍ରତିରୋଧ ସମସ୍ୟାର ମୁକାବିଲା କରିବା ପାଇଁ କେବଳ ଅନୁଭୂତିସମ୍ପନ୍ନ ଡାକ୍ତରଙ୍କ ପରାମର୍ଶରେ ଉପଯୁକ୍ତ ମାତ୍ରା ଓ ନିର୍ଦ୍ଦେଶିତ ସମୟ ଅନୁସାରେ ବ୍ୟବହାର କରିବା। ପ୍ରତିଜୀବକ (antibiotic) ର ଅନାବଶ୍ୟକ ବ୍ୟବହାରକୁ ପ୍ରତିହତ କଲେ ଉପକାରୀ ଅଣୁଜୀବଙ୍କ ସଂଖ୍ୟା ବୃଦ୍ଧିପାଏ ଏବଂ ପରବର୍ତ୍ତୀ ବଂଶଧରଙ୍କ ପାଇଁ ଏହା ଫଳପ୍ରଦ ହୁଏ ।
ସାଧାରଣ ସ୍ଵାସ୍ଥ୍ୟ ସମସ୍ୟା ପରିଚାଳନା ପାଇଁ ଆୟୁର୍ବେଦ, ସିଦ୍ଧ ଏବଂ ୟୁନାନି ଭଳି ପାରମ୍ପରିକ ଔଷଧ ପ୍ରଣାଳୀ ବହୁ ବର୍ଷ ଧରି ଭାରତର ବ୍ୟବହୃତ ହୋଇଆସୁଛି ରୋଗର ନିରାକରଣ ତଥା ସୁସ୍ଥ ଶରୀର ପାଇଁ ସେମାନେ ଉତ୍ତମ ଜୀବନଶୈଳୀ ଓ ସୁଷମ ଖାଦ୍ୟକୁ ପ୍ରୋତ୍ସାହିତ କରି ଚେରମୂଳି, ତେଲ ଓ ଖଣିଜ ପଦାର୍ଥ ଭଳି ପ୍ରାକୃତିକ ପଦାର୍ଥ ବ୍ୟବହାର କରୁଥିଲେ ।
ଆଣ୍ଟିବାୟୋଟିକ୍ ପ୍ରତି ବ୍ୟାକ୍ଟେରିଆ କିପରି ପ୍ରତିରୋଧୀ ହୁଏ ?

ଆଣ୍ଟିବାୟୋଟିକ୍-ପ୍ରତିରୋଧୀ ବୀଜାଣୁର ବିକାଶ ଏବଂ ପ୍ରତିରୋଧକ ପଦକ୍ଷେପ
ଯଦିଓ ଏହି ବ୍ୟବସ୍ଥା କେତେକ ପରିସ୍ଥିତିରେ ଦୈନନ୍ଦିନ ସୁସ୍ଥତା ପାଇଁ ଉପଯୋଗୀ, କିନ୍ତୁ, ସେଗୁଡ଼ିକ ସମସ୍ତ ପ୍ରକାର ରୋଗ ଓ ରୋଗର ସବୁ ସ୍ତର ପାଇଁ ପ୍ରଭାବଶାଳୀ ହୋଇ ନପାରେ ।
ଅଣସଂକ୍ରମଣ ରୋଗ ପାଇଁ ଲକ୍ଷଣଗୁଡ଼ିକୁ ଠିକ୍ ଭାବରେ ପରିଚାଳନା କରି ଉପଯୁକ୍ତ ଔଷଧ ପ୍ରୟୋଗ ଓ ଜୀବନ ଶୈଳୀ ପରିବର୍ତ୍ତନ ଦ୍ଵାରା ଜୀବନର ଗୁଣବତ୍ତା ବୃଦ୍ଧିଭିତ୍ତିକ ଚିକିତ୍ସା ପଦ୍ଧତି ଉପରେ ଧ୍ୟାନ ଦିଆଯାଏ । ପ୍ରାରମ୍ଭିକ ଅବସ୍ଥାରେ ରୋଗ ଚିହ୍ନଟ ଏକ ନିରନ୍ତର ଯନ୍ତ୍ର ମାଧ୍ୟମରେ ରୋଗର ଅଗ୍ରଗତିକୁ ନିୟନ୍ତ୍ରଣ କରିବା ଓ ଜଟିଳତାକୁ ରୋକିବା ସମ୍ଭବ ହୋଇଥାଏ ।
ଆମେ ଯାହା ଜାଣିଲୁ ।
- ସ୍ଵାସ୍ଥ୍ୟ କହିଲେ କେବଳ ରୋଗର ଅନୁପସ୍ଥିତି ନୁହେଁ ବରଂ ଶାରୀରିକ, ମାନସିକ ଏବଂ ସାମାଜିକ ସୁସ୍ଥତାକୁ ବୁଝାଇଥାଏ ।
ଖୁସିରେ ରହିବା ଦ୍ଵାରା ଆମେ ସକ୍ରିୟ ଓ ସୁସ୍ଥ ରହିଥାଉ ଏବଂ ଉତ୍ତମ ସ୍ଵାସ୍ଥ୍ୟ ମଧ୍ଯ ଆମର ମନୋଭାବକୁ ଉନ୍ନତ କରେ । ଶାରୀରିକ ସ୍ଵାସ୍ଥ୍ୟ ଏବଂ ଖୁସି ଅନୁଭବ କରିବା ପରସ୍ପର ପରିପୂରକ । - ଏକ ରୋଗ ଶରୀର କିମ୍ବା ମନର ସାଧାରଣ କାର୍ଯ୍ୟକୁ ପ୍ରଭାବିତ କରେ ।
- ଲକ୍ଷଣଗୁଡ଼ିକ ହେଉଛି ଯାହା ଆମେ ଅନୁଭବ କରୁ (ଯେପରିକି ଯନ୍ତ୍ରଣା କିମ୍ବା କ୍ଳାନ୍ତି), କିନ୍ତୁ ସଙ୍କେତଗୁଡ଼ିକ ଦେଖାଯାଇପାରେ କିମ୍ବା ମାପ କରାଯାଇପାରେ (ଯେପରିକି ଜ୍ଵର କିମ୍ବା ଶରୀରରେ ଦାଗ) ।
- ମଧୁମେହ ଏବଂ ହୃଦରୋଗ ପରି ଅଣସଂକ୍ରମିତ ରୋଗଗୁଡ଼ିକ ବୀଜାଣୁ ଦ୍ଵାରା ନୁହେଁ ବରଂ ଜୀବନଶୈଳୀ ଏବଂ ପରିବେଶଗତ କାରଣ ଦ୍ଵାରା ହୋଇଥାଏ ।
ସୁସ୍ଥ ଅଭ୍ୟାସ, ଜୀବନଶୈଳୀ ପରିବର୍ତ୍ତନ ଏବଂ ନିୟମିତ ବ୍ୟାୟାମ ଦ୍ଵାରା ଏଗୁଡ଼ିକୁ ପ୍ରାୟତଃ ରୋକାଯାଇପାରିବ । ସଂକ୍ରାମକ ରୋଗଗୁଡ଼ିକ ବୀଜାଣୁ, ଭୂତାଣୁ କିମ୍ବା କୃମି ଦ୍ଵାରା ସୃଷ୍ଟି ହୋଇଥାଏ । - ଆମର ପ୍ରତିରକ୍ଷା ପ୍ରଣାଳୀ ଆମକୁ କ୍ଷତିକାରକ ରୋଗଜୀବାଣୁଙ୍କଠାରୁ ରକ୍ଷା କରିବାରେ ସାହାଯ୍ୟ କରେ । ଜୀବାଣୁର ମୃତ, ଦୁର୍ବଳ କିମ୍ବା ଅଣକ୍ଷତିକାରକ ଅଂଶ ବ୍ୟବହାର କରି, ଟୀକା ରୋଗକୁ ରୋକିବା ପାଇଁ ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ତାଲିମ ଦିଏ ।
- ରୋଗର ପରିଚାଳନା ଏବଂ ନିରାକରଣ ପାଇଁ ରୋଗର ଚିହ୍ନଟ ଏବଂ ଚିକିତ୍ସା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।