Odisha State Board BSE Odisha 8th Class Science Solutions Chapter 12 ଘର୍ଷଣ Textbook Exercise Questions and Answers.
BSE Odisha Class 8 Science Solutions Chapter 12 ଘର୍ଷଣ
Question 1.
ଶୂନ୍ୟସ୍ଥାନ ପୂରଣ କର ।
(a) ପରସ୍ପର ସହିତ ସଂସ୍ପର୍ଶରେ ଥିବା ଦୁଇଟି ପୃଷ୍ଠ ମଧ୍ୟରେ ……………………. କୁ ଘର୍ଷଣ ବିରୋଧ କରିଥାଏ ।
(b) ଘର୍ଷଣ ……………………. ଉତ୍ପନ୍ନ କରେ ।
(c) ଘର୍ଷଣ ପୃଷ୍ଠ ଦ୍ଵୟର ……………………… ଉପରେ ନିର୍ଭର କରେ ।
(d) କ୍ୟାରମ୍, ବୋର୍ଡ଼ ଉପରେ ପାଉଡ଼ର ବିଞ୍ଚିବା ଦ୍ୱାରା ଘର୍ଷଣକୁ ………………………. କରାଯାଏ ।
(e) ସଂସ୍ପର୍ଶରେ ଥିବା ଦୁଇଟି ପୃଷ୍ଠ ପାଇଁ ଗତିଜ ଘର୍ଷଣ ବା ଖସାଣି ଘର୍ଷଣ ନୈତିକ ……………………… ସଂସ୍ପର୍ଶଠାରୁ ହୁଏ ।
Answer:
(a) ଆପେକ୍ଷିକ ଗତି
(b) ମସୃଣତା
(c) ତାପ
(d) କମ୍
(e) କମ୍
Question 2.
ନିମ୍ନରେ ଦିଆଯାଇଥିବା ଚାରୋଟି ବ୍ୟବସ୍ଥା ମଧ୍ୟରୁ କେଉଁଟିରେ ଘର୍ଷଣ ବଳଗୁଡ଼ିକ ହ୍ରାସ କ୍ରମରେ ସଜ୍ଜିତ ହୋଇ ରହିଛନ୍ତି ?
(a) ଗଡ଼ାଣି ଘର୍ଷଣ, ଭୌତିକ ଘର୍ଷଣ, ଗତିଜ ଘର୍ଷଣ ।
(b) ଗତିଜ ଘର୍ଷଣ, ନୈତିକ ଘର୍ଷଣ, ଗଡ଼ାଣି ଘର୍ଷଣ ।
(c) ଭୌତିକ ଘର୍ଷଣ, ଗତିଜ ଘର୍ଷଣ, ଗଡ଼ାଣି ଘର୍ଷଣ ।
(d) ଗଡ଼ାଣି ଘର୍ଷଣ, ଗତିଜ ଘର୍ଷଣ, ନୈତିକ ଘର୍ଷଣ ।
ଉ-
(c) ନୈତିକ ଘର୍ଷଣ, ଗତିଜ ଘର୍ଷଣ, ଗଡ଼ାଣି ଘର୍ଷଣ ।
Question 3.
ନିମ୍ନୋକ୍ତ ମଧ୍ୟରୁ କେଉଁଟି ଉପରେ ଏକ ଗଡୁଥିବା ଖେଳନାକାର୍ର ଗତି ସର୍ବୋଚ୍ଚ ଘର୍ଷଣ ବଳଦ୍ୱାରା ବାଧାପ୍ରାପ୍ତ ହୁଏ ଏବଂ କେଉଁଟି ଉପରେ ସର୍ବନିମ୍ନ ଘର୍ଷଣ ବଳ ଦ୍ୱାରା ବାଧାପ୍ରାପ୍ତ ହୁଏ – ଓଦା ମାର୍ବଲ ଚଟାଣ, ଶୁଖୁ ମାର୍ବଲ୍ ଚଟାଣ, ଖବର କାଗଜ ଏବଂ ଶୁଖୁଲା ଗାମୁଛା ।
ଉ-
ଶୁଖୁଲା ଗାମୁଛା ଉପରେ ଏକ ଗଡୁଥିବା ଖେଳନା କାର୍ର ଗତି ସର୍ବୋଚ୍ଚ ଘର୍ଷଣ ବଳ ଦ୍ବାରା ବାଧାପ୍ରାପ୍ତ ହୁଏ ଏବଂ ଶୁଖୁଲା ମାର୍ବଲ ଚଟାଣ ଉପରେ ସର୍ବନିମ୍ନ ଘର୍ଷଣ ବଳ ଦ୍ଵାରା ବାଧାପ୍ରାପ୍ତ ହୁଏ ।
Question 4.
ତୁମେ ଲେଖାଲେଖି କରୁଥିବା ଡେସ୍କଟି ତୁମ ଆଡ଼କୁ ଟିକିଏ ଗଡ଼ାଣିଆ ହୋଇ ତିଆରି ହୋଇଥାଏ । ଏହା ଉପରେ ଏକ ବହି ରଖୁ, ବହିଟି ଉପରେ କେଉଁ ପ୍ରକାର ଘର୍ଷଣ ବଳ କେଉଁ ଆଡ଼କୁ କ୍ରିୟାଶୀଳ ହେବ ଲେଖ ।
ଉ-
- ଆମେ ଲେଖାଲେଖ୍ କରୁଥିବା ଡେସ୍କଟି ଆମ ଆଡ଼କୁ ଟିକିଏ ଗଡ଼ାଣିଆ ହୋଇ ତିଆରି ହୋଇଥାଏ । ଏହା ଉପରେ ଏକ ବହି ରଖେଲେ, ବହିଟି ଉପରେ ସ୍ଥିତିଜ ଘର୍ଷଣ କାର୍ଯ୍ୟ କରିଥାଏ ।
- ବସ୍ତୁଟି ଅନ୍ୟ ଏକ ବସ୍ତୁ ଉପରେ ଗତିଶୀଳ ହେଉଥିବା ବେଳେ ଗତିଜ ଘର୍ଷଣ ବା ଖସାଣି ଘର୍ଷଣ ବସ୍ତୁଟି ଉପରେ କ୍ରିୟାଶୀଳ ହୁଏ ।
5. ଘର୍ଷଣ ବଳ ନିର୍ଭର କରୁଥିବା ତିନୋଟି କାରକର ନାମ ଲେଖ ।
ଉ-
ଘର୍ଷଣ ବଳ ନିର୍ଭର କରୁଥିବା ତିନୋଟି କାରକ ହେଲା –
(a) ଉଭୟ ପୃଷ୍ଠର ମସୃଣତା
(b) ଉଭୟ ପୃଷ୍ଠର ପ୍ରକୃତି ଓ ଧର୍ମ ଓ
(c) ବସ୍ତୁ ବା ପୃଷ୍ଠ ଉପରେ ପ୍ରଯୁକ୍ତ ବଳ ।
Question 6.
ଦୁଇଟି ଉଦାହରଣ ଦିଅ ଯେଉଁଠି କୃତ୍ରିମ ଉପାୟରେ ଘର୍ଷଣ ବୃଦ୍ଧି କରାଯାଏ ।
ଉ-
- ଆମେ ପିନ୍ଧୁଥିବା ଜୋତା କିମ୍ବା ଚପଲର ସୋଲକୁ ଲକ୍ଷ୍ୟକଲେ ଆମେ ଜାଣିପାରିବା ଯେ, ସେଥୁରେ କଟା କଟା ଚିହ୍ନ ହୋଇଥାଏ । ସେଗୁଡ଼ିକୁ ରାସ୍ତା ଓ ଜୋତା ମଧ୍ଯରେ ଘର୍ଷଣ ବୃଦ୍ଧି କରିବା ପାଇଁ ଏପରି ଆକାର ଦିଆଯାଇଥାଏ । ଏହାଦ୍ଵାରା ଚାଲିବାବେଳେ ପାଦ ଖସିଯାଏ ନାହିଁ ।
- ସାଇକେଲ୍, ସ୍କୁଟର, ମଟର ସାଇକେଲ୍, କାର୍, ବସ୍, ଟ୍ରାକ୍ଟର ଇତ୍ୟାଦିରେ ଟାୟାରଗୁଡ଼ିକର ପୃଷ୍ଠ କଟାକଟା ହୋଇଥାଏ । ତଦ୍ବାରା ସେହି ଯାନଗୁଡ଼ିକ ରାସ୍ତାରେ ଚାଲୁଥିବାବେଳେ ଚକ ଓ ରାସ୍ତା ମଧ୍ୟରେ ଥିବା ଘର୍ଷଣ ବଢ଼ାଇ ହୁଏ ଏବଂ ଆବଶ୍ୟକତା ଅନୁଯାୟୀ ସେମାନଙ୍କ ଗତି ବୃଦ୍ଧି କିମ୍ବା ହ୍ରାସ କରାଯାଇପାରେ ।
Question 7.
ଚାଲିବା ବେଳେ ଘର୍ଷଣ କିପରି ଆମକୁ ସାହାଯ୍ୟ କରେ ବୁଝାଅ ।
ଉ-
- ଘର୍ଷଣ ନଥୁଲେ ଚାଲିବା ସମ୍ଭବ ହୁଅନ୍ତା ନାହିଁ । କାରଣ ଚାଲିବାବେଳେ ଆମେ ଗୋଟିଏ ପାଦ ସ୍ଥିର ରଖ୍ ଅନ୍ୟ ପାଦଟି ଆଗକୁ ପକାଇଥାଉ ।
- ଭୂମି ଓ ପାଦ ମଧ୍ୟରେ ଥିବା ଘର୍ଷଣ ବଳ ଯୋଗୁଁ ଗୋଟିଏ ପାଦ ସ୍ଥିର ରହିଲେ ହିଁ ଅନ୍ୟ ପାଦଟି ଆଗକୁ ପକାଇ ହୁଏ । ସେଥ୍ପାଇଁ ପାଣି କିମ୍ବା ତେଲ ପଡ଼ିଥିବା ରାସ୍ତାରେ ଘର୍ଷଣ କମିଯିବାରୁ ଚାଲିଲାବେଳେ ଗୋଡ଼ ଖସିଯିବାର ସମ୍ଭାବନା ଥାଏ ।
Question 8.
ତୁମ ହାତ ପାପୁଲିଦ୍ଵୟ ଘଷିଲେ ଉଷୁମ ଲାଗେ କାହିଁକି,
ଉ-
ହାତ ପାପୁଲିଦ୍ବୟ ଘଷିଲେ ପାପୁଲିର ପୃଷ୍ଠଦ୍ଵୟ ମଧ୍ଯରେ ଏକ ଘର୍ଷଣ ବଳ କାର୍ଯ୍ୟକାରୀ ହୁଏ । ଘର୍ଷଣ ବଳ ଯୋଗୁଁ ତାପଶକ୍ତି ଉତ୍ପନ୍ନ ହୁଏ, ଫଳରେ ହାତ ତାତିଯାଏ ।
Question 9.
ସିମେଣ୍ଟ ଚଟାଣ ସମାନ ଆକୃତି ଓ ଆକାରର ଦୁଇଟି ବାକ୍ସ ରଖାଯାଇଛି । ସେମାନଙ୍କ ମଧ୍ୟରୁ ଗୋଟିଏ ବାକ୍ସ ମୋଟା ମୋଟା ବହିରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟଟିରେ କେବଳ କିଛି ଲୁଗାପଟା ଭରି ହୋଇ ରହିଛି । କେଉଁ ବାକ୍ସଟି ଚଟାଣ ଉପରେ ଘୁଞ୍ଚାଇ ନେବା ପାଇଁ ଅଧିକ ବଳ ପ୍ରୟୋଗ କରିବାକୁ ପଡ଼ିବ ଓ କାହିଁକି ?
ଉ-
- ପ୍ରୟୋଗ କରିବାକୁ ପଡ଼ିବ ଏବଂ ଯେଉଁ ବାକ୍ସଟିରେ ମୋଟା ମୋଟା ବହି ଭର୍ତ୍ତି ହୋଇଛି ସେହି ବାକ୍ସଟିକୁ ଚଟାଣ ଉପରେ ଘୁଞ୍ଚାଇ ନେବା ପାଇଁ ଅଧିକ ବଳ ପ୍ରୟୋଗ କରିବାକୁ ପଡ଼ିବ ।
- ଅଧୂକ ଓଜନବିଶିଷ୍ଟ ବସ୍ତୁକୁ ଘୁଞ୍ଚାଇବା ପାଇଁ ଅଧିକ ଘର୍ଷଣ ବଳ ଆବଶ୍ୟକ । ତେଣୁ ମୋଟା ବହିଥିବା ବାକ୍ସକୁ ଅଧ୍ବକ ବଳ ପ୍ରୟୋଗ କରିବାକୁ ପଡ଼ିବ ।
Question 10.
ନିମ୍ନୋକ୍ତ ଘଟଣାଗୁଡ଼ିକର ବିଜ୍ଞାନ ସମ୍ମତ କାରଣ ଲେଖ ।
(a) ରାସ୍ତାରେ ପଡ଼ିଥିବା କଦଳୀ ଚୋପା ଉପରେ ଗୋଡ଼ ପଡ଼ିଗଲେ ଗୋଡ଼ ଖସିଯାଏ ।
ଉ-
ଘର୍ଷଣ ଯୋଗୁଁ ରାସ୍ତାରେ ପଡ଼ିଥିବା କଦଳୀ ଚୋପା ଉପରେ ଗୋଡ଼ ପଡ଼ିଗଲେ ଗୋଡ଼ ଖସିଯାଏ । କାରଣ ଘର୍ଷଣ, ପ୍ରଯୁକ୍ତ ବଳର ବିପରୀତ ଦିଗରେ କ୍ରିୟାଶୀଳ ହୁଏ । ଏହାହିଁ ଘର୍ଷଣର ଧର୍ମ ।
(b) ପୃଥିବୀର ବାୟୁମଣ୍ଡଳ ମଧ୍ୟକୁ ପଶୁଥିବା କେତେକ ଉଲ୍କା ପିଣ୍ଡ ଜଳି ଯାଆନ୍ତି ।
ଉ-
ଉଲ୍କା ବା ଉଲ୍କା ପିଣ୍ଡ ଧୂମକେତୁର ଅଂଶ ବିଶେଷ । ସେଗୁଡ଼ିକ ବେଳେବେଳେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତିଦ୍ୱାରା ଆକର୍ଷିତ ହୋଇ ବାୟୁମଣ୍ଡଳରେ ପ୍ରବେଶ କରିଥା’ନ୍ତି । ବାୟୁମଣ୍ଡଳରେ ଗତି କଲାବେଳେ ବାୟୁ ସହିତ ସେମାନଙ୍କର ଘର୍ଷଣ ହେତୁ ତାପଶକ୍ତି ଉତ୍ପନ୍ନ ହୁଏ, ଫଳରେ ସେମାନେ ଜଳିଯାଆନ୍ତି ।
(c) କିଛି ଦିନ ସାଇକେଲ୍ ଚଳାଇବା ପରେ ଏଥିରେ ଲାଗିଥିବା ବଲ୍-ବିୟରିଂ ବଦଳାଇବାକୁ ପଡ଼େ ।
ଉ-
- ସାଇକେଲ କିଛି ଦିନ ବ୍ୟବହାର କଲାପରେ, ଏହାର ବିଭିନ୍ନ ଅଂଶରେ ଧୂଳି, ମଇଳା ଜମି କିମ୍ବା ଘୋରିହୋଇ ଘର୍ଷଣ ଅଧିକ ହୁଏ । ଅଧ୍ୱ ଘର୍ଷଣ ଯୋଗୁଁ ସେସବୁ ନଷ୍ଟ ହୋଇଯିବାର ସମ୍ଭାବନା ଥାଏ ।
- ତେଣୁ ସାଇକେଲ୍ ଅଏଲିଙ୍ଗ୍ ବେଳେ ପ୍ରତି ଯନ୍ତ୍ରାଂଶକୁ ସଫା କରାଯାଏ ଓ ବିୟରିଂରେ ଗ୍ରୀଜ୍ ବୋଳି ଛୋଟ ବଲ୍ଗୁଡ଼ିକ ତା’ ଉପରେ ସଜାଯାଏ ଓ ଚକର ଅକ୍ଷକୁ ତାହା ସହିତ ଯୋଡ଼ାଯାଏ । ଅକ୍ଷ ବା ଏକ୍ସିଲ୍ ସହିତ ଚକର ଘର୍ଷଣ କମାଇବାପାଇଁ ଏହିପରି ବ୍ୟବସ୍ଥା କରାଯାଇଥାଏ ।
- ତଦ୍ବାରା ଚକଟି ଭଲ ଭାବେ ଗଡ଼େ । ସାଇକେଲ୍ର ପ୍ୟାଡ଼ଲ୍ ଭଲଭାବେ ବୁଲିବାପାଇଁ ମଧ୍ୟ ସେଥୁରେ ବଲ୍ ଓ ବିୟରିଂ ବ୍ୟବସ୍ଥା ଥାଏ ।
(d) ଉଡ଼ାଜାହାଜ ଓ ହେଲିକପ୍ଟର ଇତ୍ୟାଦି ଏକ ନିର୍ଦ୍ଦିଷ୍ଟ ଆକୃତି ବିଶିଷ୍ଟ କରାଯାଇଥାଏ ।
ଉ-
- ପକ୍ଷୀମାନେ ଲାଞ୍ଜ ହଲାଇ ଗତିର ଦିଗ ପରିବର୍ତ୍ତନ କରିଥା’ନ୍ତି । ମୁଣ୍ଡଟି ଛୋଟ ଓ ଗୋଜିଆ ହୋଇଥିବାରୁ ଏବଂ ଡେଣା ଦୁଇଟି ମେଲା ରହି ଭୂ-ସମାନ୍ତର ଭାବେ ଥିବାରୁ ବାୟୁର ଘର୍ଷଣ ବା ପ୍ରବହ-ଘର୍ଷଣ କମ୍ ହୁଏ ।
- ବିବର୍ତ୍ତନ ପ୍ରକ୍ରିୟାରେ ପକ୍ଷୀମାନେ ଏପରି ଆକୃତି ପାଇଛନ୍ତି ଯଦ୍ବାରା ସେମାନେ ସ୍ବଚ୍ଛନ୍ଦରେ ଗତି କରିପାରୁଛନ୍ତି ।
- ବୈଜ୍ଞାନିକମାନେ ପ୍ରକୃତିରୁ ଏହି ସୂଚନାଟି ପାଇ ସେହିପରି ଆକୃତି ବିଶିଷ୍ଟ ଉଡ଼ାଜାହାଜ, ହେଲିକପ୍ଟର ଇତ୍ୟାଦି ଯାନ ନିର୍ମାଣ କରିପାରିଛନ୍ତି । ଏହାଦ୍ଵାରା ପ୍ରବହ ମଧ୍ୟରେ ଗତିଶୀଳ ଯାନଟି ଉପରେ ପ୍ରବହ ଘର୍ଷଣ ବହୁ ପରିମାଣରେ କମିଯାଏ । ତେଣୁ ଯାନଟିର ଗତିପାଇଁ ଅଳ୍ପ ଶକ୍ତି ବିନିଯୋଗ କରିବାକୁ ପଡ଼େ ।
Question 11.
ପ୍ରବହ ଘର୍ଷଣ କ’ଣ ବୁଝାଅ ।
ଉ-
(i) ଉଭୟ ତରଳ ଓ ଗ୍ୟାସୀୟ ପଦାର୍ଥକୁ ପ୍ରବହ (Fluid) କହନ୍ତି ।
(ii) ତରଳ ଓ ଗ୍ୟାସୀୟ ପଦାର୍ଥ ବିଶିଷ୍ଟ ମାଧ୍ୟମରେ ସଜୀବ ଓ ନିର୍ଜୀବମାନଙ୍କ ଗତିବେଳେ ଏକପ୍ରକାର ଘର୍ଷଣ ବଳ ଗତିଶୀଳ ବସ୍ତୁଟି ଉପରେ କ୍ରିୟାଶୀଳ ହୋଇଥାଏ । ଏହାକୁ ସାଧାରଣ ଭାବେ ପ୍ରବହ ଘର୍ଷଣ (Fluid Friction) କୁହାଯାଏ ।
(iii) ପ୍ରବହ ମଧ୍ୟରେ ଗତି କରୁଥିବା ବସ୍ତୁ ଉପରେ କ୍ରିୟାଶୀଳ ଘର୍ଷଣ ବଳକୁ ଡ୍ରାମ୍ ମଧ୍ଯ କହନ୍ତି ।
(iv) ପ୍ରବହ ଘର୍ଷଣ ନିମ୍ନଲିଖ୍ କେତେକ କାରକ ଉପରେ ନିର୍ଭର କରେ । ଯଥା –
(a) ପ୍ରବହ ମଧ୍ୟରେ ବସ୍ତୁର ବେଗ,
(b) ବସ୍ତୁର ଆକୃତି ଓ
(c) ପ୍ରବହର ପ୍ରକୃତି ବା ଧର୍ମ ।
Question 12.
ନୈତିକ ଘର୍ଷଣ ଓ ଖସାଣି ଘର୍ଷଣ ମଧ୍ଯରେ ପାର୍ଥକ୍ୟ ଲେଖ । ସେମାନଙ୍କ ମଧ୍ୟରୁ କେଉଁଟି ବେଶି ଓ କାହିଁକି ?
ଉ-
(i) ଭୌତିକ ଘର୍ଷଣ ଓ ଖସାଣି ଘର୍ଷଣ ମଧ୍ଯରେ ପାର୍ଥକ୍ୟ –
ଭୌତିକ ଘର୍ଷଣ – ପ୍ରଯୁକ୍ତ ବଳ ଥାଇ, ବସ୍ତୁଟି ଗତିଶୀଳ ହେଉନଥିବା ଅବସ୍ଥାରେ ପୃଷ୍ଠଟି ଉପରେ କ୍ରିୟାଶୀଳ ଘର୍ଷଣ ବଳକୁ ଭୌତିକ ଘର୍ଷଣ ବଳ କହନ୍ତି ।
ଖସାଣି ଘର୍ଷଣ – ବସ୍ତୁଟି ଗତିଶୀଳ ଥିବା ଅବସ୍ଥାରେ ଏହାର ପୃଷ୍ଠ ଉପରେ କ୍ରିୟାଶୀଳ ଘର୍ଷଣ ବଳକୁ ଗତିଜ ଘର୍ଷଣ ବଳ ନାମରେ ନାମିତ କରାଯାଇଛି ।
(ii) ନୈତିକ ଘର୍ଷଣ ବଳ, ଖସାଣି ବା ଗତିଜ ଘର୍ଷଣ ବଳର ପରିମାଣଠାରୁ ଅଧିକ ଅଟେ । କାରଣ – ସ୍ଥିର ଅବସ୍ଥାରେ ତେଣୁ ଏହି ଛନ୍ଦାଛନ୍ଦି ଅବସ୍ଥା ଭାଙ୍ଗି ଗୋଟିଏ ପୃଷ୍ଠକୁ ଅନ୍ୟ ଉପରେ ଗତିଶୀଳ କରାଇବା ପାଇଁ ଅଧିକ ବଳ ପ୍ରୟୋଗ କରିବାକୁ ପଡ଼ିଥାଏ । କିନ୍ତୁ ଗତିଶୀଳ ଅବସ୍ଥାରେ ଦୁଇ ପୃଷ୍ଠସ୍ଥ ଏହି ଖାଲଢିପଗୁଡ଼ିକ ପୂର୍ବପରି ଛନ୍ଦାଛନ୍ଦି ଅବସ୍ଥାରେ ରହିବାପାଇଁ ସମୟ ପାଆନ୍ତି ନାହିଁ । ତେଣୁ ଏହି ଅବସ୍ଥାରେ ଗତିଶୀଳ ପୃଷ୍ଠ ଉପରେ ଅପେକ୍ଷାକୃତ କମ୍ ବଳ ପ୍ରୟୋଗ କରିବାକୁ ପଡ଼ିଥାଏ ।
Question 13.
ଗାଡ଼ି, ମଟର ଇତ୍ୟାଦିରେ ଚକ ଲାଗିବାଦ୍ୱାରା କି ସୁବିଧା ହୁଏ, ବୁଝାଅ ।
ଉ-
- ଗତି କରୁଥିବା ଯାନମାନଙ୍କରେ ଘର୍ଷଣ କମାଇଲେ ବେଗ ବୃଦ୍ଧିପାଏ । ସେଥିପାଇଁ ଗାଡ଼ି ଗୁଡ଼ିକରେ ଓ କାରଖାନାରେ ଥିବା କେତେକ ଯନ୍ତ୍ରରେ ଚକ ଲାଗିଥାଏ ।
- ବାକ୍ସ ଓ ଆଟାଚି ଇତ୍ୟାଦିରେ ଛୋଟ, ଛୋଟ ଚକ ଲଗାଇଲେ ସେଗୁଡ଼ିକୁ ନ ଘୋଷାରି, ସହଜରେ ଗଡ଼ାଇ ନେଇ ହୁଏ । ଓଜନିଆ ମେସିନ୍ଗୁଡ଼ିକ ସିଲିଣ୍ଡରାକୃତି କାଠଗଣ୍ଡି କିମ୍ବା ଲୁହା ପାଇପ୍ ଉପରେ ରଖ୍ ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇହୁଏ ।
- ଏକ ବସ୍ତୁ ଅନ୍ୟ ଏକ ପୃଷ୍ଠ ଉପରେ ଗଡ଼ିବାବେଳେ କ୍ରିୟାଶୀଳ ଘର୍ଷଣ ବଳକୁ ଗଡ଼ାଣି ଘର୍ଷଣ କହନ୍ତି । ବସ୍ତୁଟି ଗଡ଼ିବାଦ୍ଵାରା ଘର୍ଷଣ କମିଯାଏ । ସେଥ୍ପାଇଁ ଓଜନିଆ ଜିନିଷଗୁଡ଼ିକ ସହ ରୋଲର୍ ଲାଗିଥାଏ ।
- ଶଗଡ଼, ସାଇକେଲ୍, ମଟର ଗାଡ଼ି ଇତ୍ୟାଦିରେ ଚକ ଲାଗିଥିବାରୁ ସେସବୁ ଅଳ୍ପ ବଳ ପ୍ରୟୋଗଦ୍ଵାରା ଶୀଘ୍ର ଗତି କରିପାରନ୍ତି । କାରଣ ଏଗୁଡ଼ିକରେ ଚକଥିବା ଯୋଗୁଁ ଘର୍ଷଣ ବଳର ପରିମାଣ କମିଯାଏ ।
Question 14.
ଘର୍ଷଣ କମାଇବା ଲାଗି ବ୍ୟବହୃତ ଯେକୌଣସି ତିନୋଟି ଉପାୟ ଲେଖ ।
ଉ-
- କଳକାରଖାନାର ଯନ୍ତ୍ରାଂଶରେ ତେଲ, ଗ୍ରୀଜ୍ କିମ୍ବା ଗ୍ରାଫାଇଟ୍ ପାଉଡ଼ର ଇତ୍ୟାଦି ଘର୍ଷଣ ହ୍ରାସକ ପଦାର୍ଥ ଲଗାଇଲେ ଘର୍ଷଣ କମିଯାଏ ।
- ଗତି କରୁଥିବା ଯାନମାନଙ୍କରେ ଘର୍ଷଣ କମାଇଲେ ବେଗ ବୃଦ୍ଧି ପାଏ । ସେଥିପାଇଁ ଗାଡ଼ିଗୁଡ଼ିକରେ ଓ କାରଖାନାରେ ଥିବା କେତେକ ଯନ୍ତ୍ରରେ ଚକ ଲାଗିଥାଏ ।
- ପୃଷ୍ଠତଳକୁ ଅଧିକ ପାଲିସ୍ କରିବାଦ୍ୱାରା ଏହା ଅଧିକରୁ ଅଧ୍ବକ ମସୃଣ ହେବାରୁ ଘର୍ଷଣ କମିଥାଏ ।
Question 15.
ଘର୍ଷଣ ବଳର ଚାରୋଟି ଲକ୍ଷଣ ଉଲ୍ଲେଖ କର ।
ଉ-
- ଘର୍ଷଣ, ପ୍ରଯୁକ୍ତ ବଳର ବିପରୀତ ଦିଗରେ କ୍ରିୟାଶୀଳ ହୁଏ । ଏହାହିଁ ଘର୍ଷଣର ଧର୍ମ । ଦୁଇଟି ପୃଷ୍ଠ ମଧ୍ଯରେ ଆପେକ୍ଷିକ ଗତି ରହିଥୁଲେ ଘର୍ଷଣ ଆପେ ଆପେ ସୃଷ୍ଟି ହୁଏ ।
- ଗୋଟିଏ ପୃଷ୍ଠ ଅନ୍ୟ ଏକ ପୃଷ୍ଠର ସଂସ୍ପର୍ଶରେ ଥିବାବେଳେ ବଳ ପ୍ରୟୋଗଦ୍ଵାରା ଏହା ଗତିଶୀଳ ହେବାର ସମ୍ଭାବନା ଥିଲେ କିମ୍ବା ଗତିଶୀଳ ହେଉଥିଲେ, ଘର୍ଷଣ ବଳ କ୍ରିୟାଶୀଳ ହୁଏ ଏବଂ ଏହି ଘର୍ଷଣ ବଳ ଉଭୟ ପୃଷ୍ଠର ପ୍ରକୃତି ଓ ମସୃଣତା ଉପରେ ନିର୍ଭର କରେ ।
- ପ୍ରଯୁକ୍ତ ବଳଥାଇ ବସ୍ତୁଟି ହେଉନଥୁବା ଅବସ୍ଥାରେ ପୃଷ୍ଠଟି ଉପରେ କ୍ରିୟାଶୀଳ ଘର୍ଷଣ ବଳକୁ ଭୌତିକ ଘର୍ଷଣ ବଳ କହନ୍ତି । ସ୍ପର୍ଶ କ୍ଷେତ୍ରଫଳ ଉପରେ ଘର୍ଷଣ ବଳ ନିର୍ଭର କରେ ନାହିଁ ।
- ବସ୍ତୁଟି ଗତିଶୀଳ ଥିବା ଅବସ୍ଥାରେ ଏହାର ପୃଷ୍ଠ ଉପରେ କ୍ରିୟାଶୀଳ ଘର୍ଷଣ ବଳକୁ ଗତିଜ ଘର୍ଷଣ ବଳ କୁହାଯାଏ । ଏହି ବଳ ପୃଷ୍ଠତଳର ଓଜନ ସହ ସମାନୁପାତୀ ହୋଇଥାଏ ।
Question 16.
ଘର୍ଷଣର ଦୁଇଟି ଉପକାରିତା ଓ ଦୁଇଟି ଅପକାରିତା ବୁଝାଅ ।
ଉ-
ଉପକାରିତା :
- ଘର୍ଷଣ ଯୋଗୁଁ ଚାଲିବା ସମ୍ଭବ ହୋଇଛି ।
- ଘର୍ଷଣ ଯୋଗୁଁ କାଗଜ ଉପରେ କଲମ ସାହାଯ୍ୟରେ ଲେଖାଯାଇ ପାରୁଛି ।
ଅପକାରିତା :
- ରାସ୍ତା ଓ ପାଦ କିମ୍ବା ରାସ୍ତା ଓ ସାଇକେଲ ଟାୟାର ମଧ୍ୟରେ ଅଧିକ ଘର୍ଷଣ ଯୋଗୁଁ ଆବଡ଼ା ଖାବଡ଼ା ରାସ୍ତାରେ ଚାଲିବାପାଇଁ କିମ୍ବା ସାଇକେଲ୍ ଚଳାଇବାପାଇଁ କଷ୍ଟକର ହୋଇଥାଏ ।
- ଅଧୂକ ଘର୍ଷଣ ଯୋଗୁଁ ବିଭିନ୍ନ ଯନ୍ତ୍ରରେ ଲାଗିଥିବା ସ୍କୁ; ଗାଡ଼ି, ମଟର ଇତ୍ୟାଦିରେ ଲାଗିଥିବା ନଟ୍ ଓ ବୋଲ୍ଟ ଏବଂ ଚକର ଅକ୍ଷ ଓ ଚକରେ ଖଞ୍ଜା ଯାଇଥିବା ବଲ୍, ବିୟରିଂ ଇତ୍ୟାଦି ଶୀଘ୍ର ନଷ୍ଟ ହୁଏ ।
17. ଦୁଇଟି ବସ୍ତୁ ମଧ୍ୟରେ କେଉଁ କାରଣରୁ ଘର୍ଷଣ ଉତ୍ପନ୍ନ ହୁଏ, ବୁଝାଅ ।
ଉ-
- ଗୋଟିଏ ପୃଷ୍ଠତଳ ଉପରେ ଆଉ ଗୋଟିଏ ପୃଷ୍ଠର ଖାଲଢିପଗୁଡ଼ିକ ମଧ୍ୟରେ ଛନ୍ଦାଛନ୍ଦି ପ୍ରକ୍ରିୟା ଯୋଗୁ ଘର୍ଷଣ ବଳ ଉତ୍ପନ୍ନ ହୁଏ ।
- ଗୋଟିଏ ବସ୍ତୁର ଅଣୁଗୁଡ଼ିକ ଅନ୍ୟବସ୍ତୁର ଅଣୁଗୁଡ଼ିକ ଦ୍ବାରା ଆକର୍ଷିତ ହୋଇ ଉତ୍ପନ୍ନ ଅସଂଜନ ବଳ ଯୋଗୁ ମଧ୍ୟ ଘର୍ଷଣ ବଳ ଉତ୍ପନ୍ନ ହୋଇଥାଏ ।
Question 18.
‘ଘର୍ଷଣ ଆମର ବନ୍ଧୁ ଏବଂ ଶତ୍ରୁ’’ ଏହି ଉକ୍ତିଟିର ଯଥାର୍ଥତା ଲେଖ ।
ଉ-
ଅନେକ କ୍ଷେତ୍ରରେ ଘର୍ଷଣ ବନ୍ଧୁ ପରି ଆମ କାର୍ଯ୍ୟରେ ସହାୟତା କରେ ଏବଂ ଆଉ କେତେକ କ୍ଷେତ୍ରରେ ଏହା ଆମର ଶତ୍ରୁତୁଲ୍ୟ କିଛି କ୍ଷତି ସାଧନ କରିଥାଏ ।
- ଘର୍ଷଣ ନ ଥିଲେ ଚାଲିବା ସମ୍ଭବ ହୁଅନ୍ତା ନାହିଁ । ଚାଲିବା ବେଳେ ଆମେ ଗୋଟିଏ ପାଦ ସ୍ଥିର ରହିଲେ ହିଁ ଅନ୍ୟ ବେଳେ ଖସିଯିବାର ସମ୍ଭାବନା ଥାଏ ।
କିମ୍ବା ଗାଡ଼ି ଚଳାଇବା - ସିମେଣ୍ଟ, ମାର୍ବଲ୍ କିମ୍ବା ଟାଇଲ୍ ଚଟାଣ ଉପରେ ପାଣି କିମ୍ବା ତେଲ ପଡ଼ିଗଲେ ଘର୍ଷଣ ବଳର ପରିମାଣ କମିଯିବା ଯୋଗୁଁ ଗୋଡ଼ ଖସିଯିବାର ସମ୍ଭାବନା ଥିବାରୁ ସେ ସବୁ ସର୍ବଦା ଶୁଖୁଲା ରଖିବା ଉଚିତ ।
- ନଦୀ, ପୋଖରୀ କିମ୍ବା ଅନ୍ୟ ଜଳାଶୟମାନଙ୍କର ଗାଧୁଆ ତୁଠରେ ବାଲି ନ ଥାଇ ତାହା ପଙ୍କିଳ ଥିଲେ ଗୋଡ଼ ଖସିଯିବାର ସମ୍ଭାବନା ଥାଏ ଏବଂ ବୁଡ଼ିଯିବା ପରି ଦୁର୍ଘଟଣା ଘଟିପାରେ ।
- କାଗଜ ଓ କଲ୍ମ ମଧ୍ୟରେ କିଛି ଘର୍ଷଣ ନଥିଲେ କାଗଜ ଉପରେ ଲେଖ୍ ହୁଅନ୍ତା ନାହିଁ ।
- କଳାପଟାଟି ପୂରାପୂରି ଚିକ୍କଣ ନ ହୋଇ ଟିକିଏ ଖଦଡ଼ିଆ ଥିଲେ ଚଦ୍ଵାରା ସେଥିରେ ଭଲ ଲେଖ୍ହୁଏ ।
- କାନ୍ଥ ଓ ଲୁହା କଣ୍ଟା ମଧ୍ୟରେ କିଛି ଘର୍ଷଣ ରହିଥୁଲେ ହିଁ କଣ୍ଟାଟି କାନ୍ଥରେ ପୋତି ହୁଏ ।
- ଦିଆସିଲି କାଠିକୁ ଦିଆସିଲି ବାକ୍ସରେ ଘଷିବାବେଳେ ଉଭୟ ମଧ୍ଯରେ ଘର୍ଷଣ ବିରୁଦ୍ଧରେ କିଛି କାର୍ଯ୍ୟ କରିବାକୁ ପଡ଼େ । ସେହି କାର୍ଯ୍ୟ ଉତ୍ତାପ ଜାତକରି ଦିଆସିଲି କାଠିଟି ଜଳିବାରେ ସାହାଯ୍ୟ କରେ ।
- ଗାଡ଼ିର ଚକ ଓ ରାସ୍ତା ମଧ୍ୟରେ ଥିବା ଏହାକୁ ଇଚ୍ଛାନୁସାରେ ଧୀରେ କିମ୍ବା
ଅପକାର-
- ଘର୍ଷଣ ବଳ ଯୋଗୁଁ ଗାଡ଼ିଟି ଖସି ନଯାଇ ଠିକ୍ ଭାବରେ ଚାଲେ । ସେଥିପାଇଁ ଅଧିକ ଗତିରେ ଚଳାଇ ହୁଏ । ଆବଡ଼ାଖାବଡ଼ା ରାସ୍ତାରେ ଚାଲିବାପାଇଁ କିମ୍ବା ସାଇକେଲ ଚଳାଇବାପାଇଁ କଷ୍ଟ ହୋଇଥାଏ । ରାସ୍ତା ଓ ପାଦ କିମ୍ବା ରାସ୍ତା ଓ ସାଇକେଲ୍ ଟାୟାର ମଧ୍ଯରେ ଅଧିକ ଘର୍ଷଣ ଏହାର କାରଣ । ଏହାଦ୍ଵାରା ସାଇକେଲ୍ ଟାୟାର ଚଞ୍ଚଳ ଘୋରି ହୋଇଯାଏ ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ମଧ୍ଯ ପରସ୍ପର ସହିତ ଅଧିକ ଘଷି ହୋଇ ଶୀଘ୍ର ନଷ୍ଟ ହୁଏ । ଯୋତା ଓ ଚପଲ ଇତ୍ୟାଦିର ସୋଲ୍ ମଧ୍ଯ ଏହିପରି ଘୋରି ହୋଇ ଶୀଘ୍ର ନଷ୍ଟ ହୁଏ ।
- ଅଧିକ ଘର୍ଷଣ ଯୋଗୁଁ ବିଭିନ୍ନ ଯନ୍ତ୍ରରେ ଲାଗିଥିବା ସ୍କୁ; ଗାଡ଼ିମଟର ଇତ୍ୟାଦିରେ ଲାଗିଥିବା ନଟ୍ ଓ ବୋଲ୍ଟ ଏବଂ ଚକର ଅକ୍ଷ ଓ ଚକରେ ଖଞ୍ଜାଯାଇଥିବା ବଲ୍, ବିୟରିଂ ଇତ୍ୟାଦି ଶୀଘ୍ର ନଷ୍ଟ ହୁଏ ।
- ସାଇକେଲ୍, ଗାଡ଼ି-ମଟର ଓ ବିଭିନ୍ନ ଯନ୍ତ୍ରପାତିରେ ଧୂଳି ମଇଳା ଜମି ଅଧୂକ ଘର୍ଷଣ ସୃଷ୍ଟିକରେ । ତେଣୁ ସେହି ଘର୍ଷଣ ବିରୁଦ୍ଧରେ ଯନ୍ତ୍ରପାତି ଓ ଗାଡ଼ି ମଟର ଇତ୍ୟାଦି ଚଳାଇବାପାଇଁ ଅଧିକ ଶକ୍ତି ଖର୍ଚ୍ଚ କରିବାକୁ ପଡ଼େ ଏବଂ ମଟର ଗାଡ଼ିରେ ଅଧିକ ଇନ୍ଧନ ଅଯଥା ଖର୍ଚ୍ଚ ହୁଏ ।
- କ୍ୟାରମ୍ ବୋର୍ଡ଼ ପାଲିସ୍ ନ ଥାଇ ଖଦଡ଼ିଆ ଥିଲେ କ୍ୟାରମ୍ ଖେଳିବାବେଳେ ଅସୁବିଧା ହୁଏ !
ଆଉ କ ଣ କରିହେବ : ତୁମପାଇଁ ଅଧିକ କାମ ଓ ପ୍ରକଳ୍ପ :
Question 1.
ତୁମେ ପସନ୍ଦ କରୁଥିବା ଖେଳ କିମ୍ବା କ୍ରୀଡ଼ାରେ ଘର୍ଷଣ କି ପ୍ରକାର ଭୂମିକା ଗ୍ରହଣ କରେ ? ସେହିପରି ଏକ ଖେଳ କିମ୍ବା ପ୍ରତିଯୋଗିତା ଚାଲିଥିବା ବେଳେ ଯେଉଁ ସବୁ କ୍ଷେତ୍ରରେ ଘର୍ଷଣ ସହାୟତା କରିଥାଏ ଏବଂ ଯେଉଁ କ୍ଷେତ୍ରରେ
ଏହା ବିରୋଧ କରିଥାଏ, ଲକ୍ଷ୍ୟ କର ଏବଂ ସେ ସଂକ୍ରାନ୍ତୀୟ କିଛି ଚିତ୍ର ସଂଗ୍ରହ କର । ତୁମ ବିଦ୍ୟାଳୟର ପ୍ରାଚୀର ପତ୍ରିକା (wall magazine) ରେ ସେହି ଚିତ୍ରଗୁଡ଼ିକ ଉପଯୁକ୍ତ ନାମକରଣ ସହ ଲଗାଅ ।
ଉ-
ଛାତ୍ରଛାତ୍ରୀମାନେ ଶିକ୍ଷକ/ଅଭିଭାବକଙ୍କ ସହାୟତା ନେଇ ନିଜେ ସଂଗ୍ରହ କରିବେ ।
Question 2.
କଳ୍ପନା କର ଯେ ହଠାତ୍ ପୃଥିବୀରୁ ଘର୍ଷଣ ବଳ ଉଭାନ୍ ହୋଇ ଯାଇଛି । ଏହା ଆମ୍ଭମାନଙ୍କ ଦୈନନ୍ଦିନ ଜୀବନକୁ କିପରି ପ୍ରଭାବିତ କରିବ, ସେ ସମ୍ବନ୍ଧରେ ବିଭିନ୍ନ ଦଶଟି ପରିସ୍ଥିତିର ଆଲୋଚନା କର ।
ଉ-
(1) ରାସ୍ତାରେ ଚାଲିବା ସମ୍ଭବ ହେବ ନାହିଁ ।
(2) କାଗଜ ଉପରେ ଲେଖିବା ସମ୍ଭବ ହେବ ନାହିଁ ।
(3) କାନ୍ଥରେ କଣ୍ଟା ବାଡ଼େଇବା ସମ୍ଭବ ହେବ ନାହିଁ
(4) ଚକ୍ଖଡ଼ି ଦ୍ବାରା କଳାପଟାରେ ଲେଖି ହେବ ନାହିଁ ।
(5) ସିମେଣ୍ଟ, ମାର୍ବଲ ଆଦି ଚଟାଣ ଉପରେ ଚାଲିବା ସମ୍ଭବ ହେବ ନାହିଁ ।
(6) ଦିଆସିଲି କାଠି ମାରି ନିଆଁ ସୃଷ୍ଟି କରି ହେବ ନାହିଁ ।
(7) ରାସ୍ତାରେ ଗାଡ଼ିମଟର ଚାଲିବା ସମ୍ଭବ ହେବ ନାହିଁ ।
(8) ଦଉଡ଼ିରେ ବା ସୂତାରେ ଗଣ୍ଠି ପକାଇବା ସମ୍ଭବ ହେବ ନାହିଁ ।
(9) ସାଇକେଲ୍ ଚଳାଇବା ସମ୍ଭବ ହେବ ନାହିଁ ।
Question 3.
ଗୋଟିଏ ଜୋତା ଦୋକାନକୁ ଯାଇ ସେଥିରେ ଥିବା କ୍ରୀଡ଼ା ସହକାରୀ ଯୋତା ଗୁଡ଼ିକର ସୋଲ୍ ସବୁ ଭଲଭାବରେ ଦେଖ । ପର୍ଯ୍ୟବେକ୍ଷଣ ସମ୍ପର୍କୀୟ ତୁମର ମତାମତ ଉଲ୍ଲେଖ କର ।
ଭ-
ପିଲାମାନେ ନିଜେ କରିବାକୁ ଚେଷ୍ଟା କରିବେ ।
Question 4.
ବ୍ୟବହୃତ ହୋଇ ସାରିଥ୍ ଦିଆସିଲି ବାକ୍ସଟିଏ ସଂଗ୍ରହ କର । ଏହାର ଭିତର ଡିବାଟି କାଢ଼ । ସେହି ଡିବାର ଓସାର ସହ ସମାନ କରି ଏକ ଡଟ୍ପେନ୍ର ରିଫିଲ୍ (Refil) ଟି କାଟ । ଦୁଇଟି ପିନ୍ କଣ୍ଟା ସାହାଯ୍ୟରେ ରିଫିଲ୍ ସେହି ଡବାର ଭିତର ପଟେ (ଚିତ୍ରରେ ଦର୍ଶାଯାଇଥିବା ଭଳି) ଲଗାଅ ।
ଭ-
ଡବାଟିର ଦୁଇ ବିପରୀତ ପାର୍ଶ୍ବରେ ଦୁଇଟି କଣା କର ଯେପରି ସେହି କଣା ମଧ୍ୟ ଦେଇ ସୂତାଟିଏ ସହଜରେ ପଶି ପାରିବ । ପ୍ରାୟ ଏକ ମିଟର ଲମ୍ବର ସୂତାଟିଏ ସେହି ଦୁଇ କଣା ମଧ୍ୟଦେଇ ପଶାଅ (ଚିତ୍ର 12.16) । ସୂତାଟିର ଉଭୟ ପ୍ରାନ୍ତରେ ଦୁଇଟି ମାଳି ବାନ୍ଧିଦିଅ ଯେପରିକି ସୂତାଟି ଆଉ ଖସିଯିବ ନାହିଁ । ବର୍ତ୍ତମାନ ଡବାଟି ଦିଆସିଲି ଖୋଳ ମଧ୍ୟରେ ରଖ ଏବଂ ଏହାକୁ ଉକ୍ତ ସୂତା ଦ୍ଵାରା ତୁମ ଦୁଇ ହାତରୁ ଝୁଲାଅ । ସୂତାଟି ଜିଲା ଥିବା ବେଳେ ଦିଆସିଲିଟି ମାଧ୍ୟାକର୍ଷଣ ପ୍ରଭାବରେ ତଳକୁ ଖସି ପଡ଼ୁଛି କି ? ବର୍ତ୍ତମାନ ସୂତାଟି ଦୁଇ ହାତରେ ଟାଣି ଧର ଓ କ’ଣ ହେଉଛି ଦେଖ ।
ଏପରି କାହିଁକି ହେଉଛି, ବୁଝାଇବାକୁ ଚେଷ୍ଟା କର । ଏଥିରେ ଘର୍ଷଣ ବଳର କି ଭୂମିକା ଥାଇପାରେ, ବୁଝାଅ ।
ଉ-
ପିଲାମାନେ ନିଜେ କରିବାକୁ ଚେଷ୍ଟା କରିବେ ।
Question 5.
ଘର୍ଷଣ ସମ୍ବନ୍ଧରେ ଅଧିକ ଜାଣିବାକୁ ଇଚ୍ଛାଥଲେ, ତୁମ ବିଦ୍ୟାଳୟର କମ୍ପ୍ୟୁଟର୍ ସାହାଯ୍ୟରେ ଇଣ୍ଟରନେଟ୍ରୁ ନିମ୍ନ ୱେବସାଇଟ୍ ଖୋଲି ତଥ୍ୟ ସଂଗ୍ରହ କର । ବିଦ୍ୟାଳୟରେ ସେ ସୁବିଧା ନଥିଲେ, ନିକଟସ୍ଥ କୌଣସି କମ୍ପ୍ୟୁଟର କେନ୍ଦ୍ରରୁ ତାହା ସଂଗ୍ରହ କରିବାକୁ ଚେଷ୍ଟାକର ।
http:// www.school-for-champions.com. science/ friction. htm
http:// hyperphysics.phy-astr.gsu.edu/ hbase/firct. html
ଉ-
ପିଲାମାନେ ନିଜେ କରିବାକୁ ଚେଷ୍ଟା କରିବେ ।
ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
ବସ୍ତୁନିଷ୍ଠ ପ୍ରଶ୍ନେ। ଭର
1. ଶୂନ୍ୟସ୍ଥାନ ପୂରଣ କର ।
(i) ଦୁଇଟି ପୃଷ୍ଠ ମଧ୍ୟରେ ………………………. ରହିଥିଲେ ଘର୍ଷଣ ସୃଷ୍ଟି ହୋଇଥାଏ ।
(ii) ଘର୍ଷଣବଳ ସାଧାରଣ ବଳ ପ୍ରତି ……………………….. ହୋଇଥାଏ ।
(iii) ଘର୍ଷଣ …………………. ର ପ୍ରତିରୋଧ କରେ ।
(iv) ଘର୍ଷଣ ……………………. ସୃଷ୍ଟିକରେ ।
(v) ଘର୍ଷଣ ଦ୍ୱାରା ବସ୍ତୁର ……………………….. ହୋଇଥାଏ ।
(vi) ବସ୍ତୁଟି ଠିକ୍ ଗତିଶୀଳ ହେବାକୁ ଆରମ୍ଭ କରିବା ଅବସ୍ଥାର କ୍ରିୟାଶୀଳ ସର୍ବୋଚ୍ଚ ନୈତିକ ଘର୍ଷଣ ବଳକୁ …………………… କୁହାଯାଏ ।
(vii) ବସ୍ତୁଟି ଗତିଶୀଳ ଥିବା ଅବସ୍ଥାର ଏହାର ପୃଷ୍ଠ ଉପରେ କ୍ରିୟାଶୀଳ ଘର୍ଷଣ ବଳକୁ …………………… କୁହାଯାଏ ।
(viii) ଭୂମି ଓ ପାଦ ମଧ୍ୟରେ …………………. ବଳ ଯୋଗୁ ଚାଲିବା ସମ୍ଭବ ହୁଏ ।
(ix) ତେଲିଆ କାଗଜରେ ଘର୍ଷଣ ବଳ …………………….. ହେବାରୁ ଲେଖୁହୁଏ ନାହିଁ ।
(xi) ପ୍ରବହ ମଧ୍ୟରେ ଗତିଶୀଳ ବସ୍ତୁଗୁଡ଼ିକ ଯଥାର୍ଥ …………………… ଘର୍ଷଣ କମ୍ ହୁଏ ।
(xii) ଗତିଜ ବା ଖସାଣି ଘର୍ଷଣ …………………….. ଘର୍ଷଣଠାରୁ କମ୍ ହୋଇଥାଏ ।
(xiii) ଗଡ଼ାଣି ଘର୍ଷଣ …………………….. ଘର୍ଷଣଠାରୁ କମ୍ ହୋଇଥାଏ ।
(xiv) ସଂସ୍ପର୍ଶରେ ଥିବା ଦୁଇଟି ପୃଷ୍ଠପାଇଁ ଘର୍ଷଣ ବଳ ଉକ୍ତ ପୃଷ୍ଠ ଦ୍ଵୟର ପ୍ରକୃତି ଓ ………………………… ଉପରେ ନିର୍ଭର କରେ ।
(xv) …………………… ବ୍ୟବହାର ଦ୍ଵାରା ଘର୍ଷଣ କମ୍ କରାଯାଇପାରେ ।
(xvi) ଏକ ପୃଷ୍ଠକୁ ……………………….. କରିବାଦ୍ଵାରା ଘର୍ଷଣ ବଳ ବୃଦ୍ଧି କରାଯାଇପାରେ
(xvii) ଘର୍ଷଣ ବଳ ବସ୍ତୁର ଗତିର ……………………. ଦିଗରେ କାର୍ଯ୍ୟ କରେ ।
(xviii) ଗତି କରୁଥିବା ଯାନମାନଙ୍କରେ ଘର୍ଷଣ କମାଇଲେ ବେଗ …………………………. ହୁଏ ।
(xix) ଘର୍ଷଣ ଯୋଗୁଁ ଯନ୍ତ୍ରଗୁଡ଼ିକର ………………….. କମିଯାଏ ।
(xx) ବଲ୍ ବିଅରିଂ ବ୍ୟବହାର ଯୋଗୁ ………………………. ଘର୍ଷଣ ଗଡ଼ାଣି ଘର୍ଷଣକୁ ରୂପାନ୍ତରିତ ହୁଏ ।
Answers:
(i) ଆପେକ୍ଷିକ
(ii) ସମାନୁପାତୀ
(iii) ଗତି
(iv) ତାପ
(v) କ୍ଷୟ
(vi) ଚରମ ଘର୍ଷଣ ବଳ
(vi) ଗତିଜ ଘର୍ଷଣ ବଳ
(viii) ଘର୍ଷଣ
(ix) କମ୍
(x) ବଲ୍ ବିୟରିଂ
(xi) କୃତି
(xii) ନୈତିକ
(xiii) ଗତିଜ ବା ଖସାଣି
(xiv) ମସୃଣତା
(xy) ଘର୍ଷଣ ହ୍ରାସକ ପଦାର୍ଥ
(xvi) ବନ୍ଧର ବା ଆବଡ଼ାଖାବଡ଼ା
(xvii) ବିପରୀତ
(xviii) ବୃଦ୍ଧି
(xix) ଦକ୍ଷତା
(xx) ସ୍ଥିର ଗତିଜ
2. ବନ୍ଧନୀ ମଧ୍ଯରୁ ଠିକ୍ ଉତ୍ତର ବାଛି ଲେଖ ।
(i) ମୂଲ୍ୟଚ୍ । ନ ଯନ୍ତ୍ରର ଘର୍ଷଣ କମାଇବାପାଇଁ ………………..ବ୍ୟବହାର କରାଯାଏ । (ଗ୍ରୀଜ୍, କିରୋସିନ୍, ପାରଦ, ଜଳ)
(ii) ତରଳ ଓ ଗ୍ୟାସୀୟ ପଦାର୍ଥକୁ ………………….. କୁହାଯାଏ । (ମୌଳିକ, ପ୍ରବହ, ଯୌଗିକ, ଘର୍ଷଣ)
(iii) ପ୍ରବହ ମଧ୍ୟରେ ଗତି କରୁଥିବା ବସ୍ତୁଉପରେ କ୍ରିୟାଶୀଳ ବଳକୁ …………………… କୁହାଯାଏ । (ମାଧ୍ୟାକର୍ଷଣ, ପ୍ରବହ, ଡ୍ରାଗ୍, ଘର୍ଷଣ)
(iv) ଗତିକରୁଥିବା ଯାନମାନଙ୍କରେ ଘର୍ଷଣ କମାଇଲେ …. ବଢ଼େ । (ଗତି, ବଳ, ବେଗ, ପରିବେଶ )
(v) ଘର୍ଷଣ ଯୋଗୁ ଉତ୍ପନ୍ନ ………………….. ଶକ୍ତି ଯନ୍ତ୍ରର କ୍ଷତି ଘଟାଏ । (ଆଲୋକ, ତାପ, ଯାନ୍ତ୍ରିକ, ଶବ୍ଦ)
(vi) ଗଡୁଥିବା ପେଣ୍ଡୁର ଗତିକୁ …………………………. ବଳ ପ୍ରତିରୋଧ କରେ । (ପ୍ରବହ, ମାଧ୍ୟାକର୍ଷଣ, ଘର୍ଷଣ, ଆପେକ୍ଷିକ)
(vii) ବଲବିୟରିଂଦ୍ଵାରା ଗତିଜ ଘର୍ଷଣ ………………………….. ଘର୍ଷଣକୁ ରୂପାନ୍ତରିତ ହୁଏ । ( ଗଡ଼ାଣି, ପ୍ରବହ, ଗତିଶୀଳ, ସ୍ଥିର)
(viii) ଗୋଟିଏ ପୃଷ୍ଠକୁ ଖଦଡ଼ିଆ କରିବାଦ୍ୱାରା ଘର୍ଷଣ ବଳ …………………….. ହୁଏ । (କମ୍, ବେଶି, ସମାନ, ଅସମାନ)
(ix) ଘର୍ଷଣ ପ୍ରଯୁକ୍ତ ବଳର ………………….. ଦିଗରେ କ୍ରିୟାଶୀଳ ହୁଏ । ( ସମାନ, ବିପରୀତ, ଉପର, ତଳ)
(x) ଘର୍ଷଣଦ୍ଵାରା ଦୁଇଟି ପୃଷ୍ଠ ମଧ୍ୟରେ …………………….. ଗତି ହ୍ରାସପାଏ । (ଆପେକ୍ଷିକ, ଗତିଜ, ସ୍ଥିତିଜ, ରାସାୟନିକ)
Answers:
(i) ଗ୍ରୀଜ୍
(ii) ପ୍ରବହ
(iii) ଡ୍ରଗ୍
(iv) ବେଗ
(v) ତ।ମ
(vi) ଘର୍ଷଣ
(vii) ଗଡାଣି
(viii) କମ୍
(ix) ବିପରୀତ
(x) ଆପେକ୍ଷିକ
3. ବାମ ପାର୍ଶ୍ୱସ୍ଥ ସମ୍ପର୍କକୁ ଲକ୍ଷ୍ୟକରି ଦକ୍ଷିଣପାର୍ଶ୍ବର ଶୂନ୍ୟସ୍ଥାନ ପୂରଣ କର ।
(i) ଖଦଡ଼ା ପୃଷ୍ଠରେ ଘର୍ଷଣ ବଳ : ଅଧିକ :: ତରଳପୃଷ୍ଠରେ ଘର୍ଷଣ ବଳ : ………………………. ।
(ii) ଜୋତା : କଟାକଟା ଦାଗ :: ଯାନ : ……………………… ।
(iii) କ୍ୟାରମବୋର୍ଡ଼ ଓ ଗୋଟି : ପାଉଡ଼ର :: ଯନ୍ତ୍ରପାତି : ……………………. ।
(iv) ଭୌତିକ ଘର୍ଷଣ ବଳ : କସଡ଼ା ଘର୍ଷଣ ବଳଠାରୁ ଅଧିକ :: ବ୍ରେକ୍ ଖସଡ଼ା ଘର୍ଷଣ ବଳ : ……………………. ।
(v) ସ୍ଥିର ବସ୍ତୁ ଉପରେ କ୍ରିୟାଶୀଳ ବଳ : ଭୌତିକ ଘର୍ଷଣ :: ଉଡ଼ାଜାହାଜ : ……………………… ।
4. ନିମ୍ନ ଉକ୍ତିଗୁଡ଼ିକ ଭୁଲଥୁଲେ ଠିକ୍ କରି ଲେଖ ।
(i) ପ୍ରୟୋଗ ବଳ ବୃଦ୍ଧି ପାଇଲେ ଘର୍ଷଣ ବଳ ହ୍ରାସ ହୁଏ ।
(ii) ଗୋଟିଏ ବସ୍ତୁ ଅନ୍ୟ ଗୋଟିଏ ବସ୍ତୁ ଉପରେ ଗତି କରୁଥିବା ସମୟରେ ପ୍ରୟୋଗ ବଳ ବୃଦ୍ଧି ପାଇଲେ ମଧ୍ୟ ଘର୍ଷଣ
(iii) ଘର୍ଷଣ ବଳ ପଦାର୍ଥର ପ୍ରକୃତି ଉପରେ ନିର୍ଭର କରେ ନାହିଁ ।
(iv) ଗଡ଼ାଣୀ ଘର୍ଷଣ ସ୍ଥିର ବା ଗତିଜ ଘର୍ଷଣ ଠାରୁ ବେଶି ।
(v) ଏକ ପୃଷ୍ଠକୁ ବନ୍ଧୁର ବା ଖଦଡ଼ିଆ କରିବାଦ୍ୱାରା ଘର୍ଷଣ ବଳ ହ୍ରାସ କରାଯାଇଥାଏ ।
Answers
(i) ପୃଷ୍ଠତଳର ମସୃଣତା ବୃଦ୍ଧି ପାଇଲେ ଘର୍ଷଣ ବଳ ହ୍ରାସ ହୁଏ ।
(ii) ଗୋଟିଏ ବସ୍ତୁ ଅନ୍ୟ ଗୋଟିଏ ବସ୍ତୁ ଉପରେ ଗତି କରୁଥିବା ସମୟରେ ପ୍ରୟୋଗ ବଳ ବୃଦ୍ଧି ପାଇଲେ ଘର୍ଷଣ ବଳ ମଧ୍ୟ ବୃଦ୍ଧି ପାଇଥାଏ ।
(iii) ଘର୍ଷଣ ବଳ ପଦାର୍ଥର ପ୍ରକୃତି ଉପରେ ନିର୍ଭର କରିଥାଏ ।
(iv) ଗଡ଼ାଣୀ ଘର୍ଷଣ ସ୍ଥିର ବା ଗତିଜ ଘର୍ଷଣ ଠାରୁ କମ୍ ଅଟେ ।
(v) ଏକ ପୃଷ୍ଠକୁ ବନ୍ଧୁର ବା ଖଦଡ଼ିଆ କରିବା ଦ୍ୱାରା ଘର୍ଷଣ ବଳ ବୃଦ୍ଧି କରାଯାଇଥାଏ ।
5. ‘କ’ସ୍ତମ୍ଭରେ ଥିବା ଶବ୍ଦ ସହିତ ‘ଖ’ ସ୍ତମ୍ଭରେ ଥିବା ସମ୍ପର୍କିତ ଶବ୍ଦକୁ ମିଳାଅ ।
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
(i) ଦକ୍ଷିଣବଳ | (i) ପ୍ରବହ ଘର୍ଷଣ |
(ii) ଅସଂଜମ ବଳ | (ii) ଦୁଇଟି ପୃଷ୍ଠାର ଛନ୍ଦା ଛନ୍ଦି ପ୍ରକ୍ରିୟା |
(iii) ନୈତିକ ଘର୍ଷଣ | (iii) ଚପଲର ସୋଲ୍ରେ କଟାକଟା ଦାଗ |
(iv) ଇଣ୍ଟର ଲକିଙ୍ଗ | (iv) ଅଠାଦ୍ବାରା ଦୁଇଟି ପୃଷ୍ଠ ଯୋଡ଼ିବା |
(v) ଖସାଣି ଘର୍ଷଣ | (v) ସଂସ୍ପର୍ଶ ବଳ |
(vi) ଘର୍ଷଣ ବୃଦ୍ଧି | (vi) ସ୍ଥିରବସ୍ତୁ ଉପରେ କ୍ରିୟାଶୀଳ ବଳ |
(vii) ଉଡ଼ାଜାହାଜ | (vii) ଗଡ଼ାଣି ଘର୍ଷଣଠାରୁ ଅଧିକ |
(viii) ଚକ ଓ ଅଖର ଘର୍ଷଣ ହ୍ରାସ | (viii) ବଲ୍ ବିୟରିଂ |
Answer:
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
(i) ଦକ୍ଷିଣବଳ | (v) ସଂସ୍ପର୍ଶ ବଳ |
(ii) ଅସଂଜମ ବଳ | (iv) ଅଠାଦ୍ବାରା ଦୁଇଟି ପୃଷ୍ଠ ଯୋଡ଼ିବା |
(iii) ନୈତିକ ଘର୍ଷଣ | (vi) ସ୍ଥିରବସ୍ତୁ ଉପରେ କ୍ରିୟାଶୀଳ ବଳ |
(iv) ଇଣ୍ଟର ଲକିଙ୍ଗ | (ii) ଦୁଇଟି ପୃଷ୍ଠାର ଛନ୍ଦା ଛନ୍ଦି ପ୍ରକ୍ରିୟା |
(v) ଖସାଣି ଘର୍ଷଣ | (vii) ଗଡ଼ାଣି ଘର୍ଷଣଠାରୁ ଅଧିକ |
(vi) ଘର୍ଷଣ ବୃଦ୍ଧି | (iii) ଚପଲର ସୋଲ୍ରେ କଟାକଟା ଦାଗ |
(vii) ଉଡ଼ାଜାହାଜ | (i) ପ୍ରବହ ଘର୍ଷଣ |
(viii) ଚକ ଓ ଅଖର ଘର୍ଷଣ ହ୍ରାସ | (viii) ବଲ୍ ବିୟରିଂ |