Odisha State Board BSE Odisha Class 9 History Notes Chapter 13 ଭାରତର ପରମ୍ପରା will enable students to study smartly.
BSE Odisha Class 9 History Notes Chapter 13 ଭାରତର ପରମ୍ପରା
ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ
→ ଉପକ୍ରମ:
ଭାରତର ପ୍ରତ୍ୟେକ ଜାତି, ଗୋଷ୍ଠୀ ବା ସମ୍ପ୍ରଦାୟ ମଧ୍ୟରେ ନିର୍ଦ୍ଦିଷ୍ଟ ପରମ୍ପରା ପୁରୁଷାନୁକ୍ରମେ ପ୍ରଚଳିତ ହୋଇଆସୁଛି । ଭାରତୀୟ ସମାଜ, ଧର୍ମ, ସଂସ୍କୃତି, ରାଜନୀତି ତଥା ଅର୍ଥନୀତି କ୍ଷେତ୍ରରେ ଏହି ଉଚ୍ଚ ପରମ୍ପରା ଦୃଷ୍ଟିଗୋଚର ହୁଏ ।
→ ପରମ୍ପରା ହେଉଛି କୌଣସି ଜାତି, ସଂପ୍ରଦାୟ, ଗୋଷ୍ଠୀ, ସମାଜ ଅଥବା ରାଷ୍ଟ୍ରରେ ପୁରୁଷାନୁକ୍ରମେ ଧାରାବାହିକଭାବେ ପ୍ରଚଳିତ ସୁସ୍ଥ ଲୋକରୀତି, ଧର୍ମ, ବିଶ୍ଵାସ, ଜୀବନଧାରା ବା ଶୈଳୀ, ଯାହାକୁ ପରବର୍ତ୍ତୀ ପିଢ଼ି ମଧ୍ଯ ଗ୍ରହଣ କରି ସେହି ଅନୁଯାୟୀ ପରିଚାଳିତ ହୁଅନ୍ତି ।
ବିଷୟବସ୍ତୁର ରୂପରେଖ:
- ପରମ୍ପରା ଓ ଏହାର ପ୍ରଭାବ
- ସାମାଜିକ ପରମ୍ପରା
- ଧାର୍ମିକ ପରମ୍ପରା
- ସାଂସ୍କୃତିକ ପରମ୍ପରା
- ରାଜନୈତିକ ପରମ୍ପରା
- ଆର୍ଥନୀତିକ ପରମ୍ପରା
ପରମ୍ପରା ଓ ଏହାର ପ୍ରଭାବ :
ସାମାଜିକ ପରମ୍ପରା :
ଆମ ସମାଜରେ ପରିବାର, ବିବାହ, ନୈତିକ ମୂଲ୍ୟବୋଧ ଓ କର୍ଭବ୍ୟ ଏବଂ ଉତ୍ସବ ପାଳନାଦିରେ ସାମାଜିକ ପରମ୍ପରା ଅନୁଷ୍ଠିତ ହୋଇଥାଏ ।
1. ପରିବାର : ବୈଦିକ ଯୁଗରୁ ଭାରତରେ ଯୌଥ ପରିବାର ପରମ୍ପରା ପ୍ରଚଳିତ । ଭାରତରେ ସାଧାରଣତଃ ଅଧିକାଂଶ ସ୍ଥାନରେ ପିତୃବଂଶୀୟ ପରିବାର ଥିବାବେଳେ ଆଉ କେତେକ ସ୍ଥାନରେ ମାତୃବଂଶୀୟ ପରିବାର ଥିବାର ଦେଖାଯାଏ ।
2. ବିବାହ : ଏହା ଏକ ସାମାଜିକ ପରମ୍ପରା । ଆମ ସମାଜରେ ଏହାକୁ ପବିତ୍ର ଅନୁଷ୍ଠାନ, ଏକ ସଂସ୍କାର ଏବଂ ଏକ କର୍ତ୍ତବ୍ୟ ବୋଲି ବିବେଚନା କରାଯାଇଥାଏ । ଆମେ ଏହାକୁ ଆମ ଧାର୍ମିକ ନୀତି ଅନୁସାରେ ସମ୍ପାଦନା କରିଥାଉ ।
3. ନୈତିକ ମୂଲ୍ୟବୋଧ : ଆମ ଭାରତରେ ଅନେକ ମୂଲ୍ୟବୋଧ ରହିଛି; ଯଥା- ବୟୋଜ୍ୟେଷ୍ଠମାନଙ୍କୁ ସମ୍ମାନ ଇତ୍ୟାଦି ଦୟା, ଦାନ, ସେବା, ଆଦେଶ ପାଳନ, ଗୁରୁଜନଙ୍କୁ ପ୍ରଣାମ, କଥାବାର୍ତ୍ତାରେ ଶାଳୀନତା ରକ୍ଷା କରିବା କ୍ଷମା ଓ ସ୍ନେହ ପ୍ରଭୃତି ନୈତିକ ମୂଲ୍ୟବୋଧ ଭାରତୀୟ ପରମ୍ପରାରେ ରହିଛି ।
4. ନୈତିକ କର୍ତ୍ତବ୍ୟ : ସନ୍ତାନମାନଙ୍କର ଲାଳନପାଳନ, ପିତାମାତାଙ୍କର ସେବାଯନ୍ତ୍ର, ଅତିଥ୍ୟ ସତ୍କାର, ନାରୀମାନଙ୍କୁ ସମ୍ମାନ ପ୍ରଦର୍ଶନ, ମୃତ ବ୍ୟକ୍ତିର ଅତ୍ୟେଷ୍ଟିକ୍ରିୟା ଓ ପରିଷ୍କାର ପରିଚ୍ଛନ୍ନତା ଆଦି ପ୍ରତ୍ୟେକ ଭାରତୀୟର ନୈତିକ ହୁଏ ।
5. ଉତ୍ସବ ପାଳନ : ଆମ ଭାରତୀୟ ପରିବାରରେ ଅନେକ ଉତ୍ସବ ପାଳନ କରାଯାଇଥାଏ; ଯଥା – ଜନ୍ମୋତ୍ସବ, ନାମକରଣ, ଅନ୍ନପ୍ରାଶନ, ବିଦ୍ୟାରମ୍ଭ ଓ ବିବାହ ଇତ୍ୟାଦି । ଏହାଛଡ଼ା ହୋଲି, ଗୁରୁପୂର୍ଣ୍ଣିମା, ବିଜୟାଦଶମୀ, ରକ୍ଷାବନ୍ଧନ, ଜନ୍ମାଷ୍ଟମୀ, ଦୀପାବଳୀ, ଇଦ୍, ମହରମ, ଖ୍ରୀଷ୍ଟଜନ୍ମ ଓ ନୂଆବର୍ଷ ଇତ୍ୟାଦି ଭାରତର ସାମାଜିକ ପରମ୍ପରା ଭାବରେ ବିବେଚିତ ହୋଇଥାଏ ।
ଧାର୍ମିକ ପରମ୍ପରା :
1. ଆଧ୍ୟ।ମିକତା : ଭାରତରେ ସବୁ ଧର୍ମ।ବଲମ୍ୱୀ ସର୍ବଶକ୍ତିମା ପରମେଶ୍ଵରଙ୍କ ପ୍ରତି ବିଶ୍ଵାସ ସ୍ଥାପନ ଓ ତାଙ୍କ ନିକଟରେ ଆତ୍ମସମର୍ପଣକୁ ନିଜ ଧର୍ମର ମୂଳନୀତି ଭାବେ ବିଶ୍ୱାସ କରନ୍ତି । ସମସ୍ତେ ଈଶ୍ଵର ଭକ୍ତି ଉପରେ ଗୁରୁତ୍ଵ ଦେଇଥା’ନ୍ତି ।
→ ବୈଦିକ ଯୁଗର ବ୍ରାହ୍ମଣ୍ୟ ଧର୍ମ ପରବର୍ତ୍ତୀ ସମୟରେ ହିନ୍ଦୁଧର୍ମ ନାମରେ ପରିଚିତ ହୋଇଥିଲା ।
2. ଉଦାରତା : ଭାରତରେ ଅନେକ ଧର୍ମର ଲୋକ ବାସ କରନ୍ତି ଓ ଏଠାରେ ଅନେକ ଧର୍ମ ପ୍ରଚାର କରାଯାଇଛି । ବୌଦ୍ଧ, ଜୈନ, ଇସ୍ଲାମ୍ ଓ ଖ୍ରୀଷ୍ଟଧର୍ମ ଆମ ସମାଜରେ ଅନେକ ପ୍ରାଧାନ୍ୟ ବିସ୍ତାର କରିଥିଲା । ସମ୍ରାଟ ଅଶୋକ ବୌଦ୍ଧ ଧର୍ମାବଲମ୍ବୀ ହେଲେ ସୁଦ୍ଧା ସେ ସବୁ ଧର୍ମପ୍ରତି ଉଦାରତା ପୋଷଣ କରିଥିଲେ । ସମ୍ରାଟ ଆକବର ମଧ୍ୟ ଦିନ-ଇ-ଲ୍ଲାହୀ ପ୍ରବର୍ତ୍ତନ କରି ସବୁ ଧର୍ମର ସମନ୍ଵୟ ରକ୍ଷା କରିଥିଲେ ।
3. ମୂର୍ତ୍ତିପୂଜା : ସିନ୍ଧୁ ସଭ୍ୟତାଠାରୁ ଆରମ୍ଭ କରି ଆମ ସମାଜରେ ମୂର୍ତ୍ତି ପୂଜା ପରମ୍ପରା ରହି ଆସିଛି । ମୂର୍ତ୍ତି ପୂଜାର ପରମ୍ପରା ସବୁ ସ୍ଥାନରେ ଦେଖିବାକୁ ମିଳି ନଥାଏ ।
4. ପୂଜାବିଧ : ପ୍ରତ୍ୟେକ ଭାରତୀୟ ନିଜ ଗୃହରେ ବା ଧର୍ମପୀଠରେ ନିଜ ଧର୍ମର ସ୍ବତନ୍ତ୍ର ପର୍ବ ଦିବସରେ ପୂଜା କରିବା ପରମ୍ପରା ବହୁକାଳରୁ ଚଳି ଆସୁଛି । ପୂଜା ସମୟରେ ଧର୍ମନୀତି ଅନୁସାରେ, ଧର୍ମଗ୍ରନ୍ଥ ପାଠ କରାଯାଇଥାଏ । ଆହୁରି ମଧ୍ୟ ସେଠାରେ ଭଜନ, କୀର୍ତ୍ତନ, ପ୍ରାର୍ଥନା ଓ ହୋମଯଜ୍ଞ ଇତ୍ୟାଦି କରାଯାଇଥାଏ ।
5. ଧର୍ମବିଶ୍ଵାସ : ଭାରତୀୟମାନେ ଆତ୍ମାର ଅମରତ୍ୱ, କର୍ମବାଦ, ପୁନର୍ଜନ୍ମ, ମୋକ୍ଷପ୍ରାପ୍ତି, ସମାନତା, ଭକ୍ତି, ଦୟା, ଦାନ, କ୍ଷମା ଓ ଅହିଂସାରେ ବିଶ୍ବାସ କରିବା ପରମ୍ପରା ରହିଛି । ହିନ୍ଦୁମାନଙ୍କ ଚତୁର୍ଧାମ ଯାତ୍ରା ଓ ମୁସଲମାନମାନଙ୍କର ମକ୍କାଯାତ୍ରା ଧାର୍ମିକ ତଥା ପାରମ୍ପରିକ ବିଶ୍ଵାସର ଉଦାହରଣ ।
- ଇସ୍ଲାମ ଧର୍ମର ପର୍ବ – ଇଦ୍-ଉଲ୍-ଜୁହା ଓ ମହରମ
- ଖ୍ରୀଷ୍ଟଧର୍ମର ପର୍ବ – ଗୁଡ ଫ୍ରାଇଡେ, ବଡ଼ଦିନ, ଇଷ୍ଟର
- ଜୈନଧର୍ମର ପର୍ବ – ମହାବୀର ଜୟନ୍ତୀ
ସାଂସ୍କୃତିକ ପରମ୍ପରା :
1. ବୈଦିକ ସଂସ୍କୃତି : ବୈଦିକ ସଂସ୍କୃତିରେ ଚତୁରାଶ୍ରମ; ଯଥା- ବ୍ରହ୍ମଚର୍ଯ୍ୟ, ଗାର୍ହସ୍ଥ୍ୟ, ବାନପ୍ରସ୍ଥ ଓ ସନ୍ୟାସ ଇତ୍ୟାଦି ଆମ ସମାଜରେ ପ୍ରଚଳିତ । ଆର୍ଯ୍ୟମାନ ର ‘ବସୁଧୈବ କୁଟୁମ୍ବକମ୍’ ଚିନ୍ତାଧାରା ଷଟ୍ ଦାର୍ଶନିକ ପଦ୍ଧତି ଭାରତୀୟ ସଂସ୍କୃତିକୁ ବଳିଷ୍ଠ କରିଛି ।
2. ନୃତ୍ୟଗୀତ : ଭାରତୀୟ ସାଂସ୍କୃତିକ ପରମ୍ପରାରେ ନୃତ୍ୟଗୀତ ଏକ ମହତ୍ତ୍ଵପୂର୍ଣ୍ଣ ଉପାଦନା ଭାବରେ ଆମ ପରମ୍ପରାକୁ ସମୃଦ୍ଧ କରିପାରିଛି । ପାରମ୍ପରିକ ନୃତ୍ୟକଳା ସହିତ ଶାସ୍ତ୍ରୀୟ ନୃତ୍ୟ, ଲୋକଗୀତ ଇତ୍ୟାଦି ବହୁକାଳରୁ ପ୍ରଚଳିତ ହୋଇଆସୁଛି । ଏହା ଆମର ସୃଜନଶୀଳତାର ପ୍ରମାଣ ଦେଇଥାଏ । ସାହିତ୍ୟ : ବେଦ, ବ୍ରାହ୍ମଣ, ସଂହିତା, ଆରଣ୍ୟକ, ଉପନିଷଦ, ଶାସ୍ତ୍ର, ସୂତ୍ର, ରାମାୟଣ ଓ ମହାଭାରତ ଆଦି ସାହିତ୍ୟ ବୈଦିକ କାଳରେ ସୃଷ୍ଟି ହୋଇଥିଲା । ଗୁପ୍ତଯୁଗରେ ସଂସ୍କୃତ ଭାଷାରେ ରଚିତ ନାଟକ, କାବ୍ୟ, ଗଳ୍ପ, ଅଭିଧାନ, ବ୍ୟାକରଣ ପରମ୍ପରା ସୃଷ୍ଟି କରିଥିଲା । ବିଭିନ୍ନ ଧର୍ମର ସମନ୍ବୟରେ ଭାରତୀୟ ସାହିତ୍ୟ ମହିମା ମଣ୍ଡିତ ହୋଇଥିଲା ।
→ ବେଦକୁ ଭାରତର ପ୍ର।ଚୀନତମ ସାହିତ୍ୟ କୁହାଯାଏ । ସାହିତ୍ୟର ଆଦର୍ଶ ପୁରୁଷ ଥିଲେ କାଳିଦାସ ।
3. ଜ୍ୟୋତିର୍ବିଦ୍ୟା ଓ ଆୟୁର୍ବିଦ୍ୟା : ବୈଦିକ ସଭ୍ୟତାରୁ ଜ୍ୟୋତିଷ ଓ ଚିକିତ୍ସା ବିଦ୍ୟାର ପରମ୍ପରା ସୃଷ୍ଟି ହୋଇଛି । ଆୟୁର୍ବେଦ ଚିକିତ୍ସା ବିଧୂରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହୋଇନଥାଏ । ତେଣୁ ଏହାର ଜନପ୍ରିୟତା ବଢ଼ିବାରେ ଲାଗିଛି ।
→ ଜ୍ୟୋତିଷ ବେଦାଙ୍ଗରେ ଜ୍ୟୋତିଷ ଓ ଅଥର୍ବବେଦରେ ‘ଚିକିତ୍ସା ବିଦ୍ୟା’ ବଣନା କରାଯାଇଛି।
ରାଜନୈତିକ ପରମ୍ପରା :
ଭାରତୀୟ ସାଂସ୍କୃତିକ ପରମ୍ପରାରେ ରାଜନୈତିକ ପରମ୍ପରାର ଏକ ସ୍ଵତନ୍ତ୍ର ସ୍ଥାନ ରହିଛି । ଗଣତନ୍ତ୍ର, ସାଧାରଣତନ୍ତ୍ର, ସ୍ୱାୟତ୍ତ ଶାସନ, ଶାସନର ବିକେନ୍ଦ୍ରୀକରଣ ଓ ପ୍ରଶାସନିକ ପଦ୍ଧତି ଏହାର ଅନ୍ତର୍ଗତ ।
ବୈଦିକ ଯୁଗରେ ‘ସଭା’ ଓ ‘ସମିତି’ ଅନୁଷ୍ଠାନଦ୍ୱାରା ଗଣତାନ୍ତ୍ରିକ ପରମ୍ପରା ଆରମ୍ଭ ହୋଇଥିଲା । ଆମ ସମ୍ବିଧାନର ମୌଳିକ ଅଧିକାର ବହୁକାଳରୁ ପ୍ରଚଳିତ ହୋଇଆସୁଛି ।
1. ସାଧାରଣତନ୍ତ୍ର : ଋଗ୍ବୈଦିକ ଯୁଗର ‘ଗଣ’ ନାମକ ସାଧାରଣତନ୍ତ୍ର, ଖ୍ରୀଷ୍ଟପୂର୍ବ ୬ଷ୍ଠ ଶତାବ୍ଦୀର ଷୋହଳଟି ମହାଜନପଦ ମଧ୍ୟରୁ ଭିତ୍ତି ଓ ମଲ୍ଳ ନାମକ ଦୁଇଟି ସାଧାରଣତନ୍ରରୁ ଭାରତର ସାଧାରଣତନ୍ତ୍ ପରମ୍ପରାଗତ ବୋଲି ଧରାଯାଇଥାଏ ।
→ ସ୍ୱାୟତ୍ତ ଶାସନ ବ୍ୟବସ୍ଥା – ଲଉ ରିପନ୍ ୧୮୮୨ ମସିହାରେ ଭାରତରେ ସ୍ୱାୟତ୍ତ ଶାସନ ପ୍ରଚଳନ କରିଥିଲେ ।
2. ସ୍ୱାୟତ୍ତ ଶାସନ : ବୈଦିକ ଯୁଗର ଗ୍ରାମ୍ୟ ସ୍ତରର ଶାସନ ବ୍ୟବସ୍ଥା, ରାମାୟଣ, ମହାଭାରତରେ ଉଲ୍ଲିଖ ସ୍ଥାନୀୟ ଶାସନ, ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ‘ପୌର ଶାସନ’ ବ୍ୟବସ୍ଥାରୁ ଜଣାପଡ଼େ ଭାରତୀୟ ପରମ୍ପରାରେ ସ୍ୱାୟତ୍ତ ଶାସନର ବଳିଷ୍ଠ ଅବଦାନ ରହିଛି ।
ଶାସନର ବିକେନ୍ଦ୍ରୀକରଣ : ବୈଦିକ ସଭ୍ୟତାଠାରୁ ଶାସନର ବିକେନ୍ଦ୍ରୀକରଣ ବ୍ୟବସ୍ଥାର ପରମ୍ପରା ଆଧୁନିକ ଯୁଗରେ ମଧ୍ୟ ଭିନ୍ନ ଭାବରେ ପ୍ରତିଷ୍ଠିତ ହୋଇଛି ।
3. ପ୍ରଶାସନିକ ପଦ୍ଧତି : ଭାରତୀୟ ଶାସନ ବ୍ୟବସ୍ଥାରେ ଶାସନ ମୁଖ୍ୟ, ମନ୍ତ୍ରୀମଣ୍ଡଳ, ଅମଲାତନ୍ତ୍ର ବ୍ୟବସ୍ଥା ପ୍ରାଚୀନ କାଳରୁ ଭାରତୀୟ ଶାସନ ଓ ପ୍ରଶାସନିକ ବ୍ୟବସ୍ଥାର ଏକ ସଂଶୋଧ ରୂପ । ଶୃଙ୍ଖଳିତ ତଥା ସଫଳ ଶାସନ ପାଇଁ ଭିନ୍ନ ଭିନ୍ନ ବିଭାଗର ମୁଖ୍ୟ ଭାବେ ପ୍ରଶାସନିକ ଅଧିକାରୀ ରହିବା ରାଜନୈତିକ ପରମ୍ପରାର ଅନ୍ତର୍ଭୁକ୍ତ ।
ଆର୍ଥନୀତିକ ପରମ୍ପରା :
1. କୃଷି : କୃଷି ପରମ୍ପରା ଭାରତୀୟ ଅର୍ଥନୀତିରେ ମୁଖ୍ୟ ସ୍ଥାନ ଗ୍ରହଣ କରିଛି । ଆର୍ଯ୍ୟମାନଙ୍କଠାରୁ ଆରମ୍ଭ ହୋଇଥିବା କୃଷି ପରମ୍ପରା ଆଜି ବି ଅଧିକାଂଶ ଭାରତୀୟଙ୍କ ଜୀବନ ଜୀବିକାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ।
2. ପଶୁପାଳନ : ସିନ୍ଧୁ ସଭ୍ୟତା ତଥା ବୈଦିକ ଯୁଗର ଲୋକମାନେ ବିଭିନ୍ନ ପଶୁସମ୍ପଦ ପାଳନ କରି ସେମାନଙ୍କର ଜୀବିକା ନିର୍ବାହ କରୁଥିଲେ । ଏହା ଏକ ଆର୍ଥନୀତିକ ପନ୍ଥାଭାବେ ଏକ ପରମ୍ପରା ସୃଷ୍ଟି କରିଥିଲା ।
3. କୁଟୀର ଶିଳ୍ପ : ଭାରତରେ କୁଟୀର ଶିଳ୍ପକୁ ଏକ କୌଳିକ ବୃତ୍ତି ଭାବରେ ଗଣାଯାଇଥାଏ । ମାଟି, ପଥର, କାଠ, ସୁନାରୁପାର ତାରକସି କାମ, ବାଉଁଶ, ବେତ, କତା ସାମଗ୍ରୀ, ହସ୍ତତନ୍ତ ଶାଢ଼ି ଇତ୍ୟାଦି ଭାରତୀୟ କୁଟୀର ଶିଳ୍ପର ଉଜ୍ଜ୍ଵଳ ଉଦାହରଣ ।
4. ବାଣିଜ୍ୟ : ସିନ୍ଧୁ ସଭ୍ୟତା କାଳରୁ ଭାରତୀୟ ଆର୍ଥନୀତିକ ପରମ୍ପରା, ବନ୍ଦର ନିର୍ମାଣ ଓ ବହିର୍ଦେଶ ବାଣିଜ୍ୟ * ପରମ୍ପରା ସହିତ ଆରମ୍ଭ ହୋଇଥିଲା । ବୈଦିକ ଯୁଗର ଆଭ୍ୟନ୍ତରୀଣ ବାଣିଜ୍ୟ, ମୌର୍ଯ୍ୟଯୁଗର ସାମୁଦ୍ରିକ ବାଣିଜ୍ୟର ବିକାଶ, ଗୁପ୍ତଯୁଗର ଆଭ୍ୟନ୍ତରୀଣ ଓ ବହିର୍ଦେଶ ବାଣିଜ୍ୟ, ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ଭାରତର ଦୃଢ଼ ବାଣିଜ୍ୟିକ ପରମ୍ପରାର ସୂଚନା ଦେଇଥାଏ ।
5. ଗ୍ରାମ୍ୟ ଅର୍ଥନୀତି : ବୈଦିକ ଯୁଗରୁ ଗ୍ରାମ୍ୟ ଅର୍ଥନୀତିର ପରମ୍ପରା ସୃଷ୍ଟି ହୋଇ କାଳକ୍ରମେ ବିକଶିତ ହୋଇଥିଲା । ଗ୍ରାମ୍ୟ ଅର୍ଥନୀତିରେ କୃଷି, ପଶୁପାଳନ ଓ କୁଟୀର ଶିଳ୍ପକୁ ଗୁରୁତ୍ବ ଦିଆଯାଉଥିଲା । ବର୍ତ୍ତମାନ କାଳରେ ମଧ୍ୟ ଗ୍ରାମ୍ୟ ଅର୍ଥନୀତିକୁ ଆଧାର କରାଯାଇ ରାଷ୍ଟ୍ରର ଅର୍ଥନୀତି ନିର୍ଦ୍ଧାରିତ ହେଉଛି ।