Odisha State Board BSE Odisha Class 9 History Notes Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ will enable students to study smartly.
BSE Odisha Class 9 History Notes Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ
ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ
→ ଉପକ୍ରମ:
- ଦ୍ବିତୀୟ ବିଶ୍ଵଯୁଦ୍ଧ ପରେ ଗଣତନ୍ତ୍ରବାଦୀ ଯୁକ୍ତରାଷ୍ଟ୍ର ଆମେରିକା ଓ ସାମ୍ୟବାଦୀ ସୋଭିଏତ୍ ରୁଷ୍ ବିଶ୍ଵ ରାଜନୀତିରେ ବୃହତ୍ ଶକ୍ତି ରୂପରେ ଆବିର୍ଭୂତ ହେଲେ ।
- ଉଭୟ ରାଷ୍ଟ୍ର ମଧ୍ୟରେ ଆଦର୍ଶଗତ ପ୍ରଭେଦ ଏବଂ କ୍ରମାଗତ ଉତ୍ତେଜନା ଓ ଦ୍ବନ୍ଦ ଆନ୍ତର୍ଜାତିକ ରାଜନୀତିକ ପରିବେଶ ଉପରେ ଗଭୀର ପ୍ରଭାବ ପକାଇଥଲା ।
- ‘ଶୀତଳ ଯୁଦ୍ଧ’ ଶବ୍ଦଟି ପ୍ରଥମେ ଆମେରିକାର ରାଜନୀତିଜ୍ଞ ବର୍ଣ୍ଣାଡ୍ ବାରୁକ୍ଙ୍କଦ୍ୱାରା ବ୍ୟବହୃତ ହୋଇଥିଲା । ଆମେରିକୀୟ ସମ୍ବାଦିକ ୱାଲଟର୍ ଲିପ୍ମାନଙ୍କଦ୍ୱାରା ଏହା ଜନପ୍ରିୟ ହୋଇଥିଲା ।
ବିଷୟବସ୍ତୁର ରୂପରେଖ:
- ଶୀତଳ ଯୁଦ୍ଧର କାରଣ
- ମାଓ ସେ ତୁଙ୍ଗ
- ଶୀତଳ ଯୁଦ୍ଧର ପ୍ରସାର ଓ ଫଳାଫଳ
- ମାର୍ଶାଲ୍ ଯୋଜନା
→ ଶୀତଳ ଯୁଦ୍ଧର କାରଣ:
- ଦୁଇ ବୃହତ୍ ଶକ୍ତି; ଯଥା— ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ୍ ରୁଷ୍ ମଧ୍ୟରେ ଆଦର୍ଶଗତ ପାର୍ଥକ୍ୟ ଥିଲା ।
- ଯୁକ୍ତରାଷ୍ଟ୍ର ଆମେରିକା ଗଣତନ୍ତ୍ରବାଦୀ ଥିବାବେଳେ ସୋଭିଏତ୍ ରୁଷ୍ ସାମ୍ୟବାଦୀ ଥିଲା ।
- ବିଶ୍ୱ ରାଜନୀତିରେ ଉଭୟ ରାଷ୍ଟ୍ର ମଧ୍ୟରେ ପ୍ରବଳ ପ୍ରତିଦ୍ବନ୍ଦିତା, କ୍ରମାଗତ ଈର୍ଷା, ଶତ୍ରୁତା, କୁତ୍ସାରଟନା, ବିରୋଧାତ୍ମକ ପ୍ରଚାର ସହ କୂଟନୈତିକ ଯୁଦ୍ଧ ଆରମ୍ଭ ହେଲା ।
→ ମାଓ ସେ ତୁଙ୍ଗ:
- ୧୯୪୯ ମସିହାରେ ରୁଷ୍ ସହାୟତାରେ ଚୀନ୍ ଦେଶରେ ଗଣବିପ୍ଳବ ମାଧ୍ୟମରେ ମାଓ ସେ ତୁଙ୍ଗଙ୍କ ନେତୃତ୍ଵରେ ସାମ୍ୟବାଦୀ ସରକାର ଗଠିତ ହୋଇଥିଲା ।
- ମାଓ ସେ ତୁଙ୍ଗ ୧୮୯୩ ମସିହା ଡିସେମ୍ବର ୨୬ ତାରିଖ ଦିନ ଚୀନ୍ ଦେଶର ହୁନାନ୍ ପ୍ରଦେଶର ଶାଓଶାନ୍ଠାରେ ଜନ୍ମଗ୍ରହଣ କରିଥିଲେ ।
- ୧୯୪୭ ମସିହା ମାର୍ଚ୍ଚ ୧୨ ତାରିଖରେ ଆମେରିକୀୟ କଂଗ୍ରେସର ମିଳିତ ଅଧୂବେଶନରେ ଟୁମାନଙ୍କ ପ୍ରଦତ୍ତ ଅଭିଭାଷଣ ‘ଟ୍ରମାନ୍ ନୀତି’ ନାମରେ ପରିଚିତ ।
→ ଶୀତଳ ଯୁଦ୍ଧର ପ୍ରସାର ଓ ଫଳାଫଳ:
- ସୋଭିଏତ୍ ରୁଷ ସାମ୍ୟବାଦର ଲୌହ ପରଦା ବିସ୍ତାରକୁ ବିରୋଧ ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ବିଭିନ୍ନ ଯୋଜନାମାନ ପ୍ରସ୍ତୁତ କରିଥିଲା ।
- ଗ୍ରୀସ୍ର ଉତ୍ତରରେ ଥିବା ସାମ୍ୟବାଦୀ ପଡ଼ୋଶୀ ଦେଶଗୁଡ଼ିକ ଗ୍ରୀସ୍ରେ ଗୃହଯୁଦ୍ଧର ସୂତ୍ରପାତ କରାଉଛନ୍ତି ବୋଲି ୧୯୪୬ ମସିହାରେ ଗ୍ରୀସ୍ ସଂଯୁକ୍ତ ରାଷ୍ଟ୍ରସଂଘର ନିରାପତ୍ତା ପରିଷଦରେ ଅଭିଯୋଗ କରିଥିଲା । ୧୯୪୭ ମସିହାରେ ଆମେରିକା ସେଠାକୁ ଏକ ଅର୍ଥନୈତିକ ଅନୁଧ୍ୟାନକାରୀ ଦଳ ପଠାଇଥିଲା ।
- ଟୁମାନ୍ ନୀତି ଅନୁସାରେ ଗ୍ରୀସ୍ ଓ ତୁର୍କୀକୁ ୪୦୦ ନିୟୁତ ଡଲାର ସାହାଯ୍ୟ ମିଳିଥିଲା ।
→ ମାର୍ଶାଲ୍ ଯୋଜନା:
- ଯୁଦ୍ଧବିଧ୍ଵସ୍ତ ଇଉରୋପୀୟ ରାଷ୍ଟ୍ରମାନଙ୍କର ଆର୍ଥିକ ଉନ୍ନତି ସହ ସାମ୍ୟବାଦର ପ୍ରଭାବ ରୋକିବା ନିମନ୍ତେ ୧୯୪୭ ମସିହା ଜୁନ୍ ୫ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାଦ୍ୱାରା ମାର୍ଶାଲ ଯୋଜନା ପ୍ରବର୍ତ୍ତିତ ହୋଇଥିଲା ।
- ଯୁକ୍ତରାଷ୍ଟ୍ର ଆମେରିକାର ମାର୍ଶାଲ ଯୋଜନାକୁ ସୋଭିଏତ୍ ରୁଷ୍ ତୀବ୍ର ନିନ୍ଦା କରି ଏହା ସଂଯୁକ୍ତ ରାଷ୍ଟ୍ରସଂଘ ପ୍ରତି ବିଶ୍ୱାସଘାତକତା ବୋଲି ଅଭିହିତ କଲା ।
- ଫଳରେ ଶୀତଳ ଯୁଦ୍ଧ ତୀବ୍ର ଆକାର ଧାରଣ କରିଥିଲା ଏବଂ ଜର୍ମାନୀ, କ୍ୟୁବା ଓ କୋରିଆରେ ସଂଘର୍ଷ ଘଟିଥିଲା ।
ଖ୍ରୀଷ୍ଟାବ୍ଦସମୂହ ଓ ପ୍ରମୁଖ ଘଟଣାବଳୀ
୧୮୯୩ ଖ୍ରୀ.ଅ. – (ଡିସେମ୍ବର ୨୬) ଚୀନ୍ ଦେଶର ହୁନାନ୍ ପ୍ରଦେଶରେ ମାଓ ସେ ତୁଙ୍ଗଙ୍କ ଜନ୍ମ ।
୧୯୧୭ ଖ୍ରୀ.ଅ. – ରୁଷ୍ ଦେଶରେ ଜାର୍ ଶାସନର ପତନ ଘଟି ସାମ୍ୟବାଦୀ ଶାସନ ପ୍ରତିଷ୍ଠିତ ।
୧୯୪୫ ଖ୍ରୀ.ଅ. – ସୋଭିଏତ୍ ରୁଷ, ତୁର୍କୀ ସହିତ ତାହାର ପୁରାତନ ବନ୍ଧୁତ୍ଵ ଚୁକ୍ତି ନବୀକରଣ କରିବାକୁ ଅରାଜି ।
୧୯୪୬ ଖ୍ରୀ.ଅ. – (ଡିସେମ୍ବର) ଗ୍ରୀସ୍ରା ପଡ଼ୋଶୀ ରାଷ୍ଟ୍ରମାନଙ୍କ ବିରୋଧରେ ସଂଯୁକ୍ତ ରାଷ୍ଟ୍ରସଂଘ ନିରାପତ୍ତା ପରିଷଦରେ ଅଭିଯୋଗ ଉପସ୍ଥାପନ ।
୧୯୪୭ ଖ୍ରୀ.ଅ. – (ଜାନୁୟାରୀ) ଯୁକ୍ତରାଷ୍ଟ୍ର ଆମେରିକାଦ୍ଵାରା ଏକ ଅର୍ଥନୈତିକ ଅନୁଧ୍ୟାନକାରୀ ଦଳ ଗ୍ରୀସ୍ ପ୍ରେରିତ; (ମାର୍ଚ୍ଚ ୧୨) ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଟୁମାନ୍ ତାଙ୍କ ଅଭିଭାଷଣ ଉପସ୍ଥାପନ କରିଥିଲେ, ଯାହା ଟୁମାନ୍ ନୀତି ଭାବରେ ପରିଚିତ; (ଏପ୍ରିଲ୍ ୧୬) ଆମେରିକୀୟ ରାଜନୀତିଜ୍ଞ ବର୍ଣ୍ଣାଡ୍ ବାରୁକ୍ଙ୍କଦ୍ୱାରା ପ୍ରଥମେ ‘ଶୀତଳ ଯୁଦ୍ଧ’ ଶବ୍ଦଟି ବ୍ୟବହୃତ; (ଜୁନ୍ ୫) ମାର୍ଶାଲ୍ ଯୋଜନା ପ୍ରବତ୍ତନ ହୋଇଥିଲା ।
୧୯୪୯ ଖ୍ରୀ.ଅ. – ରୁଷ୍ ସହାୟତାରେ ଚୀନ୍ ଦେଶରେ ଗଣବିପ୍ଳବ ମାଧ୍ୟମରେ ମାଓ ସେ ତୁଙ୍ଗଙ୍କ ନେତୃତ୍ଵରେ ସାମ୍ୟବାଦୀ ସରକାର ଗଠିତ ।