Odisha State Board BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ Textbook Exercise Questions and Answers.
BSE Odisha Class 9 Odia Solutions Chapter 11 ପ୍ରକୃତ ବନ୍ଧୁ
ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର
ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର
Question ୧।
ସଗୋତ୍ର ଓ ଅସଗୋତ୍ର ଏହିପରି ଆଉ କେଉଁ କେଉଁ ବିରୋଧାତ୍ମକ ଶବ୍ଦ ଅଛି ପାଠ ମଧ୍ୟରୁ ଖୋଜି ବାହାର କର ।
Answer:
Question ୨।
ନିଜ ସହିତ ଗୋଟିଏ ଶ୍ରେଣୀରେ ପଠନ କରେ ଯିଏ ତାକୁ କହନ୍ତି ‘ସହପାଠୀ’ । ସେହିପରି ‘ସହ’ ଲଗାଇ ଆଉ ତିନୋଟି ଶବ୍ଦ ଗଢ଼ !
Answer:
ନିଜ ସହିତ ଗୋଟିଏ କ୍ଷେତ୍ରରେ କର୍ମ କରେ ଯିଏ – ସହକର୍ମୀ ।
ନିଜ ସହିତ ଗୋଟିଏ ସ୍ଥାନକୁ ଯାତ୍ରା କରେ ଯିଏ – ସହଯାତ୍ରୀ ।
ନିଜ ସହିତ ଗୋଟିଏ କାର୍ଯ୍ୟକୁ କରେ ଯିଏ – ସହକାରୀ ।
Question ୩ ।
ବନ୍ଧନୀ ମଧ୍ୟରୁ ଠିକ୍ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(ଅପ୍ରକଟିତ, ବିପତ୍ତି, ହିତସାଧନ, ପାପ, ଗୋପନୀୟ)
(କ) ପ୍ରକୃତ ମିତ୍ର, ମିତ୍ରଙ୍କୁ __________________ ରୁ ନିବୃତ୍ତ କରାନ୍ତି ।
Answer:
ପାପ
(ଖ) ପ୍ରକୃତ ମିତ୍ର, ସର୍ବଦା ମିତ୍ରର __________________ ରେ ରତ ହୋଇଥା’ନ୍ତି ।
Answer:
ହିତସାଧନ
(ଗ) ପ୍ରକୃତ ମିତ୍ର, ମିତ୍ରଙ୍କର _________________ ବିଷୟମାନ ଗୋପନ ରଖନ୍ତି ।
Answer:
ଗୋପନୀୟ
(ଘ) ପ୍ରକୃତ ମିତ୍ର, ମିତ୍ରଙ୍କର ____________________ ଗୁଣମାନଙ୍କୁ ପ୍ରକଟିତ କରନ୍ତି ।
Answer:
ଅପ୍ରକଟିତ
(ଙ) ପ୍ରକୃତ ମିତ୍ର, ମିତ୍ରଙ୍କୁ _______________________ ପଡ଼ିଲେ ତାଙ୍କ ପାଖେ ପାଖେ ରହନ୍ତି ।
Answer:
ବିପତ୍ତି
Question ୪।
ବିପରୀତ ଅର୍ଥବୋଧକ ଶବ୍ଦ ଲେଖ ।
ଦୁର୍ନାମ, ଭଟ୍ଟା, ନିଃସ୍ୱାର୍ଥ, ମିତ୍ର, ଉପକାର
Answer:
ପ୍ରଦତ୍ତ ଶବ୍ଦ – ବିପରୀତ ଶବ୍ଦ
ଦୁର୍ନାମ – ସୁନାମ
ଭଟ୍ଟା – ଜୁଆର
ନିଃସ୍ୱାର୍ଥ – ସ୍ୱ।ର୍ଥପର
ମିତ୍ର – ଶତୁ୍ର୍ର
ଉପକାର – ଅପକାର
Question ୫।
ଦୀନର ବନ୍ଧୁ ‘ଦୀନବନ୍ଧୁ’ । ଏହିପରି ସମ୍ବନ୍ଧସୂଚକ ଆଉ ଦୁଇଟି ଶବ୍ଦ ଗଠନ କର ।
ଜଗତର ନାଥ – ଜଗନ୍ନାଥ ।
ଲୋକମାନଙ୍କର ନାଥ – ଲୋକନାଥ ।
Question ୬।
‘ଦେଖା ସୁନ୍ଦର କଖାରୁ ବଢ଼ି’ ପରି ପ୍ରବନ୍ଧରେ ଆଉ କେଉଁ କେଉଁ ଲୋକବାଣୀଗୁଡ଼ିକ ଅଛି ସେଗୁଡ଼ିକୁ ଖୋଜି ବାକ୍ୟରେ ବ୍ୟବହାର କର ।
Answer:
ଜଡ଼ା ତେଲକୁ ମେଣ୍ଢାବାଳ (ଅତି ଆପଣାର) – ଦେବବ୍ରତ ସୁକାନ୍ତର ସାଙ୍ଗ ଆଦୌ ଛାଡ଼ୁନି । ଜଡ଼ା ତେଲକୁ ମେଣ୍ଢାବାଳ, ଦେଖାଯାଉ ଏ ବନ୍ଧୁତା କେତେ କାଳ ରହୁଛି ?
ବାଘ ଘରେ ମିରିଗ ନାଟ – ଶ୍ରେଣୀ ଶିକ୍ଷକ ନ ଥିବାରୁ ପିଲାମାନେ ପାଟି କରୁଛନ୍ତି, ଏ ତ ବାଘ ଘରେ ମିରିଗ ନାଟ ଚାଲିଛି ।
ଅଙ୍ଗେ ନିଭାଇବା (ଅନୁଭୂତିରେ ଆଣିବା) – ସୁଖ କହିବି, ନା ଦୁଃଖ କହିବି, ନା ଯାହା ଅଙ୍ଗେ ନିଭେଇଛି ତାହା
Question ୭।
ପରାଠରି, ଡରାଡରି, ଧରାଧରି, ପରାପରି, ମରାମରି, ସରାସରି ଶବ୍ଦଗୁଡ଼ିକୁ ବାକ୍ୟରେ ବ୍ୟବହାର କର ।
Answer:
ଠରାଠରି – ପିଲାମାନଙ୍କ ଠରାଠରି ଦେଖ୍ ଶିକ୍ଷକ ସେମାନଙ୍କ ଉଦ୍ଦେଶ୍ୟ ଜାଣିବାକୁ ଇଚ୍ଛା କଲେ ।
ଡରାଡ଼ରି – ପିଲାମାନେ, ପରସ୍ପର ଡରାଡ଼ରି ହେବା ଉଚିତ ନୁହେଁ ।
ଧରାଧରି – କୃଷ୍ଣ ଓ ଚାଣୂର ଧରାଧରି ହୋଇ ଯୁଦ୍ଧରେ ରତ ହେଲେ ।
ପରାପରି – ଛୋଟ ପିଲାମାନେ ପରାପରି ଖେଳନ୍ତି ।
ମରାମରି – ଖେଳ ଛାଡ଼ି ପିଲାମାନେ ପଡ଼ିଆରେ ମରାମରି ହେଉଛନ୍ତି ।
ସରାସରି – ବିବାହକାଳୀନ ସମସ୍ତ କାର୍ଯ୍ୟ ସରାସରି କରିବାରେ ସେ ଜଣେ ଦକ୍ଷ ବ୍ୟକ୍ତି ।
କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
Question ୮।
ପ୍ରାବନ୍ଧିକଙ୍କର ପ୍ରଥମ ଦଶ ବର୍ଷ କିପରି କଟିଛି ?
Answer:
ପ୍ରାବନ୍ଧିକଙ୍କର ପ୍ରଥମ ଦଶ ବର୍ଷ ଅଣହେଜ ଅବସ୍ଥାରେ କଟିଛି ।
Question ୯ ।
ଜୀବନର ଦୀର୍ଘକାଳ ମଧ୍ୟରେ କେଉଁମାନଙ୍କ ସହ ପ୍ରାବନ୍ଧିକଙ୍କର ଆଳାପ ଓ ପରିଚୟ ହୋଇଛି ?
Answer:
ଜୀବନର ଦୀର୍ଘକାଳ ମଧ୍ୟରେ ଜନ୍ମତଃ, ବିବାହତଃ, ସମାଜତଃ, କର୍ମକ୍ଷେତ୍ରତଃ, ସଂସାରତଃ, ବ୍ୟବସାୟତଃ ଏହିପରି ଅନେକତଃ ପ୍ରାବନ୍ଧିକଙ୍କର ବହୁସହସ୍ର ବ୍ୟକ୍ତିଙ୍କ ସଙ୍ଗେ ‘ସାପ୍ତପଦୀନ’ ଆଳାପ ପରିଚୟ ହୋଇଅଛି ।
Question ୧୦ ।
ମିତ୍ରଙ୍କର ସମ୍ପଦ କାଳରେ କିଏ ପାଖରେ ରହିବାକୁ ଆଗ୍ରହାନ୍ବିତ ହୁଏ ନାହିଁ ? ହୁଅନ୍ତି ନାହିଁ ।
Answer:
ମିତ୍ରଙ୍କୁ ପାପକାର୍ଯ୍ୟରୁ ନିବୃତ୍ତ ରଖୁବା ସହ ସର୍ବଦା ମିତ୍ରଙ୍କ ହିତସାଧନ କରୁଥିବା ତଥା ମିତ୍ରଙ୍କ ଗୋପନୀୟ ବିଷୟକୁ ଗୋପନ ରଖ୍ ଅପ୍ରକଟିତ ଗୁଣକୁ ପ୍ରକଟିତ କରୁଥିବା ସନ୍ନିତ୍ରହିଁ ମିତ୍ରଙ୍କ ସମ୍ପଦକାଳରେ ପାଖରେ ରହିବାକୁ ଆଗ୍ରହାନ୍ବିତ ହୁଅନ୍ତି ନାହିଁ ।
Question ୧୧ ।
କ’ଣ ଯୋଗୁଁ ଲେଖକଙ୍କ ସହିତ ବନ୍ଧୁତାର ସୂତ୍ରପାତ ହୋଇଥିଲା ?
Answer:
ଧନରେ ମୁଗ୍ଧ ହୋଇ, ଯଶ ବା ପ୍ରତିପତ୍ତି ଯୋଗୁଁ ଏବଂ ପଦବୀ ହେତୁ ଉପସ୍ଥିତ ବା ଭବିଷ୍ୟ କାର୍ଯ୍ୟ ସାଧନର ଉଦ୍ଦେଶ୍ୟ ନେଇ ଲେଖକଙ୍କ ସଙ୍ଗେ ବନ୍ଧୁତାର ସୂତ୍ରପାତ ହୋଇଥିଲା ।
Question ୧୨ ।
ଲେଖକଙ୍କଠାରୁ ବନ୍ଧୁମାନେ କେତେବେଳେ ଦୂରେଇଗଲେ ?
Answer:
ସାପଦେହରୁ କାତି ଛାଡ଼ିବା ପରି ଯେତେବେଳେ ଲେଖକଙ୍କଠାରୁ ଧନ, ପ୍ରତିପତ୍ତି, ପଦବୀ ଓ କାର୍ଯ୍ୟସାଧନ ଶକ୍ତି ଚାଲିଗଲା, ସେତେବେଳେ ସ୍ଵାର୍ଥଲିପ୍ସୁ ବନ୍ଧୁଗଣ ତାଙ୍କଠାରୁ ଦୂରେଇଗଲେ ।
Question ୧୩।
ଭଗବାନଙ୍କୁ ‘ଦୀନବନ୍ଧୁ’ ନାମ କାହିଁକି ଦିଆଯାଇଛି ?
Answer:
କୌଣସି ଫଳପ୍ରାପ୍ତିର ଆଶା ନରଖ୍ ଆବଶ୍ୟକତା ବା ବିପଦବେଳେ ପ୍ରକୃତ ସନ୍ନିତ୍ର ପରି କେବଳ ଭଗବାନ୍ ହିଁ ସାହାଯ୍ୟ କରୁଥିବାରୁ ତାଙ୍କୁ ‘ଦୀନବନ୍ଧୁ’ ନାମ ଦିଆଯାଇଛି ।
Question ୧୪ ।
କ’ଣ ସରିଗଲେ ବନ୍ଧୁତାର ବନ୍ଧନ ହୁଗୁଳା ହୋଇଯାଏ ?
Answer:
ଈପ୍ସିତ ଉପକାର ବା କାର୍ଯ୍ୟହାସଲ କରିସାରିବା ପରେ ସ୍ବାର୍ଥଲିପ୍ସୁ ବନ୍ଧୁମାନଙ୍କର ବନ୍ଧୁତାର ବନ୍ଧନ ହୁଗୁଳା ହୋଇଯାଏ ।
Question ୧୫ ।
କେତେବେଳେ ବନ୍ଧୁଜନ ‘ପଙ୍ଗପାଳ’ ପରି ମାଡ଼ି ଆସିବେ ?
Answer:
ବହୁ ଲୋକଙ୍କ ଉପକାର କରିପାରିବା ସହ ଦୁଃଖ ଦେଇପାରିବା, ପ୍ରଭୁତ୍ୱ ବିସ୍ତାର କରିପାରିବା ତଥା କ୍ଷତିସାଧନ କରିପାରିବା ପରି ପଦବୀରେ ଅଧିଷ୍ଠିତ ହେବାମାତ୍ରେ ବନ୍ଧୁଜନ ପଙ୍ଗପାଳ ପରି ମାଡ଼ି ଆସିବେ ।
Question ୧୬ ।
ବନ୍ଧୁମାନେ ଭଟ୍ଟା ପଡ଼ିଯାଆନ୍ତି କାହିଁକି ?
Answer:
ପଦବୀ ଚାଲିଗଲା ପରେ ବନ୍ଧୁଜନଙ୍କ ସ୍ବାର୍ଥସିଦ୍ଧିର ଆଶା ରହେ ନାହିଁ । ତେଣୁ ସେମାନେ ଦୂରେଇଯାଆନ୍ତି ।
ସପ୍ରସଙ୍ଗ ସରଳାର୍ଥ ଲେଖ
Question ୧୭ ।
ସଂସାରରେ ଦେଖାଯାଏ ଯେ ଅଧିକାଂଶ ବନ୍ଧୁତା ‘ହେତୁକ’ ବା କାମର ପିଆରା ବନ୍ଧୁତା ।
Answer:
ସଂସାରରେ …………………………………………… ପିଆରା ବନ୍ଧୁତା ।
ଉକ୍ତ ଗଦ୍ୟାଶଟି ପଠିତ ‘ପ୍ରକୃତ ବନ୍ଧୁ’ ନାମଧେୟ ପ୍ରବନ୍ଧରୁ ସଂଗୃହୀତ । ଏଠାରେ ପ୍ରାବନ୍ଧିକ ଗୋପାଳଚନ୍ଦ୍ର ପ୍ରହରାଜ ଏ ସଂସାରରେ ଅଧିକାଂଶ ବନ୍ଧୁତ୍ୱ ମଧ୍ଯରେ କିପରି ସ୍ବାର୍ଥପୂର୍ତ୍ତିରୂପକ ଲାଳସା ଲୁକ୍କାୟିତ ହୋଇ ରହିଥାଏ, ତାହା ଉପସ୍ଥାପନ କହିଛନ୍ତି ।
ପଣ୍ଡିତମାନଙ୍କ ମତରେ ସେ ହିଁ ସଚ୍ଚିତ୍ର, ଯିଏ ମିତ୍ରଙ୍କୁ ପାପକାର୍ଯ୍ୟରୁ ନିବୃତ୍ତ କରିବା ସହିତ ହିତସାଧନ କରନ୍ତି, ବନ୍ଧୁଙ୍କ ଗୋପନୀୟ ବିଷୟକୁ ଗୋପନ ରଖ୍ ଅପ୍ରକଟିତ ଗୁଣକୁ ପ୍ରକଟ କରନ୍ତି । ସମ୍ପଦ କାଳରେ ପାଖରେ ନ ରହି ବିପଦରେ ପାଖେ ପାଖେ ରହନ୍ତି । କିନ୍ତୁ ପ୍ରାବନ୍ଧିକ ତାଙ୍କ ଜୀବନର ସତାବନ ବର୍ଷର ଜୀବନକାଳ ମଧ୍ୟରେ ବିଭିନ୍ନ କାରଣବଶତଃ ଯେଉଁ ବହୁ ସହସ୍ର ବନ୍ଧୁ ଅର୍ଜନ କରିଥିଲେ, ସେମାନଙ୍କୁ ସନ୍ନିତ୍ରର ସେହି ଲକ୍ଷଣଦ୍ଵାରା ପରୀକ୍ଷା କରି ଦେଖିଲେ ଯେ ଚାରିଜଣ ଖଣ୍ଡେ ପ୍ରକୃତ ବନ୍ଧୁ ପାଇପାରିଲେ ନାହିଁ । ପ୍ରାବନ୍ଧିକଙ୍କ ଧନ, ଯଶ, ପ୍ରତିପତ୍ତି ତଥା ପଦବୀଦ୍ଵାରା ଆକର୍ଷିତ ହୋଇ ସ୍ଵାର୍ଥସାଧନ ପାଇଁ ସେମାନେ ବନ୍ଧୁତ୍ଵର ସୂତ୍ରପାତ କରିଥିଲେ ।
ମହାପ୍ରସାଦ ବା ଖୋଦାଙ୍କ ନାମ କହି ଉପସ୍ଥିତ ତଥା ଭବିଷ୍ୟତ କାର୍ଯ୍ୟସାଧନ ନିମନ୍ତେ ବନ୍ଧୁତାର ଡୋରି ଲଗାଇଥିଲେ । ସେହି ମହାପ୍ରସାଦ ବା ଖୋଦାଙ୍କ ନାମର ଏକାନ୍ତ ବିଶ୍ୱସନୀୟତା ମଧ୍ଯରେ ବାଡ଼ିଦୁଆରର ଗଳିକବାଟର କଞ୍ଚି ଅର୍ଥାତ୍ ସମସ୍ତ ଦୁର୍ବଳତାକୁ ଜାଣିଯାଇଥିଲେ । କିନ୍ତୁ ଧନ, ପ୍ରତିପତ୍ତି, ପଦବୀ ତଥା କାର୍ଯ୍ୟସାଧନ ଶକ୍ତି ଚାଲିଯିବା ପରେ ସେମାନେ ସମ୍ପୂର୍ଣ୍ଣ ଉଭେଇଗଲେ । କାର୍ଯ୍ୟସାଧନ ପରେ ହୁଗୁଳିଗଲା ବନ୍ଧୁତ୍ଵର ବନ୍ଧନ । ଈପ୍ସିତ ସ୍ୱାର୍ଥ ହାସଲ ପରେ ଭବିଷ୍ୟତରେ ଅଧିକ ଉପକାର ପାଇବା ଆଶାରେ ସେମାନେ ବିପକ୍ଷ ବା ଶତ୍ରୁଙ୍କୁ ଆଶ୍ରୟ କରି ଦୁର୍ନାମ ରଟିବା ସହ ବିରୋଧରେ ସାକ୍ଷ୍ୟଦେବାକୁ ମଧ୍ୟ କୁଣ୍ଠିତ ହେଲେ ନାହିଁ । ତେଣୁ ପ୍ରାବନ୍ଧିକ ସେପରି ବନ୍ଧୁତାକୁ କାମର ପିଆର ବନ୍ଧୁତା ବୋଲି କହିଛନ୍ତି ।
Question ୧୮ ।
ତୁମେ ଯାହାଙ୍କର ଉପରେ କରିଥାଅ, ଯେ ତୁମ ଅନ୍ନରେ ପ୍ରତିପାଳିତ, ଯେ ତୁମ ସ୍ୱାର୍ଥତ୍ୟାଗ ଓ ପରିଶ୍ରମ ଫଳରେ ‘ମଣିଷ’ ହୋଇଛନ୍ତି, ଯେ ତୁମ ରକ୍ତରେ ଗଢ଼ା, ସେହି ପୁଣି ତୁମର କଟ୍ଟର ଦୁସ୍ମନ ହୋଇ ଠିଆ ହୁଅନ୍ତି ।
Answer:
ତୁମେ ଯାହାଙ୍କର ………………………………………. ଠିଆ ହୁଅନ୍ତା ।
ନାମକ ପ୍ରବନ୍ଧରୁ ଆନୀତ । ଏଠାରେ ପ୍ରାବନ୍ଧିକ ଉପକୃତ ବ୍ୟକ୍ତି କିପରି ପ୍ରତ୍ଯୁପକାର ବଦଳରେ ପ୍ରଧାନ ଶତ୍ରୁଭାବେ ଦଣ୍ଡାୟମାନ ହୁଏ, ତାହା ବର୍ଣ୍ଣନା କରିଛନ୍ତି ।
ପଣ୍ଡିତମାନଙ୍କ କଥାତ ଲକ୍ଷଣାନୁଯାୟୀ ଏ ସଂସାରରେ ସଜ୍ଜିତ୍ର ବିରଳ । ଅଧିକାଂଶ ଲୋକ ଧନ, ଯଶ, ପ୍ରତିପତ୍ତି ବା ପଦବୀରେ ଆକୃଷ୍ଟ ହୋଇ ଉପସ୍ଥିତ ବା ଭବିଷ୍ୟତ ସ୍ଵାର୍ଥସାଧନ ଲାଳସାରେ ମହାପ୍ରସାଦ ବା ଖୋଦାଙ୍କ ନାମ ନେଇ ବନ୍ଧୁତ୍ଵ ସ୍ଥାପନ କରନ୍ତି; କିନ୍ତୁ ସ୍ଵାର୍ଥହାସଲ ପରେ ବନ୍ଧୁତ୍ଵର ବନ୍ଧନକୁ ହୁଗୁଳା କରି ପଳାୟନ କରନ୍ତି । ଅଧିକ ପ୍ରାପ୍ତି ଆଶାରେ ବିପକ୍ଷ ବା ଶତ୍ରୁଙ୍କୁ ଆଶ୍ରା କରି ବିରୋଧାଚରଣ କରିବାକୁ ପଶ୍ଚାତ୍ରପଦ ହୁଅନ୍ତି ନାହିଁ । କିନ୍ତୁ ବହୁ ସ୍ଥଳରେ ଦେଖାଯାଏ, ଯେଉଁ ବ୍ୟକ୍ତି ଉପକାର ପାଇଥବ, ଆପଣଙ୍କ ଅନ୍ନରେ ଯେଉଁ ଲୋକ ପ୍ରତିପାଳିତ ହୋଇଥବ, ଆପଣଙ୍କ ସ୍ବାର୍ଥତ୍ୟାଗ ଓ ପରିଶ୍ରମ ଫଳରେ ଯିଏ ମଣିଷ ହୋଇଥବ, ଆପଣଙ୍କ ରକ୍ତରେ ଗଢ଼ା ହୋଇଥବ, ସେ ହିଁ ସମୟକ୍ରମେ ପ୍ରଧାନ ଶତ୍ରୁ ହୋଇ ଛିଡ଼ାହେବ ।
ଧର୍ମାନୁଯାୟୀ ଉପକାର ବଦଳରେ ପ୍ରତ୍ଯୁପକାର ଅଥବା ଅନ୍ତତଃ କୃତଜ୍ଞତା ଆପଣଙ୍କର ପ୍ରାପ୍ୟ । ସେହି ଉପକାରର ପାଉଣା ପରିଶୋଧ କରିବାକୁ ସେ ବାଧ୍ୟ । ସେହି ବାଧ୍ୟବାଧକତା ହିଁ ଅନର୍ଥର ମଞ୍ଜି । ଯେତେବେଳେ ଆପଣ ନିଜେ ବିପଦରେ ପଡ଼ିଥିବେ, ସେତେବେଳେ ଯେଉଁମାନଙ୍କର ଆପଣ କିଛି ଉପକାର କରିନାହାନ୍ତି, ଯେଉଁମାନେ ସାହାଯ୍ୟ କରିବେ ବୋଲି ଆପଣ ସ୍ଵପ୍ନରେ ମଧ୍ୟ ଭାବି ନାହାନ୍ତି, ସେମାନେ ସ୍ବତଃ ପ୍ରଣୋଦିତ ହୋଇ ଆସି ଆପଣଙ୍କୁ ବିପଦରୁ ଉଦ୍ଧାର କରିବେ । କିନ୍ତୁ ଯେଉଁମାନେ ଧର୍ମତଃ ପ୍ରତି- ଉପକାର କରିବାକୁ ବାଧ୍ୟ, ସେମାନେ ଆପଣଙ୍କୁ ଦେଖିଲେ ଲୁଚିବେ । ବରଂ ଅକଳରେ ପଡ଼ିଥିବା ଦେଖୁ ମରଣାନ୍ତକ ଆଘାତ ଦେବାକୁ ମଧ୍ୟ ପଶ୍ଚାତ୍ପଦ ଦେବେ ନାହିଁ । ତେଣୁ ମହାପୁରୁଷମାନେ କହିଛନ୍ତି, ପ୍ରତ୍ଯୁପକାର ବା ପରିଶୋଧର ଆଶା ନରଖ୍ କର୍ତ୍ତବ୍ୟ ଜ୍ଞାନରେ ପରୋପକାର କରିବା ଉଚିତ ।
Question ୧୯ ।
ଅଫଳପେପ୍ସୁ ବନ୍ଧୁ, ପ୍ରକୃତ ବନ୍ଧୁ ।
Answer:
ଅଫଳପେପ୍ସୁ ……………………………………………….. ବନ୍ଧୁ ।
ଉକ୍ତ ଗଦ୍ୟାଶଟି ଗୋପାଳଚନ୍ଦ୍ର ପ୍ରହରାଜଙ୍କ ରଚିତ ‘ଦୁନିଆ ରୀତି ଏ’ ଶୀର୍ଷକ ପ୍ରବନ୍ଧରୁ ସଂକଳିତ ‘ପ୍ରକୃତ ବନ୍ଧୁ’ ନାମକ ପ୍ରବନ୍ଧରୁ ସମାନୀତ । ଏଠାରେ ପ୍ରାବନ୍ଧିକ ପ୍ରକୃତ ବନ୍ଧୁ ସମ୍ପର୍କରେ ଆଲୋଚନା କରିଛନ୍ତି ।
ଏ ସଂସାରରେ ଅନେକ ଲୋକ ଧନ, ଯଶ, ପ୍ରତିପରି ବା ପଦବୀଦ୍ୱାରା ଆକର୍ଷିତ ହୋଇ ଉପସ୍ଥିତ ତଥା ଭବିଷ୍ୟତର ସ୍ଵାର୍ଥସାଧନ ନିମନ୍ତେ ବନ୍ଧୁତା ସ୍ଥାପନ କରିଥା’ନ୍ତି । ବନ୍ଧୁ ମୁଣ୍ଡରେ ସମସ୍ତ ବିପଦ ଲଦିଦେଇ ନିଜେ ଆନନ୍ଦରେ ରୁହନ୍ତି; କିନ୍ତୁ ଧନ, ପ୍ରତିପତ୍ତି ବା ପଦବୀ ଚାଲିଗଲା ପରେ ଆଉ ଦର୍ଶନ ଦିଅନ୍ତି ନାହିଁ । ଆଉ କେତେକ ଖୋଦାଙ୍କ ନାମକୁ ଭିଭିକରି ବନ୍ଧୁ ବାନ୍ଧନ୍ତି । ସେହି ବନ୍ଧୁତ୍ବର ବିଶ୍ୱସନୀୟତା ଭିତରେ ବନ୍ଧୁର ଦୁର୍ବଳତା ଜାଣନ୍ତି ।
କାର୍ଯ୍ୟ ହାସଲ ପରେ ଅଧ୍ଵ ସ୍ଵାର୍ଥସିଦ୍ଧି ନିମନ୍ତେ ବିପକ୍ଷ ବା ଶତ୍ରୁଙ୍କୁ ଆଶ୍ରୟ କରି ଦୁର୍ନାମ ରଟିବା କିମ୍ବା ବିରୋଧରେ ସାକ୍ଷ୍ୟ ଦେବାକୁ ମଧ୍ୟ କୁଣ୍ଠିତ ହୁଅନ୍ତି ନାହିଁ । ତୁମଦ୍ୱାରା ଉପକୃତ ହୋଇଥିବା ମାନବ ମଧ୍ଯ କୃତଜ୍ଞତା ଜଣାଇବା ବା ପ୍ରତ୍ଯୁପକାର କରିବା ବଦଳରେ ତୁମକୁ ବିପଦରେ ପଡ଼ିଥିବା ଦେଖୁ ମରଣାନ୍ତକ ଆଘାତ ଦେବାକୁ ପଶ୍ଚାତ୍ତ୍ଵପଦ ହୁଅନ୍ତି ନାହିଁ । ତେଣୁ ଫଳର କାମନା ନରଖ୍ ପ୍ରତ୍ଯୁପକାର ବା ପରିଶୋଧ ପାଇବାର ଆଶା ନ ରଖ୍ ପବିତ୍ର କର୍ତ୍ତବ୍ୟଜ୍ଞାନରେ ପରୋପକାର କରିବା ଉଚିତ । ଏ ସଂସାରରେ ନିଃସ୍ୱାର୍ଥ ଅହେତୁକୀ ବନ୍ଧୁତା ବିରଳ ।
ଆବଶ୍ୟକତା ସମୟରେ ବା ବିପଦବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ଦୃଢ଼ କର୍ମ ସମ୍ପର୍କ ବା ଦୃଢ଼ ରକ୍ତ ସମ୍ପର୍କ ଆଦିଜନିତ ବନ୍ଧୁତା-ବନ୍ଧୁତା ନୁହେଁ – ତାହା କାମର ପିଆରା ବନ୍ଧୁତା । ଫଳପ୍ରାପ୍ତିର କୌଣସି ଆଶା ନ ରଖ୍ ଆବଶ୍ୟକ ସମୟରେ ବା ବିପଦବେଳେ ସାହାଯ୍ୟ କରୁଥିବା ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ପ୍ରାବନ୍ଧିକଙ୍କ ଭାଷାରେ ସେ ହିଁ ଅଫଳପେପ୍ସୁ ବନ୍ଧୁ । ସେଥିପାଇଁ ଭଗବାନଙ୍କର ନାମ ଦୀନବନ୍ଧୁ । କାରଣ ଏ ସଂସାରରେ ସେ ହିଁ ଏକା ବନ୍ଧୁ ପଦବାଚ୍ୟ ।
Question ୨୦ ।
‘ଆଜି ଯେ ବନ୍ଧୁତାସନେ କାଲି ସେ ଅରାତି’ ପାଲଟିବେ– ବାଘର ଘରେ ମିରିଗର ନାଟ ଲାଗିଥ୍ ଓ ତୁମେ ଆମେ ବଲବଲ କରି ଚାହିଁ ଜଳକା ବନି ଚାହିଁଥୁବା ।
Answer:
ଆଜି ଯେ ବନ୍ଧୁତାସନେ ……………………………………………. ବନି ଚାହିଁଥୁବା ।
ଉକ୍ତ ଗଦ୍ୟାଶଟି ଗୋପାଳଚନ୍ଦ୍ର ପ୍ରହରାଜଙ୍କଦ୍ଵାରା ପ୍ରଣୀତ ‘ଦୁନିଆ ରୀତି ଏ’ ଶୀର୍ଷକ ପ୍ରବନ୍ଧ ସଂକଳିତ ‘ପ୍ରକୃତ ବନ୍ଧୁ’ ନାମକ ପ୍ରବନ୍ଧରୁ ସମାନୀତ । ବନ୍ଧୁ କିପରି ଶତ୍ରୁରେ ପରିଣତ ହୋଇ କ୍ଷତିସାଧନ କରିବାକୁ ମଧ୍ୟ ପଶ୍ଚାତ୍ପଦ ହେବେ ନାହିଁ ତାହା ପ୍ରାବନ୍ଧିକ ଏଠାରେ ଉପସ୍ଥାପନ କରିଛନ୍ତି ।
ମନୁଷ୍ୟ ଯେଉଁ ପଦବୀରେ ଅଧିଷ୍ଠିତ ହେବା ମାତ୍ରେ ବହୁ ଲୋକଙ୍କ ଉପକାର କରିବା ସହ ଦୁଃଖ ଦେଇପାରିବେ, ଅନେକଙ୍କ ଉପରେ ପ୍ରଭୁତ୍ଵ ବିସ୍ତାର କରିବା ସଙ୍ଗେ ସଙ୍ଗେ ବିପୁଳ କ୍ଷତି ସାଧନ କରିପାରିବେ, ସେପରି ପଦବୀରେ ଅଧିଷ୍ଠିତ ହେବାମାତ୍ରେ ପଙ୍ଗପାଳ ପରି ବହୁ ବନ୍ଧୁଜନ ମାଡ଼ିଆସିବେ । ଧନ-ଜନ-ଗୋପ-ଲକ୍ଷ୍ମୀ, ମାନ-ସମ୍ମାନ ଏପରିକି ଜୀବନ ମଧ୍ୟ ସମର୍ପଣ କରିବାକୁ ବହୁଲୋକ ଆଗେଇ ଆସିବେ । ଆବଶ୍ୟକ ହେଲେ ବାଘ ଦୁଧ, ପିମ୍ପୁଡ଼ି ରକତ, ଆକାଶ କୟାଁ, ସାପ ଗୋଡ଼ ପ୍ରଭୃତି ଅସମ୍ଭବ ପଦାର୍ଥ ମଧ୍ଯ ଆଣିଦେବାକୁ ବାହାରି ପଡ଼ିବେ । କିନ୍ତୁ ଈଶ୍ବରଙ୍କ ଦୟାରୁ ବା ଦୟାହୀନତାରୁ ଯେଉଁଦିନ ସେହି ପଦବୀ ହାତରୁ ଚାଲିଯିବ, ପରଦିନ ରାତ୍ରିପାହିବା ପୂର୍ବରୁ ପଦାଧ୍ୟାନଜନିତ ସମସ୍ତ ବନ୍ଧୁଙ୍କ ଆଗମନ ବନ୍ଦ ହୋଇଯିବ ।
ସେମାନେ ସ୍ଵାର୍ଥସିଦ୍ଧି ପାଇଁ ବିପକ୍ଷ ବା ଶତ୍ରୁଙ୍କ ଆଶ୍ରୟ ନେଇ ବିରୋଧରେ ଅସ୍ତ୍ର ଧରିବେ । କାଲି ଯିଏ ବନ୍ଧୁତାର ଆସନରେ ବସି ଅତି ଆପଣାର ହୋଇଥିଲା, ସେ ଭୟଙ୍କର ଶତ୍ରୁ ସାଜି ବିପକ୍ଷ ବା ଶତ୍ରୁଙ୍କ ପାଇଁ ଅସ୍ତ୍ରରେ ଆଘାତ କରିବାକୁ ମଧ୍ୟ ପଶ୍ଚାତ୍ପଦ ହେବ ନାହିଁ । ବନ୍ଧୁତ୍ବର ବିଶ୍ୱସନୀୟତା ମଧ୍ଯରେ କରାଗତ କରିଥିବା ବାଡ଼ି ଦୁଆରର କଞ୍ଜ୍ (ସକଳ ଦୁର୍ବଳତାକୁ) ଶତ୍ରୁଙ୍କ ହାତରେ ସମର୍ପଣ କରିଦେବ । ଆରମ୍ଭ ହେବ ଭୟଙ୍କର ସଂଘର୍ଷ। ସେହି ଦୁର୍ବଳତାକୁ ଅସ୍ତ୍ର କରି ନିର୍ବଳମାନେ ବଳ ପାଇ ପ୍ରବଳ ହୋଇଉଠିବେ । ବଳହୀନ ହରିଣ ପରି ଯେଉଁମାନେ ପଦାଧ୍ତ ବ୍ୟକ୍ତିଙ୍କୁ ମହାବଳ ବାଘ ପରି ଭୟ କରୁଥିଲେ, ପଦବୀ ଚାଲିଗଲା ପରେ ସେମାନେ ବାଘ ଘରେ ପ୍ରବେଶ କରି ନିର୍ଭୟରେ ପ୍ରାଦୁର୍ଭାବ ଆରମ୍ଭ କରିଦେବେ । କିଛି କରିବାକୁ ଚାହିଁଲେ ମଧ୍ୟ ନୀରବରେ କେବଳ ଚାହିଁରହିବା ସାର ହେବ । ସୁତରାଂ ଏପରି ସ୍ବାର୍ଥଲିପ୍ସୁ ବନ୍ଧୁମାନଙ୍କୁ ପରିହାର କରି ନିଃସ୍ବାର୍ଥ ବନ୍ଧୁତ୍ଵ ସ୍ଥାପନ କରିବାକୁ ପ୍ରାବନ୍ଧିକ ପରାମର୍ଶ ଦେଇଛନ୍ତି ।
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question ୨୧ ।
ଦୀର୍ଘ ବର୍ଷର ଅନୁଭୂତିରେ ପ୍ରାବନ୍ଧିକଙ୍କର ବନ୍ଧୁତା ସ୍ଥାପନ ଓ ସେ କିପରି ଠେକିଛନ୍ତି, ଠେକିକରି ମଧ୍ୟ ଶିଖୁନାହାନ୍ତି ତାହା ବର୍ଣ୍ଣନ କର ।
କିମ୍ବା, ବନ୍ଧୁତ୍ଵର ସଂଜ୍ଞା ନିରୂପଣରେ ପ୍ରାବନ୍ଧିକଙ୍କର ଦୀର୍ଘଜୀବନର ଅଭିଜ୍ଞତା କିପରି ସହାୟକ ହୋଇଛି, ତାହା ବର୍ଣ୍ଣନା କର ।
କିମ୍ବା, ଠିକିଲେ ଶିଖନ୍ତି– ଏ ପ୍ରବାଦଟି ଲେଖକ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ବାସ୍ତବ ଜୀବନରେ କିପରି ପ୍ରତିଫଳିତ ହୋଇଛି, ତାହା ଆଲୋଚନା କର ।
Answer:
ଆଧୁନିକ ଓଡ଼ିଆ ସାହିତ୍ୟ ଇତିହାସରେ ଜଣେ ପ୍ରସିଦ୍ଧ ରମ୍ୟରଚକ ଭାବେ ସୁଖ୍ୟାତି ଲାଭ କରିଥିବା ସ୍ଵର୍ଗତ ଗୋପାଳଚନ୍ଦ୍ର ପ୍ରହରାଜ ଥିଲେ ସମସାମୟିକ ସାମାଜିକ ଜୀବନ ବିଶ୍ଳେଷଣ କରିବାରେ ଅପୂର୍ବ ବିନ୍ଧାଣି । ଶାଣିତ ବ୍ୟଙ୍ଗ ଓ ବିଦ୍ରୁପ ମାଧ୍ୟମରେ ସମସ୍ତ ସାମାଜିକ ଅପଚାର ବିରୋଧରେ ସ୍ବର ଉତ୍ତୋଳନ କରିଥିବା କଟକ ଜିଲ୍ଲାନ୍ତର୍ଗତ ସିଦ୍ଧେଶ୍ୱରପୁରର ସେହି ସୁଯୋଗ୍ୟ ସନ୍ତାନଙ୍କ ଲେଖନୀ ମୁନରୁ ଆତ୍ମପ୍ରକାଶ କରିଥିବା ‘ପୂର୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’, ‘ନନାଙ୍କ ବସ୍ତାନି’, ‘ଦୁନିଆର ହାଲଚାଲ’, ‘ଭାଗବତ ଟୁଙ୍ଗୀରେ ସନ୍ଧ୍ୟା’, ‘ବାଇମହାନ୍ତିଙ୍କ ପାଞ୍ଜି’, ‘ଆମ ଘରର ହାଲଚାଲ’ ପ୍ରଭୃତି ସାରସ୍ଵତ କୃତିରାଜି ସ୍ୱୀୟ ରମଣୀୟତା, ବାଚାତୁରୀ, ହାସ୍ୟରସ ମାଧ୍ୟମରେ ପ୍ରତିଟି ପାଠକ ହୃଦୟକୁ ଆକର୍ଷିତ କରିବା ସହ ପ୍ରାବନ୍ଧିକଙ୍କୁ କରିଛି କାଳଜୟୀ ।
‘ଭଞ୍ଜ ପ୍ରଦୀପ’ର ୧୧ଶ ବର୍ଷ ପ୍ରଥମ ସଂଖ୍ୟାରେ ପ୍ରକାଶିତ ‘ଦୁନିଆ ରୀତି ଏ’ ପ୍ରବନ୍ଧରୁ ସଂକଳିତ ‘ପ୍ରକୃତ ବନ୍ଧୁ’ ଶୀର୍ଷକ ପ୍ରବନ୍ଧରେ ପ୍ରାବନ୍ଧିକ ସ୍ବୀୟ ଦୀର୍ଘ ଜୀବନକାଳ ମଧ୍ୟରେ ଅର୍ଜିତ ବନ୍ଧୁତ୍ବର ଅନୁଭୂତି ସମ୍ପର୍କରେ ଆଲୋଚନା କରିଛନ୍ତି ।
ନୀତିକାରଙ୍କ ମତରେ –
‘ପରୋକ୍ଷେ କାର୍ଯ୍ୟହନ୍ତାରଂ ପ୍ରତ୍ଯକ୍ଷେ ପ୍ରିୟବାଦିନମ୍,
ବର୍ଜୟେତ୍ ତାଦୃଶଂ ବରଂ ବିଷକୁୟଂ ପୟୋମୁଖମ୍ ।’
ଆଗରେ ମଧୁର ବଚନ କହି ପରୋକ୍ଷରେ କ୍ଷତିସାଧନ କରୁଥିବା ବନ୍ଧୁ ବିଷକୁମ୍ଭ ପୟୋମୁଖ ସଦୃଶ । ସେପରି ବନ୍ଧୁଙ୍କୁ ପରିତ୍ୟାଗ କରିବା ଉଚିତ । ପ୍ରାବନ୍ଧିକ ତାଙ୍କ ଜୀବନର ସତାବନ ବର୍ଷ ବୟସ ମଧ୍ୟରେ ସଂସାରର ବିଭିନ୍ନ କ୍ଷେତ୍ରରେ, ନାନା ପ୍ରସଙ୍ଗ, ଅବସ୍ଥା ତଥା ସ୍ଥାନରେ ଏହିପରି ବହୁ ବିଷକୁମ୍ଭ ପୟୋମୁଖମାନଙ୍କ ସହ ବନ୍ଧୁତ୍ଵ ସ୍ଥାପନ କରି ଠକିଛନ୍ତି ତଥାପି ଶିକ୍ଷା କରିପାରି ନାହାନ୍ତି ବୋଲି ଗଭୀର ଅନୁତାପ ମଧ୍ଯ କରିଛନ୍ତି ।
ଜୀବନର ସେହି ଦୀର୍ଘକାଳ ମଧ୍ୟରେ ଜନ୍ମ, ବିବାହ, କର୍ମକ୍ଷେତ୍ର, ସଂସାର, ବ୍ୟବସାୟ ତଥା ସାହିତ୍ୟ ପ୍ରଭୃତି ନାନା କାରଣବଶତଃ ପ୍ରାବନ୍ଧିକଙ୍କର ବହୁ ସହସ୍ର ବ୍ୟକ୍ତିଙ୍କ ସଙ୍ଗେ ଆଳାପ ତଥା ପରିଚୟ ହୋଇଛି । ସେହି ପରିଚୟରୁ ସମ୍ପର୍କ ଦୃଢ଼ୀଭୂତ ହୋଇ ସୌହାର୍ଘ୍ୟ ତଥା ବନ୍ଧୁତା ମଧ୍ୟ ସ୍ଥାପିତ ହୋଇଛି । ସେହି ବନ୍ଧୁମାନଙ୍କ ମଧ୍ୟରୁ କେତେକ ପ୍ରୀତିବନ୍ଧୁ ବା ମହାପ୍ରସାଦ ବନ୍ଧୁ, ଆଉ କେତେକ ସପିଣ୍ଡ ଓ ଅସପିଣ୍ଡ ବନ୍ଧୁ, ସମାନୋଦକ ଓ ଅସମାନୋଦକ ବନ୍ଧୁ, ସାକୁଲ୍ୟ ଓ ଅସାକୁଲ୍ୟ ବନ୍ଧୁ, ସମଧର୍ମୀ ଓ ଅସମଧର୍ମୀ ବନ୍ଧୁ, ସହପାଠୀ ଓ ଅସହପାଠୀ ବନ୍ଧୁ, ସମକକ୍ଷ ଓ ଅସମକକ୍ଷ ବନ୍ଧୁ, ସମଲେଖକ ଓ ଅସମଲେଖକ ବନ୍ଧୁ ପ୍ରଭୃତିଙ୍କ ସହ ସମ୍ପର୍କ ଆଭାଷଣପୂର୍ବ ସାପ୍ତପଦୀନଠାରୁ ଆରମ୍ଭକରି କରମର୍ଦ୍ଦନ, ତୈଳମର୍ଦ୍ଦନ, ଆଲିଙ୍ଗନ, କାଗଜ କଲମ, ସମାଲୋଚନ, ଟକୀ, ସିନେମା, ପୁସ୍ତକାଦି ମୁଦ୍ରଣ, ପ୍ରକାଶ ଓ ପ୍ରଚାର ପ୍ରଭୃତି ମାଧ୍ୟମରେ ସ୍ଥାପିତ ହୋଇଥିଲା ।
ପଣ୍ଡିତମାନଙ୍କ ମତରେ ସଜ୍ଜିତ୍ରର ଲକ୍ଷଣ ହେଉଛି, ପ୍ରକୃତ ମିତ୍ର ମିତ୍ରଙ୍କୁ ପାପକାର୍ଯ୍ୟରୁ ନିବୃତ୍ତ କରିବା ସହ ସର୍ବଦା ମିତ୍ରଙ୍କର ହିତସାଧନରେ ରତ ହୁଅନ୍ତି, ମିତ୍ରଙ୍କ ଗୋପନୀୟ ବିଷୟକୁ ଗୋପନ ରଖ୍ ମିତ୍ରଙ୍କ ଅପ୍ରକଟିତ ଗୁଣକୁ ପ୍ରକଟ କରନ୍ତି । ସମ୍ପଦ କାଳରେ ମିତ୍ରଙ୍କ ପାଖରେ ରହିବାକୁ ଆଗ୍ରହାନ୍ବିତ ନ ହୋଇ ବିପଦରେ ମିତ୍ରଙ୍କ ପାଖେ ପାଖେ ରୁହନ୍ତି ।
ମିତ୍ରତାର ଏହି କଷଟି ପଥରରେ ପ୍ରାବନ୍ଧିକ ତାଙ୍କ ବନ୍ଧୁମାନଙ୍କୁ ପରୀକ୍ଷା କରି ଚାରିଜଣ ଖଣ୍ଡେ ପ୍ରକୃତ ବନ୍ଧୁ ପାଇପାରିଲେ ନାହିଁ । କାରଣ ସେମାନେ ପ୍ରାବନ୍ଧିକଙ୍କ ଧନରେ ମୁଗ୍ଧ ହୋଇ ବନ୍ଧୁତା ସ୍ଥାପନ କରିଥିଲେ । ତାଙ୍କ ଯଶ ବା ପ୍ରତିପତ୍ତି ଯୋଗୁଁ ତଥା ପଦବୀ ହେତୁ ଉପସ୍ଥିତ ତଥା ଭବିଷ୍ୟତ କାର୍ଯ୍ୟ ସାଥ୍ ହେବାପାଇଁ ବନ୍ଧୁତାର ସୂତ୍ରପାତ କରିଥିଲେ । ସମସ୍ତ ବିପଦ ପ୍ରାବନ୍ଧିକଙ୍କ ମୁଣ୍ଡରେ ଲଦି ସେମାନେ ଆନନ୍ଦରେ ଉଖୁଡ଼ା ଖାଉଥିଲେ ।
କିନ୍ତୁ ଯେତେବେଳେ ପ୍ରାବନ୍ଧିକଙ୍କଠାରୁ ସେହି ଧନ, ପ୍ରତିପତ୍ତି, ପଦବୀ ତଥା କାର୍ଯ୍ୟସାଧନ ଶକ୍ତି ଅପସରି ଯାଇଛି, ସେତେବେଳେ ସେହି ସ୍ଵାର୍ଥଲିପ୍ସୁ ବନ୍ଧୁଗଣ ମଧ୍ୟ ଉଭେଇ ଯାଇଛନ୍ତି । ମହାପ୍ରସାଦ ବା ଖୋଦାଙ୍କ ନାମ ନେଇ ବନ୍ଧୁତା ସ୍ଥାପନ ସେତେବେଳେ ସେହି ସ୍ଵାର୍ଥଲିପ୍ସୁ ବନ୍ଧୁଗଣ ମଧ୍ୟ ଉଭେଇ ଯାଇଛନ୍ତି । ମହାପ୍ରସାଦ ବା ଖୋଦାଙ୍କ ନାମ ନେଇ ବନ୍ଧୁତା ସ୍ଥାପନ ଜାଣି ଯାଇଥିଲେ । ସ୍ଵାର୍ଥ ହାସଲ କରିସାରିବା ପରେ ହୁଗୁଳା ହୋଇଗଲା ବନ୍ଧୁତାର ଦୃଢ଼ ବନ୍ଧନ । ଈପ୍ସିତ ଉପକାର ବା କାର୍ଯ୍ୟ ହାସଲ କରିସାରି ତା’ଠାରୁ ଅଧିକ ଉପକାର ତଥା ଭବିଷ୍ୟତ ଉଜ୍ଜ୍ବଳ ହେବ ବୋଲି ବିବେଚନା କରି ବିପକ୍ଷକୁ ଆଶ୍ରୟ କଲେ । ଶତ୍ରୁଙ୍କ ନିକଟତର ହେବାପାଇଁ ପ୍ରାବନ୍ଧିକଙ୍କ ଦୁର୍ନାମ ରଟନା କରିବା ସହ ଆବଶ୍ୟକ ସ୍ଥଳେ ଧର୍ମାଧ୍ଵରଣରେ ବା ସମାଜର ଇଜ୍ଲାସ୍ରେ ତାଙ୍କ ବିରୋଧରେ ସାକ୍ଷ୍ୟ ଦେବାକୁ ମଧ୍ୟ କୁଣ୍ଠିତ ହେଲେ ନାହିଁ ।
ତାଙ୍କଦ୍ୱାରା ଉପକୃତ ହୋଇଥିବା, ତାଙ୍କ ଅନ୍ନରେ ପ୍ରତିପାଳିତ ତଥା ତାଙ୍କ ସ୍ୱାର୍ଥତ୍ୟାଗ ଓ ପରିଶ୍ରମ ଫଳରେ ମଣିଷ ହୋଇଥିବା ବନ୍ଧୁମାନେ କୃତଜ୍ଞତା ଜଣାଇବା ବା ପ୍ରତ୍ଯୁପକାର କରିବା ବଦଳରେ ପ୍ରଧାନ ଶତ୍ରୁ ଭାବେ ଛିଡ଼ାହେଲେ । ବିପଦବେଳେ ସେମାନେ ଲୁଚିବା ସଙ୍ଗେ ସଙ୍ଗେ ମରଣାନ୍ତକ ଆକ୍ରମଣ କରିବାକୁ ମଧ୍ୟ ପଶ୍ଚାତ୍ପଦ ହେଲେ ନାହିଁ । ବରଂ ଦୁର୍ବଳ ଶତ୍ରୁମାନେ ସେମାନଙ୍କଠାରୁ ବାଡ଼ି ଦୁଆରର କଞ୍ଚି ପାଇ ପ୍ରବଳ ହୋଇଉଠି ବାଘ ଘରେ ଆରମ୍ଭ କଲେ ମିରିଗର ନାଟ । ଶେଷରେ କିଂକର୍ତ୍ତବ୍ୟବିମୂଢ଼ ହୋଇ ଚାହିଁ ରହିଥିବା ପ୍ରାବନ୍ଧିକଙ୍କର ଏହା ଥିଲା ସତାବନ ବର୍ଷର ଅଙ୍ଗେନିଭା ଅନୁଭୂତି ।
Question ୨୨ ।
ପ୍ରକୃତ ବନ୍ଧୁତାର ସ୍ବରୂପ ପଠିତ ପ୍ରବନ୍ଧ ଅବଲମ୍ବନରେ ଆଲୋଚନା କର ।
କିମ୍ବା, ପ୍ରାବନ୍ଧିକ ଗୋପାଳଚନ୍ଦ୍ରଙ୍କର ପ୍ରବନ୍ଧ ଅନୁସରଣରେ ପ୍ରକୃତ ଓ ଅପ୍ରକୃତ ବନ୍ଧୁତା ମଧ୍ୟରେ ଥିବା ବୈଷମ୍ୟର ଆଲୋଚନା କର ।
କିମ୍ବା, କେଉଁ ବନ୍ଧୁତାରେ ମଣିଷ ଜୀବନର ବାସ୍ତବତା ପ୍ରତିଫଳିତ ହୋଇଥାଏ, ପଠିତ ପ୍ରବନ୍ଧ ଛାୟାରେ ଉପସ୍ଥାପନ କର ।
Answer:
ଆଧୁନିକ ଓଡ଼ିଆ ସାହିତ୍ୟ ଇତିହାସରେ ସ୍ଵର୍ଗତ ଗୋପାଳଚନ୍ଦ୍ର ପ୍ରହରାଜ ଜଣେ ଶ୍ରେଷ୍ଠ ରମ୍ୟରଚକ ଭାବେ ହୋଇଥିଲେ ବହୁ ସୁଖ୍ୟାତିର ଅଧିକାରୀ । ଶାଣିତ ବ୍ୟଙ୍ଗ ତଥା ବିଦ୍ରୁପ ମାଧ୍ୟମରେ ସମସାମୟିକ ସାମାଜିକ ଜୀବନକୁ ବିଶ୍ଳେଷଣ କରିବାରେ ସେହି ଅପୂର୍ବ ବିନ୍ଧାଣି ଥିଲେ କଟକ ଜିଲ୍ଲାର୍ନ୍ତଗତ ସିଦ୍ଧେଶ୍ଵରପୁର ଗ୍ରାମର ସୁଯୋଗ୍ୟ ଦାୟାଦ । ତାଙ୍କ ଲେଖନୀ ମୁନରୁ ଆତ୍ମପ୍ରକାଶ କରିଥିବା ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’, ‘ନନାଙ୍କ ବସ୍ତାନି’, ‘ଦୁନିଆର ହାଲଚାଲ’, ‘ଭାଗବତ ଟୁଙ୍ଗୀରେ ସନ୍ଧ୍ୟା’, ‘ବାଇ ମହାନ୍ତିଙ୍କ ପାଞ୍ଜି’, ‘ଆମ ଘରର ହାଲଚାଲ’ ଆଦି କାଳଜୟୀ କୃତିରାଜି ତାଙ୍କ ଅମ୍ଳାନ ସାରସ୍ବତ ପ୍ରତିଭାର ପରିଚୟ ପ୍ରଦାନ କରେ ।
‘ଭଞ୍ଜ ପ୍ରଦୀପ’ର ୧୧ଶ ବର୍ଷ ପ୍ରଥମ ସଂଖ୍ୟାରେ ପ୍ରକାଶିତ ‘ଦୁନିଆ ରୀତି ଏ’ ପ୍ରବନ୍ଧରୁ ସଙ୍କଳିତ ‘ପ୍ରକୃତ ବନ୍ଧୁ’ ଶୀର୍ଷକ ପ୍ରବନ୍ଧରେ ପ୍ରାବନ୍ଧିକ ପ୍ରକୃତ ବନ୍ଧୁତାର ସ୍ବରୂପ ସମ୍ପର୍କରେ ଆଲୋଚନା କରିଛନ୍ତି ।
‘ପରୋଽପି ହିତବାନ୍ ବନ୍ଧୁ
ବନ୍ଧୁରପ୍ୟହିତଃ ପରଃ ।’’
ପର ହେଲେ ମଧ୍ୟ ଯିଏ ହିତସାଧନ କରିଥାଏ ସେ ବନ୍ଧୁ ପଦବାଚ୍ୟ; କିନ୍ତୁ ବନ୍ଧୁ ହୋଇ ମଧ୍ୟ ଯିଏ ଅହିତକର କାର୍ଯ୍ୟ କରେ ସେ ଶତ୍ରୁଭାବେ ବିବେଚିତ ହୁଏ । ତେଣୁ ପଣ୍ଡିତମାନେ ସଜ୍ଜିତ୍ରର ଲକ୍ଷଣ ପ୍ରତିପାଦନ କରିବାକୁ ଯାଇ କୁହନ୍ତି – ପ୍ରକୃତ ମିତ୍ର ବନ୍ଧୁଙ୍କୁ ସର୍ବଦା ପାପକାର୍ଯ୍ୟରୁ ନିବୃତ୍ତ କରନ୍ତି । ସର୍ବଦା ସେମାନେ ବନ୍ଧୁଙ୍କର ହିତସାଧନରେ ରତ ହୁଅନ୍ତି । ମିତ୍ରଙ୍କର ଗୋପନୀୟ ବିଷୟକୁ ଗୋପନ ରଖିବା ସହ ତାଙ୍କର ଅପ୍ରକଟିତ ଗୁଣକୁ ପ୍ରକଟିତ କରିବାକୁ ସଚେଷ୍ଟ ହୁଅନ୍ତି । ସମ୍ପଦ କାଳରେ ମିତ୍ରଙ୍କ ନିକଟରେ ରହିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ; କିନ୍ତୁ ବିପଦବେଳରେ ବନ୍ଧୁଙ୍କର ପାଖେ ପାଖେ ରହି ବନ୍ଧୁଙ୍କୁ ସାହାଯ୍ୟ କରିଥା’ନ୍ତି । କାରଣ ସେମାନେ ବନ୍ଧୁର ବନ୍ଧୁତ୍ବ ରକ୍ଷାକରିବା ନିମନ୍ତେ ସର୍ବଦା ସତର୍କ ତଥା ତତ୍ପର ଥାଆନ୍ତି ।
ସେମାନଙ୍କ ହୃଦୟରେ ନଥାଏ କୌଣସି ଫଳପ୍ରାପ୍ତି ବା ପ୍ରତ୍ଯୁପକାରର ଆଶା । ଧନ, ଯଶ, ପ୍ରତିପତ୍ତି ବା ପଦପଦବୀ ପ୍ରତି ଆକର୍ଷିତ ହୋଇ ସେମାନେ ବନ୍ଧୁତ୍ଵ ସ୍ଥାପନ କରିନଥା’ନ୍ତି । ବର୍ତ୍ତମାନ ବା ଭବିଷ୍ୟତର ସ୍ବାର୍ଥସାଧନ ଲାଳସାରେ ସେମାନଙ୍କ ବନ୍ଧୁତ୍ବର ଡୋରି ବନ୍ଧାଯାଇ ନଥାଏ । ବନ୍ଧୁ ମୁଣ୍ଡରେ ନଡ଼ିଆ ଭାଙ୍ଗି ଉଖୁଡ଼ା ଖାଇବା ସେମାନଙ୍କ ଧର୍ମ ନୁହେଁ । ବନ୍ଧୁଙ୍କଠାରୁ ଧନ, ପ୍ରତିପତ୍ତି, ପଦବୀ ତଥା କାର୍ଯ୍ୟସାଧନ ଶକ୍ତି ଚାଲିଯିବା ପରେ ବନ୍ଧୁଙ୍କୁ ବିପନ୍ନ କରି ଅନ୍ତର୍ହିତ ହେବା ସେମାନଙ୍କର କର୍ମ ନୁହେଁ ।
ପ୍ରକୃତ ବନ୍ଧୁର ବନ୍ଧୁତାର ବନ୍ଧନ କେବେ ହୁଗୁଳା ହୋଇଯାଏ ନାହିଁ । ସେ ବନ୍ଧୁଙ୍କ ଦୁର୍ବଳତାକୁ କେବେ ଶତ୍ରୁ ବା ବିପକ୍ଷଙ୍କ ଆଗରେ ପ୍ରକାଶ କରନ୍ତି ନାହିଁ କିମ୍ବା ତାଙ୍କ ନାମରେ ଦୁର୍ନାମ ରଟନ୍ତି ନାହିଁ କି ବନ୍ଧୁଙ୍କ ବିରୋଧରେ କେବେ ସାକ୍ଷ୍ୟ ପ୍ରଦାନ କରନ୍ତି ନାହିଁ ।
ବନ୍ଧୁଙ୍କଦ୍ୱାରା ଉପକୃତ ହେଲେ ଧର୍ମାନୁଯାୟୀ ବନ୍ଧୁଙ୍କୁ କୃତଜ୍ଞତା ଜଣାଇବା ବା ଉପକାର ବଦଳରେ ପ୍ରତ୍ୟୁପକାର କରିବାକୁ ସେମାନେ କେବେ ଭୁଲନ୍ତି ନାହିଁ । କାରଣ ଉପକାରର ପ୍ରତ୍ୟୁପକାର କରିବା ଧର୍ମତଃ ସେମାନେ ବାଧ୍ୟ ବୋଲି ମନେକରନ୍ତି । ପ୍ରକୃତ ମିତ୍ର କେବେ କୌଣସି ପ୍ରାପ୍ତିର ଆଶା ରଖ୍ ବନ୍ଧୁର ଉପକାର କରେ ନାହିଁ । ତେଣୁ ମହାଜନମାନେ କହିଛନ୍ତି – ‘ଫଳର କାମନା ନ ରଖୁ, ପ୍ରତ୍ଯୁପକାରର ଆଶା ନ କରି, ପରିଶୋଧ ପାଇବାର ଇଚ୍ଛା ନ କରି, ପବିତ୍ର କର୍ତ୍ତବ୍ୟ ଜ୍ଞାନରେ ପରର ଉପକାର କରିଯାଅ ।’ ପ୍ରକୃତ ବନ୍ଧୁର ବନ୍ଧୁତା ହେଉଛି ନିଃସ୍ୱାର୍ଥ ବନ୍ଧୁତା । ଅଫଳପେପ୍ସୁ ବନ୍ଧୁ ହିଁ ପ୍ରକୃତ ବନ୍ଧୁ ।
ତେଣୁ ବିପନ୍ନ ବ୍ୟକ୍ତିର ଏକମାତ୍ର ସହାୟକ ରୂପେ କୌଣସି ପ୍ରାପ୍ତିର ଆଶା ନ ରଖ୍ କେବଳ ଭଗବାନ୍ ହିଁ ସହାୟତା କରିଥା’ନ୍ତି । ସେଥ୍ପାଇଁ ତାଙ୍କର ନାମ ଦୀନବନ୍ଧୁ । ସେ ହିଁ ଏକା ବନ୍ଧୁ ପଦବାଚ୍ୟ । ପ୍ରକୃତ ବନ୍ଧୁଙ୍କ ବନ୍ଧୁତ୍ୱ ନିଃସ୍ୱାର୍ଥ ତଥା ଅହେତୁକୀ ବନ୍ଧୁତା । ସେପରି ଫଳ-କାମନା- ବିରହିତ ପରୋପକାରୀ ସଂସାରରେ ବିରଳ । ସେହି ବନ୍ଧୁ ହିଁ ପ୍ରକୃତ ବନ୍ଧୁ ।
Question ୨୩ ।
‘‘ଯେଉଁଠାରେ ଫଳର ଆଶାରଖ୍ ପରୋପକାର କରିବ ସେଠାରେ ନିଶ୍ଚେ ଚିଆଁ ପାଇବ’’– ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କର ।
କିମ୍ବା, ଫଳପେପ୍ସୁ ବନ୍ଧୁ, ପ୍ରକୃତ ବନ୍ଧୁ ନୁହଁନ୍ତି, ଏପରି ବନ୍ଧୁ କାର୍ଯ୍ୟତଃ ଧରା ପଡ଼ିଥା’ନ୍ତି – ଏହାର ସତ୍ୟତା ପଠିତ ପ୍ରବନ୍ଧ ଅନୁସରଣରେ ପ୍ରତିପାଦନ କର ।
କିମ୍ବା, କେଉଁପରି ବନ୍ଧୁ ଫଳରେ ଆଶା ରଖ୍ କାର୍ଯ୍ୟ କରନ୍ତି ଏବଂ ତାହାର ପରିଣାମ କ’ଣ ହୁଏ, ଆଲୋଚନା କର ।
Answer:
ଆଧୁନିକ ଓଡ଼ିଆ ସାହିତ୍ୟ ଜଗତକୁ ସ୍ୱୀୟ ସାରସ୍ୱତ ପ୍ରତିଭା-ପ୍ରଭାରେ ସତତ ସମୁଜ୍ଜ୍ବଳ କରିଥିବା ଗୋପାଳଚନ୍ଦ୍ର ପ୍ରହରାଜ ଥିଲେ ଅନନ୍ୟ ପ୍ରତିଭାଧର ବରେଣ୍ୟ ପୁରୁଷ । ଶାଣିତ ବ୍ୟଙ୍ଗ, ବିଦ୍ରୂପ ତଥା ହାସ୍ୟରସାତ୍ମକ ପ୍ରବନ୍ଧ ରଚନା କରି ଶ୍ରେଷ୍ଠ ରମ୍ୟରଚକର ସୁଖ୍ୟାତି ଅର୍ଜନ କରିଥିବା ସେହି ଅମର ମଣିଷକୁ କୋଳରେ ଧରି କଟକ ଜିଲ୍ଲାନ୍ତର୍ଗତ ସିଦ୍ଧେଶ୍ଵରପୁର ଗ୍ରାମ ହୋଇଛି ଗର୍ବିତ । ତାଙ୍କ ସାରସ୍ବତ ଲେଖନୀ ନିଃସୃତ ‘ନନାଙ୍କ ବସ୍ତାନି’, ‘ଦୁନିଆର ହାଲଚାଲ’, ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’, ‘ଭାଗବତ ଟୁଙ୍ଗୀରେ ସନ୍ଧ୍ୟା’ ପ୍ରଭୃତି କାଳଜୟୀ ସୃଷ୍ଟିସମ୍ପଦ ତାଙ୍କ ଅମଳିନ ପ୍ରତିଭାର ସ୍ପଷ୍ଟ ପ୍ରତିଫଳନ ।
‘ଭଞ୍ଜ ପ୍ରଦୀପ’ର ୧୧ଶ ବର୍ଷ ପ୍ରଥମ ସଂଖ୍ୟାରେ ପ୍ରକାଶିତ ‘ଦୁନିଆ ରୀତି ଏ’ ପ୍ରବନ୍ଧରୁ ସଂକଳିତ ‘ପ୍ରକୃତ ବନ୍ଧୁ’ ଶୀର୍ଷକ ପ୍ରବନ୍ଧରେ ପ୍ରାବନ୍ଧିକ ଫଳ ଆଶା ନରଖ୍ କର୍ତ୍ତବ୍ୟଜ୍ଞାନରେ ପରୋପକାର କରିବାକୁ ପରାମର୍ଶ ପ୍ରଦାନ କରିଛନ୍ତି ।
ପର ଉପକାର ପୁଣ୍ୟମୟ ବ୍ରତ
ପାଳନ୍ତି ମହତ ଜନ
ପର ଉପକାରେ ଉର୍ବୀ ଦିବାକର
ଦିଅନ୍ତି ଶସ୍ୟ କିରଣ । (ଗଙ୍ଗାଧର ମେହେର)
ସଂସ୍କୃତରେ ମଧ୍ୟ ଗୋଟିଏ ଉକ୍ତି ଅଛି– ‘ପରୋପକାରାୟ ସ୍ଵର୍ଗୀୟ ।’ ସେଥିପାଇଁ ମହାଜନମାନେ ମଧ୍ୟ କହିଛନ୍ତି –
‘ଫଳର କାମନା ନ ରଖୁ, ପ୍ରତ୍ଯୁପକାରର ଆଶା ନ କରି, ପରିଶୋଧ ପାଇବାର ଇଚ୍ଛା ନ କରି, ପବିତ୍ର କର୍ତ୍ତବ୍ୟଜ୍ଞାନରେ ପରର ଉପକାର କରିଯାଅ ।’’ ‘ପରୋପକାର’କୁ ଏକ ପୁଣ୍ୟମୟ ବ୍ରତ ବା ପବିତ୍ର କର୍ତ୍ତବ୍ୟ ମନେକରି ପରର ଉପକାର କରିବା ଉଚିତ । ପ୍ରତ୍ଯୁପକାର ବା କୃତଜ୍ଞତା ଆଶାରଖ୍ କାହାର ଉପକାର କରିବା ଉଚିତ ନୁହେଁ । କାରଣ ଏ ସଂସାରରେ ଉପକୃତ ବ୍ୟକ୍ତି ହିଁ ପରବର୍ତୀ ସମୟରେ ଅପକାର କରିବାକୁ ପଶ୍ଚାତ୍ପଦ ହୁଏ ନାହିଁ । ଏହି ସତ୍ୟକୁ ପ୍ରମାଣିତ କରିବାପାଇଁ ପ୍ରାବନ୍ଧିକ ମହାତ୍ମା ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କ ଉକ୍ତିକୁ ଉପସ୍ଥାପନ କରିଛନ୍ତି । ଦିନେ ମହାତ୍ମା ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କୁ ଆସି ଜଣେ କହିଲେ– ‘ଅମୁକ ଆପଣଙ୍କ ନାମରେ ଭାରି ଦୁର୍ନାମ ରଟନା କରୁଛନ୍ତି ।’’
ଏହା ଶୁଣି ମହାପୁରୁଷ ନୀରବ ରହିବାରୁ ଭଦ୍ରବ୍ୟକ୍ତି ଜଣକ ତାଙ୍କ ନୀରବତାର କାରଣ ପଚାରନ୍ତେ ଈଶ୍ଵରଚନ୍ଦ୍ର କହିଲେ– ‘ନିନ୍ଦାକାରୀଙ୍କର ମୁଁ କେବେ କୌଣସି ଉପକାର କରିଛି କି ନାହିଁ ଏହି କଥାର ହେଜ କରୁଥୁଲି । ମୁଁ ତାଙ୍କର କେବେ କିଛି ଉପକାର କରିଛି ବୋଲି ମୋର ସ୍ମରଣ ହେଉନାହିଁ; ଏପରି ଅବସ୍ଥାରେ ସେ କାହିଁକି ମୋ ଦୁର୍ନାମ କରିବାରେ ମାତିଛନ୍ତି, ମୁଁ ବୁଝିପାରୁ ନାହିଁ ।’’ ଫଳତଃ ଦେଖାଯାଏ ଉପକୃତ ବ୍ୟକ୍ତି ହିଁ ପ୍ରତ୍ୟୁପକାର କରିବା ପରିବର୍ତ୍ତେ ଅପକାର କରିବାକୁ ଆଗେଇ ଆସେ । ଯିଏ ତୁମ ଅନ୍ନରେ ପ୍ରତିପାଳିତ, ତୁମେ ଯାହାର ଉପକାର କରିଅଛ, ତୁମ ସ୍ୱାର୍ଥତ୍ୟାଗ ତଥା ପରିଶ୍ରମ ଫଳରେ ଯିଏ ମଣିଷ ହୋଇଅଛି, ଯିଏ ତୁମର ରକ୍ତରେ ଗଢ଼ା, ସେ ହିଁ ତୁମର ପ୍ରଧାନ ଶତ୍ରୁରୂପେ ଛିଡ଼ାହେବେ ।
କରିବାକୁ ସେ ବାଧ୍ୟ । ସେହି ବାଧ୍ୟବାଧକତା ହିଁ ସଂସାରରେ ସୃଷ୍ଟ ବହୁ ଅନର୍ଥର ମଞ୍ଜିର କାରଣ ସାଜେ । କାରଣ ସେମାନେ ପ୍ରକୃତ ମିତ୍ର ନୁହଁନ୍ତି । ମିତ୍ରଙ୍କୁ ପାପକାର୍ଯ୍ୟରୁ ନିବୃତ୍ତ କରି ମିତ୍ରଙ୍କ ହିତ ସାଧନରେ ରତ ରହି ଗୋପନୀୟ ବିଷୟକୁ ଗୋପନ ରଖ୍ ବିପଦବେଳେ ପାଖେ ପାଖେ ରହି ସାହାଯ୍ୟ କରିବା ସେମାନଙ୍କ ଧର୍ମ ନୁହେଁ । ବରଂ ତୁମ ଧନ, ଯଶ, ପ୍ରତିପତ୍ତି ଓ ପଦବୀରେ ମୁଗ୍ଧ ହୋଇ ବର୍ତ୍ତମାନର ତଥା ଭବିଷ୍ୟତର ସ୍ଵାର୍ଥସାଧନ ନିମନ୍ତେ ସେମାନେ ବନ୍ଧୁତାର ଡୋରି ଲଗାଇଥିଲେ । ତୁମ ମୁଣ୍ଡରେ ନଡ଼ିଆ ଭାଙ୍ଗି ଉଖୁଡ଼ା ଖାଇଥିଲେ । ତୁମ ପାଦରେ ଧନ-ଜନ-ଗୋପ-ଲକ୍ଷ୍ମୀ ଢାଳିଦେବା ସହ ମାନ-ସମ୍ମାନ ଓ ଜୀବନ ମଧ୍ୟ ସମର୍ପଣ କରିବାକୁ ଆଗେଇ ଆସୁଥିଲେ । ଆବଶ୍ୟକ ହେଲେ ବାଘଦୁଧ, ପିମ୍ପୁଡ଼ି ରକ୍ତ, ସାପ ଗୋଡ଼ ପ୍ରଭୃତି ଅସମ୍ଭବ ପଦାର୍ଥ ଆଣିଦେବାକୁ ମଧ୍ୟ ବାହାରି ପଡୁଥିଲେ ।
ବନ୍ଧୁତ୍ବର ସେହି ନିଶା ମଧ୍ଯରେ ତୁମର ସକଳ ଦୁର୍ବଳତାକୁ ମଧ୍ୟ ସେମାନେ ଜାଣି ଯାଇଥିଲେ । ତୁମର ଧନ, ପ୍ରତିପତ୍ତି, ପଦବୀ, କାର୍ଯ୍ୟସାଧନ ଶକ୍ତି ଚାଲିଯିବା ପରେ ହୁଗୁଳି ଯିବ ବନ୍ଧୁତାର ବନ୍ଧନ । ଅଧିକ ସ୍ବାର୍ଥ ସାଧନ ନିମନ୍ତେ ବିପକ୍ଷଙ୍କୁ ଆଶ୍ରୟ କରିବେ । ତୁମେ ବିପଦରେ ପଡ଼ିଥିବା ସମୟରେ ଦେଖା କରିବାକୁ ମଧ୍ୟ ନ ଆସି ସେହି ସମୟରେ ମରଣାନ୍ତକ ଆକ୍ରମଣ କରିବାକୁ ମଧ୍ୟ ପଶ୍ଚାତ୍ଦ ହେବେ ନାହିଁ । ବିପକ୍ଷ ବା ଶତ୍ରୁଙ୍କ ଆଗରେ ତୁମ ଦୁର୍ବଳତା ପ୍ରକାଶ କରିବେ । ସେହି ଦୁର୍ବଳତାକୁ ଅସ୍ତ୍ରକରି ଶତ୍ରୁ ଆକ୍ରମଣ କରିବାକୁ ଆଗେଇ ଆସିବେ । ଆରମ୍ଭ ହେବ ଉଭୟଙ୍କ ମଧ୍ୟରେ ସଂଘର୍ଷ । ତେଣୁ ଯଥାର୍ଥରେ ପ୍ରାବନ୍ଧିକ କହିଛନ୍ତି– ‘ଆଜି ଯେ ବନ୍ଧୁତାସନେ କାଲି ସେ ଅରାତି ।’
ଏ ସଂସାରରେ ଫଳର ଆଶାରଖ୍ ବନ୍ଧୁତା ସ୍ଥାପନ କଲେ ତା’ର ପ୍ରତିଫଳ ପାଇବା ସୁନିଶ୍ଚିତ । ତଥାପି ବିପଦବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ନିଃସ୍ୱାର୍ଥ ଅହେତୁକୀ ବନ୍ଧୁତା ତଥା ଫଳକାମନା ବିରହିତ ପରୋପକାର ଏ ସଂସାରରେ ବିରଳ । ତେଣୁ ପରଦ୍ଵାରା ଅପକୃତ ହେଲେ ମଧ୍ୟ ପରୋପକାର ରୂପକ ପୁଣ୍ୟମୟ ବ୍ରତ ପାଳନ କରିବାପାଇଁ କବି ଗାଇଛନ୍ତି –
Question ୨୪ ।
କାମର ପିଆରା ବନ୍ଧୁତା ପ୍ରକୃତ ବନ୍ଧୁତା ନୁହେଁ । ଏହା ବୁଝାଇ ସାନ ଭଉଣୀ ନିକଟକୁ ପତ୍ର ଲେଖ ।
Answer:
କଲ୍ୟାଣୀୟା ସ୍ମିତା,
ଅମରଦା
ତା………………………………..
ମୋର ହାର୍ଦ୍ଦିକ ସ୍ନେହାଶିଷ ନେବୁ । ବାପା ଓ ବୋଉଙ୍କୁ ମୋର ଭୂମିଷ୍ଠ ପ୍ରଣାମ ଜଣାଇଦେବୁ । ଗତକାଲି ତୋର ଚିଠି ପାଇ ସେଥିରୁ ତୋର ବନ୍ଧୁମାନଙ୍କ କଥା ତଥା ସେମାନଙ୍କ ଗହଣରେ ତୋର ଆନନ୍ଦରେ କାଳକାଟିବା କଥା ଜାଣି ଯେତିକି ଖୁସି ହେଲି ସେତିକି ମୋ ମନ ଆଶଙ୍କାରେ ମଧ୍ୟ ଭରିଗଲା । କାରଣ, ଏ ସଂସାରରେ ନିଃସ୍ୱାର୍ଥ ବନ୍ଧୁତ୍ଵ ବିରଳ । ସମସ୍ତ ବନ୍ଧୁତା କାମର ପିଆରା । ସେହିପରି ବନ୍ଧୁତ୍ବ ସମ୍ପର୍କରେ ଓଡ଼ିଆ ସାହିତ୍ୟର ସୁପ୍ରସିଦ୍ଧ ରମ୍ୟରଚକ ଭାବେ ପରିଚିତ ଗୋପାଳଚନ୍ଦ୍ର ପ୍ରହରାଜ ‘ପ୍ରକୃତ ବନ୍ଧୁ’ ନୀମକ ପ୍ରବନ୍ଧରେ ବର୍ଣ୍ଣନା କରିଛନ୍ତି । ସେ ସମ୍ପର୍କରେ ମୁଁ ବର୍ଣ୍ଣନା କରୁଛି । ତୁ ଶେଷ ପର୍ଯ୍ୟନ୍ତ ଚିଠି ପଢ଼ି ହୃଦୟଙ୍ଗମ କରିବୁ ଏବଂ କାମର ପିଆରା ବନ୍ଧୁମାନଙ୍କୁ ପରିହାର କରି ପ୍ରକୃତ ବନ୍ଧୁମାନଙ୍କ ସଙ୍ଗେ ବନ୍ଧୁତ୍ୱ ସ୍ଥାପନ କରିବୁ ।
ଏ ସଂସାରରେ ନିଃସ୍ୱାର୍ଥ ଅହେତୁକୀ ବନ୍ଧୁତା ତଥା ଫଳକାମନା ବିରହିତ ପରୋପକାର ବିରଳ । ପଣ୍ଡିତମାନେ ସନ୍ନିତ୍ରର ଲକ୍ଷଣ ସମ୍ପର୍କରେ କହିଛନ୍ତି– ‘ପ୍ରକୃତ ମିତ୍ର, ମିତ୍ରଙ୍କୁ ପାପରୁ ନିବୃତ୍ତ କରାନ୍ତି, ମିତ୍ରଙ୍କର ଗୋପନୀୟ ବିଷୟମାନ ଗୋପନ ରଖନ୍ତି, ମିତ୍ରଙ୍କର ଅପ୍ରକଟିତ ଗୁଣକୁ ପ୍ରକଟିତ କରନ୍ତି, ମିତ୍ରଙ୍କ ସମ୍ପଦକାଳରେ ପାଖରେ ରହିବାକୁ ଆଗ୍ରହାନ୍ବିତ ହୁଅନ୍ତି ନାହିଁ; କିନ୍ତୁ ମିଶ୍ରଙ୍କ ବିପରି ପଡ଼ିଲେ ତାଙ୍କ ପାଖେ ପାଖେ ରହନ୍ତି ।’’
ଯଥାର୍ଥରେ ବିପଦକାଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ସେ ହିଁ ଅଫଳପେପ୍ସୁ ବନ୍ଧୁ । ସେଥିପାଇଁ ଭଗବାନଙ୍କ ନାମ ଦୀନବନ୍ଧୁ । ଏ ସଂସାରର ସେ ହିଁ ଏକା ବନ୍ଧୁ ପଦବାଚ୍ୟ । ଏତଦ୍ବ୍ୟତୀତ ଏ ସଂସାରରେ ସମସ୍ତ ବନ୍ଧୁତା କାମର ପିଆରା ବନ୍ଧୁତା । ଯେଉଁ ବନ୍ଧୁତ୍ଵ ସ୍ବାର୍ଥସାଧନ ଉପରେ ପ୍ରତିଷ୍ଠିତ । ଧନ, ପ୍ରତିପତ୍ତି, ପଦବୀ ପ୍ରତି ଆକର୍ଷିତ ହୋଇ ସେମାନେ ବନ୍ଧୁତ୍ଵ ସ୍ଥାପନ କରିଥା’ନ୍ତି । ଅନ୍ତରରେ ସେମାନଙ୍କର ଥାଏ ବର୍ତ୍ତମାନ ତଥା ଭବିଷ୍ୟତର କାର୍ଯ୍ୟସାଧନର ଲାଳସା ।
ସ୍ୱାର୍ଥ ହାସଲ ପାଇଁ ବନ୍ଧୁତ୍ବର ଅଭିନୟ କରି ଧନ-ଜନ-ଗୋପଲକ୍ଷ୍ମୀ, ମାନ ସମ୍ମାନ ଏବଂ ଜୀବନକୁ ମଧ୍ଯ ସମର୍ପଣ କରିଦେବାକୁ ସେମାନେ ଆଗେଇ ଆସିବେ । ଆବଶ୍ୟକ ହେଲେ ବାଘଦୁଧ, ପିମ୍ପୁଡ଼ି ରକ୍ତ, ନିର୍ମୂଳୀ ମୂଳ, ସାପ ଗୋଡ଼ ପ୍ରଭୃତି ଅସମ୍ଭବ ପଦାର୍ଥ ମଧ୍ୟ ଆଣିଦେବାକୁ ବାହାରି ପଡ଼ିବେ । ମହାପ୍ରସାଦ ବା ଖୋଦାଙ୍କ ନାମ ଧରି ବନ୍ଧୁତା ସ୍ଥାପନ କରିବେ । ସେହି ନାମର ନିଶା ମଧ୍ୟରେ ବନ୍ଧୁତ୍ଵର ଗଭୀର ବିଶ୍ଵସନୀୟତା ମଧ୍ଯରେ ସେମାନେ ତୋର ସକଳ ଦୁର୍ବଳତାକୁ ଜାଣିଯାଇଥବେ । ‘ପ୍ରକୃତ ବନ୍ଧୁ’ ଶୀର୍ଷକ ପ୍ରବନ୍ଧର ରଚୟିତା ‘ମହାପ୍ରସାଦ ବା ଖୋଦାଙ୍କ ନାମ ନିଶାରେ ମୁଁ ସେଥୁମଧ୍ୟରୁ ପନ୍ଦରପଣ ବନ୍ଧୁଙ୍କ ହାତକୁ ମୋ ବାଡ଼ିଦୁଆରର ଗଳିକବାଟର କଞ୍ଚୁ ବଢ଼ାଇ ଦେଇଥୁଲି; ବଢ଼ାଇ ଦେଇଥୁଲି ନକହି ମୁଁ ନିଶାରେ ଚୁର୍ ଥିବାବେଳେ ସେମାନେ ମୋ ଅଣ୍ଟାରୁ ବା ପକେଟ୍ରୁ ସେ କଞ୍ଚ୍ କାଢ଼ିନେଇଥିଲେ ।’’
କାର୍ଯ୍ୟ ସରିଗଲେ ସ୍ଵାର୍ଥ ହାସଲ କରିସାରିବା ପରେ ହୁଗୁଳା ହୋଇଯାଏ ସେମାନଙ୍କ ବନ୍ଧୁତ୍ବର ସେହି ଦୃଢ଼ ବନ୍ଧନ । ତୋଠାରୁ ଈପ୍ସିତ କାର୍ଯ୍ୟ ବା ଉପକାର ହାସଲ କରିସାରିବା ପରେ ଭବିଷ୍ୟତରେ ଅଧିକ ଉପକାର ଲାଭ କରିବା ଆଶାରେ ସେମାନେ ତୋ ବିପକ୍ଷଙ୍କୁ ଆଶ୍ରା କରିବେ । ତୋ ନାମରେ ଦୁର୍ନାମ ରଟନା କରିବା ସହ ତୋ ବିରୋଧରେ ସାକ୍ଷ୍ୟ ଦେବାକୁ ମଧ୍ୟ କୁଣ୍ଠିତ ହେବେ ନାହିଁ । ‘ଜଡ଼ାତେଲ ମେଣ୍ଢାବାଳ’ ପରି ସମ୍ପର୍କ ରଖୁଥିବା ବନ୍ଧୁମାନଙ୍କ ସହ ତୋର ସୃଷ୍ଟିହେବ ‘ଝୋଟନିଆଁ’ର ସମ୍ପର୍କ । ସେତେବେଳେ ସେମାନେ ମହାପ୍ରସାଦ ବା ଖୋଦାଙ୍କ ନାମ ଧରି କରଗତ କରିଥିବା ତୋ ବାଡ଼ି ଦୁଆରର ଗଳିକବାଟର କଞ୍ଚଟିକୁ ତୋର ପ୍ରତିଦ୍ଵନ୍ଦୀ ବା ଶତ୍ରୁ ହାତରେ ଧରାଇଦେବେ । ସେହି କଞ୍ଜ୍ ବା ଦୁର୍ବଳତାକୁ ଅସ୍ତ୍ର କରି ମିରିଗ ପରି ଦୁର୍ବଳ ଶତ୍ରୁ ପ୍ରବଳ ହୋଇଉଠି ତୋ ବାଘ ଘରେ ମିରିଗ ନାଟ ଆରମ୍ଭ କରିବେ । ସେତେବେଳେ ଚାହିଁ ଜଳକା ବନି ରହିବା ବ୍ୟତୀତ ଇଚ୍ଛା ଥିଲେ ବି କିଛି କରିପାରିବୁ ନାହିଁ । ତେଣୁ ପ୍ରାବନ୍ଧିକ ଗୋପାଳଚନ୍ଦ୍ର ପ୍ରହରାଜ କହିଛନ୍ତି, ‘ଆଜି ଯେ ବନ୍ଧୁତାସନେ କାଲି ସେ ଅରାତି ।’’
ତୁ ଯେଉଁମାନଙ୍କର ଉପକାର କରିଅଛୁ, ତୋ ପରିଶ୍ରମ ତଥା ସ୍ଵାର୍ଥତ୍ୟାଗ ଫଳରେ ଯିଏ ମଣିଷ ହୋଇଅଛି, ସେ ତୋ ଉପକାରର ପ୍ରତ୍ୟୁପକାର କରିବା ବା କୃତଜ୍ଞତା ଜଣାଇବା ପରିବର୍ତ୍ତେ ତୋର ପରମ ଶତ୍ରୁ ହୋଇ ଛିଡ଼ାହେବ । ତୁ ବିପଦରେ ପଡ଼ିଥିବାବେଳେ ସାହାଯ୍ୟ କରିବା ପରିବର୍ତ୍ତେ ସେମାନେ ଦିହଛପା ଦେବେ । ବରଂ ଅକଳରେ ପଡ଼ିଥିବାର ଦେଖୁ ମରଣାନ୍ତକ ଆକ୍ରମଣ କରିବାକୁ ପଶ୍ଚାତ୍ପଦ ହେବେ ନାହିଁ । କାରଣ ସେମାନଙ୍କର ବନ୍ଧୁତା ଥୁଲା କାମର ପିଆରା ବନ୍ଧୁତା । ତେଣୁ ତୁ ଫଳର କୌଣସି କାମନା ନରଖ୍, ପ୍ରତ୍ଯୁପକାରର ଆଶା ନକରି, ପରିଶୋଧ ପାଇବାର ଇଚ୍ଛା ନକରି, ପବିତ୍ର କର୍ତ୍ତବ୍ୟ ଜ୍ଞାନରେ ପରର ଉପକାର କରିବୁ । ବନ୍ଧୁତ୍ଵର ନିଶାରେ ଚୁର୍ ହୋଇ ତୋ ବାଡ଼ିଦୁଆରର ଗଳିକବାଟର କଞ୍ଚିଟିକୁ କେବେ ସେମାନଙ୍କ ହାତକୁ ବଢ଼ାଇଦେବୁ ନାହିଁ । ବିପଦରେ ତୋର କେହି ସହାୟକ ନ ହେଲେ ମଧ୍ୟ ବିପଦର ବନ୍ଧୁ ଜଗତର ନାଥ ଦୀନବନ୍ଧୁ ଜଗନ୍ନାଥ ନିଶ୍ଚୟ ତୋର ସହାୟକ ହେବେ । ରହୁଛି । । ଇତି ।
ତୋର ଶୁଭାକାଂକ୍ଷୀ ଭାଇନା
ଠିକଣା | |
ପେରକ | ପ୍ରପକ |
ଶୁଭ ଙ୍କର ସାମନ୍ତରାୟ ସା./ପୋ.—ଅମରଦା ଜି.– ମୟୂରଭଞ୍ଜ |
ସି୍ମତା ସାମନ୍ତରାୟ ଭ କ୍ତମଧୁ ବଦ୍ୟପୀଠ ଜି.— କଟକ |
ତୁମପାଇଁ କାମ
୨୫ । ପ୍ରାବନ୍ଧିକ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କର ଅନ୍ୟାନ୍ୟ ପ୍ରବନ୍ଧ ସଂଗ୍ରହ କରି ପଢ଼ ।
୨୬ । ତୁମ ବନ୍ଧୁମାନଙ୍କ ଭିତରେ ପ୍ରକୃତ ବନ୍ଧୁର କି କି ଲକ୍ଷଣ ରହିଛି ତାହା ଟିପାଖାତାରେ ଲେଖୁ ରଖ ।
ପରୀଷା ଉପଯୋଗୀ ଅତିରିକ୍ତ ପ୍ରଶୋତ୍ତର
ଅତିସଂକ୍ଷିପ୍ତ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
Question ୧।
ପ୍ରାବନ୍ଧିକଙ୍କର ପ୍ରଥମ ଦଶ ବର୍ଷ କିପରି କଟିଛି ?
Answer:
ପ୍ରାବନ୍ଧିକଙ୍କର ପ୍ରଥମ ଦଶ ବର୍ଷ ଅଣହେଜ ଅବସ୍ଥାରେ କଟିଛି ।
Question ୨।
ଜୀବନର ଦୀର୍ଘକାଳ ମଧ୍ୟରେ କେଉଁମାନଙ୍କ ସହ ପ୍ରାବନ୍ଧିକଙ୍କର ଆଳାପ ଓ ପରିଚୟ ହୋଇଛି ?
Answer:
ଜୀବନର ଦୀର୍ଘକାଳ ମଧ୍ୟରେ ଜନ୍ମତଃ, ବିବାହତଃ, କର୍ମକ୍ଷେତ୍ର ତଃ, ସଂସାରତଃ, ବ୍ୟବସାୟତଃ ଇତ୍ୟାଦି ବ୍ୟକ୍ତିଙ୍କ ସଙ୍ଗେ ‘ସାପ୍ତପଦୀନ’ ଆଳାପ ପରିଚୟ ହୋଇଅଛି ।
Question ୩ ।
କ’ଣ ଯୋଗୁଁ ଅନେକଙ୍କର ଲେଖକଙ୍କ ସହିତ ବନ୍ଧୁତାର ସୂତ୍ରପାତ ହୋଇଥିଲା ?
Answer:
ଧନରେ ମୁଗ୍ଧ ହୋଇ, ଯଶ ବା ପ୍ରତିପତ୍ତି ଯୋଗୁଁ ଏବଂ ପଦବୀ ହେତୁ ଉପସ୍ଥିତ ବା ଭବିଷ୍ୟ କାର୍ଯ୍ୟ ସାଧନର ଉଦ୍ଦେଶ୍ୟ ନେଇ ଅନେକଙ୍କର ଲେଖକଙ୍କ ସଙ୍ଗେ ବନ୍ଧୁତାର ସୂତ୍ରପାତ ହୋଇଥିଲା ।
Question ୪ ।
ଲେଖକଙ୍କଠାରୁ ସ୍ଵାର୍ଥ ଲିପ୍ସୁ ବନ୍ଧୁ ମାନେ କେତେବେଳେ ଦୂରେଇଗଲେ ?
Answer:
ଯେତେବେଳେ ଲେଖକଙ୍କଠାରୁ ଧନ, ପ୍ରତିପରି, ପଦବୀ ଓ କାର୍ଯ୍ୟସାଧନ ଶକ୍ତି ଚାଲିଗଲା । ,
ଦୂରେଇଗଲେ ।
Question ୫ ।
ଭଗବାନ୍ଙ୍କୁ ‘ଦୀନବନ୍ଧୁ’ ନାମ କାହିଁକି ଦିଆଯାଇଛି ?
Answer:
କୌଣସି ଫଳପ୍ରାପ୍ତିର ଆଶା ନରଖୁ ଆବଶ୍ୟକ ବା ବିପଦବେଳେ କେବଳ ଭଗବାନ୍ ହିଁ ସାହାଯ୍ୟ କରୁଥିବାରୁ ତାଙ୍କୁ ‘ଦୀନବନ୍ଧୁ’ ନାମ ଦିଆଯାଇଛି ।
Question ୬ ।
କ’ଣ ସରିଗଲେ ବନ୍ଧୁତାର ବନ୍ଧନ ହୁଗୁଳ । ହୋଇଯାଏ ?
Answer:
ପରେ ସ୍ଵାର୍ଥଲିପ୍ସୁ ବନ୍ଧୁମାନଙ୍କର ବନ୍ଧୁତାର ବନ୍ଧନ ହୁଗୁଳା ହୋଇଯାଏ ।
Question ୭ ।
ବନ୍ଧୁମାନେ ଭଟ୍ଟା ପଡ଼ିଯାଆନ୍ତି କାହିଁକି ?
Answer:
ପଦବୀ ଚାଲିଗଲା ପରେ ବନ୍ଧୁଜନଙ୍କ ସ୍ବାର୍ଥସିଦ୍ଧିର ଆଶା ରହୁ ନଥିବାରୁ ସେମାନେ ଦୂରେଇଯାଆନ୍ତି ।
ନିମ୍ନ ଶବ୍ଦଗୁଡ଼ିକର ଅର୍ଥ ଗୋଟିଏ ଶବ୍ଦରେ ବା ବାକ୍ୟରେ ଲେଖ ।
Question ୮।
ଅଣହେଜର ଅର୍ଥ କ’ଣ ?
Answer:
ସ୍ମରଣ ନ କରିବା ହେତୁ ନ କରିବା ।
Question ୯।
ଆକ୍ଷେପ କାହାକୁ କୁହାଯାଏ ।
Answer:
ଅନ୍ୟ ପ୍ରତି ଦୋଷାରୋପ କରିବାକୁ ଆକ୍ଷେପ କୁହାଯାଏ ।
Question ୧୦।
ରାଷ୍ଟ୍ର ବିପ୍ଳବ କହିଲେ କ’ଣ ବୁଝ ?
Answer:
ଦେଶରେ ଆନ୍ଦୋଳନକୁ ରାଷ୍ଟ୍ର ବିପ୍ଳବ କୁହାଯାଏ ।
Question ୧୧।
ସମ୍ପଦ କାଳରେ ଅର୍ଥ କ’ଣ ?
Answer:
ସମୃଦ୍ଧି ବେଳରେ ।
Question ୧୨।
ଚପୋଟ ମୁଖ୍ୟାଦି କହିଲେ କ’ଣ ବୁଝ ?
Answer:
ଚାପଡ଼ା ଓ ବିଧାକୁ ଚପୋଟ ମୁଷ୍ୟାଦିକୁ ବୁଝାଏ ।
Question ୧୩।
ଅଫଳପେପ୍ସୁ କାହାକୁ କୁହାଯାଏ ?
Answer:
ଫଳ ଆଶା କରୁ ନଥିବା ବ୍ୟକ୍ତିକୁ ଅଫଳ ପେପ୍ସୁ କୁହାଯାଏ ।
Question ୧୪।
ପାରଲୌକିକର ଅର୍ଥ କ’ଣ ?
Answer:
ପରଲୋକ ସମ୍ବନ୍ଧୀୟ ।
Question ୧୫।
ମହାପ୍ରସାଦ ବନ୍ଧୁ କହିଲେ କ’ଣ ବୁଝ ?
Answer:
ଧର୍ମ ବନ୍ଧୁଙ୍କୁ ମହାପ୍ରାସାଦ ବନ୍ଧୁ କୁହାଯାଏ ।
Question ୧୬।
ଉତ୍ସବେର ଅର୍ଥ କ’ଣ ?
Answer:
ପର୍ବପର୍ବ।ଣିମାନଙ୍କରେ
Question ୧୭ ।
କାର୍ଯ୍ୟସାଧକର ଅର୍ଥ କ’ଣ ?
Answer:
କାର୍ଯ୍ୟସାଧନକାରୀ
Question ୧୮।
ସମ୍ମାର୍ଜନର ଅର୍ଥ କ’ଣ ?
Answer:
ଆଶ୍ଵାସନା, ସମାଧାନ ।
Question ୧୯।
ସାପ୍ତପଦୀନ କାହାକୁ କୁହାଯାଏ ?
Answer:
ହିନ୍ଦୁ ବିବାହ ସମୟରେ ବରକନ୍ୟାଙ୍କର ମନ୍ତ୍ର ଉଚ୍ଚାରଣ କରି ସାତୋଟି ମଣ୍ଡଳିରେ ଏକତ୍ର ସାତ ପାହୁଣ୍ଡ ଗମନ ।
Question ୨୦।
ସଗୋତ୍ର କହିଲେ କ’ଣ ବୁଝ ?
Answer:
ସମାନ ଗୋତ୍ରକୁ ସଗୋତ୍ର କୁହାଯାଏ ।
Question ୨୧।
ସମାନୋଦକ
Answer:
ଚଉଦ ପୁରୁଷ ପର୍ଯ୍ୟନ୍ତ ଜ୍ଞାତିକୁଟୁମ୍ବ ।
B ଗୋଟିଏ ପଦରେ ଉତ୍ତର ଲେଖ ।
1. କିପରି ବନ୍ଧୁ ପ୍ରକୃତ ବନ୍ଧୁ ?
Answer:
ଫଳପେପ୍ସୁ
2. ଭଗବାନଙ୍କୁ କେଉଁ ନାମ ଦିଆଯାଇଛି ?
Answer:
ଦୀନବନ୍ଧୁ
3. ଆଜି ଯେ ବନ୍ଧୁ ତାସନେ କାଲି ସେ ____________________ ପାଲଟିଯିବେ ?
Answer:
ରାତି
4. ବାଘ ଘରେ କାହାର ନାଟ ଲାଗିଥାଏ ?
Answer:
ମିରିଗର
5. ପଦବୀରେ ଥିବାବେଳେ ବନ୍ଧୁଜନମାନେ କିପରି ମାଡ଼ି ଆସନ୍ତି ?
Answer:
ପିମ୍ପୁଡ଼ି ପରି
6. ପ୍ରାବନ୍ଧିକ ବନ୍ଧୁତାର ନିଶାରେ ଚୁର୍ ଥିବାବେଳେ ବନ୍ଧୁମାନେ ତାଙ୍କ ଅଣ୍ଟା ବା ପକେଟରୁ କ’ଣ କାଢ଼ି ନେଇଥିଲେ ?
Answer:
କଞ୍ଚ୍
7. ପଦାନଜନିତ ବନ୍ଧୁମାନେ କେଉଁ ସମୟରେ ଭଟ୍ଟା ପଡ଼ିଯିବେ ?
Answer:
ପଦବୀରୁ ଯିବା ପରେ
8. ଯେଉଁମାନଙ୍କ ସହ ଜଡ଼।ତେଲ ମେଣ।ବାଳ ସଂପର୍କ ଥିଲା ପଦବୀ ଯିବାପରେ ସେମାନଙ୍କ ସହ କେଉଁ ସମ୍ପର୍କ ସୃଷ୍ଟି ହେବ ?
Answer:
ଝୋଟ ନିଆଁ
୨. କାହାର କାନ୍ଦୁ କାନ୍ଦୁ ଦିନ ସରେ ନାହିଁ ?
Answer:
ହତଭାଗାର
10. ଯେ ସାହାଯ୍ୟ କରିବାକୁ ଧର୍ମତଃ ବାଧ୍ୟ, ଶେଷରେ ସେ କ’ଣ କରେ ?
Answer:
ଦିହଛପା ଦିଏ
11. କାମ ସରିଗଲେ ବନ୍ଧୁତାର ବନ୍ଧନ କ’ଣ ହୋଇଯାଏ ?
Answer:
ହୁଗୁଳା
12. ଅଧିକାଂଶ ବନ୍ଧୁ ତା କାହା ନାମ ଉପରେ ଗଢ଼ାଯାଇଥାଏ ?
Answer:
ମହାପ୍ରସାଦ ବା ଖୋଦାଙ୍କର
13. ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଜନ୍ମ କଟକ ଜିଲ୍ଲାର କେଉଁ ଗ୍ରାମରେ ହୋଇଥିଲା ?
Answer:
ସିଦ୍ଧେଶ୍ଵରପୁର
14. ଗଣ୍ଡା-କହିଲେ କେଉଁ ସଂଖ୍ୟାକୁ ବୁଝାଏ ?
Answer:
ଚାରିଗୋଟି
15. ମହାଜନମାନେ ପବିତ୍ର କର୍ତ୍ତବ୍ୟ ଜ୍ଞାନରେ କ’ଣ କରିବାକୁ କହିଯାଇଛନ୍ତି ?
Answer:
ପରୋପକାର
16. ପଦବୀରୁ ଖସିଯିବା ପରେ କେଉଁ ବନ୍ଧୁମାନେ ଭଟ୍ଟା ପଡ଼ିଯିବେ ?
Answer:
ପଦାଧ୍ୟାନଜନିତ ବନ୍ଧୁମାନେ
17. ‘ଦୀନବନ୍ଧୁ’ ନାମ କାହାକୁ ଦିଆଯାଇଛି ?
Answer:
ଭଗବାନଙ୍କୁ
18. କିଏ ଏକା ବନ୍ଧୁ ପଦବାଚ୍ୟ ?
Answer:
ଭଗବାନ୍
19. ଦୀନବନ୍ଧୁ ଙ୍କ ବ୍ୟତୀତ ଅନ୍ୟସବୁ ବନ୍ଧୁତା କିପରି ହୋଇଥାଏ ?
Answer:
ଦେଖା ସୁନ୍ଦର କଖାରୁ ବଡ଼ି ପରି
C ଶୂନ୍ୟସ୍ଥାନ ପୂରଣ କର ।
1. ପ୍ରକୃତ ମିତ୍ର ସର୍ବଦା ମିତ୍ରର ________________ ରେରତ ହୋଇଥା’ନ୍ତି ।
Answer:
ହିତ ସାଧନ
2. ପ୍ରକୃତ ମିତ୍ର ମିତ୍ରଙ୍କର _________________ ବିଷୟମାନ ଗୋପନ ରଖନ୍ତି ।
Answer:
ଗୋପନୀୟ
3. ପ୍ରକୃତ ମିତ୍ର ମିତ୍ରଙ୍କର ________________ ପ୍ରକଟିତ କରନ୍ତି ।
Answer:
ପ୍ରକଟିତ ଗୁଣଗୁଡ଼ିକୁ
4. ପ୍ରକୃତ ମିତ୍ର ମିତ୍ରଙ୍କର _________________ ସମୟରେ ତାଙ୍କ ପାଖେ ପାଖେ ରହନ୍ତି ।
Answer:
ବିପଦ
5. ପ୍ରକୃତ ମିତ୍ର ମିତ୍ରଙ୍କର _______________ ସମୟରେ ପାଖରେ ରହିବାକୁ ଆଗ୍ରହାନ୍ବିତ ହୁଅନ୍ତି ନାହିଁ ।
Answer:
ସଂପଦ
6. ଅଧିକାଂଶ ବନ୍ଧୁ ପ୍ରାବନ୍ଧିକଙ୍କ ମୁଣ୍ଡରେ ନଡ଼ିଆ ଭାଙ୍ଗି ___________________ ଖାଉଥିଲେ ।
Answer:
ଉଖୁଡ଼ା
7. ସଂସାରରେ ଦେଖାଯାଏ ଯେ ଅଧିକାଂଶ ବନ୍ଧୁତା ________________________ ବନ୍ଧୁତା ।
Answer:
କାମର ପିଆରା
8. ଯେ ତୁମ ରକ୍ତରେ ଗଢ଼ା, ସେହି ପୁଣି ତୁମର ______________________ ହୋଇ ଛିଡ଼ା ହୁଏ ।
Answer:
କଟ୍ଟର ଦୁସ୍ମନ୍
9. _____________________ ହିଁ ସଂସାରରେ ବହୁ ଅନର୍ଥର ମଞ୍ଜି ।
Answer:
ବାଧ୍ୟବାଧକତା
10. ଫଳର ଆଶା ରଖ୍ ପରୋପକାର କଲେ ସେଠାରେ _________________ ପାଇବ ।
Answer:
ଚିଆଁ
11.‘ପ୍ରକୃତ ବନ୍ଧୁ’ ପ୍ରବନ୍ଧର ରଚୟିତା ___________________ ।
Answer:
ଗୋପାଳଚନ୍ଦ୍ର ପ୍ରହରାଜ
12. ଲେଖକଙ୍କଠାରୁ ବନ୍ଧୁମାନେ __________________ ହରାଇବା ପରେ ଦୂରେଇ ଗଲେ ।
Answer:
ଧନ, ପ୍ରତିପତ୍ତି ଓ ପଦବୀ
13. ଅଫଳାପେପ୍ସୁ ବନ୍ଧୁ ______________________ ବନ୍ଧୁ ପଦବାଚ୍ୟ ।
Answer:
ପ୍ରକୃତ ବନ୍ଧୁ
14. ଲେଖକ ବନ୍ଧୁ ମାନଙ୍କ ହାତ କୁ ____________________ ବଢ।ଇ ଦେଇଥିଲେ ।
Answer:
ବାଡ଼ିଦୁଆର କଞ୍ଚ
15. ‘ଜଡ଼ାତେଲ ମେଣ୍ଢାବାଳ’ ସମ୍ପର୍କର ଅର୍ଥ ___________________ ।
Answer:
ଅତି ନିବିଡ଼ ସମ୍ପର୍କ
16. ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’ର ରଚୟିତା _________________ ।
Answer:
ଗୋପାଳ ଚନ୍ଦ୍ର ପ୍ରହରାଜ
17. ପ୍ରାବନ୍ଧିକଙ୍କ ଜୀବନର ପ୍ରଥମ ଦଶ ବର୍ଷ ________________ ଅବସ୍ଥାରେ ବିତିଥିଲା ।
Answer:
ଅଣହେଜ
18. ବହୁ ସହସ୍ର ବ୍ୟକ୍ତିଙ୍କ ସଙ୍ଗେ ପ୍ରାବନ୍ଧିକଙ୍କର_______________ ଆଳାପ ପରିଚୟ ହୋଇଅଛି ।
Answer:
ସାପ୍ତପଦୀନ
19. ପ୍ରାବନ୍ଧିକଙ୍କର ___________________ ପ୍ରବନ୍ଧରୁ ‘ପ୍ରକୃତ ବନ୍ଧୁ’ ବିଷୟଟି ଆସିଅଛି ।
Answer:
ଦୁନିଆ ରୀତି ଏ
20. ପ୍ରକୃତ ମିତ୍ର ମିତ୍ରଙ୍କୁ ________________ ରୁ ନିବୃତ୍ତ କରାନ୍ତି ।
Answer:
ପାପ
21. କେତେକ ବନ୍ଧୁ ସେମାନଙ୍କ ଈପ୍ସିତ କାର୍ଯ୍ୟ ହାସଲ କରିସାରିବା ପରେ _________________ ଙ୍କୁ ଅନୁସରଣ କଲେ ।
Answer:
ବିପକ୍ଷ
22. ରାଜଦ୍ଵାରେ ଶ୍ମଶାନେ ଚ ଯଃ ତିଷ୍ଠତି ସ __________________ ।
Answer:
ବାନ୍ଧବ
23. ____________________ ସମୟର ବନ୍ଧୁ ପ୍ରକୃତ ବନ୍ଧୁ ପଦବାଚ୍ୟ ।
Answer:
ଫଳକାମନା ବିରହିତ
24. ________________ ସମୟର ବନ୍ଧୁ ପ୍ରକୃତ ବନ୍ଧୁ ପଦବାଚ୍ୟ ।
Answer:
ବିପଦ
25. ଦୃଢ଼ ରକ୍ତ ସମ୍ପର୍କ, ଦୃଢ଼ କର୍ମ ସମ୍ପର୍କ ଆଦି ଜନିତ ବନ୍ଧୁତାକୁ _______________________ ବୋଲାଯାଇ ନପାରେ ।
Answer:
ବନ୍ଧୁତା
26. ବନ୍ଧୁତା – ବନ୍ଧନ ହୁଗୁଳା ହୋଇଗଲା ପରେ ପ୍ରାବନ୍ଧିକଙ୍କର _______________ ଟି ବନ୍ଧୁଙ୍କ ଅକ୍ତିଆରରେ ରହିଗଲା ।
Answer:
କଞ୍ଚ୍
27. ପ୍ରାବନ୍ଧିକ ମହାପ୍ରସାଦ ବା ଖୋଦାଙ୍କ ନାମର ନିଶାରେ ଚୁର ଥିବାବେଳେ ତାଙ୍କ ଅଣ୍ଟାରୁ ବା ପକେଟରୁ ବନ୍ଧୁମାନେ _______________ କାଢ଼ି ନେଇଥିଲେ ।
Answer:
କଞ୍ଚ୍
D ଠିକ୍ କିମ୍ବା ଭୁଲ୍ ଲେଖ ।
1. ଭଗବାନଙ୍କୁ ଦୀନବନ୍ଧୁ ନାମ ଦିଆଯାଇଛି ।
Answer:
ଠିକ୍
2. ଆଜି ଯେ ବନ୍ଧୁତାସନେ କାଲି ସେ ନିଜର ପାଲଟିଯିବେ ।
Answer:
ଭୁଲ୍
3.ଯେଉଁମାନଙ୍କ ସହ ‘ଜଡ଼ାତେଲ ମେଣ୍ଢାବାଳ’ ସଂପର୍କ ଥିଲା ପଦବୀ ଯିବାପରେ ସେମାନଙ୍କ ସହ ଉତ୍ତମ ସମ୍ପର୍କ ସୃଷ୍ଟି ହେବ ।
Answer:
ଭୁଲ୍
4. ସ୍ୱାର୍ଥ ସରିଗଲେ ବନ୍ଧୁତାର ବନ୍ଧନ ହୁଗୁଳା ହୋଇଯାଏ ।
Answer:
ଠିକ୍
5. ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଜନ୍ମ କଟକ ଜିଲ୍ଲାର ସିଦ୍ଧେଶ୍ଵରପୁର ଗ୍ରାମରେ ହୋଇଥିଲା ।
Answer:
ଠିକ୍
6. ‘ଦୀନବନ୍ଧୁ’ ନାମ ଗୋପବନ୍ଧୁଙ୍କୁ ଦିଆଯାଇଛି ।
Answer:
ଭୁଲ୍
7. ପ୍ରକୃତ ମିତ୍ର ମିତ୍ରଙ୍କର ସଂପଦ ସମୟରେ ପାଖରେ ରହିବାକୁ ଆଗ୍ରହାନ୍ବିତ ହୁଅନ୍ତି ନାହିଁ ।
Answer:
ଠିକ୍
8. ‘ପ୍ରକୃତ ବନ୍ଧୁ’ ପ୍ରବନ୍ଧର ରଚୟିତା ଗୋପବନ୍ଧୁ ଦାସ ।
Answer:
ଭୁଲ୍
9. ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’ର ରଚୟିତା ଗୋପାଳଚନ୍ଦ୍ର ପ୍ରହରାଜ ।
Answer:
ଠିକ୍
10. ପ୍ରାବନ୍ଧିକଙ୍କର ‘ଦୁନିଆ ରୀତି ଏ’ ପ୍ରବନ୍ଧରୁ ‘ପ୍ରକୃତ ବନ୍ଧୁ’ ବିଷୟଟି ଆସିଅଛି ।
Answer:
ଠିକ୍
11. ପ୍ରକୃତ ମିତ୍ର ମିତ୍ରଙ୍କୁ ସତ୍ରୁ ନିବୃତ୍ତ କରାନ୍ତି |
Answer:
ଭୁଲ୍
12. କେତେକ ବନ୍ଧୁ ସେମାନଙ୍କ ଈପ୍ସିତ କାର୍ଯ୍ୟ ହାସଲ କରିସାରିବା ପରେ ବିପକ୍ଷଙ୍କୁ ଅନୁସରଣ କଲେ ।
Answer:
ଠିକ୍
13. ଦୃଢ଼ ରକ୍ତ ସମ୍ପର୍କ, ଦୃଢ଼ କର୍ମ ସମ୍ପର୍କ ଆଦି ଜନିତ ବନ୍ଧୁତାକୁ ବନ୍ଧୁତା ବୋଲାଯାଇ ନପାରେ ।
Answer:
ଠିକ୍
E ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. ‘ପ୍ରକୃତ ବନ୍ଧୁ’ ପ୍ରବନ୍ଧର ରଚୟିତା କିଏ ?
(A) ଗୋପାଳଚନ୍ଦ୍ର ଛୋଟରାୟ
(B) ଗୋପାଳଚନ୍ଦ୍ର ପ୍ରହରାଜ
(C) ଗୋପାଳଚନ୍ଦ୍ର ଘୋଷ
(D) ଗୋପାଳଚନ୍ଦ୍ର ମିଶ୍ର
Answer:
(B) ଗୋପାଳଚନ୍ଦ୍ର ପ୍ରହରାଜ
2. ଗୋପାଳଚନ୍ଦ୍ର ପ୍ରହରାଜ ଓଡ଼ିଆ ସାହିତ୍ୟରେ କେଉଁ ଭାବରେ ପ୍ରସିଦ୍ଧ ଥିଲେ ?
(A) ଔପନ୍ୟାସିକ
(B) ଗାଳ୍ପିକ
(C) ସଂଗ୍ରାହକ
(D) ରମ୍ୟରଚକ
Answer:
(D) ରମ୍ୟରଚକ
3. ଲେଖକ ଗୋପାଳଚନ୍ଦ୍ର ପ୍ରହରାଜ ଠେକିକରି କ’ଣ କରିନାହାନ୍ତି ?
(A) ହେଜି ନାହାନ୍ତି
(B) ଶିଖୁ ନାହାନ୍ତି
(C) ଚେତି ନାହାନ୍ତି
(D) ଚିନ୍ତି ନାହାନ୍ତି
Answer:
(B) ଶିଖୁ ନାହାନ୍ତି
4. ବହୁ ସହସ୍ର ବ୍ୟକ୍ତିଙ୍କ ସହିତ ଲେଖକଙ୍କର କିପରି ଆଳାପ ପରିଚୟ ହୋଇଛି ?
(A) ପାଞ୍ଚପଦୀନ
(B) ଦ୍ବିପଦୀନ
(C) ସାପ୍ତପଦୀନ
(D) ଅଷ୍ଟପଦୀନ
Answer:
(C) ସାପ୍ତପଦୀନ
5. ହତଭାଗାର ଦିନ କିପରି ସରେ ନାହିଁ ?
(A) ହସୁହସୁ
(B) କାନ୍ଦୁକାନ୍ଦୁ
(C) ଲେଖୁ ଲେଖୁ
(D) ଦେଖୁ ଦେଖୁ
Answer:
(B) କାନ୍ଦୁକାନ୍ଦୁ
6. ସଂସାରରେ ଅଧିକାଂଶ ବନ୍ଧୁତା କିପରି ?
(A) ନାମର ପିଆରା
(B) ଧନର ପିଆରା
(C) କାମର ପିଆରା
(D) ଛଳନାର ପିଆରା
Answer:
(C) କାମର ପିଆରା
7. କାମ ହାସଲ କରିସାରି ଲେଖକଙ୍କ ବନ୍ଧୁମାନେ କାହାକୁ ଅନୁସରଣ କଲେ ?
(A) ଲେଖକଙ୍କୁ
(B) ନିଜନିଜକୁ
(C) ଲେଖକଙ୍କ ବିପକ୍ଷକୁ
(D) ମହାତ୍ମାମାନଙ୍କୁ
Answer:
(C) ଲେଖକଙ୍କ ବିପକ୍ଷକୁ
8. ଉପକାରୀଠାରୁ ପ୍ରତିବଦଳରେ କ’ଣ ଧର୍ମତଃ ପ୍ରାପ୍ୟ ଅଟେ ?
(A) ପାଉଣା
(B) କୃତଜ୍ଞତା
(C) ପ୍ରତ୍ଯୁପକାର
(D) ପ୍ରତ୍ୟୁପକାର ବା କୃତଜ୍ଞତା
Answer:
(D) ପ୍ରତ୍ୟୁପକାର ବା କୃତଜ୍ଞତା
9. ଫଳ ଆଶା ରଖ୍ ପରୋପକାର ବା ବନ୍ଧୁତା କଲେ କ’ଣ ପାଇବ ?
(A) ଦଣ୍ଡ
(B) ଧୋକ୍କା
(C) ଚିଆଁ
(D) ପ୍ରତିହିଂସା
Answer:
(C) ଚିଆଁ
10. ଭଗବାନ୍ଙ୍କୁ କେଉଁ ନାମ ଦିଆଯାଇଛି ?
(A) ବ୍ରଜବନ୍ଧୁ
(B) ଦୀନବନ୍ଧୁ
(C) ହରିବନ୍ଧୁ
(D) ଦୁଃଖୀବନ୍ଧୁ
Answer:
(B) ଦୀନବନ୍ଧୁ
11. ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’ର ରଚୟିତା କିଏ ?
(A) ଗୋପାଳ ଚନ୍ଦ୍ର ପ୍ରହରାଜ
(B) ଦୀନକୃଷ୍ଣ ଦାସ
(C) ଗୋପବନ୍ଧୁ ଦାସ
(D) ଗୋଲୋକବିହାରୀ ଧଳ
Answer:
(A) ଗୋପାଳ ଚନ୍ଦ୍ର ପ୍ରହରାଜ
12. ପ୍ରାବନ୍ଧିକଙ୍କ ଜୀବନର ପ୍ରଥମ ଦଶ ବର୍ଷ କେଉଁ ଅବସ୍ଥାରେ ବିତିଥିଲା ?
(A) କିଶୋର ଅବସ୍ଥାରେ
(B) ଅଣହେଜ ଅବସ୍ଥାରେ
(C) ଯୁବକାବସ୍ଥାରେ
(D) ବୃଦ୍ଧାବସ୍ଥାରେ
Answer:
(B) ଅଣହେଜ ଅବସ୍ଥାରେ
13. ବହୁ ସହସ୍ର ବ୍ୟକ୍ତିଙ୍କ ସଙ୍ଗେ ପ୍ରାବନ୍ଧିକଙ୍କର କେଉଁ ଆଳାପ ପରିଚୟ ହୋଇଅଛି ?
(A) ଏକପଦୀନ
(B) ବହୁପଦୀନ
(C) ପଞ୍ଚପଦୀନ
(D) ସାପ୍ତପଦୀନ
Answer:
(D) ସାପ୍ତପଦୀନ
14. ପ୍ରାବନ୍ଧିକଙ୍କର କେଉଁ ପ୍ରବନ୍ଧରୁ ‘ପ୍ରକୃତ ବନ୍ଧୁ’ ବିଷୟଟି ଆସିଅଛି ?
(A) ନନାଙ୍କ ବସ୍ତାନି
(B) ବାଈମହାନ୍ତି ପାଞ୍ଜି
(C) ଦୁନିଆ ରୀତି ଏ
(D) ଦୁନିଆର ହାଲଚାଲ
Answer:
(C) ଦୁନିଆ ରୀତି ଏ
15. ପ୍ରକୃତ ମିତ୍ର ମିତ୍ରଙ୍କୁ କେଉଁଥୁରୁ ରୁ ନିବୃତ୍ତ କରାନ୍ତି ?
(A) ପାପ
(B) କାର୍ଯ୍ୟ
(C) କୁସଙ୍ଗ
(D) ସ୍ଵାର୍ଥସାଧନ
Answer:
(A) ପାପ
16. ପ୍ରକୃତ ମିତ୍ର ସର୍ବଦା ମିତ୍ରର କେଉଁଥରେ ରତ ହୋଇଥା’ନ୍ତି ?
(A) ସ୍ଵାର୍ଥ ସିଦ୍ଧି
(B) କାମନା ପ୍ରାପ୍ତି
(C) ହିତ ସାଧନ
(D) ଅହିତ ସାଧନ
Answer:
(C) ହିତ ସାଧନ
17. ପ୍ରକୃତ ମିତ୍ର ମିତ୍ରଙ୍କର କେଉଁ ବିଷୟମାନ ଗୋପନ ରଖନ୍ତି ?
(A) ବଦଭ୍ୟାସ
(B) ଗୋପନୀୟ
(C) କାର୍ଯ୍ୟସମୂହ
(D) ପ୍ରଶଂସା
Answer:
(B) ଗୋପନୀୟ
18. ପ୍ରକୃତ ମିତ୍ର ମିତ୍ରଙ୍କର କେଉଁ ଗୁଣକୁ ପ୍ରକଟିତ କରନ୍ତି ?
(A) ବଦ୍ଗୁଣକୁ
(B) ସଦ୍ଗୁଣକୁ
(C) ଦୁର୍ଗୁଣକୁ
(D) ଅପ୍ରକଟିତ ଗୁଣଗୁଡ଼ିକୁ
Answer:
(D) ଅପ୍ରକଟିତ ଗୁଣଗୁଡ଼ିକୁ
19. ପ୍ରକୃତ ମିତ୍ର ମିତ୍ରଙ୍କର କେଉଁ ସମୟରେ ତାଙ୍କ ପାଖେ ପାଖେ ରହନ୍ତି ?
(A) ସଂପଦ
(B) ବିପଦ
(C) ସୁଖ
(D) ଯେକୌଣସି
Answer:
(C) ସୁଖ
20. ପ୍ରକୃତ ମିତ୍ର ମିତ୍ରଙ୍କର କେଉଁ ସମୟରେ ପାଖରେ ରହିବାକୁ ଆଗ୍ରହାନ୍ବିତ ହୁଅନ୍ତି ନାହିଁ ?
(A) ବିପଦ
(B) ଯେକୌଣସି ସମୟରେ
(C) ସଂପଦ
(D) ଦୁଃଖ
Answer:
(B) ଯେକୌଣସି ସମୟରେ
21. ଲେଖକଙ୍କଠାରୁ ବନ୍ଧୁମାନେ କେତେବେଳେ ଦୂରେଇ ଗଲେ ?
(A) ଚାକିରି ଗଲାପରେ
(B) ଆଇନ ବ୍ୟବସାୟ କଲାପରେ
(C) ଧନ, ପ୍ରତିପରି ଓ ପଦବୀ ହରାଇଲା ପରେ
(D) ସହରରେ ରହିଲାପରେ
Answer:
(C) ଧନ, ପ୍ରତିପରି ଓ ପଦବୀ ହରାଇଲା ପରେ
22. କେଉଁ ବନ୍ଧୁ ପ୍ରକୃତ ବନ୍ଧୁ ପଦବାଚ୍ୟ ?
(A) ଅଫଳପେପ୍ସୁ
(B) ଧର୍ମବନ୍ଧୁ
(C) ସଗୋତ୍ର ବନ୍ଧୁ
(D) ସାକୁଲ୍ୟ ବନ୍ଧୁ
Answer:
(A) ଅଫଳପେପ୍ସୁ
ପ୍ରାବନ୍ଧିକଙ୍କ ପରିଚୟ :
ଆଧୁନିକ ଓଡ଼ିଆ ସାହିତ୍ୟ ଇତିହାସରେ ଜଣେ ପ୍ରସିଦ୍ଧ ରମ୍ୟରଚକ ଭାବେ ଖ୍ୟାତି ଲାଭ କରିଥିବା ଗୋପାଳଚନ୍ଦ୍ର ପ୍ରହରାଜ ଥିଲେ ସମସାମୟିକ ସାମାଜିକ ଜୀବନ ବିଶ୍ଳେଷଣ କରିବାରେ ଅପୂର୍ବ ବିନ୍ଧାଣି । ଶାଣିତ ବ୍ୟଙ୍ଗ ଓ ବିଦ୍ରୂପ ମାଧ୍ୟମରେ ସମସ୍ତ ସାମାଜିକ ଅପଚାର ବିରୋଧରେ ସ୍ବର ଉତ୍ତୋଳନ କରିବା ସହିତ ସ୍ବୀୟ ସହାନୁଭୂତିର ତୀବ୍ରତାକୁ ବ୍ୟକ୍ତିତ୍ଵ ରସରେ ରସାଣିତ କରି ସରଳ ସାବଲୀଳ ତଥା ଲୋକମୁଖର ଭାଷାରେ କରିଛନ୍ତି ଉପସ୍ଥାପନ । ରମଣୀୟତା, ବାକ୍ଚାତୁରୀ ତଥା ହାସ୍ୟରସରେ ରସାଣିତ ପ୍ରାବନ୍ଧିକଙ୍କ କୃତିରାଜିର ସ୍ଵତନ୍ତ୍ର ଆବେଦନ ପାଠକ ହୃଦୟକୁ ସତତ ଆକର୍ଷିତ କରିଥାଏ– ଏହା ନିଃସନ୍ଦେହ ।
ପ୍ରାବନ୍ଧିକଙ୍କ ଆଭିମୁଖ୍ୟ :
‘ଭଞ୍ଜ ପ୍ରଦୀପ’ର ୧୧ଶ ବର୍ଷ ପ୍ରଥମ ସଂଖ୍ୟାରେ ପ୍ରକାଶିତ ‘ଦୁନିଆ ରୀତି ଏ’ ପ୍ରବନ୍ଧରୁ ସଙ୍କଳିତ ‘ପ୍ରକୃତ ବନ୍ଧୁ’ ଶୀର୍ଷକ ପ୍ରବନ୍ଧରେ ପ୍ରାବନ୍ଧିକ ଦୁନିଆର ରୀତି, ବନ୍ଧୁତା ନାମରେ ଛଳନା, ତିକ୍ତତା, ପ୍ରକୃତ ବନ୍ଧୁତାର ମହତ୍ତ୍ଵ ସମ୍ପର୍କରେ ଉପସ୍ଥାପନ କରିଛନ୍ତି ।
ପ୍ରବନ୍ଧର ସାରମର୍ମ :
ଜୀବନର ପ୍ରଥମ ଦଶବର୍ଷ ଅଜ୍ଞାନ ଅବସ୍ଥାରେ ଅତିବାହିତ ହେବାପରେ ହେତୁ ପାଇବା ଦିନଠାରୁ ସତାବନ ବର୍ଷ ପର୍ଯ୍ୟନ୍ତ ପ୍ରାବନ୍ଧିକ ନାନା କ୍ଷେତ୍ରରେ, ନାନା ପ୍ରସଙ୍ଗରେ, ନାନା ଅବସ୍ଥା ତଥା ସ୍ଥାନରେ ବହୁ ବାଧାବିଘ୍ନର ସମ୍ମୁଖୀନ ହୋଇ ମଧ୍ୟ ସେଥିରୁ କିଛି ଶିକ୍ଷା କରି ନ ପାରିବା ହିଁ ତାଙ୍କ ପାଇଁ ଗଭୀର ଅନୁତାପର ବିଷୟ ହୋଇ ରହିଯାଇଛି । ଏହି ଦୀର୍ଘକାଳ ମଧ୍ୟରେ ତାଙ୍କର ଜନ୍ମ, ବିବାହ, ସମାଜ, କର୍ମକ୍ଷେତ୍ର, ସଂସାର, ବ୍ୟବସାୟ, ସାହିତ୍ୟ ଏହିପରି ଅନେକ କାରଣବଶତଃ ବହୁ ସହସ୍ର ବ୍ୟକ୍ତିଙ୍କ ସଙ୍ଗେ ‘ସାପ୍ତପଦୀନ’ ଆଳାପ ପରିଚୟ ତଥା ଦୃଢ଼ତର ସମ୍ପର୍କ ହୋଇଅଛି । କେତେକଙ୍କ ସହିତ ସୌହାର୍ଘ୍ୟ ତଥା ବନ୍ଧୁତା ସ୍ଥାପିତ ହୋଇଛି ।
ସେମାନଙ୍କ ମଧ୍ୟରୁ କେତେକ ମହାପ୍ରସାଦ ବନ୍ଧୁ ବା ପ୍ରୀତିବନ୍ଧୁ, ସଗୋତ୍ର ଓ ଅସଗୋତ୍ର ବନ୍ଧୁ, ସପିଣ୍ଡ ଓ ଅସପିଣ୍ଡ ବନ୍ଧୁ, ସମାନୋଦକ ଓ ଅସମାନୋଦକ ବନ୍ଧୁ, ସାକୁଲ୍ୟ ଓ ଅସାକୁଲ୍ୟ ବନ୍ଧୁ, ସମଧର୍ମୀ ଓ ଅସମଧର୍ମୀ ବନ୍ଧୁ, ସମକର୍ମା ଓ ଅସମକର୍ମା ବନ୍ଧୁ, ସହପାଠୀ ଓ ଅସହପାଠୀ ବନ୍ଧୁ, ସହଯୋଗୀ ଓ ଅସହଯୋଗୀ ବନ୍ଧୁ, ସମଲେଖକ ଓ ଅସମଲେଖକ ବନ୍ଧୁ, ସମଦଶାପନ୍ନ ଓ ଅସମଦଶାପନ୍ନ ବନ୍ଧୁ ଅଛନ୍ତି । ସେହି ସମ ଓ ଅସମ ତାଲିକାରେ ବିଷମ ବିଶେଷଣ ବିଶିଷ୍ଟ ବନ୍ଧୁମାନେ ମଧ୍ୟ ଅଛନ୍ତି । ସେମାନଙ୍କ ସହିତ ଆଭାଷଣପୂର୍ବ ସାପ୍ତପଦୀନଠାରୁ ଆରମ୍ଭ କରି କରମର୍ଦ୍ଦନ, ତୈଳମର୍ଦ୍ଦନ, ଆଲିଙ୍ଗନ, କାଗଜ କଲମ, ସମାଲୋଚନ, ଡାକଘର ଜରିଆରେ ରେଜିଷ୍ଟରି, ମନିଅର୍ଡର, ଟେଲିଫୋନ୍, ଗ୍ରାମଫୋନ୍, ଟକୀ, ସିନେମା, ପୁସ୍ତକାଦିର ମୁଦ୍ରଣ, ପ୍ରକାଶ ଓ ପ୍ରଚାର ମାଧ୍ୟମରେ ବନ୍ଧୁତ୍ଵ ସ୍ଥାପନ ହୋଇଥିଲା । ଏତଦ୍ବ୍ୟତୀତ ‘ଉତ୍ସବେ ବ୍ୟସନେବ ଦୁର୍ଭିକ୍ଷେ ରାଷ୍ଟ୍ରବିପ୍ଳବେ, ରାଜଦ୍ଵାରେ ଶ୍ମଶାନେ ଚ ଯଃ ତିଷ୍ଠତି ସ ବାନ୍ଧବ ’’ଏହି ଉକ୍ତି ଅନୁଯାୟୀ ବହୁ ବନ୍ଧୁଙ୍କର ସମାଗମ ମଧ୍ୟ ହୋଇଥିଲା ।
ପଣ୍ଡିତମାନଙ୍କ ମତରେ ସତ୍ ମିତ୍ରର ଲକ୍ଷଣ ହେଲା– ପ୍ରକୃତ ମିତ୍ର ମିତ୍ରକୁ ପାପକାର୍ଯ୍ୟରୁ ନିବୃତ୍ତ କରାନ୍ତି । ସର୍ବଦା ମିତ୍ରଙ୍କର ହିତସାଧନରେ ରତ ହୁଅନ୍ତି, ମିତ୍ରଙ୍କର ଗୋପନୀୟ ବିଷୟକୁ ଗୋପନ ରଖ୍ ସହିତ ଅପ୍ରକଟିତ ଗୁଣକୁ ପ୍ରକଟିତ କରନ୍ତି । ସମ୍ପଦ କାଳରେ ମିତ୍ରଙ୍କ ନିକଟରେ ରହିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ; କିନ୍ତୁ ବିପଦ କାଳରେ ପାଖେ ପାଖେ ରହିଥା’ନ୍ତି । ପ୍ରାବନ୍ଧିକ ବିଗତ ସତାବନ ବର୍ଷ ମଧ୍ୟରେ ଅର୍ଜିତ ବନ୍ଧୁମାନଙ୍କୁ ପ୍ରକୃତ ବନ୍ଧୁର ସେହି କଷଟି ପଥରରେ ପରୀକ୍ଷା କରି ଚାରିଜଣ ପ୍ରକୃତ ବନ୍ଧୁ ମଧ୍ୟ ପାଇପାରିଲେ ନାହିଁ । ସେମାନଙ୍କ ମଧ୍ୟରୁ କେତେକ ଧନରେ ମୁଗ୍ଧ ହୋଇ ମିତ୍ରତା କରିଥିଲେ ତ, କେତେକ ପ୍ରତିପତ୍ତି ଯୋଗୁଁ, ଆଉ କେତେକ ପଦବୀ ଯୋଗୁଁ ସେମାନଙ୍କ ଉପସ୍ଥିତ ତଥା ଭବିଷ୍ୟତ କାର୍ଯ୍ୟ ସାଧନ ନିମନ୍ତେ ଖାଉଥିଲେ; କିନ୍ତୁ ସାପ ଦେହରୁ କାତି ଛାଡ଼ିଗଲା ପରି ପ୍ରାବନ୍ଧିକଙ୍କ ପାଖରୁ ଧନ, ପ୍ରତିପତ୍ତି, ପଦବୀ, କାର୍ଯ୍ୟସାଧନ ଶକ୍ତି ଚାଲିଯିବା ପରେ ସେହି ବନ୍ଧୁମାନେ ସମ୍ପୂର୍ଣ୍ଣଭାବେ ଉଭେଇଗଲେ ।
କାର୍ଯ୍ୟହାସଲ ଉଦ୍ଦେଶ୍ୟ ରଖ୍ ବନ୍ଧୁତା ସ୍ଥାପନ କରିଥିବା ବନ୍ଧୁମାନଙ୍କ ମଧ୍ୟରୁ ଅଧିକାଂଶ ମହାପ୍ରସାଦ ବା ଖୋଦାଙ୍କ ନାମରେ ବନ୍ଧୁତ୍ବ କରିଥା’ନ୍ତି । ସେହି ମହାପ୍ରସାଦ ବା ଖୋଦାଙ୍କ ନାମ ନିଶାରେ ପ୍ରାବନ୍ଧିକ ସେମାନଙ୍କ ହାତକୁ ତାଙ୍କ ବାଡ଼ିଦୁଆରର ଗଳିକବାଟର କଞ୍ଚୁ ବଢ଼ାଇ ଦେଇଥିଲେ । ଅର୍ଥାତ୍ ବନ୍ଧୁତ୍ଵର ଦୃଢ଼ବିଶ୍ଵାସ ମଧ୍ୟରେ ସେମାନେ ସମସ୍ତ ଦୁର୍ବଳତାକୁ ଜାଣିଯାଇଥିଲେ । କାର୍ଯ୍ୟ ହାସଲ ପରେ ବନ୍ଧୁତ୍ଵର ବନ୍ଧନ ହୁଗୁଳା ହୋଇଗଲା । ଭବିଷ୍ୟତରେ ଅଧିକ ଉପକାର ହେବା ଆଶାରେ ସେମାନେ ବିପକ୍ଷଙ୍କୁ ଆଶ୍ରାକରି ପ୍ରାବନ୍ଧିକଙ୍କ ନାମରେ ଦୁର୍ନାମ ରଟିବା, ତାଙ୍କ ବିରୋଧରେ ଧର୍ମାଧ୍ଵରଣରେ, ସମାଜର ଇଜ୍ଲାସରେ ମଧ୍ୟ ସାକ୍ଷ୍ୟ ଦେବାକୁ କୁଣ୍ଠାବୋଧ କଲେ ନାହିଁ ।
ଦିନେ ଜଣେ ମହାତ୍ମା ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କୁ କହିଲେ– ‘ଅମୁକ ଆପଣଙ୍କ ନାମରେ ଭାରି ଦୁର୍ନାମ ରଟନା କରୁଛନ୍ତି ।’’ ମହାପୁରୁଷ ନୀରବ ରହିବାରୁ ରିପୋର୍ଟକାରୀ ନୀରବତାର କାରଣ ପଚାରିଲେ । ଈଶ୍ଵରଚନ୍ଦ୍ର ଉତ୍ତର ଦେଲେ, ‘ନିନ୍ଦାକାରୀଙ୍କର ମୁଁ କେବେ କୌଣସି ଉପକାର କରିଛି କି ନାହିଁ ଏହି କଥାର ହେଜ କରୁଥୁଲି । ମୁଁ ତାଙ୍କର କେବେ କିଛି ଉପକାର କରିଛି ବୋଲି ମୋର ସ୍ମରଣ ହେଉନାହିଁ; ଏପରି ଅବସ୍ଥାରେ ସେ କାହିଁକି ମୋ ଦୁର୍ନାମ କରିବାରେ ମାତିଛନ୍ତି, ମୁଁ ବୁଝି ପାରୁନାହିଁ ।’’
ବହୁକ୍ଷେତ୍ରରେ ଦେଖାଯାଏ ଯେ ତୁମେ ଯାହାଙ୍କର ଉପକାର କରିଥାଅ, ଯିଏ ତୁମ ଅନ୍ନରେ ପ୍ରତିପାଳିତ, ତୁମ ସ୍ୱାର୍ଥତ୍ୟାଗ ଓ ପରିଶ୍ରମର ଫଳରେ ଯିଏ ମଣିଷ ହୋଇଛି, ଯିଏ ତୁମ ରକ୍ତରେ ଗଢ଼ା, ସେ ହିଁ ତୁମର ପ୍ରଧାନ ଶତ୍ରୁ ଭାବରେ ଛିଡ଼ାହେବ । ଉପକାର ବଦଳରେ ପ୍ରତ୍ଯୁପକାର ବା ଅନ୍ତତଃ କୃତଜ୍ଞତା ତାଙ୍କଠାରୁ ମୋର ପ୍ରାପ୍ୟ ଏବଂ ସେହି ପାଉଣା ପରିଶୋଧ କରିବାକୁ ସେ ବାଧ୍ୟ । ସେହି ବାଧ୍ୟବାଧକତା ହିଁ ସଂସାରରେ ବହୁ ଅନର୍ଥର ମଞ୍ଜି । କିନ୍ତୁ ଆପଣ ଯେଉଁମାନଙ୍କର କିଛି ଉପକାର କରି ନାହାନ୍ତି କିମ୍ବା ଯିଏ ଆପଣଙ୍କୁ ସାହାଯ୍ୟ କରିବେ ବୋଲି ସ୍ବପ୍ନରେ ଭାବିନାହାନ୍ତି ସେ ହିଁ ସ୍ୱତଃ ପ୍ରଣୋଦିତ ହୋଇ ଆସି ଆପଣଙ୍କୁ ବିପଦବେଳେ ସାହାଯ୍ୟ କରିବେ । ଅପର ପକ୍ଷରେ ଆପଣଙ୍କ ଉପକାରର ପ୍ରତି ଉପକାର କରିବାକୁ ଯିଏ ଧର୍ମତଃ ବାଧ୍ୟ, ସେ ଦିହଛପା ଦେବେ ବରଂ ଆପଣଙ୍କୁ ଅକଳରେ ପଡ଼ିଥିବା ଦେଖୁ ସେତେବେଳେ ଥଣ୍ଟରେ ଠେଙ୍ଗୁରେ ଠକ୍ ଠକ୍ କରି ହାଣିବାକୁ ପଶ୍ଚାତ୍ପଦ ହେବେ ନାହିଁ । ଏହାହିଁ ପ୍ରାବନ୍ଧିକଙ୍କ ସତାବନ ବର୍ଷର ଅନୁଭବ ।
ମହାଜନମାନେ କହିଛନ୍ତି– ଫଳର କାମନା ନରଖ୍, ପ୍ରତ୍ଯୁପକାର ବା ପରିଶୋଧ ପ୍ରାପ୍ତିର ଆଶା ନକରି ବନ୍ଧୁତା ସ୍ଥାପନ କରିବା ଉଚିତ । ଅନ୍ୟଥା ପରାଭବ ପାଇବା ସୁନିଶ୍ଚିତ । ଏ ସଂସାରରେ ନିଃସ୍ୱାର୍ଥ ବନ୍ଧୁତା ତଥା ଫଳ-କାମନା ବିରହିତ ପରୋପକାର ବିରଳ । ଦୃଢ଼ ରକ୍ତସମ୍ପର୍କ ତଥା ଦୃଢ଼ କର୍ମସମ୍ପର୍କ ଆଦିଜନିତ ବନ୍ଧୁତ୍ୱ, ବନ୍ଧୁତ୍ବ ପଦବାଚ୍ୟ ନୁହେଁ । ବିପଦର ବନ୍ଧୁ ବା ଉଦ୍ଦେଶ୍ୟବିହୀନ ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ସେଥିପାଇଁ ଭଗବାନଙ୍କର ନାମ ଦୀନବନ୍ଧୁ । ସେ ହିଁ ବନ୍ଧୁ ପଦବାଚ୍ୟ । ଅନ୍ୟ ସବୁ ବନ୍ଧୁତ୍ଵ ‘ଦେଖା-ସୁନ୍ଦର କଖାରୁ ବଡ଼ି’ ଅର୍ଥାତ୍ ବାହାରକୁ ସୁନ୍ଦର ଭିତରେ ଫମ୍ପା । ଏତଦ୍ବ୍ୟତୀତ ଅନ୍ୟ ସମସ୍ତ ବନ୍ଧୁତ୍ବ ମଧ୍ଯରେ ସ୍ଵାର୍ଥ ସାଧନର ଲାଳସା ସନ୍ନିହିତ ।
ଯେଉଁ ପଦବୀରେ ବହୁ ଲୋକଙ୍କ ଉପକାର କରିବା ସହିତ ଦୁଃଖ ମଧ୍ୟ ଦେଇହେବ, ଅନେକଙ୍କ ଉପରେ ପ୍ରଭୁତ୍ଵ ବିସ୍ତାର କରିବା ସଙ୍ଗେ ସଙ୍ଗେ ବହୁ ଲୋକଙ୍କ ଗୋଛି ଓ ଗଳା କାଟିହେବ, ସେପରି ପଦବୀରେ ପାଦଦେବା ମାତ୍ରେ ପଙ୍ଗପାଳ ପରି ବହୁ ବନ୍ଧୁଜନ ମାଡ଼ିଆସିବେ । ଉଦ୍ଦେଶ୍ୟ ସାଧନ ନିମନ୍ତେ ଧନ-ଜନ-ଗୋପ-ଲକ୍ଷ୍ମୀ, ମାନ-ସମ୍ମାନ ସବୁକିଛି ସମର୍ପଣ କରିବାକୁ ଆଗେଇ ଆସିବେ । ଆବଶ୍ୟକ ହେଲେ ବାଘଦୁଧ, ପିମ୍ପୁଡ଼ି ରକତ, ଆକାଶ କର୍ଲା ପ୍ରଭୃତି ଅସମ୍ଭବ ପଦାର୍ଥ ଆଣି ଭେଟି ଦେବାକୁ ବାହାରି ପଡ଼ିବେ ।
କିନ୍ତୁ ଈଶ୍ଵରଙ୍କ ଦୟାରୁ ହେଉ ବା ଦୟାହୀନତାରୁ ହେଉ, ସେ ପଦବୀରୁ ଖସିବା ପରେ ରାତ୍ରି ପାହିବା ପୂର୍ବରୁ ସମସ୍ତ ବନ୍ଧୁ ଛାଡ଼ି ଚାଲିଯାଇଥିବେ । ବରଂ ବିପକ୍ଷ ବା ଶତ୍ରୁଙ୍କ ସହ ମିଶି ତୁମ ବିରୋଧରେ ଅସ୍ତ୍ରଧରି ଆଘାତ କରିବାକୁ ମଧ୍ୟ ପଶ୍ଚାତ୍ପଦ ହେବେ ନାହିଁ । ଯେଉଁମାନଙ୍କ ସହିତ ଦିନେ‘ଜଡ଼ାତେଲ ମେଣ୍ଢାବାଳ’ (ଅତି ଆପଣାର) ସମ୍ପର୍କ ଥିଲା ସେମାନଙ୍କ ସହିତ ‘ଝୋଟ ନିଆଁ’ (ଘୋର ଶତ୍ରୁତା) ସମ୍ପର୍କ ସୃଷ୍ଟି ହେବ । ଦୁର୍ବଳତା ଶତ୍ରୁ ବା ବିପକ୍ଷଙ୍କ ହାତରେ ପଡ଼ିବା ମାତ୍ରେ ବନ୍ଧୁ-ବନ୍ଧୁଙ୍କ ମଧ୍ୟରେ ଲାଗିବ ସଂଘର୍ଷ । ବାଘଘରେ ଲାଗିବ ମିରିଗର ନାଟ । ଶେଷରେ ସମସ୍ତେ ବିସ୍ମୟାନ୍ବିତ ହୋଇ କହିବେ–
‘ଆଜି ଯେ ବନ୍ଧୁତାସନେ କାଲି ସେ ଅରାତି ।’’
ବିଷୟଗତ ଶବ୍ଦାବଳୀ ଓ ଉତ୍ତର
ଅଣହେଜ – ସ୍ମରଣ ନ କରିବା|ହେତୁ ନ କରିବା ।
ଆଳାପ – ଗପସପ ।
ଠେକିଛି – ଅନୁଭବରୁ ଶିଖୁଛି ।
ସୌହାଦ୍ଦ୍ୟ – ପ୍ରୀତି, ବନ୍ଧୁତ୍ଵ ।
ବୁଝି ପାରିବା – ବୁଝିପାରିବା ।
ଅନ୍ୟ ପ୍ରତି ଦୋଷାରୋପ କରିବା ।
ରାଷ୍ଟ୍ର ବିପ୍ଳବ – ଦେଶରେ ଆନ୍ଦୋଳନ ।
ପ୍ରକାଟିତ – ପ୍ରକାଶିତ ।
ସମ୍ପଦ କାଳରେ – ସମୃଦ୍ଧି ବେଳରେ ।
ପୁଞ୍ଜିଏ – ଚାବିଜଣ
ପ୍ରତିପତ୍ତ – ସମ୍ମାନ/ପ୍ରତିଷ୍ଠା ।
କଞ୍ଚ୍ – ଚାବି ।
ଦୁର୍ନ।ମ – ବଦ୍ନାମ, ନିନ୍ଦା ।
ମୁଗ୍ଧ – ବିମୋହିତ ।
ବିଷମ – ଅସମାନ/ଦୁଃସହ
ଚପୋଟ ମୁଖ୍ୟାଦି – ଚାପଡ଼ା ଓ ବିଧା ।