Odisha State Board BSE Odisha 9th Class Odia Solutions Chapter 15 ବୁଢ଼ା ଶଙ୍ଖାରି Textbook Exercise Questions and Answers.
BSE Odisha Class 9 Odia Solutions Chapter 15 ବୁଢ଼ା ଶଙ୍ଖାରି
ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର
Question ୧।
ଶଙ୍ଖାରି ବୁଢ଼ାର ଶାରୀରିକ ଅବସ୍ଥା କିପରି ଥିଲା ?
Answer:
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ‘ବୁଢ଼ା ଶଙ୍ଖାରି’ ଗଳ୍ପର ପ୍ରଣେତା । ଗଳ୍ପର ଆରମ୍ଭରେ ଗାଳ୍ପିକ ଗଳ୍ପର ମୁଖ୍ୟ ଚରିତ୍ର ଶଙ୍ଖାରି ବୁଢ଼ାର ଶାରୀରିକ ଅବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି । ସରି ଆସୁଥିବା ଫଗୁଣ ମାସର ଉଦୁଉଦିଆ ଖରାବେଳେ ଗାଁ ମଝିରେ ଯାଉଥିବା ଶଙ୍ଖାରିଟି ଥିଲା ଷାଠିଏ ବରଷର ବୁଢ଼ା । ତା’ର ଦାନ୍ତଗୁଡ଼ିକ ପଡ଼ିଯାଇଥିଲା । ମୁଣ୍ଡବାଳ ଓ ଛାତିବାଳ ସବୁ ପାଚି ଧଳା ଫରଫର ଦିଶୁଥିଲା । ବାଟି ଚାଲିଚାଲି ଗାଁ ଦାଣ୍ଡ ଧୂଳିରେ ବୁଢ଼ାର ପାଦଠାରୁ ଆଣ୍ଠୁ ପର୍ଯ୍ୟନ୍ତ ବୁଡ଼ିଯାଇଥିଲା । ସମଗ୍ର ଶରୀରକୁ ଭିଜାଇ ସାରିବା ପରେ ଗୋଡ଼ବାଟ ଦେଇ ତଳକୁ ବୋହିଯାଉଥୁଲା ଗମ୍ଗମ୍ ଝାଳ । ବୁଢ଼ାଟି ମୁଣ୍ଡରେ ଶଙ୍ଖାବୋଝଟି ଧରି ଡାକି ଡାକି ଯାଉଥିଲା ।
Question ୨।
ବୁଢ଼ା ହାଲିଆ ହୋଇ ବିଶ୍ରାମ ନେଇଥିବା ଘରଟି କିପରି ଥିଲା ?
Answer:
‘ବୁଢ଼ା ଶଙ୍ଖାରି’ ଗଳ୍ପଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଅମ୍ଳାନ ସୃଷ୍ଟି । ଏଠାରେ ଗାଳ୍ପିକ ତତ୍କାଳୀନ ସମାଜର ଏକ ସମ୍ଭ୍ରାନ୍ତ ପରିବାରର ବାସଭବନ ଉପରେ ଆଲୋକପାତ କରିଛନ୍ତି । ଘରଟି ଗାଁର ଗୋଟିଏ ମୁଣ୍ଡରେ ଅବସ୍ଥିତ । ସାତସେଣିଆ ଛପର ଘର । ଯାଉଁଳି କବାଟ । ପକ୍କା ପିଣ୍ଡା । ସଦର ଦରଜା ପାରି ହୋଇ ଭିତରକୁ ଗଲେ ବାଆଁ ପାଖକୁ ରହିଛି ଭିତରେ ଆଡ଼ ଦୁଆର । ଭିତର ପଟ ମଧ୍ୟ ପକ୍କା । ବାହାର ସାମ୍ନାରେ ରହିଛି ଚଉପାଢ଼ି । ଘରର ସ୍ତ୍ରୀଲୋକମାନେ ସେହି ଭିତର ଆଡ଼ ଦୁଆର ପର୍ଯ୍ୟନ୍ତ ଆସନ୍ତି । ଶଙ୍ଖାରି ପରି ବୁଲା ବିକାଳିମାନେ ଅନୁମତି କ୍ରମେ ଜିନିଷ ଦେଖାଇବା ପାଇଁ ଦୁଆର ପର୍ଯ୍ୟନ୍ତ ଯାଇଥା’ନ୍ତି । ଏହା ଥିଲା ତତ୍କାଳୀନ ସମ୍ଭ୍ରାନ୍ତ ପରିବାରର ଗୃହନିର୍ମାଣର ବିଧ୍ଵବଦ୍ଧ ପରମ୍ପରା ।
Question ୩।
ବୋହୂଟିର ଗଢ଼ଣ କିପରି ଥିଲା ?
Answer:
‘ବୁଢ଼ା ଶଙ୍ଖାରି’ ଗଳ୍ପଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଏକ କାଳଜୟୀ ସୃଷ୍ଟି । ଏହି ଗଳ୍ପରେ ଗାଳ୍ପିକଙ୍କ ଲେଖନୀ ନାୟିକାର ସୌନ୍ଦର୍ଯ୍ୟକୁ ଅତି ନିଖୁଣ ଭାବରେ ପରିସ୍ଫୁଟିତ କରିଛି । ବୋହୂ ସାଆନ୍ତାଣୀ ହେଉଛନ୍ତି ଏହି ଗଳ୍ପର ନାୟିକା । ବୟସର ଶେଷ ସୋପାନରେ ପହଞ୍ଚିଥିବା ଷାଠିଏ ବର୍ଷର ବୁଢ଼ା ଥିଲା ଶଙ୍ଖାରିଟି । ଶଙ୍ଖା ଦେଖାଇବାକୁ ଯାଇ ସେ ଦେଖୁଛି ବୋହୂଟିର ମୁଖମଣ୍ଡଳ । ନିର୍ବାକ୍ ହୋଇଯାଇଛି । ସତେ ଯେପରି ସେ ତା’ଜୀବନରେ ଏପରି ସୁନ୍ଦର ବୋହୂଟିଏ ଦେଖୁନଥିଲା ।
ଚକି କାଟିଦେଲା ପରି ଗୋଲ ସୁନ୍ଦର ମୁହଁ । ଚମ୍ପାଫୁଲ ପରି ଗୋରା ଦେହ । ଚାରି ଆଙ୍ଗୁଳି ଓସାର ନାଲି ତହିଁରି ମୟୂରକଣ୍ଠିରି କସ୍ତା ଖଣ୍ଡକ ଗୋଇଠିଯାଏ ଲମ୍ବିଛି । ତା’ଭିତର ଦେଇ ଫୁଟିଉଠୁଛି କଞ୍ଚା ସୁନା ପରି ଗୋରା ଗୋଟିଏ ଚାଉଳରେ ଗଢ଼ା ଦେହଟି l ପୂରି ଉଠିଛି ବୁଢ଼ାର ଆଖ୍ ଓ ମନ । ଏକ ଧ୍ୟାନରେ ସେ ଚାହିଁ ରହିଛି ବୋହୂର ମୁଖମଣ୍ଡଳକୁ ।
Question ୪।
ବୋହୂଟି କି ଶଙ୍ଖା ଖୋଜୁଥିଲା ଓ ବୁଢ଼ା ପାଖରେ କି କି ଶଙ୍ଖା ଥିଲା ?
Answer:
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଏକ ସାର୍ଥକ ସୃଷ୍ଟି ହେଉଛି ‘ବୁଢ଼ା ଶଙ୍ଖାରି’ ଗଳ୍ପ । ଉକ୍ତ ଗଳ୍ପରେ ଗାଳ୍ପିକ ତତ୍କାଳୀନ ସମାଜରେ ସ୍ତ୍ରୀଲୋକମାନେ ବ୍ୟବହାର କରୁଥିବା ଶଙ୍ଖା ସମ୍ପର୍କରେ ଆଲୋଚନା କରିଛନ୍ତି । ଗାଳ୍ପିକଙ୍କ ମତରେ ତତ୍କାଳୀନ ସମାଜରେ ସବୁଠାରୁ ଆକର୍ଷଣୀୟ ଓ ମୂଲ୍ୟବାନ୍ ଶଙ୍ଖା ଥିଲା ଆସ୍ମାନ୍ ତାରା ଶଙ୍ଖା, ଯେଉଁ ଶଙ୍ଖାକୁ କିଣିବାପାଇଁ ଚାହୁଁଥିଲେ ବୋହୂ ସାଆନ୍ତାଣୀ । ବୋଧହୁଏ ବେହୂମାନଙ୍କ ପାଇଁ ସେହି ଶଙ୍ଖାଟି ଥଲା ସର୍ବୋତ୍କୃଷ୍ଟ ।
କିନ୍ତୁ ବୁଢ଼ା ଶଙ୍ଖାରି ନିକଟରେ ସେହି ଆସ୍ମାନ୍ ତାରା ଶଙ୍ଖା ନଥିଲା । ତା’ପାଖରେ ରଙ୍ଗଝିଲିରି, ବଉଳଫୁଲିଆ, ବିଛାମାଳିଆ, ଚୂନଟିପି ପ୍ରଭୃତି ସାଧାରଣ ଶଙ୍ଖା ଥିଲା । ତେଣୁ ଶଙ୍ଖାରି ବୁଢ଼ା ଆସ୍ମାନ୍ ତାରା ଶଙ୍ଖା ତିଆରି କରି ଆଣିଦେବ ବୋଲି କହିଥିଲା । ନାୟିକା ସୌନ୍ଦର୍ଯ୍ୟ ବର୍ଣ୍ଣନାରେ ଗାଳ୍ପିକଙ୍କ ଲେଖନୀ ସିଦ୍ଧହସ୍ତ ।
Question ୫।
ବୋହୂଟି ପ୍ରଥମେ ଶଙ୍ଖା ପିନ୍ଧିବାକୁ ହାତ ବଢ଼େଇ ନଥୁଲା କାହିଁକି ?
Answer:
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ‘ବୁଢ଼ା ଶଙ୍ଖାରି’ ଗଳ୍ପରେ ତତ୍କାଳୀନ ସମାଜରେ ପ୍ରଚଳିତ ଥିବା ରମଣୀସୁଲଭ ଗୁଣ ଉପରେ ଆଲୋକପାତ କରିଛନ୍ତି । ଷାଠିଏ ବରଷର ବୁଢ଼ା ଶଙ୍ଖାରି ଶଙ୍ଖା ଆଣିଛି ଦେଖାଇବାପାଇଁ । ବୋହୂ ସାଆନ୍ତାଣୀ ଶଙ୍ଖା ମୁଠାଏ ବାଛିବା ପରେ ସେହି ଶଙ୍ଖା ହାତକୁ ହେବ କି ନାହିଁ ବୋଲି ସନ୍ଦେହ କଲେ । ଶଙ୍ଖାରି ବୁଢ଼ା ଶଙ୍ଖା କଛିଦେବା ପାଇଁ ହାତ ବଢ଼ାଇବାକୁ କହିବାରୁ ବୋହୂ ସାଆନ୍ତାଣୀ ଇତସ୍ତତ ହେଲେ । ଯାହାହେଲେ ବି ସେ ଓଡ଼ିଆ ଘରର ବୋହୂ । ଶଙ୍ଖାରି ବୁଢ଼ା ହେଲେ ମଧ୍ୟ ବାହାର ଲୋକ । ତେଣୁ ଘରର ବୋହୂ ହୋଇ ହାତ ବଢ଼ାଇ ଦେବାକୁ ଉଚିତ ମନେକଲେ ନାହିଁ । କାରଣ ଲଜ୍ଜା ହିଁ ନାରୀର ଭୂଷଣ । ସେହି ଲଜ୍ଜାବଶତଃ ବୋହୂଟି ଶଙ୍ଖାରି ବୁଢ଼ାକୁ ହାତ ବଢ଼େଇଦେଇ ନଥିଲେ ।
Question ୬।
ବୋହୂଟି ହାତ ନ ଦେଖାଇବାରୁ ବୁଢ଼ା କ’ଣ କହିଲା ?
Answer:
‘ବୁଢ଼ା ଶଙ୍ଖାରି’ ଗଳ୍ପଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଏକ ସ୍ମରଣୀୟ ସୃଷ୍ଟି । ଏଠାରେ ଗାଳ୍ପିକ ଶଙ୍ଖାରି ବୁଢ଼ା ତା’ ହୃଦୟର ପୁଞ୍ଜୀଭୂତ ବାତ୍ସଲ୍ୟ ମମତା କିପରି ବୋହୂ ଉପରେ ଅଜାଡ଼ି ଦେଇଛି ତାହା ଉପସ୍ଥାପନ କରିଛନ୍ତି । ଶଙ୍ଖା ଟୋକେଇରୁ ପସନ୍ଦ ଅନୁସାରେ ମୁଠାଏ ଶଙ୍ଖା ବାଛିବା ପରେ ସେହି ଶଙ୍ଖା ହାତକୁ ହେବ କି ନାହିଁ ବୋଲି ବୋହୂ ସନ୍ଦେହ କରିଛି । ତେଣୁ ବୁଢ଼ା ଶଙ୍ଖାରି ଶଙ୍ଖା ବାଛିବା ନିମନ୍ତେ ହାତ ବଢ଼ାଇ ଦେବାକୁ କହିଛି ।
କିନ୍ତୁ ଲଜ୍ଜାଶୀଳା ବୋହୂଟି ବାହାର ମଣିଷକୁ ହାତ ବଢ଼ାଇବାକୁ କୁଣ୍ଠିତା ହୋଇଛି । କିନ୍ତୁ ଗୋଟିଏ ଚାଉଳରେ ଗଢ଼ା ବୋହୂଟିକୁ ଦେଖ୍ ବୁଢ଼ାର ଆଖୁ ପୂରିଉଠିଛି । ତାକୁ ମା’ବୋଲି ଡାକିବାମାତ୍ରେ ତା’ ଛାତି କୁଣ୍ଢେମୋଟ ହୋଇଯାଇଛି । ତା’ହୃଦୟରୁ ଝରି ଆସିଛି ବାତ୍ସଲ୍ୟ ସ୍ନେହର ଧାରା । ତେଣୁ ସେ କହିଛି, ‘ମା’ ମୋତେ ଲାଜ କରୁଛୁ ? ମୁଁ ପରା ତୋ ପୁଅ । ପୁଅକୁ ମାଆ ଲାଜ କରେନା ।’ ଗାଳ୍ପିକଙ୍କ ଲେଖନୀ ଷାଠିଏ ବର୍ଷର ବୁଢ଼ା ହୃଦୟରୁ ଝରାଇ ଦେଇଛି ମମତାର ଫଲ୍ଗୁ ।
Question ୭ ।
ବୋହୂର ହାତ ଦେଖୁ ଶଙ୍ଖାରି ବୁଢ଼ା ମନରେ କ’ଣ ପ୍ରତିକ୍ରିୟା ସୃଷ୍ଟି ହେଲା ?
Answer:
‘ବୁଢ଼ା ଶଙ୍ଖାରି’ ଗଳ୍ପରେ ଗାଳ୍ପିକ ଲକ୍ଷ୍ମୀକାନ୍ତ ମହାପାତ୍ର ସୌନ୍ଦର୍ଯ୍ୟ କିପରି ବୃଦ୍ଧ ହୃଦୟରେ ମଧ୍ୟ ପ୍ରତିକ୍ରିୟା ସୃଷ୍ଟି କରେ, ତାହା ଉପସ୍ଥାପନ କରିଛନ୍ତି । ଦେଖୁ ବୁଢ଼ା ଅଭିଭୂତ ହୋଇପଡ଼ିଛି । ପାପୁଲିଟି ଟୁଳଟୁଳ ହେଉଛି । ଚମ୍ପାକଢ଼ି ପରି ଗୋଲ ଗୋଲ ସୁନ୍ଦର ଆଙ୍ଗୁଠିଗୁଡ଼ିକ ଦେଖ୍ ଭାବବିହ୍ଵଳ ହୋଇ ବୁଢ଼ା ଭାବିଛି, ସେ ହାତ ଜଣେ ମଣିଷର ନୁହେଁ । ସତେ ଯେପରି କେହି ଠାକୁର ସେହି ହାତକୁ ଗଢ଼ିଛନ୍ତି । ତା’ ରୁକ୍ଷ ମଳିନ ହାତରେ ସେହି ହାତକୁ ଧରିବାକୁ ବୁଢ଼ା ସାହସ କରି ନପାରି ଆସ୍ତେ ଧରି କଟିଯିବା ଭୟରେ ଅତି ସନ୍ତର୍ପଣରେ ସାବଧାନତାର ସହିତ ଶଙ୍ଖା କଛିଦେଇଛି । ସେହି ହାତ ଧରିଥିବାବେଳେ ବୁଢ଼ା ଜୀବନର ସକଳ ସୁଖ ଓ ସମସ୍ତ ଆଶା ପରିତୃପ୍ତି ଲାଭ କରିଛି ।
Question ୮ ।
ଶଙ୍ଖାରି ବୁଢ଼ା ପ୍ରଥମେ ବୋହୂ ହାତରେ ଶଙ୍ଖା ପିନ୍ଧାଇବାକୁ ଭରସି ପାରୁନଥିଲା କାହିଁକି ?
Answer:
‘ବୁଢ଼ା ଶଙ୍ଖାରି’ ଗଳ୍ପରେ ଗାଳ୍ପିକ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ସୌନ୍ଦର୍ଯ୍ୟର ପୂଜାରୀ ମଣିଷ ସୌନ୍ଦର୍ଯ୍ୟର ସୁରକ୍ଷା ନିମନ୍ତେ କିପରି ସଚେତନଶୀଳ ତାହା ବର୍ଣ୍ଣନା କରିଛନ୍ତି । ଷାଠିଏ ବର୍ଷର ବୁଢ଼ା ଶଙ୍ଖାରି ହାତରେ ଶଙ୍ଖା ଧରି କ କିଛିଦେବାପାଇଁ ବୋହୂକୁ ହାତ ଦେଖାଇବାକୁ କହିଛି । ଦାସୀ କଥାରେ ଲଜ୍ଜାଶୀଳା ବୋହୂଟି ଲାଜ ଛାଡ଼ି ହାତ ବଢ଼ାଇଦେଇଛି । ସେହି ସୁନ୍ଦର ହାତକୁ ଦେଖ୍ ବୁଢ଼ା ଶଙ୍ଖାରି ଆନନ୍ଦରେ ଆତ୍ମହରା ହୋଇଉଠିଛି । ଗୋଲ ସୁନ୍ଦର ହାତ । ଚମ୍ପାକଢ଼ି ପରି ଆଙ୍ଗୁଠି । ଟୁଳଟୁଳ ହେଉଥୁବା ପାପୁଲିକୁ ଦେଖ୍ ବୁଢ଼ା ଭାବବିହ୍ଵଳ ହୋଇଉଠିଛି । ସେହି ହାତଟି ଜଣେ ମଣିଷର ନା କେହି କାରିଗର ଠାକୁର ତାକୁ ଗଢ଼ିଛି ସେ ସ୍ଥିର କରିପାରିନି । ଏଡ଼େ ସୁନ୍ଦର ହାତକୁ ଶଙ୍ଖାରି ବୁଢ଼ା ନିଜର ମଳିନ ରୁକ୍ଷ ହାତରେ ଧରିବାକୁ ସାହସ କରିପାରି ନାହିଁ ।
Question ୯ ।
ବୁଢ଼ା ତା’ର ଜୀବନର ସମସ୍ତ ସୁଖ, ତୃପ୍ତି କେତେବେଳେ ପାଇଲା ?
Answer:
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ସୌନ୍ଦର୍ଯ୍ୟର କୋମଳ ସ୍ପର୍ଶରେ ମାନବ ମନର ସକଳ ଆଶା କିପରି ପରିତୃପ୍ତି ଲାଭ କରେ ତାହା ପ୍ରସଙ୍ଗକ୍ରମେ ‘ବୁଢ଼ା ଶଙ୍ଖାରି’ ଗଳ୍ପରେ ଉପସ୍ଥାପନ କରିଛନ୍ତି । ବୋହୂ ସାଆନ୍ତାଣୀଙ୍କ ସୁନ୍ଦର ହାତକୁ ଦେଖ୍ ଶଙ୍ଖାରି ବୁଢ଼ାର ହୃଦୟ ଆନ୍ଦୋଳିତ ହୋଇଉଠିଛି । ଟୁଳଟୁଳ ହେଉଥିବା ପାପୁଲି, ଚମ୍ପାକଢ଼ି ପରି ସୁନ୍ଦର ଆଙ୍ଗୁଠିଗୁଡ଼ିକ ଦେଖ୍ ଭାବବିହ୍ୱଳ ହୋଇ ବୁଢ଼ା ସେ ହାତ କୌଣସି ମଣିଷର ନା କେହି ଠାକୁର ଗଢ଼ିଛନ୍ତି ବୋଲି ସ୍ଥିର କରିପାରି ନାହିଁ ।
ସେପରି ନିଜ ହାତକୁ ବୁଢ଼ା ତା’ର ମଳିନ ରୁକ୍ଷ ହାତରେ ଧରିବାକୁ ସାହସ କରି ନପାରି ବାଁ ହାତରେ ଆସ୍ତେ ଧରି ଶଙ୍ଖା କଛିବାକୁ ଆରମ୍ଭ କରିଛି । କଟିଯାଇ ରକ୍ତ ବାହାରିବା ଭୟରେ ଅତ ସନ୍ତର୍ପଣରେ ସାବଧାନ ହୋଇ ଶଙ୍ଖା କଛିଛି । ସେହି ହାତକୁ ଧରିଥିବା ବେଳେ ବୁଢ଼ାର ଆନନ୍ଦର ସୀମା ରହୁ ନଥାଏ । ସେହି ହାତର କୋମଳ ସ୍ପର୍ଶ ଲାଭକରି ସତେ ଯେପରି ତା’ଜୀବନର ସକଳ ସୁଖ ଓ ସମସ୍ତ ଆଶା ପରିତୃପ୍ତି ଲାଭ କରୁଥିଲା ।
Question ୧୦ ।
ଶଙ୍ଖା ପିନ୍ଧେଇ ସାରି ବୁଢ଼ା ଦାମ୍ ନେଲା ନାହିଁ କାହିଁକି ?
Answer:
ସୌନ୍ଦର୍ଯ୍ୟାଭିଭୂତ ମାନବ କିପରି ପରକୁ ଆପଣାର ମନେ କରିଥାଏ ତାହା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ‘ବୁଢ଼ା ଶଙ୍ଖାରି’ ଗଳ୍ପରେ ପ୍ରସଙ୍ଗକ୍ରମେ ଶଙ୍ଖାରି ବୁଢ଼ା ଚରିତ୍ର ମାଧ୍ୟମରେ ପ୍ରତିପାଦନ କରିଛନ୍ତି । ଗୋଟିଏ ଚାଉଳରେ ଗଢ଼ା ବୋହୂଟିକୁ ଦେଖ୍ ବୁଢ଼ାର ଆଖୁ ପୂରି ଉଠିଥିଲା । ବୋହୂଟିକୁ ମା’ବୋଲି ଡାକିଦେବା ମାତ୍ରେ ବୁଢ଼ାର ଛାତି କୁଣ୍ଢେମୋଟ ହୋଇଯାଇଥିଲା । ଶଙ୍ଖା କଛିବାବେଳେ ବୋହୂର ସୁନ୍ଦର ହାତର କୋମଳ ସ୍ପର୍ଶ ଲାଭକରି ଶଙ୍ଖାରି ବୁଢ଼ା ଜୀବନର ସକଳ ସୁଖ ଓ ସମସ୍ତ ଆଶା ପରିତୃପ୍ତି ଲାଭ କରିଥିଲା । ହୃଦୟରେ ସେ ବୋହୂକୁ ମା’ର ଆସନରେ ବସାଇ ତା’ର ପୁଅ ହୋଇ ସାରିଥିଲା । ହୃଦୟରୁ ତା’ର ବାତ୍ସଲ୍ୟ ସ୍ନେହର ଧାରା ପ୍ରବାହିତ ହୋଇଥିଲା । ତେଣୁ ଶାଶୁ ସାଆନ୍ତାଣୀ ଶଙ୍ଖାର ଦାମ୍ ପଚାରିବାରୁ ସେ ପୁଅ ହୋଇ ମାଆଠାରୁ ଦାମ୍ ନେବାପାଇଁ ମନା କରିଦେଇଥିଲା ।
Question ୧୧ ।
ବୁଢ଼ାଟି ସେହି ଗାଁକୁ ଦୁଇ, ତିନି ଦିନରେ ଥରକୁ ଥର କାହିଁକି ଆସେ ?
Answer:
ଦୃଢ଼ ତାହା ଶଙ୍ଖାରି ବୁଢ଼ା ଚରିତ୍ର ମାଧ୍ୟମରେ ପ୍ରତିପାଦନ କରିଛନ୍ତି । ‘ବୁଢ଼ା ଶଙ୍ଖାରି’ ଗଳ୍ପରେ ଗାଳ୍ପିକ ଲକ୍ଷ୍ମୀକାନ୍ତ ମହାପାତ୍ର ରକ୍ତର ବନ୍ଧନ ଅପେକ୍ଷା ମମତାର ବନ୍ଧନ କିପରି ଅତ୍ୟନ୍ତ ବୋହୂର ସୁନ୍ଦର ରୂପକୁ ଦେଖୁ ଶଙ୍ଖାରି ବୁଢ଼ାର ଆଖୁ ପୂରି ଉଠିଥିଲା । ତା’ର ସୁନ୍ଦର କୋମଳ ହାତର ସ୍ପର୍ଶ ପାଇ ବୁଢ଼ା ‘ ଜୀବନର ସକଳ ସୁଖ ଓ ଆଶା ପରିତୃପ୍ତି ଲାଭ କରିଥିଲା । ବୋହୂକୁ ମା’ବୋଲି ଡାକିଦେବା ମାତ୍ରେ ବୁଢ଼ାର ଛାତି କୁଣ୍ଢେମୋଟ ହୋଇଯାଇଥିଲା । ବୁଢ଼ାର ହୃଦୟରେ ପ୍ରବାହିତ ହୋଇଥିଲା ବାତ୍ସଲ୍ୟ ମମତାର ଏକ ପବିତ୍ର ଧାରା ।
ପ୍ରତିଟି ମୁହୂର୍ତ୍ତରେ ତା’ଆଖ୍ ଆଗରେ ନାଚି ଉଠୁଥିଲା ବୋହୂଟିର କମନୀୟ ମୁଖମଣ୍ଡଳ । ସେହି ସୁନ୍ଦର ହାତରେ ଶଙ୍ଖା କଛିଦେଇ କୋମଳ ସ୍ପର୍ଶ ଲାଭ କରିବାର ଇଚ୍ଛା ତା’ର ପ୍ରବଳ ହୋଇ ଉଠୁଥିଲା । ମମତାର ବନ୍ଧନରେ ସେ ଏପରି ବାନ୍ଧି ହୋଇଥିଲା ଯେ ବୋହୁରୂପୀ ତା’ମାଆକୁ ଦେଖିବାପାଇଁ ତା’ର ହୃଦୟ ବ୍ୟାକୁଳ ହୋଇଉଠୁଥିଲା । ତେଣୁ ଶଙ୍ଖା ଏକ ନିତ୍ୟାନି ଦ୍ରବ୍ୟ ନ ହେଲେ ମଧ୍ୟ ଶଙ୍ଖା ବିକ୍ରିକରିବା ନାମରେ ତା’ ମାଆକୁ ଟିକେ ଦେଖିବାପାଇଁ ସେ ଦୁଇ ତିନି ଦିନରେ ଥରେ ସେହି ଗାଁକୁ ଆସୁଥିଲା ।
Question ୧୨ ।
ଆସ୍ମାନ୍ ତାରା ଶଙ୍ଖା ବୁଢ଼ା କି ପରିସ୍ଥିତିରେ ଓ କିପରି ତିଆରି କଲା ?
Answer:
ସ୍ନେହର ଉପହାର ପ୍ରଦାନ କରିବା ନିମନ୍ତେ ସ୍ନେହରଙ୍କା ମଣିଷ କିପରି ସକଳ ଦୁଃଖ ଯନ୍ତ୍ରଣାକୁ ଅତିକ୍ରମ କରିଯାଏ, ତାହା ‘ବୁଢ଼ା ଶଙ୍ଖାରି’ ଗଳ୍ପର ଶଙ୍ଖାରି ବୁଢ଼ା ଚରିତ୍ର ମାଧ୍ୟମରେ ଗାଳ୍ପିକ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ପ୍ରତିପାଦନ କରିଛନ୍ତି । ଆସ୍ମାନ୍ ତାରା ଶଙ୍ଖା ପ୍ରତି ବୋହୂମା’ଙ୍କର ଆଗ୍ରହ ଜାଣି ରଜ ସଂକ୍ରାନ୍ତିକୁ ନିଜ ହାତରେ ଆସ୍ମାନ୍ ତାରା ଶଙ୍ଖା ତିଆରି କରି ଆଣିଦେବ ବୋଲି ଶଙ୍ଖାରି ବୁଢ଼ା ସ୍ଥିର କରିଥିଲା । କିନ୍ତୁ ପ୍ରତିଦିନ ଖରାରେ ବୁଲି ବୁଲି, ପାଣି ପିଇ ବୁଢ଼ା ଜ୍ୱରାକ୍ରାନ୍ତ ହେଲା । ଗୋଡ଼ହାତ ଫୁଲିଗଲା ।
ବଞ୍ଚିବାର ଆଶା ମଧ୍ୟ ରହିଲାନି । କ୍ରମେ ରଜ ସଂକ୍ରାନ୍ତି ନିକଟତର ହେଲା । ମା’କୁ ଦେଖିବାକୁ ବୁଢ଼ାର ମନ ବ୍ୟାକୁଳ ହୋଇଉଠିଲା । ହେଲେ ଆସ୍ମାନ୍ ତାରା ଶଙ୍ଖା ନେବାକୁ ପଡ଼ିବ । ତେଣୁ ବୁଢ଼ା ବହୁକଷ୍ଟରେ ଉଠି ନିଜ ହାତରେ ଶଙ୍ଖା ତିଆରି କଲା । ଷାଠିଏ ବର୍ଷକାଳ ଶଙ୍ଖା ଗଢ଼ି ଗଢ଼ି ସେ ଯେତେ ଅଭିଜ୍ଞତା ହାସଲ କରିଥିଲା, ଯେତେ ହାତସଫେଇ ଜାଣିଥିଲା, ସେସବୁକୁ ପୁଞ୍ଜି କରି ଦିନକ କାମକୁ ଚାରିଦିନ ଲଗେଇ ରଜ ଦୁଇଦିନ ଥାଇ ଶଙ୍ଖା ଗଢ଼ିବା କାମ ଶେଷକଲା । ସେପରି ଶଙ୍ଖା ତା’ ଜୀବନରେ କେବେ ସେ ତିଆରି କରିନଥିଲା । ସେହି ଶଙ୍ଖାକୁ ଦେଖୁ ବୁଢ଼ାର ମନ ଆନନ୍ଦରେ ନାଚି ଉଠିଲା ।
Question ୧୩ ।
ସେଥର ବୁଢ଼ା ଡାକିଲା କିନ୍ତୁ ଭିତରୁ ଉତ୍ତର ଆସିଲାନି କାହିଁକି ?
Answer:
ଦୁଃଖୀ କେବେ ନିଜ ଦୁଃଖର ଚିତ୍ର ଅନ୍ୟକୁ ଦେଖାଇ ତାକୁ ଦୁଃଖଜର୍ଜର କରିବାକୁ ଚାହେଁ ନାହିଁ । ଏହି ଭକ୍ତିର ସତ୍ୟତା ଗାଳ୍ପିକ ଲକ୍ଷ୍ମୀକାନ୍ତ ମହାପାତ୍ର ‘ବୁଢ଼ା ଶଙ୍ଖାରି’ ଗଳ୍ପରେ ପ୍ରତିପାଦନ କରିଛନ୍ତି । ପ୍ରତିଥର ପରି ସେଥର ମଧ୍ୟ ଗାମୁଛାରେ ଆସ୍ମାନ୍ ତାରା ଶଙ୍ଖା ବାନ୍ଧି ଯଥାସ୍ଥାନରେ ଛିଡ଼ାହୋଇ ଶଙ୍ଖାରି ବୁଢ଼ା ଡାକ ଛାଡ଼ିଛି । କିନ୍ତୁ ଭିତରୁ କିଛି ଉତ୍ତର ଆସିନି । କାରଣ ସେ ଘରର ସମସ୍ତେ ଜାଣନ୍ତି ଯେ ଶଙ୍ଖାରି ବୁଢ଼ା ଶଙ୍ଖା ବିକିବା ନାମରେ କେବଳ ଆସେ ବୋହୂକୁ ଦେଖିବାପାଇଁ ।
ଥରେ ଦେଖିଦେଲେ ତା’ମନ ଶାନ୍ତ ହୋଇଯାଏ । ରଜ ପାଇଁ ନିଶ୍ଚିତ ଆସ୍ମାନ୍ ତାରା ଶଙ୍ଖା ଆଣି ଆସିଥବ । ତା’ର ଆଗ୍ରହ ଆଉ ପୂର୍ଣ ହୋଇପାରିବ ନାହିଁ । ସେ କାହାରିକୁ ଶଙ୍ଖା ପିନ୍ଧାଇ ପାରିବ ନାହିଁ କିମ୍ବା ତା’ମା’ର ବିଧବା ରୂପକୁ ଦେଖୁ ସହ୍ୟ କରିପାରିବ ନାହିଁ । ବୋହୂ ପ୍ରତି ତା’ମନରେ ଥିବା ଗଭୀର ବାତ୍ସଲ୍ୟ ମମତା ବୋହୂର ଧଳା ଶାଢ଼ି, ଲଙ୍ଗଳା ହାତ ଓ ଗୋଡ଼କୁ କେବେ ସ୍ବୀକାର କରିପାରିବ ନାହିଁ । ତେଣୁ ଷାଠିଏ ବର୍ଷର ବୁଢ଼ା ହୃଦୟରେ ଆଘାତ ଦେବାପାଇଁ ତଥା ଏପରି ଦୁଃଖଦାୟକ ଘଟଣାକୁ ବୁଢ଼ା ଆଗରେ ବର୍ଣ୍ଣନା କରିବାପାଇଁ କାହା ପାଖରେ ଧୈର୍ଯ୍ୟ ନଥିଲା । ତେଣୁ ବୁଢ଼ା ଯେତେ ଡାକିଲେ ବି କେହି ଉତ୍ତର ଦେଉନଥିଲେ ।
Question ୧୪ ।
ବୁଢ଼ା ନିଜେ ନ ମରି ମାଆକୁ ଦେଖିବାକୁ ଆସିଲା ବୋଲି କହିବାର ଉଦ୍ଦେଶ୍ୟ କ’ଣ ?
Answer:
ଆପଣା ଲୋକର ଦୁଃଖରେ ହୃଦୟ କିପରି ବିଦୀର୍ଣ୍ଣ ହୋଇଯାଏ, ତାହା ଗାଳ୍ପିକ ଲକ୍ଷ୍ମୀକାନ୍ତ ମହାପାତ୍ର ‘ବୁଢ଼ା ଶଙ୍ଖାରି’ ଗଳ୍ପରେ ଉପସ୍ଥାପନ କରିଛନ୍ତି । ନକରି ବହୁ କଷ୍ଟରେ ତା’ମା’ପାଇଁ ଆସ୍ମାନ୍ ତାରା ଶଙ୍ଖା ତିଆରି କରି ଆଣିଥିଲା । କିନ୍ତୁ ଯେତେବେଳେ ସେ ଦେଖୁଲା ତା’ର ମା’ନିଃଶବ୍ଦରେ ଆସି ଛିଡ଼ା ହୋଇଛି, ପାଦରେ ଝୁମୁରୁ ଝୁମୁରୁ ଶବ୍ଦ ନାହିଁ, ଦେହରେ କୁମ୍ଭକିନାରା ଦକ୍ଷିଣା ପାଟ ନାହିଁ, ଗୋଡ଼ ଦୁଇଟା ଲଙ୍ଗଳା, ପିନ୍ଧିଛି ଖଣ୍ଡେ ଧଳା ଥାନ ଲୁଗା, ସେତେବେଳେ ବୁଢ଼ାର ଦେହ ଥରିଉଠିଲା, ମୁଣ୍ଡ ଘୂରିଗଲା, ତା’ର ଖାଲି ହାତ ଦୁଇଟାକୁ ଦେଖ୍ ବୁଢ଼ା ଭୋ ଭୋ କରି ରଡ଼ି କରି କହିଲା, ‘ମା’ ଲୋ ! ମୁଁ ନ ମରି କାହିଁକି ତୋତେ ଦେଖୁବାକୁ ଆସିଲି ।’’ ବୋହୂର ବୈଧବ୍ୟରୂପ ଦେଖିବା ପୂର୍ବରୁ ନିଜର ମୃତ୍ୟୁକୁ ବୁଢ଼ା ଶତଗୁଣରେ ଶ୍ରେୟସ୍କର ମନେ କରୁଥିଲା ।
Question ୧୫ ।
ବେହୂଟିର ବର୍ତ୍ତମାନ ପରିଧେୟ କିପରି ଥିଲା, ଯାହାକୁ ଦେଖୁ ବୁଢ଼ା ଶଙ୍ଖାରି ନିଜକୁ ସମ୍ଭାଳି ପାରିଲା ନାହିଁ ?
Answer:
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ‘ବୁଢ଼ା ଶଙ୍ଖାରି’ଗଳ୍ପରେ ବିଧବା ନାରୀର ପରିଧେୟ ସମ୍ପର୍କରେ ଆଲୋଚନା କରିଛନ୍ତି । ଗୋଟିଏ ଚାଉଳରେ ଗଢ଼ା ବୋହୂଟିର ଚାରି ଆଙ୍ଗୁଳ ଓସାର ନାଲି ମୟୂରକଣ୍ଡିରି ଶାଢ଼ି ଭିତରେ ଫୁଟିଉଠୁଥିବା କଞ୍ଚାସୁନା ପରି ଗୋରା ଦେହକୁ ଦେଖି ବୁଢ଼ାର ଆଖୁ ପୂରି ଉଠିଥିଲା । ତାକୁ ମା’ବୋଲି ସ୍ଵୀକାର କରିଥିଲା । ଜ୍ୱରରେ ପୀଡ଼ିତ ହୋଇ ମଧ୍ୟ ବହୁ କଷ୍ଟରେ ତା’ପାଇଁ ଆସ୍ମାନ୍ ତାରା ଶଙ୍ଖା ତିଆରି କରି ଆଣିଥିଲା । କିନ୍ତୁ ଯେତେବେଳେ ସେ ଦେଖୁଲା ବୋହୂଟି କୁମ୍ଭକିନାରା ଦକ୍ଷିଣା ପାଟ ପରିବର୍ତ୍ତେ ପିନ୍ଧିଛି ଖଣ୍ଡେ ଧଳା ଥାନ ଲୁଗା, ଗୋଡ଼ ଦୁଇଟା ଲଙ୍ଗଳା, ହାତ ଦୁଇଟା ଶୂନ୍ୟ, ସେତେବେଳେ ବୁଢ଼ା ନିଜକୁ ସମ୍ଭାଳି ପାରିନଥିଲା ।
Question ୧୬ ।
ବୁଢ଼ା ଆଣିଥିବା ଶଙ୍ଖା କାନ୍ଦି କାନ୍ଦି ବାହାରେ ଚୂନା କରିଦେଲା କାହିଁକି ?
Answer:
‘ବୁଢ଼ା ଶଙ୍ଖାରି’ ଗଛଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କଦ୍ଵାରା ପ୍ରଣୀତ । ରଜ ସଂକ୍ରାନ୍ତିକୁ ଆସ୍ମାନ୍ ତାରା ଶଙ୍ଖା ତିଆରି କରି ଆଣିଦେବ ବୋଲି କହିଥିଲା ବୁଢ଼ା ଶଙ୍ଖାରି । ତେଣୁ ସେ ଜ୍ଵରପୀଡ଼ିତ ହୋଇ ମଧ୍ୟ ଯତ୍ନର ସହିତ ଷାଠିଏ ବର୍ଷର ସକଳ ହାତସଫେଇକୁ ପ୍ରୟୋଗ କରି ଆସ୍ମାନ୍ ତାରା ଶଙ୍ଖା ତିଆରି କରି ଆଣିଥିଲା । ମା’କୁ ପିନ୍ଧାଇଦେବ ବୋଲି ମନରେ ଥିଲା ତା’ର ଅସୀମ ଉତ୍ସାହ ଓ ଆନନ୍ଦ । କିନ୍ତୁ ଯେତେବେଳେ ଦେଖିଲା, ମା’ତାର ପିନ୍ଧିଛି ଧଳା ଲୁଗା, ହାତ ଓ ଗୋଡ଼ ଲଙ୍ଗଳା, ସେତେବେଳେ ସେ ନିଜକୁ ସମ୍ଭାଳି ପାରିନାହିଁ । ଯେଉଁ ମା’ ପାଇଁ ସେ ଶଙ୍ଖା ତିଆରି କରିଥିଲା, ସେ ହିନ୍ଦୁଘରର ପ୍ରଥାନୁଯାୟୀ ଆଉ କେବେ ବି ଶଙ୍ଖା ପିନ୍ଧିପାରିବ ନାହିଁ । ସେ ଶଙ୍ଖା ନିରର୍ଥକ ହୋଇଗଲା । ତେଣୁ ବୁଢ଼ା ଶଙ୍ଖାରି କାନ୍ଦି କାନ୍ଦି ଶଙ୍ଖାକୁ ବାହାରେ କଚାଡ଼ି ଚୂନା କରିଦେଲା ।
ତୁମପାଇଁ କାମ
୧୭ । ଗାଳ୍ପିକଙ୍କର ଜାତୀୟ ଭାବନାମୂଳକ କବିତା ସଂଗ୍ରହ କରି ପଢ଼ ।
୧୮। ମଣିଷ ପ୍ରତି ସମ୍ବେଦନଶୀଳତା ଓ ଗଭୀର ଆପଣାପଣ କାନ୍ତକବିଙ୍କ ସୃଷ୍ଟିକୁ କିପରି ସର୍ବକାଳୀନ କରିପାରିଛି, ସୂଚନା ପ୍ରଦାନ କର ।
ପରୀଷା ଉପଯୋଗୀ ଅତିରିକ୍ତ ପ୍ରଶୋତ୍ତର
ଅତିସଂକ୍ଷିପ୍ତ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
1. ଗାଁ ମୁଣ୍ଡରେ ଥିବା ଘରଟି କିପରି ଘର ଥିଲା ?
Answer:
ଗାଁ ମୁଣ୍ଡରେ ଥିବା ଘରଟି ସାତଶେଣିଆ ଛପର ଘର ଥିଲା ।
2. ବୋହୂଟିର ଗୋଇଠିଯାଏ ଲମ୍ବିଥିବା କସ୍ତା ଖଣ୍ଡିକର ନାମ କ’ଣ ?
Answer:
ବୋହୂଟିର ଗୋଇଠିଯାଏ ଲମ୍ବିଥିବା କସ୍ତା ଖଣ୍ଡିକର ନାମ ମୟୂରକଣ୍ଠିରି ।
3. କେତେବେଳେ ବୁଢ଼ାଟି ତା’ ଜୀବନର ସମସ୍ତ ସୁଖ ଓ ଆଶାର ପରିତୃପ୍ତି ହେଲା ବୋଲି ମନେ କରୁଥୁଲା ?
Answer:
ବୋହୂଟିର ହାତ ଧରିଥିବା ସମୟରେ ବୁଢ଼ାଟି ତା’ ଜୀବନର ସମସ୍ତ ସୁଖ ଓ ଆଶାର ପରିତୃପ୍ତି ହେଲା ବୋଲି ମନେ କରୁଥିଲା ।
4. ବୁଢ଼ାର ଛାତି ବାଳଗୁଡ଼ାକ କିପରି ଦେଖାଯାଉଥିଲା ?
Answer:
ବୁଢ଼ାର ଛାତି ବାଳଗୁଡ଼ାକ ଧୋବ ଫରଫର ଦେଖାଯାଉଥିଲା ।
5. ‘ଶଙ୍ଖାମୁଠାକ ଲାଗି ମୁଁ ଗରିବ ହୋଇଯିବି ନାହିଁ??- ଏକଥା କିଏ କହିଥିଲେ ?
Answer:
‘ଶଙ୍ଖାମୁଠାକ ଲାଗି ମୁଁ ଗରିବ ହୋଇଯିବି ନାହିଁ ‘ ଏକଥା ଶଙ୍ଖାରି ବୁଢ଼ା କହିଥିଲେ ।
6. ବୋହୂଟି ବୁଢ଼ାକୁ କେଉଁ ଶଙ୍ଖା ବିଷୟରେ ପଚାରିଥିଲା ?
Answer:
ବୋହୂଟି ବୁଢ଼ାକୁ ଆସ୍ନତାରା ଶଙ୍ଖା ବିଷୟରେ ପଚାରିଥିଲା ।
7. ଶଙ୍ଖାରି ବୁଢ଼ା ବୋହୂକୁ ହାତ ବଢ଼ାଇଦେବାକୁ କାହିଁକି କହିଲା ?
Answer:
ଶଙ୍ଖାରି ବୁଢ଼ା ବୋହୂକୁ ହାତ ବଢ଼ାଇଦେବାକୁ କହିଲା କାରଣ ସେ ଶଙ୍ଖା କଛିବାକୁ ଚାହୁଁଥିଲା ।
8. କେଉଁ ଦିନ ଶଙ୍ଖାରି ବୁଢ଼ା ତା’ ମାଆ ପାଇଁ ଆସ୍ମାନ୍ତାରା ଶଙ୍ଖା ଆଣିବ ବୋଲି ସ୍ଥିର କଲା ?
Answer:
ରଜ ସଂକ୍ରାନ୍ତି ଦିନ ଶଙ୍ଖାରି ବୁଢ଼ା ତା’ ମାଆ ପାଇଁ ଆସ୍ମାନ୍ତାରା ଶଙ୍ଖା ଆଣିବ ବୋଲି ସ୍ଥିର କଲା ।
9. ରୋଜ ରୋଜ ପାଣିପିଆ, ବାଟଚଲା ଯୋଗୁଁ ବୁଢ଼ାର କ’ଣ ହେଲା ?
Answer: ରୋଜ ରୋଜ ପାଣିପିଆ, ବାଟଚଲା ଯୋଗୁଁ ବୁଢ଼ାକୁ ଜ୍ଵର ହେଲା ।
10. ଶଙ୍ଖାରି ବୁଢ଼ା କେଉଁ ସମୟରେ ଗାଁ ମଝିରେ ଯାଉଥିଲା ?
Answer:
ଶଙ୍ଖାରି ବୁଢ଼ା ଉଦୁଉଦିଆ ଖରା ସମୟରେ ଗାଁ ମଝିରେ ଯାଉଥିଲା ।
11. ବୋହୂଟି ପ୍ରଥମେ ଶଙ୍ଖା ପିନ୍ଧିବାକୁ ହାତ ବଢ଼େଇ ନଥୁଲା କାହିଁକି ?
Answer:
ବୋହୂଟି ଲଜ୍ଜା ହେତୁ ପ୍ରଥମେ ଶଙ୍ଖା ପିନ୍ଧିବାକୁ ହାତ ବଢ଼େଇ ନଥିଲା ।
B ଗୋଟିଏ ପଦରେ ଉତ୍ତର ଲେଖ ।
1. ଶଙ୍ଖା ଦେଖିବାକୁ କିଏ ଡାକୁଛନ୍ତି ବୋଲି ଦାସୀ ବୁଢ଼ାକୁ କହିଲା ?
Answer:
ବୋହୂ ସାଆନ୍ତାଣୀ
2. ବୋହୂଟି କାହାପରି ଗୋରା ?
Answer:
ଚମ୍ପାଫୁଲ ପରି
3. ବୋହୂଟିର ଦେହଟି କେଉଁଥରେ ଗଢ଼ା ?
Answer:
ଗୋଟିଏ ଚାଉଳରେ
4. କ’ଣ ବୋଲି ଡାକି ଦେବାମାତ୍ରେ ବୁଢ଼ାର ଛାତି କୁଣ୍ଢେମୋଟ ହୋଇଗଲା ?
Answer:
ମା’ ବୋଲି
5. ବୋହୂଟି ବୁଢ଼ାକୁ କେଉଁ ଶଙ୍ଖା ବିଷୟରେ ପଚାରିଥିଲା ?
Answer:
ଆତ୍ମାମାନତାରା
6. ବୋହୂଟି ଲାଜ କରିବାରୁ ଶଙ୍ଖାରି ବୁଢ଼ା କ’ଣ କହିଲା ?
Answer:
ମୁଁ ପରା ତୋର ପୁଅ
7. ଶଙ୍ଖାରି ବୁଢ଼ା ବୋହୂକୁ ହାତ ବଢ଼ାଇଦେବାକୁ କାହିଁକି କହିଲା ?
Answer:
ଶଙ୍ଖ। କଛିବାକୁ
8. ତାର ମା’ର କେଉଁ ଶଙ୍ଖା ଉପରେ ମନ ବୋଲି ବୁଢ଼ାଟି ଭାବିଲା ?
Answer:
ଆସ୍ମାନ୍ତରା
୨. କେଉଁ ଦିନ ଶଙ୍ଖାରି ବୁଢ଼ା ତା’ ମାଆ ପାଇଁ ଆତ୍ମାମାନ୍ତାରା ଶଙ୍ଖା ଆଣିବ ବୋଲି ସ୍ଥିର କଲା ?
Answer:
ରଜ ସଂକ୍ରାନ୍ତି
10. ରୋଜ ରୋଜ ପାଣିପିଆ, ବାଟଚଲା ଯୋଗୁଁ ବୁଢ଼ାର କ’ଣ ହେଲା ?
Answer:
ଜ୍ଵର ହେଲା
11. ‘ବୁଢ଼ା ଶଙ୍ଖାରି’ ଗଳ୍ପର ରଚୟିତା କିଏ ?
Answer:
ଲକ୍ଷ୍ମୀକାନ୍ତ ମହାପାତ୍ର
12. ଶଙ୍ଖାରି ବୁଢ଼ା କେଉଁ ସମୟରେ ଗାଁ ମଝିରେ ଯାଉଥିଲା ?
Answer:
ଉଦୁଉଦିଆ ଖରାବେଳେ
13. ବୁଢ଼ା ମୁଣ୍ଡରେ କ’ଣ ଧରିଥିଲା ?
Answer:
ଟୋକେଇ
14. ବୋହୂଟି ପ୍ରଥମେ ଶଙ୍ଖା ପିନ୍ଧିବାକୁ ହାତ ବଢ଼େଇ ନଥୁଲା କାହିଁକି ?
Answer:
ଲଜ୍ଜା ହେତୁ
15. ଶଙ୍ଖା ପିନ୍ଧେଇ ସାରି ବୁଢ଼ା ଦାମ୍ ନେଲାନାହିଁ କାହିଁକି ?
Answer:
ବୋହୂଟିକୁ ମା’ ବୋଲି ଡାକିଥିବାରୁ
C ଶୂନ୍ୟସ୍ଥାନ ପୂରଣ କର ।
1. ବୁଢ଼ା ଅନେକ କଷ୍ଟରେ ଉଠି ନିଜ ହାତରେ ________________ ତିଆରି କଲା ।
Answer:
ଶଙ୍ଖ।
2. ଦିନ ___________________ ଥାଇ ବୁଢ଼ା ଶଙ୍ଖା ତିଆରି କାମ ଶେଷ କଲା ।
Answer:
ଦୁଇ
3. ___________________ ଦିନକୁ ପହିଲି ରଜ କୁହାଯାଏ ।
Answer:
ରଜ ଆଗ
4. ବୁଢ଼ା ଆସ୍ମାନ୍ତାରା ଶଙ୍ଖା ନେଇ ବହୁଥର ଡାକିବା ପରେ ଶେଷରେ ____________________ ବାହାରି ଆସିଲେ ।
Answer:
ଶାଶୁ
5. ବୁଢା ଆଣିଥିବା ଶଙ୍ଖା __________________ ବାହାରେ କଚାଡି ଚୂନା କରିଦେଲା ।
Answer:
କାନ୍ଦି କାନ୍ଦି
6. କାନ୍ତକବି ଜାତୀୟ ଗୀତିକା ___________________ ର ସ୍ରଷ୍ଟା ।
Answer:
ବନ୍ଦେ ଉତ୍କଳ ଜନନୀ
7. ଶଙ୍ଖାରି ବୁଢ଼ାର ବୟସ ________________ ଥିଲା ।
Answer:
ଷାଠିଏ
8. ଶଙ୍ଖାରି ବୁଢ଼ାର ଦାନ୍ତଗୁଡ଼ାକ ______________________ ।
Answer:
ପଡ଼ିଯାଇଥିଲା
9. ଶଙ୍ଖାରି ବୁଢ଼ାର ପାଦଠାରୁ ଆଣ୍ଠୁପର୍ଯ୍ୟନ୍ତ ________________ ରେ ବୁଡ଼ିଥିଲା ।
Answer:
ଧୂଳି
10. ବୁଢ଼ାର ଛାତି ବାଳଗୁଡ଼ାକ ___________________ ଦେଖାଯାଉଥିଲା ।
Answer:
ଧୋବ ଫରଫର
11. ଶଙ୍ଖା କେହି ନେବେ ନାହିଁ– ଏକଥା ବୁଢ଼ାକୁ _____________________ କହିଲେ ।
Answer:
ସାଆନ୍ତାଣୀ
12. ବୋହୂ ସହିତ ଦେଖା ହୋଇପାରିବ ନାହିଁ ଶୁଣିବା ପରେ ବୁଢ଼ାର ଆଖ୍ __________________ ହୋଇଉଠିଲା ।
Answer:
ଛଳଛଳ
13. ‘ଥରଟିଏ ଦେଖିବି— ମୁଁ ଆଉ ବଞ୍ଚିବି ନାହିଁ’– ଏକଥା ________________ କହିଥିଲା ।
Answer:
ଶଙ୍ଖାରି ବୁଢ଼ା
14. ବୋହୂଟି ଆସିବା ବେଳକୁ __________________ ପରି ଶବ୍ଦ ଶୁଭେ ।
Answer:
ଝୁମୁରୁ ଝୁମୁରୁ
15. ସେଦିନ ବୋହୂଟି ବୁଢ଼ା ପାଖରେ _______________ ଆସି ଛିଡ଼। ହେଲା ।
Answer:
ନିଃଶବ୍ଦରେ
D ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. ଶଙ୍ଖା ଦେଖିବାକୁ କିଏ ଡାକୁଛନ୍ତି ବୋଲି ଦାସୀ ବୁଢ଼ାକୁ କହିଲା ?
(A) ଶାଶୂ ସାଆନ୍ତାଣୀ
(B) ବୋହୂ ସାଆନ୍ତାଣୀ
(C) ଜେମାରାଣୀ
(D) ସମସ୍ତେ
Answer:
(B) ବୋହୂ ସାଆନ୍ତାଣୀ
2. ବୋହୂଟି _________________ ପରି ଗୋରା ।
(A) ଚମ୍ପାଫୁଲ
(B) ଟଗର ଫୁଲ
(C) ମଲ୍ଲୀଫୁଲ
(D) ପଦ୍ମଫୁଲ
Answer:
(A) ଚମ୍ପାଫୁଲ
3. ବୋହୂଟିର ଦେହଟି ________________ ଗଢ଼ା ।
(A) କଞ୍ଚାସୁନାରେ
(B) ଗୋଟିଏ ଚାଉଳରେ
(C) ନବରତ୍ନରେ
(D) ମଣିମାଣିକ୍ୟରେ
Answer:
(B) ଗୋଟିଏ ଚାଉଳରେ
4. କ’ଣ ବୋଲି ଡାକି ଦେବାମାତ୍ରେ ବୁଢ଼ାର ଛାତି
(A) ଝିଅ ବୋଲି
(B) ମା’ବୋଲି
(C) ବୋହୂ ବୋଲି
(D) ଭଉଣୀ ବୋଲି
Answer:
(B) ମା’ବୋଲି
5. ବୋହୂଟି ବୁଢ଼ାକୁ କେଉଁ ଶଙ୍ଖା ବିଷୟରେ ପଚାରିଥିଲା ?
(A) ରଙ୍ଗଝିଲିରି
(B) ବଉଳମାଳିଆ
(C) ଚୂନଟିପି
(D) ଆସ୍ମାନତାରା
Answer:
(D) ଆସ୍ମାନତାରା
6. ବୋହୂଟି ଲାଜ କରିବାରୁ ଶଙ୍ଖାରି ବୁଢ଼ା କ’ଣ କହିଲା ?
(A) ଓ ମୁଁ ପରା ତୋର ବାପା
(B) ମୁଁ ପରା ତୋର ଶଶୁର
(C) ମୁଁ ପରା ତୋର ଭାଇ
(D) ମୁଁ ପରା ତୋର ପୁଅ
Answer:
(D) ମୁଁ ପରା ତୋର ପୁଅ
7. ଶଙ୍ଖାରି ବୁଢ଼ା ବୋହୂକୁ ହାତ ବଢ଼ାଇଦେବାକୁ କାହିଁକି କହିଲା ?
(A) ହାତ ଦେଖୁବାକୁ
(B) ଶଙ୍ଖା କାଛିବାକୁ
(C) ହାତମାପ ନେବାକୁ
(D) ମୁଦି ପିନ୍ଧେଇବାକୁ
Answer:
(B) ଶଙ୍ଖା କାଛିବାକୁ
8. ତାର ମା’ର କେଉଁ ଶଙ୍ଖା ଉପରକୁ ମନ ବୋଲି ବୁଢ଼ାଟି ଭାବିଲା ?
(A) ଚୂନଟିପି
(B) ବିଛାମାଳିଆ
(C) ବଉଳଫୁଲିଆ
(D) ଆସ୍ମାନ୍ତରା
Answer:
(D) ଆସ୍ମାନ୍ତରା
୨. କେଉଁ ଦିନ ଶଙ୍ଖାରି ବୁଢ଼ା ତା’ ମାଆ ପାଇଁ ଆସ୍ମାନ୍ତାରା ଶଙ୍ଖା ଆଣିବ ବୋଲି ସ୍ଥିର କଲା ?
(A) ମକର ସଂକ୍ରାନ୍ତି
(B) ରଜ ସଂକ୍ରାନ୍ତି
(C) ପଣା ସଂକ୍ରାନ୍ତି
(D) ଧନୁ ସଂକ୍ରାନ୍ତି
Answer:
(B) ରଜ ସଂକ୍ରାନ୍ତି
10. ରୋଜ ରୋଜ ପାଣିପିଆ,ବାଟଚଲା ଯୋଗୁଁ ବୁଢ଼ାର କ’ଣ ହେଲା ?
(A) ଗୋଡ଼ ଭାଙ୍ଗିଗଲା
(B) ଥଣ୍ଡା
(C) ଜ୍ଵର ହେଲା
(D) ହାଡ଼ ଭାଙ୍ଗିଗଲା
Answer:
(C) ଜ୍ଵର ହେଲା
11. ‘ବୁଢ଼ା ଶଙ୍ଖାରି’ ଗଳ୍ପର ରଚୟିତା କିଏ ?
(A) ସୁରେନ୍ଦ୍ର ମହାନ୍ତି
(B) ଲକ୍ଷ୍ମୀକାନ୍ତ ମହାପାତ୍ର
(C) ଅଳମୋହନ ପଟ୍ଟନାୟକ
(D) ରାଜକିଶୋର ରାୟ
Answer:
(B) ଲକ୍ଷ୍ମୀକାନ୍ତ ମହାପାତ୍ର
12. ଶଙ୍ଖାରିବୁଢ଼ା କେଉଁ ସମୟରେ ଗାଁ ମଝିରେ ଯାଉଥିଲା ?
(A) ସଞ୍ଜବେଳେ
(B) ଉଦୁଉଦିଆ ଖରାବେଳେ
(C) ପ୍ରାତଃ ସମୟରେ
(D) ଅପରାହ୍ନରେ ମୁଣ୍ଡରେ କ’ଣ
Answer:
(B) ଉଦୁଉଦିଆ ଖରାବେଳେ
13. ବୁଢ଼ା ମୁଣ୍ଡରେ କ’ଣ ଧରିଥିଲା ?
(A) ବୋଝ
(B) ଗଣ୍ଠିଲି
(C) ଟୋକେଇ
(D) କାଠ
Answer:
(C) ଟୋକେଇ
14. ବୋହୂଟି ପ୍ରଥମେ ଶଙ୍ଖା ପିନ୍ଧିବାକୁ ହାତ ବଢ଼େଇ ନଥୁଲା କାହିଁକି ?
(A) ଭୟରେ
(B) ଲଜ୍ଜାହେତୁ
(C) ଅପସନ୍ଦ ହେବାରୁ
(D) ଶାଶୂଙ୍କ ସମ୍ମତି ନଥିବାରୁ
Answer:
(B) ଲଜ୍ଜାହେତୁ
15. ଶଙ୍ଖା ପିନ୍ଧେଇ ସାରି ବୁଢ଼ା ଦାମ୍ ନେଲାନାହିଁ କାହିଁକି ?
(A) ବୋହୂଟିକୁ ମା’ବୋଲି ଡାକିଥିବାରୁ
(B) ଦାମ୍ କମ୍ ଥିବାରୁ
(C) ଟଙ୍କାର ଆବଶ୍ୟକତା ନଥିବାରୁ
(D) ଏଥ୍ ମଧ୍ୟରୁ କେଉଁଟି ନୁହେଁ
Answer:
(A) ବୋହୂଟିକୁ ମା’ବୋଲି ଡାକିଥିବାରୁ
16. ବୁଢ଼ା କେତେମାସ ଧରି ବୋହୂକୁ ଦେଖିବାକୁ ଯାଇ
(A) ତିନି
(B) ଚାରି
(C) ଛଅ
(D) ଦୁଇ
Answer:
(D) ଦୁଇ
17. ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ କେଉଁ କବି ବୋଲି ସମ୍ବୋଧନ କରାଯାଏ ?
(A) ପଲ୍ଲୀକବି
(B) ସବୁଜକବି
(C) କାନ୍ତକବି
(D) ବିପ୍ଳବୀ କବି
Answer:
(C) କାନ୍ତକବି
18. କେଉଁ ମାସରେ ଶଙ୍ଖାରି ବୁଢ଼ା ମୁଣ୍ଡରେ ଶଙ୍ଖା ବୋଝ ଧରି ଗାଁ ଦାଣ୍ଡରେ ଯାଉଥିଲା ?
(A) ବୈଶାଖ
(B) ଜ୍ୟେଷ୍ଠ
(C) ଚୈତ୍ର
(D) ଫଗୁଣ
Answer:
(D) ଫଗୁଣ
19. ‘‘କିହୋ ଶଙ୍ଖାରି ପୁଅ, ଶଙ୍ଖା ଆଣିଛ କି’’– ଏକଥା କିଏ ବୁଢ଼ାକୁ ପଚାରିଲା ?
(A) ଘରର ମାଲିକାଣୀ
(B) ଦାସୀ
(C) ବୋହୂ
(D) ଚାକର
Answer:
(B) ଦାସୀ
20. ଦାସୀ ଶଙ୍ଖାରି ବୁଢ଼ା ପାଖରେ କ’ଣ ଆଣି ଥୋଇଦେଲା ?
(A) ଗରାଏ ପାଣି
(B) ଗିଲାସେ ପାଣି
(C) ଲୋଟାଏ ପାଣି
(D) ବାଲ୍ଟିଏ ପାଣି
Answer:
(C) ଲୋଟାଏ ପାଣି
21. ଗାଁ ମୁଣ୍ଡରେ ଥିବା ଘରଟି କିପରି ଘର ଥିଲା ?
(A) ପକ୍କା ଘର
(B) ଛାତି ଘର
(C) ଟାଇଲି ଘର
(D) ସାତ ଶେଣିଆ ଛପର ଘର
Answer:
(D) ସାତ ଶେଣିଆ ଛପର ଘର
22. ଶଙ୍ଖାରି ବୁଢ଼ା ଦାସୀକୁ କ’ଣ ମାଗିଥିଲା ?
(A) ପାଣି
(B) ପାନ
(C) ପଇସା
(D) ଖାଦ୍ୟ
Answer:
(A) ପାଣି
23. ଶଙ୍ଖାରି ବୁଢ଼ା ଉପରକୁ ଆକରି କିପରି ଲୋଟାଏ ପାଣି ଟେକିଦେଲା ?
(A) ଥରଥର କରି
(B) ଢକଢକ କରି
(C) କୁଳୁକୁଳୁ କରି
(D) ତରତର କରି
Answer:
(B) ଢକଢକ କରି
ଲେଖକ ପରିଚୟ :
କାନ୍ତକୋମଳ ପଦାବଳୀରେ ଲକ୍ଷ୍ମୀକାନ୍ତ(୧୮୮୮-୧୯୫୩)ଙ୍କର ରଚନାଗୁଡ଼ିକ ସମୃଦ୍ଧ ହେତୁ ତାଙ୍କୁ ଯଥାର୍ଥରେ “କାନ୍ତକବି” ବୋଲି ସମ୍ବୋଧନ କରାଯାଇଛି । ବ୍ୟଙ୍ଗ ବିଦ୍ରୂପ ମଧ୍ଯରେ ପାଠକ ମନରେ ବିମଳ ହାସ୍ୟ ସଞ୍ଚାର କରିବା ସହିତ ସମାଜସଂସ୍କାର ଭାବନା ତାଙ୍କ ସୃଷ୍ଟିର ମୁଖ୍ୟ ବିଭବ। କଥାସାହିତ୍ୟ ଓ କାବ୍ୟକବିତା କ୍ଷେତ୍ରରେ ତାଙ୍କର ସିଦ୍ଧି କାଳଜୟୀ । ‘ଜୀବନ ସଂଗୀତ’, ‘ଜାତୀୟ ସଂଗୀତ’, ‘କଲ୍ଲୋଳ ‘ଓ ‘ଚଟକ ଚନ୍ଦ୍ରହାସ ଚଂପୂ’ ବିବିଧ କବିତା ମଧ୍ୟରେ ଲକ୍ଷ୍ମୀକାନ୍ତଙ୍କ କବି ପ୍ରତିଭାର ସ୍ବାକ୍ଷର ନିହିତ । ‘କଣାମାମୁ’ ଉପନ୍ୟାସ ଓ ‘ବୁଢ଼ା ଶଙ୍ଖାରି’ ଗଳ୍ପ କାନ୍ତକବିଙ୍କର ଅମ୍ଳାନ ସୃଷ୍ଟି । ହାସ୍ୟ ମଧୁର ବେଦନାର ଜୀବନ୍ତ ରୂପାୟନ ତାଙ୍କର କ୍ଷୁଦ୍ର ଗଳ୍ପ । ‘ବନ୍ଦେ ଉତ୍କଳ ଜନନୀ’ ଜାତୀୟ ଗୀତିକାର ସେ ସ୍ମରଣୀୟ ସ୍ରଷ୍ଟା । ରକ୍ତର ସଂପର୍କ ନ ଥାଇ ମଧ୍ୟ କିପରି ଅନାବିଳ ବାତ୍ସଲ୍ୟ ପ୍ରେମର ମହାନତା ପ୍ରଦର୍ଶନ କରାଯାଇଛି ତାହା ହିଁ ଉକ୍ତ ଗଳ୍ପର କଥାବସ୍ତୁ ।
ଗଚ୍ଛର ମର୍ମବାଣୀ :
ଷାଠିଏ ବର୍ଷର ବୁଢ଼ା ଶଙ୍ଖାରିଟିଏ । ସରି ଆସୁଥ୍ ଫଗୁଣ ମାସର ଉଦୁଉଦିଆ ଖରାବେଳେ ସେ ଶଙ୍ଖା ଟୋକେଇଟି ମୁଣ୍ଡରେ ଧରି ଗାଁ ଦାଣ୍ଡରେ ଡାକି ଡାକି ଯାଉଥାଏ । ଗୋଡ଼ ଆଣ୍ଠୁଯାକେ ଧୂଳି ଓ ଶରୀର ଝାଳରେ ବୁଡ଼ି ଗୋଡ଼ ପର୍ଯ୍ୟନ୍ତ ବୋହି ଯାଉଛି । ଗାଁ ମୁଣ୍ଡରେ ଥିବା ସାତଶେଣିଆ ଛପର ଘରର ପକ୍କା ପିଣ୍ଡା ଉପରେ ଶଙ୍ଖାବୋଝଟି ରଖ୍ ବସିପଡ଼ିଛି । ଘରର ଦାସୀଠାରୁ ପାଣି ମାଗି ପିଇ କଲ୍ୟାଣ କରିଛି । ଦାସୀ କହିବାନୁଯାୟୀ ବୋହୂ ସାଆନ୍ତାଣୀଙ୍କୁ ଶଙ୍ଖା ଦେଖାଇବାପାଇଁ ବୋଝଟି ନେଇ ଭିତର ଦୁଆରକୁ ଯାଇଛି । ମୁଖରା ଦାସୀ କଥାରେ ଲାଜ ଛାଡ଼ି ବୋହୂଟି ହସି ହସି ଓଢ଼ଣା ଅଧେ ଟେକିଦେଇ ଟୋକେଇ ପାଖରେ ଆସି ଛିଡ଼ା ହୋଇଛି । ଶଙ୍ଖାରି ବୁଢ଼ାକୁ ଦେଖାଯାଇଛି ବୋହୂଟିର ସୁନ୍ଦର ମୁଖମଣ୍ଡଳ ।
ଚକି କାଟିଦେଲା ପରି ଗୋଲ ସୁନ୍ଦର ମୁହଁ । ଚମ୍ପାଫୁଲ ପରି ଗୋରାଦେହକୁ ଚାରିଆଙ୍ଗୁଳ ଓସାର ନାଲି ତହିଁରି ମୟୂରକଣ୍ଠିରି କସ୍ତାଖଣ୍ଡିକ ଗୋଇଠିଯାଏ ଲମ୍ବି ଆହୁରି ସୁନ୍ଦର ଦେଖାଯାଉଛି । ତା’ ଭିତର ଦେଇ ଫୁଟି ଉଠୁଥିବା ଗୋଟିଏ ଚାଉଳରେ ଗଢ଼ା କଞ୍ଚା ସୁନାପରି ଗୋରା ଦେହଟିକୁ ଦେଖ୍ ଶଙ୍ଖାରି ବୁଢ଼ାର ଆଖ୍ ପୂରି ଉଠିଛି । ବୁଢ଼ା ଆଖ୍ ଫେରାଇ ନ ପାରି ଏକ ଧାନରେ ଚାହିଁ ରହିଛି । କିଛି କହିବାକୁ ଇଚ୍ଛା ଥିଲେ ମଧ୍ୟ ତା’ ପାଟିରୁ କଥା ବାହାରିନାହିଁ । କିଛି ସମୟ ପରେ ବୁଢ଼ା ପାଟି ଖୋଲି କହିଛି- ‘ମା’, କି ଶଙ୍ଖା ନେବୁ ନେ ।’ ‘ମା’ ବୋଲି ଡାକିଦେବା ମାତ୍ରେ ବୁଢ଼ାର ଛାତି କୁଣ୍ଢେମୋଟ ହୋଇଯାଇଛି । ବୋହୂଟି ଲାଜ ଛାଡ଼ି କୋମଳ କଣ୍ଠରେ ‘ଆସ୍ମାନ୍ ତାରା’ ଶଙ୍ଖା ଅଛି କି’ ବୋଲି ପ୍ରଶ୍ନ କରିଛି ।
ବୁଢ଼ାଟି କହିଛି ଯେ ତା’ ପାଖରେ ‘ଆସ୍ମାନ୍ ତାରା’ ଶଙ୍ଖା ବ୍ୟତୀତ ରଙ୍ଗଝିଲିରି, ବଉଳଫୁଲିଆ, ଚୂନଟିପି ପ୍ରଭୃତି ଶଙ୍ଖା ଅଛି । ଆସ୍ମାନ୍ ତାରା ଶଙ୍ଖା ତିଆରି କଲେ ଆଣିଦେବ ବୋଲି କହିଛି । ବୋହୂଟି ମୁଠାଏ ଶଙ୍ଖା ପସନ୍ଦ କରିବାରୁ ବୁଢ଼ା ସେହି ଶଙ୍ଖାମୁଠାକୁ କିଛିବାପାଇଁ ବୋହୂକୁ ହାତ ବଢ଼ାଇବାକୁ କହିଲା । ବୋହୂଟି ଲାଜ କରିବାରୁ ଶଙ୍ଖାରି ବୁଢ଼ା କହିଲା, ‘ମା’, ମୋତେ ଲାଜ କରୁଛ ? ମୁଁ ପରା ତୋ ପୁଅ । ପୁଅକୁ ମା’ ଲାଜ କରେନା ।’
ଏହି କଥାପଦକ ଭିତରେ ପୂରି ରହିଥିଲା ଶଙ୍ଖାରି ବୁଢ଼ା ହୃଦୟର ମୁଠା ମୁଠା ସ୍ନେହ, ମମତା ଓ ଆପଣାର ଭାବ । ଯାହା ଶୁଣି ଦାସୀ ମଧ୍ୟ ବୋହୂକୁ ହସି ହସି କହିଥିଲା, ‘ବୋହୂ ସାଆନ୍ତାଣୀଏ ! ଆଚ୍ଛା ବୁଢ଼ାପୁଅଟିଏ ପାଇଲ ଏକା; କପାଳ ତ !”’ ବୋହୂଟିର ସୁନ୍ଦର ହାତକୁ ନିଜର ରୁକ୍ଷ ମଇଳା ହାତରେ ଧରି କଟିଯିବା ଭୟରେ ସନ୍ତର୍ପଣରେ ଶଙ୍ଖା କଛିବାବେଳେ ବୁଢ଼ା ମନରେ ଆନନ୍ଦର ସୀମା ନଥାଏ । ସତେ ଯେପରି ତା’ଜୀବନର ସମସ୍ତ ସୁଖ, ସକଳ ଆଶା ସେଠାରେ ପରିତୃପ୍ତି ଲାଭ କରିଛି ।
ଶାଶୁ ସାଆନ୍ତାଣୀ ଆସି ଶଙ୍ଖାର ଦାମ୍ ପଚାରିଛନ୍ତି । କିନ୍ତୁ ବୋହୂ ସାଆନ୍ତାଣୀଙ୍କର ପୁଅ ହୋଇ ସାରିଥିବା ବୁଢ଼ା ଶଙ୍ଖାରି ମା’ଠାରୁ ଦାମ୍ ନେବ ନାହିଁ, ଶଙ୍ଖା ମୁଠାକ ପାଇଁ ସେ ଗରିବ ହୋଇଯିବ ନାହିଁ ବୋଲି କହି ଶଙ୍ଖାବୋଝ ଧରି ଚାଲିଯାଇଛି । ଆଉ ଡାକିଲେ ମଧ୍ୟ ଶୁଣିନାହିଁ । ଶଙ୍ଖା ଗୋଟିଏ ନିତ୍ୟାନି ଦରବ ନୁହେଁ । ଲୋକେ ତାକୁ ପୁନେଇଁ ପରବରେ କିଣନ୍ତି । ଏହା ଜାଣି ମଧ୍ଯ ବୁଢ଼ା ଶଙ୍ଖାରି ଦୁଇ ତିନିଦିନେ ଥରେ ଲେଖାଏଁ ସେ ଗାଁକୁ ଆସେ । କାରଣ ଶଙ୍ଖା ବିକ୍ରି ତା’ର ଉଦ୍ଦେଶ୍ୟ ନୁହେଁ । ତା’ ମା’କୁ ଦେଖୁବା ହିଁ ତା’ର ଉଦ୍ଦେଶ୍ୟ ।
ତେଣୁ ଦୁଆର ପର୍ଯ୍ୟନ୍ତ ଯାଇ ପାଟି କରି ଡାକିଦେଲେ ବୋହୂଟି ଆସି ଛିଡ଼ା ହୁଏ । ତାକୁ ଚାହିଁଦେଲାକ୍ଷଣି ବୁଢ଼ାର ମନ ପୂରିଉଠେ । ବୋହୂ ଆସିବାର ଡେରି ହେଲେ ଦାସୀ ମଧ୍ଯ ହୁରି କରିଦିଏ, ‘ବୋହୂ ସାଆନ୍ତାଣୀଏ, ତମ ପୁଅ ଆଇଲାଣି ।’ ବୋହୂ ଆସି ଛିଡ଼ା ହୁଏ, ବୁଢ଼ା ତାକୁ ମନ ପୂରାଇ ଦେଖେ । ‘ଶଙ୍ଖା ନେବୁ’ ବୋଲି ପଚାରେ, ବୋହୂଟି ମୁଣ୍ଡ ହଲାଇ ଦେଲେ ବୁଢ଼ା ଚାଲିଯାଏ । ମନରେ ଭାବେ’ ‘ମା’ର ଆସ୍ମାନ୍ ତାରା ଶଙ୍ଖା ଉପରକୁ ମନ ।’
ଶେଷରେ ସେ ସ୍ଥିର କଲା ରଜ ସଂକ୍ରାନ୍ତି ବେଳକୁ ତା’ ମା’ପାଇଁ ଆସମାନ୍ ତାରା ଶଙ୍ଖା ମୁଠାଏ ଆଣିବ । ବୈଶାଖ ମାସ ଖରାରେ ପ୍ରତିଦିନ ବାଟଚଲା, ପାଣିପିଆ ବୁଢ଼ା ଦେହରେ ଗଲାନାହିଁ । ବୁଢ଼ା ଜ୍ଵରରେ ପଡ଼ିଲା । ହାତଗୋଡ଼ ଫୁଲିଗଲା । କିନ୍ତୁ ବୁଢ଼ା ସେଥ୍ୟପ୍ରତି ଚିନ୍ତା ନକରି ବହୁ କଷ୍ଟରେ ଉଠି ତା’ ମା’ପାଇଁ ଆସ୍ମାନ୍ ତାରା ଶଙ୍ଖା ତିଆରି କଲା । ଶଙ୍ଖା ଗଢ଼ିବାର ଷାଠିଏ ବର୍ଷର ଅନୁଭୂତିକୁ ନେଇ ହାସଲ କରିଥିବା ସକଳ ପ୍ରକାର ହାତସଫେଇକୁ ପ୍ରୟୋଗ କରି ଶଙ୍ଖାରି ବୁଢ଼ା ଯେଉଁ ଶଙ୍ଖା ଗଢ଼ିଲା- ସେପରି ଶଙ୍ଖା ତା’ ଜୀବନରେ କେବେ ସେ ତିଆରି କରିନଥିଲା ।
ଖୁସି ମନରେ ବୁଢ଼ା ସେ ଶଙ୍ଖା ଧରି ପହିଲି ରଜଦିନ ତା’ ମା’କୁ ଦେଖିବାକୁ ତଥା ଶଙ୍ଖା ପିନ୍ଧାଇବାକୁ ବାହାରିଲା । ଶରୀର ଅସୁସ୍ଥ ଥିଲେ ମଧ୍ୟ ମା’କଥା ମନେ ପଡ଼ିଯିବା ମାତ୍ରେ ତା’ ମନରେ ଗଦାଏ ବଳ ଆସିଲା । ବୁଢ଼ା ଗାମୁଛାରେ ଶଙ୍ଖା ବାନ୍ଧି ପାଞ୍ଚକୋଶ ବାଟି ଚାଲି ଚାଲି ଯାଇ ବେଳ ଗଡ଼ିଲା ବେଳକୁ ପହଞ୍ଚିଲା । ମନରେ ଅନେକ ଆନନ୍ଦ ଓ ଉତ୍ସାହ ନେଇ ସବୁଦିନ ଛିଡ଼ା ହେଉଥିବା ଜାଗାରେ ଛିଡ଼ା ହୋଇ ଡାକ ଛାଡ଼ିଲା । ଯେତେ ଡାକିଲେ ମଧ୍ୟ କେହି ଆସିଲେ ନାହିଁ କିମ୍ବା କୌଣସି ଉତ୍ତର ମିଳିଲା ନାହିଁ । କିଛି ସମୟ ପରେ ସାଆନ୍ତାଣୀ ବାହାରି ଆସି ଆବଶ୍ୟକ ନାହିଁ, ଶଙ୍ଖା କେହି ନେବେ ନାହିଁ ବୋଲି କହିଲେ । ବୁଢ଼ା ଶଙ୍ଖା ଶଙ୍ଖାରି ତା’ ମାଆକୁ ଟିକିଏ ଦେଖିବାକୁ କହିବାରୁ ଶାଶୁ ସାଆନ୍ତାଣୀ ଦେଖା ହୋଇପାରିବ ନାହିଁ ବୋଲି ଶୁଣାଇଦେଲେ ।
ବୁଢ଼ା କାନ୍ଦ କାନ୍ଦ ହୋଇ ଜୀବନର ଶେଷ ସମୟରେ ଥରଟିଏ ଦେଖିବାକୁ ଅନୁରୋଧ କରିବାକୁ ସାଆନ୍ତାଣୀ ଦାସୀକୁ ବୋହୂକୁ ଡାକିଦେବାପାଇଁ ନିର୍ଦ୍ଦେଶ ଦେଲେ । କିଛି ସମୟ ପରେ ବୋହୂ ଆସି ଦୁଆର ପାଖେ ଛିଡ଼ାହେଲା । ଆସିଲାବେଳେ ଝୁମୁରୁ ଝୁମୁରୁ ଶବ୍ଦ ନଥିଲା କିମ୍ବା କୁମ୍ଭକିନାରା ଦକ୍ଷିଣାପାଟ ନଥିଲା । ଗୋଡ଼ ଦୁଇଟା ଥିଲା ଲଙ୍ଗଳା । ପିନ୍ଧିଥିଲା ଖଣ୍ଡେ ଧଳାଲୁଗା । ବୋହୂକୁ ଦେଖୁ ବୁଢ଼ାର ଦେହ ଥରି ଉଠିଲା । ମୁଣ୍ଡ ଘୂରିଗଲା । ଖାଲି ହାତଟାକୁ ଦେଖ୍ ନେଇ ବୁଢ଼ା ଭୋ ଭୋ କରି ରଡ଼ି କରି ଉଠିଲା । ଗାମୁଛାରେ ବନ୍ଧାଥୁବା ଶଙ୍ଖା ମୁଠାକ ଫିଟାଇ ବାହାରେ କଚାଡ଼ି ଦେଇ ଏକମୁହାଁ ହୋଇ ଚାଲିଗଲା । ରକ୍ତର ସମ୍ପର୍କ ନଥାଇ ମଧ୍ୟ ବୁଢ଼ା ଯେଉଁ ଅନାବିଳ ବାତ୍ସଲ୍ୟ ମମତା ଦେଖାଇଗଲା, ତାହା ବାସ୍ତବିକ ଯୁଗ ଯୁଗ ଧରି ଜନମାନସରେ ଉଦାହରଣ ହୋଇରହିବ – ଏହା ନିଃସନ୍ଦେହ ।
ବିଷୟଗତ ଶବ୍ଦ ଓ ଅର୍ଥ :
- ଲୋଟାଏ – ଢାଳେ । ଗଡ଼ୁଏ ।
- ଗୋଟିଏ ଚାଉଳରେ ଗଢ଼ା – ଅତି ସୁନ୍ଦର ।
- ମଳିଆ – ଅପରିଷ୍କାର ।
- ଥର କରି – ଆସ୍ତେ କରି ।
- ନିତ୍ୟାନି – ସବୁଦିନିଆ ।
- ହୁରି କରିବା – ବଡ଼ ପାଟିରେ ଡାକିବା ।
- ରୋଜ ରୋଜ – ପ୍ରତିଦିନ ।
- ନିକାଶ କରିବା – ଶେଷ କରିବା ।
- ଶଙ୍ଖା ଚୂନା ହେବା – ଶଙ୍ଖା ଭାଙ୍ଗି ଗୁଣ୍ଡ ହୋଇଯିବା ।
- ଚଉରସ ନିଃଶ୍ବାସ – ଦୀର୍ଘଶ୍ଵାସ ।
- ନିକ ବୋହୂ – ଅତି ସୁନ୍ଦର ବୋହୂ ।
- ରୁକ୍ଷ – କର୍କଶ/ଟାଣ ।
- ଶଙ୍ଖା କଛିବା – ଶଙ୍ଖା ମାପିବା (ଶଙ୍ଖା ହାତକୁ ହେବକି ନାହିଁ ବୋଲି ମାପି କରି ଦେଖୁବା) ।
- ଅନାଏ – ଚାହେଁ ।
- ନାଇବ – ପିନ୍ଧିବ ।
- ଆଉଟି ପାଉଟି ହେବା – ବ୍ୟାକୁଳ ହେବା ।
- ଅଧୀର ହେବା – ଧୈର୍ଯ୍ୟହରା ହେବା ।
- ଏକମୁହାଁ ହୋଇ ଯିବା – ଅନ୍ୟ କୁଆଡ଼କୁ ନଚାହିଁ ଏକ ଦିଗରେ ଚାଲିଯିବା ।