Odisha State Board BSE Odisha 9th Class Physical Science Notes Chapter 1 ଆମ ଚତୁଃପାର୍ଶ୍ଵରେ ଥିବା ପଦାର୍ଥ will enable students to study smartly.
BSE Odisha Class 9 Physical Science Notes Chapter 1 ଆମ ଚତୁଃପାର୍ଶ୍ଵରେ ଥିବା ପଦାର୍ଥ
→ ବିଷୟ ଏବଂ ସାମଗ୍ରୀ (Matter and Material):
(i) ଯାହା ସ୍ଥାନ ଅଧିକାର କରେ ଓ ଯାହାର ବସ୍ତୁତ୍ଵ ଅଛି, ତାହା ହେଉଛି ପଦାର୍ଥ । ପଦାର୍ଥରୁ ନିର୍ମିତ ଦ୍ରବ୍ୟକୁ ବସ୍ତୁ କୁହାଯାଏ ।
(ii) ବିଭିନ୍ନ ପ୍ରକାର ବସ୍ତୁର ଭିନ୍ନ ଭିନ୍ନ ଆକାର, ଆକୃତି ଓ ରୂପବିନ୍ୟାସ (texture) ଥାଏ ।
(iii) ବିଶ୍ଵରେ ଥିବା ସମସ୍ତ ବସ୍ତୁ ଯେଉଁ ଦ୍ରବ୍ୟକୁ ନେଇ ଗଢ଼ା, ତାହାକୁ ବୈଜ୍ଞାନିକମାନେ ପଦାର୍ଥ (Matter) ଭାବେ ନାମକରଣ କରିଛନ୍ତି ।
(iv) ବାୟୁ, ବିଭିନ୍ନ ପ୍ରକାର ଖାଦ୍ୟ, ପଥର, ମେଘ, ତାରା, ଉଭିଦ, ପଶୁପକ୍ଷୀ, ଜଳବିନ୍ଦୁ, ବାଲିର କ୍ଷୁଦ୍ର କଣିକା ଆଦି ସମସ୍ତେ ଗୋଟିଏ ଗୋଟିଏ ପଦାର୍ଥ ।
(v) ପ୍ରାଚୀନ ଭାରତୀୟ ଦାର୍ଶନିକମାନଙ୍କ ମତରେ ସମସ୍ତ ବସ୍ତୁ ପାଞ୍ଚଗୋଟି ମୌଳିକକୁ ନେଇ ଗଠିତ । ଏହାକୁ ପଞ୍ଚତତ୍ତ୍ଵ କୁହାଯାଏ ।
ସେଗୁଡ଼ିକ ହେଲା- ମାଟି (earth), ଜଳ (water), ବାୟୁ (air), ଅଗ୍ନି (fire) ଏବଂ ଆକାଶ (sky) । ପ୍ରାଚୀନ ଗ୍ରୀକ୍ ଦାର୍ଶନିକମାନେ ମଧ୍ୟ ପଦାର୍ଥର ଏହି ପ୍ରକାରର ଶ୍ରେଣୀବିଭାଗ କରିଥିଲେ ।
(vi) ଆଧୁନିକ ଯୁଗର ବୈଜ୍ଞାନିକମାନେ ସମସ୍ତ ପଦାର୍ଥକୁ ସେମାନଙ୍କ ଭୌତିକ ପ୍ରକୃତି ଓ ରାସାୟନିକ ଧର୍ମ ଅନୁସାରେ ଦୁଇଭାଗରେ ବିଭକ୍ତ କରିଛନ୍ତି ।
→ ପଦାର୍ଥର ଶାରୀରିକ ପ୍ରକୃତି (Physical Nature of Matter):
(i) ପଦାର୍ଥ କଣିକାକୁ ନେଇ ଗଠିତ (Matter is made up of Particles):
→ ପଦାର୍ଥର କଣିକାର ଧର୍ମ ବୈଶିଷ୍ଟ୍ୟ (Characteristics of Particles of Matter):
(i) ପଦାର୍ଥର କଣିକାମାନଙ୍କ ମଧ୍ୟରେ ଅନେକ ଫାଙ୍କା ସ୍ଥାନ ଅଛି ।
ତୁମପାଇଁ କାମ 1.1 ଏବଂ 1.2 ରୁ ଜଣାଯାଏ ଯେ, ଚିନି, ଲୁଣ କିମ୍ବା ପୋଟାସିୟମ୍ ପରମଙ୍ଗାନେଟ୍ର ଅର୍ଥାତ୍, କଫି କିମ୍ବା ଲେମ୍ବୁପାଣି ତିଆରି କରୁଥିବା ସମୟରେ ଗୋଟିଏ ପ୍ରକାର ପଦାର୍ଥର କଣିକାଗୁଡ଼ିକ ଅନ୍ୟ ପଦାର୍ଥର କଣିକା ମଧ୍ୟରେ ଥିବା ଫାଙ୍କାସ୍ଥାନ ମଧ୍ୟରେ ରହିଯାଆନ୍ତି ।
(ii) ପଦାର୍ଥର କଣିକାମାନ ଅନବରତ ଗତି କରିଥା’ନ୍ତି ।
→ ପଦାର୍ଥର ଅବସ୍ଥା (States of Matter):
(i) ଆମ ଚାରିପାଖରେ ଥିବା ପଦାର୍ଥଗୁଡ଼ିକ ମୁଖ୍ୟତଃ ତିନୋଟି ଅବସ୍ଥାରେ ରହିଥା’ନ୍ତି; ଯଥା- କଠିନ (solid), ତରଳ | (liquid) ଗ୍ୟାସୀୟ (gaseous)
(ii) ପଦାର୍ଥର ଏହି ଅବସ୍ଥା ତାହା ମଧ୍ୟରେ ଥିବା କଣିକାଗୁଡ଼ିକର ଗୁଣ ବା ଲକ୍ଷଣ ବୈଶିଷ୍ଟ୍ୟରେ ଥିବା ବିଭିନ୍ନତା ଉପରେ ନିର୍ଭର କରିଥାଏ
→ ପଦାର୍ଥ ତାହାର ଅବସ୍ଥାର ପରିବର୍ତ୍ତନ କରିପାରେ କି ? (Can Matter Change its State ?):
ପଦାର୍ଥର ଅବସ୍ଥାରେ ପରିବର୍ତ୍ତନ ହୁଏ । ଜଳ ତିନୋଟି ଅବସ୍ଥାରେ ରହିପାରେ । କଠିନ ରୂପରେ ବରଫ, ତରଳ ରୂପରେ ଜଳ ଓ ଗ୍ୟାସୀୟ ଅବସ୍ଥାରେ ଜଳୀୟବାଷ୍ପ ବା ବାମ୍ଫ ଆକାରରେ ରହିଥାଏ ।
→ ହୋଇଯାଆନ୍ତି । ଏହାକୁ ବାଷ୍ପୀଭବନ କୁହାଯାଏ । (Evaporation):
(i) ପଦାର୍ଥର ଅଣୁଗୁଡ଼ିକ ସର୍ବଦା ଗତି କରୁଥା’ନ୍ତି । ସେମାନେ କେବେହେଲେ ସ୍ଥିର ରହନ୍ତି ନାହିଁ ।
(ii) କୌଣସି ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଗ୍ୟାସ୍, ତରଳ ଅଥବା କଠିନ ପଦାର୍ଥରେ ରହିଥିବା କଣିକାଗୁଡ଼ିକ ଭିନ୍ନ ଭିନ୍ନ ପରିମାଣର ଗତିଜ ଶକ୍ତିର ଅଧିକାରୀ ହୋଇଥା’ନ୍ତି ।
(iii) ତରଳର ପୃଷ୍ଠଭାଗରେ ଥିବା ଅଳ୍ପ ସଂଖ୍ୟକ ଅଣୁର ଅଧିକ ଗତିଜ ଶକ୍ତି ଥାଏ । ସେମାନେ ଅନ୍ୟ କଣିକାମାନଙ୍କ ଆକର୍ଷଣ ବଳର ପ୍ରଭାବରୁ ମୁକ୍ତହୋଇ ତରଳରୁ ଅଲଗା ହୋଇ ବାଷ୍ପରେ ପରିଣତ ହୋଇଯାଆନ୍ତି । ଏହାକୁ ବାଷ୍ପୀଭବନ କୁହାଯାଏ ।
ଉଦାହରଣ :
(i) ଜଳକୁ ଘୋଡ଼ାଇ ନ ରଖୁଲେ ଏହାର ପରିମାଣ ଧୀରେ ଧୀରେ ତାପମାତ୍ରାରେ ତରଳ ପଦାର୍ଥ ଗ୍ୟାସ୍ରେ ପରିଣତ ହୋଇଥାଏ, ହ୍ରାସ ପାଏ ।
(ii) ଓଦା ଲୁଗା ଶୁଖାଯାଏ ।
ଉପରୋକ୍ତ ପ୍ରକ୍ରିୟାଦ୍ଵାରା ବାୟୁମଣ୍ଡଳୀୟ ତାପମାତ୍ରାରେ ଘଟିଥାଏ । ଏଥିପାଇଁ ସ୍ଫୁଟନାଙ୍କ ତାପମାତ୍ରା ଆବଶ୍ୟକ ହୁଏନାହିଁ ।
→ ବାଷ୍ପୀକରଣ ଥଣ୍ଡା ହୋଇଥାଏ | (Evaporation causes cooling) :
(i) ଗୋଟିଏ ଖୋଲା ପାତ୍ରରେ ତରଳ ପଦାର୍ଥ ରଖିଲେ ଏହା ନିରବଚ୍ଛିନ୍ନ ଭାବରେ ଧୀରେ ଧୀରେ ବାଷ୍ପୀଭୂତ ହୋଇଥାଏ ।
(ii) ଏହି ତରଳ ପଦାର୍ଥର ଅଣୁମାନେ ପରିପାର୍ଶ୍ବରୁ ଶକ୍ତି ଅବଶୋଷଣ କରି ବାଷ୍ପୀଭବନବେଳେ ହରାଇଥିବା ଶକ୍ତିକୁ ପୁନଃଭରଣ କରିଥା’ନ୍ତି । ପରିପାର୍ଶ୍ଵ ବା ଚାରିପାଖରୁ ଶକ୍ତି ଅବଶୋଷିତ ହେଉଥିବାରୁ ଏହା ପରିପାର୍ଶ୍ଵକୁ ଥଣ୍ଡା ରଖିଥାଏ ।
ଉଦାହରଣ :
ନଖ ପଲିସ୍ ଛଡ଼ାଇବା ପାଇଁ ବ୍ୟବହୃତ ହେଉଥିବା ଏସିଟୋନ୍ ଆମ ହାତ ପାପୁଲି ଉପରେ ଢାଳିଲେ, ଏହାର ଅଣୁ ହାତପାପୁଲିରୁ ଓ ପରିପାର୍ଶ୍ବରୁ ଶକ୍ତି ଗ୍ରହଣ କରିଥାଏ । ଏଥ୍ଗୁ ଏସିଟୋନ୍ ବାଷ୍ପୀଭବନ
ଆମେ ଖରାଦିନେ କାହିଁକି ସୂତା ପୋଷାକ ପିନ୍ଧୁ :
(i) ଖରାଦିନେ ଆମ ଦେହରୁ ବହୁତ ଝାଳ ବାହାରିବାରୁ ଦେହ ଥଣ୍ଡା ରହେ ।
(ii) ବାଷ୍ପୀଭବନ ସମୟରେ ତରଳର ପୃଷ୍ଠରେ ଥିବା କଣିକାମାନେ ପରିପାର୍ଶ୍ବରୁ କିମ୍ବା ଶରୀର ପୃଷ୍ଠରୁ ଶକ୍ତି ଆହରଣ କରି ବାଷ୍ପୀଭୂତ ହୋଇଥା’ନ୍ତି । ବାଷ୍ପୀଭବନର ଗୁପ୍ତତାପ ସହିତ ସମାନ ତାପଶକ୍ତି ଶରୀରରୁ ଅବଶୋଷିତ ହୁଏ, ଯାହାଫଳରେ ଶରୀର ଶୀତଳ ରହେ ।
(iii) ସୂତା ପୋଷାକ ଜଳର ଭଲ ଅବଶୋଷକ ହୋଇଥିବାରୁ ଏହା ଶରୀରର ଝାଳକୁ ଭଲରୂପେ ଅବଶୋଷଣ କରେ, ଯାହା ବାୟୁମଣ୍ଡଳର ସଂସ୍ପର୍ଶରେ ଆସେ ଓ ଶୀଘ୍ର ବାଷ୍ପୀଭୂତ ହୋଇଯାଏ ।
ଥଣ୍ଡା ବରଫ:
ଜଳ ନିଆଯାଇଥିବା ଗ୍ଲାସ୍ର ବାହାର ପୃଷ୍ଠରେ ଜଳର ବିନ୍ଦୁକ (Droplets) ସୃଷ୍ଟିର କାରଣ :
(i) ଗୋଟିଏ ଗ୍ଲାସ୍ କିଛି ଥଣ୍ଡା ବରଫ ନେଲେ ଅଳ୍ପ ସମୟ ପରେ ସେହି ଗ୍ଲାସ୍ର ବାହାର ପଟେ ଅନେକ ଜଳର ବିନ୍ଦୁକମାନ ଲାଗି ରହିଥିବା ଦେଖାଯାଏ ।
(ii) ବାୟୁରେ ଥିବା ଜଳୀୟବାଷ୍ପ କଣିକାମାନେ ଗ୍ଲାସ୍ ଶୀତଳ ପୃଷ୍ଠର ସଂସ୍ପର୍ଶରେ ଆସିଲେ ଶକ୍ତି ହରାଇଥାନ୍ତି । ତେଣୁ ସେଗୁଡ଼ିକ ଗ୍ୟାସୀୟ ଅବସ୍ଥାରୁ ତରଳ ଅବସ୍ଥାକୁ ପରିବର୍ତ୍ତିତ ହୋଇଥା’ନ୍ତି, ଯାହାକୁ ଗ୍ଲାସ୍ ବାହାର ପୃଷ୍ଠରେ ଜଳ ବିନ୍ଦୁକ ରୂପରେ ଦେଖୁବାକୁ ମିଳେ ।
ଅଧିକ ଜାଣିବା :
ଆଜିକାଲି ବୈଜ୍ଞାନିକମାନେ ପଦାର୍ଥର ପାଞ୍ଚଟି ଅବସ୍ଥା ଅଛି ବୋଲି ଜାଣିଲେଣି । ସେଗୁଡ଼ିକ ହେଲା – କଠିନ, ତରଳ, ଗ୍ୟାସୀୟ, ପ୍ଲାଜମା ଓ ବୋଷ-ଆଇନ୍ ଷ୍ଟାଇନ୍ ସଂଘନିତ (Condensate) ଅବସ୍ଥା ।
ପ୍ଲାଜମା :
ପଦାର୍ଥର ଏହି ଅବସ୍ଥା, ଅତି ଶକ୍ତଶାଳୀ ଓ ଅତି ଉତ୍ତେଜିତ କଣିକାମାନଦ୍ଵାରା ଗଠିତ ହୋଇଥାଏ । ଏହି କଣିକାଗୁଡ଼ିକ ଆୟନନ ହୋଇଥିବା ଗ୍ୟାସ୍ରେ (ionised gas) ଆୟନ ଅବସ୍ଥାରେ ଥାଆନ୍ତି । ନିୟନ ନିଦର୍ଶନ ବଲ୍ବ (sign lamp)ରେ ନିୟନ ଗ୍ୟାସ୍ ଥାଏ । ପ୍ରତିଦୀପ୍ତ (fluorescent tube) ନଳୀ ଭିତରେ ହିଲିୟମ୍ ବା ଅନ୍ୟ କିଛି ଗ୍ୟାସ୍ ରହିଥାଏ । ଏହି ଗ୍ୟାସ୍ମାନଙ୍କ ମଧ୍ୟରେ ଯେତେବେଳେ ବିଦ୍ୟୁତ୍ ଶକ୍ତି ପ୍ରବାହିତ ହୁଏ, ସେତେବେଳେ ସେମାନଙ୍କର କଣିକାମାନେ ଚାର୍ଜିତ ହୋଇଯାଆନ୍ତି ଓ ଗ୍ୟାସ୍ରେ ପ୍ଲାଜମା କଣିକାମାନେ ସୃଷ୍ଟି ହୁଅନ୍ତି । ପ୍ଲାଜମା କଣିକାମାନଙ୍କ ଉପସ୍ଥିତି ଯୋଗୁଁ ଆମେ ପ୍ରତିଦୀପ୍ତ ନଳୀରେ ଏକ ଶିଖାହୀନ ଆଲୋକ ଦିପ୍ତି (glow) ଦେଖିପାରୁ । ଏହି ଦିପ୍ତିର ରଙ୍ଗ ଗ୍ୟାସ୍ର ଗୁଣ ଉପରେ ନିର୍ଭର କରେ । ଭିନ୍ନ ଭିନ୍ନ ଗ୍ୟାସ୍ରେ ଏହି ଦିପ୍ତିର ରଙ୍ଗ ଭିନ୍ନ ଭିନ୍ନ ହୋଇଥାଏ । ସୂର୍ଯ୍ୟ ଓ ଅନ୍ୟାନ୍ୟ ତାରାମାନେ ଯେଉଁ ଦିପ୍ତି ପ୍ରକାଶ କରନ୍ତି ତାହା ସେଠାରେ ଥିବା ଅସଂଖ୍ୟ ପ୍ଲାଜ୍ମା କଣିକାମାନଙ୍କ ଉପସ୍ଥିତି ଯୋଗୁ ସମ୍ଭବପର ହୋଇଥାଏ । ତାରାମାନଙ୍କରେ ଅତି ଉଚ୍ଚ ତାପମାତ୍ରା ଯୋଗୁ ପ୍ଲାଜ୍ମା ସୃଷ୍ଟି ହୋଇଥାଏ ।
→ ବୋଷ-ଆଇନ୍ ଷ୍ଟାଇନ୍ ସଂଘନିତ ଅବସ୍ଥା (Bose-Einstein Condensate):
1920 ମସିହାରେ ଭାରତୀୟ ପଦାର୍ଥ ବିଜ୍ଞାନୀ ସତ୍ୟେନ୍ଦ୍ରନାଥ img କରିଥିଲେ । ତାଙ୍କର ସେହି ଗଣନାକୁ ଭିତ୍ତିକରି ଆଲବର୍ଟ ଆଇନ୍ ଷ୍ଟାଇନ୍ ପଦାର୍ଥର ଏକ ନୂତନ ଅବସ୍ଥା ବୋଷ -ଆଇନ୍ଷ୍ଟାଇନ୍ ସଂଘନିତ ଅବସ୍ଥା (BEC)ର ଭବିଷ୍ୟ ସୂଚନା (prediction) ଦେଇଥିଲେ ଯାହାକୁ ପଦାର୍ଥର ପଞ୍ଚମ ଅବସ୍ଥା କୁହାଗଲା । ଯୁକ୍ତରାଷ୍ଟ୍ର ଆମେରିକାର ଏରିକ୍.ଏ. କର୍ଣ୍ଣେଲ (Eric. A. Cornell), ୱାଲଫଗାଙ୍ଗ କେଟେଲି (Wolfgang Ketterle) ଏବଂ କାରଲ୍ ଇ. ଉଚ୍ଚନ୍ୟାନ୍ (Carl E. Wieman) ‘ବୋଷ୍-ଆଇନ୍ ଷ୍ଟାଇନ୍ ସଂଘନନ’ (Condensation) ଉପରେ ପରୀକ୍ଷାମୂଳକ ଗବେଷଣା କରି 2001 ମସିହାରେ ପଦାର୍ଥ ବିଜ୍ଞାନରେ ନୋବେଲ୍ ପୁରସ୍କାର ପାଇଥିଲେ । ଅତି କମ୍ ସାନ୍ଦ୍ରତାରେ (ସାଧାରଣ ବାୟୁର ଏକ-ଶତ-ସହସ୍ରାଶ ସାନ୍ଦ୍ରତା) କୌଣସି ଏକ ଗ୍ୟାସ୍କୁ ଅତ୍ୟଧିକ ଥଣ୍ଡା କରିଲେ ପଦାର୍ଥରେ ବୋଷ-ଆଇନ୍ଷ୍ଟାଇନ୍ ସଂଘନିତ ଅବସ୍ଥା (BEC) ସୃଷ୍ଟି ହୋଇଥାଏ ।
କେତେକ ଗୁରୁତ୍ଵପୂର୍ଣ୍ଣ ମାପ ଓ ଏହାର ଏକକ :
ମାପ | ଏକକ | ପ୍ରତୀକ |
ତାପମାତ୍ରା | କେଲ୍ଭି ନ୍ | K |
ଦୂରତା | ମିଟର | m |
ଚପ୍ତୁତ୍ଵ | କିକେଲ୍। ଗ୍ରାମ୍ | kg |
ଓଚ୍ଚନ | ନିଉଟନ୍ | N |
ଆୟତନା | ଘନ ମିଟର | m3 |
ପାନ୍ଦ୍ରତା | କି.ଗ୍ରା. ମି | kg m-3 |
ଚ। ପ | ପାସ କଲ୍ | Pa |