Odisha State Board BSE Odisha 9th Class Physical Science Notes Chapter 2 ଆମ ଚାରିପାଖରେ ଥବା ପଦାର୍ଥ ବିଶୁଦ୍ଧ କି ? will enable students to study smartly.
BSE Odisha Class 9 Physical Science Notes Chapter 2 ଆମ ଚାରିପାଖରେ ଥବା ପଦାର୍ଥ ବିଶୁଦ୍ଧ କି ?
→ ଉପକ୍ରମ (Introduction) :
(i) ଜଣେ ସାଧାରଣ ମଣିଷ ପାଇଁ ବିଶୁଦ୍ଧ ଅର୍ଥ ହେଉଛି କୌଣସି ଅପମିଶ୍ରଣ ନ ଥୁବା ପଦାର୍ଥ । ଶୁଦ୍ଧ ମହୁ, ଶୁଦ୍ଧ ତେଲ, ଶୁଦ୍ଧ କ୍ଷୀର, ଶୁଦ୍ଧ ଫଳରସ ଆଦି ଲେଖାଥିବା ପ୍ୟାକେଟ୍ର ବସ୍ତୁ ହେଉଛି ସେମାନଙ୍କ ପାଇଁ ବିଶୁଦ୍ଧ ।
(ii) ଜଣେ ବୈଜ୍ଞାନିକଙ୍କ ପାଇଁ ସମସ୍ତ ବସ୍ତୁଗୁଡ଼ିକ ପ୍ରକୃତପକ୍ଷେ ବିଭିନ୍ନ ପଦାର୍ଥର ମିଶ୍ରଣ ଏବଂ ବିଶୁଦ୍ଧ ନୁହେଁ । ଉଦାହରଣ ସ୍ଵରୂପ- କ୍ଷୀର ହେଉଛି ଜଳ, ସ୍ନେହସାର, ପୁଷ୍ଟିସାର ଆଦିର ମିଶ୍ରଣ ।
(iii) ବୈଜ୍ଞାନିକମାନଙ୍କ ମତରେ ବିଶୁଦ୍ଧ ବସ୍ତୁର ପ୍ରତ୍ୟେକ ଅଣୁଗୁଡ଼ିକର ରାସାୟନିକ ଗୁଣ ସମାନ । ବିଶୁଦ୍ଧ ବସ୍ତୁ କେବଳ ଏକ ପ୍ରକାରର ଅଣୁଗୁଡ଼ିକୁ ନେଇ ଗଠିତ।
(iv) ଅଧୁକାଂଶ ବସ୍ତୁ ଦୁଇ କିମ୍ବା ତତୋଽଧୂ ଶୁଦ୍ଧ ପଦାର୍ଥର ମିଶ୍ରଣକୁ ନେଇ ଗଠିତ ।
→ ବିଶୁଦ୍ଧ ପଦାର୍ଥ (Pure Substance) :
(i) ବିଶୁଦ୍ଧ ବସ୍ତୁ କେବଳ ଏକପ୍ରକାର ଅଣୁଗୁଡ଼ିକୁ ନେଇ ଗଠିତ ଏବଂ ବସ୍ତୁର ପ୍ରତ୍ୟେକ ଅଣୁଗୁଡ଼ିକର ରାସାୟନିକ ଗୁଣ ସମାନ ।
(ii) ଲୁହା, ତମ୍ବା, ଅମ୍ଳଜାନ, ଉଦ୍ଜାନ, ଗନ୍ଧକ ଆଦି ମୌଳିକ ପ୍ରତ୍ୟେକ ଗୋଟିଏ ପ୍ରକାର କଣିକାକୁ ନେଇ ଗଠିତ ହୋଇଥିବାରୁ ବିଶୁଦ୍ଧ ପଦାର୍ଥ ଅଟନ୍ତି ।
(iii) ଜଳ, ଅଙ୍ଗାରକାମ୍ଳ, ମିଥେନ୍, ସୋଡ଼ିୟମ୍ କ୍ଲୋରାଇଡ୍ ଆଦି ଯୌଗିକ ମଧ୍ୟ ବିଶୁଦ୍ଧ । କାରଣ ପ୍ରତ୍ୟେକ ଯୌଗିକରେ ବିଭିନ୍ନ ମୌଳିକଗୁଡ଼ିକ ନିର୍ଦ୍ଦିଷ୍ଟ ଓଜନର ଅନୁପାତରେ ସଂଯୁକ୍ତ ଥାଆନ୍ତି ।
ବିଶୁଦ୍ଧ ପଦାର୍ଥର ବୈଶିଷ୍ଟ୍ୟ :
(i) ବିଶୁଦ୍ଧ ପଦାର୍ଥର ପ୍ରକୃତି ସମଜାତୀୟ ।
(ii) ଗୋଟିଏ ପଦାର୍ଥର ଧର୍ମ ଅନ୍ୟ ପଦାର୍ଥର ଧର୍ମଠାରୁ ଭିନ୍ନ ।
(iii) ଭୌତିକ ଉପାୟରେ ଏହାର ସଂଯୋଜନକୁ ପରିବର୍ତ୍ତନ କରିହୁଏ ନାହିଁ ।
→ ମିଶ୍ରଣ (Mixture):
(i) ମିଶ୍ରଣ ଏକାଧ୍ଵକ ପ୍ରକାରର ବିଶୁଦ୍ଧ ପଦାର୍ଥକୁ ନେଇ ଗଠିତ । ଏଥରେ ଉପାଦାନଗୁଡ଼ିକର ଅନୁପାତ ନିର୍ଦ୍ଦିଷ୍ଟ ନ ଥାଏ । କୌଣସି ଭୌତିକ ପ୍ରକ୍ରିୟାଦ୍ଵାରା ଗୋଟିଏ ବସ୍ତୁର ଉପାଦାନଗୁଡ଼ିକରୁ ଅନ୍ୟ ପ୍ରକାରର ପଦାର୍ଥ ଉତ୍ପନ୍ନ କରାଯାଇ ପାରିବ ନାହିଁ । ସମୁଦ୍ର ଜଳ, ଖଣିଜ ପଦାର୍ଥ, ମାଟି ଆଦି ଗୋଟିଏ ଗୋଟିଏ ମିଶ୍ରଣ ।
(ii) ଜଳରେ ଦ୍ରବୀଭୂତ ଲୁଣପାଣି (ସୋଡ଼ିୟମ୍ କ୍ଲୋରାଇଡ଼କୁ) ବାଷ୍ପୀଭବନ ଭଳି ଭୌତିକ ପ୍ରକ୍ରିୟାଦ୍ଵାରା ଲୁଣକୁ ଅଲଗା କରାଯାଇପାରିବ ।
(iii) କିନ୍ତୁ ଜଳ ଓ ଲୁଣ ପ୍ରତ୍ୟେକ ଗୋଟିଏ ଗୋଟିଏ ବସ୍ତୁ ଅଟନ୍ତି ଏବଂ ଭୌତିକ ପ୍ରକ୍ରିୟାଦ୍ଵାରା ଜଳ କିମ୍ବା ଲୁଣର ରାସାୟନିକ ଉପାଦାନଗୁଡ଼ିକୁ ରହିଥାଏ । ପୃଥକ କରିହେବ ନାହିଁ ।
→ ମିଶ୍ରଣର ପ୍ରକାରଭେଦ (Types of Mixtures) :
ଗୋଟିଏ ମିଶ୍ରଣ ଯେଉଁ ପ୍ରକାରର ଉପାଦାନମାନଙ୍କୁ ନେଇ ଗଠିତ, ସେମାନଙ୍କ ଗୁଣକୁ ଭିଭିକରି ମିଶ୍ରଣକୁ ଭିନ୍ନ ଭିନ୍ନ ପ୍ରକାରରେ ବିଭକ୍ତ କରାଯାଇ ପାରିବ ।
→ ସମାଧାନ (Solution):
(i) ଦୁଇ ବା ତତୋଽଧ୍ଵକ ପଦାର୍ଥର ସମଜାତୀୟ ମିଶ୍ରଣକୁ ଦ୍ରବଣ କୁହାଯାଏ ।
(ii) ଦ୍ରବଣ କହିଲେ ତରଳରେ କଠିନ ବା ତରଳ ବା ଗ୍ୟାସ୍ ଜାତୀୟ ବସ୍ତୁ ଦ୍ରବୀଭୂତ ହୋଇଥାଏ ବୋଲି ଆମେ ଭାବୁ । ମାତ୍ର ଦ୍ରବଣ କଠିନ ଦ୍ରବଣ (ମିଶ୍ରଧାତୁ (Alloy)] ଓ ଗ୍ୟାସୀୟ ଦ୍ରବଣ (ବାୟୁ) ମଧ୍ୟ ହୋଇପାରେ । ଦ୍ରବଣରେ କଣିକା ସ୍ତରରେ ସମଜାତୀୟତା (homogeneity) ରହିଥାଏ ।
ଏଲୟ (Alay) ହେ ଏଲୟ (Alloy) ହେଉଛି ଦୁଇ ବା ତତୋଽଧ୍ଵକ ଧାତୁର ମିଶ୍ରଣ କିମ୍ବା ଧାତୁ ଓ ଅଧାତୁର ମିଶ୍ରଣ ଏବଂ କୌଣସି ଭୌତିକ ପ୍ରକ୍ରିୟାଦ୍ଵାରା ଏହାର ଉପାଦାନଗୁଡ଼ିକୁ ପରସ୍ପରଠାରୁ ଅଲଗା କରାଯାଇପାରିବ ନାହିଁ । ଏହା ଏକ ମିଶ୍ରଣ କାରଣ ଏହା ତାହାର ଉପାଦାନଗୁଡ଼ିକର ଧର୍ମ ପ୍ରଦର୍ଶନ କରେ ଏବଂ ଏହାର ପରିବର୍ତ୍ତନଶୀଳ (variable) ସଂଯୋଜନ ରହିପାରେ
(iii) ଦ୍ରବଣ ମଧ୍ୟରେ ଦ୍ରବ (solute) ଓ ଦ୍ରାବକ (solvent) ତାହାର ଉପାଦାନ ରୂପେ ରହିଥାଏ ।
(iv) ଦ୍ରାବକ : ଦ୍ରବଣ ମଧ୍ଯରେ ଯେଉଁ ଉପାଦାନଟି ସାଧାରଣତଃ ଅଧିକ ପରିମାଣରେ ଥାଏ ଏବଂ ଯାହା ମଧ୍ୟରେ ଅନ୍ୟ ଉପାଦାନଟି ଦ୍ରବୀଭୂତ ହୋଇଥାଏ, ତାହାକୁ ସ୍ରାବକ କୁହାଯାଏ ।
(v) ଦ୍ରବ : ଦ୍ରବଣ ମଧ୍ୟରେ ଯେଉଁ ଉପାଦାନଟି କମ୍ ପରିମାଣରେ ଥାଏ ଓ ଦ୍ରାବକ ଭିତରେ ଦ୍ରବୀଭୂତ ହୋଇଥାଏ ବା ମିଳାଇଯାଇଥାଏ ତାହାକୁ ଦ୍ରବ କୁହାଯାଏ ।
→ ଦ୍ରବଣର ପ୍ରକାରଭେଦ :
(a) ଜଳୀୟ ଦ୍ରବଣ : ଯେଉଁ ଦ୍ରବଣରେ ବସ୍ତୁ ଜଳରେ ଦ୍ରବୀଭୂତ ହୋଇଥାଏ, ତାକୁ ଜଳୀୟ ଦ୍ରବଣ କୁହାଯାଏ ଜଳରେ ସାଧାରଣ ଅଜୈବ ଯୌଗିକ ଦ୍ରବୀଭୂତ ହୋଇଥାଏ । ଜଳରେ ବହୁ ପ୍ରକାରର ବସ୍ତୁ ଦ୍ରବୀଭୂତ ହୋଇପାରୁଥିବାରୁ ଏହାକୁ ‘ସାର୍ବଜନୀନ ଦ୍ରାବକ’ କୁହାଯାଏ ।
(i) କଠିନ ଓ ତରଳ ର ପ୍ରବଣ: ଚିନି ପାଣ ତ୍ରାବଶରେ ଚିନି କଳରେ ଦ୍ରବୀଭୂତ ହୋଇ ମିଶି ଯାଇଥାଏ । ତେଣୁ ଚିନିପାଣି ହେଉଛି ତରଳରେ କଠିନର ଏକ ଦ୍ରବଣ । ଏଠାରେ ଜଳ (ତରଳ) ଦ୍ରାବକ ଏବଂ ଚିନି (କଠିନ) ଦ୍ରବ ଅଟେ ।
(ii) ତରଳ ଓ ତରଳର ଦ୍ରବଣ: ଆଲକହଲ୍ ଜଳରେ କ୍ରବୀଭୂତ ହେଲେ ଆଲକହଲ୍ର ଏକ ଦ୍ରବଣ ମିଳେ । ଯଦି ମିଶ୍ରଣରେ 20% ଇଥାନଲ୍ ଓ 80% ଜଳ ଥାଏ, ତେବେ ଇଥାନଲ୍ ହେଉଛି ଦ୍ରବ ଓ ଜଳ ହେଉଛି ଦ୍ରାବକ । ଏହି ଦ୍ରବଣକୁ ଜଳରେ ଆଲକହଲ୍ ଦ୍ରବଣ କୁହାଯାଏ । ଯଦି ମିଶ୍ରଣରେ 20% ଜଳ ଓ 80% ଇଥାନଲ୍ ଥାଏ, ତେବେ ଜଳ ହେଉଛି ଦ୍ରବ ଓ ଇଥାନଲ୍ ହେଉଛି ଦ୍ରାବକ । ଏହି ଦ୍ରବଣକୁ ଆଲକହଲ୍ରେ ଜଳର ଦ୍ରବଣ କୁହାଯାଏ ।
(iii) ଗ୍ୟାସ୍ ଓ ତରଳର ଦ୍ରବଣ: ଘୋଡ଼ାପାଣି ଭଳି କାର୍ବନ ଡାଇଅକ୍ସାଇଡ୍ (CO2) ଗ୍ୟାସ୍ ମିଶିଥୁବା ପାନୀୟଗୁଡ଼ିକ ହେଉଛି ତରଳରେ ଗ୍ୟାସ୍ର ଦ୍ରବଣ । ଏଥୁରେ କାର୍ବନ ଡାଇଅକ୍ସାଇଡ୍ (ଗ୍ୟାସ୍) ଦ୍ରବ ଓ ଜଳ (ତରଳ) ଦ୍ରାବକ ଭାବେ ରହିଥାଏ ।
(a) ନିର୍ଜଳୀୟ ଦ୍ରବଣ : ଯେଉଁ ଦ୍ରବଣରେ ବସ୍ତୁ ଜଳ ବ୍ୟତୀତ ଅନ୍ୟ ସ୍ରାବକରେ ଦ୍ରବୀଭୂତ ହୋଇଥାଏ, ତାହାକୁ ନିର୍ଜଳୀୟ ଦ୍ରବଣ କୁହାଯାଏ ।
(i) କଠିନ ଓ ତରଳର ଦ୍ରବଣ : ଆଲକହଲ୍ରେ ଆୟୋଡିନ୍ ଦ୍ରବଣକୁ ଆୟୋଡିନ୍ ଅର୍କ କୁହାଯାଏ ଏଥିରେ ଆୟୋଡିନ୍ (କଠିନ) ହେଉଛି ଦ୍ରବ ଓ ଆଲକହଲ୍ (ତରଳ) ହେଉଛି ଦ୍ରାବକ ।
ତରଳ ଓ ତରଳର ଦ୍ରବଣ : ବ୍ରୋମିନ୍ କାର୍ବନ ଟେଟ୍ରାକ୍ଲୋରାଇଡ୍ (CCl4)ରେ ଦ୍ରବୀଭୂତ ହୁଏ ।
(iii) ଗ୍ୟାସ୍ ଓ ଗ୍ୟାସ୍ର ମିଶ୍ରଣ : ବାୟୁ ଅନେକ ସଂଖ୍ୟକ ଗ୍ୟାସ୍ ଏକ ସମଜାତୀୟ ମିଶ୍ରଣ । ଏହାର ଦୁଇଟି ମୁଖ୍ୟ ଉପାଦାନ ହେଲା-ଅମ୍ଳଜାନ (21%) ଓ ଯବକ୍ଷାରଜାନ (78%) ।
(iv) କଠିନ ଓ କଠିନର ଦ୍ରବଣ : ପିତ୍ତଳ ହେଉଛି ଗୋଟିଏ ଦ୍ରବଣ ଯେଉଁଥିରେ ପ୍ରାୟ 30% ଦସ୍ତା (Zn) ଓ 70% ତମ୍ବା (Cu) ରହିଥାଏ ।
→ ଦ୍ରବଣର ଧର୍ମ (Properties of a Solution) :
(i) ଦ୍ରବଣ ହେଉଛି ଏକ ସମଜାତୀୟ ମିଶ୍ରଣ ।
(ii) ଦ୍ରବଣର କଣିକାଗୁଡ଼ିକର ବ୍ୟାସ ଏକ ନାନୋମିଟର (Inm ବା 10-9 m) ଠାରୁ ଛୋଟ ।
(iii) ଅତି କ୍ଷୁଦ୍ର ଆକାର ଯୋଗୁ ଦ୍ରବଣର କଣିକାମାନେ ଦ୍ରବଣ ମଧ୍ୟରେ ଗତି କରୁଥିବା ଆଲୋକ ରଶ୍ମିକୁ ବିଚ୍ଛୁରିତ (scatter) କରିପାରନ୍ତି ନାହିଁ । ତେଣୁ ଆଲୋକ ରଶ୍ମିର ଗତିପଥ ଦ୍ରବଣ ମଧ୍ଯରେ ଦୃଶ୍ୟମାନ ହୁଏ ନାହିଁ ।
(iv) ପରିସ୍ରବଣ ପଦ୍ଧତିଦ୍ଵାରା ଦ୍ରବଣରୁ ଦ୍ରବର କଣିକାମାନଙ୍କୁ ଅଲଗା କରାଯାଇପାରିବ ନାହିଁ । ଦ୍ରବଣକୁ ସ୍ଥିର ଭାବରେ ରଖୁଦେଲେ ଏହାର ଦ୍ରବର କଣିକାଗୁଡ଼ିକ ତଳେ ବସନ୍ତି ନାହିଁ । ତେଣୁ ଦ୍ରବଣ ସ୍ଥିର (stable) ଅଟେ ।
→ ଦ୍ରବଣର ଗାଢ଼ତା (Concentration of a Solution) :
ଗୋଟିଏ ଦ୍ରବଣରେ ଦ୍ରବ ଓ ଦ୍ରାବକର ଆପେକ୍ଷିକ ଅନୁପାତ ବଦଳିପାରେ । ଗୋଟିଏ ଦ୍ରବଣରେ ଥିବା ଦ୍ରବଣ ପରିମାଣ ଅନୁସାରେ ଦ୍ରବଣଟିକୁ ଗାଢ଼ କିମ୍ବା ଲଘୁ କିମ୍ବା ଯୁକ୍ତ ବୋଲି କୁହାଯାଏ ।