Odisha State Board BSE Odisha 9th Class Physical Science Notes Chapter 6 ବଳ ଓ ଗତି ନିୟମ will enable students to study smartly.
BSE Odisha Class 9 Physical Science Notes Chapter 6 ବଳ ଓ ଗତି ନିୟମ
→ ଉପକ୍ରମ (Introduction):
(i) ବସ୍ତୁର ଗତି ସମ ଗତି ବା ଅସମ ଗତି ହୋଇପାରେ ।
(ii) ଭୂମି ଉପରେ ଥିବା ଏକ ବଲ୍କୁ ଆଘାତ କଲେ ତାହା ଅବିରତ ଭାବରେ ଗତି କରେ ନାହିଁ । କିଛି ବାଟ ଗତି କଲାପରେ ତାହା ଆପେ ଆପେ ସ୍ଥିର ହୋଇଯାଏ ।
(iii) ଏକ ସ୍ଥିର ବସ୍ତୁକୁ ଗତିଶୀଳ କରିବାପାଇଁ ବା ଏକ ଗତିଶୀଳ ବସ୍ତୁକୁ ସ୍ଥିର କରିବାପାଇଁ କିଛି ପ୍ରୟାସ (effort) ଦରକାର ହୁଏ । ସାଧାରଣତଃ ଏହି ପ୍ରୟାସକୁ ଆମେ ମାଂସପେଶୀୟ ପ୍ରୟାସ ଭାବରେ ଅନୁ ଭବ କରୁ ।
(iv) ବଳର ଅବଧାରଣା (concept) ଠେଲିବା, ଟାଣିବା ବା ଆଘାତ ଦେବା ଉପରେ ପର୍ଯ୍ୟବସିତ ।
(v) ଠେଲିବା, ଟାଣିବା ଓ ଆଘାତ ଦେବା ହେଉଛି ଗୋଟିଏ ଗୋଟିଏ କାର୍ଯ୍ୟପ୍ରଣାଳୀ (method) ଯାହାଦ୍ୱାରା ଆମେ ବସ୍ତୁରେ ଗତି ସୃଷ୍ଟି କରିପାରିବା ।
(vi) ବସ୍ତୁଗୁଡ଼ିକୁ ଠେଲି, ଟାଣି କିମ୍ବା ଆଘାତ କରି ସେମାନଙ୍କର ସ୍ଥିତାବସ୍ଥାରେ ପରିବର୍ତ୍ତନ କରିହୁଏ ।
(vii) ବଳ ପ୍ରୟୋଗ କରି ବସ୍ତୁର ବେଗରେ, ଗତିର ଦିଗରେ, ଆକାର ଓ ଆକୃତିରେ ପରିବର୍ତ୍ତନ କରାଯାଇପାରିବ ।
→ ଆମ ଜୀବନରେ ବଳ (Force in our Life):
(i) ଆମ ଦୈନନ୍ଦିନ ଜୀବନରେ ‘କଳ’ ଶବ୍ଦର ବ୍ୟବହାର ଅତି ସାଧାରଣ । ଭୂମି ଉପରେ ଚାଲିବାପାଇଁ, ବସ୍ତୁକୁ ଉଠାଇବାପାଇଁ, କ୍ରିକେଟ୍ ବଲ୍କୁ ଫୋପାଡ଼ିବାପାଇଁ କିମ୍ବା ଗୋଟିଏ ବସ୍ତୁକୁ ଘୁଞ୍ଚାଇବ। ପାଇଁ ଆମେ ବଳ ଉପଯୋଗ କରିଥାଉ ।
(ii) ବିଭିନ୍ନ ପ୍ରକାର ବଳ ରହିଛି । କିନ୍ତୁ ବଳ ସାଧାରଣତଃ ଠେଲା (Push) କିମ୍ବା ଟଣା (Pull)କୁ ବୁଝାଇଥାଏ ।
(iii) ଯେତେବେଳେ ଗୋଟିଏ ବସ୍ତୁ ଉପରେ ବଳ ପ୍ରୟୋଗ କରାଯାଏ, ତାହା ଗତି କରିବାକୁ ଆରମ୍ଭ କରେ । ବଳ ପ୍ରୟୋଗଦ୍ଵାରା ସ୍ଥିର ବସ୍ତୁ ଗତିଶୀଳ ହୁଏ କିମ୍ବା ଗତିଶୀଳ ବସ୍ତୁ ସ୍ଥିର ହୁଏ କିମ୍ବା ବସ୍ତୁର ଗତି ଧୀର କିମ୍ବା ଦ୍ରୁତ ହୁଏ କିମ୍ବା ଗତିର ଦିଗ ପରିବର୍ତ୍ତିତ ହୋଇଥାଏ ।
(iv) ବଳ ଏକ ବାହ୍ୟ କାରଣ ଯାହାକି ସ୍ଥିରାବସ୍ଥାରେ ପରିବର୍ତ୍ତନ ଆଣିଥାଏ କିମ୍ବା ବସ୍ତୁର ସରଳରେଖ୍କ ସମଗତିରେ ପରିବର୍ତ୍ତନ ଆଣିଥାଏ ।
(v) ବଳର ବିଭିନ୍ନ ପ୍ରଭାବ ସହିତ ଆମେ ଅତି ପରିଚିତ । ଆମେ ଯେଉଁ ଠେଲା ଓ ଟଣା ବଳ ପ୍ରୟୋଗ କରିଥାଉ, ସେଗୁଡ଼ିକୁ ସଂସ୍ପର୍ଶ ବଳ କୁହାଯାଏ ।
(vi) ଅନ୍ୟ ଏକ ବଳ ଅଛି ଯାହା ବିନା ସଂସ୍ପର୍ଶରେ ଅର୍ଥାତ୍ ଶୂନ୍ୟରେ କ୍ରିୟାଶୀଳ ହୋଇଥାଏ । ଏହାକୁ ଅସଂସ୍ପର୍ଶ ବଳ କୁହାଯାଏ । ମାଧ୍ୟାକର୍ଷଣ ବଳ ଓ ଚୁମ୍ବକୀୟ ବଳଦ୍ଵୟ ଅସଂସ୍ପର୍ଶ ବଳର ଉଦାହରଣ ।
→ ବଳର ପ୍ରଭାବ (Effects of Force):
(a) ସ୍ଥିର ବସ୍ତୁକୁ ଗତିଶୀଳ କରାଏ
(i) ଜଣେ ଖେଳାଳି ବଲ୍କୁ ଗୋଡ଼ରେ ଆଘାତ ଦେଲେ ତାହା ଗତିଶୀଳ ହୁଏ ।
(ii) ରେଳ ଇଞ୍ଜିନ୍ ରେଳଡ଼ବାଗୁଡିକୁ ବଳ ପ୍ରୟୋଗଦ୍ଵାରା ଟାଣିଥାଏ କିମ୍ବା ଠେଲିଥାଏ ।
(iii) ଓଜନଦାର ଜିନିଷପତ୍ର ବଳଦ, ଗଧ କିମ୍ବା ଘୋଡ଼ାଦ୍ଵାରା ପରିବାହିତ ହୋଇଥାଏ ।
(iv) ଗଛରୁ ଫଳଟି ଛିଣ୍ଡି ମାଧ୍ୟାକର୍ଷଣ ବଳ ପ୍ରଭାବରେ ଭୂମିରେ ପଡେ ।
(v) ଗୋଟିଏ ଚୁମ୍ବକ ଲୁହାକଣ୍ଟାକୁ ଗତିଶୀଳ କରାଇପାରେ ।
(b) ଗତିଶୀଳ ବସ୍ତୁକୁ ସ୍ଥିରାବସ୍ଥାକୁ ଆଣେ
(i) ଭୂମି ସହିତ ଘର୍ଷଣଦ୍ଵାରା ଗଡ଼ିଯାଉଥିବା ବଲ୍ ଅଟକିଯାଏ ।
(ii) ବ୍ରେକ୍ ପ୍ରୟୋଗଦ୍ଵାରା ଗତିଶୀଳ ଟ୍ରେନ୍ କିମ୍ବା କାର୍କୁ ଅଟକାଯାଇପାରେ ।
(iii) ଭୂଲମ୍ବ ଦିଗରେ ଉପରକୁ ନିକ୍ଷେପ ହୋଇଥିବା ପଥରର ଗତି ମାଧ୍ୟାକର୍ଷଣ ବଳ ପ୍ରଭାବରେ ଧୀର ହୁଏ ବା ଶେଷରେ ବନ୍ଦ ହୋଇଯାଏ ।
(iv) ମୁକ୍ତ ଭାବରେ ଦୋଳାୟମାନ ଦୋଳକର ଦୋଳନ ବାୟୁର ଘର୍ଷଣ ବଳଦ୍ଵାରା ବନ୍ଦ ହୋଇଯାଏ ।
(c) ଗତିଶୀଳ ବସ୍ତୁକୁ ବେଗ ଓ ଦିଗରେ ପରିବର୍ତ୍ତନ ଆଣେ:
(i) ଭୂଲମ୍ବ ଦିଗରେ ଉପରକୁ ନିକ୍ଷେପ ହୋଇଥିବା ପଥରର ବେଗ ଓ ଦିଗରେ ମାଧ୍ୟାକର୍ଷଣ ବଳ ପ୍ରଭ।ବରେ ପରିବର୍ତ୍ତନ ଘଟିଥାଏ ।
(ii) ଷ୍ଟିଅରିଂ ଚକିରେ ବଳ ପ୍ରୟୋଗ କରି ଗତିଶୀଳ କାର ଦିଗ ବଦଳାଯାଇପାରେ ।
(iii) ସାଇକେଲ୍ ପ୍ୟାଡ଼େଲ୍ରେ ଅଧିକ ବଳ ପ୍ରୟୋଗ କଲେ ତାହା ଅଧିକ ବେଗରେ ଗଡ଼ିଚାଲେ ।
(iv) ଉପଗ୍ରହଗୁଡ଼ିକ ପୃଥିବୀ ଚାରିପଟେ ସ୍ଥିର ବେଗରେ ଘୂରୁଥାଆନ୍ତି । କିନ୍ତୁ ମାଧ୍ୟାକର୍ଷଣ ବଳ ପ୍ରଭାବରେ ସେଗୁଡିକର ଦିଗରେ କ୍ରମାଗତ ପରିବର୍ତ୍ତନ ଘଟିଥାଏ ।
(d) ଆକୃତିରେ ପରିବର୍ତ୍ତନ ଆଣିଥାଏ।
(i) ଟଣାବଳ ପ୍ରୟୋଗଦ୍ଵାରା ରବର ଫିତାର ଦୈର୍ଘ୍ୟ ବୃଦ୍ଧି ଘଟିଥାଏ ।
(ii) ସଂପୀଡ଼ନ ବଳ ପ୍ରୟୋଗଦ୍ଵାରା ସ୍ପ୍ରିଙ୍ଗ୍ର ଦୈର୍ଘ୍ୟ ହ୍ରାସ ପାଏ ।
(iii) ସୁନାକୁ ପିଟି ପତଳା ଚଦରରେ ପରିଣତ କରାଯାଏ ।
(iv) ହାତରେ ବଳ ପ୍ରୟୋଗ କରି କାଦୁଅକୁ ବିଭିନ୍ନ ଆକୃତି ଦିଆଯାଏ ।
→ ସନ୍ତୁଳିତ ଏବଂ ଅସନ୍ତୁଳିତ ଶକ୍ତି (Balanced and Unbalanced Force):
(a) ଯେଉଁ ବଳଗୁଡ଼ିକ ପ୍ରଭାବରେ ବସ୍ତୁର ସ୍ଥିତାବସ୍ଥାରେ ବା ଗତିର ଅବସ୍ଥାରେ କୌଣସି ପରିବର୍ତ୍ତନ ହୁଏ ନାହିଁ, ସେଗୁଡିକୁ ସନ୍ତୁ ଳିତ ବଳ (Balanced Force) କୁହାଯାଏ ।
(b) ‘ଯେତେବେଳେ ଗୋଟିଏ ବସ୍ତୁ ଉପରେ ଅନେକଗୁଡ଼ିଏ ବଳ କ୍ରିୟାଶୀଳ ହୁଏ ଏବଂ ଯଦି ଏହି ବଳଗୁଡ଼ିକର ପରିଣାମୀ ବସ୍ତୁ ଉପରେ ଶୂନ ହୁଏ, ସେହି ବଳଗୁଡ଼ିକୁ ସନ୍ତୁଳିତ ବଳ କୁହାଯାଏ ।
ଉଦାହରଣ – 1:
(i) ଏକ ଭୂସମାନ୍ତର ଟେବୁଲ ପୃଷ୍ଠ ଉପରେ ଗୋଟିଏ କାଠଖଣ୍ଡ (wooden block) ରଖ୍ ଏହାର ଦୁଇ ମୁଣ୍ଡରେ X ଓ Y ନାମକ ଦୁଇଟି ଦୃଢ଼ ସୂତା ଲଗାଯାଉ ।
(ii) X-ସୂତାକୁ ଟାଣି କାଠଖଣ୍ଡ ଉପରେ ବଳ ପ୍ରୟୋଗ କଲେ ତାହା ଡାହାଣ ଦିଗକୁ ଗତିକରି ଘୁଞ୍ଚିଯିବ । ସେହିପରି Y-ସୂତାକୁ ଟାଣି କାଠଖଣ୍ଡ ଉପରେ ବଳ ପ୍ରୟୋଗ କଲେ ତାହା ବାମ ଦିଗକୁ ଗତିଶୀଳ ହେବ ।
(iii) ଯଦି X ଓ Y ସୂତାକୁ ଧରି ଏକା ସମୟରେ ସମାନ ବଳ ପ୍ରୟୋଗ କରି ଦୁଇ ପାର୍ଶ୍ଵକୁ ଟାଣିବା ତେବେ କାଠଖଣ୍ଡଟି କୌଣସି ପାର୍ଶ୍ଵକୁ ନଯାଇ ସ୍ଥିର ହୋଇ ରହିବ । ଏହି ପ୍ରକାର ବଳକୁ ସନ୍ତୁଳିତ ବଳ କୁହାଯାଏ ।
(iv) ଯଦି ସୂତା ଦୁଇଟିକୁ ଧରି ଅସମ ବଳ ପ୍ରୟୋଗ କରାଯାଏ, ତେବେ କାଠଖଣ୍ଡଟି ବୃହତ୍ତର ବଳ ଦିଗରେ ଗତି କରିବାକୁ ଆରମ୍ଭ କରିବ।
(v) ଏ କ୍ଷେତ୍ରରେ ବିପନ୍ତ୍ରୀତମୁଖୀ ବଳଦୂର ପରିମାଣ ଅସମାନ ହୋଇଥିବାରୁ ସେମାନେ ଏକ ଆଲାନ୍ତୁ ଳିତ ବଳ ସୃଷ୍ଟି କରନ୍ତି । ତେଣୁ କାଠଖଣ୍ଡଟି ଅସନ୍ତୁଳିତ ବଳ ଦିଗ ଆଡକୁ ଗତି କରେ । ‘‘ଯେତେବେଳେ ଗୋଟିଏ ବସ୍ତୁ ଉପରେ ଅନେକଗୁଡ଼ିଏ ବଳ କ୍ରିୟାଶୀଳ ହୁଏ ଏବଂ ଯଦି ଏହି ବଳଗୁଡ଼ିକର ପରିଣାମୀ ବସ୍ତୁ ଉପରେ ଶୂନ ନ ହୁଏ, ସେହି ବଳଗୁଡ଼ିକୁ ଅସନ୍ତୁଳିତ ବଳ କୁହାଯାଏ ।’’
ଉଦାହରଣ – 2:
(i) ଏକ ବନ୍ଧୁର (rough) ଚଟାଣ ଉପରେ ଗୋଟିଏ ବାକ୍ସକୁ ଅଳ୍ପ ବଳ ପ୍ରୟୋଗ କରି ଠେଲିଲେ ତାହା ଘୁଞ୍ଚିବ ନାହିଁ, କାରଣ ବାକ୍ସର ନିମ୍ନ ପୃଷ୍ଠ ଓ ଚଟାଣ ମଧ୍ୟରେ ଏକ ଘର୍ଷଣ ବଳ ଠେଲାବଳର ବିପରୀତ
ଦିଗରେ କାର୍ଯ୍ୟ କରେ ।
(ii) ଦୁଇଟି ପୃଷ୍ଠ ଲାଗି କ ରି ର ହି ଥ୍ ଲେ ସେମାନଙ୍କ ମଧ୍ୟରେ ଘର୍ଷଣ ବଳ ଉତ୍ପନ୍ନ ହୁଏ । ଠେଲାବଳର ପରିମାଣ କମ୍ ହୋଇଥିବାରୁ ବିପରୀତମୁଖୀ ଘର୍ଷଣ ବଳ ସେହି ଠେଲାବଳକୁ ସନ୍ତୁଳିତ କରିଦିଏ । ତେଣୁ ବାକ୍ସ ତା’ ସ୍ଥାନରୁ ଘୁଞ୍ଚେ ନାହିଁ ।
(iii) ଅଧିକ ବଳ ପ୍ରୟୋଗକରି ବାକ୍ସକୁ ଠେଲିଲେ, ତାହା ଗତି କରିବାକୁ ଆରମ୍ଭ କରେ । ଏ କ୍ଷେତ୍ରରେ ଠେଲାବଳ ବିପରୀତମୁଖୀ ଘର୍ଷଣ ବଳଠାରୁ ଅଧିକ ହୁଏ । ତେଣୁ ଏକ ମୋଟ ଅସନ୍ତୁଳିତ ବଳ ବାକ୍ସ ଉପରେ କାର୍ଯ୍ୟ କରିବାରୁ ତାହା ଠେଲାବଳ ଦିଗରେ ଗତିଶୀଳ ହେଲା ।
ଉଦାହରଣ – 3:
(i) ରାଷ୍ଟ୍ରରେ ସାଟ୍ଟକୋଲ୍ ଚଳlଇଲ୍। ବେଳେ ପେଡ଼ାଲ୍ ମାରିବା ବନ୍ଦ କରିଦେଲେ ସାଇକେଲ୍ର ଗତି କ୍ରମଶଃ ମନ୍ଥର ହୋଇଯାଏ ।
(ii) ଏଠାରେ ରାସ୍ତାର ପୃଷ୍ଠ ଓ ସାଇକେଲ୍ର ଚକ ମଧ୍ୟରେ ସୃଷ୍ଟି ହୋଇଥିବା ଘର୍ଷଣ ବଳ ସାଇକେଲ୍ର ଗତି ଦିଗର ବିପରୀତମୁଖୀ ହୋଇଥାଏ ଓ ତାହା ସାଇକେଲ୍ର ଗତିକୁ ବିରୋଧ କରେ ।
(iii) ସାଇକେଲର ଗତିକୁ ବଜାୟ ରଖୁବାକୁ ହେଲେ ଅବିଚ୍ଛିନ୍ନ ଭାବରେ ପେଡ଼ାଲ ମାରିବାକୁ ହୁଏ । ପେଡ଼ାଲ ମାରିଲାବେଳେ ସାଇକେଲ୍ ଉପରେ ବାହ୍ୟ ବଳ କାର୍ଯ୍ୟ କରେ । ତେଣୁ ସାଇକେଲ୍ ଆଗକୁ ଗତିକରେ।
(iv) ଗୋଟିଏ ବସ୍ତୁ ଉପରେ ଅବିରତ (continuous) ଅସନ୍ତୁଳିତ ବଳ ପ୍ରୟୋଗ କଲେ ସେହି ବସ୍ତୁ ତାହାର ଗତିକୁ ବଜାୟ ରଖେ । କିନ୍ତୁ ଏହା ସର୍ବଦା ସତ୍ୟ ନୁହେଁ।
(v) ଯେତେବେଳେ ବସ୍ତୁ ଉପରେ ପ୍ରଯୁକ୍ତ ବଳଗୁଡ଼ିକ ସନ୍ତୁଳିତ ହୋଇଯାଆନ୍ତି ସେତେବେଳେ ବସ୍ତୁ ଉପରେ କୌଣସି ମୋଟ ବାହ୍ୟ ବଳ କାମ କରେ ନାହିଁ ଓ ବସ୍ତୁସମପରିବେଗରେ ଗତିକରେ ।
(vi) ଯେତେବେଳେ ଏକ ଅସନ୍ତୁଳିତ ବଳ ବସ୍ତୁ ଉପରେ କାର୍ଯ୍ୟକରେ ସେତେବେଳେ ବସ୍ତୁର ବେଗରେ ଗତିର ଦିଗରେ ବା ଉଭୟରେ ପରିବର୍ତ୍ତନ ଆସେ ଓ ବସ୍ତୁ ତ୍ୱରାନ୍ଵିତ ହୁଏ । ତେଣୁ ଗୋଟିଏ ବସ୍ତୁକୁ ତ୍ଵରାନ୍ଵିତ କରିବା ପାଇଁ ଏକ ଅସନ୍ତୁ ଳିତ ବାହ୍ୟ ବଳ ଆବଶ୍ୟକ ହୁଏ ।
→ ନିଉଟନ୍ ଙ୍କ ଗତି ନିୟମ । (Newton’s Laws of Motion)
(i) ଇଟାଲି ଦେଶର ବୈଜ୍ଞାନିକ ଗାଲି ଲି ଓ ଗତି ଓ ବଳ ମଧ୍ଯରେ ଥିବ। ସଂପର୍କକୁ ଜାଣିବାପାଇଁ ଗବେଷଣା କରିଥିଲେ ଓ ଅନେକ ମୌଳିକ ତଥ୍ୟ ପ୍ରକାଶ କରିଥିଲେ ।
(ii) ଗାଲିଲିଓଙ୍କ ବଳ ଓ ଗତି ସଂପର୍କୀୟ ସେହି ମୌଳିକ ଧାରଣାଗୁଡ଼ିକୁ ଆଇଜାକ୍ ନିଉଟନ୍ ଅଧୂକ ଅଧ୍ୟୟନ କରି ବସ୍ତୁମାନଙ୍କ ଗତି ସମ୍ପର୍କରେ ତିନୋଟି ମୌଳିକ ନିୟମ ଉପସ୍ଥାପନା କରିଥିଲେ, ଯାହାକୁ ନିଉଟନ୍ ଙ୍କ ଗତି ନିୟମ (Newton’s Laws of Motion) କୁହାଯାଏ ।
→ ନ୍ୟୁଟନ୍ ର ଗତିର ପ୍ରଥମ ନିୟମ । (Newton’s First Law of Motion):
ଜଡ଼ତ୍ଵ (Inertia):
(i) ବସ୍ତୁ ତା’ର ସ୍ଥିତାବସ୍ଥା ବା ଗତିର ଅବସ୍ଥାର ପରିବର୍ତ୍ତନକୁ ବିରୋଧ କରେ । ବସ୍ତୁ ସ୍ଥିର ହୋଇ ରହିଥିଲେ ସ୍ଥିର ହୋଇ ରହିବାକୁ ଚାହେଁ କିମ୍ବା ସମଗତିରେ ଯାଉଥିଲେ ନିଜର ସମ ଗତି ବଜାୟ ରଖୁବାକୁ ଚାହେଁ ।
(ii) ବାହ୍ୟବଳ ପ୍ରୟୋଗ ସତ୍ତ୍ଵେ ନିଜର ସ୍ଥିରାବସ୍ଥା ବା ସରଳରେଖ୍ୟ ସମ ଗତି ଅବସ୍ଥାକୁ ବଜାୟ ରଖିବା ପାଇଁ ଚପ୍ତର ଯେଉଁ ପ୍ରାକୃତିକ ପ୍ରବୃତ୍ତି (natural tendency) ଥାଏ, ତାହାକୁ ବସ୍ତୁର ଜଡ଼ତ୍ଵ (inertia) କୁହାଯାଏ ।
(iii) ଜଡ଼ତ୍ଵ ଦୁଇ ପ୍ରକାରର; ଯଥା-ସ୍ଥିରତାର ଜଡ଼ତା ଓ ଗତିର ଜଡ଼ତା ।
→ ସ୍ଥିରତାର ଜଡ଼ତା (Inertia of Rest) :
ବାହ୍ୟବଳ ପ୍ରୟୋଗ ସତ୍ତ୍ଵେ ସ୍ଥିର ଥିବା ବସ୍ତୁ ସ୍ଥିର ହୋଇ ରହିବାକୁ ଚାହେଁ । ଏହାକୁ ସ୍ଥିରତାର ଜଡ଼ତା କୁହାଯାଏ । ବାହ୍ୟବଳ ପ୍ରୟୋଗ ନହେବା ପର୍ଯ୍ୟନ୍ତ ବସ୍ତୁର ସ୍ଥିରାବସ୍ଥାରେ ପରିବର୍ତ୍ତନ ଘଟିବ ନାହିଁ ।
ଉଦାହରଣ –
ସ୍ଥିର ବସ୍ ଭିତରେ କିଛି ନ ଧରି ଯାତ୍ରୀ ଠିଆ ହୋଇଥାଆନ୍ତି । ବସ୍ ହଠାତ୍ ଗତିକଲେ, ଯାତ୍ରୀ ପଛକୁ ଝୁଙ୍କିପଡ଼ନ୍ତି । ଯାତ୍ରୀମାନଙ୍କର ପାଦ ବସ୍ ସହ ଲାଗି ରହିଥାଏ । ବସ୍ ଗତିକଲେ ପାଦ ମଧ୍ଯ ଆଗକୁ ଗତି କରେ । କିନ୍ତୁ ଯାତ୍ରୀମାନଙ୍କର ଶରୀରର ଅନ୍ୟ ଅଂଶ ସ୍ଥିରତାର ଜଡ଼ତା ଯୋଗୁଁ ନିଜ ନିଜ ସ୍ଥାନରେ ସ୍ଥିର ରହିଥାଏ ।ଫଳରେ ଯାତ୍ରୀମାନେ ପଛକୁ ଝୁଙ୍କିପଡ଼ନ୍ତି।
→ ଜଡ଼ତ୍ଵ ଓ ବସ୍ତୁତ୍ୱ (Inertia and Motion):
(i) ବସ୍ତୁ ସର୍ବଦା ତା’ର ଗତିର ଅବସ୍ଥାରେ କୌଣସି ପରିବର୍ତ୍ତନକୁ ବିରୋଧ କରେ । ବସ୍ତୁ ଯଦି ସ୍ଥିର ରହିଥାଏ ତେବେ ତାହା ସ୍ଥିର ହୋଇ ରହିବାକୁ ଚାହେଁ । ବସ୍ତୁ ଯଦି ଗତି କରୁଥାଏ ତେବେ ତାହା ନିଜର ଗତି ଅବସ୍ଥାକୁ ବଜାୟ ରଖୁବାକୁ ପ୍ରବୃତ୍ତି ପ୍ରଦର୍ଶନ କରେ । ବସ୍ତୁର ଏହି ଗୁଣକୁ ବସ୍ତର ଜଡ଼ତ୍ଵ କୁହାଯାଏ ।
(ii) ଯେଉଁ ବସ୍ତୁର ବସ୍ତୁତ୍ଵ ଅଧିକ ତାହାର ଜଡ଼ତ୍ଵ ଅଧିକ । ପରିମାଣାତ୍ମକ (quantitatively) ଭାବେ ବସ୍ତୁର ଜଡ଼ତ୍ଵ ତା’ ନିଜର ବସ୍ତୁତ୍ଵ ଉପରେ ନିର୍ଭର କରେ ।
ଉଦାହରଣ :
(i) କୌଣସି ପୃଷ୍ଠ ଉପରେ ଗୋଟିଏ ଖାଲି ହାଲୁକା ବାକ୍ସକୁ ପେଲିବା ସହଜ ହୁଏ, ମାତ୍ର ବହିଦ୍ଵାରା ପରିପୂର୍ଣ୍ଣ ଏକ ଭାରି ବାକ୍ସକୁ ପେଲିବା କଷ୍ଟକର ହୋଇଥାଏ ।
(ii) ଗୋଟିଏ ଫୁଟ୍ବଲ୍କୁ ଗୋଡ଼ରେ ମାରିଲେ ତାହା ସହଜରେ ଦୂରକୁ ଗଡ଼ିଯାଏ । କିନ୍ତୁ ସମାନ ଆକାର ଓ ଆକୃତିର ଏକ ଲୁହା ଗୋଲକକୁ ଗୋଡ଼ରେ ମାରିଲେ ଗୋଲକଟି ଆଗକୁ ଯାଏ ନାହିଁ ବରଂ ଗୋଡ଼ ଆଘାତପ୍ରାପ୍ତ ହୋଇ ଭାଙ୍ଗିଯିବାର ସମ୍ଭାବନା ଥାଏ ।