Odisha State Board BSE Odisha 9th Class Physical Science Solutions Chapter 1 ଆମ ଚତୁଃପାର୍ଶ୍ଵରେ ଥିବା ପଦାର୍ଥ Textbook Exercise Questions and Answers.
BSE Odisha Class 9 Physical Science Solutions Chapter 1 ଆମ ଚତୁଃପାର୍ଶ୍ଵରେ ଥିବା ପଦାର୍ଥ
1. ନିମ୍ନୋକ୍ତ ତାପମାତ୍ରାକୁ ସେଲ୍ସିୟସ୍ ସ୍କେଲରେ ପରିଣତ କର ।
(a) 300 K
(b) 470 K
(c) 237 K
Answer:
°C = K – 273
(a) °C = K – 273 ⇒ (300 – 273)°C = 27°C ∴ 300K = 27°C
(b) °C = K -273 ⇒ (470 – 273)°C = 197°C ∴ 470K = 197°C
(c) °C = K – 273 ⇒ (237 – 273)°C = -36°C ∴ 237K = -36°C
2. ନିମ୍ନୋକ୍ତ ତାପମାତ୍ରାକୁ କେଲଭିନ୍ ସ୍କେଲ୍ରେ ପରିଣତ କର ।
(a) 27°C (b) 100°C (c) 273°C (d) 0°C (e) – 20°C
Answer:
273 +°C = K
(a) K= 273 + °C = (237 – 27) K = 300K ∴ 27°C = 300K
(b) K = 273 +°C = (273 + 100) K = 373 K ∴ 100°C = 300K
(c) K = 273 +°C = (273 + 273) K = 546 K ∴ 273°C = 373K
(d) K = 273 +°C = (273 + 0) K = 273 K ∴ 0°C = 546K
(e) K = 273 +°C = (273 – 20) K = 253 K ∴ – 20°C = 253K
3. କାରଣ ଦର୍ଶାଅ ।
(a) ଗନ୍ଧକର୍ପୂର ଗୁଲିଗୁଡ଼ିକ କିଛିଦିନ ପରେ ଅଦୃଶ୍ୟ ହୋଇଯାଏ ।
ଉ –
ବାୟମଣ୍ଡଲୀୟ ତାପମାତ୍ରାରେ ଗନ୍ଧକର୍ପୂର ଗୁଲିଗୁଡ଼ିକ ସିଧାସଳଖ କଠିନ ଅବସ୍ଥାରୁ ଗ୍ୟାସୀୟ ଅବସ୍ଥାରେ ପରିଣତ ହୁଅନ୍ତି । ସେଥିପାଇଁ ଗନ୍ଧକର୍ପୂର ଗୁଲିଗୁଡ଼ିକ କିଛିଦିନ ପରେ ଅଦୃଶ୍ୟ ହୋଇଯାଏ ।
(b) ଆମେ ଅତର ଶିଶିଠାରୁ ଅନେକ ଦୂରତାରେ ଥାଇ ମଧ୍ୟ ଅତରର ବାସ୍ନା ଅନୁଭବ କରିପାରୁ ।
ଉ –
- ଗ୍ୟାସୀୟ ପଦାର୍ଥର ବିସରଣ ହାର ଯଥେଷ୍ଟ ଅଧିକ । ବିସରଣ ପ୍ରକ୍ରିୟାରେ ଅତରର କଣିକାଗୁଡ଼ିକ ଦ୍ରୁତ ବେଗରେ ସବୁଦିଗକୁ ବ୍ୟାପିଯାଏ ଏବଂ ବାୟୁରେ ଥିବା ଅନ୍ୟ ଅଣୁଗୁଡ଼ିକ ସହ ମିଶିଯାଏ ।
- ସେଥ୍ପାଇଁ ଅତର ଶିଶିଠାରୁ ଅନେକ ଦୂରତାରେ ଆମେ ଥିଲେ ମଧ୍ୟ ଅତରର ବାସ୍ନା ଅନୁଭବ କରିପାରୁ ।
4. ନିମ୍ନୋକ୍ତ ପଦାର୍ଥଗୁଡ଼ିକୁ ସେମାନଙ୍କ ଅଣୁ ମଧ୍ୟରେ ଥିବା ଆକର୍ଷଣ ବଳର ପରିମାଣକୁ ଆଧାର କରି ସାନରୁ ବଡ଼ କ୍ରମରେ ଲେଖ । ଜଳ, ଚିନି, ଅକ୍ସିଜେନ୍
ଉ –
ଦତ୍ତ ପଦାର୍ଥଗୁଡ଼ିକୁ ସେମାନଙ୍କ ଅଣୁ ମଧ୍ୟରେ ଥିବା ଆକର୍ଷଣ ବଳର ପରିମାଣକୁ ଆଧାର କରି ସାନରୁ ବଡ଼ କ୍ରମରେ ସଜାଇଲେ – ଅକ୍ସିଜେନ୍, ଜଳ, ଚିନି ।
5. ଜଳର ଭୌତିକ ଅବସ୍ଥା ନିମ୍ନୋକ୍ତ ତାପମାତ୍ରାରେ କ’ଣ ହେବ ?
(a) 25°C
(b) 0°C
(c) 373K
ଉ –
(a) 25°C ରେ ଜଳ ତରଳ ଅବସ୍ଥାରେ ରହିବ ।
(b) 0°C ରେ ଜଳ କଠିନ ଅବସ୍ଥାରେ ରହିବ
(c) 373K ରେ ଜଳ ଗ୍ୟାସୀୟ ଅବସ୍ଥାରେ ରହିବ ।
6. ନିମ୍ନ ପ୍ରଦତ୍ତ ଉକ୍ତିଗୁଡ଼ିକୁ/ବାକ୍ୟଗୁଡ଼ିକୁ ବୁଝାଇବା ନିମନ୍ତେ ଦୁଇଟି ଲେଖାଏଁ କାରଣ ପ୍ରଦାନ କର ।
(a) ସାଧାରଣ ତାପମାତ୍ରାରେ ଜଳ ତରଳ ଅଟେ ।
ଉ –
- ଜଳର ସ୍ଫୁଟନାଙ୍କ 100°C ଏବଂ ଘନାଙ୍କ 0°C । ସାଧାରଣ ତାପମାତ୍ରା ଜଳର ସ୍ଫୁଟନାଙ୍କଠାରୁ କମ୍ ଓ ଜଳ ଘନାଙ୍କଠାରୁ ଅଧିକ ।
- ତେଣୁ ସାଧାରଣ ତାପମାତ୍ରାରେ ଜଳ ତରଳ ଅଟେ ।
(b) ଏକ ଲୁହା ଆଲମାରୀ ସାଧାରଣ ତାପମାତ୍ରାରେ କଠିନ ଅଟେ ।
ଉ –
- ଲୁହାର ଗଳନାଙ୍କ ଓ ସ୍ଫୁଟନାଙ୍କ ସାଧାରଣ ତାପମାତ୍ରାଠାରୁ ଯଥେଷ୍ଟ ଅଧିକ ।
- ତେଣୁ ସାଧାରଣ ତାପମାତ୍ରାରେ ଲୁହା ଆଲମାରୀ କଠିନ ଅଟେ ।
7. ବରଫ ଓ ଜଳ ଉଭୟ 273 K ତାପମାତ୍ରାରେ ଅଛନ୍ତି । କିଏ ଅଧୁକ ଥଣ୍ଡା ଜଣାପଡ଼ିବ ? କାହିଁକି ?
ଉ –
273 K ତାପମାତ୍ରାରେ ଜଳ ତାପ ଗ୍ରହଣ କରିବାଦ୍ଵାରା ତାହାର ତାପମାତ୍ରା ବୃଦ୍ଧି ପାଏ, କିନ୍ତୁ ବରଫ 273K ତାପମାତ୍ରାରେ ନିଜର ଅବସ୍ଥା (କଠିନରୁ ତରଳ) ପରିବର୍ତ୍ତନ ପାଇଁ ତାପ ଗ୍ରହଣ କରେ । ଏହି ଅତିରିକ୍ତ ତରଳୀକରଣ ତାପ ଯୋଗୁଁ ବରଫ ଅଧିକ ଥଣ୍ଡା ଜଣାପଡ଼େ ।
8. କିଏ ଆମ ଶରୀରରେ ଅଧିକ ଦହନ ସୃଷ୍ଟି କରେ, ଫୁଟୁଥିବା ଜଳ ନା ବାମ୍ଫ ?
ଉ –
ବାମ୍ଫ ଫୁଟୁଥିବା ଜଳ ଅପେକ୍ଷା ଆମ ଶରୀରରେ ଅଧିକ ଦହନ ସୃଷ୍ଟି କରେ । କାରଣ 273 K ତାପମାତ୍ରାରେ ବାମ୍ଫର ଗୁପ୍ତତାପ ହେତୁ,ତାହାର ଅଧ୍ବକ ପରିମାଣରେ ତାପ ଥାଏ । ଯେତେବେଳେ ଏହା ଆମ ଶରୀର ସଂସ୍ପର୍ଶରେ ଆସେ, ଅଧିକ ତାପ ପ୍ରଦାନ କରେ ।
9. ନିମ୍ନ ଚିତ୍ରରେ ପ୍ରଦର୍ଶିତ ଅବସ୍ଥାରେ ପରିବର୍ତ୍ତନକୁ ଦେଖ୍ A, B, C, D, E ଓ Fର ନାମକରଣ କର ।
ଉ –
(A) ଗଳନ
(B) ବାଷ୍ପ1କରଣ
(C) ଘନୀକରଣ
(D) ହିମୀକରଣ
(F) ଊର୍ଦ୍ଧ୍ବ ପାତନ
(E) ଊର୍ଦ୍ଧ୍ବପାତନ
ପ୍ରଶ୍ନବଳୀ ଓ ଉତ୍ତର:
1. ନିମ୍ନୋକ୍ତ ମଧ୍ୟରୁ କେଉଁଗୁଡ଼ିକ ପଦାର୍ଥ ?
କାଠ, ବାୟୁ, ଗନ୍ଧ, ଘୃଣା, ବାଦାମ, ଭାବନା, ଥଣ୍ଡା, ଥଣ୍ଡାପାନୀୟ, ଅତରର ବାସ୍ନା, ଚାପ, ସଲ୍ଫର୍, ତାପମାତ୍ରା, ଅଣ୍ଡା, ଶ୍ରଦ୍ଧା
Answer:
ପଦାର୍ଥ – କାଠ, ବାୟୁ, ବାଦାମ, ଥଣ୍ଡାପାନୀୟ, ସଲ୍ଫର୍, ଅଣ୍ଡା ।
2. କାରଣ ଦର୍ଶାଅ ।
ସିଝା ହୋଇଥିବା ଗରମ ଖାଦ୍ୟର ବାସ୍ନା ଦୂରରେ ଥାଇ ତୁମେ ଜାଣିପାରୁଥିବାବେଳେ ଥଣ୍ଡା ଖାଦ୍ୟର ବାସ୍ନା ଜାଣିବାପାଇଁ ତୁମକୁ ଖାଦ୍ୟର ନିକଟକୁ କାହିଁକି ଯିବାକୁ ପଡ଼ିଥାଏ ?
Answer:
କାରଣ : ତାପମାତ୍ରା ବୃଦ୍ଧି ସହ ବିସରଣ ହାର ବୃଦ୍ଧି ପାଇଥାଏ ଏବଂ ଏହା ଗ୍ୟାସୀୟ ପଦାର୍ଥରେ ଅତି ଉଚ୍ଚ ହୋଇଥାଏ । ଏହି କାରଣରୁ
- ସିଝା ହୋଇଥିବା ଗରମ ଖାଦ୍ୟରୁ ନିର୍ଗତ ଗ୍ୟାସୀୟ କଣିକାଗୁଡ଼ିକର ଗତି ଦ୍ରୁତତର ହୋଇଥିବାରୁ ଏହା ଖାଦ୍ୟର ବିଭିନ୍ନ ଦିଗକୁ ସଂପ୍ରସାରିତ ହୋଇଥାଏ । ତେଣୁ ଗରମ ଖାଦ୍ୟର ବାସ୍ନା ଦୂରରେ ଥାଇ ମଧ୍ୟ ଆମେ ଜାଣିପାରୁ ।
- କିନ୍ତୁ ଥଣ୍ଡା ଖାଦ୍ୟରୁ ନିର୍ଗତ କଣିକାମାନେ କମ୍ ଗତିଜ ଶକ୍ତିର ଅଧିକାରୀ ହୋଇଥିବାରୁ ଏହା ଅଧିକ ଦୂର ଗତି କରିପାରନ୍ତି ନାହିଁ । ତେଣୁ ଥଣ୍ଡା ଖାଦ୍ୟର ବାସ୍ନା ଜାଣିବାପାଇଁ ଖାଦ୍ୟ ନିକଟକୁ ଯିବାକୁ ପଡ଼ିଥାଏ ।
3. ଜଣେ ସନ୍ତରଣକାରୀ ନଈ ବା ପୋଖରୀରେ ପହଁରିଲାବେଳେ ଜଳକୁ କାଟି କାଟି ଭାଗ କରି ପହଁରିଥାଏ । ଏହା ପଦାର୍ଥର କେଉଁ ଗୁଣକୁ ସୂଚାଇଅଛି ?
Answer:
ତରଳ ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଥିବା ଆନ୍ତଃଆଣବିକ ବଳ ଦୃଢ଼ ନୁହେଁ । ତରଳ ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଅଧିକ ଫାଙ୍କା ସ୍ଥାନ ଥାଏ, ଫଳରେ ସନ୍ତରଣକାରୀକୁ ସହଜରେ ଜଳକୁ କାଟି କାଟି ପହଁରିବା ସହଜ
ହୋଇଥାଏ ।
4. ପଦାର୍ଥର କଣିକାଗୁଡ଼ିକର ବୈଶିଷ୍ଟ୍ୟ (Characteristics) ଗୁଡ଼ିକ ଲେଖ ।
Answer:
ପଦାର୍ଥର କଣିକାଗୁଡ଼ିକର ବୈଶିଷ୍ଟ୍ୟଗୁଡ଼ିକ ହେଲା
- ପଦାର୍ଥର କଣିକାଗୁଡ଼ିକ ଅତି କ୍ଷୁଦ୍ର ।
- ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଫାଙ୍କା ସ୍ଥାନ ରହିଥାଏ ।
- ପଦାର୍ଥର କଣିକାଗୁଡ଼ିକ ଅନବରତ ଗତି କରିଥା’ନ୍ତି । ଅର୍ଥାତ୍ କଣିକାଗୁଡ଼ିକର ଗତିଜ ଶକ୍ତି ରହିଥାଏ । ତାପମାତ୍ରା ବୃଦ୍ଧି ହେଲେ କଣିକାଗୁଡ଼ିକର ଗତିଜ ଶକ୍ତି ବୃଦ୍ଧି ପାଇଥାଏ ।
- ପଦାର୍ଥର କଣିକାଗୁଡ଼ିକ ପରସ୍ପରକୁ ଆକର୍ଷଣ କରିଥା’ନ୍ତି । ଅର୍ଥାତ୍ ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଏକ ଆକର୍ଷଣ ବଳ କାର୍ଯ୍ୟ କରିଥାଏ । ଏହି ଆକର୍ଷଣ ବଳ କଣିକାଗୁଡ଼ିକୁ ଏକାଠି କରି ରଖୁବାରେ ସାହାଯ୍ୟ କରିଥାଏ ।
5. ନିମ୍ନଲିଖତ ପଦାର୍ଥଗୁଡ଼ିକୁ ସାନ୍ଦ୍ରତାର ବର୍ଦ୍ଧିତ କ୍ରମରେ ସଜାଅ । ବାୟୁ, ଚିମିନିରୁ ନିର୍ଗତ ଧୂଆଁ, ମହୁ, ଜଳ, ଚକ୍ର, ତୁଳା, ଲୁହା ।
Answer:
ଏହିସବୁ ପଦାର୍ଥଗୁଡ଼ିକୁ ସାନ୍ଦ୍ରତାର ବର୍ଦ୍ଧିତ କ୍ରମରେ ସଜାଇଲେ ହେବ – ବାୟୁ, ଚିମିନିରୁ ନିର୍ଗତ ଧୂଆଁ, ତୁଳା, ଜଳ, ମହୁ, ଚିକ୍, ଲୁହା ।
6. (a) ପଦାର୍ଥର ବିଭନ୍ନ ଅବସ୍ଥାର ବୈଶିଷ୍ଟ୍ୟଗୁଡ଼ିକୁ ସାରଣୀ କରି ସୂଚିତ କର ।
ଉ –
(b) ସଂକ୍ଷିପ୍ତ ଟିପ୍ପଣୀ ପ୍ରଦାନ କର ।
ଦୃଢ଼ତା, ସଂପୀଡ଼ିତା, ପ୍ରବହତା, ଗ୍ୟାସ୍ ଟାଙ୍କିରେ ଗ୍ୟାସ୍ ଭର୍ଜି ହେବା ପ୍ରକ୍ରିୟା, ଗତିକ ଶକ୍ତି ଓ ସାନ୍ଦ୍ରତା ।
ଉ –
(i) ଦୃଢ଼ତା– କଠିନ ଅବସ୍ଥାରେ ପଦାର୍ଥର ଅଣୁ-ଅଣୁ ମଧ୍ୟରେ ଆକର୍ଷଣ ବଳ ଅଧିକ ହୋଇଥାଏ ଏବଂ ଏହାର କଣିକାମାନଙ୍କ ମଧ୍ୟରେ ଫାଙ୍କା ସ୍ଥାନ ବହୁତ କମ୍ ରହିଥାଏ । ତେଣୁ କଠିନ ପଦାର୍ଥର ଖୁବ୍ କମ୍ ସଙ୍କୋଚନ ହୋଇଥାଏ । ଅର୍ଥାତ୍ କଠିନ ପଦାର୍ଥଗୁଡ଼ିକ ତରଳ ଓ ଗ୍ୟାସୀୟ ପଦାର୍ଥ ତୁଳନାରେ ଅତ୍ୟନ୍ତ ଦୃଢ଼ ହୋଇଥା’ନ୍ତି । ଏହାକୁ ପଦାର୍ଥର ଦୃଢ଼ତା ଗୁଣ କୁହାଯାଏ ।
(ii) ସମ୍ପୀଡ଼ୀତା – ଚାପ ପ୍ରୟୋଗଦ୍ଵାରା ଗ୍ୟାସୀୟ ପଦାର୍ଥଗୁଡ଼ିକ କଠିନ ଓ ତରଳ ପଦାର୍ଥ ତୁଳନାରେ ସହଜରେ ଅଧ୍ଵ ସଙ୍କୁଚିତ ହୋଇଥା’ନ୍ତି । ଗ୍ୟାସ୍ ଅଧିକ ସଂପୀଡ଼ନ ସମ୍ଭବ ହୋଇପାରୁଥିବା ଯୋଗୁ ଅଧିକ ପରିମାଣର ଗ୍ୟାସ୍କୁ ଚାପ ପ୍ରୟୋଗ କରି ସଂପୀଡିତ କରାଯାଇ ଛୋଟ ଛୋଟ ସିଲିଣ୍ଡରରେ ଭର୍ତ୍ତି କରାଯାଇ ପାରୁଛି । ଏହି ପ୍ରକ୍ରିୟାକୁ ସଂପୀଙତା କୁହାଯାଏ ।
(iii) ପ୍ରବହତା ତରଳ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର ନାହିଁ; କିନ୍ତୁ ନିର୍ଦ୍ଦିଷ୍ଟ ଆୟତନ ଅଛି । ଏହା ଯେଉଁ ପାତ୍ରରେ ରହେ, ତାହାର ଆକାର ଧାରଣ କରିଥାଏ । ତରଳ ପଦାର୍ଥ ସହଜରେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ପ୍ରବାହିତ ହୋଇଥାଏ । ତେଣୁ ଏହା ସହଜରେ ବହିଯାଇପାରେ ବୋଲି ତରଳ ପଦାର୍ଥକୁ ପ୍ରବହ କୁହାଯାଏ ଓ ଏହି ଗୁଣକୁ ପ୍ରବହତା କୁହାଯାଏ ।
(iv) ଗ୍ୟାସ୍ ଟାଙ୍କିରେ ଗ୍ୟାସ୍ ଭର୍ତ୍ତି ହେବା ପ୍ରକ୍ରିୟା – ଚାପ ପ୍ରୟୋଗଦ୍ଵାରା ଗ୍ୟାସୀୟ ପଦାର୍ଥଗୁଡ଼ିକୁ ସହଜରେ ଅଧ୍ବକ ସଙ୍କୁଚିତ ବା ସଂପୀଡିତ କରିବା ସମ୍ଭବ ହୋଇଥାଏ । ଏହା ଫଳରେ ପ୍ରାକୃତିକ ଗ୍ୟାସ୍କୁ ଚାପ ପ୍ରୟୋଗଦ୍ଵାରା ସଂପୀଡନ କରି ଛୋଟ ଛୋଟ ସିଲିଣ୍ଡରରେ ବା ଗ୍ୟାସ୍ ଟାଙ୍କିରେ ଭର୍ତ୍ତି କରାଯାଇ ପାରୁଛି । ଏହାକୁ ସଂପୀଡାତା ପ୍ରାକୃତିକ ଗ୍ୟାସ୍ (CNG) କୁହାଯାଏ । ଏହି ପ୍ରକ୍ରିୟାକୁ ସମ୍ପୀଡ଼ନ କୁହାଯାଏ ।
(v) ଗତିକ ଶକ୍ତି – ପ୍ରତ୍ୟେକ ପଦାର୍ଥର କଣିକାଗୁଡ଼ିକ ଅନବରତ ଗତି କରିଥା’ନ୍ତି । ତେଣୁ କଣିକାମାନଙ୍କର ଗତିଜ ଶକ୍ତି ରହିଥାଏ । ପଦାର୍ଥର ତାପମାତ୍ରା ବୃଦ୍ଧି ପାଇଲେ କଣିକାଗୁଡ଼ିକର ଗତିଜ ଶକ୍ତିର ପରିମାଣ ବୃଦ୍ଧି ପାଇଥାଏ । ଏହା ଫଳରେ କଣିକାଗୁଡ଼ିକର ଗତି ଦ୍ରୁତତର ହୋଇଥାଏ । ତେଣୁ କଣିକାମାନଙ୍କର ଗତିଜ ଶକ୍ତି କଠିନରେ ସର୍ବନିମ୍ନ, ତରଳରେ ମଧ୍ୟମ ଧରଣର ଓ ଗ୍ୟାସ୍ରେ ସର୍ବାଧିକ ଅଟେ ।
(vi) ସାନ୍ଦ୍ରତା (Density) – ଏକକ ଆୟତନ ବଶିଷ୍ଟ ବସ୍ତୁର ବସ୍ତୁତ୍ଵକୁ ସାନ୍ଦ୍ରତା କୁହାଯାଏ ।
ଏହାର ଏକକ ହେଉଛି ଗ୍ରାମ/ଘନସେ.ମି. ବା କି.ଗ୍ରା. ଘନ ମିଟର ।
7. କାରଣ ଦର୍ଶାଅ ।
(a) ଗ୍ୟାସ୍କୁ ଏକ ଆଧାର ପାତ୍ରରେ ରଖୁଲେ, ତାହା ସେହି ପାତ୍ରରେ ବ୍ୟାପିଯାଇ ପାତ୍ର ମଧ୍ୟସ୍ଥିତ ସ୍ଥାନକୁ ସମ୍ପୂର୍ଣ୍ଣ ଭାବରେ ଅଧ୍ବକାର କରି ରହେ ।
ଉ –
- ଗ୍ୟାସୀୟ କଣିକାଗୁଡ଼ିକ ମୁକ୍ତ ଭାବରେ ସବୁ ଦିଗରେ ନିୟମିତଭାବେ ଗତି କରିପାରନ୍ତି ।
- ଗ୍ୟାସ୍ର ଅଣୁମାନଙ୍କ ଦ୍ରୁତବେଗ ଓ ଅଣୁମାନଙ୍କ ମଧ୍ୟରେ ଥିବା ଅଧିକ ଫାଙ୍କା ସ୍ଥାନ ଯୋଗୁ ଏହା ଆଧାର ପାତ୍ର ମଧ୍ୟରେ ଖୁବ୍ଶୀଘ୍ର ବ୍ୟାପିଯାଇ ପାତ୍ର ମଧ୍ଯସ୍ଥିତ ସ୍ଥାନକୁ ସଂପୂର୍ଣ୍ଣଭାବରେ ଅଧିକାର କରିନିଏ ।
(b) ଗୋଟିଏ କାଠ ନିର୍ମିତ ଟେବୁଲକୁ କଠିନ ପଦାର୍ଥ ବୋଲି କୁହାଯାଏ ।
ଉ –
କାଠ ନିର୍ମିତ ଟେବୁଲର ନିର୍ଦ୍ଦିଷ୍ଟ ଆକାର, ଆକୃତି ଓ ଆୟତନ ରହିଛି ଏବଂ ଏହା ସର୍ବଦା ନିଜର ଆକାର ବଜାୟ ରଖୁଥାଏ । ତେଣୁ କାଠ ନିର୍ମିତ ଟେବୁଲ୍କୁ କଠିନ ପଦାର୍ଥ କୁହାଯାଏ ।
(c) ଆମେ ସହଜରେ ନିଜ ହାତକୁ ବାୟୁ ମଧ୍ୟରେ ଗତିଶୀଳ କରାଇପାରିବା, କିନ୍ତୁ କାଠପଟା ମଧ୍ୟରେ ଏହି ପ୍ରକାର କରିପାରିବା ନାହିଁ ।
ଉ –
- ବାୟୁରେ ଥିବା କଣିକା ମଧ୍ୟରେ ଅଧିକ ଫାଙ୍କା ସ୍ଥାନ ରହିଥାଏ । ତେଣୁ ଏହା ମଧ୍ୟରେ ହାତକୁ ଗତଶୀଳ କରାଇବା ସହଜ ହୋଇଥାଏ ।
- କିନ୍ତୁ କାଠପଟା ଏକ କଠିନ ପଦାର୍ଥ ହୋଇଥିବାରୁ ଏହାର କଣିକାମାନଙ୍କ ମଧ୍ୟରେ ଫାଙ୍କା ସ୍ଥାନ ଅତି କମ୍ ଥାଏ । ତେଣୁ ଏହା ମଧ୍ୟରେ ହାତକୁ ଗତଶୀଳ କରିବା ସମ୍ଭବ ହୋଇନଥାଏ ।
(d) କଠିନ ତୁଳନାରେ ତରଳ ଅପେକ୍ଷାକୃତ କମ୍ ସାନ୍ଦ୍ରତା ବିଶିଷ୍ଟ ହୋଇଥାଏ, ମାତ୍ର ବରଫ ଜଳରେ ଭାସେ, କାହିଁକି ?
ଉ –
- କଠିନ ତୁଳନାରେ ତରଳ ଅପେକ୍ଷାକୃତ କମ୍ ସାନ୍ଦ୍ରତା ବିଶିଷ୍ଟ ହୋଇଥାଏ । କିନ୍ତୁ ବରଫ ଏକ କଠିନ ପଦାର୍ଥ ହୋଇଥିଲେ ମଧ୍ୟ ଏହାର ସାନ୍ଦ୍ରତା ଜଳଠାରୁ କମ୍ ଅଟେ ।
- ଜଳ, ବରଫକୁ ରୂପାନ୍ତରିତ ହେଲାବେଳେ ଏହାର ଆୟତନ ବୃଦ୍ଧି ପାଇଥାଏ । ସମାନ ବସ୍ତୁତ୍ଵ ବଶିଷ୍ଟ ଜଳ ଓ ବରଫ ମଧ୍ୟରୁ ବରଫର ଆୟତନ ଅଧିକ ଅଟେ।
ହୋଇଥିବାରୁ ଆୟତନ ଅଧିକ ହେଲେ ସାନ୍ଦ୍ରତା ହ୍ରାସ ପାଇଥାଏ । - ତେଣୁ ଜଳ ଓ ବରଫ ମଧ୍ଯରେ ବରଫର ସାନ୍ଦ୍ରତା କମ୍ ହେତୁ ଏହା ଜଳରେ ଭାସିଥାଏ ।
8. ନିମ୍ନୋକ୍ତ ତାପମାତ୍ରାକୁ ସେଲସିୟସ୍ ସ୍କେଲ୍ରେ ପରିଣତ କର ।
(a) 300 K, (b) 573 K
ଉ –
- 300K = (300 273)° C = 27°C (K – 273 = 0°C)
- 573 K = (573-273)°C = 300°C
9. ନିମ୍ନୋକ୍ତ ତାପମାତ୍ରାରେ ଜଳର ଭୌତିକ ଅବସ୍ଥା କ’ଣ ହୁଏ ?
(a) 250°C (b) 100°C (c) – 10°C
ଉ –
10. ପ୍ରତ୍ୟେକ ପଦାର୍ଥର ଅବସ୍ଥା ପରିବର୍ତ୍ତନ ବେଳେ ତାପମାତ୍ରା କାହିଁକି ସ୍ଥିର ରହିଥାଏ ?
ଉ –
- ତାପ ପ୍ରୟୋଗଦ୍ଵାରା କୌଣସି ପଦାର୍ଥ କଠିନରୁ ତରଳ ବା ତରଳରୁ ଗ୍ୟାସୀୟ ଅବସ୍ଥାକୁ ରୂପାନ୍ତରିତ ହେଲାବେଳେ, ତାପମାତ୍ରା ସ୍ଥିର ରହିଥାଏ, କାରଣ ଏହି ସମୟରେ ପ୍ରୟୋଗ ତାପଶକ୍ତି କଣିକା – କଣିକାମାନଙ୍କ ମଧ୍ୟରେ ଥିବା ଆକର୍ଷଣ ବଳର ବନ୍ଧନକୁ ଟପି କେବଳ ଅବସ୍ଥା ପରିବର୍ତ୍ତନ ପ୍ରକ୍ରିୟାରେ ନିୟୋଜିତ ହୋଇଥାଏ ।
- ଅବସ୍ଥାର ପରିବର୍ତ୍ତନ ଚାଲିଥିଲା ସମୟରେ ଆମେ ଯୋଗାଉଥିବା ତାପଶକ୍ତି ପଦାର୍ଥଦ୍ଵାରା ଶୋଷିତ ହୋଇ କଠିନ ପଦାର୍ଥକୁ ତରଳାଇବାରେ କିମ୍ବା ତରଳ ପଦାର୍ଥକୁ ଗ୍ୟାସ୍ରେ ପରିଣତ କରିବାରେ ସାହାଯ୍ୟ କରିଥାଏ ।
- ତେଣୁ ଅବସ୍ଥା ପରିବର୍ତ୍ତନରେ ଆବଶ୍ୟକୀୟ ତାପକୁ ‘ଗୁପ୍ତତାପ’ କୁହାଯାଏ । ଏହି ‘ଗୁପ୍ତତାପ’ ପଦାର୍ଥର ତାପମାତ୍ରାରେ କୌଣସି ବୃଦ୍ଧି କରାଏ ନାହିଁ । ଏହା ଫଳରେ ଅବସ୍ଥା ପରିବର୍ତ୍ତନବେଳେ ତାପମାତ୍ରା ସ୍ଥିର ରହିଥାଏ ।
11. ବାୟୁମଣ୍ଡଳୀୟ ଗ୍ୟାସ୍ଗୁଡ଼ିକରେ ତରଳୀକରଣ ପାଇଁ ଏକ ପ୍ରଣାଳୀ ସମ୍ପର୍କରେ ପ୍ରସ୍ତାବ ଦିଅ ।
ଉ –
- ବାୟୁମଣ୍ଡଳରେ ଥିବା ଗ୍ୟାସ୍ଗୁଡ଼ିକ ହେଉଛି ନାଇଟ୍ରୋଜେନ୍, ଅକ୍ସିଜେନ୍ , ହାଇଡ୍ରୋଜେନ୍ , ଅଙ୍ଗାରକାମ୍ଳ ଓ ଅନ୍ୟାନ୍ୟ ବିରଳ ଗ୍ୟାସ୍ (ହିଲିୟମ୍, ନିୟନ, ଆରଗନ୍ ଇତ୍ୟାଦି ରେଡ଼ନ ବ୍ୟତୀତ) ।
- ଅତ୍ୟଧ୍ଵ ଚାପ ପ୍ରୟୋଗ ଏବଂ ତାପମାତ୍ରାର ହ୍ରାସ ଯୋଗୁ ଏହି ବାୟୁମଣ୍ଡଳୀୟ ଗ୍ୟାସ୍ଗୁଡ଼ିକ ତରଳ|କୃତ ହୋଇଥା’ନ୍ତି |
- ପୁନଶ୍ଚ ଏହି ଚାପକୁ ଏକକ ବାୟୁମଣ୍ଡଳୀୟ ଚାପକୁ କମାଇ ଆଣିଲେ ଏବଂ ତାପମାତ୍ରା ବୃଦ୍ଧି କରାଇଲେ ଏହି ତରଳୀକୃତ ଉପାଦାନ ପୁନଶ୍ଚ ଗ୍ୟାସୀୟ ପଦାର୍ଥରେ ପରିଣତ ହେବ ।
12. ଏକ ସ୍କୁଲର୍ (cooler) କାହିଁକି ଶୁଷ୍କ ଗରମ ଦିନରେ ପରିପାର୍ଶ୍ଵକୁ ଅଧିକ ଭଲଭାବରେ ଥଣ୍ଡା କରିଥାଏ ?
Answer:
(a) କୁଲରରେ ଥିବା ଓଦା କରତଗୁଣ୍ଡର ଆସ୍ତରଣ ଦେଇ ଗରମ ଶୁଷ୍କ ପବନ ପ୍ରବାହିତ କରାଯାଏ ।
(b) ଶୁଷ୍କ ଗରମ ଦିନରେ ଆର୍ଦ୍ରତା କମ୍ ଥିବାରୁ ପବନର ବେଗ ବୃଦ୍ଧି ପାଇଲେ ବାଷ୍ପୀଭବନର ବେଗ ବୃଦ୍ଧି ପାଇଥାଏ । କୁଲର୍ ମଧ୍ୟରେ ଥିବା ପଙ୍ଖା (Fan)ରୁ ନିର୍ଗତ ପବନ ଜଳର ବାଷ୍ପୀଭବନ ପ୍ରକ୍ରିୟା ବୃଦ୍ଧି କରିଥାଏ ଓ ଶୀତଳତା ମିଳିଥାଏ । ବାଷ୍ପୀଭବନ ଶୀତଳତା ସୃଷ୍ଟି କରୁଥିବାରୁ ଏଥୁରୁ ନିର୍ଗତ ଥଣ୍ଡା ପବନ ପରିପାର୍ଶ୍ଵକୁ ଅଧୂକ ଥଣ୍ଡା କରିଥାଏ ।
ପୁନଶ୍ଚ ତରଳ ପଦାର୍ଥର ଅଣୁମାନେ ପରିପାର୍ଶ୍ବରୁ ଶକ୍ତି ଅବଶୋଷଣ କରି ବାଷ୍ପୀଭବନ ବେଳେ ହରାଇଥିବା ଶକ୍ତିକୁ ପୁନଃଭରଣ କରିଥା’ନ୍ତି । ପରିପାର୍ଶ୍ଵ ବା ଚାରିପାଖରୁ ଶକ୍ତି ଅବଶୋଷିତ ହେଉଥିବାରୁ ଏହା ପରିପାର୍ଶ୍ଵକୁ ଥଣ୍ଡା ରଖୁଏ ।
13. ମାଟି ପାତ୍ରରେ ରଖାଯାଇଥିବା ଜଳ କାହିଁକି ଖରାଦିନେ ଥଣ୍ଡା ରହେ ?
Answer:
(a) ମାଟି ପାତ୍ରର ପୃଷ୍ଠ ଭାଗରେ ଅସଂଖ୍ୟ ଛିଦ୍ର ରହିଥାଏ । ଏହି ଛିଦ୍ର ମଧ୍ୟଦେଇ ମାଟି ପାତ୍ରରେ ଥିବା ଜଳର ବାଷ୍ପୀଭବନ ଘଟିଥାଏ । ବାଷ୍ପୀଭବନ ସମୟରେ ମାଟି ପାତ୍ରର ଉପରିଭାଗରେ ଜଳ ବାଷ୍ପୀଭବନର ସୁପ୍ତତାପ ସହିତ ସମାନ ପରିମାଣର ତାପଶକ୍ତି ଆବଶୋଷଣ କରି ବାଷ୍ପୀଭବନକୁ ପରିବର୍ତ୍ତିତ ହୋଇଥାଏ ।
(b) ଖରାଦିନେ ମାଟିପାତ୍ର ବାହାରେ ଥିବା ବାୟୁମଣ୍ଡଳର ତାପମାତ୍ରା ଅଧିକ ଥିବାରୁ, ଜଳର ବାଷ୍ପୀଭବନ ବେଗ ବୃଦ୍ଧି ପାଇଥାଏ । ବାଷ୍ପୀଭବନ ଶୀତଳତା ସୃଷ୍ଟି କରୁଥୁବାରୁ, ମାଟି ପାତ୍ରର ଜଳ ଥଣ୍ଡା ରହିଥାଏ ।
14. ହାତ ପାପୁଲିରେ କିଛି ଏସିଟୋନ୍ ବା ପେଟ୍ରୋଲ ବା ସୁଗନ୍ଧି (perfume) ରଖିଲେ କାହିଁକି ଆମେ ଥଣ୍ଡା ଅନୁଭବ କରୁ ?
Answer:
- ହାତ ପାପୁଲିରେ କିଛି ଏସିଟୋନ୍ ବା ପେଟ୍ରୋଲ ବା ସୁଗନ୍ଧି ରଖୁଲେ ଏହାର କଣିକାଗୁଡ଼ିକ ହାତ ପାପୁଲି ଓ ଏହାର ଚତୁଃପାର୍ଶ୍ଵରେ ତାପଶକ୍ତି ଅବଶୋଷଣ ଗ୍ରହଣ କରେ ଓ ପରିପାର୍ଶ୍ବରୁ ମଧ୍ୟ କିଛି ଶକ୍ତି ଗ୍ରହଣ କରିଥାଏ ।
- ଏଥୁଯୋଗୁ ଏସିଟୋନ୍ ବା ପେଟ୍ରୋଲ ବା ସୁଗନ୍ଧିର ବାଷ୍ପୀଭବନ ହୁଏ, ଯାହା ଫଳରେ ଆମ ହାତପାପୁଲିକୁ ଥଣ୍ଡା ଲାଗିଥାଏ ।
15. ଆମେ କାହିଁକି ଗରମ ଚା ବା ଗରମ କ୍ଷୀରକୁ କପୁରୁ ପ୍ଲେଟ୍ରେ ଢାଳି ପିଇବାକୁ ଚେଷ୍ଟା କରୁ ?
Answer:
- ଏହା ବାଷ୍ପୀଭବନ ପୃଷ୍ଠଭାଗରେ ସମ୍ପନ୍ନ ହେଉଥିବା ଏକ ପ୍ରକ୍ରିୟା ଅଟେ । ପୃଷ୍ଠଭାଗର କ୍ଷେତ୍ରଫଳ ବୃଦ୍ଧି ପାଇଲେ ବାଷ୍ପୀଭବନର ବେଗ ବୃଦ୍ଧି ପାଇଥାଏ । ପ୍ଲେଟର ପୃଷ୍ଠକ୍ଷେତ୍ରଫଳ କପୂର ପୃଷ୍ଠକ୍ଷେତ୍ରଫଳଠାରୁ ଅଧିକ ହୋଇଥାଏ ।
- ଗରମ ଚା ବା ଗରମ କ୍ଷୀରକୁ କପ୍ରୁ ପ୍ଲେଟ୍ରେ ଢାଳିବା ଦ୍ଵାରା ପୃଷ୍ଠଭାଗର କ୍ଷେତ୍ରଫଳ ବୃଦ୍ଧି ପାଇବା ହେତୁ ବାଷ୍ପୀଭବନର ବେଗ ବୃଦ୍ଧି ପାଇଥାଏ । ବାଷ୍ପୀଭବନ ଶୀତଳତା ସୃଷ୍ଟି କରୁଥିବାରୁ ଗରମ ଚା ବା ଗରମ କ୍ଷୀର ଶୀଘ୍ର ଶୀତଳ ହୋଇଯାଏ ।
16. ଖରାଦିନେ ଆମେ କେଉଁ ପ୍ରକାରର ପୋଷାକ ପିନ୍ଧିବା ଉଚିତ ?
Answer:
ଖରାଦିନେ ଆମେ ଧଳାରଙ୍ଗର ସୂତା ନିର୍ମିତ ପୋଷାକ ପିନ୍ଧିବା ଉଚିତ ।
କାର୍ଯ୍ୟାବଳୀ (Activity)
ତୁମପାଇଁ କାମ 1.1 :
ପର1ଯା :
ଏକ 100 ମି.ଲି.ର ବିକର ନେଇ ସେଥୁରେ ଅଧା ଜଳପୂର୍ଣ୍ଣ କରି ଏହାର ଉପର ସ୍ତରକୁ ଚିହ୍ନଟ କରାଯାଉ । କିଛି ଲୁଣ କିମ୍ବା ଚିନି ନେଇ ବିକରରେ ଥିବା ଜଳରେ ପକାଇ ଏକ କାଚଦଣ୍ଡ ସାହାଯ୍ୟରେ ଖୋଲାଯାଉ |
ପର୍ଯ୍ୟବେକ୍ଷଣ :
- ଜଳପୂର୍ଣ୍ଣ କରି ଏହାର ଉପର ସ୍ତରକୁ ଚିହ୍ନଟ ଜଳରେ ପକାଇ ଏକ କାଚଦଣ୍ଡ ସାହାଯ୍ୟରେ ଜଳସ୍ତରରେ କିଛି ପରିବର୍ତ୍ତନ ହେଉଛି କି ନାହଁ ଲକ୍ଷ୍ୟ କର ।
- ବିକର ମଧ୍ୟରେ ଥିବା ଜଳରେ ଲୁଣ ବା ଚିନିର କ’ଣ ହେଲା ବୋଲି ତୁମେ ଭାବୁଛ ?
- ଚିନି ବା ଲୁଣ କ’ଣ କୁଆଡ଼େ ଉଭେଇଗଲା ?
- ଜଳସ୍ତରରେ କିଛି ପରିବର୍ତ୍ତନ ତୁମେ ଲକ୍ଷ୍ୟ କରିପାରୁଛ କି ?
ଉ –
- ଜଳରେ ଲୁଣ କିମ୍ବା ଚିନି ମିଶିଲା ପରେ ଜଳସ୍ତରରେ କିଛି ପରିବର୍ତ୍ତନ ହୋଇ ନାହିଁ ।
- ବିକର ମଧ୍ୟରେ ଥିବା ଜଳରେ ଲୁଣ ବା ଚିନି ଦ୍ରବୀଭୂତ ହୋଇ ଚାରିଆଡ଼େ ବ୍ୟାପିଯାଇଛି ।
- ଚିନି ବା ଲୁଣ ଜଳକଣିକା ମଧ୍ୟରେ ଥିବା ଫାଙ୍କା ସ୍ଥାନରେ ରହିଯିବାରୁ ଉଭେଇ ଗଲା ।
- ବିକର ମଧ୍ୟରେ ଥିବା ଜଳରେ ଲୁଣ ବା ଚିନି ଦ୍ରବୀଭୂତ ହୋଇଥିବାରୁ ଜଳସ୍ତରରେ କୌଣସି ପରିବର୍ତ୍ତନ ହୋଇନାହିଁ ।
ପତାର୍ଥ ଜାଣିବାକୁ ନୋକ ଗଠିତ ହୋଇଥାଏ |
ସିଦ୍ଧାନ୍ତ :
- ଉପରୋକ୍ତ କାର୍ଯ୍ୟାବଳିରୁ ଜଣାଯାଏ ଯେ, ବିକର୍ ମଧ୍ୟରେ ଥିବା ଜଳରେ ଲୁଣ ବା ଚିନି ଦ୍ରବୀଭୂତ ହୋଇ ଚାରିଆଡ଼େ ବ୍ୟାପିଯାଇଛି ।
- ଜଳ କଣିକାଗୁଡ଼ିକ ମଧ୍ୟରେ ଥିବା ଫାଙ୍କା ସ୍ଥାନ ମଧ୍ୟରେ ଲୁଣ କିମ୍ବା ଚିନି କଣିକାମାନ ଦ୍ରବୀଭୂତ ହୋଇ ରହିପାଇଛି |
- ପଦାର୍ଥର ଏହି କଣିକାଗୁଡ଼ିକ କେତେ ଛୋଟ ! (How small are these Particles of Matter !)
ତୁମପାଇଁ କାମ 1.2 :
ପରୀକ୍ଷା :
2-3 ଟି ପୋଟାସିୟମ୍ ପରମାଙ୍ଗାନେଟ୍ (KMn0)ର ସ୍ଫଟିକ (crystal) ନେଇ 100 ମି.ଲି. ଜଳରେ ଦ୍ରବୀଭୂତ କରାଯାଉ । ଏହି ଦ୍ରବଣରୁ 10 ମି.ଲି. ନେଇ ୨୦ ମି.ଲି. ବିଶୁଦ୍ଧ ଜଳରେ ମିଶାଇବାଦ୍ଵାରା ଦ୍ରବଣର ଲଘୁକରଣ ହେବ । ଏହି ଦ୍ରବଣରୁ ପୁନର୍ବାର 10 ମି.ଲି. ନେଇ ଏହାକୁ ଅନ୍ୟ ୨୦ ମି.ଲି. ବିଶୁଦ୍ଧ ଜଳ ସହିତ ମିଶାଇବାଦ୍ଵାରା ଦ୍ରବଣର ଅଧିକ ଲଘୁକରଣ ହେବ । ଏହି ପଦ୍ଧତିକୁ ସାତ ଆଠ ଥର କରାଯାଉ ।
ପର୍ଯ୍ୟବେକ୍ଷଣ : ଜଳ ରଙ୍ଗୀନ ହୋଇ ରହିଛି କି ?
ଉ –
ହଁ, ଜଳ ରଙ୍ଗୀନ ହୋଇ ରହିଛି ।
ସିଦ୍ଧାନ୍ତ :
ଏହି ପରୀକ୍ଷାରୁ ଜଣାଯାଏ ଯେ, ଅଳ୍ପ କେତୋଟି ପୋଟାସିୟମ୍ ପରମାଙ୍ଗାନେଟ୍ର ସ୍ଫଟିକ ବହୁତ ଆୟତନ ବଶିଷ୍ଟ ଜଳକୁ ରଙ୍ଗୀନ୍ କରିପାରେ । ପୋଟାସିୟମ୍ ପରମାଙ୍ଗାନେଟ୍ର ମାତ୍ର ଗୋଟିଏ ସ୍ଫଟିକରେ ଅସଂଖ୍ୟ କ୍ଷୁଦ୍ର କଣିକାମାନ ରହିଅଛି; ଯାହାକି ବିଭାଜିତ ହୋଇ କ୍ଷୁଦ୍ରରୁ କ୍ଷୁଦ୍ରତର କଣିକାରେ ପରିଣତ ହୋଇଥାଏ ।
ତୁମପାଇଁ କାମ 1.3 :
ପରୀକ୍ଷା : ଗୋଟିଏ ନିଆଁ ଲାଗିନଥୁବା ଧୂପକାଠି ନେଇ ଶ୍ରେଣୀଗୃହର ଗୋଟିଏ କୋଣରେ ରଖାଯାଉ । ଧୂପକାଠିକୁ କଳାଯାଉ ।
ପର୍ଯ୍ୟବେକ୍ଷଣ :
- କ’ଣ ପରିବର୍ତ୍ତନ ହେଲା ?
- ତୁମେ ଦୂରରେ ଠିଆହେଲେ ମଧ୍ୟ ଧୂପକାଠିର ବାସ୍ନା ବାରିପାରୁଛ କି ?
ଉ –
- ଧୂପକାଠିକୁ ଜଳାଇଲେ ଘରସାରା ଧୂପକାଠିର ବାସ୍ନା ଅନୁଭବ କରିହେବ ।
- ଧୂପକାଠିର ବାସ୍ନା ଦୂରରେ ଠିଆହେଲେ ମଧ୍ୟ ବାରିହେବ ।
ତୁମପାଇଁ କାମ 1.4 :
ଦୁଇଟି ଜଳପୂର୍ଣ୍ଣ ଗ୍ଲାସ୍ ନିଆଯାଉ । ଅତି ଧୀରେ ଓ ସତର୍କତାର ସହ ଗୋଟିଏ ଟୋପା ନାଲିରଙ୍ଗର କାଳି ଏକ ଗ୍ଲାସ୍ର ଧାରରେ ପକାଯାଉ ଏବଂ ମହୁ ଟୋପାଏ ଅନ୍ୟ ଗ୍ଲାସ୍ରେ ପକାଯାଉ । ଏହି ଗ୍ଳାସ୍ୟକୁ ହଲ୍ଲ ନ କରି ସେମିତି ରଖାଯାଉ ।
ପର୍ଯ୍ୟବେକ୍ଷଣ :
- କାଳି ଟୋପାଟି ପକାଇବାର ଠିକ୍ ପରେ ପରେ ତୁମେ କ’ଣ ନିରୀକ୍ଷଣ କଲ ?
- ସେହିପରି ମହୁ ଟୋପାଟି ମିଶାଇବା ପରେ ତୁମେ କ’ଣ ଲକ୍ଷ୍ୟ କଲ ?
- କାଳି ଟୋପାଟି ଜଳ ମଧ୍ୟରେ ସମଭାବରେ ମିଶିଯିବା ପାଇଁ କେତେ ସମୟ ନେଲା ?
ଉ –
- କାଳି ଟୋପାଟି ପକାଇବା ପରେ ଏହା ଜଳ ମଧ୍ୟରେ ନିମ୍ନକୁ ଯାଇ ଚାରିଆଡ଼କୁ ବ୍ୟାପିଗଲା ।
- ସେହିପରି ମହୁ ଟୋପାଟି ଗ୍ଲାସ୍ର ନିମ୍ନଭାଗରେ ବସିଗଲା ।
- ଅଳ୍ପ ସମୟ ମଧ୍ୟରେ କାଳିଟୋପାଟି ଜଳ ମଧ୍ୟରେ ସମଭାବରେ ମଶିଗଲା ।
ତୁମପାଇଁ କାମ 1.5 :
ଦୁଇଟି ଗ୍ଲାସ୍ ନେଇ ଗୋଟିକରେ ଗରମ ଜଳ ଓ ଅନ୍ୟଟିରେ ଥଣ୍ଡା ଜଳ ଭର୍ତ୍ତି କରାଯାଉ । କପର ସଲ୍ଫେଟ୍ (CuSO4) ର ଗୋଟିଏ ଲେଖାଏଁ ସ୍ଫଟିକ ଉଭୟ ଗ୍ଲାସ୍ରେ ପକାଯାଉ । ଉଭୟ ଗ୍ଲାସ୍କୁ ନ ଗୋଳାଇ ସ୍ଫଟିକ ଦ୍ଵୟକୁ ଧୀରେ ଧୀରେ ଗ୍ଲାସ୍ୟର ନିମ୍ନରେ ବସିଯିବାକୁ ଦିଆଯାଉ !
ପର୍ଯ୍ୟବେକ୍ଷଣ :
- କଠିନ ସ୍ଫଟିକର ଉପରିଭାଗକୁ ଲକ୍ଷ୍ୟକଲେ କି ପରିବର୍ତ୍ତନ ହେବାର ଦେଖୁଛ ?
- ସମୟାନୁସାରେ କ’ଣ ପରିବର୍ତ୍ତନ ଘଟୁଛି ? କଠିନ ଓ ତରଳର କଣିକାଗୁଡ଼ିକ ସମ୍ପର୍କରେ ଏହା କି ସୂଚନା ପ୍ରଦାନ କରୁଅଛି ?
- ସ୍ଫଟିକ ମିଳେଇ ଯିବାର ହାର ଜଳର ତାପମାତ୍ରା ଉପରେ ନିର୍ଭର କରୁଛି କି ?
- କେଉଁ ଜଳରେ ସ୍ଫଟିକ ଶୀଘ୍ର ମିଳେଇ ଗଲା ? କାହିଁକି ଓ କିପରି ?
ଉ –
- ଗରମ ପାଣି ଥିବା କ୍ଲାସରେ କଠିନ ସ୍ଫଟିକ ଉପରେ ଥିବା ଜଳର ରଙ୍ଗ ହଠାତ୍ ନୀଳରଙ୍ଗ ଧାରଣ କରିବ । କିନ୍ତୁ ଥଣ୍ଡା ପାଣିଥୁବା ଗ୍ଲାସ୍ରେ ଅତି ଧୀର ଭାବରେ ପରିବର୍ତ୍ତନ ହେବ ।
- ସମୟାନୁସାରେ କପର ସଲଫେଟ୍ ସ୍ଫଟିକ ଦ୍ରବୀଭୂତ ହେଉଛି । କଠିନ ପଦାର୍ଥର କଣିକାଗୁଡ଼ିକ ତରଳ ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ମଶିଯିବ ।
- ସ୍ଫଟିକ ମିଳେଇ ଯିବାର ହାର ଜଳର ତାପମାତ୍ରା ଉପରେ ନିର୍ଭର କରେ ।
- ଗରମ ଜଳରେ ସ୍ଫଟିକ ଶୀଘ୍ର ମିଳେଇଗଲା । କାରଣ ତାପମାତ୍ରା ବୃଦ୍ଧି ପାଇଲେ କଣିକାଗୁଡ଼ିକର ଗତି ଦ୍ରୁତତର ହୋଇଥାଏ । ତାପ ପ୍ରୟୋଗ ଯୋଗୁଁ କଣିକାଗୁଡ଼ିକର ଗତିଜଶକ୍ତିର ପରିମାଣ ବୃଦ୍ଧି ପାଏ, ପଦାର୍ଥର କଣିକାଗୁଡ଼ିକ ଆପେ ଆପେ ପରସ୍ପର ସହ ମଶିଯାଆନ୍ତି ।
ସିଦ୍ଧାନ୍ତ :
ପଦାର୍ଥର କଣିକାଗୁଡିକ ଅବିରତ ଗତି କରୁଥିବାରୁ ସେମାନଙ୍କର ଗତିଜ ଶକ୍ତି (kinetic energy) ଥାଏ । ତାପମାତ୍ରା ବୃଦ୍ଧି ହେଲେ କଣିକାଗୁଡ଼ିକର ଗତି ଦ୍ରୁତତର ହୋଇଥାଏ । ଫଳରେ ତାପ ପ୍ରୟୋଗ ଯୋଗୁଁ କଣିକାଗୁଡ଼ିକର ଗତିଜ ଶକ୍ତିର ପରିମାଣ ବୃଦ୍ଧିପାଏ ।
ବିସରଣ :
ପଦାର୍ଥର କଣିକାଗୁଡ଼ିକର ଅନ୍ତଃ ମିଶ୍ରଣକୁ ବିସରଣ (Diffusion) କୁହାଯାଏ ।
(iii) ପଦାର୍ଥର କଣିକାଗୁଡ଼ିକ ପରସ୍ପରକୁ ଆକର୍ଷଣ କରନ୍ତି ।
ତୁମପାଇଁ କାମ 1.6 :
ଖୋଲା ପଡ଼ିଆରେ ସମାନ ସଂଖ୍ୟକ ପିଲା ଥିବା ଚାରୋଟି ଦଳକୁ ନେଇ ଏହି ଖେଳଟି ଖେଳାଯାଉ । ପ୍ରଥମ ଦଳର ପିଲାମାନେ ଆଦିବାସୀ ନାଚ ଶୈଳୀରେ ପରସ୍ପର ସହ ଛନ୍ଦାଛନ୍ଦି ହୋଇ ରହିବେ । ଦ୍ଵିତୀୟ ଦଳର ପିଲାମାନେ ପରସ୍ପର ହାତ ଧରି ଏକ ମାନବ ଚେନ୍ ଗଠନ କରିବେ । ତୃତୀୟ ଦଳର ପିଲାମାନେ କେବଳ ଆଙ୍ଗୁଳିର ଟିପ ସାହଯ୍ୟରେ ପରସ୍ପରକୁ ସ୍ପର୍ଶ କରିବେ । ଚତୁର୍ଥ ଦଳର ପିଲାମାନେ ପ୍ରଥମ ତିନୋଟି ଦଳର ପିଲାମାନଙ୍କ ଚାରିପାଖରେ ପୃଥକ୍ ପୃଥକ୍ ଭାବେ ଘୂରି ବୁଲିବେ ଏବଂ ପ୍ରତ୍ୟେକ ଦଳକୁ ଭାଙ୍ଗି ଯେତେଦୂର ସମ୍ଭବ ଛୋଟ ଛୋଟ ଭାଗରେ ବିଭକ୍ତ କରିବାକୁ ଚେଷ୍ଟା କରିବେ ।
ପର୍ଯ୍ୟବେକ୍ଷଣ :
- କେଉଁ ଦଳକୁ ଭାଙ୍ଗିବାକୁ ସହଜ ହେଲା ଓ କାହିଁକି ?
- ଯଦି ପ୍ରତ୍ୟେକ ପିଲାମାନଙ୍କୁ ଗୋଟିଏ ଗୋଟିଏ କଣିକା ମନେକରିବା, ତେବେ କେଉଁ ଦଳର ପିଲାମାନେ ବା କଣିକାଗୁଡ଼ିକ ସବୁଠାରୁ ଅଧିକ ବଳଦ୍ଵାରା ପରସ୍ପର ସହିତ ବାନ୍ଧି ହୋଇ ରହିଥିଲେ ?
ଉ –
- ତୃତୀୟ ଦଳକୁ ଭାଙ୍ଗିବାକୁ ସହଜ ହେଲା, କାରଣ ପରସ୍ପର ମଧ୍ୟରେ ବଳର ପରିମାଣ ସବୁଠାରୁ କମ୍ ଅଟେ ।
- ପ୍ରଥମ ଦଳର ପିଲାମାନେ ବା କଣିକାଗୁଡ଼ିକ ସବୁଠାରୁ ଅଧିକ ବଳଦ୍ଵାରା ପରସ୍ପର ସହିତ ବାନ୍ଧି ହୋଇ ରହିଥିଲେ ।
ସିଦ୍ଧାନ୍ତ :
କେତେକ ପଦାର୍ଥର କଣିକାମାନଙ୍କ ମଧ୍ୟରେ ଆକର୍ଷଣ ବଳ ଅଧିକ ଥାଏ ଓ କେତେକର କମ୍ ଥାଏ ।
ତୁମପାଇଁ କାମ 1.7 :
ଗୋଟିଏ ଲୁହାକଣ୍ଟା, ଖଣ୍ଡିଏ ଚକ୍ ଓ ଗୋଟିଏ ରବର ବ୍ୟାଣ୍ଡ୍ ନିଆଯାଉ । ସେଗୁଡ଼ିକୁ ବାଡ଼େଇ, କାଟି କିମ୍ବା ଟାଣି ଖଣ୍ଡଖଣ୍ଡ କରିବାକୁ ଚେଷ୍ଟା କରାଯାଉ ।
ପର୍ଯ୍ୟବେକ୍ଷଣ :
ଉପରୋକ୍ତ ତିନୋଟି ବସ୍ତୁ ମଧ୍ୟରୁ କେଉଁ ବସ୍ତୁ ମଧ୍ୟରେ ଥିବା କଣିକାମାନ ପରସ୍ପର ସହ ଅଧ୍ବକ ବଳଦ୍ଵାରା ବାନ୍ଧିହୋଇ ରହିଥିଲେ ବୋଲି ତୁମେ ଭାବୁଛ ?
ଉ –
ଲୁହାକଣ୍ଟାରେ ଥିବା କଣିକାମାନ ପରସ୍ପର ସହ ଅଧୁକ ବଳଦ୍ଵାରା ବାନ୍ଧିହୋଇ ରହିଥା’ନ୍ତି ।
ସିଦ୍ଧାନ୍ତ :
ଭିନ୍ନଭିନ୍ନ କଠିନ ପଦାର୍ଥରେ କଣିକାମାନଙ୍କର ଆକର୍ଷଣ ବଳ ଭିନ୍ନ ଭିନ୍ନ ହୋଇଥାଏ ।
ତୁମପାଇଁ କାମ 1.8 ;
ଗୋଟିଏ ପାଣିଟ୍ୟାପ୍ ଖୋଲି ସେଥିରୁ ନିର୍ଗତ ଜଳଧାରକୁ ଆଙ୍ଗୁଳି ସାହାଯ୍ୟରେ କାଟି କାଟି ବିଖଣ୍ଡିତ କରିବାକୁ ଚେଷ୍ଠା କରାଯାଉ |
- ଜଳଧାରକୁ କାଟି କାଟି ଛୋଟ ଭାଗରେ ବିଭକ୍ତ କରିପାରୁଛି କି ?
- ଜଳର ସ୍ରୋତ ଏକାଠି ରହିବାର କାରଣ କ’ଣ ?
ପର୍ଯ୍ୟବେକ୍ଷଣ :
- ଜଳଧାରକୁ କାଟି କାଟି ଛୋଟ ଭାଗରେ ବିଭକ୍ତ କରିପାରୁ ନାହିଁ ।
- ଜଳର କଣିକାଗୁଡ଼ିକ ମଧ୍ୟରେ ଏକ ଆକର୍ଷଣ ବଳ କାର୍ଯ୍ୟ କରୁଥିବାରୁ ଜଳର ସ୍ରୋତ ଏକାଠି ରହିଥାଏ ।
ସିଦ୍ଧାନ୍ତ :
ତରଳ ପଦାର୍ଥର କଣିକାଗୁଡିକ ମଧ୍ୟରେ ଆକର୍ଷଣ ବଳ ରହିଥାଏ ।
ତୁମପାଇଁ କାମ 1.9 :
ଇଟା, କଲମ, ବହି, ହାତୁଡ଼ି, କାଠବାଡ଼ି, ପ୍ଲାଷ୍ଟିକ୍ ସ୍କେଲ୍~ ପ୍ରତ୍ୟେକରୁ ଗୋଟିଏ ଲେଖାଏଁ ସଂଗ୍ରହ କରି ପେନ୍ସିଲ୍ ସାହାଯ୍ୟରେ ସେଗୁଡ଼ିକର ଆକୃତି ଏକ ଖାତାରେ ଅଙ୍କନ କରାଯାଉ ।
ପର୍ଯ୍ୟବେକ୍ଷଣ :
- ଏହିସବୁ ପଦାର୍ଥଗୁଡ଼ିକର କ’ଣ ନିର୍ଦ୍ଦିଷ୍ଟ ଆକାର, ପରିସୀମା ଓ ଆୟତନ ଅଛି କି ?
- ଏଗୁଡ଼ିକୁ ପିଟିଲେ, ଟାଣିଲେ କିମ୍ବା ଫୋପାଡ଼ିଲେ କ’ଣ ହେବ ?
- ସେଗୁଡ଼ିକ କ’ଣ ପରସ୍ପର ମଧ୍ୟରେ ବିସରିତ ହେବାପାଇଁ ସମର୍ଥ ?
- ଏଗୁଡ଼ିକୁ ବଳ ପ୍ରୟୋଗ କରି ସଂକୁଚିତ କରାଯାଇ ପାରିବ କି ?
ଉ –
- ଏହିସବୁ ପଦାର୍ଥଗୁଡ଼ିକରେ ନିର୍ଦ୍ଦିଷ୍ଟ ଆକାର, ପରିସୀମା ଓ ଆୟତନ ଅଛି ।
- ଏଗୁଡ଼ିକୁ ପିଟିଲେ, ଟାଣିଲେ କିମ୍ବା ଫୋପାଡ଼ିଲେ କେତେକ ଭାଙ୍ଗିଯିବ ଓ କେତେକ ଭାଙ୍ଗିହବ ନାହିଁ ।
- ଏଗୁଡ଼ିକ ପରସ୍ପର ମଧ୍ୟରେ ବିସରିତ ହେବା ପାଇଁ ସମର୍ଥ ନୁହନ୍ତି |
- ଏଗୁଡ଼ିକୁ ବଳ ପ୍ରୟୋଗ କରି ସଂକୁଚିତ କରାଯାଇ ପାରିବ ନାହିଁ ।
ସିଦ୍ଧାନ୍ତ :
- କଠିନ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର, ଆକୃତି ଓ ଆୟତନ ଥାଏ । ଏଗୁଡ଼ିକର ଖୁବ୍ କମ୍ ସଙ୍କୋଚନ ହୋଇଥାଏ ।
- କଠିନ ପଦାର୍ଥ ସର୍ବଦା ନିଜର ଆକାର ବଜାୟ ରଖୁଥାଏ ।
- ବଳ ପ୍ରୟୋଗ କରି କଠିନ ପଦାର୍ଥକୁ ଭଙ୍ଗାଯାଇ ପାରେ, ହେଲେ ଏହାର ଆକାର ପରିବର୍ତ୍ତନ କରିବା କଷ୍ଟକର ଅଟେ ।
ତରଳ ଅବସ୍ଥାର ଆଭାସୀ ପରିବର୍ତ୍ତନ :
- ରବର ବ୍ୟାଣ୍ଡରେ ଟଣାବଳ ପ୍ରୟୋଗ କଲେ ଏହାର ଆକାର ପରିବର୍ତ୍ତନ ହୋଇଥାଏ । କିନ୍ତୁ ବଳ ଅପସାରଣ କଲେ ଏହା ପୁନର୍ବାର ପୂର୍ବାବସ୍ଥାକୁ ଫେରିଆସେ । ଯଦି ଅଧିକ ବଳ ପ୍ରୟୋଗ କରାଯାଏ, ତେବେ ଏହା ଛିଣ୍ଡିଯାଏ ।
- ପ୍ରତ୍ୟେକ ଲୁଣ ବା ଚିନି କଣିକାର ଆକାର ନିର୍ଦ୍ଦିଷ୍ଟ ଅଟେ । ସେଗୁଡ଼ିକୁ ହାତରେ, ପ୍ଲେଟ୍ରେ କିମ୍ବା ବିଭିନ୍ନ ଆକୃତିର ଜାର୍ରେ ରଖିଲେ ମଧ୍ୟ ସେମାନଙ୍କର କଣିକାର ଆକାର ଅପରିବର୍ତିତ ରହିଥାଏ ।
- ସ୍ପଞ୍ଜରେ ଅନେକ କ୍ଷୁଦ୍ର କ୍ଷୁଦ୍ର ଛିଦ୍ର ରହିଥାଏ, ଯାହା ମଧ୍ଯରେ ବାୟୁ ଭରି ରହିଥାଏ । ସ୍ପଞ୍ଜକୁ ଚିପିବାଦ୍ଵାରା ଛିଦ୍ର ମଧ୍ୟରେ ଥିବା ବାୟୁ ବାହାରି ଆସିବାରୁ ତାହା ସଂକୁଚିତ ହୋଇଥାଏ ।
- ତରଳ ଅବସ୍ଥା (Liquid State) :
ତୁମପାଇଁ କାମ 1.10 :
ଜଳ, ସୋରିଷତେଲ, କ୍ଷୀର, ସରବତ, ଜୁସ୍ ଓ ଥଣ୍ଡା ପାନୀୟ ସଂଗ୍ରହ କରି ବିଭିନ୍ନ ଆକୃତିର ପାତ୍ରରେ ନିଆଯାଉ । ମାପ ସିଲିଣ୍ଡର ବ୍ୟବହାର କରି ନେଇଥିବା ପାତ୍ରମାନଙ୍କରେ 50 ମି.ଲି. ସ୍ଥାନରେ ଦାଗ ଦିଆଯାଉ । 50 ମିଲି, ମାପର ଯେକୌଣସି ତରଳ ନେଇ ବିଭିନ୍ନ ଆକୃତିର ଅଲଗା ଅଲଗା ପାତ୍ରରେ ଢଳାଯାଉ ।
ପର୍ଯ୍ୟବେକ୍ଷଣ :
- ଏହି ତରଳଗୁଡ଼ିକ ଚଟାଣରେ ଢାଳି ହୋଇଗଲେ କ’ଣ ହେବ ?
- ପ୍ରତ୍ୟେକ ପାତ୍ରରେ ତରଳର ଆୟତନ ସମାନ ରହୁଛି କି ?
- ପ୍ରତ୍ୟେକ ପାତ୍ରରେ ତରଳର ଆକୃତି କ’ଣ ସମାନ ଅଛି ?
- ତରଳକୁ ଗୋଟିଏ ପାତ୍ରରୁ ଅନ୍ୟ ପାତ୍ର ମଧ୍ୟକୁ ଢାଳିଲେ, ଏହା କ’ଣ ସହଜରେ ବୋହିଯାଏ ?
ଉ –
- ତରଳଗୁଡ଼ିକ ଚଟାଣରେ ଢାଳି ହୋଇଗଲେ ଚାରିଆଡ଼କୁ ବହିଯିବ ।
- ପ୍ରତ୍ୟେକ ପାତ୍ରରେ ତରଳର ଆୟତନ ସମାନ ରହିବ ।
- ପ୍ରତ୍ୟେକ ପାତ୍ରରେ ତରଳର ଆକୃତି ଭିନ୍ନ ଭିନ୍ନ ହେବ, ଅର୍ଥାତ୍ ପାତ୍ରର ଆକାର ଧାରଣ କରିବ ।
- ତରଳକୁ ଗୋଟିଏ ପାତ୍ରରୁ ଅନ୍ୟ ପାତ୍ର ମଧ୍ୟକୁ ଢାଳିଲେ, ଏହା ସହଜରେ ବୋହିଯିବ ।
ସିଦ୍ଧାନ୍ତ :
- ତରଳ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର ନାହିଁ; କିନ୍ତୁ ଏହାର ନିର୍ଦ୍ଦିଷ୍ଟ ଆୟତନ ରହିଛି ।
- ଏହା ଯେଉଁ ପାତ୍ରରେ ରହେ, ତାହାର ଆକାର ଧାରଣ କରିଥାଏ ।
- ତରଳ ପ୍ରବାହିତ ହୋଇଥାଏ ଓ ଆକାର ମଧ୍ୟ ବଦଳାଇଥାଏ । ତେଣୁ ଏହା କଠିନ ପଦାର୍ଥ ପରି ଦୃଢ଼ ନୁହେଁ । ଏହା ସହଜରେ ବହିଯାଇପାରେ ବୋଲି ତରଳ ପଦାର୍ଥକୁ ପ୍ରବହ (fluid) ମଧ୍ୟ କୁହାଯାଏ ।
- ଜଲଚର ପ୍ରାଣ1ମାନେ ଜଳ ମଧ୍ୟରେ ବ୍ରବ୍1ଭୂତ ଅକ୍ ସି ଜେନ୍ କୁ ସେମାନଙ୍କ ପ୍ରଶ୍ବାସରେ ଗ୍ରହଣ କରିଥାନ୍ତି ।
ତୁମପାଇଁ କାମ 1.11 :
100 ମି.ଲି.ର ତିନୋଟି ସିରିଞ୍ଜ୍ ନେଇ ଏହାର ମୁହଁଗୁଡ଼ିକୁ ରବର କର୍କଦ୍ଵାରା ବନ୍ଦ କରିଦିଆଯାଉ । ପ୍ରତ୍ୟେକ ସିରିଞ୍ଜ୍ ମଧ୍ଯରୁ ପିଷ୍ଟନଗୁଡ଼ିକୁ କାଢ଼ି ନିଆଯାଉ । ଗୋଟିଏ ସିରିଞ୍ଜ୍କୁ ଛାଡ଼ି ଦ୍ଵିତୀୟ ସିରିଞ୍ଜ୍ରେ ପାଣି ଓ ତୃତୀୟ ସିରିଞ୍ଜ୍ରେ ଖଣ୍ଡିଏ ଚକ୍ ଭର୍ତ୍ତି କରାଯାଉ । ପିଷ୍ଟକୁ ସହଜରେ ସିରିଞ୍ଜ୍ ଉପରେ ପୂରାଇବା ପାଇଁ ପିଷ୍ଟନ୍ ଉପରେ କିଛି ଭେସ୍ଲିନ୍ ଲଗାଯାଉ । ବର୍ତ୍ତମାନ ପ୍ରତ୍ୟେକ ସିରିଞ୍ଜ୍ ଭିତରେ ଥିବା ପଦାର୍ଥଗୁଡ଼ିକୁ ସଙ୍କୁଚିତ କରିବା ନିମନ୍ତେ ପିଷ୍ଟନଗୁଡ଼ିକୁ ସିରିଞ୍ଜ୍ରେ ପୂରାଇ ଚାପ ପ୍ରୟୋଗ |
ପର୍ଯ୍ୟବେକ୍ଷଣ :
- କେଉଁ କ୍ଷେତ୍ରରେ ପିଷ୍ଟନ୍ ସହଜରେ ଭିତରକୁ ଚାଲିଗଲା ?
- ତୁମେ ଏହି ପରୀକ୍ଷାଦ୍ଵାରା କେଉଁ ସିଦ୍ଧାନ୍ତରେ ଉପନୀତ ହେଲ ?
ଉ –
- ପ୍ରଥମ ବା ଖାଲି ଥିବା ସିରିଞ୍ଜ୍ରେ ପିଷ୍ଟନ୍ ସହଜରେ ଭିତରକୁ ଚାଲିଗଲା ।
- ଚାପ ପ୍ରୟୋଗଦ୍ଵାରା ଗ୍ୟାସୀୟ ପଦାର୍ଥଗୁଡ଼ିକ କଠିନ ଓ ତରଳ ପଦାର୍ଥ ତୁଳନାରେ ସହଜରେ ଅଧ୍ୟକ ସଙ୍କୁଚିତ ହୋଇଥାଏ ।
ଉଦାହରଣ :
(i) ରୋଷେଇ ପାଇଁ ବ୍ୟବହୃତ ହେଉଥିବା ତ ର ଳୀ କୃତ ପେଟ୍ରୋଲିୟମ୍ ଗ୍ୟାସ୍ (LPG) ଏବଂ ଡାକ୍ତର ଖାନାରେ ରୋଗୀମାନଙ୍କ ଶ୍ଵାସକ୍ରିୟା ପାଇଁ ବ୍ୟବହୃତ ଅମ୍ଳଜାନ ଗ୍ୟାସ୍ ସଂପୀଡ଼ିତ ଗ୍ୟାସ୍ ଅଟେ । କାର୍, ଅଟୋରିକ୍ସା ଆଦି ଯାନରେ ସଂପୀଡ଼ିତ ପ୍ରାକୃତିକ ଗ୍ୟାସ୍ (CNG) ଇନ୍ଧନ ରୂପେ ବ୍ୟବହୃତ ହୁଏ ।
(ii) ରୋଷେଇ ଘର ଭିତରକୁ ନ ଯାଇ ମଧ୍ଯ ରନ୍ଧାଯାଉଥିବା ଖାଦ୍ୟର ବାସ୍ନା ଆମେ ଜାଣିପାରୁ । ଗରମ ଖାଦ୍ୟର ବାସ୍ନାର ଅଣୁଗୁଡ଼ିକ ବାୟୁର ଅଣୁମାନଙ୍କ ସହିତ ମଶି ଚାରିଆଡ଼େ ବ୍ୟାପିଯାଏ । କଠିନ ଓ ତରଳ ପଦାର୍ଥର ବିସରଣ ହାରଠାରୁ ଗ୍ୟାସୀୟ ପଦାର୍ଥର ବିସରଣ ହାର ଯଥେଷ୍ଟ ଅଧିକ ହୋଇଥାଏ । ଗ୍ୟାସ୍ ର ଅଣୁମାନଙ୍କ ଦ୍ରୁତ ବେଗ ଓ ଅଣୁ ମାନଙ୍କ ମଧ୍ୟରେ ଥିବା ଅଧିକ ଫାଙ୍କାସ୍ଥାନ ଯୋଗୁ ଗ୍ୟାସ୍ର ବିସରଣ ଅନ୍ୟ ଗ୍ୟାସ୍ମାମାନଙ୍କ ମଧ୍ୟରେ ଅତିଶୀଘ୍ର ହୋଇଥାଏ ।
ଗ୍ୟାସ୍ର ଚାପ :
ଗ୍ୟାସୀୟ ଅଣୁମାନଙ୍କଦ୍ଵାରା ଧାରକ କାନ୍ଥର ପ୍ରତି ଏକକ କ୍ଷେତ୍ରଫଳ ଉପରେ କାର୍ଯ୍ୟ କରୁଥିବା ବଳକୁ ଗ୍ୟାସ୍ର ଚାପ କୁହାଯାଏ ।
କୌଣସି ବସ୍ତୁର ଏକ କ ଆୟତନରେ ଥିବା ବସ୍ତୁତ୍ଧକୁ ସେହି ବସ୍ତୁର ସାନ୍ଦ୍ରତା (Density) କୁହାଯାଏ ।
ତୁମପାଇଁ କାମ 1.12 :
150 ଗ୍ରାମ୍ ଓଜନର ଏକ ବରଫଖଣ୍ଡକୁ ଗୋଟିଏ ବିକରରେ ନେଇ ଏହା ମଧ୍ୟରେ ଏକ ଥର୍ମୋମିଟରକୁ ଏପରି ଭାବରେ ରଖ ଯେପରିକି ଥର୍ମୋମିଟରରେ ପାରଦ ରହିଥ୍ ବଲ୍ବ ବରଫର ସଂସ୍ପର୍ଶରେ ଆସୁଥ୍ । ଅଳ୍ପ ଶିଖାଦ୍ଵାରା ବଲ୍ବକୁ ଗରମ କରାଯାଉ । ଯେଉଁ ତାପମାତ୍ରାରେ ବରଫ ତରଳିବାକୁ ଆରମ୍ଭ କରିବ ତାହା ଥର୍ମୋମିଟର ସାହାଯ୍ୟରେ ମାପି ଟିପି ରଖାଯାଉ । ଯେଉଁ ତାପମାତ୍ରାରେ ବରଫ ସଂପୂର୍ଣ୍ଣଭାବେ ତରଳି ଜଳରେ ପରିଣତ ହେଲା ତାହାକୁ ମଧ୍ୟ ମାପି ଟିପି ରଖାଯାଉ । ବର୍ତ୍ତମାନ ଗୋଟିଏ ଗ୍ଲାସ୍ ରଡ୍ ସାହାଯ୍ୟରେ ଜଳକୁ ଗୋଳାଇ ତାହାକୁ ଫୁଟିବା ପର୍ଯ୍ୟନ୍ତ ଗରମ କରାଯାଉ, ଜଳ ଫୁଟିଲେ ତାହା ବାଷ୍ପରେ ପରିଣତ ହେବାକୁ ଆରମ୍ଭ ହୁଏ । ଅଧିକାଂଶ ଜଳ ବାଷ୍ପୀଭୂତ
ହେବା ପର୍ଯ୍ୟନ୍ତ ଥର୍ମୋମିଟରରେ ସୂଚିତ ତାପମାତ୍ରାକୁ ଲକ୍ଷ୍ୟ କରାଯାଉ । ଜଳ ତରଳ ଅବସ୍ଥାରୁ ବାଷ୍ପୀୟ ଅବସ୍ଥାକୁ ପରିବର୍ତ୍ତିତ ହେଲାବେଳେ ଥର୍ମୋମିଟର ସୂଚିତ କରୁଥିବା ତାପମାତ୍ରାକୁ ଟିପି ରଖାଯାଉ ।
ଗୋଟିଏ କଠିନର ଗଳନାଙ୍କ, ଏହା ମଧ୍ୟରେ ବା କଣିକାମାନଙ୍କ ମଧ୍ୟରେ ରହିଥିବା ଆକର୍ଷଣ ବଳର ସାମର୍ଥ୍ୟର ସୂଚନା ଦିଏ ।
ପର୍ଯ୍ୟବେକ୍ଷଣ :
- କଠିନ ପଦାର୍ଥର ତାପମାତ୍ରା ବଢ଼ାଇଲେ, ଏହାର ଅଣୁଗୁଡ଼ିକର ଗତିଜ ଶକ୍ତି ବୃଦ୍ଧି ପାଇଥାଏ । ଗତିଜ ଶକ୍ତିର ବୃଦ୍ଧି ହେଲେ ଅଣୁଗୁଡ଼ିକ ଅଧିକ ବେଗରେ ଦୋଳିତ ହୁଅନ୍ତି ।
- ତାପ ପ୍ରୟୋଗ ହେଲେ ଅଣୁଗୁଡ଼ିକ ତାପଶକ୍ତି ଅବଶୋଷଣ କରି ସେମାନଙ୍କ ମଧ୍ୟରେ ଥିବା ଆକର୍ଷଣ ବଳର ସୀମାକୁ ଟପିଯାଇ ଅଧିକ ବେଗରେ ଗତଶୀଳ ହୁଅନ୍ତି ।
- ଏପରି ଏକ ଅବସ୍ଥା ଆସେ, ଯେତେବେଳେ ଅଣୁଗୁଡ଼ିକ ପରସ୍ପରଠାରୁ ଦୂରେଇ ଯିବାରୁ କଠିନ ତରଳିବାକୁ ଆରମ୍ଭ କରେ ଓ ତରଳରେ ପରିଣତ ହୁଏ ।
- ଯେଉଁ ତାପମାତ୍ରାରେ ଏକ କଠିନ ବାୟୁମଣ୍ଡଳୀୟ ଚାପରେ ତରଳି ଏକ ତରଳ ପଦାର୍ଥରେ ପରିଣତ ହୁଏ, ତାହାକୁ ସେହି କଠିନ ପଦାର୍ଥର ଗଳନାଙ୍କ (Melting point) କୁହାଯାଏ ।
- ପଦାର୍ଥ କଠିନ ଅବସ୍ଥାରୁ ତରଳ ଅବସ୍ଥାକୁ ପରିବର୍ତ୍ତନ ହେଉଥିବା ପ୍ରକ୍ରିୟା ଅର୍ଥାତ୍ ପଦାର୍ଥର ତରଳିବା ପ୍ରକ୍ରିୟାକୁ ବିଗଳନ ବା ତରଳନ (Fusion) କୁହାଯାଏ ।
- ତାପ ପ୍ରଦାନ ଯୋଗୁ, କୌଣସି ପଦାର୍ଥ ତରଳିବାକୁ ଆରମ୍ଭ କଲେ ତାହାର ତାପମାତ୍ରା ଅପରିବର୍ତ୍ତିତ ରହେ ।
- ଗଳନାଙ୍କରେ ପହଞ୍ଚିବା ପରେ ସବୁ ବରଫ ନ ତରଳିବା ପର୍ଯ୍ୟନ୍ତ ତାହାର ତାପମାତ୍ରାରେ କୌଣସି ପରିବର୍ତ୍ତନ ହୁଏନାହିଁ । ପ୍ରୟୋଗ ତାପ କଣିକା-କଣିକାମାନଙ୍କ ମଧ୍ୟରେ ଥିବା ଆକର୍ଷଣ ବଳର ବନ୍ଧନକୁ ଟପି କେବଳ ଅବସ୍ଥା ପରିବର୍ତ୍ତନ ପ୍ରକ୍ରିୟାରେ ନିୟୋଜିତ ହୁଏ ।
- ଅବସ୍ଥାର ପରିବର୍ତ୍ତନ ଚାଲିଥିବା ସମୟରେ ପ୍ରୟୋଗ ତାପଶକ୍ତି, ବରଫ ଦ୍ଵାରା ଶୋଷିତ ହୋଇଯାଇ କେବଳ ବରଫକୁ ତରଳାଇବାରେ ସାହାଯ୍ୟ କରେ ମାତ୍ର ତାପମାତ୍ରାରେ କୌଣସି ବୃଦ୍ଧି କରାଏ ନାହିଁ । ଅବସ୍ଥା ପରିବର୍ତ୍ତନବେଳେ ଆବଶ୍ୟକୀୟ ତାପକୁ ଗୁପ୍ତତାପ (Latent heat) କୁହାଯାଏ ।
ବାୟୁମଣ୍ଡଳୀୟ ଚାପରେ 1 କି.ଗ୍ରା.ର ଏକ କଠିନ ପଦାର୍ଥକୁ ତା’ର ଗଜନାଙ୍କ ତାପମାତ୍ରାରେ ତରଳରେ ପରିଣତ କରିବାକୁ ଯେତିକି ପରିମାଣର ତାପଶକ୍ତି ଆବଶ୍ୟକ ହୁଏ, ତାହାକୁ ସେହି ପଦାର୍ଥର ଗଳନର ଗୁପ୍ତତାପ (Latent heat of fusion) କୁହାଯାଏ । - ଜଳ ମଧ୍ୟକୁ ତାପଶକ୍ତି ଯୋଗାଯାଉଥିବାବେଳେ ଜଳ ମଧ୍ଯସ୍ଥ କଣିକାଗୁଡ଼ିକ ଅଧିକ ଶକ୍ତି ହାସଲ କରି ଅଧିକ ବେଗରେ ଗତି କରନ୍ତି । ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ପହଞ୍ଚିଲା ପରେ ସେହି କଣିକାଗୁଡ଼ିକ ଯଥେଷ୍ଟ ଶକ୍ତି ଲାଭ କରି ପରସ୍ପର ମଧ୍ୟରେ ଥିବା ଆକର୍ଷଣ ବଳର ବନ୍ଧନରୁ ମୁକ୍ତ ହୋଇ ପରସ୍ପରଠାରୁ ଦୂରେଇ ଯାଆନ୍ତି । ଏହି ତାପମାତ୍ରାରେ ତରଳ, ବାଷ୍ପ ବା ଗ୍ୟାସ୍ରେ ପରିବର୍ତ୍ତନ ହେବାକୁ ଆରମ୍ଭ କରେ ।
- ଯେଉଁ ତାପମାତ୍ରାରେ ଏକ ତରଳ ବାୟୁମଣ୍ଡଳୀୟ ଚାପରେ ଫୁଟିବା ଆରମ୍ଭ କରେ ତାହାକୁ ସେହି ତରଳର ସ୍ଫୁଟନାଙ୍କ (Boiling point) କୁହାଯାଏ । ଏହି ଫୁଟିବା (boiling) ଏକ ସାମଗ୍ରିକ ପରିଘଟଣା (bulk phenomenon) ।
- 373 K (100°C) ରେ ଥିବା ବାଷ୍ପର କଣିକାମାନେ ସେହି ତାପମାତ୍ରାରେ ଥିବା ଜଳର କଣିକାମାନଙ୍କ ଅପେକ୍ଷା ଅଧିକ ଶକ୍ତି ବହନ କରିଥା’ନ୍ତି । କାରଣ, ବାଷ୍ପର କଣିକାମାନେ ବାଷ୍ପୀଭବନ ଗୁପ୍ତତାପ ରୂପରେ ଅଧିକ ଶକ୍ତି ଶୋଷଣ କରିଥା’ନ୍ତି ।
• ଜଳର ସ୍ଫୁଟନାଙ୍କ 100°C 273-16K ଅଟେ ।
ଜଳର ପୁଟନାଙ୍କ 100°C ବା 373 K ଅଟେ ।
(xii) ତାପମାତ୍ରାର ପରିବର୍ତ୍ତନଦ୍ୱାରା ପଦାର୍ଥର ଅବସ୍ଥାରେ ପରିବର୍ତ୍ତନ ଘଟିଥାଏ ।
ତୁମପାଇଁ କାମ 1.13 :
ପରୀକ୍ଷା : କିଛି ପରିମାଣର କର୍ପୂର କିମ୍ବା ଏମୋନିୟମ କ୍ଲୋରାଇଡ୍କୁ ଗୁଣ୍ଡକରି ଏକ ଚିନାମାଟିର ପାତ୍ରରେ ରଖାଯାଉ । ଏକ କାଚ ଫନେଲ୍କୁ ଚିନାମାଟିର ପାତ୍ର ଉପରେ ଓଲଟାଇ ରଖାଯାଉ । ଫନେଲ୍ ନାଡ଼ିର ଅଗ୍ରଭାଗରେ ତୁଳାଠିପି ଦିଆଯାଉ । ବର୍ତ୍ତମାନ ଏହାକୁ ଧୀରେ ଧୀରେ ଗରମ କରାଯାଉ ।
ପର୍ଯ୍ୟବେକ୍ଷଣ : କଠିନ କର୍ପୂର ବା ଏମୋନିୟମ୍ କ୍ଲୋରାଇଡ୍ର ଗ୍ୟାସ୍ ଉପରକୁ ଉଠି ଫନେଲ୍ର ଭିତର ପାଖରେ କଠିନ ଅବସ୍ଥାରେ ଏହା ଜମା ହେବ ।
ସିଦ୍ଧାନ୍ତ : କର୍ପୂର କିମ୍ବା ଏମୋନିୟମ୍ କ୍ଲୋରାଇଡ୍ କଠିନ ଅବସ୍ଥାରୁ ସିଧାସଳଖ ଗ୍ୟାସୀୟ ଅବସ୍ଥାକୁ ପରିବର୍ତିତ ହେବ । ଯେଉଁ ଅବସ୍ଥା ପରିବର୍ତ୍ତନରେ କଠିନ ତରଳ ଅବସ୍ଥାକୁ ନ ଯାଇ ସିଧାସଳଖ ଗ୍ୟାସୀୟ ଅବସ୍ଥାକୁ ପରିବର୍ତ୍ତିତ ହୁଏ ଏବଂ ସଂଯୁକ୍ତି ନବଦଳାଇ ଗ୍ୟାସ୍ରୁ କଠିନ ଅବସ୍ଥାକୁ ପରିବର୍ତ୍ତିତ ହୁଏ, ତାହାକୁ ଊର୍ଦ୍ଧ୍ବପାତନ (Sublimation) କୁହାଯାଏ ।
(b) ଚାପ ପରିବର୍ତ୍ତନର ପ୍ରଭାବ (Effect of change of Pressure) :
- ପଦାର୍ଥର ଅଣୁମାନଙ୍କ ମଧ୍ୟରେ ଥିବା ଦୂରତା ପରିବର୍ତ୍ତନ ହେଲେ ଏହାର ଅବସ୍ଥାର ପରିବର୍ତ୍ତନ ହୋଇଥାଏ ।
- ଚାପର ପ୍ରୟୋଗ ଏବଂ ତାପମାତ୍ରାର ହ୍ରାସ ଯୋଗୁଁ ଚାପର ପ୍ର ୟୋଗ ଏବଂ ତାପମାତ୍ରାର ହ୍ରାସ ଯୋଗୁଁ
ତାପମାତ୍ରା ଓ ଚାପ ଗୋଟିଏ ପଦାର୍ଥର ଅବସ୍ଥାକୁ ନିର୍ବାର ଣ କରିଥାଏ ।
ଶୁଷ୍କ ବରଫ :
କଠି ନ କାର୍ବନ ଡାଇଅକ୍ସାଇଡ୍ (CO2)କୁ ଅତ୍ୟଧିକ ଚାପ ପ୍ରୟୋଗ କରି ଗଚ୍ଛିତ କ ର ଯାଇ ଥାଏ । ଏହି ଚାପକୁ ଏକ କ ବାୟୁମଣ୍ଡଳୀୟ ଚାପକୁ କମାଇ ଆଣିଲେ କଠିନ କାର୍ବନ ଡାଇଅକ୍ସାଇଡ୍ ତରଳ ଅବସ୍ଥାକୁ ନ ଯାଇ ସିଧାସଳଖ ଗ୍ୟାସୀୟ ଅବସ୍ଥାରେ ପରିଣତ ଯାଇ ସିଧାସଳଖ ଗ୍ୟାସୀୟ ଅବସ୍ଥାରେ ପରିଣତ ହୋଇଥାଏ । ଏଥୋଗୁଁ କଠିନ କାର୍ବନ ଡାଇଅକ୍ସାଇଡ୍କୁ ଶୁଷ୍କ ବରଫ (Dry ice) କୁହାଯାଏ ।
ତୁମପାଇଁ କାମ 1.14 :
ଗୋଟିଏ ପରୀକ୍ଷା ନଳୀରେ 5 ମି.ଲି. ଜଳ ନେଇ ଏହାକୁ ଝରକା ନିକଟରେ କିମ୍ବା ପଙ୍ଖାତଳେ ରଖାଯାଉ । ଗୋଟିଏ ଚଉଡ଼ା ଚିନାମାଟି ପାତ୍ରରେ 5 ମି.ଲି. ଜଳ ନେଇ ଏହାକୁ ମଧ୍ୟ ଝରକା ନିକଟରେ କିମ୍ବା ପଙ୍ଖାତଳେ ରଖାଯାଉ । ଅନ୍ୟ ଏକ ଖୋଲା ଚିନାମାଟି ପାତ୍ରରେ ମଧ୍ୟ 5 ମି.ଲି. ଜଳ ନେଇ ଏହାକୁ ଏକ କପ୍ବୋର୍ଡ଼ କିମ୍ବା ଶ୍ରେଣୀ ଗୃହର ଥାକରେ ରଖ । ଶ୍ରେଣୀଗୃହର ତାପମାତ୍ରା ଟିପି ରଖାଯାଉ । ଉପରୋକ୍ତ ତିନୋଟି ପାତ୍ରରେ ଥିବା ଜଳ ବାଷ୍ପୀଭୂତ ହେବାପାଇଁ କେତେ ସମୟ ଲାଗୁଛି, ତାହା ଲେଖାଯାଉ । ଏହି ସମସ୍ତ ପରୀକ୍ଷାକୁ ବର୍ଷାଦିନେ କରି ପର୍ଯ୍ୟବେକ୍ଷଣଗୁଡ଼ିକୁ ଲେଖାଯାଉ ।
ଉ –
ଦ୍ଵିତୀୟ କ୍ଷେତ୍ରରେ ଝରକା ନିକଟରେ ଥିବା ଚିନାମାଟି ପାତ୍ରରେ ଥିବା ଜଳର ବାଷ୍ପୀଭବନ ସବୁଠାରୁ ଦ୍ରୁତ ହେବ । ପ୍ରଥମ କ୍ଷେତ୍ରରେ ଝରକା ନିକଟରେ ଥିବା ପରୀକ୍ଷାନଳୀରେ ଥିବା ଜଳର ବାଷ୍ପୀଭବନ ମଧ୍ୟମ ଧରଣର ହେବ । ତୃତୀୟ କ୍ଷେତ୍ରରେ କପ୍ବୋର୍ଡ଼ କିମ୍ବା ଶ୍ରେଣୀଗୃହ ଥାକରେ ଥିବା ଚିନାମାଟି ପାତ୍ରରେ ଥିବା ଜଳର ବାଷ୍ପୀଭବନ ସବୁଠାରୁ ଧୀର ହେବ ।
ପରିପାର୍ଶ୍ଵର ତାପମାତ୍ରା, ଆଧାର ପାତ୍ରର ପୃଷ୍ଠଭାଗର କ୍ଷେତ୍ରଫଳ ଏବଂ ପବନର ବେଗ ବାଷ୍ପୀଭବନ ଉପରେ କିପରି ପ୍ରଭାବ ପକାଇଥାଏ ବୋଲି ତୁମେ ଭାବୁଛ ?
ଉ –
ଆଧାର ପାତ୍ରର ପୃଷ୍ଠଭାଗର କ୍ଷେତ୍ରଫଳ, ତାପମାତ୍ରା ଓ ପବନର ବେଗ ବୃଦ୍ଧି ପାଇଲେ ବାଷ୍ପୀଭବନ ହାର
ବୃଦ୍ଧିପାଏ । ଆର୍ଦ୍ରତା ବୃଦ୍ଧି ପାଇଲେ ବାଷ୍ପୀଭବନ ହାର ହ୍ରାସ ପାଏ । ବାଷ୍ପୀଭବନକୁ ପ୍ରଭାବିତ କରୁଥିବା କାରକଗୁଡ଼ିକ ହେଲେ – (i) ପୃଷ୍ଠତଳ କ୍ଷେତ୍ରଫଳର ବୃଦ୍ଧି (ii) ତାପମାତ୍ରା ବୃଦ୍ଧି (iii) ଆର୍ଦ୍ରତାର ହ୍ରାସ (iv) ପବନ ବେଗର ବୃଦ୍ଧି
- ପୃଷ୍ଠତଳ କ୍ଷେତ୍ରଫଳର ବୃଦ୍ଧି – ପୃଷ୍ଠଭାଗର କ୍ଷେତ୍ରଫଳ ବୃଦ୍ଧି ପାଇଲେ ବାଷ୍ପୀଭବନର ବେଗ ବୃଦ୍ଧି ପାଇଥାଏ । ଉଦାହରଣସ୍ୱରୂପ, ଲୁଗାକୁ ଶୁଖାଇବାବେଳେ ଏହାକୁ ଖୋଲାକରି ଶୁଖାଇଲେ ତାହା ଶୀଘ୍ର ଶୁଖୁଏ ।
- ତାପମାତ୍ରା ବୃଦ୍ଧି – ତରଳର ତାପମାତ୍ରା ବୃଦ୍ଧି ପାଇଲେ ଅଧିକ ସଂଖ୍ୟକ ଅଣୁମାନେ ତାପଶକ୍ତି ଗ୍ରହଣ କରି ଅଧୂକ ଗତିଜଶକ୍ତିର ଅଧିକାରୀ ହୋଇଥାଆନ୍ତି ଓ ଗ୍ୟାସୀୟ ଅବସ୍ଥାକୁ ରୂପାନ୍ତରିତ ହୋଇଥାଆନ୍ତି ।
- ଆର୍ଦ୍ରତାର ହ୍ରାସ – ବାୟୁରେ ଉପସ୍ଥିତ ଥିବା ଜଳୀୟବାଷ୍ପର ପରିମାଣକୁ ଆର୍ଦ୍ରତା କୁହାଯାଏ । ଚତୁଃପାର୍ଶ୍ଵରେ ଥୁବା ବାୟୁ ନିର୍ଦ୍ଦିଷ୍ଟ ତାପମାତ୍ରାରେ ସୀମିତ ପରିମାଣର ଜଳୀୟବାଷ୍ପ ଧାରଣ କରିପାରେ । ଯଦି ବାୟୁରେ ପୂର୍ବରୁ ଅଧୂକ ଜଳୀୟବାଷ୍ପ ଉପସ୍ଥିତ ଥିବ ତେବେ ବାଷ୍ପୀଭବନର ବେଗ ହ୍ରାସ ପାଇବ ।
- ପବନ ବେଗର ବୃଦ୍ଧି – ପବନର ବେଗ ବଢ଼ିଲେ ଜଳୀୟବାଷ୍ପର ଅଣୁଗୁଡ଼ିକ ପବନ ସହ ଏକାଠି ହୋଇ ଉଡ଼ିଯାଏ । ତେଣୁ ପରିପାର୍ଶ୍ଵରେ ଥିବା ଜଳୀୟବାଷ୍ପର ପରିମାଣ କମିଯାଏ । ଏଥିପାଇଁ ବାଷ୍ପୀଭବନର ହାର ବୃଦ୍ଧିପାଏ ।
ଉଦାହରଣ ସ୍ଵରୂପ, ପବନ ବହୁଥିବା ଦିନଗୁଡ଼ିକରେ ଓଦାଲୁଗା ଶୀଘ୍ର ଶୁଖୁଏ ।