Odisha State Board BSE Odisha Class 9 Political Science Notes Chapter 5 ସୂଚନା ଅଧିକାର will enable students to study smartly.
BSE Odisha Class 9 Political Science Notes Chapter 5 ସୂଚନା ଅଧିକାର
ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ
→ ଉପକ୍ରମ:
- ସର୍ବସାଧାରଣଙ୍କ ପାଇଁ କାର୍ଯ୍ୟ କରୁଥିବା କର୍ମଚାରୀ, କର୍ମସଂସ୍ଥା ଅଥବା କାର୍ଯ୍ୟକାର୍ଯ୍ମାନଙ୍କର କାର୍ଯ୍ୟରଲା ସମ୍ପର୍କରେ ଜାଣିବାର ଅଧିକାର ହେଉଛି ସୂଚନା ଅଧ୍ଵର ।
- ସମ୍ପର୍କରେ ଜାଣିବାର ଅଧିକାର ହେଉଛି ସୂଚନା ଅଧ୍ଵର । ୧୯ରେ ଥିବା ବାକ୍ ସ୍ଵାଧୀନତାର ସୂ ଚ ନା ଅଧ୍ୟାର ।
- ୨୦୦୫ ମସିହା ଅକ୍ଟୋବର ୧୨ ତାରିଖରେ ସୂଚନା ଅଧିକାର ଆଇନ ଜାମ୍ମୁ ଓ କାଶ୍ମୀର ରାଜ୍ୟକୁ ବାଦ୍ ଦେଇ ଆମ ଦେଶର ଅନ୍ୟସବୁ ରାଜ୍ୟରେ ଲାଗୁ ହେଲା ।
ବିଷୟବସ୍ତୁର ରୂପରେଖ :
- ସୂଚନା ଅଧିକାର ଆଇନର ମୁଖ୍ୟ ଉଦ୍ଦେଶ୍ୟ
- କେନ୍ଦ୍ରୀୟ ସୂଚନା ଆୟୋଗ
- ରାଜ୍ୟ ସୂଚନା କମିଶନ
- କେନ୍ଦ୍ରୀୟ ସୂଚନା କମିଶନ ଓ ରାଜ୍ୟ ସୂଚନା କମିଶନଙ୍କ କ୍ଷମତା
- ଦରଖାସ୍ତକାରୀଙ୍କ ଅପିଲ୍ କରିବା ପ୍ରକ୍ରିୟା
- ସୂଚନା ଅଧିକାର ଆଇନରେ ଥିବା ଶାସ୍ତିବିଧାନ ବ୍ୟବସ୍ଥା
* ପ୍ରଥମେ ସୂଚନା ଅଧିକାର ଆଇନ ସ୍ଵିଡ଼େରେ ୧୭୬୬ ମସିହାରେ ପ୍ରଣୟନ କରାଯାଇଥିଲା ।
* ୧୯୯୬ ମସିହାରେ ଭାରତରେ ପ୍ରଥମେ ତାମିଲନାଡୁ ବିଧାନସଭାରେ ସୂଚନା ଅଧିକାର ଆଇନ ପ୍ରଣୟନ କରାଯାଇଥିଲା ।
→ ସୂଚନା ଅଧିକାର ଆଇନର ମୁଖ୍ୟ ଉଦ୍ଦେଶ୍ୟ :
- ସୂଚନା ଅଧିକାର ପରିସରଭୁକ୍ତ ସମସ୍ତ ସରକାରୀ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାବଳୀକୁ ସୂଚନା ମାଧ୍ୟମରେ ପ୍ରକାଶରେ ସ୍ଵଚ୍ଛତା ରକ୍ଷା କରିବା ।
- ସରକାରୀ କଳ ଦେଶର ନାଗରିକମାନଙ୍କ ପାଖରେ ଉତ୍ତରଦାୟୀ ରହିବା ଓ ଦେଶରୁ ଦୁର୍ନୀତିକୁ ପ୍ରତିହତ
କରିବା।
→ ସୂଚନା କିପରି ମିଳିପାରିବ :
- ଆବେଦନକାରୀ ଏକ ନିର୍ଦ୍ଦିଷ୍ଟ ଫର୍ମରେ ଦରଖାସ୍ତ କରିବା ସହ ୧୦ ଟଙ୍କା ଫିସ୍ ଟ୍ରେଜେରି ଚାଲାଣ ଜରିଆରେ ବା ସିଧାସଳଖ ଅର୍ଥ ଆକାରରେ ପ୍ରତ୍ୟେକ କାର୍ଯ୍ୟାଳୟରେ ଲୋକ ସୂଚନା ଅଧିକାରୀଙ୍କ ନିକଟରେ ଦାଖଲ କରିପାରିବେ ।
- ଜାଣିବାକୁ ଚାହୁଁଥିବା ତଥ୍ୟ ୨୦ ବର୍ଷ ପୂର୍ବର ହୋଇନଥିବା ଆବଶ୍ୟକ ।
- ଆବେଦନକାରୀଙ୍କୁ ୩୦ ଦିନ ମଧ୍ୟରେ ସୂଚନା ମିଳିଥାଏ ଏବଂ ବ୍ୟକ୍ତିଗତ ସ୍ଵାଧୀନତା ସମ୍ପର୍କିତ ସୂଚନା ୪୮ ଘଣ୍ଟା ମଧ୍ୟରେ ପ୍ରଦାନ କରାଯାଏ ।
→ କେଉଁ ସବୁ କ୍ଷେତ୍ରରେ ସୂଚନା ପ୍ରଦାନ କରାଯାଇପାରିବ ନାହିଁ :
- ଦେଶର ସାର୍ବଭୌମ, ସଂହତି, ଅଖଣ୍ଡତା ଓ ନିରାପତ୍ତା ପ୍ରତି ଆଞ୍ଚ ଆସୁଥୁବା ଭଳି ତଥ୍ୟ ।
- ସାମରିକ, ବୈଜ୍ଞାନିକ ଗବେଷଣା ଓ ଅର୍ଥନୈତିକ ସ୍ବାର୍ଥ ସମ୍ପର୍କିତ ତଥ୍ୟ ।
- ସଂସଦ ବା ରାଜ୍ୟ ବିଧାନମଣ୍ଡଳ ସ୍ବାଧ୍ୟାକାର ଭଙ୍ଗ କଲା ଭଳି ସୂଚନା ।
- ନ୍ୟାୟାଳୟଦ୍ବାରା ବାରଣ କରାଯାଇଥିବା ସୂଚନା ।
- ମନ୍ତ୍ରୀମଣ୍ଡଳ ବୈଠକ, ସଚିବ ସ୍ତରୀୟ ବୈଠକରେ ବ୍ୟକ୍ତିଗତ ବକ୍ତବ୍ୟ ସମ୍ପର୍କିତ ସୂଚନା ।
→ କେଉଁ ସବୁ କ୍ଷେତ୍ରରେ ସୂଚନା ପ୍ରଦାନ କରାଯାଇପାରିବ ନାହିଁ :
- ଦେଶର ସାର୍ବଭୌମ, ସଂହତି, ଅଖଣ୍ଡତା ଓ ନିରାପତ୍ତା ପ୍ରତି ଆଞ୍ଚ ଆସୁଥିବା ଭଳି ତଥ୍ୟ ।
- ସାମରିକ, ବୈଜ୍ଞାନିକ ଗବେଷଣା ଓ ଅର୍ଥନୈତିକ ସ୍ଵାର୍ଥ ସମ୍ପର୍କିତ ତଥ୍ୟ ।
- ସଂସଦ ବା ରାଜ୍ୟ ବିଧାନମଣ୍ଡଳ ସ୍ଵାଧିକାର ଭଙ୍ଗ କଲା ଭଳି ସୂଚନା ।
- ନ୍ୟାୟାଳୟଦ୍ୱାରା ବାରଣ କରାଯାଇଥିବା ସୂଚନା ।
- ମନ୍ତ୍ରୀମଣ୍ଡଳ ବୈଠକ, ସଚିବ ସ୍ତରୀୟ ବୈଠକରେ ବ୍ୟକ୍ତିଗତ ବକ୍ତବ୍ୟ ସମ୍ପର୍କିତ ସୂଚନା ।
→ ଲୋକ ସୂଚନା ଅଧିକାରୀଙ୍କ କର୍ତ୍ତବ୍ୟ :
- ଆବେଦନକାରୀଙ୍କୁ ଦରଖାସ୍ତ ଲେଖିବାରେ ସାହାଯ୍ୟ କରିବେ ଓ ଦରଖାସ୍ତ ଗ୍ରହଣ କରିବେ ।
- ଆବଶ୍ୟକ ତଥ୍ୟ ନିଜ ଅଫିସ୍ରେ ନଥିଲେ ସମ୍ପୃକ୍ତ ଅଫିସରଙ୍କ ନିକଟକୁ ଦରଖାସ୍ତ ପଠାଇବେ ଓ ସେ ସମ୍ପର୍କରେ ଆବେଦନକାରୀଙ୍କୁ ଜଣାଇବେ ।
- ୩୦ ଦିନ ମଧ୍ୟରେ ସୂଚନା ଦେବେ, ନଚେତ୍ ସୂଚନା ପ୍ରଦାନଯୋଗ୍ୟ ନ ହେଲେ ସେ ସମ୍ପର୍କରେ କାରଣ ଲିଖ୍ ଆକାରରେ ଦରଖାସ୍ତକାରୀଙ୍କୁ ଜଣାଇବେ ।
- ଆବେଦନକାରୀଙ୍କୁ ଚାହିଁବା ମୁତାବକ ମାଧ୍ୟମଦ୍ୱାରା ତଥ୍ୟ ପ୍ରେରଣ କରିବେ ।
→ କେନ୍ଦ୍ରୀୟ ସୂଚନା ଆୟୋଗ :
- ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏବଂ ବିରୋଧୀ ଦଳ ନେତା, କେନ୍ଦ୍ରୀୟ କ୍ୟାବିନେଟ୍ ମନ୍ତ୍ରୀ ଥିବା କମିଟିଦ୍ଵାରା ସୁପାରିସ ଭିଭିରେ ମୁଖ୍ୟ ସୂଚନା କମିଶନର ଓ ଅନ୍ୟ ସୂଚନା କମିଶନରମାନଙ୍କୁ ନିଯୁକ୍ତି ଦିଆଯାଏ ।
→ କେନ୍ଦ୍ରୀୟ ସୂଚନା କମିଶନରଙ୍କ ଯୋଗ୍ୟତା :
- ତାଙ୍କର ଆଇନ, ବିଜ୍ଞାନ ଓ ବୈଷୟିକ ବିଦ୍ୟା, ସମାଜସେବା, ଗଣମାଧ୍ୟମ, ମ୍ୟାନେଜମେଣ୍ଟ, ସାମ୍ବାଦିକତା, ପ୍ରଶାସନ ଓ ଶାସନ କ୍ଷେତ୍ରରେ ଗଭୀର ଜ୍ଞାନ ଓ ଅଭିଜ୍ଞତା ଥିବା ଆବଶ୍ୟକ ।
- ସାଧାରଣ ଜୀବନରେ ସେ ଜଣେ ପ୍ରଖ୍ୟାତ ବ୍ୟକ୍ତି ହୋଇଥିବା ଆବଶ୍ୟକ ।
- ପାର୍ଲିଆମେଣ୍ଟ ବା ରାଜ୍ୟ ବିଧାନମଣ୍ଡଳ ବା କେନ୍ଦ୍ରଶାସିତ ଅଞ୍ଚଳର ସଭ୍ୟ ନଥିବେ | ଲାଭଜନକ ପଦବୀରେ ଅବସ୍ଥାପିତ ନଥିବେ | ବ୍ୟବସାୟ ଓ ବୃତ୍ତିରେ ସମ୍ପୃକ୍ତ ନଥିବେ ।
→ କେନ୍ଦ୍ରୀୟ ସୂଚନା କମିଶନର କାର୍ଯ୍ୟକାଳ :
- ଦାୟିତ୍ଵ ଗ୍ରହଣଠାରୁ ୫ ବର୍ଷ ପର୍ଯ୍ୟନ୍ତ ଅଥବା ଅବସର ବୟସ ୬୫ ବର୍ଷ ଯାଏଁ କାର୍ଯ୍ୟ କରିପାରିବେ ।
- ଦ୍ଵିତୀୟଥର ପୁନଃ ନିଯୁକ୍ତି ଦିଆଯାଇ ପାରିବ ନାହିଁ । ସେ ତାଙ୍କର ସ୍ଵହସ୍ତ ଲିଖ୍ ଇସ୍ତଫାପତ୍ର ରାଷ୍ଟ୍ରପତିଙ୍କୁ ପ୍ରଦାନ କରି କାର୍ଯ୍ୟକାଳ ସରିବା ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇପାରନ୍ତି ।
→ କେନ୍ଦ୍ରୀୟ ସୂଚନା କମିଶନରଙ୍କ ବହିଷ୍କାର :
- ଉଚ୍ଚତମ ନ୍ୟାୟାଳୟର ତଦନ୍ତ ଭିଭିରେ ଦୁର୍ବ୍ଯବହାର ବା ଅସାମର୍ଥ୍ୟ କାରଣରୁ ରାଷ୍ଟ୍ରପତିଙ୍କ ଆଦେଶରେ ମୁଖ୍ୟ ସୂଚନା କମିଶନର ଓ ଅନ୍ୟ ସୂଚନା କମିଶନର ନିଜ ପଦବୀରୁ ଅପସାରିତ ହୋଇଥା’ନ୍ତି ।
→ କେନ୍ଦ୍ରୀୟ ସୂଚନା କମିଶନରଙ୍କ ଦେୟ ଓ ଭତ୍ତା :
- ମୁଖ୍ୟ ସୂଚନା କମିଶନରଙ୍କ ଦରମା, ଭତ୍ତା ଓ ତାଙ୍କ ସେବାରେ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ସର୍ଭାବଳୀ ମୁଖ୍ୟ ନିର୍ବାଚନ କମିଶନରଙ୍କ ଦରମା, ଭତ୍ତା ଓ ଅନ୍ୟାନ୍ୟ ସର୍ଭାବଳୀ ସହ ସମାନ ।
- ସୂଚନା ଆୟୁକ୍ତଙ୍କ ଦେୟ ଦରମା, ଭତ୍ତା ଓ କାର୍ଯ୍ୟ ସର୍ଭାବଳୀ ଜଣେ ନିର୍ବାଚନ କମିଶନରଙ୍କ ଦରମା, ଭତ୍ତା ଓ କାର୍ଯ୍ୟ ସର୍ଭାବଳୀ ସହ ସମାନ ।
→ ରାଜ୍ୟ ସୂଚନା କମିଶନ :
- ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ସୁପାରିସକ୍ରମେ ରାଜ୍ୟପାଳଙ୍କଦ୍ୱାରା ମୁଖ୍ୟ ସୂଚନା କମିଶନର ଓ ସର୍ବାଧିକ ୧୦ ଜଣ ରାଜ୍ୟ ସୂଚନା କମିଶନର ନିଯୁକ୍ତ ହୁଅନ୍ତି ।
→ ରାଜ୍ୟ ସୂଚନା କମିଶନରଙ୍କ ଇସ୍ତଫା :
- ସ୍ଵହସ୍ତ ଲିଖ୍ ଇସ୍ତଫାପତ୍ର ରାଜ୍ୟପାଳଙ୍କୁ ଦେଇ ନିଜ ପଦବୀରୁ ଇସ୍ତଫା ଦେଇପାରିବେ ।
→ ରାଜ୍ୟ ସୂଚନା କମିଶନରଙ୍କ ବହିଷ୍କାର :
- ଅସାମର୍ଥ୍ୟ ବା ଦୁବ୍ୟବହାର କାରଣରୁ ଉଚ୍ଚତମ ନ୍ୟାୟାଳୟ ତଦନ୍ତ ଭିଭିରେ ରାଜ୍ୟପାଳଙ୍କ ଆଦେଶଦ୍ଵାରା ତାଙ୍କ ପଦରୁ ଅପସାରିତ ବା ବହିଷ୍କୃତ ହୋଇପାରିବେ ।
* ଓଡ଼ିଶାରେ ୨୦୦୫ ମସିହା ନଭେମ୍ବର ୧୯ ତାରିଖରେ ସୂଚନା ଅଧିକାର ଆଇନ କାର୍ଯ୍ୟକାରୀ ହୋଇଥିଲା ।
→ କେନ୍ଦ୍ରୀୟ ସୂଚନା କମିଶନ ଓ ରାଜ୍ୟ ସୂଚନା କମିଶନଙ୍କ କ୍ଷମତା :
- କୌଣସି କାରଣରୁ ଦରଖାସ୍ତ ଗ୍ରହଣ ହୋଇ ନ ପାରିଲେ ବା ସୂଚନା ଅଧିକାରୀ ଗ୍ରହଣ କରିବାକୁ ମନାକଲେ ବା – ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସୂଚନା ନ ମିଳିଲେ ବା ବିଭ୍ରାନ୍ତିକର ତଥ୍ୟ ପାଇବାର ହୃଦ୍ବୋଧ ହେଲେ ଆବେଦନକାରୀଙ୍କଦ୍ୱାରା ସିଧାସଳଖ ପଠାଯାଇଥିବା ଦରଖାସ୍ତକୁ ସୂଚନା କମିଶନଙ୍କ ବିଚାର ପାଇଁ ଗ୍ରହଣ କରି ତଦନ୍ତ କରିଥା’ନ୍ତି ।
→ ଦରଖାସ୍ତକାରୀଙ୍କ ଅପିଲ୍ କରିବା ପ୍ରକ୍ରିୟା :
- ଆବେଦନକାରୀ ନିର୍ଦ୍ଧାରିତ ସମୟସୀମା ମଧ୍ଯରେ ସୂଚନା ନ ପାଇଲେ ୨୦ଟଙ୍କାର କୋର୍ଟ ଫିସ୍ ଷ୍ଟାମ୍ପ ଲଗାଇ ପ୍ରଥମ ଅପିଲ୍ ଅଧିକାରୀଙ୍କ ନିକଟରେ ୩୦ ଦିନ ମଧ୍ୟରେ ଆବେଦନ କରିପାରିବେ ।
* ବି. ପି. ଏଲ୍. ଶ୍ରେଣୀଭୁକ୍ତ ଲୋକଙ୍କୁ କୌଣସି କୋର୍ଟ ଫି ଦେବାକୁ ପଡ଼େ ନାହିଁ ।
- ପ୍ରଥମ ଅପିଲ୍ ଅଧ୍ୟାକାରୀଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ହେଲେ ନିଷ୍ପଭି ତାରିଖର ୯୦ଦିନ ମଧ୍ୟରେ ୨୫ ଟଙ୍କାର ଫି ଷ୍ଟାମ୍ପ ଲଗାଇ ଦ୍ବିତୀୟବାର ଅପିଲ୍ କରିପାରିବେ ।
→ ସୂଚନା ଅଧିକାର ଆଇନରେ ଥିବା ଶାସ୍ତିବିଧାନ ବ୍ୟବସ୍ଥା :
- ଲୋକସୂଚନା ଅଧିକାରୀ ଦରଖାସ୍ତ ଗ୍ରହଣ କରିବାକୁ ମନାକଲେ ବା ସୂଚନା ପ୍ରଦାନରେ ବାଧା ସୃଷ୍ଟି କଲେ ସେହି ଅଧିକାରୀଙ୍କୁ ସର୍ବାଧିକ ୨୫୦୦୦ ଟଙ୍କା ଜୋରିମାନା ନିଜ ଆୟରୁ ଦେବାକୁ କେନ୍ଦ୍ରୀୟ ସୂଚନା କମିଶନ ବା ରାଜ୍ୟ ସୂଚନା କମିଶନ ଦଣ୍ଡବିଧାନ କରିପାରନ୍ତି ।