CHSE Odisha Class 12 Odia Solutions Chapter 4 ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା

Odisha State Board CHSE Odisha Class 12 Odia Solutions Chapter 4 ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା Textbook Exercise Questions and Answers.

CHSE Odisha Class 12 Odia Chapter 4 ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା Question Answer

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର

(କ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧।
ଆଞ୍ଚଳିକ ସଭାର କେଉଁ ବିଷୟକୁ ସବା ଉପରେ ବିଚାର ପାଇଁ ରଖାଯାଇଥିଲା ? (ଶିକ୍ଷା, କୃଷି, ବାଣିଜ୍ୟ, ଶିଳ୍ପ)
Answer:
କୃଷି

Question ୨।
‘ଶିକ୍ଷା’କୁ ଜିଲ୍ଲା ପରିଷଦ ସଭାର କେଉଁ କ୍ରମରେ ବିଚାର ବିଷୟ ଭାବରେ ରଖାଯାଇଥିଲା ?
(ସବା ଉପର, ମଧ୍ୟଭାଗ, ସବାତଳ, ଅନ୍ୟାନ୍ୟ)
Answer:
ସବାତଳ

Question ୩ ।
ମଣିଷ ମନକୁ ପ୍ରଥମେ ଶିକ୍ଷାରେ ସଜାଡ଼ି ତା’ପରେ ତାକୁ କେଉଁ କଥା କହିଲେ ସେ ବୁଝିପାରିବ ?
(ଧର୍ମ, ପୁରାଣ, ଗବେଷଣା, ଯୋଜନା)
Answer:
ଯୋଜନା

Question ୪।
(ବିଜ୍ଞାନ ଯୁଗ, ଉନ୍ନୟନ ଯୁଗ, ଯୋଜନା ଯୁଗ, ବିଶେଷଜ୍ଞ ଯୁଗ)
Answer:
ଯୋଜନା ଯୁଗ

Question ୫।
ନିରକ୍ଷରତା ପାଇଁ ଉନ୍ନୟନ ପଛରେ ପଡ଼ିଛି ବୋଲି ଜାତିସଙ୍ଘ ତାଙ୍କ କେଉଁ ରିପୋର୍ଟରେ କହିଛନ୍ତି ?
(ଶିକ୍ଷା ରିପୋର୍ଟ, ବାର୍ଷିକ ରିପୋର୍ଟ, ଯୋଜନା ରିପୋର୍ଟ, ବିକାଶର ରିପୋର୍ଟ)
Answer:
ଶିକ୍ଷା ରିପୋର୍ଟ

Question ୬ ।
କେଉଁ ମହାଦେଶରେ ନିରକ୍ଷରତା ସବୁଠୁ ବଡ଼ ସମସ୍ୟା ?
(ଏସିଆ, ୟୁରୋପ, ଆମେରିକା, ଆଫ୍ରିକା)
Answer:
ଏସିଆ

Question ୭ ।
ଯୋଜନା ଅର୍ଥ ବିଭାଗଙ୍କ ବିଚାରକୁ ଆସିଲେ ପ୍ରଥମେ ଆଘାତ କେଉଁ ବିଭାଗ ଉପରେ ପଡ଼େ ?
(ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ନଗରଉନ୍ନୟନ)
Answer:
ଶିକ୍ଷା

CHSE Odisha Class 12 Odia Solutions Chapter 4 ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା

Question ୮ ।
ବିଶେଷଜ୍ଞମାନଙ୍କର କେଉଁ ଦେଶରେ ବିଶେଷ ମୂଲ୍ୟ ନାହିଁ ?
(ଆମେରିକା, ଭାରତ, ଇଂଲଣ୍ଡ, ଜାପାନ)
Answer:
ଭାରତ

Question ୯ ।
ଭାରତବର୍ଷରେ ସବୁକଥା କେଉଁମାନଙ୍କଦ୍ୱାରା ନିୟନ୍ତ୍ରିତ ହୁଏ ?
(କମିଶନର, ବିଶେଷଜ୍ଞ, ଗବେଷକ, ଶାସକ)
Answer:
ଶାସକ

Question ୧୦ ।
ବିଶେଷଜ୍ଞମାନଙ୍କୁ ବିଶେଷ ସମ୍ମାନ ମିଳୁନାହିଁ ବୋଲି ଭାରତୀୟ ଛାତ୍ରମାନେ ଆମେରିକା ଛାଡ଼ି ଆସିବାକୁ ଚାହୁଁ ନାହାଁନ୍ତି – କେଉଁ କାଗଜରେ ଏହା ପ୍ରକାଶିତ ପାଇଥିଲା ?
(ସଣ୍ଡେ ଷ୍ଟାଣ୍ଡାର୍ଡ଼, ଇଲ୍‌ଷ୍ଟ୍ରେଟେଡ଼ ଉଇକ୍ଲି, ଟେଲିଗ୍ରାଫ୍, ଟାଇମ୍ସ ଅଫ୍ ଇଣ୍ଡିଆ)
Answer:
ସଣ୍ଡେ ଷ୍ଟାଣ୍ଡାର୍ଡ଼

Question ୧୧ ।
ଶିକ୍ଷାର କେଉଁ କଥା ନ ରୋକିଲେ ଆମର ଅବସ୍ଥା ଶୋଚନୀୟ ହେବ ବୋଲି କୁହାଯାଇଛି ?
(ଅଧୋଗତି, ଉର୍ଦ୍ଧ୍ୱଗତି, ବିପରୀତ ଗତି, ଦୁର୍ଗତି)
Answer:
ଅଧୋଗତି

Question ୧୨ ।
ଶିକ୍ଷା କମିଶନ ଅନ୍ୟାନ୍ୟ ବିଷୟ ଅପେକ୍ଷା କାହା ପ୍ରତି ବିଶେଷ ଦୃଷ୍ଟି ଦେବାକୁ ଲେଖକ ଅନୁରୋଧ କରିଛନ୍ତି ?
(ପଠନ ପଦ୍ଧତି, ଶିକ୍ଷା ପଦ୍ଧତି, ପାଠ୍ୟପୁସ୍ତକ, ନୋଟ ବହି)
Answer:
ଶିକ୍ଷା ପଦ୍ଧତି

Question ୧୩ ।
‘‘ସତ୍ୟ ହୋଇଥିଲେ ସାଙ୍ଘାତିକ’’ ନାମରେ ଉପାଗ୍ର ଲେଖା, କେଉଁ କାଗଜରେ ପ୍ରକାଶିତ ହୋଇଥିଲା ?
(ସମାଜ, କଳିଙ୍ଗ, ପ୍ରଜାତନ୍ତ୍ର, ବାଲେଶ୍ଵର ସମ୍ବାଦ ବାହିକା)
Answer:
କଳିଙ୍ଗ

Question ୧୪ ।
ଯେଉଁ ଦେଶରେ ମୌଳିକ ପୁସ୍ତକ ଲେଖା ହୋଇପାରିବ ନାହିଁ, ସେ ଦେଶରେ କାହାର ସ୍ଫୁରଣ ହୋଇପାରିବ ନାହିଁ ?
(ମୌଳିକ ଜ୍ଞାନ, ପ୍ରକୃତ ଗଣତନ୍ତ୍ର, ମୌଳିକ ଚିନ୍ତା, ଉଚିତ୍ ଶିକ୍ଷା)
Answer:
ମୌଳିକ ଚିନ୍ତା

Question ୧୫ ।
ଆନ୍ଧ୍ରପ୍ରଦେଶର ଛାତ୍ରଟିଏ କ’ଣ ବିକି ଦଶହଜାର ଟଙ୍କା ଲାଭ ଉଠାଇଥିଲା ବୋଲି କୁହାଯାଇଛି ? (ନୋଟ ବହି, ପ୍ରଶ୍ନପତ୍ର, ପ୍ରଶ୍ନର ଉତ୍ତର, ଖାତା-କଲମ)
Answer:
ପ୍ରଶ୍ନପତ୍ର

Question ୧୬ ।
ବିଶ୍ଵବିଦ୍ୟାଳୟର ଗୋଟିଏ ପରୀକ୍ଷାରେ ପାସ୍ କରିଥିବା ପିଲାଙ୍କ କେତେ ଭାଗ ଅବୈଧ ଆଚରଣରେ ଦଣ୍ଡିତ ହୋଇଥିଲେ ?
(ଏକ ତୃତୀୟାଂଶ, ଦୁଇ ତୃତୀୟାଂଶ, ତିନି ତୃତୀୟାଂଶ, ସମୁଦାୟ)
Answer:
ଏକ ତୃତୀୟାଂଶ

Question ୧୭ ।
ହୀରାକୁଦ ବନ୍ଧରୁ ପାଣି ଝରିଲା ପରି ସାରା ବର୍ଷଯାକ କ’ଣ ଆସ୍ତେ ଆସ୍ତେ ବାହାରୁଛି ?
(ଛୁଟି ତାଲିକା, ଛାତ୍ର ଧର୍ମଘଟ, ପରୀକ୍ଷା ଫଳ, ଶ୍ରେଣୀ ନିର୍ଘଣ୍ଟ)
Answer:
ପରୀକ୍ଷା ଫଳ

CHSE Odisha Class 12 Odia Solutions Chapter 4 ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା

Question ୧୮।
ଆଗେ ମାଟ୍ରିକ୍ୟୁଲେସନ ପାସ୍ କରି ଲୋକେ କେଉଁ କାମ ଚଳାଇ ଦେଉଥିଲେ ?
(ମାଜିଷ୍ଟ୍ରେଟ୍, ଇନିସ୍ପେକ୍ଟର, ତହସିଲଦାର, ବି.ଡ଼ି.ଓ.)
Answer:
ମାଜିଷ୍ଟ୍ରେଟ୍

Question ୧୯ ।
କାହାର ବୋଧହୁଏ ଆଜିକାଲି ପାଠସଙ୍ଗେ କିଛି ସମ୍ପର୍କ ନାହିଁ ବୋଲି ଲେଖକ କହିଛନ୍ତି ?
(ଛାତ୍ରର, ଶିକ୍ଷକର, ଅକ୍ଷରର, କଲେଜର)
Answer:
ଅକ୍ଷରର

Question ୨୦ ।
ବ୍ରିଟିଶମାନେ କାହାକୁ ତୋପ କରି ଦେଖାଇ ଜାପାନୀ ଶତ୍ରୁଙ୍କୁ ଏ ଦେଶରୁ ଘଉଡ଼ାଉଥିଲେ ?
(ନଡ଼ିଆଗଛ, ଗୁଆଗଛ, ତାଳଗଛ, ଶାଳଗଛ)
Answer:
ତାଳଗଛ

(ଖ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧।
ଜିଲ୍ଲା ପରିଷଦ ପରିଚାଳିତ ଆଞ୍ଚଳିକ ସଭାର ପ୍ରଥମ ବିଷୟ ଭାବରେ ବିଚାର ହେବାପାଇଁ କେଉଁ ବିଷୟ ରଖାଯାଇଥିଲା ?
Answer:
ଜିଲ୍ଲା ପରିଷଦ ପରିଚାଳିତ ଆଞ୍ଚଳିକ ସଭାର ପ୍ରଥମ ବିଷୟ ଭାବରେ ବିଚାର ହେବାପାଇଁ କୃଷିକୁ ରଖାଯାଇଥିଲା ।

Question ୨।
ଜିଲ୍ଲା ପରିଷଦ ପରିଚାଳିତ ସଭାର ଶେଷ ବିଚାର ବିଷୟ କ’ଣ ?
Answer:
ଜିଲ୍ଲା ପରିଷଦ ପରିଚାଳିତ ସଭାର ଶେଷ ବିଚାର ବିଷୟ ଥିଲା ଶିକ୍ଷା ।

Question ୩ ।
ସରକାରଙ୍କ ଯୋଜନା ନ ବୁଝିବାର କାରଣ କ’ଣ ?
Answer:
ସରକାରଙ୍କ ଯୋଜନା ନ ବୁଝିବାର କାରଣ ହେଉଛି, ଶିକ୍ଷାର ଅଭାବ ।

Question ୪ ।
ମାଟିକୁ ପାଗକରି ସେଥ‌ିରେ କ’ଣ ପୋତିଲେ ଚଞ୍ଚଳ ଗଛ ଧରେ ?
Answer:
ମାଟିକୁ ପାଗକରି ସେଥ୍ରେ ମଞ୍ଜି ପୋତିଲେ ଚଞ୍ଚଳ ଗଛ ଧରେ ।

Question ୫ ।
ପଡ଼ିଆରେ ଫସଲ ବୁଣିଲେ କ’ଣ ହେବ ?
Answer:
ପଡ଼ିଆରେ ଫସଲ ବୁଣିଲେ ଗୋରୁ ଚରିଯା’ନ୍ତି ।

Question ୬ ।
ମଣିଷ ମନକୁ ପ୍ରଥମେ କେଉଁଥ‌ିରେ ସଜାଡ଼ି ପରେ ଯୋଜନା କଥା କହିବା ଉଚିତ ?
Answer:
ମଣିଷ ମନକୁ ପ୍ରଥମେ ପାଠ ବା ଶିକ୍ଷାରେ ସଜାଡ଼ି ପରେ ଯୋଜନା କଥା କହିବା ଉଚିତ ।

Question ୭ ।
ଲୋକମାନେ କ’ଣ ହୋଇଥିବାରୁ ଉନ୍ନୟନ କାର୍ଯ୍ୟ ପଛରେ ପଡ଼ିଛି ବୋଲି ଜାତିସଙ୍ଘ ତାଙ୍କ ଶିକ୍ଷା ରିପୋର୍ଟରେ କହିଛନ୍ତି ?
Answer:
ଜାତିସଂଘ ତାଙ୍କ ଶିକ୍ଷା ରିପୋର୍ଟରେ ଲୋକମାନେ ଅଶିକ୍ଷିତ ଓ ନିରକ୍ଷର ହୋଇଥ‌ିବାରୁ ଉନ୍ନୟନ କାର୍ଯ୍ୟ ପଛରେ ପଡ଼ିଛି ବୋଲି କହିଛନ୍ତି ।

Question ୮ ।
ଭାରତର ଲୋକେ ପାଠ ପଢ଼ିସାରିଲା ପରେ କେଉଁଠୁ ଛାଡ଼ିଆସିବାକୁ ଚାହୁଁନାହାନ୍ତି ?
Answer:
ଭାରତର ଲୋକେ ପାଠ ପଢ଼ିସାରିଲା ପରେ ଆମେରିକା ଛାଡ଼ି ଆସିବାକୁ ଚାହୁଁନାହାନ୍ତି ।

Question ୯ ।
ଭାରତରେ କେଉଁମାନଙ୍କର ବିଶେଷ ମୂଲ୍ୟ ନାହିଁ ?
Answer:
ଭାରତରେ ବିଶେଷଜ୍ଞମାନଙ୍କର ବିଶେଷ ମୂଲ୍ୟ ନାହିଁ ।

Question ୧୦ ।
ବମ୍ବେରୁ ବାହାରୁଥିବା କାଗଜଟିର ନାମ କ’ଣ ?
Answer:
ବମ୍ବେରୁ ବାହାରୁଥିବା କାଗଜଟିର ନାମ ‘ସଣ୍ଡେ ଷ୍ଟାଣ୍ଡାର୍ଡ଼’।

Question ୧୧।
‘ସଣ୍ଡେ ଷ୍ଟାଣ୍ଡାର୍ଡ଼’ କାଗଜରେ କେଉଁ ଶୀର୍ଷକରେ ‘‘ଅଗ୍ରଲେଖ’’ ପ୍ରକାଶିତ ହୋଇଥିଲା ?
Answer:
‘ସଣ୍ଡେ ଷ୍ଟାଣ୍ଡାର୍ଡ଼’ କାଗଜରେ ‘ଶାସକ ଓ ବିଶେଷଜ୍ଞ’ ଶୀର୍ଷକରେ ‘ଅଗ୍ରଲେଖ’’ ପ୍ରକାଶିତ ହୋଇଥିଲା ।

Question ୧୨ ।
ଭାରତବର୍ଷରେ କେଉଁମାନଙ୍କୁ ବିଶେଷ ସମ୍ମାନ ମିଳୁନାହିଁ ?
Answer:
ଭାରତବର୍ଷରେ ବିଶେଷଜ୍ଞମାନଙ୍କୁ ବିଶେଷ ସମ୍ମାନ ମିଳୁନାହିଁ ।

Question ୧୩।
ଆମେରିକାରେ ପଢ଼ୁଥ‌ିବା ଭାରତୀୟ ଛାତ୍ର ଭାରତର କେଉଁ ସମ୍ମାନାସ୍ପଦ ବ୍ୟକ୍ତିଙ୍କ ସହିତ ସମାନ ଦରମା ଦେଲେ ଫେରିବେ ବୋଲି କହିଥିଲେ ?
Answer:
ଆମେରିକାରେ ପଢ଼ୁଥିବା ଭାରତୀୟ ଛାତ୍ର ଭାରତର ଗଭର୍ଣରଙ୍କ ସହିତ ସମାନ ଦରମା ଦେଲେ ଫେରିବେ କହିଥିଲେ ।

Question ୧୪ ।
ଭାରତ ସରକାର ଶିକ୍ଷା କମିଶନ ବସାଇ କ’ଣ ନିରୀକ୍ଷଣ କରୁଛନ୍ତି ?
Answer:
ଭାରତ ସରକାର ଶିକ୍ଷା କମିଶନ ବସାଇ ଭାରତୀୟ ପରିସ୍ଥିତିର ନିରୀକ୍ଷଣ କରୁଛନ୍ତି ।

Question ୧୫ ।
ଶିକ୍ଷା ରାଜ୍ୟରେ ବର୍ତ୍ତମାନ କେଉଁ ଅବସ୍ଥା ଆସି ପହଞ୍ଚିଛି ?
Answer:
ଶିକ୍ଷା ରାଜ୍ୟରେ ବର୍ତ୍ତମାନ ଏକ ନିରୁପାୟ ଅବସ୍ଥା ଆସି ପହଞ୍ଚିଛି ।

Question ୧୬ ।
ଆମ ଦେଶରେ ପରୀକ୍ଷା ପଦ୍ଧତିରେ ଛାତ୍ରର କ’ଣ ନିର୍ଦ୍ଧାରଣ କରିବା କଷ୍ଟ ?
Answer:
ଆମ ଦେଶରେ ପରୀକ୍ଷା ପଦ୍ଧତିରେ ଛାତ୍ରର ଗୁଣାତ୍ମକ ମୂଲ୍ୟ ନିର୍ଦ୍ଧାରଣ କରିବା ଭାରି କଷ୍ଟ ।

Question ୧୭ ।
‘କଳିଙ୍ଗ’ ଖବରକାଗଜ କେଉଁ ଶୀର୍ଷକରେ ଉପାଗ୍ର ଲେଖି ପରୀକ୍ଷା କ୍ଷେତ୍ରରେ ଅବୈଧ ଆଚରଣ ବିଷୟରେ ସୂଚନା ଦେଇଥିଲା ?
Answer:
ଖବରକାଗଜ ‘ସତ୍ୟ ହୋଇଥିଲେ ସାଙ୍ଘାତିକ’ ନାମରେ ଉପାଗ୍ର ଲେଖି ପରୀକ୍ଷା କ୍ଷେତ୍ରରେ ଅବୈଧ ଆଚରଣ ବିଷୟରେ ସୂଚନା ଦେଇଥିଲା ।

Question ୧୮।
ଆଜିକାଲି ଛାତ୍ରମାନେ ପାଠପଢ଼ା କଥା ଯେତିକି ଜାଣୁଛନ୍ତି ତା’ଠାରୁ ଅଧ୍ଵ କାହା ବିଷୟରେ ଜାଣୁଛନ୍ତି ?
Answer:
ଆଜିକାଲି ଛାତ୍ରମାନେ ପାଠପଢ଼ା କଥା ଯେତିକି ଜାଣୁଛନ୍ତି, ତା’ଠାରୁ ଅଧ୍ଵ ପରୀକ୍ଷା ବିଷୟରେ ଜାଣୁଛନ୍ତି ।

Question ୧୯ ।
ଏବେ କେଉଁ ପରୀକ୍ଷା ପାଇଁ ପ୍ରଶ୍ନୋତ୍ତର ବହି ସବୁଠୁ ବେଶୀ କଟୁଛି ବୋଲି କୁହାଯାଇଛି ?
Answer:
ଏବେ ପ୍ରାଥମିକ ପରୀକ୍ଷା ପାଇଁ ପ୍ରଶ୍ନୋତ୍ତର ବହି ସବୁଠୁ ବେଶୀ କଟୁଛି ବୋଲି କୁହାଯାଇଛି ।

Question ୨୦ ।
ନୋଟ୍ ବହି ପଢ଼ି ଆମେ ବିଲାତ, ଆମେରିକା ଓ ଋଷ୍ ସଙ୍ଗେ କ’ଣ ହୋଇପାରିବୁ ନାହିଁ ବୋଲି କୁହାଯାଇଛି ?
Answer:
ନୋଟ୍ ବହି ପଢ଼ି ଆମେ ବିଲାତ, ଆମେରିକା ଓ ଋଷ୍ ସଙ୍ଗେ ସମାନ ହୋଇପାରିବୁ ନାହିଁ ବୋଲି କୁହାଯାଇଛି ।

Question ୨୧ ।
ନୋଟ୍ ବହି ପଢ଼ିବା ଲୋକ କେଉଁ ପୁସ୍ତକ ଲେଖିପାରିବ ନାହିଁ ?
Answer:
ନୋଟ୍ ବହି ପଢ଼ିବା ଲୋକ ମୌଳିକ ପୁସ୍ତକ ଲେଖିପାରିବ ନାହିଁ ।

Question ୨୨ ।
କେଉଁ ପ୍ରଦେଶର ବିଧାନ ସଭାରେ ଛାତ୍ରଟି ପ୍ରଶ୍ନପତ୍ର ବିକି ଦଶ ହଜାର ଟଙ୍କା ଲାଭ ଉଠାଇବା କଥା ବିଚାର ହୋଇଥିଲା ?
Answer:
ଆନ୍ଧ୍ରପ୍ରଦେଶର ବିଧାନ ସଭାରେ ଛାତ୍ରଟି ପ୍ରଶ୍ନପତ୍ର ବିକି ଦଶହଜାର ଟଙ୍କା ଲାଭ ଉଠାଇବା କଥା ବିଚାର ହୋଇଥିଲା ।

Question ୨୩ ।
ଏବେ ବି.ଏ. ପିଲାଟିକୁ ମାତୃଭାଷାରେ ଚିଠିଟିଏ ଲେଖୁବାକୁ କହିଲେ କ’ଣ ହେବ ?
Answer:
ଏବେ ବି.ଏ. ପିଲାଟିକୁ ମାତୃଭାଷାରେ ଚିଠିଟିଏ ଲେଖୁବାକୁ କହିଲେ ପନ୍ଦରଟା ବନାନ ଅଶୁଦ୍ଧି ହୋଇଯିବ ଓ ଅକ୍ଷର ଏମିତି ଯେ ଦେଖ‌ିଲେ ଡର ଲାଗିବ ।

Question ୨୪ ।
ଆଜିକାଲି କାହାର ପାଠ ସଙ୍ଗେ ସମ୍ପର୍କ ନାହିଁ ?
Answer:
ଆଜିକାଲି ଅକ୍ଷରର ପାଠ ସଙ୍ଗେ ସମ୍ପର୍କ ନାହିଁ ।

CHSE Odisha Class 12 Odia Solutions Chapter 4 ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା

Question ୨୫ ।
ଆଗେ ପାଠ ପଢ଼ିବାର ସୁବିଧା ନ ଥିଲେ ବି ପାଠର ମାନଦଣ୍ଡ କିପରି ଥିଲା ?
Answer:
ଆଗେ ପାଠ ପଢ଼ିବାର ସୁବିଧା ନ ଥିଲେ ବି ପାଠର ମାନଦଣ୍ଡ ଅଧିକ ଉଚ୍ଚ ଥିଲା ।

Question ୨୬।
ବର୍ତ୍ତମାନର ଲୋକ ପାଠର ମୂଲ୍ୟ ବୁଝି ସାରିଥିଲେ ମଧ୍ୟ ପାଠର କ’ଣ କମୁଛି ?
Answer:
ବର୍ତ୍ତମାନର ଲୋକ ପାଠର ମୂଲ୍ୟ ବୁଝି ସାରିଥିଲେ ମଧ୍ୟ ପାଠର ମାନଦଣ୍ଡ କମୁଛି ।

Question ୨୭ ।
ପ୍ରାଥମିକଠାରୁ କେଉଁ ପର୍ଯ୍ୟନ୍ତ ସବୁଠି ପାଠର ଅବସ୍ଥା ସମାନ ହୋଇଗଲାଣି ?
Answer:
ପ୍ରାଥମିକଠାରୁ ପି.ଏଚ୍.ଡ଼ି. ପର୍ଯ୍ୟନ୍ତ ସବୁଠି ପାଠର ଅବସ୍ଥା ସମାନ ହେଲାଣି ।

Question ୨୮ ।
ଏବେ କେଉଁ ଡିଗ୍ରୀ ସଂଖ୍ୟା ବହୁତ ହେବାରୁ ଡି.ଲିଟ୍. କରିବା ଛଡ଼ା ଆଉ ଉପାୟ ନାହିଁ ?
Answer:
ଏବେ ଡି.ଫିଲ୍. ଡିଗ୍ରୀ ସଂଖ୍ୟା ବହୁତ ହେବାରୁ ଡି.ଲିଟ୍. କରିବା ଛଡ଼ା ଆଉ ଉପାୟ ନାହିଁ ।

Question ୨୯ ।
ଏ ଦେଶରେ କେଉଁମାନେ ଲୁଚିକରି ଥା’ନ୍ତି, ହଠାତ୍ ବାହାରି ଚମକ ଦେଖାନ୍ତି ?
Answer:
ଏ ଦେଶରେ ଜ୍ଞାନୀ ଗବେଷକମାନେ ଲୁଚିକରି ଥାଆନ୍ତି, ହଠାତ୍ ବାହାରି ଚମକ ଦେଖାନ୍ତି ।

Question ୩୦ ।
କେଉଁ ଦେଶରେ ବିଶ୍ଵବିଦ୍ୟାଳୟମାନଙ୍କରୁ ଶହ ଶହ ପିଏଚ୍.ଡ଼ି. ଓ ଡି.ଲିଟ୍ ବାହାରୁଛନ୍ତି ?
Answer:
ଭାରତବର୍ଷରେ ବିଶ୍ଵବିଦ୍ୟାଳୟମାନଙ୍କରୁ ଶହ ଶହ ପିଏଚ୍.ଡ଼ି. ଓ ଡି.ଲିଟ୍. ବାହାରୁଛନ୍ତି ।

Question ୩୧ ।
କେଉଁ ଲୋକମାନଙ୍କୁ ତାଲିମ କରି ଫଉଜ ପୋଷାକ ପିନ୍ଧାଇଲେ ଦେଶର ସ୍ଵାଧୀନତା ରହିପାରିବ ନାହିଁ ?
Answer:
ନିରନ୍ନ ମୂର୍ଖ ଲୋକମାନଙ୍କୁ ତାଲିମ କରି ଫଉଜ ପୋଷାକ ପିନ୍ଧାଇଲେ ଦେଶର ସ୍ଵାଧୀନତା ରହିପାରିବ ନାହିଁ ।

Question ୩୨ ।
କାହା ବଳରେ ଆମେ ଅନ୍ୟ ଦେଶମାନଙ୍କ ସହିତ ସମାନ ହୋଇପାରିବା ?
Answer:
ପାଠ ବଳରେ ଆମେ ଅନ୍ୟ ଦେଶମାନଙ୍କ ସହିତ ସମାନ ହୋଇପାରିବା ।

Question ୩୩ ।
ଶିକ୍ଷାକୁ କେଉଁ ସ୍ଥାନ ଦେଲେ ଅବସ୍ଥାର ପରିବର୍ତ୍ତନ ହୋଇପାରିବ ବୋଲି ଲେଖକ ବିଚାର କରିଛନ୍ତି ?
Answer:
ଶିକ୍ଷାକୁ ଶେଷ ସ୍ଥାନ ନ ଦେଇ ଶୀର୍ଷସ୍ଥାନ ଦେଲେ ଅବସ୍ଥାର ପରିବର୍ତ୍ତନ ହୋଇପାରିବ ବୋଲି ଲେଖକ ବିଚାର କରିଛନ୍ତି ।

(ଗ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଏବଂ ଉତ୍ତର ପାଇଁ ୧ ନମ୍ବର ରହିବ ।

ପ୍ରବନ୍ଧ – ସ୍ବାଧୀନ ଦେଶରେ ଶିକ୍ଷାଚିନ୍ତା, ପ୍ରାବନ୍ଧିକ – ଗୋଲୋକବିହାରୀ ଧଳ

Question ୧।
ଜିଲ୍ଲା ପରିଷଦ ପରିଚାଳିତ ସଭାର ସବା ଉପର ଏବଂ ସବାତଳ ବିଚାର ବିଷୟ କ’ଣ ଥିଲା ?
Answer:
ଜିଲ୍ଲା ପରିଷଦ ପରିଚାଳିତ ସଭାର ସବା ଉପର ଓ ସବାତଳ ବିଚାର ବିଷୟ ଯଥାକ୍ରମେ କୃଷି ଓ ଶିକ୍ଷା ଥିଲା ।

Question ୨।
ଆଜିକାଲି ସମସ୍ତେ ପାଠ ପଢ଼ିସାରିବା ପର୍ଯ୍ୟନ୍ତ ଯୋଜନା ପକାଇ ରଖିଲେ କ’ଣ ହେବ ?
Answer:
ଆଜିକାଲି ସମସ୍ତେ ପାଠ ପଢ଼ିସାରିବା ପର୍ଯ୍ୟନ୍ତ ଯୋଜନା ପକାଇ ରଖିଲେ ଆମକୁ ବହୁତ ପଛରେ ପଡ଼ିଯିବାକୁ ହେବ ।

Question ୩ ।
ମଣିଷର ମନକୁ ପ୍ରଥମେ ଶିକ୍ଷାରେ ସଜାଡ଼ି କେଉଁ କଥା କହିଲେ ସେ ବୁଝିପାରିବ ?
Answer:
ମଣିଷର ମନକୁ ପ୍ରଥମେ ଶିକ୍ଷାରେ ସଜାଡ଼ି ତା’ପରେ ଯୋଜନା କଥା କହିଲେ ସେ ବୁଝିପାରିବ ।

Question ୪ ।
ଏସିଆର ଅଧୁକାଂଶ ଦେଶର ସବୁଠୁ ବଡ଼ ସମସ୍ୟା କ’ଣ ?
Answer:
ଏସିଆର ଅଧିକାଂଶ ଦେଶର ସବୁଠୁ ବଡ଼ ସମସ୍ୟା ଲୋକମାନେ ଅଶିକ୍ଷିତ ଓ ନିରକ୍ଷର ହୋଇଥିବାରୁ ଉନ୍ନୟନ କାର୍ଯ୍ୟ ଅଗ୍ରସର ହୋଇପାରୁ ନାହିଁ ।

Question ୫ ।
ଲୋକମାନେ ଅଶିକ୍ଷିତ ଓ ନିରକ୍ଷର ହେଲେ କ’ଣ ହେବ ?
Answer:
ଲୋକମାନେ ଅଶିକ୍ଷିତ ଓ ନିରକ୍ଷର ହେଲେ ଉନ୍ନୟନ କାର୍ଯ୍ୟ ଅଗ୍ରସର ହୋଇପାରିବ ନାହିଁ ।

Question ୬ ।
ଇଲଷ୍ଟ୍ରେଟେଡ୍ ଉଇକ୍ଲିରେ ଲେଖାଯାଇଥିବା ଅସଲ କଥାଟି କ’ଣ ଥିଲା ?
Answer:
ଇଲଷ୍ଟ୍ରେଟେଡ଼ ଉଇକିରେ ଲେଖାଯାଇଥିବା; ଅସଲ କଥାଟି ହେଉଛି – ‘ଭାରତର ବିଶେଷଜ୍ଞମାନଙ୍କର ବିଶେଷ ମୂଲ୍ୟ ନାହିଁ’ ।

Question ୭ ।
‘ଶାସକ ଓ ବିଶେଷଜ୍ଞ’ ଶୀର୍ଷକ ଅଗ୍ରଲେଖରେ କିପରି ମତାମତ ପ୍ରକାଶ ପାଇଥିଲା ?
Answer:
‘ଶାସକ ଓ ବିଶେଷଜ୍ଞ’ ଶୀର୍ଷକ ନାମକ ଗୋଟିଏ ଅଗ୍ରଲେଖରେ ଅତି ଗର୍ହିତ ଅଥଚ ପ୍ରଣିଧାନଯୋଗ୍ୟ ମତାମତ ପ୍ରକାଶ ପାଇଥିଲା ।

Question ୮ ।
ଭାରତୀୟ ଛାତ୍ରମାନେ କାହିଁକି ଆମେରିକା ଛାଡ଼ି ଆସିବାକୁ ଚାହୁଁ ନାହାଁନ୍ତି ?
Answer:
ଭାରତରେ ବିଶେଷଜ୍ଞମାନଙ୍କୁ ବିଶେଷ ସମ୍ମାନ ମିଳୁନାହିଁ ବୋଲି ଭାରତୀୟ ଛାତ୍ରମାନେ ଆମେରିକା ଛାଡ଼ି ଆସିବାକୁ ଚାହୁଁ ନାହାଁନ୍ତି ।

CHSE Odisha Class 12 Odia Solutions Chapter 4 ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା

Question ୯ ।
ଭାରତର ପରିଚାଳନା ପଦ୍ଧତିରେ ଏକ ନୂତନ ଦୃଷ୍ଟିକୋଣ ସୃଷ୍ଟି ହେଲେ କ’ଣ ହେବ ?
Answer:
ଭାରତର ପରିଚାଳନା ପଦ୍ଧତିରେ ଏକ ନୂତନ ଦୃଷ୍ଟିକୋଣ ସୃଷ୍ଟି ହେଲେ ଅବସ୍ଥାର ପରିବର୍ତ୍ତନ ହେବ ।

Question ୧୦ ।
ଶିକ୍ଷା ରାଜ୍ୟରେ ଦେଖାଯାଉଥ‌ିବା ନିରୁପାୟ ଅବସ୍ଥା କେଉଁମାନେ ଜାଣୁଛନ୍ତି ?
Answer:
ଶିକ୍ଷା ରାଜ୍ୟରେ ଦେଖାଯାଉଥ‌ିବା ନିରୁପାୟ ଅବସ୍ଥା ଯେଉଁମାନେ ଶିକ୍ଷା କଥା ଜାଣୁଛନ୍ତି, ସେହିମାନେ ହିଁ ଜାଣୁଛନ୍ତି ।

Question ୧୧ ।
ବର୍ତ୍ତମାନ କେଉଁ ବିଷୟରେ ସମାଧାନ କରିବାର କୌଣସି ଉପାୟ ଥିଲା ପରି ମନେହେଉନି ?
Answer:
‘କଳିଙ୍ଗ’ ଖବରକାଗଜରେ ‘ସତ୍ୟ ହୋଇଥିଲେ ସାଙ୍ଘାତିକ’ ନାମରେ ଗୋଟିଏ ଉପାଗ୍ର ଲେଖାରେ, ପରୀକ୍ଷା କ୍ଷେତ୍ରରେ ଅବୈଧ ଆଚରଣ ବିଷୟରେ ଯେଉଁ ସୂଚନା ଦେଇଥିଲେ, ତାକୁ ବର୍ତ୍ତମାନ ସମାଧାନ କରିବାର କୌଣସି ଉପାୟ ଥିଲା ପରି ମନେହେଉନି ।

Question ୧୨ ।
ନୋଟ୍ ବହି ପଢ଼ିଲେ ଆମେ କେଉଁ ଦେଶମାନଙ୍କ ସହିତ ସମକକ୍ଷ ହୋଇପାରିବୁ ନାହିଁ ?
Answer:
ନୋଟ୍ ବହି ପଢ଼ିଲେ ଆମେ ବିଲାତ, ଆମେରିକା ଓ ଋଷ୍ ଦେଶମାନଙ୍କ ସହିତ ସମକକ୍ଷ ହୋଇପାରିବୁ ନାହିଁ ।

Question ୧୩ ।
ମୌଳିକ ପୁସ୍ତକ ଲେଖା ନହେଲେ କ’ଣ ହେବ ?
Answer:
ମୌଳିକ ପୁସ୍ତକ ଲେଖା ନହେଲେ ମୌଳିକ ଚିନ୍ତାର ସ୍ଫୁରଣ ଅସମ୍ଭବ ହେବ ।

Question ୧୪ ।
ଆନ୍ଧ୍ରପ୍ରଦେଶର ବିଧାନ ସଭାରେ କେଉଁ କଥା ବିଚାର ହୋଇଥିଲା ?
Answer:
ଆନ୍ଧ୍ରପ୍ରଦେଶର ବିଧାନ ସଭାରେ ଜଣେ ଛାତ୍ର ପ୍ରଶ୍ନପତ୍ର ବିକି ଦଶ ହଜାର ଟଙ୍କା ଲାଭ ଉଠାଇଥିବା କଥା ବିଚାର ହୋଇଥିଲା ।

Question ୧୫ ।
ଆଜିକାଲି ପରୀକ୍ଷା ଫଳ ବାହାରିବାକୁ ଲେଖକ କାହା ସହିତ ତୁଳନା କରିଛନ୍ତି ?
Answer:
ଆଜିକାଲି ପରୀକ୍ଷାଫଳ ବାହାରିବାକୁ ଲେଖକ ହୀରାକୁଦ ବନ୍ଧରୁ ପାଣି ଝରିବା ସହିତ ତୁଳନା କରିଛନ୍ତି ।

Question ୧୬ ।
ଆଗେ ପାଠ ପଢ଼ିବାପାଇଁ କ’ଣ ନ ଥିଲା ?
Answer:
ଆଗେ ପାଠ ପଢ଼ିବାପାଇଁ ବିଶେଷ ସୁବିଧା ନ ଥିଲା କିମ୍ବା ଲୋକଙ୍କର ବିଶେଷ ଆଗ୍ରହ ନ ଥିଲା ।

Question ୧୭ ।
ଆଉଟ୍ ସାଇଡ଼ର ଶିକ୍ଷାର ଅଧଃପତନ ସମ୍ପର୍କରେ କ’ଣ ମତ ଦେଇଥିଲା ?
Answer:
ଶିକ୍ଷାର ଅଧଃପତନ ସମ୍ପର୍କରେ ଆଉଟ୍ ସାଇଡ଼ର ମତ ଦେଇଥିଲା ଯେ, ବେଙ୍ଗଲି ସାହିତ୍ୟରେ କେମିତି ଅନେକ ଲୋକ ସହଜରେ M.A. ପରୀକ୍ଷାରେ ପ୍ରଥମ ଶ୍ରେଣୀ ପାଉଛନ୍ତି ।

Question ୧୮ ।
ଆମ ଦେଶରେ ଗବେଷଣା ଡିଗ୍ରୀ କଲାବେଳେ ଛାତ୍ରମାନଙ୍କୁ କେଉଁ ପରୀକ୍ଷା ଦେବାକୁ ପଡ଼େନାହିଁ ?
Answer:
ଆମ ଦେଶରେ ଗବେଷଣା ଡିଗ୍ରୀ କଲାବେଳେ ଛାତ୍ରମାନଙ୍କୁ କୌଣସି ପ୍ରବନ୍ଧ ଇତ୍ୟାଦି ଲେଖି କିମ୍ବା ପ୍ରକାଶ କରି ନିଜର ପ୍ରବୀଣତାର ପରୀକ୍ଷା ଦେବାକୁ ପଡ଼େ ନାହିଁ ।

Question ୧୯ ।
କେଉଁ ଦେଶର ଗବେଷଣା ଉଚ୍ଚ ଜ୍ଞାନ ରାଜ୍ୟରେ ସମ୍ମାନ ପାଇନାହିଁ ?
Answer:
ଭାରତବର୍ଷର ଗବେଷଣା ଉଚ୍ଚ ଜ୍ଞାନ ରାଜ୍ୟରେ ସମ୍ମାନ ପାଇନାହିଁ ।

Question ୨୦ ।
କ’ଣ କଲେ ଆମେ ଅନ୍ୟମାନଙ୍କ ସହ ସମାନ ହୋଇପାରିବା ?
Answer:
ପାଠ ପଢ଼ିଲେ ସେହି ପାଠ ବଳରେ ଆମେ ଅନ୍ୟମାନଙ୍କ ସହ ସମାନ ହୋଇପାରିବା ।

(ଘ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ୩୦ ଶବ୍ଦରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଠିକ୍ ଉତ୍ତର ପାଇଁ ୨ ନମ୍ବର ରହିବ ।

ପ୍ରବନ୍ଧ – ସ୍ବାଧୀନ ଦେଶରେ ଶିକ୍ଷାଚିନ୍ତା, ପ୍ରାବନ୍ଧିକ – ଗୋଲୋକବିହାରୀ ଧଳ

Question ୧ ।
ସାଧାରଣ ଲୋକଙ୍କର ଶିକ୍ଷା ନ ଥ‌ିବାରୁ କ’ଣ ହେଉଛି ?
Answer:
ପ୍ରାବନ୍ଧିକଙ୍କ ମତରେ ସାଧାରଣ ଲୋକଙ୍କର ଶିକ୍ଷା ନ ଥିବାରୁ, ସରକାର ଯେଉଁସବୁ ଯୋଜନା କରୁଛନ୍ତି, ତାହାକୁ ସେମାନେ ବୁଝୁ ନାହାଁନ୍ତି କିମ୍ବା ବୁଝିବାକୁ ସେମାନଙ୍କର ଇଚ୍ଛା ନାହିଁ । ଫଳରେ ଯୋଜନାଗୁଡ଼ିକ କାର୍ଯ୍ୟକାରୀ ହୋଇପାରୁ ନାହିଁ ।

Question ୨ ।
କ’ଣ କଲେ ଶିକ୍ଷା ଓ ଯୋଜନା ମଧ୍ୟରେ ସମନ୍ଵୟ ରହିପାରିବ ?
Answer:
ପ୍ରାବନ୍ଧିକଙ୍କ ମତରେ ଆଜିକାଲିର ଯୋଜନା ଯୁଗରେ ସମସ୍ତେ ପାଠ ପଢ଼ିସାରିବା ପର୍ଯ୍ୟନ୍ତ ଯଦି ଆମେ ଯୋଜନାକୁ ପକାଇ ରଖିବା, ତା’ହେଲେ ଆମେ ବହୁତ ପଛରେ ପଡ଼ିଯିବ । ତେଣୁ ଯୋଜନାକୁ ଯେତିକି ଆଗ୍ରହରେ କରିବାକୁ ହେବ, ଶିକ୍ଷାକୁ ତା’ଠାରୁ ଅନେକ ଗୁଣ ଆଗ୍ରହରେ କଲେ ଶିକ୍ଷା ଓ ଯୋଜନା ମଧ୍ୟରେ ସମନ୍ଵୟ ରହିପାରିବ ।

Question ୩ ।
ଇଲଷ୍ଟ୍ରେଟେଡ଼ ଉଇକିରେ ବାହାରିଥିବା ଲେଖାଟି କ’ଣ ?
Answer:
ଇଲଷ୍ଟ୍ରେଟେଡ଼ ଉଇକିରେ ବାହାରିଥିବା ଲେଖାଟି ହେଉଛି, ଭାରତୀୟ ଲୋକେ କାହିଁକି ପାଠ ପଢ଼ିସାରିଲା ପରେ ଆମେରିକା ଛାଡ଼ି ଆସିବାକୁ ଚାହୁଁ ନାହାଁନ୍ତି । ସେଥ‌ିରେ ସେ ଆମେରିକାର ସୁଖ ସମ୍ଭୋଗ ଓ ଟଙ୍କାପଇସା କଥା ଛାଡ଼ିଦେଲେ ଅସଲ କଥା ଲେଖିଛନ୍ତି, ଭାରତର ବିଶେଷଜ୍ଞମାନଙ୍କର ବିଶେଷ ମୂଲ୍ୟ ନାହିଁ ।

CHSE Odisha Class 12 Odia Solutions Chapter 4 ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା

Question ୪ ।
ଭାରତ ସରକାର ଆମେରିକାରେ ଥ‌ିବା ଛାତ୍ର ପାଖକୁ କ’ଣ ଚିଠି ଲେଖିଥିଲେ ?
Answer:
ଭାରତ ସରକାର ଆମେରିକାରେ ଥିବା ଛାତ୍ରଙ୍କ ପାଖକୁ ଚିଠିରେ ଲେଖିଥିଲେ, ଭାରତ ସରକାର ତ ଆମେରିକା ସରକାର ପରି ଧନୀ ନୁହଁନ୍ତି, ତେଣୁ ସେ ଅନ୍ତତଃ ନିଜ ଦେଶର ସେବା କରିବାପାଇଁ ନିଜ ଦେଶକୁ ଫେରିଆସନ୍ତୁ ।

Question ୫ ।
ଭାରତବର୍ଷରେ ବିଶେଷଜ୍ଞମାନଙ୍କର କୌଣସି କଥା କରିବାପାଇଁ କାହିଁକି ବ୍ୟକ୍ତିଗତ ଉତ୍ସାହ କିମ୍ବା ସ୍ପୃହା ନାହିଁ ?
Answer:
ଭାରତବର୍ଷରେ ବିଶେଷଜ୍ଞଙ୍କର କୌଣସି କଥା କରିବାପାଇଁ ବ୍ୟକ୍ତିଗତ ଉତ୍ସାହ କିମ୍ବା ସ୍ପୃହା ନାହିଁ କାରଣ ଏ ଦେଶରେ ପନ୍ଦର ବର୍ଷ କାମ କଲେ ମଧ୍ୟ ପ୍ରଥମ ପାହାଚରୁ ଦ୍ବିତୀୟ ପାହାଚକୁ ଉଠିହୁଏ ନାହିଁ । ପୁନଶ୍ଚ ଯାହାର ସ୍ପୃହା ଅଛି ସେ ବିଷୟରେ ତାଙ୍କୁ ଯଥାଶୀଘ୍ର ନିଃସ୍ପୃହ କରିବାପାଇଁ ଅନେକ ଲୋକ ରହିଛନ୍ତି ।

Question ୬ ।
ଭାରତ ସରକାର ଶିକ୍ଷା କମିଶନ ବସାଇବାର କାରଣ କ’ଣ ?
Answer:
ପ୍ରାବନ୍ଧିକଙ୍କ ମତରେ ବର୍ତ୍ତମାନ ଶିକ୍ଷାର ସାଧାରଣ ସ୍ତର ଯାହା ହେଲାଣି ଏବଂ ଯେଉଁଭଳି ଭାବେ ଅଧୋଗତି କରୁଛି, ତାହାକୁ ନ ରୋକିଲେ ଆମର ଅବସ୍ଥା ନିଶ୍ଚୟ ଶୋଚନୀୟ ହେବ । ଶିକ୍ଷାର ଅବସ୍ଥା ବାହାରକୁ ଯାହା ଦେଖାଯାଉଛି ବାସ୍ତବରେ ତାହା ନାହିଁ । ବରଂ ଶିକ୍ଷା ଏକ ନିରୁପାୟ ଅବସ୍ଥାରେ ପହଞ୍ଚିଲାଣି । ସେଥୁପାଇଁ ଭାରତ ସରକାର ଶିକ୍ଷା କମିଶନ ବସାଇଛନ୍ତି ।

Question ୭ ।
ପିଲାଟି ପ୍ରାଥମିକ ସ୍କୁଲରୁ ନୋଟ୍ ବହି ପଢ଼ିଲେ କ’ଣ ହେବ ?
Answer:
ପିଲାଟି ଯଦି ପ୍ରାଥମିକ ସ୍କୁଲରୁ ନୋଟ୍ ବହି ପଢ଼ିବ ତା’ହେଲେ ସେ କେବଳ ପରୀକ୍ଷାରେ ପାସ୍ କରିବାର ଆଧୁନିକ କୌଶଳମାନ ଶିଖିବ । ସେ ବହିର ଜ୍ଞାନ ଅନୁସନ୍ଧାନ ନକରି ପ୍ରଶ୍ନପତ୍ର କେଉଁଠି ରହିଛି, ସେହି ଅନୁସନ୍ଧାନରେ ଅନେକ ସମୟ ଯାଏ ଫଳରେ ସେ ଜ୍ଞାନ ଅର୍ଜନ କରିପାରେ ନାହିଁ ।

Question ୮ ।
“ଜୀବନଟା କେବଳ ସିନା ସନ୍ଦେହରେ ଆରମ୍ଭ ହୋଇ ସନ୍ଦେହରେ ଶେଷ ହେବ’’- ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି ?
Answer:
ଜଣେ ସ୍କୁଲ ଶିକ୍ଷକ ଲେଖୁଛନ୍ତି ଏବେ କୌଣସି ଅନୁଷ୍ଠାନର ବହୁତ ଛାତ୍ର ଭଲ ଫଳ ଦେଖାଇଥା’ନ୍ତି, ତେବେ ସେ ପ୍ରକାର ଫଳକୁ ସନ୍ଦେହ ଚକ୍ଷୁରେ ଦେଖିବାକୁ ହେବ । ପିଲା ଖୁବ୍ ଭଲ କରିଛି ବୋଲି ଶୁଣିଲାମାତ୍ରେ ଆମେ ଯଦି ସନ୍ଦେହ କରିବା ଆରମ୍ଭ କରୁ ଓ ପାଠପଢ଼ାର ପରିଣତି ଯଦି ଏଇୟା ହୁଏ, ତେବେ ଜୀବନଟା କେବଳ ସନ୍ଦେହରେ ଆରମ୍ଭ ହୋଇ ସନ୍ଦେହରେ ଶେଷ ହୋଇଯିବ ।

Question ୯।
ପରୀକ୍ଷା ବିଷୟରେ ସାଧାରଣ ଲୋକ ଆଶ୍ଚର୍ଯ୍ୟ ହେବାର କାରଣ କ’ଣ ?
Answer:
ପରୀକ୍ଷା ସମ୍ପର୍କରେ ଅଭିମତ ଦେଇ ପ୍ରାବନ୍ଧିକ ଲେଖିଛନ୍ତି, ଆଗ ଅପେକ୍ଷା ବର୍ତ୍ତମାନ ପରୀକ୍ଷାର ସ୍ତର ବଢ଼ି ବଢ଼ି ଚାଲିଛି । ଏହିସବୁ ପରୀକ୍ଷା ହେବାପରେ ପରୀକ୍ଷା ସମ୍ପର୍କରେ ଆଗରୁ ଯେଉଁ ଅସାଧୁତା ନଥିଲା, ତାହା ସବୁ ଶୁଣିବାକୁ ମିଳୁଛି । ତେଣୁ ସାଧାରଣ ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି ଏବଂ ପରୀକ୍ଷାରେ ପିଲାଙ୍କ ପାଇଁ ପ୍ରଶ୍ନୋତ୍ତର ବହି ବିକ୍ରି ହେବା ଛଡ଼ା ଆଉ କିଛି ଲାଭ ହେଉ ନାହିଁ ।

Question ୧୦ ।
ଆଗର ମାଟ୍ରିକ୍ୟୁଲେସନ ପାସ୍ ଲୋକେ ଓ ଆଜିର ବି.ଏ. ଛାତ୍ରଙ୍କ ମଧ୍ୟରେ କ’ଣ ପାର୍ଥକ୍ୟ ଦେଖାଯାଏ ?
Answer:
ଆଗେ ଶିକ୍ଷାର ମାନଦଣ୍ଡ ଏତେ ଉଚ୍ଚ ଥିଲା ଯେ ମାଟ୍ରିକ୍ୟୁଲେସନ ପାସ୍ ଲୋକେ ମାଜିଷ୍ଟ୍ରେଟ୍ କାମ ଚଳାଇ ଦେଉଥିଲେ । ମାତ୍ର ଆଜିର ବି.ଏ. ଛାତ୍ରଙ୍କୁ ଚିଠିଟିଏ ଲେଖୁବାକୁ କହିଲେ ଇଂରାଜୀରେ ଯାହି ତାହି ଲେଖୁଦେବେ, କିନ୍ତୁ ମାତୃଭାଷାରେ ଲେଖିଲାବେଳକୁ ପନ୍ଦରଟା ବନାନ ଅଶୁଦ୍ଧି ବାହାରିବ । ପାଠ ତ ଯାହା ହୋଇଥବ, ଅକ୍ଷର ଦେଖୁଲେ ଡର ମାଡ଼ିବ । ଯେପରିକି ପାଠ ସଙ୍ଗେ ଅକ୍ଷରର ଆଜିକାଲି କୌଣସି ସମ୍ବନ୍ଧ ନାହିଁ ।

Question ୧୧ ।
ବର୍ତ୍ତମାନ ଶିକ୍ଷା ଡିଗ୍ରୀ ସମ୍ପର୍କରେ ‘ଆଉଟ୍ ସାଇଡ଼ର’ଙ୍କ ମତ କ’ଣ ?
Answer:
ବର୍ତ୍ତମାନ ଶିକ୍ଷା ଡିଗ୍ରୀ ସମ୍ପର୍କରେ ‘ଆଉଟ୍ ସାଇଡ଼ର’ କହିଛନ୍ତି, ବଙ୍ଗଳା ଭାଷାରେ ଅନେକ ଲୋକ ଏମ୍.ଏ. କରି, ପ୍ରଥମ ଶ୍ରେଣୀ ପାଉଛନ୍ତି । କିନ୍ତୁ ସେହି ପ୍ରଥମ ଶ୍ରେଣୀର କିଛି ମୂଲ୍ୟ ନଥ‌ିବାରୁ ଅଧିକାଂଶ ଡି.ଫିଲ୍. ଓ ପରବର୍ତ୍ତୀ ସମୟରେ ଡି.ଲିଟ୍. କରୁଛନ୍ତି । କାରଣ ଶିକ୍ଷାର ମାନ କମୁଥିବାରୁ ସେପରି କରିବା ବ୍ୟତୀତ ଅନ୍ୟ ଉପାୟ ନାହିଁ ।

Question ୧୨ ।
ଭାରତବର୍ଷର ସ୍ଵାଧୀନତାକୁ କାହିଁକି ସମ୍ଭାଳି ହେବ ନାହିଁ ବୋଲି କୁହାଯାଇଛି ?
Answer:
ପି.ଏଚ୍.ଡ଼ି., ଡି.ଲିଟ୍. ବାହାରୁଥିଲେ ହେଁ ସେମାନଙ୍କର ଗୋଟିଏ ହେଲେ ଗବେଷଣା ଉଚ୍ଚ ଜ୍ଞାନ ରାଜ୍ୟରେ ସମ୍ମାନ ପାଇନାହିଁ । ତେବେ ଶିକ୍ଷା ବ୍ୟବସ୍ଥାରେ ତଳ ତ ଯାହା ଉପରଟା ଯଦି ଫାଙ୍କା ହୋଇଯାଏ, ତେବେ ଖାଲି ଆବାଜ୍‌ରେ ଭାରତବର୍ଷର ସ୍ଵାଧୀନତାକୁ ସମ୍ଭାଳି ହେବ ନାହିଁ ବୋଲି ପ୍ରାବନ୍ଧିକ ମତ ପୋଷଣ କରିଛନ୍ତି ।

(ଙ) ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୧୫୦ ଶବ୍ଦରେ ଦେବାକୁ ହେବ । ପ୍ରଶ୍ନର ମୂଲ୍ୟ ୫ ନମ୍ବର ।

Question ୧ ।
‘ସ୍ଵାଧୀନ ଦେଶର ଶିକ୍ଷାଚିନ୍ତା’ ପ୍ରବନ୍ଧର ସାରମର୍ମ ଲେଖ ।
Answer:
ପ୍ରାବନ୍ଧିକ ଗୋଲୋକବିହାରୀ ଧଳ ସମାଜ, ସଂସ୍କୃତି, ଶିକ୍ଷା ଓ ପରମ୍ପରାକୁ ସରଳ ଭାବରେ ଉପସ୍ଥାପିତ କରିବାରେ ଥିଲେ ଧୁରୀଣ ଶିଳ୍ପୀ । ସଂକ୍ଷିପ୍ତ ଓ ଇଙ୍ଗିତ ଭାବରେ ସେ ଅନେକ କଥା କହିବାକୁ ଚେଷ୍ଟା କରନ୍ତି । ପ୍ରସଙ୍ଗକ୍ରମେ ସେ ଅନେକ ଉଦାହରଣ ଓ ପ୍ରସଙ୍ଗକୁ ଉପସ୍ଥାପନ କରି ନିଜସ୍ଵ ଅଭିମତକୁ ଦୃଢ଼ କରିଥା’ନ୍ତି । ଆଲୋଚ୍ୟ ପ୍ରବନ୍ଧ ‘ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା’ରେ ସେ ‘ଇଲଷ୍ଟ୍ରେଟେଡ଼ ଉଇକି’, ‘ସଣ୍ଡେ ଷ୍ଟାଣ୍ଡାର୍ଡ଼’, ‘କଳିଙ୍ଗ’ ଆଦି ଖବରକାଗଜର ଅଭିମତକୁ ଉଦ୍ଧାର କରି, ବର୍ତ୍ତମାନ ଶିକ୍ଷାର ସ୍ତର କିପରି କ୍ରମଶଃ ବିପର୍ଯ୍ୟୟ ଆଡ଼କୁ ଅଗ୍ରସର ହେଉଛି, ତାହାକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି । ଆମ ଶିକ୍ଷା ବ୍ୟବସ୍ଥାରେ ସରକାରୀ କଳର ଭୂମିକା ଓ ଦୃଢ଼ତାକୁ ସେ ସୁନ୍ଦର ଭାବରେ ଉଲ୍ଲେଖ କରିଛନ୍ତି । ଶେଷରେ ଆମ ଦେଶରେ ତଳସ୍ତରଠାରୁ ସର୍ବୋଚ୍ଚ ସ୍ତର ପର୍ଯ୍ୟନ୍ତ ଶିକ୍ଷା ପାଇଁ ଯେଉଁଭଳି ପରୀକ୍ଷା ବ୍ୟବସ୍ଥା ହେଉଛି, ତାହାକୁ ଆକ୍ଷେପ କରିବା ସହିତ, ସୁଧୁରିଯିବାର ମାର୍ଗ ମଧ୍ଯ ନିର୍ଣ୍ଣୟ କରିଛନ୍ତି ।

ପ୍ରାବନ୍ଧିକ ନିଜସ୍ଵ ଅଭିଜ୍ଞତା ପ୍ରକାଶ କରି ଲେଖିଛନ୍ତି । ଜିଲ୍ଲା ପରିଷଦର ଆଞ୍ଚଳିକ ସଭାରେ ସେ ଦେଖିଛନ୍ତି, ଶିକ୍ଷା ବ୍ୟବସ୍ଥାର ବିଚାର ଆଲୋଚନା ସବୁଠାରୁ ଶେଷ ପର୍ଯ୍ୟାୟରେ ରହିଛି। ପଚାରିବାରୁ ସେମାନଙ୍କର ଅଭିମତ, ଲୋକମାନଙ୍କର ଶିକ୍ଷା ସ୍ତର କମ୍ ଥ‌ିବାରୁ ସେମାନେ କୌଣସି ଯୋଜନା ସମ୍ବନ୍ଧରେ ବିଚାର କରିପାରୁ ନାହାଁନ୍ତି । ଫଳରେ ଯୋଜନାଗୁଡ଼ିକ ଉପଯୁକ୍ତ ଭାବେ କାର୍ଯ୍ୟ କରୁନାହିଁ । ପ୍ରାବନ୍ଧିକଙ୍କ ମତରେ ଯୋଜନା ଯୁଗରେ, ଯୋଜନାକୁ ଯେତିକି ଆଗ୍ରହର ସହିତ କରିବାକୁ ପଡ଼ିବ, ଶିକ୍ଷାକୁ ତା’ଠାରୁ ଅନେକ ଗୁଣ ଅଧ‌ିକ ଆଗ୍ରହରେ କଲେ ଶିକ୍ଷା ଓ ଯୋଜନା ମଧ୍ୟରେ ସମନ୍ଵୟ ରକ୍ଷାହୋଇପାରିବ ।

ପରବର୍ଭୀ ପର୍ଯ୍ୟାୟରେ ପ୍ରାବନ୍ଧିକ କହିଛନ୍ତି, “ଭ।ରତବର୍ଷରେ ବିଜେଷଜ୍ଞମାନଙ୍କ ମତକୁ କୌଣସି ଦେଇ ବିଚାର କରାଯାଉନାହିଁ । ସରକାର ବା ଶାସକମାନଙ୍କଦ୍ୱାରା ସବୁ ଯୋଜନା ନିୟନ୍ତ୍ରଣ ହୋଇଥାଏ । ଫଳସ୍ବରୂପ ଅନେକ ଭାରତୀୟ ଛାତ୍ର ସୁଖ ସମ୍ଭୋଗ, ଟଙ୍କାପଇସା ଓ ମର୍ଯ୍ୟାଦା ପାଇଁ ଆମେରିକା ପରି ଦେଶକୁ ଚାଲିଯାଉଛନ୍ତି ।

ସେହିପରି ପ୍ରାବନ୍ଧିକ ଶିକ୍ଷାର ଉନ୍ନତି ପାଇଁ ଓ ଶିକ୍ଷାର ମାନଦଣ୍ଡ ଜାଣିବାପାଇଁ ଆମ ଦେଶରେ ପରୀକ୍ଷାର ଯେଉଁ ବ୍ୟବସ୍ଥା ରହିଛି, ସେଗୁଡ଼ିକ ତ୍ରୁଟିଯୁକ୍ତ ବୋଲି ବିଭିନ୍ନ ଉଦାହରଣ ଦେଇ ବୁଝାଇଛନ୍ତି । ସେ କହିଛନ୍ତି ପ୍ରାଥମିକ ସ୍ତରରୁ ଆରମ୍ଭକରି ଶେଷପର୍ଯ୍ୟନ୍ତ ପରୀକ୍ଷା ପଦ୍ଧତି ପିଲାଙ୍କର ଜ୍ଞାନ ବଢ଼ାଇବାରେ ସହାୟକ ହେଉନାହିଁ । ସେହି ପରିପ୍ରେକ୍ଷୀରେ ପ୍ରାବନ୍ଧିକ ନୋଟ୍ ବହି ବ୍ୟବହାରକୁ ବିରୋଧ କରିଛନ୍ତି । ଶେଷରେ ସେ କହିଛନ୍ତି, ଶିକ୍ଷାକୁ ଶେଷ ସ୍ଥାନ ନଦେଇ ଶୀର୍ଷସ୍ଥାନ ଦେଲେ, ଆମ ଅବସ୍ଥାର ପରିବର୍ତ୍ତନ ହେବ ।

ପ୍ରାବନ୍ଧିକଙ୍କ ଅଭିମତ ବେଶ୍ ଯୁକ୍ତିଯୁକ୍ତ ମନେହୋଇଥାଏ ।

Question ୨ ।
ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ପ୍ରାବନ୍ଧିକଙ୍କ ପ୍ରତିକ୍ରିୟା “ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା” ପ୍ରବନ୍ଧରେ କିପରି ପ୍ରତିଫଳିତ ହୋଇଛି, ଆଲୋଚନା କର ।
Answer:
ଆଧୁନିକ ପ୍ରବନ୍ଧ ସାହିତ୍ୟର ପ୍ରାବନ୍ଧିକ ଗୋଲୋକବିହାରୀ ଧଳ ଜଣେ ଯଶସ୍ଵୀ ପ୍ରତିଭା । ସେ ନିଜସ୍ଵ ସମାଜର ବିଶେଷକରି ସ୍ଵାଧୀନତା ପରବର୍ତ୍ତୀ ସମାଜର ଶିକ୍ଷାର ଉନ୍ନତି ପାଇଁ ବହୁଭାବରେ ଚେଷ୍ଟା କରିଥିଲେ । ପୂର୍ବରୁ ଶିକ୍ଷାର ମାନ ଯେପରି ଥିଲା, ତାହା ବର୍ତ୍ତମାନ ପରିସ୍ଥିତିରେ କମି କମି ଆସୁଛି । ବିଶେଷକରି ପରୀକ୍ଷା ଦେଇ ଶ୍ରେଣୀ ଉତ୍ତୀର୍ଣ୍ଣ ହେବାରେ ଯେଭଳି ଗୁରୁତ୍ୱ ଦିଆଯାଉଛି, ସେହିପରି ଜ୍ଞାନର ଉନ୍ନତି ପାଇଁ କେହି ଚେଷ୍ଟା କରୁ ନାହାଁନ୍ତି । ପୁନଶ୍ଚ ଯେଉଁମାନେ ଉଚ୍ଚଶିକ୍ଷିତ ହେବାପାଇଁ ବିଦେଶ ଯାଉଛନ୍ତି, ସେମାନେ ଆଉ ସ୍ଵଦେଶକୁ ଫେରୁନାହାନ୍ତି । ପ୍ରାବନ୍ଧିକ ଆଲୋଚ୍ୟ ପ୍ରବନ୍ଧ ‘ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା’ରେ ଉପରୋକ୍ତ ବିଷୟକୁ ବିଭିନ୍ନ ଉଦାହରଣ ମାଧ୍ୟମରେ ସହଜ ସରଳ ଭାବରେ ବୁଝାଇବାକୁ ଚେଷ୍ଟା କରିଛନ୍ତି ।

ପ୍ରବନ୍ଧର ପ୍ରଥମ ପର୍ଯ୍ୟାୟରେ ପ୍ରାବନ୍ଧିକ କହିଛନ୍ତି, ବର୍ତ୍ତମାନ ସରକାରୀ ସ୍ତରରେ ବିଭିନ୍ନ ପ୍ରକାର ଯୋଜନା ହେଉଛି । ମାତ୍ର ଜନସାଧାରଣଙ୍କ ଅଶିକ୍ଷା ଓ ନିରକ୍ଷରତା ଯୋଗୁଁ, କୌଣସି ଯୋଜନା ସଫଳ ହୋଇପାରୁ ନାହିଁ । ଆଜିକାଲିର ଏ ଯୋଜନା ଯୁଗରେ, ଯୋଜନାକୁ ଯେତିକି ଆଗ୍ରହରେ କରିବାକୁ ହେବ, ଶିକ୍ଷାକୁ ତା’ଠାରୁ ଅନେକ ଗୁଣ ଅଧ‌ିକ ଆଗ୍ରହରେ କଲେ ଶିକ୍ଷା ଓ ଯୋଜନା ମଧ୍ୟରେ ସମନ୍ଵୟ ରହିପାରିବ । ଶିକ୍ଷାର ଉନ୍ନତିପାଇଁ ବିଶେଷଜ୍ଞମାନେ ଅନେକ ମତ ଦେଲେ ବି, ସେସବୁ ଯଥାର୍ଥ ଭାବେ କାର୍ଯ୍ୟକାରୀ ହୋଇପାରେ ନାହିଁ । କାରଣ ଯୋଜନା ଯେତେବେଳେ ଅର୍ଥ ବିଭାଗକୁ ଆସେ, ସେତେବେଳେ ପ୍ରଥମ ଆଘାତ ପଡ଼ିଥାଏ ଶିକ୍ଷା ଉପରେ । ଆମ ଦେଶରେ ଅନେକ ଛାତ୍ର ପାଠ ପଢ଼ିବାପାଇଁ ଆମେରିକା ଯାଉଛନ୍ତି । ମାତ୍ର ପାଠ ମୂଲ୍ୟ ନାହିଁ ।

ପ୍ରାବନ୍ଧିକଙ୍କ ମତରେ, ଶିକ୍ଷା ସାଧାରଣ ସ୍ତରରେ ଯାହା ହେଲାଣି ବା ଯେଉଁ ପ୍ରକାର ଅଧୋଗତି ଦିନକୁ ଦିନ ହୋଇଚାଲିଛି, ତାକୁ ଯଦି ରୋକା ନ ଯାଏ, ତା’ହେଲେ ଆମର ଅବସ୍ଥା ନିଶ୍ଚୟ ଶୋଚନୀୟ ହେବ । ଶିକ୍ଷାର ପ୍ରସାର, ବାହାରକୁ ଯେତେ ଦେଖା ଗଲେବି, ପ୍ରକୃତରେ ଯେଉଁମାନେ ଶିକ୍ଷାକଥା ଜାଣୁଛନ୍ତି, ସେମାନେ ନିଶ୍ଚୟ ଅନୁଭବ କରୁଥ୍, ଶିକ୍ଷା ରାଜ୍ୟରେ ଏକ ନିରୁପାୟ ଅବସ୍ଥା ଆସି ପହଞ୍ଚଗଲାଣି । ସେଥ‌ିପାଇଁ ଭାରତ ସରକାର ବର୍ତ୍ତମାନ ଏକ ଶିକ୍ଷା କମିଶନ ବସାଇ ଭାରତରେ ଶିକ୍ଷାର ପରିସ୍ଥିତିକୁ ନିରୀକ୍ଷଣ କରୁଛନ୍ତି ।

ସେହିପରି ଶିକ୍ଷାର ସମସ୍ୟା କଥା ବିଚାର କରିବାକୁ ଯାଇ ପ୍ରାବନ୍ଧିକ ପରୀକ୍ଷାରେ ଅବୈଧ ଆଚରଣ, ନୋଟ୍ ବହିର ପ୍ରଚଳନ, ପରୀକ୍ଷାର ଫଳ ପର୍ଯ୍ୟାୟକ୍ରମେ ବାହାରିବା ପ୍ରସଙ୍ଗକୁ ଉଦାହରଣ ଦେଇ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ବାସ୍ତବିକ ପ୍ରାବନ୍ଧିକଙ୍କ ଅଭିମତ ଯୁକ୍ତିଯୁକ୍ତ ମନେହୋଇଥାଏ ।

CHSE Odisha Class 12 Odia Solutions Chapter 4 ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା

Question ୩ ।
ଆମ ଦେଶର ପରୀକ୍ଷା ପଦ୍ଧତି ଓ ଛାତ୍ରମାନଙ୍କ ଗୁଣାତ୍ମକ ମୂଲ୍ୟ ନିର୍ଦ୍ଧାରଣ ସମ୍ପର୍କରେ ପ୍ରାବନ୍ଧିକଙ୍କ ମତର ସତ୍ୟତା ବିଚାର କର ।
Answer:
ପ୍ରଫେସର ଗୋଲୋକବିହାରୀ ଧଳ ଓଡ଼ିଆ ସାହିତ୍ୟରେ ଜଣେ ଯଶସ୍ବୀ ପ୍ରାବନ୍ଧିକ । ସେ ଜଣେ ଭାଷାତତ୍ତ୍ବବିତ୍ ଭାବରେ ପରିଚିତ ହେଲେ ବି ଶିକ୍ଷା ଓ ସଂସ୍କୃତିର ଥିଲେ ଜାଗ୍ରତ ପ୍ରହରୀ। ସ୍ବାଧୀନ ଭାରତରେ ଶିକ୍ଷାର ସୁରକ୍ଷା ଓ କ୍ରମୋନ୍ନତି ପାଇଁ ବହୁଭାବରେ ସେ ଚେଷ୍ଟା କରିଛନ୍ତି । ଶିକ୍ଷାର ମାନ କ୍ରମଶଃ କମି କମି ଆସୁଥୁବାରୁ, ବର୍ତ୍ତମାନ ପରିସ୍ଥିତିରେ ପରୀକ୍ଷା ପଦ୍ଧତିକୁ ସେ ସମୀକ୍ଷାତ୍ମକ ଦୃଷ୍ଟିଭଙ୍ଗୀ ନେଇ ବିଚାର କରିଛନ୍ତି । ଆଲୋଚ୍ୟ ପ୍ରବନ୍ଧ ‘ସ୍ବାଧୀନ ଦେଶରେ ଶିକ୍ଷାଚିନ୍ତା’ରେ ପ୍ରାବନ୍ଧିକଙ୍କ ଶିକ୍ଷାମନସ୍କ ଚିନ୍ତାଧାରାର ପରିଚୟ ମିଳିଥାଏ ।

ପ୍ରାବନ୍ଧିକ ପ୍ରଥମ ପର୍ଯ୍ୟାୟରେ ଉଲ୍ଲେଖ କରିଛନ୍ତି, ଆଜିକାଲି ସରକାରୀ ସ୍ତରରେ ଯେତେସବୁ ଯୋଜନା ହେଉଛି, ସେହିସବୁ ଯେଜାନା ଅଶିକ୍ଷା ଓ ନିରକ୍ଷରତାଯୋଗୁଁ ଉପଯୁକ୍ତ ଭାବରେ କାର୍ଯ୍ୟକାରୀ ହେଉନାହିଁ । ପୁନଶ୍ଚ ଆମ ଦେଶର ଅନେକ ଛାତ୍ର ଉଚ୍ଚଶିକ୍ଷା ପାଇଁ ଆମେରିକା ଗଲେ ବି ସେମାନେ ଆଉ, ଦେଶକୁ ଫେରି ଦେଶସେବାରେ ମନୋନିବେଶ କରିବାକୁ ଚାହୁଁ ନାହାଁନ୍ତି । ସେମାନଙ୍କ ମତରେ ଭାରତବର୍ଷରେ ବିଶେଷଜ୍ଞମାନଙ୍କୁ ଉପଯୁକ୍ତ ଭାବେ ମୂଲ୍ୟାୟନ କରାଯାଏ ନାହିଁ ।

ପରେ ଶିକ୍ଷାର ସମସ୍ୟା କଥା ଆଲୋଚନା କରିବାକୁ ଯାଇ ପ୍ରାବନ୍ଧିକ କହିଛନ୍ତି ଯେ ଆମ ଦେଶରେ ମୂଳରୁ ଚୂଳଯାଏ ଅର୍ଥାତ୍ ପ୍ରାଥମିକ ଶିକ୍ଷାଠାରୁ ଆରମ୍ଭକରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ଯେଉଁଭଳି ପରୀକ୍ଷା ପଦ୍ଧତି ହେଉଛି, ସେଥୁରେ ଛାତ୍ରର ଯଥାର୍ଥ ଗୁଣାତ୍ମକ ମୂଲ୍ୟ ନିର୍ଣ୍ଣୟ କରିବା କଷ୍ଟକର । ଏହାକୁ ସ୍ପଷ୍ଟ କରିବାପାଇଁ, ପ୍ରାବନ୍ଧିକ ‘କଳିଙ୍ଗ’ ଖବରକାଗଜରେ ପ୍ରକାଶ ପାଇଥିବା ଲେଖାର ଉଦାହରଣ ଦେଇଛନ୍ତି । ଆଜିକାଲିର ଛାତ୍ରମାନେ ପାଠପଢ଼ା କଥା ଯେତିକି ଜାଣୁଛନ୍ତି, ତା’ଠାରୁ ଅଧିକ ଜାଣୁଛନ୍ତି, ପରୀକ୍ଷା ବିଷୟରେ । ଆମ ଦେଶରେ ନୋଟ୍ ବହିଗୁଡ଼ିକ ପ୍ରାଥମିକ ଶିକ୍ଷାଠାରୁ ଆରମ୍ଭ ହୋଇଯାଉଛି ।

ଫଳରେ ନୋଟ୍ ବହି ପଢ଼ିବାଦ୍ୱାରା ଛାତ୍ରମାନଙ୍କର ମୌଳିକ ଜ୍ଞାନ ନଷ୍ଟ ହୋଇଯାଉଛି । ଛାତ୍ରମାନେ ଜ୍ଞାନ ଅର୍ଜନ ଅପେକ୍ଷା ପରୀକ୍ଷାରେ ଅଧ‌ିକ ଗୁରୁତ୍ଵ ଦେଉଥ‌ିବାରୁ, ସେମାନଙ୍କ ଜ୍ଞାନର ସ୍ଫୁରଣ ହୁଏ ନାହିଁ । ଆହୁରି ମଧ୍ୟ ଏଭଳି ସମସ୍ୟା ସମ୍ବନ୍ଧରେ ପ୍ରାବନ୍ଧିକ କହିଛନ୍ତି, ‘ଏବେ ଆନ୍ଧ୍ରପ୍ରଦେଶରେ ଜଣେ ଛାତ୍ର ପ୍ରଶ୍ନପତ୍ର ବିକି ଦଶହଜାର ଟଙ୍କା ଲାଭ କରିଥିବା, ସେଠିକା ବିଧାନ ସଭାରେ ଆଲୋଚନା ହୋଇଛି ।’ ଏବେ ସବୁସ୍ତରରେ ପରୀକ୍ଷା ହେଲେବି, ଏବେକାର ପରୀକ୍ଷାକୁ ପ୍ରଶ୍ନୋତ୍ତର ବହି ବିକ୍ରି ହେବା ଛଡ଼ା ଆଉ ବିଶେଷ କ’ଣ ଲାଭ ହୋଇଛି । ସେହିପରି ପରୀକ୍ଷଫଳ ପର୍ଯ୍ୟାୟକ୍ରମେ ବାହାରିବାକୁ ଲେଖକ ଆକ୍ଷେପ କରିଛନ୍ତି ।

ଲେଖକ ଯେଉଁଭଳି ଅଭିବ୍ୟକ୍ତି ଦେଇଛନ୍ତି, ତାହା ସ୍ୱାଧୀନ ଭାରତକୁ ନୂତନ ଦିଶା ଦେଖାଇବ, ଏଥ‌ିରେ ସନ୍ଦେହ ନାହିଁ ।

Question ୪।
‘‘ଶିକ୍ଷାକୁ ଆମ ଦେଶରେ ଶେଷ ସ୍ଥାନ ନ ଦେଇ ଶୀର୍ଷସ୍ଥାନ’’ ଦେବାପାଇଁ ପ୍ରାବନ୍ଧିକଙ୍କ ଯୁକ୍ତିର ଯଥାର୍ଥତା ବିଚାର କର ।
Answer:
ଓଡ଼ିଆ ପ୍ରବନ୍ଧ ସାହିତ୍ୟ କ୍ଷେତ୍ରରେ ପ୍ରଫେସର ଗୋଲୋକବିହାରୀ ଧଳ ଜଣେ ସୁପ୍ରତିଷ୍ଠିତ ଓ ସୁପରିଚିତ ପ୍ରାବନ୍ଧିକ। କେତେକ ସୁଚିନ୍ତିତ ଅଭିମତ ଦେଇଛନ୍ତି । ସେ କେବଳ ମତାମତ ଦେଇ ନାହାଁନ୍ତି ବିଭିନ୍ନ ସମୟରେ ପ୍ରକାଶ ପାଇଥିବା ପତ୍ର ପତ୍ରିକାର ଲେଖାକୁ ଉଦାହରଣ ରୂପେ ଉଲ୍ଲେଖ କରି ନିଜସ୍ଵ ଅଭିମତର ମୂଲ୍ୟାୟନ କରିଛନ୍ତି ।

ପ୍ରବନ୍ଧର ପ୍ରଥମ ପର୍ଯ୍ୟାୟରେ ପ୍ରାବନ୍ଧିକ ନିଜସ୍ବ ଅଭିଜ୍ଞତା ପ୍ରକାଶ ଛଳରେ କହିଛନ୍ତି, ଜିଲ୍ଲା ପରିଷଦର ଆଞ୍ଚଳିକ ସଭାରେ ଆଲୋଚନାପାଇଁ ଯେତେ ବିଷୟ ରଖାଯାଇଥିଲା, ସେଥ‌ିରେ କୃଷି ଥିଲା ସବା ଉପରେ ଏବଂ ଶିକ୍ଷା ଥିଲା ସବାତଳେ । ଶିକ୍ଷାକୁ ଶେଷ ସ୍ଥାନରେ ରଖିବାର କାରଣ, ସରକାର ଯେତେ ଯୋଜନା କରୁଛନ୍ତି, କେହି ତା’କୁ ସାକାର କରିବାକୁ ଇଚ୍ଛାକରୁ ନାହାଁନ୍ତି । କାରଣ ସାଧାରଣ ଲୋକଙ୍କର ବିଶେଷ ଶିକ୍ଷା ନାହିଁ । ତେଣୁ ପ୍ରାବନ୍ଧିକ ପରାମର୍ଶ ଦେଇଛନ୍ତି, ଯୋଜନାକୁ ଯେତିକି ଆଗ୍ରହରେ କରିବାକୁ ହେବ, ଶିକ୍ଷାକୁ ତା’ଠାରୁ ଅନେକ ଗୁଣ ଆଗ୍ରହ ସହକାରେ କଲେ, ଶିକ୍ଷା ଓ ଯୋଜନା ମଧ୍ୟରେ ସମନ୍ଵୟ ରହିପାରିବ ।

ଆମେରିକା ଭଳି ଦେଶକୁ ଯାଇ ପାଠ ପଢୁଛନ୍ତି, ସେମାନେ ପାଠ ପଢ଼ି ସାରିଲାପରେ ଆଉ ଦେଶକୁ ଆସିବାକୁ ଆଗ୍ରହ ପ୍ରକାଶ କରୁନାହାଁନ୍ତି । ଦେଶର ପରିଚାଳନା ପଦ୍ଧତିରେ ନୂତନ ଦୃଷ୍ଟିକୋଣ ସୃଷ୍ଟି ନ ହେଲେ, ଏଭଳି ଅବସ୍ଥାରେ ପରିବର୍ତ୍ତନ ଆସିବ ନାହିଁ ।

ଦେଶର ଶିକ୍ଷା ସମସ୍ୟା ନିରୂପଣ ଓ ନିରାକରଣ ପାଇଁ ପ୍ରାବନ୍ଧିକ କେତେକ ମୂଲ୍ୟବାନ୍ ଅଭିମତ ଦେଇଛନ୍ତି । ଦେଶରେ ମୂଳରୁ ଚୂଳଯାଏ, ଯେଉଁଭଳି ପରୀକ୍ଷା ପଦ୍ଧତି ଅନୁସରଣ କରାଯାଉଛି, ସେଥ‌ିରେ ଛାତ୍ରର ଜ୍ଞାନର ନିର୍ଣ୍ଣୟ କରାଯାଇ ପାରୁନାହିଁ । କାରଣ ଛାତ୍ରମାନେ ଜ୍ଞାନ ଅଭିବୃଦ୍ଧି ବଦଳରେ, ନୋଟ୍ ବହି ମାଧ୍ୟମରେ କୌଣସି ପ୍ରକାର ପରୀକ୍ଷାରେ ପାସ୍ କରିବାକୁ ଚାହୁଁଛନ୍ତି । ଅଭିବୃଦ୍ଧି ଘଟୁନାହିଁ । ସେହିପରି ବର୍ତ୍ତମାନ – ଶିକ୍ଷାର ମାନ ଆସ୍ତେ ଆସ୍ତେ କମିବାରେ ଲାଗିଛି । ଏପରକି ପିଏଚ୍.ଡ଼ି., ଡି.ଲିଟ୍, କରୁଥିବା ବ୍ୟକ୍ତି ଜ୍ଞାନ ରାଜ୍ୟରେ ସମ୍ମାନ ପାଉନାହାଁନ୍ତି ।

ପ୍ରବନ୍ଧର ଶେଷ ଭାଗରେ ପ୍ରାବନ୍ଧିକ କହିଛନ୍ତି, ଆମେ କୌଣସି ଉପାୟରେ ଠକିଦେଲେ, ପ୍ରକୃତ ଜ୍ଞାନୀ ହୋଇପାରିବା ନାହିଁ । ଯଦି ପାଠ ପଢ଼ିବା, ତାହାହେଲେ ଆମେ ଅନ୍ୟମାନଙ୍କ ସହିତ ସମାନ ହୋଇ ପାରିବା । ତେଣୁ ଶିକ୍ଷାକୁ ସବୁବେଳେ ଶେଷ ସ୍ଥାନ ନଦେଇ ଶୀର୍ଷସ୍ଥାନ ଦେଲେ, ଆମ ଭିତରେ ଥ‌ିବା ଠକିବାର ମାନସିକତା ଦୂରେଇଯିବ ଓ ଆମ ଅବସ୍ଥାର ପରିବର୍ତ୍ତନ ହେବ ।

Additional Multiple Choice Questions (Mcqs) With Answers

Question ୧।
ବିଶେଷଜ୍ଞମାନଙ୍କର କେଉଁ ଦେଶରେ ବିଶେଷ ମୂଲ୍ୟ ନାହିଁ ?
(i) ଆମେରିକା
(ii) ଭାରତ
(iii) ଇଂଲଣ୍ଡ
(iv) କ।ପ।ନ
Answer:
(ii) ଭାରତ

Question ୨ ।
ନିମ୍ନୋକ୍ତ କେଉଁଟି ପ୍ରାବନ୍ଧିକ ଗୋଲୋକବିହାରୀ ଧଳଙ୍କଦ୍ବାରା ଅନୂଦିତ ପୁସ୍ତକ ନୁହେଁ ?
(i) ଗୋଦାନ
(ii) ଗବନ
(iii) ପ୍ରେମାଶ୍ରମ
(iv) ଯୁଦ୍ଧ ଓ ଶାନ୍ତି
Answer:
(iv) ଯୁଦ୍ଧ ଓ ଶାନ୍ତି

Question ୩।
ପ୍ରାବନ୍ଧିକ ଶ୍ରୀଯୁକ୍ତ ଧଳ କେଉଁ ଭାବରେ ଓଡ଼ିଆ ସାହିତ୍ୟ ଜଗତରେ ସୁପରିଚିତ ?
(i) ଭାଷାତତ୍ତ୍ବବିଦ୍
(ii) ଅନୁବାଦକ
(iii) ପ୍ରାବନ୍ଧିକ ଓ ଭ୍ରମଣ କାହାଣୀ ଲେଖକ
(iv) ସବୁଗୁଡ଼ିକ
Answer:
(iv) ସବୁଗୁଡ଼ିକ

Question ୪ ।
ଆଲୋଚ୍ୟ ପ୍ରବନ୍ଧ ‘ସ୍ଵାଧୀନ ଦେଶରେ ଶିକ୍ଷା ଚିନ୍ତା’’ ପ୍ରାବନ୍ଧିକଙ୍କ କେଉଁ ପୁସ୍ତକରୁ ସଂଗୃହୀତ ?
(i) ଆମେରିକାର ଅନୁଭୂତି
(ii) ବିଚାର ଆଲୋଚନା
(iii) ଓଡ଼ିଆ କେବେ
(iv) ଲଣ୍ଡନ ଚିଠି
Answer:
(ii) ବିଚାର ଆଲୋଚନା

Question ୫ ।
ସରକାରଙ୍କ ଯୋଜନାକୁ ସାଧାରଣ ଲୋକେ ଜାଣୁନାହାନ୍ତି କାହିଁକି ?
(i) ସରକାରୀ ଅଫିସରମାନେ ବ୍ରିଟିଶ ଲୋକଙ୍କ ପରି ଆଚରଣ କରୁଥ୍ରୁ
(ii) ଲୋକମାନେ ଖୁବ୍ ଦରିଦ୍ର ଥ‌ିବାରୁ
(iii) ଲୋକମାନେ ଅଶିକ୍ଷିତ ହୋଇଥ‌ିବାରୁ
(iv) ସରକାରୀ ଯୋଜନା ଅର୍ଥସବୁ ବାଟମାରଣା ହୋଇଯିବା ଯୋଗୁଁ
Answer:
(iii) ଲୋକମାନେ ଅଶିକ୍ଷିତ ହୋଇଥ‌ିବାରୁ

Question ୬ ।
ଆମ ଦେଶର ଶାସନ ବ୍ୟବସ୍ଥାରେ କେଉଁମାନଙ୍କର ବିଶେଷ ମୂଲ୍ୟ ନଥାଏ ?
(i) ବିଶେଷଜ୍ଞ
(ii) ଶାସକ
(iii) ସରକାରୀ ଅଫିସର
(iv) ରାଜନୈତିକ କର୍ମକର୍ତ୍ତା
Answer:
(i) ବିଶେଷଜ୍ଞ

Question ୭ ।
‘‘ଇଲଷ୍ଟ୍ରେଟେଡ୍ ଉଇକି’’ କହିଲେ କାହାକୁ ବୁଝାଇଥାଏ ?
(i) ଦୈନିକ ଇଂରାଜୀ ସମ୍ବାଦପତ୍ର
(ii) ବମ୍ବେରୁ ବାହାରୁଥିବା ଇଂରାଜୀ ସାପ୍ତାହିକ
(iii) ଦୈନିକ ହିନ୍ଦୀ ସମ୍ବାଦପତ୍ର
(iv) ମାସିକ ଇଂରାଜୀ ପତ୍ରିକା
Answer:
(ii) ବମ୍ବେରୁ ବାହାରୁଥିବା ଇଂରାଜୀ ସାପ୍ତାହିକ

Question ୮ ।
ଆଜିକାଲି ପାଠ ସଙ୍ଗେ କାହାର ସମ୍ପର୍କ ନାହିଁ ବୋଲି କୁହାଯାଇଛି ?
(i) ପୁସ୍ତକ
(ii) ଅକ୍ଷର
(iii) ଛାତ୍ରଛାତ୍ରୀ
(iv) ଶିକ୍ଷକ
Answer:
(ii) ଅକ୍ଷର

Question ୯ ।
ପ୍ରାବନ୍ଧିକ ବିଭିନ୍ନ ଘଟଣାର ଅବତାରଣା କରି କାହାର ଅଧୋଗତି ସମ୍ପର୍କରେ କହିଛନ୍ତି ?
(i) ସରକାରୀ ଯୋଜନା
(ii) ପରୀକ୍ଷା ପ୍ରଣାଳୀ
(iii) ଶିକ୍ଷା ବ୍ୟବସ୍ଥା
(iv) ପୁସ୍ତକ ରଚନା
Answer:
(iii) ଶିକ୍ଷା ବ୍ୟବସ୍ଥା

CHSE Odisha Class 12 Odia Solutions Chapter 4 ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା

Question ୧୦ ।
ମୂଲ୍ୟାୟନ କାଳରେ ବିଦ୍ୟାର୍ଥୀଙ୍କ କ’ଣ ନିର୍ଦ୍ଧାରଣ କରିବା କଷ୍ଟକର ହୋଇପଡ଼ିଛି ?
(i) ଗୁଣାତ୍ମକ ମାନ
(ii) ଭ୍ରମ
(iii) ସଠିକ୍ ମୂଲ୍ୟାୟନ
(iv) ପାସ୍ ହାର
Answer:
(i) ଗୁଣାତ୍ମକ ମାନ

Question ୧୧ ।
ଶିକ୍ଷାକୁ କେଉଁ ସ୍ଥାନ ଦେଲେ ଅବସ୍ଥାର ପରିବର୍ତ୍ତନ ହେବ ବୋଲି ପ୍ରାବନ୍ଧିକ ଆଶା ପୋଷଣ କରିଛନ୍ତି ?
(i) ଶେଷସ୍ଥାନ
(ii) ଶୀର୍ଷସ୍ଥାନ
(iii) ମଧ୍ଯମ ସ୍ଥାନ
(iv) ଉପଯୁକ୍ତ ସ୍ଥାନ
Answer:
(ii) ଶୀର୍ଷସ୍ଥାନ

Question ୧୨ ।
ପୂର୍ବରୁ ପାଠ ପଢ଼ିବାର ସୁବିଧା ନଥିଲେ ମଧ୍ୟ ପାଠର ମାନଦଣ୍ଡ କିପରି ଥିଲା ?
(i) ଉଚ୍ଚ
(ii) ନୀଚ
(iii) ଅଧୋଗତି
(iv) ଶୋଚନୀୟ
Answer:
(i) ଉଚ୍ଚ

Question ୧୩ ।
ଭାରତ ସରକାର ଶିକ୍ଷା କମିଶନ ବସାଇ କ’ଣ ନରୀକ୍ଷଣ କରୁଛନ୍ତି ?
(i) ଉତ୍ତୀର୍ଣ୍ଣହାର ହ୍ରାସ
(ii) ପରୀକ୍ଷା ପଦ୍ଧତି
(iii) ଭାରତୀୟ ଶିକ୍ଷା ପରିସ୍ଥିତି
(iv) ନୋହିର ପ୍ରଚଳନ
Answer:
(iii) ଭାରତୀୟ ଶିକ୍ଷା ପରିସ୍ଥିତି

Question ୧୪ ।
କେଉଁ ଲୋକମାନଙ୍କୁ ତାଲିମ କରି ଫଉଜ ପୋଷାକ ପିନ୍ଧାଇଲେ ଦେଶର ସ୍ବାଧୀନତା ରହିପାରିବ ନାହିଁ ?
(i) ଛାତ୍ରଛାତ୍ରୀ
(ii) ବୟସ୍କ ବ୍ୟକ୍ତି
(iii) ନିରନ୍ନ ମୂର୍ଖ
(iv) ଏନ୍.ସି.ସି.ରେ ଭର୍ତ୍ତିହୋଇଥିବା ଲୋକ
Answer:
(iii) ନିରନ୍ନ ମୂର୍ଖ

Question ୧୫ ।
ଭାରତରେ କେଉଁମାନଙ୍କର ବିଶେଷ ମୂଲ୍ୟ ନାହିଁ ?
(i) ଗବେଷକଙ୍କର
(ii) ବୈଜ୍ଞାନିକଙ୍କର
(iii) ଦାର୍ଶନିକଙ୍କର
(iv) ବିଶେଷଜ୍ଞଙ୍କର
Answer:
(iv) ବିଶେଷଜ୍ଞଙ୍କର

Question ୧୬ ।
ପଡ଼ିଆ ଭୂଇଁରେ ଫସଲ ବୁଣିଲେ କ’ଣ ହୁଏ ?
(i) ଗଛ ଉଠେ ନାହିଁ
(ii) ଗୋରୁ ଚରିଯା’ନ୍ତି
(iii) ଲାଭ ହୁଏ
(iv) କ୍ଷତି ହୁଏ
Answer:
(ii) ଗୋରୁ ଚରିଯା’ନ୍ତି

Question ୧୭ ।
ଏବେ ମାଟ୍ରିକ୍ ପାଠ କେଉଁଠିକି ନୁହେଁ ବୋଲି ପ୍ରାବନ୍ଧିକ କହିଛନ୍ତି ?
(i) ବୃଦ୍ଧିକି
(ii) ପେଡ଼ିକି
(iii) ଧାଡ଼ିକି
(iv) ଜ୍ଞାନକୁ
Answer:
(ii) ପେଡ଼ିକି

Question ୧୮ ।
ବମ୍ବେରୁ ବାହାରୁଥିବା କାଗଜଟିର ନାମ କ’ଣ ?
(i) ସଣ୍ଡେ ଷ୍ଟାଣ୍ଡାର୍ଡ଼
(ii) ଉଇକି
(iii) କଳିଙ୍ଗ
(iv) ନବଯୁଗ
Answer:
(i) ସଣ୍ଡେ ଷ୍ଟାଣ୍ଡାର୍ଡ଼

Question ୧୯ ।
ନୋଟ୍ ବହି ପଢ଼ିବା ଲୋକ କେଉଁ ପୁସ୍ତକ ଲେଖିପାରିବ ନାହିଁ ?
(i) ସାହିତ୍ୟ
(ii) ଗଣିତ
(iii) ମୌଳିକ
(iv) ବିଜ୍ଞାନ
Answer:
(iii) ମୌଳିକ

Question ୨୦ ।
ଜିଲ୍ଲା ପରିଷଦ ପରିଚାଳିତ ଆଞ୍ଚଳିକ ସଭାରେ କେଉଁ ବିଷୟ ସବାତଳେ ଆଲୋଚିତ ହେବାକୁ ରଖାଯାଇଥିଲା ?
(i) କୃଷି
(ii) ସ୍ଵାସ୍ଥ୍ୟ
(iii) ଗମନାଗମନ
(iv) ଶିକ୍ଷା
Answer:
(iv) ଶିକ୍ଷା

Question ୨୧ ।
‘ଶିକ୍ଷା’କୁ ଜିଲ୍ଲା ପରିଷଦ ସଭାର କେଉଁ କ୍ରମରେ ବିଚାର ବିଷୟ ଭାବରେ ରଖାଯାଇଥିଲା ?
(i) ସବା ଉପର
(ii) ମଧ୍ୟଭାଗ
(iii) ସବାତଳ
(iv) ଅନ୍ୟାନ୍ୟ
Answer:
(iii) ସବାତଳ

Question ୨୨ ।
ଯୋଜନା ଅର୍ଥ ବିଭାଗଙ୍କ ବିଚାରକୁ ଆସିଲେ ପ୍ରଥମେ ଆଘାତ କେଉଁ ବିଭାଗ ଉପରେ ପଡ଼େ ?
(i) ଶିକ୍ଷା
(ii) ସ୍ଵାସ୍ଥ୍ୟ
(iii) ଶିଳ୍ପ
(iv) ନଗର ଉନ୍ନୟନ
Answer:
(i) ଶିକ୍ଷା

CHSE Odisha Class 12 Odia Solutions Chapter 4 ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା

Question ୨୩ ।
କେଉଁମାନେ ପାଠପଢ଼ି ସାରିଲାପରେ ଆମେରିକା ଛାଡ଼ି ଆସିବାକୁ ଚାହୁଁ ନାହାନ୍ତି ?
(i) ଇଂରେଜମାନେ
(ii) ଭାରତୀୟମାନେ
(iii) ଏସୀୟମାନେ
(iv) ଜାପାନୀମାନେ
Answer:
(ii) ଭାରତୀୟମାନେ

Question ୨୪ ।
ବମ୍ବେରୁ ପ୍ରକାଶିତ ‘ସଣ୍ଡେ ଷ୍ଟାଣ୍ଡାର୍ଡ଼’ର କେଉଁ ଶିରୋନାମାରେ ଭାରତୀୟ ଛାତ୍ରମାନେ ଆମେରିକା ଛାଡ଼ି ଆସିବାକୁ ଚାହୁଁନାହାନ୍ତି ବୋଲି ମତପ୍ରକାଶ ପାଇଥିଲା ?
(i) ଶାସକ ଓ ବିଶେଷଜ୍ଞ
(iii)ଶିକ୍ଷା ଓ ଯୋଜନା
(ii) ଯୋଜନା ଓ ବିଶେଷଜ୍ଞ
(iv) ସବୁଗୁଡ଼ିକ
Answer:
(i) ଶାସକ ଓ ବିଶେଷଜ୍ଞ

(କ) ଲେଖକ ପରିଚିତି :

ଆଧୁନିକ ପ୍ରବନ୍ଧ ସାହିତ୍ୟରେ ପ୍ରଫେସର ଗୋଲୋକବିହାରୀ ଧଳ ଏକ ପରିଚିତ ନାମ । ତାଙ୍କ ସମ୍ପର୍କରେ କୁହାଯାଇଛି – ‘‘ଭାଷାତତ୍ତ୍ବବିତ୍, ଅନୁବାଦକ ଓ ପ୍ରାବନ୍ଧିକ ଭାବରେ ଗୋଲୋକବିହାରୀ ଧଳଙ୍କ ଖ୍ୟାତି ସୁବିଦିତ । ସମାଜ, ସଂସ୍କୃତି, ଶିକ୍ଷା ଓ ପରମ୍ପରା ନିକଟରେ ସରସଭାବରେ ଉପସ୍ଥାପିତ କରାଇବାରେ ସେ ଥିଲେ ଜଣେ ଧୂରୀଣ ଶିଳ୍ପୀ । ସଂକ୍ଷିପ୍ତତା ଓ ଇଙ୍ଗିତାରକତ ତାଙ୍କ ପ୍ରବନ୍ଧର ଅନ୍ୟତମ ବୈଶିଷ୍ଟ୍ୟ । ବ୍ୟଙ୍ଗ, ବିଦ୍ରୁପ ଓ ସ୍ବଭାବସୁଲଭ ରସିକତାରେ ତାହାଙ୍କ ରଚନା ସରସ ଓ ସୁଖପାଠ୍ୟ ।’’

ପ୍ରଫେସର ଧଳ ୧୯୨୧ ମସିହାରେ ଢେଙ୍କାନାଳ ଜିଲ୍ଲାର ଗଞ୍ଜେଇଢ଼ିଅ ଗ୍ରାମରେ ‘ଜନ୍ମଗ୍ରହଣ କରିଥିଲେ । ଜଣେ ମେଧାବୀ ଛାତ୍ର ଭାବରେ ସେ କାଳରେ ତାଙ୍କର ଯଥେଷ୍ଟ ସୁନାମ ଥିଲା । ୧୯୫୪ ମସିହାରେ ପାଟନାରୁ ସଂସ୍କୃତ ଭାଷା ଓ ସାହିତ୍ୟରେ ସେ ଏମ୍. ଏ. ପାଶ୍ କରି ଅଧାପନାକୁ ବୃତ୍ତିଭାବରେ ଗ୍ରହଣ କରି ନେଇଥିଲେ । ୧୯୫୧ ମସିହାରେ ସେ ଲଣ୍ଡନ ବିଶ୍ବବିଦ୍ୟାଳୟରୁ ସମ୍ମାନସୂଚକ ଡିଗ୍ରୀ ଲାଭ କରିଥିଲେ । ସେ ଥିଲେ ଜଣେ ମେଧାବୀ, ସୁଶୃଙ୍ଖଳ, କର୍ମତତ୍ପର ମଣିଷ ଓ ସୁଶିକ୍ଷକ । ଭାରତର ବିଶିଷ୍ଟ ଧ୍ୱନିବିତ୍ ଭାବେ ସେ ଥିଲେ ଯଶସ୍ବୀ; ମାତ୍ର ଦୁଇବର୍ଷ ପାଇଁ ରେଭେନ୍ସା କଲେଜର ଓଡ଼ିଆ ବିଭାଗରେ ଉଲ୍ଲେଖନୀୟ କାର୍ଯ୍ୟକରି ୧୯୭୪ ମସିହା ଜୁନ୍ ୨୬ ତାରିଖରେ ତାଙ୍କର ଆକସ୍ମିକ ତିରୋଧାନ ଘଟିଲା ।

ପ୍ରାବନ୍ଧିକ ଗୋଲୋକବିହାରୀ ଧଳ ଖାଲି ଯେ ଜଣେ ସାଧାରଣ ଅଧ୍ୟାପକ ଥିଲେ ତା’ ନୁହେଁ, ତାଙ୍କର ବ୍ୟକ୍ତିତ୍ୱ ମଧ୍ୟ ଥିଲା ବେଶ୍ ପ୍ରଭାବଶାଳୀ । ତାଙ୍କର ବ୍ୟକ୍ତିଗତ ଜୀବନ କଠୋର ଶୃଙ୍ଖଳା, ଆଦର୍ଶ ଓ ନୀତିରେ ଥିଲା ଆବଦ୍ଧ । ନିଜର ବିଚାର ସିଦ୍ଧାନ୍ତରେ ସେ ଥିଲେ ଅଟଳ । ଏସବୁ ବ୍ୟତୀତ ଜଣେ ଉଦାର ମଣିଷ, ଦୟାଶୀଳ ବ୍ୟକ୍ତି ଓ ପ୍ରଭାବଶାଳୀ ପରୋପକାରୀ ଅଧ୍ୟାପକ ଭାବେ ସ୍ଵର୍ଗତ ଧଳ ଥିଲେ ବେଶ୍ ଜନପ୍ରିୟ ଓ ଛାତ୍ରବତ୍ସଳ ।

ଖ୍ୟାତିସମ୍ପନ୍ନ ସାହିତ୍ୟିକ ତଥା ଭାଷାବିତ୍ ଭାବେ ଅଧ୍ୟାପକ ଧଳ ବହୁଭାବରେ ପରିଚିତ ଥିଲେ । ୧୯୭୪ ମସିହା ଅଗଷ୍ଟ ସଂଖ୍ୟା ମାସିକ ‘ନବରବି’ ପତ୍ରିକାରେ ତାଙ୍କ ସମ୍ପର୍କରେ ଦୁର୍ଗାଚରଣ କୁଅଁର ଲେଖିଥିଲେ – ‘‘ଭାଷାବିଜ୍ଞାନ ଓ ଧ୍ବନିବିଜ୍ଞାନରେ ନିଜର ପାଣ୍ଡିତ୍ୟ ତଥା ମୌଳିକ ଗବେଷଣା ପାଇଁ ଅଧ୍ୟାପକ ଧଳ କେବଳ ଓଡ଼ିଶା କାହିଁକି ସାରା ଭାରତରେ ସୁଖ୍ୟାତି ଅର୍ଜନ କରିଥିଲେ । କଠିନ ବିଜ୍ଞାନ ବିଷୟରେ ନାନା କୌତୁକପ୍ରଦ ଦୃଷ୍ଟାନ୍ତଦ୍ଵାରା ସରଳ ଓ ସାଧାରଣ ବୋଧଗମ୍ୟ କରିବାର ଶୈଳୀ ଥିଲା ତାଙ୍କର ଏକାନ୍ତ ନିଜସ୍ବ । ଯେଉଁମାନେ ତାଙ୍କର ବକ୍ତୃତା ଶୁଣିଛନ୍ତି ଏହାର ସତ୍ୟତା ସହଜରେ ଉପଲବ୍ଧି କରିପାରିବେ ।’’

ଅଧ୍ୟାପକ ଧଳଙ୍କ ଜୀବନର ଦୁଃଖ ଥିଲା ଯେ, ସେ ବିଦେଶରୁ ଶିକ୍ଷାଲାଭ କରି ଫେରିବା ପରେ ତାଙ୍କର ନୂତନ ଶିକ୍ଷାର ବିନିଯୋଗ ପାଇଁ ଓଡ଼ିଶାରେ ତାଙ୍କୁ କୌଣସି ସୁବିଧା ଯୋଗାଇ ଦିଆଯାଇ ନ ଥିଲା । ଏହା ଥିଲା ପ୍ରଫେସର ଧଳଙ୍କ ପାଇଁ ଏକ ବିଶେଷ ସମସ୍ୟା ।

ପ୍ରଫେସର ଧଳ ଆଗ୍ରା ବିଶ୍ବବିଦ୍ୟାଳୟରେ ତିନି ବର୍ଷ ଧରି ନିଯୁକ୍ତି ପାଇ କାର୍ଯ୍ୟ କରିଥିଲେ । ସେଠାରେ ସେ ଅଧ୍ୟାପନା ଓ ଗବେଷଣାର ସୁବିଧା ଲାଭ କରିଥିଲେ । ଜଣେ ବହୁ ପଠନପିପାସୁ ଓ ପୁସ୍ତକ ଅଧ୍ୟୟନକାରୀଭାବେ ସ୍ଵର୍ଗତ ଧଳ ପରିଚିତ ଥିଲେ । ଏଥିପାଇଁ ନିଜ ଘରେ ସେ ଏକ ବିରାଟ ଲାଇବ୍ରେରୀ କରିଥିଲେ ।

ନିଜର ଯୋଗ୍ୟତା ବଳରେ ପ୍ରଫେସର ଧଳ ଦିଲ୍ଲୀ ମେଟ୍‌ଫ୍ ହାଉସ୍‌ରେ ଆଇ.ଏ.ଏସ୍. ଅଫିସରମାନଙ୍କୁ ଭାଷାତତ୍ତ୍ବ ଶିକ୍ଷାଦେବାଠାରୁ ଆରମ୍ଭକରି ଆଗ୍ରା, ପୁନା, ମହୀଶୂର ପ୍ରଭୃତି ବିଶିଷ୍ଟ ସ୍ଥାନମାନଙ୍କରେ ଭାଷାତତ୍ତ୍ଵର ଅଧ୍ୟାପକଭାବେ କାର୍ଯ୍ୟ କରିବାକୁ ଡାକରା ପାଇଥିଲେ । ପୁନଶ୍ଚ ଜାତୀୟ ଅନୁବାଦ ଟ୍ରଷ୍ଟରେ ସଦସ୍ୟ ତଥା ଭାରତୀୟ ଭାଷାତତ୍ତ୍ଵ ସମିତିର କାର୍ଯ୍ୟନିର୍ବାହୀ କମିଟିର ସଭ୍ୟଭାବେ କାର୍ଯ୍ୟ କରିବାକୁ ସେ ସୁଯୋଗ ପାଇଥିଲେ । ଏସବୁ ବ୍ୟତୀତ ଓଡ଼ିଆ ଭାଷା, ସାହିତ୍ୟ ପାଇଁ ସେ ଅନେକ ଚିନ୍ତାଶୀଳ ଶିକ୍ଷାଧର୍ମୀ ପୁସ୍ତକ ରଚନା କରିଯାଇଛନ୍ତି । ସେଗୁଡ଼ିକ ହେଲା

(୧) ଆମେରିକା ଅନୁଭୂତି (ଭ୍ରମଣ କାହାଣୀ), (୨) ଲଣ୍ଡନ ଚିଠି (ଭ୍ରମଣ କାହାଣୀ), (୩) ଗୋଦାନ (ଅନୁବାଦ), (୪) ପ୍ରତିଜ୍ଞା (ଅନୁବାଦ), (୫) କେନେଡ଼ିଙ୍କ ଜୀବନୀ (ଅନୁବାଦ), (୬) ଭାରତ ମୋର ଘର (ଅନୁବାଦ), (୭) ପ୍ରେମଚାନ୍ଦଙ୍କ ଗଳ୍ପମାଳା (ଅନୁବାଦ), (୮) ପ୍ରେମାଶ୍ରମ (ଅନୁବାଦ), (୯) ଭାଷାଶାସ୍ତ୍ର ପରିଚୟ (ଭାଷାବିଜ୍ଞାନ ଆଲୋଚନା), (୧୦) ବିଚାର ଆଲୋଚନା (ପ୍ରବନ୍ଧ), (୧୧) ଧ୍ବନିବିଜ୍ଞାନ (ଭାଷାଶାସ୍ତ୍ର ଆଲୋଚନା), (୧୨) ଧୂସର ପଣତ (ଅନୁବାଦ), (୧୩) ମଣିଷର ଭାଷା, (୧୪) ଅମର ମଣିଷ, (୧୫) ଓଡ଼ିଆ କେବେ, (୧୬) ଗାନ୍ଧିଜୀ ଓ ଭାଷା ସମସ୍ୟା, (୧୭) ପେଟ୍‌ ପବନ, ମୁଖକୀ ବାତ୍ (ହିନ୍ଦୀ), (୧୮) ଧ୍ବନିବିଜ୍ଞାନ (ହିନ୍ଦୀ) ।

ପ୍ରଫେସର ଧଳ ପ୍ରୌଢ଼ ସ୍ବାକ୍ଷରମାନଙ୍କ ଉଦ୍ଦେଶ୍ୟରେ ‘ଟଙ୍କା ସୁନାର ସଂସାର’, ‘ନୂଆ ଗାଁ’, ‘ନୂଆ ସହର’, ‘ଆମ ସ୍ଵାଧୀନ ସଂସାର’ ନାମକ ଲେଖାମାନ ଲେଖି ବେଶ୍ ଜନପ୍ରିୟ ମଧ୍ୟ ହୋଇଥିଲେ । କାଳକ୍ରମେ ପ୍ରଫେସର ଧଳ ବା ଭାଷାତତ୍ତ୍ଵବିଦ୍ ଧଳଙ୍କୁ ଲୋକେ ହୁଏତ ଭୁଲିପାରନ୍ତି; ମାତ୍ର ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ ।

(ଖ) ପ୍ରବନ୍ଧ ସମ୍ପର୍କରେ :

ଆଲୋଚ୍ୟ ପ୍ରବନ୍ଧ ‘ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା’ରେ, ପ୍ରାବନ୍ଧିକ ସ୍ଵାଧୀନ ଭାରତବର୍ଷର ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ କରାଯାଉଥିଲା । ପ୍ରାବନ୍ଧିକ ତୁଳନାତ୍ମକ ବିଚାରଧାରା ପ୍ରକାଶ କରି କହିଛନ୍ତି, ଆମେରିକା ଓ ଇଂଲଣ୍ଡ ଅପେକ୍ଷା ଆମ ଦେଶରେ ପ୍ରସ୍ତୁତ କରାଯାଇ କାର୍ଯ୍ୟ କରିବାପାଇଁ ଖସଡ଼ା ପ୍ରସ୍ତୁତ କରାଗଲା । ମାତ୍ର ଯୋଜନା ମଧ୍ୟରେ ଶିକ୍ଷାକଥାକୁ ଶେଷରେ ବିଚାର ନିର୍ଦ୍ଦେଶ କରିଛନ୍ତି । ପରୀକ୍ଷାର ସବୁସ୍ତରରେ ଅସାଧୁ ଉପାୟ ଅବଲମ୍ବନ କରାଯାଉଥିବାରୁ, ଛାତ୍ରଛାତ୍ରୀମାନଙ୍କର ଗୁଣାତ୍ମକ ମାନ ନିର୍ଦ୍ଧାରଣ କରାଯାଇ ପାରୁନାହିଁ । ପ୍ରବନ୍ଧର ଶେଷ ପର୍ଯ୍ୟାୟରେ ଶିକ୍ଷାକୁ ଯଦି ଶୀର୍ଷସ୍ଥାନରେ ରଖାଯାଇ ବିଚାର କରାଯାଏ, ତା’ହେଲେ ଆମ ଦେଶରେ ଯେଉଁ ଅବସ୍ଥା ଦେଖାଦେଇଛି, ତାହାର ପରିବର୍ତ୍ତନ ହେବା ଆବଶ୍ୟକ ବୋଲି ବର୍ଣ୍ଣନା କରାଯାଇଛି ।

(ଗ) ପ୍ରବନ୍ଧର ସାରକଥା :

ପ୍ରାବନ୍ଧିକ ନିଜସ୍ୱ ଅଭିଜ୍ଞତା ପ୍ରକାଶ କରି ପ୍ରବନ୍ଧଟି ଆରମ୍ଭ କରିଛନ୍ତି । ଥରେ ସେ ଜିଲ୍ଲା ପରିଷଦମାନଙ୍କଦ୍ୱାରା ପରିଚାଳିତ ଏକ ଆଲୋଚନା ସଭା ଦେଖ‌ିବାର ସୁଯୋଗ ପାଇଥିଲେ । ସେହି ସଭାର ଆଲୋଚନାରେ ସେ ଦେଖିଥିଲେ କୃଷିକୁ ଶୀର୍ଷସ୍ଥାନ ଦେଉଥିଲାବେଳେ, ଶିକ୍ଷାକୁ ସର୍ବଶେଷରେ ବିଚାର କରାଯାଇଥିଲା । କୃଷିକୁ ପ୍ରଥମେ ବିଚାର କରାଯିବାରେ କିଛି ଦ୍ବିମତ ନ ଥିଲା;

ମାତ୍ର ଶିକ୍ଷାକୁ ଶେଷରେ ବିଚାର କରାଯିବା ପ୍ରାବନ୍ଧିକଙ୍କ ମନରେ ଭିନ୍ନ ଭାବ ସୃଷ୍ଟି କରିଥିଲା । ସେଦିନ ସଭାରେ ଯାହାସବୁ ବିଚାର କରାଯାଇଥିଲା, ସେଥୁରୁ ଜଣାଯାଇଥିଲା, ସରକାର ଅନେକ ଯୋଜନା କରୁଥିଲେ ବି, ତାହାକୁ ଲୋକମାନେ ବୁଝୁନାହାଁନ୍ତି; ଫଳରେ ଯୋଜନାଗୁଡ଼ିକ ଉପଯୁକ୍ତ ଭାବେ କାର୍ଯ୍ୟ କରୁନାହିଁ । ଏହାର ମୂଳକାରଣ ହେଉଛି ସାଧାରଣ ଲୋକଙ୍କର ଶିକ୍ଷା ନାହିଁ । ଏକ ଉଦାହରଣ ଦେଇ କହିଛନ୍ତି – ‘ମାଟିକୁ ପାଗକରି ସେଥ‌ିରେ ମଞ୍ଜି ପୋତିଲେ ଚଞ୍ଚଳ ଗଛ ଧରେ; କିନ୍ତୁ ପଡ଼ିଆ ଭୂଇଁରେ ଫସଲ ବୁଣିଲେ ଗୋରୁ ଚରିଯା’ନ୍ତି । ତେଣୁ ମଣିଷ ମନକୁ ପ୍ରଥମେ ଶିକ୍ଷାରେ ସଜାଡ଼ି ତା’ପରେ ତାକୁ ଯୋଜନା କଥା କହିଲେ ସେ ବୁଝି ପାରିବେ ।’ କେବଳ ଶିକ୍ଷାଦେଇ ପରେ ଯୋଜନା ପ୍ରସ୍ତୁତ କଲେ, ଆମେ ଦେଶର ଅଗ୍ରଗତିରେ ପଛରେ ପଡ଼ିଯିବା । ତେଣୁ ଏକାଦିକ୍ରମେ ଆମେ ଯେତିକି ଯେତିକି ଅନ୍ୟ ବିଷୟରେ ଯୋଜନା କରିବା, ସେହି ଅନୁସାରେ ଶିକ୍ଷା ଉପରେ ଅନେକ ଗୁଣ ଗୁରୁତ୍ଵ ଦେଲେ, ଯୋଜନାଗୁଡ଼ିକ ସଫଳ ହୋଇପାରିବ ଏବଂ ଯୋଜନା ଓ ଶିକ୍ଷା ମଧ୍ୟରେ ସମନ୍ଵୟ ରକ୍ଷା ହୋଇ ପାରିବ । ଜାତିସଂଘ ମଧ୍ୟ ଅନୁରୂପ ମତଦେଇ କହିଛି, ଲୋକମାନେ ଶିକ୍ଷା ଦୃଷ୍ଟିରୁ ଦୁର୍ବଳ ଥ‌ିବାରୁ ଉନ୍ନୟନ କାର୍ଯ୍ୟଗୁଡ଼ିକ ଅଗ୍ରସର ହୋଇପାରୁ ନାହିଁ । ଏସିଆର ଅଧ୍ଵଂକାଂଶ ଦେଶରେ ଏହାହିଁ ହେଉଛି ସବୁଠାରୁ ବଡ଼ ସମସ୍ୟା ।

ଆମ ଦେଶ ସ୍ଵାଧୀନ ହେବା ପରେ, ଶିକ୍ଷାର ପ୍ରସାର ପାଇଁ ବହୁ ଚେଷ୍ଟା ଚାଲିଛି । ଉନ୍ନୟନ ନାଁରେ ଯେଉଁ ଲମ୍ବା ଲମ୍ବା ରିପୋର୍ଟ ପ୍ରସ୍ତୁତ ହେଉଛି, ସେହି ରିପୋର୍ଟକୁ ଦେଖି ଆମେ ମୁଗ୍ଧ ହୋଇଯାଉଛୁ । ମାତ୍ର ସେହି ରିପୋର୍ଟ ଅନୁସାରେ କେତେ କାର୍ଯ୍ୟ ହେଉଛି ତା’ର ମୌଳିକ ମୂଲ୍ୟ ବିଷୟରେ ବିଶେଷ ଚିନ୍ତା କରିବାକୁ ଆମକୁ ବେଳ ନାହିଁ । କେବଳ ଶିକ୍ଷା ବିଷୟରେ ନୁହେଁ, ସବୁ ବିଷୟରେ ଅଳ୍ପ ବହୁତେ ସେହିଭଳି ହେଉଛି । ଆମର ଶାସନ ପଦ୍ଧତି ଏପରି ହୋଇଛି ଯେ, ଯେକୌଣସି ବିଷୟରେ ସବୁ ହୋଇସାରିବା ପରେ, ଯୋଜନାଗୁଡ଼ିକ ଯେତେବେଳେ ଅର୍ଥ ବିଭାଗକୁ ଯାଏ, ଅର୍ଥ ସଚିବ ପ୍ରଥମେ ଶିକ୍ଷା ଉପରେ ଆଘାତ ଦେଇଥା’ନ୍ତି ।

ଆଉ ଫେରୁ ନାହାଁନ୍ତି ପ୍ରାବନ୍ଧିକ ତାହାର ସ୍ପଷ୍ଟୀକରଣ ଦେଇଛନ୍ତି । ଏହାକୁ ପ୍ରମାଣ କରିବାପାଇଁ ସେ ‘ଇଲଷ୍ଟ୍ରେଟେଡ଼ ଉଇକି’ ଏବଂ ବମ୍ବେରୁ ବାହାରୁଥିବା ‘ସଣ୍ଡେ ଷ୍ଟାଣ୍ଡାର୍ଡ଼’ ଖବରକାଗଜର ଉକ୍ତିକୁ ଉଲ୍ଲେଖ କରିଛନ୍ତି । ପ୍ରଥମତଃ ସେମାନେ ଆମେରିକାରେ ସୁଖସମ୍ଭୋଗ ସହିତ ଅଧ‌ିକ ଟଙ୍କା ପାଉଛନ୍ତି ଏବଂ ସେମାନଙ୍କର ଅଭିମତକୁ ଯଥେଷ୍ଟ ମର୍ଯ୍ୟାଦା ଦିଆଯାଉଛି । ଭାରତରେ ବିଶେଷଜ୍ଞମାନଙ୍କର କୌଣସି ମୂଲ୍ୟ ନାହିଁ; କାରଣ ସବୁକଥା ଶାସକମାନଙ୍କଦ୍ୱାରା ନିୟନ୍ତ୍ରତ ହୋଇଥାଏ । ଫଳସ୍ବରୂପ ଆମ ଦେଶରେ ବିଶେଷଜ୍ଞମାନଙ୍କର କୌଣସି କଥା କରିବାପାଇଁ ବ୍ୟକ୍ତିଗତ ଉତ୍ସାହ ନାହିଁ କିମ୍ବା ସ୍ପୃହା ରହୁନାହିଁ । ପୁନଶ୍ଚ ଯେଉଁମାନଙ୍କର ସ୍ପୃହା ଅଛି ସେମାନଙ୍କୁ ନିଃସ୍ପୃହ କରିବାପାଇଁ ଅନେକ ଲୋକ ରହିଛନ୍ତି । ଏ ସମ୍ପର୍କରେ ପ୍ରାବନ୍ଧିକ କହିଛନ୍ତି – ‘ଏହି ସମ୍ପର୍କରେ ଦେଶର ପରିଚାଳନା ପଦ୍ଧତିରେ ଏକ ନୂତନ ଦୃଷ୍ଟିକୋଣ ସୃଷ୍ଟି ନ ହେଲା ପର୍ଯ୍ୟନ୍ତ ଅବସ୍ଥାର କୌଣସି ପରିବର୍ତ୍ତନ ସମ୍ଭବ ନୁହେଁ ।’’

ଶିକ୍ଷା କ୍ଷେତ୍ରରେ ବଡ଼ ବଡ଼ ଯୋଜନା ଓ ବଡ଼ ବଡ଼ ବିଶେଷଜ୍ଞଙ୍କ କଥାକୁ ଛାଡ଼ିଦେଲେ ସାଧାରଣ ସ୍ତରରେ ଶିକ୍ଷାର ଯେପରି ଅଧୋଗତି ହେଉଛି, ତାହାକୁ ନ ରୋକିଲେ, ଆମର ଅବସ୍ଥା ନିଶ୍ଚୟ ଶୋଚନୀୟ ହେବ । ଶିକ୍ଷାର ପ୍ରସାର ଯେତେ ବାହାରକୁ ଦେଖାଯାଉଥିଲେ ମଧ୍ୟ, ବାସ୍ତବରେ ଶିକ୍ଷାର ସେତେଟା ଉନ୍ନତି ହେଉନାହିଁ । ଶିକ୍ଷା ଯେପରି ଏକ ନିରୁପାୟ ଅବସ୍ଥାରେ ପହଞ୍ଚିଲାଣି । ଏଭଳି ପରିସ୍ଥିତିର ନିରାକରଣ ପାଇଁ ଭାରତ ସରକାର ଏକ ଶିକ୍ଷା କମିଶନ ବସାଇ ଭାରତୀୟ ଶିକ୍ଷା ପରିସ୍ଥିତିର ନିରୀକ୍ଷଣ କରୁଛନ୍ତି ।

ଶିକ୍ଷା କ୍ଷେତ୍ରରେ ଅନେକ ସମସ୍ୟା ରହିଥିଲେ ବି ପ୍ରାବନ୍ଧିକ ଆମ ଦେଶର ପରୀକ୍ଷା ପଦ୍ଧତି ସମ୍ପର୍କରେ ସୂଚନା ଦେଇଛନ୍ତି । କାରଣ ଆମ ଦେଶର ମୂଳରୁ ଚୂଳ ପର୍ଯ୍ୟନ୍ତ ଯେଉଁ ପରୀକ୍ଷା ପଦ୍ଧତି ରହିଛି, ସେଥୁରୁ ଛାତ୍ରମାନଙ୍କର ଗୁଣାତ୍ମକ ମୂଲ୍ୟ ନିର୍ଦ୍ଧାରଣ କରିବା କଷ୍ଟକର । ଶିକ୍ଷା କମିଶନଙ୍କୁ ପ୍ରାବନ୍ଧିକ ଏ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଇଛନ୍ତି । ପୁନଶ୍ଚ ‘କଳିଙ୍ଗ’ ନାମକ ଖବର କାରଣ ବର୍ତ୍ତମାନର ଛାତ୍ରମାନେ ପାଠପଢ଼ା କଥା ଯେତିକି ଜାଣୁନାହାଁନ୍ତି, ତା’ଠାରୁ ଅଧ‌ିକ ଜାଣୁଛନ୍ତି ପରୀକ୍ଷା ବିଷୟରେ । ସେଥ୍ପାଇଁ ସେମାନେ ନୋଟ୍ ବହି ବ୍ୟବହାର କରୁଛନ୍ତି ।

ଏଭଳି ମାନସିକତାକୁ ଆକ୍ଷେପ କରି ପ୍ରାବନ୍ଧିକ କହିଛନ୍ତି – ‘‘ନୋଟ୍ ବହି ପଢ଼ି, ଭୋଟ୍ ଦେଇ ପୃଥ‌ିବୀରେ କେଉଁଠି କେବେ ଗଣତନ୍ତ୍ର ତିଷିଲାଣି ? ରାତି ପାହିଲେ ଯେଉଁ ବିଲାତ, ଆମେରିକା ଓ ରୁଷ କଥା ଆମେ କହୁଛୁ ଓ ସେମାନଙ୍କ ସଙ୍ଗେ ସମକକ୍ଷ ହେବାପାଇଁ ଚେଷ୍ଟା କରୁଛୁ, ଏମିତି ନୋଟ୍ ବହି ପଢ଼ି କ’ଣ ଆମେ ସମାନ ହୋଇପାରିବୁ ।’’ ବାସ୍ତବରେ ନୋଟବହି ପଢ଼ିବାଦ୍ୱାରା ପିଲାର କୌଣସି ସମୟରେ ମୌଳିକତାର ଉନ୍ନତି ହୁଏ ନାହିଁ । ପ୍ରକୃତରେ ଯେଉଁ ଦେଶରେ ମୌଳିକ ପୁସ୍ତକ ଲେଖାଯିବ ନାହିଁ, ସେହି ଦେଶରେ ମୌଳିକ ଚିନ୍ତା ପରିପ୍ରକାଶ ହେବ ନାହିଁ ।

ଆମ ଦେଶର ପରୀକ୍ଷା ପଦ୍ଧତିର ମୂଲ୍ୟାୟନ କରି ପ୍ରାବନ୍ଧିକ କହିଛନ୍ତି, ‘ପିଲା ଯଦି ପ୍ରାଥମିକ ପରୀକ୍ଷାରୁ ନୋଟ୍ ବହି ପଢ଼େ ଏବଂ ବହିର ଜ୍ଞାନ ଆହରଣ ଅପେକ୍ଷା ଅଧିକ ପରୀକ୍ଷା ସମ୍ପର୍କରେ ଚିନ୍ତାକରେ, ତେବେ ସେ କେବେହେଲେ ଜ୍ଞାନ ଅର୍ଜନ କରିପାରିବ ନାହିଁ ।’’ ଏବେ ଆନ୍ଧ୍ର ପ୍ରଦେଶରେ ଜଣେ ଛାତ୍ର ପ୍ରଶ୍ନପତ୍ର ବିକି ଦଶହଜାର ଟଙ୍କା ଲାଭ କରିଥିବା ବିଷୟ, ସେଠାକାର ବିଧାନସଭାରେ ବିଚାର ହୋଇଛି । ସେହିପରି ଜଣେ ସ୍କୁଲ ଶିକ୍ଷକ ଖୋଲାଖୋଲି ଭାବରେ ଗୋଟିଏ ପ୍ରବନ୍ଧରେ ଲେଖିଛନ୍ତି, ଯେଉଁ ଅନୁଷ୍ଠାନରେ ଅଧ୍ବକ ଛାତ୍ର ଭଲ ଫଳ ଦେଖାଉଛନ୍ତି, ତା’ହେଲେ ସେଠିକାର ଫଳାଫଳକୁ ସନ୍ଦେହ ଦୃଷ୍ଟିରେ ଦେଖିବାକୁ ହେବ । ପିଲା ଯଦି ଭଲ କରିଛି, ତାହା ଶୁଣିଲା ମାତ୍ରେ ଆମେ ସନ୍ଦେହ କରିବା, ତା’ହେଲେ ସେଭଳି ପାଠର ମୂଲ୍ୟ କିଛି ନାହିଁ । ପୁନଶ୍ଚ ଏବେ ଦିନକୁ ଦିନ ପରୀକ୍ଷା ବଢ଼ୁଛି । ମାଇନର ପରୀକ୍ଷା, ଅପର ପ୍ରାଇମେରୀ ପରୀକ୍ଷା ଏବେ ଚାଲୁହୋଇଛି । ମାତ୍ର କହୁଛନ୍ତି, ଏଭଳି ପରୀକ୍ଷା ହେଉଛି, ପିଲାଙ୍କ ପାଇଁ ପ୍ରଶ୍ନୋତ୍ତର ବହି ବିକ୍ରି ହେବା ଛଡ଼ା, ଆଉ କିଛି ନୁହେଁ ।

କେବଳ ତଳ ସ୍ତର ନୁହେଁ ଉପର ସ୍ତରରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳୁଛି । ଫଳରେ ବିଶ୍ବବିଦ୍ୟାଳୟର ପରୀକ୍ଷାରେ ଯେତିକି ପିଲା ପାସ୍ କରୁଛନ୍ତି, ତା’ର ଏକ ତୃତୀୟାଂଶ ପିଲା ଅବୈଧ ଆଚରଣରେ ଦଣ୍ଡିତ ହେଉଛନ୍ତି । ଆଗରୁ ପରୀକ୍ଷାଫଳ ଏକାଥରକେ ବାହାରୁଥିଲା, ଆଜିକାଲି ବର୍ଷଯାକ ପରୀକ୍ଷା ଫଳ ବାହାରୁଛି ।

ଆଗରୁ ପାଠର ମାନ ଅଧିକ ଥୁଲା, ଫଳରେ ସେତେବେଳେ ମାଟ୍ରିକ୍ ପାସ୍ କରିଥିବା ପିଲା ମାଜିଷ୍ଟ୍ରେଟ୍ କାମ ଚଳାଇ ଦେଉଥିଲା; ମାତ୍ର ବର୍ତ୍ତମାନର ମାଟ୍ରିକ୍ ପାସ୍‌ର କୌଣସି ମୂଲ୍ୟ ନାହିଁ । ପ୍ରାବନ୍ଧିକଙ୍କ ଭାଷାରେ ‘ଏବେ ମାଟ୍ରିକ୍ ପାଠ ଖଡ଼ିକି ନୁହେଁ କି ପେଡ଼ିକି ନୁହେଁ ।’’ ବର୍ତ୍ତମାନର ବି.ଏ. ଛାତ୍ରକୁ ଚିଠିଟିଏ ଲେଖିବାକୁ କହିଲେ, ଇଂରାଜୀରେ ଯାହିତାହି ଲେଖିଦେବେ, ମାତ୍ର ମାତୃଭାଷାରେ ଲେଖିଲାବେଳେ ଅନେକ ବନାନ ଅଶୁଦ୍ଧ ହେବ । ପାଠ ସହିତ ମଧ୍ଯ ଅକ୍ଷର ପ୍ରତି କେହି ଯତ୍ନବାନ୍ ହେଉ ନ ଥ‌ିବା ମଧ୍ୟ ପ୍ରାବନ୍ଧିକ ସୂଚନା ଦେଇଛନ୍ତି ।

ଆଗେ ପାଠପଢ଼ାର ବହୁତ ଅସୁବିଧା ଥିଲା । ଲୋକମାନଙ୍କର ପାଠ ପ୍ରତି ଆଗ୍ରହ ନ ଥିଲା । ତଥାପି ସେ ସମୟର ପାଠ ପଢ଼ାର ମାନଦଣ୍ଡ ଉଚ୍ଚ ଥିଲା । ବର୍ତ୍ତମାନ ସମୟରେ ପାଠ ପଢ଼ିବାପାଇଁ ନାନା ସୁବିଧା ଆବିଷ୍କୃତ ହେଉଛି, ଲୋକମାନେ ପାଠର ମୂଲ୍ୟ ବୁଝିଲେଣି, ହେଲେ ପାଠର ମାନ କମିବାରେ ଲାଗିଛି । ପ୍ରାଥମିକ ସ୍ତରଠାରୁ ପି.ଏଚ୍.ଡ଼ି. ସ୍ତର ପର୍ଯ୍ୟନ୍ତ ଅବସ୍ଥା ସମାନ ହୋଇଛି । ‘ହିନ୍ଦୁସ୍ଥାନ ଷ୍ଟାଣ୍ଡାର୍ଡ଼’ରେ ‘ଆଉଟ୍ ସାଇଡ଼ର’ ନାଁ ଦେଇ ଜଣେ ଲେଖିଥିଲେ, ବେଙ୍ଗଲି ସାହିତ୍ୟରେ ଲୋକମାନେ ପରୀକ୍ଷାରେ କିପରି ପ୍ରଥମ ଶ୍ରେଣୀରେ ପାସ୍‌ କରୁଛନ୍ତି । ତେଣୁ ପ୍ରଥମ ଶ୍ରେଣୀର କୌଣସି ମୂଲ୍ୟ ନ ଥ‌ିବାରୁ, ଅନେକ ଡି.ଫିଲ୍., ଡି. ଲିଟ୍. ଆଦି କରୁଛନ୍ତି । ପ୍ରାବନ୍ଧିକଙ୍କ ମତରେ କେବଳ ବଙ୍ଗଳା ବିଭାଗରେ ଏଭଳି ହେଉଛି ତାହା ନୁହେଁ, ସବୁ ବିଭାଗରେ ମଧ୍ୟ ଏପରି ହେଉଛି । ଆମ ଦେଶରେ ଗବେଷଣା ଡିଗ୍ରୀ କଲାବେଳେ ଛାତ୍ରମାନଙ୍କୁ କୌଣସି ପ୍ରବନ୍ଧ ଇତ୍ୟାଦି ଲେଖିବାକୁ ପଡ଼ୁନାହିଁ । ଏଭଳି ଠକାମିକୁ ପ୍ରାବନ୍ଧିକ ଆକ୍ଷେପ କରିଛନ୍ତି । ଉପଯୁକ୍ତ ଶିକ୍ଷାଦେଲେ, ଆମେ ଅନ୍ୟମାନଙ୍କ ସହିତ ସମାନ ହୋଇପାରିବୁ ।

ତେଣୁ ପ୍ରାବନ୍ଧିକ ପ୍ରବନ୍ଧର ଶେଷରେ କହିଛନ୍ତି – ‘‘ଶିକ୍ଷାକୁ ଆମ ବିଚାରରେ ଶେଷ ସ୍ଥାନ ନଦେଇ ଶୀର୍ଷସ୍ଥାନ ଦେଲେ ଏ ଅବସ୍ଥାର ପରିବର୍ତ୍ତନ କେବଳ ଆଶା କରାଯାଇ
ପାରେ ।’’

(ଘ) କଠିନ ଶବ୍ଦ ଓ ଏହାର ଅର୍ଥ:

  1. ରିପୋର୍ଟ – ବିବରଣୀ
  2. ନିରକ୍ଷର – ଅକ୍ଷର ନ ଶିଖିଥିବା
  3. ଉନ୍ନୟନ – ଉନ୍ନତିମୂଳକ
  4. ମୁଗ୍ଧ – ସନ୍ତୁଷ୍ଟ
  5. ଇଲଷ୍ଟ୍ରେଟେଡ଼ ଉଇକ୍ଲି – ଏକ ଇଂରାଜୀ ସାପ୍ତାହିକ ଖବରକାଗଜ
  6. ଗର୍ହିତ – ଯାହା ହିତକର ନୁହେଁ
  7. ଗଭର୍ଷର – ରାଜ୍ୟପାଳ
  8. ଷ୍ଟାଣ୍ଡାର୍ଡ଼ – ସ୍ତର
  9. ସ୍ପୃହା – ଇଚ୍ଛା / ଆଗ୍ରହ
  10. ନିରୁପାୟ – ଉପାୟ ନ ଥିବା / ଅସହାୟ
  11. ଅବୈଧ – ବେନିୟମଯୁକ୍ତ
  12. ନିଃସ୍ପୃହ – ଉଦାସୀନ
  13. ସ୍ଫୁରଣ – ପ୍ରକାଶ
  14. ଅନୁସନ୍ଧାନ – ଖେ।ଜିବା
  15. ମାନଦଣ୍ଡ – ମାପଯନ୍ତ୍ର
  16. ଶିକ୍ଷା କମିଶନ – ଶିକ୍ଷା ଆୟୋଗ (ଶିକ୍ଷା କର୍ମ ସମ୍ପାଦନ ନିମନ୍ତେ ଗଠିତ କାର୍ଯ୍ୟନିର୍ବାହିକା ମଣ୍ଡଳୀ ।)
  17. ଆଉଟ୍ ସାଇଡ଼ର – ବାହାର ଲୋକ ।
  18. ପି.ଏଚ୍.ଡ଼ି. – Doctor of Philosophy
  19. ଡି. ଲିଟ୍. – Doctor of Letters
  20. ନିରନ୍ତ – ଖାଦ୍ୟ ଖାଇ ପାରୁ ନ ଥ‌ିବା ଅଭାବୀ ଲୋକ

CHSE Odisha Class 12 Education Solutions Chapter 13 ଶିକ୍ଷାରେ ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା

Odisha State Board CHSE Odisha Class 12 Foundation of Education Solutions Chapter 13 ଶିକ୍ଷାରେ ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା Questions and Answers.

CHSE Odisha 12th Class Education Solutions Chapter 13 ଶିକ୍ଷାରେ ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତି ପ୍ରଶ୍ନତଳେ ପ୍ରଦତ୍ତ ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

1. କାହାଦ୍ବାରା କମ୍ପ୍ୟୁଟର ଉଦ୍ଭାବନ କରାଯାଇଥିଲା ?
(i) ମ୍ୟାଡ଼ାମ୍ କ୍ୟୁରୀ
(ii) ଚାର୍ଲସ୍ ବ୍ୟାବେଜ୍
(iii) ରୋଟେଙ୍ଗ ଜେନ୍
(iv) ରାଇଟ୍ ବ୍ରଦରର୍ସ
Answer:
(ii) ଚାର୍ଲସ୍ ବ୍ୟାବେଜ୍

2. ‘CLASS’ କାର୍ଯ୍ୟକ୍ରମ କେଉଁ ମସିହାରୁ କମ୍ପ୍ୟୁଟର ଶିକ୍ଷାକୁ ବିଦ୍ୟାଳୟରେ ପ୍ରଦାନ କରିବାପାଇଁ ସ୍ଥିର କରିଥିଲା ?
(i) ୧୯୮୦
(ii) ୧୯୮୧
(iii) ୧୯୮୩
(iv) ୧୯୮୪
Answer:
(iv) ୧୯୮୪

3. E-mail ର ଅର୍ଥ କ’ଣ ?
(i) Engineering Mail
(ii) Electronic Mail
(iii) Electoring Mail
(iv) Electric Mail
Answer:
(ii) Electronic Mail

CHSE Odisha Class 12 Education Solutions Chapter 13 ଶିକ୍ଷାରେ ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା

4. CPU ର ପୂରା ନାମ କ’ଣ ?
(i) Computer Processing Unit
(ii) Centre Processing Unit
(iii) Central Processing Unit
(iv) Central Power Unit
Answer:
(iii) Central Processing Unit

5. କେଉଁଟି କମ୍ପ୍ୟୁଟରର ଏକ ଅଂଶ ନୁହେଁ ?
(i) ହାର୍ଡୱେୟାର
(ii) ସି.ପି.ୟୁ.
(iii) ବ୍ୟାଟେରୀ
(iv) ମନିଟର
Answer:
(iii) ବ୍ୟାଟେରୀ

6. ନିମ୍ନୋକ୍ତ କେଉଁ ସ୍ଥାନରେ ପ୍ରଥମେ ଶିକ୍ଷାକ୍ଷେତ୍ରରେ କମ୍ପ୍ୟୁଟରର ବ୍ୟବହାର କରାଯାଇଥିଲା ?
(i) ଆମେରିକାର ମାସାଚୁସେଟସ୍
(ii) ଇଂଲଣ୍ଡର ଲଣ୍ଡନ
(iii) ଭାରତର ବେଙ୍ଗାଲୁରୁ
(iv) ଋଷିଆର ମସ୍କୋ
Answer:
(i) ଆମେରିକାର ମାସାଚୁସେଟସ୍

7. ନିମ୍ନୋକ୍ତ କେଉଁ କାର୍ଯ୍ୟଟି କମ୍ପ୍ୟୁଟରଦ୍ଵାରା କରାଯାଇପାରିବ ନାହିଁ ?
(i) ପାଣ୍ଡୁଲିପିର ସମ୍ପାଦନା
(ii) ଗ୍ରାଫ୍ ଆଙ୍କିବା
(iii) ଦରଖାସ୍ତ ଚିଠା ପ୍ରସ୍ତୁତ କରିବା
(iv) ଏକ ମନିଅର୍ଡ଼ର ପ୍ରେରଣ କରିବା
Answer:
(iv) ଏକ ମନିଅର୍ଡ଼ର ପ୍ରେରଣ କରିବା

8. ନିମ୍ନଲିଖ୍ କେଉଁଟି ICT ଦ୍ବାରା କରାଯାଇପାରିବ ନାହିଁ ?
(i) ବ୍ୟାଙ୍କରୁ ଟଙ୍କା ଉଠାଇବା
(ii) ପୋଷ୍ଟକାର୍ଡ଼ରେ ଚିଠି ଲେଖୁ ପଠାଇବା
(iii) ଅଫିସ୍‌ର ଆୟବ୍ୟୟ ହିସାବ ରଖୁ
(iv) ଲାଇବ୍ରେରୀ ବହି ପଢ଼ିବା
Answer:
(ii) ପୋଷ୍ଟକାର୍ଡ଼ରେ ଚିଠି ଲେଖୁ ପଠାଇବା

9. ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଶେଷ କରି କେଉଁ କାର୍ଯ୍ୟ ପାଇଁ ଉପଯୋଗୀ ?
(i) ବ୍ୟବସାୟ
(ii) ଶିକ୍ଷା
(iii) ଗୃହକାର୍ଯ୍ୟ
(iv) କେଉଁଟି ନୁହେଁ
Answer:
(ii) ଶିକ୍ଷା

10. ICT ର ପୂରା ଓଡ଼ିଆ ନାମ କ’ଣ ?
(i) କମ୍ପ୍ୟୁଟର ସହ ଶିକ୍ଷଣ
(ii) ସୂଚନା ଓ ସଞ୍ଚାର ପ୍ରଯୁକ୍ତିବିଦ୍ୟା
(iii) କମ୍ପ୍ୟୁଟରଦ୍ଵାରା ଶିକ୍ଷଣ
(iv) କମ୍ପ୍ୟୁଟରଭିଭିକ ଶିକ୍ଷଣ
Answer:
(ii) ସୂଚନା ଓ ସଞ୍ଚାର ପ୍ରଯୁକ୍ତିବିଦ୍ୟା

11. ନିମ୍ନୋକ୍ତ କେଉଁଟି ସୂଚନା-ସଞ୍ଚାର ବିଦ୍ୟାର ବଳିଷ୍ଠ ମାଧ୍ୟମ ଅଟେ ?
(i) ଗଣମାଧ୍ୟମ
(ii) ବିଦ୍ୟାଳୟ
(iii) ପରିବାର
(iv) ଶିକ୍ଷାନୁଷ୍ଠାନ
Answer:
(i) ଗଣମାଧ୍ୟମ

CHSE Odisha Class 12 Education Solutions Chapter 13 ଶିକ୍ଷାରେ ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା

12. ସୂଚନା-ସଞ୍ଚାର ଓ ପ୍ରଯୁକ୍ତି ବିଦ୍ୟା କେଉଁ ବିଜ୍ଞାନର ଅନ୍ତର୍ଗତ ?
(i) ଯାନ୍ତିକ
(ii) ରସାୟନିକ
(iii) ମନୋବିଜ୍ଞାନ
(iv) ଜୀବବିଜ୍ଞାନ
Answer:
(i) ଯାନ୍ତିକ

13. ନିମ୍ନୋକ୍ତ କେଉଁଟି ICT ର ଗୋଟିଏ ଉପାଦାନ ?
(i) ପାଠ୍ୟପୁସ୍ତକ
(ii) ମୋବାଇଲ୍ ଫୋନ୍
(iii) ଡ୍ରଇଂ ବୋର୍ଡ଼
(iv) ଯାନ୍ତ୍ରିକ ଉପକରଣ
Answer:
(ii) ମୋବାଇଲ୍ ଫୋନ୍

B. ଶୂନ୍ୟସ୍ଥାନ ପୂରଣ କର ।

1. ___________ ସଂସ୍ଥା ପ୍ରଥମେ କମ୍ପ୍ୟୁଟରକୁ ଶିକ୍ଷାକ୍ଷେତ୍ରରେ ବ୍ୟବହାର କରିଥିଲା ।
Answer:
ମାସାଚୁସେଟସ୍ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ (MIT)

2. ___________ ଦ୍ଵାରା କମ୍ପ୍ୟୁଟରର କାର୍ଯ୍ୟକୁ ଦେଖ୍ହୁଏ ।
Answer:
ମନିଟର

3. କୌଣସି ବ୍ୟକ୍ତି ପାଖକୁ ଯଦି କମ୍ପ୍ୟୁଟର ମାଧ୍ୟମରେ ଚିଠି ପ୍ରେରଣ କରାଯାଏ, ତେବେ ତାକୁ ___________ କୁହାଯାଏ ।
Answer:
ଇ-ମେଲ

4. ଶିକ୍ଷାର୍ଥୀ ନିଜର ସୁବିଧା ଓ ସାମର୍ଥ୍ୟ ଅନୁଯାୟୀ କମ୍ପ୍ୟୁଟର ବ୍ୟବହାର କରି ଯେଉଁ ଶିକ୍ଷାଲାଭ କରିଥାଏ, ତାହାକୁ ___________ କୁହାଯାଏ ।
Answer:
କମ୍ପ୍ୟୁଟର ସହାୟକ ଶିକ୍ଷା (Computer Assisted Instruction)

5. କମ୍ପ୍ୟୁଟର ମାଧ୍ୟମରେ ଅନେକ ତଥ୍ୟ ସଂଗ୍ରହ କରି ତାକୁ ବିଶ୍ଳେଷଣ କରି ଶିକ୍ଷାର୍ଥୀମାନଙ୍କର ଦୋଷ ଦୁର୍ବଳତାକୁ ଅନୁଧ୍ୟାନ କରି କାର୍ଯ୍ୟ କରିବାକୁ ___________ କୁହାଯାଏ ।
Answer:
କମ୍ପ୍ୟୁଟର ପରିଚାଳିତ ଶିକ୍ଷା (Computer Managed Instruction)

6. ___________ ସଞ୍ଚାର ବିଦ୍ୟାର ଏକ ବଳିଷ୍ଠ ମାଧ୍ୟମ ଅଟେ ।
Answer:
ଗଣମାଧ୍ୟମ

7. ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା ___________ ବିଜ୍ଞାନର ଅନ୍ତର୍ଗତ ।
Answer:
ଯାନ୍ତ୍ରିକ

8. ଇ-ମେଲ୍ ___________ ମସିହାରେ ଆରମ୍ଭ ହୋଇଥିଲା ।
Answer:
୧୯୭୧

9. ___________ ମସିହାରେ CLASS ନାମକ ଏକ ପ୍ରକଳ୍ପ ଭାରତରେ କାର୍ଯ୍ୟାରମ୍ଭ ହେଲା ?
Answer:
୧୯୮୪-୮୫

10. ଆମେରିକାର ଆନ୍ତର୍ଜାତିକ ଯନ୍ତ୍ରାଂଶ ସଂସ୍ଥା ପ୍ରଥମେ ଗଣନାକାରୀ ଯନ୍ତ୍ର ___________ ମସିହାରେ ତିଆରି ହୋଇଥିଲା ।
Answer:
୧୯୪୩

C. ଭୁଲ୍ ଥିଲେ ଠିକ୍ କରି ଲେଖ ।

1. ICT ର ପୂରା ନାମ Information Computer Technology (ସୂଚନା, କମ୍ପ୍ୟୁଟର ଓ ପ୍ରଯୁକ୍ତି ବିଦ୍ୟା) ।
Answer:
ICT ର ପୂରା ନାମ Information Computer Technology (ସୂଚନା, କମ୍ପ୍ୟୁଟର ଓ ପ୍ରଯୁକ୍ତି ବିଦ୍ୟା) ।

2. ଶିକ୍ଷକମାନଙ୍କ ପାଇଁ ICT ହେଉଛି ସାମାଜିକ ଜୀବନର କ୍ରମ ଗଠନର ଏକ ଅପୂର୍ବ ସୁଯୋଗ ।
Answer:
ଶିକ୍ଷାର୍ଥୀମାନଙ୍କ ପାଇଁ ICT ହେଉଛି ବୃତ୍ତିଗତ ଜୀବନର କ୍ରମ ଗଠନର ଏକ ଅପୂର୍ବ ସୁଯୋଗ ।

3. ସର୍ବପ୍ରଥମେ ମସ୍କୋଠାରେ ଶିକ୍ଷାକ୍ଷେତ୍ରରେ କମ୍ପ୍ୟୁଟରର ବ୍ୟବହାର ହୋଇଥିଲା ।
Answer:
ସର୍ବପ୍ରଥମେ ମାସଟୁସେଟସ୍ତାରେ ଶିକ୍ଷାକ୍ଷେତ୍ରରେ କମ୍ପ୍ୟୁଟର ବ୍ୟବହାର ହୋଇଥିଲା ।

CHSE Odisha Class 12 Education Solutions Chapter 13 ଶିକ୍ଷାରେ ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା

4. ଏକ ମନିଅର୍ଡ଼ର କମ୍ପ୍ୟୁଟର ମାଧ୍ୟମରେ ପଠାଯାଇପାରିବ ।
Answer:
ଏକ ମନିଅର୍ଡ଼ର କମ୍ପ୍ୟୁଟର ମାଧ୍ୟମରେ ପଠାଯାଇପାରିବ ନାହିଁ ।

5. ICT ବିଶେଷତଃ ବ୍ୟବସାୟିକ କାର୍ଯ୍ୟ ପାଇଁ ଉପଯୋଗୀ ।
Answer:
ICT ବିଶେଷତଃ ଶୈକ୍ଷିକ କାର୍ଯ୍ୟ ପାଇଁ ଉପଯୋଗୀ ।

6. ଜନ୍ ଭିନ୍‌ସେଟ୍ କମ୍ପ୍ୟୁଟରର ଉଦ୍ଭାବକ ଅଟନ୍ତି ।
Answer:
ଚାର୍ଲସ୍ ବ୍ୟାବେଜ୍ କମ୍ପ୍ୟୁଟରର ଉଦ୍ଭାବକ ଅଟନ୍ତି ।

7. ଏନ୍‌ସାକ୍ ପ୍ରଥମେ ୧୯୫୯ ମସିହାରେ କାର୍ଯ୍ୟାରମ୍ଭ କରିଥିଲା ।
Answer:
ଏନ୍‌ସାକ୍‌ ପ୍ରଥମେ ୧୯୪୯ ମସିହାରେ କାର୍ଯ୍ୟାରମ୍ଭ କରିଥିଲା ।

8. ସୂଚନା ଓ ସଞ୍ଚାର ପ୍ରଯୁକ୍ତିବିଦ୍ୟାର ଏକ ବଳିଷ୍ଠ ମାଧ୍ୟମ ହେଉଛି ଶିକ୍ଷାନୁଷ୍ଠାନ ।
Answer:
ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟାର ଏକ ବଳିଷ୍ଠ ମାଧ୍ୟମ ହେଉଛି ଗଣମାଧ୍ୟମ ।

9. ICT ରସାୟନ ବିଜ୍ଞାନର ଅନ୍ତର୍ଗତ ।
Answer:
ICT ଯାନ୍ତ୍ରିକ ବିଜ୍ଞାନର ଅନ୍ତର୍ଗତ ।

10. ଡ୍ରଇଂ ବୋର୍ଡ଼ ICT ର ଗୋଟିଏ ଉପାଦାନ ଅଟେ ।
Answer:
ମୋବାଇଲ୍ ଫୋନ୍ ICT ର ଏକ ଉପାଦାନ ଅଟେ ।

11. ICT ର ବ୍ୟବହାର ବ୍ୟୟବହୁଳ ନୁହେଁ ।
Answer:
ICT ର ବ୍ୟବହାର ବ୍ୟୟବହୁଳ ଅଟେ ।

12. ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଶେଷ କରି ଗୃହସଜ୍ଜା କାର୍ଯ୍ୟ ପାଇଁ ଉପଯୋଗୀ ।
Answer:
ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଶେଷକରି ଶୈକ୍ଷିକ କାର୍ଯ୍ୟ ପାଇଁ ଉପଯୋଗୀ ।

D. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

1. ଅଣଚିତ୍ରଣ ଉପକରଣର ଗୋଟିଏ ଉଦାହରଣ ଦିଅ ।
Answer:
ବୁଲେଟିନ୍ ବୋର୍ଡ଼, ମାନଚିତ୍ର, ପୋଷ୍ଟର ଇତ୍ୟାଦି ଅଣଚିତ୍ରଣ ଉପକରଣ ଅଟେ ।

2. ଚିତ୍ରଣ ଉପକରଣର ଏକ ଉଦାହରଣ ଦିଅ ।
Answer:
ସ୍ଲାଇଡ୍, ଚଳଚ୍ଚିତ୍ର ଇତ୍ୟାଦି ଚିତ୍ରଣ ଉପକରଣ ଅଟେ ।

3. ଅନୁସୂଚିତ ଶିକ୍ଷଣ କ’ଣ ?
Answer:
ଅନୁସୂଚିତ ଶିକ୍ଷଣ ହେଉଛି ଏକ ବିଷୟବସ୍ତୁକୁ ସୋପାନ ଅନୁସାରେ ଆୟୋଜନ କରି ଛାତ୍ରକୁ ଏକ ପରିଚିତ ପୃଷ୍ଠଭୂମିରୁ ଜଟିଳ ସ୍ତରକୁ ଗତିଶୀଳ କରାଇବା ।

4. ଅଣୁଶିକ୍ଷଣ ଚକ୍ର କ’ଣ ?
Answer:
ଏହା ଏକପ୍ରକାର ଶିକ୍ଷାଦାନ ପଦ୍ଧତି ଯେଉଁଥିରେ ଗୋଟିଏ ଶିକ୍ଷାଦାନ କୌଶଳକୁ ବିଭିନ୍ନ ପ୍ରକାର ପରିବେଶରେ ଅଭ୍ୟାସ କରିବା ନିମନ୍ତେ ଯଥେଷ୍ଟ ସୁବିଧା ସୁଯୋଗ ମିଳିଥାଏ ।

5. ଏକ ଗଣମାଧ୍ୟମର ଉଦାହରଣ ଦିଅ ।
Answer:
ଟେଲିଭିଜନ ଏକ ଗଣମାଧ୍ୟମ ।

CHSE Odisha Class 12 Education Solutions Chapter 13 ଶିକ୍ଷାରେ ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା

6. ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟାର ଏକ ଉଦ୍ଦେଶ୍ୟ ଲେଖ ।
Answer:
ବିଭିନ୍ନ ଶିକ୍ଷା ଉପକରଣ ପ୍ରସ୍ତୁତ କରି ଶିକ୍ଷାଦାନ ଓ ଶିକ୍ଷଣ ପ୍ରକ୍ରିୟାକୁ ମାର୍ଜିତ କରିବା ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟାର ପ୍ରଧାନ ଉଦ୍ଦେଶ୍ୟ ଅଟେ ।

7. CAI ର ଅର୍ଥ କ’ଣ ?
Answer:
CAI & Computer Assisted Instruction ( କମ୍ପ୍ୟୁଟର ସହାୟକ ଶିକ୍ଷା) ।

8. ପ୍ରଥମ କମ୍ପ୍ୟୁଟର ହିସାବରେ କାହାକୁ ଗ୍ରହଣ କରାଯାଏ ?
Answer:
ENIAC (ଏନିଆକ୍)କୁ ପ୍ରଥମ କମ୍ପ୍ୟୁଟର ହିସାବରେ ଗ୍ରହଣ କରାଯାଏ ।

9. କମ୍ପ୍ୟୁଟରର ଶିକ୍ଷାକ୍ଷେତ୍ରରେ ଗୋଟିଏ ପ୍ରୟୋଗ ଲେଖ ।
Answer:
କମ୍ପ୍ୟୁଟର ଶିକ୍ଷାର୍ଥୀମାନଙ୍କୁ ସହଜରେ ଅଭିପ୍ରେରିତ କରିଥାଏ ।

10. ଇଣ୍ଟରନେଟ୍‌ର ଗୋଟିଏ ଗୁଣ ଲେଖ ।
Answer:
ଇଣ୍ଟରନେଟ୍ ମାଧ୍ୟମରେ ପୃଥ‌ିବୀର ଯେକୌଣସି ସ୍ଥାନରୁ ନିଜ ଇଚ୍ଛାନୁସାରେ ବିଷୟ ବା ଜ୍ଞାନକୁ ସହଜରେ ଉପଲବ୍‌ଧ କରିହେବ ।

11. ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା (ICT) କ’ଣ ?
Answer:
ଯେଉଁ ବିଦ୍ୟା ବିଭିନ୍ନ ଶକ୍ତିଶାଳୀ ଗଣମାଧ୍ୟମ ଯଥା ରେଡ଼ିଓ, ଟେଲିଭିଜନ, ଇଣ୍ଟରନେଟ୍, କମ୍ପ୍ୟୁଟର ଓ ଉପଗ୍ରହ ମାଧ୍ୟମରେ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିଥାଏ ତାହାକୁ ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା (ICT) କୁହାଯାଏ ।

12. ସୂଚନା ଓ ପ୍ରଯୁକ୍ତି ବିଦ୍ୟା (ICT) ଆମକୁ ଶିକ୍ଷା କ୍ଷେତ୍ରରେ କିପରି ସାହାଯ୍ୟ କରୁଛି ?
Answer:
ସୂଚନା ଓ ସଞ୍ଚାର ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଶିକ୍ଷାର୍ଥୀମାନେ ସୂଚନା ଓ ତଥ୍ୟ ସଂଗ୍ରହ, ମତ ବିନିମୟ ସ୍ଵଳ୍ପ ସମୟ ମଧ୍ୟରେ କରିପାରୁଛନ୍ତି, ଯାହା ସେମାନଙ୍କ ଶିକ୍ଷାକୁ ପ୍ରଗତିଶୀଳ କରିପାରିଛି ।

13. ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା (ICT) ର ଗୋଟିଏ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଲେଖ ।
Answer:
ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟାର ମୁଖ୍ୟ ଲକ୍ଷ୍ୟ ବା ଉଦ୍ଦେଶ୍ୟ ହେଉଛି ଶିକ୍ଷକ, ଶିକ୍ଷାର୍ଥୀ, ପିତାମାତା ତଥା ଅଭିଭାବକମାନଙ୍କୁ କମ୍ପ୍ୟୁଟର, ଇଣ୍ଟରନେଟ୍ ଓ ଅନ୍ୟାନ୍ୟ ଯୋଗାଯୋଗ ମାଧ୍ୟମର ବ୍ୟବହାର ସମ୍ବନ୍ଧରେ ଅବଗତ କରିବା ।

14. ଶିକ୍ଷାକ୍ଷେତ୍ରରେ ICT ର ଗୋଟିଏ କାର୍ଯ୍ୟ ଲେଖ ।
Answer:
ଶିକ୍ଷାକ୍ଷେତ୍ରରେ ICT ର ସାହାଯ୍ୟ ନେଇ ଶିକ୍ଷକ ସ୍ବଳ୍ପ ସମୟ ମଧ୍ୟରେ ଶିକ୍ଷାକ୍ଷେତ୍ରରେ ବିଭିନ୍ନ କାର୍ଯ୍ୟାବଳୀ; ଯଥା ଗବେଷଣା, ମୂଲ୍ୟାୟନ, ପ୍ରଶିକ୍ଷଣ, ନାମଲେଖା ଇତ୍ୟାଦି କାର୍ଯ୍ୟ ସମ୍ପାଦନ କରିଥା’ନ୍ତି ।

15. ଇଣ୍ଟରନେଟ୍‌ର ଏକ ମୁଖ୍ୟ କାର୍ଯ୍ୟ ଲେଖ ।
Answer:
ଇଣ୍ଟରନେଟ୍‌ର ବ୍ୟବହାର କମ୍ପ୍ୟୁଟର ମାଧ୍ୟମରେ କରାଯାଇ ସ୍ବଳ୍ପ ସମୟ ମଧ୍ୟରେ ଅନେକ ବିଷୟରେ ତଥ୍ୟ ଓ ସୂଚନା ସଂଗ୍ରହ କରାଯାଇପାରେ ।

16. CLASS କ’ଣ ?
Answer:
CLASS ବା Computer Literacy And Studies in School ହେଉଛି ଶିକ୍ଷାକ୍ଷେତ୍ରରେ କମ୍ପ୍ୟୁଟର ବ୍ୟବହାର ନିମିତ୍ତ କାର୍ଯ୍ୟକାରୀ କରାଯାଇଥିବା ଏକ ଶୈକ୍ଷିକ କାର୍ଯ୍ୟକ୍ରମ ।

17. ବିଦ୍ୟାଳୟରେ କମ୍ପ୍ୟୁଟରର ଉପଯୋଗିତା ବିଷୟରେ ଲେଖ ।
Answer:
ବିଦ୍ୟାଳୟରେ ବାର୍ଷିକ ଆୟବ୍ୟୟ ଅଟକଳ ପ୍ରସ୍ତୁତି, ପିଲାମାନଙ୍କର ଓ ଶିକ୍ଷକମାନଙ୍କର ଦରମା ପ୍ରସ୍ତୁତି, ମୂଲ୍ୟାୟନ, ସମୟ ନିର୍ଘଣ୍ଟ ପ୍ରସ୍ତୁତି, ରେକର୍ଡ଼ପତ୍ର ରକ୍ଷଣାବେକ୍ଷଣ ଇତ୍ୟାଦି କାର୍ଯ୍ୟମାନ କମ୍ପ୍ୟୁଟର ସାହାଯ୍ୟରେ କରାଯାଇଥାଏ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟି ବା ତିନୋଟି ବାକ୍ୟରେ ଲେଖ ।

1. ଶିକ୍ଷାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଯେକୌଣସି ଦୁଇଟି ଉପଯୋଗିତା ଲେଖ ।
Answer:
ଶିକ୍ଷାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଉପଯୋଗିତା :
(୧) କମ୍ ସମୟରେ ଏହା ଅଧୂକ ତଥ୍ୟ ପ୍ରଦାନ କରିଥାଏ ।
(୨) ଏହାଦ୍ଵାରା ଶୈକ୍ଷିକ ମୂଲ୍ୟାୟନ ସହଜ ହୋଇଥାଏ ।

CHSE Odisha Class 12 Education Solutions Chapter 13 ଶିକ୍ଷାରେ ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା

2. ସୂଚନା ପ୍ରଯୁକ୍ତି ବିଦ୍ୟାର ଦୁଇଟି ଦୋଷତ୍ରୁଟି ବର୍ଣ୍ଣନା କର ।
Answer:
(କ) ଏହା ଶିକ୍ଷକଙ୍କର ଭୂମିକା ହ୍ରାସ କରିଥାଏ ।
(ଖ) ମୂଲ୍ୟବୋଧ ଶିକ୍ଷାର ଅଭାବ ସୃଷ୍ଟି କରିଥାଏ ।
(ଗ) ଶିକ୍ଷାଦାନ କ୍ଷେତ୍ରରେ ଶିକ୍ଷକ ଏବଂ ଛାତ୍ରର ସମ୍ପର୍କ ହ୍ରାସ କରିଥାଏ । (ଯେକୌଣସି ଦୁଇଟି)

3. କମ୍ପ୍ୟୁଟର ପରିଚାଳିତ ଶିକ୍ଷା ଓ କମ୍ପ୍ୟୁଟର ସହାୟକ ଶିକ୍ଷା ମଧ୍ୟରେ ପ୍ରଭେଦ ସଂକ୍ଷେପରେ ଆଲୋଚନା କର ।
Answer:
କମ୍ପ୍ୟୁଟର ସହାୟକ ଶିକ୍ଷାରେ ଅନେକ ତଥ୍ୟ ସଂଗ୍ରହ କରି ଶିକ୍ଷାର୍ଥୀ ତାକୁ ବ୍ୟବହାର କରିଥାଏ । ଏହା ଶିକ୍ଷଣ ପ୍ରକ୍ରିୟାକୁ ସୁଖପ୍ରଦ କରିଦିଏ । ମାତ୍ର କମ୍ପ୍ୟୁଟର ପରିଚାଳିତ ଶିକ୍ଷାଦ୍ବାରା ଶିକ୍ଷାର୍ଥୀ ସମ୍ବନ୍ଧରେ ଅନେକ ତଥ୍ୟ ସଂଗ୍ରହ କରାଯାଇ ରଖାଯାଏ ଏବଂ ଶିକ୍ଷାଦାନ ପାଇଁ ଅନେକ ପାଠ୍ୟ ବିଷୟବସ୍ତୁ ଧାରାବାହିକ ଭାବରେ ଶିକ୍ଷାଦାନ ପାଇଁ ପ୍ରସ୍ତୁତ କରାଯାଇ ଭବିଷ୍ୟତ ବ୍ୟବହାର ପାଇଁ ରଖାଯାଏ ।

4. ଶ୍ରେଣୀ ଶିକ୍ଷାଦାନରେ ସୂଚନା-ପ୍ରଯୁକ୍ତିବିଦ୍ୟାର ଯେକୌଣସି ଦୁଇଟି ପ୍ରୟୋଗ ଉଲ୍ଲେଖ କର ।
Answer:
ଶ୍ରେଣୀ ଶିକ୍ଷାଦାନରେ ସୂଚନା-ପ୍ରଯୁକ୍ତି ବିଦ୍ୟାର ଦୁଇଟି ବ୍ୟବହାର ହେଉଛି –
(a) ଶିକ୍ଷାଦାନ କ୍ଷେତ୍ରରେ କମ୍ପ୍ୟୁଟର ବ୍ୟବହାର କରିବା ।
(b) ଇଣ୍ଟରନେଟ୍‌ର ବ୍ୟବହାର କରି ବିଭିନ୍ନ ଅତ୍ୟାଧୁନିକ ତଥ୍ୟ ସଂଗ୍ରହ କରିବା ।

5. କମ୍ପ୍ୟୁଟର ସହାୟକ ଶିକ୍ଷା କହିଲେ କ’ଣ ବୁଝାଏ ?
Answer:
କମ୍ପ୍ୟୁଟର ସହାୟକ ଶିକ୍ଷା କହିଲେ ଏହା ବୁଝାଯାଏ ଯେ କମ୍ପ୍ୟୁଟର ବ୍ୟବହାର କରି ଶିକ୍ଷା କ୍ଷେତ୍ରରେ ଉପୁଜୁଥ‌ିବା ସମସ୍ୟାର ସମାଧନା କରିବା । ତତ୍‌ସହିତ କମ୍ପ୍ୟୁଟରକୁ ଶିକ୍ଷାଦାନର ମାଧ୍ୟମ କରିବା, ପାଠ୍ୟକ୍ରମ ଚୟନ, ତାଲିମ୍, ମୂଲ୍ୟାୟନ, ପ୍ରବେଶ ଇତ୍ୟାଦି କାର୍ଯ୍ୟକ୍ରମକୁ କମ୍ପ୍ୟୁଟର ମାଧ୍ୟମରେ କରିବା ।

6. ଦୂରଶିକ୍ଷା କ୍ଷେତ୍ରରେ କମ୍ପ୍ୟୁଟରର ଭୂମିକା କ’ଣ ?
Answer:
ଦୂରଶିକ୍ଷା ବା ପତ୍ର ମାଧ୍ୟମରେ ଶିକ୍ଷା ଆଜି କମ୍ପ୍ୟୁଟର ମାଧ୍ୟମରେ କମ୍ ସମୟରେ ଦିଆଯାଉଛି । ଏହା ସହିତ ଇ-ମେଲ (E-mail) ବା ଟେଲିଫୋନ ବାର୍ତ୍ତାଳାପ ମାଧ୍ୟମରେ ଦୂରସ୍ଥ ଶିକ୍ଷକଙ୍କ ସହ ଶୈକ୍ଷିକ ସମ୍ପର୍କ ରକ୍ଷା କରାଯାଇପାରୁଛି ।

7. ସୂଚନା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷାର୍ଥୀଙ୍କୁ କିପରି ସାହାଯ୍ୟ କରେ ?
Answer:
(କ) ଏହା ଶିକ୍ଷାର୍ଥୀର ସୃଜନୀ ଶକ୍ତି ବୃଦ୍ଧିକରି ବିଭିନ୍ନ ସମସ୍ୟା ସମାଧାନରେ ସାହାଯ୍ୟ କରିଥାଏ ।
(ଖ) ଏହା ବୃତ୍ତିଗତ ଜୀବନର କ୍ରମ ଗଠନ ନିମନ୍ତେ ଏକ ଅପୂର୍ବ ସୁଯୋଗ ସୃଷ୍ଟି କରିଥାଏ ।

8. ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା କ’ଣ ? ଏହାର ଗୋଟିଏ ସଂଜ୍ଞା ଲେଖ ।
Answer:
ଯେଉଁ ଶିକ୍ଷା ସୂଚନା ଓ ଯୋଗାଯୋଗର ସମସ୍ତ ଉପକରଣ ମାଧ୍ୟମରେ ସମ୍ପାଦିତ ହୋଇଥାଏ ତାକୁ ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା କୁହାଯାଏ । ଡି.ଜନ୍ (Daintith John)ଙ୍କ ମତରେ “ଏହା ଏକ ଯାନ୍ତ୍ରିକ ଅଭିକଳ୍ପ ଯାହାକି କମ୍ପ୍ୟୁଟର ଓ ଟେଲି ଯୋଗାଯୋଗ ମାଧ୍ୟମରେ ତଥ୍ୟଗୁଡ଼ିକର ସଂରକ୍ଷଣ, ପୁନରୁଦ୍ଧାର, ପ୍ରସାରଣ ଏବଂ ସମ୍ପାଦନା କରିଥାଏ ।’’

9. ସୂଚନା ପ୍ରଯୁକ୍ତି ବିଦ୍ୟା କିପରି ଶିକ୍ଷକଙ୍କୁ ସାହାଯ୍ୟ କରେ ?
Answer:
(କ) ପ୍ରଥମତଃ ଏହା ବ୍ୟାପକ ଶିକ୍ଷା ସମ୍ଭାବନା ସୃଷ୍ଟିରେ ସହାୟକ ହୋଇଥାଏ ।
(ଖ) ଦ୍ଵିତୀୟତଃ ଏହା ବିଭିନ୍ନ ପ୍ରଯୁକ୍ତିଗତ ଉପକରଣ ଯଥା: କମ୍ପ୍ୟୁଟର, ରେଡ଼ିଓ, ଟେଲିଭିଜନ ମାଧ୍ୟମରେ ଶିକ୍ଷଣକୁ ତ୍ୱରାନ୍ଵିତ କରିବାରେ ସାହାଯ୍ୟ କରେ ।

10. ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟାର ୨ଟି ଅପକାରିତା ଲେଖ ।
Answer:
(କ) ଶିକ୍ଷଣ ପ୍ରକ୍ରିୟାରେ ଏହାର ଉପକରଣଗୁଡ଼ିକର ବ୍ୟବହାର କୃଷ୍ଟକର ହୁଏ ।
(ଖ) ଶିକ୍ଷଣ ପ୍ରକ୍ରିୟାରେ ଏହାର ଉପଯୋଗ ଖୁବ୍ ବ୍ୟୟବହୁଳ ।

11. ଶିକ୍ଷାକ୍ଷେତ୍ରରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ୨ଟି ପ୍ରୟୋଗ ଲେଖ ।
Answer:
(କ) ଉପଯୁକ୍ତ ପାଠ୍ୟକ୍ରମ ଚୟନବେଳେ ଏହାର ସାହାଯ୍ୟ ନିଆଯାଏ ।
(ଖ) ଶିକ୍ଷାର ପ୍ରଚାର ଓ ବହୁଳ ପ୍ରସାର ପାଇଁ ଏହା ଉଦ୍ଦିଷ୍ଟ ।

B. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି ବା ଛଅଟି ବାକ୍ୟରେ ଲେଖ ।

1. ଚିତ୍ରଣ ଓ ଅଣଚିତ୍ରଣ ଉପକରଣ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
ଶିକ୍ଷାଦାନରେ ଉଭୟ ଚିତ୍ରଣ ଓ ଅଣଚିତ୍ରଣ ଉପକରଣର ବହୁଳ ବ୍ୟବହାର ହୋଇଥାଏ । ଚିତ୍ରଣ ଉପକରଣଗୁଡ଼ିକୁ ପ୍ରୋଜେକ୍‌ସନଦ୍ୱାରା ବ୍ୟବହାର କରାଯାଏ; ଯଥା- ଚଳଚ୍ଚିତ୍ର, ସ୍ଲାଇଡ୍ ଇତ୍ୟାଦି । ଏହା ଚଳତ୍ ଥିବାରୁ ଶିଶୁ ମନକୁ ଆକର୍ଷଣ କରେ । ମାତ୍ର ଏହା ସବୁ ସମୟରେ ଉପଲବ୍‌ଧ ନୁହେଁ । ଏହା ବ୍ୟୟସାପେକ୍ଷ ମଧ୍ୟ । ସେହିପରି ଅଣଚିତ୍ରଣ ଉପକରଣଗୁଡ଼ିକୁ ସାଧାରଣଭାବେ କଳାପଟା, ଖବରକାଗଜ, ଚାର୍ଟ, ପୋଷ୍ଟର, ମାନଚିତ୍ର, କାର୍ଟୁନ୍ ଇତ୍ୟାଦି ମାଧ୍ୟମରେ ଆଲୋକ ସଂପାତ ନ କରି ପ୍ରଦର୍ଶିତ କରାଯାଏ । ଏହାର ବହୁଳ ବ୍ୟବହାର କରାଯାଏ ଓ ଏହା କମ୍ ବ୍ୟୟସାପେକ୍ଷ ।

2. ସୂଚନା ଏବଂ ପ୍ରଯୁକ୍ତିବିଦ୍ୟାର ଆବଶ୍ୟକତା ବିଷୟରେ ଲେଖ ।
Answer:
ଶିକ୍ଷାରେ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ କରାଯାଉଛି । ସାଧାରଣତଃ ଯୋଜନା ପ୍ରସ୍ତୁତିଠାରୁ ଆରମ୍ଭକରି ଯୋଜନାର ରୂପାୟନ, ମୂଲ୍ୟାୟନ, ବିଶ୍ଳେଷଣ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଶିକ୍ଷା-ଯନ୍ତ୍ରବିଜ୍ଞାନ ବ୍ୟବହାର କରାଯାଏ । ଏହାଦ୍ଵାରା ବିଭିନ୍ନ ଶିକ୍ଷଣ ପଦ୍ଧତିର ବ୍ୟବହାର କରାଯାଇଥାଏ । ବିଶେଷକରି ବର୍ତ୍ତମାନର ଶିକ୍ଷା ଚାହିଦାକୁ ଆଖରେ ରଖ୍ ଏହା ମାଧ୍ୟମରେ ବିଭିନ୍ନ ଶିକ୍ଷା ଛାତ୍ରଛାତ୍ରୀମାନଙ୍କ ରୁଚି ଅନୁସାରେ ଦିଆଯାଏ । ଏହାଦ୍ୱାରା ଶିକ୍ଷା କ୍ଷେତ୍ରରେ ଉପୁଜୁଥ‌ିବା ବିଭିନ୍ନ ସମସ୍ୟାର ସୁସମାଧାନ ହୋଇଥାଏ । ପାଠ୍ୟକ୍ରମ ପ୍ରସ୍ତୁତି, ମନୋନୟନ ଓ ମୂଲ୍ୟାୟନରେ ଏହି ବିଜ୍ଞାନକୁ ବ୍ୟବହାର କରାଯାଏ । ଏହା ଶିକ୍ଷା ବ୍ୟବସ୍ଥାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି ।

CHSE Odisha Class 12 Education Solutions Chapter 13 ଶିକ୍ଷାରେ ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା

3. ସୂଚନା ଓ ପ୍ରଯୁକ୍ତିବିଦ୍ୟାର ଅର୍ଥ କ’ଣ ?
Answer:
ଆଜିର ବିଜ୍ଞାନ ମନୁଷ୍ୟକୁ ଏକ ସଫଳ କାର୍ଯ୍ୟକ୍ଷମ ବ୍ୟକ୍ତି ରୂପେ ପରିଗଣିତ କରିପାରିଛି । ଏହି ବିଜ୍ଞାନ ଯୁଗର ମୁଖ୍ୟ ଉଦ୍ଭାବନ ହେଉଛି କମ୍ପ୍ୟୁଟର । ଏହା ସହିତ ବିଭିନ୍ନ ଅତ୍ୟାଧୁନିକ ଇଲେକ୍‌ଟ୍ରୋନିକ୍ ଉପକରଣ ଓ ଯନ୍ତ୍ରର ବ୍ୟାପକ ବ୍ୟବହାର ଆଜି ମନୁଷ୍ୟକୁ ମହାନ୍ କରିଛି । ନିଜର ଆବଶ୍ୟକତା, ରୁଚି ମୁତାବକ ଜିନିଷ ଓ କାର୍ଯ୍ୟକୁ ସଫଳଭାବେ ପରିପ୍ରକାଶ କରିପାରୁଛି । ପୃଥ‌ିବୀ ଆଜି ଏକ କ୍ଷୁଦ୍ର ଗ୍ରାମ ସଦୃଶ । ଏହି ଯନ୍ତ୍ରାଂଶମାନଙ୍କୁ ନେଇ ସୂଚନାରେ ଆସିଥିବା ବୈପ୍ଳବିକ ପରିବର୍ତ୍ତନ ହିଁ ପ୍ରଯୁକ୍ତି ବିଦ୍ୟାର ମୁଖ୍ୟ କାର୍ଯ୍ୟ ।

4. କମ୍ପ୍ୟୁଟରର ତିନୋଟି ଶୈକ୍ଷିକ କାର୍ଯ୍ୟ ଲେଖ ।
Answer:
କମ୍ପ୍ୟୁଟର ମାଧ୍ୟମରେ ଶିକ୍ଷା ବ୍ୟବସ୍ଥାର ନିମ୍ନଲିଖ୍ କାର୍ଯ୍ୟଗୁଡ଼ିକ ସଂଘଟିତ ହୋଇଥାଏ; ଯଥା –
(i) ବିଭିନ୍ନ ଶୈକ୍ଷିକ ତଥ୍ୟ ସଂଗ୍ରହ, ଆଲୋଚନା ଓ ଗବେଷଣା ।
(ii) ଶିକ୍ଷା ଉପକରଣ ମାଧ୍ୟମରେ ଉନ୍ନତ ମାନର ଶିକ୍ଷାଦାନ ଓ ଶିକ୍ଷା ପ୍ରଣାଳୀରେ ପରିବର୍ତ୍ତନ ।
(iii) ଶିକ୍ଷାର୍ଥୀଙ୍କ ମାନସିକ ଦକ୍ଷତାର ମୂଲ୍ୟାୟନ ଓ ଫଳାଫଳ ପ୍ରସ୍ତୁତି ଇତ୍ୟାଦି ।

5. ଶିକ୍ଷାରେ ସୂଚନା ପ୍ରଯୁକ୍ତି ବିଦ୍ୟାର ତିନୋଟି ଅପକାରିତା ଉଲ୍ଲେଖ କର ।
Answer:
ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଶିକ୍ଷା କ୍ଷେତ୍ରରେ ପ୍ରୟୋଗଦ୍ଵାରା ଅନେକ ଉପକାର ସାଧୂତ ହେବା ସହିତ ଅନେକ ଅସୁବିଧା ମଧ୍ଯ ସୃଷ୍ଟି ହୋଇଥାଏ । ସେଗୁଡ଼ିକ ହେଲା –
(୧) ଶିକ୍ଷକ ଏବଂ ଛାତ୍ର ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ହୋଇ ପାରିନଥାଏ ।
(୨) ଇଣ୍ଟରନେଟ୍‌ର ଅସଦ୍ ବ୍ୟବହାର ହେବାର ସମ୍ଭାବନା ଥାଏ ।
(୩) ଶିକ୍ଷକଙ୍କୁ ଆଦର୍ଶ ଛାତ୍ର ଉପରେ ପ୍ରଭାବ ପକାଇବାର ଅବସର ମିଳେ ନାହିଁ ।

6. ଶିକ୍ଷାକ୍ଷେତ୍ରରେ କମ୍ପ୍ୟୁଟର ସହାୟକ ଶିକ୍ଷାର ବ୍ୟବହାର ସମ୍ବନ୍ଧରେ ବର୍ଣ୍ଣନା କର ।
Answer:
କମ୍ପ୍ୟୁଟର ସହାୟକ ଶିକ୍ଷାଦାନ ପଦ୍ଧତି ଶିକ୍ଷା କ୍ଷେତ୍ରରେ କମ୍ପ୍ୟୁଟର ବ୍ଯହବାର ଉପରେ ଗୁରୁତ୍ଵ ଦେଇଥାଏ । ଏହାଦ୍ଵାରା ବିଭିନ୍ନ ସ୍ତରରେ ଶିକ୍ଷାଦାନ ସହଜ, ସରଳ ଏବଂ ରୁଚିକର ହୋଇଥାଏ । ବିଶେଷକରି ବିଦ୍ୟାଳୟରେ କମ୍ପ୍ୟୁଟର ସାକ୍ଷରତା ଯୋଜନା ସହ ସର୍ବଶିକ୍ଷା ଅଭିଯାନରେ କମ୍ପ୍ୟୁଟର, କମ୍ପ୍ୟୁଟର ଶିକ୍ଷକ ଏବଂ ପ୍ରଶିକ୍ଷଣ ଉପରେ ଗୁରୁତ୍ବ ଦିଆଯାଏ ।

7. ଶିକ୍ଷାରେ ସୂଚନା ଓ ପ୍ରଯୁକ୍ତିବିଦ୍ୟାର ତିନୋଟି ଉପକାରିତା ଲେଖ ।
Answer:
ସୂଚନା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷାରେ ନିମ୍ନ ପ୍ରକାରର କାର୍ଯ୍ୟ କରିଥାଏ; ଯଥା –
(i) କମ୍ ସମୟରେ ଏହା ଅଧିକ ତଥ୍ୟ ପ୍ରଦାନ କରିଥାଏ ।
(ii) ଶି କ୍ଷାର୍ଥୀ ବ୍ୟକ୍ତିଗତ ସ୍ଵାଧୀନତା ପାଇବା ସହିତ ନିଜ ସମୟ, ଇଚ୍ଛା, ଆଗ୍ରହ ଓ ବିଷୟକୁ ଆଖୁଗରେ ରଖ୍ ଶିକ୍ଷା ଗ୍ରହଣ କରିଥାଏ ।
(iii) ଏହାଦ୍ଵାରା ଶୈକ୍ଷିକ ମୂଲ୍ୟାୟନ ସହଜ ହୋଇଥାଏ ।
(iv) ଏହା ଏକ ଶିକ୍ଷା ଉପକରଣର ଦାୟିତ୍ଵ ତୁଲାଇବା ସହିତ ଶିକ୍ଷକ ଅଭାବର ଏକ ବିକଳ୍ପ ମାଧ୍ୟମ ଅଟେ ।

8. ଶିକ୍ଷାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗର ତିନୋଟି ଉଦାହରଣ ପ୍ରଦାନ କର ।
Answer:
ଶିକ୍ଷାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ନିମ୍ନ ପ୍ରକାରରେ ବ୍ୟବହାର କରାଯାଇ ପାରୁଛି; ଯଥା –
(i) ଶୈକ୍ଷିକ ଯୋଜନା ପ୍ରସ୍ତୁତି ସହିତ ଏହାକୁ ସଫଳ ଭାବେ ଆଲୋଚନା ଓ ବିଶ୍ଲେଷଣ କରାଯାଇପାରୁଛି ।
(ii) ଶୈକ୍ଷିକ ପ୍ରଶାସନ, ପରିଚାଳନା, ନିର୍ଦ୍ଦେଶନା, ମୂଲ୍ୟାୟନ କ୍ଷେତ୍ରରେ ଏହାର ବ୍ୟାପକ ପ୍ରୟୋଗ କରାଯାଇଛି ।
(iii) ନାମଲେଖା, ବର୍ଗୀକରଣ, ଶୈକ୍ଷିକ ଗବେଷଣା କ୍ଷେତ୍ରରେ ଏହା ଉଲ୍ଲେଖନୀୟ ଭାବେ କାର୍ଯ୍ୟ କରୁଛି ।

9. ଇ-ମେଲ୍ (e-mail) ଦ୍ଵାରା କି ଉପକାର ହେଉଛି ?
Answer:
ଇ-ମେଲ୍‌ଦ୍ୱାରା କମ୍ପ୍ୟୁଟର ମାଧ୍ୟମରେ କମ୍ ସମୟରେ ଯୋଗାଯୋଗ ସ୍ଥାପନ କରାଯାଇପାରୁଛି । ଏହାଦ୍ଵାରା ପତ୍ର ବିନିମୟ ଶିକ୍ଷା, ଦୂରଶିକ୍ଷା, ଶିକ୍ଷା ସମ୍ବନ୍ଧୀୟ ସମସ୍ୟାର ସମାଧାନ, ନିଯୁକ୍ତି, ପ୍ରବେଶ ତଥା ଦୂର ଶିକ୍ଷକମାନଙ୍କ ସହ ଶୈକ୍ଷିକ ଯୋଗାଯୋଗ ସହଜସାପେକ୍ଷ ହୋଇପାରୁଛି । ଏହାଦ୍ଵାରା ଦୂର ଶିକ୍ଷାର୍ଥୀମାନଙ୍କୁ କମ୍ ସମୟରେ କମ୍ ଖର୍ଚ୍ଚରେ ଶିକ୍ଷାଦେବା ସମ୍ଭବପର ହେଉଛି ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଶିକ୍ଷାରେ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ବିଷୟରେ ବର୍ଣ୍ଣନା କର ।
Answer:
ସମୟ ସହ ତାଳଦେଇ ଆଜିର ବିଜ୍ଞାନ ବିକାଶର ବିଭିନ୍ନ ଦିଗକୁ ପ୍ରସାରିତ ହୋଇଛି । ସେହିପରି ଶିକ୍ଷା କ୍ଷେତ୍ରରେ ମଧ୍ୟ ଯନ୍ତ୍ରବିଜ୍ଞାନର ବହୁଳ ବ୍ୟବହାର ପରିଲକ୍ଷିତ ହୁଏ । ଏହାର ବ୍ୟବହାରଗୁଡ଼ିକ ମୁଖ୍ୟତଃ ନିମ୍ନଲିଖ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ।

(1) ଉପଯୁକ୍ତ ପାଠ୍ୟକ୍ରମର ଚୟନ – ଶିକ୍ଷାବ୍ୟବସ୍ଥାରେ ଏକ ଉପଯୁକ୍ତ ପାଠ୍ୟକ୍ରମର ଚୟନ କରିବା ଏକ କଷ୍ଟକର କାର୍ଯ୍ୟ । ତେଣୁ ବିଭିନ୍ନ ନୂତନ ପଦ୍ଧତି; ଯଥା – ଅଣୁଶିକ୍ଷଣ ଚକ୍ର, ଅନୁସୂଚିତ ଶିକ୍ଷଣ ଇତ୍ୟାଦି ମାଧ୍ୟମରେ ଶିକ୍ଷାଦାନରେ ଉପଯୁକ୍ତ ପାଠ୍ୟକ୍ରମର ଚୟନ କରାଯାଇଛି ।

(2) ଶିକ୍ଷାର ପ୍ରଚାର ଓ ବହୁଳ ପ୍ରସାର ନିମିତ୍ତ ଉଦ୍ଦିଷ୍ଟ – ଶିକ୍ଷା ସମସ୍ତଙ୍କ ନିମିତ୍ତ ଅତ୍ୟାବଶ୍ୟକୀୟ । ତେଣୁ ସମାଜରେ ଉଚିତ ଶିକ୍ଷା ବ୍ୟବସ୍ଥାରୁ ବଞ୍ଚତ ବ୍ୟକ୍ତିମାନଙ୍କୁ ବିଭିନ୍ନ ମାଧ୍ଯମଦ୍ୱାରା ଶିକ୍ଷାଦାନ କରିବା ଏହି ଶୈକ୍ଷିକ ଯନ୍ତ୍ରବିଜ୍ଞାନର ଉଦ୍ଦେଶ୍ୟ ।

(3) ବିଭିନ୍ନ ପ୍ରକାରର ଶିକ୍ଷା ସହାୟକ ଉପକରଣ ପ୍ରସ୍ତୁତ କରିବା, ଶିକ୍ଷାଦାନକୁ ସରଳ ଓ ଦୀର୍ଘସ୍ଥାୟୀ କରିବା ନିମିତ୍ତ ବିଭିନ୍ନ ଉପକରଣର ଆବଶ୍ୟକତା ରହିଛି । ବିଭିନ୍ନ ଚିତ୍ରଣ ଓ ଅଣଚିତ୍ରଣ ଉପକରଣ ମାଧ୍ୟମରେ ଏହି ଆବଶ୍ୟକତାକୁ ଉପଲବ୍‌ଧି କରିହୁଏ ।

(4) ଶିକ୍ଷା ତାଲିମ ଓ ପ୍ରଶିକ୍ଷଣ ନିମିତ୍ତ ଆବଶ୍ୟକ – ଆଜିର ଶିକ୍ଷକ ଶିକ୍ଷାଦାନରେ ଶିକ୍ଷଣକୁ ପ୍ରାଥମିକତା ଦେବାବେଳେ ଏହି ଯନ୍ତ୍ରବିଜ୍ଞାନର ବହୁଳ ଆବଶ୍ୟକତା ରହିଛି । ବିଭିନ୍ନ ଉପାୟରେ କିପରି ଶିକ୍ଷଣର ସମସ୍ତ ତତ୍ତ୍ଵକୁ ଗୁରୁତ୍ଵର ସହ ବିଚାରକରି ଏକ ଉପଯୁକ୍ତ ଶିକ୍ଷଣ ବ୍ୟବସ୍ଥା କରାଯିବ, ତାହା ଉପରେ ଗୁରୁତ୍ବ ଦିଆଯାଉଛି । ଶିକ୍ଷଣ ତତ୍ତ୍ବ ଉପରେ ପର୍ଯ୍ୟବସିତ ଏହି ପଦ୍ଧତିଗୁଡ଼ିକ ମନୋବିଜ୍ଞାନର ଗୂଢ଼ତତ୍ତ୍ୱ ଉପରେ ପ୍ରତିଷ୍ଠିତ ।

CHSE Odisha Class 12 Education Solutions Chapter 13 ଶିକ୍ଷାରେ ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା

(5) ଉପଯୁକ୍ତ ସମ୍ବଳର ଚିହ୍ନଟ ଓ ତା’ର ବ୍ୟବହାର – ଯନ୍ତ୍ରବିଜ୍ଞାନକୁ ଶିକ୍ଷା କ୍ଷେତ୍ରରେ ପ୍ରୟୋଗ କରି ଉଭୟ ମାନବ ଓ ଭୌତିକ ସମ୍ବଳର ସୁବିନିଯୋଗ କରାଯାଇପାରୁଛି ।

(6) ବିଭିନ୍ନ ଗଣମାଧ୍ୟମର ପ୍ରୟୋଗ – ଶିକ୍ଷାକୁ ସୁଦୂରପ୍ରସାରୀ କରିବା ନିମିତ୍ତ ବେତାର, ଦୂରଦର୍ଶନ, ସମ୍ବାଦପତ୍ର ଆଦି ଗଣମାଧ୍ୟମର ସାହାଯ୍ୟ ନେଇ ଶିକ୍ଷା ସଚେତନତା ଓ ଜାଗରଣ ସୃଷ୍ଟି କରିବାରେ ଯନ୍ତ୍ରବିଜ୍ଞାନର ବହୁତ ଆବଶ୍ୟକତା ରହିଛି ।

(7) ଶିକ୍ଷଣ ଓ ଶିକ୍ଷା କ୍ଷେତ୍ରରେ ଉପୁଜୁଥ‌ିବା ସମସ୍ୟାର ସମାଧାନ – ବିଭିନ୍ନ ଶିକ୍ଷା ସମସ୍ୟାକୁ ଗୁରୁତ୍ଵର ସହ ବିଚାରକରି ଏହାର ନିରାକରଣ ନିମିତ୍ତ ବିଭିନ୍ନ ପନ୍ଥା ଏହି ଶୈକ୍ଷିକ ଯନ୍ତ୍ରବିଜ୍ଞାନଦ୍ୱାରା କରାଯାଇଥାଏ ।

ଏହିପରି ଭାବରେ ଶିକ୍ଷା ପରିସରକୁ ବ୍ୟାପକ କରିବା ସହ ସମୟ ଉପଯୋଗୀ ଶିକ୍ଷା ବ୍ୟବସ୍ଥା ପାଇଁ ବିଜ୍ଞାନପ୍ରସୂତ ଯନ୍ତ୍ରବିଜ୍ଞାନର ଆବଶ୍ୟକତା ରହିଛି । CAI ବା କମ୍ପ୍ୟୁଟରଦ୍ଵାରା ଶିକ୍ଷାଦାନ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯାଉଛି । ଇଣ୍ଟରନେଟ୍, Educat (ଏଡୁସାଟ), ଉପଗ୍ରହ ତଥା ବିଭିନ୍ନ information technology ର ସାଧନ ମାଧ୍ୟମରେ ଶିକ୍ଷାର ବିକାଶ କରିବାକୁ ଚେଷ୍ଟା ଚାଲିଛି ।

ବାସ୍ତବରେ ବର୍ତ୍ତମାନ ଦୂରଶିକ୍ଷା, ପତ୍ର ମାଧ୍ୟମରେ ଶିକ୍ଷା, ଟେଲିଫୋନ ମାଧ୍ୟମରେ ବାର୍ତ୍ତାଳାପ ଇତ୍ୟାଦି ଏହି ଶିକ୍ଷା ବ୍ୟବସ୍ଥାକୁ ବହୁମୁଖୀ କରିବା ନିମିତ୍ତ ଏକ ଏକ ମାଇଲଖୁଣ୍ଟି ସଦୃଶ । ଶିକ୍ଷା ବର୍ତ୍ତମାନ ଶିକ୍ଷକକୈନ୍ଦ୍ରିକ ନ ହୋଇ ଶିକ୍ଷାର୍ଥୀକୈନ୍ଦ୍ରିକ ହୋଇଛି ଓ ଶିକ୍ଷକ ଶିକ୍ଷାକୁ ଚାରିକାନ୍ଥ ମଧ୍ୟରେ ସୀମିତ ନ ରଖ୍ ବହୁମୁଖୀ କରିବାକୁ ପ୍ରୟାସ କରୁଛନ୍ତି ।

ଜୀବନର ଅଭିଜ୍ଞତାଗୁଡ଼ିକ ଶିକ୍ଷା ବ୍ୟବସ୍ଥାରେ ପ୍ରତିଫଳନ କରିବାପାଇଁ ଞ୍ନାନାମ୍କ ବ୍ୟବହାରିକ ବିକାଶ ସହ ଓ କାର୍ଯ୍ୟମ୍କ ବ୍ୟବହାରର ଦିଗଗୁଡ଼ିକୁ ପ୍ରାଧାନ୍ୟ ଦିଆଯାଉଛି । ଶିଶୁର ମନସ୍ତାତ୍ତ୍ଵିକ ଦୃଷ୍ଟିଭଙ୍ଗୀକୁ ପ୍ରାଧାନ୍ୟ ଦିଆଯାଇ ଶିକ୍ଷା ବ୍ୟବସ୍ଥା ପ୍ରସ୍ତୁତ କରାଯାଉଛି ।

2. ଶିକ୍ଷାରେ ସୂଚନା ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରିବା ସମୟରେ ଶିକ୍ଷକଙ୍କୁ କେଉଁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ ?
Answer:
ବର୍ତ୍ତମାନର ଯାନ୍ତ୍ରିକ ଦୁନିଆରେ ପ୍ରତ୍ୟେକଟି ବିଷୟ ବିଜ୍ଞାନପ୍ରସ୍ତୁତ ଯନ୍ତ୍ର ଉପରେ ପର୍ଯ୍ୟବସିତ । କମ୍ପ୍ୟୁଟର, ଟେଲିଭିଜନ ଆଜି ସମଗ୍ର ବିଶ୍ୱକୁ ସଂକୁଚିତ କରିଦେଇଛି । ତେଣୁ ଶିକ୍ଷା କ୍ଷେତ୍ରରେ ଉପଯୁକ୍ତ ଶିକ୍ଷଣର ବିକାଶ ନିମିତ୍ତ ପ୍ରଯୁକ୍ତିବିଦ୍ୟାର ଆବଶ୍ୟକତା ରହିଛି ।

ଭାରତରେ ୧୯୮୪/୮୫ ମସିହାରେ କମ୍ପ୍ୟୁଟର ସାକ୍ଷରତା ଓ ବିଦ୍ୟାଳୟରେ ଅଧ୍ୟୟନର କାର୍ଯ୍ୟକ୍ରମ (CLASS – Computer Literacy and Studies in Schools) ଆରମ୍ଭ କରାଯାଇ କମ୍ପ୍ୟୁଟର ଶିକ୍ଷାକୁ ଶିକ୍ଷାକାର୍ଯ୍ୟକ୍ରମ ସହ ସାମିଲ କରାଯାଉଛି ।

ଶିକ୍ଷାକ୍ଷେତ୍ରରେ ସୂଚନା ଏବଂ ପ୍ରଯୁକ୍ତ ବିଦ୍ୟାର ବ୍ୟାପକ ବ୍ୟବହାର ହେବାଦ୍ୱାରା ଶିକ୍ଷାର୍ଥୀମାନେ ଶିକ୍ଷକମାନଙ୍କ ଉପରେ ଆଉ ବିଶେଷ ନିର୍ଭର କରୁନାହାନ୍ତି । ସେମାନେ ଇଣ୍ଟରନେଟ୍ ବ୍ୟବହାର କରି ଜ୍ଞାନ ଅର୍ଜନ କରୁଛନ୍ତି । ବିଶେଷକରି ଶିକ୍ଷକମାନେ ଯେତେବେଳେ ଛାତ୍ରଛାତ୍ରୀଙ୍କ ସହ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରୁଛନ୍ତି ସେତେବେଳେ ସେମାନେ ଅନେକ ସତର୍କତାମୂଳକ ପଦକ୍ଷେପ ନେବା ଦରକାର ।

  1. ସର୍ଚ୍ଚ ଇଞ୍ଜିନ ବ୍ୟବହାର ସମୟରେ ସାବଧାନତା ଅବଲମ୍ବନ ନକଲେ ଅନେକ ଅବାଞ୍ଛିତ ସାଲଟକ ଚାଲିଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ।
  2. ପିଲାମାନଙ୍କ ସହ ଅଶ୍ଳୀଳ ଛବି ଦେଖିବାର ସୁଯୋଗ କେବେ ସୃଷ୍ଟି ହେବା ଉଚିତ ନୁହେଁ ।
  3. ଫେସ୍‌ବୁକ୍ ଏବଂ ଇ-ମେଲ୍‌ରେ କିଛି ମନ୍ତବ୍ୟ ଦେବା ପୂର୍ବରୁ ନିଜେ ବହୁବାର ଚିନ୍ତା କରିବାର ଅଛି ।
  4. ଇ-ମେଲ୍ ଯୋଗାଯୋଗ କରିବା ସମୟରେ ଅଧିକ ଯତ୍ନବାନ୍ ହେବା ଆବଶ୍ୟକ ।
  5. ଅନେକ ପତ୍ରପତ୍ରିକା, ସମ୍ବାଦପତ୍ରଗୁଡ଼ିକ ପଢ଼ିବା ସମୟରେ ସକାରାତ୍ମକ ସମ୍ବାଦମାନ ବାଛି ପଢ଼ିବା ଦରକାର ।
  6. ଅନେକ ସମୟରେ ଅଭିଜ୍ଞତା ସେୟାର କରିବା ସମୟରେ କିଛି ଅଶ୍ଳୀଳ ମନ୍ତବ୍ୟ ବା କାହାକୁ ବାଧଲା ଭଳି ମନ୍ତବ୍ୟ ଦେବା ଅତ୍ୟନ୍ତ ଖରାପ ଅଭ୍ୟାସ ।
  7. ଜ୍ଞାନ ଅର୍ଜନ ପାଇଁ ଇଣ୍ଟରନେଟ୍ ବ୍ୟବହାର କରାଯାଏ, ମନୋରଞ୍ଜନ ପାଇଁ ନୁହେଁ – ଏହା ଜଣେ ଶିକ୍ଷକ ଅନୁଭବ କରି ସେହି ଦିଗରେ ଶିକ୍ଷାର୍ଥୀଙ୍କୁ ପରିଚାଳିତ କରିବା ଉଚିତ ।

3. ଶିକ୍ଷା କ୍ଷେତ୍ରରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କିପରି କରାଯାଇପାରିବ ଆଲୋଚନା କର ।
Answer:
ଶିକ୍ଷା କ୍ଷେତ୍ରରେ ସୂଚନା ଓ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ : ବର୍ତ୍ତମାନର ଯାନ୍ତ୍ରିକ ଦୁନିଆରେ ପ୍ରତ୍ୟେକଟି ବିଷୟ ବିଜ୍ଞାନପ୍ରସୂତ ଯନ୍ତ୍ର ଉପରେ ପର୍ଯ୍ୟବସିତ । କମ୍ପ୍ୟୁଟର, ଟେଲିଭିଜନ ଆଦି ସମଗ୍ର ବିଶ୍ବକୁ ସଂକୁଚିତ କରିଦେଇଛି । ତେଣୁ ଶିକ୍ଷାରେ ଉପଯୁକ୍ତ ଶିକ୍ଷଣର ବିକାଶ ନିମିତ୍ତ ପ୍ରଯୁକ୍ତିବିଦ୍ୟାର ଆବଶ୍ୟକତା ରହିଛି ଏବଂ ଏହା ମାଧ୍ୟମରେ ନିମ୍ନଲିଖ କାର୍ଯ୍ୟସବୁ କରାଯାଉଛି ।

  • ଏହାଦ୍ଵାରା ଶିକ୍ଷାଗତ ଚାହିଦାକୁ ସାମନା କରି ଉପଯୁକ୍ତ ପରିବେଶ ପ୍ରସ୍ତୁତ କରିବା ।
  • ପାଠ୍ୟକ୍ରମ ପ୍ରସ୍ତୁତି ଓ ଶିକ୍ଷାଦାନ ପ୍ରଣାଳୀର ଉନ୍ନତିକରଣ ।
  • ମୂଲ୍ୟାୟନ ଓ ପରିମାପରେ ସାହାଯ୍ୟ ।
  • ଶିକ୍ଷା ଯୋଜନାରେ ସହାୟତା ସହ ଶିକ୍ଷା ପ୍ରଶାସନିକ କ୍ଷେତ୍ରରେ ବ୍ୟାପକ ବ୍ୟବହାର ।
  • ଶିକ୍ଷା ସହାୟକ ସରଞ୍ଜାମ ପ୍ରସ୍ତୁତିରେ ବ୍ୟବହାର କରିବା ।
  • ବିଭିନ୍ନ ଶିକ୍ଷା ସମସ୍ୟାର ସମାଧାନ ପାଇଁ ବ୍ୟବହାର କରିବା ।
  • ଶିକ୍ଷାର ବ୍ୟାପକ ପ୍ରସାର ଓ ପ୍ରଚାର ନିମିତ୍ତ ବିଭିନ୍ନ ପରିସ୍ଥିତିରେ ଏହାର ଉପଯୋଗ ଇତ୍ୟାଦି ।

Computer – ବିଂଶ ଶତାବ୍ଦୀର ମଧ୍ୟଭାଗରେ ଯୁକ୍ତରାଷ୍ଟ୍ର ଆମେରିକାର ମାସାଚୁସେଟ୍ସ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ (MIT)ର ଶିକ୍ଷାକ୍ଷେତ୍ରର କମ୍ପ୍ୟୁଟର ବ୍ୟବହାର କରାଯାଇଥିଲା । ଶିକ୍ଷାରେ କମ୍ପ୍ୟୁଟରର ପ୍ରୟୋଗ ଆଜିକାଲି ବହୁମାତ୍ରାରେ ବଢ଼ିଯାଇଛି । ୧୮୮୩ ମସିହାରେ ଚାର୍ଲସ୍ ବାବେଜ୍ ଏହାକୁ ଉଦ୍ଭାବନ କହିଥିଲେ । କ୍ରମେ ଏହା ପ୍ରତ୍ୟେକଟି କ୍ଷେତ୍ରରେ ଏକ ବିପ୍ଳବ ଆଣି ପ୍ରତ୍ୟେକ କାର୍ଯ୍ୟକୁ ସହଜ, ସରଳ ଓ ଦ୍ରୁତ ସମ୍ପାଦନ କରିପାରିଛି । ବିଶେଷକରି ଶିକ୍ଷାରେ ଏହାର ବ୍ୟାପକ ବ୍ୟବହାର ହେଉଛି; ଯଥା –

  1. ପାଠ୍ୟକ୍ରମ ପ୍ରସ୍ତୁତି ଓ ରୂପାନ୍ତରଣ
  2. ଶିକ୍ଷାଦାନ ପ୍ରଣାଳୀରେ କମ୍ପ୍ୟୁଟର ବ୍ୟବହାର
  3. ପରୀକ୍ଷା ପତ୍ର ପ୍ରସ୍ତୁତି ଓ ମୂଲ୍ୟାୟନ
  4. ପରୀକ୍ଷା ଫଳକୁ ଶୀଘ୍ର ପ୍ରକାଶନରେ ସାହାଯ୍ୟ
  5. ଶୈକ୍ଷିକ ଗବେଷଣା
  6. ବିଭିନ୍ନ ଯୋଜନା ପ୍ରସ୍ତୁତ କରିବା ଓ ବିଶ୍ଳେଷଣ କରିବା
  7. ଶୈକ୍ଷିକ ପରିଚାଳନାରେ ସାହାଯ୍ୟ
  8. ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ପ୍ରସ୍ତୁତି
  9. ଦୂର ଶିକ୍ଷାରେ ସାହାଯ୍ୟ
  10. ଇଣ୍ଟରନେଟ୍ ମାଧ୍ୟମରେ ଚିଠିପତ୍ର (E-mail) ଓ ଜ୍ଞାନର ପରିସର ବୃଦ୍ଧି କରିବା ଇତ୍ୟାଦି ।

ଭାରତରେ ୧୯୮୪/୮୫ ମସିହାରେ କମ୍ପ୍ୟୁଟର ସାକ୍ଷରତା ଓ ବିଦ୍ୟାଳୟରେ ଅଧ୍ୟୟନର କାର୍ଯ୍ୟକ୍ରମ (CLASS – Computer Literacy and Studies in Schools) ଆରମ୍ଭ କରାଯାଇ କମ୍ପ୍ୟୁଟର ଶିକ୍ଷାକୁ ଶିକ୍ଷାକାର୍ଯ୍ୟକ୍ରମ ସହ ସାମିଲ
କରିପାରିଛି ।

CHSE Odisha Class 12 Education Solutions Chapter 13 ଶିକ୍ଷାରେ ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା

BSE Odisha Class 12 Education Notes

ବିଷୟଭିତ୍ତିକ ସୂଚନା

ଶିକ୍ଷାରେ ସୂଚନା ଓ ପ୍ରଯୁକ୍ତିବିଦ୍ୟାର ଗୁରୁତ୍ଵ :
ବର୍ତ୍ତମାନର ଯାନ୍ତ୍ରିକ ଦୁନିଆରେ ପ୍ରତ୍ୟେକଟି ବିଷୟ ବିଜ୍ଞାନପ୍ରସୂତ ଯନ୍ତ୍ର ଉପରେ ପର୍ଯ୍ୟବସିତ । କମ୍ପ୍ୟୁଟର, ଟେଲିଭିଜନ ଆଦି ସମଗ୍ର ବିଶ୍ବକୁ ସଂକୁଚିତ କରିଦେଇଛି । ତେଣୁ ଶିକ୍ଷାରେ ଉପଯୁକ୍ତ ଶିକ୍ଷଣର ବିକାଶ ନିମିତ୍ତ ପ୍ରଯୁକ୍ତିବିଦ୍ୟାର ଆବଶ୍ୟକତା ରହିଛି । ଶିକ୍ଷାରେ ପ୍ରଯୁକ୍ତି ବିଦ୍ୟାର ନିମ୍ନୋକ୍ତ ଉପଯୋଗିତାମାନ ରହିଛି ।
(1) ଏହାଦ୍ଵାରା ଶିକ୍ଷାଗତ ଚାହିଦାକୁ ସାମନା କରି ଉପଯୁକ୍ତ ପରିବେଶ ପ୍ରସ୍ତୁତ କରିବା ।
(2) ପାଠ୍ୟକ୍ରମ ପ୍ରସ୍ତୁତି ଓ ଶିକ୍ଷାଦାନ ପ୍ରଣାଳୀର ଉନ୍ନତିକରଣ ।
(3) ମୂଲ୍ୟାୟନ ଓ ପରିମାପରେ ସାହାଯ୍ୟ ।
(4) ଶିକ୍ଷା ଯୋଜନାରେ ସହାୟତା ସହ ଶିକ୍ଷା ପ୍ରଶାସନିକ କ୍ଷେତ୍ରରେ ବ୍ୟାପକ ବ୍ୟବହାର ।
(5) ଶିକ୍ଷା ସହାୟକ ସରଞ୍ଜାମ ପ୍ରସ୍ତୁତିରେ ଆବଶ୍ୟକ ।
(6) ବିଭିନ୍ନ ଶିକ୍ଷା ସମସ୍ୟାର ସମାଧାନ ପାଇଁ ବ୍ୟବହାର ।
(7) ଶିକ୍ଷାର ବ୍ୟାପକ ପ୍ରସାର ଓ ପ୍ରଚାର ନିମିତ୍ତ ବିଭିନ୍ନ ପରିସ୍ଥିତିରେ ଏହାର ଉପଯୋଗ ଇତ୍ୟାଦି ।

ସୂଚନା ଓ ପ୍ରଯୁକ୍ତିବିଦ୍ୟାର ବିଷୟବସ୍ତୁ :
CAI : Computer Assisted Instruction : ଏହାଦ୍ଵାରା ଶିକ୍ଷକ-ତାଲିମ କାର୍ଯ୍ୟ କମ୍ପ୍ୟୁଟର ମାଧ୍ୟମରେ ପ୍ରଦାନ କରାଯାଏ ।
Hardware – ବିଭିନ୍ନ ବୈଦ୍ୟୁତିକ ଯନ୍ତ୍ରବିଶେଷର ବ୍ୟବହାର କରି ଶିକ୍ଷାଦାନ ବ୍ୟବସ୍ଥା କରାଯାଏ ।
Software – ବିଭିନ୍ନ ପ୍ରୋଗ୍ରାମ, ଡିଜାଇନ୍ ଓ ଆଧୁନିକ ଶିକ୍ଷାର ଉନ୍ନତ ପଦ୍ଧତି ଯାହା ମାଧ୍ୟମରେ ଶିକ୍ଷାଦାନକୁ ସରଳ, ବୋଧଗମ୍ୟ କରାଯାଏ; ଯଥା – Micro teaching (ଅଣୁଶିକ୍ଷଣ ଚକ୍ର), ଅନୁସୂଚିତ ଶିକ୍ଷଣ ଇତ୍ୟାଦି ବ୍ୟବହାର କରି ଶିକ୍ଷାଦାନ କରାଯାଏ । ଶିକ୍ଷାରେ ବିଭିନ୍ନ ଗଣମାଧ୍ୟମର ଭୂମିକା ମଧ୍ଯ ଏହାର ପରିସରଭୁକ୍ତ; ଯଥା- କମ୍ପ୍ୟୁଟର, ଇଣ୍ଟରନେଟ୍, ଇ-ମେଲ ଇତ୍ୟାଦି ।

ଶିକ୍ଷାରେ ଚିତ୍ରଣ ଓ ଅଣଚିତ୍ରଣ ଉପକରଣ (Projected and Non-projected Aids) ବ୍ୟବହାର କରାଯାଇଥାଏ । ଉପରୋକ୍ତ ବିଷୟଗୁଡ଼ିକ ବର୍ତ୍ତମାନ ଶିକ୍ଷାବ୍ୟବସ୍ଥାରେ ବହୁଳଭାବେ ବ୍ୟବହାର କରାଯାଇ ଏହାକୁ ବିଜ୍ଞାନର ମାନ୍ୟତା ଦିଆଯାଉଛି ।

Computer – ବିଂଶ ଶତାବ୍ଦୀର ମଧ୍ୟଭାଗରେ ଯୁକ୍ତରାଷ୍ଟ୍ର ଆମେରିକାର ମାସାଚୁସେଟ୍ସ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ (MIT)ର ଶିକ୍ଷାକ୍ଷେତ୍ରର କମ୍ପ୍ୟୁଟର ବ୍ୟବହାର କରାଯାଇଥିଲା । ଶିକ୍ଷାରେ କମ୍ପ୍ୟୁଟରର ପ୍ରୟୋଗ ଆଜିକାଲି ବହୁମାତ୍ରାରେ ବଢ଼ିଯାଇଛି । ୧୮୮୩ ମସିହାରେ ଚାର୍ଲସ୍ ବାବେଜ୍ ଏହାକୁ ଉଦ୍ଭାବନ କହିଥିଲେ । କ୍ରମେ ଏହା ପ୍ରତ୍ୟେକଟି କ୍ଷେତ୍ରରେ ଏକ ବିପ୍ଳବ ଆଣି ପ୍ରତ୍ୟେକ କାର୍ଯ୍ୟକୁ ସହଜ, ସରଳ ଓ ଦ୍ରୁତ ସମ୍ପାଦନ କରିପାରିଛି । ବିଶେଷକରି ଶିକ୍ଷାରେ ଏହାର ବ୍ୟାପକ ବ୍ୟବହାର ହେଉଛି; ଯଥା –

  1. ପାଠ୍ୟକ୍ରମ ପ୍ରସ୍ତୁତି ଓ ରୂପାନ୍ତରଣ
  2. ଶିକ୍ଷାଦାନ ପ୍ରଣାଳୀରେ କମ୍ପ୍ୟୁଟର ବ୍ୟବହାର
  3. ପରୀକ୍ଷା ପତ୍ର ପ୍ରସ୍ତୁତି ଓ ମୂଲ୍ୟାୟନ
  4. ପରୀକ୍ଷା ଫଳକୁ ଶୀଘ୍ର ପ୍ରକାଶନରେ ସାହାଯ୍ୟ
  5. ଶୈକ୍ଷିକ ଗବେଷଣା
  6. ବିଭିନ୍ନ ଯୋଜନା ପ୍ରସ୍ତୁତ କରିବା ଓ ବିଶ୍ଳେଷଣ କରିବା
  7. ଶୈକ୍ଷିକ ପରିଚାଳନାରେ ସାହାଯ୍ୟ
  8. ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ପ୍ରସ୍ତୁତି
  9. ଦୂର ଶିକ୍ଷାରେ ସାହାଯ୍ୟ
  10. ଇଣ୍ଟରନେଟ୍ ମାଧ୍ୟମରେ ଚିଠିପତ୍ର (E-mail) ଓ ଜ୍ଞାନର ପରିସର ବୃଦ୍ଧି କରିବା ଇତ୍ୟାଦି ।

ଭାରତରେ ୧୯୮୪/୮୫ ମସିହାରେ କମ୍ପ୍ୟୁଟର ସାକ୍ଷରତା ଓ ବିଦ୍ୟାଳୟରେ ଅଧ୍ୟୟନର କାର୍ଯ୍ୟକ୍ରମ (CLASS – Computer Literacy and Studies in Schools) ଆରମ୍ଭ କରାଯାଇ କମ୍ପ୍ୟୁଟର ଶିକ୍ଷାକୁ ଶିକ୍ଷାକାର୍ଯ୍ୟକ୍ରମ ସହ ସାମିଲ
କରିପାରିଛି ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

Odisha State Board CHSE Odisha Class 12 Foundation of Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ Questions and Answers.

CHSE Odisha 12th Class Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତି ପ୍ରଶ୍ନତଳେ ପ୍ରଦତ୍ତ ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ‘‘ବୟସର ବୃଦ୍ଧି ସଙ୍ଗେ ସଙ୍ଗେ ଶିଶୁର ଶାରୀରିକ ଓ ମାନସିକ ବିକାଶ ଘଟିଥାଏ ।’’ ଏହା କାହାଦ୍ଵାରା ସମ୍ଭବ ?
(i) ଶିକ୍ଷଣ (Learning)
(ii) ଅଭିବୃଦ୍ଧି (Growth)
(iii) ପରିପକ୍ବତା (Maturation)
(iv) ଅଭିପ୍ରେରଣା (Motivation)
Answer:
(iii) ପରିପକ୍ବତା (Maturation)

2. ପୁରସ୍କାର ପ୍ରାପ୍ତି ପାଇଁ ଅଧ୍ୟୟନ କରିବା କେଉଁ ଅଭିପ୍ରେରଣାଦ୍ୱାରା ସମ୍ଭବ ?
(i) ବାହ୍ୟ ଅଭିପ୍ରେରଣା (Extrinsic motivation)
(ii) ଆନ୍ତଃ ଅଭିପ୍ରେରଣା (Intrinsic motivation)
(iii) ପ୍ରାକୃତିକ ଅଭିପ୍ରେରଣା (Natural motivation)
(iv) ଅପ୍ରାକୃତିକ ଅଭିପ୍ରେରଣା (Artificial motivation)
Answer:
(i) ବାହ୍ୟ ଅଭିପ୍ରେରଣା (Extrinsic motivation)

3. ପ୍ରଯତ୍ନ-ପ୍ରମାଦ ତତ୍ତ୍ଵ (Trial Error Theory)ର ପ୍ରବର୍ତ୍ତକ କିଏ ?
(i) ପାଭ୍ଲଭ୍ (Pavlov)
(iii) ଫ୍ରଏଡ୍ (Freud)
(ii) ମାକ୍ ଡୁଗାଲ୍ (Mc Dougal)
(iv) ଇ.ଏଲ୍.ଥର୍ଶ୍ଵଡାଇକ୍ (E.L. Thorndike)
Answer:
(iv) ଇ.ଏଲ୍.ଥର୍ଶ୍ଵଡାଇକ୍ (E.L. Thorndike)

4. ଅନ୍ତଦୃଷ୍ଟି ଶିକ୍ଷଣରେ କାହା ଉପରେ ପରୀକ୍ଷା ହୋଇଥିଲା ?
(i) ଠେକୁଆ (Rabbit)
(ii) ସିମ୍ପାଞ୍ଜି (Chimpanzee)
(iii) ବିରାଡ଼ି (Cat)
(iv) କୁକୁର (Dog)
Answer:
(ii) ସିମ୍ପାଞ୍ଜି (Chimpanzee)

5. ଶିଶୁର ଶାରୀରିକ ଏବଂ ମାନସିକ ପ୍ରସ୍ତୁତି କେଉଁ ଶିକ୍ଷଣ ପାଇଁ ଦରକାର ?
(i) ଅଭ୍ୟାସ ନିୟମ (Law of Exercise)
(ii) ଫଳାଫଳ ନିୟମ (Law of Effects)
(iii) ପ୍ରସ୍ତୁତି ନିୟମ (Law of Readiness)
(iv) ସାମ୍ପ୍ରତ୍ୟ ନିୟମ (Law of Recency)
Answer:
(iii) ପ୍ରସ୍ତୁତି ନିୟମ (Law of Readiness)

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

6. ଗେଷ୍ଟାଲ୍‌ (Gestalt) ଶବ୍ଦଟି କେଉଁ ଭାଷାରୁ ଆନୀତ ?
(i) ଜର୍ମାନ୍ (German)
(ii) ଲାଟିନ୍ (Latin)
(iii) ଇଂରାଜୀ (English)
(iv) ରୁଷିଆନ୍ (Russian)
Answer:
(i) ଜର୍ମାନ୍ (German)

7. ମାକ୍ ଡୁଗାଲ୍ (Me Dougal) କାହାକୁ ନେଇ ପ୍ରଯତ୍ନ-ପ୍ରମାଦ ତତ୍ତ୍ବର ପରୀକ୍ଷା କରିଥିଲେ ?
(i) କୁକୁର (Dog)
(ii) ବିରାଡ଼ି (Cat)
(iii) ମୂଷା (Rat)
(iv) ଠେକୁଆ (Rabbit)
Answer:
(iii) ମୂଷା (Rat)

8. ‘ପଶୁବୁଦ୍ଧି’ (Animal Intelligence) ପୁସ୍ତକର ରଚୟିତା କିଏ ?
(i) ପାଭଲଭ୍ (Pavlov)
(ii) ଥଣ୍ଡିଡାଇକ୍ (Thorndike)
(iii) କୋହଲର (Kohler)
(iv) ସ୍କ୍ରିନର୍ (Skinner)
Answer:
(ii) ଥଣ୍ଡିଡାଇକ୍ (Thorndike)

9. ପାଭଲଭ୍ କାହା ଉପରେ ନିଜର ପରୀକ୍ଷା କରିଥିଲେ ?
(i) କୁକୁର
(ii) ବିରାଡ଼ି
(iii) ମୂଷା
(iv) ମାଙ୍କଡ଼
Answer:
(i) କୁକୁର

10. କେଉଁଟି ଥଣ୍ଡଡାଇକ୍‌ଙ୍କ ଶିକ୍ଷଣ ନିୟମର ଅନ୍ତର୍ଭୁକ୍ତ ନୁହେଁ ?
(i) ପ୍ରସ୍ତୁତି ନିୟମ
(ii) ଅଭ୍ୟାସ ନିୟମ
(iii) ମନନ ନିୟମ
(iv) ଫଳାଫଳ ନିୟମ
Answer:
(iii) ମନନ ନିୟମ

11. ନିମ୍ନୋକ୍ତ କିଏ କୋହଲର୍‌ଙ୍କର ଜଣେ ସହଯୋଗୀ ଥିଲେ ?
(i) ପାଭଲଭ
(ii) ଥଣ୍ଡିଡାଇକ୍
(iii) ସ୍ପିନର୍
(iv) କୋଫ୍‌
Answer:
(iv) କୋଫ୍‌

12. ଶିକ୍ଷଣ ଅନୁଭୂତି ମାଧ୍ୟମରେ ଆଚରଣର ପରିବର୍ତ୍ତନ ବୋଲି କିଏ ବ୍ୟାଖ୍ୟା କରିଥିଲେ ?
(i) ପାଭଲଭ୍
(ii) ବି.ଏଫ୍.ସ୍ପିନର୍
(iii) ଗେଟ୍ସ
(iv) ମୁନ୍
Answer:
(iii) ଗେଟ୍ସ

13. ‘ଅନ୍ତଦୃଷ୍ଟି ଶିକ୍ଷଣ’ କିଏ ପ୍ରଚାର କରିଥିଲେ ?
(i) ପାଭଲଭ୍
(ii) ୱାଟସନ୍
(iii) ଥଣ୍ଡିଡାଇକ୍
(iv) କୋହଲର
Answer:
(iv) କୋହଲର

B. ଶୂନ୍ୟସ୍ଥାନ ପୂରଣ କର ।

1. ଉଦ୍ଦୀପକ-ଅନୁକ୍ରିୟା (ପ୍ରତିକ୍ରିୟା) ସଂଯୋଗରେ ___________ ଶିକ୍ଷଣ ରୂପରେଖ ପାଇଥାଏ ।
Answer:
ପ୍ରଯତ୍ନ-ପ୍ରମାଦ ତତ୍ତ୍ଵ

2. ଏଓ୍ୱାର୍ଡ଼ ଲିଇ ଥଣ୍ଡଡାଇକ୍ ___________ ଦେଶର ନାଗରିକ ।
Answer:
ଆମେରିକା

3. ଋଷୀୟ ଶରୀରତତ୍ତ୍ୱବିତ୍ ଇଭାନ୍ ପେଟ୍ରୋଭିଚ୍‌ ପାଭଲଭ୍ ___________ ଶିକ୍ଷଣ ତତ୍ତ୍ଵର ଆବିଷ୍କାରକ ।
Answer:
ଅନୁବନ୍ଧିତ ଅନକିୟା

4. ଅନ୍ତଦୃଷ୍ଟି ତତ୍ତ୍ଵର ପ୍ରବର୍ତ୍ତକ ___________ ଅଟନ୍ତି ।
Answer:
ଉଲ୍‌ଫାଗାଁ କୋହଲର୍

5. ଜନ୍ମଗତ, ପ୍ରକୃତିଗତ ବା ସହଜାତ ଆଚରଣକୁ ___________ କୁହାଯାଏ ।
Answer:
ପ୍ରତିବର୍ଉ (Reflexive)

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

6. ଯେଉଁ ଶିକ୍ଷଣ ଫଳରେ ସହଜାତ ପ୍ରତିବର୍ଷ ଶିକ୍ଷଣ-ପ୍ରତିବର୍ଷରେ ପରିଣତ ହୁଏ, ତାହାକୁ ___________ କୁହାଯାଏ ।
Answer:
ଅନୁବନ୍ଧିତ ପ୍ରତିବର୍ଷ (Conditional reflexive)

7. ଅନୁବନ୍ଧିତ ପ୍ରତିବର୍ଉର ଅନ୍ୟନାମ ___________ ଅଟେ ।
Answer:
ପ୍ରାଚୀନ ଅନୁବନ୍ଧନ (Classical Conditioning)

8. ପ୍ରାଚୀନ ଅନୁବନ୍ଧନକୁ ମଧ୍ୟ ___________ କୁହାଯାଏ ।
Answer:
ସଙ୍କେତ ଶିକ୍ଷଣ (Signal learning)

9. ଖାଦ୍ୟ ଦେଖୁଲେ ଲାଳ ବୋହିବାକୁ ___________ କୁହାଯାଏ ।
Answer:
ଅନୁବନ୍ଧିତ ଅନୁକ୍ରିୟା (Conditioned Response)

10. ଅନୁବନ୍ଧିତ ଉଦ୍ଦୀପକଦ୍ଵାରା ଅନୁବନ୍ଧିତ ପ୍ରତିକ୍ରିୟା ହୁଏ । ଯଦି ସଂପର୍କ ନ ରୁହେ ତେବେ ତାହା ଧୀରେ ଧୀରେ ହ୍ରାସପାଏ ଏବଂ ଏକ ନିର୍ଦ୍ଦିଷ୍ଟ ସମୟରେ ବିଲୁପ୍ତ ହୁଏ । ଏହି ବିଲୁପ୍ତ ହେବା ପ୍ରକ୍ରିୟାକୁ ___________ କୁହାଯାଏ ।
Answer:
ଲୁପ୍ତକ୍ରିୟା (Extinction)

11. ଲୁପ୍ତକ୍ରିୟା (Extinction) ପରେ କିଛି ସମୟ ବ୍ୟବଧାନ ଦେଇ ଅନୁବନ୍ଧିତ ଅନୁକ୍ରିୟା ପୁନଃ ଉଦ୍ରେକ କଲେ ତାହା ___________ ହୁଏ ।
Answer:
ସ୍ୱତଃସ୍ଫୁର୍ଭ ପୁନଃପ୍ରାପ୍ତି (Spontaneous recovery)

12. ନୂଆ ଉଦ୍ଦୀପକଟି ମୂଳ ଉଦ୍ଦୀପକ ସହ ଯେତେ ସାଦୃଶ୍ଯ ରକ୍ଷା କରିବ ସେତେ ମୂଳ ଉଦ୍ଦୀପକର ପ୍ରତିବଦଳରେ ଅନୁକ୍ରିୟା ସୃଷ୍ଟି ହେବ । ଏହି ପ୍ରକ୍ରିୟାଟି ___________ ଅଟେ ।
Answer:
ବ୍ୟାପ୍ତିକରଣ (Generalisation)

13. ସମଜାତୀୟ ସମସ୍ତ ସାଦୃଶ୍ୟ ବସ୍ତୁ ପ୍ରତି ସମ-ଅନୁକ୍ରିୟାକୁ ବ୍ୟାପ୍ତିକରଣ କୁହାଯାଏ; ମାତ୍ର ପ୍ରଭେଦ ଥିଲେ ଉଦ୍ଦୀପକ ପ୍ରତି ପ୍ରାଣୀର ପୃଥକ୍ ପୃଥକ୍ ଅନୁକ୍ରିୟା ସୃଷ୍ଟି ହୁଏ । ଏହା ___________ ଅଟେ ।
Answer:
ବିବେଚନ (Discrimination)

14. ଗେଷ୍ଟାଲଟ୍ (Gestalt) ଏକ ଜର୍ମାନ୍ ଶବ୍ଦ, ଯାହାର ଅର୍ଥ ___________ ଅଟେ ।
Answer:
ସମଗ୍ରାକୃତି (Configuration)

15. କୌଣସି ପରିସ୍ଥିତି ବା ସମସ୍ୟାର ବିଶ୍ଳେଷିତ ଅଂଶମାନଙ୍କ ସହ ପୂର୍ଣ୍ଣ ସମସ୍ୟାର ସମ୍ବନ୍ଧକୁ ସମଗ୍ର ଭାବରେ ପ୍ରତ୍ୟକ୍ଷ କହିବା ହିଁ ___________ ।
Answer:
ଅନ୍ତଦୃଷ୍ଟି (Insight)

C. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭୁଲ୍ ଥିଲେ ଠିକ୍ କରି ଲେଖ ।

1. ଅନ୍ତଦୃଷ୍ଟି ଶିକ୍ଷଣରେ ବିରାଡ଼ି ଉପରେ ପରୀକ୍ଷା ହୋଇଥିଲା ।
Answer:
ଅନ୍ତଦୃଷ୍ଟି ଶିକ୍ଷଣରେ ସିମ୍ପାଞ୍ଜି ଉପରେ ପରୀକ୍ଷା ହୋଇଥିଲା ।

2. ଇ.ଏଲ୍. ଥଣ୍ଡିଡାଇକ୍ କୁକୁରକୁ ନେଇ ପରୀକ୍ଷା କରିଥିଲେ ।
Answer:
ଇ.ଏଲ୍. ଥର୍ଣ୍ଣଡାଇକ୍ ବିରାଡ଼ିକୁ ନେଇ ପରୀକ୍ଷା କରିଥିଲେ ।

3. ୱାଟସନ୍ ବିରାଡ଼ି ଉପରେ ଅନୁବନ୍ଧନ କ୍ରିୟା ପରୀକ୍ଷା କରିଥିଲେ ।
Answer:
ୱାଟସନ୍ ମାନବ ଶିଶୁ ଉପରେ ଅନୁବନ୍ଧନ କ୍ରିୟା ପରୀକ୍ଷା କରିଥିଲେ ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

4. ଥଣ୍ଡିଡାଇକ୍ ମୂଷାକୁ ନେଇ ପ୍ରଯତ୍ନ-ପ୍ରମାଦ ତତ୍ତ୍ଵର ପରୀକ୍ଷା କରିଥିଲେ ।
Answer:
ମାକ୍ ଡୁଗାଲ ମୂଷାକୁ ନେଇ ପ୍ରଯତ୍ନ-ପ୍ରମାଦ ତତ୍ତ୍ଵର ପରୀକ୍ଷା କରିଥିଲେ ।

5. ‘ପଶୁ ବୁଦ୍ଧି’ ପୁସ୍ତକର ରଚୟିତା ଥିଲେ ମାକ୍ ଡୁଗାଲ
Answer:
‘ପଶୁବୁଦ୍ଧି’ ପୁସ୍ତକର ରଚୟିତା ଥିଲେ ଥଣ୍ଡିଡାଇକ୍ ।

6. କୋହଲର୍‌ଙ୍କ ନାମ ଅନୁବନ୍ଧନ-ଅନକ୍ରିୟା ଶିକ୍ଷଣ ତତ୍ତ୍ବ ସହିତ ସମ୍ପର୍କିତ ।
Answer:
କୋହଲର୍‌ଙ୍କ ନାମ ଅନ୍ତଦୃଷ୍ଟି ଶିକ୍ଷଣ ତତ୍ତ୍ବ ସହିତ ସମ୍ପର୍କିତ ।

7. ଅନ୍ଧବିଶ୍ବାସ ବଶବର୍ତୀ ହେବା ବ୍ୟବହାରବାଦ ତତ୍ତ୍ବ ଶିକ୍ଷଣର ପର୍ଯ୍ୟାୟଭୁକ୍ତ ।
Answer:
ଅନ୍ଧବିଶ୍ବାସ ବଶବର୍ତୀ ହେବା ଶାସ୍ତ୍ରୀୟ ଅନୁବନ୍ଧନ ତତ୍ତ୍ବ ଶିକ୍ଷଣର ପର୍ଯ୍ୟାୟଭୁକ୍ତ ।

8. ପାଭଲଭ୍ କୋହଲର୍‌ଙ୍କର ଜଣେ ସହଯୋଗୀ ଥିଲେ ।
Answer:
କୋଫ୍ରିକା କୋହଲର୍‌ଙ୍କର ଜଣେ ସହଯୋଗୀ ଥିଲେ ।

D. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବାକ୍ୟରେ / ପଦରେ ଲେଖ ।

1. ଶିକ୍ଷଣ କ’ଣ ?
Answer:
ଅନୁଭୂତି ଓ ପ୍ରଶିକ୍ଷଣଦ୍ଵାରା ଆଚରଣଗତ ପରିବର୍ତ୍ତନକୁ ଶିକ୍ଷଣ (Learning) କୁହାଯାଏ ।

2. ଶିକ୍ଷଣକୁ ପ୍ରଭାବିତ କରୁଥ‌ିବା ଗୋଟିଏ ଉପାଦାନ ଲେଖ ।
Answer:
ଶାରୀରିକ ସ୍ବାସ୍ଥ୍ୟ (Physical health) ଶିକ୍ଷଣ କ୍ରିୟାକୁ ପ୍ରଭାବିତ କରିଥାଏ ।

3. ଶିକ୍ଷଣର ଗୋଟିଏ ନିୟମ ଲେଖ ।
Answer:
ଶିକ୍ଷଣ ପାଇଁ ଶାରୀରିକ ଏବଂ ମାନସିକ ପ୍ରସ୍ତୁତି ଏକାନ୍ତ ଆବଶ୍ୟକ ଯାହା ଶିକ୍ଷଣର ପ୍ରସ୍ତୁତି ନିୟମ (Law of Readiness) କୁ ବୁଝାଇଥାଏ ।

4. ଶିକ୍ଷଣର ଗୋଟିଏ ବୈଶିଷ୍ଟ୍ୟ (Characteristic) ଲେଖ ।
Answer:
ଶିକ୍ଷଣ ଏକ ଉଦ୍ଦେଶ୍ୟମୂଳକ ପ୍ରକ୍ରିୟା ଅଟେ ଏବଂ ଉଦ୍ଦେଶ୍ୟ ନ ଥାଇ କୌଣସି ପ୍ରକାର ଶିକ୍ଷଣ ସମ୍ଭବ ନୁହେଁ ।

5. ଶିକ୍ଷଣର ଅଭ୍ୟାସ ନିୟମ (Law of Exercise) ଟି ଲେଖ ।
କିମ୍ବା, ଶିକ୍ଷଣର ଗୋଟିଏ ନିୟମ ଲେଖ ।
Answer:
ଯେକୌଣସି କାର୍ଯ୍ୟକୁ ବାରମ୍ବାର ଅଭ୍ୟାସ ନକଲେ, ତାହା ଶିକ୍ଷା କରିବା ସହଜସାଧ୍ୟ ନୁହେଁ । ତେଣୁ ବାରମ୍ବାର ଅଭ୍ୟାସଦ୍ବାରା ଶିକ୍ଷଣ ସମ୍ଭବପର; ଯାହା ଅଭ୍ୟାସ ନିୟମକୁ ବୁଝାଇଥାଏ ।

6. ଶିକ୍ଷଣର ପ୍ରସ୍ତୁତି ନିୟମ (Law of Readiness) କ’ଣ ?
Answer:
ଫଳପ୍ରଦ ଶିକ୍ଷଣ ପାଇଁ ଶିଶୁ ନିଜେ ମାନସିକ ସ୍ତର ଏବଂ ଶାରୀରିକ ସ୍ତରରେ ଯେଉଁ ପ୍ରସ୍ତୁତି ଆଣିଥାଏ ତାହା ଶିକ୍ଷଣର ପ୍ରସ୍ତୁତି ନିୟମ (Law of Readiness) ଅଟେ ।

7. ଶିକ୍ଷଣର ଫଳାଫଳ ନିୟମ (Law of Effect) କ’ଣ ?
Answer:
ସନ୍ତୋଷ ବା ଆନନ୍ଦ ଜାତ ହେଲେ ଉଦ୍ଦୀପକ ଏବଂ ପ୍ରତିକ୍ରିୟା ମଧ୍ୟରେ ସମ୍ପର୍କ ଘନୀଭୂତ ହୁଏ, ବିରକ୍ତି ଜାତ ହେଲେ ଏହି ସମ୍ବନ୍ଧ ଦୁର୍ବଳ ହୋଇଥାଏ; ଏହା ଥଣ୍ଡିଡାଇକ୍‌ଙ୍କ ମତରେ, ଶିକ୍ଷଣର ଫଳାଫଳ ନିୟମ ଅଟେ ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

8. ଶିକ୍ଷଣର ଯେକୌଣସି ଗୋଟିଏ ତତ୍ତ୍ବ ଲେଖ ।
Answer:
ପ୍ରଯତ୍ନ-ପ୍ରମାଦ ତତ୍ତ୍ବ (Trial and Error Theory) ଶିକ୍ଷଣର ଏକ ତତ୍ତ୍ବ ଯାହା E. L. Thorndikeଙ୍କ ଦ୍ବାରା ପ୍ରବର୍ତ୍ତନ କରାଯାଇଥିଲା ।

9. ଶିକ୍ଷଣର ଗୋଟିଏ ସଂଜ୍ଞା ଲେଖ ।
Answer:
କ୍ରୋ ଏବଂ କ୍ରୋଙ୍କ ମତରେ, ‘ଅଭ୍ୟାସ, ଜ୍ଞାନ ଏବଂ ମନୋବୃତ୍ତି ଇତ୍ୟାଦିର ସମାହାରକୁ ଶିକ୍ଷଣ କହନ୍ତି ।’’

10. ସ୍ପିନର (Skinner) ଙ୍କ ମତରେ ‘ଶିକ୍ଷଣ’ କ’ଣ ?
Answer:
ଶିକ୍ଷଣ ହେଉଛି ଉଭୟ ଜ୍ଞାନ ଅର୍ଜନ ଏବଂ ଧାରଣ ।

11. ପ୍ରଯତ୍ନ-ପ୍ରମାଦ ତତ୍ତ୍ବର ପ୍ରବର୍ତ୍ତକ କିଏ ?
Answer:
ପ୍ରଯତ୍ନ-ପ୍ରମାଦ ତତ୍ତ୍ଵର ପ୍ରବର୍ତ୍ତକ E.L. Throndike ଅଟନ୍ତି ।

12. ଅନୁବନ୍ଧିତ ଅନୁକ୍ରିୟା ଶିକ୍ଷଣ ତତ୍ତ୍ବର ପ୍ରବର୍ତ୍ତକ କିଏ ?
Answer:
ଇଭାନ୍ ପି. ପାଭଲଭ (Ivan P. Pavlov) ଅନୁବନ୍ଧିତ ଅନୁକ୍ରିୟା ଶିକ୍ଷଣ ତତ୍ତ୍ଵର ପ୍ରବର୍ତ୍ତକ ଅଟନ୍ତି ।

13. ଶିକ୍ଷଣରେ ଅନୁବନ୍ଧିତ ଅନୁକ୍ରିୟା କ’ଣ ?
Answer:
ପ୍ରାକୃତିକ ଉଦ୍ଦୀପକର ଅନୁପସ୍ଥିତିରେ ଯଦି ଅପ୍ରାକୃତିକ ଉଦ୍ଦୀପକ ପ୍ରାକୃତିକ ପ୍ରତିକ୍ରିୟା ସୃଷ୍ଟି କରିଥାଏ, ତେବେ ସେ ପ୍ରକ୍ରିୟାକୁ ଅନୁବନ୍ଧିତ ଅନୁକ୍ରିୟା କୁହାଯାଏ ।

14. S – R Bond କ’ଣ ?
Answer:
ଉଦ୍ଦୀପକ ଏବଂ ପ୍ରତିକ୍ରିୟା ମଧ୍ୟରେ ଯଦି ବାରମ୍ବାର ସଂଯୋଗ ସ୍ଥାପନ ହୁଏ,ସେହି ସଂଯୋଗବାଦ (Connectionism) କୁ S – R Bond କୁହାଯାଏ ।

15. କୋହ୍ଲର (Kohler) ଙ୍କର ଜଣେ ସହଯୋଗୀଙ୍କର ନାମ ଲେଖ ।
Answer:
କୋଫ୍ରିକା (Koffka) କୋହ୍ଲରଙ୍କର ଜଣେ ସହଯୋଗୀ ଅଟନ୍ତି ।

16. ‘Gestalt’ ଶବ୍ଦର ଅର୍ଥ କ’ଣ ?
Answer:
‘Gestalt’ ଶବ୍ଦର ଅର୍ଥ ସମଗ୍ର (Whole) ଯାହା ପ୍ରାଣୀକୁ ସମସ୍ୟା ସମାଧାନ ସମୟରେ ସମସ୍ତ ପରିସ୍ଥିତିକୁ ଅନୁଧ୍ୟାନ କରିବାକୁ ପଡ଼ିଥାଏ ।

17. ଶିକ୍ଷଣ ତତ୍ତ୍ବରେ ଉପଯୋଗ ବିଧ୍ (Law of use) କ’ଣ ?
Answer:
କୌଣସି ନିର୍ଦ୍ଦିଷ୍ଟ ଉଦ୍ଦୀପକ ସହିତ ତାହାର ଉପଯୁକ୍ତ ପ୍ରତିକ୍ରିୟାର ସଂଯୋଗ ଯେତେଥର ହେବ, ସେହି ସଂଯୋଗ ସେତେ ଦୃଢ଼ୀଭୂତ ହେବ । ଏହା ଶିକ୍ଷଣର ଉପଯୋଗ ବିଧ୍ (Law of use) ଅଟେ ।

18. ଶିକ୍ଷଣ ତତ୍ତ୍ଵର ଅନୁପଯୋଗ ବିଧ୍ (Law of disuse) କ’ଣ ?
Answer:
କୌଣସି ନିର୍ଦ୍ଦିଷ୍ଟ ଉଦ୍ଦୀପକ ସହିତ ତାହାର ଉପଯୁକ୍ତ ପ୍ରତିକ୍ରିୟା ସଂଯୋଗ ପୁନଃ ପୁନଃ ନ ହେଲେ ସେହି ସଂଯୋଗ ଦୁର୍ବଳ ହୋଇପଡ଼େ, ଯାହାଦ୍ୱାରା ଶିକ୍ଷଣ ସମ୍ଭବପର ହୋଇ ନଥାଏ । ଏହା ଶିକ୍ଷଣର ଅନୁପଯୋଗ ବିଧ୍ (Law of disuse) ଅଟେ ।

19. କେଉଁ ଶିକ୍ଷଣ ତତ୍ତ୍ବ ଧୀର ଏବଂ ମନ୍ଥର ଅଟେ ?
Answer:
ପ୍ରଯତ୍ନ-ପ୍ରମାଦ ଶିକ୍ଷଣ ତତ୍ତ୍ଵ ଧୀର ଏବଂ ମନ୍ଥର ଅଟେ ।

20. ଅନୁବନ୍ଧିତ ଅନୁକ୍ରିୟାରେ ପାଭଲଭ୍ କାହାକୁ ନେଇ ପରୀକ୍ଷା କରିଥିଲେ ?
Answer:
ଅନୁବନ୍ଧିତ ଅନୁକ୍ରିୟାରେ ପାଭଲଭ୍ କୁକୁର (Dog)କୁ ନେଇ ପରୀକ୍ଷା କରିଥିଲେ ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

21. ପ୍ରାକୃତିକ ଉଦ୍ଦୀପକ (Un-conditioned stimulus) କ’ଣ ?
Answer:
ପ୍ରାକୃତିକ ଉଦ୍ଦୀପକଦ୍ୱାରା ପ୍ରାଣୀ ପ୍ରତିକ୍ରିୟା ସୃଷ୍ଟି କରିଥାଏ । ଖାଦ୍ୟ ଦେଖୁଲେ ପ୍ରାଣୀର ଜିଭରୁ ଲାଳ ବୋହିଥାଏ । ଖାଦ୍ୟ – ପ୍ରାକୃତିକ ଉଦ୍ଦୀପକ ହେଲେ, ଲାଳ ବୋହିବା – ପ୍ରତିକ୍ରିୟା ।

22. ଅପ୍ରାକୃତିକ ଉଦ୍ଦୀପକର କାହା ସହ ସଂପର୍କ ପ୍ରତିଷ୍ଠା ହୋଇଥାଏ ?
Answer:
ଅପ୍ରାକୃତିକ ଉଦ୍ଦୀପକ ପ୍ରାକୃତିକ ଉଦ୍ଦୀପକ ସହ ସଂପର୍କ ପ୍ରତିଷ୍ଠା କରିଥାଏ, ଯାହାଦ୍ୱାରା ପ୍ରାକୃତିକ ଉଦ୍ଦୀପକର ଅନୁପସ୍ଥିତିରେ ପ୍ରାକୃତିକ ପ୍ରତିକ୍ରିୟା ସୃଷ୍ଟି କରିଥାଏ ।

23. ଉତ୍ତମ ଅଭ୍ୟାସ ଗଠନ ଏବଂ ଖରାପ ଅଭ୍ୟାସ ପରିତ୍ୟାଗ କେଉଁ ଶିକ୍ଷଣ ତତ୍ତ୍ବ ଅନ୍ତର୍ଭୁକ୍ତ ଅଟେ ?
Answer:
ଉତ୍ତମ ଅଭ୍ୟାସ ଗଠନ ଏବଂ ଖରାପ ଅଭ୍ୟାସ ପରିତ୍ୟାଗ ଶିକ୍ଷଣର ଅନୁବନ୍ଧିତ ଅନୁକ୍ରିୟା ଶିକ୍ଷଣ ତତ୍ତ୍ବ ଅନ୍ତର୍ଭୁକ୍ତ ଅଟେ ।

24. ପରିପକ୍ଵତା (Maturation) ଏବଂ ଶିକ୍ଷଣ (Learning) କିପରି ସମ୍ପର୍କିତ ଅଟେ ?
Answer:
ପରିପକ୍ବତା ଆସିଲେ ଶିକ୍ଷଣ ସହଜ ହୁଏ ଏବଂ ଆପେ ଆପେ ହୋଇଥାଏ । କାରଣ ଏକ ବର୍ଷ ବା ଦୁଇବର୍ଷର ଶିଶୁକୁ ଯୌନ ଶିକ୍ଷା ଦେଲେ ଶିଶୁଟି ଗ୍ରହଣ କରିନଥାଏ । ପରିପକ୍ବତା ଏବଂ ଶିକ୍ଷଣର ସମ୍ପର୍କ ଅତୁଟ ଅଟେ ।

25. ଅନୁକରଣ (Imitation) କ’ଣ ?
Answer:
ଅନୁକରଣ ଏକ କଳା ଯାହାଦ୍ୱାରା ବ୍ୟକ୍ତି ଅନ୍ୟମାନଙ୍କର ବ୍ୟବହାର ନିଜ ମାଧ୍ୟମରେ ପ୍ରକାଶ କରିଥାଏ ।

26. ଅନୁକରଣ (Imitation) ଦ୍ୱାରା ଶିକ୍ଷଣ କିପରି ହୁଏ ଗୋଟିଏ ଉଦାହରଣ ଦିଅ ।
କିମ୍ବା, ଶିକ୍ଷଣରେ ଅନୁକରଣର ଭୂମିକା କ’ଣ ?
Answer:
ଅନୁକରଣ ମାଧ୍ୟମରେ ଶିଶୁ ସମବୟସ୍କ ଏବଂ ଅଧ‌ିକ ବୟସ୍କ ଲୋକଙ୍କଠାରୁ ଅଭିଜ୍ଞତା ହାସଲ କରିଥାଏ । ପସନ୍ଦଯୋଗ୍ୟ ବ୍ୟବହାରକୁ ମୁଖ୍ୟତଃ ଶିଶୁ ଅନୁକରଣ କରିଥାଏ ।

27. ଶିକ୍ଷଣକୁ ପ୍ରେରଣାତ୍ମକ କରିବାର ଗୋଟିଏ ଉପାଦାନ ଦର୍ଶାଅ ।
Answer:
ଶିକ୍ଷଣକୁ ପ୍ରେରଣାତ୍ମକ କରିବାପାଇଁ ଶିକ୍ଷକ ଶିକ୍ଷାଦାନ ସମୟରେ ବିଭିନ୍ନ ପ୍ରକାର ଶିକ୍ଷାଦାନ ସହାୟକ ଉପକରଣ ବ୍ୟବହାର କରିବା ଉଚିତ ।

28. ଶିକ୍ଷଣ ଏବଂ ପରିପକ୍ବତା ମଧ୍ଯରେ ଗୋଟିଏ ତଫାତ୍ ଲେଖ ।
Answer:
ଶିକ୍ଷଣଦ୍ବାରା ଅଭିଜ୍ଞତା ଏବଂ ଜ୍ଞାନ ଅର୍ଜନ କରାଯାଇଥାଏ । ମାତ୍ର ପରିପକ୍ବତା ଆସିଲେ ଶିଶୁ କେତେକ ଜ୍ଞାନ ବା ଅଭିଜ୍ଞତା ଆପେ ଆପେ ଶିକ୍ଷା କରିଥାଏ ।

29. ‘‘ଶିକ୍ଷଣ ପ୍ରକ୍ରିୟାରେ ଅଂଶ ଅପେକ୍ଷା ସମଗ୍ର ଅଧ‌ିକ ଗୁରୁତ୍ଵପୂର୍ଣ୍ଣ” – ଏହା କେଉଁ ଶିକ୍ଷଣ ତତ୍ତ୍ବ ସ୍ଵୀକାର କରେ ?
Answer:
“ଶିକ୍ଷଣ ପ୍ରକ୍ରିୟାରେ ଅଂଶ ଅପେକ୍ଷା ସମଗ୍ର ଅଧିକ ଗୁରୁତ୍ଵପୂର୍ଣ୍ଣ” – ଏହା ଅନ୍ତଦୃଷ୍ଟି ଶିକ୍ଷଣ ତତ୍ତ୍ବ (Theory of Insightful Learning) ସ୍ବୀକାର କରିଥାଏ ।

30. ପାଭ୍ଲଭଙ୍କଦ୍ବାରା କେଉଁ ଶିକ୍ଷଣ ତତ୍ତ୍ବ ପ୍ରବର୍ତ୍ତିତ ହୋଇଥିଲା ?
Answer:
ପାଭଲଭ୍ ଅନୁବନ୍ଧିତ ଅନୁକ୍ରିୟା ତତ୍ତ୍ୱ (Conditioned-Response Theory) ପ୍ରବର୍ତ୍ତିତ ହୋଇଥିଲା ।

31. ଶିକ୍ଷଣର କେଉଁ ତତ୍ତ୍ଵ ପରିପକ୍ବତା ସହ ସମ୍ପର୍କିତ ?
Answer:
ଶିକ୍ଷଣର ପ୍ରଯତ୍ନ-ପ୍ରମାଦ ତତ୍ତ୍ବ (Theory of Trial and Error) ଶିକ୍ଷାର୍ଥୀର ପରିପକ୍ବତା (Maturation) ଉପରେ ନିର୍ଭର କରିଥାଏ ।

32. ଶିକ୍ଷଣରେ ପୁନର୍ବଳନରୂପେ କାର୍ଯ୍ୟ କରିବା ଭଳି ଶ୍ରେଣୀକକ୍ଷରେ ଶିକ୍ଷକଙ୍କର ଏକ କାର୍ଯ୍ୟର ଉଦାହରଣ ଦିଅ ।
Answer:
ଶିକ୍ଷକ ଫଳପ୍ରଦ ଉତ୍ତର ଦେଉଥ‌ିବା ଛାତ୍ରଛାତ୍ରୀମାନଙ୍କୁ ଯଦି ପ୍ରଶଂସା କରନ୍ତି ବା ପୁରସ୍କାର ଦିଅନ୍ତି, ତେବେ ତାହା ଶ୍ରେଣୀ ପ୍ରକୋଷ୍ଠରେ ପୁନର୍ବଳନ ରୂପେ କାମ କରିବ ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

33. ମାନସିକ ପ୍ରସ୍ତୁତି ନୀତି କ’ଣ ?
Answer:
ମାନସିକ ପ୍ରସ୍ତୁତି ନୀତି ଅନୁଯାୟୀ ଶିକ୍ଷାର୍ଥୀର ମାନସିକ ଅବସ୍ଥା ଉପରେ ଗୁରୁତ୍ବ ଦିଆଯାଇଥାଏ । ଶିକ୍ଷାର୍ଥୀର ମାନସିକ କ୍ଳାନ୍ତି, ଦୁଃଖ ଶିକ୍ଷାର୍ଥୀକୁ ଶିକ୍ଷାର୍ଜନରେ ସାହାଯ୍ୟ କରିନଥାଏ ।

34. ସାଦୃଶ୍ୟ ନୀତି (Principle of Analogy) କ’ଣ ?
Answer:
କୌଣସି ନୂତନ ଉଦ୍ଦୀପକ ପାଇଁ ଯଦି ପୂର୍ବ ଅଭିଜ୍ଞତାର ପ୍ରତିକ୍ରିୟାଦ୍ଵାରା ସମସ୍ୟା ସମାଧାନ ହୋଇଯାଏ ତେବେ ଏହା ଶିକ୍ଷଣର ସାଦୃଶ୍ୟ ନୀତି ଅଟେ । ହାରମୋନିୟମ ଶିକ୍ଷା, କ୍ୟାସିଓ ଶିକ୍ଷା ପାଇଁ ଏହି ନୀତି ଦରକାର ।

35. ସାଂପ୍ରତ୍ୟ ନିୟମ (Law of Recency) କ’ଣ ?
Answer:
ସମୟର ବ୍ୟବଧାନ ଯେତେ ଅଧିକ ହେବ ଉଦ୍ଦୀପକ ଏବଂ ପ୍ରତିକ୍ରିୟାର ସମ୍ବନ୍ଧ ସେତେ ଦୁର୍ବଳ ହୋଇପଡ଼ିବ; ତେଣୁ ସଂପ୍ରତି ଘଟଣା ଉଦ୍ଦୀପକ ଏବଂ ପ୍ରତିକ୍ରିୟାର ସଂପର୍କକୁ ଦୃଢ଼ୀଭୂତ କରିଥାଏ ।

36. ତୀବ୍ରତା ନୀତି (Principle of Intensity) କ’ଣ ?
Answer:
ଉଦ୍ଦୀପକ ଏବଂ ପ୍ରତିକ୍ରିୟା ମଧ୍ଯରେ ଯେଉଁ ସମ୍ପର୍କ ସ୍ଥାପିତ ହୁଏ, ତାହା ଅନେକ ପରିମାଣରେ ତୀବ୍ରତା ଉପରେ ନିର୍ଭର କରିଥାଏ ଓ ଶିକ୍ଷାର୍ଥୀ ମନରେ ତାହା ଅଧ୍ବ ଦିନ ରହିଥାଏ; ଯଥା — Picnic କରିବା ସମୟରେ ବାଳକ ଏବଂ ବାଳିକାମାନଙ୍କ ମଧ୍ୟରେ ସମ୍ପର୍କ ଅନେକଦିନ ଧରି ମନେରହିଥାଏ ।

37. ପ୍ରଯତ୍ନ-ପ୍ରମାଦ ତତ୍ତ୍ଵର ଏକ ସମାଲୋଚନା ଲେଖ ।
Answer:
ବାରମ୍ବାର ଚେଷ୍ଟା କରିବାଦ୍ୱାରା ଶିକ୍ଷଣ ହୋଇପାରିବ ବୋଲି ଭାବିବା ଠିକ୍ ନୁହେଁ, କାରଣ ଏହାଦ୍ଵାରା ଶିଶୁର ଅନେକ ସମୟ, ଶକ୍ତି ଏବଂ ସାମର୍ଥ୍ୟ ବିନିଯୋଗ ହୋଇଥାଏ ଏବଂ ବାରମ୍ବାର ଚେଷ୍ଟାଦ୍ଵାରା ଶିକ୍ଷଣ ଆକସ୍ମିକ ହୋଇଥାଏ ।

38. ଓୟେର୍‌ଦିମର୍ (Wertheimer) ଙ୍କ ଭାଷାରେ ‘Gestalt’ ର ଅର୍ଥ କ’ଣ ?
Answer:
ଓୟେର୍‌ଦିମର୍ (Wertheimer) ଭାଷାରେ, ‘ଗେଷ୍ଟାଲଟ୍ ଏକ ସାମଗ୍ରିକ ତତ୍ତ୍ଵ ଯାହାର ଗୁଣାବଳୀ ବ୍ୟକ୍ତିର କେତେଗୁଡ଼ିଏ ଗୁଣବତ୍ତାଦ୍ୱାରା ନୁହେଁ ଏହା ଅନ୍ତର୍ନିହିତ ପ୍ରକୃତିର ସମଗ୍ରତାରୁ ଜଣାପଡ଼େ’’(A gestalt is a whole whose characteristics are determined not by the characteristics of its individual elements, but by the internal nature of the whole.) ।

39. ଅତୀତର ଅଭିଜ୍ଞତାକୁ ଭିଭିକରି କୌଣସି ନୂତନ ବିଷୟ ଅଥବା ନୂତନ ଆଚରଣ ଆୟତ୍ତ କରିବା ପ୍ରକ୍ରିୟାକୁ କ’ଣ କୁହାଯାଏ ?
Answer:
ଅତୀତର ଅଭିଜ୍ଞତାକୁ ଭିଭିକରି କୌଣସି ନୂତନ ବିଷୟ ଅଥବା ନୂତନ ଆଚରଣ ଆୟତ୍ତ କରିବା ପ୍ରକ୍ରିୟାକୁ ଶିକ୍ଷଣ କୁହାଯାଏ ।

40. ବୟସର ବୃଦ୍ଧି ସଙ୍ଗେ ସଙ୍ଗେ ଶିଶୁର ସମସ୍ତ ପ୍ରକାର ଶାରୀରିକ ଓ ମାନସିକ ବିକାଶ ତଥା ପରିବର୍ତ୍ତନକୁ କ’ଣ କୁହାଯାଏ ?
Answer:
ବୟସର ବୃଦ୍ଧି ସଙ୍ଗେ ସଙ୍ଗେ ଶିଶୁର ସମସ୍ତ ପ୍ରକାର ଶାରୀରିକ ଓ ମାନସିକ ବିକାଶ ତଥା ପରିବର୍ତ୍ତନକୁ ପରିପକ୍ବତା (Maturation) କୁହାଯାଏ ।

41. ଗୋଟିଏ ସିମ୍ପାଞ୍ଜି ସହ ପରୀକ୍ଷା କରାଯାଇ କେଉଁ ଶିକ୍ଷଣ ତତ୍ତ୍ବ ଆବିଷ୍କାର କରାଯାଇଥିଲା ?
Answer:
ଗୋଟିଏ ସିମ୍ପାଞ୍ଜି ସହ ପରୀକ୍ଷା କରାଯାଇ ଅନ୍ତଦୃଷ୍ଟି ଶିକ୍ଷଣ ତତ୍ତ୍ବ (Theory of Insightful Learning) ଆବିଷ୍କାର କରାଯାଇଥିଲା ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

42. ବିଦ୍ୟାଳୟରେ ତୁମେ କୁ-ଅଭ୍ୟାସ କିପରି ଦୂର କରିପାରିବ ?
Answer:
ଶିକ୍ଷକଙ୍କ ଉପଯୁକ୍ତ ପରାମର୍ଶ ଏବଂ ନିଜ ନିଜର ଆଦର୍ଶଦ୍ଵାରା ବିଦ୍ୟାଳୟରେ ଆମେ କୁ-ଅଭ୍ୟାସଗୁଡ଼ିକ ଦୂର କରିପାରିବ ।

43. ଶିକ୍ଷଣକୁ ତ୍ୱରାନ୍ବିତ କରୁଥିବା ଯେକୌଣସି ଗୋଟିଏ ସହାୟକ ଉପାଦାନ ଲେଖ ।
Answer:
ପରିପକ୍ବତା (Maturation) ଶିକ୍ଷଣକୁ ତ୍ୱରାନ୍ବିତ କରିଥାଏ ।

44. ମୁଖସ୍ଥ ଶିକ୍ଷଣ କ’ଣ ?
Answer:
କୌଣସି ବିଷୟବସ୍ତୁକୁ ଶିକ୍ଷାର୍ଥୀ ନବୁଝି ମନେରଖ୍କୁ ମୁଖସ୍ଥ ଶିକ୍ଷଣ କୁହାଯାଏ ।

45. ଅନ୍ତଦୃଷ୍ଟି ଶିକ୍ଷଣ କେଉଁ ଶିକ୍ଷଣ ତତ୍ତ୍ବ ସହ ସମ୍ପର୍କିତ ?
Answer:
ଅନ୍ତଦୃଷ୍ଟି ଶିକ୍ଷଣ Gestalt ଶିକ୍ଷଣ ତତ୍ତ୍ବ ବା ବୌଦ୍ଧିକ ତତ୍ତ୍ବ ସହ ସମ୍ପର୍କିତ ।

46. ଶିକ୍ଷଣ ତତ୍ତ୍ବ ପାଇଁ ପାଭ୍ଲଭ୍ କାହା ଉପରେ ଅଧିକ ଗୁରୁତ୍ୱ ଆରୋପ କରିଥିଲେ ?
Answer:
ଶିକ୍ଷଣ ତତ୍ତ୍ବ ପାଇଁ ପାଭଲଭ୍ ଅନୁବନ୍ଧିତ ଅନୁକ୍ରିୟା ତତ୍ତ୍ଵର ଉଦ୍ଦୀପକ ଏବଂ ଅନୁକ୍ରିୟାର ସହ-ବନ୍ଧନ ଉପରେ ଗୁରୁତ୍ଵ ଆରୋପ କରିଥିଲେ ।

47. ଦକ୍ଷତାଭିଭିକ ଶିକ୍ଷଣର ସ୍ତରଗୁଡ଼ିକ କ’ଣ ?
Answer:
B. S. Bloom ଦକ୍ଷତାଭିଭିକ ଶିକ୍ଷଣ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଦକ୍ଷତାଭିଭିକ ଶିକ୍ଷଣର ସ୍ତରଗୁଡ଼ିକ ହେଲା –
(i) ଦକ୍ଷତା ହାସଲ ପାଇଁ ଯୋଜନା,
(ii) ଦକ୍ଷତାର ଦିଗ ସହ ପରିଚିତି
(iii) ଦକ୍ଷତା ହାସଲ ପାଇଁ ଶିକ୍ଷଣ,
(iv) ଦକ୍ଷତା ପରୀକ୍ଷଣ ଓ
(v) ଦକ୍ଷତା ଶ୍ରେଣୀବିଭାଗୀକରଣ ।

48. ଅନ୍ତର୍ବୃଷ୍ଟି କ’ଣ ?
Answer:
ସମସ୍ୟା ସମାଧାନ ସମୟରେ ନିଜର ଚିନ୍ତା, କଳ୍ପନା ଏବଂ ବିଚାରଶକ୍ତି ମାଧ୍ୟମରେ କୌଣସି ଏକ ଉପାୟ ଅବଲମ୍ବନ କରି ସମସ୍ୟା ସମାଧାନ କରିବା ଅନ୍ତଦୃଷ୍ଟି ଶିକ୍ଷଣ ବା ଶିକ୍ଷଣର ଅନ୍ତଦୃଷ୍ଟି ।

49. ପାଭଲଭଙ୍କର ଶିକ୍ଷା ପ୍ରତି କ’ଣ ଅବଦାନ ଅଛି ଲେଖ ।
Answer:
ଅନୁବନ୍ଧିତ ଅନୁକ୍ରିୟା ଶିକ୍ଷଣ ତତ୍ତ୍ଵର ପ୍ରବର୍ତ୍ତକ ପାଢ଼ଲଭ୍ ଅପ୍ରାକୃତିକ ଉଦ୍ଦୀପକର ପ୍ରଭାବ ଶିକ୍ଷଣରେ କିପରି ଅଛି ତାହା ପ୍ରମାଣ କରିଛନ୍ତି ।

50. ପରିପକ୍ଵତା କ’ଣ ?
Answer:
ପ୍ରାଣୀର ଶାରୀରିକ ଅଭିବୃଦ୍ଧି ଓ ପରିପୁଷ୍ଟିର ପୂର୍ଣ୍ଣାଙ୍ଗକରଣ ଧାରାକୁ ପରିପକ୍ବତା କୁହାଯାଏ ।

51. କେଉଁ ପିଲାଙ୍କୁ ବହିଃମୁଖୀ କୁହାଯିବ ?
Answer:
ଯେଉଁ ପିଲାମାନେ ଅନ୍ୟମାନଙ୍କ ସହ ଭଲଭାବରେ ମିଶିପାରନ୍ତି, ଖେଳିପାରନ୍ତି ଏବଂ ଆଗ୍ରହ ପ୍ରକାଶ କରି କାର୍ଯ୍ୟ କରନ୍ତି ସେମାନେ ବହିଃମୁଖୀ ପିଲା ଅଟନ୍ତି ।

52. ଶିକ୍ଷଣ ପାଇଁ ଗୋଟିଏ ପ୍ରେରଣାତ୍ମକ ଉପାଦାନ ଦର୍ଶାଅ ।
Answer:
ଶିକ୍ଷାଦାନ ସମୟରେ ପ୍ରତିଦ୍ବନ୍ଦିତା ମନୋଭାବ ଶିକ୍ଷଣ ପାଇଁ ପ୍ରେରଣା ଯୋଗାଇଥାଏ ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

53. ଅନୁକରଣଦ୍ୱାରା ଶିକ୍ଷଣର ଗୋଟିଏ ଉଦାହରଣ ଦିଅ ।
Answer:
ଶିକ୍ଷକ କୌଣସି ବିଷୟ ପଢ଼ିବା ସମୟରେ ଛାତ୍ରଛାତ୍ରୀ ଶିକ୍ଷକଙ୍କର ମୁଖନିଃସୃତ ବାକ୍ୟଗୁଡ଼ିକ ଶୁଣି ଏବଂ ବହି ପଢ଼ି ନିଜେ ସେହିପରି ପଢ଼ିବାପାଇଁ ଚେଷ୍ଟା କରିଥା’ନ୍ତି । ଏହାକୁ ଅନୁକରଣଦ୍ବାରା ଶିକ୍ଷଣ କୁହାଯାଏ ।

54. ଅନ୍ତଦୃଷ୍ଟି ଶିକ୍ଷଣ ତତ୍ତ୍ବର ପ୍ରବର୍ତ୍ତକ କିଏ ?
Answer:
ଅନ୍ତଦୃଷ୍ଟି ଶିକ୍ଷଣ ତତ୍ତ୍ଵର ପ୍ରବର୍ତ୍ତକ କୁର୍ଟ କୋଫ୍‌ (Kurt Koffka) ଅଟନ୍ତି ।

55. ଅନୁବନ୍ଧିତ ଅନୁକ୍ରିୟା ବା ଅଭ୍ୟନୁକୂଳନ ତତ୍ତ୍ବର ପ୍ରବର୍ତ୍ତକ କିଏ ?
Answer:
ରୁଷ୍ ଦେଶର ଶରୀରବିଜ୍ଞାନୀ ଇଭାନ୍ ପି. ପାଉଲଭ୍ ଅଭ୍ୟନୁକୂଳନ ବା ଅନୁବନ୍ଧିତ ଅନୁକ୍ରିୟା ତତ୍ତ୍ଵର ପ୍ରବର୍ତ୍ତକ ଅଟନ୍ତି ।

56. ଦଣ୍ଡର କୁପରିଣାମ କ’ଣ ?
Answer:
ଦଣ୍ଡ ଶିକ୍ଷାର୍ଥୀ ମନରେ ଭୟ ସୃଷ୍ଟି କରିଥାଏ ଏବଂ ଶିକ୍ଷାର୍ଥୀର ଅନ୍ତର୍ନିହିତ ଗୁଣଗୁଡ଼ିକର ବିକାଶରେ ବ୍ୟାଘାତ ସୃଷ୍ଟି କରିଥାଏ ।

57. ସୃଜନଶୀଳତାର ସଂଜ୍ଞା କ’’ଣ ?
Answer:
ବ୍ୟକ୍ତିର ଚିନ୍ତାଧାରାରେ ନୂତନତା ଏବଂ ନୈତିକତାକୁ ସୃଜନଶୀଳତା କୁହାଯାଏ ।

58. କୋହ୍ଲରଙ୍କର ନାମ କେଉଁ ଶିକ୍ଷଣ ତତ୍ତ୍ବ ସହିତ ସମ୍ପର୍କିତ ?
Answer:
କୋହ୍ଲରଙ୍କର ନାମ ଅନ୍ତଦୃଷ୍ଟି ଶିକ୍ଷଣ ତତ୍ତ୍ବ (Theory of Insightful Learning) ସହିତ ସଂପୃକ୍ତ ଅଟେ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟି ବା ତିନୋଟି ବାକ୍ୟରେ ଲେଖ ।

1. ଶିକ୍ଷଣ କ’ଣ ?
Answer:
ସ୍ପିନର (Skinner) ଙ୍କ ମତରେ, ଶିକ୍ଷଣ ପ୍ରକ୍ରିୟା ଅର୍ଥ କେବଳ ଯନ୍ତ୍ରବତ୍ ପୁନରାବୃତ୍ତି ମାଧ୍ୟମରେ କୌଣସି ବିଷୟରେ ଜ୍ଞାନ ଅର୍ଜନ ବା କୌଶଳ ଶିକ୍ଷା କରିବା ନୁହେଁ, ବରଂ ଏଥରେ ଶିକ୍ଷାର୍ଥୀ ଶିକ୍ଷଣୀୟ ବିଷୟବସ୍ତୁକୁ ସଙ୍ଗଠିତ କରେ ଓ ବିଭିନ୍ନ କ୍ଷେତ୍ରରେ ଲକ୍ଷ୍ୟ ସାଧନ ପାଇଁ ତାହାକୁ ବିନିଯୋଗ କରେ ।

2. ‘ଶିକ୍ଷଣ’ର ଦୁଇଟି ସଂଜ୍ଞା ଲେଖ ।
Answer:
(i) କ୍ରୋ ଏବଂ କ୍ରୋଙ୍କ ମତରେ, ‘ଅଭ୍ୟାସ, ଜ୍ଞାନ ଏବଂ ମନୋବୃତ୍ତି ଇତ୍ୟାଦିର ସମାହାରକୁ ଶିକ୍ଷଣ କହନ୍ତି ।’
(ii) କନ୍‌ଭିନ୍‌ଙ୍କ ମତରେ, ‘ଅଭିଜ୍ଞତାଦ୍ୱାରା ଆଚରଣଗତ ପରିବର୍ତ୍ତନ ହିଁ ଶିକ୍ଷଣ ।’’

3. ଶିକ୍ଷଣ ତତ୍ତ୍ବ କହିଲେ କ’ଣ ବୁଝ ?
Answer:
ମନୋବିଜ୍ଞାନୀମାନେ କିଛି ନୂଆ ସୂତ୍ର, ନୂଆ ତତ୍ତ୍ବ, ନୂଆ ଉପାଦାନ ବିଦ୍ୟାଳୟ ଶିକ୍ଷାରେ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥାନ୍ତି । ଏହାକୁ ଶିକ୍ଷଣ ତତ୍ତ୍ୱ କୁହାଯାଏ । ଏହି ତତ୍ତ୍ଵମାନଙ୍କ ମଧ୍ୟରୁ କେତେଗୁଡ଼ିଏ ତତ୍ତ୍ଵ ହେଲା-
(i) ପ୍ରଯନ୍ – ପ୍ରମାଦ ତତ୍ତ୍ବ
(ii) ଅନୁବନ୍ଧିତ ଅନୁକ୍ରିୟା ତତ୍ତ୍ବ
(iii) ଅନ୍ତଦୃଷ୍ଟି ତତ୍ତ୍ବ

4. ଶିକ୍ଷଣ ପ୍ରକ୍ରିୟା କ’ଣ ?
Answer:
(i) ଆଚରଣଗତ ପରିବର୍ତ୍ତନ ହିଁ ଶିକ୍ଷଣ ।
(ii) ହିଲ୍‌ଗାର୍ଡଙ୍କ ମତରେ, ଶିକ୍ଷଣଦ୍ୱାରା ମାନବ ନୂତନ ପ୍ରକାର କ୍ରିୟା ଶିକ୍ଷା କରେ ଓ ବ୍ୟବହାରକୁ ପରିମାର୍ଜିତ କରେ ।
(iii) ଅଭ୍ୟାସ ଓ ତା’ର ଫଳାଫଳ ମଧ୍ୟରେ ଥିବା ସମ୍ପର୍କ ହେତୁ ବ୍ୟକ୍ତି କୌଣସି ବିଷୟରେ ଶିକ୍ଷାଲାଭ କରେ ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

5. ପ୍ରଯତ୍ନ-ପ୍ରମାଦ ତତ୍ତ୍ବର ଦୁଇଟି ଶିକ୍ଷାଗତ ପ୍ରୟୋଗ ଲେଖ ।
Answer:
(i) ନିୟମିତ ଅଭ୍ୟାସଦ୍ବାରା ବିଜ୍ଞାନର ଅନେକ ପରୀକ୍ଷଣ ସଫଳ ହୋଇଥାଏ ।
(ii) ଗଣିତ ସମ୍ବନ୍ଧୀୟ ସମସ୍ୟାର ବାରମ୍ବାର ସମାଧାନଦ୍ୱାରା ଗଣିତ ଶିକ୍ଷାରେ ଦକ୍ଷତା ବୃଦ୍ଧି ପାଏ ।

6. ପ୍ରଯତ୍ନ-ପ୍ରମାଦ ତତ୍ତ୍ଵ ଏବଂ ଅନ୍ତଦୃଷ୍ଟି ତତ୍ତ୍ବ ମଧ୍ୟରେ ଗୋଟିଏ ପାର୍ଥକ୍ୟ ଲେଖ ।
Answer:
ପ୍ରଯତ୍ନ-ପ୍ରମାଦ ତତ୍ତ୍ଵ ଶିକ୍ଷଣର ଅଭ୍ୟାସ ଉପରେ ଗୁରୁତ୍ବ ଦେଇଥାଏ; ମାତ୍ର ଅନ୍ତଦୃଷ୍ଟି ତତ୍ତ୍ବ ଶିକ୍ଷଣର ସମସ୍ୟା ଅନୁଧ୍ୟାନ ଉପରେ ଗୁରୁତ୍ଵ ଦେଇଥାଏ ।

7. ପ୍ରଯତ୍ନ-ପ୍ରମାଦ ତତ୍ତର ଶିକ୍ଷାକ୍ଷେତ୍ରରେ ତିନୋଟି ପ୍ରୟୋଗ ଲେଖ ।
Answer:
(i) ଶିକ୍ଷାକ୍ଷେତ୍ରରେ ହସ୍ତାକ୍ଷର ଲିଖନ, ଟାଇପ୍ କରିବା ଇତ୍ୟାଦି ଶିକ୍ଷାଲାଭରେ ସାହାଯ୍ୟ କରିଥାଏ ।
(ii) ନିୟମିତ ଅଭ୍ୟାସଦ୍ୱାରା ବିଜ୍ଞାନର ଅନେକ ପରୀକ୍ଷଣ ସଫଳ ହୋଇଥାଏ ।
(iii) ଗଣିତ ସମ୍ବନ୍ଧୀୟ ସମସ୍ୟାର ବାରମ୍ବାର ସମାଧାନ ଗଣିତ ଶିକ୍ଷାରେ ଦକ୍ଷତା ବୃଦ୍ଧି କରିଥାଏ ।

8. ଅନ୍ତଦୃଷ୍ଟି-ଶିକ୍ଷଣ ତତ୍ତ୍ବ କ’ଣ ?
Answer:
ଅନ୍ତଦୃଷ୍ଟି ଶିକ୍ଷଣତତ୍ତ୍ଵ ହେଉଛି ହଠାତ୍ ଶିକ୍ଷଣ ବା ହଠାତ୍ ଏକ ସମସ୍ୟାର ସମାଧାନର ସୂତ୍ର ଖୋଜିପାଇବା । ତିନିଜଣ ଜଣାଶୁଣା ଜର୍ମାନୀ ମନୋବିଜ୍ଞାନୀ ଯଥା : ଉଲ୍‌ପଗ୍ୟାଙ୍ଗ କୋହଲଋ, କୁର୍ଟ କୋଫ୍‌ ଓ ଡବ୍ଲ୍ୟୁ ଏକ୍‌ସ୍ ୱାରଦାଇମ୍ବର ଥିଲେ ଏହି ତତ୍ତ୍ବ ର ପ୍ରବର୍ତ୍ତକ । ଏହି ତତ୍ତ୍ବ ଅନୁସାରେ କୌଣସି ଏକ ନିର୍ଦ୍ଦିଷ୍ଟ ଅନୁକ୍ରିୟା କୌଣସି ଉଦ୍ଦୀପକର ଏକ ଅଂଶବିଶେଷ ପ୍ରତି ଉଦ୍ଦିଷ୍ଟ ନ ହୋଇ ସେହି ଉଦ୍ଦୀପକର ସମଗ୍ର ସଭାପ୍ରତି ଉଦ୍ଦିଷ୍ଟ ହୋଇଥାଏ ।

9. ଅନ୍ତଦୃଷ୍ଟି କ’ଣ ଏବଂ ଏହା ମାଧ୍ୟମରେ କିପରି ଶିକ୍ଷଣ ସଂଘଟିତ ହୁଏ ବୁଝାଅ ।
Answer:
(i) ଶିଶୁ ବିଭିନ୍ନ ସମସ୍ୟା ଦେଇ ଗତି କରିଥାଏ ।
(ii) ସବୁ ସମସ୍ୟାର ସମାଧାନ କରିବାକୁ ହେଲେ ବିଭିନ୍ନ ଶିକ୍ଷଣ ଅଭିଜ୍ଞତା ଦରକାର ।
(iii) ଯେଉଁ ଶିକ୍ଷଣ କ୍ରିୟା ସମସ୍ୟାଟିକୁ ହୃଦୟଙ୍ଗମ କରି ଉପଯୁକ୍ତ ଅନୁକ୍ରିୟା ସୃଷ୍ଟିଦ୍ଵାରା ସମ୍ଭବ ହୋଇଥାଏ ତାହା ଅନ୍ତଦୃଷ୍ଟି ଶିକ୍ଷଣ।

10. ଉଦ୍ଦୀପକ-ପ୍ରତିକ୍ରିୟା ସଂଯୋଗ କ’ଣ ?
Answer:
ପ୍ରତ୍ୟେକ ଉଦ୍ଦୀପକ ମନରେ ପ୍ରତିକ୍ରିୟା ସୃଷ୍ଟି କରିଥାଏ । ଏହା ମଧ୍ୟରେ ସଂଯୋଗ (Bond) କୁ ଉଦ୍ଦୀପକ-ପ୍ରତିକ୍ରିୟା ସଂଯୋଗ କୁହାଯାଏ ।

11. ଶିକ୍ଷଣକୁ ପ୍ରଭାବିତ କରୁଥିବା ଯେକୌଣସି ତିନୋଟି ମାନସିକ ଉପାଦାନ ଲେଖ ।
Answer:
ଶିକ୍ଷଣକୁ ପ୍ରଭାବିତ କରୁଥିବା ମାନସିକ ଉପାଦାନଗୁଡ଼ିକ ହେଲା :
(i) ଅଭିପ୍ରେରଣା – ଅଭିପ୍ରେରଣା ସୃଷ୍ଟି କରୁଥିବା ସାମଗ୍ରୀ ଶିକ୍ଷାଦାନରେ ବ୍ୟବହାର କଲେ ଶିଶୁ ଶିକ୍ଷାଦାନ ପ୍ରତି ଆଗ୍ରହ ପ୍ରକାଶ କରିବ ।
(ii) ଉଚ୍ଚାଭିଳାଷ – ଶିଶୁ ନିଜର ଉଚ୍ଚାଭିଳାଷ ନିଜର ସାମର୍ଥ୍ୟ ଅନୁସାରେ ରଖୁବା ଉଚିତ, ଯାହା ନିଜର କର୍ମ ପାଇଁ ସୁଯୋଗ ସୃଷ୍ଟି କରିବ ।
(iii) ଆଗ୍ରହ ଏବଂ ମନୋବୃତ୍ତି – ଆଗ୍ରହ ନଥୁଲେ ଆମେ କୌଣସି କାର୍ଯ୍ୟରେ ମନୋଯୋଗ ଦେଇନଥାଉ ।

12. S-R ଅନୁବନ୍ଧନ କ’ଣ ? ଏହା କିପରି ଶକ୍ତିଶାଳୀ ହୁଏ ?
Answer:
(i) ପରିବେଶର ଉଦ୍ଦୀପକ ଓ ତତ୍‌ସଂପର୍କୀୟ ପ୍ରତିକ୍ରିୟା ମଧ୍ୟରେ ସ୍ନାୟବିକ ସମ୍ବନ୍ଧ ସ୍ଥାପନ ବ୍ୟକ୍ତି ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ପ୍ରତିକ୍ରିୟା ସୃଷ୍ଟି କରେ ।
(ii) ଏହି ଉଦ୍ଦୀପକ ଓ ପ୍ରତିକ୍ରିୟା ମଧ୍ୟରେ ସଂଯୋଗ ସ୍ଥାପନକୁ ଉଦ୍ଦୀପକ-ପ୍ରତିକ୍ରିୟା ସଂଯୋଗ ବା S-R ଅନୁବନ୍ଧନ ବୋଲି କୁହାଯାଏ ।
(iii) ଏହି କାର୍ଯ୍ୟରେ ଶିକ୍ଷକ (S) ଓ ଛାତ୍ର (R) ଭୂମିକା ଗ୍ରହଣ କରିଥା’ଛି ।

13. ଶିକ୍ଷଣରେ ଅଭ୍ୟାସ ନିୟମ କାହାକୁ କହନ୍ତି ?
Answer:
(i) ଅଭ୍ୟାସ ନିୟମାନୁସାରେ ଯେଉଁ କାର୍ଯ୍ୟର ବାରମ୍ବାର ପୁନରାବୃତ୍ତି ହୁଏ, ତାହା ସହଜରେ ଆୟତ୍ତ କରିହୁଏ ଏବଂ ଯେଉଁ କାର୍ଯ୍ୟର ପୁନରାବୃତ୍ତି ହୁଏ ନାହିଁ ସେହି କାର୍ଯ୍ୟ ସହଜରେ ଶିକ୍ଷାକରି ହୁଏ ନାହିଁ ।
(ii) କୌଣସି ନିର୍ଦ୍ଦିଷ୍ଟ ଉଦ୍ଦୀପକ ସହିତ ତା’ର ଉପଯୁକ୍ତ ପ୍ରତିକ୍ରିୟାର ସଂଯୋଗ ଯେତେ ଅଧ୍ଵଥର ସ୍ଥାପିତ ହେବ ସେହି ସଂଯୋଗଟି ସେତିକି ଦୃଢ଼ୀଭୂତ ହେବ । ଉଦାହରଣସ୍ୱରୂପ, ଥଏଁଡ଼ାଇକ୍‌ଙ୍କ ଗବେଷଣାରେ ବିରାଡ଼ିଟି କୌଣସିମତେ ଥରେ ଦ୍ଵାର ଖୋଲି ପଦାକୁ ଚାଲିଗଲେ ତାହାର ଏହି ଅଭ୍ୟାସଟି ଦୃଢ଼ ଓ ସ୍ଥାୟୀ ହୋଇପାରିବ ନାହିଁ ।
(iii) ସେଥ‌ିପାଇଁ ବିରାଡ଼ିକୁ ବାରମ୍ବାର ଦ୍ଵାର ଖୋଲି ପଦାକୁ ଯିବାପାଇଁ ସୁବିଧା ଦେବାକୁ ହେବ ।
(iv) ପାଠଦାନ ସମୟରେ ଏହି ନୀତିର ଅତ୍ୟନ୍ତ ଆବଶ୍ୟକତା ରହିଛି ।

14. ଶିକ୍ଷଣ ତତ୍ତ୍ଵଗୁଡ଼ିକ ମଧ୍ୟରୁ କେଉଁଟି ଅଧ୍ଵ ଯୁକ୍ତିଯୁକ୍ତ ବୋଲି ଭାବୁଛ ଓ କାହିଁକି ?
Answer:
(i) ଶିକ୍ଷଣ ମଧ୍ୟରୁ ସାପେକ୍ଷ ପ୍ରତିବର୍ଜ୍ୟ କ୍ରିୟାବାଦ ତତ୍ତ୍ଵଟି ଅଧିକ ଯୁକ୍ତିଯୁକ୍ତ । କାରଣ ମନୁଷ୍ୟ ଜନ୍ମ ସମୟରେ କେତେକ ପ୍ରତିବର୍ଗ୍ୟ କ୍ରିୟା ପ୍ରକାଶ କରିଥାଏ । କ୍ରମଶଃ ଏକ ନିର୍ଦ୍ଦିଷ୍ଟ ଉଦ୍ଦୀପନା ପ୍ରତି ପ୍ରତିକ୍ରିୟା ପ୍ରକାଶ କରିଥାଏ ।
(ii) ମୌଳିକ ଉଦ୍ଦୀପନା ନିମିତ୍ତ ବିକଳ୍ପ ପ୍ରତିକ୍ରିୟା ଓ ବିକଳ୍ପ ଉଦ୍ଦୀପକ ସହ ମୌଳିକ ପ୍ରତିକ୍ରିୟା ସଂଯୋଗ ସ୍ଥାପନ କରିବା ଉପରେ ସାପେକ୍ଷ ପ୍ରତିବର୍ଜ୍ୟ କ୍ରିୟାବାଦ ଗୁରୁତ୍ୱ ଆରୋପ କରିଥାଏ ।
(iii) କେହି କେହି ପ୍ରଯତ୍ନ-ପ୍ରମାଦ ତତ୍ତ୍ବ ଓ କେହି କେହି ଅନ୍ତଦୃଷ୍ଟି ତତ୍ତ୍ଵକୁ ଯୁକ୍ତିଯୁକ୍ତ ବୋଲି ମନେକରି ଥାଆନ୍ତି; ମାତ୍ର ସାପେକ୍ଷ ପ୍ରତିବର୍ଜ୍ୟ କ୍ରିୟାବାଦ ବିଜ୍ଞାନସମ୍ମତ ଓ ସହଜ ଭାବରେ ଉପଲବ୍ଧ ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

15. ସଂକ୍ଷେପରେ ଶିକ୍ଷଣର ନିୟମଗୁଡ଼ିକ ବୁଝାଅ ।
Answer:
ଶିକ୍ଷାବିତ୍ ଥଣ୍ଣ ଡାଇକ୍‌ଙ୍କ ମତରେ, ଶିକ୍ଷଣର ତିନୋଟି ନିୟମ ସଂପର୍କରେ ବର୍ଣ୍ଣନା କରାଯାଇଛି; ଯଥା –
(i) ଅଭ୍ୟାସ ନିୟମ – ଗୋଟିଏ କାର୍ଯ୍ୟକୁ ବାରମ୍ବାର ଅଭ୍ୟାସ କରିବାଦ୍ୱାରା ପ୍ରତିଫଳିତ ଅନୁଭୂତି ମଧ୍ୟରୁ ସଂଗୃହୀତ ଶିକ୍ଷାକୁ ଅଭ୍ୟାସ ନିୟମ ଉପରେ ଆଧାରିତ ଶିକ୍ଷା କୁହାଯାଏ ।
(ii) ପ୍ରସ୍ତୁତି ନିୟମ – ପ୍ରସ୍ତୁତି ନିୟମ ଅନୁଯାୟୀ ଶିକ୍ଷଣ ପ୍ରକ୍ରିୟା ଆରମ୍ଭରୁ ଶିଶୁର ମାନସିକ ଅବସ୍ଥା ପ୍ରତି ଦୃଷ୍ଟି ଦେବା ଏକାନ୍ତ ଆବଶ୍ୟକ।
(iii) ଫଳାଫଳ ନିୟମ – ପ୍ରତ୍ୟେକ ଶିକ୍ଷଣ ଫଳାଫଳ ଉପରେ ବିଶେଷ ଗୁରୁତ୍ଵ ଦିଏ । ଦୃଷ୍ଟାନ୍ତସ୍ଵରୂପ, କ୍ଷୁଧାଇଁ ବିରାଡ଼ିଟି ଦୁଗ୍ଧପାନ କରିବା ଉଦ୍ଦେଶ୍ୟରେ ବାକ୍ସ ବାହାରକୁ ଚାଲିଆସିବା ପରେ ସେ ସଫଳ ହୋଇ ବାହାରକୁ ଆସି ଦୁଗ୍ଧପାନ କଲା । ମାତ୍ର ଦୁଗ୍‌ଧ ନଥିଲେ ସେ ଚେଷ୍ଟା କରି ନଥା’ନ୍ତା ।

16. ଶିକ୍ଷଣ ଏବଂ ପରିପକ୍ବତା ମଧ୍ଯରେ କି ପ୍ରଭେଦ ଅଛି ?
Answer:
(i) ଶିକ୍ଷଣ ଏକ ଜୀବନବ୍ୟାପୀ ପ୍ରକ୍ରିୟା, ମାତ୍ର ପରିପକ୍ବତା ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସୀମାବଦ୍ଧ ଅଟେ ।
(ii) ପରିପକ୍ବତା ଜୀବନରେ ଥରେ ଆସେ, ମାତ୍ର ଶିକ୍ଷଣ ଅନେକବାର ସଂଘଟିତ ହୋଇଥାଏ ।
(iii) ପରିପକ୍ବତା ଶରୀର ସହ ସମ୍ବନ୍ଧିତ, ମାତ୍ର ଶିକ୍ଷଣ ଏକ ମାନସିକ ପ୍ରକ୍ରିୟା ।
(iv) ପରିପକ୍ବତା ପ୍ରାପ୍ତି ପର୍ଯ୍ୟନ୍ତ ଶିକ୍ଷଣ ଅବ୍ୟାହତ ରହେ । ପରିପକ୍ବତା ପ୍ରାପ୍ତି ପରେ ଶିକ୍ଷଣର ଗୁଣାତ୍ମକ ପରିବର୍ତ୍ତନ ଘଟେ ।

17. ଅନୁବନ୍ଧନଦ୍ୱାରା ଶିକ୍ଷଣ କିପରି ସମ୍ଭବ ହୁଏ, ଉଦାହରଣଦ୍ବାରା ବୁଝାଅ ।
Answer:
(i) ଅନୁବନ୍ଧନ ଏକ ଶିକ୍ଷଣ ପ୍ରକ୍ରିୟା ।
(ii) ଶିକ୍ଷଣରେ ଭିତ୍ତିହୀନ ଭୟ ଦୂର କରିବାପାଇଁ ଏହି ଶିକ୍ଷଣ ପ୍ରକ୍ରିୟାକୁ ବ୍ୟବହାର କରାଯାଏ ।
(iii) ଯେଉଁ ଅନୁକ୍ରିୟା ପ୍ରାକୃତିକ ଉଦ୍ଦୀପକଦ୍ବାରା ପ୍ରଭାବିତ ହୁଏ, ତାହା ମଧ୍ୟ ଅପ୍ରାକୃତିକ ଉଦ୍ଦୀପକଦ୍ବାରା ପ୍ରଭାବିତ ହୁଏ ।
(iv) ଇଂରାଜୀ ଓ ଗଣିତ ଶିକ୍ଷା ପାଇଁ ଅହେତୁକ ଭୟ, ଉତ୍ତମ ଅଭ୍ୟାସ ଗଠନ; ଯଥା – ପରିଷ୍କାର-ପରିଚ୍ଛନ୍ନତା, ଗୁରୁଜନମାନଙ୍କୁ ଭକ୍ତି ଇତ୍ୟାଦି ଏବଂ ଭାଷାଜ୍ଞାନ ପାଇଁ ଅନୁବନ୍ଧନ ଏକାନ୍ତ ପ୍ରୟୋଜନ ।

18. ପ୍ରଯତ୍ନ-ପ୍ରମାଦ ତତ୍ତ୍ବ କହିଲେ କ’ଣ ବୁଝ ?
Answer:
(i) E.L.Thorndike ପ୍ରଥମେ ପ୍ରଯତ୍ନ-ପ୍ରମାଦ ତତ୍ତ୍ବ ସମ୍ପର୍କରେ ଗବେଷଣା କରିଥିଲେ ।
(ii) ସେ କହିଥିଲେ ଯେ ଉଦ୍ଦୀପକ ଏବଂ ପ୍ରତିକ୍ରିୟା ମଧ୍ଯରେ ବାରମ୍ବାର ସମ୍ପର୍କ ପ୍ରତିଷ୍ଠାଦ୍ଵାରା ହେଉଥିବା ସଂଯୋଗ ଶିକ୍ଷଣ ଅଟେ । ଏହାକୁ ସଂଯୋଗବାଦ (Connectionism) କୁହାଯାଏ ।
(iii) ଲକ୍ଷ୍ୟ ହାସଲପାଇଁ ବାରମ୍ବାର ବିଫଳ ଚେଷ୍ଟାକରି ଶେଷରେ ସଫଳ ଚେଷ୍ଟା ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିଥାଏ ।
(iv) ବିଜ୍ଞାନ ଏବଂ ଗଣିତ ଶିକ୍ଷା କ୍ଷେତ୍ରରେ ଏହାର ପ୍ରୟୋଗ ବହୁଳ ଅଟେ ।

19. ଥର୍ୟଡାଇକ୍‌ଙ୍କର ତିନୋଟି ଶିକ୍ଷଣ ନିୟମ ଲେଖ ।
Answer:
ଥର୍ୟଡାଇକ୍‌ଙ୍କର ପ୍ରଣୀତ ତିନୋଟି ଶିକ୍ଷଣ ନିୟମ ପ୍ରଯତ୍ନ-ପ୍ରମାଦ ତତ୍ତ୍ବ ଉପରେ ପର୍ଯ୍ୟବସିତ । ସେଗୁଡ଼ିକ ହେଲା –
(i) ପ୍ରସ୍ତୁତି ନିୟମ (Law of Readiness)- ଶାରୀରିକ ଏବଂ ମାନସିକ ପ୍ରସ୍ତୁତି ଶିକ୍ଷଣ ପାଇଁ ଏକାନ୍ତ ପ୍ରୟୋଜନ ।
(ii) ଅଭ୍ୟାସ ନିୟମ (Law of Exercise)- ଏହି ନିୟମ ଅନୁଯାୟୀ କୌଣସି ଉଦ୍ଦୀପକ ଏବଂ ପ୍ରତିକ୍ରିୟା ମଧ୍ୟରେ ବାରମ୍ବାର ସମ୍ବନ୍ଧ ସ୍ଥାପିତ ହୋଇଥାଏ । ବାରମ୍ବାର ଅଭ୍ୟାସଦ୍ୱାରା ଶିକ୍ଷଣ ସହଜ ହୋଇଥାଏ ।
(iii) ଫଳାଫଳ ନିୟମ (Law of Effect)- ଏହା ଶିଶୁକୁ ଶିକ୍ଷଣ ପରେ ଫଳାଫଳ ସମ୍ପର୍କରେ ସୂଚନା ଦିଏ । ତୃପ୍ତିଦାୟକ ଶିକ୍ଷଣ ଚିରସ୍ଥାୟୀ ହୋଇଥାଏ ।

20. ପରିପକ୍ଵତା ଅର୍ଥ କ’ଣ ?
Answer:
(i) ବୃଦ୍ଧି ଓ ବିକାଶ ଜୀବନର ଏକ ଚରମ ସତ୍ୟ, ଏହା ପରିପକ୍ବତା ଆଣିଥାଏ ।
(ii) ବାଲ୍ୟ, କୈଶୋର, ଯୌବନ ଆଦି ଅବସ୍ଥାକୁ ଶିଶୁ ବୃଦ୍ଧି ଓ ବିକାଶ ମାଧ୍ୟମରେ ଉନ୍ନୀତ ହୁଏ ହୋଇ ପରିପକ୍ବତା ପାଏ ।
(iii) ଗୋଟିଏ ଅବସ୍ଥାରୁ ଅନ୍ୟ ଅବସ୍ଥାକୁ ଉନ୍ନୀତ ହେଲାବେଳେ ପରିପକ୍ବତା ଏକ ମୁଖ୍ୟ ଭୂମିକା ଗ୍ରହଣ କରେ ।
(iv) ଚାଲିବା, ଦୌଡ଼ିବା, ଖେଳିବା, ପାଠପଢ଼ିବା ଇତ୍ୟାଦିକୁ ପରିପକ୍ବତାହିଁ ନିୟନ୍ତ୍ରଣ କରେ ।

21. ଅଭ୍ୟାସ ନିୟମ କାହାକୁ କହନ୍ତି ?
Answer:
(i) ଗୋଟିଏ କାର୍ଯ୍ୟକୁ ବାରମ୍ବାର କରିବାଦ୍ୱାରା ଅଭ୍ୟାସଦ୍ୱାରା ପ୍ରତିଫଳିତ ଅନୁଭୂତି ମଧ୍ୟରୁ ସଂଗୃହୀତ ଶିକ୍ଷାକୁ ଅଭ୍ୟାସ ନିୟମ ଉପରେ ଆଧାରିତ ଶିକ୍ଷା କୁହାଯାଏ ।
(ii) ଶିଶୁର ଭୁଲ୍, ଠିକ୍, ସଫଳତା, ବିଫଳତା ମଧ୍ଯରେ ଧୈର୍ଯ୍ୟର ସହିତ ଏହି ଶିକ୍ଷା ଉପରେ ନିଜର ଦକ୍ଷତା ହାସଲ କରେ ।
(iii) ଥଣ୍ଡିଡାଇକ୍‌ଙ୍କ ମତରେ, କୌଣସି ଏକ କାର୍ଯ୍ୟକୁ ବାରମ୍ବାର ଅଭ୍ୟାସ କରିବାଦ୍ୱାରା ସୃଷ୍ଟ ଉଦ୍ଦୀପନାଦ୍ୱାରା ପ୍ରତିକ୍ରିୟା ମଧ୍ୟରେ ଦୃଢ଼ ସଂପର୍କ ସ୍ଥାପିତ ହୁଏ ।
(iv) ଏହା ଅଭ୍ୟାସରେ ପରିଣତ ହୁଏ ।

22. ଶିକ୍ଷଣ ତତ୍ତ୍ବରେ ଗେଷ୍ଟାଲଟ୍ (Gestalt) ର ଅର୍ଥ କ’ଣ ?
Answer:
(i) ଶିକ୍ଷଣ ପ୍ରକ୍ରିୟା ସମ୍ବନ୍ଧୀୟ ଏହି ସମଗ୍ରାକୃତି (Gestalt) କୁ ଶିକ୍ଷଣ ତତ୍ତ୍ବ ମଧ୍ଯ କୁହାଯାଇଥାଏ । । ଜର୍ମାନ୍ ଭାଷାରେ ଗେଷ୍ଟାଲଟ୍‌ର ଅର୍ଥ ହେଉଛି ସମଗ୍ର ବା ଗଠନ ପ୍ରଣାଳୀ ।
(ii) ଏହି ତତ୍ତ୍ବବାଦୀମାନେ ବିଶ୍ୱାସ କରନ୍ତି, ଯେକୌଣସି ପରିସ୍ଥିତିରେ କୌଣସି ପଦାର୍ଥ ବା ପ୍ରକ୍ରିୟାର ଅଂଶ ଅପେକ୍ଷା ବସ୍ତୁର ସମଗ୍ରତା ଉପରେ ବେଶି ଗୁରୁତ୍ୱ ଦିଆଯିବା ଆବଶ୍ୟକ ଓ ଶିକ୍ଷଣ ମଧ୍ୟ ସମଗ୍ର ବସ୍ତୁ ବା ପରିସ୍ଥିତି ଉପରେ ନିର୍ଭର କରେ ।
(iii) ସବୁପ୍ରକାର ଆବିଷ୍କାର ଓ ଉଦ୍ଭାବନ ଏହି ଅନ୍ତର୍ବୃଷ୍ଟି ଫଳରେ ସମ୍ଭବ ହୋଇପାରିଛି ।
(iv) ଅବଶ୍ୟ ଆବିଷ୍କାରକମାନେ ସମଗ୍ର ପରିସ୍ଥିତିର ବିଭିନ୍ନ ଅଂଶ ସମ୍ବନ୍ଧରେ ସମ୍ୟକ୍ ଧାରଣା ରଖୁ’ନ୍ତି ।

B. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି ବା ଛଅଟି ବାକ୍ୟରେ ଲେଖ ।

1. ଶିକ୍ଷକଙ୍କ ପାଇଁ ଶିକ୍ଷଣର ପ୍ରାଧାନ୍ୟ କ’ଣ ?
Answer:
(i) ଶିକ୍ଷାଦାନ ଏବଂ ଶିକ୍ଷାଗ୍ରହଣରେ ଶିକ୍ଷା- ମନୋବିଜ୍ଞାନ ସହାୟକ ହୋଇଥାଏ । ଶିକ୍ଷଣ ପ୍ରକ୍ରିୟା ଶିକ୍ଷା -ମନୋବିଜ୍ଞାନ ପରିବର୍ତନ।
(ii) ଶିକ୍ଷଣ ଏକ ଜୀବନବ୍ୟାପୀ ପ୍ରକ୍ରିୟା । ଶିଶୁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଜ୍ଞାନ ଓ ଅଭିଜ୍ଞତା ହାସଲ କରିଥାଏ । ଶିକ୍ଷକ ଶିଶୁର ଆଚରଣର ପରିବର୍ତ୍ତନ ପାଇଁ ଶିକ୍ଷାଦାନ କରିଥାଏ । ତେଣୁ ଶିକ୍ଷଣ ପ୍ରକ୍ରିୟା ଜ୍ଞାନ ଅଭିଜ୍ଞତା ହାସଲରେ ସାହାଯ୍ୟ କରିଥାଏ ।
(iii) ଜଙ୍ଗଲର ବାଘକୁ ସର୍କସ -ଶିକ୍ଷକ ସର୍କସକୁ ଆଣି ଶିକ୍ଷା ଦେଇଥାଏ । ବାଘଟି ଏହି ଶିକ୍ଷଣ ପ୍ରକ୍ରିୟାଦ୍ବାରା ଶିକ୍ଷାଲାଭ କରିଥାଏ ।
(iv) ତେଣୁ ଶିକ୍ଷଣ ଅର୍ଥ ବ୍ୟବହାରର ପରିବର୍ତ୍ତନ । ଶିକ୍ଷକ ଶିକ୍ଷଣ ପ୍ରକ୍ରିୟା ମାଧ୍ୟମରେ ଶିଶୁମାନଙ୍କର ବ୍ୟବହାରରେ ପରିବର୍ତନ ଆଣିଥା’ନ୍ତି ।
(v) ଶିକ୍ଷକ ଇନ୍ଦ୍ରିୟମାନଙ୍କୁ ଉପଯୁକ୍ତ ତାଲିମ ଦେଇ ଶିକ୍ଷଣ ପ୍ରକ୍ରିୟାକୁ ସୁଦୃଢ଼ କରିଥା’ନ୍ତି ।

2. ‘ଶିକ୍ଷଣ ହେଉଛି ଆଚରଣଗତ ପରିବର୍ତ୍ତନ’ – ବୁଝାଅ ।
Answer:
(i) ଶିକ୍ଷାଦ୍ବାରା ବ୍ୟକ୍ତିର ଆଚରଣ ମାର୍ଜିତ ଏବଂ ଉନ୍ନତ ହୋଇଥାଏ । ଏହା ଜ୍ଞାନ ଏବଂ ଅଭିଜ୍ଞତାକୁ ପରିବର୍ତ୍ତନ କରିଥାଏ ।
(ii) ନୂତନ ଜ୍ଞାନ ଏବଂ ଅଭିଜ୍ଞତା ଅର୍ଜନଦ୍ବାରା ଆଚରଣରେ ପରିବର୍ତ୍ତନ ଅଣାଯାଇପାରେ । ଏହା କେବଳ ଶିକ୍ଷଣ ପ୍ରକ୍ରିୟାଦ୍ଵାରା ସମ୍ଭବପର ହୋଇଥାଏ ।
(iii) ଶିକ୍ଷଣ ପ୍ରକ୍ରିୟାଦ୍ଵାରା ଶିଶୁ ନିଜର ବୟସ ଏବଂ ସାମର୍ଥ୍ୟକୁ ନେଇ ଜ୍ଞନା ବା ଅଭିଜ୍ଞତା ହାସଲ କରିଥାଏ । ଏହି ଜ୍ଞାନ ବ୍ୟବହାରର ପରିବର୍ତ୍ତନ ପାଇଁ ଆବଶ୍ୟକ ।
(iv) ଶ୍ରେଣୀଗୃହରେ ଅନୁକୂଳ ପରିବେଶ ପାଇଲେ ଶିକ୍ଷାର୍ଥୀ ଅନେକ ଅଭିଜ୍ଞତା ହାସଲ କରିଥାଏ । ନିଜର ଜୀବନର ପ୍ରତିଟି କ୍ଷେତ୍ରରେ ତାକୁ ବିନିଯୋଗ କଲେ ତାହାର ଆଚରଣରେ ପରିବର୍ତ୍ତନ ହୁଏ ।
(v) ଶିଶୁର ଆଗ୍ରହ, ଅଭ୍ୟାସ, ମନୋବୃତ୍ତି, ସାମାଜିକ ପ୍ରତିଯୋଜନ ଏବଂ ବିଭିନ୍ନ ଇନ୍ଦ୍ରିୟଲବ୍‌ଧ ଜ୍ଞାନ ଶିକ୍ଷଣ ପ୍ରକ୍ରିୟାର ଅନ୍ତର୍ଭୁକ୍ତ । ତେଣୁ ଏଗୁଡ଼ିକ ଆଚରଣଗତ ପରିବର୍ତ୍ତନ ପାଇଁ ଦାୟୀ ।

3. ସମସ୍ୟା ସମାଧାନ ହିଁ ଶିକ୍ଷଣ- ବୁଝାଅ ।
Answer:
(i) ବ୍ୟକ୍ତିର ଜୀବନ ସମସ୍ୟାପୂର୍ଣ୍ଣ । ପ୍ରତ୍ୟେକ ସମସ୍ୟାର ସମାଧାନ କରିବାପାଇଁ ଜ୍ଞାନ ଏବଂ ଅଭିଜ୍ଞତା ବ୍ୟକ୍ତିର ନାହିଁ ।
(ii) ଉପଯୁକ୍ତ ଜ୍ଞାନ ଏବଂ ଅଭିଜ୍ଞତାକୁ ଉପଯୁକ୍ତ ସମୟରେ ଉପଯୁକ୍ତ ପରିସ୍ଥିତିରେ ବ୍ୟବହାର କଲେ ସମସ୍ୟା ସମାଧାନ ହୋଇପାରେ ।
(iii) ଶିକ୍ଷଣ ଏକ ପ୍ରକ୍ରିୟା ଯାହାଦ୍ଵାରା ଜ୍ଞାନ ଏବଂ ଅଭିଜ୍ଞତା ଅର୍ଜନ କରାଯାଇଥାଏ । ଉକ୍ତ ଜ୍ଞାନ ବ୍ୟକ୍ତିକୁ ନୂତନ ଦିଗ୍‌ଦର୍ଶନ ଦିଏ ।
(iv) ଭିନ୍ନ ଭିନ୍ନ ବୟସରେ ବିଭିନ୍ନ ସମସ୍ୟା ମୁଣ୍ଡ ଟେକିଥାଏ; ତେଣୁ ସମସ୍ତ ସମସ୍ୟାର ସମାଧାନ ପାଇଁ ଶିକ୍ଷଣ ଲୋଡା
(v) ସବୁ ସମସ୍ୟାର ସମାଧାନ ବ୍ୟକ୍ତି ଶିକ୍ଷଣଦ୍ବାରା କରିଥାଏ ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

4. ଶିକ୍ଷଣକୁ ପ୍ରଭାବିତ କରୁଥିବା ବିଭିନ୍ନ ଉପାଦାନ ବିଷୟରେ ଲେଖ ।
Answer:
ନିମ୍ନଲିଖତ ଉପାଦାନମାନ ଶିକ୍ଷଣକୁ ପ୍ରଭାବିତ କରିଥାଏ ।
(i) ଶାରୀରିକ ସ୍ଵାସ୍ଥ୍ୟ : କଥାରେ ଅଛି, ‘ସ୍ୱାସ୍ଥ୍ୟ ହିଁ ସମ୍ପଦ’ । ଶାରୀରିକ ସୁସ୍ଥତା ଉପରେ ମାନସିକ ସୁସ୍ଥତା ଏବଂ ଉଭୟଙ୍କ ଉପରେ ଶିକ୍ଷଣ ନିର୍ଭର କରେ ।
(ii) ମାନସିକ ସ୍ଵାସ୍ଥ୍ୟ : ଶିଶୁର ମାନସିକ ସ୍ୱାସ୍ଥ୍ୟ ତା’ର ଶିକ୍ଷଣକୁ ପ୍ରଭାବିତ କରିଥାଏ । ଯେଉଁ ଶିଶୁମାନଙ୍କର ଶାରୀରିକ ଓ ମାନସିକ ପ୍ରୟୋଜନ ପୂରଣ ହୋଇଥାଏ, ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ ଅବ୍ୟାହତ ରହିଥାଏ ।
(iii) ବଂଶାନୁଗୁଣ : ଶିକ୍ଷଣରେ ବଂଶାନୁଗୁଣର ଗୁରୁତ୍ବପୂର୍ଣ୍ଣ ପ୍ରଭାବ ରହିଛି । ପିତାମାତା ଓ ପିତୃପୁରୁଷଙ୍କର ଅନ୍ତର୍ନିହିତ ଗୁଣରାଜି ଶିଶୁମାନଙ୍କ ପାଖକୁ ଆସିଥାଏ ।
(iv) ପରିବେଷ୍ଟନୀ : ପିଲାମାନଙ୍କର ପିତୃପୁରୁଷଙ୍କଠାରୁ ସେମାନଙ୍କଠାକୁ ଆସିଥ‌ିବା ଅନ୍ତର୍ନିହିତ ଗୁଣମାନ ଉପଯୁକ୍ତ ପରିବେଷ୍ଟନୀ ପାଇଲେ ବିକଶିତ ହୁଏ ।
(v) ପରିପକ୍ବତା : ଶିଶୁର ପରିପକ୍ବତା ଆସିଲେ ଶିକ୍ଷଣ ସହଜ ହୁଏ । ଗୋଟିଏ ନିର୍ଦ୍ଦିଷ୍ଟ ବୟସର ଶିଶୁମାନେ ବିଭିନ୍ନ ପ୍ରକାର ପରିପକ୍ତତା ଲାଭ କରିଥାଆନ୍ତି ।
(vi) ଶିକ୍ଷାଦାନ ପଦ୍ଧତି : ଉପଯୁକ୍ତ ଶିକ୍ଷାଦାନ ପଦ୍ଧତି ଶିକ୍ଷଣକୁ ତ୍ବରାନ୍ବିତ କରିଥାଏ । ଶିଶୁର ଆଗ୍ରହ, ଅଭିରୁଚି ଓ ଦକ୍ଷତା ଅନୁସାରେ ଶିକ୍ଷାଦାନ କଲେ ଶିକ୍ଷଣରେ ସଫଳତା ମିଳିଥାଏ ।
(vii) ଶ୍ରେଣୀ ସଂଶ୍ରବ : ଶ୍ରେଣୀଗୃହର ସୁସ୍ଥ ଓ ମନୋଜ୍ଞ ବାତାବରଣ, ଶିକ୍ଷକଙ୍କ ଗଣତାନ୍ତ୍ରିକ ପ୍ରଭାବ ଓ ଆଚରଣଶୈଳୀ ଶିଶୁମାନଙ୍କ ଶିକ୍ଷଣକୁ ସଜୀବ ଓ ବେଗବତୀ କରି ଗଢ଼ିତୋଳେ ।

5. ଶିକ୍ଷଣର ଯେକୌଣସି ଗୋଟିଏ ନିୟମ ଉଲ୍ଲେଖ କର ଏବଂ ତା’ର ଶୈକ୍ଷିକ ତାତ୍ପର୍ଯ୍ୟ ଲେଖ ।
Answer:
(i) ଥଣ୍ଡ ଡ଼ାଇକ୍ ତି ନୋଟି ଶି କ୍ଷଣ ନିୟମ ପ୍ରବର୍ତ୍ତନ କରି ଥିଲେ । ସେଗୁଡ଼ିକ ହେଲା-
(i) ଅଭ୍ୟାସ ନିୟମ (ii) ପ୍ରସ୍ତୁତି ନିୟମ (iii) ଫଳାଫଳ ନିୟମ ।
(ii) କୌଣସି କାର୍ଯ୍ୟକୁ ବାରମ୍ବାର କରିବାଦ୍ୱାରା ତାହା ଅଭ୍ୟାସରେ ପରିଣତ ହୁଏ ଏବଂ ଉକ୍ତ କାର୍ଯ୍ୟକୁ ପୁନଃ କରିବା ସମୟରେ ସେ କମ୍ ସମୟ ନେଇଥାଏ । ଉକ୍ତ ନିୟମକୁ ଅଭ୍ୟାସ ନିୟମ କୁହନ୍ତି ।
(iii) ଉକ୍ତ ନିୟମ ଅନୁଯାୟୀ ଖେଳ, ସଙ୍ଗୀତ, ଧନ୍ଦା, ଟାଇପ୍ ଇତ୍ୟାଦି ଶିକ୍ଷା କରାଯାଇଥାଏ ।
(iv) ବିଦ୍ୟାଳୟରେ କବିତା ଆବୃତ୍ତି, ଗାଣିତିକ ସମସ୍ୟା ସମାଧାନ, ଉଚ୍ଚ ପଠନ ଇତ୍ୟାଦି ଅଭ୍ୟାସ ନିୟମର ଅନ୍ତର୍ଭୁକ୍ତ । ବିଜ୍ଞାନ ଶିକ୍ଷା ସମୟରେ ପରୀକ୍ଷାଗାରରେ କୌଣସି ପରୀକ୍ଷଣ କରିବା ହିଁ ଅଭ୍ୟାସ ନିୟମର ଅନ୍ତର୍ଭୁକ୍ତ ।

6. ଶିକ୍ଷଣ ପ୍ରକ୍ରିୟାର ବୈଶିଷ୍ଟ୍ୟଗୁଡ଼ିକ କ’ଣ ?
Answer:
(i) ଶିକ୍ଷଣ ହେଉଛି ଆଚରଣରେ ପରିବର୍ତ୍ତନ ।
(ii) ବିଭିନ୍ନ ପରିସ୍ଥିତି ସହିତ ଖାପଖୁଆଇ ଚଳିବାର ଧାରାକୁ ଶିକ୍ଷଣ କୁହାଯାଏ ।
(iii) ଶିକ୍ଷଣ ଏକ ସ୍ବୟଂ କ୍ରିୟାଶୀଳ ଧାରା ।
(iv) ଶିକ୍ଷଣ ଉଦ୍ଦେଶ୍ୟାଭିମୁଖୀ ।
(v) ଜିଜ୍ଞାସାରେ ଅନ୍ଵେଷଣମୂଳକ କାର୍ଯ୍ୟକୁ ଶିକ୍ଷଣ କୁହାଯାଏ ।

7. ଶିକ୍ଷଣ କ୍ଷେତ୍ରରେ ଗେଷ୍ଟାଲଟ୍ ମନୋବିଜ୍ଞାନୀମାନଙ୍କ ତତ୍ତ୍ବଟି କ’ଣ ?
Answer:
(i) ଅନ୍ତଦୃଷ୍ଟିସମ୍ପନ୍ନ ଶିକ୍ଷା ଗେଷ୍ଟାଲଟ୍ ମନୋବିଜ୍ଞାନୀମାନଙ୍କଦ୍ୱାରା ପ୍ରଦତ୍ତ ଶିକ୍ଷଣ ତତ୍ତ୍ଵ ଅଟେ ।
(ii) ୟେରଦିମର୍, କୋଫ୍‌କା, କୋହଲର୍ ଉକ୍ତ ମତବାଦର ପ୍ରବର୍ତ୍ତକ ।
(iii) କୌଣସି ସମସ୍ୟାର ସମାଧାନ ପାଇଁ ନିଜର ଚିନ୍ତା ଏବଂ କଳ୍ପନା ଶକ୍ତିର ଉପଯୁକ୍ତ ବିନିଯୋଗ କରି ହଠାତ୍ ଏକ ଯୁକ୍ତିଯୁକ୍ତ ଧାରଣାରେ ଯଦି ସମସ୍ୟା ସମାଧାନ ହୋଇଯାଏ ତେବେ ତାହା ଅନ୍ତଦୃଷ୍ଟି ଅଟେ ।
(iv) ଆକସ୍ମିକ ଭାବେ ସମସ୍ୟା ସମାଧାନ ହିଁ ଅନ୍ତଦୃଷ୍ଟି ତତ୍ତ୍ଵର ମୂଳମନ୍ତ୍ର ।
(v) ସମସ୍ୟା ସମାଧାନ ପାଇଁ ପର୍ଯ୍ୟବେକ୍ଷଣ, ପ୍ରତ୍ୟକ୍ଷ ଏବଂ ପୁର୍ନବଳନର ଆବଶ୍ୟକତା ରହିଛି । ଶିକ୍ଷଣ ଏକ ନିରବଚ୍ଛିନ୍ନ ପ୍ରକ୍ରିୟା – ବୁଝାଅ ।

8. ଶିକ୍ଷଣ ଏକ ନିରବଚ୍ଛିନ୍ନ ପ୍ରକ୍ରିୟା – ବୁଝାଅ ।
Answer:
(i) ମନୁଷ୍ୟ ଜନ୍ମ ସମୟରେ କେତେକ ପ୍ରତିବର୍ଜ୍ୟ କ୍ରିୟା ପ୍ରଦର୍ଶନ କରିଥାଏ । କ୍ରମଶଃ ବଂଶଗୁଣ ଏବଂ ପରିବେଶଦ୍ୱାରା ସେ ପ୍ରଭାବିତ ହୁଏ ।
(ii) ବଂଶଗୁଣ ଏବଂ ପରିବେଶର ପ୍ରଭାବରେ ସେ ଶିକ୍ଷାଲାଭ କରିଥାଏ, କାରଣ ତା’ର ପରିବେଷ୍ଟନୀରେ ସମଯୋଜନର ଆବଶ୍ୟକତା ଥାଏ।
(iii) ପରିବର୍ତ୍ତନଶୀଳ ପରିବେଶରେ ପୁରାତନ ଜ୍ଞାନ ବା ଅଭିଜ୍ଞତା ଶିକ୍ଷାର୍ଥୀକୁ ସମଯୋଜନରେ ସାହାଯ୍ୟ କରି ନଥାଏ । ତେଣୁ ସେ ନୂତନ ଜ୍ଞାନ ବା ଅଭିଜ୍ଞତା ଅର୍ଜନ କରେ, ଯାହା କେବଳ ଶିକ୍ଷଣଦ୍ବାରା ସମ୍ଭବପର।
(iv) ଜୀବନସାରା ଜ୍ଞାନର ଅଭାବ ଥାଏ । ତେଣୁ ଶିକ୍ଷଣ ଜୀବନସାରା ସଂଘଟିତ ହୁଏ ।
(v) ବାସ୍ତବରେ ଶିକ୍ଷଣ ଏକ ଜୀବନବ୍ୟାପୀ ପ୍ରକ୍ରିୟା ଅଟେ ।

9. ଶିକ୍ଷାଦାନକୁ ଫଳପ୍ରଦ କରିବାପାଇଁ ତିନୋଟି ଅଭିପ୍ରେରଣା କୌଶଳ ବର୍ଣ୍ଣନା କର ।
Answer:
ଶିକ୍ଷକ ଶିକ୍ଷାଦାନକୁ ସରଳ, ସୁନ୍ଦର ଏବଂ ବୋଧଗମ୍ୟ କରିବାପାଇଁ ନିମ୍ନଲିଖିତ କୌଶଳ ଅବଲମ୍ବନ କଲେ ଶିକ୍ଷାଦାନ ଆକର୍ଷଣୀୟ ହୋଇପାରିବ ।
(i) ଦୃଶ୍ୟ-ଶ୍ରାବ୍ୟ ଉପକରଣ ବ୍ୟବହାର : ଏହା ଶିକ୍ଷାର୍ଥୀର ମନୋଯୋଗ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଚଳଚ୍ଚିତ୍ର, ଦୂରଦର୍ଶନ ଶିକ୍ଷାଦାନକୁ ସରଳ କରିଦିଏ ।
(ii) ଉପଯୁକ୍ତ ଶିକ୍ଷାଦାନ ପ୍ରଣାଳୀ : ଶିକ୍ଷକ ପ୍ରତ୍ୟେକ ବିଷୟ ପାଇଁ ଉଦ୍ଦିଷ୍ଟ ଶିକ୍ଷାଦାନ ପ୍ରଣାଳୀକୁ ବ୍ୟବହାର କରିବା ଉଚିତ ।
(iii) ଛବି : ମାନଚିତ୍ର, ମଡ଼େଲ, ଛବିଦ୍ୱାରା ଶିକ୍ଷାର୍ଥୀ ଆକର୍ଷିତ ହୋଇଥାଏ ।

10. ଶିକ୍ଷଣ ତତ୍ତ୍ବ ମଧ୍ୟରୁ କେଉଁଟି ଯୁକ୍ତିଯୁକ୍ତ ବୋଲି ଭାବୁଛ ଏବଂ କାହିଁକି ?
Answer:
ଶିକ୍ଷଣ ତତ୍ତ୍ଵଗୁଡ଼ିକ ହେଲା – ପ୍ରଯତ୍ନ-ପ୍ରମାଦ ତତ୍ତ୍ବ, ଅନୁବନ୍ଧିତ ଅନୁକ୍ରିୟା ଏବଂ ଅନ୍ତଦୃଷ୍ଟି ତତ୍ତ୍ବ । ଏହି ତିନୋଟି ତତ୍ତ୍ବ ମଧ୍ୟରୁ ଅନ୍ତଦୃଷ୍ଟି ତତ୍ତ୍ବ ସବୁଠାରୁ ଯୁକ୍ତିଯୁକ୍ତ । କାରଣ-
(i) ଏହି ତତ୍ତ୍ଵ ସାମଗ୍ରିକ ଉପରେ ଗୁରୁତ୍ବ ଦିଏ ।
(ii) ଏହା ବୁଦ୍ଧିର ବ୍ୟବହାର ଉପରେ ଗୁରୁତ୍ଵ ଦେଇଥାଏ ।
(iii) ସମସ୍ୟା ସମାଧାନ ଚିନ୍ତନ ପ୍ରକ୍ରିୟାଦ୍ବାରା ସମ୍ଭବପର ହୋଇଥାଏ ।

11. ଶିକ୍ଷଣ ତତ୍ତ୍ଵରେ ଗେଷ୍ଟାଲଟ୍ (Gestalt) ର ଅର୍ଥ କ’ଣ ?
Answer:
(i) ଶିକ୍ଷଣ ପ୍ରକ୍ରିୟା ସମ୍ବନ୍ଧୀୟ ସମଗ୍ରାକୃତି (Gestalt) ଶିକ୍ଷଣ ପଦ୍ଧତିକୁ ଗେଷ୍ଟାଲଟ୍‌ ତତ୍ତ୍ବ ମଧ୍ୟ କୁହାଯାଇଥାଏ । । ଜର୍ମାନ୍ ଭାଷାରେ ଗେଷ୍ଟାଲ୍ଟର ଅର୍ଥ ହେଉଛି ସମଗ୍ର ବା ଗଠନ ପ୍ରଣାଳୀ ।
(ii) ଏହି ତତ୍ତ୍ବବାଦୀମାନେ ବିଶ୍ଵାସ କରନ୍ତି, ଯେକୌଣସି ପରିସ୍ଥିତିରେ କୌଣସି ପଦାର୍ଥ ବା ପ୍ରକ୍ରିୟାର ଅଂଶ ଅପେକ୍ଷା ବସ୍ତୁର ସମଗ୍ରତା ଉପରେ ବେଶି ଗୁରୁତ୍ୱ ଦିଆଯିବା ଆବଶ୍ୟକ ଓ ଶିକ୍ଷଣ ମଧ୍ୟ ସମଗ୍ର ବସ୍ତୁ ବା ପରିସ୍ଥିତି ଉପରେ ନିର୍ଭର କରେ ।
(iii) ସବୁପ୍ରକାର ଆବିଷ୍କାର ଓ ଉଦ୍ଭାବନ ଏହି ଅନ୍ତଦୃଷ୍ଟି ଫଳରେ ସମ୍ଭବ ହୋଇପାରିଛି ।
(iv) ଅବଶ୍ୟ ଆବିଷ୍କାରକମାନେ ସମଗ୍ର ପରିସ୍ଥିତିର ବିଭିନ୍ନ ଅଂଶ ସମ୍ବନ୍ଧରେ ସମ୍ୟକ୍ ଧାରଣା ରଖୁ’ନ୍ତି ।

12. ଅନୁବନ୍ଧିତ ଅନୁକ୍ରିୟା ଶିକ୍ଷଣ ପ୍ରକ୍ରିୟା କ’ଣ ?
Answer:
(i) ପ୍ରାକୃତିକ ଉଦ୍ଦୀପକ ପ୍ରାକୃତିକ ପ୍ରତିକ୍ରିୟା ସୃଷ୍ଟି କରିଥାଏ । ଯଥା- ଆଚାର ଦେଖୁଲେ ପାଟିରୁ ଲାଳ ବୋହିଥାଏ ।
(ii) ଆଚାର ପ୍ରାକୃତିକ ଉଦ୍ଦୀପକ ଏବଂ ଲାଳ ବୋହିବା ପ୍ରାକୃତିକ ପ୍ରତିକ୍ରିୟା ।
(iii) ମାତ୍ର ପ୍ରାକୃତିକ ଉଦ୍ଦୀପକ ଏବଂ ଅପ୍ରାକୃତିକ ଉଦ୍ଦୀପକ ମଧ୍ୟରେ ସମ୍ବନ୍ଧ ସ୍ଥାପିତ ହୋଇସାରିବା ପରେ ପ୍ରାକୃତିକ ଉଦ୍ଦୀପକ ଅନୁପସ୍ଥିତିରେ ମଧ୍ୟ ପ୍ରାଣୀ ପ୍ରାକୃତିକ ପ୍ରତିକ୍ରିୟା ପ୍ରକାଶ କରିଥାଏ ।
(iv) ଏହି ପ୍ରକାର ଶିକ୍ଷଣକୁ ଅନୁବନ୍ଧିତ ଅନୁକ୍ରିୟା (Classical conditioning) କୁହାଯାଏ ।

13. ଶିକ୍ଷଣ ଏବଂ ପରିପକ୍ବତା ମଧ୍ୟରେ କି ପ୍ରଭେଦ ଅଛି ?
Answer:
(i) ଶିକ୍ଷଣ ଏକ ଜୀବନବ୍ୟାପୀ ପ୍ରକ୍ରିୟା, ମାତ୍ର ଶିଶୁର ପରିପକ୍ବତା ଏକ ନିର୍ଦ୍ଦିଷ୍ଟ ବୟସ ପରେ ଆସିଥାଏ ।
(ii) ପରିପକ୍ବତା ଜୀବନରେ ଥରେ ଆସେ, ମାତ୍ର ଶିକ୍ଷଣ ଅନେକବାର ସଂଘଟିତ ହୋଇଥାଏ ।
(iii) ପରିପକ୍ବତା ଶରୀର ସହ ସମ୍ବନ୍ଧିତ, ମାତ୍ର ଶିକ୍ଷଣ ଏକ ମାନସିକ ପ୍ରକ୍ରିୟା ।
(iv) ପରିପକ୍ବତା ପ୍ରାପ୍ତି ପର୍ଯ୍ୟନ୍ତ ଶିକ୍ଷଣ ଅବ୍ୟାହତ ରହେ । ପରିପକ୍ବତା ପ୍ରାପ୍ତି ପରେ ଶିକ୍ଷଣର ଗୁଣାତ୍ମକ ପରିବର୍ତ୍ତନ ଘଟେ ।
(v) ପରିପକ୍ବତା ନ ଆସିବା ପର୍ଯ୍ୟନ୍ତ ଅନେକ ଶିକ୍ଷଣ ସମ୍ଭବ ହୋଇନଥାଏ ।

14. ପରିପକ୍ବତା ବୃଦ୍ଧି ଏବଂ ବିକାଶରେ କିପରି ସାହାଯ୍ୟ କରେ ?
Answer:
(i) ବୃଦ୍ଧି, ବିକାଶ ଓ ପରିପକ୍ବତା ଉଭୟ ପରିପୂରକ ।
(ii) ପରିପକ୍ବତା ଏକ ସ୍ଵାଭାବିକ ପ୍ରକ୍ରିୟା, ଯାହାଦ୍ୱାରା ଶିଶୁଠାରେ ନିହିତ ଥ‌ିବା ଅନ୍ତର୍ନିହିତ ଗୁଣ ଓ ବ୍ୟବହାରର କେତେକ ପରିବର୍ତ୍ତନ ବୟସ ବୃଦ୍ଧି ସହ ଘଟିଥାଏ ।
(iii) ଶାରୀରିକ ପରିପକ୍ବତା ଶିଶୁକୁ ଶାରୀରିକ କାର୍ଯ୍ୟକଳାପ; ଯଥା- ଖେଳିବା, ଦୌଡ଼ିବା, ଚାଲିବା, ବସିବା ଇତ୍ୟାଦିରୁ ଜଣାପଡ଼ିଥାଏ ।
(iv) ଏହାଛଡ଼ା ଶିଶୁର ବିଭିନ୍ନ ପ୍ରକାରର ବେଶ, ପୋଷାକ, ଖେଳପ୍ରତି ଆଗ୍ରହ, ରୁଚି ଇତ୍ୟାଦି ମାନସିକ ପରିପକ୍ବତାର ଘଟିଥାଏ ।
(v) ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଶିଶୁର ଦାୟିତ୍ବବୋଧ ଜ୍ଞାନ ବଢ଼ିଯାଇଥାଏ ଏବଂ ତାହାର ଚିନ୍ତା ଏବଂ କଳ୍ପନା ଶକ୍ତିରେ କେତେକ ପରିବର୍ତ୍ତନ ପରିଦୃଷ୍ଟ ହୁଏ । ଏ କ୍ଷେତ୍ରରେ ଶିକ୍ଷଣ ଅପେକ୍ଷା ପରିପକ୍ବତା ଅଧ‌ିକ ପ୍ରଭାବ ପକାଇଥାଏ ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

15. ଥର୍ୟଡାଇକ୍‌ଙ୍କର ତିନୋଟି ଶିକ୍ଷଣ ନିୟମ ଲେଖ ।
Answer:
ଥର୍ୟଡାଇକ୍‌ଙ୍କର ପ୍ରଣୀତ ତିନୋଟି ଶିକ୍ଷଣ ନିୟମ ପ୍ରଯତ୍ନ-ପ୍ରମାଦ ତତ୍ତ୍ୱ ଉପରେ ପର୍ଯ୍ୟବସିତ । ସେଗୁଡ଼ିକ ହେଲା –
(i) ପ୍ରସ୍ତୁତି ନିୟମ (Law of Readiness) – ଶାରୀରିକ ଏବଂ ମାନସିକ ପ୍ରସ୍ତୁତି ଶିକ୍ଷଣ ପାଇଁ ଏକାନ୍ତ ପ୍ରୟୋଜନ । ଉପଯୁକ୍ତ ମାନସିକ ପ୍ରସ୍ତୁତି ବିନା ଶିକ୍ଷଣ ଫଳପ୍ରଦ ହୋଇନଥାଏ ।
(ii) ଅଭ୍ୟାସ ନିୟମ (Law of Exercise) – ଏହି ନିୟମ ଅନୁଯାୟୀ କୌଣସି ଉଦ୍ଦୀପକ ଏବଂ ପ୍ରତିକ୍ରିୟା ମଧ୍ୟରେ ବାରମ୍ବାର ସମ୍ବନ୍ଧ ସ୍ଥାପିତ ହୋଇଥାଏ । ପୁନଃ ପୁନଃ ଅଭ୍ୟାସଦ୍ୱାରା ଶିକ୍ଷଣ ସହଜ ହୁଏ ।
(iii) ଫଳାଫଳ ନିୟମ (Law of Effect)- ଏହା ଶିଶୁକୁ ଶିକ୍ଷଣ ପରେ ଫଳାଫଳ ସମ୍ପର୍କରେ ସୂଚନା ଦିଏ । ତୃପ୍ତିଦାୟକ ଶିକ୍ଷଣ ଚିରସ୍ଥାୟୀ ହୋଇଥାଏ ।

16. ଶିକ୍ଷଣର ବିଭିନ୍ନ ପ୍ରକୃତି ବିଷୟରେ ଲେଖ ।
Answer:
(i) ଶିକ୍ଷଣ ହିଁ ସମଯୋଜନ : ମଣିଷକୁ ପରିବେଶଜନିତ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ଏହି ପରିବେଶରେ ନିଜକୁ ଖାପଖୁଆଇ ଚଳିବାପାଇଁ ସମଯୋଜନର ଶିକ୍ଷଣ ହିଁ ସହାୟକ ହୋଇଥାଏ । ତେଣୁ ସମଯୋଜନ ହିଁ ଶିକ୍ଷଣ ପଦବାଚ୍ୟ ।
(ii) ଶିକ୍ଷଣ ଉଦ୍ଦେଶ୍ୟମୂଳକ : କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଶିକ୍ଷଣ କାର୍ଯ୍ୟ ସାଧନ କରାଯାଏ । ଏହି ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଶିକ୍ଷଣୀୟ କି ନୁହେଁ ତାହା ଶିକ୍ଷା, ଶିକ୍ଷକ ଓ ଶିକ୍ଷାଦାନ ପଦ୍ଧତି ନିର୍ଦ୍ଧାରଣ କରନ୍ତି ।
(iii) ସ୍ଵେଚ୍ଛାପ୍ରଣୋଦିତ ପ୍ରକ୍ରିୟା : ଶିକ୍ଷାର୍ଥୀ ସ୍ଵେଚ୍ଛାପ୍ରଣୋଦିତ ହୋଇ ଶିକ୍ଷା ଲାଭ କରେ, ବାଧ୍ୟବାଧକତାଦ୍ୱାରା ଶିକ୍ଷଣ ସମ୍ପନ୍ନ ହୁଏ ନାହିଁ ।
(iv) ଶିକ୍ଷଣ ଏକ ସକ୍ରିୟ ପ୍ରକ୍ରିୟା : ଶିକ୍ଷଣରେ ଶିକ୍ଷାଦାତା ଓ ଶିକ୍ଷାଗ୍ରହୀତା ଉଭୟେ ସକ୍ରିୟ ଓ ସଜାଗ ହୋଇଥା’ନ୍ତି । ଶିକ୍ଷାଦାତା ଶିକ୍ଷାର୍ଥୀର ବିକାଶ ନିମିତ୍ତ ଶିକ୍ଷାଦାନ କରନ୍ତି ଏବଂ ଶିକ୍ଷାର୍ଥୀ ବିକଶିତ ହେବା ଲକ୍ଷ୍ୟରେ ଶିକ୍ଷାଗ୍ରହଣ କରେ ।
(v) ଶିକ୍ଷଣ ବ୍ୟକ୍ତିଗତ ତଥା ସାମାଜିକ : ଶିକ୍ଷଣଦ୍ବାରା ବ୍ୟକ୍ତିଗତ ଉନ୍ନତି ଓ ସାମାଜିକ କଲ୍ୟାଣ ସମ୍ଭବ ହୁଏ ।
(vi) ଶିକ୍ଷଣ ସଂକ୍ରମଣାମକ : ଗୋଟିଏ ପରିବେଶରେ ଅର୍ଜିତ ଅଭିଜ୍ଞତାଦ୍ୱାରା ମଣିଷର ପୁରାତନ ଅଭିଜ୍ଞତାରାଜିର କୋଠଭଣ୍ଡାର କ୍ରମଶଃ ପରିବର୍ଜିତ ହୁଏ ।
(vii) ଚରିତ୍ର ଗଠନ ହିଁ ଶିକ୍ଷଣ : ଶିକ୍ଷଣ ମାଧ୍ଯମରେ ବ୍ୟକ୍ତି ଆତ୍ମସଂଯମ, ସାଧନା, ଏକାଗ୍ରତା ଇତ୍ୟାଦିର ଦକ୍ଷତା ହାସଲ କରି ନିଜର ଚରିତ୍ର ଗଠନ କରିଥାଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଶିକ୍ଷଣ କ’ଣ ? ଶିକ୍ଷଣର ବୈଶିଷ୍ଟ୍ୟଗୁଡ଼ିକ ଆଲୋଚନା କର ।
Answer:
ମନୁଷ୍ୟ ସୃଷ୍ଟିର ଶ୍ରେଷ୍ଠ ଜୀବ । ଶିକ୍ଷା ଅର୍ଜନ କରି ସେ ତା’ର ବ୍ୟବହାରକୁ ପରିମାର୍ଜିତ କରିଥାଏ । ମନୁଷ୍ୟର ଏହି ଜ୍ଞାନ ଅର୍ଜନ ପ୍ରକ୍ରିୟାକୁ ଶିକ୍ଷଣ କୁହାଯାଏ । ଶିକ୍ଷା-ମନୋବିଜ୍ଞାନର ଶିକ୍ଷଣ (Learning) ଏବଂ ଶିକ୍ଷଣ ତତ୍ତ୍ଵ (Theories of learning) ପ୍ରଧାନ ଆଲୋଚ୍ୟ ବିଷୟ । ଶିକ୍ଷା ଏକ ଜୀବନବ୍ୟାପୀ ପ୍ରକ୍ରିୟା । ଜୀବନସାରା ବ୍ୟକ୍ତି ଶିକ୍ଷାଲାଭ କରିଥାଏ । ସେ ବୟସ ବୃଦ୍ଧି ସହିତ ନିଜ ପରିବେଶରୁ ମଧ୍ୟ ଶିକ୍ଷାଲାଭ କରେ । ପରିବେଶ ପରିବର୍ତ୍ତନଶୀଳ ।

ପରିବର୍ତ୍ତନଶୀଳ ମନୋଭାବ ନେଇ ସେ ବିଭିନ୍ନ ଉପାୟରେ ଜ୍ଞାନ ବା ଅଭିଜ୍ଞତା ଅର୍ଜନ କରିଥାଏ । ତେଣୁ ପରିବେଶରୁ ବ୍ୟକ୍ତି ବିଭିନ୍ନ ପ୍ରକାର ଆଚରଣ ଶିକ୍ଷାଲାଭ କରିଥାଏ । ଏହାକୁ ଶିକ୍ଷଣ କୁହାଯାଏ ।

ଶିକ୍ଷଣ (Learning) – ଶିକ୍ଷଣ ପ୍ରକ୍ରିୟାର ଅର୍ଥ ହେଉଛି ଅତୀତର ଅଭିଜ୍ଞତାକୁ ଭିଭିକରି କୌଣସି ନୂତନ ବିଷୟ ଅଥବା ନୂତନ ଆଚରଣ ଆୟତ୍ତ କରିବା । ଶିକ୍ଷଣ ପ୍ରକ୍ରିୟାଦ୍ଵାରା ଶିଶୁର ବ୍ୟବହାର ପରିମାର୍ଜିତ ହୁଏ । ସେ ପରିବେଶର ପରି ବର୍ତିତ ସମସ୍ୟାକୁ ସମ୍ମୁଖୀନ ହୁଏ । ପ୍ରତ୍ୟେକ ଶିକ୍ଷଣ ମୂଳରେ କିଛି ନା କିଛି ଉଦ୍ଦେଶ୍ୟ ନିହିତ ଥାଏ ।

ଶିକ୍ଷଣର ସଂଜ୍ଞା (Definitions) – ମନସ୍ତତ୍ତ୍ବବିତ୍‌ମାନେ ଶିକ୍ଷଣର ଅନେକ ସଂଜ୍ଞା ନିରୂପଣ କରିଛନ୍ତି; ଯଥା- କିମ୍ବଲ ଏବଂ ଗାର୍ମେଜୀଙ୍କ ମତରେ, ‘ବୟଃପ୍ରାପ୍ତ ସାଧନ ଯୋଗୁଁ ଶିକ୍ଷଣ ସମ୍ଭବ ହୁଏ, ଅର୍ଥାତ୍‌ ଅଭ୍ୟାସ ଓ ତା’ର ଫଳାଫଳ ମଧ୍ୟରେ ଥିବା ସମ୍ପର୍କ ହେତୁ ବ୍ୟକ୍ତି ଶିକ୍ଷା କରେ । ବ୍ୟକ୍ତି ବ୍ୟବହାରର ପରିବର୍ତ୍ତନକୁ ଲକ୍ଷ୍ୟକରି ଶିକ୍ଷଣ ଘଟିଛି ବୋଲି ଅନୁମାନ କରାଯାଏ ।’’

ହିଲ୍‌ଗାର୍ଡ (Hilgard)ଙ୍କ ମତରେ, ‘ଯେତେବେଳେ ଶିକ୍ଷଣ କାର୍ଯ୍ୟକୁ ଏକ ବା ସମାନ ବୋଲି ଧରିନେଉ ସେତେବେଳେ ଅର୍ଥଗତ କ୍ଳିଷ୍ଟତା ବୃଦ୍ଧି ପାଏ ।’’

କଲ୍‌ଭିନ (Colvin)- ‘ଅଭିଜ୍ଞତାଦ୍ୱାରା ଆଚରଣଗତ ପରିବର୍ତ୍ତନ ହିଁ ଶିକ୍ଷଣ ।’’

ଗେଟ୍ସ (Gates)- ‘ଅନୁଭୂତି ଏବଂ ପ୍ରଶିକ୍ଷଣଦ୍ୱାରା ଆଚରଣଗତ ପରିବର୍ତ୍ତନ କ୍ରିୟାକୁ ଶିକ୍ଷଣ କୁହାଯାଏ ।’’

ସ୍ପିନର (Skinner)- ‘ଶିକ୍ଷଣ ପ୍ରକ୍ରିୟା ଅର୍ଥ କେବଳ ଯନ୍ତ୍ରବତ୍ ପୁନରାବୃତ୍ତି ମାଧ୍ୟମରେ କୌଣସି ବିଷୟରେ ଜ୍ଞାନ ଅର୍ଜନ ବା କୌଶଳ ଶିକ୍ଷା କରିବା ନୁହେଁ, ବରଂ ଏଥରେ ଶିକ୍ଷାର୍ଥୀ ଶିକ୍ଷଣୀୟ ବିଷୟବସ୍ତୁକୁ ସଙ୍ଗଠିତ କରେ ଓ ବିଭିନ୍ନ କ୍ଷେତ୍ରରେ ଲକ୍ଷ୍ୟ ସାଧନ ପାଇଁ ତାହା ବିନିଯୋଗ କରେ ।’’

କ୍ରନ୍‌ବ୍ୟାକ୍ (Cronbach)- ‘‘ଅନୁଭୂତିର ଫଳସ୍ବରୂପ ବ୍ୟବହାରରେ ଯେଉଁ ପରିବର୍ତ୍ତନ ପରିଦୃଷ୍ଟ ହୁଏ, ତାହା ଶିକ୍ଷଣ ଅଟେ ।’’
କ୍ରୋ ଏବଂ କ୍ରୋ (Crow and Crow)- ‘ଅଭ୍ୟାସ, ଜ୍ଞାନ ଏବଂ ମନୋବୃତ୍ତି ଇତ୍ୟାଦିର ସମାହାରକୁ ଶିକ୍ଷଣ କହନ୍ତି।’’ ଶିକ୍ଷଣ ପ୍ରକ୍ରିୟା ଫଳରେ ଶିଶୁ ନାନାବିଧ ଜ୍ଞାନ, କର୍ମକୌଶଳ, ବିଭିନ୍ନ ମନୋବୃତ୍ତି ଏବଂ ବ୍ୟକ୍ତିତ୍ୱର ଅଧିକାରୀ ହୋଇଥାଏ । ଏହି ପ୍ରକ୍ରିୟା ବ୍ୟାପକ ଅଟେ ।

ଶିକ୍ଷଣର ବୈଶିଷ୍ଟ୍ୟ (Characteristics of Learnings) – ଉପରୋକ୍ତ ସଂଜ୍ଞାକୁ ବିଶ୍ଳେଷଣ କଲେ ଶିକ୍ଷଣର ନିମ୍ନଲିଖିତ ବୈଶିଷ୍ଟ୍ୟଗୁଡ଼ିକ ଦୃଷ୍ଟିଗୋଚର ହୁଏ । ସେଗୁଡ଼ିକ ନିମ୍ନରେ ଆଲୋଚନା କରାଗଲା ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

(i) ଶିକ୍ଷଣ ଏକ ସ୍ୱୟଂକ୍ରିୟଶୀଳ ଧାରା (Learning is self-activity process) – ବ୍ୟକ୍ତିର ବୃଦ୍ଧି ଏବଂ ବିକାଶଦ୍ୱାରା ତା’ର ଶାରୀରିକ, ମାନସିକ, ଆବେଗାତ୍ମକ ଏବଂ ସାମାଜିକ ପରିବର୍ତ୍ତନ ଘଟିଥାଏ । ଏହି ପରିବର୍ତ୍ତନଦ୍ୱାରା ଶିଶୁ ବା ବ୍ୟକ୍ତି ସ୍ୱୟଂ ଶିକ୍ଷା ଲାଭ କରିଥାଏ । ବ୍ୟକ୍ତିର ଆଚରଣର ପରିବର୍ତ୍ତନ ତା’ର ବୃଦ୍ଧି ଏବଂ ବିକାଶ ଉପରେ ନିର୍ଭର କରିଥାଏ ।

(ii) ଶିକ୍ଷଣ ହେଉଛି ଆଚରଣଗତ ପରିବ ର୍ଜନ (Learning is the modification of behaviour) – ଶିକ୍ଷଣଦ୍ୱାରା ବ୍ୟକ୍ତି ଜ୍ଞାନ ଏବଂ ଅଭିଜ୍ଞତା ଅର୍ଜନ କରିଥାଏ । ଉକ୍ତ ଜ୍ଞାନ ପୂର୍ବଜ୍ଞାନ ବା ଅଭିଜ୍ଞତାକୁ ପରିବର୍ତ୍ତନ କରିଥାଏ । ପରିବର୍ତ୍ତିତ ବ୍ୟବହାର ସମୟକ୍ରମେ ସ୍ଥାୟୀ ହୁଏ ।

(iii) ଶିକ୍ଷଣ ଧାରା ପରିସ୍ଥିତି ସହ ଖାପ ଖୁଆଇ ଚଳାଇଥାଏ (Learning is adjustment to environment) – ବିଭିନ୍ନ ପରିସ୍ଥିତି ସହ ନିଜକୁ ଖାପ ଖୁଆଇବାପାଇଁ ବ୍ୟକ୍ତି ଚେଷ୍ଟା କରିଥାଏ । ସେଥ‌ିପାଇଁ ସେ ଜ୍ଞାନ ବା ଅଭିଜ୍ଞତା ଅର୍ଜନ କରିଥାଏ । ଉକ୍ତ ଧାରାରେ ସେ ପରିସ୍ଥିତି ସହ ଖାପଖୁଆଇ ଚଳାଇଥାଏ ।

(iv) ଶିକ୍ଷଣ ଉଦ୍ଦେଶ୍ୟମୂଳକ ଅଟେ (Learning is purposeful) – କୌଣସି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରିବାପାଇଁ ବ୍ୟକ୍ତି ଚେଷ୍ଟା କରି ବିଭିନ୍ନ ବିଷୟରେ ଜ୍ଞାନ ଏବଂ ଅଭିଜ୍ଞତା ହାସଲ କରିଥାଏ । ପରୋକ୍ଷଭାବେ କହିବାକୁ ଗଲେ ଶିକ୍ଷଣ ଉଦ୍ଦେଶ୍ୟମୂଳକ ।

(v) ଶିକ୍ଷଣ ଏକ ସକ୍ରିୟ ପ୍ରକ୍ରିୟା (Learning is an active process) – ବ୍ୟକ୍ତି ନିଜେ ସକ୍ରିୟ ନହେଲେ ଶିକ୍ଷା ଅର୍ଜନ କରିପାରିବ ନାହିଁ । ତେଣୁ ସେ ନିଜେ ସକ୍ରିୟ ହୋଇ ପରିସ୍ଥିତିର ସମ୍ମୁଖୀନ ହେଲେ ଜ୍ଞାନ ଏବଂ ଅଭିଜ୍ଞତା ଅର୍ଜନ କରିପାରିବ ।

(vi) ଶିକ୍ଷଣ ପରିବେଷ୍ଟନୀଗତ (Learning is environmental) – ପରିସ୍ଥିତି ପରିବର୍ତ୍ତନଶୀଳ । ପରିବର୍ତ୍ତନଶୀଳ ପରିସ୍ଥିତିରେ ବ୍ୟକ୍ତି ନିଜକୁ ସମଯୋଜିତ କରିବାପାଇଁ ଚେଷ୍ଟା କରିଥାଏ । ତେଣୁ ସେ ପରିସ୍ଥିତି ବା ପରିବେଷ୍ଟନୀର ପ୍ରଭାବରେ ଜ୍ଞାନ ବା ଅଭିଜ୍ଞତା ଅର୍ଜନ କରିଥାଏ ।

(vii) ଶିକ୍ଷଣ ହେଉଛି ଅଭିଜ୍ଞତାର ପୁନର୍ଗଠନ (Learning is organising experience) – ଶିକ୍ଷଣଦ୍ୱାରା ଗୋଟିଏ ଅଭିଜ୍ଞତା ସହ ଅନ୍ୟାନ୍ୟ ଅଭିଜ୍ଞତାକୁ ସାମିଲ କରାଯାଏ । ଏହା ପୁରୁଣା ଅଭିଜ୍ଞତା ସହ ନୂତନ ଅଭିଜ୍ଞତାକୁ ପୁନର୍ଗଠନ କରି ଏକ ନୂତନ ଅଭିଜ୍ଞତା ସୃଷ୍ଟି କରିଥାଏ ।

(viii) ଶିକ୍ଷଣ ବୁଦ୍ଧି ଏବଂ ସୃଜନଶୀଳତା ଉପରେ ନିର୍ଭର କରେ (Learning is intelligent and creative) – ଶିକ୍ଷଣ ବୃଦ୍ଧି ଏବଂ ସୃଜନଶୀଳ ଶକ୍ତି ଉପରେ ନିର୍ଭର କରିଥାଏ । ପରିସ୍ଥିତି ସୃଷ୍ଟି ହେବାମାତ୍ରେ ବ୍ୟକ୍ତି ନିଜର ବୁଦ୍ଧି ଏବଂ ସୃଜନଶୀଳ ଶକ୍ତିଦ୍ଵାରା ଜ୍ଞାନ ଏବଂ ଅଭିଜ୍ଞତା ଲାଭ କରିଥାଏ ।

(ix) ଶିକ୍ଷଣ ଏକ ବ୍ୟକ୍ତିଗତ ପ୍ରକ୍ରିୟା (Learning is an individual process) – ବ୍ୟକ୍ତି ନିଜେ ଚେଷ୍ଟା ନ କଲେ ଶିକ୍ଷଣ ପ୍ରକ୍ରିୟା ସକ୍ରିୟ ହୁଏ ନାହିଁ । ତେଣୁ ନିଜର ବ୍ୟକ୍ତିଗତ ପ୍ରଚେଷ୍ଟାରେ ହିଁ ଶିକ୍ଷଣ ସମ୍ଭବପର ହୋଇଥାଏ ।

(x) ଶିକ୍ଷଣ ଇନ୍ଦ୍ରିୟ ଏବଂ ପେଶୀ ମଧ୍ଯରେ ସମ୍ବନ୍ଧ ସ୍ଥାପିତ କରିଥାଏ (Learning is coordination of sensation and motor skills) – ଶିକ୍ଷଣ ଫଳରେ ବିଭିନ୍ନ ଇନ୍ଦ୍ରିୟ ଏବଂ ପେଶୀ ମଧ୍ଯରେ ନୂତନ ସମ୍ବନ୍ଧ ସ୍ଥାପିତ ହୋଇଥାଏ, ପୁରାତନ ସମ୍ବନ୍ଧ ଦୃଢ଼ୀଭୂତ ହୋଇଥାଏ । ଫଳରେ ଶିଶୁର ବିବିଧ ସ୍ନାୟୁକୋଷର ପରିବର୍ତ୍ତନ ହୋଇଥାଏ ।
ଶିକ୍ଷଣ ଏକ ଜଟିଳ ଓ ଉଚ୍ଚତର ପ୍ରକ୍ରିୟା । ଶିକ୍ଷଣ ପ୍ରକ୍ରିୟାକୁ ଶିକ୍ଷକ ଜାଣି ଉପଯୁକ୍ତ ଭାବରେ ଶିକ୍ଷାଦାନ କଲେ ଶିକ୍ଷାର୍ଥୀମାନେ ବିଭିନ୍ନ ପ୍ରକାର ଜ୍ଞାନ ଏବଂ ଅଭିଜ୍ଞତା ଅତି ସହଜ ଉପାୟରେ ଅର୍ଜନ କରିପାରିବେ । ଏହାଦ୍ୱାରା ଶିକ୍ଷାର୍ଥୀର ଉନ୍ନତି ହେବା ସଙ୍ଗେ ସଙ୍ଗେ ମାନବଜାତିର ଉନ୍ନତି ହେବ ।

2. ଶିକ୍ଷଣ କ’ଣ ? ଶିକ୍ଷଣକୁ ପ୍ରଭାବିତ କରୁଥ‌ିବା ସାଧନ ବା ଉପାଦାନଗୁଡ଼ିକ ଆଲୋଚନା କର ।
Answer:
ଶିକ୍ଷଣ ପ୍ରକ୍ରିୟାରେ ଶିଶୁର ବ୍ୟବହାର ପରିବର୍ତ୍ତନ ଏବଂ ଉନ୍ନତ ହୋଇଥାଏ । ଏହା ସମାଜ ଉପଯୋଗୀ ଅଟେ । ପରିସ୍ଥିତି ସହ ମୁକାବିଲା କରିବାପାଇଁ ଶିଶୁ ଶିକ୍ଷାଲାଭ କରିଥାଏ । ଶିକ୍ଷଣ ପ୍ରକ୍ରିୟାଦ୍ଵାରା ବିଭିନ୍ନ ଜ୍ଞାନ ଏବଂ ଅଭିଜ୍ଞତା ହାସଲ କରି ସେ ନିଜକୁ ବିଭିନ୍ନ ପରିସ୍ଥିତିରେ ଖାପଖୁଆଇ ଚଳାଇ ନେଇଥାଏ ।

ସ୍ପିନର (Skinner) କୁହନ୍ତି, ‘ଶିକ୍ଷଣ ପ୍ରକ୍ରିୟା ଅର୍ଥ କେବଳ ଯନ୍ତ୍ରଗତ ପୁନରାବୃତ୍ତି ମାଧ୍ୟମରେ କୌଣସି ବିଷୟରେ ଜ୍ଞାନ ଅର୍ଜନ ବା କୌଶଳ ଶିକ୍ଷା କରିବା ନୁହେଁ, ବରଂ ଏଥରେ ଶିକ୍ଷାର୍ଥୀ ଶିକ୍ଷଣୀୟ ବିଷୟବସ୍ତୁକୁ ସଂଗଠିତ କରେ ଓ ବିଭିନ୍ନ କ୍ଷେତ୍ରରେ ଲକ୍ଷ୍ୟ ସାଧନ ପାଇଁ ତାହା ବିନିଯୋଗ କରେ ।’’

ଜି.ଡି. ବୋଜ୍ (G.D. Booz)ଙ୍କ ମତରେ, ‘ବ୍ୟକ୍ତି ଦୈନନ୍ଦିନ ଜୀବନରେ ଆବଶ୍ୟକତା ପରିପୂରଣ ପାଇଁ ଯେଉଁ ଅଭ୍ୟାସ, ଜ୍ଞାନ, ମନୋବୃତ୍ତି ଇତ୍ୟାଦି ଶିକ୍ଷାଲାଭ କରେ – ତାହାହିଁ ଶିକ୍ଷଣ ।’
ଶିକ୍ଷଣକୁ ପ୍ରଭାବିତ କରୁଥିବା ଉପାଦାନସମୂହ (Factors affecting learning) – ଶିକ୍ଷଣକୁ ନିମ୍ନଲିଖିତ ଉପାଦାନଗୁଡ଼ିକ ପ୍ରଭାବିତ କରିଥାଏ :

(i) ଶିକ୍ଷାର୍ଥୀର ଅନ୍ତର୍ନିହିତ ଅବସ୍ଥା ବା ମନସ୍ତାତ୍ତ୍ଵିକ ଅବସ୍ଥା (Psychological factors)- ଶିକ୍ଷାର୍ଥୀର ନିଜର ଦକ୍ଷତା, ପୂର୍ବଜ୍ଞାନ, ବୁଦ୍ଧି, ସୃଜନଶୀଳତା ଏବଂ ସମଯୋଜନ କ୍ଷମତା ଶିକ୍ଷଣକୁ ପ୍ରଭାବିତ କରିଥାଏ । ଶିଶୁର ଯେତିକି ଆଗ୍ରହ ବଢ଼ିବ ସେ କୌଣସି ବିଷୟରେ ସେତିକି ମନୋଯୋଗ ଦେବ । ସେ ନିଜର ବୁଦ୍ଧି, ଜ୍ଞାନ ଓ ଅଭିଜ୍ଞତା ଅର୍ଜନ ଦ୍ଵାରା ଦକ୍ଷତାକୁ ନିୟନ୍ତ୍ରଣ କରିଥାଏ ।

(ii) ଶିକ୍ଷାର୍ଥୀର ଶାରୀରିକ ଅବସ୍ଥା (Physiological factors) – ସ୍ବାସ୍ଥ୍ୟ ହିଁ ସମ୍ପଦ । ଉତ୍ତମ ସ୍ଵାସ୍ଥ୍ୟ, ଉତ୍ତମ ମାନସିକ ସ୍ଵାସ୍ଥ୍ୟ ସୃଷ୍ଟି କରିଥାଏ । ଯାହାର ମାନସିକ ସ୍ଵାସ୍ଥ୍ୟ ଯେତେ ଉନ୍ନତ ତାହାର ମାନସିକ ଶକ୍ତି ସେତେ ସୁଦୃଢ଼ । କ୍ଳାନ୍ତି, ଖାଦ୍ୟ, ପାନୀୟ ଏବଂ ରୋଗ ଶିକ୍ଷଣକୁ ପ୍ରଭାବିତ କରିଥାଏ ।

(iii) ପରିବେଶ କାରକ (Environmental factors) – ଶିକ୍ଷାର୍ଥୀ ଏକ ପରିବେଷ୍ଟନୀରେ ବଢ଼ିଥାଏ । ତାହାର ପରିବେଷ୍ଟନୀ ତା’ର ବୃଦ୍ଧି ଏବଂ ବିକାଶ ଉପରେ ପ୍ରଭାବ ପକାଇବା ସହ ଶିକ୍ଷଣ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଶିକ୍ଷାର୍ଥୀ ନିଜର ପିତାମାତା, ସାଙ୍ଗସାଥୀ, ବନ୍ଧୁବାନ୍ଧବ ଇତ୍ୟାଦିଙ୍କର ଚାଲିଚଳନ, ଢଙ୍ଗରଙ୍ଗ ଇତ୍ୟାଦିଦ୍ୱାରା ନିଜକୁ ପ୍ରଭାବିତ କରିଥାଏ । ଏହା ଶିକ୍ଷଣକୁ ନିୟନ୍ତ୍ରଣ କରେ ।

(iv) ବିଷୟ (Subject) – ଯେଉଁ ବିଷୟ ଶିକ୍ଷାର୍ଥୀ ଅଧ୍ୟୟନ କରିବ ତାହା ସରଳ ହୋଇଥିଲେ ଶିକ୍ଷଣ ଶୀଘ୍ର ହୋଇଥାଏ, କ୍ଳିଷ୍ଟ ହୋଇଥିଲେ ସମୟସାପେକ୍ଷ ହୋଇଥାଏ । ତେଣୁ ବିଷୟବସ୍ତୁର ବୋଧଗମ୍ୟତା ଶିକ୍ଷଣକୁ ପ୍ରଭାବିତ କରିଥାଏ ।

(v) ପଦ୍ଧତି (Methodology)- ଶିକ୍ଷାଦାନର ଏକ ପଦ୍ଧତି ଅଛି, ଯାହାକୁ ଶିକ୍ଷକ ଅନୁକରଣ କରିଥାଏ । ଏହା ଶିକ୍ଷାର୍ଥୀର ସ୍ମରଣ ପାଇଁ ସହାୟକ ହୁଏ । ନିଜର ଅଭ୍ୟାସ, ଆବୃତ୍ତି ମଧ୍ୟ ଶିକ୍ଷଣକୁ ପ୍ରଭାବିତ କରିଥାଏ । ଶିକ୍ଷାଦାନ ସମୟରେ ଶିକ୍ଷକଙ୍କ ପାଠ୍ୟପକରଣ ମଧ୍ଯ ଶିକ୍ଷଣକୁ ପ୍ରଭାବିତ କରିଥାଏ । ଶିକ୍ଷଣ ଏକ ସ୍ବୟଂକ୍ରିୟଶୀଳ ଧାରା ଯାହା ଉପରୋକ୍ତ ଉପାଦାନଗୁଡ଼ିକଦ୍ୱାରା ପ୍ରଭାବିତ ହୋଇଥାଏ ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

3. ପ୍ରଯନ୍ତ୍ର-ପ୍ରମାଦ ତତ୍ତ୍ବ କ’ଣ ? ଏହି ତତ୍ତ୍ଵକୁ ଆଧାର କରି ଥଣ୍ଡିଡାଇକ୍‌ଙ୍କଦ୍ୱାରା ପ୍ରଦତ୍ତ ବିଭିନ୍ନ ଶିକ୍ଷଣ ନିୟମଗୁଡ଼ିକ ବିଷୟରେ ଆଲୋଚନା କର ।
କିମ୍ବା, ପ୍ରଯନ୍-ପ୍ରମାଦ ତତ୍ତ୍ଵର ବିଭିନ୍ନ ନୀତିଗୁଡ଼ିକ ଆଲୋଚନା କର ।
Answer:
ଉଦ୍ଦୀପକ ଏବଂ ପ୍ରତିକ୍ରିୟା ମଧ୍ୟରେ ସ୍ନାୟବିକ ସମ୍ବନ୍ଧ ସ୍ଥାପନ ହେଲେ ଶିକ୍ଷଣ ସଂଗଠିତ ହୋଇଥାଏ । ପ୍ରଯତ୍ନ-ପ୍ରମାଦ ତତ୍ତ୍ଵ ପ୍ରକ୍ରିୟାର ପୁନଃ ସଂଶୋଧନଦ୍ୱାରା ବ୍ୟବହାରରେ ପରିବର୍ତ୍ତନ ପରିଲକ୍ଷିତ ହୁଏ, ଯାହା ବ୍ୟକ୍ତି ବା ପ୍ରାଣୀକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥାଏ । ବ୍ୟକ୍ତି ନିଜର ଲକ୍ଷ୍ୟ ହାସଲ ପାଇଁ ଅନେକ ଭୁଲ୍ ବା ଭ୍ରମ ଚେଷ୍ଟା କରିଥାଏ । କାଳକ୍ରମେ ଭ୍ରମଚେଷ୍ଟାଗୁଡ଼ିକ ସଂଶୋଧନ ହୋଇ, ଏପରି ଏକ ଚେଷ୍ଟା ଆସେ ଯାହା ଲକ୍ଷ୍ୟ ହାସଲରେ ସାହାଯ୍ୟ କରିଥାଏ । ପୁନଃ ପୁନଃ ଚେଷ୍ଟା ଏବଂ ଲକ୍ଷ୍ୟ ହାସଲ, ଏକ ଅଭ୍ୟାସ ସୃଷ୍ଟି କରିଥାଏ । ସେହିପ୍ରକାର କାର୍ଯ୍ୟକୁ ବ୍ୟକ୍ତି ଖୁବ୍ କମ୍ ସମୟରେ ସମାଧାନ କରିଥାଏ । ଏହି ପ୍ରକାର ଶିକ୍ଷଣ ତତ୍ତ୍ଵକୁ ପ୍ରଯତ୍ନ-ପ୍ରମାଦ ତତ୍ତ୍ବ ବୋଲି କୁହାଯାଏ ।

ଏହି ତତ୍ତ୍ଵର ପ୍ରବର୍ତ୍ତକ ଇ.ଏଲ୍. ଥର୍ଣ୍ଣଡାଇକ୍, ଶିକ୍ଷଣ ପାଇଁ ତିନୋଟି ଶିକ୍ଷଣ ନିୟମ ସୃଷ୍ଟି କରିଯାଇଛନ୍ତି । ଉକ୍ତ ତିନୋଟି ଶିକ୍ଷଣ ନିୟମ ନିମ୍ନରେ ଆଲୋଚନା କରାଗଲା :
ଶିକ୍ଷଣ ନିୟମ :
(a) ପ୍ରସ୍ତୁତି ନିୟମ (b) ଅଭ୍ୟାସ ନିୟମ (c) ଫଳାଫଳ ନିୟମ

(a) ପ୍ରସ୍ତୁତି ନିୟମ – ଯେତେବେଳେ ଶିକ୍ଷାର୍ଥୀ ଶିକ୍ଷାଲାଭ କରିବାକୁ ପ୍ରସ୍ତୁତ, ସେହି ସମୟରେ ଶିକ୍ଷାଦାନ କଲେ, ତା’ ମନରେ ସନ୍ତୋଷ ଜାତ ହୁଏ । ସେ ଯେତେବେଳେ ପ୍ରସ୍ତୁତ ନୁହେଁ, ତାହା ତା’ମନରେ ବିରକ୍ତି ଜାତ କରାଏ । ପ୍ରସ୍ତୁତି ଦୁଇ ପ୍ରକାରର – ଶାରୀରିକ ପ୍ରସ୍ତୁତି ଓ ମାନସିକ ପ୍ରସ୍ତୁତି । ଉପଯୁକ୍ତ ପରିପକ୍ବତା ପୂର୍ବରୁ କୌଣସି ଶିକ୍ଷା ଶିଶୁ ଉପରେ ଲଦିଦେବାକୁ ଚେଷ୍ଟା କଲେ ସେପରି ଚେଷ୍ଟା ସଫଳ ହୁଏ ନାହିଁ । ଉଦାହରଣସ୍ୱରୂପ, ଦୁଇ ବା ତିନି ବର୍ଷର ଶିଶୁକୁ ଲେଖାପଢ଼ା ଶିଖାଇବାକୁ ଚେଷ୍ଟା କରିବା ନିରର୍ଥକ ।

(b) ଅଭ୍ୟାସ ନିୟମ – ଅଭ୍ୟାସ ନିୟମାନୁସାରେ ଯେଉଁ କାର୍ଯ୍ୟର ବାରମ୍ବାର ପୁନରାବୃତ୍ତି ହୁଏ, ତାହା ସହଜରେ ଆୟତ୍ତ କରିହୁଏ ଏବଂ ଯେଉଁ କାର୍ଯ୍ୟର ପୁନରାବୃତ୍ତି ହୁଏ ନାହିଁ, ସେହି କାର୍ଯ୍ୟ ସହଜରେ ଶିକ୍ଷା କରିହୁଏ ନାହିଁ । କୌଣସି ନିର୍ଦ୍ଦିଷ୍ଟ ଉଦ୍ଦୀପକ ସହିତ ତା’ର ଉପଯୁକ୍ତ ପ୍ରତିକ୍ରିୟାର ସଂଯୋଗ ଯେତେ ଅଧ୍ୱକଥର ସ୍ଥାପିତ ହେବ ସେହି ସଂଯୋଗଟି ସେତିକି ଦୃଢ଼ୀଭୂତ ହେବ । ଉଦାହରଣସ୍ୱରୂପ, ଥଣ୍ଡଡାଇକ୍‌ଙ୍କ ଗବେଷଣାରେ ବିରାଡ଼ିଟି କୌଣସିମତେ ଥରେ ଦ୍ଵାର ଖୋଲି ପଦାକୁ ଚାଲିଗଲେ ତାହାର ଏହି ଅଭ୍ୟାସଟି ଦୃଢ଼ ଏବଂ ସ୍ଥାୟୀ ହୋଇପାରିବ ନାହିଁ । ସେଥ‌ିପାଇଁ ବିରାଡ଼ିକୁ ବାରମ୍ବାର ଦ୍ଵାର ଖୋଲି ପଦାକୁ ଯିବାପାଇଁ ସୁବିଧା ଦେବାକୁ ହେବ । ପାଠଦାନ ସମୟରେ ଏହି ନୀତିର ଅତ୍ୟନ୍ତ ଆବଶ୍ୟକତା ରହିଛି । ଏହି ଅଭ୍ୟାସ ନିୟମର ଅନେକଗୁଡ଼ିଏ ଉପନିୟମ ଅଛି; ଯଥା –

(i) ପୌନଃପୁନ୍ୟ ନିୟମ – ଏହି ନିୟମାନୁସାରେ କୌଣସି ବ୍ୟକ୍ତି ବାରମ୍ବାର ଚେଷ୍ଟା କଲେ ସେ କାର୍ଯ୍ୟଟିକୁ ନିଜ ଆୟତ୍ତକୁ ଆଣିପାରେ କିମ୍ବା ଅଭ୍ରାନ୍ତ ଭାବରେ କାର୍ଯ୍ୟ ସମ୍ପାଦନ କରିପାରେ ।
(ii) ସାମ୍ପ୍ରତ୍ୟ ନିୟମ – ଏହି ନିୟମାନୁସାରେ ସମୟର ବ୍ୟବଧାନ ଶିକ୍ଷଣକୁ ପ୍ରଭାବିତ କରେ । ଅନେକ ଦିନ ପୂର୍ବରୁ କରିଥିବା ଶିକ୍ଷଣ ପ୍ରକ୍ରିୟାର ଉଦ୍ଦୀପକ ଓ ପ୍ରତିକ୍ରିୟା ମଧ୍ୟରେ ସମ୍ପର୍କ ଦୁର୍ବଳ ହୁଏ ।
(iii) ତୀବ୍ରତା ନିୟମ – ଏହି ନିୟମାନୁସାରେ ଉଦ୍ଦୀପକ ତତ୍‌ସମ୍ବନ୍ଧୀୟ ପ୍ରତିକ୍ରିୟା ମଧ୍ଯରେ ଯେଉଁ ସମ୍ବନ୍ଧ ସ୍ଥାପିତ ହୁଏ, ତାହା ଅନେକ ପରିମାଣରେ ତୀବ୍ରତା ଉପରେ ନିର୍ଭର କରେ ।

(c) ଫଳାଫଳ ନିୟମ – ପ୍ରଯତ୍ନ-ପ୍ରମାଦ ବିଧିରେ ବ୍ୟକ୍ତି ବା ପ୍ରାଣୀ ଶିକ୍ଷା କରୁଥିବା କାର୍ଯ୍ୟର ଫଳାଫଳ ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଥାଏ । ଥଣ୍ଡିଡାଇକ୍‌ଙ୍କ ଉଲ୍ଲେଖ୍ତ ଗବେଷଣାରୁ ଜଣାଯାଏ ଯେ, ବିରାଡ଼ିଟି କ୍ଷୁଧାଜ୍ଵାଳାରେ ଛଟପଟ ହୋଇ ଦୁଗ୍ଧପାନ କରିବା ଉଦ୍ଦେଶ୍ୟରେ ପିଞ୍ଜରା ବାହାରକୁ ଚାଲିଆସିବାକୁ ନାନାପ୍ରକାରର ଚେଷ୍ଟା କରୁଥିଲା । ଯେଉଁ ପ୍ରୟାସଗୁଡ଼ିକ ଫଳପ୍ରଦ ନୁହେଁ, ସେଗୁଡ଼ିକ କ୍ରମେ ପରିହାର କରି ଯେଉଁ ଚେଷ୍ଟାଟି ଫଳପ୍ରଦ ତାକୁ ମନେ ରଖ୍ଯାପାରିଲା ।

ଏଥୁରୁ ଜଣାଯାଏ ଯେଉଁ ବିଶେଷ ପ୍ରୟାସଟି ଫଳପ୍ରଦଭାବରେ ସାହାଯ୍ୟ କରେ ଏବଂ ଯେଉଁ କାରଣଟି ତ୍ରୁଟିରହିତ ହୁଏ ତାହା ସହିତ ସେହି ଫଳାଫଳର ସମ୍ବନ୍ଧ ସ୍ଥାପିତ ହୁଏ । ଅନ୍ୟାନ୍ୟ ଯେଉଁ କ୍ରିୟାଗୁଡ଼ିକଦ୍ଵାରା ସାଫଲ୍ୟ ଲାଭ କରିବା ସମ୍ଭବ ହୁଏନାହିଁ ସେଗୁଡ଼ିକ କ୍ରମେ ଅପସାରିତ ହୁଏ । ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପରେ ଖାଇବାକୁ ଦେବାସ୍ଥଳେ ଭୋକିଲା ବିରାଡ଼ିଟିକୁ ଯଦି ବିଦ୍ୟୁତ୍ ସ୍ପର୍ଶ ଦିଆଯାଏ, ତେବେ ସେ ବାକ୍ସ ଭିତରେ ପଶିବାକୁ ବେଶି ଭୁଲ୍ କରିବ ।

ଏହାର ଅର୍ଥ ପ୍ରାଣୀ ଶିକ୍ଷାକ୍ଷେତ୍ରରେ ନିର୍ଭୁଲ୍ ପ୍ରତିକ୍ରିୟା ହେତୁ ପୁରସ୍କାର ପାଇଲେ ଶିକ୍ଷଣ କ୍ରିୟା ଦୃଢ଼ତର ହୁଏ । ଯେଉଁ କ୍ଷେତ୍ରରେ ତାକୁ ଦଣ୍ଡ ଦିଆଯାଏ, ତା’ର ଶିକ୍ଷଣ କ୍ରିୟାରେ ବ୍ୟାଘାତ ହୁଏ । ଯେଉଁ ପ୍ରତିକ୍ରିୟାସମୂହ ଶିକ୍ଷାର୍ଥୀକୁ ଆନନ୍ଦ, ସନ୍ତୋଷ ଓ ପ୍ରଶଂସା ଦେଇଥାଏ ସେସବୁ ପ୍ରତି ଶିକ୍ଷାର୍ଥୀ ଆଗ୍ରହ ଅନାସକ୍ତ ଭାବ ଦେଖାଇଥାଏ ।

4. ଅନୁ ବନ୍ଧିତ ଅନୁକ୍ରିୟା ତତ୍ତ୍ବ କ’ଣ ? ଉଦାହରଣ ସହ ବୁଝାଅ ।
Answer:
ଅନୁବନ୍ଧିତ ଅନୁକ୍ରିୟା ତତ୍ତ୍ବ (Conditioned Response Theory)- ରୁଷ୍ ଦେଶର ଶରୀରବିଜ୍ଞାନୀ ଇଭାନ୍ ପାଟ୍ରୋଭିଚ୍‌ ପାର୍‌ଲଭ୍ (I. P. Pavlov) ଗବେଷଣା କରି ଅନୁବନ୍ଧିତ ଅନୁକ୍ରିୟା ତତ୍ତ୍ବ ଲୋକଲୋଚନକୁ ଆଣିଥିଲେ । ଉଦ୍ଦୀପକ ପ୍ରତିକ୍ରିୟା ପ୍ରକାଶ କରିଥାଏ । ବେଳେବେଳେ ଅପ୍ରାକୃତିକ ଉଦ୍ଦୀପକର ପ୍ରଭାବରେ ସ୍ଵାଭାବିକ ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରାଯାଇଥାଏ । ଏହାକୁ ଅନୁବନ୍ଧନ କୁହାଯାଏ ।
ଅର୍ଥ- ଅନୁବନ୍ଧିତ ଅନୁକ୍ରିୟା ଅର୍ଥ ହେଉଛି ପ୍ରକୃତ ପ୍ରତିକ୍ରିୟାର ରୂପାନ୍ତରୀକରଣ । ପ୍ରକୃତ ଉଦ୍ଦୀପକ ପ୍ରତି ବ୍ୟକ୍ତି ଏକ ନିର୍ଦ୍ଦିଷ୍ଟ ପ୍ରତିକ୍ରିୟା ପ୍ରକାଶ କରିଥାଏ । ଅନେକ କ୍ଷେତ୍ରରେ ପ୍ରକୃତ ଉଦ୍ଦୀପକର ଅନୁପସ୍ଥିତିରେ ଏକ ଅପ୍ରାକୃତିକ ଉଦ୍ଦୀପକ ବ୍ୟବହାର କରାଯାଇ ମଧ୍ୟ ପ୍ରକୃତ ପ୍ରତିକ୍ରିୟା ପ୍ରକାଶ କରାଯାଇପାରେ ।

ଦୈନଦିନ କାବନରେ ଉଦାହରଣ – ଗୃହ ଏବଂ ବିଦ୍ୟାଳୟରେ ଅନୁବନ୍ଧନର ଯଥେଷ୍ଟ ସୁବିଧା ସୁଯୋଗ ରହିଛି । ଅନେକ ସମୟରେ ଶିଶୁ ବୈଦ୍ୟୁତିକ ଯନ୍ତ୍ରପାତି ଛୁଇଁବା ପାଇଁ ସାହସ କରେନାହିଁ । ତାରଟିଏ ଦେଖ‌ିଲେ ଡରିଯାଏ, ଉକ୍ତ ତାରରେ ବୈଦ୍ୟୁତିକ ଶକ୍ତିର ପ୍ରବାହ ଥାଉ ବା ନ ଥାଉ । ପୋଡ଼ି ହୋଇଯାଇଥିବା ଶିଶୁ ନିଆଁକୁ ଦେଖ‌ିଲେ ଭୟ କରିଥାଏ । ଯାହାର ପୁଅକୁ ସାପ ଚୋଟ ମାରିଥାଏ ସେ ରାସ୍ତା କଡ଼ରେ ଏକ ଦଉଡି଼ ଦେଖ‌ିଲେ ଡରେ । ବିଦ୍ୟାଳୟରେ ଶିକ୍ଷକ ଶିଶୁର ହାତଲେଖାକୁ ପସନ୍ଦ କରି ଯଦି ଖାତାରେ ବା ମୁହଁରେ ପ୍ରଶଂସା କରିଦେଲେ ଶିକ୍ଷାର୍ଥୀ ଉତ୍ତମ ଅଧ୍ୟୟନ କରିଥାଏ ।

ମୁଖ୍ୟ ବିଷୟ :
(i) ପ୍ରାକୃତିକ ଉଦ୍ଦୀପକ (Natural Stimulus or Unconditional Stimulus) – ଯେଉଁ ଆଚରଣ ବା ପ୍ରତିକ୍ରିୟା ଆମର ଶିକ୍ଷାଲବ୍‌ଧ ନୁହେଁ, ମୂଳରୁ ଯେପରି ଥିଲା ସେପରି ରହିଛି, ତାହାକୁ ଉଦ୍ରେକ କରୁଥିବା ଉଦ୍ଦୀପକକୁ ପ୍ରାକୃତିକ ଉଦ୍ଦୀପକ କୁହାଯାଏ ।
ଉଦାହରଣ – ଖଟା, ନିଆଁ, ଖାଦ୍ୟ ଇତ୍ୟାଦି ଏହି ଉଦ୍ଦୀପକର ଉଦାହରଣ । .

(ii) ପ୍ରାକୃତିକ ପ୍ରତିକ୍ରିୟା (Unconditional Response) – ପ୍ରାକୃତିକ ଉଦ୍ଦୀପକ ଆମ ଭିତରେ ଯେଉଁ ପ୍ରତିକ୍ରିୟା ସୃଷ୍ଟି କରେ, ତାହାକୁ ପ୍ରାକୃତିକ ପ୍ରତିକ୍ରିୟା କୁହାଯାଏ ।
ଉଦାହରଣ – ଆଚାର ଦେଖ୍ ପାଟିରୁ ଲାଳ ନିର୍ଗତ ହେବା ।

(iii) ଅନୁବନ୍ଧିତ ଉଦ୍ଦୀପକ (Conditional Stimulus) – ଯେଉଁ ଉଦ୍ଦୀପକ ଆମ ଭିତରେ ପ୍ରାକୃତିକ ପ୍ରତିକ୍ରିୟା ସୃଷ୍ଟି କରିପାରେ ନାହିଁ, କିନ୍ତୁ ପ୍ରାକୃତିକ ଉଦ୍ଦୀପକ ସହିତ ସମ୍ବନ୍ଧିତ ହୋଇ ପ୍ରାକୃତିକ ପ୍ରତିକ୍ରିୟା ସଦୃଶ ପ୍ରତିକ୍ରିୟା ସୃଷ୍ଟି କରିଥାଏ, ତାହାକୁ ଅନୁବନ୍ଧିତ ଉଦ୍ଦୀପକ କୁହାଯାଏ ।
ଉଦାହରଣ – ପାଭ୍ଲଭ୍ ପରୀକ୍ଷଣରେ ଘଣ୍ଟା ଧ୍ୱନି ଅନୁବନ୍ଧିତ ଉଦ୍ଦୀପକ ।

(iv) ଅନୁବନ୍ଧିତ ପ୍ରତିକ୍ରିୟା (Conditional Response) – ଅନୁବନ୍ଧିତ ଉଦ୍ଦୀପକ ଆମ ଭିତରେ ଯେଉଁ ପ୍ରତିକ୍ରିୟା ସୃଷ୍ଟି କରିଥାଏ ସେହି ପ୍ରତିକ୍ରିୟାକୁ ଅନୁବନ୍ଧିତ ପ୍ରତିକ୍ରିୟା କୁହାଯାଏ ।
ଉଦାହରଣ – ମାଂସ ସହିତ ଘଣ୍ଟାଧ୍ବନି ।

(v) ଅର୍ଜନ ବା ଲୁପ୍ତ କ୍ରିୟା (Acquisition and Extinction) – ଅନୁବନ୍ଧିତ ପ୍ରକ୍ରିୟାରେ C.S. ଏବଂ U.C.S. ଯୁଗ୍ମଭାବରେ ଉପସ୍ଥାପନା କରାଯାଇଥାଏ । C.S. ଏବଂ U.C.S. ବାରମ୍ବାର ଯୁଗ୍ମ ହେବା ଫଳରେ ପ୍ରାଣୀ C.S. ଏବଂ U.C.S. ମଧ୍ୟରେ ଥିବା ସମ୍ପର୍କ ଜାଣିପାରେ ।

(vi) ଲୁପ୍ତ କ୍ରିୟା (Extinction) – ଯଦି C.S. ପରେ U.C.S. ଦିଆଯାଏ ନାହିଁ ଏବଂ ଯଦି ଏହା ବାରମ୍ବାର ଘଟେ ତେବେ C.R. ମାତ୍ରା ଧୀରେ ଧୀରେ କମିବାକୁ ଲାଗିବ ଏବଂ ଗୋଟିଏ ସମୟରେ କୁକୁରର ଲାଳ ନିର୍ଗତ ହେବନାହିଁ । ଏହାକୁ ଲୁପ୍ତ କ୍ରିୟା କୁହାଯାଏ ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

(vii) ବ୍ୟାପ୍ତିକରଣ (Generalisation) – ଗୋଟିଏ ଉଦ୍ଦୀପକ ପ୍ରତି ଅନୁବନ୍ଧିତ ପ୍ରତିକ୍ରିୟା ଅର୍ଜନ କରିସାରିବା ପରେ ସେହି ମୂଳ ଉଦ୍ଦୀପକ ସହିତ ସାମଞ୍ଜସ୍ୟ ଥିବା ଅନ୍ୟ ଏକ ନୂଆ ଉଦ୍ଦୀପକ ସେହି ସମାନ ପ୍ରକାରର ପ୍ରତିକ୍ରିୟା ସୃଷ୍ଟି କରିଥାଏ ।

(viii) ବିବେଚନା (Discrimination)- ବ୍ୟାସ୍ତୀକରଣର ବିପରୀତ କ୍ରିୟା ହେଉଛି ବିବେଚନା । ସମଜାତୀୟ ସମସ୍ତ ବସ୍ତୁ ପ୍ରତି ପ୍ରାଣୀର ପୃଥକ୍ ପୃଥକ୍ ପ୍ରତିକ୍ରିୟାକୁ ବିବେଚନା କୁହାଯାଏ ।
ପରୀକ୍ଷା (Experiment) – ରୁଷିଆର ଶରୀରତତ୍ତ୍ୱବିଦ୍ ତଥା ବିଶିଷ୍ଟ ମନୋବିଜ୍ଞାନୀ ଇଭାନ୍ ପାଭଲଭ୍ ଗୋଟିଏ କୁକୁରକୁ ନେଇ ଏକ ପରୀକ୍ଷା କରିଥିଲେ । ଗୋଟିଏ କୋଠରିରେ କୁକୁରକୁ ରଖାଯାଇଥିଲା ଏବଂ ତାକୁ ଦେଖୁବାପାଇଁ ଗୋଟିଏ ଛୋଟ ଝରକା ଥିଲା । ପ୍ରଥମେ ପାଭଲଭ୍ କୁକୁରକୁ ମାଂସଦେଇ ପ୍ରାକୃତିକ ପ୍ରତିକ୍ରିୟା ପାଇଥିଲେ ।

ଏହି ପ୍ରତିକ୍ରିୟାଟି କିଛିଦିନ ପାଇଁ ବାରମ୍ବାର କରାଗଲା ।
କେତେଦିନ ପରେ କୁକୁରକୁ ମାଂସ ଖାଇବାକୁ ଦେବାପୂର୍ବରୁ ଏକ କୃତ୍ରିମ ଉଦ୍ଦୀପକ ଦେବାର (ଘଣ୍ଟି ବଜାଇବାର ) ବ୍ୟବସ୍ଥା କରାଗଲା । ଏହି ପ୍ରକ୍ରିୟା କିଛି ଦିନ ଚାଲୁ ରଖୁ ପରେ ପାଭ୍ଲଭ୍ ଦେଖ‌ିଲେ ଘଣ୍ଟର ଶବ୍ଦ ଶୁଣି କୁକୁରର ଲାଳ ନିର୍ଗତ ହେଉଛି । ଏଠାରେ ଘଣ୍ଟିର ଶବ୍ଦ ଓ ମାଂସ ଉଭୟ ମଧ୍ୟରେ ସଂଯୋଗ ସ୍ଥାପନ କରାଗଲା । ପରେ କେବଳ ଘଣ୍ଟି ଦିଆଗଲା, କିନ୍ତୁ ପ୍ରାକୃତିକ ଉଦ୍ଦୀପକ ଅନୁପସ୍ଥିତିରେ କୃତ୍ରିମ ଉଦ୍ଦୀପକଦ୍ବାରା

ଏକ ପ୍ରାକୃତିକ ଉଦ୍ଦୀପକଜନିତ ପ୍ରାକୃତିକ ପ୍ରତିକ୍ରିୟା ସୃଷ୍ଟି କରାଯାଏ। ମାଂସ ଦିଆଗଲା ନାହିଁ । ପାଭଲଭ୍ ଦେଖିଲେ ଯେ କେବଳ ଘଣ୍ଟିର ଶବ୍ଦ ଶୁଣିବା ମାତ୍ରେ କୁକୁର ପାଟିରୁ ଲାଳ ନିର୍ଗତ ହେଉଛି । ପ୍ରାକୃତିକ ଉଦ୍ଦୀପକ (ମାଂସ) ପରିବର୍ତ୍ତେ କୃତ୍ରିମ ଉଦ୍ଦୀପକ (ଘଣ୍ଟା) ଲାଳ ନିର୍ଗତ କରିବାରେ ସକ୍ଷମ ହୋଇଥିଲା । ଯେତେବେଳେ ସେତେବେଳେ ଏହାକୁ ଅନୁବନ୍ଧିତ ପ୍ରତିକ୍ରିୟା କୁହାଯାଏ ।

5. ଅନୁବନ୍ଧିତ ଅନୁକ୍ରିୟାଦ୍ଵାରା ଶିକ୍ଷଣ କିପରି ସଂଘଟିତ ହୁଏ ବୁଝାଅ ।
କିମ୍ବା, ଶିକ୍ଷାକ୍ଷେତ୍ରରେ ଅନୁବନ୍ଧିତ ଅନୁକ୍ରିୟାର ଉପଯୋଜନା ବିଷୟରେ ବୁଝାଅ ।
କିମ୍ବା, କେଉଁ ଶିକ୍ଷଣ ତତ୍ତ୍ବଟି ଅଧ‌ିକ ଯୁକ୍ତିଯୁକ୍ତ ବୋଲି ଭାବୁଛ ତାହାକୁ କାରଣ ସହ ବୁଝାଅ ।
Answer:
ଅର୍ଥ- ଅନୁବନ୍ଧିତ ଅନୁକ୍ରିୟା ଅର୍ଥ ହେଉଛି ପ୍ରକୃତ ପ୍ରତିକ୍ରିୟାର ରୂପାନ୍ତରୀକରଣ । ପ୍ରକୃତ ଉଦ୍ଦୀପକ ପ୍ରତି ବ୍ୟକ୍ତି ଏକ ନିର୍ଦ୍ଦିଷ୍ଟ ପ୍ରତିକ୍ରିୟା ପ୍ରକାଶ କରିଥାଏ । ଅନେକ କ୍ଷେତ୍ରରେ ପ୍ରକୃତ ଉଦ୍ଦୀପକର ବ୍ୟବହାର କରାନଯାଇ ମଧ୍ୟ ପ୍ରକୃତ ପ୍ରତିକ୍ରିୟା ପ୍ରକାଶ କରାଯାଇପାରେ ।
ଅନୁବନ୍ଧିତ ଅନୁକ୍ରିୟା ତତ୍ତ୍ଵର ଉପଯୋଗିତା :

(a) ଏହା ଉତ୍ତମ ଅଭ୍ୟାସ ଗଠନ କରିବାରେ ସାହାଯ୍ୟ କରେ ।
(b) ଏହା କୁଅଭ୍ୟାସ ଦୂର କରିବାରେ ସାହାଯ୍ୟ କରେ ।
(c) ଏହା ଭୟର ଦୂରୀକରଣରେ ସାହାଯ୍ୟ ହୋଇଥାଏ ।
(d) ଏହା ସୁସ୍ଥ ମନୋଭାବ ସୃଷ୍ଟି କରିଥାଏ ।
(e) ଏଥପାଇଁ ଅଭ୍ୟାସ ଆବଶ୍ୟକ ।
(f) ଏହାଦ୍ଵାରା ପୁନର୍ବଳନ ସମ୍ଭବ ହୁଏ ।

ଶୈକ୍ଷିକ ଉପଯୋଗିତା (Educational Implication) – ଅନୁବନ୍ଧିତ ଅନୁକ୍ରିୟା ତତ୍ତ୍ଵର ଶିକ୍ଷାକ୍ଷେତ୍ରରେ ଅନେକ ପ୍ରଭାବ ରହିଛି । ସେଗୁଡ଼ିକ ନିମ୍ନରେ ବର୍ଣ୍ଣନା କରାଯାଇଛି ।
(i) ପ୍ରଶଂସା ଓ ଦଣ୍ଡ – ଦଣ୍ଡ ଓ ପ୍ରଶଂସା ସହିତ ଏହି ନୀତିର ସମ୍ପର୍କ ରହିଛି । ଏହି ତତ୍ତ୍ଵ ପ୍ରଶଂସାଦ୍ଵାରା ଦୃଢ଼ୀଭୂତ ହୋଇଥାଏ ଓ ଦଣ୍ଡଦ୍ବାରା ଦୁର୍ବଳ ହୋଇଥାଏ । ତେଣୁ ଉପଯୁକ୍ତ ସମୟରେ ଶିଶୁକୁ ପ୍ରଶଂସା ବା ଦଣ୍ଡ ଦେବା ଆବଶ୍ୟକ ଅଟେ ।

(ii) ସ୍ନେହ ଓ ଘୃଣା – ସ୍ନେହ ଓ ଘୃଣା ମଧ୍ୟ ଦଣ୍ଡ ଓ ପ୍ରଶଂସା ପରି କାର୍ଯ୍ୟ କରିଥାଏ । ଶିଶୁକୁ ତା’ର କାର୍ଯ୍ୟ ପାଇଁ ସ୍ନେହ କଲେ ସେ ଅଧ୍ବକ କାର୍ଯ୍ୟ କରିବାପାଇଁ ଚେଷ୍ଟା କରେ । ଅସାମାଜିକ କାର୍ଯ୍ୟ ପାଇଁ ଘୃଣା କଲେ ସେ ନିଜକୁ ସେହି କାର୍ଯ୍ୟରୁ ଦୂରେଇ ରଖେ ।

(iii) ଅନ୍ଧବିଶ୍ବାସ ଦୂରକରିବା – ଶିଶୁ ମନରେ ଥ‌ିବା ଅନ୍ଧବିଶ୍ଵାସକୁ ଦୂର କରାଯାଇଥାଏ । ଯାତ୍ରା ଆରମ୍ଭ କରିବା ସମୟରେ ବିରାଡ଼ିଟିଏ ଆଗରେ ଚାଲିଗଲେ ସେମାନେ ଭାବନ୍ତି ସେମାନଙ୍କର ଯାତ୍ରା ଶୁଭ ହେବନାହିଁ । ଏଭଳି ଅନ୍ଧବିଶ୍ୱାସକୁ ବୁଝାଇ ଦୂରକଲେ ଶିକ୍ଷା ଫଳପ୍ରଦ ହୁଏ ।

(iv) ପୁନରାବୃତ୍ତି ଓ ଅଭ୍ୟାସ ଗଠନ – ପୁନରାବୃତ୍ତି ଓ ଅଭ୍ୟାସ ଗଠନଦ୍ୱାରା ଏହି ଶିକ୍ଷଣ ତତ୍ତ୍ବ ଫଳପ୍ରଦ ହୋଇଥାଏ । ଏହା ଫଳରେ ଅଭ୍ୟାସ ଗଠନର ମାର୍ଗ ସୁଗମ ହୋଇଥାଏ । ଘରକୁ କେହି ବନ୍ଧୁ ଆସିଲେ ବନ୍ଧୁମାନଙ୍କୁ ପ୍ରଣାମ କରିବାପାଇଁ କୁହାଯାଇଥାଏ । ଏହା ପିଲାଙ୍କୁ ଅଭ୍ୟାସ କରାଇବାଦ୍ୱାରା ଦେଖାଯାଏ ଯେ ଘରକୁ କୌଣସି ଭଦ୍ରଲୋକ ଆସିଲେ ପିଲାମାନେ ସେମାନଙ୍କୁ ପ୍ରଣାମ କରୁଛନ୍ତି ।

(v) ମନୋବୃତ୍ତି ଗଠନ – ମନୋବୃତ୍ତିଦ୍ୱାରା ଶିଶୁମାନଙ୍କୁ ସାମାଜିକ ମୂଲ୍ୟବୋଧ ଶିକ୍ଷା ଦିଆଯାଇଥାଏ; ଯଥା – କେତେକ ହିନ୍ଦୁ ପିଲାମାନଙ୍କର ଅନ୍ୟ ସମ୍ପ୍ରଦାୟର ପୂଜାସ୍ଥଳୀ ପ୍ରତି ପ୍ରତିକୂଳ ମନୋଭାବ ରହିଥାଏ ।

(vi) ଭାଷା ଶିକ୍ଷା – ଅନୁବନ୍ଧନ ପ୍ରକ୍ରିୟା ଭାଷା ଶିକ୍ଷା ପାଇଁ ସାହାଯ୍ୟ କରିଥାଏ । ଉଦାହରଣ – ଶିକ୍ଷକ ପ୍ରଥମେ ଚିତ୍ରଟିଏ ଦେଖାଇ ସେହି ବସ୍ତୁର ନାମ ଉଚ୍ଚାରଣ କରିବାପରେ ଶିଶୁମାନେ ସେହି ବସ୍ତୁର ନାମ ଉଚ୍ଚାରଣ କରିଥା’ନ୍ତି । ଏହି ମାଧ୍ଯମଦ୍ଵାରା ଶିଶୁର ଭାଷା ଶିକ୍ଷା ହୋଇଥାଏ ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

(vii) ମନସ୍ତାତ୍ତ୍ଵିକ ଚିକିତ୍ସା – ଏହି ପଦ୍ଧତିର ଚିକିତ୍ସା ପାଇଁ ଅନୁବନ୍ଧନର ସାହାଯ୍ୟ ନିଆଯାଇଥାଏ । କେତେକ ପିଲା ଶୋଇବା ସମୟରେ ବିଛଣାରେ ପରିସ୍ରା କରିଥା’ନ୍ତି । ସେମାନଙ୍କୁ ସେଥୁରୁ ନିବୃତ୍ତ କରିବାପାଇଁ ଏକ ଭୟଙ୍କର ଶବ୍ଦ ସୃଷ୍ଟି କରାଯାଇଥାଏ ।

6. ଅନ୍ତଦୃଷ୍ଟି ଶିକ୍ଷଣ କ’ଣ ? ଏହାର ଉପଯୋଗିତା ଓ ଶିକ୍ଷାଗତ ସୂଚନା ବିଷୟରେ ଲେଖ ।
Answer:
ଜନ୍ମ ସମୟରେ ଶିଶୁ ଅସହାୟ ଥାଏ । ସବୁବେଳେ ଅନ୍ୟ ଉପରେ ନିର୍ଭର କରେ । ଧୀରେ ଧୀରେ ସେ ବସିବା, ଗୁରୁଣ୍ଡିବା, ଠିଆହେବା, ଚାଲିବା, ଦୌଡ଼ିବା, ଖେଳିବା ଇତ୍ୟାଦି ଶିକ୍ଷାଲାଭ କରେ । ଶିକ୍ଷଣ ପ୍ରକ୍ରିୟା ମନୁଷ୍ୟର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଲାଗିରହେ । ଶିକ୍ଷଣ ମଧ ବ୍ୟକ୍ତି ବା ଶିଶୁର ଲକ୍ଷ୍ୟ ସାଧନରେ ସାହାଯ୍ୟ କରେ । ସେ ବିଭିନ୍ନ କୌଶଳ, ଦକ୍ଷତା ଏବଂ ଆକସ୍ମିକ ଭାବେ ପରିସ୍ଥିତିର ସମ୍ମୁଖୀନ ହୋଇ ଶିକ୍ଷା କରିଥାଏ । ଏଗୁଡ଼ିକୁ ବିଭିନ୍ନ ତତ୍ତ୍ବ ମାଧ୍ୟମରେ ବର୍ଣ୍ଣନା କରାଯାଇଛି । ଅନ୍ତଦୃଷ୍ଟି ତତ୍ତ୍ଵ ତନ୍ମଧ୍ୟରୁ ଗୋଟିଏ ।

ଅନ୍ତଦୃଷ୍ଟି ତତ୍ତ୍ବ (Theory of Insight) – ଶିକ୍ଷଣ ପ୍ରକ୍ରିୟା ସମ୍ବନ୍ଧୀୟ ଏହି ଶିକ୍ଷଣ ତତ୍ତ୍ଵକୁ ଅନ୍ତଦୃଷ୍ଟି ତତ୍ତ୍ୱ କୁହାଯାଇଥାଏ । ଏହାର ଅନ୍ୟନାମ (Gestalt) ବା ସମଗ୍ରାକୃତି । ଜର୍ମାନ୍ ଭାଷାରେ ଗେଷ୍ଟାଲଟ୍‌ର ଅର୍ଥ ହେଉଛି ସମଗ୍ର (Whole) ବା ଗଠନ ପ୍ରଣାଳୀ।

ପ୍ରବର୍ତ୍ତକ – ଉକ୍ତ ମତବାଦର ପ୍ରବର୍ତ୍ତକ ଜର୍ମାନ୍ ମନସ୍ତତ୍ତ୍ବବିତ୍ କୋହ୍ଲର, କୋଫ୍‌ ଏବଂ ୱାରଦିମର୍ । ଏହି ତତ୍ତ୍ବବାଦୀମାନେ ଯେକୌଣସି ପରିସ୍ଥିତିରେ କୌଣସି ପଦାର୍ଥ ବା ପ୍ରକ୍ରିୟାର ଅଂଶ ଅପେକ୍ଷା ବସ୍ତୁର ସମଗ୍ରତା ଉପରେ ବେଶି ଗୁରୁତ୍ଵ ଦେଇଥା’ନ୍ତି ।

ଅର୍ଥ – ଅନ୍ତଦୃଷ୍ଟି ଅର୍ଥ ହେଉଛି କୌଣସି ସମସ୍ୟାର ସମାଧାନ ସମ୍ପର୍କରେ ଆକସ୍ମିକଭାବରେ ହୃଦୟଙ୍ଗମ କରିବା । ସବୁ ଆବିଷ୍କାର ଏବଂ ଉଦ୍ଭାବନ ଅନ୍ତଦୃଷ୍ଟି ତତ୍ତ୍ଵଦ୍ୱାରା ସମ୍ଭବ ହୋଇଥାଏ ।
ସମଗ୍ର ମାନସିକ କ୍ରିୟା ଅନ୍ତଦୃଷ୍ଟି ତତ୍ତ୍ଵରେ ଜଡ଼ିତ । ଏହାଦ୍ଵାରା ସମଗ୍ର ପରିସ୍ଥିତିକୁ ନିରୀକ୍ଷଣ କରି ଅଭିଜ୍ଞତାକୁ ନୂତନ ଭାବରେ ଗଠନ କରାଯାଇଥାଏ ।

ଦୈନନ୍ଦିନ ଜୀବନରେ ଅଭିଜ୍ଞତା – ପୋଖରୀରେ ହଂସଟିଏ ଦେଖିଲା ବେଳକୁ ହଂସର ପୃଷ୍ଠଭୂମି; ଯଥା – ପୋଖରୀରେ ଥୁବା ପାଣି, ଫୁଲ, ପୋଖରୀ ହୁଡ଼ା, ବିଭିନ୍ନ ଲତା ଓ ଅନ୍ୟାନ୍ୟ ଦୃଶ୍ୟକୁ ବାଦ୍ ଦିଆଯାଏ ନାହିଁ । ବ୍ୟକ୍ତି କୌଣସି ବିଷୟ ଶିକ୍ଷା କଲାବେଳେ ସମସ୍ତ ପରିସ୍ଥିତିକୁ ଅନୁଧ୍ୟାନ କରିଥାଏ ।

ପରୀକ୍ଷା – ମନୋବିଜ୍ଞାନ କ୍ଷେତ୍ରରେ ଅନ୍ତଦୃଷ୍ଟି ତତ୍ତ୍ଵର ପ୍ରତିଷ୍ଠାତା ମନୋବିଜ୍ଞାନୀ କୋହ୍ଲର ଏଥ‌ିପାଇଁ ଏକ ପରୀକ୍ଷଣ କରିଥିଲେ । ସେ ‘ସୁଲତାନ’ ନାମକ ଏକ ସିମ୍ପାଞ୍ଜିକୁ ଗୋଟିଏ ବଡ଼ ପିଞ୍ଜରା ମଧ୍ୟରେ ଆବଦ୍ଧକରି ରଖୁଥିଲେ । ସିମ୍ପାଞ୍ଜିଟିକୁ ଭୋକିଲା କରି ରଖାଯାଇଥିଲା । ପିଞ୍ଜରା ବାହାରେ କଦଳୀ ରଖାଯାଇଥିଲା । ପିଞ୍ଜରା ଭିତରେ ଦୁଇଟି କାଠବାଡ଼ି ରଖାଯାଇଥିଲା ଏବଂ ବାଡ଼ି ଦୁଇଟିର ଗଠନ ଏପରି ହୋଇଥିଲା, ଯେପରି ଗୋଟିଏ ଅନ୍ୟଟିର ଏକ ପାଖରେ ଯୋଡ଼ିହୋଇ ପାରିବ ।

କଦଳୀଟି ଏପରି ସ୍ଥାନରେ ଥିଲା ଗୋଟିଏ ବାଡ଼ି ବ୍ୟବହାର କଲେ ପାଇବ ନାହିଁ । ଯଦି ଦୁଇଟି ବାଡ଼ିକୁ ଖଞ୍ଜି ବ୍ୟବହାର କରାଯାଏ ତେବେ କଦଳୀ ଆଣିହେବ । ସୁଲତାନ କଦଳୀଟି ଖାଇବାକୁ ଇଚ୍ଛା କଲା । ପ୍ରଥମେ ସେ ତା’ର ନିଜ ହାତକୁ ବଢ଼ାଇଲା ତାହା ପାଇଲା ନାହିଁ । ପରେ ଉଭୟ ବାଡ଼ିକୁ ଥର ଥର କରି ବଢ଼ାଇଲା ତାହା ମଧ୍ଯ ପାଇଲା ନାହିଁ, ନିରାଶ ହୋଇ ପିଞ୍ଜରାର ଗୋଟିଏ କୋଣରେ ବସିଲା ଓ ବାଡ଼ି ଦୁଇଟି ସହ ଖେଳିଲା ।

ଖେଳୁଖେଳୁ ଦେଖୁଲା ଯେ ବାଡ଼ି ଦୁଇଟି ଯୋଡ଼ି ହୋଇପାରୁଛି । ତେଣୁ କଦଳୀ ପାଇବାପାଇଁ ତା’ର ମନରେ ହଠାତ୍ ବୁଦ୍ଧି ଆସିଗଲା । ସେ ବାଡ଼ି ଦୁଇଟିକୁ ଯୋଡ଼ି କଦଳୀ ଆଣି ଖାଇଲା । କୋହ୍ଲର ଏଠାରେ ଲକ୍ଷ୍ୟ କଲେ ଯେ ସିମ୍ପାଞ୍ଜି ଭୋକିଲା ଥିବାରୁ ସେ ଖାଦ୍ୟ ପାଇଁ ଉପାୟ ଚିନ୍ତାକଲା ।

ଅନ୍ତଦୃଷ୍ଟି ତତ୍ତ୍ଵର ଶିକ୍ଷାଗତ ସୂଚନା :
(i) ସମଗ୍ରରୁ ଆରମ୍ଭ କରି ଅଂଶବିଶେଷକୁ ଅଗ୍ରସର ହେବା (Proceeding from whole to part)- ଏହି ମତ ଅନୁସାରେ ଶିକ୍ଷଣ ସବୁବେଳେ ସମଗ୍ର ପରିସ୍ଥିତିରୁ ତା’ର ବିଭିନ୍ନ ଅଂଶକୁ ଅଗ୍ରସର ହୁଏ । ଏହା ଫଳରେ ଛାତ୍ରଛାତ୍ରୀଙ୍କୁ ସମଗ୍ର ବସ୍ତୁ ଉପରେ ସମ୍ପୂର୍ଣ୍ଣ ଧାରଣା ଦିଆଯାଇପାରିବ । ଭୂଗୋଳ ଶିକ୍ଷାଦାନରେ ପ୍ରଥମେ ସମଗ୍ର ପୃଥ‌ିବୀରୁ ଆରମ୍ଭ କରି ତା’ର ବିଭିନ୍ନ ଅଂଶ; ଯଥା ମହାଦେଶ, ରାଷ୍ଟ୍ର, ଦେଶ, ସହର ସମ୍ପର୍କରେ ଶିକ୍ଷା ଦିଆଯାଇଥାଏ । ବିଜ୍ଞାନରେ ଫୁଲ ବିଷୟରେ ଶିକ୍ଷାଦେଲାବେଳେ ପ୍ରଥମେ ସମସ୍ତ ଫୁଲ ଓ ପରେ ତା’ର ଅଂଶକୁ ବିଶ୍ଳେଷଣ କରାଯାଏ ।

(ii) ପ୍ରବର୍ତ୍ତନା ବା ପ୍ରରୋଚନାର ସୃଷ୍ଟି (Creation of motivation) – କୋହ୍ଲରଙ୍କ ପରୀକ୍ଷାରେ ସୁଲତାନକୁ ଭୋକିଲା ରଖାଯାଇଥିଲା । ଫଳରେ ଖାଦ୍ୟ ପାଇବାପାଇଁ ତା’ମନରେ ଆଗ୍ରହ ସୃଷ୍ଟିହେଲା । ସେ ଖୁବ୍ ଭୋକିଲା ଥ‌ିବା ଯୋଗୁଁ ସେ ଖାଦ୍ୟ ପାଇଁ ବ୍ୟଗ୍ରତା ପ୍ରକାଶ କରୁଥିଲା । ତେଣୁ ଶିକ୍ଷକ ଛାତ୍ର ମନରେ ଶିକ୍ଷା ପାଇଁ ଯଥାସମ୍ଭବ ଆଗ୍ରହ ସୃଷ୍ଟି କରିବା ଉଚିତ ।

(iii) ବୋଧଶକ୍ତିରେ ଗୁରୁତ୍ବ ଆରୋପ କରିବା (Emphasis on understanding) – ସମସ୍ତ ପ୍ରକାର ଉଚ୍ଚତର ଶିକ୍ଷାପାଇଁ ଯାନ୍ତ୍ରିକଭାବରେ ପୁନରାବୃତ୍ତି କରିବା ବା ନବୁଝି ମୁଖସ୍ଥ କରିବା କିମ୍ବା ପ୍ରଯତ୍ନ-ପ୍ରମାଦ ତତ୍ତ୍ୱ ପରୀକ୍ଷା ଓ ଭ୍ରାନ୍ତି ମାଧ୍ୟମରେ ଶିକ୍ଷା କରିବା ପଦ୍ଧତି ଅନାବଶ୍ୟକ ଅଟେ । କିନ୍ତୁ ସମସ୍ୟା ସମ୍ପର୍କରେ ଅନ୍ତଦୃଷ୍ଟି ଜାଗ୍ରତ କରାଇବା ନିତାନ୍ତ ଆବଶ୍ୟକ । ସମସ୍ୟା ହେଉ ବା ବିଜ୍ଞାନ ସମ୍ବନ୍ଧୀୟ ପରୀକ୍ଷା ହେଉ ସବୁକ୍ଷେତ୍ରରେ ଅନ୍ତଦୃଷ୍ଟି ମାଧ୍ୟମରେ ଶିକ୍ଷା ଦେଲେ ସମୟ ଓ ଶକ୍ତିର ଅପଚୟ ହୁଏ ନାହିଁ ।

ଏହି ଅନ୍ତଦୃଷ୍ଟି ମାଧ୍ୟମରେ ଶିକ୍ଷାର ଯଥେଷ୍ଟ ମୂଲ୍ୟ ରହିଛି । ଶିକ୍ଷକ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସମସ୍ୟା ସମାଧାନର ପନ୍ଥା ଆବିଷ୍କାର କରିବା ନିମିତ୍ତ ଯଥେଷ୍ଟ ଚେଷ୍ଟାକରିବା ଉଚିତ । ଉଦାହରଣସ୍ୱରୂପ, ଜ୍ୟାମିତି ଶିକ୍ଷାଦାନ ସମୟରେ ଶିକ୍ଷକ ଛାତ୍ରଛାତ୍ରୀଙ୍କ ଆଗରେ ଏକ ସମସ୍ୟା ଉପସ୍ଥାପିତ କରି ସେମାନଙ୍କୁ ତତ୍ ସମ୍ପର୍କରେ ଚିନ୍ତାକରି ସମାଧନ ପନ୍ଥା ଖୋଜିବାପାଇଁ କହିବା ଉଚିତ । ଶିକ୍ଷକ ଆବଶ୍ୟକ ସ୍ଥଳେ ସେମାନଙ୍କୁ ଅନୁସନ୍ଧାନ ପନ୍ଥା ସମ୍ପର୍କରେ ସୂଚନା ଦେବା ବିଧେୟ । ସେ ଛାତ୍ରଛାତ୍ରୀଙ୍କୁ କେବଳ ନିର୍ଦ୍ଧାରିତ ଜ୍ଞାନ ପ୍ରଦାନ କରିବା ଅନୁଚିତ । ସେମାନେ କିପରି ଜ୍ଞାନ ଆହରଣ କରିବାକୁ ସମର୍ଥ ହେବେ ସେଥପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ଅର୍ଥାତ୍ ସେମାନଙ୍କ ଆବିଷ୍କାର ମନୋବୃତ୍ତିର ବିକାଶ ନିମିତ୍ତ ଶିକ୍ଷକ ଚେଷ୍ଟା କରିବା ଉଚିତ ।

7. ପ୍ରଯନ୍ତ୍ର -ପ୍ରମାଦ ଶିକ୍ଷଣ ତତ୍ତ୍ବକୁ ପରୀକ୍ଷାମୂଳକ ଭାବେ ବର୍ଣନା କରି ଏହାର ଶିକ୍ଷାଗତ ପ୍ରଭାବ ଆଲୋଚନା କର ।
Answer:
ମାର୍କିନ୍ ମନସ୍ତତ୍ତ୍ବବିତ୍ ଇ.ଏଲ୍. ଥର୍ଣଡାଇକ୍ ପ୍ରଥମ କରି ତାଙ୍କ ତତ୍ତ୍ବ ମାଧ୍ୟମରେ ଉଦ୍ଦୀପକ ଓ ପ୍ରତିକ୍ରିୟା ମାଧ୍ଯମରେ ସ୍ଥାପିତ ହୋଇଥିବା ସଂଯୋଗ ଉପରେ ଗୁରୁତ୍ବ ଆରୋପ କରିଥିଲେ । ତାଙ୍କ ମତରେ ମନୁଷ୍ୟ ତଥା ଇତର ପ୍ରାଣୀମାନେ ପ୍ରଯନୂ- ପ୍ରମାଦ ପଦ୍ଧତି ଅନୁସାରେ ଶିକ୍ଷାଲାଭ କରିଥା’ନ୍ତି । ପ୍ରଥମେ ସେ ବିରାଡ଼ି, ମୂଷାମାନଙ୍କ ବିଷୟରେ ଗବେଷଣା କରି ପରେ ବିଦ୍ୟାଳୟର ଶିଶୁମାନଙ୍କ ସମ୍ପର୍କରେ ଗବେଷଣା କରିଥିଲେ । କଲମ୍ବିଆ ବିଶ୍ବବିଦ୍ୟାଳୟରେ ଅଧ୍ୟାପନା ସମୟରେ ଗବେଷଣାରୁ ଏହି ତତ୍ତ୍ବ ପ୍ରକାଶ କରିଥିଲେ ।

ତାଙ୍କ ମତରେ ପ୍ରାଣୀ କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ଉପନୀତ ହେବା ପୂର୍ବରୁ ନାନା ପ୍ରକାର ଅଭ୍ୟାସ କରିଥାଏ । ଅଭ୍ୟାସଗୁଡ଼ିକ ଉଦ୍ଦେଶ୍ୟମୂଳକ ଓ ବିକ୍ଷିପ୍ତ ହେତୁ କେତେକକୁ ଛାଡ଼ିଦେଲେ ଅନ୍ୟଗୁଡ଼ିକ ପ୍ରଭାବିତ ହୁଅନ୍ତି ନାହିଁ । ଯଦି ହଠାତ୍ କୌଣସି ଅଭ୍ୟାସ ସଫଳକାମୀ ହେଲା ପ୍ରାଣୀ ତାହାକୁ ବାରମ୍ବାର ଅଭ୍ୟାସ ଓ ପୁନରାବୃତ୍ତି କରିଥାଏ ।

କ୍ରମଶଃ ଭ୍ରମାତ୍ମକ ଅଭ୍ୟାସଗୁଡ଼ିକ ପ୍ରାଣୀ ମନରୁ ଦୂରୀଭୂତ ହୁଏ ଓ ଫଳପ୍ରଦ ଅଭ୍ୟାସଗୁଡ଼ିକ ପ୍ରତି ଆଗ୍ରହ ଜାତ ହୋଇ ଅଭ୍ୟାସଗୁଡ଼ିକ ସହ ଉଦ୍ଦୀପକର ସଂଯୋଗ ସ୍ଥାପିତ ହୁଏ । କ୍ରମାଗତ ଅଭ୍ୟାସ ଫଳରେ କମ୍ ସମୟରେ ଲକ୍ଷ୍ୟ ସାଧନରେ ସଫଳ ହୁଏ ଓ ଶିକ୍ଷଣ କାର୍ଯ୍ୟ ସମ୍ଭବ ହୁଏ । ଉଦାହରଣ- ଏକ ନୂତନ ବିଷୟ ବାରମ୍ବାର ପଠନ କଲେ ମନେରଖୁ ସମ୍ଭବ ହୁଏ ।

ଥଣ୍ଡଡାଇକ୍‌ଙ୍କ ପରୀକ୍ଷା : E.L. Throndike ନିଜର ଶିକ୍ଷଣତତ୍ତ୍ଵ ପରୀକ୍ଷା କରିବା ନିମନ୍ତେ ବିଭିନ୍ନ ପ୍ରକାର ଯନ୍ତା ଓ ଅଙ୍କାବଙ୍କା ରାସ୍ତା ମଧ୍ୟଦେଇ ନିର୍ମିତ ଗୋଲକଧନ୍ଦା ବାକ୍ସ (Puzzle box) ର ସାହାଯ୍ୟ ନେଇଥିଲେ । ଗୋଲକଧନ୍ଦା ବାକ୍ସ ଓ ବିରାଡ଼ିକୁ ନେଇ ତାଙ୍କର ପରୀକ୍ଷା କରାଯାଇଥିଲା । ଥଣ୍ଡିଡାଇକ୍ ପ୍ରଥମେ ଏକ କ୍ଷୁଧାଇଁ ବିରାଡ଼ିକୁ ଗୋଲକଧନ୍ଦା ବାକ୍ସ ମଧ୍ଯରେ ପ୍ରବେଶ କରାଇଥିଲେ । ଏହି ବାକ୍ସଟିରେ ଗୋଟିଏ ଦ୍ଵାର ଥିଲା । ଏହି ଦ୍ଵାରଟିକୁ ଏଭଳି ବନ୍ଦ କରାଯାଇଥିଲା ଯେ ଏହି ସଂଯୋଗଦ୍ଵାର କିଳିଣୀ ମାଡ଼ି ଦେଲେ ଦ୍ଵାରଟି ଖୋଲିଯିବ । ବାକ୍ସର ବାହାରେ ଅନତି ଦୂରରେ ଦୁଗ୍ଧପାତ୍ରଟି ରଖାଯାଇଥିଲା ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

କ୍ଷୁଧାଇଁ ବିରାଡ଼ିଟିର ପାଦ ସମୟେ ସମୟେ କିଳିଣୀଟି ଉପରେ ପଡ଼ିଯାଏ ଓ ଦ୍ଵାରଟି ଖୋଲିଯାଏ । ତା’ପରେ ପୁନର୍ବାର ବିରାଡ଼ିଟିକୁ ଧରିଆଣି ବାକ୍ସ ମଧ୍ୟରେ ରଖାଗଲେ ସେ ପୂର୍ବଭଳି ବାହାରକୁ ଯିବାଲାଗି ଗୁଡ଼ିଏ ବିଫଳ ପ୍ରଚେଷ୍ଟା କରେ । ପୂର୍ବପରି ତା’ର ପାଦ କିଳିଣୀଟିରେ ପଡ଼ିଯାଏ ଓ ବିରାଡ଼ିଟି ସହଜରେ ବାହାରକୁ ଆସିଥାଏ । ଏହି ପ୍ରକ୍ରିୟାକୁ ବାରମ୍ବାର କରିବା ଫଳରେ ଥର୍ଲଡାଇକ୍ ଦେଖୁଲେ ଯେ ବିରାଡ଼ିଟି ଆସ୍ତେ ଆସ୍ତେ ଭୁଲ୍ ଅଭ୍ୟାସଗୁଡ଼ିକ ପରିତ୍ୟାଗ କରି ବାକ୍ସଟିରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପାଦଦ୍ଵାରା ଚାପ ପ୍ରଦାନ କରିବା ଫଳରେ ଦ୍ଵାରଟି ଉନ୍ମକ୍ତ ହେଉଅଛି ।

ଉକ୍ତ ପରୀକ୍ଷାକ୍ଷେତ୍ରରେ ପ୍ରବଳ ଇଚ୍ଛା, ଉଦ୍ଦେଶ୍ୟ, ବାଧା, ନିରୁଦ୍ଦେଶ୍ୟ ଗତି ଆଦି ପ୍ରକ୍ରିୟାଗୁଡ଼ିକ କାର୍ଯ୍ୟ କରେ । ଏପରି ଏକ ସମୟ ଆସେ, ଯେତେବେଳେ ବିରାଡ଼ିଟି ଦ୍ଵାର ଖୋଲିବା ଲାଗି କାଳ କ୍ଷେପଣ ନ କରି ଦ୍ବାର ପାଖରେ ଥ‌ିବା କିଳିଣୀଟିକୁ ପାଦରେ ଚାପଦେଇ ବାହାରକୁ ଆସିବାର ପ୍ରକୃତ କୌଶଳ ହାସଲ କରେ । ଏଥ‌ିପାଇଁ ତାକୁ ଆଉ ନିରୁଦ୍ଦେଶ୍ୟ ଭ୍ରମାତ୍ମକ ଗତି କରିବାକୁ ପଡ଼ିଲା ନାହିଁ । ଅତଏବ, ବିରାଡ଼ିଟି ଦ୍ବାର ଖୋଲିବାପାଇଁ ଆବଶ୍ୟକୀୟ ଶିକ୍ଷଣ ବା ଜ୍ଞାନକୌଶଳ ହାସଲ କରିବାରେ ସମର୍ଥ ହେଲା ।

ପ୍ରଯନୂ – ପ୍ରମାଦ ଶିକ୍ଷଣର ଶିକ୍ଷାଗତ ପ୍ରଭାବ :
(୧) ଏହି ଶିକ୍ଷଣ ଅଭିପ୍ରେରଣଦ୍ବାରା ସମ୍ଭବ । କାରଣ, ପ୍ରାଣୀ କ୍ଷୁଧାଉଁ ଥିଲେ ଖାଦ୍ୟପ୍ରାପ୍ତି ନିମିତ୍ତ ପ୍ରୟାସ କରି ଶିକ୍ଷାଲାଭ କରିଥାଏ ।
(୨) ପ୍ରାଣୀ ବିଭିନ୍ନ ପ୍ରକାର ଉଦ୍ଦୀପନା ପ୍ରକାଶ କରିଥାଏ; କାରଣ ବିରାଡିଟି ଲକ୍ଷ୍ୟ ହାସଲ ପର୍ଯ୍ୟନ୍ତ ବୁଲିବା, ରାମ୍ପୁଡ଼ିବା, ଟଣା ଓଟରା ଇତ୍ୟାଦି କାର୍ଯ୍ୟ ହିଁ ଗୋଲକଧନ୍ଦା ବାକ୍ସ ମଧ୍ଯରେ କରିଥାଏ ।
(୩) କେତେକ ପ୍ରତିକ୍ରିୟା ଲକ୍ଷ୍ୟ ହାସଲର ସହାୟକ । ସେଗୁଡ଼ିକ ସନ୍ତୋଷଜନକ ପ୍ରତିକ୍ରିୟା ରୂପେ ଅଭିହିତ ହୋଇଥାଏ; ମାତ୍ର ଅନ୍ୟ କେତେଗୁଡ଼ିଏ ପ୍ରତିକ୍ରିୟା ଏ ଦିଗରେ ସାହଯ୍ୟ କରିନଥା’ନ୍ତି । ତେଣୁ ଏଗୁଡ଼ିକୁ ବିରକ୍ତିକର ପ୍ରତିକ୍ରିୟା ରୂପେ ଅଭିହିତ
କରାଯାଏ ।
(୪) ସନ୍ତୋଷଜନକ ପ୍ରତିକ୍ରିୟାଗୁଡ଼ିକ ଉତ୍ତମ ରୂପେ ଶିକ୍ଷା କରାଯାଇପାରେ । କାରଣ ଏଗୁଡ଼ିକ ଲକ୍ଷ୍ୟପ୍ରାପ୍ତିରେ ସହାୟକ ।
(୫) ବିରକ୍ତିକର ପ୍ରତିକ୍ରିୟାଗୁଡ଼ିକ କ୍ରମାନ୍ୱୟରେ ପରିହାର କରାଯାଇପାରେ । କାରଣ ଏଗୁଡ଼ିକ ଲକ୍ଷ୍ୟପୂରି ଦିଗରେ ସହାୟକ ହୋଇନଥା’ନ୍ତି ।
(୬) ଉଦ୍ଦୀପକ ଉଦ୍ଦେଶ୍ୟମୂଳକ ହେତୁ ବ୍ୟକ୍ତିର ଉଦ୍ଦୀପନା ସୃଷ୍ଟି ହୁଏ ।
(୭) ଲକ୍ଷ୍ୟ ସାଧନ ଉପାୟଗୁଡ଼ିକ ଭିନ୍ନ ଭିନ୍ନ ।
(୮) ଫଳପ୍ରଦ ପ୍ରଚେଷ୍ଟାଗୁଡ଼ିକ ଗ୍ରହଣ କରି ଲକ୍ଷ୍ୟ ସାଧନ କରାଯାଏ ।
(୯) ଶିକ୍ଷଣ ଶିକ୍ଷାର୍ଥୀକୁ ପ୍ରଭାବିତ କରିଥାଏ । ଶିକ୍ଷଣ କାର୍ଯ୍ୟକ୍ରମରେ ଦଣ୍ଡନୀତିକୁ ପରିହାର କରାଗଲେ ଶିକ୍ଷଣ ବୃଦ୍ଧିପାଏ ।
(୧୦) ପୁରସ୍କାର ପ୍ରଦାନଦ୍ୱାରା ଦ୍ରୁତ ଶିକ୍ଷଣ ସମ୍ଭବ ହୁଏ । ଶିକ୍ଷା-କ୍ଷେତ୍ରରେ ଉପକରଣ ବ୍ୟବହାର, ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ଶିକ୍ଷଣକୁ ତ୍ବରାନ୍ବିତ କରେ ।
(୧୧) ବିଭିନ୍ନ ସମସ୍ୟାର ସମାଧାନ ଏହାଦ୍ଵାରା ସମ୍ଭବ ହୁଏ ।
(୧୨) ବାରମ୍ବାର ପୁନରାବୃତ୍ତି, ପଠନଦ୍ୱାରା କୌଣସି ବିଷୟକୁ ଭଲ ଭାବେ ପଠନ କରାଯାଏ । ଅଭ୍ୟାସ ପୂର୍ଣ୍ଣତା ଆଣିଦିଏ (Practice makes a man perfect.) ।
(୧୩) ଶିକ୍ଷଣର ଅଭିଜ୍ଞତାଗୁଡ଼ିକ ଛାତ୍ର ଉପରେ ପ୍ରତିଫଳିତ ହୋଇ ପରିବର୍ତ୍ତନ ଆଣେ ।

୨ୟ ପରୀକ୍ଷା :
ଲଏଡ୍ ମୋରଗାନ୍ ଓ ମ୍ୟାକ୍ ହ୍ୟୁଗାଲଙ୍କ ପରୀକ୍ଷା : ଲଏଡ୍ ମୋରଗାନ ଓ ମ୍ୟାକ୍‌ଗାଲ କୁକୁର ଓ ମୂଷା ଉପରେ ଉକ୍ତ ପରୀକ୍ଷା କରି ପ୍ରଯନ୍ -ପ୍ରମାଦ ତତ୍ତ୍ଵ ର ପରୀକ୍ଷା କରିଥିଲେ । ଏହି ତତ୍ତ୍ଵର ବୈଶିଷ୍ଟ୍ୟ ହେଲା-

ପରିବେଶର ଉଦ୍ଦୀପକ ଓ ତତ୍ ସମ୍ପର୍କିତ ପ୍ରତିକ୍ରିୟା ମଧ୍ୟରେ ସମ୍ବନ୍ଧ ସ୍ଥାପନ : ପ୍ରତ୍ୟେକ ଉଦ୍ଦୀପକ ବ୍ୟକ୍ତିର ମନରେ ଉଦ୍ଦୀପନା ଓ ପ୍ରତିକ୍ରିୟା ସୃଷ୍ଟି କରେ । ଏହା ବ୍ୟକ୍ତିର ସ୍ନାୟବିକ ସମ୍ବନ୍ଧ । ଏହି ପ୍ରତିକ୍ରିୟା ଓ ଉଦ୍ଦୀପକ ମଧ୍ୟରେ ସଂଯୋଗ ସ୍ଥାପନକୁ ଉଦ୍ଦୀପକ ପ୍ରତିକ୍ରିୟା ସଂଯୋଗ (Stimulus Response Bond) ବା S.R. Bond କୁହାଯାଏ । ଏହାକୁ ମଧ୍ୟ ସଂଯୋଜକ ତତ୍ତ୍ବ ବା Theory of Association ବୋଲି କୁହାଯାଏ । .

ମୋଟର କାର୍ଯ୍ୟକଳାପ (Motor Activity), ଧାରଣା (Perception), ଧାରଣା (Conception) ବା| ଆବେଗାତ୍ମକ (Emotional) ଭାବନା ଆଦିକୁ ସୂଚାଏ । ଉଦ୍ଦୀପକ ଉଦ୍ଦେଶ୍ୟମୂଳକ ହେତୁ ବ୍ୟକ୍ତିର ଉଦ୍ଦୀପନା ସୃଷ୍ଟି ହୁଏ ।

BSE Odisha Class 12 Education Notes

ବିଷୟଭିତ୍ତିକ ସୂଚନା

ଶିକ୍ଷାର ଅର୍ଥ :
ମନୁଷ୍ୟ ଶିକ୍ଷା ଅର୍ଜନ କରେ । ଶିକ୍ଷାଦ୍ବାରା ସେ ତା’ର ଆଚରଣକୁ ମାର୍ଜିତ କରିଥାଏ । ଶିକ୍ଷାଦ୍ବାରା ମନୁଷ୍ୟ ଯେଉଁ ଜ୍ଞାନ ଆହରଣ କରିଥାଏ ତାହାକୁ ଶିକ୍ଷଣ କହନ୍ତି । ଶିକ୍ଷା-ମନୋବିଜ୍ଞାନରେ ଶିକ୍ଷଣ କ୍ରିୟା ବା ଶିକ୍ଷଣତତ୍ତ୍ଵ ଏକ ପ୍ରଧାନ ଆଲୋଚ୍ୟ ବିଷୟ । ଶିକ୍ଷା ଏକ ଜୀବନବ୍ୟାପୀ ପ୍ରକ୍ରିୟା । ଶିଶୁ ବୟଃକ୍ରମେ ନିଜ ଚାରିପଟେ ଥିବା ପରିବେଶରୁ ଅନେକ କଥା ଶିକ୍ଷା କରେ । ବ୍ୟକ୍ତିର ଚତୁଃପାର୍ଶ୍ଵରେ ଥିବା ତା’ର ପରିବେଶ ପରିବର୍ତ୍ତନଶୀଳ ।

ଏହି ପରିବର୍ତ୍ତନଶୀଳ ପରିବେଶ ଉପରେ ନୂଆ ନୂଆ ଆଚରଣ ଶିଖି ସେଗୁଡ଼ିକୁ ନିଜର ପରିବେଶରେ ପ୍ରୟୋଗ କରିବାକୁ ପଡ଼ିଥାଏ । ବ୍ୟକ୍ତିର ଅତୀତ ଅଭିଜ୍ଞତା ପରିବେଶ ଅନୁଯାୟୀ ନୂତନ ଶିକ୍ଷା ପାଇଁ ପ୍ରେରଣା ଦେଇଥାଏ । ଶିକ୍ଷଣ ପ୍ରକ୍ରିୟାର ଅର୍ଥ ‘ଅତୀତର ଅଭିଜ୍ଞତାକୁ ଭିଭିକରି କୌଣସି ନୂତନ ବିଷୟ ଅଥବା ନୂତନ ଆଚରଣ ଆୟତ୍ତ କରିବା ।’’

ଶିକ୍ଷଣ ପ୍ରକ୍ରିୟାଦ୍ଵାରା ଶିଶୁର ବ୍ୟବହାର ପରିମାର୍ଜିତ ହୋଇଥାଏ ଓ ତା’ର ଆଚରଣରେ ଅନେକ ଉନ୍ନତ ବାଞ୍ଛନୀୟ ପରିବର୍ତ୍ତନ ଘଟିଥାଏ । ସେ ପରିବର୍ତ୍ତିତ ପରିବେଶର ସମ୍ମୁଖୀନ ହେବାକୁ ସକ୍ଷମ ହୋଇଥାଏ । ପ୍ରତ୍ୟେକ ଶିକ୍ଷଣ ମୂଳରେ କିଛି ନା କିଛି ଉଦ୍ଦେଶ୍ୟ ନିହିତ ଥାଏ ଏବଂ ଶିକ୍ଷଣର ପ୍ରତ୍ୟେକ ଉଦ୍ଦେଶ୍ୟ ବ୍ୟକ୍ତିର କୌଣସି ନା କୌଣସି ସହଜାତ ପ୍ରବୃତ୍ତି ସହିତ ଜଡ଼ିତ । ମନସ୍ତତ୍ତ୍ବବିତ୍‌ମାନେ ଶିକ୍ଷଣର ଅନେକ ସଂଜ୍ଞା ନିରୂପଣ କରିଛନ୍ତି ।

କିମ୍ବଲ ଓ ଗାର୍ମେଜୀଙ୍କ ମତରେ, ‘ବୟଃପ୍ରାପ୍ତ ସାଧନ ଯୋଗୁଁ ଶିକ୍ଷଣ ସମ୍ଭବ ହୁଏ ।’’ ଅର୍ଥାତ୍ ଅଭ୍ୟାସ ଓ ତା’ର ଫଳାଫଳ ମଧ୍ୟରେ ଥିବା ସମ୍ପର୍କ ହେତୁ ବ୍ୟକ୍ତି ଶିକ୍ଷା କରେ । ବ୍ୟକ୍ତି ବ୍ୟବହାରର ପରିବର୍ତ୍ତନକୁ ଲକ୍ଷ୍ୟ କରି ଶିକ୍ଷଣ ଘଟିଛି ବୋଲି ଅନୁମାନ କରାଯାଏ ।

ଅନ୍ୟ କେତେକ ମନସ୍ତତ୍ତ୍ଵବିଦ୍‌ଙ୍କ ମତରେ, “ଶିକ୍ଷଣ ହେଉଛି ଆଚରଣଗତ ପରିବର୍ତ୍ତନ ।’’ ମନୁଷ୍ୟ ତା’ର ପରିବେଶାନୁଯାୟୀ ଆଚରଣ ବା ବ୍ୟବହାରରେ ପରିବର୍ତ୍ତନ କରିଥାଏ । ଦୈହିକ ବିକାଶ ଓ ଶାରୀରିକ ବୃଦ୍ଧି ଏବଂ ବିକାଶ ପର୍ଯ୍ୟାୟକ୍ରମେ ଶିଶୁର ଆଚରଣଗତ ପାର୍ଥକ୍ୟ ଓ ବିକାଶରେ ପରିଲକ୍ଷିତ ହୋଇଥାଏ ।

ତେଣୁ ସଂକ୍ଷେପରେ କହିଲେ, ପ୍ରତି ପଦକ୍ଷେପରେ ଶିକ୍ଷଣ ମଣିଷ ଜୀବନକୁ ପ୍ରଭାବିତ କରେ ଓ ମଣିଷର ଉଭୟ ଭଲ ଓ ମନ୍ଦ ଗୁଣ ଗଠନରେ ଏହା ସହାୟକ ହୋଇଥାଏ । ଶିକ୍ଷଣ ପ୍ରକ୍ରିୟା ଫଳରେ ଶିଶୁ ନାନାବିଧ ଜ୍ଞାନ, କର୍ମକୌଶଳ, ବିଭିନ୍ନ ମନୋବୃତ୍ତି ତଥା ବ୍ୟକ୍ତିତ୍ଵର ଅଧିକାରୀ ହୋଇଥାଏ । ଏହି ପ୍ରକ୍ରିୟା ଅତ୍ୟନ୍ତ ବ୍ୟାପକ । ଜନ୍ମଠାରୁ ଆରମ୍ଭ କରି ମୃତ୍ୟୁପର୍ଯ୍ୟନ୍ତ ଏହା ନିରବଚ୍ଛିନ୍ନଭାବରେ ଗତି କରିଥାଏ । ପ୍ରତ୍ୟେକ ଶିଶୁର ନିର୍ଦ୍ଦିଷ୍ଟ ବ୍ୟକ୍ତିତ୍ଵ, ଦୃଷ୍ଟିଭଙ୍ଗୀ, ଆଚରଣ ତଥା ବିଭିନ୍ନ କର୍ମଦକ୍ଷତା ଓ ସାମାଜିକ ପ୍ରତିଯୋଜନ କ୍ଷମତା ଏହି ଶିକ୍ଷଣର ଫଳ ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

ଶିକ୍ଷଣର ପ୍ରକୃତି :
(i) ଶିକ୍ଷଣ ହିଁ ସମଯୋଜନ : ମଣିଷକୁ ପରିବେଶଜନିତ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ଏହି ପରିବେଶରେ ନିଜକୁ ଖାପଖୁଆଇ ଚଳିବାପାଇଁ ସମଯୋଜନର ଶିକ୍ଷଣ ହିଁ ସହାୟକ ହୋଇଥାଏ । ତେଣୁ ସମଯୋଜନ ହିଁ ଶିକ୍ଷଣ ପଦବାଚ୍ୟ ।
(ii) ଶିକ୍ଷଣ ଉଦ୍ଦେଶ୍ୟମୂଳକ : କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଶିକ୍ଷଣ କାର୍ଯ୍ୟ ସାଧନ କରାଯାଏ । ଏହି ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଶିକ୍ଷଣୀୟ କି ନୁହେଁ ତାହା ଶିକ୍ଷା, ଶିକ୍ଷକ ଓ ଶିକ୍ଷାଦାନ ପଦ୍ଧତି ନିର୍ଦ୍ଧାରଣ କରନ୍ତି ।
(iii) ସ୍ଵେଚ୍ଛାପ୍ରଣୋଦିତ ପ୍ରକ୍ରିୟା : ଶିକ୍ଷାର୍ଥୀ ସ୍ଵେଚ୍ଛାପ୍ରଣୋଦିତ ହୋଇ ଶିକ୍ଷା ଲାଭ କରେ, ବାଧ୍ୟବାଧକତାଦ୍ବାରା ଶିକ୍ଷଣ ସମ୍ପନ୍ନ ହୁଏ ନାହିଁ ।
(iv) ଶିକ୍ଷଣ ଏକ ସକ୍ରିୟ ପ୍ରକ୍ରିୟା : ଶିକ୍ଷଣରେ ଶିକ୍ଷାଦାତା ଓ ଶିକ୍ଷାଗ୍ରହୀତା ଉଭୟେ ସକ୍ରିୟ ଓ ସଜାଗ ହୋଇଥା’ନ୍ତି । ଶିକ୍ଷାଦାତା ଶିକ୍ଷାର୍ଥୀର ବିକାଶ ନିମିତ୍ତ ଶିକ୍ଷାଦାନ କରନ୍ତି ଏବଂ ଶିକ୍ଷାର୍ଥୀ ବିକଶିତ ହେବା ଲକ୍ଷ୍ୟରେ ଶିକ୍ଷାଗ୍ରହଣ କରେ ।
(v) ଶିକ୍ଷଣ ବ୍ୟକ୍ତିଗତ ତଥା ସାମାଜିକ : ଶିକ୍ଷଣଦ୍ବାରା ବ୍ୟକ୍ତିଗତ ଉନ୍ନତି ଓ ସାମାଜିକ କଲ୍ୟାଣ ସମ୍ଭବ ହୁଏ ।
(vi) ଶିକ୍ଷଣ ସଂକ୍ରମଣାତ୍ମକ : ଗୋଟିଏ ପରିବେଶରେ ଅର୍ଜିତ ଅଭିଜ୍ଞତାଦ୍ୱାରା ମଣିଷର ପୁରାତନ ଅଭିଜ୍ଞତାରାଜିରେ କୋଠଭଣ୍ଡାର କ୍ରମଶଃ ପରିବର୍ଦ୍ଧିତ ହୁଏ ।
(vii) ଚରିତ୍ର ଗଠନ ହିଁ ଶିକ୍ଷଣ : ଶିକ୍ଷଣ ମାଧ୍ୟମରେ ବ୍ୟକ୍ତି ଆତ୍ମସଂଯମ, ସାଧନା, ଏକାଗ୍ରତା ଇତ୍ୟାଦିର ଦକ୍ଷତା ହାସଲ କରି ନିଜର ଚରିତ୍ର ଗଠନ କରିଥାଏ ।

ଶିକ୍ଷଣକୁ ପ୍ରଭାବିତ କରୁଥ‌ିବା ଉପାଦାନ :
(i) ଶାରୀରିକ ସ୍ଵାସ୍ଥ୍ୟ : କଥାରେ ଅଛି, ‘ସ୍ୱାସ୍ଥ୍ୟ ହିଁ ସମ୍ପଦ’ । ଶାରୀରିକ ସୁସ୍ଥତା ଉପରେ ମାନସିକ ସୁସ୍ଥତା ଏବଂ ଉଭୟଙ୍କ ଉପରେ ଶିକ୍ଷଣ ନିର୍ଭର କରେ ।
(ii) ମାନସିକ ସ୍ଵାସ୍ଥ୍ୟ : ଶିଶୁର ମାନସିକ ସ୍ଵାସ୍ଥ୍ୟ ତା’ର ଶିକ୍ଷଣକୁ ପ୍ରଭାବିତ କରିଥାଏ । ଯେଉଁ ଶିଶୁମାନଙ୍କର ଶାରୀରିକ ଓ ମାନସିକ ପ୍ରୟୋଜନ ପୂରଣ ହୋଇଥାଏ, ସେମାନଙ୍କର ମାନସିକ ସ୍ଵାସ୍ଥ୍ୟ ଅବ୍ୟାହତ ରହିଥାଏ ।
(iii) ବଂଶାନୁଗୁଣ : ଶିକ୍ଷଣରେ ବଂଶାନୁଗୁଣର ଗୁରୁତ୍ଵପୂର୍ଣ୍ଣ ପ୍ରଭାବ ରହିଛି । ପିତାମାତା ଓ ପିତୃପୁରୁଷଙ୍କର ଅନ୍ତର୍ନିହିତ ଗୁଣରାଜି ଶିଶୁମାନଙ୍କଠାକୁ ଆସିଥାଏ ।
(iv) ପରିବେଷ୍ଟନୀ : ପିଲାମାନଙ୍କର ପିତୃପୁରୁଷଙ୍କଠାରୁ ସେମାନଙ୍କଠାକୁ ଆସିଥିବା ଅନ୍ତର୍ନିହିତ ଗୁଣମାନ ଉପଯୁକ୍ତ ପରିବେଷ୍ଟନୀ ପାଇଲେ ବିକଶିତ ହୁଏ ।
(v) ପରିପକ୍ଵତା : ଶିଶୁର ପରିପକ୍ବତା ଆସିଲେ ଶିକ୍ଷଣ ସହଜ ହୁଏ । ଗୋଟିଏ ନିର୍ଦ୍ଦିଷ୍ଟ ବୟସର ଶିଶୁମାନେ ବିଭିନ୍ନ ପ୍ରକାର ପରିପକ୍ବତା ଲାଭ କରିଥାଆନ୍ତି ।
(vi) ଶିକ୍ଷାଦାନ ପଦ୍ଧତି : ଉପଯୁକ୍ତ ଶିକ୍ଷାଦାନ ପଦ୍ଧତି ଶିକ୍ଷଣକୁ ତ୍ୱରାନ୍ବିତ କରିଥାଏ । ଶିଶୁର ଆଗ୍ରହ, ଅଭିରୁଚି ଓ ଦକ୍ଷତା ଅନୁସାରେ ଶିକ୍ଷାଦାନ କଲେ ଶିକ୍ଷଣର ସଫଳତା ମିଳିଥାଏ ।
(vii) ଶ୍ରେଣୀ ସଂଶ୍ରବ : ଶ୍ରେଣୀଗୃହର ସୁସ୍ଥ ଓ ମନୋଜ୍ଞ ବାତାବରଣ, ଶିକ୍ଷକଙ୍କ ଗଣତାନ୍ତ୍ରିକ ପ୍ରଭାବ ଓ ଆଚରଣଶୈଳୀ ଶିଶୁମାନଙ୍କ ଶିକ୍ଷଣକୁ ସଜୀବ ଓ ବେଗବତୀ କରି ଗଢ଼ିତୋଳେ ।

ଶିକ୍ଷଣ ତତ୍ତ୍ବ (Theories of Learning) :
ଶିକ୍ଷଣ ଏକ ଜଟିଳ ଏବଂ ଉଚ୍ଚତର ପ୍ରକ୍ରିୟା । ଶିକ୍ଷଣ ପ୍ରକ୍ରିୟାକୁ ଶିକ୍ଷକ ଜାଣି ଉପଯୁକ୍ତଭାବରେ ଶିକ୍ଷାଦାନ କଲେ ଶିକ୍ଷାର୍ଥୀମାନେ ଅଧ୍ଵ ଜ୍ଞାନ ଏବଂ ଅଭିଜ୍ଞତା ଅର୍ଜନ କରିପାରିବେ । ଶିକ୍ଷଣ ପ୍ରକ୍ରିୟାର ନୀତି ନିୟମଗୁଡ଼ିକ ଜାଣିବାପାଇଁ ବିଭିନ୍ନ ପ୍ରକାର ଶିକ୍ଷଣ ତତ୍ତ୍ବ ଆବିଷ୍କାର କରାଯାଇଛି । ବିଭିନ୍ନ ମନୋବିଜ୍ଞାନୀମାନେ ପରୀକ୍ଷା କରି ଭିନ୍ନ ଭିନ୍ନ ଶିକ୍ଷଣ ତତ୍ତ୍ବ ଆବିଷ୍କାର କରିଛନ୍ତି, ଯାହାକୁ ଶିକ୍ଷାକ୍ଷେତ୍ରରେ ପ୍ରୟୋଗ କରାଯାଇଥାଏ ।
ସେଗୁଡ଼ିକ ହେଲା –
(a) ପ୍ରଯତ୍ନ-ପ୍ରମାଦ ତତ୍ତ୍ଵ (Trial and Error Theory )
(b) ଅନୁବନ୍ଧିତ ଅନୁକ୍ରିୟା (Conditioned and Response Theory)
ଏବଂ (c) ଅନ୍ତଦୃଷ୍ଟି ତତ୍ତ୍ୱ (Theory of Insightful Learning)

(a) ପ୍ରଯତ୍ନ-ପ୍ରମାଦ ତତ୍ତ୍ବ (Trial and Error Theory) :
ବିଖ୍ୟାତ ମନସ୍ତତ୍ତ୍ୱବିତ୍ ମାର୍କିନ୍ ମନୋବୈଜ୍ଞାନିକ ଇ.ଏଲ୍.ଥଣ୍ଡିଡାଇକ୍ ପ୍ରଯତ୍ନ-ପ୍ରମାଦ ତତ୍ତ୍ଵର ପ୍ରବର୍ତ୍ତକ । ଏହି ତତ୍ତ୍ଵରେ ସେ ଉଦ୍ଦୀପନା ଓ ପ୍ରତିକ୍ରିୟା ମଧ୍ୟରେ ସ୍ଥାପିତ ହେଉଥ‌ିବା ସଂଯୋଗ ଉପରେ ବିଶେଷଭାବରେ ଗୁରୁତ୍ବ ଆରୋପ କରିଛନ୍ତି । ଏହି ତତ୍ତ୍ବ ଅନୁସାରେ ଉଦ୍ଦୀପନା ଓ ପ୍ରତିକ୍ରିୟା ମାଧ୍ୟମରେ ଯେଉଁ ସଂଯୋଗ ସ୍ଥାପିତ ହୁଏ, ତାହା ହେଉଛି ବିଭିନ୍ନ ଅଭ୍ୟାସ ଓ ଭ୍ରମାତ୍ମକ ପ୍ରତିକ୍ରିୟାଗୁଡ଼ିକର ଭ୍ରମ ସଂଶୋଧନର ଫଳ । ବ୍ୟକ୍ତି କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟର ବା ସମସ୍ୟାର ସମ୍ମୁଖୀନ ହେଲେ, ଏହି ସମସ୍ୟାର ସମାଧାନ ବା ଲକ୍ଷ୍ୟରେ ଉପନୀତ ହେବାପାଇଁ ନାନାଭାବରେ ନାନାପ୍ରକାର ଚେଷ୍ଟା କରିଥାଏ । ଗୋଟିଏ ପ୍ରଣାଳୀରେ ବିଫଳ ହେଲେ ତାହାକୁ ବର୍ଜନ କରି ଅନ୍ୟ ଗୋଟିଏ ପ୍ରଣାଳୀ ପ୍ରୟୋଗ କରିଥାଏ । ଏହିପରି ଭାବରେ ଗୋଟିଏ ପରେ ଗୋଟିଏ ପ୍ରଚେଷ୍ଟା କରି ଅବଶେଷରେ ସେ ନିର୍ଭୁଲ୍ ସମାଧାନ ଆବିଷ୍କାର କରି ନିଜର ଉଦ୍ଦିଷ୍ଟ ଲକ୍ଷ୍ୟରେ ପହଞ୍ଚେ ଓ ସଫଳ ଶିକ୍ଷାଲାଭ କରେ । ଏହାକୁ ପ୍ରଯତ୍ନ-ପ୍ରମାଦ ତତ୍ତ୍ଵ କହନ୍ତି ।

ଏହି ପ୍ରଯତ୍ନ-ପ୍ରମାଦ ତତ୍ତ୍ଵଟିକୁ ଇ.ଏଲ୍. ଥଣ୍ଡିଡାଇକ୍ ବିରାଡ଼ି ଉପରେ ପରୀକ୍ଷା କରିଥିଲେ । ଏହି ପରୀକ୍ଷାରେ ଏକ ଭୋକିଲା ବିରାଡ଼ିକୁ ଏକ ଗୋଲକଧନ୍ଦାମୂଳକ ବାକ୍ସରେ ରଖ୍ ବାହାରେ ମାଛ ରଖାଗଲା । ମାଛ ପାଇବାପାଇଁ ଇତସ୍ତତଃ ହୋଇ ଅସଫଳ ପ୍ରୟାସରୁ ସେ ହଠାତ୍ ରାସ୍ତା ପାଇ ଖାଦ୍ୟ ଖାଇପାରିଲା । ବାରମ୍ବାର ଏହି ପଦ୍ଧତିର ପ୍ରୟୋଗ କରାଯିବାରୁ ଦେଖାଗଲା ଯେ ବିରାଡ଼ିଟିର ତ୍ରୁଟି କମି କମି ସଫଳତାର ସମୟ ଶୀଘ୍ର ହୋଇପାରୁଛି । ଏହା ଏକ ନୂତନ ଶିକ୍ଷଣର ନମୁନା ଯାହାକୁ ପ୍ରଯତ୍ନ-ପ୍ରମାଦ ତତ୍ତ୍ୱ କୁହାଯାଏ ।

• ପ୍ରଯତ୍ନ-ପ୍ରମାଦ ତତ୍ତ୍ଵର ମୁଖ୍ୟ ଉପାଦାନ :
(1) ଆବଶ୍ୟକତା
(2) ପ୍ରଣୋଦନା, ଚେଷ୍ଟା, ଇଚ୍ଛାଶକ୍ତି
(3) ପ୍ରତିବନ୍ଧକ, ସମସ୍ୟା
(4) ଇତସ୍ତତଃ ଗତି, ବିଫଳ ଚେଷ୍ଟା ବା ପ୍ରୟାସ
(5) ଆକସ୍ମିକ ସଫଳତା
(6) ନୂତନ ଶିକ୍ଷଣ ଓ ସମସ୍ୟା ସମାଧାନ

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

(b) ଅନୁବନ୍ଧିତ ଅନୁକ୍ରିୟା (Conditioned and Response Theory) :
କୌଣସି ବାହ୍ୟ ଉଦ୍ଦୀପକ ପ୍ରୟୋଗ ହେଲାମାତ୍ରକେ ଯେତେବେଳେ ବ୍ୟକ୍ତି ସ୍ଵତଃକ୍ରିୟଭାବେ ପ୍ରତିକ୍ରିୟା ପ୍ରକାଶ କରିଥାଏ; ଅର୍ଥାତ୍ ଏହି ପ୍ରତିକ୍ରିୟା ଯେତେବେଳେ ବ୍ୟକ୍ତିର ଇଚ୍ଛାଧୀନ ହୋଇନଥାଏ ସେତେବେଳେ ଏହି ପ୍ରକ୍ରିୟାକୁ ପ୍ରତ୍ୟାବର୍ଜ୍ୟ କ୍ରିୟା ବା ଅନୁବନ୍ଧିତ କ୍ରିୟା କୁହାଯାଏ । ରୁଷିଆର ବିଶିଷ୍ଟ ମନୋବୈଜ୍ଞାନିକ ପାଭଲଭ୍ ଏବଂ ଆମେରିକାର ବିଶିଷ୍ଟ ମନୋବୈଜ୍ଞାନିକ ୱାଟ୍‌ସନ୍‌ ଏହି ପଦ୍ଧତିର ସମର୍ଥକ । ଏହି କ୍ରିୟାରେ ପୁନରାବୃତ୍ତିର ପ୍ରୟୋଗ ଥାଏ । ଅନୁବନ୍ଧିତ କ୍ରିୟା ସହିତ ଦଣ୍ଡ ଓ ପ୍ରଶଂସା ଘନିଷ୍ଠଭାବେ ଜଡ଼ିତ ।

ଅନୁବନ୍ଧିତ ଅନୁକ୍ରିୟା ତତ୍ତ୍ଵର ବିଶେଷ ଉପାଦାନ :
(1) ଉଦ୍ଦୀପକ ଓ ପ୍ରତିକ୍ରିୟା
(2) ଅର୍ଜିତ ଜ୍ଞାନ
(3) ନିର୍ବାପନ
(4) ସ୍ଵତଃ ପୁନଃପ୍ରାପ୍ତି
(5) ଉଦ୍ଦୀପକ ପୃଥକୀକରଣ
(6) ଉଚ୍ଚ ସ୍ତରର ଶିକ୍ଷଣ

ଅନୁବନ୍ଧିତ ଅନୁକ୍ରିୟାର ଶିକ୍ଷାଗତ ପ୍ରୟୋଗ : ଶିକ୍ଷାକ୍ଷେତ୍ରରେ ଏହି ତତ୍ତ୍ଵର ନିମ୍ନଲିଖ ପ୍ରଭାବ ପରିଲକ୍ଷିତ ହୁଏ ।
(i) ଦଣ୍ଡ ଓ ପ୍ରଶଂସା : ପ୍ରଶଂସା ଅନୁବନ୍ଧିତ ଉଦ୍ଦୀପକ ଏବଂ ପ୍ରତିକ୍ରିୟା ମଧ୍ୟରେ ସମ୍ପର୍କ ସୃଷ୍ଟି କରି ଶିକ୍ଷଣକୁ ତ୍ୱରାନ୍ବିତ କରେ ।
(ii) ସ୍ନେହ ଓ ଘୃଣା : ସ୍ନେହ ଏବଂ ଘୃଣା ଏକ ଆବେଗାତ୍ମକ ମାନସିକ କ୍ରିୟା । ଏହା ସମ୍ପୂର୍ଣ୍ଣ ବ୍ୟକ୍ତିଗତ । ଏହା ବ୍ୟକ୍ତିର ବ୍ୟକ୍ତିଗତ ତଥା ସାମାଜିକ ସମ୍ପର୍କ ଉପରେ ନିର୍ଭର କରେ ।
(iii) ଅନ୍ଧବିଶ୍ଵାସ : ହଠାତ୍ ବିରାଡ଼ିଟିଏ ରାସ୍ତ ପାରିହେଲା । ଏହା ତା’ର ସ୍ଵାଭାବିକ କ୍ରିୟା ଅଟେ । ମନରେ ଧାରଣା ନିଶ୍ଚୟ ହେବ, କିଛି ଅନିଷ୍ଟ ହେବ ।
(iv) ପୁନରାବୃତ୍ତି ଓ ଅଭ୍ୟାସ ଗଠନ : ପୁନରାବୃତ୍ତି ମାଧ୍ୟମରେ ଛାତ୍ରଛାତ୍ରୀମାନେ ଇତିହାସ, ଭୂଗୋଳ ଏବଂ ଅନ୍ୟ ବିଷୟ ଅଧ୍ୟୟନ କରିଥା’ନ୍ତି । ସେମାନେ ଏହାକୁ ଅଭ୍ୟାସରେ ପରିଣତ କରନ୍ତି ।
(v) ମନୋବୃତ୍ତି ଗଠନ : ପରିବାରରେ ପିତାମାତାଙ୍କ ପ୍ରତି ପିଲାମାନଙ୍କର ମନୋବୃତ୍ତି ଭିନ୍ନ ଭିନ୍ନ ଅଟେ ।
(vi) ଭାଷା ଶିକ୍ଷା : ନୂତନ ଶବ୍ଦ, ସଂଖ୍ୟା ଏବଂ ବସ୍ତୁ ସମ୍ପର୍କରେ ଶିକ୍ଷାଦାନ କରିବାକୁ ହେଲେ ପ୍ରାକୃତିକ ଉଦ୍ଦୀପକର ସାହାଯ୍ୟ ନେବାକୁ ହୋଇଥାଏ ।

(C) ଅନ୍ତଦୃଷ୍ଟି ତତ୍ତ୍ବ :
ଅନ୍ତଦୃଷ୍ଟି ତତ୍ତ୍ଵକୁ ସମଗ୍ରାକୃତି (Gestalt) ତତ୍ତ୍ବ କୁହାଯାଏ । ଉକ୍ତ ତତ୍ତ୍ଵର ପ୍ରବର୍ତ୍ତକ ଜର୍ମାନ୍ ମନୋବିଜ୍ଞାନୀମାନେ ଉଲ୍‌ ଗ୍ୟାଙ୍ଗ୍ କୋହଲ୍‌ର (W.G. Kohler), କୁର୍ଟ କୋଫ୍‌କା (Kurt Kofka) ଏବଂ ଡବ୍ଲ୍ୟୁ.ଏକ୍ସ. ୱାର୍‌ଦାଇମର (W.X. Wertheimer) ଅଟନ୍ତି । ଏମାନେ ଗେଷ୍ଟାଲଟ୍‌ ପରିବାରର ଅନ୍ତର୍ଭୁକ୍ତ । ଜର୍ମାନୀ ଭାଷାରେ ଗେଷ୍ଟାଲ୍ଟ ଶବ୍ଦର ଅର୍ଥ ହେଉଛି ସମଗ୍ର (Whole) ବା ସଂଗଠନ ଦକ୍ଷତା (Configuration) ।

ଏମାନେ ଥଣ୍ଡିଡାଇକ୍‌ଙ୍କଦ୍ଵାରା ପ୍ରବର୍ତ୍ତିତ ପ୍ରଯନ୍ -ପ୍ରମାଦ ତତ୍ତ୍ଵର ଘୋର ବିରୋଧୀ । ଉଦ୍ଦୀପକ ଏବଂ ପ୍ରତିକ୍ରିୟା ମଧ୍ଯରେ ବାରମ୍ବାର ସମ୍ପର୍କ ଶିକ୍ଷଣର ମୂଳମନ୍ତ୍ର ନୁହେଁ । ଏମାନେ ବିଶ୍ୱାସ କରନ୍ତି – କୌଣସି ପରିସ୍ଥିତିରେ କୌଣସି ପଦାର୍ଥ ବା ପ୍ରକ୍ରିୟାର ଅଂଶ ଅପେକ୍ଷା ବସ୍ତୁର ସମଗ୍ରତା ଉପରେ ଅଧିକ ଗୁରୁତ୍ୱ ରହିଛି । ଶିକ୍ଷଣ ସମସ୍ତ ପରିସ୍ଥିତି ଉପରେ ନିର୍ଭର କରେ । ଅନ୍ତଦୃଷ୍ଟି ମାଧ୍ୟମରେ ଶିକ୍ଷଣର ଅର୍ଥ ହଠାତ୍ କୌଣସି ସମସ୍ୟାକୁ ହୃଦୟଙ୍ଗମ କରି ସମାଧାନ କରିବା ।

ଅନ୍ତଷ୍ଟିର ଅର୍ଥ :
(i) ୱାର୍‌ଦାଇମର : ଗେଷ୍ଟାଲ୍ଟ ଏକ ସାମଗ୍ରିକ ତତ୍ତ୍ଵ ଯାହାର ଗୁଣାବଳୀ ବ୍ୟକ୍ତିର କେତେଗୁଡ଼ିଏ ବୈଶିଷ୍ଟ୍ୟଦ୍ୱାରା ନୁହେଁ, ଏହା ଅନ୍ତର୍ନିହିତ ପ୍ରକୃତିର ସମଗ୍ର ଅନୁଧ୍ୟାନରୁ ଜଣାପଡ଼େ ।
(ii) କୋହଲର୍ : ଗେଷ୍ଟାଲଟ୍‌ର ଅର୍ଥ ଏକ ସମଗ୍ର । ଯେତେବେଳେ ଗୋଟିଏ ପ୍ରଣାଳୀକୁ ସକ୍ରିୟଭାବେ ବର୍ଣ୍ଣନ କରାଯାଏ ଏବଂ ସେତେବେଳେ ପରିସ୍ଥିତିଗୁଡ଼ିକର ଏକତ୍ର ସମାବେଶଦ୍ଵାରା ଏହା ସ୍ବତଃ ପ୍ରସ୍ତୁତ ହୁଏ । ସେହି ପ୍ରଣାଳୀ ଗେଷ୍ଟାଲ୍‌ଟ୍ ମନୋବିଜ୍ଞାନର ଅନ୍ତର୍ଭୁକ୍ତ ହୋଇଥାଏ ।

ଶିକ୍ଷଣକୁ ପ୍ରଭାବିତ କରୁଥିବା ଉପାଦାନ (Factors affecting learning)
ଶିକ୍ଷଣକୁ ପ୍ରଭାବିତ କରୁଥିବା ଉପାଦାନଗୁଡ଼ିକୁ 4 ଭାଗରେ ବିଭକ୍ତ କରାଯାଇଅଛି; ଯଥା –
(1) ଶାରୀରିକ ବିଷୟ (Physical factors)
(2) ମାନସିକ ବିଷୟ (Psychological factors)
(3) ପରିବେଷ୍ଟନୀ ସମ୍ବନ୍ଧୀୟ ବିଷୟ (Environmental factors)
(4) ଶିକ୍ଷଣ ପଦ୍ଧତି (Methodology)

(1) ଶାରୀରିକ ବିଷୟ – ଶାରୀରିକ ସ୍ବାସ୍ଥ୍ୟ, କ୍ଳାନ୍ତି, ଶିକ୍ଷଣ ସମୟ, ଖାଦ୍ୟ, ପାନୀୟ ଓ ବୟସ ଇତ୍ୟାଦି ଏହି ଶାରୀରିକ ବିଷୟ ମଧ୍ୟରେ ଅନ୍ତର୍ଭୁକ୍ତ । ଏହି ଉପାଦାନଗୁଡ଼ିକୁ ନେଇ ବ୍ୟକ୍ତିର ଇନ୍ଦ୍ରିୟାନୁଭୂତି ଓ ପ୍ରତ୍ୟକ୍ଷ ଜ୍ଞାନଦ୍ୱାରା ଶିକ୍ଷଣ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ । ଏକ ଉତ୍ତମ ସ୍ବାସ୍ଥ୍ୟସମ୍ପନ୍ନ ବ୍ୟକ୍ତି ନିକଟରେ ଶିକ୍ଷଣ ପ୍ରକ୍ରିୟା ଉତ୍ତମରୂପେ ବିକଶିତ ହୋଇଥାଏ । ସେହିପରି ପୁଷ୍ଟିକର ଖାଦ୍ୟ ଉପରେ ଶିଶୁର ମାନସିକ ଅବସ୍ଥା ଅନେକ ମାତ୍ରାରେ ନିର୍ଭର କରେ । ବାୟୁମଣ୍ଡଳର ପରିବର୍ତ୍ତିତ କ୍ରିୟା-ପ୍ରତିକ୍ରିୟା ଅନୁଯାୟୀ ଶିକ୍ଷଣ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ ।

(2) ମାନସିକ ବିଷୟ – ଶିଶୁର ଶିକ୍ଷଣ ପ୍ରକ୍ରିୟାକୁ ପ୍ରଭାବିତ କରୁଥିବା ମାନସିକ ବିଷୟଗୁଡ଼ିକ ହେଲା – ଶିଶୁର ମାନସିକ ସ୍ଵାସ୍ଥ୍ୟ, ପ୍ରବର୍ତ୍ତନା ଓ ଆଗ୍ରହ, କୃତିତ୍ଵ, ପ୍ରଶଂସା ଓ ନିନ୍ଦା, ପୁରସ୍କାର ଓ ଦଣ୍ଡ ଇତ୍ୟାଦି । ଶିଶୁର ମାନସିକ ଅଭିବୃଦ୍ଧିଦ୍ୱାରା ତା’ର ଶିକ୍ଷଣ ପ୍ରକ୍ରିୟା ଅତିମାତ୍ରାରେ ପ୍ରଭାବିତ ହୋଇଥାଏ । ଏହି ମାନସିକ ବିଷୟଗୁଡ଼ିକଦ୍ଵାରା ଶିଶୁର ଚିନ୍ତାଶକ୍ତି, କଳ୍ପନାଶକ୍ତି, ସ୍ମୃତିଶକ୍ତିଗୁଡ଼ିକୁ ବିକଶିତ ହୋଇଥାଏ । ଏଗୁଡ଼ିକର ବିକାଶ ଉପରେ ଶିଶୁର ଶିକ୍ଷଣ ପ୍ରକ୍ରିୟା ଅତିମାତ୍ରାରେ ନିର୍ଭରଶୀଳ । ଏହାଛଡ଼ା ବ୍ୟକ୍ତିତ୍ଵ ଉପରେ ତୀବ୍ରଭାବେ ଆଘାତ ନ ପକାଇ ତାହାର ଆବେଗ ଓ ଇଚ୍ଛା ପ୍ରବୃତ୍ତିକୁ ନିୟନ୍ତ୍ରଣ କରିବା ମଧ୍ୟ ଏହି ମାନସିକ ବିଷୟବସ୍ତୁର ଏକ ବିଶେଷ ଦିଗ ଅଟେ ।

(3) ପରିବେଷ୍ଟନୀ ସମ୍ବନ୍ଧୀୟ ବିଷୟ – ଶିଶୁର ଚତୁଃପାର୍ଶ୍ଵରେ ଥ‌ିବା ସମାଜ, ପରିବେଶ ତଥା ପରିବେଷ୍ଟନୀକୁ ନେଇ ପରିବେଷ୍ଟନୀଗତ ବିଷୟ ସଙ୍ଗଠିତ । ସାଧାରଣତଃ ଗୃହ, ବିଦ୍ୟାଳୟ, ସାଙ୍ଗସାଥୀ ଓ ସମାଜକୁ ନେଇ ଏହା ଗଠିତ । ଶିଶୁର ଚାଲିଚଳନ, ଆଚାର ବ୍ୟବହାର, କଥାବାର୍ତ୍ତା ଓ କାମଦାମ ଇତ୍ୟାଦି ଏଗୁଡ଼ିକଦ୍ୱାରା ବିଶେଷ ମାତ୍ରାରେ ପ୍ରଭାବିତ ହୋଇଥାଏ । ସେହିପରି ପରିବାରରେ ପିତାମାତା ଶିଶୁ ପ୍ରତି ଅତ୍ୟଧ‌ିକ ଯତ୍ନଶୀଳ ହେବା ସମ୍ପୂର୍ଣ୍ଣରୂପେ ଅନୁଚିତ ।

ଅତ୍ୟଧ‌ିକ ଯତ୍ନଶୀଳ ହେଲେ ଶିଶୁର ସ୍ଵାଧୀନଭାବରେ ଚିନ୍ତା ଓ କାର୍ଯ୍ୟ କରିବାର କ୍ଷମତା ନଷ୍ଟ ହୋଇଥାଏ ଏବଂ ଶିଶୁ ଦୁର୍ବଳ ଓ ଭୀରୁ ପାଲଟିଯାଏ । ଅପରପକ୍ଷେ ଅଯତ୍ନଶୀଳ ମନୋଭାବ ଯୋଗୁଁ ଶିଶୁ ମନରେ ବିରୋଧଭାବାପନ୍ନ ମନୋଭାବ; ଯଥା – ଅସାମାଜିକତା, ସନ୍ଦେହପ୍ରବଣତା, ଦୁର୍ବଳତା, ଔଦାସୀନ ଇତ୍ୟାଦି ଦେଖାଯାଏ । ପରିବାର ବ୍ୟତୀତ ବିଦ୍ୟାଳୟ, ଶିକ୍ଷକ ଏବଂ ଶିକ୍ଷଣ ପରିବେଶ ମଧ୍ୟ ଶିଶୁକୁ ପ୍ରଭାବିତ କରିଥାଏ ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

ଶିକ୍ଷକଙ୍କର ସ୍ନେହପୂର୍ଣ ବ୍ୟକ୍ତିତ୍ୱ, ମଧୁର ବ୍ୟବହାର ଶିକ୍ଷା ଗ୍ରହଣ ପାଇଁ ଶିଶୁ ମନରେ ଆଗ୍ରହ ସୃଷ୍ଟି କରେ । ଏହାଦ୍ଵାରା ଶିକ୍ଷଣ ପ୍ରକ୍ରିୟା ସଫଳ ଗତିରେ ଅଗ୍ରଗତି କରିପାରେ ।

(4) ଶିକ୍ଷଣ ପଦ୍ଧତି – ଉପଯୁକ୍ତ ଶିକ୍ଷାଦାନ ପଦ୍ଧତିଦ୍ୱାରା ଉନ୍ନତ ଶିକ୍ଷଣ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ । ଏକ ସଫଳ ଶିକ୍ଷଣ ପଦ୍ଧତି ହିଁ ଶିକ୍ଷାର ଲକ୍ଷ୍ୟ ପୂରଣରେ ସହାୟକ ହୋଇପାରିବ ।

ତେଣୁ ଶିଶୁର ଆଗ୍ରହ, ରୁଚି, ବୟସ ଅନୁସାରେ ଶିକ୍ଷଣ ପ୍ରକ୍ରିୟା କାର୍ଯ୍ୟକାରୀ ହେବା ଉଚିତ ।
ଶିକ୍ଷଣର ନିୟମ : ଶିକ୍ଷଣ ଏକ ଜଟିଳ ପ୍ରକ୍ରିୟା । ଶିକ୍ଷଣ କ୍ଷେତ୍ରରେ ବିଭିନ୍ନ ନିୟମ ଯଦି ପ୍ରୟୋଗ କରାଯାଏ, ତେବେ ତାହା ସରଳ ହୁଏ । ଶିକ୍ଷଣର ନିୟମଗୁଡ଼ିକ ଇ.ଏଲ. ଥଣ୍ଡିଡାଇକ୍‌ଙ୍କଦ୍ୱାରା ପ୍ରବର୍ତ୍ତିତ ହୋଇଛି ।
ସେଗୁଡ଼ିକ ହେଲା –
୧. ପ୍ରସ୍ତୁତି ନିୟମ (Law of Readiness),
୨. ଅଭ୍ୟାସ ନିୟମ (Law of Exercise),
୩. ଫଳାଫଳ ନିୟମ (Law of effect) ।

୧. ପ୍ରସ୍ତୁତି ନିୟମ : ପ୍ରସ୍ତୁତି ନିୟମ ଅନୁଯାୟୀ ଶିକ୍ଷାର୍ଥୀ ଯେତେବେଳେ ଶିକ୍ଷାଲାଭ କରିବାକୁ ପ୍ରସ୍ତୁତ, ସେହି ସମୟରେ ଶିକ୍ଷାଦାନ କଲେ ଶିକ୍ଷାର୍ଥୀ ମନରେ ସନ୍ତୋଷ ଜାତ ହୁଏ । ଯେତେବେଳେ ଶିକ୍ଷାର୍ଥୀ ଶିକ୍ଷାଲାଭ କରିବାକୁ ପ୍ରସ୍ତୁତ ନୁହେଁ, ସେହି ସମୟରେ ତାକୁ ଶିକ୍ଷାଦାନ କଲେ ତା’ ମନରେ ବିରକ୍ତି ଭାବ ଜାତି ହୁଏ । ଏହି ନିୟମ ଅନୁସରଣ କରି ଶିକ୍ଷକ ଶିକ୍ଷଣ ପ୍ରକ୍ରିୟାରେ ଦଣ୍ଡ-ପ୍ରଶଂସାର ବ୍ୟବହାର କରିବା ଉଚିତ ।

୨. ଅଭ୍ୟାସ ନିୟମ : ଅଭ୍ୟାସ ନିୟମ ଅନୁସାରେ କୌଣସି ବ୍ୟକ୍ତି ବାରମ୍ବାର ଚେଷ୍ଟା କଲେ, ସେ କାର୍ଯ୍ୟକୁ ନିଜର ଆୟତ୍ତ କରିପାରେ । ଯେଉଁ କାର୍ଯ୍ୟର ପୁନରାବୃତ୍ତି ହୁଏ ନାହିଁ, ତାହା ବିସ୍ମରଣ ହୁଏ ଓ ସେ କାର୍ଯ୍ୟ ଶିକ୍ଷା କରିବା ସହଜ ନୁହେଁ ।

ଏହି ଅଭ୍ୟାସ ନିୟମର କେତେଗୁଡ଼ିଏ ଉପନିୟମ ରହିଛି; ସେଗୁଡ଼ିକ ହେଲା –
(a) ପୌନଃପୁନଃ ନିୟମ : ଉକ୍ତ ନିୟମ ଅନୁଯାୟୀ କୌଣସି ବ୍ୟକ୍ତି ବାରମ୍ବାର ଚେଷ୍ଟାକଲେ, ସେ କାର୍ଯ୍ୟକୁ ନିଜ ଆୟତ୍ତକୁ ଆଣିପାରେ କିମ୍ବା ଅଭ୍ରାନ୍ତ ଭାବରେ କାର୍ଯ୍ୟ ସମ୍ପାଦିତ ହୋଇଥାଏ ।
(b) ସାମ୍ପ୍ରତ୍ୟ ନିୟମ : ଉଦ୍ଦୀପକ ଏବଂ ପ୍ରତିକ୍ରିୟା ମଧ୍ୟରେ ଅଭ୍ୟାସର ବ୍ୟବଧାନ ଅଧ୍ଵ ରହିଲେ ତାହା ଶିକ୍ଷଣକୁ ପ୍ରଭାବିତ କରେ । ପରୀକ୍ଷା ଦେବା ପୂର୍ବରୁ ଛାତ୍ରମାନେ ବହି ଦେଖୁବାରେ ବ୍ୟସ୍ତ ଥାଆନ୍ତି । ଖେଳିବା ପୂର୍ବରୁ ଖେଳ ଅଭ୍ୟାସ କରାଯାଇଥାଏ । ଅନେକ ଦିନ ପୂର୍ବରୁ କରିଥିବା ଶିକ୍ଷଣ ପ୍ରକ୍ରିୟାର ଉଦ୍ଦୀପକ ଓ ପ୍ରତିକ୍ରିୟା ମଧ୍ୟରେ ସମ୍ପର୍କ ଦୃଢ଼ୀଭୂତ ହୁଏ ।
(C) ତୀବ୍ରତା ନିୟମ : ଉଦ୍ଦୀପକ ଏବଂ ପ୍ରତିକ୍ରିୟା ମଧ୍ୟରେ ତୀବ୍ରତା ରହିବା ଉଚିତ । ତୀବ୍ର ଉଦ୍ଦୀପକ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରେ ।

୩. ଫଳାଫଳ ନିୟମ : ପ୍ରତ୍ୟେକ ଶିକ୍ଷଣର ଫଳାଫଳ ଉପରେ ତାହା ଗୁରୁତ୍ଵ ଉପଲବ୍ଧ କରାଯାଇଥାଏ । ଅନେକ ପ୍ରୟାସ ପରେ ପ୍ରାଣୀ ଯଦି ଆନନ୍ଦ, ସନ୍ତୋଷ ବା ପ୍ରଶଂସା ପାଇପାରେ ନାହିଁ, ତେବେ ସେ ପ୍ରକାର ଶିକ୍ଷଣ ପାଇଁ ଆଗ୍ରହ ପ୍ରକାଶ କରି ନଥାଏ । ଫଳାଫଳ ନିୟମ ଅନୁଯାୟୀ ଉଦ୍ଦୀପକ ଏବଂ ପ୍ରତିକ୍ରିୟା ମଧ୍ୟରେ ସମ୍ପର୍କ ଯଦି ତୃପ୍ତିଦାୟକ ହୋଇଥାଏ, ତେବେ ଶିକ୍ଷଣ ଫଳପ୍ରଦ ହୁଏ । ପ୍ରତିକ୍ରିୟା ବିରକ୍ତିକର, ଅସନ୍ତୋଷପୂର୍ଣ୍ଣ ଏବଂ ତୃପ୍ତିଦାୟକ ନ ହେଲେ ପ୍ରାଣୀ ଶିକ୍ଷା ପ୍ରତି ଅନାସକ୍ତ ହୁଏ ।

ଶିକ୍ଷଣର ନୀତି (Laws of learning) – ଥଣ୍ଡିଡାଇକ୍ ପ୍ରଯତ୍ନ-ପ୍ରମାଦ ଶିକ୍ଷଣ ପଦ୍ଧତିର ବହୁବିଧ ପରୀକ୍ଷା କରି ଶିକ୍ଷଣର ତିନୋଟି ପ୍ରଧାନ ନିୟମ ଓ ପାଞ୍ଚଗୋଟି ଗୌଣ ନିୟମ ପ୍ରବର୍ତ୍ତନ କରିଯାଇଅଛନ୍ତି । ସେଗୁଡ଼ିକ ହେଲା –
(1) ଅଭ୍ୟାସ ନିୟମ (Law of Exercise)- ଅଭ୍ୟାସ ନିୟମ ଅନୁସାରେ ଯେଉଁ କାର୍ଯ୍ୟର ବାରମ୍ବାର ପୁନରାବୃତ୍ତି ହୁଏ, ତାହା ସହଜରେ ଆୟତ୍ତ କରିହୁଏ । ଯେଉଁ କାର୍ଯ୍ୟର ପୁନରାବୃତ୍ତି ହୁଏ ନାହିଁ ସେ କାର୍ଯ୍ୟ ଶିକ୍ଷା କରିବା ସହଜ ନୁହେଁ ।
ଏହି ଅଭ୍ୟାସ ନିୟମର କେତେଗୁଡ଼ିଏ ଉପନିୟମ ରହିଛି । ସେଗୁଡ଼ିକ ହେଲା –
(a) ପୌନଃପୁନଃ ନିୟମ (Law of Frequency) – ଏହି ନିୟମ ଅନୁସାରେ କୌଣସି ବ୍ୟକ୍ତି ବାରମ୍ବାର ଚେଷ୍ଟା କଲେ ସେ କାର୍ଯ୍ୟକୁ ନିଜ ଆୟତ୍ତକୁ ଆଣିପାରେ କିମ୍ବା ଅଭ୍ରାନ୍ତ ଭାବରେ କାର୍ଯ୍ୟ ସମ୍ପାଦିତ ହୋଇଥାଏ ।
(b) ସାମ୍ପ୍ରତ୍ୟ ନିୟମ (Law of Recency) – ଏହି ନିୟମ ଅନୁସାରେ ସମୟର ବ୍ୟବଧାନ ଶିକ୍ଷଣକୁ ପ୍ରଭାବିତ କରେ । ଅନେକ ଦିନ ପୂର୍ବରୁ କରିଥିବା ଶିକ୍ଷଣ ପ୍ରକ୍ରିୟାର ଉଦ୍ଦୀପକ ଓ ପ୍ରତିକ୍ରିୟା ମଧ୍ୟରେ ସମ୍ପର୍କ ଦୃଢ଼ୀଭୂତ ହୁଏ ।
(c) ତୀବ୍ରତା ନିୟମ (Law of Intensity) – ଏହି ନିୟମ ଅନୁସାରେ ଉଦ୍ଦୀପକ ତସମ୍ବନ୍ଧୀୟ ପ୍ରତିକ୍ରିୟା ମଧ୍ୟରେ ଯେଉଁ ସମ୍ପର୍କ ସ୍ଥାପିତ ହୁଏ ତାହା ଅନେକ ପରିମାଣରେ ତୀବ୍ରତା ଉପରେ ନିର୍ଭର କରେ ।

(2) ପ୍ରସ୍ତୁତି ନିୟମ (Law of Readiness) – ପ୍ରସ୍ତୁତି ନିୟମ ଅନୁଯାୟୀ ଶିକ୍ଷାର୍ଥୀ ଯେତେବେଳେ ଶିକ୍ଷାଲାଭ କରିବାକୁ ପ୍ରସ୍ତୁତ, ସେହି ସମୟରେ ଶିକ୍ଷାଦାନ କଲେ ଶିକ୍ଷାର୍ଥୀ ମନରେ ସନ୍ତୋଷ ଜାତ ହୁଏ । ଯେତେବେଳେ ଶିକ୍ଷାର୍ଥୀ ଶିକ୍ଷାଲାଭ କରିବାକୁ ପ୍ରସ୍ତୁତ ନୁହେଁ, ସେହି ସମୟରେ ତାକୁ ଶିକ୍ଷାଦାନ କଲେ ତା’ ମନରେ ବିରକ୍ତିଭାବ ଜାତ ହୁଏ । ଏହି ନିୟମ ଅନୁସରଣ କରି ଶିକ୍ଷକ ଶିକ୍ଷଣ ପ୍ରକ୍ରିୟାରେ ଦଣ୍ଡ-ପ୍ରଶଂସାର ବ୍ୟବହାର କରିବା ଉଚିତ ।

(3) ଫଳାଫଳ ନିୟମ (Law of Effect) – ପ୍ରତ୍ୟେକ ଶିକ୍ଷଣର ଫଳାଫଳ ଉପରେ ତାହାର ଗୁରୁତ୍ବ ଉପଲବ୍‌ଧ୍ କରାଯାଇଥାଏ । ଅନେକ ପ୍ରୟାସ ପରେ ପ୍ରାଣୀ ଯଦି ଆନନ୍ଦ, ସନ୍ତୋଷ ବା ପ୍ରଶଂସା ପାଇପାରେ ନାହିଁ, ତେବେ ସେପ୍ରକାର ଶିକ୍ଷଣ ପାଇଁ ଆଗ୍ରହ ପ୍ରକାଶ କରିନଥାଏ । ଫଳାଫଳ ନିୟମ ଅନୁଯାୟୀ ଉଦ୍ଦୀପକ ଏବଂ ପ୍ରତିକ୍ରିୟା ମଧ୍ୟରେ ସମ୍ପର୍କ ଯଦି ତୃପ୍ତିଦାୟକ ହୋଇଥାଏ, ତେବେ ଶିକ୍ଷଣ ଫଳପ୍ରଦ ହୁଏ । ପ୍ରତିକ୍ରିୟା ବିରକ୍ତିକର, ଅସନ୍ତୋଷପୂର୍ଣ୍ଣ ଏବଂ ତୃପ୍ତିଦାୟକ ନହେଲେ ପ୍ରାଣୀ ଶିକ୍ଷା ପ୍ରତି ଅନାସକ୍ତ ହୁଏ ।

ଗୌଣ ନୀତି :
(1) ବହୁ ପ୍ରକ୍ରିୟା ନୀତି – ଉଦ୍ଦୀପକ ଗୋଟିଏ ଓ ସମାନ ହେଲେ ମଧ୍ୟ ଜଣେ ବ୍ୟକ୍ତିର ସେଥ୍ୟପ୍ରତି ପ୍ରତିକ୍ରିୟା ବିଭିନ୍ନ ହୋଇପାରେ ।
(2) ମାନସିକ ପ୍ରସ୍ତୁତି ନୀତି – ଏକ ନିର୍ଦ୍ଦିଷ୍ଟ ଉଦ୍ଦୀପକ ପ୍ରତି ପ୍ରତିକ୍ରିୟା ମନର ଅବସ୍ଥା ଉପରେ ନିର୍ଭର କରେ । ଶିକ୍ଷାର୍ଥୀମାନେ କ୍ଳାନ୍ତ ଅବସନ୍ନ ଥିବା ସମୟରେ ବା କୌଣସି ଦୁଃସମ୍ବାଦ ବା ଶାରୀରିକ ପୀଡ଼ାଗ୍ରସ୍ତ ଥ‌ିବା ସମୟରେ ସେମାନଙ୍କ ପକ୍ଷରେ ଶିକ୍ଷାଦାନ ତୃପ୍ତିକର ବା ଗ୍ରହଣୀୟ ହୋଇନଥାଏ ।
(3) ଆଂଶିକ କ୍ରିୟା ନୀତି – ଏହି ନୀତି ଅନୁଯାୟୀ କୌଣସି ଉଦ୍ଦୀପକର ପ୍ରତ୍ୟକ୍ଷଜନିତ ଯେଉଁ ପ୍ରତିକ୍ରିୟା ଜାତ ହୁଏ, ତାହା ସମଗ୍ର ଉଦ୍ଦୀପକ ପ୍ରତି ପ୍ରଯୁଜ୍ୟ ନ ହୋଇ ତାହାର ଏକ ବିଶେଷ ଅଂଶ ବା ସତ୍ତା ପ୍ରତି ପ୍ରଯୁଜ୍ୟ ହୋଇଥାଏ । ଉଦାହରଣସ୍ୱରୂପ, ମା’ ଯେକୌଣସି ଅବସ୍ଥାରେ ଥିଲେ ମଧ୍ୟ ବା ଯେକୌଣସି ପୋଷାକ ପିନ୍ଧିଥିଲେ ମଧ୍ୟ ଶିଶୁ ମା’କୁ ଦେଖ୍ ଆନନ୍ଦିତ ହୁଏ ।
(4) ସାଦୃଶ୍ୟ ନୀତି – ଶିଶୁ ଯଦି କୌଣସି ନୂତନ ପରିସ୍ଥିତିର ସମ୍ମୁଖୀନ ହୁଏ, ତା’ ହେଲେ ଏ ଅବସ୍ଥାରେ ଶିଶୁ ପୂର୍ବେ ଉପଲବ୍ଧି କରିଥିବା ସେହି ଜାତୀୟ ଅନ୍ୟ ପରିସ୍ଥିତିକୁ ସ୍ମରଣ କରେ ଏବଂ ତାହାର ପ୍ରତିକ୍ରିୟା ପୂର୍ବ ପରିସ୍ଥିତିର ପ୍ରତିକ୍ରିୟା ସ୍ଵରୂପ ହୋଇଥାଏ ।
(5) ପାରସ୍ପରିକ ସମୃଦ୍ଧିକରଣ ନୀତି – ଏହି ନୀତିଟି ଯଥାର୍ଥରେ ଅନୁବନ୍ଧିତ କ୍ରିୟା ନୀତିର ସ୍ଵରୂପ । ଏହି ନୀତି ଅନୁସାରେ ପ୍ରକ୍ରିୟା ସହିତ ଯେକୌଣସି ଉଦ୍ଦୀପକକୁ ସହିତ ସଂଯୁକ୍ତ କରାଯାଇପାରେ ।

CHSE Odisha Class 12 Psychology Unit 3 Objective Questions in Odia Medium

Odisha State Board CHSE Odisha Class 12 Psychology Solutions Unit 3 ସମୂହ ପ୍ରକ୍ରିୟା ଓ ନେତୃତ୍ଵ & ପରାମର୍ଶ ପ୍ରକ୍ରିୟା Objective Questions.

CHSE Odisha 12th Class Psychology Unit 3 Objective Questions in Odia Medium

ସମ୍ଭାବ୍ୟ ଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତର ବାଛି ଲେଖ ।
୧। ସମାନ ଲକ୍ଷ୍ୟ ସହ ପରସ୍କର ଭାବ ବିନିମୟ କରୁଥିବା ଦୁଇ କିମ୍ବା ତା’ଠାରୁ ଅଧ‌ିକ ବ୍ୟକ୍ତିଙ୍କର ସମାବେଶକୁ କ’ଣ କୁହାଯାଏ ?
(କ) ସମୂହ
(ଖ) ନେତୃତ୍ୱ
(ଗ) ଅନୁଷ୍ଠାନ
(ଘ) ଆନୁଷ୍ଠ।ନିକ
Answer:
(କ) ସମୂହ

୨। ପରିବାର ମଧ୍ୟରେ ଶିଶୁଟି ପ୍ରଥମେ କେଉଁ ସମୂହରେ ଯୋଗ ଦେଇଥାଏ ?
(କ) ପ୍ରାଥମିକ ସମୂହ
(ଖ) ଗୌଣ ସମୂହ
(ଗ) ଅନୁଷ୍ଠାନ
(ଘ) ବହିଃ ସମୂହ
Answer:
(କ) ପ୍ରାଥମିକ ସମୂହ

୩। କେଉଁ ସମୂହରେ ପାରସ୍ପରିକ ସଂପର୍କ ଓ ଭାବର ଆଦାନ ପ୍ରଦାନ ନ ଥାଏ ?
(କ) ପ୍ରାଥମିକସମୂହ
(ଖ) ଗୌଣସମୂହ
(ଗ) ବହିଃସମୂହ
(ଘ) ଅନ୍ତଃସମୂହ
Answer:
(ଖ) ଗୌଣସମୂହ

CHSE Odisha Class 12 Psychology Unit 3 Objective Questions in Odia Medium

୪। ଯେଉଁ ସମୂହରେ ଏକ ନିର୍ଦ୍ଦିଷ୍ଟ ନୀତି ଓ ନିୟମ ରହିଥାଏ ତାହାକୁ କେଉଁ ସମୂହ କୁହାଯାଏ ?
(କ) ଗୌଣସମୂହ
(ଖ) ଆନୁଷ୍ଠାନିକ ସମୂହ
(ଗ) ଅଣଆନୁଷ୍ଠାନିକ
(ଘ) ବହିଃସମୂହ
Answer:
(ଖ) ଆନୁଷ୍ଠାନିକ ସମୂହ

୫। କେଉଁ ସମୂହରେ ଆମେ ଏକ ନିର୍ଦ୍ଦିଷ୍ଟ ନୀତି ଓ ନିୟମ ଦେଖିବାକୁ ପାଇ ନଥାଉ ?
(କ) ଗୌଣସମୂହ
(ଖ) ଅନ୍ତଃସମୂହ
(ଗ) ଅଣଆନୁଷ୍ଠାନିକ
(ଘ) ଆନୁଷ୍ଠାନିକ
Answer:
(ଗ) ଅଣଆନୁଷ୍ଠାନିକ

୬। ଗୋଟିଏ ସମୂହରେ ଥ‌ିବା ବ୍ୟକ୍ତି ଅନ୍ୟ ଏକ ସମୂହକୁ କ’ଣ ଭାବରେ ଅଭିହିତ କରିଥାଏ ?
(କ) ବହିଃସମୂହ
(ଖ) ପ୍ର।ଥମିକସମୂହ
(ଗ) ଅନ୍ତଃ ସମୂହ
(ଘ) ଆନୁଷ୍ଠାନିକ ସମୂହ
Answer:
(କ) ବହିଃସମୂହ

୭। କେଉଁ ମତବାଦ ଅନୁସାରେ ବ୍ୟକ୍ତି ନିଜର ସ୍ଥାନ ଓ ଭୌଗୋଳିକ ନିକଟତାକୁ ଆଧାର କରି ସମୂହ ଜଠନ କରିଥାଏ ?
(କ) ସାମୀପ୍ୟ ମତବାଦ
(ଖ) ହୋମୟ ମତବାଦ
(ଗ) ଭାରସାମ୍ୟ ମତବାଦ
(ଘ) ବିନିମୟ ମତବାଦ
Answer:
(କ) ସାମୀପ୍ୟ ମତବାଦ

୮। ଏକାଠି ରହିବାର ମାନସିକତା ଓ ନିଜକୁ ଗୋଟିଏ ଧାରାରେ ବାନ୍ଧି ରଖୁବାର ଭାବନାକୁ କ’ଣ କୁହାଯାଏ ?
(କ) ସଂହତି
(ଖ) ସଂକଳ୍ପ
(ଗ) ଉଦ୍ଦେଶ୍ୟ
(ଘ) ଆନୁଷ୍ଠାନ
Answer:
(କ) ସଂହତି

CHSE Odisha Class 12 Psychology Unit 3 Objective Questions in Odia Medium

୯। ଯେଉଁ ବ୍ୟକ୍ତି ସମୂହରେ କାର୍ଯ୍ୟକଳାପକୁ ପ୍ରଭାବିତ କରିଥାନ୍ତି ତାଙ୍କୁ କ’ଣ କୁହାଯାଏ ?
(କ) ନେତା
(ଖ) ଅଭିନେତା
(ଗ) ବ୍ୟକ୍ତି
(ଘ) ସାଥୀ
Answer:
(କ) ନେତା

୧୦। କେଉଁ ନେତୃତ୍ଵ ହାତରେ ସମୂହରେ ପରିଚାଳନା ପାଇଁ ଅଖଣ୍ଡ କ୍ଷମତା ଥାଏ ?
(କ) ଅଧୂକାରବାଦୀ
(ଖ) ଗଣତନ୍ରବାଦୀ
(ଗ) ଉଦାସୀନ
(ଘ) ଦିବ୍ୟ ପ୍ରତିଭାସଂପନ୍ନ
Answer:
(କ) ଅଧିକାରବାଦୀ

୧୧। କେଉଁ ନେତାକୁ ବ୍ୟକ୍ତିମାନେ ମହାପୁରୁଷ ପରି ମନେ କରିଥାନ୍ତି ।
(କ) ଉଦାସୀନ
(ଖ) ଦିବ୍ୟ ପ୍ରତିଭାସଂପନ୍ନ
(ଗ) ଅଧୂକାରବାଦୀ
(ଘ) ଗଣତାନ୍ରିକବାଦୀ
Answer:
(ଖ) ଦିବ୍ୟ ପ୍ରତିଭାସଂପନ୍ନ

୧୨। ମହକିଲ ସହିତ ଏକ ବନ୍ଧୁତାପୂର୍ଣ ସଂପର୍କ ଏବଂ ବିଶ୍ବାସ ସ୍ଥାପନା କରିବାକୁ କ’ଣ କୁହାଯାଏ ?
(କ) ଘନିଷ୍ଠତା
(ଖ) ସଦିଚ୍ଛା
(ଗ) ଆତ୍ମବିଶ୍ଵାସ
(ଘ) ସମ୍ୱନ୍ଧ
Answer:
(କ) ଘନିଷ୍ଠତା

୧୩। ପରାମର୍ଶଦାତା ମହକିଲଙ୍କର ସମସ୍ୟାକୁ ଧାନର ସହିତ ଶୁଣିବାକୁ କ’ଣ କୁହାଯାଏ ?
(କ) ସମ୍ମାନବୋଧତା
(ଖ) ଧାନକୈନ୍ଦ୍ରିକତା
(ଗ) ସମ୍ୱେଦନଣୀଳତା
(ଘ) ଆତ୍ନସଚେତନତା
Answer:
(ଖ) ଧ୍ୟାନ କୈନ୍ଦ୍ରିକତା

୧୪। ସମ୍ବେଦନଶୀଳତା ରଖୁବାକୁ କ’ଣ କୁହାଯାଏ ?
(କ) ସମାନୁଭୂତି
(ଖ) ନମନୀୟତା
(ଗ) ସମର୍ଥନ
(ଘ) ସଦିଚ୍ଛା
Answer:
(କ) ସମାନୁଭୂତି

୧୫। କେଉଁ ମତବାଦ ଅନୁସାରେ ବ୍ୟକ୍ତି ନିଜ ସଂପର୍କରେ ଭାରସାମ୍ୟ ରକ୍ଷା କରିବା ଦୃଷ୍ଟିରୁ ସମୂହରେ ଯୋଗ ଦେଇଥାଏ ।
(କ) ଭାରସାମ୍ୟ ମତବାଦ
(ଖ) ବିନିମୟ ମତବାଦ
(ଗ) ସମୀପ୍ୟ ମତବାଦ
(ଘ) ହୋମ୍ୟ। ମତବାଦ
Answer:
(କ) ଭାରସାମ୍ୟ ମତବାଦ

CHSE Odisha Class 12 Psychology Unit 3 Objective Questions in Odia Medium

ଶୂନ୍ୟସ୍ଥାନ ପୂରଣ କର

ପ୍ରତ୍ୟେକ ପ୍ରଶ୍ନତଳେ କେତେଗୁଡ଼ିଏ ସମ୍ଭାବ୍ୟ ଉତ୍ତର ଦିଆଯାଇଛି । ଉପଯୁକ୍ତ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।
୧। ମନୁଷ୍ୟ ଓ ସମାଜ ଉଭୟେ _________________ ।
(କ) ଭିନ୍ନ
(ଖ) ସମାନ
(ଗ) ପରିପୂରକ
(ଘ) ଅନୂପୂରକ
Answer:
(ଗ) ପରିପୂରକ

୨। ବ୍ୟକ୍ତି ନିଜକୁ ସଂପୂର୍ଣ ବ୍ୟକ୍ତି ନିଜକୁ ସଂପୂର୍ଣ ___________________ କରିବା ପାଇଁ ସମୂହ ଗଠନ କରିଥାଏ ।
(କ) ମୁକ୍ତ
(ଖ) ବିକଶିତ
(ଗ) ସାହାଯ୍ୟ
(ଘ) ଅନ୍ୟାନ୍ୟ
Answer:
(ଖ) ବିକଶିତ

୩। ସମୂହରେ ଥ‌ିବା ବ୍ୟକ୍ତିମାନଙ୍କ ମଧ୍ୟରେ ପରସ୍ପର ପ୍ରତି __________________ ରହିବା ଆବଶ୍ୟକ ।
(କ) ସ୍ବୀକୃତି
(ଖ) ଆଗ୍ରହ
(ଗ) କ୍ରିୟା ଅନୁକ୍ରିୟା
(ଘ) ସଚେତନତା
Answer:
(ଗ) କ୍ରିୟା ଅନୁକ୍ରିୟା

୪। ପରିବାର ଏକ _____________ ସମୂହ ଅଟେ ।
(କ) ପ୍ରାଥମିକ
(ଖ) ଆନୁଷ୍ଠାନିକ
(ଗ) ଅନ୍ତଃସମୂହ
(ଘ) ଗୌଣ
Answer:
(କ) ପ୍ରାଥମିକ

୫। ଯେଉଁ ସମୂହରେ ପରସ୍ପର ମଧ୍ୟରେ ଉତ୍ତମ ସଂପର୍କ ନ ଥାଏ ତାହାକୁ ______________ ସମୂହ କୁହାଯାଏ ।
(କ) ପ୍ରାଥମିକ
(ଖ) ଗୌଣ
(ଗ) ଅନ୍ତଃସମୂହ
(ଘ) ବହିଃସମୂହ‍
Answer:
(ଖ) ଗୌଣ

CHSE Odisha Class 12 Psychology Unit 3 Objective Questions in Odia Medium

୬। ଯେଉଁ ସମୂହ ଏକ ନିର୍ଦ୍ଦିଷ୍ଟ ନୀତି, ନିୟମ ଉପରେ ଆଧାରିତ ତାହାକୁ _______________ ସମୂହ କୁହାଯାଏ ।
(କ) ଆନୁଷ୍ଠାନିକ
(ଖ) ଅଣଆନୁଷ୍ଠାନିକ
(ଗ) ଗୌଣ
(ଘ) ପ୍ରାଥମିକ
Answer:
(କ) ଆନୁଷ୍ଠାନିକ

୭। ସମୂହ ଗଠନ ପାଇଁ _______________________ ର ଆବଶ୍ୟକତା ଦରକାର ।
(କ) ସଂକଳ୍ପ
(ଖ) ସଂହତି
(ଗ) ଉଦ୍ଦେଶ୍ୟ
(ଘ) ସାହାଯ୍ୟ
Answer:
(ଖ) ସଂହତି

୮। ଛୋଟ ଆକାରର ସମୂହ ସବୁବେଳେ __________________ ପ୍ରକାରର ସମୂହ ଅଟେ ।
(କ) ପ୍ରାଥମିକସମୂହ
(ଖ) ଗୌଣସମୂହ
(ଗ) ବହିଃ ସମୂହ
(ଘ) ଅନ୍ତଃସମୂହ
Answer:
(କ) ପ୍ରାଥମିକ ସମୂହ

୯। ଗୋଟି ସୋପାନ ଦେଇ ଗତି କରେ ।
(କ) ଦୁଇ
(ଖ) ତିନି
(ଗ) ଚାରି
(ଘ) ଛଅ
Answer:
(ଗ) ଚାରି

୧୦। ସମୂହରେ ଆକାର ବଡ଼ ହେଲେ ___________________ ର ଆବଶ୍ୟକତା ପଡ଼ିଥାଏ ।
(କ) ସହମତି
(ଖ) ନେତୃତ୍ୱ
(ଗ) ନିଷ୍ପତ୍ତି
(ଘ) ସହଯୋଗ
Answer:
(ଖ) ନେତୃତ୍ଵ

୧୧। ଜଣେ ମୁସଲମାନ ବ୍ୟକ୍ତିକୁ ଜଣେ ହିନ୍ଦୁ ସଂପ୍ରଦାୟର ବ୍ୟକ୍ତି ______________________ ଭାବରେ ଅଭିହିତ କରିଥାଏ ।
(କ) ପ୍ରାଥମିକସମୂହ
(ଖ) ଗୌଣସମୂହ
(ଗ) ଅନ୍ତଃ ସମୂହ
(ଘ) ବହିଃସମୂହ‍
Answer:
(ଘ) ବହିଃ ସମୂହ

CHSE Odisha Class 12 Psychology Unit 3 Objective Questions in Odia Medium

୧୨। ____________ ସମୂହ ଗଠନ ପାଇଁ ଦରକାର ହୋଇ ନ ଥାଏ ।
(କ) ଦୁଇ କିମ୍ବା ଅଧୂକ ବ୍ୟକ୍ତି
(ଖ) ରକ୍ତି ସଂପର୍କୀୟ ବ୍ୟକ୍ତି
(ଗ) ସମାନ ଲକ୍ଷ୍ୟ
(ଘ) ସଂହତି
Answer:
(ଖ) ରକ୍ତ ସଂପର୍କୀୟ ବ୍ୟକ୍ତି

୧୩। ସାଙ୍ଗସାଥୀ ଓ ଖେଳସାଥିମାନଙ୍କୁ ______________ ସମୂହର ଅନ୍ତର୍ଭୁକ୍ତ କରାଯାଏ ।
(କ) ବହିଃସମୂହ‍
(ଖ) ଅଣଆନୁଷ୍ଠାନିକ ସମୂହ
(ଗ) ଆନୁଷ୍ଠାନିକ ସମୂହ
(ଘ) ପ୍ରାଥମିକ ସମୂହ
Answer:
(ଘ) ପ୍ରାଥମିକ ସମୂହ

୧୪। ଦୃଢ଼ ନେତୃତ୍ଵ ପାଇଁ _________________ ର ଆବଶ୍ୟକତା ଜରୁରୀ ।
(କ) ଶକ୍ତି
(ଖ) ଆତ୍ମବିଶ୍ୱ।ସ
(ଗ) ଉତ୍ସାହ
(ଘ) ଇଚ୍ଛ।
Answer:
(ଖ) ଆତ୍ମବିଶ୍ଵାସ

୧୫। ଏକ ଜାତି ସମୂହ ହେଉଛି ଆକାରରେ _____________________ ।
(କ) ବଡ଼
(ଖ) ସାନ
(ଗ) ମଧ୍ୟମ
(ଘ) ବହୁତ ସାନ
Answer:
(କ) ବଡ଼

୧୬। ________________ ନେତୃତ୍ବର କୌଣସି ସ୍ପଷ୍ଟ ନୀତି ନିୟମ ନ ଥାଏ ।
(କ) ଗଣତନ୍ରବାଦୀ
(ଖ) ଅଧୂକାରବାଦୀ
(ଗ) ଉଦାସୀନ
(ଘ) ରୂପାନ୍ତରଣ
Answer:
(ଗ) ଉଦାସୀନ

୧୭। ସମୂହ ସଦସ୍ୟମାନଙ୍କର ଏକ __________________ ଲକ୍ଷ୍ୟ ଥାଏ ।
(କ) ସାଧାରଣ
(ଗ) ନିରବଚ୍ଛିନ୍ନ
(ଖ) ଅସାଧାରଣ
(ଘ) ଭିନ୍ନ
Answer:
(କ) ସାଧାରଣ

CHSE Odisha Class 12 Psychology Unit 3 Objective Questions in Odia Medium

୧୮। ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଥ‌ିବା ________________________ ସମୂହ ଗଠନରେ ଏକ ମୌଳିକ ଉପାଦାନ ଅଟେ ।
(କ) ଆଗ୍ରହ
ଖ) ମୌଳିକତା
(ଗ) ନିକଟତା
(ଘ) ଦୂରତା
Answer:
(ଗ) ନିକଟତା

୧୯। ସମୂହର ଅନ୍ୟ ବ୍ୟକ୍ତିଙ୍କ ବ୍ୟବହାର ସହିତ ସମାନ ବ୍ୟବହାର ଦେଖାଇବାକୁ _________________ କୁହାଯାଏ ।
(କ) ସାମାଜିକତା
(ଖ) ଅନୁରୂପତା
(ଗ) ବାସ୍ତବିକତା
(ଘ) ନୈତିକତା
Answer:
(ଖ) ଅନୁରୂପତା

୨୦। ଯେଉଁ ନେତୃତ୍ୱରେ ଦଳମୁଖ୍ୟ ଦଳ ପାଇଁ ସମସ୍ତ ସିଦ୍ଧାନ୍ତ ନିଜେ ଗ୍ରହଣ କରିଥାନ୍ତି ତାହାକୁ _________________ କୁହାଯାଏ ।
(କ) ଅଧିକାରବାଦୀ ନେତୃତ୍ଵ
(ଖ) ଗଣତନ୍ରବାଦୀ ନେତୃତ୍ଵ
(ଗ) ଉଦାସୀନ ନେତୃତ୍ଵ
(ଘ) ରୂପାନ୍ତର ନେତୃତ୍ଵ
Answer:
(କ) ଅଧିକାରବାଦୀ ନେତୃତ୍ଵ

୨୧। ଘନିଷ୍ଠ ସମ୍ପର୍କ ସ୍ଥାପନ ପରାମର୍ଶ ସେବାର ________________ ପର୍ଯ୍ୟାୟ ଅଟେ ।
(କ) ପ୍ରଥମ
(ଖ) ଦ୍ଵିତୀୟ
(ଗ) ତୃତୀୟ
(ଘ) ଚତୁର୍ଥ
Answer:
(କ) ପ୍ରଥମ

୨୨। ପରାମର୍ଶ ଏକ __________________ ପ୍ରକ୍ରିୟା ଅଟେ ।
(କ) ଉପଦେଶ ଦେବା
(ଖ) ସୂଚନା ପ୍ରଦାନ
(ଗ) ସାହାଯ୍ୟ କରିବା
(ଘ) ଆଦେଶ ଦେବା
Answer:
(କ) ଉପଦେଶ ଦେବା

୨୩। _________________ ପରାମର୍ଶ ପ୍ରକ୍ରିୟାର ପ୍ରଥମ ସୋପାନ ।
(କ) ପ୍ରଥମ ସଂପର୍କ
(ଖ) ଗଭୀର ଅନୁଶୀଳନ
(ଗ) ଅଙ୍ଗୀକୀରବଦ୍ଧତା
(ଘ) ପଶ୍ଚାତ୍ ଅନୁଶୀଳନ
Answer:
(କ) ପ୍ରଥମ ସଂପର୍କ

୨୪। ପରାମର୍ଶ ଗ୍ରହଣ କରୁଥିବା ବ୍ୟକ୍ତିକୁ ________________ କୁହାଯାଏ ।
(କ) ପରାମର୍ଣଦାତା
(ଖ) ମହକିଲ
(ଗ) ପ୍ରଭାବୀ ବ୍ୟକ୍ତି
(ଘ) ସାଧାରଣ ବ୍ୟକ୍ତି
Answer:
(ଖ) ମହକିଲ

CHSE Odisha Class 12 Psychology Unit 3 Objective Questions in Odia Medium

୨୫। ପରାମର୍ଶ ମନୋବିଜ୍ଞାନ ହେଉଛି ଏକ ________________ ମନୋବିଜ୍ଞ।ନ।
(କ) ଗବେଷଣାତ୍ନକ
(ଖ) ଗଭୀର ଅନୁସନ୍ଧାନ
(ଗ) ପ୍ର।କୃତିକ
(ଘ) ସାଧାରଣ
Answer:
(କ) ଗବେଷଣାତ୍ମକ

୨୬। ________________ ଜଣେ ପ୍ରଭାବୀ ପରାମର୍ଶ ଦାତାଙ୍କର ଏକ ଲକ୍ଷଣ ।
(କ) ଆତ୍ମକୈନ୍ଦ୍ରିକତା
(ଖ) ସମ୍ବେଦନଶୀଳତା
(ଗ) ଆତ୍ମମର୍ଯ୍ୟାଦା
(ଘ) ସାଧାରଣ
Answer:
(କ) ଆନୁଷ୍ଠାନିକ

୨୭। ମହକିଲଙ୍କର ବିନା ଅନୁମତିରେ ତାଙ୍କଠାରୁ ସଂଗୃହୀତ ସୂଚନାଗୁଡ଼ିକ ଅନ୍ୟ କାହାକୁ ନ କହିବା ପ୍ରକ୍ରିୟାକୁ _______________ କୁହାଯାଏ ।
(କ) ବ୍ୟାବସାୟିକ ସମ୍ବନ୍ଧ
(ଖ) ଆଚରଣରେ ବସ୍ତୁନିଷ୍ଠତା
(ଗ) ଗୋପନୀୟତା
(ଘ) ଗଭୀର ଅନୁସନ୍ଧ।ନ
Answer:
(ଖ) ଆଚରଣରେ ବସ୍ତୁନିଷ୍ଠତା

୨୮। ପରାମର୍ଶ ପ୍ରକ୍ରିୟାର ସଫଳତା ପାଇଁ ସୌହାର୍ଯ୍ୟପୂର୍ଣ୍ଣ ବାତାବରଣ, ନିବିଡ଼ତା ଏବଂ ________________ ର ଆବଶ୍ୟକତା ପଡ଼ିଥାଏ ।
(କ) ବିଶ୍ଵାସ
(ଖ) ତୀବ୍ରତା
(ଗ) ତାଲିମ୍
(ଘ) ସାହାଯ୍ୟ
Answer:
(କ) ବିଶ୍ଵାସ

୨୯। ମହକିଲଙ୍କ ସହିତ ଏକ ବନ୍ଧୁତ୍ଵପୂର୍ଣ ସଂପର୍କ ଏବଂ ବିଶ୍ଵାସ ସ୍ଥାପନକୁ ____________________ କୁହାଯାଏ ।
(କ) ଘନିଷ୍ଠତା
(ଖ) ଅନୁସନ୍ଧ।ନ
(ଗ) ସମ୍ୱନ୍ଧ
(ଘ) ସହଯୋଗ
Answer:
(କ) ଘନିଷ୍ଠତା

୩୦। ଯେଉଁ ବ୍ୟକ୍ତି ପରାମର୍ଶ ପ୍ରଦାନ କରିଥାନ୍ତି ତାଙ୍କୁ _______________ କୁହାଯାଏ ।
(କ) ପରାମର୍ଶଦାତା
(ଖ) ଅନୁସନ୍ଧାନ
(ଗ) ପ୍ରଭାବଶାଳୀ ବ୍ୟକ୍ତି
(ଘ) ସାଧାରଣ ବ୍ୟକ୍ତି
Answer:
(କ) ପରାମର୍ଶଦାତା

ନିମ୍ନରେ ଦିଆଯାଇଥୁବା ଉକ୍ତିଗୁଡ଼ିକ “ଠିକ୍” କିମ୍ବା “ଭୁଲ” ଦର୍ଶାଅ ।

୧। ସମୂହ ସଭ୍ୟମାନଙ୍କର ଏକ ସାଧାରଣ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଥାଏ ।
Answer:
ଠିକ୍ ।

୨।ସଭ୍ୟମାନଙ୍କର ବ୍ୟବହାର ତଥା ଆଚରଣମାନଙ୍କ ଦ୍ବାରା ସମୂହ ନିର୍ଦ୍ଦେଶିତ ହୋଇଥାଏ ।
Answer:
ଠିକ୍ ।

CHSE Odisha Class 12 Psychology Unit 3 Objective Questions in Odia Medium

୩। ସମୂହ ଗଠନ ପାଇଁ ନିକଟତା ଏକ ଆବଶ୍ୟକତା ସର୍ଭେ ।
Answer:
ଭୁଲ ।

୪। ସମାନ ବିଚାର ଏବଂ ମୂଲ୍ୟବୋଧ ରଖୁଥ‌ିବା ବ୍ୟକ୍ତିମାନେ ସମୂହ ଗଠନ କରିପାରିଛନ୍ତି ।
Answer:
ଠିକ୍ ।

୫। ଛାତ୍ର ଧର୍ମଘଟ ସମୟରେ ମିଳିତ ହୋଇଥିବା ଛାତ୍ରଙ୍କୁ ସାମାଜିକ ସମୂହ କୁହାଯାଇଥାଏ ।
Answer:
ଭୁଲ୍ ।

୬। ବିଭିନ୍ନ ସମୂହର ସଂଗଠନ ଓ କାର୍ଯ୍ୟାବଳୀ ପରସ୍ପରଠାରୁ ଭିନ୍ନ ହୋଇଥାଏ ।
Answer:
ଠିକ୍ ।

୭। କ୍ଷୁଦ୍ର ସମୂହରେ ସଂହତି ପରିଲକ୍ଷିତ ହୁଏ ନାହିଁ ।
Answer:
ଭୁଲ୍ ।

୮। ସାମାଜିକ ସମୂହ ମନସ୍ତାତ୍ତ୍ଵିକ ଆବଶ୍ୟକତା ପୂରଣ କରିଥାଏ ।
Answer:
ଠିକ୍ ।

୯।ଗୌଣ ସମୂହର ସଦସ୍ୟମାନଙ୍କ ମଧ୍ୟରେ ଘନିଷ୍ଠ ଓ ନିବିଡ଼ ସଂପର୍କ ଥାଏ ।
Answer:
ଭୁଲ ।

୧୦। ଆନୁଷ୍ଠାନିକ ସମୂହ ଏକ ନିର୍ଦ୍ଦିଷ୍ଟ ନୀତି ନିୟମ ମଧ୍ଯରେ ପରିଚାଳିତ ହେଉ ନ ଥାଏ ।
Answer:
ଭୁଲ ।

୧୧। ପ୍ରାଥମିକ ସମୂହରେ ନିକଟ ତଥା ଅନ୍ତରଙ୍ଗ ସମ୍ବନ୍ଧ ହୋଇଥାଏ ।
Answer:
ଠିକ୍ ।

୧୨। ଜଣେ ବ୍ୟକ୍ତି ଅନ୍ୟଜଣଙ୍କର ନିକଟବର୍ତୀ ରହିବା ଫଳରେ ସେମାନଙ୍କ ମଧ୍ୟରେ ସଂପର୍କ ସ୍ଥାପିତ ହୁଏ । ଏହାକୁ ସାଦୃଶ୍ୟ କୁହାଯାଏ ।
Answer:
ଭୁଲ୍ ।

୧୩। ଏକାଠି ରହିବାର ମାନସିକତା ଓ ନିଜକୁ ଗୋଟିଏ ଧାରାରେ ବାନ୍ଧି ରଖୁବାର ଭାବନାକୁ ସମାନ ଲକ୍ଷ୍ୟ କୁହାଯାଏ ।
Answer:
ଭୁଲ୍ ।

୧୪। ଦଣ୍ଡ ଦେବାର ଅଧିକାର ହେଉଛି ନେତୃତ୍ବର ଏକ ପ୍ରଧାନ ଲକ୍ଷଣ ।
Answer:
ଭୁଲ୍ ।

୧୫। ଦୃଢ଼ ନେତୃତ୍ୱ ପାଇଁ ଆତ୍ମବିଶ୍ଵାସର ଆବଶ୍ୟକତା ନାହିଁ ।
Answer:
ଭୁଲ୍ ।

୧୬। ନେତୃତ୍ଵ ଏକ ଦକ୍ଷତା ଯାହା ଲକ୍ଷ୍ୟ ପୂରଣ ଦିଗରେ ସମୂହକୁ ପ୍ରଭାବିତ କରିଥାଏ ।
Answer:
ଠିକ୍ ।

CHSE Odisha Class 12 Psychology Unit 3 Objective Questions in Odia Medium

୧୭। ଉଦାସୀନ ନେତାମାନେ ସମୂହ ସଦସ୍ୟଙ୍କର ଚିନ୍ତାଧାରା ଓ ବିଶ୍ୱାସକୁ ନେଇ କାର୍ଯ୍ୟ କରିଥାନ୍ତି |
Answer:
ଭୁଲ୍ ।

୧୮। ପରାମର୍ଶଦାତା ମହକିଲଙ୍କ ସହିତ ନିଜର ଆଚରଣରେ ବ୍ୟକ୍ତିନିଷ୍ଠତା ବଜାୟ ରଖନ୍ତି ।
Answer:
ଭୁଲ୍ ।

୧୯। ସାଧୁତା ଓ ବସ୍ତୁନିଷ୍ଠତା ଜଣେ ପ୍ରଭାବୀ ମନୋବିଜ୍ଞାନୀଙ୍କର ଆବଶ୍ୟକ ଗୁଣ । ‍
Answer:
ଠିକ୍ ।

୨୦। ପରାମର୍ଶଦାତାଙ୍କର ଶାରୀରିକ ସ୍ବାସ୍ଥ୍ୟ ସଫଳ ପରାମର୍ଶ ଦେବା ପାଇଁ ଦରକାର ।
Answer:
ଭୁଲ୍ ।

୨୧। ଆବଶ୍ୟକ କରୁଥିବା କୌଣସି ବ୍ୟକ୍ତିଙ୍କୁ ଉପଦେଶ ଏବଂ ସହାୟତା ଦେବାର ପ୍ରକ୍ରିୟାକୁ ପରାମର୍ଶ କୁହାଯାଏ ।
Answer:
ଭୁଲ୍ ।

୨୨। ଜଣେ ପରାମର୍ଶଦାତାଙ୍କର ନିଜ ବ୍ୟକ୍ତିତ୍ବ ସମ୍ବନ୍ଧରେ ସଚେତନତା ଓ ଆବଶ୍ୟକତା ରହିବା ଉଚିତ୍ ।
Answer:
ଭୁଲ୍ ।

୨୩। ନିର୍ଦ୍ଦେଶନା ପରାମର୍ଶ ପ୍ରକ୍ରିୟାର ଅଂଶ ନୁହେଁ ।
Answer:
ଭୁଲ୍ ।

୨୪। ମହକିଲଙ୍କର ନିଜ ସମସ୍ୟାକୁ ଜାଣିବା ଓ ସ୍ବୀକାର କରିବାରେ ସାହାଯ୍ୟ କରିବା ପରାମର୍ଶର ପ୍ରଥମ ମହତ୍ତ୍ଵପୂର୍ଣ ପଦକ୍ଷେପ ।
Answer:
ଠିକ୍ ।

୨୫। ପରାମର୍ଶ ପ୍ରକ୍ରିୟା ଉଭୟ ପରାମର୍ଶଦାତା ଓ ମହକିଲଙ୍କର ମିଳିତ ପ୍ରଚେଷ୍ଠା ଉପରେ ନିର୍ଭର କରେ ।
Answer:
ଠିକ୍ ।

୨୬। ପରାମର୍ଶ ହେଉଛି ଏକ ବୃତ୍ତି ।
Answer:
ଠିକ୍ ।

୨୭। ପ୍ରତ୍ୟେକ ପରାମର୍ଶଦାତାଙ୍କର ପରାମର୍ଶ ଦେବା ପ୍ରକ୍ରିୟା ଅନ୍ୟଜଣଙ୍କଠାରୁ ଅଲଗା ।
Answer:
ଠିକ୍ ।

CHSE Odisha Class 12 Psychology Unit 3 Objective Questions in Odia Medium

୨୮। ପରାମର୍ଶ ପ୍ରକ୍ରିୟାର ସଫଳତା ପାରସ୍ପରିକ ବିଶ୍ଵାସ, ନିବିଡ଼ତା ଓ ସୌହାର୍ଘ୍ୟପୂର୍ଣ୍ଣ ବାତାବରଣ ଉପରେ ନିର୍ଭର କରେ ନାହିଁ ।
Answer:
ଭୁଲ୍ ।

୨୯। କୌଣସି ପରାମର୍ଶ ଦାତା ମହକିଲଙ୍କଠାରୁ ତଥ୍ୟ ଆଦାୟ କରିବା ପାଇଁ ଦଣ୍ଡାତ୍ମକ ବିଧୂର ସହାୟତା ନେଇଥାନ୍ତି ।
Answer:
ଭୁଲ୍ ।

୩୦। ପରାମର୍ଶ ପ୍ରକ୍ରିୟା ମହକିଲର ପ୍ରତ୍ୟକ୍ଷୀକରଣ ଓ ଅନୁଭବକୁ ସ୍ୱୀକୃତି ଦେଇଥାଏ ।
Answer:
ଠିକ୍ ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

Odisha State Board CHSE Odisha Class 12 Psychology Solutions Unit 4 ମାନସିକ ବିକାର & ମାନସିକ ବିକାର ଚିକିତ୍ସା Short & Long Answer Questions

CHSE Odisha 12th Class Psychology Unit 4 Short & Long Answer Questions in Odia Medium

ଦୁଇନମ୍ୱର ସମ୍ୱଳିତ ପ୍ରଣ୍ନେ।ତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦୁଇ ବା ତିନୋଟି ବାକ୍ୟ ମଧ୍ଯରେ ଦିଅ ।

Question ୧।
ଅସ୍ବାଭାବିକ ବ୍ୟବହାର କାହାକୁ କୁହାଯାଏ ?
Answer:
ଯେଉଁ ବ୍ୟବହାର ସ୍ଵାଭାବିକ ବ୍ୟବହାରଠାରୁ ଭିନ୍ନ ତାହାକୁ ଅସ୍ଵାଭାବିକ ବ୍ୟବହାର କୁହାଯାଏ । ସୁତରାଂ ଯେଉଁ ବ୍ୟବହାର ଗୋଟିଏ ସମାଜରେ ଚାଲୁ ରହିଥ‌ିବା ସାଧାରଣ ବ୍ୟବହାରଠାରୁ ଅତିମାତ୍ରାରେ ଅଲଗା ଓ ଏହା ଦେଖାଉଥ‌ିବା ବ୍ୟକ୍ତିର ସାମାଜିକ କ୍ରିୟାଶୀଳ ଏବଂ ସମାଯୋଜନା କ୍ରିୟା ସମସ୍ୟାଜନକ ଅଟେ । ସେହି ବ୍ୟବହାରକୁ ‘ଅସ୍ଵାଭାବିକ’ କୁହାଯାଏ ।

Question ୨।
ମାନସିକ ରୋଗକୁ କେଉଁ ଦୁଇଗୋଟି ମାନଦଣ୍ଡ ଦ୍ୱାରା ନିର୍ଣ୍ଣୟ କରାଯାଇପାରେ ?
Answer:
ଆମେରିକା ମନୋଚିକିତ୍ସା ପରିଷଦ (American Psychiatric Association) ବିଭିନ୍ନ ମାନସିକ ରୋଗୀକୁ ଚିହ୍ନିବା ଏବଂ ବର୍ଗୀକୃତ କରିବା ପାଇଁ ଏକ ନିର୍ଣ୍ଣାୟକମାନକ ସ୍ଥିର କରିଛନ୍ତି । ସେମାନଙ୍କ ମତରେ ମାନସିକ ରୋଗକୁ ନିମ୍ନଲିଖତ ଦୁଇଗୋଟି ମାନକ ଦ୍ଵାରା ନିର୍ଣ୍ଣୟ କରାଯାଇପାରିବ ।

  • ନୈଦାନିକ ଦୃଷ୍ଟିକୋଣରୁ ଗୁରୁତ୍ଵପୂର୍ଣ୍ଣ ଯେଉଁ ବ୍ୟବହାରଗୁଡ଼ିକ ବ୍ୟକ୍ତିର କ୍ଳେଶ ଏବଂ ଅକ୍ଷମତା ସହିତ ସମ୍ବନ୍ଧିତ ହୋଇ ବ୍ୟକ୍ତି ନିକଟରେ ଦୁଃଷ୍କ୍ରିୟା (dysfunction) ସୃଷ୍ଟି କରୁଥ‌ିବେ ।
  • ଯେଉଁ ବ୍ୟବହାର ସାମାଜିକ ତଥା ସାଂସ୍କୃତିକ ଦୃଷ୍ଟିକୋଣରୁ ଅନୁପଯୁକ୍ତ ବୋଲି ବିଚାର କରାଯାଏ ।

Question ୩।
ମାନସିକ ରୋଗର ପ୍ରାଥମିକ କାରଣ କ’ଣ ?
Answer:
ଯେତେବେଳେ ଏକ ମାନସିକ ରୋଗକୁ ଉତ୍ପତ୍ତି କରିବା ନିମନ୍ତେ ଅନ୍ୟ କାରଣ ଥାଉ ବା ନ ଥାଉ, କିନ୍ତୁ ଗୋଟିଏ କାରଣର ଉପସ୍ଥିତି ପର୍ଯ୍ୟାପ୍ତ ତେବେ ଏହି କାରଣଟିକୁ ପ୍ରାଥମିକ କାରଣ କୁହାଯାଏ ।
ଉଦାହରଣସ୍ୱରୂପ : ତମ ଗୁଣସୂତ୍ର ଯୋଡ଼ାରେ ଅଧିକ ଗୋଟିଏ ଗୁଣସୂତ୍ରର ସଂଯୁକ୍ତି ଡାଉନ ଲକ୍ଷଣ (Down’s syndrome) ସମୂହ ସୃଷ୍ଟି କରେ ।

Question ୪।
ଅସ୍ବାଭାବୀ ଆଚରଣର ସାଂଖ୍ୟକୀୟ ମାନଦଣ୍ଡ କ’ଣ ?
Answer:
ଏକ ସାଧାରଣ ବା ହାରାହାରି ପରିମାଣାତ୍ମକ ସୀମା ମଧ୍ୟରେ ଅନ୍ତର୍ଭୁକ୍ତ ହେଉଥିବା ବ୍ୟବହାରକୁ ସ୍ଵାଭାବିକ ବୋଲି କୁହାଯାଏ । ଏହି ସୀମା ନିମ୍ନସ୍ଥ ଏବଂ ଉଚ୍ଚସ୍ଥ ପରିମାଣର ବ୍ୟବହାରକୁ ଅସ୍ଵାଭାବୀ ଭାବେ ବିଚାର କରାଯାଏ ।

ଉଦାହରଣସ୍ୱରୂପ : ଅଧିକାଂଶ ବ୍ୟକ୍ତିମାନଙ୍କର ବୁଦ୍ଧିମତ୍ତା ସାଧାରଣ ବା ହାରାହାରି ପରିମାଣାତ୍ମକ ସୀମା ମଧ୍ୟରେ ରହେ । ସୁତରାଂ ସେହି ବ୍ୟକ୍ତିମାନଙ୍କର ବୁଦ୍ଧିମତ୍ତାଜନିତ ବ୍ୟବହାରକୁ ସ୍ଵାଭାବିକ ବୋଲି କୁହାଯିବ । ଅନ୍ୟପକ୍ଷରେ ସୀମା ବହିର୍ଭୂତ ନିମ୍ନସ୍ଥ ଓ ଉଚ୍ଚସ୍ଥ ବୁଦ୍ଧିମତ୍ତାଜନିତ ବ୍ୟବହାରକୁ ଅସ୍ଵାଭାବୀ କୁହାଯିବ । ଏହି ସାଂଖ୍ୟକୀୟ ମାନଦଣ୍ଡ ଅନୁଯାୟୀ ଅତି ବୁଦ୍ଧିମାନ ବ୍ୟକ୍ତିମାନଙ୍କ ବ୍ୟବହାରକୁ ଅସ୍ଵାଭାବୀ ଭାବେ ବିବେଚନା କରିବା ଯୁକ୍ତିଯୁକ୍ତ ନୁହେଁ ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

Question ୫।
ଅସ୍ଵାଭାବିକ ବ୍ୟବହାରର ମନସ୍ତାତ୍ତ୍ଵିକ କାରଣଗୁଡ଼ିକ
Answer:
ଅସ୍ଵାଭାବିକ ବ୍ୟବହାରର ମନସ୍ତାତ୍ତ୍ଵିକ କାରଣଗୁଡ଼ିକ ହେଲା :-

  • ପ୍ରଚଣ୍ଡ ମାନସିକ ଆଘାତ
  • ବିକୃତ ଆତ୍ମ ପରିଚୟ
  • ପରିଚୟ ଓ ଅଚେତନ ଅଭିପ୍ରେରଣ
  • ମାତୃଯତ୍ନ, ଶୈଶବକାଳରେ ଓ ସ୍ନେହରୁ ବଞ୍ଚତ
  • ବିକୃତ ପାରିବାରିକ ଶୈଳୀ

Question ୬।
ଡି.ଏସ୍.ଏମ୍ (DSM) କ’ଣ ?
Answer:
ଡି.ଏସ୍.ଏମ୍. (Diagnostic & Statistical Manual of Mental Disorder) – ଏପରି ଏକ ପ୍ରଣାଳୀ ଯାହା ରୋଗର ନିଦାନ, ଉପଚାର, ପୂର୍ବାନୁମାନ ଏବଂ ତତ୍ତ୍ୱାବଧାନରେ ଚିକିତ୍ସା ମନୋବିଜ୍ଞାନୀଙ୍କୁ ସହାୟତା ପ୍ରଦାନ କରିଥାଏ । ଏହି ପ୍ରଣାଳୀ ଅନୁସାରେ ଚିନ୍ତନର ନମୁନା, ଆବେଗ ଓ ବ୍ୟବହାର ଅନୁସାରେ ମାନସିକ ରୋଗର ବର୍ଗୀକରଣ ହୋଇଥାଏ । ଏହା ଆମେରିକାନ୍ ମନୋଚିକିତ୍ସା ପରିଷଦ ଦ୍ବାରା ବିକଶିତ । ବର୍ତ୍ତମାନ ଏହାର ଚତୁର୍ଥ ସଂସ୍କରଣ ପ୍ରଚଳନ ହେଉଛି । ଏହା ଅନେକ ଅକ୍ଷଯୁକ୍ତ ଏକ ପ୍ରଣାଳୀ (Multi-axial) ଏବଂ କେବଳ ଲକ୍ଷଣ ଉପରେ ପର୍ଯ୍ୟବସିତ ନୁହେଁ । ଏହା ଅନୁସାରେ ଜଣେ ମନୋଚିକିତ୍ସକଙ୍କୁ ରୋଗୀର ଅନେକ କ୍ଷେତ୍ରରେ କାର୍ଯ୍ୟପ୍ରଣାଳୀ ସମ୍ବନ୍ଧରେ ସୂଚନା ଏକାଠି ରହିବାକୁ ପଡ଼ିଥାଏ ।

Question ୭।
ସାଧାରଣ ଉତ୍କଣ୍ଠା ମନୋବିକୃତିର ୩ ଗୋଟି ଦୈହିକ ଲକ୍ଷଣ ଉଲ୍ଲେଖ କର ।
Answer:
ସାଧାରଣ ଉତ୍କଣ୍ଠା ମନୋବିକୃତିର ଦୈହିକ ଲକ୍ଷଣଗୁଡ଼ିକ ହେଲା :

  • କ୍ଳାନ୍ତି ଅନୁଭବ କରିବା ।
  • ଶ୍ଵାସରୁଦ୍ଧ ଅନୁଭବ କରିବା ।
  • ନିଦ ନ ଲାଗିବା ।
  • ଝାଳ ବୋହିବା ଓ ଦେହ ଥରିବା ।

Question ୮।
ବିଭିନ୍ନ ପ୍ରକାରର ଉତ୍କଣ୍ଠା ମନରୋଗର ସମୁଜୟ ଲକ୍ଷଣଗୁଡ଼ିକ ଲେଖ ।
Answer:
ବିଭିନ୍ନ ପ୍ରକାରର ଉତ୍କଣ୍ଠା ମନରୋଗରେ କେତେଗୁଡ଼ିଏ ଲକ୍ଷଣ ସମୁଳୟ ଅନ୍ତର୍ନିହିତ ଥାଏ । ସେଗୁଡ଼ିକ ହେଲା :-
(୧) ରୋଗୀମାନେ ସାଧାରଣ ଲୋକଙ୍କ ତୁଳନାରେ ବାରମ୍ବାର, ଅତି ତୀବ୍ର ଏବଂ ବହୁଦିନ ପର୍ଯ୍ୟନ୍ତ ଉତ୍କଣ୍ଠା, ଭୟ ଓ ଶଙ୍କା ଅନୁଭବ କରିଥାଆନ୍ତି ।
(୨) ଏପରି ଭାବନାରୁ ରକ୍ଷାପାଇବା ପାଇଁ ସେମାନେ ଧାର୍ମିକ ନୀତିନିୟମ ପାଳନ କରିଥାଆନ୍ତି ଏବଂ ଏପରି ଚିନ୍ତାକୁ ଉତ୍ପନ୍ନ କରାଇଥବା ସ୍ଥିତିଠାରୁ ନିଜକୁ ଦୂରେଇ ରଖୁବାକୁ ପ୍ରୟାସ କରିଥାଆନ୍ତି ।

Question ୯।
ମାନସିକ କାରଣ ଜନିତ ଶାରୀରିକ ବିକୃତି (Somato form Disorder) କହିଲେ କ’ଣ ବୁଝ ?
Answer:
ମାନସିକ କାରଣ ଜନିତ ଶାରୀରିକ ବିକୃତିଗୁଡ଼ିକ ଦେହର ସମସ୍ୟାକୁ ବୁଝାଏ । ଏଥୁରେ ପୀଡ଼ିତ ବ୍ୟକ୍ତି ଅନେକ ଦିନ ପର୍ଯ୍ୟନ୍ତ ବହୁତ ଦେହ ଖରାପ ଅଛି ବୋଲି ଅଭିଯୋଗ କରିଥାଆନ୍ତି । କିନ୍ତୁ ମେଡ଼ିକାଲ ପରୀକ୍ଷାରୁ ଏପ୍ରକାର ସମସ୍ୟାର ପ୍ରକୃତରେ କିଛି ଦୈହିକ ଆଧାର ଥାଏ ବୋଲି ଜଣା ପଡ଼େ ନାହିଁ । ଏପରି ଲୋକମାନେ ବାରମ୍ବାର ଚିକିତ୍ସା ସହାୟତା ଖୋଜି ଥାଆନ୍ତି । ଏମାନଙ୍କର ସମସ୍ୟା ମୂଳରେ ମନୋବୈଜ୍ଞାନିକ ଅଭିବ୍ୟକ୍ତି ନିହିତ ଥାଏ ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

Question ୧୦।
ଦ୍ଵି-ପ୍ରାନ୍ତୀୟ ମନୋବିକୃତି କହିଲେ କ’ଣ ବୁଝ ? (Bipolar disorder)
Answer:
ଦ୍ଵିପ୍ରାନ୍ତୀୟ ମନୋବିକୃତିରେ ଉଭୟ ଅବସାଦ ଓ ଉନ୍ମାଦ (Mania) ସଂପୃକ୍ତ ଥାଆନ୍ତି । ଏମାନଙ୍କର ତୀବ୍ରତା ମୃଦୁ ବା ତୀବ୍ରତର ହୋଇପାରେ । ଉନ୍ମାଦରେ ବ୍ୟକ୍ତି ମଧ୍ୟରେ ଉଲ୍ଲାସ ମନୋଭାବ, ମନୋକାରକ କ୍ରିୟାରେ ବୃଦ୍ଧି ଏବଂ ଭବ୍ୟ (grandiose) ମନୋଭାବ ଲକ୍ଷଣ ଦେଖିବାକୁ ମିଳେ । ଦ୍ଵିପ୍ରାନ୍ତୀୟ ମନୋବିକୃତି ମଧ୍ୟରେ ଦ୍ବିପ୍ରାନ୍ତୀୟ-୧ (Bipolar-I) ମନୋବିକୃତି, ଦ୍ଵିପ୍ରାନ୍ତୀୟ-୨ (Bipolar-II) ମନୋବିକୃତି ଓ ଚକ୍ର ବିକ୍ଷିପ୍ତ ମନୋବିକୃତି (Cyclothymic Disorder) ଅନ୍ତର୍ଭୁକ୍ତ ।

Question ୧୧।
ମନୋଚିକିତ୍ସା ପଦ୍ଧତି କହିଲେ କ’ଣ ବୁଝ ?
Answer:
ମନୋଚିକିତ୍ସା ମାନସିକ ରୋଗୀକୁ ସହାୟତା କରିବା ପାଇଁ ତଥା ସମାଯୋଜିତ କରିବା ପାଇଁ ବା ବ୍ୟବହାରରେ କଠିନତାକୁ ଦୂର କରିବା ପାଇଁ ମାନସିକ ସ୍ଵାସ୍ଥ୍ୟବିଶେଷଜ୍ଞଙ୍କ ଦ୍ଵାରା ପ୍ରୟୋଗ କରାଯାଉଥିବା ଏକ ବିଧ୍ଵ । ସମସ୍ତ ପ୍ରକାର ଚିକିତ୍ସା ପ୍ରଣାଳୀରେ ସହାୟତା ପ୍ରଦାନକାରୀ ବିଶେଷଜ୍ଞ ଓ ସହାୟତା ନେଉଥିବା ବ୍ୟକ୍ତିଙ୍କର ମଧ୍ୟରେ ଅନ୍ତର୍ବେତ୍ତିକ ସମ୍ବନ୍ଧ ରହିଥାଏ ।

Question ୧୨।
ଚିକିତ୍ସାତ୍ମକ ସୌହାର୍ଯ୍ୟ କହିଲେ କ’ଣ ବୁଝ ?
Answer:
ଚିକିତ୍ସାତ୍ମକ ସୌହାର୍ଘ୍ୟ ଅର୍ଥ ହେଲା ମନୋଚିକିତ୍ସକ ନିଜର ସୁସ୍ଥ ‘ସ୍କୃ’ ଏବଂ ରୋଗୀଙ୍କର ବିବେକି, ହେବାପାଇଁ ଇଚ୍ଛୁକ ଏବଂ ଉନ୍ନତି କରିବାପାଇଁ ସର୍ବଦା ଚେଷ୍ଟା କରୁଥିବା ‘ସ୍ଵ’ ସହିତ ଏକ ମୈତ୍ରୀପୂର୍ଣ୍ଣ ସଂପର୍କ ସ୍ଥାପନା କରିବା । ଏହା ଅତି ମହତ୍ତ୍ଵପୂର୍ଣ୍ଣ ହୋଇଥାଏ । କାରଣ ଏପରି ସଂପର୍କ ସ୍ଥାପନ କରିବାଦ୍ଵାରା ରୋଗୀର ସୁସ୍ଥ ହେବାପାଇଁ କାମନା ଦୃଢ଼ ହୋଇଥାଏ ।

Question ୧୩।
ଚିକିତ୍ସାତ୍ମକ ସୌହାର୍ଯ୍ୟ କହିଲେ ତୁମେ କ’ଣ ବୁଝ ?
Answer:
ମନୋଚିକିତ୍ସକ ଏବଂ ରୋଗୀ ମଧ୍ୟରେ ପାରସ୍ପରିକ ବୁଝାମଣା ତଥା ସଂପର୍କ ସ୍ଥାପନାକୁ ‘ଅନୁବନ୍ଧ’ କୁହାଯାଏ । ଏହି ବୁଝାମଣା ଓ ସଂପର୍କ ଉଭୟ ପକ୍ଷ ମଧ୍ୟରେ ଯୁକ୍ତ ଭାବରେ କଥାବାର୍ତ୍ତା ଜରିଆରେ ହୋଇଥାଏ । ଏଥିପାଇଁ ଉଭୟ ପକ୍ଷ ଅନେକ ଥର ପରସ୍ପରକୁ ସାକ୍ଷାତ କରନ୍ତି ।

Question ୧୪।
ସଜ୍ଞାନାତ୍ମକ ଚିକିତ୍ସା କହିଲେ ତୁମେ କ’ଣ ବୁଝ ?
Answer:
ସଜ୍ଞାନାତ୍ମକ ଚିକିତ୍ସା ରୋଗୀର ନକରାତ୍ମକ ବିଚାରଧାରା ଏବଂ କୁସମାଯୋଜନାତ୍ମକ ବିଶ୍ଵାସକୁ ଚିହ୍ନି ସେଗୁଡ଼ିକୁ ବଦଳାଇବାରେ ସହାୟକ ହୋଇଥାଏ । ଅବସାଦ ଓ ଉତ୍କଣ୍ଠା ପରି ରୋଗର ଉପଚାର ପାଇଁ ସଜ୍ଞାନାତ୍ମକ ଚିକିତ୍ସାର ବ୍ୟବହାର କରାଯାଏ । ଆଲବର୍ଟ ଏଲିସ୍ ଓ ଆରୋନ୍ ବେକ୍ ସଜ୍ଞାନାତ୍ମକ ଚିକିତ୍ସା ପଦ୍ଧତି ମାନସିକ ରୋଗର ଉପଚାରରେ ପ୍ରଥମେ ପ୍ରୟୋଗ କରିଥିଲେ ।

Question ୧୫।
ମନୋଚିକିତ୍ସାତ୍ମକ ସମ୍ବନ୍ଧ କହିଲେ ତୁମେ କ’ଣ ବୁଝ ?
Answer:
ବ୍ୟବସାୟିକ ସମ୍ବନ୍ଧଠାରୁ ଭିନ୍ନ ଅଟେ । ମନୋଚିକିତ୍ସା ଏକ ମନୋଚିକିତ୍ସକ ଏବଂ ମାନସିକ ରୋଗୀ ମଧ୍ୟରେ ଗୋଟିଏ ବ୍ୟବସାୟିକ ସମ୍ବନ୍ଧ ଅଟେ । ମନୋଚିକିତ୍ସକ ଠିକ୍ ଭାବରେ ନିଜର ପାରିଶ୍ରମିକ ସ୍ଥିର କରିଥାଆନ୍ତି, ସାକ୍ଷାତ ତାରିଖ ଏବଂ ସମୟକୁ ଧ୍ୟାନ ଦେଉଥାନ୍ତି ଏବଂ ନୈଦାନିକ ନିୟମକୁ ଅନୁସରଣ କରିଥାଆନ୍ତି ।

Question ୧୬।
ସାଧାରଣ ଉତ୍କଣ୍ଠା ମନୋବିକୃତି କାହାକୁ କୁହାଯାଏ ?
Answer:
ଦୀର୍ଘକାଳବ୍ୟାପୀ, ଅସ୍ପଷ୍ଟ, ଅହେତୁକ ଏବଂ ଅତୀବ ଭୟ ଯାହାକି ଯେକୌଣସି ଘଟଣା, ବସ୍ତୁ ବା ଅବସ୍ଥାକୁ ନେଇ ସୃଷ୍ଟି ହୋଇପାରେ, ତାହାକୁ ସାଧାରଣ ଉତ୍କଣ୍ଠା ମନୋବିକୃତି କୁହାଯାଏ । ଏହା ଅବାସ୍ତବିକ ଓ ଅତ୍ୟଧ୍ଵକ ଚିନ୍ତାଯୁକ୍ତ ଏକ ମନୋବିକୃତି ଅଟେ ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

ତିନି ନମ୍ବର ସମ୍ବଳିତ ପ୍ରଶ୍ନୋତ୍ତର
ନିମ୍ନଲିଖତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଛଅଗୋଟି ବାକ୍ୟ ମଧ୍ଯରେ ଉଲ୍ଲେଖ କର ।

Question ୧।
ମାନସିକ ରୋଗର କାରଣଗୁଡ଼ିକ ସଂକ୍ଷେପରେ ବର୍ଣ୍ଣନା କର ।
Answer: ମାନସିକ ରୋଗର କାରଣଗୁଡ଼ିକୁ ଭିନ୍ନ ଭିନ୍ନ ପ୍ରକାରେ ସମ୍ବନ୍ଧିତ ହୋଇ ରୋଗ ଉତ୍ପନ୍ନ କରିଥାନ୍ତି । ଏହି ଦୃଷ୍ଟିରୁ
ମାନସିକ ବିକାରର କାରଣଗୁଡ଼ିକୁ ଚାରିପ୍ରକାରରେ ବ୍ୟକ୍ତ କରାଯାଇପାରେ :-
ଯଥା :

  • ପ୍ରାଥମିକ କାରଣ (Primary causes)
  • ପୂର୍ବ-ପ୍ରବର୍ତ୍ତକ କାରଣ (Predisposing causes)
  • ଅବକ୍ଷେପିତ ବା ପ୍ରକଟକ କାରଣ (Precipitating causes)
  • ପୁନର୍ବଳନକାରୀ କାରଣ (Reinforcing causes)

(i) ପ୍ରାଥମିକ କାରଣ :
ଯେତେବେଳେ ଏକ ମାନସିକ ରୋଗ ଉତ୍ପନ୍ନ କରିବା ନିମନ୍ତେ ଅନ୍ୟ କାରଣ ଥାଉ ବା ନ ଥାଉ କିନ୍ତୁ ଗୋଟିଏ କାରଣର ଉପସ୍ଥିତି ପର୍ଯ୍ୟାପ୍ତ ତେବେ ଏହି କାରଣଟିକୁ ପ୍ରାଥମିକ କାରଣ କୁହାଯାଏ ।
(ii) ପୂର୍ବ-ପ୍ରବର୍ତ୍ତକ କାରଣ :
ଏହା ଏପରି ଏକ ଆନୁବଂଶିକ କାରଣ ଯାହା ପୂର୍ବରୁ ଥାଏ ଏବଂ ପରବର୍ତ୍ତୀ ସମୟରେ ମାନସିକ ରୋଗ ଉତ୍ପନ୍ନ ହେବାର ସମ୍ଭାବନାକୁ ବଢ଼ାଇ ଦେଇଥାଏ ।
(iii) ଅବକ୍ଷେପିତ ବା ପ୍ରକଟକ କାରଣ :
ଏକ ତତ୍‌କାଳୀୟ ଅବସ୍ଥା ଯଦି ମାନସିକ ବିକାରକୁ ଜାତ କରେ ତେବେ ଏହାକୁ ଅବକ୍ଷେପିତ କାରଣ କୁହାଯାଏ ।
(iv) ପୁନର୍ବଳନକାରୀ କାରଣ :
ଏ ଯେଉଁ କାରଣ ପୂର୍ବରୁ ସୃଷ୍ଟି ହୋଇସାରିଥିବା ଏକ ମାନସିକ ବିକାରକୁ ଅବ୍ୟାହତ ରଖୁବାରେ ସହାୟକ ହୋଇଥାଏ ତାହାକୁ ପୁନର୍ବଳନକାରୀ କାରଣ କୁହାଯାଏ ।

Question ୨।
ସାଧାରଣ ଉତ୍କଣ୍ଠା ମନୋବିକୃତିର ମାନସିକ ଲକ୍ଷଣଗୁଡ଼ିକ ଉଲ୍ଲେଖ କର ।
Answer:
ଦୀର୍ଘକାଳବ୍ୟାପୀ ଅସ୍ପଷ୍ଟ, ଅହେତୁକ ଏବଂ ଅତୀବ ଭୟ ଯାହାକି ଯେକୌଣସି ଘଟଣା, ବସ୍ତୁ ବା ଅବସ୍ଥାକୁ ନେଇ ସୃଷ୍ଟି ହୋଇପାରେ ତାହାକୁ ସାଧାରଣ ଉତ୍କଣ୍ଠା ମନୋବିକୃତି କୁହାଯାଏ । ସାଧାରଣ ଉତ୍କଣ୍ଠା ମନୋବିକୃତିର ମାନସିକ ଲକ୍ଷଣଗୁଡ଼ିକ ହେଲା :-

  • ଅତିକମ୍‌ରେ ଛଅମାସ ପର୍ଯ୍ୟନ୍ତ ଅତୀବ ଉତ୍କଣ୍ଠା ଓ ଦୁଶ୍ଚିନ୍ତା ଅବ୍ୟାହତ ରହିବା ଯୋଗୁଁ ଜୀବନର ମୁଖ୍ୟ ପରିସରଗୁଡ଼ିକ ପ୍ରଭାବିତ ହେବା ।
  • ଏହି ଦୁଶ୍ଚିନ୍ତା ପ୍ରାୟତଃ ନିଜର ଭବିଷ୍ୟତ, ନିଜର ଆତ୍ମୀୟସ୍ବଜନ କିମ୍ବା ଧନ ସଂପରିକୁ ନେଇ ସୃଷ୍ଟି ହୁଏ ।
  • ବ୍ୟକ୍ତି କିଛି ବିପଜ୍ଜନକ ଘଟଣାର ସର୍ବଦା ପ୍ରତୀକ୍ଷା କରେ । ତେଣୁ ତା’ପାଖରେ ଅତି ସତର୍କତାର ଲକ୍ଷଣ ପରିଲକ୍ଷିତ ହୁଏ ।
  • ଏକାଗ୍ରତାର ଅତିଶୟ ଅଭାବ ପରିଲକ୍ଷିତ ହୋଇଥାଏ ।

Question ୩।
ଆତଙ୍କ ମନୋବିକୃତିର ଲକ୍ଷଣଗୁଡ଼ିକ ବର୍ଣ୍ଣନା କର ।
Answer:
ଆତଙ୍କ ମନୋବିକୃତି ଏକ ଅପ୍ରତ୍ୟାଶିତ, ଦୁର୍ଦମନୀୟ ଆତଙ୍କ ଏବଂ ଏହା କୌଣସି ପ୍ରତୀୟମାନ କାରଣ ନ ଥାଇ ଏକ ଅତୀବ ଆତଙ୍କିତ ଅବସ୍ଥାରେ ପାଞ୍ଚରୁ ଦଶ ମିନିଟ୍ ମଧ୍ୟରେ ବ୍ୟକ୍ତିଟିକୁ କବଳିତ କରି ପକାଇଥାଏ । ଆତଙ୍କ ମନୋବିକୃତିର ଲକ୍ଷଣଗୁଡ଼ିକ ହେଲା :–

  • ଶ୍ଵାସରୋଧ ବା ଅଣନିଶ୍ବାସୀ ଅନୁଭବ କରିବା ।
  • ମତିଭ୍ରମ, ଅସ୍ଥିରତା ବା ମୂର୍ଚ୍ଛା ହୋଇଯିବା ।
  • ଶରୀର ଅବଶ ଲାଗିବା, ଦେହ ଥରିବା, ଦେହରୁ ଗମ୍ଗଗମ୍ ଝାଳ ବୋହିବା ।
  • ହୃଦସ୍ପନ୍ଦନ ହାର ବୃଦ୍ଧିପାଇବା ।
  • ଛାତିରେ ଯନ୍ତ୍ରଣା ଅନୁଭବ କରିବା ।
  • ଦେହ ଝିମ୍ ଝିମ୍ ହେବା ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

Question ୪।
ଦୁର୍ନୀତି ମନୋବିକୃତିର ଲକ୍ଷଣଗୁଡ଼ିକ ଆଲୋଚନା କର ।
Answer:
କୌଣସି ବସ୍ତୁ, ପ୍ରାଣୀ ବ୍ୟକ୍ତି କିମ୍ବା ସାମାଜିକ ପରିସ୍ଥିତି ପ୍ରତି ଅହେତୁକ ଓ ନିରନ୍ତର ଭାବେ ଅତିରିକ୍ତ ଭୟ କରିବାକୁ ଦୁର୍ନୀତି ମନୋବିକୃତି କୁହାଯାଏ । ଏହାର ଲକ୍ଷଣଗୁଡ଼ିକ ହେଲା :-

  • ରୋଗୀ କେଉଁ ନିର୍ଦ୍ଦିଷ୍ଟ ଉଦ୍ଦୀପକକୁ ଭୟ କରେ ତାହା ସେ ଜାଣିଥାଏ ।
  • ଉଦ୍ଦୀପକର ଭୟ ଉଦ୍ରେକ କରିବାର ବାସ୍ତବ ସାମର୍ଥ୍ୟ ତୁଳନାରେ ରୋଗୀର ଭୟ ଅନୁଭୂତି ମାତ୍ରା ଯଥେଷ୍ଟ ଅଧିକ ।
  • ରୋଗୀ ତାହାର ଭୟକୁ ଅଯୌକ୍ତିକ ବୋଲି ସ୍ଵୀକାର କରେ।
  • ରୋଗୀ ତାହାର ଅହେତୁକ ଭୟକୁ ଆୟତ୍ତ କରିବାକୁ ସମର୍ଥ ହୋଇ ନ ଥାଏ ।
  • ଅହେତୁକ ଭୟ ଉଦ୍ରେକକାରୀ ଉଦ୍ଦୀପକ କୌଣସି ନିର୍ଦ୍ଦିଷ୍ଟ ବସ୍ତୁ, ବ୍ୟକ୍ତି, ପ୍ରାଣୀ ବା ପରିସ୍ଥିତି ହୋଇପାରେ । ଏହା ମଧ୍ୟ କୌଣସି ସାମାଜିକ ପରିସ୍ଥିତି ମଧ୍ୟ ହୋଇପାରେ ।

Question ୫।
ବିଭିନ୍ନ ପ୍ରକାର ମନୋଚିକିତ୍ସା ପଦ୍ଧତିରେ ସାଧାରଣ ଗ୍ରୁପଗୁଡ଼ିକ ଉଲ୍ଲେଖ କର ।
Answer:
ମାନସିକ ଚିକିତ୍ସାରେ ଅନେକ ପ୍ରକାରର ମନୋଚିକିତ୍ସା ପ୍ରଣାଳୀ ଉପଯୋଗ କରାଯାଏ । ପ୍ରାୟ ସମସ୍ତ ଚିକିତ୍ସା ପ୍ରଣାଳୀରେ ନିମ୍ନଲିଖତ ଗୁଣଗୁଡ଼ିକ ଦୃଷ୍ଟିଗୋଚର ହୁଏ ।

  • ଚିକିତ୍ସାର ବିଭିନ୍ନ ସିଦ୍ଧାନ୍ତରେ ନିହିତ ନିୟମଗୁଡ଼ିକର କ୍ରମବଦ୍ଧ ଉପଯୋଗ ।
  • ମନୋଚିକିତ୍ସାରେ ପ୍ରଶିକ୍ଷିତ ବ୍ୟକ୍ତି କେବଳ ଚିକିତ୍ସା କରିପାରିବେ ।
  • ଚିକିତ୍ସା କ୍ଷେତ୍ର ଜଣେ ମନୋଚିକିତ୍ସକ ଓ ଚିକିତ୍ସା ପ୍ରାପ୍ତ କରୁଥିବା ବ୍ୟକ୍ତିଙ୍କୁ ନେଇ ଗଠିତ ହୋଇଥାଏ । ଚିକିତ୍ସା ପ୍ରାପ୍ତ କରୁଥିବା ବ୍ୟକ୍ତି ଚିକିତ୍ସା କ୍ଷେତ୍ରରେ କେନ୍ଦ୍ରବିନ୍ଦୁ ହୋଇଥାନ୍ତି ଏବଂ ସେ ସହାୟତା ଆଶା କରନ୍ତି ଏବଂ ପ୍ରାପ୍ତ ହୁଅନ୍ତି |
  • ଚିକିତ୍ସା ପ୍ରାପ୍ତ ହେଉଥିବା ବ୍ୟକ୍ତି ଓ ଚିକିତ୍ସକଙ୍କ ମଧ୍ୟରେ ସଂଚାର ତଥା ପାରସ୍ପରିକ କ୍ରିୟା ଚିକିତ୍ସାତ୍ମକ ସମ୍ବନ୍ଧ ନିର୍ମାଣ କରିଥାଏ ଏବଂ ଦୃଢ଼ କରିଥାଏ । ଏହି ପ୍ରକାର ମାନବୀୟ ସମ୍ବନ୍ଧ ଏକ ଗୋପନୀୟ, ଅନ୍ତବୈତ୍ତିକ ଏବଂ ଗତ୍ୟାତ୍ମକ ସମ୍ବନ୍ଧ ହୋଇଥାଏ ।

Question ୬।
ମନୋଚିକିତ୍ସାର ସ୍ଵରୂପ ବର୍ଣନା କର ।
Answer:
ମାନସିକ ଚିକିତ୍ସାରେ ମନୋବୈଜ୍ଞାନିକ ସାଧନକୁ ଉପଯୋଗ କରି କୌଣସି ମାନସିକ ରୋଗର ଉପଚାର ପାଇଁ କ୍ରମବଦ୍ଧ ପ୍ରୟାସ କରାଯାଇଥାଏ । ଏହା ଜଣେ ପ୍ରଶିକ୍ଷିତ ବ୍ୟକ୍ତିଙ୍କ ଦ୍ଵାରା ଉପଯୋଗ କରାଯାଇଥାଏ ଏବଂ ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥାଏ ସେ କିପରି ରୋଗୀର କୁସମାଯୋଜିତ ବ୍ୟବହାରର ବର୍ତ୍ତମାନ ଲକ୍ଷଣକୁ ଦୂର କରିପାରିବେ ତଥା ପରିମାର୍ଜିତ କରିପାରିବେ । ଏଥୁ ସହିତ ନିଜର ସମସ୍ୟା ପ୍ରତି ରୋଗୀର କିପରି ଅନ୍ତଃ ଦୃଷ୍ଟି ବିକଶିତ ହୋଇପାରିବ ସେଥୁପ୍ରତି ଧ୍ୟାନ ପରିବର୍ତ୍ତନ ହୋଇଥାଏ ।

ଏହା ବେଳେ ବେଳେ ଅବଚେତନ ଅବସ୍ଥାରେ ରୋଗୀର ନିଜପ୍ରତି ସୂଚନା (Auto-suggestion) ଦ୍ଵାରା ସମ୍ଭବ ହୋଇଥାଏ । ଆଜିକାଲି ମନୋଚିକିତ୍ସା କ୍ଷେତ୍ରରେ ସଂଚାରର ସଜ୍ଞାନାତ୍ମକ ଦୃଷ୍ଟିକୋଣକୁ ମହତ୍ତ୍ବ ଦିଆଯାଇଅଛି । ଅର୍ଥାତ୍ ଆଜିକାଲି ଚିକିତ୍ସିତ ରୋଗୀର ସମସ୍ୟା ସମାଧାନ ପାଇଁ କେବଳ ସୂଚନା ଦେବା ବଦଳରେ ରୋଗୀ ସହିତ ସହଜ ସଂପର୍କ ରଖୁ ଆଲୋଚନା ମାଧ୍ୟମରେ ରୋଗୀର ନିଜ ସମସ୍ୟାର କାରଣ ଓ ଉପଚାର ସମ୍ବନ୍ଧରେ ଯେପରି ଜ୍ଞାନ ଉଦ୍ରେକ ହେବ ସେଥ‌ିପାଇଁ ଯତ୍ନବାନ ହୋଇଥାଆନ୍ତି । ଏଥିରେ ସେ ବାଚନିକ ଓ ଅବାଚନିକ ଉଭୟ ପ୍ରକାରର ସଂଚାରକୁ ମହତ୍ତ୍ଵ ଦେଇଥାଆନ୍ତି ।

Question ୭।
ବ୍ୟବହାର ଚିକିତ୍ସା ପଦ୍ଧତି ସଂପର୍କରେ ବ୍ୟାଖ୍ୟା କର ।
Answer:
ବ୍ୟବହାର ଚିକିତ୍ସା ପଦ୍ଧତିକୁ ବ୍ୟବହାର ପରିମାର୍ଜନ (Behaviour modification) ରୂପେ ମଧ୍ୟ ଜଣାଯାଇଥାଏ । ଏହି ଚିକିତ୍ସା ପଦ୍ଧତିଟି ଆ.ପି.ପାଭଲଭଙ୍କର ଶାସ୍ତ୍ରୀୟ ପ୍ରସୀମନ ଓ ବି.ଏଫ. ସ୍ପିନରଙ୍କର କ୍ରିୟା ପ୍ରସୂନ ପ୍ରସୀମନ ଶିକ୍ଷଣ ସିଦ୍ଧାନ୍ତ ଉପରେ ପର୍ଯ୍ୟବସିତ । 1920 ଦଶକରେ ଆମେରିକାର ମନୋବିଜ୍ଞାନୀ ଜେ.ବି. ଷ୍ଟାଟସନ ପ୍ରସୀମନ ବିଧୂର ପ୍ରୟୋଗ ଅସ୍ଵାଭାବିକ ବ୍ୟବହାର ଆମେ ଶିକ୍ଷା କରିଥାଉ । ଶିକ୍ଷା କରିଥିବା ବ୍ୟବହାର ପରିବର୍ତ୍ତନଶୀଳ ।

ତେଣୁ ସେ ପ୍ରସ୍ତାବ ଦେଲେ ଯେ, ଯେହେତୁ ଅସ୍ଵାଭାବିକ ବ୍ୟବହାର ଶିକ୍ଷଣଜନିତ କାରଣରୁ ହୋଇଥାଏ ସେହି ଶିକ୍ଷଣ ନିୟମ ଅନୁସାରେ ତାକୁ ପରିବର୍ତ୍ତନ କରାଯାଇପାରିବ । ଲିଣ୍ଡସ୍କୋ ଏବଂ ସ୍ପିନର 1950 ଦଶକରେ ଅସ୍ଵାଭାବିକ ବ୍ୟବହାର ଦେଖାଉଥ‌ିବା ବ୍ୟକ୍ତିମାନଙ୍କର ଚିକିତ୍ସାରେ ଶିକ୍ଷଣ ନିୟମକୁ ପ୍ରୟୋଗ କରିବା ସମୟରେ ସର୍ବପ୍ରଥମେ “ ବ୍ୟବହାର ଚିକିତ୍ସା” ଶବ୍ଦର ଆବିଷ୍କାର କରିଥିଲେ । ଏହି ଚିକିତ୍ସା ପଦ୍ଧତି ଅନୁସାରେ ମାନସିକ ବିକୃତି ଦୋଷପୂର୍ଣ୍ଣ ଶିକ୍ଷଣ ପାଇଁ ବିକଶିତ ହୋଇଥାଏ ଏବଂ ସେଥ‌ିପାଇଁ ତାହାର ପରିମାର୍ଜନରେ ପୁଣି ଥରେ ଶିଖୁବା ବା ନୂଆ ଶିଖୁବା ଆବଶ୍ୟକ ହୋଇଥାଏ ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୧।
ଅସ୍ଵାଭାବିକ ବ୍ୟବହାର ସମ୍ବନ୍ଧୀୟ ବିଭିନ୍ନ କାରଣଗୁଡ଼ିକ ବର୍ଣନା କର ।
Answer:
ଯେଉଁ ବ୍ୟବହାର ସାଂସ୍କୃତିକ ଭାବେ ଅନୁପଯୁକ୍ତ ଏବଂ ନିଜର ତଥା ସମାଜର ଅନ୍ୟ ବ୍ୟକ୍ତିଙ୍କ ପ୍ରତି ସମସ୍ୟା ସୃଷ୍ଟିକରେ, ତାହାକୁ ହିଁ ଅସ୍ଵାଭାବିକ ବ୍ୟବହାର ବିକାଶରେ ଭିନ୍ନ ଭିନ୍ନ କାରକ ରୂପେ କାର୍ଯ୍ୟ କରିଥାଏ । ଯେଉଁ ମୁଖ୍ୟ କାରକଗୁଡ଼ିକ ଅସ୍ଵାଭାବିକ ବ୍ୟବହାର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଆନ୍ତି । ସେହି କାରକମାନଙ୍କୁ ମୁଖ୍ୟତଃ ତିନୋଟି ବର୍ଗରେ ବିଭାଜିତ । ସେଗୁଡ଼ିକ ହେଲା :-

(i) ଜୈବିକ ବା ଶାରୀରିକ କାରଣ (Biological Causes)
(ii) ମନସ୍ତାତ୍ତ୍ଵିକ କାରଣ (Psychological Causes)
(iii) ସାମାଜିକ-ସାଂସ୍କୃତିକ କାରଣ (Socio-cultural Causes)

(i) ଜୈବିକ ବା ଶାରୀରିକ କାରଣ :
ବିଭିନ୍ନ ଜୈବିକ କାରଣମାନେ ମାନସିକ ବିକୃତି ଅନ୍ତର୍ଗତ ଅସ୍ଵାଭାବିକ ବ୍ୟବହାର ବିକାଶ ନିମନ୍ତେ ଦାୟୀ । ସେହି କାରଣମାନଙ୍କ ମଧ୍ୟରେ ଆନୁବଂଶିକ ଦୋଷ, ଗୁଣସୂତ୍ରୀୟ ତ୍ରୁଟି, ଅନ୍ତସ୍ରାବୀ ବ୍ୟବଧାନ, ଶାରୀରିକ ଦୁର୍ବଳତା, ମସ୍ତିଷ୍କର କ୍ରିୟାପ୍ରଣାଳୀରେ ଅବ୍ୟବସ୍ଥା ଏବଂ କୁପୋଷଣ ଇତ୍ୟାଦି ପ୍ରମୁଖ ଅଟନ୍ତି । ଉଦାହରଣ ସ୍ଵରୂପ ଚିତ୍ତଭ୍ରଂଶୀ (Schizophrenia) ବାତୁଳତା, ଭାବ ବିକୃତି ଏବଂ ଅବସାଦ ବିକୃତି ସଦୃଶ ଭୟଙ୍କର ମାନସିକ ରୋଗଗୁଡ଼ିକ ଉତ୍ପନ୍ନ ହେବାରେ ଆନୁବଂଶିକ କାରକର ଯଥେଷ୍ଟ ଅବଦାନ ରହିଛି ବୋଲି ପ୍ରମାଣ ମିଳିଛି ।

ସେହିଭଳି (Doun’s Syndrome) ଡାଉନ ଲକ୍ଷଣ ସମୂହ ନାମକ ଏକ ପ୍ରକାରର ମାନସିକ ଅନଗ୍ରସରତା ୨୧ ତମ ଗୁଣସୂତ୍ର ଯୋଡ଼ାରେ ଅଧ‌ିକ ଗୋଟିଏ ଗୁଣସୂତ୍ର ସଂଯୁକ୍ତି ଯୋଗୁଁ ସୃଷ୍ଟି ହୋଇଥାଏ । ଜଡ଼ ବାମନତ୍ଵ (Cretinism) ପରି ଏକ ଭୟାନକ ମାନସିକ ଅନଗ୍ରସରତା ଥାଇରଏଡ଼ ଗ୍ରନ୍ଥିରୁ ଅଳ୍ପ ପରିମାଣର ଥାଇରକ୍ଲିନ ହରମୋନ ସ୍ରାବ ହେବା କାରଣରୁ ହୋଇଥାଏ । ଶରୀର ଗଠନ ଏବଂ ଶରୀର ରଚନା ମଧ୍ୟ ଅସ୍ଵାଭାବିକ ବ୍ୟବହାର ବିକାଶରେ ମହତ୍ତ୍ଵପୂର୍ଣ ଭୂମିକା ଗ୍ରହଣ କରିଥାନ୍ତି ।

କାରଣ ବିଭିନ୍ନ ପ୍ରକାରର ମାନସିକ ଚାପ ପ୍ରତି ଆମ ପ୍ରତିକ୍ରିୟା କ’ଣ ହେବ ସେମାନେ ସ୍ଥିର କରନ୍ତି | ମସ୍ତିଷ୍କରେ କ୍ଷତ ଏବଂ ସ୍ନାୟୁ ସଂଚରଣ ସମ୍ବନ୍ଧୀୟ ଅକ୍ଷମତା ଅନେକ ଲକ୍ଷଣ ଓ ମାନସିକ ବିକାର ପାଇଁ ଦାୟୀ । ଶାରୀରିକ କୁ ପୋଷଣ ଶରୀରର ରୋଗ ପ୍ରତିରୋଧକ ବ୍ୟବସ୍ଥାକୁ ଦୁର୍ବଳ କରି ଅନେକ ପ୍ରକାରର ଅସ୍ଵାଭାବୀ ବ୍ୟବହାର ବିକାଶର ମାର୍ଗକୁ ସହଜ ଓ ସରଳ କରିଥାଏ ।

(ii) ମନୋବୈଜ୍ଞାନିକ କାରଣ :
ମାନସିକ ବିକାର ତଥା ଅସ୍ଵାଭାବିକ ବ୍ୟବହାର ସୃଷ୍ଟିରେ ମନସ୍ତାତ୍ତ୍ଵିକ କାରକମାନଙ୍କୁ ଚିହ୍ନଟ କରିବା ଏବଂ ନିର୍ଦ୍ଦିଷ୍ଟ କରିବା ଅପେକ୍ଷାକୃତ କଷ୍ଟସାଧ୍ୟ ଅଟେ । ଏହି କାରକଗୁଡ଼ିକ ସୁସ୍ପଷ୍ଟ ନୁହଁନ୍ତି ଏବଂ ଅନିଶ୍ଚିତ ଢଙ୍ଗରେ କାର୍ଯ୍ୟ କରିଥାଆନ୍ତି । କେତେ ପ୍ରମୁଖ ମନସ୍ତାତ୍ତ୍ଵିକ କାରଣଗୁଡ଼ିକ ହେଲା :-
(୧) ପ୍ରଚଣ୍ଡ ମାନସିକ ଆଘାତ
(୨) ବିକୃତ ଆତ୍ମପରିଚୟ
(୩) ତ୍ରୁଟିପୂର୍ଣ୍ଣ ଓ ଅଚେତନ ଅଭିପ୍ରେରଣ
(୪) ଶୈଶବ କାଳରେ ମାତୃଯତ୍ନ ଓ ମାତୃସ୍ନେହରୁ ବଞ୍ଚିତ
(୫) ବିକୃତ ପାରିବାରିକ ଶୈଳୀ :– ପ୍ରତ୍ୟାଖ୍ୟାନ, ଅତିରକ୍ଷଣ ଓ କଠୋରତା, ଅବାଧ ସମ୍ମତି, ଅବାସ୍ତବ ପ୍ରତ୍ୟାଶା, ତ୍ରୁଟିପୂର୍ଣ୍ଣ ଶୃଙ୍ଖଳା ଓ ପାଳନ ଶୈଳୀ, ବିଫଳ ଓ ତ୍ରୁଟିଯୁକ୍ତ ଭାବ ବିନିମୟ, ଅବାଞ୍ଛିତ ପାଳନ ଶୈଳୀ ପ୍ରଭୃତି କାରକଗୁଡ଼ିକ ଅସ୍ଵାଭାବିକ ବ୍ୟବହାର ଜନ୍ମାଇବାରେ ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ।

(iii) ସାମାଜିକ-ସାଂସ୍କୃତିକ କାରଣ :
ସାମାଜିକ ଓ ସାଂସ୍କୃତିକ କାରକମାନେ ମଧ୍ୟ ଅସ୍ଵାଭାବିକ ବ୍ୟବହାର ଉତ୍ପନ୍ନ କରାଇବାରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ ହୋଇଥାଏ । ଅତ୍ୟଧିକ ମାନସିକ ଚାପ, ଶିକ୍ଷାକୃତ ଅସହାୟ ବୋଧ, ନକରାତ୍ମକ ସ୍ଵମନୋକ (negative self schema) ଇତ୍ୟାଦି ମଧ୍ୟ ବିଭିନ୍ନ ମାନସିକ ବିକାରର କାରଣ ହୋଇପାରନ୍ତି । ଭ୍ରମାତ୍ମକ ଚିନ୍ତନଶୈଳୀ, ସମଯୋଜନାମୂଳକ କୌଶଳର ଅଭାବ, ନିଜର ଦୋଷତ୍ରୁଟିକୁ ସ୍ଵଚେତନାରେ ଗ୍ରହଣ କରିବା କ୍ଷେତ୍ରରେ ଅକ୍ଷମତା ବ୍ୟକ୍ତିକୁ ମାନସିକ ବିକାରରେ ପୀଡ଼ିତ କରିବାର ଆଶଙ୍କା ଥାଏ ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

(iii) ସାମାଜିକ-ସାଂସ୍କୃତିକ କାରଣ :
ସାମାଜିକ ଓ ସାଂସ୍କୃତିକ କାରକମାନେ ମଧ୍ୟ ଅସ୍ଵାଭାବିକ ବ୍ୟବହାର ଉତ୍ପନ୍ନ କରାଇବାରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଆନ୍ତି । ଯୁଦ୍ଧଜନିତ ବିଭୀଷିକା, ହିଂସାକାଣ୍ଡ, ଅର୍ଥନୈତିକ ଓ ବେକାରୀ ସମସ୍ୟା, ଦୃତ ସାମାଜିକ ସାଂସ୍କୃତିକ ପରିବର୍ତ୍ତନ, ବୈଷୟିକ ଜ୍ଞାନକୌଶଳରେ କ୍ଷିପ୍ର ଅଗ୍ରଗତି, ପୂର୍ବାଗ୍ରହ, ବିଭେଦୀକରଣ ସଦୃଶ କାରକମାନେ ମାନସିକ ବିକାର ସୃଷ୍ଟି କରିବାରେ ଏକ ଜଟିଳ ପ୍ରକ୍ରିୟାରେ କାର୍ଯ୍ୟ କରିଥାନ୍ତି ।

ନୂତନ ସାମାଜିକ ଭୂମିକା ତଥା ପ୍ରତ୍ୟାଶ୍ୟାର ଭୂମିକା ମଧ୍ୟ ମାନସିକ ବିକୃତି ଓ ଅସ୍ଵାଭାବିକ ଭାବେ ଅସ୍ଵାଭାବୀ ବ୍ୟବହାର ସୃଷ୍ଟିରେ ସହାୟକ ହୋଇଥାନ୍ତି । ବ୍ୟକ୍ତିର କୌଣସି ବ୍ୟବହାରକୁ ସ୍ଵାଭାବିକ କିମ୍ବା ନିର୍ଦ୍ଧାରଣ କରିବାବେଳେ ବ୍ୟକ୍ତିବିଶେଷର ସାମାଜିକ, ସାଂସ୍କୃତିକ ପୃଷ୍ଠଭୂମି ଆଧାରରେ ବିଚାର କରାଯିବା ଉଚିତ୍ । ସାମାଜିକ- ସାଂସ୍କୃତିକ ମାନଦଣ୍ଡ, ପ୍ରଥା, ପରଂପରା, ନୀତି, ମୂଲ୍ୟବୋଧ, ବିଶ୍ଵାସଧାରା ଇତ୍ୟାଦି ଏହି ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।

Question ୨।
ମାନସିକ କାରଣ ଜନିତ ଶାରୀରିକ ବିକୃତି (Somatoform Disorder) ଗୁଡ଼ିକ ସଂପର୍କରେ ବର୍ଣନା କର ।
Answer:
ମାନସିକ କାରଣ ଜନିତ ଶାରୀରିକ ବିକୃତିଗୁଡ଼ିକ ଦେହର ସମସ୍ୟାକୁ ବୁଝାଏ । ଏଥରେ ପୀଡ଼ିତ ବ୍ୟକ୍ତି ଅନେକ ଦିନ ପର୍ଯ୍ୟନ୍ତ ବହୁତ ଦେହ ଖରାପ ଅଛି ବୋଲି ଅଭିଯୋଗ କରିଥାଆନ୍ତି । କିନ୍ତୁ ମେଡ଼ିକାଲ ପରୀକ୍ଷାରୁ ଏ ପ୍ରକାର ସମସ୍ୟାର ପ୍ରକୃତରେ କିଛି ଦୈହିକ ଆଧାର ଥାଏ ବୋଲି ଜଣା ପଡ଼େନାହିଁ । ଏହି ରୋଗରେ ପୀଡ଼ିତ ବ୍ୟକ୍ତିମାନେ ବାରମ୍ବାର ଚିକିତ୍ସା ସହାୟତା ଖୋଜିଥାନ୍ତି । ଏମାନଙ୍କର ସମସ୍ୟା ମୂଳରେ ମନୋବୈଜ୍ଞାନିକ ଅଭିବ୍ୟକ୍ତି ନିହିତ ଥାଏ । କେତେକ ପ୍ରମୁଖ ମାନସିକ କାରଣ ଜନିତ ଶାରୀରିକ ବିକୃତିଗୁଡ଼ିକ ହେଲା :-
(i) କାୟ-ଆଲମ୍ବିତା ବିକୃତି (Somatisation Disorders)
(ii) ରୂପାନ୍ତରଣ ମନୋବିକୃତି (Conversion Disorders)
(iii) ରୋଗ-ଭ୍ରମ ମନୋବିକୃତି (Hypocodriasis)

(i) କାୟ-ଆଲମ୍ବିତା ବିକୃତି :
ଏହି ମନୋବିକୃତିର ମୁଖ୍ୟ ଅଭିଯୋଗଗୁଡ଼ିକ ହେଲା ମୁଣ୍ଡବ୍ୟଥା, କ୍ଳାନ୍ତି ବା ଅବସନ୍ନତା, ବାନ୍ତଲାଗିବା, ଖରସ୍ପନ୍ଦନ, ପେଟମାରିବା, ଝାଡ଼ା ସଫା ନ ହେବା ଏବଂ ଅସ୍ପଷ୍ଟ ଶରୀର ପୀଡ଼ା ଇତ୍ୟାଦି। ଏହି ରୋଗରେ ପୀଡ଼ିତ ବ୍ୟକ୍ତି ବାରମ୍ବାର ଡାକ୍ତରଙ୍କ ପାଖକୁ ଯାଆନ୍ତି, ଡାକ୍ତର ବଦଳାନ୍ତି ଏବଂ ଅନାବଶ୍ୟକ ଶଲ୍ୟ ଚିକିତ୍ସା କରାଇଥାଆନ୍ତି । ଏମାନଙ୍କର ବିଶ୍ଵାସ ଥାଏ ଯେ ଏମାନେ ବେମାର ଅଛନ୍ତି ଏବଂ ଏହାର ସମର୍ଥନରେ ଲମ୍ବା ଏବଂ ବିସ୍ତୃତ ଇତିହାସ ସୃଷ୍ଟି କରନ୍ତି ଏବଂ ବହୁତ ପ୍ରକାରର ଔଷଧ ଖାଇଥାନ୍ତି ।

ଏମାନେ ଅନ୍ୟକୁ ନିଜର ଆତ୍ମକୈନ୍ଦ୍ରିକତା, ଅପରିପକ୍ବତା ଓ ଅତିଶୟ ଉତ୍ତେଜନାତ୍ମକତା ଦ୍ଵାରା ପ୍ରଭାବିତ କରିବାକୁ ଚେଷ୍ଟା କରନ୍ତି । ଏମାନଙ୍କର ଅଭିଯୋଗ ନାଟକୀୟ, ଅସ୍ପଷ୍ଟ ଓ ଅତିରଞ୍ଜିତ ଅଟେ । ଏମାନେ ସ୍ଵରୋଗ ଭ୍ରମୀ ବ୍ୟକ୍ତିମାନଙ୍କ ଅପେକ୍ଷା ଭିନ୍ନ ଅଟନ୍ତି । କାୟଆଲମ୍ବିତା ବିବୃତିରେ ରୋଗୀଟି ବିଭିନ୍ନ ରୋଗ- ଲକ୍ଷଣକୁ ମହତ୍ତ୍ବ ଦେବାରେ ବ୍ୟସ୍ତ ରହିଥାଏ ।

(ii) ରୂପାନ୍ତରଣ ମନୋବିକୃତି :
ରୂପାନ୍ତରଣ ମନୋବିକୃତିରେ ପ୍ରଭାବିତ ବ୍ୟକ୍ତି ଐଚ୍ଛିକ କ୍ରିୟାତ୍ମକ ବା ସାମ୍ବେଦିକ କ୍ଷମତାକୁ ପ୍ରଭାବିତ କରୁଥିବା ସ୍ଵଚ୍ଛତାକୁ ପ୍ରଦର୍ଶନ କରାଇଥାନ୍ତି ଯାହାକି ତାଙ୍କ ରୋଗର ସଙ୍କେତ ଦେଇଥାଏ । ଏପରି ଲକ୍ଷଣ ସହିତ ମନୋବୈଜ୍ଞାନିକ ଉତ୍ପାଦକଗୁଡ଼ିକର ସମ୍ବନ୍ଧ ଥାଏ କାରଣ ବ୍ୟକ୍ତିଟି ଶରୀର ରଚନାର ବାସ୍ତବିକ ତଥ୍ୟର ବିନା ଆଧାରରେ ଏପ୍ରକାର ଲକ୍ଷଣ ଦେଖାଇଥାଏ । ଏହାର ପରିଣାମସ୍ଵରୂପ ବ୍ୟକ୍ତିଟି ଦୁଃଖପୂର୍ଣ୍ଣ ଜୀବନ ଅନୁଭବ କରିଥାଏ ।

ରୂପାନ୍ତରଣ ମନୋବିକୃତିରେ ପାରାଲିସିସ୍, ବାକ୍‌ଶକ୍ତି ନଷ୍ଟ ହୋଇଯିବା, ଦ୍ଵି–ଦୃଷ୍ଟି, ଚୟନାତ୍ମକ ଶ୍ରବଣ, ମୂକତା ପରି ଲକ୍ଷଣଗୁଡ଼ିକ ପ୍ରଧାନ । ଉକ୍ତ ଲକ୍ଷଣଗୁଡ଼ିକ କାରକ ଓ ଅନ୍ତରାଙ୍ଗୀ ପ୍ରକୃତିର ହୋଇଥାଆନ୍ତି । ଅନ୍ୟମାନଙ୍କର ଧ୍ୟାନ ଆକର୍ଷଣ କରିବା ବା ସ୍ନେହ ଖୋଜିବା ପରି ଗୌଣମୂଳକ ଲାଭ ଯାହା ଅନ୍ୟ କୌଣସି ପ୍ରକାରେ ସେମାନେ ପାଇପାରନ୍ତି ନାହିଁ ଅତି ସ୍ପଷ୍ଟ ରୂପରେ ଏପରି ଲକ୍ଷଣ ସାହାଯ୍ୟରେ ଦେଖାଇଥାଆନ୍ତି । ଏପରି ଲକ୍ଷଣଗୁଡ଼ିକ ମୂଳରେ ମନୋବୈଜ୍ଞାନିକ ଉତ୍ପାଦକଗୁଡ଼ିକର ଭୂମିକା ଗୁରୁତ୍ଵପୂର୍ଣ୍ଣ; କିନ୍ତୁ ଏପ୍ରକାର ମନୋବିକୃତିର ଡାକ୍ତରୀ ଚିକିତ୍ସା କରାଇନେବା ସୁରକ୍ଷିତ ଅଟେ ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

(iii) ରୋଗ-ଭ୍ରମ ମନୋବିକୃତି :
ବିପରୀତ ପ୍ରମାଣ ବା ଚିକିତ୍ସକୀୟ ଆଶ୍ଵାସନା ଦିଆଯିବା ପରେ ମଧ୍ୟ ଯଦି ବ୍ୟକ୍ତିଟି ତଥାପି ବିଶ୍ଵାସ କରେ ଯେ ସେ ଏକ ଗମ୍ଭୀର ବା ବଡ଼ଧରଣର ରୋଗରେ ପୀଡ଼ିତ ତେବେ ସେହି ବ୍ୟକ୍ତି ଜଣକ ରୋଗ-ଭ୍ରମ ମନୋବିକୃତି ଦ୍ଵାରା ପୀଡ଼ିତ ବୋଲି ଚିହ୍ନଟ କରାଯାଏ । ଏଥୁରେ ରୋଗୀଟି ତା’ର ଶରୀରର ବିଭିନ୍ନ ଅଂଗ ରୋଗଗ୍ରସ୍ତ ବୋଲି ଗ୍ରସ୍ତତା ରଖିଥାଏ । ଏପରି ବ୍ୟକ୍ତି ତା’ର ରୋଗର ଲକ୍ଷଣକୁ ଖୋଜିବାରେ ବ୍ୟସ୍ତ ରହିଥାଏ । ଡାକ୍ତର ସେମାନଙ୍କୁ ସୁସୁଥ‌ିବା କହିଲେ ମଧ୍ୟ ସେମାନେ ବିଶ୍ଵାସ କରନ୍ତି ନାହିଁ ।

ଏହି ପ୍ରକାରର ମାନସିକ କାରଣ ଜନିତ ଶାରୀରିକ ବିକୃତିଗୁଡ଼ିକ ଏପରି ବିକୃତି ଯାହା ମନୋବୈଜ୍ଞାନିକ ଉତ୍ପାଦକମାନଙ୍କଦ୍ଵାରା ହୋଇଥାଏ । ସାମ୍ପ୍ରତିକ ମେଡ଼ିକାଲ ବିଜ୍ଞାନର ଜ୍ଞାନ ଆଧାରରେ ସେମାନଙ୍କର ଶାରୀରିକ ରୋଗକୁ ଦୈହିକ ଉତ୍ପାଦକମାନଙ୍କ ଦ୍ଵାରା ହୋଇଥିବା ବୋଲି କହିବା କଠିନ । ସେଥ‌ିପାଇଁ ସେମାନଙ୍କର ଉପଚାର ମନୋବୈଜ୍ଞାନିକ ପଦ୍ଧତି ଉପରେ ଆଧାରିତ ହେବା ବିଧେୟ ।

Question ୩।
ଭାବବିକୃତି କ’ଣ ? ବିଭିନ୍ନ ପ୍ରକାରର ଭାବବିକୃତିର ଲକ୍ଷଣାବଳୀ ଆଲୋଚନା କର ।
Answer:
ଦୀର୍ଘକାଳୀନ ବିଶୃଙ୍ଖଳିତ ଓ ଅସ୍ଵାଭାବିକ ଭାବାବେଗଜନିତ ସମସ୍ୟାକୁ “ଭାବ ବିକୃତି” ବୋଲି କୁହାଯାଏ ।
ଏହି ବିକୃତି ବିଭିନ୍ନ ପ୍ରକାରର । ସେଗୁଡ଼ିକ ହେଲା :-
(କ) ଅବସାଦୀ ମନୋବିକୃତି (Depressive Disorders)
(i) ଅତିବିଷାଦ ମନୋବିକୃତି (Major Depressive Disorders)
(ii) ବିଷଣ୍ଢ ମନସୁତା (Dysthymia)
(ଖ) ଦ୍ବି-ପ୍ରାନ୍ତୀୟ ମନୋବିକୃତି (Bi-polar Disorders)
(i) ଦ୍ବି-ପ୍ରାନ୍ତୀୟ – I ମନୋବିକୃତି
(ii) ଦ୍ବି-ପ୍ରାନ୍ତୀୟ – II ମନୋବିକୃତି
(iii) ଚକ୍ର ବିକ୍ଷିପ୍ତ ମନୋବିକୃତି (Cyclothymic Disorders)

(କ) ଅବସାଦୀ ମନୋବିକୃତି :
ଅବସାଦୀ ମନୋବିକୃତିର ଲକ୍ଷଣଗୁଡ଼ିକ ଅତି ଉଗ୍ର ଓ ବହୁତ ଦିନ ପର୍ଯ୍ୟନ୍ତ ଦେଖାଯାଇଥାଏ । ଏହି ମନୋବିକୃତିର ଲକ୍ଷଣଗୁଡ଼ିକ ହେଲା :- ଅସନ୍ତୋଷ ଓ ଚିନ୍ତା, କ୍ଷୁଧାରେ ପରିବର୍ତ୍ତନ, ନିଦ୍ରା ଏବଂ ମନୋକାରକ ପ୍ରକ୍ରିୟାରେ ଗୋଳମାଳ, ରୁଚି ଏବଂ ଶକ୍ତିର କ୍ଷୟ, ଅପରାଧ ବୋଧ, ମୃତ୍ୟୁ ଭାବନା ତଥା ଏକାଗ୍ରତାରେ କଠିନତା ।

(i) ଅତିବିଷାଦ ମନୋବିକୃତି :
ଏହା ଏକ ପ୍ରାନ୍ତୀୟ ଅବସ୍ଥାନ ଭାବେ ମଧ୍ୟ ବିବେଚନା କରାଯାଏ । ଅତି କମ୍‌ରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ଲଗାତାର ଭାବେ ବିଷାଦଗ୍ରସ୍ତ ମନୋଦଶା ଏବଂ କିମ୍ବା ଆପାତତଃ ସମସ୍ତ କ୍ରିୟାକଳାପରେ ଆନନ୍ଦ ଓ ଆଗ୍ରହର ଅଭାବ ସହିତ ନିମ୍ନଲିଖତ ଯେକୌଣସି ଚାରିଗୋଟି ଲକ୍ଷଣ ପରିଦୃଷ୍ଟ ହେଉଥିଲେ ତାହାକୁ ଅତି ବିଷାଦ ବିକୃତି କୁହାଯାଏ । ଏହାର ଲକ୍ଷଣଗୁଡ଼ିକ ହେଲା :-

(୧) ନିଦ୍ରାହୀନତା କିମ୍ବା ଅଧ‌ିକ ନିଦ୍ରା
(୨) ମନୋକାରକୀୟ ପ୍ରକ୍ରିୟାରେ ମନ୍ଦତା କିମ୍ବା ଅଧୂକ ଉତ୍ତେଜନା
(୩) କ୍ଷୁଧା ଅନୁଭବ ହ୍ରାସ, ଶରୀର ଓଜନ ବୃଦ୍ଧି କିମ୍ବା ହ୍ରାସ
(୪) ଶକ୍ତିହୀନତା ଓ ଅଶେଷ କ୍ଳାନ୍ତି
(୫) ନକରାତ୍ମକ ସ୍ଵପ୍ରତ୍ୟୟ, ଆତ୍ମ ଭର୍ସନା, ଆତ୍ମ ନିନ୍ଦା, ନିଜ ପ୍ରତି ଏକ ମୂଲ୍ୟହୀନ ଭାବନା ।
(୬) ଏକାଗ୍ରତାର ଅଭାବ ଓ ଅସ୍ଥିରତା
(୭) ମୃତ୍ୟୁକାମନା କିମ୍ବା ବାରମ୍ବାର ଆତ୍ମହତ୍ୟାର ଭାବନା

CHSE Odisha Class 12 Psychology Unit 4 Short & Long Answer Questions in Odia Medium

(ii) ବିଷଣ୍ଣ ମନସୁତା (Dysthymia) :
ଏହା ଏକ ଦୀର୍ଘକାଳୀନ କିନ୍ତୁ ସ୍ଵଳ୍ପ ମାତ୍ରାର ଅବସାଦୀ ଲକ୍ଷଣଜନିତ ଅବସ୍ଥା । ଏହାର ଲକ୍ଷଣଗୁଡ଼ିକ ହେଉଛି :-
(୧) ଅତିକମ୍‌ରେ ଦୁଇବର୍ଷ ମଧ୍ୟରେ ନିରନ୍ତର ଅବସାଦୀ ମନୋଦଶା
(୨) ଅଧ୍ଵକ କ୍ଷୁଧା ବା କ୍ଷୁଧା ହ୍ରାସ
(୩) ନିଦ୍ରାହୀନତା କିମ୍ବା ଅଧୂକ ନିଦ୍ରା
(୪) ଶକ୍ତିହୀନତା
(୫) ନିର୍ଣ୍ଣୟ ନେବା ଓ ଏକାଗ୍ରତା ରଖୁବାରେ କଠିନତା ଉପଲବ୍ଧ କରିବା
(୬) ନୈରାଶ୍ୟ ଏବଂ ନ୍ୟୁନସ୍ଵ ମୂଲ୍ୟାୟନ
(୭) ନିରାଶାବାଦୀ ମନୋଭାବ

(ଖ) ଦ୍ଵି–ପ୍ରାନ୍ତୀୟ ମନୋବିକୃତି :
ଏହି ମାନସିକ ବିକାରମାନଙ୍କରେ ଉଭୟ ଉନ୍ମାଦ (Mania) ଏବଂ ଅବସାଦ (Depression) ସଂପୃକ୍ତ ଥାନ୍ତି । ଉନ୍ମାଦ ଓ ଅବସାଦ ଏକ ନିରନ୍ତର ମାପକର ଦୁଇଟି ବିପରୀତ ପ୍ରାନ୍ତ ରୂପେ କଳ୍ପନା କରାଯାଇପାରେ ।
(i) ଦ୍ଵି-ପ୍ରାନ୍ତୀୟ – I ମନୋବିକୃତି :
ଏହି ବିକାରରେ ବ୍ୟକ୍ତିର ମନୋସ୍ଥିତି (mood) ଉନ୍ମାଦରୁ ଅତି ଉଦାସ ଏବଂ ଅତି ଉଦାସରୁ ଉନ୍ମାଦ ମଧ୍ୟରେ ସମୟ ବ୍ୟବଧାନରେ ଦୋଦୁଲ୍ୟମାନ ହେଉଥାଏ । ଅତି ଉଦାସ ଲକ୍ଷଣମାନ ଉଦାସ ବା ବିଷାଦ ମନୋସ୍ଥିତିରେ ପରିଲକ୍ଷିତ ହୁଏ । ଉନ୍ମାଦଗ୍ରସ୍ତ ମନୋସ୍ଥିତିରେ ପରିଦୃଷ୍ଟ ହେଉଥିବା ଲକ୍ଷଣଗୁଡ଼ିକ ହେଲା :-
(୧) ବୃତ୍ତି ଓ ସାମାଜିକ କ୍ରିୟାରେ ଅଧ୍ବକ ସକ୍ରିୟତା କିମ୍ବା ଯୌନଲିପ୍‌ସା ଚରିତାର୍ଥ ନିମନ୍ତେ ପ୍ରବଳ କାମନା ।
(୨) ଅଧ‌ିକ ଅନାବଶ୍ୟକ କଥାବାର୍ତ୍ତା ।
(୩) ଦ୍ରୁତ ଧ୍ୟାନ ବିଚଳନ ଓ ନାନାରକମର ଭାବନାର ବଶବର୍ତୀ ହେବା ।
(୪) ନିଦ୍ରାହୀନତା
(୫) ସ୍ତ୍ରୀତ ସ୍ଵମୂଲ୍ୟାୟନ, ବିଶେଷ ପ୍ରତିଭା, କ୍ଷମତା ବା ସାମର୍ଥ୍ୟର ଅଧିକାରୀ ହୋଇଥିବାର ଭ୍ରମ, ଭବ୍ୟଭାବନାର ଶିକାର ହେବା ।
(୬) ଏକାଗ୍ରତାରେ କଠିନତା ।
(୭) ଆନନ୍ଦବାୟକ କ୍ରିୟାକଳାପରେ ଅତିରିକ୍ତ ସଂପୃକ୍ତି ଯୋଗୁଁ ଅବାଞ୍ଚିତ ପରିମାଣର ଶରବ୍ୟ ହେବା ।

(ii) ଦ୍ବି-ପ୍ରାନ୍ତୀୟ – II ମନୋବିକୃତି :
ଏହା ଦ୍ଵିପ୍ରାନ୍ତୀୟ ୧ ବିକୃତିଠାରୁ ଭିନ୍ନ । ଏହି ବିକାରରେ ରୋଗୀ କମ୍ ମାତ୍ରାରେ ଉନ୍ମାଦଜନିତ ଅନୁକ୍ରିୟା ପ୍ରଦର୍ଶନ କରିଥାଏ । ଏହାକୁ ସ୍ଵଳ୍ପ ଉନ୍ମାଦ (hymania) ମଧ୍ୟ କୁହାଯାଏ । ଏହି ବିକୃତିରେ ରୋଗୀ ନିଜର ସ୍ଵଳ୍ପ ବାତୁଳତା ଅବସ୍ଥାକୁ ଅନୁଭବ କରିପାରେ ନାହିଁ; କିନ୍ତୁ ଅନ୍ୟମାନେ ତାହା ଜାଣିପାରନ୍ତି । ଏହି ବିକୃତିରେ ସ୍ଵଳ୍ପ ବାତୁଳତା ଓ ଅତିବିଷାଦର ଲକ୍ଷଣମାନ ସମୟ ବ୍ୟବଧାନର ପର୍ଯ୍ୟାୟକ୍ରମେ ଦୃଷ୍ଟିଗୋଚର ହୋଇଥାନ୍ତି ।

(ii) ଚକ୍ର ବିକ୍ଷିପ୍ତ ମନୋବିକୃତି :
ବିଷଣ୍ଡ ମନସୁତା ଭଳି ଚକ୍ର ବିକ୍ଷସ୍ତୀ ମନୋବିକୃତି ମଧ୍ୟ ଏକ ଦୀର୍ଘକାଳୀନ ଭାବବିକୃତି। ଏଥିରେ ଉଭୟ ସ୍ଵଳ୍ପ ବାତୁଳତା ବା ଉନ୍ମାଦର ଲକ୍ଷଣ ଏବଂ ଅବସାଦାତ୍ମକ ଲକ୍ଷଣ ଅନେକବାର ଦୁଇ ବର୍ଷ କିମ୍ବା ଅଧିକ ସମୟ ପର୍ଯ୍ୟନ୍ତ ଦେଖାଯାଏ । ଉଭୟ ପ୍ରକାରର ଲକ୍ଷଣଗୁଡ଼ିକ ଏକ ସମୟରେ ବା ପର୍ଯ୍ୟାୟ କ୍ରମେ ଦେଖାଯାଇପାରେ । କେତେକ ରୋଗୀଙ୍କ କ୍ଷେତ୍ରରେ ସ୍ଵଳ୍ପ ଉନ୍ମାଦ ଓ ଆବେଗାତ୍ମକ ଅବସ୍ଥା ମଧ୍ୟରେ ସ୍ଵାଭାବିକ ଅବସ୍ଥା ଆପାତତଃ ଦୁଇମାସଠାରୁ କମ୍ ସମୟ ପର୍ଯ୍ୟନ୍ତ ପରିଦୃଷ୍ଟ ହୋଇଥାଏ ।

ଅବସାଦ ଅବସ୍ଥାରେ ନିଜକୁ ନ୍ୟୁନ ବିବେଚନା କରିବା, ଲୋକଙ୍କଠାରୁ ଦୂରେଇ ରହିବା, ଏକାଗ୍ରତାର ଅଭାବ, ଫଳପ୍ରଦଭାବେ କଥାବାର୍ତ୍ତା କରିବାରେ ଅକ୍ଷମତା ଇତ୍ୟାଦି ଲକ୍ଷଣ ରୋଗୀଠାରେ ଦେଖାଯାଏ । ସ୍ଵଳ୍ପ ବାତୁଳତା ଅବସ୍ଥାରେ ଉପରେ ପଡ଼ି ଲୋକଙ୍କ ସହିତ ମିଳାମିଶା କରିବା, ନିଦ୍ରା ପରିମାଣରେ ପରିବର୍ତ୍ତନ, ଏକାଗ୍ର ଓ ସୃଜନଶୀଳ ଚିନ୍ତନ ଏବଂ ଫଳପ୍ରଦ ବ୍ୟବହାର ସଦୃଶ ଲକ୍ଷଣ ଦେଖାଯାଇଥାଏ ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

Question ୪।
ବାଧ୍ୟକାରୀ-ଆଦେଶନ/ ମନୋଗ୍ରସ୍ତ-ମନୋବାଧ୍ୟତା ମନୋବିକୃତିର (Obsessive – Compulsive Disorders) ଲକ୍ଷଣଗୁଡ଼ିକ ବର୍ଣନା କର ।
Answer:
କୌଣସି ଏକ ଅବାଞ୍ଚିତ, ଅଯୌକ୍ତିକ ଏବଂ ଅଶ୍ଵସ୍ତିକର ଭାବନା ବ୍ୟକ୍ତିର ମନକୁ ଦୀର୍ଘକାଳ ପର୍ଯ୍ୟନ୍ତ କବଳିତ କରିବାକୁ ମନୋଗ୍ରସ୍ତ (obsession) ବିକୃତି କୁହାଯାଏ । ବ୍ୟକ୍ତିର ଅନିଚ୍ଛା ସତ୍ତ୍ଵେ କୌଣସି ଏକ ଅହେତୁକ ଭାବନା ତା’ ମନରେ ବାରମ୍ବାର ସ୍ଵତଃପ୍ରବୃତ୍ତ ଭାବେ ଜାଗ୍ରତ ହୋଇଥାଏ ।

ଏହି ଭାବନା ଅତ୍ୟନ୍ତ ଅଯୌକ୍ତିକ ଜାଣି ମଧ୍ୟ ବ୍ୟକ୍ତି ଚେଷ୍ଟା କରି ମଧ୍ୟ ଏପରି ଭାବନାକୁ ନିୟନ୍ତ୍ରଣ କରିପାରେ ନାହିଁ । ଯୌନଗତ ଭାବନା, ଆକ୍ରମଣାତ୍ମକ ଭାବନା କିମ୍ବା ଧର୍ମଭାବନା ଏହାର କେତେକ ଦୃଷ୍ଟାନ୍ତ | ସାଧାରଣତଃ ଆବେଗିକ ଭାବନାରେ ସନ୍ଦେହ, ସଂଶୟ, ଦୂଷିତ ହେବାର ଭୟ କିମ୍ବା ନିଜର କ୍ରୋଧକୁ ଭୟ କରିବା ଆଦି ସଂପୃକ୍ତ ଥାଏ ।

ଅନାବଶ୍ୟକ ଓ ନିରର୍ଥକ ବ୍ୟବହାରକୁ ବାରମ୍ବାର କରିବାର ଅନିୟନ୍ତ୍ରିତ ପ୍ରବୃଦ୍ଧିକୁ ବାଧ୍ୟବାଧକତା । ମନୋବାଧ୍ୟତା (Compulsion) କୁହାଯାଏ । ବାଧ୍ୟତା କ୍ରିୟାମାନଙ୍କ ମଧ୍ୟରେ ଗଣନା କରିବା, ଶୃଙ୍ଖଳା ରଖୁବା, ପରୀକ୍ଷାନିରୀକ୍ଷା କରିବା, ସ୍ପର୍ଶ କରିବା, ସଫା କରିବା ଆଦି ସାଧାରଣ ଭାବେ ଦେଖାଯାଏ । ଉଦାହରଣ ସ୍ଵରୂପ :- ବାରମ୍ବାର ଟଙ୍କାବିଡ଼ାକୁ ଗଣିବା, ରାସ୍ତାକଡ଼ର ବିଦ୍ୟୁତଖୁଣ୍ଟକୁ କ୍ରମାନ୍ବୟରେ ସ୍ପର୍ଶ କରିବା, ବାରମ୍ବାର ହାତ ଧୋଇବା, ତାଲା ବନ୍ଦ କରିବା ପରେ ଏହାକୁ ବାରମ୍ବାର ଯାଞ୍ଚ କରିବା ଇତ୍ୟାଦି ।

ପ୍ରାୟତଃ ମନୋଗ୍ରସ୍ତ ଓ ମନୋବାଧ୍ୟତା ଏକାଠି ସକ୍ରିୟ ହୋଇ ଦେଖାଯାଆନ୍ତି । ମନୋଗ୍ରସ୍ତ ପରି ଚିନ୍ତନ ମନୋବାଧ୍ୟତାକୁ ଉତ୍ପନ୍ନ କରାଇଥାଆନ୍ତି । ତଥାପି ଏହି ରୋଗରେ ପୀଡ଼ିତ ପ୍ରାୟ ଏକଚତୁର୍ଥାଂଶ ବ୍ୟକ୍ତି କେବଳ ମନୋଗ୍ରସ୍ତତା ଦେଖାଇଥାନ୍ତି ଏବଂ ଏହା ସେମାନଙ୍କର କ୍ରିୟାରେ ରୂପାନ୍ତରିତ ହୋଇନଥାଏ । ମନୋବାଧ୍ୟତା ସବୁବେଳେ ମନୋଗ୍ରସ୍ତତା ଉପରେ ପର୍ଯ୍ୟବସିତ ହେବାର କୌଣସି କାରଣ ନ ଥାଏ ।
ମନୋଗ୍ରସ୍ତ – ମନୋବାଧ୍ୟତା ବିକୃତିର ଲକ୍ଷଣାବଳୀ :

(୧) ମନୋବାଧ୍ୟତା ବ୍ୟକ୍ତିର ଚେତନାକୁ ଅବିରତ ଓ ଦୃଢ଼ ଭାବରେ ଅନାଭୂତ ପ୍ରବେଶ କରେ । ଫଳରେ ବ୍ୟକ୍ତିର
(୨) କୌଣସି କାରଣ ଯୋଗୁଁ ଯଦି ଆବେଶିକ ଭାବନା ବା ବାଧ୍ୟ ବ୍ୟବହାରକୁ ପ୍ରତିରୋଧ କରାଯାଏ, ବ୍ୟକ୍ତି ମନରେ ଅତିଶୟ ଅସ୍ଥିରତା, ଉଦ୍‌ବେଗ ଓ କ୍ରୋଧ ଜାତ ହୁଏ ।
(୩) ନିଜର ବାଧ୍ୟବ୍ୟବହାରକୁ ରୋଗୀ ନିରର୍ଥକ ଓ ଅଯୌକ୍ତିକ ବୋଲି ସ୍ଵୀକାର କରେ |
(୪) ବ୍ୟକ୍ତି ନିଜର ମନୋବାଧ୍ୟତା କ୍ରିୟାକୁ ଆପ୍ରାଣ ଉଦ୍ୟମ ସତ୍ତ୍ଵେ ନିୟନ୍ତ୍ରଣ କରିପାରେ ନାହିଁ ।
(୫) ଆବେଗିକ ଭାବନା ଓ ବାଧ୍ୟ ବ୍ୟବହାର ବାହ୍ୟସୂତ୍ରରୁ ଆସୁଛି ବୋଲି ବ୍ୟକ୍ତି ଅନୁଭବ କରେ ।

କେତେକ ସୁସ୍ଥ ସବଳ ମନୋଗ୍ରସ୍ତ-ମନୋବାଧ୍ୟତା ରୋଗୀ ଗ୍ରସ୍ତତା–ବାଧ୍ୟତା ପ୍ରବୃତ୍ତି ରଖ୍ ମଧ୍ୟ ଅତି ସାବଧାନତାର ସହିତ ସକ୍ଷମ ଢଙ୍ଗରେ କାର୍ଯ୍ୟ କରିବାର କ୍ଷମତା ରଖନ୍ତି ଏବଂ ତାଙ୍କର ଦୈନନ୍ଦିନ କାର୍ଯ୍ୟାବଳୀକୁ ସଫଳତା ପୂର୍ବକ ସଞ୍ଚାଳନ କରିଥାନ୍ତି । କୌଣସି କାର୍ଯ୍ୟରେ ସେମାନେ ଅତି କୁଶଳୀ ହୋଇଥାଆନ୍ତି, ଯେପରିକି ବ୍ୟାଙ୍କ, କ୍ୟାସିୟିର, ପ୍ରୟୋଗଶାଳା ଟେକ୍ନିସିଆନ ଅଥବା ମେସିନ ଡିଜାଇନର । ସେମାନଙ୍କ ମଧ୍ୟରୁ ଅନେକ ଉଚ୍ଚସ୍ତରର କୃତିତ୍ଵ ଅର୍ଜନ କରିଥାଆନ୍ତି ।

କିନ୍ତୁ କେତେକ ମନୋଗ୍ରସ୍ତ ରୋଗୀ ଯେଉଁମାନେ ଜନସଂପର୍କ ରକ୍ଷା କରିବା ଦାୟିତ୍ଵରେ ଥାଆନ୍ତି ସେମାନେ କାର୍ଯ୍ୟରେ ଅସଫଳ ସାବ୍ୟସ୍ତ ହୋଇଥାଆନ୍ତି । ଯେତେବେଳେ ମନୋଗ୍ରସ୍ତତା ବା ବାଧ୍ୟତା ଦୈନନ୍ଦିନ ଜୀବନର କାର୍ଯ୍ୟକଳାପରେ ହସ୍ତକ୍ଷେପ କରେ ସେତେବେଳେ ତାହା ଏକ ପ୍ରଧାନ ସମସ୍ୟା ହୋଇଯାଏ ଏବଂ ବିଶେଷଜ୍ଞଙ୍କ ସାହାଯ୍ୟ ନେବା ଆବଶ୍ୟକ ହୋଇଥାଏ ।

Question ୫।
ମନୋଚିକିତ୍ସା କହିଲେ କ’ଣ ବୁଝ ? ମନୋଚିକିତ୍ସାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ବର୍ଣ୍ଣନା କର ।
Answer:
ମନୋଚିକିତ୍ସା ମାନସିକ ରୋଗୀକୁ ସହାୟତା କରିବାପାଇଁ ତଥା ସମାଯୋଜିତ କରିବା ପାଇଁ ବା ତା’ର ବ୍ୟବହାରରେ କଠିନତା ଦୂର କରିବା ପାଇଁ ମାନସିକ ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ଵାରା ପ୍ରୟୋଗ କରାଯାଇଥିବା ଏକ ବିଧ୍ଵ । ମାନସିକ ବିକୃତିର ଉପଚାର ବିଭିନ୍ନ ପ୍ରକାର ସୈଦ୍ଧାନ୍ତକ ଦୃଷ୍ଟିକୋପ ଦ୍ଵାରା ନିର୍ଦ୍ଦେଶିତ ହୋଇଥାଏ । ରୋଗୀର ଉପଚାର ମନୋବୈଜ୍ଞାନିକ, ମନୋଚିକିତ୍ସକ, ସାମାଜିକ କାର୍ଯ୍ୟକର୍ତ୍ତା ତଥା ଅନ୍ୟ ବିଶେଷଜ୍ଞଙ୍କ ଦ୍ଵାରା ସରକାରୀ ବା ଘରୋଇ ଭାବରେ କରାଯାଇଥାଏ ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

ପ୍ରୟାସ କରାଯାଇଥାଏ । ଆଜିକାଲି ଚିକିତ୍ସକ ରୋଗୀର ସମସ୍ୟା ସମାଧାନ ପାଇଁ କେବଳ ସୂଚନା ଦେବା ପରିବର୍ତ୍ତେ ରୋଗୀ ସହିତ ସହଜ ସଂପର୍କ ରଖୁ ଆଲୋଚନା ମାଧ୍ୟମରେ ରୋଗୀର ନିଜ ସମସ୍ୟାର କାରଣ ଓ ଉପଚାର ସମ୍ବନ୍ଧରେ ଯେପରି ଜ୍ଞାନ ଉଦ୍ରେକ ହେବ ସେଥ‌ିପାଇଁ ଯତ୍ନବାନ ରହିଥାଆନ୍ତି । ଏଥୁରେ ସେ ବାଚନିକ ଅବାଚନିକ ଉଭୟ ପ୍ରକାରର ସଂଚାରକୁ ମହତ୍ତ୍ବ ଦେଇଥାନ୍ତି ।

  • ରୋଗରେ ସୁଧାର ଆଣିବା ପାଇଁ ରୋଗୀର ସଂକଳ୍ପକୁ ପ୍ରୋତ୍ସାହିତ କରିବା ।
  • ସାମ୍ବେଗିକ ଚାପକୁ କମ୍ କରିବା ।
  • ସକାରାତ୍ମକ ବୃଦ୍ଧି ଓ ବିକାଶ ପାଇଁ ଶ୍ରେଣୀର ଆନ୍ତରିକ କ୍ଷମତାକୁ ଉନ୍ମୋଚିତ କରିବା ।
  • ରୋଗୀର କୁଅଭ୍ୟାସକୁ ପରିବର୍ତ୍ତନ କରିବା ।
  • ଚିନ୍ତନ କାର୍ଯ୍ୟ ପ୍ରଣାଳୀକୁ ବଦଳାଇବା ।
  • ରୋଗୀର ଆତ୍ମଚେତନା ବୃଦ୍ଧି କରିବା ।
  • ପାରସ୍ପରିକ ସମ୍ବନ୍ଧ ଏବଂ ସଂଚାର ପ୍ରକ୍ରିୟାରେ ସୁଧାର ଆଣିବା ।
  • ନିର୍ଣ୍ଣୟ ନେବାର ପ୍ରକ୍ରିୟାକୁ ସହଜ କରିବା ।
  • ଜୀବନର ଅଭିରୁଚିଗୁଡ଼ିକ ସମ୍ବନ୍ଧରେ ଜ୍ଞାନ ଆହରଣ କରିବା ।
  • ଅଧ୍ଵକ ସୃଜନାତ୍ମକ ଏବଂ ଆତ୍ମସଜାଗ ସହିତ ବ୍ୟକ୍ତି ତା’ର ସାମାଜିକ ପରିବେଶ ସହିତ ସମ୍ବନ୍ଧ ରଖୁବା ।

Question ୬।
ମନୋଚିକିତ୍ସା ପ୍ରକ୍ରିୟା ବା ବିଭିନ୍ନ ପର୍ଯ୍ୟାୟ ସଂପର୍କରେ ବର୍ଣ୍ଣନା କର ।
Answer:
ବ୍ଯକ୍ତିର ବିଭିନ୍ନ ସମସ୍ୟା ସମାଧାନ କରିବା ଏବଂ ଅଧିକ ପ୍ରଭାବପୂର୍ଣ୍ଣ ବ୍ୟବହାରକୁ ପୋଷଣ କରିବା ସମସ୍ତ ମନୋଚିକିତ୍ସା ପ୍ରଣାଳୀର ମୁଖ୍ୟ ଲକ୍ଷ୍ୟ । ଏପରି ଲକ୍ଷ୍ୟ ହାସଲ କରିବାର ରାସ୍ତା ବିଭିନ୍ନ ମନୋଚିକିତ୍ସା ପ୍ରଣାଳୀରେ ଭିନ୍ନ ଭିନ୍ନ ହୋଇଥାଏ । ପ୍ରତ୍ୟେକ ମନୋଚିକିତ୍ସା ପ୍ରଣାଳୀରେ ତିନୋଟି ପ୍ରକ୍ରିୟା ବା ପର୍ଯ୍ୟାୟ ରହିଥାଏ । ସେଗୁଡ଼ିକ ହେଲା :-

  • ପ୍ରାରମ୍ଭିକ ପର୍ଯ୍ୟାୟ
  • ମଧ୍ୟବର୍ତ୍ତୀ ପର୍ଯ୍ୟାୟ
  • ସମାପନ ପର୍ଯ୍ୟାୟ

ପ୍ରାରମ୍ଭିକ ପର୍ଯ୍ୟାୟ :-
(କ) ପ୍ରଥମ ସାକ୍ଷାତ : ମନୋଚିକିତ୍ସାର ପ୍ରାରମ୍ଭିକ ପର୍ଯ୍ୟାୟ ପ୍ରଥମ ସାକ୍ଷାତରୁ ହିଁ ଆରମ୍ଭ ହୋଇଥାଏ । ଯେକୌଣସି ମନୋଚିକିତ୍ସା ପ୍ରଣାଳୀର ଏହି ପର୍ଯ୍ୟାୟରେ ନିମ୍ନଲିଖତ ଉଦ୍ଦେଶ୍ୟଗୁଡ଼ିକ ଯେପରି ପୂରଣ ହେବ ତା’ର ପ୍ରୟାସ କରାଯାଇଥାଏ :-
(i) ଚିକିତ୍ସକଙ୍କ ପ୍ରତି ରୋଗୀର ବିଶ୍ଵାସ ଓ ଉପକୃତ ହେବାର ଆଶା ଯେପରି ସୁଦୃଢ଼ ହୋଇପାରେ ।
(ii) ରୋଗୀ ଏବଂ ତା’ର କଠିନତା ସମ୍ବନ୍ଧରେ ସଂପୂର୍ଣ୍ଣ ସୂଚନା ପ୍ରାପ୍ତ କରି ତାକୁ ଏକାଠି କରିବା ।
(iii) ଚିକିତ୍ସାର ଔପଚାରିକତା, ଯେପରିକି ଶୁଳ୍କ, ସମୟ ଓ ଚିକିତ୍ସାର ସ୍ଵରୂପ ଇତ୍ୟାଦି ସମ୍ବନ୍ଧରେ ସୂଚନା ପ୍ରଦାନ କରିବା ।
(iv) ରୋଗୀର ବ୍ୟବହାରରେ ବାଞ୍ଛତ ପରିବର୍ତ୍ତନ ପାଇଁ ରୋଗୀର ସଂକଳ୍ପ ଯେପରି ବିକଶିତ ହୋଇପାରିବ ।

(ଖ) ଚିକିତ୍ସାତ୍ମକ ସୌହାର୍ଦ୍ଦ : ଚିକିତ୍ସାତ୍ମକ ସୌହାର୍ଘ୍ୟ ଅର୍ଥ ହେଲା ମନୋଚିକିତ୍ସକ ନିଜର ସୁସୁ ‘ସ୍ଵ’ ଏବଂ ରୋଗୀଙ୍କର ବିବେକି, ସୁସ୍ଥ ହେବାପାଇଁ ଇଚ୍ଛୁକ ଏବଂ ଉନ୍ନତି କରିବା ପାଇଁ ସର୍ବଦା ଚେଷ୍ଟା କରୁଥିବା ‘ସ୍ଵ’ ସହିତ ଏକ ମୈତ୍ରୀପୂର୍ଣ ସଂପର୍କ ସ୍ଥାପନା କରିବା । ଏହା ଅତି ମହତ୍ତ୍ଵପୂର୍ଣ୍ଣ ହୋଇଥାଏ । କାରଣ ଏପରି ସଂପର୍କ ସ୍ଥାପନ କରିବାଦ୍ଵାରା ରୋଗୀର ସୁସ୍ଥ ହେବା ପାଇଁ କାମନା ଦୃଢ଼ ହୋଇଥାଏ ।

(ଗ) ଚିକିତ୍ସାତ୍ମକ ଅନୁବନ୍ଧ: ମନୋଚିକିତ୍ସକ ଏବଂ ରୋଗୀ ମଧ୍ୟରେ ପାରସ୍ପରିକ ବୁଝାମଣା ତଥା ସଂପର୍କ ସ୍ଥାପନାକୁ ଚିକିତ୍ସାତ୍ମକ ଅନୁବନ୍ଧ କୁହାଯାଇଥାଏ । ଏହି ବୁଝାମଣା ଓ ସଂପର୍କ ଉଭୟ ପକ୍ଷ ମଧ୍ୟରେ ମୁକ୍ତ ଭାବରେ କଥାବାର୍ତ୍ତା ମାଧ୍ୟମରେ ହୋଇଥାଏ । ଉପର ସ୍ତରରେ ଏହା ମହକିଲଙ୍କୁ କେତେ ଶୁଳ୍କ ନେବାକୁ ପଡ଼ିବ, ଚିକିତ୍ସା ସମୟ ଓ ତାହା କେତେ ଦିନ ଧରି ଚାଲିବ, ଜରୁରୀକାଳୀନ ସାହାଯ୍ୟର ସ୍ଵରୂପ ଇତ୍ୟାଦି ସହିତ ସଂପର୍କିତ ଥାଏ । କିନ୍ତୁ ଭିତର ସ୍ତରରେ ଏହି ବୁଝାମଣା ଦୁଇ ପକ୍ଷ ମିଳିତ ଭାବରେ ତଥା ସଟ ଭାବରେ କାର୍ଯ୍ୟକରି ଚିକିତ୍ସାର ଲକ୍ଷ୍ୟ ପ୍ରାପ୍ତି ନିମନ୍ତେ ଚେଷ୍ଟା କରିବା ପ୍ରତିଶ୍ରୁତି ଉପରେ ପର୍ଯ୍ୟବସିତ ହୋଇଥାଏ ।

(ଘ) ଲକ୍ଷ୍ୟ ନିର୍ଦ୍ଦିଷ୍ଟ କରିବା :
ମନୋଚିକିତ୍ସାରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସ୍ଥିର କରିବା ମହତ୍ତ୍ଵପୂର୍ଣ ଅଟେ କାରଣ ମନୋଚିକିତ୍ସାର ପ୍ରଗତି ଓ ଦିଗ, ବ୍ୟକ୍ତି ପ୍ରାପ୍ତ କରିବା ପାଇଁ ଚାହୁଁଥିବା ଲକ୍ଷ୍ୟ ଉପରେ ନିର୍ଭର କରେ । କେତେକ ସମୟରେ ରୋଗୀର ଲକ୍ଷ୍ୟ ତତ୍କାଳିକ ମହତ୍ତ୍ଵ ରଖୁଥାଏ । ଆଉ କେତେକ ସମୟରେ ରୋଗୀ ଅଯୌକ୍ତିକ ଆଶା ଆକାଂକ୍ଷା ରଖୁଥାଆନ୍ତି । କେଉଁ ଲକ୍ଷ୍ୟ ଉତ୍ତମ, ବାସ୍ତବିକ ଓ ସହଜରେ ପ୍ରାପ୍ତ କରାଯାଇପାରିବ ସେ ସମ୍ବନ୍ଧରେ ମନୋଚିକିତ୍ସକ ରୋଗୀକୁ ସୂଚନା ପ୍ରଦାନ କରିଥାଆନ୍ତି । ଉଭୟଙ୍କ ଦ୍ଵାରା ଆଲୋଚନା ମାଧ୍ୟମରେ ଏହା ସ୍ଥିର କରାଯାଇଥାଏ ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

(ଙ) ସୀମା ନିର୍ଦ୍ଧାରଣ କରିବା :
ମନୋଚିକିତ୍ସାତ୍ମକ ବାତାବରଣ ସମସ୍ତ ପ୍ରକାର ଚାପଠାରୁ ମୁକ୍ତ ରହିବା ଉଚିତ୍ । ଚିକିତ୍ସା ସହିତ ସଂପର୍କିତ ବ୍ୟକ୍ତିବିଶେଷ ଓ ଚିକିତ୍ସାତ୍ମକ ବାତାବରଣରେ ଥିବା ଜିନିଷପତ୍ରକୁ ଉଚିତ ସମ୍ମାନ ଦେବା ଉଭୟ ରୋଗୀ ଓ ଚିକିତ୍ସକଙ୍କର ପ୍ରଧାନ କର୍ତ୍ତବ୍ୟ । ରୋଗୀ ଓ ମନୋଚିକିତ୍ସକ ଉଭୟ ସେମାନଙ୍କର ସ୍ନେହଭାବ ଓ ରାଗକୁ ପ୍ରକାଶ କରିବାରେ ସ୍ଵାଧୀନତା ପାଇଥାନ୍ତି; କିନ୍ତୁ ରୋଗୀ ଆକ୍ରମଣ ବା ହିଂସ୍ର ବ୍ୟବହାର ଦେଖାଇବା ପାଇଁ ସ୍ଵାଧୀନ ନୁହେଁ । ଚିକିତ୍ସକଙ୍କର ରୋଗୀକୁ ବା ରୋଗୀଙ୍କର ଚିକିତ୍ସକଙ୍କୁ ଶାରୀରିକ ସ୍ପର୍ଶ କରିବାର ଅନୁମତି ସାଧାରଣତଃ ନଥାଏ ।

ମଧ୍ୟବର୍ତ୍ତୀ ପର୍ଯ୍ୟାୟ :
ଏହି ପର୍ଯ୍ୟାୟରେ ପ୍ରକୃତ ଚିକିତ୍ସା କରାଯାଇଥାଏ । ଯେକୌଣସି ମନୋଚିକିତ୍ସା ପଦ୍ଧତିର ଉପଯୋଗ କରାଯାଇ ଥାଉନା କାହିଁକି ଏହି ପର୍ଯ୍ୟାୟରେ ନିମ୍ନଲିଖତ ତତ୍ତ୍ଵଗୁଡ଼ିକ ମହତ୍ଵପୂର୍ଣ ହୋଇଥାଏ । ସେଗୁଡ଼ିକ ହେଲା :

(a) ଅନୁଭବ କରିବା :
ରୋଗୀଙ୍କଠାରେ ଧନାତ୍ମକ ପରିବର୍ତ୍ତନ ଆଣିବା ପାଇଁ ମନୋଚିକିତ୍ସା ସମୟରେ ବ୍ୟକ୍ତିଗତ ରୂପରେ ନୂତନ, ଅର୍ଥପୂର୍ଣ୍ଣ, ସାମ୍ବେଗିକ ପରିବର୍ତ୍ତନଶୀଳ ତଥା ପରିପୂର୍ଣ୍ଣ ଅନୁଭବ ଆବଶ୍ୟକ ହୋଇଥାଏ । ରୋଗୀକୁ କିଛି ବୁଝାଇବା ଅପେକ୍ଷା ସେ ଯେପରି ଏପରି ପରିବର୍ତ୍ତନକୁ ଅନୁଭବ କରି ପାରିବ ତାହା ଦେଖୁବା ଆବଶ୍ୟକ । ଉଦାହରଣ ସ୍ଵରୂପ :- ଜଣକୁ ପହଁରା ଶିଖୁବାକୁ ହେଲେ ତାକୁ ପାଣିରେ ପଶି ପହଁରା ଶିକ୍ଷା କରିବାକୁ ପଡ଼ିବ ।

(b) ମନୋଚିକିତ୍ସାତ୍ମକ ସମ୍ବନ୍ଧ :
ପ୍ରଭାବଶାଳୀ ମନୋଚିକିତ୍ସାର ଏହା ଏକ ମୌଳିକ ଆବଶ୍ୟକତା । ମନୋଚିକିତ୍ସାତ୍ମକ ସମ୍ବନ୍ଧ ଅନ୍ୟ ମାନବୀୟ ଏବଂ ବ୍ୟବସାୟିକ ସମ୍ବନ୍ଧଠାରୁ ଭିନ୍ନ ଅଟେ । ମନୋବୈଜ୍ଞାନିକ ସମସ୍ୟା ଅନ୍ୟ ସମସ୍ୟାଠାରୁ ଭିନ୍ନ ହୋଇଥାଏ ଏବଂ ଏହାର ସମାଧାନ ପାଇଁ ବିଶେଷ କୌଶଳର ଆବଶ୍ୟକତା ହୋଇଥାଏ । ମନୋଚିକିତ୍ସା ଏକ ମନୋଚିକିତ୍ସକ ଏବଂ ମାନସିକ ରୋଗୀ ମଧ୍ୟରେ ଗୋଟିଏ ବ୍ୟବସାୟିକ ସମ୍ବନ୍ଧ ଅଟେ । ମନୋଚିକିତ୍ସକ ଠିକ୍ ଭାବରେ ନିଜର ପାରିଶ୍ରମିକ ସ୍ଥିର କରିଥାଆନ୍ତି ।

ସାକ୍ଷାତ ତାରିଖ ଏବଂ ସମୟକୁ ଧ୍ୟାନରେ ରଖ୍ ନୈଦାନିକ ନିୟମକୁ ଅନୁସରଣ କରିଥାନ୍ତି । ରୋଗୀକୁ ଆଶ୍ଵସ୍ତ କରାଯାଇଥାଏ ଯେ, ତା’ର ସଂପୂର୍ଣ୍ଣ ଧ୍ୟାନ ରଖାଯିବ, ସମସ୍ତ କଥାବାର୍ତ୍ତା ଏକାନ୍ତରେ ହେବ ଓ ଗୁପ୍ତ ରଖାଯିବ ଏବଂ କୌଣସି ପ୍ରକାର ନିଶ୍ଚିୟ ତାଙ୍କ ଉପରେ ଜବରଦସ୍ତ ଲଦିଦିଆଯିବ ନାହିଁ । ଚିକିତ୍ସକ ନିଜର କୌଣସି ପ୍ରକାର ଆବଶ୍ୟକତା ପାଇଁ ରୋଗୀଠାରୁ ଫାଇଦା ଉଠାଇବେ ନାହିଁ । ଚିକିତ୍ସକଙ୍କର ଲକ୍ଷ୍ୟ ହେଲା ଚିକିତ୍ସକ ଓ ରୋଗୀ ମଧ୍ୟରେ ଏପରି ସମ୍ବନ୍ଧକୁ ସୁଦୃଢ଼ କରାଇ ରୋଗୀର ଉନ୍ନତି ଏବଂ ଆଶୁ ଆରୋଗ୍ୟ ସୁନିଶ୍ଚିତ କରାଇବା ।

(c) ଆଶା ଓ ପ୍ରେରଣା :
କୌଣସି ମାନସିକ ରୋଗୀ ଯେତେବେଳେ ଜଣେ ମନୋଚିକିତ୍ସକଙ୍କ ନିକଟକୁ ଆସନ୍ତି ସେ ଅନେକ ଚିନ୍ତା, ଆଶଙ୍କା ତଥା ଆଶା ନେଇ ଆସିଥାଆନ୍ତି । ରୋଗୀ ଚିକିତ୍ସକଙ୍କୁ ଜଣେ ବିଶେଷଜ୍ଞ ମାନି ଆଶା ରଖନ୍ତି ଯେ ଚିକିତ୍ସକ ତାଙ୍କୁ ମନୁଷ୍ୟ ରୂପରେ ବୁଝିବେ ଓ ବ୍ୟକ୍ତିଗତ ପ୍ରସନ୍ନତା ପାଇବାରେ ସହାୟତା କରିବେ ।

ସମାପନ ପର୍ଯ୍ୟାୟ :
ମନୋଚିକିତ୍ସାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଲା ବେଳକୁ ରୋଗୀ ଅଧ୍ବକ ସମାଯୋଜନାତ୍ମକ ହୋଇଯାଇଥାଏ । ଅତୀତ ଅପେକ୍ଷା ବର୍ତ୍ତମାନ ଉପରେ ଧ୍ୟାନ ଦେଇଥାଏ ଏବଂ ତାଙ୍କର ଏକ ଭବିଷ୍ୟାନ୍ମୁଖ ଦୃଷ୍ଟିକୋଣ ବିକଶିତ ହୋଇଯାଇଥାଏ । ମନୋଚିକିତ୍ସାର କୌଣସି ଅନ୍ତ ନାହିଁ ତଥାପି ଯେତେ ନିର୍ଦ୍ଧାରିତ ଲକ୍ଷ୍ୟ ପ୍ରାପ୍ତ ହୋଇଯାଏ । ତେବେ ଚିକିତ୍ସାକୁ ସମାପ୍ତ କରିଦେବା ଉଚିତ୍ ।

ଅନ୍ୟ ପକ୍ଷରେ ନିଶ୍ଚିତ ଲକ୍ଷ୍ୟ ପାଖରେ ପହଞ୍ଚିବା ଆଗରୁ ମଧ୍ୟ ଏହା ସମାପ୍ତ କରାଯାଇପାରେ, ଯଦି ରୋଗୀ ବା ଚିକିତ୍ସକଙ୍କ ମଧ୍ୟରୁ ଜଣେ ଏହା ଅନୁଭବ କରିବେ ଯେ ଏକା ସାଙ୍ଗରେ ମିଶି ଉଭୟେ କାର୍ଯ୍ୟ କରିପାରିବେ ନାହିଁ ଏବଂ ସାମ୍ନାର ରାସ୍ତା ସେମାନଙ୍କ ପାଇଁ ବନ୍ଦ ଅଛି । ମନୋଚିକିତ୍ସାର ସଫଳ ସମାପନରେ ପ୍ରାୟତଃ ଅନୁସରଣ ବା follow up ର ଆବଶ୍ୟକ ହୋଇଥାଏ । ମନୋଚିକିତ୍ସା ସମୟରେ ରୋଗୀ ଯାହା ଶିକ୍ଷା କରିଥାନ୍ତି ତାକୁ ବାସ୍ତବିକ ଜୀବନରେ ଉପଯୋଗ କରିବା ଦରକାର ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

Question ୭।
ବ୍ୟବହାର ଚିକିତ୍ସା ପଦ୍ଧତିର କୌଶଳଗୁଡ଼ିକ ସମ୍ବନ୍ଧରେ ଉଲ୍ଲେଖ କର ।
Answer:
ବ୍ୟବହାର ଚିକିତ୍ସା ପଦ୍ଧତିକୁ ବ୍ୟବହାର ପରିମାର୍ଜନ ରୂପେ ଉପଯୋଗ କରାଯାଏ । ଏହି ଚିକିତ୍ସା ପଦ୍ଧତିଟି ଆ.ପି. ପାଭଲଭଙ୍କର ଶାସ୍ତ୍ରୀୟ ପ୍ରସୀମନ ଓ ବି.ଏଫ. ସ୍ପିନରଙ୍କର କ୍ରିୟାପ୍ରସୂନ ପ୍ରସୀମନ ଶିକ୍ଷଣ ସିଦ୍ଧାନ୍ତ ଉପରେ ପର୍ଯ୍ୟବସିତ । ଲିଣ୍ଡସ୍କ ଓ ସ୍କ୍ରିନର 1950 ଦଶକରେ ଅସ୍ଵାଭାବିକ ବ୍ୟବହାର ଦେଖାଉଥ‌ିବା ବ୍ୟକ୍ତିମାନଙ୍କର ଚିକିତ୍ସାରେ ଶିକ୍ଷଣ ନିୟମକୁ ପ୍ରୟୋଗ କରିବା ସମୟରେ ସର୍ବପ୍ରଥମେ ‘ବ୍ୟବହାର ଚିକିତ୍ସା’ ଶବ୍ଦର ଆବିଷ୍କାର କରିଥିଲେ ।

ଏହି ଚିକିତ୍ସା ପଦ୍ଧତି ଅନୁସାରେ ମାନସିକ ବିକୃତି ଦୋଷପୂର୍ଣ୍ଣ ଶିକ୍ଷଣ ପାଇଁ ବିକଶିତ ହୋଇଥାଏ ଏବଂ ସେଥିପାଇଁ ତାହାର ପରିମାର୍ଜନରେ ପୁଣି ଥରେ ନୂଆ ଶିଖିବା ଆବଶ୍ୟକ ହୋଇଥାଏ । ବ୍ୟବହାର ପରିମାର୍ଜନ ପଦ୍ଧତିରେ ଅନେକ କୌଶଳ ବ୍ୟବହାର କରାଯାଏ । ସେଗୁଡ଼ିକ ମଧ୍ୟରୁ କେତେକ ନିର୍ଦ୍ଦିଷ୍ଟ ତଥା ପ୍ରମୁଖ କୌଶଳଗୁଡ଼ିକ ହେଲା :

(i) କ୍ରମବଦ୍ଧ ବି ସଂବେଦୀକରଣ (Systematic desensitization)
(ii) ଇଂଗ୍ଲୋସିଭ ଚିକିତ୍ସା ଓ ଫ୍ଲଡ଼ିଙ୍ଗ୍ (Implosive therapy and flooding)
(iii) ବିକର୍ଷଣ ଚିକିତ୍ସା (Aversion Therapy)

(i) କ୍ରମବଦ୍ଧ ବି ସଂବେଦୀକରଣ :
ବ୍ୟବହାର ଚିକିତ୍ସା ପଦ୍ଧତିମାନଙ୍କ ମଧ୍ୟରେ ଏହା ସବୁଠାରୁ ଅଧିକ ପ୍ରସିଦ୍ଧ ଏବଂ ଦୁର୍ନୀତି ଓ ଦୁଶ୍ଚିନ୍ତା ପରି ମାନସିକ ବିକୃତିର ଉପଚାର ପାଇଁ ବହୁଳଭାବରେ ବ୍ୟବହୃତ ହୋଇଥାଏ । ମନୋବୈଜ୍ଞାନିକ ଓଲ୍ସଙ୍କ ଦ୍ଵାରା ଏହି ପଦ୍ଧତି ବିକଶିତ ହୋଇଥିଲା । ଏହି ପଦ୍ଧତି ଏପରି ପରିକଳ୍ପନା ଉପରେ ଆଧାରିତ ଯେ କୌଣସି ଏକ ସମୟରେ ଗୋଟିଏ ବ୍ୟକ୍ତି ଉଭୟ ବିଶ୍ରାନ୍ତ ଏବଂ ଉଦ୍‌ବେଗୀ ହୋଇପାରିବ ନାହିଁ ।

ତେଣୁ ରୋଗୀ ଯେତେବେଳେ ପୂର୍ଣ୍ଣ ବିଶ୍ରାନ୍ତ ସ୍ଥିତିରେ ଥାଏ, ସେହି ସମୟରେ ଯଦି ଉଦ୍‌ବେଗ ବା ଉତ୍କଣ୍ଠା ସୃଷ୍ଟି କରୁଥିବା ଉଦ୍ଦୀପକ ଉପସ୍ଥାପନ କରାଯାଏ ତେବେ ବିଶ୍ରାନ୍ତ, ଉତ୍କଣ୍ଠା ଉପରେ ବିଜୟ ଲାଭ କରିଥାଏ ଏବଂ ରୋଗୀ ଉତ୍କଣ୍ଠା ସୃଷ୍ଟି କରୁଥିବା ଉଦ୍ଦୀପକ ପ୍ରତି ଅସମ୍ବେଦୀକୃତ ହୋଇଥାଏ । ଏହି ଚିକିତ୍ସା ପଦ୍ଧତିରେ ଚାରିଗୋଟି ପର୍ଯ୍ୟାୟ ରହିଥାଏ ।

ସେଗୁଡ଼ିକ ହେଲା :
(କ) ସାକ୍ଷାତକାର
(ଖ) ବିଶ୍ରାନ୍ତ ପାଇଁ ପ୍ରଶିକ୍ଷଣ
(ଗ) ଉଦ୍‌ବେଗର ଶ୍ରେଣୀବଦ୍ଧତା
(ଘ) ଅସମ୍ବେଦୀକରଣ

(କ) ସାକ୍ଷାତକାର : ଏହି ପର୍ଯ୍ୟାୟରେ ରୋଗୀର ନାମ, ଠିକଣା ଇତ୍ୟାଦି ପରିଚୟ ସମ୍ବନ୍ଧୀୟ ସୂଚନା ପ୍ରାପ୍ତ କରାଯାଇଥାଏ । ରୋଗୀର ସମସ୍ୟାର ପ୍ରମୁଖ କାରଣକୁ ବୁଝିବା ପାଇଁ କେତେକ ମନୋବୈଜ୍ଞାନିକ ପରୀକ୍ଷଣ ପ୍ରୟୋଗ କରାଯାଇଥାଏ । ଏଥି ସହିତ ବ୍ୟକ୍ତିର ବ୍ୟକ୍ତିତ୍ଵକୁ ବୁଝିବା ପାଇଁ ବ୍ୟକ୍ତିତ୍ଵ ପରୀକ୍ଷଣ କରାଯାଇଥାଏ ।

(ଖ) ବିଶ୍ରାନ୍ତ ପାଇଁ ପ୍ରଶିକ୍ଷଣ : ଏହି ପର୍ଯ୍ୟାୟରେ କିପରି ବିଶ୍ରାମ ନିଆଯାଇଥାଏ ସେ ସମ୍ବନ୍ଧରେ ପ୍ରଶିକ୍ଷଣ ଦିଆଯାଇଥାଏ । ପ୍ରକୃତ ବିଶ୍ରାନ୍ତ ବିଧ୍ଵ ଶିକ୍ଷା କରିବାକୁ ପ୍ରତ୍ୟେକଟି ପ୍ରାୟ ୩୦ ମିନିଟ କରି ଛଅ । ସାତୋଟି ଅଧୂବେଶନ ଦରକାର ହୋଇଥାଏ ।

(ଗ) ଉଦ୍‌ବେଗର ଶ୍ରେଣୀବଦ୍ଧତା : ଏହି ପର୍ଯ୍ୟାୟରେ ପ୍ରାରମ୍ଭିକ ସାକ୍ଷାତକାରର ଆଧାରରେ ଅତି ସାଧାରଣରୁ ଆରମ୍ଭ କରି ଅତି ଉଚ୍ଚସ୍ତରର ଉଦ୍‌ବେଗ ଉତ୍ପନ୍ନ କରୁଥିବା ଅନେକଗୁଡ଼ିଏ ସ୍ଥିତିର ପଦାନୁକ୍ରମ ତିଆରି କରାଯାଇଥାଏ । ଏହି ଉଦ୍‌ବେଗ ଉତ୍ପନ୍ନ କରୁଥିବା ସ୍ଥିତିଗୁଡ଼ିକ ଛବି ଆକାରରେ ବା କଥା ଆକାରରେ ହୋଇଥାଏ । ଏହିପରି ଅତିକମ୍‌ରେ 20 /50 ଟି ସ୍ଥିତିର କଳ୍ପନା କରାଯାଇଥାଏ । ଏହି ଛବିଗୁଡ଼ିକ ଅପେକ୍ଷାକୃତ ସବୁଠାରୁ କମ୍ ଭୟ ସୃଷ୍ଟି କରିବାଠାରୁ ଆରମ୍ଭ କରି ପଦାନୁକ୍ରମରେ ସବୁଠାରୁ ଅଧ‌ିକ ଭୟ ସୃଷ୍ଟି କରିବା ପର୍ଯ୍ୟନ୍ତ ବିସ୍ତୃତ ଥାଏ ।

(ଘ) ଅସମ୍ବେଦୀକରଣ : ଏହି ପର୍ଯ୍ୟାୟର ପ୍ରତ୍ୟେକ ଅଧିବେଶନରେ ରୋଗୀକୁ ବିଶ୍ରାମ ନେବାକୁ କୁହାଯାଇଥାଏ । ରୋଗୀ ସଂପୂର୍ଣ୍ଣ ବିଶ୍ରାନ୍ତରେ ରହିଥ‌ିବା ସମୟରେ ଅତି ସାଧାରଣ ବା ନିମ୍ନତମ ଉଦ୍‌ବେଗ ଉତ୍ପନ୍ନ କରୁଥିବା ସ୍ଥିତିର କଳ୍ପନା କରିବାକୁ କୁହାଯାଇଥାଏ ବା ଆଗରୁ ପ୍ରସ୍ତୁତ କରି ରଖାଯାଇଥିବା ଛବିକୁ ପ୍ରଦର୍ଶିତ କରାଯାଇଥାଏ । କିଛି ସମୟ ପରେ ଚିକିତ୍ସକ ପଦାନୁକ୍ରମରେ ଅପେକ୍ଷାକୃତ ଅଳ୍ପ ଅଧୁକ ଉଦ୍‌ବେଗ ଉତ୍ପନ୍ନ କରୁଥିବା ଛବିକୁ ପ୍ରଦର୍ଶିତ କରିଥାଆନ୍ତି ।

ପୁଣି କିଛି ସମୟପରେ ତାହାଠାରୁ ଅଳ୍ପ ଅଧୁକ ଉଦ୍‌ବେଗ ଉତ୍ପନ୍ନ କରୁଥିବା ଛବିକୁ ପ୍ରଦର୍ଶିତ କରନ୍ତି । ଏହିପରି ଭାବରେ ଚିକିତ୍ସକ ରୋଗୀର ଏହି ସ୍ଥିତିଗୁଡ଼ିକୁ ଉଦ୍‌ବେଗ ପ୍ରକାଶ ନ କରି ସହ୍ୟ କରିପାରୁଥିବା ପର୍ଯ୍ୟନ୍ତ ପଦାନୁକ୍ରମରେ ସଜ୍ଜିତ ସ୍ଥିତିର ଛବିଗୁଡ଼ିକୁ ପ୍ରଦର୍ଶିତ କରିଚାଲନ୍ତି । ରୋଗୀ ଉଦ୍‌ବେଗ ପ୍ରକାଶ କରିବା ମାତ୍ରେ, ଉକ୍ତ ଅଧିବେଶନ ଶେଷ ହୁଏ । ପୁଣି ପରବର୍ତୀ ଅଧୂବେଶନରେ ଉପରେ ବର୍ଣ୍ଣିତ ପଦ୍ଧତିକୁ ପୁନର୍ବାର ପ୍ରୟୋଗ କରାଯାଇଥାଏ । ଏହିପରି ଭାବରେ ଉପଚାର କିଛି ଦିନ ଚାଲିବା ପରେ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରିଥାଏ ।

(ii) ଇଂଗ୍ଲୋସିଭ ଚିକିତ୍ସା ଫ୍ଲଡ଼ିଙ୍ଗ୍ : ଏହି ପଦ୍ଧତିରେ ଉଦ୍‌ବେଗ ଜାତ କରାଉଥ‌ିବା ପରିସ୍ଥିତିଠାରୁ ଦୂରରେ ରହିବା ବଦଳରେ ଦୃଢ଼ତାର ସହିତ ସେହି ପରିସ୍ଥିତିକୁ କିପରି ସାମ୍ନା କରାଯାଇପାରିବ ସେହି ଆଭିମୁଖ୍ୟ ନେଇ ରୋଗୀର ଚିକିତ୍ସା କରାଯାଇଥାଏ । ଇଂଗ୍ଲୋସିଭ୍ ଚିକିତ୍ସା ପଦ୍ଧତିରେ ଚିକିତ୍ସକ ସବୁଠାରୁ ଅଧିକ ଭୟ ଜାତ କରୁଥିବା ଘଟଣା ବର୍ଣ୍ଣନା କରିଥାଆନ୍ତି ବା ସର୍ବାଧ୍ଵକ ଚିନ୍ତାଜନକ ସ୍ଥିତିର କଳ୍ପନା କରିବାକୁ ରୋଗୀଙ୍କୁ କହିଥାଆନ୍ତି ।

ଫ୍ଲଡିଙ୍ଗ୍ ଚିକିତ୍ସା ପଦ୍ଧତିରେ ରୋଗୀଙ୍କୁ ଚିନ୍ତା ଉତ୍ପନ୍ନ କରୁଥିବା ବାସ୍ତବିକ ସ୍ଥିତିରେ ରଖାଯାଇଥାଏ । କିଛି ସମୟ ବା କିଛିଦିନ ଏପରି ସ୍ଥିତିରେ ରହିବା ପରେ ରୋଗୀଙ୍କର ଉତ୍କଣ୍ଠା କମିଯାଇଥାଏ । ଏହି ପଦ୍ଧତି ଭଲଭାବରେ କାର୍ଯ୍ୟ କରିଥାଏ କିନ୍ତୁ ଏହାର ପ୍ରୟୋଗ ସମୟରେ ସତର୍କତା ଅବଲମ୍ବନ କରିବା ନିତାନ୍ତ ଆବଶ୍ୟକ ହୋଇଥାଏ ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

(iii) ବିକର୍ଷଣ ଚିକିତ୍ସା : ଯଦି କୌଣସି ଅନୁକ୍ରିୟା କରିବା ପରେ କଷ୍ଟ ତଥା ଦଣ୍ଡ ମିଳିଥାଏ, ତେବେ ସେହି ଅନୁକ୍ରିୟାର ଶକ୍ତି କମିଯାଇଥାଏ । ମଦ୍ୟପାନ କରୁଥିବା ଓ ମାଦକ ଦ୍ରବ୍ୟ ସେବନ କରୁଥିବା ବ୍ୟକ୍ତିମାନଙ୍କର ସଫଳ ଚିକିତ୍ସା ବିକର୍ଷଣ ପଦ୍ଧତିରେ କରାଯାଉଅଛି ।

ଉଦାହରଣ ସ୍ଵରୂପ :- ମଦ୍ୟପଙ୍କର ମଦ୍ୟପାନୀୟରେ ଅଭ୍ୟାସ ଉତ୍ପନ୍ନ କରୁଥିବା ଏକ ଔଷଧ ତାଙ୍କ ଅଗୋଚରରେ ମିଶାଇ ଦିଆଯାଇଥାଏ । ମଦ୍ୟପ ଏହାକୁ ପାନ କରିବାର କିଛି ସମୟ ପରେ ତାଙ୍କର ମୁଣ୍ଡ ବୁଲାଇଥାଏ ତଥା ବାନ୍ତି ହୋଇଥାଏ । ଏହିପରି କିଛି ଦିନ ଉପଚାର ପରେ ଦେଖାଯାଇଛି ଯେ ମଦ୍ୟ ପାନୀୟକୁ ଦେଖୁବାମାତ୍ରେ ତାଙ୍କୁ ବାନ୍ତି ଲାଗିଥାଏ ଏବଂ ସେ ମଦ୍ୟପାନଠାରୁ ନିଜକୁ ଦୂରେଇ ନିଅନ୍ତି । ଅଧ‌ିକ ଖାଇବା, ଅଧିକ ଧୂମପାନ କରିବା ତଥା ଯୌନ ଦୁରାଚରଣ ପରି ବିକୃତିର ସଫଳ ଉପଚାର ବିକର୍ଷଣ ପଦ୍ଧତି ସାହାଯ୍ୟରେ କରାଯାଏ ।

Question ୮।
ସଜ୍ଞାନାତ୍ମକ ଚିକିତ୍ସା ପଦ୍ଧତି ସମ୍ବନ୍ଧରେ ଆଲୋଚନା କର ।
Answer:
ଅବସାଦ ଓ ଉତ୍କଣ୍ଠା ପରି ରୋଗର ଉପଚାରରେ ସଜ୍ଞାନାତ୍ମକ ଚିକିତ୍ସା ପଦ୍ଧତିର ବ୍ୟବହାର କରାଯାଏ । ଆଲବର୍ଟ ଏଲିସ୍ ଏବଂ ଆରୋନ୍ ବେକ୍ ସଜ୍ଞାନାତ୍ମକ ଚିକିତ୍ସା ପଦ୍ଧତି ମାନସିକ ରୋଗର ଉପଚାରରେ ପ୍ରଥମେ ପ୍ରୟୋଗ କରିଥିଲେ । ସଜ୍ଞାନାତ୍ମକ ଶବ୍ଦର ଅର୍ଥ ଅତି ବ୍ୟାପକ । ଏହା ବ୍ୟକ୍ତିର ଉଚ୍ଚତର ସ୍ତରରେ ହେଉଥିବା ସମସ୍ତ ସୁସ୍ଥ ମାନସିକ ପ୍ରକ୍ରିୟା ଯଥା ଧ୍ୟାନ, ଧାରଣା, ଶିକ୍ଷଣ, ଚିନ୍ତନ, ସ୍ମୃତି ତଥା ଚେତନା ଇତ୍ୟାଦି ସହିତ ସମ୍ବନ୍ଧିତ । ସଜ୍ଞାନାତ୍ମକ ଚିକିତ୍ସା ରୋଗୀର ନକରାତ୍ମକ ବିଚାରଧାରା

ଏବଂ କୁସମାଯୋଜନାତ୍ମକ ବିଶ୍ଵାସକୁ ଚିହ୍ନି ସେଗୁଡ଼ିକୁ ପରିବର୍ତ୍ତନ କରିବା ପାଇଁ ଜୋର ଦେଇଥାଏ । ସଜ୍ଞାନାତ୍ମକ ଚିକିତ୍ସକମାନଙ୍କ ମତରେ ଅଭିବୃଦ୍ଧି ଓ ଦୀର୍ଘକାଳୀନ ସ୍ମୃତି ପରି ସଜ୍ଞାନାତ୍ମକ ପ୍ରକ୍ରିୟା ଏବଂ ସଂରଚନାଗୁଡ଼ିକ ବ୍ୟକ୍ତିର ବ୍ୟବହାରକୁ ପ୍ରଭାବିତ କରିଥାନ୍ତି ।

ନିଜର ‘ସ୍ୱ’ ପ୍ରତି ତଥା ସଂସାର ପ୍ରତି ନକରାତ୍ମକ ଚିନ୍ତାଧାରା ଦ୍ଵାରା ରୋଗୀ ବର୍ତ୍ତମାନ ନିକଟରେ ପରାଜିତ ହୁଏ ଏବଂ ତା’ର ପରିବେଶ ଯେପରି ଧମକପୂର୍ଣ ସେହିପରି ମନେ କରିଥାଏ ତଥା ଭବିଷ୍ୟତକୁ ଭୟ କରିଥାଏ । ଏହା ଅବସାଦ ଓ ଉତ୍କଣ୍ଠା ପରି ମାନସିକ ରୋଗଗୁଡ଼ିକର ମହତ୍ତ୍ଵପୂର୍ଣ୍ଣ ଅଂଗ ଅଟେ । ଏହି ପ୍ରକ୍ରିୟା ଏବଂ ସଂରଚନାକୁ ବାସ୍ତବିକ ସ୍ତରରେ ବଦଳାଇବା ସକାରାତ୍ମକ ଚିକିତ୍ସାର ପ୍ରମୁଖ ଲକ୍ଷ୍ୟ ।

ବିଷଣ୍ଣ ମନସୁତା (Beck’s Cognitive Therapy) :
ବେକ୍‌ଙ୍କ ଦ୍ଵାରା ବିକଶିତ ହୋଇଥିବା ସଜ୍ଞାନାତ୍ମକ ଚିକିତ୍ସା ପଦ୍ଧତି ଅବସାଦଗ୍ରସ୍ତ ରୋଗୀଙ୍କ ଉପଚାର ପାଇଁ ବହୁଳ ଭାବରେ ବ୍ୟବହାର କରାଯାଇଛି । ବେକ୍‌ଙ୍କ ମତରେ ରୋଗୀ ତା’ର ନକରାତ୍ମକ ଚିନ୍ତାଧାରା, ପକ୍ଷପାତପୂର୍ବ ତଥା ଅଯୌକ୍ତିକ ବ୍ୟାଖ୍ୟା ପାଇଁ ଅବସାଦଗ୍ରସ୍ତ ହୋଇଥାଏ ।

ରୋଗକୁ ଏଗୁଡ଼ିକ ଚିହ୍ନିବାରେ ସହାୟତା କରିବା ଚିକତ୍ସକଙ୍କର କାର୍ଯ୍ୟ । ଏଥୁସହିତ ନକାରାତ୍ମକ ଚିନ୍ତାଧାରା ବଦଳରେ ସକାରାତ୍ମକ ରୂପରେ ଚିନ୍ତାକରି ନିଜ ସମସ୍ୟାର ସମାଧାନ ପାଇଁ ନୂତନ ରାସ୍ତାକୁ ଖୋଜିବାରେ ରୋଗୀକୁ ସହାୟତା ଦେବା ଚିକିତ୍ସକଙ୍କର କାର୍ଯ୍ୟ ହୋଇଥାଏ । ବେକଙ୍କର ସଜ୍ଞାନାତ୍ମକ ଚିକିତ୍ସା ପଦ୍ଧତି ସାହାଯ୍ୟରେ ପ୍ୟାନିକ (Panic Disorder) ରୋଗୀ ତଥା ବିଭିନ୍ନ ପ୍ରକାରର ଉତ୍କଣ୍ଠା ରୋଗୀଙ୍କର ସଫଳତା ପୂର୍ବକ ଚିକିତ୍ସା କରାଯାଇପାରୁଛି ।

ଏଲିସ୍‌ଙ୍କର ତର୍କଶ୍ରିତ – ଭାବାତ୍ମକ ଚିକିତ୍ସା : (Ellis’s Rational Emotive Therapy) :
ରୋଗୀର ମୌଳିକ କୁସମାଯୋଜନାତ୍ମକ ବିଚାରାଧାରାକୁ ବଦଳାଇବା ପାଇଁ ଏଲିସ୍‌ଙ୍କ ଦ୍ବାରା ବିକଶିତ ତର୍କାଶ୍ରିତ ଭାବାତ୍ମକ ଚିକିତ୍ସା ପଦ୍ଧତିର ଉପଯୋଗ କରାଯାଏ । ମନୋବୈଜ୍ଞାନିକ ଦୃଷ୍ଟିକୋଣରୁ ଜଣେ ସୁସ୍ଥ ବ୍ୟକ୍ତି ତର୍କପୂର୍ଣ୍ଣ ବିଚାର କରିଥାଏ ଏବଂ ବାସ୍ତବିକତା ସହିତ ଖାପଖୁଆଇ ବ୍ୟବହାର ପ୍ରଦର୍ଶନ କରିଥାଏ । କିନ୍ତୁ କେତେକ ବ୍ୟକ୍ତିଙ୍କର ବିଶ୍ଵାସ ଓ ମୂଲ୍ୟବୋଧ ଅବାସ୍ତବ ହୋଇଥାଏ । ତେଣୁ ସେମାନେ ଏପରି ଅବାସ୍ତବ ବିଶ୍ଵାସ ଏବଂ ମୂଲ୍ୟବୋଧ ଆଧାରରେ କାର୍ଯ୍ୟ କରିବାର ପ୍ରୟାସ କରି ଅନେକ ସମୟରେ ସେଥ‌ିରେ ଅକୃତକାର୍ଯ୍ୟ ହୋଇଥାନ୍ତି ଓ ସେଥ‌ିପାଇଁ ନିରାଶ ତଥା କଷ୍ଟ ଅନୁଭବ କରନ୍ତି ।

ଉଦାହରଣ ସ୍ଵରୂପ : ଜଣେ ବ୍ୟକ୍ତି ମନେ କରିପାରନ୍ତି ଯେ ସେ ସବୁବେଳେ ସମସ୍ତଙ୍କ ପାଇଁ ବହୁତ ବଢ଼ିଆ କାମ କରିବେ ଏବଂ ସମସ୍ତଙ୍କର ପ୍ରିୟଭାବନ ହୋଇପାରିବେ । କିନ୍ତୁ ସଂସାରରେ ସବୁ ଲୋକଙ୍କ ପାଇଁ କାର୍ଯ୍ୟକରି ସମସ୍ତଙ୍କୁ ଖୁସି କରାଇପାରିବା ଅଯୌକ୍ତିକ ଏବଂ ଅସମ୍ଭବ ଅଟେ । ତେଣୁ ଏହି ବ୍ୟକ୍ତି ଜଣକ ନିଜ ଲକ୍ଷ୍ୟ ନିକଟରେ ଚେଷ୍ଟା କରି ମଧ୍ୟ ପହଞ୍ଚି ପାରିବାର ସମ୍ଭାବନା ବହୁତ କମ୍‌ଥାଏ । ଲକ୍ଷ୍ୟ ନିକଟରେ ପହଞ୍ଚି ନ ପାରିଲେ ତାଙ୍କ ମନରେ ଉତ୍କଣ୍ଠା ଜାତ ହୁଏ ଏବଂ ବ୍ୟକ୍ତି ନିଜକୁ ମୂଲ୍ୟହୀନ, ପ୍ରଭାବହୀନ ଓ ତୁଚ୍ଛ ମନେ କରନ୍ତି ।

ଆତ୍ମ-ପରାଜୟ ଗ୍ଳାନିରେ ସେ ଜର୍ଜରିତ ହୁଅନ୍ତି । ଏପରି ଆତ୍ମ- ପରାଜୟ ବୋଧ ସହିତ ସାମ୍ବେଦିକ ଅନୁକ୍ରିୟାଗୁଡ଼ିକର ବାସ୍ତବିକତା ସହିତ କୌଣସି ସଂପର୍କ ନ ଥାଏ କିନ୍ତୁ ଏଗୁଡ଼ିକ ବ୍ୟକ୍ତିଙ୍କର ନିଜର ଚିନ୍ତନ କ୍ରିୟା ଦ୍ଵାରା ସୃଷ୍ଟି ହୋଇଥାଏ । ତର୍କାଶ୍ରିତ ଭାବାତ୍ମକ ଚିକିତ୍ସା ବ୍ୟକ୍ତିଙ୍କର ଆତ୍ମ-ମୂଲ୍ୟାଙ୍କନ ଏବଂ ବିଶ୍ଵାସ ପ୍ରଣାଳୀକୁ ‘ଏହା କରିବା ଉଚିତ୍’, ‘ତାହା କରିବା ଉଚିତ’, ପରି କଠୋର ବିଚାରଧାରାକୁ ବଦଳାଇ ସୃଜନାତ୍ମକ, ସ୍ଵଚ୍ଛନ୍ଦ ଏବଂ ସହଜ ତଥା ସାମ୍ବେଗିକ ଦୃଷ୍ଟିକୋଣରୁ ସନ୍ତୋଷପ୍ରଦ ବିଚାରଧାରାକୁ ପୁନର୍ଗଠନ କରିବାରେ ସାହାଯ୍ୟ କରିଥାଏ । ବ୍ୟକ୍ତି ନିଜର ମହତ୍ତ୍ଵକୁ ଠିକ୍ ଭାବରେ ବୁଝିବାର ଭାବନାକୁ ବିକଶିତ କରି ଆଗକୁ ଅଗ୍ରସର ହେବାରେ ତାକୁ ସାହାଯ୍ୟ କରିବା ହିଁ ଏହି ପଦ୍ଧତିର ଲକ୍ଷ୍ୟ ।

Question ୯।
ଜୈବ-ଔଷଧୀୟ ଚିକିତ୍ସା କହିଲେ କ’ଣ ବୁଝ ? ବିଭିନ୍ନ ପ୍ରକାରର ଜୈବ-ଔଷଧୀୟ ଚିକିତ୍ସା ପଦ୍ଧତି ସମ୍ବନ୍ଧରେ ଉଲ୍ଲେଖ କର ।
Answer:
ଚିନ୍ତନ ପ୍ରକ୍ରିୟା, ସମ୍ବେଗୀ କ୍ରିୟାକଳାପ ଏବଂ ଶାରୀରିକ ପ୍ରକ୍ରିୟାରେ ସୁଧାର ପାଇଁ ପରିବର୍ତ୍ତନ ଉତ୍ପନ୍ନ କରିବା ଯେକୌଣସି ମନୋଚିକିତ୍ସାର ଉଦ୍ଦେଶ୍ୟ ହୋଇଥାଏ । କିନ୍ତୁ ଏହି ପରିବର୍ତ୍ତନ କିପରି ଅଣାଯାଇପାରିବ ଏବଂ କେଉଁ ପରିବର୍ତ୍ତନକୁ ପ୍ରାଥମିକତା ଦିଆଯିବ ସେ ସମ୍ବନ୍ଧରେ ବିଭିନ୍ନ ମନୋଚିକିତ୍ସା ପ୍ରଣାଳୀରେ ଭିନ୍ନତା ଦେଖିବାକୁ ମିଳେ । ବିଭିନ୍ନ ପ୍ରକାର ମନୋଚିକିତ୍ସା ପ୍ରଣାଳୀ ମଧ୍ୟରୁ ଜୈବ-ଔଷଧୀୟ ଚିକିତ୍ସା ପ୍ରଣାଳୀ ଅନ୍ୟତମ ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

ମେଡ଼ିକାଲରେ ପ୍ରଶିକ୍ଷଣ ପ୍ରାପ୍ତ କରିଥିବା ଚିକିତ୍ସକ ମାନସିକ ରୋଗକୁ ଶାରୀରିକ ରୋଗ ଭାବରେ ବିଚାର କରିଥାନ୍ତି ଏବଂ ସେହି ଅନୁସାରେ ମାନସିକ ରୋଗର ଉପଚାର ମେଡ଼ିକାଲ ମଡ଼େଲ ଆଧାରରେ କରିଥାଆନ୍ତି । ସେମାନଙ୍କ ମତରେ ମାନସିକ ରୋଗ ଉତ୍ପନ୍ନମୂଳରେ ଜୈବିକ କାରଣ କେତେକାଂଶରେ ନିହିତ ଥାଏ ଏବଂ ସେଥିପାଇଁ ଏମାନଙ୍କର ଉପଚାର ଜୈବିକ ଆଧାରରେ କରାଯାଇଥାଏ । କେତେକ ପ୍ରମୁଖ ଜୈବ-ଔଷଧୀୟ ମନୋଚିକିତ୍ସା ପଦ୍ଧତିଗୁଡ଼ିକ ହେଲା :-

(i) ବିଦ୍ୟୁତ ବିକ୍ଷେପୀ ଚିକିତ୍ସା (Electro Convulsive Therapy)
(ii) ଔଷଧର ପ୍ରୟୋଗ (Use of Medicine)
(iii) ମନୋଶଲ୍ୟ ଚିକିତ୍ସା (Psychosurgery)

(i) ବିଦ୍ୟୁତ ବିକ୍ଷେପୀ ଚିକିତ୍ସା : ଏହି ଚିକିତ୍ସାକୁ ସାଧାରଣ ଭାବରେ ECT ବୋଲି କୁହାଯାଇଥାଏ । ଯଦିଓ କେତେକ ଦେଶରେ ଏହି ଚିକିତ୍ସାର ପ୍ରୟୋଗକୁ ବନ୍ଦ କରିଦିଆଗଲାଣି, ଭାରତରେ ଏହାର ପ୍ରୟୋଗ ଏବେ ବି ବହୁଳଭାବରେ କରାଯାଉଅଛି । ଦୁଇଟି ଭିନ୍ନ ଭିନ୍ନ ପ୍ରେକ୍ଷଣର ଆଧାରରେ ବିକ୍ଷେପୀ ଚିକିତ୍ସାର ଆରମ୍ଭ ହୋଇଥିଲା: ପ୍ରଥମତଃ ମାନସିକ ଚିକିତ୍ସାଳୟର ଚିକିତ୍ସକମାନେ ଅନେକ ଦିନ ଧରି ଲକ୍ଷ୍ୟ କରୁଥିଲେ ଯେ ସ୍ଵେଚ୍ଛାନୁରୂପ ଝଟ୍‌କା ମିଳିବା ପରେ ରୋଗୀର ଅସାମାନ୍ୟ ଲକ୍ଷଣ ହଠାତ୍ ଦୂର ହୋଇଯାଉଥିଲା

ଏବଂ ଦ୍ଵିତୀୟତଃ ଅପସ୍ମାର ଓ ମନୋବିଦଳତା ପରି ସାଧାରଣ ରୋଗର ଲକ୍ଷଣ ଏହାଦ୍ଵାରା କମ୍ ଦେଖ‌ିବାକୁ ମିଳିଲା । ସେଥ‌ିପାଇଁ କୃତ୍ରିମ ରୂପରେ ମାଂସପେଶୀରେ ଝଟ୍‌କା ଉତ୍ପନ୍ନ କରାଇ ମନୋବିଦଳତା ବା ସେହିଭଳି ଅନ୍ୟ ରୋଗଗୁଡ଼ିକର ଉପଚାର କରାଯାଇପାରିବ ବୋଲି ବିଚାର କରାଗଲା ।

ପ୍ରାରମ୍ଭରେ ଏଥିରେ ରୋଗୀର ଶରୀର ମଧ୍ୟକୁ ଛୁଞ୍ଚିଦ୍ଵାରା (injection) ମେଟ୍ରାଜଲ ଉପଚାର କରାଯାଉଥିଲା । କିନ୍ତୁ ଆଜିକାଲି ଏକ ସରଳ ଏବଂ ବିଶ୍ଵାସନୀୟ ମେସିନ୍ ଉପଲବ୍ଧ ହେଉଅଛି । ଯାହା ସାହାଯ୍ୟରେ ରୋଗୀର ଶରୀର ମଧ୍ୟକୁ ଅଳ୍ପ ମାତ୍ରାରେ ବୈଦ୍ୟୁତିକ ଧାରା ପ୍ରବାହିତ କରାଯାଇଥାଏ । ଏହା ମସ୍ତିଷ୍କ ମଧ୍ୟ ଉ ପ୍ରବାହିତ ହୋଇ ରୋଗୀର ଶରୀରରେ ଝଟ୍‌କା ଉତ୍ପନ୍ନ କରାଇଥାଏ । ବୁଦାପେଷ୍ଟ ମନୋଚିକିତ୍ସକ ଭୋନେତୁନା ପ୍ରଥମଥର ପାଇଁ ଏହି ପଦ୍ଧତିର ବିକାଶ କରିଥିଲେ ।

(ii) ଔଷଧର ପ୍ରୟୋଗ : ମୁଖ୍ୟତଃ ଚାରିପ୍ରକାରର ରୋଗରେ ଔଷଧର ପ୍ରୟୋଗ ବିଶେଷ ଭାବରେ କରାଯାଇଥାଏ ଯଥା : ମନୋବିଦଳତା, ଉନ୍ମାଦ, ଅବସାଦ ଏବଂ ଦୁଶ୍ଚିନ୍ତା । ଏହି ଔଷଧକୁ ସାଇକୋଟ୍ରଫିକ୍ (Psychotropic) ଦ୍ରବ୍ୟ କୁହାଯାଇଥାଏ । କାରଣ ଏହାର ପ୍ରଭାବ ରୋଗୀର ମନୋବୈଜ୍ଞାନିକ ବ୍ୟବହାର ଉପରେ ପଡ଼ିଥାଏ । ଏଗୁଡ଼ିକ ରୋଗୀ ମନ ମଧ୍ୟରେ ଶାନ୍ତି ଉତ୍ପନ୍ନ କରାଇଥାଏ ତଥା ସଂଭ୍ରମ ଏବଂ ବିଭ୍ରମ ପରି ଲକ୍ଷଣର ତୀବ୍ରତାକୁ କମ୍ କରାଇଥାଏ । ଔଷଧର ପ୍ରୟୋଗ ଦ୍ଵାରା ରୋଗୀ କଟିଯାଇଥବା ସାମାଜିକ ବାତାବରଣ ସହିତ ସମାଯୋଜନ କ୍ରିୟା ଆରମ୍ଭ କରିଥାଏ ।

ବହୁତ ଦିନ ପର୍ଯ୍ୟନ୍ତ ଏପରି ଔଷଧଗୁଡ଼ିକର ସେବନ ଅନ୍ୟ ଅବାଞ୍ଛିତ ଦୁଷ୍ପ୍ରଭାବ ଉତ୍ପନ୍ନ କରିଥାଏ ଯେଉଁ ରୋଗୀ ଅତ୍ୟଧୂକ ଆନ୍ଦୋଳିତ, ଉତ୍ତେଜିତ ଏବଂ ଯେଉଁମାନଙ୍କୁ ସମ୍ଭାଳିବା ଅତି କଷ୍ଟ ସେମାନଙ୍କ କ୍ଷେତ୍ରରେ ଉନ୍ମାଦ–ବିରୋଧୀ ଔଷଧ ଦିଆଯାଇଥାଏ । ଯେଉଁ ରୋଗୀ ଅବସାଦଗ୍ରସ୍ତ ଏବଂ ଯେଉଁମାନେ ଆତ୍ମହତ୍ୟାପ୍ରବଣ ସେମାନଙ୍କୁ ଅବସାଦ-ବିରୋଧୀ ଔଷଧ ଦିଆଯାଇଥାଏ । ଦୁଶ୍ଚିନ୍ତାବିରୋଧୀ ଔଷଧକୁ ମଧ୍ୟମ ସ୍ତରର ଶାନ୍ତିଦାୟକ ଔଷଧ କୁହାଯାଇଥାଏ ।

(iii) ମନୋଶଲ୍ୟ ଚିକିତ୍ସା : ଏହି ଚିକିତ୍ସାରେ ମସ୍ତିଷ୍କର ବିଭିନ୍ନ ଭାଗରେ ଶଲ୍ୟ ଚିକିତ୍ସା କରି ମନୋରୋଗୀଙ୍କର ସହାୟତା କରାଯାଇଥାଏ । ଏହି ଚିକିତ୍ସାରେ ଅନେକ ଦୁଷ୍ପ୍ରଭାବ ରହୁଥିବାରୁ ଏହା କେବଳ ଅନ୍ତିମ ଉପାୟ ରୂପେ ଉପଯୋଗ କରାଯାଇଥାଏ ।

CHSE Odisha Class 12 Education Solutions Chapter 7 ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ

Odisha State Board CHSE Odisha Class 12 Foundation of Education Solutions Chapter 7 ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ Questions and Answers.

CHSE Odisha 12th Class Education Solutions Chapter 7 ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତି ପ୍ରଶ୍ନତଳେ ପ୍ରଦତ୍ତ ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. କିଏ ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ପ୍ରବର୍ତ୍ତକ ଅଟନ୍ତି ?
(i) ଇ.ଏଲ୍. ଥର୍ଣଡ଼ାଇକ୍
(ii) ଇଆନ୍ ପାଭଲଭ୍
(iii) ଆଲବର୍ଟ ବାନ୍ଦୁରା
(iv) କୁର୍ଟ କୋଫ୍ କ
Answer:
(iii) ଆଲବର୍ଟ ବାନ୍ଦୁରା

2. ଆଲ୍‌ବର୍ଟ ବାନ୍ଦୁରା ନିମ୍ନୋକ୍ତ କେଉଁ ପ୍ରାଣୀ ଉପରେ ପରୀକ୍ଷଣ କରିଥିଲେ ?
(i) ସିମାଞ୍ଜି
(ii) ବୋବୋ କଣ୍ଢେଇ
(iii) ବିରାଡ଼ି
(iv) ମୂଷା
Answer:
(ii) ବୋବୋ କଣ୍ଢେଇ

3. ଆଲ୍‌ବର୍ଟ ବାନ୍ଦୁରା କେବେ ଏହି ପରୀକ୍ଷଣ କରିଥିଲେ ?
(i) ୧୯୮୧
(ii) ୧୯୮୦
(iii) ୧୯୬୧
(iv) ୧୯୬୩
Answer:
(iii) ୧୯୬୧

4. ମନୋବିଜ୍ଞାନୀ ବାନ୍ଦୁରା କେଉଁ ଦେଶର ଅଧିବାସୀ ?
(i) ଫ୍ର।ନ୍ସ
(ii) ଜର୍ମାନୀ
(iii) କାନାଡ଼ା
(iv) ଇଂଲଣ୍ଡ
Answer:
(iii) କାନାଡ଼ା

5. ଜଣେ ପିଲା ତା’ର ପିତାମାତା ବା ସାଥୀଦଳଙ୍କ ସମ୍ମତି ହାସଲ ପାଇଁ ଆଗ୍ରହ ପ୍ରକାଶ କଲେ, ତାହାକୁ କେଉଁ ପୁନର୍ବଳନ କୁହାଯାଏ ?
(i) ବାହ୍ୟ
(ii) ଆଭ୍ୟନ୍ତରୀଣ
(iii) କାଳ୍ପନିକ
(iv) ଆବେଗାତ୍ମକ
Answer:
(i) ବାହ୍ୟ

CHSE Odisha Class 12 Education Solutions Chapter 7 ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ

6. , ଆଲ୍‌ବର୍ଟ ବାନ୍ଦୁରା ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ ଉପରେ ପରୀକ୍ଷଣ ସମୟରେ କେତୋଟି ସୋପାନ ଅନୁସରଣ କରିଥିଲେ ?
(i) ଦୁକଗୋଟି
(ii) ଚାରିଗୋଟି
(iii) ଛଅଗୋଟି
(iv) ଆଠଗୋଟି
Answer:
(ii) ଚାରିଗୋଟି

7. ପର୍ଯ୍ୟବେକ୍ଷିତ ହେଉଥ‌ିବା ଲୋକମାନଙ୍କୁ କ’ଣ କୁହାଯାଏ ?
(i) ନମୁନା
(ii) ଅନୁସରଣକାରୀ
(iii) ଶିକ୍ଷାନୁଗାମୀ
(iv) ଶିକ୍ଷାଦାତା
Answer:
(i) ନମୁନା

B. ଶୂନ୍ୟସ୍ଥାନ ପୂରଣ କର ।

1. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ପ୍ରବର୍ତ୍ତକ ଭାବେ ____________ ପରିଚିତ ।
Answer:
ଆଲ୍‌ବର୍ଟ ବାନ୍ଦୁରା

2. ଆଲବର୍ଟ ବାନ୍ଦୁରା ତାଙ୍କର ପର୍ଯ୍ୟବେକ୍ଷଣାତ୍ମକ ପରୀକ୍ଷଣ ____________ ଉପରେ କରିଥିଲେ ।
Answer:
ବୋବୋ କଣ୍ଢେଇ

3. ବାନ୍ଦୁରା ପର୍ଯ୍ୟବେକ୍ଷଣାତ୍ମକ_ପରୀକ୍ଷଣ____________ ମସିହାରେ କରିଥିଲେ ।
Answer:
୧୯୬୧

4. ପର୍ଯ୍ୟବେକ୍ଷିତ ହେଉଥ‌ିବା ଲୋକମାନଙ୍କୁ____________ କୁହାଯାଏ ।
Answer:
ଆଦର୍ଶ/ନମୁନା

5. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ ଉପରେ ପରୀକ୍ଷଣ କରୁଥିବାବେଳେ ବାନ୍ଦୁରା_______________ ଟି ସୋପାନ ଅନୁସରଣ କରିଥିଲେ ।
Answer:
ଚାରି

6. ପର୍ଯ୍ୟବେକ୍ଷଣ ଶିକ୍ଷଣର ଅନ୍ୟନାମ______________ ଶିକ୍ଷଣ ।
Answer:
ସାମାଜିକ

7. ଚାଲି ଶିଖ୍ ଶିଶୁର _____________ ଶିକ୍ଷଣର ଉଦାହରଣ ।
Answer:
ପର୍ଯ୍ୟବେକ୍ଷଣାତ୍ମକ

CHSE Odisha Class 12 Education Solutions Chapter 7 ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ

C. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭୁଲ୍ ଥିଲେ ଠିକ୍ କରି ଲେଖ ।

1. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ପ୍ରବର୍ତ୍ତକ ଇ.ଏଲ୍.ଥର୍ଣ୍ଣଡ୍ରାଇକୁ ଅଟନ୍ତି ।
Answer:
ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ପ୍ରବର୍ତ୍ତକ ଆଲବର୍ଟ ବାନ୍ଦୁରା ଅଟନ୍ତି ।

2. ମନୋବିଜ୍ଞାନୀ ବାନ୍ଦୁରା ଆମେରିକାର ନାଗରିକ ଅଟନ୍ତି ।
Answer:
ମନୋବିଜ୍ଞାନୀ ବାନ୍ଦୁରା କାନାଡ଼ାର ନାଗରିକ ଅଟନ୍ତି ।

3. ବାନ୍ଦୁରା ବୋବୋ କଣ୍ଢେଇ ଉପରେ ପରୀକ୍ଷଣ ୧୯୭୦ ମସିହାରେ କରିଥିଲେ ।
Answer:
ବାନ୍ଦୁରା ବୋବୋ କଣ୍ଢେଇ ଉପରେ ପରୀକ୍ଷଣ ୧୯୬୧ ମସିହାରେ କରିଥିଲେ ।

4. ଜଣେ ପିଲା ତା’ର ପିତାମାତା ଓ ସାଥୀଦଳଙ୍କ ସମ୍ମତି ହାସଲ ପାଇଁ ଆଗ୍ରହ ପ୍ରକାଶ କଲେ ତାହାକୁ ଅନୁକରଣ କୁହାଯାଏ ।
Answer:
ଜଣେ ପିଲା ତା’ର ପିତାମାତା ଓ ସାଥୀଦଳଙ୍କ ସମ୍ମତି ହାସଲ ପାଇଁ ଆଗ୍ରହ ପ୍ରକାଶ କଲେ ତାହାକୁ ବାହ୍ୟ ପୁନର୍ବଳନ କୁହାଯାଏ ।

5. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ ଉପରେ ପରୀକ୍ଷଣ କରିବା ସମୟରେ ବାନ୍ଦୁରା ୫ଟି ସୋପାନ ଅନୁସରଣ କରିଥିଲେ ।
Answer:
ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ ଉପରେ ପରୀକ୍ଷଣ କରିବା ସମୟରେ ବାନ୍ଦୁରା ୪ଟି ସୋପାନ ଅନୁସରଣ କରିଥିଲେ ।

6. ପର୍ଯ୍ୟବେକ୍ଷିତ ହେଉଥ‌ିବା ଲୋକମାନଙ୍କୁ ଶିକ୍ଷାର୍ଥୀ କୁହାଯାଏ ।
Answer:
ପର୍ଯ୍ୟବେକ୍ଷିତ ହେଉଥ‌ିବା ଲୋକମାନଙ୍କୁ ନମୁନା ବା ଆଦର୍ଶ କୁହାଯାଏ ।

7. ପର୍ଯ୍ୟବେକ୍ଷଣାମୂକ ଶିକ୍ଷଣ ମଧ୍ଯ ଅନ୍ତର୍ଦ ଶିକ୍ଷଣ ନାମରେ ପରିଚିତ ।
Answer:
ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ ମଧ୍ୟ ସାମାଜିକ ଶିକ୍ଷଣ ନାମରେ ପରିଚିତ ।

D. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବାକ୍ୟରେ / ପଦରେ ଲେଖ ।

1. କିଏ ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ପ୍ରବର୍ତ୍ତକ ଭାବେ ପରିଚିତ ?
Answer:
ଆଲବର୍ଟ ବାନ୍ଦୁରା ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ପ୍ରବର୍ତ୍ତକ ଭାବେ ପରିଚିତ ।

2. ଆଲବର୍ଟ ବାନ୍ଦୁରା କେଉଁ ଦେଶର ଅଧ୍ବବାସୀ ଅଟନ୍ତି ?
Answer:
ଆଲବର୍ଟ ବାନ୍ଦୁରା କାନାଡ଼ା ଦେଶର ଅଧିବାସୀ ଅଟନ୍ତି ।

CHSE Odisha Class 12 Education Solutions Chapter 7 ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ

3. ଯେଉଁମାନେ ପର୍ଯ୍ୟବେକ୍ଷିତ ହୁଅନ୍ତି, ସେମାନଙ୍କୁ କ’ଣ କୁହାଯାଏ ?
Answer:
ଯେଉଁମାନେ ପର୍ଯ୍ୟବେକ୍ଷିତ ହୁଅନ୍ତି, ସେମାନଙ୍କୁ ଆଦର୍ଶ ବା ନମୁନା କୁହାଯାଏ ।

4. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ ବେଳେବେଳେ କ’ଣ ଭାବେ ବିବେଚିତ ହୁଏ ?
Answer:
ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ ବେଳେବେଳେ ବାହ୍ୟ ଆକୃତି, ନମୁନା ଏବଂ କାଳ୍ପନିକ ପୁନର୍ବଳନ ଭାବେ ବିବେଚିତ ହୋଇଥାଏ ।

5. ପିଲାମାନେ ସାଧାରଣତଃ କାହାକୁ ଅନୁକରଣ କରନ୍ତି ?
Answer:
ପିଲାମାନେ ସାଧାରଣତଃ ସମଲିଙ୍ଗୀ ବ୍ୟକ୍ତିବିଶେଷଙ୍କୁ ଅନୁକରଣ କରନ୍ତି ।

Answer:
6. କାଳ୍ପନିକ ପୁନର୍ବଳନ କହିଲେ କ’ଣ ବୁଝ ?
ପିଲାମାନେ ସାଧାରଣତଃ ଅନ୍ୟମାନଙ୍କ କ୍ଷେତ୍ରରେ ଘଟୁଥିବା ବ୍ୟାବହାରିକ ପରିବର୍ତ୍ତନକୁ ଅନୁକରଣ କରିଥା’ନ୍ତି, ଯାହାକୁ କାଳ୍ପନିକ ପୁନର୍ବଳନ କୁହାଯାଏ ।

7. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ଗୋଟିଏ ନିୟମ ଉଲ୍ଲେଖ କର ।
Answer:
ଏକ ପର୍ଯ୍ୟବେକ୍ଷଣରେ ଗୋଟିଏ ବ୍ୟବହାରକୁ ଅଧଗ୍ରହଣ କରିବା ଏବଂ ପ୍ରଦର୍ଶନ କରିବା ମଧ୍ୟରେ ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟି ବା ତିନୋଟି ବାକ୍ୟରେ ଲେଖ ।

1. କାଳ୍ପନିକ ପୁନର୍ବଳନ ବା ଦୃଢ଼ୀକରଣ କହିଲେ କ’ଣ ବୁଝ ?
Answer:
ସାଧାରଣତଃ ପିଲାମାନେ ଅନ୍ୟମାନଙ୍କ କ୍ଷେତ୍ରରେ ଘଟୁଥିବା ବ୍ୟାବହାରିକ ପରିବର୍ତ୍ତନକୁ ଅନୁକରଣ କରିଥା’ନ୍ତି, ଯାହାକୁ କାଳ୍ପନିକ ପୁନର୍ବଳନ ବା ଦୃଢ଼ୀକରଣ କୁହାଯାଏ । ଉଦାହରଣସ୍ୱରୂପ ସାନଭଉଣୀଟି ତା’ର ବଡ଼ ଭଉଣୀ ପୁରସ୍କୃତ ହେବାର ଦେଖ‌ିଲେ ସେ ତାକୁ ଅନୁକରଣ କରି ନିଜ ବ୍ୟବହାରରେ ଠିକ୍ ତା’ପରି ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରେ ।

2. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ଯେକୌଣସି ୨ଟି ନିୟମ ଲେଖ ।
Answer:
(i) ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣରେ ପର୍ଯ୍ୟବେକ୍ଷକ ନମୁନାମାନଙ୍କ ବ୍ୟବହାରକୁ ଅନୁକରଣ କରିଥାଏ ।
(ii) ପର୍ଯ୍ୟବେକ୍ଷକ ନମୁନାମାନଙ୍କର ବ୍ୟବହାର ପ୍ରଦର୍ଶନ କୌଶଳ ଉପରେ ପ୍ରତିକ୍ରିୟା ପ୍ରକାଶ କରିଥାଏ ଏବଂ ସେମାନଙ୍କର ଅନୁକରଣ କରିଥାଏ ।

3. ପିଲାମାନେ ସମାଜରେ କାହାଦ୍ଵାରା ଅଭିପ୍ରେରିତ ହୋଇ ପରିବର୍ତ୍ତିତ ବ୍ୟବହାର ପ୍ରଦର୍ଶନ କରିଥା’ନ୍ତି ?
Answer:
ସଧାରଣତଃ ସମାଜର ପିଲାମାନେ ଯେଉଁମାନଙ୍କଦ୍ୱାରା ଅଭିପ୍ରେରିତ ହୁଅନ୍ତି ସେମାନଙ୍କୁ ଆଦର୍ଶ ବା ନମୁନା କୁହାଯାଏ । ଏମାନେ ହେଉଛନ୍ତି – ପରିବାରରେ ପିତାମାତା, ଟି.ଭି.ରେ ପ୍ରଦର୍ଶିତ ବିଭିନ୍ନ ଚରିତ୍ର ଅଭିନେତା ଓ ଅଭିନେତ୍ରୀ, ସେମାନଙ୍କ ଖେଳସାଥୀ ଏବଂ ବିଦ୍ୟାଳୟରେ ଶିକ୍ଷକ । ସେମାନଙ୍କ ବ୍ୟବହାର ପିଲାମାନଙ୍କୁ ବିଶେଷ ପ୍ରଭାବିତ କରିଥାଏ ।

CHSE Odisha Class 12 Education Solutions Chapter 7 ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ

4. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ କିପରି ସଙ୍ଗଠିତ ହୁଏ ଉଲ୍ଲେଖ କର ।
Answer:
ପର୍ଯ୍ୟବେକ୍ଷଣାମୂକ ଶିକ୍ଷଣ ଉପଯୁକ୍ତ ପାଠ୍ୟକ୍ରମ ମାଧ୍ୟମରେ ସଙ୍ଗଠିତ ହୁଏ । ଶିକ୍ଷାର୍ଥୀମାନେ ନମୁନାମାନଙ୍କର ବ୍ୟବହାରକୁ ପର୍ଯ୍ୟବେକ୍ଷଣ ପାଇଁ ଉପଯୁକ୍ତ ସୁଯୋଗ ପାଇବା ଉଚିତ । ଶିକ୍ଷକମାନେ ନିଶ୍ଚିତ ଭାବରେ ସହଯୋଗିତାଭିଭିକ ଶିକ୍ଷଣ ପାଇଁ ପିଲାମାନଙ୍କୁ ଉତ୍ସାହିତ କରିବା ଆବଶ୍ୟକ । ଏହାଦ୍ଵାରା ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ ସଙ୍ଗଠିତ ହୋଇଥାଏ ।

5. ଜ୍ଞାନ ଗଠନ ଶିକ୍ଷଣ କହିଲେ କ’ଣ ବୁଝ ?
Answer:
ଜ୍ଞାନ ଗଠନ ଶିକ୍ଷଣ ଏକ ନୂତନ ବିଷୟବସ୍ତୁ ଭାବେ ଏକବିଂଶ ଶତାବ୍ଦୀରେ ବ୍ୟବହୃତ ହେଉଥ‌ିବାବେଳେ, ଏହାର ବହୁଳ ବ୍ୟବହାର ବିକଶିତ ଦେଶମାନଙ୍କର ଶିକ୍ଷା ଅନୁଷ୍ଠାନମାନଙ୍କରେ ଦେଖାଯାଏ । ଯଦିଓ ଶିକ୍ଷଣର ପ୍ରତି ପଦକ୍ଷେପରେ ଜ୍ଞାନ ଆହରଣ ଏକ ପ୍ରମୁଖ ବିଷୟ, ଜ୍ଞାନ ଗଠନ ଏକ ଧାରାବାହିକ ପ୍ରକ୍ରିୟା ଅଟେ ।

B. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି ବା ଛଅଟି ବାକ୍ୟରେ ଲେଖ ।

1. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ କ’ଣ ?
Answer:
ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ ଏପରି ଏକ ପ୍ରକ୍ରିୟା ଯାହାଦ୍ୱାରା ପର୍ଯ୍ୟବେକ୍ଷକ ଅନ୍ୟମାନଙ୍କର ବ୍ୟବହାରକୁ ନିରୀକ୍ଷଣ କରେ, ଧାରଣ କରେ ଏବଂ ସେହି ବ୍ୟବହାରକୁ ପରବର୍ତ୍ତୀ ସମୟରେ ପ୍ରଦର୍ଶନ ମଧ୍ୟ କରିଥାଏ । ଏହି ପ୍ରକ୍ରିୟାକୁ ସାମାଜିକ ଶିକ୍ଷଣ ତତ୍ତ୍ୱ କୁହାଯାଇଥାଏ । ଏହି ତତ୍ତ୍ବ ଅନୁସାରେ ଜଣେ ପର୍ଯ୍ୟବେକ୍ଷକଙ୍କର ବ୍ୟବହାର, ଏକ ବା ଏକାଧିକ ନମୁନାର ବ୍ୟବହାରଦ୍ୱାରା ପରିବର୍ତ୍ତିତ ହୁଏ । ଉଦାହରଣସ୍ୱରୂପ, ଯଦି ଜଣେ ଶିଶୁ ତା’ର ପିତାମାତାଙ୍କୁ ପରସ୍ପର ପ୍ରତି ଯତ୍ନଶୀଳ ଥୁବାର ପର୍ଯ୍ୟବେକ୍ଷଣ କରେ, ତେବେ ପରବର୍ତ୍ତୀ ସମୟରେ ସେହି ଶିଶୁଟି ପରିବାର ସଦସ୍ୟଙ୍କ ପ୍ରତି ଯତ୍ନଶୀଳ ହୋଇଥାଏ ।

2. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ୫ଟି ଉଦାହରଣ ଦିଅ ।
Answer:
(i) ଗୋଟିଏ ଶିଶୁ ମୁହଁର ଭାବଭଙ୍ଗୀରୁ ତା’ର ମନୋଭାବ ବୁଝିବାରେ ସକ୍ଷମ ହେବା ।
(ii) ଅନ୍ୟମାନେ ଚୋରି କରିବାର ଦେଖ୍ ଜଣେ ଶିଶୁ ଚୋରି କରିବା ଶିଖୁବା ।
(iii) ଅନ୍ୟଜଣଙ୍କୁ ବିନାନୁମତିରେ ଶ୍ରେଣୀଗୃହକୁ ଚକୋଲେଟ୍ ଆଣିଥିବାରୁ ଦଣ୍ଡିତ ହେବାର ଦେଖ୍ ନିଜେ ସେଥୁରୁ ନିବୃତ୍ତ ରହିବା ।
(iv) ଜଣେ ନୂଆ କର୍ମଚାରୀ ବିଳମ୍ବରେ କାର୍ଯ୍ୟ ଆରମ୍ଭ କରିବାକୁ ନାପସନ୍ଦ କରିବା ।
(v) ଶିଶୁଟିଏ କ୍ରମେ ଚାଲିବା ଶିଖୁବା ।

3. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ବିଭିନ୍ନ ସୋପାନଗୁଡ଼ିକ ଲେଖ ।
Answer:
ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ମୁଖ୍ୟତଃ ଚାରୋଟି ସୋପାନ ଅଛି; ଯଥା-
(i) ମନୋଯୋଗ – ଏହି ସୋପାନରେ ପର୍ଯ୍ୟବେକ୍ଷକ ନମୁନାମାନଙ୍କ ଉପରେ ମନୋଯୋଗ ଦେଇଥାଏ ଅର୍ଥାତ୍ ସେମାନଙ୍କଦ୍ୱାରା ପ୍ରଦର୍ଶିତ ବ୍ୟବହାରକୁ ନିଖୁଣ ଭାବରେ ନିରୀକ୍ଷଣ କରିଥାଏ ।
(ii) ଧାରଣ – ଏହି ସୋପାନରେ ପର୍ଯ୍ୟବେକ୍ଷକ ପର୍ଯ୍ୟବେକ୍ଷିତ ବିଷୟବସ୍ତୁକୁ ଅଧ୍ୟରୁ ଅଧ୍ୱ ସମୟ ମସ୍ତିଷ୍କରେ ଧାରଣ କରି ରଖୁଥାଏ ।
(iii) ପୁନଃ ଉତ୍ପାଦନ – ଏହି ସୋପାନରେ ପର୍ଯ୍ୟବେକ୍ଷକ ନମୁନାମାନଙ୍କଦ୍ୱାରା ପ୍ରଦର୍ଶିତ ବ୍ୟବହାରର ପୁନଃ ଉଦ୍ଧାର କରିବାକୁ ଚେଷ୍ଟା କରେ ।
(iv) ଅଭିପ୍ରେରଣ – ଏହି ସୋପାନରେ ପର୍ଯ୍ୟବେକ୍ଷକ ପୁନର୍ବଳନଜନିତ ବ୍ୟବହାର ପ୍ରଦର୍ଶନ କରିବାପାଇଁ ଅଭିପ୍ରେରିତ ହୋଇଥାଏ ।

4. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣରେ ପୁନର୍ବଳନ କହିଲେ କ’ଣ ବୁଝ ?
Answer:
ଯେତେବେଳେ ଜଣେ ପିଲା କୌଣସି ଆଦର୍ଶ ବା ନମୁନାମାନଙ୍କ ବ୍ୟବହାରକୁ ପର୍ଯ୍ୟବେକ୍ଷଣ କରେ, ସେ ତାହାକୁ ଅନୁକରଣ କରେ ଓ ପରବର୍ତ୍ତୀ ସମୟରେ ପ୍ରଦର୍ଶିତ କରେ । ଯଦି ଏହି ପ୍ରଦର୍ଶିତ ବ୍ୟବହାର ସେହି ନମୁନାମାନଙ୍କଦ୍ୱାରା ପ୍ରଶଂସିତ ହୁଏ, ସେ ତାହାକୁ ଅନୁକରଣ କରେ ଓ ଉକ୍ତ ବ୍ୟବହାର ପ୍ରଦର୍ଶନ ପାଇଁ ଉତ୍ସାହିତ ହୁଏ । ଏଠାରେ ତା’ର ବ୍ୟବହାରର ପୁନର୍ବଳନ ହୁଏ । ଉକ୍ତ ପୁନର୍ବଳନଗୁଡ଼ିକ ବାହ୍ୟ ବା ଆଭ୍ୟନ୍ତରୀଣ ଏବଂ ଯୁକ୍ତାତ୍ମକ ହୋଇଥାଏ ।

ଯଦି ଜଣେ ପିଲା ତା’ର ପିତାମାତା ବା ସାଥୀଦଳଙ୍କ ସମ୍ମତି ହାସଲ ପାଇଁ ଆଗ୍ରହ ପ୍ରକାଶ କରେ, ସେତେବେଳେ ଏହାକୁ ବାହ୍ୟ ପୁନର୍ବଳନ କୁହାଯାଏ ଏବଂ ସମ୍ମତି ଲାଭ କରିବାରେ ଆନନ୍ଦ ଅନୁଭବ ହେଉଛି ଆଭ୍ୟନ୍ତରୀଣ ପୁନର୍ବଳନ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ କ’ଣ ? ଏହି ଶିକ୍ଷଣର ବିଭିନ୍ନ ନିୟମଗୁଡ଼ିକ ବିଷୟରେ ଆଲୋଚନା କର ।
Answer:
ଶିକ୍ଷଣର ଅନେକଗୁଡ଼ିଏ ତତ୍ତ୍ବ ରହିଛି, ଯଥା- ଅନୁବନ୍ଧିତ ଅନୁକ୍ରିୟା, ପରିଚାଳନାଗତ ଅନୁକ୍ରିୟା, ଅନ୍ତଦୃଷ୍ଟି ଶିକ୍ଷଣ ଇତ୍ୟାଦି । ଏହି ତତ୍ତ୍ଵଗୁଡ଼ିକ ପ୍ରତ୍ୟକ୍ଷ ଅଭିଜ୍ଞତା, ପୁନର୍ବଳନ ଏବଂ ଦଣ୍ଡ ବା ଶାସ୍ତି କିପରି ଶିକ୍ଷଣକୁ ତ୍ବରାନ୍ବିତ କରିଥାଏ, ତାହା ଉପରେ ଗୁରୁତ୍ଵ ଦେଇଥା’ନ୍ତି । ଏତଦ୍‌ବ୍ୟତୀତ ପରୋକ୍ଷ ଭାବରେ ମଧ୍ୟ ଅନେକ ଶିକ୍ଷଣ ସଙ୍ଗଠିତ ହୁଏ । ଉଦାହରଣସ୍ୱରୂପ, ଜଣେ ଶିଶୁ ଯଦି ତା’ର ପିତାମାନଙ୍କୁ ପର୍ଯ୍ୟବେକ୍ଷଣ କରି ଜାଣେ ଯେ, ସେମାନେ ପରସ୍ପର ପ୍ରତି ଯତ୍ନଶୀଳ, ତେବେ ପରବର୍ତ୍ତୀ ସମୟରେ ସେହି ଶିଶୁ ସେଗୁଡ଼ିକୁ ଅନୁକରଣ କରିଥାଏ ଓ ଅନ୍ୟମାନଙ୍କ ପ୍ରତି ଯତ୍ନଶୀଳ ହୁଏ ।

ଏହିପରି ଅଧିକାଂଶ ଶିକ୍ଷଣ ଅନ୍ୟମାନଙ୍କୁ ପର୍ଯ୍ୟବେକ୍ଷଣ ଏବଂ ଅନୁକରଣ ପ୍ରକ୍ରିୟା ମାଧ୍ୟମରେ ସଙ୍ଗଠିତ ହୋଇଥାଏ । ମନୋବିଜ୍ଞାନର ଏପ୍ରକାର ଶିକ୍ଷଣକୁ ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ କୁହାଯାଏ ।

CHSE Odisha Class 12 Education Solutions Chapter 7 ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ

‘ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ’ର ଧାରଣା ସର୍ବପ୍ରଥମେ କାନାଡ଼ାର ବିଶିଷ୍ଟ ମନୋବିଜ୍ଞାନୀ ଆଲ୍‌ବର୍ଟ ବାନ୍ଦୁରା ପ୍ରଦାନ କରିଥିଲେ । ବାନ୍ଦୁରାଙ୍କ ମତରେ ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣକୁ ସାମାଜିକ ଶିକ୍ଷଣ ତତ୍ତ୍ବ ମଧ୍ୟ କୁହାଯାଏ । ଏହି ତତ୍ତ୍ବ ଅନୁଯାୟୀ ଜଣେ ପର୍ଯ୍ୟବେକ୍ଷକଙ୍କର ବ୍ୟବହାର ଗୋଟିଏ ଆଦର୍ଶ ବା ନମୁନାର ବ୍ୟବହାରଦ୍ଵାରା ପରିବର୍ତ୍ତିତ ହୁଏ । ପର୍ଯ୍ୟବେକ୍ଷକଙ୍କର ବ୍ୟବହାରର ଯୁକ୍ତାତ୍ମକ ବା ବିଯୁକ୍ତାତ୍ମକ ଫଳାଫଳ କାଳ୍ପନିକ ପୁନର୍ବଳନଦ୍ଵାରା ପ୍ରଭାବିତ ହୋଇଥାଏ । ପର୍ଯ୍ୟବେକ୍ଷଣାମୂକ ଶିକ୍ଷଣକୁ ବେଳେବେଳେ ବାହ୍ୟ ଆକୃତି, ନମୁନା ଏବଂ କାଳ୍ପନିକ ପୁନର୍ବଳନ ରୂପେ ବିବେଚନା କରାଯାଇଥାଏ ।

ପିଲାମାନେ ସାଧାରଣତଃ ସେମାନଙ୍କ ଚାରିପଟେ ଥିବା ବ୍ୟକ୍ତିବିଶେଷଙ୍କୁ ପର୍ଯ୍ୟବେକ୍ଷଣ କରନ୍ତି, ଯେଉଁମାନଙ୍କୁ ନମୁନା ବା ଆଦର୍ଶ କୁହାଯାଏ । ପ୍ରତ୍ୟେକ ସମାଜର ପିଲାମାନେ ଅନେକ ନମୁନାମାନଙ୍କଦ୍ୱାରା ପରିବେଷ୍ଟିତ ହୋଇଥା’ନ୍ତି; ଯେପରିକି ପରିବାର ମଧ୍ୟରେ ନିଜର ମାତାପିତା, ଟି.ଭି.ରେ ପ୍ରଦର୍ଶିତ ବିଭିନ୍ନ ଚରିତ୍ର ଅଭିନେତା ଓ ଅଭିନେତ୍ରୀ, ଖେଳସାଥୀ ଏବଂ ବିଦ୍ୟାଳୟର ଶିକ୍ଷକ । ଏହି ସମସ୍ତ ନମୁନାମାନେ ପର୍ଯ୍ୟବେକ୍ଷଣ ପାଇଁ ବ୍ୟବହାରର ଉଦାହରଣ ପ୍ରଦାନ କରନ୍ତି ଏବଂ ଏହି ବ୍ୟବହାରକୁ ପିଲାମାନେ ଅନୁକରଣ କରନ୍ତି ।

ପିଲାମାନେ ପ୍ରାୟତଃ ନିଜ ଲିଙ୍ଗର ଲୋକମାନଙ୍କୁ ପର୍ଯ୍ୟବେକ୍ଷଣ ମାଧ୍ଯମରେ ଅନୁକରଣ କରନ୍ତି । ଯେତେବେଳେ ପିଲାମାନଙ୍କର ଅନୁକରଣୀୟ ବ୍ୟବହାର ଯୁକ୍ତାତ୍ମକ ହୁଏ ସେତେବେଳେ ସେମାନେ ପ୍ରଶଂସା ପାଆନ୍ତି । ଫଳସ୍ବରୂପ ସେହି ବ୍ୟବହାରକୁ ପିଲାମାନେ ଚାଲୁ ରଖିବାକୁ ପସନ୍ଦ କରନ୍ତି । ଉଦାହରଣସ୍ୱରୂପ ଯଦି ଛୋଟ ଝିଅଟିଏ ନିଜର ଖେଳଣା ସହ ଖେଳୁଥ‌ିବା ସମୟରେ ନିଜର ପ୍ରଦର୍ଶିତ ବ୍ୟବହାର ପାଇଁ ପିତାମାତାଙ୍କଦ୍ବାରା ପ୍ରଶଂସିତ ହୁଏ, ସେ ସେହି ବ୍ୟବହାରଗୁଡ଼ିକୁ ପୁନର୍ବାର ପ୍ରଦର୍ଶନ କରେ । ଏଠାରେ ତା’ର ବ୍ୟବହାରର ପୁନର୍ବଳନ ହୁଏ । ଏହି ପୁନର୍ବଳନ ବାହ୍ୟ ବା ଆଭ୍ୟନ୍ତରୀଣ ଏବଂ ଯୁକ୍ତାତ୍ମକ ବା ବିଯୁକ୍ତାତ୍ମକ ହୋଇଥାଏ ।

ଉପରୋକ୍ତ ପର୍ଯ୍ୟବେକ୍ଷଣାତ୍ମକ ପରିବର୍ତ୍ତନ ବିଷୟରେ ଆଲବର୍ଟ ବାନ୍ଦୁରା ୧୯୬୧ ମସିହା ଓ ପୁନଶ୍ଚ ୧୯୬୩ ମସିହାରେ ଷ୍ଟାନ୍‌ଫୋର୍ଡ଼ ବିଶ୍ବବିଦ୍ୟାଳୟରେ ପରୀକ୍ଷଣ କରିଥିଲେ । ସେ ଏହାକୁ ପ୍ରତିପାଦିତ କରିବାପାଇଁ ବୋବୋ କଣ୍ଢେଇ (Bobo doll) ମାଧ୍ୟମରେ ପରୀକ୍ଷଣ ସମ୍ପାଦିତ କରିଥିଲେ । ଉକ୍ତ ପରୀକ୍ଷଣ ସମୟରେ ସେ ଚାରୋଟି ସୋପାନ ଅନୁସରଣ କରିଥିଲେ । ସେଗୁଡ଼ିକ ହେଲା-

  • ମନୋଯୋଗ
  • ଧାରଶ
  • ପୁନରୁତ୍ପାଦନ
  • ଅଭିପ୍ରେରଣା

ଉପରୋକ୍ତ ଆଲୋଚନାରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ ହେଉଛି ସେହି ଶିକ୍ଷଣ ପ୍ରକ୍ରିୟା ଯେଉଁଥରେ ଜଣେ ଅନ୍ୟମାନଙ୍କ ବ୍ୟବହାରର ପର୍ଯ୍ୟବେକ୍ଷଣଦ୍ଵାରା ନିଜ ବ୍ୟବହାରରେ ପରିବର୍ତ୍ତନ ଆଣିଥାଏ । ଅପରପକ୍ଷରେ ଏହା ମଧ୍ୟ ଏକ ସାମାଜିକ ଶିକ୍ଷଣ ପ୍ରକ୍ରିୟା ।

ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ନିୟମାବଳୀ :
ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ କେତେକ ନିୟମ ଉପରେ ପର୍ଯ୍ୟବସିତ; ଯଥା-

(i) ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣରେ ପର୍ଯ୍ୟବେକ୍ଷକ ନମୁନାମାନଙ୍କର ବ୍ୟବହାରକୁ ଅନୁକରଣ କରେ ।
(ii) ଏଠାରେ ପର୍ଯ୍ୟବେକ୍ଷକ ନମୁନାମାନଙ୍କର ବ୍ୟବହାର ପ୍ରଦର୍ଶନର କୌଶଳ ଉପରେ ପ୍ରତିକ୍ରିୟା ପ୍ରକାଶ କରେ ଏବଂ ନମୁନାମାନଙ୍କ ଭାବଭଙ୍ଗୀକୁ ଅନୁକରଣ କରେ ।
(iii) ଗୋଟିଏ ପର୍ଯ୍ୟବେକ୍ଷଣରେ ଗୋଟିଏ ବ୍ୟବହାରକୁ ଅଧିଗ୍ରହଣ କରିବା ଏବଂ ପ୍ରଦର୍ଶନ କରିବା ମଧ୍ୟରେ ଥ‌ିବା ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ ।
(iv) ପର୍ଯ୍ୟବେକ୍ଷଣ ମାଧ୍ୟମରେ ଶିକ୍ଷଣ ଚାରୋଟି ସୋପାନ ଦେଇ ଗତି କରିଥାଏ; ଯଥା- ମନୋଯୋଗ, ଧାରଣ, ପୁନଃ ଉତ୍ପାଦନ ଏବଂ ଅଭିପ୍ରେରଣା ।
(v) ଲୋକମାନଙ୍କ ମଧ୍ୟରେ ଅନ୍ତଃକରଣ ପ୍ରକ୍ରିୟାରେ ସେମାନଙ୍କ ବ୍ୟବହାରରେ ଏବଂ ପରିବେଶରେ ମନୁଷ୍ୟର ଉନ୍ନତି ପ୍ରତିଫଳିତ ହୁଏ ।

2. ଜ୍ଞାନ ଗଠନ ଶିକ୍ଷଣ କହିଲେ କ’ଣ ବୁଝ ? ଜ୍ଞାନ ଗଠନ ଶିକ୍ଷଣର ବୈଶିଷ୍ଟ୍ୟଗୁଡ଼ିକୁ ବର୍ଣନା କର ।
Answer:
ଜ୍ଞାନ ଗଠନ ଶିକ୍ଷଣ : ଶିକ୍ଷଣ ଅର୍ଥ ତଥ୍ୟର ନିର୍ବାଚନ ଓ ନିଜ ତଥ୍ୟ ଆଧାରରେ ବିଶ୍ଳେଷଣ ଅଟେ । ଏଥୁ ନିମନ୍ତେ ଶିକ୍ଷକ ଶିକ୍ଷଣ ପଦ୍ଧତିରେ ଅଂଶଗ୍ରହଣ କରି ଜ୍ଞାନ ଗଠନରେ ସାହାଯ୍ୟ କରିଥା’ନ୍ତି । ଏହା ଶିକ୍ଷାଦାନ ଏବଂ ଶିକ୍ଷା ଗ୍ରହଣ ସହିତ ପାଠ୍ୟକ୍ରମର ଜ୍ଞାନ ଅଭିବୃଦ୍ଧିକୁ ଗୁରୁତ୍ଵ ଦେଇଥାଏ । ଜ୍ଞାନ ଗଠନ ଶିକ୍ଷଣ ଏକ ନୂତନ ବିଷୟବସ୍ତୁ ଭାବେ ଏକବିଂଶ ଶତାବ୍ଦୀରେ ବ୍ୟବହୃତ ହେଉଥ‌ିବାବେଳେ, ଏହାର ବହୁଳ ବ୍ୟବହାର ବିକଶିତ ଦେଶମାନଙ୍କର ଶିକ୍ଷା ଅନୁଷ୍ଠାନମାନଙ୍କରେ ଦେଖାଯାଏ । ଯଦିଓ ଶିକ୍ଷଣର ପ୍ରତି ପଦକ୍ଷେପରେ ଜ୍ଞାନ ଆହରଣ ଏକ ପ୍ରମୁଖ ବିଷୟ, ଜ୍ଞାନ ଗଠନ ଏକ ଧାରାବାହିକ ପ୍ରକ୍ରିୟା ଅଟେ ।

ଗଠନବାଦ ଏବଂ ଶିକ୍ଷାର୍ଥୀ ମୂଲ୍ୟାୟନ ସଂପର୍କରେ ଏମ୍ ଅଗ୍ରୱାଲ (M. Agrawal) ମତଦେଇ କହିଛନ୍ତି ଯେ, ”The constructivist paradigm perceives learners as interpreting what they learn individually and their learning outcomes being different from one another, instructors must learn to implement of learning outcomes and individual and personal constructions.

୧୯୯୨ ମସିହାରେ ମେୟର ପ୍ରଥମେ ଏକ ଜ୍ଞାନ ଗଠନ ଶିକ୍ଷଣ ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ତାଙ୍କ ମତରେ ପ୍ରତ୍ୟେକ ମଣିଷ ବିଭିନ୍ନ ସମୟରେ ବିଭିନ୍ନ ସୂତ୍ରରୁ ତଥ୍ୟ ସଂଗ୍ରହ କରି ଜ୍ଞାନଲାଭ କରେ, ମାତ୍ର ଏହି ଜ୍ଞାନ ମଧ୍ୟରୁ ସମସ୍ତ ଜ୍ଞାନ ତାହାର ସକ୍ରିୟ ମନୋଯୋଗ ମଧ୍ୟରେ ରହେ ନାହିଁ; କିନ୍ତୁ କେତେକ ଜ୍ଞାନ ତାହାର ସକ୍ରିୟ ମନୋଯୋଗରେ ରହେ । ପୁନଶ୍ଚ ଏହା କିଛି ଦିନପରେ ପୁଣି ସ୍ମ ତିପଟ୍ଟରୁ ଲିଭିଯାଏ; ମାତ୍ର ଏପରି କେତେକ ଅଭିଜ୍ଞତା, ଜ୍ଞାନ ଓ ତଥ୍ୟ ଅଛି ଯାହା ବ୍ୟକ୍ତିର ସକ୍ରିୟ ମନୋଯୋଗରେ ଆଜୀବନ ରହେ ।

ସେହି ଅଭିଜ୍ଞତା, ଜ୍ଞାନ ଓ ତଥ୍ୟ ଯଦି ବ୍ୟକ୍ତିର ହୃଦୟକୁ ଛୁଇଁଥାଏ ତେବେ ତାହା ଦୀର୍ଘସ୍ଥାୟୀ ହୁଏ । ଏହି ଦୀର୍ଘସ୍ଥାୟିତ୍ଵ ବ୍ୟକ୍ତିର ଅନୁଭବର ସ୍ତର ଉପରେ ନିର୍ଭର କରେ ଏହାହିଁ ହେଉଛି ଜ୍ଞାନ ଗଠନ ଶିକ୍ଷଣ ।

ଜ୍ଞାନ ଗଠନ ଶିକ୍ଷଣର ବୈଶିଷ୍ଟ୍ୟ :

(i) ପଞ୍ଚେନ୍ଦ୍ରିୟ ମାଧ୍ୟମରେ ଜ୍ଞାନଲାଭ : ଜ୍ଞାନ ସବୁବେଳେ, ସବୁ ସ୍ଥାନରୁ ଏବଂ ସବୁ ଉତ୍ସରୁ ମିଳିଥାଏ; ମାତ୍ର ଜ୍ଞାନ ଆହରଣ କରିବାର ମୁଖ୍ୟ ଉତ୍ସ ହେଉଛି ପଞ୍ଚେନ୍ଦ୍ରିୟ । ପଞ୍ଚେନ୍ଦ୍ରିୟରୁ ଲବ୍ଧଜ୍ଞାନ ଦୀର୍ଘସ୍ଥାୟୀ ହୁଏ କିମ୍ବା ହୁଏ ନାହିଁ, ଏହା ବ୍ୟକ୍ତିଗତ ଅଭିଜ୍ଞତା ଉପରେ ନିର୍ଭର କରେ ।

CHSE Odisha Class 12 Education Solutions Chapter 7 ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ

(ii) ଜ୍ଞାନର ଦୀର୍ଘ ସ୍ଥାୟିତ୍ଵ ଉପରେ ଗୁରୁତ୍ଵ : ଲବ୍ଧଜ୍ଞାନ ଓ ଅଭିଜ୍ଞତା ଦୀର୍ଘସ୍ଥାୟୀ ହୋଇପାରିଲେ ଏହା ବ୍ୟକ୍ତିର ବୌଦ୍ଧିକ ବିକାଶରେ ସହାୟକ ହୁଏ ଏବଂ ବୌଦ୍ଧିକ ବିକାଶ ଜ୍ଞାନ ଆହରଣ ପାଇଁ ଅଧ‌ିକ ଆଗ୍ରହ ସୃଷ୍ଟିକରେ ଓ ବ୍ୟକ୍ତି ବିକଶିତ ହୁଏ ।

(iii) ସ୍ପଷ୍ଟତା ଓ ବାସ୍ତବତା ଉପରେ ଗୁରୁତ୍ବ ଆରୋପ : ଜ୍ଞାନ ଗଠନ ଶିକ୍ଷଣରେ ଶିକ୍ଷଣ ସ୍ପଷ୍ଟ ତଥା ବାସ୍ତବ ହେବା ଉପରେ ଗୁରୁତ୍ବ ଆରୋପ କରାଯାଇଥାଏ । ଯେଉଁ ଶିକ୍ଷଣ ସ୍ପଷ୍ଟ ତଥା ବାସ୍ତବ ଭାବରେ ଶିକ୍ଷାଗ୍ରହଣ କରାଯାଇଥାଏ, ତାହା ଦୀର୍ଘସ୍ଥାୟୀ ହୁଏ ଏବଂ ବ୍ୟକ୍ତି ପାଇଁ ପରବର୍ତୀ ଶିକ୍ଷଣର ଭିତ୍ତିସ୍ଥାପନ କରି ତାକୁ ଏକ ଉନ୍ନତ ଜ୍ଞାନଦୀପ୍ତ ମାନବରେ ପରିଣତ କରିବାର ପଥ ପରିଷ୍କାର କରେ ।

(iv) ଦକ୍ଷତା ଓ ଅଭିଜ୍ଞତା ଶିକ୍ଷଣର ଭିଭି ଅଟେ : ଜ୍ଞାନ ଗଠନ ଶିକ୍ଷଣରେ ଦକ୍ଷତା ଓ ଅଭିଜ୍ଞତା ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି । ଦକ୍ଷତା ବିନା ଶିକ୍ଷଣ ଆଗ୍ରହ ବିନା ଭୋଜନ ସହ ସମାନ । ଅଭିଜ୍ଞତା ଶିକ୍ଷଣର ଭିତ୍ତି ହୋଇଥିବାରୁ ଏହାର ବିନା ଶିକ୍ଷଣ ଓ ଶିକ୍ଷାଦାନ ନିରର୍ଥକ ।

(v) ସ୍ୱୟଂକ୍ରିୟତା : ଶିକ୍ଷଣ ଏକ ସ୍ବୟଂକ୍ରିୟା ପ୍ରକ୍ରିୟା ଅଟେ । ଜ୍ଞାନ ଗଠନ ଶିକ୍ଷଣ ସ୍ବୟଂକ୍ରିୟତା ଉପରେ ଗୁରୁତ୍ବ ଆରୋପ କରେ । ଶିକ୍ଷା ଗ୍ରହଣ ପ୍ରକ୍ରିୟା ଆପେ ଆପେ ସାମାଜିକ ବିଧ୍ୱଂବ୍ୟବସ୍ଥା ମାଧ୍ଯମରେ ବ୍ୟକ୍ତି ପାଖରେ ପହଞ୍ଚେ ଓ ବ୍ୟକ୍ତି ସେହି ଜ୍ଞାନ ଓ ଅଭିଜ୍ଞତାକୁ ଆଧାର କରି ପରବର୍ତ୍ତୀ ଜ୍ଞାନ ଆହରଣ ପାଇଁ ନିଜକୁ ପ୍ରସ୍ତୁତ କରେ ।

BSE Odisha Class 12 Education Notes

ବିଷୟଭିତ୍ତିକ ସୂଚନା

ଶିକ୍ଷଣ ଏକ ପ୍ରକ୍ରିୟା ଯାହାଦ୍ଵାରା ଜ୍ଞାନ ଏବଂ ଅଭିଜ୍ଞତା ଅର୍ଜନ କରାଯାଇଥାଏ । ଜ୍ଞାନ ଏବଂ ଅଭିଜ୍ଞତା ଅର୍ଜନ ପାଇଁ ଆମର ପଞ୍ଚ ଇନ୍ଦ୍ରିୟକୁ ଜ୍ଞାନର ଦ୍ଵାର ବୋଲି କୁହାଯାଏ । ଏହି ପଞ୍ଚ ଇନ୍ଦ୍ରିୟ ଯଥା – ଆଖୁ, ନାକ, କାନ, ଚକ୍ଷୁ, ଜିହ୍ବା ଆଦିଦ୍ୱାରା ଦୃଷ୍ଟି, ଆଘ୍ରାଣ, ଶ୍ରବଣ, ସ୍ପର୍ଶ ଏବଂ ସ୍ବାଦ ଇତ୍ୟାଦି ଅନେକ ତଥ୍ୟ ସଂଗ୍ରହ କରାଯାଇଥାଏ । ମାତ୍ର ଏହାକୁ ପର୍ଯ୍ୟବେକ୍ଷଣଦ୍ୱାରା ଅଧିକ ଦୃଢ଼ କରାଯାଏ ।

ପର୍ଯ୍ୟବେକ୍ଷଣ (Observation):
ପର୍ଯ୍ୟବେକ୍ଷଣଦ୍ଵାରା କୌଣସି ଏକ ନିର୍ଦ୍ଦିଷ୍ଟ ଆଚରଣକୁ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରାଯାଇଥାଏ । ଏହା ପ୍ରତ୍ୟକ୍ଷ ଭାବରେ
ହେଉ ବା ପରୋକ୍ଷ ଭାବରେ ହେଉ ।

ପର୍ଯ୍ୟବେକ୍ଷଣର ପ୍ରକାରଭେଦ (Types of Observation):
ପର୍ଯ୍ୟବେକ୍ଷଣକୁ ସାଧାରଣତଃ ଦୁଇଭାଗରେ ବିଭକ୍ତ କରାଯାଇଛି –
(୧) ଅନ୍ତଃନିରୀକ୍ଷଣ ବା ଆତ୍ମପର୍ଯ୍ୟବେକ୍ଷଣ (Introspection)
(୨) ବାହ୍ୟ ପର୍ଯ୍ୟବେକ୍ଷଣ ବା ବସ୍ତୁନିଷ୍ଠ ପର୍ଯ୍ୟବେକ୍ଷଣ (Objective observation)

(୧) ଅନ୍ତଃନିରୀକ୍ଷଣ (Introspection):
ପ୍ରତ୍ୟେକ ଶିକ୍ଷାର୍ଥୀ ନିଜର ମାନସିକ ଅବସ୍ଥାକୁ ନିଜେ ଅନୁଧ୍ୟାନ କରିଥାଏ । ନିଜର ଭାବନା, ଚିନ୍ତା, କଳ୍ପନା ଶକ୍ତିକୁ ସେ ବୁଝିଥାଏ । ନିଜର ଦୁଃଖ ଏବଂ ସୁଖକୁ ସେ ଅନୁଭବ କରେ । ତେଣୁ ତା’ର ମାନସିକ କାର୍ଯ୍ୟାବଳୀକୁ ସେ ନିଜେ ଅନୁଧ୍ୟାନ କରିଥାଏ । ଏହାଦ୍ଵାରା ତା’ର ନିଜ ବିଷୟରେ ଜ୍ଞାନଲାଭ ହୁଏ ।

(୨) ବସ୍ତୁନିଷ୍ଠ ପର୍ଯ୍ୟବେକ୍ଷଣ (Objective observation):
ପ୍ରତ୍ୟେକଙ୍କର ଦୁଇଟି ମାନସିକ କ୍ରିୟା ସମ୍ପନ୍ନ ହୁଏ । ଗୋଟିଏ ଅନ୍ତର୍ନିହିତ ମାନସିକ ଭାବ ଏବଂ ଅନ୍ୟଟି ଅନ୍ତର୍ନିହିତ ମାନସିକ ଭାବର ପରିପ୍ରକାଶ । ପ୍ରଥମ ଅବସ୍ଥାକୁ ଆନ୍ତପର୍ଯ୍ୟବେକ୍ଷଣଦ୍ବାରା ଜାଣିହୁଏ । ମାତ୍ର ଦ୍ୱିତୀୟ ଅବସ୍ଥାକୁ ବିଭିନ୍ନ ପରିସ୍ଥିତିରେ ନିଜର ଭାବନାର ପ୍ରୟୋଗରୁ ଜାଣିହୁଏ । କୌଣସି ଘଟଣା ବା ଆଚରଣକୁ ପ୍ରାକୃତିକ ପରିବେଶରେ ଆମେ କିପରି ପ୍ରୟୋଗ କରୁଛେ ତାକୁ ଅନୁଧ୍ୟାନ କରାଯାଏ ।

କାନ୍ଦୁଥ‌ିବା ଓ ଖେଳୁଥିବା ସମୟରେ ଶିଶୁଟିର ଭାବଭଙ୍ଗୀ ଇତ୍ୟାଦିକୁ ଅନୁଧ୍ୟାନ ବା ପର୍ଯ୍ୟବେକ୍ଷଣ କଲେ ଜଣାଯିବ ଯେ ବିଭିନ୍ନ ପରିସ୍ଥିତରେ ସେ କିପରି ପ୍ରତିକ୍ରିୟା ପ୍ରକାଶ କରୁଛି । ପୁନଶ୍ଚ ପର୍ଯ୍ୟବେକ୍ଷଣକୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ପର୍ଯ୍ୟବେକ୍ଷଣ ଭାବେ ଦୁଇଭାଗ କରାଯାଇଛି; ଯଥା-

(i) ପ୍ରତ୍ୟକ୍ଷ ପର୍ଯ୍ୟବେକ୍ଷଣ (Direct observation)
(ii) ପରୋକ୍ଷ ପର୍ଯ୍ୟବେକ୍ଷଣ (Indirect observation)

ପ୍ରତ୍ୟକ୍ଷ ପର୍ଯ୍ୟବେକ୍ଷଣ – ଶିଶୁ ନିଜର ମାନସିକ ଆଚରଣକୁ ନିଜେ ପ୍ରକାଶ କରି ତଥ୍ୟ ସଂଗ୍ରହ କରିଥାଏ । ଅନେକ ସମୟରେ ନିଜେ କୌଣସି କାର୍ଯ୍ୟ ସମ୍ପାଦନ କରିବା ସମୟରେ ନିଜର ଜ୍ଞାନ ଓ ଅଭିଜ୍ଞତାକୁ ସେ କିପରି ପ୍ରୟୋଗ କରିଥାଏ, ତାକୁ ଅନୁଧ୍ୟାନ କରେ ।

ପରୋକ୍ଷ ପର୍ଯ୍ୟବେକ୍ଷଣ – ଶିକ୍ଷାର୍ଥୀମାନେ ବିଭିନ୍ନ ସମୟରେ ଓ ବିଭିନ୍ନ ପରିସ୍ଥିତିରେ ଅନ୍ୟମାନେ କିପରି ବ୍ୟବହାର କରନ୍ତି ତାକୁ ଅନୁଧ୍ୟାନ କରିଥା’ନ୍ତି । ଯାହାକୁ ପରୋକ୍ଷ ପର୍ଯ୍ୟବେକ୍ଷଣ କୁହାଯାଏ । ଶିକ୍ଷାର୍ଥୀ ଖେଳପଡ଼ିଆ, ବିଦ୍ୟାଳୟ ପରିସର, ନିଜର ବାସଗୃହ, ସହପାଠୀଙ୍କ ସହ ସମ୍ପର୍କ ଏବଂ ସେମାନଙ୍କର ଆଚରଣଗୁଡ଼ିକୁ ଅନୁଧ୍ୟାନ କରିଥାଏ ।

ପର୍ଯ୍ୟବେକ୍ଷଣ ଏକ ସରଳ, ସହଜ ଉପାୟ ଯାହାଦ୍ୱାରା କୌଣସି ବ୍ୟବହାରକୁ ବିଭିନ୍ନ ପରିସ୍ଥିତିରେ ପ୍ରୟୋଗ କରି ଶିକ୍ଷାର୍ଜନ କରାଯାଇଥାଏ । ଏହାଦ୍ୱାରା ଶିକ୍ଷାର୍ଥୀ ନିଜେ ନିଜକୁ ପର୍ଯ୍ୟବେକ୍ଷଣ କରିଥାଏ । ଏହା ମାଧ୍ୟମରେ ଶିକ୍ଷକ ଶିକ୍ଷାର୍ଥୀମାନଙ୍କୁ ପର୍ଯ୍ୟବେକ୍ଷଣ କରି ସେମାନଙ୍କ ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରିଥା’ନ୍ତି ।

CHSE Odisha Class 12 Education Solutions Chapter 4 ଜିନ୍ ଜାକୁଏସ୍ ଋଷୋ

Odisha State Board CHSE Odisha Class 12 Foundation of Education Solutions Chapter 4 ଜିନ୍ ଜାକୁଏସ୍ ଋଷୋ Questions and Answers.

CHSE Odisha 12th Class Education Solutions Chapter 4 ଜିନ୍ ଜାକୁଏସ୍ ଋଷୋ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତି ପ୍ରଶ୍ନତଳେ ପ୍ରଦତ୍ତ ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. କେଉଁ ଶିକ୍ଷାବିତ୍ ପ୍ରକୃତିବାଦ ଉପରେ ଗୁରୁତ୍ବ ଦେଇଛନ୍ତି ?
(i) ଗ।ନ୍ଧ
(ii) ଗୋପବନ୍ଧୁ
(iii) ଋଷୋ
(iv) ଶ୍ରୀଅରବିନ୍ଦ
Answer:
(iii) ଋଷୋ

2. ଋଷୋଙ୍କ କେଉଁ ବହି ୧୭୬୨ ମସିହାରେ ପ୍ରକାଶ ପାଇଥିଲା ?
(i) ସାମାଜିକ ଚୁକ୍ତି
(ii) ଏମିଲି
(iii) ଶିକ୍ଷା
(iv) କୌଣସିଟି ନୁହେଁ
Answer:
(ii) ଏମିଲି

3. ଜିନ୍ ଜାକୁଏସ୍ ଋଷୋ କେଉଁ ଶିକ୍ଷାର ପ୍ରବର୍ତ୍ତକ ?
(i) ଶିକ୍ଷକକୈନ୍ଦ୍ରିକ
(ii) ଶିକ୍ଷାର୍ଥୀକୈନ୍ଦ୍ରିକ
(iii) ବିଷୟକୈନ୍ଦ୍ରିକ
(iv) ସମାଜକୈନ୍ଦ୍ରିକ
Answer:
(ii) ଶିକ୍ଷାର୍ଥୀକୈନ୍ଦ୍ରିକ

4. ଶୈଶବକାଳରେ ଶିକ୍ଷାର୍ଥୀର କେଉଁ ବିକାଶ ଉପରେ ଋଷୋ ଗୁରୁତ୍ବ ଆରୋପ କରିଥିଲେ ?
(i) ଶାରାରିକ
(ii) ମାନସିକ
(iii) ସାମାଜିକ
(iv) ନୈତିକ
Answer:
(i) ଶାରାରିକ

5. ଋଷୋ ଜଣେ ଦାର୍ଶନିକ ।
(i) ଇଂରେଜ
(ii) ଫରାସୀ
(iii) ଗ୍ରୀକ୍
(iv) ଭାରତୀୟ
Answer:
(ii) ଫରାସୀ

CHSE Odisha Class 12 Education Solutions Chapter 4 ଜିନ୍ ଜାକୁଏସ୍ ଋଷୋ

6. ପ୍ରକୃତି ଅନୁଯାୟୀ ଶିକ୍ଷା ସହ କେଉଁଟି ସମ୍ପର୍କିତ ନୁହେଁ ?
(i) ମନୋବୈଞାନିକ ପ୍ରକୃତି
(ii) ଭୌତିକ ପ୍ରକୃତି
(iii) ଅଣସାମାଜିକ ପ୍ରକୃତି
(iv) ପ୍ରାକୃତିକ ପରିବେଶ
Answer:
(iv) ପ୍ରାକୃତିକ ପରିବେଶ

7. ଋଷୋଙ୍କ ମତରେ ଶୈଶବକାଳର ଅବଧୂ କେତେ ?
(i) ଜନ୍ମରୁ ୫ ବର୍ଷ
(ii) ୫ ବର୍ଷରୁ ୧୨ ବର୍ଷ
(iii) ୧୨ ବର୍ଷରୁ ୧୫ ବର୍ଷ
(iv) ୧୫ ବର୍ଷରୁ ୨୦ ବର୍ଷ
Answer:
(i) ଜନ୍ମରୁ ୫ ବର୍ଷ

8. କେଉଁ ଶିକ୍ଷାବିତ୍‌ଙ୍କର ଅନୁଶାସନ ‘ପ୍ରାକୃତିକ ପରିଣାମ ତତ୍ତ୍ବ’ ଉପରେ ଆଧାରିତ ଅଟେ ?
(i) ଗାନ୍ଧିଜା
(ii) ଋଷୋ
(iii) ଗୋପବନ୍ଧୁ
(iv) ଶ୍ରୀଅରବିନ୍ଦ
Answer:
(ii) ଋଷୋ

9. କେଉଁ ଶିକ୍ଷାବିତଙ୍କର ନାରୀମାନଙ୍କ ପ୍ରତି ନାକାରାତ୍ମକ ଦୃଷ୍ଟିଭଙ୍ଗୀ ଥିଲା ?
(i) ଗାନ୍ଧିଜା
(ii) ଋଷୋ
(iii) ଗୋପବନ୍ଧୁ
(iv) ଶ୍ରୀଅରବିନ୍ଦ
Answer:
(ii) ଋଷୋ

10. ଶିକ୍ଷାର୍ଥୀର କେଉଁ ଅବସ୍ଥାକୁ ‘ନବଜନ୍ମ ଲାଭ’ ବୋଲି ଋଷୋ ବର୍ଣ୍ଣନା କରିଛନ୍ତି ?
(i) ଣୈଣବକାଳ
(ii) ବାଲ୍ୟକାଳ
(iii) କୈଶୋରାବସ୍ଥା
(iv) ଯୌବନକାଳ
Answer:
(iv) ଯୌବନକାଳ

11. ‘ସଭ୍ୟତାର ପ୍ରଗତି ହିଁ ସମସ୍ତ ଅତ୍ୟାଚାର ଓ ଦୁର୍ନୀତିର କାରଣ’ ଏହି ବିଷୟକ ଗ୍ରନ୍ଥଟି କେବେ ପ୍ରକାଶ ପାଇଥିଲା ?
(i) ୧୭୪୭
(ii) ୧୭୫୦
(iii) ୧୭୫୦
(iv) ୧୭୫୫
Answer:
(ii) ୧୭୫୦

12. ଋଷୋ ତାଙ୍କ ଶିକ୍ଷାଦର୍ଶନ କେଉଁ ପୁସ୍ତକରେ ବର୍ଣ୍ଣନା କରିଅଛନ୍ତି ?
(i) ଗାତା
(ii) ଏମିଲି
(iii) ହରିଜନ
(iv) କୌଣସିଟି ନୁହେଁ
Answer:
(ii) ଏମିଲି

13. ଋଷୋଙ୍କ ଶିକ୍ଷାଦର୍ଶନକୁ କ’ଣ କୁହାଯାଏ ?
(i) ଆଦର୍ଣବାଦ
(ii) ପ୍ରକୃତିବାଦ
(iii) ପ୍ରୟୋଗବାଦ
(iv) ସଂକଳନବାଦ
Answer:
(ii) ପ୍ରକୃତିବାଦ

B. ଶୂନ୍ୟସ୍ଥାନ ପୂରଣ କର ।

1. ଋଷୋଙ୍କଦ୍ଵାରା ଲିଖ୍ତ ପୁସ୍ତକର ନାମ __________ ।
Answer:
ଏମିଲି

CHSE Odisha Class 12 Education Solutions Chapter 4 ଜିନ୍ ଜାକୁଏସ୍ ଋଷୋ

2. ଋଷୋଙ୍କ ଲିଖୂ ପୁସ୍ତକ ଏମିଲି __________ ମସିହାରେ ରଚିତ ହୋଇଥିଲା ।
Answer:
୧୭୬୨

3. ଋଷୋ ___________ ମସିହାରେ ଜନ୍ମ ହୋଇଥିଲେ ।
Answer:
୧୭୧୨

4. ରଷୋଙ୍କର ଦୁଇଟି ପ୍ରସିଦ୍ଧ ଗ୍ରନ୍ଥ ମଧ୍ୟରୁ ଗୋଟିଏ ‘ସାମାଜିକ ଚୁକ୍ତି’ ଓ ଅନ୍ୟଟି____________ ।
Answer:
ଏମିଲି

5. ଋଷୋଙ୍କର ___________ ମସିହାରେ ପ୍ୟାରିସ୍ଠାରେ ମୃତ୍ୟୁ ହୋଇଥିଲା ।
Answer:
୧୭୭୮

6. ଋଷୋଙ୍କ ମତରେ ଶୈଶବକାଳ ଜନ୍ମରୁ ____________ ବର୍ଷ |
Answer:
ପାଞ୍ଚ (୫)

7. ଋଷୋଙ୍କ ମତରେ ବାଲ୍ୟକାଳ ପାଞ୍ଚରୁ____________ ବର୍ଷ |
Answer:
୧୨

8. ଋଷୋଙ୍କର ନାରୀଶିକ୍ଷା ପ୍ରତି _________ ମନୋଭାବ ଥିଲା ।
Answer:
ନାକାରାମ୍କ

9. __________ ଶିକ୍ଷା ଋଷୋଙ୍କର ଶିକ୍ଷାଜଗତ ପ୍ରତି ଏକ ଅବଦାନ ।
Answer:
ନେତିବାଚକ ବା ନାସ୍ତିବାଚକ

10. ଋଷୋଙ୍କର ଶୃଙ୍ଖଳା ____________ ଥିଲା ।
Answer:
ପ୍ରାକୃତିକ ପରିଣାମ ତତ୍ତ୍ବ

C. ଭୁଲ୍ ଥିଲେ ଠିକ୍ କରି ଲେଖ ।

1. ଜିନ୍ ଜାକୁଏସ୍ ଋଷୋ ଜଣେ ଗ୍ରୀକ୍ ଦାର୍ଶନିକ ।
Answer:
ଜିନ୍ ଜାକୁଏସ୍ ଋଷୋ ଜଣେ ଫରାସୀ ଦାର୍ଶନିକ ।

2. ସବୁଜ ବିପ୍ଲବରେ ଋଷୋ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
Answer:
ଫରାସୀ ବିପ୍ଳବରେ ଋଷୋ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

3. ଋଷୋ ୧୭୧୨ରେ ଇଂଲଣ୍ଡରେ ଜନ୍ମଗ୍ରହଣ କରିଥିଲେ ।
Answer:
ଋଷୋ ୧୭୧୨ରେ ଜେନେଭାରେ ଜନ୍ମଗ୍ରହଣ କରିଥିଲେ ।

4. ସାମାଜିକ ଚୁକ୍ତି (Social Contact) ପୁସ୍ତକଟି ଆରିଷ୍ଟୋଟଲ୍ ଲେଖୁଥିଲେ ।
Answer:
ସାମାଜିକ ଚୁକ୍ତି (Social Contact) ପୁସ୍ତକଟି ଋଷୋ ଲେଖୁଥିଲେ ।

5. ଋଷୋ ତାଙ୍କର ଶିକ୍ଷା ସମ୍ପର୍କରେ ‘ସାମାଜିକ ଚୁକ୍ତି’ ପୁସ୍ତକରେ ବର୍ଣ୍ଣନା କରିଛନ୍ତି ।
Answer:
ଋଷୋ ତାଙ୍କର ଶିକ୍ଷା ସମ୍ପର୍କରେ ‘ଏମିଲି’ ପୁସ୍ତକରେ ବର୍ଣ୍ଣନା କରିଛନ୍ତି ।

6. ଋଷୋ ଜୀବନକାଳକୁ ପାଠ୍ୟକ୍ରମ ପାଇଁ ୫ଟି ଭାଗରେ ବିଭକ୍ତ କରିଛନ୍ତି
Answer:
ଋଷୋ ଜୀବନକାଳକୁ ପାଠ୍ୟକ୍ରମ ପାଇଁ ୪ଟି ଭାଗରେ ବିଭକ୍ତ କରିଛନ୍ତି ।

7. ଋଷୋଙ୍କର ଶୈଶବକାଳର ଅବଧୂ ୫ ବର୍ଷରୁ ୧୨ ବର୍ଷ ଅଟେ |
Answer:
ଋଷୋଙ୍କର ବାଲ୍ୟକାଳର ଅବଧୂ ୫ ବର୍ଷରୁ ୧୨ ବର୍ଷ ଅଟେ |

8. ଜନ୍ମରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ଜୀବନ କାଳକୁ ଋଷୋ ଶୈଶବ କାଳ ରୂପେ ବ୍ୟକ୍ତ କରିଛନ୍ତି ।
Answer:
ଜନ୍ମରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ଜୀବନ କାଳକୁ ଋଷୋ ଶୈଶବ କାଳ ରୂପେ ବ୍ୟକ୍ତ କରିଛନ୍ତି ।

D. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବାକ୍ୟରେ / ପଦରେ ଲେଖ ।

1. ଶିକ୍ଷାକ୍ଷେତ୍ରକୁ ଋଷୋଙ୍କର ଦୁଇଟି ଦାନ ଲେଖ ।
Answer:
ରଷୋଙ୍କର ଶିକ୍ଷାକ୍ଷେତ୍ରକୁ ଦୁଇଟି ମୁଖ୍ୟ ଗୁରୁତ୍ଵପୂର୍ଣ୍ଣ ଦାନ ହେଲା – (1) ନାସ୍ତିବାଚକ ଶିକ୍ଷା, (2) ଶିଶୁକୈନ୍ଦ୍ରିକ ଶିକ୍ଷା ।

2. ଋଷେ କେଉଁ ଦେଶର ଦାର୍ଶନିକ ଥିଲେ ?
Answer:
ଋଷେ ଫ୍ରାନ୍ସ ଦେଶର ଦାର୍ଶନିକ ଥିଲେ ।

3. ଋଷେ କେଉଁ ବିପ୍ଳବରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ?
Answer:
ଋଷୋ ଫରାସୀ ବିପ୍ଲବରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

4. ଶିଶୁକୈନ୍ଦ୍ରିକ ଶିକ୍ଷାର ପ୍ରଥମ ପ୍ରବର୍ତ୍ତକ କିଏ ?
Answer:
ଶିଶୁକୈନ୍ଦ୍ରିକ ଶିକ୍ଷାର ପ୍ରଥମ ପ୍ରବର୍ତ୍ତକ ଥିଲେ ରଷୋ ।

CHSE Odisha Class 12 Education Solutions Chapter 4 ଜିନ୍ ଜାକୁଏସ୍ ଋଷୋ

5. ଋଷୋ କେତେ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ ?
Answer:
ରଷୋ ୧୭୧୨ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ ।

6. ଋଷୋ କେତେ ଖ୍ରୀଷ୍ଟାବ୍ଦରେ ମୃତ୍ୟୁବରଣ କରିଥିଲେ ?
Answer:
ଋଷେ ୧୭୭୮ ଖ୍ରୀଷ୍ଟାବ୍ଦରେ ମୃତ୍ୟୁବରଣ କରିଥିଲେ ।

7. ଋଷୋଙ୍କ ମତରେ ସାମାଜିକ ପ୍ରକୃତି କ’ଣ ?
Answer:
ଋଷୋଙ୍କ ମତରେ ସାମାଜିକ ପ୍ରକୃତି କୃତ୍ରିମତା ବିରୋଧୀ ସ୍ବାଭାବିକ ବ୍ୟବସ୍ଥା ।

8. ଋଷୋ ତାଙ୍କ ‘ଏମିଲି’ ପୁସ୍ତକରେ କାହା ଉପରେ ଆଲୋଚନା କରିଛନ୍ତି ।
Answer:
ଋଷୋ ତାଙ୍କର ‘ଏମିଲି’ ପୁସ୍ତକରେ ଏକ କାଳ୍ପନିକ ଶିଶୁର କ୍ରମ ବିକାଶ ଉପରେ ଆଲୋଚନା କରିଛନ୍ତି ।

9. ଶିଶୁର ପ୍ରାକୃତିକ ଗୁଣାବଳୀ କହିଲେ କ’ଣ ବୁଝ ?
Answer:
ଶିଶୁ ମଧ୍ୟରେ ଥ‌ିବା ସ୍ଵତନ୍ତ୍ର ଆଗ୍ରହ ଓ ଗୁଣବତ୍ତାକୁ ଶିଶୁର ପ୍ରାକୃତିକ ଗୁଣାବଳୀ କୁହାଯାଏ ।

10. ଜ୍ଞାନାତ୍ମକ ସ୍ତରରେ ନାସ୍ତିବାଚକ ଶିକ୍ଷାର ଅର୍ଥ କ’ଣ ?
Answer:
ଜ୍ଞାନାତ୍ମକ ସ୍ତରରେ ନାସ୍ତିବାଚକ ଶିକ୍ଷାର ଅର୍ଥ ହେଉଛି ଶିଶୁକୁ କୌଣସି ଶିକ୍ଷା ଦିଆଯିବ ନାହିଁ ।

11. ନୈତିକ ଶିକ୍ଷା ସ୍ତରରେ ନାସ୍ତିବାଚକ ଶିକ୍ଷାର ଅର୍ଥ କ’ଣ ?
Answer:
ନୈତିକ ଶିକ୍ଷା ସ୍ତରରେ ନାସ୍ତିବାଚକ ଶିକ୍ଷାର ଅର୍ଥ ଶିଶୁ ନିଜ କର୍ମ ମାଧ୍ୟମରେ ନୈତିକ ଶିକ୍ଷା ଗ୍ରହଣ କରିବା ଉଚିତ ।

12. କେଉଁ ବୟସରେ ଋଷୋ ପୁସ୍ତକଗତ ଶିକ୍ଷାଦାନ ନ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ?
Answer:
ବାଲ୍ୟକାଳରେ ଋଷୋ ପୁସ୍ତକଗତ ଶିକ୍ଷାଦାନ ନ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟି ବା ତିନୋଟି ବାକ୍ୟରେ ଲେଖ ।

1. ଋଷୋଙ୍କଦ୍ଵାରା ପ୍ରଦତ୍ତ ଶିକ୍ଷାର ଦୁଇଟି ଲକ୍ଷ୍ୟ ଲେଖ ।
Answer:
ଆତ୍ମ ପରିପ୍ରକାଶ – ଅନ୍ତର୍ନିହିତ ଗୁଣାବଳୀର ସମ୍ପୂର୍ଣ୍ଣ ପ୍ରକାଶ ପାଇଁ ସ୍ଵାଧୀନତାର ଆବଶ୍ୟକତା ଅଛି ।
ଇନ୍ଦ୍ରିୟାନୁଭୂତିର ବିକାଶ – ଇନ୍ଦ୍ରିୟାନୁଭୂତିଦ୍ୱାରା ଶିକ୍ଷା ଦୀର୍ଘସ୍ଥାୟୀ ଏବଂ ଆନନ୍ଦଦାୟକ ହୁଏ ।

2. ଋଷୋଙ୍କ ମତରେ ଶୈଶବକାଳରେ ଶିକ୍ଷାଦାନ ନିମନ୍ତେ କାହା ଉପରେ ଗୁରୁତ୍ଵ ଦିଆଯାଇଥାଏ ?
Answer:
ଋଷୋଙ୍କ ମତରେ ଶୈଶବକାଳରେ ଶିକ୍ଷାଦାନ ନିମନ୍ତେ ମାନସିକ ବିକାଶ ଉପରେ ଗୁରୁତ୍ଵ ନ ଦେଇ ଶାରୀରିକ ବିକାଶ ଉପରେ ଗୁରୁତ୍ଵ ଦେବା ଉଚିତ । ଶାରୀରିକ ବିକାଶ ପାଇଁ କୃତ୍ରିମ ଶିକ୍ଷା ଦିଆଯିବା ଉଚିତ ନୁହେଁ ।

3. ଋଷୋଙ୍କ ମତରେ ବାଲ୍ୟକାଳର ଶିକ୍ଷା କିପରି ହେବା ଉଚିତ ?
Answer:
ଋଷୋଙ୍କ ମତରେ ବାଲ୍ୟକାଳରେ ନାସ୍ତିବାଚକ ଶିକ୍ଷାର ଆବଶ୍ୟକତା ଅଛି । ଶିକ୍ଷାର୍ଥୀର ଇଚ୍ଛା, ରୁଚି ଏବଂ ପ୍ରବୃତ୍ତି ମାଧ୍ୟମରେ ଶିକ୍ଷାଦାନ କରାଯିବା ଦରକାର ।

4. ଋଷୋଙ୍କଦ୍ବାରା ଅନୁମୋଦିତ ଦୁଇଟି ଶିକ୍ଷାଦାନ ପ୍ରଣାଳୀ ଲେଖ ।
Answer:
ଋଷୋଙ୍କଦ୍ୱାରା ଅନୁମୋଦିତ ଦୁଇଟି ଶିକ୍ଷାଦାନ ପ୍ରଣାଳୀ ହେଲା – ପ୍ରତ୍ୟକ୍ଷ ଅନୁଭୂତି ଓ କାର୍ଯ୍ୟ ମାଧ୍ୟମରେ ଶିକ୍ଷା । ବାସ୍ତବ ପରିସ୍ଥିତି ଓ ଅଭିଜ୍ଞତା ପ୍ରତ୍ୟକ୍ଷ ଅନୁଭୂତିରୁ ମିଳିଥାଏ । କାର୍ଯ୍ୟ ମାଧ୍ୟମରେ ଶିକ୍ଷାଦ୍ବାରା ଶିକ୍ଷାର୍ଥୀର ସୃଜନଶୀଳତା ବୃଦ୍ଧି ପାଇଥାଏ ।

5. ଋଷୋଙ୍କର ଶିକ୍ଷା ବ୍ୟବସ୍ଥାର ଅନୁଶାସନ କିପରି ଥିଲା ?
Answer:
ଋଷୋଙ୍କ ଶିକ୍ଷାଦର୍ଶନ ଅନୁସାରେ ପ୍ରକୃତି ପୁରସ୍କାର ବା ଦଣ୍ଡ ଦେବ, ଶିକ୍ଷକ ନୁହେଁ । ଶିକ୍ଷାର୍ଥୀ ପ୍ରକୃତି କୋଳରେ ଆପେ ଆପେ ଶିକ୍ଷା ଲାଭ କରିବ ଓ ଫଳାଫଳଦ୍ଵାରା ଭଲମନ୍ଦ ବୁଝିବ; ଫଳରେ ଆପେ ଆପେ ସେ ଶୃଙ୍ଖଳିତ ହେବ । ଏହା ଥିଲା ରଷୋଙ୍କ ଶିକ୍ଷା ବ୍ୟବସ୍ଥାର ଅନୁଶାସନ ।

6. ଋଷୋଙ୍କ ଶିକ୍ଷା ବ୍ୟବସ୍ଥାର ଦୁଇଟି ସମାଲୋଚନା ଲେଖ ।
Answer:
ନାରୀଶିକ୍ଷା ପ୍ରତି ଋଷୋଙ୍କର ନାକାରାତ୍ମକ ମନୋଭାବ ଥିଲା । ‘ପ୍ରାକୃତିକ ପରିଣାମ ତତ୍ତ୍ଵ’ ଅନୁଶାସନ ସବୁବେଳେ ଶିକ୍ଷାର୍ଥୀ ପାଇଁ ଉପଯୋଗୀ ନୁହେଁ । ଶିକ୍ଷକଙ୍କ ବିନା ଶିକ୍ଷାର୍ଥୀ ସବୁ କିଛି ଶିକ୍ଷାଲାଭ କରିପାରିବ ଏହା ଠିକ୍ ନୁହେଁ ।

7. ଋଷୋଙ୍କ ମତରେ ଶିକ୍ଷାର ବିଭିନ୍ନ ସ୍ତରଗୁଡ଼ିକ କ’ଣ ?
Answer:
ଏମିଲି (Emile) ରେ ଋଷେ ବିଭିନ୍ନ ସ୍ତର ଅନୁସାରେ କିପରି ଶିକ୍ଷାଦାନ କରାଯାଇଥାଏ, ତାହା ବର୍ଣ୍ଣନା କରିଛନ୍ତି । ସେ ବିକାଶର ସ୍ତରକୁ ନିମ୍ନମତେ ବିଭାଗୀକରଣ କରିଛନ୍ତି-
(1) ଶୈଶବାବସ୍ଥା (Infancy)
(2) ପିଲାଦିନ (Childhood)
(3) କୈଶୋରାବସ୍ଥା (Boyhood)
(4) ଯୌବନାବସ୍ଥା (Adolescence)

CHSE Odisha Class 12 Education Solutions Chapter 4 ଜିନ୍ ଜାକୁଏସ୍ ଋଷୋ

8. ଋଷୋଙ୍କ ଦୁଇଟି ଶିକ୍ଷାଦାନ ପଦ୍ଧତି ବିଷୟରେ ଲେଖ ।
Answer:
ଋଷୋ ଗତାନୁଗତିକ ପୁସ୍ତକଗତ ଶିକ୍ଷାଦାନ ପ୍ରଣାଳୀର ଘୋର ବିରୋଧୀ ଥିଲେ । ସେ ନିମ୍ନଲିଖତ ଶିକ୍ଷାଦାନ ପଦ୍ଧତିଗୁଡ଼ିକ ଉପରେ ଗୁରୁତ୍ବ ଆରୋପ କରିଥିଲେ ।
(i) ପ୍ରତ୍ୟକ୍ଷ ଅନୁଭୂତି (Direct Experience) : ଶିକ୍ଷାର୍ଥୀ ବାସ୍ତବ ପରିସ୍ଥିତିର ସମ୍ମୁଖୀନ ହେଲେ ପ୍ରତ୍ୟକ୍ଷ ଭାବରେ ଶିକ୍ଷାଲାଭ କରିଥାଏ । ପ୍ରତ୍ୟକ୍ଷ ଅନୁଭୂତିଦ୍ଵାରା ଅର୍ଜିତ ଶିକ୍ଷା ଦୀର୍ଘସ୍ଥାୟୀ ହୋଇଥାଏ ।
(ii) ଆବିଷ୍କାରମୂଳକ ପଦ୍ଧତି (Heauristic Method) : ନିଜର ଅନେକ ଅଭିଜ୍ଞତା ଏବଂ ଜ୍ଞାନର ପ୍ରୟୋଗ କରାଯାଇ ନୂତନ ଜ୍ଞାନ ଆହରଣ କରାଯାଇଥାଏ । ଏହା କେବଳ ଅନ୍ଵେଷଣ ବା ଆବିଷ୍କାର ପଦ୍ଧତି ଅବଲମ୍ବନଦ୍ୱାରା ସମ୍ଭବ ।

9. ଋଷୋଙ୍କ ଅନୁଶାସନ ବିଷୟରେ ଲେଖ ।
Answer:
ଋଷୋଙ୍କ ମତରେ ଶିକ୍ଷାର୍ଥୀମାନେ ମୁକ୍ତ ପରିବେଶରେ ପ୍ରକୃତି କୋଳରେ ଶିକ୍ଷାଲାଭ କରିବା ଉଚିତ । ପ୍ରକୃତି ଉପଯୁକ୍ତ ଶିକ୍ଷକ । ତେଣୁ ପ୍ରକୃତିର ନୀତିନିୟମ ଅନୁସାରେ ଶିକ୍ଷାଲାଭ କରିବା ଉଚିତ । ଶିକ୍ଷକମାନଙ୍କର କଡ଼ା ଅନୁଶାସନରେ ଶିକ୍ଷାର୍ଥୀମାନେ ରହିବା ଉଚିତ ନୁହେଁ । ସେମାନେ ମୁକ୍ତ ଭାବରେ ଶିକ୍ଷାଲାଭ କରିବା ଉଚିତ । ଅନୁଶାସନ ପ୍ରାକୃତିକ ପରିଣାମ ତତ୍ତ୍ଵ ଉପରେ ଆଧାରିତ । ପ୍ରକୃତି ଦଣ୍ଡ ବା ପୁରସ୍କାର ଦେବ, ଶିକ୍ଷକ ନୁହେଁ । ଯନ୍ତ୍ରଣାକୁ ଅନୁଭବ ସେ କରୁ । ମୁଣ୍ଡ କାନ୍ଥରେ ମାଡ଼ ହେଲେ ସେ କଷ୍ଟ ଅନୁଭବ କରୁ ଓ ତଦ୍ବାରା ସେ ଶିକ୍ଷାଲାଭ କରୁ ।

10. ଋଷୋଙ୍କ ମତରେ ଶିକ୍ଷା ବିକାଶର କେତୋଟି ସ୍ତର ଅଛି ଓ କ’ଣ କ’ଣ ?
Answer:
‘ଏମିଲି’ ପୁସ୍ତକରେ ଶିକ୍ଷାର ବିଭିନ୍ନ ସ୍ତର ସମ୍ପର୍କରେ ଋଷୋ ଆଲୋଚନା କରିଛନ୍ତି । ପ୍ରଥମ ସ୍ତରଟି ଶୈଶବକାଳ ଯାହାର ସମୟସୀମା ଜନ୍ମରୁ ପାଞ୍ଚବର୍ଷ ଅଟେ । ଦ୍ବିତୀୟ ସ୍ତରଟି ବାଲ୍ୟକାଳ, ଯାହା ପାଞ୍ଚ ବର୍ଷରୁ ବାର ବର୍ଷ ପର୍ଯ୍ୟନ୍ତ । ତୃତୀୟଟି କୈଶୋର ଅବସ୍ଥା, ଯାହାର ସମୟସୀମା ବାର ବର୍ଷରୁ ପନ୍ଦର ବର୍ଷ । ଚତୁର୍ଥଟି ଯୌବନାବସ୍ଥା, ଯାହାର ସମୟସୀମା ପନ୍ଦର ବର୍ଷରୁ କୋଡ଼ିଏ ବର୍ଷ ।

11. ଋଷୋଙ୍କ ମତରେ ଶିକ୍ଷକଙ୍କର ଭୂମିକା କିପରି ହେବା ଉଚିତ ?
Answer:
ଶିକ୍ଷକ ଶିକ୍ଷାର୍ଥୀମାନଙ୍କର ବନ୍ଧୁ, ସହାୟକ, ପଥପ୍ରଦର୍ଶକ ଓ ପରାମର୍ଶଦାତା । ଶିକ୍ଷାର୍ଥୀମାନଙ୍କୁ ସେ ଆଢୁଆଳରେ ରହି ସାହାଯ୍ୟ କରିଥା’ନ୍ତି । ଶିକ୍ଷାଦାନ ଏବଂ ଶିକ୍ଷଣ ପରିସ୍ଥିତିର ଶିକ୍ଷକ କେବଳ ପଥପ୍ରଦର୍ଶକ । ଜଣେ ଉପଯୁକ୍ତ ପର୍ଯ୍ୟବେକ୍ଷକ ଭାବରେ ଶିକ୍ଷକ କାର୍ଯ୍ୟ କରିଥା’ନ୍ତି । ପାଠ୍ୟବିଷୟ ଉପରେ ଅଧ‌ିକ ଜ୍ଞାନ ନ ଦେଇ ସ୍ଵାଧୀନ ଭାବରେ ଶିକ୍ଷାର୍ଜନ କରିବାପାଇଁ ଶିକ୍ଷକ ଶିକ୍ଷାର୍ଥୀମାନଙ୍କୁ ପ୍ରେରଣା ଯୋଗାଇଥା’ନ୍ତି ।

12. ଋଷୋଙ୍କର ଶିକ୍ଷାନୀତିରେ ‘ପ୍ରକୃତି’ର ଅର୍ଥ କ’ଣ ?
Answer:
ଋଷୋଙ୍କ ଶିକ୍ଷାନୀତିରେ ପ୍ରକୃତି କହିଲେ ଭୌତିକ ପ୍ରକୃତିକୁ ବୁଝାଏ; ଯଥା – ଗଛଲତା, ପଶୁପକ୍ଷୀ, ବଣ ପାହାଡ଼, ନଦନଦୀ ଇତ୍ୟାଦି । ତାଙ୍କ ମତରେ ଶିକ୍ଷାର୍ଥୀଙ୍କୁ ଶ୍ରେଣୀଗୃହରେ ଆବଦ୍ଧ ନ କରି ପ୍ରାକୃତିକ ପରିବେଶରେ ଶିକ୍ଷାଗ୍ରହଣ କରିବାକୁ ଉତ୍ସାହିତ କରିବା ଉଚିତ ।

13. ସମାଜଠାରୁ ଦୂରରେ ରଖ୍ ଶିଶୁକୁ ଶିକ୍ଷା ଦେବାରେ ଋଷୋଙ୍କ କେଉଁ ଉଦ୍ଦେଶ୍ୟ ଥିଲା ?
Answer:
ସମାଜଠାରୁ ଦୂରରେ ରଖ୍ ଶିଶୁମାନଙ୍କୁ ଶିକ୍ଷାଦେବା ଉପରେ ଋଷୋ ଗୁରୁତ୍ଵ ଦେଉଥିଲେ । କାରଣ ଶିଶୁ ଭଗବାନଙ୍କର ଦାନ । ସେ ଜନ୍ମ ନେଇଥିବା ସମୟରେ ଅତ୍ୟନ୍ତ ଭଲ ଥାଏ; କିନ୍ତୁ ସମାଜ ସମ୍ପର୍କରେ ଆସି ତା’ର ପରିବର୍ତ୍ତନ ଘଟିଥାଏ । ତେଣୁ ସେ ଖରାପ ହୁଏ । ତାକୁ ସ୍ଵାଧୀନ ଭାବରେ ଶିକ୍ଷା ପାଇଁ ଉତ୍ସାହିତ କରିବା ଉଚିତ ।

B. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି ବା ଛଅଟି ବାକ୍ୟରେ ଲେଖ ।

1. ଋଷୋଙ୍କର ଶିକ୍ଷା ଦର୍ଶନ ଉପରେ ଲେଖ ।
Answer:
ଋଷୋ ଜଣେ ପ୍ରକୃତିବାଦୀ ଥିଲେ । ପ୍ରାକୃତିକ ପରିବେଶରେ ଶିଶୁର ବିକାଶ ସାଧନ ହେବା ଉଚିତ ବୋଲି ସେ କହୁଥିଲେ । ଶିଶୁଟି ପ୍ରକୃତି କୋଳରେ ଜନ୍ମ ନେଇଛି । ସେଠାରେ ସେ ନିର୍ଭୟରେ ବଞ୍ଚୁରହିବାକୁ ଚାହେଁ ଏବଂ ସ୍ଵାଧୀନ ଜୀବନଧାରଣ କରିବାକୁ ସେ ବ୍ୟଗ୍ର । ଶିଶୁର ସର୍ବାଙ୍ଗୀନ ବିକାଶ ହିଁ ଶିକ୍ଷାର ଉଦ୍ଦେଶ୍ୟ । ଋଷୋଙ୍କ ମତରେ, ଶିକ୍ଷାର ଅର୍ଥ, ଶିକ୍ଷା ଅଭ୍ୟାସ ଗଠନ ବ୍ୟତୀତ ଅନ୍ୟ କିଛି ହୋଇ ନ ପାରେ । ମନୁଷ୍ୟ ଅଭିଜ୍ଞତାରୁ ଶିକ୍ଷାଲାଭ କରିଥାଏ । ଶିକ୍ଷା ଏକ ଜୀବନବ୍ୟାପୀ ପ୍ରକ୍ରିୟା । ଜନ୍ମଠାରୁ ମୃତ୍ୟୁପର୍ଯ୍ୟନ୍ତ ସେ ଶିକ୍ଷାଲାଭ କରିଥାଏ । ପ୍ରକୃତି ଓ ପରିବେଶରୁ ସେ ଶିକ୍ଷାଲାଭ କରେ ।

2. ଋଷୋଙ୍କ ଶିକ୍ଷାର ଲକ୍ଷ୍ୟଗୁଡ଼ିକ ଆଲୋଚନା କର ।
Answer:
ଋଷୋଙ୍କ ଶିକ୍ଷାର ଲକ୍ଷ୍ୟସମୂହ ନିମ୍ନରେ ପ୍ରଦତ୍ତ ହେଲା-
(1) ଶିଶୁର ଅନ୍ତଃପ୍ରବୃତ୍ତି ଓ ଶକ୍ତି ସାମର୍ଥ୍ୟର ବିକାଶ ।
(2) ଅନ୍ତର୍ନିହିତ ଗୁଣରାଜିର ଉପଯୁକ୍ତ ବିକାଶ ।
(3) ଇନ୍ଦ୍ରିୟାନୁଭୂତିର ବିକାଶ ସାଧନ ।
(4) ଜୀବନର ସମସ୍ୟା ସମାଧାନରେ ଦକ୍ଷତାର ବିକାଶ ସାଧନ ।
(5) କୃତ୍ରିମତା ଏବଂ ଅବାସ୍ତବତାଠାରୁ ନିଜକୁ ଦୂରେଇ ରଖୁବା ।
(6) ନିଜ ପରିସ୍ଥିତି ଏବଂ ସମ୍ଭାବନାରେ ନିଜକୁ ବଞ୍ଚାଇ ରଖୁ ।
(7) ଶାରୀରିକ ବିକାଶ ସାଧନ ।
(8) ଆନନ୍ଦ ଉପଲବ୍‌ଧ୍ କରିବା ।
(9) ଆତ୍ମନିର୍ଭରଶୀଳ ହେବା ।
(10) ପରିବେଶ ସହ ଖାପଖୁଆଇ ଚଳିବା ।

3. ଋଷୋଙ୍କର ଶିକ୍ଷାଦାନ ପଦ୍ଧତି ସମ୍ପର୍କରେ ଆଲୋଚନା କର ।
Answer:
ଋଷୋ ଗତାନୁଗତିକ ପୁସ୍ତକଗତ ଶିକ୍ଷାଦାନ ପ୍ରଣାଳୀର ଘୋର ବିରୋଧୀ ଥିଲେ । ସେ ନିମ୍ନଲିଖ୍ ଶିକ୍ଷାଦାନ ପଦ୍ଧତିଗୁଡ଼ିକ ଉପରେ ଗୁରୁତ୍ବ ଆରୋପ କରିଥିଲେ ।

(1) ପ୍ରତ୍ୟକ୍ଷ ଅନୁଭୂତି (Direct Experience) : ଶିକ୍ଷାର୍ଥୀ ବାସ୍ତବ ପରିସ୍ଥିତିର ସମ୍ମୁଖୀନ ହେଲେ ପ୍ରତ୍ୟକ୍ଷ ଭାବରେ ଶିକ୍ଷାଲାଭ କରିଥାଏ । ପ୍ରତ୍ୟକ୍ଷ ଅନୁଭୂତିଦ୍ୱାରା ଅର୍ଜିତ ଶିକ୍ଷା ଦୀର୍ଘସ୍ଥାୟୀ ହୋଇଥାଏ ।

(2) ଆବିଷ୍କାରମୂଳକ ପଦ୍ଧତି (Heauristic Method) : ନିଜର ଅନେକ ଅଭିଜ୍ଞତା ଏବଂ ଜ୍ଞାନର ପ୍ରୟୋଗ କରାଯାଇ ନୂତନ ଜ୍ଞାନ ଆହରଣ କରାଯାଇଥାଏ । ଏହା କେବଳ ଅନ୍ଵେଷଣ ବା ଆବିଷ୍କାର ପଦ୍ଧତି ଅବଲମ୍ବନଦ୍ୱାରା ସମ୍ଭବ ।

CHSE Odisha Class 12 Education Solutions Chapter 4 ଜିନ୍ ଜାକୁଏସ୍ ଋଷୋ

(3) କାର୍ଯ୍ୟ ମାଧ୍ୟମରେ ଶିକ୍ଷା (Learning by doing) : ଶିକ୍ଷାର୍ଥୀକୁ କିଛି କରିବାକୁ ଦେଲେ ତା’ର 3Hsର ବିକାଶ ହୁଏ । କୌଣସି କାର୍ଯ୍ୟ କରିବା ପୂର୍ବରୁ ସେ ଚିନ୍ତା କରି, ବୁଝି ତାହା ନିଜର ହସ୍ତପଦର ବ୍ୟବହାରଦ୍ୱାରା ସମ୍ପାଦନ କରିଥାଏ । ତେଣୁ ଭାଷା ବା କଥାଦ୍ୱାରା ଶିକ୍ଷାଦାନ ଅପେକ୍ଷା କାର୍ଯ୍ୟଦ୍ବାରା ଶିକ୍ଷାଦାନ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।

(4) କ୍ରୀଡ଼ା ପଦ୍ଧତି (Playway Method) : ଶିକ୍ଷାର୍ଥୀ ଖେଳିବାକୁ ଭଲପାଏ । କ୍ରୀଡ଼ା ହିଁ ଶିକ୍ଷାଦାନର ଏକ ଉପଯୁକ୍ତ ପଦ୍ଧତି । କ୍ରୀଡ଼ାଦ୍ଵାରା ଶିକ୍ଷାର୍ଥୀ ସ୍ବାଧୀନ ଏବଂ ସ୍ଵତଃସ୍ପର୍ଷ ଭାବରେ ଶିକ୍ଷାଲାଭ କରିଥାଏ ।

(5) ଭ୍ରମଣ ଓ ପର୍ଯ୍ୟବେକ୍ଷଣ (Visit & Observation) : ‘ଏମିଲି’କୁ କିଛି ପଢ଼ାଇବା ଦରକାର ନାହିଁ । ସେ ନିଜେ ଅନ୍ଵେଷଣ କରି ଶିକ୍ଷାଲାଭ କରୁ । ଏହାର ଅର୍ଥ ଶିକ୍ଷାର୍ଥୀ ନିଜେ ନିଜର ପରିବେଶ, ନଦୀ, ପାହାଡ଼କୁ ପର୍ଯ୍ୟବେକ୍ଷଣ କରୁ ଏବଂ ଶିକ୍ଷାଲାଭ କରୁ ।

4. ଋଷୋଙ୍କର ଶିକ୍ଷା ପ୍ରତି ଅବଦାନ କ’ଣ ଥିଲା ?
Answer:
ଋଷୋଙ୍କର ଶିକ୍ଷାକ୍ଷେତ୍ରକୁ ଶିଶୁକୈନ୍ଦ୍ରିକ ଶିକ୍ଷା, ନାସ୍ତିବାଚକ ଶିକ୍ଷା, ପ୍ରକୃତିରୁ ପର୍ଯ୍ୟବେକ୍ଷଣ ଏକ ପ୍ରତ୍ୟକ୍ଷ ଅନୁଭୂତି ମାଧ୍ୟମରେ ଶିକ୍ଷାର୍ଜନ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ବିଶେଷକରି ଶିକ୍ଷାର୍ଥୀମାନଙ୍କୁ ସ୍ବାଧୀନ ଭାବରେ ଶିକ୍ଷାର୍ଜନ କରିବାପାଇଁ ସେ ଯେଉଁ ପ୍ରେରଣା ଦେଇଛନ୍ତି ତାହା ସ୍ବାଗତଯୋଗ୍ୟ । ଏସବୁ ଅବଦାନ ଋଷୋଙ୍କୁ ସମଗ୍ର ପୃଥ‌ିବୀରେ ଏକ ସ୍ବତନ୍ତ୍ର ପରିଚିତି ଆଣି ଦେଇଛି । ଶିକ୍ଷାର ବିଭିନ୍ନ କ୍ଷେତ୍ର ପାଇଁ ତାଙ୍କର ନିମ୍ନଲିଖ୍ ଅବଦାନଗୁଡ଼ିକ ଉଲ୍ଲେଖଯୋଗ୍ୟ ।

(1) ଶିଶୁକୈନ୍ଦ୍ରିକ ଶିକ୍ଷା ଆଧୁନିକ ଶିକ୍ଷା ପ୍ରଣାଳୀକୁ ତାଙ୍କର ଶ୍ରେଷ୍ଠ ଦାନ ।
(2) ମୁକ୍ତ ପରିବେଶରେ ଶିକ୍ଷାଦାନ ଏବଂ ଶିକ୍ଷା ଗ୍ରହଣ ଉପରେ ସେ ଗୁରୁତ୍ବ ଦେଇଛନ୍ତି ।
(3) ପ୍ରତ୍ୟକ୍ଷ ଅନୁଭୂତିଦ୍ୱାରା ଶିକ୍ଷାଲାଭ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ବୋଲି ସେ କହିଛନ୍ତି ।
(4) କ୍ରୀଡ଼ା ପଦ୍ଧତି, କ୍ରିୟାପ୍ରଧାନ ପଦ୍ଧତି ଏବଂ କାର୍ଯ୍ୟ ମାଧ୍ୟମରେ ଶିକ୍ଷା ଗ୍ରହଣ ଶିକ୍ଷାକ୍ଷେତ୍ର ପାଇଁ ତାଙ୍କର ଅନନ୍ୟ ଅବଦାନ ଅଟେ ।
(5) ଅନୁଶାସନ ଓ ଦଣ୍ଡର ପ୍ରୟୋଗକୁ ବିରୋଧଦ୍ଵାରା ଦଣ୍ଡମୁକ୍ତ ଶିକ୍ଷାଦାନ ସମ୍ଭବପର ବୋଲି ସେ କହିଛନ୍ତି ।
(6) ସହଜାତ ଗୁଣର ବିକାଶ ପାଇଁ ସ୍ବାଧୀନତା ପ୍ରଦାନ ଶିକ୍ଷାର୍ଥୀକୁ ଆଗକୁ ଯିବାକୁ ସାହାଯ୍ୟ କରିଥାଏ ସେ ମତବ୍ୟକ୍ତ କହିଛନ୍ତି ।
(7) ଶିକ୍ଷାକ୍ଷେତ୍ରକୁ ନାସ୍ତିବାଚକ ଶିକ୍ଷା ଋଷୋଙ୍କର ଏକ ମହାନ୍ ଅବଦାନ ଅଟେ ।
(8) ସମଗ୍ର ମାନବ ଜଗତକୁ ‘ପ୍ରକୃତିକୁ ପ୍ରତ୍ୟାବର୍ତ୍ତନ’ ସ୍ଲୋଗାନ୍ ଜନସଚେତନତା ପାଇଁ ଏକ ଅସ୍ତ୍ର ସଦୃଶ ଥିଲା ।

5. ନାସ୍ତିବାଚକ ଶିକ୍ଷା କ’ଣ ?
Answer:
ଋଷୋ ନାସ୍ତିବାଚକ ଶିକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ । ସେ ଏ ସମ୍ପର୍କରେ ସ୍ବରଚିତ ପୁସ୍ତକ ‘ଏମିଲି’ (Emile)ରେ ବ୍ୟାଖ୍ୟା କରିଛନ୍ତି । ଅସ୍ତିବାଚକ ଶିକ୍ଷାର ସେ ଘୋର ବିରୋଧ କରୁଥିଲେ । ନାସ୍ତିବାଚକ ଶିକ୍ଷା ଉପରେ ଗୁରୁତ୍ଵ ଦେଇ ସେ ମତ ପ୍ରକାଶ କରିଛନ୍ତି ଯେ କୃତ୍ରିମ ଏବଂ ଅସ୍ଵାଭାବିକ ପରିବେଶରେ ଦିଆଯାଉଥ‌ିବା ଶିକ୍ଷା ମୂଲ୍ୟହୀନ; ମାତ୍ର ପ୍ରାକୃତିକ ପରିବେଶରେ ଯେଉଁ ଶିକ୍ଷା ଦିଆଯାଇଥାଏ ତାହା ବାସ୍ତବ । ତେଣୁ ଶିକ୍ଷାର୍ଥୀଙ୍କୁ କୃତ୍ରିମତା, କଠୋରତା ଏବଂ ଅବାସ୍ତବତାଠାରୁ ଦୂରେଇ ରଖୁବା ଉଚିତ । ସାମାଜିକ ଶୃଙ୍ଖଳାରେ ବାନ୍ଧି ଶିକ୍ଷାଦାନ କରିବାଦ୍ୱାରା ତାହା ଶିକ୍ଷାର୍ଥୀଙ୍କୁ ସମ୍ପୂର୍ଣ ସ୍ଵାଧୀନତା ଦେଇ ନ ଥାଏ । ମୁକ୍ତ ଭାବରେ ଶିକ୍ଷାଦାନ ନିତାନ୍ତ ଜରୁରୀ । ଇନ୍ଦ୍ରିୟାନୁଭୂତିଦ୍ୱାରା ଶିକ୍ଷାର୍ଥୀ ଆପେ ଆପେ ଶିକ୍ଷାଲାଭ କରିଥାଏ ।

6. ଋଷୋଙ୍କ ଜୀବନୀ ସଂକ୍ଷେପରେ ବର୍ଣ୍ଣନା କର ।
Answer:
ଋଷୋ ୧୭୧୨ ମସିହା ଜୁନ୍ ମାସ ୨୮ ତାରିଖରେ ପ୍ରାକୃତିକ ଶୋଭାମଣ୍ଡିତ ଜେନେଭାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଥିଲେ ଜଣେ ଗରିବ ଘଣ୍ଟା ପ୍ରସ୍ତୁତକାରୀ । ସେ ପିଲାଦିନରୁ ଗ୍ରାମ୍ୟ ପରିବେଶକୁ ଭଲ ପାଇ ଆସୁଥିଲେ । ସେ ଜନ୍ମ ସମୟରୁ ତାଙ୍କ ଜନନୀଙ୍କୁ ହରାଇଥିଲେ । ଋଷୋ କିଶୋର ଅବସ୍ଥାରେ ବସି ନାମକ ଗ୍ରାମର ଏକ ବିଦ୍ୟାଳୟରେ ପ୍ରବେଶ କଲେ । ସେହିଠାରେ ଗ୍ରାମ୍ୟ ଜୀବନର ସରଳତା ଓ ପ୍ରକୃତିର ନିର୍ମଳ ସୌନ୍ଦର୍ଯ୍ୟ ତାଙ୍କୁ ବଶୀଭୂତ କଲା; ମାତ୍ର ସାମାନ୍ୟ ଏକ ଅପରାଧ ଯୋଗୁଁ ତାଙ୍କୁ ବିଦ୍ୟାଳୟରୁ ବିତାଡ଼ିତ କରାଗଲା ।

ମାତ୍ର ବିନା ଅପରାଧରେ ଏତେ ବଡ଼ ଦଣ୍ଡ ସହ୍ୟ କରିପାରି ନଥିଲେ । ତାଙ୍କ ମନରେ ବଦ୍ଧ ଧାରଣା ସୃଷ୍ଟି ହେଲା ଯେ- ‘ଶାସନ ଓ ଶାସ୍ତିଦ୍ୱାରା ଶିଶୁର କୋମଳ ମନର ସୌନ୍ଦର୍ଯ୍ୟ ଓ ଶୁଭବୁଦ୍ଧି କ୍ରମେ କ୍ରମେ ବିକୃତ ହୋଇଯାଏ ।’’ ୪୦ ବର୍ଷ ବୟସରେ ସେ ସମାଜର ତଥାକଥିତ ଶୃଙ୍ଖଳା ଓ କୃତ୍ରିମତା ବିରୁଦ୍ଧରେ ଲେଖନୀ ଚାଳନା କରିଥିଲେ । ସେ ତାଙ୍କର ବିଖ୍ୟାତ ଗ୍ରନ୍ଥ (୧୭୫୦ ମସିହାରେ) “The Progress of Art and Science” ରେ ଲେଖୁଛନ୍ତି ଯେ, ପ୍ରଗତି ହିଁ ସମସ୍ତ ଅତ୍ୟାଚାର ଓ ଦୁର୍ନୀତିର କାରଣ ।’’

ସେ ୧୭୬୨ ମସିହାରେ ତାଙ୍କର ଦୁଇଗୋଟି ପ୍ରସିଦ୍ଧ ଗ୍ରନ୍ଥ ପ୍ରକାଶ କରିଥିଲେ- (୧) ସାମାଜିକ ଚୁକ୍ତି (୨) ଏମିଲି । ଏହି ଗ୍ରନ୍ଥ ଦୁଇଟି ଯଥାକ୍ରମେ ରାଜନୀତି ଓ ଶିକ୍ଷାନୀତି କ୍ଷେତ୍ରରେ ବିଶିଷ୍ଟ ଅବଦାନ । ୧୭୭୮ ମସିହା ଜୁଲାଇ ୨ ତାରିଖରେ ପ୍ୟାରିସ୍‌ରେ ସେ ମୃତ୍ୟୁବରଣ କରିଥିଲେ ।

7. ଋଷୋଙ୍କର ‘ନାସ୍ତିବାଚକ ଶିକ୍ଷା’ ଉପରେ ଦେଇଥିବା ମତାମତ ଲେଖ ।
Answer:
ଋଷୋଙ୍କ ମତରେ – ‘ମୁଁ ତାହାକୁ ନାସ୍ତିବାଚକ ଶିକ୍ଷା କହେ, ଯାହା ପ୍ରତ୍ୟକ୍ଷ ଭାବେ କୌଣସି ଶିକ୍ଷା ଦେବା ପୂର୍ବରୁ ଶିକ୍ଷାର୍ଥୀର ଇନ୍ଦ୍ରିୟ ଓ ମନକୁ ସମ୍ପୂର୍ଣ୍ଣ ଓ ସଜାଗ କରିବାକୁ ଚେଷ୍ଟା କରେ । ଏହା ଶିକ୍ଷାବିଧ ନିଷେଧ ମାଧ୍ୟମରେ ଧର୍ମ ବା ନୀତି ଶିକ୍ଷା ଦିଏ ନାହିଁ । ଋଷୋଙ୍କ ମତରେ ନାସ୍ତିବାଚକ ଶିକ୍ଷାରେ ଶିଶୁକୁ କୌଣସି ବହିଃସ୍ଥ ସତ୍ୟ ବା ସଦ୍‌ଗୁଣ ଶିକ୍ଷା ଦେବାର ଆବଶ୍ୟକତା ନଥାଏ । ତାହାର ସମସ୍ତ ଶିକ୍ଷା ସମ୍ପନ୍ନ ହେବ ତାହାର ପ୍ରକୃତି, ସହଜାତ ଶକ୍ତି ଓ ସ୍ବାଭାବିକ ଆଗ୍ରହର ବାଧାହୀନ ବିକାଶ ମାଧ୍ୟମରେ । ପ୍ରାକୃତିକ ଶିକ୍ଷା ହେଉଛି ନାସ୍ତିବାଚକ ଶିକ୍ଷା । ତାହାର ଉଦ୍ଦେଶ୍ୟ ୩ ପ୍ରକାର; ଯଥା –

(i) ଶିଶୁର ସ୍ଵାଭାବିକ ସାମର୍ଥ୍ୟଗୁଡିକର ସୁଷମ ବିକାଶ ।
(ii) ସାମାଜିକ ରୀତିନୀତି ଓ ପ୍ରଚଳିତ ମତାମତର ଶୃଙ୍ଖଳମୁକ୍ତ ଚିନ୍ତାଶକ୍ତିର ବିକାଶ ।
(iii) ନିଜ କର୍ମର ପରିଣାମରୁ ସତ୍ୟ ଓ ସ୍ଥାୟୀ ନୈତିକ ଶିକ୍ଷାଲାଭ ।

8. ଋଷୋଙ୍କ ମତରେ ବାଲ୍ୟକାଳରେ କେଉଁ ପ୍ରକାର ଶିକ୍ଷା ଦିଆଯିବା ଦରକାର ?
Answer:
ରଷେ ୫ରୁ ୧୨ ବର୍ଷ ବୟସ ପର୍ଯ୍ୟନ୍ତ ସମୟ ଅବଧିକୁ ବାଲ୍ୟକାଳ ଭାବେ ବିବେଚନା କରିଛନ୍ତି । ଋଷୋଙ୍କ ମତ ଅନୁଯାୟୀ ବାଲ୍ୟକାଳ ହେଉଛି ଶୟନର ସମୟ । ସେହି ସମୟରେ କେହି ତାକୁ ଜୋରଜବରଦସ୍ତ ନିଦରୁ ଉଠାଇବା ଠିକ୍ ନୁହେଁ । ତାଙ୍କ ମତରେ ଏହି ସମୟରେ ଶିଶୁକୁ କୌଣସି ବାହ୍ୟିକ ଶିକ୍ଷା ନ ଦେବା ହିଁ ପ୍ରକୃତ ଶିକ୍ଷା । ସେ ଯାହା ଶିକ୍ଷା କରିବ ତାହା ଯେପରି ତାହାର ନିଜସ୍ବ ରୁଚି, ସାମର୍ଥ୍ୟ ଓ ଆଗ୍ରହଦ୍ଵାରା ପରିଚାଳିତ ହୁଏ ସେଥ୍ୟପ୍ରତି ଦୃଷ୍ଟି ଦେବାକୁ ହୁଏ ।

ଶିଶୁକୁ ବୟସ୍କମାନଙ୍କ ଦୃଷ୍ଟିରୁ ଶିକ୍ଷା ଦେବା ଉଚିତ ନୁହେଁ । ଯଦ୍ବାରା ତାହାର ସ୍ଵାଭାବିକ ବିକାଶ ବାଧାପ୍ରାପ୍ତ ହୋଇଥାଏ । ଋଷୋଙ୍କ ମତରେ, ‘ପ୍ରକୃତି ଚାହେଁ ଯେ ଶିଶୁ ଯେପରି ବୟସ୍କ ବ୍ୟକ୍ତି ହେବାରୁ ଶିଶୁ ହୋଇରହେ ।’ ଋଷୋ ମଧ୍ୟ ଆହୁରି ଦୃଢ଼ ଯୁକ୍ତି ଉପସ୍ଥାପନ କରିଛନ୍ତି ଶିଶୁକୁ କିଛି ଶିକ୍ଷା ଦିଅ ନାହଁ, ସେ ପ୍ରତ୍ୟେକ ବିଷୟ ଆବିଷ୍କାର କରିବା ଶିକ୍ଷା କରୁ । ଯେପର୍ଯ୍ୟନ୍ତ ଶିଶୁ ମାନସିକ ସ୍ତରରେ ପୁସ୍ତକ ଧରିବାକୁ ସକ୍ଷମ ନ ହୋଇଛି, ସେ ପର୍ଯ୍ୟନ୍ତ ତାକୁ ପୁସ୍ତକ ଦେବା ଠିକ୍ ନୁହେଁ ।

9. ଋଷୋଙ୍କ ମତରେ ଶିକ୍ଷା ବିକାଶର କେତୋଟି ସ୍ତର ଅଛି ଓ କ’ଣ କ’ଣ ?
Answer:
‘ଏମିଲି’ ପୁସ୍ତକରେ ଶିକ୍ଷାର ବିଭିନ୍ନ ସ୍ତର ସମ୍ପର୍କରେ ଋଷୋ ଆଲୋଚନା କରିଛନ୍ତି । ପ୍ରଥମ ସ୍ତରଟି ଶୈଶବ କାଳ ଯାହାର ସମୟସୀମା ଜନ୍ମରୁ ପାଞ୍ଚବର୍ଷ ଅଟେ । ଦ୍ବିତୀୟ ସ୍ତରଟି ବାଲ୍ୟକାଳ, ଯାହା ପାଞ୍ଚବର୍ଷରୁ ବାରବର୍ଷ ପର୍ଯ୍ୟନ୍ତ । ତୃତୀୟଟି କୈଶୋର ଅବସ୍ଥା ଯାହାର ସମୟସୀମା ବାରବର୍ଷରୁ ପନ୍ଦର ବର୍ଷ । ଚତୁର୍ଥଟି ଯୌବନାବସ୍ଥା, ଯାହାର ସମୟସୀମା ପନ୍ଦର ବର୍ଷରୁ କୋଡ଼ିଏ ବର୍ଷ ।

10. ଋଷୋଙ୍କ ଅନୁଶାସନ ବିଷୟରେ ଲେଖ ।
Answer:
ଶିକ୍ଷାର୍ଥୀମାନେ ମୁକ୍ତ ପରିବେଶରେ ପ୍ରକୃତି କୋଳରେ ଶିକ୍ଷାଲାଭ କରିବା ଉଚିତ । ପ୍ରକୃତି ଉପଯୁକ୍ତ ଶିକ୍ଷକ । ତେଣୁ ପ୍ରକୃତିର ନୀତି ନିୟମ ଅନୁସାରେ ସେ ଶିକ୍ଷାଲାଭ କରିବା ଉଚିତ । ଶିକ୍ଷକମାନଙ୍କର କଡ଼ା ଅନୁଶାସନରେ ଶିକ୍ଷାର୍ଥୀମାନେ ରହିବା ଉଚିତ ନୁହେଁ । ସେମାନେ ମୁକ୍ତ ଭାବରେ ଶିକ୍ଷାଲାଭ କରିବା ଉଚିତ । ଅନୁଶାସନ ପ୍ରାକୃତିକ ପରିଣାମ ତତ୍ତ୍ବ ଉପରେ ଆଧାରିତ । ପ୍ରକୃତି ଦଣ୍ଡ ବା ପୁରସ୍କାର ଦେବ, ଶିକ୍ଷକ ନୁହେଁ । ଯନ୍ତ୍ରଣାକୁ ଅନୁଭବ ସେ କରୁ । ମୁଣ୍ଡ କାନ୍ଥରେ ମାଡ଼ ହେଲେ ସେ କଷ୍ଟ ଅନୁଭବ କରୁ ଓ ତଦ୍ବାରା ସେ ଶିକ୍ଷାଲାଭ କରୁ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଋଷୋଙ୍କର ଶିକ୍ଷା ଦର୍ଶନ କ’ଣ ? ଋଷୋଙ୍କ ମତରେ ଶିକ୍ଷାର ଲକ୍ଷ୍ୟଗୁଡ଼ିକ କ’ଣ ଥିଲା ? ବ୍ୟକ୍ତିର ବିକାଶର ବିଭିନ୍ନ ସ୍ତର ଅନୁଯାୟୀ ଋଷୋଙ୍କଦ୍ୱାରା ପ୍ରଦତ୍ତ ପାଠ୍ୟକ୍ରମ ସମ୍ପର୍କରେ ଆଲୋଚନା କର ।
Answer:
ଋଷୋ ଜଣେ ପ୍ରକୃତିବାଦୀ ଥିଲେ । ସେ ପ୍ରକୃତି କୋଳରେ ଶିଶୁର ବିକାଶ ସାଧନ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଶିଶୁର ଶିକ୍ଷା, ପ୍ରାକୃତିକ ପରିବେଶ ଏବଂ ଶିଶୁର ପ୍ରକୃତି ମଧ୍ୟରେ ସମନ୍ଵୟ ରକ୍ଷା କରାଯିବା ଦରକାର । ଶିଶୁକୁ ନିଜର ଇଚ୍ଛା ଅନୁସାରେ ଶିକ୍ଷାର୍ଜନ କରିବାପାଇଁ ସୁଯୋଗ ଦେବା ବିଧେୟ, ଯାହାଦ୍ୱାରା ତା’ର ନିଜର ବିକାଶ ସାଧନ ହୋଇପାରିବ । ବିଶେଷକରି ରଷୋ ଶିଶୁର ପ୍ରକୃତି ଉପରେ ଗୁରୁତ୍ବାରୋପ କରିବା ସହ ବ୍ୟକ୍ତି ଏବଂ ବହିର୍ଜଗତର ବସ୍ତୁରାଜି ଉପରେ ଗୁରୁତ୍ବାରୋପ କରିଥିଲେ ।

CHSE Odisha Class 12 Education Solutions Chapter 4 ଜିନ୍ ଜାକୁଏସ୍ ଋଷୋ

ମନୋବୈଜ୍ଞାନିକ, ଭୌତିକ ଏବଂ ସାମାଜିକ ପ୍ରକୃତି ଉପରେ ଗୁରୁତ୍ଵ ଦେଲେ ଶିଶୁର ବିକାଶ ଘଟିବ ବୋଲି ସେ କହୁଥିଲେ । ଶିକ୍ଷାର୍ଥୀମାନଙ୍କର ଆବେଗ, ଅନୁଭୂତି ଏବଂ ଆଗ୍ରହ ତଥା ସାମର୍ଥ୍ୟକୁ ନେଇ ଶିକ୍ଷାଦାନ ପାଇଁ ଶିକ୍ଷକମାନେ ଯତ୍ନବାନ୍ ହେଲେ ଶିଶୁର ପୂର୍ଣ୍ଣାଙ୍ଗ ବିକାଶ ଘଟିବ ସେ ମତବ୍ୟକ୍ତ କରିଥିଲେ ।

ଶିକ୍ଷାର ଲକ୍ଷ୍ୟ :
(1) ଶିଶୁର ଅନ୍ତଃପ୍ରବୃତ୍ତି ଓ ଶକ୍ତି ସାମର୍ଥ୍ୟର ବିକାଶ ।
(2) ଅନ୍ତର୍ନିହିତ ଗୁଣରାଜିର ଉପଯୁକ୍ତ ବିକାଶ ।
(3) ଇନ୍ଦ୍ରିୟାନୁଭୂତିର ବିକାଶ ସାଧନ ।
(4) ଜୀବନର ସମସ୍ୟା ସମାଧାନର ଦକ୍ଷତାର ବିକାଶ ସାଧନ ।
(5) କୃତ୍ରିମତା ଏବଂ ଅବାସ୍ତବତାଠାରୁ ଦୂରେଇ ରଖୁବା ।
(6) ନିଜ ପରିସ୍ଥିତି ଏବଂ ସମ୍ଭାବନାରେ ନିଜକୁ ବଞ୍ଚାଇ ରଖୁ
(7) ଶାରୀରିକ ବିକାଶ ସାଧନ ।
(8) ଆନନ୍ଦ ଉପଲବ୍‌ଧ କରିବା ।
(9) ଆତ୍ମନିର୍ଭରଶୀଳ ହେବା ।
(10) ପରିବେଶ ସହ ଖାପଖୁଆଇ ଚଳିବା ।

ଋଷୋଙ୍କ ମତରେ ନାସ୍ତିବାଚକ ଶିକ୍ଷା ହେଉଛି ପ୍ରକୃତ ଶିକ୍ଷା । ଶିଶୁ ଆପେ ଆପେ ନିଜ ପରିବେଶରୁ ଶିକ୍ଷାଲାଭ କରୁ । ନିଜର ଜ୍ଞାନ, କୌଶଳ ଏବଂ ଅନୁଭୂତି ସମ୍ପର୍କରେ ସେ ପ୍ରତ୍ୟକ୍ଷ ଭାବରେ ପରିଚିତ ହେଉ । ଏହା ତାକୁ ଭଲ ଏବଂ ମନ୍ଦ ପ୍ରତି ସଚେତନ କରିପାରିବ । ଏହା ତାକୁ ନିଜର ସାମର୍ଥ୍ୟ ଏବଂ ଚିନ୍ତାଶକ୍ତି ସମ୍ପର୍କରେ ପରିଚିତ କରାଇ ପାରିବ ଏବଂ ବିକାଶର ମାର୍ଗ ସୂଚିତ କରିପାରିବ ।
‘ଏମିଲି’ ପୁସ୍ତକରେ ସେ ଜୀବନାବସ୍ଥାକୁ ୪ ଭାଗରେ ବିଭକ୍ତ କରିଛନ୍ତି; ଯଥା –

(କ) ଶୈଶବାବସ୍ଥା (ଖ) ବାଲ୍ୟାବସ୍ଥା (ଗ) କୈଶୋରାବସ୍ଥା ଓ (ଘ) ଯୌବନାବସ୍ଥା

(କ) ଶୈଶବାବସ୍ଥା (Infancy) : ଏହାର ସମୟ ଅବଧୂ ଜନ୍ମରୁ ପାଞ୍ଚବର୍ଷ । ଏହି ସମୟରେ ଶିଶୁର ଦ୍ରୁତ ଶାରୀରିକ ବିକାଶ ହୁଏ । ଏହି ସମୟରେ ଶରୀର ସମ୍ବନ୍ଧୀୟ ଶିକ୍ଷାଦାନର ଯଥେଷ୍ଟ ଆବଶ୍ୟକ ଅଛି । ମୁକ୍ତ ଭାବରେ ପରିବେଶରେ ଖେଳାଖେଳି କରିବା ସହ ହସିବା, ଖେଳିବା, ବୁଲିବା, କାନ୍ଦିବା ଉପରେ ଗୁରୁତ୍ଵ ଦେବା ଉଚିତ ।

(ଖ) ବାଲ୍ୟାବସ୍ଥା (Childhood) : ଏହାର ଅବଧୂ ୫ ବର୍ଷରୁ ୧୨ ବର୍ଷ । ଏହି ସମୟରେ ନାସ୍ତିବାଚକ ଶିକ୍ଷା ମାଧ୍ୟମରେ ଶିକ୍ଷାଦେବା ଉଚିତ । ପ୍ରାକୃତିକ ଏବଂ ମୁକ୍ତ ପରିବେଶରେ ଶିକ୍ଷାଦାନ କଲେ ଶିକ୍ଷାର୍ଥୀ ନିଜସ୍ୱ ଅଭିଜ୍ଞତା ଲାଭ କରିଥାଏ ।

(ଗ) କୈଶୋରାବସ୍ଥା (Boyhood) : ଏହାର ଅବଧୂ ବାର ବର୍ଷରୁ ପନ୍ଦର ବର୍ଷ ମାନସିକ ଏବଂ ଶାରୀରିକ ସ୍ତରରେ ଏ ବୟସରେ ସମସ୍ତେ ସକ୍ରିୟ ଥାଆନ୍ତି । ବିଶେଷକରି ଯୌନ ପ୍ରବୃତ୍ତି ଏବଂ ଯୌନ ଲକ୍ଷଣଗୁଡ଼ିକ ଏହି ସମୟରେ ପ୍ରକାଶ ପାଇଥାଏ । କୈଶୋରାବସ୍ଥାରେ ବିଭିନ୍ନ ଅଭିଜ୍ଞତା ସହ ବିଷୟବସ୍ତୁ ଜ୍ଞାନର ଆବଶ୍ୟକତା ଅଛି । ଇତିହାସ, ବିଜ୍ଞାନ ଅଧ୍ୟୟନ ଉପରେ ଏହି ସମୟରେ ଗୁରୁତ୍ଵ ଦିଆଯିବା ଆବଶ୍ୟକ ।

(ଘ) ଯୌବନାବସ୍ଥା (Adolescence) : ଏହି ସମୟର ଅବଧୂ ୧୫ ବର୍ଷରୁ ୨୦ ବର୍ଷ ପର୍ଯ୍ୟନ୍ତ । ଏହି ବୟସଟି ବ୍ୟକ୍ତିର ଦ୍ବିତୀୟ ଜନ୍ମ । ଏହି ସମୟରେ ବିଭିନ୍ନ କାର୍ଯ୍ୟ ଅଭିଜ୍ଞତା ମାଧ୍ୟମରେ ସେ ଶିକ୍ଷା ଅର୍ଜନ କରିଥାଏ । ବିଶେଷକରି ହୃଦୟର ବିକାଶ ପାଇଁ ଧର୍ମଶିକ୍ଷା ସହ ଇତିହାସ ଏବଂ ଦର୍ଶନ ଶିକ୍ଷାର ଆବଶ୍ୟକତା ଅଛି । ଯୌନଶିକ୍ଷା ପ୍ରାପ୍ତିଦ୍ୱାରା ଶିକ୍ଷାର୍ଥୀମାନେ ଗାର୍ହସ୍ଥ୍ୟ ଜୀବନଯାପନ କରିବାପାଇଁ ସୁଯୋଗ ପାଇପାରିବେ ।

2. ଋଷୋଙ୍କ ମତରେ ଶିକ୍ଷାଦାନ ପ୍ରଣାଳୀ ଏବଂ ନାରୀଶିକ୍ଷା କିପରି ହେବା ଉଚିତ ଆଲୋଚନା କର ।
Answer:
ଶିକ୍ଷାଦାନ ପ୍ରଣାଳୀ (Methods of Teaching) : ଋଷୋ ଗତାନୁଗତିକ ପୁସ୍ତକଗତ ଶିକ୍ଷାଦାନ ପ୍ରଣାଳୀର ଘୋର ବିରୋଧୀ ଥିଲେ । ସେ ନିମ୍ନଲିଖ୍ ଶିକ୍ଷାଦାନ ପଦ୍ଧତିଗୁଡ଼ିକ ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

(1) ପ୍ରତ୍ୟକ୍ଷ ଅନୁଭୂତି (Direct Experience) : ଶିକ୍ଷାର୍ଥୀ ବାସ୍ତବ ପରିସ୍ଥିତିର ସମ୍ମୁଖୀନ ହେଲେ ପ୍ରତ୍ୟକ୍ଷ ଭାବରେ ଶିକ୍ଷାଲାଭ କରିଥାଏ । ପ୍ରତ୍ୟକ୍ଷ ଅନୁଭୂତିଦ୍ଵାରା ଅର୍ଜିତ ଶିକ୍ଷା ଦୀର୍ଘସ୍ଥାୟୀ ହୋଇଥାଏ ।

(2) ଆବିଷ୍କାରମୂଳକ ପଦ୍ଧତି (Heuristic Method) : ନିଜର ଅନେକ ଅଭିଜ୍ଞତା ଏବଂ ଜ୍ଞାନର ପ୍ରୟୋଗ କରାଯାଇ ନୂତନ ଜ୍ଞାନ ଆହରଣ କରାଯାଇଥାଏ । ଏହା କେବଳ ଅନ୍ଵେଷଣ ବା ଆବିଷ୍କାର ପଦ୍ଧତି ଅବଲମ୍ବନଦ୍ୱାରା ସମ୍ଭବ ।

(3) କାର୍ଯ୍ୟ ମାଧ୍ୟମରେ ଶିକ୍ଷା (Learning by doing) : ଶିକ୍ଷାର୍ଥୀକୁ କିଛି କରିବାକୁ ଦେଲେ ତା’ର 3Hsର ବିକାଶ ହୁଏ । କୌଣସି କାର୍ଯ୍ୟ କରିବା ପୂର୍ବରୁ ସେ ଚିନ୍ତାକରି, ବୁଝି ତାହା ନିଜର ହସ୍ତପଦର ବ୍ୟବହାରଦ୍ୱାରା ସମ୍ପାଦନ କରିଥାଏ । ତେଣୁ ଭାଷା ବା କଥାଦ୍ବାରା ଶିକ୍ଷାଦାନ ଅପେକ୍ଷା କାର୍ଯ୍ୟଦ୍ଵାରା ଶିକ୍ଷାଦାନ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।

(4) କ୍ରୀଡ଼ା ପଦ୍ଧତି (Playway Method) : ଶିକ୍ଷାର୍ଥୀ ଖେଳିବାକୁ ଭଲପାଏ । କ୍ରୀଡ଼ା ହିଁ ଶିକ୍ଷାଦାନର ଏକ ଉପଯୁକ୍ତ ପଦ୍ଧତି । କ୍ରୀଡ଼ାଦ୍ଵାରା ଶିକ୍ଷାର୍ଥୀ ସ୍ବାଧୀନ ଏବଂ ସ୍ଵତଃସ୍ପର୍ଭ ଭାବରେ ଶିକ୍ଷାଲାଭ କରିଥାଏ ।

(5) ଭ୍ରମଣ ଓ ପର୍ଯ୍ୟବେକ୍ଷଣ (Visit and Observation) : ‘ଏମିଲି’କୁ କିଛି ପଚାରିବା ଦରକାର ନାହିଁ । ସେ ନିଜେ ଅନ୍ଵେଷଣ କରି ଶିକ୍ଷାଲାଭ କରୁ । ଏହାର ଅର୍ଥ ଶିକ୍ଷାର୍ଥୀ ନିଜେ ନିଜର ପରିବେଶ, ନଦୀ, ପାହାଡ଼କୁ ପର୍ଯ୍ୟବେକ୍ଷଣ କରୁ ଏବଂ ଶିକ୍ଷାଲାଭ କରୁ ।

ଅନୁଶାସନ (Discipline) : ଶିକ୍ଷାର୍ଥୀମାନେ ମୁକ୍ତ ପରିବେଶରେ ପ୍ରକୃତି କୋଳରେ ଶିକ୍ଷାଲାଭ କରିବା ଉଚିତ । ପ୍ରକୃତି ଉପଯୁକ୍ତ ଶିକ୍ଷକ । ତେଣୁ ପ୍ରକୃତିର ନୀତିନିୟମ ଅନୁସାରେ ଶିକ୍ଷାଲାଭ କରିବା ଉଚିତ । ଶିକ୍ଷକମାନଙ୍କର କଡ଼ା ଅନୁଶାସନରେ ଶିକ୍ଷାର୍ଥୀମାନେ ରହିବା ଉଚିତ ନୁହେଁ । ସେମାନେ ମୁକ୍ତ ଭାବରେ ଶିକ୍ଷାଲାଭ କରିବା ଉଚିତ । ଅନୁଶାସନ ପ୍ରାକୃତିକ ପରିଣାମ ତତ୍ତ୍ଵ ଉପରେ ଆଧାରିତ । ପ୍ରକୃତି ଦଣ୍ଡ ବା ପୁରସ୍କାର ଦେବ, ଶିକ୍ଷକ ନୁହେଁ । ଯନ୍ତ୍ରଣାକୁ ଅନୁଭବ ସେ କରୁ । ମୁଣ୍ଡ କାନ୍ଥରେ ମାଡ଼ ହେଲେ ସେ କଷ୍ଟ ଅନୁଭବ କରୁ ଓ ତଦ୍ବାରା ଶିକ୍ଷାଲାଭ କରୁ ।

ଶିକ୍ଷକ (Teacher) : ଶିକ୍ଷକ ଶିକ୍ଷାର୍ଥୀମାନଙ୍କର ବନ୍ଧୁ, ସହାୟକ, ପଥପ୍ରଦର୍ଶକ ଓ ପରାମର୍ଶଦାତା । ଶିକ୍ଷାର୍ଥୀମାନଙ୍କୁ ସେ ଆଢୁଆଳରେ ରହି ସାହାଯ୍ୟ କରିଥା’ନ୍ତି । ଶିକ୍ଷାଦାନ ଏବଂ ଶିକ୍ଷଣ ପରିସ୍ଥିତିର ଶିକ୍ଷକ କେବଳ ପଥପ୍ରଦର୍ଶକ । ଜଣେ ଉପଯୁକ୍ତ ପର୍ଯ୍ୟବେକ୍ଷକ ଭାବରେ ଶିକ୍ଷକ କାର୍ଯ୍ୟ କରିଥା’ନ୍ତି । ପାଠ୍ୟବିଷୟ ଉପରେ ଅଧିକ ଜ୍ଞାନ ନ ଦେଇ ସ୍ଵାଧୀନ ଭାବରେ ଶିକ୍ଷାର୍ଜନ କରିବାପାଇଁ ଶିକ୍ଷକ ଶିକ୍ଷାର୍ଥୀମାନଙ୍କୁ ପ୍ରେରଣା ଯୋଗାଇଥା’ନ୍ତି ।

ନାରୀଶିକ୍ଷା (Women Education) : ନାରୀଶିକ୍ଷା ପ୍ରତି ଋଷୋଙ୍କର ମନୋଭାବ ଆଧୁନିକ ଶିକ୍ଷାବିତମାନଙ୍କୁ ପ୍ରଭାବିତ କରିପାରି ନ ଥିଲା । ନାରୀଶିକ୍ଷାର ଲକ୍ଷ୍ୟ ଏକ ଆଦର୍ଶ ଗୃହିଣୀ ସୃଷ୍ଟି କରିବା । ନାରୀ ଏବଂ ପୁରୁଷମାନଙ୍କ ମଧ୍ୟରେ ଶାରୀରିକ ଗଠନ ଏବଂ ବିକାଶରେ ଅନେକ ପାର୍ଥକ୍ୟ ଅଛି । ସେମାନଙ୍କର ଜୀବନଯାପନ ପ୍ରଣାଳୀ ଏକା ନୁହେଁ । ସେ ନାରୀର କାର୍ଯ୍ୟକୁ ପୁରୁଷର ସେବା, ମନୋରଞ୍ଜନ ଏବଂ ପ୍ରୀତି ସମ୍ପାଦନା ପାଇଁ ଉଦ୍ଦିଷ୍ଟ ବୋଲି ‘ଏମିଲି’ରେ ମତ ପ୍ରକାଶ କରିଛନ୍ତି । ଏମିଲିର ଭବିଷ୍ୟତ ପତ୍ନୀର ନାମ ‘ସୋଫୀ’ ଅଟେ ।

3. ଋଷୋଙ୍କ ମତରେ ଶିକ୍ଷକଙ୍କର ଭୂମିକା ଆଲୋଚନା କରି ଶିକ୍ଷା ଦର୍ଶନ ଏବଂ ନାସ୍ତିବାଚକ ଶିକ୍ଷା ସମ୍ପର୍କରେ ଲେଖ ।
Answer:
ଶିକ୍ଷକ ଶିକ୍ଷାର୍ଥୀମାନଙ୍କର ବନ୍ଧୁ, ସହାୟକ, ପଥପ୍ରଦର୍ଶକ ଓ ପରାମର୍ଶଦାତା । ଶିକ୍ଷାର୍ଥୀମାନଙ୍କୁ ସେ ଆଢୁଆଳରେ ରହି ସାହାଯ୍ୟ କରିଥା’ନ୍ତି । ଶିକ୍ଷାଦାନ ଏବଂ ଶିକ୍ଷଣ ପରିସ୍ଥିତିର ଶିକ୍ଷକ କେବଳ ପଥପ୍ରଦର୍ଶକ । ଜଣେ ଉପଯୁକ୍ତ ପର୍ଯ୍ୟବେକ୍ଷକ ଭାବରେ ଶିକ୍ଷକ କାର୍ଯ୍ୟ କରିଥା’ନ୍ତି । ପାଠ୍ୟବିଷୟ ଉପରେ ଅଧିକ ଜ୍ଞାନ ନ ଦେଇ ସ୍ବାଧୀନ ଭାବରେ ଶିକ୍ଷାର୍ଜନ କରିବାପାଇଁ ଶିକ୍ଷକ ଶିକ୍ଷାର୍ଥୀମାନଙ୍କୁ ପ୍ରେରଣା ଯୋଗାଇଥା’ନ୍ତି ।

ଋଷୋଙ୍କର ଶିକ୍ଷାକ୍ଷେତ୍ରକୁ ଶିଶୁକୈନ୍ଦ୍ରିକ ଶିକ୍ଷା, ନାସ୍ତିବାଚକ ଶିକ୍ଷା, ପ୍ରକୃତିରୁ ପର୍ଯ୍ୟବେକ୍ଷଣ ଏକ ପ୍ରତ୍ୟକ୍ଷ ଅନୁଭୂତି ମାଧ୍ୟମରେ ଶିକ୍ଷାର୍ଜନ କରିବା ଉପରେ ଗୁରୁତ୍ବ ଆରୋପ କରିଛନ୍ତି । ବିଶେଷକରି ଶିକ୍ଷାର୍ଥୀମାନଙ୍କୁ ସ୍ଵାଧୀନ୍ ଭାବରେ ଶିକ୍ଷାର୍ଜନ କରିବାପାଇଁ ସେ ଯେଉଁ ପ୍ରେରଣା ଦେଇଛନ୍ତି ତାହା ସ୍ଵାଗତଯୋଗ୍ୟ । ଏସବୁ ଅବଦାନ ଋଷୋଙ୍କୁ ସମଗ୍ର ପୃଥ‌ିବୀରେ ଏକ ସ୍ବତନ୍ତ୍ର ପରିଚିତି ଆଣି ଦେଇଛି । ଶିକ୍ଷାର ବିଭିନ୍ନ କ୍ଷେତ୍ର ପାଇଁ ତାଙ୍କର ନିମ୍ନଲିଖ୍ ଅବଦାନଗୁଡ଼ିକ ଉଲ୍ଲେଖଯୋଗ୍ୟ ।

CHSE Odisha Class 12 Education Solutions Chapter 4 ଜିନ୍ ଜାକୁଏସ୍ ଋଷୋ

  • ଶିଶୁକୈନ୍ଦ୍ରିକ ଶିକ୍ଷା ଆଧୁନିକ ଶିକ୍ଷା ପ୍ରଣାଳୀକୁ ତାଙ୍କର ଶ୍ରେଷ୍ଠ ଦାନ ।
  • ମୁକ୍ତ ପରିବେଶରେ ଶିକ୍ଷାଦାନ ଏବଂ ଶିକ୍ଷା ଗ୍ରହଣ ଉପରେ ସେ ଗୁରୁତ୍ଵ ଦେଇଛନ୍ତି ।
  • ପ୍ରତ୍ୟକ୍ଷ ଅନୁଭୂତିଦ୍ୱାରା ଶିକ୍ଷାଲାଭ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ବୋଲି ସେ କହିଛନ୍ତି ।
  • କ୍ରୀଡ଼ା ପଦ୍ଧତି, କ୍ରିୟାପ୍ରଧାନ ପଦ୍ଧତି ଏବଂ କାର୍ଯ୍ୟ ମାଧ୍ୟମରେ ଶିକ୍ଷା ଗ୍ରହଣ ଶିକ୍ଷାକ୍ଷେତ୍ର ପାଇଁ ତାଙ୍କର ଅନନ୍ୟ ଅବଦାନ ଅଟେ ।
  • ଅନୁଶାସନ ଓ ଦଣ୍ଡର ପ୍ରୟୋଗକୁ ବିରୋଧଦ୍ବାରା ଦଣ୍ଡମୁକ୍ତ ଶିକ୍ଷାଦାନ ସମ୍ଭବପର ବୋଲି ସେ କହିଛନ୍ତି ।
  • ସହଜାତ ଗୁଣର ବିକାଶ ପାଇଁ ସ୍ଵାଧୀନତା ପ୍ରଦାନ ଶିକ୍ଷାର୍ଥୀକୁ ଆଗକୁ ଯିବାକୁ ସାହାଯ୍ୟ କରିଥାଏ ବୋଲି ସେ କହିଛନ୍ତି ।
  • ଶିକ୍ଷାକ୍ଷେତ୍ରକୁ ନାସ୍ତିବାଚକ ଶିକ୍ଷା ଋଷୋଙ୍କର ଏକ ମହାନ୍ ଅବଦାନ ଅଟେ ।
  • ସମଗ୍ର ମାନବ ଜଗତ ପ୍ରତି ‘ପ୍ରକୃତିକୁ ପ୍ରତ୍ୟାବର୍ତ୍ତନ’ ସ୍ଲୋଗାନ୍ ଜନସଚେତନତା ପାଇଁ ଏକ ଅସ୍ତ୍ର ସଦୃଶ ଥିଲା ।

ଶିକ୍ଷା ଦର୍ଶନ – ଋଷୋ ଜଣେ ପ୍ରକୃତିବାଦୀ ଥିଲେ । ପ୍ରାକୃତିକ ପରିବେଶରେ ଶିଶୁର ବିକାଶ ସାଧନ ହେବା ଉଚିତ ବୋଲି ସେ କହୁଥିଲେ । ଶିଶୁଟି ପ୍ରକୃତି କୋଳରେ ଜନ୍ମ ନେଇଛି । ସେଠାରେ ସେ ନିର୍ଭୟରେ ବଞ୍ଚୁରହିବାକୁ ଚାହେଁ ଏବଂ ସ୍ଵାଧୀନ ଜୀବନଧାରଣ କରିବାକୁ ସେ ବ୍ୟଗ୍ର । ଶିଶୁର ସର୍ବାଙ୍ଗୀନ ବିକାଶ ହିଁ ଶିକ୍ଷାର ଉଦ୍ଦେଶ୍ୟ । ଋଷୋଙ୍କ ମତରେ, ଶିକ୍ଷାର ଅର୍ଥ, ଅଭ୍ୟାସ ଗଠନ ବ୍ୟତୀତ ଅନ୍ୟ କିଛି ହୋଇ ନ ପାରେ । ମନୁଷ୍ୟ ଅଭିଜ୍ଞତାରୁ ଶିକ୍ଷାଲାଭ କରିଥାଏ । ଶିକ୍ଷା ଏକ ଜୀବନବ୍ୟାପୀ ପ୍ରକ୍ରିୟା । ଜନ୍ମଠାରୁ ମୃତ୍ୟୁପର୍ଯ୍ୟନ୍ତ ସେ ଶିକ୍ଷାଲାଭ କରିଥାଏ । ପ୍ରକୃତି ଓ ପରିବେଶରୁ ସେ ଶିକ୍ଷାଲାଭ କରେ ।

ନାସ୍ତିବାଚକ ଶିକ୍ଷା (Negative Education) – ଋଷୋ ନାସ୍ତିବାଚକ ଶିକ୍ଷା ଉପରେ ଗୁରୁତ୍ଵ ଦେଇଥିଲେ । ସେ ଏ ସମ୍ପର୍କରେ ସ୍ବରଚିତ ପୁସ୍ତକ ‘ଏମିଲି’ (Emile)ରେ ବ୍ୟାଖ୍ୟା କରିଛନ୍ତି । ଅସ୍ତିବାଚକ ଶିକ୍ଷାର ସେ ଘୋର ବିରୋଧ କରୁଥିଲେ । ନାସ୍ତିବାଚକ ଶିକ୍ଷା ଉପରେ ଗୁରୁତ୍ବ ଦେଇ ସେ ମତ ପ୍ରକାଶ କରିଛନ୍ତି ଯେ କୃତ୍ରିମ ଏବଂ ଅସ୍ୱାଭାବିକ ପରିବେଶରେ ଦିଆଯାଉଥ‌ିବା ଶିକ୍ଷା ମୂଲ୍ୟହୀନ; ମାତ୍ର ପ୍ରାକୃତିକ ପରିବେଶରେ ଯେଉଁ ଶିକ୍ଷା ଦିଆଯାଇଥାଏ ତାହା ବାସ୍ତବ । ତେଣୁ ଶିକ୍ଷାର୍ଥୀଙ୍କୁ କୃତ୍ରିମତା, କଠୋରତା ଏବଂ ଅବାସ୍ତବତାଠାରୁ ଦୂରେଇ ରଖ୍ ଉଚିତ । ସାମାଜିକ ଶୃଙ୍ଖଳାରେ ବାନ୍ଧି ଶିକ୍ଷାଦାନ କରିବାଦ୍ୱାରା ତାହା ଶିକ୍ଷାର୍ଥୀଙ୍କୁ ସମ୍ପୂର୍ଣ୍ଣ ସ୍ବାଧୀନତା ଦେଇ ନ ଥାଏ । ମୁକ୍ତ ଭାବରେ ଶିକ୍ଷାଦାନ ନିତାନ୍ତ ଜରୁରୀ । ଇନ୍ଦ୍ରିୟାନୁଭୂତିଦ୍ୱାରା ଶିକ୍ଷାର୍ଥୀ ଆପେ ଆପେ ଶିକ୍ଷାଲାଭ କରିଥାଏ ।

BSE Odisha Class 12 Education Notes

ବିଷୟଭିତ୍ତିକ ସୂଚନା

⇒ ଋଷୋଙ୍କ ଜୀବନୀ : ଲବ୍‌ଧପ୍ରତିଷ୍ଠ ଫରାସୀ ଦାର୍ଶନିକ ଜିନ୍ ଜାକ୍‌ ଋଷୋ ୧୭୧୨ ମସିହା ଜୁନ୍ ମାସ ୨୮ ତାରିଖରେ ପ୍ରାକୃତିକ ଶୋଭା ବିମଣ୍ଡିତ ଜେନେଭା ସହରରେ ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଜୀବନରେ ଅନେକ କିଛି ଯନ୍ତ୍ରଣାସିକ୍ତ ଓ ବିଶୃଙ୍ଖଳିତ ଘଟଣାବଳୀକୁ ନେଇ ଋଷୋ ଜଣେ ପ୍ରକୃତିବାଦୀ ଓ ବିପ୍ଳବୀ ଲେଖକ ଭାବରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛନ୍ତି । ତାଙ୍କର ଅମର କୃତି ମଧ୍ୟରୁ ‘ଏମିଲି’ ଏବଂ ‘ସାମାଜିକ ଚୁକ୍ତି’ ଅନ୍ୟତମ ।

ଅନେକଗୁଡ଼ିଏ ଅମର ଲେଖା ମାଧ୍ୟମରେ ଜୀବନର ବ୍ୟଥାବହୁଳ ତଥା ଯନ୍ତ୍ରଣା ଜର୍ଜରିତ ଘଟଣାବଳୀକୁ ଲୋକଲୋଚନକୁ ଆଣି ଶେଷରେ ୧୭୭୮ ମସିହା ଜୁଲାଇ ୨ ତାରିଖରେ ବିଶ୍ବପ୍ରସିଦ୍ଧ ଏହି ପ୍ରକୃତିବାଦୀ ଦାର୍ଶନିକ ପ୍ରାଣତ୍ୟାଗ କରିଥିଲେ ।

⇒ ଋଷୋଙ୍କ ଜୀବନ ଦର୍ଶନ : ଋଷୋଙ୍କ ଜୀବନ ଦର୍ଶନ ହେଉଛି ପ୍ରକୃତିବାଦ, ସାମ୍ୟବାଦ ଓ ସ୍ବାଧୀନତାର ଅପୂର୍ବ ସମାହାର; ଯାହାକି ପ୍ରାକୃତିକ ରାଷ୍ଟ୍ର, ପ୍ରାକୃତିକ ମନୁଷ୍ୟ ଓ ପ୍ରାକୃତିକ ସଭ୍ୟତାକୁ ନେଇ ପରିକଳ୍ପିତ । ତାଙ୍କ ଜୀବନଦର୍ଶନର ସମସ୍ତ ଚିନ୍ତାଧାରାଗୁଡ଼ିକ ତାଙ୍କ ରଚିତ ଅମୂଲ୍ୟ ଗ୍ରନ୍ଥାବଳୀମାନଙ୍କରେ ପ୍ରତିଫଳିତ । ଜଣେ ପ୍ରକୃତିବାଦୀ ଦାର୍ଶନିକ ଭାବରେ ଋଷୋଙ୍କର ମୁଖ୍ୟ ଆହ୍ବାନ ଥୁଲା, ‘ପ୍ରକୃତିକୁ ଫେରିଯାଅ’’ । ଶିକ୍ଷାକ୍ଷେତ୍ରକୁ ପ୍ରକୃତିବାଦୀ ଚିନ୍ତାଧାରା ଓ ମୂଲ୍ୟବୋଧ ମଧ୍ୟ ଋଷୋଙ୍କ ଜୀବନଦର୍ଶନର ସର୍ବଶ୍ରେଷ୍ଠ ପ୍ରତିଫଳନ ।

⇒ ଋଷୋଙ୍କ ଶିକ୍ଷାଦର୍ଶନ : ଋଷୋଙ୍କ ଶିକ୍ଷାଦର୍ଶନ ତାଙ୍କ ଜୀବନର ପ୍ରତିଫଳନ ମାତ୍ର । ଜଣେ ପ୍ରକୃତିବାଦୀ ଦାର୍ଶନିକ ଭାବରେ ସେ ପ୍ରକୃତିବାଦୀ ଶିକ୍ଷାଦର୍ଶନର ସମର୍ଥକ ଭାବେ ନିଜକୁ ପ୍ରତିପାଦିତ କରିଛନ୍ତି । ତାଙ୍କ ରଚିତ ‘ଏମିଲି’ ପୁସ୍ତକରେ ପ୍ରକୃତିବାଦୀ ଶିକ୍ଷାଦର୍ଶନର ସ୍ପଷ୍ଟ ଛାପା ଦେଖ‌ିବାକୁ ମିଳେ । ଋଷୋଙ୍କର ଏହି ପ୍ରକୃତିବାଦୀ ଶିକ୍ଷାଦର୍ଶନର ବିଭିନ୍ନ ଦିଗଗୁଡ଼ିକ ହେଲା-

  • ଶିକ୍ଷାର ପ୍ରକୃତିବାଦୀ ଅର୍ଥ
  • ପ୍ରକୃତିବାଦର ଅବଧାରଣା
  • ପ୍ରକୃତିର ତ୍ରିବିଧ ଅର୍ଥ
  • ପ୍ରକୃତି ଦେବୋତ୍ତର ଶକ୍ତି ସହ ସମାନ
  • ନାରୀଶିକ୍ଷାରେ ପ୍ରକୃତିବାଦ

⇒ ବ୍ୟକ୍ତିର ବିକାଶ ପାଇଁ ବିଭିନ୍ନ ସ୍ତର :
(୧) ଶୈଶବ କାଳ (ଜନ୍ମରୁ ୫ ବର୍ଷ)
(୨) ବାଲ୍ୟକାଳ (୫ ବର୍ଷରୁ ୧୨ ବର୍ଷ)
(୩) କୈଶୋରାବସ୍ଥା (୧୨ ବର୍ଷରୁ ୧୫ ବର୍ଷ)
(୪) ଯୌବନାବସ୍ଥା (୧୫ ବର୍ଷରୁ ୨୦ ବର୍ଷ)

⇒ ଋଷୋ ଜଣେ ପ୍ରକୃତିବାଦୀ ଥିଲେ । ପ୍ରାକୃତିକ ପରିବେଶରେ ଶିଶୁର ବିକାଶ ସାଧନ ହେବା ଉଚିତ ବୋଲି ସେ କହୁଥିଲେ । ଶିଶୁଟି ପ୍ରକୃତି କୋଳରେ ଜନ୍ମ ନେଇଛି । ସେଠାରେ ସେ ନିର୍ଭୟରେ ବଞ୍ଚି ରହିବାକୁ ଚାହେଁ ଏବଂ ସ୍ବାଧୀନ ଜୀବନଧାରଣ କରିବାକୁ ସେ ବ୍ୟଗ୍ର । ଶିଶୁର ସର୍ବାଙ୍ଗୀନ ବିକାଶ ହିଁ ଶିକ୍ଷାର ଉଦ୍ଦେଶ୍ୟ । ଋଷୋଙ୍କ ମତରେ, ଶିକ୍ଷାର ଅର୍ଥ, ଶିକ୍ଷା ଅଭ୍ୟାସ ଗଠନ ବ୍ୟତୀତ ଅନ୍ୟ କିଛି ହୋଇ ନ ପାରେ । ମନୁଷ୍ୟ ଅଭିଜ୍ଞତାରୁ ଶିକ୍ଷାଲାଭ କରିଥାଏ । ଶିକ୍ଷା ଏକ ଜୀବନବ୍ୟାପୀ ପ୍ରକ୍ରିୟା । ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସେ ଶିକ୍ଷାଲାଭ କରିଥାଏ । ପ୍ରକୃତି ଓ ପରିବେଶରୁ ସେ ଶିକ୍ଷାଲାଭ କରେ ।

ଶିକ୍ଷାର ଲକ୍ଷ୍ୟ :
ଋଷୋଙ୍କ ଶିକ୍ଷାର ଲକ୍ଷ୍ୟସମୂହ ନିମ୍ନରେ ପ୍ରଦତ୍ତ ହେଲା-
(1) ଶିଶୁର ଅନ୍ତଃପ୍ରବୃତ୍ତି ଓ ଶକ୍ତି ସାମର୍ଥ୍ୟର ବିକାଶ ।
(2) ଅନ୍ତର୍ନିହିତ ଗୁଣରାଜିର ଉପଯୁକ୍ତ ବିକାଶ ।
(3) ଇନ୍ଦ୍ରିୟାନୁଭୂତିର ବିକାଶ ସାଧନ ।
(4) ଜୀବନର ସମସ୍ୟା ସମାଧାନର ଦକ୍ଷତାର ବିକାଶ ସାଧନ ।
(5) କୃତ୍ରିମତା ଏବଂ ଅବାସ୍ତବତାଠାରୁ ଦୂରେଇ ରଖୁବା ।
(6) ନିଜ ପରିସ୍ଥିତି ଏବଂ ସମ୍ଭାବନାରେ ନିଜକୁ ବଞ୍ଚାଇ ରଖୁବା ।
(7) ଶାରୀରିକ ବିକାଶ ସାଧନ କରିବା ।
(8) ଆନନ୍ଦ ଉପଲବ୍‌ କରିବା ।
(9) ଆତ୍ମନିର୍ଭରଶୀଳ ହେବା ।
(10) ପରିବେଶ ସହ ଖାପଖୁଆଇ ଚଳିବା ।

CHSE Odisha Class 12 Education Solutions Chapter 4 ଜିନ୍ ଜାକୁଏସ୍ ଋଷୋ

(a) ନାସ୍ତିବାଚକ ଶିକ୍ଷା (Negative Education) : ଋଷୋ ନାସ୍ତିବାଚକ ଶିକ୍ଷା ଉପରେ ଗୁରୁତ୍ଵ ଦେଇଥିଲେ । ସେ ଏ ସମ୍ପର୍କରେ ସ୍ବରଚିତ ପୁସ୍ତକ ‘ଏମିଲି’ (Emile)ରେ ବ୍ୟାଖ୍ୟା କରିଛନ୍ତି । ଅସ୍ତିବାଚକ ଶିକ୍ଷାର ସେ ଘୋର ବିରୋଧ କରୁଥିଲେ । ନାସ୍ତିବାଚକ ଶିକ୍ଷା ଉପରେ ଗୁରୁତ୍ଵ ଦେଇ ସେ ମତ ପ୍ରକାଶ କରିଛନ୍ତି ଯେ କୃତ୍ରିମ ଏବଂ ଅସ୍ଵାଭାବିକ ପରିବେଶରେ ଦିଆଯାଉଥ‌ିବା ଶିକ୍ଷା ମୂଲ୍ୟହୀନ; ମାତ୍ର ପ୍ରାକୃତିକ ପରିବେଶରେ ଯେଉଁ ଶିକ୍ଷା ଦିଆଯାଇଥାଏ ତାହା ବାସ୍ତବ ।

ତେଣୁ ଶିକ୍ଷାର୍ଥୀଙ୍କୁ କୃତ୍ରିମତା, କଠୋରତା ଏବଂ ଅବାସ୍ତବତାଠାରୁ ଦୂରେଇରଖୁବା ଉଚିତ । ସାମାଜିକ ଶୃଙ୍ଖଳାରେ ବାନ୍ଧି ଶିକ୍ଷାଦାନ କରିବାଦ୍ୱାରା ତାହା ଶିକ୍ଷାର୍ଥୀଙ୍କୁ ସମ୍ପୂର୍ଣ୍ଣ ସ୍ଵାଧୀନତା ଦେଇ ନ ଥାଏ । ମୁକ୍ତ ଭାବରେ ଶିକ୍ଷାଦାନ ନିତାନ୍ତ ଜରୁରୀ । ଇନ୍ଦ୍ରିୟାନୁଭୂତିଦ୍ୱାରା ଶିକ୍ଷାର୍ଥୀ ଆପେ ଆପେ ଶିକ୍ଷାଲାଭ କରିଥାଏ ।

(b) ବିଭିନ୍ନ ସ୍ତର ଅନୁସାରେ ପାଠ୍ୟକ୍ରମ : ଏମିଲି (Emile) ରେ ଋଷେ ବିଭିନ୍ନ ସ୍ତର ଅନୁସାରେ କିପରି ଶିକ୍ଷାଦାନ କରାଯାଇଥାଏ, ତାହା ବର୍ଣ୍ଣନା କରିଛନ୍ତି । ସେ ବିକାଶର ସ୍ତରକୁ ନିମ୍ନମତେ ବିଭାଗୀକରଣ କରିଛନ୍ତି-

(1) ଶୈଶବାବସ୍ଥା (Infancy)
(2) ବାଲ୍ୟାବସ୍ଥା (Childhood)
(3) କୈଶୋରାବସ୍ଥା (Boyhood)
(4)ଯୌବନାବସ୍ଥା (Adolescence)

(1) ଶୈଶବାବସ୍ଥା (Infancy) : ଏହାର ସମୟ ଅବଧୂ ଜନ୍ମରୁ ପାଞ୍ଚବର୍ଷ । ଏହି ସମୟରେ ଶିଶୁର ଦ୍ରୁତ ଶାରୀରିକ ବିକାଶ ହୁଏ । ଏହି ସମୟରେ ଶରୀର ସମ୍ବନ୍ଧୀୟ ଶିକ୍ଷାଦାନର ଯଥେଷ୍ଟ ଆବଶ୍ୟକ ଅଛି । ମୁକ୍ତ ଭାବରେ ପରିବେଶରେ ଖେଳାଖେଳି କରିବା ସହ ହସିବା, ଖେଳିବା, ବୁଲିବା, କାନ୍ଦିବା ଉପରେ ଗୁରୁତ୍ବ ଦେବା ଉଚିତ ।

(2) ବାଲ୍ୟାବସ୍ଥା (Childhood) : ଏହାର ଅବଧୂ ୫ ବର୍ଷରୁ ୧୨ ବର୍ଷ । ଏହି ସମୟରେ ନାସ୍ତିବାଚକ ଶିକ୍ଷା ମାଧ୍ୟମରେ ଶିକ୍ଷାଦେବା ଉଚିତ । ପ୍ରାକୃତିକ ଏବଂ ମୁକ୍ତ ପରିବେଶରେ ଶିକ୍ଷାଦାନ କଲେ ଶିକ୍ଷାର୍ଥୀ ନିଜସ୍ଵ ଅଭିଜ୍ଞତା ଲାଭ କରିଥାଏ ।

(3) କୈଶୋରାବସ୍ଥା (Boyhood) : ଏହାର ଅବଧୂ ବାର ବର୍ଷରୁ ପନ୍ଦର ବର୍ଷ । ମାନସିକ ଏବଂ ଶାରୀରିକ ସ୍ତରରେ ଏ ବୟସରେ ସମସ୍ତେ ସକ୍ରିୟ ଥାଆନ୍ତି । ବିଶେଷକରି ଯୌନ ପ୍ରବୃତ୍ତି ଏବଂ ଯୌନ ଲକ୍ଷଣଗୁଡ଼ିକ ଏହି ସମୟରେ ପ୍ରକାଶ ପାଇଥାଏ । କୈଶୋରାବସ୍ଥାରେ ବିଭିନ୍ନ ଅଭିଜ୍ଞତା ସହ ବିଷୟବସ୍ତୁ ଜ୍ଞାନର ଆବଶ୍ୟକତା ଅଛି । ଇତିହାସ, ଭୂଗୋଳ, ବିଜ୍ଞାନ ଅଧ୍ୟୟନ ଉପରେ ଏହି ସମୟରେ ଗୁରୁତ୍ଵ ଦିଆଯିବା ଆବଶ୍ୟକ ।

(4) ଯୌବନାବସ୍ଥା (Adolescence) : ଏହି ସମୟର ଅବଧୂ ୧୫ ବର୍ଷରୁ ୨୦ ବର୍ଷ ପର୍ଯ୍ୟନ୍ତ । ଏହି ବୟସଟି ବ୍ୟକ୍ତିର ଦ୍ଵିତୀୟ ଜନ୍ମ । ଏହି ସମୟରେ ବିଭିନ୍ନ କାର୍ଯ୍ୟ ଅଭିଜ୍ଞତା ମାଧ୍ୟମରେ ସେ ଶିକ୍ଷା ଅର୍ଜନ କରିଥାଏ । ବିଶେଷକରି ହୃଦୟର ବିକାଶ ପାଇଁ ଧର୍ମଶିକ୍ଷା ସହ ଇତିହାସ ଏବଂ ଦର୍ଶନ ଶିକ୍ଷାର ଆବଶ୍ୟକତା ଅଛି । ଯୌନଶିକ୍ଷା ପ୍ରାପ୍ତିଦ୍ୱାରା ଶିକ୍ଷାର୍ଥୀମାନେ ଗାର୍ହସ୍ଥ୍ୟ ଜୀବନଯାପନ କରିବାପାଇଁ ସୁଯୋଗ ପାଇପାରିବେ ।

ଶିକ୍ଷାଦାନ ପ୍ରଣାଳୀ (Methods of Teaching) – ଋଷୋ ଗତାନୁଗତିକ ପୁସ୍ତକଗତ ଶିକ୍ଷାଦାନ ପ୍ରଣାଳୀର ଘୋର ବିରୋଧୀ ଥିଲେ । ସେ ନିମ୍ନଲିଖ୍ ଶିକ୍ଷାଦାନ ପଦ୍ଧତିଗୁଡ଼ିକ ଉପରେ ଗୁରୁତ୍ବ ଆରୋପ କରିଥିଲେ ।

(1) ପ୍ରତ୍ୟକ୍ଷ ଅନୁଭୂତି (Direct Experience) : ଶିକ୍ଷାର୍ଥୀ ବାସ୍ତବ ପରିସ୍ଥିତିର ସମ୍ମୁଖୀନ ହେଲେ ପ୍ରତ୍ୟକ୍ଷ ଭାବରେ ଶିକ୍ଷାଲାଭ କରିଥାଏ । ପ୍ରତ୍ୟକ୍ଷ ଅନୁଭୂତିଦ୍ୱାରା ଅର୍ଜିତ ଶିକ୍ଷା ଦୀର୍ଘସ୍ଥାୟୀ ହୋଇଥାଏ ।

(2) ଆବିଷ୍କାରମୂଳକ ପଦ୍ଧତି (Heuristic Method) : ନିଜର ଅନେକ ଅଭିଜ୍ଞତା ଏବଂ ଜ୍ଞାନର ପ୍ରୟୋଗ କରାଯାଇ ନୂତନ ଜ୍ଞାନ ଆହରଣ କରାଯାଇଥାଏ । ଏହା କେବଳ ଅନ୍ଵେଷଣ ବା ଆବିଷ୍କାର ପଦ୍ଧତି ଅବଲମ୍ବନଦ୍ୱାରା ସମ୍ଭବ ।

(3) କାର୍ଯ୍ୟ ମାଧ୍ୟମରେ ଶିକ୍ଷା (Learning by doing) : ଶିକ୍ଷାର୍ଥୀକୁ କିଛି କରିବାକୁ ଦେଲେ ତା’ର 3Hsର ବିକାଶ ହୁଏ । କୌଣସି କାର୍ଯ୍ୟ କରିବା ପୂର୍ବରୁ ସେ ଚିନ୍ତାକରି, ବୁଝି ତାହା ନିଜର ହସ୍ତପଦର ବ୍ୟବହାରଦ୍ୱାରା କାର୍ଯ୍ୟ ସମ୍ପାଦନ କରିଥାଏ । ତେଣୁ ଭାଷା ବା କଥାଦ୍ୱାରା ଶିକ୍ଷାଦାନ ଅପେକ୍ଷା କାର୍ଯ୍ୟଦ୍ବାରା ଶିକ୍ଷାଦାନ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।

(4) କ୍ରୀଡ଼ା ପଦ୍ଧତି (Playway Method) : ଶିକ୍ଷାର୍ଥୀ ଖେଳିବାକୁ ଭଲପାଏ । କ୍ରୀଡ଼ା ହିଁ ଶିକ୍ଷାଦାନର ଏକ ଉପଯୁକ୍ତ ପଦ୍ଧତି । କ୍ରୀଡ଼ାଦ୍ୱାରା ଶିକ୍ଷାର୍ଥୀ ସ୍ଵାଧୀନ ଏବଂ ସ୍ବତଃସ୍ଫୁର୍ତ୍ତ ଭାବରେ ଶିକ୍ଷାଲାଭ କରିଥାଏ ।

(5) ଭ୍ରମଣ ଓ ପର୍ଯ୍ୟବେକ୍ଷଣ (Visit & Observation) : ଋଷୋ କହିଥିଲେ, ‘ଏମିଲି’କୁ କିଛି ପଢ଼ାଇବା ଦରକାର ନାହିଁ । ସେ ନିଜେ ଅନ୍ଵେଷଣ କରି ଶିକ୍ଷାଲାଭ କରୁ । ଏହାର ଅର୍ଥ ଶିକ୍ଷାର୍ଥୀ ନିଜେ ନିଜର ପରିବେଶ, ନଦୀ, ପାହାଡ଼କୁ ପର୍ଯ୍ୟବେକ୍ଷଣ କରୁ ଏବଂ ଶିକ୍ଷାଲାଭ କରୁ ।

ଅନୁଶାସନ (Discipline) – ଶିକ୍ଷାର୍ଥୀମାନେ ମୁକ୍ତ ପରିବେଶରେ ପ୍ରକୃତି କୋଳରେ ଶିକ୍ଷାଲାଭ କରିବା ଉଚିତ । ପ୍ରକୃତି ଉପଯୁକ୍ତ ଶିକ୍ଷକ । ତେଣୁ ପ୍ରକୃତିର ନୀତିନିୟମ ଅନୁସାରେ ଶିକ୍ଷାଲାଭ କରିବା ଉଚିତ । ଶିକ୍ଷକମାନଙ୍କର କଡ଼ା ଅନୁଶାସନରେ ଶିକ୍ଷାର୍ଥୀମାନେ ରହିବା ଉଚିତ ନୁହେଁ । ସେମାନେ ମୁକ୍ତ ଭାବରେ ଶିକ୍ଷାଲାଭ କରିବା ଉଚିତ । ଅନୁଶାସନ ପ୍ରାକୃତିକ ପରିଣାମ ତତ୍ତ୍ବ ଉପରେ ଆଧାରିତ । ପ୍ରକୃତି ଦଣ୍ଡ ବା ପୁରସ୍କାର ଦେବ, ଶିକ୍ଷକ ନୁହେଁ । ଯନ୍ତ୍ରଣାକୁ ସେ ଅନୁଭବ କରୁ । ମୁଣ୍ଡ କାନ୍ଥରେ ମାଡ଼ ହେଲେ ସେ କଷ୍ଟ ଅନୁଭବ କରୁ ଓ ତଦ୍ବାରା ସେ ଶିକ୍ଷାଲାଭ କରୁ ।

ଶିକ୍ଷକ (Teacher) – ଶିକ୍ଷକ ଶିକ୍ଷାର୍ଥୀମାନଙ୍କର ବନ୍ଧୁ, ସହାୟକ, ପଥପ୍ରଦର୍ଶକ ଓ ପରାମର୍ଶଦାତା । ଶିକ୍ଷାର୍ଥୀମାନଙ୍କ ସେ ଆଢୁଆଳରେ ରହି ସାହାଯ୍ୟ କରିଥା’ନ୍ତି । ଶିକ୍ଷାଦାନ ଏବଂ ଶିକ୍ଷଣ ପରିସ୍ଥିତିର ଶିକ୍ଷକ କେବଳ ପଥପ୍ରଦର୍ଶକ । ଜଣେ ଉପଯୁକ୍ତ ପର୍ଯ୍ୟବେକ୍ଷକ ଭାବରେ ଶିକ୍ଷକ କାର୍ଯ୍ୟ କରିଥା’ନ୍ତି । ପାଠ୍ୟବିଷୟ ଉପରେ ଅଧିକ ଜ୍ଞାନ ନ ଦେଇ ସ୍ଵାଧୀନ ଭାବରେ ଶିକ୍ଷାର୍ଜନ କରିବାପାଇଁ ଶିକ୍ଷକ ଶିକ୍ଷାର୍ଥୀମାନଙ୍କୁ ପ୍ରେରଣା ଯୋଗାଇଥା’ନ୍ତି ।

ନାରୀଶିକ୍ଷା (Women Education) – ନାରୀଶିକ୍ଷା ପ୍ରତି ଋଷୋଙ୍କର ମନୋଭାବ ଆଧୁନିକ ଶିକ୍ଷାବିତ୍ରମାନଙ୍କୁ ପ୍ରଭାବିତ କରିପାରି ନ ଥିଲା । ନାରୀଶିକ୍ଷାର ଲକ୍ଷ୍ୟ ଏକ ଆଦର୍ଶ ଗୃହିଣୀ ସୃଷ୍ଟି କରିବା । ନାରୀ ଏବଂ ପୁରୁଷମାନଙ୍କ ମଧ୍ୟରେ ଶାରୀରିକ ଗଠନ ଏବଂ ବିକାଶରେ ଅନେକ ପାର୍ଥକ୍ୟ ଅଛି । ସେମାନଙ୍କର ଜୀବନଯାପନ ପ୍ରଣାଳୀ ଏକା ନୁହେଁ । ସେ ନାରୀର କାର୍ଯ୍ୟକୁ ପୁରୁଷର ସେବା, ମନୋରଞ୍ଜନ ଏବଂ ପ୍ରୀତି ସମ୍ପାଦନା ପାଇଁ ଉଦ୍ଦିଷ୍ଟ ବୋଲି ‘ଏମିଲି’ ପୁସ୍ତକରେ ମତ ପ୍ରକାଶ କରିଛନ୍ତି । ଏମିଲିର ଭବିଷ୍ୟତ ପତ୍ନୀର ନାମ ‘ସୋଫା’ ଅଟେ ।

ଶିକ୍ଷାର୍ଜନ ଋଷୋଙ୍କର ଅବଦାନ (Rousseau’s contributions to Education) – ଋଷୋଙ୍କର ଶିକ୍ଷାର୍ଜନ ଇତ୍ୟାଦି ଗୁରୁତ୍ଵପୂର୍ଣ୍ଣ ଅବଦାନ ଅଟେ । ବିଶେଷକରି ଶିକ୍ଷାର୍ଥୀମାନଙ୍କୁ ସ୍ବାଧୀନ ଭାବରେ ଶିକ୍ଷାର୍ଜନ କରିବାପାଇଁ ସେ ଯେଉଁ ପ୍ରେରଣା ଦେଇଛନ୍ତି ତାହା ସ୍ଵାଗତଯୋଗ୍ୟ । ଏସବୁ ଅବଦାନ ଋଷୋଙ୍କୁ ସମଗ୍ର ପୃଥ‌ିବୀରେ ଏକ ସ୍ଵତନ୍ତ୍ର ପରିଚିତି ଆଣି ଦେଇଛି । ଶିକ୍ଷାର ବିଭିନ୍ନ କ୍ଷେତ୍ର ପାଇଁ ତାଙ୍କର ନିମ୍ନଲିଖ୍ ଅବଦାନଗୁଡ଼ିକ ଉଲ୍ଲେଖଯୋଗ୍ୟ ।

(୧) ଶିଶୁକୈନ୍ଦ୍ରିକ ଶିକ୍ଷା ଆଧୁନିକ ଶିକ୍ଷା ପ୍ରଣାଳୀକୁ ତାଙ୍କର ଶ୍ରେଷ୍ଠ ଦାନ ।
(୨) ମୁକ୍ତ ପରିବେଶରେ ଶିକ୍ଷାଦାନ ଏବଂ ଶିକ୍ଷା ଗ୍ରହଣ ଉପରେ ସେ ଗୁରୁତ୍ଵ ଦେଇଛନ୍ତି ।
(୩) ପ୍ରତ୍ୟକ୍ଷ ଅନୁଭୂତିଦ୍ୱାରା ଶିକ୍ଷାଲାଭ ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି ।
(୪) କ୍ରୀଡ଼ା ପଦ୍ଧତି, କ୍ରିୟାପ୍ରଧାନ ପଦ୍ଧତି ଏବଂ କାର୍ଯ୍ୟ ମାଧ୍ୟମରେ ଶିକ୍ଷା ଗ୍ରହଣ ଶିକ୍ଷାକ୍ଷେତ୍ର ପାଇଁ ତାଙ୍କର ଅନନ୍ୟ ଅବଦାନ ଅଟେ ।
(୫) ଅନୁଶାସନ ଓ ଦଣ୍ଡର ପ୍ରୟୋଗକୁ ବିରୋଧଦ୍ବାରା ଦଣ୍ଡମୁକ୍ତ ଶିକ୍ଷାଦାନ ସମ୍ଭବପର ବୋଲି ସେ କହିଛନ୍ତି ।
(୬) ସହଜାତ ଗୁଣର ବିକାଶ ପାଇଁ ସ୍ବାଧୀନତା ପ୍ରଦାନ ଶିକ୍ଷାର୍ଥୀକୁ ଆଗକୁ ଯିବାକୁ ସାହାଯ୍ୟ କରିଥାଏ ବୋଲି ସେ କହିଛନ୍ତି ।
(୭) ଶିକ୍ଷାକ୍ଷେତ୍ରକୁ ନାସ୍ତିବାଚକ ଶିକ୍ଷା ଋଷୋଙ୍କର ଏକ ମହାନ୍ ଅବଦାନ ଅଟେ ।
(୮) ସମଗ୍ର ମାନବ ଜଗତକୁ ‘ପ୍ରାକୃତିକ ପ୍ରତ୍ୟାବର୍ତ୍ତନ’ ସ୍ଲୋଗାନ୍ ଜନସଚେତନତା ପାଇଁ ଏକ ଅସ୍ତ୍ର ସଦୃଶ ଥିଲା ।

CHSE Odisha Class 12 Psychology Unit 3 Short & Long Answer Questions in Odia Medium

Odisha State Board CHSE Odisha Class 12 Psychology Solutions Unit 3 ସମୂହ ପ୍ରକ୍ରିୟା ଓ ନେତୃତ୍ଵ & ପରାମର୍ଶ ପ୍ରକ୍ରିୟା Short & Long Answer Questions

CHSE Odisha 12th Class Psychology Unit 3 Short & Long Answer Questions in Odia Medium

ଦୁଇନମ୍ୱର ସମ୍ୱଳିତ ପ୍ରଣ୍ନେ।ତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦୁଇ ବା ତିନୋଟି ବାକ୍ୟ ମଧ୍ଯରେ ଦିଅ ।

Question ୧।
ସମୂହ କାହାକୁ କାହନ୍ତି ?
Answer:
ଯେତେବେଳେ ଦୁଇ ବା ତଦୁର୍ଦ୍ଧ୍ବ ବ୍ୟକ୍ତି ଏକତ୍ରିତ ହୋଇ ସମାନ ଆଦର୍ଶ ଓ ଲକ୍ଷ୍ୟର ଅନୁସରଣରେ ମଧ୍ୟରେ ଭାବର ଆଦାନ ପ୍ରଦାନ କରନ୍ତି । ସମୂହର ସୁପରିଚାଳନା ଓ ଉନ୍ନତି କଳ୍ପେ ନିଜର ପଦ ମର୍ଯ୍ୟାଦାକୁ ଆଧାର କରି ନିଜର ଭୂମିକା ନିର୍ବାହ କରନ୍ତି ଏବଂ ଏକକ ନିୟମର ବଶବର୍ତୀ ହୋଇ ନିଜର ବ୍ୟବହାରକୁ ନିୟନ୍ତ୍ରିତ କରିଥାନ୍ତି ସେତେବେଳେ ସେହି ଏକକ ସମାବେଶକୁ ‘ସମୂହ’ କୁହାଯାଏ ।

Question ୨।
ସମୂହ ଗଠନର ମୌଳିକ ଉପାଦାନଗୁଡ଼ିକୁ ଦର୍ଶାଅ ।
Answer:
ସମାଜବିଜ୍ଞାନୀମାନଙ୍କ ଦ୍ଵାରା କରାଯାଉଥିବା ବିଭିନ୍ନ ଅନୁସନ୍ଧାନ ଓ ପରୀକ୍ଷଣର ଫଳାଫଳ ସମୂହ ଗଠନର କେତେକ ମୌଳିକ ଉପାଦାନଗୁଡ଼ିକ ଉପରେ ଆଲୋକପାତ କରିଅଛି । ସେଗୁଡ଼ିକ ହେଲା :-

  • ନିକଟତା (Proximity)
  • ସାଦୃଶ୍ୟ (Similarity)
  • ସମାନ ଲକ୍ଷ୍ୟ ଓ ଉଦ୍ଦେଶ୍ୟ (Common goal)
  • ସଂହତି (Cohesiveness)

Question ୩।
ସମୂହର ୩ ଗୋଟି ଗୁଣାବଳୀ ଉଲ୍ଲେଖ କର ।
Answer:
ସମୂହର ଗୁଣାବଳୀ:-

  • ସମୂହରେ ଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ପରସ୍ପର ପ୍ରତି ଘନିଷ୍ଠ ସଂପର୍କରେ ରହିବା ଆବଶ୍ୟକ ।
  • ସମୂହର ସମସ୍ତ ସଦସ୍ୟଙ୍କର ସମାନ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ରହିବା ଆବଶ୍ୟକ ।
  • ପ୍ରତ୍ୟେକ ସଦସ୍ୟମାନଙ୍କର ପରସ୍ପର ପ୍ରତି ଉତ୍ତମ ସଂପର୍କ ରହିବା ନିତାନ୍ତ ଜରୁରୀ ଅଟେ । ଏହାଦ୍ଵାରା ସମୂହ ଦୀର୍ଘକାଳ ପର୍ଯ୍ୟନ୍ତ ତିଷ୍ଠି ରହିପାରିଥାଏ ।

Question ୪।
ଆନୁଷ୍ଠାନିକ ସମୂହ କ’ଣ ?
Answer:
ଯେଉଁ ସମୂହର କାର୍ଯ୍ୟାବଳୀ , ନୀତି ନିୟମ ଓ ଲକ୍ଷ୍ୟ ପୂର୍ବ ନିର୍ଦ୍ଧାରିତ ଓ ନିର୍ଦ୍ଦିଷ୍ଟ ହୋଇଥାଏ, ତାହାକୁ ଆନୁଷ୍ଠାନିକ ସମୂହ କୁହାଯାଏ । ଏହି ପ୍ରକାର ସମୂହରେ ପ୍ରତ୍ୟେକ ସଭ୍ୟଙ୍କର ଏକ ସ୍ଵତନ୍ତ୍ର ପଦ ଓ ତଦ୍ଵଜନିତ ଭୂମିକା ସ୍ଥିରୀକୃତ ହୋଇଥାଏ ଓ ଏହି ଭୂମିକା ଅନ୍ତର୍ଗତ ସମସ୍ତ କାର୍ଯ୍ୟ ଉକ୍ତ ସଭ୍ୟମାନେ ସଂପାଦନ କରିଥାନ୍ତି ।
ଉଦାହରଣ ସ୍ଵରୂପ:- ଶ୍ରମିକ ସମୂହ, ମଜଦୁର ସଂଘ, ସାଂସ୍କୃତିକ ଅନୁଷ୍ଠାନ ଇତ୍ୟାଦି ।

CHSE Odisha Class 12 Psychology Unit 3 Short & Long Answer Questions in Odia Medium

Question ୫।
ନେତୃତ୍ବ କହିଲେ କ’ଣ ବୁଝ ?
Answer:
ନେତୃତ୍ଵ ହେଉଛି ଏକ ପ୍ରକାରର ସାମର୍ଥ୍ୟ ଯାହାକି ଲୋକମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସ, ଉତ୍ସାହ ଓ କାର୍ଯ୍ୟ କରିବାର ପ୍ରବୃତ୍ତି ସୃଷ୍ଟି କରି ସେମାନଙ୍କୁ ଆଗେଇ ନେବାରେ ପ୍ରେରଣା ଯୋଗାଇଥାଏ । ଏହା ଏକ ସାମାଜିକ ପ୍ରକ୍ରିୟା । ଯେତେବେଳେ ସମୂହରେ ଥିବା ବ୍ୟକ୍ତିମାନେ ସମାନ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ସେମାନଙ୍କର କାର୍ଯ୍ୟ ଆରମ୍ଭ କରନ୍ତି, ସେତେବେଳେ ନେତୃତ୍ଵର ଆବଶ୍ୟକତା ଅନୁଭବ କରାଯାଇଥାଏ । ସମୂହର କାର୍ଯ୍ୟକଳାପରେ ନେତୃତ୍ଵ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ । ନେତୃତ୍ବର ଆଦର୍ଶ ଚିନ୍ତାଧାରା ଗୁଣାବଳୀ, କାର୍ଯ୍ୟ ଦକ୍ଷତା ଓ ସକରାତ୍ମକ ପ୍ରଭାବ ସମୂହକୁ ଉନ୍ନତ, ଦୀର୍ଘସ୍ଥାୟୀ ଓ ଗତିଶୀଳ କରାଇବାରେ ସାହାଯ୍ୟ କରିଥାଏ ।

Question ୬।
ନେତାଙ୍କର ଗୁଣାବଳୀଗୁଡି଼କ ଉଲ୍ଲେଖ କର ।
Answer:
ସାଧାରଣତଃ ଜଣେ ନେତାଙ୍କ ନିକଟରେ ନିମ୍ନଲିଖତ ଗୁଣାବଳୀଗୁଡ଼ିକ ଦେଖିବାକୁ ମିଳିଥାଏ । ଯଥା:-

  • ଅସାଧାରଣ ବ୍ୟକ୍ତିତ୍ଵ
  • ଅର୍ନ୍ତବୈୟକ୍ତିକ ଦକ୍ଷତା
  • ସମସ୍ୟା ସମାଧାନର ଶକ୍ତି
  • ଆତ୍ମବିଶ୍ଵାସ
  • ଧୈର୍ଯ୍ୟ
  • ସଂପ୍ରତ୍ୟୟ ଦକ୍ଷତା
  • ସଂଜ୍ଞାର କୌଶଳ
  • ବୈଷୟିକ ଦକ୍ଷତା
  • ଉଚ୍ଚକାଂକ୍ଷା ଓ ସାମର୍ଥ୍ୟ
  • ସନ୍ତୋଟତା ଓ ସାଧୁତା

Question ୭।
ପରାମର୍ଶ କହିଲେ କ’ଣ ବୁଝ ?
Answer:
ପରାମର୍ଶ ହେଉଛି ମନୋବିଜ୍ଞାନର ବିଭିନ୍ନ ଶାଖା ମଧ୍ୟରୁ ଏକ ପ୍ରୟୋଗାତ୍ମକ ଶାଖା ଅଟେ । ଏହା ବ୍ୟକ୍ତିର ସାମାଜିକ, ବ୍ୟକ୍ତିଗତ, ସାଂବେଗିକ ସମସ୍ୟା ସମାଧାନରେ ସହାୟକ ହୋଇଥାଏ । ପରାମର୍ଶ ଅର୍ଥ ହେଉଛି କୌଣସି ବ୍ୟକ୍ତିର ଇଚ୍ଛାମୁତାବକ ତା’ର ଦୈନନ୍ଦିନ ଜୀବନରେ ଦେଖାଯାଉଥିବା ସମସ୍ୟା ସମାଧାନ ପାଇଁ ହସ୍ତପେକ୍ଷ କରି ସହାୟତା ପ୍ରଦାନ କରିବା । ପରାମର୍ଶ ହେଉଛି ପରାମର୍ଶ ଦାତା ଓ ପରାମର୍ଶ ଗ୍ରହୀତାଙ୍କ ମଧ୍ୟରେ ହେଉଥିବା ଅନ୍ତଃକ୍ରିୟାତ୍ମକ ପ୍ରକ୍ରିୟା । ଯେଉଁ ବ୍ୟକ୍ତି ପରାମର୍ଶ ପ୍ରଦାନ କରିଥାନ୍ତି ତାଙ୍କୁ ପରାମର୍ଶ ଦାତା ଓ ଯେଉଁ ବ୍ୟକ୍ତି ପରାମର୍ଶ ଗ୍ରହଣ କରନ୍ତି ତାଙ୍କୁ ମହକିଲ କୁହାଯାଏ ।

Question ୮।
ପରାମର୍ଶ ଦ୍ବାରା ମିଳୁଥୁବା ପ୍ରମୁଖ ଲାଭଗୁଡ଼ିକ ଲେଖ ।
Answer: ପରାମର୍ଶର ସଫଳତା ଉଭୟେ ପରାମର୍ଶଦାତା ଓ ମହକିଲ ଉପରେ ଆଧାରିତ । ପରାମର୍ଶକୁ ପ୍ରଭାବଶାଳୀ କରିବା ପାଇଁ ଉଭୟେ ଉପଲବ୍ଧ କରିବା ଉଚିତ୍ ଯେ ସେମାନଙ୍କର ଲକ୍ଷ୍ୟ ସମାନ ଅଟେ । ଉପଯୁକ୍ତ ପରାମର୍ଶ ଦ୍ବାରା ମହକିଲ ପାଇଥିବା ଲାଭଗୁଡ଼ିକ ହେଲା:-

  • ସମସ୍ୟାକୁ ନିଜର ବୋଲି ଧାରଣା ସୃଷ୍ଟି ହେବା ।
  • ସମସ୍ୟାଟିକୁ ସଠିକ୍ ରୂପେ ବୁଝିବାରେ ସକ୍ଷମ ହେବା ।
  • ନୂତନ ବ୍ୟବହାର ଓ କ୍ରିୟାକଳାପର ଅର୍ଜନ କରିବା ।
  • ପ୍ରଭାବଶାଳୀ ସମ୍ବନ୍ଧରେ ବିକାଶ ଘଟିବା ।

CHSE Odisha Class 12 Psychology Unit 3 Short & Long Answer Questions in Odia Medium

Question ୯।
ପ୍ରଭାବୀ ପରାମର୍ଶଦାତାଙ୍କର ବ୍ୟକ୍ତିଗତ ଗୁଣାବଳୀଗୁଡି଼କ ଉଲ୍ଲେଖ କର ।
Answer:
କୋର୍‌ମିୟର୍ ଓ ଜୋର୍‌ମିୟରଙ୍କ ମତାନୁସାରେ ଜଣେ ପ୍ରଭାବୀ ପରାମର୍ଶଦାତାଙ୍କର ନିମ୍ନଲିଖୁତ ବ୍ୟକ୍ତିଗତ ଗୁଣାବଳୀ ରହିଥ‌ିବା ଉଚିତ୍ । ସେଗୁଡ଼ିକ ହେଲେ :-

  • ବୌଦ୍ଧିକ ସାମର୍ଥ୍ୟ
  • ଶକ୍ତି
  • ନମନୀୟତା
  • ସମର୍ଥନ
  • ସଦିଚ୍ଛା
  • ଆତ୍ମ ସଚେତନତା

Question ୧୦।
ପ୍ରଭାବୀ ପରାମର୍ଶଦାତାଙ୍କର ତିନିଗୋଟି ଗୁଣ ଉଲ୍ଲେଖ କର ।
Answer:
ପ୍ରଭାବୀ ପରାମର୍ଶଦାତାଙ୍କର ତିନିଗୋଟି ଗୁଣ ହେଲା:-

  • ଜଣେ ପରାମର୍ଶଦାତାଙ୍କର ନିଜ ବ୍ୟକ୍ତିତ୍ଵ ସମ୍ବନ୍ଧରେ ସଚେତନତା ଓ ବୋଧତା ରହିବା ଉଚିତ୍ ।
  • ଜଣେ ପରାମର୍ଶଦାତାଙ୍କର ମାନସିକ ସ୍ଵାସ୍ଥ୍ୟ ଭଲ ରହିବା ଉଚିତ୍ ।
  • ଜଣେ ପରାମର୍ଶଦାତାଙ୍କର ମୁକ୍ତ ମାନସିକତା ରହିବା ଉଚିତ୍ ।

ତିନି ନମ୍ବର ସମ୍ବଳିତ ପ୍ରଶ୍ନୋତ୍ତର
ନିମ୍ନଲିଖତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଛଅଗୋଟି ବାକ୍ୟ ମଧ୍ଯରେ ଉଲ୍ଲେଖ କର ।

Question ୧।
ସମୂହର ମୁଖ୍ୟ ଲକ୍ଷଣମାନ ଉଲ୍ଲେଖ କର ?
Answer:
ଯେତେବେଳେ ଦୁଇ କିମ୍ବା ତତୋଽଧିକ ବ୍ୟକ୍ତି ଏକତ୍ରିତ ହୋଇ ପରସ୍ପର ସହିତ କ୍ରିୟା ଅନୁକ୍ରିୟା ମାଧ୍ୟମରେ ଏକ ନିର୍ଦ୍ଦିଷ୍ଟ -ଲକ୍ଷ୍ୟ ସାଧନା ପାଇଁ କାର୍ଯ୍ୟ କରିଥାନ୍ତି ସେତେବେଳେ ସମୂହର ସୃଷ୍ଟି ହୋଇଥାଏ । ପ୍ରତ୍ୟେକ ସମୂହର କେତେଗୁଡ଼ିଏ ନିର୍ଦ୍ଦିଷ୍ଟ ଗୁଣାବଳୀ ବା ଲକ୍ଷଣ ରହିଛି । ସେଗୁଡ଼ିକ ହେଲା:-

  • ସମୂହରେ ଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ପରସ୍ପର ପ୍ରତି ଘନିଷ୍ଠ ଓ ନିବିଡ଼ ସଂପର୍କ ରହିବା ଆବଶ୍ୟକ ।
  • ପାରସ୍ପରିକ କ୍ରିୟା ଅନୁକ୍ରିୟା ସମୂହର ମୁଖ୍ୟ ଲକ୍ଷଣ । ଅର୍ଥାତ୍ ସମୂହର ସମସ୍ତ ସଦସ୍ୟ ପରସ୍ପର ପ୍ରତି : ନିର୍ଭରଶୀଳ ରହି ଭାବର ଆଦାନ ପ୍ରଦାନ କରୁଥିବା ଦରକାର ।
  • ବ୍ୟକ୍ତି ଓ ସମୂହର ସଂପର୍କ ଅପେକ୍ଷାକୃତ ଦୀର୍ଘସ୍ଥାୟୀ ଓ ନିରବଚ୍ଛିନ୍ନ ରହିବା ସମୂହର ଏକ ବଳିଷ୍ଠ ଲକ୍ଷଣ ।
  • ସମୂହ ଗଠନରେ ସଦସ୍ୟମାନଙ୍କ ସମାନ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।
  • ସମୂହରେ ପ୍ରତ୍ୟେକ ସଦସ୍ୟମାନଙ୍କର ଏକ ନିର୍ଦ୍ଦିଷ୍ଟ ଭୂମିକା, କାର୍ଯ୍ୟଖସଡ଼ା ଓ ସ୍ଥିତି ରହିବା ଉଚିତ୍ ।
  • ସମୂହର ଅନ୍ତର୍ଭୁକ୍ତ ସମସ୍ତ ସଭ୍ୟ ସମୂହର ପ୍ରତିମାନ, ନିୟମ, ମୂଲ୍ୟବୋଧ ଓ ବିଶ୍ଵାସକୁ ମାନି ଚଳିବା
  • ସମୂହରେ ପ୍ରତ୍ୟେକ ସଦସ୍ୟ ନିଜକୁ ସମୂହର ଏକ ଅଂଶ ଭାବି କାର୍ଯ୍ୟ କରିବା ଦରକାର । ଏହାଦ୍ଵାରା ସମୂହରେ ଏକତା ଦେଖାଦେଇଥାଏ ।
  • ଅଙ୍ଗୀକାରବଦ୍ଧତା ସମୂହର ଏକ ପ୍ରମୁଖ ଲକ୍ଷଣ ଅଟେ । ଏହା ଫଳରେ ପ୍ରତ୍ୟେକ ସଦସ୍ୟ ସେମାନଙ୍କର କାର୍ଯ୍ୟ ବିଷୟରେ ସଚେତନ ହେବା ସହିତ କାର୍ଯ୍ୟ ପ୍ରତି ନିଷ୍ଠା ପ୍ରତିପାଦନ କରିଥାନ୍ତି ।

Question ୨।
ଅଧିକାରବାଦୀ ବା ଏକଛତ୍ରବାଦୀ ନେତୃତ୍ଵ କହିଲେ କ’ଣ ବୁଝ ?
Answer:
ଏକଛତ୍ରବାଦୀ ନେତୃତ୍ଵରେ ସମୂହର ପରିଚାଳନା ପାଇଁ ସମୂହ ମୁଖ୍ୟଙ୍କୁ ହାତରେ ଅଖଣ୍ଡ କ୍ଷମତା ଥାଏ । ସେ ସମୂହର ଏକକ କ୍ଷମତା ଭୋଗ କରନ୍ତି | ସମୂହର କାର୍ଯ୍ୟଖସଡ଼ା ଓ ନୀତିନିୟମକୁ ଅଧୁକାରବାଦୀ ନେତୃତ୍ଵର ନେତାମାନେ ନିଜ ଇଚ୍ଛାରେ ପ୍ରସ୍ତୁତ କରନ୍ତି । ଅନୁଗାମୀଙ୍କ ଉପରେ ଦାୟିତ୍ଵ ନ୍ୟସ୍ତ କରି ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ସେ ସଭ୍ୟମାନଙ୍କର ବାକ୍ ସ୍ଵାଧୀନତା କିମ୍ବା ବୈକ୍ସିକ୍ ଲକ୍ଷ୍ୟ ବା ଉଦ୍ଦେଶ୍ୟ କିଛି ନଥାଏ । ଅଧିକାରବାଦୀ ନେତା ସମୂହ କାର୍ଯ୍ୟକୁ ତାଙ୍କ ଅନୁଗାମୀଙ୍କ ଉପରେ ନ୍ୟସ୍ତ କରି ଏହି କାର୍ଯ୍ୟଧାରାରୁ ନିଜକୁ ଦୂରେଇ ରଖ୍ କେବଳ ତଦାରଖ କରିବାର ଦାୟିତ୍ଵ ନେଇଥାନ୍ତି । ଏଭଳି ନେତୃତ୍ଵରେ ନେତାମାନେ ପ୍ରଭୁତ୍ଵ ଜାହିର କରି ସଦସ୍ୟମାନଙ୍କ କାର୍ଯ୍ୟ ଓ ଭାବନାକୁ ନିଜ ନିୟନ୍ତ୍ରଣରେ ରଖନ୍ତି ।

CHSE Odisha Class 12 Psychology Unit 3 Short & Long Answer Questions in Odia Medium

Question ୩।
ପ୍ରାଥମିକ ସମୃହ ଓ ଗୌଣ ସମୂହ ମଧ୍ୟରେ ପ୍ରଭେଦ ଦର୍ଶାଅ ।
Answer:
ପ୍ରାଥମିକ ସମୂହ

  • ଜନ୍ମ ନେବା ପରେ ଶିଶୁଟି ପୂର୍ବରୁ ଗଠିତ ହୋଇ ରହିଥିବା ଯେଉଁ ସମୂହର ଅନ୍ତର୍ଭୁକ୍ତ ହୁଏ ତାହାକୁ ପ୍ରାଥମିକ ସମୂହ କୁହାଯାଏ ।
  • ପ୍ରାଥମିକ ସମୂହର ସଦସ୍ୟଗତ ପରସ୍ପର ସହିତ ଘନିଷ୍ଠ, ନିବିଡ଼ ଓ ସିଧାସଳଖ ମୁହାଁମୁହିଁ ସଂପର୍କ ରଖିଥାନ୍ତି ।
  • ଏହା ଆକାରରେ କ୍ଷୁଦ୍ର ଅଟେ । ବ୍ୟକ୍ତିର ସାମାଜିକିରଣ, ବିକାଶ ଓ କାର୍ଯ୍ୟପ୍ରଣାଳୀ ଉପରେ ଏହାର ପ୍ରଭାବ
  • ଉଦାହରଣ ସ୍ଵରୂପ :- ପରିବାର, ପାଖପଡ଼ୋଶୀ, ଖେଳସାଥୀ, ଜ୍ଞାତିକୁଟୁମ୍ବ ଇତ୍ୟାଦି ଏହି ସମୂହର ଅନ୍ତର୍ଭୁକ୍ତ ।

ଗୌଣ ସମୂହ:-

  • ଯେଉଁ ସମୂହରେ ସଦସ୍ୟମାନଙ୍କ ମଧ୍ୟରେ ଥ‌ିବା ସଂପର୍କରେ ନିବିଡ଼ତା କିମ୍ବା ଘନିଷ୍ଠତା ନଥାଏ ତାହାକୁ ଗୌଣ ସମୂହ କୁହାଯାଏ ।
  • ଗୌଣ ସମୂହର ସଦସ୍ୟମାନେ ସେମାନଙ୍କର ସ୍ଵାର୍ଥସାଧନ ନିମନ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିଥାନ୍ତି ।
  • ଏହାର ଆକାର ପ୍ରାଥମିକ ସମୂହ ଅପେକ୍ଷା ବୃହତ୍ତର ତଥାପି ଏହାର ସଦସ୍ୟମାନଙ୍କ ମଧ୍ୟରେ ଆବେଗିକ ସଂପର୍କ ଅତୀବ ନିମ୍ନମାନର ହୋଇଥାଏ ।
  • ଉଦାହରଣ ସ୍ଵରୂପ:- ବିଭିନ୍ନ କ୍ଲବ, ଛାତ୍ର ସଙ୍ଗଠନ, ସଂଘ, ବିଭିନ୍ନ ରାଜନୈତିକ ଦଳ ଇତ୍ୟାଦି ଗୌଣ ସମୂହର ଶ୍ରେଣୀଭୁକ୍ତ ।

Question ୪।
ନେତୃତ୍ବର ପ୍ରକୃତି ବର୍ଣନା କର ।
Answer:
ଯେତେବେଳେ କୌଣସି ସମୂହରେ ନେତୃତ୍ଵର ଆବଶ୍ୟକତା ପଡ଼େ ତାହା ସମସ୍ତ ସଦସ୍ୟଙ୍କ ଦ୍ଵାରା ସମାହିତ ନହୋଇ କିଛି ବ୍ୟକ୍ତିଙ୍କ ଉପରେ ନ୍ୟସ୍ତ ହୁଏ । ବିଭିନ୍ନ ପ୍ରକାର ଗବେଷଣାର ତତ୍ତ୍ଵକୁ ଆଧାର କରି ସମାଜବିଜ୍ଞାନୀମାନେ ନେତୃତ୍ଵର ପ୍ରକୃତିରେ ବହୁ ପରିବର୍ତ୍ତନ ଲକ୍ଷ୍ୟ କଲେ । ଏକ ପରିବେଶ ମଧ୍ୟରେ ଅନ୍ୟମାନଙ୍କର ସମର୍ଥନ ଲାଭ କରିବା ଓ ଅନ୍ୟମାନଙ୍କୁ ପ୍ରଭାବିତ କରିବାର ସାମର୍ଥ୍ୟ ରଖୁବାକୁ ନେତୃତ୍ଵ ବୋଲି ସେମାନେ ବିବେଚନା କଲେ । ସେମାନଙ୍କ ମତରେ ନେତୃତ୍ଵର କେତେଗୁଡ଼ିଏ ପ୍ରକୃତି ବା ଲକ୍ଷଣ ଜଣେ ବ୍ୟକ୍ତିଙ୍କୁ ନେତା ବା ଦିଗ୍‌ଦର୍ଶକ ଭାବେ ପ୍ରତିପାଦିତ କରାଏ । ସେଗୁଡ଼ିକ ହେଲା :-

  • ନେତୃତ୍ଵ ବ୍ୟକ୍ତିର ବ୍ୟକ୍ତିଗତ ଗୁଣକୁ ଦର୍ଶାଇଥାଏ ।
  • ନେତୃତ୍ଵ ସମୂହରେ ଥିବା ସଦସ୍ୟମାନଙ୍କର ସହମତି ଉପରେ ଆଧାରିତ ।
  • ସମୂହ ଲକ୍ଷ୍ୟକୁ ହୃଦୟଙ୍ଗ କରି ଅନୁପ୍ରାଣୀତ କରିବାର ଦକ୍ଷତା ।
  • ସମସ୍ତ ପରିସ୍ଥିତିରେ ଦାୟିତ୍ଵ ସଂପାଦନା କରିବା ପାଇଁ ପ୍ରସ୍ତୁତ ରହିବା ।
  • ସମୂହର ଉଦ୍ଦେଶ୍ୟ ସାଧନ ପାଇଁ କାର୍ଯ୍ୟ କରିବାର ମନୋବୃତ୍ତି ସମସ୍ତ ସଦସ୍ୟଙ୍କ ମନରେ ସୃଷ୍ଟି କରିବା ।
  • କ୍ଷମତାର ଉପଯୁକ୍ତ ବ୍ୟବହାର କରିବାର ଦକ୍ଷତା ରହିବା ।

Question ୫।
ପରାମର୍ଶର ଲକ୍ଷ୍ୟଗୁଡ଼ିକ ବର୍ଣ୍ଣନା କର ।
Answer:
ପରାମର୍ଶର ଲକ୍ଷ୍ୟଗୁଡ଼ିକ ହେଲା:-

  • ପରାମର୍ଶ ହେଉଛି ଏକ ବୃତ୍ତି ।
  • ଏହା ବ୍ୟକ୍ତିର ବ୍ୟକ୍ତିଗତ, ସାମାଜିକ, ବୃତ୍ତିଗତ ଓ ଶିକ୍ଷାଗତ ବିଷୟକୁ ବୁଝାଇଥାଏ ।
  • ପରାମର୍ଶ କେବଳ ସାଧାରଣତଃ ସୁସ୍ଥ ମାନସିକ ପ୍ରକ୍ରିୟା ଦ୍ଵାରା ପରିଚାଳିତ ବ୍ୟକ୍ତିମାନଙ୍କ ଉପରେ ଉପଯୋଗ କରାଯାଇପାରିବ ।
  • ପରାମର୍ଶ କେବଳ ଏକ ଆବଦ୍ଧ ଗୃହ ମଧ୍ୟରେ ଦିଆଯାଇପାରିବ ।
  • ପରାମର୍ଶ ଏକ ପ୍ରକ୍ରିୟା ଯାହାଦ୍ଵାରା ମହକିଲ କିପରି ସମସ୍ୟଗୁଡ଼ିକର ସମାଧାନ କରିପାରିବ ଓ ନୂତନ ଓ ବ୍ୟବହାର ପରିପ୍ରକାଶ କରିପାରିବ ।
  • ପରାମର୍ଶ ବିଭିନ୍ନ ପ୍ରକାର ସ୍ତରରେ ଥିବା ବିଶେଷତ୍ଵକୁ ପରିବେଷ୍ଟିତ କରି ରଖୁଥାଏ ।

Question ୬।
ପରାମର୍ଶର ପ୍ରମୁଖ ତତ୍ତ୍ଵଗୁଡ଼ିକ ଉଲ୍ଲେଖ କର ।
Answer:
ପରାମର୍ଶ ହେଉଛି ଇଚ୍ଛାକରି ପରାମର୍ଶ ଗ୍ରହଣ କରୁଥିବା କୌଣସି ବ୍ୟକ୍ତିର ଦୈନନ୍ଦିନ ଜୀବନରେ ହସ୍ତକ୍ଷେପ କରି ସହାୟତା ଦେବା । ପରାମର୍ଶର ପ୍ରମୁଖ ତତ୍ତ୍ଵଗୁଡ଼ିକ ହେଲା:-

  • ଏହା ଏପରି ଏକ ସ୍ଵେଚ୍ଛାକୃତ ପ୍ରକ୍ରିୟା ଯେଉଁଥିରେ ପରାମର୍ଶଦାତା ତାଙ୍କର ମହକିଲର ଅନୁଭବ ଚିନ୍ତନ ଓ
  • ପରାମର୍ଶ ମହକିଲର ପ୍ରତ୍ୟକ୍ଷୀକରଣ ଓ ଅନୁଭବକୁ ସ୍ୱୀକୃତି ଦେଉଥାଏ ।
  • ପରାମର୍ଶ ପରିସ୍ଥିତିରେ ଲୋକମାନଙ୍କର ବିଶ୍ଵାସନୀୟତା ଓ ଗୋପନୀୟତା ରକ୍ଷା କରାଯାଇଥାଏ ।
  • କୌଣସି ପରାମର୍ଶଦାତା ଓ ମହକିଲଙ୍କ ଠାରୁ ତଥ୍ୟ ଆଦାୟ କରିବା ପାଇଁ ଦଣ୍ଡାତ୍ମକ ବିଧୂର ସହାୟତା ନେଇ ନ ଥାନ୍ତି ।
  • କୌଣସି ପରାମର୍ଶ ଦାତା ମହକିଲର ନିର୍ଦ୍ଦିଷ୍ଟ ସମସ୍ୟାଗୁଡ଼ିକ ଉପରେ ତାଙ୍କର ଧ୍ୟାନ- କେନ୍ଦ୍ରିତ କରିଥାଆନ୍ତି ।
  • ପରାମର୍ଶ ଦାତା ଓ ମହକିଲ ପରାମର୍ଶ ସମୟରେ ବାଚନିକ ଓ ଅବାଚନିକ ସନ୍ଦେହ ଆଦାନ ପ୍ରଦାନ କରିଥାଆନ୍ତି । ସେଥ‌ିପାଇଁ ପରାମର୍ଶ ସମୟରେ ହେଉଥ‌ିବା ସନ୍ଦେଶର ସ୍ଵରୂପ ସମ୍ବନ୍ଧରେ ସମ୍ବେଦନଶୀଳତା ରଖୁବା ଆବଶ୍ୟକ ହୋଇଥାଏ ।

CHSE Odisha Class 12 Psychology Unit 3 Short & Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୧।
ବିଭିନ୍ନ ପ୍ରକାରର ସମୂହଗୁଡ଼ିକ ବ୍ୟାଖ୍ୟା କର ।
Answer:
ମନୁଷ୍ୟ ଏକ ସାମାଜିକ ପ୍ରାଣୀ ଭାବରେ ନାନାପ୍ରକାର ସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହିଥାଏ । ଏଥିପାଇଁ ତାକୁ ବହୁ ସମୂହ ସହ ସହବନ୍ଧିତ ହେବା ଆବଶ୍ୟକ ପଡ଼େ । କେତେକ ସମୂହ ସହିତ ତା’ର ସଂପର୍କ କ୍ଷଣସ୍ଥାୟୀ ହେଲେ ମଧ୍ୟ ଅନ୍ୟ କେତେକ ସମୂହ ସହିତ ସେ ଜୀବନର ଦୀର୍ଘ ସମୟ ଅତିବାହିତ କରିଥାଏ । ବିଭିନ୍ନ ପ୍ରକାରର ସମୂହ ସେମାନଙ୍କର କାର୍ଯ୍ୟଧାରା ଅନୁସାରେ ବ୍ୟକ୍ତିମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିଥାନ୍ତି । ବ୍ୟକ୍ତି ଯେଉଁ ସମୂହ ମଧ୍ୟରେ ନିଜର ଚିନ୍ତାଧାରା ଓ ଲକ୍ଷ୍ୟସାଧନର ମାର୍ଗ ପାଇଥାଏ ସେ ଉକ୍ତ ସମୂହର ସଦସ୍ୟତା ଗ୍ରହଣ କରିଥାଏ । ପ୍ରତ୍ୟେକ ପ୍ରକାର ସମୂହଗୁଡ଼ିକୁ ସେମାନଙ୍କର କାର୍ଯ୍ୟଧାରା ଓ ଗଠନ ପ୍ରଣାଳୀର ଆଧାରରେ ବର୍ଗୀକରଣ କରାଯାଇଥାଏ । ସମୂହ ସାଧାରଣତଃ ନିମ୍ନ ପ୍ରକାରର :-
(i) ପ୍ରାଥମିକ ଓ ଗୌଣ ସମୂହ (Primary and Secondary Group)
(ii) ଆନୁଷ୍ଠାନିକ ଓ ଅଣଆନୁଷ୍ଠାନିକ ସମୂହ (Formal and Informal Group)
(iii) ଅନ୍ତଃ ସମୂହ ଓ ବହିଃ ସମୂହ (In groups Out group)

(i) ପ୍ରାଥମିକ ଓ ଗୌଣ ସମୂହ :-
ଯେଉଁ ସମୂହ ସହିତ ଆମେମାନେ ଜନ୍ମ ସମୟରୁ ଜଡ଼ିତ ତାହାକୁ ‘ପ୍ରାଥମିକ ସମୂହ’ କୁହାଯାଏ । ଏହି ସମୂହର ସମସ୍ତ ସଦସ୍ୟ ପରସ୍ପର ପ୍ରତି ନିବିଡ଼ ସ୍ନେହ, ଶ୍ରଦ୍ଧାରେ ଆବଦ୍ଧ । ପରସ୍ପର ପ୍ରତି ସିଧାସଳଖ ସଂପର୍କ, ଭାବର ଆଦାନ ପ୍ରଦାନ, କାର୍ଯ୍ୟ କ୍ଷେତ୍ରରେ ସହଭାଗିତା, ଗଭୀର ଆବେଗିକ ସମ୍ବନ୍ଧ ଏବଂ ନିବିଡ଼ ଭୌତିକ ସାମୀଯ୍ୟ ହେଉଛି ପ୍ରାଥମିକ ସମୂହର ମୁଖ୍ୟ ଲକ୍ଷଣ ।

ଏହା ଆକାରରେ କ୍ଷୁଦ୍ର ଅଟେ । ଫଳରେ ଏହାର ସଦସ୍ୟମାନଙ୍କ ମଧ୍ୟରେ ଆତ୍ମୀୟତା ପ୍ରତିଷ୍ଠା ହୋଇଥାଏ ଏବଂ ସେମାନଙ୍କ ମଧ୍ୟରେ ଏକ ଦୀର୍ଘ ଓ ପ୍ରତ୍ୟକ୍ଷ ସଂପର୍କ ସ୍ଥାପିତ ହୋଇରହେ । ଶିଶୁଟିର ସାମାଜିକ ବିକାଶ, ମୂଲ୍ୟବୋଧ ଓ ଆଦର୍ଶ ମୁଖ୍ୟତଃ ପ୍ରାଥମିକ ସମୂହ ଉପରେ ନିର୍ଭର କରେ । ପରିବାର, ପାଖପଡ଼ୋଶୀ, ଜ୍ଞାତିକୁଟୁମ୍ବ, ଖେଳସାଥୀ ଇତ୍ୟାଦି ଉକ୍ତ ସମୂହର ଅନ୍ତର୍ଭୁକ୍ତ ।

ଯେଉଁ ସମୂହରେ ସଦସ୍ୟମାନଙ୍କ ମଧ୍ୟରେ ଥିବା ସଂପର୍କରେ ନିବିଡ଼ତା କିମ୍ବା ଘନିଷ୍ଠତା ନଥାଏ ଗୌଣ ସମୂହ କୁହାଯାଏ । ଗୌଣ ସମୂହରେ ବ୍ୟକ୍ତିଟି ନିଜ ଇଚ୍ଛାନୁସାରେ ଯୋଗଦାନ କରି ତା’ର ସଭ୍ୟ ହୁଏ । ଏମାନେ ଏକ ପ୍ରକାର ସ୍ଵାର୍ଥପର ହୋଇ ନିଜର ଉଦ୍ଦେଶ୍ୟ ସାଧନ ନିମନ୍ତେ ଏକତ୍ରିତ ହୋଇଥାନ୍ତି ଏବଂ ନିର୍ଦ୍ଦିଷ୍ଟ ଓ ସଂକୀର୍ଣ୍ଣ ଲକ୍ଷ୍ୟ ପୂରଣ ନିମନ୍ତେ କାର୍ଯ୍ୟ କରନ୍ତି ।

ଅନେକ ସମୟରେ ଏହାର ସଭ୍ୟମାନେ ପରସ୍ପର ଠାରୁ ବାହ୍ୟିକ ଓ ମାନସିକ ସ୍ତରରେ ଦୂରରେ ରହିଥାନ୍ତି । ଯଦିବା ଏହାର ଆକାର ପ୍ରାଥମିକ ସମୂହ ଅପେକ୍ଷା ବୃହତ୍ତର ତଥାପି ଏହାର ସଭ୍ୟମାନଙ୍କ ମଧ୍ୟରେ ଆବେଗିକ ସଂପର୍କ ଅତୀବ ନିମ୍ନମାନର ହୋଇଥାଏ । ବିଭିନ୍ନ କ୍ଲବ, ରାଜନୈତିକ ଦଳ, ସଂଘ ଓ ଛାତ୍ର ସଙ୍ଗଠନ ଇତ୍ୟାଦି ଗୌଣ ସମୂହର ଅନ୍ତର୍ଭୁକ୍ତ ।

(ii) ଆନୁଷ୍ଠାନିକ ଓ ଅଣଆନୁଷ୍ଠାନିକ ସମୂହ :-
ଯେଉଁ ସମୂହରେ କାର୍ଯ୍ୟାବଳୀ, ନୀତି, ନିୟମ ଓ ଲକ୍ଷ୍ୟ ପୂର୍ବନିର୍ଦ୍ଧାରିତ ଓ ନିର୍ଦ୍ଦିଷ୍ଟ ହୋଇଥାଏ ତାକୁ ଆନୁଷ୍ଠାନିକ ସମୂହ କୁହାଯାଏ । ଏହି ପ୍ରକାର ସମୂହର ନିଜସ୍ଵ ନୀତି, ଆଦର୍ଶ, ମାନକ ଓ ମାର୍ଗ ଦର୍ଶକ ସିଦ୍ଧାନ୍ତ ଥାଏ ଏବଂ ଏହା ସଦସ୍ୟମାନଙ୍କର ଆଚରଣ ଓ କାର୍ଯ୍ୟକୁ କଠୋର ଭାବରେ ନିୟନ୍ତ୍ରଣ କରିଥାଏ ।

ଏହି ପ୍ରକାର ସମୂହରେ ପ୍ରତ୍ୟେକ ସଭ୍ୟଙ୍କର ଏକ ସ୍ଵତନ୍ତ୍ର ପଦ ଓ ତଦ୍ଵନିତ ଭୂମିକା ସୁରକୃତ ହୋଇଥାଏ ଏବଂ ଏହି ଭୂମିକା ଅନ୍ତର୍ଗତ ସମସ୍ତ କାର୍ଯ୍ୟ ଉକ୍ତ ସଭ୍ୟମାନେ ସଂପାଦନ କରିଥାଆନ୍ତି । ଏହି ସମୂହର ସିଦ୍ଧାନ୍ତ ନିରୂପଣରେ ଏକ କ୍ରମ ସଙ୍ଗଠିତ ପ୍ରଭୁତ୍ଵ କାର୍ଯ୍ୟକରେ । ଶ୍ରମିକସଂଘ, ମଜଦୁର ସଂଘ, ସାମାଜିକ ସେବା ଦଳ, ସାଂସ୍କୃତିକ ଅନୁଷ୍ଠାନ, କାର୍ଯ୍ୟାଳୟଗୁଡ଼ିକ ସମୂହର ଅନ୍ତର୍ଭୁକ୍ତ ।

ଅଣଆନୁଷ୍ଠାନିକ ସମୂହରେ ସଭ୍ୟମାନଙ୍କର ସଂପର୍କ ଓ ଭୂମିକାକୁ କୌଣସି କଠୋର ନୀତିନିୟମ ଦ୍ବାରା ନିୟନ୍ତ୍ରଣ କରାଯାଇ ନ ଥାଏ । ସାମାଜିକ ଭାବବିନିମୟ ଦ୍ବାରା ଉକ୍ତ ସମୂହର ସୃଷ୍ଟି ହୋଇଥାଏ । ଏହି ସମୂହରେ କୌଣସି ସ୍ଥିରୀକୃତ ମାନଦଣ୍ଡ, ମାନକ ବା ନିୟମ ନ ଥାଏ ।

ଏହାର ସଦସ୍ୟମାନେ ସେମାନଙ୍କର କାର୍ଯ୍ୟ ଓ ମତାମତ ସ୍ଵାଧୀନ ଭାବରେ ଉପସ୍ଥାପିତ କରିଥାନ୍ତି । ବ୍ୟକ୍ତିମାନଙ୍କ ମଧ୍ୟରେ ପରସ୍ପର ପ୍ରତି ଆଗ୍ରହ, କଥାବାର୍ତ୍ତା ଓ ଏକତ୍ରିତ ହେବାର ଉଦ୍ଦେଶ୍ୟକୁ ନେଇ ଏହା ଗଠିତ । ସିନେମାହଲରେ ଏକାଠି ବସିଥିବା, ଚା’ ଦୋକାନରେ ଏକାଠି ମିଶୁଥ‌ିବା, ବ୍ୟାୟାମ କରିବା ପାଇଁ ସକାଳେ ଏକତ୍ରିତ ହେଉଥିବା ବ୍ୟକ୍ତିମାନଙ୍କର ସମୂହକୁ ଅଣଆନୁଷ୍ଠାନିକ ସମୂହ କୁହାଯାଏ ।

(iii) ଅନ୍ତଃ ସମୂହ ଓ ବହିଃ ସମୂହ :-
ଦେଖୁଥାଏ । ପ୍ରଥମଟି ହେଉଛି ‘ମୁଁ’ ଓ ‘ ଆମେ’ ଏବଂ ଦ୍ଵିତୀୟଟି ହେଉଛି ‘ସେ’ ଓ ‘ସେମାନେ’ । ଯେଉଁ ସମୂହ ସହିତ ବ୍ୟକ୍ତି ସଂଶ୍ଳିଷ୍ଟ ଓ ନିଜକୁ ସେ ଯେଉଁ ସମୂହରେ ସଦସ୍ୟ ଭାବରେ ବିଚାର କରି କାର୍ଯ୍ୟ କରିଥାଏ। ସେହି ସମୂହକୁ ଅନ୍ତଃସମୂହ କୁହାଯାଏ । ଉକ୍ତ ସମୂହରେ ଏକତା, ପରସ୍ପର ପ୍ରତି ସ୍ନେହ, ସହଭାଗିତାର ମନୋବୃତ୍ତି ଓ ସାମୂହିକ ବିଚାରଧାରା ଦେଖ‌ିବାକୁ ମିଳିଥାଏ ।

ଅନ୍ତଃସମୂହର ସଦସ୍ୟମାନେ ପରସ୍ପର ପ୍ରତି ଅନୁରକ୍ତ ଓ ବିଶ୍ବସ୍ତ ରହି ପରସ୍ତର ଶୁଭ ଓ ମଙ୍ଗଳ ଇଚ୍ଛା କରନ୍ତି ଓ ପରସ୍ପରର କାର୍ଯ୍ୟକୁ ପ୍ରଶଂସା କରନ୍ତି । ପରିବାର, କୌଣସି ଦଳର ସଦସ୍ୟତା, ବିଦ୍ୟାଳୟ କିମ୍ବା ମହାବିଦ୍ୟାଳୟର ସାଙ୍ଗସାଥୀ, ସମବୟସ୍କ ଓ ସମାନ ବୃତ୍ତିର ବ୍ୟକ୍ତିମାନେ ଉକ୍ତ ସମୂହର ଅନ୍ତର୍ଭୁକ୍ତ ।

ଗୋଟିଏ ସମୂହରେ ଥିବା ବ୍ୟକ୍ତି ଅନ୍ୟ ସମୂହଗୁଡ଼ିକୁ ବହିଃ-ସମୂହ ଭାବରେ ଅଭିହିତ କରିଥାଏ । ନିଜ ସମୂହକୁ ଛାଡ଼ି ଅନ୍ୟ ସମସ୍ତ ସମୂହର କର୍ଯ୍ୟଧାରା ଓ ନୀତିନିୟମକୁ ସେ ପ୍ରଶଂସା କରି ନଥାଏ । ବହିଃ ସମୂହ ପ୍ରତି ବ୍ୟକ୍ତିର ଆନ୍ତରିକତା କିମ୍ବା ସହଯୋଗିତା ଭାବ ନ ଥାଏ । ଉଦାହରଣ ସ୍ଵରୂପ – ପୁରୀରେ ବାସ କରୁଥିବା ବ୍ୟକ୍ତିଟିଏ ପାଇଁ ପୁରୀ ଅନ୍ତଃସମୂହ ହୋଇଥିବା ବେଳେ କଟକ, ବାଲେଶ୍ଵର କିମ୍ବା ଅନ୍ୟ ଯେକୌଣସି ପ୍ରବେଶ ବହିଃ ସମୂହ ହୋଇଥାଏ ।

CHSE Odisha Class 12 Psychology Unit 3 Short & Long Answer Questions in Odia Medium

Question ୨।
ସମୂହ ଗଠନର ମୁଖ୍ୟ ଉପାଦାନଗୁଡ଼ିକ ବର୍ଣ୍ଣନା କର। .
Answer:
କେତେକ ବ୍ୟକ୍ତିଙ୍କ ସମାବେଶ ଓ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ପାରସ୍ପରିକ କ୍ରିୟା ସମୂହ ଗଠନର ମୂଳପିଣ୍ଡ । କିନ୍ତୁ ସମାଜବିଜ୍ଞାନୀମାନଙ୍କ ଦ୍ଵାରା କରାଯାଉଥୁବା ବିଭିନ୍ନ ଅନୁସନ୍ଧାନ ଓ ପରୀକ୍ଷଣର ଫଳାଫଳ ସମୂହ ଗଠନର କେତେକ ମୌଳିକ ଉପାଦାନମାନଙ୍କ ଉପରେ ଆଲୋକପାତ କରିଅଛି ।

ସମୂହ ଗଠନର ମୁଖ୍ୟ ଉପାଦାନଗୁଡ଼ିକ ହେଲା:-
(i) ନିକଟତା (Proximity)
(ii) ସାଦୃଶ୍ୟ (Similarity)
(iii) ସମାନ ଲକ୍ଷ୍ୟ ଓ ଉଦ୍ଦେଶ୍ୟ (Commom Goal)
(iv) ସଂହତି (Cohesiveness)

(i) ନିକଟତା (Proximity):-
ମଧ୍ୟରେ ସଂପର୍କ ସ୍ଥାପିତ ହୁଏ । କ୍ରମେ ଏହି ସଂପର୍କ ନିବିଡ଼ ହୋଇ ସମୂହ ଗଠିତ ହୁଏ । ସୁତରାଂ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଥବା ସାନ୍ନିଧ୍ୟ ବା ନିକଟତା ସମୂହ ଗଠନର ଏକ ମୁଖ୍ୟ ଉପାଦାନ । ଗୋଟିଏ ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ସେମାନଙ୍କର ବିଭାଗ ଅନୁସାରେ ଜଣେ ଅନ୍ୟ ଜଣଙ୍କର କାର୍ଯ୍ୟ କରିଥାଏ । ବହୁ ସମୟ ଧରି ଜଣେ ଅନ୍ୟଜଣଙ୍କର ନିକଟବର୍ତୀ ରହିବା ଫଳରେ ସମୂହ ଗଠିତ ହୋଇଥାଏ । ଉଦାହରଣ ସ୍ଵରୂପ:- ଗୋଟିଏ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥୁବା ଛାତ୍ରଛାତ୍ରୀ ଗୋଟିଏ ସ୍ଥାନରେ ରହୁଥ‌ିବା ବ୍ୟକ୍ତିମାନେ ଓ ଗୋଟିଏ ବିଭାଗରେ କାର୍ଯ୍ୟରତ କର୍ମଚାରୀମାନେ ସେମାନଙ୍କର ପୃଥକ ସମୂହ ଗଠନ କରିଥାନ୍ତି ।

(ii) ସାଦୃଶ୍ୟ (Similarity):-
ମାନସିକ ସ୍ତରରେ ଏକ ପ୍ରକାର ହୋଇଥିବାରୁ ସେମାନଙ୍କ ଇଚ୍ଛା, ଅନିଚ୍ଛା, ପ୍ରେମ, ସ୍ନେହ, ଘୃଣା ଓ କାର୍ଯ୍ୟ ଶୈଳୀ ଏପିରିକି ସେମାନଙ୍କ ମତ ଓ ଅମତରେ ଅନେକ ସାମଞ୍ଜସ୍ୟ ପରିଲକ୍ଷିତ ହୋଇଥାଏ । ଏଥିପାଇଁ ସେମାନେ ପରସ୍ପରର ଅତି ନିକଟବର୍ତ୍ତୀ ହୁଅନ୍ତି ଓ ଏକତ୍ର ଦୀର୍ଘଦିନ ପର୍ଯ୍ୟନ୍ତ ରହିପାରନ୍ତି । ଉଦାହରଣସ୍ୱରୂପ – ଶିକ୍ଷକ ସଂଘ, କର୍ମଚାରୀ ସଂଘ, ଅଟୋରିକ୍ସା ସଂଘ ଇତ୍ୟାଦି ।

(iii) ସମାନ ଲକ୍ଷ୍ୟ ଓ ଉଦ୍ଦେଶ୍ୟ:-
ଯେତେବେଳେ କିଛି ବ୍ୟକ୍ତିମାନଙ୍କର ଳକ୍ଷ୍ୟ ଓ ଉଦ୍ଦେଶ୍ୟ ଏକ ଅଭିନ୍ନ ହୋଇଥାଏ, ସେତେବେଳେ ସେହି ବ୍ୟକ୍ତିଗଣ ସମୂହ ଗଠନ କରିପାରିଥାନ୍ତି । ଥରେ ସମୂହ ଗଠନ ହୋଇଗଲା ପରେ ସେମାନେ ସମାନ ଉଦ୍ଦେଶ୍ୟ ଓ ଚିନ୍ତାଧାରା ସହ କାର୍ଯ୍ୟ କରିଥାନ୍ତି । ବ୍ୟବସାୟରେ ଲାଭ ଆଶା କରୁଥିବା ବ୍ୟବସାୟୀ ଗୋଷ୍ଠୀ, ଧର୍ମର ପ୍ରଚାର ପ୍ରସାର କରୁଥୁବା ଧାର୍ମିକ ଗୋଷ୍ଠୀ, କୌଣସି ଆଦର୍ଶ ଆଧାର କରି ନିର୍ବାଚନ ଳଢ଼ୁଥିବା ରାଜନୈତିକ ଗୋଷ୍ଠୀ ଓ ନିର୍ଦ୍ଦିଷ୍ଟ କୌଣସି ଯାନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କର ଗୋଷ୍ଠୀ ଏହାର ଉଦାହରଣ ।

(iv) ସଂହତି:-
ସମୂହ- ଗଠନ ପାଇଁ ସଂହତି ଏକ ମୁଖ୍ୟ ଉପାଦାନ । ଏହି ସଂହତି ଦ୍ଵାରା ସମୂହର ସଦସ୍ୟମାନେ ଏକତା ସୂତ୍ରରେ ବାନ୍ଧି ହୋଇ ଏହାର ମଙ୍ଗଳ ଓ ବିକାଶ ନିମିତ୍ତ କାର୍ଯ୍ୟ କରନ୍ତି । ଏହା ସମୂହରେ ସଭ୍ୟଙ୍କ ମଧ୍ୟରେ ଆନେକ ଭାବନା ସୃଷ୍ଟି କରିଥାଏ । ପ୍ରତ୍ୟେକ ବ୍ୟକ୍ତି ନିଜକୁ ସମୂହର ଏକ ଅଂଶ ଭାବେ ବିବେଚନା କରି କାର୍ଯ୍ୟ କରିଥାନ୍ତି । ଏହାଦ୍ଵାରା ସମୂହ ଦୃଢ଼, ଦୀର୍ଘସ୍ଥାୟୀ ଓ ଶକ୍ତିଶାଳୀ ହୁଏ । ଫେଷ୍ଟିନଜର୍‌ଙ୍କ ମତରେ ସମୂହର ସଦସ୍ୟମାନେ ଯେତେବେଳେ ପରସ୍ପରକୁ ଭଲପାଆନ୍ତି, ସମୂହରେ ହାସଲ କରିଥିବା ସ୍ଥିତିକୁ ବଜାୟ ରଖନ୍ତି କିମ୍ବା ନିଜ କାର୍ଯ୍ୟ ଓ ଆଚରଣ ଦ୍ଵାରା ସେ ସ୍ଥିତିକୁ ଉପରକୁ ନେବାପାଇଁ ଉଦ୍ୟମ କରନ୍ତି ଏବଂ ସେହି ସମୂହରୁ ଅଲଗା ହୋଇ ରହିବାର ଚିନ୍ତାକୁ ମନରେ ଧାରଣା କରନ୍ତି ନାହିଁ, ସେତେବେଳେ ତାକୁ ‘ସମୂହ ସଂହତି’ କୁହାଯାଏ ।

Question ୩।
ବିଭିନ୍ନ ପ୍ରକାରର ନେତୃତ୍ଵ ବିଷୟରେ ଉଲ୍ଲେଖ କର ।
Answer:
ସମୂହ କାର୍ଯ୍ୟର ସୁପରିଚାଳନା ପାଇଁ ନେତୃତ୍ଵର ଆବଶ୍ୟକତା ଅବଶ୍ୟମ୍ଭାବୀ ହୋଇଥିବା ବେଳେ ସମୂହର ପ୍ରକାର, କାର୍ଯ୍ୟର ପ୍ରକୃତି ଓ ସର୍ବୋପରି ଦଳମୁଖ୍ୟଙ୍କ ବ୍ୟକ୍ତିତ୍ଵ ଆଧାରରେ ନେତୃତ୍ଵର ସଂଜ୍ଞା ଓ ପ୍ରକାର ଭିନ୍ନ ହୋଇଥାଏ । ନେତୃତ୍ବ ଶୈଳୀ ସାଧାରଣତଃ ନେତାଙ୍କର ସମଭାବାପନ୍ନ ବ୍ୟବହାରିକ ଧାରାକୁ ବୁଝାଉଥାଏ । କେତେକ ମନୋବୈଜ୍ଞାନିକଙ୍କ ମତରେ ଦଳମୁଖ୍ୟଙ୍କ କାର୍ଯ୍ୟ ନିର୍ବାହ କରିବାରେ ଶୈଳୀ ନେତୃତ୍ବର ବର୍ଗୀକରଣ କରିଥାଏ । ପ୍ରତ୍ୟେକ ନେତାଙ୍କର କାର୍ଯ୍ୟ କରିବାର ପ୍ରଣାଳୀ ଭିନ୍ନ ଭିନ୍ନ ଅଟେ । ଏହା ମୁଖ୍ୟତଃ ନେତାଙ୍କର ବ୍ୟକ୍ତିତ୍ଵ ଏବଂ ଅନୁଭୂତି ଉପରେ ନିର୍ଭର କରିଥାଏ । ନେତୃତ୍ଵର ପ୍ରକାର ଭେଦ ସମୂହର ପରିବେଶ ଓ ଯେଉଁ ପରିସ୍ଥିତିରେ ନେତା କାର୍ଯ୍ୟ କରିଥାନ୍ତି ତାହା ଉପରେ ନିର୍ଭର କରିଥାଏ । ଆମେ ମୁଖ୍ୟତଃ ନିମ୍ନଲିଖତ ପ୍ରକାରର ନେତୃତ୍ଵ ବିଭିନ୍ନ ସମୂହରେ ଦେଖ‌ିବାକୁ ଯାଇଥାଉ ।

(i) ଅଧିକାରୀବାଦୀ ନେତୃତ୍ଵ (Authoritarian Leadership)
(ii) ଗଣତନ୍ତ୍ରବାଦୀ ନେତୃତ୍ଵ (Democratic Leadersip)
(iii) ଉଦାସୀନ ନେତୃତ୍ୱ (Laissez-faire Leadership)
(iv) ଦିବ୍ୟ ପ୍ରତିଭାସଂପନ୍ନ ନେତୃତ୍ଵ (Charismatic Leadership)
(v) ରୂପାନ୍ତରଣ ନେତୃତ୍ଵ (Transformational Leadership)

CHSE Odisha Class 12 Psychology Unit 3 Short & Long Answer Questions in Odia Medium

(i) ଅଧୁକାରୀବାଦୀ ନେତୃତ୍ୱ:-
ଯେଉଁ ନେତୃତ୍ଵରେ ଦଳମୁଖ୍ୟ ଦଳ ପାଇଁ ସମସ୍ତ ସିଦ୍ଧାନ୍ତ ନିଜେ ଗ୍ରହଣ କରିଥାନ୍ତି ତାହାକୁ ଅଧିକାରବାଦୀ ନେତୃତ୍ଵ କୁହାଯାଏ । ଉକ୍ତ ନେତୃତ୍ଵରେ ନେତୃମଣ୍ଡଳୀଙ୍କ ହାତରେ ସମୂହର ପରିଚାଳନା ପାଇଁ ଅଖଣ୍ଡ କ୍ଷମତା ଥାଏ । ସମୂହର କାର୍ଯ୍ୟ ଖସଡ଼ା ଓ ନୀତିନିୟମକୁ ଏହି ପ୍ରକାର ଗୋଷ୍ଠୀର ନେତାମାନେ ନିଜ ଇଚ୍ଛାରେ ପ୍ରସ୍ତୁତି କରନ୍ତି । ସେ ସମୂହରେ ଥିବା ସମସ୍ତ ସଦସ୍ୟଙ୍କ ଠାରୁ ସଂପୂର୍ଣ୍ଣ ଆଜ୍ଞାନୁବର୍ତ୍ତିତା ଆଶା କରିଥାନ୍ତି । ସମୂହର ସମସ୍ତ କାର୍ଯ୍ୟ ନିଜ ଇଚ୍ଛା ଅନୁସାରେ ପ୍ରସ୍ତୁତ କରିଥାନ୍ତି ।

ଉକ୍ତ କାର୍ଯ୍ୟକୁ ପାଳନ କରିବା ପାଇଁ କଠୋର ଆଦେଶ ଦେଇଥାନ୍ତି । ଏହି ପ୍ରକାର ନେତୃତ୍ୱାଧୀନ ଥିବା ସଭ୍ୟମାନଙ୍କର ବାକ୍ ସ୍ଵାଧୀନତା କିମ୍ବା ବୈଭିକ ଲକ୍ଷ୍ୟ ବା ଉଦ୍ଦେଶ୍ୟ ବୋଲି କିଛି ନଥାଏ । ସଭ୍ୟମାନଙ୍କର ବିନା ପରାମର୍ଶ ଓ ବିନା ଇଚ୍ଛାରେ ଦଳମୁଖ୍ୟ ତାଙ୍କୁ ଯେକୌଣସି କାର୍ଯ୍ୟରେ ନିୟୋଜିତ କରିଥାନ୍ତି । ଏହି ପ୍ରକାର ନେତୃତ୍ବାଧୀନ ସଭ୍ୟମାନେ ନେତାଙ୍କୁ ହୃଦୟର ସହ ଭଲ ପାଉ ନଥାନ୍ତି । ନେତୃତ୍ବ ଓ ସଦସ୍ୟଙ୍କ ମଧ୍ୟରେ ଥିବା ସଂପର୍କ କ୍ରମଶଃ ଦୁର୍ବଳ ହୋଇଉଠେ ଓ ନେତାଙ୍କୁ ହୃଦୟର ସହ ଭଲ ପାଉ ନଥାନ୍ତି । ନେତୃତ୍ବ ଓ ସଦସ୍ୟଙ୍କ ମଧ୍ୟରେ ଥିବା ସଂପର୍କ କ୍ରମଶଃ ଦୁର୍ବଳ ହୋଇଉଠେ ଓ ସମୂହ ନିମ୍ନଗାମୀ ହେବାକୁ ଲାଗେ ।

(ii) ଗଣତନ୍ତ୍ରବାଦୀ ନେତୃତ୍ୱ:-
ଯେଉଁ ନେତୃତ୍ଵରେ ଦଳମୁଖ୍ୟ ଦଳର ସମସ୍ତ ସଦସ୍ୟମାନଙ୍କୁ ସମୂହର କାର୍ଯ୍ୟଧାରାରେ ଯୋଗ ଦେଇ ନିଜର ସ୍ଵାଧୀନ ମତ ବ୍ୟକ୍ତ କରିବାର ସୁଯୋଗ ଦେଉଥାନ୍ତି ତାହକୁ ଗଣତନ୍ତ୍ରବାଦୀ ନେତୃତ୍ଵ କୁହାଯାଏ । ଉକ୍ତ ନେତୃତ୍ଵରେ ନେତା ସମୂହରେ ଥ‌ିବା ସଦସ୍ୟମାନଙ୍କର ଚିନ୍ତାଧାରା, ସେମାନଙ୍କର ଦକ୍ଷତା ଓ ବିଶ୍ଵାସନୀୟତାକୁ ସମ୍ମାନ ଜଣାଇ କାର୍ଯ୍ୟ କରିଥାନ୍ତି । ସମୂହର ଲକ୍ଷ୍ୟ ପୂରଣ କରିବା ପାଇଁ ସେ ଅନ୍ୟ ସଦସ୍ୟମାନଙ୍କର ପରାମର୍ଶ ଓ ସହଯୋଗ ଆବଶ୍ୟକ କରନ୍ତି ।

ଉକ୍ତ ନେତୃତ୍ଵରେ ସମୂହରେ ସମସ୍ତ ଶକ୍ତି ଓ ଅଧିକାର ନେତାଙ୍କ ନିକଟରେ ନ ରହି ସଦସ୍ୟମାନଙ୍କର ପରାମର୍ଶ ଓ ସହଯୋଗ ଆବଶ୍ୟକ କରନ୍ତି । ଉକ୍ତ ନେତୃତ୍ଵରେ ସମୂହରେ ସମସ୍ତ ଶକ୍ତି ଓ ଅଧିକାର ନେତାଙ୍କ ନିକଟରେ ନ ରହି ସମସ୍ତ ସଦସ୍ୟଙ୍କ ପାଖରେ ସମଭାବରେ ରହିଥାଏ । ଫଳରେ ଏହା ସଦସ୍ୟମାନଙ୍କ ମଧ୍ୟରେ ପରସ୍ପର ପ୍ରତି ସଂପର୍କ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । କୌଣସି ବାଧା କିମ୍ବା ଚାପର ବଶବର୍ତୀ ନ ହୋଇ, ସହଜ ଓ ସ୍ଵତନ୍ତ୍ର ଭାବରେ କାର୍ଯ୍ୟ କରିପାରୁଥିବାରୁ ଓ ନିଜ ମତାଧ୍ଵକାରକୁ ପ୍ରାଞ୍ଜଳ ଭାବରେ ବିନା ଭୟରେ ସାବ୍ୟସ୍ତ କାରିପାରୁଥ‌ିବାରୁ ସେମାନେ ପରସ୍ପରପ୍ରତି ନିକଟତର ଲୋଭପାରନ୍ତି ।

ଏହି ସାମାଜିକ ସୁସଂପର୍କ ସେମାନଙ୍କ ସମୂହ ପ୍ରତି ଥିବା ନିଷ୍ଠା ଓ ଆନ୍ତରିକତାକୁ ବହୁଗୁଣିତ କରାଏ । ଏହା ସଭ୍ୟାମାନଙ୍କର ଅନ୍ତ ଓ ମାନସିକ ବେଦନାର ଅବସାନ ଘଟାଇ ଏକ ସୁସ୍ଥ ଓ ସମୃଦ୍ଧ ସମାଜ ଗଠନର ସହାୟକ ହୋଇଥାଏ ।

(ii) ଉଦାସୀନ ନେତୃତ୍ୱ-
ଯେଉଁ ନେତୃତ୍ଵରେ ନେତା ସମୂହର ସଦସ୍ୟମାନଙ୍କୁ ମାତ୍ରାତ୍ଵିକ ସ୍ଵାଧୀନତା ପ୍ରଦାନ କରିଥାନ୍ତି ଓ ସେମାନଙ୍କୁ ସମୂହର ସମସ୍ତ ନୀତିନିୟମ ନିଜେ ନିଜର ଇଚ୍ଛା ଅନୁଯାୟୀ ପ୍ରଣୟନ କରିବାର ସମସ୍ତ ସୁଯୋଗ ଦେଇଥାନ୍ତି ତାହାକୁ ଉଦାସୀନ ନେତୃତ୍ଵ କୁହାଯାଏ । ଲୋକମାନେ ଯାହା ଇଚ୍ଛା ବା ଚିନ୍ତା କରୁଛନ୍ତି ତାହା ହିଁ କରନ୍ତୁ । ଏହି ଉକ୍ତିରେ ଉଦାସୀନ ନେତୃତ୍ଵ କୁହାଯାଏ । ଲୋକମାନେ ଯାହା ଇଚ୍ଛା ବା ଚିନ୍ତା କରୁଛନ୍ତି ତାହା ହିଁ କରନ୍ତୁ । ଏହି ଉକ୍ତିରେ ଉଦାସୀନ ନେତୃତ୍ଵ ବିଶ୍ଵାସ କରନ୍ତି ଏବଂ ସମୂହର କାର୍ଯ୍ୟରେ ହସ୍ତକ୍ଷେପ କରନ୍ତି ନାହିଁ । ଯେତେବେଳେ କୌଣସି ନେତାଙ୍କର ସାହାଯ୍ୟ କରିଥାନ୍ତି ।

ଦରକାର କରନ୍ତି ସେତେବେଳେ ସେ ତାକୁ ସାହାଯ୍ୟ କରିଥାନ୍ତି । ଅନ୍ୟ ସମୟରେ ନୀରବଦ୍ରଷ୍ଟା ଭାବରେ ସମୂହର କାର୍ଯ୍ୟକୁ ନିରୀକ୍ଷଣ କରିଥାନ୍ତି । ଉକ୍ତ ସମୂହରେ ସଦସ୍ୟମାନେ ସେମାନଙ୍କର ଦକ୍ଷତା ପ୍ରତିପାଦନ କରିବାର ସଂପୂର୍ଣ୍ଣ ସୁଯୋଗ ପାଇଥାନ୍ତି । ଯଦି ସମୂହରେ ଥ‌ିବା ସଦସ୍ୟମାନଙ୍କର କାର୍ଯ୍ୟ କରିବାର ଉପଯୁକ୍ତ ସାମର୍ଥ୍ୟ ଥାଏ ଓ ସେମାନେ ନିଷ୍ଠାର ସହ କାର୍ଯ୍ୟ କରିବାରେ ଆଗ୍ରହୀ ଥାନ୍ତି ତେବେ ଉକ୍ତ ନେତୃତ୍ଵରେ ସମୂହର ଅଗ୍ରଗତି ଠିକ୍ ଭାବରେ ହୋଇଥାଏ ।

(iv) ଦିବ୍ୟ ପ୍ରତିଭାସଂପନ୍ନ ନେତୃତ୍ୱ :-
ଯେଉଁ ନେତୃତ୍ଵରେ ଲୋକମାନେ ନେତାଙ୍କର ବ୍ୟକ୍ତିଗତ ଅଲୌକିକ ଗୁଣ ଓ ଅସାଧାରଣ ପ୍ରତିଭାଦ୍ଵାରା ଆକର୍ଷିତ ହୋଇଥାନ୍ତି ଓ ତାଙ୍କର ଆବେଗକୁ ଈଶ୍ବରଙ୍କର ବାଣୀ ଭାବରେ ଗ୍ରହଣ କରିଥାନ୍ତି ତାହାକୁ ଦିବ୍ୟ ପ୍ରତିଭାସଂପନ୍ନ ନେତୃତ୍ଵ କୁହାଯାଇଥାଏ ।

ଉକ୍ତ ନେତୃତ୍ଵରେ ନେତାଙ୍କର ସଦସ୍ୟମାନେ ନେତାଙ୍କୁ ହୃଦୟର ସହିତ ଶ୍ରଦ୍ଧା, ସମ୍ମାନ ଓ ଭକ୍ତି ପ୍ରଦର୍ଶନ କରିଥାନ୍ତି । ଏହି ନେତାଙ୍କର କାର୍ଯ୍ୟଶୈଳୀ ଅତ୍ୟନ୍ତ ଉଚ୍ଚକୋଟୀର । ସେମାନଙ୍କର ସମୂହ ତ୍ୟାଗ, ଲୋକମାନଙ୍କ ପ୍ରତି ସ୍ନେହ, ଉତ୍ତମ ଆଚରଣ ଓ ଅସୀମ ଦୂରଦୃଷ୍ଟି, ଲୋକମାନଙ୍କର ଉନ୍ନତି ପାଇଁ ଗଭୀର ନିଷ୍ଠା ଓ ଦୃଢ଼ ମନୋବଳ ଇତ୍ୟାଦି ଉତ୍ତମଗୁଣ ପରିଲକ୍ଷିତ ହୋଇଥାଏ । ଏମାନେ ସମୂହକୁ ଏକ ନୂତନ ଦିଗ୍‌ଦର୍ଶନ ଦେବାରେ ସକ୍ଷମ ହୋଇଥାନ୍ତି । ସେମାନଙ୍କର ଧୈର୍ଯ୍ୟ, ଦକ୍ଷତା ଓ କାର୍ଯ୍ୟ କରିବାର ଶୈଳୀ ସମୂହକୁ ଲକ୍ଷ୍ୟ ପୂରଣ ଦିଗରେ ଅଗ୍ରସର କରାଇଥାଏ ।

CHSE Odisha Class 12 Psychology Unit 3 Short & Long Answer Questions in Odia Medium

(v) ରୂପାନ୍ତରଣ ନେତୃତ୍ବ :-
ଯେଉଁ ନେତୃତ୍ଵରେ ନେତା ସମୂହର ସଦସ୍ୟମାନଙ୍କୁ ସେମାନଙ୍କର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ସଠିକ୍ ପରାମର୍ଶ ପ୍ରଦାନ କରି ଉଚିତ୍ ମାର୍ଗରେ ଗତି କରିବା ପାଇଁ ପ୍ରେରଣା ଯୋଗାଇଥାନ୍ତି ସେମାନଙ୍କୁ ରୂପାନ୍ତରଣ ନେତୃତ୍ଵ କୁହାଯାଏ । ଏହି ନେତୃତ୍ଵରେ ନେତାଙ୍କର ଅସାଧାରଣ ପ୍ରତିଭା ଦେଖ‌ିବାକୁ ମିଳିଥାଏ । ଅନ୍ୟମାନଙ୍କୁ ଆକୃଷ୍ଟ କରିବାର ଦକ୍ଷତା ଅସାଧାରଣ ବ୍ୟକ୍ତିତ୍ଵ, ଆଦର୍ଶଗତ ଆଚରଣ ଇତ୍ୟାଦି ବିଶେଷଗୁଣ ଉକ୍ତ ନେତାଙ୍କ ନିକଟରେ ପରିଲକ୍ଷିତ ହୁଏ । ଫଳରେ ସେମାନେ ସହଜରେ ଅନ୍ୟମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରି ସମୂହକୁ ସଠିକ୍ ମାର୍ଗରେ ଅଗ୍ରସର କରାଇଥାନ୍ତି ।

Question ୪।
ନେତା କାହାକୁ କହନ୍ତି ? ନେତାଙ୍କର ବିଭିନ୍ନ କାର୍ଯ୍ୟଗୁଡ଼ିକ ବର୍ଣନା କର । କିମ୍ବା ଦଳପତିଙ୍କ ପ୍ରକାର୍ଯ୍ୟଗୁଡ଼ିକ ଉଲ୍ଲେଖ କର ।
Answer:
ସମୂହର ମୁଖ୍ୟଙ୍କୁ ନେତା କୁହାଯାଏ । ସମୂହରେ ଥିବା ସମସ୍ତ ସଦସ୍ୟ ନେତାଙ୍କର ଉପଦେଶ ଓ ନିର୍ଦ୍ଦେଶ ମୁତାବକ କାର୍ଯ୍ୟ କରିଥାନ୍ତି । ସମୂହର ଲକ୍ଷ୍ୟ ସାଧନ, ସାଦସ୍ୟମାନଙ୍କ ମଧ୍ୟରେ ଉତ୍ତମ ଭାବର ଆଦାନ ପ୍ରଦାନ, ସମୂହର କାର୍ଯ୍ୟଧାରା ଉପରେ ବିଶ୍ଵାସ ଓ ସହଭାଗିତା, ଆତ୍ମବିଶ୍ଵାସ, ସମୂହର ବିକାଶରେ ନିଜକୁ ଅନୁପ୍ରାଣିତ ଓ ଅନ୍ୟମାନଙ୍କୁ ପ୍ରଭାବିତ କରୁଥିବା ବ୍ୟକ୍ତିଙ୍କୁ ନେତା ବା ଦଳପତି ଭାବରେ ଗ୍ରହଣ କରାଯାଇଥାଏ ।

ଦଳପତି ସମୂହର ମୁଖ୍ୟ ଓ ମର୍ଯ୍ୟାଦାଜନକ ଶୀର୍ଷସ୍ଥାନରୁ ଥିବାରୁ ସମୂହ ଗଠନ, ତା’ର ପାରିପାର୍ଶ୍ଵକ ଅବସ୍ଥା, ଲକ୍ଷ୍ୟ ଆଦର୍ଶ, ମୂଲ୍ୟବୋଧ ଓ କାର୍ଯ୍ୟକଳାପକୁ ନିୟନ୍ତ୍ରିତ କରନ୍ତି ଓ ଏଥ‌ିପାଇଁ ସେ ସଂପୂର୍ଣ୍ଣ ରୂପେ ଦାୟୀ ମଧ୍ଯ ରୁହନ୍ତି । ନେତୃତ୍ଵର କାର୍ଯ୍ୟାବଳୀ ମୁଖ୍ୟତଃ ସମୂହର ପ୍ରକୃତି, ପ୍ରକାର ଭେଦ ଓ ବିଭିନ୍ନ ପ୍ରକାରର ନେତୃତ୍ଵ ଉପରେ ଆଧାରିତ । ନେତୃତ୍ବର କାର୍ଯ୍ୟାବଳୀରେ ଭିନ୍ନତା ପରିଲକ୍ଷିତ ହେଲେ ମଧ୍ୟ କେତେଗୁଡ଼ିଏ ନିର୍ଦ୍ଦିଷ୍ଟ କାର୍ଯ୍ୟ ପ୍ରତ୍ୟେକ ପ୍ରକାରର ନେତୃତ୍ଵ ସଂପାଦନ ପାଞ୍ଚଗୋଟି କାର୍ଯ୍ୟ କରିଥାନ୍ତି । ସେଗୁଡିକ ହେଲା- ଯୋଜନା, ସଂସ୍ଥାପନ, ଆଦେଶ, ସମନ୍ଵୟ ଓ ନିୟନ୍ତ୍ରଣ । ବିଭିନ୍ନ ଗବେଷଣାରୁ ଜଣାଯାଇଛି ଯେ ସମୂହର କାର୍ଯ୍ୟ ପରିଚାଳନା କରିବା ପ୍ରତ୍ୟେକ ନେତୃତ୍ବର ମୁଖ୍ୟ କାର୍ଯ୍ୟ । ତେଣୁ ଯେକୌଣସି ସମୂହର ମୁଖ୍ୟ ବା ଦଳପତି ମୁଖ୍ୟତଃ ନିମ୍ନଲିଖତ କାର୍ଯ୍ୟଗୁଡ଼ିକ ସଂପାଦନ କରିଥାନ୍ତି ।
ସେଗୁଡ଼ିକ ହେଲା:-

(i) ଯୋଜନା ପ୍ରସ୍ତୁତ କରିବା (Planning)
(ii) ସଂସ୍ଥାପନ କରିବା (Organising)
(iii) ଆଦେଶ ଦେବା (Commanding)
(iv)ସମନ୍ଵୟ ରକ୍ଷା କରିବା (Co-Ordinating)
(v) ନିୟନ୍ତ୍ରଣ ରକ୍ଷା କରିବା (Controlling)
(vi) ସମସ୍ୟାର ନିରାକାରଣ କରିବା (Problem solving)
(vii) ମାର୍ଗ ପ୍ରଦର୍ଶନ କରିବା (Providing guidance)

(i) ଯୋଜନା ପ୍ରସ୍ତୁତ କରିବା :-
ସମୂହର ଲକ୍ଷ୍ୟ ପୂରଣ ନିମନ୍ତେ ଦଳପତି ଯୋଜନା ପ୍ରସ୍ତୁତ କରିଥାନ୍ତି । ସମୂହର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସ୍ଥିର କରିବା ପରେ ତାକୁ ନିର୍ଦ୍ଦିଷ୍ଟ ସମୟସୀମା ଓ ବ୍ୟୟବରାଦ ମଧ୍ଯରେ ପୂରଣ କରିବା ପାଇଁ ଦଳପତି ବିଭିନ୍ନ ଖସଡ଼ା ପ୍ରସ୍ତୁତ କରିଥାନ୍ତି । ଯୋଜନା ପ୍ରସ୍ତୁତ ସମୟରେ ଦଳପତି ସାଧାରଣ ଭାବରେ ସମୂହର ବର୍ତ୍ତମାନ ସ୍ଥିତି, ସଦସ୍ୟମାନଙ୍କର ନିଷ୍ଠା, ଦକ୍ଷତା, ଭବିଷ୍ୟତର କାର୍ଯ୍ୟପନ୍ଥା ଓ ରୂପରେଖ ପ୍ରଭୃତି ବିଷୟ ପ୍ରତି ଧ୍ୟାନ ଦେଇଥାନ୍ତି । ଉକ୍ତ ଯୋଜନା ଅନୁସାରେ ସମୂହର ସମସ୍ତ କାର୍ଯ୍ୟପନ୍ଥା ସ୍ଥିର କରାଯାଇ ସମୂହକୁ ଲକ୍ଷ୍ୟ ସାଧନା ନିମନ୍ତେ ଅଗ୍ରସର କରାଯାଇଥାଏ ।

(ii) ସଂସ୍ଥାପନା କରିବା :-
ଦଳପତି ସମୂହର ସମସ୍ତ କାର୍ଯ୍ୟର ମୁଖ୍ୟ ସଂଯୋଜନା ତାଙ୍କରି ନିର୍ଦ୍ଦେଶ ଓ ନେତୃତ୍ଵରେ ସମୂହର ସମସ୍ତ କାର୍ଯ୍ୟ ପରିଚାଳନା କରାଯାଇଥାଏ । ସେ ସମୂହର ଲକ୍ଷ୍ୟ ସାଧନ ପାଇଁ ସମୂହ ବିଚାରକୁ ନେଇ ସେମାନଙ୍କ ଉପରେ ଦାୟିତ୍ଵ ନ୍ୟସ୍ତ କରିଥାନ୍ତି ଓ ସ୍ଵୟଂ ସଦସ୍ୟମାନଙ୍କର କ୍ଷମତା, ନିଷ୍ଠା ଓ ଦକ୍ଷତାକୁ କରିଥାନ୍ତି । ସମୂହର ସଂସ୍ଥାପନ କାର୍ଯ୍ୟ ଏପରି ଭାବରେ କରାଯାଇଥାଏ ଯେ ପ୍ରତ୍ୟେକ ସଦସ୍ୟ ଆଗ୍ରହ ସହକାରେ ଲକ୍ଷ୍ୟ ସାଧନା ପାଇଁ ଅଗ୍ରସର ହୋଇଥାନ୍ତି । କୌଣସି ବ୍ୟକ୍ତି ନିଜକୁ ଏକୁଟିଆ ଏବଂ ଉପେକ୍ଷିତ ମନେ କରି ନଥାନ୍ତି ।

(iii) ଆଦେଶ ଦେବା :-
ସମୂହର ପ୍ରତ୍ୟେକ କାର୍ଯ୍ୟ ନେତାଙ୍କର ଆଦେଶ ଅନୁସାରେ କାର୍ଯ୍ୟକାରୀ ହୋଇଥାଏ । ଏହାର ସଦସ୍ୟମାନେ ଉକ୍ତ ଆଦେଶ ଶୃଙ୍ଖଳା, ମଧ୍ୟରେ ଗତି କରିଥାନ୍ତି । ସମୂହର ଲକ୍ଷ୍ୟ ପୂରଣ କେଉଁ ମାର୍ଗରେ ଗତି କରିବାକୁ ହେବ, ଅସୁବିଧାଗୁଡ଼ିକୁ କିପରି ଭାବରେ ସାମ୍ନା କରିବାକୁ ପଡ଼ିବ, ସମସ୍ୟାଗୁଡ଼ିକର ସମାଧାନ କିପରି କରାଯିବ ଏବଂ ବିଷୟ ନେତାଙ୍କର ଆଦେଶ ପରସ୍ପର ମଧ୍ୟରେ ସହଭାଗିତା ନଷ୍ଟ ହୋଇ ନଥାଏ ।

(iv) ସମନ୍ଵୟ ରକ୍ଷା କରିବା :-
ନେତାଙ୍କୁ ସମୂହର ଜଣେ ଆଦର୍ଶ ସମନ୍ଵୟକାରୀ ଭାବରେ ଗଣନା କରାଯାଇଥାଏ । ତାଙ୍କର ମୁଖ୍ୟ କାର୍ଯ୍ୟ ହେଉଛି ସମୂହର ପ୍ରତ୍ୟେକ ସଦସ୍ୟମାନଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରିବା । ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ସଭ୍ୟଙ୍କର ଉପରିସ୍ଥ ଅଧିକାରୀମାନଙ୍କ ମଧ୍ୟରେ ସମନ୍ଵୟ ରକ୍ଷାକରି କାର୍ଯ୍ୟପନ୍ଥା ଗ୍ରହଣ କରିବା ହେଉଛି ସମୂହ ମୁଖ୍ୟ ବା ଦଳପତିଙ୍କର ପ୍ରଧାନ କର୍ତ୍ତବ୍ୟ । ସମୂହରେ ସମନ୍ଵୟ ନ ରହିଲେ ଅରାଜକତା ବ୍ୟାପିଥାଏ ଓ ସମୂହ କ୍ରମଶଃ ଦୁର୍ବଳ ହୋଇପଡ଼େ ।

(v) ନିୟନ୍ତ୍ରଣ ରକ୍ଷା କରିବା:-
ସମୂହର ପ୍ରତ୍ୟେକ କାର୍ଯ୍ୟ ଠିକ୍ ଭାବରେ ହେଉଛି କି ନାହିଁ ଏହା ନିରୀକ୍ଷଣ କରିବା ସମୂହର ମୁଖ୍ୟଙ୍କ ପ୍ରଧାନ କାର୍ଯ୍ୟ । ସମୂହର ସଦସ୍ୟମାନେ ଏହାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ମୁତାବକ କାର୍ଯ୍ୟ କରୁଛନ୍ତି କି ନାହିଁ ଏହା ମଧ୍ୟ ସେ ତଦାରଖ କରିଥାନ୍ତି । ସମସ୍ତ କାର୍ଯ୍ୟ ଓ ସଦସ୍ୟମାନଙ୍କର ବ୍ୟବହାର ଓ ଆଚରଣ ଇତ୍ୟାଦିକୁ ନିଜ ନିୟନ୍ତ୍ରଣରେ ରଖୁ ଯେକୌଣସି ନେତା ସମୂହକୁ ପରିଚାଳନା କରିଥାନ୍ତି ।

(vi) ସମସ୍ୟାର ନିରାକରଣ କରିବା:-
ଆରମ୍ଭ କରି ସାମୂହିକ ସମସ୍ୟା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ସମସ୍ୟା ସମୂହରେ ଦେଖାଦେଇଥାଏ । ଏସବୁର ସଠିକ୍ ସମାଧାନ କରିବା ପାଇଁ ପ୍ରତ୍ୟେକ ଦଳମୁଖ୍ୟ ନିଜର ବୁଦ୍ଧି ଓ ଅଭିଜ୍ଞତାକୁ ଆଧାର କରି ଧୈର୍ଯ୍ୟର ସହ ସମସ୍ତ ସଭ୍ୟଙ୍କୁ ଏକତ୍ରିତ କରି ଏହାର ନିରାକରଣ ଦିଗରେ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରିଥାନ୍ତି । ନେତାଙ୍କର ପ୍ରଧାନ କାର୍ଯ୍ୟ ହେଉଛି ସମସ୍ୟା ସମୟରେ ଉଚିତ୍ ନେତୃତ୍ଵ ନେବା ଓ ଏହାର ସମାଧାନ ପାଇଁ ସଠିକ୍ ପରାମର୍ଶ ସହକାରେ କାର୍ଯ୍ୟ ପରିଚାଳନା କରିବା ।

CHSE Odisha Class 12 Psychology Unit 3 Short & Long Answer Questions in Odia Medium

(vii) ମାର୍ଗ ପ୍ରଦର୍ଶନ କରିବା :-
ସମୂହର ମୁଖ୍ୟ ଏହାର ସଦସ୍ୟମାନଙ୍କୁ ଉପଯୁକ୍ତ ମାର୍ଗ ପ୍ରଦର୍ଶନ କରିଥାନ୍ତି । ସମୂହକୁ ସଠିକ୍ ମାର୍ଗରେ ଗତି କରାଇବାରେ ନେତାଙ୍କର ଅଭିଜ୍ଞତା, ବୁଦ୍ଧି ଓ ଶିକ୍ଷା ସାହାଯ୍ୟ ଯୋଗାଇଥାଏ । ସଦସ୍ୟମାନେ ଉତ୍ତମ ମାର୍ଗରେ ଗତି କରିବା ଦ୍ଵାରା ସେମାନଙ୍କର ଆତ୍ମବିଶ୍ଵାସ ବୃଦ୍ଧି ହୋଇଥାଏ ଓ ସମୂହ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଥାଏ । ଏଥିପାଇଁ ନେତାଙ୍କୁ ସମୂହର ପଥ – ପ୍ରଦର୍ଶକ ଭାବରେ ଗ୍ରହଣ କରାଯାଉଥାଏ ।

Question ୫।
ପ୍ରଭାବୀ ପରାମର୍ଶଦାତାଙ୍କର ଗୁଣାବଳୀଗୁଡ଼ିକ ବର୍ଣନା କର ।
Answer:
ପରାମର୍ଶ ପ୍ରକ୍ରିୟା ଉଭୟ ପରାମର୍ଶଦାତା ଓ ମହକିଲଙ୍କର ପ୍ରଚେଷ୍ଠା ଉପରେ ନିର୍ଭର କରେ । ଉଭୟଙ୍କର ଘନିଷ୍ଠତା, ବିଶ୍ଵାସ ଓ କାର୍ଯ୍ୟଧାରା ଏହାର ସଫଳତାକୁ ଶୀର୍ଷସ୍ତରରେ ପହଞ୍ଚାଇଥାଏ । ପରାମର୍ଶଦାତାଙ୍କର ଦକ୍ଷତା ତଥା ବିଭିନ୍ନ ଗୁଣାବଳୀ ପରାମର୍ଶ ପ୍ରକ୍ରିୟାର ସଫଳ ଅଗ୍ରଗତିରେ ବିଶେଷଭାବରେ ସହାୟକ ହୋଉଥାଏ । କୋର୍‌ମିୟର ଓ କୋର୍‌ମିୟରଙ୍କ ମତାନୁସାରେ, “ ଜଣେ ସଫଳ ପରାମର୍ଶଦାତା ହେଉଛନ୍ତି ସିଏ ଯିଏ କି ନିଜର ବ୍ୟକ୍ତିଗତ ଓ ବୈଜ୍ଞାନିକ ଦକ୍ଷତାର ସଫଳ ସମ୍ମିଶ୍ରଣ କରିପାରୁଥ‌ିବେ ଏବଂ ଯିଏ ନିଜର ଅନ୍ତର୍ବେୟକ୍ତିକ ଓ ବୈଷୟିକ ଦକ୍ଷତା ମଧ୍ୟରେ ସମନ୍ଵୟ
ହାସଲ କରିଥ‌ିବେ ।” ଜଣେ ପ୍ରଭାବୀ ପରାମର୍ଶଦାତା ହେବାକୁ ହେଲେ ତାଙ୍କ ବ୍ୟକ୍ତିତ୍ଵରେ ନିମ୍ନଲିଖତ ଗୁଣଗୁଡ଼ିକର ବିକାଶ ଆବଶ୍ୟକ ହୋଇଥାଏ । ସେଗୁଡ଼ିକ ହେଲା :-

(୧) ଆତ୍ମ ସଚେତନତା (Self Awareness):-
ପରାମର୍ଶଦାତା ନିଜର ଆବଶ୍ୟକତା, ଭାବନା, ସାମର୍ଥ୍ୟ ଏବଂ କାର୍ଯ୍ୟ ପରିସର ସଂପର୍କରେ ଭଲଭାବରେ ବୁଝିବା ଉଚିତ୍ । ଏହାଦ୍ଵାରା ସେ ନିଜକୁ ଠିକ୍ ଭାବରେ ବୁଝିପାରିବେ ଓ ତାଙ୍କର କାର୍ଯ୍ୟଧାରାର ବୈଧତା ବିଷୟରେ ଜାଣିପାରିବେ । ଏହା ଫଳରେ ସେ ନିଜର ସାମର୍ଥ୍ୟ ପ୍ରତି ସଚେତନା ହୋଇଥାନ୍ତି ଓ ନିଜର ତଥା ପରାମର୍ଶ ଗ୍ରହୀତାଙ୍କର ସମସ୍ୟାଗୁଡ଼ିକୁ ଭଲଭାବରେ ଜାଣିପାରିଥାନ୍ତି ।

(୨) ମାନସିକ ସ୍ଵାସ୍ଥ୍ୟ (Mental Health):-
ପରମର୍ଶଦାତାଙ୍କର ମାନସିକ ସ୍ଵାସ୍ଥ୍ୟ ଭଲ ରହିବା ଉଚିତ୍ । ଏହାଦ୍ଵାରା ତାଙ୍କ ଭିତରେ ଆତ୍ମବିଶ୍ଵାସ ବୃଦ୍ଧି ପାଇଥାଏ । ସେ ସକ୍ରିୟଭାବରେ କାର୍ଯ୍ୟ କରିପାରନ୍ତି। ଉତ୍ତମ ମାନସିକ ସ୍ଵାସ୍ଥ୍ୟ ପରାମର୍ଶରେ ସଫଳତା ଆଣିବା ସଙ୍ଗେ ସଙ୍ଗେ ମହକିଲଙ୍କୁ ସକାରାତ୍ମକ ଭାବରେ ପ୍ରଭାବିତ କରିଥାଏ। ଯଦି ପରାମର୍ଶ ଦାତାଙ୍କର ନିଜର ମାନସିକ ସ୍ଵାସ୍ଥ୍ୟ ଠିକ୍ ନଥାଏ, ସେମାନେ
ପରାମର୍ଶ ପ୍ରକ୍ରିୟାରେ ବାଧା ସୃଷ୍ଟି ହୁଏ ।

(୩) ସମ୍ବେଦନଶୀଳତା (Sensitivity) :-
ଯେଉଁ ପରାମର୍ଶଦାତାଙ୍କର ସମ୍ବେଦନଶୀଳତା ଅଧୂକ ସେମାନେ ସମସ୍ୟାକୁ ସାମ୍ନା କରିବାରେ ଅଧୁକ ସକ୍ଷମ ହୋଉଥାଆନ୍ତି । ସମ୍ବେଦନଶୀଳତା ଅର୍ଥ ପରାମର୍ଶଦାତା ତାଙ୍କ ମହକିଲର କାର୍ଯ୍ୟ, ପରିସ୍ଥିତି ଓ ପରିବେଶକୁ ସାମ୍ନା କରିବାର ଶୈଳୀ, ସାମର୍ଥ୍ୟ ଏବଂ ସୀମା ବିଷୟରେ ସଠିକ୍ ଭାବରେ ଅବଗତ ହେବ । ଏହା ଫଳରେ ସେ ନିଜ ମହକିଲଙ୍କର ଆଚରରକୁ ଠିକ୍ ଭାବରେ ବୁଝିପାରନ୍ତି ଓ ତଦନୁସାରେ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ପାଇଁ ବିଭିନ୍ନ ପ୍ରକାରର କୌଶଳ ପ୍ରୟୋଗ କରି ସେଥୁରେ ସଫଳ ହୋଉଥାନ୍ତି ।

(୪) ସମାନୁଭୂତି ଓ ବୋଧତା (Empathy and Understanding) :-
ଜଣେ ପ୍ରଭାବୀ ପରାମର୍ଶଦାତାଙ୍କର ମହକିଲଙ୍କର ସମସ୍ୟା ପ୍ରତି ସମାନୁଭୂତି ରହିବା ଆବଶ୍ୟକ । ସମାନୁଭୂତି ଅର୍ଥ ହେଲା ମହକିଲଙ୍କର ସମସ୍ୟାକୁ ସେ ଯେପରି ଦେଖୁଥାଆନ୍ତି ପରାମର୍ଶଦାତା ସେହି ସମସ୍ୟାକୁ ସେହି ରୂପରେ ଗ୍ରହଣ କରିବା । ଏହି ପ୍ରକ୍ରିୟାରେ ଉଭୟ ପ୍ରତ୍ୟକ୍ଷଣ ଓ ସଂପ୍ରେକ୍ଷଣ ସମ୍ମିଳିତ ହୋଇଥାଆନ୍ତି ।

ପରାମର୍ଶଦାତା ମହକିଲଙ୍କର ସମସ୍ୟାଗୁଡ଼ିକ ଧ୍ୟାନର ସହିତ ଶୁଣିବାକୁ ପ୍ରତ୍ୟକ୍ଷଣ କୁହାଯାଏ । ପରାମର୍ଶଦାତା କିଛି ଅନୁଭୂତି ବର୍ଣ୍ଣନା କରି ମହକିଲଙ୍କ ମନରେ ଧାରଣା ସୃଷ୍ଟି କରିଥାଆନ୍ତି ଯେ, ସେ ତାଙ୍କର ସମସ୍ୟାଗୁଡିକ ସଠିକ୍ ଭାବରେ ବୁଝୁଛନ୍ତି । ଏହି ପ୍ରକ୍ରିୟାକୁ ସଂପ୍ରେକ୍ଷଣ କୁହାଯାଏ । ସମାନୁଭୂତି ଓ ବୋଧତାଦ୍ଵାରା ପରାମର୍ଶଦାତା ନିଜ ମହକିଲଙ୍କ ସହିତ ଘନିଷ୍ଠତା ସୃଷ୍ଟି କରିଥାନ୍ତି ।

(୫) ସମ୍ମାନବୋଧତା (Respectfulness) :-
ପରାମର୍ଶଦାତାଙ୍କର ନିଜ ମହକିଲ ପ୍ରତି ସମ୍ମାନବୋଧ ରହିବା ଉଚିତ୍ । ସେ ମହକିଲଙ୍କୁ ଉଚିତ୍ ବ୍ୟବହାର ଦେଖାଇବା ସହିତ ତାଙ୍କୁ ପ୍ରତ୍ୟେକ କଥାରେ ସହଯୋଗ କରିବା ଉଚିତ୍ । ମହକିଲଙ୍କ ପ୍ରତି ନିଜର ଆଚରଣରେ ସାଧୁତା ଓ ସମ୍ମାନବୋଧ ପରିପ୍ରକାଶ ହେବା ଦରକାର ।

CHSE Odisha Class 12 Psychology Unit 3 Short & Long Answer Questions in Odia Medium

(୬) ବସ୍ତୁନିଷ୍ଠତା (Objectivity):-
ପରାମର୍ଶଦାତା ମହକିଲଙ୍କ ସହିତ ନିଜର ଆଚରଣରେ ବସ୍ତୁନିଷ୍ଠତା ବଜାୟ ରଖୁବା ଉଚିତ୍ । ପରାମର୍ଶ ପ୍ରକ୍ରିୟାରେ ସେ ମହକିଲଙ୍କର ସମସ୍ୟାର ସମାଧାନ କରୁଥିବା ସମୟରେ କୌଣସି ପ୍ରତି ନିଜର ଆସକ୍ତି ପ୍ରତି ନିଜର ସତର୍କତା ଅବଲମ୍ବନ କରିବା ଉଚିତ୍ । ଏହାଛଡ଼ା ପରାମର୍ଶଦାତାଙ୍କର ଆଉ ଗୋଟିଏ ବିଶେଷ ଗୁଣ ହେଲା ଉପଯୁକ୍ତତା । ଜଣେ ପରାମର୍ଶଦାତା କର୍ତ୍ତବ୍ୟନିଷ୍ଠ ହେବା ଉଚିତ୍ ଓ କୌଣସି ପରିସ୍ଥିତିରେ ତାଙ୍କ ମହକିଲ ଯେପରି ଭୁଲ ରାସ୍ତାରେ ନ ଯାଏ ଓ ହଇରାଣ ନ ହୁଏ ସେଥୁପ୍ରତି ସେ ସର୍ବଦା ସତର୍କତା ଅବଲମ୍ବନ କରିବା ଉଚିତ୍ ।

(୭) ଧ୍ୟାନ କେନ୍ଦ୍ରିକତା (Attensity):-
ପରାମର୍ଶଦାତାଙ୍କର ଧ୍ୟାନ ମହକିଲଙ୍କ ପ୍ରତି କୈନ୍ଦ୍ରିକ ହେବା ଆବଶ୍ୟକ । ମହକିଲଙ୍କର ସମସ୍ତ ସମସ୍ୟାକୁ ଧ୍ୟାନ ଦେଇ ଶୁଣିବା ଏବଂ ତାଙ୍କୁ ପୂରା କହିବାକୁ ସୁଯୋଗ ଦେବା ଉଚିତ୍ । ଏହାଦ୍ଵାରା ମହକିଲ ନିଜର ମନକଥା ପରିପ୍ରକାଶ କରିବା ପାଇଁ ଉତ୍ସାହିତ ହେଇଥାନ୍ତି । ମହକିଲଙ୍କ କଥା ଶୁଣିବା ସମୟରେ ମଝିରେ ମଝିରେ ଆଚ୍ଛା – ଆଚ୍ଛା, ହଁ – ହଁ ଇତ୍ୟାଦି ପରି ବାଚନିକ ସଂକେତ, ନିଜେ ତାଙ୍କ ସମସ୍ୟାଟିକୁ ହୃଦୟଙ୍ଗମ କରିବାର ସଂକେତ ତାଙ୍କୁ ଜଣାଇବା ଇତ୍ୟାଦି ପରାମର୍ଶ ପକ୍ରିୟାକୁ ଆଗେଇ ନେବାରେ ସହାୟକ ହୋଇଥାଏ ।

(୮) ନୈତିକ ଆଚରଣ (Moral conduct):-
ତଥ୍ୟକୁ ଗୋପନ ରଖିବା ହେଉଛି ପରାମର୍ଶ ଦାତାଙ୍କର ନୈତିକ ଦାୟିତ୍ଵ । ମହକିଲଙ୍କର ବିନା ପରାମର୍ଶରେ ସେ କୌଣସି ତଥ୍ୟକୁ ପ୍ରଘଟ କରିବା ଆଇନ୍ ଅନୁସାରେ ଠିକ୍ ହୋଇ ନ ଥାଏ । ଏହା ମହକିଲଙ୍କର ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ । ତେଣୁ ଉଭୟଙ୍କର ସଂପର୍କ ନୀତିଗତ ଓ ସନ୍ଦେହମୁକ୍ତ ରହିବା ଉଚିତ୍ । ଉକ୍ତ ଗୁଣାବଳୀଗୁଡ଼ିକ ଜଣେ ପରାମର୍ଶ ଦାତାଙ୍କୁ ସଠିକ୍ ଓ ଉତ୍ତମ ପରାମର୍ଶ ଯୋଗାଇବାରେ ସହାୟକ ହୋଉଥାଏ ।

CHSE Odisha Class 12 Education Solutions Chapter 8 ଶିକ୍ଷଣରେ ଅଭିପ୍ରେରଣା

Odisha State Board CHSE Odisha Class 12 Foundation of Education Solutions Chapter 8 ଶିକ୍ଷଣରେ ଅଭିପ୍ରେରଣା Questions and Answers.

CHSE Odisha 12th Class Education Solutions Chapter Chapter 8 ଶିକ୍ଷଣରେ ଅଭିପ୍ରେରଣା

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତି ପ୍ରଶ୍ନତଳେ ପ୍ରଦତ୍ତ ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ବାହ୍ୟ ଅଭିପ୍ରେରଣା କେଉଁଥୁରୁ ମିଳିଥାଏ ?
(i) ମନ
(ii) ପରିବେଶ
(iii) ପରିବାର
(iv) କେଉଁଟି ନୁହେଁ
Answer:
(ii) ପରିବେଶ

2. ନିମ୍ନୋକ୍ତ କେଉଁଟି ଏକ ଆନ୍ତଃ ଅଭିପ୍ରେରଣା ଅଟେ ?
(i) ଇଚ୍ଛାଶକ୍ତି
(ii) ଦଣ୍ଡ
(iii) ପ୍ରଶଂସା
(iv) ଶିକ୍ଷା ଉପକରଣ
Answer:
(i) ଇଚ୍ଛାଶକ୍ତି

3. ନିମ୍ନୋକ୍ତ କେଉଁଟି ଏକ ବାହ୍ୟ ଅଭିପ୍ରେରଣା ଅଟେ ?
(i) ଦଣ୍ଡ
(ii) ଇଚ୍ଛା
(iii) ଆଶାର ସ୍ତର
(iv) ପ୍ରତିଯୋଗୀ ମନୋଭାବ
Answer:
(i) ଦଣ୍ଡ

4. ଲକ୍ଷ୍ୟ ସାଧନ ପାଇଁ କିଏ ଶିଶୁକୁ କାର୍ଯ୍ୟକ୍ଷମ ବା କ୍ରିୟାଶୀଳ କରାଇଥାଏ ?
(i) ମ।ନସିକ
(ii) ଅଭିପ୍ରେରଣା
(iii) ପରିବେଶ
(iv) ଚିନ୍ତା
Answer:
(ii) ଅଭିପ୍ରେରଣା

5. ଅଭିପ୍ରେରଣା କେଉଁ ଲାଟିନ୍ Latin ଶବ୍ଦରୁ ଆନୀତ ?
(i) Move
(ii) Movere
(iii) Movement
(iv) Muve
Answer:
(ii) Movere

CHSE Odisha Class 12 Education Solutions Chapter 8 ଶିକ୍ଷଣରେ ଅଭିପ୍ରେରଣା

6. କେଉଁଟି ଅଭିପ୍ରେରଣାର କାର୍ଯ୍ୟ ନୁହେଁ ?
(i) ଦଣ୍ଡ ଓ ପୁରସ୍କାର
(ii) ଶିକ୍ଷା ଉପକରଣର ବ୍ୟବହାର
(iii) ଛାତ୍ରଛାତ୍ରୀଙ୍କ ଅନାଗ୍ରହୀ ମନୋଭାବ
(iv) ଶିକ୍ଷକଙ୍କ ଅନୁଭୂଳ ମନୋଭାବ
Answer:
(iii) ଛାତ୍ରଛାତ୍ରୀଙ୍କ ଅନାଗ୍ରହୀ ମନୋଭାବ

7. କେଉଁଟି ଆନ୍ତଃ ଅଭିପ୍ରେରଣାର ଉଦାହରଣ ?
(i) ପୁରସ୍କାର
(ii) ଦଣ୍ଡ
(iii) ଆଗ୍ରହ
(iv) ପ୍ରଶଂସା
Answer:
(iii) ଆଗ୍ରହ

8. ନିମ୍ନଲିଖତ କେଉଁ କାରକଟି ଜଣେ ବ୍ୟକ୍ତିଠାରେ କୌଣସି ଏକ କାର୍ଯ୍ୟ କରିବାପାଇଁ ଆଗ୍ରହ ସୃଷ୍ଟି କରିଥାଏ ?
(i) ମାନସିକ ସ୍ଥିତ
(ii) ଅଭିପ୍ରେରଣା
(iii) ପରିବେଶ
(iv) ଚିନ୍ତା
Answer:
(ii) ଅଭିପ୍ରେରଣା

9. ମୁଭିର୍ (Movere) ଶବ୍ଦର ଅର୍ଥ କ’ଣ ?
(i) ଗତିଣାଳ
(ii) ଉତ୍ତେଜନା
(iii) 1696
(iv) ବୃଦ୍ଧି
Answer:
(i) ଗତିଣାଳ

10. ଯେଉଁ ଆଭ୍ୟନ୍ତରୀଣ ଚାପଦ୍ୱାରା ବ୍ୟକ୍ତି କୌଣସି କାର୍ଯ୍ୟ କରିବାପାଇଁ ବଦ୍ଧପରିକର ହୁଏ ଅଥବା ପ୍ରଣୋଦିତ ହୋଇଥାଏ ତାହାକୁ କ’ଣ କୁହାଯାଏ ?
(i) ଶିକ୍ଷଶ
(ii) ବୃଦ୍ଧି
(iii) ଅଭିପ୍ରେରଣା
(iv) ଏଥ୍ ମଧ୍ୟରୁ କେଉଁଟି ନୁହେଁ
Answer:
(iii) ଅଭିପ୍ରେରଣା

B. ଶୂନ୍ୟସ୍ଥାନ ପୂରଣ କର ।

1. ବ୍ୟକ୍ତି ବାହ୍ୟ ପରିବେଶର ପ୍ରଭାବରେ କୌଣସି କାର୍ଯ୍ୟ କରିବାପାଇଁ ଅଭିପ୍ରେରିତ ହେଲେ ତାହାକୁ __________ ଅଭିପ୍ରେରଣା କୁହାଯାଏ ।
Answer:
ବାହ୍ୟ(Extrinsic)

2. ଯେତେବେଳେ ବ୍ୟକ୍ତି ଅନ୍ତର ମଧ୍ୟରୁ ପ୍ରେରଣା ପାଇ କାର୍ଯ୍ୟ କରିଥାଏ, ତାହାକୁ __________ କୁହାଯାଏ ।
Answer:
ଆନ୍ତଃ ଅଭିପ୍ରେରଣା ବା ଅନ୍ତର୍ନିହିତ ଅଭିପ୍ରେରଣା

3. ବାହ୍ୟ ଅଭିପ୍ରେରଣା___________ ଏକ ଉଦାହରଣ ।
Answer:
ପୁରସ୍କାର

4. ଅନ୍ତଃ ଅଭିପ୍ରେରଣା____________ ଏକ ଉଦାହରଣ ।
Answer:
ସାଫଲ୍ୟର ଅନୁଭୂତି

5. ମୁଭର୍ ଶବ୍ଦର ଅର୍ଥ _____________
Answer:
ଗତିଣାଳ

6. ବ୍ୟକ୍ତିର ଆଚରଣ ପ୍ରାରମ୍ଭରେ ଥ‌ିବା ଅଭିପ୍ରାୟ, ଇଚ୍ଛା, ଉଦ୍ଦେଶ୍ୟ, ପ୍ରେରଣା ଓ ଆବଶ୍ୟକତାଗୁଡ଼ିକୁ ସାମଗ୍ରିକ ଭାବରେ _________ କୁ ଦର୍ଶାଇଥାଏ ।
Answer:
ଅଭିପ୍ରେରଣା

7. ଯେଉଁ ଅଭିପ୍ରେରଣା_________ ରୁ ମିଳିଥାଏ, ତାହାକୁ ବାହ୍ୟ ଅଭିପ୍ରେରଣା କୁହାଯାଏ ।
Answer:

8. ମୋଟିଭେସନ (Motivation) ଶବ୍ଦଟି___________ ଶବ୍ଦ Movereରୁ ସୃଷ୍ଟି ହୋଇଛି ।
Answer:
ପରିବେଶ

C. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭୁଲ୍ ଥିଲେ ଠିକ୍ କରି ଲେଖ ।

1. ଅଭିପ୍ରେରଣାର ଗୋଟିଏ ମୁଖ୍ୟ ପ୍ରବିଧ ମନ ଅଟେ ।
Answer:
ଅଭିପ୍ରେରଣାର ଗୋଟିଏ ମୁଖ୍ୟ ପ୍ରବିଧ୍ଵ ପ୍ରଶଂସା ଅଟେ ।

CHSE Odisha Class 12 Education Solutions Chapter 8 ଶିକ୍ଷଣରେ ଅଭିପ୍ରେରଣା

2. ମୁଭିର (Movere) ଶବ୍ଦର ଅର୍ଥ ପରିବର୍ତ୍ତନଶୀଳ ।
Answer:
ମୁଭିର (Movere) ଶବ୍ଦର ଅର୍ଥ ଗତିଶୀଳ ।

3. ପୁରସ୍କାର ପ୍ରାପ୍ତି ପାଇଁ ଅଧ୍ୟୟନ କରିବା ଏକ ଆନ୍ତଃ ଅଭିପ୍ରେରଣା ଅଟେ ।
Answer:
ପୁରସ୍କାର ପ୍ରାପ୍ତି ପାଇଁ ଅଧ୍ୟୟନ କରିବା ଏକ ବାହ୍ୟ ଅଭିପ୍ରେରଣା ଅଟେ ।

4. ମନରୁ ବାହ୍ୟ ଅଭିପ୍ରେରଣା ମିଳିଥାଏ ।
Answer:
ପରିବେଶରୁ ବାହ୍ୟ ଅଭିପ୍ରେରଣା ମିଳିଥାଏ ।

5. ଶିକ୍ଷଣ ଏକ ଆଭ୍ୟନ୍ତରୀଣ ଅବସ୍ଥା ଯାହାକି ଆଚରଣକୁ ଜାଗ୍ରତ କରିଥାଏ ।
Answer:
ଅଭିପ୍ରେରଣା ଏକ ଆଭ୍ୟନ୍ତରୀଣ ଅବସ୍ଥା ଯାହାକି ଆଚରଣକୁ ଜାଗ୍ରତ କରିଥାଏ ।

6. ଅଭିପ୍ରେରଣା ଦୁଇ ପ୍ରକାର; ଯଥା- ବାହ୍ୟ ଅଭିପ୍ରେରଣା ଏବଂ ପୁରସ୍କାର ଅଭିପ୍ରେରଣା ।
Answer:
ଅଭିପ୍ରେରଣା ଦୁଇ ପ୍ରକାର; ଯଥା- ଆନ୍ତଃ ଅଭିପ୍ରେରଣା ଏବଂ ବାହ୍ୟ ଅଭିପ୍ରେରଣା ।

7. ଗାଳି, ନିନ୍ଦା, ଅପମାନ, ପୁରସ୍କାର ଆନ୍ତଃ ଅଭିପ୍ରେରଣାର ଉଦାହରଣ ।
Answer:
ଗାଳି, ନିନ୍ଦା, ଅପମାନ, ପୁରସ୍କାର ବାହ୍ୟ ଅଭିପ୍ରେରଣାର ଉଦାହରଣ ।

8. ସ୍ବାଭିମାନ, ସାଫଲ୍ୟର ଅନୁଭୂତି, ଆତ୍ମବିଶ୍ଵାସ ବାହ୍ୟ ଅଭିପ୍ରେରଣାର ଉଦାହରଣ ।
Answer:
ସ୍ଵାଭିମାନ, ସାଫଲ୍ୟର ଅନୁଭୂତି, ଆତ୍ମବିଶ୍ଵାସ ଆନ୍ତଃ ଅଭିପ୍ରେରଣାର ଉଦାହରଣ ।

9. ସାଧାରଣତଃ ବହିର୍ମୂଖୀ ପିଲାମାନେ ନିଜର ଆଗ୍ରହ ଓ ଆନ୍ତରିକତାଦ୍ୱାରା ଅଭିପ୍ରେରିତ ହୋଇ କୌଣସି କାର୍ଯ୍ୟ କରିଥା’ନ୍ତି ।
Answer:
ସାଧାରଣତଃ ଅନ୍ତର୍ମୁଖୀ ପିଲାମାନେ ନିଜର ଆଗ୍ରହ ଓ ଆନ୍ତରିକତାଦ୍ୱାରା ଅଭିପ୍ରେରିତ ହୋଇ କୌଣସି କାର୍ଯ୍ୟ କରିଥା’ନ୍ତି ।

D. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବାକ୍ୟରେ / ପଦରେ ଲେଖ ।

1. ଅଭିପ୍ରେରଣା (Motivation) କ’ଣ ?
Answer:
‘ଅଭିପ୍ରେରଣା ଗତିଶୀଳ କାର୍ଯ୍ୟକୁ ବୁଝାଏ’ (Motivation is the activity in progress.) ।

2. ଆନ୍ତଃ ଅଭିପ୍ରେରଣା (Intrinsic motivation) କ’ଣ ?
Answer:
ଯେଉଁ ଅଭି ପ୍ରେରଣା ବ୍ୟକ୍ତିର ପ୍ରବୃତ୍ତି, ଅନ୍ତଃପ୍ରେରଣା ଏବଂ ଆୟୋନ୍ନତି ଇତ୍ୟାଦି ସହିତ ଜଡ଼ିତ ତାହାକୁ ଆନ୍ତଃ ଅଭିପ୍ରେରଣା କୁହାଯାଏ ।

3. ବାହ୍ୟ ଅଭିପ୍ରେରଣା (Extrinsic motivation) କ’ଣ ?
Answer:
ଯେଉଁ ଅଭିପ୍ରେରଣା ବ୍ୟକ୍ତିକୁ କୌଣସି କାର୍ଯ୍ୟ କରିବାପାଇଁ ବାହାରୁ ପ୍ରଭାବିତ କରିଥାଏ; ଯଥା- ପୁରସ୍କାର, ଦଣ୍ଡ, ଭୟ ଇତ୍ୟାଦି, ତାହାକୁ ବାହ୍ୟ ଅଭିପ୍ରେରଣା କୁହାଯାଏ ।

4. ଅଭିପ୍ରେରଣାକୁ ତ୍ୱରାନ୍ବିତ କରୁଥିବା ଯେକୌଣସି ଗୋଟିଏ ସାଧନ/ସହାୟକ ଉପାଦାନ ଉଲ୍ଲେଖ କର ।
Answer:
ସଫଳ ଶିକ୍ଷାଦାନ ପାଇଁ ଏବଂ ଶିକ୍ଷଣ ପାଇଁ ଶିକ୍ଷକ ପୁରସ୍କାର ଏବଂ ଦଣ୍ଡ (Reward and Punishment) ଠିକ୍ ସମୟରେ ବିନିଯୋଗ କରିବା ଉଚିତ ।

5. ଶ୍ରେଣୀଗୃହରେ ଛାତ୍ରଛାତ୍ରୀମାନଙ୍କୁ ଅଭିପ୍ରେରିତ କରିବାପାଇଁ ଶିକ୍ଷକ କ’ଣ କରିଥା’ନ୍ତି ?
Answer:
ଶିକ୍ଷକ ଶ୍ରେଣୀଗୃହରେ ଛାତ୍ରଛାତ୍ରୀମାନଙ୍କୁ ଅଭିପ୍ରେରଣା ଦେବାପାଇଁ ଦୃଶ୍ୟ-ଶ୍ରାବ୍ୟ ଉପକରଣ (Audio-visual aids) ବ୍ୟବହାର କରିଥା’ନ୍ତି ।

6. ପରିପକ୍ବତା (Maturation) କ’ଣ ?
Answer:
ବୟସର ବୃଦ୍ଧିରେ ବ୍ୟକ୍ତି ଭିନ୍ନ ଭିନ୍ନ ପାରଦର୍ଶିତା ପ୍ରକାଶ କରିବା ତା’ର ପରିପକ୍ୱତାର ଫଳ ।

7. ଅଭିପ୍ରେରଣାର ପ୍ରକାରଭେଦ ଲେଖ ।
Answer:
ଅଭିପ୍ରେରଣା ଦୁଇପ୍ରକାର; ଯଥା- (i) ଆନ୍ତଃ ଅଭିପ୍ରେରଣା (Intrinsic motivation) ଏବଂ (ii) ବାହ୍ୟ ଅଭିପ୍ରେରଣା (Extrinsic motivation) ।

8. ଅଭିପ୍ରେରଣା ଶବ୍ଦଟି Latin ଶବ୍ଦ ‘Movere’ ଶବ୍ଦରୁ ଆସିଛି । ଉକ୍ତ ଶବ୍ଦଟିର ଅର୍ଥ କ’ଣ ?
Answer:
ଅଭିପ୍ରେରଣା ଶବ୍ଦଟି Latin ଶବ୍ଦ ‘Movere’ ଶବ୍ଦରୁ ଆନୀତ ଯାହାର ଅର୍ଥ ‘to move’ ଗତି ବା କ୍ରିୟାକୁ ବୁଝାଏ ।

CHSE Odisha Class 12 Education Solutions Chapter 8 ଶିକ୍ଷଣରେ ଅଭିପ୍ରେରଣା

9. ଆନ୍ତଃ ଅଭିପ୍ରେରଣା କାହାକୁ କହନ୍ତି ?
Answer:
ଯେଉଁ ଆଭ୍ୟନ୍ତରୀଣ ଶକ୍ତି ବ୍ୟକ୍ତିକୁ ସ୍ବତଃପ୍ରବୃତ୍ତଭାବରେ କାର୍ଯ୍ୟ କରିବାପାଇଁ ପ୍ରେରଣା ଦେଇଥାଏ, ତାହା ଆନ୍ତଃ- ଅଭିପ୍ରେରଣା ଅଟେ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟି ବା ତିନୋଟି ବାକ୍ୟରେ ଲେଖ ।

1. ଅନ୍ତଃ ଅଭିପ୍ରେରଣାର ଅର୍ଥ ଲେଖ ।
Answer:
ଅନ୍ତଃ ଅଭିପ୍ରେରଣା ବ୍ୟକ୍ତିର ଅନ୍ତଃକରଣରୁ ଜାଗ୍ରତ ହୁଏ । ବ୍ୟକ୍ତି ନିଜେ କୌଣସି କାର୍ଯ୍ୟ କରିବାପାଇଁ ପ୍ରେରିତ ହୁଏ । ସେଗୁଡ଼ିକ ହେଲା ନିଜର ସ୍ବାଭିମାନ, ସାଫଲ୍ୟର ଅନୁଭୂତି, ଆତ୍ମବିଶ୍ଵାସ ଇତ୍ୟାଦି ।

2. ଅଭିପ୍ରେରଣା କିପରି ସର୍ବଦା ଲକ୍ଷ୍ୟଭିମୁଖୀ ଉଲ୍ଲେଖ କର ।
Answer:
ଅଭିପ୍ରେରଣା ଉଦ୍ଦେଶ୍ୟାଭିମୁଖୀ । ଆବଶ୍ୟକତା ପୂରଣ ପାଇଁ ବ୍ୟକ୍ତି ଅଭିପ୍ରେରିତ ହୋଇଥାଏ । ଏହାର ମୁଖ୍ୟ ଉଦ୍ଦେଶ୍ୟ ଲକ୍ଷ୍ୟ ବା ଉଦ୍ଦେଶ୍ୟ ପୂରଣ ହୋଇଥାଏ । ତେଣୁ ଅଭିପ୍ରେରଣା ସର୍ବଦା ଲକ୍ଷ୍ୟଭିମୁଖୀ ହୋଇଥାଏ ।

3. ଅଭିପ୍ରେରଣାର ପ୍ରକାରଭେଦ ଲେଖ ।
Answer:
ଅଭିପ୍ରେରଣାର ମୂଳରେ ଅଭିପ୍ରାୟ, ଇଚ୍ଛା, କାମନା ଓ ପ୍ରେରଣା ସାମଗ୍ରିକ ଭାବରେ ଥାଏ । ଏହା ଲକ୍ଷ୍ୟ ସାଧନରେ ସାହାଯ୍ୟ କରିଥାଏ । ଅଭିପ୍ରେରଣା ଦୁଇଭାଗରେ ବିଭକ୍ତ; ଯଥା –
(i) ଆଭ୍ୟନ୍ତରୀଣ ଅଭିପ୍ରେରଣା (Intrinsic Motivation)- ଏହା ବ୍ୟକ୍ତିକୁ ଅନ୍ତରରୁ ପ୍ରେରଣା ଦେଇଥାଏ କାର୍ଯ୍ୟ ସାଧନ କରିବାପାଇଁ । ଶିଶୁର ଆଗ୍ରହ ଏହାର ଅନ୍ତର୍ଗତ ଅଟେ ।
(ii) ବାହ୍ୟ ଅଭିପ୍ରେରଣା (Extrinsic Motivation)– ବାହ୍ୟ ଅଭିପ୍ରେରଣା ଶିଶୁର ପରିବେଶରୁ ଜାତ ହୋଇଥାଏ ; ଯଥା- ଶିଶୁକୁ ପୁରସ୍କାର, ସମ୍ମାନ ଏବଂ ସ୍ବୀକୃତି ଶିଶୁକୁ କାର୍ଯ୍ୟସାଧନ ପାଇଁ ପ୍ରେରଣା ଦେଇଥାଏ ।

4. ଶ୍ରେଣୀ ଶିକ୍ଷାଦାନ ସମୟରେ ଶିକ୍ଷକଙ୍କ ବ୍ୟବହାର ଉପଯୋଗୀ ଯେକୌଣସି ଦୁଇଟି ଅଭିପ୍ରେରଣ କୌଶଳ ଲେଖ ।
Answer:
ଶ୍ରେଣୀ ଶିକ୍ଷାଦାନ ସମୟରେ ଶିକ୍ଷକଙ୍କ ବ୍ୟବହାର ଉପଯୋଗୀ ଦୁଇଟି ଅଭିପ୍ରେରଣ କୌଶଳ ହେଉଛି- ପ୍ରଶଂସା ଓ ଶିକ୍ଷାଦାନ ଉପକରଣର ବ୍ୟବହାର ।

5. ଅଭିପ୍ରେରଣା ସୃଷ୍ଟି କରିବାପାଇଁ ଯେକୌଣସି ୨ଟି ଉପାୟ ଲେଖ ।
Answer:
ଶିକ୍ଷଣକୁ ସଫଳ ଓ ଆନନ୍ଦଦାୟକ କରିବାପାଇଁ ନିମ୍ନଲିଖତ ଅଭିପ୍ରେରଣାର ଉପାୟ ବ୍ୟବହାର କରିବା ଉଚିତ ।
(i) ଲକ୍ଷ୍ୟ ବିଷୟରେ ଜ୍ଞାନ – ଶିକ୍ଷାର୍ଥୀ ଗୋଟିଏ କାର୍ଯ୍ୟରେ ଲକ୍ଷ୍ୟ ବିଷୟରେ ଅବଗତ ହେଲେ ସେ ଅଧ‌ିକ ଆଗ୍ରହ ସହକାରେ କାର୍ଯ୍ୟଟିକୁ ସମ୍ପାଦନ କରିଥାଏ । ଉକ୍ତ ଲକ୍ଷ୍ୟ ଶିକ୍ଷାର୍ଥୀର କାର୍ଯ୍ୟ କରିବାର ଦିଗ ବିଷୟରେ ସୂଚନା ଦେଇଥାଏ ।
(ii) ପ୍ରତିଦ୍ବନ୍ଦିତା – ଶ୍ରେଣୀ କୋଠରି ବାହାରେ ହେଉ କିମ୍ବା ଭିତରେ ହେଉ ଅଭିପ୍ରେରଣା ସୃଷ୍ଟି କରିବାପାଇଁ ପ୍ରତିଦ୍ୱନ୍ଦିତା ଯାହାକି ସୁସ୍ଥ ପ୍ରତିଦ୍ବନ୍ଦିତାର ଏକ ଅଭିନବ ଉପାୟ ଅଟେ । କେତେକ କ୍ଷେତ୍ରରେ ପ୍ରତିଦ୍ବନ୍ଦିତା ପ୍ରୋତ୍ସାହନର କାରଣ ହୋଇଥାଏ ।

6. ଅଭିପ୍ରେରଣା କହିଲେ କ’ଣ ବୁଝ ?
Answer:
ସାଧାରଣ ଦୃଷ୍ଟିରୁ ବିଚାର କଲେ ଅଭିପ୍ରେରଣା ହେଉଛି ଯାହା ସମ୍ବନ୍ଧରେ ଆମେ ଇଚ୍ଛା କରୁ, ପାଇବାକୁ ଚାହୁଁ ତାହାର ପ୍ରାପ୍ତି ନିମନ୍ତେ ସୃଷ୍ଟ ଆଗ୍ରହକୁ ବୁଝାଇଥାଏ । ଏକ କ୍ଳିଷ୍ଟ କାର୍ଯ୍ୟଦ୍ୱାରା ଲକ୍ଷ୍ୟସ୍ଥଳରେ ପହଞ୍ଚିଲେ ସନ୍ତୋଷ ଲାଭ ହୁଏ ସେହି ଲକ୍ଷ୍ୟସ୍ଥଳ ପ୍ରାପ୍ତି ନିମିତ୍ତ ସହାୟକ ଆଗ୍ରହ ହେଉଛି ଅଭିପ୍ରେରଣା ।

7. ସଫଳ ଶ୍ରେଣୀ ଶିକ୍ଷାଦାନ ପାଇଁ ଅଭିପ୍ରେରଣାର ଦୁଇଟି ଉପାୟ ଲେଖ ।
Answer:
(i) ଦୃଶ୍ୟ-ଶ୍ରାବ୍ୟ ଉପକରଣ ଶିକ୍ଷାର୍ଥୀ ଉଭୟ ଇନ୍ଦ୍ରିୟ ଆଖ୍ ଓ କାନ ଉପରେ ପ୍ରଭାବ ପକାଉଥ‌ିବାରୁ ତାହା ଶିକ୍ଷାର୍ଥୀର ଆଗ୍ରହ ସୃଷ୍ଟି କରି ଶିକ୍ଷଣର ଶେଷ ପର୍ଯ୍ୟନ୍ତ ଧରି ରଖୁଥାଏ । ଉଦାହରଣ- ଟେଲିଭିଜନ, କମ୍ପ୍ୟୁଟର, ସିନେମା । ଏହା ଶିକ୍ଷାର୍ଥୀକୁ ମନୋଯୋଗୀ କରିଥାଏ ।
(ii) ଉପଯୁକ୍ତ ଶିକ୍ଷାଦାନ ପଦ୍ଧତିରେ ଶିକ୍ଷା ପ୍ରଦାନଦ୍ୱାରା ଶ୍ରେଣୀର ଶିକ୍ଷାଦାନ-ଶିକ୍ଷଣ ପ୍ରକ୍ରିୟାଟି ସକ୍ରିୟ, ଜୀବନ୍ତ, ଆନନ୍ଦମୟ ଓ ଉପଯୋଗୀ ହୋଇଥାଏ । ଏଣୁ ଶିକ୍ଷାର୍ଥୀ ନୂଆ ବିଷୟକୁ ସହଜରେ ଓ ଭଲଭାବେ ଶିଙ୍ଖାରିଥାଏ ।

8. ଅଭିପ୍ରାୟ (Motive)ର ୩ଟି କାର୍ଯ୍ୟ ଲେଖ ।
Answer:
ଅଭିପ୍ରାୟର କାର୍ଯ୍ୟଗୁଡ଼ିକ ହେଉଛି –
(i) ଏହା କାର୍ଯ୍ୟ କରିବାକୁ ଶକ୍ତି ଯୋଗାଏ ।
(ii) ଏହା ନିର୍ଦ୍ଦିଷ୍ଟ ପ୍ରତିକ୍ରିୟା ସୃଷ୍ଟି କରିଥାଏ ।
(iii) ଏହା ସଜୀବକୁ କାର୍ଯ୍ୟ କରିବାକୁ ପ୍ରେରିତ କରିଥାଏ ।

CHSE Odisha Class 12 Education Solutions Chapter 8 ଶିକ୍ଷଣରେ ଅଭିପ୍ରେରଣା

9. ଅଭିପ୍ରେରଣା କେତେ ଭାଗରେ ବିଭକ୍ତ ?
Answer:
ଅଭିପ୍ରେରଣା ଦୁଇ ଭାଗରେ ବିଭକ୍ତ; ଯଥା- (i) ଆନ୍ତଃ-ଅଭିପ୍ରେରଣା ଓ (ii) ବାହ୍ୟ – ଅଭିପ୍ରେରଣା । ଯେତେବେଳେ ବ୍ୟକ୍ତି ନିଜକୁ ନିଜେ ମନ ମଧ୍ୟରୁ ଆଗ୍ରହ ପ୍ରକାଶ କରି କାର୍ଯ୍ୟ କରିଥାଏ ତାକୁ ଆନ୍ତଃ ଅଭିପ୍ରେରଣା କୁହାଯାଏ । ସେହିପରି ଯେତେବେଳେ ବ୍ୟକ୍ତି କୌଣସି ବାହ୍ୟ ଶକ୍ତି ଯଥା – ପରିବେଶ ବା ଚାପର ବଶବର୍ତ୍ତୀ ହୋଇ କାର୍ଯ୍ୟ କରେ ତାକୁ ବାହ୍ୟ ଅଭିପ୍ରେରଣା କୁହାଯାଏ ।

10. ଶିକ୍ଷଣକୁ ପ୍ରଭାବିତ କରୁଥିବା ଯେକୌଣସି 4ଟି ମାନସିକ ଉପାଦାନ ଲେଖ ।
Answer:
ଶିକ୍ଷଣକୁ ନିମ୍ନଲିଖୁ ମାନସିକ ଉପାଦାନଗୁଡ଼ିକ ପ୍ରଭାବିତ କରିଥାଏ ।
(i) ମାନସିକ ସୁ।ସ୍ଥ୍ୟ
(ii) ଆଗ୍ରହ
(iii) ଅଭିପ୍ରେରଣା
(iv) ମାନସିକ ଏକାଗ୍ରତା

11. ଶିକ୍ଷଣରେ ଅଭିପ୍ରେରଣାର ଯେକୌଣସି ତିନୋଟି ଭୂମିକା ଲେଖ ।
Answer:
(i) ଆଭ୍ୟନ୍ତରୀଣ କୌଣସି ଏକ ଚାପର ବଶବର୍ତ୍ତୀ ହୋଇ ଶିକ୍ଷାର୍ଥୀ ଅଧ୍ୟୟନ କରିଥାଏ ।
(ii) ଏହି ଚାପ ବ୍ୟକ୍ତି ବା ଶିକ୍ଷାର୍ଥୀକୁ ଶିକ୍ଷଣ ପାଇଁ ଅଭିପ୍ରେରିତ କରିଥାଏ, ଯାହାଦ୍ୱାରା ଲକ୍ଷ୍ୟ ହାସଲ ସହଜ ହୋଇଥାଏ ।
(iii) ଶିକ୍ଷଣ ଏବଂ ଶିକ୍ଷାଦାନ ପ୍ରକ୍ରିୟାରେ ଶିକ୍ଷକ ନିମ୍ନଲିଖିତ ଉପାୟମାନ ପ୍ରୟୋଗ କରି ଶିକ୍ଷାର୍ଥୀମାନଙ୍କୁ ଅଭିପ୍ରେରିତ କରିପାରିବେ; ଯଥା – ପୁରସ୍କାର, ଶାସ୍ତ୍ର, ପ୍ରଶଂସା, ନିନ୍ଦା, ପ୍ରତିଦ୍ବନ୍ଦିତା ମନୋଭାବ, ଦୃଶ୍ୟ-ଶ୍ରାବ୍ୟ ଉପକରଣ, ଆଗ୍ରହ ସୃଷ୍ଟି ଇତ୍ୟାଦି ।
(iv) ଉପରୋକ୍ତ ଉପାୟଗୁଡ଼ିକର ପ୍ରୟୋଗ ଯଦି ଶିକ୍ଷାୟତନରେ ହୋଇଥାଏ, ତେବେ ଶିକ୍ଷାର୍ଥୀ ଶିକ୍ଷା ପ୍ରତି ଅଭିପ୍ରେରିତ ହୋଇଥାଏ ।

12. ‘ଅଭିପ୍ରେରଣାର ଗୋଟିଏ ନୈତିକ ଦିଗ ଅଛି’ – ଏହାର ଗୋଟିଏ ଉଦାହରଣ ଦିଅ ।
Answer:
ଅଭିପ୍ରେରଣା ଥିଲେ ବ୍ୟକ୍ତି ଏକ ଲକ୍ଷ୍ୟ ହାସଲ କରିବାପାଇଁ ସକ୍ରିୟ ହୋଇଥାଏ । ଉଦାହରଣସ୍ୱରୂପ ପରୀକ୍ଷାରେ ସମସ୍ତେ ଭଲ ନମ୍ବର ରଖିପାଇଁ ଚେଷ୍ଟା କରିବା ଏକ ନୈତିକ ଦିଗ ।

13. ଅନ୍ତର୍ମୁଖୀ ପିଲାମାନଙ୍କ ପାଇଁ କେଉଁ ପ୍ରକାରର ଅଭିପ୍ରେରଣା ବେଶି ସଫଳତା ଦେଇଥାଏ ?
Answer:
ଶିଶୁର ଆଗ୍ରହ ଓ ଆନ୍ତରିକତା କୌଣସି କାର୍ଯ୍ୟ କରିବାପାଇଁ ଶିଶୁକୁ ଅଭିପ୍ରେରିତ କରିଥାଏ । ତେଣୁ ଆନ୍ତଃ ଅଭିପ୍ରେରଣା ଅନ୍ତର୍ମୁଖୀ ପିଲାମାନଙ୍କ ପାଇଁ ଅଧିକ ଫଳପ୍ରଦ ହୋଇଥାଏ ।

14. ଅନ୍ତଃ ଅଭିପ୍ରେରଣାର ଏକ ଉଦାହରଣ ଦିଅ ।
Answer:
(i) ଅନ୍ତଃ ଅଭିପ୍ରେରଣାର ଏକ ଉଦାହରଣ ହେଉଛି ‘ଆଗ୍ରହ’ ।
(ii) ଗ୍ରହ ଥିଲେ ମନୋଯୋଗ ଆସିଥାଏ । ମନଯୋଗ ଆସିବାଦ୍ଵାରା ଶିକ୍ଷଣ ସମ୍ଭବପର ହୁଏ ।

15. ବାହ୍ୟ -ଅଭିପ୍ରେରଣା କାହାକୁ କହନ୍ତି ?
Answer:
ଶିକ୍ଷାର୍ଥୀଙ୍କୁ ବାହାରୁ ଯାହା କୌଣସି କାର୍ଯ୍ୟ କରିବାପାଇଁ ଅଭିପ୍ରେରିତ କରେ ତାହା ବାହ୍ୟ ଅଭିପ୍ରେରଣା; ଯଥା- ପୁରସ୍କାର ପାଇବାପାଇଁ କାର୍ଯ୍ୟ କରିବା । ଏହା ବହିର୍ମୁଖୀ ପିଲାମାନଙ୍କ ପାଇଁ ବିଶେଷ ଉପଯୋଗୀ ।

B. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି ବା ଛଅଟି ବାକ୍ୟରେ ଲେଖ ।

1. ଅଭିପ୍ରେରଣାର ପ୍ରକାରଭେଦ ଲେଖ ।
Answer:
ଅଭିପ୍ରେରଣାର ମୂଳରେ ଅଭିପ୍ରାୟ, ଇଚ୍ଛା, କାମନା ଓ ପ୍ରେରଣା ସାମଗ୍ରିକଭାବରେ ଥାଏ । ଏହା ଲକ୍ଷ୍ୟସାଧନରେ ସାହାଯ୍ୟ କରିଥାଏ । ଅଭିପ୍ରେରଣା ଦୁଇଭାଗରେ ବିଭକ୍ତ; ଯଥା –
(i) ଆଭ୍ୟନ୍ତରୀଣ ଅଭିପ୍ରେରଣା (Intrinsic Motivation) – ଏହା ବ୍ୟକ୍ତି ଅନ୍ତରରୁ ପ୍ରେରଣା ଦେଇଥାଏ କାର୍ଯ୍ୟ ସାଧନ କରିବାପାଇଁ ପ୍ରେରିତ କରିଥାଏ । ଶିଶୁର ଆଗ୍ରହ ଏହାର ଅନ୍ତର୍ଗତ ଅଟେ ।
(ii) ବାହ୍ୟ ଅଭିପ୍ରେରଣା (Extrinsic Motivation)- ବାହ୍ୟ ଅଭିପ୍ରେରଣା ଶିଶୁର ପରିବେଶରୁ ଜାତ ହୋଇଥାଏ ; ଯଥା- ପୁରସ୍କାର, ସମ୍ମାନ ଏବଂ ସ୍ବୀକୃତି ଶିଶୁକୁ କାର୍ଯ୍ୟସାଧନ ପାଇଁ ପ୍ରେରଣା ଦେଇଥାଏ।

2. ଅଭିପ୍ରେରଣାର ଦୁଇଟି ଉପାୟ ଲେଖ ।
Answer:
ଶିକ୍ଷକ ଶିକ୍ଷାଦାନ ସମୟରେ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରି ଶିକ୍ଷାର୍ଥୀମାନଙ୍କୁ ଅଭିପ୍ରେରିତ କରିଥା’ନ୍ତି । ସେଗୁଡ଼ିକ ନିମ୍ନରେ ପ୍ରଦତ୍ତ ହୋଇଛି ।

(i) ପୁରସ୍କାର ଓ ଶାସ୍ତି – ଅଭିପ୍ରେରଣା ଏପରି ଏକ ମାନସିକ ଶକ୍ତି ଯାହାକୁ ବିଭିନ୍ନ ଉପାୟରେ ଜାଗ୍ରତ କରାଯାଇପାରେ । ସାଧାରଣତଃ ପୁରସ୍କାର ଓ ଦଣ୍ଡ – ଏହି ଦୁଇଟି ଉପାୟରେ ଅଭିପ୍ରେରଣା ସୃଷ୍ଟି କରାଯାଇପାରେ । ବିଭିନ୍ନ ପ୍ରକାର ବାଚନିକ, ଭୌତିକ ଓ ବସ୍ତୁଗତ ପୁରସ୍କାରଦ୍ୱାରା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶିକ୍ଷାପ୍ରତି ଆଗ୍ରହ ସୃଷ୍ଟି କରାଯାଇଥାଏ । କିନ୍ତୁ ସବୁ ସମୟରେ ପୁରସ୍କାର କାର୍ଯ୍ୟକାରୀ ହୋଇ ନ ଥାଏ । ତେଣୁ ସମୟେ ସମୟେ ଦଣ୍ଡବିଧିକୁ ମଧ୍ୟ ଅଭିପ୍ରେରଣାର ମାଧ୍ୟମରୂପେ ବ୍ୟବହାର କରାଯାଇଥାଏ । ପିଲାକୁ ଦଣ୍ଡିତ କଲେ ସେ କେଉଁ କାରଣରୁ ଦଣ୍ଡ ପାଇଲା ବୁଝିପାରିଲେ ନିଜର ଅବାଞ୍ଛିତ ଆଚରଣକୁ ବଦଳାଇ ଥାଏ । କିନ୍ତୁ କଠୋର ଶାରୀରିକ ଦଣ୍ଡ ଦେବା ବିଧେୟ ନୁହେଁ ।

(ii) ପ୍ରତିଦ୍ବନ୍ଦିତା – କେତେକ କ୍ଷେତ୍ରରେ ପ୍ରତିଦ୍ବନ୍ଦିତା ପ୍ରୋତ୍ସାହନର କାରଣ ହୋଇଥାଏ । ଦୁଇଜଣ ଛାତ୍ରଙ୍କ ମଧ୍ୟରେ ଯଦି ଶିକ୍ଷା କ୍ଷେତ୍ରରେ ପ୍ରତିଦ୍ବନ୍ଦିତା ଚାଲେ ତା’ହେଲେ ଜଣେ ଅନ୍ୟଜଣଙ୍କ ଅପେକ୍ଷା ଅଧ‌ିକ କୃତିତ୍ୱ ଅର୍ଜନ କରିବାପାଇଁ ଯଥାସାଧ୍ଯ ଉଦ୍ୟମ କରେ ଏବଂ ଏହାଫଳରେ ଉଭୟଙ୍କ ପାଠ୍ୟ ବିଷୟ ଜ୍ଞାନ ତଥା ଅନ୍ୟାନ୍ୟ କାର୍ଯ୍ୟକୁଶଳତା ବୃଦ୍ଧି ପାଇଥାଏ । ମାତ୍ର ଏପରି ବ୍ୟକ୍ତିଗତ ପ୍ରତିଯୋଗିତା ନାନା କାରଣରୁ ବାଞ୍ଛନୀୟ ନୁହେଁ ।

ଏହା ଈର୍ଷା, ବୈରୀଭାବ ପ୍ରଭୃତି ନାନା ଅବାଞ୍ଛନୀୟ ମନୋବୃତ୍ତିର କାରଣ ହୋଇଥାଏ । ଏହାଦ୍ୱାରା ମାନସିକ ଚାଞ୍ଚଲ୍ୟ ବା ଅସ୍ଥିରତା ବୃଦ୍ଧି ପାଇଥାଏ । ଏଣୁ ମନୋବୈଜ୍ଞାନିକ ତଥା ଶିକ୍ଷାବିତ୍‌ମାନେ ଏପରି ପ୍ରୋତ୍ସାହନ ପଦ୍ଧତିକୁ ସମର୍ଥନ କରନ୍ତି ନାହିଁ ।

CHSE Odisha Class 12 Education Solutions Chapter 8 ଶିକ୍ଷଣରେ ଅଭିପ୍ରେରଣା

3. ଶିକ୍ଷଣରେ ଅଭିପ୍ରେରଣାର ଭୂମିକା ସଂକ୍ଷେପରେ ଲେଖ ।
Answer:
(i) ଅଭିପ୍ରେରଣା ହେଉଛି ଶିକ୍ଷଣର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ । ଏହା ଶିକ୍ଷଣକୁ ସ୍ବତନ୍ତ୍ରଭାବେ ପ୍ରଭାବିତ କରିଥାଏ ।
(ii) ଏହା ଶିକ୍ଷଣ ପାଇଁ ଆବଶ୍ୟକୀୟ କାର୍ଯ୍ୟାବଳୀକୁ ଆରମ୍ଭ ଓ ତ୍ୱରାନ୍ବିତ କରିଥାଏ ।
(iii) ଅଭିପ୍ରେରଣା ଶିକ୍ଷାର୍ଥୀ ମନରେ ଆଗ୍ରହ ସୃଷ୍ଟି କରି ଶିକ୍ଷଣର ଶେଷ ପର୍ଯ୍ୟନ୍ତ ଧରି ରଖୁଥାଏ ।
(iv) ଏହା ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟକୈନ୍ଦ୍ରିକ ।
(v) ଶିକ୍ଷଣ ପ୍ରକ୍ରିୟାରେ ନିଜର ପ୍ରଗତି ବିଷୟରେ ଜାଣି ଶିକ୍ଷାର୍ଥୀ ଆଗ୍ରହୀ ହୋଇଥାଏ ।
(vi) ଶିକ୍ଷାର୍ଥୀ ପ୍ରଶଂସା, ସମ୍ମାନ, ପୁରସ୍କାର, ଦଣ୍ଡଦ୍ୱାରା ଶିକ୍ଷଣ ପାଇଁ ଅଭିପ୍ରେରିତ ହୋଇଥାଏ ।

4. ଶ୍ରେଣୀଗୃହରେ ବ୍ୟବହାର କରାଯାଉଥ‌ିବା ଯେକୌଣସି ତିନୋଟି ଅଭିପ୍ରେରଣା କୌଶଳ ଉଦାହରଣ ସହ ବୁଝାଅ ।
Answer:
(i) ଶିକ୍ଷକ ଶିକ୍ଷାଦାନ ସମୟରେ ବା ପରେ ନିମ୍ନଲିଖିତ କୌଶଳମାନ ପ୍ରୟୋଗ କଲେ ଶିକ୍ଷାର୍ଥୀମାନେ ଶିକ୍ଷା ପ୍ରତି ଅଭିପ୍ରେରିତ ହେବେ ।
(ii) ଆଗ୍ରହ ସୃଷ୍ଟି – ଆଗ୍ରହଦ୍ଵାରା ଶିକ୍ଷାର୍ଥୀ କୌଣସି କାର୍ଯ୍ୟରେ ମନୋଯୋଗ ଦେଇଥାଏ । ପ୍ରଥମେ ଶିକ୍ଷା ପ୍ରତି ଏବଂ ଶିକ୍ଷାୟତନ ପ୍ରତି ଶିକ୍ଷାର୍ଥୀର ଆଗ୍ରହ ସୃଷ୍ଟି ଏକାନ୍ତ ପ୍ରୟୋଜନ ।
(iii) ସଫଳତା ସମ୍ପର୍କରେ ସଚେତନତା – ଶିକ୍ଷାର୍ଥୀକୁ ତା’ର ସାଫଲ୍ୟ ସମ୍ପର୍କରେ ସଚେତନ କଲେ ସେ ଶିକ୍ଷାଗ୍ରହଣ ପାଇଁ ନିଜେ ଅଭିପ୍ରେରିତ ହୋଇଥାଏ ।
(iv) ଦଣ୍ଡ ଏବଂ ପ୍ରଶଂସାର ଉପଯୁକ୍ତ ବିନିଯୋଗ – ବିଶେଷକରି ଶିଶୁମାନଙ୍କୁ ପ୍ରଶଂସା କଲେ ଶିକ୍ଷା ପ୍ରତି ସେମାନଙ୍କ ଆଗ୍ରହ ଆସିଥାଏ । ଦଣ୍ଡର ପ୍ରୟୋଗ ଶିକ୍ଷାର୍ଥୀଙ୍କୁ ନିରୁତ୍ସାହିତ କରେ । ତେଣୁ ଶିକ୍ଷକ ଉପଯୁକ୍ତ ସମୟରେ ଦଣ୍ଡ ଏବଂ ପ୍ରଶଂସାର ପ୍ରୟୋଗ କରିବା ଉଚିତ ।

5. ଶିକ୍ଷାଦାନକୁ ଫଳପ୍ରଦ କରିବାପାଇଁ ତିନୋଟି ଅଭିପ୍ରେରଣା କୌଶଳ ବର୍ଣ୍ଣନା କର ।
Answer:
ଶିକ୍ଷକ ଶିକ୍ଷାଦାନକୁ ସରଳ, ସୁନ୍ଦର ଏବଂ ବୋଧଗମ୍ୟ କରିବାପାଇଁ ନିମ୍ନଲିଖିତ କୌଶଳ ଅବଲମ୍ବନ କଲେ ଶିକ୍ଷାଦାନ ଆକର୍ଷଣୀୟ ହୋଇପାରିବ ।
(i) ଦୃଶ୍ୟ-ଶ୍ରାବ୍ୟ ଉପକରଣ ବ୍ୟବହାର : ଏହା ଶିକ୍ଷାର୍ଥୀର ମନୋଯୋଗ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଚଳଚ୍ଚିତ୍ର, ଦୂରଦର୍ଶନ ଶିକ୍ଷାଦାନକୁ ସରଳ କରିଦିଏ ।
(ii) ଉପଯୁକ୍ତ ଶିକ୍ଷାଦାନ ପ୍ରଣାଳୀ : ଶିକ୍ଷକ ପ୍ରତ୍ୟେକ ବିଷୟ ପାଇଁ ଉଦ୍ଦିଷ୍ଟ ଶିକ୍ଷାଦାନ ପ୍ରଣାଳୀକୁ ବ୍ୟବହାର କରିବା ଉଚିତ ।
(iii) ଛବି : ମାନଚିତ୍ର, ମଡ଼େଲ୍ ଓ ଛବିଦ୍ୱାରା ଶିକ୍ଷାର୍ଥୀ ଆକର୍ଷିତ ହୋଇଥାଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଅଭିପ୍ରେରଣା କହିଲେ କ’ଣ ବୁଝ ? ଏହାର ବିଭିନ୍ନ କୌଶଳ ଉପରେ ଆଲୋକପାତ କର ।
Answer:
ଶିଶୁକୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଓ ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ନିମିତ୍ତ ଅଭିପ୍ରେରଣାର ଆବଶ୍ୟକତା ରହିଛି । ଏହି ଅଭିପ୍ରେରଣା ଶବ୍ଦଟି ଲାଟିନ୍ (Latin) ଶବ୍ଦ ‘ମୁଭିର୍’ (Movere)ରୁ ଆସିଅଛି, ଯାହାର ଅର୍ଥ ହେଉଛି କାର୍ଯ୍ୟ ବା କ୍ରିୟା ସୃଷ୍ଟି କରାଇବା । ବ୍ୟକ୍ତିର ପ୍ରତିଦିନ ଓ ପ୍ରତିମୁହୂର୍ଭର କାର୍ଯ୍ୟ ଅଭିପ୍ରେରଣାଦ୍ୱାରା ବାସ୍ତବରେ ପରିଣତ ହୋଇଥାଏ । ମଣିଷର ବ୍ୟବହାର ବା ଆଚରଣର ଗତିଶୀଳତାକୁ ହିଁ

ଅଭିପ୍ରେରଣା ରୂପେ ଅଭିହିତ କରାଯାଏ । ଏହା ଏକ ଶକ୍ତିରୂପେ ବ୍ୟବହାରକୁ ନିର୍ଦ୍ଦେଶ ଦେଇଥାଏ ତଥା ମାର୍ଗ ଦେଖାଇଥାଏ ।
ଉର୍ଥଙ୍କ ମତରେ, ‘ଅଭିପ୍ରେରଣା ଗତିଶୀଳ ବ୍ୟବହାରକୁ ବୁଝାଏ ।’’ମ୍ୟାକ୍ସୋନାଲ୍ଡଙ୍କ ମତରେ, ‘ବ୍ୟକ୍ତି ମଧ୍ୟରେ
ଏକ ଅନ୍ତର୍ନିହିତ ଶକ୍ତିଗତ ପରିବର୍ତ୍ତନ ହିଁ ଅଭିପ୍ରେରଣା ଯାହାକି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଏବଂ ଉଦ୍ଦୀପନା ସହ ସଂପୃକ୍ତ ।’’
ଏହି ଅଭିପ୍ରେରଣା ଦୁଇ ପ୍ରକାରର; ଯଥା- ବାହ୍ୟ ଅଭିପ୍ରେରଣା ଓ ଆଭ୍ୟନ୍ତରୀଣ ଅଭିପ୍ରେରଣା ।

ବାହ୍ୟ ଅଭିପ୍ରେରଣା ବାହ୍ୟ ପଦାର୍ଥକୁ ଉଦ୍ଦେଶ୍ୟ କରି ଜାଗ୍ରତ ହୋଇଥାଏ; ମାତ୍ର ଆଭ୍ୟନ୍ତରୀଣ ଅଭିପ୍ରେରଣା ନିଜ ମଧ୍ୟରୁ ପ୍ରବୃତ୍ତି, ଚେଷ୍ଟା, ଆଗ୍ରହରୁ ସୃଷ୍ଟିହୋଇ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାରେ ବ୍ୟକ୍ତିକୁ ସାହାଯ୍ୟ କରିଥାଏ ।

ବିଦ୍ୟାଳୟରେ ଅଭିପ୍ରେରଣାର ବିଭିନ୍ନ କୌଶଳ :
ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାରେ ଶିକ୍ଷକ ବିଭିନ୍ନ ଅଭିପ୍ରେରଣାର କୌଶଳକୁ ଉପଯୋଗ କରି ଶିଶୁକୁ ଅଭିପ୍ରେରିତ କରିବାକୁ ଚେଷ୍ଟା କରିଥା’ନ୍ତି । ସେଗୁଡ଼ିକ ହେଲା –

(1) ପୁରସ୍କାର ବା ଦଣ୍ଡ ପ୍ରଦାନ : ବିଭିନ୍ନ ଭଲ କାର୍ଯ୍ୟ ପାଇଁ ଶିକ୍ଷକ ପୁରସ୍କାର ବା ଭୁଲ୍ କାମ ପାଇଁ ଦଣ୍ଡର ବ୍ୟବସ୍ଥା ମାଧ୍ୟମରେ ସେ ଶିଶୁର ବ୍ୟବହାରକୁ ମାର୍ଜିତ କରିଥା’ନ୍ତି ।
(2) ନିର୍ଦ୍ଦିଷ୍ଟ ଲକ୍ଷ୍ୟର ପରିପ୍ରକାଶ : ଶିକ୍ଷାର୍ଥୀର ଆବଶ୍ୟକତା, କ୍ଷମତା ଓ ଆଗ୍ରହକୁ ଲକ୍ଷ୍ୟକରି ଶିକ୍ଷକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ବା ଉଦ୍ଦେଶ୍ୟର ଉପସ୍ଥାପନ କରିଥା’ନ୍ତି, ଯାହାଦ୍ୱାରା ସେ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ହାସଲ କରିବାପାଇଁ ଅଭିପ୍ରେରିତ ହୋଇଥାଏ ।
(3) ଫଳାଫଳ ଓ ପ୍ରଗତି ବିଷୟରେ ଅବଗତ : ଶିକ୍ଷାଦାନର ପ୍ରଗତି ବା ଫଳାଫଳ ବେଳେବେଳେ ଶିକ୍ଷଣକୁ ଠିକ୍ ମାର୍ଗରେ ନେବା ସହିତ ଶିଶୁ ମଧ୍ଯରେ ଆଗ୍ରହ, ପ୍ରତିଯୋଗୀ ମନୋଭାବର ଉଦ୍ରେକ କରିଥାଏ ।
(4) ଶିକ୍ଷାଦାନରେ ଉପକରଣର ବ୍ୟବହାର : ଏକ ସୁନ୍ଦର ଶିକ୍ଷାଦାନ ବ୍ୟବସ୍ଥା ଉପଯୁକ୍ତ ଉପକରଣ ଉପରେ ଗୁରୁତ୍ଵ ଦେଇଥାଏ । ସେଥ‌ିପାଇଁ ଏକ ଜଟିଳ ବିଷୟବସ୍ତୁକୁ ସରଳ ଓ ବୋଧଗମ୍ୟ କରିବା ନିମିତ୍ତ ଶିକ୍ଷକ ବିଭିନ୍ନ ଦୃଶ୍ୟଶ୍ରାବ୍ୟ ଉପକରଣର ବ୍ୟବହାର କରି ଶିକ୍ଷଣକୁ ମାର୍ଜିତ କରିଥା’ନ୍ତି ।
(5) ନିନ୍ଦା, ପ୍ରଶଂସା ପ୍ରଦାନ : କାର୍ଯ୍ୟର ଫଳ ଉପରେ ନିନ୍ଦା ଓ ପ୍ରଶଂସା ମାଧ୍ୟମରେ ଶିକ୍ଷାର୍ଥୀ ଏକ ସୁଯୋଗ ପାଏ, ଯାହାଦ୍ୱାରା ସେ ନିଜର ଭୁଲ୍ ସୁଧାରିବାର ପ୍ରୟାସ କରିଥାଏ ।
(6) ଶିଶୁକୈନ୍ଦ୍ରିକ ଶିକ୍ଷା : ଶିଶୁକୈନ୍ଦ୍ରିକ ଶିକ୍ଷାରେ ଶିଶୁକୁ ସମ୍ପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥାର ମୁଖ୍ୟ ବୋଲି ପରିଗଣିତ କରାଯାଏ । ଶିଶୁର ଆଗ୍ରହ, ରୁଚି, ଅନୁଭୂତିକୁ ଗୁରୁତ୍ୱ ଦିଆଯାଇଥାଏ ।
(7) ପ୍ରତିଯୋଗିତା ଓ ସହଯୋଗିତା ମନୋଭାବ : ଏକ ସଫଳ ଶିକ୍ଷାବ୍ୟବସ୍ଥା ନିମିତ୍ତ ଉପଯୁକ୍ତ ପ୍ରତିଯୋଗିତା ଓ ସହଯୋଗର ଆବଶ୍ୟକତା ରହିଛି । ଶିକ୍ଷକ ଉପଯୁକ୍ତ ପ୍ରତିଯୋଗୀ ପରିବେଶ ସୃଷ୍ଟି କରିବା ସହିତ ମୁକ୍ତ ଚିନ୍ତାଧାରାର ଉଦ୍ରେକ ପାଇଁ ସହଯୋଗ ମାଧ୍ୟମରେ ବିକାଶଧର୍ମୀ କାର୍ଯ୍ୟକ୍ରମଗୁଡ଼ିକୁ ହାତକୁ ନେବା ଉଚିତ । ଉପରୋକ୍ତ କୌଶଳଗୁଡ଼ିକ ମାଧ୍ୟମରେ ଶିକ୍ଷକ ଶିକ୍ଷାଦାନ ବ୍ୟବସ୍ଥାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବେ ।

2. ଅଭିପ୍ରେରଣା କ’ଣ ? ଶିକ୍ଷଣରେ ଅଭିପ୍ରେରଣର ଭୂମିକା ବୁଝାଇ ଲେଖ ।
Answer:
ମରଗାନ୍‌ଙ୍କ ମତରେ, ‘କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟପନ୍ଥା ଗ୍ରହଣ କରିବା ବା ନିର୍ଦ୍ଦିଷ୍ଟ ଦିଗରେ କାର୍ଯ୍ୟ କରିବାପାଇଁ ଏହି ଅଭିପ୍ରାୟ ବା ଅଭ୍ୟାସଦ୍ବାରା ଉଦ୍ଦେଶ୍ୟ ନିରୂପିତ ହୋଇଥାଏ ।’’ ଆଭ୍ୟନ୍ତରୀଣ କୌଣସି ଏକ ଚାପ ଫଳରେ ବ୍ୟକ୍ତି କର୍ମରତ ହୋଇଥାଏ । ଏହି ଆଭ୍ୟନ୍ତରୀଣ ଚାପକୁ ଅଭିପ୍ରେରଣା ବୋଲି କୁହାଯାଇଥାଏ । ଅଭିପ୍ରେରଣାର ଉପସ୍ଥିତି ହେତୁ ସୃଷ୍ଟ ପ୍ରବର୍ତ୍ତନା ଶକ୍ତି ବ୍ୟକ୍ତିକୁ କୌଣସି କାର୍ଯ୍ୟ କରିବାକୁ କିମ୍ବା ନିର୍ଦ୍ଦିଷ୍ଟ ଭାବରେ ବ୍ୟବହାର କରିବାକୁ ବାଧ୍ୟ କରିଥାଏ ।

ଶିକ୍ଷାକ୍ଷେତ୍ରରେ ଅଭିପ୍ରେରଣାର ଭୂମିକା – ଶିକ୍ଷଣ କ୍ରିୟାରେ ଅଭିପ୍ରେରଣାର ଆବଶ୍ୟକତା ଅପରିହାର୍ଯ୍ୟ । ଏଥ‌ିପାଇଁ ଛାତ୍ରଛାତ୍ରୀମାନଙ୍କର ଆବଶ୍ୟକତା, ଅଭାବବୋଧ, ସାମର୍ଥ୍ୟ, ଆଗ୍ରହ ବା ରୁଚି ତଥା ବ୍ୟକ୍ତିଗତ ବୈଶିଷ୍ଟ୍ୟ ପ୍ରତି ଶିକ୍ଷକଙ୍କୁ ଦୃଷ୍ଟିଦେବାକୁ ପଡ଼ିବ । ଏଥ‌ିପାଇଁ ପାଠ୍ୟଦାନ କ୍ରିୟା ଏପରିଭାବରେ ପରିଚାଳିତ ହେବା ଆବଶ୍ୟକ, ଯାହାଦ୍ୱାରା କି ଶିକ୍ଷାର୍ଥୀମାନଙ୍କର ପାଠ୍ୟବସ୍ତୁର ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ପହଞ୍ଚିବାପାଇଁ ପ୍ରବଳ ଆଗ୍ରହ ତଥା ସକ୍ରିୟତା ପ୍ରକାଶ ପାଇବ ।

ଏଥ‌ିପାଇଁ ଛାତ୍ରଛାତ୍ରୀମାନଙ୍କର ଯେପରି ପ୍ରେରଣା ବା ପ୍ରବଳ ଆଗ୍ରହ ସୃଷ୍ଟିହେବ ସେଥ‌ିପାଇଁ ଶିକ୍ଷକଙ୍କୁ ଶିକ୍ଷାଦାନ ସମୟରେ ବିଭିନ୍ନ ପ୍ରକାରର କୌଶଳ ଅବଲମ୍ବନ କରିବାକୁ ପଡ଼ିଥାଏ । ସେହିପରି କେତେକ କୌଶଳ ନିମ୍ନରେ ପ୍ରଦତ୍ତ ହୋଇଅଛି ।

(i) ପୁରସ୍କାର ଓ ଶାସ୍ତି- ଅଭିପ୍ରେରଣା ଏପରି ଏକ ମାନସିକ ଶକ୍ତି ଯାହାକୁ ବିଭିନ୍ନ ଉପାୟରେ ଜାଗ୍ରତ କରାଯାଇପାରେ । ସାଧାରଣତଃ ପୁରସ୍କାର ଓ ଦଣ୍ଡ ମାଧ୍ୟମରେ ବିଭିନ୍ନ ପ୍ରକାର ବାଚନିକ, ଭୌତିକ ଓ ବସ୍ତୁଗତ ପୁରସ୍କାରଦ୍ୱାରା ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରାଯାଇଥାଏ ।

CHSE Odisha Class 12 Education Solutions Chapter 8 ଶିକ୍ଷଣରେ ଅଭିପ୍ରେରଣା

(ii) ପ୍ରଶଂସା ଓ ନିନ୍ଦା – ବିଭିନ୍ନ କ୍ଷେତ୍ରରେ ବ୍ୟକ୍ତିଗତ ସାମର୍ଥ୍ୟକୁ ଦୃଷ୍ଟି ସମ୍ମୁଖରେ ରଖ୍ ପ୍ରଶଂସାର ପରିମାର୍ଜନ ନିରୂପଣ ହେବା ଆବଶ୍ୟକ । ତାହାହେଲେ ପ୍ରତ୍ୟେକ ଶ୍ରେଣୀର ଛାତ୍ର ଏହାଦ୍ଵାରା ପ୍ରୋତ୍ସାହିତ ହୋଇପାରିବ । ପ୍ରଶଂସା ବ୍ୟତୀତ ନିନ୍ଦା ମଧ୍ଯ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅଭିପ୍ରେରଣା ସୃଷ୍ଟି କରିବାରେ ସହାୟକ ହୋଇଥାଏ । ନିନ୍ଦା ବା ତିରସ୍କାରକୁ ଭୟକରି ଅଧୂକାଂଶ ଛାତ୍ରଛାତ୍ରୀ ବିଦ୍ୟାର୍ଜନ ପାଇଁ ମନୋଯୋଗୀ ହୋଇଥା’ନ୍ତି ।

କିନ୍ତୁ ଶିକ୍ଷାବିତ୍‌ମାନଙ୍କ ମତରେ, ତିରସ୍କାର ଅପେକ୍ଷା ପ୍ରଶଂସା ଛାତ୍ରଛାତ୍ରୀ ବିଦ୍ୟାର୍ଜନ ପାଇଁ ମନୋଯୋଗୀ ହୋଇଥା’ନ୍ତି । କିନ୍ତୁ ଶିକ୍ଷାବିତ୍‌ମାନଙ୍କ ମତରେ, ତିରସ୍କାର ଅପେକ୍ଷା ପ୍ରଶଂସା ଶିକ୍ଷାକ୍ଷେତ୍ରରେ ଅଧ୍ବକ ଫଳପ୍ରଦ । ତେଣୁ ନିନ୍ଦା ବା ତିରସ୍କାର ଯଥାସମ୍ଭବ ବର୍ଜନୀୟ । ଉପଯୁକ୍ତ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କୁ ନିନ୍ଦା ବା ପ୍ରଶଂସାଦ୍ଵାରା ଆବଶ୍ଯକାନୁଯାୟୀ ମନୋଯୋଗୀ କରାଇବା ଆବଶ୍ୟକ ।

ପ୍ରତିଦ୍ବନ୍ଦିତା – କେତେକ କ୍ଷେତ୍ରରେ ପ୍ରତିଦ୍ବନ୍ଦିତା ପ୍ରୋତ୍ସାହନର କାରଣ ହୋଇଥାଏ । ଦୁଇଜଣ ଛାତ୍ରଙ୍କ ମଧ୍ୟରେ ଯଦି ଶିକ୍ଷଣକାର୍ଯ୍ୟରେ ପ୍ରତିଦ୍ବନ୍ଦିତା ଚାଲେ ତା’ହେଲେ ଜଣେ ଅନ୍ୟଜଣଙ୍କ ଅପେକ୍ଷା ଅଧ୍ଵ କୃତିତ୍ୱ ଅର୍ଜନ କରିବାପାଇଁ ଯଥାସାଧ୍ୟ ଉଦ୍ୟମ କରେ ଏବଂ ଏହା ଫଳରେ ଉଭୟଙ୍କ ପାଠ୍ୟ ବିଷୟକ ଜ୍ଞାନ ତଥା ଅନ୍ୟାନ୍ୟ କାର୍ଯ୍ୟକୁଶଳତା ବୃଦ୍ଧି ପାଇଥାଏ; ମାତ୍ର ଏପରି ବ୍ୟକ୍ତିଗତ ପ୍ରତିଯୋଗିତା ନାନା କାରଣରୁ ବାଞ୍ଛନୀୟ ନୁହେଁ ।

ଏହା ଈର୍ଷା, ବୈରୀଭାବ ପ୍ରଭୃତି ନାନା ଅବାଞ୍ଛନୀୟ ମନୋବୃତ୍ତିର କାରଣ ହୋଇଥାଏ । ଏହାଦ୍ୱାରା ମାନସିକ ଚାଞ୍ଚଲ୍ୟ ବା ଅସ୍ଥିରତା ବୃଦ୍ଧି ପାଇଥାଏ । ଏଣୁ ମନୋବୈଜ୍ଞାନିକ ତଥା ଶିକ୍ଷାବିତମାନେ ଏପରି ପ୍ରୋତ୍ସାହନ ପଦ୍ଧତିକୁ ସମର୍ଥନ କରନ୍ତି ନାହିଁ ।

ଦୃଶ୍ୟଶ୍ରାବ୍ୟ ଉପକରଣର ବ୍ୟବହାର – ଶିକ୍ଷାଦାନ ସମୟରେ ଦୃଶ୍ୟଶ୍ରାବ୍ୟ ଉପକରଣ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହ ଓ ପ୍ରେରଣା ପ୍ରଦାନ କରାଯାଇଥାଏ । ଏହାଦ୍ୱାରା ଶିକ୍ଷାଦାନ ଚିତ୍ତାକର୍ଷକ ଓ ଫଳପ୍ରଦ ହେବା ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀମାନେ ଶିକ୍ଷଣରେ ସଫଳ ଅଂଶଗ୍ରହଣ କରିଥା’ନ୍ତି ।

ଆଗ୍ରହ- ଶିଶୁମାନଙ୍କର ଆଗ୍ରହ ବହୁମୁଖୀ । ଏଣୁ ଶିକ୍ଷାଦାନ ସମୟରେ ଶିକ୍ଷକ ଶିଶୁମାନଙ୍କର ନାନାବିଧ ଆଗ୍ରହର ଉଦ୍ରେକ ନିମନ୍ତେ ପ୍ରୟାସ କରିବା ଆବଶ୍ୟକ । ନାନାବିଧ ଆନୁଷଙ୍ଗିକ କାର୍ଯ୍ୟ ମାଧ୍ୟମରେ ଶିଶୁମାନଙ୍କର ଆଗ୍ରହକୁ ପରିବ୍ୟାପ୍ତ କଲେ, ସେମାନଙ୍କର ଅଭିପ୍ରେରଣା ବୃଦ୍ଧିପାଇବ ।

ମର୍ଯ୍ୟାଦାବୋଧର ଉଦ୍ରେକ- ଶିକ୍ଷଣ କ୍ଷେତ୍ରରେ ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କ ମର୍ଯ୍ୟାଦାବୋଧକୁ ଜାଗ୍ରତ କରିପାରିଲେ ସେମାନେ ଜ୍ଞାନଲାଭ ପାଇଁ ପ୍ରୋତ୍ସାହିତ ହୋଇପାରିବେ । ପ୍ରତ୍ୟକ୍ଷ ଉପଦେଶ, ଉଦାରତା ଓ ପ୍ରବର୍ତ୍ତନାଦ୍ୱାରା, ଆତ୍ମମର୍ଯ୍ୟାଦାବୋଧର ଉଦ୍ଦୀପନାଦ୍ୱାରା ଛାତ୍ରଛାତ୍ରୀମାନେ ପ୍ରୋତ୍ସାହିତ ହୋଇପାରିବେ ।

ନୂତନତ୍ୱ- ଛାତ୍ରଛାତ୍ରୀମାନେ ସାଧାରଣତଃ ନୂତନ ବସ୍ତୁର ପ୍ରିୟ । ଏଣୁ ଗତାନୁଗତିକ ପାଠ୍ୟକ୍ରମ ବା ଶିକ୍ଷାପଦ୍ଧତି ପ୍ରୋତ୍ସାହନ ଦିଗରେ ବିଶେଷ ସହାୟକ ହୋଇପାରେ ନାହିଁ । ତେଣୁ ଶିକ୍ଷକ ସର୍ବଦା ପ୍ରଚଳିତ ପାଠ୍ୟବସ୍ତୁଗୁଡ଼ିକୁ ନୂତନ ପରିପ୍ରେକ୍ଷୀରେ ଉପସ୍ଥାପିତ କରିବାକୁ ଉଦ୍ୟମଶୀଳ ହେବା ଆବଶ୍ୟକ ହୋଇପଡ଼ିଥାଏ ।

BSE Odisha Class 12 Education Notes

ବିଷୟଭିତ୍ତିକ ସୂଚନା

ଅଭିପ୍ରେରଣା (Motivation):
ଅଭିପ୍ରେରଣା ଶବ୍ଦଟି ଆମର ଦୈନନ୍ଦିନ କାର୍ଯ୍ୟ ସହ ସମ୍ପୃକ୍ତ । ଏହା ଲାଟିନ୍‌ ଶବ୍ଦ ‘movere’ ରୁ ଆସିଅଛି । ଏହାର ଅର୍ଥ ହେଉଛି କାର୍ଯ୍ୟ ବା କ୍ରିୟା ସୃଷ୍ଟି କରାଇବା । ଯେଉଁସବୁ ଦୈନନ୍ଦିନ କାର୍ଯ୍ୟ ନିମିତ୍ତ ଉଭୟ ମନସ୍ତାତ୍ତ୍ଵିକ ଓ ଶରୀର ବୃତ୍ତୀୟ ଅବସ୍ଥା ସୃଷ୍ଟି ଫଳରେ ବ୍ୟକ୍ତି ଅଭିପ୍ରେରିତ ହୋଇଥାଏ, ତାହାକୁ ଅଭିପ୍ରେରଣା କୁହାଯାଏ ।

କ୍ରୋ ଏବଂ କ୍ରୋଙ୍କ ମତରେ, ‘ଅଭିପ୍ରେରଣା ଶିକ୍ଷଣ ପ୍ରତି ଆଗ୍ରହ ସୃଷ୍ଟିକାରୀ ଏବଂ ଏହାକୁ ଶିକ୍ଷଣର ମୌଳିକ ଉପାଦାନ
ଭାବରେ ବିଚାର କରାଯାଇ ପାରେ ।’’

ଅଭିପ୍ରେରଣା 2 ପ୍ରକାରର :
(1) ବାହ୍ୟ ଅଭିପ୍ରେରଣା : ବ୍ୟକ୍ତି କୌଣସି ବାହ୍ୟ ପଦାର୍ଥକୁ ଉଦ୍ଦେଶ୍ୟ କରି ଜାଗ୍ରତ ହେବାକୁ ବା କାର୍ଯ୍ୟ ପ୍ରତି ଆଗ୍ରହ ପ୍ରକାଶ କରିବାକୁ ବାହ୍ୟ ଅଭିପ୍ରେରଣା କୁହାଯାଏ; ଯଥା- ଜଣେ ଛାତ୍ରକୁ ଦଣ୍ଡ ମାଧ୍ୟମରେ ଶିକ୍ଷାରେ ଆଗେଇ ନେବାକୁ ପ୍ରୟାସ କରିବା ବାହ୍ୟ ଅଭିପ୍ରେରଣାର ଏକ ଉଦାହରଣ ।

(2) ଆନ୍ତଃ ଅଭିପ୍ରେରଣା : ଏହା ନିଜ ମଧ୍ୟରେ ଆତ୍ମବିକାଶ, ଆୟୋନ୍ନତି ଓ ପ୍ରବୃତ୍ତିଦ୍ୱାରା ପରିପ୍ରକାଶ ହୋଇଥାଏ । ଉଦାହରଣସ୍ୱରୂପ ବେଳେବେଳେ ପିଲା ନିଜର ଇଚ୍ଛାଶକ୍ତିରୁ ଓ ଜ୍ଞାନାର୍ଜନ ନିମିତ୍ତ ପ୍ରୟାସୀ ହୋଇ ଅଧୂକ ପଢ଼ାପଢ଼ି କରିଥାଏ । ଅଭିପ୍ରେରଣାର ବିଭିନ୍ନ ଉପାୟ :

CHSE Odisha Class 12 Education Solutions Chapter 8 ଶିକ୍ଷଣରେ ଅଭିପ୍ରେରଣା

ଶିକ୍ଷକ ଶ୍ରେଣୀଗୃହରେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ଅଭିପ୍ରେରଣାର ଉପାୟ ଅବଲମ୍ବନ କରି ଅଭିପ୍ରେରିତ କରିବାକୁ ଚେଷ୍ଟା କରିଥା’ନ୍ତି; ଯଥା-

(i) ଦଣ୍ଡ ବା ପୁରସ୍କାର ପ୍ରଦାନ ।
(ii) ଫଳାଫଳ ବିଷୟରେ ଅବଗତ କରିବା ବା ପ୍ରଗତିପତ୍ର ପ୍ରଦାନ ।
(iii) ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଓ ଉଦ୍ଦେଶ୍ୟର ଗଠନ ।
(iv) ଶିକ୍ଷାଦାନରେ ବିଭିନ୍ନ ପ୍ରଣାଳୀ, ଉପକରଣର ବ୍ୟବହାର ।
(v) ଆଗ୍ରହ ଓ ମନୋବୃତ୍ତିର ବିକାଶ ସାଧନ ।
(vi) ପୂନର୍ବଳନ ମାଧ୍ୟମରେ କାର୍ଯ୍ୟ ସମ୍ପାଦନ ।
(vii) ବିଦ୍ୟାଳୟରେ ପ୍ରତିଯୋଗିତା ମନୋଭାବ ସୃଷ୍ଟି ।
(viii) ସହଯୋଗ ମାଧ୍ୟମରେ କାର୍ଯ୍ୟ ସମ୍ପାଦନ ।
(ix) ଏକ ସୁସ୍ଥ ଶିକ୍ଷଣ ପରିବେଶ ମାଧ୍ୟମରେ କାର୍ଯ୍ୟ ସମ୍ପାଦନ ।
(x) ନିଜର ଆଶାର ସ୍ତର ।
(xi) ନିଜର ଅତୀତ ଓ ବର୍ତ୍ତମାନର ବିକାଶ ମଧ୍ୟରେ ପ୍ରତିଯୋଗିତା ।
(xii) ନିନ୍ଦା ବା ପ୍ରଶଂସା ମାଧ୍ୟମରେ କାର୍ଯ୍ୟ ସମ୍ପାଦନ ।

ଉପରୋକ୍ତ ଅଭିପ୍ରେରଣାର କୌଶଳକୁ ଉପଯୋଗ କରି ଶିକ୍ଷକ ଶିକ୍ଷଣକୁ ଫଳବତୀ କରିବାକୁ ଚେଷ୍ଟା କରିବା ଉଚିତ । ଯେକୌଣସି କାର୍ଯ୍ୟରେ ସଫଳ ହେବାପାଇଁ ଅଭିପ୍ରେରଣାର ଆବଶ୍ୟକତା ରହିଛି । ବାସ୍ତବ ଜୀବନରେ, ଗୃହରେ ଏହି ଅଭିପ୍ରେରଣା ମାଧ୍ୟମରେ ବ୍ୟକ୍ତି ମଧ୍ୟରେ ଥିବା ସୁପ୍ତ ପ୍ରତିଭା ତଥା ପ୍ରବୃତ୍ତିକୁ ଜାଗ୍ରତ କରାଯାଇ ଶିକ୍ଷାଦାନ, ଶିକ୍ଷଣକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବା
ଆବଶ୍ୟକ ।

ଅଭିପ୍ରେରଣାର ବିଭିନ୍ନ ଦିଗଗୁଡ଼ିକ ହେଉଛି –

(i) ପ୍ରୟୋଜନ ବା ଆବଶ୍ୟକତା (Needs)
(ii) ପ୍ରଣୋଦନା (Drives)
(iii) ପ୍ରେରଣା (Incentives)

CHSE Odisha Class 12 Odia Solutions Chapter 2 ପୁଷ୍ପପୁରରେ ବର୍ଷାବରଣ

Odisha State Board CHSE Odisha Class 12 Odia Solutions Chapter 2 ପୁଷ୍ପପୁରରେ ବର୍ଷାବରଣ Textbook Exercise Questions and Answers.

CHSE Odisha Class 12 Odia Chapter 2 ପୁଷ୍ପପୁରରେ ବର୍ଷାବରଣ Question Answer

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର

(କ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧।
କାହାର ସ୍ନିଗ୍ଧ କଜ୍ଵଳ କାନ୍ତି ପୁଷ୍ପପୁରରେ ନେତ୍ରୋତ୍ସବ ସୃଷ୍ଟି କରିଛି ?
(ବାରିବାହ, ପ୍ରକୃତି, ଦୂରବନ୍ଧୁ, ଅଳକାପୁରୀ)
Answer:
ବାରିବାହ

Question ୨।
କାହାକୁ ଦୂରବନ୍ଧୁ ବୋଲି ପ୍ରାବନ୍ଧିକ ସମ୍ବୋଧନ କରିଛନ୍ତି ?
(ପୁଷ୍ପପୁର, ବାରିବାହ, ବାତାୟନ, ଶ୍ୟାମଳ ପୃଥ‌ିବୀ)
Answer:
ବାରିବାହ

Question ୩।
ବ୍ୟକ୍ତିଠାରୁ କିଏ ବଡ଼ ବୋଲି ଲେଖକ ଘନକୁ ପ୍ରଶ୍ନ କରିଛନ୍ତି ?
(ଗୋଷ୍ଠୀ, ମଣିଷ, ପଶୁ, ପକ୍ଷୀ)
Answer:
ଗୋଷ୍ଠୀ

Question ୪।
ଜଳର ଅଭାବରେ କେଉଁଠାରେ ହାହାକାର ପଡ଼ିଛି ?
(ପୁଷ୍ପପୁର, ପାଟଳିପୁତ୍ର, କୁସୁମଧ୍ଵଜ, ଉତ୍କଳ)
Answer:
ଉତ୍କଳ

Question ୫।
କେଉଁ ପୁରରେ ସ୍ବ-କର୍ମ ସାରି ଉତ୍କଳ ପଥରେ ଗତି କରିବାକୁ ବାରିଦକୁ ଲେଖକ ନିବେଦନ କରିଛନ୍ତି ?
(ଶ୍ରୀନଗର, ପୁଷ୍ପପୁର, ମହୋଦଧଫ, ତୁଙ୍ଗଶିଖରୀ)
Answer:
ପୁଷ୍ପପୁର

Question ୬ |
କାହାଠାରେ ବଦାନ୍ୟତାର ମହତ୍ତ୍ବ ବଢ଼ିଉଠେ ବୋଲି ପ୍ରାବନ୍ଧିକ କହିଛନ୍ତି ?
(ଧନୀ, ଦରିଦ୍ର, ବିତ୍ତଶାଳୀ, ଭୋଗୀ)
Answer:
ଦରିଦ୍ର

Question ୭ ।
ବନବାସୀ ନାରୀମାନଙ୍କର ଗତିକୁ ପ୍ରାବନ୍ଧିକ କାହା ସହିତ ତୁଳନା କରିଛନ୍ତି ?
(କୁଜୀ ହଂସୀ, ମାତଙ୍ଗିନୀ, ନିର୍ଝରିଣୀ, ହରିଣୀ)
Answer:
କୁଜୀ ହଂସୀ

Question ୮ |
ବନବାସୀମାନେ କାହାର ଅନୁଗ୍ରହ ଲୋଡ଼ନ୍ତି ?
(ବାରିବାହ, ପର୍ବତ, ପ୍ରକୃତି, ବନଲତା)
Answer:
ବାରିବାହ

CHSE Odisha Class 12 Odia Solutions Chapter 2 ପୁଷ୍ପପୁରରେ ବର୍ଷାବରଣ

Question ୯ ।
ଜଳଦର କୃପାରୁ କେଉଁଠାରେ ନବ ନୀଳିମା ଖେଳିବୁଲିବ କୁହାଯାଇଛି ?
(ଶାଳିକ୍ଷେତ୍ର, ବନଭୂମି, ମେଘାସନ, ଗନ୍ଧମାର୍ଦନ)
Answer:
ଶାଳିକ୍ଷେତ୍ର

Question ୧୦ ।
ନିର୍ଝରିଣୀ କେଉଁଠାରେ କ୍ରୀଡ଼ାରତ ବତ୍ସତରୀ ପରି ନାଚି ଉଠେ ?
(ଗିରିଦରୀ, ମହୋଦଧ, ସରିତ, ସାଗର)
Answer:
ଗିରିଦରୀ

Question ୧୧ ।
କେଉଁମାନଙ୍କଦ୍ୱାରା ପାଳିତ କଳାପୀର କେଳାରେ ବନଭୂମି ପୂର୍ଣ୍ଣ ହେବବୋଲି ଲେଖକ କହିଛନ୍ତି ?
(ଭଞ୍ଜନୃପ, ନବତରୁଣୀ, ନବଯୁବକ, ମଦାଳସା)
Answer:
ଭଞ୍ଜନୃପ

Question ୧୨ ।
ସମ୍ବଲପୁର ଅଞ୍ଚଳର ବଧୂମାନଙ୍କୁ କେଉଁ ଫୁଲ ପରି ହାସ୍ୟମୟୀ ବୋଲି କୁହାଯାଇଛି ?
(ଗୋଲାପ, ଶେଫାଳୀ, ପଦ୍ମ, ମନ୍ଦାର)
Answer:
ଶେଫାଳୀ

Question ୧୩ ।
ଉତ୍କଳର ଉତ୍ତମାଙ୍ଗ ବୋଲି ପ୍ରାବନ୍ଧିକ କାହାକୁ କହିଛନ୍ତି ?
(ସମ୍ବଲପୁର, କଟକ, ଭୁବନେଶ୍ଵର, ଗଞ୍ଜାମ)
Answer:
କଟକ

Question ୧୪ ।
କାହାର କୋଳାହଳ ପାଇଁ ନୀଳାଚଳନାଥଙ୍କ କାନରେ ଭକ୍ତର କାତର ଡାକ ପଡ଼େ ନାହିଁ ?
(ପ୍ରଭଞ୍ଜନ, ସିନ୍ଧୁ, ଝାଉଁବଣ, ଜନତା)
Answer:
ସିନ୍ଧୁ

Question ୧୫ ।
ସିନ୍ଧୁପାରି ସାଧବର ସ୍ମୃତି-ପୂତ ଭୂମି ବୋଲି କାହାକୁ କୁହାଯାଇଛି ?
(ସମ୍ବଲପୁର, କଟକ, ଜୟପୁର, ଭୁବନେଶ୍ଵର)
Answer:
ଜୟପୁର

(ଖ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧।
‘ପୁଷ୍ପପୁରରେ ବର୍ଷାବରଣ’ ପ୍ରବନ୍ଧରେ ପ୍ରାବନ୍ଧିକ କାହାକୁ ସ୍ବାଗତ କରିଛନ୍ତି ?
Answer:
‘ପୁଷ୍ପପୁରରେ ବର୍ଷାବରଣ’ ପ୍ରବନ୍ଧରେ ପ୍ରାବନ୍ଧିକ ବାରିବାହକୁ ସ୍ବାଗତ କରିଛନ୍ତି ।

Question ୨।
ବାରିବାହର ସ୍ନିଗ୍‌ଧ କଜ୍ଵଳକାଣ୍ଡି କେଉଁଠାରେ ନେତ୍ରୋତ୍ସବ ସୃଷ୍ଟି କରିଛି ?
Answer:
ବାରିବାହାର ସ୍ନିଗ୍ଧ କଜ୍ଵଳକାନ୍ତି ପୁଷ୍ପପୁରରେ ନେତ୍ରୋତ୍ସବ ସୃଷ୍ଟି କରିଛି ।

Question ୩ ।
କେଉଁ ପଥରେ ବାରିବାହର ଆଗମନୀ ଶୁଭ ଶଙ୍ଖ ବାଜିଉଠୁଛି ?
Answer:
ବାତାୟନ ପଥରେ ବାରିବାହର ଆଗମନୀ ଶୁଭ ଶଙ୍ଖ ବାଜିଉଠୁଛି ।

Question ୪ ।
ବହୁ ଦିନପରେ ବାରିବାହର ଶୁଭ ଆଗମନରେ କେଉଁଠି ମଙ୍ଗଳକର ଓ ମଧୁମୟ ହୋଇଉଠିଛି ?
Answer:
ବହୁ ଦିନପରେ ବାରିବାହର ଶୁଭ ଆଗମନରେ ପୁଷ୍ପପୁର ମଙ୍ଗଳକର ଓ ମଧୁମୟ ହୋଇଉଠିଛି ।

Question ୫ ।
କାହାର ସ୍ପର୍ଶରେ ପୁଷ୍ପପୁର ସଜୀବ ଓ ଶ୍ୟାମଳ ହୋଇଉଠିବ ବୋଲି କୁହାଯାଇଛି ?
Answer:
ବାରିବାହର ସ୍ପର୍ଶରେ ପୁଷ୍ପପୁର ସଜୀବ ଓ ଶ୍ୟାମଳ ହୋଇଉଠିବ ବୋଲି କୁହାଯାଇଛି ।

Question ୬ ।
ବାରିବାହର ସ୍ପର୍ଶରେ କେଉଁ ପୁର ସଜୀବ ଓ ଶ୍ୟାମଳ ହୋଇଉଠିବ ବୋଲି ଲେଖକ କହିଛନ୍ତି ?
Answer:
ବାରିବାହର ସ୍ପର୍ଶରେ ପୁଷ୍ପପୁର ସଜୀବ ଓ ଶ୍ୟାମଳ ହୋଇଉଠିବ ବୋଲି ଲେଖକ କହିଛନ୍ତି ।

Question ୭।
ବିତାଡ଼ିତ ବିରହୀ ଯକ୍ଷ ବାରିଦକୁ କେଉଁଥରେ ପୂଜା କରିଥିଲା ?
Answer:
ବିତାଡ଼ିତ ବିରହୀ ଯକ୍ଷ ବାରିଦକୁ ପୁଷ୍ପ ଅର୍ଘ୍ୟରେ ପୂଜା କରିଥିଲା ।

Question ୮।
ଅଳକାପୁରୀରେ ଥ‌ିବା ପ୍ରିୟା ପାଖକୁ କିଏ ଉଦନ୍ତ ପଠାଇଥିଲା ?
Answer:
ଅଳକାପୁରୀରେ ଥ‌ିବା ପ୍ରିୟା ପାଖକୁ ବିରହୀ ଯକ୍ଷଟିଏ ଉଦନ୍ତ ପଠାଇଥିଲା ।

CHSE Odisha Class 12 Odia Solutions Chapter 2 ପୁଷ୍ପପୁରରେ ବର୍ଷାବରଣ

Question ୯।
ବିରହୀ ଯକ୍ଷ କାହା ହସ୍ତରେ ଉଦନ୍ତ ପଠାଇଥିଲା ?
Answer:
ବିରହୀ ଯକ୍ଷ ବାରିଦ ହସ୍ତରେ ଉଦନ୍ତ ପଠାଇଥିଲା ।

Question ୧୦ ।
ବ୍ୟକ୍ତିବିଶେଷର ଲାଭ କ୍ଷତିରେ କିଏ ବିଚଳିତ ହୁଏ ନାହିଁ ?
Answer:
ବ୍ୟକ୍ତିବିଶେଷର ଲାଭକ୍ଷତିରେ ଭ୍ରମ୍ୟମାଣ ଉଦାସୀନା ଧରଣୀ ବିଚଳିତ ହୁଏ ନାହିଁ ।

Question ୧୧ ।
କାହାର ଅଭାବରେ ଉତ୍କଳରେ ହାହାକାର ପଡ଼ିଛି ?
Answer:
କଳର ଅଭାବରେ ଉତ୍କଳରେ ହାହାକାର ପଡ଼ିଛି ।

Question ୧୨ ।
ପୁଷ୍ପପୁରରେ ସ୍ଵକର୍ମ ସାରି କେଉଁ ପଥରେ ଗତି କରିବାକୁ ବାରିଦକୁ ଲେଖକ ନିବେଦନ କରିଛନ୍ତି ?
Answer:
ପୁଷ୍ପପୁରରେ ସ୍ଵକର୍ମ ସାରି ଉତ୍କଳ ପଥରେ ଗତି କରିବାକୁ ବାରିଦକୁ ଲେଖକ ନିବେଦନ କରିଛନ୍ତି ।

Question ୧୩ ।
ଲେଖକ ଧୂମ, ଜ୍ୟୋତି ଓ ସଲିଳ ହୋଇ ଜଳଦ ସହ ମିଶି ବାତାୟନ ପଥରେ ଉଡ଼ିଯାଇ କାହାକୁ ଚିହ୍ନାଇବାକୁ ଇଚ୍ଛା କରିଛନ୍ତି ?
Answer:
ଲେଖକ ଧୂମ, ଜ୍ୟୋତି ଓ ସଲିଳ ହୋଇ ଜଳଦ ସହ ମିଶି ବାତାୟନ ପଥରେ ଉଡ଼ିଯାଇ ଜନ୍ମଭୂମିକୁ ଚିହ୍ନାଇବାକୁ ଇଚ୍ଛା କରିଛନ୍ତି ।

Question ୧୪ ।
ପଥ ପ୍ରଦର୍ଶକ ବିନା କେଉଁ ଭୂମିକୁ ଚିହ୍ନିବାପାଇଁ ଜଳଦର ଭ୍ରମ ହେବନାହିଁ ବୋଲି କୁହାଯାଇଛି ?
Answer:
ପଥ ପ୍ରଦର୍ଶକ ବିନା ଉତ୍କଳ ଭୂମିକୁ ଚିହ୍ନିବାପାଇଁ ଜଳଦର ଭ୍ରମ ହେବ ନାହିଁ ବୋଲି କୁହାଯାଇଛି ।

Question ୧୫ ।
ଗୋପାଙ୍ଗନାମାନେ ଅପାଙ୍ଗ ଘନଶ୍ୟାମଙ୍କ ରୂପସୁଧା ପାନ କଲାପରି ଉତ୍କଳର କୋଟି ନେତ୍ର କାହାର ରୂପ ସୁଧା ପାନ କରିବେ ବୋଲି ପ୍ରାବନ୍ଧିକ ଭାବିଛନ୍ତି ?
Answer:
ଗୋପାଙ୍ଗନାମାନେ ଅପାଙ୍ଗ ଘନଶ୍ୟାମଙ୍କ ରୂପସୁଧା ପାଳନ କଲାପରି ଉତ୍କଳର କୋଟି ନେତ୍ର ଜଳଦର ରୂପ ସୁଧା ପାନ କରିବେ ବୋଲି ପ୍ରାବନ୍ଧିକ ଭାବିଛନ୍ତି ।

Question ୧୬ ।
ଲେଖକ କେଉଁମାନଙ୍କୁ ନିରାଶ ନ କରି ବଦାନ୍ୟତା ଆରମ୍ଭ କରିବାକୁ ଜଳଦକୁ ଅନୁରୋଧ କରିଛନ୍ତି ?
Answer:
ଦରିଦ୍ର ବନବାସୀମାନଙ୍କୁ ନିରାଶ ନକରି ବଦାନ୍ୟତା ଆରମ୍ଭ କରିବାକୁ ଲେଖକ ଜଳଦକୁ ଅନୁରୋଧ କରିଛନ୍ତି ।

Question ୧୭ ।
ଶାଳିକ୍ଷେତ୍ର ଦେଖି କେଉଁମାନଙ୍କ ମନ ଆତଙ୍କରେ ଥରି ଉଠୁଥ୍ ?
Answer:
ଶାଳିକ୍ଷେତ୍ର ଦେଖି ବନବାସୀମାନଙ୍କ ମନ ଆତଙ୍କରେ ଥରି ଉଠୁଥବ ।

Question ୧୮ ।
ଗୋ-ପଲର ଗଳଘଣ୍ଟି ଓ ଗୋପାଳର ବେଣୁସୁନ ଶୁଣି ଜଳଦ କେଉଁ ସ୍ଥାନର ସୀମା ବୋଲି ଜାଣିପାରିବ ?
Answer:
ଗୋପଲର ଗଳଘଣ୍ଟି ଓ ଗୋପାଳର ବେଣୁସ୍ଵନ ଶୁଣି ଜଳଦ ଗ୍ରାମ ସୀମା ବୋଲି ଜାଣିପାରିବ ।

Question ୧୯ ।
ନବଯୁବକମାନଙ୍କ ବେଣୁନର ଅନୁକୃତିରେ ଲଳନା କଣ୍ଠର ଐକତାନିକ ଲଳିତ ସ୍ଵର କାହାକୁ ଭସାଇ ଦିଏ ?
Answer:
ନବଯୁବକମାନଙ୍କ ବେଣୁପ୍ସନର ଅନୁକୃତିରେ ଲଳନା କଣ୍ଠର ଐକତାନିକ ଲଳିତ ସ୍ଵର ବନଭୂମିକୁ ଭସାଇ ଦିଏ ।

Question ୨୦ ।
ଉତ୍କଳୀୟ ଲଳନାଙ୍କର ଗତିକୁ କାହା ସହିତ ତୁଳନା କରାଯାଇଛି ?
Answer:
ଉତ୍କଳୀୟ ଲଳନାମାନଙ୍କ ଗତିକୁ ନିର୍ଝରିଣୀ ସହ ତୁଳନା କରାଯାଇଛି ।

Question ୨୧ ।
କିଏ ମଦାଳସା ହୋଇ ମାତଙ୍ଗିନୀ ପରି ଚାଲନ୍ତି ନାହିଁ ?
Answer:
ବନବାସୀ ନାରୀମାନେ ମଦାଳସା ହୋଇ ମାତଙ୍ଗିନୀ ପରି ଚାଲନ୍ତି ନାହିଁ ।

Question ୨୨ ।
ବନବାସୀମାନଙ୍କର କାହାର ଅନୁଗ୍ରହ ଆବଶ୍ୟକ ?
Answer:
ବନବାସୀମାନଙ୍କର ଜଳଦର ଅନୁଗ୍ରହ ଆବଶ୍ୟକ ।

Question ୨୩ ।
ଜଳଦକୁ ଅବିରତ ବାରିପାତ କରିବାକୁ ଲେଖକ କାହିଁକି ନିବେଦନ କରିଛନ୍ତି ?
Answer:
ବନଭୂମିକୁ ଶ୍ୟାମଳ ଓ ଉଜ୍ଜଳ କରିବା ପାଇଁ ଜଳଦକୁ ଅବିରତ ବାରିପାତ କରିବାକୁ ଲେଖକ ନିବେଦନ କରିଛନ୍ତି ।

Question ୨୪ ।
ଜଳଦର କୃପା ହେଲେ ଶାଳିକ୍ଷେତ୍ରରେ କ’ଣ ଖେଳିବୁଲିବ ବୋଲି ଲେଖକ କହିଛନ୍ତି ?
Answer:
ଜଳଦର କୃପା ହେଲେ ଶାଳିକ୍ଷେତ୍ରରେ ନବନୀଳିମା ଖେଳିବୁଲିବ ବୋଲି ଲେଖକ କହିଛନ୍ତି ।

Question ୨୫ ।
ଜଳଦର କୃପା ହେଲେ ନିର୍ଝରିଣୀ କେଉଁଠାରେ କିପରି ନାଚି ଉଠିବ ?
Answer:
ଜଳଦର କୃପା ହେଲେ ନିର୍ଝରଣୀ ଗିରିଦରୀରେ କ୍ରୀଡ଼ାରତ ବତ୍ସତରୀ ପରି ନାଚି ଉଠିବ ।

Question ୨୬ ।
କଦମ୍ବ ପୁଲକରେ କ’ଣ ହୋଇଉଠିବ ବୋଲି କୁହାଯାଇଛି ?
Answer:
କଦମ୍ବ ଫୁଲକରେ କଣ୍ଟକିତ ହୋଇଉଠିବ ବୋଲି କୁହାଯାଇଛି ।

Question ୨୭ ।
କୃଷ୍ଣଚୂଡ଼ା କ’ଣ ଦେଖୁ ନବତରୁଣୀ ପରି ଲଜ୍ଜାରୁଣ ହୋଇପଡ଼ିବ ?
Answer:
କୃଷ୍ଣଚୂଡ଼ା ନିଜ ତରୁଣ ତନୁକୁ ଦେଖି ନବତରୁଣୀ ପରି ଲଜ୍ଜାରୁଣ ହୋଇପଡ଼ିବ ।

Question ୨୮ ।
କେଉଁ ପ୍ରପାତରେ କ୍ରୀଡ଼ା କରିବାକୁ ଜଳଦକୁ ପ୍ରାବନ୍ଧିକ ନିବେଦନ କରିଛନ୍ତି ?
Answer:
ଖଣ୍ଡାଧାର ଓ ଦେବଗଡ଼ ପ୍ରପାତରେ କ୍ରୀଡ଼ା କରିବାକୁ ଜଳଦକୁ ପ୍ରାବନ୍ଧିକ ନିବେଦନ କରିଛନ୍ତି ।

Question ୨୯ ।
ମେଘାସନ, ଗନ୍ଧମାର୍ଦ୍ଦନ ଓ ମାଲ୍ୟଗିରିର ମହାବନରେ ଭ୍ରମୁ ଭ୍ରମୁ ଜଳଦ କ’ଣ କରିବ ?
Answer:
ମେଘାସନ, ଗନ୍ଧମାର୍ଦ୍ଦନ ବା ମାଲ୍ୟଗିରିର ମହାବନରେ ଭ୍ରମୁ ଭ୍ରମୁ ଜଳଦ କ୍ଳାନ୍ତି ଆସିଲେ ଅବସର ନେବ ।

Question ୩୦ ।
କେଉଁ ମହାବନରେ ଅସରନ୍ତି ଭଣ୍ଡାର ଲୁଚି ରହିଛି ?
Answer:
ଖଣ୍ଡାଧାର, ଦେବଗଡ଼ ଆଦି ମହାବନରେ ଅସରନ୍ତି ଭଣ୍ଡାର ଲୁଚି ରହିଛି ।

Question ୩୧ ।
ଦୁଃଖିନୀ ଜନନୀ କାହାର ଭୟରେ ଅସରତି ଭଣ୍ଡାର ମହାବନରେ ଲୁଚାଇ ରଖିଛି ?
Answer:
ଦୁଃଖିନୀ ଜନନୀ ଅଯୋଗ୍ୟ ସନ୍ତାନମାନଙ୍କ ଭୟରେ ଅସରନ୍ତି ଭଣ୍ଡାର ମହାବନରେ ଲୁଚାଇ ରଖିଛି ।

Question ୩୨ ।
ଉତ୍କଳବାସୀ କେଉଁ ନଦୀର ତୀରରେ ବସି ପିପାସୀ ହୋଇଛନ୍ତି ?
Answer:
ଉତ୍କଳବାସୀ ଭାଗୀରଥୀ ନଦୀର ତୀରରେ ବସି ପିପାସୀ ହୋଇଛନ୍ତି ।

Question ୩୩ ।
ଉତ୍କଳବାସୀ କାହା ଉପରେ ବସି ଉପବାସୀ ହୋଇଛନ୍ତି ?
Answer:
ଉତ୍କଳବାସୀ ରତ୍ନସ୍ତୂପରେ ବସି ଉପବାସୀ ହୋଇଛନ୍ତି ।

Question ୩୪ ।
ସୂକ୍ଷ୍ମଶାଳିର ଗନ୍ତାଘର କିଏ ?
Answer:
ସୂକ୍ଷ୍ମଶାଳିର ଗନ୍ତାଘର ସମ୍ବଲପୁର ।

Question ୩୫ ।
କେଉଁ ନଦୀ ଉପଳ ଶଯ୍ୟାରେ ଯାଉ ଯାଉ ସ୍ପର୍ଷରେଣୁ ଢାଳିଦିଏ ?
Answer:
ତତ୍ନୀ ମହାନଦୀ ଉପଳ ଶଯ୍ୟାରେ ଯାଉ ଯାଉ ସ୍ପର୍ଶରେଣୁ ଢାଳିଦିଏ ।

CHSE Odisha Class 12 Odia Solutions Chapter 2 ପୁଷ୍ପପୁରରେ ବର୍ଷାବରଣ

Question ୩୬ ।
କେଉଁ ଅଞ୍ଚଳର ନରନାରୀମାନଙ୍କୁ ଦୁଃଖ ଦୈନ୍ୟରେ ମଧ୍ୟ ବିଷାଦକାଳିମା ଛୁଏଁ ନାହିଁ ?
Answer:
ସମ୍ବଲପୁର ଅଞ୍ଚଳର ନରନାରୀମାନଙ୍କୁ ଦୁଃଖ ଦୈନ୍ୟରେ ମଧ୍ୟ ବିଷାଦ କାଳିମା ଛୁଏଁ ନାହିଁ ।

Question ୩୭ ।
ଉତ୍କଳର ଉତ୍ତମାଙ୍ଗ ବୋଲି ଲେଖକ କାହାକୁ କହିଛନ୍ତି ?
Answer:
ଉତ୍କଳର ଉତ୍ତମାଙ୍ଗ ବୋଲି ଲେଖକ କଟକକୁ କହିଛନ୍ତି ।

Question ୩୮ ।
ଗର୍ବିତ ଗଜପତିର ରାଜଧାନୀ ବୋଲି କାହାକୁ କୁହାଯାଇଛି ?
Answer:
ଗର୍ବିତ ଗଜପତିର ରାଜଧାନୀ ବୋଲି କଟକକୁ କୁହାଯାଇଛି ।

Question ୩୯ ।
କେଉଁଠାରୁ ଅଜେୟ ବାହିନୀ ଝଟିକା ବେଗରେ ଦୁର୍ଗରୁ ଦୁର୍ଗାନ୍ତରକୁ ଗତି କରି ଚାଲୁଥୁଲେ ?
Answer:
କଟକରୁ ଅଜେୟ ବାହିନୀ ଝଟିକା ବେଗରେ ଦୁର୍ଗରୁ ଦୁର୍ଗାନ୍ତରକୁ ଗତିକରି ଚାଲୁଥୁଲେ ।

Question ୪୦ ।
କେଉଁ କଟକର ସ୍ମୃତି ଆଜି ମୃତ୍ତିକାରେ ଅବଲୁପ୍ତ ?
Answer:
ସ୍ମୃତିପୂତ ବିଡ଼ାନାସୀ କଟକର ସ୍ମୃତି ଆଜି ମୃତ୍ତିକାରେ ଅବଲୁପ୍ତ ।

Question ୪୧ ।
ବାରବାଟୀର ସ୍ଖଳିତ ପ୍ରସ୍ତରରେ କ’ଣ ଆଜିଯାଏ ଲାଗି ରହିଛି ?
Answer:
ବାରବାଟୀର ସ୍ଖଳିତ ପ୍ରସ୍ତରରେ ତା’ର ସ୍ମୃତି ଓ କୀର୍ତ୍ତି ଆଜିଯାଏ ଲାଗି ରହିଛି ।

Question ୪୩ ।
କେଉଁଠାରେ ଉତ୍କଳର କବି, ଜ୍ଞାନୀ, ଗୁଣୀ ଓ କର୍ମୀ ଉଜାଗର ରହି ଜ୍ଞାନଦୀପ ଜାଳିଥିଲେ ?
Answer:
କଟକରେ ଉତ୍କଳର କବି, ଜ୍ଞାନୀ, ଗୁଣୀ ଓ କର୍ମୀ ଉଜାଗର ରହି ଜ୍ଞାନଦୀପ ଜାଣିଥିଲେ ।

Question ୪୪ ।
କାହାକୁ ସ୍ମୃ ତିର ଶ୍ମଶାନ ବୋଲି କୁହାଯାଇଛି ?
Answer:
ଭୁବନେଶ୍ୱରକୁ ସ୍ମୃତିର ଶ୍ମଶାନ ବୋଲି କୁହାଯାଇଛି ।

Question ୪୫ ।
କିଏ ଉତ୍କଳ ଭୂମିର ମାନଦଣ୍ଡ ପରି ଦଣ୍ଡାୟମାନ ବୋଲି ଲେଖକ କହିଛନ୍ତି ?
Answer:
ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଉତ୍କଳ ଭୂମିର ମାନଦଣ୍ଡ ପରି ଦଣ୍ଡାୟମାନ ବୋଲି ଲେଖକ କହିଛନ୍ତି ।

Question ୪୬ ।
ବାରିବାହ ବେଳାଭୂମିର ଶ୍ୟାମଳ ପଥରେ ଯିବାବେଳେ କେଉଁମାନେ ତା’ର ସ୍ବାଗତପାଇଁ ବାହାରି ଆସିବେ ବୋଲି କୁହାଯାଇଛି ?
Answer:
ବାରିବାହ ବେଳାଭୂମିର ଶ୍ୟାମଳପଥରେ ଯିବାବେଳେ ପଲ୍ଲୀବାଳାମାନେ ତା’ର ସ୍ଵାଗତପାଇଁ ବାହାରି ଆସିବେ ବୋଲି କୁହାଯାଇଛି ।

Question ୪୭ ।
ଲେଖକ କାହାକୁ ଭୁବନମୋହନ ବୋଲି କହିଛନ୍ତି ?
Answer:
ଲେଖକ କୋଣାର୍କକୁ ଭୁବନମୋହନ ବୋଲି କହିଛନ୍ତି ।

Question ୪୮ ।
କିଏ ପ୍ଲାନ ଓ ଛିନ୍ନ ହୋଇ ବିଜନ ବେଳାରେ ପଡ଼ିରହିଛି ?
Answer:
ସ୍ବର୍ଗଚ୍ୟୁତ ପାରିଜାତ ପରି କୋଣାର୍କ ମ୍ଳାନ ଓ ଛିନ୍ନ ହୋଇ ବିଜନ ବେଳାରେ ପଡ଼ିରହିଛି ।

Question ୪୯ ।
କାହାକୁ ସ୍ଵର୍ଗଚ୍ୟୁତ ପାରିଜାତ ବୋଲି କୁହାଯାଇଛି ?
Answer:
କୋଣାର୍କକୁ ସ୍ୱର୍ଗଚ୍ୟୁତ ପାରିଜାତ ବୋଲି କୁହାଯାଇଛି ।

Question ୫୦ ।
କିଏ ଦୃପ୍ତ ଓ ଗର୍ବିତ ଜାତିର ପରାକ୍ରମର ପ୍ରତୀକ ?
Answer:
ମହାମନ୍ଦିର କୋଣାର୍କ ଦୃପ୍ତ ଓ ଗର୍ବିତ ଜାତିର ପରାକ୍ରମର ପ୍ରତୀକ ।

Question ୫୧ ।
କାହାକୁ ମହାମନ୍ଦିର ବୋଲି କୁହାଯାଇଛି ?
Answer:
କୋଣାର୍କକୁ ମହାମନ୍ଦିର ବୋଲି କୁହାଯାଇଛି ।

Question ୫୨ ।
ଘନ ଅତୀତର ମ୍ଳାନ ଶ୍ମଶାନ ବୋଲି ଲେଖକ କାହାକୁ ଅଭିହିତ କରିଛନ୍ତି ?
Answer:
ଘନ ଅତୀତର ମ୍ଳାନ ଶ୍ମଶାନ ବୋଲି ଲେଖକ କୋଣାର୍କକୁ ଅଭିହିତ କରିଛନ୍ତି ।

Question ୫୩ ।
ନୀଳାଚଳ ପଥରେ ଯାଉଁ ଯାଉଁ କାହାର ଧବଳିତ ସଦନଠାରେ ନବଘନ କ୍ଷଣକାଳ ସ୍ତସ୍ଥିତ ହୋଇ ରହିଯିବାକୁ ଲେଖକ ଘନକୁ କହିଛନ୍ତି ?
Answer:
ନୀଳାଚଳ ପଥରେ ଯାଉଁ ଯାଉଁ ସାକ୍ଷୀଗୋପାଳଙ୍କ ଧବଳିତ ସଦନଠାରେ ନବଘନ କ୍ଷଣକାଳ ସ୍ତମ୍ବିତ ହୋଇ ରହିଯିବାକୁ ଲେଖକ ଘନକୁ କହିଛନ୍ତି ।

Question ୫୪ ।
ସାକ୍ଷୀଗୋପାଳରେ କିଏ ଉନ୍ନତ ଉତ୍କଳର ସ୍ଵପ୍ନ ଦେଖିଥିଲେ ?
Answer:
ସାକ୍ଷୀଗୋପାଳରେ ଉତ୍କଳମଣି ଗୋପବନ୍ଧୁ ଦାସ ଉନ୍ନତ ଉତ୍କଳର ସ୍ବପ୍ନ ଦେଖିଥିଲେ ।

Question ୫୫ ।
କାହାକୁ ଉତ୍କଳର ମହାନିଶାରେ ଧ୍ରୁବ ଜ୍ୟୋତି ବୋଲି କୁହାଯାଇଛି ?
Answer:
ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ଉତ୍କଳର ମହାନିଶାରେ ଧ୍ରୁବ ଜ୍ୟୋତି ବୋଲି କୁହାଯାଇଛି ।

Question ୫୬ ।
କାହାକୁ ଦଧୀଚି ବୋଲି ଲେଖକ ଅଭିହିତ କରିଛନ୍ତି ?
Answer:
ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ଦଧୀଚି ବୋଲି ଲେଖକ ଅଭିହିତ କରିଛନ୍ତି ।

Question ୫୭ ।
ଉତ୍କଳ କମଳର କେଶର କିଏ ?
Answer:
ଉତ୍କଳ କମଳର କେଶର ହେଉଛି ନୀଳାଚଳ ।

Question ୫୮ ।
କିଏ ଉତ୍କଳର ଇତିହାସ ?
Answer:
ଜଗନ୍ନାଥ ହିଁ ଉତ୍କଳର ଇତିହାସ ।

Question ୫୯ ।
କେଉଁମାନଙ୍କୁ ଦକ୍ଷିଣାଶାପଥ-ପ୍ରହରୀ ବୋଲି କୁହାଯାଇଛି ?
Answer:
ଗଞ୍ଜାମ ଓ ଜୟପୁରବାସୀଙ୍କୁ ଦକ୍ଷିଣାଶ ପଥ-ପ୍ରହରୀ ବୋଲି କୁହାଯାଇଛି ।

(ଗ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଏବଂ ଠିକ୍ ଉତ୍ତର ପାଇଁ ୧ ନମ୍ବର ରହିବ ।

ପ୍ରବନ୍ଧ – ପୁଷ୍ପପୁରରେ ବର୍ଷାବରଣ, ପ୍ରାବନ୍ଧିକ – କୃଷ୍ଣଚନ୍ଦ୍ର ପାଣିଗ୍ରାହୀ

Question ୧ ।
ବାରିବାହର ଆଗମନ ପରେ ପୁଷ୍ପପୁର କିପରି ହୋଇଉଠିବ ?
Answer:
ବାରିବାହର ଆଗମନ ପରେ ପୁଷ୍ପପୁର ଅଚିରେ ସଜୀବ ଓ ଶ୍ୟାମଳ ହୋଇଉଠିବ ।

Question ୨ ।
ଲେଖକ କେଉଁଠାରେ ଏବଂ କାହାର ଆଗମନୀର ଶୁଭ ଶଙ୍ଖ ଶୁଣି ପାରିଛନ୍ତି ?
Answer:
ଲେଖକ ପ୍ରାସାଦ ବାତାୟନ ପଥରେ ବାରିବାହର ଆଗମନୀରେ ଶତ ଶୁଭ ଶଙ୍ଖ ଶୁଣି ପାରିଛନ୍ତି ।

Question ୩ ।
ବହୁଦିନ ପରେ ଦୂରବନ୍ଧୁର ଶୁଭ ଆଗମନରେ ପୁଷ୍ପପୁର କ’ଣ ହୋଇ ଉଠିଛି ?
Answer:
ବହୁଦିନ ପରେ ଦୂରବନ୍ଧୁର ଶୁଭ ଆଗମନରେ ପୁଷ୍ପପୁର ମଙ୍ଗଳକର ଓ ମଧୁମୟ ହୋଇଉଠିଛି ।

Question ୪ ।
ଭ୍ରାମ୍ୟମାଣା ଉଦାସୀନା ଧରଣୀ କେଉଁଥ‌ିରେ ବିଚଳିତ ହୁଏ ନାହିଁ ?
Answer:
ଭ୍ରାମ୍ୟମାଣା ଉଦାସୀନ ଧରଣୀ ବ୍ୟକ୍ତିବିଶେଷର ଲାଭକ୍ଷତିରେ ବିଚଳିତ ହୁଏ ନାହିଁ ।

Question ୫ ।
କ’ଣ ଊଣା ହେଲେ ସେ ଆଉ ବାସଭୂମି ହୋଇ ରହିପାରିବ ନାହିଁ ବୋଲି କୁହାଯାଇଛି ?
Answer:
ବାୟୁ, ସଲିଳ, ଆଲୋକ ଓ ଉତ୍ତାପ ପାଇଁ ସେ ଜୀବମାନଙ୍କର ବାସଭୂମି ହୋଇଛି, ସେଥୁରୁ ଗୋଟିଏ ଊଣା ହେଲେ ସେ ଆଉ ବାସଭୂମି ହୋଇ ରହିପାରିବ ନାହିଁ ବୋଲି କୁହାଯାଇଛି ।

Question ୬ ।
ଲେଖକ କ’ଣ ହୋଇ ଜଳଦ ସହ ମିଶିବାକୁ ଇଚ୍ଛା କରିଛନ୍ତି ?
Answer:
ଲେଖକ ଧୂମ, ଜ୍ୟୋତି ବା ସଲିଳ ହୋଇ ଜଳଦ ସହ ମିଶିବାକୁ ଇଚ୍ଛା କରିଛନ୍ତି ।

Question ୭ ।
‘ସୁଜଳା ସୁଫଳା ଶସ୍ୟ ଶ୍ୟାମଳା’ ଉତ୍କଳ ଭୂମିର ଅବସ୍ଥା ଆଜି କିପରି ହୋଇଛି ?
Answer:
ସୁଜଳା, ସୁଫଳା, ଶ୍ୟାମଳା ଉତ୍କଳଭୂମି ଆଜି ପତିତା, ଲାଞ୍ଛିତା ଓ ଖଣ୍ଡିତା ହୋଇଛି ।

CHSE Odisha Class 12 Odia Solutions Chapter 2 ପୁଷ୍ପପୁରରେ ବର୍ଷାବରଣ

Question ୮ ।
ଜଳଦ କିପରି ବିଶୋଭିତ ହୋଇ ଉତ୍କଳ ଆକାଶରେ ଆବିର୍ଭୂତ ହେବାକୁ ଲେଖକ ଅନୁରୋଧ କରିଛନ୍ତି ?
Answer:
ବିଜୁଳି ବିମଣ୍ଡିତ ଓ ବଳକା-ବିଶୋଭିତ ହୋଇ ଜଳଦ ଉତ୍କଳ ଆକାଶରେ ଆବିର୍ଭୂତ ହେବାକୁ ଲେଖକ ଅନୁରୋଧ କରିଛନ୍ତି ।

Question ୯ ।
ଦରିଦ୍ର ବନବାସୀମାନଙ୍କୁ ନିରାଶ ନ କରି କ’ଣ କରିବାକୁ ଜଳଦକୁ ଲେଖକ ଅନୁରୋଧ କରିଛନ୍ତି ?
Answer:
ଦରିଦ୍ର ବନବାସୀମାନଙ୍କୁ ନିରାଶ ନ କରି, ତାହାର ବଦାନ୍ୟତା ସେମାନଙ୍କଠାରେ ଆରମ୍ଭ କରିବାକୁ ଜଳଦକୁ ଲେଖକ ଅନୁରୋଧ କରିଛନ୍ତି ।

Question ୧୦ ।
କେଉଁ ଭୂମିର ନରନାରୀଙ୍କ ସ୍ବେଦସିକ୍ତ ଶସ୍ୟକ୍ଷେତ୍ରରେ ଶାଳିଧାନ୍ୟ ଆକାଶକୁ ଚାହିଁ ଝାଉଁଳୁଥ‌ିବ ବୋଲି କୁହାଯାଇଛି ?
Answer:
ଟଙ୍କିଳ, ଅନୁର୍ବର, ଉଚ୍ଚବଚ ଭୂମିରେ ନରନାରୀଙ୍କର ସ୍ଵେଦସିକ୍ତ ଶସ୍ୟକ୍ଷେତ୍ରରେ ଶାଳିଧାନ୍ୟ ଆକାଶକୁ ଚାହିଁ ଝାଉଁଳୁଥବ ବୋଲି କୁହାଯାଇଛି ।

Question ୧୧ ।
ଶାଳିକ୍ଷେତ୍ର ଦେଖି ବନବାସୀମାନଙ୍କ ମନ ଆତଙ୍କକୁ ଲେଖକ କାହା ସହିତ ତୁଳନା କରିଛନ୍ତି ?
Answer:
ଶାଳିକ୍ଷେତ୍ର ଦେଖି ବନବାସୀମାନଙ୍କ ମନ ଆତଙ୍କକୁ ଲେଖକ, ରୋଗଶଯ୍ୟା ଶାୟିତ ପୁତ୍ରକନ୍ୟାଙ୍କୁ ଦେଖି ପିତାମାତାଙ୍କ ମନ ଯେପରି ଆତଙ୍କରେ ଥରିଉଠେ, ତାହା ସହିତ ତୁଳନା କରିଛନ୍ତି ।

Question ୧୨ ।
ଜଳଦ କ’ଣ ଶୁଣି ଓ କ’ଣ ଦେଖି ବନବାସୀମାନଙ୍କର ଗ୍ରାମର ସୀମା ଜାଣିପାରିବ ?
Answer:
ଗୋ-ପଲର ଗଳଘଣ୍ଟି ବା ଗୋପାଳର ବେଣୁପ୍ସନ ଶୁଣି ଓ କୁଟୀରରୁ ଉଦ୍‌ଗତ କୁଣ୍ଡଳୀଭୂତ ଧୂମ ଦେଖି ଜଳଦ ଗ୍ରାମର ସୀମା ଜାଣିପାରିବ ।

Question ୧୩ ।
ଜଳଦର ଭାଗ୍ୟରେ ଥିଲେ କେଉଁ କଥା ଆଖିରେ ପଡ଼ିଯିବ ବୋଲି ଲେଖକ କହିଛନ୍ତି ?
Answer:
ଜଳଦର ଭାଗ୍ୟରେ ଥିଲେ ସଂକୀର୍ଣ୍ଣ ପଥରେ ଶ୍ରେଣୀବଦ୍ଧ ନରନାରୀଙ୍କ ପ୍ରବାହ ଆଖ୍ୟାରେ ପଡ଼ିଯିବ ବୋଲି ଲେଖକ

Question ୧୪ ।
କେଉଁମାନେ ନିର୍ଝର ପରି ଗତି କରି ଚାଲୁଥ୍ ବୋଲି କୁହାଯାଇଛି ?
Answer:
ଭସାଇ ଶ୍ରେଣୀବଦ୍ଧ ବନବାସୀ ନରନାରୀମାନେ ନିର୍ଝର ପରି ଗତି କରି ଚାଲୁଥୁବେ ବୋଲି କୁହାଯାଇଛି ।

Question ୧୫ ।
ବାରିବାହ ! ଏ ସମସ୍ତେ ତୋର ବାନ୍ଧବୀ । କାହା ପ୍ରସଙ୍ଗରେ କୁହାଯାଇଛି ?
Answer:
ଯେଉଁ ବନବାସୀ ନାରୀମାନେ ସୁସ୍ଥ, ସବଳ ଓ ସୁବଳିତ ତନୁଲତାରେ ବନପୁଷ୍ପଭରା ଗଭାର ଶୋଭା ଧାରଣ କରି ସଂକୀର୍ଣ୍ଣ, ବନ୍ଧୁର, କର୍କଶ ଓ ଉରଗକୁଟିଳ ଗିରିପଥକୁ ହାସ୍ୟ ଓ ସଙ୍ଗୀତରେ ମୁଖର କରି ନିର୍ଝରିଣୀ ପରି ଗତି କରନ୍ତି, ସେହିମାନଙ୍କୁ ବାରିବାହର ବାନ୍ଧବୀ ବୋଲି କୁହାଯାଇଛି ।

Question ୧୬ ।
ବନବାସୀ ନାରୀଗଣ ଜଳଦକୁ ଅପରିଚିତ ଜାଣିଲେ କ’ଣ କରିବେ ବୋଲି କୁହାଯାଇଛି ?
Answer:
ବନବାସୀ ନାରୀଗଣ ଜଳଦକୁ ଅପରିଚିତ ଜାଣିଲେ ଉଚ୍ଚହାସ୍ୟରେ ବନଭୂମି କମ୍ପାଇଦେବେ ବୋଲି କୁହାଯାଇଛି ।

Question ୧୭ ।
ମାନବ ଜୀବନର ପରମ କାମ୍ୟ କ’ଣ ବୋଲି ଲେଖକ କହିଛନ୍ତି ?
Answer:
ସ୍ବେଦାର୍ଜିତ ଧନରେ ଉଦରପୋଷଣ, ସୁନ୍ଦର ସ୍ବାସ୍ଥ୍ୟ ଓ ନିର୍ମଳ ମନ ମାନବ ଜୀବନର ପରମ କାମ୍ୟ ।

Question ୧୮ ।
କ’ଣ ଶିଖିବାପାଇଁ ସଭ୍ୟ ସମାଜ ବନବାସୀମାନଙ୍କ ପାଖକୁ ଆସିବବୋଲି କୁହାଯାଇଛି ?
Answer:
ଜଗତରୁ ତସ୍କରତା ଲୋପ ପାଇଲେ, ମାନବିକତା ଶିଖିବାପାଇଁ ସଭ୍ୟସମାଜ ବନବାସୀମାନଙ୍କ ପାଖକୁ ଆସିବ ।

Question ୧୯ ।
ଜଳଦକୁ ଅବିରତ ବାରିପାତ କରିବାକୁ ଲେଖକ କାହିଁକି ଅନୁରୋଧ କରିଛନ୍ତି ?
Answer:
ଜଳଦକୁ ଅବିରତ ବାରିପାତ କରିବାକୁ ଲେଖକ ଅନୁରୋଧ କରିଛନ୍ତି, କାରଣ ବାରିପାତରେ ବନଭୂମି ଶ୍ୟାମଳ ଓ ଉଜ୍ଜ୍ବଳ ହୋଇଉଠିବ ।

Question ୨୦ ।
ଜଳଦକୁ କ୍ଳାନ୍ତି ଆସିଲେ ସେ କେଉଁଠାରେ ଅବସର ନେବ ?
Answer:
ଜଳଦକୁ କ୍ଳାନ୍ତି ଆସିଲେ ସେ ମେଘାସନ, ଗନ୍ଧମାର୍ଦନ ବା ମାଲ୍ୟଗିରିରେ ଅବସର ନେବ ।

Question ୩୧ ।
ମୂକମନ୍ଦିର କୋଣାର୍କର ମୁଖ ଫିଟିଲେ କ’ଣ ହୁଅନ୍ତା ?
Answer:
ମୂକମନ୍ଦିର କୋଣାର୍କର ମୁଖ ଫିଟିଲେ, ସେ ଅତୀତ ବିଭବର ଗାଥା କହି ବିଜନବେଳାକୁ ମୁଖରିତ କରିଦିଅନ୍ତା ।

Question ୩୨ ।
ଶତଶତାବ୍ଦୀ ଧରି ଜଗନ୍ନାଥଙ୍କଠାରେ ସବୁ ଏକାଧାରରେ କ’ଣ ପୁଞ୍ଜିଭୂତ ହୋଇଆସିଛି ?
Answer:
ଶତଶତାବ୍ଦୀ ଧରି ଜଗନ୍ନାଥଙ୍କଠାରେ ସବୁ ଏକାଧାରରେ ଶାନ୍ତି, ମୁକ୍ତି, ମୈତ୍ରୀ, ଭକ୍ତି ଓ ଭୀତି ପୁଞ୍ଜିଭୂତ ହୋଇଆସିଛି ।

Question ୩୩ ।
ନୀଳାଚଳ ନାଥ ଆଜିକାଲି କ’ଣ ବାଣ୍ଟିଦେଇ ନିଜେ କାଙ୍ଗାଳ ହୋଇ ବସିଛନ୍ତି ?
Answer:
ନୀଳାଚଳନାଥ ଆଜିକାଲି ଶାନ୍ତି ଓ ମୈତ୍ରୀ ସବୁ ବାଣ୍ଟିଦେଇ ନିଜେ କାଙ୍ଗାଳ ହୋଇ ବସିଛନ୍ତି ।

Question ୩୪ ।
ବାରିବାହର ଭୀମ ରୂପ ଦେଖି କେଉଁମାନେ ବାତାୟନ ପଥ ଛାଡ଼ି ପଳାଇଯିବେ ବୋଲି କୁହାଯାଇଛି ?
Answer:
ବାରିବାହର ଭୀମରୂପ ଦେଖି ଭୀରୁ ନୀଳାଚଳ ଲଳନାମାନେ ବାତାୟନ ପଥ ଛାଡ଼ି ପଳାଇଯିବେ ବୋଲି କୁହାଯାଇଛି ।

Question ୩୫ ।
ବାରିବାହ ନୀଳାଚଳଠାରୁ ଆରମ୍ଭ କରି ଉତ୍କଳର କେଉଁ ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପିଯାଇ ତା’ର କର୍ମ ଶେଷ କରିବ ?
Answer:
ବାରିବାହ ନୀଳାଚଳଠାରୁ ଆରମ୍ଭକରି ଉତ୍କଳର ସମଗ୍ର ଉପକୂଳ ଓ ମାଳ ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପିଯାଇ ଉତ୍କଳରେ ତା’ର ସ୍ଵକର୍ମ ଶେଷ କରିବ ।

(ଘ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ୩୦ଟି ଶବ୍ଦରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଠିକ୍ ଉତ୍ତର ପାଇଁ ୨ ନମ୍ବର ।

ପ୍ରବନ୍ଧ ପୁଷ୍ପପୁରରେ ବର୍ଷାବରଣ, ପ୍ରାବନ୍ଧିକ – କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ।

Question ୧।
ଇତିହାସର କେଉଁ ଅନାମ ଯୁଗର କଥା ଲେଖକ ଶୁଣିଥିଲେ ?
Answer:
ସ୍ଵର୍ଗପୁରରୁ ବିତାଡ଼ିତ ବିରହୀ ଯକ୍ଷଟିଏ ପୁଷ୍ପଅର୍ଘ୍ୟରେ ମେଘକୁ ପୂଜାକରି ଅଳକାପୁରୀର ପ୍ରିୟା ନିକଟକୁ ସେହି ମେଘ ହାତରେ ବାର୍ତ୍ତା ପଠାଇଥିଲା । ଇତିହାସର କେଉଁ ଅନାମ ଯୁଗର ଏହି କଥାକୁ ଲେଖକ ଶୁଣିଥିଲେ ।

Question ୨ ।
ଉତ୍କଳ ଭୂମିର ଦୁଇ ଦିଗର ବର୍ଣ୍ଣନା କର ।
Answer:
ପ୍ରାବନ୍ଧିକ ପୁଷ୍ପପୁରରେ ଥିଲାବେଳେ ମେଘକୁ ନିଜର ଜନ୍ମଭୂମିକୁ ପ୍ରେରଣ କରିଛନ୍ତି । ସେ କହିଛନ୍ତି, ଉତ୍କଳଭୂମି ଗୋଟିଏ ଦିଗରେ ପୂଗ, ପୁନ୍ନାଗ, ତାଳ, ତମାଳ, ତାମ୍ବୁଳ ଓ ନାରିକେଳ ବନରେ ବିଶୋଭିତ ମହୋଦଧୂର ବେଳାରେ ବଳୟିତ ହୋଇଛି, ଆଉ ଅନ୍ୟ ଦିଗରେ ତୁଙ୍ଗଶିଖରୀ ସମାକୁଳ-ନିବିଡ଼ ବନରାଜିର ଅସରନ୍ତି ଶ୍ୟାମଶୋଭାରେ ଅପରୂପା ହୋଇଛି ।

Question ୩ ।
ଲେଖକଙ୍କ ଜନ୍ମଭୂମିର ରୂପଚିତ୍ର ଉପସ୍ଥାପନ କର ।
Answer:
ଲେଖକଙ୍କ ଜନ୍ମଭୂମିର ଗୋଟିଏ ଦିଗରେ ପୂଗ, ପୁନ୍ନାଗ, ତାଳ, ତମାଳ, ତାମ୍ବୁଳ ଓ ନାରିକେଳ ବନରେ ବିଶୋଭିତ ମହୋଦଧୂର ବେଳାରେ ସେ ବଳୟିତ ହୋଇଛି, ଆଉ ଅନ୍ୟ ଦିଗରେ ତୁଙ୍ଗଶିଖରୀ ସମାକୁଳ-ନିବିଡ଼ ବନରାଜିର ଅସରନ୍ତି ଶ୍ୟାମ ଶୋଭାରେ ଅପୂର୍ବ ଶ୍ରୀଧାରଣ କରିଛି ।

Question ୪ ।
ନିଘଞ୍ଚ ବନ ମଧ୍ୟରେ ଥ‌ିବା ବନବାସୀମାନଙ୍କ ବାସଭୂମିକୁ ଜଳଦ କିପରି ଚିହ୍ନିପାରିବ ?
Answer:
ନିଘଞ୍ଚ ବନ ମଧ୍ୟରେ ଥ‌ିବା ବନବାସୀମାନଙ୍କ ବାସଭୂମିକୁ ଜଳଦ ସହକରେ ଚିହ୍ନିପାରିବ ନାହିଁ ବୋଳି ପ୍ରାବନ୍ଧିକ ବନବାସୀଙ୍କ ବାସଭୂମିର କେତେକ ସୂଚନା ଦେଇଛନ୍ତି । ସେ ଜଳଦକୁ କହିଛନ୍ତି, ଗୋ-ପଲର ଗଳଘଣ୍ଟି ବା ଗୋପାଳର ବେଣୁପ୍ସନ ଶୁଣି କିମ୍ବା କୁଟୀରରୁ ଉଦ୍‌ଗତ କୁଣ୍ଡଳୀଭୂତ ଧୂମ ଦେଖ୍ ଗ୍ରାମସୀମା ଜାଣିପାରିବୁ । ଅଥବା ସଂକୀର୍ଣ୍ଣ ପଥରେ ଶ୍ରେଣୀବଦ୍ଧ ନରନାରୀଙ୍କ ପ୍ରବାହ, ଅଗ୍ରସର ନବଯୁବକମାନଙ୍କ ବେଣୁସ୍ଵନର ଅନୁକୃତିରେ ଲଳନା କଣ୍ଠର ଐକତାନିକ ଲଳିତସ୍ୱରରେ ବନଭୂମିକୁ ନିନାଦିତ କରୁଥିଲେ, ସେଠାରେ ବନବାସୀଙ୍କ ବାସଭୂମିକୁ ଚିହ୍ନିପାରିବୁ ।

Question ୫।
କେଉଁମାନଙ୍କୁ ନିରାଶ ନ କରି ଅବିରତ ବାରିପାତ କରିବାକୁ ଲେଖକ ଜଳଦକୁ ଅନୁରୋଧ କରିଛନ୍ତି ?
Answer:
ବନବାସୀମାନେ ଜଳଦ ବ୍ୟତୀତ ଆଉ କାହାରି ଅନୁଗ୍ରହ ଲୋଡ଼ନ୍ତି ନାହିଁ । ସ୍ବେଦାର୍ଜିତ ଧନରେ ଉଦର ପୋଷଣ, ସୁନ୍ଦର ସ୍ବାସ୍ଥ୍ୟ ଓ ନିର୍ମଳ ମନ ସେମାନଙ୍କ ଜୀବନର କାମ୍ୟ ଥିବାରୁ ଏମାନଙ୍କୁ ନିରାଶ ନ କରି ଅବିରତ ବାରିପାତରେ ବନଭୂମିକୁ ଶ୍ୟାମଳ ଓ ଉଜ୍ଜ୍ବଳ କରିଦେବୁ ବୋଲି ମଧ୍ୟ କହିଛନ୍ତି ।

Question ୬ |
ମେଘାସନ, ଗନ୍ଧମାର୍ଦ୍ଦନ ଓ ମାଲ୍ୟଗିରିର ସଂକ୍ଷିପ୍ତ ଚିତ୍ର ଦିଅ ।
Answer:
ପ୍ରାବନ୍ଧିକ ମେଘକୁ ନିଜର ଜନ୍ମଭୂମିକୁ ପ୍ରେରଣ କରି, ମେଘାସନ, ଗନ୍ଧମାର୍ଦ୍ଦନ ଓ ମାଲ୍ୟାଗିରିରେ ଅବସର ନେବାକୁ କହିଛନ୍ତି । କାରଣ ଏହି ଗିରିସଙ୍କୁଳ ମହାବନରେ ମହାସଙ୍ଗୀତ ସଭ୍ୟଜଗତ ଶୁଣିନାହିଁ । ପୁନଶ୍ଚ ଏଥରେ ରହିଛି ଅସରନ୍ତି ରତ୍ନଭଣ୍ଡାର; ଯାହାକୁକି ଆଜିଯାଏ କେହି କଳି ନାହାଁନ୍ତି ।

Question ୭ ।
ସମ୍ବଲପୁର ଅଞ୍ଚଳର ନାରୀମାନଙ୍କ ବୈଶିଷ୍ଟ୍ୟ ଉପସ୍ଥାପନ କର ।
Answer:
ସମ୍ବଲପୁରର ନାରୀମାନେ ସଦାପ୍ରଫୁଲ୍ଲ; ସେମାନଙ୍କ ମନକୁ କେତେବେଳେ ହେଲେ ବିଷାଦର କାଳିମା ଛୁଏଁ ନାହିଁ । ରାତି ନ ପାହୁଣୁ, ଏଠାକାର ବଧୂମାନେ ସ୍ନାନସାରି ଶିଶିରସ୍ନାତ ଶେଫାଳୀ ପରି ହାସ୍ୟମୟୀ ହୋଇଉଠନ୍ତି । ଏମାନଙ୍କ ଅନଳସ ଚରଣରେ କମଳ ଫୁଟିଉଠେ ଓ କଳାକୁଶଳ କରସ୍ପର୍ଶରେ କ୍ଷୁଦ୍ରକୁଟୀର ସୁଦ୍ଧା ହସିଉଠେ ।

CHSE Odisha Class 12 Odia Solutions Chapter 2 ପୁଷ୍ପପୁରରେ ବର୍ଷାବରଣ

Question ୮ ।
କଟକର ବୈଶିଷ୍ଟ୍ୟ ଉପସ୍ଥାପନ କର ।
Answer:
କଟକ ସୌଧାବଳୀରେ ପରିପୂର୍ଣ୍ଣ ଯାହାକି ଉତ୍କଳର ଉତ୍ତମାଙ୍ଗ । ଏହା ପୂର୍ବରୁ ଗଜପତିଙ୍କର ରାଜଧାନୀ ଥୁଲା, ଆଉ ଏହିଠାରୁ ହିଁ ତା’ର ଅଜେୟ ବାହିନୀ ଝିଟିକା ବେଗରେ ଦୁର୍ଗରୁ ଦୁର୍ଗାନ୍ତରକୁ ଗତିକରି ଚାଲିଥିଲା । ସ୍ମୃତିପୂତ ବିଡ଼ାନାସୀ, ବାରବାଟୀ ଆଦିର ସ୍ମୃତି ଓ କୀର୍ତ୍ତି ମର୍କତ କେଶରୀଙ୍କ ମହାକୀର୍ତ୍ତି ଆଜିଯାଏ ଚିତ୍ରୋତ୍ପଳାର ମେଖଳା ପରି ଦିଶୁଛି । ଏଠାରେ ବହୁ କବି, ଜ୍ଞାନୀ, ଗୁଣୀ ଓ କର୍ମୀ ଅଳ୍ପଦିନ ତଳେ ଉତ୍କଳର ମହାନିଶାରେ ଉଜାଗର ରହି ଜ୍ଞାନଦୀପ ଜାଳି ଯାଇଛନ୍ତି ।

Question ୯ ।
କୋଣାର୍କ ହୃପ୍ତ ଓ ଗର୍ବିତ ଜାତିର ପରାକ୍ରମର ପ୍ରତୀକ – ଆଲୋଚନା କର ।
Answer:
ମହୋଦଧୂର ତୁଙ୍ଗ ତରଙ୍ଗାବଳୀରୁ ଉଦ୍‌ଗତ ହେଲାଭଳି ବହୁଦୂରରୁ କୋଣାର୍କର କୃଷ୍ଣଚୂଡ଼ା ଦେଖାଯାଏ । କୋଣାର୍କ ହେଉଛି କାରୁକାର୍ଯ୍ୟ ବିମଣ୍ଡିତ ଭୁବନମୋହନ ସ୍ୱରୂପ । ସ୍ଵର୍ଗଚ୍ୟୁତ ପାରିଜାତ ପରି ତାହା ଆଜି ମ୍ଳାନ ଓ ଛିନ୍ନ ହୋଇ ବିଜନ ବେଳାରେ ପଡ଼ିରହିଛି । ପ୍ରାବନ୍ଧିକ କୋଣାର୍କ ସମ୍ବନ୍ଧରେ କହିଛନ୍ତି, ଏହି ମୂକ ମନ୍ଦିରର ଯଦି ମୁଖ ଫିଟନ୍ତା; ତେବେ ସେ ଅତୀତ ବିଭବର ଗାଥା କହି ବିଜନ ବେଳାକୁ ମୁଖରିତ କରିଦିଅନ୍ତା ।

Question ୧୦ ।
‘‘ଉତ୍କଳ କମଳର କେଶର’’ ବୋଲି କାହାକୁ କୁହାଯାଇଛି ଓ କାହିଁକି ?
Answer:
ନୀଳାଚଳକୁ ‘ଉତ୍କଳ କମଳର କେଶର’ ବୋଲି କୁହାଯାଇଛି କାରଣ, ଏଭଳି କହିବାର ଅର୍ଥ ସମଗ୍ର ଉତ୍କଳକୁ ଯଦି ଏକ କମଳ ସହିତ ତୁଳନା କରାଯାଏ, ତା’ହେଲେ ସେହି କମଳର କେଶର ହେଉଛି ନୀଳାଚଳଧାମ । କାରଣ ନିଜେ ଲୀଳାମୟ ଜଗନ୍ନାଥ ଏହାକୁ ବାସସ୍ଥଳୀ ଭାବେ ବାଛିଛନ୍ତି । ଇତିହାସକୁ ପର୍ଯ୍ୟାଲୋଚନା କଲେ ଜଣାଯାଏ ଯେ, ଜଗନ୍ନାଥ ହିଁ ଉତ୍କଳର ଇତିହାସ । ଶାନ୍ତି, ମୁକ୍ତି, ମୈତ୍ରୀ, ଭକ୍ତି ଓ ଭୀତି ସବୁ ଏକାଧାରରେ ଏହିଠାରେ ହିଁ ପୁଞ୍ଜୀଭୂତ ହୋଇ ରହିଛି ।

Question ୧୧ ।
ଗୋପବନ୍ଧୁଙ୍କ ରୂପଚିତ୍ର ଦିଅ ।
Answer:
ପ୍ରାବନ୍ଧିକ ଉତ୍କଳମଣି ଗୋପବନ୍ଧୁଙ୍କର ଜୀବନ ଓ କର୍ମମୟ ସାଧନାକୁ ଅତି ସୂଚନାତ୍ମକ ଓ ଅନୁଶୀଳନାତ୍ମକ ଭାବରେ ପ୍ରକାଶ କରିଛନ୍ତି । ଗୋପବନ୍ଧୁଙ୍କର ରୂପଚିତ୍ର ଦେଇ ସେ କହିଛନ୍ତି, ‘ସେ ଥିଲେ ଶ୍ମଶୁଳ, ଅଶୁଳ, ଖର୍ବ, କ୍ଷମ ମନୁଷ୍ୟଟିଏ, ଯେକି ବକୁଳ ବନରେ କୁଟୀର ରଚି ବନବିଦ୍ୟାଳୟ ଗଠନ କରି ଓଡ଼ିଶାର ଭବିଷ୍ୟତ ଗଠନ କରିବାର ସଂକଳ୍ପ ନେଇଥିଲେ ।’’

Question ୧୨ ।
ଗଞ୍ଜାମ ଓ ଜୟପୁରର ଅତୀତ ଐତିହ୍ୟ ଉପସ୍ଥାପନ କର ।
Answer:
ଗଞ୍ଜାମ ଓ ଜୟପୁର, ଉତ୍କଳ ଖଣ୍ଡିତ ଥିଲାବେଳେ, ଏମାନେ ଦକ୍ଷିଣାଶାପଥର-ପ୍ରହରୀ ରୂପେ ଜାଗ୍ରତ ହୋଇ ରହିଥିଲେ । ସିନ୍ଧୁପାରି-ସାଧବ ସ୍ମୃତି-ପୂତ ଏ ଭୂମିରେ ଜାଗ୍ରତ ଜନତା ଭାବରେ ରହିଥିଲେ । ଫଳରେ ନୌବାଣିଜ୍ୟ କରି

(ଙ) ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୧୫୦ ଶବ୍ଦରେ ଦେବାକୁ ହେବ । ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ୫ ନମ୍ବର ।

Question ୧।
‘ପୁଷ୍ପପୁରରେ ବର୍ଷାବରଣ’ ପ୍ରବନ୍ଧର ସାରମର୍ମ ଲେଖ ।
Answer:
ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଜଣେ ଭାରତ ବିଖ୍ୟାତ ପ୍ରତ୍ନତତ୍ତ୍ୱବିଦ୍ ଓ ଐତିହାସିକ । ମାଟି, ପଥର, ମୂର୍ତ୍ତି, ମନ୍ଦିର, ସ୍ତୂପ ମଧ୍ୟରୁ ମାନବଜାତିର ଇତିହାସ ଅନୁସନ୍ଧାନ କରିବା ଥିଲା ତାଙ୍କର କାର୍ଯ୍ୟ । କର୍ତ୍ତବ୍ୟ ଆହ୍ଵାନରେ ସେ ରହିଥିଲେ ପାଟନାଠାରେ; ଯାହାକି ପୁଷ୍ପପୁର ଭାବରେ ପରିଚିତ । ସେ ନୂଆମେଘକୁ ଦେଖି, ନିଜର ଜନ୍ମଭୂମି ଓଡ଼ିଶା କଥା ମନେ ପକାଇଛନ୍ତି । ନିଦାଘକ୍ଳିଷ୍ଟ ଓଡ଼ିଶାକୁ ମେଘ ଯାଇ ସବୁଜ ଶ୍ୟାମଳ ଓ ଶସ୍ୟବିମଣ୍ଡିତ କରିବ ବୋଲି ସେ ଆଶାପୋଷଣ କରିଛନ୍ତି । ସେଭଳି ଆଶାରୁ ପ୍ରାବନ୍ଧିକ ପାଣିଗ୍ରାହୀଙ୍କର ଜାତୀୟତାବୋଧ ଓ ଉପସ୍ଥାପନରେ କାବ୍ୟକତାର ଛଟା ସ୍ପଷ୍ଟ ହୋଇଉଠେ ।

ବର୍ଷାବରଣ ସାହିତ୍ୟ ରାଜ୍ୟରେ ଏକ ସୁପ୍ରାଚୀନ ପରମ୍ପରା । ମହାକବି କାଳିଦାସଙ୍କଠାରୁ ଆରମ୍ଭ କରି, କବିବର ରାଧାନାଥ ରାୟ, ଉତ୍କଳମଣି ଗୋପବନ୍ଧୁ ଦାସ ପ୍ରକୃତିକୁ ଦୂତ କରି ନିଜର ଜାତୀୟତାବୋଧ ପରିପ୍ରକାଶ କରିଛନ୍ତି । ସ୍ବର୍ଗରାଜ୍ୟରୁ ବିଚ୍ୟୁତ ଯକ୍ଷ, ପ୍ରଣୟନୀ ପାଖକୁ ମେଘ ହାତରେ ଉଦନ୍ତ ପଠାଇଛନ୍ତି । ଏଠାରେ ପ୍ରାବନ୍ଧିକ ପାଣିଗ୍ରାହୀ ବ୍ୟକ୍ତି ଅପେକ୍ଷା ଗୋଷ୍ଠୀ ଉପରେ ଅଧ‌ିକ ଗୁରୁତ୍ଵ ଦେଇ ସମଗ୍ର ଓଡ଼ିଶାରେ ମେଘ ତା’ର ବାରିପାତରେ କିପରି ସଜୀବ କରିବ, ସେଥ୍ପାଇଁ ଅନୁରୋଧ କରିଛନ୍ତି । ଭାବପ୍ରବଣ ହୋଇ ସେ ଲେଖିଛନ୍ତି -‘ଆଜି ଯଦି ମୁଁ ଧୂମ, ଜ୍ୟୋତି ବା ସଲିଳ ହୋଇ ତୋହ ସହିତ ମିଶିପାରନ୍ତି, ତେବେ ବାତାୟନ ପଥରେ ଉଡ଼ିଯାଇ ଅଗ୍ରଗତିରେ ମୋର ଜନ୍ମଭୂମିକୁ ତୋତେ ଚିହ୍ନାଇ ଦିଅନ୍ତି । ତଥାପି, ପଥପ୍ରଦର୍ଶକ ବିନା ଭାରତର ସାରଭୂତା ଉତ୍କଳ ଭୂମିକୁ ଚିହ୍ନିବାପାଇଁ ତୋ’ର ଭ୍ରମ ହେବ ନାହିଁ ।’’

ବାରିପାତର ଭୌଗୋଳିକ ସୀମାରେଖା ନିଶ୍ଚୟ କଲାପରି ସେ ଓଡ଼ିଶାର ପ୍ରାକୃତିକ ଶୋଭା ଓ ଐତିହାସିକ ମହତ୍ତ୍ବ ଦେଖାଇଅଛନ୍ତି । ସେ ପଶ୍ଚିମ ଓଡ଼ିଶାରୁ ମେଘକୁ ସଂଚାରିତ କରାଇ ଉପକୂଳ ଓଡ଼ିଶା ଓ ଶେଷରେ ନୀଳାଚଳଧାମରେ ପରିସମାପ୍ତି କରାଇଛନ୍ତି । ପ୍ରଥମେ ସେ ବନବାସୀମାନେ ବର୍ଷା ଉପରେ ନିର୍ଭର କରି କିପରି ଜୀବନଧାରଣ କରନ୍ତି, ସେ ସମ୍ପର୍କରେ ସୂଚନା ଦେଇଛନ୍ତି । ସେଠାରୁ ସେ ମେଘାସନ, ଗନ୍ଧମାର୍ଦ୍ଦନ ଓ ମାଲ୍ୟଗିରିର ମହିମା ବଖାଣି ବସିଛନ୍ତି । ସମ୍ବଲପୁରର ବର୍ଣ୍ଣନାରେ, ବିଶେଷକରି ସମ୍ବଲପୁର ନାରୀମାନେ କିପରି ସଦାପ୍ରଫୁଲ୍ଲା ଓ କର୍ମଚଞ୍ଚଳ ସେ ସମ୍ପର୍କରେ କହିଛନ୍ତି । ପରବର୍ତ୍ତୀ ସମୟରେ କଟକ, ଭୁବନେଶ୍ଵର, କୋଣାର୍କ ଓ ନୀଳାଚଳ ଧାମର ମହିମା ପ୍ରକାଶ କରିଛନ୍ତି । ସେହି ଅବସରରେ ଲେଖକ ଉତ୍କଳମଣି ଗୋପବନ୍ଧୁଙ୍କ ସତ୍ୟବାଦୀ ପୀଠ, ସାକ୍ଷୀଗୋପାଳ, ଚିଲିକା, ଗଞ୍ଜାମ ଓ ଜୟପୁରର ବିଶେଷତା ଉଲ୍ଲେଖ କରିଛନ୍ତି । ମୋଟ ଉପରେ ଲେଖକ ନୀଳାଚଳଧାମର ବିଶେଷତ୍ଵକୁ ସୁନ୍ଦର ଭାବରେ ଉପସ୍ଥାପନ କରି ନିଜର ଜାତୀୟତାବୋଧକୁ ଦେଖାଇଛନ୍ତି । ବାସ୍ତବରେ କାବ୍ୟକ ଶୈଳୀ ଦୃଷ୍ଟିରୁ ପ୍ରବନ୍ଧଟି ମନୋଜ୍ଞ ହୋଇପାରିଛି ।

ବାସ୍ତବରେ କାବ୍ୟକ ଶୈଳୀ ଦୃଷ୍ଟିରୁ ପ୍ରବନ୍ଧଟି ମନୋଜ୍ଞ ହୋଇପାରିଛି ।

Question ୨।
‘ପୁଷ୍ପପୁରରେ ବର୍ଷାବରଣ’ ପ୍ରବନ୍ଧରେ ପ୍ରାବନ୍ଧିକ ଉତ୍କଳର ଯେଉଁ ଭୌଗୋଳିକ ଚିତ୍ର ଉପସ୍ଥାପନ କରିଛନ୍ତି ଆଲୋଚନା କର ।
Answer:
ପ୍ରାବନ୍ଧିକ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଥିଲେ ଜଣେ ଐତିହାସିକ ଓ ପ୍ରତ୍ନତତ୍ତ୍ୱବିଦ୍ । ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାର ସେ ଅଧୀକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ସେ ବିଭିନ୍ନ ସମୟରେ ପ୍ରତ୍ନତତ୍ତ୍ବବିଦ୍ୟାଭାବରେ କର୍ତ୍ତବ୍ୟ ଅନୁରୋଧରେ ଅନେକ ମଠ, ମନ୍ଦିର, ଦୁର୍ଗ, ପ୍ରାସାଦ, ଗୁମ୍ଫା ଓ ଅଭିଲେଖଆଦି ଦେଖିବାର ସୁଯୋଗ ପାଇଥିଲେ । ଫଳରେ ଐତିହାସିକ ଜ୍ଞାନ ସହିତ ତାଙ୍କର ରହିଥୁଲା ଭୌଗୋଳିକ ଅଭିଜ୍ଞତା । ପୁନଶ୍ଚ ଜଣେ ଜାତୀୟତାବାଦୀ ଲେଖକ ଭାବରେ ସେ ଉତ୍କଳର ବିଭିନ୍ନ ସ୍ଥାନ ସେ ଦୂତଭାବରେ ପ୍ରେରଣକରି ମେଘ କିପରି ଉତ୍କଳର ବିଭିନ୍ନ ସ୍ଥାନକୁ ଯାଇ, ସେଠାକାର ପରିବେଶକୁ ଶସ୍ୟଶ୍ୟାମଳ ଓ ସବୁଜମୟ କରିଥାଏ, ତାହାକୁ ଭୌଗୋଳିକ ଚିତ୍ର ମାଧ୍ୟମରେ ଉପସ୍ଥାପିତ କରିଛନ୍ତି ।

ପ୍ରାବନ୍ଧିକ ପ୍ରଥମେ ଉତ୍କଳର ଭୌଗୋଳିକ ସୀମାରେଖା ନିର୍ଣ୍ଣୟ କରିଛନ୍ତି । ଉତ୍କଳର ଗୋଟିଏ ପଟରେ ପୂଗ, ପୁନ୍ନାଗ, ତାଳ, ତମାଳ, ତାମ୍ବୁଳ ଓ ନାରିକେଳ ବନରେ ବିଶୋଭିତ ଶ୍ୟାମଭାର ଅପରୂପ କାନ୍ତି । ସେହି ଜନ୍ମଭୂମି ଉତ୍କଳ ଅସାଧାରଣ । ଉତ୍କଳର ବନଭୂମି ଟଙ୍କିଳ, ଅନୁର୍ବର, ଉଚ୍ଚବାଚ ହେଲେବି, ସେଠାକାର ଅଧିବାସୀ ପରିଶ୍ରମକରି, ପ୍ରାକୃତିକ ବର୍ଷା ଉପରେ ନିର୍ଭର କରି ନିଜର ଜୀବିକାନିର୍ବାହ କରନ୍ତି । ଯେତେ ପରିଶ୍ରମ କଲେ ବି ସେମାନଙ୍କ ମନରେ ବିଷାଦଭାବ ନ ଥାଏ; ବରଂ ସେମାନେ ବେଣୁସ୍ଵନର ତାଳେ ତାଳେ ଗୀତ ଗାଇ ବନଭୂମିକୁ ମୁଖରିତ କରନ୍ତି ।

ପ୍ରାବନ୍ଧିକ ପ୍ରଥମେ ଉତ୍କଳର ଭୌଗୋଳିକ ସୀମାରେଖା ନିର୍ଣ୍ଣୟ କରିଛନ୍ତି । ଉତ୍କଳର ଗୋଟିଏ ପଟରେ ପୂଗ, ପୁନ୍ନାଗ, ତାଳ, ତମାଳ, ତାମ୍ବୁଳ ଓ ନାରିକେଳ ବନରେ ବିଶୋଭିତ ଶ୍ୟାମଶୋଭାର ଅପରୂପ କାନ୍ତି । ସେହି ଜନ୍ମଭୂମି ଉତ୍କଳ ଅସାଧାରଣ । ଉତ୍କଳର ବନଭୂମି ଟଙ୍କିଳ, ଅନୁର୍ବର, ଉଚ୍ଚବାଚ ହେଲେବି, ସେଠାକାର ଅଧିବାସୀ ପରିଶ୍ରମକରି, ପ୍ରାକୃତିକ ବର୍ଷା ଉପରେ ନିର୍ଭର କରି ନିଜର ଜୀବିକାନିର୍ବାହ କରନ୍ତି । ଯେତେ ପରିଶ୍ରମ କଲେ ବି ସେମାନଙ୍କ ମନରେ ବିଷାଦଭାବ ନ ଥାଏ; ବରଂ ସେମାନେ ବେଣୁସ୍ଵନର ତାଳେ ତାଳେ ଗୀତ ଗାଇ ବନଭୂମିକୁ ମୁଖରିତ କରନ୍ତି ।

ପ୍ରାବନ୍ଧିକ ମେଘାସନ, ଗନ୍ଧମାର୍ଦନ ବା ମାଲ୍ୟଗିରି ପ୍ରଭୃତି ପର୍ବତର ବର୍ଣ୍ଣନା ଦେଇଛନ୍ତି । ଏହି ପର୍ବତଗୁଡ଼ିକରେ ଅସରନ୍ତି ରତ୍ନଭଣ୍ଡାର ରହିଛି । ସେହିପରି ଖଣ୍ଡାଧାର ଓ ଦେବଗଡ଼ର ପ୍ରପାତ କିପରି ବନଭୂମିରେ କ୍ରୀଡ଼ାକରି ଚାଲିଥା’ନ୍ତି, ତାହାକୁ ପ୍ରାବନ୍ଧିକ ମନୋଜ୍ଞ ଭାବରେ ସୂଚିତ କରିଛନ୍ତି ।

ସମ୍ବଲପୁରର ବର୍ଣ୍ଣନା ଦେବାକୁ ଯାଇ, ସେଠାକାର ମହାନଦୀ କିପରି ତନ୍ତ୍ରୀ ଏବଂ ଉପଳ ଶଯ୍ୟାରେ ଯାଉ ଯାଉ ତୀର ଦେଶରେ ସ୍ଵର୍ଣ୍ଣରେଣୁ ଢାଳିଦିଏ, ତାହାକୁ ମଧ୍ୟ ବର୍ଣ୍ଣନା କରିଛନ୍ତି । ଏହାପରେ ବେଣୁବନ ଉପରେ ମେଘ ସଞ୍ଚରଣ କରି ଉପକୂଳ ଆଡ଼କୁ ଯିବାକୁ କହିଛନ୍ତି । ସେହି ବାଂଶବଣରେ ବାନର-ବାନରୀଙ୍କୁ ଦେଖିବାକୁ ମିଳିଥାଏ ବୋଲି କୁହାଯାଇଛି । ପରେ କପିଳାସ, କଟକ, ଭୁବନେଶ୍ଵର, କୋଣାର୍କ ଆଦି ବିଭିନ୍ନ ସ୍ଥାନରେ ବର୍ଣ୍ଣନା ଦେଇ, ଶେଷରେ ନୀଳାଚଳଧାମର ପ୍ରସଙ୍ଗ ସୂଚିତ କରିଛନ୍ତି । ନୀଳାଚଳ କ୍ଷେତ୍ରରେ ରହିଥ‌ିବା ପୁଗ, ପୁନ୍ନାଗ, ତାଳ ତରୁର୍ ଦୀର୍ଘଭୂତ ବନସ୍ତ, ସେହି ସ୍ଥାନକୁ ଶ୍ରୀବିମଣ୍ଡିତ କରିଥାଏ । ଶେଷରେ ପ୍ରାବନ୍ଧିକ ଲେଖିଛନ୍ତି, ‘ନୀଳାଚଳଠାରୁ ଚାରୁଚିଲିକା ବକ୍ଷ ଦେଇ ତୁ ଅଚିରେ ସମଗ୍ର ଉପକୂଳ ଓ ମାଳ ଅଞ୍ଚଳ ବ୍ୟାପିଯାଇ ଉତ୍କଳରେ ତୋର ସ୍ଵକର୍ମ ଶେଷ କରିବୁ ।’

ଏଭଳି ବର୍ଣ୍ଣନାରୁ ଡଃ. ପାଣିଗ୍ରାହୀଙ୍କ ଭୌଗୋଳିକ ଚିତ୍ର ଉପସ୍ଥାପନର ମହତ୍ତ୍ବ ଜଣାଯାଇଥାଏ ।

Question ୩ ।
ପଠିତ ପ୍ରବନ୍ଧରେ ପ୍ରାବନ୍ଧିକ ଅତୀତ ଉତ୍କଳର ଯେଉଁ ସ୍ମୃତି ରୋମନ୍ଥନ କରିଛନ୍ତି ଆଲୋଚନା କର ।
Answer:
‘ପୁଷ୍ପପୁରରେ ବର୍ଷାବରଣ’ ପ୍ରବନ୍ଧଟି ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ‘ପ୍ରବନ୍ଧ ମାନସ’ ପ୍ରବନ୍ଧ ସଙ୍କଳନର ଅନ୍ୟତମ ପ୍ରବନ୍ଧ । ଏଥ‌ିରେ ପ୍ରାବନ୍ଧିକ ମହାକବି କାଳିଦାସ ‘ମେଘଦୂତ କାବ୍ୟ’ରେ ମେଘକୁ ଦୂତକରି ନିଜର ପ୍ରଣୟିନୀ ପାଖକୁ ପ୍ରେରଣ କଲାଭଳି, ସେ ମେଘକୁ ଉତ୍କଳ ଭୂଇଁକୁ ପଠାଇଛନ୍ତି, ନିଦାଘ କ୍ଳିଷ୍ଟ ନିଜର ଜନ୍ମଭୂମିକୁ ଶସ୍ୟଶ୍ୟାମଳା ଓ ସବୁଜଶ୍ରୀରେ ବିମଣ୍ଡିତ କରିବାପାଇଁ । ସେ ମେଘକୁ କେବଳ ଉତ୍କଳ ଭୂଇଁକୁ ପଠାଇ ନାହାଁନ୍ତି, ଯେଉଁ ସ୍ଥାନରେ ମେଘ ପହଞ୍ଚିଛି, ସେଠାକାର ଗୌରବମୟ ଐତିହ୍ୟକୁ ଉଲ୍ଲେଖ କରିଛନ୍ତି । ଉତ୍କଳର ମହିମା ଗାନ କରି ଡଃ. ପାଣିଗ୍ରାହୀ ନିଜର ଜାତୀୟତାବୋଧ ପରିପ୍ରକାଶ କରିଛନ୍ତି ।

ପ୍ରାବନ୍ଧିକ ଉତ୍କଳର ପ୍ରାକୃତିକ ଶୋଭା ବର୍ଣ୍ଣନା କରିବା ଅବକାଶରେ, ତାହାର ମହିମାଗାନ କରି କହିଛନ୍ତି – ‘ସେହି ମୋର ଜନ୍ମଭୂମି କୋଟିବୀରପ୍ରସବିନୀ, କୋଟିକୀର୍ତିକିରୀଟିନୀ, ତଟିନୀତଟମାଳିନୀ, ପ୍ରଚ୍ଛନ୍ନରତ୍ନଧାରିଣୀ, ସୁଜଳା, ସୁଫଳା, ଶ୍ୟାମଳା ଅଥଚ ଆଜି ପତିତା, ଲାଞ୍ଛିତା ଓ ଖଣ୍ଡିତା ।’’ ସେହିପରି ସେ ସୌଧାବଳୀ ପରିପୂର୍ଣ୍ଣା କଟକକୁ ଉତ୍କଳର ଉତ୍ତମାଙ୍ଗ ବୋଲି କହିଛନ୍ତି । କାରଣ ଏହି କଟକ ଦିନେ ଗର୍ବିତ ଗଜପତିର ରାଜଧାନୀ ଥିଲା ।

ଏହିଠାରୁ ହିଁ ଗଜପତିଙ୍କର ଅଜେୟ ବାହିନୀ ଝଟିକା ବେଗରେ ଦୁର୍ଗରୁ ଦୁର୍ଗାନ୍ତରକୁ ଗତିକରି ଚାଲିଥିଲା; ମାତ୍ର କଟକର ସେହି ଗୌରବ ନାହିଁ । ବରଂ ସ୍ମୃତିପୂତ ବିଡ଼ାନାସୀ ଆଜି ମୂର୍ତ୍ତିକାରେ ଅବଲୁପ୍ତ ହୋଇଛି । ବାରବାଟୀ ଦୁର୍ଗର ପ୍ରସ୍ତରଖଣ୍ଡ ସ୍ଖଳିତ ହୋଇଛି । ତଥାପି ସେହି ଦୁର୍ଗ ଏବେସୁଦ୍ଧା ମର୍କତ- କେଶରୀଙ୍କ ମହାକୀର୍ତ୍ତି, ଚିତ୍ରୋତ୍ପଳାର ମେଖଳା ପରି ଦିଶୁଛି। ଏହି କଟକରେ ବହୁ କବି, ଜ୍ଞାନୀ, ଗୁଣୀ ଓ କର୍ମୀ ଅଳ୍ପଦିନ ତଳେ ଉତ୍କଳର ମହାନିଶାରେ ଉଜାଗର ରହି ଜ୍ଞାନଦୀପ ଜାଳିଛନ୍ତି ।

ପ୍ରାବନ୍ଧିକ ପରବର୍ତ୍ତୀ ପର୍ଯ୍ୟାୟରେ ମନ୍ଦିରମାଳିନୀ ଭୁବନେଶ୍ଵରର ବର୍ଣ୍ଣନା କରି, ତାହାକୁ ସ୍ମୃତି ଶ୍ମଶାନ ବୋଲି କହିଛନ୍ତି । କାରଣ ଏହାର ମନ୍ଦିର ଶ୍ରେଣୀ ଉତ୍କଳର ମାନଦଣ୍ଡ ପରି ଦଣ୍ଡାୟମାନ ହୋଇଥିଲା । ପୁନଶ୍ଚ ପ୍ରାବନ୍ଧିକ ଉତ୍କଳ ଗୌରବ କୋଣାର୍କ ମନ୍ଦିରକୁ ସ୍ଵର୍ଗଚ୍ୟୁତ ପାରିଜାତ ସହିତ ତୁଳନା କରିଛନ୍ତି । ଏହି ମନ୍ଦିର ଦୃପ୍ତ ଓ ଗର୍ବିତ ଜାତିର ପରାକ୍ରମ ଏବଂ ବିପୁଳ ବିଭବର ବାର୍ତ୍ତା ପରିପ୍ରଚାର କରିଛି । ପ୍ରାବନ୍ଧିକଙ୍କ ଭାଷାରେ ‘‘ଏହି ମୂକ ମନ୍ଦିର ଯଦି ମୁଖ ଫିଟନ୍ତା, ତେବେ ସେ ତୋତେ ଅତୀତ ବିଭବର ଗାଥା କହି ବିଜନ ବେଳାକୁ ମୁଖରିତ କରିଦିଅନ୍ତା ।’’ ଉତ୍କଳର ଉନ୍ନତି ପାଇଁ ପ୍ରାଣପାତ ଉଦ୍ୟମ କରିଥିବା ଉତ୍କଳମଣି ଗୋପବନ୍ଧୁଙ୍କ ସାଧନାର ପୀଠ ସାକ୍ଷୀଗୋପାଳର ବନବିଦ୍ୟାଳୟ, ଗୋପବନ୍ଧୁଙ୍କୁ ଉତ୍କଳର ମହାନିଶାର ଧ୍ରୁବଜ୍ୟୋତି, ଦଧୀଚି ଋଷି ସହିତ ତୁଳନା କରିଛନ୍ତି । ପ୍ରବନ୍ଧର ଶେଷ ପର୍ଯ୍ୟାୟରେ ନୀଳାଚଳ କ୍ଷେତ୍ରର ମହିମା, ଗଞ୍ଜାମ ଓ ଜୟପୁର ଦକ୍ଷିଣାଶାପଥର ଜାଗ୍ରତ ପ୍ରହରୀ ରୂପେ ଥିଲେ ବୋଲି ପ୍ରାବନ୍ଧିକ ଉଲ୍ଲେଖ କରିଛନ୍ତି ।

ପ୍ରବନ୍ଧର ପ୍ରତ୍ୟେକ ପର୍ଯ୍ୟାୟରେ ପ୍ରାବନ୍ଧିକ ପାଣିଗ୍ରାହୀ ଅତୀତ ଉତ୍କଳର ମହିମାଗାନ କରିଛନ୍ତି ।

Question ୪।
ନିଜ ଜନ୍ମଭୂମି ପ୍ରତି ଆପଣାର ଭାବ ‘ପୁଷ୍ପପୁରରେ ବର୍ଷାବରଣ’ ପ୍ରବନ୍ଧରେ କିପରି ପ୍ରତିଫଳିତ – ଆଲୋଚନା କର ।
Answer:
ପ୍ରତ୍ନତତ୍ତ୍ୱବିତ୍ ତଥା ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଥିଲେ ଜାତୀୟତାବାଦୀ ସାହିତ୍ୟିକ । ସେ ତାଙ୍କର ସାରସ୍ଵତ ସାଧନାରେ ଉତ୍କଳର ବିଭିନ୍ନ ମନ୍ଦିର, ସ୍ତୂପ, ମୂର୍ତ୍ତିକୁ ଅନୁଶୀଳନ କରି, ନିଜ ଜନ୍ମଭୂମିର ମହିମା ଗାନ କରିଛନ୍ତି । ତାଙ୍କର ଦୃଷ୍ଟିଭଙ୍ଗୀ ଥିଲା ସ୍ଵତନ୍ତ୍ର । ତାଙ୍କର ବିଚାରଧାରା ଥିଲା ଅସାଧାରଣ । ତେଣୁ ସେ ଏକ ସୁପ୍ରାଚୀନ ପରମ୍ପରାକୁ ଆଧାର କରି ମେଘକୁ ଦୂତଭାବରେ ପ୍ରେରଣ କରିଛନ୍ତି । କାର୍ଯ୍ୟ ଉପଲକ୍ଷେ ପୁଷ୍ପପୁରରେ ରହିଥିଲେ ବି, ବାରିବାହକୁ ପ୍ରେରଣ କରି ସେ ନିଜ ଜନ୍ମଭୂମି ପ୍ରତି ଆପଣାର ଭାବକୁ ମନୋଜ୍ଞ ଭାବରେ ପ୍ରକାଶ କରିଛନ୍ତି ।

ପ୍ରାବନ୍ଧିକ ପାଣିଗ୍ରାହୀ ମାନସିକ ସ୍ତରରେ ନିଜର ଜନ୍ମଭୂମିରେ ବିଚରଣ କରିଛନ୍ତି । ମେଘକୁ ସମ୍ବୋଧନ କରି କହିଛନ୍ତି – ‘ଆଜି ଯଦି ମୁଁ ଧୂମ, ଜ୍ୟୋତି ବା ସଲିଳ ହୋଇ ତୋହ ସହିତ ମିଶିପାରନ୍ତି, ତେବେ ବାତାୟନ ପଥରେ ଉଡ଼ିଯାଇ ଅଗ୍ରଗତିରେ ମୋର ଜନ୍ମଭୂମିକୁ ତୋତେ ଚିହ୍ନାଇ ଦିଅନ୍ତି ।’’ ଓଡ଼ିଶାର ପ୍ରାକୃତିକ ଶୋଭା ଥିଲା ସଦାରୁଚିର । ପୂଗ, ପୁନ୍ନାଗ, ତାଳ, ତମାଳ, ତାମ୍ବୁଳ ଓ ନାରିକେଳ ବନରେ ବିଶୋଭିତ ମହୋଦଧୂବେଳାରେ ସେ ବଳୟିତ । ସେହିପରି ଅନ୍ୟଦିଗରେ ତୁଙ୍ଗଶିଖରୀ ସମାକୁଳ- ନିବିଡ଼ ବନରାଜିର ଅସରନ୍ତି ଶ୍ୟାମଶୋଭାରେ ସେ ହୋଇଛି ଅପରୂପା । ତାଙ୍କର ଜନ୍ମଭୂମି କୋଟିବୀରପ୍ରସବିନୀ, କୋଟି କୀର୍ତ୍ତିକିରୀଟିନୀ, ତଟିନୀତଟମାଳିନୀ, ପ୍ରଚ୍ଛନ୍ନ ରତ୍ନଧାରିଣୀ, ସୁଜଳା, ସୁଫଳା, ଶ୍ୟାମଳା ହେଲେ ବି ଆଜି ସେ ହୋଇଛି ପତିତା, ଲାଞ୍ଛିତା ଓ ଖଣ୍ଡିତା ।

ବନବାସୀଙ୍କ ପ୍ରତି ସହାନୁଭୂତି ଭାବ ପ୍ରକାଶ କରି ସେ ଲେଖିଛନ୍ତି, ସୁସ୍ଥ, ସବଳ ଓ ସୁବଳିତ ତନୁଲତାରେ ବନପୁଷ୍ପଭରା ଗଭାର ଶୋଭା ଧାରଣ କରି ଏମାନେ ସଂକୀର୍ଣ୍ଣ, ବନ୍ଧୁର, କର୍କଶ ଓ ଉରଗକୁଟିଳ ଗିରିପଥକୁ ହାସ୍ୟ ଓ ସଙ୍ଗୀତରେ ମୁଖର କରି ନିର୍ଝରିଣୀ ପରି ଗତି କରିଥା’ନ୍ତି । ପୁନଶ୍ଚ ସେମାନଙ୍କ ସ୍ୱେଦାର୍ଜିତ ଧନରେ ଉଦର ପୋଷଣ, ସୁନ୍ଦର ସ୍ବାସ୍ଥ୍ୟ ଓ ନିର୍ମଳ ମନ ମାନବ ଜୀବନର କାମ୍ୟ ବୋଲି କହିଛନ୍ତି । ମେଘାସନ, ଗନ୍ଧମାର୍ଦ୍ଦନ ବା ମାଲ୍ୟଗିରିରେ ପ୍ରଚୁର ଖଣିଜ ସମ୍ପଦ ପୂରିରହିଛି ବୋଲି, ପ୍ରାବନ୍ଧିକ ସୂଚନା ଦେଇଛନ୍ତି । ସେହିପରି ସମ୍ବଲପୁରକୁ ସୂକ୍ଷ୍ମଶାଳିର ଗନ୍ତାଘର ବୋଲି କହିଛନ୍ତି । କାରଣ ଏଠାରେ ପରବର୍ତ୍ତୀ ପର୍ଯ୍ୟାୟରେ ମନ୍ଦିରମାଳିନୀ ଭୁବନେଶ୍ଵର ଓ ଲିଙ୍ଗରାଜ ମନ୍ଦିରର ମହିମା, କୋଣାର୍କର ସ୍ଥାପତ୍ୟ, ସାକ୍ଷୀଗୋପାଳରେ ଉତ୍କଳମଣିଙ୍କ କର୍ମଭୂମିର ମହତ୍ତ୍ବ ଆଦି ବର୍ଣ୍ଣନା କରି ପ୍ରାବନ୍ଧିକ ନିଜ ଜାତୀୟତାବୋଧର ପରିଚୟ ଦେଇଛନ୍ତି ।

ବାସ୍ତବରେ ଆଲୋଚ୍ୟ ପ୍ରବନ୍ଧରେ ପ୍ରାବନ୍ଧିକ ଜନ୍ମଭୂମି ପ୍ରୀତିକୁ ଅତି ମନୋଜ୍ଞ ଭାବରେ ଉପସ୍ଥାପନ କରିଛନ୍ତି ।

Additional Multiple Choice Question (MCQs) With Answers

Question ୧ ।
କାହାକୁ କେନ୍ଦ୍ରକରି ଉତ୍କଳର ଇତିହାସ ଗଢ଼ି ଉଠିଛି ?
(i) ଗଜପତି
(ii) ଶ୍ରୀଜଗନ୍ନାଥ
(iii) ମହୋଦଧ୍
(iv) ସବୁଗୁଡ଼ିକ
Answer:
(ii) ଶ୍ରୀଜଗନ୍ନାଥ

Question ୨ ।
ଜଗନ୍ନାଥ ଶାନ୍ତି ମୈତ୍ରୀସବୁ ବାଣ୍ଟିଦେଇ କାହାପରି କାଙ୍ଗାଳ ହୋଇ ବସିରହିଛନ୍ତି ?
(i) ଦୀନ ଦୁଃଖୀ ପରି
(ii) ଅବସର କର୍ମଚାରୀ ବୃଦ୍ଧାବସ୍ଥା ଭୋଗ କଲାପରି
(iii) ମନୁଷ୍ୟ ଦୂରାରୋଗ୍ୟ ରୋଗରେ ପୀଡ଼ିତ ହେଲାପରି
(iv) ସବୁଗୁଡ଼ିକ
Answer:
(ii) ଅବସର କର୍ମଚାରୀ ବୃଦ୍ଧାବସ୍ଥା ଭୋଗ କଲାପରି

Question ୩।
କେଉଁମାନଙ୍କୁ ଦକ୍ଷିଣାପଥ ପ୍ରହରୀ ବୋଲି କୁହାଯାଇଛି ?
(i) କଟକ ଓ ପୁରୀବାସୀଙ୍କୁ
(ii) ଗଞ୍ଜାମ ଓ ଜୟପୁରବାସୀଙ୍କୁ
(iii) ମୟୂରଭଞ୍ଜ ଓ ବାଲେଶ୍ଵରବାସୀଙ୍କୁ
(iv) କୌଣସିଟି ନୁହେଁ
Answer:
(ii) ଗଞ୍ଜାମ ଓ ଜୟପୁରବାସୀଙ୍କୁ

Question ୪ ।
ଉତ୍କଳର ମହାନିଶାରେ କିଏ ଧ୍ରୁବଜ୍ୟୋତି ଥିଲେ ?
(i) ଗୋପବନ୍ଧୁ
(ii) ମଧୁସୂଦନ
(iii) ଉପେନ୍ଦ୍ର ଭଞ୍ଜ
(iv) ରାଧାନାଥ ରାୟ
Answer:
(i) ଗୋପବନ୍ଧୁ

Question ୫।
କେଉଁ ରାଜାଙ୍କ ମହାକୀର୍ତ୍ତି ଚିତ୍ରୋତ୍ପଳାର ମେଖଳା ପରି ଦିଶୁଛି ?
(i) ଯଯାତିକେଶରୀ
(ii) ମର୍କତକେଶରୀ
(iii) କପିଳେନ୍ଦ୍ର ଦେବ
(iv) ରାମଚନ୍ଦ୍ର ଭଞ୍ଜ
Answer:
(ii) ମର୍କତକେଶରୀ

CHSE Odisha Class 12 Odia Solutions Chapter 2 ପୁଷ୍ପପୁରରେ ବର୍ଷାବରଣ

Question ୬ |
କାହାର କୋଳାହଳ ପାଇଁ ନୀଳାଚଳନାଥଙ୍କ କାନରେ ଭକ୍ତର କାତର ଡାକ ପଡ଼େନାହିଁ ?
(i) ପ୍ରଭଞ୍ଜନ
(ii) ସିନ୍ଧୁ
(iii) ଝାଉଁବଣ
(iv) ଜନତା
Answer:
(ii) ସିନ୍ଧୁ

Question ୭ ।
ନିର୍ଝରିଣୀ କେଉଁଠାରେ କ୍ରୀଡ଼ାରତ ବତ୍ସତରୀ ପରି ନାଚି ଉଠେ ?
(i) ଗିରିଦରୀ
(ii) ମହୋଦଧୂ
(iii) ସରିତ
(iv) ସାଗର
Answer:
(i) ଗିରିଦରୀ

Question ୮ ।
ଉତ୍କଳର ଉତ୍ତମାଙ୍ଗ ବୋଲି ପ୍ରାବନ୍ଧିକ କାହାକୁ କହିଛନ୍ତି ?
(i) ସମ୍ବଲପୁର
(ii) କଟକ
(iii) ଭୁବନେଶ୍ଵର
(iv) ଗଞ୍ଜାମ
Answer:
(ii) କଟକ

Question ୧୦ ।
ପ୍ରାବନ୍ଧିକଙ୍କ ଆତ୍ମଜୀବନୀର ନାମ କ’ଣ ?
(i) ପଥ ଓ ପୃଥ‌ିବୀ
(ii) ସ୍ମୃତି ଓ ଅନୁଭୂତି
(iii) ମୋ ସମୟର ଓଡ଼ିଶା
(iv) ଆତ୍ମଜୀବନୀ ଚରିତ
Answer:
(iii) ମୋ ସମୟର ଓଡ଼ିଶା

Question ୧୧ ।
କେଉଁ ପୁସ୍ତକ ପାଇଁ ପ୍ରାବନ୍ଧିକ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି ?
(i) ପ୍ରବନ୍ଧ ମାନସ
(ii) ଇତିହାସ ଓ କିମ୍ବଦନ୍ତୀ
(iii) ମୋ ସମୟର ଓଡ଼ିଶା
(iv) ଭାରତୀୟ ପ୍ରସୂତତ୍ତ୍ଵ
Answer:
(iii) ମୋ ସମୟର ଓଡ଼ିଶା

Question ୧୨ ।
ଆଲୋଚ୍ୟ ପ୍ରବନ୍ଧ ‘ପୁଷ୍ପପୁରରେ ବର୍ଷାବରଣ’ ପ୍ରାବନ୍ଧିକଙ୍କ କେଉଁ ପୁସ୍ତକରୁ ସଂଗୃହୀତ ?
(i) ଇତିହାସ ଓ କିମ୍ବଦନ୍ତୀ
(ii) ପ୍ରବନ୍ଧ ମାନସ
(iii) ଇତିହାସରେ ଯାଜପୁର
(iv) ସାରଳା ସାହିତ୍ୟରେ ଐତିହାସିକ ଚିତ୍ର
Answer:
(ii) ପ୍ରବନ୍ଧ ମାନସ

Question ୧୩ ।
ଉତ୍କଳର କେଉଁ ସହର ଦିନେ ଗର୍ବିତ ଗଜପତିର ରାଜଧାନୀ ଥିଲା ?
(i) ଯାଜପୁର
(ii) କଟକ
(iii) ସମ୍ବଲପୁର
(iv) ମୟୂରଭଞ୍ଜ
Answer:
(ii) କଟକ

Question ୧୪ ।
କେଉଁଠାରେ ଉତ୍କଳର ବହୁ କବି, ଜ୍ଞାନୀ, ଗୁଣୀ ଜ୍ଞାନଦୀପ ପ୍ରଜ୍ଜ୍ୱଳିତ କରିଥିଲେ ?
(i) ପୁରୀ
(ii) ମୟୁରଭଞ୍ଜ
(iii) କଟକ
(iv) ସମ୍ବଲପୁର
Answer:
(iii) କଟକ

Question ୧୫ ।
କିଏ ଉତ୍କଳମହୀର ମାନଦଣ୍ଡ ପରି ଦଣ୍ଡାୟମାନ ବୋଲି କୁହାଯାଇଛି ?
(i) କୋଣାର୍କ ମନ୍ଦିର
(ii) ଲିଙ୍ଗରାଜ ମନ୍ଦିର
(iii) ଶ୍ରୀଜଗନ୍ନାଥ ମନ୍ଦିର
(iv) ବିରଜା ମନ୍ଦିର
Answer:
(ii) ଲିଙ୍ଗରାଜ ମନ୍ଦିର

Question ୧୬ ।
କେଉଁ ପୀଠସ୍ଥଳୀକୁ ଲେଖକ ‘ଭୁବନମୋହନ’ ବୋଲି ଆଖ୍ୟା ଦେଇଛନ୍ତି ?
(i) କୋଣାର୍କ ମନ୍ଦିର
(ii) ଶ୍ରୀମନ୍ଦିର
(iii) ଲିଙ୍ଗରାଜ ମନ୍ଦିର
(iv) କୌଣସିଟି ନୁହେଁ
Answer:
(i) କୋଣାର୍କ ମନ୍ଦିର

Question ୧୭ ।
ଉନ୍ନତ ଉତ୍କଳର ସ୍ଵପ୍ନ ଦେଖୁଥ‌ିବା ଶ୍ମଶୁଳ, ଅଶୁଳ, ଖର୍ବ ଓ କ୍ଷମ ମନୁଷ୍ୟଟି କିଏ ?
(i) ମଧୁସୂଦନ ଦାସ
(ii) ଗୋପବନ୍ଧୁ ଦାସ
(iii) ନୀଳକଣ୍ଠ ଦାସ
(iv) ହରେକୃଷ୍ଣ ମହତାବ
Answer:
(ii) ଗୋପବନ୍ଧୁ ଦାସ

Question ୧୮ ।
କିଏ ଦଧୀଚି ପରି ଅସ୍ଥି ଦେଇ ଅକାଳରେ ଝାଉଁଳି ପଡ଼ିଲା
(i) ମଧୁସୂଦନ ଦାସ
(ii) ନୀଳକଣ୍ଠ ଦାସ
(iii) ହରେକୃଷ୍ଣ ମହତାବ
(iv) ଗୋପବନ୍ଧୁ ଦାସ
Answer:
(iv) ଗୋପବନ୍ଧୁ ଦାସ

Question ୧୯ ।
ଉତ୍କଳବାସୀ କେଉଁ ନଦୀ ତୀରରେ ବସି ମଧ୍ଯ ପିପାସୀ ?
(i) ମହାନଦୀ
(ii) ଭାଗୀରଥୀ
(iii) ବୈତରଣୀ
(iv) କାଠଯୋଡ଼ି
Answer:
(ii) ଭାଗୀରଥୀ

Question ୨୦ ।
ପ୍ରାବନ୍ଧିକ କେଉଁ ପରମ୍ପରାକୁ ଅନୁସରଣ କରି ବର୍ଷାକୁ ଜନ୍ମଭୂମିର ଗୌରବଗାନ ପାଇଁ ବ୍ୟବହାର କରିଛନ୍ତି ?
(i) ବିଶ୍ଳେଷଣାତ୍ମକ ଶୈଳୀ
(ii) ଅଭିଜାତ୍ୟ କଥନଶୈଳୀ
(iii) ସାହିତ୍ୟରେ ବର୍ଷାବରଣ
(iv) ବର୍ଣ୍ଣନାର ଅପୂର୍ବ ଦକ୍ଷତା
Answer:
(iii) ସାହିତ୍ୟରେ ବର୍ଷାବରଣ

(କ) ପ୍ରାବନ୍ଧିକ ପରିଚିତି :

ବିଶିଷ୍ଟ ଐତିହାସିକ ପ୍ରତ୍ନତତ୍ତ୍ୱବିତ୍ ସୁଲେଖକ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଓଡ଼ିଆ ସାହିତ୍ୟର ଏକ ସ୍ମରଣୀୟ ପ୍ରତିଭା । ୧୯୦୯ ମସିହାରେ ସେ ମୟୂରଭଞ୍ଜ ଜିଲ୍ଲାର ଖୁଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ସାଗର ପାଣିଗ୍ରାହୀ, ମାତା ସରସ୍ଵତୀ ଦେବୀ । ସାଗର ଓ ସରସ୍ୱତୀଙ୍କର ନବମ ସନ୍ତାନ ଥିଲେ କୃଷ୍ଣଚନ୍ଦ୍ର । ପରିବାର ବଡ଼ ହୋଇଥବାରୁ ପାଣିଗ୍ରାହୀ ପରିବାର ଖୁବ୍ ଅଭାବ ଅନଟନରେ କାଳାତିପାତ କରୁଥିଲେ । କୃଷ୍ଣଚନ୍ଦ୍ରଙ୍କୁ ବାଲ୍ୟଶିକ୍ଷାଠାରୁ ଏଇ କ୍ରୂର ଅନଟନର ଶିକାର ହେବାକୁ ପଡ଼ିଥିଲା । କିନ୍ତୁ ସେ ମେଧାବୀ ଥିଲେ । ମେଧାବୃତ୍ତି ଲାଭକରି ସ୍କୁଲଶିକ୍ଷା ସମାପ୍ତ କରିଥିଲେ । ତଦାନୀନ୍ତନ ବାରିପଦାର ଉଦାର ହୃଦୟ ନରପତି ମହାରାଜା ପ୍ରତାପଚନ୍ଦ୍ର ଭଞ୍ଜଦେବଙ୍କ କୃପାଦୃଷ୍ଟି କୃଷ୍ଣଚନ୍ଦ୍ରଙ୍କ ଉପରେ ପଡ଼ିଲା । ରାଜାଙ୍କଠାରୁ ଆର୍ଥିକ ସହାୟତା ଲାଭକରି ସେ ରେଭେନ୍ସା କଲେଜରେ ବି.ଏ. ଓ କଲିକତା ବିଶ୍ବବିଦ୍ୟାଳୟରୁ ଇତିହାସରେ ଏମ୍. ଏ. ପାସ୍ କଲେ ।

ଏମ୍. ଏ. ପାସ୍ କରିବାପରେ ପ୍ରଥମେ ମାସିକ ୭୦ ଟଙ୍କା ବେତନରେ ଡଃ. ପାଣିଗ୍ରାହୀ ବିଶିଷ୍ଟ ଐତିହାସିକ | ପ୍ରତ୍ନତତ୍ତ୍ବବିତ୍ ରମାପ୍ରସାଦ ଚାନ୍ଦଙ୍କ ସହଯୋଗୀ ଭାବରେ କାର୍ଯ୍ୟକଲେ । ପରେ ମହାରାଜା ତାଙ୍କୁ ପ୍ରତ୍ନତତ୍ତ୍ବ ଅଧ୍ୟୟନ ଲାଗି ପାଟନା ପଠାଇଥିଲେ । ସ୍ଵର୍ଗତ ପାଣିଗ୍ରାହୀ ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗର ସହତତ୍ତ୍ଵାବଧାରକ ଓ ତତ୍ତ୍ଵାବଧାରକଭାବେ କାର୍ଯ୍ୟ କରିଥିଲେ । ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ପ୍ରତ୍ନତତ୍ତ୍ବ ବିଭାଗର କ୍ୟୁରେଟର ଭାବରେ ମଧ୍ୟ ସେ କିଛିଦିନ କାର୍ଯ୍ୟ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରେ ଅଧ୍ୟାପକ, ପ୍ରାଧ୍ୟାପକ ଓ ପ୍ରଫେସର ଭାବରେ କାର୍ଯ୍ୟକରି ଅବସର ନେଇଥିଲେ । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ସେ ଚାରିବର୍ଷ ପ୍ରଫେସର ହୋଇଥିଲେ । ରେଭେନ୍ସା ମହାବିଦ୍ୟାଳୟରେ ଇତିହାସ ବିଭାଗରେ ଭିଜିଟିଙ୍ଗ୍ ପ୍ରଫେସର ଭାବରେ କାର୍ଯ୍ୟ କରିଥିଲେ ।

ଇତିହାସ ଓ ପ୍ରତ୍ନତତ୍ତ୍ବ ଥିଲା ଡଃ. ପାଣିଗ୍ରାହୀଙ୍କ ଅଧୀତବ୍ୟ ବିଷୟ । ଜନ୍ମସ୍ଥାନ ମୟୂରଭଞ୍ଜର ଖିଚିଂଠାରୁ ଆରମ୍ଭକରି କଟକ, ଚଉଦ୍ଵାର, ଭୁବନେଶ୍ଵର, ଶିଶୁପାଳଗଡ଼, ଧଉଳି, ଜଉଗଡ଼ଆଦି ବିଷୟରେ ଗବେଷଣା କରି ସେ ବହୁ ପ୍ରବନ୍ଧ ରଚନା କରିଛନ୍ତି । ତାଙ୍କ ଗବେଷଣା ପୁସ୍ତକ ହେଲା ‘ଭୁବନେଶ୍ଵରର ପ୍ରତ୍ନତାତ୍ତ୍ଵିକ ବିଭବ’। ଇତିହାସପ୍ରସିଦ୍ଧ ଭୁବନେଶ୍ଵର ସହରକୁ ବିଶ୍ଵ ଦରବାରରେ ପରିଚିତ କରାଇବାପାଇଁ ଏହା ଏକ ଅତି ଉପାଦେୟ ଗ୍ରନ୍ଥ । ଅତି ସରଳ ସୁଖପାଠ୍ୟ ଭାଷାରେ ଡକ୍ଟର ପାଣିଗ୍ରାହୀ ଇତିହାସର ତଥ୍ୟକୁ ଭିଭିକରି ପ୍ରବନ୍ଧମାନ ରଚନା କରିଥିଲେ । ଇତିହାସ ଗବେଷଣା ସମ୍ପର୍କିତ ନିଜ ପୁସ୍ତକଟିକୁ ମଧ୍ୟ ସେ ସୁନ୍ଦର ଭାଷାରେ ରଚନା କରିଛନ୍ତି । ଡକ୍ଟର ପାଣିଗ୍ରାହୀଙ୍କ ରଚନାର ବୈଶିଷ୍ଟ୍ୟ ସମ୍ପର୍କରେ ପ୍ରଫେସର କୁଞ୍ଜବିହାରୀ ଦାଶ ଲେଖିଛନ୍ତି –

‘‘କଥା ଅଛି, ହିତକର ଅଥଚ ମନୋହର ବଚନ ସଂସାରରେ ଦୁର୍ଲଭ । ରୂଢ଼, ରୁକ୍ଷବୋଧ ହେଲେବି ପରିଣାମରେ ହିତକର ହେବ, ଏଇ ବିଶ୍ଵାସରେ ଡକ୍ଟର ପାଣିଗ୍ରାହୀ ସ୍ପଷ୍ଟୋକ୍ତି କରିଅଛନ୍ତି । ଆଖିରୁ ପରଳ ଦୃଷ୍ଟି ଫିଟାଇବା ତାଙ୍କର ଲକ୍ଷ୍ୟ । ଜାତି ସଂସ୍କୃତିର ସର୍ବାଙ୍ଗୀନ ଉନ୍ନତି ତାଙ୍କର କାମନା । ଶିକ୍ଷିତ ଗୋଷ୍ଠୀଙ୍କ ଚିନ୍ତାଶୂନ୍ୟତା, ଅଥର୍ବତା ଦୂରକରିବା ଲାଗି ସେ ଆଘାତ କରିଛନ୍ତି । କୌଣସି ବ୍ୟକ୍ତି ପ୍ରତି ତିଳାର୍ଷ ଈର୍ଷା ବା ଅସୂୟା ଏଥରେ ପ୍ରକାଶିତ ହୋଇନାହିଁ । ଅନ୍ଧାନୁସରଣ, ଜାଲ୍ ଗବେଷଣା, ଭଣ୍ଡ ଧର୍ମ, ଭାଲ୍ଲିକ ମିଥ୍ୟା, ପ୍ରଚାର, ନିର୍ବିଚାରରେ ପରଧର୍ମ ଗ୍ରହଣ ଓ ଉତ୍କଳ ପରମ୍ପରା ତ୍ୟାଗ କିପରି ଓଡ଼ିଶାର ଘୋର କ୍ଷତି ଘଟାଇଛି ଲେଖକ ଦୁଃଖରେ ପ୍ରିୟମାଣ ହୋଇ ପ୍ରକାଶ କରିଅଛନ୍ତି । ଏ ପ୍ରଦେଶରେ ସ୍ବାଧୀନ ଚିନ୍ତାର ବିକାଶ, ଆତ୍ମବିଶ୍ଵାସ ଓ ଆତ୍ମସମ୍ମାନବୋଧ ଅଭାବରୁ ଏଭଳି ଦୁର୍ଗତି ଘଟୁଛି ବୋଲି ତାଙ୍କର ଦୃଢ଼ ମତ । ‘ମୋ ସମୟର ଓଡ଼ିଶା’ ଓଡ଼ିଆ ଜାତି ପ୍ରତି ଏକ ଚେତାବନୀ, ପ୍ରଗତି ପୋତର ଏକ ଦିଗନିର୍ଣ୍ଣାୟକ ଖୁଣ୍ଟ ।”’

ଡକ୍ଟର ପାଣିଗ୍ରାହୀ ଉଭୟ ଇଂରାଜୀ ଓ ଓଡ଼ିଆରେ ବହୁ ଉପାଦେୟ ଗ୍ରନ୍ଥର ପ୍ରଣେତା । ତାଙ୍କ ରଚିତ ଗ୍ରନ୍ଥଗୁଡ଼ିକ ହେଲା – (୧) ଭାରତୀୟ ପ୍ରତ୍ନତତ୍ତ୍ବ — ୧୯୬୦ ।

  1. ଇତିହାସ ଓ କିମ୍ବଦନ୍ତୀ – ୧୯୬୪ ।
  2. ପ୍ରବନ୍ଧ ମାନସ ୧୯୭୨ ।
  3. ଓଡ଼ିଶାର ସଂସ୍କୃତି ଓ ଇତିହାସରେ ଯାଜପୁର – ୧୯୭୩ ।
  4. ସାରଳା ସାହିତ୍ୟରେ ଐତିହାସିକ ଚିତ୍ର – ୧୯୭୬ ।
  5. ମୋ ସମୟର ଓଡ଼ିଶା – ୧୯୭୮ ।

ଇଂରାଜୀ ଗ୍ରନ୍ଥ –

  1. Archaeological remains at Bhubaneswar.
  2. History of Orissa.

୧୯୮୭ ଫେବୃୟାରୀ ୨୫ ତାରିଖରେ ଏହି ମହାନ୍‌ ପ୍ରତିଭାଙ୍କର ମହାପ୍ରୟାଣ ହେଲା । ଓଡ଼ିଶା ଜଣେ ସୁଯୋଗ୍ୟ ସନ୍ତାନକୁ ଚିରକାଳ ପାଇଁ ହରାଇ ବସିଲା ।

(ଖ) ପ୍ରବନ୍ଧର ପୃଷ୍ଠଭୂମି :
‘ପୁଷ୍ପପୁରରେ ବର୍ଷାବରଣ’ ପ୍ରବନ୍ଧଟି ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ‘ପ୍ରବନ୍ଧ ମାନସ’ ପ୍ରବନ୍ଧ ସଂକଳନର ଅନ୍ୟତମ ପ୍ରବନ୍ଧ । ପ୍ରାବନ୍ଧିକ ପାଣିଗ୍ରାହୀ ଯେତେବେଳେ କାର୍ଯ୍ୟ ଉପଲକ୍ଷେ ଆଧୁନିକ ପାଟନା/ପାଟଳିପୁତ୍ର ଯାହାକୁ ପୁଷ୍ପପୁର ବୋଲି କୁହାଯାଉଥିଲା, ସେଠାରେ ଥିଲାବେଳେ ସେ ଦେଖିଛନ୍ତି, ମେଘକୁ । ମେଘକୁ ଦୂତଭାବରେ ପ୍ରେରଣ କରିଛନ୍ତି ଓଡ଼ିଶାକୁ । ମେଘକୁ ଦୂତକରି ପ୍ରଣୟିନୀ ପାଖକୁ ପଠାଇଛନ୍ତି । ପ୍ରାବନ୍ଧିକ ସେହି ପରମ୍ପରାକୁ ଅନୁସରଣ କରିଛନ୍ତି । ପୁନଶ୍ଚ କବିବର ରାଧାନାଥ ରାୟ ‘ମହାଯାତ୍ରା’ରେ ଓଡ଼ିଶାର ବର୍ଣ୍ଣନା ଓ ଉତ୍କଳମଣି ଗୋପବନ୍ଧୁ ବନ୍ଦୀଭାବରେ ଥିଲାବେଳେ ଓଡ଼ିଶାର ମହତ୍ତ୍ବ ପ୍ରତିପାଦନ କଲାଭଳି, ପ୍ରାବନ୍ଧିକ ଏଥରେ ସୁଜଳା, ସୁଫଳା ଉତ୍କଳର ଗୌରବ ଗାନ କରିଛନ୍ତି । ମୋଟ ଉପରେ ଏହା ଏକ ଗଦ୍ୟ କାବ୍ୟଭଳି ମନେହୋଇଥାଏ ।

(ଗ) ପ୍ରବନ୍ଧର ସାରକଥା :

ପ୍ରାବନ୍ଧିକ ମେଘକୁ ସମ୍ବୋଧନ କରି, ମେଘର ଅପରୂପ ଶୋଭାକୁ ସୂଚିତ କରି, ଓଡ଼ିଶାକୁ ଯାଇ ମେଘ ଯେପରି ନିଦାଘ ନବମେଘର ହୋଇଛି ଆଗମନ । ମେଘକୁ ଦେଖି ପ୍ରାବନ୍ଧିକଙ୍କ ମନରେ ଦେଖାଦେଇଛି ଉତ୍‌ଫୁଲ୍ଲିତ ଭାବ । ତେଣୁ ମେଘର ଗତି କ୍ରମଶଃ ଓଡ଼ିଶା ଅଭିମୁଖେ ଗଲେ, ଓଡ଼ିଶା ହେବ ସବୁଜ ଓ ଶସ୍ୟଶ୍ୟାମଳ, ସେହି ଆଶା ମନରେ ସେ ପ୍ରତିପୋଷଣ କରିଛନ୍ତି ।

ପ୍ରାବନ୍ଧିକ ମେଘକୁ ସ୍ବାଗତ ଜଣାଇଛନ୍ତି । ମେଘର ସ୍ନିଗ୍ଧ ଉଜ୍ଜ୍ବଳକାନ୍ତ କବିଙ୍କ ନୟନମନକୁ କରିଛି ବିଭୋର । ସେ ବାତାୟନ ପାର୍ଶ୍ଵରେ ବସି, ତା’ର ଗୁରୁଗମ୍ଭୀର ଧ୍ଵନିରେ ଶୁଭ ଆଗମନୀକୁ ଶ୍ରବଣ କରିଛନ୍ତି । ମେଘକୁ ସେ ଦୂରବନ୍ଧୁ ବୋଲି ସମ୍ବୋଧନ କରି, ତା’ର ଶୁଭାଗମନରେ ପରିବେଶ ମଙ୍ଗଳକର ଓ ମଧୁମୟ ହୋଇଉଠିଛି ବୋଲି କହିଛନ୍ତି । ଦୀର୍ଘଦିନର ପ୍ରତୀକ୍ଷା ପରେ, ତା’ର ଶୀତଳ ସ୍ପର୍ଶରେ ପୁଷ୍ପପୁର ଜୀବନ୍ତ ଓ ସବୁଜ ହୋଇଉଠିବ ବୋଲି କବି ପରିକଳ୍ପନା କରିଛନ୍ତି ।

ମେଘର ଅପରୂପ କାନ୍ତିକୁ ଦେଖି କବିଙ୍କ ମାନସପଟରେ ଦେଖାଦେଇଛି, ମହାକବି କାଳିଦାସ ମେଘକୁ ଦୂତ କରି ପ୍ରଣୟିନୀ ନିକଟକୁ ପଠାଇଥିବା ପ୍ରସଙ୍ଗକୁ । ପ୍ରାବନ୍ଧିକ ପାଣିଗ୍ରାହୀ ସେଇ ପରମ୍ପରାକୁ ଅନୁସରଣ କରି ବର୍ଷାକୁ ଜନ୍ମଭୂମିର ଗୌରବ ଗାନ କରିବାପାଇଁ ବ୍ୟବହାର କରିଛନ୍ତି । ସୁଜଳା ସୁଫଳା ଶସ୍ୟଶ୍ୟାମଳା ଉତ୍କଳଭୂମିର ଗୌରବାବହ ଅତୀତ ଓ ଅବହେଳିତ ବର୍ତ୍ତମାନ ବିଷୟ ଉଲ୍ଲେଖକରି ପୂର୍ବର ସେହି ଗୌରବ ଫେରେଇ ଆଣିବାଲାଗି ପ୍ରେରଣା ପ୍ରଦାନ କରିଛନ୍ତି । ବ୍ୟକ୍ତିଠାରୁ ଗୋଷ୍ଠୀ ବଡ଼ । ଜଣଙ୍କ ପାଇଁ ବା ବିରହୀ ଯକ୍ଷପାଇଁ ଯଦି ବାରିଦ ସନ୍ଦେଶ ନେଇଯାଇ ପାରିଲା, ତା’ହେଲେ ମେଘ କାହିଁକି ନିଦାଘ ତୃଷିତ ଓଡ଼ିଶା ଯାଇପାରିବ ନାହିଁ । ସେ ଜାଣିଛନ୍ତି ଜଳ ଭାବରେ ଆଜି ଉତ୍କଳ ହାହାକାର ହେଉଛି । ତେଣୁ ପ୍ରାବନ୍ଧିକ ମେଘକୁ ଅତି ବିନୟ ସହକାରେ ମାନସ କମଳ ଅର୍ପଣ କରି, କାତରଭାବରେ ପୁଷ୍ପପୁରରୁ ଉତ୍କଳକୁ ଗତି କରିବାପାଇଁ କହିଛନ୍ତି ।

ପ୍ରାବନ୍ଧିକ ଏତେ ଭାବପ୍ରବଣ ହୋଇଛନ୍ତି ଯେ, ସେ ମନେକରିଛନ୍ତି, ଯଦି ସେ ଧୂମ, ଜ୍ୟୋତି ବା ସଲିଳ ସହିତ ମିଶିପାରନ୍ତେ, ତା’ହେଲେ ସେ ବାତାୟନ ପଥରେ ଉଡ଼ିଯାଇ ବାରିଦକୁ ନିଜର ଜନ୍ମଭୂମିକୁ ଚିହ୍ନାଇ ଦିଅନ୍ତେ । ତଥାପି ମେଘକୁ ସେ କହିଛନ୍ତି, ଭାରତର ସାରଭୂତା ଉତ୍କଳଭୂମିକୁ ଚିହ୍ନିବାପାଇଁ ତୋ’ର ଭୁଲ୍ ହେବ ନାହିଁ । କାରଣ ଉତ୍କଳର ବିଶେଷତ୍ଵ ହେଉଛି, ତାହା ପୂଗ, ପୁନ୍ନାଗ, ତାଳ, ତମାଳ, ତାମ୍ବୁଳ ଓ ନାରିକେଳ ବନରେ ବିଶୋଭିତ । ଗୋଟିଏ ପଟେ ମହୋଦଧୂ ଥିଲାବେଳେ, ଅନ୍ୟ ଏକ ପଟରେ ତୁଙ୍ଗଶିଖରୀ ସମାକୁଳ ନିବିଡ଼ ବନରାଜି। ସେହିସ୍ଥାନ ହେଉଛି ଅସରନ୍ତି ଶ୍ୟାମଶୋଭାରେ ଶୋଭିତ । ପ୍ରାବନ୍ଧିକ ସେହି ପ୍ରସଙ୍ଗରେ ଉତ୍କଳର ପୂର୍ବ ଗୌରବକୁ ସ୍ମରଣ କରାଇ କହିଛନ୍ତି, ‘‘କୋଟିବୀର ପ୍ରସବିନୀ, କୋଟିକୀର୍ତ୍ତିକିରୀଟିନୀ, ତଟନୀତଟମାଳିନୀ, ପ୍ରଚ୍ଛନ୍ନରତ୍ନଧାରିଣୀ, ସୁଜଳା, ସୁଫଳା, ଶ୍ୟାମଳା ଅଥଚ ଆଜି ପତିତା, ଲାଞ୍ଛିତା ଓ ଖଣ୍ଡିତା ।’’ କାବ୍ୟକ ଭାବରେ ବିଭୋର ହୋଇ ଶ୍ରୀଯୁକ୍ତ ପାଣିଗ୍ରାହୀ ଲେଖିଛନ୍ତି – ‘ଜଳଦ ! ଏପରି ଭୂମିକୁ ଚିହ୍ନିବାପାଇଁ ତୋ’ର ଭ୍ରମ ହେବନାହିଁ । ବିଜୁଳିବିମଣ୍ଡିତ ଓ ବଳକା-ବିଶୋଭିତ ହୋଇ ଗନ୍ଧବହ ହିଲ୍ଲୋଳରେ ଭାସି ଭାସି ପୀତବସନ ବନମାଳୀ ପରି ଉତ୍କଳର ଆକାଶରେ ଆବିର୍ଭୂତ ହୋଇଯିବୁ । ଗୋପାଙ୍ଗନାମାନଙ୍କ ଅପାଙ୍ଗ ଘନଶ୍ୟାମର ରୂପସୁଧା ପାନକଲାପରି ଉତ୍କଳରେ ଆଜି କୋଟି ନେତ୍ର ତୋ’ର ରୂପସୁଧା ପାନ କରିବ ।’’

ପ୍ରାବନ୍ଧିକ ପାଣିଗ୍ରାହୀଙ୍କ ଜନ୍ମଭୂମି ଥିଲା ମୟୂରଭଞ୍ଜ । ତେଣୁ ସେଠାକାର ଜନଜାତି ଓ ବନବାସୀଙ୍କ ସହ ଥିଲା ତାଙ୍କର ନିବିଡ଼ ସମ୍ପର୍କ । ତେଣୁ ଜଳଦକୁ ଅନୁରୋଧ କରି ସେ କହିଛନ୍ତି, ଦରିଦ୍ରମାନଙ୍କୁ ଜଳଦାନ କରି ନିଜର ବଦାନ୍ୟତା ପରିପ୍ରକାଶ କରିବାକୁ । ବନବାସୀମାନେ ଟଙ୍କିଳ, ଅନୁର୍ବର ଭୂମିରେ ପରିଶ୍ରମକରି ଫସଲ ଲଗାଇଥିଲେ ବି ଜଳ ଅଭାବରୁ ସେଗୁଡ଼ିକ ଝାଉଁଳି ଯାଇଥବ । ପ୍ରାବନ୍ଧିକ ସେହି ଶସ୍ୟକୁ ରୋଗଶଯ୍ୟା ଶାୟିତ ପୁତ୍ରକନ୍ୟାଙ୍କ ସହିତ ତୁଳନା କରିଛନ୍ତି । ସେଠାକାର ପ୍ରାକୃତିକ ପରିବେଶ ଓ ବନବାସୀଙ୍କର ଚଳଣିର ସୂଚନା ଦେଇ ପ୍ରାବନ୍ଧିକ ଲେଖିଛନ୍ତି – ‘ନିଘଞ୍ଚ ବନ ମଧ୍ୟରେ ଏମାନଙ୍କ ବାସଭୂମି ମଧ୍ଯ ତୁ ସହଜରେ ଖୋଜି ପାଇବୁ ନାହିଁ ।

ଗୋ-ପଲର ଗଳଘଣ୍ଟି ବା ଗୋପାଳର ବେଣୁମ୍ବନ ଶୁଣି କିମ୍ବା କୁଟୀରରୁ ଉଦ୍‌ଗତ କୁଣ୍ଡଳୀଭୂତ ଧୂମ ଦେଖି ଗ୍ରାମ-ସୀମା ଜାଣିପାରିବୁ । ଅଥବା ଯଦି ତୋ’ର ଭାଗ୍ୟରେ ଥାଏ, ତେବେ ସଂକୀର୍ଷ ପଥରେ ଶ୍ରେଣୀବଦ୍ଧ ନରନାରୀଙ୍କ ପ୍ରବାହଟିଏ ତୋ’ ଆଖିରେ ପଡ଼ିଯିବ । ଅଗ୍ରସର ନବଯୁବକମାନଙ୍କ ବେଣୁସ୍ୱନର ଅନୁକୃତିରେ ଲଳନାକଣ୍ଠର ଐକାର୍ତ୍ତିକ ଲଳିତସ୍ୱରରେ ବନଭୂମିକୁ ଭସାଇ ଏମାନେ ନିର୍ଝର ପରି ଗତି କରି ଚାଲିଥିବେ ।’’ ପୁନଶ୍ଚ ପ୍ରାବନ୍ଧିକ ସେଠାକାର ଯୁବତୀମାନଙ୍କର ରୂପଶୋଭାକୁ ବର୍ଣ୍ଣନା କରିବାପାଇଁ ଭୁଲି ନାହାଁନ୍ତି । କାରଣ ସେହି ଯୁବତୀମାନେ କେବଳ ଆକର୍ଷଣୀୟା ନୁହଁନ୍ତି, ସେମାନେ ମଧ୍ୟ ପରିଶ୍ରମୀ । ପ୍ରକୃତି ସହିତ ନିଜକୁ ମିଶାଇ, ସେମାନେ ବଞ୍ଚିବାର ଉପାଦାନ ସଂଗ୍ରହ କରନ୍ତି । ମେଘ ବର୍ଷାକୁ ସେମାନଙ୍କର ଖାତିର ନ ଥାଏ, ବରଂ ବର୍ଷା ସାଙ୍ଗରେ ତାଳମିଳାଇ ସେମାନେ ଚାଷକାର୍ଯ୍ୟରେ ନିଜକୁ ନିୟୋଜିତ କରନ୍ତି ।

ପ୍ରାବନ୍ଧିକ ଜଳଦକୁ ପୁନର୍ବାର ସମ୍ବୋଧନ କରି କହିଛନ୍ତି, ବନବାସୀମାନେ ତୋ’ ବ୍ୟତୀତ ଆଉ କାହାରି ଅନୁଗ୍ରହ ଇଚ୍ଛା କରନ୍ତି ନାହିଁ । ବାରିପାତକୁ ନେଇ ସେମାନେ ପରିଶ୍ରମ କରନ୍ତି । କୃଷିକାର୍ଯ୍ୟକରି ବଞ୍ଚିବାର ସାମର୍ଥ୍ୟ ସଂଗ୍ରହ କରନ୍ତି । ପୁନଶ୍ଚ ଶ୍ରୀଯୁକ୍ତ ପାଣିଗ୍ରାହୀ ବନବାସୀଙ୍କର ସରଳ, ନିଷ୍କପଟ ଜୀବନଯାପନର ସୂଚନା ଦେଇଛନ୍ତି । ବର୍ଷାରେ ସେଠାକାର ପ୍ରକୃତି କିପରି ଅପରୂପ ଶୋଭା ଧାରଣ କରିବ, ତାହାକୁ ବିଭିନ୍ନ ତୁଳନାତ୍ମକ ଉଦାହରଣ ଦେଇ, ବକ୍ତବ୍ୟକୁ ଚମତ୍କାର କରିଛନ୍ତି ।

ପ୍ରାବନ୍ଧିକ ଜଳଦକୁ ପୁନର୍ବାର ସମ୍ବୋଧନ କରି କହିଛନ୍ତି, ବନବାସୀମାନେ ତୋ’ ବ୍ୟତୀତ ଆଉ କାହାରି ଅନୁଗ୍ରହ ଇଚ୍ଛା କରନ୍ତି ନାହିଁ । ବାରିପାତକୁ ନେଇ ସେମାନେ ପରିଶ୍ରମ କରନ୍ତି । କୃଷିକାର୍ଯ୍ୟକରି ବଞ୍ଚିବାର ସାମର୍ଥ୍ୟ ସଂଗ୍ରହ କରନ୍ତି । ପୁନଶ୍ଚ ଅପରୂପ ଶୋଭା ଧାରଣ କରିବ, ତାହାକୁ ବିଭିନ୍ନ ତୁଳନାତ୍ମକ ଉଦାହରଣ ଦେଇ, ବକ୍ତବ୍ୟକୁ ଚମତ୍କାର କରିଛନ୍ତି ।

ଲେଖକ ମେଘକୁ ସମ୍ବୋଧନ କରି କହିଛନ୍ତି, ଯଦି କ୍ଳାନ୍ତି ଆସେ, ତା’ହେଲେ ତୁ ମେଘାସନ, ଗନ୍ଧମାର୍ଦ୍ଦନ ବା ମାଲ୍ୟଗିରିରେ ଅବସର ନେବୁ ! ଏହି ସ୍ଥାନ ଓଡ଼ିଶାର ଖଣିଜ ସମ୍ପଦରେ ପରିପୂର୍ଣ୍ଣ । ମାତ୍ର ଏହି ଖଣିଜ ସମ୍ପଦର ସୁବିନିଯୋଗ ହେଉ ନ ଥ‌ିବାରୁ ଓଡ଼ିଶାବାସୀ ଭାଗୀରଥୀ ତୀରରେ ବସି ପିପାସୀ ଓ ରତ୍ନସ୍ତୂପରେ ବସି ଉପବାସୀ ହେଉଛନ୍ତି ବୋଲି କହିଛନ୍ତି । ପୁନଶ୍ଚ ସେଠାକାର ପ୍ରାକୃତିକ ଶୋଭାକୁ ପ୍ରାବନ୍ଧିକ ଚମତ୍କାର ଭାବରେ ବର୍ଣ୍ଣନା କହିଛନ୍ତି । ଖଣ୍ଡାଧାର ଓ ଦେବଗଡ଼ର ଜଳପ୍ରପାତ ଦୃଶ୍ୟକୁ ବର୍ଣ୍ଣନା କରିବା ପାଇଁ ମଧ୍ୟ ସେ ଭୁଲି ନାହାଁନ୍ତି। ପରବର୍ତୀ ସମୟରେ ଲେଖକ ଜଳଦକୁ କଳ୍ପନାରେ ପଠାଇ ଦେଇଛନ୍ତି ସୂକ୍ଷ୍ମଶାଳିର ସଦାପ୍ରଫୁଲ୍ଲ । ଦୁଃଖ ଦୈନ୍ୟରେ ଥାଇ ସୁଦ୍ଧା ବିଷାଦକାଳିମା କେବେ ତାଙ୍କୁ ସ୍ପର୍ଶ କରେନାହିଁ । ପ୍ରାତଃ ସମୟରୁ ସେଠାକାର ବଧୂମାନେ ସ୍ନାନ ସାରିଥା’ନ୍ତି । ଏହାକୁ ବର୍ଣ୍ଣନା କରି ଲେଖକ କହିଛନ୍ତି – ‘ପ୍ରାଚୀବଧୂ ଅରୁଣିତ ମୁଖରୁ ଅବଗୁଣ୍ଠନ ଖୋଲିବା ଆଗରୁ ଏଠାରେ ବଧୂମାନେ ସ୍ନାନସାରି ଶିଶିର ସ୍ନାତ ଶେଫାଳି ପରି ହାସ୍ୟମୟୀ ହୋଇଉଠନ୍ତି । ଏମାନଙ୍କ ଅନଳସ ଚରଣରେ କମ ଫୁଟି ଉଠେ ଓ କଳାକୁଶଳ କରସ୍ପର୍ଶରେ କ୍ଷୁଦ୍ର କୁଟୀର ସୁଦ୍ଧା ହସିଉଠେ । ସମ୍ବଲପୁରର କେଦାରଭରା ଶ୍ୟାମଳିମାକୁ ସେ ସୂଚିତ କରାଇଛନ୍ତି ।

ସମ୍ବଲପୁରରୁ ବାରିଦ ବେଣୁବନକୁ ଅତିକ୍ରମ କରି ଅନୁଗୋଳ ପଥରେ କପିଳାସ ଦେଇ କଟକରେ ପହଞ୍ଚିବ । ଏହି ଅବସରରେ ଲେଖକ କଟକର ମହିମାଗାନ କରିଛନ୍ତି । କାରଣ ଏହି କଟକ ଦିନେ ଥିଲା ଗଜପତିଙ୍କର ରାଜଧାନୀ । ପରେ ସ୍ମୃତିପୂତ ବିଡ଼ାନାସୀ, ବାରବାଟୀ ଦୁର୍ଗ ଓ ବହୁ କବି, ଜ୍ଞାନୀ, ଗୁଣୀ ଓ କର୍ମୀଙ୍କ ପାଇଁ ଉତ୍କଳର ମହିମା ଅଖଣ୍ଡ ରହିଥିଲା । ଅତୀତର କାରୁକାର୍ଯ୍ୟ ବିମଣ୍ଡିତ ମନ୍ଦିର ସମ୍ବନ୍ଧରେ ସେ ଯାହା କହିଛନ୍ତି, ସେଥୁରୁ ଉତ୍କଳର ଗୌରବ ଗାଥା ସ୍ପଷ୍ଟ ହୋଇଛି । ପ୍ରାବନ୍ଧିକଙ୍କ ଭାଷାରେ – ‘ତୁ ଜାଣିବୁ ଯେ ଏହି ସେହି ଭୁବନମୋହନ କୋଣାର୍କ ! ସ୍ବର୍ଗଚ୍ୟୁତ ପାରିଜାତପରି ତାହା ଆଜି ମ୍ଳାନ ଓ ଛିନ୍ନ ହୋଇ ବିଜନବେଳାରେ ପଡ଼ିରହିଛି । ଦୃପ୍ତ ଓ ଗର୍ବିତ ଜାତିର ପରାକ୍ରମର ପ୍ରତୀକ ଏହି ମହାମନ୍ଦିର ଏକ ପକ୍ଷରେ ତୋତେ ବିପୁଳ ବିଭବର ବାର୍ଷା ଓ ଅନ୍ୟପକ୍ଷରେ ଅତୁଳିତ ଲଳିତ କଳାର ଛନ୍ଦୋମୟୀ ଗାଥା ଏକାବେଳକେ ଆଣିଦେବ । ଏହି ମୂକମନ୍ଦିରର ସିନ୍ଧୁ ଘୋଷକୁ ବୁଡ଼ାଇ ଦିଅନ୍ତା । ଘନ ! ଅତୀତର ଏହି ମ୍ଳାନ ଶ୍ମଶାନରେ ଆଉ ବେଶୀ କ୍ଷଣ ରହିଲେ ଲାଭ କ’ଣ ହେବ ? ଏହାର ଚାରୁଚୂଡ଼ାକୁ ଚୁମ୍ବନ କରି ଓ ମହୋଦଧ୍ ଉପକୂଳକୁ ଶ୍ୟାମଳ କରି ତ୍ୱରାଗତିରେ ନୀଳାଚଳପଥ ଧରିବୁ ।’’

ନୀଳାଚଳ ପଥରେ ଯାଉଁ ଯାଉଁ ମେଘ ପହଞ୍ଚିବ ସାକ୍ଷୀଗୋପାଳର ଧବଳିତ ସଦନରେ । ସେହି ପରିପ୍ରେକ୍ଷୀରେ ଲେଖକ ସ୍ମରଣ କରାଇଛନ୍ତି ଶ୍ମଶୁଳ, ଅଶୁଳ, ଖର୍ବ, କ୍ଷମ ମନୁଷ୍ୟର କଥା । ଯେ କି ବକୁଳ ବନରେ କୁଟୀର ରଚି ଉନ୍ନତ ଉତ୍କଳର ସ୍ବପ୍ନ ଦେଖିଥିଲା । ସେ ଥିଲା ଉତ୍କଳର ମହାନିଶାରେ ଧ୍ରୁବ ଜ୍ୟୋତି, ଯେ କି ଦଧୀଚିପରି ଅସ୍ଥିଦେଇ ଦେଶମାତୃକାପାଇଁ ଅକାଳରେ ଝାଉଁଳି ଯାଇଥିଲା । ସେଠାକାର ଛୁରିଅନା କୁଞ୍ଜ, ବକୁଳବନକୁ ସ୍ପର୍ଶକରି ଶ୍ୟାମଳ ଓ ଉଜ୍ଜଳ କରିଯିବୁ ବୋଲି ଲେଖକ ମେଘକୁ ଅନୁରୋଧ କରିଛନ୍ତି । ତା’ପରେ ଗୋପାଳଙ୍କ ପ୍ରତି ପ୍ରଣତି ଜଣାଇ ନୀଳାଚଳ ପଥ ଧରିବାକୁ ମଧ୍ୟ ସେ କହିଛନ୍ତି । ଲେଖକ ଏହି ପ୍ରସଙ୍ଗରେ ନୀଳାଚଳ କ୍ଷେତ୍ର ପୁରୀର ପ୍ରାକୃତିକ ଶୋଭା, ଶ୍ରୀଜଗନ୍ନାଥଙ୍କର ମହିମାକୁ ଅତି ମନୋଜ୍ଞ ଭାବରେ ଉଲ୍ଲେଖ କରିଛନ୍ତି ।

ଜଗନ୍ନାଥଙ୍କ ମହିମା ପ୍ରସଙ୍ଗରେ ସେ ଲେଖିଛନ୍ତି – ‘ତୁ ଯେବେ ଇତିହାସର ପ୍ରତିଲୋମରେ ଗତି କରିଯିବୁ, ତେବେ ଜାଣିବୁ ଯେ ଏହି ଜଗନ୍ନାଥ ହିଁ ଉତ୍କଳର ଇତିହାସ । ଶାନ୍ତି, ମୁକ୍ତି, ମୈତ୍ରୀ, ଭକ୍ତି ଓ ଭୀତି ସବୁ ଏକାଧାରରେ ଏହିଠାରେ ହିଁ ଶତ ଶତାବ୍ଦୀ ଧରି ପୁଞ୍ଜୀଭୂତ ହୋଇ ଆସିଛି ।’’ ପୁନଶ୍ଚ ନୀଳାଚଳ କ୍ଷେତ୍ରର ବିପର୍ଯ୍ୟୟ ପରିସ୍ଥିତି କଥା ମଧ୍ୟ ଲେଖକ ସୂଚାଇ ଅଛନ୍ତି । ଶେଷରେ ନୀଳାଚଳଠାରୁ ଚିଲିକା ବକ୍ଷଦେଇ ସମଗ୍ର ଉପକୂଳ ଓ ମାଳଅଞ୍ଚଳ ବ୍ୟାପୀଯିବାକୁ କହିଛନ୍ତି । ଗଞ୍ଜାମ ଓ ଜୟପୁରକୁ ଦକ୍ଷିଣାଶାପଥ – ପ୍ରହରୀ ବୋଲି ଲେଖକ ସମ୍ବୋଧନ କହିଛନ୍ତି । ଏହାର ନୌବାଣିଜ୍ୟ ଐତିହ୍ୟକୁ ସୂଚିତ କରିବାପାଇଁ ସେ ଭୁଲି ନାହାଁନ୍ତି । ଶେଷରେ ତୈଲଙ୍ଗୀ ନାରୀମାନେ ସ୍ବାଗତ ଜଣାଇବେ ଘନକୁ । ସେହି ଘନ କାହାକୁ ନିରାଶ ନ କରି ତା’ର ଶ୍ୟାମ ସ୍ପର୍ଶରେ ସମସ୍ତ ଅଞ୍ଚଳକୁ ଶ୍ୟାମଳ କରିବବୋଲି ଲେଖକ କହିଛନ୍ତି ।

(ଘ) କଠିନ ଶବ୍ଦ ଓ ଏହାର ଅର୍ଥ :
CHSE Odisha Class 12 Odia Solutions Chapter 2 ପୁଷ୍ପପୁରରେ ବର୍ଷାବରଣ 1

CHSE Odisha Class 12 Psychology Unit 1 Short Answer Questions in Odia Medium

Odisha State Board CHSE Odisha Class 12 Psychology Solutions Unit 1 ଜୀବନବ୍ୟାପୀ ବିକାଶ & ସ୍ଵୟଂ ତଥା ବ୍ୟକ୍ତିତ୍ଵ Short Answer Questions.

CHSE Odisha 12th Class Psychology Unit 1 Short Answer Questions in Odia Medium

ଦୁଇନମ୍ୱର ସମ୍ୱଳିତ ପ୍ରଣ୍ନେ।ତ୍ତର

ନିମ୍ନଲିଖତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦୁଇ/ ତିନିଗୋଟି ବାକ୍ୟ ମଧ୍ୟରେ ଲେଖ ।
Question ୧।
ବିକାଶ କାହାକୁ କୁହନ୍ତି ?
Answer:
ବ୍ୟକ୍ତିର ବ୍ୟକ୍ତିକ ଓ ଗୁଣାତ୍ମକ ପରିବର୍ତ୍ତନକୁ ‘ବିକାଶ’ କୁହାଯାଏ । ଏହା ପରିବର୍ତ୍ତନ ଓ ଗତିର ଏପରି ଏକ ପ୍ରତିରୂପ ଯାହା ମାତୃଗର୍ଭରେ ସ୍ଥାପିତ ହେବା ଦିନଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଗତିଶୀଳ ରହିଥାଏ । ଏହା ଉଭୟ ସକାରାତ୍ମକ ଓ ନକରାତ୍ମକ ଗୁଣାତ୍ମକ ପରିବର୍ତ୍ତନକୁ ବୁଝାଏ । ଏହା ଜୈବିକ, ସଂଜ୍ଞାନାତ୍ମକ ଏବଂ ସାମାଜିକ-ସଂଜ୍ଞାନାତ୍ମକ ପ୍ରକ୍ରିୟାଗୁଡ଼ିକର ପରସ୍ପର ସମ୍ବନ୍ଧକୁ ନେଇ ଆକାର ପ୍ରାପ୍ତ ହୋଇଥାଏ । ବିକାଶ ଏକ ପ୍ରଗତିଶୀଳ, କ୍ରମିକ ପରିବର୍ତ୍ତନ ଏବଂ ଏହା ପରିପକ୍ଵତା ଆଡ଼କୁ ମାନବକୁ ଆଗେଇ ନିଏ ।

Question ୨।
ବିକାଶର ଆମସ୍ତକ-ପାଦ ଅନୁକ୍ରମ କ’ଣ ?
Answer:
ବିକାଶ ଏକ ସୁବ୍ୟବସ୍ଥିତ ତଥା ପ୍ରତ୍ୟାଶିତ ପଦ୍ଧତି ଅନୁସାରେ ହୋଇଥାଏ । ଶାରୀରିକ, ସାମାଜିକ ଓ ଭାଷା ପୂର୍ବ ନିର୍ଦ୍ଧାରିତ ବ୍ୟବସ୍ଥା ଅନୁସାରେ ହୋଇଥାନ୍ତି । ମାତ୍ର ବିକାଶ ମସ୍ତିଷ୍କରେ ଆରମ୍ଭ ହୋଇ ଗୋଡ଼ ଆଡ଼କୁ ଅଗ୍ରସର ହୋଇଥାଏ। ତାହାକୁ ‘ଆମସ୍ତକ-ପାଦ’ ଅନୁକ୍ରମ କୁହାଯାଏ । ଆମସ୍ତକ-ପାଦ ଧାରା ଅନୁଯାୟୀ ଶିଶୁର ଶରୀରର ଗଠନ ଓ କାର୍ଯ୍ୟ ନିର୍ଦ୍ଧାରିତ ହୋଇଥାଏ ।

Question ୩।
ଜୀବନ କିପରି ଆରମ୍ଭ ହୋଇଥାଏ ଲେଖ ।
Answer:
ପୁରୁଷ ଶୁକ୍ରାଣୁ ଓ ସ୍ତ୍ରୀର ଡିମ୍ବାଣୁର ସଂଯୋଗ ଫଳରେ ଯୁଗ୍ମଜ ସୃଷ୍ଟି ହୋଇଥାଏ । ଠିକ୍ ସେହି ସମୟ ଠାରୁ ସ୍ତ୍ରୀର ଋତୁସ୍ରାବ ଚକ୍ର ଯାହାକି ୨୮ ଦିନରେ ଦେଖାଯାଇଥାଏ ତାହା ବନ୍ଦ ହୋଇଯାଏ । ଋତୁସ୍ରାବ ବନ୍ଦ ହେବା ଦିନଠାରୁ ସ୍ତ୍ରୀର ଗର୍ଭାଶୟରେ ସୃଷ୍ଟି ହୋଇଥିବା ଯୁଗ୍ମଜର ଜୀବନ ଆରମ୍ଭ ହୋଇଥାଏ । ତେଣୁ ଗର୍ଭଧାରଣ ଦିନଠାରୁ ନବଜାତ ଶିଶୁର ଜୀବନ ଆରମ୍ଭ ହୁଏ ।

Question ୪।
ଶୈଶବାବସ୍ଥାରେ ଶିଶୁର ମାନସିକ ବିକାଶ କିପରି ହୁଏ ଲେଖ ।
Answer:
ଶୈଶବାବସ୍ଥାରେ କେତେଗୁଡ଼ିଏ ସରଳ ମାନସିକ ପ୍ରକ୍ରିୟାର ବିକାଶ ହୋଇଥାଏ । ସେ କ୍ରମଶଃ ଉଦ୍ଦୀପକ ଓ ପ୍ରତିକ୍ରିୟା ମଧ୍ୟରେ ସଂପର୍କ ସୃଷ୍ଟି କରିପାରିଥାଏ । ଭାଷା ମାଧ୍ୟମରେ ନିଜର ଅନୁଭବକୁ ପ୍ରକାଶ କରିବା ପାଇଁ ସେ ଶିକ୍ଷା କରିଥାଏ। ଏହାଦ୍ଵାରା ଶିଶୁଟିର ସାମାଜିକ ଓ ଆବେଗିକ ବିକାଶରେ ଉନ୍ନତି ଘଟିଥାଏ । ପିଆଜେଙ୍କ ମତରେ ଉକ୍ତ ଅବସ୍ଥାରେ ଶିଶୁଟିର ବୌଦ୍ଧିକ ବିକାଶ ଆରମ୍ଭ ହୋଇଥାଏ ।

Question ୫।
ବାଲ୍ୟାବସ୍ଥାରେ ଶିଶୁର ସାମାଜିକ ବିକାଶ କିପରି ହୋଇଥାଏ ଉଲ୍ଲେଖ କର ।
Answer:
ବାଲ୍ୟାବସ୍ଥାରେ ଶିଶୁମାନଙ୍କର ସାମାଜିକ ବିକାଶରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଥାଏ । ଶିଶୁଟିର ସଂପର୍କ ତା’ର ଆତ୍ମୀୟସ୍ୱଜନଠାରୁ ଆରମ୍ଭ କରି କ୍ରମଶଃ ସାଙ୍ଗସାଥୀ ଓ ଅନ୍ୟ ଶିଶୁମାନଙ୍କୁ ପ୍ରାପ୍ତ ହୋଇଥାଏ । ମାତ୍ର ଶିଶୁଟିର ସାମାଜିକୀକରଣ ପ୍ରକ୍ରିୟା ପ୍ରଥମେ ତା’ର ଗୃହରୁ ଆରମ୍ଭ ହୋଇଥାଏ । ଏହି ବୟସରେ ଶିଶୁ ନିଜକୁ ଦଳଗତ କାର୍ଯ୍ୟରେ ସାମିଲ କରିବାକୁ ଅଧ୍ବକ ପସନ୍ଦ କରିଥାଏ । ଏହି ସମୟରେ ଶିଶୁଟିର ବ୍ୟକ୍ତିତ୍ଵର ବିକାଶ ଘଟିଥାଏ । ନୈତିକତାର ବିକାଶ, ସ୍ଵାଧୀନ ଚିନ୍ତାଧାରା, ଆଚରଣ, ଯୌନ ବିକାଶ ଏବଂ ଆବେଗିକ ବ୍ୟବହାର ଇତ୍ୟାଦି ଶିଶୁର ସାମାଜିକ ବ୍ୟବହାରକୁ ବିଶେଷ ପ୍ରଭାବିତ କରିଥାଏ ।

CHSE Odisha Class 12 Psychology Unit 1 Short Answer Questions in Odia Medium

Question ୬।
ବୃଦ୍ଧାବସ୍ଥାର ଶାରୀରିକ ପରିବର୍ତ୍ତନଗୁଡ଼ିକ ଉଲ୍ଲେଖ କର ।
Answer:
ବୃଦ୍ଧାବସ୍ଥାରେ ଶାରୀରିକ ପରିବର୍ତ୍ତନ ସାଧାରଣତଃ ଦୁଇଗୋଟି ମୁଖ୍ୟ କାରଣରୁ ହୋଇଥାଏ । ପ୍ରଥମତଃ ଇନ୍ଦ୍ରିୟ କାରକ ପରିବର୍ତ୍ତନ ଓ ଦ୍ବିତୀୟତଃ ସ୍ନାୟବିକ ପରିବର୍ତ୍ତନ । ବୃଦ୍ଧାବସ୍ଥାରେ ମନୁଷ୍ୟର ଇନ୍ଦ୍ରିୟ ଯଥା ଆଖୁ, ନାକ, କାନଗୁଡ଼ିକର କ୍ଷମତା ଆସ୍ତେ ଆସ୍ତେ କମିବାରେ ଲାଗେ । ଏହାଦ୍ଵାରା ଶାରୀରିକ କାର୍ଯ୍ୟକଳାପରେ ବାଧା ସୃଷ୍ଟି ହୋଇଥାଏ । ସ୍ନାୟବିକ ପରିବର୍ତ୍ତନ ଫଳରେ ବ୍ୟକ୍ତିର ମାଂସପେଶୀଗୁଡ଼ିକର କ୍ଷମତା, ମସ୍ତିଷ୍କର ଦକ୍ଷତା ଓ ବିଭିନ୍ନ ଗ୍ରନ୍ଥିଗୁଡ଼ିକର କ୍ରିୟାକଳାପରେ ଦୃଢ଼ ମନ୍ଥରତା ପରିଲକ୍ଷିତ ହୁଏ ।

Question ୭।
ସ୍ବୟଂ କହିଲେ କ’ଣ ବୁଝ ?
Answer:
ନିଜକୁ ଏକ ବସ୍ତୁ ରୂପେ ମନେ କରି ନିଜ ସମ୍ବନ୍ଧରେ ହେଉଥୁବା ସାମଗ୍ରିକ ବିଚାରଧାରା ଏବଂ ଅନୁଭୂତିକୁ “ସ୍ୱ ସ୍ୱୟଂ” କୁହାଯାଏ। ସମସ୍ତ ମାନବୀୟ କ୍ରିୟାକଳାପର କେନ୍ଦ୍ରବିନ୍ଦୁ ହେଉଛି ସ୍ଵୟଂ | ସ୍ଵୟଂ ସଂରଚନା ଥରେ ହୋଇଗଲେ ତାହା ବ୍ୟକ୍ତିର ବ୍ୟବହାରକୁ ସାର୍ଥକ ଭାବେ ପ୍ରଭାବିତ କରିଥାଏ । ସ୍ଵ ସମ୍ବନ୍ଧରେ କହିବା ବେଳେ ଦୁଇଟି ଶବ୍ଦ ଯଥା ‘ମୁଁ’ ଏବଂ ‘ମୋର’ ଉପଯୋଗ କରାଯାଉଥାଏ । ‘ମୁଁ’ ସ୍ଵର ଜ୍ଞାତା ପକ୍ଷକୁ ଓ ‘ମୋର’ ସ୍ଵର ଜ୍ଞେୟ ପକ୍ଷକୁ ବୁଝାଇଥାଏ ।

Question ୮।
ବ୍ୟକ୍ତିତ୍ଵ କାହାକୁ କହନ୍ତି ?
Answer:
ଜଣେ ବ୍ୟକ୍ତିର ବିଶିଷ୍ଟ ତଥା ଅପେକ୍ଷାକୃତ ସ୍ଥାୟୀଗୁଣଗୁଡ଼ିକ ଯାହା ବିଭିନ୍ନ ପରିସ୍ଥିତିରେ ତଥା ଏକ ସମୟ ଅନ୍ତରାଳରେ ବ୍ୟବହାରର ପ୍ରତିରୂପକୁ ବ୍ୟକ୍ତ କରିଥାଏ ତାକୁ ବ୍ୟକ୍ତିତ୍ଵ କୁହାଯାଏ । ମନୋବୈଜ୍ଞାନିକ ଆଲପୋର୍ଟଙ୍କ ମତରେ “ ବ୍ୟକ୍ତିତ୍ଵ ହେଉଛି ବ୍ୟକ୍ତି ମଧ୍ୟରେ ଥ‌ିବା ମାନସ-ଭୌତିକ ତନ୍ତ୍ରୀଗୁଡ଼ିକର ଏକ ଗତିଶୀଳ ସଂଗଠନ, ଯାହାକି ବ୍ୟକ୍ତିର ପରିବେଷ୍ଟନୀ ସହିତ ଉପଯୋଜନ କ୍ରିୟାକୁ ନିରୂପଣ କରିଥାଏ ।”

Question ୯।
ଶୀଳଗୁଣ ସମ୍ବନ୍ଧରେ ଉଲ୍ଲେଖ କର ।
Answer:
ଗୋଟିଏ ବ୍ୟକ୍ତି ଅନ୍ୟ ବ୍ୟକ୍ତି ଠାରୁ ଯେଉଁ ଅର୍ଥରେ ଅପେକ୍ଷାକୃତ ସ୍ଥାୟୀ ଭାବରେ ଭିନ୍ନ ହୋଇଥାଏ ତାହାକୁ ‘ଶୀଳଗୁଣ’ କୁହନ୍ତି। ଶୀଳଗୁଣ ଏପରି ବିଶେଷ ଧରଣର ଲକ୍ଷଣ ଯାହା ସାଧାରଣ କ୍ରିୟା ପ୍ରବୃତ୍ତି ପରି କାର୍ଯ୍ୟ କରିଥାଏ । ଏହା ବ୍ୟବହାରର ବିସ୍ତୃତିକୁ ସୂଚାଇଥାଏ ଏବଂ ପରିସ୍ଥିତି ଅନୁଯାୟୀ ବ୍ୟକ୍ତିର ବ୍ୟବହାରରେ ପ୍ରକଟିତ ହୋଇଥାଏ। ବ୍ୟକ୍ତିତ୍ଵର ବର୍ଣ୍ଣନଙ୍କ ଏବଂ ବିଶ୍ଳେଷଣ ପାଇଁ ଶୀଳଗୁଣ ଉପଯୋଗ ବହୁତ ଅଧ‌ିକ ପ୍ରଚଳିତ । କେତେକ ଶୀଳଗୁଣର ସଂଗଠନ ଓ ପ୍ରବଳତାରେ ପରିବର୍ଭନ କାରଣରୁ ବ୍ୟକ୍ତିତ୍ଵର ଭିନ୍ନତା ଦେଖାଯାଇଥାଏ।

Question ୧୦।
ବ୍ୟକ୍ତିତ୍ଵ ମୂଲ୍ୟାୟନ କହିଲେ କ’ଣ ବୁଝ ?
Answer:
ମୂଲ୍ୟାଙ୍କନ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ବିବିଧତା ଅଧ୍ୟୟନ କରିବାରେ, ପରିବର୍ତ୍ତୀମାନଙ୍କ ମଧ୍ୟରେ ସମ୍ବନ୍ଧ ଜାଣିବାରେ, ବିକାଶାତ୍ମକ ପରିବର୍ତ୍ତନ ଅଧ୍ୟୟନ କରିବାରେ, ନିଦାନ, ସ୍ଥାପନା ତଥା ପରାମର୍ଶ ଇତ୍ୟାଦିରେ ଉପଯୋଗ କରାଯାଉଥାଏ ।

CHSE Odisha Class 12 Psychology Unit 1 Short Answer Questions in Odia Medium

Question ୧୧।
A – ପ୍ରକାର ବ୍ୟକ୍ତିତ୍ଵର ଗୁଣାବଳୀ ଉଲ୍ଲେଖ କର ।
Answer:
A-ପ୍ରକାର ବ୍ୟକ୍ତିତ୍ଵର ଅଧିକାରୀ ବ୍ୟକ୍ତିମାନେ କମ୍ ସମୟରେ ଅଧ‌ିକ କାର୍ଯ୍ୟ କରିବାରେ ଓ ଅଧ‌ିକ ଉପଲବ୍‌ କରିବା ପାଇଁ ନିରନ୍ତର ଚେଷ୍ଟା କରନ୍ତି । କ୍ଷମତାଲିପ୍‌ସା, ଉଚ୍ଚାକାଂକ୍ଷା, ପ୍ରତିଯୋଗିତା ମନୋଭାବ, କ୍ରୋଧ, ଉତ୍ତେଜନା ଏମାନଙ୍କର ପ୍ରମୁଖ ଲକ୍ଷଣ । A-ପ୍ରକାର ବ୍ୟକ୍ତି ହୃଦୟ ଧମନୀ ରୋଗରେ ପୀଡ଼ିତ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ।

ତିନିନମ୍ବର ସମ୍ବଳିତ ପ୍ରଶ୍ନୋତ୍ତର

ନିମ୍ନଲିଖତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଛଅଗୋଟି ବାକ୍ୟ ମଧ୍ୟରେ ଉଲ୍ଲେଖ କର ।
Question ୧।
ବିକାଶ ଓ ଅଭିବୃଦ୍ଧି ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:
ବିକାଶ :
(୧) ବିକାଶ ବ୍ୟକ୍ତିର ବ୍ୟକ୍ତିକ ଓ ଗୁଣାତ୍ମକ ପରିବର୍ତ୍ତନକୁ ବୁଝାଇଥାଏ । ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟର ବିକାଶ ହୋଇଥାଏ ।
(୨) ବିକାଶ ଏକ ପ୍ରଗତିଶୀଳ କ୍ରମିକ ପରିବର୍ତ୍ତନ ଏବଂ ଏହା ପରିପକ୍ବତା ଆଡ଼କୁ ମାନବକୁ ଆଗେଇ ନିଏ ।
(୩) ବିକାଶର କାର୍ଯ୍ୟ ହେଲା ବିଭିନ୍ନ ଗଠନ ପ୍ରଣାଳୀ ଏବଂ କ୍ରିୟାକଳାପର ସଂହତି ତଥା ସଂଗଠନ ।

ଅଭିବୃଦ୍ଧି :
(୧) ମାନବ ଶରୀରର ପରିମାଣାତ୍ମକ ବା ମାତ୍ରିକ ପରିବର୍ତ୍ତନକୁ ଅଭିବୃଦ୍ଧି କୁହାଯାଉଥାଏ, ଯେପରିକି – ବୟସ ବୃଦ୍ଧି, ଶରୀର୍ ଓଜନରେ ବୃଦ୍ଧି, ଉଚ୍ଚତାରେ ବୃଦ୍ଧି ଇତ୍ୟାଦି ।
(୨) ଶିଶୁ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗର ବୃଦ୍ଧି ହେବା ସଙ୍ଗେ ସଙ୍ଗେ ମସ୍ତିଷ୍କର ବୃଦ୍ଧି ମଧ୍ୟ ଘଟେ। ଫଳରେ ଶିଶୁର ଶିକ୍ଷଣ ଶକ୍ତି, ସ୍ମରଣ ଶକ୍ତି ଓ ବିଚାର ଶକ୍ତି ପ୍ରଭୃତି ବୃଦ୍ଧି ପାଏ ।
(୩) ବୃଦ୍ଧି ନିରବଚ୍ଛିନ୍ନ ନୁହେଁ । ଏହା ପରିମାଣାତ୍ମକ ପରିବର୍ତ୍ତନ ଏକ ସକରାତ୍ମକ ପ୍ରତିରୂପ ।

Question ୨।
ବିକାଶର ଯେ କୌଣସି ଦୁଇଟି ନିୟମ ଉଲ୍ଲେଖ କର ।
Answer:
(i) ବିକାଶ ସାଧାରଣରୁ ସ୍ଵତନ୍ତ୍ରତା ଆଡ଼କୁ ଗତି କରେ – ଶିଶୁଟିର ପ୍ରତ୍ୟେକ ବିକାଶ ସାଧାରଣରୁ ଆରମ୍ଭ ହୋଇ କ୍ରମଶଃ ସ୍ଵତନ୍ତ୍ରତା ଆଡ଼କୁ ଗତି କରିଥାଏ । ଶିଶୁଟିର ମାନସିକ ବା ଶାରୀରିକ ବିକାଶ କ୍ଷେତ୍ରରେ ଏହା ସ୍ପଷ୍ଟ ଭାବରେ ଦୃଷ୍ଟିଗୋଚର ହୋଇଥାଏ । ଶିଶୁଟି ପ୍ରଥମେ ପ୍ରଥମେ ସାଧାରଣ ଶବ୍ଦ ଶିଖୁବା ଆରମ୍ଭ କରେ ଓ କ୍ରମଶଃ ସେ ସ୍ଵତନ୍ତ୍ର ଶବ୍ଦମାନ ଶିଖୁଥାଏ । ଏପରିକି ଶୈଶବରେ ଶିଶୁଟି କୌଣସି ଏକ ଜିନିଷ ଧରିବା ପାଇଁ ତା’ର ସଂପୂର୍ଣ୍ଣ ଶରୀରକୁ ଚଳାୟମାନ କରିଥାଏ । ପରେ ପରେ ସେ ଉକ୍ତ ଜିନିଷଟିକୁ ଧରିବା ପାଇଁ ଶରୀରର ସ୍ଵତନ୍ତ୍ର ଅଂଶକୁ ଚଳାୟମାନ କରିବା ପାଇଁ ଶିଖୁଥାଏ ।

(ii) ବିକାଶର ହାର ବିଭିନ୍ନ ଅବସ୍ଥାରେ ଭିନ୍ନ ଭିନ୍ନ ହୋଇଥାଏ – ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ପାଇଁ ବିକାଶର ହାର ସମାନ ନୁହେଁ । ବିଭିନ୍ନ ଅବସ୍ଥାରେ ମଧ୍ୟ ବିକାଶର ହାରରେ ଭିନ୍ନତା ଦେଖାଦେଇଥାଏ । ଶୈଶବ ଅବସ୍ଥାରୁ ଆରମ୍ଭ କରି ଯୁବକ ଅବସ୍ଥା ପର୍ଯ୍ୟନ୍ତ ଶାରୀରିକ ଅଭିବୃଦ୍ଧି କ୍ଷିପ୍ର ଭାବରେ ଦେଖାଦେଇଥାଏ । ଯୁବକ ଅବସ୍ଥା ଠାରୁ ବୃଦ୍ଧ ଅବସ୍ଥା ପର୍ଯ୍ୟନ୍ତ ଏହା ଅତ୍ୟନ୍ତ ଧୀର ଭାବରେ ଦେଖାଯାଏ । ସେହିପରି ହୃତ୍‌ପିଣ୍ଡ ଓ ପାକତନ୍ତ୍ର ଇତ୍ୟାଦିର ବୃଦ୍ଧି ଶୈଶବାବସ୍ଥାରେ ଥ‌ିବା ବେଳେ ଯୁବାବସ୍ଥାରେ କ୍ଷିପ୍ର ହୋଇଥାଏ ।

Question ୩।
ଭୃଣାବସ୍ଥା ସଂପର୍କରେ ବର୍ଣ୍ଣନା କର ।
Answer:
ଭୃଣାବସ୍ଥା ଗର୍ଭସଞ୍ଚାରର ୨ୟ ସପ୍ତାହଠାରୁ ୮ମ ସପ୍ତାହ ପର୍ଯ୍ୟନ୍ତ ଗତି କରିଥାଏ । ଏହି ଅବସ୍ଥା ସମୟରେ ଶିଶୁଟିର ସମସ୍ତ ମୁଖ୍ୟ ଅଙ୍ଗପ୍ରତ୍ୟଙ୍ଗର ବିକାଶ ଘଟିଥାଏ । ଉକ୍ତ ବିକାଶର ଧାରା ଏତେ କ୍ଷିପ୍ର ହେଉଥାଏ ଯେ ସାମାନ୍ୟ ଭ୍ରୂଣଟି କ୍ରମଶଃ ଏକ କ୍ଷୁଦ୍ର ଶିଶୁରେ ପରିଣତ ହୋଇଥାଏ । ନିଷିକ୍ତ ଡିମ୍ବାଣୁ ସମୟଠାରୁ ଉକ୍ତ ଅବସ୍ଥାର ଶେଷ ସମୟ ବେଳକୁ ଯୁଗ୍ମଜର ଆକାରରେ ଶତକଡ଼ା ଦୁଇ ମିଲିୟନ୍ ବୃଦ୍ଧି ଘଟିଥାଏ । ଯୁଗ୍ମଜଟିର ଅନ୍ତରୀଣ ସମୂହ ତିନିଗୋଟି ସ୍ତରରେ ବିଭକ୍ତ ହୋଇଥାଏ ଯଥା :

(i) ବାହ୍ୟ ଚର୍ମସ୍ତର (Ectoderm)
(ii) ମଧ୍ୟାଦିସ୍ତର (Mesoderm)
(iii) ଅନ୍ତଃ ଚର୍ମସ୍ତର (Endoderm)

ବାହ୍ୟଚର୍ମ ସ୍ତର ଜରିଆରେ ଶିଶୁଟିର ନଖ, ବାଳ, ଚର୍ମ, ଦାନ୍ତର କିଛି ଅଂଶ, ଚର୍ମଗ୍ରନ୍ଥି, ସଂବେଦୀ କୋଷ ଓ ସ୍ନାୟୁ ସଂସ୍ଥାର ବିକାଶ ଘଟିଥାଏ । ମଧ୍ଯାଦିସ୍ତର ଦ୍ଵାରା ଶିଶୁଟିର ମାଂସପେଶୀ, କଙ୍କାଳ, ନିମ୍ନସ୍ତରରେ ଥିବା ଚର୍ମ, ନିଶ୍ବାସପ୍ରଶ୍ଵାସ ନେବା ଅଂଶଗୁଡ଼ିକର ବିକାଶ ହୋଇଥାଏ । ଅନ୍ତଃ ଚର୍ମଦ୍ଵାରା ଫୁସ୍‌ଫୁସ୍, ଯକୃତ, ଲାଳଗ୍ରନ୍ଥି, ଅଗ୍ନାଶୟ ଓ ଅନ୍ୟାନ୍ୟ ଗ୍ରନ୍ଥି ସମୂହର ବିକାଶ ଘଟିଥାଏ । ଏହାଛଡ଼ା ଅନ୍ୟାନ୍ୟ ସହକାରୀ ଅଂଶଗୁଡ଼ିକ ଯଥା – ଆମ୍‌ନିଓଟିକ୍ ଥଳୀ, ଗର୍ଭଫୁଲ ଓ ନାଭାନାଡ଼ ଇତ୍ୟାଦିର ବିକାଶ ଘଟିଥାଏ ।

CHSE Odisha Class 12 Psychology Unit 1 Short Answer Questions in Odia Medium

Question ୪।
କିଶୋରାବସ୍ଥାର ମୁଖ୍ୟ ବିଶେଷଣଗୁଡ଼ିକ ଉଲ୍ଲେଖ କର ।
Answer:
କିଶୋରାବସ୍ଥା ଜୀବନର ଏପରି ଏକ ଅବସ୍ଥା ଯାହା ତାରୁଣ୍ୟ ବା ଯୌବନର ଆଗମନୀରେ ଓ ଯୌନ ପରିପକ୍ଵତା ତଥା ପ୍ରଜନନ କ୍ଷମତା ପ୍ରାପ୍ତ କରିବା ସମୟରେ ଆରମ୍ଭ ହୋଇଥାଏ । ଉକ୍ତ ସମୟରେ ଶିଶୁର ପ୍ରମୁଖ ଶାରୀରିକ, ମାନସିକ ଓ ସାମାଜିକ ପରିବର୍ତ୍ତନ ଘଟିଥାଏ । ଏହି ସମୟରେ ଜୀବନକୁ ଏକ ନୂତନ ରୂପରେଖ ଦେବାର ଆହ୍ବାନ ଓ ପ୍ରତ୍ୟେକ ସମସ୍ୟାକୁ ସଫଳତା ପୂର୍ବକ ସାମ୍ନା କରିବାର ଆନନ୍ଦ ଯୁବକ ଓ ଯୁବତୀମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥାଏ । କିଶୋର କିଶୋରୀ ଉକ୍ତ ସମୟରେ ସେମାନଙ୍କର ଶାରୀରିକ ପରିବର୍ତ୍ତନ ଉପରେ ଅଧ‌ିକ ଗୁରୁତ୍ଵ ଦେଇଥାନ୍ତି ।

ଆତ୍ମବିଶ୍ଵାସ ବୃଦ୍ଧି ହୋଇଥାଏ । ଆତ୍ମ ନିର୍ଭରଶୀଳତା ବାଳକ ଓ ବାଳିକାମାନଙ୍କୁ କ୍ରମଶଃ ସାଙ୍ଗସାଥୀ ଓ ସ୍ଵାଧୀନ ଚିନ୍ତାଧାରା ଆଡ଼କୁ ଆକର୍ଷିତ କରିଥାଏ । ନିଜର ଆତ୍ମ ପରିଚୟ ଓ ସାମାଜିକ ଜୀବନରେ ଦ୍ଵନ୍ଦ୍ବ ଉକ୍ତ ଅବସ୍ଥାର ମୁଖ୍ୟ ଲକ୍ଷଣ ଅଟେ । ବିଭିନ୍ନ ସାମାଜିକ ସମସ୍ୟାର ସମାଧାନ କରିବା ସହିତ ସେମାନେ ସମାଜରେ ନିଜର ପରିଚୟକୁ ସୁଦୃଢ଼ କରିପାରିଥାନ୍ତି । ଏହି ଅବସ୍ଥାରେ ସେମାନଙ୍କର ନୈତିକ ମୂଲ୍ୟବୋଧର ବିକାଶ ଘଟିଥାଏ । ସେମାନଙ୍କ ପ୍ରତି ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ ଏହି ସମୟରେ ବାଳକ ଓ ବାଳିକାମାନଙ୍କର ଆତ୍ମବିଶ୍ଵାସ ବୃଦ୍ଧି ହୋଇଥାଏ । ଆତ୍ମନିର୍ଭରଶୀଳତା ବାଳକ ଓ ବାଳିକାମାନଙ୍କର ମନରେ ଆସିଥାଏ ।

Question ୬।
ଅନ୍ତର୍ମୁଖୀ ଓ ବହିର୍ମୁଖୀ ବ୍ୟକ୍ତିତ୍ବ ମଧ୍ୟରେ ପ୍ରଭେଦ ଦର୍ଶାଅ ।
Answer:
ଅନ୍ତର୍ମୁଖୀ :
(୧) ଅନ୍ତର୍ମୁଖତା ନିଜର ଅନ୍ତରୀଣ ଅନୁଭୂତି ମଧ୍ୟରେ ସୀମିତ ହେବାର ଗୁଣକୁ ବ୍ୟକ୍ତ କରେ ।
(୨) ଅନ୍ତର୍ମୁଖୀ ବ୍ୟକ୍ତିମାନେ ଶାନ୍ତ, ଗମ୍ଭୀର, ବିଚାରମଗ୍ନ ତଥା ସହନଶୀଳ ହୋଇଥାନ୍ତି ।
(୩) ଅନ୍ତର୍ମୁଖୀ ଛାତ୍ର ପଢ଼ିବା ଲେଖିବାରେ ଭଲ କରିଥାଆନ୍ତି ଓ ଏମାନେ ନିମ୍ନ ଉତ୍ତେଜନା ଅଧ୍ବକ ତୀ କୌଣସି ଜିନିଷକୁ ଶିକ୍ଷା କରିଥାନ୍ତି ।

ବହିର୍ମୁଖ :
(୧) ନିଜର ବାହ୍ୟିକ ପରିବେଶ ଓ ସମାଜରେ ମନୋନିବେଶ କରିବା ଗୁଣକୁ ବହିର୍ମୁଖତା କୁହାଯାଏ ।
(୨) ବହିର୍ମୁଖୀ ବ୍ୟକ୍ତିମାନେ ବହିର୍ଗମନା, ମେଳାପୀ, ସକ୍ରିୟ ତଥା ଆବେଗୀ ସ୍ଵଭାବର ହୋଇଥାନ୍ତି ।
(୩) ବହିର୍ମୁଖୀ ଅଧୂକ ସତର୍କ ରହନ୍ତି ଓ ସେମାନଙ୍କଠାରେ ଉତ୍ତେଜନା ପ୍ରାପ୍ତ କରିବାର ପ୍ରବୃତ୍ତି ଅଧ‌ିକ ଦେଖା ଦେଉଥାଏ । ଏମାନେ ଯେତେବେଳେ ଉତ୍ତେଜିତ ରହିଥାନ୍ତି ସେତେବେଳେ ଯେ କୌଣସି ବିଷୟକୁ ଭଲଭାବରେ ଶିକ୍ଷା କରନ୍ତି ।