CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ

Odisha State Board CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ Questions and Answers.

CHSE Odisha 11th Class Economics Solutions Chapter 10 ଦାରିଦ୍ର୍ୟ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ।

1. ସର୍ବନିମ୍ନ ଉପଭୋଗ ଆବଶ୍ୟକତା ପୂରଣ ନିମନ୍ତେ ଥିବା ସାମର୍ଥ୍ୟହୀନତା ହେଉଛି ।
(i) ଆପେକ୍ଷିକ ଦାରିଦ୍ର୍ୟ
(ii) ଗ୍ରାମାଞ୍ଚଳ ଦାରିଦ୍ର୍ୟ
(iii) ଚରମ ଦାରିଦ୍ର୍ୟ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ଚରମ ଦାରିଦ୍ର୍ୟ

2. ଗ୍ରାମାଞ୍ଚଳରେ ଜଣେ ବ୍ୟକ୍ତି ପାଇଁ ସର୍ବନିମ୍ନ ଖାଦ୍ୟସାର ଆବଶ୍ୟକତା ।
(i) 2100 କ୍ୟାଲୋରୀ
(ii) 2200 କ୍ୟାଲୋରୀ
(iii) 2400 କ୍ୟାଲୋରୀ
(iv) 2000 କ୍ୟାଲୋରୀ
Answer:
(iii) 2400 କ୍ୟାଲୋରୀ

3. ନିମ୍ନୋକ୍ତ କେଉଁଟି ଦାରିଦ୍ର୍ୟର କାରଣ ?
(i) ମନ୍ଥର ଅଭିବୃଦ୍ଧିହାର
(ii) ମୁଦ୍ରାଙ୍ଗୀତି
(iii) ଜନସଂଖ୍ୟାର ଚାପ
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ

4. କେଉଁ ବେକାରୀ ପ୍ରତିଭା ବହିର୍ଗମନ କରିଥାଏ ?
(i) ଶିକ୍ଷିତ ବେକାରୀ
(ii) ପ୍ରଚ୍ଛନ୍ନ ବେକାରୀ
(iii) ଅର୍ବବେକାରୀ
(iv) ଉଭୟ (i) ଓ (ii)
Answer:
(iv) ଉଭୟ (i) ଓ (ii)

CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ

5. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଭାରତରେ ପରିଦୃଷ୍ଟ ବେକାରିର ଅନ୍ୟତମ କାରଣ ଅଟେ ?
(i) ଉନ୍ନତ ବୃଦ୍ଧି
(ii) ଅର୍ଥବ୍ୟବସ୍ଥାର ଉଚ୍ଚ ଅଭିବୃଦ୍ଧିହାର
(iii) ଜନସଂଖ୍ୟା ବୃଦ୍ଧି
(iv) ଶିଳ୍ପ ଉତ୍ପାଦନ କ୍ଷମତାର ପୂର୍ଣ୍ଣ ବିନିଯୋଗ
Answer:
(iii) ଜନସଂଖ୍ୟା ବୃଦ୍ଧି

6. ସମନ୍ବିତ ଗ୍ରାମ ଉନ୍ନୟନ କାର୍ଯ୍ୟକ୍ରମ (IRDP) କେଉଁ ମସିହାରୁ ଆରମ୍ଭ କରାଯାଇଥିଲା ?
(i) 1978-79
(ii) 1980-81
(iii) 1979-80
(iv) 1981-82
Answer:
(iii) 1979-80

7. ନିମ୍ନୋକ୍ତ ମଧ୍ୟରୁ କେଉଁ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମରେ ବ୍ୟାଙ୍କଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିଥା’ନ୍ତି ?
(i) ଜବାହର ରୋଜଗାର ଯୋଜନା
(ii) ଜାତୀୟ କାମ ପାଇଁ ଖାଦ୍ୟ ଯୋଜନା
(iii) ଜାତୀୟ ଗ୍ରାମାଞ୍ଚଳ ନିଯୁକ୍ତି କାର୍ଯ୍ୟକ୍ରମ
(iv) ସମନ୍ବିତ ଗ୍ରାମ୍ୟ ବିକାଶ ଯୋଜନା
Answer:
(i) ଜବାହର ରୋଜଗାର ଯୋଜନା

8. ଆତ୍ମନିଯୁକ୍ତି ପାଇଁ ଯୁବା ପ୍ରଶିକ୍ଷଣ କାର୍ଯ୍ୟକ୍ରମ (TRYSEM) ର ମୁଖ୍ୟ ଉଦ୍ଦେଶ୍ୟ କ’ଣ ?
(i) ଆତ୍ମନିଯୁକ୍ତି ପାଇଁ ଶିକ୍ଷିତ ବେକାରମାନଙ୍କୁ ପ୍ରଶିକ୍ଷିତ କରିବା
(ii) ଆତ୍ମନିନିଯୁକ୍ତି ପାଇଁ ସହରୀ ବେକାରୀମାନଙ୍କୁ ପ୍ରଶିକ୍ଷିତ କରିବା
(iii) ଦାରିଦ୍ର୍ୟରେଖା ତଳେ ଥିବା ଗ୍ରାମ୍ୟ କେଉଁ ଯୁବକମାନଙ୍କୁ ବୈଷୟିକ ତାଲିମ ପ୍ରଦାନ କରିବା
(iv) ଦାରିଦ୍ର୍ୟରେଖା ଉପରେ ଥିବା ଗ୍ରାମ୍ୟ ଯୁବକମାନଙ୍କୁ ବୈଷୟିକ ତାଲିମ ପ୍ରଦାନ କରିବା
Answer:
(iii) ଦାରିଦ୍ର୍ୟରେଖା ତଳେ ଥିବା ଗ୍ରାମ୍ୟ ଯୁବକମାନଙ୍କୁ ବୈଷୟିକ ତାଲିମ ପ୍ରଦାନ କରିବା

9. କେଉଁ ଭିଭିରେ ଦାରିଦ୍ର୍ୟରେଖା ନିର୍ଣ୍ଣୟ ହୁଏ ?
(i) ଖାଦ୍ୟ ଆବଶ୍ୟକତା
(ii) ମୁଣ୍ଡପିଛା ମାସିକ ବ୍ୟୟ
(iii) ଉଭୟ (i) ଓ (ii)
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ଉଭୟ (i) ଓ (ii)

CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ

10. ଦାରିଦ୍ର୍ୟ କହିଲେ ତୁମେ କ’ଣ ବୁଝ ?
(i) ନିମ୍ନ ଆୟ
(ii) ଅପପୁଷ୍ଟି
(iii) ସର୍ବନିମ୍ନ ମୌଳିକ ଆବଶ୍ୟକତାରୁ ବଞ୍ଚ
(iv) ଉପରୋକ୍ତ ସମସ୍ତ
Answer:
(iii) ସର୍ବନିମ୍ନ ମୌଳିକ ଆବଶ୍ୟକତାରୁ ବଞ୍ଚ

B. ଶୂନ୍ୟସ୍ଥାନ ପୂରଣ କର :

1. ଯେଉଁ ଲୋକମାନେ ବଞ୍ଚରହିବା ପାଇଁ ଜୀବନର ମୌଳିକ ଆବଶ୍ୟକତାକୁ ପୂରଣ କରିପାରନ୍ତି ନାହିଁ, ସେମାନଙ୍କ କ୍ଷେତ୍ରରେ _______________________ ଦାରିଦ୍ୟ ଦେଖାଯାଏ ।
Answer:
ଉତ୍କଟ

2. ଦାରିଦ୍ର୍ୟତାକୁ ମାପିବା ପାଇଁ ଆମେ _________________ ଦାରିଦ୍ର୍ୟକୁ ମାପିଥାଉ ।
Answer:
ଉତ୍କଟ

3. ଆପେକ୍ଷିକ ଦାରିଦ୍ର୍ୟ କହିଲେ ______________________ ର ବୈଷମ୍ୟକୁ ବୁଝାଏ ।
Answer:
ଆୟ

4. ଗ୍ରାମାଞ୍ଚଳ ପାଇଁ ଦାରିଦ୍ର୍ୟ ସୀମାରେଖା ହେଉଛି ଦିନକୁ ସର୍ବନିମ୍ନ ମୁଣ୍ଡପିଛା _______________________ କ୍ୟାଲୋରୀ ଆବଶ୍ୟକତା ।
Answer:
2400

5. ସହରାଞ୍ଚଳ ପାଇଁ ଦାରିଦ୍ର୍ୟ ସୀମାରେଖା ହେଉଛି ଦିନକୁ ସର୍ବନିମ୍ନ ମୁଣ୍ଡପିଛା ____________________ କ୍ୟାଲୋରୀ ଆବଶ୍ୟକତା ।
Answer:
2100

6. ସର୍ବନିମ୍ନ ଉପଭୋଗସ୍ତର ଯୋଗାଇଦେବାପାଇଁ ଆବଶ୍ୟକ ହେଉଥିବା ଆୟକୁ ହିଁ __________________ କୁହାଯାଏ ।
Answer:
ଦାରିଦ୍ର୍ୟସୀମାରେଖା

7. ଓଡ଼ିଶାରେ ଦାରିଦ୍ର୍ୟ ହାର _______________________ ପ୍ରତିଶତ ବୋଲି ତେନ୍ଦୁଲକର କମିଟି ନିଜ ରିପୋର୍ଟରେ ଦର୍ଶାଇଛନ୍ତି ।
Answer:
57

CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ

8. ଗୋଟିଏ ଦେଶର ଦାରିଦ୍ର୍ୟର କାରଣ ହେଉଛି ସେ ଦେଶର _______________________ ।
Answer:
ଦାରିଦ୍ର୍ୟ

9. ବେକାରୀ _____________________ ର ଏକ ପ୍ରତିଫଳନ ମାତ୍ର ।
Answer:
ଦାରିଦ୍ର୍ୟତା

10. _____________________ ଖାଦ୍ୟର ଅଭାବ ମଧ୍ଯ ଦାରିଦ୍ର୍ୟର ସୂଚନା ଦିଏ ।
Answer:
ପୁଷ୍ଟିକର

11. ଲୋକମାନେ ନିରକ୍ଷର, ଅନ୍ଧବିଶ୍ଵାସୀ, ଅଜ୍ଞ, ଭାଗ୍ୟବାଦୀ ତଥା ପରମ୍ପରାରେ ବିଶ୍ଵାସ କରୁଥିବା ହେତୁ ସେମାନଙ୍କ ମତରେ ସେମାନଙ୍କର ଦାରିଦ୍ର୍ୟତା ______________________ ଙ୍କ ଇଚ୍ଛା ।
Answer:
ଈଶ୍ବର

12. ______________________ କାର୍ଯ୍ୟକ୍ରମମାନ ପରୋକ୍ଷଭାବେ ଦାରିଦ୍ର୍ୟକୁ ଅପସରଣ କରିପାରିବ ।
Answer:
ଉନ୍ନୟନମୂଳକ

C. ଗୋଟିଏ ବାକ୍ୟରେ / ପଦରେ ଉତ୍ତର ଦିଅ ।

1. ଦାରିଦ୍ର୍ୟ କାହାକୁ କୁହାଯାଏ ?
Answer:
ଦାରିଦ୍ର୍ୟ ଏକ ଅବସ୍ଥା ଯେଉଁରେ ବ୍ୟକ୍ତି ତା’ର ସର୍ବନିମ୍ନ ମୌଳିକ ଆବଶ୍ରକତା ପୂରଣ ପାଇଁ ସମର୍ଥ ହୋଇ ନଥାଏ ।

2. ଭାରତରେ କେଉଁ ପ୍ରକାର ଦାରିଦ୍ର୍ୟ ଦୃଷ୍ଟିଗୋଚର ହୋଇଥାଏ ?
Answer:
ଉତ୍କଟ ବା ସ୍ଥୂଳ ଦାରିଦ୍ର୍ୟ

3. ଦାରିଦ୍ର୍ୟର ସୀମାରେଖା ଟାଣିବାକୁ ଯେକୌଣସି ଗୋଟିଏ ଆଧାର ଲେଖ ।
Answer:
ଜୀବନଧାରଣର ସର୍ବନିମ୍ନ ପୁଷ୍ଟିକର ମାନ ।

4. ସ୍ଥୂଳ ଦାରିଦ୍ର୍ୟ କହିଲେ କ’ଣ ବୁଝ ?
Answer:
ମାନବିକ ବ୍ୟକ୍ତିତ୍ଵର ବିକାଶ ପାଇଁ ଆବଶ୍ୟକ ଜୀବନଯାପନ ମାନ ହାସଲ କରିବା ଅସମର୍ଥତାକୁ ସ୍ଥୂଳ ଦାରିଦ୍ର୍ୟ କୁହାଯାଏ ।

5. ଆପେକ୍ଷିକ ଦାରିଦ୍ର୍ୟ କ’ଣ ?
Answer:
ଆର୍ଥିକ ସ୍ଵଚ୍ଛଳବର୍ଗଙ୍କ ସହ ତୁଳନାତ୍ମକ ଭାବେ ଅର୍ଥନୈତିକ ନୂନତାକୁ ଆପେକ୍ଷିକ ଦାରିଦ୍ର୍ୟ କୁହାଯାଏ ।

6. ଭାରତରେ କି ପ୍ରକାର ଦାରିଦ୍ର୍ୟ ଦେଖାଯାଏ ?
Answer:
ସ୍ଥୂଳ ଦାରିଦ୍ର୍ୟ

CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ

7. ଭାରତରେ ଦାରିଦ୍ର୍ୟ ରେଖା କାହାକୁ କହନ୍ତି ?
Answer:
ଗ୍ରାମାଞ୍ଚଳରେ ବ୍ୟକ୍ତି ପିଛା ଦିନକୁ 2400 କ୍ୟାଲୋରୀ ଓ ସହରାଞ୍ଚଳରେ 2100 କ୍ୟାଲୋରୀ ପାଇଁ ଖାଦ୍ୟ ଆହରଣ ପାଇଁ ଯେଉଁ ଆୟକୁ ଯେଉଁ ଆୟୁ ଭାରତରେ ଦାରିଦ୍ର୍ୟ ରେଖା କୁହାଯାଏ ।

8. ଦାରିଦ୍ର୍ୟର ସମୀରେଖା କ’ଣ ?
Answer:
ବ୍ୟକ୍ତିର ଉପଭୋଗର ଏକ ନିମ୍ନତମ ସ୍ତର ଦ୍ରବ୍ୟର ଆବଶ୍ୟକତା ପୂରଣ କରିବା ପାଇଁ ଯେଉଁ ଆୟସ୍ତର ଆବାଶ୍ୟକ ହୋଇଥାଏ, ସେହି ଆୟକୁ ଦାରିଦ୍ର୍ୟର ସୀମାରେଖା କୁହାଯାଏ ।

9. ଆପେକ୍ଷିକ ଦାରିଦ୍ର୍ୟର ଆଧାର କ’ଣ ?
Answer:
ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ରହିଥ‌ିବା ଅର୍ଥନୈତିକ ବୈଷମ୍ୟ ଆପେକ୍ଷିକ ଦାରିଦ୍ର୍ୟର ଆଧାର ।

10. କେଉଁ ଦାରିଦ୍ର୍ୟକୁ ଦାରିଦ୍ର୍ୟରେଖା ଦ୍ୱାରା ପରିମାପ କରାଯାଇପାରେ ?
Answer:
ସ୍ଥୂଳଦାରିଦ୍ର୍ୟ

11. ଉନ୍ନତ ଦେଶମାନଙ୍କରେ କି ପ୍ରକାର ଦାରିଦ୍ର୍ୟ ଦେଖାଯାଏ ?
Answer:
ଆପେକ୍ଷିକ ଦାରିଦ୍ର୍ୟ

12. ଅନୁନ୍ନତ ଦେଶମାନଙ୍କରେ କି ପ୍ରକାର ଦାରିଦ୍ର୍ୟ ଗୁରୁତ୍ୱ ପୂର୍ଣ୍ଣ ?
Answer:
ସ୍ଥୂଳଦାରିଦ୍ର୍ୟ

13. ଭାରତରେ ଦାରିଦ୍ର୍ୟ କେଉଁ ଅଞ୍ଚଳରେ ବେଶୀ ଦେଖାଯାଏ ?
Answer:
ଗ୍ରାମାଞ୍ଚାଳରେ

14. କେଉଁ ପ୍ରକାର ଦାରିଦ୍ର୍ୟର ନିରାକରଣ ଅସମ୍ଭବ ?
Answer:
ଆପେକ୍ଷିକ ଦାରିଦ୍ର୍ୟ

15. ଭାରତରେ ଦେଖା ଦେଉଥ‌ିବା ଦାରିଦ୍ର୍ୟର ଯେକୌଣସି ଦୁଇଟି ମୁଖ୍ୟ କାରଣ ଲେଖ ।
Answer:
ଜନସଂଖ୍ୟା ବୃଦ୍ଧି, କର୍ମସଂସ୍ଥାନର ଅଭାବ ।

16. ଦାରିଦ୍ର୍ୟ ନିରାକରଣ ନିମନ୍ତେ ଯେକୌଣସି ଦୁଇଟି ପଦକ୍ଷେପ ଉଲ୍ଲେଖ କର ।
Answer:
ଜନସଂଖ୍ୟା ନିୟନ୍ତ୍ରଣ, ନିଯୁକ୍ତି ପ୍ରସାର ।

17. ଦାରିଦ୍ର୍ୟ ନିରାକରଣ ପାଇଁ ଯେକୌଣସି ଏକ ନିଯୁକ୍ତି କାର୍ଯ୍ୟକ୍ରମ ଲେଖ ।
Answer:
ଜାତୀୟ ଗ୍ରାମାଞ୍ଚଳ ନିଯୁକ୍ତି କାର୍ଯ୍ୟକ୍ରମ ।

CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ

18. ଗ୍ରାମାଞ୍ଚଳ ଭୂମିହୀନମାନଙ୍କ ପାଇଁ କେଉଁ ନିଯୁକ୍ତି କାର୍ଯ୍ୟକ୍ରମ ପ୍ରଣୟନ ହୋଇଥିଲା ?
Answer:
RLEGP

19. ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା କ’ଣ ?
Answer:
ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା ଶିକ୍ଷିତ ବେକାରି ଯୁବକ ଯୁବତୀମାନଙ୍କୁ ଆତ୍ମନିଯୁକ୍ତି ନିମନ୍ତେ ଏକ କାର୍ଯ୍ୟକ୍ରମ ।

20. ଜବାହର ରୋଜଗାର ଯୋଜନା କ’ଣ ?
Answer:
ଗ୍ରାମାଞ୍ଚଳରେ ଦାରିଦ୍ର୍ୟର ସୀମାରେଖା ତଳେ ରହିଥ‌ିବା ବ୍ୟକ୍ତିମାନଙ୍କୁ କର୍ମନିଯୁକ୍ତି ପ୍ରଦାନ କରିବାର କାର୍ଯ୍ୟକ୍ରମ

21. ସହରାଞ୍ଚଳରେ ଦାରିଦ୍ର୍ୟ ଦୂରୀକରଣର ଗୋଟିଏ କାର୍ଯ୍ୟକ୍ରମ ଲେଖ ।
Answer:
ସ୍ଵର୍ଣ୍ଣଜୟନ୍ତୀ ସହରୀ ରୋଜଗାର ଯୋଜନା ।

22. କେଉଁ ପଞ୍ଚବାର୍ଷିକ ଯୋଜନାରେ ‘ଗରିବୀ ହଟାଅ’ ଧ୍ଵନି ରହିଥୁଲା ?
Answer:
ପଞ୍ଚମ ପଞ୍ଚବାର୍ଷିକ ଯୋଜନାରେ ।

23. କେଉଁ ନିଯୁକ୍ତି କାର୍ଯ୍ୟକ୍ରମକୁ ପରବର୍ତ୍ତୀକାଳରେ ଜବାହର ରୋଜଗାର ଯୋଜନାରେ ମିଶାଇ ଦିଆଗଲା ?
Answer:
ଜାତୀୟ ଗ୍ରାମାଞ୍ଚଳ ନିଯୁକ୍ତି କାର୍ଯ୍ୟକ୍ରମ (NREPGRLEGP) ।

24. IRDP କେବେ ପ୍ରଣୟନ ହୋଇଥିଲା ?
Answer:
1976-77

25. TRYSEM ର ମୂଳ ଲକ୍ଷ୍ୟ କ’ଣ ?
Answer:
ଗ୍ରାମାଞ୍ଚଳର ଦାରିଦ୍ର୍ୟ ସୀମାରେଖା ତଳେ ଥ‌ି 18-35 ବୟସର ଯୁବଗୋଷ୍ଠୀଙ୍କ ଆତ୍ମନିଯୁକ୍ତି ପାଇଁ ସେମାନଙ୍କୁ ଆନୁଷ୍ଠାନିକ ଭାବେ ବୈଷୟିକ ତାଲିମ ପ୍ରଦାନ କରିବା TRYSEM ର ମୂଳ ଲକ୍ଷ୍ୟ ଥିଲା ।

D. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. ଭାରତର ସହରାଞ୍ଚଳରେ ଦାରିଦ୍ର୍ୟ ବିଶେଷଭାବେ ଦେଖାଯାଏ
Answer:
ଭାରତର ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ବିଶେଷଭାବେ ଦେଖାଯାଏ ।

2. ଦାରିଦ୍ର୍ୟ ସୀମାରେଖା ଦାରିଦ୍ର୍ୟର କାରଣ ଦର୍ଶାଇଥାଏ ।
Answer:
ଦାରିଦ୍ର୍ୟ ସୀମାରେଖା ଦାରିଦ୍ର୍ୟର ଆକୃତି ଦର୍ଶାଇଥାଏ ।

3. ଭାରତରେ ଦେଖାଦେଉଥବା ଦାରିଦ୍ର୍ୟ ବିଶେଷତଃ ଆପେକ୍ଷିକ ଦାରିଦ୍ର୍ୟ ଅଟେ ।
Answer:
ଭାରତରେ ଦେଖାଦେଇଥ‌ିବା ଦାରିଦ୍ର୍ୟ ବିଶେଷତଃ ସ୍ଥୂଳ ଦାରିଦ୍ର୍ୟ ଅଟେ ।

CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ

4. ଧନୀ ଓ ଦାରିଦ୍ର୍ୟ ମଧ୍ୟରେ ତୁଳନାତ୍ମକ ଅର୍ଥନୈତିକ ବୈଷମ୍ୟ ମାଧ୍ୟମରେ ସ୍ଥୂଳ ଦାରିଦ୍ର୍ୟ ଜଣାପଡ଼େ ।
Answer:
ଧନୀ ଓ ଦାରିଦ୍ର୍ୟ ମଧ୍ଯରେ ତୁଳନାତ୍ମକ ଅର୍ଥନୈତିକ ବୈଷମ୍ୟ ମାଧ୍ୟମରେ ଆପେକ୍ଷିକ ଦାରିଦ୍ର୍ୟ ଜଣାପଡ଼େ ।

5. ଶିନ୍ନତ ଦେଶମାନଙ୍କରେ ସ୍ଥୂଳ ଦାରିଦ୍ର୍ୟ ଦୃଷ୍ଟିଗୋଚର ହୁଏ ।
Answer:
ଶିଳ୍ପାନ୍ନତ ଦେଶମାନଙ୍କରେ ଆପେକ୍ଷିକ ଦାରିଦ୍ର୍ୟ ଦୃଷ୍ଟିଗୋଚର ହୁଏ ।

6. ସ୍ଵଳ୍ପ ଆୟର ସ୍ତର ଯୋଗୁଁ ଆପେକ୍ଷିକ ଦାରିଦ୍ର୍ୟ ଦେଖାଦିଏ ।
Answer:
ଆର୍ଥନୈତିକ ବୈଷମ୍ୟ ଯୋଗୁଁ ଆପେକ୍ଷିକ ଦାରିଦ୍ର୍ୟ ଦେଖାଦିଏ ।

7. ଆପେକ୍ଷିକ ଦାରିଦ୍ର୍ୟ ବିଶେଷଭାବେ ଅନଗ୍ରସର ରାଷ୍ଟ୍ରମାନଙ୍କରେ ଦେଖାଯାଏ
Answer:
ସ୍ଥୂଳ ଦାରିଦ୍ର୍ୟ ବିଶେଷଭାବେ ଅନଗ୍ରସର ରାଷ୍ଟ୍ରମାନଙ୍କରେ ଦେଖାଯାଏ ।

8. ଦାରିଦ୍ର୍ୟ ରେଖା ସାହାଯ୍ୟରେ ଦାରିଦ୍ର୍ୟର ଗଭୀରତା ମପାଯାଏ ।
Answer:
ଦାରିଦ୍ର୍ୟ ରେଖା ସାହାଯ୍ୟରେ ଦାରିଦ୍ର୍ୟର ବ୍ୟାପକତା ମପାଯାଏ ।

9. ନିକଟରେ ଯୋଜନା କମିଶନ ଦାରିଦ୍ର୍ୟର ବ୍ୟାପକତା ପରିମାପ କରିବା ପାଇଁ ମୁଣ୍ଡପିଛା ଆୟକୁ ଏକ ମାନକ ରୂପେ ଗ୍ରହଣ କରିଛନ୍ତି ।
Answer:
ନିକଟରେ ଯୋଜନା କମିଶନ ଦାରିଦ୍ର୍ୟର ବ୍ୟାପକତା ପରିମାପ କରିବା ପାଇଁ ମୁଣ୍ଡପିଛା ଦୈନିକ କ୍ୟାଲୋରୀ ଆବଶ୍ୟକତାକୁ ଏକ ପରିମାପକ ରୂପେ ଗ୍ରହଣ କରିଛନ୍ତି ।

10. ସହରାଞ୍ଚଳର ଲୋକମାନଙ୍କର ଗ୍ରାମାଞ୍ଚଳର ଲୋକମାନଙ୍କଠାରୁ କ୍ୟାଲୋରୀ ଆବଶ୍ୟକତା ଅଧ୍କ।
Answer:
ସହରାଞ୍ଚଳର ଲୋକମାନଙ୍କର ଗ୍ରାମାଞ୍ଚଳର ଲୋକମାନଙ୍କଠାରୁ କ୍ୟାଲୋରୀ ଆବଶ୍ୟକତା କମ୍ ।

11. ଭାରତରେ ଦାରିଦ୍ର୍ୟର ମାତ୍ରା କ୍ରମଶଃ ହ୍ରାସ ପାଉଛି ।
Answer:
ଠିକ୍

12. ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନାରେ ଦାରିଦ୍ର୍ୟ ଦୂରୀକରଣ ଉପରେ ପ୍ରାଧାନ୍ୟ ଦିଆଗଲା
Answer:
ପଞ୍ଚମ ପଞ୍ଚବାର୍ଷିକ ଯୋଜନାରେ ଦାରିଦ୍ର୍ୟ ଦୂରୀକରଣ ଉପରେ ପ୍ରାଧାନ୍ୟ ଦିଆଗଲା ।

13. ‘ଗରିବୀ ହଟାଓ’ ଧ୍ଵନି ଚତୁର୍ଥ ପଞ୍ଚବାର୍ଷିକ ଯୋଜନାରେ ହିଁ ଦିଆଯାଇଥିଲା ।
Answer:
‘ଗରିବୀ ହଟାଓ’ ଧ୍ଵନି ପଞ୍ଚମ ପଞ୍ଚବାର୍ଷିକ ଯୋଜନାରେ ହିଁ ଦିଆଯାଇଥିଲା ।

14. I.R,D.P. ଯୋଜନା ଜିଲ୍ଲାସ୍ତରରେ କାର୍ଯ୍ୟକାରୀ ହେଉଥିଲା ।
Answer:
I.R.D.P. ଯୋଜନା ବ୍ଲକ୍‌ସ୍ତରରେ କାର୍ଯ୍ୟକାରୀ ହେଉଥିଲା ।

CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ

15. I.R.D.P. ଯୋଜନା ସହରାଞ୍ଚଳର ଗରିବ ଲୋକଙ୍କପାଇଁ ଉଦ୍ଦିଷ୍ଟ ।
Answer:
I.R.D.P. ଯୋଜନା ଗ୍ରାମାଞ୍ଚଳର ଗରିବ ଲୋକଙ୍କପାଇଁ ଉଦ୍ଦିଷ୍ଟ ।

16. କାମପାଇଁ ଖାଦ୍ୟ ଯୋଜନା I.R.D.P କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ।
Answer:
କାପାପାଇଁ ଖାଦ୍ୟ ଯୋଜନା N.R.E.P, କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ।

17. N.R.E.P. ଯୋଜନାକୁ ଜବାହର ରୋଜଗାର ଯୋଜନା ସହ ମିଶାଇଦିଆଗଲା
Answer:
ଠିକ୍

18. ଜବାହର ରୋଜଗାର ଯୋଜନା କେବଳ କେନ୍ଦ୍ର ସରକାରଙ୍କ ଏକକ ଉପକ୍ରମ ।
Answer:
ଜବାହର ରୋଜଗାର ଯୋଜନା କେନ୍ଦ୍ର ଓ ରାଜ୍ୟସରକାରଙ୍କର ମିଳିତ ଉପକ୍ରମ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
E. ନିମ୍ନଲିଖ ପ୍ରଶ୍ନମାନଙ୍କ ଉତ୍ତର ଦୁଇଟି / ତିନୋଟି ବାକ୍ୟ ମଧ୍ୟରେ ଦିଅ ।

1. ଦାରିଦ୍ର୍ୟରେଖା କାହାକୁ କୁହାଯାଏ ?
Answer:
ଦାରିଦ୍ର୍ୟରେଖା ସାହାଯ୍ୟରେ ସ୍ଥୂଳ ଦାରିଦ୍ର୍ୟ ଚିହ୍ନଟ କରାଯାଏ । ଜଣେ ବ୍ୟକ୍ତିକୁ ଉପଭୋଗର ଏକ ନିମ୍ନତମ ସ୍ତରରେ ପହଞ୍ଚାଇବା ପାଇଁ ଯେଉଁ ଆୟସ୍ତର ଆବଶ୍ୟକ ହୋଇଥାଏ ସେହି ଆୟକୁ ଦାରିଦ୍ର୍ୟରେଖା କୁହାଯାଏ । ପ୍ରଥମେ ବ୍ୟକ୍ତିର ସର୍ବନିମ୍ନ ଆବଶ୍ୟକତା ପୂରଣ କରୁଥିବା ଖାଦ୍ୟ ଓ ଅଣଖାଦ୍ୟ ଦ୍ରବ୍ୟଗୁଡ଼ିକ ଚିହ୍ନଟ କରାଯାଏ । ପରେ ଚଳିତ ବଜାର ଦରରେ ଏହି ଦ୍ରବ୍ୟଗୁଡ଼ିକର ମୂଲ୍ୟ କଳନା କରାଯାଏ ।

ସେହି ମୂଲ୍ୟର ଦ୍ରବ୍ୟ ଆହରଣପାଇଁ ଯେଉଁ ମୁଣ୍ଡପିଛା ମାସିକ ଆୟ ଆବଶ୍ୟକ ହୋଇଥାଏ ତାହାକୁ ଦାରିଦ୍ର୍ୟ ସୀମାରେଖା କୁହାଯାଏ । ଯେଉଁ ଲୋକମାନେ ଏହି ପରିମାଣ ଆୟ କରିପାରୁ ନାହାନ୍ତି, ସେମାନଙ୍କୁ ଦାରିଦ୍ର୍ୟର ସୀମାରେଖାର ନିମ୍ନରେ ରହିଥିବାର କୁହାଯାଏ । ଅବଶ୍ୟ ଦାରିଦ୍ର୍ୟରେଖା ଦାରିଦ୍ର୍ୟର ବ୍ୟାପକତା ମାପିବାରେ ବ୍ୟବହାର କରାଯାଏ; କିନ୍ତୁ ଦାରିଦ୍ର୍ୟର ଗଭୀରତା ଏହାଦ୍ଵାରା ଜଣାପଡ଼େ ନାହିଁ ।

2. ଅର୍ଥନୈତିକ ବୈଷମ୍ୟ କ’ଣ ?
Answer:
ଭାରତରେ ମୁଖ୍ୟତଃ ତିନି ପ୍ରକାରର ଅର୍ଥନୈତିକ ବୈଷମ୍ୟ ପରିଲକ୍ଷିତ ହୁଏ । ସେଗୁଡ଼ିକ ହେଲା– (i) ସମ୍ପଭି ବଣ୍ଟନର ଅସମାନତା, (ii) ଆୟ ଓ ବ୍ୟୟରେ ଅସମାନତା ଓ (iii) ଆଞ୍ଚଳିକତା ବୈଷମ୍ୟ । ଆମ ଦେଶରେ ବହୁତ କମ୍ ଲୋକ ଦେଶର ସମ୍ପତ୍ତିର ଏକ ବଡ଼ ଭାଗର ମାଲିକ ।

ଦେଶର ଅଧିକାଂଶ କୋଠାବାଡ଼ି, ଭୂମି, ମୂଲ୍ୟବାନ ଅଳଙ୍କାର, ଅଂଶଧନ ଓ ଅନ୍ୟାନ୍ୟ ସମ୍ପଭିର ମାଲିକାନା ଅଳ୍ପ କେତେଜଣଙ୍କର ଥିଲାବେଳେ ଅଧିକାଂଶ ଲୋକ ଭୂମିହୀନ, ଗୃହହୀନ ଓ ଦାରିଦ୍ର୍ୟର କଷାଘାତରେ ପୀଡ଼ିତ ଜାତୀୟ ଆୟର ଏକ ବଡ଼ ଅଂଶ ଧନୀ ଲୋକମାନେ ପାଉଥ‌ିବାବେଳେ ଏହାର ଅତି କ୍ଷୁଦ୍ର ଅଂଶ ବିଶାଳ ଆଉ ଏକ ଅର୍ଥନୈତିକ ଅସମାନତା । କେତେକ ଅଞ୍ଚଳ ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ, ମୁଣ୍ଡପିଛା ଆୟ ଓ ଅନ୍ୟାନ୍ୟ କ୍ଷେତ୍ରରେ ଆଗୁଆ ରହିଥିଲାବେଳେ ଅନ୍ୟ କେତେକ ଅଞ୍ଚଳ ବହୁପଛରେ ରହିଛନ୍ତି ।

3. ଜବାହର ରୋଜଗାର ଯୋଜନା କ’ଣ ?
Answer:
186 ମସିହାରେ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ ସ୍ଵରୂପ ଜବାହର ରୋଜଗାର ଯୋଜନା ପ୍ରଣୟନ କରାଗଲା । ଏହି ଯୋଜନାରେ ଖର୍ଚ୍ଚରେ 80% କେନ୍ଦ୍ର ସରକାର ଓ 20% ରାଜ୍ୟସରକାର ବହନ କରିଥା’ନ୍ତି । ଏହା ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଆନୁକୁଲ୍ୟରେ କାର୍ଯ୍ୟକାରୀ କରାଯାଇଥାଏ । ଗ୍ରାମାଞ୍ଚଳରେ ଦାରିଦ୍ର୍ୟର ଉତ୍କଟ ରୂପ ଯୋଗୁଁ ନିର୍ମାଣ କାର୍ଯ୍ୟରେ ଗ୍ରାମାଞ୍ଚଳରେ ଦାରିଦ୍ର୍ୟମାନଙ୍କୁ ନିଯୁକ୍ତିରେ ଅଗ୍ରାଧିକାର ଓ ସେମାନଙ୍କର କ୍ରମାଗତ ଆୟପନ୍ଥା ସୃଷ୍ଟି ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା ।

ଏତଦ୍‌ବ୍ୟତୀତ, ମହିଳା, ଅନୁସୂଚିତ ଜାତି ଓ ଜନଜାତିର ଲୋକମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଗ୍ରାଧିକାର ଦିଆଗଲା । ଏହି ଶ୍ରେଣୀର ଲୋକଙ୍କ ପାଇଁ ଇନ୍ଦିରା ଆବାସ ଗୃହ ନିର୍ମାଣ, ପ୍ରାଥମିକ ବିଦ୍ୟାଳୟ, ଗୃହନିର୍ମାଣ, ଭୂଉନ୍ନୟନ ବ୍ୟବସ୍ଥା ଓ ସେମାନଙ୍କର ଭୂମିର ଉତ୍ପାଦିକା ଶକ୍ତି ବୃଦ୍ଧି ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଏହି ଯୋଜନାରେ ଅନ୍ତୁର୍ଭୁକ୍ତ କରାଯାଇଥିଲା ।

CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ

4. ଗ୍ରାମାଞ୍ଚଳ ଯୁବଗୋଷ୍ଠୀ ଆତ୍ମନିଯୁକ୍ତି ପାଇଁ ତାଲିମ (TRYSEM) କ’ଣ ?
Answer:
TRYSEM 1989 ମସିହାରେ ଆରମ୍ଭ ହୋଇଥିଲା । ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ଥିଲା ଗ୍ରାମାଞ୍ଚଳର ଦାରିଦ୍ର୍ୟ ଯୋଜନାର ମୁଖ୍ୟ ଲକ୍ଷ୍ୟଥୁଲା ଗ୍ରାମାଞ୍ଚଳର ଦାରିଦ୍ର୍ୟ ସୀମାରେଖା ତଳେ ଥ‌ି 18-35 ବର୍ଷ ବୟସର ଯୁଗଗୋଷ୍ଠୀ ଆତ୍ମନିଯୁକ୍ତି ପାଇଁ ସେମାନଙ୍କୁ ଆନୁଷ୍ଠାନିକଭାବେ ବୈଷୟିକ କୌଶଳ ତାଲିମ ଦେବା । ଏହି ଯୋଜନାରେ ଯୁବକମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଛୋଟ ଛୋଟ ଶିଳ୍ପ ବା ବ୍ୟବସାୟ ପ୍ରତିଷ୍ଠାନ ଆରମ୍ଭ କରିବାପାଇଁ କୌଶଳ ଶିକ୍ଷାଦେବା ସହିତ ବ୍ୟାଙ୍କରୁ ଋଣ ଆକାରରେ ଆର୍ଥିକ ସାହାଯ୍ୟ ଦିଆଯାଇଥାଏ ।

ବୈଦ୍ୟୁତିକ ଯନ୍ତ୍ରପାତିର ମରାମତି, TV, ରେଡ଼ିଓ ମରାମତି, ନଡ଼ିଆକତା କାମ, ଚମଡ଼ାକାମ, ଟ୍ରାଭେଲ୍ ଏଜେନ୍‌ସି ଇତ୍ୟାଦି ବିଭିନ୍ନ ବିଷୟରେ ତାଲିମ୍ ଦିଆଯାଇଥାଏ । ଏହି ଯୋଜନା ଅନୁସୂଚିତ ଜାତି, ଜନଜାତି ଓ ମହିଳା ପ୍ରଭୃତି ଅବହେଳିତ-ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ କରାଯାଇଥାଏ । ସପ୍ତମ ଯୋଜନା କାଳରେ ଏହି ଯୋଜନାଦ୍ଵାରା 11.6 ଲକ୍ଷ ଯୁବକ-ଯୁବତୀ ଉପକୃତ ହୋଇଥିଲେ ।

5. ଜାତୀୟ ଗ୍ରାମାଞ୍ଚଳ ନିଯୁକ୍ତି କାର୍ଯ୍ୟକ୍ରମ (NREP) କ’ଣ ?
Answer:
ମାନ୍ଦା କୃଷି ଋତୁରେ ଗ୍ରାମାଞ୍ଚଳରେ ଦରିଦ୍ର ଲୋକମାନଙ୍କୁ ଅତିରିକ୍ତ କର୍ମନିଯୁକ୍ତି ଯୋଗାଇଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଅଭିପ୍ରାୟ । 1977-78 ମସିହାରୁ କାର୍ଯ୍ୟକରି ଆସୁଥ‌ିବା କାମପାଇଁ ଖାଦ୍ୟ କାର୍ଯ୍ୟକ୍ରମକୁ NREP ନାମକରଣ କରାଯାଇଅଛି ।

ଗ୍ରାମାଞ୍ଚଳ ଦରିଦ୍ରମାନଙ୍କର ଦୀର୍ଘକାଳୀନ ପ୍ରତ୍ୟକ୍ଷ ହିତସାଧନ ପାଇଁ ଅଭିପ୍ରେତ ଉତ୍ପାଦନଶୀଳ ସାମୂହିକ ପରିସମ୍ପତ୍ତି ସୃଷ୍ଟି, ଉନ୍ନୟନ ସହାୟକ ଭିତ୍ତିଭୂମିର ଦୃଢ଼ୀକରଣ, ଗ୍ରାମାଞ୍ଚଳ ଦରିଦ୍ରମାନଙ୍କୁ ସାମୂହିକ ଅଂଶ ଭାବରେ ଖାଦ୍ୟଶସ୍ୟ ଯୋଗାଇ ଦେଇ ସେମାନଙ୍କର ପୁଷ୍ଟିହୀନତା ଦୂରୀକରଣ ଓ ଗ୍ରାମାଞ୍ଚଳ ଦରିଦ୍ରମାନଙ୍କର ଜୀବନଧାରଣର ଗୁଣାତ୍ମକ ମାନରେ ଅଭିବୃଦ୍ଧି ହାସଲପାଇଁ ଏହି କାର୍ଯ୍ୟକ୍ରମ ଉଦ୍ଦିଷ୍ଟ ଥିଲା ।

ଏହି ଯୋଜନାରେ ମାନ୍ଦା କୃଷି ଋତୁରେ ସାମାଜିକ ବନୀକରଣ, ବିଦ୍ୟାଳୟ ଓ ଗୋଷ୍ଠୀକେନ୍ଦ୍ର, ଗୃହ, ଜଳାଶ୍ରୟ, ରାସ୍ତା, ଜଳସେଚନ ଓ ବିଦ୍ୟା ନିୟନ୍ତ୍ରଣ ସହାୟକ ନିର୍ମାଣ କାର୍ଯ୍ୟ, ପତିତ ଜଳାଶୟଗୁଡ଼ିକର ପୁନରୁଦ୍ଧାର ଆଦି କାର୍ଯ୍ୟ ମାଧ୍ୟମରେ ନିଯୁକ୍ତି ସୃଷ୍ଟି କରାଯାଉଥିଲା । ଏହି ଯୋଜନାକୁ 1990 ମସିହାରେ ‘ଜବାହର ରୋଜଗାର ଯୋଜନା’ ସହିତ ମିଶାଇ ଦିଆଗଲା ।

6. ଗ୍ରାମ୍ୟ ଭୂମିହୀନ ନିଯୁକ୍ତି ଗାରେଣ୍ଟି ଯୋଜନା (RLEGP) କ’ଣ ?
Answer:
ଏହି କାର୍ଯ୍ୟକ୍ରମ 1983 ମସିହା ଅଗଷ୍ଟ 15 ତାରିଖ ଦିନ ପ୍ରବର୍ତ୍ତିତ କରାଗଲା । ଗ୍ରାମାଞ୍ଚଳରେ ଅଧ‌ିକ କର୍ମ ନିୟୋଜନର ସୁଯୋଗ ଓ ଉତ୍ପାଦନକାରୀ ପରିସମ୍ପଭି ସୃଷ୍ଟି କରି, ଭାରତୀୟ ଗ୍ରାମ୍ୟ ଜୀବନର ଗୁଣାତ୍ମକମାନ ବୃଦ୍ଧି କରିବା ଏହି ଯୋଜନାର ଲକ୍ଷ ରହିଲା । ଏହି ଯୋଜନା ଶ୍ରମିକମାନଙ୍କ ପରିବାର ମଧ୍ୟରୁ ଜଣକୁ ନିହାତି କମ୍‌ରେ ବାର୍ଷିକ 100 ଦିନ ନିମନ୍ତେ କାମ ଯୋଗାଇବାର ଗାରେଣ୍ଟି ରଖାଗଲା ।

ଯୋଜନାଟି କେନ୍ଦ୍ର ସରକାରଙ୍କ 100 ପ୍ରତିଶତ ଆର୍ଥିକ ସାହାଯ୍ୟରେ କାର୍ଯ୍ୟକାରୀ ହେଲା । 1989 ମସିହାରେ ଉଭୟ ଜାତୀୟ ଗ୍ରାମୀଣ ନିୟୋଜନ ଯୋଜନା ଓ ଗ୍ରାମ୍ୟ ଭୂମିହୀନ ନିଯୁକ୍ତି ଗାରେଣ୍ଟି ଯୋଜନାକୁ ମିଶ୍ରଣ କରାଯାଇ ଜବାହାର ରୋଜଗାର ଯୋଜନା ପ୍ରବର୍ତ୍ତିତ କରାଗଲା । ଦାରିଦ୍ର୍ୟ ଦୂରୀକରଣ ଯୋଜନାଗୁଡ଼ିକୁ ଅତ୍ମକ ସରଳୀକରଣ କରିବା ଉଦ୍ଦେଶ୍ୟରେ ଏହି ସମ୍ମିଶ୍ରଣ କରାଗଲା ।

F. ପାଞ୍ଚଟି / ଛଅଟି ବାକ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

1. ଆପେକ୍ଷିକ ଦାରିଦ୍ର୍ୟ ଓ ସ୍ଥୂଳ ଦାରିଦ୍ର୍ୟ ।
Answer:
ଧନୀମାନଙ୍କ ତୁଳନାରେ ଯେଉଁମାନେ ନୂନ ସେମାନଙ୍କୁ ଦରିଦ୍ର୍ୟ ବୋଲି ଅଭିହିତ କରିବାକୁ ଆପେକ୍ଷିକ ଦାରିଦ୍ର୍ୟ କୁହାଯାଏ । ଦେଶ ମଧ୍ୟରେ ବସବାସ କରୁଥିବା ବ୍ୟକ୍ତି, ଗୋଷ୍ଠୀ, ରାଜ୍ୟମାନଙ୍କୁ ଅନ୍ୟମାନଙ୍କ ତୁଳନାରେ ଦରିଦ୍ର କୁହାଯାଏ । ସେହିପରି ଭାରତକୁ ମଧ୍ୟ ଆନ୍ତର୍ଜାତିକ ସ୍ତରରେ ଦରିଦ୍ର ଦେଶ ବୋଲି ବର୍ଣ୍ଣନା କରାଯାଉଛି । ଆପେକ୍ଷିକ ଦାରିଦ୍ର୍ୟ ଅସମାନତା ବା ବୈଷମ୍ୟର ଏକ ସୂଚକ ଅଟେ । ଆପେକ୍ଷିକ ଦାରିଦ୍ର୍ୟ ମଧ୍ୟ ସମ୍ପୂର୍ଣ୍ଣ ବିଲୋପ କରିବା ଅସମ୍ଭବ ।

କିନ୍ତୁ ମାନବିକ ବ୍ୟକ୍ତିତ୍ଵ ବିକାଶ ପାଇଁ ଆବଶ୍ୟକ ଜୀବନଯାପନର ମାନ ହାସଲ କରିବାରେ ଅସମର୍ଥତାକୁ ‘ସ୍ଥୂଳ ଦାରିଦ୍ର୍ୟ’ କୁହାଯାଏ । ଅନ୍ୟ ପ୍ରକାରରେ କହିଲେ ଚଳଣିର ଯେଉଁ ନିମ୍ନତମ ସ୍ତରର ମାନବୀୟ ବ୍ୟକ୍ତିତ୍ବର ସାଧାରଣ ବିକାଶ ପାଇଁ ଅନ୍ତରାୟ ସୃଷ୍ଟି ହୋଇଥାଏ, ତାହାହିଁ ହେଉଛି ସ୍ଥୂଳଦାରିଦ୍ର୍ୟ । ବ୍ୟକ୍ତି ଓ ଦେଶପାଇଁ ସ୍ଥୂଳ ଦାରିଦ୍ର୍ୟ ଅତି ଗୁରୁତ୍ୱପୂର୍ଣ । ତେଣୁ ଏହାର ସମ୍ପୂର୍ଣ୍ଣ ବିଲୋପ ଏକାନ୍ତ ଆବଶ୍ୟକା ସ୍ଥୂଳ ଦାରିଦ୍ର୍ୟକୁ ‘ଦାରିଦ୍ର୍ୟରେଖା’ ସାହାଯ୍ୟରେ ଚିହ୍ନଟ କରାଯାଏ ।

2. ଶ୍ରମପ୍ରଧାନ କୌଶଳ ଏବଂ ପୁଞ୍ଜିପ୍ରଧାନ କୌଶଳ ।
Answer:
ଯୁକ୍ତିଯୁକ୍ତ ଉତ୍ପାଦନ କୌଶଳର ଫଳପ୍ରଦ ଉପଯୋଗ ରାଷ୍ଟ୍ରରୁ ବେକାରୀ ଦୂର କରିବା ପାଇଁ ସହାୟତା ପ୍ରଦାନ କରେ । ଉତ୍ପାଦନ କୌଶଳ ଦୁଇ ଭାଗରେ ବିଭକ୍ତ । ସେଗୁଡ଼ିକ ହେଲା ଶ୍ରମପ୍ରଧନା କୌଶଳ ଏବଂ ପୁଞ୍ଜିପ୍ରଧାନ କୌଶଳ । ଶ୍ରମପ୍ରଧାନ ଉତ୍ପାଦନ କୌଶଳ ଅଧ‌ିକ ଶ୍ରମିକ ନିଯୁକ୍ତିର ସୁଯୋଗ ସୃଷ୍ଟି କରୁଥିବା ବେଳେ ପୁଞ୍ଜିପ୍ରଧାନ କୌଶଳ ଅଧ‌ିକ ପୁଞ୍ଜିଦ୍ରବ୍ୟ ଓ କମ୍ ଶ୍ରମିକ ଉପଯୋଗ କରିଥାଏ । ଭାରତରେ ବେକାରୀ ଦାରିଦ୍ର୍ୟର ମୁଖ୍ୟ କାରଣ । ଦାରିଦ୍ର୍ୟ ନିୟନ୍ତ୍ରଣ ପାଇଁ ଗଣନିଯୁକ୍ତିର ଆବଶ୍ୟକତା ରହିଛି । ତେଣୁ ଭାରତ ଶ୍ରମପ୍ରଧାନ କୌଶଳକୁ ଅଧ‌ିକ ଉପଯୋଗ କରିବା ଉଚିତ ।

CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ

3. ଅଗ୍ନ୍ୟାଦୟ ଅନ୍ନ ଯୋଜନା ଏବଂ ଜାତୀୟ କର୍ମପାଇଁ ଖାଦ୍ୟ ଯୋଜନା ।
Answer:
2000 ମସିହା ଡିସେମ୍ବର 25 ତାରିଖରୁ ଆରମ୍ଭ କରାଯାଇଥିବା ଏହି ଯୋଜନା ଅନୁସାରେ ସାଧାରଣ ବିତରଣ ବ୍ୟବସ୍ଥା ମାଧ୍ୟମରେ ଗରିବ ପରିବାରମାନଙ୍କୁ କିଲୋଗ୍ରାମ୍ ପିଛା ଦୁଇଟଙ୍କା ଦରରେ ଗହମ ଓ ତିନିଟଙ୍କା ଦରରେ ଚାଉଳ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି । 2002 ମସିହା ଏପ୍ରିଲ ମାସଠାରୁ ଏହି ଯୋଜନା ମାଧ୍ୟମରେ ଦାରିଦ୍ର୍ୟରେଖା ତଳେ ଥ‌ିବା ପ୍ରତ୍ୟେକ ପରିବାରକୁ ମାସିକ 35 କିଲୋଗ୍ରାମ୍ ଲେଖାଏଁ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି । 2004 ମସିହା ଅଗଷ୍ଟ ପହିଲାଠାରୁ ଏହାଦ୍ଵାରା ଦୁଇକୋଟି ପରିବାର ଉଦ୍ଧୃତ ହେଉଛନ୍ତି ।

ଦେଶର 150 ଟି ଅନଗ୍ରସର ଜିଲ୍ଲାରେ ଅନୁପୂରକ ମଜୁରିଭିଭିକ ନିଯୁକ୍ତି ସୃଷ୍ଟିକୁ ଜୋରଦାର କରିବା ଲକ୍ଷ୍ୟରେ 2004 ମସିହା ନଭେମ୍ବର 14 ତାରିଖଠାରୁ ଏହି ଯୋଜନା କାର୍ଯ୍ୟକାରୀ ହେଉଛି । ମଜୁରିଭିତ୍ତିକ ନିଯୁକ୍ତି ସୃଷ୍ଟିକୁ ଜୋରଦାର କରିବା ଲକ୍ଷ୍ୟରେ 2004 ମସିହା ନଭେମ୍ବର 14 ତାରିଖଠାରୁ ଏହି ଯୋଜନା କାର୍ଯ୍ୟକାରୀ ହେଉଛି । ମଜୁରିଭିଭିକ ନିଯୁକ୍ତି ଚାହୁଁଥିବା ଏବଂ ଅଣକୁଶଳୀ ଶାରୀରିକ କାର୍ଯ୍ୟ ପାଇଁ ପ୍ରସ୍ତୁତ ଥ‌ିବା ସମସ୍ତ ଦରିଦ୍ର ଲୋକଙ୍କପାଇଁ ଏହି ଯୋଜନା କାର୍ଯ୍ୟକରୁଛି ।

ଏହି ଶତପ୍ରତିଶତ କେନ୍ଦ୍ର ପ୍ରାୟୋଜିତ ଯୋଜନା ପାଇଁ ଆବଶ୍ୟକ ସମସ୍ତ ଖାଦ୍ୟଶସ୍ୟ କେନ୍ଦ୍ର ସରକାର ବିନା ଦେୟରେ ରାଜ୍ୟମାନଙ୍କୁ ଯୋଗାଇ ଦେଉଛନ୍ତି । ଜିଲ୍ଲାମାନଙ୍କର ଏହି ଯୋଜନାର ପରିଚାଳନା, ସମନ୍ବୟ ଓ ତଦାରଖ ଦାୟିତ୍ଵ ଜିଲ୍ଲାପାଳମାନଙ୍କ ହାତରେ ନ୍ୟସ୍ତ କରାଯାଇଛି । କେବଳ 2004-05 ଆର୍ଥିକ ବର୍ଷରେ ଏହି ଯୋଜନା ପାଇଁ 2004-05 ଆର୍ଥିକ ବର୍ଷରେ ଏହି ଯୋଜନା ପାଇଁ 2020 କୋଟି ଟଙ୍କା ଓ 20 ଲକ୍ଷ ଟନ୍ ଖାଦ୍ୟଶସ୍ୟ ଖର୍ଚ୍ଚ କରାଯିବାର ବ୍ୟବସ୍ଥା କରାଯାଇଥିଲା ।

4. ସମ୍ପୂର୍ଣ୍ଣ ଗ୍ରାମୀଣ ରୋଜଗାର ଯୋଜନା ଓ ଜାତୀୟ ଗ୍ରାମୀଣ ନିଯୁକ୍ତି ପ୍ରତିଶ୍ରୁତି ଆଇନ 2005 ।
Answer:
କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟଦ୍ଵାରା 25 ସେପ୍ଟେମ୍ବର 2001 ମସିହାରେ ପ୍ରଣୟନ କରାଯାଇଥିଲା ସମ୍ପୂର୍ଣ୍ଣ ଗ୍ରାମୀଣ ରୋଜଗାର ଯୋଜନା । ଏହା ଏକ କେନ୍ଦ୍ର ପ୍ରାୟୋଜିତ ଯୋଜନା ହୋଇଥିଲେ ହେଁ କେନ୍ଦ୍ର ଓ ରାଜ୍ୟସରକାର ଯଥାକ୍ରମେ 75 ପ୍ରତିଶତ ଓ 25 ପ୍ରତିଶତ ବ୍ୟୟଭାର ବହନ କରିଥା’ନ୍ତି । ଯୋଜନାଟି ସମ୍ପୂର୍ଣ୍ଣଭାବେ ପଞ୍ଚାୟତିରାଜ ସଂସ୍ଥାମାନଙ୍କଦ୍ୱାରା ପରିଚାଳିତ ହୋଇଥାଏ ।

ଏହା ଏକ ମଜୁରୀଭିଭିକ କର୍ମନିଯୁକ୍ତି ଯୋଜନା ଯେଉଁଥ‌ିରେ କି କୃଷି ଶ୍ରମିକ, ଅନ୍ୟାନ୍ୟ ଅଣକୁଶଳୀ ଶ୍ରମିକ, ନାମମାତ୍ର ଚାଷୀ, ମହିଳା, ଅନୁସୂଚିତ ଜାତି ଓ ଉପଜାତି, ଶାରୀରିକ ଅକ୍ଷମ ବ୍ୟକ୍ତିବିଶେଷଙ୍କ ପୂର୍ଣ୍ଣ ବୟସ୍କ ସନ୍ତାନମାନଙ୍କୁ ଅଗ୍ରାଧ୍ୟାକାର ଭିଭିରେ କର୍ମନିଯୁକ୍ତି ସୁଯୋଗ ଯୋଗାଇ ଦିଆଯାଇଥାଏ । ଏହି କାର୍ଯ୍ୟକ୍ରମ ଜରିଆରେ ହିତାଧ୍ୟାକାରୀମାନଙ୍କୁ ପାରିଶ୍ରମିକ ମଜୁରୀ ବାବଦରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଏ ।

ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ନିପିଡ଼ିତ ପରିବାରଗୁଡ଼ିକୁ କର୍ମନିଯୁକ୍ତି ସୁଯୋଗ ସୁନିଶ୍ଚିତ କରିବା ଲକ୍ଷ୍ୟନେଇ ଭାରତ ସରକାର 2005 ମସିହା ସେପ୍ଟେମ୍ବର ମାସ 7 ତାରିଖରେ ଜାତୀୟ ଗ୍ରାମୀଣ ନିଯୁକ୍ତି ପ୍ରତିଶ୍ରୁତି ଆଇନ, 2005 ରେ ଘୋଷଣା କରିଥିଲେ । ଏହି ଆଇନ ପ୍ରାଥମିକ ପର୍ଯ୍ୟାୟରେ ଦେଶର 200 ଟି ପଛୁଆ ଜିଲ୍ଲାରେ କାର୍ଯ୍ୟାରମ୍ଭ କରିଛି । ଗ୍ରାମାଞ୍ଚଳ ଢାଞ୍ଚାଗତ ସୁବିଧାର ବିକାଶ ଘଟାଉଥ‌ିବା ମଜୁରୀଭିଭିକ କର୍ମସଂସ୍ଥାନ ଜରିଆରେ ଗରିବ ଓଲାକମାନଙ୍କ ଜୀବିକା ସୁନିଶ୍ଚିତ କରିବା ହେଉଛି ଜାତୀୟ ଗ୍ରାମୀଣ ନିଯୁକ୍ତି ପ୍ରତିଶ୍ରୁତି ଯୋଜନା ମୂଳ ଲକ୍ଷ୍ୟ ।

ଦାରିଦ୍ର୍ୟ ସୀମାରେଖା ନିମ୍ନରେ ବାସ କରୁଥିବା ପରିବାରର ଅନ୍ତତଃ ଜଣେ ସଦସ୍ୟଙ୍କୁ ବର୍ଷକୁ ସର୍ବନିମ୍ନ 100 ଦିନର କର୍ମସଂସ୍ଥାନ ଯୋଗାଇଦେଇ ପ୍ରାକୃତିକ ସମ୍ପଦର ବିକାଶ ଘଟାଇବା ସହିତ ହିତାଧିକାରୀଙ୍କ ଆର୍ଥିକ ବିକାଶ ଘଟାଇବା ହେଉଛି ଏହି ଯୋଜନାର ଉଦ୍ଦେଶ୍ୟ । ଆହୁରି ମଧ୍ୟ ନିଜ ଗ୍ରାମର 5 କି.ମି. ପରିଧ୍ଵ ମଧ୍ଯରେ କର୍ମସଂସ୍ଥାନ ସୁନିଶ୍ଚିତ କରାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଦାରିଦ୍ର୍ୟରେଖା କହିଲେ କ’ଣ ବୁଝ ? ଭାରତର ଦାରିଦ୍ର୍ୟର ବ୍ୟାପକତା ଓ ସାନ୍ଦ୍ରତା ଉପରେ ଏକ ବିବରଣୀ ପ୍ରଦାନ କର ।
Answer:
ସ୍ଥୂଳ ଦାରିଦ୍ର୍ୟକୁ ଚିହ୍ନଟ କରିବାପାଇଁ ଏକ ମାନଦଣ୍ଡ ବ୍ୟବହାର କରାଯାଏ । ଏହି ମାନଦଣ୍ଡକୁ ‘ଦାରିଦ୍ର୍ୟରେଖା’ କୁହାଯାଏ । ଜଣେ ବ୍ୟକ୍ତିର ଉପଭୋଗର ଏକ ନିମ୍ନତମ ସ୍ତରରେ ପହଞ୍ଚାଇବାପାଇଁ ଯେଉଁ ଆୟସ୍ତର ଆବଶ୍ୟକ ହୋଇଥାଏ, ସେହି ଆୟକୁ ସାଧାରଣତଃ ଦାରିଦ୍ର୍ୟରେଖା ଆକାରରେ ପ୍ରକାଶ କରାଯାଏ । ଯେଉଁମାନଙ୍କର ଆୟ ଦାରିଦ୍ର୍ୟରେଖାଠାରୁ ନିମ୍ନରେ ରହି ଏହାକୁ ସ୍ପର୍ଶ କରିପାରେ ନାହିଁ, ସେମାନଙ୍କୁ ଗରିବ ବୋଲି ବିବେଚିତ କରାଯାଏ ।

ଦାରିଦ୍ର୍ୟରେଖା ନିର୍ଦ୍ଧାରଣପାଇଁ ପ୍ରଥମେ ବ୍ୟକ୍ତିର ସର୍ବନିମ୍ନ ଆବଶ୍ୟକତା ପୂରଣ କରୁଥିବା ପଦାର୍ଥଗୁଡ଼ିକୁ ଚିହ୍ନଟ କରାଯାଏ । ଉଭୟ ଖାଦ୍ୟଦ୍ରବ୍ୟ ଓ ଅଣଖାଦ୍ୟଦ୍ରବ୍ୟ ଏହି ତାଲିକାରେ ଥାଏ; କିନ୍ତୁ ଆମ ଦେଶରେ ଖାଦ୍ୟଦ୍ରବ୍ୟର ଖର୍ଜ ଲେକାମାନଙ୍କର ମୁଖ୍ୟ ଖର୍ଚ୍ଚ ହୋଇଥିବାରୁ ଆବଶ୍ୟକ ଅଣଖାଦ୍ୟଦ୍ରବ୍ୟଗୁଡ଼ିକୁ ଦାରିଦ୍ର୍ୟରେଖା ନିର୍ଦ୍ଧାରଣ ସମୟରେ ବିଚାର କରାଯାଏ ନାହିଁ । ଏହାପରେ ଚଳିତ ବଜାର ଦରରେ ଏହି ଖାଦ୍ୟଦ୍ରବ୍ୟଗୁଡ଼ିକର ମୂଲ୍ୟ କଳନା କରାଯାଏ । ଶେଷରେ ସେହି ମୂଲ୍ୟର ଖାଦ୍ୟଦ୍ରବ୍ୟ ଆହରଣପାଇଁ ଯେଉଁ ମୁଣ୍ଡପିଛା ମାସିକ ଆୟ ଆବଶ୍ୟକ ହୋଇଥାଏ ତାହାର ଆକଳନ କରି ତାହାକୁ ଦାରିଦ୍ର୍ୟରେଖାରେ ଅଭିହିତ କରାଯାଇଥାଏ ।

ଭାରତରେ ଯୋଜନା କମିଶନ ମୁଣ୍ଡପିଛା ଦୈନିକ କ୍ୟାଲୋରୀ ଆବଶ୍ୟକତା ଅନୁସାରେ ଦାରିଦ୍ର୍ୟରେଖା ନିର୍ଦ୍ଧାରଣ କରିଥା’ନ୍ତି । ଯୋଜନା କମିଶନଙ୍କ ଅନୁସାରେ ଗ୍ରାମାଞ୍ଚଳ ଲୋକଙ୍କର ମୁଣ୍ଡପିଛା ଦୈନିକ କ୍ୟାଲୋରୀ ଆବଶ୍ୟକତା 2400 କ୍ୟାଲୋରୀ ଥିଲାବେଳେ ସହରାଞ୍ଚଳ ଲୋକଙ୍କର ମୁଣ୍ଡପିଛା ଏହି ଆବଶ୍ୟକତା 2100 କ୍ୟାଲୋରୀ ଅଟେ ।

CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ

ଏହି କ୍ୟାଲୋରୀ ଆବଶ୍ୟକତା ପୂରଣପାଇଁ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମୁଣ୍ଡପିଛା ମାସିକ ଟ 49.09 ଓ 56.64 ଉପଭୋଗଜନିତ ଖର୍ଚ୍ଚକୁ (1973-74 ଦରରେ) ଭାରତର ଦାରିଦ୍ର୍ୟରେଖା ବୋଲି ଯୋଜନା କମିଶନ ଘୋଷଣା କରିଥିଲେ । ପରେ ସପ୍ତମ ଯୋଜନା କାଳରେ ଦାରିଦ୍ର୍ୟରେଖାର ପୁନର୍ନିର୍ଦ୍ଧାରଣ କରାଯାଇଥିଲା । 1983-84 ମସିହାରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳପାଇଁ ଦାରିଦ୍ର୍ୟରେଖାକୁ ଯଥାକ୍ରମେ ଟ 101.80 ଓ ଟ 117.50 ର ଖର୍ଚ୍ଚସ୍ତର ସହିତ ସମାନ କରି ଦିଆଗଲା । ପରେ ଏହି ଦାରିଦ୍ର୍ୟରେଖାକୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ 229 ଟଙ୍କା ଓ 264 ଟଙ୍କା ଖର୍ଚ୍ଚସ୍ତର ସହିତ ସମାନ କରି ଦିଆଯାଇଛି ।

ଦାରିଦ୍ର୍ୟରେଖା ମାନଦଣ୍ଡରେ ଦେଶର ଦାରିଦ୍ର୍ୟକୁ ମପାଯାଇ ଏହାର ବ୍ୟାପକତା ସମ୍ବନ୍ଧରେ ଅନେକ ତଥ୍ୟ ମିଳିପାରିଛି । ଦେଶରେ ଦରିଦ୍ରଙ୍କ ସଂଖ୍ୟା ସ୍ଥିର ନାହିଁ । କେତେବେଳେ ଏହା ବଢ଼ୁଚି ଓ କେତେବେଳେ କମୁଛି । ସେହିପରି ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ଏହି ସଂଖ୍ୟାର ତାରତମ୍ୟ ରହିଛି । ବିଭିନ୍ନ ରାଜ୍ୟରେ ମଧ୍ୟ ଦାରିଦ୍ର୍ୟ ଅନୁପାତ ସମାନ ନୁହେଁ । 1960-61 ମସିହାରେ ଦେଶରେ ଦରିଦ୍ରମାନଙ୍କ ସଂଖ୍ୟା 17 କୋଟି ଥିଲା; କିନ୍ତୁ 1979-80 ମସିହା ବେଳକୁ ଏହା 33 କୋଟିକୁ ବୃଦ୍ଧିପାଇ 1987-88 ମସିହା ବେଳକୁ 31 କୋଟିକୁ ଖସିଆସିଥିଲା ।

ପୁଣି 1993-94 ମସିହା ବେଳକୁ ଏହା 35 କୋଟିରେ ପହଞ୍ଚଗଲା । ଅନ୍ୟ ପ୍ରକାରରେ କହିଲେ, 1960-61 ମସିହାରେ ଦାରିଦ୍ର୍ୟର ଅନୁପାତ 34 ଶତାଂଶ ଥିଲାବେଳେ 1979-80 ମସିହାକୁ ଏହା 48 ଶତାଂଶକୁ ବୃଦ୍ଧି ପାଇଥିଲା । ପରେ 1986- 87 ମସିହାକୁ ଏହି ଅନୁପାତ 34 ଶତାଂଶକୁ ଖସିଆସି 1987-88 ମସିହା ବେଳକୁ 39.3 ଶତାଂଶକୁ ବୃଦ୍ଧି ପାଇଥିଲା । 1993-94 ମସିହା ବେଳକୁ ଏହି ଅନୁପାତ 39 ଶତାଂଶକୁ ଖସିଆସିଲା ।

ଦେଶର ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଦାରିଦ୍ର୍ୟ ଉପରେ ପର୍ଯ୍ୟାଲୋଚନା କଲେ ଜଣାପଡ଼େ ଯେ, ଦାରିଦ୍ର୍ୟ ଅନୁପାତର ସ୍ଥିରତା ରହୁନାହିଁ । 1972-73 ମସିହାରେ ସହରାଞ୍ଚଳରେ ଦରିଦ୍ରଙ୍କ ଅନୁପାତ 44 ଶତାଂଶ ଓ ଗ୍ରାମାଞ୍ଚଳରେ 54 ଶତାଂଶ ଥିଲାବେଳେ 1987-88 ମସିହା ବେଳକୁ ଏହା ସହରାଞ୍ଚଳରେ 40 ଶତାଂଶ ଓ ଗ୍ରାମାଞ୍ଚଳରେ 39 ଶତାଂଶ ଥିଲା । କିନ୍ତୁ 1993-94 ମସିହା ବେଳକୁ ସହରାଞ୍ଚଳରେ ଦାରିଦ୍ର୍ୟ ଅନୁପାତ 37 ଶତାଂଶକୁ ଖସିଆସିଥିବାବେଳେ ଗ୍ରାମାଞ୍ଚଳରେ ଏହି ଅନୁପାତ 41.5 ଶତାଂଶକୁ ବୃଦ୍ଧି ପାଇଛି ।

ସେହିପରି ଦେଶର ସବୁ ରାଜ୍ୟମାନଙ୍କରେ ଦରିଦ୍ରଙ୍କ ଅନୁପାତ ସମାନ ନୁହେଁ । ବିହାର, ଓଡ଼ିଶା, ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ ରାଜ୍ୟମାନଙ୍କରେ ଦରିଦ୍ରମାନଙ୍କ ସଂଖ୍ୟା ଯଥେଷ୍ଟ ଅଧ୍ଵ ଥିଲାବେଳେ ପଞ୍ଜାବ, ହରିଆନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଗୋଆ ରାଜ୍ୟମାନଙ୍କରେ ଦାରିଦ୍ର୍ୟର ପ୍ରଭାବ କମ୍ ଅନୁଭୂତ ହୁଏ । ବିହାରରେ 54.96 ଶତାଂଶ ଲୋକ ଦରିଦ୍ର । ସେହିପରି ଓଡ଼ିଶାରେ 49.56 ଶତାଂଶ, ମଧ୍ୟପ୍ରଦେଶରେ 42.52 ଶତାଂଶ, ଉତ୍ତରପ୍ରଦେଶରେ 40.56 ଶତାଂଶ ଲୋକ ଦାରିଦ୍ର୍ୟରେଖା ତଳେ ବାସକରନ୍ତି । ଅପରପକ୍ଷରେ ହିମାଚଳ ପ୍ରଦେଶରେ ୨ ଶତାଂଶ, ପଞ୍ଜାବରେ 11.7 ଶତାଂଶ, ଆନ୍ଧ୍ରପ୍ରଦେଶରେ 22 ଶତାଂଶ ଲୋକ ଦରିଦ୍ର ଅଟନ୍ତି ।

କିନ୍ତୁ ଦାରିଦ୍ର୍ୟର ଗଭୀରତାକୁ ବିଚାରକୁ ନେଲେ ଜଣାଯାଏ ଯେ, ଯେଉଁମାନେ ଦାରିଦ୍ର୍ୟର ରେଖାତଳେ ରହୁଛନ୍ତି ସେମାନେ ଗୋଟିଏ ଶ୍ରେଣୀର ଦରିଦ୍ର ନୁହଁନ୍ତି । ସେମାନଙ୍କୁ ମଧ୍ଯ ଦାରିଦ୍ର୍ୟର-ଗଭୀରତା ଭିଭିରେ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇପାରିବ । ଯଦି ଏହା କରାଯାଏ, ତେବେ ଦାରିଦ୍ର୍ୟର କେତେ ପ୍ରକୋପ ତାହା ସଠିକ୍ ଆକଳନ କରାଯାଇପାରିବ ।

ଆମ ଦେଶରେ ଏପରି ଅନେକ ଦରିଦ୍ର ଅଛନ୍ତି ଯେଉଁମାନେ କି ପ୍ରତିଦିନ ମୁଠାଏ ଖାଇବାକୁ ପାଉନାହାଁନ୍ତି, ଯାହାର ମୁଣ୍ଡ ଗୁଞ୍ଜିବାକୁ କୁଢ଼ିଆଟିଏ ନାହିଁ; ଲଜ୍ଜାନିବାରଣ କରିବାପାଇଁ ଛିଣ୍ଡା ଲୁଗାଟିଏ ମଧ୍ୟ ନାହିଁ । ତେଣୁ ଭାରତର ଦାରିଦ୍ର୍ୟକୁ କେବଳ ସଂଖ୍ୟାରେ ମାପି ଦାରିଦ୍ର୍ୟ ନିରାକରଣ ଯୋଜନା ପ୍ରସ୍ତୁତ କରିବା ଉଚିତ ନୁହେଁ, ବରଂ ଦାରିଦ୍ର୍ୟର ଗଭୀରତା ଅନୁଧ୍ୟାନ କରି ନିରାକରଣ ଯୋଜନା ପ୍ରସ୍ତୁତ କଲେ ତାହା ଅଧିକ ଫଳପ୍ରଦ ହେବ ।

2. ଦାରିଦ୍ର୍ୟ କହିଲେ କ’ଣ ବୁଝ ? ଭାରତରେ ଦାରିଦ୍ର୍ୟ ଘନୀଭୂତ ହେବାର କାରଣଗୁଡ଼ିକ ଉଲ୍ଲେଖ କର ।
Answer:
ଦାରିଦ୍ର୍ୟ ଏକ ସାମାଜିକ ଓ ଅର୍ଥନୈତିକ ସମସ୍ୟା । ଏହା ସବୁଯୁଗରେ ରହି ଆସିଅଛି । କେବଳ ଏହାର ବ୍ୟାପକତା ଓ ଗଭୀରତାରେ ପରିବର୍ତ୍ତନ ଘଟୁଅଛି । ବର୍ତ୍ତମାନ ଏହା ଗଣଦାରିଦ୍ର୍ୟ ରୂପ ନେଇଅଛି । ପୃଥ‌ିବୀର ପ୍ରାୟ ସବୁଦେଶର ଲୋକ ଅଳ୍ପବହୁତେ ଏହାର ଶିକାର ହୋଇଛନ୍ତି । ମାନବିକ ବ୍ୟକ୍ତିତ୍ଵ ବିକାଶପାଇଁ ଆବଶ୍ୟକ ଜୀବନଯାପନର ମାନ ହାସଲ କରିବାରେ ଅସାମର୍ଥ୍ୟକୁ ‘ଦାରିଦ୍ର୍ୟ’ ବୋଲି କୁହାଯାଏ । ଦାରିଦ୍ର୍ୟର ସଂଜ୍ଞା ନିରୂପଣ କରିବାକୁ ଗଲାବେଳେ ଆପେକ୍ଷିକ ଦାରିଦ୍ର୍ୟ ଓ ସ୍ଥୂଳ ଦାରିଦ୍ର୍ୟ ମଧ୍ଯରେ ପାର୍ଥକ୍ୟ ଜାଣିବା ଆବଶ୍ୟକ ମନେହୁଏ ।

ଧନୀମାନଙ୍କ ତୁଳନାରେ ଯେଉଁମାନେ ନୂନ ସେମାନଙ୍କୁ ଆପେକ୍ଷିକ ଅର୍ଥରେ ଦରିଦ୍ର ବୋଲି କୁହାଯାଏ । ଏଠାରେ ଧନୀ ଓ ଗରିବ ହେଉଛି ଦୁଇଟି ଆପେକ୍ଷିକ ଶବ୍ଦ । ବ୍ୟକ୍ତି ବ୍ୟକ୍ତି ମଧ୍ୟରେ, ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ, ରାଜ୍ୟ ରାଜ୍ୟ ମଧ୍ୟରେ, ଦେଶ ଦେଶ ମଧ୍ୟରେ ତୁଳନା କରାଯାଇ କିଏ ଧନୀ, କିଏ ଦରିଦ୍ର ସ୍ଥିର କରାଯାଇଥାଏ । ଏଥିପାଇଁ ଆନ୍ତର୍ଜାତିକ ସ୍ତରରେ ଭାରତକୁ ଏବେବି ଦରିଦ୍ର ଦେଶ ବୋଲି ବର୍ଣ୍ଣନା କରାଯାଉଛି ।

ଯେହେତୁ ଆପେକ୍ଷିକ ଦାରିଦ୍ର୍ୟ ଏକ ତୁଳନାତ୍ମକ ଚିନ୍ତାଧାରା, ତେଣୁ ଏପ୍ରକାର ଦାରିଦ୍ର୍ୟ ବିଲୋପ ହେବା ଅସମ୍ଭବ । ଅନ୍ୟପକ୍ଷରେ ଚଳଣିର ଯେଉଁ ନିମ୍ନତମ ସ୍ତରରେ ମାନବୀୟ ବ୍ୟକ୍ତିତ୍ଵର ସାଧାରଣ ବିକାଶପାଇଁ ଅନ୍ତରାୟ ସୃଷ୍ଟି ହୋଇଥାଏ, ତାହାହିଁ ହେଉଛି ସ୍ଥୂଳ ଦାରିଦ୍ର୍ୟ । ସ୍ଥୂଳ ଦାରିଦ୍ର୍ୟ ଉଭୟ ବ୍ୟକ୍ତି ଓ ଦେଶ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ । ସ୍ଥୂଳ ଦାରିଦ୍ର୍ୟକୁ ଚିହ୍ନଟ କରିବାପାଇଁ ‘ଦାରିଦ୍ର୍ୟରେଖା’ ମାନଦଣ୍ଡ ବ୍ୟବହାର କରାଯାଏ । ଉପଭୋଗର ଏକ ନିମ୍ନତମ ସ୍ତରରେ ପହଞ୍ଚାଇବାପାଇଁ ଯେଉଁ ଆୟସ୍ତର ଆବଶ୍ୟକ ହୋଇଥାଏ ସେହି ଆୟକୁ ସାଧାରଣତଃ ଦାରିଦ୍ର୍ୟରେଖା ଆକାରରେ ବ୍ୟକ୍ତ କରାଯାଏ । ଯେଉଁମାନଙ୍କର ଆୟ ଦାରିଦ୍ର୍ୟରେଖାଠାରୁ ନିମ୍ନରେ ରହେ, ସେମାନେ ଦରିଦ୍ର ବୋଲି ବିବେଚିତ ହୁଅନ୍ତି ।

CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ

ଭାରତରେ ଦାରିଦ୍ର୍ୟ ଏକ ଗଣ-ସମସ୍ୟା । ଏହା ଦେଶର ପ୍ରତ୍ୟେକ କୋଣରେ ଅନୁଭୂତ । 1993-94 ମସିହାରେ ପ୍ରାୟ 35 କୋଟି ଲୋକ ଦାରିଦ୍ର୍ୟରେଖା ତଳେ ବସବାସ କରୁଛନ୍ତି । ଏମାନଙ୍କ ମଧ୍ୟରେ ଅନେକଙ୍କୁ ଦୁଇ ଓଳି ଖାଇବାକୁ ମିଳେ ନାହିଁ, ପିନ୍ଧିବାପାଇଁ କନା ମିଳେ ନାହିଁ । ରହିବାପାଇଁ କୁଡ଼ିଆ ଖଣ୍ଡେ ମଧ୍ଯ ମିଳି ନ ଥାଏ । ଭାରତରେ ଏହାର ବ୍ୟାପକତା ଓ ଗଭୀରତା ବହୁତ ଅଧିକ । ମନରେ ପ୍ରଶ୍ନ ଉଠିପାରେ, ଆମ ଦେଶରେ ଦାରିଦ୍ର୍ୟ ଘନୀଭୂତ ହେବାର କାରଣ କ’ଣ ? ଏହାର ଗୋଟିଏ ବା ଦୁଇଟି କାରଣ ନାହିଁ । ଭାରତରେ ଦାରିଦ୍ର୍ୟର ଅନେକ କାରଣ ରହିଅଛି ଏବଂ ସେଗୁଡ଼ିକ ପରସ୍ପର ଛନ୍ଦାଛନ୍ଦି । ସେହି କାରଣଗୁଡ଼ିକ ଏହାଲା

(1) ଦ୍ରୁତ ଜନସଂଖ୍ୟା ବୃଦ୍ଧି– ଭାରତରେ ଜନସଂଖ୍ୟା ବୃଦ୍ଧିର ମାତ୍ରା ବହୁତ ଅଧିକ । ପ୍ରତିବର୍ଷ ଆମେ 1.6 କୋଟି ନୂଆ ମୁହଁ ଦେଖୁଅଛୁ । ଜନସଂଖ୍ୟା ବୃଦ୍ଧି ସଙ୍ଗେ ଖାଦ୍ୟ, ବସ୍ତ୍ର, ବାସଗୃହ, ପାନୀୟଜଳ, ସ୍ଵାସ୍ଥ୍ୟ ଇତ୍ୟାଦି ସର୍ବନିମ୍ନ ଆବଶ୍ୟକତା ଦିନକୁ ଦିନ ବଢ଼ିଚାଲିଛି । ଏହି ସର୍ବନିମ୍ନ ଆବଶ୍ୟକତା ପୂରଣ କରିବାକୁ ସମ୍ବଳର ଘୋର ଅଭାବ ରହିଥ‌ିବାରୁ ଅଧିକାଂଶ ଲୋକ ଏହି ଆବଶ୍ୟକତାଗୁଡ଼ିକ ପୂରଣ କରି ନ ପାରି ଦାରିଦ୍ର୍ୟର କଷାଘାତରେ ପୀଡ଼ିତ ହେଉଛନ୍ତି ।

(2) ଆୟ ଓ ସମ୍ପତ୍ତି ବଣ୍ଟନରେ ଅସମାନତା- ଆମ ଦେଶରେ ଆୟ ଓ ସମ୍ପତ୍ତିର ବଣ୍ଟନରେ ଯେଉଁ ବିଷମତା ରହିଛି ତାହା ଦେଶରେ ଦରିଦ୍ରମାନଙ୍କ ସଂଖ୍ୟାବୃଦ୍ଧିର ମୁଖ୍ୟ କାରଣ । ଭୂମି, ଆୟ, ପୁଞ୍ଜି, ସମ୍ପତ୍ତି, କୋଠାବାଡ଼ି ଇତ୍ୟାଦି ପ୍ରତ୍ୟେକ କ୍ଷେତ୍ରରେ ବଣ୍ଟନର ଅସମାନତା ରହିଅଛି । ଦେଶରେ ମାତ୍ର ଅଳ୍ପ କେତେଜଣଙ୍କ ମାଲିକାନାରେ ଆୟ ଓ ସମ୍ପତ୍ତିର ଏକ ବଡ଼ଭାଗ ରହିଥିବାବେଳେ ଏକ ବଡ଼ଭାଗ ଲୋକମାନଙ୍କ ମାଲିକାନାରେ ସ୍ଵଳ୍ପ ଆୟ ଓ ସମ୍ପଭି ରହିଥ‌ିବାର ପରିଲକ୍ଷିତ ହୁଏ । ଫଳରେ ଅଧିକାଂଶ ଲୋକ ଦାରିଦ୍ର୍ୟରେଖା ତଳେ ନିଶ୍ଳେଷିତ ହୋଇଥା’ନ୍ତି ।

(3) ଭୂମି ଉପରେ ଚାପ – ଭୂମି ଆମ ଦେଶର ମୁଖ୍ୟ ପ୍ରାକୃତିକ ସମ୍ବଳ । ଭୂମିର ଯୋଗାଣ ଯଦି ପର୍ଯ୍ୟାପ୍ତ ହୋଇଥା’ନ୍ତା ତାହାହେଲେ ସମସ୍ତଙ୍କପାଇଁ ଯଥେଷ୍ଟ ଆୟ ସମ୍ଭବ ହୁଅନ୍ତା ଓ କେହି ଦରିଦ୍ର ହୋଇ ରହନ୍ତେ ନାହିଁ । କିନ୍ତୁ ଜନସଂଖ୍ୟାର ଦ୍ରୁତ ବୃଦ୍ଧି ପାଇବା ହେତୁ ଭୂମି ଉପରେ ଅଧିକ ଚାପ ପଡ଼ିଲା । ଫଳରେ ମୁଣ୍ଡପିଛା କୃଷିଜମିର ପରିମାଣ କମିବାରେ ଲାଗିଛି । ଫଳରେ ଅନେକ ଭୂମିର ମାଲିକାନାରୁ ବଞ୍ଚିତ ହୋଇ ଦାରିଦ୍ର୍ୟରେଖା ତଳକୁ ଠେଲି ହୋଇଯାଆନ୍ତି ।

(4) ବେକାରି ସମସ୍ୟା – ନିଯୁକ୍ତିରୁହିଁ ଆୟର ସୂତ୍ରପାତ ହୋଇଥାଏ ଏବଂ ନିଯୁକ୍ତି ହ୍ରାସ ପାଇଲେ ଦାରିଦ୍ର୍ୟର ସାନ୍ଦ୍ରତା ବୃଦ୍ଧି ପାଏ । ଆମେ ଜାଣୁ ଯେ, ମାନବିକ ଶକ୍ତି ଓ ପ୍ରକୃତିଦତ୍ତ ସମ୍ବଳ ମିଳିତ ହୋଇ ନିଯୁକ୍ତି ସୁଯୋଗ ସୃଷ୍ଟି କରନ୍ତି । ଏହା ଫଳରେ ଆୟର ଉତ୍ସ ସୃଷ୍ଟି ହୁଏ । ଯେତେବେଳେ ଏହି ସମ୍ବଳଦ୍ବୟ ସମସ୍ତଙ୍କପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରିପାରନ୍ତି ନାହିଁ ଓ ଚଳନୀୟ ଆୟ ସୃଷ୍ଟି କରିବାପାଇଁ ଅସମର୍ଥ ହୋଇଥାଏ ସେତେବେଳେ ଅନେକ ଲୋକ ଦାରିଦ୍ର୍ୟର ଆବର୍ତ୍ତ ଭିତରକୁ ନିକ୍ଷେପିତ ହୋଇଯାଆନ୍ତି । ଆମ ଦେଶରେ ପ୍ରାକୃତିକ ସମ୍ବଳ ଓ ମାନବିକ ସମ୍ବଳ ମିଳିତ ହୋଇ ସମସ୍ତଙ୍କପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବାରେ ଅସମର୍ଥ ହେବାରୁ ଅଧିକାଂଶ ଲୋକ ଦାରିଦ୍ର୍ୟର କଷାଘାତରେ ପୀଡ଼ିତ ଅଟନ୍ତି ।

(5) ମୁଦ୍ରାଢ଼ୀତିର ପ୍ରଭାବ –  ମୁଦ୍ରାଙ୍ଗୀତି ଭାରତର ଦାରିଦ୍ର୍ୟର ଅନ୍ୟ ଏକ କାରଣ । ଦିନକୁ ଦିନ ଜିନିଷପତ୍ରଗୁଡ଼ିକର ମୂଲ୍ୟବୃଦ୍ଧି ଯୋଗୁଁ ଲୋକମାନେ ସର୍ବନିମ୍ନ ସ୍ତରର ଆବଶ୍ୟକୀୟ ଦ୍ରବ୍ୟ କିଣିବାପାଇଁ ଅସମର୍ଥ ହୋଇପଡୁଛନ୍ତି । ଫଳରେ ସେମାନେ ଦାରିଦ୍ର୍ୟରେଖା ତଳକୁ ଖସିଆସୁଛନ୍ତି ।

(6) ଆଞ୍ଚଳିକ ବୈଷମ୍ୟ – ଦେଶର ସବୁ ଅଞ୍ଚଳରେ ସମପରିମାଣର ଉନ୍ନୟନ ହୋଇପାରି ନାହିଁ । କେତେକ ଅଞ୍ଚଳ ବା ରାଜ୍ୟ ଯଥେଷ୍ଟ ଉନ୍ନତ ଥିଲାବେଳେ ଅନ୍ୟ କେତେକ ପଛୁଆ ରହିଯାଇଛି । ଗୋଆ, ପଞ୍ଚାବ, ହରିଆନା, ଗୁଜୁରାଟ, ମହାରାଷ୍ଟ୍ର ଭଳି ରାଜ୍ୟଗୁଡ଼ିକ ଉନ୍ନତ । କିନ୍ତୁ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟସମୂହ, ଓଡ଼ିଶା, ବିହାର, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼ ଭଳି ରାଜ୍ୟଗୁଡ଼ିକ ଅର୍ଥନୈତିକ ବିକାଶ କ୍ଷେତ୍ରରେ ବହୁତ ପଛୁଆ । ଏହି ରାଜ୍ୟଗୁଡ଼ିକର କୃଷି, ଶିଳ୍ପର ବିକାଶ ଘଟିନାହିଁ । ଫଳରେ ଏହି ରାଜ୍ୟରେ ବସବାସ କରୁଥିବା ଅଧିକାଂଶ ଲୋକେ ଦାରିଦ୍ର୍ୟର ସୀମାରେଖା ତଳେ ରହିଥା’ନ୍ତି ।

(7) ସାମାଜିକ ବ୍ୟବସ୍ଥା – ଆମ ଦେଶର ସାମାଜିକ ବ୍ୟବସ୍ଥା ଦାରିଦ୍ର୍ୟର ଆଉ ଏକ କାରଣ । ଜାତି, ବର୍ଣ୍ଣ, ପ୍ରଥା ଇତ୍ୟାଦି ଅନେକ ଅନ୍ଧବିଶ୍ୱାସ ଆମ ସମାଜରେ ଭରପୂର ହୋଇ ରହିଅଛି । ବ୍ରାହ୍ମଣର ପୁଅ ବ୍ରାହ୍ମଣ କାମ କରିବ । ସେ ସେଲୁନ୍, ଲଣ୍ଡି ବା ଅନ୍ୟ ବ୍ୟବସାୟ କରିପାରିବ ନାହିଁ । ସେହିପରି ଅନ୍ୟ ଜାତି ବା ବର୍ଣ୍ଣର ଲୋକମାନେ ନିଜର କୌଳିକ ବ୍ୟବସାୟ ଛାଡ଼ି ଅନ୍ୟ ବେଉସା କରିପାରିବେ ନାହିଁ । ଏ ପ୍ରକାର କୁସଂସ୍କାରପୂର୍ଣ୍ଣ ସାମାଜିକ ବ୍ୟବସ୍ଥା ଅର୍ଥନୈତିକ ବିକାଶରେ ଅନ୍ତରାୟ ସୃଷ୍ଟିକରେ । ଫଳରେ ଦେଶରେ ଦାରିଦ୍ର୍ୟ ବଢ଼ିଚାଲେ ।

(8) ରାଜନୈତିକ କାରଣ – ଆମ ଦେଶ ଶହଶହ ବର୍ଷ ଧରି ବିଦେଶୀମାନଙ୍କ ହାତରେ ଶାସିତ ହୋଇଆସିଅଛି । ଏହାଦ୍ୱାରା ଆମ ଦେଶର ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହୋଇଯାଇଥିଲା । ସ୍ଵାଧୀନତା ପରେ ସମସ୍ତଙ୍କର ବିଶ୍ୱାସ ଥିଲା ଯେ, ଦେଶର ଆର୍ଥିକ ଅବସ୍ଥା ସୁଧୁରିଯିବ । ଦୀର୍ଘ ପାଞ୍ଚ ଦଶନ୍ଧି ଧରି ଯୋଜନା କାର୍ଯ୍ୟକାରୀ କରୁଥିଲେ ମଧ୍ୟ ସେମିତି କିଛି ଉଲ୍ଲେଖନୀୟ ସଫଳତା ମିଳିନାହିଁ ।

ସ୍ଵାଧୀନତା ପରେ ରାଜନୈତିକ ନେତାମାନେ ଓ ଦଳମାନେ ନିଜ ନିଜର ସମ୍ପତ୍ତି ଠୁଳ କରିବାରେ ଆଗଭର ହୋଇ ପଡ଼ିଲେ । ଭୋଟ ପାଇବାପାଇଁ ଗରିବ ଲୋକମାନଙ୍କୁ ପ୍ରତାରଣା କଲେ । ଦାରିଦ୍ର୍ୟର ନିରାକରଣପାଇଁ ସେମାନେ ଆନ୍ତରିକତାର ସହିତ କାମ କଲେ ନାହିଁ । ଫଳରେ ଦାରିଦ୍ର୍ୟ ଦେଶରେ ତା’ର କାୟା ବିସ୍ତାର କରି ଚାଲିଲା ।

3. ଭାରତରେ ଦାରିଦ୍ର୍ୟ ନିରାକରଣପାଇଁ ଯେଉଁସବୁ ବିଶେଷ ନିଯୁକ୍ତି କାର୍ଯ୍ୟକ୍ରମ କାର୍ଯ୍ୟ କରି ଆସୁଅଛି, ସେଗୁଡ଼ିକୁ ଆଲୋଚନା କର ।
Answer:
ପ୍ରଥମେ ଯୋଜନାକାରୀମାନେ ବିଶ୍ଵାସ କରୁଥିଲେ ଯେ, ଅର୍ଥନୈତିକ ଅଭିବୃଦ୍ଧି ସଂଗଠିତ ହେଲେ ଆପଣାଛାଏଁ ଗରିବ ଲୋକମାନଙ୍କର ନିଯୁକ୍ତି ଓ ଜୀବନଯାପନ ସ୍ତରରେ ଉନ୍ନତି ଘଟିବ; କିନ୍ତୁ ଏହି ଧାରଣା ଭୁଲ୍ ପ୍ରମାଣିତ ହେଲା; ତେଣୁ ଗରିବ ଲୋକମାନଙ୍କୁ ନିଯୁକ୍ତିର ଅଧ‌ିକ ସୁଯୋଗ ଦେବା ସଙ୍ଗେ ସଙ୍ଗେ ସେମାନଙ୍କୁ ଦାରିଦ୍ର୍ୟରେଖା ଉପରକୁ ଉଠାଇବାପାଇଁ ବିଶେଷ କାର୍ଯ୍ୟକ୍ରମମାନ ପ୍ରବର୍ତ୍ତନ କରିବାର ଆବଶ୍ୟକତା ମନେ କରାଗଲା । କେନ୍ଦ୍ର ସରକାର ଦାରିଦ୍ର୍ୟ ନିରାକରଣପାଇଁ କେତେକ ବିଶେଷ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ କରିବାପାଇଁ ପଦକ୍ଷେପମାନ ଗ୍ରହଣ କରିଛନ୍ତି । ସେହି ଯୋଜନାଗୁଡ଼ିକ ହେଲା –

(1) ସମନ୍ବିତ ଗ୍ରାମ୍ୟବିକାଶ ଯୋଜନା (IRDP)– ଏହି ଯୋଜନା 1976-77 ମସିହାରେ ଆରମ୍ଭ ହୋଇଥିଲେହେଁ 1979- 80 ମସିହାବେଳକୁ ଏହା ଦେଶର ସବୁ ଉନ୍ନୟନ ବ୍ଲକ୍‌ରେ କାର୍ଯ୍ୟ କରିଥିଲା । ଗ୍ରାମାଞ୍ଚଳର ଦରିଦ୍ରମାନଙ୍କର ଉନ୍ନତିକଳ୍ପେ କାର୍ଯ୍ୟକାରୀ ହେଉଥ‌ିବା ଭିନ୍ନ ଭିନ୍ନ ପରିକଳ୍ପନାଗୁଡ଼ିକୁ ଏକତ୍ରିତ କରି ଗୋଟିଏ ଅନୁଷ୍ଠାନ ମାଧ୍ୟମରେ ସାରା ଦେଶରେ କାର୍ଯ୍ୟକାରୀ କରିବା ଥିଲା ଏହି ଯୋଜନାର ଆଭିମୁଖ୍ୟ ।

ଏହି ଯୋଜନା କୃଷି, ଉଦ୍ୟାନ, ରେଶମ ଉତ୍ପାଦନ, ପଶୁପାଳନ, ତନ୍ତୁବାୟ ଓ କ୍ଷୁଦ୍ର ବ୍ୟବସାୟ ଭଳି କାର୍ଯ୍ୟକଳାପକୁ ଉତ୍ସାହିତ କରାଯାଇ ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ମୂଳୋତ୍ପାଟନ କରିବାପାଇଁ ଏକ ବଳିଷ୍ଠ ଭିତ୍ତିଭୂମି ପ୍ରସ୍ତୁତ କରିବା ଅଭିପ୍ରାୟ ରଖୁଥିଲା । IRDP ଯୋଜନାର ଖର୍ଚ୍ଚ କେନ୍ଦ୍ର ଓ ରାଜ୍ୟ ସରକାର ସମାନ ଭାବରେ ବହନ କରିଥା’ନ୍ତି । ଏହି ଯୋଜନାରେ ଦରିଦ୍ର ହିତାଧ୍ୟାକାରୀମାନଙ୍କୁ ଚିହ୍ନଟ କରାଯାଇ ବ୍ୟାଙ୍କ ଋଣ ଓ ସବ୍‌ସିଡ଼ି ମାଧ୍ୟମରେ ସେମାନଙ୍କର ଆତ୍ମନିଯୁକ୍ତିର ପଥ ସୁଗମ କରାଯାଏ ।

CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ

ଅନୁସୂଚିତ ଜାତି, ଜନଜାତି ଓ ମହିଳାମାନଙ୍କ ଭଳି ସମାଜର ଅବହେଳିତ ବର୍ଗର ଲୋକମାନଙ୍କର ସହାୟତା କରିବାପାଇଁ ଏହି ଯୋଜନାରେ ବିଶେଷ ଧ୍ୟାନ ଦିଆଯାଇଥାଏ । ଏହି କାର୍ଯ୍ୟକ୍ରମକୁ ବିଶ୍ଳେଷଣ କଲେ ଜଣାପଡ଼େ ଯେ ଏହାର କାର୍ଯ୍ୟକାରିତାଦ୍ଵାରା ଆମକୁ ଯେତିକି ସୁଫଳ ମିଳିବା କଥା ତାହାହିଁ ମିଳିପାରି ନାହିଁ ।

(2) ଜାତୀୟ ଗ୍ରାମାଞ୍ଚଳ ନିଯୁକ୍ତି କାର୍ଯ୍ୟକ୍ରମ (NREP)- ମାନ୍ଦା କୃଷି ଋତୁରେ ଗ୍ରାମାଞ୍ଚଳରେ ଦରିଦ୍ର ଲୋକମାନଙ୍କୁ ଅତିରିକ୍ତ କର୍ମନିଯୁକ୍ତି ଯୋଗାଇଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଅଭିପ୍ରାୟ । 1977-78 ମସିହାରୁ କାର୍ଯ୍ୟ କରି ଆସୁଥ‌ିବା କାମପାଇଁ ଖାଦ୍ୟ କାର୍ଯ୍ୟକ୍ରମକୁ NREP ନାମକରଣ କରାଯାଇଅଛି । ଗ୍ରାମାଞ୍ଚଳ ଦରିଦ୍ରମାନଙ୍କର ଦୀର୍ଘକାଳୀନ ପ୍ରତ୍ୟକ୍ଷ ହିତସାଧନପାଇଁ ଅଭିପ୍ରେତ ଉତ୍ପାଦନଶୀଳ ସାମୂହିକ ପରିସମ୍ପତ୍ତି ସୃଷ୍ଟି, ଉନ୍ନୟନ ସହାୟକ ଭିତ୍ତିଭୂମିର ଦୃଢ଼ୀକରଣ ।

ଗ୍ରାମାଞ୍ଚଳ ଦରିଦ୍ରମାନଙ୍କୁ ମଜୁରିର ଅଂଶଭାବରେ ଖାଦ୍ୟଶସ୍ୟ ଯୋଗାଇ ଦେଇ ସେମାନଙ୍କର ପୁଷ୍ଟିହୀନତା ଦୂରୀକରଣ ଓ ଗ୍ରାମାଞ୍ଚଳ ଦରିଦ୍ରମାନଙ୍କର ଜୀବନଧାରଣର ଗୁଣାତ୍ମକ ମାନରେ ଅଭିବୃଦ୍ଧି ହାସଲପାଇଁ ଏହି କାର୍ଯ୍ୟକ୍ରମ ଉଦ୍ଦିଷ୍ଟ ଥିଲା । ଏହି ଯୋଜନାରେ ମାନ୍ଦା କୃଷି ଋତୁରେ ସାମାଜିକ ବନୀକରଣ, ବିଦ୍ୟାଳୟ ଓ ଗୋଷ୍ଠୀ କେନ୍ଦ୍ର, ଗୃହ, ଜଳାଶୟ, ରାସ୍ତା, ଜଳସେଚନ ଓ ବନ୍ୟାନିୟନ୍ତ୍ରଣ ସହାୟକ ନିର୍ମାଣ କାର୍ଯ୍ୟ, ପତିତ ଜଳାଶୟଗୁଡ଼ିକର ପୁନରୁଦ୍ଧାର ଆଦି କାର୍ଯ୍ୟ ମାଧ୍ୟମରେ ନିଯୁକ୍ତି ସୃଷ୍ଟି କରାଯାଉଥିଲା ।

1980 ରୁ 1985 ମସିହା ମଧ୍ୟରେ 177437 ନିୟୁତ ମାନବ ଦିବସ ନିଯୁକ୍ତି ଏହି କାର୍ଯ୍ୟକ୍ରମ ମାଧ୍ୟମରେ କରାଯାଇଥିଲା । ଏହି ଯୋଜନାକୁ 1990 ମସିହାରେ ‘ଜବାହାର ରୋଜଗାର ଯୋଜନା’ ସହିତ ମିଶାଇ ଦିଆଗଲା ।

(3) ଗ୍ରାମାଞ୍ଚଳ ଭୂମିହୀନ ଲୋକମାନଙ୍କ ପାଇଁ ନିଶ୍ଚିତ ନିଯୁକ୍ତି କାର୍ଯ୍ୟକ୍ରମ (RLEGP)– ଏହି କାର୍ଯ୍ୟକ୍ରମ 1983 ମସିହାରେ ଆରମ୍ଭ କରାଯାଇଥିଲା । ଗ୍ରାମାଞ୍ଚଳ ଭୂମିହୀନ ଲୋକମାନଙ୍କପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରି ପ୍ରତ୍ୟେକ ପରିବାରରୁ ଅତି କମ୍‌ରେ ଜଣେ ଲେଖାଏଁ ଲୋକକୁ ବର୍ଷକୁ 100 ଦିନ ପର୍ଯ୍ୟନ୍ତ ନିଶ୍ଚିତ ନିଯୁକ୍ତି ଯୋଗାଇଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ।

ଏହି କାର୍ଯ୍ୟକ୍ରମରେ ସାମାଜିକ ବନୀକରଣ ପ୍ରକଳ୍ପ, ଇନ୍ଦିରା ଆବାସ ଯୋଜନା ଅନ୍ତର୍ଗତ ବାସଗୃହ ନିର୍ମାଣ, ଗ୍ରାମାଞ୍ଚଳରେ ରାସ୍ତା, ସୁଲଭ ଶୌଚାଳୟ ପ୍ରତିଷ୍ଠା, ବିଦ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ, କ୍ଷୁଦ୍ର ଜଳସେଚନ, ମୃତ୍ତିକା ସଂରକ୍ଷଣ ଆଦିର ନିର୍ମାଣକାର୍ଯ୍ୟ କାର୍ଯ୍ୟକାରୀ କରାଯାଉଥିଲା । ଏହି ଯୋଜନାରେ ଭୂମିହୀନ କୃଷକ, ଅନୁସୂଚିତ ଜାତି ଓ ଜନଜାତି, ଗୋତି ଶ୍ରମିକ, ମହିଳା ଶ୍ରମିକମାନଙ୍କୁ ଅଗ୍ରାଧୁକାର ଦିଆଯାଉଥିଲା । ଏହି ଯୋଜନାର ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିଥା’ନ୍ତି । 1989 ମସିହାରେ ଏହି ଯୋଜନାକୁ ଜବାହାର ରୋଜଗାର ଯୋଜନା ସହିତ ମିଶାଇ ଦିଆଗଲା ।

(4) ଜବାହାର ରୋଜଗାର ଯୋଜନା (JRY)– ‘ଜାତୀୟ ଗ୍ରାମାଞ୍ଚଳ ନିଯୁକ୍ତି କାର୍ଯ୍ୟକ୍ରମ ଓ ଗ୍ରାମାଞ୍ଚଳ ଭୂମିହୀନ ନିଶ୍ଚିତ ନିଯୁକ୍ତି କାର୍ଯ୍ୟକ୍ରମ’ର ଆଭିମୁଖ୍ୟ ସମାନ ହୋଇଥିବାରୁ 1986 ମସିହାରେ ଏ ଦୁଇଟି କାର୍ଯ୍ୟକ୍ରମକୁ ଏକତ୍ର କରି ଜବାହାର ରୋଜଗାର ଯୋଜନା କାର୍ଯ୍ୟକ୍ରମ ଆରମ୍ଭ କରାଗଲା । ଏହି ଯୋଜନାରେ ଖର୍ଚ୍ଚର ୫୦ ଶତାଂଶ କେନ୍ଦ୍ର ଓ 20 ଶତାଂଶ ରାଜ୍ୟ ବହନ କରିଥାଏ । ଏହି ଯୋଜନା ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଆନୁକୂଲ୍ୟରେ କାର୍ଯ୍ୟକାରୀ ହୁଏ ।

ଗୋଷ୍ଠୀଗତ ପରିସମ୍ପତ୍ତି ସୃଷ୍ଟିପାଇଁ ଉଦ୍ଦିଷ୍ଟ ସମସ୍ତ ଗ୍ରାମ୍ୟ ନିର୍ମାଣକାର୍ଯ୍ୟ ଏହି ଯୋଜନା ମାଧ୍ୟମରେ କାର୍ଯ୍ୟକାରୀ ହୋଇଥାଏ । ଗ୍ରାମାଞ୍ଚଳରେ ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ନିର୍ମାଣକାର୍ଯ୍ୟରେ ଦରିଦ୍ରମାନଙ୍କ ନିଯୁକ୍ତିକୁ ଅଗ୍ରାଧିକାର, ସେମାନଙ୍କର କ୍ରମାଗତ ଆୟପନ୍ଥା ସୃଷ୍ଟି କରୁଥିବା ନିର୍ମାଣକାର୍ଯ୍ୟକୁ ଅଗ୍ରାଧ୍ୟାକାର, ମହିଳା, ଅନୁସୂଚିତ ଜାତି ଓ ଜନଜାତିର ଲୋକମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଏ ।

ଦରିଦ୍ରତମ ଅନୁସୂଚିତ ଜାତି, ଜନଜାତି ଓ ଗୋତି ଶ୍ରମିକମାନଙ୍କପାଇଁ ‘ଇନ୍ଦିରା ଆବାସ ଗୃହ’ ନିର୍ମାଣ, ପ୍ରାଥମିକ ବିଦ୍ୟାଳୟ ଗୃହ ନିର୍ମାଣ, ଦାରିଦ୍ର୍ୟରେଖା ତଳେ ଥ‌ିବା କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କର ବ୍ୟକ୍ତିଗତ ଚାଷଜମିକୁ ଉଠିଆ କରିବା ବ୍ୟବସ୍ଥା, ଜଳଛାୟା ଅଞ୍ଚଳରେ ଥ‌ିବା ବ୍ୟକ୍ତିଗତ ଚାଷଜମିର ଉତ୍ପାଦିକା ଶକ୍ତି ବୃଦ୍ଧି କରିବା, କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କର ଭୂଉନ୍ନୟନ କରିବା ଇତ୍ୟାଦି ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି ।

(5) ଗ୍ରାମାଞ୍ଚଳ ଯୁବଗୋଷ୍ଠୀ ଆତ୍ମନିଯୁକ୍ତି ପାଇଁ ତାଲିମ (TRYSEM)– ଏହି ଯୋଜନା 1989 ମସିହାରେ ଆରମ୍ଭ ହୋଇଥିଲା । ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ଥିଲା ଗ୍ରାମାଞ୍ଚଳର ଦାରିଦ୍ର୍ୟ ସୀମାରେଖା ତଳେ ଥ‌ିବା 18-35 ବର୍ଷ ବୟସ୍କ ଯୁବଗୋଷ୍ଠୀଙ୍କ ଆତ୍ମନିଯୁକ୍ତିପାଇଁ ସେମାନଙ୍କୁ ଆନୁଷ୍ଠାନିକଭାବେ ବୈଷୟିକ କୌଶଳ ତାଲିମ ଦେବା । ଏହି ଯୋଜନାରେ ଯୁବକମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଛୋଟ ଛୋଟ ଶିଳ୍ପ ବା ବ୍ୟବସାୟ ପ୍ରତିଷ୍ଠାନ ଆରମ୍ଭ କରିବାପାଇଁ କୌଶଳ ଶିକ୍ଷାଦେବା ସହିତ ବ୍ୟାଙ୍କରୁ ଋଣ ଆକାରରେ ଆର୍ଥିକ ସାହାଯ୍ୟ ଦିଆଯାଇଥାଏ ।

ଇଲେକ୍‌ଟ୍ରିକାଲ୍ ଯନ୍ତ୍ରପାତିର ମରାମତି, TV, ରେଡ଼ିଓ ମରାମତି, ନଡ଼ିଆକତା କାମ, ଚମଡ଼ା କାମ, ଟ୍ରାଭେଲ୍ ଏଜେନ୍‌ସି ଇତ୍ୟାଦି ବିଭିନ୍ନ ବିଷୟରେ ତାଲିମ ଦିଆଯାଇଥାଏ । ଏହି ଯୋଜନା ମାଧ୍ୟମରେ ଅନୁସୂଚିତ ଜାତି, ଜନଜାତି ଓ ମହିଳା ପ୍ରଭୃତି ଅବହେଳିତ-ବର୍ଗମାନଙ୍କପାଇଁ ସ୍ଥାନ ସଂରକ୍ଷଣ କରାଯାଇଥାଏ । ସପ୍ତମ ଯୋଜନା କାଳରେ ଏହି ଯୋଜନାଦ୍ଵାରା 11.6 ଲକ୍ଷ ଯୁବକ-ଯୁବତୀ ଉପକୃତ ହୋଇଥିଲେ ।

(6) ଜାତୀୟ ସହରାଞ୍ଚଳ ଜୀବିକା ମିଶନ (NVLM) – ନେହେରୁ ରୋଜଗାର ଯୋଜନା (NRY), ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣପାଇଁ ସମନ୍ବିତ କାର୍ଯ୍ୟକ୍ରମ (PMIUPEP), ସହରାଞ୍ଚଳ ପ୍ରାଥମିକ ସେବା କାର୍ଯ୍ୟକ୍ରମ (UBSP), ଦାରିଦ୍ର୍ୟ ନିରାକରଣ କାର୍ଯ୍ୟକ୍ରମକୁ ଏକତ୍ର କରାଯାଇ ଜାତୀୟ ସହରାଞ୍ଚଳ ଜୀବିକା ମିଶନ (NVLM) କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଲା ସହରାଞ୍ଚଳ ବେକାର ଓ ଅର୍ବବେକାର ଯୁବଗୋଷ୍ଠୀଙ୍କୁ ଆତ୍ମନିଯୁକ୍ତିପାଇଁ ସବୁପ୍ରକାର ସାହାଯ୍ୟ କରିବା । ଏହି ଯୋଜନାରେ ଖର୍ଚ୍ଚ ହେଉଥ‌ିବା ଅର୍ଥ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ 75 : 25 ହିସାବରେ ବହନ କରାଯାଇଥାଏ ।

(7) ଜାତୀୟ ଗ୍ରାମୀଣ ଜୀବିକା ମିଶନ (NRLM) – IRDP, DWCRA, TRYSEM ଯୋଜନାକୁ ଏକତ୍ର କରାଯାଇ NRLM ଯୋଜନା 2011 ମସିହାରେ ଆରମ୍ଭ କରାଯାଇଅଛି । ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ଗ୍ରାମାଞ୍ଚଳ ଯୁବଗୋଷ୍ଠୀପାଇଁ ଆତ୍ମନିଯୁକ୍ତିର ବ୍ୟାପକ ସୁଯୋଗ ସୃଷ୍ଟି କରିବା ।

CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ

ଏହି ଯୋଜନାରେ ଜିଲ୍ଲା ଉନ୍ନୟନ ସଂସ୍ଥାକୁ ଅଧିକ ଶକ୍ତିଶାଳୀ କରାଯାଇଛି । ଗ୍ରାମାଞ୍ଚଳରେ ଯୁବଗୋଷ୍ଠୀମାନଙ୍କର ଦକ୍ଷତା, ସେମାନଙ୍କୁ ବୈଷୟିକ କୌଶଳ ପ୍ରଦାନ, ସେମାନଙ୍କ ଶିଳ୍ପ ଓ ପ୍ରତିଷ୍ଠାନର ଦ୍ରବ୍ୟର ବିକ୍ରୟ ଇତ୍ୟାଦି ବିଷୟରେ ଜ୍ଞାନ ପ୍ରଦାନ କରି ଆତ୍ମନିଯୁକ୍ତି ପ୍ରକ୍ରିୟାକୁ ଆହୁରି ଜୋର୍‌ସୋର୍‌ରେ ଆଗେଇ ନେଇ ଦାରିଦ୍ର୍ୟ ନିରାକରଣ ଉପରେ ଏହି କାର୍ଯ୍ୟକ୍ରମରେ ଗୁରୁତ୍ବ ଆରୋପ କରାଯାଇଛି ।

4. ଭାରତରୁ ଦାରିଦ୍ର୍ୟ ଦୂର କରିବାପାଇଁ ସରକାର ଗ୍ରହଣ କରିଥିବା କାର୍ଯ୍ୟକ୍ରମଗୁଡ଼ିକର ଆଲୋଚନା କର ।
Answer:
1970 ମସିହା ପର୍ଯ୍ୟନ୍ତ ଆମ ଦେଶର ଯୋଜନାକାରୀମାନେ ବିଶ୍ୱାସ କରି ଆସୁଛନ୍ତି ଯେ, ଅର୍ଥନୈତିକ ବିକାଶରେ ଶିଳତା ଓ ବୈଷମ୍ୟ ଦେଶର ଦାରିଦ୍ର୍ୟର ମୁଖ୍ୟ କାରଣ । ତେଣୁ ତ୍ୱରାନ୍ବିତ ଅର୍ଥନୈତିକ ବିକାଶ ଓ ବୈଷମ୍ୟର ଦୂରୀକରଣଦ୍ୱାରା ଗଣଦାରିଦ୍ର୍ୟର ବିଲୋପ ସମ୍ଭବ ହୋଇପାରିବ । ସେଣ୍ଡ୍‌ପାଇଁ ଏହି ଦୁଇ ଲକ୍ଷ୍ୟ ପୂରଣପାଇଁ ଗୁରୁତ୍ଵ ଯୋଜନାରେ ଦିଆଯାଇଥିଲା ଓ ବିଶ୍ଵାସ କରାଯାଇଥିଲା ଯେ, 1985-86 ମସିହା ସୁଦ୍ଧା ଦେଶରୁ ଦାରିଦ୍ର୍ୟ ଲୋପ ପାଇପାରିବ ।

କିନ୍ତୁ ପଞ୍ଚମ ଯୋଜନା ବେଳକୁ ଦେଖାଗଲା ଯେ, ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଲୋକଙ୍କ ସଂଖ୍ୟା ତଥା ଆର୍ଥିକ ଅବସ୍ଥାରେ ବିଶେଷ ପରିବର୍ତ୍ତନ ହୋଇନାହିଁ; ତେଣୁ ପରବର୍ତୀ ଯୋଜନାଗୁଡ଼ିକରେ ଦାରିଦ୍ର୍ୟ ଦୂରୀକରଣକୁ ପ୍ରାଥମିକତା ଦିଆଗଲା ।

ଉପାୟ ଚିନ୍ତା କରାଗଲା । ପଞ୍ଚମ ଯୋଜନାରେ ମତ ପ୍ରକାଶ ପାଇଲା ଯେ, ବେକାରି ଓ ଅର୍ଥବେକାରି ସମସ୍ୟାର ସମାଧାନ କରାଯାଇ ପାରିଲେ ଦାରିଦ୍ର୍ୟ ନିରାକରଣ ହୋଇପାରିବ । ତେଣୁ ଏହି ଯୋଜନାରେ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବାପାଇଁ ଗୁରୁତ୍ଵ ଦିଆଗଲା । ଷଷ୍ଠ ଯୋଜନାରେ ମଧ୍ୟ ଦାରିଦ୍ର୍ୟ ନିରାକରଣ ଉପରେ ଅଧ‌ିକ ଧ୍ୟାନ ଦିଆଗଲା ।

1984-85 ମସିହାକୁ ଦାରିଦ୍ର୍ୟର ଅନୁପାତ 30 ଶତାଂଶ ଓ 1994-95 ମସିହାକୁ 10 ଶତାଂଶରୁ କମ୍‌କୁ ଖସାଇ ଦେବାପାଇଁ ଲକ୍ଷ୍ୟ ରଖାଗଲା । ସେଥ‌ିପାଇଁ ନୀତି ନିର୍ଦ୍ଧାରଣ ହେଲା ଯେ –

  • ଷଷ୍ଠ ଯୋଜନାରେ ଦେଶର ଅଭିବୃଦ୍ଧି ହାର 5.2 ଶତାଂଶ ଓ ସପ୍ତମ ଯୋଜନାରେ 5.5 ଶତାଂଶକୁ ବୃଦ୍ଧି କରାଯିବାପାଇଁ ପଦକ୍ଷେପ,
  • ଆର୍ଥିକ ବୈଷମ୍ୟ ଦୂରକରିବାପାଇଁ ପଦକ୍ଷେପ ।

ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ବୃଦ୍ଧିପାଇଁ ଯେଉଁସବୁ ପଦକ୍ଷେପମାନ ନିଆଗଲା, ସେଗୁଡ଼ିକ ହେଲା –

  • 1994- 95 ମସିହା ସୁଦ୍ଧା ପୁଞ୍ଜିନିବେଶ ହାର 26.92 ଶତାଂଶକୁ ବୃଦ୍ଧି କରିବା,
  • ବର୍ଦ୍ଧିତ ପୁଞ୍ଜି-ଉତ୍ପାଦ ଅନୁପାତ (incremental capital output ratio) ହ୍ରାସ କରି ପୁଞ୍ଜିର ଉତ୍ପାଦନଶୀଳତା ବୃଦ୍ଧି କରିବା ।

ସେହିପରି ଦେଶରେ ବୈଷମ୍ୟ ହ୍ରାସ କରିବାପାଇଁ ଅନେକ ଉପାୟର ‘ଅବତାରଣା କରାଗଲା । ସେଗୁଡ଼ିକ ହେଲା –

  • ନୂତନ ଧନ୍ଦା ସୃଷ୍ଟି ମାଧ୍ୟମରେ ଗରିବ ଲୋକମାନଙ୍କପାଇଁ ନିଯୁକ୍ତିର ଅଧ‌ିକ ସୁଯୋଗ ସୃଷ୍ଟି କରିବା,
  • ସାମାଜିକ ସେବାର ପ୍ରସାର କରିବା,
  • ଉତ୍ପାଦନ ସହାୟକ ପରିସମ୍ପତ୍ତି ହାସଲ କରିବାପାଇଁ ଗରିବ ଲୋକମାନଙ୍କୁ ଅଧିକ ଆନୁଷ୍ଠାନିକ ଋଣ ଯୋଗାଇଦେବା, ଚକବନ୍ଦୀ, ବ୍ୟକ୍ତିଗତ ଚାଷଜମିର ସର୍ବୋଚ୍ଚ ପରିମାଣ ଧାର୍ଯ୍ୟ ଓ ରୟତି ସ୍ଵତ୍ଵର ସୁରକ୍ଷା ମାଧ୍ୟମରେ ଭୂସଂସ୍କାର କାର୍ଯ୍ୟକ୍ରମକୁ ଅଧ‌ିକ ଜୋରଦାର୍ କରିବା,
  • ଅଧୁକ ଆୟ ଓ ସମ୍ପତ୍ତି ଉପରେ କରଧାର୍ଯ୍ୟ କରିବା ଓ
  • ଜନସଂଖ୍ୟାର ଦ୍ରୁତ ଅଭିବୃଦ୍ଧିକୁ ରୋକିବା ।

ଷଷ୍ଠ ଯୋଜନାର ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମର ସଫଳତା ଉପଲବ୍‌ କରି ଏହାର ଆଭିମୁଖ୍ୟକୁ ଆହୁରି ବ୍ୟାପକ କରିବାପାଇଁ ସପ୍ତମ ଯୋଜନା କାଳରେ ଅନେକ ନୂଆ-କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ସେହି କାର୍ଯ୍ୟକ୍ରମଗୁଡ଼ିକ ହେଲା –

  • ସର୍ବନିମ୍ନ ଆବଶ୍ୟକତା କାର୍ଯ୍ୟକ୍ରମ ମାଧ୍ୟମରେ ଗରିବ ଲୋକମାନଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ଗୁରୁତ୍ବପୂର୍ଣ୍ଣ ସାମାଜିକ ସେବା ଯୋଗାଇ ଦେବା,
  • ସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ଗରିବମାନଙ୍କୁ ଖାଦ୍ୟଦ୍ରବ୍ୟ ଓ ଅନ୍ୟାନ୍ୟ ଆବଶ୍ୟକ ଦ୍ରବ୍ୟ ସୁଲଭ ମୂଲ୍ୟରେ ଯୋଗାଇ ଦେଇ ଦରବୃଦ୍ଧି ପ୍ରଭାବରୁ ସେମାନଙ୍କୁ ରକ୍ଷା କରିବାର ଯୋଜନା,
  • ଅନୁସୂଚିତ ଜାତି, ଜନଜାତି ଓ ମହିଳାଙ୍କ ‘ଭଳି ସମାଜର ଅତି ଦୁର୍ବଳ ଶ୍ରେଣୀର ଜନସାଧାରଣଙ୍କର ଜୀବନଯାପନର ମାନ ଉନ୍ନତ କରିବାପାଇଁ ବିଶେଷ ଧରଣର କାର୍ଯ୍ୟକ୍ରମମାନ ଓ
  • କୃଷି ଅନଗ୍ରସର ଅଞ୍ଚଳମାନଙ୍କରେ କୃଷି ବିକାଶପାଇଁ ପଦକ୍ଷେପ ।

ସେହିପରି ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣପାଇଁ ସପ୍ତମ ଯୋଜନା କାଳରେ ଅନେକ କାର୍ଯ୍ୟକ୍ରମ ହାତକୁ ମଧ୍ଯ ନିଆଯାଇଥିଲା । ସେଗୁଡ଼ିକ ହେଲା –

  • ସହରାଞ୍ଚଳ ବେକାରିମାନଙ୍କର ନିଯୁକ୍ତି ସୁଯୋଗ ସୃଷ୍ଟି,
  • ସ୍ବଳ୍ପ ବେତନଭୋଗୀ କର୍ମଚାରୀଙ୍କପାଇଁ ସୁବିଧା ସୁଯୋଗର ବ୍ୟବସ୍ଥା,
  • ଆତ୍ମନିଯୁକ୍ତ ଶ୍ରମିକମାନଙ୍କର କାର୍ଯ୍ୟଦକ୍ଷତା ଓ ରୋଜଗାର ବୃଦ୍ଧିପାଇଁ ବ୍ୟବସ୍ଥା ଓ
  • ସର୍ବନିମ୍ନ ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ ଓ ପିଇବାପାଣିର ବ୍ୟବସ୍ଥା ।

ଅଷ୍ଟମ ଯୋଜନା ଆରମ୍ଭବେଳକୁ ଦାରିଦ୍ର୍ୟର ଅନୁପାତ ମଧ୍ୟ ବିଶେଷ କମି ନ ଥିଲା । ସେତେବେଳେ ଏହା 36 ଶତାଂଶ ଥୁଲା ଏବଂ ଗ୍ରାମାଞ୍ଚଳରେ ଏହି ଅନୁପାତ ଆହୁରି ଅଧିକ ଥିଲା । ତେଣୁ ଅଷ୍ଟମ ଯୋଜନା କାଳରେ ଗ୍ରାମାଞ୍ଚଳ ନିଯୁକ୍ତି ଉପରେ ଅଧ‌ିକ ଗୁରୁତ୍ଵ ଆରୋପ କରାଯାଇଥିଲା । 1996-97 ମସିହା ବେଳକୁ ଦାରିଦ୍ର୍ୟର ଅନୁପାତ 29.2 ଶତାଂଶକୁ ଖସି ଆସିଥିଲା ।

ତେଣୁ ନବମ ଯୋଜନା କାଳରେ ଏହି ଅନୁପାତକୁ 2001-02 ମସିହା ସୁଦ୍ଧା 18 ଶତାଂଶକୁ, 2006-07 ମସିହା ସୁଦ୍ଧା 18 ଶତାଂଶକୁ, 2006-07 ମସିହା ସୁଦ୍ଧା 9.5 ଶତାଂଶକୁ ଓ 2011-12 ମସିହାସୁଦ୍ଧା 4.4 ଶତାଂଶକୁ ଖସାଇ ଆଣିବାପାଇଁ ଧାର୍ଯ୍ୟ କରାଗଲା ।

ତେଣୁ ଏହି ସମୟ ମଧ୍ୟରେ ଅର୍ଥନୈତିକ ଅଭିବୃଦ୍ଧି ହାର ଯଥାକ୍ରମେ 7 ଶତାଂଶ, 7.5 ଶତାଂଶ ଓ 8 ଶତାଂଶକୁ ବୃଦ୍ଧି କରିବାପାଇଁ ବିଭିନ୍ନ ପଦକ୍ଷେପ ନିଆଗଲା । ସ୍ତରରେ ମଧ୍ୟ ଅନେକ ପଦକ୍ଷେପ ନିଆଯାଇଛି । ଏସବୁ ସତ୍ତ୍ଵେ ଦାରିଦ୍ର୍ୟ ଦେଶର ଏକ ବଡ଼ ସମସ୍ୟାରୂପେ ମୁଣ୍ଡଟେକି ରହିଛି ।

CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ

5. ଭାରତରୁ ଦାରିଦ୍ର୍ୟ ନିରାକରଣ ପାଇଁ ଉଦ୍ଦିଷ୍ଟ ସାମ୍ପ୍ରତିକ କାର୍ଯ୍ୟକ୍ରମଗୁଡ଼ିକ ବିଷୟରେ ଆଲୋଚନା କର ।
Answer:
ପଞ୍ଚମ ପଞ୍ଚବାର୍ଷିର୍କ ଯୋଜନାଠାରୁ ଗରିବମାନଙ୍କ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ନିର୍ଦ୍ଧାରଣ ହେଲା । କେନ୍ଦ୍ର ଓ ରାଜ୍ୟ ସରକାରମାନେ ଅନେକ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ କରିସାରିଲେଣି । କିନ୍ତୁ ଦାରିଦ୍ର୍ୟତାର ଚିହ୍ନ ଦେଶରୁ ଲିଭୁନାହିଁ; ବରଂ ଦାରିଦ୍ର୍ୟତାର କରୁଣ ଦୃଶ୍ୟ ଦେଖାଦେଇଛି । ତେବେ ବର୍ତ୍ତମାନ କାର୍ଯ୍ୟକାରୀ ହେଉଥ‌ିବା କେତୋଟି ପ୍ରମୁଖ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ ସମ୍ପର୍କରେ ନିମ୍ନରେ ଆଲୋଚନା କରାଯାଇଛି ।

(1) ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା : ପୂର୍ବତନ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ ସରକାରଙ୍କ ଏହା ଏକ ପ୍ରଶଂସନୀୟ ନିଯୁକ୍ତି-ଭିଭିକ ଦାରିଦ୍ର୍ୟ ନିରାକରଣ ଯୋଜନା । ଗ୍ରାମାଞ୍ଚାଳ ନିଯୁକ୍ତି ଗ୍ୟାରେଣ୍ଟି ବିଲ୍‌ – 2004 ମସିହା ଅଗଷ୍ଟ ମାସ 2005 ରେ ପାର୍ଲାମେଣ୍ଟରେ ପାସ୍ ହୋଇ, ଏହି ଯୋଜନାକୁ ଆଇନଗତ ମର୍ଯ୍ୟାଦା ମିଳିସାରିଛି ।

ଏହି ଯୋଜନା ଅନୁସାରେ ଗ୍ରାମାଞ୍ଚଳରେ ପ୍ରତି ପରିବାରର ଜଣକୁ ବର୍ଷକରେ 100 ଦିନ ନିଶ୍ଚିତ ନିଯୁକ୍ତି ଯୋଗାଇ ଦିଆଯିବାର ବ୍ୟବସ୍ଥା ଅଛି । ରାଜ୍ୟରେ ପ୍ରଚଳିତ ସର୍ବନିମ୍ନ ମଜୁରି ପାଇବାକୁ ହିତାଧିକାରୀମାନେ ଏହାର ହକ୍‌ର ଅଟନ୍ତି । କାମ ମାଗିବାର 15 ଦିନ ମଧ୍ୟରେ କାମ ନ ମିଳିଲେ ହିତାଧ୍ୟାକାରୀ ବେକାରୀ ଭତ୍ତାପାଇବାର ବ୍ୟବସ୍ଥା ରହିଛି ।

2016-17 ବଜେଟ୍‌ରେ ଏହି ଯୋଜନା ପାଇଁ ? 38.500 କୋଟି ଟଙ୍କା ବ୍ୟୟ କରାଯାଇଛି । ଏହି ଯୋଜନା ଆରମ୍ଭରୁ 2014-15 ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ ମୋଟ 2.4 ଲକ୍ଷ କୋଟି ଟଙ୍କା ବ୍ୟୟ ହୋଇଥ‌ିବା ବେଳେ ମୋଟ ନିଯୁକ୍ତି 1644 କୋଟି ଶ୍ରମଦିବସ ସୃଷ୍ଟି ହୋଇଥ‌ିବା ଆକଳନ କରାଯାଇଛି ।

ଜାତୀୟ ଖାଦ୍ୟ ନିରାପତ୍ତା ଆଇନ (National Food Security Act): ଜାତୀୟ ଖାଦ୍ୟ ନିରାପତ୍ତା ବିଲ୍ ସଂସଦର ଉଭୟ ଗୃହରେ 2013 ମସିହାରେ ପାରିତ ହେଲା ଓ ରାଷ୍ଟ୍ରପତି ଉକ୍ତ ବିଲ୍‌କୁ ସ୍ବୀକୃତ ପ୍ରଦାନ କଲା ପରେ ଆଇନର ମାନ୍ୟତା ପାଇଲା । ଏହି ଆଇନ ଅନୁଯାୟୀ ଗ୍ରାମାଞ୍ଚଳରେ 75 ପ୍ରତିଶତ ଓ ସହରାଞ୍ଚଳରେ 50 ପ୍ରତିଶତ ଗରିବ ହିତାଧ୍ୟାକାରୀଙ୍କୁ 5 କିଲୋ (ଗହମ କେ.ଜି. ପ୍ରତି 1 ଟଙ୍କା ଓ ଚାଉଳ କେ.ଜି. ପ୍ରତି 1 ଟଙ୍କା ଦରରେ) ଖାଦ୍ୟଶସ୍ୟ ଉପଲବ୍‌ଧ ହେବ ।

ସବୁଠାରୁ ଗରିବ ପରିବାର ପ୍ରତି ମାସରେ ଅତିରିକ୍ତ 10 କେ.ଜି. ଖାଦ୍ୟଶସ୍ୟ ପାଇବେ ଯାହାଦ୍ଵାରା ଅନ୍ନପୂର୍ଣ୍ଣା ଅନ୍ନ ଯୋଜନାରେ ସେମାନେ ପାଉଥ‌ିବା ଖାଦ୍ୟଶସ୍ୟ ପରିମାଣ ସୁରକ୍ଷିତ ହୋଇପାରିବ । ରାଜ୍ୟସ୍ତରରେ ଜନସଂଖ୍ୟାର ହିତାଧିକାରୀମାନଙ୍କ ଅନୁପାତ ଯୋଜନା ଆୟୋଗ ନିର୍ଦ୍ଧାରଣ କରିବେ ।

କିନ୍ତୁ ସକ୍‌ସିଡ଼୍ ପ୍ରଦାନଦ୍ୱାରା ସରକାରଙ୍କୁ ବିପୁଳ ବ୍ୟୟ ଭାର ବହନ କରିବାକୁ ପଡ଼ିବ । 2015-16 ଆର୍ଥିକ ବର୍ଷ ଏହି ବ୍ୟୟ ୡ 1,57,701 କୋଟି ଟଙ୍କା ହେବ ବୋଲି ଆକଳନ ହୋଇଛି ।
ବର୍ତ୍ତମାନ ସୁଦ୍ଧା 23ଟି ରାଜ୍ୟ ସରକାର ଏହି ଆଇନକୁ ଆଂଶିକ ବା ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିସାରିଲେଣି । ରାଜ୍ୟସରକାରମାନେ ହିତାଧ୍ୟାକାରୀମାନଙ୍କୁ ଡିଜିଟାଲ୍ ରେସନ୍ କାର୍ଡ଼ ଯୋଗାଇ ଦେଇଛନ୍ତି ଏବଂ ପୂର୍ବର ବି.ପି.ଏଲ୍. ଓ ଏ.ପି.ଏଲ୍. ରେସନ୍ କାର୍ଡ଼କୁ ରଦ୍ଦ କରିଦିଆଯାଇଛି ।

CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ

(2) ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା (PMGAY) : 1958 ମସିହାରେ ଗ୍ରାମୀଣ ଗରିବ ବିଶେଷକରି ତଫସିଲଭୁକ୍ତ ଜାତି ଓ ଉପଜାତି ଲୋକଙ୍କ ପାଇଁ ଆରମ୍ଭ ହୋଇଥିବା ଇନ୍ଦିରା ଆବାସ ଯୋଜନା ଏବେ କେନ୍ଦ୍ରସରକାରଙ୍କଦ୍ବାରା ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ନାମରେ ପୁନଃ ନାମକରଣ କରାଯାଇଛି ।

1993-94 ମସିହାଠାରୁ ଏହି ଯୋଜନା ଅଣତଫସିଲଭୁକ୍ତ ଜାତି ଓ ଉପଜାତିଙ୍କ ପାଇଁ ଲାଗୁ ହୋଇଥିଲା । ପରେ 1995-96 ମସିହାଠାରୁ ଏହା ସାମରିକ ଓ ଅର୍ଥ- ସାମରିକ କର୍ମଚାରୀ ଯେଉଁମାନେ କର୍ତ୍ତବ୍ୟପାଳନ ବେଳେ ଦେଶପାଇଁ ସହିଦ୍ ହୋଇଛନ୍ତି, ସେମାନଙ୍କ ପାଇଁ ପ୍ରଯୁଜ୍ୟ ହେଲା । ଜିଲ୍ଲା, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଏହି କାର୍ଯ୍ୟକ୍ରମ ରୂପାୟନ ଦାୟିତ୍ୱ ବହନ କରିଥା’ନ୍ତି ।

Leave a Comment