CHSE Odisha Class 11 Economics Solutions Chapter 11 ବେକାରୀ ଓ ଅର୍ଦ୍ଧବେକାରୀ

Odisha State Board CHSE Odisha Class 11 Economics Solutions Chapter 11 ବେକାରୀ ଓ ଅର୍ଦ୍ଧବେକାରୀ Questions and Answers.

CHSE Odisha 11th Class Economics Solutions Chapter 11 ବେକାରୀ ଓ ଅର୍ଦ୍ଧବେକାରୀ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ।

1. ଯେଉଁ ନିୟୋଜନ ମୋଟ ଉତ୍ପାଦନ ବୃଦ୍ଧି କରିପାରେ ନାହିଁ, ତାହା
(i) ସଂରଚନାତ୍ମକ ବେକାର
(ii) ପ୍ରଚ୍ଛନ୍ନ ବୋକରୀ
(iii) ଶିକ୍ଷିତ ବେକାରୀ
(iv) ପ୍ରାବିଶ୍ଵ ବେକାରୀ
Answer:
(ii) ପ୍ରଚ୍ଛନ୍ନ ବେକାରୀ

2. ନିଜ ଦକ୍ଷତା ଅନୁସାରେ ନିଯୁକ୍ତ ହୋଇ ନଥ‌ିବା ବ୍ୟକ୍ତି ବିଶେଷ କେଉଁ ବେକାରୀ ଶ୍ରେଣୀଭୁକ୍ତ ?
(i) ଶିକ୍ଷିତ ବେକାରୀ
(ii) ପ୍ରଚ୍ଛନ୍ନ ବେକାରୀ
(iii) ଅର୍ବବେକାରୀ
(iv) ପ୍ରାବିଧ‌ିକ ବେକାରୀ
Answer:
(iii) ଅର୍ଷବେକାରୀ

3. କେଉଁ ବେକାରୀ ପ୍ରତିଭା ବହର୍ଗମନ କରିଥାଏ ?
(i) ଶିକ୍ଷିତ ବେକାରୀ
(ii) ଅର୍ଷବେକାରୀ
(iii) ପ୍ରଚ୍ଛନ୍ନ ବେକାରୀ
(iv) ଉଭୟ (i) ଓ (ii)
Answer:
(iii) ଉଭୟ (i) ଓ (ii)

4. ସାମୟିକ ଭାବେ କାର୍ଯ୍ୟକରୁଥିବା ଶ୍ରମିକମାନେ ହେଲେ –
(i) ପ୍ରଚ୍ଛନ୍ନ ବେକାରୀ
(ii) ବେକାରୀ
(iii) ଢାଞ୍ଚାଗତ ବେକାରୀ
(iv) ଅର୍ବବେକାରୀ
Answer:
(iv) ଅର୍ଷବେକାରୀ

5. ଶ୍ରମିକ କୌଣସି ଋତୁରେ କାର୍ଯ୍ୟ କରିବାର ସୁଯୋଗ ନ ପାଇଲେ ତାହାକୁ କେଉଁ ପ୍ରକାର ବେକାରୀ କୁହାଯାଏ ?
(i) ଋତୁଗତ ବେକାରୀ
(ii) ପ୍ରଚ୍ଛନ୍ନ ବେକାରୀ
(iii) ମୁକ୍ତ ବେକାରୀ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(i) ଋତୁଗତ ବେକାରୀ

CHSE Odisha Class 11 Economics Solutions Chapter 11 ବେକାରୀ ଓ ଅର୍ଦ୍ଧବେକାରୀ

6. ସ୍ଵର୍ଣ୍ଣଜୟନ୍ତି ସହରୀ ରୋଜଗାର ଯୋଜନା କେଉଁ ଅଞ୍ଚଳ ପାଇଁ ଉଦ୍ଦିଷ୍ଟ ?
(i) ସହରାଞ୍ଚଳ
(ii) ଗ୍ରାମାଞ୍ଚଳ
(iii) ଅର୍ଦ୍ଧସହରାଞ୍ଚଳ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(i) ସହରାଞ୍ଚଳ

7. ନିମ୍ନୋକ୍ତ ମଧ୍ୟରୁ କେଉଁଯି ଭାରତରେ ପରିଦୃଷ୍ଟ ବେକାରୀର ଅନ୍ୟତମ କାରଣ ଅଟେ ।
(i) ଉନ୍ନତ କୃଷି
(ii) ଅର୍ଥବ୍ୟବସ୍ଥାର ଉଚ୍ଚ ଅଭିବୃଦ୍ଧି ହାର
(iii) ଜନସଂଖ୍ୟା ବୃଦ୍ଧି
(iv) ଶିଳ୍ପ ଉତ୍ପାଦନ କ୍ଷମତାର ପୂର୍ଣ୍ଣ ବିନିଯୋଗ
Answer:
(iii) ଜନସଂଖ୍ୟା ବୃଦ୍ଧି

8. ମୋଟ ଲୋକସଂଖ୍ୟାରେ କେଉଁମାନେ ଅଣଉତ୍ପାଦନକାରୀ ଖାଉଟି ?
(i) ଶିଶୁ
(ii) ବୃଦ୍ଧ ଓ ବୃଦ୍ଧା
(iii) ବେକାର ଯୁବକ ଯୁବତୀ
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ

9. ମୋଟ ଲୋକସଂଖ୍ୟାରେ କେଉଁମାନେ ଅଣଉତ୍ପାଦନକାରୀ ଖାଉଟି ?
(i) ବର୍ଷର 6 ମାସ ବେକାର ଥାଏ
(ii) ଦିନକୁ 6 ଘଣ୍ଟା ବେକାର
(iii) ଦିନକୁ ୫ ଘଣ୍ଟାରୁ କମ୍ ସମୟ କାମ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ଦିନକୁ 8 ଘଣ୍ଟାରୁ କମ୍ ସମୟ କାମ

10. ଜାତୀୟ ଗ୍ରାମୀଣ ନିଯୁକ୍ତି ପ୍ରତିଶ୍ରୁତି ଆଇନ କେବେଠାରୁ କାର୍ଯ୍ୟକାରୀ ହେଉଛି ?
(i) 1999
(ii) 2001
(iii) 2005
(iv) 1995
Q- (iii) 2005

11. ଭାରତର ଗ୍ରାମାଞ୍ଚଳରେ କେଉଁ ଶ୍ରେଣୀୟ ବେକାରୀ ଦେଖାଯାଏ ?
(i) ପ୍ରାବିଧ‌ିକ ବେକାରୀ
(ii) ପ୍ରଚ୍ଛନ୍ନ ବେକାରୀ
(iii) ସୁସ୍ପଷ୍ଟ ବେକାରୀ
(iv) କୌଣସିଟି ନୁହେଁ
Answer:
(ii) ପ୍ରଚ୍ଛନ୍ନ ବେକାରୀ

12. କେଉଁଟି ଏକ ଆତ୍ମନିଯୁକ୍ତିଭିତ୍ତିକ ଯୋଜନା ?
(i) MGNREGS
(ii) SIGSY
(iii) ଉଭୟ (i) ଓ (ii)
(iv) କୌଣସିଟି ନୁହେଁ
Answer:
(ii) SIGSY

CHSE Odisha Class 11 Economics Solutions Chapter 11 ବେକାରୀ ଓ ଅର୍ଦ୍ଧବେକାରୀ

B. ଶୂନ୍ୟସ୍ଥାନ ପୂରଣ କର :

1. ଯେଉଁ ନିଯୁକ୍ତି ଜୀବନ ଧାରଣର ଆବଶ୍ୟକତା ଉପର୍ଜନ କରିବାକୁ ସକ୍ଷମ, ତାହାକୁ _______________ କୁହାଯାଏ ।
Answer:
ନିୟୋଜନ

2. ପ୍ରଚଳିତ ମଜୁରି ହାରରେ କାର୍ଯ୍ୟକରିବା ପାଇଁ ଇଚ୍ଛା ଓ ସାମର୍ଥ୍ୟ ଥିଲେ ମଧ୍ୟ ନିଯୁକ୍ତି ନପାଇବାର ଅବସ୍ଥାକୁ ________________ କହନ୍ତି ।
Answer:
ବେକାରୀ

3. ବେକାରୀ ଓ ଦାରିଦ୍ର୍ୟ ଉଭୟେ ପରସ୍ପରର ____________________ ।
Answer:
ପରିପୂରକ

4. ଅର୍ଥବ୍ୟବସ୍ଥାର ଢାଞ୍ଚାଗତ ଅସୁବିଧା ଫଳରେ ସୃଷ୍ଟି ହେଉଥ‌ିବା ବେକାରୀକୁ _____________________ ବେକାରୀ କୁହାଯାଏ ।
Answer:
ଢାଞ୍ଚାଗତ

5. ଶ୍ରମ ଯୋଗାଣ ସହ ତାଳ ଦେଇ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ରାଷ୍ଟ୍ରର ଅକ୍ଷମତା ____________________ ବେକାରୀ ଜନ୍ମ ଦେଇଥାଏ ।
Answer:
ଢାଞ୍ଚାଗତ

6. ଯେଉଁ ନିଯୁକ୍ତି ମୋଟ୍ ଉତ୍ପାଦନ ବୃଦ୍ଧି ପାଇଁ ସହାୟତା ପ୍ରଦାନ କରିନଥାଏ,ତାହାକୁ ________________ ବେକାରୀ କହନ୍ତି ।
Answer:
ପ୍ରଚ୍ଛନ୍ନ

7. ଯେଉଁ ବେକାରୀ ଜାଣିହୁଏ ଏବଂ ତାହାର ତୀବ୍ରତା ସଂଖ୍ୟାରେ ଆକଳନ କରାଯାଇ ପାରେ, ତାହାକୁ ___________________ବେକାରୀ କହନ୍ତି ।
Answer:
ପ୍ରକାଶ୍ୟ

8. ଦ୍ରୁତ ___________________ ବୃଦ୍ଧି ବେକାରୀ ସମସ୍ୟାର ଏକ ପ୍ରମୁଖ କାରଣ ।
Answer:
ଜନସଂଖ୍ୟା

9. ଗ୍ରାମୀଣ ଓ କ୍ଷୁଦ୍ରଶିଳ୍ପ ସ୍ଵଳ୍ପପୁଞ୍ଜି ଓ କୌଶଳ ଆବଶ୍ୟକ କରୁଥିବା ବେଳେ ଅଧ୍ଵ ___________________ ର ସୁଯୋଗ ସୃଷ୍ଟି କରିଥାଏ ।
Answer:
ନିୟୋଜନ

10. ଛଦ୍ମବେଶୀ ବେକାରୀ ଦୂରୀକରଣ ପାଇଁ ଗ୍ରାମାଞ୍ଚଳରେ ଅଧିକ _______________ ଭିତ୍ତିକ ଶିଳ୍ପର ପ୍ରତିଷ୍ଠା ଆବଶ୍ୟକ ।
Answer:
କୃଷି

11. ପୁଞ୍ଜିବାଦୀ ଅର୍ଥବ୍ୟବସ୍ଥାରେ ମୁଖ୍ୟତଃ ______________ ବେକାରୀ ଦେଖାଯାଏ ।
Answer:
ଚକ୍ରୟ

CHSE Odisha Class 11 Economics Solutions Chapter 11 ବେକାରୀ ଓ ଅର୍ଦ୍ଧବେକାରୀ

12. କୃଷି ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସାୟ ଯଥା – ମତ୍ସ୍ୟଚାଷ, ଗୋପାଳନ, କୁକୁଡ଼ା ଚାଷ, ଫଳଚାଷ ଇତ୍ୟାଦିର ଉନ୍ନତି ଦେଖା ନ ଦେବା ଫଳରେ _____________________ ବେକାରୀ ବଢ଼ିବାର ଦେଖାଯାଏ ।
Answer:
ପ୍ରଚ୍ଛନ୍ନ

C. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ବେକାର କହିଲେ କ’ଣ ବୁଝ ?
Answer:
ଜଣେ ବ୍ୟକ୍ତିର ପ୍ରଚଳିତ ମଜୁରି ହାରରେ କାମ କରିବାକୁ ଇଚ୍ଛା ଓ ଯୋଗ୍ୟତା ଥାଇ ମଧ୍ୟ ସେ କାମ ନ ପାଇପାରିଲେ ତାକୁ ବେକାର କୁହାଯାଏ ।

2. ଋତୁଗତ ବେକାରୀ କ’ଣ ?
Answer:
ବର୍ଷର ଏକ ନିର୍ଦ୍ଦିଷ୍ଟ ଋତୁରେ କାମ କରି ଅନ୍ୟ ଋତୁଗୁଡ଼ିକରେ କାମ ନ ପାଇ ବସି ରହିବାକୁ ଋତୁଗତ ବେକାରୀ କୁହାଯାଏ ।

3. କେଉଁ କେଉଁ କ୍ଷେତ୍ରରେ ଅଧିକ ଅର୍ଥ ବେକାରୀ ଦେଖାଯାଏ ?
Answer:
କୃଷି ଓ ତତ୍ସମ୍ବନ୍ଧୀୟ କ୍ଷେତ୍ରରେ ଅଧ‌ିକ ଅର୍ଥ-ବେକାରୀ ଦେଖାଯାଏ ।

4. ଭାରତର ମୁଖ୍ୟ ନିଯୁକ୍ତି ସମସ୍ୟାମାନ କ’ଣ ?
Answer:
(i) ଆର୍ଥନୀତିକ କାର୍ଯ୍ୟକଳାପରେ ଶ୍ରମିକମାନଙ୍କର ଯୋଗଦାନ ହାର କମ୍ ।
(ii) ଅଧ‌ିକ ସଂଖ୍ୟକ ବେକାରୀ ଓ ଅର୍ଥ-ବେକାରୀ
(iii) ଶ୍ରମିକମାନଙ୍କର ନିମ୍ନମାନର କାର୍ଯ୍ୟଦକ୍ଷତା ।

5. ଆର୍ଥନୀତିକ କାର୍ଯ୍ୟକଳାପରେ ଶ୍ରମିକମାନଙ୍କର ଯୋଗଦାନ ହାର କମ୍ କାହିଁକି ?
Answer:
ଭାରତୀୟ ଜନସଂଖ୍ୟାର ବୟସାନୁକ୍ରମିକ ଗଠନରେ 0-14 ବର୍ଷ ବୟସ୍କ ଶିଶୁମାନଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ଓ ଶ୍ରମଶକ୍ତିରେ ମହିଳାମାନଙ୍କ ଯୋଗଦାନ ହାର କମ୍ ।

6. ପୁରୁଷ ଓ ମହିଳାମାନଙ୍କ ମଧ୍ୟରେ କାହାର ବେକାରୀ ହାର ଅଧିକ ?
Answer:
ମହିଳାମାନଙ୍କ ମଧ୍ୟରେ

7. ଭାରତରେ ଋତୁଗତ ବେକାରୀର ମୁଖ୍ୟ କାରଣଗୁଡ଼ିକ କ’ଣ ?
Answer:
କୃଷିରେ ବହୁଫସଲ ବ୍ୟବସ୍ଥାର ଅଭାବ ଓ କୃଷି ମାନ୍ଦା ସମୟରେ କର୍ମଭିତ୍ତିକ କାର୍ଯ୍ୟକ୍ରମର ଅଭାବ ।

8. ଅର୍ଷବେକାରୀ କହିଲେ କ’ଣ ବୁଝ ?
Answer:
ଯଦି ଜଣେ ବ୍ୟକ୍ତି ଦିନକୁ 4 ଘଣ୍ଟାରୁ କମ୍ ସମୟ କାମ କରେ ତାହାକୁ ଅର୍ଦ୍ଧ-ବେକାର କୁହାଯାଏ ।

CHSE Odisha Class 11 Economics Solutions Chapter 11 ବେକାରୀ ଓ ଅର୍ଦ୍ଧବେକାରୀ

9. ସଂରଚନାତ୍ମକ ବେକାର କ’ଣ ?
Answer:
ଅର୍ଥବ୍ୟବସ୍ଥାର ଢାଞ୍ଚାଗତ ଅସୁବିଧା ଫଳରେ ସୃଷ୍ଟି ହେଉଥ‌ିବା ବେକାରୀକୁ ଢାଞ୍ଚାଗତ ବା ସରଞ୍ଚନାତ୍ମକ ବେକାରୀ କୁହାଯାଏ ।

10. ପ୍ରଚ୍ଛନ୍ନ ବେକାରୀ କ’ଣ ?
Answer:
ଯେଉଁ ନିଯୁକ୍ତି ମୋଟ୍ ଉତ୍ପାଦନ ବୃଦ୍ଧି ପାଇଁ ସହାୟତା ପ୍ରଦାନ କରିନଥାଏ, ତାହାକୁ ପ୍ରଚ୍ଛନ୍ନ ବେକାରୀ କହନ୍ତି ।

11. ପ୍ରକାଶ୍ୟ ବେକାରୀ କହିଲେ କ’ଣ ବୁଝ ?
Answer:
ଯେଉଁ ବେକାରୀ ପ୍ରକାଶ୍ୟ ବା ଯେଉଁ ବେକାରୀ ଜାଣି ହୁଏ ଏବଂ ତାହାର ତୀବ୍ରତା ସଂଖ୍ୟାରେ ଆକଳନ କରାଯାଇ ପାରେ, ତାହାକୁ ପ୍ରକାଶ୍ୟ ବେକାରୀ କୁହାଯାଏ ।

12. ଚକ୍ରୀୟ ବେକାରୀ କ’ଣ ?
Answer:
ଅର୍ଥବ୍ୟବସ୍ଥାରେ ବାଣିଜ୍ୟ ଚକ୍ରର ପ୍ରଭାବ ଯୋଗୁଁ ଯେଉଁ ବେକାରୀ ଦେଖାଯାଏ, ତାହାକୁ ଚକ୍ରୀୟ ବେକାରୀ କୁହାଯାଏ ।

13. ପ୍ରାବିଧ‌ି ବେକାରୀ କ’ଣ ?
Answer:
ପ୍ରଯୁକ୍ତିବିଦ୍ୟାର ଦ୍ରୁତ ଅଗ୍ରଗତି ଯୋଗୁ ବହୁ ଶ୍ରମିକ ବେକାର ହୁଅନ୍ତି, ଯାହାକୁ ପ୍ରାବିଧ‌ି ବେକାରୀ କୁହାଯାଏ ।

14. ଶିକ୍ଷିତ ବେକାରୀ କହିଲେ କ’ଣ ବୁଝ ?
Answer:
ଶିକ୍ଷିତ ଲୋକମାନେ ନିୟୋଜନ ନପାଇବା ଅବସ୍ଥାକୁ ଶିକ୍ଷିତ ବେକାରୀ କହନ୍ତି, ଏହା ଏକ ମୁକ୍ତ ବେକାରୀ ।

15. ‘ମୁଦ୍ରା ବ୍ୟାଙ୍କ୍’’ ଯୋଜନା କେବେ ଘୋଷଣା କରାଯାଇଥିଲା ?
Answer:
ମୁଦ୍ରା ବ୍ୟାଙ୍କ୍ ଯୋଜନା 2015 ମସିହାରେ ପ୍ରଧାନମନ୍ତ୍ରୀଙ୍କଦ୍ବାରା ଘୋଷଣା କରାଯାଇଥିଲା ।

D. ନିମ୍ନଲିଖ୍ତ ଉକ୍ତିଗୁଡ଼ିକ ଭୁଲ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. ସଂରଚନାତ୍ମକ ବେକାରୀ ଋତୁପରିବର୍ତ୍ତନ ଦ୍ଵାରା ସଙ୍ଗଠିତ ହୁଏ
Answer:
ଋତୁପରିବର୍ତ୍ତନ ବେକାରୀ ଋତୁ ପରିବର୍ତ୍ତନଦ୍ୱାରା ସଙ୍ଗଠିତ ହୁଏ ।

2. ଶ୍ରମପ୍ରଧାନ କୌଶଳ ଅଧିକ ଉତ୍ପାଦନ କରିଥାଏ
Answer:
ପୁଞ୍ଜିପ୍ରଧାନ କୌଶଳ ଅଧ‌ିକ ଉତ୍ପାଦନ କରିଥାଏ ।

3. JRY ସହରାଞ୍ଚଳରେ କର୍ମନିୟୋଜନ ଯୋଗାଏ
Answer:
JRY ଗ୍ରାମାଞ୍ଚଳରେ କର୍ମନିୟୋଜନ ଯୋଗାଏ ।

4. EAS 265 ଦିନ ପାଇଁ ନିଯୁକ୍ତି ନିଶ୍ଚିତ କରିଛି ।
Answer:
EAS 100 ଦିନ ପାଇଁ ନିଯୁକ୍ତି ନିଶ୍ଚିତ କରିଛି ।

CHSE Odisha Class 11 Economics Solutions Chapter 11 ବେକାରୀ ଓ ଅର୍ଦ୍ଧବେକାରୀ

5. SGSY ଏକ ମଜୁରୀ ଭିତ୍ତିକ କାର୍ଯ୍ୟକ୍ରମ ।
Answer:
SGSY ଏକ ଆତ୍ମନିଯୁକ୍ତି କାର୍ଯ୍ୟକ୍ରମ ।

6. ଜୟ ପ୍ରକାଶ ନିଶ୍ଚିତ ରୋଜଗାର ଯୋଜନା ନବମ ଯୋଜନା କାଳରେ ଆରମ୍ଭ ହୋଇଥିଲା ।
Answer:
ଜୟ ପ୍ରକାଶ ନିଶ୍ଚିତ ରୋଜଗାର ଯୋଜନା ଦଶମ ଯୋଜନା କାଳରେ ଆରମ୍ଭ ହୋଇଥିଲା ।

7. TRYSEM ଦ୍ଵାରା ଗ୍ରାମାଞ୍ଚଳର ଯୁବଗୋଷ୍ଠୀକୁ ଆତ୍ମ ନିଯୁକ୍ତି ପାଇଁ ତାଲିମ ଦିଆଯାଏ
Answer:
ଠିକ୍

8. ଦ୍ୱିତୀୟ ପଞ୍ଚବାର୍ଷିକ ଯୋଜନାରେ ସର୍ବନିମ୍ନ ଆବଶ୍ୟକତା କାର୍ଯ୍ୟକ୍ରମ ପ୍ରବର୍ତ୍ତନ ହେଲା
Answer:
ପଞ୍ଚମ ପଞ୍ଚବାର୍ଷିକ ଯୋଜନାରେ ସର୍ବନିମ୍ନ ଆବଶ୍ୟକତା କାର୍ଯ୍ୟକ୍ରମ ପ୍ରବର୍ତ୍ତନ ହେଲା ।

9. D.P.A.P. ଯୋଜନା ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳ ପାଇ ଉଦ୍ଦିଷ୍ଟ ଥିଲା ।
Answer:
ଠିକ୍

10. ଭାରତରେ ସ୍ଵେଚ୍ଛାକୃତ ବେକାରିଙ୍କ ସଂଖ୍ୟା ଅଧିକ
Answer:
ଭାରତରେ ଅଣସ୍ୱେଚ୍ଛାକୃତ ବେକାରିଙ୍କ ସଂଖ୍ୟା ଅଧିକ ।

11. ଅର୍ଷବେକାରୀମାନଙ୍କର ପ୍ରାନ୍ତୀୟ ଉତ୍ପାଦ ଶୂନ ହୋଇଥାଏ
Answer:
ଛଦ୍ମବେଶୀ ବେକାରୀମାନଙ୍କର ପ୍ରାନ୍ତୀୟ ଉତ୍ପାଦ ଶୂନ ହୋଇଥାଏ ।

12. ଛଦ୍ମବେଶୀ ବେକାରୀମାନେ ସେମାନଙ୍କର ସାମର୍ଥ୍ୟର ପୂର୍ଣ୍ଣ ବିନିଯୋଗ କରିବାର ସୁଯୋଗ ପାଇନଥା’ନ୍ତି
Answer:
ଅଦ୍ଧବେକାରୀମାନେ ସେମାନଙ୍କର ସାମର୍ଥ୍ୟର ପୂର୍ଣ୍ଣ ବିନିଯୋଗ କରିବାର ସୁଯୋଗ ପାଇନଥା’ନ୍ତି

13. ସାମୟିକ ଭାବେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ଅର୍ବବେକାରୀ କୁହାଯାଏ ।
Answer:
ଠିକ୍

14. ଜଣେ ଇଞ୍ଜିନିୟର ମେସିନ୍ ଚାଳକ ଭାବେ କାର୍ଯ୍ୟକରିବା ଛଦ୍ମବେଶୀ ବେକାରୀର ଉଦାହରଣ ।
Answer:
ଜଣେ ଇଞ୍ଜିନିୟର: ମେସିନ୍ ଚାଳକ ଭାବେ କାର୍ଯ୍ୟକରିବା ଅର୍ଥବେକାରୀର ଉଦାହରଣ ।

15. ଶ୍ରମିକ କୌଣସି ଋତୁରେ କାର୍ଯ୍ୟ କରିବାର ସୁଯୋଗ ନପାଇଲେ ତାହାକୁ ଋତୁଗତ ବେକାରୀ କୁହାଯାଏ
Answer:
ଶ୍ରମିକ ଏକ ନିର୍ଦ୍ଦିଷ୍ଟ ଋତୁରେ କାର୍ଯ୍ୟ କରିବାର ସୁଯୋଗ ନ ପାଇଲେ ତାହାକୁ ଋତୁଗତ ବେକାରୀ କୁହାଯାଏ ।

CHSE Odisha Class 11 Economics Solutions Chapter 11 ବେକାରୀ ଓ ଅର୍ଦ୍ଧବେକାରୀ

16. ଋତୁଗତ ବେକାରୀ ଶିଚ୍ଚପ କ୍ଷେତ୍ରରେ ଅଧ‌ିକ ଦେଖାଯା’ନ୍ତି
Answer:
ଋତୁଗତ ବେକାରୀ କୃଷିକ୍ଷେତ୍ରରେ ଅଧ‌ିକ ଦେଖାଯା’ନ୍ତି ।

17. ଭାରତରେ ଚଳନ୍ତି ବେକାରୀ ବେଶୀ ଦେଖାଯାଏ
Answer:
ଭାରତରେ ସଂରଚନାତ୍ମକ ବେକାରୀ ବେଶୀ ଦେଖାଯାଏ ।

18. ଅର୍ଥନୈତିକ ବଜାରରେ ଉତ୍‌ଥାନ ପତନ ଯୋଗୁଁ ସଂଘାତ ଜନିତ ବେକାରୀ ସୃଷ୍ଟି ହୁଏ ।
Answer:
ଅର୍ଥନୈତିକ ବଜାରରେ ଉତ୍‌ଥାନ ପତନ ଯୋଗୁଁ ଚଳନ୍ତ ବେକାରୀ ସୃଷ୍ଟି ହୁଏ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
E. ନିମ୍ନଲିଖ ପ୍ରଶ୍ନମାନଙ୍କ ଉତ୍ତର ଦୁଇଟି / ତିନୋଟି ବାକ୍ୟ ମଧ୍ୟରେ ଦିଅ ।

1. ବେକାରୀ କହିଲେ କ’ଣ ବୁଝ ?
Answer:
ଯେଉଁ ନିଯୁକ୍ତି ଜୀବନ ଧାରଣର ଆବଶ୍ରକତା ଉପାର୍ଜନ କରିବାକୁ ସକ୍ଷମ, ତାହାକୁ ନିୟୋଜନ କୁହାଯାଏ । ଯଦି ଜଣେ ଜୀବନ ଧାରଣ ପାଇଁ ଆବଶ୍ୟକ ହେଉଥିବା ଦ୍ରବ୍ୟ କିମ୍ବା ମୁଦ୍ରା ଉପାର୍ଜନ ପାଇଁ ଅକ୍ଷମ, ସେ ବେକାର । ତେଣୁ ପ୍ରଚଳିତ ମଜୁରି ହାରରେ ଶ୍ରମିକ କାର୍ଯ୍ୟ କରିବାର ସାମର୍ଥ୍ୟ ଓ ସମ୍ମତି ଥାଇ ମଧ୍ୟ ଯେତେବେଳେ କାମ ପାଏ ନାହିଁ, ସେହି ଅବସ୍ଥାକୁ ବେକାରୀ କୁହାଯାଏ । ଏହାକୁ ପ୍ରକାଶ୍ୟ ବେକାରୀ ମଧ୍ୟ କୁହାଯାଏ । ବେକାରୀ ଦାରିଦ୍ର୍ୟ ସୃଷ୍ଟି କରୁଥିବାରୁ ଉଭୟେ ସହଚର । ବେକାରୀ ଓ ଦାରିଦ୍ର୍ୟ ଉଭୟେ ପରସ୍ପରର ପରିପୂରକ ।

2. ସଂରଚନାତ୍ମକ ବେକାରୀ କ’ଣ ?
Answer:
ଅର୍ଥବ୍ୟବସ୍ଥାର ଢାଞ୍ଚାଗତ ଅସୁବିଧା ଫଳରେ ସୃଷ୍ଟି ହେଉଥ‌ିବା ବେକାରୀକୁ ଢାଞ୍ଚାଗତ ବା ସଂରଚନାତ୍ମକ ବେକାରୀ କୁହାଯାଏ । ଶ୍ରମ ଯୋଗାଣ ସହ ତାଳ ଦେଇ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ରାଷ୍ଟ୍ରର ଅକ୍ଷମତା ଏହି ବେକାରୀକୁ ଜନ୍ମ ଦେଇଥାଏ । ଆବଶ୍ୟକ ଆଧାରିକ ସଂରଚନାର ଅଭାବ ସଂରଚନାଗତ ବେକାରୀର ମୁଖ୍ୟ କାରଣ ।

ଏହା ଅର୍ଥବ୍ୟବସ୍ଥାର ଏକ ସ୍ଥାୟୀ ସମସ୍ୟା । ଏହାର ମୁକାବିଲା ପାଇଁ ଅର୍ଥବ୍ୟବସ୍ଥାର ଢାଞ୍ଚାଗତ ପରିବର୍ତ୍ତନ ଆବଶ୍ୟକ । ଦୀର୍ଘକାଳୀନ କାର୍ଯ୍ୟକ୍ରମଦ୍ୱାରା ଏହା ସମ୍ଭବ ଭାରତରେ ମୁଖ୍ୟତଃ ସଂଚରାତ୍ମକ ବେକାରୀ ଦେଖାଦିଏ ।

3. ପ୍ରଚ୍ଛନ୍ନ ବେକାରୀ କ’ଣ ?
Answer:
ପ୍ରଚ୍ଛନ୍ନ ବେକାରୀ ଲୁକ୍କାୟିତ । ଏହାକୁ ଛଦ୍ମବେଶୀ ବେକାରୀ ମଧ୍ୟ କୁହାଯାଏ । ଏଥିରେ ଜଣେ କାର୍ଯ୍ୟ କରୁଥିଲେ ମଧ୍ୟ କାର୍ଯ୍ୟ ପାଇଁ ତାହାର କୌଣସି ଅବଦାନ ନଥାଏ । ତେଣୁ, ଯେଉଁ ନିଯୁକ୍ତି ମୋଟ୍ ଉତ୍ପାଦନ ବୃଦ୍ଧି ପାଇଁ ସହାୟତା ପ୍ରଦାନ କରିଥାଏ, ତାହାକୁ ପ୍ରଚ୍ଛନ୍ନ ବେକାରୀ କହନ୍ତି ।

ପ୍ରକାରନ୍ତରେ, ଯେଉଁ ନିଯୁକ୍ତିକୁ ହ୍ରାସ କଲେ ମଧ୍ୟ ମୋଟ୍ ଉତ୍ପାଦନ ପରିବର୍ତ୍ତନ ହୋଇନଥାଏ, ତାହାକୁ ପ୍ରଚ୍ଛନ୍ନ ବେକାରୀ କହନ୍ତି । ଭାରତୀୟ କୃଷି କ୍ଷେତ୍ରରେ ପ୍ରଚ୍ଛନ୍ନ ବେକାରୀ ଅତି ସାଧାରଣ । ଏହା ମାନବିକ ସମ୍ବଳ ଚିହ୍ନଟ କରି ସେମାନଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ଯୋଗାଇ ଦିଆଯାଇ ପାରିବ, ତେବେ ପ୍ରଚ୍ଛନ୍ନ ବେକାରୀ ସମସ୍ୟାର ସମାଧାନ ସମ୍ଭବ ହେବ ।

CHSE Odisha Class 11 Economics Solutions Chapter 11 ବେକାରୀ ଓ ଅର୍ଦ୍ଧବେକାରୀ

4. ଅତିନିଯୁକ୍ତି ଯୋଜନା କ’ଣ ?
Answer:
ଭାରତରେ ଶିକ୍ଷିତ ଯୁବଗୋଷ୍ଠୀଙ୍କୁ ବେକାରୀ ବ୍ୟାଧ ଆକ୍ରାନ୍ତରୁ ରକ୍ଷା କରିବାପାଇଁ ସରକାରୀ ସ୍ତରରେ ଆତ୍ମନିଯୁକ୍ତି କାର୍ଯ୍ୟକ୍ରମ ଆରମ୍ଭ ହୋଇଅଛି । 1983 ମସିହାରେ 2 ରୁ 2.5 ଲକ୍ଷ ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କୁ ଶିଳ୍ପ ବାଣିଜ୍ୟ ଓ ସେବା କ୍ଷେତ୍ରରେ ନିଯୁକ୍ତି ଦେବାପାଇଁ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା । ଏହି ଯୋଜନାର ହିତାଧ୍ଵରୀଙ୍କର ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ୟୁଲେସନ୍ ଓ ବୟସ 18 ରୁ 35 ବର୍ଷ ହୋଇଥିବା ଆବଶ୍ୟକ ।

ଏହି ହିତାଧିକାରୀମାନଙ୍କୁ 12.5% ସୁଧରେ 25 ହଜାର ଟଙ୍କାର ଋଣ ଦିଆଯାଇଥାଏ, ଯାହାର 25 ଶତାଂଶ ସବ୍‌ସିଡ଼ି ଆକାରରେ ଛାଡ଼ କରାଯାଏ । ଏହି ଟଙ୍କା ବିନିଯୋଗ ବେଳେ ଶିକ୍ଷିତ ବ୍ୟକ୍ତିମାନେ ବିଭିନ୍ନ ଧନ୍ଦାରେ ନିଯୁକ୍ତି ପାଇଥା’ନ୍ତି । ଏହି କାର୍ଯ୍ୟକ୍ରମ ଜିଲ୍ଲା ଶିଳ୍ପକେନ୍ଦ୍ର ମାଧ୍ୟମରେ ପରିଚାଳିତ ହୋଇଥାଏ ଓ ହିତାଧ୍ୟାକାରୀମାନଙ୍କୁ ବୈଷୟିକ ତାଲିମ ନେବାର ବ୍ୟବସ୍ଥା ହୋଇଥାଏ । ସେହିପରି ସହରାଞ୍ଚଳର ଶିକ୍ଷିତ ଯୁବଗୋଷ୍ଠୀଙ୍କୁ ଆତ୍ମନିଯୁକ୍ତି ପାଇଁ 1986 ମସିହାରେ ଏକ ବିଶେଷ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

ଏହି ଯୋଜନାରେ ପାଞ୍ଚହଜାର ଟଙ୍କାରୁ କମ୍ ଆୟ ଥିବା ପରିବାରର ଯୁବକଯୁବତୀମାନଙ୍କର ବିଭିନ୍ନ ଧନ୍ଦାରେ ଆତ୍ମନିଯୁକ୍ତି ପାଇଁ 10% ସୁଧରେ ଋଣ ଯୋଗାଇ ଦିଆଯାଇଥିଲା । ଏହି ଋଣର 25% ସବ୍‌ସିଡ଼ି ଆକାରରେ ଛାଡ଼ଥିଲା । ଏହି ଯୋଜନା 1992-93 ମସିହାରେ ଜବାହର ରୋଜଗାର ଯୋଜନା ସହିତ ସାମିଲ କରି ଦିଆଯାଇଥିଲା ।

5. ନିଯୁକ୍ତି ଘଟକ ସଂସ୍ଥା (Employment Exchange) କ’ଣ ?
Answer:
ଏହି ସଂସ୍ଥା ବେକାର ଯୁବଗୋଷ୍ଠୀ ଓ ନିଯୁକ୍ତିଦାତାମାନଙ୍କ ମଧ୍ୟରେ ଯୋଗସୂତ୍ର ରଖୁଥାଏ । ବେଳେବେଳେ ନିଯୁକ୍ତି ପ୍ରାପ୍ତ ଶ୍ରମିକ ସ୍ଵଇଚ୍ଛାରେ ନିଯୁକ୍ତି ସ୍ଥାନ, ବୃଷି ଓ ସଂସ୍ଥା ପରିତ୍ୟାଗ କଲେ ନୂଆ ନିଯୁକ୍ତି ପାଇବା ପର୍ଯ୍ୟନ୍ତ ବେକାର ରହେ । ସେହିପରି ବେକାରମାନେ ନିଯୁକ୍ତି ସମ୍ବନ୍ଧୀୟ ତଥ୍ୟ ଜାଣି ନ ପାରି ଅନେକ ସମୟରେ ନିଯୁକ୍ତିର ସୁଯୋଗ ହରାଇଥା’ନ୍ତି ।

ଏସବୁ ସମସ୍ୟାର ଦୂର କରିବା ପାଇଁ ନିଯୁକ୍ତି ସମ୍ବନ୍ଧୀୟ ତଥ୍ୟ ଆଶାୟୀ ପ୍ରାର୍ଥୀମାନଙ୍କୁ ଯୋଗାଇଦେବା ପାଇଁ ନିଯୁକ୍ତି ଘଟକ ସଂସ୍ଥା ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହି ସଂସ୍ଥା ମଧ୍ୟ ଆତ୍ମନିଯୁକ୍ତି ସମ୍ବନ୍ଧରେ ସୂଚନା ଦେବା ସଙ୍ଗେ ସଙ୍ଗେ ତତ୍‌ସମ୍ବନ୍ଧୀୟ ତାଲିମ ପ୍ରଦାନ କରିଥା’ନ୍ତି । ନିଯୁକ୍ତି ସମସ୍ୟାର ସମାଧାନ ପାଇଁ ଏହି ସଂସ୍ଥାଗୁଡ଼ିକର ଭୂମିକା ଯଥେଷ୍ଟ ଗୁରୁତ୍ଵପୂର୍ଣ୍ଣ ହେଲେ ମଧ୍ୟ ଭାରତରେ ଏଗୁଡ଼ିକ ସଫଳତାର ସହକାର୍ଯ୍ୟ କରିପାରୁନାହାନ୍ତି ।

6. ଗ୍ରାମାଞ୍ଚଳ ଭୂମିହୀନ ଲୋକମାନଙ୍କ ପାଇଁ ନିଶ୍ଚିତ ନିଯୁକ୍ତି କାର୍ଯ୍ୟକ୍ରମ (RLEGP) କ’ଣ ?
Answer:
ଏହି କାର୍ଯ୍ୟକ୍ରମ 1983 ମସିହାରେ ଆରମ୍ଭ କରାଯାଇଥିଲା । ଗ୍ରାମାଞ୍ଚଳର ଭୂମିହୀନ ଲୋକମାନଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରି ପ୍ରତ୍ୟେକ ପରିବାରରୁ ଅତିକମ୍‌ରେ ଜଣେ ଲେଖାଏଁ ଲୋକଙ୍କୁ ବର୍ଷକୁ 100 ଦିନ ପର୍ଯ୍ୟନ୍ତ ନିଶ୍ଚିନ୍ତ ନିଯୁକ୍ତି ଯୋଗାଇଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ । ଏହି କାର୍ଯ୍ୟକ୍ରମରେ ସାମାଜିକ ବନୀକରଣ ପ୍ରକଳ୍ପ, ଇନ୍ଦିରା ଆବାସ ଯୋଜନା ଅନ୍ତର୍ଗତ ବାସଗୃହ ନିର୍ମାଣ, ଗ୍ରାମାଞ୍ଚଳରେ ରାସ୍ତା ନିର୍ମାଣ, ସୁଲଭ ଶୌଚାଳୟ ପ୍ରତିଷ୍ଠା, ବିଦ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ, କ୍ଷୁଦ୍ର ଜଳସେଚନ, ମୃଭିକା ସଂରକ୍ଷଣ ଆଦିର ନିର୍ମାଣକାର୍ଯ୍ୟ କାର୍ଯ୍ୟକାରୀ କରାଯାଉଥିଲା ।

ଏହି ଯୋଜନାରେ ଭୂମିହୀନ କୃଷକ, ଅନୁସୂଚିତ ଜାତି ଓ ଜନଜାତି, ଗୋତି ଶ୍ରମିକ, ମହିଳା ଶ୍ରମିକମାନଙ୍କୁ ଅଗ୍ରାଧିକାର ଦିଆଯାଉଥିଲା । ଏହି ଯୋଜନାର ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିଥା’ନ୍ତି । 1989 ମସିହାରେ ଏହି ଯୋଜନାକୁ ଜବାହର ରୋଜଗାର ଯୋଜନା ସହିତ ମିଶାଇ ଦିଆଗଲା ।

CHSE Odisha Class 11 Economics Solutions Chapter 11 ବେକାରୀ ଓ ଅର୍ଦ୍ଧବେକାରୀ

7. ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାର ଲକ୍ଷ୍ୟ କ’ଣ ।
Answer:
ଦେଶର ଯୁବଗୋଷ୍ଠୀମାନଙ୍କୁ କୁଶଳୀ ଓ ଦକ୍ଷ କରିବା ପାଇଁ କେନ୍ଦ୍ର କ୍ୟାବିନେଟ୍ 2015 ମସିହା ମାର୍ଚ୍ଚ 2 ତାରିଖରେ ପ୍ରଧାନମନ୍ତ୍ରୀ ବିକାଶ ଯୋଜନା କାର୍ଯ୍ୟକ୍ରମର ଘୋଷଣା କରିଛନ୍ତି । ଏଥିରେ ଲକ୍ଷ ଯୁବକ।ଯୁବତୀଙ୍କୁ ଦକ୍ଷତା ବିକାଶ ତାଲିମ୍ ପ୍ରଦାନ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା ।

ପୂର୍ବରୁ ଆରମ୍ଭ ହୋଇଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମ; ଯଥା – ମେକ୍-ଇନ୍-ଇଣ୍ଡିଆ, ଡିଜିଟାଲ-ଇଣ୍ଡିଆ, ଜାତୀୟ ସୌର ମିଶନ, ସ୍ୱଚ୍ଛଭାରତ ଅଭିଯାନ ଇତ୍ୟାଦିରେ କୁଶଳୀ ଶ୍ରମିକମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖ୍ କୌଶଳ ବିକାଶର ଲକ୍ଷ୍ୟ ସ୍ଥିର କରାଯିବ ।

8. ପ୍ରଧାନମନ୍ତ୍ରୀ ନିଯୁକ୍ତି ସର୍ଜନ ଯୋଜନା (Prime Minister’s Employment Generation Programme) କ’ଣ ?
Answer:
ଏହା କେନ୍ଦ୍ର ସରକାରଙ୍କ ଋଣ-ସଂଯୁକ୍ତ ସବ୍‌ସିଡ଼୍ ଯୋଜନା ଯାହା ପ୍ରଚଳିତ ପ୍ରଧାନମନ୍ତ୍ରୀଙ୍କ ରୋଜଗାର ଯୋଜନା ଓ ଗ୍ରାମ୍ୟ ନିଯୁକ୍ତି ସର୍ଜନ ଯୋଜନାର ସମ୍ମିଶ୍ରଣରେ 2008 ମସିହା ଅଗଷ୍ଟ ମାସରେ ଆରମ୍ଭ ହୋଇଥିଲା । ଏହା ହିତାଧିକାରୀମାନଙ୍କୁ ଚୟନ କରିଥିବା ପ୍ରକଳ୍ପର ସର୍ବାଧ‌ିକ ପରିବ୍ୟୟ ୡ 75 ଲକ୍ଷ (ଶିତ୍ରୋତ୍ପାଦନ କ୍ଷେତ୍ର ପାଇଁ) ଓ ବ୍ୟବସାୟାଦି କ୍ଷେତ୍ରରେ ? 10 ଲକ୍ଷ ପର୍ଯ୍ୟନ୍ତ ଅନୁମୋଦନ କରିଥାଏ । ଏହା ଏକ ଆତ୍ମନିଯୁକ୍ତି କାର୍ଯ୍ୟକ୍ରମ ।

ସହରାଞ୍ଚଳରେ ପ୍ରକଳ୍ପ ମୂଲ୍ୟର 15 ପ୍ରତିଶତ ସବ୍‌ସିଡ଼୍ ପାଇବା ପାଇଁ ହିତାଧିକାରୀମାନେ ଯୋଗ୍ୟ ଅଟନ୍ତି । ସ୍ଵତନ୍ତ୍ର ହିତାଧୀକାରୀମାନଙ୍କୁ 25% ସବ୍‌ସିଡ଼୍ ମିଳିଥାଏ । ଗ୍ରାମାଞ୍ଚଳରେ ସାଧାରଣ ହିତାଧ୍ୟାକାରୀଙ୍କ ପାଇଁ ଏହି ସବ୍‌ସିଡ୍ 25% ଓ ସ୍ୱତନ୍ତ୍ର ବର୍ଗର ହିତାଧିକାରୀଙ୍କ ପାଇଁ 35% ଅଟେ ।

9. ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା କ’ଣ ?
Answer:
ଗ୍ରାମାଞ୍ଚଳ ଗରିବ ଯୁବକମାନଙ୍କ ନିଯୁକ୍ତି ପାଇଁ ଏହା ଏକ କୌଶଳ ବିକାଶ କାର୍ଯ୍ୟକ୍ରମ । ଏହା ଜାତୀୟ ଗ୍ରାମୀଣ ଜୀବିକା ମିଶନ କାର୍ଯ୍ୟକ୍ରମର ଏକ ଅଂଶବିଶେଷ । ଏହି ଯୋଜନାରେ ଗ୍ରାମୀଣ ଦରିଦ୍ର ଯୁବକମାନଙ୍କୁ ଦକ୍ଷତା ତାଲିମ୍ ଦିଆସରିଥିବା ବେଳେ ଏହା ମଧ୍ୟରୁ କେତେକଙ୍କୁ ନଭେମ୍ବର 2014 ମସିହା ସୁଦ୍ଧା ନିଯୁକ୍ତି ପ୍ରଦାନ କରାଯାଇଛି ।

10. ରୋଷନୀ (ROSHINI) ଆଦିବାସୀମାନଙ୍କ ପାଇଁ କୌଶଳ ବିକାଶ ଯୋଜନା:
Answer:
ଭାରତ ସରକାରଙ୍କ ଗ୍ରାମ୍ୟ ବିକାଶ ମନ୍ତ୍ରଣାଳୟ ଜୁନ୍ ମାସ 7 ତାରିଖ, 2013 ମସିହାରେ 24ଟି ନକ୍‌ସଲ ଅଧୁଷିତ ଜିଲ୍ଲାରେ ଆଦିବାସୀ ଯୁବକ/ଯୁବତୀମାନଙ୍କର ଦକ୍ଷତା ବିକାଶ ଓ ନିଯୁକ୍ତି ପାଇଁ ରୋଷନୀ ନାମକ ଏକ ଗଠନ ଯୋଜନା ଆରମ୍ଭ କରିଛନ୍ତି । ତିନିବର୍ଷ ମଧ୍ୟରେ 10ରୁ 35 ବର୍ଷ ବୟସ ମଧ୍ୟରେ 50,000 ଆଦିବାସୀ ଯୁବକଙ୍କୁ ତାଲିମ ଓ ନିଯୁକ୍ତି ପ୍ରଦାନ ପାଇଁ ଘୋଷଣା କରାଯାଇଛି ।

11. ମୁଦ୍ରା ବ୍ୟାଙ୍କ୍ (Mudra Bank):
Answer:
Micro Units Development and Refinance Agency (MUDRA) ବ୍ୟାଙ୍କ ଯୋଜନା ଏପ୍ରିଲ 8, 2015 ମସିହାରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ନୀତିଗତଭାବେ ଘୋଷଣା କରାଯାଇଥିଲା । କେନ୍ଦ୍ର ଅର୍ଥମନ୍ତ୍ରୀ 2015 ବଜେଟ୍‌ରେ ଏହି କାର୍ଯ୍ୟକ୍ରମ ପାଇଁ ୡ 20,000 କୋଟି ଟଙ୍କାର ଏକ ‘ପ୍ରାଥମିକ ପାଣ୍ଠି’ ସହ 3000 କୋଟି ଟଙ୍କାର ‘ଋଣ ଗ୍ୟାରେଣ୍ଟି’ ମଧ୍ୟ ଘୋଷଣା କରିଥିଲେ ।

ଏହି ଯୋଜନାରେ ଅଣୁ, ଅତିକ୍ଷୁଦ୍ର ଓ କ୍ଷୁଦ୍ର ଶିଳ୍ପାନୁଷ୍ଠାନମାନଙ୍କୁ ଶିଶୁ, କିଶୋର ଓ ତରୁଣ – ଏହିଭଳି ତିନି ଶ୍ରେଣୀରେ ବିଭକ୍ତ କରି ସେମାନଙ୍କୁ ଯଥାକ୍ରମେ ? 50 ହଜାର, ? 5 ଲକ୍ଷ ଓ ୡ 10 ଲକ୍ଷ ଟଙ୍କା ବ୍ୟାଙ୍କ ଋଣ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି ।

F. ପାଞ୍ଚଟି / ଛଅଟି ବାକ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

1. ଚଳନ୍ତି ବେକାରୀ (Cyclical Unemployment) ଓ ସଂରଚନାତ୍ମକ ବେକାରୀ (Structural Unem- ployment) ।
Answer:
କୌଣସି ଅର୍ଥନୀତିରେ ସାମୂହିକ ଚାହିଦା ଓ ସାମୂହିକ ଯୋଗାଣଠାରୁ କମ୍ ହେଲେ ଚଳନ୍ତା ବେକାରୀ ସୃଷ୍ଟି ହୁଏ । ସାଧାରଣତଃ ପୁଞ୍ଜିବାଦୀ ଅର୍ଥବ୍ୟବସ୍ଥାରେ ମୁଖ୍ୟତଃ ଚଳନ୍ତି ବେକାରୀ ଦେଖାଯାଏ । ଏହି ଅର୍ଥବ୍ୟବସ୍ଥାରେ ବାଣିଜ୍ୟ ଚକ୍ରର ପ୍ରଭାବ ବେଶୀ । ମୁଦ୍ରାନ୍ତୀତି ସମୟରେ କର୍ମନିୟାଜନ, ଉତ୍ପାଦନ, ଆୟ ଓ ଦରଦାମ୍ ବୃଦ୍ଧିପାଏ । ଏହା ଅର୍ଥନୀତିର ଊର୍ଥଗତି । ମାତ୍ର ଯେତେବେଳେ ଅର୍ଥନୀତି ଏହାର ବିପରୀତମୁଖୀ ହୁଏ, ବାଣିଜ୍ୟଚକ୍ରର ନିମ୍ନଗତି ହୁଏ । ଫଳରେ ବେକାରୀ ବୃଦ୍ଧିପାଏ । ଏହାକୁ ଚଳନ୍ତି ବେକାରୀ କୁହାଯାଏ ।

ଭାରତରେ ଦେଖାଯାଉଥ‌ିବା ବେକାରୀ ମୁଖ୍ୟତଃ ସଂରଞ୍ଛନାଗତ ବା ଢାଞ୍ଚାଗତ । ଏ କ୍ଷେତ୍ରରେ ଶ୍ରମିକମାନଙ୍କର କାର୍ଯ୍ୟ କରିବାର ସାମର୍ଥ୍ୟ ଓ ଇଚ୍ଛା ମଧ୍ୟଥାଏ । ମାତ୍ର ଅର୍ଥବ୍ୟବସ୍ଥାରେ ଯେଉଁ ଢାଞ୍ଚାଗତ ଅସୁବିଧା ରହିଥାଏ । ସେଥ‌ିଯୋଗୁଁ ଶ୍ରମିକମାନେ ଭାରତରେ ଦେଖାଯାଉଥ‌ିବା ବେକାରୀ ମୁଖ୍ୟତଃ ସଂରଞ୍ଛନାଗତ ବା ଢାଞ୍ଚାଗତ । ଏ କ୍ଷେତ୍ରରେ ଶ୍ରମିକମାନଙ୍କର କାର୍ଯ୍ୟ ଗମନାଗମନ ତଥା ସମ୍ବାଦ ପରିବେଷଣ ଇତ୍ୟାଦିର ଅଭାବ ରହିଛି । ଏ ପ୍ରକାର ବେକାରୀ ଶ୍ରମିକମାନଙ୍କୁ ଚିହ୍ନଟ କରାଯାଇପାରେ । ତେଣୁ ଏହା ମଧ୍ୟ ପ୍ରକାଶ୍ୟ ବେକାରୀ ।

CHSE Odisha Class 11 Economics Solutions Chapter 11 ବେକାରୀ ଓ ଅର୍ଦ୍ଧବେକାରୀ

2. ଛଦ୍ମବେଶୀ ବେକାରୀ ଓ ଋତୁଗତ ବେକାରୀ ।
Answer:
ଯେଉଁ ଶ୍ରମିକମାନେ ଉତ୍ପାଦନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ ସୁଦ୍ଧା ମୋଟ ଉତ୍ପାଦନ ବୃଦ୍ଧିରେ ସେମାନଙ୍କର ଆଦୌ ଅବଦାନ ନ ଥାଏ । ସେମାନଙ୍କୁ ଛଦ୍ମବେଶୀ ବେକାରୀ କୁହାଯାଏ । ଏ କ୍ଷେତ୍ରରେ ଶ୍ରମିକର ସୀମାନ୍ତ ଉତ୍ପାଦନ ଶୂନ ବା ଋଣାତ୍ମକ ହୋଇଥାଏ ମାତ୍ର ଯେଉଁ ଶ୍ରମିକମାନେ ବର୍ଷକର କେତେକ ନିର୍ଦ୍ଦିଷ୍ଟ ସମୟରେ କାର୍ଯ୍ୟକରି ଅନ୍ୟାନ୍ୟ ସମୟ କାର୍ଯ୍ୟ ନପାଇ ବସି ରହିଥା’ନ୍ତି ସେମାନଙ୍କୁ ଋତୁଗତ ବେକାରୀ କୁହାଯାଏ ।

ଛଦ୍ମବେଶୀ ବେକାରୀ ଉଭୟ କୃଷିକ୍ଷେତ୍ର ଓ ଅଣକୃଷି କ୍ଷେତ୍ରରେ ଦେଖାଯାଇଥା’ନ୍ତି ମାତ୍ର ଋତୁଗତ ବେକାରୀ ସାଧାରଣତଃ ଅନ୍ତର କରି ଆବଶ୍ୟକତା ଅନୁସାରେ ଅନ୍ୟ କର୍ମସଂସ୍ଥାନ ଯୋଗାଇବାକୁ ପଡ଼ିଥାଏ । ମାତ୍ର ଋତୁଗତ ବେକାରୀର ସମାଧାନ କେବଳ ଶ୍ରମିକମାନଙ୍କୁ କୃଷିକ୍ଷେତ୍ରରେ ବର୍ଷସାରା କାର୍ଯ୍ୟ ଯୋଗାଇବାଦ୍ୱାରା ହିଁ ସମ୍ଭବ ହୋଇପାରିବ । କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ଷେତ୍ରରେ ବଳକା ଶ୍ରମିକଙ୍କର ଯୋଗଦାନ ହିଁ ଛଦ୍ମବେଶୀ ବେକାରୀ ସୃଷ୍ଟିକରେ ମାତ୍ର ଋତୁଗତ ବେକାରୀ କେବଳ ଶସ୍ୟ ଉତ୍ପାଦନର ପ୍ରତିବଦଳର ଦୁର୍ବଳତା ଯୋଗୁଁ ହିଁ ସୃଷ୍ଟି ହୋଇଥାଏ ।

3. ପ୍ରାବିଧ‌ି ବେକାରୀ ଓ ଶିକ୍ଷିତ ବେକାରୀ ।
Answer:
ପ୍ରାବିଧ୍ଵ ଜ୍ଞାନର ପରିବର୍ତ୍ତନ ଫଳରେ ସୃଷ୍ଟ ବେକାରୀକୁ ପ୍ରାବର୍ଧକ ବେକାରୀ କୁହାଯାଏ । ଉତ୍ପାଦନ କ୍ଷେତ୍ରରେ ଉନ୍ନତ ପ୍ରାବିଧ୍ଵଜ୍ଞାନର ଉପଯୋଗ ଅପେକ୍ଷାକୃତ କମ୍ ଶ୍ରମିକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାଏ । ଫଳରେ ପ୍ରାବିଧ୍ଵ ବେକାରୀ ଦେଖାଦିଏ । ବ୍ୟାଙ୍କର କମ୍ପ୍ୟୁଟରୀକରଣ ଅନେକ ବ୍ୟାଙ୍କ୍ କର୍ମଚାରୀଙ୍କୁ ଅବସର ଦେଇ ବେକାର କରିଛି । ଅନେକ କ୍ଷେତ୍ରରେ ନୂତନ ପ୍ରାବିଧ୍ଵ ଜ୍ଞାନ ସହିତ ନିଜକୁ ପରିବର୍ତ୍ତନ କରିନକାରି ମଧ୍ୟ ଶ୍ରମିକମାନେ ବେକାର ହେବାକୁ ବାଧ୍ୟ ହୋଇଥା’ନ୍ତି । ଯଦି ନୂତନ ପ୍ରାବିଧ୍ଵଜ୍ଞାନ ସମ୍ବନ୍ଧୀୟ ତାଲିମ ପ୍ରଦାନ କରାଯାଏ, ତେବେ ପ୍ରାବିଧ‌ି ବେକାରୀ ସମସ୍ୟାର ସଫଳ ସମାଧାନ ହୋଇପାରିବ ।

ଶିକ୍ଷିତ ଲୋକମାନେ ନିୟୋଜନ ନପାଇବା ଅବସ୍ଥାକୁ ଶିକ୍ଷିତ ବେକାରୀ କହନ୍ତି । ଏହା ଏକ ମୁକ୍ତ ବେକାରୀ । ଏଥୁରେ ଜଣେ ନିଜ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ନିଯୁକ୍ତି ପାଇବାରୁ ବଞ୍ଚିତ ହୋଇଥାଏ । ଭାରତୀୟ ଶିକ୍ଷା ବୃତ୍ତି କୈନ୍ଦ୍ରିକ ନ ହୋଇଥିବାରୁ ଶିକ୍ଷିତ ବେକାରୀ ଭାରତରେ ଅତି ସାଧାରଣ । ଏହା ପ୍ରତିଭା ବହିଃଗମନ କରିଥାଏ ।

4. ଶ୍ରମପ୍ରଧାନ କୌଶଳ ଓ ପୁଞ୍ଜିପ୍ରଧାନ କୌଶଳ ।
Answer:
ଉତ୍ପାଦନ କୌଶଳ ଦୁଇ ଭାଗରେ ବିଭକ୍ତ; ଯଥା – ଶ୍ରମପ୍ରଧାନ କୌଶଳ ଓ ପୁଞ୍ଜିପ୍ରଧାନ କୌଶଳ । ଶ୍ରମପ୍ରଧାନ କୌଶଳ ଅଧ୍ଵ ଶ୍ରମିକ ଆବଶ୍ୟକ କରୁଥିଲେ ମଧ୍ୟ କମ୍ ଉତ୍ପାଦନ କରିଥାଏ । କିନ୍ତୁ ପୁଞ୍ଜିପ୍ରଧାନ କୌଶଳ କମ୍ ଶ୍ରମିକଙ୍କୁ ନିଯୁକ୍ତି ଦେଇ ଅଧିକ ଉତ୍ପାଦନ ବୃଦ୍ଧିପାଇଁ ସହାୟତା ପ୍ରଦାନ କରେ । ଭାରତ ପାଇଁ ଉଭୟ ଉତ୍ପାଦନ ବୃଦ୍ଧି ଓ ଅଧ‌ିକ ନିୟୋଜନ ଆବଶ୍ୟକ । ଏହି ଦୁଇଟିଯାକ ଆଭିମୁଖ୍ୟର ସଫଳତା ଉଭୟ କୌଶଳର ଉପଯୁକ୍ତ ମିଶ୍ରଣ ଦ୍ଵାରାହିଁ ସମ୍ଭବ ।

କେବଳ ବିଭିନ୍ନ ବଡ଼ବଡ଼ ଯନ୍ତ୍ରପାତି କଳକବ୍‌ଜା ଇତ୍ୟାଦିର ଉତ୍ପାଦିନ ପାଇଁ ବୃହତ୍ ଶିଳ୍ପ କ୍ଷେତ୍ରରେ ପୁଞ୍ଜିପ୍ରଧାନ କୌଶଳ ସମ୍ଭବ ହୋଇପାରିବ । ଅନ୍ୟାନ୍ୟ ଉତ୍ପାଦନ କ୍ଷେତ୍ରରେ ହାଲୁକା ପୁଞ୍ଜିଯୁକ୍ତ ଶ୍ରମପ୍ରଧାନ କୌଶଳ ଓ କେବଳ ଶ୍ରମପ୍ରଧାନ କୌଶଳର ସଫଳ ନିୟୋଜନ ଆବଶ୍ୟକତା ଭିତ୍ତିରେ ହେବା ଉଚିତ । ଉତ୍ପାଦନ କୌଶଳର ଯୁକ୍ତିଯୁକ୍ତ ମିଶ୍ରଣଦ୍ୱାରା ଭାରତ ଅଭିବୃଦ୍ଧି ସହିତ ବେକାରୀ ସମସ୍ୟାର ଉକଯୁକ୍ତ ମୁକାବିଲା କରିପାରିବ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1.ଭାରତର ନିଯୁକ୍ତି ସମସ୍ୟାର ଗମ୍ଭୀରତା ଓ ବିଭିନ୍ନ ଦିଗ ବିଷୟରେ ଆଲୋଚନା କର ।
Answer:
ଭାରତର ଯେତେସବୁ ସମସ୍ୟାମାନ ରହିଅଛି ସେଗୁଡ଼ିକ ମଧ୍ୟରୁ ନିଯୁକ୍ତି ସମସ୍ୟା ଏକ ଗମ୍ଭୀର ସମସ୍ୟା ଅଟେ । ଦେଶର ବିକାଶର ମନ୍ଥର, ଗଣ ଦାରିଦ୍ର୍ୟ, ସ୍ୱଚ୍ଛ ମୁଣ୍ଡପିଛା ଆୟ, ଜାତୀୟ ଅର୍ଥନୈତିକ ଅଭିବୃଦ୍ଧି ତଥା ସାମାଜିକ ବିଶୃଙ୍ଖଳା ନିଯୁକ୍ତି ସମସ୍ୟା ସହିତ ଅଙ୍ଗାଙ୍ଗୀଭାବେ ଜଡ଼ିତ । ଭାରତରେ ନିଯୁକ୍ତି ସମସ୍ୟାଗୁଡ଼ିକ ପରସ୍ପର ସହିତ ଜଡ଼ିତ । ସେଗୁଡ଼ିକ ହେଲା –

(i) ଅର୍ଥନୈତିକ କାର୍ଯ୍ୟକଳାପରେ ଶ୍ରମଶକ୍ତିର ଯୋଗଦାନ ହାର କମ୍ – ଆମ ଦେଶର ସବୁଲୋକ ଶ୍ରମବଜାରରେ ପ୍ରବେଶ କରନ୍ତି ନାହିଁ । 1987-88 ମସିହା NSS ଅଟକଳରୁ ଜଣାପଡ଼ିଛି ଯେ, ମୋଟ ଜନସଂଖ୍ୟାର ମାତ୍ର 36.77 ଶତାଂଶ ଲୋକ ଶ୍ରମବଜାରରେ ପ୍ରବେଶ କରିଥା’ନ୍ତି । କିନ୍ତୁ ଏହି ହାରରେ ଡେନ୍‌ମାର୍କ, ଆମେରିକା, ଜାପାନ ଭଳି ଉନ୍ନତ ଦେଶଗୁଡ଼ିକରେ 50 ଶତାଂଶରୁ ଅଧିକ । ଫଳରେ ଆମ ଦେଶରେ ନିଯୁକ୍ତିପ୍ରାପ୍ତ ଶ୍ରମିକମାନେ ଅନେକ ପରାଶ୍ରୟୀ ଲୋକଙ୍କର ଦାୟିତ୍ୱ ବହନ କରିଥା’ନ୍ତି ।

ଦେଶର ଅର୍ଥନୈତିକ କାର୍ଯ୍ୟକଳାପରେ ଶ୍ରମଶକ୍ତିର ସ୍ଵଚ୍ଛ ଯୋଗଦାନ ଦୁଇଟି ମୁଖ୍ୟ କାରଣ ଅଛି । ସେଗୁଡ଼ିକ ହେଲା – (1) ଜନସଂଖ୍ୟାର ବୟସାନୁକ୍ରମିକ ଗଠନ, (2) ମହିଳାମାନଙ୍କର ସ୍ଵଳ୍ପ ଯୋଗଦାନ । ଦେଶର ଜନସଂଖ୍ୟା ବୟସାନୁକ୍ରମିକ ଗଠନକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ, ଭାରତର ମୋଟ ଜନସଂଖ୍ୟା 15 ବର୍ଷ ବୟସରୁ କମ୍ ନାବାଳକମାନଙ୍କ ଅନୁପାତ ବହୁଳ ଅଧିକ ।

1987-88 ମସିହା NSS କଳନାରୁ ଜଣାପଡ଼ିଛି ଯେ ଏହି ଅନୁପାତ 39.52 ଶତାଂଶ; କିନ୍ତୁ ଉନ୍ନତ ଦେଶମାନଙ୍କରେ ଏହା ଲୋକସଂଖ୍ୟାର ପ୍ରାୟ 20 ଶତାଂଶ । ଫଳରେ ଶ୍ରମଶକ୍ତିରେ ଯୋଗଦାନ ହାର ସ୍ୱଳ୍ପ ରହେ । ତେଣୁ ଲୋକସଂଖ୍ୟାର ବୟସାନୁକ୍ରମିକ ଗଠନରେ ପରିବର୍ତ୍ତନର ଆବଶ୍ୟକତା ରହିଛି । ଏହା ଜନ୍ମ ଓ ମୃତ୍ୟୁହାରରେ ବ୍ୟାପକ ହ୍ରାସ କରାଗଲେ ସମ୍ଭବ ହେବ ।

ଆମ ଦେଶରେ ସାମାଜିକ ଓ ଅର୍ଥନୈତିକ କାର୍ଯ୍ୟକଳାପରେ ମହିଳାମାନଙ୍କର ଯୋଗଦାନ ଅତି ନଗଣ୍ୟ । ଉନ୍ନତ ଓ ଶିଳ୍ପ ସମୃଦ୍ଧ ଦେଶଗୁଡ଼ିକରେ ଏହି ହାର ଯଥେଷ୍ଟ ଅଧ୍ଵ । କିନ୍ତୁ ଏଠାରେ 15 ରୁ 59 ବର୍ଷ ବୟସର ମହିଳାମାନଙ୍କର କର୍ମ ନିୟୋଜନ ହାର ମାତ୍ର 18.71 ଶତାଂଶ ବୋଲି NSS ତଥ୍ୟରୁ ଜଣାଯାଏ । ଅଧିକାଂଶ ଭାରତୀୟ ମହିଳା ଘରର ଚାରିକାନ୍ଥ ମଧ୍ଯରେ ନିଷ୍ପେଷିତ ଓ ନିର୍ଯାତିତ ଜୀବନଯାପନ କରୁଥିବାର ଦୃଷ୍ଟିଗୋଚର ହୁଏ । ସେମାନଙ୍କୁ ସାମାଜିକ ଓ ଅର୍ଥନୈତିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବାକୁ ବାସନ୍ଦ କରାଯାଇଥାଏ । ଫଳରେ ସେମାନଙ୍କ ସ୍ଵଳ୍ପ ଯୋଗଦାନ ଯୋଗୁଁ ଦେଶର ଶ୍ରମ ଶକ୍ତିରେ ପ୍ରବେଶ ହାର କମ୍ ରହେ ।

CHSE Odisha Class 11 Economics Solutions Chapter 11 ବେକାରୀ ଓ ଅର୍ଦ୍ଧବେକାରୀ

(ii) ବେକାରି ଓ ଅର୍ବବେକାରି ହାର ଅଧୂକ – ଦେଶର ବେକାରି ଓ ଅର୍ବବେକାରି ହାର ଉନ୍ନତ ଦେଶମାନଙ୍କ ତୁଳନାରେ ଯଥେଷ୍ଟ ଅଧ୍ଵ । 1987-88 ମସିହା ଗଣନା ଅନୁଯାୟୀ ଦେଶର ବେକାରି ହାର 6.09 ଶତାଂଶ ଅଟେ । ଏହି ଗଣନାରୁ ମଧ୍ୟ ସ୍ପଷ୍ଟ ହୋଇଅଛି ଯେ, ଦେଶର ବିଭିନ୍ନ ପ୍ରାନ୍ତରେ ବେକାରି ହାର ଭିନ୍ନ ଭିନ୍ନ ଅଟେ । କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ, ଆସାମ ଓ ଓଡ଼ିଶାରେ ବେକାରି ହାର ସର୍ବାଧିକ ଥଲାବେଳେ ମଣିପୁର, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ ଓ କର୍ଣ୍ଣାଟକରେ ଏହି ହାର ସର୍ବନିମ୍ନ ଥବାର ପରିଲକ୍ଷିତ ହୁଏ । ଦେଶର ସହରାଞ୍ଚଳରେ ବେକାରି ହାର ଜାତୀୟ ବେକାରି ହାରଠାରୁ ଅଧିକ ଅଟେ ।

15 ରୁ 29 ବର୍ଷ ବୟସ ସୀମା ମଧ୍ୟରେ ଯୁବଗୋଷ୍ଠୀ ବେକାରିର ଲାଞ୍ଛନା ସର୍ବାଧ‌ିକ ଭୋଗ କରିଥା’ନ୍ତି । ଆହୁରି ମଧ୍ୟ ଶିକ୍ଷିତ ଯୁବଗୋଷ୍ଠୀଙ୍କ ଭିତରେ ବେକାରି ହାର ସର୍ବାଧ‌ିକ ବୋଲି ଗଣନାରୁ ଜଣାପଡ଼ିଛି । 1985 ମସିହାବେଳକୁ ଶିକ୍ଷିତ ବେକାରିଙ୍କ ସଂଖ୍ୟା 47 ଲକ୍ଷ ଥିଲା ବୋଲି ଏକ ଗଣନାରୁ ଜଣାଯାଏ । 1987-88 NSS ଗଣନା ଅନୁସାରେ ଜାତୀୟ ସ୍ତରରେ ବେକାରି ହାର 6.1 ଶତାଂଶ ଥିଲାବେଳେ ଶିକ୍ଷିତମାନଙ୍କ ମଧ୍ୟରେ ଏହି ହାର 11.9 ଶତାଂଶ ଥିଲା । ସ୍ନାତକ ଡିଗ୍ରୀ ଓ ତଦୂର୍ଦ୍ଧ୍ବ ଶିକ୍ଷାଲାଭ କରିଥି ମହିଳାମାନଙ୍କ ମଧ୍ୟରେ ଏହି ହାର ମଧ୍ଯ ଅଧ୍ଵ ।

ବେକାରି ଜାତୀୟ ନିଯୁକ୍ତିପ୍ରାପ୍ତ ଶ୍ରମିକମାନଙ୍କର ବ୍ୟାପକ ଅର୍ଷବେକାରି ଦେଶର ନିଯୁକ୍ତି ସମସ୍ୟାକୁ ଆହୁରି ଜଟିଳ କରିଦେଇଅଛି । ଜାତୀୟ ନମୁନା ସର୍ବେକ୍ଷଣ ଗଣନା ଅନୁସାରେ ଯଦି ଜଣେ ବ୍ୟକ୍ତି ଦିନକୁ 4 ଘଣ୍ଟାରୁ କମ୍ କାମ କରେ ତାହାକୁ ଅର୍ବବେକାରି ବୋଲି ଧରାଯାଏ । କିନ୍ତୁ ଏହି ଅର୍ବବେକାର ବା ନିଯୁକ୍ତ କାଳରେ ପୂରାକାମ ନ କରୁଥିବା ଶ୍ରମିକମାନେ ସରକାରୀ ଗଣନାରେ ନିଯୁକ୍ତି ପ୍ରାପ୍ତ ଶ୍ରମିକର ମାନ୍ୟତା ପାଇଥା’ନ୍ତି । ତେଣୁ ଗଣନାରେ ଅର୍ଦ୍ଧବେକାରିମାନଙ୍କୁ ନିଆଯାଉ ନ ଥ‌ିବାରୁ ଦେଶରେ ଶ୍ରମିକମାନଙ୍କ କ୍ଷେତ୍ରରେ ଅଧିକ ଦେଖାଯାଏ ।

(iii) ଭାରତୀୟ ଶ୍ରମିକମାନଙ୍କର ନିମ୍ନ କାର୍ଯ୍ୟ ଦକ୍ଷତା – ବେରୋଜଗାରୀ ଦେଶର ଶ୍ରମିକମାନଙ୍କର ମୁଖ୍ୟ ସମସ୍ୟା ହିସାବରେ ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିଛି ସତ, କିନ୍ତୁ ଶ୍ରମିକମାନଙ୍କ ‘ନିମ୍ନ କାର୍ଯ୍ୟଦକ୍ଷତା’ ଯେ ଅନ୍ୟ ଏକ ଗୁରୁତର ସମସ୍ୟା ଏକଥା ଭୁଲିଯିବା ଉଚିତ ନୁହେଁ । ଆମ ଦେଶର ଶ୍ରମଦକ୍ଷତା ଅନ୍ୟାନ୍ୟ ଦେଶମାନଙ୍କର ଶ୍ରମିକମାନଙ୍କ ଦକ୍ଷତା ଅପେକ୍ଷା ଯଥେଷ୍ଟ କମ୍ ଅଟେ । ଦେଶର ସ୍ବଚ୍ଛ ମୁଣ୍ଡପିଛା ଆୟ, ଗଣଦାରିଦ୍ର୍ୟ ଇତ୍ୟାଦି ସମସ୍ୟାର ଏହା ମଧ୍ୟ କାରଣ ।

ଶ୍ରମଦକ୍ଷତା ଶ୍ରମିକମାନଙ୍କର ଚଳଣି ଉପରେ ନିର୍ଭର କରେ । ତେଣୁ ଶ୍ରମିକଙ୍କର ଚଳଣିର ଉନ୍ନତିପାଇଁ ବ୍ୟବସ୍ଥାମାନ ଗ୍ରହଣ କରିବା ଉଚିତ । କେବଳ ବେକାରି ସମସ୍ୟା ଦୂର କରିଦେଲେ ନିଯୁକ୍ତି ସମସ୍ୟା ସମାଧାନ ହୋଇଯିବା ଭାବିବା ଠିକ୍ ନୁହେଁ । ନିଯୁକ୍ତି ସମସ୍ୟାର ସମାଧାନପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ଶ୍ରମଦକ୍ଷତାର ଅଭିବୃଦ୍ଧିପାଇଁ ଉପଯୁକ୍ତ ଧ୍ୟାନ ଦେବା ଆବଶ୍ୟକ ।

2. ଦେଶର ନିଯୁକ୍ତି ସମସ୍ୟାର ସମାଧାନପାଇଁ ଏକ ନିଯୁକ୍ତି ନୀତିର ପରିକଳ୍ପନା କଲାବେଳେ କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ ତାହା ଆଲୋଚନା କର ।
କିମ୍ବା, ଭାରତରେ ଏକ ନିଯୁକ୍ତି ନୀତିର ବିଭିନ୍ନ ଉପାଦାନଗୁଡ଼ିକ ବର୍ଣ୍ଣନା କର ।
Answer:
ଭାରତର ନିଯୁକ୍ତି ସମସ୍ୟା କେବଳ ବେକାରି ଓ ଅର୍ବବେକାରିରେ ସୀମିତ ନୁହେଁ । ଏହାର ନିଯୁକ୍ତି ସମସ୍ୟାର ଅନେକ ନିମ୍ନ, ଉଚ୍ଚହାରର ବେକାରି ଓ ଅର୍ବବେକାରି ପ୍ରଭୃତି ସମସ୍ୟା ନିଯୁକ୍ତି ସମସ୍ୟାକୁ ଅଧିକ ଜଟିଳ କରିଅଛି । ତେଣୁ ଏହାର ସମାଧାନ ପାଇଁ ଏକ ଜାତୀୟ ନିଯୁକ୍ତି ନୀତି ପ୍ରଣୟନର ଆବଶ୍ୟକତା ରହିଅଛି । ଏହି ନୀତିରେ ବିଭିନ୍ନ ଉପାଦାନଗୁଡ଼ିକ ହେଲା –

(i) ବହୁଲୋକଙ୍କପାଇଁ ଅର୍ଥକରୀ ଧନ୍ଦାର ସୁଯୋଗ ସୃଷ୍ଟି – 1990 ମସିହା ସୁଦ୍ଧା ଦେଶରେ କର୍ମନିଯୁକ୍ତି ଶ୍ରମିକମାନଙ୍କ ସଂଖ୍ୟା 300 ନିୟୁତ, ବେକାରିମାନଙ୍କ ସଂଖ୍ୟା 16 ନିୟୁତ ଓ ଅର୍ବବେକାରିମାନଙ୍କ ସଂଖ୍ୟା 12 ନିୟୁତ ଥିଲା । 1990 ରୁ 2000 ମସିହା ମଧ୍ୟରେ ଆହୁରି 78 ନିୟୁତ ନୂଆ ଶ୍ରମିକ ସୃଷ୍ଟି ହେବାର ଅଟକଳ କରାଯାଇଥିଲା । ତେଣୁ ଏହି ସମୟ ମଧ୍ୟରେ 106 ନିୟୁତ (78 + 12 + 16) ଶ୍ରମିକମାନଙ୍କର କର୍ମ ନିଯୁକ୍ତିରେ ସୁଯୋଗ ସୃଷ୍ଟିକଲେ ଦେଶରୁ ବେକାରି ସମସ୍ୟା ଦୂର ହୋଇପାରିବ ବୋଲି ଅଟକଳ କରାଯାଇଥିଲା ।

ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ ଦେଶରେ ନିଯୁକ୍ତି ହାରରେ ବାର୍ଷିକ 3 ପ୍ରତିଶତ ଅଭିବୃଦ୍ଧିର ଆବଶ୍ୟକତା ରହିଛି, ଯାହାକି ଦେଶର ବାର୍ଷିକ ୫ ପ୍ରତିଶତ ଜାତୀୟ ଅଭିବୃଦ୍ଧି ଆବଶ୍ୟକ କରୁଅଛି । କିନ୍ତୁ ଜାତୀୟ ଅଭିବୃଦ୍ଧି ବାର୍ଷିକ 8 ପ୍ରତିଶତ ହାସଲ କରିବା ଏକ ଦୁରୂହ ବ୍ୟାପାର । ଏଣୁ ଜାତୀୟ ଅଭିବୃଦ୍ଧିପାଇଁ ଅଧିକ ଅର୍ଥକରୀ ଧନ୍ଦାର ସୁଯୋଗ ସୃଷ୍ଟି କରିବାର ଆବଶ୍ୟକତା ରହିଅଛି । ଗୁରୁଶିଳ୍ପ, କ୍ଷୁଦ୍ରଶିଳ୍ପ, କୃଷି, ସେବା ଇତ୍ୟାଦି ସବୁକ୍ଷେତ୍ରରେ ଯଥାଯୋଗ୍ୟ ଅଗ୍ରାଧିକାର ଦେଇ ନୂଆ ନିଯୁକ୍ତି

(ii) ବିଶେଷ ନିଯୁକ୍ତି କାର୍ଯ୍ୟକ୍ରମଗୁଡ଼ିକୁ ଯଥାସାଧ୍ଯ ପରିହାର କରାଯିବା ଉଚିତ – ନିଯୁକ୍ତି ସୁଯୋଗ ସୃଷ୍ଟି କରିବାପାଇଁ ଦେଶରେ ଯେଉଁ ‘ବିଶେଷ ନିଯୁକ୍ତି କାର୍ଯ୍ୟକ୍ରମ’ଗୁଡ଼ିକ କାର୍ଯ୍ୟକାରୀ କରାଯାଉଛି ସେଗୁଡ଼ିକୁ ଯଥାସାଧ ପରିହାର କରାଯିବା ଉଚିତ । ଏହି କାର୍ଯ୍ୟକ୍ରମଗୁଡ଼ିକ ଅନେକ ସମୟରେ ଅସ୍ଥାୟୀ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିଥା’ନ୍ତି । ଅନେକ ସମୟରେ ଏହି କାର୍ଯ୍ୟକ୍ରମଗୁଡ଼ିକ ରାଜନୈତିକ ଉଦ୍ଦେଶ୍ୟ ସାଧନପାଇଁ ଉଦ୍ଦିଷ୍ଟ ହେଉଥ‌ିବାରୁ ଅଧିକାଂଶ ପାଣ୍ଠି ବାଟମାରଣା ହେଉଥିବାର ଲକ୍ଷ୍ୟ କରାଯାଏ ।

ତେଣୁ ଏହି କାର୍ଯ୍ୟକ୍ରମଗୁଡ଼ିକ ବାତିଲ କରି ସ୍ଥାୟୀ ନିଯୁକ୍ତି ସମ୍ଭାବନା ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି । ଏହି ବିଶେଷ କାର୍ଯ୍ୟକ୍ରମଗୁଡ଼ିକରେ ନିୟୋଜିତ ଅର୍ଥ ବରବାଦ ନ କରି ଜଳସେଚନ, ବନ୍ୟାନିୟନ୍ତ୍ରଣ, ଜଳବିଦ୍ୟୁତ୍ ଉତ୍ପାଦନ, ଗ୍ରାମ୍ୟ ବିଦ୍ୟୁତୀକରଣ, ମୃତ୍ତିକା ସଂରକ୍ଷଣ, ବନୀକରଣ, କ୍ଷୁଦ୍ରଶିଳ୍ପ, ଗମନାଗମନ ଆଦି ବିକାଶମୂଳକ ପ୍ରକଳ୍ପଗୁଡ଼ିକରେ ବିନିଯୋଗ କରାଗଲେ ଦେଶରେ ଅନେକ ସ୍ଥାୟୀ ପରିସମ୍ପତ୍ତି ସୃଷ୍ଟି ହେବା ସଙ୍ଗେ ସଙ୍ଗେ ସ୍ଥାୟୀ ନିଯୁକ୍ତିର ସୁଯୋଗ ମଧ୍ୟ ସୃଷ୍ଟି ହେବ ।

(iii) ଋତୁଗତ ବେକାରିର ପରିମାଣ ହ୍ରାସ – ଦେଶର ନିଯୁକ୍ତି ସମସ୍ୟାକୁ ବହୁପରିମାଣର ଋତୁକାଳୀନ ବେକାରି ଆହୁରି ଜଟିଳ କରିଦେଉଅଛି । ତେଣୁ ଜାତୀୟ ନିଯୁକ୍ତି ନୀତିରେ ଏ ପ୍ରକାର ବେକାରିର ପରିମାଣ ହ୍ରାସପାଇଁ ବ୍ୟବସ୍ଥା ରହିବା ଉଚିତ । ଋତୁକାଳୀନ ବେକାରି ମୁଖ୍ୟତଃ କୃଷି, କୃଷି ପ୍ରକ୍ରିୟାକରଣ ଓ କୃଷି ସେବାରେ ନିୟୋଜିତ ଶିଳ୍ପଗୁଡ଼ିକରେ ଦେଖାଦେଇଥାଏ ।

ଏଣୁ କୃଷି ଓ କୃଷିଶିଳ୍ପରେ କାମ କରୁଥିବା ଶ୍ରମିକମାନଙ୍କୁ ବର୍ଷତମାମ କାର୍ଯ୍ୟ କରିବାପାଇଁ ବ୍ୟବସ୍ଥା ରହିବା ଉଚିତ । ଜଳସେଚନ, ସଘନ ସାରପ୍ରୟୋଗ, ବହୁଫସଲି କୃଷି, ଯାନ୍ତ୍ରିକ କୃଷିର ପ୍ରଚଳନ, ସହଳ ଅମଳକ୍ଷମ ବିହନ ବ୍ୟବହାର, ଗୋପାଳନ, ଫଳଚାଷ, ମତ୍ସ୍ୟଚାଷ ଆଦି କୃଷି ସହଯୋଗୀ ଧନ୍ଦାର ପ୍ରଚଳନ, ରାସ୍ତାଘାଟ ନିର୍ମାଣ, ବିଦ୍ୟାଳୟ ଓ ଚିକିତ୍ସାଳୟ ନିର୍ମାଣ, କୂପ ଖନନ ଓ ପରିବେଶ ଉନ୍ନୟନ ଆଦି କାର୍ଯ୍ୟକ୍ରମ

CHSE Odisha Class 11 Economics Solutions Chapter 11 ବେକାରୀ ଓ ଅର୍ଦ୍ଧବେକାରୀ

(iv) ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ – ଆମ ଦେଶର ଶିକ୍ଷାୟତନମାନଙ୍କରୁ ପ୍ରତିବର୍ଷ ବାହାରୁଥିବା ଶିକ୍ଷିତ ତେଣୁ ଶିକ୍ଷା ବ୍ୟବସ୍ଥାର ବ୍ୟାପକ ପରିବର୍ତ୍ତନ କରାଯାଇ ଏହାର ଗୁଣାତ୍ମକ ମାନର ବିକାଶ ଓ ପରିମାଣ ହ୍ରାସ କରାଯିବା ଦରକାର । ଧନ୍ଦାମୂଳକ ଶିକ୍ଷା, ଯାନ୍ତ୍ରିକ ଶିକ୍ଷା, ମ୍ୟାନେଜମେଣ୍ଟ ଶିକ୍ଷା, ଭେଷଜ ଶିକ୍ଷା, ଓକିଲାତି ଶିକ୍ଷା ଇତ୍ୟାଦି ଅର୍ଥକାରୀ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯିବା ଦରକାର ।

(v) ବୈଷୟିକ ବେକାରି ପରିମାଣ ହ୍ରାସ କରିବା – ଦେଶରେ ନୂତନ ପ୍ରଯୁକ୍ତି କୌଶଳର ପ୍ରଚଳନ ଫଳରେ ବୈଷୟିକ ବେକାରି ସୃଷ୍ଟି ହୁଏ । ତେଣୁ ଏହି ବେକାରିକୁ ପ୍ରତିହତ କରିବାପାଇଁ ବୃଷ୍ଟିଚ୍ୟୁତ ଶ୍ରମିକମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରି ସେମାନଙ୍କ ପୁନର୍ନିଯୁକ୍ତି ସୁଯୋଗ ସୃଷ୍ଟିକରିବା ଦରକାର । ଆମେ ଜାଣୁ, ଅଟୋରିକ୍ସାର ପ୍ରଚଳନଦ୍ୱାରା ସାଇକେଲ ରିକ୍‌ସା ଚାଳକମାନେ ବେକାର ହୋଇପଡ଼ନ୍ତି । ତେଣୁ ସେମାନଙ୍କୁ ଯଦି ଅଟୋରିକ୍ସା ଚାଳନା ଶିକ୍ଷା ଦିଆଯାଏ ଓ ଅଟୋରିକ୍ସା ଚଳାଇବାପାଇଁ ସୁବିଧା କରାଯାଏ, ତେବେ ବୈଷୟିକ ବେକାରି ପରିମାଣ ହ୍ରାସ ପାଇପାରିବ ।

(vi) ମହିଳାମାନଙ୍କପାଇଁ ଅଧ‌ିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା – ନିଯୁକ୍ତି କ୍ଷେତ୍ରରେ ମହିଳାମାନଙ୍କର ଅନୁପାତ ବୃଦ୍ଧିପାଇବାପାଇଁ ସମସ୍ତ ପ୍ରକାରର ଚେଷ୍ଟା ଜାତୀୟ ନୀତିରେ ପ୍ରତିଫଳିତ ହେବା ଆବଶ୍ୟକ । ନାରୀ ଶିକ୍ଷା ଓ ପ୍ରଶିକ୍ଷଣପାଇଁ ଅଧୂକ ବ୍ୟୟବରାଦ ହେବା ଆବଶ୍ୟକ । ସଙ୍ଗଠିତ କ୍ଷେତ୍ର ଅପେକ୍ଷା ଅସଙ୍ଗଠିତ କ୍ଷେତ୍ରଗୁଡ଼ିକରେ ମହିଳାମାନେ କାର୍ଯ୍ୟକରିବାକୁ ଅସୁରକ୍ଷିତ ମନେକରୁଥ‌ିବାରୁ ସେହି କ୍ଷେତ୍ରଗୁଡ଼ିକରେ ନାରୀମାନଙ୍କର ସୁରକ୍ଷାପାଇଁ ଯଥେଷ୍ଟ ଧ୍ୟାନଦେବା ଦରକାର ।

ନାରୀମାନଙ୍କ କାର୍ଯ୍ୟଦକ୍ଷତା ସମ୍ପର୍କରେ ନିଯୁକ୍ତିଦାତାମାନଙ୍କର ଯେଉଁ ଧାରଣା ରହିଛି ସେଗୁଡ଼ିକ ପରିହାର କରିବାର ଆବଶ୍ୟକତା ରହିଛି । କର୍ମଜୀବୀ ମହିଳାମାନଙ୍କୁ ଘରଠାରୁ ଅଳ୍ପଦୂରରେ ସରକାରୀ ବାସଗୃହ ବା ମହିଳା ହଷ୍ଟେଲ ଯୋଗାଇଦେବା ଆବଶ୍ୟକତା ରହିଛି । ସର୍ବୋପରି ନାରୀ ନିଯୁକ୍ତି ସପକ୍ଷରେ ଜନସଚେତନତାର ସୃଷ୍ଟି ନ ହେଲେ ନାରୀମାନଙ୍କର କର୍ମକ୍ଷେତ୍ରରେ ନିଯୁକ୍ତି ଅନୁପାତ ବୃଦ୍ଧି ହୋଇପାରିବ ନାହିଁ ।

(vii) ଶ୍ରମିକମାନଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି – ଶ୍ରମିକମାନଙ୍କ ନିମ୍ନ କାର୍ଯ୍ୟଦକ୍ଷତା ଆମ ଦେଶର ଆଉ ଏକ ନିଯୁକ୍ତି ସମସ୍ୟା । ତେଣୁ ଜାତୀୟ ଶ୍ରମନୀତିରେ ଶ୍ରମଦକ୍ଷତାର ଅଭିବୃଦ୍ଧିପାଇଁ ଉପଯୁକ୍ତ ଧ୍ୟାନ ଦିଆଯିବା ଉଚିତ । ସେଥ‌ିପାଇଁ ନିଯୁକ୍ତିପ୍ରାପ୍ତ ଶ୍ରମିକମାନଙ୍କର ଚଳଣିର ମାନ ବୃଦ୍ଧିପାଇଁ ଉପଯୁକ୍ତ ପଦକ୍ଷେପମାନ ନିଆଯିବା ଉଚିତ ।

(viii) ନିଯୁକ୍ତି ଘଟକ ସଂସ୍ଥା (Employment Exchange) ଗୁଡ଼ିକୁ ଅଧ‌ିକ ସକ୍ରିୟ କରାଯିବା ଉଚିତ ବେଳେବେଳେ ନିଯୁକ୍ତିପ୍ରାପ୍ତ ଶ୍ରମିକ ସ୍ଵଇଚ୍ଛାରେ ନିଯୁକ୍ତ ସ୍ଥାନ, ବୃତ୍ତି ଓ ସଂସ୍ଥା ପରିତ୍ୟାଗ କଲେ ନୂଆ ନିଯୁକ୍ତି ପାଇବା ପର୍ଯ୍ୟନ୍ତ ବେକାର ରହିଥାଏ । ସେହିପରି ଶିକ୍ଷିତ ଯୁବକମାନେ ମଧ୍ୟ ନିଯୁକ୍ତି ସମ୍ବନ୍ଧୀୟ ବିବରଣୀ ପାଇପାରୁ ନ ଥିବାରୁ ବେକାର ରହିଥା’ନ୍ତି ।

ତେଣୁ ଏସବୁ କ୍ଷେତ୍ରରେ ‘ନିଯୁକ୍ତି ଘଟକ ସଂସ୍ଥା’ (Employment Exchange)ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଅଛି । ଏହି ସଂସ୍ଥା ନିଯୁକ୍ତିଦାତା ଓ କର୍ମ ଅନ୍ଵେଷଣରେ ଥିବା ଯୁବକ-ଯୁବତୀମାନଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରିଥାଏ । ଆମ ଦେଶର ସବୁପ୍ରାନ୍ତରେ ଏହି ସଂସ୍ଥାଗୁଡ଼ିକ କାର୍ଯ୍ୟ କରୁଛନ୍ତି । ଜାତୀୟ ନିଯୁକ୍ତି ନୀତିରେ ଏହି ସଂସ୍ଥାଗୁଡ଼ିକୁ ଅଧିକ ସକ୍ରିୟ କରିବାର ବ୍ୟବସ୍ଥା ରହିବା ଆବଶ୍ୟକ ।

3. ଭାରତର ଶିକ୍ଷିତ ବେକାରି ସମସ୍ୟା ଆଲୋଚନା କର । ଏହାର ସମାଧାନପାଇଁ ଉପାୟମାନ ଦର୍ଶାଅ ।
Answer:
ଆମ ଦେଶର ଶିକ୍ଷିତ ଯୁବଶକ୍ତି ବେକାରି ସମସ୍ୟାଦ୍ୱାରା ସବୁଠାରୁ ଅଧିକ ପୀଡ଼ିତ ଅଟନ୍ତି । ସବୁ ସ୍ତରର ଶିକ୍ଷିତ ଯୁବଗୋଷ୍ଠୀ; ଯଥା – ମାଟ୍ରିକ୍, ମାଧ୍ୟମିକ ଶିକ୍ଷା, ସ୍ନାତକ ଓ ତଦୂର୍ଥ ଶ୍ରେଣୀ ପାସ୍ କରିଥିବା ଶିକ୍ଷିତ ଯୁବଗୋଷ୍ଠୀ ମଧ୍ୟରେ ବେକାରି ହାର ଅଧୂକ । ନିଯୁକ୍ତି ଘଟକ ସଂସ୍ଥାର ଆକଳନ ଅନୁସାରେ 1994 ମସିହାରେ ଦେଶରେ ମୋଟ 34.6 ନିୟୁତ ବେକାରିଙ୍କ ନାମ ପଞ୍ଜୀକୃତ କରାଯାଇଥିଲା । ସେଥିରୁ ଶତକଡ଼ା 60 ଭାଗ ହେଉଛନ୍ତି ଶିକ୍ଷିତ ଯୁବଶକ୍ତି । ପୁଣି 15-29 ବର୍ଷ ବୟସ୍କ ଶିକ୍ଷିତ ଯୁବକ- ଯୁବତୀମାନଙ୍କଠାରେ ବେକାରି ହାର ସର୍ବାଧ୍ଵ ।

1977-78 ଜାତୀୟ ନମୁନା ସର୍ବେକ୍ଷଣ ଗଣନାରେ ବେକାରି ହାର ଅଶିକ୍ଷିତ ଯୁବଗୋଷ୍ଠୀ ମଧ୍ୟରେ 2.28 ଶତାଂଶ ଥିଲାବେଳେ, ଏହା ପ୍ରାଥମିକ ଶିକ୍ଷା ପାସ୍ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ 3.61 ଶତାଂଶ, ମାଟ୍ରିକ୍ ପାସ୍ ଯୁବଗୋଷ୍ଠୀ ମଧ୍ୟରେ 15.15 ଶତାଂଶ ଏବଂ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷିତମାନଙ୍କ ମଧ୍ୟରେ 15.76 ଶତାଂଶ ଅଟେ । ସେହିପରି କଳା ଓ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଯୁବକମାନଙ୍କ ମଧ୍ୟରେ ଏହି ହାର ଅଧୂକ ଅଟେ ।

ଦେଶର ଅଭିବୃଦ୍ଧି ହାରର ଶିଥୁଳତା, ମାନବସମ୍ବଳ ବିକାଶ ପ୍ରତି ଯଥେଷ୍ଟ ଗୁରୁତ୍ବ ଦିଆନଯିବା, ମାନବ ଶକ୍ତି ଯୋଜନାର ଅଭାବ ଓ ତ୍ରୁଟିପୂର୍ଣ୍ଣ ଶିକ୍ଷାବ୍ୟବସ୍ଥା ଇତ୍ୟାଦି କାରଣମାନ ଯୋଗୁଁ ଶିକ୍ଷିତ ଯୁବକ-ଯୁବତୀମାନେ ଏହି ଉତ୍କଟ ବ୍ୟାଧର ଶିକାର ହେଉଛନ୍ତି । ତେଣୁ ଏହାର ନିରାକରଣପାଇଁ ଯଥାଯଥ ପଦକ୍ଷେପମାନ ନିଆଯିବା ନିତାନ୍ତ ଆବଶ୍ୟକ ।

(1) ଦ୍ରୁତ ଅର୍ଥନୈତିକ ବିକାଶ – ଶିକ୍ଷିତମାନଙ୍କର ନିଯୁକ୍ତି ହାରର ଦ୍ରୁତ ଅଭିବୃଦ୍ଧି ମୁଖ୍ୟତଃ ଦେଶର ଦ୍ରୁତ ଅର୍ଥନୈତିକ ବିକାଶଦ୍ୱାରା ସମ୍ଭବ । ଦେଶର ଅର୍ଥନୈତିକ ବିକାଶ ଓ ଶିକ୍ଷିତ ଯୁବଗୋଷ୍ଠୀର ନିଯୁକ୍ତି ହାର ଉଭୟ ପରିପୂରକ ଅଟନ୍ତି । ଯେହେତୁ ଦେଶରେ ସବୁକ୍ଷେତ୍ରରେ ଶିକ୍ଷିତ ଯୁବଗୋଷ୍ଠୀ ଥାଆନ୍ତି, ତେଣୁ ଏହାର ବିକାଶରେ ସେମାନେ ଅଧିକ ସହାୟକ ହୋଇଥା’ନ୍ତି । ଅପରପକ୍ଷରେ ଦେଶର ବିକାଶ ଦ୍ରୁତ ହେଲେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ପ୍ରକ୍ରିୟା ଦ୍ରୁତ ଗତିରେ ହୋଇଥାଏ । ତେଣୁ ଯୋଜନାରେଦେଶର ଅର୍ଥନୈତିକ ବିକାଶ ଉପରେ ପ୍ରାଧାନ୍ୟ ଦେବା ଆବଶ୍ୟକ ।

(2) ଶିକ୍ଷା ବ୍ୟବସ୍ଥାରେ ସଂସ୍କାର – ଆମ ଦେଶର ଶିକ୍ଷାବ୍ୟବସ୍ଥା ଏପରି ଯେ ବହୁତ କମ୍‌ସଂଖ୍ୟକ ଶିକ୍ଷିତ ଯୁବକ ଯୁବତୀ ନିଯୁକ୍ତି ପାଇବାପାଇଁ ବିବେଚିତ ହୋଇଥା’ନ୍ତି । ଆମ ଦେଶରେ ଶିକ୍ଷା କେବଳ ବହିରେ ସୀମିତ ରହିଥାଏ ଓ ମୁଖ୍ୟତଃ ଅମଲା ତିଆରିପାଇଁ ଉଦ୍ଦିଷ୍ଟ । ତେଣୁ ଏହାର ଆମୂଳଚୂଳ ପରିବର୍ତ୍ତନର ଆବଶ୍ୟକତା ରହିଛି । ଶିକ୍ଷାକୁ ବାସ୍ତବଧର୍ମୀ କରାଯିବା ଉଚିତ । ଏ

ହାକୁ ପ୍ରମାଣପତ୍ର ହାସଲ କରିବାର ମେସିରୂପେ ବ୍ୟବହାର କରାଯିବା ପରିବର୍ତ୍ତେ ଯୁବଗୋଷ୍ଠୀ କିପରି କର୍ମସଂସ୍ଥାନପାଇଁ ଉପଯୋଗୀ ହୋଇପାରିବେ ସେହିପରି ବ୍ୟବସ୍ଥା କରିବା ଦରକାର । ସମସ୍ତଙ୍କୁ ପ୍ରାଥମିକ ଶିକ୍ଷା ପର୍ଯ୍ୟନ୍ତ ବାଧ୍ୟତାମୂଳକ ଶିକ୍ଷା ବ୍ୟବସ୍ଥା ରହିବା ଦରକାର । ଧନ୍ଦାମୂଳକ ଶିକ୍ଷା ଉପରେ ପ୍ରାଧାନ୍ୟ ଦିଆଯିବା ଦରକାର ଯାହାଫଳରେ ଶିକ୍ଷିତ ଯୁବକମାନେ ଆତ୍ମନିଯୁକ୍ତି କ୍ଷେତ୍ରରେ ସକ୍ଷମ ହୋଇପାରିବେ । ମେଡ଼ିକାଲ, ଇଞ୍ଜିନିୟରିଂ, ମ୍ୟାନେଜ୍‌ମେଣ୍ଟ, ଓକିଲାତି, କମ୍ପ୍ୟୁଟର ଇତ୍ୟାଦି ଅର୍ଥକରୀ ଶିକ୍ଷାର ପ୍ରସାର ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ।

CHSE Odisha Class 11 Economics Solutions Chapter 11 ବେକାରୀ ଓ ଅର୍ଦ୍ଧବେକାରୀ

(3) ଜନଶକ୍ତିର ଯଥାଯଥ ବିନିଯୋଗ ଯୋଜନା – ଆମ ଦେଶରେ କର୍ମକ୍ଷେତ୍ରରେ ଚାହିଦା ଅନୁଯାୟୀ ଯୁବକ ଯୁବତୀମାନଙ୍କୁ ଶିକ୍ଷା ଦିଆଯାଏ ନାହିଁ, ବରଂ ଶିକ୍ଷାୟତନଗୁଡ଼ିକର ବିଭିନ୍ନ ପାଠ୍ୟକ୍ରମପାଇଁ ଉଦ୍ଦିଷ୍ଟ ସ୍ଥାନସଂଖ୍ୟା ଅନୁସାରେ ଶିକ୍ଷାଦାନପାଇଁ ଛାତ୍ରଛାତ୍ରୀ ଗ୍ରହଣ କରାଯାଏ । ଫଳରେ କର୍ମ ନିଯୁକ୍ତିର ଚାହିଦା ଓ କର୍ମନିଯୁକ୍ତିପାଇଁ ପ୍ରାର୍ଥୀମାନଙ୍କ ଯୋଗାଣ ମଧ୍ୟରେ ଅସମାନତା ଦେଖାଦିଏ । ତେଣୁ ଏହା ଦୂର କରିବାପାଇଁ ଜନଶକ୍ତିର ଯଥାଯଥ ବିନିଯୋଗ ନିମିତ୍ତ ଯୋଜନା ପ୍ରସ୍ତୁତ କରିବା ଦରକାର ।

ଆମ ଦେଶରେ ସାଧାରଣ ଗ୍ରାଜୁଏଟ୍ରମାନଙ୍କର ଚାହିଦା ବହୁତ କମ୍ । ତେଣୁ ଏହି ଶିକ୍ଷାନୁଷ୍ଠାନ ଓ ଶିକ୍ଷାଦାନପାଇଁ ସ୍ଥାନଗୁଡ଼ିକର ସଂଖ୍ୟା ହ୍ରାସ କରିବା ନିତାନ୍ତ ଆବଶ୍ୟକ । ଅପରପକ୍ଷରେ ମେଡ଼ିକାଲ, ଇଞ୍ଜିନିୟରିଂ ଇତ୍ୟାଦି ଗ୍ରାଜୁଏଟ୍‌ମାନଙ୍କର ଅଧୂକ ଚାହିଦା ରହିଥ‌ିବାରୁ ଅଧିକ ଏହି ଶ୍ରେଣୀର ଶିକ୍ଷିତ ଯୁବଗୋଷ୍ଠୀ ତିଆରି କରିବାର ଯୋଜନା କରାଯିବା ଉଚିତ । ତେଣୁ ବିଭିନ୍ନ କ୍ଷେତ୍ରରେ କର୍ମନିଯୁକ୍ତିପାଇଁ କର୍ମଯୋଗାଣ ଓ ଉପଯୁକ୍ତ ପ୍ରାର୍ଥୀମାନଙ୍କର ଯୋଗାଣ ମଧ୍ଯରେ ସନ୍ତୁଳନ ବଜାଇ ରଖୁପାରିଲେ ଅନେକାଂଶରେ ନିଯୁକ୍ତି ସମସ୍ୟା ଦୂର ହୋଇପାରିବ ।

(4) ଶିକ୍ଷିତ ବେକାରମାନଙ୍କପାଇଁ ଆତ୍ମନିଯୁକ୍ତି ଯୋଜନା – ଆମ ଦେଶର ଶିକ୍ଷିତ ଯୁବକ-ଯୁବତୀମାନେ ସେମାନଙ୍କର ଶିକ୍ଷା ସମାପ୍ତି ପରେ ସରକାରୀ ନିଯୁକ୍ତିପାଇଁ ଅପେକ୍ଷା କରି ବସିରହନ୍ତି । ଫଳରେ ଏମାନଙ୍କ ମଧ୍ୟରୁ ଅଧିକାଂଶ ନିଯୁକ୍ତି ନ ପାଇ ବେକାର ରହିଯା’ନ୍ତି । ତେଣୁ ଶିକ୍ଷିତ ଯୁବକମାନଙ୍କ ମନରୁ ସରକାରୀ ଚାକିରି ମୋହ ଦୂର କରି ସେମାନଙ୍କର ଆତ୍ମ ନିଯୁକ୍ତିପାଇଁ ବିଭିନ୍ନ ପଦକ୍ଷେପମାନ ନେବା ଆବଶ୍ୟକ । ସେଥିପାଇଁ ସରକାରଙ୍କ ତରଫରୁ ଶିକ୍ଷିତ ଯୁବଗୋଷ୍ଠୀମାନଙ୍କୁ ପ୍ରୋତ୍ସାହନ ଦେବା ଦରକାର ।

ସହଜରେ ଋଣ ଯୋଗାଣ, କଞ୍ଚାମାଲ ଯୋଗାଣ, ଶକ୍ତି ଯୋଗାଣ, ଉତ୍ପାଦନର ବିକ୍ରୟ ଇତ୍ୟାଦି କ୍ଷେତ୍ରରେ ଶିକ୍ଷିତ ଯୁବକମାନଙ୍କୁ ସାହାଯ୍ୟ ମିଳିଲେ ସେମାନେ ନିଜ ଗୋଡ଼ରେ ନିଜେ ଠିଆ ହୋଇପାରିବେ । ସେହିପରି ଯାନ୍ତ୍ରିକ ଓ ପରିଚାଳନା ସମ୍ବନ୍ଧୀୟ ତାଲିମ ମଧ୍ୟ ଦିଆଯିବା ଆବଶ୍ୟକ । ତେଣୁ କୃଷି, ମତ୍ସ୍ୟ ଓ ପଶୁପାଳନ ଇତ୍ୟାଦି କୃଷି ସମ୍ବନ୍ଧୀୟ କ୍ଷେତ୍ର, ଟ୍ରାଭେଲ ଏଜେନ୍ସି, ମରାମତି କାମ, ଗ୍ୟାସ୍ ଏଜେନ୍ସି ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିବା ଦିଗରେ ସରକାର ପଦକ୍ଷେପମାନ ନେବା ଉଚିତ ।

କେବଳ ସରକାର କାହିଁକି ଏ କ୍ଷେତ୍ରରେ ବ୍ୟାଙ୍କ୍, ଅନ୍ୟାନ୍ୟ ସରକାରୀ ଓ ବେସରକାରୀ ସଂସ୍ଥା, ସ୍ଵେଚ୍ଛାସେବୀ ସଂସ୍ଥାମାନ ଶିକ୍ଷିତ ଯୁବକମାନଙ୍କୁ ଯଥାଯଥ ସାହାଯ୍ୟ କଲେ ବେକାରି ଭଳି ଉତ୍କଟ ବ୍ୟାଧ ଦୂର କରାଯାଇପାରିବ ।

4. ଭାରତର ବିଭିନ୍ନ ବିଶେଷ ନିଯୁକ୍ତି କାର୍ଯ୍ୟକ୍ରମଗୁଡ଼ିକ ବର୍ଣ୍ଣନା କର ।
Answer:
ଭାରତର ଯେତେଗୁଡ଼ିଏ ସମସ୍ୟା ରହିଅଛି ସେଗୁଡ଼ିକ ମଧ୍ୟରୁ ନିଯୁକ୍ତି ସମସ୍ୟା ଅନ୍ୟତମ । ଏହା ଦେଶର 15-29 ବର୍ଷ ବୟସ୍କ ଜନସଂଖ୍ୟାକୁ ଅଧ‌ିକ ଆଘାତ ଦେଉଥ‌ିବାରୁ ଦେଶର ଅଭିବୃଦ୍ଧି ହାରରେ ପ୍ରତିବନ୍ଧକ ସୃଷ୍ଟି ହେଉଅଛି । ତେଣୁ ଏହି ସମସ୍ୟାର ସମାଧାନପାଇଁ ସରକାର ନୀରବ ନ ରହି ବିଗତ ପାଞ୍ଚ ଦଶନ୍ଧି ହେବ ବିଭିନ୍ନ ନିଯୁକ୍ତି କାର୍ଯ୍ୟକ୍ରମମାନ କରିଆସୁଛନ୍ତି ।

(1) ସମନ୍ବିତ ଗ୍ରାମ୍ୟ ବିକାଶ ଯୋଜନା (IRDP) – ଏହି ଯୋଜନା 1976-77 ମସିହାରେ ପ୍ରଥମେ ଭାରତରେ କୋଡ଼ିଏଟି ଜିଲ୍ଲାରେ ଆରମ୍ଭ କରାଯାଇଥିଲା ଓ 1979-80 ମସିହାବେଳକୁ ଏହା ସମଗ୍ର ଦେଶରେ କାର୍ଯ୍ୟ କରିଥିଲା । ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଲା ଦରିଦ୍ର ହିତାଧ୍ୟାକାରୀମାନଙ୍କୁ ବ୍ୟାଙ୍କ ଋଣ ଓ ସବ୍‌ସିଡ଼ି ମାଧ୍ୟମରେ ସ୍ଥାୟୀ ଉତ୍ପାଦନକ୍ଷମ ପରିସମ୍ପତ୍ତି ସୃଷ୍ଟି କରି ଆତ୍ମନିଯୁକ୍ତିର ପଥ ସୁଗମ କରିବା ।

ଏହି ଯୋଜନା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଦ୍ଵାରୀ ରୂପାୟନ ହୋଇଥାଏ । ଏହି ଯୋଜନାରେ ଅନୁସୂଚିତ ଜାତି, ଜନଜାତି ଓ ମହିଳାମାନଙ୍କପାଇଁ ବିଶେଷ ଧ୍ୟାନ ଦିଆଯାଏ । ଯଦିଓ ଏହି ଯୋଜନା ଅନେକ ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିଅଛି; ତଥାପି ଏହା ଆଶାନୁରୂପ ଫଳପ୍ରଦ ହୋଇପାରି ନାହିଁ ।

(2) ଜାତୀୟ ଗ୍ରାମାଞ୍ଚଳ ନିଯୁକ୍ତି କାର୍ଯ୍ୟକ୍ରମ (NREP) – 1977-78 ମସିହାରେ ଆରମ୍ଭ କରାଯାଇଥିବା ‘କାମ ପାଇଁ ଖାଦ୍ୟ’ କାର୍ଯ୍ୟକ୍ରମ 1980 ମସିହାରେ ଜାତୀୟ ଗ୍ରାମାଞ୍ଚଳ ନିଯୁକ୍ତି କାର୍ଯ୍ୟକ୍ରମ ନାମରେ ନାମିତ ହୋଇଥିଲା । ମାନ୍ଦା କୃଷି ଋତୁରେ ଗ୍ରାମାଞ୍ଚଳର ଦରିଦ୍ର ଲୋକମାନଙ୍କୁ ଅତିରିକ୍ତ କର୍ମନିଯୁକ୍ତି ଯୋଗାଇଦେବା ଏହାର ମୁଖ୍ୟ ଅଭିପ୍ରାୟ ।

ଗ୍ରାମାଞ୍ଚଳରେ ସାମାଜିକ ବନୀକରଣ ପ୍ରକଳ୍ପ, ବିଦ୍ୟାଳୟ, ଅନ୍ୟାନ୍ୟ ଗୋଷ୍ଠୀ କେନ୍ଦ୍ର ଗୃହ, ଜଳାଶୟ, ରାସ୍ତା, ଜଳସେଚ଼ନ, ବନ୍ୟା ନିୟନ୍ତ୍ରଣ ସହାୟକ ନିର୍ମାଣ ଇତ୍ୟାଦି ଉତ୍ପାଦନଶୀଳ ସାମୂହିକ ପରିସମ୍ପତ୍ତି ସୃଷ୍ଟି କରିବା ସହିତ ଦୈନିକ ମଜୁରିଭିଭିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଏହି ଯୋଜନା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଦ୍ୱାରା କାର୍ଯ୍ୟକାରୀ ହୁଏ । ଗତ 4 ଦଶନ୍ଧି ମଧ୍ୟରେ ଏହି କାର୍ଯ୍ୟକ୍ରମଦ୍ୱାରା ଅନେକ ଶ୍ରମ ଦିବସ ସୃଷ୍ଟି କରାଯାଇଛି । 1990 ମସିହାରେ ଏହି ଯୋଜନାକୁ JRY ସହିତ ମିଶାଇ ଦିଆଗଲା ।

(3) ଗ୍ରାମାଞ୍ଚଳର ଭୂମିହୀନ ଲୋକମାନଙ୍କ ପାଇଁ ନିଶ୍ଚିତ ନିଯୁକ୍ତି କାର୍ଯ୍ୟକ୍ରମ (RLEGP) – ଏହି ଯୋଜନା 1983 ମସିହାରେ ଆରମ୍ଭ କରାଯାଇଥିଲା । ଗ୍ରାମାଞ୍ଚଳର ଭୂମିହୀନ ଲୋକମାନଙ୍କପାଇଁ ଅଧ୍ଵ ନିଯୁକ୍ତି ସୁଯୋଗ ସୃଷ୍ଟି କରି ପ୍ରତ୍ୟେକ ପରିବାରରୁ ଅତି କମ୍‌ରେ ଜଣେ ଲେଖାଏଁ ଲୋକଙ୍କୁ ବାର୍ଷିକ 100 ଦିନ ପର୍ଯ୍ୟନ୍ତ ନିଶ୍ଚିତ ନିଯୁକ୍ତି ଯୋଗାଇଦେବା ଏହାର ମୁଖ୍ୟ ଲକ୍ଷ୍ୟ । ଏହା ସହିତ ଉନ୍ନୟନ ସହାୟକ ଆନୁଷଙ୍ଗିକ ସୁବିଧା ସୁଯୋଗ ସୃଷ୍ଟିପାଇଁ ଦୀର୍ଘସ୍ଥାୟୀ ଗୋଷ୍ଠୀଗତ ପରିସମ୍ପତ୍ତି ସୃଷ୍ଟି ଉପରେ ଅଗ୍ରାଧ୍ୟାର ଏହି ଯୋଜନାରେ ଦିଆଯାଇଥିଲା ।

ସାମାଜିକ ବନୀକରଣ, ଗ୍ରାମ୍ୟ ରାସ୍ତା ନିର୍ମାଣ, ଜଳସେଚନ ପ୍ରକଳ୍ପ ନିର୍ମାଣ, ବିଦ୍ୟାଳୟ ଗୃହ ନିର୍ମାଣ, ଇନ୍ଦିରା ଆବାସ ଯୋଜନା ନାମକ ବାସଗୃହ ନିର୍ମାଣ, ମୃତ୍ତିକା ସଂରକ୍ଷଣ ଆଦି ନିର୍ମାଣ କାମ ଏହି ଯୋଜନା ମାଧ୍ୟମରେ କାର୍ଯ୍ୟକାରୀ ହେଉଥିଲା । ଏହି ଯୋଜନା କେବଳ କେନ୍ଦ୍ର ସରକାରଙ୍କ ବ୍ୟୟବରାଦଦ୍ଵାରା ପରିଚାଳିତ ହେଉଥିଲା । ଏହି ଯୋଜନାଦ୍ୱାରା ଅନେକ ଶ୍ରମ ଦିବସ ସୃଷ୍ଟି ହୋଇଥିଲେ ମଧ୍ୟ ଏହି ଯୋଜନାକୁ 1989 ମସିହାରେ JRY ସହିତ ମିଶାଇ ଦିଆଯାଇଥିଲା ।

(4) ଜବାହାର ରୋଜଗାର ଯୋଜନା (JRY) – ‘ଜାତୀୟ ଗ୍ରାମାଞ୍ଚଳ ନିଯୁକ୍ତି କାର୍ଯ୍ୟକ୍ରମ’ ଓ ‘ଗ୍ରାମାଞ୍ଚଳ ଭୂମିହୀନ ନିଶ୍ଚିତ ନିଯୁକ୍ତି କାର୍ଯ୍ୟକ୍ରମ’ ଦୁଇଟିକୁ ଏକତ୍ର କରି 1989 ମସିହାରେ ‘ଜବାହାର ରୋଜଗାର ଯୋଜନା’ ପ୍ରବର୍ତ୍ତନ କରାଗଲା । ଏହି ଯୋଜନାର ବ୍ୟୟବରାଦର ୫୦ ଶତାଂଶ କେନ୍ଦ୍ର ସରକାର ଓ 20 ଶତାଂଶ ରାଜ୍ୟ ସରକାର ବହନ କରିଥା’ନ୍ତି । ଏହି ଯୋଜନା ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଆନୁକୂଲ୍ୟରେ କାର୍ଯ୍ୟ କରେ ।

CHSE Odisha Class 11 Economics Solutions Chapter 11 ବେକାରୀ ଓ ଅର୍ଦ୍ଧବେକାରୀ

ଗୋଷ୍ଠୀଗତ ପରିସମ୍ପତ୍ତି ସୃଷ୍ଟି ତଥା ଗ୍ରାମାଞ୍ଚଳରେ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବା ଏହି ଯୋଜନାର ଲକ୍ଷ୍ୟ । ଏହି ଯୋଜନାରେ ଦରିଦ୍ରତମ ଜାତି, ଜନଜାତି, ଗୋତି ଶ୍ରମିକ, ମହିଳା ଇତ୍ୟାଦି ଅବହେଳିତ ପଛୁଆବର୍ଗ ଲୋକମାନଙ୍କପାଇଁ ବିଶେଷ ଧ୍ୟାନ ଦିଆଯାଇଥାଏ । ଇନ୍ଦିରା ଆବାସ ଗୃହ, ନିୟତ କୂପ ଖନନ, ବିଦ୍ୟାଳୟ ଗୃହ ନିର୍ମାଣ, ନାମମାତ୍ର ଚାଷୀମାନଙ୍କ ଭୂଉନ୍ନୟନ, ଜଳସେଚନ ସୁବିଧା ଇତ୍ୟାଦି ପ୍ରକଳ୍ପଗୁଡ଼ିକ ଏହି ଯୋଜନା ମାଧ୍ୟମରେ କରାଯାଇଥାଏ ।

(5) ଗ୍ରାମାଞ୍ଚଳ ଯୁବଗୋଷ୍ଠୀ ଆତ୍ମନିଯୁକ୍ତିପାଇଁ ତାଲିମ (TRYSEM) – ଏହି କାର୍ଯ୍ୟକ୍ରମ 1979 ରେ ଆରମ୍ଭ କରାଯାଇଥିଲା । ଗ୍ରାମାଞ୍ଚଳର ଯୁବକ-ଯୁବତୀମାନଙ୍କୁ ଉପଯୁକ୍ତ ତାଲିମ ଓ ସାହାଯ୍ୟ ପ୍ରଦାନ କରି ସେମାନଙ୍କର ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ । ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ପରିବାର 18 ରୁ 35 ବର୍ଷ ବୟସର ଯୁବଗୋଷ୍ଠୀଙ୍କୁ ବିଭିନ୍ନ ଧନ୍ଦା କରିବାପାଇଁ ଆନୁଷ୍ଠାନିକଭାବେ ତାଲିମ ପ୍ରଦାନ କରାଯାଏ ।

ତାଲିମ ପାଇବା ପରେ ସେମାନେ ନିଜେ ନିଜେ କୌଣସି କାର୍ଯ୍ୟ ଆରମ୍ଭ କରିବାପାଇଁ ଆର୍ଥିକ ସାହାଯ୍ୟ ମଧ୍ଯ ଦିଆଯାଏ । ବୈଦ୍ୟୁତିକ ଯନ୍ତ୍ରପାତି ମରାମତି, TV ଓ ରେଡ଼ିଓ ମରାମତି, ନଡ଼ିଆକତା କାମ, ଚମଡ଼ାକାମ ଇତ୍ୟାଦି ଉପରେ ତାଲିମ ଦିଆଯାଏ । ଅନୁସୂଚିତ ଜାତି ଓ ଜନଜାତି, ମହିଳାମାନଙ୍କପାଇଁ ଏଥରେ ସ୍ଥାନ ସଂରକ୍ଷଣ ହୋଇଥାଏ । ସପ୍ତମ ଯୋଜନାକାଳରେ ଏହି ଯୋଜନାଦ୍ଵାରା 11.6 ଲକ୍ଷ ଯୁବକ- ଯୁବତୀ ଉପକୃତ ହୋଇଥିଲେ ।

(6) ପ୍ରଧାନମନ୍ତ୍ରୀଙ୍କ ରୋଜଗାର ଯୋଜନା (PMRY) – ଏହି ଯୋଜନା 1993 ମସିହାରେ ଆରମ୍ଭ କରାଯାଇଥିଲା । ଏହାର ମୁଖ୍ୟ ଲକ୍ଷ୍ୟ କୁଟୀର ଓ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା କରି ନିଯୁକ୍ତିର ସୁଯୋଗ ସୃଷ୍ଟି କରିବା । ଏହି ଯୋଜନା ଜିଲ୍ଲା ଶିଳ୍ପ କେନ୍ଦ୍ର (DIC) ଦ୍ଵାରା ପରିଚାଳିତ ହେଉଅଛି । ଲୁଗା ଦୋକାନ, ଅଟୋ ରିକ୍ସା, ସାଇକେଲ ଦୋକାନ, ଯନ୍ତ୍ରପାତି ମରାମତି ଦୋକାନ ଇତ୍ୟାଦି ଛୋଟ ଛୋଟ ବ୍ୟବସାୟ ଶିଳ୍ପ ଏହି ଯୋଜନାର ହିତାଧ୍ୟାକାରୀମାନେ କରି ଆତ୍ମନିଯୁକ୍ତି ପାଇବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରନ୍ତି ।

(7) ନେହେରୁ ରୋଜଗାର ଯୋଜନା (NRY) – ଏହି ଯୋଜନା 1989 ମସିହାରେ ଆରମ୍ଭ ହୋଇଥିଲା । ଏହି ଯୋଜନା ସହରର ଦରିଦ୍ରମାନଙ୍କପାଇଁ ଉଦ୍ଦିଷ୍ଟ । ସହରର ଦରିଦ୍ର ବେକାର ବ୍ୟକ୍ତିମାନଙ୍କୁ କ୍ଷୁଦ୍ରଶିଳ୍ପ ପ୍ରତିଷ୍ଠାପାଇଁ ଏହି ଯୋଜନା ମାଧ୍ୟମରେ ସବ୍‌ସିଡି ଦିଆଯାଇଥାଏ ।

ଏହି ଯୋଜନା ମାଧ୍ୟମରେ ବେକାର ଯୁବକମାନେ ଯେକୌଣସି ବ୍ୟବସାୟ ପ୍ରତିଷ୍ଠାନ ଚଳାଇବା, ଟ୍ରେକର ବା ଅଟୋରିକ୍ସା ଚାଳନା କରିବା, ଯନ୍ତ୍ରପାତି ଓ ଘର ମରାମତି କାମ ଇତ୍ୟାଦି କାର୍ଯ୍ୟଦ୍ୱାରା ନିଜେ ନିଯୁକ୍ତି ପାଇବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ନିଯୁକ୍ତି ଦେବାର ସୁଯୋଗ ମଧ୍ୟ ପାଇଲେ । 1995-96 ମସିହାରେ 2.71 ଲକ୍ଷ ପରିବାର ଏହି ଯୋଜନାଦ୍ୱାରା ଉପକୃତ ହୋଇଥିଲେ ।

(8) ନିଶ୍ଚିତ କର୍ମଯୋଗାଣ ଯୋଜନା (EGS) – ଏହି ଯୋଜନା 1994 ମସିହାରେ ଆରମ୍ଭ କରାଯାଇଥିଲା । ଗ୍ରାମାଞ୍ଚଳର ଅଣକୁଶଳୀ ଶ୍ରମିକମାନଙ୍କୁ କାମ ଯୋଗାଇବାପାଇଁ ଉଦ୍ଦିଷ୍ଟ । ଏହି ଯୋଜନା ଅନୁସାରେ ଗ୍ରାମାଞ୍ଚଳର ଅଣକୁଶଳୀ ଦରିଦ୍ର ଶ୍ରମିକମାନଙ୍କୁ ଅତି କମ୍‌ରେ ବାର୍ଷିକ 100 ଦିନ କାମ ଯୋଗାଇବାର ବ୍ୟବସ୍ଥା ଅଛି ।

Leave a Comment